ବିହାରର ମୂଳ ନିବାସୀ ମହିଳାଙ୍କୁ ସରକାରୀ ଚାକିରିରେ ୩୫% ସଂରକ୍ଷଣ: ନୀତୀଶ ସରକାରଙ୍କ ବଡ଼ ଘୋଷଣା
ପାଟଣା: ବିହାରରେ ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ମହିଳା ସଶକ୍ତିକରଣ ଦିଗରେ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ରାଜ୍ୟର ମୂଳ ନିବାସୀ ମହିଳାଙ୍କ ପାଇଁ ସମସ୍ତ ସରକାରୀ ଚାକିରି ଓ ପଦବୀରେ ସିଧାସଳଖ ନିଯୁକ୍ତିରେ ୩୫% ସଂରକ୍ଷଣ ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ଏହି ନିଷ୍ପତ୍ତି ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀମଣ୍ଡଳ ବୈଠକରେ ନିଆଯାଇଛି। ମୂଳ ନିବାସୀ ମହିଳାଙ୍କୁ ଅଗ୍ରାଧିକାର: ଏହି ନୂଆ ନୀତି ଅନୁଯାୟୀ, କେବଳ […]
ନାବଳିକାଙ୍କୁ ପ୍ରଥମେ ଅପହରଣ, ପରେ ଟ୍ରେନ୍ରେ ଯିବା ସମୟରେ ତା’ସହ କଲେ ଦୁଷ୍କର୍ମ
ନୂଆଦିଲ୍ଲୀ: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଜଣେ ୧୬ ବର୍ଷୀୟା ଯୁବତୀଙ୍କୁ ଅପହରଣ କରି ନେବା ସମୟରେ ଟ୍ରେନରେ ବଳାତ୍କାର କରିବା ଅଭିଯୋଗରେ ଜଣେ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଯୁବତୀ ଜଣକ ଡୋମ୍ବିଭାଲି ଅଞ୍ଚଳର ମାନପଡ଼ାର ଆଦିଭାଲିର ବାସିନ୍ଦା। କଲ୍ୟାଣସ୍ଥିତ ସରକାରୀ ରେଳବାଇ ପୋଲିସ (ଜିଆରପି) ବରିଷ୍ଠ ପୋଲିସ ଇନ୍ସପେକ୍ଟର ପାନ୍ଧାରୀ କାଣ୍ଡେ ସୋମବାର କହିଛନ୍ତି ଯେ, ୨୦ ବର୍ଷୀୟ ଅଭିଯୁକ୍ତ ଯୁବତୀଙ୍କୁ ଜୁନ୍ ୩୦ ତାରିଖରେ ଟ୍ରେନରେ ଆକୋଲା ନିଆଯାଇଥିଲା ଏବଂ ବାଟରେ ତାଙ୍କ […]
‘ଇଂରାଜୀ ଆସୁନି, ଦେଶରୁ ବାହାରିଯାଅ’, ଭାଇରାଲ ହେଲା ପୋଷ୍ଟ
ଲଣ୍ଡନ: ହିଥ୍ରୋ ବିମାନବନ୍ଦରରେ ଭାରତୀୟ କର୍ମଚାରୀମାନେ ଇଂରାଜୀ ନ କହିବା ଉପରେ ଜଣେ ବ୍ରିଟିଶ ମହିଳା ଲୁସି ହ୍ୱାଇଟ୍ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏହି ବିଷୟରେ ଲେଖି ଏକ ପୋଷ୍ଟ କରିଛନ୍ତି। ସେହି ପୋଷ୍ଟରେ, ସେ ଇଂରାଜୀରେ କହୁନଥିବା କର୍ମଚାରୀମାନଙ୍କୁ ସମାଲୋଚନା କରିଛନ୍ତି। ସେ ଏପରି ମଧ୍ୟ କହିଛନ୍ତି ଯେ ସେହି କର୍ମଚାରୀମାନଙ୍କୁ ବ୍ରିଟେନରୁ ବାହାର କରିଦେବା ଉଚିତ। ବର୍ତ୍ତମାନ ଏହି ପୋଷ୍ଟଟି ଅଧିକ ଭାଇରାଲ ହେଉଛି […]
କବାଡ଼ି ଖେଳାଳିଙ୍କୁ କାମୁଡ଼ି ଦେଲା କୁକୁର ଛୁଆ : ଅବହେଳା ଯୋଗୁଁ ଛଟପଟ ହୋଇ ଚାଲିଗଲା ଜୀବନ , ଭୁକି ଭୁକି ଗଲା ପ୍ରାଣ
କନକ ବ୍ୟୁରୋ : ପଶୁପକ୍ଷୀଙ୍କ ପ୍ରତି କରୁଣା ଭାବ ରଖୁଥିବା ଲୋକଙ୍କ ସମାଜରେ ଭିନ୍ନ ଏକ ନାଁ ରଖାଯାଇଛି ‘Animal Lover’ । ପ୍ରାତଃଭ୍ରମଣରେ ବାହାରିଲା ବେଳେ କେଉଁଠି କୁକୁର ଦେଖିଲେ ବିସ୍କୁଟ ଖାଇବାକୁ ଦେବା ,ପକ୍ଷୀମାନଙ୍କୁ ପାଣି ପିଇବାକୁ ଦେବା ଆଦି ଅନେକ ଭଲ କାମ କରି ସମାଜକୁ କରୁଣାର ବାର୍ତ୍ତା ଦେଇଥା’ନ୍ତି Animal Lover । ବହୁତ ସୁନ୍ଦର କଥା , ଜୀବେ ଦୟା ହିଁ ସମାଜକୁ ସନ୍ତୁଳନର ଆଧାର ଯୋଗାଏ । କିନ୍ତୁ ଏଥିପାଇଁ ସତର୍କ ମଧ୍ୟ ରହିବା ଉଚିତ । ମଣିଷ ଜାଣୁଛି ଯେ ଭୋକିଲା ଉଦରକୁ ଖାଦ୍ୟ ଦେଇ ସେ ପୂଣ୍ୟ ଅର୍ଜନ କରୁଛି କିନ୍ତୁ ପଶୁ ଯଦି ଏହାର ଓଲଟା ବୁଝେ କଥା ସରିଲା । ଆଉ ଏମିତି ହିଁ କିଛି ହୃଦୟ ବିଦାରକ ଘଟଣା ଘଟିଛି ଉତ୍ତରପ୍ରଦେଶରେ । ୟୁପିର ଜଣେ ରାଜ୍ୟସ୍ତରୀୟ କବାଡ଼ି ଖେଳାଳି ବ୍ରିଜେଶ ସୋଲଙ୍କିଙ୍କ ଜୀବନ ଏଥିପାଇଁ ଚାଲିଗଲା କାରଣ ସେ ଗୋଟିଏ କୁକୁର ଛୁଆର ଜୀବନ ବଞ୍ଚାଇଥିଲେ । Rebbis Photograph: (google) କୁକୁର ଛୁଆଟିକୁ ଉଦ୍ଧାର କରୁଥିବା ବେଳେ ତା’ର ନଖ ବ୍ରିଜେଶଙ୍କ ଦେହରେ ବାଜିଯାଇଥିଲା , କିଛି ଗଣମାଧ୍ୟମର ରିପୋର୍ଟ ଅନୁସାରେ କୁନି କୁକୁରଟି ତାଙ୍କୁ କାମୁଡ଼ିଥିଲା । ଆଉ ଏହାକୁ ସାଧାରଣ ଭାବି ବ୍ରିଜେଶ ଚିକିତ୍ସା ମଧ୍ୟ କରାଇନଥିଲେ । ନା ତ ସେ ଘା’କୁ ତୁରନ୍ତ ସଫା କରିଥିଲେ ନା ଡାକ୍ତରଙ୍କୁ ଦେଖାଇଥିଲେ । ସବୁଠୁ ବଡ଼ କଥା ହେଉଛି ସେ Anti-Rabies Injection ମଧ୍ୟ ନେଇନଥିଲେ , ଯାହା ତାଙ୍କ ଜୀବନ ଯିବାର ମୁଖ୍ୟ କାରଣ ହେଲା । ଆରମ୍ଭରୁ ତ କିଛି ଫରକ ଜଣାପଡ଼ିଲା ନାହିଁ କିନ୍ତୁ ସମୟକ୍ରମେ ବ୍ରିଜେଶଙ୍କ ଦେହ ଖରାପ ହେବାକୁ ଲାଗିଲା । ବିଚଳିତ ଲାଗିବା ସହ ପାଣି ଦେଖି ଡରୁଥିଲେ ବ୍ରିଜେଶ । ତା’ପରେ କଥା ହେବା ଏବଂ ଖାଦ୍ୟ-ପାଣି ଢୋକିବାରେ ମଧ୍ୟ ସମସ୍ୟା ଉପୁଜିଲା । ରାବିସର ଗମ୍ଭୀର ଲକ୍ଷଣକୁ ଦେଖି ପରିବାର ତାଙ୍କୁ ହସ୍ପିଟାଲ୍ ନେଇଗଲେ କିନ୍ତୁ ସେତେବେଳକୁ ନେଡ଼ି ଗୋଡ଼ କହୁଣୀକୁ ବୋହି ଯାଇଥିଲା । କୁକୁର ଭଳି ଭୋକିବା ସହ ବ୍ରିଜେଶ ବହୁ କଷ୍ଟରେ ଛଟପଟ ହୋଇ ଜୀବନ ହରାଇଲେ । ରାବିସ୍ ବା ଜଳାନ୍ତକ ଏକ ଘାତକ ସଂକ୍ରମଣ ଯାହା ସାଧାରଣତଃ ସଂକ୍ରମିତ ପଶୁଙ୍କ କାମୁଡ଼ା କିମ୍ବା ଲାଳ ସଂସ୍ପର୍ଶରେ ଆସିବା ଦ୍ୱାରା ହୋଇଥାଏ । ଏହି ରୋଗ ମଣିଷ ଏବଂ ପଶୁ ଉଭୟଙ୍କଠାରେ ଦେଖାଯାଏ ଏବଂ ସମୟାନୁବର୍ତ୍ତୀ ଚିକିତ୍ସା ନ କଲେ ଏହା ପ୍ରାୟ ୧୦୦% ଜୀବନ ଘାତକ ହୋଇଥାଏ । ସାଧାରଣତଃ ରାବିସ୍ ବ୍ୟାପୁଥିବା ପଶୁମାନଙ୍କ ମଧ୍ୟରେ ବୁଲା କୁକୁର ସବୁଠାରୁ ସାଧାରଣ । ଭାରତରେ ପ୍ରତିବର୍ଷ ହଜାର ହଜାର ଲୋକ ରାବିସ୍ କାରଣରୁ ମୃତ୍ୟୁବରଣ କରନ୍ତି, ବିଶେଷ କରି ପିଲାମାନେ । ଏହାର ମୁଖ୍ୟ କାରଣ ହେଉଛି ସୂଚନାର ଅଭାବ । reBbis Photograph: (google) କୁକୁର, ବିଲେଇ, ମାଙ୍କଡ଼, ବାଦୁଡ଼ିଙ୍କ ଭଳି ସଂକ୍ରମିତ ପଶୁର ଲାଳ ଯଦି କୌଣସି କଟା ବା ଆଘାତ ସ୍ଥାନରେ ଲାଗିଯାଏ ତେବେ ଭାଇରସ୍ ଶରୀରରେ ପ୍ରବେଶ କରିପାରେ । ପାଟି, ଆଖି କିମ୍ବା ନାକର ଝିଲ୍ଲୀ ଉପରେ ସଂକ୍ରମିତ ଲାଳ ଲାଗିଲେ ମଧ୍ୟ ସଂକ୍ରମଣ ବ୍ୟାପିପାରେ । ଏହାର ଲକ୍ଷଣ ସାଧାରଣତଃ କାମୁଡ଼ିବାର ୧ ରୁ ୩ ମାସ ପରେ ଦେଖାଯାଏ କିନ୍ତୁ ବେଳେବେଳେ ଏହା କିଛି ଦିନ ମଧ୍ୟରେ ଦେଖାଯାଇପାରେ । ଏହାର ପ୍ରାରମ୍ଭିକ ଲକ୍ଷଣ ହେଉଛି ଜ୍ୱର ଏବଂ ଥକାପଣ, ମୁଣ୍ଡବିନ୍ଧା, କାମୁଡ଼ା ଯାଇଥିବା ସ୍ଥାନରେ ଜ୍ୱଳନ, ଯନ୍ତ୍ରଣା କିମ୍ବା ଝିମ୍ ଝିମ୍ ଲାଗିବା । ଏହାର ଗୁରୁତର ଲକ୍ଷଣକୁ ଯଦି ଚିହ୍ନିବାକୁ ଚେଷ୍ଟା କରିବେ ତେବେ ପାଣି,ପବନକୁ ଡର ଲାଗିବା,ବ୍ୟସ୍ତତା ଏବଂ ମାନସିକ ଦ୍ୱନ୍ଦ୍ୱ କାରଣରୁ ଅତ୍ୟଧିକ ଲାଳ ବାହାରିବା ଏବଂ କଥା କହିବାରେ ଅସୁବିଧା ହେବା । ବାତ ମାରିବା , ପକ୍ଷାଘାତ , କୋମା ଏବଂ ଶେଷରେ ମୃତ୍ୟୁ ଦେଇଦିଏ ଏହି ଜଳାନ୍ତକ ରୋଗ । ତେବେ ପୋଷା ପଶୁମାନଙ୍କୁ ନିୟମିତ ଟୀକାକରଣ କରିବା , ବୁଲା ପଶୁମାନଙ୍କଠାରୁ ଦୂରତା ବଜାୟ ରଖିବା ଏବଂ ହଇରାଣ ନ କରିବା ଦ୍ବାରା ଜଳାନ୍ତକରୁ ଆପଣ ଦୂରେଇ ରହିପାରିବେ । ଖାସ୍ କରି ପିଲାମାନଙ୍କୁ ଅଜଣା ପଶୁମାନଙ୍କଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଅନ୍ତୁ । ଯଦି କୁକୁର କିମ୍ବା ଅନ୍ୟ କୌଣସି ପଶୁ କାମୁଡ଼ି ଦେଇଛି ତେବେ କାମୁଡ଼ିବା କ୍ଷତକୁ ତୁରନ୍ତ ୧୫ ମିନିଟ୍ ପର୍ଯ୍ୟନ୍ତ ସାବୁନ୍ ଏବଂ ପାଣିରେ ଧୁଅନ୍ତୁ । ଆଘାତ ସ୍ଥାନରେ ଆଣ୍ଟିସେପ୍ଟିକ୍ ଲଗାନ୍ତୁ । ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ Anti-rabies vaccine (ARV) ଲଗାଇବା ଆରମ୍ଭ କରନ୍ତୁ । କାମୁଡ଼ିବା ପରେ ଟୀକା ଯେତେ ଶୀଘ୍ର ଲାଗିବ ଏହା ସେତେ ଅଧିକ ପ୍ରଭାବଶାଳୀ ହେବ ।
ବଲରାମପୁର: ଉତ୍ତର ପ୍ରଦେଶର ବଲରାମପୁର ଜିଲ୍ଲାରେ ଅବୈଧ ଧର୍ମାନ୍ତରଣ ରାକେଟର ମୁଖ୍ୟ ଅଭିଯୁକ୍ତ ଜମାଲୁଦ୍ଦୀନ ଉର୍ଫ ଛାଙ୍ଗୁର ବାବାଙ୍କ ଆଲିଶାନ କୋଠି ଉପରେ ମଙ୍ଗଳବାର (ଜୁଲାଇ ୮, ୨୦୨୫) ପ୍ରଶାସନ ବୁଲଡୋଜର ଚଳାଇଛି। ଏହି କୋଠି ଅବୈଧ ଭାବେ ସରକାରୀ ଜମିରେ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି। ପ୍ରଶାସନ ସୋମବାର ସନ୍ଧ୍ୟାରେ ଏହି କୋଠି ଉପରେ ବେଦଖଲ ନୋଟିସ ଚସ୍ପା କରି ସାତ ଦିନ ମଧ୍ୟରେ ଅତିକ୍ରମଣ ହଟାଇବାକୁ ଚେତାବନୀ ଦେଇଥିଲା। ମଙ୍ଗଳବାର ସକାଳେ ତିନୋଟି ବୁଲଡୋଜର […]
Lord Jagannath : ଶ୍ରୀଜିଉଙ୍କ ପାଇଁ ତିଆରି ହେବ ନୂଆ ଅଳଙ୍କାର, ଭକ୍ତ ଦେଲେ ଗ୍ରହଣ କରିବ ପ୍ରଶାସନ
କନକ ବ୍ୟୁରୋ: ଶ୍ରୀଜିଉ ପିନ୍ଧିବେ ନୂଆ ଅଳଙ୍କାର । ଆଗାମୀ ଦିନରେ ସୁନାବେଶରେ ଲାଗିବ ନୂଆ ଅଳଙ୍କାର । ରତ୍ନଭଣ୍ଡାରରେ କୌଣସି ଅଳଙ୍କାର ଏଥିରେ ବ୍ୟବହାର ହେବ ନାହିଁ । ସରକାର ଏ ନେଇ ବ୍ୟବସ୍ଥା କରିବେ । ଭକ୍ତମାନଙ୍କୁ ବି ସ୍ଵର୍ଣ୍ଣ ଦାନ ପାଇଁ ଅନୁରୋଧ କରାଯିବ । ଶ୍ରୀପୟରର କିଛି ଅଂଶ ଦବି ଯାଇଛି ବୋଲି ସେବାୟତ କହୁଛନ୍ତି । କିଛି ଅଳଙ୍କାର ପତଳା ହୋଇଗଲାଣି, କିଛି ଅଳଙ୍କାର ଦବିଗଲାଣି ବୋଲି ସେବାୟତ ଜଣାଇଛନ୍ତି । ନିକଟରେ ଛତିଶା ନିଯୋଗ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆଉ ଗୋଟେ ଅଳଙ୍କାର ସେଟ୍ ପାଇଁ ଅନୁରୋଧ କରାଯାଇଥିଲା । ଠାକୁରଙ୍କ ଇଚ୍ଛା ଥିଲେ ନୂଆ ଅଳଙ୍କାର ହୋଇପାରିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ତେବେ ଅନେକ ଦିନ ହେଲାଣି ଠାକୁରଙ୍କ ଅଳଙ୍କାର ତିଆରି କରିବାକୁ ଦାବି ହୋଇଥିଲା । ଆଉ ସେହି ଦାବିକୁ ସରକାର ଗ୍ରହଣ କରିଥିବା ଚର୍ଚ୍ଚା ହେଉଛି । ସେପଟେ, ଚଳିତ ରଥଯାତ୍ରାରେ ଯେଭଳି ବିଶୃଙ୍ଖଳା ଦେଖାଗଲା ଓ ୩ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଲା ତାହାକୁ ନେଇ ରାଜ୍ୟ ସରକାର ରାଜ୍ୟ ତଥା ରାଜ୍ୟ ବାହାରେ ବେଶ ସମାଲୋଚନାର ଶିକାର ହୋଇଛନ୍ତି । ଅତ୍ୟଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୋଷ ଦେଇଥିଲେ ସରକାର । ହେଲେ ଆଉ ଏହା ଉପରେ ସରକାର ରିସ୍କ ନେବାକୁ ଚାହୁନାହାନ୍ତି । ଆସନ୍ତା ବର୍ଷଠାରୁ କିଭଳି ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଦର୍ଶନ କରିପାରିବେ ଏବଂ ପାଖାପାଖି ୨୫ ଲକ୍ଷ ଶ୍ରଦ୍ଧାଳୁ ଆସିଲେ ବି ଯେଭଳି ଶୃଙ୍ଖଳିତ ଦର୍ଶନ ହୋଇପାରିବ ସେନେଇ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ପୂର୍ତ୍ତ ତଥା ଆଇନ ମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା । କିନ୍ତୁ ସରକାର ଆକଳନ କରିଛନ୍ତି ଆସନ୍ତା ବର୍ଷରେ ଏହି ସଂଖ୍ୟା ଆହୁରି ବଢିବ । ଯାହାକୁ ଦୃଷ୍ଟିରେ ରଖି ୨୫ ଲକ୍ଷ ଭକ୍ତ ପୁରୀ ଆସି କେମିତି ଶୃଙ୍ଖଳିତ ଦର୍ଶନ କରି ଫେରିବେ ସେ ନେଇ ଯୋଜନା କରାଯାଉଛି । ଆସନ୍ତା ୨୦ ବର୍ଷକୁ ଆଖି ଆଗରେ ରଖି ଏହି ରୂପରେଖ ପ୍ରସ୍ତୁତ କରାଯାଉଛି । ଟ୍ରାଫିକ ପରିଚାଳନା, ଭିଡ଼ ନିୟନ୍ତ୍ରଣ, ପାର୍କିଂ, ରାସ୍ତା ସମ୍ପ୍ରସାରଣ ସହ ନୂଆ ରାସ୍ତା ନିର୍ମାଣ ପାଇଁ ଯୋଜନା କରାଯାଇଛି । ଖାଲି ଏତିକି ନୁହେଁ ବରଂ ଆସନ୍ତାମାସ ରତ୍ନଭଣ୍ଡାରରେ କେତେ ସୁନା ଅଛି ତାହା ଗଣତି ହେବ । ଏହାରି ଭିତରେ ରତ୍ନଭଣ୍ଡାର ମରାମତି କାମ ସରିଛି । ଖୁବଶୀଘ୍ର ଗଣତି ମଣତି ହେବ ବୋଲି ମନ୍ତ୍ରୀ କହିଛନ୍ତି । ଅଗଷ୍ଟ ମାସରେ ଗଣତି ମଣତି ହେବା ସମ୍ଭାବନା ରହିଛି । ଉଚ୍ଚସ୍ତରୀୟ କମିଟି ବୈଠକରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ହେବ । ଦୁଇଜଣ ଏକ୍ସପର୍ଟ ଦେବାକୁ ଆରବିଆଇକୁ ଚିଠି ଲେଖାଯିବ । ଯେଉଁମାନେ ସୋମନାଥ ମନ୍ଦିର ଓ ବିଭିନ୍ନ ବଡମନ୍ଦିରରେ ଅଳଙ୍କାର ଗଣତିରେ ଅଭିଜ୍ଞତା ରଖିଥିବେ ସେମାନଙ୍କୁ ଦାୟିତ୍ବ ମିଳିବ । ରତ୍ନ ଅଳଙ୍କାର ରଖିବା ପାଇଁ ନୂଆ ସିନ୍ଦୁକ ପ୍ରସ୍ତୁତ କରାଯାଇଛି । ଅଭିଜ୍ଞ ବଣିଆ ଚିହ୍ନଟ କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ମାତ୍ର ୧୨୧ ଟଙ୍କା ନିବେଶ କଲେ, ଝିଅର ବିବାହ ସମୟରେ ମିଳିବ ୨୭ ଲକ୍ଷ!
ନୂଆଦିଲ୍ଲୀ: ଝିଅର ପାଠପଢା ଏବଂ ବିବାହ ସ୍ୱାପ୍ନକୁ ପୂରଣ କରିବା ପାଇଁ ଏବେଠାରୁ ନିବେଶ କରିବା ନିହାତି ଆବଶ୍ୟକ। ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି)ର କନ୍ୟାଦାନ ପଲିସି ମାଧ୍ୟମରେ ଆପଣ ଦୈନିକ ୧୨୧ ଟଙ୍କାର ନିବେଶରେ ୨୭ ଲକ୍ଷ ପର୍ଯ୍ୟନ୍ତ ଫଣ୍ଡ କରିପାରିବେ। ଏହି ସ୍କିମ ଖାସକରି ଝିଅମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଲାଗି ଡିଜାଇନ କରାଯାଇଛି। କନ୍ୟାଦାନ ପଲିସି: ଏହି ଏଲଆଇସି ଏକ ଲୋକପ୍ରିୟ ଏଣ୍ଡୋମେଣ୍ଟ ପଲିସି, ଯାହା ସଞ୍ଚୟ ଏବଂ ବୀମାର ଭଲ ସଂଯୋଜନ। […]
ରଥଯାତ୍ରାରେ ଅଘଟଣ ପରେ ଚେତିଲେ ସରକାର, ୨୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ପାଇଁ ପ୍ରସ୍ତୁତ ହେବ ଯୋଜନା
କନକ ବ୍ୟୁରୋ : ଚଳିତ ରଥଯାତ୍ରାରେ ଯେଭଳି ବିଶୃଙ୍ଖଳା ଦେଖାଗଲା ଓ ୩ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଲା ତାହାକୁ ନେଇ ରାଜ୍ୟ ସରକାର ରାଜ୍ୟ ତଥା ରାଜ୍ୟ ବାହାରେ ବେସ୍ ସମାଲୋଚନାର ଶିକାର ହୋଇଛନ୍ତି । ସରକାର ଏହାର କାରଣ ଭାବେ ଅତ୍ୟାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୋଷ ଦେଇଥିଲେ । ହେଲେ ଆଉ ଏହା ଉପରେ ସରକାର ରିସ୍କ ନେବାକୁ ଚାହୁନାହାଁନ୍ତି । ଆସନ୍ତା ବର୍ଷ ଠାରୁ କିଭଳି ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଦର୍ଶନ କରିପାରିବେ, ଏଭଳି କି ୨୫ ଲକ୍ଷ ଶ୍ରଦ୍ଧାଳୁ ଆସିଲେ ବି ଯେଭଳି ଶୃଙ୍ଖଳିତ ଦର୍ଶନ ହୋଇପାରିବ ସେନେଇ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ଏ ନେଇ ପୂର୍ତ୍ତ ତଥା ଆଇନ ମନ୍ତ୍ରୀ କହିଛନ୍ତି ଚଳିତ ବର୍ଷ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା, କିନ୍ତୁ ସରକାର ଆକଳନ କରିଛନ୍ତି ଆସନ୍ତା ବର୍ଷ ମାନଙ୍କରେ ଏହି ସଂଖ୍ୟା ଆହୁରି ବଢିବ । ଯାହାକୁ ଦୃଷ୍ଟିରେ ରଖି ୨୫ ଲକ୍ଷ ଭକ୍ତ ପୁରୀ ଆସି କେମିତି ଶୃଙ୍ଖଳିତ ଦର୍ଶନ କରି ଫେରିବେ ସେ ନେଇ ଯୋଜନା କରାଯାଉଛି । ଆସନ୍ତା ୨୦ ବର୍ଷକୁ ଆଖି ଆଗରେ ରଖି ଏହି ରୁପ ରେଖ ପ୍ରସ୍ତୁତ କରାଯାଉଛି । ଟ୍ରାଫିକ ପରିଚାଳନା, ଭିଡ଼ ନିୟନ୍ତ୍ରଣ, ପାର୍କିଂ, ରାସ୍ତା ପ୍ରସ୍ତତିକରଣ ସହ ନୂଆ ରାସ୍ତା ନିର୍ମାଣ ପାଇଁ ଯୋଜନା କରାଯାଇଛି ।
ସରିଲା ରତ୍ନଭଣ୍ଡାର ମରାମତି : ଖୁବଶୀଘ୍ର ହେବ ଗଣତି ମଣତି
କନକବ୍ୟୁରୋ : ସରିଲା ରତ୍ନଭଣ୍ଡାର ମରାମତି । ଖୁବଶୀଘ୍ର ହେବ ଗଣତି ମଣତି । ଏ ନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଅଗଷ୍ଟ ମାସରେ ଗଣତି ମଣତି ହେବା ସମ୍ଭାବନା । ଉଚ୍ଚସ୍ତରୀୟ କମିଟି ବୈଠକରେ ହେବ ଚୁଡାନ୍ତ ନିଷ୍ପତ୍ତି । ଦୁଇ ଜଣ ଏକ୍ସପର୍ଟ ଦେବାକୁ ଆରବିଆଇ କୁ ଚିଠି ଲେଖାଯିବ । ଯେଉଁ ମାନେ ସୋମନାଥ ମନ୍ଦିର ଓ ବିଭିନ୍ନ ବଡ ମନ୍ଦିରରେ ଅଳଙ୍କାର ଗଣତିରେ ସେମାନଙ୍କର ଅଭିଜ୍ଞତା ଥିବ । ରତ୍ନ ଅଳଙ୍କାର ରଖିବା ପାଈଁ ନୂଆ ସିନ୍ଦୁକ ପ୍ରସ୍ତୁତ କରାଯାଇଛି । ଅଭିଜ୍ଞ ବଣିଆ ଚିହ୍ନଟ କରାଯିବ । ରତ୍ନଭଣ୍ଡାର ମରାମତି ପରେ ଶତାଧିକ ବର୍ଷ ସ୍ଥାୟୀତ୍ବ ରହିବ । ରତ୍ନଭଣ୍ଡାର ମରାମତି ପରେ ASI ଶ୍ରୀମନ୍ଦିର ପ୍ରଶାସନ କୁ ହସ୍ତାନ୍ତର କରି ସାରିଛି । ସୂଚନା ଅନୁଯାୟୀ ନୀଳାଦ୍ରିବିଜେ ପୂର୍ବରୁ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଶେଷହୋଇଛି । ମହାପ୍ରଭୁଙ୍କ କୃପାରୁ ଏହା ସମ୍ଭବ ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ଭିତର ଓ ବାହାର ରତ୍ନଭଣ୍ଡାରରେ ତିନିଟି ଲେଖାଏଁ ତାଲା ପକାଯାଇ ଜଉମୁଦ କରାଯାଇଛି। ଚାବିଗୁଡ଼ିକୁ ଉପଯୁକ୍ତ ସ୍ଥାନରେ ରଖାଯାଇଛି। ରତ୍ନଭଣ୍ଡାର ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଅତି କମ୍ରେ ଏହା ୨ଶହ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରହିବ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ସ୍ୱତନ୍ତ୍ର ମାର୍ଗଦର୍ଶିକା ଅନୁଯାୟୀ ଅସ୍ଥାୟୀ ଖଟ ଓ ଫୁଲ ଶେଯ ଘରେ ରହିଥିବା ରତ୍ନ ଅଳଙ୍କାର ରତ୍ନଭଣ୍ଡାରକୁ ଅଣାଯିବ ବୋଲି ଡ. ପାଢ଼ୀ ସୂଚନା ଦେଇଛନ୍ତି । ମହାପ୍ରଭୁଙ୍କ ନୀତିକାନ୍ତି କିମ୍ବା ଦର୍ଶନ ବ୍ୟାଘାତ ନକରି କାମ କରାଯାଇଛି । ଅନେକ ଦିନ ୧୬ରୁ ୧୭ ଘଣ୍ଟା କାମ ହୋଇଛି। ଏହା ଆମପାଇଁ ଏକ ଗର୍ବର ବିଷୟ ବୋଲି ସେ କହିଛନ୍ତି। ୨୦୨୪ ଜୁଲାଇ ୧୪ରେ ରତ୍ନଭଣ୍ଡାର ଖୋଲାଯାଇଥିଲା। ଏହାର ମରାମତି ପାଇଁ ସରକାରଙ୍କ ଠାରୁ ଅନୁମତି ଓ ସ୍ବତନ୍ତ୍ର ମାର୍ଗଦର୍ଶିକା ଆସିଥିଲା। ଅସ୍ଥାୟୀ ଖଟ ଓ ଫୁଲଶେଯ ଘରକୁ ଷ୍ଟ୍ରଙ୍ଗ୍ରୁମ୍ କରାଯାଇଥିଲା । ଏସ୍ଓପି ଆଧାରରେ ଅଗଷ୍ଟ ୨୩ ତାରିଖରେ ଅସ୍ଥାୟୀ ଖଟ ଓ ଫୁଲଶେଯ ଘରକୁ ଅଳଙ୍କାର ସବୁକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରଥମେ ବାହାର ରତ୍ନଭଣ୍ଡାରର ସମସ୍ତ ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା। ସେପ୍ଟେମ୍ବର୨୪ ତାରିଖରେ ଏଏସ୍ଆଇର ସ୍ୱତନ୍ତ୍ର ଟିମ୍ ରତ୍ନଭଣ୍ଡାର ଅନୁଧ୍ୟାନ କରିଥିଲା। ଡିସେମ୍ବର ୧୭ ତାରିଖରୁ ବିଧିବଦ୍ଧ ଭାବରେ କାମ ଆରମ୍ଭ ହୋଇଥିଲା । ତେବେ ସ୍ବତନ୍ତ୍ର ନୀତି ପାଇଁ ଏପ୍ରିଲ ୨୮ରୁ ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ମରାମତି ବନ୍ଦ ରଖାଯାଇଥିଲା। ମହାପ୍ରଭୁ ଆଡ଼ପମଣ୍ଡପ ବିଜେ କରିବା ପରେ ପୁଣି ଥରେ କାମ ଆରମ୍ଭ ହୋଇ ଆଜି ଶେଷ ହୋଇଛି ।
ତାମିଲନାଡୁରେ ମର୍ମନ୍ତୁଦ ଦୁର୍ଘଟଣା, ସ୍କୁଲ ଭ୍ୟାନକୁ ଟ୍ରେନ ଧକ୍କା ଦେଲା: ଘଟଣା ସ୍ଥଳରେ ୨ ଛାତ୍ରଙ୍କ ମୃତ୍ୟୁ
କଡ଼ଲୋର: ତାମିଲନାଡୁର କଡ଼ଲୋର ଜିଲ୍ଲାର ସେମ୍ମଙ୍କୁପ୍ପମ ନିକଟରେ ମଙ୍ଗଳବାର ସକାଳେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏକ ସ୍କୁଲ ଭ୍ୟାନ ରେଳ ଟ୍ରାକ ଅତିକ୍ରମ କରୁଥିବା ସମୟରେ ଏକ ଦ୍ରୁତଗାମୀ ଟ୍ରେନ ସହ ଧକ୍କା ହେବାରୁ ଦୁଇ ଛାତ୍ରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ କିଛି ଛାତ୍ର ଆହତ ହୋଇଥିବା ଜଣାପଡ଼ିଛି। ପ୍ରାଥମିକ ତଦନ୍ତ ଅନୁଯାୟୀ, ସ୍କୁଲ ଭ୍ୟାନଟି ଏକ ଅଣ-ଇଣ୍ଟରଲକ୍ ରେଳ କ୍ରସିଂ ଗେଟ (ଲେଭେଲ କ୍ରସିଂ ଗେଟ ନଂ. ୧୭୦) ଅତିକ୍ରମ […]
ଅନୁରାଧାରୁ ବାହାରି ଜ୍ୟେଷ୍ଠା ନକ୍ଷତ୍ରରେ ପ୍ରବେଶ କଲେ ଚନ୍ଦ୍ରମା, ଏହି ୩ ରାଶିମାନଙ୍କୁ ମିଳିବ ସଫଳତା
ଓଡ଼ିଶା ଭାସ୍କର: ଚନ୍ଦ୍ର ଦେବ ବିଛା ରାଶିରେ ରହି ଅନୁରାଧା ନକ୍ଷତ୍ରରୁ ବାହାରି ଜ୍ୟେଷ୍ଠା ନକ୍ଷତ୍ରରେ ଗୋଚର କରିଛନ୍ତି। ଆଜି ଦ୍ୱିପ୍ରହର ୧ଟା ୧୧ ମିନିଟରେ ଚନ୍ଦ୍ରଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ୯ ଜୁଲାଇ ୨୦୨୫ର ଭୋର ୩ଟା ୧୪ ମିନିଟ ଯାଏଁ ଚନ୍ଦ୍ର ଦେବ ଜ୍ୟେଷ୍ଠା ନକ୍ଷତ୍ରରେ ରହିବେ। ୯ ଜୁଲାଇ, ବୁଧବାର ଦିନ ଚନ୍ଦ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ସହ ରାଶି ଗୋଚର ମଧ୍ୟ କରିବେ। ଆସନ୍ତା କାଲି ଚନ୍ଦ୍ର ଦେବ ଧନୁ […]
ଆସନ୍ତା କାଲି ଟ୍ରେଡ୍ ୟୁନିୟନ ଡାକରାରେ ଭାରତ ବନ୍ଦ । ଜାଣନ୍ତୁ କାହିଁକି ଏ ଷ୍ଟ୍ରାଇକ୍ ଓ କ'ଣ ଖୋଲା, କ'ଣ ବନ୍ଦ
କନକ ବ୍ୟୁରୋ : ଜୁଲାଇ ୯ ତାରିଖ ଅର୍ଥାତ ଆସନ୍ତା କାଲି ଭାରତ ବନ୍ଦର ଡାକରା ଦେଇଛି ମିଳିତ ଟ୍ରେଡ୍ ୟୁନିୟନ । ତେଣୁ ଏହି ଷ୍ଟ୍ରାଇକକୁ ନେଇ ପ୍ରଥମେ ଜାଣିବା ଆସନ୍ତା କାଲି କ'ଣ ଖୋଲା ରହିବ ଓ କ'ଣ ବନ୍ଦ ରହିବ । ଏହି ଷ୍ଟ୍ରାଇକରେ ଆସନ୍ତା କାଲି ଦେଶର ସମସ୍ତ ଘରୋଇ ଓ ଜାତୀୟକରଣ ବ୍ୟାଙ୍କ ବନ୍ଦ ରହିବ । କାରଣ ବ୍ୟାଙ୍କ କର୍ମଚାରୀମାନେ ଏହି ଷ୍ଟ୍ରାଇକରେ ସାମିଲ ହେଉଛନ୍ତି । ଦେଶର ୧୦ ଟି ପ୍ରମୁଖ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଏହି ବନ୍ଦ ଡାକରା ଦେଇଥିବାରୁ ସେମାନଙ୍କ ସହଯୋଗୀ ସଂଗଠନ ବ୍ୟାଙ୍କ, ବୀମା, ପୋଷ୍ଟାଲ, କୋଇଲା ମାଇନ୍ସ, ହାଇୱେ କର୍ମଚାରୀ ସଂଘ, ନିର୍ମାଣ ସଂଗଠନ, ପରିବହନ ସଂଗଠନ ପ୍ରମୁଖ ଏହି ଷ୍ଟ୍ରାଇକରେ ସାମିଲ ହେବାକୁ ସହମତି ପ୍ରକାଶ କରିଛନ୍ତି । ଜାଣିବା କାହିଁକି ଏ ଆନ୍ଦୋଳନ ? ସରକାରଙ୍କ ଶ୍ରମିକ କର୍ମଚାରୀ ମାରଣ ନୀତି ବିରୋଧରେ ଟ୍ରେଡ ୟୁନିୟନ ଏହି ବନ୍ଦ ଡାକରା ଦେଇଛି । ଟ୍ରେଡ୍ ୟୁନିୟନଗୁଡିକର ଅଭିଯୋଗ ରହିଛି କି, କେନ୍ଦ୍ର ସରକାର ଦେଶରେ ଶ୍ରମିକମାନଙ୍କ ଅଧିକାରକୁ ଗୌଣ କରି ବିଶେଷ ଲାଭ କର୍ପୋରେଟ ହାଉସ ଓ ପୁଞ୍ଜିପତିମାନଙ୍କୁ ଲାଭ ଦେଉଛନ୍ତି । ବିଶେଷ କରି କେନ୍ଦ୍ର ସରକାର ଆଣିଥିବା ୪ଟି ଶ୍ରମିକ ବିରୋଧୀ ଶ୍ରମ କୋଡକୁ ବାତିଲ କରିବାକୁ ସଂଗଠନ ଦାବି କରିଛି । କେବଳ ଶ୍ରମିକ ଓ କର୍ମଚାରୀ ନୁହଁନ୍ତି ଏହି ଷ୍ଟ୍ରାଇକରେ କୃଷକ ଓ ଶ୍ରମିକମାନେ ମଧ୍ୟ ସାମିଲ ହେବେ । ଅନୁମାନ କରାଯାଉଛି କି, ଦେଶରେ ୩୦ ରୁ ୩୫ କୋଟି କର୍ମଚାରୀ ଏହି ଆନ୍ଦୋଳନକୁ ସମର୍ଥନ କରି ଆସନ୍ତା କାଲି ରାଜରାସ୍ତାକୁ ଓହ୍ଲାଇବେ । କେଉଁ କେଉଁ ସେକ୍ଟର ପ୍ରଭାବିତ ହେବ ଆସନ୍ତା କାଲି ହେବାକୁ ଥିବା ଷ୍ଟ୍ରାଇକରେ ଅନେକ ସେକ୍ଟର ପ୍ରଭାବିତ ହେବ । ଯେମିତି କି, ବ୍ୟାଙ୍କିଙ୍ଗ୍ ଓ ଫାଇନାନ୍ସ ସେକ୍ଟର, ଡାକ ବିଭାଗ, କୋଲ୍ ମାଇନ୍ସ ଓ ଫ୍ୟାକ୍ଟ୍ରି, ପରିବହନ । ଏପର୍ଯ୍ୟନ୍ତ ମିଳିଥିବା ସୂଚନା ମୁତାବକ ସ୍କୁଲ, କଲେଜ, ସରକାରୀ ଅଫିସ, ବସ୍, ରେଳ ସେବା, ବିମାନ ସେବା, ବଜାର, ମେଡିକାଲ ଭଳି ଜରୁରୀ ସେବା ଖୋଲା ରହିପାରେ ।
ଏବେ ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିବ କି ଇଂଲଣ୍ଡ? ଲର୍ଡସ ଟେଷ୍ଟ ପିଚ୍କୁ ନେଇ ଆସିଲା ଆଶ୍ଚର୍ଯ୍ୟଜନକ ପ୍ଲାନିଂ
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ଟିକିଆ ମ୍ୟାଚର ଟେଷ୍ଟ ସିରିଜର ତୃତୀୟ ମୁକାବିଲା ୧୦ ଜୁଲାଇରୁ ଲର୍ଡସ ମଇଦାନରେ ଖେଳାଯିବ। ଦ୍ୱିତୀୟ ମୁକାବିଲାରେ ଭାରତୀୟ ଦଳ ୩୩୬ ରନରେ ବିଜୟ ହାସଲ କରିଛି। ଏଜବେଷ୍ଟନ ଟେଷ୍ଟରେ ହାରିବା ପରେ ଇଂଲଣ୍ଡ ଟିମର କ୍ୟାପ୍ଟେନ ବେନ ଷ୍ଟୋକ୍ସ ପିଚକୁ ନେଇ ବିବୃତ୍ତି ଦେଇଥିଲେ ଯେ, ଟିମ ଇଣ୍ଡିଆ ପାଇଁ ଅଧିକ ସୁବିଧାଜନକ ଥିଲା। ସେହିପରି ବର୍ତ୍ତମାନ ଲର୍ଡସରେ ହେବାକୁ ଥିବା ମ୍ୟାଚରେ ଇଂଲଣ୍ଡର ଟିମ ପିଚ୍କୁ ନେଇ […]
ଗିରଫ ହେଲା ସିରିଏଲ ଦୁଷ୍କର୍ମକାରୀ, 5 ରୁ 10 ବର୍ଷ ବୟସର ଝିଅମାନଙ୍କୁ କରୁଥିଲା ଟାର୍ଗେଟ
