‘ଆମ ନାଁ ନାହିଁ’: ବଜେଟ୍ ଦେଖି ଇଣ୍ଟରନେଟ୍ରେ ମଧ୍ୟବିତଙ୍କ ପାଇଁ ମଜାଳିଆ ମିମ୍ସ ଭାଇରାଲ୍
ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ଦେଶର ସାଧାରଣ ଜନତାଙ୍କ ଜୀବନଶୈଳୀରେ ସୁଧାର ଆଣିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ପରିବହନ ଭଳି କ୍ଷେତ୍ରକୁ ଏଥିରେ ପ୍ରାଧାନ୍ୟ ଦିଆଯାଇଛି। ହେଲେ ବଜେଟରେ ଟିକସ୍ରୁ ରିହାତି ମିଳିବ ବୋଲି ମଧ୍ୟବିତ୍ତ ଆଶା କରିଥିଲେ। ବଜେଟରେ ଆୟକର ସ୍ଲାବରେ ସେଭଳି କୌଣସି ପରିବର୍ତ୍ତନ ହୋଇ ନ ଥିବା ବେଳେ ମଧ୍ୟବିତ୍ତ […] The post ‘ଆମ ନାଁ ନାହିଁ’: ବଜେଟ୍ ଦେଖି ଇଣ୍ଟରନେଟ୍ରେ ମଧ୍ୟବିତଙ୍କ ପାଇଁ ମଜାଳିଆ ମିମ୍ସ ଭାଇରାଲ୍ appeared first on Dharitri Odia News .
ଶୌଚ ପାଇଁ ଯାଇ ଆଉ ଫେରି ନଥିଲେ, ଗାଡ଼ିଆରୁ ଉଦ୍ଧାର ହେଲା ମୃତଦେହ
ପାଟଣା,୧।୨(ବୀର କିଶୋର ଦାଶ): ଇଟା ଗଢ଼ିବାକୁ ଯାଇ ଜଣେ ୨୫ବର୍ଷିୟ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି । ପାଟଣା ବ୍ଲକ ଡୁମୁରିଆ ପଂଚାୟତ କୋଠା ଘର ଗ୍ରାମ ବିଲ ମଧ୍ୟରେ ଥିବା ଏକ ଛୋଟ ଗାଡ଼ିଆରୁ ରବିବାର ଅପରାହ୍ନରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ପାଟଣା ଥାନା ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ସ୍ବର୍ଗତ ଡମ୍ବରୁଧର ମୁଦି ଙ୍କବିବାହିତ ପୁଅ ଶିବ ମୁଦି । ସୂଚନା ଅନୁଯାୟୀ, […] The post ଶୌଚ ପାଇଁ ଯାଇ ଆଉ ଫେରି ନଥିଲେ, ଗାଡ଼ିଆରୁ ଉଦ୍ଧାର ହେଲା ମୃତଦେହ appeared first on Dharitri Odia News .
ବଜେଟ ଉପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା, ଲାଭ ଉଠାଇବା ପାଇଁ କେନ୍ଦ୍ରାପଡାରେ…
କେନ୍ଦ୍ରାପଡା,୧।୨(ଜଗନ୍ନାଥ ଧଳ ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଚଳିତ ବର୍ଷର ବଜେଟ ରବିବାର ଉପସ୍ଥାପନ କରିଛନ୍ତି । ଏଥିରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ପାଇଁ ଅର୍ଥ ବ୍ୟବସ୍ଥା କରାଯାଇଛି। କେନ୍ଦ୍ରାପଡା ଜିଲାରେ ଏହି ବଜେଟକୁ ନେଇ କେତେକ ବୁଦ୍ଧିଜୀବୀ ସକରାତ୍ମକ ମନ୍ତବ୍ୟ ଦେଇଥିବା ବେଳେ ଅନ୍ୟ କେତେକ ବ୍ୟକ୍ତି ଯୋଜନାର ଲାଭ ଉଠାଇବା ପାଇଁ ଏହି ଜିଲାରେ ଭିତ୍ତିଭୂମା ନାହିଁ ବୋଲି ମତ ରଖିଛନ୍ତି । ଆଗକୁ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ଆସୁଛି । ଭାଜପା […] The post ବଜେଟ ଉପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା, ଲାଭ ଉଠାଇବା ପାଇଁ କେନ୍ଦ୍ରାପଡାରେ… appeared first on Dharitri Odia News .
ବଜେଟ୍କୁ ନେଇ କ୍ଷୋଭ ପ୍ରକାଶ କଲେ ନବୀନ, କହିଲେ ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ…
ଭୁବନେଶ୍ୱର,୧ା୨: କେନ୍ଦ୍ର ସରକାରଙ୍କ ଦ୍ୱାରା ରବିବାର ଉପସ୍ଥାପିତ ବଜେଟ୍କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, ବଜେଟ୍ ଉପରେ ମୁଁ ମୋର ନିରାଶା ପ୍ରକାଶ କରୁଛି। ବଜେଟ୍ରେ ଓଡ଼ିଶା ଏବଂ ଏହାର ଜନସାଧାରଣଙ୍କୁ କୌଣସି ଉଲ୍ଲେଖନୀୟ ଲାଭ ମିଳିନାହିଁ। ଓଡ଼ିଶାବାସୀଙ୍କ ଆଶା ଥିଲା ଯେ, ଡବଲ ଇଞ୍ଜିନ ସରକାର ଭିତ୍ତିଭୂମି, ନିଯୁକ୍ତି ସୃଷ୍ଟି ଏବଂ ରାଜ୍ୟ ପାଇଁ ଅତିରିକ୍ତ ଆବଣ୍ଟନ […] The post ବଜେଟ୍କୁ ନେଇ କ୍ଷୋଭ ପ୍ରକାଶ କଲେ ନବୀନ, କହିଲେ ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ… appeared first on Dharitri Odia News .
ବଜେଟ୍ ପରେ ସାଧାରଣ ଜନତାଙ୍କ ପ୍ରତିକ୍ରିୟା, ଗରିବ-ମଧ୍ୟବିତ୍ତଙ୍କୁ ଅଣଦେଖା କହି…
କେସିଙ୍ଗା,୧ା୨(ତୁମେଶ୍ୱର ସାହୁ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ଏହି ବଜେଟ୍ ଘୋଷଣା ପରେ କଳାହାଣ୍ଡି ଜିଲା କେସିଙ୍ଗା ଅଞ୍ଚଳର ସାଧାରଣ ଲୋକଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି। ଯୁବ ସାହିତି୍ୟକ ଜ୍ଞାନେନ୍ଦ୍ର ଭୋଇ କହିଛନ୍ତି, ବର୍ଷ ୨୦୨୬ ବଜେଟ୍ ଏକ ବିକଶିତ ଅର୍ଥନୀତିର ପରିପ୍ରକାଶ କିନ୍ତୁ ସାଧାରଣବର୍ଗଙ୍କ ପାଇଁ ବିଶେଷ ପ୍ରାବଧାନ କୁ ଆହୁରି ଧ୍ୟାନ ଦେଇ ଥିଲେ ଏହାର ସନ୍ତୁଳନ ଉଚିତ୍ ଦିଗରେ ଦର୍ଶିତ […] The post ବଜେଟ୍ ପରେ ସାଧାରଣ ଜନତାଙ୍କ ପ୍ରତିକ୍ରିୟା, ଗରିବ-ମଧ୍ୟବିତ୍ତଙ୍କୁ ଅଣଦେଖା କହି… appeared first on Dharitri Odia News .
ବଜେଟକୁ ନେଇ ପ୍ରତିକ୍ରିୟା ଦେଲେ ଶିକ୍ଷାବିତ୍, ସବୁ ଦିଗକୁ ଖୁସି…
ଦେବଗଡ,୧ା୨(ଶଶାଙ୍କ ଶେଖର ଝାଙ୍କର): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୬ ବଜେଟ ଉପସ୍ଥାପିତ କରିଛନ୍ତି । ଏହାପରେ ଶିକ୍ଷାବିତଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଦେବଗଡ ଶିକ୍ଷାବିତ୍ ଡ. ରାମଚନ୍ଦ୍ର ମହାପାତ୍ର କହିଛନ୍ତି ବଜେଟ୍ ୨୦୨୬ ଏକ ଯୁଗାନ୍ତକାରୀ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ବଜେଟରେ ସବୁ ଦିଗକୁ ଖୁସି କରିବା ପାଇଁ ଚେଷ୍ଟା କରିଛନ୍ତି । ଅର୍ଥମନ୍ତ୍ରୀ ବଜେଟରେ ବିଶେଷକରି ଶିକ୍ଷା ଉପରେ ଗୁରୁତ୍ବାରୋପ କରିଛନ୍ତି । […] The post ବଜେଟକୁ ନେଇ ପ୍ରତିକ୍ରିୟା ଦେଲେ ଶିକ୍ଷାବିତ୍, ସବୁ ଦିଗକୁ ଖୁସି… appeared first on Dharitri Odia News .
ବଜେଟକୁ ନେଇ ଭାଜପା ଉପରେ ବର୍ଷିଲେ ଅଖିଳେଶ, ଜନତାଙ୍କୁ ସ୍ବପ୍ନ ଦେଖାଇଲା…
ନୂଆଦିଲ୍ଲୀ,୧।୨: କେନ୍ଦ୍ର ସରକାର ୨୦୨୬ ବଜେଟ୍ ଉପସ୍ଥାପନ କରିବା ପରେ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଯାଇଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବଜେଟ୍ ଏବଂ ସେୟାର ବଜାର ହ୍ରାସକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, “ଭାଜପା ବଜେଟ୍ ର ଫଳାଫଳ ଆସିଛି, ସେୟାର ବଜାର କ୍ରାସ୍ ହୋଇଛି।” ଅଖିଳେଶ ଯାଦବ କହିଛନ୍ତି ଯେ ଏହି ବଜେଟ୍ ସାଧାରଣ ଲୋକଙ୍କ ଆଶା ପୂରଣ କରେ ନାହିଁ । ତାଙ୍କ ଅନୁସାରେ, ପ୍ରତ୍ୟେକ […] The post ବଜେଟକୁ ନେଇ ଭାଜପା ଉପରେ ବର୍ଷିଲେ ଅଖିଳେଶ, ଜନତାଙ୍କୁ ସ୍ବପ୍ନ ଦେଖାଇଲା… appeared first on Dharitri Odia News .
ରାସ୍ତାରେ ଆଣ୍ଠୁଏ ପାଣି: ଓଲଟା ଅଧିକାରୀଙ୍କୁ ଗାଳିଗୁଲଜ, ତଦନ୍ତ କଲେ…
କେସିଙ୍ଗା,୧।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କାଣ୍ଡେଲ ପଞ୍ଚାୟତ ୱାର୍ଡ ନଂ ୩ରେ ପାଇପ ଫାଟି ମୁଖ୍ୟ ଗଳି ରାସ୍ତାରେ ପାଣି ଜମିରହୁଛି। ଏ ନେଇ ୱାର୍ଡବାସୀଙ୍କ ଯାତାୟାତରେ ସମସ୍ୟା ହେଉଛି। ଗତ କିଛିଦିନ ହେଲା ଏହି ୱାର୍ଡରେ ଆରଡବ୍ଲ୍ୟୁଏସ୍ଏସ ବିଭାଗ ପକ୍ଷରୁ ସଂଯୋଗ କରାଯାଇଥିବା ପାଣି ପାଇପ ଫାଟି ଯାଇଥିଲା। ଏ ନେଇ ପଡ଼ାବାସୀ ଆରଡବ୍ଲ୍ୟୁଏସ୍ଏସ କାର୍ଯ୍ୟାଳୟ କେସିଙ୍ଗାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ବିଭାଗୀୟ ଯନ୍ତ୍ରୀ ରବିବାର ପହଞ୍ଚି ତଦନ୍ତ କରିଥିଲେ। […] The post ରାସ୍ତାରେ ଆଣ୍ଠୁଏ ପାଣି: ଓଲଟା ଅଧିକାରୀଙ୍କୁ ଗାଳିଗୁଲଜ, ତଦନ୍ତ କଲେ… appeared first on Dharitri Odia News .
ରାଶିଫଳ: ସୋମବାର , ଫେବୃଆରୀ ୨ ତାରିଖ – Daily Horoscope
ମେଷ ଆଜିର କର୍ମକ୍ଷେତ୍ରରେ ଦ୍ୱିଜା ନକ୍ଷତ୍ର ସମସ୍ତ ସମସ୍ୟାକୁ ପ୍ରତିହତ କରିବାରେ ସମର୍ଥ ହେବେ। ନିଜ ଲୋକ ବିରୁଦ୍ଧାଚରଣ କରିପାରନ୍ତି। ଯାନବାହନ, ହୋଟେଲଶିଳ୍ପ, ଛୋଟ ଦୋକାନ, ଆନୁଷ୍ଠାନିକ କାମ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ସଭାସମିତିରେ କିମ୍ବା ଆଲୋଚନାରେ ମଧ୍ୟସ୍ଥତା କଲେ ଅପଦସ୍ତ ହେବାକୁ ପଡିପାରେ। ବୃଷ ଆଜି ଆପଣଙ୍କ ସକାଶେ ଯାତ୍ରା, ବାଣିଜ୍ୟ, ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦ୍ୱିତା ମନ୍ଦ ହେବନାହିଁ। ରୋହିଣୀ ନକ୍ଷତ୍ରର ପରିବାରର ବୟସ୍କବ୍ୟକ୍ତିଙ୍କ ଅସୁସ୍ଥତା ଯୋଗୁ ମାନସିକ ସ୍ଥିତି ଠିକ୍ […] The post ରାଶିଫଳ: ସୋମବାର , ଫେବୃଆରୀ ୨ ତାରିଖ – Daily Horoscope appeared first on Dharitri Odia News .
ଭଞ୍ଜନଗର ବିଧାୟକଙ୍କ ପିତୃ ବିୟୋଗ, ଅଞ୍ଚଳରେ ଖବର ପ୍ରଚାରିତ ପରେ…
ଭଞ୍ଜନଗର,୧ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପିତା ଶ୍ୟାମସୁନ୍ଦର ନାୟକ ( ୯୬) ରବିବାର ଅପରାହ୍ନରେ ବିଧାୟକଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ପରଲୋକ ଗମନ କରିଛନ୍ତି। ଏହି ଖବର ଭଞ୍ଜନଗରରେ ପ୍ରଚାରିତ ହେବା ପରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ଜଣାଶୁଣା ସ୍ବେଚ୍ଛାସେବୀ, ଏ କ୍ଲାସ୍ ଠିକାଦାର, ରାଜନେତା ଥିଲେ। ଏଥିସହ କୁଲାଡ଼ ଉଚ୍ଚ ବିଦ୍ୟାଳୟର ସଭାପତି ଅନେକ ଥର ଥିଲେ। ବିଧାୟକଙ୍କ ଭୁବନେଶ୍ୱର ବାସଭବନରେ ବହୁ ରାଜନେତା, ବିଶିଷ୍ଠ […] The post ଭଞ୍ଜନଗର ବିଧାୟକଙ୍କ ପିତୃ ବିୟୋଗ, ଅଞ୍ଚଳରେ ଖବର ପ୍ରଚାରିତ ପରେ… appeared first on Dharitri Odia News .
ବଜେଟକୁ କଟାକ୍ଷ କଲେ ମମତା: କହିଲେ ‘ହମ୍ପଟି ଡମ୍ପଟି’ବଜେଟ
ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬ ବଜେଟ ଉପସ୍ଥାପିତ କରିଛନ୍ତି। ବଜେଟକୁ ନେଇ ନିରାଶା ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବଜେଟକୁ ତୀବ୍ର ସମାଲୋଚନା କରି ଏହାକୁ ଏକ “ହମ୍ପଟି ଡମ୍ପଟି ବଜେଟ” ବୋଲି ଆଖ୍ୟା ଦେଇଛନ୍ତି। ବଜେଟ ଉପସ୍ଥାପନା ପରେ ଭାରତୀୟ ଶେୟାର ବଜାରରେ ଦେଖାଦେଇଥିବା ବଡ଼ ଧରଣର ହ୍ରାସକୁ ସେ ଏହି ନର୍ସରୀ ରାଇମ୍ ମାଧ୍ୟମରେ କଟାକ୍ଷ କରିଛନ୍ତି। ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, […] The post ବଜେଟକୁ କଟାକ୍ଷ କଲେ ମମତା: କହିଲେ ‘ହମ୍ପଟି ଡମ୍ପଟି’ ବଜେଟ appeared first on Dharitri Odia News .
ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ସହପାଠୀଙ୍କ ଆକ୍ରମଣ, ମୁହଁକୁ ମାଡ଼ ମାରି ଆଖି ଫୁଟାଇଦେଲେ
ଲକ୍ଷ୍ନୌ,୧।୨: ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଜଣେ ପଞ୍ଚମ ଶ୍ରେଣୀ ଛାତ୍ରକୁ ତାଙ୍କ ଶ୍ରେଣୀର ଅନ୍ୟ ଏକ ଛାତ୍ର ଏବଂ ତାଙ୍କର ଜଣେ ତୃତୀୟ ଶ୍ରେଣୀ ସହପାଠୀ ନିର୍ମମ ଭାବରେ ମାଡ଼ ଆଖି ଫୁଟାଇ ଦେଇଥିବା ନେଇ ଅଭିଯୋଗ ହୋଇଛି ।ଘଟଣାଟି ସ୍କୁଲ ପରିସରରେ ଘଟିଥିଲା। ପୀଡିତାଙ୍କ ମାଆ ଅଭିଯୋଗ କରିଛନ୍ତି ଯେ ସ୍କୁଲ ପ୍ରଶାସନ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ସେ ପୋଲିସରେ ଅଭିଯୋଗ କରିଛନ୍ତି। […] The post ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ସହପାଠୀଙ୍କ ଆକ୍ରମଣ, ମୁହଁକୁ ମାଡ଼ ମାରି ଆଖି ଫୁଟାଇଦେଲେ appeared first on Dharitri Odia News .
Budget 2026: ଓଡ଼ିଶାରେ ଜାତୀୟ ଜଳମାର୍ଗ-୫ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ। ଦେଶର ଖଣିଜ ସମ୍ପଦର ସଦୁପଯୋଗ ଏବଂ ଆମଦାନୀ ଉପରେ ନିର୍ଭରଶୀଳତା କମାଇବା ପାଇଁ ଓଡ଼ିଶା, କେରଳ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ସ୍ୱତନ୍ତ୍ର ‘ରେୟାର ଆର୍ଥ କରିଡର’ ପ୍ରତିଷ୍ଠା କରାଯିବ। ୨୦୨୫ ନଭେମ୍ବରରେ ଆରମ୍ଭ ହୋଇଥିବା ‘ରେୟାର ଆର୍ଥ ପରମାନେଣ୍ଟ ମ୍ୟାଗ୍ନେଟ୍’ ଯୋଜନାକୁ ଏହି ନୂତନ […] The post Budget 2026: ଓଡ଼ିଶାରେ ଜାତୀୟ ଜଳମାର୍ଗ-୫ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା appeared first on Dharitri Odia News .
ଶସ୍ତା ହୋଇଗଲା ସୁନା-ରୂପା, ବଜେଟ ପରେ ଏତେ ଖସିଗଲା ଦର ଖୁସିରେ ନାଚି ଉଠିବେ ଆପଣ!
ନୂଆଦିଲ୍ଲୀ,୧।୨: ବଜେଟ ଦିନ ଦେଶର ଧ୍ୟାନ ସଂସଦ ଉପରେ କେନ୍ଦ୍ରିତ ଥିବା ବେଳେ, ସାମଗ୍ରୀ ବଜାର ଅସ୍ଥିରତା ମଧ୍ୟରେ ଥିଲା। ଲଗାତାର ଦ୍ୱିତୀୟ ଦିନ ପାଇଁ ସୁନା ଏବଂ ରୂପା ମୂଲ୍ୟ ହ୍ରାସ ପାଇଲା, ଯାହା ନିବେଶକ ଏବଂ ସାଧାରଣ କ୍ରେତା ଉଭୟଙ୍କୁ ଆଶ୍ଚର୍ଯ୍ୟ କରିଦେଲା। କିଛି ଦିନ ପୂର୍ୱରୁ ଆକାଶଛୁଆଁ ସୁନା ଏବଂ ରୂପା, ଫେବୃଆରୀ ୧ରେ ବଜେଟ ଉପସ୍ଥାପନ ହେବା ପରେ ହ୍ରାସ ପାଇଲା। ଫ୍ୟୁଚର୍ସ ବଜାରରେ ଏହି ବିଶୃଙ୍ଖଳା ଯୋଗୁଁ ମୂଲ୍ୟ ରେକର୍ଡ […] The post ଶସ୍ତା ହୋଇଗଲା ସୁନା-ରୂପା, ବଜେଟ ପରେ ଏତେ ଖସିଗଲା ଦର ଖୁସିରେ ନାଚି ଉଠିବେ ଆପଣ! appeared first on Dharitri Odia News .
ନିର୍ମଳାଙ୍କ ବଜେଟ୍ ଉପସ୍ଥାପନ ପରେ ଅମିତ ଶାହାଙ୍କ ପ୍ରତିକ୍ରିୟା, କହିଲେ ୨୦୪୭ ସୁଦ୍ଧା ହେବ…
ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ରବିବାର ଲଗାତର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ବଜେଟ୍ ସମୟରେ ଅନେକ ବଡ଼ ଘୋଷଣା କରାଯାଇଛି। ବଜେଟ୍ ଘୋଷଣା ପରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପ୍ରତିକ୍ରିୟା ଦେଇଥିଲେ। ସେ ଟ୍ବିଟର୍୍ରେ ପୋଷ୍ଟ କରିଛନ୍ତି, ଏହି ବଜେଟ୍ ଉତ୍ପାଦନଠାରୁ ଭିତ୍ତିଭୂମି, ସ୍ବାସ୍ଥ୍ୟଠାରୁ ପର୍ଯ୍ୟଟନ ଏବଂ ଗ୍ରାମଠାରୁ ସହର ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ସେ କହିଛନ୍ତି, ଏହି ବଜେଟ୍ ଯୁବପିଢ଼ି, […] The post ନିର୍ମଳାଙ୍କ ବଜେଟ୍ ଉପସ୍ଥାପନ ପରେ ଅମିତ ଶାହାଙ୍କ ପ୍ରତିକ୍ରିୟା, କହିଲେ ୨୦୪୭ ସୁଦ୍ଧା ହେବ… appeared first on Dharitri Odia News .
ଦେଶ ଉପରେ କେତେ ଋଣ, କେଉଁଠି ଖର୍ଚ୍ଚ ହେବ ଆପଣଙ୍କ ଟଙ୍କା? ଜାଣନ୍ତୁ ଚଳିତବର୍ଷର ବଜେଟ୍ ସାଇଜ
ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଦେଶର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବର୍ଷ, ସରକାର ଅଭିବୃଦ୍ଧିର ଗତି ବଜାୟ ରଖି ଆର୍ଥିକ ଶୃଙ୍ଖଳାର ଏକ ଦୃଢ଼ ଉଦାହରଣ ସ୍ଥାପନ କରିଛନ୍ତି। ଚଳିତ ବର୍ଷ ବଜେଟ ର ମୋଟ ଆକାର ୫୩.୫ ଲକ୍ଷ କୋଟି ରଖାଯାଇଛି, ଯାହା ପୂର୍ୱ ଆର୍ଥିକ ବର୍ଷର ୫୦.୬୫ ଲକ୍ଷ କୋଟି ତୁଳନାରେ ସାମାନ୍ୟ ଅଧିକ। ଆର୍ଥିକ ନିଅଣ୍ଟ ଉପରେ ସରକାରଙ୍କ ‘ମାଷ୍ଟରଷ୍ଟ୍ରୋକ’ ବଜେଟ ଭାଷଣରେ, […] The post ଦେଶ ଉପରେ କେତେ ଋଣ, କେଉଁଠି ଖର୍ଚ୍ଚ ହେବ ଆପଣଙ୍କ ଟଙ୍କା? ଜାଣନ୍ତୁ ଚଳିତବର୍ଷର ବଜେଟ୍ ସାଇଜ appeared first on Dharitri Odia News .
ନୂଆଦିଲ୍ଲୀ,୧।୨: ଶଶି ଥରୁର, ବଜେଟ 2026 ଉପରେ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଥିଲେ ଯେ ବହୁତ କମ ବିବରଣୀ ଉପଲବ୍ଧ ଥିଲା। ସେ କହିଥିଲେ ଯେ ୩-୪ଟି ମୁଖ୍ୟ ଖବର ଥିଲା, କିନ୍ତୁ ଆମେ ଅପେକ୍ଷା କରିଥିଲୁ, ଯେତେବେଳେ AIIMS ଆୟୁର୍ବେଦ ଘୋଷଣା କରାଯାଇଥିଲା, ସେତେବେଳେ ଏହା କେଉଁଠାରେ ଅବସ୍ଥିତ ହେବ ତାହା କୁହାଯାଇ ନଥିଲା। କେରଳ ହେଉଛି ଆୟୁର୍ବେଦର ଏକ ଲମ୍ବା ପରମ୍ପରା ଥିବା ଦେଶ, କିନ୍ତୁ ଅର୍ଥମନ୍ତ୍ରୀ କେରଳର ନାମ ନେଇ ନଥିଲେ। କେରଳର […] The post ‘କେରଳକୁ ନେଇ କିଛି କହିଲେ ନାହିଁ ଅର୍ଥମନ୍ତ୍ରୀ’, କାହିଁକି ନିର୍ମଳାଙ୍କୁ ଏମିତି କହିଲେ ଶଶି ଥରୁର? ଜାଣନ୍ତୁ ଏହାର କାରଣ appeared first on Dharitri Odia News .
ଦୁର୍ଘଟଣା ହୋଇଛି ପାଣି ଦିଅ କହି ଘରେ ପଶିଲେ, ବନ୍ଧୁକ ଭୁଜାଲି ବେକରେ ଲଗାଇ ଲୁଟିନେଲେ ସର୍ବସ୍ବ
ପାଟଣା,୧ା୨(ବୀର କିଶୋର ଦାଶ): ଦୁର୍ଘଟଣା ହୋଇଛି ପାଣି ଦିଅ କହି ପ୍ରଥମେ ଘରର ରୋଷେୟାକୁ ମାଡ଼ ମାରିବା ସହ ବାନ୍ଧି ପକାଇବା ପରେ ଉପର ମହଲାକୁ ଯାଇ ବନ୍ଧୁକ ଓ ଛୁରି ଦେଖାଇ ଗଡ୍ରେଜ୍ରୁ ଶନିବାର ରାତିରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରି ଗ୍ରାମର ଡାକ୍ତର ସଞ୍ଜୀବ ଘଣାଙ୍କ ଘରେ। ୫ଜଣ ସଶସ୍ତ୍ର ଦୁର୍ବୃତ୍ତଙ୍କ ମଧ୍ୟରୁ ୪ଜଣ ମୁଖା ପିନ୍ଧିଥିବା […] The post ଦୁର୍ଘଟଣା ହୋଇଛି ପାଣି ଦିଅ କହି ଘରେ ପଶିଲେ, ବନ୍ଧୁକ ଭୁଜାଲି ବେକରେ ଲଗାଇ ଲୁଟିନେଲେ ସର୍ବସ୍ବ appeared first on Dharitri Odia News .
ମହିଳାଙ୍କ ପାଇଁ ପେଡ଼ି ଖୋଲିଦେଲେ ନିର୍ମଳା, ଗର୍ଲସ ହଷ୍ଟେଲଠାରୁ ଲକ୍ଷପତି ଦିଦି ସମସ୍ତେ ହେବେ ଖୁସି
ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ସଂସଦରେ 2026-27 ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ସବୁଥର ପରି, ଅର୍ଥମନ୍ତ୍ରୀଙ୍କ ବଜେଟରେ ମହିଳାମାନଙ୍କ ପାଇଁ କିଛି ସ୍ବତନ୍ତ୍ର ଉପହାର ଅନ୍ତର୍ଭୁକ୍ତ ହୋଇଛି। ତେବେ, ଆସନ୍ତୁ ଜାଣିବା ଏହି ବଜେଟରେ ମହିଳାମାନଙ୍କ ପାଇଁ କ’ଣ ବିଶେଷ ଥିଲା? ଲକ୍ଷପତି ଦିଦି ଯୋଜନା କେନ୍ଦ୍ର ସରକାର ମଧ୍ୟ ଲକ୍ଷପତି ଦିଦି ଯୋଜନା ଜାରି ରଖିବା ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୫ ଲକ୍ଷ […] The post ମହିଳାଙ୍କ ପାଇଁ ପେଡ଼ି ଖୋଲିଦେଲେ ନିର୍ମଳା, ଗର୍ଲସ ହଷ୍ଟେଲଠାରୁ ଲକ୍ଷପତି ଦିଦି ସମସ୍ତେ ହେବେ ଖୁସି appeared first on Dharitri Odia News .
ପ୍ରତିରକ୍ଷା ବଜେଟ୍ରେ ରେକର୍ଡ ବୃଦ୍ଧି: ସେନା ଯେତିକି ମାଗିଥିଲା, ତାଠାରୁ ଅଧିକ ଦେଲେ ସରକାର
ନୂଆଦିଲ୍ଲୀ,୧।୨: ପ୍ରତିରକ୍ଷା କ୍ଷେତ୍ର ପାଇଁ ଏକ ବଡ଼ ଧରଣର ବ୍ୟୟବରାଦ ଘୋଷଣା କରିଛନ୍ତି ସରକାର। ‘ଅପରେସନ ସିନ୍ଦୂର’ ପରେ ସୀମାରେ ବଢ଼ୁଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ବଜେଟ ବୃଦ୍ଧି କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୭.୮୫ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ଗତ ଆର୍ଥିକ ବର୍ଷର ୬.୮୧ ଲକ୍ଷ କୋଟି ଟଙ୍କା ତୁଳନାରେ ଏକ ବଡ଼ ବୃଦ୍ଧି। ଯାହା ଦେଶର ମୋଟ ଜିଡିପି (GDP)ର […] The post ପ୍ରତିରକ୍ଷା ବଜେଟ୍ରେ ରେକର୍ଡ ବୃଦ୍ଧି: ସେନା ଯେତିକି ମାଗିଥିଲା, ତାଠାରୁ ଅଧିକ ଦେଲେ ସରକାର appeared first on Dharitri Odia News .
Budget 2026: ଲଗାତାର ୯ମ ଥର ବଜେଟ୍ ଆଗତ କରି ରେକର୍ଡ କଲେ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରି ଏକ ନୂତନ ଇତିହାସ ରଚିଛନ୍ତି। ସେ ଭାରତର ପ୍ରଥମ ଅର୍ଥମନ୍ତ୍ରୀ ଭାବେ ଲଗାତାର ୯ମ ଥର ପାଇଁ କେନ୍ଦ୍ରୀୟ ବଜେଟ୍ ଆଗତ କରିଛନ୍ତି। ଚଳିତ ବର୍ଷ ତାଙ୍କର ଅଭିଭାଷଣ ୧ ଘଣ୍ଟା ୨୫ ମିନିଟ୍ (୮୫ ମିନିଟ୍) ଧରି ଚାଲିଥିଲା। ଏହାସହ ସେ ଭାରତୀୟ ଇତିହାସରେ ପ୍ରଥମ ଅର୍ଥମନ୍ତ୍ରୀ ଭାବେ ଲଗାତାର ୯ ଥର ବଜେଟ୍ ଉପସ୍ଥାପନ କରି ନିଜର […] The post Budget 2026: ଲଗାତାର ୯ମ ଥର ବଜେଟ୍ ଆଗତ କରି ରେକର୍ଡ କଲେ ନିର୍ମଳା ସୀତାରମଣ appeared first on Dharitri Odia News .
Budget 2026: ଭାରତ ହେବ ଚିପ୍ ମାନୁଫାକ୍ଚରିଂ ହବ୍; ୪୦,୦୦୦ କୋଟିର ବ୍ୟୟବରାଦ
ନୂଆଦିଲ୍ଲୀ,୧।୨: ଭାରତ ହେବ ଚିପ୍ ମାନୁଫାକ୍ଚରିଂ ହବ୍। ସେମିକଣ୍ଡକ୍ଟର କ୍ଷେତ୍ରରେ ପାଲଟିବା ବିଶ୍ୱସ୍ତରୀୟ ଶକ୍ତି। ଭାରତର ବୈଷୟିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବଜେଟରେ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ (ISM) ୨.୦ ର ଶୁଭାରମ୍ଭ ଘୋଷଣା ହୋଇଛି। ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ୪୦,୦୦୦ କୋଟି ଟଙ୍କାର ବୃହତ୍ ବ୍ୟୟବରାଦ ଘୋଷଣା କରିଛନ୍ତି। ISM ୧.୦ ର ସଫଳତା ପରେ, ଦ୍ୱିତୀୟ ପର୍ଯ୍ୟାୟରେ ସେମିକଣ୍ଡକ୍ଟର ନିର୍ମାଣ ପାଇଁ ଆବଶ୍ୟକ ଯନ୍ତ୍ରପାତି ଓ କଞ୍ଚାମାଲ ଭାରତରେ ହିଁ […] The post Budget 2026: ଭାରତ ହେବ ଚିପ୍ ମାନୁଫାକ୍ଚରିଂ ହବ୍; ୪୦,୦୦୦ କୋଟିର ବ୍ୟୟବରାଦ appeared first on Dharitri Odia News .
