SENSEX
NIFTY
GOLD
USD/INR

Weather

38    C

ଶିଳ୍ପା-ରାଜ୍‌ଙ୍କର ବଢିଲା ଅଡୁଆ, ଇଡି ଜବତ କଲା ୯୭ କୋଟି ଟଙ୍କାର ସମ୍ପତ୍ତି

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ। ତାଙ୍କ ବ୍ୟବସାୟୀ ସ୍ଵାମୀ ରାଜ କୁନ୍ଦ୍ରା। ଦୁହିଁଙ୍କ ସମସ୍ୟା ପୁଣି ଥରେ ବଢିବାରେ ଲାଗିଛି । ଅର୍ଥ ହେରଫେର ମାମଲାରେ ରାଜ କୁନ୍ଦ୍ରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଇଡି ଏକ ବଡ ପଦକ୍ଷେପ ନେଇଛି। ଇଡି ଶିଳ୍ପା ଏବଂ ରାଜଙ୍କ ୯୭ କୋଟି ୭୯ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଛି। ଏଥିରେ ଶିଳ୍ପା ଶେଟ୍ଟୀଙ୍କ ଜୁହୁ ଫ୍ଲାଟ ମଧ୍ୟ ସଂଲଗ୍ନ କରାଯାଇଛି। ଏହା ସହିତ ଇଡି ପୁଣେ ବଙ୍ଗଳା ଏବଂ ଇକ୍ୱିଟି ସେୟାର ମଧ୍ୟ ଜବତ କରି ସାରିଛି। ମହାରାଷ୍ଟ୍ରରେ ପଞ୍ଜୀକୃତ ବିଭିନ୍ନ ଏଫ୍ଆଇଆର୍ ଆଧାରରେ ଇଡି PMLA ଅଧୀନରେ ଅନୁସନ୍ଧାନ ଆରମ୍ଭ କରିଥିଲା। ରାଜ କୁନ୍ଦ୍ରା ଅଭିଯୋଗ କରିଛନ୍ତି ଯେ ଏମ / ଭାରିଏବଲ୍ ଟେକ୍ ପ୍ରାଇଭେଟ ଲିମିଟେଡ୍, ବିଳମ୍ବ ଅମିତ ଭରଦ୍ୱାଜ, ଅଜୟ ଭରଦ୍ୱାଜ, ବିବେକ ଭରଦ୍ୱାଜ, ସିମ୍ପି ଭରଦ୍ୱାଜ, ମହେନ୍ଦ୍ର ଭରଦ୍ୱାଜ ଏବଂ ଅନ୍ୟାନ୍ୟ ଏମଏଲଏମ ଏଜେଣ୍ଟମାନେ ୨୦୨୭ ମସିହାରେ ପ୍ରାୟ ୬୬୦୦ କୋଟି ଟଙ୍କା ମୂଲ୍ୟର ବିଟକଏନ ପାଇଥିଲେ। ନକଲି ପ୍ରତିଶ୍ରୁତି ଆଧାରରେ ଏହି ସମସ୍ତ ବିଟକଏନ୍ ନିବେଶକଙ୍କ ଠାରୁ ନିଆଯାଇଥିଲା। ଯେଉଁମାନଙ୍କୁ ଆଶା ଭରସା ଦିଆଯାଇଥିଲା ସେମାନଙ୍କୁ ୧୦ ପ୍ରତିଶତ ରିଟର୍ଣ୍ଣ ଦିଆଯିବ। ରାଜଙ୍କ ବିରୋଧରେ ଏକ ଅଭିଯୋଗ ମଧ୍ୟ ରହିଛି ଯେ ସେ ବ୍ୟକ୍ତିଗତ ସ୍ଵାର୍ଥ ପାଇଁ ବିଟକଏନ୍ ମାଇନିଂ ବ୍ୟବହାର କରିଥିଲେ, ଏହା ଏକ ପ୍ରକାର ପୋଞ୍ଜି ସ୍କିମ୍‌ ଥିଲା। ରାଜ କୁନ୍ଦ୍ରା ଏହି ଘୋଟାଲାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି । ସେ ୨୮୫ ବିଟକଏନ୍ ହାସଲ କରିଥିଲେ । ଏହି ବିଟ୍‌ କଏନଙ୍କୁ ଅମିତ ଭରଦୱାଜ ନିବେଶକଙ୍କୁ ଠକି ହାସଲ କରିଥିଲେ।

ରେ କିମ୍ବା ସମ୍ବାଦ | 18 Apr 2024 3:36 pm

ପ୍ରତିଶୋଧ ନିଆଁରେ ନେତାନ୍ୟାହୁ; ପ୍ରତିଆକ୍ରମଣ ଲାଗି ଗୁରୁବାର ବସିବ ଇସ୍ରାଏଲ୍ ଓ୍ବାର କ୍ୟାବିନେଟ୍

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଆଉ ଏକ ଭୟଙ୍କର ଯୁଦ୍ଧର ସୂତ୍ରପାତ ହେବ ! ପ୍ରତିଶୋଧ ନିଆଁ ଜଳୁଛନ୍ତି ବେଞ୍ଜାମିନ୍ ନେତାନ୍ୟାହୁ । ଇରାନ ଆକ୍ରମଣର ପ୍ରତିଶୋଧ ନେବ ଇସ୍ରାଏଲ । ଏନେଇ ଅନ୍ତିମ ନିଷ୍ପତ୍ତି ନେବାକୁ ଓ୍ବାର କ୍ୟାବିନେଟ୍ ଡାକିଛନ୍ତି ପ୍ରଧାନମନ୍ତ୍ରୀ । ଖୁବଶୀଘ୍ର ଇରାନ ବିରୋଧରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହଉେଛି । ସବୁଠୁ ବଡ଼ କଥା ହେଉଛି, ଇରାନ୍ ଉପରେ ଆକ୍ରମଣ ଲାଗି ଇସ୍ରାଏଲକୁ ସମର୍ଥନ କରିବ ନାହିଁ ଆମେରିକା । ଏନେଇ ପେଣ୍ଟାଗନ ସ୍ପଷ୍ଟ କରିଛି । ଇରନାର ମିସାଇଲ୍ ଆକ୍ରମଣର ଜବାବ କେବେ ଓ କେମିତି ଦିଆଯିବ ସେନେଇ ନିଷ୍ପତ୍ତି ନେବ ଇସ୍ରାଏଲ । ଦେଶର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ନେତୃତ୍ବରେ ଓ୍ବାର କ୍ୟାବିନେଟ୍‌ ଏବଂ ସୁରକ୍ଷା କ୍ୟାବିନେଟ୍ ଏହା ଉପରେ ମିଳିତ ଭାବେ ବୈଠକ କରିବେ । ଯୁଦ୍ଧ ନେଇ ଇସ୍ରାଏଲ ନିଜେ ନିଷ୍ପତ୍ତି ନେବ ବୋଲି ନେତାନ୍ୟାହୁ କହିଛନ୍ତି । ଇସ୍ରାଏଲ ଗସ୍ତରେ ଆସିଥିବା ବ୍ରିଟେନ ଏବଂ ଜର୍ମାନୀର ବୈଦେଶିକ ମନ୍ତ୍ରୀଙ୍କୁ ନେତାନ୍ୟାହୁ ଏନେଇ ସୂଚନା ଦେଇଛନ୍ତି । ୧୩-୧୪ ଏପ୍ରିଲରେ ଇରାନ୍ର ୩୫୦ ମିସାଇଲଓ ଡ୍ରୋନମାଡ଼ କରିଥିଲା । ଏହାର ଜବାବ ଦେବାକୁ ବେଞ୍ଜାମିନ ନେତାନ୍ୟାହୁ ଏବଂ ଇସ୍ରାଏଲ ସେନା ମନସ୍ଥ କରିସାରିଛନ୍ତି । ଏଭଳି ସ୍ଥିତିରେ ଇସ୍ରାଏଲ ସାମ୍ନାରେ ଦୁଇ ଦୁଇଟି ଆହ୍ବାନ ରହିଛି । ପ୍ରଥମତଃ ଇରାନ ଉପରେ ଆକ୍ରମଣ କରିବା ଲାଗି ଇସ୍ରାଏଲକୁ ସବୁଜ ସଂକେତ ଦେଇନାହିଁ ଆମେରିକା । ଅନ୍ୟପଟେ ହିବ୍ରୁ ୟୁନିଭର୍ସିଟରେ ହୋଇଥିବା ଓପିନିୟନ ପୋଲ୍‌ ଅନୁସାରେ,୭୪ ପ୍ରତିଶତ ଲୋକ ବିଶ୍ବାସ କରୁଛନ୍ତି ଯଦି ସହଯୋଗୀ ଦେଶଙ୍କ ଅନୁମତି ମିଳିନାହିଁ ତେବେ ଇରାନ ଉପରେ ଇସ୍ରାଏଲ ଆକ୍ରମଣ କରିବା ଉଚିତ ହେବ ନାହିଁ । ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଦୂରତା ୧୫୦୦ କିଲୋମିଟର । ଆକାଶମାର୍ଗରେ ଇରାନ ଉପରେ ଆକ୍ରମଣ କରିବାକୁ ହେଲେ ଇସ୍ରାଏଲକୁ ଜୋର୍ଡାନ, ଇରାକ ଏବଂ ସିରିୟାର ଆକାଶମାର୍ଗର ବ୍ୟବହାର କରିବାକୁ ପଡ଼ିବ । ଇରାନ ୩୫୦ରୁ ଅଧିକ ମିସାଇଲ ଏବଂ ଡ୍ରୋନ୍‌ ଆକ୍ରମଣ କରିଥିବା ବେଳେ ଇସ୍ରାଏଲ ନିଶ୍ଚିତ ରୂପେ ଏହାଠୁ ଅଧିକ ମିସାଇଲ ମାଡ଼ କରିପାରେ । ସବୁଠୁ ବଡ଼ କଥା ହେଉଛି ଯଦି ଇସ୍ରାଏଲ ଆକ୍ରମଣ କରେ ତେବେ ପ୍ରତିଆକ୍ରମଣ ପାଇଁ ଇରାନ୍ ମଧ୍ୟ ଯୋଜନା କରିସାରିଛି ବୋଲି କୁହାଯାଉଛି ।

ରେ କିମ୍ବା ସମ୍ବାଦ | 18 Apr 2024 3:35 pm

ଗଛକୁ ଆଲିଙ୍ଗନ କରିବାକୁ ୧୫୦୦ ଟଙ୍କାର ଟିକଟ୍‌, କମ୍ପାନୀ ଦେଲା ନିଆରା ବିଜ୍ଞାପନ

ମୁମ୍ଵାଇ ୧୮।୦୪: ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ କାମରୁ ଟିକେ ବିରତି ପାଇଲେ ମନ ଶାନ୍ତି ଖୋଜିଥାଏ । କିଛି ଲୋକେ ଏଥିଲାଗି ଯୋଗ, ଧ୍ୟାନ ପ୍ରଭୃତି କରୁଥିବାବେଳେ ଆଉ କିଛି ପାର୍କ ତଥା ପ୍ରାକୃତିକ ପରିବେଶପୂର୍ଣ୍ଣ ସ୍ଥାନକୁ ବୁଲିଯିବାକୁ ପସନ୍ଦ କରନ୍ତି । ଏହି ପରିପ୍ରେକ୍ଷୀରେ ଦେଶର ଆଇଟି ହବ୍‌ ବେଙ୍ଗାଲୁରୁରୁ ଏକ ଅଜବ ଖବର ସାମ୍ନାକୁ ଆସିଛି । ଜଣେ ସୋସିଆଲ ମିଡିଆ ୟୁଜର ତାକୁ ନିଜର ଏକ୍ସ ଆକାଉଣ୍ଟରେ ସେୟାର କରିଛନ୍ତି । ସେ ଅନୁସାରେ, ମାନସିକ ଚାପ ହ୍ରାସ ଲାଗି ସହରର ଏକ ପାର୍କରେ ଏକ କଂପାନି ପକ୍ଷରୁ ‘ଫରେଷ୍ଟ ବାଥିଂ’(ବନ ସ୍ନାନ) ର ବ୍ୟବସ୍ଥା କରାଯାଇଛି । ସେଥିରେ ଗଛକୁ ଆଲିଙ୍ଗନ କରିବା ଓ ଅନ୍ୟ କିଛି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ରହିଛି । ତେବେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ବ୍ୟକ୍ତି ପିଛା ଟିକଟର ପରିମାଣ ଯେତିକି ଟଙ୍କା ଧାର୍ଯ୍ୟ କରାଯାଇଛି ତାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ସେଥିଲାଗି ଟିକଟର ଦାମ୍‌ ରହିଛି ୧୫୦୦ ଟଙ୍କା । ବେଙ୍ଗାଲୁରର କୁବ୍ୱନ ପାର୍କରେ ସେହି କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି । ତାହା ଆସନ୍ତା ୨୮ ତାରିଖ ସକାଳ ୧୦.୩୦ରେ ଆୟୋଜିତ ହେବ । ସୋସିଆଲ ମିଡିଆରେ ଏହି ଖବର ଏବେ ଖୁବ୍‌ ଭାଇରାଲ ହେଉଥିବାବେଳେ ଏଥିଲାଗି ସ୍ଥିରୀକୃତ ହୋଇଥିବା ଟିକଟ ପରିମାଣକୁ କିନ୍ତୁ ଅନେକ ସମାଲୋଚନା କରୁଛନ୍ତି । ସୂଚନାଥାଉକି, ‘ଫରେଷ୍ଟ୍‌ ବାଥିଂ’ ବା ବନ ସ୍ନାନ ଜାପାନରେ ପ୍ରଚଳିତ ଏକ ଅଭ୍ୟାସ । ସେ ଅନୁସାରେ, ପ୍ରକୃତି ମଧ୍ୟରେ ଯଥାସମ୍ଭବ ଆରାମ କରିବାକୁ ଉଦ୍ୟମ କରାଯାଇଥାଏ । ଲୋକମାନେ ଶାନ୍ତ ମନରେ ଗଛମୂଳରେ ବସି ଦୀର୍ଘଶ୍ୱାସ ନେଇଥାନ୍ତି । ନ ହେଲେ ନିରବରେ ବସି ଗଛଲତାକୁ ଅବଲୋକନ କରିଥାନ୍ତି । ଏହାଦ୍ୱାରା ମାନସିକ ଚାପ ବହୁ ପରିମାଣରେ କମିଯାଇଥାଏ ବୋଲି ବିଶ୍ୱାସ ରହିଛି । ସାଧାରଣତଃ ଏଭଳି ଗତିବିଧି ୧୫ ମିନିଟ୍‌ରୁ ନେଇ କିଛି ଘଣ୍ଟା ଯାଏ କରାଯାଇଥାଏ । ସ୍ଥଳ ବିଶେଷରେ ଏହା ଗୋଟିଏ ଦିନରୁ ନେଇ କିଛି ସପ୍ତାହବ୍ୟାପୀ ବି ଜାରି ରହେ । ଏହି ସମୟରେ କୌଣସି ପ୍ରକାର ଗ୍ୟାଜେଟ୍‌ ବ୍ୟବହାର କରିବାରୁ ବିରତ ରହିଥାନ୍ତି ଲୋକେ ।

ରେ କିମ୍ବା ସମ୍ବାଦ | 18 Apr 2024 3:35 pm

ପୋଲିସ ହାତରେ ସାଇବର ଠକ ସ୍ୱାମୀ-ସ୍ତ୍ରୀ, ଅଧିକ ଲୋଭ ଦେଖାଇ ଲୋକଙ୍କୁ ଠକୁଥିଲେ

ଭୁବନେଶ୍ୱର ୧୮।୦୪:କମିଶନରେଟ ପୋଲିସ ହାତରେ ସାଇବର ଠକ ସ୍ବାମୀ-ସ୍ତ୍ରୀ ଗ୍ୟାଙ୍ଗ ।ଏହିଗ୍ୟାଙ୍ଗର ୪ଜଣସାଇବର ଠକ୍କୁ ଗିରଫ କରିଛିସାଇବର ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଲେ ମାଷ୍ଟର ମାଇଣ୍ଡ ଗଞ୍ଜାମ ଜଗନ୍ନାଥ ପ୍ରସାଦରୁ ଆସି ଏୟାରଫିଲ୍ଡ ଥାନା ଏକାମ୍ର ବିହାରରେ ରହୁଥିବା ତୃପ୍ତି ରଂଜନ ପାତ୍ର ଓ ତାଙ୍କ ସ୍ତ୍ରୀ ବାନଲତା ସାହୁ । ବଲାଙ୍ଗୀର ଅଂଚଳର ମାନସ ରଂଜନ ସୁନା ଓ ଏୟାରଫିଲ୍ଡ ଥାନା କଣ୍ଟିଲୋ ଗ୍ରାମର ନିହାର ରଞ୍ଜନ ପାଇକରାୟ । ଖବର ଅନୁଯାୟୀ,ଟେଲିଗ୍ରାମ ଜରିଆରେ ଲୋକଙ୍କୁଠକୁଥିଲେଏହି ଗ୍ୟାଙ୍ଗ ଠାବ । ଭୁବନେଶ୍ବରରେ ବସି ସାରା ବିଶ୍ଵର ଲୋକଙ୍କୁ କରୁଥିଲେ ଠକେଇ ।ନିବେଶକରି ୨୦ ପ୍ରତିଶତହାରରେ ଟଙ୍କା ପାଇବା ନେଇ ଦିଆଯାଉଥିଲା ଲୋଭନୀୟ ଅଫର୍ । ଆକାଉଣ୍ଟ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରି ଲୋକଙ୍କୁ ଲଗାଇଥିଲେଚୂନା । ଗତ ୧୧ ତାରିଖରେ ମଞ୍ଚେଶ୍ୱରେ ଥାନା ବରିମୁଣ୍ଡଅଞ୍ଚଳର ଅବଦୁଲ ଆକବର ଖାନ ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ । ପାଖାପାଖି ୧୧ ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ । ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ତଦନ୍ତ ବେଳେ ୪୬ଟି ଆକାଉଣ୍ଟ,ମୁଖ୍ୟ ଅଭିଯୁକ୍ତ ଠାରୁ ଗୋଟିଏ ମୋବାଇଲ । ଆକାଉଣ୍ଟ ନେଣଦେଣ ସମ୍ପର୍କିତ ତଥ୍ୟ ଜବତ କରାଯାଇଛି । ସେପଟେ ଏବେ ସାମ୍ନାକୁ ଆସିଛି ନୂଆ ପ୍ରକାରର ସାଇବର ଠକେଇ । ଟେଲିଗ୍ରାମ ଜରିଆରେ ଏହି ଠକେଇ ହେଉଛି । ଆପେ ଆପେ ଏଥିରେ ଟେଲିଗ୍ରାମ୍ ଗ୍ରୁପ କରି ଦିଆଯାଉଛି । ଏଥିରେ ଅନ୍ୟ ସଦସ୍ୟ ସବୁ ଠକେଇ ଗ୍ରୁପର ରହିବା ସହ ଭଲ ବିନିଯୋଗ କରିବା ସହ ଭଲ ରିଟର୍ଣ୍ଣ ମଧ୍ୟ ପାଇଥିବା ନେଇ ସ୍କ୍ରିନ ସଟ ଗ୍ରୁପରେ ଦେବେ । ପରେ ପ୍ରଭାବିତ ହୋଇ ଟଙ୍କା ବିନିଯୋଗ କରନ୍ତି । କିଛି ମାତ୍ରାରେ ଟଙ୍କା ପ୍ରଫିଟ ମଧ୍ୟ ପାଇଥାନ୍ତି । ଯେତେବେଳେ ଅଧିକ ଟଙ୍କା ବିନିଯୋଗ କରିବ , ସେତେବେଳେ ଲୋକ ଫସିଯିବା ସହ ସବୁ ଟଙ୍କା ହରେଇ ବସିଛନ୍ତି ।