ଉତ୍ତରପ୍ରଦେଶ: ଗିରଫ ହେଲା ସିରିଏଲ ଦୁଷ୍କର୍ମକାରୀ। 5 ରୁ 10 ବର୍ଷ ବୟସର ଝିଅମାନଙ୍କୁ କରୁଥିଲା ଟାର୍ଗେଟ। ୟୁପିର ବହରାଇଚରେ ଜଣେ ସିରିଏଲ୍ ବଳାତ୍କାରୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ 5 ରୁ 10 ବର୍ଷ ବୟସର ଝିଅମାନଙ୍କୁ ଟାର୍ଗେଟ କରି ରାତିର ଅନ୍ଧାରରେ ସେମାନଙ୍କୁ ଘରୁ ଉଠାଇ ନେଉଥିଲା। ତା’ପରେ ସେ ସେମାନଙ୍କ ସହିତ ବଳାତ୍କାର କରୁଥିଲା। ବଲାତ୍କାରୀ ଜଣଙ୍କ ଗୋଟିଏ ମାସରେ 4 ଜଣ ଝିଅଙ୍କୁ ବଳାତ୍କାର କରିଥିଲେ। ସେ ଜୁନ୍ 3 ତାରିଖରେ […]
ସର୍ବାଧିକ ଆୟକାରୀ ଓଡ଼ିଆ ଚଳଚ୍ଚିତ୍ର 'ବୋଉ ବୁଟ୍ଟୁ ଭୁତ'
କନକବ୍ୟୁରୋ : ଓଲିଉଡ଼ ସୁପରଷ୍ଟାର ବାବୁସାନ୍ ମହାନ୍ତିଙ୍କ ଅଭିନୀତ ବୋଉ ବୁଟ୍ଟୁ ଭୁତ' ବକ୍ସ ଅଫିସରେ ଚହଳ ସୃଷ୍ଟି କରିଛି । ଏହା ସର୍ବାଧିକ ଆୟକାରୀ ଓଡ଼ିଆ ଚଳଚ୍ଚିତ୍ର ପାଲଟିଛି । ଏହି ହରର୍ କମେଡି ଚଳଚ୍ଚିତ୍ରଟି ୨୦୨୫ର ସବୁଠାରୁ ଲାଭଦାୟକ ଚଳଚ୍ଚିତ୍ର ହୋଇଛି । ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ଦର୍ଶକଙ୍କ ମନରେ ଉତ୍କଷ୍ଠ ବଢିବାରେ ଲାଗିଛି । ଫିଲ୍ଲକୁ ଦର୍ଶକଙ୍କ ଅଧିକ ମାତ୍ରାରେ ଭଲପାଇବା ଦେବା ସହ କାହାଣୀକୁ ଲୋକ ଅଧିକ ପସନ୍ଦ କରିଛନ୍ତି ଯାହା ବର୍ତ୍ତମାନ ସମସ୍ତଙ୍କର ପସନ୍ଦ ପାଲଟିଛି । ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି ଭିକି କୌଶଳଙ୍କ 'ଛାୱା'କୁ ପରାସ୍ତ କରିଛି । କୋଇମୋଇର ରିପୋର୍ଟ ଅନୁଯାୟୀ, ବୋଉ ବୁଟ୍ଟୁ ଭୁତ ୨୫ ଦିନରେ ୧୫.୧୦ କୋଟିର ନେଟ୍ କଲେକ୍ସନ କରିଛି । ସେହି ସମୟରେ, ଫିଲ୍ମଟି ୧୭.୮୧ କୋଟି ଆୟ କରିଛି । ଏହି ଫିଲ୍ମଟି ଓଡ଼ିଆ ସିନେମାରେ ଅନେକ ନୂତନ ରେକର୍ଡ ସ୍ଥାପନ କରିଛି।
ମନମୋହନ ନିର୍ବାଚିତ, ୪ର୍ଥ ଥର ପାଇଁ ହେଲେ ବିଜେପି ରାଜ୍ୟ ସଭାପତି
ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। କିଏ ହେବେ ସଭାପତି ଏନେଇ ଅନେକ ଆଲୋଚନା ଜାରି ରହିଥିଲା ରାଜନୈତିକ ମହଲରେ। ତେବେ ବର୍ତ୍ତମାନ ଏହି ଅପେକ୍ଷାର ଅନ୍ତ ଘଟିଛି। ପୁଣିଥରେ ଅର୍ଥାତ ୪ର୍ଥ ଥର ପାଇଁ ବିଜେପି ରାଜ୍ୟ ସଭାପତି ହେଲେ ମନମୋହନ ସାମଲ। ସର୍ବସହମତିରେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେଲେ ମନମୋହନ। ବିଜେପି ରାଜ୍ୟ ସଭାପତି ଭାବେ ମନମୋହନଙ୍କ ନାଁ ଘୋଷଣା ହୋଇଛି। ବିଧିବଦ୍ଧ ଭାବେ ମନମୋହନଙ୍କ ନାଁ ଘୋଷଣା କଲେ […]
ବିଳମ୍ବିତ ରାତିରେ ଯୁବକଙ୍କୁ ଛୁରାମାଡ଼ କରି ଦୁର୍ବୃତ୍ତ ଫେରାର
କନକ ବ୍ୟୁରୋ : ବଲାଙ୍ଗୀର ଦେଓଗାଁ ଥାନା ଅଞ୍ଚଳରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । କୁତୁର୍ଲା ପଞ୍ଚାୟତ ମୁରସିଂ ପର୍ଶୁପାଲିର ଜଣେ ଯୁବକଙ୍କୁ ଛୁରାମାଡ଼ । ଗତକାଲି ବିଳମ୍ବିତ ରାତିରେ ଜଣେ ଦୁର୍ବୃତ୍ତ ପର୍ଶୁପାଲିର ଦୁଲେଶ୍ଵର ନାଗଙ୍କୁ ଛୁରୀ ଭୁସି ଫେରାର ହୋଇଛନ୍ତି । ପାଖରେ ଥିଲା ଦୁଲେଶ୍ୱରଙ୍କ ସହଯୋଗୀ ପ୍ରେମଲାଲ ବିଶି ମଧ୍ୟ ଦୁର୍ବୃତ୍ତର ଆକ୍ରମଣରେ ଆହତ ହୋଇଛନ୍ତି । ଖବରପାଇ ଦେଓଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯୁବକଙ୍କୁ ପ୍ରଥମେ ଦେଓଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି ।
ଜଳକାରେ ବଢୁଛି ଜଳସ୍ତର; ମଥାନୀ ଠାରେ ସତର୍କ ସଂକେତ ଉପରେ ବନ୍ୟା ପାଣି ପ୍ରବାହିତ
କନକ ବ୍ୟୁରୋ : ବଢୁଛି ଜଳକା ନଦୀର ଜଳସ୍ତର । ନଦୀର ମଥାନୀ ଠାରେ ସତର୍କ ସଙ୍କେତ ୬.୦୦ ମିଟର ରହିଥିବା ଜଳସ୍ତର ବୃଦ୍ଧି ପାଇ ୬.୩୭ ମିଟରରେ ପ୍ରବାହିତ ହେଉଛି । ଗତ ଦୁଇ ଦିନ ଧରି ବସ୍ତା ସମେତ ନଦୀର ଉପରମୁଣ୍ଡ ରାସଗୋବିନ୍ଦପୁର, ମୋରଡ଼ା, ଶୁଳିଆପଦା, ଚିତ୍ରଡା ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଜଳସ୍ତର ବଢୁଥିବା କୁହାଯାଉଛି । ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବନ୍ୟା ପରିସ୍ଥିତି ସୃଷ୍ଟି ହେବର ଆଶଙ୍କା କରାଯାଉଛି । ଯଦି ବନ୍ୟା ହୁଏ ତାହା ହେଲେ ବସ୍ତା ବ୍ଲକର ୧୦ ପଞ୍ଚାୟତ ଏବଂ ସଦର ବ୍ଲକର ୨ ଟି ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ରହିଥିବାରୁ ଭୟଭୀତ ହୋଇପଡିଛନ୍ତି କୁଳିଆ ଅଞ୍ଚଳର ଲୋକେ । ସେପଟେ ଆଜି ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ପାଣି । ହୀରାକୁଦ ଡ୍ୟାମର ୨୦ଟି ଗେଟ ଦେଇ ନିଷ୍କାସିତ ହେଉଥିବା ବନ୍ୟାଜଳ ଆଜି କଟକ ମୁଣ୍ଡଳିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ହୀରାକୁଦ ଡ୍ୟାମ୍ର ବାମପଟରେ ୧୩ଟି ଓ ଡାହାଣ ପଟେ ୭ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ଏବେ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୦୮ ଦଶମିକ ୦୪ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୩୩ ହଜାର ୮୨୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୩୨ ହଜାର ୪୯୧ କ୍ୟୁସେକ୍ ଜଳ । ସ୍ପିଲ୍ୱେ ପାଇଁ ୨ ଲକ୍ଷ ୯୪ ହଜାର ୩୦୦ କ୍ୟୁସେକ୍ ପାଣି ଯାଉଥିବା ବେଳେ ପାୱାର ଚ୍ୟାନେଲ ପାଇଁ ୩୪ ହଜାର ୯୫୬ କ୍ୟୁସେକ୍ ପାଣି ଛଡ଼ାଯାଉଛି । ହୀରାକୁଦ ନଦୀବନ୍ଧରେ ମୋଟ୍ ୯୮ଟି ଗେଟ୍ ରହିଛି । ଏଥିରୁ ୬୪ଟି ସ୍ଲୁଇସ୍ ଗେଟ୍ ଓ ୩୪ଟି କ୍ରେଷ୍ଟ ଗେଟ୍ ରହିଛି । ହୀରାକୁଦ ନଦୀବନ୍ଧରେ ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ।
ମନମୋହନଙ୍କ ଉପରେ କେନ୍ଦ୍ର ନେତୃତ୍ବ ଖୁସ୍ : ପୁଣି ଦିଆଗଲା ସଭାପତି ପଦ
କନକବ୍ୟୁରୋ : ଆଜି ବିଦ୍ଧିବଦ୍ଧ ଭାବେ ପୁଣି ଥରେ ରାଜ୍ୟ ବିଜେପିର ମଙ୍ଗ ଧରିଲେ ମନମୋହନ। ଗତକାଲି ଏକମାତ୍ର ପ୍ରାର୍ଥୀ ଭାବେ ବିଜେପି ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ । ତେଣୁ ମନମୋହନ ହିଁ ପୁଣି ଥରେ ରାଜ୍ୟ ବିଜେପିର ମଂଗ ଧରିବେ ଏହା ସ୍ପଷ୍ଟ ହେବା ପରେ ସେ ରାଜ୍ୟ ବିଜେପିର ସଭାପତି ଭାବେ ନିର୍ଦ୍ବନ୍ଦ୍ବ ରେ ନିର୍ବାଚିତ ହୋଇଛନ୍ତି । ସଭାପତି ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗତକାଲି ଦିନ ତମାମ ଲାଗି ରହିଥିଲା ଗହଳି ଚହଳି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଦଳୀୟ ବିଧାୟକ, ମନ୍ତ୍ରୀ, ସାଂସଦ ଓ ଅନ୍ୟ ନେତା ପହଁଚିଥିଲେ । କିଏ କିଏ ନାମାଙ୍କନ ଦାଖଲ କରିବେ ସେ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ମଧ୍ୟ ହୋଇଥିଲା । ଶେଷରେ ସମସ୍ତଙ୍କ ଉପସ୍ଥିତିରେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ମନମୋହନ । ତେବେ ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ପାଇଁ ୩୨ଜଣ ନାମାଙ୍କନ କରିଛନ୍ତି । ଆଜି ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଯାଂଚ ପରେ ବିଧିବଦ୍ଧ ଭାବେ ସଭାପତିଙ୍କ ନାଁ ଘୋଷଣା ହୋଇଛି । ବିଜେଡି ସହ ମେଣ୍ଟକୁ ବିରୋଧ କରିବା ସହ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ନିଭାଇଥିବା ମନମୋହନଙ୍କ ପାଇଁ ପଂଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ବଡ ଚ୍ୟାଲେଞ୍ଜ ହେବ । ଏଥିସହ ଦଳର ସବୁ ନେତାଙ୍କୁ ସନ୍ତୁଷ୍ଟ କରି ରଖିବା। ବିଭିନ୍ନ ନିଗମ ଓ ଆୟୋଗର ଅଧ୍ୟକ୍ଷ ଚୟନ କରିବା , ମନମୋହନଙ୍କ ପାଇଁ ଚ୍ୟାଲେଞ୍ଜ ହେବ।
ଅନଲାଇନ ମେଡିସିନି ସାଜିପାରେ ଘାତକ : ହୁଅନ୍ତୁ ସାବଧାନ
କନକବ୍ୟୁରୋ : ବର୍ତ୍ତମାନ ସମୟରେ କେତେବେଳେ ଖରା ତ ପୁଣି କେତେବେଳେ ବର୍ଷା । ଋତୁର ଏମିତି ପରିବର୍ତ୍ତନରେ ପ୍ରାୟ ଅଧିକାଂଶ ଲୋକଙ୍କ ଦେହ ଖରାପ ହୋଇଥାଏ । ସେ ଛୋଟ ପିଲା ହୁଅନ୍ତୁ କି ବୟସ୍କ ବ୍ୟକ୍ତି କାହାକୁ ଜ୍ୱର ହେଉଛି ତ ପୁଣି କାହାକୁ ଥଣ୍ଡା, କାଶ, ହେଉଛି, ପୁଣି କାହାର ପେଟ ଯନ୍ତ୍ରଣା ମଧ୍ୟ ହେଉଛି । ଡାକ୍ତରଙ୍କ କହିବା ଅନୁୟାୟୀ, ‘‘ ଆସାଧାରଣ ଭାବେ ପାଣିପାଗ ବଦଳିବାକୁ ଆମେ ଖରାପ ବୋଲି କହିଥାଉ । ହଠାତ ଖରା ଥିବ ପୁଣି ଆକସ୍ମିକ ଭାବେ ବର୍ଷା ହେବ । ଯାହା ଫଳରେ ଶରୀର ଭିତରେ ଥିବା ଉତ୍ତାପରେ ଏକ ଅସନ୍ତୁଳନ ଅବସ୍ଥା ଆସିଯାଏ । ଏ ଅସନ୍ତୁଳନ ଅବସ୍ଥାକୁ ଆମେ ବର୍ତ୍ତମାନ ପରିସ୍ଥିତିରେ ରୋଗ ଏବଂ ତାର ଚିକିତ୍ସା ଉପରେ ଗୁରୁତ୍ୱ ଦେବାର ଆଵଶ୍ୟକତା ରହିଛି । କିନ୍ତୁ ବର୍ତ୍ତମାନ ସମୟରେ ପାଗ ବଦଳିବା ସହ ଆଜି କାଲି ବ୍ୟସ୍ତ ବହୁଳ ପାଇଁ ଆମେ ଅନଲାଇନ ରୁ ମେଡିସିନି କିଣି ଖାଇଥାଉ ଯାହା ଆମ ଶରୀର ପାଇଁ ବିପଦ ହୋଇଥାଏ । ଏଥିସହ ଯୁଗ ସହ ତାଳ ଦେଇ ଲୋକଙ୍କର ଜିନିଷ କିଣିବାର ଅଭ୍ୟାସ ବଦଳିଛି । ଅନଲାଇନ ଜରିଆରେ ବିଭିନ୍ନ ସାମଗ୍ରୀ ହାତ ପାହାନ୍ତାରେ ମିଳିଯାଉଛି । ଘରେ ବସି ଲୋକେ ଜିନିଷ ମଗାଇବା ଅଧିକ ପସନ୍ଦ କରୁଛନ୍ତି । ତେବେ ଏହାରି ମଧ୍ୟରେ ଚିନ୍ତା ବଢ଼ାଉଛି ଅନଲାଇନ ମେଡିସିନ । ଡାକ୍ତରଙ୍କ ବିନା ପରାମର୍ଶରେ ମେଡିସିନ ଖାଇବା ପଡୁଛି ମହଙ୍ଗା । ଅନେକ ସମୟରେ ଭୁଲ ମେଡିସିନ ଖାଇବା ଯୋଗୁଁ ଲୋକେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାରେ ପଡୁଥିବା ଦେଖିବାକୁ ମିଳୁଛି । ଏନେଇ ସତର୍କ କରାଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । --
ଟ୍ରମ୍ପଙ୍କ ଟାରିଫ୍ ବୋମା; ୧୪ ଦେଶକୁ ପଠାଇଲେ ବାଣିଜ୍ୟିକ ଚିଠି, ଜାପାନ, କୋରିଆ ଉପରେ ୨୫ ପ୍ରତିଶତ ଶୁଳ୍କ
କନକ ବ୍ୟୁରୋ : ଆମେରିକାର ୨ ମିତ୍ରରାଷ୍ଟ୍ର ଜାପାନ ଓ ଦକ୍ଷିଣ କୋରିଆକୁ ବି ଛାଡ଼ିଲେନି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଜାପାନ ଓ ଦକ୍ଷିଣ କୋରିଆ ଉପରେ ୨୫ ପ୍ରତିଶତ ଶୁଳ୍କ ବସାଇବାକୁ ଘୋଷଣା କରିଛନ୍ତି । ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦୁଇ ପୃଷ୍ଠାର ଏକ ଚିଠି ଜାରି କରିଛନ୍ତି । ଆମେରିକା ଜାପାନ ଏବଂ ଦକ୍ଷିଣ କୋରିଆ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରାଯିବ ବୋଲି ଏଥିରେ କୁହାଯାଇଛି । ଏହି ନୂଆ ଶୁଳ୍କ ଅଗଷ୍ଟ ୧ ତାରିଖରୁ କାର୍ଯ୍ୟକାରୀ ହେବ । ଜାପାନ-ଦକ୍ଷିଣ କୋରିଆ ସହ ଅନ୍ୟ ୧୨ଟି ଦେଶ ଉପରେ ମଧ୍ୟ ଶୁଳ୍କ ଲଗାଇଛନ୍ତି ଆମେରିକା ରାଷ୍ଟ୍ରପତି । ଜାପାନ ଓ ଦକ୍ଷିଣ କୋରିଆ ଉପରେ ଶୁଳ୍କ ଲଗାଇବାର କିଛି ଘଣ୍ଟା ପରେ ଏସବୁ ଦେଶ ଉପରେ ଶୁଳ୍କ ଲଗାଇବା ନେଇ ଘୋଷଣା କରିଛନ୍ତି । ଭାରତ ସହ ବାଣିଜ୍ୟ ଚୁକ୍ତି ନେଇ ମଧ୍ୟ ମତ ରଖିଛନ୍ତି ଟ୍ରମ୍ପ । କହିଛନ୍ତି, ଭାରତ ସହିତ ଏକ ଚୁକ୍ତି କରିବାକୁ ପ୍ରସ୍ତୁତ ହୋଇଛୁ । ଏହା ସହ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିଥିବା ନେଇ ପୁଣି ଦାବି କରିଛନ୍ତି । ଟ୍ରମ୍ପ କହିଛନ୍ତି, ବହୁତ ବଡ଼ ଲଢ଼େଇ ଥିଲା ଭାରତ ଏବଂ ପାକିସ୍ତାନ । ଭାରତ ଏବଂ ପାକିସ୍ତାନ ସହିତ କାରବାର କରୁଛୁ । ଯଦି ତୁମେ ଯୁଦ୍ଧ କରିବାକୁ ଚାହୁଁଛ ତେବେ ଆମେ ତୁମ ସହିତ କୌଣସି ପ୍ରକାରର କାରବାର କରିବୁ ନାହିଁ ବୋଲି କୁହାଯାଇଥିଲା । ସେମାନେ ପରମାଣୁ ଯୁଦ୍ଧ ସ୍ଥିତିରେ ଥିଲେ, ତାହାକୁ ବନ୍ଦ କରିବା ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ।
10 Big Breaking News : ଦିନ ୧୦ର ୧୦ ବଡ଼ ଖବର
କନକ ବ୍ୟୁରୋ: ଅଖଚକ ଜାମ୍ କଲେ ଡ୍ରାଇଭର । ରାସ୍ତାରେ ଗଡ଼ୁନି ଗାଡ଼ି, ୭ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟକାଳ ପାଇଁ ଧାରଣା । ସୁରକ୍ଷା, ସମ୍ମାନ ଓ ଅଧିକାର ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ସଂଘ ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି ଦାୟିତ୍ବ । ଗତକାଲି ନାମାଙ୍କନ ଦାଖଲ ପ୍ରକ୍ରିୟାରେ ଏକମାତ୍ର ପ୍ରାର୍ଥୀ ଭାବେ କେବଳ ସେ ହିଁ ନୋମିନେସନ୍ ଭରିଥିଲେ । ଆଜି ଦିନ ୧୧ ଟାରେ ବିଧିବଦ୍ଧ ଭାବେ ସଭାପତି ଭାବରେ ମନମୋହନଙ୍କ ନାଁ କରାଯିବ ଘୋଷଣା କାଲି ସରିଲା ଅଧରପଣା । ଆଜି ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ଫେରିବେ ଶ୍ରୀଜିଉ । ସାଙ୍ଗରେ ଯାଇନଥିବାରୁ ସିଂହଦ୍ବାରରେ ହେବ ଲକ୍ଷ୍ମୀ-ନାରାୟଣଙ୍କ କଳି । ରସଗୋଲା ଦେଇ ମାନଭଞ୍ଜନ କରିବେ କାଳିଆ ସାଆନ୍ତ ହୀରାକୁଦ ଡ୍ୟାମ୍ର ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି । ଏବେ ହୀରାକୁଦ ଡ୍ୟାମ୍ର ଜଳସ୍ତର ୬୦୮.୦୪ ଫୁଟ୍ । ହୀରାକୁଦକୁ ପ୍ରବେଶ କରୁଛି ୨ ଲକ୍ଷ ୩୩ ହଜାର ୮୨୪ କ୍ୟୁସେକ ଜଳ, ନିଷ୍କାସନ ହେଉଛି ୩ ଲକ୍ଷ ୩୨ ହଜାର ୪୯୧ କ୍ୟୁସେକ ଜଳ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା । ୧୪ଟି ଦେଶ ଉପରେ ନୂଆ ଟାରିଫ୍ ପ୍ଲାନ୍ ଘୋଷଣା । ଅଗଷ୍ଟ ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ୍ ପ୍ଲାନ୍, ୧୪ ଦେଶକୁ ଚିଠି ଲେଖି ନିଷ୍ପତ୍ତି ଜଣାଇଲେ ଟ୍ରମ୍ପ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷାର ପୂର୍ବାନୁମାନ । ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି, ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଚିନ୍ତାରେ ନଦୀକୂଳିଆ ଲୋକ ମାଆ ମଝିଘରିଆଣିଙ୍କ ହୁଣ୍ଡିର ସରିଲା ଗଣତି । ୧ କୋଟି ୪ ଲକ୍ଷ ୩୬ ହଜାର ୯୬୩ ଟଙ୍କା ମିଳିଲା । ୩୮ ଗ୍ରାମ ସୁନା, ୨.୫୦୫ ଗ୍ରାମ ମିଳିଲା ରୁପା ରାଉରକେଲାରେ ଆଇଇଡି ଜବତ । ଯବାନଙ୍କ ପାଇଁ ଖଞ୍ଜା ଯାଇଥିବା IED ଜବତ । ଓଡିଶା ଝାଡ଼ଖଣ୍ଡ ସୀମାରେ ସରଣ୍ଡା ଜଙ୍ଗଲରୁ ବିସ୍ଫୋରକ ଜବତ । ପ୍ରାୟ ୧୬ଟି ଟିଫିନ୍ ବୋମା ଜବତ ଶ୍ରୀମନ୍ଦିରରେ ସରିଲା ରତ୍ନଭଣ୍ଡାର ମରାମତି କାମ । ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର କାମ ଶେଷ । ଏନେଇ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଦେଲେ ସୂଚନା । ହିମାଚଳରେ ପ୍ରକୃତି ନେଲା ୮୦ ଜୀବନ । ହିମାଚଳ ପ୍ରଦେଶରେ ପ୍ରାକୃତିକ ଦୁର୍ବିପାକର ସାଙ୍ଘାତିକ ଚିତ୍ର । ୧୬ ଦିନ ଭିତରେ ୮୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା, ୧୨୮ ଜଣ ଆହତ, ୩୮ ଏବେ ବି ନିଖୋଜ
ଜୁଲାଇ ୦୮ ତାରିଖ, ମଙ୍ଗଳବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ
ମେଷ - ଦିନଟି ବ୍ୟସ୍ତତା ଭିତରେ କଟିବ। କାମରେ ନୂଆ ଅବସର ମିଳିପାରେ । ପରିବାରରେ ଶାନ୍ତି ଓ ସହଯୋଗ ରହିବ। ଅପରିଚିତ ଲୋକଙ୍କୁ ଭରସା କରିବାରେ ସତର୍କ ରୁହନ୍ତୁ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ବୃଷ - ମନ ଶାନ୍ତ ଓ କ୍ଷମାଶୀଳ ରହିବ। ଅପୂର୍ବ ଧନଲାଭ ହେବାର ସମ୍ଭାବନା ଅଛି। ବାଣିଜ୍ୟରେ ଲାଭ ମିଳିପାରେ। ପ୍ରେମିକ/ପ୍ରେମିକାଙ୍କ ସହ ସମ୍ପର୍କ ଭଲ ରହିବ। ସଂଯମ ଓ ଧୈର୍ଯ୍ୟ ଦରକାର। ମିଥୁନ - ଦିନରେ ପୂର୍ବରୁ ଅଟକି ରହିଥିବା କିଛି କାମ ଶେଷ କରିବେ। ବୃଦ୍ଧି ଓ ପଦୋନ୍ନତିର ସୂଚନା ମିଳିପାରେ। ଯାତ୍ରା ହେବାର ଯୋଗ ଅଛି। ବୁଦ୍ଧିମତା ଦ୍ୱାରା ଜଟିଳ ସମସ୍ୟାର ସମାଧାନ ମିଳିବ। ମନରେ ନୂଆ ଚିନ୍ତା ଆସିପାରେ। କର୍କଟ - ପରିବାରଜନଙ୍କ ସହ ସମୟ କାଟିବେ। ଅନ୍ୟମାନଙ୍କର ମତ ଶୁଣିବା ଦରକାର। ନିଜ ଶକ୍ତି ଓ ପ୍ରତିଭାରେ ଭରସା ରଖନ୍ତୁ। ବୃଦ୍ଧ ବ୍ୟକ୍ତିଙ୍କ ଶୁଭାଶୀର୍ବାଦ ମିଳିପାରେ। ରୋଗ ପ୍ରତି ଅବହେଳା ନକରନ୍ତୁ। ସିଂହ - ମିଶ୍ରିତ ଫଳ ମିଳିବ। କର୍ମ କ୍ଷେତ୍ରରେ ସ୍ଥିତି ସାଧାରଣ ରହିପାରେ। ଅନ୍ୟମାନେ ବି ଆପଣଙ୍କୁ ଆଶ୍ରୟ କରିପାରନ୍ତି। ଧନ ନିୟନ୍ତ୍ରଣ ରଖନ୍ତୁ। ମନରେ ଗଭୀର ଚିନ୍ତା ଆସିପାରେ। କନ୍ୟା - ନୂଆ ଯୋଜନା ଅନୁଯାୟୀ କାର୍ଯ୍ୟ ଆରମ୍ଭ କରିପାରନ୍ତି। ବୃଦ୍ଧି ଓ ସମ୍ମାନ ଲାଗି ଅନୁକୂଳ ଦିନ। ଉଦ୍ୟମରେ ସଫଳତା ମିଳିପାରେ। ପୂର୍ବ ଋଣ ପରିଶୋଧ କରିପାରିବେ। ତୁଳା - କାର୍ଯ୍ୟ କ୍ଷେତ୍ରରେ ମାନ୍ୟତା ମିଳିପାରେ। ପରିବାର ସହ ଦିନ କଟିବ। ରୋମାଣ୍ଟିକ ମୁହୂର୍ତ୍ତ ଅନୁଭବ କରିପାରନ୍ତି। ନୂଆ କାମରେ ହସ୍ତକ୍ଷେପ କରିବା ପୂର୍ବରୁ ବିଚାର କରନ୍ତୁ। ଧୈର୍ଯ୍ୟ ଏବଂ ଦୃଢ଼ ନିଷ୍ପତ୍ତି ଆବଶ୍ୟକ। ବିଛା - କୌଣସି ବଡ଼ ନିଷ୍ପତ୍ତ ନ ନିଅନ୍ତୁ। ବୃଦ୍ଧ ବ୍ୟକ୍ତିଙ୍କ ମତ ଗ୍ରହଣ କରନ୍ତୁ। ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ। ଅନ୍ୟମାନଙ୍କ ସହ ସମନ୍ୱୟ ରଖିବା ଦରକାର। ଧନୁ - ମନ ଅଧିକ ସକ୍ରିୟ ଓ ଉତ୍ସାହିତ ରହିବ। ନୂଆ ମିତ୍ରତା ହେବାର ଯୋଗ ଅଛି। ବାହାରେ ଭ୍ରମଣ କରିପାରନ୍ତି। ଆର୍ଥିକ ଦୃଷ୍ଟିରୁ ସାଧାରଣ ଦିନ। ମନରେ ନୂଆ ଆଶା ଜନ୍ମ ନେବ। ମକର - ପୁରୁଣା ମିତ୍ରଙ୍କ ସହ ଭେଟ ହେବ। କାମରେ ନୂଆ ଉନ୍ନତି ମିଳିପାରେ। ଅପରିଚିତ ଲୋକ ସହ ବିନିଯୋଗ ନକରନ୍ତୁ। ପରିବାର ସହ କୌଣସି କଥାକୁ ନେଇ ପରିବାର ସହ ଚର୍ଚ୍ଚା ହେବ। କୁମ୍ଭ - ପଇସା ଉପରେ ଧ୍ୟାନ ଦିଅନ୍ତୁ। କିଛି ନୂଆ ଅନୁଭବ ହେବ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା କାମ ଶେଷ ହେବ। ଭାବନାରେ ଅଧିକ ଦେଖାଯିବେ। ନିଜ ଲକ୍ଷ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ମୀନ - କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଚିନ୍ତା କରନ୍ତୁ। ପ୍ରେମ ଓ ବ୍ୟବସାୟ ଦୁହିଁରେ ଗଭୀରତା ଆସିପାରେ। ବୃଦ୍ଧି ପାଇଁ ନିଜ ଦକ୍ଷତା ବୃଦ୍ଧି କରନ୍ତୁ। ନିଜ ଭିତରେ ଆତ୍ମସନ୍ତୋଷ ଅନୁଭବ କରିବେ। ମନ ଶାନ୍ତ ଓ ସୁଖୀ ରହିବ। ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ ଯୋଗାଯୋଗ – 8249826682
ଆଜି ମୁଣ୍ଡୁଳିରେ ପହଞ୍ଚିବ ହୀରାକୁଦ ପାଣି; ଫୁଲୁଛି ନଦୀ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ସ୍ଥିତି
କନକ ବ୍ୟୁରୋ : ଆଜି ମୁଣ୍ଡୁଳିରେ ପହଞ୍ଚିବ ହୀରାକୁଦ ପାଣି । ହୀରାକୁଦ ଡ୍ୟାମର ୨୦ଟି ଗେଟ ଦେଇ ନିଷ୍କାସିତ ହେଉଥିବା ବନ୍ୟାଜଳ ଆଜି କଟକ ମୁଣ୍ଡୁଳିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ହୀରାକୁଦ ଡ୍ୟାମ୍ର ବାମପଟରେ ୧୩ଟି ଓ ଡାହାଣ ପଟେ ୭ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ଏବେ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୦୮ ଦଶମିକ ୦୪ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୩୩ ହଜାର ୮୨୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୩୨ ହଜାର ୪୯୧ କ୍ୟୁସେକ୍ ଜଳ । ସ୍ପିଲ୍ୱେ ପାଇଁ ୨ ଲକ୍ଷ ୯୪ ହଜାର ୩୦୦ କ୍ୟୁସେକ୍ ପାଣି ଯାଉଥିବା ବେଳେ ପାୱାର ଚ୍ୟାନେଲ ପାଇଁ ୩୪ ହଜାର ୯୫୬ କ୍ୟୁସେକ୍ ପାଣି ଛଡ଼ାଯାଉଛି । ହୀରାକୁଦ ନଦୀବନ୍ଧରେ ମୋଟ୍ ୯୮ଟି ଗେଟ୍ ରହିଛି । ଏଥିରୁ ୬୪ଟି ସ୍ଲୁଇସ୍ ଗେଟ୍ ଓ ୩୪ଟି କ୍ରେଷ୍ଟ ଗେଟ୍ ରହିଛି । ହୀରାକୁଦ ନଦୀବନ୍ଧରେ ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ।
୧୪ ଦେଶ ଉପରେ ଟ୍ରମ୍ପଙ୍କ ଟ୍ୟାକ୍ସ ବୋମା, ଭାରତକୁ ଖୁସି ଖବର ଦେଲା ଆମେରିକା
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱର୧୪ଟି ଦେଶକୁ ତାଙ୍କର ସ୍ୱାକ୍ଷରିତ ବାଣିଜ୍ୟ ପତ୍ର ପଠାଇଟ୍ୟାକ୍ସ ବମ୍ପକାଇଛନ୍ତି। ପ୍ରଥମ ଟ୍ରମ୍ପ ଟାରିଫ୍ ପତ୍ର ଜାପାନ ଏବଂ କୋରିଆକୁ ପଠାଯାଇଥିଲା। ଯାହା ଉପରେ୨୫ପ୍ରତିଶତ ଶୁଳ୍କ ଲାଗୁ କରାଯାଇଛି। ସେହିପରି ମିଆଁମାର, ଲାଓସ୍, ଦକ୍ଷିଣ ଆଫ୍ରିକା, କାଜାଖସ୍ତାନ ଏବଂ ମାଲେସିଆରୁ ଆମଦାନି ହେଉଥିବା ଉତ୍ପାଦ ଉପରେ ନୂତନ ଶୁଳ୍କ ଘୋଷଣା କରାଯାଇଛି। ଭାରତ ଉପରେ ଏପର୍ଯ୍ୟନ୍ତ କୌଣସିଟ୍ୟାକ୍ସଘୋଷଣା କରାଯାଇ ନାହିଁ, ବରଂ ଟ୍ରମ୍ପ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ବିଷୟରେ କହିଛନ୍ତି ଯେ ଆମେ ଭାରତ ସହିତ ଏକ ଚୁକ୍ତି କରିବାର ବହୁତ ନିକଟତର ଅଛୁ। ରଏଟର୍ସ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୧୪ଟି ଦେଶ ଉପରେ ନୂତନ ଶୁଳ୍କ ଘୋଷଣା କରିବା ସହିତ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ବିଷୟରେ କଥା ହୋଇ କହିଛନ୍ତି, 'ଆମେ ଭାରତ ସହିତ ଏକ ଚୁକ୍ତି କରିବାର ନିକଟତର ଅଛୁ। ଆମେ ବ୍ରିଟେନ ଏବଂ ଚୀନ୍ ସହିତ ଏକ ଚୁକ୍ତି କରିଛୁ।' ଟ୍ରମ୍ପଙ୍କ ଅନୁଯାୟୀ, ଆମେ ଯେଉଁ ଦେଶଗୁଡ଼ିକୁ ଟାରିଫ୍ ପତ୍ର ପଠାଇଛୁ ସେମାନଙ୍କ ସହିତ ସାକ୍ଷାତ କରିଛୁ ଏବଂ ଆମେ ଭାବୁନାହୁଁ ଯେ ଆମେ ଏକ ଚୁକ୍ତି କରିପାରିବୁ, ତେଣୁ ସେମାନଙ୍କୁ ଏକ ଚିଠି ପଠାଯାଇଛି। କେବଳ ଏତିକି ନୁହେଁ, ଆମେ ଅନ୍ୟ ଦେଶଗୁଡ଼ିକୁ ଚିଠି ପଠାଉଛୁ, ଯେଉଁଥିରେ ସେମାନଙ୍କୁ କେତେଟ୍ୟାକ୍ସଦେବାକୁ ପଡିବ ତାହା କୁହାଯାଇଛି। ରାଷ୍ଟ୍ରପତି କହିଛନ୍ତି ଯେ ଆମରଟ୍ୟାକ୍ସଲାଗୁ ହେବା ପରେ, କିଛି ଦେଶ କିଛି ସଂଶୋଧନ କରିପାରିବେ, କିନ୍ତୁ ଏହା ସେମାନଙ୍କ ପାଖରେ କୌଣସି ବୈଧ କାରଣ ଅଛି କି ନାହିଁ ତାହା ଉପରେ ନିର୍ଭର କରିବ। ଗତ ସପ୍ତାହରେ ଏୟାରଫୋର୍ସ ୱାନରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରିବା ସମୟରେ, ଜାପାନ କହିଥିଲା ଯେ ସେମାନେ ଏକ ଡଜନ ଦେଶ ପାଇଁ ଶୁଳ୍କ ପତ୍ରରେ ସ୍ୱାକ୍ଷର କରିଛନ୍ତି ଏବଂ ଏହା ସୋମବାର ଘୋଷଣା କରାଯିବ। ବର୍ତ୍ତମାନ ଏହି ତାଲିକାରେ ଅନ୍ତର୍ଭୁକ୍ତ୧୪ଦେଶ ଉପରେ ଟ୍ରମ୍ପଙ୍କଟାରିଫ୍ ବୋମା ଫୁଟିଛି।ନୂଆଟାରିଫ୍୧ଅଗଷ୍ଟରୁ କାର୍ଯ୍ୟକାରୀ ହେବାକୁ ଯାଉଛି। #WATCH | On trade deals, US President Donald Trump says, ...We are close to making a deal with India. We've made a deal with the United Kingdom. We've made a deal with China. Others we met with, and we don't think we're going to be able to make a deal, so we just send them a… pic.twitter.com/p5EWU1aeSU — ANI (@ANI) July 8, 2025 ଉଲ୍ଲେଖନୀୟ ଯେ ୯୦ ଦିନର ଶୁଳ୍କ ଛାଡ଼ ପାଇଁ ଶେଷ ତାରିଖ ୯ ଜୁଲାଇରେ ଶେଷ ହେବାକୁ ଯାଉଥିଲା, କିନ୍ତୁ ଏହାକୁ ୧ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସମସ୍ତ ଦେଶ ଉପରେ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କ ୨୫ ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ରହିଛି।