ନୂଆଦିଲ୍ଲୀ,୧।୨: ସଂସଦୀୟ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତି ସର୍ବଦା ପ୍ରଭାବଶାଳୀ, କିନ୍ତୁ ବଜେଟ ଦିବସରେ ତାଙ୍କର ଗମ୍ଭୀରତା ଏକ ଭିନ୍ନ ସ୍ତରକୁ ପହଞ୍ଚେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ସଂସଦ ଭିତରେ ତାଙ୍କର ବଜେଟ ଭାଷଣ ପଢୁଥିବା ସମୟରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ କେନ୍ଦ୍ରିତ ଧ୍ୟାନ ପ୍ରକାଶ କରେ ଯେ ସେ ପ୍ରତ୍ୟେକ ଅଙ୍କ ଏବଂ ପ୍ରତ୍ୟେକ ଯୋଜନାକୁ କେତେ ଗଭୀର ଭାବରେ ଗ୍ରହଣ କରନ୍ତି। ୨୦୧୪ରେ କ୍ଷମତା ଗ୍ରହଣ କରିବା ପରଠାରୁ, ପ୍ରଧାନମନ୍ତ୍ରୀ ମୋଦି ବଜେଟକୁ କେବଳ […] The post ଏକାଗ୍ର ମନ, ତୀକ୍ଷ୍ଣ ଦୃଷ୍ଟି: ବଜେଟ ଭାଷଣ ସମୟରେ ଏମିତି ଟେବୁଲ ବାଡେଇଲେ ମୋଦି, ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News .
ବଜେଟ୍କୁ ନେଇ ଏହି ବଡ଼ କଥା କହିଦେଲେ ପ୍ରିୟଙ୍କା ଗାନ୍ଧୀ, ମୋର କୌଣସି…
ନୂଆଦିଲ୍ଲୀ,୧ା୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଆଜି ଅର୍ଥାତ୍ ଫେବୃଆରୀ ୧ରେ ପାର୍ଲାମେଣ୍ଟରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ତାଙ୍କର ଲଗାତର ୯ମ ବଜେଟ୍। ତେବେ ଏହି ବଜେଟ୍କୁ ନେଇ ରାଜନୈତିକ ମହଲରୁ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସ ଏମ୍ପି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏକ ଆଶ୍ଚର୍ଯ୍ୟକର ବୟାନ ଦେଇଛନ୍ତି। ପ୍ରିୟଙ୍କା କହିଛନ୍ତି, ତାଙ୍କର ଏହି ବଜେଟ୍ଠାରୁ କୌଣସି ଅଧିକ ଆଶା ନାହିଁ। ସେହିପରି କଂଗ୍ରେସ ଏମ୍ପି ଶଶି […] The post ବଜେଟ୍କୁ ନେଇ ଏହି ବଡ଼ କଥା କହିଦେଲେ ପ୍ରିୟଙ୍କା ଗାନ୍ଧୀ, ମୋର କୌଣସି… appeared first on Dharitri Odia News .
ରୋହିତ ସେଟ୍ଟୀଙ୍କ ଘର ବାହାରେ ଫାୟାରିଂ, ପହଞ୍ଚିଲା ମୁମ୍ବାଇ ପୋଲିସ
ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଶନିବାର ବିଳମ୍ବିତ ରାତିରେ ତାଙ୍କ ଘର ବାହାରେ ପ୍ରାୟ ୩ରୁ ୪ ରାଉଣ୍ଡ ଫାୟାରିଂ କରାଯାଇଛି। ଘଟଣା ପରଠାରୁ ରୋହିତଙ୍କ ପରିବାର ସମେତ ପ୍ରଶଂସକମାନେ ଚିନ୍ତାରେ ରହିଛନ୍ତି। ତେବେ କିଏ ଏବଂ କେଉଁ କାରଣରୁ ଏଭଳି କାଣ୍ଡ ଭିଆଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। #WATCH | Mumbai, Maharashtra | Police and forensic teams reach […] The post ରୋହିତ ସେଟ୍ଟୀଙ୍କ ଘର ବାହାରେ ଫାୟାରିଂ, ପହଞ୍ଚିଲା ମୁମ୍ବାଇ ପୋଲିସ appeared first on Dharitri Odia News .
Budget 2026: ଶସ୍ତା ହେଲା ଜୋତା ମହଙ୍ଗା ହେଲା ମଦ, ଜାଣନ୍ତୁ ଏଥର ବଜେଟରେ କ’ଣ ହେଲା ଶସ୍ତା
ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ କ୍ରମାଗତ ନବମ ବଜେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ସାଧାରଣ ଜନତାଙ୍କ ପାଇଁ ସବୁଠାରୁ ବଡ଼ ଏବଂ ଆଶ୍ୱସ୍ତିକର ଖବର ହେଉଛି ଯେ ଚମଡା ଜୋତା ଏବଂ କପଡ଼ା ରପ୍ତାନି ଶସ୍ତା ହୋଇଛି। ମାଇକ୍ରୋୱେଭ, ସୌରଶକ୍ତି ସମ୍ବନ୍ଧୀୟ ଉତ୍ପାଦ ଏବଂ କର୍କଟ ଔଷଧ ମଧ୍ୟ ଶସ୍ତା ହୋଇଛି। ଏହା ଉଲ୍ଲେଖନୀୟ ଯେ 2026-27 ଆର୍ଥିକ ବର୍ଷ ପାଇଁ ଏହି ବଜେଟ ୨୦୪୭ ପାଇଁ ଏକ ବିକଶିତ ଭାରତ […] The post Budget 2026: ଶସ୍ତା ହେଲା ଜୋତା ମହଙ୍ଗା ହେଲା ମଦ, ଜାଣନ୍ତୁ ଏଥର ବଜେଟରେ କ’ଣ ହେଲା ଶସ୍ତା appeared first on Dharitri Odia News .
ବଜେଟ୍ ଝଟ୍କା: ଶେୟାର ବଜାରରେ ଭୟର ବାତାବରଣ, ସେନସେକ୍ସ ୧୫୦୦ ପଏଣ୍ଟ ଖସିଲା
ନୂଆଦିଲ୍ଲୀ,୧।୨: ଭାରତୀୟ ଶେୟାର ବଜାରକୁ ଲାଗିଛି ବଜେଟ୍ ଝଟ୍କା। ପ୍ରାରମ୍ଭିକ କାରବାରରେ ବଜାର ଲାଭରେ ଥିଲେ ହେଁ, ଅର୍ଥମନ୍ତ୍ରୀଙ୍କ ଭାଷଣ ପରେ ବଜାର ତଳମୁହଁ ହୋଇଥିଲା। ନିବେଶକମାନେ ବହୁମାତ୍ରାରେ ଶେୟାର ବିକ୍ରି କରିବା ଫଳରେ ସେନସେକ୍ସ ପ୍ରାୟ ୧,୫୦୦ ପଏଣ୍ଟ ଏବଂ ନିଫ୍ଟି ୨୪,୮୫୦ ପଏଣ୍ଟ ତଳକୁ ଖସି ଆସିଛି। ଏହା ବଜାରରେ ଏକ ଭୟର ବାତାବରଣ ସୃଷ୍ଟି କରିଛି। ବଜାର ହ୍ରାସର ୪ଟି ମୁଖ୍ୟ କାରଣ: STT ବୃଦ୍ଧି: ଅର୍ଥମନ୍ତ୍ରୀ ଫ୍ୟୁଚର୍ସ ଉପରେ ସିକ୍ୟୁରିଟିଜ୍ ଟ୍ରାଞ୍ଜାକ୍ସନ […] The post ବଜେଟ୍ ଝଟ୍କା: ଶେୟାର ବଜାରରେ ଭୟର ବାତାବରଣ, ସେନସେକ୍ସ ୧୫୦୦ ପଏଣ୍ଟ ଖସିଲା appeared first on Dharitri Odia News .
ଏଣିକି ଟ୍ୟାକ୍ସ ଫାଙ୍କିଲେ କି ନ ଦେଲେ ହେବନି ଜେଲ୍…ସରକାରଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ,୧।୨: ଯଦି ଆପଣ ମଧ୍ୟ କଠୋର ଆୟକର ନିୟମ ଏବଂ ଯାଞ୍ଚ ପ୍ରକ୍ରିୟାକୁ ଭୟ କରୁଥିଲେ, ତେବେ 2026-27 ଆର୍ଥିକ ବର୍ଷର ବଜେଟ ଏକ ବଡ଼ ଆଶ୍ୱସ୍ତି ଆଣିଥାଏ। ସଂସଦରେ ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ସ୍ପଷ୍ଟ କରିଛନ୍ତି ଯେ ସରକାର ଏବେ କରଦାତାଙ୍କ ଉପରେ ବିଶ୍ୱାସ କରିବାର ନୀତି ଅନୁସରଣ କରୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହେଉଛି ଯେ ଆୟକର ଲୁଚାଇବା ଦ୍ୱାରା ଆଉ ଜେଲ ଦଣ୍ଡ ଭୋଗିବାକୁ ପଡିବ ନାହିଁ। ଏହା […] The post ଏଣିକି ଟ୍ୟାକ୍ସ ଫାଙ୍କିଲେ କି ନ ଦେଲେ ହେବନି ଜେଲ୍…ସରକାରଙ୍କ ବଡ଼ ଘୋଷଣା appeared first on Dharitri Odia News .
Union Budget 2026-27: ଆୟକର ଦାତାଙ୍କ ପାଇଁ ଖୁସି ଖବର
ନୂଆଦିଲ୍ଲୀ,୨।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ରବିବାର ସଂସଦରେ ତାଙ୍କର ନବମ ବଜେଟ ଉପସ୍ଥାପନ କରିଛନ୍ତି। ଆର୍ଥିକ ବର୍ଷ 2026-27 ପାଇଁ ବଜେଟ ଦେଶର ସଂସଦୀୟ ଇତିହାସରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛି, କାରଣ ଅର୍ଥମନ୍ତ୍ରୀ ରବିବାର ନବମ ଥର ପାଇଁ ତାଙ୍କର ବଜେଟ ଭାଷଣ ଦେଇଥିଲେ। ଶିକ୍ଷା, ନିଯୁକ୍ତି, ଭିତ୍ତିଭୂମି ବିକାଶ, ରେଳବାଇ କରିଡର ଏବଂ ବିଦେଶରେ ସୁଲଭ ଶିକ୍ଷା ସମ୍ପର୍କରେ ଅନେକ ବଡ଼ ଘୋଷଣା କରାଯାଇଥିଲା। ଅର୍ଥମନ୍ତ୍ରୀ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ […] The post Union Budget 2026-27: ଆୟକର ଦାତାଙ୍କ ପାଇଁ ଖୁସି ଖବର appeared first on Dharitri Odia News .
Budget 2026: ୧୭.୨ ଲକ୍ଷ କୋଟି ଋଣ କରିବେ ସରକାର, ବିତିୟ ନିଅଣ୍ଟ ୪.୩% ରଖିବାକୁ ଲକ୍ଷ୍ୟ
ନୂଆଦିଲ୍ଲୀ,୧।୨: ରବିବାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସରକାର ଆଗାମୀ ଆର୍ଥିକ ବର୍ଷ ପାଇଁ ରାଜକୋଷୀୟ ନିଅଣ୍ଟକୁ ଜିଡିପି (GDP)ର ୪.୩ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହା ଗତ ବର୍ଷର ସଂଶୋଧିତ ଆକଳନ ୪.୪ ପ୍ରତିଶତ ତୁଳନାରେ ସାମାନ୍ୟ କମ୍, ଯାହା ସରକାରଙ୍କ ଆର୍ଥିକ ଶୃଙ୍ଖଳା ରକ୍ଷା କରିବା ଦିଗରେ ଏକ ସକାରାତ୍ମକ ପଦକ୍ଷେପ। ତଥାପି ସରକାର ନିଜର ଖର୍ଚ୍ଚ ଓ ନିଅଣ୍ଟକୁ […] The post Budget 2026: ୧୭.୨ ଲକ୍ଷ କୋଟି ଋଣ କରିବେ ସରକାର, ବିତିୟ ନିଅଣ୍ଟ ୪.୩% ରଖିବାକୁ ଲକ୍ଷ୍ୟ appeared first on Dharitri Odia News .
ଫେବୃଆରୀ ୬ରୁ ରାମଚଣ୍ଡୀ ମହୋତ୍ସବ: ଦର୍ଶକଙ୍କ ମନମୋହିବ…
ଗଞ୍ଜାମ,୧।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ନୀଳାଦ୍ରିପୁରସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀଙ୍କ ଶକ୍ତିପୀଠରେ ଫେବୃଆରୀ ୬, ୭ ଓ ୮ ତାରିଖ ୩ଦିନ ଧରି ”ମାଁ ରାମଚଣ୍ଡିମହୋତ୍ସବ-.୨୦୨୬“ ଅନୁଷ୍ଠିତ ହେବ। ମା’ଙ୍କ ନୂତନ ମନ୍ଦିର ପ୍ରତିଷ୍ଠାର ତୃତୀୟ ବାର୍ଷିକ ଉତ୍ସବ ଉପଲକ୍ଷେ ଏହି ତିନିଦିନିଆ ମହୋତ୍ସବ ପ୍ରତିବର୍ଷ ଅନୁଷ୍ଠିତ ହେଉଛି। ପ୍ରତି ବର୍ଷ ଭଳି, ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହେବ । ମା’ ରାମଚଣ୍ଡି ମନ୍ଦିର ପରିବାର ପକ୍ଷରୁ ଅନୁଷ୍ଠିତ ଏହି ମହୋତ୍ସବରେ […] The post ଫେବୃଆରୀ ୬ରୁ ରାମଚଣ୍ଡୀ ମହୋତ୍ସବ: ଦର୍ଶକଙ୍କ ମନମୋହିବ… appeared first on Dharitri Odia News .
Budget 2026: ଏସବୁ ଚାଷକୁ ପ୍ରୋତ୍ସାହନ ଘୋଷଣା; ଭାରତୀୟ ବ୍ରାଣ୍ଡକୁ ବିଶ୍ୱସ୍ତରୀୟ କରିବା ଯୋଜନା
ନୂଆଦିଲ୍ଲୀ,୧।୨: ବଜେଟ୍ ୨୦୨୬ରେ ଚାଷୀମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଉଚ୍ଚ ମୂଲ୍ୟର କୃଷିଜାତ ଦ୍ରବ୍ୟ ଯଥା କାଜୁ, କୋକୋ ଏବଂ ଚନ୍ଦନ ଚାଷ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇଛନ୍ତି। ୨୦୩୦ ସୁଦ୍ଧା ଭାରତୀୟ କାଜୁ ଓ କୋକୋକୁ ବିଶ୍ୱର ଏକ ପ୍ରିମିୟମ୍ ବ୍ରାଣ୍ଡ୍ ଭାବେ ଗଢ଼ିତୋଳିବା ଲକ୍ଷ୍ୟ ରଖାଯାଇଛି। ଏଥିସହିତ କଞ୍ଚାମାଲ ଉତ୍ପାଦନରେ ଦେଶକୁ ଆତ୍ମନିର୍ଭର କରିବା ପାଇଁ ସରକାର ଏକ ସମର୍ପିତ କାର୍ଯ୍ୟକ୍ରମ ଆରମ୍ଭ କରିବେ। ଚନ୍ଦନ ଚାଷର ପୁନରୁଦ୍ଧାର: […] The post Budget 2026: ଏସବୁ ଚାଷକୁ ପ୍ରୋତ୍ସାହନ ଘୋଷଣା; ଭାରତୀୟ ବ୍ରାଣ୍ଡକୁ ବିଶ୍ୱସ୍ତରୀୟ କରିବା ଯୋଜନା appeared first on Dharitri Odia News .
ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ଦେଶରେ ହେବ ଆଉ ୩ ନୂଆ AIIMS
ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଆଜି ତାଙ୍କର ଲଗାତର ନବମ ବଜେଟ୍ ଉପସ୍ଥାପନ କରୁଛନ୍ତି। ଏହି ବଜେଟ୍ରେ ଆତ୍ମନିର୍ଭରଶୀଳ ଭାରତ ପାଇଁ ୨୦୦୦ କୋଟିର ଘୋଷଣା ରହିଛି। ଏହା ସହିତ ୫୦୦୦୦୦ରୁ ଅଧିକ ଜନସଂଖ୍ୟା ଥିବା ସହରଗୁଡ଼ିକୁ ବିକଶିତ କରିବାର ଯୋଜନା ଘୋଷଣା କରାଯାଇଛି। ବଜେଟ୍ରେ ଜୈବ ଔଷଧ ଉପରେ ଧ୍ୟାନ ଦିଆଯାଇଛି। ଏଥିପାଇଁ ସରକାର ୧୦୦୦୦ କୋଟି ବ୍ୟୟବରାଦ କରିଛନ୍ତି। ଆଜି ଅର୍ଥମନ୍ତ୍ରୀ ଦେଶରେ ୩ଟି ନୂଆ ଏମ୍ସ ପାଇଁ ଘୋଷଣା କରିଛନ୍ତି। ପୂର୍ବ […] The post ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ଦେଶରେ ହେବ ଆଉ ୩ ନୂଆ AIIMS appeared first on Dharitri Odia News .