ରେ କିମ୍ବା ସମ୍ବାଦ | 18 Apr 2024 3:35 pm

ଭୁଲ୍‌ରେ ହୋଇଗଲା ଦମ୍ପତିଙ୍କ ଛାଡ଼ପତ୍ର, ନିଷ୍ପତ୍ତି ବଦଳାଇବାକୁ ଜଜ୍ କଲେ ମନା

ମୁମ୍ଵାଇ ୧୮।୦୪: ଛାଡ଼ପତ୍ର ସଂପର୍କିତ ଆଇନଗତ ପ୍ରକ୍ରିୟା ସାରା ବିଶ୍ୱରେ ଅଲଗା ଅଲଗା ହୋଇଥାଏ । କିଛି ଦେଶରେ ସହଜରେ ଛାଡ଼ପତ୍ର ମିଳିଯାଉଥିବାବେଳେ ଭାରତ ସମେତ କିଛି ଦେଶରେ ଏଥିଲାଗି ଦୀର୍ଘ ଦିନ ସମୟ ଲାଗିଥାଏ । ତେବେ ନିକଟରେ ବ୍ରିଟେନ୍‌ରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ସେଠାରେ ଏକ କୋର୍ଟ ଭୁଲ୍‌ରେ ଜଣେ ଦମ୍ପତିଙ୍କ ଛାଡ଼ପତ୍ରକୁ ଅନୁମୋଦନ କରିଛନ୍ତି । ମିଷ୍ଟର ଆଣ୍ଡ ମିସେସ୍‌ ୱିଲିୟମ୍ସ ନାମରେ ପରିଚିତ ଦମ୍ପତିଙ୍କ ବିବାହକୁ ୨୧ ବର୍ଷ ହୋଇସାରିଥିଲା । ଦୁହେଁ ଛାଡ଼ପତ୍ର ନେବାକୁ ଚାହୁଁଥିଲେ । କିନ୍ତୁ ତା’ପୂର୍ବରୁ ଆର୍ଥିକ ବ୍ୟାପାର ନେଇ ସେମାନଙ୍କ ମଧ୍ୟରେ ବୁଝାମଣା ଚାଲିଥିଲା । ଇତିମଧ୍ୟରେ ମିସେସ୍‌ ୱିଲିୟମ୍‌ସଙ୍କ ପ୍ରତିନିଧିତ୍ୱ କରୁଥିବା ଲଣ୍ଡନର ଏକ ନାମୀଦାମୀ ଲ’ଫାର୍ମ ବରଦାଗ୍‌ ପକ୍ଷରୁ ଭୁଲ୍‌ରେ ଏହି ଦମ୍ପତିଙ୍କ ଲାଗି ଚୂଡ଼ାନ୍ତ ଛାଡ଼ପତ୍ର ରାୟ ଦେବାକୁ ଏକ ପରିବାର କୋର୍ଟରେ ଆବେଦନ କରାଗଲା । କମ୍ପାନି ପକ୍ଷରୁ ଅନ୍ୟ ଜଣେ ଗ୍ରାହକଙ୍କ ଚୂଡ଼ାନ୍ତ ଛାଡ଼ପତ୍ର ଲାଗି ଆବେଦନ କରିବାକୁ ଥିବାବେଳେ ଅନଲାଇନ୍‌ ପୋର୍ଟାଲରେ ସେଠାକାର ଜଣେ କ୍ଲର୍କ ଭୁଲ୍‌ରେ ଏହି ଦମ୍ପତିଙ୍କ ନାମକୁ ଉଲ୍ଲେଖ କରିଥିଲେ । ଏହାପରେ ମାତ୍ର ୨୧ ମିନିଟ୍‌ ମଧ୍ୟରେ ୱିଲିୟମ୍ସ ଦମ୍ପତିଙ୍କ ଛାଡ଼ପତ୍ରକୁ ପରିବାର କୋର୍ଟରୁ ମଞ୍ଜୁରି ମିଳିଗଲା । ୨ ଦିନ ପରେ ଏ ସଂପର୍କରେ ଜଣାପଡି଼ବାରୁ ତାକୁ ରଦ୍ଦ କରିବାକୁ ପରିବାର କୋର୍ଟଙ୍କ ଦ୍ୱାରସ୍ଥ ହେଲା ଲ’ ଫାର୍ମ । ସେଥିରେ ଜଣେ କ୍ଲର୍କଙ୍କ ଭୁଲ୍‌ର ଦଣ୍ଡ କାହିଁକି ଦମ୍ପତି ଭୋଗିବେ ବୋଲି ଯୁକ୍ତି ଦର୍ଶାଯାଇଥିଲା । ଏଥିସହ ଦମ୍ପତି ଛାଡ଼ପତ୍ର ଲାଗି ମାନସିକ ଭାବେ ପ୍ରସ୍ତୁତ ନ ଥିବା ବି କୁହାଯାଇଥିଲା । ତେବେ ବିଚାରପତି ରାୟକୁ ପରିବର୍ତ୍ତନ କରିବାକୁ ମନା କରିଛନ୍ତି । କୋର୍ଟଙ୍କ ରାୟ ଉପରେ ଜନତାଙ୍କର ବିଶ୍ୱାସ ଅତୁଟ ରହିବା ଅଧିକ ଜରୁରି ବୋଲି ବିଚାରପତି କହିଛନ୍ତି ।

ରେ କିମ୍ବା ସମ୍ବାଦ | 18 Apr 2024 3:35 pm

ବନ୍ଧୁ ସାଜିଲା ବନ୍ଧୁର ବଇରୀ, ସାମାନ୍ୟ କଥାକୁ କେନ୍ଦ୍ରକରି କାଟିଦେଲା ସାଙ୍ଗର ତଣ୍ଟି

ଟାଙ୍ଗୀ ୧୮।୪: ବନ୍ଧୁ ସାଜିଲା ବନ୍ଧୁର ବଇରୀ । ସାଙ୍ଗ କାଟିଦେଲା ସାଙ୍ଗର ତଣ୍ଟି । ସାମାନ୍ୟ କଥାକୁ କେନ୍ଦ୍ର କରି ଦୁଇ ସାଙ୍ଗ ମଧ୍ୟରେ କଥା କଟାକଟି ହେଲା । ବାସ୍ ଏତିକିରେ ରାଗିପାଚି ଲାଲ୍ ହୋଇଗଲା ସାଙ୍ଗ । ନିକଟରେ ଥିବା ଏକ ଛୁରୀରେ ସାଙ୍ଗର ତଣ୍ଟି କାଟିଦେଲା । ଗୁରୁତର ଆହତ ଅବସ୍ଥାରେ ରକ୍ତ ଜୁଡୁବୁଡୁ ହୋଇ ତଳେ ଗଡୁଥିବା ବେଳେ କିଛି ଲୋକ ଚିକିତ୍ସା ପାଇଁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଏମ୍ସ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ମଙ୍ଗଳାଯୋଡି ଗ୍ରାମର କାରଟିଆ ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗଳାଯୋଡି ଗ୍ରାମର କାରଟିଆ ସାହିର ଚନ୍ଦା ବେହେରା ଓ ସମୀର ବେହେରା ଦୁହେଁ ଭଲ ସାଙ୍ଗ । ପୂର୍ବରୁ କିଛି କଥାକୁ ନେଇ ଦୁଇ ସାଙ୍ଗ ମଧ୍ୟରେ କଥା କଟାକଟି ହୁଏ । ଏମିତି ଏକ କଥା କଟାକଟି ବେଳେ ଚନ୍ଦା ବେହେରା ହଠାତ ରାଗିପାଚି ଲାଲ୍ ହୋଇଗଲା । ନିକଟରେ ଥିବା ଏକ ଛୁରୀ ସାହାଯ୍ୟରେ ସମୀର ବେହେରାଙ୍କ ତଣ୍ଟି କାଟିଦେଲା । କେହି କିଛି ବୁଝିବା ଓ ଶୁଣିବା ପୂର୍ବରୁ ଆକ୍ରମଣକାରୀ ସାଙ୍ଗ ଘଟଣାସ୍ଥଳରୁ ଚମ୍ପଟ ମାରିଛି । You Can Read : କଂଗ୍ରେସରେ ଯୋଗଦେଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ

ରେ କିମ୍ବା ସମ୍ବାଦ | 18 Apr 2024 3:35 pm

କୋର୍ଟରେ ଇଡି କଲା ବଡ଼ ଖୁଲାସା, କହିଲା କାହିଁକି ବଢୁଛି କେଜ୍ରିୱାଲଙ୍କ ସୁଗାର

ନୂଆଦିଲ୍ଲୀ: ଭିଡିଓ କନଫେରନ୍ସ ଜରିଆରେ ନିୟମିତ ଡାକ୍ତରଙ୍କୁ ଯୋଗାଯୋଗ କରିବାକୁ ଅନୁମତି ଦେବା ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କୋର୍ଟରେ କରିଥିବା ଆବେଦନ ଉପରେ ଗୁରୁବାର ଇଡି ଏହାର ଜବାବ ରଖିଛି । ଇଡି ପକ୍ଷରୁ ଓକିଲ ଜୁହେବ ହୁସେନ୍ କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୁଗାର ବଢିବାର କାରଣ ହେଉଛି ତାଙ୍କ ଘରର ଖାଦ୍ୟ । ତାଙ୍କୁ ଘରୁ ଆଳୁ ପୁରୀ, ଆମ୍ବ, ମିଠା ଓ ଅନ୍ୟାନ୍ୟ ମିଠା ଜିନିଷ ଖାଇବାକୁ ଦିଆଯାଉଛି ଓ ଏହାକୁ […]

ଓଡ଼ିଶା ଭାସ୍କର 18 Apr 2024 3:32 pm

ଗେରୁଆ ପୋଷାକ ପିନ୍ଧିବାକୁ ବିରୋଧ କରିବାରୁ ସ୍କୁଲରେ ଭଙ୍ଗାରୁଜା

ଡେସ୍କ: ତେଲେଙ୍ଗାନାର ମଞ୍ଚେରିଆଲ ଜିଲ୍ଲାର ଏକ ସ୍କୁଲରେ କିଛି ଛାତ୍ରଛାତ୍ରୀ ହନୁମାନ ଦିକ୍ଷା ପୋଷାକ ପିନ୍ଧିବାକୁ ଶିକ୍ଷକମାନେ ବିରୋଧ କରିବାରୁ ଏକ ଧାର୍ମିକ ସଂଗଠନର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭଙ୍ଗାରୁଜା କରିଛନ୍ତି। ମଦର ଟେରେସା ସ୍କୁଲର ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହ ଭିତରକୁ ପ୍ରବେଶ କରିବାକୁ ଦେଇନଥିବା ଅଭିଯୋଗ ହୋଇଛି। ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ଅଭିଯୋଗ କ୍ରମେ ବୁଧବାର ଜଣେ ସ୍କୁଲ ପ୍ରତିନିଧି ଓ ପ୍ରଧାନଶିକ୍ଷକଙ୍କ ବିରୋଧରେ ଦଫା ୧୫୩(ଏ) (ଧର୍ମ କିମ୍ବା ଜାତି ଆଧାରରେ ବିଭିନ୍ନ […]

ଜୀବନ୍ତ ସାମାଜିକ | 18 Apr 2024 3:30 pm

ଇଭିଏମ ମାମଲା: VVPAT ସ୍ଲିପ ନେଇ ପାରିବେ କି ଭୋଟର? ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ଖଣ୍ଡପୀଠ କହିଛନ୍ତି, “ଏହା ଏକ ନିର୍ବାଚନ ପ୍ରକ୍ରିୟା। ଏଥିରେ ନିଶ୍ଚିତ ଭାବେ ଶୁଦ୍ଧତା ବା ପବିତ୍ରତା ରହିବା ଦରକାର। ଆଶା ଅନୁସାରେ କିଛି ହେଉ ନାହିଁ ବୋଲି କୌଣସି ଆଶଙ୍କା ନ ରହିବ, ତା’କୁ ନିଶ୍ଚିତ କରାଯାଉ।”

ଓଡ଼ିଶା ସାମ୍ବାଦିକ 18 Apr 2024 3:21 pm

କଂଗ୍ରେସର ରାହୁଲଯାନ ‘ଲଞ୍ଚ୍’ ହେଉନି କି ‘ଲାଣ୍ଡ୍’ କରୁନି : ରାଜନାଥ ସିଂ

ପଠାନମଥିଟ୍ଟା (କେରଳ): କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରାଜନାଥ ସିଂହ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଗାନ୍ଧିଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ସେ ୨୦୧୯ରେ ଆମେଠି ଲୋକସଭା ଆସନରୁ ହାରିଥିଲେ, ତେଣୁ ଏଥର ସେ ସେଠାରୁ ନିର୍ବାଚନ ଲଢ଼ିବାକୁ ସାହସ କରୁନାହାନ୍ତି। ପରାଜୟ ପରେ ରାହୁଲ ଗାନ୍ଧି ଉତ୍ତରପ୍ରଦେଶରୁ କେରଳ ପଳାଇଛନ୍ତି ବୋଲି ରାଜନାଥ ସିଂହ କହିଛନ୍ତି। ବିଜେପି ପ୍ରାର୍ଥୀ ଅନିଲ କେ ଆଣ୍ଟୋନିଙ୍କ […]

ସ୍ତମ୍ଭ 18 Apr 2024 3:20 pm

ଖରସ୍ରୋତା ନଦୀରେ ବୁଡି ୨ ଭାଇ ନିଖୋଜ

ଯାଜପୁର: ରୋଡ ନିକଟ ଯୋକଡିଆ ଖରସ୍ରୋତା ନଦୀରେ ଗାଧୋଇବା ବେଳେ ନିଖୋଜ ହୋଇଛନ୍ତି ୨ଭାଇ। ଦୁଇ ଭାଇ ଶିବାନନ୍ଦ ନଗରର ହୋଇଥିବା ସୂଚନା ମିଳିଛି। ନଦୀରେ ଗାଧୋଇବା ବେଳେ ପ୍ରଥମେ ବଡ ଭାଇ ବୁଡି ଯାଇଥିଲେ। ବଡ ଭାଇକୁ ବଞ୍ଚାଇବାକୁ ଯାଇ ସାନ ଭାଇ ନଦୀରେ ବୁଡି ଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଭୟଙ୍କୁ ଖୋଜାଖୋଜି ଆରମ୍ଭ କରିଛନ୍ତି।

ଜୀବନ୍ତ ସାମାଜିକ | 18 Apr 2024 3:20 pm

ଗାଧୋଇବାକୁ ଯାଇ ଦୁଇ ଭାଇ ନିଖୋଜ

ଦମକଳ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଛି।

ଓଡ଼ିଶା ସାମ୍ବାଦିକ 18 Apr 2024 3:16 pm

ଫ୍ରିଜରେ ରଖନ୍ତୁ ନାହିଁ ଏହି ଜିନିଷ, ଶୀଘ୍ର ହୋଇଥାଏ ଖରାପ

ଓଡ଼ିଶା ଭାସ୍କର: ଆଜିକାଲି ଅଧିକାଂଶ ଲୋକଙ୍କ ଘରେ ଫ୍ରିଜ୍ ରହିବା ଏକ ସାଧାରଣ କଥା । ଫ୍ରିଜରେ ଖାଦ୍ୟ ଜିନିଷ ରହିଲେ ଶୀଘ୍ର ଖରାପ ହୋଇନଥାଏ । କିନ୍ତୁ ଅନେକ ସମୟରେ ଲୋକମାନେ ଜାଣି ନଥାନ୍ତି ଯେ ଫ୍ରିଜରେ କେଉଁ ଜିନିଷ ରଖିବା ଉଚିତ ଏବଂ କେଉଁଟା ନୁହେଁ । ସେମାନଙ୍କ ଏପରି ଭୁଲ ଦ୍ୱାରା ଖାଦ୍ୟ ବିଷାକ୍ତ ହେବା ସହ ପରବର୍ତ୍ତୀ ସମୟରେ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ […]

ଓଡ଼ିଶା ଭାସ୍କର 18 Apr 2024 3:13 pm

CSKକୁ ଆଉ ଏକ ଝଟକା: IPL-2024 ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଲେ ଷ୍ଟାର କ୍ରିକେଟର

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ପୁଣିଥରେ ବିଜୟ ଟ୍ରାକକୁ ଫେରିଛି ଚେନ୍ନାଇ ସୁପର କିଙ୍ଗସ । ୫ଟିମ୍ୟାଚରୁ ୪ଟି ବିଜୟ ସହ ଦଳ ବର୍ତ୍ତମାନ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । କିନ୍ତୁ ଏହାମଧ୍ୟରେ ଚେନ୍ନାଇ ଏବଂ ଅଧିନାୟକ ଋତୁରାଜଙ୍କୁ ଏକ ଶକ୍ତ ଝଟକା ଲାଗିଛି । ଆହତ ସମସ୍ୟା ଯୋଗୁଁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି ଷ୍ଟାର ଓପନର ଡିଭନ୍ କନୱେ । ଚଳିତ ସିଜନରେ ଗୋଟିଏ ବି ମ୍ୟାଚ ଖେଳି ନ ପାରି କନୱେ ଟୁର୍ଣ୍ଣାମେଣ୍ଟରୁ […]

ଓଡ଼ିଶା ଭାସ୍କର 18 Apr 2024 3:11 pm

ଆରପାରିରେ ବରିଷ୍ଠ ଅଭିନେତା ସଚ୍ଚି ଦାସ

ଭୁବନେଶ୍ଵର: ବରିଷ୍ଠ ଓଡ଼ିଆ ଅଭିନେତା ତଥା ନିର୍ଦେଶକ ସଚ୍ଚି ଦାସ(୮୮)ଙ୍କର ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିବାବେଳେ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଛି। ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ରାଜ୍ୟ କଳାକାର ମହଲରେ ଶୋକର ଛାୟା ଖେଳିଯାଇଛି। ସଚ୍ଚି ଦାସ ଅନେକ ଚଳଚ୍ଚିତ୍ର, ମେଗା ଧାରାବାହିକ ଓ ମଞ୍ଚରେ ଅଭିନୟ କରିବା ସହିତ ଜଣେ ନିର୍ଦ୍ଦେଶକ ଭାବେ ମଧ୍ୟ ବେଶ୍‌ ସୁନାମ ଅର୍ଜନ କରିଥିଲେ। ବିଶେଷ କରି ଯାତ୍ରା […]

