ସୀମା ଓ ସଚିନଙ୍କ ନାମରେ ଖେଳ, ତାଜୁବ ହୋଇଗଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଫଟୋ ଲଗାଇ ୧୦୦ କୋଟି ଲୁଟ୍
କନକ ବ୍ୟୁରୋ : କିଛି ବର୍ଷ ତଳେ ପାକିସ୍ତାନର ସୀମା ହାଇଦର ଓ ଭାରତର ସଚିନ ମୀନାଙ୍କୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ଏହି ଚର୍ଚ୍ଚା ଭାରତରୁ ନେପାଳ ଦେଇ ପାକିସ୍ତାନ ପର୍ୟ୍ୟନ୍ତ ଲମ୍ବିଥିଲା । ହେଲେ ଏବେ ପୁଣି ଥରେ ଉଭୟଙ୍କୁ ନେଇ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କାରଣ ସୀମା ଓ ସଚିନଙ୍କ ନାମରେ ୬୫୦ କୋଟି ଟଙ୍କାର ଆୟକର ଦୁର୍ନୀତି ହୋଇଛି । ଯାହାକୁ ଦେଖିବା ପରେ ଆୟକର ବିଭାଗ ବି ତାଜୁବ ହୋଇଯାଇଛି । ୬୫୦ କୋଟି ଟଙ୍କାର ନକଲି ଏହି ଆଇଟିସି ଘୋଟାଲାରେ ଏବେ ଇଡିର ଏଣ୍ଟ୍ରି ହୋଇଛି । ଯାହାକୁ ନେଇ ଇଡି ବଡ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ନକଲି ଇନପୁଟ୍ ଚେକସ କ୍ରେଡିଟ୍ ମାମଲାରେ ଦିଲ୍ଲୀ, ହରିଆଣା, ଅରୁଣାଚଳପ୍ରଦେଶ, ତାମିଲନାଡ଼ୁ ଓ ତେଲେଙ୍ଗାନା ସହ ଅନେକ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି । ଯାଂଚ ଏଜେନ୍ସି ମୁତାବକ ଏହି କାର୍ୟ୍ୟାନୁଷ୍ଠାନ ସେହି ଅଭିଯୁକ୍ତ କମ୍ପାନି ମାନଙ୍କ ବିରୋଧରେ ହେଉଛି, ଯେଉଁ କମ୍ପାନିମାନେ ଭୂଲ ତରିକାରେ ନକଲି କମ୍ପାନି, ସେଲ କମ୍ପାନି କରି କାଗଜପତ୍ରରେ ଟ୍ୟାକ୍ସ ଚୋରି, ଅର୍ଥ ହେରଫେର କରାଯାଇଛି । ଏହି ମାମଲାରେ ଚାଲିଥିବା ସର୍ଚ୍ଚ ଅପରେସନରେ ଯାଂଚ ଏଜେନ୍ସିକୁ ଅନେକ ପ୍ରମାଣ ମିଳିଛି । ଯାଂଚ ଏଜେନ୍ସି ଇଡିର ସୂଚନା ମୁତାବକ ପାଖାପାଖି ୬୫୦ କୋଟି ଇନପୁଟ ଟ୍ୟାକ୍ସ କ୍ରେଡିଟ୍ ଦୁର୍ନୀତିରେ ଅନେକ ହାୱଲା କାରବାରୀ, ନକଲି କମ୍ପାନିର ନିର୍ଦ୍ଦେଶକ ଯାଂଚ ଏଜେନ୍ସିର ରାଡ଼ାରରେ ରହିଛନ୍ତି । ଏହି ବ୍ୟବସାୟୀମାନେ ବିନା କାରବାରରେ ସରକାରଙ୍କ ଠାରୁ ୬୫୦ କୋଟି ଟଙ୍କାର ଟ୍ୟାକ୍ସ ଲାଭ ଉଠାଇଛନ୍ତି । ଏହି ମାମଲାର ଯାଂଚ ବେଳେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଏହି ମାମଲାରେ ବିହାରର ଦରଭଙ୍ଗାରେ ରହୁଥିବା ଦୁଇ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ଅରୁଣାଚଳ ପୁଲିସ ଗିରଫ କରିଛି । ସେମାନଙ୍କ ବିରୋଧରେ ୧୦୦ କୋଟି ଟଙ୍କା ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ଦୁର୍ନୀତି ଅଭିଯୋଗ ରହିଛି । ଏହି ଦୁଇ ଅଭିଯୁକ୍ତ ସୀମା ହାଇଦର ଓ ତାଙ୍କ ସ୍ୱାମୀ ସଚିନ ମୀନାଙ୍କ ନାମରେ କାଗଜପତ୍ର ପ୍ରସ୍ତୁତ କରି ଦୁର୍ନୀତି କରିଛନ୍ତି । ଏହି କାଗଜପତ୍ରରେ ସୀମା ଓ ସଚିନଙ୍କ ଫଟୋ ଲଗାଇ ଏକ ନକଲି ଆଇଡିରୁ ଇନପୁଟ୍ ଟ୍ୟାକ୍ସ ଦୁର୍ନୀତି କରିଛନ୍ତି । ସୀମା ଓ ସଚିନଙ୍କ ନାମରେ ଏଭଳି ମାମଲା ଆସିବା ପରେ ଉଭୟଙ୍କ ପାଇଁ ଅଡ଼ୁଆ ବଢିବାରେ ଲାଗିଛି । ଯଦିଓ ସୀମା ଓ ସଚିନଙ୍କ ପାଖରେ ଯାଂଚ ଏଜେନ୍ସି ପହଂଚିନାହିଁ, ଭବିଷ୍ୟତରେ ସେମାନଙ୍କୁ ଏହି ମାମଲାରେ ଜେରା କରାଯିବାର ଅନେକ ସମ୍ଭାବନା ରହିଛି ।
ପ୍ରକୃତିର ଏକ ଅନବଦ୍ୟ ଉପହାର: ଶରତ ଆସିଛି, ଧରାପୃଷ୍ଠକୁ ଡାକିଆଣିଛି କାଶତଣ୍ଡୀ
ରୁଷରେ ତୀବ୍ର ଭୂମିକମ୍ପର ତାଣ୍ଡବଲୀଳା, ରିକ୍ଟର ସ୍କେଲରେ ତୀବ୍ରତା ୭.୪ ରେକର୍ଡ, ମାଡ଼ିଆସୁଛି ବଡ଼ ସୁନାମି!
ରୁଷିଆ:ରୁଷରେ ଅନୁଭୂତ ହେଲା ତୀବ୍ର ଭୂମିକମ୍ପ। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୪ ରେକର୍ଡ କରାଯାଇଛି।କାମଚାଟକାର ପୂର୍ବ ଉପକୂଳ ନିକଟରେ ଏହି ଭୂମିକମ୍ପ ଅତ୍ୟନ୍ତ ଉଚ୍ଚ ତୀବ୍ରତାର ଥିଲା। ରୁଷିଆର କାମଚଟକା ଅଞ୍ଚଳର ପୂର୍ବ ଉପକୂଳ ନିକଟରେ ୭.୪ ତୀବ୍ରତାର ଏକ ଭୂମିକମ୍ପ ହୋଇଛି। ଏହାର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିଲା। ଭୂମିକମ୍ପ ଯୋଗୁଁ ୩୦୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ବେଳାଭୂମି ପାଇଁ ସୁନାମି ଚେତାବନୀ ଜାରି କରାଯାଇଛି। କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର […]
ଘରଭଙ୍ଗା ହାତୀକୁ ଜଙ୍ଗଲକୁ ଘଉଡ଼ାଇଲା ବନବିଭାଗ, ଘର ଦ୍ୱାର ଭାଙ୍ଗିବା ସହ ଅଙ୍ଗନାବାଡ଼ୀ ଚାଉଳ ଓ ଛତୁଆ କରୁଥିଲା ନଷ୍ଟ
କନକ ବ୍ୟୁରୋ : ଶେଷରେ ଘରଭଙ୍ଗା ଦନ୍ତା ହାତୀକୁ ଜଙ୍ଗଲକୁ ଘଉଡ଼ାଇଲା ବନବିଭାଗ। ବନବିଭାଗର ହାତୀ ଘଉଡ଼ାଇବାର ସ୍ବତନ୍ତ୍ର ଟିମ୍ । କେନ୍ଦୁଝର ମହାଦେଇଯୋଡ଼ା ଅଞ୍ଚଳରେ ଆତଙ୍କ ଖେଳାଇଥିବା ଦନ୍ତା ହାତୀକୁ କାବୁ କରିବାକୁ ଝାଡ଼ଖଣ୍ଡରୁ ଦଶ ଜଣ ହାତୀ ଘଉଡ଼ାଇବା ଲୋକ ଆଣି ମୁତୟନ କରିଛି । ନିଆଁ ହୁଳା ଧରି ସେମାନେ ଗତକାଲି ରାତିରେ ଦନ୍ତାହାତୀକୁ ଜଙ୍ଗଲ ଭିତରକୁ ଘଉଡ଼ାଇଛନ୍ତି । ଗତ କଛି ଦିନ ହେବ ଏହି ଦନ୍ତା ହାତୀ ମହାଦେଇଯୋଡ଼ା ଅଞ୍ଚଳର ବିଭିନ୍ନ ଗାଁରେ ଆତଙ୍କ ଖେଳାଇଥିଲା। କାହା ଘର ଭାଙ୍ଗୁଥିଲା ତ କେତେବେଳେ ସ୍କୁଲ ଆଉ ଅଙ୍ଗନୱାଡ଼ିରେ ପଶି ଛତୁଆ ଏଵଂ ଚାଉଳ ଖାଉ ଥିଲା । ୩ ଦିନ ତଳେ ଜଣଙ୍କ ଘର କାନ୍ଥ ଭାଙ୍ଗି ଥିବା ବେଳେ ଘର କାନ୍ଥ ପଡ଼ି ମା ପୁଅ ଏଵଂ ନାତି ଗୁରୁତର ହୋଇଥିଲେ। ଦନ୍ତା ହାତୀର ଉତ୍ପାତ ବନବିଭାଗର ନିଦ ହଜାଇ ଦେଇଥିଲା। ଶେଷରେ ଆତଙ୍କ ଖେଳାଉଥିବା ହାତୀକୁ ଘଉଡ଼ାଇବାରେ ସଫଳ ହୋଇଛି ବନବିଭାଗ ।
ପାଠ ପଢ଼ାଉଥିବା ବେଳେ ସ୍କୁଲରେ ଟଳିପଡ଼ିଲେ ଶିକ୍ଷକ, ଅତିଥି ଗଣିତ ଶିକ୍ଷକଙ୍କ ଛାତିରେ ଯନ୍ତ୍ରଣା କାରଣରୁ ମୃତ୍ୟୁ
କନକ ବ୍ୟୁରୋ : ପାଠପଢାଉଥିବାବେଳେ ସ୍କୁଲରେ ଟଳିପଡ଼ିଲେ ଶିକ୍ଷକ। କୋରାପୁଟ ବନ୍ଧୁଗାଁ ବ୍ଲକ କୁମ୍ଭାରିପୁଟ ସରକାରୀ ବାଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଆସିଲା ଅଭାବନୀୟ ଖବର। ଅତିଥି ଗଣିତ ଶିକ୍ଷକଙ୍କ ଛାତି ଯନ୍ତ୍ରଣାରେ ମୃତ୍ୟୁ ହୋଇଯାଇଛି । ସୁଚନା ଅନୁଯାୟୀ ଗତକାଲି ମଧ୍ୟାହ୍ନ ସମୟରେ ଅଭିରାମ ମାଣ୍ଡିଙ୍ଗି ୩୦ ବର୍ଷ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇ ଖାଇବାକୁ ଆସୁ ଥିବା ବେଳେ ବିଦ୍ୟାଳୟ ବାରଣ୍ଡା ରେ ପେଟ ବ୍ୟଥା ସହ ଛାତି ଯନ୍ତ୍ରଣା ହୋଇଥିଲା । ସଙ୍ଗେ ସଙ୍ଗେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ପରେ ପରେ ଶିକ୍ଷକ ଜଣଙ୍କୁ ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଥିଲା । କିନ୍ତୁ ଡାକ୍ତର ଅଜୟ ଜେନା ଦେଖିବା ପରେ ମୃତ ଘୋଷଣା କରିଥିଲେ। ମୃତ ଅଭିରାମ ମାଣ୍ଡିଙ୍ଗି ରାୟଗଡ଼ା ଜିଲ୍ଲା,କଳନରା ବ୍ଲକ, ସିନ୍ଦୁବାଈ ଗ୍ରାମର ଅଟନ୍ତି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ହୋଇଥିବାରୁ ପୁଲିସ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ମେଡିକାଲ ରେ ରଖିଛି । ମୃତ୍ୟୁ ଖବର ତାଙ୍କ ପରିବାର ଜାଣିବା ପରେ ମେଡିକାଲ ରେ ପହଞ୍ଚି ଥିବା ଜାଣିବାକୁ ମିଳିଛି । ବର୍ତ୍ତମାନ ସାନ ଭାଇ ବାଙ୍ଗା ରାଜୁ ମାଣ୍ଡିଙ୍ଗି ପହଞ୍ଚି ମୃତ ବଡ଼ ଭାଇଙ୍କ ଆଗରୁ ପେଟ ବ୍ୟଥା ରହି ଥିବା ଜଣାଇ ଛନ୍ତି । ଏଥିପାଇଁ ବର୍ତ୍ତମାନ ସୁଦ୍ଧା ମଧ୍ୟ ଥାନାରେ ପରିବାରଙ୍କ ତରଫରୁ ଲିଖିତ ଅଭିଯୋଗ କିଛି କରି ନାହାନ୍ତି । ଆଜିକୁ ତିନି ମାସ ହେଉଛି ସେ ଅତିଥି ଗଣିତ ଶିକ୍ଷକ ଭାବେ ନିଯୁକ୍ତି ପାଇ ଶିକ୍ଷାଦାନ କରି ଆସୁଥିଲେ। ଏହି ପ୍ରକାର ଦୁଃଖଦ ଖବର ଶୁଣିବା ପରେ ଶିକ୍ଷକ ଶିକ୍ଷୟତ୍ରୀ ମହଲ ରେ ଶୋକର ଛାୟା ଖେଳି ଯାଇଛି ।
କନକ ବ୍ୟୁରୋ : ଅନୁରାଗ କଶ୍ୟପ, ଆଜି ବଲିଉଡର ସବୁଠାରୁ ଚର୍ଚ୍ଚିତ ଫିଲ୍ମ ମେକର । ବିବାଦୀୟ ସିନେମା କରି ସାଉଣ୍ଟିଛନ୍ତି ଲକ୍ଷ ଲକ୍ଷ ପ୍ରଶଂସକଙ୍କ ପ୍ରଶଂସା । ହେଲେ ଅନୁରାଗଙ୍କ ଜୀବନର ସଂଘର୍ଷ ଆପଣଙ୍କୁ କନ୍ଦାଇ ଦେବ । ୧୯୯୩ ମସିହାରେ ଅନୁରାଗ ମୁମ୍ବାଇ ଆସିଥିଲେ, ଅନେକ ସ୍ୱପ୍ନ ଥିଲା ଆଖିରେ । ହେଲେ ସ୍ୱପ୍ନ ପୂରଣ ପାଇଁ ପକେଟରେ ନଥିଲା ଟଙ୍କା । ସଂଘର୍ଷ ସମୟରେ ଅନୁରାଗ ମୁମ୍ବାଇ ଫୁଟପାତରେ ୬ ଟଙ୍କା ଭଡ଼ା ଦେଇ ଶୋଇପଡୁଥିଲେ । ହେଲେ ସବୁଦିନ ୬ଟଙ୍କା ଦେବା ତାଙ୍କ ପାଇଁ ଅସମ୍ଭବ ଥିଲା । ଅନେକ ସମୟରେ ରାସ୍ତା କଡ଼ରେ ରାତି କଟାଇଛନ୍ତି । ଅନୁରାଗ କୁହନ୍ତି ସେତେବେଳେ ଜୁହୁ ବିଚରେ ଏକ ବିନା ସିଗନାଲରେ ଗାର୍ଡେନ ଥିଲା । ଯେଉଁ ଗାର୍ଡେନରେ ଅନେକ ରାତି କଟାଇଛନ୍ତି ଅନୁରାଗ । ଭବିଷ୍ୟତ ପାଇଁ ସଂଘର୍ଷ କରୁ କରୁ ଅନୁରାଗ କେତେବେଳେ ମଦକୁ ଆପଣାଇନେଇଥିଲେ ତାହା ସେ ଜାଣିପାରି ନଥିଲେ । ଆଉ ଧିରେ ଧିରେ ଏହି ମଦ ନିଶା ବଢିବାରେ ଲାଗିଛି । ଏହି କାରଣରୁ ପତ୍ନୀ ମଧ୍ୟ ପର କରିଦେଇଥିଲେ । ଆଉ ଗୋଟିଏ କୋଠରୀରେ ଅନୁରାଗ ନିଜକୁ ବନ୍ଦୀ କରିନେଲେ । ୪ ବର୍ଷର କୁନି ଝିଅ ଓ ପତ୍ନୀ ପର ହୋଇଯିବା ପରେ ମାନସିକ ଅବସାଦକୁ ଚାଲିଯାଇଥିଲେ ଅନୁରାଗ । ଏସବୁ ଦୁଃଖ ଭିତରେ ଅନୁରାଗଙ୍କର ପ୍ରଥମ ଦୁଇଟି ସିନେମା ବକ୍ସ ଅଫିସରେ ଫ୍ଲପ୍ ହୋଇଗଲା । ତେରେନାମ ଓ କାଣ୍ଟେ ଭଳି ସିନେମାରୁ ତାଙ୍କୁ ବାହାର କରିଦିଆଗଲା । ଭବିଷ୍ୟତ ଅନ୍ଧାର ଆଡକୁ ଗତି କରୁଛି ଆଉ ମଦ ନିଶା ବଢି ବଢି ଚାଲିଛି । ବାଶ୍ ଏହାପରେ ଅନୁରାଗଙ୍କ ଭବିଷ୍ୟତର ସୂର୍ୟ ଉଦୟ ହେବା ଆରମ୍ଭ କରିଥିଲା । ଆଉ ଏହାପରେ ଗୋଟିଏ ପରେ ଗୋଟିଏ ସିନେମା ତାଙ୍କର ବକ୍ସ ଅଫିସରେ ହିଟ୍ ହେବାରେ ଲାଗିଥିଲା । ବନ୍ଦର, କେନେଡି, ଦୋବାରା, ମୁକ୍କେବାଜ, ରମନ ରାଘବ, ବମ୍ବେ ଭେଲବେଟ, ଅଗଲି, ଗ୍ୟାଙ୍ଗ୍ସ ଅଫ୍ ୱାସେପୁର ଭଳି ସିନେମା କରି ବେଶ ଲୋକପ୍ରିୟ ହୋଇଗଲେ ଅନୁରାଗ କଶ୍ୟପ । ସେ ସିନେମା ହେଉ କି ଅନ୍ୟ କିଛି ପ୍ଲାଟଫର୍ମରେ ସଫଳତା । ସବୁ ସଂଘର୍ଷର ଫଳ ନିଶ୍ଚିତ ଭଲ ହୋଇଥାଏ । ବିନା ସଂଘର୍ଷରେ ସଫଳତା ମିଳିବାକୁ ଲଟେରୀ କୁହାଯାଏ । ଏହା ହଜାର ହଜାର ଲୋକଙ୍କ ଭିତରୁ ଜଣଙ୍କୁ ମିଳିଥାଏ ।
ହେ ଭଗବାନ ! ଭସାଣି ଭିତରକୁ ମାଡ଼ି ଆସିଲା ଟ୍ରକ , ଘୋଷାଡ଼ି ନେଇଗଲା ୯ ଜୀବନ ଅନେକ ଆହତ , ଦେଖନ୍ତୁ ଭିଡ଼ିଓ
କର୍ଣ୍ଣାଟକ: ଆପଣ ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଭାଇରଲ ହେଉଥିବାର ଦେଖୁଥିବେ। କିନ୍ତୁ ଆଜି ଆମେ ଏକ ଏଭଳି ଭିଡ଼ିଓ ଦେଖେଇବୁ ଯାହା ବହୁତ ହୃଦୟବିଦାରକ। ଶୁକ୍ରବାର ବିଳମ୍ବିତ ରାତିରେ କର୍ଣ୍ଣାଟକର ହାସନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ଏକ ଅନିୟନ୍ତ୍ରିତ ଟ୍ରକଟି ଶୋଭାଯାତ୍ରାରେ ପ୍ରବେଶ କରିଥିଲା। ଟ୍ରକଟି ହାସନରୁ ହୋଲେନାରସିପୁର ଯାଉଥିଲା। ଏହି ଘଟଣାରେ ୯ଜଣଙ୍କର ମୃତ୍ୟୁ ହୋଇଥିଲା। ସେହି ସମୟରେ ୨ ୨ ଜଣ ଆହତ ହୋଇଥିଲେ। ହାସନର […]
ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ସୁରଜ, ନିଜ ଦେହରେ ନିଜେ ପେଟ୍ରୋଲ ଢାଳି ଲଗାଇଥିଲେ ନିଆଁ
ଗଡୁନି ଆମ ବସ୍,ଷ୍ଟିୟରିଂ ଛାଡ଼ ଆନ୍ଦୋଲନରେ ଡ୍ରାଇଭର, ଯାତ୍ରୀ ହସ୍ତସନ୍ତ, କାରଣ…
ଓଡ଼ିଶା ଭାସ୍କର: ଦରମା ମିଳୁନି ଫଳରେ ଗଡ଼ୁନି ଆମ ବସ୍। ବର୍ତ୍ତମାନ ୪୨ ଦିନ ହୋଇଯାଇଥିଲେ ବି ଦରମା ପାଇନଥିବାରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଛନ୍ତି ଆମ ବସ୍ ଡ୍ରାଇଭର। ଆଜି ପୋଖରୀପୁଟ ଡିପୋର ୪୩ଟି ବସ ବନ୍ଦ ରହିଛି । ସେମାନଙ୍କ କହିବା କଥା, ପ୍ରତିମାସ ୧୦ ତାରିଖ ମଧ୍ୟରେ ଦରମା ମିଳିଥାଏ। କିନ୍ତୁ, ଗତମାସ ୧୧ ତାରିଖରେ ଦରମା ମିଳିଥିବା ବେଳେ ଏ ମାସରେ ଏପର୍ଯ୍ୟନ୍ତ ଦରମା ମିଳିନାହିଁ। ତିନିଦିନ ହେବ ଭୁତାଉଛନ୍ତି କିନ୍ତୁ […]