Budget 2026: ପ୍ରତି ଜିଲାରେ ଖୋଲିବ ଛାତ୍ରୀନିବାସ; ମେଧାବୀ ଛାତ୍ରୀଙ୍କ ପାଇଁ ବଡ ଘୋଷଣା
ନୂଆଦିଲ୍ଲୀ,୧।୨: ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ରୀମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରିଛନ୍ତି। ବିଶେଷ କରି STEM (ବିଜ୍ଞାନ, ବୈଷୟିକ ଜ୍ଞାନକୌଶଳ, ଇଞ୍ଜିନିୟରିଂ ଏବଂ ଗଣିତ) ବିଭାଗରେ ଅଧ୍ୟୟନ କରୁଥିବା ଛାତ୍ରୀମାନଙ୍କ ରହଣି ସମସ୍ୟା ଦୂର କରିବା ପାଇଁ ଦେଶର ପ୍ରତ୍ୟେକ ଜିଲାରେ ଗୋଟିଏ ଲେଖାଏଁ କନ୍ୟା ଛାତ୍ରୀନିବାସ ପ୍ରତିଷ୍ଠା କରାଯିବ। STEM ଶିକ୍ଷା ପାଇଁ ଦୀର୍ଘ ସମୟର ପାଠପଢ଼ା ଏବଂ ଲାବୋରେଟୋରୀ କାମର ଆବଶ୍ୟକତା ଥାଏ, ଯାହା ଛାତ୍ରୀମାନଙ୍କ […] The post Budget 2026: ପ୍ରତି ଜିଲାରେ ଖୋଲିବ ଛାତ୍ରୀନିବାସ; ମେଧାବୀ ଛାତ୍ରୀଙ୍କ ପାଇଁ ବଡ ଘୋଷଣା appeared first on Dharitri Odia News .
୭୨ ବର୍ଷୀୟ ବୃଦ୍ଧଙ୍କ ନାଁରେ ଅସଦାଚରଣ ଅଭିଯୋଗ: କୋର୍ଟ ଚାଲାଣ ପରେ ଥାନା ଘେରିଲେ ଗ୍ରାମବାସୀ
ତିହିଡ଼ି,୧।୨(ସଞ୍ଜିତ ବଳ): ତିହିଡି଼ ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ଶତାଧିକ ଅଧିବାସୀ ରବିବାର ପୂର୍ବାହ୍ନରେ ଥାନା ଘେରାଉ କରିଛନ୍ତି l ଗ୍ରାମର ଜଣେ ବୃଦ୍ଧଙ୍କୁ ମିଥ୍ୟା ଅଭିଯୋଗରେ ପୋଲିସର ଗିରଫଦାରୀ ପ୍ରତିବାଦରେ ଗ୍ରାମବାସୀ ଏହି ପଦକ୍ଷେପ ନେଇଥିବା ଜଣାଯାଇଛି। ପ୍ରକାଶ ଯେ ଆରସା ଗ୍ରାମର ଜଣେ ବୃଦ୍ଧ ସେହି ଗ୍ରାମର ଜଣେ ନାବାଳିକାଙ୍କୁ ଗତ ମାସ ୨୩ତାରିଖରେ ଅସଦାଚରଣ କରିଥିବା ନେଇ ନାବାଳିକାଙ୍କ ମା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ […] The post ୭୨ ବର୍ଷୀୟ ବୃଦ୍ଧଙ୍କ ନାଁରେ ଅସଦାଚରଣ ଅଭିଯୋଗ: କୋର୍ଟ ଚାଲାଣ ପରେ ଥାନା ଘେରିଲେ ଗ୍ରାମବାସୀ appeared first on Dharitri Odia News .
Budget 2026: ୭ଟି ହାଇ-ସ୍ପିଡ୍ ରେଳ କରିଡର ଘୋଷଣା, ଉପକୃତ ହେବେ ଓଡିଶା ସମେତ ଏସବୁ ରାଜ୍ୟ
ନୂଆଦିଲ୍ଲୀ,୧।୨: ଭାରତର ପ୍ରମୁଖ ଆର୍ଥିକ ଓ ବାଣିଜ୍ୟିକ ସହରଗୁଡ଼ିକୁ ଯୋଡିବା ପାଇଁ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏସଓ ସହରକୁ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ରେ ୭ଟି ନୂତନ ହାଇସ୍ପିଡ୍ ରେଳ କରିଡରର ପ୍ରସ୍ତାବ ରଖିଛନ୍ତି। ପରିବେଶ ଅନୁକୂଳ ଏବଂ ଦ୍ରୁତ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏହି କରିଡରଗୁଡ଼ିକୁ ‘ଗ୍ରୋଥ୍ କନେକ୍ଟର’ ଭାବେ ବିକଶିତ କରାଯିବ। ନୂତନ ଭାବେ ଘୋଷଣା ହୋଇଥିବା ୭ଟି ରୁଟ୍: ୧. ମୁମ୍ବାଇ […] The post Budget 2026: ୭ଟି ହାଇ-ସ୍ପିଡ୍ ରେଳ କରିଡର ଘୋଷଣା, ଉପକୃତ ହେବେ ଓଡିଶା ସମେତ ଏସବୁ ରାଜ୍ୟ appeared first on Dharitri Odia News .
Budget 2026: ବଜେଟରେ ବଡ଼ ଘୋଷଣା କଲେ ନିର୍ମଳା ସୀତାରାମନ୍, କ୍ୟାନସର-ଡାଇବେଟିସ ରୋଗୀଙ୍କ ପାଇଁ ଖୁସି ଖବର
ନୂଆଦିଲ୍ଲୀ,୧।୨: ସଂସଦ ଆରମ୍ଭ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଲୋକ ସଭାରେ ବଜେଟ ଉପସ୍ଥାପନ କରୁଛନ୍ତି। ଏହା ତାଙ୍କର ଲଗାତାର ନବମ ବଜେଟ। ବଜେଟର ଏକ କପି ମଧ୍ୟ ସଂସଦ ଭବନରେ ପହଞ୍ଚିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ତାଙ୍କ ବଜେଟ ଭାଷଣରେ ଅନେକ ପ୍ରମୁଖ ଘୋଷଣା କରିଛନ୍ତି। ସେ ଜାତୀୟ ହସ୍ତତନ୍ତ ନୀତି ମାଧ୍ୟମରେ କାରିଗରମାନଙ୍କ ପାଇଁ ପ୍ରୋତ୍ସାହନ ଏବଂ ସମର୍ଥନ ଘୋଷଣା କରିଛନ୍ତି। ସେ ଶିକ୍ଷାନୁଷ୍ଠାନଗୁଡ଼ିକରୁ ବୈଷୟିକ ସହାୟତାର ସମ୍ଭାବନା ଉଲ୍ଲେଖ କରିଛନ୍ତି। ସେ ଏକ […] The post Budget 2026: ବଜେଟରେ ବଡ଼ ଘୋଷଣା କଲେ ନିର୍ମଳା ସୀତାରାମନ୍, କ୍ୟାନସର-ଡାଇବେଟିସ ରୋଗୀଙ୍କ ପାଇଁ ଖୁସି ଖବର appeared first on Dharitri Odia News .
Budget 2026: ବଡ ଘୋଷଣା କରିଦେଲେ ଅର୍ଥମନ୍ତ୍ରୀ, ଓଡ଼ିଶାରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ
ନୂଆଦିଲ୍ଲୀ,୧।୨: ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦେଶର ଖଣିଜ ସମ୍ପଦର ସଦୁପଯୋଗ ଏବଂ ଆମଦାନୀ ଉପରେ ନିର୍ଭରଶୀଳତା କମାଇବା ପାଇଁ ଓଡ଼ିଶା, କେରଳ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ସ୍ୱତନ୍ତ୍ର ‘ରେୟାର ଆର୍ଥ କରିଡର’ ପ୍ରତିଷ୍ଠା କରାଯିବ। ୨୦୨୫ ନଭେମ୍ବରରେ ଆରମ୍ଭ ହୋଇଥିବା ‘ରେୟାର ଆର୍ଥ ପରମାନେଣ୍ଟ ମ୍ୟାଗ୍ନେଟ୍’ ଯୋଜନାକୁ ଏହି ନୂତନ ପଦକ୍ଷେପ ଆହୁରି ସୁଦୃଢ଼ କରିବ। ଓଡ଼ିଶା ସମେତ ଏହି ୪ ରାଜ୍ୟ […] The post Budget 2026: ବଡ ଘୋଷଣା କରିଦେଲେ ଅର୍ଥମନ୍ତ୍ରୀ, ଓଡ଼ିଶାରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ appeared first on Dharitri Odia News .
ଯେବେ ପାକିସ୍ତାନ ପିଏମ ଆଗତ କରିଥିଲେ ଭାରତର ବଜେଟ, ଦେଶରେ ପଡିଥିଲା ଚହଳ!
ନୂଆଦିଲ୍ଲୀ,୧।୨: ଭାରତୀୟ ଇତିହାସର ଏକ ଆକର୍ଷଣୀୟ ଘଟଣା ଯାହା ପ୍ରଥମ ଥର ପାଇଁ ଶୁଣିଲେ ଯେକୌଣସି ବ୍ୟକ୍ତିଙ୍କୁ ଆଶ୍ଚର୍ଯ୍ୟ କରିପାରେ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାରତର ବଜେଟ ଉପସ୍ଥାପନ କରିଥିଲେ! ଆଶ୍ଚଯ୍ୟ ଲାଗୁଥିଲେ ବି ଏହା ସତ। ତାରିଖ ଥିଲା ୨ ଫେବୃଆରୀ ୧୯୪୬। ସେହି ଦିନ, ଦିଲ୍ଲୀର ଲୁଟିୟନ୍ସ ଜୋନ ସ୍ଥିତ ସଂସଦ ଭବନରେ, ଏକ ବଜେଟ ଉପସ୍ଥାପନ କରାଯାଇଥିଲା ଯାହା କେବଳ ଦେଶର ଅର୍ଥନୀତିକୁ ନୁହେଁ ବରଂ ଏହାର ରାଜନୈତିକ ଗତିପଥକୁ ମଧ୍ୟ ପରିବର୍ତ୍ତନ କରିଥିଲା। […] The post ଯେବେ ପାକିସ୍ତାନ ପିଏମ ଆଗତ କରିଥିଲେ ଭାରତର ବଜେଟ, ଦେଶରେ ପଡିଥିଲା ଚହଳ! appeared first on Dharitri Odia News .
ଗାଁ ପାଇଁ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ଉପକୃତ ହେବେ ଗ୍ରାମୀଣ ଯୁବକ
ନୂଆଦିଲ୍ଲୀ,୧ା୨: ରବିବାର ପୂର୍ବାହ୍ନରେ ପାର୍ଲାମେଣ୍ଟରେ ବଜେଟ୍ ୨୦୨୬-୨୭ ଆଗତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ବଜେଟ୍ ଉପସ୍ଥାପନ କରିଛନ୍ତି। ଲଗାତର ୯ମ ଥର ପାଇଁ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ। ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ତଥ୍ୟ ରଖିଛନ୍ତି ଅର୍ଥମନ୍ତ୍ରୀ। ଆଜିର ଏହି ବଜେଟ୍ରେ ମହାତ୍ମା ଗାନ୍ଧୀ ଗ୍ରାମ ସ୍ବରାଜ ପଦକ୍ଷେପର ପ୍ରସ୍ତାବ ଦେଉଛନ୍ତି। ଏହା ବୁଣାକାର ଏବଂ କୁଟୀର ଶିଳ୍ପକୁ ଲାଭ ଦେବ। ଗରିବ ଗ୍ରାମୀଣ ଯୁବକମାନେ ଉପକୃତ ହେବେ। ଭାରତରେ କ୍ରୀଡ଼ା […] The post ଗାଁ ପାଇଁ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ଉପକୃତ ହେବେ ଗ୍ରାମୀଣ ଯୁବକ appeared first on Dharitri Odia News .
Budget 2026: ଅର୍ଥମନ୍ତ୍ରୀଙ୍କ ‘କର୍ତ୍ତବ୍ୟ ମନ୍ତ୍ର’; ଫୋକସରେ ଗରିବ, ଅବହେଳିତ
ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। କର୍ତ୍ତବ୍ୟ ଭବନରେ ପ୍ରସ୍ତୁତ ଏହି ପ୍ରଥମ ବଜେଟରେ ସରକାର ଗରିବ, ଅସହାୟ ଏବଂ ବଞ୍ଚିତ ଶ୍ରେଣୀର ବିକାଶ ପାଇଁ ନିଜର ସଂକଳ୍ପ ଦୋହରାଇଛନ୍ତି। ଏହି ସଂକଳ୍ପକୁ ପୂରଣ କରିବା ପାଇଁ ଅର୍ଥମନ୍ତ୍ରୀ ତିନୋଟି ‘କର୍ତ୍ତବ୍ୟ’ ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରଥମ କର୍ତ୍ତବ୍ୟ (ଅର୍ଥନୈତିକ ଅଭିବୃଦ୍ଧି): ଉତ୍ପାଦନ କ୍ଷମତା ଓ ପ୍ରତିଯୋଗିତାମୂଳକ ମନୋଭାବ ବୃଦ୍ଧି କରି ଦେଶର ଅର୍ଥନୀତିକୁ ଗତିଶୀଳ କରିବା। […] The post Budget 2026: ଅର୍ଥମନ୍ତ୍ରୀଙ୍କ ‘କର୍ତ୍ତବ୍ୟ ମନ୍ତ୍ର’; ଫୋକସରେ ଗରିବ, ଅବହେଳିତ appeared first on Dharitri Odia News .
Union Budget: ବଜେଟରେ ‘ସମସ୍ତଙ୍କ ପାଇଁ ବୀମା’ ସ୍ବପ୍ନ ସାକାର ହେବ କି? ଜାଣନ୍ତୁ ସବିଶେଷ ତଥ୍ୟ
ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ରବିବାର, ଫେବୃଆରୀ ୧, ୨୦୨୬ରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ବୀମା ଶିଳ୍ପ ଏଥିପାଇଁ ବହୁତ ଆଶା ରଖିଛି। ଶିଳ୍ପ ଉଲ୍ଲେଖ କରିଛି ଯେ ସରକାର ଜୀବନ ବୀମା ଉପରେ GST ହଟାଇବା ପାଇଁ ନିଷ୍ପତ୍ତି ନେଇସାରିଛନ୍ତି, ଯାହା ଏହାକୁ ପ୍ରାୟ ୧୮ ପ୍ରତିଶତ ଶସ୍ତା ଏବଂ ଅଧିକ ସୁଲଭ କରିବ। ତଥାପି, ୨୦୪୭ ସୁଦ୍ଧା ସାର୍ବଜନୀନ ବୀମା ଲକ୍ଷ୍ୟ ହାସଲ କରିବା ପାଇଁ ଏକ […] The post Union Budget: ବଜେଟରେ ‘ସମସ୍ତଙ୍କ ପାଇଁ ବୀମା’ ସ୍ବପ୍ନ ସାକାର ହେବ କି? ଜାଣନ୍ତୁ ସବିଶେଷ ତଥ୍ୟ appeared first on Dharitri Odia News .
Union Budget 2026-27: ଲୋକ ସଭାରେ ବଜେଟ ଭାଷଣ ଦେଲେ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ସଂସଦରେ ତାଙ୍କର ନବମ ବଜେଟ ଉପସ୍ଥାପନ କରୁଛନ୍ତି। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଦେଶର ସଂସଦୀୟ ଇତିହାସରେ ଏକ ନୂତନ ରେକର୍ଡ ସ୍ଥାପନ କରିଛି। ରବିବାର ଉପସ୍ଥାପିତ ପ୍ରଥମ ସାଧାରଣ ବଜେଟରେ ଅର୍ଥମନ୍ତ୍ରୀଙ୍କ ଘୋଷଣା ଉପରେ ସମସ୍ତଙ୍କ ନଜର ରହିଛି। Dharitri – Odisha’s No.1 Odia Daily The post Union Budget 2026-27: ଲୋକ ସଭାରେ ବଜେଟ ଭାଷଣ ଦେଲେ ଅର୍ଥମନ୍ତ୍ରୀ appeared first on Dharitri Odia News .
ବାପା ହେଲେ ସୁପରଷ୍ଟାର ରାମ ଚରଣ: ଉପାସନା ଜନ୍ମ ଦେଲେ ଯମଜ ସନ୍ତାନ
ମୁମ୍ବାଇ: ଟଲିଉଡର ପାୱାର କପଲ ରାମ ଚରଣ ଏବଂ ଉପାସନା କୋନିଡେଲାଙ୍କ ଘରକୁ ଆସିଛନ୍ତି ଦୁଇ ନୂଆ ଅତିଥି। ଉପାସନା ଏକ ପୁତ୍ର ଏବଂ ଏକ କନ୍ୟା ସନ୍ତାନ (ଯମଜ)ଙ୍କୁ ଜନ୍ମ ଦେଇଛନ୍ତି। ଏହି ଖୁସି ଖବର ମେଗାଷ୍ଟାର ଚିରଞ୍ଜୀବୀ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କୁ ଜଣାଇବା ସହ ଉଭୟ ମା’ ଏବଂ ଶିଶୁ ସୁସ୍ଥ ଥିବା ସୂଚନା ଦେଇଛନ୍ତି। ଉପାସନା ୨୦୨୫ ଅକ୍ଟୋବରରେ ନିଜର ଦ୍ୱିତୀୟ ଗର୍ଭଧାରଣ ବିଷୟରେ ଜଣାଇଥିଲେ, ଯାହା ପରେ ପରିବାର ପକ୍ଷରୁ […] The post ବାପା ହେଲେ ସୁପରଷ୍ଟାର ରାମ ଚରଣ: ଉପାସନା ଜନ୍ମ ଦେଲେ ଯମଜ ସନ୍ତାନ appeared first on Dharitri Odia News .