ଜୀବନ୍ତ ସାମାଜିକ | 18 Apr 2024 2:56 pm

ଫୋନ୍‌ ଦେଖି ଦେଖି ଖାଇବା ଦ୍ଵାରା ହୋଇପାରେ ଏହି ସମସ୍ୟା, ଆଜିଠୁ ସୁଧାରନ୍ତୁ ଅଭ୍ୟାସ

ଆଜିକାଲିର ଫ୍ୟାସନ୍‌ ଖାଦ୍ୟ ଖାଇବା ସମୟରେ ମୋବାଇଲ୍‌ ଦେଖି ଦେଖି ଖାଦ୍ୟ ଖାଇବା । ପିଲା ଠୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ଘରେ ଦେଖିବାକୁ ମିଳି ଏହି ଦୃଶ୍ୟ । ଫୋନ୍‌ ଦେଖି ଖାଇବା ଦ୍ୱାରା ଆପଣଙ୍କ ଓଜନ ବଢ଼ିପାରେ । ଜୀବନଶୈଳୀ ଏବଂ ଖାଇବା ଅଭ୍ୟାସ ବଦଳାଇବା ଦ୍ୱାରା ଲୋକଙ୍କ ଶରୀରରେ ଅଧିକରୁ ଅଧିକ ଚର୍ବି ଜମା ହୋଇଥାଏ, ଯେଉଁ କାରଣରୁ ଶରୀରର ଅଙ୍ଗଗୁଡ଼ିକ ସଠିକ୍ ଭାବରେ କାମ କରିବା ବନ୍ଦ କରିଦିଏ । ଯାହାଫଳରେ […]

ଓଡ଼ିଶା ଭାସ୍କର 18 Apr 2024 2:55 pm

କାନ୍ଦିଲେ ସମୀର ଦାଶ; ଟିକେଟ ପରିବର୍ତ୍ତନ ନିବେଦନ ବାହାନାରେ ଶନିବାର ସମର୍ଥକଙ୍କ ସହ କରିବେ କି ଶକ୍ତି ପ୍ରଦର୍ଶନ

୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରେ ନିମାପଡ଼ାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସମୀର।

ଓଡ଼ିଶା ସାମ୍ବାଦିକ 18 Apr 2024 2:43 pm

ଗ୍ୟାରେଜ ଓ ଗାଡ଼ି ମାଲିକଙ୍କ କବ୍‌ଜାରେ ସର୍ଭିସ ରୋଡ

ପାଣିକୋଇଲି: ପାଣିକୋଇଲି ବଜାର ସର୍ଭିସ ରୋଡ୍‌ ଏବେ ଗ୍ୟାରେଜ ଓ ଗାଡ଼ି ମାଲିକଙ୍କ କବ୍‌ଜାରେ ରହିଛି। ୧୬ ନମ୍ବର ଓ ୨୦ ନମ୍ବର ଜାତୀୟ ରାଜପଥର ମିଶ୍ରଣ ସ୍ଥଳ ହୋଇଥିବାରୁ ପାଣିକୋଇଲିରେ ସର୍ବଦା ଭାରୀଯାନର ଭିଡ଼ ଦେଖିବାକୁ ମିଳିଥାଏ। ପ୍ରତିଦିନ ହଜାରହଜାର ଭାରୀଯାନ, ଯାତ୍ରୀବାହୀ ବସ ସମେତ ଛୋଟଗାଡ଼ି ଚଳାଚଳ କରିଥାଏ। ୧୬ ନମ୍ବର ରାଜପଥର ପୁରୁଣା ଟୋଲଗେଟଠାରୁ ଓଭରବ୍ରିଜ ଆରମ୍ଭ ପର୍ଯ୍ୟନ୍ତ ସ୍ଥାନୀୟ ଲୋକ, ବାଇକ ଆରୋହୀ ଓ ସ୍କୁଲ କଲେଜକୁ ଯିବାଆସିବା କରୁଥବା ଛାତ୍ରଛାତ୍ରୀଙ୍କ […]

ସ୍ତମ୍ଭ 18 Apr 2024 2:40 pm

ନାମାଙ୍କନ ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଭୁଜବଳ ମାଝୀ

ନବରଙ୍ଗପୁର: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଜିଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ନବରଙ୍ଗପୁରରେ ଭୋଟ ପଡିବ। ଆଜି ନବରଙ୍ଗପୁର ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଭୁଜବଳ ମାଝୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଜିଲ୍ଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଡ଼ଃ କମଳ ଲୋଚନ ମିଶ୍ରଙ୍କ ନିକଟରେ ଦାଖଲ କରିଛନ୍ତି। ଅପରାହ୍ନ ୧୨ଟା ୨୪ ମିନିଟରେ ସେ ନାମାଙ୍କନ ପତ୍ର ଦାଖଲ କରିଥିଲେ ଭୁଜବଳ। ନାମାଙ୍କନ ଦାଖଲ ପରେ […]

ଜୀବନ୍ତ ସାମାଜିକ | 18 Apr 2024 2:38 pm

ନିର୍ବାଚନ କମିଶନଙ୍କୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ: ଇଭିଏମରେ ଅଧିକ ଭୋଟ୍‌ର ଯାଞ୍ଚ କର

କେରଳରେ ମକ୍‌ ପୋଲ୍‌ ବା ଇଭିଏମ ପରୀକ୍ଷା ଚାଲିଥିଲାବେଳେ ଭାରତୀୟ ଜନତା ପାର୍ଟି ସପକ୍ଷରେ ଅଧିକ ଭୋଟ୍‌ ପଡ଼ିବା ନେଇ ଅଭିଯୋଗ ଉଠିଛି। ଏହି ଅଭିଯୋଗକୁ ଗୁରୁତର ଭାବେ ଗ୍ରହଣ କରିବାକୁ ସୁପ୍ରିମ କୋର୍ଟ ଭାରତର ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଶା ସାମ୍ବାଦିକ 18 Apr 2024 2:38 pm

ନିର୍ବାନଚ ପୂର୍ବରୁ ବିଜେପି ନେତା ଅପହରଣର ଶିକାର, ୨ ଦିନ ହେଲା ମିଳୁନି ପତ୍ତା

ଅରୁଣାଚଳ ପ୍ରଦେଶର ଜଣେ ବିଜେପି ନେତା ତଥା ଗ୍ରାମ ପଞ୍ଚାୟତ ଅଧ୍ୟକ୍ଷଙ୍କୁ ଗତ ବୁଧବାରଠୁ ଉଠାଇ ନେଇଛନ୍ତି ଆତଙ୍କବାଦୀ। ପୁଲିସ୍‌ ଓ ସେନା ପକ୍ଷରୁ ତଲାସୀ କାର୍ଯ୍ୟ ଜୋରଦାର ହୋଇଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କ ପତ୍ତା ମିଳୁନି।

ଓଡ଼ିଶା ସାମ୍ବାଦିକ 18 Apr 2024 2:36 pm

ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ: ବିଜେଡିର ୨୧ ବିଜେପିର ୧୬ ଏବଂ କଂଗ୍ରେସର ୩୧ ଆସନରେ ପ୍ରାର୍ଥୀ ଘୋଷଣା ବାକି

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ ୧୮ ତାରିଖ ଗୁରୁବାରଠାରୁ ପର୍ଯ୍ୟାୟକ୍ରମେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏପର୍ଯ୍ୟନ୍ତ ଓଡ଼ିଶାରେ ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ସମ୍ପୂର୍ଣ୍ଣ ଭାବେ ଘୋଷଣା କରାଯାଇ ନାହିଁ। ଗୁରୁବାର କଂଗ୍ରେସ ପକ୍ଷରୁ ୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏହାକୁ ମିଶାଇ କଂଗ୍ରେସ ଏପର୍ଯ୍ୟନ୍ତ ୧୨୮ ଜଣଙ୍କ ପ୍ରାର୍ଥୀଙ୍କ ଘୋଷଣା କରିଛି। ଅପରପକ୍ଷରେ ବିଜେଡି ୧୨୬ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି। […]

ସ୍ତମ୍ଭ 18 Apr 2024 2:34 pm

Rs 118.65 crore seized; 3873 poll code violation complaints received so far: Odisha Chief Electoral Officer

Bhubaneswar: According to Chief Electoral Officer (CEO) of Odisha Nikunja Dhal, the EC has so far received 3,873 complaints through C-Vigil app for the model code of conduct violation and among those, 3,854 cases have been disposed so far. “We have disposed as many as 1,850 complaints within 100 minutes. We have received maximum […] The post Rs 118.65 crore seized; 3873 poll code violation complaints received so far: Odisha Chief Electoral Officer appeared first on Pragativadi | Odisha News, Breaking News Odisha, Latest Odisha News .

ପ୍ରଗତିଶୀଳ | 18 Apr 2024 2:29 pm

ମେ ୧୩ରେ ରାଜ୍ୟରେ ୪ଲୋକସଭା ଓ ୨୮ବିଧାନସଭାରେ ପଡିବ ଭୋଟ

ଭୁବନେଶ୍ୱର: ଓଡ଼ିଶାରେ ମେ ୧୩ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ୪ଟି ଲୋକସଭା ଆସନ ସହିତ ୨୮ବିଧାନସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ସାମ୍ବାଦିକ ସମ୍ମିଳନୀରେ ପୁରା ତଥ୍ୟ ବାବଦରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ୪ଟଇ ସଂସଦୀୟ କ୍ଷେତ୍ର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ସହ ୨୮ଟି ବିଧାନସଭା ଆସନରେ ଭୋଟ ପଡିବ। ଆଜିଠୁ ପ୍ରାର୍ଥୀମାନେ ନାମାଙ୍କନ […]

ଜୀବନ୍ତ ସାମାଜିକ | 18 Apr 2024 2:25 pm

ରମେଶ ଜେନାଙ୍କ କଂଗ୍ରେସ ଗଡ଼ ଭାଙ୍ଗିବେ ସୁଲକ୍ଷଣା ଗୀତାଞ୍ଜଳୀ !

ସୁଲକ୍ଷଣା ଗୀତାଞ୍ଜଳୀଙ୍କୁ କଡ଼ା ଟକ୍କର ଦେବେ କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନା। ସେପଟେ ଦେଖିବାକୁ ଗଲେ ରମେଶ ଜେନା କୌଣସି ଗୁଣରେ କମ୍‌ ନୁହଁନ୍ତି।

ଓଡ଼ିଶା ସାମ୍ବାଦିକ 18 Apr 2024 2:24 pm

କାମଦା ଏକାଦଶୀ: ପ୍ରଭୁଙ୍କୁ କେଉଁ ଭୋଗ ଅର୍ପଣ କଲେ ଦୂର ହେବ ଟଙ୍କା ଅଭାବ, ଜୀବନରେ ହେବ ଖୁସିର ଆଗମନ..

ଏକାଦଶୀ ତିଥିର ହିନ୍ଦୁ ଧର୍ମରେ ବିଶେଷ ମହତ୍ତ୍ୱ ରହିଛି। ପ୍ରତ୍ୟେକ ବର୍ଷ ଚୈତ୍ର ମାସର ଶୁକ୍ଳପକ୍ଷର ଏକାଦଶୀ ତିଥିରେ କାମଦା ଏକାଦଶୀ ବ୍ରତ ପାଳନ କରାଯାଏ। ଚଳିତ ବର୍ଷ ଏହି ତିଥି ୧୯ ଏପ୍ରିଲରେ। ଏହି ଦିନ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା ସହ ବ୍ରତ ପାଳନ କରିବାର ନିୟମ ରହିଛି। ମାନ୍ୟତା ଅନୁସାରେ ଏପରି କରିବା ଦ୍ୱାରା ଜୀବନରେ ଖୁସିର ଆଗମନ ହୋଇଥାଏ। ଏହି ଦିନ ପୂଜା କରିବା ପରେ ଭଗବାନଙ୍କ ନିକଟରେ କିଛି […]

ଜୀବନ୍ତ ସାମାଜିକ | 18 Apr 2024 2:23 pm

ରାଜ କୁନ୍ଦ୍ରାଙ୍କ ୯୭. ୭୯ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ 

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କ ୯୭. ୭୯ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବତ କରିଛି । ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ରାଜଙ୍କ ଜୁହୁସ୍ଥିତ ଘର ବି ରହିଛି। ଯାହାକି ଶିଳ୍ପାଙ୍କ ନାମରେ ଥିବା ଜଣାପଡ଼ିଛି। ଏତଦ ବ୍ୟତୀତ ପୁଣେରେ ଥିବା ଏକ ବଙ୍ଗଳା ଓ ରାଜଙ୍କ ନାମରେ ଥିବା ଇକ୍ୟୁଟି ସେୟାରକୁ ବି ଇଡ଼ି ଜବତ କରିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମହାରାଷ୍ଟ୍ର ପୁଲିସ୍‌ ଓ […]

ସ୍ତମ୍ଭ 18 Apr 2024 2:20 pm

(Video) ଏଥର କାଠଗଡ଼ା ନୁହେଁ, ପ୍ରଚାର ମଇଦାନରେ ଲଢିବେ ବର୍ଷା-ଅନୁଭବ: ଜୋରଦାର ଲଢେଇ ଦେଖିବ ଓଡ଼ିଶା

ଓଡ଼ିଶା ଭାସ୍କର: ନା ଥିବ କୋର୍ଟ, ନା ଥିବ କାଠଗଡ଼ା, ନା ଅର୍ଡର କହିବା ପାଇଁ ଥିବେ ବିଚାରପତି । କିନ୍ତୁ ତଥାପି ମୁହାଁମୁହିଁ ଲଢିବେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ । ଏଥର ରାଜନୀତି ମଇଦାନରେ ହେବ ନିର୍ବାଚନ ଲଢେଇ । କୌଣସି ଦଲିଲ ନୁହେଁ, ହାତରେ ଦଳୀୟ ପତାକା ଧରି ଏହି ରାଜନୀତି ଯୁଦ୍ଧ ଲଢିବେ ‘ଷ୍ଟାର କପଲ’ । ଆଉ ଏହି ଲଢେଇରେ ପରସ୍ପରକୁ ପୁଣିଥରେ ସାମନା କରିବେ ଓଲିଉଡର ସବୁଠାରୁ […]

ଓଡ଼ିଶା ଭାସ୍କର 18 Apr 2024 2:19 pm

ଫୁଲବାଣୀ ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା, ନୋଟିସ ଜାରି କଲେ ଜିଲାପାଳ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି କାଉନସିଲର। ଏହା ଉପରେ ଆଲୋଚନା ଏବଂ ମତଗ୍ରହଣ ପାଇଁ ନୋଟିସ ଜାରି କରିଛନ୍ତି କନ୍ଧମାଳ ଜିଲାପାଳ। ସୂଚନା ଅନୁସାରେ, ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ବିରୋଧରେ ଅନାସ୍ଥା ପାଇଁ ମ୍ୟୁନିସିପାଲିଟିର ୧୩ ଜଣ କାଉନସିଲରଙ୍କ ମଧ୍ୟରୁ ୧୧ ଜଣ କାଉନସିଲର ଅନାସ୍ଥା ପାଇଁ ଆବେଦନ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ନିଜେ ପୌରାଧ୍ୟକ୍ଷା ବିଜେପି ଦଳର ହୋଇଥିବା ବେଳେ ଅନାସ୍ଥା ଆଣିଥିବା […]

ଜୀବନ୍ତ ସାମାଜିକ | 18 Apr 2024 2:17 pm

Kartik Aaryan represents India on the global level as brand ambassador for ‘Bundesliga Dream India project’

Mumbai: The Gen Z superstar of India, Kartik Aaryan is one of the most loved superstars of Indian Cinema whose popularity goes to a global scale. Following his blockbuster cinematic journey, he was recently honored as the ambassador for the ‘Bundesliga Dream India project, which officially kicked off this weekend. With his association, Kartik […] The post Kartik Aaryan represents India on the global level as brand ambassador for ‘Bundesliga Dream India project’ appeared first on Pragativadi | Odisha News, Breaking News Odisha, Latest Odisha News .

ପ୍ରଗତିଶୀଳ | 18 Apr 2024 2:16 pm

ଓଡ଼ିଶାବାସୀ ଯାହା ଚାହିଁବେ ତାକୁ ଦିଆଯିବ ପ୍ରାଧାନ୍ୟ: ବିଜେଡିର ନିର୍ବାଚନୀ ଇସ୍ତାହାର ନେଇ ଲୋକଙ୍କ ମତାମତ ଲୋଡି‌ଲେ ଭିକେ ପାଣ୍ଡିଆନ

ଭୁବନେଶ୍ବର: ବିଜେଡିର ନିର୍ବାଚନୀ ଇସ୍ତାହାର ନେଇ ଲୋକଙ୍କ ମତାମତ ଲୋଡି‌ଲେ ଭିକେ ପାଣ୍ଡିଆନ। ସେ ଏକ ଭିଡିଓ ଜାରି କରି ଲୋକଙ୍କ ମତାମତ ଲୋଡ଼ିଛନ୍ତି। ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତି ଚାଲିଥିବା ବେଳେ ଏଥିପାଇଁ ମତାମତ ଲୋଡ଼ିଛନ୍ତି। ପାଣ୍ଡିଆନ କହିଛନ୍ତି, ଏହା ଲୋକଙ୍କ ସରକାର, ମତାମତକୁ ଗୁରୁତ୍ବସହ ମୁଖ୍ୟମନ୍ତ୍ରୀ ଗ୍ରହଣ କରିବେ। ଓଡ଼ିଶାବାସୀ ଯାହା ଚାହିଁବେ, ତାହାକୁ ପ୍ରାଧାନ୍ୟ ଦିଆଯିବ। ସେହି ଅନୁସାରେ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ ହେବ ବୋଲି ପାଣ୍ଡିଆନ କହିଛନ୍ତି । View […]

ସ୍ତମ୍ଭ 18 Apr 2024 2:06 pm

ବିବାହ ପରେ ବଦଳିଯାଏ ମହିଳାମାନଙ୍କ ସ୍ଵଭାବ, ଜାଣନ୍ତୁ କାହିଁକି

ଦୁନିଆର ସବୁଠୁ ସମ୍ବେଦନଶୀଳ ସମ୍ପର୍କ ହେଉଛି ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ । କଥା କଥାରେ ଲୋକେ କୁହନ୍ତି ସବୁଠୁ ଜଟିଳ ସମ୍ପର୍କ ହେଉଛି ସ୍ୱାମୀ ସ୍ତ୍ରୀ ସମ୍ପର୍କ । ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ଏପରି ସମ୍ପର୍କ ଯେଉଁଠି ସେମାନେ ଗୋଟିଏ ଛାତ ତଳେ ଏକାଠି ରହି , ଅନେକ ଗୁଡ଼ିଏ ଭଲ ଓ ଖରାପ ପରିସ୍ଥିତିକୁ ଏକାଠି ସମ୍ମୁଖୀନ କରିଥାଆନ୍ତି । ଅନେକ ସମୟରେ ଆମେ ଲକ୍ଷ୍ୟ କରିଥାଉ ବିବାହ ପରେ ମହିଳା ମାନଙ୍କ ସ୍ଵଭାବ ବଦଳି […]

ଓଡ଼ିଶା ଭାସ୍କର 18 Apr 2024 2:04 pm

ଶଙ୍ଖ ଛାଡ଼ି ହାତ ଧରିବେ କି ଅସନ୍ତୁଷ୍ଟ ସମୀର ? ନିମାପଡ଼ା ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଲା

ନିମାପଡ଼ା: ନିମାପଡ଼ାରୁ ବିଜେଡି ଟିକେଟ ଘୋଷଣା ପରେ ସିଟିଂ ବିଧାୟକ ସମୀର ରଞ୍ଜନ ଦାଶଙ୍କ ସମର୍ଥକ ହତୋତ୍ସାହିତ ହୋଇପଡ଼ିଛନ୍ତି। ଦଳ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଥିବାରୁ ସମୀରଙ୍କ ସମର୍ଥକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ ବିଜେଡ଼ି ବାଡ଼ ଡେଇଁ କଂଗ୍ରେସ ଶିବିରରେ ଯୋଗଦେବା ନେଇ ଆଲୋଚନା ହେଉଛି। ସମୀରଙ୍କ ସହିତ ରାହୁଲ ଗାନ୍ଧୀଙ୍କ ଭାଇରାଲ ଫଟୋକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଛି। ଭାଜପା, ବିଜେଡି […]

ସ୍ତମ୍ଭ 18 Apr 2024 2:00 pm

The Soulful Music Album of Young-Adult Series, Dil Dosti Dilemma is a Beautiful Ode to Indelible Memories of Youthful Summer

Mumbai : Prime Video today released the euphonic music album of Dil Dosti Dilemma, the eagerly anticipated young adult Original series that premieres on April 25 in over 240 countries and territories worldwide. Produced by Ten Years Younger Productions and directed by Debbie Rao, the streaming service launched a captivating album featuring six mesmerizing […] The post The Soulful Music Album of Young-Adult Series, Dil Dosti Dilemma is a Beautiful Ode to Indelible Memories of Youthful Summer appeared first on Pragativadi | Odisha News, Breaking News Odisha, Latest Odisha News .