ସୁଶୀଳା କାର୍କିଙ୍କ ସହ ମିଶି କାମ କରିବେ ମୋଦୀ, ନେପାଳ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲା ଭାରତ
ନୂଆଦିଲ୍ଲୀ:ନେପାଳରେ ହିଂସା ପରେ ସୁଶୀଳା କାର୍କି ମଧ୍ୟବର୍ତ୍ତୀକାଳୀନ ସରକାର ଭାବରେ ଦେଶର ଦାୟିତ୍ୱ ଗ୍ରହଣ କରିଛନ୍ତି। ଭାରତ ସୁଶୀଳା କାର୍କିଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବା ପରେ ଅଭିନନ୍ଦନ ଜଣାଇଛି ଏବଂ ଦୁଇ ଦେଶ ମଧ୍ୟରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ଆଶା ପ୍ରକାଶ କରିଛି। ଭାରତ କହିଛି ଯେ ସେମାନେ ଉଭୟ ଦେଶର ଲୋକଙ୍କ କଲ୍ୟାଣ ପାଇଁ ଏକାଠି କାମ କରିବେ। ପ୍ରକୃତରେ ବିକ୍ଷୋଭ ପରେ ନେପାଳର ତତ୍କାଳୀନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ […]
ସକାଳୁ ଭୂକମ୍ପରେ ଥରିଲା ତିବ୍ଦତ, ରିକ୍ଟର ସ୍କେଲ୍ରେ ତୀବ୍ରତା ୩.୧ ରେକର୍ଡ
କୌଣସି ବି ମୁହୂର୍ତ୍ତରେ ବନ୍ଦ ହୋଇପାରେ ଭାରତ-ପାକିସ୍ତାନ ମ୍ଯାଚ, କାହିଁକି ପଢ଼ନ୍ତୁ ଏ ରିପୋର୍ଟ
ଓଡ଼ିଶା ଭାସ୍କର:ସେପ୍ଟେମ୍ବର ୧୪ ତାରିଖ, ରବିବାର ଦିନକ ପରେ ଏସିଆ କପ୍ ୨୦୨୫ରେ ଭାରତ ଏବଂ ପାକିସ୍ତାନ ଏକ କ୍ରିକେଟ୍ ମ୍ୟାଚ୍ ଖେଳିବେ। ଏହି ମ୍ୟାଚ୍ ନେଇ ଦେଶରେ ବିରୋଧ ପ୍ରଦର୍ଶନ ଚାଲିଛି। ରାସ୍ତାଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁଠି ଭାରତ-ପାକିସ୍ତାନ ମ୍ୟାଚ୍ ବିଷୟରେ ଆଲୋଚନା ହେଉଛି। ଦେଶ ଏପର୍ଯ୍ୟନ୍ତ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଭୁଲିନାହିଁ। ଭାରତୀୟ ସେନା ଅପରେସନ ସିନ୍ଦୂର ମାଧ୍ୟମରେ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା। କିନ୍ତୁ, ବର୍ତ୍ତମାନ ଏହି ଘଟଣା ପରେ […]
PM Kisan Yojana e-KYC: ଘରେ ବସି କେମିତି କରିବେ e-KYC? PM କିସାନର ୨୧ତମ କିସ୍ତି ପୂର୍ବରୁ କରିବା ଜରୁରୀ…
ଭୁବନେଶ୍ୱର: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଚାଷ ଏବଂ କୃଷି ମାଧ୍ୟମରେ ସେମାନଙ୍କର ଜୀବିକା ନିର୍ବାହ କରନ୍ତି। ସେଥିପାଇଁ ଭାରତ ସରକାର ଦେଶର କୃଷକମାନଙ୍କ ପାଇଁ ଅନେକ ଯୋଜନା ଚଳାନ୍ତି। ଯାହାଦ୍ବାରା ସେମାନେ ବିଭିନ୍ନ ଉପାୟରେ ଲାଭ ପାଆନ୍ତି। ଆଜି ମଧ୍ୟ ଦେଶରେ ଅନେକ ଚାଷୀ ଅଛନ୍ତି ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ବହୁତ ସମୃଦ୍ଧ ନୁହଁନ୍ତି ଏବଂ ଚାଷ କରି ଅଧିକ ରୋଜଗାର କରିପାରନ୍ତି ନାହିଁ। ସରକାର ଏହି ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି […]
ନେପାଳରେ ମଧ୍ୟବର୍ତ୍ତୀକାଳୀନ ସରକାରକୁ ଭାରତର ସ୍ୱାଗତ, ପିଏମ୍ ମୋଦୀ କହିଲେ ସଂପର୍କ ସୁଦୃଢ ହେବ
ଲୋକଙ୍କୁ କେମିତି ମିଳିବ ସ୍ୱଚ୍ଛ ବାୟୁ, ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ
ମଣିପୁରକୁ ଫେରିବ ଶାନ୍ତି ; ଦୀର୍ଘ ଦିନର ଅପେକ୍ଷା ପରେ ଆଜି ମଣିପୁର ଗସ୍ତରେ ଯିବେ ମୋଦୀ
ନୂଆଦିଲ୍ଲୀ: ଆଜି ମଣିପୁର ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଧ୍ୟାହ୍ନ ସାଢ଼େ ୧୨ଟାରେ ଚନ୍ଦ୍ରପୁର ଜିଲ୍ଲାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ସେଠାରେ ସେ ରିଲିଫ୍ କ୍ୟାମ୍ପରେ ଥିବା ବିସ୍ଥାପିତଙ୍କ ସହ କଥା ହେବେ । ପ୍ରଧାନମନ୍ତ୍ରୀ ଉଭୟ ମେଇତେଇ ଓ କୁକି ସଂପ୍ରଦାୟର ଲୋକଙ୍କୁ ଭେଟିବେ । ଏହାପରେ ଚନ୍ଦ୍ରପୁରରେ ବିଭିନ୍ନ ବିକାଶମୂଳକ କାମର ଶିଳାନ୍ୟାସ ଓ ଉଦଘାଟନ କରିବେ ।ଚନ୍ଦ୍ରପୁରରୁ ରାଜଧାନୀ ଇମ୍ଫାଲ ଯିବେ ପ୍ରଧାନମନ୍ତ୍ରୀ । ସେଠାରେ ମଧ୍ୟ ରିଲିଫ ଶିବିରରେ ଥିବା […]
ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ପ୍ରେମ ନିବେଦନ, ବନ୍ଧାହେଲେ ଟିଉସନ ସାର୍
ଓଡ଼ିଶା ଭାସ୍କର: ଇଂଲଣ୍ଡ କ୍ରିକେଟ୍ ଦଳ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ଏକ ନୂତନ ଇତିହାସ ସୃଷ୍ଟି କରିଛି। ମାଞ୍ଚେଷ୍ଟରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ସିରିଜର ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ, ଇଂଲଣ୍ଡ ଦଳ ୨୦ ଓଭରରେ ମାତ୍ର ୨ ୱିକେଟ୍ ହରାଇ ୩୦୪ ରନ୍ କରିଥିଲା। ଏହା ପ୍ରଥମ ଥର ଯେ କୌଣସି ଟେଷ୍ଟ୍ ଖେଳୁଥିବା ଦେଶ ଟି-୨୦ ଆନ୍ତର୍ଜାତୀୟରେ ୩୦୦ ରନ୍ ଅତିକ୍ରମ କରିଛି। ଏହା ସହିତ, ଇଂଲଣ୍ଡ ଭାରତର ରେକର୍ଡ ମଧ୍ୟ ଭାଙ୍ଗିଛି, ଯାହା […]
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବ, ଆଜି ସାରା ରାଜ୍ୟରେ ବର୍ଷା ସମ୍ଭାବନା
କନକ ବ୍ୟୁରୋ : ବଙ୍ଗୋସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆଜି ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । କୋରାପୁଟ, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବଷା ସମ୍ଭାବନା ରହିଛି । ଏହା ସହ ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହା ସହ ଆସନ୍ତାକାଲି ମଧ୍ୟ ଉପକୂଳ ଓ ପଶ୍ଚିମ ଓଡ଼ିଶାର ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୧୬ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଣିପୁର ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ପ୍ରାୟ ଚାରି ଘଣ୍ଟା ମଣିପୁରରେ ରହିବେ ବୋଲି ଜଣାପଡ଼ିଛି । କୁକି-ଜୋ ଅଧ୍ୟୁଷିତ ଚୁରାଚାନ୍ଦପୁରରୁ ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତ ଆରମ୍ଭ କରିବେ । ସେଠାରେ ଶାନ୍ତି ମଇଦାନରେ ଏକ ଜନସଭାରେ ଭାଷଣ ଦେବେ । ୭ ହଜାର ୩୦୦ କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ବିସ୍ଥାପିତ ପରିବାରଙ୍କ ସହ ମଧ୍ୟ ଆଲୋଚନା କରିବେ । ପରେ ସେ ମୈତେଇ ଅଧ୍ୟୁଷିତ ଇମ୍ଫାଲରେ ୧ ହଜାର ୨୦୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିବା ସହ କାଙ୍ଗଲା ଫୋର୍ଟରେ ଜନସଭାକୁ ସମ୍ବୋଧିତ କରିବେ । ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ଗୌହାଟୀ ଗସ୍ତରେ ବାହାରିବେ । ରାଜ୍ୟବ୍ୟାପୀ ସୁରକ୍ଷା କଡ଼ାକଡ଼ି ହୋଇଥିବା ସତ୍ତ୍ବେ ଚୁରାଚାନ୍ଦପୁରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ହୋଇଥିବା ସାଜସଜ୍ଜାକୁ କେତେକ ଦୁର୍ବୃତ୍ତ ନଷ୍ଟ କରିଥିବା ଖବର ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବିଜେପି ଶାନ୍ତି ଓ ଉନ୍ନୟନର ପଦକ୍ଷେପ ବୋଲି ଦାବି କରିଥିବା ବେଳେ ମାତ୍ର କଂଗ୍ରେସ ଏହାକୁ ‘ପ୍ରତୀକାତ୍ମକ’ ଓ ସମସ୍ୟା ସମାଧାନରେ ବିଫଳ ଉଦ୍ୟମ ବୋଲି ଦର୍ଶାଇଛି । କୁକି-ଜୋ ସଂଗଠନ ଓ ‘ଅଲ୍ ମଣିପୁର ୟୁନାଇଟେଡ କ୍ଲବ୍ସ ଅର୍ଗାନାଇଜେସନ୍’ ଏହି ଗସ୍ତକୁ ପ୍ରଚାରମୂଳକ ବୋଲି କହିଛି । ୨୦୨୩ ମେ ମାସରେ ରାଜ୍ୟର ମୈତେଇ ଓ କୁକି-ଜୋ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ଜାତିଗତ ହିଂସା ପରେ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ମଣିପୁର ଗସ୍ତ। ଚଳିତ ବର୍ଷ ଫେବ୍ରିୁଆରିରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏନ୍. ବିରେନ୍ ସିଂହଙ୍କ ଇସ୍ତଫା ପରଠାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ରହିଛି । ହିଂସାରେ ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି ଏବଂ ୨ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।
ଆଫ୍ରିକା କଙ୍ଗୋରେ ଓଲଟିଲା ଡଙ୍ଗା ; ଗଲାଣି ୮୬ ଜୀବନ, ଉଦ୍ଧାରକାର୍ଯ୍ୟ ଜାରି
ଓଡ଼ିଶା ଭାସ୍କର: ରାଗଜୀତି- ଏ ଶବ୍ଦ ଅନେକ କଥା କୁହେ। ତାହାସହ ରାଜନୀତିରେ ଷଡ଼ଯନ୍ତ୍ର ମଧ୍ଯ ବେଶ୍ କାମରେ ଆସେ । ମହାଭାରତଠୁ ଆରମ୍ଭ କରି ରାମାୟଣ ପ୍ରତ୍ଯେକ ସ୍ଥାନରେ ରାଜନୀତିର ବଳିଷ୍ଠ ଉଦାହରଣ ରହିଛି । ଏହି କ୍ରମରେ ରାଜନୀତିରେ ଏମିତି ଏକ ଷଡ଼ଯନ୍ତ୍ର ଦେଖିବାକୁ ମିଳିଛି ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ… କହିରଖୁ, ଶୁକ୍ରବାର ଦିନ ବିହାର କଂଗ୍ରେସ ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟ୍ୱିଟର) ରେ ଏକ AI-ଜେନେରେଟେଡ୍ ଭିଡିଓ ପୋଷ୍ଟ କରିବା […]
ଆମ ବସ୍ କର୍ମଚାରୀଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ଦରମାରେ ବିଳମ୍ବ ନେଇ ଧାରଣା, ପୋଖରୀପୁଟ୍ ଡିପୋରୁ ଗଡ଼ୁନି ବସ୍
କନକ ବ୍ୟୁରୋ : ରାଜଧାନୀରେ ଗଡୁନି ଆମ ବସ୍। ଧାରଣାରେ ଆମ ବସ୍ କର୍ମଚାରୀ। ଦରମା ବିଳମ୍ବ ନେଇ କାର୍ଯ୍ୟବନନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆମ ବସ୍ କର୍ମଚାରୀ। ପୋଖରୀପୁଟ ଡିପୋରୁ ଗୋଟେ ବି ବସ୍ ବାହାରିନି । ଠିକ ସମୟରେ ଦରମା ନମିଳିବା ପ୍ରତିବାଦରେ ଏକାଠି ଷ୍ଟିଅରିଂ ଛାଡିଲେ ଆମ ବସ କର୍ମଚାରୀ । ଆଜି ପୋଖରୀପୁଟ୍ ଡିପୋର ୪୩ ଟି ବସ ବନ୍ଦ ପଡିଛି । କୌଣସି ସାମାଜିକ ସୁରକ୍ଷା ବିନା ଏହି ଆମ ବସ ଚାଳକମାନେ ଗାଡ଼ି ଚଳାଉଛନ୍ତି । ବର୍ତ୍ତମାନ ୪୨ ଦିନ ହୋଇଯାଇଥିଲେ ବି ଦରମା ପାଇନଥିବାରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଛନ୍ତି ଆମ ବସ୍ ଡ୍ରାଇଭର । ପ୍ରତିମାସ ୧୦ ତାରିଖ ମଧ୍ୟରେ ଦରମା ମିଳିବା କଥା। କିନ୍ତୁ ଗତମାସ ୧୧ ତାରିଖରେ ଦରମା ମିଳିଥିବା ବେଳେ ଏ ମାସରେ ଏପର୍ଯ୍ୟନ୍ତ ଦରମା ମିଳିନାହିଁ । ତିନିଦିନ ହେବ ଚକା ଟ୍ରାନ୍ସପୋର୍ଟ ପକ୍ଷରୁ ଭୁତାଉଛନ୍ତି କିନ୍ତୁ ଆକାଉଣ୍ଟକୁ ଟଙ୍କା ଆସୁନି। ଏମିତିକି ରେଷ୍ଟ ରୁମ ନାହିଁ, ଓଭର ଡ୍ୟୁଟିର ଚାପ ରହୁଛି, ୪ ଦିନ ସାପ୍ତାହିକ ଛୁଟି ମିଳୁନାହିଁ, ଇଏସଆଇ ମିଳୁନାହିଁ, କ୍ରୁଟ୍ ଦେଉଥିବା ଦରମା ମଧ୍ୟ ପାଉନଥିବା ଅଭିଯୋଗ କରିଛନ୍ତି କର୍ମଚାରୀ । ତେବେ କ୍ରୁଟ୍ ଚକ୍ରା ଇ ଟ୍ରାନ୍ସପୋର୍ଟକୁ ଦାୟିତ୍ୱ ଦେଇ ଥାର୍ଡ ପାର୍ଟି ଅଧୀନରେ ଡ୍ରାଇଭର ନିଯୁକ୍ତି କରିଥିବା ବେଳେ ଡ୍ରାଇଭରଙ୍କ ସାମାଜିକ ସୁରକ୍ଷା ବାବଦରେ କିଏ ଚିନ୍ତା କରିବ ବୋଲି ପ୍ରଶ୍ନ ଉଠାଇଥନ୍ତି ଏମାନେ।
ବଲିଉଡ ଅଭିନେତ୍ରୀ ଦିଶା ପାଟନୀଙ୍କ ଘରକୁ ଗୁଳିମାଡ଼, ବରେଲୀସ୍ଥିତ ବାସଭବନ ଆଗରେ ଫାୟାରିଂ ସହ ସୋସିଆଲ ମିଡ଼ିଆରେ ଧମକ
କନକ ବ୍ୟୁରୋ : ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀଙ୍କ ଘର ଆଗରେ ଫୁଟିଲା ଗୁଳି । ଦିଶାଙ୍କ ଉତ୍ତର ପ୍ରଦେଶ ବରେଲି ସ୍ଥିତ ବାସଭବନ ଆଗରେ ଫାୟାରିଂ ସହ ସୋସିଆଲ ମିଡିଆରେ ଧମକ ମଧ୍ୟ ଦିଆଯାଇଥିବା ସୂଚନା ମିଳିଛି । ଗତକାଲି ବିଳମ୍ୱିତ ରାତିରେ ଦୁର୍ବୃତ୍ତ ଏକାଧିକ ଫାଙ୍କା ଗୁଳିଚାଳନା କରିଥିବା ବେଳେ, ଗୋଲ୍ଡି ବ୍ରାର୍ ଗ୍ୟାଙ୍ଗ୍ ଏଭଳି କାଣ୍ଡ ଭିଆଇଥିବା ନିଜ ଆଡ଼ୁ ଦାବି କରିଛି । ଦିଶା ସାଧୁସନ୍ଥଙ୍କ ଅପମାନ କରିଥିବା ଅଭିଯୋଗ ଆଣିବା ସହ ତାଙ୍କୁ ଓ ଏଥିରେ ଜଡ଼ିତ ଫିଲ୍ମ ଇଣ୍ଡଷ୍ଟ୍ରିକୁ ସୋସିଆଲ ମିଡିଆ ପୋଷ୍ଟରେ ଧମକ ଦିଆଯାଇଥିବା ସୂଚନା ମିଳିଛି। ପୋଲିସ ଘଟଣାର ତଦନ୍ତ କରୁଛି ।
ମଣିପୁର ଯିବେ ପ୍ରଧାନମନ୍ତ୍ରୀ ମୋଦି, ଭେଟିଦେବେ ୮୫୦୦ କୋଟିର ପ୍ରକଳ୍ପ
