ୟୁରୋପ ଯୁଦ୍ଧ ଚାହିଁଲେ ରୁଷ୍ ପ୍ରସ୍ତୁତ: ଆମେରିକା ଆଲୋଚନା ପୂର୍ବରୁ ପୁଟିନଙ୍କ ବଡ଼ ଚେତାବନୀ
ନୂଆଦିଲ୍ଲୀ ,୨।୧୨: ଆମେରିକାର ଦୂତମାନଙ୍କ ସହ ଆଲୋଚନା ପୂର୍ବରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଙ୍ଗଳବାର କହିଛନ୍ତି ଯେ ଯଦି ୟୁରୋପ ଯୁଦ୍ଧ ଚାହେଁ, ତେବେ ରୁଷିଆ ଏଥିପାଇଁ “ପ୍ରସ୍ତୁତ”। ସେ ୟୁରୋପୀୟ ନେତାମାନଙ୍କୁ ୟୁକ୍ରେନ୍ ସଂଘର୍ଷ ସମ୍ପର୍କରେ ହେବାକୁ ଥିବା ଚୁକ୍ତିକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। ଏହି ମନ୍ତବ୍ୟ ଆମେରିକୀୟ ଦୂତ ଷ୍ଟିଭ୍ ୱିଟକଫ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜ୍ୱାଇଁ ଜାରେଡ୍ କୁଶନରଙ୍କ ମସ୍କୋ ଗସ୍ତ ସମୟରେ ଆସିଛି। ସେମାନେ […] The post ୟୁରୋପ ଯୁଦ୍ଧ ଚାହିଁଲେ ରୁଷ୍ ପ୍ରସ୍ତୁତ: ଆମେରିକା ଆଲୋଚନା ପୂର୍ବରୁ ପୁଟିନଙ୍କ ବଡ଼ ଚେତାବନୀ appeared first on Dharitri Odia News .
୫,୦୦୦ରୁ ଅଧିକ ଗ୍ରାମକୁ ଏପର୍ଯ୍ୟନ୍ତ ନାହିଁ ସବୁଦିନିଆ ରାସ୍ତା: ମନ୍ତ୍ରୀ
ଭୁବନେଶ୍ୱର,୨।୧୨: ରାଜ୍ୟର ୫,୦୦୦ରୁ ଅଧିକ ରାଜସ୍ୱ ଏବଂ ଦୁର୍ଗମ ଗ୍ରାମରେ ଏପର୍ଯ୍ୟନ୍ତ ସବୁଦିନିଆ ରାସ୍ତା ସଂଯୋଗ ନାହିଁ। ମଙ୍ଗଳବାର ପଞ୍ଚାୟତି ରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାୟକ ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ ସମସ୍ତ ରାଜସ୍ୱ ଗ୍ରାମକୁ ଯଥାଶୀଘ୍ର ସବୁଦିନିଆ ରାସ୍ତା ସହିତ ଯୋଡ଼ିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ମନ୍ତ୍ରୀ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଚଳିତ […] The post ୫,୦୦୦ରୁ ଅଧିକ ଗ୍ରାମକୁ ଏପର୍ଯ୍ୟନ୍ତ ନାହିଁ ସବୁଦିନିଆ ରାସ୍ତା: ମନ୍ତ୍ରୀ appeared first on Dharitri Odia News .
ବିବାଦ ପରେ ‘ୟୁ-ଟର୍ଣ୍ଣ’ନେଲେ ବିରାଟ କୋହଲି, ଖେଳିବେ ବିଜୟ ହଜାରେ ଟ୍ରଫି
ନୂଆଦିଲ୍ଲୀ,୨।୧୨: ଭାରତୀୟ କ୍ରିକେଟର ବିରାଟ କୋହଲି ଆସନ୍ତା ଡିସେମ୍ବର ୨୪ରୁ ଆରମ୍ଭ ହେବାକୁ ଥିବା ବିଜୟ ହଜାରେ ଟ୍ରଫି ପାଇଁ ନିଜର ଉପଲବ୍ଧତା ସୁନିଶ୍ଚିତ କରିଛନ୍ତି। ପ୍ରଥମେ ଘରୋଇ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ମନା କରିବା ପରେ ବିସିସିଆଇ ସିଲେକ୍ଟରମାନେ ତାଙ୍କୁ ବୁଝାଇବାରେ ସଫଳ ହୋଇଛନ୍ତି। ଜାତୀୟ ଦଳରେ ସ୍ଥାନ ପାଇଁ ଘରୋଇ କ୍ରିକେଟ ଖେଳିବା ବାଧ୍ୟତାମୂଳକ ବୋଲି ଟିମ୍ ଇଣ୍ଡିଆର କୋଚ ଗୌତମ ଗମ୍ଭୀରଙ୍କ ସର୍ତ୍ତ ଏବଂ ବିସିସିଆଇର କଡ଼ା ନିୟମ ଯୋଗୁଁ କୋହଲିଙ୍କ ଉପରେ […] The post ବିବାଦ ପରେ ‘ୟୁ-ଟର୍ଣ୍ଣ’ ନେଲେ ବିରାଟ କୋହଲି, ଖେଳିବେ ବିଜୟ ହଜାରେ ଟ୍ରଫି appeared first on Dharitri Odia News .
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ଲଘୁ ଖଣିଜରୁ ସଂଗୃହୀତ ପାଣ୍ଠି ସେହି ଜିଲାରେ ଖର୍ଚ୍ଚ କରାଯିବ
ଭୁବନେଶ୍ୱର,୨।୧୨: ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ଜିଲା ଖଣିଜ ପ୍ରତିଷ୍ଠାନ ମାନଙ୍କ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଆଲୋଚନାରୁ ଜଣାପଡିଛିଯେ, ଚଳିତ ବର୍ଷ ଅକ୍ଟୋବର ମାସ ଶେଷ ସୁଦ୍ଧା ରାଜ୍ୟର ୧୧ ଟି ଡ଼ି.ଏମ.ଏଫ ଜିଲା ମାନଙ୍କରୁ ସମୁଦାୟ ୩୪,୦୫୨ କୋଟି ଟଙ୍କା ଆଦାୟ ହୋଇଛି ଏବଂ ପ୍ରାୟ ୫୫ ପ୍ରତିଶତ ଟଙ୍କା ଖର୍ଚ୍ଚ ହୋଇଛି। ଏହି ଖର୍ଚ୍ଚକୁ ବୃଦ୍ଧି କରି ଲୋକଙ୍କୁ ମୌଳିକ ସେବା ଯୋଗାଇ ଦେବା […] The post ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ଲଘୁ ଖଣିଜରୁ ସଂଗୃହୀତ ପାଣ୍ଠି ସେହି ଜିଲାରେ ଖର୍ଚ୍ଚ କରାଯିବ appeared first on Dharitri Odia News .
ଶ୍ରୀମନ୍ଦିରକୁ ନେଇ ବିବାଦୀୟ ମନ୍ତବ୍ୟ; କ୍ଷମା ପ୍ରାର୍ଥନା କଲେ ଶୁଭଙ୍କର ମିଶ୍ର
ଭୁବନେଶ୍ୱର,୨।୧୩: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ନେଇ ଅବିବାହିତ ପ୍ରେମୀ ଯୁଗଳଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପରେ ଖବରଦାତା ତଥା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର୍ ଶୁଭଙ୍କର ମିଶ୍ର ମଙ୍ଗଳବାର ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ତେବେ, ସେ ସିଧାସଳଖ ନିଜର ଦୋଷ ସ୍ୱୀକାର କରିନାହାଁନ୍ତି। ସେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ ତାଙ୍କ ପୂର୍ବର ମନ୍ତବ୍ୟ ବ୍ୟକ୍ତିଗତ କଳ୍ପନା ଉପରେ ଆଧାରିତ ନୁହେଁ। ସେ କହିଛନ୍ତି, […] The post ଶ୍ରୀମନ୍ଦିରକୁ ନେଇ ବିବାଦୀୟ ମନ୍ତବ୍ୟ; କ୍ଷମା ପ୍ରାର୍ଥନା କଲେ ଶୁଭଙ୍କର ମିଶ୍ର appeared first on Dharitri Odia News .
ବରଗଡ଼ ଧନୁଯାତ୍ରା ପ୍ରସ୍ତୁତି ସମୀକ୍ଷା: ସଂସ୍କୃତି ବିଭାଗର ସହାୟତା କୋଟିଏ ଟଙ୍କାକୁ ବୃଦ୍ଧି
ବରଗଡ଼,୨।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ ପ୍ରସିଦ୍ଧ ତଥା ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ୭୮ତମ ସଂସ୍କରଣର ସଫଳ ଆୟୋଜନ ପାଇଁ ମଙ୍ଗଳବାର ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ଆଭାସୀ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଲୋକସଭା ଏମପି ପ୍ରଦୀପ ପୁରୋହିତ ଏବଂ ବରଗଡ଼ ଜିଲାର ସମସ୍ତ ବିଧାୟକଙ୍କ ସମେତ ଜିଲାପାଳ ତଥା ମହୋତ୍ସବ କମିଟିର ସଭାପତି ଆଦିତ୍ୟ ଗୋୟଲ ଓ ଅନ୍ୟାନ୍ୟ କର୍ମକର୍ତ୍ତା […] The post ବରଗଡ଼ ଧନୁଯାତ୍ରା ପ୍ରସ୍ତୁତି ସମୀକ୍ଷା: ସଂସ୍କୃତି ବିଭାଗର ସହାୟତା କୋଟିଏ ଟଙ୍କାକୁ ବୃଦ୍ଧି appeared first on Dharitri Odia News .
ଜୁଆ ରୋକିବାକୁ ନୂଆ ଆଇନ୍: ଜରିମାନା ୭୫ ହଜାର ଟଙ୍କାକୁ ବୃଦ୍ଧି
ଭୁବନେଶ୍ୱର,୨।୧୨: ଜୁଆ ଖେଳକୁ ରୋକିବା ପାଇଁ ଓଡ଼ିଶା ବିଧାନସଭାରେ ‘ଓଡ଼ିଶା ଜନ ବିଶ୍ୱାସ ବିଲ୍ ୨୦୨୫’ ପାରିତ ହୋଇଛି। ଦୀର୍ଘ ସମୟ ଧରି ଆଲୋଚନା ପରେ ଏହି ବିଲ୍ ପାରିତ ହୋଇଥିବା ବେଳେ ଏଥିରେ ଜୁଆ ଖେଳି ଧରାପଡ଼ିଲେ ମୋଟା ଅଙ୍କର ଜରିମାନା ବ୍ୟବସ୍ଥା କରାଯାଇଛି। ନୂଆ ଆଇନରେ ପୂର୍ବରୁ ଥିବା ଜରିମାନା ରାଶିକୁ ବହୁଗୁଣିତ କରାଯାଇଛି। ପୂର୍ବରୁ ଥିବା ଶହେ ଟଙ୍କା ଜରିମାନାକୁ ୨୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଥିବା ହଜାରେ ଟଙ୍କା […] The post ଜୁଆ ରୋକିବାକୁ ନୂଆ ଆଇନ୍: ଜରିମାନା ୭୫ ହଜାର ଟଙ୍କାକୁ ବୃଦ୍ଧି appeared first on Dharitri Odia News .
ଅନ୍ଧାରରେ ମା’ତାରାତାରିଣୀ ମନ୍ଦିର; ମୋବାଇଲ ଲାଇଟରେ ପୂଜାର୍ଚ୍ଚନା, ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ
ପୁରୁଷୋତ୍ତମପୁର,୨।୧୨(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀ ମନ୍ଦିର ଅନ୍ଧକାରମୟ ହୋଇ ରହିଥିବା ବେଳେ ମୋବାଇଲ ଲାଇଟରେ ପୂଜାର୍ଚ୍ଚନା କରାଯାଉଥିବା ଭଳି ଦୃଶ୍ୟ ମଙ୍ଗଳବାର ଦେଖିବାକୁ ମିଳିଛି। ମନ୍ଦିରର ବେଢ଼ା ଓ ଗର୍ଭଗୃହରେ ସନ୍ଧ୍ୟା ପରେ ଘୋର ଅନ୍ଧକାର ଲାଗି ରହୁଛି। ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାରୁ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଲାଗୁଛି। ମାତ୍ର, ମନ୍ଦିରରେ ଆଲୋକର ବ୍ୟବସ୍ଥା ନଥିବାରୁ ସନ୍ଧ୍ୟା ଓ ରାତ୍ରି ସମୟରେ ଆସୁଥିବା […] The post ଅନ୍ଧାରରେ ମା’ ତାରାତାରିଣୀ ମନ୍ଦିର; ମୋବାଇଲ ଲାଇଟରେ ପୂଜାର୍ଚ୍ଚନା, ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ appeared first on Dharitri Odia News .
ଏହି ୫ଟି ଟ୍ରାଞ୍ଜାକ୍ସନବେଳେ ରୁହନ୍ତୁ ସତର୍କ! ନଚେତ ସିଧା ଘରେ ପହଞ୍ଚିଯିବ…
ନୂଆଦିଲ୍ଲୀ,୨।୧୨: ଆୟକର ବିଭାଗ କେବଳ ଆପଣଙ୍କ ଆୟ ଉପରେ ଟିକସ ଲଗାଏ ନାହିଁ, ବରଂ କିଛି ପ୍ରକାରର ଆର୍ଥିକ କାରବାର ଉପରେ ମଧ୍ୟ କଡ଼ା ନଜର ରଖେ। ଏହାର ଲକ୍ଷ୍ୟ ହେଉଛି ଟିକସ ଫାଙ୍କ ରୋକିବା, କଳାଧନକୁ ନିୟନ୍ତ୍ରଣ କରିବା ଓ ବଡ଼ ଖର୍ଚ୍ଚ ଉପରେ ନଜର ରଖିବା। ଆସନ୍ତୁ ୫ଟି ସାଧାରଣ ବ୍ୟାଙ୍କ କାରବାର ଉପରେ ନଜର ପକାଇବା ଯାହା ଆପଣଙ୍କ ସଞ୍ଚୟ ଆକାଉଣ୍ଟକୁ ଆୟକର ବିଭାଗର ଦୃଷ୍ଟିକୁ ଆଣିପାରିବ। ଯଦି ଗୋଟିଏ ବର୍ଷ ମଧ୍ୟରେ […] The post ଏହି ୫ଟି ଟ୍ରାଞ୍ଜାକ୍ସନବେଳେ ରୁହନ୍ତୁ ସତର୍କ! ନଚେତ ସିଧା ଘରେ ପହଞ୍ଚିଯିବ… appeared first on Dharitri Odia News .