ପ୍ରଗତିଶୀଳ | 18 Apr 2024 2:00 pm

ରାଜ କୁନ୍ଦ୍ରାଙ୍କ ବିରୋଧରେ ଇଡ଼ିର ବଡ କାର୍ଯ୍ୟାନୁଷ୍ଠାନ

ମୁମ୍ବଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଶିଷ୍ଠ ବ୍ୟବସାୟୀ ରାଜକୁନ୍ଦ୍ରାଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଶିଳ୍ପାଙ୍କ ଜୁହୁ ସ୍ଥିତି ଫ୍ଲାଟ୍‌‌ ମଧ୍ୟ ଜବତ କରାଯାଇଛି। ସୂଚନା ଅନୁସାରେ ବିଟ୍‌‌ କଏନ୍‌‌ ସ୍କାମ ଘଟଣାରେ ଇଡ଼ି ରାଜ କୁନ୍ଦ୍ରାଙ୍କର ୯୭.୭୯କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ପିଏମଏଲଏ ଆକ୍ଟ ୨୦୦୨ ଅନୁସାରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ଇଡ଼ି। ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ଜୁହୁ […]

ଜୀବନ୍ତ ସାମାଜିକ | 18 Apr 2024 1:50 pm

Odisha Elections 2024: Varsha Priyadarshini joins BJD

Bhubaneswar: Ahead of the twin polls in Odisha, Ollywood actress Varsha Priyadarshini today joined the ruling Biju Janata Dal (BJD). She was inducted into the conch party fold in the presence of Rajya Sabha MP Sasmit Patra during a program at Sankha Bhawan in Bhubaneswar. Notably, the Lok Sabha and Odisha Assembly elections in […] The post Odisha Elections 2024: Varsha Priyadarshini joins BJD appeared first on Pragativadi | Odisha News, Breaking News Odisha, Latest Odisha News .

ପ୍ରଗତିଶୀଳ | 18 Apr 2024 1:43 pm

ବିଶିଷ୍ଟ ଅଭିନେତା, ନିର୍ଦ୍ଦେଶକ ସଚ୍ଚି ଦାସଙ୍କ ପରଲୋକ

ଯାଜପୁର : ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ ଜଗତର ପ୍ରଖ୍ୟାତ ଅଭିନେତା ଓ ଯାତ୍ରା ଜଗତର କିମ୍ବଦନ୍ତୀ ନିର୍ଦ୍ଦେଶକ ଡ଼ଃ ସଚ୍ଚି ଦାସଙ୍କର ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟା ରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଦେହାନ୍ତ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ଏହି ଖବର ଜଣା ପଡିବା ପରେ ତାଙ୍କ ଜନ୍ମସ୍ଥାନ ବରୀ ସହିତ ସମଗ୍ର ରାଜ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି । ବିଶେଷ କରି ରାଜ୍ୟର […]

ସ୍ତମ୍ଭ 18 Apr 2024 1:40 pm

ସମୀର ଦାଶଙ୍କ ସ୍ଥାନରେ ନିମାପଡ଼ା ବିଜେଡିରୁ ଲଢ଼ିବେ ଦିଲ୍ଲୀପ ନାୟକ

ନିମାପଡ଼ାଆସନ ପାଇଁ ପୂର୍ବତନ ମନ୍ତ୍ରୀ ସମୀର ଦାଶଟିକେଟ ଆଶାୟୀ ଥିବା ବେଳେ ତାଙ୍କ ପରିବର୍ତ୍ତେ ଦଳ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି।

ଓଡ଼ିଶା ସାମ୍ବାଦିକ 18 Apr 2024 1:39 pm

ପରଲୋକରେ ବର୍ଷୀୟାନ ନାଟ୍ୟ ନିର୍ଦ୍ଦେଶକ ଡ. ସଚ୍ଚି ଦାସ

ଭୁବନେଶ୍ୱର: ଓଡ଼ିଆ ଯାତ୍ରା ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବର୍ଷୀୟାନ ନିର୍ଦ୍ଦେଶକ ଡ. ସଚ୍ଚି ଦାସ ଆଉ ନାହାଁନ୍ତି । ଦୀର୍ଘ ଦିନରୁ ଅସୁସ୍ଥ ଥିବା କାରଣରୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ହେଉଥିଲେ । ତେବେ ଗୁରୁବାର ୮୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ଜଲିଉଡରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଆ ନାଟ୍ୟ ଜଗତର ଭୀଷ୍ମ ପିତାମହ ଭାବେ ସେ […]

ଓଡ଼ିଶା ଭାସ୍କର 18 Apr 2024 1:37 pm

୫୨ ବର୍ଷରେ ବିବାହ କରିବେ ସୁଖବିନ୍ଦର, ଗାୟକଙ୍କୁ ମିଳିଲା ଜୀବନସାଥୀ

ମୁମ୍ଵାଇ ୧୮।୦୪: ବଲିଉଡର ଲୋକପ୍ରିୟ ଗାୟକମାନଙ୍କ ମଧ୍ୟରୁ ଜଣେ ସୁଖବିନ୍ଦର ସିଂ । ବଲିଉଡକୁ ଅନେକ ହିଟ ଗୀତ ଦେଇଥିବା ସୁଖବିନ୍ଦରଙ୍କର କୌଣସି ପରିଚୟର ଆଶ୍ୟକ ନାହିଁ । ବର୍ତ୍ତମାନ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କୁ ଏବେ ୫୨ବର୍ଷ ବୟସ । ଏବେ ସୁଦ୍ଧା ସେ ବାହା ହୋଇ ନାହାନ୍ତି। କିନ୍ତୁ ଏବେ ସେ ବିବାହ କରିବାକୁ ଯାଉଥିବା ନେଇ ଖବର ସାମ୍ନାକୁ ଆସିଛି । ଏକ ସାକ୍ଷାତକାର ସେ କହିଛନ୍ତି ଯେ, “ମୋ ଜୀବନକୁ ଜଣେ ଖାସ ମଣିଷ ଆସିସାରିଛନ୍ତି । ଆମେ ଖୁସିରେ ଅଛୁ । ମୁଁ ଏ ବିଷୟରେ ଆଗରୁ ଜଣାଇନଥିଲି କାରଣ ମୁଁ ଏହାକୁ ଚର୍ଚ୍ଚାର ବିଷୟ କରିବାକୁ ଚାହୁଁନଥିଲି । ଅନେକ କଳାକାର ସାଧାସିଧା ଭାବରେ ବିବାହ କରିଛନ୍ତି। ଯାହା ବିଷୟରେ କେହି ଜାଣନ୍ତି ନାହିଁ। ମୁଁ ମଧ୍ୟ ମୋ ବ୍ୟକ୍ତିଗତ ଜୀବନକୁ ବ୍ୟକ୍ତିଗତ ରଖିବାକୁ ଚାହୁଁଥିବାରୁ ଏ ବିଷୟରେ କହିନଥିଲି ।ଏଥିରେ ଲୁଚାଇବାର କିଛି ନାହିଁ ।” ତାଙ୍କର ଏଭଳି ଖୁଲାସା ପରେ ସେ ଖୁବ ଶୀଘ୍ର ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ତାଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ ସେ ଅନେକ ହିଟ ଫିଲ୍ମ ପାଇଁ ଗୀତ ଗାଇଛନ୍ତି । ରମତା ଯୋଗୀ, ତାଲ ସେ ତାଲ ମିଲେ, ଜଲବା ଜଲବା, ତୋ ରବା କି କରିଏ, ଦରଦ ଏ ଡିସ୍କୋ ଭଳି ଗୀତ ଗାଇଛନ୍ତି ।

ରେ କିମ୍ବା ସମ୍ବାଦ | 18 Apr 2024 1:36 pm

ପଶ୍ଚିମବଙ୍ଗରେ ରାମନବମୀ ଶୋଭାଯାତ୍ରା ବେଳେ ହିଂସା; ମୁର୍ଶିଦାବାଦରେ ୧୪୪ ଧାରା ଜାରି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ରାମନବମୀ ଉତ୍ସବରେ ହିଂସାତ୍ମକ ଘଟଣା । ଶୋଭାଯାତ୍ରା ବେଳେ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଝଗଡ଼ାରେ ୭ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ମୁର୍ଶିଦାବାଦ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ସ୍ଥିତି ଉପରେ ପଶ୍ଚିମବଙ୍ଗ ସରକାର ନଜର ରଖିଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ପ୍ରଭାବିତ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି । ଅତିରିକ୍ତ ସୁରକ୍ଷା ବାହିନୀ ମଧ୍ୟରେ ମୁତୟନ ହୋଇଛନ୍ତି । ପଶ୍ଚମବଙ୍ଗ ପୋଲିସର କହିବା ଅନୁଯାୟୀ, ହିଂସାତ୍ମକ ଘଟଣା ମୁର୍ଶିଦାବାଦ ଶକ୍ତିପୁର ଅଞ୍ଚଳରେ ହୋଇଛି । ସଂଘର୍ଷ ପରେ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ବର୍ତ୍ତମାନ ସମୟରେ ସ୍ଥିତି ନିୟମନ୍ତ୍ରଣରେ ରହିଛି । କେବଳ ମୁର୍ଶିଦାବାଦରେ ନୁହେଁ ପୂର୍ବ ମେଦିନାପୁରରେ ମଧ୍ୟ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି । ଝଗଡ଼ାରେ ୪ଜଣ ଆହତ ହୋଇଛନ୍ତି । ଶୋଭାଯାତ୍ରାରେ ପଥରମାଡ଼ କରାଯାଇଥିବା ବିଜେପି ଅଭିଯୋଗ କରିଛି । ଭିଡ଼ ନିୟନ୍ତ୍ରଣ କରିବାକୁ ମୃଦୁ ଲାଠି ଚାଳନା କରିବା ସହିତ ଲୁହବୁହା ଗ୍ୟାସ ବ୍ୟବହାର କରିଥିଲା । ରାମନବମୀ ଶୋଭାଯାତ୍ରା ବେଳେ ପଥରମାଡ଼ ସହିତ ଦୋକାନ ଭଙ୍ଗାରୁଜା ହୋଇଥିବା ଅଭିଯୋହ ହୋଇଛି । ପଶ୍ଚିମବଙ୍ଗ ବିପକ୍ଷ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ପ୍ରଶାସନର ମଞ୍ଜୁରୀ ମିଳିବା ପରେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ରାମନବମୀ ଶୋଭାଯାତ୍ରା ବାହାରି ଥିଲା । ଏହି ସମୟରେ କିଛି ଅପରାଧିକ ତତ୍ତ୍ବ ମୁର୍ଶିଦାବାଦ ରାଲି ଉପରକୁ ପଥରମାଡ଼ କରିଥିଲେ । ତେବେ ଶୋଭାଯାତ୍ରାକୁ ରୋକିବା ପାଇଁ ପୋଲିସ ସେମାନଙ୍କ ମିଶିଯାଇଥିଲା ବୋଲି ଶୁଭେନ୍ଦୁ ଅଧିକାରୀ ଅଭିଯୋଗ କରିଛନ୍ତି ।

ରେ କିମ୍ବା ସମ୍ବାଦ | 18 Apr 2024 1:36 pm

ସଲମାନଙ୍କ ଫାୟରିଂ ମାମଲା; ହରିୟାଣାରେ ଧରାପଡିଲା ତୃତୀୟ ଅଭିଯୁକ୍ତ, ଅନମୋଲ ବିଷ୍ଣୋଇଙ୍କ ସହ ସମ୍ପର୍କରେ ଥିଲେ

ମୁମ୍ଵାଇ ୧୧।୦୪: ବଲିଉଡ ଅଭିନେତା ସଲମାନ ଖାନ। ତାଙ୍କ ଘରେ ଗୁଳି ବିନିମୟ ଘଟଣାରେ ପୋଲିସ ହରିୟାଣାରେ ଆଉ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଅଟକ ରଖିଛି। ପୋଲିସର ସୂଚନାନୁସାରେ, ଗୁଜୁରାଟରୁ ଗିରଫ ହୋଇଥିବା ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ସହ ସମ୍ପୃକ୍ତ ଥିବା ନେଇ କହିଛି । କାରଣ ଘଟଣା ପୂର୍ବରୁ ଏବଂ ପରେ ଉଭୟ ଆକ୍ରମଣକାରୀଙ୍କ ସହ ଲଗାତାର ସମ୍ପର୍କରେ ଥିଲେ। ପୋଲିସ କହିଛି ଯେ ଗିରଫ ବ୍ୟକ୍ତି ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ସାନଭାଇ ଅନମୋଲ ବିଷ୍ଣୋଇଙ୍କ ଠାରୁ ନିର୍ଦ୍ଦେଶ ନେଇଥିବା ସନ୍ଦେହ କରାଯାଉଛି। ସଲମାନ ଖାନଙ୍କ ଘରେ ଗୁଳି ବିନିମୟର କିଛି ଘଣ୍ଟା ପରେ ଫେସବୁକରେ ଏକ ପୋଷ୍ଟ କରାଯାଇଥିଲା ।ଯେଉଁଥିରେ ଦାବି କରାଯାଇଥିଲା ଯେ ଏହି ପୋଷ୍ଟରେ ଲରେନ୍ସଙ୍କ ସାନଭାଇ ଅନମୋଲ ସଲମାନଙ୍କ ଘରେ ଗୁଳି ଚଳାଇବା ଦାୟିତ୍ଵ ଗ୍ରହଣ କରିଛନ୍ତି। ଏପର୍ଯ୍ୟନ୍ତ ଯାଞ୍ଚରେ ପୋଲିସ ସୂଚିତ କରିଛି ଯେ ଆକ୍ରମଣକାରୀଙ୍କୁ ଲରେନ୍ସ ଗ୍ୟାଙ୍ଗ ଦ୍ଵାରା ଏହି ଅପରାଧ କରିବା ପାଇଁ ନିୟୋଜିତ କରାଯାଇଥିଲା। କହିବାକୁ ଗଲେ ଯେ ଏପ୍ରିଲ ୧୪ରେ ବାନ୍ଦ୍ରାସ୍ଥିତ ସଲମାନଙ୍କ ଘରେ ଗୁଳି ବିନିମୟ ହୋଇଥିଲା। ଏହା ପରେ ପୋଲିସ ଏହି ଘଟଣାରେ ଦୁଇ ଆକ୍ରମଣକାରୀ ସାଗର ପାଲ ଏବଂ ବିକି ଗୁପ୍ତାଙ୍କୁ ଅଟକ ରଖିଥିଲା। କୁହାଯାଉଛି ଯେ ଉଭୟ ଆକ୍ରମଣକାରୀ ଗିରଫ ସନ୍ଦିଗ୍ଧଙ୍କୁ ସେମାନଙ୍କ କାର୍ଯ୍ୟକଳାପ ବିଷୟରେ ସୂଚନା ଦେଉଥିଲେ। ବର୍ତ୍ତମାନ ସନ୍ଦିଗ୍ଧ ବ୍ୟକ୍ତି ହରିୟାଣାରେ ଧରାପଡିଛନ୍ତି। ତାଙ୍କୁ ମୁମ୍ବାଇ ଅଣାଯାଇ ପଚରାଉଚରା କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇ ନାହିଁ। ସଲମାନଙ୍କ ଘରେ ଗୁଳି ଚଳାଇବା ପାଇଁ ସାଗର ଏବଂ ବିକିଙ୍କୁ ପ୍ରାୟ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ପୋଲିସ ପୂର୍ବରୁ ଦାବି କରିଥିଲା। ଅବଶିଷ୍ଟ ଟଙ୍କା କାମ ପରେ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା।

ରେ କିମ୍ବା ସମ୍ବାଦ | 18 Apr 2024 1:36 pm

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ, ଓଡିଶାର ୪ ଲୋକସଭା ଆସନରେ ଆସନ୍ତା ୧୩ରେ ଭୋଟ୍

ଭୁବନେଶ୍ବର ୧୮।୪: ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଦେଶରେ ଚତୁର୍ଥ ଏବଂ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ସମେତ ୯ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପର୍ଯ୍ୟାୟରେ ମୋଟ୍ ୯୬ଟି ଲୋକସଭା ଆସନରେ ମତଦାନ ହେବ । ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମେ’ ୧୩ରେ ଭୋଟ୍ ଗ୍ରହଣ ହେବ। ଏଥିପାଇଁ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ କରାଯିବ। ୨୫ ଏପ୍ରିଲରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ସେହିପରି ୨୬ ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ୨୯ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ରାଜ୍ୟର ୪ ସଂସଦୀୟ କ୍ଷେତ୍ର, ୨୮ ବିଧାନସଭା ଭୋଟ୍ ପଡ଼ିବ। ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଭୋଟିଂ ହେବ। ସୂଚନାଯୋଗ୍ୟ ଯେ, ଓଡିଶାରେ ପ୍ରଥମ ପର୍ଯ୍ୟାୟରେ ନୂଆପଡ଼ା, ଖରିଆର, ଲାଞ୍ଜିଗଡ, ଜୁନାଗଡ, ଧର୍ମଗଡ, ଭବାନୀପାଟଣା, ନର୍ଲା, ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ । ଏହାସହ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି, ଗୁଣୁପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟ୍ଟାଙ୍ଗୀରେ ମଧ୍ୟ ଭୋଟେ ଦେବେ ଭୋଟର । ସେପଟେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ବିଜେପି ଏଯାଏ କୋରାପୁଟ ଲୋକସଭା ଅନ୍ତର୍ଗତ ଜୟପୁର ବିଧାନସଭା ଆସନ ପାଇଁ ଯୋଦ୍ଧା ସ୍ଥିର କରିନି । ସେହିଭଳି କଂଗ୍ରେସ ମଧ୍ୟ ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ଛତ୍ରପୁର ଓ ଗୋପାଳପୁର ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିନି । You Can Read : ସାଂସଦ ଏବଂ ବିଧାୟକ ପ୍ରାର୍ଥୀଙ୍କ ନିଆରା ପ୍ରଚାର : ପାର୍କରେ ଖେଳୁଛନ୍ତି, ଆଉ ଲୋକଙ୍କ ସମସ୍ୟା ବୁଝୁଛନ୍ତି