ଲଘୁଚାପ ପ୍ରଭାବ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ
ଛତିଶଗଡ଼ରେ ବଡ଼ ଧରଣର ମାଓ ଅପରେସନ, କେମିତି ଥିଲା ପୂରା ଅପରେସନ, ସୂଚନା ଦେଲେ ଏଡ଼ିଜି
କନକ ବ୍ୟୁରୋ : ଛତିଶଗଡ଼ ଗରିଆବନ୍ଧରେ ମାଓ ଏନକାଉଂଟର ଘଟଣା। ସୁରକ୍ଷାକର୍ମୀଙ୍କ ଗୁଳିରେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ମୋଡେମ୍ ବାଲକ୍ରୀଷ୍ଣାଙ୍କ ସମେତ ୧୦ ମାଓବାଦୀ ମୃତ୍ୟୁ ହୋଇଛି । ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାସହ ନକ୍ସଲମାନେ ବ୍ୟବହାର କରୁଥିବା ak47, slr7, insas5, singleshort gun, 12bor, pistolTecorban ଜବତ ହୋଇଛି । ନିପାତ ହୋଇଥିବା ନକ୍ସଲଙ୍କ ମଧ୍ୟରେ ୬ ଜଣ ପୁରୁଷ ଏବଂ ୪ ଜଣ ମହିଳା ଅଛନ୍ତି । ଛତିଶଗଡ଼, ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ସରକାର ସେମାନଙ୍କ ସମସ୍ତଙ୍କ ଉପରେ ୫ କୋଟି ୨୨ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ନିହତ ନକ୍ସଲଙ୍କ ମଧ୍ୟରେ କେନ୍ଦ୍ରୀୟ କମିଟି ଏବଂ ଓଡ଼ିଶା ରାଜ୍ୟ କମିଟିର ଉଚ୍ଚସ୍ତରୀୟ ସଦସ୍ୟ ଅନ୍ତର୍ଭୁକ୍ତ ଅଛନ୍ତି । କେମିତି ଥିଲା ନକ୍ସଲ ଅପରେସନ୍? ରାଜାଡେରା-ମାଡାଲ ପାହାଡ଼ରେ ବହୁ ସଂଖ୍ୟାରେ ଲୁଚି ରହିଥିବା ନେଇ ଗରିଆବନ୍ଦ ପୁଲିସ ଗୁପ୍ତ ସୂଚନା ପାଇଥିଲା ପରେ ଗାରିଆବନ୍ଧ ପୋଲିସର ଇ-୩୦ ୟୁନିଟ୍, ଏସଟିଏଫ୍, ସିଏଏଫ୍ ଏବଂ କୋବ୍ରା-୨୦୭ର ଏକ ମିଳିତ ଦଳ ସେପ୍ଟେମ୍ବର ୧୦ରେ ଏକ ଅପରେସନରେ ବାହାରିଥିଲେ ସେପ୍ଟେମ୍ବର ୧୧, ସକାଳ ୬ଟାରେ, ନକ୍ସଲମାନେ ସୁରକ୍ଷା ବାହିନୀକୁ ଘେରିଯିବା ଉଦ୍ଦେଶ୍ୟରେ ହଠାତ୍ ଅଚାନକ ଗୁଳିଚାଳନା ଆରମ୍ଭ କରିଦେଲେ ପ୍ରାୟ ୨୬ ଘଣ୍ଟା ଧରି ଉଭୟ ପାର୍ଶ୍ୱରୁ ଗୁଳିଚାଳନା ଚାଲିଥିଲା। ୧୨ ସେପ୍ଟେମ୍ବର ସକାଳ ୮ଟା ପର୍ଯ୍ୟନ୍ତ ଚାଲିଥିଲା ଏହି ଗୁଳିବିନିମୟ ଦୁଇ ଦିନର ଏହି ସଂଘର୍ଷରେ ଯବାନ ମାନେ ଧୈର୍ଯ୍ୟ ଏବଂ ଅଦମ୍ୟ ସାହସ ସହିତ ମୁକାବିଲା କରୁଥିଲେ ନକ୍ସଲମାନେ ଲୁଚି ରହି ଆକ୍ରମଣ କରି ଚାଲିଥିଲେ ଯବାନମାନେ ସଠିକ ରଣନୀତି, ଉପଯୁକ୍ତ ବୁଦ୍ଧି ଏବଂ ସଂଯମତା ଦେଖାଇ ଆକ୍ରମଣ କରିଥିଲେ ଏଥିରେ ୧୦ ଜଣ ନକ୍ସଲ ନିହତ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର ହୋଇଛି ।
କନକ ବ୍ୟୁରୋ : ପିଏମ କିଷାନରୁ ବାଦ ପଡ଼ିଥିବା ଚାଷୀଙ୍କ ପାଇଁ ଖୁସି ଖବର । ସାମିଲ ହେବାକୁ ସରକାର ଦେଲେ ବଡ ସୁଯୋଗ । କେୱାଇସି ଅବଧିକୁ ଆଉ ୬ ମାସ ବଢ଼ାଇଛନ୍ତି ସରକାର । ସେପ୍ଟେମ୍ବର ୮ରୁ ଆଉ ୬ ମାସ ବୃଦ୍ଧି କରାଯାଇଛି । ସିଏମ କିଷାନ ପାଉଥିବା ହିତାଧିକାରୀ ପିଏମ କିଷାନରେ କେୱାଇସି ଅପଡେଟ କରି ସାମିଲ ହୋଇପାରିବେ । ଏବେ ସିଏମ କିଷାନରେ ୫୧ ଲକ୍ଷ ୫୪ ହଜାର ଥିବାବେଳେ ପିଏମ କିଷାନରେ ୩୪ ଲକ୍ଷ ୮୫ ହଜାର ହିତାଧିକାରୀ ସାମିଲ ଅଛନ୍ତି । ପୂର୍ବ ବର୍ଷ ଅପେକ୍ଷା ଅଧିକ ୬ ଲକ୍ଷ ହିତାଧିକାରୀ ପିଏମ କିଷାନରେ ସାମିଲ କରିଛନ୍ତି ନୂଆ ସରକାର । ଅଧିକ ଚାଷୀଙ୍କୁ ଯୋଡିବାକୁ ସରକାର କରୁଛନ୍ତି ସ୍ପେଶାଲ ଡ୍ରାଇଭ ।
କର୍ଣ୍ଣାଟକରେ ଭସାଣୀ ଶୋଭାଯାତ୍ରା ବେଳେ ବଡ଼ ଅଘଟଣ, ଟ୍ରକ୍ ମାଡ଼ିଯିବାରୁ ୮ ଜଣଙ୍କର ମୃତ୍ୟୁ, ୨୦ ରୁ ଅଧିକ ଆହାତ
କନକ ବ୍ୟୁରୋ : କର୍ଣ୍ଣାଟକରେ ଗଣେଶଙ୍କ ବିସର୍ଜନ ଶୋଭାଯାତ୍ରା ବେଳେ ବଡ ଅଘଟଣ। ଟ୍ରକ ମାଡିଯିବାରୁ ୮ ଜଣ ବ୍ୟକ୍ତିଙ୍କର ଜୀବନ ଯାଇଥିବା ବେଳେ ୨୦ ଜଣରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଅଧିକାଂଶ ଗୁରୁତର ଅଛନ୍ତି । କର୍ଣ୍ଣାଟକର ହସନ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶୋଭାଯାତ୍ରାକୁ ବନ୍ଦ କରିଥିବା ବେଳେ ଦୁର୍ଘଟଣା ପଛର କାରଣ ଖୋଜୁଛି । ଟ୍ରକ କିଭଳି ହଠାତ୍ ନିୟନ୍ତ୍ରଣ ହରାଇଲା ତାହା ଏଯାଏଁ ଅସ୍ପଷ୍ଟ । ଦୁର୍ଘଟଣା ସମୟର ଛାତିଥରା ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଦେଖିବାକୁ ମିଳିଛି ଯେ, ଗଣେଣ ବିସର୍ଜନ ବେଳେ କିଛି ଲୋକେ ନାଚିବାରେ ମସଗୁଲ ଥିଲେ । ଏହି ସମୟରେ ହଠାତ୍ ସାମ୍ନାପଟୁ ମାଡ଼ିଆସିଥିଲା ଏକ ଟ୍ରକ୍ । ଆଉ ଲୋକଙ୍କ ଉପରେ ଚଢ଼ାଇ ଦେଇଥଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଲୋକଙ୍କୁ କିଛି ଭାବିବା ପାଇଁ ବି ସମୟ ନଥିଲା ।
କନକ ବ୍ୟୁରୋ : କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଭୟରେ ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହିଲା ବିଜେଡି। ଏଭଳି ଅଭିଯୋଗ ଆଣିଛି ଉଦ୍ଧବ ଠାକରେଙ୍କ ୟୁବିଟି । ଦଳ ତା’ର ମୁଖପାତ୍ର ‘ସାମନା’ର ସମ୍ପାଦକୀୟରେ ଭୋଟଦାନରୁ ଦୂରେଇ ରହିବା ଅସାମ୍ବିଧାନିକ ବୋଲି ଯୁକ୍ତି ବାଢ଼ିଛି । ସମ୍ପାଦକୀୟରେ ଦଳ ଉଲ୍ଲେଖ କରିଛି ଯେ, କେ ଚନ୍ଦ୍ରଶେଖର ରାଓଙ୍କ ବିଆରଏସ ଏବଂ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ସବୁଥର ପରି କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଭୟରେ ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହିଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ଅସାମ୍ବିଧାନିକ । ଏଭଳି ନିର୍ବାଚନରୁ କେହି ଦୂରେଇ ରହିପାରିବେ ନାହିଁ ବୋଲି ଦଳ ତରଫରୁ କୁହାଯାଇଛି । ଦଳ ଆହୁରି କହିଛି ଯେ, ଗୋଟିଏ ପଟେ, ଯେତେବେଳେ ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନରେ ଭୋଟ୍ ଦେବାକୁ ବାଧ୍ୟତାମୂଳକ କରିବାକୁ ଦାବି କରାଯାଉଛି, ଅନ୍ୟପଟେ ଦଳଗୁଡ଼ିକ ଘୋଡା ବେପାରରେ ସାମିଲ ହୁଅନ୍ତି ଏବଂ ନିର୍ବାଚନ ବର୍ଜନ କରନ୍ତି । ଏପରି ସ୍ଥିତିରେ ଏଭଳି ଦଳଗୁଡ଼ିକର ପଞ୍ଜିକରଣ ବାତିଲ କରାଯିବା ଉଚିତ । ସଂସଦର ନିର୍ବାଚିତ ସଦସ୍ୟ ଓ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ସଦସ୍ୟଙ୍କୁ ନେଇ ଗଠିତ ଇଲେକ୍ଟୋରାଲ୍ କଲେଜ୍ ଦ୍ୱାରା ରାଷ୍ଟ୍ରପତି ନିର୍ବାଚନ ହୋଇଥାଏ । ସେହିପରି ଉପରାଷ୍ଟ୍ରପତି ନିର୍ବାଚନ ଇଲେକ୍ଟୋରାଲ କଲେଜ ସଂସଦର ଉଭୟ ଗୃହର ସଦସ୍ୟଙ୍କୁ ନେଇ ହୋଇଥାଏ । ତେଣୁ ନବନିର୍ବାଚିତ ଉପରାଷ୍ଟ୍ରପତି ରାଧାକ୍ରିଷ୍ଣନଙ୍କୁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଭଳି ସର୍ବୋଚ୍ଚ ସାମ୍ବିଧାନିକ ପଦବୀର ନିର୍ବାଚନରେ ଶାସକ ଦଳଙ୍କ ଦ୍ୱାରା ଘୋଡ଼ା ବେପାରକୁ ରୋକିବା ପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବାକୁ ୟୁବିଟି ଦାବି କରିଛି ।
ସେପ୍ଟେମ୍ବର ୧୩ ତାରିଖ, ଶନିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ
ଭାରତ ଉପରେ ଟାରିଫ ଲଗାଇବା ଯୋଗୁ ଦୁଇ ଦେଶର ସମ୍ପର୍କ ଖରାପ ହୋଇଛି: ଡୋନାଲ୍ଡ ଟ୍ରମ୍ପ
ବିଦାୟ ନେବ ଦକ୍ଷିଣ-ପଶ୍ଚିମ ମୌସୁମୀ, ତାରିଖ ଘୋଷଣା କଲେ IMD
ପିଏମ କିଷାନରୁ ବାଦ ପଡ଼ିଥିବା ଚାଷୀଙ୍କ ପାଇଁ ବଡ଼ ଖବର, ବଢ଼ିଲା କେଓ୍ବାଇସି ଅବଧି
ଦୀପାବଳି ପୂର୍ବରୁ ଶନିଙ୍କ ଗତି ବଦଳିବ, ଏହିସବୁ ରାଶି ଉପରେ ଶନିଙ୍କ କୃପା ରହିବ, ଧନ ବର୍ଷା ହେବ
ଓଡ଼ିଶାଭାସ୍କର: ନ୍ୟାୟର ଦେବତା ଶନି ଦେବ ଲୋକଙ୍କୁ ସେମାନଙ୍କ କର୍ମ ଅନୁସାରେ ଫଳ ଦିଅନ୍ତି। ଖୁବ୍ ଶୀଘ୍ର ୨୦୨୫ ମସିହାରେ ଶନି ଗ୍ରହ ନିଜ ନକ୍ଷତ୍ରରେ ଗୋଚର କରିବାକୁ ଯାଉଛନ୍ତି। ଏହି ସମୟରେ ଶନି ଉତ୍ତର ଭାଦ୍ରବ ନକ୍ଷତ୍ରରେ ଅଛନ୍ତି। ଆଗାମୀ ମାସରେ ଅର୍ଥାତ୍ ଅକ୍ଟୋବରରେ ଶନି ପୂର୍ବ ଭାଦ୍ରବ ନକ୍ଷତ୍ରରେ ଗୋଚର କରିବେ। ଦୀପାବଳି ପୂର୍ବରୁ ଶନିଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ କିଛି ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ଶନି ଗ୍ରହର ଏହି ଗୋଚର ଗୁରୁତ୍ୱପୂର୍ଣ୍ଣ […]
ବଲିଉଡ୍ ଅଭିନେତ୍ରୀ ଦିଶା ପଟ୍ଟାନୀଙ୍କ ଘର ସାମ୍ନାରେ ଗୁଳିମାଡ଼: ନିଜକୁ ଦାୟୀ କଲା ଗୋଲ୍ଡି ବ୍ରାର ଗ୍ୟାଙ୍ଗ୍
ସବୁଠୁ ବଡ଼ ପ୍ରତିରକ୍ଷା ଡିଲ୍ ପାଇଁ ଭାରତ ସରକାରଙ୍କ ପ୍ରସ୍ତୁତି, ଦେଶକୁ ମିଳିପାରେ ୧୧୪ ମେକ୍ ଇନ୍ ଇଣ୍ଡିଆ ରାଫେଲ
ଆମ ଆଦମୀ ପାର୍ଟି ଛାତ୍ର ସଂଘର ବଡ଼ ନିଷ୍ପତ୍ତି, ଏ ବର୍ଷ ଲଢିବନି DUSU ନିର୍ବାଚନ
ନେପାଳର ଅନ୍ତରୀଣ ସରକାରର ମୁଖ୍ୟ ହେଲେ ହେଲେ ସୁଶୀଳା କାର୍କି, ପ୍ରଧାନମନ୍ତ୍ରୀ ଭାବେ ଶପଥ ପାଠ କରାଇଲେ ରାଷ୍ଟ୍ରପତି
ଏସିଆ କପରେ ଭାରତ-ପାକିସ୍ତାନ ମଧ୍ୟରୁ କାହା ପଲ୍ଲା ଭାରି, ଜାଣନ୍ତୁ ରେକର୍ଡ
ଓଡିଶାଭାସ୍କର:ଏସିଆ କପ୍ ୨୦୨୫ ସବୁଠାରୁ ବଡ ମ୍ୟାଚ ମଧ୍ୟରୁ ଗୋଟିଏ। ଭାରତ-ପାକିସ୍ତାନ ମ୍ୟାଚ ୧୪ ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି। ବିଶ୍ୱର ଲକ୍ଷ ଲକ୍ଷ ଲୋକ ଏହି ମ୍ୟାଚ ପାଇଁ ଅପେକ୍ଷା କରିଛନ୍ତି। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ହେବାକୁ ଥିବା ଏହି ମ୍ୟାଚରେ କାହାର ପଲ୍ଲା ଅଧିକ ଅଛି, କାହାର ଏହି ମ୍ୟାଚ ଜିତିବାର ଶକ୍ତି ଅଧିକ ଅଛି ତାହା ଜାଣିବା ପାଇଁ ଆପଣଙ୍କୁ ପ୍ରଥମେ ଦୁଇ ଦଳ ମଧ୍ୟରେ ପରିସଂଖ୍ୟାନ ବୁଝିବାକୁ ପଡିବ। ତେବେ ଆସନ୍ତୁ […]
ସୁଶୀଳା କାର୍କି ହେଲେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ, ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ
କନକ ବ୍ୟୁରୋ : ନେପାଳର ଅନ୍ତରୀଣ ସରକାର ପାଇଁ ଲାଗିଥିବା କସରତ ଶେଷ ହୋଇଛି । ରାଷ୍ଟ୍ରପତି ରାମଚନ୍ଦ୍ର ପୌଡ଼େଲ, ସେନାମୁଖ୍ୟ ଅଶୋକରାଜ ସିଗଡେଲ ଓ ଜେନ୍ -ଜେଡ ପ୍ରତିନିଧି ଘନଘନ ଆଲୋଚନା କରି ସୁଶୀଳା କାର୍କିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚୟନ କରିଛନ୍ତି । ସେପଟେ ଜେନ-ଜେଡ୍ ଗୋଷ୍ଠୀରେ ବିଭାଜନ ଯୋଗୁ ପରିସ୍ଥିତି ଜଟିଳ ହୋଇଛି। ସାମାଜିକ ଗଣମାଧ୍ୟମକୁ ନିଷେଧ କରିବା ଓ ଦୁର୍ନୀତି ବିରୋଧରେ ମଙ୍ଗଳବାରଠାରୁ ନେପାଳରେ ବ୍ୟାପକ ହିଂସାକାଣ୍ଡ ଆରମ୍ଭ ହୋଇଥିଲା। ସାମାଜିକ ଗଣମାଧ୍ୟମ ଉପରୁ କଟକଣା ପ୍ରତ୍ୟାହାର ସତ୍ତ୍ୱେ ଥମି ନଥିଲା ହିଂସାକାଣ୍ଡ। ପ୍ରଧାନମନ୍ତ୍ରୀ ପଦରୁ କେ.ପି ଶର୍ମା ଓଲିଙ୍କ ଇସ୍ତଫା ପରେ ନେପାଳକୁ ସେନା ନିଜ ନିୟନ୍ତ୍ରଣକୁ ନେଇଛି ।
ଭୋଟ ଚୋରି ଜାରି ରହିଲେ ନେପାଳ ଭଳି ଅବସ୍ଥା ଭାରତରେ ହେବ: ଅଖିଳେଶ ଯାଦବ
ନେପାଳରେ ନୂଆ ଅଧ୍ୟାୟ ଆରମ୍ଭ ହେଲା, ସୁଶୀଲା କାର୍କୀ ହେଲେ ମଧ୍ୟବର୍ତ୍ତୀକାଳୀନ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ
ନେପାଳ: ନେପାଳରେ ହିଂସାତ୍ମକ ପ୍ରତିବାଦ ପରେ ଦେଶ ଏକ ବଡ଼ ରାଜନୈତିକ ସଙ୍କଟର ସମ୍ମୁଖୀନ ହୋଇଥିଲା। କେପି ଶର୍ମା ଓଲିଙ୍କ ସମେତ ଅନେକ ବରିଷ୍ଠ ମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଥିଲେ। ଏହି ସମୟରେ ନେପାଳର ପରିସ୍ଥିତିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ହେଲେ ଏବେ ନେପାଳକୁ ଜଣେ ନୂଆ ପ୍ରଧାନମନ୍ତ୍ରୀ ମିଳିଛି। ତାହା ପୁଣି ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ, ଯିଏକି ପ୍ରଥମ ପ୍ରଥମ ମହିଳା ମୁଖ୍ୟ ବିଚାରପତି ମଧ୍ୟ ଥିଲେ। ସେ ଆଉ କେହି ନୁହଁନ୍ତି […]