ଟ୍ରେନରେ ଯାତ୍ରା କରୁଥିଲେ ଖୁସିଖବର, ୫୦% କମିଯିବ ଟ୍ରେନଭଡା!
ନୂଆଦିଲ୍ଲୀ,୧।୨: ଦେଶର ଲକ୍ଷ ଲକ୍ଷ ରେଳ ଯାତ୍ରୀ ଆଗାମୀ କେନ୍ଦ୍ର ବଜେଟ 2026 କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସବୁବେଳେ ପରି, ସାଧାରଣ ଲୋକ ଆଶା କରୁଛନ୍ତି ଯେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ଯାହା ସେମାନଙ୍କ ପକେଟକୁ ଆଶ୍ୱସ୍ତି ଦେବ। ଏହି ସମୟରେ, ସବୁଠାରୁ ବଡ଼ ଖବର ବରିଷ୍ଠ ନାଗରିକଙ୍କ ପାଇଁ ଆସୁଛି। ଗଣମାଧ୍ୟମ ରିପୋର୍ଟ ଏବଂ ସୂତ୍ର ଅନୁସାରେ, ଭାରତୀୟ ରେଳବାଇ କୋଭିଡ-19 ମହାମାରୀ ପୂର୍ୱରୁ ବରିଷ୍ଠ ନାଗରିକମାନଙ୍କୁ […] The post ଟ୍ରେନରେ ଯାତ୍ରା କରୁଥିଲେ ଖୁସିଖବର, ୫୦% କମିଯିବ ଟ୍ରେନଭଡା! appeared first on Dharitri Odia News .
Budget 2026: ବଜେଟ ଉପସ୍ଥାପନ ପୂର୍ବରୁ ଚର୍ଚ୍ଚାରେ ନିର୍ମଳା ସୀତାରାମନ୍ଙ୍କ ବଜେଟ ଲୁକ୍, ଏଥର କଟ୍ଟମ କାଞ୍ଚିଭରମ
ନୂଆଦିଲ୍ଲୀ,୧।୨: ପ୍ରତିବର୍ଷ ବଜେଟରେ ଦେଶର ଧ୍ୟାନ କେବଳ ଆର୍ଥିକ ତଥ୍ୟ ଉପରେ ନୁହେଁ ବରଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ଙ୍କ ପାରମ୍ପରିକ ପୋଷାକ ଉପରେ ମଧ୍ୟ କେନ୍ଦ୍ରିତ ହୁଏ। ୨୦୧୯ ରୁ ୨୦୨୬ ପର୍ଯ୍ୟନ୍ତ, ତାଙ୍କ ପୋଷାକ ବିଶ୍ୱ ସ୍ତରରେ ଭାରତୀୟ କାରିଗରଙ୍କ ଦକ୍ଷତା ଏବଂ ସାଂସ୍କୃତିକ ବିବିଧତାକୁ ସ୍ବୀକୃତି ଦେଇଛି। ତାଙ୍କ ଯାତ୍ରା କେବଳ ଫ୍ୟାଶନ ନୁହେଁ, ଭାରତୀୟ ଐତିହ୍ୟର ଏକ ଅନନ୍ୟ ପ୍ରଦର୍ଶନ ହୋଇଛି। ଆସନ୍ତୁ ଜାଣିବା ଏହି ବର୍ଷ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ଙ୍କ ବଜେଟ […] The post Budget 2026: ବଜେଟ ଉପସ୍ଥାପନ ପୂର୍ବରୁ ଚର୍ଚ୍ଚାରେ ନିର୍ମଳା ସୀତାରାମନ୍ଙ୍କ ବଜେଟ ଲୁକ୍, ଏଥର କଟ୍ଟମ କାଞ୍ଚିଭରମ appeared first on Dharitri Odia News .
୨୦୨୫ରେ ଦେଶ ଛାଡିଛନ୍ତି ୭ ଲକ୍ଷରୁ ଅଧିକ ପାକିସ୍ତାନୀ, ରିପୋର୍ଟରେ ବଡ଼ ଦାବି
ଇସଲାମାବାଦ,୧।୨: ୨୦୨୫ ମସିହାରେ ୭,୬୦,୦୦୦ ରୁ ଅଧିକ ପାକିସ୍ତାନୀ ନିଯୁକ୍ତି ଖୋଜିବାକୁ ଦେଶ ଛାଡିଥିଲେ। ଏହି ସଂଖ୍ୟା ଦେଶରେ ବଢୁଥିବା ଆର୍ଥିକ ଚାପ ଏବଂ ନିଯୁକ୍ତି ସୁଯୋଗର ଅଭାବକୁ ଦର୍ଶାଉଛି। ପାକିସ୍ତାନ ଅର୍ଥ ମନ୍ତ୍ରଣାଳୟର ମାସିକ ଅର୍ଥନୈତିକ ଅପଡେଟ ଏବଂ ଆଉଟଲୁକ (ଜାନୁଆରୀ ୨୦୨୬) ରିପୋର୍ଟରେ ଏହି ସୂଚନା ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ବିଦେଶୀ ପ୍ରତ୍ୟକ୍ଷ ନିବେଶ (FDI) ଏବଂ ସାମଗ୍ରିକ ଆର୍ଥିକ ଅଭିବୃଦ୍ଧି ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକ ଦୁର୍ବଳ ରହିଛି। ବିପରୀତରେ, ଅର୍ଥନୀତି ପାଇଁ […] The post ୨୦୨୫ରେ ଦେଶ ଛାଡିଛନ୍ତି ୭ ଲକ୍ଷରୁ ଅଧିକ ପାକିସ୍ତାନୀ, ରିପୋର୍ଟରେ ବଡ଼ ଦାବି appeared first on Dharitri Odia News .
ବଜେଟ୍ ଉପସ୍ଥାପନ ପୂର୍ବରୁ ସରିଲା ମୋଦିଙ୍କ ବୈଠକ
ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଜି ଅର୍ଥାତ୍ ୧ ଫେବୃଆରୀରେ ୯ମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ଶେଷ ହୋଇଛି। ବଜେଟ୍କୁ ଆନୁଷ୍ଠାନିକ ଅନୁମୋଦନ ମିଳିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଉ କିଛି ସମୟ ମଧ୍ୟରେ ପାର୍ଲାମେଣ୍ଟରେ ବଜେଟ୍ ଉପସ୍ଥାପନ କରିବେ। ଏହିବଜେଟ୍ ଅର୍ଥନୈତିକ ଅଭିବୃଦ୍ଧିର ଗତିକୁ ଅତୁଟ ରଖିବା, ଆର୍ଥିକ ଶୃଙ୍ଖଳାକୁ ବଜାୟ ରଖିବା ସହ […] The post ବଜେଟ୍ ଉପସ୍ଥାପନ ପୂର୍ବରୁ ସରିଲା ମୋଦିଙ୍କ ବୈଠକ appeared first on Dharitri Odia News .
ବିବାହିତଙ୍କୁ Budget 2026 ରୁ ମିଳିବ ଖୁସିଖବର! ଆଉ ଦେବାକୁ ପଡିବନି…
ନୂଆଦିଲ୍ଲୀ,୧।୨: ଭାରତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସଂସ୍ଥାନ (ICAI) ବିବାହିତ ଦମ୍ପତିଙ୍କ ପାଇଁ ଇଚ୍ଛାଧୀନ ଯୁଗ୍ମ ଟିକସ ପ୍ରସ୍ତାବ ଦେଇଛି। ଯଦି ଏହା କାର୍ଯ୍ୟକାରୀ ହୁଏ, ତେବେ ଏହା ବ୍ୟକ୍ତିଗତ ଆୟକର ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ହେବ ଏବଂ ଲକ୍ଷ ଲକ୍ଷ ପରିବାରକୁ ଲାଭ ଦେଇପାରିବ। ବର୍ତ୍ତମାନ, ଭାରତରେ ଆୟକର ବ୍ୟବସ୍ଥା ବ୍ୟକ୍ତିଗତ-ଆଧାରିତ, ଅର୍ଥାତ ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜସ୍ୱ ମୌଳିକ ଛାଡ଼ ଏବଂ କଟାଉଣ୍ଟ ଅଛି। ବର୍ତ୍ତମାନ, ବିବାହିତ ଦମ୍ପତିମାନଙ୍କୁ ସେମାନଙ୍କର ଆୟ ଉପରେ ପୃଥକ ଟିକସ […] The post ବିବାହିତଙ୍କୁ Budget 2026 ରୁ ମିଳିବ ଖୁସିଖବର! ଆଉ ଦେବାକୁ ପଡିବନି… appeared first on Dharitri Odia News .
ବିରି ମାଡ଼ଦେଖି କୋଳଥ ଚେପା : ଗୋରୁ ମାଫିଆଙ୍କୁ ଗୋଡ଼ାଇଲା ବେଳେ, ସ୍କୁଟିରୁ ପଡ଼ିଲେ ଗଞ୍ଜେଇ ବେପାରୀ
ଭଞ୍ଜନଗର,୧।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଡହ ଅଞ୍ଚଳରେ କିଛି ଗୋରୁ ମାଫିଆ ଗୋରୁ ଧରି ଯାଉଥିଲେ। ସମ୍ପୃକ୍ତ ଅଞ୍ଚଳବାସୀ ସେମାନଙ୍କୁ ଗୋଡାଇ ଧରିଥିଲେ। ପରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଗୋରୁ ମାଫିଆମାନେ ଫେରାର ହୋଇ ଯାଇଛନ୍ତି। ଅପରପକ୍ଷେ ଗୋରୁ ମାଫିଆଙ୍କୁ ଗୋଡାଇବା ସମୟରେ ସେହି ରାସ୍ତାରେ ସ୍କୁଟିରେ ଯାଉଥିବା ଦୁଇଜଣ ଗଞ୍ଜେଇ ବେପାରୀ ସେମାନଙ୍କୁ ଲୋକେ ଗୋଡାଉଛନ୍ତି ଭାବି ଭୟରେ ଦୃତ ଗତିରେ ସ୍କୁଟିରେ ଯାଉଥିଲେ। ଏହି […] The post ବିରି ମାଡ଼ଦେଖି କୋଳଥ ଚେପା : ଗୋରୁ ମାଫିଆଙ୍କୁ ଗୋଡ଼ାଇଲା ବେଳେ, ସ୍କୁଟିରୁ ପଡ଼ିଲେ ଗଞ୍ଜେଇ ବେପାରୀ appeared first on Dharitri Odia News .
ବଜେଟ ଭାଷଣ ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଦହି-ଚିନି ଖୁଆଇଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୧।୨: ବଜେଟ ୨୦୨୬ ପାଇଁ ଦୀର୍ଘ ପ୍ରତୀକ୍ଷା ଆଜି ଶେଷ ହେବାକୁ ଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ରବିବାର ସଂସଦରେ ବଜେଟ (ବଜେଟ ୨୦୨୬-୨୭ ଲାଇଭ ଅପଡେଟ୍ସ) ଉପସ୍ଥାପନ କରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅର୍ଥମନ୍ତ୍ରୀ ଭାବରେ ଏହା ତାଙ୍କର ଲଗାତାର ନବମ ବଜେଟ। ସରକାର ଟିକସଠାରୁ ଆରମ୍ଭ କରି ସାମାଜିକ ଯୋଜନା ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବାର ଆଶା କରାଯାଉଛି। ଅର୍ଥମନ୍ତ୍ରୀ ରବିବାର ସକାଳ ୧୧ଟାରେ ଲୋକ ସଭାରେ ତାଙ୍କର ବଜେଟ ଭାଷଣ […] The post ବଜେଟ ଭାଷଣ ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଦହି-ଚିନି ଖୁଆଇଲେ ରାଷ୍ଟ୍ରପତି appeared first on Dharitri Odia News .
Budget 2026 Gold Silver Rate: ବଜେଟ ପୂର୍ବରୁ ସୁନା-ରୂପାକୁ ନେଇ ବଡ଼ ଖବର, କିଣିବାକୁ ଚାହୁଁଥିଲେ…
ନୂଆଦିଲ୍ଲୀ,୧।୨: ବଜେଟ ଉପସ୍ଥାପନ ପୂର୍ୱରୁ ସୁନା ଏବଂ ରୂପା ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ଫେବୃଆରୀ 1, 2026 ରେ, ଦିଲ୍ଲୀରେ 24 କ୍ୟାରେଟ ସୁନା ପ୍ରତି 10 ଗ୍ରାମ 1,62,240 ଏବଂ ରୂପା 2,78,000 ପ୍ରତି କିଲୋଗ୍ରାମ ରେକର୍ଡ କରାଯାଇଥିଲା। ଲାଭ ବୁକିଂ ଏବଂ ବଜେଟ ପୂର୍ୱରୁ ବଜାର ଅନିଶ୍ଚିତତା ଯୋଗୁଁ ନିବେଶକ ଏବଂ ବ୍ୟବସାୟୀ ସତର୍କ ରହିଥିଲେ। ଖସୁଛି ସୁନା ଓ ରୁପା ଦର । କ୍ରମାଗତ ୨ୟ ଦିନରେ ୩୧ ଜାନୁୟାରୀରେ ସୁନା […] The post Budget 2026 Gold Silver Rate: ବଜେଟ ପୂର୍ବରୁ ସୁନା-ରୂପାକୁ ନେଇ ବଡ଼ ଖବର, କିଣିବାକୁ ଚାହୁଁଥିଲେ… appeared first on Dharitri Odia News .
ନନ୍ଦନକାନନରେ ୫ ବଉଳା କୁମ୍ଭୀରଙ୍କ ମୃତ୍ୟୁ: ଜଣାପଡୁନି କାରଣ ଚିନ୍ତାରେ…
ଭୁବନେଶ୍ୱର,୧।୨: ଜାତୀୟ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ୫ ବଉଳା କୁମ୍ଭୀରଙ୍କ ମୃତ୍ୟୁ ଘଟିଛି। ଜାନୁଆରୀ ୨୩ରୁ ୩୦ ମଧ୍ୟରେ ମୋଟ ୫ କୁମ୍ଭୀରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ କର୍ତ୍ତୃପକ୍ଷ କୁମ୍ଭୀରଙ୍କ ପୋଷ୍ଟମର୍ଟମ କରିଛନ୍ତି । ମତ୍ୟୁର ପ୍ରକୃତ କାରଣ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୋମବାର ଖୋଲା ରହିବ ନନ୍ଦନକାନନ ନନ୍ଦନକାନନ ପ୍ରାଣୀଉଦ୍ୟାନ (ଏନଜେଡପି)ରେ ଅଗଷ୍ଟରେ ଏକ ଧଳା ବାଘ ଶାବକର […] The post ନନ୍ଦନକାନନରେ ୫ ବଉଳା କୁମ୍ଭୀରଙ୍କ ମୃତ୍ୟୁ: ଜଣାପଡୁନି କାରଣ ଚିନ୍ତାରେ… appeared first on Dharitri Odia News .
Budget 2026: ବଜେଟ୍ରେ ମଧ୍ୟବିତ୍ତଙ୍କ ପାଇଁ ବଡ଼ ଘୋଷଣା! ବଢିବ ଚାକିରି…
ନୂଆଦିଲ୍ଲୀ,୧।୨: ୨୦୨୬ ମସିହାର କେନ୍ଦ୍ରୀୟ ବଜେଟ ପାଖେଇ ଆସୁଥିବାରୁ, ସାରା ଦେଶର ଅର୍ଥନୀତିଜ୍ଞମାନେ ସରକାରଙ୍କ ସମ୍ଭାବ୍ୟ ପ୍ରାଥମିକତା ଉପରେ ସେମାନଙ୍କର ମତାମତ ପ୍ରଦାନ କରୁଛନ୍ତି। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ବର୍ଷର ବଜେଟ ନିଯୁକ୍ତି ସୃଷ୍ଟି, କୃଷି ବିକାଶ, ଏମଏସଏମଇ, ଭିତ୍ତିଭୂମି ଏବଂ ସବୁଜ ଅର୍ଥନୀତି ଉପରେ ବିଶେଷ ଗୁରୁତ୍ୱ ଦେବ। ସାଧାରଣ ଲୋକଙ୍କୁ ଟିକସ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ରିହାତି ମିଳିବ ବୋଲି ଆଶା କରାଯାଉଛି। ନିଯୁକ୍ତି ଏବଂ କୃଷିକୁ […] The post Budget 2026: ବଜେଟ୍ରେ ମଧ୍ୟବିତ୍ତଙ୍କ ପାଇଁ ବଡ଼ ଘୋଷଣା! ବଢିବ ଚାକିରି… appeared first on Dharitri Odia News .