୬ଟି ବିଦ୍ୟାଳୟର ଛାତ୍ରୀଙ୍କୁ ନେଇ ମୁରୁସୁଆଁରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ପ୍ରତିଯୋଗିତା
ପାଟଣା,୨।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁରୁସୁଆଁ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ମଙ୍ଗଳବାର ୬ଟି ବିଦ୍ୟାଳୟର ଛାତ୍ରୀଙ୍କ ମଧ୍ୟରେ ଆନ୍ତଃ-ବିଦ୍ୟାଳୟ “ଖେଳିବା ଓ ପ୍ରସ୍ଫୁଟିତ ହେବା” ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ଦ୍ୱାରା ଏ.ଇ.ଆଇ.ଏନ୍. ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପାଟଣା ଓ ଘଟଗାଁ ବ୍ଲକର ୬ଟି ବିଦ୍ୟାଳୟର ଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ। କେନ୍ଦେଇପୋଷି ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, […] The post ୬ଟି ବିଦ୍ୟାଳୟର ଛାତ୍ରୀଙ୍କୁ ନେଇ ମୁରୁସୁଆଁରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ପ୍ରତିଯୋଗିତା appeared first on Dharitri Odia News .
ଓଡ଼ିଶା: ଆଜିର ଫଟୋ ( ୨ ଡିସେମ୍ବର , ୨୦୨୫ )
ପୁରୀ ଗୌର ବିହାର ଆଶ୍ରମରେ ବ୍ୟଞ୍ଜନ ଦ୍ଵାଦଶୀ ଅବସରରେ ୮୭୫ ପ୍ରକାର ବ୍ୟଞ୍ଜନ ଠାକୁରଙ୍କୁ ଭୋଗ ଲଗାଯାଇଛି କଟକ ବାରବାଟି ଷ୍ଟାଡିୟମ୍ର ଗ୍ରାଉଣ୍ଡ ପିଚ୍କୁ BCCIର ଦଳ ଅନୁଧ୍ୟାନ କରୁଛନ୍ତି Follow Dharitri – Odisha’s No.1 Trusted Odia Daily ✨ The post ଓଡ଼ିଶା: ଆଜିର ଫଟୋ ( ୨ ଡିସେମ୍ବର , ୨୦୨୫ ) appeared first on Dharitri Odia News .
୩୦ବର୍ଷ ପରେ ଶନିରେ ମହା ରାଜଯୋଗ, ୨୦୨୬ରେ ଚମକିବେ ଏହି ୩ରାଶି!
ବୈଦିକ ଜ୍ୟୋତିଷ ଅନୁସାରେ, ଗ୍ରହ ଏବଂ ନକ୍ଷତ୍ରର ପ୍ରତ୍ୟେକ ଗୋଚର ଏବଂ ସଂଯୋଗ ମାନବ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ଜ୍ୟୋତିଷ ଦୃଷ୍ଟିକୋଣରୁ 2026 ବର୍ଷର ଆରମ୍ଭ ବହୁତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ପ୍ରାୟ 30 ବର୍ଷ ପରେ, ଏକ ଦୁର୍ଲଭ ଏବଂ ଶୁଭ ଯୋଗ ସୃଷ୍ଟି ହେଉଛି, ଯାହାକୁ “ପଞ୍ଚାଙ୍କ ଯୋଗ” କୁହାଯାଏ। ଏହି ଯୋଗ ସୂର୍ଯ୍ୟ ଏବଂ ଶନିଙ୍କ ଏକ ବିଶେଷ ସଂଯୋଗ ଦ୍ୱାରା ସୃଷ୍ଟି ହେବ ଏବଂ ତିନୋଟି ରାଶିର ଲୋକଙ୍କ […] The post ୩୦ବର୍ଷ ପରେ ଶନିରେ ମହା ରାଜଯୋଗ, ୨୦୨୬ରେ ଚମକିବେ ଏହି ୩ରାଶି! appeared first on Dharitri Odia News .
ଆଇନ ସେବା କମିଟିର ଚିତ୍ରାଙ୍କନ ପ୍ରତିଯୋଗିତା ଫଳାଫଳ ପ୍ରକାଶ
ଦିଗପହଣ୍ଡି,୨।୧୨(ଅଶେଷ ନାଥ ମିଶ୍ର): ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଏବଂ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ସହଯୋଗ କ୍ରମେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଗତ ନଭେମ୍ବର ୨୩ ତାରିଖରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଛି। ସାନଖେମୁଣ୍ଡି ବ୍ଲକ ସାତପେଣ୍ଠ ଗୋପାଳପୁର ଗ୍ରାମ ନୋଡାଲ ହାଇସ୍କୁଲର ସପ୍ତମ ଶ୍ରେଣୀ ଛାତ୍ର ବିଶ୍ୱରଞ୍ଜନ ପ୍ରଧାନ ସମଗ୍ର ଗଞ୍ଜାମ ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି।ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ନିକଟ ଓଡ଼ିଶା […] The post ଆଇନ ସେବା କମିଟିର ଚିତ୍ରାଙ୍କନ ପ୍ରତିଯୋଗିତା ଫଳାଫଳ ପ୍ରକାଶ appeared first on Dharitri Odia News .
୫ ଡିସେମ୍ବରରେ ଆନ୍ଦୋଳନକୁ ଓହ୍ଲାଇବେ ଦେଢ଼ ଲକ୍ଷ ଶିକ୍ଷକ
ଭଞ୍ଜନଗର,୨।୧୨(ବାବୁଲା ପ୍ରଧାନ): ଦୁଇ ଦଫା ଦାବୀ ପୂରଣ ନହେଲେ ଆସନ୍ତା ଡିସେମ୍ବର ୫ ତାରିଖରେ ରାଜ୍ୟର ଦେଢ଼ ଲକ୍ଷରୁ ଅଧିକ ପ୍ରାଥମିକ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ମଙ୍ଗଳବାର ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଏନ୍.ପି.ଏସ୍. ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ (ଏ.ବି.ଇ.ଓ.) ସୂର୍ଯ୍ୟ ନାୟକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡ. ଏନ୍. ଥୁରୁମାଲା ନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ […] The post ୫ ଡିସେମ୍ବରରେ ଆନ୍ଦୋଳନକୁ ଓହ୍ଲାଇବେ ଦେଢ଼ ଲକ୍ଷ ଶିକ୍ଷକ appeared first on Dharitri Odia News .
ବନ୍ଦ ହୋଇଯିବ ଏହି ୮ ବଡ଼ ବ୍ୟାଙ୍କ? ଆକାଉଣ୍ଟରେ ଟଙ୍କା ଥିଲେ…
ନୂଆଦିଲ୍ଲୀ,୨।୧୨: ବ୍ୟାଙ୍କ ଆକାଉଣ୍ଟ ଥିବା ଲୋକଙ୍କ ପାଇଁ ସତର୍କତା? କେନ୍ଦ୍ର ସରକାର ଏକ ବଡ଼ ଯୋଜନା ସହିତ ଆଗକୁ ବଢ଼ୁଛନ୍ତି। ମୋଦି ସରକାର ଏକ ପବ୍ଲିକ ସେକ୍ଟର ବ୍ୟାଙ୍କ (PSB) ଏକତ୍ରୀକରଣ ଯୋଜନାରେ କାମ କରୁଛନ୍ତି। ଏପରି ହେଲେ ୨୦୨୭ ଆର୍ଥିକ ବର୍ଷ ସୁଦ୍ଧା ରାଜ୍ୟ ସରକାରଙ୍କ ମାଲିକାନା ବ୍ୟାଙ୍କ ସଂଖ୍ୟା ୧୨ ରୁ ମାତ୍ର ଚାରିକୁ ହ୍ରାସ ପାଇବ। ଚାରୋଟି ପ୍ରମୁଖ ବ୍ୟାଙ୍କ ହେଉଛି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ […] The post ବନ୍ଦ ହୋଇଯିବ ଏହି ୮ ବଡ଼ ବ୍ୟାଙ୍କ? ଆକାଉଣ୍ଟରେ ଟଙ୍କା ଥିଲେ… appeared first on Dharitri Odia News .
ଛାତ୍ରୀଛାତ୍ରଙ୍କ ଧରି ଯାଉଥିଲା ଅଟୋ: ହରିଣକୁ ଦେଲା ଧକ୍କା, ଆଉ ତା’ପରେ…
ଖଲ୍ଲିକୋଟ,୨ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଛକ ବଡ଼ଶଙ୍ଖ ନିକଟରେ ମଙ୍ଗଳବାର ଏକ ହରିଣକୁ ଧକ୍କା ଦେଇ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ଅଟୋରେ ଥିବା ୧୬ ଛାତ୍ରୀଛାତ୍ର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ କହ୍ନେଇପୁର ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅଟୋ (ନଂ.ଓଆର ୦୭ […] The post ଛାତ୍ରୀଛାତ୍ରଙ୍କ ଧରି ଯାଉଥିଲା ଅଟୋ: ହରିଣକୁ ଦେଲା ଧକ୍କା, ଆଉ ତା’ପରେ… appeared first on Dharitri Odia News .
୨୦୦ ବର୍ଷର ଇତିହାସ ଭାଙ୍ଗିଲେ ୧୯ ବର୍ଷରେ ମହେଶ, ଆଶ୍ଚର୍ଯ୍ୟ ହେଲେ ପ୍ରଧାନମନ୍ତ୍ରୀ
ବାରାଣସୀ,୨।୧୨: ୧୯ ବର୍ଷ ବୟସ୍କ ବେଦମୂର୍ତ୍ତି ଦେବବ୍ରତ ମହେଶ ରେଖେ ଶୁକ୍ଳ ଯଜୁର୍ବେଦର (ମାଧ୍ୟନ୍ଦିନ ଶାଖା) ପ୍ରାୟ ୨,୦୦୦ ମନ୍ତ୍ରର ଅତ୍ୟନ୍ତ ଜଟିଳ ଆବୃତ୍ତି ‘ଦଣ୍ଡକ୍ରମ ପାରାୟଣମ୍’ ସମାପ୍ତ କରି ଏକ ଐତିହାସିକ ଆଧ୍ୟାତ୍ମିକ ଉପଲବ୍ଧି ହାସଲ କରିଛନ୍ତି। ବାରାଣସୀରେ ଏହି ଉପଲବ୍ଧି ପାଇଁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବୈଦିକ ପରମ୍ପରାରେ ସବୁଠାରୁ ଜଟିଳ ମନେ କରାଯାଉଥିବା ଏହି କାର୍ଯ୍ୟକୁ ସେ ୫୦ ଦିନର ନିରବଚ୍ଛିନ୍ନ ଆବୃତ୍ତିରେ ସମାପ୍ତ କରିଛନ୍ତି। ପ୍ରାୟ ୨୦୦ ବର୍ଷ ପରେ ଏହା […] The post ୨୦୦ ବର୍ଷର ଇତିହାସ ଭାଙ୍ଗିଲେ ୧୯ ବର୍ଷରେ ମହେଶ, ଆଶ୍ଚର୍ଯ୍ୟ ହେଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News .
ତେନ୍ଦୁଲକର ନା କୋହଲି: କିଏ ଶ୍ରେଷ୍ଠ ଖେଳାଳି? ଅସଲ କଥା ଜାଣିଲେ ବିଶ୍ୱାସ କରିବେନି!
ନୂଆଦିଲ୍ଲୀ,୨।୧୨: ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲି । ଟିମ୍ ଇଣ୍ଡିଆର ଦୁଇ ହସ୍ତି । ଜଣେ କ୍ରିକେଟର ଭଗବାନ ଭାବେ ପରିଚିତ ଆଉ ଜଣେ କ୍ରିକେଟର କିଙ୍ଗ । ଉଭୟ କେତେ ଯେ ରେକର୍ଡ ଭାଙ୍ଗି ଚୁର୍ମାର କରିଛନ୍ତି ତାହାର ହିସାବ ନାହିଁ । ଏବେ ବି ତେନ୍ଦୁଲକରଙ୍କ ରେକର୍ଡ ଅତୁଟ ରହିଛି ତେନ୍ଦୁଲକରଙ୍କ ନାଁ ରେ ଏବେ ବି ସର୍ବାଧିକ ରନ୍ ସ୍କୋରର ରେକର୍ଡ ରହିଛି । ଆଗକୁ ଏ ରେକର୍ଡ ଭାଙ୍ଗିବା ଅସମ୍ଭବ […] The post ତେନ୍ଦୁଲକର ନା କୋହଲି: କିଏ ଶ୍ରେଷ୍ଠ ଖେଳାଳି? ଅସଲ କଥା ଜାଣିଲେ ବିଶ୍ୱାସ କରିବେନି! appeared first on Dharitri Odia News .
ଅଭିଯୁକ୍ତଙ୍କୁ ପଳାତକ ଘୋଷିତ କରି ୱାରେଣ୍ଟ ଜାରି କଲେ କୋର୍ଟ
ମୋହନା,୨।୧୨( ମନ୍ମଥ ମିଶ୍ର ): ଗଞ୍ଜେଇ ଚୋରା ଚାଲାଣ ବେଳେ ଆନ୍ଧ୍ରପ୍ରଦେଶ ପୋଲିସ ଦ୍ୱାରା ଧରାପଡ଼ି ଜେଲ ଯାଇ ବେଲରେ ଆସିଥିଲେ। ପରେ କୋର୍ଟର ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ହାଜର ନ ହେବା କାରଣରୁ ଅଭିଯୁକ୍ତଙ୍କୁ ଆନ୍ଧ୍ରପ୍ରଦେଶର ଏକ କୋର୍ଟ ପଳାତକ ଘୋଷଣା କରିବା ସହିତ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି। ପୁଲିସର ସୂଚ଼ନା ମୁତାବକ ଅଡ଼ବା ଥାନା ଅନ୍ତର୍ଗତ ଅଡ଼ବା ଗ୍ରାମର ଦଣ୍ଡପାଣି ନାୟକଙ୍କ ପୁଅ ମହେଶର ନାୟକ(୨୫)୨୦୧୬ମସିହାରେ ଗଞ୍ଜେଇ ବକ୍ରି କରିବା ଉଦ୍ଦେଶ୍ୟରେ […] The post ଅଭିଯୁକ୍ତଙ୍କୁ ପଳାତକ ଘୋଷିତ କରି ୱାରେଣ୍ଟ ଜାରି କଲେ କୋର୍ଟ appeared first on Dharitri Odia News .