‘ବୀନ୍’ ଧୁନ୍ ଶୁଣି ନିଜକୁ ରୋକି ପାରିଲାନି ନାଗ, ଅଣ୍ଟା ହଲାଇ ନାଚିଲା, ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହେଉଛି। ଏଥିମଧ୍ୟରୁ କିଛି ଭିଡିଓ ବହୁତ ମଜାଦାର ଏବଂ ଅନ୍ୟ କିଛି ଭିଡିଓ ଖୁବ ଭୟଙ୍କର। ବିଶେଷକରି ପଶୁପକ୍ଷୀଙ୍କ ଭିଡିଓ ୟୁଜର୍ସ ବହୁତ ଲାଇକ କରୁଛନ୍ତି। ଆଜିକାଲି ସୋସିଆଲ ମିଡିଆରେ ଏକ ସାପର ମଜାଦାର ଭିଡିଓ ଭାଇରାଲ ହେଉଛି। ଭିଡିଓରେ, ଏକ ସାପ ‘ବୀନ୍’ର ତାଳେ ତାଳେ ନାଚୁଥିବାର ଦେଖାଯାଉଛି। ସାପର ନୃତ୍ୟ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ଭାଇରାଲ ଭିଡିଓରେ, ଏହା ଦେଖିବାକୁ […]
ପାଇଲଟଙ୍କ ଭୁଲ ଯୋଗୁ ହୋଇନି ଅହମଦାବାଦ ବିମାନ ଦୁର୍ଘଟଣା: ଆମେରିକା ଆଟର୍ଣ୍ଣି
Jio ଏବଂ Airtel ବନ୍ଦ କଲେ ଶସ୍ତା ଡାଟା ପ୍ଲାନ, TRAI ମାଗିଲା ଉତ୍ତର, ଜାଣନ୍ତୁ କାରଣ
ନୂଆଦିଲ୍ଲୀ:ଆଜିର ଯୁଗରେ, ଇଣ୍ଟରନେଟ୍ କେବଳ ମନୋରଞ୍ଜନ ନୁହେଁ, ଏହା ଏକ ଆବଶ୍ୟକତା ପାଲଟିଛି। ବିଶେଷକରି କମ୍ ଆୟ ଥିବା ଲୋକମାନେ ମୋବାଇଲ୍ ଡାଟା ଉପରେ ନିର୍ଭର କରନ୍ତି, ତାହା ପିଲାମାନଙ୍କ ଶିକ୍ଷା ହେଉ କିମ୍ବା ସରକାରୀ ଯୋଜନା ବିଷୟରେ ସୂଚନା। ଏପରି ପରିସ୍ଥିତିରେ, ଯେତେବେଳେ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍ ସେମାନଙ୍କର ସବୁଠାରୁ ଶସ୍ତା ₹249 1GB/ଦିନର ପ୍ଲାନ୍ ବନ୍ଦ କରିଦେଲେ, ସେତେବେଳେ ହଇଚଇ ସୃଷ୍ଟି ହୋଇଛି। ଟ୍ରାଇ ଉତ୍ତର ମାଗିଲା: ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ […]
କିର୍କଙ୍କ ସନ୍ଦିଗ୍ଧ ହତ୍ୟାକାରୀକୁ ଗିରଫ କଲା ପୋଲିସ, ଟ୍ରମ୍ପ କହିଲେ- ମୃତ୍ୟୁ ଦଣ୍ଡ ଦେବୁ
ନିଜ ରକ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମହିଳା, ନ୍ୟାୟ ନମିଳିଲେ କରିବେ ଆତ୍ମହତ୍ୟା
ଉତ୍ତରପ୍ରଦେଶ: ସରକାରଙ୍କ ପାଖରେ ମହିଳାଙ୍କର ନିଆରା ପ୍ରୟାସ। ନିଜ ଦୁଃଖ ଜଣାଇବାକୁ ନିଜ ରକ୍ତରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଲେଖିଲେ ଚିଠି। ଯାହାକି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି ହେଉଛି ଉତ୍ତରପ୍ରଦେଶର ରାୟବରେଲି ଜିଲ୍ଲାର। ଯେଉଁଠାରେ ଜଣେ ମହିଳା ନିଜ ରକ୍ତରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ପୀଡିତା ଜଣକ ତାଙ୍କ ସ୍ୱାମୀଙ୍କୁ ମୁସଲିମ ମହିଳାଙ୍କ କବଲରୁ ରକ୍ଷା କରିବାକୁ ଚାହୁଁଛନ୍ତି ବୋଲି ଲେଖିଛନ୍ତି। ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ […]
‘ସ୍ୱାମୀ ନୁହେଁ, ୨୦ ବର୍ଷର ସାନ ପ୍ରେମିିକ ସହ ରହିବି..’, କୋର୍ଟରେ ଏଭଳି ଡିମାଣ୍ଡ କଲେ ୯ ପିଲାର ମାଆ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବଦାୟୁଁ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। 9 ସନ୍ତାନର ମାଆ ନୀଲମ ତାଙ୍କ ଠାରୁ 20 ବର୍ଷ ସାନ ପ୍ରେମିକଙ୍କ ସହିତ ପଳାଇଥିଲେ। 9 ଦିନ ପରେ ସେ ଫେରି ଆସିଥିଲେ ଏବଂ ଯେତେବେଳେ ସେ କୋର୍ଟରେ ହାଜର ହୋଇଥିଲେ, ସେ ବିଚାରପତିଙ୍କ ସମ୍ମୁଖରେ ମଧ୍ୟ ନିଜ ସ୍ୱାମୀଙ୍କ ସହିତ ରହିବାକୁ ମନା କରିଦେଇଥିଲେ। ଦିଲ୍ଲୀରେ ଶ୍ରମିକ ଭାବରେ କାମ କରି ପରିବାର ପାଇଁ ରୋଜଗାର କରୁଥିବା ଓମପାଲ ଅଭିଯୋଗ […]
ଦିଶାଙ୍କ ଘରକୁ ଗୁଳିମାଡ଼ ! ଅପରାଧୀ ଲେଖିଲେ ପ୍ରେମାନନ୍ଦ ଜୀ ମହାରାଜଙ୍କ ବିରୁଦ୍ଧରେ କହିଲେ ପରିବାରକୁ ଛାଡ଼ିବୁନି …
ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ଘରେ ଅନେକ ଥର ଗୁଳିକାଣ୍ଡ ଘଟଣା ଆପଣ ଶୁଣିଥିବେ । ସଲମାନ ଖାନଙ୍କ ପରେ ଏବେ ଦିଶା ପଟାନିଙ୍କ ଘର ଉପରକୁ ଗୁଳିକାଣ୍ଡର ଏକ ମାମଲା ସାମ୍ନାକୁ ଆସିଛି। ଦିଶାଙ୍କ ଘରେ ଗୁଳିକାଣ୍ଡ ପାଇଁ ରୋହିତ ଗୋଦାରା ଏବଂ ଗୋଲ୍ଡୀ ବ୍ରାର ଗ୍ୟାଙ୍ଗ ଦାୟୀ ବୋଲି ଶୁଣିବାକୁ ମିଳୁଛି । ପୂରା ଘଟଣା କ’ଣ? ପ୍ରକୃତରେ, ସୋସିଆଲ ମିଡିଆରେ ଏକ ପୋଷ୍ଟ ସାମ୍ନାକୁ ଆସିଛି। ଏହି ପୋଷ୍ଟରେ ଲେଖାଯାଇଛି ଯେ […]
ମହିନ୍ଦ୍ରାର ପ୍ରି ଜିଏସଟି କଞ୍ଜ୍ୟୁମର ସ୍କିମ୍, ଗ୍ରାହକ ପାଇବେ ଦେଢ଼ ଲକ୍ଷରୁ ଅଧିକର ଡିସ୍କାଉଣ୍ଟ
ଛତିଶଗଡ଼ରେ ଲାଲ୍ବାହିନୀ ଛାରଖାର; ପଡ଼ିଶାରେ ଏନ୍କାଉଣ୍ଟର, ଓଡ଼ିଶାରେ ଉତ୍ସାହ
କନକ ବ୍ୟୁରୋ : ଛତିଶଗଡ଼ ଗରିଆବନ୍ଧରେ ମାଓ ଏନ୍କାଉଣ୍ଟର ଓଡ଼ିଶା ପାଇଁ ବି ଆଣିଛି ବଡ଼ ଆଶ୍ୱସ୍ତି । କାରଣ ନିପାତ ୧୦ ନକ୍ସଲଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶା ପୁଲିସ ଟାର୍ଗେଟ୍ରେ ଥିବା ୨ କୁଖ୍ୟାତ ମାଓନେତା ବାଲକ୍ରିଷ୍ଣା ଓ ପ୍ରମୋଦ । ଛତିଶଗଡ଼ ଜଙ୍ଗଲରେ ଲୁଚି ସୀମାରେ ସକ୍ରିୟ ରହିବା ସହ ସେମାନେ ଓଡ଼ିଶାରେ ଲାଲଗଡ଼ ମଜଭୁତ କରିବାକୁ କସରତ ଚଳାଇଥିଲେ । ଏହି ଦୁଇ ମୁଣ୍ଡ ଗଡ଼ିବା ପରେ ଓଡ଼ିଶା କମିଟି ଦୁର୍ବଳ ହେବା ସୁନିଶ୍ଚିତ ବୋଲି କୁହାଯାଉଛି । ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଗରିଆବନ୍ଧର ମୈନପୁର ବନଖଣ୍ଡ । ଏଠାରେ ଥିବା ମଟାଲ୍ ଜଙ୍ଗଲରେ ଗଡ଼ିଛି ୧୦ ମାଓ ମୁଣ୍ଡ । ଆଉ ଏ ହେଉଛି ମୋଷ୍ଟ ୱାଣ୍ଟେଡ୍ ମାଓବାଦୀ ମନୋଜ ଓରଫ୍ ମୋଡେମ୍ ବାଲକ୍ରିଷ୍ଣା ଏବଂ ପ୍ରମୋଦ ସମେତ ସେହି ସମସ୍ତ ନକ୍ସଲଙ୍କ ମୃତଦେହ ।୬ ପୁରୁଷ ଓ ୪ ମହିଳା ମାଓବାଦୀଙ୍କ ମୃତଦେହ ହେଲିକପ୍ଟର ଯୋଗେ ଗରିଆବନ୍ଧ ଆର୍ଓକୁ ଅଣାଯାଇଥିବା ବେଳେ, ସେମାନଙ୍କ ଠାରୁ ଜବତ ଏକେ-୪୭, ଏସ.ଏଲ.ଆର୍, ଇନସାସ୍ ରାଇଫଲ ଓ ପିସ୍ତଲ ଆଦି ବିପୁଳ ମାରଣାସ୍ତ୍ର ପ୍ରଦର୍ଶିତ ହୋଇଛି । ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ତଥା ଓଡ଼ିଶା ଷ୍ଟେଟ୍ କମିଟି ମୁଖ୍ୟ ଥିବା ମୋଡେମ୍ ବାଲକ୍ରିଷ୍ଣା ଏବଂ ତାର ଘନିଷ୍ଠ ସହଯୋଗୀ ପ୍ରମୋଦ ଓରଫ ପାଣ୍ଡୁ । ଏହି ଦୁଇ କୁଖ୍ୟାତ ମାଓ ନେତା ଟଳିବା ପରେ ଓଡ଼ିଶା ପୁଲିସକୁ ମିଳିଛି ବଡ଼ ଆଶ୍ୱସ୍ତି । ମନୋଜ, ଭାସ୍କର, ବାଲାନ୍ନା, ରାମଚନ୍ଦ୍ର ଆଦି ନାଁରେ ପରିଚିତ ବାଲକ୍ରିଷ୍ଣା ୧୯୮୩ରେ ମାଓ ସଂଗଠନରେ ସାମିଲ ହୋଇଥିଲା । ସେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ନୂଆପଡ଼ା ଅଞ୍ଚଳରେ ସଂଗଠନ ମଜଭୁତ କରୁଥିଲା । ବାଲକ୍ରିଷ୍ଣାକୁ ଧରିବା ପାଇଁ ମୋଟ ଦେଢ଼ କୋଟି ପୁରସ୍କାର ଘୋଷଣା କରିଥିଲା ଓଡ଼ିଶା, ଆନ୍ଧ୍ର ଓ ଛତିଶଗଡ଼ । ଓଡ଼ିଶା ରାଜ୍ୟ କମିଟିର ସଦସ୍ୟ ପ୍ରମୋଦ ମୁଣ୍ଡ ଉପରେ ବି ୬୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା ।ଅନ୍ୟ ନିହତ ନକ୍ସଲଙ୍କ ମଧ୍ୟରେ ଅଛନ୍ତି ବିମଲ, ବିକ୍ରମ, ଉମେଶ, ସମୀର, ରଂଜିତା, ସିନ୍ଧୁ ଓ ଆରତି ।
ଭାରତ-ପାକିସ୍ତାନ ମ୍ୟାଚ ନେଇ ବୟାନବାଜି ଜାରି, ଖେଳରେ ମନୋନିବେଶ ପାଇଁ କପିଲ ଦେବଙ୍କ ପରାମର୍ଶ
କନକ ବ୍ୟୁରୋ : ରବିବାର ଖେଳାଯିବ ଏସିଆ କପରେ ସବୁଠାରୁ ହାଇ-ଭୋଲଟେଜ୍ ଭାରତ- ପାକିସ୍ତାନ ମ୍ୟାଚ । ମ୍ୟାଚକୁ ନେଇକି ଆଗରୁ ଅନେକ ତର୍କ ବିତର୍କ ଲାଗି ରହିଥିଲା। -- ଭାରତ ପାକିସ୍ତାନ ମ୍ୟାଚ୍ ଆଗରୁ ପୂର୍ବତନ ଭାରତୀୟ ବୋଲର୍ ହରଭଜନ ସିଂହଙ୍କ ବୟାନ ଚର୍ଚ୍ଚାରେ ରହିଛି । ସେ ‘ଅପରେସନ୍ ସିନ୍ଦୁର୍’କୁ ଉଲ୍ଲେଖ କରି ଭାରତ-ପାକିସ୍ଥାନ ସମ୍ପର୍କ ଉନ୍ନତ ନ ହେବା ପର୍ଯ୍ୟନ୍ତ କ୍ରିକେଟ୍ ସମ୍ପର୍କ ବିରୋଧରେ ଆହ୍ୱାନ ଜଣାଇଛନ୍ତି । ଏହା ବୟୋଟ୍ ଆଲୋଚନାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାର ପ୍ରୟାସ ବୋଲି ବର୍ଣ୍ଣନା କରାଯାଉଛି । ପାହାଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଭାରତର ପ୍ରତିକାରାତ୍ମକ ଅଭିଯାନ ‘ଅପରେସନ୍ ସିନ୍ଦୁର୍’ ଆରମ୍ଭ ହୋଇଥିଲା, ଯାହା ପାକିସ୍ଥାନୀୟ ଆତଙ୍କବାଦୀ ଶିବିରଗୁଡ଼ିକୁ ନିଶ୍ଚିହ୍ନ କରିଥିଲା । ଏହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନତୁନ ନିମ୍ନସ୍ତରରେ ନେଇଛି । ହରଭଜନ ଏହାକୁ ସ୍ମରଣ କରି କହିଛନ୍ତି, ସରହଦରେ ଯୁଦ୍ଧ ଓ ଆତଙ୍କରେ ଜଣୋଟିଆ ହୋଇଥିବା ସମୟରେ କ୍ରିକେଟ୍ ଖେଳିବା ଅନୁଚିତ । ଭଜ୍ଜି କହିଛନ୍ତି, ଭାରତ-ପାକିସ୍ତାନ ମ୍ୟାଚ୍ ସର୍ବଦା ଲାଇମଲାଇଟ୍ରେ ଆସେ, କିନ୍ତୁ ଅପରେସନ୍ ସିନ୍ଦୂର୍ ପରେ ସମସ୍ତେ କହିଥିଲେ କ୍ରିକେଟ୍ ଓ ବ୍ୟବସାୟ ବନ୍ଦ ହେବା ଉଚିତ । ପୂର୍ବରୁ ଲିଜେଣ୍ଡ୍ସ୍ ଟୁର୍ନାମେଣ୍ଟରେ ହରଭଜନଙ୍କ ନେତୃତ୍ୱାଧୀନ ଇଣ୍ଡିୟା ଚ୍ୟାମ୍ପିୟନ୍ ଦଳ ପାକିସ୍ତାନ ବିରୋଧରେ ମ୍ୟାଚ୍ ଖେଳିନଥିଳା। ମ୍ୟାଚ୍ ନିଷ୍ପତ୍ତି ସରକାରଙ୍କର ଦୁଇ ଦେଶ ମଧ୍ୟରେ ସମ୍ପର୍କ ଉନ୍ନତ ନ ହେବା ପର୍ଯ୍ୟନ୍ତ କ୍ରିକେଟ୍ ସମ୍ପର୍କ ନୁହେଁ : ହରଭଜନ ସରକାର ଯଦି ମ୍ୟାଚ୍ ପାଇଁ ରାଜି, ତେବେ ହେବ, କିନ୍ତୁ ସମ୍ପର୍କ ଭଲ ହେବା ଉଚିତ୍ ବର୍ଡ଼ରରେ ଯବାନଙ୍କ ତ୍ୟାଗ ଅଧିକ ସେମାନଙ୍କ ପାଇଁ କ୍ରିକେଟ୍ ଛାଡ଼ିବା ଛୋଟ ବିଷୟ ମିଡିଆ ଭାରତ-ପାକିସ୍ତାନ ମ୍ୟାଚକୁ ଅତ୍ୟଧିକ ଗୁରୁତ୍ୱ ଦେଇଥାଏ ଯାହା ବନ୍ଦ କରିବା ଉଚିତ୍ ଲିଜେଣ୍ଡସ୍ ଟୁର୍ଣ୍ଣାମେଣ୍ଟରେ ଭାରତ ପାକିସ୍ତାନ ବିପକ୍ଷ ମ୍ୟାଚ ବର୍ଜନ କରିଥିଲା
ମୋହନ ସରକାରଙ୍କ ମାଷ୍ଟରପ୍ଲାନ୍; ଝଲସି ଉଠିବ ମହାନଦୀ ତଟ
କନକ ବ୍ୟୁରୋ : ଓଡ଼ିଶାର ଜୀବନରେଖା ମହାନଦୀକୁ ନେଇ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛନ୍ତି ମୋହନ ସରକାର । ଜରାଜୀର୍ଣ୍ଣ ଓ ଦୂଷିତ ହୋଇ ପଡ଼ିରହିବନି ମହାନଦୀ ତଟ । ସୌନ୍ଦର୍ଯ୍ୟୀକରଣ ପାଇଁ ୨୪୦ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର । ୩ ବର୍ଷ ପରେ ଆଖି ଝଲସାଇ ଦେବ ମହାନଦୀର ତଟ । ବହୁ ପ୍ରତୀକ୍ଷିତ ମହାନଦୀ ନଦୀତଟ ବିକାଶ ଯୋଜନାରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଗାମୀ ୩ ବର୍ଷରେ ବଦଳିଯିବ ମହାନଦୀ ନଦୀତଟର କାୟାକଳ୍ପ । ସମ୍ବଲପୁର ମନ୍ଦଲିଆରୁ ଚଉଁରପୁର, ଭୁବନେଶ୍ୱର ପାଣ୍ଡରା ନିକଟ କୁଆଖାଇ ଓ କୁଶଭଦ୍ରା ନଦୀକୂଳ ଘାଟ ପାଇବ ନୂଆ ରୂପ । ମନ୍ଦଲିଆରୁ ଚଉଁରପୁର ନଦୀକୂଳର ନବକଳେବର ।ପାର୍କ, ଖୋଲା ଜିମ୍, ଘାଟର ଉନ୍ନତୀକରଣ, ଆରତି ଘାଟ । ଜଗିଂ ଓ ସେଲ୍ଫି ପଏଣ୍ଟ, ସ୍ନାନଘାଟ, ଥିମ୍ ପ୍ଲାଜା, ସପିଂ କମ୍ପ୍ଲେକ୍ସ, ଶୌଚାଳୟର ନିର୍ମାଣ ହେବ । ୧୬୦ କୋଟି ଟଙ୍କା ହେବ ଖର୍ଚ୍ଚ । ସେହିପରି ଆଖି ଝଲସାଇ ଦେବ କୁଆଖାଇ ଓ କୁଶଭଦ୍ରା ନଦୀତଟ । ନଦୀକୂଳ ଘାଟର ବିକାଶ, ଭାସମାନ ଜେଟି, ଲକ୍ଗେଟ୍, ସେତୁ, ପାର୍କିଂ, କାଫେଟେରିଆ, ରିଂରୋଡ୍ ସଂଲଗ୍ନ ଦୃଶ୍ୟ ପଏଣ୍ଟ ବିକାଶ, ଆଭ୍ୟନ୍ତରୀଣ ପାଦଚଲା ରାସ୍ତା ନିର୍ମାଣ ହେବ । ଏଥିପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ୮୦ କୋଟି । ମହାନଦୀ କୂଳର ନବକଳେବର ଦ୍ୱାରା ଓଡ଼ିଶା ପର୍ଯ୍ୟଟନକୁ ମିଳିବ ବୁଷ୍ଟରଡୋଜ । ମହାନଦୀ ଅବବାହିକାରେ ଥିବା ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ସାଂସ୍କୃତିକ ଓ ଆଧ୍ୟାତ୍ମିକ ପର୍ଯ୍ୟଟନର ପ୍ରମୁଖ କେନ୍ଦ୍ରରେ ପରିଣତ କରାଯିବ । ଧାର୍ଯ୍ୟ ସମୟ ସୀମା ଭିତରେ ନିଜସ୍ୱ ପାଣ୍ଠିରୁ ଏଥିପାଇଁ ଖର୍ଚ୍ଚ କରିବେ ସରକାର । ପୂର୍ବ ସରକାର ସମୟରେ ମହାନଦୀ ତଟକୁ ସୁରକ୍ଷା ଦେବାକୁ ସବୁଜବଳୟ ସୃଷ୍ଟି କରିବାକୁ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ରାଜ୍ୟ ବଜେଟରୁ କୋଟି କୋଟି ଖର୍ଚ୍ଚ ହେଲା । ହେଲେ ଲକ୍ଷ୍ୟ ପୂରଣ କରିବାରେ ଫେଲ ମାରିଥିଲେ ପୂର୍ବ ସରକାର ।
ଉଡ଼ାଣ ଭରିଲା ବିମାନ, ରନୱେରେ ରହିଗଲା ଚକ, ଉପସ୍ଥିତ ବୁଦ୍ଧି ଖଟାଇ ବିମାନକୁ ସୁରକ୍ଷିତ ଅବତରଣ କରାଇଲା ପାଇଲଟ