ଭୁବନେଶ୍ୱର : ସ୍ୱତନ୍ତ୍ର ଆଇନ୍ ଦାବିରେ ଓଡିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ବସ୍, ଟ୍ରକର ଷ୍ଟିଅରିଂ ଧରିବେନି ୨ଲକ୍ଷ ଡ୍ରାଇଭର। ରାସ୍ତାରେ ଅଟୋରିକ୍ସା, କାର ଚଳାଚଳ ବି ବନ୍ଦ ରହିବ । 6 ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଓଡିଶା ଡ୍ରାଇଭର ମହାସଂଘ । ଅନ୍ୟପଟେ ବୁଧବାର ଦେଶବ୍ୟାପୀ ସାଧାରଣ ଧର୍ମଘଟ ଡାକରା ଦେଇଛି ଶ୍ରମିକ ସଂଗଠନ । ବାମପନ୍ଥୀ ଦଳ ବି ଧର୍ମଘଟକୁ ସମର୍ଥନ ଜଣାଇଛି। ଫଳରେ ସାଧାରଣ ଜନତାଙ୍କ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବିଭିନ୍ନ ସରକାରୀ ଗାଡ଼ି, ସ୍କୁଲ ବସ, ଆମ୍ବୁଲାନ୍ସ, ଓମ୍ଫେଡ୍ କ୍ଷୀର ବୋହୁଥିବା ଅତ୍ୟାବଶ୍ୟକୀୟ ଗାଡ଼ିକୁ ଆନ୍ଦୋଳନରୁ ବାଦ୍ ଦିଆଯାଇଛି । ସବୁବର୍ଗର ଡ୍ରାଇଭର ଏହି ଆନ୍ଦୋଳନରେ ସାମିଲ ହେବାକୁ ସେ ଅନୁରୋଧ କରିଛନ୍ତି । କିଛି ଜିଲ୍ଲାର ଚାଳକ ସଂଘ ଷ୍ଟିଅରିଂ ଛାଡ଼ ଆନ୍ଦୋଳନରେ ସାମିଲ୍ ହେବେ ନାହିଁ ବୋଲି ରୋକ୍ଠୋକ ଶୁଣାଇଛନ୍ତି । ଫଳରେ ମହାସଂଘ ୨ ଫାଳ ହୋଇଯାଇଛି । ଓଡିଶା ସଡ଼କ ପରିବହନ ଶ୍ରମିକ ମହାସଂଘ ମିଳିତ ମଞ୍ଚ ଏହି ଆନ୍ଦୋଳନକୁ ବିରୋଧ କରିଛି। ସାଙ୍ଗଠନିକ ସମ୍ପାଦକ ସନ୍ତୋଷ ସାହୁ କହିଛନ୍ତି, ରାଜ୍ୟରେ ୩୫ଟି ସଂଘ ଥିବା ବେଳେ ଗୋଟିଏ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛି । ନିଜର ଆଧିପତ୍ୟ ଜାହିର୍ ଓ ସ୍ୱାର୍ଥ ହାସଲ ପାଇଁ ଏହି ଆନ୍ଦୋଳନ ଡାକରା ଦିଆଯାଇଛି । ସରକାରଙ୍କୁ ଅଡୁଆରେ ପକାଇବାକୁ ଚକ୍ରାନ୍ତ ଚାଲିଛି । ସରକାର ସୁରକ୍ଷା ଦେଲେ, ଯାନବାହାନ ଚଳାଚଳ ସ୍ୱାଭାବିକ ହେବ । ପରିବହନ ବିଭାଗ ପକ୍ଷରୁ ଗାଡ଼ି ଯାଞ୍ଚ ନେଇ ପୁଲିସକୁ ଅତିରିକ୍ତ କ୍ଷମତା ଦେବା ପ୍ରସ୍ତାବକୁ ଟ୍ରକ ଓ ବସ୍ ମାଲିକ ସଂଘ ମାସେ ଧରି ବିରୋଧ କରିଆସୁଛି । ଉଭୟ ସଂଘ ଏହି ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ପରୋକ୍ଷରେ ସମର୍ଥନ ଜଣାଇଛି । ରାଜ୍ୟ ଟ୍ରକ ମାଲିକ ମହାସଂଘ ସଭାପତି ପୁରଞ୍ଜନ ପାଢ଼ୀଙ୍କ କହିବା ମୁତାବକ, ରାଜ୍ୟର ଅଧିକାଂଶ ଡ୍ରାଇଭର ଟ୍ରକ, ମିନି ଟ୍ରକ, ହାଇୱା ଚଳାଉଛନ୍ତି । ସେମାନଙ୍କ ଆନ୍ଦୋଳନ ଯୋଗୁ ଟ୍ରକ ଚଳାଚଳ ଅସମ୍ଭବ । ଆମେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ସମର୍ଥନ କରୁଛୁ । ମହାସଂଘର ଦାବିଗୁଡ଼ିକ ହେଲା, ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଆଣ୍ଡ ୱାକର୍ସ ୱେଲ୍ଫେୟାର ବୋର୍ଡରେ ଅଟୋ ଡ୍ରାଇଭରଙ୍କୁ ସାମିଲ କରାଯାଉ । ୬୦ ବର୍ଷ ପରେ ପେନସନ, ଦୁର୍ଘଟଣାରେ ମୃତକ ଡ୍ରାଇଭର ପରିବାରକୁ ୨୦ ଲକ୍ଷର ବୀମା ରାଶି ମିଳୁ । ଦୁର୍ଘଟଣାରେ ଚିକିତ୍ସା ପାଇଁ ୫ ଲକ୍ଷ ଦିଆଯାଉ । ପ୍ରତି ୧୦୦ କିମି ଦୂରତାରେ ଡ୍ରାଇଭରଙ୍କ ପାଇଁ ବିଶ୍ରାମାଗାର ଓ ଶୌଚାଳୟ ନିର୍ମାଣ କରାଯାଉ । ଗାଡି଼ ଚଳାଇବାର ସମୟସୀମା ଧାର୍ଯ୍ୟ ହେଉ । ଡ୍ରାଇଭିଂ ଲାଇସେନ୍ସ ଦେୟ ୧୫ ହଜାର ଟଙ୍କାକୁ କମ୍ କରାଯାଉ । ପ୍ରତି ଖଣି ଖାଦାନ ଓ କାରଖାନାରେ ୭୦ ପ୍ରତିଶତ ଡ୍ରାଇଭରଙ୍କୁ କାମ ପାଇଁ ଅଗ୍ରାଧିକାର ଦିଆଯାଉ । ସେପ୍ଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯାଉ । ଅନ୍ୟପକ୍ଷରେ ଷ୍ଟିଅରି ଛାଡ଼ ଆନ୍ଦୋଳନ ବେଳେ ସରକାରୀ ବସ୍ ସେବାକୁ ଠପ୍ କରିବାକୁ ଡ୍ରାଇଭର ମହାସଂଘ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ଉଠିଛି ।
ଆମେରିକାରେ ଭୟଙ୍କର ସଡ଼କ ଦୁର୍ଘଟଣା, ୪ ଭାରତୀୟଙ୍କ ଦୁଃଖଦ ମୃତ୍ୟୁ
ନୂଆଦିଲ୍ଲୀ୦୮।୦୯: ଆମେରିକାର ଆଟଲାଣ୍ଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର୍ ସହ ଧକ୍କା ହେଲା ମିନି ଟ୍ରକ । ଫଳରେ କାରଟିରେ ନିଆଁ ଲାଗିଯିବାରୁ ଗୋଟିଏ ପରିବାରର ୪ ଜଣ ଜୀବନ୍ତ ଦଗ୍ଧ । ତେବେ ମୃତକମାନେ ହାଇଦ୍ରାବାଦର ବୋଲି ଜଣାପଡ଼ିଛି । ସୂଚନା ମୁତାବକ, ମୃତ ତେଜସ୍ୱିନୀ ଏବଂ ଶ୍ରୀଯୁକ୍ତ ଭେଙ୍କଟ ଓ ସେମାନଙ୍କର ଦୁଇ ପିଲା ଡାଲାସରୁ ଛୁଟି ସମୟରେ ଆଟଲାଣ୍ଟାରେ ଥିବା ସମ୍ପର୍କୀୟଙ୍କୁ ଭେଟିବାରୁ ଯାଇଥିଲେ। ଗୋଟିଏ ସପ୍ତାହ ପରେ, ଆଟଲାଣ୍ଟାରୁ ଡାଲାସ ଫେରୁଥିବା ସମୟରେ, ମଧ୍ୟରାତ୍ରିରେ ସେମାନଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ସ୍ଥାନୀୟ ପୋଲିସର ସୂଚନା ଅନୁଯାୟୀ, ରାସ୍ତାର ଭୁଲ ପାର୍ଶ୍ୱରେ ଯାଉଥିବା ଏକ ମିନି ଟ୍ରକ୍ ସେମାନଙ୍କ କାର ସହିତ ଧକ୍କା ଦେଇଥିଲା। ଧକ୍କା ହେବା ମାତ୍ରେ କାରଟିରେ ନିଆଁ ଲାଗିଗଲା ଏବଂ ଏଥିରେ ଥିବା ଚାରିଜଣ ଲୋକ ଜଳିଯିବାରୁ ସମସ୍ତଙ୍କ ମୃତ୍ୟୁ ହୋଇଥିଲା। ସେପଟେ ଏହି ଘଟଣାର ଖବର ପାଇ ପରିବାରରେ ଦୁଃଖର ଲହରୀ ଖେଳିଯାଇଛି। ପ୍ରକାଶ ଥାଉକି, ମେ ୧୦ ତାରିଖରେ ନ୍ୟୁୟର୍କରେ ଏକ ସଡ଼କ ଦୁର୍ଘଟଣାରେ ଦୁଇଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। କ୍ଲିଭଲ୍ୟାଣ୍ଡ ଷ୍ଟେଟ୍ ୟୁନିଭରସିଟିରେ ପଢ଼ୁଥିବା ଦୁଇ ଭାରତୀୟ ଛାତ୍ର ୨୦ ବର୍ଷୀୟ ମାନବ ପଟେଲ ଏବଂ ୨୩ ବର୍ଷୀୟ ସୌରଭ ପ୍ରଭାକର -ନ୍ୟୁୟର୍କରେ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ।
ଟ୍ରମ୍ପଙ୍କ ଟାରିଫ୍ ଧମକକୁ ପ୍ରତ୍ୟାଖ୍ୟାନ କଲା ଚୀନ୍, କହିଲା-BRICS କୌଣସି ଦେଶ ବିରୁଦ୍ଧରେ ନାହିଁ
ନୂଆଦିଲ୍ଲୀ ୦୮।୦୭; ଚୀନ୍ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବିତ ପାଲଟା ଶୁଳ୍କ ନୀତିକୁ ଦୃଢ଼ ଭାବେ ବିରୋଧ କରିଛି। ଟ୍ରମ୍ପଙ୍କ ଚୀନ୍ ସମେତ ଅନ୍ୟ ଦେଶମାନଙ୍କ ଉପରେ ଟାରିଫ୍ ଲଗାଇବା ଧମକ ପରିପ୍ରେକ୍ଷୀରେ, ଚୀନ୍ କହିଛି ଯେ ଏହା ବୈଶ୍ୱିକ ବାଣିଜ୍ୟ ଓ ଅର୍ଥନୀତି ପାଇଁ କ୍ଷତିକାରକ। ଏହା ସହ, ଚୀନ୍ ସ୍ପଷ୍ଟ କରିଛି ଯେ BRICS (ବ୍ରାଜିଲ, ରୁଷିଆ, ଭାରତ, ଚୀନ୍, ଦକ୍ଷିଣ ଆଫ୍ରିକା) କୌଣସି ହିଂସାତ୍ମକ ବା ମୁକାବିଲା ପାଇଁ ଗଠିତ ଗୋଷ୍ଠୀ ନୁହେଁ। ବରଂ ଏହା ଅର୍ଥନୈତିକ ସହଯୋଗ ଓ ଉନ୍ନୟନର ଏକ ମଞ୍ଚ। ଚୀନ୍ କହିଛି ଯେ ଏହା ମୁକ୍ତ ବାଣିଜ୍ୟ ଓ ବହୁପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ଦେଉଛି ଏବଂ BRICS ସଦସ୍ୟ ଦେଶମାନଙ୍କ ସହ ମିଳିତ ଭାବେ ବିଶ୍ୱ ଅର୍ଥନୀତିରେ ସ୍ଥିରତା ଓ ଅଗ୍ରଗତି ପାଇଁ କାର୍ଯ୍ୟ କରୁଛି। ପୂର୍ବରୁ ଟ୍ରମ୍ପଙ୍କ ଟାରିଫ୍ ନୀତି ଯୋଗୁଁ ଉଭୟ ଚୀନ୍ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଦେଖାଦେଇଥିଲା। ଯାହା ବୈଶ୍ୱିକ ଅର୍ଥନୀତିକୁ ପ୍ରଭାବିତ କରିଥିଲା। ଚୀନ୍ ଅନ୍ୟ ଦେଶମାନଙ୍କୁ ଏକତାବଦ୍ଧ ହୋଇ ଏକପାକ୍ଷିକ ଟାରିଫ୍ ନୀତିର ବିରୋଧ କରିବାକୁ ଆହ୍ୱାନ ଦେଇଛି। BRICS ଗୋଷ୍ଠୀକୁ ଏକ ସକାରାତ୍ମକ ଶକ୍ତି ଭାବେ ଉପସ୍ଥାପନ କରି ଚୀନ୍ କହିଛି ଯେ ଏହା ବିଶ୍ୱରେ ସମାନତା ଓ ସହଯୋଗ ଆଧାରିତ ଅର୍ଥନୀତି ଗଠନ ଲକ୍ଷ୍ୟ ରଖିଛି।
ସରିଲା ଅଧରପଣା; ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ କରିବେ ମାଆଙ୍କ ମାନଭଞ୍ଜନ
ପୁରୀ : ଶ୍ରୀକ୍ଷେତ୍ରରେ ଆଜି ନିଳାଦ୍ରୀ ବିଜେ । ରତ୍ନବେଦୀକୁ ବାହୁଡ଼ିବେ ମହାବାହୁ । ଜନ୍ମବେଦୀରେ ଲୀଳାଖେଳା ସାରିବା ପରେ ଆଜି ପୁର୍ନବାର ନୀଳକନ୍ଦରକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁଙ୍କ ପତିତପାବନ ଯାତ୍ରାର ଆଜି ଶେଷ କରି ଗୋଟି ପହଣ୍ଡିରେ ରଥାରୂଢ ଠାକୁର ଶ୍ରୀମନ୍ଦିରକୁ ବିଜେ କରିବେ । ବଡ଼ଭାଇ, ଭଉଣୀଙ୍କ ସମେତ ସୁଦର୍ଶନଙ୍କ ପହଣ୍ଡି ସରିବ। ହେଲେ କାଳିଆ ସାଆନ୍ତଙ୍କ ବାଟ ଓଗାଳିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ । ବିଜେ ପଥରେ ଲକ୍ଷ୍ମୀ-ନାରାୟଣ କଳି ନୀତି ହେବ । ପରେ ରସଗୋଲା ଦେଇ ଧର୍ମପତ୍ନୀଙ୍କ ମନ ତୋଷିବେ ଶ୍ରୀଜଗନ୍ନାଥ । ନୀଳାଦ୍ରି ବିଜେରେ ଠାକୁରଙ୍କ ଏସବୁ ମାନବୀୟ ଲୀଳା ଦେଖି ଧନ୍ୟ ହେବେ ଲକ୍ଷାଧିକ ଭକ୍ତ । ଅପରାହ୍ଣ ୪ଟାରେ ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇ ରାତି ୧୦ଟା ସୁଦ୍ଧା ସରିବ ବୋଲି ସମୟ ଧାର୍ଯ୍ୟ କରିଛି ଶ୍ରୀମନ୍ଦିର ପ୍ରଶାସନ । ପୁଷ୍ପାଳକ ସେବକମାନେ ପ୍ରଥମେ ଶ୍ରୀମଦନମୋହନ ଓ ଶ୍ରୀରାମକୃଷ୍ଣଙ୍କୁ ଦକ୍ଷିଣଘରେ ବିଜେ କରାଇବେ । ଏହାପରେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ପହଣ୍ଡି ହେବେ । ଏହା ପୂର୍ବରୁ ରତ୍ନସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧା ସରି ଅଖଣ୍ଡ ବଇଠା ବସିଥିବ । ନୀଳାଦ୍ରି ବିଜେ ପାଇଁ ସ୍ଥିର ହୋଇଥିବା ସମୟକ୍ରମେ ପ୍ରାତଃ ୪ଟାରେ ତିନି ରଥରେ ମଙ୍ଗଳାଳତି ହେବ । ରଥରେ ଅନ୍ୟାନ୍ୟ ନୀତି ହୋଇ ସନ୍ଧ୍ୟାଧୂପ ବଢିବ ଅପରାହ୍ନ ସାଢ଼େ ୧ଟାରେ । ଏହାପରେ ସାଢ଼େ ୩ଟା ସୁଦ୍ଧା ରଥରେ ଚାରମାଳ ବନ୍ଧା ହୋଇ ସିଂହାସନ ମାଜଣା ହେବ । ୩ଟା୫୦ମିନିଟ୍ରେ ପୁଷ୍ପାଞ୍ଜଳି ଅର୍ପଣ ହୋଇ ବିଜେ କାହାଳି ବାଜିଲେ ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ। ଉକ୍ତ ଦେବନୀତି ସ୍ୱଚକ୍ଷୁରେ ଦେଖିବାକୁ ଏହି ଦିନକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି ଭକ୍ତ । ଏହି ଅବସରରେ ଠାକୁରଙ୍କୁ ରସଗୋଲା ଭୋଗ କରାଯିବାର ପରମ୍ପରା ରହିଛି ।
ମହାକାଶରେ କେମିତି ଦେଖାଯାଏ ପୃଥିବୀ? ISSରୁ ଫଟୋ ପଠାଇଲେ ଶୁଭାଂଶୁ ଶୁକ୍ଲା
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)ରୁ ଫଟୋ ପୃଥିବୀକୁ ପଠାଇଛନ୍ତି ମହାକାଶରେ ଥିବା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା । ISSରୁ ପଠାଯାଇଥିବା ଫଟୋରେ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ମୁହଁରେ ହସ ଦେଖାଯାଉଛି। ଏହା ବ୍ୟତୀତ, ଏହି ଫଟୋଗୁଡ଼ିକରେ ମହାକାଶରୁ ପୃଥିବୀର ଏକ ସୁନ୍ଦର ଦୃଶ୍ୟ ମଧ୍ୟ ଦୃଶ୍ୟମାନ ହେଉଛି। ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)ରେ ପହଞ୍ଚିଥିବା ପ୍ରଥମ ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ISSର ଓ୍ୱିଣ୍ଡୋରେ ଥିବା କପୋଲା ମଡ୍ୟୁଲରୁ ପୃଥିବୀର ସୁନ୍ଦର ଦୃଶ୍ୟ ଉପଭୋଗ କରୁଥିବାର ଦେଖାଯାଉଛି। ସେହି ସମୟରେ, ଅନ୍ୟ କିଛି ଫଟୋରେ, ସେ ISS ବାହାରେ ମହାକାଶର ଦୃଶ୍ୟର ଫଟୋ ମଧ୍ୟ ନେଉଥିବାର ଦେଖାଯାଇଛି। ସେହି ସମୟରେ,ଭାରତ ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମXରେ ଏକ ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ,ଭାରତ ସରକାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ଏବଂ ମହାକାଶରୁ ପୃଥିବୀର ଦୃଶ୍ୟର ବହୁତ ସୁନ୍ଦର ଏବଂ ରୋମାଞ୍ଚକର ଫଟୋ ସେୟାର କରିଛନ୍ତି।ଏହା ବ୍ୟତୀତ,ଭାରତ ସରକାର ଏହି ପୋଷ୍ଟରେ ଏକ ନୋଟ୍ ମଧ୍ୟ ସେୟାର କରିଛନ୍ତି। ସରକାର ଲେଖିଛନ୍ତି, ମହାକାଶରୁ ପୃଥିବୀର ଦୃଶ୍ୟ! ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)ରଓ୍ୱିଣ୍ଡୋରେଥିବା କପୋଲା ମଡ୍ୟୁଲରୁ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ପୃଥିବୀର ଚମତ୍କାର ଏବଂ ମନୋରମ ଦୃଶ୍ୟ ଉପଭୋଗ କରୁଛନ୍ତି। Gazing Down From The Space! Group Capt Shubhanshu Shukla enjoys the stunning panoramic view of Earth from the 7-windowed Cupola Module aboard the International Space Station. It’s been a remarkable journey as he marks a week in orbit, representing India among the stars. #Axiom4 … pic.twitter.com/E9XKZIatng — MyGovIndia (@mygovindia) July 6, 2025 ପୋଷ୍ଟରେ ଆହୁରି ଲେଖାଯାଇଛି, ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ମହାକାଶରେ ଗୋଟିଏ ସପ୍ତାହ ପୂରଣ କରିଛନ୍ତି। କକ୍ଷପଥରେ ଥିବା ତାରାମାନଙ୍କ ମଧ୍ୟରେ ଭାରତକୁ ପ୍ରତିନିଧିତ୍ୱ କରିବା ସମୟରେ ତାଙ୍କର ଯାତ୍ରା ଆଶ୍ଚର୍ଯ୍ୟଜନକ ହୋଇଛି। ଲକ୍ଷ୍ନୌର ବାସିନ୍ଦା 39 ବର୍ଷୀୟ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଆକ୍ସିଅମ୍ ସ୍ପେସର ବାଣିଜ୍ୟିକ ମିଶନ ଆକ୍ସିଅମ୍-4ର ଏକ ଅଂଶ ଭାବରେ ମହାକାଶରେ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପହଞ୍ଚିଛନ୍ତି। ISSରେ ଉଠାଯାଇଥିବା ଶୁଭାଂଶୁ ଶୁକ୍ଲାଙ୍କ ଫଟୋ ଭାରତରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଶୁଭାଂଶୁ ଶୁକ୍ଲାଙ୍କ ଫଟୋ ଦେଖିବା ପରେ ଭାରତର ଲୋକମାନେ ଗର୍ବିତ ଅନୁଭବ କରୁଛନ୍ତି। ଏହା ସହିତ, ଏହି ଫଟୋଗୁଡ଼ିକ ଆଗାମୀ ପିଢ଼ିକୁ ମହାକାଶକୁ ଦେଖିବା ପାଇଁ ନୂତନ କାରଣ ମଧ୍ୟ ପ୍ରଦାନ କରେ।
ବ୍ୟାପିଲା ଝାଡ଼ାବାନ୍ତି, ଆଉ 8 ଆକ୍ରାନ୍ତ ଚିହ୍ନଟ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ବ୍ୟାପୁଛି ଝାଡ଼ାବାନ୍ତି। ସାନଖେମୁଣ୍ଡି ପରେ ପାତ୍ରପୁରରେ ଆଉ 8 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସମସ୍ତ ଆକ୍ରାନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ବାଦପୁର ପଞ୍ଚାୟତର ବିଭିନ୍ନ ଗାଁରେ ମଧ୍ୟ ବ୍ୟାପୁଛି ଝାଡ଼ାବାନ୍ତି। ଏହି ଘଟଣାକୁ ନେଇ ପରିମଳ ବ୍ୟବସ୍ଥା ଓ ଉତ୍ତମ ଚିକିତ୍ସା ଯୋଗାଇବାକୁ ଅଞ୍ଚଳବାସୀଙ୍କ ଦାବି। ଗତ ୪ ଦିନ ହେଲା ଅଞ୍ଚଳରେ ବର୍ଷା ଲାଗି ରହିଛି । ଦୂଷିତ ପାଣି ଯୋଗୁ ଝାଡ଼ାବାନ୍ତି ବ୍ୟାପୁଥିବା ସୂଚନା ମିଳିବା ପରେ […]
କାହିଁକି ବ୍ରାଏନ୍ ଲାରାଙ୍କ ରେକର୍ଡ ଭାଙ୍ଗିଲେନି ? ୱାଇଆନ୍ ମୁଲଡର କଲେ ବଡ଼ ଖୁଲାସା
ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ସମୟରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ୱାଇଆନ୍ ମୁଲଡରଙ୍କ ପାଖରେ ୱେଷ୍ଟଇଣ୍ଡିଜ୍ ମହାନ ବ୍ରାଏନ୍ ଲାରାଙ୍କ ରେକର୍ଡ ଭାଙ୍ଗିବାର ସୁବର୍ଣ୍ଣ ସୁଯୋଗ ଥିଲା, କିନ୍ତୁ ସେ ଇନିଂସ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ଯେତେବେଳେ ମୁଲଡର ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ ଘୋଷଣା କରିଥିଲେ, ସେ 367 ରନ କରି ଖେଳୁଥିଲେ । ଦକ୍ଷିଣ ଆଫ୍ରିକା 6 ୱିକେଟରେ 626 ରନ କରି ପ୍ରଥମ ଇନିଂସ […]
ମା’ ଲକ୍ଷ୍ନୀଙ୍କୁ ପାଇଁ ପ୍ରସ୍ତୁତ ହେଉଛି ରସଗୋଲା
ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, କଲବଲ ଲୋକେ
ଆଜି ରସଗୋଲା ଦିବସ, ଅଭିମାନିନୀ ପତ୍ନୀଙ୍କ ମାନଭଞ୍ଜନ କରିବେ କାଳିଆ ଠାକୁର
ଓଡିଶା ଭାସ୍କର: ଆଜି ଓଡ଼ିଶାରେ ରସଗୋଲା ଦିବସ ଉତ୍ସାହର ସହ ପାଳନ କରାଯାଉଛି। ଏହି ଦିବସ କେବଳ ଏକ ମିଠାର ସମ୍ମାନ ନୁହେଁ, ବରଂ ଓଡ଼ିଆ ସଂସ୍କୃତି ଓ ଐତିହ୍ୟର ଏକ ଅନନ୍ୟ ପରିଚୟ। ରସଗୋଲା, ଯାହା ଓଡ଼ିଶାର ମୁକସାକ୍ଷୀ ଭାବେ ପରିଚିତ, ଆଜି ରାଜ୍ୟବାସୀଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ରସଗୋଲାର ଉତ୍ପତ୍ତି ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ସହିତ ଗଭୀର ଭାବେ ଜଡ଼ିତ। ଶତାବ୍ଦୀ ପୁରୁଣା ପରମ୍ପରା ଅନୁଯାୟୀ, ରଥଯାତ୍ରାର ନୀଳାଦ୍ରି ବିଜେ […]
ସିରାଜ ଓ ଆକାଶ ଯୋଡ଼ି : ଭାରତର ବର୍ମିଂହାମ ବିଜୟରେ ନେଇଛନ୍ତି ନିର୍ଣ୍ଣାୟକ ଭୂମିକା
ଭାରତର ବର୍ମିଂହାମ ବିଜୟରେ ନୂଆ ଦ୍ରୁତ ବୋଲର୍ ଯୋଡ଼ି ମହମ୍ମଦ ସିରାଜ ଓ ଆକାଶ ଦୀପ ନିର୍ଣ୍ଣାୟକ ଭୂମିକା ନେଇଛନ୍ତି । ସିରାଜଙ୍କ ୬ ୱିକେଟ୍ ସଫଳତା ବଳରେ ପ୍ରଥମ ପାଳିରେ ଇଂଲଣ୍ଡକୁ ଭାରତକୁ ୪୦୭ ରନ୍ରେ ଅଲ୍ଆଉଟ୍ କରି ଦେଇଥିଲା । ଦ୍ବିତୀୟ ପାଳିରେ ଆକାଶ ଦୀପଙ୍କ ୬ ୱିକେଟ୍ ସଫଳତା ବଳରେ ଏଠାରେ ପ୍ରଥମ ଥର ବିଜୟୀ ହୋଇଥିଲା । ପ୍ରଥମ ପାଳିରେ ୪ ୱିକେଟ୍ ନେଇଥିବା ଆକାଶ ଦୀପ ୧୮୭ ରନ୍ ଦେଇ ୧୦ ୱିକେଟ୍ ନେଇଥିଲେ । ଯାହା ତାଙ୍କ ଟେଷ୍ଟ୍ ଜୀବନର ଶ୍ରେଷ୍ଠ ବୋଲିଂ ଚିତ୍ର ଥିଲା । ସିରାଜ ମଧ୍ୟ ନିଜ ଖେଳ ଜୀବନର ଚତୁର୍ଥ ପାଞ୍ଚ ୱିକେଟ୍ ସଫଳତା ପାଇଥିଲେ । ଉଭୟ ମିଶି ୭୨.୪ ଓଭର ବୋଲିଂ କରି ୩୧୪ ବିନିମୟରେ ଇଂଲଣ୍ଡର ୨୦ରୁ ୧୭ ୱିକେଟ୍ କରାୟତ୍ତ କରିଥିଲେ । ପ୍ରଥମ ପାଳିରେ ଇଂଲଣ୍ଡର ସମସ୍ତ ୧୦ ୱିକେଟ୍ ଏହି ଦୁଇଜଣ ଅକ୍ତିଆର କରିଥିଲେ । ବୁମ୍ରାଙ୍କ ଅନୁପସ୍ଥିତିରେ ଏହି ଦୁଇ ଜଣ ହିଁ ଭାରତୀୟ ବୋଲିଂର ମଙ୍ଗ ସମ୍ଭାଳିଥିଲେ । ଏଣୁ ଲର୍ଡସରେ ଗୁରୁବାରଠାରୁ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ୍ରେ ଉଭୟଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ ବୋଲି ଆଶା କରାଯାଇଛି । ଏହି ମ୍ୟାଚ୍ରେ ବୁମ୍ରା ଫେରିବେ ବୋଲି ଅଧିନାୟକ ଶୁବମନ ଗିଲ୍ ସୂଚନା ଦେଇଛନ୍ତି । ସେଥିପାଇଁ ସିରାଜ-ଆକାଶ ଦୀପ ଓ ବୁମ୍ରା ଇଂଲଣ୍ଡକୁ ପୁଣି ଥରେ ପରୀକ୍ଷାରେ ପକାଇବେ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି । ସିରାଜଙ୍କ କ୍ୟାଚ୍ ସବୁଠୁ ସ୍ମରଣୀୟ: ଗିଲ୍ ବର୍ମିଂହାମ ଟେଷ୍ଟ୍ ଜିତି ଭାରତୀୟ ଖେଳାଳିମାନେ ଐତିହାସିକ ସଫଳତା ହାସଲ କରିଛନ୍ତି । ୫୮ବର୍ଷର ପରାଜୟ ଧାରା ଭାଙ୍ଗି ପ୍ରଥମ ଥର ପାଇଁ ଏହି ଷ୍ଟାଡିୟମ୍ରେ ବିଜୟର ବାନା ଉଡ଼ାଇବା ପରେ ସାରା ଜୀବନ ପାଇଁ ଅଭୁଲା ମୁହୂର୍ତ୍ତ ସାଉଣ୍ଟିଛନ୍ତି । ଅଧିନାୟକତ୍ବର ପ୍ରଥମ ବିଜୟ ପୁଣି ଏଥିରେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇବା ଅଧିନାୟକ ଶୁବମନ୍ ଗିଲ୍ଙ୍କ ପାଇଁ ସ୍ବତନ୍ତ୍ର ଅନୁଭୂତି ପାଲଟିଛି । ବ୍ୟକ୍ତିଗତ ଭାବେ ପ୍ରଥମ ପାଳିରେ ଦ୍ବିଶତକ ଏବଂ ଦ୍ବିତୀୟ ପାଳିରେ ଶତକ ସହ ମୋଟ ୪୩୦ ରନ୍ କରିଛନ୍ତି ଗିଲ୍ । ସେହିଭଳି ଯୁବ ବୋଲର ଆକାଶ ଦୀପ ୧୦ ୱିକେଟ୍ ସଫଳତା ହାସଲ କରି ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ତେବେ ଏସବୁ ନୁହେଁ ବରଂ ଶେଷ ଦିନରେ ରବୀନ୍ଦ୍ର ଜାଡ଼େଜାଙ୍କ ବୋଲିଂରେ ମହମ୍ମଦ ସିରାଜ ବ୍ରାଏଡନ୍ କାର୍ସଙ୍କର ଗୋଟିଏ ହାତରେ ନେଇଥିବା କ୍ୟାଚ୍ ତାଙ୍କ ପାଇଁ ବର୍ମିଂହାମ ଟେଷ୍ଟ୍ର ସବୁଠୁ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବ ବୋଲି କହିଛନ୍ତି ଗିଲ୍ । ଏକ ସାକ୍ଷାତକାର ବେଳେ ୨୫ବର୍ଷୀୟ ଗିଲ୍ ନିଜ ମନର ଭାବନାକୁ ପରିପ୍ରକାଶ କରି କହିଛନ୍ତି, ଆଜି ଆମେ ଯେଉଁ ସ୍ଥିତିରେ ଅଛୁ, ସେଥିଲାଗି ଗତ ୬ରୁ ୮ ମାସ ହେବ କଠିନ ପରିଶ୍ରମ କରିଛୁ । ଦଳର ବିଜୟରେ ସବୁ ଖେଳାଳି ନିଜ ନିଜର ଯୋଗଦାନ ରଖିବା ଅଧିକ ଆନନ୍ଦଦାୟକ । ମ୍ୟାଚ୍ର ଶେଷ କ୍ୟାଚ୍ ନେବା ମୋ ଭାଗ୍ୟରେ ଥିଲା । ଏହି ବିଜୟ ନିଶ୍ଚିତ ଭାବେ ମୋ କ୍ରିକେଟ୍ ଯାତ୍ରାର ଅନ୍ୟତମ ମାଇଲ୍ଖୁଣ୍ଟ ହୋଇ ରହିବ । ଏହା ଏଭଳି ଏକ ସଫଳତା, ଯାହାକୁ ନେଇ ସାରା ଜୀବନ ମୁଁ ଉଲ୍ଲସିତ ହେବି । ଯେତେବେଳେ ଅବସର ନେବି, ଏହା ସମ୍ଭବତଃ ମୋ ଖେଳ ଜୀବନର ଅନ୍ୟତମ ସୁଖଦ ମୁହୂର୍ତ୍ତ ଭାବେ ମନେ ପକାଇବି । ମୋ ଯୁଗଳ ଶତକ ଏବଂ ଆକାଶ ଦୀପଙ୍କ ୧୦ ୱିକେଟ୍ ସବୁବେଳେ ମନେ ରହିବ । ମୋ ପାଇଁ କିନ୍ତୁ ଏହି ମ୍ୟାଚ୍ର ସବୁଠାରୁ ସ୍ମରଣୀୟ ମୁହୁର୍ତ୍ତ ସିରାଜଙ୍କ ସେହି ଅସାଧାରଣ କ୍ୟାଚ୍ ହୋଇ ରହିବ । ସମସ୍ତଙ୍କ ପାଇଁ ମୁଁ ବହୁତ ଗର୍ବିତ । ସୂଚନାଯୋଗ୍ୟ ଯେ ଇଂଲଣ୍ଡ ଦ୍ବିତୀୟ ପାଳିର ୬୩.୫ ଓଭରରେ ଜାଡ଼େଜାଙ୍କ ଫୁଲ୍ ଲେନ୍ଥ ବଲ୍କୁ ବ୍ରାଏଡନ୍ କାର୍ସ ମିଡ୍ୱିକେଟ୍କୁ ଖେଳି ସିଙ୍ଗଲ ଚୋରାଇବା ଲକ୍ଷ୍ୟରେ ଥିଲେ । ବଲ୍ କିଛି ସମୟ ଉପରେ ରହିଥିଲା । ଏହି ସୁଯୋଗରେ ସିରାଜ ନିଜ ପୂରା ଶରୀରକୁ ଲମ୍ବାଇ ଡାହାଣ ପଟକୁ ଡାଇଭ୍ ମାରି ଏହାକୁ ଗୋଟିଏ ହାତରେ କ୍ୟାଚ୍ କରି ନେଇଥିଲେ । ଯାହା ଏହି ମ୍ୟାଚ୍ର ଅନ୍ୟତମ ଶ୍ରେଷ୍ଠ କ୍ୟାଚ୍ ଥିଲା । ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍: ପଏଣ୍ଟ୍ ଖାତା ଖୋଲିଲା ଭାରତ ଚଳିତ ଇଂଲଣ୍ଡ ବିପକ୍ଷ ପାଞ୍ଚଟିକିଆ ଶୃଙ୍ଖଳାରୁ ୨୦୨୫-୨୭ ଚକ୍ର ଲାଗି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଅଭିଯାନ ଆରମ୍ଭ କରିଛି ଭାରତ । ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡଠାରୁ ହାରିଥିବା ଭାରତ କିନ୍ତୁ ଦ୍ବିତୀୟ ଟେଷ୍ଟ୍ରୁ ପଏଣ୍ଟ୍ ଖାତା ଖୋଲିଛି । ଏଜବାଷ୍ଟନ୍ ଟେଷ୍ଟ୍କୁ ୩୩୬ ରନ୍ର ବଡ଼ ବ୍ୟବଧାନରେ ଜିତିବା ପରେ ଭାରତ ୧୨ ପଏଣ୍ଟ୍ ସହ ୫୦ ପର୍ସେଣ୍ଟେଜ୍ ଅଫ୍ ପଏଣ୍ଟ୍ ବା ପିସିଟି ହାସଲ କରିଛି । ସଂପ୍ରତି ଟିମ୍ ଇଣ୍ଡିଆ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ତାଲିକାରେ ଇଂଲଣ୍ଡ ସହ ଯୁଗ୍ମ ତୃତୀୟ ସ୍ଥାନରେ ରହିଛି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ଟିକିଆ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ ଜିତିବା ପରେ ଅଷ୍ଟ୍ରେଲିଆ ୨୪ ପଏଣ୍ଟ୍ ଏବଂ ୧୦୦ ସିପିଟି ପାଇ ପ୍ରଥମ ସ୍ଥାନରେ ରହିଛି । ଶ୍ରୀଲଙ୍କା (୧୬ ପଏଣ୍ଟ, ୬୬.୭୭ ପିସିଟି) ଦ୍ବିତୀୟରେ ଥିଲା ବେଳେ ଭାରତ ଓ ଇଂଲଣ୍ଡ ପରବର୍ତ୍ତୀ ସ୍ଥାନ ଅଳଙ୍କୃତ କରିଛନ୍ତି । ବାଂଲାଦେଶ (୪ ପଏଣ୍ଟ୍, ୧୬.୬୭ ପିସିଟି) ପଞ୍ଚମ ସ୍ଥାନରେ ଅଛି । ୱେଷ୍ଟଇଣ୍ଡିଜ୍ ଖାତା ଖୋଲି ନଥିଲା ବେଳେ ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ଅଭିଯାନ ଆରମ୍ଭ କରି ନାହାନ୍ତି ।
ଖାଲି ପେଟରେ ପାଣି ପିଇବା ଦ୍ୱାରା କ’ଣ ଲାଭ ହୁଏ ? ସକାଳୁ କେତେ ଗ୍ଲାସ ପିଇବା ଉଚିତ?