ଇତିହାସ ରଚିବେ ସୀତାରାମନ୍, ଶସ୍ତା ହୋଇପାରେ ଏସବୁ ଜିନିଷ!
ନୂଆଦିଲ୍ଲୀ,୧।୨: କୋଟି କୋଟି ଦେଶବାସୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଆଜି ସଂସଦରେ ଦେଶର ବାର୍ଷିକ ଖର୍ଚ୍ଚ ଖୋଲିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ସକାଳ ୧୧ଟାରେ ଲୋକ ସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବେ। ଏହି ମୁହୂର୍ତ୍ତ ଐତିହାସିକ ହେବ, କାରଣ ସେ ଅର୍ଥମନ୍ତ୍ରୀ ଭାବରେ ତାଙ୍କର ଲଗାତାର ନବମ ବଜେଟ ଉପସ୍ଥାପନ କରି ଏକ ନୂତନ ରେକର୍ଡ ସ୍ଥାପନ କରିବେ। ସଂସଦକୁ ଯିବା ପୂର୍ୱରୁ, ସେ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି […] The post ଇତିହାସ ରଚିବେ ସୀତାରାମନ୍, ଶସ୍ତା ହୋଇପାରେ ଏସବୁ ଜିନିଷ! appeared first on Dharitri Odia News .
Union Budget 2026-27: ପ୍ରଥମଥର ରବିବାର ବଜେଟ ଭାଷଣ, ସୀତାରାମନ୍ଙ୍କ ୯ମ ବଜେଟ
ନୂଆଦିଲ୍ଲୀ,୧।୨: ରବିବାର ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପିତ ହେବ। ଇତିହାସରେ ପ୍ରଥମ ଥର ପାଇଁ, ଅର୍ଥମନ୍ତ୍ରୀଙ୍କ ବଜେଟ ଭାଷଣ ରବିବାର ପ୍ରଦାନ କରାଯିବ। ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କ ଦ୍ୱାରା ଏକ ଆନୁଷ୍ଠାନିକ ଘୋଷଣାରେ କୁହାଯାଇଛି ଯେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଫେବୃଆରୀ ୧, ୨୦୨୬ ରେ ସଂସଦରେ ବଜେଟ ଉପସ୍ଥାପନ କରିବେ। ଏବେ ଦେଶର ସାଧାରଣ ବଜେଟ ପ୍ରଥମ ଥର ପାଇଁ ରବିବାର ଉପସ୍ଥାପନ କରାଯିବାରୁ, ଆସନ୍ତୁ ୨୦୨୬-୨୭ […] The post Union Budget 2026-27: ପ୍ରଥମଥର ରବିବାର ବଜେଟ ଭାଷଣ, ସୀତାରାମନ୍ଙ୍କ ୯ମ ବଜେଟ appeared first on Dharitri Odia News .
ଜଙ୍ଗଲରେ ଲୁଚିଥିଲେ ସିପୁ: ଏନକାଉଣ୍ଟର କଲା ପୋଲିସ
ଭୁବନେଶ୍ୱର,୧।୨: କେନ୍ଦୁଝର ବଡ଼ବିଲରେ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଡକାୟତ ସିପୁ କୁମାରଙ୍କୁ ଏନକାଉଣ୍ଟର କଲା ବଡ଼ବିଲ ପୋଲିସ। ଓଡ଼ିଶା-ଝାଡ଼ଖଣ୍ଡ ସିମା ଟାଙ୍କୁରା ଜଙ୍ଗଳରେ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି। ସିପୁ ଜଙ୍ଗଲରେ ଲୁଚିଥିବା ଖବରପାଇ ଅପରେଶନ ଆରମ୍ଭ ହୋଇଥିଲା। ପରେ ତାଙ୍କୁ ଏନକାଉଣ୍ଟର କରାଗଲା। ସିପୁଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାଙ୍କୁ ବଡବିଲ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ପୋଲିସ ଜବତ କରିଛି। ବଡ଼ବିଲ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଡକାୟତିରେ ତାଙ୍କର […] The post ଜଙ୍ଗଲରେ ଲୁଚିଥିଲେ ସିପୁ: ଏନକାଉଣ୍ଟର କଲା ପୋଲିସ appeared first on Dharitri Odia News .
Budget 2026: ରବିବାର ଛୁଟି ବାତିଲ! ବଜେଟ ସହିତ ଖୋଲିବ ଶେୟାର ବଜାର
ନୂଆଦିଲ୍ଲୀ,୧।୨: ରବିବାର ଦେଶର ସାଧାରଣ ବଜେଟ ଉପସ୍ଥାପନ ହେବାକୁ ଯାଉଛି। ଏହା ରବିବାର। ସାଧାରଣତଃ, ଶନିବାର ଏବଂ ରବିବାର ଷ୍ଟକ ବଜାର ବନ୍ଦ ରହିଥାଏ, କିନ୍ତୁ ଏହି ରବିବାର ନିବେଶକମାନଙ୍କ ପାଇଁ ଏକ ଭିନ୍ନ ଛୁଟି। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଭାଷଣ ଅପେକ୍ଷାରେ, ଜାତୀୟ ଷ୍ଟକ ଏକ୍ସଚେଞ୍ଜ ଏବଂ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଘୋଷଣା କରିଛନ୍ତି ଯେ ଷ୍ଟକ ବଜାର ଖୋଲା ରହିବ ଏବଂ ବାଣିଜ୍ୟ ଯଥାରୀତି ହେବ। ତେଣୁ, ଯଦି ଆପଣ ଅର୍ଥମନ୍ତ୍ରୀ […] The post Budget 2026: ରବିବାର ଛୁଟି ବାତିଲ! ବଜେଟ ସହିତ ଖୋଲିବ ଶେୟାର ବଜାର appeared first on Dharitri Odia News .
ଗ୍ରାୟତ୍ରୀ ସିଂହ ଗତ କଲ୍ୟାଣ ପାଇଁ ମହିମା ଧର୍ମ ହେଉଛି ଅନନ୍ୟ। ସତ୍ ମାର୍ଗରେ ଯିବା ପାଇଁ ମହିମା ସ୍ବାମୀ ବିଶ୍ୱର ସମସ୍ତ ଜନ ସମାଜକୁ ଆହ୍ବାନ୍ କରିଥିଲେ। ମହିମା ଧର୍ମ ହେଉଛି ଓଡ଼ିଶାର ନିଜସ୍ବ ଧର୍ମ। ଏହା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଏକେଶ୍ୱରବାଦ ଧର୍ମ। ମହିମା ଧର୍ମର ପ୍ରାଣ ପ୍ରତିଷ୍ଠାତା ହେଉଛନ୍ତି ସ୍ବୟଂ ମହିମା ଗୋସାଇଁ। ଏହି ଧର୍ମ ଏକ ଯୁଗାନ୍ତକାରୀ ଧର୍ମ। ସମାଜରେ ପ୍ରଚଳିତ କୁସଂସ୍କାର ଅନ୍ଧବିଶ୍ୱାସକୁ ଦୂର କରି ଏକ ମାନବାଦ ସମାଜ […] The post ଏକେଶ୍ୱରବାଦ ଧର୍ମ appeared first on Dharitri Odia News .
ଏପ୍ଷ୍ଟିନ୍ ଫାଇଲ୍ରେ ମୀରା ନାୟାର
ଓ୍ବାଶିଂଟନ,୧।୨:ଯୌନ କେଳେଙ୍କାରୀ ମାମଲାରେ ଦୋଷୀସାବ୍ୟସ୍ତ ନିୟୁତପତି ଫାଇନାନ୍ସର ଜେଫ୍ରି ଏପ୍ଷ୍ଟିନ୍ଙ୍କ ସମ୍ପର୍କିତ ଅଧିକ ଅନୁସନ୍ଧାନଯୋଗ୍ୟ ଫାଇଲ୍ ତଥ୍ୟକୁ ଆମେରିକା ନ୍ୟାୟ ବିଭାଗ ଶୁକ୍ରବାର ପ୍ରକାଶ କରିଛି। ଏପ୍ଷ୍ଟିନ୍ଙ୍କ ସଦ୍ୟ ପ୍ରକାଶିତ ୩ ନିୟୁତରୁ ଊର୍ଦ୍ଧ୍ୱ ପୃଷ୍ଠାର ଫାଇଲ୍ରେ ଭାରତୀୟ ବଂଶୋଦ୍ଭବ ଚଳଚ୍ଚିତ୍ର ନିର୍ମାତା ତଥା ନ୍ୟୁୟର୍କ ସିଟି ମେୟର ଜୋହରାନ ମମଦାନିଙ୍କ ମାଆ ମୀରା ନାୟାରଙ୍କ ନାଁ ରହିଛି। ଏପ୍ଷ୍ଟିନ୍ଙ୍କ ସହଯୋଗୀ ଘିସ୍ଲେଇନ୍ ମାକ୍ସଓ୍ବେଲଙ୍କ ଘରେ ଆୟୋଜିତ ଏକ ପାର୍ଟିରେ ମୀରା ନାୟାର ଜଣେ ଅତିଥି ଭାବେ […] The post ଏପ୍ଷ୍ଟିନ୍ ଫାଇଲ୍ରେ ମୀରା ନାୟାର appeared first on Dharitri Odia News .
ଗାଜାରେ ଇସ୍ରାଏଲୀ ଆକ୍ରମଣ: ୨୯ ମୃତ
ଡେଇର ଅଲ୍-ବଲାହ,୧।୨:ଇସ୍ରାଏଲ୍- ଗାଜା ଯୁଦ୍ଧ ବନ୍ଦ କରିବା ଲକ୍ଷ୍ୟରେ ଗତବର୍ଷ ଅକ୍ଟୋବରରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା। ଏହା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଗାଜା ଉପରେ ଆକ୍ରମଣ କରିଛି। ଏଥିରେ ଅନୂ୍ୟନ ୨୯ ଜଣ ପାଲେଷ୍ଟିନୀୟ ନିହତ ହୋଇଛନ୍ତି। ଅସ୍ତ୍ରବିରତି ଲାଗୁ ହେବା ପରେ ଏହା ଆକ୍ରମଣଜନିତ ସର୍ବାଧିକ ମୃତ୍ୟୁ ଘଟଣା। ହମାସ୍ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ନେଇ ଶୁକ୍ରବାର ଇସ୍ରାଏଲ୍ ଅଭିଯୋଗ କରିଥିଲା। ଏହାର ଜବାବରେ ଇସ୍ରାଏଲୀ ସେନା ଗାଜାର ଅସ୍ଥାୟୀ ଶିବିର, ଆପାର୍ଟମେଣ୍ଟ ବିଲ୍ଡିଂ […] The post ଗାଜାରେ ଇସ୍ରାଏଲୀ ଆକ୍ରମଣ: ୨୯ ମୃତ appeared first on Dharitri Odia News .
ଡ. ପ୍ରଫୁଲ୍ଲ କୁମାର ସାହୁ ଗତିଶୀଳ ଚେତନାର ଭଗୀରଥ ଭଗବତୀ ଚରଣ ପାଣିଗ୍ରାହୀ। ଚାଷୀ ମୂଲିଆ ଓ ଅସହାୟ ମଣିଷର ପ୍ରକୃତ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ ଦଶକରେ ଯେତେବେଳେ ଭାରତରେ ସାମ୍ୟବାଦ ନାଁ ଶୁଣିବାମାତ୍ରେ ଭୟରେ ଥରହର ହେଉଥିଲେ ଅଭିଜାତ ବର୍ଗ ଓ ଶୋଷକ ଗୋଷ୍ଠୀ, ସେତିକିବେଳେ ଓଡ଼ିଶାର ରାଜନୈତିକ ବାତାବରଣକୁ ପ୍ରକମ୍ପିତ କରିଥିଲା ସାମ୍ୟବାଦୀ ଆନ୍ଦୋଳନର ତୂର୍ଯ୍ୟନାଦ, ଯାହାର ଆବାହକ ଥିଲେ ବିପ୍ଳବୀ ଭଗବତୀ ଚରଣ ପାଣିଗ୍ରାହୀ। କୌଣସି ଐତିହାସିକ ଅନୁବର୍ତ୍ତନର ଉନ୍ମେଷ ମୁହୂର୍ତ୍ତରେ […] The post ଅଗ୍ରଦୂତ ନବ ପ୍ରଭାତର appeared first on Dharitri Odia News .
ଆକାର ପଟେଲ ଏକ ଗଣତାନ୍ତ୍ରିକ ସମାଜ ଭାବରେ ଏହା ଆଶା କରାଯାଏ ଯେ ଭାରତର କର୍ତ୍ତୃପକ୍ଷ ଆଇନର ଶାସନ ପାଳନ କରିବେ। ଏକ ଧାରଣା ବି ରହିଛି, ଆପରାଧିକ ଆଇନ ବିଷୟରେ ଶାସନ ସ୍ବେଚ୍ଛାଚାରୀ ହେବା କଥା ନୁହେଁ। ଏହି ବିଷୟଟି ଗୁରୁତ୍ୱପୂର୍ଣ୍ଣ କାରଣ ଆପରାଧିକ ଆଇନ ଜୀବନ ନଷ୍ଟ କରିବାର କ୍ଷମତା ରଖେ ବୋଲି ନିକଟରେ ଜଣେ ବିଚାରପତି ଏକ ପ୍ରତିବାଦ ସଭାରେ ଅଂଶଗ୍ରହଣ କରିଥିବା କଲେଜ ଛାତ୍ରଙ୍କ ଏକ ଗୋଷ୍ଠୀକୁ ମନେ ପକାଇ ଦେଇଥିଲେ। […] The post ଆଇନ ଶାସନର ଉଲ୍ଲଂଘନ appeared first on Dharitri Odia News .
LPG Cylinder Price: ବଜେଟ ପୂର୍ବରୁ ବଢିଲା ଏଲପିଜି ସିଲିଣ୍ଡର ଦର
ନୂଆଦିଲ୍ଲୀ,୧।୨: ରବିବାର (୧ ଫେବୃଆରୀ) କେନ୍ଦ୍ର ବଜେଟ ଉପସ୍ଥାପନ ପୂର୍ବରୁ, ସରକାର ସାଧାରଣ ଜନତା ଏବଂ ବ୍ୟବସାୟ ଉଭୟଙ୍କୁ ଏକ ଝଟକା ଦେଇଛନ୍ତି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମର ବାଣିଜି୍ୟକ ଏଲପିଜି ସିଲିଣ୍ଡରର ମୂଲ୍ୟ ପ୍ରାୟ ୫୦ଟଙ୍କା ବୃଦ୍ଧି କରିଛନ୍ତି। ରବିବାର ସକାଳେ ନୂତନ ଦର ଲାଗୁ ହୋଇଛି। ଏହା ଉଲ୍ଲେଖନୀୟ ଯେ ଏହି ବାଣିଜି୍ୟକ ସିଲିଣ୍ଡରଗୁଡ଼ିକ ମୁଖ୍ୟତଃ ହୋଟେଲ, ରେସ୍ତୋରାଁ, ଢାବା ଏବଂ ଅନ୍ୟାନ୍ୟ ବାଣିଜି୍ୟକ କାରବାର ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ। ମୂଲ୍ୟ ବୃଦ୍ଧି […] The post LPG Cylinder Price: ବଜେଟ ପୂର୍ବରୁ ବଢିଲା ଏଲପିଜି ସିଲିଣ୍ଡର ଦର appeared first on Dharitri Odia News .
ନାବାଳିକା ପ୍ରେମିକା ଉଦ୍ଧାର : ବଳାତ୍କାର ଅଭିଯୋଗରେ ପ୍ରେମିକ ଗିରଫ
ଦେବଗଡ, ୧।୨ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ଜଣେ ନାବାଳିକା ପ୍ରେମିକାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବଳାତ୍କାର ଅଭିଯୋଗରେ ପ୍ରେମିକଙ୍କୁ ଗିରଫ କରି ଦେବଗଡ ପୋଲିସ ଶନିବାର କୋର୍ଟଚାଲାଣ କରିଛି । ଗିରଫ ଯୁବକ ଅନୁଗୁଳ ଜିଲା ଠାକୁରଗଡ ଥାନା ଅନ୍ତର୍ଗତ ଭୋଗରା ଗ୍ରାମର ବିକାଶ ବେହେରା (୨୩) ବୋଲି ଜଣାପଡିଛ। ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସୂଚନା ଅନୁଯାୟୀ ଦେବଗଡ ଥାନା ଅଂଚଳର ଜଣେ ୧୬ […] The post ନାବାଳିକା ପ୍ରେମିକା ଉଦ୍ଧାର : ବଳାତ୍କାର ଅଭିଯୋଗରେ ପ୍ରେମିକ ଗିରଫ appeared first on Dharitri Odia News .