ରେ କିମ୍ବା ସମ୍ବାଦ | 18 Apr 2024 1:36 pm

ଦିଲ୍ଲୀ ନଗର ନିଗମ ମେୟର ନିର୍ବାଚନ; ଆମ୍ ଆଦ୍‌ମୀ ପାର୍ଟିର ପ୍ରାର୍ଥୀ ହେଲେ ମହେଶ ଖିଚି

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ ମେୟର ନିର୍ବାଚନ ଲାଗି ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଘୋଷଣା କରିଛି । ଆପ୍ ବରିଷ୍ଠ ନେତା ଗୋପାଳ ରାୟଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି । ମହେଶ ଖିଚି ଆପ୍‌ର ମେୟର ପ୍ରାର୍ଥୀ ହୋଇଛନ୍ତି । ସେହିପରି ଡେପୁଟି ମେୟର ଲାଗି ରବିନ୍ଦ୍ର ଭରଦ୍ବାଜଙ୍କୁ ପାର୍ଟି ଛିଡ଼ା କରିଛି । ପ୍ରାର୍ଥୀ ଘୋଷଣା ପରେ ଗୋପାଳ ରାୟ କହିଛନ୍ତି, ଆମ୍ ଆଦମୀ ପାର୍ଟି ଦିଲ୍ଲୀ ନିଗର ନିଗମ ମେୟର ଓ ଡେପୁଟି ମେୟର ନିର୍ବାଚନ କଂଗ୍ରେସ ସହିତ ମେଣ୍ଟରେ ଲଢ଼ିବ । ମହେଶ ଖିଚି ହେଇଛନ୍ତି, କରୋଲ ବାଗର ଓ୍ବାର୍ଡ ନଂ-୮୪ର ଓ୍ବାର୍ଡ ସଦସ୍ୟ । ସେ ଆମ୍ ଆଦମୀ ପାଇଁ ତୃଣମୂଳ ସ୍ତରରୁ କାର୍ଯ୍ୟ କରିଆସିଛନ୍ତି । ପ୍ରଥମେ ସେ ବୁଥ୍ ଅଧ୍ୟକ୍ଷ ପରେ ଓ୍ବାର୍ଡ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି । ମହେଶ ଖିଚିଙ୍କୁ ଦିଲ୍ଲୀ ବିଧାନସଭା ନିର୍ବାଚନ ବେଳେ ପ୍ରଚାର ଦାୟିତ୍ବ ମଧ୍ୟ ମିଳିଥିଲା । ଡୋର ଟୁ ଡୋର୍ ସେ ପ୍ରାର୍ଥୀଙ୍କ ପାଇଁ କ୍ୟାମ୍ପେନ ମଧ୍ୟ କରିଛନ୍ତି । ତୃଣମୂଳ ସ୍ତରରୁ ଦଳ ପ୍ରତି ତାଙ୍କର ନିଷ୍ଠାପରତାକୁ ନଜର ରଖି ଆମ ଆଦମୀ ପାର୍ଟିଙ୍କୁ ତାଙ୍କୁ ମେୟର ପ୍ରାର୍ଥୀ କରିଛି । ସୂଚନା ଅନୁଯାୟୀ, ଏପ୍ରିଲ୍ ୨୬ ତାରିଖରେ ଦିଲ୍ଲୀ ମହାନଗର ନିଗମରେ ମେୟର ଓ ଡେପୁଟି ମେୟର ନିର୍ବାଚନ ହେବ । ଏନେଇ ଆପ୍ ପ୍ରାର୍ଥୀ ଗୁରୁବାର ନାମାଙ୍କନ ପତ୍ର ଦାଖଲ କରିବେ । ଗତବର୍ଷ ନିର୍ବାଚନରେ ଶୈଲୀ ଓବରୟ ମେୟର ଓ ମହମ୍ମଦ ଇକବାଲ୍ ଡେପ୍ୟୁଟି ମେୟର ଭାବେ ନିର୍ବାଚିତ ହୋଇଥିଲେ । ଦିଲ୍ଲୀ ମହାନଗରରେ ମୋଟ୍ ଓ୍ବାର୍ଡ ସଦସ୍ୟଙ୍କ ସଂଖ୍ୟା ୨୫୦ । ଯେଉଁଥିରେ ଆମ୍ ଆଦମୀ ପାର୍ଟିର ୧୩୪ଜଣ କର୍ପୋରେଟର ରହିଥିବା ବେଳେ ବିଜେପି ୧୦୪ଜଣ କର୍ପୋରେଟର ରହିଛନ୍ତି । ତେବେ ୨୦୨୪ ଲୋକସଭା ନିର୍ବାଚନ ମଧ୍ୟରେ ମେୟର ନିର୍ବାଚନ ହେବ ।

ରେ କିମ୍ବା ସମ୍ବାଦ | 18 Apr 2024 1:36 pm

ମେ’ ୧୩ରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ : ଜାଣନ୍ତୁ କେଉଁଠି, କେଉଁ ସମୟରେ ମତଦାନ

ଭୁବନେଶ୍ବର ୧୮।୪: ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଦେଶରେ ଚତୁର୍ଥ ଏବଂ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ସମେତ ୯ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପର୍ଯ୍ୟାୟରେ ମୋଟ୍ ୯୬ଟି ଲୋକସଭା ଆସନରେ ମତଦାନ ହେବ । ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ । ରାଜ୍ୟର ୪ ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଭୋଟିଂ ହେବ । ଏନେଇ ସମୟ ନିର୍ଘଣ୍ଟ କରାଯାଇଛି । ସବୁଠି ସକାଳ ୭ଟାରୁ ଭୋଟ୍ ଆରମ୍ଭ ହେବ। ମାତ୍ର ମତଦାନର ଶେଷ ସମୟ ଭିନ୍ନ ରହିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ, ବ୍ରହ୍ମପୁରର ୬ଟି ବିଧାନସଭା କ୍ଷେତ୍ରରେ ୭ଟାରୁ ୬ଟା ଭୋଟିଂ । ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡିରେ ସକାଳ ୭ଟାରୁ ୬ଟା ଭୋଟିଂ । ଚିକିଟି ଓ ପାରଳାଖେମୁଣ୍ଡିରେ ୭ଟାରୁ ୬ଟା ପର୍ଯ୍ୟନ୍ତ ଭୋଟିଂ । ମୋହନାରେ ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏ ଭୋଟିଂ । ସେହିଭଳି କୋରାପୁଟର ୪ଟି ବିଧାନସଭା କ୍ଷେତ୍ରରେ ୭ଟା ରୁ ୫ଟା ଭୋଟିଂ । ଗୁଣୁପୁର, ବିଷମକଟକ, ରାୟଗଡ଼ା, କୋରାପୁଟରେ ୫ଟା ଯାଏ ଭୋଟିଂ । ଲକ୍ଷ୍ମୀପୁର ଓ ପଟାଙ୍ଗୀରେ ସକାଳ ୭ରୁ ୪ଟା ଯାଏ ଭୋଟିଂ । ଜୟପୁରରେ ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ଭୋଟିଂ । ସେହିଭଳି କଳାହାଣ୍ଡି ନୂଆପଡ଼ାର କିଛି ପୋଲିଂ ଷ୍ଟେସନରେ ୭ଟା ରୁ ୫ଟା, ବାକିରେ ୭ଟା ରୁ ୪ଟା ଯାଏଁ ଭୋଟିଂ । ଖଡ଼ିଆଳରେ ୨୯ଟି ପୋଲିଂ ଷ୍ଟେସନ୍‌ରେ ୪ଟା, ବାକିରେ ୫ଟା ଯାଏ । ଲାଞ୍ଜିଗଡ଼ରେ ସବୁଠି ସକାଳ ୭ରୁ ୪ଟା ପର୍ଯ୍ୟନ୍ତ ମତଦାନ । ଜୁନାଗଡ଼, ଧର୍ମଗଡ଼, ଭବାନିପାଟଣାରେ ୭ରୁ ୫ଟା ଯାଏ ଭୋଟିଂ । ନର୍ଲାର ୭ଟି ପୋଲିଂ ଷ୍ଟେସନରେ ୭ରୁ ୪, ବାକିରେ ୫ଟା ଯାଏ ଭୋଟିଂ । ସେହିଭଳି ନବରଙ୍ଗପୁରର ୧୦ଟି ପୋଲିଂ ଷ୍ଟେସନରେ ୭ଟାରୁ ୪ଟା ଭୋଟିଂ, ଅନ୍ୟ ସବୁ ପୋଲିଂ ଷ୍ଟେସନରେ ୬ଟା ଯାଏ ଭୋଟିଂ । ଡାବୁଗାଁରେ ୪ ପୋଲିଂ ଷ୍ଟେସନରେ ୭ଟାରୁ ୪ଟା ଯାଏ ମତଦାନ, ଅନ୍ୟ ସମସ୍ତ ପୋଲିଂ ଷ୍ଟେସନରେ ୬ଟା ଯାଏ ମତଦାନ । କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡାରେ ୭ଟାରୁ ୫ ଭୋଟିଂ । You Can Read : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ, ଓଡିଶାର ୪ ଲୋକସଭା ଆସନରେ ଆସନ୍ତା ୧୩ରେ ଭୋଟ୍

ରେ କିମ୍ବା ସମ୍ବାଦ | 18 Apr 2024 1:36 pm

ନବୀନ ନିବାସରେ ପ୍ରାର୍ଥୀଙ୍କ ଭିଡ,ଟିକେଟ ପାଇ ଜଣାଇଲେ ଧନ୍ୟବାଦ

ଭୁବନେଶ୍ବର ୧୮/୪: ନିର୍ବାଚନରେ ଲଢିବାକୁ ଟିକେଟ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ନବୀନ ନିବାସରେ ପ୍ରାର୍ଥୀଙ୍କ ଭିଡ । ନିମାପଡା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ, ଚିତ୍ରକୋଣ୍ଡା ବିଧାୟିକା ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ନାୟକ,ଦେବଗଡ ବିଧାୟିକା ପ୍ରାର୍ଥୀ ଅରୁନ୍ଧତୀ ଦେବୀ ଓ ଜୟପୁର ବିଧାୟିକା ପ୍ରାର୍ଥୀ ଇନ୍ଦିରା ନନ୍ଦଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଛି । ସବୁ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି । ଜୟପୁର ବିଧାୟିକା ପ୍ରାର୍ଥୀ ଇନ୍ଦିରା ନନ୍ଦ କହିଛନ୍ତି ସ୍ବାଧୀନତା ପରେ ପ୍ରଥମ ଥର ଜଣେ ମହିଳା ଜୟପୁରରୁ ପ୍ରାର୍ଥୀ ହୋଇଛନ୍ତି । ଏଥର ବିଜୟ ସୁନିଶ୍ଚିତ ।

ରେ କିମ୍ବା ସମ୍ବାଦ | 18 Apr 2024 1:36 pm

୪ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା, ମାହାଙ୍ଗାରୁ ଦେବେନ୍ଦ୍ର ସାହୁ

ଭୁବନେଶ୍ୱର ୧୮।୦୪ : ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ଏହି ପର୍ଯ୍ୟାୟରେ ୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାରତୀୟ ଜାତୀୟ କଂଗ୍ରେସ । ମାହାଙ୍ଗାରେ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର ମଧ୍ୟରୁ ପ୍ରକାଶ ଜେନା, ଭୁବନେଶ୍ୱର ଉତ୍ତରରୁ ଅଶୋକ ଦାସ ରହିଛନ୍ତି । ଭୁବନେଶ୍ୱର ମଧ୍ୟରେ ହେବ ତ୍ରିକୋଣୀୟ ଲଢେଇ ହେବ। ଯେଉଂଥିରେ ପ୍ରକାଶ ଜେନା ସିଧାସଳଖ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଏବଂ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କୁ ଟକ୍କର ଦେବେ । ସେହିଭଳି ଭୁବନେଶ୍ୱର ଉତ୍ତରରେ ବିଜେଡି ସୁଶାନ୍ତ ରାଉତ ଏବଂ ବିଜେପି ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ରଙ୍କୁ କଡା ଫାଇଟ୍‌ ଦେବେ କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସ । ଅନ୍ୟପଟେସତ୍ୟବାଦୀ ନିର୍ବାଚନ ମଣ୍ଡଳରେ ଦେଖିବାକୁ ମିଳିବ ରୋଚକ ଲଢ଼େଇ। ବିଜେଡିର ଟାଣୁଆ ନେତା ସଞ୍ଜୟ ଦାଶ ବର୍ମା ଓ ବିଜେପି ପ୍ରାର୍ଥୀ ଓମ୍‌ ପ୍ରକାଶ ମିଶ୍ରଙ୍କୁସିଧାସଳଖ ଟକ୍କର ଦେବେ କଂଗ୍ରେସ ସେନାପତି ମନୋଜ ରଥ । ସେହିଭଳି ମାହାଙ୍ଗାରେ ବିଜେଡିର ଟାଣୁଆ ନେତା ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ପ୍ରତାପ ଜେନା ଏବଂ ବିଜେପିର ସୁମନ୍ତ କୁମାର ଘଡେଇଙ୍କୁ କଡ଼ା ଟକ୍କର ଦେବେ କଂଗ୍ରେସର ଦେବେନ୍ଦ୍ର ସାହୁ ।

ରେ କିମ୍ବା ସମ୍ବାଦ | 18 Apr 2024 1:36 pm

ଦିନ ସାଢେ ୧୧ଟା ସୁଦ୍ଧା ୪୦ ଛୁଇଁଲାଣି ପାରଦ, ଭୁବନେଶ୍ବର ଓ ବାଲେଶ୍ବରରେ ତାପମାତ୍ରା ୪୦.୬ ଡିଗ୍ରୀ ରେକର୍ଡ

ଭୁବନେଶ୍ବର ୧୮।୪: ରାଜ୍ୟରେ ଆଜି ବି ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ସକାଳୁ ସକାଳୁ ପାରଦ ଉପରମୁହାଁ । ବଢୁଛି ବିଭିନ୍ନ ସହରର ତାପମାତ୍ରା । ଦିନ ସାଢ଼େ ୧୧ଟା ସୁଦ୍ଧା ୪୦ ଟପିଲାଣି ପାରା । ଭୁବନେଶ୍ବରର ତାପମାତ୍ରା ୪୦.୬ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ବର ସହ ବାଲେଶ୍ବରରେ ମଧ୍ୟ ତାପମାତ୍ରା ୪୦.୬ ଡିଗ୍ରୀ ରହିଛି । ସେହିଭଳି ଚାନ୍ଦବାଲି ଓ ଝାରସୁଗୁଡ଼ା ୪୦ ଡିଗ୍ରୀ ଲେଖାଏଁ ତାପମାତ୍ରା ରହିଛି । ସମ୍ବଲପୁରରେ ୩୯.୭, କେନ୍ଦୁଝରରେ ୩୯, ହୀରାକୁଦରେ ୩୮.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । You Can Read : ଆଗକୁ ଆହୁରି ସାଙ୍ଘାତିକ, ୪୫ ଡିଗ୍ରୀ ଛୁଇଁପାରେ ପାରଦ

ରେ କିମ୍ବା ସମ୍ବାଦ | 18 Apr 2024 1:36 pm

ଆମେରିକାରେ ଆଉ ଜଣେ ଭାରତୀୟଙ୍କ ମୃତ୍ୟୁ, ମେକ୍ସିକୋ ସୀମାରେ କରାଯାଇଥିଲା ଗିରଫ

ନୂଆଦିଲ୍ଲୀ ୧୮।୦୪: ଆମେରିକାରେ ପୁଣି ଥରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଛି। ଏଥର କଥାଟି ସାମାନ୍ୟ ଅଲଗା । ମିଳିଥିବା ସୂଚନା ଅନୁଯାୟୀ, ବେଆଇନ ଭାବେ ଆମେରିକା ଆସିଥିବା ଜଣେ ଭାରତୀୟ ନାଗରିକ ଆଟଲାଣ୍ଟାର ଏକ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବ। ଆମେରିକାର ଇମିଗ୍ରେସନ ଆଣ୍ଡ କଷ୍ଟମ୍ସ ଏନଫୋର୍ସମେଣ୍ଟ (IECE) ବିଭାଗ କହିଛି ଯେ ନ୍ୟୁୟର୍କରେ ଥିବା ଭାରତୀୟ କନସୁଲେଟକୁ ୫୭ ବର୍ଷିୟ ଜସପାଲ ସିଂଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦିଆଯାଇଛି। ଏଥିସହ ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଛି। ICE କହିଛି ଯେ ଜସପାଲ ସିଂ ୧୫ ଏପ୍ରିଲରେ ଆଟଲାଣ୍ଟା ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ଜସପାଲ ନାମକ ଜଣେ ଭାରତୀୟ ନାଗରିକ ପ୍ରଥମେ ଅକ୍ଟୋବର ୨୫, ୧୯୯୨ ରେ ଆମେରିକାରେ ପ୍ରବେଶ କରିଥିଲେ। ଜାନୁୟାରୀ ୨୧, ୧୯୯୮ ରେ, ଜଣେ ଇମିଗ୍ରେସନ୍ ଜଜ୍ ସିଂଙ୍କୁ ଆମେରିକା ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ, ଏହା ପରେ ସିଂ ସ୍ବେଚ୍ଛାକୃତ ଭାବେ ଭାରତ ଫେରିଥିଲେ। ସିଂ ୨୯ ଜୁନ୍ ୨୦୨୩ ରେ ପୁନର୍ବାର ଆମେରିକାରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ କର୍ତ୍ତୃପକ୍ଷ ତାଙ୍କୁ ଆମେରିକା-ମେକ୍ସିକୋ ସୀମାରେ ଗିରଫ କରିଥିଲେ। ICE ଅନୁଯାୟୀ, ଜସପାଲ ସିଂଙ୍କୁ ଗିରଫ କରାଯିବା ପରେ ତାଙ୍କୁ ଆଟଲାଣ୍ଟାର ଏନଫୋର୍ସମେଣ୍ଟ ଆଣ୍ଡ ରିମୁଭାଲ ଅପରେସନ୍ସ (ERO) କୁ ହସ୍ତାନ୍ତର କରାଯାଇଥିଲା। ଯେଉଁଠାରୁ ତାଙ୍କୁ ଆଟଲାଣ୍ଟାର ଏକ ବନ୍ଦ କେନ୍ଦ୍ରରେ ରଖାଯାଇଥିଲା। ଆମେରିକାରେ ଯେତେବେଳେ ଜଣେଙ୍କର ହେପାଜତ କେନ୍ଦ୍ରରେ ମୃତ୍ୟୁବରଣ କରନ୍ତି,ତ ସେ ଆମେରିକାର ନାଗରିକ ନଥିଲେ ERO କୁ ଦୁଇ କାର୍ଯ୍ୟଦିବସ ମଧ୍ୟରେ ସଂସଦ, ଏନଜିଓ, ଗଣମାଧ୍ୟମକୁ ଜଣାଇବାକୁ ପଡେ । ସେହି ବ୍ୟକ୍ତିଙ୍କ ସହ ଜଡିତ ବିବରଣୀକୁ ନିଜ ୱେବସାଇଟରେ ସେୟାର କରିବାକୁ ପଡିଥାଏ।