ଓଡିଶା ଭାସ୍କର: ସକାଳୁ ଉଠିବା ମାତ୍ରେ ଆମେ ପ୍ରଥମେ ଯାହା କରୁ ତାହା ଆମ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ। କଣ ଆପଣ ଜାଣନ୍ତି ଖାଲି ପେଟରେ ପାଣି ପିଇଲେ ହୋଇଥାଏ ଅନେକ ଫାଇଦା। ଆଜ୍ଞା ହଁ, ସକାଳେ ଖାଲି ପେଟରେ ପାଣି ପିଇଲେ ଅନେକ ଲାଭ ମିଳିଥାଏ। ତେବେ ଆସନ୍ତୁ ଜାଣିବା ସେହି ଫାଇଦା ସବୁ କଣ ଏବଂ ଆପଣଙ୍କୁ କେତେ ଗ୍ଲାସ ପାଣି ପିଇବା ଉଚିତ। ରାତିରେ ଶରୀରରେ ଜମା ହୋଇଥିବା ବିଷାକ୍ତ […]
ଡି. ଏ. ଭି ପବ୍ଲିକ ସ୍କୁଲ, କାଂସବାହାଲରେ ”ବନ ମହୋତ୍ସବ ସପ୍ତାହ- ୨୦୨୫“ ପାଳିତ
କନକ ବ୍ୟୁରୋ : ଇକୋ କ୍ଲବ୍ ଦ୍ୱାରା ୦୧.୦୭.୨୦୨୫ ରୁ ୦୭.୦୭.୨୦୨୫ ପର୍ଯ୍ୟନ୍ତ ଆୟୋଜିତ ବନ ମହୋତ୍ସବ ସପ୍ତାହ ଡି.ଏ.ଭି. ପବ୍ଲିକ୍ ସ୍କୁଲ୍ କାଂସବାହାଲ୍ ପରିସରରେ ଗୋଟିଏ ବୃକ୍ଷ ମାଆଙ୍କ ନାମରେ ବିଷୟବସ୍ତୁ ସହିତ ଅତ୍ୟନ୍ତ ଉତ୍ସାହର ସହିତ ପାଳିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଏକ ସପ୍ତାହ ଧରି ଚାଲିଥିଲା । ଏହି କାର୍ଯ୍ୟକ୍ରମ ସମୟରେ ସ୍କୁଲର ପିଲାମାନଙ୍କପାଇଁପ୍ରକୃତି ସମ୍ବନ୍ଧୀୟ ଅନେକ କାର୍ଯ୍ୟକଳାପ ସହିତ ଅନେକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଯେପରିକି ପ୍ରକୃତି ଆଧାରିତ ଜିନିଷରୁ ରାଖୀ ତିଆରି ବୁକମାର୍କ ପୋଷ୍ଟର ତିଆରି ସ୍ଲୋଗାନ ପ୍ରଦାନ ସାମୂହିକ ବୃକ୍ଷରୋପଣ ରାଲି , ଷ୍ଟ୍ରିଟ୍ ପ୍ଲେ ଏବଂ ସାମ୍ପ୍ରତିକ ପରିବେଶର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ଇତ୍ୟାଦି କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମଗୁଡିକରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ମଧ୍ୟ କରାଯାଇଥିଲା । କାର୍ଯ୍ୟକ୍ରମର ଚତୁର୍ଥ ଦିନରେ ସ୍ଥାନୀୟ ପରିଚାଳନା କମିଟିର ସଦସ୍ୟ ଏଲ୍ ଆଣ୍ଡ ଟିର ସଚ୍ଚିଦାନନ୍ଦ ଦାଶ(ଡି.ଜି.ଏମ୍. ସର୍ଭିସ ଅପେରସନ୍ସ) ଜାଗ୍ରତ କୁମାର ଓଝା (ଆସିଷ୍ଟାଣ୍ଡ ମ୍ୟାନେଜର ଏଚ୍ ଆର୍ ଏବଂ ଆଇ ଆର ) ଏବଂ ସୁଶ୍ରୀ ଆଲିଶା ସାହୁ (ସିନିୟର ଇଞ୍ଜିନିୟର ମେକାନିକାଲ) ଅତିଥି ଭାବେ ଯୋଗ ଦେଇଥିଲେ । ବନ ମହୋତ୍ସବ ଅବସରରେ ଏକ ସ୍ୱତନ୍ତ୍ର ମର୍ଣ୍ଣିଙ୍ଗ ଆସେମ୍ଲିର ଆୟୋଜନ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରୀନା ମହାପାତ୍ର ସମସ୍ତ ଅତିଥିଙ୍କୁ ସ୍ୱାଗତ କରିଥିଲେ ଏବଂ ଆମ ଜୀବନରେ ଗଛର ଗୁରୁତ୍ୱ କ ଣ ଏବଂ ସେମାନେ କାହିଁକି ଗଛ ଲଗାଇବା ଉଚିତ ତତ୍ ସଂପର୍କରେ ସମସ୍ତ ପିଲାମାନଙ୍କୁ କହିଥିଲେ । ଏହା ପରେ ଅତିଥିମାନଙ୍କ ସହିତ ସମସ୍ତେ ମିଳିତ ଭାବରେ ଗଛ ଲଗାଇଥିଲେ । ଏହିପରି ବିଦ୍ୟାଳୟର ସମସ୍ତ ଶିକ୍ଷକ ସହ-ଶିକ୍ଷକ ଗଣ-ଶିକ୍ଷକ କର୍ମଚାରୀ ଇକୋ କ୍ଲବ୍ ସଦସ୍ୟ ଇକୋ କ୍ଲବର ମୁଖ୍ୟ ରଶ୍ମିରେଖା ମହାପାତ୍ର ଛାତ୍ରଛାତ୍ରୀ ଏବଂ ପ୍ରଧାନଶିକ୍ଷୟିତ୍ରୀ ରୀନା ମହାପାତ୍ରଙ୍କ ମାର୍ଗଦର୍ଶନ ଏବଂ ଅବଦାନରେ ୨୦୨୫ ବନ ମହୋତ୍ସବ ସପ୍ତାହର କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।
ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, କଲବଲ ଲୋକେ : ୭ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଡ୍ରାଇଭରଙ୍କ ଆନ୍ଦୋଳନ
କନକ ବ୍ୟୁରୋ : ଆଜିଠୁ ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ । ଓଡ଼ିଶାର ୫ ଲକ୍ଷ ଡ୍ରାଇଭର ରାଜରାସ୍ତାକୁ ଓହ୍ଲାଇବେ । ୭ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ କରିବେ ଅଲ ଓଡ଼ିଶା ଡ୍ରାଇଭର ଆସୋସିଏସନ୍ । ଷ୍ଟିୟରିଂ ଛାଡି ଆନ୍ଦୋଳନକୁ ଓହ୍ଲାଇବେ ରାଜ୍ୟର ସବୁ ଗାଡି ଚାଳକ । ଅଟୋ ଚାଳକଙ୍କୁ ଡ୍ରାଇଭର କଲ୍ୟାଣ ସଂଘରେ ସାମିଲ କରିବା, ୬୦ ବର୍ଷ ବୟସ ପରେ ପରେ ଡ୍ରାଇଭରଙ୍କୁ ଭତ୍ତା, ୧୦୦ କିଲୋମିଟର ଅନ୍ତରରେ ପାର୍କିଂ ଓ ଶୌଚାଳୟର ବ୍ୟବସ୍ଥା, ୧ ସେପ୍ଟେମ୍ବରକୁ ଡ୍ରାଇଭର ଦିବସ ରୂପେ ଘୋଷଣା ଆଦି ୭ ଦାବି ନେଇ ବିକ୍ଷୋଭ ପଦର୍ଶନ କରିବେ ଗାଡି ଚାଳକ । ତେବେ ଆମ୍ବୁଲାନ୍ସ ଓ ସ୍କୁଲ ବସକୁ ଛାଡି ବାକି ଗାଡି ଚାଳକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘ କହିଛି । ସରକାର ଦାବି ପୂରା ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ନିଷ୍ପତ୍ତି ପାଇଁ ପରିବହନ ବ୍ୟବସ୍ଥା ପ୍ରଭାବିତ ହୋଇପାରେ । ସେଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଅନ୍ୟପଟେ ବସ ଉପରେ ନିର୍ଭର ହୋଇ ରହୁଥିଲା ଯାତ୍ରୀ ସମସ୍ୟା ଭୋଗୁଛନ୍ତି । ଗାଡ଼ି ଚଳାଚଳ ବନ୍ଦ କାରଣରୁ ଲୋକଙ୍କ ଯାତାୟତ ଠପ୍ ହୋଇଯାଇଛି । ଏପରିକି କାମ ପାଇଁ ଦୂରକୁ ଯାତ୍ରା କରୁଥିବା ଶ୍ରମିକମାନେ ବି ସମସ୍ୟାର ସମ୍ମୁଖିନ ହୋଇଛନ୍ତି । ବସ୍ ନପାଇ ବସଷ୍ଟାଣ୍ଡକୁ ଆସି ବସି ରହିଥିବାର ଦୃଶ୍ୟ ବି ସାମ୍ନାକୁ ଆସିଛି ।
ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ, ଯାତ୍ରୀ ହନ୍ତସନ୍ତ
ଭୁବନେଶ୍ୱର: ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ। 6 ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନ୍ଦୋଳନ ହେଉଥିବାବେଳେ ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଆନ୍ଦୋଳନରେ ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ କ୍ଷମତା ପ୍ରଦାନ ପ୍ରକ୍ରିୟାକୁ ବିରୋଧ ହେଉଛି। ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ପରିଲକ୍ଷିତ ହେଉଥିବାବେଳେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି।
ଶ୍ରାବଣ ୨୦୨୫: ସର୍ବାର୍ଥ ସିଦ୍ଧି ଓ ପ୍ରୀତି ଯୋଗ ସହ ଆରମ୍ଭ ହେଉଛି ଶୁଭ ଶ୍ରାବଣ ମାସ
ନୂଆଦିଲ୍ଲୀ: ଏହି ବର୍ଷ ଶ୍ରାବଣ ମାସ ସର୍ବାର୍ଥ ସିଦ୍ଧି ଯୋଗ ଓ ଆୟୁଷ୍ମାନ ଯୋଗ ସହ ଆରମ୍ଭ ହେଉଛି। ଏହା ସହିତ ପ୍ରଥମ ଶ୍ରାବଣ ସୋମବାରରେ ପ୍ରୀତି ଯୋଗର ସଂଯୋଗ ହେଉଛି। ଏହି ଶୁଭ ସଂଯୋଗରେ ଶ୍ରାବଣ ସୋମବାରର ଉପବାସ ରଖିବାର ବିଶେଷ ଲାଭ ରହିଛି। ମହାଦେବଙ୍କର ପ୍ରିୟ ସାବନ ମାସରେ ଯେତେବେଳେ ଭକ୍ତମାନେ ଶିବଲିଙ୍ଗରେ ଜଳାଭିଷେକ ଓ ଦୁଗ୍ଧାଭିଷେକ କରନ୍ତି, ସେତେବେଳେ ସେମାନଙ୍କ ଜୀବନରୁ ସମସ୍ତ କଷ୍ଟ ଦୂର ହୋଇଥାଏ। ଶ୍ରାବଣ ମାସରେ ରୁଦ୍ରାଭିଷେକ ଅନୁଷ୍ଠାନ […]
ହୀରାକୁଦରେ ପାଣି ପଶୁଛି କମ, ବାହାରୁଛି ଅଧିକ
ହୀରାକୁଦ ଜଳଭଣ୍ଡାରର କମିବାରେ ଲାଗିଛି ଜଳସ୍ତର। ବାସ୍ତବରେ ହୀରାକୁଦକୁ ପାଣିର ପ୍ରବେଶ କମ ଥିବାବେଳେ ନିଷ୍କାସନ ଅଧିକ ହେଉଛି। ହୀରାକୁଦ ଗେଟରେ 20ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବାବେଳେ ଏବେ ହୀରାକୁଦ ଡ୍ୟାମର ଜଳସ୍ତର 608.04 ଫୁଟ ରହିଛି। ହୀରାକୁଦକୁ ପ୍ରବେଶ କରୁଛି 2 ଲକ୍ଷ 33 ହଜାର 824 କ୍ୟୁସେକ ଜଳ ଏବଂ ନିଷ୍କାସନ ହେଉଛି 3 ଲକ୍ଷ 32 ହଜାର 491 କ୍ୟୁସେକ ଜଳ।
ଆଉ ମାତ୍ର ଦୁଇ ଦିନ, ଗୁରୁ ଉଦୟ ସହ ଖୋଲିବ ଭାଗ୍ୟର ଦ୍ୱାର! ଜାଣନ୍ତୁ କେଉଁ ରାଶି ଉପରେ ବର୍ଷିବ କୃପା
୨୦୨୫ ଜୁଲାଇ ମାସ ଏକ ବଡ଼ ପରିବର୍ତ୍ତନ ଆଣୁଛି। ୯ ଜୁନରୁ ଅସ୍ତ ହୋଇଥିବା ଦେବଗୁରୁ ବୃହସ୍ପତି ଆଉ ଦୁଇ ଦିନ ପରେ, ଅର୍ଥାତ୍ ୯ ଜୁଲାଇ ୨୦୨୫ରେ ପୂର୍ଣ୍ଣ ରୂପେ ଉଦୟ (ଗୁରୁ ଉଦୟ) ହେବେ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗୁରୁ ଅସ୍ତ ଥିବା ସମୟରେ ଶୁଭ କାର୍ଯ୍ୟ ଉପରେ ରୋକ ଲାଗିଥାଏ ଏବଂ ଅନେକ ସମୟରେ ଆର୍ଥିକ, ବୈବାହିକ ଓ ଧାର୍ମିକ ବାଧା ସୃଷ୍ଟି ହୋଇଥାଏ। କିନ୍ତୁ ଏବେ ସବୁ କିଛି ବଦଳିବାକୁ ଯାଉଛି! […]
ମଶାଙ୍କୁ ଜଗିବ ଏଆଇ! ଲୋପ ପାଇବ ମଶାଙ୍କ ସଂଖ୍ୟା
କନକ ବ୍ୟୁରୋ : ବର୍ଷା ଆସିଲେ ମଶାଙ୍କ ପ୍ରାର୍ଦୁଭାବ ବଢେ । ସବୁଆଡ଼େ କାଦୁଅ, ପାଣି ଜମିବା ସହ ପୂରା ପରିବେଶ ଦୂଷିତ ହୋଇଥାଏ । ଯେଉଁଥିପାଇଁ ବର୍ଷା ଋତୁରେ ଲୋକ ଅଧିକ ମାତ୍ରାରେ ଡେଙ୍ଗୁ, ମ୍ୟାଲେରିଆରେ ଆକ୍ରାନ୍ତ ହୁଅନ୍ତି, କିନ୍ତୁ ଏହି ମଶାଙ୍କ ଉପରେ ଏବେ ଲଗାମ ଲାଗିବ । ମଶାଙ୍କ ସଂଖ୍ୟା କେତେ, ପ୍ରଜାତି ସାଙ୍ଗକୁ କେଉଁ କେଉଁ ସ୍ଥାନରେ ଅଧିକ ସଂଖ୍ୟାରେ ଅଛନ୍ତି ସେନେଇ ନଜର ରଖିବ ଏଆଇ । ଆନ୍ଧ୍ରପ୍ରଦେଶ ସରକାର ଏଥିପାଇଁ ସ୍ମାର୍ଟ ମସକ୍ୟୁଟୋ ସର୍ଭେଲାନ୍ସ ସିଷ୍ଟମ ବା ଏସଏମଓଏସଏସ୍ ନାମକ ଏକ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଯୋଜନା ରାଜ୍ୟର ୬ଟି ସହରରେ ଲାଗୁ ହେବ । ଏଆଇ ଚାଳିତ ସେନ୍ସର ଏବଂ ଡ୍ରୋନ ମାଧ୍ୟମରେ ମଶା ଅଧିକ ହେଉଥିବା ସ୍ଥାନ ଓ ସଂଖ୍ୟା ଉପରେ ନଜର ରଖାଯିବ । ସୋମବାର ନଗର ପ୍ରଶାସନ ଓ ସହରୀ ବିକାଶ ବିଭାଗ ତରଫରୁ ଏଭଳି କାର୍ଯ୍ୟକ୍ରମ ଖୁବଶୀଘ୍ର ଆରମ୍ଭ ହେବା ନେଇ ଟିଡିପିର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ମଶାଙ୍କୁ ଜଗିବ ଏଆଇ! -ମଶାଙ୍କ ଉପରେ ନଜର ରଖିବ ଏଆଇ -କେଉଁ ସ୍ଥାନରେ ବଢୁଛି ସଂଖ୍ୟା ତଥ୍ୟ ଦେବ -ମଶାଙ୍କ ପାଇଁ ଆନ୍ଧ୍ର ସରକାରଙ୍କ ନୂଆ ଯୋଜନା - ସ୍ମାର୍ଟ ମସକ୍ୟୁଟୋ ସର୍ଭେଲାନ୍ସ ସିଷ୍ଟମ ରଖିବ ନଜର -୬ଟି ସହରରେ ଆରମ୍ଭ ହେବ ପାଇଲଟ୍ ପ୍ରୋଜେକ୍ଟ -ବିଶାଖାପାଟଣାର ୧୬, ବିଜୟୱାଡ଼ାର ୨୮ ସ୍ଥାନରେ ପ୍ରୋଜେକ୍ଟ ହେବ -କାକିନାଡ଼ାର ୪, କୁର୍ନୁଲର ୬, ନେଲୋରର ୭ ଓ ରାଜମହେନ୍ଦ୍ରଭରମର ୫ଟି ସ୍ଥାନରେ କାର୍ଯ୍ୟକାରୀ ହେବ -ଇଣ୍ଟରନେଟ ଅଫ୍ ଥିଙ୍ଗସ୍ (ଆଇଓଟି) ସେନ୍ସର ଜଳୀୟବାଷ୍ପ, ତାପମାତ୍ରା ସାଙ୍ଗକୁ ମଶାଙ୍କ ଅବସ୍ଥିତି ନେଇ ତଥ୍ୟ ଦେବ -ଡ୍ରୋନ ଜରିଆରେ ମଶାଙ୍କୁ ଦମନ ପାଇଁ ଔଷଧ ସିଞ୍ଚନ କରାଯିବ
ନୀଳକନ୍ଦରକୁ ବାହୁଡ଼ିବେ ମହାପ୍ରଭୁ : ସରିଲା ଅଧରପଣା ନୀତି, ଆଜି ନିଳାଦ୍ରି ବିଜେ
କନକ ବ୍ୟୁରୋ : ସରିଲା ଅଧରପଣା ଆଜି ମହାପ୍ରଭୁଙ୍କ ନିଳାଦ୍ରି ବିଜେ । ଆଜି ହେଉଛି ମହାପ୍ରଭୁଙ୍କ ପତିତପାବନ ଯାତ୍ରାର ଶେଷ ଦିନ । ନବଦିନାତ୍ମକଯାତ୍ରା ସାରି ମହାପ୍ରଭୁ ନୀଳକନ୍ଦରକୁ ବାହୁଡ଼ିବେ । ସେ ନେଇ ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ପୂରା ଚେଷ୍ଟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେପଟେ ସେବାୟତଙ୍କ ସହ ଆଲୋଚନା କରାଯାଇଛି । ମହାପ୍ରଭୁଙ୍କ ପହଣ୍ଡି ନିର୍ଦ୍ଧାରିତ ସମୟ ପୂର୍ବରୁ କରିବା ପାଇଁ ପଦକ୍ଷେପ ନିଆଯାଇଛି । ସେପଟେ ଯଦି ସଅଳ ପହଣ୍ଡି ହୁଏ ତେବେ ମହାପ୍ରଭୁଙ୍କ ରତ୍ନ ସିଂହାସନରେ ପହୁଡ଼ କରାଯିବ । ଅପରାହ୍ନ ୪ଟାରେ ପହଣ୍ଡି ଆରମ୍ଭ ହୋଇ ୧୦ଟା ସୁଦ୍ଧା ଶେଷ ହେବାକୁ ଳକ୍ଷ୍ୟ ରଖାଯାଇଛି । ପରମ୍ପରା ଅନୁଯାୟୀ ଦେଉଳକୁ ପ୍ରବେଶ କରିବା ସମୟରେ ମାନଭଞ୍ଜନ ପାଇଁ ମା ଲକ୍ଷ୍ମୀଙ୍କୁ ରସଗୋଲା ଭେଟି ଦେବେ କାଳିଆ ସାଆନ୍ତ । ପହଣ୍ଡି ବେଳେ କାଳିଆ ସାଆନ୍ତ ସିଂହଦ୍ୱାରରେ ପହଞ୍ଚିବା ପରେ ବନ୍ଦ ହୋଇଯାଏ ଦ୍ୱାର । ପରେ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ କାଳିଆ ଠାକୁର । ବିଧି ଅନୁଯାୟୀ ରଥ ନିକଟରେ ଶ୍ରୀଜିଉଙ୍କୁ ଭକ୍ତମାନେ ରସଗୋଲା ଭୋଗ ହେବ । ଗତକାଲି ରଥ ଉପରେ ଠାକୁରଙ୍କ ଅଧରପଣା ନୀତି ହୋଇଥିଲା । ପାର୍ଶ୍ୱ ଦେବାଦେବୀ ଓ ଅନ୍ୟାନ୍ୟ ଚଣ୍ଡୀ ଚାମୁଣ୍ଡାଙ୍କୁ ଶାନ୍ତି କରିବା ପାଇଁ ଅଧରପଣା କରାଯାଇ ଅଧର ହାଣ୍ଡିକୁ ରଥ ଉପରେ ଭଙ୍ଗାଯାଇଥିଲା ।
ଉପଭୋକ୍ତାଙ୍କ ମାଡ଼ରେ ବିଦ୍ୟୁତ୍ କର୍ମଚାରୀ ଆହତ, ବିଲ୍ ଆଦାୟ କରିବାକୁ ଯାଇଥିବାବେଳେ ଅଘଟଣ
ବାଲିପାଟଣା : ବିଦ୍ୟୁତ ବିଲ୍ ଆଦାୟ କରିବାକୁ ଯାଇଥିବା କର୍ମଚାରୀଙ୍କୁ ଆକ୍ରମଣ । କର୍ମଚାରୀଙ୍କୁ ବାଉଁଶରେ ପିଟିଲେ ଉପଭୋକ୍ତା। ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ମୁକୁନ୍ଦଦାଶପୁରରେ ଘଟିଛି ଘଟଣା। ଏନେଇ ବାଲିପାଟଣା ଥାନାରେ ଅଭିଯୋଗ ପରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ସୋମବାର ପିପିଲି ଇଲେକ୍ଟ୍ରିକ୍ ସେକ୍ସନ-୧ରେ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିବା ରାଜେଶ ସାହୁ ମୁକୁନ୍ଦଦାଶପୁର ଗ୍ରାମରେ ବିଦ୍ୟୁତ୍ ବକେୟା ବିଲ୍ କଲେକ୍ସନ କରିବାକୁ ଯାଇଥିଲେ। ଏହି ସମୟରେ ଗାଁର ମହମ୍ମଦ ସାହାସୁବ୍ଦିନ୍ଙ୍କ ସହ ପ୍ରଥମେ କଥା କଟାକଟି ହୋଇଥିଲା। ଏଥିରେ ସାହାସୁବ୍ଦିନ୍ ଉତ୍ୟକ୍ତ ହୋଇ ଏକ ବାଉଁଶରେ ରାଜେଶଙ୍କୁ ନିର୍ଧୁମ ପିଟି ଚାଲିଥିଲେ। ଏଥିରେ ରାଜେଶ ଆହତ ହୋଇଥିଲେ। ତେବେ ଚିକିତ୍ସା ପରେ ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ରାଜେଶ କହିଛନ୍ତି ଉପଭୋକ୍ତାଙ୍କ ଘରେ ବିଦ୍ୟୁତ ସଂଯୋଗ ଅଛି। ହେଲେ ଏହା ସତ୍ତ୍ବେବି ସେ ଚୋରାରେ ହୁକ ପକାଇ ବିଦ୍ୟୁତ ବ୍ୟବହାର କରୁଛନ୍ତି। ତାଙ୍କୁ ଏପରି କରିବାରୁ ମନା କରିବାରୁ ସେ ଉତକ୍ଷିପ୍ତ ହୋଇ ଆକ୍ରମଣ କରିଥିଲେ। ତେବେ ବାଲିପାଟଣା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।
ଗଛ ଲଗାଇଲେ ଉପମୁଖ୍ୟମନ୍ତ୍ରୀ, ଦେଲେ ଗଛଟିଏ ଲଗାଇ ମାଆ ପରି ଯତ୍ନ ନେବାର ବାର୍ତ୍ତା
ବଲାଙ୍ଗିର : ବଲାଙ୍ଗିର ଉପଖଣ୍ଡ ମିର୍ଦ୍ଧପାଲି ଠାରେ ବନମହୋତ୍ସବ ପାଳିତ ହୋଇଯାଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବୃକ୍ଷାରୋପଣ କରିଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ପରିବେଶ ସହ ଜଳବାୟୁ ପରିବର୍ତ୍ତନରେ ମୁଖ୍ୟ ଭୂମିକା ନିଭାଇଥାଏ ବୃକ୍ଷ। ଏହି ବୃକ୍ଷ ହେଉଛି ମାଆ ପରି। ଆମେ ଯେମିତି ମାଆକୁ ଭଲ ପାଉ ସେହି ମାଆ ପାଇଁ ଗୋଟିଏ ଗଛ ଲଗାଇବା। ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଜିଲ୍ଲାରେ ୧୩ ଲକ୍ଷରୁ ଅଧିକ ଗଛ ଲଗାଇବା ଲକ୍ଷ୍ୟରଖାଯାଇଛି।ଏନେଇବଲାଙ୍ଗିର ବନ ବିଭାଗ ବିଭିନ୍ନ ସ୍ଥାନରେ ବନ ମହୋତ୍ସବରଆୟୋଜନକରୁଛନ୍ତି। ଯାହାଦ୍ବାରା ଲୋକେସଚେତନ ହେବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏଥିରେ ବଲାଙ୍ଗିର ଜିଲ୍ଲାପାଳ ସହ ବନବିଭାଗ ଆରସିସିଏଫ୍, ବନ ଅଧିକାରୀଙ୍କ ସହ ବହୁ ଜନସାଧାରଣ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ସହ ସିଆରପିଏଫ୍ କମାଣ୍ଟାଣ୍ଟ ଯୋଗ ଦେଇଥିଲେ।
୩ ଘଣ୍ଟା ପୂର୍ବରୁ ମନ୍ତ୍ରିମଣ୍ଡଳରୁ ବିଦା କରିଥିଲେ ପୁଟିନ, ଘରେ ମିଳିଲା ମନ୍ତ୍ରୀଙ୍କ ମୃତଦେହ
ନୂଆଦିଲ୍ଲୀ: ରୁଷିଆର ଶକ୍ତିଶାଳୀ ନେତା ରୋମାନ ଷ୍ଟାରୋଭୋଇଟଙ୍କ ମୃତଦେହ ମିଳିଛି । ମୃତ୍ୟୁର ମାତ୍ର ୩ ଘଣ୍ଟା ପୂର୍ବରୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କୁ ନିଜ କ୍ୟାବିନେଟରୁ ବହିଷ୍କାର କରିଥିଲେ । ଷ୍ଟାରୋଭୋଇଟ୍ ରୁଷ ସରକାରଙ୍କ ପରିବହନ ବିଭାଗର ଦାୟିତ୍ୱରେ ଥିଲେ । ଷ୍ଟାରୋଭୋଇଟ ମୃତ୍ୟୁ ସ୍ୱାଭାବିକ କି ତାଙ୍କୁ ହତ୍ୟା କରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ସୋମବାର ମନ୍ତ୍ରୀ ପଦରୁ ହଟାଇବାର ତିନି ଘଣ୍ଟା ପରେ ଷ୍ଟାରୋଭୋଇଟ୍ଙ୍କ ମୃତଦେହ ତାଙ୍କ ଘରୁ ମିଳିଛି । କୁହାଯାଉଛି ଯେ ଷ୍ଟାରୋଭୋଇଟ୍ ଆତ୍ମହତ୍ୟା କରିଛନ୍ତି । ଟେଲିଗ୍ରାମ ୧୧୨ ଅନୁଯାୟୀ, ଷ୍ଟାରୋଭୋଇଟଙ୍କ ମୃତଦେହ ନିକଟରେ ଏକ ବନ୍ଧୁକ ମଧ୍ୟ ମିଳିଛି । ରୁଷିଆର ଜରୁରୀକାଳୀନ ସେବାର ଜଣେ ଅଧିକାରୀ ସରକାରୀ ସମାଚାର ଏଜେନ୍ସି RIA ନୋଭୋସ୍ତିକୁ ଷ୍ଟାରୋଭୋଇଟଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି । ଷ୍ଟାରୋଭୋଇଟଙ୍କୁ ଭ୍ଲାଦିମିର ପୁଟିନ ଗୋଟିଏ ବର୍ଷ ପୂର୍ବରୁ ମନ୍ତ୍ରୀ ଭାବରେ ନିଯୁକ୍ତ କରିଥିଲେ । କିନ୍ତୁ କାର୍ଯ୍ୟରେ ଅବହେଳା ଏବଂ ଦୁର୍ନୀତି ଅଭିଯୋଗ ଯୋଗୁଁ ତାଙ୍କୁ ପଦରୁ ହଟାଇ ଦିଆଯାଇଥିଲା । କୁହାଯାଉଛି ଯେ ୟୁକ୍ରେନର ରୁଷ ଉପରେ ଡ୍ରୋନ ଆକ୍ରମଣ ପରେ ପୁଟିନଙ୍କ ରାଡାରକୁ ଷ୍ଟାରୋଭୋଇଟ୍ ଆସିଥିଲେ । ସୋମବାର କ୍ରେମଲିନ୍ ଷ୍ଟାରୋଭୋଇଟ୍ଙ୍କ ସ୍ଥାନରେ ତାଙ୍କ ଜୁନିଅରଙ୍କୁ ମନ୍ତ୍ରୀ ଭାବରେ ନିଯୁକ୍ତ କରିବାର ନିଷ୍ପତ୍ତି ଘୋଷଣା କରିଥିଲା । ଷ୍ଟାରୋଭୋଇଟ୍ଙ୍କୁ ରୁଷରେ ଭିତ୍ତିଭୂମି ବିକାଶରେ ଜଣେ ବିନ୍ଧାଣି ରୂପେ ଗଣାଯାଏ । ଷ୍ଟାରୋଭୋଇଟ୍ ରୁଷରେ ରାସ୍ତାର ଏକ ନେଟୱାର୍କ ନିର୍ମାଣ କରିଥିଲେ । ସେ ୨୦୧୨ରୁ ୨୦୧୮ ପର୍ଯ୍ୟନ୍ତ ଫେଡେରାଲ୍ ରୋଡ୍ ଏଜେନ୍ସିର ଦାୟିତ୍ୱରେ ଥିଲେ । ତାଙ୍କ କାର୍ଯ୍ୟରେ ଖୁସି ହୋଇ ପୁଟିନ୍ ତାଙ୍କୁ କୁର୍ସ୍କ ଅଞ୍ଚଳର ଗଭର୍ଣ୍ଣର ନିଯୁକ୍ତ କରିଥିଲେ । ଯୁଦ୍ଧ ଆରମ୍ଭ ହେବା ପରେ ତାଙ୍କୁ ପୁଣି ଥରେ କେନ୍ଦ୍ରୀୟ ରାଜନୀତିକୁ ଡକାଯାଇଥିଲା । ପ୍ରଥମେ ତାଙ୍କୁ ଉପ ପରିବହନ ମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା ଏବଂ ତା'ପରେ ତାଙ୍କୁ ପଦୋନ୍ନତି ଦିଆଯାଇଥିଲା ।
ମଙ୍ଗଳବାରଠୁ ରାଜ୍ୟବ୍ୟାପୀ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ, ଅଖ ଚକ ସବୁ ହେବ ଜାମ୍
ଭୁବନେଶ୍ବର : ୬ ଦଫା ଦାବିରେ ମଙ୍ଗଳବାରଠାରୁ ଡ୍ରାଇଭରଙ୍କ ଆନ୍ଦୋଳନ ଡାକରା। ରାଜ୍ୟବ୍ୟାପୀ ଆନ୍ଦୋଳନ କରିବେ ଡ୍ରାଇଭର। ଏନେଇ ସୋମବାର ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଗତ ମାସରେ ଏନେଇ ସଂଘ ପକ୍ଷରୁ ସୂଚନା ଦିଆଯାଇଥିଲା। ମଞ୍ଚ ପକ୍ଷରୁ ହୋଇଥିବା ୬ ଦଫା ଦାବି ଗୁଡ଼ିକ ହେଲା, ଓଡିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଏବଂ ୱାର୍କର୍ ୱେଲଫେୟାର ବୋର୍ଡରେ ଅଟୋ ଡ୍ରାଇଭରକୁ ସାମିଲ। ଜନ ସାଧାରଣଙ୍କ ଆକ୍ରୋଶରେ ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ତିଆରି କରାଯାଉ। ବୃତିଗତ ଡ୍ରାଇଭରଙ୍କୁ ୬୦ ବର୍ଷ ବୟସ ପରେ ସ୍ବତନ୍ତ୍ର ଭତ୍ତା ପ୍ରଦାନ କରାଯାଉ । ପ୍ରତି ୧୦୦ କିଲୋମିଟର ଅନ୍ତରାଳରେ ଗାଡ଼ି ପାକିଂ ଏବଂ ଡ୍ରାଇଭରମାନଙ୍କ ବିଶ୍ରାମ ନେବାପାଇଁ ବିଶ୍ରାମଗାର ଏବଂ ଶୌଚାଳୟ ବ୍ୟବସ୍ଥା। ଓଡ଼ିଶାରେ ଥିବା ପ୍ରତ୍ୟକ ଖଣି ଖାଦାନ ଏବଂ କାରଖାନା ଗୁଡ଼ିକରେ ଶତକଡ଼ା ୭୦% ଓଡ଼ିଶାର ଡ୍ରାଇଭରଙ୍କୁ କାମ ଦେବା। ସେହିଭଳି ସେପ୍ଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯାଉ ବୋଲି ମହାମଞ୍ଚ ଦାବି କରିଛି।
ପ୍ରଧାନ ବିଚାରପତିଙ୍କୁ ଆଜୀବନ କ୍ୱାର୍ଟର ଦେବା ଲାଗି ଅଲ ଇଣ୍ଡିଆ ବାର ଆସୋସିଏସନର ଦାବି