ଭାରତରେ ମଦ୍ୟପାନବେଳେ ଅଧିକ ଖିଆଯାଏ ଏହି ଚାଖାଣା, ନାଁ ଜାଣିଲେ ହସି ଉଠିବେ…
ନୂଆଦିଲ୍ଲୀ,୨।୧୨: ଭାରତରେ, ଚାଖାଣା ବିନା ମଦ୍ୟପାନ ଅସମ୍ପୂର୍ଣ୍ଣ। ଲୁଣିଆ ଏବଂ ମସଲାଯୁକ୍ତ ଖାଇବା ବିନା ମଦ୍ୟପାନ ଆସର ଅସମ୍ପୂର୍ଣ୍ଣ। ଫ୍ୟାନ୍ସି ବାର୍ ହେଉ କିମ୍ୱା ଏକ ଛୋଟ ସ୍ଥାନୀୟ ରେଷ୍ଟୁରାଣ୍ଟ, ବାଦାମ ହେଉଛି ଚାଖାଣାର ରାଜା। ଆସନ୍ତୁ ଜାଣିବା ଭାରତରେ ଚାଖାଣା ଭାବରେ ବାଦାମ କାହିଁକି ଏତେ ଲୋକପ୍ରିୟ। ମଦ୍ୟପାନରେ ସ୍ୱାଭାବିକ ଭାବରେ ଲୁଣ କମ ଥାଏ, ଯାହା ଏକ ନରମ କିମ୍ୱା କଟୁ ସ୍ୱାଦ ଆଣିପାରେ। ଅନ୍ୟପକ୍ଷରେ, ବାଦାମ ଲୁଣିଆ ଏବଂ ମସଲାଯୁକ୍ତ। ଲୁଣ ମଦ୍ୟପାନର […] The post ଭାରତରେ ମଦ୍ୟପାନବେଳେ ଅଧିକ ଖିଆଯାଏ ଏହି ଚାଖାଣା, ନାଁ ଜାଣିଲେ ହସି ଉଠିବେ… appeared first on Dharitri Odia News .
ଛାତ୍ରୀଙ୍କୁ ଅପହରଣ କରି ପୋଲିସକୁ କଲେ ନାକେଦମ୍ : ପାଖରେ ଟଙ୍କା ସରିଯିବାରୁ ଗାଁକୁ ଆସି…
ଦିଗପହଣ୍ଡି,୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁର ଜଣେ ୧୦ମ ଶ୍ରେଣୀ ଛାତ୍ରୀ(୧୫)ଙ୍କୁ ପାଖ ନିକଟ ଗ୍ରାମର ବନମାଳୀ ମହାରଣା ଗତ ନଭେମ୍ବର ୧୦ ତାରିଖରେ ଅପହରଣ କରି ନେଇଥିଲେ। ଛାତ୍ରୀଙ୍କ ବାପା ଏ ନେଇ ପାଟପୁର ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଥାନା ମାମଲା ନଂ.୫୦୦/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି। ତଦନ୍ତକାରୀ ଅଧିକାରୀ ଇନ୍ସପେକ୍ଟର ଶୁଭଲକ୍ଷ୍ମୀ କଅଁର ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ […] The post ଛାତ୍ରୀଙ୍କୁ ଅପହରଣ କରି ପୋଲିସକୁ କଲେ ନାକେଦମ୍ : ପାଖରେ ଟଙ୍କା ସରିଯିବାରୁ ଗାଁକୁ ଆସି… appeared first on Dharitri Odia News .
ଜେଲରୁ ଫେରି ଇମ୍ରାନ ଖାନଙ୍କ ଭଉଣୀ କଲେ ବଡ଼ ଖୁଲାସା, ଇମ୍ରାନ ଆଉ…
ଇସଲାମବାଦ,୨।୧୨: ପ୍ରାୟ ଗୋଟିଏ ମାସ ପରେ ପୂର୍ୱତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ତାଙ୍କ ଭଉଣୀ ଡକ୍ଟର ଉଜମା ଖାତୁନଙ୍କୁ ଭେଟିବା ପାଇଁ ଅନୁମତି ମିଳିଛି। ସେ ଇମ୍ରାନ ଖାନଙ୍କୁ ଭେଟିଛନ୍ତି। ଆଦିଆଲା ଜେଲ ବାହାରେ ବିରୋଧ ପ୍ରଦର୍ଶନ ମଧ୍ୟରେ, ଇମ୍ରାନ ଖାନଙ୍କ ଭଉଣୀ ଡକ୍ଟର ଉଜମା ଖାନଙ୍କୁ ଶେଷରେ ଜେଲ ପ୍ରଶାସନ ଭିତରକୁ ଡକାଯାଇଥିଲା। ଆଦିଆଲା ଜେଲ ପରିସରର ସୁରକ୍ଷା କଡ଼ାକଡ଼ି କରାଯାଇଛି। ଜେଲକୁ ଯାଉଥିବା ସମସ୍ତ ରାସ୍ତାକୁ କଣ୍ଟେନର ଏବଂ ଟ୍ରକ ସହିତ ଅବରୋଧ […] The post ଜେଲରୁ ଫେରି ଇମ୍ରାନ ଖାନଙ୍କ ଭଉଣୀ କଲେ ବଡ଼ ଖୁଲାସା, ଇମ୍ରାନ ଆଉ… appeared first on Dharitri Odia News .
‘ସୋନିଆ ଗାନ୍ଧୀ’ଙ୍କୁ ପ୍ରାର୍ଥୀ ଘୋଷଣା କଲା BJP, ଲଢ଼ିବେ ପଞ୍ଚାୟତ ନିର୍ବାଚନ
ନୂଆଦିଲ୍ଲୀ,୨।୧୨: କେରଳର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ମୁନ୍ନାରରେ ପଞ୍ଚାୟତ ନିର୍ବାଚନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଠାରେ ଭାଜପା ଜଣେ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇଛି, ଯାହାଙ୍କ ନାମ ହେଉଛି ସୋନିଆ ଗାନ୍ଧୀ। ହଁ, ଆପଣ ଠିକ୍ ଶୁଣିଛନ୍ତି; ଏହି ପ୍ରାର୍ଥୀ ଭାରତୀୟ ଜାତୀୟ କଂଗ୍ରେସର ନେତ୍ରୀ ସୋନିଆ ଗାନ୍ଧୀ ନୁହନ୍ତି, ବରଂ ନାମର ସାମଞ୍ଜସ୍ୟ ଯୋଗୁଁ ସେ ଶୀର୍ଷକରେ ରହିଛନ୍ତି। ଭାଜପା, ସ୍ଥାନୀୟ ପଞ୍ଚାୟତର ନାଲାଥାନ୍ନି ୱାର୍ଡ (ୱାର୍ଡ ୧୬) ପାଇଁ ୩୪ ବର୍ଷୀୟା ସୋନିଆ ଗାନ୍ଧୀଙ୍କୁ […] The post ‘ସୋନିଆ ଗାନ୍ଧୀ’ଙ୍କୁ ପ୍ରାର୍ଥୀ ଘୋଷଣା କଲା BJP, ଲଢ଼ିବେ ପଞ୍ଚାୟତ ନିର୍ବାଚନ appeared first on Dharitri Odia News .
ଭୁବନେଶ୍ୱର ସମେତ ରାଜ୍ୟର ୧୬ ସ୍ଥାନରେ ନଦୀ ଜଳ ପ୍ରଦୂଷିତ, ଜାଣନ୍ତୁ
ଭୁବନେଶ୍ୱର,୨।୧୨: ଓଡ଼ିଶାରେ ୧୬ଟି ନଦୀ ସ୍ଥାନ ପ୍ରଦୂଷିତ ହୋଇଥିବା କଥା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ମଙ୍ଗଳବାର ବିଧାନସଭାରେ ସୂଚନା ଦେଇଛନ୍ତି। ଗୃହରେ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ବିଭିନ୍ନ ନଦୀର ପ୍ରଦୂଷିତ ଅଂଶ ଚିହ୍ନଟ କରାଯାଇଛି। ଏହି ପ୍ରଦୂଷିତ ସ୍ଥାନଗୁଡ଼ିକ ମଧ୍ୟରେ କଟକର କାଠଯୋଡ଼ି, ଭୁବନେଶ୍ୱରର ଦୟା ନଦୀ ଓ ଗାଙ୍ଗୁଆ ନାଳ, ଗୋପର ଭିଙ୍ଗାରପୁର ନିକଟସ୍ଥ କୁଶଭଦ୍ରା, ଏବଂ ରାଉରକେଲାର […] The post ଭୁବନେଶ୍ୱର ସମେତ ରାଜ୍ୟର ୧୬ ସ୍ଥାନରେ ନଦୀ ଜଳ ପ୍ରଦୂଷିତ, ଜାଣନ୍ତୁ appeared first on Dharitri Odia News .
ଶୋଚନୀୟ ହୋଇପଡିଛି ରାସ୍ତା: ମରାମତି ପାଇଁ ଦାବି
ନୂଆପଡ଼ା,୨ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ସିଆଲଲଟି ପଞ୍ଚାୟତ କରଙ୍ଗାଭଟାଠାରୁ ଦିଆମୁଣ୍ଡା ଛକ ବିଜୁ ଏକ୍ସପ୍ରେସ ୱେକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇପଡିଛି। ସୂଚନା ଅନୁଯାୟୀ ଏହି ରାସ୍ତା କରଙ୍ଗାଭଟା ନାଏକ ପଡାଠାରୁ କାଜୁ ବଗିଚା ଦେଇ ଦିଆମୁଣ୍ଡା ଛକଠାରେ ବିଜୁ ଏକ୍ସପ୍ରେସ ୱେକୁ ସଂଯୋଗ କରିଛି। ଏହା ଉପରେ କରଙ୍ଗାଭଟା, ନାଏକପଡା, କାଶିପଲା, ଦିଆମୁଣ୍ଡା, ମୁଣ୍ଡାପଲା ଆଦି ଗାଁର ଲୋକେ ନିର୍ଭର କରନ୍ତି। ଏହାଛଡା ଅନେକ ଚାଷୀଙ୍କ ଜମି ରହିଥିବାରୁ ଧାନ […] The post ଶୋଚନୀୟ ହୋଇପଡିଛି ରାସ୍ତା: ମରାମତି ପାଇଁ ଦାବି appeared first on Dharitri Odia News .
ଲୁଟ ଘଟଣାର ପର୍ଦ୍ଦାଫାଶ: ୭୮ ଲକ୍ଷର ସୁନା, ଟଙ୍କା ଜବତ
ପୁରୀ,୨।୧୨: ପୁରୀ ଜିଲା ଚନ୍ଦନପୁର ଜୁଏଲାରୀ ମାଲିକଙ୍କଠାରୁ ହୋଇଥିବା ଲୁଟ୍ ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି । ଘଟଣାରେ ସମ୍ପୃକ୍ତ ୪ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିବା ମଙ୍ଗଳବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଡିଆଇଜି ସତ୍ୟଜିତ୍ ନାୟକ ସୂଚନା ଦେଇଛନ୍ତି। ପୋଲିସ ସୂଚନା ମୁତାବକ, ଗିରଫ ଅଭିଯୁକ୍ତଙ୍କଠାରୁ ୧୩୨ଗ୍ରାମ୍ର ୮ଟି ସୁନା ନେକ୍ଲେସ୍, ୩୧ କେଜି ରୁପା ଅଳଙ୍କାର ସହ ନଗଦ ୬ ଲକ୍ଷ ଟଙ୍କା, ଗୋଟିଏ କାର୍, ଗୋଟିଏ ବାଇକ୍ ଜବତ […] The post ଲୁଟ ଘଟଣାର ପର୍ଦ୍ଦାଫାଶ: ୭୮ ଲକ୍ଷର ସୁନା, ଟଙ୍କା ଜବତ appeared first on Dharitri Odia News .
କୃଷକଙ୍କ ପାଇଁ ଖୁସି ଖବର, ୬ହଜାରରୁ ବଢି ୯ହଜାର ମିଳିବ ଟଙ୍କା! ଜାଣନ୍ତୁ କେବେଠୁ
ନୂଆଦିଲ୍ଲୀ,୨।୧୨: ପ୍ରତିବର୍ଷ ସଂସଦରେ ଉପସ୍ଥାପିତ କେନ୍ଦ୍ରୀୟ ବଜେଟକୁ ଦେଶର ଲକ୍ଷ ଲକ୍ଷ ଚାଷୀ ଉତ୍ସାହର ସହିତ ଅପେକ୍ଷା କରନ୍ତି। କୃଷି ଖର୍ଚ୍ଚ ଏବଂ ମୁଦ୍ରାସ୍ଫୀତି ବୃଦ୍ଧି ମଧ୍ୟରେ, ଚାଷୀମାନେ ସର୍ୱଦା ସରକାରଙ୍କଠାରୁ ଅତିରିକ୍ତ ଆଶ୍ୱସ୍ତି ଆଶା କରନ୍ତି। ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଆଗାମୀ କେନ୍ଦ୍ରୀୟ ବଜେଟ ଚାଷୀଙ୍କ ମୁହଁରେ ହସ ଫୁଟାଇପାରେ। କେନ୍ଦ୍ର ସରକାର ଏହାର ସବୁଠାରୁ ମହତ୍ୱାକାଂକ୍ଷୀ ଯୋଜନା ମଧ୍ୟରୁ ଗୋଟିଏ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (ପିଏମ କିଷାନ ଯୋଜନା)ର ପରିମାଣରେ ଏକ […] The post କୃଷକଙ୍କ ପାଇଁ ଖୁସି ଖବର, ୬ହଜାରରୁ ବଢି ୯ହଜାର ମିଳିବ ଟଙ୍କା! ଜାଣନ୍ତୁ କେବେଠୁ appeared first on Dharitri Odia News .
ଶ୍ରୀଲଙ୍କାକୁ ଏକ୍ସପାଏରି ରିଲିଫ୍ ସାମଗ୍ରୀ ପଠାଇ ପାକିସ୍ତାନ ନିନ୍ଦିତ, ଭାଇରାଲ ହେଲା ଫଟୋ
ନୂଆଦିଲ୍ଲୀ,୨।୧୨: ବନ୍ୟା ପ୍ରଭାବିତ ଶ୍ରୀଲଙ୍କାକୁ ସହାୟତା ପଠାଇବାର ପାକିସ୍ତାନର ଉଦ୍ୟମ ବଡ଼ ଧରଣର ଲଜ୍ଜାର କାରଣ ହୋଇଛି। ପାକିସ୍ତାନର ହାଇ କମିଶନଙ୍କ ଦ୍ୱାରା ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ରିଲିଫ୍ ପ୍ୟାକେଜ୍ର ଫଟୋରେ ସାମଗ୍ରୀର ଏକ୍ସପାଏରି ତାରିଖ ପୂର୍ବରୁ ସରିଯାଇଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ସାରା ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା ସୃଷ୍ଟି ହୋଇଛି। ପାକିସ୍ତାନ ହାଇ କମିଶନ ସହାୟତା ପହଞ୍ଚିବାର ଖବର ଦେବା ସହ କିଛି ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। କିନ୍ତୁ […] The post ଶ୍ରୀଲଙ୍କାକୁ ଏକ୍ସପାଏରି ରିଲିଫ୍ ସାମଗ୍ରୀ ପଠାଇ ପାକିସ୍ତାନ ନିନ୍ଦିତ, ଭାଇରାଲ ହେଲା ଫଟୋ appeared first on Dharitri Odia News .