କନକ ବ୍ୟୁରୋ : ଏକ ସ୍ପାଇସ୍ ଜେଟ୍ ବିମାନ ଅଳ୍ପକେ ଦୁର୍ଘଟଣାରୁ ରକ୍ଷା ପାଇଯାଇଛି । ବିମାନଟି କାଣ୍ଡଲାରୁ ମୁମ୍ୱାଇ ଅଭିମୁଖେ ଉଡ଼ାଣ ଆରମ୍ଭ କରିବା ପରେପରେ ଏହାର ଏକ ଟାୟାର ଖସି ପଡ଼ିଥିଲା। ସଙ୍ଗେସଙ୍ଗେ ପାଇଲଟ୍ ଜରୁରୀ ଘୋଷଣା କରିଥିଲେ। ତେବେ ବିମାନକୁ ସୁରକ୍ଷିତ ଭାବେ ପାଇଲଟ୍ ମମ୍ବାଇରେ ଅବତରଣ କରାଇଛନ୍ତି । ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି। କାଣ୍ଡଲା ବିମାନବନ୍ଦରରୁ ସ୍ପାଇସ୍ ଜେଟ୍ ବିମାନର ଉଡ଼ାଣ ଆରମ୍ଭ ସମୟରେ ରନୱେରେ କିଛି କଳା ରଙ୍ଗର ବସ୍ତୁ ତଳକୁ ଖସି ପଡ଼ିଥିବା କର୍ତ୍ତୃପକ୍ଷ ଦେଖିବାକୁ ପାଇଥିଲେ। ଯାଞ୍ଚ ପରେ ଏହା ଏକ ବିମାନର ଟାୟାର ବୋଲି ଜଣାପଡ଼ିଥିଲା। ତେବେ ପାଇଲଟଙ୍କ ଯୋଗୁ ବିମାନଟି ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ା
କାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଣିପୁର ଗସ୍ତ, ରାଜ୍ୟକୁ ୮ ହଜାର ୪ଶହ କୋଟିର ମିଳିବ ଉପହାର
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ମଣିପୁର ଗସ୍ତରେ ଯିବେ। ମଣିପୁରରେ ଜାତିଆଣ ହିଂସାର ଦୁଇବର୍ଷ ପରେ ମୋଦୀ ଯାଉଛନ୍ତି । ୨୦୨୩ରେ ମଣିପୁରରେ ମିତେଈ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ହିଂସାକାଣ୍ଡ ଆରମ୍ଭ ହୋଇଥିଲା । ଏଥିରେ ୨୬୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ହଜାର ହଜାର ଲୋକ ବାସଚ୍ୟୁତ ହୋଇଛନ୍ତି । ହିଂସା ରୋକିବା ପାଇଁ ମୋଦୀ ମଣିପୁର ଯାଇ ନଥିବାରୁ ବିରୋଧୀ ସମାଲୋଚନା କରିଥିଲେ । ଶନିବାର ମୋଦୀଙ୍କ ଗସ୍ତ ପରେ ମଣିପୁରରେ ଶାନ୍ତି ପ୍ରତିଷ୍ଠା ଓ ବିକାଶ ତ୍ୱରାନ୍ୱିତ ହେବ ବୋଲି ଇମ୍ଫାଲଠାରେ ମୁଖ୍ୟ ଶାସନ ସଚିବ ପୁନିତ କୁମାର ଗୋଏଲ କହିଛନ୍ତି । ମୋଦୀ ମଣିପୁର ସହିତ ମିଜୋରାମ ମଧ୍ୟ ଯିବେ । ଲୋକଙ୍କ ସହିତ ମୋଦୀ ଆଲୋଚନା କରିବେ । ଏହି ଗସ୍ତକାଳରେ ମୋଦୀ ବୈରବୀ- ସଇରାଙ୍ଗ ରେଳ ପ୍ରକଳ୍ପ ଉଦଘାଟନ କରିବେ । ଏହାଛଡ଼ା ୭ ହଜାର ୩ ଶହ କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପ ପାଇଁ ଶିଳାନ୍ୟାସ ଓ ୧ ହଜାର ୨ ଶହ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମ ରହିଛି । ମୋଦୀଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ମୋଦୀଙ୍କ ମଣିପୁର ଗସ୍ତକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସ୍ବାଗତ କରିଛନ୍ତି । କାଲି ମୋଦୀଙ୍କ ମଣିପୁର ଗସ୍ତ -ଜାତିଆଣ ହିଂସାର ଦୁଇବର୍ଷ ପରେ ମୋଦୀ ଯାଉଛନ୍ତି -ମଣିପୁର ହିଂସାରେ ୨୬୦ରୁ ଅଧିକ ପ୍ରାଣହାନି ହୋଇଛି -ହଜାର ହଜାର ଲୋକ ବାସଚ୍ୟୁତ ହୋଇଛନ୍ତି -ମିତେଈ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ବିବାଦରୁ ହିଂସା -ମୋଦୀ ଯାଇ ନଥିବାରୁ ବିରୋଧୀ ସମାଲୋଚନା କରିଥିଲେ -ମୋଦୀଙ୍କ ଗସ୍ତ ପରେ ଶାନ୍ତି ପ୍ରତିଷ୍ଠା ଓ ବିକାଶ ତ୍ୱରାନ୍ୱିତ ହେବା ଆଶା -ଭୈରବୀ- ସଇରାଙ୍ଗ ରେଳ ପ୍ରକଳ୍ପ ଉଦଘାଟନ କାର୍ଯକ୍ରମ -୭, ୩୦୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ -୧, ୨୦୦ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପ ଉଦଘାଟନ କାର୍ଯ୍ୟକ୍ରମ -ମୋଦୀଙ୍କ ମଣିପୁର ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା
ନେପାଳରେ ପରବର୍ତ୍ତୀ ମୁଖିଆ ନେଇ ମାନସମନ୍ଥନ ଜାରି, ରେସରେ ସବୁଠୁ ଆଗରେ ଜଷ୍ଟିସ ସୁଶୀଳା କାର୍କି
କନକ ବ୍ୟୁରୋ : ନେପାଳରେ ଅନ୍ତରୀଣ ସରକାର ଗଠନ ପାଇଁ ଉଦ୍ୟମ ଜାରି ରହିଛି। ରାଷ୍ଟ୍ରପତି ରାମଚନ୍ଦ୍ର ପୌଡ଼େଲ, ସେନାମୁଖ୍ୟ ଅଶୋକରାଜ ସିଗଡେଲ ଓ ଜେନ୍ -ଜେଡ ପ୍ରତିନିଧି ଘନଘନ ଆଲୋଚନା ଚଳାଇଛନ୍ତି । ଅନ୍ତରୀଣ ସରକାରର ରୂପରେଖ କ’ଣ ହେବ ଓ କିଏ ସରକାରର ନେତୃତ୍ବ ନେବେ, ଆଜି ସୁଦ୍ଧା ତାହା ସ୍ପଷ୍ଟ ହେବ ବୋଲି ସୂଚନା ମିଳୁଛି । ସେପଟେ ଜେନ-ଜେଡ୍ ଗୋଷ୍ଠୀରେ ବିଭାଜନ ଯୋଗୁ ପରିସ୍ଥିତି ଜଟିଳ ହୋଇଛି । ସାମାଜିକ ଗଣମାଧ୍ୟମକୁ ନିଷେଧ କରିବା ଓ ଦୁର୍ନୀତି ବିରୋଧରେ ମଙ୍ଗଳବାରଠାରୁ ନେପାଳରେ ବ୍ୟାପକ ହିଂସାକାଣ୍ଡ ଆରମ୍ଭ ହୋଇଥିଲା । ସାମାଜିକ ଗଣମାଧ୍ୟମ ଉପରୁ କଟକଣା ପ୍ରତ୍ୟାହାର ସତ୍ତ୍ୱେ ଥମି ନଥିଲା ହିଂସାକାଣ୍ଡ । ପ୍ରଧାନମନ୍ତ୍ରୀ ପଦରୁ କେ.ପି ଶର୍ମା ଓଲିଙ୍କ ଇସ୍ତଫା ପରେ ନେପାଳକୁ ସେନା ନିଜ ନିୟନ୍ତ୍ରଣକୁ ନେଇଛି । କିଏ ନେବେ ନେପାଳର ନେତୃତ୍ବ? ରେସରେ ୪ଜଣ ଅନ୍ତରୀଣ ସରକାରର ମୁଖ୍ୟ ପଦ ପାଇଁ ୪ ଜଣଙ୍କ ନାଁ ଚର୍ଚ୍ଚାରେ ନେପାଳ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କି କାଠମାଣ୍ଡୁ ମେୟର ବଳେନ୍ଦ୍ର ଶାହ ନେପାଳ ଇଲେକ୍ଟ୍ରିସିଟି ବୋର୍ଡର ପୂର୍ବତନ ମୁଖ୍ୟ କୁଲମାନ ଘିସିଂ ଏବଂ ଧରନ ସହରର ମେୟର ହର୍କରାଜ ସମ୍ପଙ୍ଗ୍ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲେ ବି କାହା ନାଁ ଚୂଡ଼ାନ୍ତ ହୋଇପାରିନାହିଁ ସୁଶୀଳା କାର୍କିଙ୍କ ପ୍ରତି ସମର୍ଥନ ବଢୁଥିବା ସୂଚନା ମିଳୁଛି
ବିହାର ରାଜନୀତିରେ ଏଆଇ ଭିଡିଓ ତାତି, ପ୍ରଧାନମନ୍ତ୍ରୀଙ୍କ ସ୍ୱର୍ଗତ ମା'ଙ୍କ ଭିଡିଓ କରି ବିବାଦରେ କଂଗ୍ରେସ
କନକ ବ୍ୟୁରୋ : ଯେତିକି ପାଖଉଛି ବିହାର ବିଧାନସଭା ନିର୍ବାଚନ, ସେତିକି ବଢୁଛି ବୟାନବାଜି ଓ ବିବାଦ । ବିହାର କଂଗ୍ରେସ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିବା ପରେ ରାଜ୍ୟ ରାଜନୀତିରେ ତମ୍ବିତୋଫାନ ଦେଖାଦେଇଛି । ଭୋଟ୍ ଚୋରି ଅଭିଯୋଗ ପ୍ରସଙ୍ଗକୁ ନେଇ କଂଗ୍ରେସ ଏହି ଭିଡିଓ ପୋଷ୍ଟ କରିଛି । ଯାହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇପଡ଼ିଛି ବିଜେପି । କିଛିଦିନ ପୂର୍ବରୁ ବିହାର ଦରଭଙ୍ଗା ରାଲିରେ ରାହୁଲ ଗାନ୍ଧୀ ଓ ଜଣେ କଂଗ୍ରେସ କର୍ମୀ ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ବିରୋଧରେ ଦେଇଥିବା ଆପତ୍ତିଜନକ ଟିପ୍ପଣୀକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଥିଲା । ବିଦେଶ ଗସ୍ତରୁ ଫେରିବା ପରେ କଂଗ୍ରେସକୁ କଡ଼ା ଶବ୍ଦରେ ଭର୍ତ୍ସନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । କିଛିଦିନ ନଯାଉଣୁ ପୁଣି ହୀରାବେନଙ୍କ ଏଆଇ ଭିଡିଓ ଜାରି କରିଛି। ଏହା କଂଗ୍ରେସର ଭାବମୂର୍ତ୍ତିକୁ ବିଗାଡ଼ିପାରେ । ମୋଦୀ ଏବଂ ତାଙ୍କ ମା'ଙ୍କ ଏଆଇ ଭିଡିଓ ତିଆରି କରିବା ଘଟଣାକୁ ନେଇ ପଦ୍ମଶ୍ରୀ ମାଥୁରଭାଇ ସାୱାନୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏପରି ଭିଡିଓ ବିରୋଧରେ ଆପତ୍ତି କରିବା ସହ ପ୍ରଯୁକ୍ତି ବିଦ୍ୟାର ଅପବ୍ୟବହାର ବୋଲି ସାୱାନୀ ଅଭିଯୋଗ କରିଛନ୍ତି । ବିହାର ନିର୍ବାଚନ ପୂର୍ବରୁ ମୋଦୀ ମା’ଙ୍କୁ ନେଇ ଏଭଳି ରାଜନୀତିରୁ ନୂଆ ବିତର୍କ ଆରମ୍ଭ ହୋଇଛି ।
ସାର କଳାବଜାରୀ ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍; ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଚଢ଼ାଉ ଜୋରଦାର
କନକ ବ୍ୟୁରୋ : କୌଣସି ପ୍ରକାର କଳାବଜାରୀ, ଗଚ୍ଛିତ କିମ୍ବା ନକଲି ସାର ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଏହାପରେ ରାଜ୍ୟବ୍ୟାପୀ ସାର ମାଫିଆଙ୍କ ଉପରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇ ଦିନରେ ଦୁଇଟି ସାର ଗୋଦାମ ଉପରେ ଚଢ଼ାଉ ହୋଇଛି । କାହିଁକି ଉଚ୍ଚା ଦରରେ ସାର ବିକ୍ରୟ କରୁଥିଲେ ଡିଲର ? ବିକ୍ରି ହୋଇଥିବା ସାରର କାହିଁକି ରେକର୍ଡ ନାହିଁ ? ସାର ବିକ୍ରୟ ସମୟରେ ଚାଷୀଙ୍କ ଆଧାର ନମ୍ବର କାହିଁକି ରଖାଯାଉନି ? ଏନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସେପଟେ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଦେଓଗାଁ ବନ୍ଧପଡ଼ା କୃଷି ସମବାୟ ସମିତିରେ ସ୍ୱାଭାବିକ ହୋଇଛି ସାର ବଣ୍ଟନ । ୟୁରିଆ ସାର ବଣ୍ଟନକୁ ନେଇ କୁତୁର୍ଲା ପେକ୍ସରେ ଗର୍ଜିଛନ୍ତି ଚାଷୀ । ସାରା ରାଜ୍ୟରେ ସାରର ଅଭାବୀ ବିକ୍ରି ଚାଲିଥିବା ବେଳେ ସମସ୍ୟା ଭୋଗୁଛନ୍ତି ଚାଷୀ । ସରକାର ବାରମ୍ବାର ସମୀକ୍ଷା କରୁଛନ୍ତି, ହେଲେ ସାର କୁଆଡ଼େ ଯାଉଛି ? କାହିଁକି କଳାବଜାରୀକୁ ରୋକି ପାରୁନାହାନ୍ତି ସରକାର ବୋଲି ପ୍ରଶ୍ନ କରିଛି ବିଜେଡି । ୧୭ ତାରିଖରେ ରାଜଭବନ ସମ୍ମୁଖରେ ଧାରଣା ଦିଆଯିବ । ସମସ୍ୟାର ସମାଧାନ ନହେଲେ ଜିଲ୍ଲାପାଳ ଏବଂ ବ୍ଲକ ଅଫିସରେ ଧାରଣା ଦେବାକୁ ଚେତାବନୀ ଦେଇଛି ଦଳ, ଏହାର ଜବାବ ରଖିଛି ବିଜେପି । ଲଗାତାର କିଛି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରୁ ସାର କଳାବଜାରୀ ନେଇ ସାମ୍ନାକୁ ଆସୁଛି ଅଭାବନୀୟ ଚିତ୍ର । ଯାହାକୁ ନେଇ ଏବେ ଆକ୍ସନ ମୋଡ଼ରେ ସରକାର ।
ଶ୍ରୀମନ୍ଦିର ସୁରକ୍ଷାର ଉଡ଼ିଲା ଧଜିଆ; ଡ୍ରୋନ୍ ଉଡ଼ୁଛି, ପ୍ରଶାସନ ଦେଖୁଛି
କନକ ବ୍ୟୁରୋ : ଶ୍ରୀମନ୍ଦିର ସୁରକ୍ଷା ପ୍ରତି ସୃଷ୍ଟି ହେଲାଣି ବିପଦ । ଶ୍ରୀମନ୍ଦିର ଓ ଏହାର ଆଖପାଖରେ କୌଣସି ଡ୍ରୋନ୍ ଉଡ଼ିବ ନାହିଁ ବୋଲି ନିୟମ ରହିଥିଲେ ବି ବାରମ୍ବାର ଏହାର ଉଲ୍ଲଂଘନ ହେଉଛି । ନିୟମ ନମାନି ବଡ଼ଦେଉଳ ଉପରେ ଡ୍ରୋନ୍ ଉଡ଼ାଉଛନ୍ତି ଦୁର୍ବୃତ୍ତ । କିନ୍ତୁ ଏହାକୁ ରୋକିବାକୁ ଯେମିତି ପଦକ୍ଷେପ ନିଆଯିବା କଥା ସେମିତି ହେଉନି । ୨୪ଘଣ୍ଟା ଭିତରେ ଦୁଇ ଦୁଇ ଥର ଡ୍ରୋନ୍ ଉଡ଼ାଇ ପୁରୀ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଦୁର୍ବୃତ୍ତ । ଗୁରୁବାର ରାତିରେ ୧୫ ମିନିଟ୍ କାଳ ଡ୍ରୋନ୍ ଉଡ଼ାଇ ହାଇ ସିକ୍ୟୁରିଟି ଜୋନ୍କୁ ହାଇଜାକ୍ କଲେ । ନୀଳଚକ୍ର ଠାରୁ ସିଂହଦ୍ଵାର ଏବଂ ସିଂହଦ୍ଵାର ଠାରୁ ଉତ୍ତରଦ୍ୱାର ଭଳି ସମ୍ବେଦନଶୀଳ ସ୍ଥାନର ଏରିଏଲ ଭ୍ୟୁ କଏଦ କଲେ । ପୁଣି ସକାଳୁ ୧୦ ମିନିଟ୍ ଧରି ନୀଳଚକ୍ର ନିକଟରେ ଚକ୍କର କାଟିଥିଲା ଆଉ ଏକ ବେଆଇନ ଡ୍ରୋନ୍ । ଶ୍ରୀମନ୍ଦିର ଉପରେ ବେଆଇନ ଡ୍ରୋନ୍ ଉଡ଼ାଇବା ନୂଆ ନୁହେଁ। ପୂର୍ବରୁ, ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଜାନୁଆରି ୫ରେ ୩୦ ମିନିଟ୍ ଧରି ଉଡ଼ିଥିଲା । ଜାନୁଆରି ୨୯ରେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳ ଉପରେ ଉଡ଼ିଲା । ୧୬ ମାର୍ଚ୍ଚ ୨୦୨୫ ରେ ବି ଘଟିଥିଲା ସମାନ ଘଟଣା । ୧୧ ଜୁନ୍ ସ୍ନାନ ପୂର୍ଣ୍ଣିମା ଦିନ ବି ଡ୍ରୋନ୍ ଉଡ଼ିଥିଲା । ୨୮ ଅଗଷ୍ଟରେ ବି ଅନୁରୂପ ଭାବରେ ନୋ ଫ୍ଲାଇଂ ଜୋନ୍ରେ ଉଡ଼ିଥିଲା ଡ୍ରୋନ୍ । ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଏହାକୁ ଗୁରୁତର ସହ ନେଇଛନ୍ତି ଡିଜିପି । କହିଛନ୍ତି, ଶ୍ରୀମନ୍ଦିର ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ଶ୍ରୀମନ୍ଦିର ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଯେମିତି ଏହି ଘଟଣାର ପୁନରାବୃତ୍ତି ନହେବ ସେଥିପାଇଁ ପଦକ୍ଷେପ ନିଆଯାଉଛି । ସବୁଥର ଏଭଳି ଘଟଣା ଘଟିବା ପରେ ମାମଲା ରୁଜୁ ହେଉଛି । କିନ୍ତୁ ଦୃଷ୍ଟାନ୍ତମୂଳକ ଦଣ୍ଡ ହେଉନଥିବାରୁ ବଢ଼ିବାରେ ଲାଗିଛି ସଂଖ୍ୟା । ପ୍ରଶ୍ନ ଉଠୁଛି, ଆଉ କେତେ ହେଲେ ଚେତିବ ପ୍ରଶାସନ ?