ନୂଆଦିଲ୍ଲୀ ୭।୭: ଅଲ ଇଣ୍ଡିଆ ବାର ଆସୋସିଏସନ (ଏଆଇବିଏ) ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖିଛି। ଏଥିରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ, ପୂର୍ବତନ ଲୋକସଭା ବାଚସ୍ପତି ଓ ପୂର୍ବତନ ପ୍ରଧାନ ନ୍ୟାୟାଧୀଶଙ୍କ ନିମନ୍ତେ ଆଜୀବନ ସରକାରୀ ଆବାସ୍ ପାଇଁ ବିଧାୟୀ ପ୍ରାବଧନ କରିବାକୁ ନିବେଦନ କରାଯାଇଛି। ବରିଷ୍ଠ ଅଧିବକ୍ତା ତଥା ଏଆଇବିଏ ଚେୟାରମ୍ୟାନ ଡ. ଆଦିଶ ସି. ଅଗ୍ରୱାଲ ପୂର୍ବତନ ସିଜେଆଇ ଡି.ୱାଇ.ଚନ୍ଦ୍ରଚୂଡ଼ଙ୍କୁ ଅବସର ନେବା ପରେ ଉପଯୁକ୍ତ ବାସଗୃହ ମିଳି ପାରୁନଥିବାରୁ ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି। ଯଦିଓ ସୁପ୍ରିମକୋର୍ଟ ଜଜ୍ (ସଂଶୋଧିତ) ନିୟମ ୨୦୨୨ ଅନୁସାରେ ଅବସରପ୍ରାପ୍ତ ମୁଖ୍ୟ ନ୍ୟାୟାଧୀଶଙ୍କୁ ୬ ମାସ ପର୍ଯ୍ୟନ୍ତ ଦିଲ୍ଲୀରେ ଭଡ଼ା ମୁକ୍ତ ଆବାସର ପ୍ରାବଧାନ ରହିଛି। ଏହା ସତ୍ତ୍ୱେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଦିଲ୍ଲୀରେ ଉପଯୁକ୍ତ ପ୍ରାଇଭେଟ ଘର ଖୋଜିବାରେ ବିଫଳ ହୋଇଛନ୍ତି ଓ ସେ ଅଧିକୃତ ସରକାରୀ କ୍ୱାର୍ଟରର ଅବଧି ବଢାଇବାକୁ ଅନୁରୋଧ କରିଛନ୍ତି। ସରକାର ସଦଭାବନା ସହିତ ଏହି ସମ୍ପ୍ରସାରଣକୁ ସ୍ୱୀକାର କରିଛନ୍ତି ଓ କିନ୍ତୁ ଏଥି ଯୋଗୁ ତତ୍କାଳୀନ ସିଜେଆଇ ଜଷ୍ଟିସ୍ ସଞ୍ଜୀବ ଖନ୍ନାଙ୍କ ଅଧିକାରୀକ କ୍ୱାର୍ଟରରେ ପ୍ରବେଶ ବିଳମ୍ବ ହୋଇଥିଲା। ସେହିପରି ବର୍ତ୍ତମାନର ସିଜେଆଇ ବି.ଆର.ଗଭଇ କାର୍ଯ୍ୟଭାର ଗ୍ରହଣ କରିବାର ଏକମାସରୁ ଅଧିକ କାଳ ହୋଇଯାଇଥିଲେ ମଧ୍ୟ ସିଜେଆଇଙ୍କ ଅଧିକାରୀକ କ୍ୱାର୍ଟରକୁ ପ୍ରବେଶ କରି ନାହାନ୍ତି। ଏଥିରେ ଡ. ଅଗ୍ରୱାଲ ପତ୍ରରେ ଲେଖିଛନ୍ତି ଯେ ଏପରି ଘଟଣା ଏକ ବ୍ୟବସ୍ଥିତ ଓ ଗୌରବମୟ ସମାଧାନର ଆବଶ୍ୟକତାକୁ ଦର୍ଶାଉଛି। ପତ୍ରରେ କୁହାଯାଇଛି ଯେ ଭାରତର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ମାମଲାରେ ଯେପରି ହେଉଛି ସେହିପରି ଗଣତନ୍ତ୍ରର ୩ ସ୍ତମ୍ବ ବିଧାୟିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକାର ଉଚ୍ଚତମ ସ୍ତରରେ ସେବା ଦେଉଥିବା ଲୋକଙ୍କୁ ଆଜୀବନ ସରକାରୀ ଆବାସ ମିଳିବା ଦରକାର।
ଇତିହାସ ରଚିଲେ ଓ୍ଵିୟାନ ମୁଲଡୋର, ଟେଷ୍ଟ ମ୍ୟାଚ୍ରେ ମାରିଲେ ତ୍ରିଶତକ
ନୂଆଦିଲ୍ଲୀ: ଇତିହାସ ରଚିଲେ ଦକ୍ଷିଣ ଆଫ୍ରିକାର କ୍ରିକେଟର ଓ୍ଵିୟାନ ମୁଲଡର। ମୁଲଡର ଟେଷ୍ଟ କ୍ରିକେଟ୍ରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ସର୍ବୋଚ୍ଚ ସ୍କୋର କରିବାର ରେକର୍ଡ କରିଛନ୍ତି। ମୁଲଡର ଜିମ୍ବାଓ୍ଵେ ବିପକ୍ଷ ବୁଲାବାୟୋ ଟେଷ୍ଟରେ ତ୍ରିଶତକ ଅର୍ଜନ କରିଛନ୍ତି। ଏହି କ୍ରମରେ ସେ ହାସିମ ଅମଲାଙ୍କୁ ପଛରେ ପକାଇଛନ୍ତି। ମୁଲଡର ୩୩୪ ବଲରୁ ଅପରାଜିତ ୩୬୭ ରନର ଇନିଂସ ଖେଳିଛନ୍ତି। ଏଥିରେ ୪୯ ଚୌକା ଓ ୪ ଛକା ସାମିଲ୍। ଏହା ଟେଷ୍ଟ କ୍ରିକେଟ୍ରେ ଭ୍ରମଣକାରୀ ଦଳ ପକ୍ଷରୁ ସବୁଠୁ ବଡ଼ ସ୍କୋର। ମୁଲଡର ପାକିସ୍ତାନର ହନିଫ ମହମ୍ମଦଙ୍କୁ ପଛରେ ପକାଇଛନ୍ତି। ହନିଫ ୧୯୫୮ରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ବାର୍ବାଡୋସ ଟେଷ୍ଟରେ ୩୩୭ ରନ କରିଥିଲେ। ଟେଷ୍ଟରେ ବ୍ରାଏନ ଲାରା(୪୦୦* ଓ ୩୭୫), ମାଥ୍ୟୁ ହେଡେନ(୩୮୦) ଓ ମହେଲା ଜୟବର୍ଦ୍ଧନେ(୩୭୪) ପରେ ସବୁଠୁ ଇନିଂସ ଖେଳିଛନ୍ତି ଓ୍ଵିୟାନ ମୁଲଡର। Also read: କ’ଣ କୁଲଦୀପ ତୃତୀୟ ଟେଷ୍ଟ ଖେଳିବେନି ? ଏଜବାଷ୍ଟନର ପରିଣାମ ପରେ ଏହି ଉତ୍ତର ଦେଲେ ଗିଲ୍ ମୁଲଡର ଜୁଲାଇ ୭ ଦ୍ଵିତୀୟ ଦିନର ଖେଳରେ ଦ୍ଵିତୀୟ ସେସନ ପୂର୍ବରୁ ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ ୬୨୬/୫ରେ ଘୋଷଣା କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ପାଖରେ ବ୍ରାଏନ ଲାରାଙ୍କ ୪୦୦ ରନର ରେକର୍ଡ ଭାଙ୍ଗିବାର ସୁଯୋଗ ଥିଲା। ହେଲେ ମୁଲଡର ଦଳର ହିତରେ ପାଳି ସମାପ୍ତି ଘୋଷଣା କରିବାକୁ ନିଷ୍ପତ୍ତି ନେଇଥିଲେ। କେଶବ ମହାରାଜ ଆହତ କାରଣରୁ ଓ୍ଵିୟାନ ମୁଲଡର ଏହି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାର ନେତୃତ୍ଵ ନେଉଛନ୍ତି। ମୁଲଡର ଟେଷ୍ଟ କ୍ରିକେଟ୍ରେ ତ୍ରିଶତକ ଅର୍ଜନ କରିବାରେ ଦ୍ଵିତୀୟ ଦକ୍ଷିଣ ଆଫ୍ରିକୀୟ ବ୍ୟାଟର। ଏହା ପୂର୍ବରୁ ହାସିମ ଆମଲା ୨୦୧୨ରେ ଇଂଲଣ୍ଡ ବିପକ୍ଷରେ ଓଭାଲ ଟେଷ୍ଟରେ ଅପରାଜିତ ୩୧୧ ରନ କରିଥିଲେ। ଓ୍ଵିୟାନ ମୁଲଡୋର ୨୯୭ ବଲରେ ନିଜର ତ୍ରିଶତକ ପୂରା କରିଥିଲେ। ଏହା ଟେଷ୍ଟ ମ୍ୟାଚ୍ ଇତିହାସରେ ଦ୍ଵିତୀୟ ଦ୍ରୁତତମ ତ୍ରିଶତକ। ଭାରତର ପୂର୍ବତନ ଓପନର ବୀରେନ୍ଦ୍ର ସେହ୍ଵାଗଙ୍କ ନାଁରେ ଦ୍ରୁତତମ ତ୍ରିଶତକ ହାସଲ କରିବାର ରେକର୍ଡ ରହିଛି। ସେହ୍ଵାଗ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୦୦୮ରେ ଚେନ୍ନାଇରେ ୨୭୮ ବଲରୁ ତ୍ରିଶତକ ପୂରଣ କରିଥିଲେ। ଏହା ପୂର୍ବରୁ ମୁଲଡୋର ୨୧୪ ବଲରୁ ନିଜର ଦ୍ଵିଶତକ ପୂରା କରିଥିଲେ। ମୁଲଡୋର ଖେଳର ପ୍ରଥମ ଦିନରେ ୨୬୪ ରନ କରିଥିଲେ। ଏହା ଟେଷ୍ଟ ଇତିହାସରେ କୌଣସି ଦକ୍ଷିଣ ଆଫ୍ରିକା ପକ୍ଷରୁ ଗୋଟିଏ ଦିନରେ ସର୍ବାଧିକ ରନ। ମୁଲଡର ଅଧିନାୟକ ଭାବେ ଡେବ୍ୟୁ ଟେଷ୍ଟରେ ତ୍ରିଶତକ ମାରିବାରେ ଦୁନିଆର ଏକମାତ୍ର ବ୍ୟାଟର ହେବାର ରେକର୍ଡ କରିଛନ୍ତି।
ଗୋପାଳ ଖେମକାଙ୍କ ହତ୍ୟାକାରୀ ଗିରଫ , ପାଟନାରେ ସୁପାରୀ କିଲର ମାରିଥିଲା ଗୁଳି
ପାଟନା – ପାଟନାର ବଡ଼ ବ୍ୟବସାୟୀ ଗୋପାଳ ଖେମକାଙ୍କୁ ଗୁଳି କରି ଥିବା ଶୁଟରକୁ ପାଟନା ପୁଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରି ନେଇଛି। ସୂତ୍ରାନୁସାରେ , ସୁଟର ଉମେଶ କୁମାରକୁ ପାଟନା ସିଟି ଅଞ୍ଚଳରୁ ଗିରଫ କରାଯାଇଛି। ତା ସହ ଆଉ ଚାରି ସଦିଗ୍ଧ ମଧ୍ୟ ଧରାପଡିଛନ୍ତି , ଯାହାଙ୍କୁ ପଚରାପଚରି କରାଯାଉଛି। ରେଞ୍ଜ ଆଇଜି ଜିତେନ୍ଦ୍ର ରାଣାଙ୍କ ନେତୃତ୍ୱରେ ଗତ ଦୁଇ ଦିନରୁ ପୁଲିସ ଟିମ୍ ସିଟି ଅଞ୍ଚଳରେ ଜୋରାଦାର ଚଢାଉ କରୁଥିଲା। ଏହି ମଧ୍ୟରେ ପୁଲିସକୁ ସୁଟରର ଖବର ମିଳିଥିଲା , ଯାହା ପରେ ସେଠାରେ ଚଢାଉ କରାଯାଇ ଥିଲା। ସିସିଟିଭି କ୍ୟାମେରାରୁ ସୁଟର ଚେହେରାକୁ ମେଳ କରାଯିବାରୁ ତାହା ସଠିକ୍ ବାହାରିଲା। କ୍ୟାମେରାରେ ନଜର ଆସୁଥିବା ସୁଟର ଉମେଶ ହିଁ ଥିଲା। ପୁଲିସ ଟିମ୍ ତାର ସୂଚନା ଅନୁଯାୟୀ ଚଢାଉ ଜାରି ରଖିଛି। ସେହି ଅସ୍ତ୍ରଶସ୍ତ୍ରକୁ ଜବତ କରିବାକୁ ଚେଷ୍ଟା ଜାରି ରହିଛି, ଯେଉଁଥିରେ ଗୋପାଳ ଖେମକାଙ୍କୁ ଗୁଳି କରି ହତ୍ୟା କରାଯାଇ ଥିଲା। ଆପଣଙ୍କୁ କହି ରଖୁଛୁ କି , ଗୋପାଳ ଖେମକାଙ୍କ ଗତ ଶୁକ୍ରବାର ବିଳମ୍ୱିତ ରାତିରେ ଗାନ୍ଧୀ ମୈଦାନ ନିକଟରେ ତାଙ୍କର ଆପାର୍ଟମେଣ୍ଟର ଗେଟ୍ରେ ଜଣେ ଅପରାଧୀ ଗୁଳି କରି ଥିଲା। ସୁଟର ପୂର୍ବରୁ ଗେଟ୍ର ନିକଟରେ ଅପେକ୍ଷା କରି ବସିଥିଲା। ଯାହାର ସିସିଟିଭି ଫୁଟେଜ୍ ମଧ୍ୟ ସାମନାକୁ ଆସିଥିଲା। ପାଟନା ରେଞ୍ଜ ଆଇଜି ଜିତେନ୍ଦ୍ର ରାଣା ଶନିବାର ଦ୍ୱିପ୍ରହରରେ ବେଉରରେ ଚଢାଉ ବେଳେ ତିନୋଟି ମୋବାଇଲ ଫୋନ ବ୍ୟତୀତ ଏକ କାଗଜ ଜବତ କରି ଥିଲା। ଏହି କାଗଜରେ ଅନେକ ନମ୍ୱର ଲେଖା ହୋଇ ଥିଲା। ଏହି ହତ୍ୟାକାଣ୍ଡର ସୂତ୍ର ବେଉର ଜିଲ୍ଲା ସହ ମଧ୍ୟ ଲିଙ୍କ ଥିବା ଦେଖି ଥିଲେ। ଏହି ମାମଲାରେ ପାଟନା ଓ ଆଖାପାଖ ଜିଲ୍ଲାରେ ୧୪ଟି ସ୍ଥାନରେ ପୁଲିସ ଚଢାଉ କରିଥିଲା। ସେଠାରୁ ୮ ଜଣ ସନ୍ଦିଗ୍ଧଙ୍କୁ ହେପାଜତକୁ ନିଆ ଯାଇଛି, ଆଉ ୧୫ଜଣଙ୍କୁ ପଚରାପଚରି କରାଯାଉଛି। ପୁଲିସ ସୁଟରକୁ ତ ଧରିଲା ,ହେଲେ ପ୍ରଶ୍ନ ଯେ ଏହାର ମାଷ୍ଟରମାଇଣ୍ଡ କିଏ । ହତ୍ୟା ପଛରେ ଜମି ବିବାଦ ବା ବ୍ୟବସାୟିକ ଶତ୍ରୁତା କାରଣ ବୋଲି କୁହାଯାଉଛି।
ଡାହାଣୀ ସନ୍ଦେହରେ ଗୋଟିଏ ପରିବାରର ୫ ଜଣଙ୍କୁ ଜୀବନ୍ତ ପୋଡ଼ି ଦେଲେ ଲୋକେ, ଗାଁରେ ଆତଙ୍କ
ପୁର୍ଣ୍ଣିଆ ୭।୭: ବିହାର ପୁର୍ଣ୍ଣିୟା ଜିଲ୍ଲା ମୁଫସିଲ ଥାନା ଟେଟଗାମା ଗାଁରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଡାହାଣୀ କହି ଗୋଟିଏ ପରିବାରର ୫ ଜଣଙ୍କୁ ମାଡ଼ ମାରି ଜିଅନ୍ତା ଜାଳେଇ ଦିଆଯାଇଛି। ଏହି ମର୍ମନ୍ତୁଦ ଘଟଣା ଝାଡ଼ଫୁଙ୍କକୁ ନେଇ ଘଟିଛି। ଏହା ପରେ ଗାଁରେ ଏବେ ଆତଙ୍କ ଖେଳି ଯାଇଛି। କୁହାଯାଉଛି ରୋମଦେବ ଓରାମଙ୍କ ଝିଅକୁ ଝଡାଫୁଙ୍କା କରିବା ବେଳେ ତାର ମୃତ୍ୟୁ ହୋଇଥିଲା। ଗାଁ ଲୋକେ ଏହା ଡାହାଣୀର କୁ ପ୍ରଭାବ କହି ପରିବାରର ଲୋକଙ୍କୁ ସନ୍ଦେହ କରିଥିଲେ। କୁହାଯାଉଛି ଗାଁ ଲୋକେ ମେଳି ହୋଇ ପ୍ରଥମେ ବାବୁଲାଲ ଓରାମ, ସୀତା ଦେବୀ, ମନଜିତ ଓରାମ, ରିନିୟା ଦେବୀ ଓ ତପତୋ ମୋସମଙ୍କୁ ପିଟିଥିଲେ। ଏହା ପରେ ସେମାନଙ୍କୁ ଜୀବନ୍ତ ପୋଡି ଦେଇଥିଲେ। ସମସ୍ତ ମୃତ ଗୋଟିଏ ପରିବାରର। ହତ୍ୟାକାଣ୍ଡ ପରେ ଶବ ଗୁଡିକୁ ନିକଟରେ ଥିବା ପୋଖରୀକୁ ଫିଙ୍ଗି ଦିଆଯାଇଥିଲା। ଘଟଣା ପରେ ଗାଁରେ ଆତଙ୍କ ଖେଳି ଯାଇଥିବା ବେଳେ କେତେକ ପରିବାର ଗାଁ ଛାଡି ପଳାଇଛନ୍ତି। ମାମଲାରେ ପୋଲିସ ନକୂଳ କୁମାର ନାମକ ଜନୈକ ଅଭିଯୁକ୍ତକୁ ଗିରଫ କରିଛି। ନକୂଳ ଉପରେ ଭିଡକୁ ଉସକେଇବାର ଅଭିଯୋଗ ହୋଇଛି। ପୋଲିସ ଏବେ ଡଗ ସ୍କ୍ୱାର୍ଡ ଓ ଫରେନସିକ୍ ଟିମ୍ ସହିତ ଗାଁରେ ତଦନ୍ତ ଚଳାଇଛି। ପୋଲିସ ପୋଖରୀରୁ ୪ଟି ଶବ ଉଦ୍ଧାର କରିଛି। ଶବ ଗୁଡିକ ସମ୍ପୂର୍ଣ୍ଣ ଜଳି ଯାଇଛି। ଘଟଣାରୁ ବର୍ତ୍ତି ଯାଇଥିବା ପରିବାରର ଲଳିତ କୁମାର କହିଛନ୍ତି ଯେ ତାଙ୍କର ପୁରା ପରିବାରକୁ ଡାହାଣୀ କହି ହତ୍ୟା କରାଯାଇଛି। ଏସପି ସ୍ୱିଟି ସହରାବତ କହିଛନ୍ତି ଯେ ମାମଲା ଝାଡଫୁଙ୍କ ଓ ତନ୍ତ୍ରମନ୍ତ୍ର ସମ୍ପର୍କିତ। ମୃତକଙ୍କ ପରିଜନ ଓ ପିଲାମାନେ ଏବେବି ଭୟଭୀତ ଅଛନ୍ତି। ଏଣୁ ପୋଲିସ ବିସ୍ତୃତ ସୂଚନା ସଂଗ୍ରହ କରିପାରି ନାହିଁ। ଆରଜେଡି ନେତା ତେଜସ୍ୱୀ ଯାଦବ ଘଟଣାରେ ଗଭୀର ଦୁଃଖ ପ୍ରକଟ କରିଛନ୍ତି। ସେ ମାମଲାରେ ବିହାର ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଛନ୍ତି।
ସରିଲା ମା’ ମଝିଘରିଆଣୀ ମନ୍ଦିରର ହୁଣ୍ଡି ଗଣତି, ଜାଣନ୍ତୁ କେତେ ମିଳିଲା ଦାନ ଅର୍ଥ ?
ରାୟଗ ଡ଼ା : ଦୀର୍ଘ ୮ ଘଣ୍ଟାର ଗଣତି ପରେ ଶେଷ ହେଲା ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିରର ୯ଟି ହୁଣ୍ଡିର ଗଣତି । ଗଣତି ଶେଷରେ ହୁଣ୍ଡିରୁ ନଗଦ ଆକାରରେ ୧ କୋଟି ୦୪ ଲକ୍ଷ ୩୬ ହଜାର ୯୬୩ ଟଙ୍କା ସହିତ ୩୮ ଗ୍ରାମ ସୁନା, ୨ କେଜି ୫୦୫ ଗ୍ରାମ ରୁପା ସହିତ ୧୨ ଟି ବିଦେଶୀ ମୁଦ୍ରା ମିଳିଛି । ଦୀର୍ଘ ୮ ଘଣ୍ଟା ଧରି ୨୦୦ ରୁ ଉର୍ଦ୍ଧ୍ବ ସ୍ୱଚ୍ଛସେବୀ ଏହି ଗଣତିରେ ସାମିଲ ହୋଇଥିଲେ । ସୋମବାର ସକାଳ ୯ଟାରୁ ଗଣତି ଆରମ୍ଭ ହୋଇଥିଲା। ୬ ମାସ ପରେ ଖୋଲା ଯାଇଥିଲା ମନ୍ଦିର ହୁଣ୍ଡି। ତେବେ ଦେବୋତ୍ତର ବିଭାଗ, ସ୍ଥାନୀୟ ତହସିଲଦାର, ଆରଆଇ, ମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ପୋଲିସଙ୍କ ତତ୍ବାବଧାନରେ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଉପସ୍ଥିତି ରେ ୯ଟି ଦାନ ହୁଣ୍ଡି ଖୋଲାଯାଇ ଗଣତି ଚାଲିଥିଲା। ହୁଣ୍ଡିରୁ ଦାନ ଅର୍ଥ ଗଣତି କାର୍ଯ୍ୟରେ ବିଭିନ୍ନ ସଂଗଠନର ମହିଳା ଓ ପୁରୁଷ ସେଚ୍ଛାସେବୀ ସଦସ୍ୟ ଓ କିଛି ଛାତ୍ରଛାତ୍ରୀଙ୍କ ସମେତ ୨୦୦ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଗଣତି ପକ୍ରିୟାରେ ନିୟୋଜିତ ହୋଇଥିଲେ। ଏହି ଅର୍ଥକୁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଜମା କରାଯାଇଛି। ଏହି ଅର୍ଥରୁ ମିଳୁଥିବା ସୁଧରେ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ସହ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ସୁବିଧା ପାଇଁ ଖର୍ଚ୍ଚ କରାଯିବ ବୋଲି କହିଛନ୍ତି ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟି ।
ବୈତରଣୀରେ ବୃଦ୍ଧି ପାଉଛି ଜଳସ୍ତର; ଜିଲ୍ଲାପାଳ କହିଲେ- ନାହିଁ ବନ୍ୟା ପରିସ୍ଥିତି, ତଥାପି ପ୍ରସ୍ତୁତ ପ୍ରଶାସନ
ଯାଜପୁର: ବୈତରଣୀ ନଦୀରେ ବନ୍ୟାଜଳ ବୃଦ୍ଧି ପାଇଛି । ଲଗାଣ ବର୍ଷା ସାଙ୍ଗକୁ ନଦୀର ଜଳସ୍ତର ବୃଦ୍ଧି ପାଉଛି । କିନ୍ତୁ ଏପର୍ଯ୍ୟନ୍ତ ବନ୍ୟା ପରିସ୍ଥିତି ଉପୁଜି ନଥିବାବେଳେ ପ୍ରଶାସନ କିନ୍ତୁ ଆଗୁଆ ପ୍ରସ୍ତୁତ ଥିବା କହିଛନ୍ତି ଜିଲ୍ଲାପାଳ। ସେପଟେ ଯାଜପୁର ଦଶରଥପୁର ବ୍ଲକ ନିଜାମପୁର ନୂଆ ପାଟଣା ନିକଟରେ ନଦୀ ପାଣି ମାଡରେ ୧୦ ଫୁଟରୁ ଉର୍ଦ୍ଧ୍ୱ ନଦୀ ପଠା ଧସିଥିବା କାରଣରୁ ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହେବା ଆଶଙ୍କା କରି ବଲହା ଓ ବାଲି ବସ୍ତା ଦେଇ ଅସ୍ଥାୟୀ ମରାମତି ସରିଛି । ଘଟଣାସ୍ଥଳରେ ଜଳସମ୍ପଦ ବିଭାଗ ଓ ପୂର୍ତ୍ତ ବିଭାଗ ପହଞ୍ଚିବା ସହ ଜିଲ୍ଲା ପ୍ରଶାସନ ପହଞ୍ଚି କରିଛନ୍ତି ସ୍ଥିତି ସମୀକ୍ଷା । ଏହା ସହ ନଦୀ ବନ୍ଧ ମାରାମତି କରିଥିବା ଜିଲ୍ଲାପାଳ କହିଛନ୍ତି।
RCBର ଷ୍ଟାର ବୋଲରଙ୍କ ବିରୋଧରେ ରୁଜୁ ହେଲା ମାମଲା, ଜେଲ୍ ଯିବାକୁ ପଡ଼ିପାରେ
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୫ ଟାଇଟଲ୍ ଜିତିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ର ଦ୍ରୁତ ବୋଲର ୟଶ ଦୟାଲଙ୍କ ମୁସ୍କିଲ ବଢିବାକୁ ଯାଉଛି। ତାଙ୍କ ବିରୋଧରେ ଥାନାରେ ଜଣେ ଯୁବତୀଙ୍କୁ ଯୌନ ଶୋଷଣ କରିବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ଗାଜିଆବାଦ ଅଞ୍ଚଳରେ ରହୁଥିବା ଜଣେ ଯୁବତୀ ତାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି କାରଣରୁ ତାଙ୍କୁ ଜେଲ୍ର ହାଓ୍ଵା ଖାଇବାକୁ ପଡ଼ିପାରେ। ଏଥିରେ ତାଙ୍କର କ୍ୟାରିୟର ବିପଦରେ ପଡ଼ିପାରେ। ବିବାହର ପ୍ରତିଶ୍ରୁତି ଦେଇ ଆର୍ଥିକ, ମାନସିକ ଓ ଶାରୀରିକ ଶୋଷଣ କରିଥିବା ୟଶ ଦୟାଲଙ୍କ ବିରୋଧରେ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ମୁତାବକ ୟଶ ଦୟାଲ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସଂପର୍କ ରଖି ଆସିଥିଲେ। ଏମିତି ୫ ବର୍ଷ ଧରି ୟଶ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସିଥିଲେ। Also read: ଇତିହାସ ରଚିଲେ ଓ୍ଵିୟାନ ମୁଲଡୋର, ଟେଷ୍ଟ ମ୍ୟାଚ୍ରେ ମାରିଲେ ତ୍ରିଶତକ ଯୁବତୀ ଜଣକ ଅଭିଯୋଗ କରିଛନ୍ତି ଯେ, ୟଶ ଦୟାଲ ତାଙ୍କ ବ୍ୟତୀତ ଆହୁରି ଅନେକ ଯୁବତୀଙ୍କ ସହ ସଂପର୍କରେ ଥିଲେ। ଏହି ସମୟରେ ପୀଡ଼ିତା ପୋଲିସକୁ ହ୍ଵାଟ୍ସଆପ୍ ଚାଟ୍ର ସ୍କ୍ରିନସର୍ଟ, ଭିଡିଓ କଲ୍ ଓ ଫଟୋର ପ୍ରମାଣ ଦେଇଥିଲେ। ପୋଲିସ ମାମଲାରେ କେସ୍ ରୁଜୁ କରିଛି। ଅନ୍ୟପଟେ ୟଶ ଦୟାଲଙ୍କ ବାପା କହିଛନ୍ତି, ସେ ଏହି ଯୁବତୀଙ୍କୁ ଜାଣି ନାହାନ୍ତି କି ଚିହ୍ନି ନାହାନ୍ତି। ଏହି ଝିଅ କଣ ପାଇଁ ଅଭିଯୋଗ ଲଗାଉଛି ତାହା ମୋ ବୁଝିବା ବାହାରେ ଅଛି। ପୀଡିତା ମହିଳା ଜୁନ୨୧ତାରିଖରେ ମୁଖ୍ୟମନ୍ତ୍ରୀ ହେଲ୍ପଲାଇନ୍ରେ ଅଭିଯୋଗ କରିଥିଲେ।ସେଅଭିଯୋଗ କରିଛନ୍ତି,ଯେତେବେଳେ ସେ ୟଶ ଦୟାଲଙ୍କୁବିବାହ ପ୍ରତିଶ୍ରୁତି ଉପରେ ପଚରା ଉଚରା କରିବା ଆରମ୍ଭ କଲେ,ସେତେବେଳେ ଏହି ଦ୍ରୁତ ବୋଲର ତାଙ୍କୁ ମାଡ଼ ମାରିଥିଲେ। ମହିଳା ଜୁନ୧୪ତାରିଖରେ ମହିଳା ହେଲ୍ପଲାଇନ୍ ନମ୍ବର୧୮୧କୁ ଫୋନ କରିଥିଲେ,କିନ୍ତୁ ସେଠାରେ କୌଣସି ଶୁଣାଣି ହୋଇନଥିଲା। ଏହା ପରେ, ସେଜୁନ୨୧ତାରିଖରେ ମୁଖ୍ୟମନ୍ତ୍ରୀ ହେଲ୍ପଲାଇନ୍ରେ ଅଭିଯୋଗ କରିବାକୁ ବାଧ୍ୟହୋଇଥିଲେ।
ମୋରମ ଖାଲରେ ଖସି ପଡ଼ି ମାଆ ଓ ଶିଶୁ କନ୍ୟା ମୃତ
ମାଥିଲି : ମାଥିଲି ବ୍ଲକ ଧଉଡ଼ାଗୁଡ଼ା ଗ୍ରାମରେ ଅଭାବନୀୟ ଘଟଣା। ରାସ୍ତା କଡ଼ରେ ମୋରମ ପାଇଁ ଖୋଳାଯାଇଥିବା ଖାଲରେ ଖସି ମାଆ ଓ ପାଞ୍ଚ ମାସ ଶିଶୁ କନ୍ୟାର ମୃତ୍ୟୁ। ମୃତ ମହିଳା ଧଉଡ଼ାଗୁଡ଼ା ଗ୍ରାମର ହୀରା ବାଗରିଆ ଏବଂ ତାଙ୍କ ଶିଶୁ କନ୍ୟା ପିଙ୍କି ବାଗରିଆ। ସୂଚନା ଅନୁସାରେ, ସୋମବାର ଅପରାହ୍ନରେ ହୀରା ନିଜ ଶିଶୁ କନ୍ୟା ସହ ଯାଉଥିବାବେଳେ ଅସାବଧାନତା ବଶତଃ ମୋରମ ଖାଲକୁ ଖସି ପଡ଼ିଥିଲେ। ଅବଶ୍ୟ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେବି ସେତେବେଳକୁ ଉଭୟଙ୍କ ମୃତ୍ୟୁ ହୋଇସାରିଥିଲା। ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।
ନିର୍ବାହୀ ଅଧିକାରୀଙ୍କୁ ନିର୍ଯାତନା, ଓଏଏସ୍ ସଂଘର ନିନ୍ଦା; କାର୍ଯ୍ୟାନୁଷ୍ଠାନରେ ବିଳମ୍ବ, ତେଜୁଛି ଅସନ୍ତୋଷ
କନକ ବ୍ୟୁରୋ : ଯାଜପୁର ବ୍ୟାସନଗର ପୌର ନିର୍ବାହୀ ଅଧିକାରୀଙ୍କୁ ନିର୍ଯାତନା ନେଇ ଅସନ୍ତୋଷର ନିଆଁ କୁହୁଳୁଛି । ଯେକୌଣସି ସମୟରେ ଏହା ଉଗ୍ରରୂପ ନେଇପାରେ । କାର୍ଯ୍ୟାନୁଷ୍ଠାନ ପାଇଁ ଓଆରଏସ୍ ସଂଘ କାଲି ୨୪ ଘଣ୍ଟା ସମୟ ଦେଇଥିଲା । ଆଜି ଓଏଏସ୍ ସଂଘ ଘଟଣାକୁ ନିନ୍ଦା କରି ଓଆରଏସ୍ ସଂଘକୁ ସମର୍ଥନ କରିଛି । ଯାଜପୁର ବ୍ୟାସନଗର ପୌର ନିର୍ବାହୀ ଅଧିକାରୀଙ୍କୁ ଭାରପ୍ରାପ୍ତ ପୌରାଧ୍ୟକ୍ଷ ସୁବାସ ବଳ ଓ କିଛି କାଉନସିଲର ନିର୍ଯାତନା ଦେବା ଅଭିଯୋଗକୁ ୧୨ ଦିନ ପୂରିଲା । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନାହିଁ । ଏନେଇ ଆଜି ଓଆରଏସ୍ ସଂଘ ଚେତାବନୀ ଦେବା ପରେ ଆଜି ଓଏଏସ ସଂଘ ସାମ୍ନାକୁ ଆସିଛି । ନିର୍ଯାତନା ଘଟଣାକୁ ନିନ୍ଦା କରିବା ସହ ଓଆରଏସ୍ ସଂଘକୁ ଚିଠି ଲେଖି ସମର୍ଥନ ଜଣାଇଛି । ସେପଟେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ନେଇ ପୁଣି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଓଆରଏସ ସଂଘ । ବିଳମ୍ବ ହେଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଓଆରଏସ୍ ସଂଘ ସଭାପତି କହିଛନ୍ତି । ସେପଟେ ଅଭିଯୋଗ ପାଇବା ପରେ ତଦନ୍ତ କରାଯାଉଛି ବୋଲି ଯାଜପୁର ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ କହିଛନ୍ତି । ତଦନ୍ତ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଏଦିଗରେ ସରକାର ତତ୍ପର ଅଛନ୍ତି । ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ଭଳି ଘଟଣାକୁ ବରଦାସ୍ତ କରାଯିବ ନାହିଁ । ସମ୍ପୃକ୍ତ କର୍ମଚାରୀ ତୁରନ୍ତ ଥାନାରେ ଏତଲା ଦେଇ ତାଙ୍କ ପାଖକୁ ପଠାନ୍ତୁ । ଅଭିଯୁକ୍ତଙ୍କର ରାଜନୈତିକ ଲିଙ୍କ ଥାଉ କି ଯିଏ ହୁଅନ୍ତୁ କାହାକୁ ଛଡ଼ାଯିବ ନାହିଁ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି । ଗତ ଜୁନ ୨୬ ତାରିଖରେ ବ୍ୟାସନଗର ଭାରପ୍ରାପ୍ତ ପୌରାଧ୍ୟକ୍ଷ ଓ କିଛି କାଉନସିଲର ନିର୍ବାହୀ ଅଧିକାରୀଙ୍କୁ ୮ ଘଣ୍ଟା ଅଟକ ରଖିଥିଲେ । ମାନସିକ ନିର୍ଯାତନା ସହ କିଛି କାଗଜପତ୍ରରେ ଜବରଦସ୍ତ ଦସ୍ତଖତ କରାଇ ନେଇଥିବା ନିର୍ବାହୀ ଅଧିକାରୀ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ଜଣେ ବିଧାୟକଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି । ବ୍ୟାସନଗର ଘଟଣାରେ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।