Union Budget 2026: ଆଜି କେନ୍ଦ୍ର ବଜେଟ
ନୂଆଦିଲ୍ଲୀ,୧।୨(ପି.ଟି.): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ରବିବାର ପାର୍ଲାମେଣ୍ଟରେ ୨୦୨୬-୨୭ ଆର୍ଥତ୍କ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହା ତାଙ୍କର କ୍ରମାଗତ ୯ମ ବଜେଟ ଉପସ୍ଥାପନ ହେବ। ଅର୍ଥନୈତିକ ଅଭିବୃଦ୍ଧିର ଗତିକୁ ଅତୁଟ ରଖିବା, ଆର୍ଥତ୍କ ଶୃଙ୍ଖଳାକୁ ବଜାୟ ରଖିବା ସହ ଆମେରିକା ଟାରିଫ୍ ସମେତ ବିଶ୍ୱ ବାଣିଜ୍ୟ ସଂଘର୍ଷରୁ ଅର୍ଥନୀତିକୁ ସୁଧାର ଦେଇପାରିବା ଭଳି ଉପାୟଗୁଡ଼ିକୁ ସାମିଲକରିବା ପାଇଁ ଅର୍ଥମନ୍ତ୍ରୀ ପଦକ୍ଷେପ ଘୋଷଣା କରିବେ ବୋଲି ଆଶା କରାଯାଉଛି। ସ୍ବାଧୀନ ଭାରତ ଇତିହାସରେ […] The post Union Budget 2026: ଆଜି କେନ୍ଦ୍ର ବଜେଟ appeared first on Dharitri Odia News .
ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…
ଜଗତ୍ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା ଥାନା ଅନ୍ତର୍ଗତ ଡିମିଣି ହବଳେଶ୍ୱର ଗ୍ରାମର ରଶ୍ମି ରଞ୍ଜନ ମହାନ୍ତି। ଏ ସମ୍ପର୍କରେ ଜଗତ୍ସିଂହପୁର ଆଇଆଇସି ସରୋଜକାନ୍ତ ସାମଲ କହିଛନ୍ତି, ରଶ୍ମି ସମ୍ପୃକ୍ତ ନାବାଳିକାଙ୍କ ସାମାଜିକ ଗଣାମଧ୍ୟମ ଆଇଡି ସଂଗ୍ରହ କରି ସେଥିରେ ଅଶ୍ଳୀଳ ଫଟୋ ଛାଡ଼ିଥିଲେ ଏଥିସହ ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଓ ବିବାହ […] The post ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ… appeared first on Dharitri Odia News .
୧୯ବର୍ଷରୁ କମ୍ ସାଫ୍ ମହିଳା ଫୁଟ୍ବଲ: ବିଜୟ ସହ ଭାରତର ଅଭିଯାନ ଆରମ୍ଭ
ପୋଖରା, ୩୧ା୧:ସ୍ଥାନୀୟ ପୋଖାରା ରଙ୍ଗଶାଂଳା ଷ୍ଟାଡିୟମରେ ଆୟୋଜକ ନେପାଳ ବିପକ୍ଷରେ ୧-୦ ଗୋଲ୍ରେ ବିଜୟ ହାସଲ କରି ଭାରତ ୧୯ ବର୍ଷରୁ କମ୍ ସାଫ୍ ମହିଳା ଫୁଟ୍ବଲ ଚାମ୍ପିୟନଶିପ୍ରେ ଏହାର ଅଭିଯାନ ଆରମ୍ଭ କରିଛି। ପ୍ରଥମାର୍ଦ୍ଧ ଖେଳ ଗୋଲଶୂନ୍ୟ ରହିବା ପରେ ଖେଳର ୪୯ତମ ମିନିଟ୍ରେ ପର୍ଲ ଫର୍ନାଣ୍ଡିଜ ଏକମାତ୍ର ଗୋଲ୍ଟିକୁ ସ୍କୋର କରିଥିଲେ। ଏହା ଯଦିଓ ଏକ ୧୯ବର୍ଷରୁ କମ୍ ଟୁର୍ନାମେଣ୍ଟ ଚଳିତବର୍ଷ ପରବର୍ତ୍ତୀ ଭାଗରେ ହେବାକୁଥିବା ୧୭ବର୍ଷରୁ କମ୍ ଏଏଫ୍ସି ଏସିଆନ କପ୍ ଲାଗି […] The post ୧୯ବର୍ଷରୁ କମ୍ ସାଫ୍ ମହିଳା ଫୁଟ୍ବଲ: ବିଜୟ ସହ ଭାରତର ଅଭିଯାନ ଆରମ୍ଭ appeared first on Dharitri Odia News .
ଇଶାନଙ୍କ ବିସ୍ଫୋରକ ଶତକ: ୪-୧ରେ ଭାରତର ସିରିଜ ବିଜୟ
ଥିରୁଭାନନ୍ତପୁରମ,୩୧ା୧- ଇଶାନ କିଶନଙ୍କ ବିସ୍ଫୋରକ ଶତକ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ଦ୍ରୁତ ୧୩୭ ରନର ଭାଗୀଦାରି ଏବଂ ଅର୍ଶଦୀପଙ୍କ ୫ ଉଇକେଟ ସଫଳତାକୁ ପାଥେୟ କରି ଭାରତ ୫ମ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪୬ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ୪-୧ରେ ଜିତିନେଇଛି। ଭାରତ ଦ୍ୱାରା ଧାର୍ଯ୍ୟ ୨୭୨ରନର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଭ୍ରମଣକାରୀ […] The post ଇଶାନଙ୍କ ବିସ୍ଫୋରକ ଶତକ: ୪-୧ରେ ଭାରତର ସିରିଜ ବିଜୟ appeared first on Dharitri Odia News .
ମାଗଣାରେ ରୋଗୀଙ୍କୁ ମେଡିକାଲ ନେବାକୁ ନିଆରା ପ୍ରୟାସ: ଅଟୋ ଶୁଭାରମ୍ଭ କଲେ ବିଡିଓ
ବିଷମକଟକ,୩୧।୧ (ପ୍ରସନ୍ନ କୁମାର ପଣ୍ଡା) : ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ ହାଟ ମୁନିଗୁଡ଼ା ପଞ୍ଚାୟତରେ ରୋଗୀ ସେବା ଯୋଗାଇଦେବାକ ଏକ ଛୋଟ ପ୍ରୟାସ କରାଯାଇଛି। ବିଭିନ୍ନ ଗ୍ରାମରେ ଗରିବ ଶ୍ରେଣୀର ପରିବାର ମେଡିକାଲ ଯିବା ପାଇଁ ବହୁ ଅସୁବିଧା ହେଉଥିବାରୁ ବିଡିଓ ଶିବ ପଟ୍ଟନାୟକଙ୍କ ହାତରେ ଏକ ଅଟୋ ଶୁଭାରମ୍ଭ କରାଯାଇଛି। ବିଷମକଟକ ଓ ମୁନିଗୁଡ଼ା ମେଡିକାଲକୁ ମାଗଣାରେ ଅଟୋ ସାହାଯ୍ୟରେ ପ୍ରତି ଶନିବାର ସକାଳ ୯ରୁ ୧୧ଟା ଓ ଅପରାହ୍ନ ୨ରୁ ୫ […] The post ମାଗଣାରେ ରୋଗୀଙ୍କୁ ମେଡିକାଲ ନେବାକୁ ନିଆରା ପ୍ରୟାସ: ଅଟୋ ଶୁଭାରମ୍ଭ କଲେ ବିଡିଓ appeared first on Dharitri Odia News .
ଖଣି ଭୁଶୁଡ଼ି ଚାଲିଗଲା ୨୦୦ ଲୋକଙ୍କ ଜୀବନ, ପଶି ରହିଛନ୍ତି ଅନେକ…
ଗୋମା(କଙ୍ଗୋ),୩୧ା୧ପୂର୍ବ କଙ୍ଗୋର କୋଲଟାନ ଖଣି ଅଞ୍ଚଳରେ କେତେକ ଖଣି ଭୁଶୁଡ଼ିପଡ଼ିବାରୁ ଅନୂ୍ୟନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଶନିବାର ବିଦ୍ରୋହୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍୨୩ ବିଦ୍ରୋହୀଙ୍କ ନିୟନ୍ତ୍ରଣରେ ଥିବା ରୁବାୟା ଖଣି ହଠାତ୍ ଭୁଶୁଡ଼ି ପଡ଼ିଥିଲା। ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ଘଟି ଖଣି ଭୁଶୁଡ଼ି ପଡିଥିବା ନର୍ଥ କିଭୁ ପ୍ରଦେଶର ଗଭର୍ନରଙ୍କ ମୁଖପାତ୍ର କହିଛନ୍ତି। ଆହୁରି ଅନେକ ଲୋକ ଖଣି ଭିତରେ ଫସିରହିଥିବା ସେ କହିଛନ୍ତି। ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। […] The post ଖଣି ଭୁଶୁଡ଼ି ଚାଲିଗଲା ୨୦୦ ଲୋକଙ୍କ ଜୀବନ, ପଶି ରହିଛନ୍ତି ଅନେକ… appeared first on Dharitri Odia News .
ଦାରିଙ୍ଗବାଡ଼ି ପ୍ରଶଂସାରେ ଶତମୁଖ ବିଦେଶୀ ପର୍ଯ୍ୟଟକ: ସାଇକେଲରେ ବୁଲିଲେ, ଇକୋ ରିଟ୍ରିଟ୍ରେ…
ଦାରିଙ୍ଗବାଡି, ୩୧।୧ (ଅରୁଣ ସାହୁ): ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଟିଏ। ଏଠାକୁ ବୁଲି ଆସିବାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ ପୁଣି ବଢିବାରେ ଲାଗିଛି। ଚଳିତ ବର୍ଷ ବାରମ୍ବାର ବିଦେଶୀ ପର୍ଯ୍ୟଟକ ଦାରିଙ୍ଗବାଡିକୁ ବୁଲିବାକୁ ଆସୁଥିବା ଦେଖାଯାଉଛି। ଏହି କ୍ରମରେ ୫ ଜଣିଆ ଜର୍ମାନ ପର୍ଯ୍ୟଟକ ସାଇକେଲରେ ଯାତ୍ରା କରି ଇକୋ ରିଟ୍ରିଟରେ ଶୁକ୍ରବାର ରାତ୍ରିଯାପନ କରିଥିଲେ। ସେମାନେ ଶନିବାର ମଧ୍ୟ ବିଭିନ୍ନ ପର୍ଯ୍ୟଟନକ୍ଷେତ୍ର ବୁଲି ସାରିବା ପରେ ରାୟଗଡା ଦେଇ […] The post ଦାରିଙ୍ଗବାଡ଼ି ପ୍ରଶଂସାରେ ଶତମୁଖ ବିଦେଶୀ ପର୍ଯ୍ୟଟକ: ସାଇକେଲରେ ବୁଲିଲେ, ଇକୋ ରିଟ୍ରିଟ୍ରେ… appeared first on Dharitri Odia News .
ପୋଲିସ ASIଙ୍କ ଆକସ୍ମିକ ମୃତ୍ୟୁ: କାନ୍ଦବୋବାଳିରେ ଫାଟୁଛି ଘର, ଶୋକାକୂଳ ପରିବେଶରେ ଗାଁରେ ହେଲା ଶେଷକୃତ୍ୟ
ଭବାନୀପାଟଣା,୩୧।୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ବଳରାମପୁର ଗ୍ରାମର ଯୁବ ପୋଲିସ ASI ପରିତୋଷ ମିଶ୍ର(୩୯)ଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ହୋଇଛି। ସେ ଅନୁଗୋଳ ଜିଲାରେ ପୋଲିସ ASI ଭାବେ ତାଲିମ ନେଉଥିଲେ। ତେବେ ଶୁକ୍ରବାର ରାତିରେ ସେଠାରେ ପଡିଯିବାରୁ ମୁଣ୍ଡରେ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଶନିବାର […] The post ପୋଲିସ ASIଙ୍କ ଆକସ୍ମିକ ମୃତ୍ୟୁ: କାନ୍ଦବୋବାଳିରେ ଫାଟୁଛି ଘର, ଶୋକାକୂଳ ପରିବେଶରେ ଗାଁରେ ହେଲା ଶେଷକୃତ୍ୟ appeared first on Dharitri Odia News .
ଅନାସ୍ଥା ପରେ ଖାଲି ପଡ଼ିଥିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ: ଉପାଧ୍ୟକ୍ଷ ବିଶ୍ୱନାଥଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ
ଗୁଣପୁର,୩୧।୧(ସଂକେତ ପାତ୍ର)- ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ପରେ ଲକ୍ଷ୍ମୀ ଶବରଙ୍କ ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ ଗତ ୨୨ତାରିଖର ରଦ୍ଦ ହୋଇଥିଲା। ଏହାପରେ ପଦବୀ ଖାଲି ରହିଥିବା କାରଣରୁ ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲୀପ ଶନିବାର ଗୁଡ଼ାରି ଉପାଧ୍ୟକ୍ଷ ବିଶ୍ୱନାଥ ଶବରଙ୍କୁ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି। ଏନେଇ ଗୁଣପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଶନିବାର ଚିଠି ଜାରି ହୋଇଛି । ଏଥି ସହିତ ଗୁଡ଼ାରି ଉପାଧ୍ୟକ୍ଷ ଶବର, […] The post ଅନାସ୍ଥା ପରେ ଖାଲି ପଡ଼ିଥିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ: ଉପାଧ୍ୟକ୍ଷ ବିଶ୍ୱନାଥଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ appeared first on Dharitri Odia News .
ଖାଦ୍ୟ ପରିବେଷଣରେ ବିଳମ୍ବ ହେବାରୁ ସଂଘର୍ଷ: ଗଡ଼ିଲା ୨ ମୁଣ୍ଡ
ଗାଜିଆବାଦ,୩୧ା୧: ଗାଜିଆବାଦର ଏକ ଭୋଜନାଳୟରେ ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ବିବାଦ ଦେଖାଦେବା ସହ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ପୋଲିସ ୪ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୋଲିସ ସୂଚନା ମୁତାବକ, ମଦ ନିଶାରେ ଥିବା ୨ ଗୋଷ୍ଠୀ ଗ୍ରାହକଙ୍କ ମଧ୍ୟରେ ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ବଚସା ହୋଇଥିଲେ। ପରେ ଏହା ହିଂସାତ୍ମକ ରୂପ ନେଇଥିଲା। ଉଭୟ ଗୋଷ୍ଠୀ ପରସ୍ପରକୁ ଧାରୁଆ […] The post ଖାଦ୍ୟ ପରିବେଷଣରେ ବିଳମ୍ବ ହେବାରୁ ସଂଘର୍ଷ: ଗଡ଼ିଲା ୨ ମୁଣ୍ଡ appeared first on Dharitri Odia News .
ଅବସର ନେଲେ ରାଜେନ୍ଦ୍ର କୁମାର, କେଏସୟୁବିର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ କୁମୁନ୍ଦ ମହାପାତ୍ର
ଭଞ୍ଜନଗର,୩୧।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଅଧ୍ୟକ୍ଷ ପଦବୀରୁ ଶନିବାର ଅବସର ନେଇଛନ୍ତି। ଏନେଇ ସନ୍ଧ୍ୟାରେ କଲେଜରେ ଆୟୋଜିତ ବିଦାୟ ସମ୍ବର୍ଦ୍ଧନା ସଭାରେ ଅଧ୍ୟକ୍ଷଙ୍କ କର୍ମମୟ ଜୀବନ ସମୟରେ ଏହି ମହାବିଦ୍ୟାଳୟ ବହୁ ଆଗକୁ ଯାଇଛି ବୋଲି ବକ୍ତାମାନେ କହିଥିଲେ। ଅଧ୍ୟକ୍ଷ ଦାସ ମଧ୍ୟ ଏହି ମହାବିଦ୍ୟାଳୟରେ ନିଜର ୩୪ ବର୍ଷରୁ ଊଦ୍ଧର୍ବ ଦିନ ଅଧ୍ୟାପକ ଜୀବନରେ ଯୋଗାଇ ଆସିଥିବା ସେବା ବିଷୟରେ କହିଥିଲେ। ସଭାକୁ […] The post ଅବସର ନେଲେ ରାଜେନ୍ଦ୍ର କୁମାର, କେଏସୟୁବିର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ କୁମୁନ୍ଦ ମହାପାତ୍ର appeared first on Dharitri Odia News .
ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…
ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି ଦାଦନ ଖଟିବା ଆଜି ଏକ ପରିବାର ପାଇଁ ଅଭିଶାପ ସାଜିଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ରାଣିଦୁମେର ଗ୍ରାମର ରଥ ଗୌଡ଼(୨୨) ନାମକ ଜଣେ ଯୁବକ ଗତ ଅକ୍ଟୋବର ୭ ତାରିଖରୁ କେରଳର ଆଲୁଭା (Aluva) ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ […] The post ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ… appeared first on Dharitri Odia News .