ନବ ଦମ୍ପତିଙ୍କୁ କିଟରେ କଣ ଦେଉଛନ୍ତି ରାଜ୍ୟସରକାର ? ଜାଣନ୍ତୁ କେମିତି ମିଳେ ଏହି କିଟ୍
ଭୁବନେଶ୍ୱର: ନବ ଦମ୍ପତିଙ୍କୁ ଉପହାର ଦେଉଛନ୍ତି ସରକାର । ନବ ବିବାହିତଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଳୁଛି ଉପହାର । ନୂଆ ବିବାହ କରିଥିବା ଦମ୍ପତିଙ୍କୁ ଆଶା କର୍ମୀ ଯୋଗାଇ ଦେଉଛନ୍ତି ଏହି ଉପହାର । ଆଉ ଏହି କିଟ୍ ର ନାମ ହେଉଛି ନବ ଦମ୍ପତିକିଟ୍ । ଯେଉଁମାନେ ବିବାହ କରିଛନ୍ତି ସେମାନେ ତ ଏହି କିଟ୍ ପାଇବେ କିନ୍ତୁ ଆପଣଙ୍କୁ ମଧ୍ୟ ଜାଣିବାକୁ ଇଚ୍ଛା ହେଉଥିବ ଏଥିରେ ସରକାର କଣ ଦେଉଛନ୍ତି ? […]
ରାଜ୍ୟରେ ବଢ଼ୁଛି କିଶୋରୀ ମାତୃତ୍ୱ; ଦେଶ ତୁଳନାରେ ଓଡ଼ିଶାର ହାର ଅଧିକ
କନକ ବ୍ୟୁରୋ : ଗତ ଜୁଲାଇ ମାସରେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକରେ ଥିବା ସରକାରୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟର ଦୁଇଜଣ ଛାତ୍ରୀ ଗର୍ଭବତୀ ହୋଇଥିଲେ । ଗ୍ରୀଷ୍ମ ଛୁଟି ସାରି ସ୍କୁଲକୁ ଫେରିବା ପରେ ଏକଥା ଜଣାପଡ଼ିଥିଲା। ଜିଲ୍ଲା ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପରିଚାଳିତ ରାଙ୍ଗାପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମଧ୍ୟ ଜଣେ ନାବାଳିକା ଗର୍ଭବତୀ ହୋଇ ଡାକ୍ତରଖାନା ଆସିଥିଲେ । ରାୟଗଡ଼ା ଜିଲ୍ଲାର ଆବାସିକ ବିଦ୍ୟାଳୟରେ ବି କିଶୋରୀ ଗର୍ଭବତୀ ହେବା ଅନେକବାର ସାମ୍ନାକୁ ଆସିଛି । କେବଳ ଏହି ଦୁଇ ଜିଲ୍ଲା ନୁହେଁ ରାଜ୍ୟରେ ବଢ଼ିଚାଲିଛି କିଶୋରୀ ମାତୃତ୍ୱ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ- ଏନ୍ଏଫ୍ଏଚ୍ଏସ୍ ୫ରେ ଏହି ପ୍ରସଙ୍ଗ ଚିନ୍ତା ବଢ଼ାଇଛି । ତେବେ କେଉଁ କେଉଁ କାରଣ ପାଇଁ କିଶୋରୀ ମାତୃତ୍ୱ ବଢୁଛି, ସେନେଇ ସମୀକ୍ଷା କରିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆକ୍ସନ୍ ଏଡ୍ । ରାଜ୍ୟରେ ବଢ଼ୁଥିବା କିଶୋରୀ ମାତୃତ୍ୱ ଘଟଣାର ସମୀକ୍ଷା ସମୟରେ ଜଣାପଡିଛି ଯେ, ୧୫ରୁ ୧୯ ବର୍ଷ ବୟସରେ କିଶୋରୀ ଗର୍ଭବତୀ ସଂଖ୍ୟା ବଢ଼ିଛି । ସହରରେ ୬.୧%, ଗ୍ରାମାଞ୍ଚଳରେ ୭.୯% କିଶୋରୀ ମା’ ହୋଇଛନ୍ତି । ଜାତୀୟ ହାରଠାରୁ ଓଡ଼ିଶା ହାର ଅଧିକ ଥିବାରୁ ଚିନ୍ତା ବଢ଼ିଛି । ସ୍ୱଇଚ୍ଛାରେ କିଶୋରୀମାନେ ପ୍ରେମ ବିବାହ କରିବା, ଦାରିଦ୍ର୍ୟ ଯୋଗୁଁ ଅଳ୍ପ ବୟସରେ ଝିଅଙ୍କୁ ବାହା ଦେବାରୁ ଗର୍ଭବତୀ ହେଉଛନ୍ତି କିଶୋରୀ । ନିରକ୍ଷରତା ଓ ସଚେତନତା ଅଭାବରୁ ମଧ୍ୟ ଅନେକ କିଶୋରୀ ଗର୍ଭବତୀ ହେଉଥିବା ସମୀକ୍ଷା ରିପୋର୍ଟ କହୁଛି । କିଶୋରୀ ଗର୍ଭବତୀମାନେ ମମତା ଯୋଜନାର ସୁବିଧା ପାଇବାକୁ ଇଚ୍ଛା କରିବାରୁ କିଶୋରୀ ମାତୃତ୍ୱ ବଢ଼ିଚାଲିଛି ଜଣାପଡ଼ିଲା । ତେବେ ମୟୂରଭଞ୍ଜ ଓ ବୌଦ୍ଧରେ କିଶୋରୀ ମାତୃତ୍ୱ ଅଧିକ ରହିଛି ।
ଟିମ୍ ଇଣ୍ଡିଆରେ ମିଳିଲାନି ଜାଗା, ଦଳରୁ ବାହାରେ ଥାଇ ଏହି ଖେଳାଳି ମାରିଲେ ଚମତ୍କାର ଶତକ
ଓଡିଶାଭାସ୍କର: ଟିମ୍ ଇଣ୍ଡିଆର ଖେଳାଳିମାନେ ଏସିଆ କପରେ ବ୍ୟସ୍ତ ଥିବା ବେଳେ, ଭାରତରେ ଏବେ ଦୁଲୀପ ଟ୍ରଫି ମ୍ୟାଚ୍ ଖେଳାଯାଉଛି। ଭାରତର ଏହି ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ଆରମ୍ଭ ହୋଇଛି। ସାଉଥ୍ ଜୋନ୍ ଏବଂ ସେଣ୍ଟ୍ରାଲ ଜୋନ୍ ଟାଇଟଲ୍ ମୁକାବିଲାରେ ପରସ୍ପର ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ ସେଣ୍ଟ୍ରାଲ ଜୋନ୍ ର ଅଧିନାୟକ ଏବଂ ଭାରତର ଖେଳାଳି ରଜତ ପତିଦାର ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ତାଙ୍କ ଦଳ ପାଇଁ ଏକ ଚମତ୍କାର ଶତକୀୟ ଇନିଂସ ଖେଳିଛନ୍ତି। […]
କଙ୍ଗୋରେ ବୁଡ଼ିଗଲା ଯାତ୍ରୀବାହୀ ମୋଟର ଡଙ୍ଗା: ୮୬ ଜଣଙ୍କର ମୃତ୍ୟୁ, ମୃତକଙ୍କ ମଧ୍ୟରେ ଅଧିଂକାଶ ଛାତ୍ରଛାତ୍ରୀ
ନବରାତ୍ର ପୂର୍ବରୁ ପୁଣି ଆରମ୍ଭ ହେବ ବୈଷ୍ଣୋଦେବୀ ଯାତ୍ରା, ଆସିଗଲା ତାରିଖ
ନିବେଶ ନାଁରେ ୯୮ ଲକ୍ଷ ଟଙ୍କା ଠକେଇ ମାମଲା, ଧରାପଡ଼ିଲା ସାଇବର ଠକ
ନେପାଳ ସଂସଦ ଭଙ୍ଗ, ସୁଶୀଳା କାର୍କି ହେବେ ଅନ୍ତରୀଣ ସରକାରର ମୁଖ୍ୟ
ଋଷର ସର୍ବବୃହତ ତେଲ ଟର୍ମିନାଲ ଉପରେ ଆକ୍ରମଣ କଲା ୟୁକ୍ରେନ୍: ଶାନ୍ତି ଆଲୋଚନା ବନ୍ଦ କଲା କ୍ରେମଲିନ
(ViralVideo) ବେଡ଼ ତଳେ ଏତେ ସାପ ଭିଡ଼ିଓ ଦେଖିଲେ ଆପଣଙ୍କ ରୋମଟାଙ୍କୁରି ଉଠିବ ….
ଭୁବନେଶ୍ୱର:ପଡ଼ୋଶୀ ଦେଶ ଚୀନରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି, ଯାହା ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି। ଏହି ଭିଡିଓରେ ଆପଣ ଦେଖିବେ ଯେ ଜଣେ ଝିଅ ତାଙ୍କ ତମ୍ବୁ ଭଳି ଶୋଇବା ଘରଟିକୁ ସାପ ଗୁମ୍ଫାରେ ପରିଣତ କରିଛି ଏବଂ ସେ ବିଛଣା ତଳେ ତଳେ ଶହ ଶହ ବିପଦପୂର୍ଣ୍ଣ ସାପକୁ ରଖିଛି। ପ୍ରକୃତରେ, ଏହି ଝିଅଟି ‘ସାପ ଫାର୍ମ’ କରେ । ଚୀନରେ ସାପ ଏବଂ ଅନ୍ୟାନ୍ୟ ସରୀସୃପ ପାଳନ ଏବେ ସାଧାରଣ ହୋଇଯାଉଛି। […]
ଅର୍ଚ୍ଚନାଙ୍କ ଘର ସିଲ୍ କଲା ଇଡି, ୨୦୨୨ର ଅର୍ଥ କାରବାର ମାମଲାରେ ହେଲା ଆଟାଚ୍
ଦିନେ ମାର୍ସଲ ଆର୍ଟ ଭଳି କ୍ରୀଡ଼ାରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆଣିଥିଲେ ସୁନାମ, ଆଜି ହାଣ୍ଡିଶାଳରେ ବିତୁଛି ଦିନ
କନକ ବ୍ୟୁରୋ : ଦିନ ଥିଲା ମାର୍ଶଲ ଆର୍ଟ ଭଳି କ୍ରୀଡ଼ାରେ ସହର ଠାରୁ ଆରମ୍ଭ କରି ଜିଲ୍ଲା, ରାଜ୍ୟ , ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ମାର୍ଶଲ ଆର୍ଟ କ୍ରୀଡା ପ୍ରଦର୍ଶନ କରି ଖ୍ୟାତି ଅର୍ଜନ କରିଥିଲେ । ଆଉ ଏବେ ନିଜ ବିଦ୍ଦ୍ୟାଭ୍ୟାସ ଜାରି ରଖିବା ପାଇଁ ମାଗଣା ଶିକ୍ଷା ଦେବା ସହ ପାଲଟି ଯାଇଛନ୍ତି ଘରୋଇ ନାରୀ। । ସେ ହେଉଛନ୍ତି ବ୍ରହ୍ମପୁର ଲାଞ୍ଜିପଲ୍ଲି ଅଞ୍ଚଳର ଆନ୍ତର୍ଜାତୀୟ ଖେଳାଳୀ ବି. ଯଶୋଦା ରେଡ୍ଡୀ ।
ବିଜେଡିକୁ ଅଡୁଆ ହେଲେଣି ଅସନ୍ତୁଷ୍ଟ; ଭାସ୍କର, ହିମରିକାଙ୍କ ପରେ ଦଳକୁ ବାଏ ବାଏ କଲେ ପ୍ରଫୁଲ ମଲ୍ଲିକ
କନକ ବ୍ୟୁରୋ : ବିଜେଡିରେ ଛୁଟିଲାଣି ଇସ୍ତଫାର ସୁଅ । ଭାସ୍କର ଓ ଲାଲ ବିହାରୀ ହିମରିକାଙ୍କ ପରେ ବରିଷ୍ଠ ନେତା ଫ୍ରଫୁଲ୍ଲ ମଲ୍ଲିକ ବିଜେଡିକୁ ବାଏ ବାଏ କରିଛନ୍ତି । ଏପଟେ ପ୍ରଫୁଲ୍ଲଙ୍କୁ ନିଲମ୍ବନ କରିଛି ବିଜେଡି । ଯାହାକି ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି । ଅନ୍ୟପଟେ ରାୟଗଡ଼ାରେ ବିଜେଡି ପୌରାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଆଣିଛନ୍ତି ଭାସ୍କରଙ୍କ ଗୋଷ୍ଠୀ । ବିଜେଡିର ଆଭିମୁଖ୍ୟ, ନୀତି ଆଦର୍ଶକୁ ନେଇ ପ୍ରଶ୍ନବାଣରେ ଘାଇଲା କରିଥିଲେ ପ୍ରଫୁଲ୍ଲ ମଲିକ । ହେଲେ ଏହି ବୟାନ ତାଙ୍କୁ ମହଙ୍ଗା ପଡ଼ିଛି । ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବନ କରାଯାଇଛି । ବିଜେଡି ପକ୍ଷରୁ ଏନେଇ ପ୍ରେସ ରିଲିଜ ଜାରି କରାଯାଇଛି । ହେଲେ ଏହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ନିଲମ୍ବନ ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଥିବା କହିଛନ୍ତି ପ୍ରଫୁଲ୍ଲ । ହେଲେ ପ୍ରଶ୍ନ ଉଠୁଛି, ପ୍ରଥମ ନିଷ୍ପତ୍ତି ନେଇଥିଲା କିଏ ? ପ୍ରଫୁଲ୍ଲ ମଲ୍ଲିକ ନା ବିଜେଡି ? ଦଳ ଛାଡ଼ିବା ପରେ ବିଜେଡି ନେତାଙ୍କ ଉପରେ ଜୋରଦାର ବର୍ଷିଛନ୍ତି ପ୍ରଫୁଲ୍ଲ । କହିଛନ୍ତି, ବିଜେଡିରେ ଆଦର୍ଶ ନାହିଁ । ଲୋକେ ଦଳ ଠାରୁ ଦୂରେଇଲେଣି । ଯାହାର ଜବାବ ରଖିଛି ବିଜେଡି । ବିଜେଡିକୁ ଏନ ଭାସ୍କର ରାଓ ବାଏ ବାଏ କରିବା ପରେ ରାୟଗଡ଼ାରେ ଦୋହଲିଲାଣି ବିଜେଡି ସଙ୍ଗଠନ । ରାୟଗଡ଼ା ପୌର ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଆଣିଛନ୍ତି, ବିଜେଡିର ୨୧ କାଉନସିଲରଙ୍କ ମଧ୍ୟରୁ ୧୯ ଜଣ କାଉନସିଲର । ତେଣୁ ଖୁବଶୀଘ୍ର ବିଜେଡି ହାତରୁ ଖସିପାରେ ରାୟଗଡ଼ା ପୌରାଧ୍ୟକ୍ଷ ପଦ । ପ୍ରଫୁଲ୍ଲଙ୍କ ଭଳି ଅନେକ ବରିଷ୍ଠ ନେତା ଦଳର ପରିଚାଳନା ନେଇ ବୁଲେଇ ବଙ୍କେଇ ତୀର ମାରୁଛନ୍ତି । ହେଲେ ପ୍ରଫୁଲ୍ଲଙ୍କୁ ନିଲମ୍ବନର ରାସ୍ତା ଦେଖାଇଥିବା ବିଜେଡି ଅନ୍ୟ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ ଜୁଟାଇ ପାରୁନି କି ?