ଜାପାନ ଏବଂ ଦକ୍ଷିଣ କୋରିଆ ଉପରେ ଟ୍ରମ୍ପଙ୍କ ଟାରିଫ ଖଣ୍ଡା, 25% ଟ୍ୟାକ୍ସ
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନୂତନ ଶୁଳ୍କ ହାର ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ, ଏହି ଶୁଳ୍କ ଅଗଷ୍ଟ ୧ ତାରିଖରୁ କାର୍ଯ୍ୟକାରୀ ହେବ । ନୂତନ ଶୁଳ୍କ ହାର ଇସ୍ପାତ, ଆଲୁମିନିୟମ ଏବଂ ଅଟୋ ପାର୍ଟସ ଭଳି ନିର୍ଦ୍ଦିଷ୍ଟ କ୍ଷେତ୍ର ଉପରେ ପୂର୍ବରୁ ଲାଗୁ ହୋଇଥିବା ଶୁଳ୍କ ଠାରୁ ଭିନ୍ନ ହେବ । ଏହା ସହିତ, ୱାଶିଂଟନ ଚେତାବନୀ ଦେଇଛି ଯେ ଯଦି କୌଣସି ଦେଶ ତୃତୀୟ ଦେଶ ମାଧ୍ୟମରେ […]
ଫୁଲୁଛି ବୈତରଣୀ, ମହାନଦୀରେ ବନ୍ୟାପାଣି; ବଢୁଛି ଜଳସ୍ତର, ସତର୍କ କରିଲେ ସରକାର
କନକ ବ୍ୟୁରୋ : ଉପରମୁଣ୍ଡରେ ବର୍ଷା ସମ୍ଭାବନା ଭିତରେ ହୀରାକୁଦରୁ ୨୦ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ଅନ୍ୟପଟେ ବୈତରଣୀ ଓ ଦେଓ ନଦୀ ଫୁଲିବା ହେତୁ ଉତ୍ତର ଓଡ଼ିଶାରେ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି । ଏସବୁ ଭିତରେ ସରକାର ସାଥୀରେ ଥିବା କହି ଆଶ୍ୱସ୍ତ କରିଛନ୍ତି ମନ୍ତ୍ରୀ । ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ଏବେ ଫୁଲୁଛି ରାଜ୍ୟର ବିଭିନ୍ନ ନଦୀ । ଉତ୍ତରରୁ ଉପକୂଳ, ଦୁର୍ଦ୍ଦଶା ବଢାଇଲାଣି ବନ୍ୟାଜଳ । ଏସବୁ ଭିତରେ ହୀରାକୁଦ ଜଳଭଣ୍ଡାରରୁ ୨୦ ଗେଟ୍ ଦେଇ ନିଷ୍କାସିତ ହେଉଛି ଜଳ । ପ୍ରତି ସେକେଣ୍ଡରେ ୩ ଲକ୍ଷ ୩୪ ହଜାର ୭୩୫ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି । ହୀରାକୁଦର ବନ୍ୟାଜଳ ଆସନ୍ତାକାଲି ମୁଣ୍ଡଳିରେ ପହଞ୍ଚିବ । ସାଢେ ୪ ଲକ୍ଷ କ୍ୟୁସେକ୍ ପାଣି ମୁଣ୍ଡଳିରେ ପହଞ୍ଚିବ । ଏବେ ତଳମୁଣ୍ଡରେ ବନ୍ୟା ସ୍ଥିତି ନାହିଁ । କିନ୍ତୁ ଉପରମୁଣ୍ଡରେ ପୁଣି ବର୍ଷା ହେଲେ ହୀରାକୁଦ ଗେଟ୍ ଖୋଲିବ । ଯାହା ତଳମୁଣ୍ଡରେ ବନ୍ୟାସ୍ଥିତି ସୃଷ୍ଟି କରିପାରେ । ଲଗାଣ ବର୍ଷା ପରେ ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ସ୍ଥିତି । ଶିମିଳିପାଳ ଉପର ମୁଣ୍ଡରେ ପ୍ରବଳ ବର୍ଷା ପାଇଁ ଦେଓ ନଦୀର ଜଳସ୍ତର ବଢ଼ିଛି । କଇଁସାରିରେ ଥିବା ଜାମୁଘାଟ ପୋଲ ଉପରେ ୩ ଫୁଟ୍ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେବାରୁ ଉଦଳା-ବାଲେଶ୍ୱର ସମେତ ୮ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।ବୈତରଣୀ ଫୁଲିବା ହେତୁ ଆଖୁଆପଦା ନିକଟରେ ଜଳସ୍ତର ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି । ଉପରମୁଣ୍ଡରେ ବର୍ଷା ହେଉଥିବାରୁ ନଦୀକୂଳିଆ ଲୋକଙ୍କ ମନରେ ଭୟ ପଶିଛି । ବନ୍ୟା ଜଳ ବୃଦ୍ଧି ଭିତରେ ଯାଜପୁର ନିଜାମପୁରରେ ୨୦ରୁ ୩୦ ଫୁଟ୍ ଯାଏଁ ଧସିଛି ଆଡିବନ୍ଧ । ବାଲି ବସ୍ତା ପକାଇ ଘାଇ ମରାମତି କରାଯାଉଥିବା ବେଳେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକ । ଲଗାଣ ବର୍ଷା ପାଇଁ ବାଲେଶ୍ୱର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟରେ ବନ୍ୟା ସ୍ଥିତି ଭିତରେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଲୋକଙ୍କୁ ଆଶ୍ୱସ୍ତ କରିଛନ୍ତି । ରାଜ୍ୟବାସୀଙ୍କ ସହ ସରକାର ଅଛନ୍ତି । ବିଚଳିତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସୁରେଶ ପୂଜାରୀ ।ଲଘୁଚାପ ପ୍ରଭାବରେ ଆହୁରି ୨ ଦିନ ବର୍ଷା ଲାଗି ରହିବ । ଉପରମୁଣ୍ଡରେ ମଧ୍ୟ ବର୍ଷା ସମ୍ଭାବନା ଅଧିକ ରହିଛି । ଯାହା ବନ୍ୟା ସ୍ଥିତିକୁ ଆହୁରି ବୃଦ୍ଧି କରିପାରେ ।
ଷ୍ଟଡିରେ ଖୁଲାସା, କମାନ୍ତୁ ଓଜନ…ମହିଳାଙ୍କ ଅତ୍ୟଧିକ ଓଜନ ମଧ୍ୟ ସାଜିପାରେ ବ୍ରେଷ୍ଟ କ୍ୟାନ୍ସରର କାରଣ
ନୂଆଦିଲ୍ଲୀ: ପ୍ରତିବର୍ଷ ଭାରତରେ ପ୍ରାୟ ୧୪ ଲକ୍ଷ ଲୋକ କର୍କଟ ରୋଗରେ ପୀଡିତ ହୁଅନ୍ତି । ଏଥିମଧ୍ୟରୁ, ସ୍ତନ କର୍କଟ ହେଉଛି ମହିଳାଙ୍କ ମଧ୍ୟରେ ସବୁଠାରୁ ସାଧାରଣ କର୍କଟ । ପ୍ରତିବର୍ଷ ପ୍ରାୟ ୧ ଲକ୍ଷ ମହିଳା ସ୍ତନ କର୍କଟ ରୋଗରେ ମୃତ୍ୟୁବରଣ କରନ୍ତି । ସ୍ତନ କର୍କଟ ପାଇଁ ଅନେକ କାରଣ ଦାୟୀ, ଯେଉଁଥିରୁ ଖରାପ ଜୀବନଶୈଳୀ, ବିଳମ୍ବରେ ବିବାହ ଏବଂ ଶାରୀରିକ ନିଷ୍କ୍ରିୟତା ସବୁଠାରୁ ବଡ଼ କାରଣ, କିନ୍ତୁ ଏବେ ଏକ ନୂତନ ଅଧ୍ୟୟନରେ […]
କିଛି ଦିନ ଭିତରେ ବୈଜ୍ଞାନିକ କରିବେ ଚମତ୍କାର, ଲ୍ୟାବରେ ପ୍ରସ୍ତୁତ ସ୍ପର୍ମରୁ ଜନ୍ମ ହେବ ଛୁଆ
ନୂଆଦିଲ୍ଲୀ: ପ୍ରଜନନ କ୍ଷମତା ହ୍ରାସ ପାଉଛି, ବିଶ୍ୱରେ ଅନେକ ଦେଶ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବୈଜ୍ଞାନିକମାନେ ଏହି ସମସ୍ୟାର ସମାଧାନ ଖୋଜିବା ଆରମ୍ଭ କରିଛନ୍ତି । ଓସାକା ବିଶ୍ୱବିଦ୍ୟାଳୟରେ ଏପରି ଏକ ଗବେଷଣା ଚାଲିଛି, ଏଠାକାର ବୈଜ୍ଞାନିକ ପ୍ରଫେସର କାଟସୁହିକୋ ହାୟାଶି ଦାବି କରିଛନ୍ତି ଯେ ଖୁବ୍ ଶୀଘ୍ର ଲ୍ୟାବରେ ଶୁକ୍ରାଣୁ ଏବଂ ଡିମ୍ବାଣୁ ତିଆରି ଆରମ୍ଭ ହେବ । ଏହି ପ୍ରଯୁକ୍ତିବିଦ୍ୟା ଆଗାମୀ 7 ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ବିକଶିତ ହେବ । […]
ପୋଷ୍ଟ ମର୍ଟମ ରିପୋର୍ଟ ଦେବାକୁ ଲାଞ୍ଚ ମାଗୁଥିଲେ ମେଡିକାଲ ଅଫିସର, ମାଡ଼ି ବସିଲା ଭିଜିଲାନ୍ସ
କଟକ/ଜଗତସିଂହପୁର,୭ା୭ ମେଡିକାଲ ଅଫିସର ଡାକ୍ତର ଶିବ ପ୍ରସାଦ ସେଠୀ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି । ଜଗତସିଂହପୁର ଜିଲା କୁଜଙ୍ଗ ସିଏଚସିର ମେଡିକାଲ ଅଫିସର ଏବଂ ତାଙ୍କ ସହଯୋଗୀ ସୂର୍ଯ୍ୟ ନାରାୟଣ ଚୌଧୁରୀ ପୋଷ୍ଟ ମର୍ଟମ୍ ରିପୋର୍ଟ ପ୍ରଦାନ ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଆଜି ଅର୍ଥାତ୍ ସୋମବାର କିଛି ସମୟ ପୂର୍ବରୁ ଡାକ୍ତର ଶିବ ପ୍ରସାଦଙ୍କୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି ଯେତେବେଳେ ସେ […]
କ’ଣ କୁଲଦୀପ ତୃତୀୟ ଟେଷ୍ଟ ଖେଳିବେନି ? ଏଜବାଷ୍ଟନର ପରିଣାମ ପରେ ଏହି ଉତ୍ତର ଦେଲେ ଗିଲ୍
ନୂଆଦିଲ୍ଲୀ: ବର୍ମିଂହାମର ଏଜବାଷ୍ଟନ ଟେଷ୍ଟରେ ଭାରତୀୟ କ୍ରିକେଟ୍ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ କାହିଁକି ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଗଲା ନାହିଁ ତାକୁ ନେଇ କିଛି ସମୟ ବିତର୍କ ଚାଲିଲା। ଏଜବାଷ୍ଟନରେ ଐତିହାସିକ ବିଜୟ ପରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ କହିଛନ୍ତି କୁଲଦୀପ ଯାଦବଙ୍କ ପରି ଓ୍ଵିକେଟ୍ ନେଉଥିବା ସ୍ପିନରଙ୍କୁ ଚୂଡ଼ାନ୍ତ ଏକାଦଶରେ ରଖିବା ସର୍ବଦା ଆକର୍ଷକ ହୋଇଥାଏ। ଗିଲ୍ କହିଛନ୍ତି, ମାତ୍ର ଲିଡ୍ସରେ ନିମ୍ନକ୍ରମ ବ୍ୟାଟରମାନେ ଦୁଇ ଥର ଶସ୍ତାରେ ଆଉଟ୍ ହେବା ପରେ ବ୍ୟାଟିଂରେ ଆହୁରି ଗଭୀରତା ଆଣିବା ପାଇଁ ଏଜବାଷ୍ଟନ ଟେଷ୍ଟରେ ଓ୍ଵାଶିଂଟନ ସୁନ୍ଦରଙ୍କୁ ପ୍ରାଧ୍ୟାନ୍ୟ ଦିଆଗଲା। ଓ୍ଵାଶିଂଟନଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯିବା ବିବାଦୀୟ ନିଷ୍ପତ୍ତି ଏବେ ସଠିକ୍ ସାବ୍ୟସ୍ତ ହୋଇଛି କାରଣ ଏହି ଅଲରାଉଣ୍ଡର ଖେଳାଳି ବ୍ୟାଟିଂ ଓ ବୋଲିଂରେ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। ଭାରତ ଲର୍ଡ୍ସ ଟେଷ୍ଟରେ ମଧ୍ୟ ଏହି ରଣନୀତି ସହ ମଇଦାନକୁ ଓହ୍ଲାଇବ। ଜୁଲାଇ ୧୦ରୁ ଲର୍ଡ୍ସରେ ତୃତୀୟ ଟେଷ୍ଟ ଆରମ୍ଭ ହେବ। ଦ୍ଵିତୀୟ ଟେଷ୍ଟରେ ବିଜୟ ସହ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଦମଦାର ପ୍ରତ୍ୟାବର୍ତ୍ତନ କରିଛି। ଏହା ପରେ ଗିଲ୍ କହିଛନ୍ତି, ଯେବେ ଆପଣଙ୍କ ପାଖରେ କୁଲଦୀପଙ୍କ ପରି ବୋଲର ଥିବେ ତେବେ ଏହା ଦଳ ପାଇଁ ବହୁତ ବଡ଼ ଶକ୍ତି। କିନ୍ତୁ ମୁଁ ଓ୍ଵାଶିଂଟନଙ୍କୁ ଏଥିପାଇଁ ଖେଳାଇବାକୁ ଚାହିଁଲି କାରଣ ତାଙ୍କ ଉପସ୍ଥିତିରେ ଆମର ବ୍ୟାଟିଂ ଆହୁରି ମଜବୁତ ହୋଇଛି। ଭାରତୀୟ ଅଧିନାୟକ କହିଛନ୍ତି ଲାଗୁଛି ମୋର ଏବଂ ଓ୍ଵାଶିଂଟନ ମଧ୍ୟରେ ଭାଗିଦାରୀ ବହୁତ ମହତ୍ଵପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଏହି ଭାଗିଦାରୀ ହୋଇ ନ ଥିଲେ ବୋଧହୁଏ ଅଗ୍ରଣୀ ୭୦ରୁ ୯୦ ରନ ଭିତରେ ରହିଥାନ୍ତା, ଯାହା ମାନସିକ ଭାବେ ୧୮୦ ରନ ଅଗ୍ରଣୀଠୁ ବହୁତ ଅଲଗା। ଗିଲ୍ କହିଛନ୍ତି, ଇଂଲଣ୍ଡରେ ବ୍ୟବହୃତ ଡ୍ୟୁକ ବଲ ଯେବେ ପୁରୁଣା ଓ ନରମ ହୋଇଯାଏ ତେବେ ସ୍ପିନରଙ୍କ ପାଖରେ ମ୍ୟାଚ୍କୁ ନିୟନ୍ତ୍ରିତ କରିବାର ଅଧିକ ସୁଯୋଗ ମିଳିଥାଏ।
ବିଦ୍ୟୁତ୍ ଖୁଣ୍ଟରେ ପିଟିହେଲା ପର୍ଯ୍ୟଟକଙ୍କ ଗାଡ଼ି : ଉଦ୍ଧାରକାରୀ ଯୁବକଙ୍କ ମୃତ୍ୟୁ, ୬ ପର୍ଯ୍ୟଟକ ଗୁରୁତର
କୋଣାର୍କ ୭।୭: କୋଣାର୍କ ରାମଚଣ୍ଡୀ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ୧୧ କେଭି ବିଦ୍ୟୁତ ଖୁଣ୍ଟିରେ ପିଟିହେଲା ପର୍ଯ୍ୟଟକଙ୍କ ଗାଡି । ବିଦ୍ୟୁତ ସଂସ୍ପର୍ଶରେ ଆସି ଉଦ୍ଧାରକାରୀ ମୃତ୍ୟୁ।୬ ଜଣ ପର୍ଯ୍ୟଟକ ଗୁରୁତରହୋଇଛନ୍ତି ।ସମସ୍ତ ଗୁରୁତର ଗୋପ ମେଡିକାଲ ଭର୍ତ୍ତିହୋଇଛନ୍ତି। ସୂଚନାଯୋଗ୍ୟ ଯେ,ମହାରାଷ୍ଟ୍ର ଏବଂ ବିଶାଖାପାଟଣାରୁ ୧୧ଜଣ ପର୍ଯ୍ୟଟକ ପରିବାର ସହ ମହାପ୍ରଭୁ ଜଗନ୍ନାଥଙ୍କ ସୁନାବେଶ ଦେଖିବାକୁ ଆସିଥିଲେ ।ସୋମବାରସକାଳୁ ପୁରୀରୁ ଏକ ଗାଡି ଭଡାକରିକୋଣାର୍କ ଅଭିମୁଖେ ବୁଲିବାକୁ ଆସୁଥିଲେ । ସକାଳ ୯ଟା୩୦ ମିନିଟ୍ ସମୟରେ ଗାଡ଼ିଟିଚନ୍ଦ୍ରଭାଗା ନିକଟ ଇକୋରିଟ୍ରିଟ୍ଠାରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଯାଇଥିଲା । ଗାଡ଼ିରେ ଥିବା ୧୧ଜଣ ପର୍ଯ୍ୟଟକଙ୍କ ମଧ୍ୟରୁ ଡ୍ରାଇଭର ଓ ୬ଜଣ ଯାତ୍ରୀଗୁରୁତରହୋଇଥିବା ବେଳେ ଆହାତ ଡ୍ରାଇଭରକୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଜଣେ ଯୁବକ ବିଦ୍ୟୁତ୍ ଖୁଣ୍ଟିସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି । ମୃତ ଯୁବକ ଜଣକ ହେଲେ ଜଗତସିଂପୁର ଜିଲ୍ଲା ନାଉଗାଁର ରଞ୍ଜିତ ପଢ଼ିଆରୀ । ଗାଡ଼ିଟି ଭାରସାମ୍ୟ ହରାଇ ବିଦ୍ୟୁତ୍ ଖୁଣ୍ଟରେ ଧକ୍କା ହେବା ଫଳରେ ଗାଡ଼ିରେ ଥିବା ୧୧ପର୍ଯ୍ୟଟକଙ୍କ ମଧ୍ୟରୁ ୬ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଇଥିଲେ । ଡ୍ରାଇଭର ଜଣକ ଗାଡ଼ିରେ ଫସି ରହିଥିବା ବେଳେ ନାଉଗାଁରୁ କୋଣାର୍କ ବୁଲିବାକୁ ଆସିଥିବା ତିନି ଜଣ ସାଙ୍ଗ ମାନଙ୍କ ମଧ୍ୟରୁ ମୃତ ରଞ୍ଜିତ ତାଙ୍କୁ ଉଦ୍ଧାର କରିବା ବେଳେ ହଠାତ୍ ବିଦ୍ୟୁତ୍ ଖୁଣ୍ଟିସଂସ୍ପର୍ଶରେ ଆସି ଅଚେତ୍ ଅବସ୍ଥାରେ ତଳେ ପଡ଼ିଯାଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଗୁରୁତର ଅବସ୍ଥାରେ ଡ୍ରାଇଭର ଓ ରଞ୍ଜିତଙ୍କୁ ଆଣି କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ପରେ ଡାକ୍ତର ରଞ୍ଜିତଙ୍କୁମୃତ ଘୋଷଣା କରିଥିଲେ । ଗୁରୁତର ଅବସ୍ଥାରେ ଡ୍ରାଇଭରକୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଅବସ୍ଥା ଗୁରୁତରହେବାରୁଗୋପ ମେଡିକାରରେ ଭର୍ତ୍ତି ହୋଇଥିବା ଅନ୍ୟ ୬ ଜଣଙ୍କୁ ଭୁବନେଶ୍ୱର ସ୍ଥାନନ୍ତରିତ କରିଛନ୍ତି ଡାକ୍ତର । କୋଣାର୍କ ପୋଲିସ ଖବର ପାଇଁ ଗାଡିକୁ ଜବତ କରି ତଦନ୍ତ ଚଳାଇଛନ୍ତି। You Can Read: ରାସ୍ତାରେ ଚାଲୁଛି ଆଣ୍ଠୁଏ ଆଣ୍ଠୁଏ ପାଣି, ବାଉଁଶ ବାନ୍ଧି ରାସ୍ତା ଅବରୋଧ କଲେ ଗ୍ରାମବାସୀ
ପ୍ରଥମ ଥର ଏକ ପ୍ରାଇଭେଟ୍ ବିଲ୍ଡର ନିର୍ମାଣ କରିବ ଦେଢ କି.ମିର ଫ୍ଲାଏ ଓଭର , ବେଙ୍ଗାଲୁରୁରେ ମିଳିଲା ଅନୁମୋଦନ
ନୂଆଦିଲ୍ଲୀ – ଦେଶରେ ସରକାରୀ ଜମିରେ ରାସ୍ତା ବା ଫ୍ଲାଏ ଓଭର ନିର୍ମାଣର କାର୍ଯ୍ୟ ସରକାରୀ ଟଙ୍କାରେ ହିଁ ହୋଇଥାଏ। କିନ୍ତୁ ଏବେ ବେଙ୍ଗାଲୁରୁରେ ଏକ ରିୟଲ ଇଷ୍ଟେଟ୍ କମ୍ପାନୀକୁ ଘରୋଇ ଭାବେ ସରକାରୀ ଜମିରେ କରିବାକୁ ମିଳିଛି ଅନୁମୋଦନ। ଏହା ପ୍ରଥମ ଥର ହେବ, ଯେବେ ରିୟଲ ଇଷ୍ଟେଟ୍ ନିର୍ମାଣକାରୀ ସାର୍ବଜନିକ ଉପଯୋଗ ପାଇଁ ଫ୍ଲାଏ ଓଭରର ନିର୍ମାଣ କରିବ। ବେଙ୍ଗାଲୁରୁ ମ୍ୟୁନିସପାଲ କର୍ପୋରେସନରୁ ଅନୁମୋଦନ ମିଳିବା ପରେ ପ୍ରେଷ୍ଟିଜ୍ ଗ୍ରୁପ୍ ୧.୫ କିଲୋମିଟର ଲମ୍ୱ ଏଲିଭେଟେଡ୍ ଫ୍ଲାଏ ଓଭର ନିର୍ମାଣ କରିବାର ଯୋଜନା ଉପରେ ଆଗକୁ ବଢୁଛି, ଯାହା ବେଲ୍ଲାଣ୍ଡୁରରେ ନିର୍ମାଣଧୀନ ଟେକ୍ ପାର୍କକୁ ସିଧା ସଳଖ ବେଙ୍ଗାଲୁରୁରେ ଆଉଟର ରିଙ୍ଗ ରୋଡ୍ ସହ ଯୋଡ଼ିବ।ଡେକ୍କାନ ହେରାଲ୍ଡର ରିପୋର୍ଟ ମୁତାବିକ , ଏହି ଫ୍ଲାଏ ଓଭର ଏକ ପବ୍ଲିକ୍ ରୋଡ୍ ଓ ଏକ ଷ୍ଟାର୍ମର ଡ୍ରେନେଜ୍ର ପାଖ ଦେଇ ଯିବ। ରିପୋର୍ଟ ମୁତାବିକ, ଅନୁମୋଦନ ମିଳିବା ପରେ ପ୍ରେଷ୍ଟିଜ୍ ଗ୍ରୁପ୍ ଦେଶର ସେହି ବଛାବଛା କମ୍ପାନୀ ଗୁଡ଼ିକର ତାଲିକାରେ ସାମିଲ ହୋଇଛି ,ଯେଉଁମାନେ ସେମାନଙ୍କ ପରିସରରେ ପହଞ୍ଚିବା ସହଜ କରିବା ପାଇଁ ସରକାରୀ ଜମିରେ ଫାଇଓଭର ନିର୍ମାଣ କରିବେ। ଏହି ଫ୍ଲାଏ ଓଭରର ଅନୁମୋଦନ ବଦଳରେ, ପ୍ରେଷ୍ଟିଜ୍ ଗ୍ରୁପ୍ ଭିଡ଼ପୂର୍ଣ୍ଣ କାରିଓମାନ୍ନା ଅଗ୍ରହାରା ରାସ୍ତା ଓ ଫ୍ଲାଏ ଓଭରକୁ ପ୍ରଶସ୍ତ କରୁବାର ଖର୍ଚ୍ଚ ବହନ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛି। ଆପଣଙ୍କୁ କହି ରଖୁଛୁ କି , ପ୍ରେଷ୍ଟିଜ୍ ଗ୍ରୁପ୍ ଏହି ଫ୍ଲାଏ ଓଭରର ନିର୍ମାଣ ପାଇଁ ସର୍ବ ପ୍ରଥମେ ୨୦୨୨ରେ ଏବଂ ପୁଣି ନଭେମ୍ୱର ୨୦୨୩ରେ ଅନୁମୋଦନ ମାଗି ଥିଲା। ହେଲେ ସେତେବେଳେ ଏହି ନିଷ୍ପତ୍ତି ଉପରେ ଅଧିକ ଧ୍ୟାନ ଦିଆ ଯାଇ ନଥିଲା। ପରେ କର୍ଣ୍ଣାଟକର ଉପ- ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ଏହି ପ୍ରୋଜେକ୍ଟରେ ନିଜର ସହମତି ପ୍ରକାଶ କରିଛନ୍ତି, ଏହାପରେ ଗ୍ରୁପ୍କୁ ଏହି ଅନୁମୋଦନ ଦିଆଯାଇଛି। ହେଲେ ଏହି ଅନୁମୋଦନ ସହ ହିଁ ମ୍ୟୁନିସପାଲ କର୍ପୋରେସନ ସର୍ତ୍ତ ରଖିଥିଲା ଯେ, ଏହି ଫ୍ଲାଏ ଓଭର ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଖୋଲା ହେବା ଉଚିତ୍।
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ଜଣେ ମୃତ, ଅନ୍ୟ ଜଣେ ଗୁରୁତର
କଳାହାଣ୍ଡି ୭।୭: କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ବୋଡେନରୁ ଦାବ୍ରିପଦର ଯିବା ରାସ୍ତା ମଝିରେଦୁର୍ଘଟଣା ।ଦୁଇ ବାଇକ୍ମଧ୍ୟରେ ମୁହାଁମୁହିଁ ଧକ୍କାହୋଇଛି । ଦୁର୍ଘଟଣା ଫଳରେଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ।ମୃତକ ହେଲେ ତରାପୁର ଗ୍ରାମର ପୁଳସ୍ୟ ଚଣ୍ଡି ବୋଲିସୂଚନା ମିଳିଛି।ତେବେ ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତରଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସରେ ଧର୍ମଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛିlଖବର ପାଇ ଧର୍ମଗଡ ପୋଲିସ ସମେତ ଦମକଳକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଦେଖିବାକୁମିଳିଛିl You Can Read: ବିଦ୍ୟୁତ୍ ଖୁଣ୍ଟରେ ପିଟିହେଲା ପର୍ଯ୍ୟଟକଙ୍କ ଗାଡ଼ି : ଉଦ୍ଧାରକାରୀ ଯୁବକଙ୍କ ମୃତ୍ୟୁ, ୬ ପର୍ଯ୍ୟଟକ ଗୁରୁତର
ବଡ ଦେଉଳ ନିକଟରେ ପହଞ୍ଚିଲା ବ୍ରହ୍ମ ତାଳଧ୍ୱଜ, ମଙ୍ଗଳବାର ହେବ ମହାପ୍ରଭୁଙ୍କର ରଘୁନାଥଜୀଉ ବେଶ
କେନ୍ଦ୍ରାପଡ଼ା ୭।୭: ତୁଳସୀ କ୍ଷେତ୍ରରେ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ରଥସୋମବାରସନ୍ଧ୍ୟା ପ୍ରାୟ ୫ଟାରେ ବଡ ଦେଉଳ ନିକଟରେ ପହଞ୍ଚିଲାlବାହୁଡାର ତୃତୀୟ ଦିନରେ ଚକଡାରେଲାଗିଲା ବ୍ରହ୍ମ ତାଳଧ୍ୱଜlବାରମ୍ବାର ରଥ ବାମମୋଡ ନେବାରୁ ରଥଟଣା ବିଳମ୍ବ ହେଲାlତେବେ ପ୍ରବଳ ବର୍ଷା ସତ୍ତ୍ୱେ ହଜାର ହଜାର ଶ୍ରଦ୍ଧାଳୁ ରଥକୁ ମାଉସୀ ମା’ମନ୍ଦିର ନିକଟରୁ ବଡ଼ଦେଉଳ ଅଭିମୁଖେ ଟାଣି ଆଣିଲେl ପରମ୍ପରା ଅନୁଯାୟୀସୋମବାରଶ୍ରୀଜୀଉ ରଥ ଉପରେ ରହିବେl ମଙ୍ଗଳବାରସ୍ନାନ,ସକାଳ ଧୂପ ଇତ୍ୟାଦି ପରେ ମହାପ୍ରଭୁଙ୍କର ରଘୁନାଥଜୀଉ ବେଶ ଅନୁଷ୍ଠିତ ହେବlସନ୍ଧ୍ୟାରେ ଅଧରପଣା ନୀତି ପରେ ତିନି ଦିଅଁ ବଡ ଦେଉଳକୁ ବିଜେ କରିବେl ତୁଳସୀ କ୍ଷେତ୍ରରେ ରଥଟଣାରେ ବିଭ୍ରାଟl ରବିବାରବାହୁଡାର ଦ୍ଵିତୀୟ ଦିନରେ ମଧ୍ୟ ବ୍ରହ୍ମ ତାଳଧ୍ଵଜ ବଡ଼ଦେଉଳରେ ପହଞ୍ଚିପାରିନାହିଁlରଥ ବାରମ୍ବାର ବାମ ମୋଡ ନେବାରୁ ରଥଟଣା ବାଧାପ୍ରାପ୍ତ ହୋଇଛିl You Can Read: ବିଦ୍ୟୁତ୍ ଖୁଣ୍ଟରେ ପିଟିହେଲା ପର୍ଯ୍ୟଟକଙ୍କ ଗାଡ଼ି : ଉଦ୍ଧାରକାରୀ ଯୁବକଙ୍କ ମୃତ୍ୟୁ, ୬ ପର୍ଯ୍ୟଟକ ଗୁରୁତର
ବିଲରେ କାମ କରିବା ହେଲା କାଳ, ବଜ୍ରପାତରେ ଚାଲିଗଲା ଦୁଇ ଜୀବନ
ଭଦ୍ରକ ୭।୭: ବିଲରେ କାମକରୁଥିବାବେଳେବଜ୍ରପାତ। ଦୁଇଜଣଙ୍କମୃତ୍ୟୁ ହୋଇଥିବା ବେଳେଜଣେ ଗୁରୁତର । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ,ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ହରସିଂହପୁର ଅଞ୍ଚଳର୩ଜଣ ବିଲରେ କାମ କରୁଥିଲେ । ବଜ୍ରାଘାତରେ ନିଲୁ ମହାରଣା ଓ ରୁଗନ ମହାରଣାଙ୍କର ମୃତ୍ୟୁ ହୋଇଥିବା ବେଳେ ଗିରିଧାରୀ ମହାଳିକ ଗୁରୁତର ହୋଇଛନ୍ତି । ବଜ୍ରାଘାତ ପରେ ସ୍ଥାନୀୟ ଲୋକେ୩ଜଣଙ୍କୁ ଉଦ୍ଧାର କରି ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ମେଡିକାଲରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି । You Can Read: ବଡ ଦେଉଳ ନିକଟରେ ପହଞ୍ଚିଲା ବ୍ରହ୍ମ ତାଳଧ୍ୱଜ, ମଙ୍ଗଳବାର ହେବ ମହାପ୍ରଭୁଙ୍କର ରଘୁନାଥଜୀଉ ବେଶ
ବିହାରରେ ଚାଞ୍ଚଲ୍ୟ, ଗୁଣି- ଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୫ ଜଣକୁ ହତ୍ୟା ଅଭିଯୋଗ