ବିବାହ ରାତିରେ ରୁମରେ ଛୋଟ ବଲ୍ ଲଗାଇବାକୁ କହିଲେ ସ୍ତ୍ରୀ, ଚାପଗ୍ରସ୍ତ ହୋଇ ବର ଗାଏବ୍; ୫ ଦିନ ପରେ…
ନୂଆଦିଲ୍ଲୀ,୨।୧୨: ଉତ୍ତର ପ୍ରଦେଶର ମିରଟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବିବାହ ରାତିରେ ନିଖୋଜ ହୋଇଯାଇଥିବା ବରକୁ ୫ ଦିନ ଖୋଜାଖୋଜି ପରେ ଶେଷରେ ହରିଦ୍ୱାରରୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ମାନସିକ ଚାପ ଯୋଗୁଁ ସେ ଘର ଛାଡ଼ି ପଳାଇଥିବା କଥା ପରିବାର ଲୋକେ ଜାଣିବାକୁ ପାଇଛନ୍ତି। ୫ ଦିନ ତଳେ ମୋହସିନ୍ ମୁଜାଫରନଗରରେ ବିବାହ କରିଥିଲେ। ବିବାହ ରାତିରେ ସେ ତାଙ୍କ ସ୍ତ୍ରୀ ଅପେକ୍ଷାରେ ଥିବା ରୁମ୍କୁ ଯାଇଥିଲେ। କିନ୍ତୁ ରୁମ୍ର ଲାଇଟ୍ ଅଧିକ […] The post ବିବାହ ରାତିରେ ରୁମରେ ଛୋଟ ବଲ୍ ଲଗାଇବାକୁ କହିଲେ ସ୍ତ୍ରୀ, ଚାପଗ୍ରସ୍ତ ହୋଇ ବର ଗାଏବ୍; ୫ ଦିନ ପରେ… appeared first on Dharitri Odia News .
ଡିସେମ୍ୱରରେ ପଡିଲା ମଳମାସ, ୩୦ଦିନ ଯାଏ କରନ୍ତୁନି ଶୁଭକାମ ନଚେତ୍…
ହିନ୍ଦୁ ଧର୍ମରେ, ସୂର୍ଯ୍ୟ ଦେବତାଙ୍କୁ ନଅଟି ଗ୍ରହର ରାଜା ଏବଂ ଚଳନ୍ତି ପ୍ରତିମା ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଗଣନା ଅନୁସାରେ, ପ୍ରତି ମାସରେ ସୂର୍ଯ୍ୟ ଦେବତା ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରନ୍ତି, ଯାହାକୁ ‘ସଂକ୍ରାନ୍ତି’ କୁହାଯାଏ। ବର୍ଷକୁ ଦୁଇଥର, ଯେତେବେଳେ ସୂର୍ଯ୍ୟ ଦେବତା ବୃହସ୍ପତି (ଧନୁ) ଏବଂ ମୀନ (ମୀନ) ରାଶିରେ ପ୍ରବେଶ କରନ୍ତି, 30 ଦିନର ଅବଧିକୁ ‘ଖରମାସ’ କିମ୍ୱା ‘ମଳମାସ’ କୁହାଯାଏ, ଏବଂ ଏହି ସମୟ ମଧ୍ୟରେ ସମସ୍ତ […] The post ଡିସେମ୍ୱରରେ ପଡିଲା ମଳମାସ, ୩୦ଦିନ ଯାଏ କରନ୍ତୁନି ଶୁଭକାମ ନଚେତ୍… appeared first on Dharitri Odia News .
ଆଉ ଏସବୁ କାମ ପାଇଁ ଦରକାର ପଡିବନି ଆଧାର କାର୍ଡ, ଦେବାକୁ ପଡିବ…ଆସିଲା ନୂଆ ନିୟମ
ନୂଆଦିଲ୍ଲୀ,୨।୧୨: ସାଧାରଣ ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ଆଜିକାଲି ପ୍ରାୟ ପ୍ରତ୍ୟେକ ସରକାରୀ ଏବଂ ବେସରକାରୀ କାର୍ଯ୍ୟ ପାଇଁ ଆଧାର କାର୍ଡ ବ୍ୟବହାର କରାଯାଉଛି। ତଥାପି, ଉତ୍ତର ପ୍ରଦେଶ ସରକାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି ଯାହା ଅଧାରକୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ପାଇଁ ଏକ ବୈଧ ଡକ୍ୟୁମେଣ୍ଟ ଭାବରେ ବିବେଚନା କରିବ ନାହିଁ। ଏହି ପରିବର୍ତ୍ତନ ଲୋକଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ। ଆଧାର ବ୍ୟବହାର କରି ଜନ୍ମ […] The post ଆଉ ଏସବୁ କାମ ପାଇଁ ଦରକାର ପଡିବନି ଆଧାର କାର୍ଡ, ଦେବାକୁ ପଡିବ…ଆସିଲା ନୂଆ ନିୟମ appeared first on Dharitri Odia News .
ରାଶିଫଳ: ବୁଧବାର, ଡିସେମ୍ବର ୩ ତାରିଖ – Daily Horoscope
ମେଷ ଆଜିର କର୍ମକ୍ଷେତ୍ରରେ ଆଶା ପୂରଣ ହୋଇପାରିବ ଏବଂ ଆର୍ଥିକ ଅଭିବୃଦ୍ଧି ସହ ସମ୍ମାନିତ ହେବେ। ଆତ୍ମୀୟଙ୍କ ଉପରେ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଆନୁଷ୍ଠାନିକ କାମ, ସଭାସମିତି, ବାଣିଜ୍ୟ ଓ ପରିବହନ ଯଥାରୀତି ଚାଲୁ ରହିବ। ସମ୍ପର୍କୀୟଙ୍କ ସାହାଯ୍ୟ, ଆର୍ଥିକ ଉନ୍ନତି, ବନ୍ଧୁମିଳନ ପାଇଁ ସୁଯୋଗର ସମ୍ଭାବନା ରହିଛି। ବୃଷ କର୍ମଜଞ୍ଜାଳ ବୃଦ୍ଧି କାରଣରୁ ଅନିଦ୍ରାଜନିତ ପୀଡ଼ା ଅନୁଭବ କରିପାରନ୍ତି। ବ୍ୟସ୍ତତାର ସହ କରିଥିବା ଯାତ୍ରାରେ କୌଣସି ଜିନିଷ ସାଙ୍ଗରେ ନେବାକୁ ଭୁଲି ମନସ୍ତାପ […] The post ରାଶିଫଳ: ବୁଧବାର, ଡିସେମ୍ବର ୩ ତାରିଖ – Daily Horoscope appeared first on Dharitri Odia News .
PMO Seva Teerth: ସରକାରଙ୍କ ବଡ଼ ନିଷ୍ପତ୍ତି, ବଦଳିଲା PMOର ନାମ
ନୂଆଦିଲ୍ଲୀ,୨।୧୨: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ନାମ ସେବା ତୀର୍ଥ ରଖାଯାଇଛି। କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଖୁବ ଶୀଘ୍ର ଏକ ନୂତନ କମ୍ପ୍ଲେକ୍ସକୁ ସ୍ଥାନାନ୍ତରିତ ହେବ ବୋଲି ସୂଚନା ମିଳିଛି। ଏହି କୋଠାର ନାମ ସେବା ତୀର୍ଥ ରଖାଯାଇଛି। ନିର୍ମାଣର ଶେଷ ପର୍ଯ୍ୟାୟରେ ଥିବା ନୂତନ କମ୍ପ୍ଲେକ୍ସ ପୂର୍ବରୁ ସେଣ୍ଟ୍ରାଲ ଭିଷ୍ଟା ପୁନଃବିକାଶ ପ୍ରକଳ୍ପ ଅଧୀନରେ ‘କାର୍ଯ୍ୟକାରୀ ଏନକ୍ଲେଭ’ ଭାବରେ ଜଣାଶୁଣା ଥିଲା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବ୍ୟତୀତ, ‘କାର୍ଯ୍ୟକାରୀ ଏନକ୍ଲେଭ’ ରେ କ୍ୟାବିନେଟ ସଚିବାଳୟ, […] The post PMO Seva Teerth: ସରକାରଙ୍କ ବଡ଼ ନିଷ୍ପତ୍ତି, ବଦଳିଲା PMOର ନାମ appeared first on Dharitri Odia News .
‘ସଂଚାର ସାଥି ଜବରଦସ୍ତି ନୁହେଁ, ଚାହିଁଲେ ଡିଲିଟ କରିପାରିବେ’, ଗୁପ୍ତଚର ବିବାଦକୁ ନେଇ ସରକାରଙ୍କ ସ୍ପଷ୍ଟୀକରଣ
ନୂଆଦିଲ୍ଲୀ,୨।୧୨: ଯେତେବେଳେ DoT ସମସ୍ତ ମୋବାଇଲ ଫୋନ ନିର୍ମାତାଙ୍କୁ ସଞ୍ଚାର ସାଥୀ ଆପ ପୂର୍ବରୁ ସଂସ୍ଥାପନ କରିବା ପାଇଁ ୯୦ ଦିନର ସମୟସୀମା ଦେଇଥିଲା, ଏହା ଦେଶରେ ରାଜନୈତିକ ହଇଚଇ ସୃଷ୍ଟି କରିଥିଲା। ବିରୋଧୀ ଦଳ ସରକାର ଗୁପ୍ତଚର ଚେଷ୍ଟା କରୁଥିବା ଅଭିଯୋଗ କରିଥିଲେ, ଯେତେବେଳେ ସରକାର ସାଇବର ସୁରକ୍ଷା ପାଇଁ ଏହାକୁ ଆବଶ୍ୟକ ବୋଲି ଘୋଷଣା କରିଥିଲେ। ଏବେ, କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସବୁକିଛି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ସଞ୍ଚାର […] The post ‘ସଂଚାର ସାଥି ଜବରଦସ୍ତି ନୁହେଁ, ଚାହିଁଲେ ଡିଲିଟ କରିପାରିବେ’, ଗୁପ୍ତଚର ବିବାଦକୁ ନେଇ ସରକାରଙ୍କ ସ୍ପଷ୍ଟୀକରଣ appeared first on Dharitri Odia News .
ଅସ୍ତ୍ର ଚୋରାଚାଲାଣ ବେଳେ ମାଡ଼ି ବସିଲା ପୋଲିସ
ରାଉରକେଲା,୨।୧୨(ସଂଗୀତା ଜେନା): ରାଉରକେଲା ବ୍ରାହ୍ମଣୀତରଙ୍ଗ ପୋଲିସ ଏକ ଅବୈଧ ଅସ୍ତ୍ର କାରବାରର ପର୍ଦ୍ଦାଫାସ କରି ଜଣେ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ଦୁଇଟି ଦେଶୀ ପିସ୍ତଲ, ଗୋଟିଏ ଦେଶୀ ରିଭଲଭର, ଦୁଇଟି ଦେଶୀ ସିଙ୍ଗଲ-ସଟ ପିସ୍ତଲ, ୩୫ ଖଣ୍ଡା ଏବଂ ତିନୋଟି ଜୀବନ୍ତ କାର୍ଟୁସ ଜବତ କରିଛିି। ଏ ନେଇ ପୋଲିସ ମାମଲା (ନଂ ୪୯୭/୨୫) ରୁଜୁ କରିଛି। ଏ ସଂକ୍ରାନ୍ତରେ ପୋଲିସ ମୁଖ୍ୟାଳୟରେ ମଙ୍ଗଳବାର ଅପରାହ୍ନ ୧ଟାରେ ଖବରଦାତା ସମ୍ମିଳନୀରେ ସୁଚନା ପ୍ରଦାନ କରାଯାଇଛି। […] The post ଅସ୍ତ୍ର ଚୋରାଚାଲାଣ ବେଳେ ମାଡ଼ି ବସିଲା ପୋଲିସ appeared first on Dharitri Odia News .
“ସ୍ବଦେଶୀ ବନାମ ବିଦେଶୀ”: ଗରୁତ୍ୱ ଦେଲେ ଆଗକୁ…
ଭଞ୍ଜନଗର,୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେମଙ୍ଗଳବାର ରାଜ୍ୟ ସରକାରଙ୍କ ନିର୍ଦ୍ଧେଶକ୍ରମେ ଜାତୀୟ ସେବା ଯୋଜନା ଏବଂ ଯୁବ ରେଡକ୍ରସର ମିଳିତ ସହଯୋଗରେ “ସ୍ବଦେଶୀ ବନାମ ବିଦେଶୀ” ଉପରେ ଏକ ସଭା ସହ ସ୍ବଦେଶୀ ଖାଦ୍ୟ ଉପରେ ଏକ ପ୍ରଦର୍ଶନୀ ହୋଇଥିଲା। ଏଥିସହ ଛାତ୍ରୀଛାତ୍ରଙ୍କ ମଧ୍ୟରେ “ସ୍ବଦେଶୀ ବନାମ ବିଦେଶୀ” ମଧ୍ୟରେ ଏକ ବକୃତା ପ୍ରତିଯୋଗୀତା ମଧ୍ୟ ହୋଇଥିଲା। ଏଥିରେ ଅଧକ୍ଷ ରାଜେନ୍ଦ୍ର କୁମାର ଦାସ ସଭାପତିତ୍ୱ କରି ସ୍ବଦେଶୀ ଖାଦ୍ୟ, […] The post “ସ୍ବଦେଶୀ ବନାମ ବିଦେଶୀ”: ଗରୁତ୍ୱ ଦେଲେ ଆଗକୁ… appeared first on Dharitri Odia News .
ପୋଲିସ SI ଜାଲିଆତି ମାମଲା: ଅରବିନ୍ଦଙ୍କୁ ମାରାଥନ ଜେରା
ଭୁବନେଶ୍ୱର,୨।୧୨: ପୋଲିସ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାର ଅଭିଯୁକ୍ତ ଅରବିନ୍ଦ ଦାସଙ୍କୁ ସିବିଆଇ ୨ଦିନିଆ ରିମାଣ୍ଡରେ ଆଣିଛି। ମଙ୍ଗଳବାର ସିବିଆଇ ଅଧିକାରୀମାନେ ଅଭିଯୁକ୍ତ ଅରବିନ୍ଦଙ୍କୁ ମାରାଥନ ଜେରା କରିଛନ୍ତି। ଜେରା ବେଳେ ସିବିଆଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିବା ସୂଚନା ମିଳିଛି। ଏପରିକି ପୋଲିସ SI ଜାଲିଆତି ମାମଲାରେ ରାଜ୍ୟ ବାହାରର ଲିଙ୍କ ଥିବା ସିବିଆଇ ବଡ଼ ପ୍ରମାଣ ପାଇଛି। ସୂଚନା ଯୋଗ୍ୟ ସିବିଆଇ ଅରବିନ୍ଦଙ୍କୁ ୩ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା। ହେଲେ କୋର୍ଟ […] The post ପୋଲିସ SI ଜାଲିଆତି ମାମଲା: ଅରବିନ୍ଦଙ୍କୁ ମାରାଥନ ଜେରା appeared first on Dharitri Odia News .