ବାଇକ୍କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର
ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର (କୁବେର) ଛନ୍ଦ (୪୯)ଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଚୂଡ଼ାବତୀ ଛନ୍ଦ ଗୁରୁତର ହୋଇ ବୁର୍ଲା ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କୁବେର ଛନ୍ଦ ସ୍ତ୍ରୀ ଚୂଡ଼ାବତୀ ଓ ଝିଅ ଧରିତ୍ରୀ (୧୦) ଙ୍କ ସହ ଏକ ବାଇକ୍ରେ ଖଇରପାଲି ଗ୍ରାମକୁ ବାହାଘରରେ ଯୋଗ ଦେବାକୁ […] The post ବାଇକ୍କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର appeared first on Dharitri Odia News .
କାଉନ୍ସିଲରଙ୍କ ଘରୁ ଲୁଟ୍: ବର୍ଷକର ଝିଅ ବେକରେ ଛୁରୀ ଲଗାଇ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ, ଭୟରେ…
ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ବର୍ଷକର ଝିଅ ବେକରେ ଛୁରୀ ଲଗାଇଲେ। ପରେ ମା’ଙ୍କୁ କାବୁ କରି ଘରୁ ସୁନା ଲୁଟିନେଲେ ଦୁଇ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ରାୟଗଡ଼ା ସହର ରାମକୃଷ୍ଣ ନଗର ବାସିନ୍ଦା ତଥା ୪ନଂ ୱାର୍ଡ କାଉନସିଲର୍ ସୁକାନ୍ତ ପରିଙ୍କ ଘରେ। ଲୁଟେରାମାନେ କାନଫୁଲ ଦୁଇ ହଳ, ମଙ୍ଗଳସୂତ୍ର ସମେତ ଦୁଇ ହଳ ରୂପା ପାଉଁଜି ଏବଂ ଛୋଟ ଝିଅର ୪ଟି ଖଡୁ ଚୋରି କରିନେଇଥିବା ସୁକାନ୍ତ କହିଛନ୍ତି । ପଢ଼ନ୍ତୁ… ସୁଧୁରୁନି ପାକିସ୍ତାନ! […] The post କାଉନ୍ସିଲରଙ୍କ ଘରୁ ଲୁଟ୍: ବର୍ଷକର ଝିଅ ବେକରେ ଛୁରୀ ଲଗାଇ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ, ଭୟରେ… appeared first on Dharitri Odia News .
ସୁଧୁରୁନି ପାକିସ୍ତାନ! ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡିଲା ସନ୍ଦିଗ୍ଧ ଡ୍ରୋନ୍, ସକ୍ରିୟ ହେଲା…
ଶ୍ରୀନଗର,୩୧।୧: ସୁଧୁରୁନି ପାକିସ୍ତାନ। ପୁଣି ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡ଼ିଲା ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ୍। ଏହାକୁ ନେଇ ଭାରତୀୟ ସୁରକ୍ଷାବାହିନୀ ସକ୍ରିୟ ହୋଇପଡ଼ିଥିଲା। ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲା। ତେବେ ଡ୍ରୋନ୍ଟି ପୁଣିଥରେ ପାକିସ୍ତାନ ଆଡକୁ ଚାଲି ଯାଇଥିଲା। ଏହି ଘଟଣା ପରେ ପୋଲିସ ଓ ସୁରକ୍ଷା କର୍ମୀମାନେ ଗ୍ରାମ ଏବଂ ଆଖପାଖ ଅଞ୍ଚଳରେ ବ୍ୟାପକ ତଲାସୀ ଅଭିଯାନ ଚଳାଇଛନ୍ତି। ପଢ଼ନ୍ତୁ… YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ […] The post ସୁଧୁରୁନି ପାକିସ୍ତାନ! ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡିଲା ସନ୍ଦିଗ୍ଧ ଡ୍ରୋନ୍, ସକ୍ରିୟ ହେଲା… appeared first on Dharitri Odia News .
ବରଗଡ଼ର ଗୌରବ: ମାଷ୍ଟର ଗେମ୍ରେ ସ୍ବର୍ଣ୍ଣ ପଦକ ହାତେଇଲେ ୨ଭଉଣୀ
ବରଗଡ଼,୩୧।୧(ପ୍ରେମାନନ୍ଦ ଖମାରୀ): ମହାରାଷ୍ଟ୍ରର ମିନାତାଇ ଠାକରେ ଷ୍ଟାଡିୟମ, ନାସିକରେ ପ୍ରଥମ ଯୁନାଇଟେଡ ନ୍ୟାସନାଲ ମାଷ୍ଟର୍ସ ଗେମ୍ସ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଗତ ୨୮ତାରିଖରୁ ଶନିବାର ପର୍ଯ୍ୟନ୍ତ ଚାଲିଥିବା ମାଷ୍ଟର ଗେମରେ ବରଗଡ଼ର ୨ଭଉଣୀ ଅରୁଣା ଘିବିଲା ଓ ଅନୁପମା ଘିବିଲା ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଅରୁଣା ହାଇ ଜମ୍ପରେ ସ୍ବର୍ଣ୍ଣ ପଦକ ଏବଂ ଲଙ୍ଗ ଜମ୍ପରେ ରୌପ୍ୟ ପଦକ ପାଇଛନ୍ତି। ସେହିପରି ତାଙ୍କ ଭଉଣୀ ଅନୁପମା ହାଇ ଜମ୍ପରେ ସ୍ବର୍ଣ୍ଣ ପଦକ, ଟ୍ରିପଲ ଜମ୍ପରେ ରୌପ୍ୟ […] The post ବରଗଡ଼ର ଗୌରବ: ମାଷ୍ଟର ଗେମ୍ରେ ସ୍ବର୍ଣ୍ଣ ପଦକ ହାତେଇଲେ ୨ଭଉଣୀ appeared first on Dharitri Odia News .
ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ୍ କୋର୍ଟ ପ୍ରତିଷ୍ଠା ଦାବି: ହାଇକୋର୍ଟ ଜଷ୍ଟିସଙ୍କ ସହ ଆଲୋଚନା
ଦିଗପହଣ୍ଡି, ୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ କୋର୍ଟ ପ୍ରତିଷ୍ଠା ପାଇଁସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ଶନିବାର ଅପରାହ୍ନରେ ଓକିଲ ସଂଘର ପ୍ରତିନିଧି ବୃନ୍ଦ ବ୍ରହ୍ମପୁର ସ୍ଥିତ ଗଞ୍ଜାମ ଜିଲା ଦୌରା ଜଜ୍ଙ୍କ ଚ୍ୟାମ୍ବରରେ ଗଞ୍ଜାମ ଜିଲା ଦାୟିତ୍ୱରେ ଥିବା ରାଜ୍ୟ ହାଇକୋର୍ଟର ପ୍ରଶାସନିକ କାର୍ଯ୍ୟନିର୍ବାହୀ ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ସାକ୍ଷାତ କରି ସଂଘ ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ ଅଭିନନ୍ଦନ ଜଣାଇବା ସହ […] The post ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ୍ କୋର୍ଟ ପ୍ରତିଷ୍ଠା ଦାବି: ହାଇକୋର୍ଟ ଜଷ୍ଟିସଙ୍କ ସହ ଆଲୋଚନା appeared first on Dharitri Odia News .
ଆନ୍ଧ୍ର ପ୍ରଦେଶରେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ତଥ୍ୟ ସଂଗ୍ରହ କଲେ ଶ୍ରମ ଅଧିକାରୀ
ବଘିଆପଡ଼ା,୩୧।୧(ଶ୍ରୀକାନ୍ତ ସାହୁ): ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତର ବୁରଗୋରା ଗ୍ରାମର ଅରୁଣ ରଣବିଡାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଜନ୍ମମାଟିକୁ ଆଣିବା ସହିତ ଆର୍ଥିକ କ୍ଷତିପୂରଣ ପ୍ରଦାନ ପାଇଁ ପାଣ ଗଣ୍ଡା ସମାଜ ବିକାଶ ପରିଷଦ ଦାବି କରାଯାଇଛି। ଅଭିଯୋଗ ପାଇବା ପରେ ଭାରପ୍ରାପ୍ତ ଜିଲା ଶ୍ରମ ଅଧିକାରୀ କନ୍ୟା କୁମାରୀ ସାହୁ ବୁରଗୋରା ଗ୍ରାମସ୍ଥିତ ମୃତକଙ୍କ ଘରେ ପହଞ୍ଚି ତଥ୍ୟ ସଂଗ୍ରହ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ବୌଦ୍ଧ […] The post ଆନ୍ଧ୍ର ପ୍ରଦେଶରେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ତଥ୍ୟ ସଂଗ୍ରହ କଲେ ଶ୍ରମ ଅଧିକାରୀ appeared first on Dharitri Odia News .
୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି
ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାର୍ଯ୍ୟ ସହ ଦୁର୍ଘଟଣାରେ କିପରି ଲୋକଙ୍କୁ ପ୍ରଥମେ ଫାଷ୍ଟ ଏଡ୍ ଦିଆଯିବା ସହ ଲୋକଙ୍କୁ ଉଦ୍ଧାର କରି ଜୀବନ ରକ୍ଷା କରାଯାଇ ପାରିବ ସେ ନେଇ ରଣକୌଶଳ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଅଗ୍ନିଶମ ଡିଜି ୧୧୨କୁ ଫୋନ କରି ଓଡ଼ିଶା ଅଗ୍ନିଶମ […] The post ୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି appeared first on Dharitri Odia News .
ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଭାଙ୍ଗିଲେ ଦଶନ୍ଧିର ଇତିହାସ
ମୁମ୍ବାଇ,୩୧।୧: ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟ ଏକ ପରିବର୍ତ୍ତନ ଆଣିଛି। ପ୍ରଥମ ଥର ପାଇଁ, ରାଜ୍ୟ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀଙ୍କୁ ପାଇଛି। ଅଜିତ ପାୱାରଙ୍କ ପଛରେ ଏକ ଦୃଢ଼ ସ୍ତମ୍ଭ ଥିବା ସୁନେତ୍ରା ପାୱାର ଏବେ ଶାସନ ଦାୟିତ୍ୱ ନେବାକୁ ପ୍ରସ୍ତୁତ। ମହାରାଷ୍ଟ୍ରରେ ରାଜନୈତିକ ଘଟଣା ତାଙ୍କୁ କ୍ଷମତାର କେନ୍ଦ୍ରରେ ରଖିଛି। ସେ କେବଳ ନିଜକୁ ଏକ ରାଜନୈତିକ ପରିବାରର ବୋହୂ ଭାବରେ ପ୍ରତିଷ୍ଠିତ କରିନାହାଁନ୍ତି, ବରଂ ସେ ଜଣେ ସାମାଜିକ କର୍ମୀ ଏବଂ ଉଦ୍ୟୋଗୀ ଭାବରେ ଏକ […] The post ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଭାଙ୍ଗିଲେ ଦଶନ୍ଧିର ଇତିହାସ appeared first on Dharitri Odia News .
ହୁକ ପକାଇ ଅବାଧରେ ବିଦ୍ୟୁତ୍ ଚୋରି, ବିଭାଗ ଜାଣି ଅଜଣା
ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍ ବିଭାଗ। ଗଞ୍ଜାମ ସହର ସାନ ବଜାର ଅଞ୍ଚଳ ଦୈନଦିନ ଖୁଣ୍ଟରୁ ହୁକ ପକାଇ ପାଣି ମଟର ଚାଲୁଥିବା ଦେଖିବାକୁ ମିଳିଛି। ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟଠାରୁ ମାତ୍ର ୧୦୦ ମିଟର ଦୂରରେ ଏଭଳି କାର୍ଯ୍ୟ ଚାଲୁଥିଲେ ମଧ୍ୟ ଦୃଷ୍ଟି ନ ପଡ଼ିବା ଦୁର୍ଭାଗ୍ୟର ବିଷୟ ବୋଲି ଚର୍ଚ୍ଚା ହେଉଛି। ଯାହା ଇଲେକ୍ଟ୍ରି କର୍ତ୍ତୃପକ୍ଷଙ୍କ ପାରିବାପଣିଆକୁ ପଦାରେ […] The post ହୁକ ପକାଇ ଅବାଧରେ ବିଦ୍ୟୁତ୍ ଚୋରି, ବିଭାଗ ଜାଣି ଅଜଣା appeared first on Dharitri Odia News .
ଇତିହାସ ରଚିଲେ Sunetra Pawar, ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ
ମୁମ୍ବାଇ,୩୧।୧: ଶନିବାର ରାଜ୍ୟ ସଭା ଏମପି ପଦରୁ ଇସ୍ତଫା ଦେଇ ସ୍ବର୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ସେ ତାଙ୍କ ସ୍ବାମୀ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସ୍ଥାନ ନେଇଛନ୍ତି, ଯାହାଙ୍କର ଦୁଇ ଦିନ ପୂର୍ବରୁ ଏକ ବିମାନ ଦୁର୍ଘଟଣାରେ ଦୁଃଖଦ ମୃତ୍ୟୁ ହୋଇଥିଲା। ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ମୁମ୍ବାଇର ଲୋକଭବନରେ ଆୟୋଜିତ ଏକ ସମାବର୍ତ୍ତନ ଉତ୍ସବରେ ତାଙ୍କୁ ପଦ ଏବଂ ଗୋପନୀୟତାର […] The post ଇତିହାସ ରଚିଲେ Sunetra Pawar, ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ appeared first on Dharitri Odia News .
T20 World Cup 2026: ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ମିଳିଲା ଗୁଡନ୍ୟୁଜ!
ନୂଆଦିଲ୍ଲୀ,୩୧।୧: ୨୦୨୬ T20 World Cup ପୂର୍ବରୁ ଭାରତୀୟ ଦଳକୁ ଭଲ ଖବର ମିଳିଛି। ଆଘାତରୁ ଫେରି ଆସୁଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ବିଷୟରେ ଏକ ଅପଡେଟ ଆସିଛି। ସେ ବେଙ୍ଗାଲୁରୁର ବିସିସିଆଇର ସେଣ୍ଟର ଅଫ ଏକ୍ସଲେନ୍ସ (CoE)ରେ ଖୁବ୍ ଅଭ୍ୟାସ କରୁଛନ୍ତି। ଏକ ସାମ୍ପ୍ରତିକ ଭାଇରାଲ ଭିଡିଓରେ, ତିଲକ ଦ୍ରୁତ ବୋଲର ମୟଙ୍କ ଯାଦବଙ୍କ ପୂର୍ଣ୍ଣ ଗତିର ସାମ୍ନା କରି ନେଟ୍ସରେ ଦୀର୍ଘ ସମୟ ଧରି ବ୍ୟାଟିଂ କରୁଥିବାର ଦେଖାଯାଇଛି। ଏହି ମାସ ଆରମ୍ଭରେ […] The post T20 World Cup 2026: ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ମିଳିଲା ଗୁଡନ୍ୟୁଜ! appeared first on Dharitri Odia News .
ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣା: ACF ନିଲମ୍ବିତ
ବାଲିଗୁଡା,୩୧।୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣାରେ ଶନିବାର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ACF ସୂର୍ଯ୍ୟକାନ୍ତ ବେହେରାଙ୍କୁ ନିଲମ୍ବିତ କରାଯାଇଅଛି। ସୂର୍ଯ୍ୟ କାନ୍ତ ବେହେରା ଜାନୁୟାରୀ ୫ ତାରିଖରେ ବେଲଘର ବନାଞ୍ଚଳର ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ ଘଟଣାର ତଦନ୍ତ ପାଇଁ ଯାଇ ଡିଏଫଓମଙ୍କୁ ଭୁଲ ରିପୋର୍ଟ ପ୍ରଦାନ କରିଥିଲେ। ହାତୀ ମୃତ […] The post ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣା: ACF ନିଲମ୍ବିତ appeared first on Dharitri Odia News .
ରାଶିଫଳ: ରବିବାର, ଫେବୃଆରୀ ୧ ତାରିଖ – Daily Horoscope
ମେଷ ଆଜି ପୁଷ୍ୟା ନକ୍ଷତ୍ରରେ ଚନ୍ଦ୍ର ପରିବାର ଓ କର୍ମକ୍ଷେତ୍ରର ସ୍ଥିତିକୁ କେନ୍ଦ୍ର କରି ଭାବପ୍ରବଣ କରାଇବ। ସାମାଜିକ ସ୍ତରରେ ସ୍ବାଧୀନ ଭାବରେ କାର୍ଯ୍ୟ କରିବାର ସୁଯୋଗ ପାଇବେ। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ଘଟିବ। ପ୍ରତ୍ୟୁଷ ଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ, ରଚନାମତ୍କ କାର୍ଯ୍ୟ ସାଙ୍ଗକୁ ବନ୍ଧୁମିଳନର ସୁଯୋଗ ଲାଭ କରିପାରନ୍ତି। ବୃଷ ତୃତୀୟାଧିପଙ୍କ ଶୁଭ ସମ୍ପର୍କରୁ ବନ୍ଧୁବର୍ଗଙ୍କ ସହ ସୁସମ୍ପର୍କ ସ୍ଥାପନ ହୋଇପାରିବ। ଆନୁଷ୍ଠାନିକ କାର୍ଯ୍ୟ, ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। […] The post ରାଶିଫଳ: ରବିବାର, ଫେବୃଆରୀ ୧ ତାରିଖ – Daily Horoscope appeared first on Dharitri Odia News .

23 C