ନୂଆଦିଲ୍ଲୀ : ସୀମା ଟପିଲା ନୃଶଂସତା । ଗୁଣି ଗୋରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୫ ଜଣକୁ ହତ୍ୟା କରି ସେମାନଙ୍କ ମୃତ ଶରୀରକୁ ଗାଁ ଲୋକେ ଜାଳି ଦେଇଥିବା ଅଭିଯୋଗ ହୋଇଛି। ଏହି ଛାତିଥରା ଘଟଣା ସାମ୍ନାକୁ ଆସିଛି ବିହାର ପୂର୍ଣ୍ଣିଆ ଜିଲ୍ଲାରୁ। ସୂଚନା ଅନୁଯାୟୀ, ମାମଲା ମୁଫ୍ଫସିଲ ଥାନା ଅନ୍ତର୍ଗତ ଟେଟାଗାମା ଗାଁର। ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ଗାଁ ଲୋକେ ଏହି ଘଟଣା ଭିଆଇଛନ୍ତି। ଘଟଣାରେ ମୁଖ୍ୟ ଚାରି ଅଭିଯୁକ୍ତଙ୍କ ସହ ମିଶି ଗାଁ ଲୋକେ ୫ ଜଣକୁ ହତ୍ୟା କରିବା ପରେ ଜାଳି ଦେଇଛନ୍ତି। ତେବେ ପୋଲିସ ଘଟଣା ସୂଚନା ପାଇ ତଦନ୍ତ ଆରମ୍ଭ କରିଛି। ଫରେନସିକ୍ ଟିମ୍, ଡଗ୍ ସ୍କ୍ବାଡ ସହାୟତାରେ ମୃତ ଶରୀର ଖୋଜିବାକୁ ଚେଷ୍ଟା କରୁଛି। ଚାରି ଜଣକ ଶବ ଜବତ ହୋଇଥିବାବେଳେ, ମାମଲାରେ ମୁଖ୍ୟ ଅଭିଯୁକ୍ତ ଚାରି ଜଣକ ମଧ୍ୟରୁ ୨ ଅଭିଯୁକ୍ତଙ୍କୁ ହେପାଜତକୁ ନେଇ ପୋଲିସ ପଚରାଉଚରା କରୁଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ପେଶାଲ ଟିମ ଗଠନ କରାଯାଇଛି। ପୋଲିସ କହିଛି, ଗୁଣି- ଗାରେଡ଼ି ବିବାଦକୁ ନେଇ ଓରାମ ସଂପ୍ରଦାୟର ଲୋକେ ଏଭଳି କାଣ୍ଡ କରିଛନ୍ତି। ଗାଁରେ କେହି ଏହି ଘଟଣା ବିଷୟରେ କହିବାକୁ ମନା କରୁଛନ୍ତି। ସୂଚନା ଅନୁସାରେ, ମୃତକ ବାବୁଲାଲ ଓରାମ, ପତ୍ନୀ ସୀତା ଦେବୀ, ମାଆ ମୋ କାତୋ, ବୋହୂ ରାଣୀ ଦେବୀ ଏବଂ ପୁଅ ମନଜୀତ କୁମାର ସାମିଲ ଅଛନ୍ତି। ସେହିଭଳି ପୂର୍ଣ୍ଣିଆ ଏସପି ସ୍ବିଟି ସେହରାଓ୍ବତ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୁଫ୍ଫସିଲ ଥାନାଧ୍ୟକ୍ଷ ଉତ୍ତମ କୁମାର କହିଛନ୍ତି ଯେ, ଏହି ମାମଲାରେ ତିନି ଜଣକୁ ହେପାଜତକୁ ନେଇ କଡ଼ା ପଚରାଉଚରା କରାଯାଉଛି।
ଜାତୀୟସ୍ତରରେ କଟକର ଦହିବରା ସାଉଁଟିଛି ପ୍ରଶଂସା, 'ବାବୁଲା ଦହିବରା’ ପାଇଛି ଶ୍ରେଷ୍ଠ ଷ୍ଟ୍ରିଟଫୁଡ୍ ପୁରସ୍କାର
କଟକ : ଦହି ବରା... ଦହିପାଣିରେ ବତରୁଥିବା ମୁସମୁସିଆ ବରା ଉପରେ ନାନା ପ୍ରକାରର ମସଲା... ଅଳ୍ପ ଖଟା ସାଙ୍ଗକୁ ସ୍ଲାଇଟ୍ ରାଗ । ଗରମ୍ ଗରମ୍ ଘୁଘୁନି ସାଙ୍ଗକୁ ବହଳିଆ ଆଳୁଦମ୍ ର ଝୋଳ ....ଆଉ ତା ଉପରେ କଞ୍ଚଲଙ୍କା ପାଣିକୁ ଟିକେ ସେଓ ଓ ପିଆଜ, ଓଃ ସ୍ୱାଦ....ଭାବିଲେ ପାଟିରୁ ଲାଳ ଗଡ଼ୁଛି । ସେଥିପାଇଁ ତ ରାତି ପାହିଲେ କଟକିଆ ୟାକୁ ହିଁ ଖୋଜନ୍ତି। କିନ୍ତୁ ଏବେ ଏହାର ଚାହିଦା ନେସନ୍ ୱାଇଡ୍। କଟକିଆଙ୍କ ଇମୋସନ୍ ସହ ଜଡ଼ିତ ଏହି ଦହିବରାର ଭାରି ଦବଦବା। କଟକରେ ପ୍ରତି ଗଳି ଓ ଛକରେ ଦହିବରା ଦୋକାନ। କିନ୍ତୁ ଏତେ ସବୁ ଭିତରେ ଭାରି ଫେମସ୍ ବାବୁଲା ଦହିବରା। ନିଜ ସ୍ୱାଦରେ ସମସ୍ତଙ୍କ ଦୃଦୟ ଜିଣିଥିବା ବାବୁଲା ଦହିବରାକୁ ଏବେ କରାଯାଇଛି ସମ୍ମାନିତ। ଜାତୀୟସ୍ତରର ପ୍ରତିଯୋଗିତାରେ କଟକର ଦହିବରା ସାଉଁଟିଛି ପ୍ରଶଂସା । ନ୍ୟାସନାଲ ଆସୋସିଏସନ ଅଫ ଷ୍ଟ୍ରିଟ ଭେଣ୍ଡର ଅଫ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏକ ପ୍ରତିଯୋଗିତାରେ 'ବାବୁଲା ଦହିବରା’ ପାଇଛି ଶ୍ରେଷ୍ଠ ଷ୍ଟ୍ରିଟଫୁଡ୍ ପୁରସ୍କାର। ନୂଆଦିଲୀର କନଷ୍ଟିଚ୍ୟୁସନ କ୍ଲବ ଅଫ ଇଣ୍ଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଦହିବରା ବ୍ୟବସାୟୀ ବାବୁଲା ଓରଫ ପ୍ରଦୀପ୍ତ କୁମାର ସାହୁ ସମ୍ମାନିତ ହୋଇଛନ୍ତି । ନ୍ୟାସନାଲ ଆସୋସିଏସନ ଅଫ ଷ୍ଟ୍ରିଟ ଭେଣ୍ଡର ଅଫ ଇଣ୍ଡିଆ ପକ୍ଷରୁ ପ୍ରତ୍ୟେକ ବର୍ଷ ଜାତୀୟ ଖାଦ୍ୟ ମେଳା ଆୟୋଜିତ ହୋଇଆସୁଛି। ମେଳାରେ ମୁଖ୍ୟ ଆକର୍ଷଣ ବିଭିନ୍ନ ରାଜ୍ୟର ଷ୍ଟ୍ରିଟଫୁଡ୍ ବା ରାସ୍ତା କଡ଼ରେ ବିକ୍ରି ହେଉଥିବା ଖାଦ୍ୟ । ଗତ ଡିସେମ୍ବରରେ ଆୟୋଜିତ ଜାତୀୟ ଖାଦ୍ୟ ମେଳାରେ ବାବୁଲା ‘ଦହିବରା ଆଳୁଦମ'ର ଷ୍ଟଲ ପକାଇଥିଲେ। ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ବିଚାରକମାନଙ୍କ ଦ୍ଵାରା ତାଙ୍କ ଦହିବରା- ଆଳୁଦମକୁ ପ୍ରଶଂସା କରାଯାଇଥିଲା। ତେବେ ଗତ ୩ ଓ ୪ ତାରିଖ ଦିନ ଆୟୋଜକଙ୍କ ପକ୍ଷରୁ ନୂଆଦିଲୀରେ ସମ୍ମାନ ଉତ୍ସବର ଆୟୋଜନ କରାଯାଇଥିଲା । ଏଥିରେ ସାରା ଦେଶରୁ ୩୦ ଜଣ ପ୍ରସିଦ୍ଧ ଷ୍ଟ୍ରିଟ୍ ଭେଣ୍ଡରମାନେ ସାମିଲ ହୋଇ ସମ୍ମାନିତ ହୋଇଥିଲେ। ଏଥିରେ ‘ବାବୁଲା ଦହିବରା’ ଶ୍ରେଷ୍ଠ ଷ୍ଟ୍ରିଟ୍ ଫୁଡ୍ ପୁରସ୍କାର ମିଳିଛି। ପ୍ରଦୀପ୍ତଙ୍କ କହିବା ମୁତାବକ, ଦୀର୍ଘବର୍ଷ ଧରି ଦହିବରା ବିକି ପରିବାର ପୋଷିବା ପରେ ଏହା ଏକ ନିଆରା ଉପଲବ୍ଧି। ଜାତୀୟ ମେଳାରେ କଟକର ଦହିବରାକୁ ଭୁରିଭୁରି ପ୍ରଶଂସା କରାଯିବା ସମୟ ସ୍ମରଣୀୟ ହୋଇ ରହିବ । ସମ୍ମାନ ହାସଲ କରିବା ସହ ମାଷ୍ଟର ସେଫ୍ କୁନାଲ କପୁର ହାତ ମିଳାଇ ଦହିବରାକୁ ପ୍ରଶଂସା କରିଥିଲେ ବୋଲି ସେ କହିଛନ୍ତି । ସେହିଭଳି ବାବୁଲାଙ୍କ ଏହି ପୁରସ୍କାର ରେ ବେଶ୍ ଖୁସି ଅଛନ୍ତି ବାବୁଲାଙ୍କ ପତ୍ନୀ। ପୂର୍ବରୁ ୨୦୧୯ ଓ ୨୦୨୪ ମସିହାରେ ଜାତୀୟ ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲରେ ଭାଗ ନେଇଥିବା ବେଳେ ଆଜି ଯେତେବେଳ ପୁନର୍ବାର ପୁରସ୍କୃତ ହୋଇଛନ୍ତି ସେଥିପାଇଁ ଖୁସି ଅଛନ୍ତି ବାବୁଲାଙ୍କ ପତ୍ନୀ ମଲ୍ଲିକା ସାହୁ । ଦହିବରାକୁ ଜି ଆଇ ଟ୍ୟାଗ୍ ମାନ୍ୟତା ମିଳିବା ପାଇଁ ନିହାତି ଏହିଭଳି ପୁରସ୍କାର ବେଶ୍ ଖୋରାକ୍ ଯୋଗାଇବ। କିନ୍ତୁ ଦୁଃଖର କଥା ଜାତୀୟ ସ୍ଥରରେ ବାବୁଲା ଦହିବରାକୁ ପୁରସ୍କାର ମିଳୁଥିବା ବେଳେ ରାଜ୍ୟ ଭିତରେ କୌଣସି ସମ୍ମାନ ଏପର୍ଯ୍ୟନ୍ତ ମିଳି ପାରି ନାହିଁ । କଟକ ରୁ କ୍ୟାମେରା ପର୍ସନ ଲଳିତ ଦାସ ଙ୍କ ସହ ଜଗନ୍ନାଥ ପ୍ରସାଦ ମହାନ୍ତି ଙ୍କ ରିପୋର୍ଟ
ଦିଗପହଣ୍ଡିରେ ବ୍ୟାପିଲା ଝାଡ଼ାବାନ୍ତି : ୩ଜଣଙ୍କ ମୃତ୍ୟୁ ଅଭିଯୋଗ, ୧୫ରୁ ଅଧିକ ଆକ୍ରାନ୍ତ
ଦିଗପହଣ୍ଡି ୭।୭: ଗଞ୍ଜାମ ଜିଲ୍ଲାଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଜନଜାତିବହୁଳ ଦୁର୍ଗମ ଉସ୍ତପଲ୍ଲୀ ଗାଁରେ ଝାଡ଼ାବାନ୍ତିରେ ୧୫ରୁ ଉର୍ଦ୍ଧ୍ବଆକ୍ରାନ୍ତ ହୋଇଛନ୍ତି।ସେମାନଙ୍କୁ ରବିବାର ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ୧୦ ଜଣଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।ଅନ୍ୟପକ୍ଷରେ ୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରୁଛନ୍ତି। ଗତ ୪ ଦିନ ହେଲା ଅଞ୍ଚଳରେ ବର୍ଷା ଲାଗି ରହିଛି।ଦୂଷିତ ପାଣି ଯୋଗୁ ଝାଡ଼ାବାନ୍ତି ବ୍ୟାପୁଥିବା ସୂଚନା ମିଳିବା ପରେ ସ୍ବାସ୍ଥ୍ୟ ବିଭାଗCDMO, ADMOଙ୍କସହ ବ୍ରହ୍ମପୁର ଜିଲ୍ଲାପାଳ ଗାଁରେ ପହଞ୍ଚିସ୍ଥିତି ଅନୁଧ୍ୟାନକରିବା ପରେ ହଇଜାର କୌଣସି ଲକ୍ଷଣ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି।ଗୁରୁବାର ଗ୍ରାମର ଦାସ ଶବର ଝାଡ଼ାବାନ୍ତିରେ ଜୀବନ ଯାଇଥିବା ବେଳେସୋମବାରପ୍ରକାଶ ରଇତ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।ପୂର୍ବରୁ ସାନଖେମୁଣ୍ଡି ବ୍ଲକ ତାଳପୁର ଗ୍ରାମର ଗଙ୍ଗା ନାଇକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ହେଇଥିଲା।ବର୍ତ୍ତମାନ ଦିଗପହଣ୍ଡିରେ ଦୁଇ ଜଣଙ୍କ ମୃତ୍ୟୁହୋଇଥିବା ଅଭିଯୋଗ ପରେ ଗ୍ରାମରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଥିଲେଏଡିଏମ୍ଓପ୍ରମୋଦ କୁମାର ପୃଷ୍ଟିଓ ଆରଡବ୍ଲୁଏସଏସନିର୍ବାହଯନ୍ତ୍ରୀ ବିକାଶକୁମାରପତି। You Can Read: ବିଲରେ କାମ କରିବା ହେଲା କାଳ, ବଜ୍ରପାତରେ ଚାଲିଗଲା ଦୁଇ ଜୀବନ
ଦୀର୍ଘ ଦୁଇ ବର୍ଷ ଧରି ନକଲି ସବ୍-ଇନ୍ସପେକ୍ଟର ଭାବେ କାମ କରୁଥିଲେ, ଏବେ ଗିରଫ
ରାଜସ୍ଥାନ : ସତ ପୋଷାକରେ ମିଛ ପୋଲିସ୍ । ଦୁଇବର୍ଷର ଚାକିରି ଭିତରେ କେତେ ବଡ଼ ଅଫିସରଙ୍କ ସହିତ ବସା ଉଠା, ଫଟୋ ଉଠା। ମାସିକ ମାଣିଆ ସାଙ୍ଗକୁ ଲୋକଙ୍କୁ ଶୋଷଣ କରି ଆଦାୟ କରୁଥିଲେ ପାଉଣା। କୁହାଯାଏ ଚୋର ଘର ସବୁଦିନେ ଅନ୍ଧାର ନଥାଏ। ଠିକ୍ ସେମିତି ଏ ମ୍ୟାଡମଙ୍କ କ୍ଷେତ୍ରରେ ଘଟିଛି। ଆଶ୍ଚର୍ଯ୍ୟ... ଜାଣିପାରିଲେନି ପୋଲିସ୍ କି ପରିବାର ଲୋକେ... ମୋନା ବୁଗାଲିଆ ଓରଫ୍ ମୂଲୀ। ରାଜସ୍ଥାନ ପୁଲିସ ଏକାଡେମୀ (ଆର୍ପିଏ)ରେ ଦୀର୍ଘ ଦୁଇ ବର୍ଷ ଧରି ନକଲି ସବ୍-ଇନ୍ସପେକ୍ଟର ଭାବେ କାମ କରୁଥିଲେ। ଏବେ ତାଙ୍କୁ ଗିରଫ କରାଯାଇଛି । ମହିଳା ଜଣକ ଏକାଡେମୀରେ ପୁଲିସ ତାଲିମ ନେବା ସହିତ ପୁଲିସ ୟୁନିଫର୍ମ ମଧ୍ୟ ପିନ୍ଧୁଥିଲେ। ଏବେ ମୋନା ବୁଗାଲିଆ ରାଜସ୍ଥାନର ସିକର ଜିଲ୍ଲାରୁ ଗିରଫ କରାଯାଇଛି । ୨୦୨୩ ମସିହାରୁ ସେ ପୁଲିସ ଅଧିକାରୀ ଭାବେ କାମ କରୁଥିଲେ । ଜୟୁପରରେ ତାଙ୍କ ବିରୋଧରେ ପ୍ରଥମେ ଏକ ଅଭିଯୋଗ ଦାଖଲ କରାଗଲା । ପୁଲିସ ଅନୁସାରେ, ମୋନା ଓରଫ୍ ମୂଲୀ ସବ୍-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାରେ ପାସ୍ ନ କରି ରାଜ୍ୟର ପ୍ରମୁଖ ପୁଲିସ ତାଲିମ ପ୍ରତିଷ୍ଠାନରେ ସଫଳତାପୂର୍ବକ ପ୍ରବେଶ କରିଥିଲେ । ମୋନାଙ୍କୁ ଗିରଫ କରିବା ପରେ ପୁଲିସ ତାଙ୍କ ଭଡ଼ା ଘରେ ଛାନ୍ଭିନ୍ କରି ନଗଦ ୭ ଲକ୍ଷ ଟଙ୍କା, ୩ ଭିନ୍ନ ଭିନ୍ନ ପୁଲିସ ୟୁନିଫର୍ମ ଏବଂ ରାଜସ୍ଥାନ ପୁଲିସ ଏକାଡେମୀର ପରୀକ୍ଷା ଖାତା ଜବତ କଲା । ନିଜର ମିଛ ପରିଚୟକୁ ଲୁଚାଇବା ପାଇଁ ବ୍ୟବହୃତ ନକଲି ଦସ୍ତାବିଜ ଓ ତାଙ୍କର ପ୍ରକୃତ ପରିଚୟ ମଧ୍ୟ ମିଳିଲା । ପୁଲିସ ଅନୁସାରେ, ମୋନା ରାଜସ୍ଥାନର ନଗୌର ଜିଲ୍ଲାର ନିମ୍ବା କେ ବାସ୍ ଗାଁର ବାସିନ୍ଦା। ତାଙ୍କ ବାପା ଜଣେ ଟ୍ରକ୍ ଚାଳକ । ତାଙ୍କ ରେକର୍ଡରୁ ସ୍ପଷ୍ଟ ହେଲା, ମୋନା କଦାପି ରାଜସ୍ଥାନ ସବ୍-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇନାହାନ୍ତି । ୨୦୨୧ରେ ଯୋଗ୍ୟତା ପରୀକ୍ଷାରେ ଫେଲ୍ ହେବା ପରେ ସେ ‘ମୂଲୀ ଦେବୀ’ ନାଁରେ ନକଲି ଦସ୍ତାବିଜ ପ୍ରସ୍ତୁତ କଲେ । ତା’ପରେ ସବ୍-ଇନ୍ସପେକ୍ଟର ଭାବେ ତାଙ୍କୁ ଚୟନ କରାଯାଇଥିବା ଦାବି କରି ସୋସିଆଲ ମିଡିଆରେ ଖବର ପ୍ରସାର କଲେ । ପରେ ପରେ ସେ ସବ୍-ଇନ୍ସପେକ୍ଟର ନିଯୁକ୍ତି ନିମନ୍ତେ ଉଦ୍ଦିଷ୍ଟ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ରେ ଯୋଗ ଦେଲେ ଏବଂ ଖେଳ କୋଟା ଜରିଆରେ ନାମାଙ୍କିତ ପୂର୍ବ ବ୍ୟାଚ୍ର ଜଣେ ପ୍ରାର୍ଥୀ ଭାବେ ନିଜକୁ ରାଜସ୍ଥାନ ପୁଲିସ ଏକାଡେମୀରେ ଉପସ୍ଥାପିତ କଲେ। ଦୀର୍ଘ ଦୁଇ ବର୍ଷ ଧରି ମୋନା ନିୟମିତ ରାଜସ୍ଥାନ ପୁଲିସ ଏକାଡେମୀର ପରେଡ୍ ପଡ଼ିଆରେ ପୂରା ୟୁନିଫର୍ମରେ ନଜର ଆସିଥିଲେ । ନିଜକୁ ଜଣେ ସେବାରତ ଅଧିକାରୀ ଦର୍ଶାଇ ସେ ସମସ୍ତ ଆଉଟ୍ଡୋର ଡ୍ରିଲ୍, ବରିଷ୍ଠ ଅଧିକାରୀଙ୍କ ସହ ଫଟୋ ଉଠାଇବା ସହିତ ସୋସିଆଲ ମିଡିଆରେ ପ୍ରେରଣାପ୍ରଦ ବିଷୟ ଓ ରିଲ୍ ପୋଷ୍ଟ୍ କରୁଥିଲେ । ଅନେକ ସାର୍ବଜନୀନ ମଞ୍ଚରେ ପୁଲିସ ୟୁନିଫର୍ମ ପିନ୍ଧି କ୍ୟାରିଅର ସଚେତନଧର୍ମୀ ଭାଷଣ ଦେବା ସହ ଅନେକ ଆଇପିଏସ୍ ଅଫିସରଙ୍କ ସହ ଫଟୋ ବି ଉଠାଉଥିଲେ। ତେବେ କିଛି ଟ୍ରେନି ସବ୍-ଇନ୍ସପେକ୍ଟର ମୋନାଙ୍କ ପରିଚୟକୁ ନେଇ ସନ୍ଦେହ କରିବା ପରେ ତାଙ୍କର ଅସଲି ଚେହେରା ସାମ୍ନାକୁ ଆସିଲା । ଏ ବିଷୟରେ ବରିଷ୍ଠ ଅଧିକାରୀମାନଙ୍କୁ ସୂଚନା ଦିଆଗଲା ଏବଂ ଅନ୍ତରୀଣ ଯାଞ୍ଚ୍ ମଧ୍ୟ କରାଗଲା । ପଚରାଉଚୁରା ସମୟରେ ମୋନା ନକଲି ପରିଚୟ ବିଷୟରେ ସ୍ୱୀକାର କଲେ । ସେ କେବଳ ନିଜ ପରିବାରକୁ ଖୁସି କରିବାକୁ ଚାହୁଁନଥିଲେ, ପୁଲିସ ପାୱାର୍ ବଳରେ ଲୋକଙ୍କୁ ଶୋଷଣ କରିବାକୁ ଚାହୁଁଥିବା କଥା ମଧ୍ୟ ସ୍ୱୀକାର କଲେ ।ତେବେ ରାଜସ୍ଥାନ ପୁଲିସ ଏକାଡେମୀ ଅନୁସାରେ, ଆର୍ପିଏର ଶ୍ରେଣୀଗୃହ ଓ ଇନ୍ଡୋର ତାଲିମ ଶିବିରରେ ଏମିତି ଫ୍ରଡ୍ ପହଞ୍ଚିବା ଅସମ୍ଭବ । ହେଲେ ସେ ଏଠାରେ ପହଞ୍ଚିଲେ କେମିତି ତାକୁ ନେଇ ଏବେ ବଡ଼ ପ୍ରଶ୍ନ?
ନୂଆଦିଲ୍ଲୀ: ଏକଦା ଦୁନିଆ ସବୁଠୁ ଧନୀ ଥିବା ବିଲ୍ ଗେଟ୍ସ, ଦୁନିଆର ଶୀର୍ଷ ୧୦ ଧନୀ ତାଲିକାରୁ ବାଦ ପଡ଼ିଛନ୍ତି । ତାଙ୍କର ସମ୍ପତ୍ତିର ମୂଲ୍ୟ ବର୍ତ୍ତମାନ ତାଙ୍କ ପୂର୍ବତନ ସହଯୋଗୀ ତଥା ମାଇକ୍ରୋସଫ୍ଟର ପୂର୍ବତନ ସିଇଓ ଷ୍ଟିଭ୍ ବଲମେରଙ୍କଠାରୁ ବି କମ ହୋଇଛି । ଗେଟ୍ସଙ୍କ ଦାନକୁ ପ୍ରତିଫଳିତ କରିବା ପାଇଁ ପୁନଃଗଣନା କରାଯିବା ପରେ ଏହି ପରିବର୍ତ୍ତନ ଆସିଛି । ଗେଟ୍ସଙ୍କ ସମ୍ପତ୍ତି ପ୍ରାୟ ୫୨ ବିଲିୟନ ଡାଲର ହ୍ରାସ ପାଇଛି । ଗତ ୭ ଦିନରେ ପ୍ରାୟ ୩୦% କମିଛି । ସମ୍ପତ୍ତି ପୁନଃଆକଳନ ପରେ ଏହା ୧୭୫ ବିଲିୟନ ଡାଲରୁ ଖସି ୧୨୪ ବିଲିୟନ ଡଲାର ହୋଇଛି । ଏହାପରେ ବ୍ଲୁମବର୍ଗ ବିଲିୟୋନେୟର୍ସ ଇଣ୍ଡେକ୍ସରେ ପଞ୍ଚମ ସ୍ଥାନରୁ ଦ୍ୱାଦଶ ସ୍ଥାନକୁ ଖସିଛନ୍ତି । ୧୭୨ ବିଲିୟନ ଡଲାର ସମ୍ପତ୍ତି ସହ ଷ୍ଟିଭ୍ ବଲମେର ପଞ୍ଚମ ସ୍ଥାନରେ ରହିଛନ୍ତି । ଆଲ୍ଫାବେଟ୍ର ସହ-ପ୍ରତିଷ୍ଠାତା ଲାରି ପେଜ୍ ଏବଂ ସେର୍ଗେ ବ୍ରିନ୍, ଏନ୍ଭିଡିଆ ସିଇଓ ଜେନ୍ସେନ୍ ହୁଆଙ୍ଗ ଏବଂ ୱାରେନ୍ ବଫେଟଙ୍କଠାରୁ ପଛରେ ବି ସେ ପଡ଼ିଛନ୍ତି । ମେ ମାସରେ ଏକ ବ୍ଲଗ୍ ପୋଷ୍ଟରେ ବିଲ୍ ଗେଟ୍ସ ଉଲ୍ଲେଖ କରିଥିଲେ ଯେ ତାଙ୍କର ମୋଟ ସମ୍ପତ୍ତି ୧୦୮ ବିଲିୟନ ଡଲାର ଏବଂ ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ପ୍ରାୟ ସମସ୍ତ ସମ୍ପତ୍ତି ଗେଟ୍ସ ଫାଉଣ୍ଡେସନ ମାଧ୍ୟମରେ ଦାନ କରିବାକୁ ପ୍ରତିବଦ୍ଧ ଅଛନ୍ତି । ସେ କହିଥିଲେ ଯେ ଫାଉଣ୍ଡେସନ ୨୦୪୫ରେ ବନ୍ଦ ହେବା ପୂର୍ବରୁ ୨୦୦ ବିଲିୟନ ଡଲାରୁ ଅଧିକ ଖର୍ଚ୍ଚ କରିବ । ଗେଟ୍ସ ଫାଉଣ୍ଡେସନର ୱେବସାଇଟ ଅନୁଯାୟୀ, ଗେଟ୍ସ ଏବଂ ତାଙ୍କ ପୂର୍ବତନ ପତ୍ନୀ ମେଲିଣ୍ଡା ଫ୍ରେଞ୍ଚ ଗେଟ୍ସ ଡିସେମ୍ବର ୨୦୨୪ ଶେଷ ସୁଦ୍ଧା ଫାଉଣ୍ଡେସନକୁ ମୋଟ ୬୦ ବିଲିୟନ ଡଲାର ଦାନ କରିଥିଲେ । ସେତେବେଳେ ୱାରେନ୍ ବଫେଟ୍ ୪୩ ବିଲିୟନ ଦାନ କରିଥିଲେ । ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ଗେଟ୍ସଙ୍କ ପାଖରେ ବର୍ତ୍ତମାନ ମାଇକ୍ରୋସଫ୍ଟର ପ୍ରାୟ ୧% ଅଂଶ ଅଛି । କମ୍ପାନୀରୁ ୬୦ ବିଲିୟନ ଡଲାରରୁ ଅଧିକ ଷ୍ଟକ୍ ଏବଂ ଲାଭାଂଶ ପାଇଛନ୍ତି । ତାଙ୍କର ଅଧିକାଂଶ ସମ୍ପତ୍ତି ବର୍ତ୍ତମାନ କାସକେଡ୍ ଇନଭେଷ୍ଟମେଣ୍ଟ ଦ୍ୱାରା ପରିଚାଳିତ ହେଉଛି । ରିପୋର୍ଟ ଅନୁଯାୟୀ, କମ୍ପାନିର ପୂର୍ବତନ କର୍ମଚାରୀ ବଲମେର ଏବେ ଗେଟ୍ସଙ୍କ ତୁଳନାରେ ଅଧିକ ଧନୀ । ଯାହା କମ୍ପାନୀର ପ୍ରତିଷ୍ଠାତାଙ୍କ ତୁଳନାରେ ଜଣେ ପୂର୍ବତନ କର୍ମଚାରୀଙ୍କ ପାଇଁ ଏକ ଅସାଧାରଣ ସଫଳତା । ବଲମେର ୨୦୦୦ ମସିହାରେ ସିଇଓ ହୋଇଥିଲେ ଏବଂ ୨୦୧୪ ମସିହାରେ ୪% ଅଂଶଧନ ସହିତ କମ୍ପାନି ଛାଡ଼ିଥିଲେ ।
ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ, ଶୀଘ୍ର ହେବ ଗଣତି ମଣତି
ପୁରୀ : ରତ୍ନଭଣ୍ଡାର ଖୋଲାଯିବାକୁ ପ୍ରାୟ ୧ ବର୍ଷ ପୂରିବାକୁ ଯାଉଥିବାବେଳେ, ଏହାର କିଛି ପୂର୍ବରୁ ଆସିଛି ଏକ ଭଲ ଖବର। ସୁରୁଖୁରୁରେ ସରିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ। ସୋମବାର ରତ୍ନଭଣ୍ଡାର ମରାମତି କାମ ଶେଷ ହୋଇଥିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମନ୍ଦର ମୁଖ୍ୟ ପ୍ରଶାସକ କହିଛନ୍ତି, ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ୨୦୨୪ ଜୁଲାଇ ୧୪ରେ ରତ୍ନଭଣ୍ଡାର ଖୋଲାଯାଇଥିଲା, ଏହା ପରେ ରତ୍ନଭଣ୍ଡାରେ ଥିବା ଅଳଙ୍କାର ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଅସ୍ଥାୟୀ ଭଣ୍ଡାର ଘରକୁ ସ୍ଥାନାନ୍ତର କରାଯିବା ପରେ ୨୦୨୪ ଡିସେମ୍ବର ୧୭ ମରାମତି କାମ ଆରମ୍ଭ ହୋଇଥିଲା। ଶେଷରେ ପ୍ରାୟ ୬ ମାସ ପରେ ସୋମବାର ମରାମତି କାମ ସରିଛି। ମୁଖ୍ୟ ପ୍ରଶାସକ ଆହୁରି କହିଛନ୍ତି, ପ୍ରାୟ ୩୩୩ ଘଣ୍ଟା କାମ ହୋଇଛି। ଭିତରେ ୯ଟି ବକ୍ସ ବିମ୍ ଓ ବାହାରେ ୬ଟି ବକ୍ସ ବିମ୍ ଲାଗିଛି। ୫୨୦ଟି ପଥର ବଦଳାଯାଇଛି। ଭିତର କବାଟ ମରାମତି ହୋଇଛି। ବାହାର ଗେଟକୁ ଷ୍ଟେନଲେସ୍ ଷ୍ଟିଲ୍ କରାଯାଇଛି। ଗେଟ୍ ସିଲ୍ କରାଯାଇ ୬ ଚାବି ପକାଯାଇଛି। ଭିତରେ ଯେଉଁ ଗେଟ୍ ଅଛି ତାହା ଠିକ୍ ଅଛି। ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ପରେ ଏଏସଆଇ ଶ୍ରୀମନ୍ଦିର ପ୍ରଶାସନକୁ ଚାବି ହସ୍ତାନ୍ତର କରିଛି। ଚାବି ଗୁଡ଼ିକ ଭଣ୍ଡାର ମେକାପ, ଗଜପତିଙ୍କ ପ୍ରତିନିଧି, ଭଣ୍ଡାର ମେକାପଙ୍କ ପାଖରେ ରଖାଯାଇଛି। ପ୍ରାୟ ଦୁଇ ଶହ କିମ୍ବା ତିନି ଶହ ବର୍ଷ ପାଇଁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ କରାଯାଇଛି। ରତ୍ନଭଣ୍ଡାରର ଅଳଙ୍କାର ଗୁଡ଼ିକ ମୂଳ ଭଣ୍ଡାରକୁ ଆଣିବା ପାଇଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ତଥା ଗଣତି ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ।
ବୈଭବ ତନେଜା କିଏ ? ଏଲନ ମସ୍କ ନିଜର ‘ଆମେରିକା ପାର୍ଟି’ରେ ଦେଲେ ଗୁରୁତ୍ତ୍ୱପୂର୍ଣ୍ଣ ଦାୟିତ୍ୱ
ନୂଆଦିଲ୍ଲୀ : ବିଶ୍ୱର ସବୁଠୁ ଚର୍ଚ୍ଚିତ କୋଟିପତି ଓ ଟେସଲାର ମାଲିକ ଏଲନ ମସ୍କ ଯେତେବେଳେ ଡୋନାଲ୍ ଟ୍ରମ୍ପଙ୍କୁ ଟକ୍କର ଦେବା ପରେ ନିଜର ନୂଆ ରାଜନୀତିକ ପାର୍ଟି ‘ ଆମେରିକା ପାର୍ଟି ’ର ଘୋଷଣା କଲେ, ସେତେବେଳେ ସମସ୍ତଙ୍କର ନଜର ତାଙ୍କର ଆଗାମୀ ପଦକ୍ଷେପ ଉପରେ ରହି ଥିଲା। ଏବେ ମସ୍କ ଭାରତୀୟ ବଂଶୋଦ୍ଭବ ବୈଭବ ତନେଜାଙ୍କୁ ପାର୍ଟିରେ ଗୁରୁତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି। ବୈଭବ ତନେଜା ଟେସଲା କମ୍ପାନୀର ସିଏଫଓ ମଧ୍ୟ ଅଛନ୍ତି। ବୈଭବଙ୍କର ମସ୍କଙ୍କ ପାର୍ଟିରେ କୋଷାଧ୍ୟକ୍ଷ ପଦରେ ନିଯୁକ୍ତି ୪ ଜୁଲାଇରେ ଆମେରିକୀୟ ଫେଡରଲ ଇଲେକ୍ସନ କମିଶନ (ଏଫଇସି)ରେ ପଞ୍ଜୀକୃତ କରାଯାଇଛି। ଏଲନ ମସ୍କ ନୂଆ ପାର୍ଟିର ଘୋଷଣା ଟ୍ରମ୍ପଙ୍କ ବିଗ୍ ବ୍ୟୁଟିଫୁଲ ଆଇନର ବିରୋଧରେ ଆରମ୍ଭ କରାଯାଇଛି। ମସ୍କଙ୍କ ଅଭିଯୋଗ ଯେ , ଟ୍ରମ୍ପ ସରକାରର ଏହି ନୂଆ ଆଇନ କେବଳ ଧନୀଙ୍କ ପକେଟ ଭରିବ। ଏଥିରେ ମଧ୍ୟବର୍ଗୀୟ ଓ ଗରିବଶ୍ରେଣୀୟ ଆମେରିକୀୟଙ୍କୁ କ୍ଷତି ପହଞ୍ଚାଇବ। ମସ୍କ ନୂଆ ପାର୍ଟିକୁ ଆମେରିକାର ମଧ୍ୟବର୍ଗୀୟ ଲୋକଙ୍କ ପାଇଁ ସମର୍ପିତ କରିଛି। ବୈଭବ ତନେଜା କିଏ ? ବୈଭବ ତନେଜା ବର୍ତ୍ତମାନ ଟେସଲାର ଚିଫ୍ ଫାଇନେନ୍ସିଆଲ ଅଫିସର (ସିଏଫଓ)। ସେ ୨୦୧୭ରେ ଟେସଲାରେ ଜଏନ୍ କରିଥିଲେ ଏବଂ ୨୦୨୩ରେ ସିଏଫ୍ଓ ହୋଇଥିଲେ। ଏହା ପୂର୍ବରୁ ସେ କମ୍ପାନୀର ଚିଫ୍ ଆକାଉଣ୍ଟିଂ ଅଫିସିର ରହି ସାରିଛନ୍ତି। ବୈଭବ ମୂଳତଃ ଭାରତୀୟ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ପାଠପଢିଛନ୍ତି ଏବଂ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ। ସେ ନିଜର କ୍ୟାରିୟରର ଆରମ୍ଭ ପିଡବ୍ଲ୍ୟୁସି (ପ୍ରାଇସୱାଟରହାଇସ କୁପର୍ସ)ରୁ କରିଥିଲେ। ଏହାପରେ ସେ ସୋଲରସିଟି କମ୍ପାନୀରେ ସାମିଲ ହୋଇ ଥିଲେ , ଯାହାପରେ ଟେସଲା କିଣି ନେଇଥିଲା। କୋଷାଧ୍ୟକ୍ଷ ଭାବେ, ତନେଜା ପାର୍ଟିର ଆର୍ଥିକ ସ୍ୱଚ୍ଛତା, ଡୋନେସନ ପରିଚାଳନା ଓ ଆଇନଗତ ଅନୁପାଳନ ତଦାରଖ କରିବେ। ସେ ପାର୍ଟିର ଅଭିଯାନ ଖର୍ଚ୍ଚ , ନିର୍ବାଚନ ଚାନ୍ଦା ଓ ଏଫଇସି ରିପୋର୍ଟିଂ ପାଇଁ ଦାୟି ରହିବେ। ଉଲ୍ଲେଖନୀୟ ଯେ, ଏହି ମାସରେ ଏଲନ ମସ୍କ ଆମେରିକା ପାର୍ଟି ନାମରେ ନୂଆ ରାଜନୀତିକ ଦଳର ଘୋଷଣା କିରଛନ୍ତି। ମସ୍କ ଏହି ଦଳକୁ ଗଠନ କରିବା ପଛର କାରଣ ଟ୍ରମ୍ପଙ୍କ ବିଗ୍ ବ୍ୟୁଟିଫୁଲ ଆଇନର ବିରୋଧ କହି ସାରିଛନ୍ତି।
ପୂର୍ବତନ CJI ଜଣାଇଲେ ଏପର୍ଯ୍ୟନ୍ତ ସରକାରୀ କ୍ୱାର୍ଟର ନଛାଡିବାର କାରଣ, ଜାଣନ୍ତୁ କ’ଣ?