ରେ କିମ୍ବା ସମ୍ବାଦ | 18 Apr 2024 1:36 pm

ଦୁଃଖଦ ଖବର, ଆଉନାହାନ୍ତି ବର୍ଷୀୟାନ ନାଟ୍ୟ ନିର୍ଦ୍ଦେଶକ ଡ. ସଚ୍ଚି ଦାସ

ଭୁବନେଶ୍ୱର ୧୮।୦୪ : ଓଡିଆ ଯାତ୍ରା ଜଗତ ପାଇଁ ଦୁଃଖଦ ଖବର । ଆଉନାହାନ୍ତି ବର୍ଷୀୟାନ ନିର୍ଦ୍ଦେଶକ ଡ. ସଚ୍ଚି ଦାସ । ୮୮ ବର୍ଷ ବୟସରେ ଆଖିବୁଜିଛନ୍ତି ଡ. ସଚ୍ଚି ଦାସ । ପୁରା ଜଲିଉଡ୍‌ରେ ଖେଳିଯାଇଛି ଶୋକର ଛାୟା । ୧୯୩୬ ମସିହାରେ ଯାଜପୁର ଜିଲ୍ଲାର ବରୀଠାରେ ଡ. ସଚ୍ଚି ଦାସଙ୍କ ଜନ୍ମ । ଛୋଟ ବେଳୁ ଅଭିନୟ ପ୍ରତି ସଚ୍ଚିଙ୍କ ଦୃବଳତା ରହିଥିଲା । ଯାହାଫଳରେ ସେ ଗାଁ ମଞ୍ଚରେ ହେଉଥିବା ନାଟକରେ ଅଭିନୟ ମଧ୍ୟ କରୁଥିଲେ । ଶେଷରେ ୧୯୫୮ ମସିହା ମସିହାରେ ଜନତା ରଙ୍ଗମଞ୍ଚ ସହିତ ଜଡିତ ହୋଇଥିଲା । ଆଉ ପଛକୁ ଫେରିନଥିଲେ । ବର୍ତ୍ତମାନ ସୁଦ୍ଧା ସେ ୫୦୦ରୁ ଅଧିକ ନାଟକରେ ଅଭିନୟ, ୧୦୦ରୁ ଅଧିକ ନାଟକ ନିର୍ଦ୍ଦେଶନା ଦେଇଛନ୍ତି । ଏପିରିକି ସେ ନିଜେ ୪୦୦ରୁ ଅଧିକ ନାଟକର ରଚନା ମଧ୍ୟ କରିଛନ୍ତି । ଓଡିଶା ନାଟ୍ୟ ଜଗତରେ ଭୀଷ୍ମ ପିତାମହ ଭାବେ ବେଶ୍‌ ଜଣାଶୁଣା ଡ. ସଚ୍ଚି ଦାସ । ସଚ୍ଚି ଦାସଙ୍କ ନିଖୁଣ ଅଭିନୟ ଏବଂ ନିର୍ଦ୍ଦେଶନା ପାଇଁ ଅନେକ ସମ୍ମାନ ଓ ପୁରସ୍କାର ପାଇଛନ୍ତି । ୨୦୧୮ରେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ୨୦୧୮ରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡକ୍ଟରେଟ୍‌, ୨୦୧୫ରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ , ୨୦୦୦-୨୦୦୧ରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୨୦୧୦ରେ ଶତାବ୍ଦୀରେ କଳାକାର ସମ୍ମାନ, ୨୦୧୪ରେ ବାଣୀଚିତ୍ର ସମ୍ମାନ, ୨୦୧୭ରେ ଅଜିତ ନାଟ୍ୟ ସମ୍ମାନ ପାଇଥିଲେ ।

ରେ କିମ୍ବା ସମ୍ବାଦ | 18 Apr 2024 1:36 pm

କଣ ରହିବ ନିର୍ବାଚନୀ ଇସ୍ତାହାର ? ଲୋକଙ୍କ ମତ ଲୋଡିଲା ବିଜେଡି

ଭୁବନେଶ୍ବର ୧୮/୪: ଏଥର ଲୋକଙ୍କର ମତାମତ ଅନୁସାରେ ନିର୍ବାଚନୀ ଇସ୍ତାହାର ଆଣିବ ବିଜେଡି । ତା ପୂର୍ବରୁ ଭିଡିଓ ପୋଷ୍ଟ କରି ଲୋକଙ୍କ ମତ ଲୋଡିଛନ୍ତି ‘ମୋ ଓଡ଼ିଶା ନବୀନ ଓଡ଼ିଶା’ ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଏଥିପାଇଁ bjdmanifesto2024@gmail.com ରେ ମତାମତ ଦେବାକୁ ଅପିଲ କରିଛନ୍ତି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଗୁରୁତ୍ବ ଦିଅନ୍ତି । ଏଥର ଲୋକଙ୍କ ମତାମତ ଜାଣି ବିଜେଡି ନିର୍ବାଚନୀ ଇସ୍ତାହାର ଆଣିବ ।

ରେ କିମ୍ବା ସମ୍ବାଦ | 18 Apr 2024 1:36 pm

ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ସ୍ବାଗତ କଲେ ସସ୍ମିତ ପାତ୍ର

ଭୁବନେଶ୍ବର ୧୮।୪: ବିଜୁ ଜନତା ଦଳରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଶଙ୍ଖ ଭବନରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବରେ ଅଭିନେତ୍ରୀ ବର୍ଷା ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ସାଂସଦ ସସ୍ମିତ ପାତ୍ର ଦଳକୁ ସ୍ବାଗତ କରିଛନ୍ତି । ୨୦୧୯ ନିର୍ବାଚନ ବେଳେ ବର୍ଷା ପ୍ରିୟଦର୍ଶିନୀ ବିଜେଡିର ଷ୍ଟାର୍ ପ୍ରଚାରକ ଭାବେ ନିର୍ବାଚନୀ ପ୍ରଚାର କରିଥିଲେ । କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗୁଥିଲେ । ହେଲେକିଛି ବର୍ଷ ହେବ ପାରିବାରିକ ବିବାଦ ଯୋଗୁଁ ଚର୍ଚ୍ଚାରେ ଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ସହ ଛାଡପତ୍ର ବିବାଦ ହାଇକୋର୍ଟରେ ପହଞ୍ଚିଥିଲା । ସୂଚନାଯୋଗ୍ୟ ଯେ, ୧୯୮୪ ମସିହା ଅଗଷ୍ଟ ୭ ତାରିଖରେ ବର୍ଷାଙ୍କ ଜନ୍ମ । ଜଣେ ଶିଶୁ କଳାକାର ଭାବେ ଓଲିଉଡ୍‌ରେ ଏଣ୍ଟ୍ରି ମାରିଥିଲେ ବର୍ଷା । ପରେ ପରେ ନିଜର ନିଖୁଣ ଅଭିନୟ ପାଇଁ ଆଗଧାଡିରେ ନାୟିକା ଭାବେ ବେଶ୍ ପରିଚିତ ହୋଇଥିଲେ । ଓଲିଉଡ୍ ସହ ବଙ୍ଗଳା ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ପରେ ଓଲିଉଡ୍‌ର ଷ୍ଟାର ନାୟକ ଅନୁଭବ ମହାନ୍ତିଙ୍କୁ ବିବାହ କରିଥିଲେ । ହେଲେ ଉଭୟଙ୍କ ପାରିବାରିକ ସମ୍ପର୍କ ଭଲରେ ଚାଲିନଥିଲା । ଏମିତିକି ଉଭୟଙ୍କ ପାରିବାରିକ ବିବାଦ କୋର୍ଟରେ ପହଞ୍ଚିଥିଲା । ଉଭୟଙ୍କ ଛାଡପତ୍ର ପାଇଁ ହାଇକୋର୍ଟ ଅନୁମତି ଦେଇସାରିଛନ୍ତି । You Can Read : ଦିନ ସାଢେ ୧୧ଟା ସୁଦ୍ଧା ୪୦ ଛୁଇଁଲାଣି ପାରଦ, ଭୁବନେଶ୍ବର ଓ ବାଲେଶ୍ବରରେ ତାପମାତ୍ରା ୪୦.୬ ଡିଗ୍ରୀ ରେକର୍ଡ

ରେ କିମ୍ବା ସମ୍ବାଦ | 18 Apr 2024 1:36 pm

ସଲମାନଙ୍କ ଫାୟାରିଂ ଘଟଣା ପରେ ବଢିଲା SRKଙ୍କ ସୁରକ୍ଷା,ଏୟାରପୋର୍ଟରେ ହାଇ-ସିକ୍ୟୁରିଟି ସହ ଆସିଲେ ନଜର

ମୁମ୍ଵାଇ ୧୮।୦୪: ସୁପରଷ୍ଟାର ସଲମାନ ଖାନ। ତାଙ୍କ ଘରେ ଗୁଳି ବିନିମୟ ପରେ ଇଣ୍ଡଷ୍ଟ୍ରିରେ ହଇଚଇ ଖେଳି ଯାଇଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି ଏବଂ ପୋଲିସ ଏହି ଘଟଣାର ଲଗାତାର ଅନୁସନ୍ଧାନ କରୁଛି। ଏହି ଘଟଣା ପରେ ଶାହାରୁଖ ଖାନଙ୍କ ସୁରକ୍ଷାକୁ ମଧ୍ୟ କଡାକଡି କରାଯାଇଛି। ଆଇପିଏଲ୍ ମ୍ୟାଚ୍ ସମୟରେ ତାଙ୍କ ଟିମ୍‌କୁ ଚିଅର କରିବା ପାଇଁ ଶାହାରୁଖ କୋଲକାତାରେ ପହଞ୍ଚିଥିଲେ। କୋଲକାତାରେ ସେ ୪ ଦିନ ରହିଥିଲେ। ଗତକାଲି ରାତିରେ ଶାହାରୁଖ ଖାନ କୋଲକାତା ରୁ ମୁମ୍ବାଇ ଫେରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖାଯାଇପାରେ ଯେ କିଙ୍ଗ ଖାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଗତକାଲି ରାତିରେ ଆର୍ମ ଗାର୍ଡ, ପୋଲିସ ଏବଂ ବିମାନବନ୍ଦରର ସିକ୍ୟୁରିଟି ତାଙ୍କ ସହ ରହିଥିଲେ । ଶାହାରୁଖ ଖାନ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ତାଙ୍କୁ ସଙ୍ଗେ ସଙ୍ଗେ କଡା ସୁରକ୍ଷା କବଳରେ ଘେରି ରହିଥିଲେ। Shah Rukh Khan leaving Kolkata after 4 days pic.twitter.com/5pDWdwGDtP — Riyaz (@RiyazSrkian) April 17, 2024 ଶାହାରୁଖ ଖାନ ନୀଳ ରଙ୍ଗର ହୁଡି ଏବଂ କାର୍ଗୋ ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସିଛନ୍ତି। ସମସ୍ତ ପ୍ରୋଟୋକଲ ଫଲୋ କରି ଶାହାରୁଖ ମଧ୍ୟ ତାଙ୍କ କାରରେ ପହଞ୍ଚିଥିଲେ। ତାଙ୍କ ଦଳ କିଙ୍ଗ ଖାନଙ୍କ ସହ ଉପସ୍ଥିତ ଥିଲେ। ଉଲ୍ଲେଖଥାଉ କି, ଶାହାରୁଖ ଖାନଙ୍କର ମଧ୍ୟ ନିଜର ସିକ୍ୟୁରିଟି ରହିଛି। କିନ୍ତୁ ପରିସ୍ଥିତିକୁ ଅନୁଧ୍ୟାନ କରି ଶାହାରୁଖଙ୍କ ସୁରକ୍ଷା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଉଛି।

ରେ କିମ୍ବା ସମ୍ବାଦ | 18 Apr 2024 1:36 pm

ଓଡିଶାରେ ମେ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ, ୬୨ ଲକ୍ଷ ୮୪ ହଜାର ଭୋଟର ବାଛିବେ ନେତା

ଭୁବନେଶ୍ୱର ୧୮।୦୪ : ଓଡିଶା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନେଇ ପ୍ରସ୍ତୁତ । ମେ ୧୩ରେ ୪ଟି ଲୋକସଭା ଏବଂ ୨୮ ବିଧାନସଭା ଆସନରେ ମତଦାନ । ଏହାପୂର୍ବରୁ ନିର୍ବାଚନ ପ୍ରସ୍ତୁତି ପ୍ରେସମିଟ୍‌ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଗୁରୁବାର ଦିନ ଅନୁଷ୍ଠିତ ଏହି ପ୍ରେସମିଟ୍‌ରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ କହିଛନ୍ତି ଯେ, ଆଜିଠୁ ରାଜ୍ୟରେ ବିଧିବଦ୍ଧ ଭାବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ । ମହିଳା ଭୋଟରଙ୍କ ସଂଖ୍ୟା ହେଉଛି ୩୧ ଲକ୍ଷ ୮୭ ହଜାର ୭୭୧ । ଏବଂ ପୁରୁଷ ଭୋଟରଙ୍କ ସଂଖ୍ୟା ହେଉଛି ୩୦ ଲକ୍ଷ ୯୬ ହଜାର ୨୪୩ । ମୋଟ ଭୋଟରଙ୍କ ସଂଖ୍ୟା ୬୨,୮୪,୬୪୯ । ତେବେ ନିର୍ବାଚନ ହେବାକୁ ଥିବା ଏହି ୪ ସଂସଦୀୟ କ୍ଷେତ୍ରରେ ୭୨୮୯ ପୋଲିଂ ଷ୍ଟେସନ ରହିଛି । ସିଭିଜିଲଆପରେ ୫୮୭ ଅଭିଯୋଗ ଆସିଥିଲା ୫୮୨ ସମାଧାନ ହୋଇଛି । ରାଜ୍ୟରେ ସିଭିଜିଲି ଆପରେ ୩୮୭୩ ଅଭିଯୋଗ ଆସିଥିବା ବେଳେ ବୁଧବାର ସୁଦ୍ଧା ୩୮୫୪ ସମାଧାନ ହୋଇଛି । ବିଶେଷ ଭାବେ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁରରୁ ଅଧିକ ଅଭିଯୋଗ ଆସିଛି । ପୋଷ୍ଟର ଆଉ ବ୍ୟାନରକୁ ନେଇ ୨୭୦୦ ଅଭିଯୋଗ ଆସିଛି । ସେହିପରି ବର୍ତ୍ତମାନ ସୁଦ୍ଧା ଜବତ ହୋଇଛି ୨ କୋଟି ଲକ୍ଷ ନଗଦ ଟଙ୍କା, ୧୮ କୋଟି ୧୯ ଲକ୍ଷ ଟଙ୍କାର ମଦ, ୪୩ କୋଟି ୬୯ ଲକ୍ଷ ଗଞ୍ଜେଇ ବ୍ରାଉନ ସୁଗାର, ୭.୧୭ କୋଟିର ସୁନା ସହ ୪୭ କୋଟି ୪୪ ଲକ୍ଷର ଅନ୍ୟାନ୍ୟ ସାମଗ୍ରୀ ରହିଛି । ବର୍ତ୍ତମାନ ସୁଦ୍ଧା ମୋଟ ୧୧୮ କୋଟି ଟଙ୍କାର ସାମଗ୍ରୀ ଜବତ । ସେଥିମଧ୍ୟରୁ ୬୧.୬୬ କୋଟି ପୋଲିସ ଜବତ କରିଥିବା ବେଳେ ଅବକାରୀ ୩୦ କୋଟି, ରାଜ୍ୟ ଜିଏସଟି ୧୭ କୋଟି, ରାଜସ୍ୱ ଏବଂ ଗୁଇନ୍ଦା ବିଭାଗ ୬.୬୪ କୋଟି, ପରିବହନ ବିଭାଗ ୧.୧୯ କୋଟି, ଆୟକର ବିଭାଗ ୭୩ ଲକ୍ଷ, ବନ ବିଭାଗର ୯୫ ଲକ୍ଷ ରହିଛି । ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ କମିଶନ ୩ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି କରିଛନ୍ତି । ସେମାନେ ଆଦର୍ଶ ଆଚରଣ ବିଧି ଠିକ ସେ ପାଳନ, ସୁରକ୍ଷା ବ୍ୟବସ୍ଥା, ପ୍ରାଥିଙ୍କ ଖର୍ଚ୍ଚ, ଏ ସବୁକୁ ଯାଞ୍ଚ କରିବେ । ସେହିପରି ମାଓ ଅଧ୍ୟୁସିତ ଅଞ୍ଚଳରେ ଭୋଟରଙ୍କ ସୁରକ୍ଷା ଦୃଷ୍ଟିରୁ ଭୋଟିଂ ସମୟରେ ପରିବର୍ତ୍ତନ କରାଯାଇଛି । ସୁରକ୍ଷା ପାଇଁ ୧୦ କମ୍ପାନୀ ବିଏସଫ, ୫ କମ୍ପାନୀ ସିଆଇଏସଫ ନିୟୋଜିତ ହୋଇଛନ୍ତି ।

ରେ କିମ୍ବା ସମ୍ବାଦ | 18 Apr 2024 1:36 pm

ଚଳନ୍ତା କାର ଜଳିଗଲା

କଙ୍କଡାହାଡ଼: କଙ୍କଡାହାଡ଼ ବ୍ଲକ ଝିଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ତୋରଡାନାଲି ବାଲିପସି ବନ୍ଧ ପାଖରେ ଏକ ଚଳନ୍ତା କାର ଅନୁମାନିକ ସମୟ ପୂର୍ବାହ୍ନ ୯.୪୦ ବେଳେ ଜଳି ଯାଇଛି। ତୋରଡ଼ାନାଳୀ ଗାଁର ପବନା ରଣାଙ୍କ କାରରେ ହଠାତ ନିଆଁ ଲାଗି ଯାଇଥିଲା। ସୂଚନା ଅନୁସାରେ ପବନାଙ୍କ ଝିଆରୀ ଜ୍ବାଇଁ ଗାଡି ଚଳାଉଥିଲେ ଅନ୍ୟ ୪ ଜଣ ଗାଡି ଭିତରେ ଥିଲେ । ଚାଳକ ଓ ଅନ୍ୟମାନେ ସୁରକ୍ଷିତ ଥିବା ସୂଚନା ମିଳିଛି । କାରଟି ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇ […]

ସ୍ତମ୍ଭ 18 Apr 2024 1:30 pm

Nestle adds sugar to baby cereal sold in India but not in Europe & UK, study reveals

New Delhi: Nestle adds sugar to infant milk sold in less affluent nations including India but not in its primary markets like Europe or the UK, reported ToI. The revelation came to light when “Public Eye,” a Swiss investigative organization, and IBFAN (International Baby Food Action Network) dispatched samples of the company’s baby food […] The post Nestle adds sugar to baby cereal sold in India but not in Europe & UK, study reveals appeared first on Pragativadi | Odisha News, Breaking News Odisha, Latest Odisha News .

ପ୍ରଗତିଶୀଳ | 18 Apr 2024 1:29 pm

ଜିତିକି ଛାଡ଼ି ଦେଇଥିଲେ ବିଜେପୁର, ଏବେ କଣ୍ଟାବାଞ୍ଜି ?

ହିଞ୍ଜିଳି ସହ କଣ୍ଟାବାଞ୍ଜି ୨ଟି ଆସନରୁ ନିର୍ବାଚନ ଲଢିବେ ନବୀନ।

ଓଡ଼ିଶା ସାମ୍ବାଦିକ 18 Apr 2024 1:26 pm

ରାଜନଗର ବିଧାନସଭା ଆସନ: ଅସନ୍ତୁଷ୍ଟ ଅଲେଖ ପଦ୍ମ ଛାଡ଼ି ହାତ ଧରିବା ନେଇ ଚର୍ଚ୍ଚା !