ଏହି ସବୁ ଜିଲାରେ ହେବ ଘନ କୁହୁଡ଼ି: ପାଣିପାଗ ବିଭାଗ କଲା ସତର୍କ
ଭୁବନେଶ୍ୱର,୧।୧୨: କିଛି ଦିନ ହେଲା ପାଗରେ ପରିବର୍ତ୍ତନ ଦେଖାଦେଇଛି। ବର୍ତ୍ତମାନ ରାଜ୍ୟରେ ଶୀତ ପ୍ରକୋପ ସାମାନ୍ୟ ହ୍ରାସ ପାଇଥିବା ବେଳେ ମଙ୍ଗଳବାର ଏବଂ ବୁଧବାର ସୁନ୍ଦରଗଡ଼, ଝାରସୁଗୁଡ଼ା, କୋରାପୁଟ ଏବଂ ଅନୁଗୋଳ ଜିଲାରେ ଘନ କୁହୁଡ଼ି ପଡ଼ିବା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ରାଜ୍ୟରେ ବର୍ତ୍ତମାନ ପାଗ ଶୁଖିଲା ରହିଥିବା ବେଳେ ଡିସେମ୍ବର ୬ ପର୍ଯ୍ୟନ୍ତ ବର୍ଷା ନେଇ କୌଣସି ସୂଚନା ଦିଆଯାଇ ନାହିଁ। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ିଠାରେ ୧୧.୫ […] The post ଏହି ସବୁ ଜିଲାରେ ହେବ ଘନ କୁହୁଡ଼ି: ପାଣିପାଗ ବିଭାଗ କଲା ସତର୍କ appeared first on Dharitri Odia News .
କ୍ରିକେଟ୍ରେ ହଇଚଇ କଲେ ଏହି ଷ୍ଟାର୍ ଅଲରାଉଣ୍ଡର: ୩୭୬ ରନ୍ ସହ ନେଲେ ୧୮ ଉଇକେଟ୍
ନୂଆଦିଲ୍ଲୀ,୨।୧୨: କ୍ରିକେଟରେ ଚମକଦାର ଯୁବ ତାରକାମାନଙ୍କୁ ପ୍ରାୟତଃ ଦୀର୍ଘ ଦିନ ପାଇଁ ମନେ ରଖାଯାଏ। ଏଥର ଉତ୍ତର ପ୍ରଦେଶର ଯୁବ ଅଲରାଉଣ୍ଡର ପ୍ରଶାନ୍ତ ବୀର ୨୦୨୫-୨୬ ପୁରୁଷ ୨୩ ବର୍ଷରୁ କମ ରାଜ୍ୟ ଏ ଟ୍ରଫିରେ ଚର୍ଚ୍ଚାକୁ ଆସିଥିଲେ। ଯଦିଓ ଉତ୍ତର ପ୍ରଦେଶ ଫାଇନାଲରେ ତାମିଲନାଡୁ ଠାରୁ ପରାସ୍ତ ହୋଇଥିଲା, ପ୍ରଶାନ୍ତ ବୀର ତାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ସହିତ ସମଗ୍ର ଟୁର୍ନାମେଣ୍ଟରେ ଦର୍ଶକ ଏବଂ ଚୟନକର୍ତ୍ତାଙ୍କ ହୃଦୟ ଜିତିଥିଲେ। ତାଙ୍କର ଚମତ୍କାର ପ୍ରଦର୍ଶନ ତାଙ୍କୁ ଟୁର୍ନାମେଣ୍ଟର ଶ୍ରେଷ୍ଠ […] The post କ୍ରିକେଟ୍ରେ ହଇଚଇ କଲେ ଏହି ଷ୍ଟାର୍ ଅଲରାଉଣ୍ଡର: ୩୭୬ ରନ୍ ସହ ନେଲେ ୧୮ ଉଇକେଟ୍ appeared first on Dharitri Odia News .
କୋଣାର୍କ,୨ା୧୨(ଜ୍ୟୋତିରାଜ ମହାନ୍ତି): କୋଣାର୍କ ସ୍ଥିତ ସୂର୍ଯ୍ୟ ମନ୍ଦିର ପାଦଦେଶରେ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ଆରମ୍ଭ ହୋଇଛି ୩୬ତମ କୋଣାର୍କ ଉତ୍ସବ। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ, ସଙ୍ଗୀତ ନାଟକ ଏକାଡେମୀ ଓ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରି ଏହା ଉତ୍କଳୀୟ ଐତିହ୍ୟ, ସ୍ଥାପତ୍ୟ, ପରମ୍ପରା ଓ ଓଡ଼ିଆ ଅସ୍ମିତାର ପ୍ରତୀକ ଓ ପଥ ପ୍ରଦର୍ଶକ ବୋଲି କହିଛନ୍ତି। ଉଦ୍ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ […] The post ଆରମ୍ଭ ହେଲା କୋଣାର୍କ ଉତ୍ସବ appeared first on Dharitri Odia News .
ଶୂନ୍ୟକାଳରେ ଶାସକ- ବିରୋଧୀ ମୁହାଁମୁହିଁ
ଭୁବନେଶ୍ୱର,୨।୧୨: ବିଧାନସଭା ଶୂନ୍ୟକାଳରେ ଶାସକ- ବିରୋଧୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି। ବିରୋଧୀ ଦଳ ବିଧାୟକଙ୍କୁ କହିବାକୁ ସୁଯୋଗ ଦିଆଯାଉ ନଥିବା ଅଭିଯୋଗ ହୋଇଛି। ବାଚସ୍ପତି ପାତରଅନ୍ତର କରି ଭାଜପା ବିଧାୟକଙ୍କୁ ଅଧିକ ସମୟ ଦେଉଥିବା ଅଭିଯୋଗ ହେଉଛି। ଏହି ଅଭିଯୋଗ ଆଣିଛନ୍ତି ବିଜେଡି ଓ କଂଗ୍ରେସ ବିଧାୟକ। Dharitri – Odisha’s No.1 Odia Daily The post ଶୂନ୍ୟକାଳରେ ଶାସକ- ବିରୋଧୀ ମୁହାଁମୁହିଁ appeared first on Dharitri Odia News .
ସତରେ କ’ଣ ଦକ୍ଷିଣ ଆଫ୍ରିକା କୋଚଙ୍କ ସହ ହାତ ମିଳାଇଲେ ନାହିଁ ବିରାଟ? ଦେଖନ୍ତୁ ଭାଇରାଲ କ୍ଲିପ
ନୂଆଦିଲ୍ଲୀ,୨।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଏକଦିବସୀୟ ସିରିଜରେ ପଡ଼ିଆରେ ମ୍ୟାଚ ଯେତିକି ରୋମାଞ୍ଚକର ଥିଲା, ପଡ଼ିଆ ବାହାରେ ଏକ ଭିଡିଓ ବିବାଦ ସୃଷ୍ଟି କରିଛି। ସୋସିଆଲ ମିଡିଆରେ ପ୍ରସାରିତ ଏକ କ୍ଲିପ ଦାବି କରୁଛି ଯେ ପ୍ରଥମ ଦିନିକିଆ ପରେ ବିରାଟ କୋହଲି ଦକ୍ଷିଣ ଆଫ୍ରିକାର ପ୍ରଶିକ୍ଷକ ଶୁକ୍ରି କନରାଡଙ୍କ ସହ ହାତ ମିଳାଇବାରୁ ବଞ୍ଚିତ ହୋଇଥିଲେ। ଯଦିଓ ଭିଡିଓଟି ଏତେ ଛୋଟ ଯେ ସତ୍ୟ ସ୍ପଷ୍ଟ ନୁହେଁ, ଏହା ନିଶ୍ଚିତ ଭାବରେ […] The post ସତରେ କ’ଣ ଦକ୍ଷିଣ ଆଫ୍ରିକା କୋଚଙ୍କ ସହ ହାତ ମିଳାଇଲେ ନାହିଁ ବିରାଟ? ଦେଖନ୍ତୁ ଭାଇରାଲ କ୍ଲିପ appeared first on Dharitri Odia News .
ପୂର୍ବ ସରକାରଙ୍କୁ ଟାର୍ଗେଟ: ନଳ ଥିଲା ଜଳ ନଥିଲା…
ଭୁବନେଶ୍ୱର,୨।୧୨: ବିଧାନସଭାରେ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ମେଗା ପାନୀୟ ଜଳ ପ୍ରୋଜେକ୍ଟ ଦୁର୍ନୀତି ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,ପୂର୍ବ ସରକାରରେ ନଳ ଥିଲା ଜଳ ନଥିଲା, ଏବେ ନଳ ଆଉ ଜଳ ଅଛି। ପୂର୍ବ ସରକାରରେ ନଳ ଥିଲା ଜଳ ନଥିଲା, ଏବେ ନଳ ଆଉ ଜଳ ଅଛି। ୨୦୨୪ ଜୁନ ସୁଦ୍ଧା ବିଜେଡି ୩ଟି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ କରିଥିଲେ। ଆମେ […] The post ପୂର୍ବ ସରକାରଙ୍କୁ ଟାର୍ଗେଟ: ନଳ ଥିଲା ଜଳ ନଥିଲା… appeared first on Dharitri Odia News .
ମୁହଁ ଖୋଲିଲେ ରବି ଶାସ୍ତ୍ରୀ! ଗମ୍ଭୀରଙ୍କୁ କଲେ ସିଧା ଟାର୍ଗେଟ
ନୂଆଦିଲ୍ଲୀ,୨।୧୨: ଟେଷ୍ଟ କ୍ରିକେଟରେ କ୍ରମାଗତ ବିଫଳତା ଯୋଗୁ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ପ୍ରବଳ ଚାପରେ ଅଛନ୍ତି। ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟ, ଇଂଲଣ୍ଡ ସହିତ ଡ୍ର ଏବଂ କେବଳ ୱେଷ୍ଟଇଣ୍ଡିଜ ବିପକ୍ଷରେ ବିଜୟ ତାଙ୍କ ପ୍ରଶିକ୍ଷଣ କାର୍ଯ୍ୟକାଳ ବିଷୟରେ ଅନେକ ପ୍ରଶ୍ନ ଉଠାଇଛି। ପୂର୍ବତନ ଭାରତୀୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏବେ ଖୋଲାଖୋଲି ଭାବରେ ଏହି ପ୍ରସଙ୍ଗରେ ନିଜର ମତ ପ୍ରକାଶ କରିଛନ୍ତି, ଏବଂ ତାଙ୍କର ମନ୍ତବ୍ୟ ପରିସ୍ଥିତିକୁ […] The post ମୁହଁ ଖୋଲିଲେ ରବି ଶାସ୍ତ୍ରୀ! ଗମ୍ଭୀରଙ୍କୁ କଲେ ସିଧା ଟାର୍ଗେଟ appeared first on Dharitri Odia News .
ଦିଲ୍ଲୀ ବିସ୍ଫୋରଣର ତଦନ୍ତ ସମୟରେ ବଡ଼ ଖୁଲାସା, ଆତଙ୍କବାଦୀ ଦାନିଶଙ୍କ ଫୋନରୁ ମିଳିଲା…
ନୂଆଦିଲ୍ଲୀ,୨।୧୨: ଦିଲ୍ଲୀ ବିସ୍ଫୋରଣର ତଦନ୍ତ ସମୟରେ ଆତଙ୍କବାଦୀ ଦାନିଶର ଫୋନରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଡିଲିଟ ହୋଇଥିବା ଇତିହାସ, ଫଟୋ, ଭିଡିଓ ଏବଂ ଆପ ଡାଟା ସ୍କାନ କରିବାରୁ ଜଣାପଡିଛି ଯେ ସେ ସକ୍ରିୟ ଭାବରେ ଡ୍ରୋନ ପ୍ରଯୁକ୍ତିବିଦ୍ୟା ଏବଂ ଅସ୍ତ୍ରଶସ୍ତ୍ର ଉପରେ କାମ କରୁଥିଲେ। ତଦନ୍ତ ସମୟରେ ଦାନିଶର ଫୋନରୁ ଡଜନ ଡଜନ ଡ୍ରୋନ ଚିତ୍ର ଉଦ୍ଧାର କରାଯାଇଥିଲା। ଏଥିରେ ହମାସ ଦ୍ୱାରା ବ୍ୟବହୃତ ଡ୍ରୋନ ପରି ଡିଜାଇନ ଅନ୍ତର୍ଭୁକ୍ତ ଥିଲା। ଏହି ଚିତ୍ରଗୁଡ଼ିକ […] The post ଦିଲ୍ଲୀ ବିସ୍ଫୋରଣର ତଦନ୍ତ ସମୟରେ ବଡ଼ ଖୁଲାସା, ଆତଙ୍କବାଦୀ ଦାନିଶଙ୍କ ଫୋନରୁ ମିଳିଲା… appeared first on Dharitri Odia News .
ମନ୍ତ୍ରୀ ବଡ଼ ସୂଚନା: ଭଙ୍ଗା ହେବ ବିପଦସଙ୍କୁଳ କୋଠା
ଭୁବନେଶ୍ୱର,୨।୧୨: ଚାଲିଛି ଶିତ ଅଧିବେଶନ। ମଙ୍ଗଳବାର ବିଧାନସଭା ଗୃହରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏକ ବଡ଼ ସୂଚନା ଦେଇଛନ୍ତି। ସମସ୍ତ ବିପଦସଙ୍କୁଳ କୋଠାଗୁଡ଼ିକୁ ଶୀଘ୍ର ଭଙ୍ଗା ଯିବ ବୋଲି ମନ୍ତ୍ରୀ କହିଛନ୍ତି। ବିପଦସଙ୍କୁଳ କୋଠା ଚିହ୍ନଟ ପାଇଁ ଏକ ବିଶେଷ କମିଟି ଗଠନ କରାଯାଇଛି। ଏପରିକି କମିଟି ସଦସ୍ୟ କଟକ ମହାନଗର ନିଗମର ସବୁ ୱାର୍ଡରେ ସର୍ଭେ କରୁଛନ୍ତି। ସର୍ଭେ ପରେ ଚିହ୍ନଟ ବିପଦସଙ୍କୁଳ କୋଠା ମାଲିକଙ୍କୁ ନୋଟିସ କରାଯିବ। […] The post ମନ୍ତ୍ରୀ ବଡ଼ ସୂଚନା: ଭଙ୍ଗା ହେବ ବିପଦସଙ୍କୁଳ କୋଠା appeared first on Dharitri Odia News .
IPL Auction 2026: ରେଜିଷ୍ଟ୍ରେଶନ କଲେ ୧୩୫୫ ଖେଳାଳି, ମିନି ଅକ୍ସନରେ ଲାଗିବ କୋଟି କୋଟି ଟଙ୍କାର ବୋଲି!