କନକ ବ୍ୟୁରୋ : ଚଳିତ ଥର ୩୪ ଏକର ପରିବର୍ତ୍ତେ ୬୦ ଏକର ଜାଗାରେ ହେବ ବାଲିଯାତ୍ରା । କେବଳ ତଳ ପଡ଼ିଆରେ ଲାଗିବ ମେଳା । ନଭେମ୍ବର ୫ ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଚଳିତ ବର୍ଷର ବାଲିଯାତ୍ରା । ବାଲିଯାତ୍ରା ପୋର୍ଟାଲରେ ରହିବ ସବୁ ତଥ୍ୟ । ବିଶେଷ କରି ଟ୍ରାଫିକ, ପାର୍କିଂ ସମ୍ବନ୍ଧୀୟ ସମସ୍ତ ତଥ୍ୟ ରହିବ ଏଥିରେ । ନ୍ୟାସନାଲ୍ ଗ୍ରିନ୍ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶକୁ ଆଖିରେ ରଖି ସବୁ ପ୍ରକାରର ବ୍ୟବସ୍ଥା କରାଯିବ । ଚଳିତ ଥର ବାଲିଯାତ୍ରାରେ ଲୋକଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ବ ଦିଆଯାଉଛି । ଟ୍ରାଫିକ ସମସ୍ୟା ଏବଂ ଭିଡ଼ ନିୟନ୍ତ୍ରଣ ଲାଗି ନିଆଯିବ ବିଶେଷ ପଦକ୍ଷେପ । ବେଆଇନ ପାର୍କିଂ କଲେ ହେବ ଆକ୍ସନ । ସୁରକ୍ଷା ପ୍ରମାଣପତ୍ର ନଥିଲେ ବଡ଼ ଦୋଳିକୁ ଦିଆଯିବନି ଅନୁମତି ।
ଓଡ଼ିଶାକୁ ଲା-ନିନା ବିପଦ; ଅକ୍ଟୋବର ଆସିଲା, ଭୟ ବଢ଼ିଲା
କନକ ବ୍ୟୁରୋ :ସରିଯାଇଥିବ ଦୁର୍ଗା ପୂଜା । ଲକ୍ଷ୍ମୀ ପୂଜା ଓ ଦୀପାବଳିକୁ ନେଇ କିନ୍ତୁ ଏବେଠୁ ବଢ଼ିଲାଣି ଚିନ୍ତା । କାରଣ, ଅକ୍ଟୋବର ଆଣିପାରେ ବଡ଼ ବାତ୍ୟା । ଲା-ନିନାର ସକ୍ରିୟତା ଏମିତି ଡରାଇଲାଣି । ଓଡ଼ିଶାର ବାତ୍ୟା ଇତିହାସ ପୃଷ୍ଠାକୁ ଓଲଟାଇ ପାଣିପାଗ ବିଜ୍ଞାନୀ କହୁଛନ୍ତି, ଯେତେବେଳେ ଲା-ନିନା ସକ୍ରିୟ ହୋଇଛି, ଓଡ଼ିଶା ବାତ୍ୟାକୁ ସାମ୍ନା କରିଛି । ଫେରିଯିବାକୁ ବସିଛି ମୌସୁମୀ । ଏହା ଯେତିକି ଆଶ୍ୱସ୍ତ କରୁନି, ତା’ ଠୁ ଅଧିକ ଡରାଇଲାଣି । ଏଇଥିପାଇଁ ଯେ ଏଥର ଅକ୍ଟୋବରରୁ ଡିସେମ୍ବର ଯାଏଁ ପ୍ରଶାନ୍ତ ମହାସାଗର ଜଳବାୟୁରେ ସକ୍ରିୟ ରହିବ ଲା-ନିନା । ପଶ୍ଚିମ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହୁଥିବାରୁ ପାଣିପାଗ ଜନିତ ଅସ୍ଥିରତା ବଢ଼ିବ । ପାଣିପାଗ ବିଜ୍ଞାନୀଙ୍କର ଏଭଳି ଆକଳନ ପରେ ବଙ୍ଗୋସାଗରରେ ବାତ୍ୟା ଭୟ ବଢ଼ିଛି । ଦିନେ କି ମାସେ ନୁହେଁ, ଆସନ୍ତା ତିନିମାସ ଓଡ଼ିଶା ପାଇଁ ସମୁଦ୍ର ଆଡ଼ୁ ଆସିପାରେ ଭୀଷଣ ବିପଦ । ଉପକୂଳର ଯେ କୌଣସି ସ୍ଥାନକୁ ଛୁଇଁପାରେ ବାତ୍ୟା । ପାଣିପାଗ ବିଜ୍ଞାନୀ ପାଦେ ଆଗକୁ ଯାଇ କହିଲେଣି, ବଙ୍ଗୋପସାଗରରେ ମୌସୁମୀ ପରବର୍ତ୍ତୀ ସମୟରେ ଆଣ୍ଡାମାନ ସାଗର ଏବଂ ପାଶ୍ୱବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପୃଷ୍ଠର ତାପମାତ୍ରା ୩୧ ଡିଗ୍ରି କିମ୍ବା ଅଧିକ ରୁହେ । ପରିଣାମରେ ଏସବୁ ଅଞ୍ଚଳ ବାତ୍ୟା ସୃଷ୍ଟି ପାଇଁ ଅଧିକ ସମ୍ବେଦନଶୀଳ ହୋଇପଡ଼ନ୍ତି । ଏହି ତିନିମାସରେ ପ୍ରଶାନ୍ତ ମହାସାଗର କିମ୍ବା ଚାଇନା ସାଗରରେ ସୃଷ୍ଟି ବାତ୍ୟା କିମ୍ବା ଲଘୁଚାପର ଅବଶିଷ୍ଠାଂଶ ବଙ୍ଗୋପସାଗରରେ ପ୍ରବେଶ କଲେ ବାତ୍ୟା ସୃଷ୍ଟି ପାଇଁ ସୁଯୋଗ ବଢ଼ିଯାଏ । ଏଥର ଏଭଳି ପରିସ୍ଥିତି ବାରମ୍ବାର ସୃଷ୍ଟି ହୋଇପାରେ । ଓଡ଼ିଶା ବାତ୍ୟା ଇତିହାସ ବି ପାଣିପାଗ ବିଜ୍ଞାନୀଙ୍କ ଏଭଳି ଆଶଙ୍କାକୁ ବଳ ଦେଉଛି ।ଲା-ନିନା କେବଳ ଓଡ଼ିଶାକୁ ନୁହେଁ, ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ଉପକୂଳ ପାଇଁ ବି ବିପଦ ଆଣିପାରେ ।
ସୂର୍ଯ୍ୟରେ ହୋଇଛି ୫ଲକ୍ଷ କିଲୋମିଟର ଚୌଡା ଛିଦ୍ର, ବୈଜ୍ଞାନିକ ବିସ୍ମିତ
କନକ ବ୍ୟୁରୋ : ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍। ଆଜି ସକାଳୁ ପ୍ରାୟ ୧୦ ମିନିଟ୍ ଧରି ମନ୍ଦିର ଉପର ଭାଗ ନୀଳଚକ୍ର ନିକଟରେ ଏକ ଡ୍ରୋନ୍ ଚକ୍କର ମାରୁଥିବାର ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ପୁଣି ଡ୍ରୋନ୍ ଉଡ଼ିବା ପରେ ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତକାଲି ରାତିରେ ବି ନୀଳଚକ୍ର ଠାରୁ ସିଂହଦ୍ଵାର ଏବଂ ସିଂହଦ୍ଵାର ଠାରୁ ଉତ୍ତରଦ୍ୱାର ପର୍ଯ୍ୟନ୍ତ ପରିକ୍ରମା ମାର୍ଗ ଉପରି ଭାଗରେ ପ୍ରାୟ ୧୫ ମିନିଟ କାଳ ପଇଁତରା ମାରିଥିଲା ଡ୍ରୋନ୍ । କେଉଁଠାରୁ ଡ୍ରୋନ ଅପରେଟ ହେଉଥିଲା ଓ କିଏ ଏହାକୁ ଅପରେଟ୍ କରିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ । ସେପଟେ ଆଜି ସକାଳୁ ବି ଡ୍ରୋନ୍ ଉଡ଼ିବା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି । ଶ୍ରୀମନ୍ଦିର ଉପରେ ବାରମ୍ବାର ଡ୍ରୋନ୍ କ୍ୟାମେରା ଉଡ଼ିବା ଘଟଣା ସାମ୍ନାକୁ ଆସିଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଛି । ନୋ ଫ୍ଲାଇଙ୍ଗ ଜୋନରେ କିଭଳି ଭାବେ ଓ କିଏ ବାରମ୍ବାର ଡ୍ରୋନ ଉଡ଼ାଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
କନକ ବ୍ୟୁରୋ : ଗରମ ଗୁଳୁଗୁଳିରେ ଆଉଟୁ ପାଉଟୁ ଯାତ୍ରୀ । ନା ଅଛି ବସିବା ପାଇଁ ସ୍ଥାନ, ନା ଅଛି ପିଇବା ପାଣି ସୁବିଧା । ଶୌଚାଳୟରେ ଝୁଲୁଛି ତାଲା । ଏଭଳି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱରରେ ନିର୍ମିତ ନୂତନ ବସଷ୍ଟାଣ୍ଟରେ । ନୂତନ କୋଠା ଭିତରେ ଦୁଇଚକିଆ ଯାନ ପାର୍କିଂ ହୋଇଥିବା ବେଳେ ବାହାରେ ଚଟାଣରେ ବସିଛନ୍ତି ଯାତ୍ରୀ । ବସଷ୍ଟାଣ୍ଡ ବିଲ୍ଡିଂକୁ ଦୁଇ ବସ୍ ମାଲିକ ସଂଘ ଅଧା ଅଧା କରି ନିଜ ଦଖଲରେ ରଖିଛନ୍ତି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବସଷ୍ଟାଣ୍ଡ ନିର୍ମାଣରେ ଖର୍ଚ୍ଚ ହୋଇଛି ୯ କୋଟି ୭୩ ଲକ୍ଷ ଟଙ୍କା । ୨୦୨୧ରୁ କାମ ଆରମ୍ଭ ହୋଇ ୨୦୨୩ରେ ବାଲେଶ୍ବର ପୌରପାଳିକାକୁ ହସ୍ତାନ୍ତର କରାଯାଇସାରିଛି । କିନ୍ତୁ ଆଜି ଯାଏଁ ଉଦଘାଟନ ହୋଇପାରିନି । ଦୁଇ ବସ୍ ମାଲିକ ସଂଘ ମଧ୍ୟରେ ବିବାଦ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି । କେବେ ହେବ ସମସ୍ୟାର ସମାଧାନ, କେବେ ଯାତ୍ରୀଙ୍କୁ ମିଳିବ ସବୁ ସୁବିଧା ତାହା ଦେଖିବାର କଥା।
କନକ ବ୍ୟୁରୋ : ଭୁବନେଶ୍ବରରୁ ମହିଳା ଟ୍ରାଫିକ୍ କନେଷ୍ଟବଳ ନିଖୋଜ । ସପ୍ତାହେ ହେବ ନିଖୋଜ ଅଛନ୍ତି ମହିଳା ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରା ସାହୁ । କ୍ୟାପିଟାଲ ଥାନା ଅନ୍ତର୍ଗତ ସୂର୍ଯ୍ୟନଗରରୁ ନିଖୋଜ ହୋଇଯାଇଛନ୍ତି ଶୁଭମିତ୍ରା । ଗତ ୬ ତାରିଖରୁ ନିଖୋଜ ହୋଇଯାଇଥିବା ନେଇ କ୍ୟାପିଟାଲ ଥାନାରେ ରୁଜୁ ହୋଇଛି ମାମଲା । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ଶୁଭମିତ୍ରାଙ୍କ ଘର ପାରାଦୀପର ହୋଇଥିବା ବେଳେ ସେ ଭୁବନେଶ୍ଵରରେ ଟ୍ରାଫିକ୍ କନେଷ୍ଟବଳ ଭାବେ କାମ କରୁଥିଲେ ।
ଚିନ୍ତା ବଢ଼ାଉଛି ପୁରୀ ବଳିଆପଣ୍ଡା ଡମ୍ପିଂୟାର୍ଡ, ଅସ୍ୱାସ୍ଥ୍ୟକର ପରିବେଶରେ ଲୋକେ ଅଣନିଃଶ୍ୱାସୀ
କନକ ବ୍ୟୁରୋ : ଚାରିଆଡ଼େ କୁଢ଼ କୁଢ଼ ଅଳିଆ ଆବର୍ଜନା । ଦୁର୍ଗନ୍ଧରେ ନାକ ଫାଟି ଯାଉଛି । ଖୋଲା ମେଲାରେ ପଡ଼ିଛି ବର୍ଜ୍ୟବସ୍ତୁ । ଏଭଳି ପରିବେଶ ଭିତରେ ପାଠ ପଢ଼ୁଛନ୍ତି କୁନିକୁନି ପିଲା । ବଳିଆପଣ୍ଡା ଅଞ୍ଚଳରେ ତିନି ବର୍ଷରେ ତିନିଗୁଣା ବଢ଼ିଗଲାଣି ବସ୍ତି । ଆଉ ତାଳ ଦେଇ ବଢ଼ୁଛି ଅଳିଆ ପାହାଡ଼ । ନା ଅଛି କୌଣସି ଆବଦ୍ଧ ପାଚେରି ନା ହେଉଛି ବାୟୋ ମାଇନିଂ । ନ୍ୟାସନାଲ୍ ଗ୍ରିନ୍ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶର ଏଠି ହେଉଛି ଖୋଲା ଉଲ୍ଲଂଘନ । ଆବର୍ଜନା ପାହାଡ଼ରେ ଅଣନିଃଶ୍ୱାସୀ ଲୋକେ । ପାଖରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର । ୭ ବର୍ଷ ଧରି ଏଭଳି ପରିବେଶରେ ପାଠ ପଢ଼ିଆସୁଛନ୍ତି କୋମଳମତି ପିଲା, ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା । ପ୍ରଶାସନ ମଧ୍ୟ ଏ ନେଇ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଓଲଟି ମ୍ୟୁନିସିପାଲିଟିର ଗାଡ଼ି ଆସି ଏଇଠାରେ ହିଁ ଅଳିଆ ପକାଇ ଯାଉଛନ୍ତି । ସରକାରୀ ଉଦାସୀନତା ଯୋଗୁଁ ବର୍ଷ ବର୍ଷ ଧରି ଏଠାରେ ମଧୁର ଜଳ ଭଣ୍ଡାର ନଷ୍ଟ ହେବା ସହ ଭୂତଳ ଜଳ ବି ପ୍ରଦୂଷିତ ହେଉଛି ।
କେବେ ଖୋଲିବ ଅଙ୍ଗନବାଡ଼ିରୁ ତାଲା ? ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ କୋମଳମତି ପିଲା
କନକ ବ୍ୟୁରୋ : ସରକାରୀ ସ୍ତରରେ ପିଲାଙ୍କ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି । ହେଲେ ଏହା ସଠିକ୍ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ତା’ ଉପରେ କାହାର ନିଜର ନାହିଁ । ବର୍ଷ ବର୍ଷ ଧରି କର୍ମୀ ଚୟନକୁ ନେଇ ଅଙ୍ଗନବାଡ଼ି ବନ୍ଦ କରିଛନ୍ତି ଗ୍ରାମବାସୀ । ଆଉ ଏହାକୁ ଖୋଲିବା ନେଇ କୌଣସି ପଦକ୍ଷେପ ନିଆଯାଉନାହିଁ । କଣାସ ବ୍ଲକ ତରପଡ଼ା ଅଙ୍ଗନବାଡ଼ି କର୍ମୀ ଚୟନ ବିବାଦକୁ ନେଇ କେନ୍ଦ୍ରରେ ଝୁଲୁଛି ତାଲା । ଅଙ୍ଗନବାଡ଼ି କର୍ମୀ ଭାବେ ଯାହାଙ୍କୁ ନିଯୁକ୍ତି ମିଳିଛି ସେ ପିଲାଙ୍କୁ ପଢ଼ାଇପାରିବେ ନାହିଁ କହୁଛନ୍ତି ଗ୍ରାମବାସୀ । ଗାଁର ଉଚ୍ଚ ଶିକ୍ଷିତ ମହିଳା ଓ ଝିଅ ପୁନଃ ଆବେଦନ କରି ତାଙ୍କ ଭିତରୁ କର୍ମୀ ବାଛିବା ନେଇ ଜିଦ୍ରେ ଅଟଳ ଅଛନ୍ତି ତରପଡ଼ାବାସୀ । ଗ୍ରାମବାସୀ ଓ ପ୍ରଶାସନର ଛକାପଞ୍ଝାରେ ବଳି ପଡ଼ିଛନ୍ତି କୁନିକୁନି ପିଲା । ପାଠପଢ଼ା ବଦଳରେ ଏଣେତେଣେ ବୁଲୁଛନ୍ତି । ଅଙ୍ଗନବାଡ଼ି କର୍ମୀ ଓ ସହଯୋଗୀ ବାହାରେ ବସିବସି ଫେରୁଛନ୍ତି । ସେପଟେ ମାନ୍ୟବର ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଜଣଙ୍କୁ ନିଯୁକ୍ତି ଦେଇଥିବା ସଫେଇ ଦେଇଛନ୍ତି କଣାସ ସିଡିପିଓ । ଗୋଟିଏ ପଟେ କୋର୍ଟଙ୍କ ନିର୍ଦ୍ଦେଶ ଅନ୍ୟପଟେ ଗ୍ରାମବାସୀଙ୍କ ଜିଦ୍ । ପିଲାଙ୍କ ପଢ଼ାରେ ୧ବର୍ଷର ବିଳମ୍ବ । ଏସବୁକୁ ଗୁରୁତ୍ୱର ସହ ନେଇ ତୁରନ୍ତ ସମାଧାନ ଆବଶ୍ୟକ ।
ଆନ୍ଦୋଳନରେ ସଫେଇ କର୍ମଚାରୀ; ଦରମା ଦେଉନି ଠିକା ସଂସ୍ଥା
କନକ ବ୍ୟୁରୋ : ଆନ୍ଦୋଳନରେ ଶତାଧିକ ସଫେଇ କର୍ମଚାରୀ । ମିଳୁନି ଦରମା, ମିଳୁନି ସୁବିଧା । ଯାହାକୁ କହିଲେ କେହି ଶୁଣୁନାହାନ୍ତି । କୌଣସି ଉପାୟ ନପାଇ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଶତାଧିକ ଆନ୍ଦୋଳନକାରୀ । ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବେ ସେବାବିହୀନ । ଡାକ୍ତରଖାନାକୁ ସଫା ରଖୁଥିବା କର୍ମଚାରୀଙ୍କୁ ମିଳୁନି ଦରମା । ୪ ମାସ ହେଲାଣି ପାଉଣା ଦେଉନି ସଫେଇ ଦାୟିତ୍ୱରେ ଥିବା ଠିକା ସଂସ୍ଥା । ଏଭଳି ଅଭିଯୋଗ ନେଇ ଆନ୍ଦୋଳନ କରିଛନ୍ତି ସଫେଇ କର୍ମଚାରୀ, ସିକ୍ୟୁରିଟି ଗାର୍ଡ, ମେସିନ ଅପରେଟର, ଅକ୍ସିଜେନ ଅପରେଟର । ଠିକା ସଂସ୍ଥା ଏଲ୍ ଆଣ୍ଡ୍ କେ ବିରୋଧରେ ଆଉ ଏକ ସାଂଘାତିକ ଅଭିଯୋଗ । ଚାକିରି ଦେବା ପାଇଁ କାହା ଠାରୁ ୫୦ ହଜାର ତ ଆଉ କାହାଠାରୁ ୬୦ ହଜାର ଟଙ୍କା ନେଇଛି ଏହି ସଂସ୍ଥା । ସ୍ୱାସ୍ଥ୍ୟ ସେବାରେ ରେକର୍ଡ ସୃଷ୍ଟି କରିଛି ଜୟପୁର ମେଡିକାଲ । କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ ଠାରୁ ଅଧିକା ରୋଗୀ ଏଠାରେ ଚିକିତ୍ସିତ ହେଉଛନ୍ତି । ଏଠାରେ ଡାକ୍ତର ଏବଂ ଅନ୍ୟ କର୍ମଚାରୀ ଅଭାବ ଲାଗି ରହିଛି । ଭିତ୍ତିଭୂମି ସୁଧାରିବା ପାଇଁ ପ୍ରତିବର୍ଷ ବୈଠକ ବସୁଛି । ଅଧିକାରୀ, ନେତା ବି ଆସୁଛନ୍ତି । କିନ୍ତୁ ଅବସ୍ଥା ସୁଧୁରୁନି । କେବଳ ପ୍ରତିଶ୍ରୁତି ମିଳୁଛି, କାମ ହେଉନି ବୋଲି କହିଛନ୍ତି ଅଧିକାରୀ । ଅଭାବୀ ଡାକ୍ତର ସାଙ୍ଗକୁ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଅବ୍ୟବସ୍ଥାରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ।
ଟଳିଲା ବଡ଼ ଦୁର୍ଘଟଣା; ମୁମ୍ୱାଇ ଯାଉଥିବା ସ୍ପାଇସଜେଟ୍ ବିମାନର ଖସିଲା ଚକ, ୭୫ ଯାତ୍ରୀ କରୁଥିଲେ ଯାତ୍ରା
ଚର୍ଚ୍ଚାରେ ହୀରାକୁଦ ମାଷ୍ଟର ପ୍ଲାନ୍; ପୁଣି ବିସ୍ଥାପିତ ହେବ ଅନେକ ଗାଁ !