ରାଜନଗର:କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନମଣ୍ଡଳୀରେ ଚଳିତ ନିର୍ବାଚନକୁ ନେଇ ରାଜନୈତିକ ପାଣିପାଗ ସରଗରମ ରହିଛି। ବିଜେଡି ଏହି ଆସନରୁ ବିଧାୟକ ଧ୍ରୁବ ସାହୁଙ୍କୁ ପୁଣି ଥରେ ଭରସା କରି ଟିକେଟ ଦେଇଛି। ଧ୍ରୁବଙ୍କ ବିରୋଧରେ ବିଜେପି ଲଳିତ ବେହେରାଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ଏ ପର୍ଯ୍ୟନ୍ତ ଏହି ଆସନରୁ ବିଧାୟକ ପ୍ରାର୍ଥୀ ଘୋଷଣା କରିନାହିଁ। ଅଲେଖ ଜେନା ବିଜେପିରୁ ଟି‌କେଟ ପାଇ ନ ଥିବାରୁ ସେ ବାଡ଼ ଡେଇଁ କଂଗ୍ରେସ ଶିବିରରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି। […]

ସ୍ତମ୍ଭ 18 Apr 2024 1:23 pm

ଦେଶରେ କାଲିଠୁ ଆରମ୍ଭ ନିର୍ବାଚନ:ବିନା ଭୋଟର ପରିଚୟପତ୍ରରେ ବି ଆପଣ ଦେଇପାରିବେ ଭୋଟ୍

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟରେ ୧୦୨ ସିଟ୍ ଲାଗି କାଲି ଅର୍ଥାତ୍ ଏପ୍ରିଲ୍ ୧୯ ତାରିଖରେ ଭୋଟ ଗ୍ରହଣ ହେଉଛି । ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ମତଦାତା କାଲି ସେମାନଙ୍କ ମତ ଅଧିକାର ପ୍ରୟୋଗ କରିବେ । ଏପରି ସ୍ଥିତିରେ ଆଜି ଆମେ ଆପଣଙ୍କୁ ଏକ ମହତ୍ତ୍ୱପୂର୍ଣ୍ଣ ସୂଚନା ଦେବାକୁ ଯାଉଛୁ । ଯଦି ଆପଣଙ୍କ ଭୋଟର ପରିଚୟପତ୍ର କେଉଁଠି ହଜି ଯାଇଛି ବା ପାଉନାହାନ୍ତି ତେବେ ଚିନ୍ତା […]

ଓଡ଼ିଶା ଭାସ୍କର 18 Apr 2024 1:22 pm

ରାଜ କୁନ୍ଦ୍ରାଙ୍କୁ ଶକ୍ତ ଝଟକା, ଇଡି ଜବତ କଲା ୯୮ କୋଟିର ସମ୍ପତ୍ତି

ଜବତ ସମ୍ପତ୍ତି ମଧ୍ୟରେ ଜୁହୁସ୍ଥିତ ଏକ ଫ୍ଲାଟ, ପୁଣେରେ ଥିବା ଏକ ବଙ୍ଗଳା ଓ ରାଜଙ୍କ ନାମରେ ଥିବା ଇକ୍ୟୁଟି ଶେଆର ରହିଛି। ଜୁହୁସ୍ଥିତ ଫ୍ଲାଟ ରାଜଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପାଙ୍କ ନାଁରେ ଥିବା ଜଣାଯାଇଛି।

ଓଡ଼ିଶା ସାମ୍ବାଦିକ 18 Apr 2024 1:22 pm

ହ୍ୱାଟ୍ସଆପ୍ ଆଣିଲା ବଡ ଅପଡେଟ୍ ; ଏସବୁ ବଦଳିବ,ଯୋଡି ହେଲା ନୂଆ ଦମଦାର୍ ଫିଚର୍..

ନୂଆଦିଲ୍ଲୀ : ହ୍ୱାଟ୍ସଆପ୍ ଆଣିଛି ଏକ ନୂଆ ଦମଦାର୍ ଫିଚର୍। ଯାହା ଉପଭୋକ୍ତାଙ୍କ ପାଇଁ ଖୁବ୍ ଖାସ୍। ଏହି ଫିଚର୍ ଦ୍ୱାରା ସଭିଏଁ ନିଜ ଚାଟ୍ କୁ ଫିଲ୍ଟର କରି ପାରିବେ। ମାର୍କ ଜୁକରବର୍ଗ ନିଜେ ଏହି ଫିଚର୍ ବିଷୟରେ ହ୍ୱାଟ୍ସଆପ୍ ଚ୍ୟାନେଲ୍ ଜରିଆରେ ସୂଚନା ଦେଇଛନ୍ତି। ବର୍ତ୍ତମାନ ହ୍ୱାଟ୍ସଆପ୍ ରେ ଆପଣଙ୍କୁ ୩ ପ୍ରକାରର ଫିଲ୍ଟର ମିଳିବ। ଜାଣନ୍ତୁ ଏହି ଫିଚର୍ ବିଷୟରେ.. ହ୍ୱାଟ୍ସଆପ୍ ଉପଭୋକ୍ତାଙ୍କ ପାଇଁ ଲଗାତାର ନୂଆ ନୂଆ ଫିଚର୍ ଆଣୁଛି। କମ୍ପାନୀ […]

ଜୀବନ୍ତ ସାମାଜିକ | 18 Apr 2024 1:21 pm

କେନ୍ଦ୍ରାପଡ଼ାରେ ଗଣେଶ୍ବରଙ୍କୁ ନେଇ ବିଜେଡ଼ି ଦୁଇଫାଳ !

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବିଧନାସଭା ଆସନ ନେଇ ଏବେ ରାଜନୀତି ରୋଚକ ହେବାରେ ଲାଗିଛି। କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା ଦଳ ବଦଳ କରି ବିଜେଡିରେ ଯୋଗଦେବା ପରେ ଶାସକ ଦଳରୁ ଗଣେଶ୍ୱରଙ୍କୁ ବିଧାୟକ ପ୍ରାର୍ଥୀ ନ କରିବା ଦାବିରେ ଦଳୀୟ ଆଶାୟୀ ପ୍ରାର୍ଥୀ ଏକାଠି ହୋଇ ସଭାପତି ନବୀନ ପଟ୍ଟନାୟକଙ୍କୁ ସ୍ମାରକପତ୍ର ଦେଇଛନ୍ତି। ବିଜେଡି ଏଠାରେ ଗଣେଶ୍ୱରଙ୍କୁ ପ୍ରାର୍ଥୀ ଭାବେ ଟିକେଟ ଦେଲେ ବିଜେଡିରୁ ଏକ ବଡ ଅଂଶ ଭାଜପା ଓ କଂଗ୍ରେସ ଆଡକୁ ମୁହାଁଇବାର […]

ସ୍ତମ୍ଭ 18 Apr 2024 1:20 pm

Businessman Raj Kundra’s Properties Worth Nearly Rs 100 Crore Seized

New Delhi: The Enforcement Directorate (ED) has seized properties worth ₹ 97.79 Crore belonging to Raj Kundra in probe linked to a Bitcoin Ponzi scam. Raj Kundra is the husband of Bollywood actor Shilpa Shetty. A Ponzi scheme is a fraud where investors are promised bif profit at little or no risk. But the money […] The post Businessman Raj Kundra’s Properties Worth Nearly Rs 100 Crore Seized appeared first on Pragativadi | Odisha News, Breaking News Odisha, Latest Odisha News .

ପ୍ରଗତିଶୀଳ | 18 Apr 2024 1:16 pm

ବିଶାଳ ରୋଡ ସୋ କଲେ ଅମିତ ଶାହା: କାଲି ଦାଖଲ କରିବେ ନାମାଙ୍କନ

ଗୁଜୁରାଟ: ଅହମ୍ମଦାବାଦରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିଶାଳ ରୋଡ ସୋ କରିଛନ୍ତି। ଗାନ୍ଧୀନଗରରେ ମଧ୍ୟ ଏକ ରୋଡ୍‌‌ ସୋ କରି ସାଧାରଣ ସଭାକୁ ସମ୍ବୋଧିତ କରିବେ ଶାହା। ଆସନ୍ତକାଲି ଅମିତ ଶାହା ଗାନ୍ଧୀନଗରରୁ ନାମାଙ୍କନ ପତ୍ର ଦାଖଲ କରିବେ। ନାମାଙ୍କନ ପୂର୍ବରୁ ବିଶାଳ ରାଲିରେ ଯାଇ ସମର୍ଥକଙ୍କୁ ଭେଟିଛନ୍ତି। ଗୃହମନ୍ତ୍ରୀ ଆଜି ସାନନ୍ଦ, କଲୋଲ, ସାବରମତି, ଘାଟଲୋଡିୟା, ନରଣପୁରା ଏବଂ ବେଜଲପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରୋଡ୍‌‌ ସୋ କରିବାର କାର୍ଯ୍ୟକ୍ରମ ରହିଛି।

ଜୀବନ୍ତ ସାମାଜିକ | 18 Apr 2024 1:13 pm

ବିଜେଡ଼ିରେ ବର୍ଷା

ଭୂବନେଶ୍ବର: ବିଜେଡ଼ିରେ ଅଭିନେତ୍ରୀ ବର୍ଷା ପ୍ରୀୟଦର୍ଶିନୀ ଯୋଗଦେଇଛନ୍ତି। ଗୁରୁବାର ଅପରାହ୍ନରେ ଶଙ୍ଖ ଭବନ ଆସି ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି। ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡିର ଏକ ମିଶ୍ରଣ ପର୍ବରେ ସେ ଦଳରେ ଯୋଗ ଦେଇଛନ୍ତି। ବିଜେଡି ଏମ୍‌ପି ସସ୍ମିତ ପାତ୍ର ଏବଂ ମୁଖପାତ୍ର ପ୍ରିୟବ୍ରତ ମାଝି ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି। ବିଜେଡିରେ ଯୋଗ ଦେବା ପରେ ବର୍ଷା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ଜଣେ ଅପ୍ରତିଦ୍ୱନ୍ଦ୍ୱୀ ନେତା […]

ସ୍ତମ୍ଭ 18 Apr 2024 1:12 pm

ବିଜେଡି ଛାଡ଼ି କଂଗ୍ରେସରେ ମିଶିଲେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ

୨୦୦୯ରେ କେନ୍ଦ୍ରାପଡ଼ାରୁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସିପ୍ରା ମଲ୍ଲିକ।

ଓଡ଼ିଶା ସାମ୍ବାଦିକ 18 Apr 2024 1:11 pm

ବିଜେଡି ଶିବିରରେ ବର୍ଷା

ଭୁବନେଶ୍ଵର: ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଗୁରୁବାର ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ସେ ବିଜେଡିରେ ମିଶିଛନ୍ତି। ସାଂସଦ ସସ୍ମିତ ପାତ୍ର ତାଙ୍କୁ ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ଵାଗତ କରିଛନ୍ତି।

ଜୀବନ୍ତ ସାମାଜିକ | 18 Apr 2024 1:02 pm

Breaking News; ସ୍ୱାମୀ ଛାଡ଼ିଲେ, ସ୍ତ୍ରୀ ଆସିଲେ…. ବିଜେଡିରେ ସାମିଲ ହେଲେ ଓଲିଉଡ କୁଇନ୍ ବର୍ଷା

ଭୁବନେଶ୍ୱର: ପାରିବାରିକ ବିବାଦରୁ ମୁକ୍ତ ହେବା ପରେ ଏବେ ରାଜନୀତି ଦୁନିଆରେ ପାଦ ଥାପିଛନ୍ତି ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀ । ଶଙ୍ଖ ଭବନରେ ପହଞ୍ଚି ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ବର୍ଷା । ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ସାମିଲ ହୋଇ ଶଙ୍ଖ ଧରିଛନ୍ତି ଓଲିଉଡ କୁଇନ୍ । ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ତିତିରେ ବର୍ଷା ବିଜୁ ଜନତା ଦଳର ସଦସ୍ୟତା ହାସଲ କରିଛନ୍ତି ।

ଓଡ଼ିଶା ଭାସ୍କର 18 Apr 2024 1:01 pm

ୟୁକ୍ରେନ ଉପରେ ରୁଷିଆର କ୍ଷେପଣାସ୍ତ୍ର ଆକ୍ରମଣରେ ୧୬ ମୃତ, ୬୧ ଆହତ

ନୂଆଦିଲ୍ଲୀ: କିଭ୍ ଏବଂ ମସ୍କୋ ମଧ୍ୟରେ ତିକ୍ତତା ଲାଗି ରହିଥିବା ବେଳେ ୟୁକ୍ରେନ୍‌ ଉପରେ ୩ଟି କ୍ଷେପଣାସ୍ତ୍ର ଆକ୍ରମଣ ଆକ୍ରମଣ କରିଛି ରୁଷ୍‌। ୟୁକ୍ରେନ ରିପୋର୍ଟ କରିଛି ଯେ ହୋଇଥିବା ତିନୋଟି କ୍ଷେପଣାସ୍ତ୍ର ଆକ୍ରମଣରେ ଅତି କମରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬୧ ଜଣ ଆହତ ହୋଇଛନ୍ତି। ଆକ୍ରମଣ ପରେ ୟୁକ୍ରେନ୍‌ର ରାଷ୍ଟ୍ରପତି ଭଲୋଦିମିର ଜେଲେନସ୍କିଙ୍କ ସମେତ ୟୁକ୍ରେନ ଅଧିକାରୀମାନେ ପର୍ଯ୍ୟାପ୍ତ ବାୟୁ ପ୍ରତିରକ୍ଷା ଅଭାବରୁ ଦୁଃଖ ପ୍ରକାଶ କରି କହିଛନ୍ତି। ରୁଷର ଆକ୍ରୋଶର […]

ସ୍ତମ୍ଭ 18 Apr 2024 1:00 pm

ନିଜ ପସନ୍ଦର ପ୍ରାର୍ଥୀ ଚୟନ କରିବା ପାଇଁ ୪୮ ଘଣ୍ଟା, ଜାଣନ୍ତୁ ନିର୍ବାଚନ ପୂର୍ବରୁ କାହିଁକି ହୋଇଥାଏ Silence Period ?

ନୂଆଦିଲ୍ଲୀ: ଏପ୍ରିଲ ୧୯ରେ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ଏଥିପାଇଁ ପ୍ରସ୍ତୁତ ଅଛନ୍ତି ସମସ୍ତ ରାଜନୈତିକ ଦଳ ଏବଂ ସାଧାରଣ ଜନତା । ଦେଶର ୨୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୧୦୨ଟି ଲୋକସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ ଥମି ଯାଇଛି ପ୍ରଚାର କାର୍ଯ୍ୟ । ଏହି ୪୮ ଘଣ୍ଟା ସମୟ ଅବଧୀକୁ Pre-election silence period ବୋଲି କୁହାଯାଏ । ଏଥିମଧ୍ୟରେ ଭୋଟରମାନଙ୍କୁ […]

ଓଡ଼ିଶା ଭାସ୍କର 18 Apr 2024 12:57 pm

ହାତ ଧରିଲେ ସିପ୍ରା ମଲ୍ଲିକ, ବିଧିବଦ୍ଧ ଭାବରେ କଂଗ୍ରେସରେ ହେଲେ ସାମିଲ

ଭୁବନେଶ୍ୱର: ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳର ନେତାଙ୍କ ଦଳଡିଆଁ ପର୍ବ ଶେଷ ହେବାର ନାଁ ଧରୁନାହିଁ । କିଏ ଟିକେଟ ପାଇବା ଆଶାରେ ଦଳ ବଦଳ କରୁଛି ତ ଆଉ କିଏ ଦଳରେ ଅଣଦେଖା କାରଣରୁ ଦଳ ବଦଳ କରୁଛି । ଆଜି କେନ୍ଦ୍ରାପଡାର ପୂର୍ବତନ ବିଜେଡି ବିଧାୟିକା ସିପ୍ରା ମଲ୍ଲିକ ବିଧିବଦ୍ଧ ଭାବରେ କଂଗ୍ରେସରେ ସାମିଲ ହୋଇଛନ୍ତି । ସେ ଆଜି କଂଗ୍ରେସ ଭବନକୁ ଆସି କଂଗ୍ରେସରେ ଯୋଗ ଦେଇଛନ୍ତି ।

ଓଡ଼ିଶା ଭାସ୍କର 18 Apr 2024 12:51 pm

ବିରୋଧ କରିବା ମହଙ୍ଗା ପଡ଼ିଲା, ୨୮ କର୍ମଚାରୀଙ୍କୁ ବିଦା କଲା ଗୁଗଲ

‘ଗୁଗଲ’ ର Project Nimbusକୁ ବିରୋଧ କରିବା ଏହାର କର୍ମଚାରୀଙ୍କୁ ମହଙ୍ଗା ପଡ଼ିଲା। ୨୮ କର୍ମଚାରୀଙ୍କୁ ବାହାର ରାସ୍ତା ଦେଖାଇଲା କମ୍ପାନୀ।

ଓଡ଼ିଶା ସାମ୍ବାଦିକ 18 Apr 2024 12:46 pm

ନଦୀରେ ପଡିଗଲା ଯୁବତୀଙ୍କ ଦାମୀ ମୋବାଇଲ୍‌‌: କଣ କଲା ଡଲଫିନ୍‌‌ ଦେଖନ୍ତୁ କୌତୁକିଆ ଭିଡ଼ିଓ

ସୋସିଆଲ ମିଡ଼ିଆରେ ଅନେକ ସମୟରେ ଆଶ୍ଚର୍ଯ୍ୟଜନକ ଭିଡ଼ିଓ ଭାଇରାଲ ହୋଇଥାଏ। ଡଲଫିନର ଅନେକ ଭିଡ଼ିଓ ଭାଇରାଲ ହେବା ଆପଣ ନିଶ୍ଚିନ୍ତ ଦେଖିଥିବେ। ଏବେ ସେପରି ଏକ ଭିଡ଼ିଓ ଭାଇରାଲ ହୋଇଛି ଯାହା ସମସ୍ତଙ୍କ ମନକୁ ଛୁଇଁଛି। ଆପଣ ସମସ୍ତେ ଜାଣିଥିବେ ଡଲଫିନ୍‌‌ ଭାରି ବୃଦ୍ଧିମାନ ଏବଂ ମଣିଷ ସହିତ ସେ ଖେଳିବାକୁ ଭଲ ପାଏ। ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ଯୁବତୀଙ୍କ ମୋବାଇଲ ନଦୀରେ ପଡିଯାଇଥିଲା। ଏହି ସମୟରେ ଡଲଫିନ୍‌‌ ମାଛଟି ମୋବାଇଲକୁ ଖୋଜି ଯୁବତୀଙ୍କୁ ଖୁବ […]

ଜୀବନ୍ତ ସାମାଜିକ | 18 Apr 2024 12:46 pm

ପୁର୍ବ ଶତ୍ରୁତାରୁ ଫୁଟିଲା ଗୁଳି : ଗୁଳିମାଡ଼ରେ ନାମଯଜ୍ଞ କର୍ତ୍ତା ଗୁରୁତର, ସମ୍ପୃକ୍ତି ଅଭିଯୋଗରେ ଜଣେ ଗିରଫ

କଣ୍ଟାମାଳ : ଗତକାଲି ବିଳମ୍ବିତ ରାତିରେ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି କଣ୍ଟାମାଳ ଥାନାଞ୍ଚଳରେ ୨ ରାଉଣ୍ଡ ଗୁଳି ଫୁଟିଛି। ଗତକାଲି ପବିତ୍ର ରାମନବମୀ ଅବସରରେ କଣ୍ଟାମାଳ ଥାନା ଲମ୍ବେସରୀ ପଞ୍ଚାୟତର ପିପଲପାଳି ଗ୍ରାମରେ ନାମଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ରାତି ପ୍ରାୟ ୧୦ଟା ସମୟରେ କିଛି ଦୁର୍ବୁତ୍ତ ସେଠାରେ ଗୁଳିମାଡ଼ କରିଥିଲେ। ଏହି ଗୁଳିକାଣ୍ଡରେ ନାମଯଜ୍ଞରେ କର୍ତ୍ତା ଦାୟିତ୍ବ ତୁଲାଉଥିବା ବିଶ୍ଵାମିତ୍ର ଜାନୀ ଗୁରୁତର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଣ୍ଟାମାଳ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବା ବେଳେ […]

ସ୍ତମ୍ଭ 18 Apr 2024 12:40 pm

ହାର୍ଦ୍ଦିକ-ବିରାଟଙ୍କ ଏଣ୍ଟ୍ରି…ଖେଳିବେନି ନୂଆ ଚେହେରା: T-20 ବିଶ୍ୱକପରେ କିଏ ପାଇବେ ସୁଯୋଗ?