ନୂଆଦିଲ୍ଲୀ,୨।୧୨: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2026 ମିନି ନିଲାମକୁ ନେଇ ଉତ୍ସାହ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଡିସେମ୍ବର ୧୬ରେ ଆବୁଧାବିରେ ହେବାକୁ ଥିବା ଏହି ଛୋଟ କିନ୍ତୁ ହାଇ-ଇନଟେନସିଟି ନିଲାମ ପାଇଁ ମୋଟ ୧,୩୫୫ଜଣ ଖେଳାଳି ପଞ୍ଜିକରଣ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଥର ଭାରତର ଅନେକ ଘରୋଇ ତାରକାଙ୍କ ସହିତ, ବିଶ୍ୱର ଶ୍ରେଷ୍ଠ ଅନ୍ତର୍ଜାତୀୟ ଖେଳାଳିମାନେ ମଧ୍ୟ ସେମାନଙ୍କର ଭାଗ୍ୟ ପରୀକ୍ଷା କରୁଥିବାର ଦେଖାଯିବେ। ଭାରତୀୟ କ୍ରିକେଟରଙ୍କ ତାଲିକାରେ ମୟଙ୍କ ଅଗ୍ରୱାଲ, କେଏସ […] The post IPL Auction 2026: ରେଜିଷ୍ଟ୍ରେଶନ କଲେ ୧୩୫୫ ଖେଳାଳି, ମିନି ଅକ୍ସନରେ ଲାଗିବ କୋଟି କୋଟି ଟଙ୍କାର ବୋଲି! appeared first on Dharitri Odia News .
ବାଂଲାଦେଶରେ ଦ୍ରୁତ ଗତିରେ ବଢିଚାଲିଛନ୍ତି ‘ଅଣ୍ଡର ଓ୍ବାର୍ଲଡ’ ମାଫିଆ, ଢାକାରେ ବଢୁଛି ଅପରାଧ
ଢାକା,୨।୧୨: ବାଂଲାଦେଶରେ ନିର୍ବାଚନ ପାଖେଇ ଆସୁଛି, କିନ୍ତୁ ଦେଶ ଭିତରେ ଅପରାଧୀ ଗୋଷ୍ଠୀର ବୃଦ୍ଧି ଏବଂ ଅସ୍ତ୍ରଶସ୍ତ୍ରର ବ୍ୟାପକ ଚୋରା ଚାଲାଣ ଏକ ଗମ୍ଭୀର ସୁରକ୍ଷା ଚ୍ୟାଲେଞ୍ଜ ସୃଷ୍ଟି କରିଛି। ୨୦୨୪ ନିର୍ବାଚନର ବ୍ୟାପକ ହିଂସାତ୍ମକ ଆନ୍ଦୋଳନ ସମୟରେ ସୁରକ୍ଷା ବାହିନୀ ଭିଡ଼କୁ ନିୟନ୍ତ୍ରଣ କରିବାରେ ବ୍ୟସ୍ତ ଥିବା ବେଳେ, ଏକ ବିଶାଳ ଅପରାଧୀ ନେଟୱାର୍କ ଚୁପଚାପ ଉଭା ହୋଇଥିଲା। ଢାକାର ଅନେକ ପୋଲିସ ଷ୍ଟେଶନ ଏବଂ ପୋଲିସ ଆଉଟପୋଷ୍ଟ ଉପରେ ଆକ୍ରମଣ କରାଯାଇଥିଲା, ଯେଉଁଠାରୁ ଅପରାଧୀମାନେ […] The post ବାଂଲାଦେଶରେ ଦ୍ରୁତ ଗତିରେ ବଢିଚାଲିଛନ୍ତି ‘ଅଣ୍ଡର ଓ୍ବାର୍ଲଡ’ ମାଫିଆ, ଢାକାରେ ବଢୁଛି ଅପରାଧ appeared first on Dharitri Odia News .
ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ପାଇଁ ବାରବାଟୀ ପ୍ରସ୍ତୁତ: ପିଚ୍ ଯାଞ୍ଚ କଲେ କ୍ୟୁରେଟର୍
କଟକ,୨।୧୨: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି୨୦ କ୍ରିକେଟ ସିରିଜର ପ୍ରଥମ ମ୍ୟାଚ ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ମ୍ୟାଚ ପୂର୍ବରୁ ପିଚ ଯାଞ୍ଚ କରିଛନ୍ତି କ୍ୟୁରେଟର। କ୍ୟୁରେଟର୍ ଆଶିଷ ଭୌମିକଙ୍କ ସହ ଅନ୍ୟ ଗ୍ରାଉଣ୍ଡ ଷ୍ଟାଫ ଉପସ୍ଥିତ ରହି ପିଚ ଯାଞ୍ଚ କରିଛନ୍ତି। T20 ମ୍ୟାଚ ପାଇଁ ୩ଟି ପିଚ୍ ପ୍ରସ୍ତୁତ ହୋଇଛି। ଟି୨୦ କ୍ରିକେଟ ସିରିଜର ପ୍ରଥମ ମ୍ୟାଚ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ […] The post ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ପାଇଁ ବାରବାଟୀ ପ୍ରସ୍ତୁତ: ପିଚ୍ ଯାଞ୍ଚ କଲେ କ୍ୟୁରେଟର୍ appeared first on Dharitri Odia News .
ଶବଦାହ ଲାଗି ହୀନସ୍ଥା ହେଉଛନ୍ତି ପୁରୁଷୋତ୍ତମପୁରବାସୀ: ଗୁରୁତ୍ୱ ଦେଉନି ପ୍ରଶାସନ
ପୁରୁଷୋତ୍ତମପୁର,୦୨।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଶବଦାହ କରିବା ସମସ୍ୟା ଲୋକଙ୍କ ଲାଗି ଚିନ୍ତାର ବଡ କାରଣ ପାଲଟିଛି। ଏଥିଲାଗି ଏନଏସି ପ୍ରଶାସନ, ଅଧ୍ୟକ୍ଷ କି ଏମ୍ପି, ବିଧାୟକ ଓ ଜନପ୍ରତିନିଧିମାନେ କେହି ମଧ୍ୟ ଗୁରୁତ୍ୱ ଦେଉ ନାହାନ୍ତି। ଏହା ସ୍ଥାନୀୟ ଅଞ୍ଚଳରେ ଉଦବେଗର ବିଷୟ ପାଲଟିଛି। ୧୪ଟି ୱାର୍ଡ ବିଶିଷ୍ଟ ଏହି ଏନଏସିର ଆରମ୍ଭ ଓ ଶେଷ କନକା ଓ କୁମାରୀ ମୌଜାରେ ଶବଦାହ ଗ୍ରୁହ ରହିଥିବାବେଳେ ପୁରଷୋତ୍ତମପୁର ମୌଜାର ସହର ମଧ୍ୟଭାଗରେ ରହିଥିବା […] The post ଶବଦାହ ଲାଗି ହୀନସ୍ଥା ହେଉଛନ୍ତି ପୁରୁଷୋତ୍ତମପୁରବାସୀ: ଗୁରୁତ୍ୱ ଦେଉନି ପ୍ରଶାସନ appeared first on Dharitri Odia News .
ପ୍ରଦୀପ ଅମାତଙ୍କ ନାଁରେ ସଂଘାତିକ ଅଭିଯୋଗ: ଭିଜିଲାନ୍ସ ତଦନ୍ତ ଦାବି କଲେ…
ଭୁବନେଶ୍ୱର,୨।୧୨: ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଦାବି ହୋଇଛି। ଗୃହରେ କବିସୂର୍ଯ୍ୟନଗର ଭାଜପା ବିଧାୟକ ପ୍ରତାପ ନାୟକ ଦାବି କରିଛନ୍ତି। ମେଗା ପାନୀୟ ଜଳ ପ୍ରକଳ୍ପ ଦୁର୍ନୀତିରେ ପ୍ରଦୀପଙ୍କ ସମ୍ପୃକ୍ତି ଥିବା ପ୍ରତାପ ଅଭିଯୋଗ କରିଛନ୍ତି। ବିଧାନସଭାରେ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ମେଗା ପାନୀୟ ଜଳ ପ୍ରୋଜେକ୍ଟ ଦୁର୍ନୀତି ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,ପୂର୍ବ ସରକାରରେ ନଳ ଥିଲା ଜଳ ନଥିଲା, […] The post ପ୍ରଦୀପ ଅମାତଙ୍କ ନାଁରେ ସଂଘାତିକ ଅଭିଯୋଗ: ଭିଜିଲାନ୍ସ ତଦନ୍ତ ଦାବି କଲେ… appeared first on Dharitri Odia News .
ଅଧା ରହିଗଲା ଜଗା ଦର୍ଶନ: ରାସ୍ତାରେ ଘଟିଲା…
ଭୁବନେଶ୍ୱର,୨।୧୨: ଅଧା ରହିଗଲା ଜଗା ଦର୍ଶନ। ୨ ବାଇକ୍ ଆରୋହୀ ଡିଭାଇଡରରେ ପିଟି ହୋଇ ମୃତ୍ୟୁବରଣ କରିଛନ୍ତି। ଭୁବନେଶ୍ୱର ବଡ଼ଗଡ଼ ଥାନା ବିଜେବିନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଡିଭାଇଡରରେ ପିଟି ହୋଇ ଉଭୟଙ୍କ ମୃତ୍ୟୁ ଘଟିଛି। ମୃତକ ନୟାଗଡ଼ର, ବିଜେଇଏମ ସ୍କୁଲ ନିକଟ ବସ୍ତିରେ ରହୁଥିଲେ । Dharitri – Odisha’s No.1 Odia Daily The post ଅଧା ରହିଗଲା ଜଗା ଦର୍ଶନ: ରାସ୍ତାରେ ଘଟିଲା… appeared first on Dharitri Odia News .
ଗୁଡ୍ନ୍ୟୁଜ୍ ଦେଲେ ପଲାଶ ମୁଛଲ: ଏହି ଦିନ କରିବେ ବିବାହ!
ଗାୟକ-ଫିଲ୍ମ ନିର୍ମାତା ପଲାଶ ମୁଛଲ ତାଙ୍କ ପ୍ରଶଂସକଙ୍କ ସହ ପୁଣି ଏକ ଖୁସି ଖବର ଶେୟାର କରିଛନ୍ତି। ଗାୟକ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନାଙ୍କ ସହିତ ତାଙ୍କ ବିବାହ ବିଷୟରେ ଏକ ବଡ଼ ସୂଚନା ଦେଇଛନ୍ତି। ସ୍ମୃତି ଏବଂ ପଲାଶ ଖୁବ୍ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ପଲାଶ ଏବଂ ସ୍ମୃତି ନଭେମ୍ବର ୨୩ରେ ବିବାହ କରିବାର ଥିଲା। କିନ୍ତୁ ସ୍ମୃତିଙ୍କ ବାପାଙ୍କ ହଠାତ୍ ଅସୁସ୍ଥତା ଯୋଗୁ ବିବାହ ସ୍ଥଗିତ ରଖିବାକୁ ପଡିଥିଲା। ବିବାହ ସ୍ଥଗିତ ହେବାର […] The post ଗୁଡ୍ନ୍ୟୁଜ୍ ଦେଲେ ପଲାଶ ମୁଛଲ: ଏହି ଦିନ କରିବେ ବିବାହ! appeared first on Dharitri Odia News .
ଗୁରୁତର ଅସୁସ୍ଥ ଅଛନ୍ତି ଖଲିଦା ଜିଆ, ଚାଇନାରୁ ବାଂଲାଦେଶ ପହଞ୍ଚିଲେ ବିଶେଷଜ୍ଞ ଡାକ୍ତରୀ ଦଳ, ସୁରକ୍ଷା କଡ଼ାକଡି
ଢାକା,୨।୧୨: ତିନିଥର ବାଂଲାଦେଶ ପ୍ରଧାନମନ୍ତ୍ରୀ ରହିଥିବା ଏବଂ ନ୍ୟାସନାଲିଷ୍ଟ ପାର୍ଟି (BNP) ଅଧ୍ୟକ୍ଷା ଖାଲିଦା ଜିଆଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି। ତାଙ୍କୁ ଚିକିତ୍ସା ପାଇଁ ଢାକାର ଏଭରକେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଖରାପ ହେଉଥିବା ଦେଖି, ସୋମବାର ଏକ ପାଞ୍ଚ ଜଣିଆ ଚାଇନା ବିଶେଷଜ୍ଞ ଦଳ ଢାକାରେ ପହଞ୍ଚି ସେହି ରାତିରେ ହସ୍ପିଟାଲର ଚିକିତ୍ସା ପ୍ରକ୍ରିୟାରେ ଯୋଗ ଦେଇଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଆଲୋଚନା କରିବା ପାଇଁ ଦଳ ହସ୍ପିଟାଲର ମେଡିକାଲ ବୋର୍ଡ ସହିତ […] The post ଗୁରୁତର ଅସୁସ୍ଥ ଅଛନ୍ତି ଖଲିଦା ଜିଆ, ଚାଇନାରୁ ବାଂଲାଦେଶ ପହଞ୍ଚିଲେ ବିଶେଷଜ୍ଞ ଡାକ୍ତରୀ ଦଳ, ସୁରକ୍ଷା କଡ଼ାକଡି appeared first on Dharitri Odia News .
ହାସିନାଙ୍କୁ ପୁଣି ୫ ବର୍ଷ ଜେଲଦଣ୍ଡ
ଢାକା,୨ା୧୨: ବାଂଲାଦେଶର କ୍ଷମତାଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ଏକ ଜମି ଦୁର୍ନୀତି ମାମଲାରେ ସେଠାର ଏକ ଅଦାଲତ ଦୋଷୀସାବ୍ୟସ୍ତ କରିବା ସହ ୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଉକ୍ତ ମାମଲାରେ ହାସିନାଙ୍କ ଝିଆରୀ ତଥା ବ୍ରିଟିଶ ପାର୍ଲାମେଣ୍ଟାରିଆନ୍ ତୁଲିପ୍ ସିଦ୍ଦିକଙ୍କୁ ୨ ବର୍ଷ ଜେଲଦଣ୍ଡ ହୋଇଛି। ଢାକାର ସ୍ପେଶାଲ ଜଜ୍ କୋର୍ଟ-୪ର ବିଚାରପତି ମହମ୍ମଦ ରାବିଉଲ୍ ଆଲାମ ଏକ ଦୁର୍ନୀତି ମାମଲାରେ ହାସିନାଙ୍କ ଭଉଣୀ ଶେଖ୍ ରେହନାଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିବାବେଳେ ଅନ୍ୟ […] The post ହାସିନାଙ୍କୁ ପୁଣି ୫ ବର୍ଷ ଜେଲଦଣ୍ଡ appeared first on Dharitri Odia News .