ନୂଆଦିଲ୍ଲୀ ୭।୭: ବର୍ଷକ ପୂର୍ବରୁ ସୁପ୍ରିମକୋର୍ଟର ବଡ଼ ବିତର୍କ ଓ ଐତିହାସିକ ନିଷ୍ପତ୍ତି ଲାଗି ଚର୍ଚ୍ଚାରେ ରହୁଥିବା ପୂର୍ବତନ ଚିଫ୍ ଜଷ୍ଟିସ୍ ଏବେ ଏକ ଅଲଗା କାରଣରୁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କାରଣ ହେଉଛି ସେ ଏପର୍ଯ୍ୟନ୍ତ ତାଙ୍କ ସରକାରୀ କ୍ୱାର୍ଟର ଖାଲି କରି ନାହାନ୍ତି। ଏଣୁ ସୁପ୍ରିମକୋର୍ଟ ପ୍ରଶାସନ କେନ୍ଦ୍ର ସରକାରଙ୍କୁ ପୂର୍ବ ପ୍ରଧାନ ବିଚାରପତିଙ୍କଠାରୁ ସରକାରୀ ଘରକୁ ଯଥାଶୀଘ୍ର ଖାଲି କରିବାକୁ ଆଗ୍ରହ କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ପୁରା ପ୍ରକରଣରେ ପୂର୍ବତନ ପ୍ରଧାନ ବିଚାରପତି ନୀରବତା ଭାଙ୍ଗିଛନ୍ତି। ସେ ଏପର୍ଯ୍ୟନ୍ତ ସରକାରୀ ଘର ଖାଲି କରି ପାରିନଥିବାର କାରଣ ସମ୍ପର୍କରେ ସୂଚିତ କରିଛନ୍ତି। ସେ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ସରକାରୀ ଆବାସରେ ଏଥି ପାଇଁ ଅଟକି ରହିଛନ୍ତି ଯେ ପୌଷ୍ୟ ଗ୍ରହଣ କରିଥିବା ଦୁଇ ଝିଅ ପ୍ରିୟଙ୍କା ଓ ମାହୀ ଏକ ଗୁରୁତର ରୋଗରେ ଗ୍ରସିତ ଅଛନ୍ତି। ଏଣୁ ସେମାନଙ୍କ ଦେଖାଶୁଣା ନିମନ୍ତେ ସ୍ୱତନ୍ତ୍ର ସୁବିଧା ଥିବା ଘରର ନିତ୍ୟାନ୍ତ ଆବଶ୍ୟକତା ଅଛି। ଗଣମାଧ୍ୟମ ସହ ଆଲୋଚନାରେ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ପ୍ରିୟଙ୍କା ଓ ମାହୀଙ୍କ ଦେଖାଶୁଣା ତାଙ୍କ ପତ୍ନୀ କଳ୍ପନା ଦାସ କରୁଛନ୍ତି। ସେ ଦୁଇଜଣ ଏକ ବିରଳ ଅନୁବଂଶିକ ରୋଗ ‘ନେମାଲାଇନ ମାୟୌପ୍ୟାଥୀ’ରେ ପୀଡ଼ିତ। ଏହି ରୋଗ ମାଂସପେଷୀର ବଳ, ମୋଟର ସ୍କିଲସ୍ ଓ ନିଶ୍ୱାସପ୍ରଶ୍ୱାସ ସମସ୍ୟା ସମେତ ଅନେକ ଅନ୍ତରୀଣ ଅଙ୍ଗକୁ ପ୍ରଭାବିତ କରୁଛି, ଯାହାର କୌଣସି ସ୍ଥାୟୀ ଚିକିତ୍ସା ନାହିଁ। ଚନ୍ଦ୍ରଚୂଡ଼ କହିଛନ୍ତି ଯେ ପ୍ରିୟଙ୍କା ଓ ମାହୀଙ୍କୁ ସବୁଦିନ ଫିଜିଓଥେରାପୀ, ରେସିପ୍ରେଟରୀ ଥେରାପୀ, ନ୍ୟୁରୋଲଜିକାଲ ସପୋର୍ଟ ଓ ପେନ ମ୍ୟାନେଜମେଣ୍ଟର ଆବଶ୍ୟକତା ରହୁଛି। ଏବେ ରହୁଥିବା ଘରଟି ତାଙ୍କ ଅନୁସାରେ କଷ୍ଟମାଇଜ ହୋଇଛି, ଏପରିକି ବାଥ ରୁମ ମଧ୍ୟ। ସେ କହିଛନ୍ତି ଯେ ପ୍ରିୟଙ୍କା ୨୦୨୧ ମସିହାରୁ ଭେଣ୍ଟିଲେଟର ସପୋର୍ଟରେ ରହିଛି। ଏଥି ପାଇଁ ଘରର ଏକ ଅଂଶକୁ ଆଇସିୟୁରେ ପରିଣତ କରାଯାଇଛି। ତାକୁ ଡଷ୍ଟ ଏଲର୍ଜୀ ଓ ଇନଫେକ୍ସନରୁ ରକ୍ଷା କରିବା ଜରୁରି, କାରଣ ତାର ଇମ୍ୟୁନିଟି ଅତ୍ୟନ୍ତ ଦୁର୍ବଳ। ପୂର୍ବତନ ଚିଫ୍ ଜଷ୍ଟିସ୍ କହିଛନ୍ତି ଯେ ତାଙ୍କ ପତ୍ନୀ କଳ୍ପନା ସମ୍ପୂର୍ଣ୍ଣ ରୂପେ ଝିଅମାନଙ୍କ ଦେଖାଶୁଣା ଲାଗି ସମର୍ପିତ। ଏଣୁ ଆମେ ପ୍ରାୟ ସାମାଜିକ ଗତିବିଦ୍ଧିରୁ ଦୂରରେ ରହୁଛୁ ଓ ଘରେ ପିଲାଙ୍କ ସହିତ ଆମର ସମୟ ବିତାଉଛୁ। ଦୁଇ ଝିଅ ଚେସ୍ ଖେଳରେ ମାଷ୍ଟର ଓ ମ୍ୟୁଜିକ ଏବଂ ଆର୍ଟରେ ଋଚି ରଖନ୍ତି। ଦୁଇ ଜଣଙ୍କର ହୋମ ସ୍କୁଲିଂ ହେଉଛି। ସେ କହିଛନ୍ତି ଯେ ପ୍ରିୟଙ୍କା ଓ ମାହୀ ୧୧ଟି ବିଲେଇଙ୍କ ଦେଖାଶୁଣା କରୁଛନ୍ତି। ପଶୁ ଓ ପକ୍ଷୀଙ୍କ ପ୍ରତି ମାହୀର ବେଶ୍ ଶ୍ରଦ୍ଧା। ଏଣୁ ପୂରା ପରିବାର ଏବେ ୱିଗନ ଜୀବନ ଶୈଳୀ ଆପଣେଇ ସାରିଛୁ। ଚନ୍ଦ୍ରଚୂଡ଼ କହିଛନ୍ତି ଯେ ସେ ଅସ୍ଥାୟୀ ରୂପେ ଭଡ଼ା ଘର ନେବା ପାଇଁ ମଧ୍ୟ ଉଦ୍ୟମ କରୁଛନ୍ତି। ହେଲେ କେହି ଘର ମାଲିକ ଏପରି ବ୍ୟବସ୍ଥା ନିମନ୍ତେ ରାଜି ହେଉ ନାହାନ୍ତି। ସରକାରଙ୍କ ଦ୍ୱାରା ଆବଣ୍ଟିତ ଘର ଦୁଇ ବର୍ଷ ହେଲା ଖାଲି ଥିଲା। ଏବେ ତାର ମରାମତି ହେଉଛି। ସେହି ଘରର କାମ ଶେଷହେବା ମାତ୍ରେ ଆମେ ସରକାରୀ କ୍ୱାର୍ଟର ଛାଡିଦେବୁ।
ରାଫେଲ ଖସାଇ ଥିବା ପାକିସ୍ତାନର ଦାବି ପରେ ସରକାରଙ୍କ ଆସିଲା ବିବୃତ୍ତି , ସେୟାରରେ ପୁଣି ବୃଦ୍ଧି
ନୂଆଦିଲ୍ଲୀ - ଗତ ଏକ ମାସରେ ୩ ପ୍ରତିଶତ ହ୍ରାସ ଘଟିବା ପରେ, ସୋମବାର ରାଫେଲ ଜେଟ୍ ନିର୍ମାତା କମ୍ପାନୀ ଡସଲ୍ଟ ଆଭିଏସନର ସେୟାରରେ ପାଖାପାଖି ୧ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି। ଶେୟାର ମୂଲ୍ୟ ୨୯୮.୪୦ ୟୁରୋରେ ପହଞ୍ଚି ଯାଇଛି। ଏହି ବୃଦ୍ଧି ଭାରତର ପ୍ରତିରକ୍ଷା ସଚିବ ଆରକେ ସିଂହଙ୍କ ସେହି ବିବୃତ୍ତି ପରେ ଆସିଛି, ଯେଉଁଠି ସେ ପାକିସ୍ତାନ ଦ୍ୱାରା ଭାରତୀୟ ରାଫେଲ ଜେଟ୍ ଖସାଇବାର ଦାବିକୁ ସଂପୂର୍ଣ୍ଣ ଖାରଜ କରି ଦେଇ ଥିଲେ। ନିକଟରେ ଇଣ୍ଡୋନେସିଆରେ ମୁତୟନ ଜଣେ ଭାରତୀୟ ପ୍ରତିରକ୍ଷା ଆଟାଚି ଦାବି କରିଥିଲେ ଯେ, ଅପରେସନ ସିନ୍ଦୂର ( ୭ ମେ, ୨୦୨୫) ର ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ଭାରତୀୟ ବାୟୁସେନାକୁ କିଛି ଲଢୁଆ ବିମାନ ହରାଇବାକୁ ପଡ଼ିଥିଲା। ତାଙ୍କ ମୁତାବିକ, ଏହା ଏଥିପାଇଁ ହୋଇଥିଲା, କାରଣ ରାଜନୀତିକ ନେତୃତ୍ୱ ପାକିସ୍ତାନୀ ସାମରିକ ଠିକଣା ଉପରେ ଆକ୍ରମଣ କରିବାକୁ ମନା କରି ଦେଇ ଥିଲେ, ଏଥିରେ ଭାରତୀୟ ବିମାନ ଗୁଡ଼ିକୁ କେବଳ ଆତଙ୍କୀ ଠିକଣା ଉପରେ ହିଁ ପ୍ରହାର କରିବାର ସ୍ୱାଧୀନତା ଥିଲା। ପ୍ରତିରକ୍ଷା ସଚିବ ଆରକେ ସିଂହ ସିଏନବିସି ଟିଭି-୧୮କୁ ଦେଇଥିବା ଇଣ୍ଟରଭ୍ୟୁରେ ଏହି ଦାବିକୁ ପୂରା ଭୁଲ ଦର୍ଶାଇଛନ୍ତି। ସେ ଜୋର ଦେଇ କହିଛନ୍ତି , ଆପଣ ବହୁ ବଚନରେ ରାଫେଲ୍ସର ବିଷୟରେ କହିଛନ୍ତି, ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ, ଏହା ସତ୍ୟ ନୁହେଁ। ପାକିସ୍ତାନ ଭାରତ ଅପେକ୍ଷା ବହୁଗୁଣ ଅଧିକ କ୍ଷତି ସହିଛି। କେବଳ ଜୀବନ ଓ ସମ୍ପତ୍ତି ନୁହେଁ ବରଂ ୧୦୦ରୁ ଅଧକ ଆତଙ୍କବାଦୀଙ୍କର ମଧ୍ୟ କ୍ଷତି ହୋଇଛି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଯୁଦ୍ଧ ବେଳେ ଭାରତୀୟ ସଶସ୍ତ୍ର ବାହିନୀକୁ ପୂର୍ଣ୍ଣ ଅପରେସନାଲ ସ୍ୱାଧୀନତା ମିଳିଛି। ଅପରେସନ ସିନ୍ଦୂରର ସଫଳତା ପରେ ଡସଲ୍ଟର ସେୟାରରେ ଖୁବ୍ ବୃଦ୍ଧି ଦେଖିବାକୁ ମିଳିଥିଲା। ପ୍ରାରମ୍ଭରେ ତ ସେୟାର ୬୬ ପ୍ରତିଶତ ଯାଏ ଆଗେଇ ଯାଇଥିଲା, କିନ୍ତୁ ପରେ ହ୍ରାସ ଆରମ୍ଭ ହୋଇ ଯାଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା ମୋଟ ହ୍ରାସ ୪ପ୍ରତିଶତରୁ ଅଧିତ ଅଛି। ବିବାଦ ମଧ୍ୟରେ ସଚିବଙ୍କ ବିବୃତ୍ତି ନିବେଶକଙ୍କ ଭରସାକୁ ଫେରାଇ ଆଣିଛି।
ଓଏମସି ପକ୍ଷରୁ ବନମହୋତ୍ସବ ସପ୍ତାହ ୨୦୨୫ ପାଳିତ; କର୍ମଚାରୀ ବାଣ୍ଟିଲେ ବନୀକରଣ ଓ ପରିବେଶ ସୁରକ୍ଷାର ବାର୍ତ୍ତା
ଭୁବନେଶ୍ୱର : ଓଡ଼ିଶା ଖଣି ନିଗମ (ଓଏମସି) ପକ୍ଷରୁ ନିଜର ବିଭିନ୍ନ ଖଣି ଅଞ୍ଚଳରେ ବନମହୋତ୍ସବ ସପ୍ତାହ ୨୦୨୫ ଉତ୍ସାହର ସହିତ ପାଳନ ହୋଇଯାଇଅଛି। ନୂତନ ଜଙ୍ଗଲ ସୃଷ୍ଟି, ବନୀକରଣ ଓ ପରିବେଶ ସୁରକ୍ଷା ପ୍ରତି ଓଏମସିର ଦୃଢ଼ ପ୍ରତିବଦ୍ଧତା ଅନୁଯାୟୀ, ନିଗମର ବହୁ ସଂଖ୍ୟକ କର୍ମଚାରୀ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ଓଏମସି ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ପରିବେଶ ସୁରକ୍ଷା ପାଇଁ ବ୍ୟାପକ ଉଦ୍ୟମ ଗ୍ରହଣ କରିଅଛି । ବର୍ଷାଜଳ ସଂରକ୍ଷଣ, ମୃତ୍ତିକା ସଂରକ୍ଷଣ, ଜୈବ ବିବିଧତାର ସୁରକ୍ଷା ଓ ଖଣି ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଜନସଚେତନତା ବୃଦ୍ଧି କରିବାକୁ ନିୟମିତ ଅଭିଯାନ ଜାରି ରଖିଛି । ଏଥି ସହିତ, ଅସମୟରେ ଜଙ୍ଗଲ ନିଆଁ ବା ଅଗ୍ନିକାଣ୍ଡକୁ ରୋକିବା ପାଇଁ ସ୍ଥାନୀୟ ଲୋକଙ୍କ ସହ ଅନେକ ସମୟରେ ସଚେତନତା କାର୍ଯ୍ୟକ୍ରମ ମାନ ମଧ୍ୟ ଆୟୋଜନ କରି ଆସୁଅଛି। ଓଏମସି ଆର୍ଥିକ ବର୍ଷ ୨୪-୨୫ ମଧ୍ୟରେ ୬୦,୦୦୦ରୁ ଅଧିକ ଚାରାରୋପଣ କରିବା ସହିତ ଏପର୍ଯ୍ୟନ୍ତ ୯୦ଲକ୍ଷରୁ ଅଧିକ ବୃକ୍ଷରୋପଣ କରିସାରିଛି।
ଟ୍ରମ୍ପଙ୍କ ସବୁଠୁ ବଡ଼ ଶତ୍ରୁ ସହ ହାତ ମିଳାଇଲେ ମୋଦି, ଦେଖନ୍ତୁ ଏବେ ହେଉଛି କ’ଣ?
ନୂଆଦିଲ୍ଲୀ ୭।୭: ବ୍ରାଜିଲରେ ଅନୁଷ୍ଠିତ ହେଉଥିବା ବ୍ରିକ୍ସ ସମ୍ମିଳନୀରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶକ୍ତିକୁ ଦେଖି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକା ବିଚଳିତ ହୋଇପଡିଛି। ବ୍ରିକ୍ସ ସମ୍ମିଳନୀ କାଳରେ ମୋଦି ଏପରି ଏକ ଖେଳ ଖେଳିଛନ୍ତି ଯାହାକୁ ଆମେରିକା ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଭୁଲି ପାରିବନି। ପ୍ରଧାନମନ୍ତ୍ରୀ ମୋଦିଙ୍କ ମିଟିଂ ଫଟୋ ଏବେ ଆମେରିକାକୁ ଆଶ୍ଚର୍ଯ୍ୟ କରୁଛି। ବ୍ରିକ୍ସରେ ପିଏମ ମୋଦି ଯେଉଁ ବ୍ୟକ୍ତିଙ୍କ ସହ ମିଟିଂ କରିଛନ୍ତି ତାଙ୍କୁ ଆମେରିକା ଓ ଟ୍ରମ୍ପଙ୍କ ସବୁଠୁ ବଡ଼ ଶତ୍ରୁ ମନେ କରାଯାଏ। ମନେଥିବ ଗତମାସରେ ପାକିସ୍ତାନ ଫିଲ୍ଡମାର୍ସଲ ଅସୀମ ମୁନିରଙ୍କୁ ହ୍ୱାଇଟ୍ ହାଉସକୁ ଲଞ୍ଚ ପାଇଁ ନିମନ୍ତ୍ରଣ କରାଯାଇଥିଲା। ପାକିସ୍ତାନ ସେନାମୁଖ୍ୟଙ୍କୁ ମଧ୍ୟହ୍ନ ଭୋଜନ ପାଇଁ ଡାକି ଟ୍ରମ୍ପ ଭାବିଥିଲେ ସେ ଏକ ବଡ଼ କୂଟନୈତିକ ଚାଲ ଚଳେଇଦେଇଛନ୍ତି। ହେଲେ ଏବେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ପାଦ ତଳୁ ମାଟି ଖସେଇଦେବା ଭଳି କାମ କରିଛନ୍ତି। ବ୍ରିକ୍ସ ସମ୍ମିଳନୀ କାଳରେ ମୋଦି କ୍ୟୁବା ରାଷ୍ଟ୍ରପତି ମିଗୁଏଲ ଡିୟାଜ କ୍ୟାନେଲ ବରମୁଡେଜଙ୍କ ସହ ବୈଠକ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କ୍ୟୁବା ସେହି ଦେଶ ଯାହାକୁ ଆମେରିକା ନିଜର ସବୁଠୁ ବଡ଼ ଶତ୍ରୁ ମନେକରେ। କ୍ୟୁବା ବିରୋଧରେ ଆମେରିକା କଡ଼ା ଟ୍ରାଭେଲ ବ୍ୟାନ ଲଗାଇ ରଖିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ଯଦି ସେପରି କୌଣସି ଜରୁରି କାମ ନଥାଏ ଆମେରିକୀୟ କ୍ୟୁବା ଯାଆନ୍ତି ନାହିଁ। କ୍ୟୁବାରେ ଆମେରିକୀୟ କମ୍ପାନୀ ନା କୌଣସି ବ୍ୟବସାୟ କରନ୍ତି ନା କୌଣସି ସାମଗ୍ରୀ ବିକ୍ରି କରିପାରନ୍ତି। ସେହି କ୍ୟୁବା ସହିତ ବସି ପ୍ରଧାନମନ୍ତ୍ରୀ ମୋଦି ବଡ଼ ଘୋଷଣା କରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି କ୍ୟୁବା ଏକ କ୍ଷୁଦ୍ର ଦେଶ ଓ ଆମେରିକା ଠାରୁ ମାତ୍ର ୯୦ ମାଇଲ ଦୂରରେ ଅବସ୍ଥିତ ହେଲେ ଆମେରିକାକୁ ନାକରେ ପାଣି ପିଆଉଛି। ସାରା ବିଶ୍ୱକୁ ଆମେରିକା ଡରାଉଛି ହେଲେ କ୍ୟୁବାକୁ ଡରିକି ରହୁଛି। ପ୍ରଧାନମନ୍ତ୍ରୀ ମୋଦି ଓ କ୍ୟୁବା ରାଷ୍ଟ୍ରପତି ରବିବାର ସପ୍ତଦଶ ବ୍ରିକ୍ସ ସମ୍ମିଳନୀ ଅବ୍ୟବହତୀରେ ଏକ ବୈଠକରେ ଏକତ୍ର ହୋଇଥିଲେ। ଏହି ବୈଠକରେ ଉଭୟ ନେତା ସ୍ୱାସ୍ଥ୍ୟ, ମହାମାରୀ ଓ ଜଳବାୟୁ ପରିବର୍ତ୍ତନ ସମେତ ସେହିସବୁ ପ୍ରସଙ୍ଗରେ କାମ କରିବାକୁ ସହମତ ହୋଇଛନ୍ତି ଯାହା ଗ୍ଲୋବାଲ ସାଉଥ୍ ପାଇଁ ଚିନ୍ତାର ବିଷୟ। ଏଥିରେ କୁହାଯାଇଛି ଯେ ସେମାନେ ବହୁପକ୍ଷୀୟ କ୍ଷେତ୍ରରେ ଦୁଇ ଦେଶଙ୍କ ସହଯୋଗର ଉଚ୍ଚ ପ୍ରଶଂସା କରିଛନ୍ତି।
ଚତୁର୍ଦ୍ଧାମୂରତିଙ୍କ ଅଧରପଣା ନୀତି ସଂପନ୍ନ, ତୃପ୍ତ ହେଲେ ଚଣ୍ଡି ଚାମୁଣ୍ଡା
ପୁରୀ: ରଥ ଉପରେସୋମବାରଅନୁଷ୍ଠିତ ହୋଇଛିମହାପ୍ରଭୁଙ୍କର ଅଧରପଣା ନୀତି।ତୃପ୍ତ ହେଲେ ଚଣ୍ଡି ଚାମୁଣ୍ଡା।ରଥ ସହିତ ଥିବା ପାର୍ଶ୍ୱ ଦେବାଦେବୀ ଓ ଚଣ୍ଡିଚାମୁଣ୍ଡାଙ୍କ ଆହାର ତୃପ୍ତି ପାଇଁ ଏହି ଅଧର ପଣା ଭୋଗ ଓ ହାଣ୍ତି ଭଙ୍ଗା ଯିବାର ପରମ୍ପରା ରହିଛି। ମଧ୍ୟାହ୍ନ ଧୂପ ପରେ ସନ୍ଧ୍ୟାରେ ଅନୁଷ୍ଠିତହୋଇଛିଅଧର ପଣା ନୀତି। ଭକ୍ତଙ୍କ ଗହଣରେ ଏହି ନୀତି ଅନୁଷ୍ଠିତ ହେବାକୁ ଥିବାରୁ ଶ୍ରୀମନ୍ଦିର,ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଘୋଷଯାତ୍ରାର ଅନ୍ୟତମ ପ୍ରମୁଖ ଅଧରପଣା ନୀତିରାତି ପ୍ରାୟ ୮ଟା ୩୦ରୁ ୯ଟା ଭିତରେ ସଂପନ୍ନ ହୋଇଛି।ଶ୍ରୀମନ୍ଦିର ସିଂହଦ୍ୱାରରେ ଥିବା ରଥାରୁଢ଼ ଶ୍ରୀଜୀଉଙ୍କ ତିନିରଥ ଉପରେ ଏହି ଅଧରପଣା ଭୋଗ ନୀତି କରାଯାଇଛି। ଶ୍ରୀଜୀଉ ମାନଙ୍କ ଅଧର ପର୍ଯ୍ୟନ୍ତ ଲମ୍ୱିଥିବା ମାଟି ହାଣ୍ତିର ବଡ଼ ଓଡ଼ିଆ ମଠ ଓ ରାଘବ ଦାସ ମଠ ସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ପଣାକୁ ଭୋଗ କରାଯାଇଛି। ପାଣିଆ ଆପଟ ସେବାୟତ ମାନେ ଛାଉଣୀ ମଠ କୂଅରୁ ପାଣି ଆଣିବା ପରେ ଛେନା,କଦଳୀ,କ୍ଷୀର,ଗୋଲମରିଚ,ସର,କର୍ପୂର ଓ ଜାଇଫଳ ଗୁଣ୍ତ ଇତ୍ୟାଦି ମିଶାଇ ମହାସୁଆର ସବୋୟତ ମାନେ ଏହାକୁ ପ୍ରସ୍ତୁତ କରିଛନ୍ତି।ପୂଜାପଣ୍ଡାମାନେ ଏହି ପଣାକୁ ଶ୍ରଜୀଉ ମାନଙ୍କୁ ସମର୍ପଣ କରିବା ପରେ ହାଣ୍ତି ଗୁଡ଼ିକ ରଥ ଉପରେ ଭାଙ୍ଗିଛନ୍ତି।। ଏହି ଅଧରପଣା ଭୋଗ କରାଯାଇ ହାଣ୍ଡିଗୁଡ଼ିକ ଭଙ୍ଗାଯିବାର ବିଶେଷ ମହତ୍ୱ ରହିଛି। ତିନି ରଥରେ ଥିବା ପାର୍ଶ୍ୱ ଦେବାଦେବୀ,ଚଣ୍ଡିଚାମୁଣ୍ଡା,ଅଶରୀର ଆତ୍ମାର ଶାନ୍ତି ନିମିତ୍ତ ଏହି ପଣା ଭୋଗ କରାଯାଇଛି। ସେମାନେ ଏହି ପଣାକୁ ପ୍ରସାଦ ରୁପେ ପାଇ ତୃପ୍ତ ହେବାର ବିଶ୍ୱାସ ରହିଛି। ଆଜିର ଏହି ଅଧର ପଣା ନୀତି ମଧ୍ୟାହ୍ନ ଧୂପ ପରେ ଅନୁଷ୍ଠିତହୋଇଛି। ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟ ଅନୁଯାୟୀ ରାତି ୮ ଟା ସୁଦ୍ଧା ଅଧରପଣା ନୀତି ସମ୍ପନ୍ନ ହେବ ବୋଲିନିର୍ଦ୍ଧାରଣ ହୋଇଥିଲେ ହେଁ ୯ଟାରେ ସଂପନ୍ନ ହୋଇଛି। ତେବେ ଆଜିର ଏହି ନୀତି ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବାକୁ ଥିବାରୁ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ଆଗମନ ଦୃଷ୍ଟିରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଆଜିର ଏହି ଅଧରପଣା ନୀତି ସମ୍ପନ୍ନ ହେବା ପରେ ଆସନ୍ତାକାଲି ଶ୍ରୀଜୀଉ ମାନେ ବିଜେ କରିବେ ରତ୍ନ ସିଂହାସନକୁ ଅର୍ଥାତ୍ ନିଳାଦ୍ରୀ ବିଜେ ନୀତି। ଶେଷ ହେବ ଚଳିତ ବର୍ଷର ଘୋଷଯାତ୍ରା।
ମହାପ୍ରଭୁଙ୍କ ଅଧରପଣା ନୀତି କ’ଣ? କାହିଁକି ଭଙ୍ଗାଯାଏ ଏହି ହାଣ୍ଡି?
ପୁରୀ: ତିନି ଠାକୁରଙ୍କୁ ଲାଗିହେଲା ଅଧରପଣା। ପ୍ରଥମେ ବଡ଼ ଠାକୁର, ତା ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ପ୍ରଭୁ ଜଗନ୍ନାଥଙ୍କୁ ଲାଗିହେଲା ଅଧରପଣା। ଏହି ପଣା ଠାକୁରଙ୍କ ପାଖରେ ଲାଗି ହେବା ପରେ ଭଙ୍ଗା ହେଲା ହାଣ୍ଡି। ତେବେ କଣ ଏହି ଅଧରପଣା ଏବଂ ଏହି ହାଣ୍ଡି କାହିଁକି ଭଙ୍ଗାଯାଏ ଆସନ୍ତୁ ଜାଣିବା। ଓଡ଼ିଆ ଜାତିର ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଯାହାଙ୍କର ଅଧର ମଧୁର, ବଚନ ମଧୁର ଓ ରୂପ ବି […]
ଯେଉଁ ମନ୍ତ୍ରୀଙ୍କୁ ବହିଷ୍କାର କରିଥିଲେ ପୁଟିନ୍, କିଛି ଘଣ୍ଟା ପରେ କାରରୁ ମିଳିଲା ସେହି ମନ୍ତ୍ରୀଙ୍କ ମୃତଦେହ
ମସ୍କୋ,୭ା୭: ରୁଷର ପୂର୍ବତନ ପରିବହନ ମନ୍ତ୍ରୀ ରୋମାନ୍ ଷ୍ଟାରୋଭୋଇଟ୍ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କିଛି ଘଣ୍ଟା ପୂର୍ବରୁ ରୋମାନ୍ ଷ୍ଟାରୋଭୋଇଟଙ୍କୁ ବହିଷ୍କାର କରିଥିଲେ। ରୁଷ ଅଧିକାରୀମାନେ କହିଛନ୍ତି ଯେ, ତାଙ୍କ ମୃତଦେହ ତାଙ୍କ କାରରୁ ମିଳିଛି। ୟୁକ୍ରେନ ସୀମାବର୍ତ୍ତୀ କୁର୍ସ୍କ ଅଞ୍ଚଳର ରାଜ୍ୟପାଳ ଭାବରେ ପ୍ରାୟ ୫ ବର୍ଷ ବିତାଇବା ପରେ ତାଙ୍କୁ ମେ ୨୦୨୪ରେ ପରିବହନ ମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଥିଲା। ରୁଷର ବିମାନ ଚଳାଚଳ […]
ଆଗାମୀ ୩ ଦିନ ପାଇଁ ଏମିତି ରହିବ ପାଣିପାଗ...
କନକ ବ୍ୟୁରୋ: ଆଗାମୀ ୩ ଦିନ ପାଇଁ ପାଣିପାଗ ସ୍ଥିତି ପୂର୍ବାନୁମାନ କରି ପ୍ରେସ୍ ରିଲିଜ୍ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମଧ୍ୟାହ୍ନ/ସନ୍ଧ୍ୟା ସମୟରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା, ଘଡ଼ଘଡ଼ି ସହ କାଳବୈଶାଖୀର ସମ୍ଭାବନା ରହିଛି । ତେଣୁ ବିଭିନ୍ନ ଜିଲ୍ଲାକୁ ରେଡ୍, ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରି ଏହି ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୮ ତାରିଖ ପାଇଁ କିଛି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରି ସତର୍କ କରିଛି ପାଣିପାଗ କେନ୍ଦ୍ର । ନୂଆପଡ଼ା, ବରଗଡ଼ ଏବଂ ବଲାଙ୍ଗୀର ଜିଲ୍ଲାର ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଗୋଟିଏ କିମ୍ବା ୨ଟି ସ୍ଥାନରେ ଘଡ଼ଘଡ଼ି ସହ ଅତ୍ୟନ୍ତ ପ୍ରବଳ ବର୍ଷା ଏବଂ ଝଟକା ପବନ ( ୩୦-୪୦) କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି । ସେହିପରି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଭଳି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲା ଗୁଡ଼ିକର ଗୋଟିଏ କିମ୍ବା ୨ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ବଜ୍ରପାତ ସହ ଝଟକା ପବନ ( ୩୦-୪୦) କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି । ଏପଟେ ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ନୟାଗଡ଼, ରାୟଗଡ଼ା, କୋରାପୁଟ, ମାଲକାନଗିରି, ପୁରୀ, ଖୋର୍ଦ୍ଧା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲାର ଗୋଟିଏ କିମ୍ବା ୨ଟି ସ୍ଥାନରେ ପ୍ରବଳ ବର୍ଷା ଓ ଝଟକା ପବନ ( ୩୦-୪୦) କିଲୋମିଟର ପ୍ରତି ଘଣ୍ଟା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଜୁଲାଇ ୯ ତାରିଖ ପାଇଁ ମଧ୍ୟ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ା ଭଳି ଜିଲ୍ଲା ଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହିସବୁ ଜିଲ୍ଲା ଗୁଡ଼ିକର ଗୋଟିଏ କିମ୍ବା ୨ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ଝଟକା ପବନ ( ୩୦-୪୦) କିଲୋମିଟର ପ୍ରତି ଘଣ୍ଟା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୋନପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଜପତି, ଗଞ୍ଜାମ ଏବଂ ନୟାଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲାର ଗୋଟିଏ କିମ୍ବା ୨ଟି ସ୍ଥାନରେ ପ୍ରବଳ ବର୍ଷା ଏବଂ ଝଟକା ପବନର ବେଗ ୩୦-୪୦ କି.ମି ଘଣ୍ଟାପ୍ରତି ହେବାର ସମ୍ଭାବନା ରହିଛି । ସେହିପରି ଜୁଲାଇ ୧୦ ତାରିଖରେ ମଧ୍ୟ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଭଳି ଜିଲ୍ଲାର ଗୋଟିଏ କିମ୍ବା ୨ଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏପଟେ ଜୁଲାଇ ୧୧ ଏବଂ ୧୨ ତାରିଖରେ ପାଗରେ କୌଣସି ବଡ଼ ପରିବର୍ତ୍ତନ ନହୋଇପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଗାଁରେ ନାହାଁନ୍ତି ଗୋଟିଏ ବି ହିନ୍ଦୁ ପରିବାର, କିନ୍ତୁ ପାଳନ ହେଲା ମହରମ୍ ପର୍ବ
କର୍ଣ୍ଣାଟକ: ଗତକାଲି ସାରା ଦେଶରେ ମହରମ୍ ପର୍ବ ପାଳନ କରାଯାଇଥିଲା। ସାଧାରଣତଃ ଏହି ପର୍ବ ମୁସଲିମ୍ ସମ୍ପ୍ରଦାୟର ଲୋକମାନେ ପାଳନ କରିଥାନ୍ତି କିନ୍ତୁ କର୍ଣ୍ଣାଟକର ୟାଦଗିରରେ ଏପରି ଏକ ଗାଁ ଅଛି ଯେଉଁଠି କୌଣସି ମୁସଲିମ୍ ପରିବାର ନାହାଁନ୍ତି ତଥାପି ମଧ୍ୟ ଏଠାକାର ହିନ୍ଦୁ ଲୋକମାନେ ମହରମ୍ ପାଇଁ ଶୋକ ପାଳନ କରନ୍ତି। ମୁସଲିମ ସମ୍ପ୍ରଦାୟ ପାଇଁ ମହରମ୍ ପର୍ବ ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ। ମହରମ୍ ମାସରେ ହଜରତ୍ ଇମାମ୍ ହୁସେନ ଏବଂ ତାଙ୍କ ସାଥୀମାନେ କର୍ବଲା […]
(Video) ଫ୍ଲାଇଟ୍ ଭିତରେ ଲୁଚିଥିଲା ସାପ, ଯେତେବେଳେ ଯାତ୍ରୀମାନେ ଦେଖିଲେ ସେତେବେଳେ…
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଏକ ଘରୋଇ ବିମାନ ବିମାନ ଭିତରେ ଏକ ସାପ ମିଳିବା ପରେ ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା ।ଏହି ଘଟଣା ମେଲବୋର୍ଣ୍ଣରୁ ବ୍ରିସବେନ ଯାଉଥିବା ଏକ ଭର୍ଜିନ୍ ଅଷ୍ଟ୍ରେଲିଆ ବିମାନରେ ଘଟିଥିଲା । ଯେଉଁଠାରେ ଉଡ଼ାଣ ଭରିବାର କିଛି ସମୟ ପୂର୍ବରୁ କାର୍ଗୋ ହୋଲ୍ଡରେ ଏକ ସବୁଜ ଗଛର ସାପ ଦେଖାଯାଇଥିଲା। ବିମାନର କ୍ୟାବିନ କ୍ରୁ ସାପଟିକୁ ଦେଖିବା ମାତ୍ରେ, ସେମାନେ ସୁରକ୍ଷା ପାଇଁ ତୁରନ୍ତ କାର୍ଗୋ ଦ୍ୱାର ବନ୍ଦ କରିଦେଇ ଉଦ୍ଧାରକାରୀ ଦଳକୁ […]
ଜାଣନ୍ତି କି ପିମ୍ପୁଡ଼ିମାନେ କାହିଁକି ଗୋଟିଏ ଧାଡ଼ିରେ ଚାଲନ୍ତି…
ପୃଥିବୀରେ ଅନେକ ଅନନ୍ୟ ଏବଂ ଅଦ୍ଭୁତ ପ୍ରାଣୀ ଦେଖିବାକୁ ମିଳିଥାନ୍ତି । ଏହି ପ୍ରାଣୀମାନେ ସେମାନଙ୍କର ଜୀବନଶୈଳୀ ପାଇଁ ଜଣାଶୁଣା। ଏମାନଙ୍କ ମଧ୍ୟରୁ ଏକ ଛୋଟ ଜୀବ ହେଉଛି ପିମ୍ପୁଡ଼ି । ପିମ୍ପୁଡ଼ିମାନଙ୍କଠାରେ ଅନେକ ଅନନ୍ୟ ଜିନିଷ ଦେଖାଯାଏ। ପିମ୍ପୁଡ଼ିମାନଙ୍କର ଏକ ଅଭ୍ୟାସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି। ଆପଣ ନିଶ୍ଚୟ ଦେଖିଥିବେ ଯେ, ପିମ୍ପୁଡ଼ିମାନଙ୍କୁ ସର୍ବଦା ଗୋଟିଏ ଧାଡ଼ିରେ ଚାଲିବାର ଦେଖାଯାଏ। ପିମ୍ପୁଡ଼ିମାନଙ୍କର ଏହି ଅଭ୍ୟାସ ପଛରେ ଏକ ବଡ଼ କାରଣ ଅଛି। ଜାଣନ୍ତୁ କାହିଁକି […]
ଭାଙ୍ଗିଲା ଅଧର ହାଣ୍ଡି, ତୃପ୍ତ ହେଲେ ଚଣ୍ଡୀଚାମୁଣ୍ଡା...
କନକ ବ୍ୟୁରୋ : ରଥ ଉପରେ ଠାକୁରଙ୍କ ଅଧରପଣା ନୀତି ସମ୍ପର୍ଣ୍ଣ ହୋଇଛି । ପାର୍ଶ୍ୱ ଦେବାଦେବୀ ଓ ଅନ୍ୟାନ୍ୟ ଚଣ୍ଡୀ ଚାମୁଣ୍ଡାଙ୍କୁ ଶାନ୍ତି କରିବା ପାଇଁ ଅଧରପଣା କରାଯାଇ ଅଧର ହାଣ୍ଡିକୁ ରଥ ଉପରେ ଭଙ୍ଗାଯାଇଛି । ସ୍ୱତନ୍ତ୍ର ଭାବେ ଏହି ପଣାକୁ ଶ୍ରୀବିଗ୍ରହଙ୍କର ଅଧର ପର୍ଯ୍ୟନ୍ତ ନିର୍ମିତ ୩ଟି ତୁମ୍ଭକାର ହାଣ୍ଡିରେ ପ୍ରସ୍ତୁତ କରାଯାଇଥାଏ । ବଡଓଡ଼ିଆ ମଠ, ରାଘବଦାସ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ଛେନା, ଛାଚି, କ୍ଷୀର, ସର, ଗୋଲମରିଚ, କର୍ପୁର, ଜାଇଫଳ, କଦଳୀ ଆଦିକୁ ମିଶ୍ରଣ କରାଯାଇ ପଣା ପ୍ରସ୍ତୁତ କରାଯାଏ । ବିଶ୍ୱାସ ରହିଛି ଯଜ୍ଞ ପୂଜା ଦ୍ୱାରା ରଥଯାତ୍ରା ସମୟରେ ଶ୍ରୀଜିଉମାନଙ୍କ ସହିତ ବହୁ ଦେବାଦେବୀ, ଚଣ୍ଡୀ ଚାମୁଣ୍ଡା ଯାତ୍ରା କରିଥାନ୍ତି । ସେମାନଙ୍କ ସନ୍ତୁଷ୍ଟି ପାଇଁ ଅଧରପଣା କରାଯାଇ ରଥ ଉପରେ ହାଣ୍ଡି ଭଙ୍ଗାଯାଏ । ଆସନ୍ତାକାଲି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ । ନବଦିନାତ୍ମକ ଯାତ୍ରା ସାରି ରତ୍ନସିଂହାସନକୁ ବାହୁଡ଼ିବେ । ବୁଧବାରଠୁ ଶ୍ରୀମନ୍ଦିରରେ ପୁଣି ମିଳିବ ନୀଳାଚଳ ଅବଢା ।
କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲାରେ ଆଜି ଠାରୁ ପୁଣି ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା । ସ୍ୱାସ୍ଥ୍ୟ ଶିବିରରେ ଓଡ଼ିଶାର ବିଭିନ୍ନ ବିଭାଗର ବରିଷ୍ଠ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ସେବା ଯୋଗାଇ ଦିଆଯାଇଛି । ଶିବିରରେ ବଡ଼ବଡ଼ ଜଟିଳ ରୋଗର ଚିକିତ୍ସା କରିବେ ବଡ଼ ଡାକ୍ତର । ଦେଢ଼ ବର୍ଷର ବ୍ୟବଧାନ ପରେ ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା । ହାତପାଆନ୍ତାରେ ବଡ଼ ବଡ଼ ରୋଗର ଚିକିତ୍ସା ସେବା ପାଇବେ ଜିଲ୍ଲାବାସୀ । ଶିବିରରେ ୟୁରୋଲୋଜି, କିଡନୀଜନିତ ରୋଗ, ହୃଦରୋଗ, ପେଟ ଜନିତ ଜଟିଳ ରୋଗ, ଗଳଗଣ୍ଡ ରୋଗ, ମଧୁମେହ, ଜଟିଳ ଅନ୍ତନଳୀ ରୋଗ, ସ୍ନାୟୁଜନିତ ରୋଗ ଚିକିତ୍ସା କରାଯିବ । ରାଜ୍ୟର ବଡ଼ ଡାକ୍ତରଖାନା କଟକ ବଡ଼ ମେଡିକାଲ ସମେତ ବିଭିନ୍ନ ମେଡିକାଲର ସୁପର ସ୍ପେସିଆଲିଷ୍ଟ ଡକ୍ଟର ଆସି ଚିକିତ୍ସା ସେବା ଯୋଗାଉଛନ୍ତି । ଶିବିରରେ ରୋଗ ନିରୂପଣ କରି ଆବଶ୍ୟକ ଅସ୍ତ୍ରୋପଚାର କରାଯିବ । ଏନେଇ ପ୍ରାଥମିକ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଡାକ୍ତରଙ୍କୁ ପରାମର୍ଶ କରି ରୋଗୀମାନେ ନାମ ପଞ୍ଜୀକରଣ କରିଛନ୍ତି । କେବଳ ପଞ୍ଜୀକୃତ ରୋଗୀଙ୍କୁ ସମସ୍ତ ଚିକିତ୍ସା ସୁବିଧା ବିନା ମୂଲ୍ୟରେ ଯୋଗାଇ ଦିଆଯିବ । ସରକାର ପରିବର୍ତ୍ତନ ପରେ ପ୍ରଥମ ଥର ପାଇଁ ଏହି ବାୟୁ ସ୍ୱାସ୍ଥ୍ୟ ସେବା ଆରମ୍ଭ ହୋଇଛି । ଶିବିରର ପ୍ରଥମ ଦିନରେ ସ୍ପେସିଆଲିଷ୍ଟ ଡକ୍ଟର ରୋଗୀଙ୍କ ସ୍କ୍ରିନିଂ କରିବା ସହ ପ୍ରାଥମିକ ଚିକିତ୍ସା କରି ବିଭିନ୍ନ ପରୀକ୍ଷା କରିଛନ୍ତି । ଆସନ୍ତାକାଲି ଆଉ ସୁପର ସ୍ପେସିଆଲିଷ୍ଟ ଡକ୍ଟର ପହଞ୍ଚିବା ପରେ ରୋଗୀଙ୍କୁ ଅଧିକ ଚିକିତ୍ସା କରାଯିବ । ଆବଶ୍ୟକ ସ୍ଥଳେ ରୋଗୀଙ୍କ ଅସ୍ତ୍ରୋପଚାର କରାଯିବା ସହିତ ଜରୁରୀ ରୋଗୀଙ୍କୁ ମେଡ଼ିକାଲରେ ଆଡମିଟ କରି ଚିକିତ୍ସା କରାଯିବ । ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ନବରଙ୍ଗପୁର ଭଳି ଉପାନ୍ତ ଅଞ୍ଚଳରେ ରୋଗୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବାକୁ ଯାଉଛି । ପର୍ଯ୍ୟାୟକ୍ରମେ ଏହା ନୂଆପଡ଼ା ଓ ମାଲକାନଗିରି ଜିଲ୍ଲାରେ କରାଯିବ ।