ନୂଆଦିଲ୍ଲୀ: ଆଗକୁ ଆସୁଛି ଟି-୨୦ ବିଶ୍ୱକପ-୨୦୨୪ । ଏଥିପାଇଁ ସମସ୍ତ ଦଳ ନିଜ ନିଜର ପ୍ରସ୍ତୁତି କରି ସାରିଲେଣି । ଖୁବଶୀଘ୍ର ପ୍ରତ୍ୟେକ ଦଳ ଘୋଷଣା ମଧ୍ୟ ହୋଇପାରେ । ମେ’ ୧ ତାରିଖ ସୁଦ୍ଧା ୨୦ଟି ଦେଶ ନିଜର ବିଶ୍ୱକପ ଦଳ ଘୋଷଣା ପାଇଁ ସମୟ ଦିଆଯାଇଛି । ତେବେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି ଭାରତୀୟ ଦଳ ଉପରେ । IPLରେ ଟିମ ଇଣ୍ଡିଆର ଅନେକ ଖେଳାଳି ଦମଦାର ପ୍ରଦର୍ଶନ ଜାରି ରଖିଥିବା ବେଳେ […]

ଓଡ଼ିଶା ଭାସ୍କର 18 Apr 2024 12:39 pm

ଶଙ୍ଖ ଛାଡ଼ି ହାତ ଧରିଲେ ସିପ୍ରା: କେନ୍ଦ୍ରାପଡ଼ାରୁ କଂଗ୍ରେସ ଟିକେଟ ପାଇବା ନେଇ ଚର୍ଚ୍ଚା ଆରମ୍ଭ

ଭୁବନେଶ୍ବର: କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡ଼ି ବିଧାୟିକା ସିପ୍ରା ମଲ୍ଲିକ ଗୁରୁବାର କଂଗ୍ରେସରେ ଯୋଗଦେଇଛନ୍ତି। ସେ କଂଗ୍ରେସ ଭବନ ଆସି ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ୫ ବିଧାନସଭା ଆସନ ମଧ୍ୟରୁ ୪ଟି ଆସନ ପାଇଁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇ ସାରିଛି। କିନ୍ତୁ କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ଏପର୍ଯ୍ୟନ୍ତ ବିଜେଡ଼ି, କଂଗ୍ରେସ ଅବା ବିଜେପି ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିଁ। ଏପରିସ୍ଥଳେ […]

ସ୍ତମ୍ଭ 18 Apr 2024 12:38 pm

ବାଇକ୍‌କୁ ଘୋଷାଡ଼ିନେଲା ଟ୍ରକ୍, ଓହଳି ରହିଲେ ଯୁବକ, ବାହାରୁଥିଲା ନିଆଁ; ଦେଖନ୍ତୁ ଛାତିଥରା ଭିଡିଓ

ହାଇଦରାବାଦ: ତେଲଙ୍ଗାନାର ହାଇଦରାବାଦରେ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଜଣେ ଟ୍ରକ୍‌ ଚାଳକଙ୍କୁ ଗିରଫ କରାଯାଇଛି। ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେବାପରେ ପୁଲିସ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଗିରଫ ଟ୍ରକ୍ ଚାଳକଙ୍କ ନାମ ପୃଥ୍ବୀରାଜ ବୋଲି ପୁଲିସ କହିଛି। ଭାଇରାଲ ଭିଡିଓରେ ରାସ୍ତାରେ କ୍ଷୀପ୍ର ଗତିରେ ଯାଉଥିବା ଏକ ଟ୍ରକ୍‌ ତା’ର ଆଗ ଚକରେ ଏକ ବାଇକ୍‌କୁ ଘୋଷାଡ଼ି ନେଉଥିବାବେଳେ ବାଇକ୍‌ ଚାଳକ ଜଣକ ଟ୍ରକ୍‌ରେ ଓହଳିଥିବା ଦେଖିବାକୁ ମିଳିଛି। ପରେ […]

ଜୀବନ୍ତ ସାମାଜିକ | 18 Apr 2024 12:38 pm

ବେଫିକର ବାପା-ମା’! ଭିଡିଓ ଭାଇରାଲ, ସମସ୍ତେ ଗାଳି କରୁଛନ୍ତି

ଘଟଣାଟି ପ୍ରାୟ ୪ ଦିନ ତଳର ବୋଲି ଜଣାପଡ଼ିଛି।

ଓଡ଼ିଶା ସାମ୍ବାଦିକ 18 Apr 2024 12:33 pm

ବଦଳିଗଲା ସିଟ୍ କେତେ ଖୁସି ରୋହିତ ?

ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ସମ୍ବଲପୁରରୁ ଲଢ଼ିବାକୁ ଅନିଚ୍ଛା ପ୍ରକାଶ କରିବା ପରେ ତାଙ୍କୁ ରେଢାଖୋଲ ଓ ସେଠାରେ ପ୍ରାର୍ଥୀ ଥିବା ରୋହିତ ପୂଜାରୀଙ୍କୁ ସମ୍ବଲପୁର ଆସନରୁ ପ୍ରାର୍ଥୀ କରିଛି ଦଳ।

ଓଡ଼ିଶା ସାମ୍ବାଦିକ 18 Apr 2024 12:27 pm

ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରୁଛି ବିଜେଡି: ଲୋକଙ୍କ ମତାମତ ଲୋଡିଲେ ୫ଟି ଅଧ୍ୟକ୍ଷ

ଭୁବନେଶ୍ୱର: ଖୁବଶୀଘ୍ର ପ୍ରକାଶ ପାଇବ ବିଜେଡିର ନିର୍ବାଚନୀ ଇସ୍ତାହାର। ଏହାପୂର୍ବରୁ ଲୋକଙ୍କ ମତାମତ ଲୋଡିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏକ ଭିଡ଼ିଓ ଜାରି କରି ଲୋକଙ୍କ ମତାମତ ମାଗିଛନ୍ତି ୫ଟି ଅଧ୍ୟକ୍ଷ। ଭିଡ଼ିଓରେ ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ସବୁବେଳେ ଗୁରୁତ୍ୱ ଦିଅନ୍ତି। ଏନେଇ ଚଳିତ ଥର ଲୋକଙ୍କ ମତାମତ ଅନୁସାରେ ବିଜେଡି ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବ। ଏସରକାର ଓଡ଼ିଶାବାସୀଙ୍କ ସରକାର। ଏଥିପାଇଁ ବିଜେଡି bjdmanifesto2024@gmail.com ରେ ମତାମତ ଦେବାକୁ ଲୋକଙ୍କୁ […]

ଜୀବନ୍ତ ସାମାଜିକ | 18 Apr 2024 12:27 pm

କଂଗ୍ରେସର ଆଉ ୪ ବିଧାନସଭା ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର : ଗୁରୁବାର କଂଗ୍ରେସର ଆଉ ୪ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀ ମନୋଜ ରଥ, ଭୁବନେଶ୍ୱର ମଧ୍ୟ – ପ୍ରକାଶ ଜେନା, ଭୁବନେଶ୍ୱର ଉତ୍ତର ଅଶୋକ ଦାସ। ଉପରମୁହାଁ ପାରଦ ; ସାଢେ ୧୧ଟାରେ ୪୦ ଟପିଲା ତାପମାତ୍ରା

ଜୀବନ୍ତ ସାମାଜିକ | 18 Apr 2024 12:25 pm

Big Breaking; ଆଉ ୪ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ବିଧାନସଭା ଆସନରେ ଲଢିବେ ନିର୍ବାଚନ

ଭୁବନେଶ୍ୱର: ଆସନ୍ତା ନିର୍ବାଚନରେ ବିଜୟ ପାଇଁ କଂଗ୍ରେସ ଅଣ୍ଟା ଭିଡ଼ିଛି । ବର୍ତ୍ତମାନ କଂଗ୍ରେସ ତରପରୁ ଓଡ଼ିଶାର ଆଉ ୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଏହି ତାଲିକାରେ ଦେବେନ୍ଦ୍ର ସାହୁ, ମନୋଜ ରଥ ପ୍ରମୁଖଙ୍କୁ ପ୍ରାର୍ତୀ ଭାବରେ ମିଳିଛି ନିର୍ବାଚନୀ ଟିକେଟ । ମାହାଙ୍ଗ ନିର୍ବାଚନ ମଣ୍ଡଳୀରୁ ଦେବେନ୍ଦ୍ର ସାହୁଙ୍କୁ ଟିକେଟ ଦେଇଥିବା ବେଳେ କଂଗ୍ରେସ ସତ୍ୟବାଦୀରୁ ମନୋଜ ରକତଙ୍କୁ ପ୍ରାର୍ଥୀ ଟିକେଟ ପ୍ରଦାନ କରିଛି । ସେହିପରି ମଧ୍ୟ […]

ଓଡ଼ିଶା ଭାସ୍କର 18 Apr 2024 12:24 pm

(Video)ଦେଖୁ ଦେଖୁ ପୁରା ସବୁଜ ପାଲଟିଗଲା ଆକାଶ , ଦୁବାଇରୁ ଆସିଲା ମନରେ ଭୟ ସୃଷ୍ଟି କରୁଥିବା ଭିଡିଓ

ନୂଆଦିଲ୍ଲୀ: ଦୁବାଇରେ ଆସିଥିବା ଭୟଙ୍କର ତୋଫାନ ଓ ବନ୍ୟାରେ ସେଠିକାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହାରି ମଧ୍ୟରେ ଏପରି ଭିଡିଓ ସାମ୍ନାକୁ ଆସୁଛି ଯାହା ମନରେ ଭୟ ସଞ୍ଚାର କରୁଛି । ବିଶ୍ୱର ସବୁଠାରୁ ଧନୀ ଓ ଭଲ ସହର ଭାବରେ ପରିଚିତ ଦୁବାଇ ଭୀଷଣ ବର୍ଷାରେ ପୁରା ଜଳମୟ ହୋଇଉଠିଛି ଲାଗୁଛି ଯେପରି ସେଠାରେ ବନ୍ୟା ବୀଭିଷିକା ପ୍ରଳୟ ରଚିଛି । ବର୍ଷା ଏତେ ଭୀଷଣ ଥିଲା ଯେ, ପୁରା ବିମାନ ବନ୍ଦର ଜଳମୟ […]

ଓଡ଼ିଶା ଭାସ୍କର 18 Apr 2024 12:23 pm

ରବି କିଷାନଙ୍କୁ ନିଜ ଝିଅର ବାପା ବୋଲି ଦାବି କରୁଥିବା ମହିଳାଙ୍କ ସମେତ ୬ ଜଣଙ୍କ ନାମରେ ମାମଲା ରୁଜୁ

ଲକ୍ଷ୍ନୌ: ବିଜେପିର ଗୋରଖପୁର ସାଂସଦ ରବି କିଷାନ ଶୁକ୍ଲାଙ୍କୁ ତାଙ୍କ ଝିଅର ପିତା ବୋଲି ଦାବି କରୁଥିବା ଜଣେ ମହିଳାଙ୍କ ସମେତ ୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି ବୋଲି ବୁଧବାର ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି। ରବି କିଷନଙ୍କ ପତ୍ନୀ ପ୍ରୀତି ଶୁକ୍ଲାଙ୍କ ଅଭିଯୋଗ ପରେ ମଙ୍ଗଳବାର ବିଳମ୍ବିତ ରାତିରେ ହଜରତଗଞ୍ଜ ପୁଲିସ ଷ୍ଟେସନରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିବା ସୂଚନା ରହିଛି। ଏଫ୍ଆଇଆରରେ ଅଭିଯୁକ୍ତା ମହିଳା ଅପର୍ଣ୍ଣା ଠାକୁରଙ୍କ ସମେତ ତାଙ୍କ ସ୍ୱାମୀ ରାଜେଶ […]

ସ୍ତମ୍ଭ 18 Apr 2024 12:20 pm

ଉପରମୁହାଁ ପାରଦ ; ସାଢେ ୧୧ଟାରେ ୪୦ ଟପିଲା ତାପମାତ୍ରା

ଭୁବନେଶ୍ୱର : ସାରା ରାଜ୍ୟ ସହ ଟ୍ୱିନ ସିଟିରେ ବଢି ଚାଲିଛି ତାପମାତ୍ରା। କଲବଲ କରୁଛି ତାତି, ବଢୁଛି ତାପମାତ୍ର।। ସାଢେ ୧୧ଟାରେ ୪୦ ଟପିଲା ୪ ସହରର ତାପମାତ୍ରା। ଭୁବନେଶ୍ୱର ତାପମାତ୍ରା ୪୦.୬ ଡିଗ୍ରୀ ରେକର୍ଡ କରାଯାଇଛି। ବାଲେଶ୍ୱର ୪୦.୬, ଚାନ୍ଦବାଲି ଓ ଝାରସୁଗୁଡା ୪୦, ସମ୍ବଲପୁର ୩୯.୭, କେନ୍ଦୁଝର ୩୯, ହୀରାକୁଦ ୩୮.୬ ରେକର୍ଡ କରାଯାଇଛି। ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଜୀବନ୍ତ ସାମାଜିକ | 18 Apr 2024 12:19 pm

୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ବର: କଂଗ୍ରେସ ପକ୍ଷରୁ ଗୁରୁବାର ୪ ବିଧାନସଭା ଆସନ ପାଇଁପ୍ରାର୍ଥୀ ଘୋଷଣା କରାଯାଇଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁଙ୍କୁ ଦଳ ଟିକେଟ ଦେଇଥିବା‌ବେଳେ ସତ୍ୟବାଦୀରୁ ମନୋଜ ରଥଙ୍କୁ ଟିକେଟ ଦେଇଛି। ସେହିପରି ଭୁବନେଶ୍ବର ମଧ୍ୟ ଆସନରୁ ପ୍ରକାଶ ଜେନା ଏବଂ ଭୁବନେଶ୍ବର ଉତ୍ତରରୁ ଅଶୋକ ଦାସଙ୍କୁ ଦଳ ପକ୍ଷରୁ ଟିକେଟ ମିଳିଛି।

ସ୍ତମ୍ଭ 18 Apr 2024 12:18 pm

ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ: ୩ଦିନ ତଳେ କରିଥିଲେ ଆତ୍ମସମର୍ପଣ

କନ୍ଧମାଳ: ଫୁଲବାଣୀ ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକ ଫିରିଙ୍ଗିଆ ଡିମିରିଗୁଡା ଗାଁର ଅଭିରାମ ଦିଗାଲ ବୋଲି ଜଣାପଡିଛି। ବୁଧବାର ହଠାତ୍ ଜେଲରେ ଅଭିରାମଙ୍କ ଦେହ ଅସୁସ୍ଥ ହୋଇପଡିଥିଲା। ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମିଳିଥିବା ସୂଚନା ଅନୁଯାୟୀ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଅଭିରାମଙ୍କ ନାଁରେ ମାମଲା ରହିଥିଲା। ଗତ ୧୫ ତାରିଖରେ ସେ ଆତ୍ମସମର୍ପଣ କରିଥିଲେ। […]

ଜୀବନ୍ତ ସାମାଜିକ | 18 Apr 2024 12:11 pm

5T Chairman Urge People For Suggestions To Incorporation In BJD Election Manifesto

Bhubaneswar: 5T and Nabin Odisha Chairman VK Pandian on Thursday urged the electorate in Odisha to send in their suggestions they wish to be incorporated in the poll manifesto of the Biju Janata Dal (BJD) to the party. Sharing a video on X (formerly Twitter), Pandian said, “Preparations are underway for the BJD election […] The post 5T Chairman Urge People For Suggestions To Incorporation In BJD Election Manifesto appeared first on Pragativadi | Odisha News, Breaking News Odisha, Latest Odisha News .

ପ୍ରଗତିଶୀଳ | 18 Apr 2024 12:00 pm

ବିରି ମାଡ଼ ଦେଖି କୋଳଥ ଚେପା !

କାକଟପୁର ନିର୍ବାଚନମଣ୍ଡଳୀରେ ଏବେ ଗୋଟିଏ ଚର୍ଚ୍ଚା। ସମୀର ଦାସଙ୍କ ଭଳି ସ୍ଥିତି ଏଥର ହେବ ନାହିଁ ତ ? ବିଜେଡି କାହିଁକି ଏଠାରେ ପ୍ରାର୍ଥୀ ଘୋଷଣା କରୁ ନାହିଁ।

ଓଡ଼ିଶା ସାମ୍ବାଦିକ 18 Apr 2024 11:58 am

ଭାରତରେ ବିକ୍ରି ହୋଇଥିବା Baby Cerealରେ ଚିନି ମିଶାଉଛି Nestle, କିନ୍ତୁ ୟୁରୋପ କି ବ୍ରିଟେନରେ ନୁହେଁ : ଷ୍ଟଡୀ

ପିଲାମାନଙ୍କୁ ଦିଆଯାଉଥିବା ନେଷ୍ଟଲେ ପ୍ରଡକ୍ଟଗୁଡ଼ିକ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଆସିଛି । ବିଶ୍ୱର ସର୍ବବୃହତ ଉପଭୋକ୍ତା ସାମଗ୍ରୀ ଏବଂ ଶିଶୁ ଫର୍ମୁଲା ନିର୍ମାତା ନେଷ୍ଟଲେ ଭାରତ ତଥା ଅନ୍ୟାନ୍ୟ ଏସୀୟ ଏବଂ ଆଫ୍ରିକୀୟ ଦେଶରେ ବିକ୍ରି ହେଉଥିବା ଶିଶୁ ଦୁଗ୍ଧ ଏବଂ ଶସ୍ୟ ଉତ୍ପାଦରେ ଚିନି ମିଶାଉଛନ୍ତି ବୋଲି ଏକ ନୂତନ ରିପୋର୍ଟରେ ଦର୍ଶାଯାଇଛି। ସୁଇଜରଲାଣ୍ଡ କମ୍ପାନୀଗୁଡିକ ଉପରେ ନଜର ରଖୁଥିବା ଏକ ୱେବସାଇଟ ‘ପବ୍ଲିକ ଆଇ’ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, […]

ଓଡ଼ିଶା ଭାସ୍କର 18 Apr 2024 11:49 am