ଇମ୍ରାନଙ୍କୁ ନେଇ ପାକିସ୍ତାନରେ ହଙ୍ଗାମା! ରାଓ୍ବଲପିଣ୍ଡିରେ ୧୪୪ ଧାରା ଜାରି
ଇସଲାମାବାଦ,୨।୧୨: ପାକିସ୍ତାନ ସରକାର ରାୱଲପିଣ୍ଡି ଜିଲାରେ ଧାରା ୧୪୪ ଲାଗୁ କରିବାକୁ ଘୋଷଣା କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟ ଏବଂ ଉପସ୍ଥିତି ବିଷୟରେ ଗୁଜବ ତୀବ୍ର ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ପ୍ରଶାସନ ଭୟ କରିଥିଲା ଯେ ତାଙ୍କ ଦଳ, ପିଟିଆଇ, ସାରା ଦେଶରେ ବଡ଼ ଧରଣର ପ୍ରତିବାଦ କରିପାରେ। ଏହାକୁ ଦୃଷ୍ଟିରେ ରଖି, ଡିସେମ୍ବର ୧ ରୁ ୩ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ସମାବେଶ ଏବଂ ବୈଠକକୁ ନିଷିଦ୍ଧ କରାଯାଇଥିଲା। ଜିଲାର […] The post ଇମ୍ରାନଙ୍କୁ ନେଇ ପାକିସ୍ତାନରେ ହଙ୍ଗାମା! ରାଓ୍ବଲପିଣ୍ଡିରେ ୧୪୪ ଧାରା ଜାରି appeared first on Dharitri Odia News .
ଚକ୍ରଧରଙ୍କୁ ଦଳିଦେଲା ବଣୁଆ ହାତୀ: ଘଉଡାଇବା ହେଲା କାଳ
କେନ୍ଦୁଝର,୨।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଥିବାବେଳେ ଗତକାଲି ରାତିରେ ଏକ ବଣୁଆ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇ ତେଲକୋଇ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। ମୃତକଙ୍କ ନାମ ଚକ୍ରଧର ମହାରଣା(୨୧), ଘର ତେଲକୋଇ ଥାନା ଅନ୍ତର୍ଗତ ସଲେଇକେନା ପଞ୍ଚାୟତ ଅନ୍ତର୍ଗତ ରୁଗୁଡିହି ଗ୍ରାମରେ ବୋଲି ଜଣାପଡ଼ିଛି। ଆହତ ଜଣକ ହେଲେ ଉକ୍ତ […] The post ଚକ୍ରଧରଙ୍କୁ ଦଳିଦେଲା ବଣୁଆ ହାତୀ: ଘଉଡାଇବା ହେଲା କାଳ appeared first on Dharitri Odia News .
IPL 2026 Auction: ଆଇପିଏଲ ନ ଖେଳିବାକୁ ନିଷ୍ପତ୍ତି ନେଲେ ଏହି ୪ ଖେଳାଳି
ନୂଆଦିଲ୍ଲୀ,୨।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥିପାଇଁ ଡିସେମ୍ବର ୧୬ରେ ଆବୁଧାବିରେ ଏକ ମିନି ନିଲାମ ଅନୁଷ୍ଠିତ ହେବ। ବିଶ୍ୱର ଅନେକ ପ୍ରମୁଖ ଖେଳାଳି ପୂର୍ବରୁ ସେମାନଙ୍କର ନାମାଙ୍କନ ଦାଖଲ କରିସାରିଛନ୍ତି। ତଥାପି, ଏକ ଆଶ୍ଚର୍ଯ୍ୟଜନକ ଅପଡେଟ ସାମ୍ନାକୁ ଆସିଛି: ବିଶ୍ୱ କ୍ରିକେଟର ଚାରି ସୁପରଷ୍ଟାର ଆଗାମୀ ଆଇପିଏଲରେ ଖେଳିବାକୁ ଆଗ୍ରହ ପ୍ରକାଶ କରିନାହାଁନ୍ତି। ଜଣେ ଅବସର ନେଇଛନ୍ତି, ଯେତେବେଳେ ଦୁଇଜଣ ପାକିସ୍ତାନ ସୁପର ଲିଗରେ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। […] The post IPL 2026 Auction: ଆଇପିଏଲ ନ ଖେଳିବାକୁ ନିଷ୍ପତ୍ତି ନେଲେ ଏହି ୪ ଖେଳାଳି appeared first on Dharitri Odia News .
ଇଣ୍ଡିଗୋ ଫ୍ଲାଇଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ଏମରଜେନ୍ସି ଲ୍ୟାଣ୍ଡିଂ
ମୁମ୍ବାଇ,୨।୧୨: ମୁମ୍ବାଇ ବିମାନବନ୍ଦରରେ ଏକ ଇଣ୍ଡିଗୋ ବିମାନ ଜରୁରୀକାଳୀନ ଅବତରଣ କରିଥିଲା। ବିମାନଟି କୁଏତରୁ ହାଇଦ୍ରାବାଦ ଯାତ୍ରା କରୁଥିଲା। ବିମାନକୁ ଉଡ଼ାଣ ସମୟରେ, ଏକ ବୋମା ଧମକ ମିଳିଥିଲା। ବିମାନଟିକୁ ତୁରନ୍ତ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଇମେଲ ମାଧ୍ୟମରେ ବୋମା ଧମକ ପଠାଯାଇଥିଲା। ଏହି ଇମେଲ ଦିଲ୍ଲୀ ବିମାନବନ୍ଦରକୁ ପଠାଯାଇଥିଲା। ଇମେଲ ପାଇବା ପରେ, ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ସତର୍କ କରାଯାଇଥିଲା, ଏବଂ ଇଣ୍ଡିଗୋ ବିମାନଟି ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ […] The post ଇଣ୍ଡିଗୋ ଫ୍ଲାଇଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ଏମରଜେନ୍ସି ଲ୍ୟାଣ୍ଡିଂ appeared first on Dharitri Odia News .
ଆସୁଛି ବରଗଡ଼ ଧନୁଯାତ୍ରା: ଆରମ୍ଭ ହେଲା କଳାକାରଙ୍କ ପୂର୍ବାଭ୍ୟାସ
ବରଗଡ଼,୨।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ। ଏହି ମହୋତ୍ସବ ୨୦୨୬ ମସିହା ଜାନୁଆରୀ ମାସ ୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ଦିନ ଧରି ଚାଲିବ। ଏଥିପାଇଁ ଆଜିଠାରୁ ବରଗଡ଼ ଗାନ୍ଧିଛକ ନିକଟ କଲ୍ୟାଣ ମଣ୍ଡପରେ ଧନୁଯାତ୍ରା କଳାକାରଙ୍କ ପୂର୍ବାଭ୍ୟାସ ଆରମ୍ଭ ହୋଇଯାଇଛି। ଉଗ୍ରସେନ, କଂସ ମହାରାଜଙ୍କ ସମେତ ଅନ୍ୟ ପାଶର୍ବ କଳାକାରମାନେ ଉପସ୍ଥିତ ହୋଇ ପୂର୍ବାଭ୍ୟାସ କରୁଛନ୍ତି। କଳାକାର ସମନ୍ବୟ ସମିତିର ଆବାହକ ତଥା ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ର ପୂଜାର୍ଚ୍ଚନା […] The post ଆସୁଛି ବରଗଡ଼ ଧନୁଯାତ୍ରା: ଆରମ୍ଭ ହେଲା କଳାକାରଙ୍କ ପୂର୍ବାଭ୍ୟାସ appeared first on Dharitri Odia News .
ବାଜିଲା ରାଜ୍ୟ ସରକାରଙ୍କ ମୋହର: ଏଣିକି ଆନ୍ଧ୍ରକୁ ଯିବାକୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବନି, ନିର୍ମାଣ ହେବ…
ଗଜପତି,୨।୧୧(ଗିରିଧାରୀ ପରିଛା): ଉପାନ୍ତ ଗଜପତି ଜିଲାରେ ଆନ୍ଧ୍ର ସହ ଗମନା ଗମନ ସୁବିଧା ଏବଂ ବ୍ୟବସାୟିକ ଦୃଷ୍ଟି କୋଣରୁ ଉଭୟ ରାଜ୍ୟ ମଧ୍ୟରେ ସମ୍ପର୍କ ସୁଦୃଢ ହେବା ଉଦ୍ଦେଶ୍ୟରେ ବହୁଦିନ ଧରି ଲୋକଙ୍କ ଦାବି ରହିଥିଲା। ବଂଶ ଧାରା ନଦୀ ଉପରେ ୨ଗୋଟି ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ସ୍ବୀକୃତି ମିଳିଛି । ଦୁଇଟି ସେତୁ ନିର୍ମାଣ ପାଇଁ ଏହି ଦୁଇଗୋଟି ସେତୁ ଗୋଟିଏ ହେଉଛି କାଶୀନଗର ବ୍ଲକର ବୁଦୁରା ଠାରୁ ଆନ୍ଧ୍ରର ଲିହୁରି ପର୍ଯ୍ୟନ୍ତ […] The post ବାଜିଲା ରାଜ୍ୟ ସରକାରଙ୍କ ମୋହର: ଏଣିକି ଆନ୍ଧ୍ରକୁ ଯିବାକୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବନି, ନିର୍ମାଣ ହେବ… appeared first on Dharitri Odia News .
୩ ଫୁଟର ଡାକ୍ତର, ଯାହାଙ୍କୁ ୫ ଲକ୍ଷ ଟଙ୍କାରେ କିଣିବାକୁ ଚାହୁଁଥିଲେ ସର୍କସ ବାଲା, ଜାଣନ୍ତୁ ତାଙ୍କ ସଂଘର୍ଷର କାହାଣୀ
ଗାନ୍ଧିନଗର,୨।୧୨: ଗୁଜରାଟର ଭାବନଗରର ସାର୍ ତଖତ ସିଂହ ଜୀ ହସ୍ପିଟାଲର ଟ୍ରମା ସେଣ୍ଟରରେ ମଧ୍ୟାହ୍ନ ସମୟ। ଜଣେ ମହିଳାଙ୍କୁ ଷ୍ଟ୍ରେଚରରେ ଅଣାଯାଉଛି। ଏକ ବିଶାଳ ଭିଡ଼ର ଆଗରେ ଠିଆ ହୋଇଛନ୍ତି ଜଣେ ୨୫ ବର୍ଷୀୟ ଯୁବ ଡାକ୍ତର… ଯାହାଙ୍କ ଉଚ୍ଚତା ପ୍ରାୟ ୩ ଫୁଟ, କିନ୍ତୁ ତାଙ୍କ କାନ୍ଧରେ ଷ୍ଟେଥୋସ୍କୋପ ଝୁଲା ହୋଇଛି, ଯାହା କହୁଛି ଯେ ଏହା କୌଣସି ସାଧାରଣ ଡାକ୍ତରଙ୍କ କାହାଣୀ ନୁହେଁ। ଏହା ଡାକ୍ତର ଗଣେଶ ବାରାଇୟାଙ୍କ କାହାଣୀ, ଯିଏ ତାଙ୍କର ଛୋଟ […] The post ୩ ଫୁଟର ଡାକ୍ତର, ଯାହାଙ୍କୁ ୫ ଲକ୍ଷ ଟଙ୍କାରେ କିଣିବାକୁ ଚାହୁଁଥିଲେ ସର୍କସ ବାଲା, ଜାଣନ୍ତୁ ତାଙ୍କ ସଂଘର୍ଷର କାହାଣୀ appeared first on Dharitri Odia News .
ହଠାତ୍ ପେଟବ୍ୟଥା ହୋଇ ଅସୁସ୍ଥ ହୋଇପଡିଲେ ୩୫ ଛାତ୍ରୀଛାତ୍ର: ହସ୍ପିଟାଲରେ ଭର୍ତ୍ତି କଲେ କର୍ତ୍ତୃପକ୍ଷ
ବୈପାରୀଗୁଡା,୨।୧୨(କଳ୍ପତରୁ ମହାନ୍ତି): ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଶୀରିବେଡା ପିଏମଶ୍ରୀ ସରକାରୀ ସ୍କୁଲ ହଷ୍ଟେଲର ୩୫ ଛାତ୍ରୀଛାତ୍ର ଅସୁସ୍ଥ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ହଠାତ୍ ଛାତ୍ରୀଛାତ୍ରଙ୍କ ପେଟବ୍ୟଥା ହୋଇଥିଲା। ଯାହାପରେ କର୍ତ୍ତୃପକ୍ଷ ସୋମବାର ରାତିରେ ମେଡିକାଲରେ ଭର୍ତ୍ତି କରିଥିଲେ। ଭଲ ହେବା ପରେ ଛାତ୍ରୀଛାତ୍ରଙ୍କୁ ଡିସଚାର୍ଜ କରାଯାଇଥିବା ଜଣାପଡିଛି। Dharitri – The Largest & Most Trusted Odia Daily The post ହଠାତ୍ ପେଟବ୍ୟଥା ହୋଇ ଅସୁସ୍ଥ ହୋଇପଡିଲେ ୩୫ ଛାତ୍ରୀଛାତ୍ର: ହସ୍ପିଟାଲରେ ଭର୍ତ୍ତି କଲେ କର୍ତ୍ତୃପକ୍ଷ appeared first on Dharitri Odia News .
ବ୍ରେକ୍ଫାଷ୍ଟ ରାଜନୀତି: ସକାଳୁ ସକାଳୁ ଡିକେଙ୍କ ଘରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ
ବେଙ୍ଗାଲୁରୁ,୨।୧୨: କର୍ନାଟକର ଶାସକ କଂଗ୍ରେସ ଦଳ ମଧ୍ୟରେ କ୍ଷମତା ସଂଘର୍ଷ ଶେଷ ହୋଇଛି। ବ୍ରେକ୍ଫାଷ୍ଟ ରାଜନୀତି ମାଧ୍ୟମରେ ଦଳ ଭିତରେ ମତଭେଦ ସମାଧାନ କରିବାକୁ ପ୍ରୟାସ ଚାଲିଛି। ଦଳର ହାଇକମାଣ୍ଡଙ୍କ ନିର୍ଦ୍ଦେଶ ପରେ ଗତ ସପ୍ତାହରେ ଆଭ୍ୟନ୍ତରୀଣ ବିବାଦ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଶନିବାର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ତାଙ୍କ ଘରକୁ ବ୍ରେକ୍ଫାଷ୍ଟ ପାଇଁ ନିମନ୍ତ୍ରଣ କରିଥିଲେ ଏବଂ ପରେ ସେମାନଙ୍କ ମଧ୍ୟରେ କୌଣସି ମତଭେଦ ନ ଥିବା ଦାବି କରିଥିଲେ। ବର୍ତ୍ତମାନ ବ୍ରେକ୍ଫାଷ୍ଟ ରାଜନୀତିର […] The post ବ୍ରେକ୍ଫାଷ୍ଟ ରାଜନୀତି: ସକାଳୁ ସକାଳୁ ଡିକେଙ୍କ ଘରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News .