କନକ ବ୍ୟୁରୋ : ପର୍ଯ୍ୟଟନର ବିକାଶ ପାଇଁ ପାଣି ଭଳି ଅର୍ଥ ଖର୍ଚ୍ଚ କରାଯିବ । ପ୍ରସ୍ତୁତ ହେଉଛି ମାଷ୍ଟର ପ୍ଲାନ୍ । ନୂଆ ରୂପ ନେବ ହୀରାକୁଦ । ହେଲେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜଳ ସମ୍ପଦ ବିଭାଗର ବରିଷ୍ଠ ଯନ୍ତ୍ରୀ । ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ୩ ହଜାର ଏକର ଜମି ଅଧିଗ୍ରହଣ କରିବ ଇଡ୍କୋ । ଏଥିପାଇଁ ୨ହଜାର ଏକର ଜମି ଚିହ୍ନଟ ହୋଇଛି । ବାକି ହଜାରେ ଏକର ପାଇଁ ଚାଲିଛି ପ୍ରକ୍ରିୟା । ଜମି ଅଧିଗ୍ରହଣ ପରେ ବିଭିନ୍ନ ହୋଟେଲ୍ ମାଲିକଙ୍କୁ ଲିଜ୍ ସୂତ୍ରରେ ଦିଆଯିବ, ନିର୍ମାଣ ହେବ ରିସୋର୍ଟ ଓ ହୋଟେଲ୍ । ଏସବୁ ହେଲେ ଡ୍ୟାମ୍ ପ୍ରତି ବିପଦ ବଢ଼ିବ ବୋଲି ଚିନ୍ତା ପ୍ରକଟ କରିଛନ୍ତି ଜଳ ସମ୍ପଦ ବିଭାଗର ପୂର୍ବତନ ଦୁଇ ବରିଷ୍ଠ ଯନ୍ତ୍ରୀ । କନସର୍ଟ ପାର୍କ, ଭାସମାନ ହୋଟେଲ, ରିସୋର୍ଟ, କ୍ରୁଜ ଟର୍ମିନାଲ ନିର୍ମାଣ ହେବ । ଏଥିପାଇଁ ଟେଣ୍ଡର ସରିଥିବା ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୧୦୦ କୋଟି । ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଜଳ ସମ୍ପଦ ବିଭାଗକୁ ଏନ୍ଓସି ମାଗିଛି ପର୍ଯ୍ୟଟନ ବିଭାଗ । ଏବେ ଯାଏଁ ବରଗଡ଼ର ଅତାବିରା ବ୍ଲକ ଲହଣ୍ଡା, ସମ୍ବଲପୁରର ବଲବସପୁର ଓ ଝାରସୁଗୁଡ଼ାର ଗୁଜାପାହାଡ଼ ମୌଜାର ପ୍ରାୟ ୪ଶହ ଏକର ଜମି ଅଧିଗ୍ରହଣ ସରିଛି ବୋଲି କୁହାଯାଉଛି । ପର୍ଯ୍ୟଟନର ବିକାଶ ନାଁରେ ପୁଣି ବିସ୍ଥାପିତ ହେବ କି ଅନେକ ଗାଁ । ଏହି ଆଶଙ୍କାରେ ରହିଛନ୍ତି ହୀରାକୁଦ ପାଖରେ ଥିବା ଗ୍ରାମବାସୀ ।
ଅର୍ଚ୍ଚନା ନାଗଙ୍କ ଘର ସିଲ୍ କଲା ଇଡି; ସତ୍ୟବିହାର ସ୍ଥିତ ବିଲ୍ଡିଂ ହେଲା ସିଲ୍...
କନକ ବ୍ୟୁରୋ: ଅର୍ଚ୍ଚନା ନାଗଙ୍କ ଘର ଆଟାଚ୍ କଲା ଇଡି । ସତ୍ୟବିହାର ସ୍ଥିତ G+2 ବିଲ୍ଡିଂକୁ ସିଲ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମନି ଲଣ୍ଡରିଂ ଆଇନ ୨୦୦୨ ଆଧାରରେ ଏହି ପଦକ୍ଷେପ ନେଇଛି ଇଡି । ସୂଚନା ମୁତାବକ, ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ । ଆଇପିସିର ବିଭିନ୍ନ ଦଫା ସହିତ ଆଇଟି ଆକ୍ଟରେ ପୁଲିସ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏଥି ସହିତ ଖଣ୍ଡଗିରି ଥାନାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଏତଲା ଆଧାରରେ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ୨୦୨୨ ଅକ୍ଟୋବର ୬ ତାରିଖରେ ଅର୍ଚ୍ଚନା ଗିରଫ ହୋଇ ଜେଲ ଯାଇଥିଲେ । ଅର୍ଚ୍ଚନାଙ୍କ ବେଆଇନ କାର୍ଯ୍ୟକଳାପ ଓ କଳାଟଙ୍କା ପ୍ରସଂଗ ସମ୍ମୁଖକୁ ଆସିବା ପରେ ଇଡି ଘଟଣାର ତଦନ୍ତ କରିଥିଲା । ଗିରଫ ହେବାର ୧୪ ମାସ ପରେ ୨୦୨୩ ଡିସେମ୍ବର ୧୨ ତାରିଖରେ ଅର୍ଚ୍ଚନା ନାଗ ଝାରପଡ଼ା ଜେଲରୁ ବାହାରି ଥିଲେ । ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ ।
ରାୟଗଡ଼ା ରାଜନୀତିରେ ହଟଚମଟ; ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା
କନକ ବ୍ୟୁରୋ : ରାୟଗଡ଼ା ରାଜନୀତି ଏବେ ସରଗରମ । ବିଜେଡିର ସ୍ଥିତି ସାଂଘାତିକ । କାଦୁଅ ଫିଙ୍ଗା ରାଜନୀତିରୁ ଫାଇଦା ନେଇପାରେ କଂଗ୍ରେସ । ବରିଷ୍ଠ ନେତା ଏନ୍. ଭାସ୍କର ରାଓ ଦଳ ଛାଡ଼ିବା ପରେ ଗୋଟିଏ ଗୋଟିଏ ଘଟଣା ଘଟୁଛି । ଆଗକୁ କ'ଣ ହେବ ବିଜେଡିର ଭାଗ୍ୟ ? ଏମିତି ଚର୍ଚ୍ଚା ଭିତରେ ବିଜେଡି ଜିଲ୍ଲା ସଭାପତି କହିଛନ୍ତି ପୁଣି ୧ ନଂ ହେବ ବିଜୁ ଜନତା ଦଳ । ବରିଷ୍ଠ ନେତା ଏନ୍ ଭାସ୍କର ରାଓ ବିଜେଡି ଛାଡ଼ିବା ପରେ ପ୍ରତିଦିନ କିଛି ନା କିଛି ଘଟୁଛି । କେବେ ସାମ୍ବାଦିକ ସମ୍ମିଳନୀରେ ଆକ୍ରମଣାତ୍ମକ ଆଭିମୁଖ୍ୟ ତ ପୁଣି କେବେ ପୌର ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ଭାସ୍କର ଗୋଷ୍ଠୀ । ପୌର ଉପାଧ୍ୟକ୍ଷା ଶୁଭ୍ରାରାଣୀ ପଣ୍ଡାଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଭେଟି ଅନାସ୍ଥା ପାଇଁ ପ୍ରସ୍ତାବ ଦେଇଛନ୍ତି ୧୯ ଜଣ କାଉନସିଲର୍ । ଗତ ୯ ତାରିଖରେ ଭାସ୍କର ରାଓ ସମର୍ଥକଙ୍କୁ ନେଇ ବିଜୁ ସ୍ୱାଭିମାନ ମଞ୍ଚ ନାଁରେ କରିଛନ୍ତି ନୂଆ ସଂଗଠନ । ପଞ୍ଚାୟତ ଓ ପୌର ନିର୍ବାଚନରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି । ସେପଟେ ଜିଲ୍ଲା ସଭାପତି ଜଗନ୍ନାଥ ସାରକା କହିଛନ୍ତି, ସେ ଦଳ ଛାଡ଼ିବା କୌଣସି ପ୍ରଭାବ ପଡ଼ିବ ନାହିଁ । ୧୯୫୧ରୁ କଂଗ୍ରେସ ଗଡ଼ ଭାବରେ ପରିଚିତ ରାୟଗଡ଼ାରେ ଶଙ୍ଖ ନାଦ ଶୁଭିବା ପଛରେ ଥିଲେ ଏନ୍. ଭାସ୍କର ରାଓ । ୨୦୦୦ରେ ବିଜେଡିର ଲାଲବିହାରୀ ହିମିରିକାଙ୍କ ବିଜୟ ଶ୍ରେୟ ବି ତାଙ୍କୁ ଯାଏ । ୨୦୧୪ରୁ ଏନ୍. ଭାସ୍କର ରାଓ ଓ ସୁଧୀର ଦାଶଙ୍କ ଗୋଷ୍ଠୀ କନ୍ଦଳ ଲାଗି ରହିଛି । ଯାହାର ଫାଇଦା ନେଉଛି କଂଗ୍ରେସ । ଜିଲ୍ଲାରେ ସୃଷ୍ଟି ହୋଇଥିବା ରାଜନୈତିକ ଅଚଳାବସ୍ଥା ଓ ନୂଆ ସମୀକରଣ ଆଗକୁ କେଉଁ ମୋଡ଼ ନେଉଛି ଏବଂ ଏଥିରୁ କିଏ ଫାଇଦା ନେଉଛି ତାହା ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଜଣାପଡ଼ିବ ।
ସମ୍ ହସ୍ପିଟାଲ କ୍ୟାମ୍ପସ ୨ରେ ହାର୍ଟ ଆଟାକ୍ ଏବଂ ସିପିଆର ସମ୍ବନ୍ଧୀୟ କର୍ମଶାଳା
କନକ ବ୍ୟୁରୋ : ନାଁ ପାଇଁ ଗାଁ ବିବାଦ ଘଟଣା । ମାସେରୁ ଅଧିକ ଦିନ ଧରି ବଳବତ୍ତର ରହିଛି ୧୬୩ ଧାରା । ନିଜ ନିଜ ଜିଦ୍ରେ ଅଟଳ ରହିଛନ୍ତି ଉଭୟ ଗ୍ରାମବାସୀ । ଫଳରେ ଶିକ୍ଷା ଓ ରୋଜଗାର ବାଧାପ୍ରାପ୍ତ ହୋଇଛି । ବଜାର ନାଁକୁ ନେଇ ବେଗୁନିଆ ବ୍ଲକ ପୋଡ଼ଡ଼ିହ ପଞ୍ଚାୟତର ଓସ୍ତପୁର ଓ କୋଟପଲା ଗାଁ ମଧ୍ୟରେ ବିବାଦ । ବଜାରଟି ଓସ୍ତପୁର ମୌଜାରେ ଯାଉଛି, ଦୀର୍ଘବର୍ଷ ହେବ ବଜାର ନାଁ କୋଟପଲା ରହିଛି । ହେଲେ କିଛିବର୍ଷ ହେବ ବଜାର ନା ବଦଳାଇ ଓସ୍ତପୁର କରିବାକୁ ଦାବି ହୋଇଛି । ଉଭୟ ଗାଁ ନାମ ଫଳକ ଲଗାଇବାକୁ ଜିଦ୍ରେ ଅଟଳ । ଯାହାର ପରିଣାମ ସ୍ୱରୂପ ଅଗଷ୍ଟ ୭ରୁ ବଜାରରେ ଜାରି ରହିଛି ୧୬୩ ଧାରା, ଜଗି ରହିଛନ୍ତି ପୁଲିସ । ସେବେଠୁ ଖୋଲୁନି ଦୋକାନ । ପ୍ରଭାବିତ ଜୀବନ ଜୀବିକା । ୨୦ରୁ ଦିନ ପରେ ଖୋଲିଛି ସ୍କୁଲ, ହେଲେ ଆସୁନାହାନ୍ତି ଓସ୍ତପୁର ଗାଁର ଛାତ୍ରଛାତ୍ରୀ । ଉଭୟ ଗାଁର ଲୋକଙ୍କୁ ଡକାଇ ଆଲୋଚନା ମାଧ୍ୟମରେ ସମାଧାନ ବାଟ ଖୋଜୁଛି ଜିଲ୍ଲା ପ୍ରଶାସନ । ସ୍ଥିତିରେ ସୁଧାର ଆଣିବା ପାଇଁ ଗ୍ରାମବାସୀଙ୍କୁ ନିବେଦନ କରିଛନ୍ତି ବେଗୁନିଆ ବିଧାୟକ । କେବେ ଖୋଲିବ ବଜାର?କେବେ ଫେରିବ ଗାଁକୁ ଶାନ୍ତି ? ଏବଂ ପିଲା ପାଠ ପଢ଼ିବା ସହ ସବୁ କିଛି ସ୍ୱାଭାବିକ ହୋଇପାରିବ ତାକୁ ଅପେକ୍ଷା ।
ବିଶେଷଜ୍ଞଙ୍କ ଚିନ୍ତା ବଢ଼ାଇଲା ଲା-ନିନା ! ସକ୍ରିୟ ହେଲେ ନେଇପାରେ ବାତ୍ୟାର ରୂପ, ଓଡ଼ିଶା ଉପରେ ବି ରହିପାରେ ବିପଦ !
କନକ ବ୍ୟୁରୋ: ଅକ୍ଟୋବର ନାଁ ଶୁଣିଲେ ଆତଙ୍କିତ ହୁଅନ୍ତି ଓଡ଼ିଶାବାସୀ, ଛାତିରେ ପଶିଥାଏ ଛନକା । ୧୯୯୯ ମହାବାତ୍ୟାଠୁ ଆରମ୍ଭ କରି ପୂର୍ବରୁ ଅନେକ ବାତ୍ୟା ଅକ୍ଟୋବର ମାସରେ ହିଁ ଓଡ଼ିଶାକୁ ପ୍ରଭାବିତ କରିଥିବାର ନଜିର ରହିଛି । ଆଉ ଏହାରି ଭିତରେ ପୁଣି ଅକ୍ଟୋବର ମାସ ପାଇଁ ଲା-ନିନା ବିପଦ ବୋଲି ଆକଳନ କରାଯାଉଛି । ବିଶ୍ୱ ପାଣିପାଗ ସଂସ୍ଥାନର ପୂର୍ବାନୁମାନ ମୁତାବକ, ଚଳିତବର୍ଷ ମଧ୍ୟ ଲା-ନିନା ପ୍ରଭାବ ରହିପାରେ । ପ୍ରଶାନ୍ତ ମହାସାଗରରେ ଲା-ନିନା ଯଦି ସଂଗଠିତ ହୁଏ ତା’ହେଲେ ଏହା ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ବା ବାତ୍ୟାର ତୀବ୍ରତାକୁ ବୃଦ୍ଧି କରିବାରେ ସହାୟକ ହେବ । ଯାହାକୁ ନେଇ ଏବେ ପାଣିପାଗ ବିଜ୍ଞାନୀଙ୍କଠୁ ଆରମ୍ଭ କରି ସାଧାରଣ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଲା-ନିନା ଏକ ସ୍ପାନିସ୍ ଶବ୍ଦ । ପ୍ରଶାନ୍ତ ମହାସାଗରରେ ଘଟୁଥିବା ଏକ ଋତୁକାଳୀନ ପରିବର୍ତ୍ତନକୁ ଲା-ଲିନା କୁହନ୍ତି । ଲା ନିନା ହେଉଛି ଏଲ୍ ନିନୋର ବିପରୀତ ଅର୍ଥ । ପ୍ରଶାନ୍ତ ମହାସାଗର ଅଞ୍ଚଳରେ ସମୁଦ୍ର ପୃଷ୍ଠର ତାପମାତ୍ରା ହାରାହାରି ଅପେକ୍ଷା ଅଧିକ ଥଣ୍ଡା ହୋଇଯାଏ । ଯେତେବେଳେ ଲା-ନିନା ଦୁର୍ବଳ ହୋଇଯାଏ, ସେତେବେଳେ ପ୍ରବଳ ଗରମ ହୋଇଥାଏ । ଲା-ନିନା ସମୁଦ୍ର ଗର୍ଭରେ ଅଧିକ ଥଣ୍ଡା ସୃଷ୍ଟି କରେ ଏବଂ ଅଧିକ ଉଷ୍ମ ହେବାର ସମ୍ଭାବନା କମ୍ ଥାଏ । କିନ୍ତୁ ଲା-ନିନା ଦୁର୍ବଳ ହେବା ଯୋଗୁଁ ଏହି ବର୍ଷ ଥଣ୍ଡା କମ୍ ହେବ ଏବଂ ରେକର୍ଡ ଭାଙ୍ଗିବା ଭଳି ତାତି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ବଡ଼କଥା ହେଉଛି ଲା-ନିନା ପ୍ରଶାନ୍ତ ମହାସାଗରର ମଧ୍ୟ ଏବଂ ପୂର୍ବ ବିଷୁବ ଅଞ୍ଚଳର ସମୁଦ୍ର ପୃଷ୍ଠର ସଂଗଠିତ ହୋଇପାରେ । ଭାରତକୁ କାହିଁକି ଲା-ନିନା ଭୟ? ଲା ନିନା ଦୁର୍ବଳ ହେଲେ ପ୍ରଭାବିତ ହେବାକୁ ଥିବା ଦେଶମାନଙ୍କ ମଧ୍ୟରେ ଭାରତ ମଧ୍ୟ ଅନ୍ତର୍ଭୁକ୍ତ । ଭାରତ ବିଷୁବରେଖା ନିକଟରେ ଅବସ୍ଥିତ । ଲା-ନିନା ଦୁର୍ବଳ ହେବା ଯୋଗୁଁ ଭାରତରେ ଅଧିକ ଗରମ ହେବ ଏବଂ ବର୍ଷା କମ୍ ହେବ । ଭାରତର ଦକ୍ଷିଣ-ପଶ୍ଚିମ ମୌସୁମୀ ସାଧାରଣତଃ ଲା-ନିନା ଯୋଗୁଁ ପ୍ରଭାବିତ ହୋଇଥାଏ । ଖାସ୍ କରି ଅକ୍ଟୋବର ଆସିଲେ ବଙ୍ଗୋପସାଗରରେ ସୃଷ୍ଟିହୁଏ ଘୂର୍ଣ୍ଣିଝଡ଼ । କାରଣ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଲେଉଟାଣି ସମୟ ହୋଇଥାଏ ଅକ୍ଟୋବର ମାସ । ସେତେବେଳେ ସମୁଦ୍ରର ଉପର ଭାଗରେ ତାପମାତ୍ରା ଅଧିକ ଥାଏ, ସମୁଦ୍ର ଭିତରେ ପବନର ବେଗ କମ୍ ବେଶି ହୋଇଥାଏ । ପ୍ରଶାନ୍ତ ମହାସାଗରରେ ଲା-ନିନା ସଙ୍ଗଠିତ ହେଲେ ବାତ୍ୟା ଆଶଙ୍କା ବଢ଼ିବ ।
ଅଗଷ୍ଟ ମାସରେ ସାମାନ୍ୟ ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି: ପନିପରିବା ଓ ଖାଦ୍ୟସାମଗ୍ରୀ ଦର ବୃଦ୍ଧିର ପ୍ରଭାବ