ମହାରାଷ୍ଟ ମହାମେଣ୍ଟରେ ଫାଟ: ଭାଜପାକୁ ସିଧା ସିଧା ଏମିତି କହିଦେଲେ ଏକନାଥ ଶିନ୍ଦେ
ମୁମ୍ବାଇ,୨ା୧୨:ଶିବସେନାର କେତେଜଣ ପୂର୍ବତନ କର୍ପୋରେଟର ଏବଂ କାର୍ଯ୍ୟକର୍ତ୍ତା ଭାଜପାରେ ଯୋଗଦେବାକୁ ନେଇ ମହାରାଷ୍ଟ୍ରର ଶାସକ ମହାମେଣ୍ଟର ୨ ସହଯୋଗୀ ଦଳ ମଧ୍ୟରେ ଫାଟ ସ୍ପଷ୍ଟ ହୋଇଛି। ଶିବସେନା ଭଳି ଭାଜପା ମେଣ୍ଟ ଧର୍ମ ପାଳନ କରିବାକୁ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି। ଘୋଡ଼ାବେପାରକୁ ନେଇ ସେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ୍ଙ୍କ ସହ କଥା ହୋଇଛନ୍ତି। ତଦନୁଯାୟୀ ଶିବସେନାର ପୂର୍ବତନ କର୍ପୋରେଟରଙ୍କୁ ଭାଜପା ନେବ ନାହିଁ ଏବଂ ଭାଜପାର ପୂର୍ବତନ କର୍ପୋରେଟର ଶିବସେନାକୁ ଯିବେ ନାହିଁ। ଆଗାମୀ ପୌର […] The post ମହାରାଷ୍ଟ ମହାମେଣ୍ଟରେ ଫାଟ: ଭାଜପାକୁ ସିଧା ସିଧା ଏମିତି କହିଦେଲେ ଏକନାଥ ଶିନ୍ଦେ appeared first on Dharitri Odia News .
ହଠାତ୍ ରାସ୍ତାରେ ଅଟକି ମହିଳାଙ୍କ ହାତରେ ଏମିତି ଲେଖିଦେଲେ ମନ୍ତ୍ରୀ: ବଢୁଛି ଚର୍ଚ୍ଚା
ଜୟପୁର,୨।୧୨: ରାଜସ୍ଥାନ କୃଷି ମନ୍ତ୍ରୀ ଡକ୍ଟର କିରୋରି ଲାଲ ମୀନାଙ୍କ ଅନନ୍ୟ ଶୈଳୀ ପୁଣି ଥରେ ଜୟପୁରରେ ଚର୍ଚ୍ଚାରେ ରହିଛି। ସେ ବିମାନବନ୍ଦର ନିକଟରେ ଏକ ଚା’ ଦୋକାନରେ ଅଟକିଥିବା ସମୟରେ, ସେ ଏକ ଗୋଶାଳା ନିର୍ମାଣରେ ବାଧା ସୃଷ୍ଟି କରୁଥିବା ଅଭିଯୋଗର ଜବାବରେ ସିଧାସଳଖ ଜଣେ ମହିଳାଙ୍କ ପାପୁଲିରେ ଏକ ନିର୍ଦ୍ଦେଶ ଜାରି କରିଥିଲେ। କିରୋରି ଲାଲ ମୀନାଙ୍କ ଏହି ନିର୍ଦ୍ଦେଶ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏବଂ ପ୍ରଶାସନିକ ମହଲରେ ଆଲୋଚନାର ବିଷୟ ପାଲଟିଛି। […] The post ହଠାତ୍ ରାସ୍ତାରେ ଅଟକି ମହିଳାଙ୍କ ହାତରେ ଏମିତି ଲେଖିଦେଲେ ମନ୍ତ୍ରୀ: ବଢୁଛି ଚର୍ଚ୍ଚା appeared first on Dharitri Odia News .
ମୋ ପୁଅ ପ୍ରଥମଥର ପ୍ରେମରେ ପଡ଼ିଥିଲା, କିନ୍ତୁ ସେ ଝିଅ…ମୁହଁ ଖୋଲିଲେ KIIT ମୃତ ଛାତ୍ରଙ୍କ ମା’
ଭୁବନେଶ୍ୱର,୨।୧୨: କିଟ୍ ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। କ୍ୟାମ୍ପସ-୧୦ କେପି ୭ ଏବି ହଷ୍ଟେଲ ରୁମ୍ରୁ ଛାତ୍ରଙ୍କ ମୃତଦେହ ଜବତ କରାଯାଇଛି। ମୃତ ଛାତ୍ର ହେଲେ ଛତିଶଗଡ଼ ରାୟପୁରର ରାହୁଲ ଯାଦବ। ସେ କିଟ୍ରେ କମ୍ପ୍ୟୁଟର ସାଇନ୍ସ ପ୍ରଥମ ବର୍ଷର ଛାତ୍ର ଥିଲେ। ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ସୋମବାର ଅପରାହ୍ନରେ ପରିବାର ଲୋକେ ପହଞ୍ଚତ୍ବା ପରେ ଏମ୍ସରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ସାଇଣ୍ଟିଫିକ ଟିମ୍, ପୋଲିସ […] The post ମୋ ପୁଅ ପ୍ରଥମଥର ପ୍ରେମରେ ପଡ଼ିଥିଲା, କିନ୍ତୁ ସେ ଝିଅ…ମୁହଁ ଖୋଲିଲେ KIIT ମୃତ ଛାତ୍ରଙ୍କ ମା’ appeared first on Dharitri Odia News .
ଘର ଗ୍ରିଲ୍ ଭାଙ୍ଗି ଲୁଟିନେଲେ ସାଢ଼େ ୩ ଲକ୍ଷ ଟଙ୍କା ସହ ସୁନାଗହଣା, ଡକାୟତଙ୍କ ଆକ୍ରମଣରେ ଦମ୍ପତି ଆହତ
ନୟାଗଡ,୨।୧୨(ଲୋକନାଥ ମିଶ୍ର): ଜଦୁପୁରରେ ଡକାୟତି । ନୟାଗଡ ସଦର ଥାନା ଯଦୁପୁର ଗାଁ ର କାଳିଆ ପାତ୍ରଙ୍କ ଘରେ ଲୁଟ୍ ହୋଇଛି। ଆଠଜଣ ଡକାୟତ ସୋମବାର ରାତିରେ ବାରିପଟ ଗ୍ରିଲ୍ ଭାଙ୍ଗି ୪ ମୋବାଇଲ ଫୋନ, ସାଢ଼େ ତିନି ଲକ୍ଷ ଟଙ୍କା, ଶହେ ଗ୍ରାମ ସୁନା ଅଳଙ୍କାର ସମେତ ଦେଢ଼ କେଜି ରୂପା ଲୁଟି ନେଇଛନ୍ତି। ଡକାୟତଙ୍କ ଆକ୍ରମଣରେ ଦମ୍ପତି ଆହତ ମଧ୍ୟ ହୋଇଛନ୍ତି। ଆହତ ଦମ୍ପତି ନୟାଗ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ […] The post ଘର ଗ୍ରିଲ୍ ଭାଙ୍ଗି ଲୁଟିନେଲେ ସାଢ଼େ ୩ ଲକ୍ଷ ଟଙ୍କା ସହ ସୁନାଗହଣା, ଡକାୟତଙ୍କ ଆକ୍ରମଣରେ ଦମ୍ପତି ଆହତ appeared first on Dharitri Odia News .
ପୁଟିନଙ୍କ ଭାରତ ଗସ୍ତରେ ଦେଶକୁ କ’ଣ ମିଳିବ ଲାଭ? ହୋଇପାରେ ଏହି ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୨।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଡିସେମ୍ବର ୪ ଏବଂ ୫ ତାରିଖରେ ଦିଲ୍ଲୀରେ ପହଞ୍ଚିବେ, ଯେଉଁଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ଏହି ବୈଠକ ଦୁଇ ଦେଶର ବିଶେଷ ରଣନୈତିକ ସହଭାଗୀତାକୁ ଏକ ନୂତନ ଦିଗଦର୍ଶନ ଦେଇପାରେ, ବିଶେଷକରି ଭାରତର ଅତ୍ୟାଧୁନିକ ବାୟୁ ପ୍ରତିରକ୍ଷା ପ୍ରକଳ୍ପ, ସୁଦର୍ଶନ ଚକ୍ରକୁ ତ୍ୱରାନ୍ବିତ କରିବାରେ। ନିକଟରେ ହୋଇଥିବା ଅପରେଶନ ସିନ୍ଦୁର ଭାରତର ପ୍ରତିରକ୍ଷା କ୍ଷମତାରେ ରୁଷିଆ ପ୍ରଯୁକ୍ତିର ଭୂମିକାକୁ ଆହୁରି ମଜବୁତ […] The post ପୁଟିନଙ୍କ ଭାରତ ଗସ୍ତରେ ଦେଶକୁ କ’ଣ ମିଳିବ ଲାଭ? ହୋଇପାରେ ଏହି ବଡ଼ ନିଷ୍ପତ୍ତି appeared first on Dharitri Odia News .
କୋହଲିଙ୍କ ଶତକ ପରେ ଡ୍ରେସିଂ ରୁମରେ ଗମ୍ଭୀର କଲେ ଏମିତି, ଭାଇରାଲ ହେଲା…
ନୂଆଦିଲ୍ଲୀ,୨।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଏକଦିବସୀୟ ମ୍ୟାଚରେ ବିରାଟ କୋହଲିଙ୍କ ଇନିଂସ କେବଳ ଟିମ ଇଣ୍ଡିଆକୁ ବିଜୟୀ କରାଇ ନଥିଲା ବରଂ କ୍ରିକେଟ ପ୍ରଶଂସକଙ୍କ ହୃଦୟ ମଧ୍ୟ ଜିତିଥିଲା। ରାଞ୍ଚିରେ ଏକ ଦମଦାର ୧୩୫ ରନ କରି କୋହଲି ପୁଣି ଥରେ ପ୍ରମାଣିତ କଲେ ଯେ ତାଙ୍କୁ ଆଧୁନିକ କ୍ରିକେଟର ରାଜା କାହିଁକି କୁହାଯାଏ। ତାଙ୍କର ରେକର୍ଡ ଭାଙ୍ଗିବା ପରେ, ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ଏକ ଇଙ୍ଗିତ ସୋସିଆଲ ମିଡିଆରେ ଭାଇରାଲ […] The post କୋହଲିଙ୍କ ଶତକ ପରେ ଡ୍ରେସିଂ ରୁମରେ ଗମ୍ଭୀର କଲେ ଏମିତି, ଭାଇରାଲ ହେଲା… appeared first on Dharitri Odia News .
ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ: ଆଗକୁ ଆହୁରି…
ପରଜଙ୍ଗ,୨।୧୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ପ୍ରଶାସନ ତରଫରୁ ସୋମବାର ବାରିହାପୁର ହାଇସ୍କୁଲ ସମ୍ମୁଖରେ ସରକାରୀ ଜାଗାରେ ଥିବା ଏକ ଢାବା ସହ କେତୋଟି ଦୋକାନ ଗୃହକୁ ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଛେଦ କରାଯାଇଛି। ଉଚ୍ଛେଦବେଳେ ତହସିଲଦାର ସୁଦେବ କୁମାର ପୃଷ୍ଟି, ଅତିରିକ୍ତ ତହସିଲଦାର ମନୋରଞ୍ଜନ ସାହୁ, ସୁପର୍ଭାଇଜର ଅରବିନ୍ଦ ସାହୁ, କପ୍ତିପଦା ଜେନା, ରାଜସ୍ବ ନିରୀକ୍ଷକ ଆଲୋକ ଲେଙ୍କାଙ୍କ ସମେତ ପରଜଙ୍ଗ ଥାନା ଏଏସ୍ଆଇ ଅଜୟ ସାମଲ, ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ, ପରଜଙ୍ଗରେ […] The post ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ: ଆଗକୁ ଆହୁରି… appeared first on Dharitri Odia News .
ଜଙ୍ଗଲରେ ଦନ୍ତାହାତୀର ମୃତଦେହ: ଦାନ୍ତ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ
ଅମରପାଲି,୧।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ବନଖଣ୍ଡ ଅଧିନସ୍ଥ ବୀରମହାରାଜପୁର ରେଞ୍ଜ ହାତିଲିମୁଣ୍ଡା ଫରେଷ୍ଟ ବିଟ୍ର ବରଘାଟ ଦାଦର ଓ ବ୍ରାହ୍ମଣୀପାଲି ମଝିରେ ଥିବା ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଛି। ସୂଚନା ଅନୁସାରେ, ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତର ବରଘାଟ ଦାଦର ଜଙ୍ଗଲରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ପଡ଼ିଥିବା କେତେକ ବ୍ୟକ୍ତି ଦେଖିଥିଲେ। ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଖବରପାଇ ହାତୀର ମୃତଦେହ ଦେଖିବାକୁ ଶତାଧିକ ଲୋକଙ୍କ […] The post ଜଙ୍ଗଲରେ ଦନ୍ତାହାତୀର ମୃତଦେହ: ଦାନ୍ତ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ appeared first on Dharitri Odia News .
ବୁରାଙ୍ଗିଆ-ଡାବରବାନ୍ଦା ରାସ୍ତା ନିମ୍ନମାନର ଅଭିଯୋଗ: ୫ ବର୍ଷ ପରେ ପୁଣି…
ଦାରିଙ୍ଗବାଡି, ୨।୧୨ (ଅରୁଣ ସାହୁ ): ଆଶା ଥିଲା ଗାଁକୁ ପକ୍କା ରାସ୍ତା ନିର୍ମାଣ ହେବ ଆଉ ଗାଁ ର ଅନେକ ସମସ୍ୟା ସମାଧାନ ହୋଇପାରିବ। କିନ୍ତୁ ଲୋକଙ୍କ ସ୍ବପ୍ନ ପୁରଣ ହେଲା ପକ୍କା ରାସ୍ତା ନିର୍ମାଣ ହେଲା କିନ୍ତୁ ତାହା ନିମ୍ନମାନର କାର୍ଯ୍ୟ ଅଭିଯୋଗ କରି ଅଞ୍ଚଳରେ ଦେଖାଯାଇଛି ଅସନ୍ତୋଷ। ପ୍ରକାଶ ଯେ,କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ଦୁର୍ଗମ ବୁରାଙ୍ଗିଆ ଗ୍ରାମଠାରୁ ଡାବରବାନ୍ଦା ଗ୍ରାମକୁ ପ୍ରାୟ ୪ କିମି ଖରାପ ରାସ୍ତା୍କୁ ପୁନଃମରାମତି […] The post ବୁରାଙ୍ଗିଆ-ଡାବରବାନ୍ଦା ରାସ୍ତା ନିମ୍ନମାନର ଅଭିଯୋଗ: ୫ ବର୍ଷ ପରେ ପୁଣି… appeared first on Dharitri Odia News .
ମୁଁ ତୁମ ପାଇଁ/ତୁମେ ମୋ ପାଇଁ/କୋଳାକୋଳି ହେବା ଆମେ / ଦୁହେଁ ଦୁହିଁଙ୍କ ପାଇଁ/ ସବୁକିଛି ଆମର/ ପର କଥା କି ଦରକାର /ବାକି ଯାହା ଛିଛାକର/ ଏତିକି କହି ଚିରୁଡ଼ାଏ ଚା’କୁ ଶୋଷିଦେଲେ ଧନ ମଉସା। ଗାଁର ଆଶୁକବି। ବଡ଼ ଗମାତିଆ ଲୋକ। ତାଙ୍କୁ କଥାରେ ଟିକେ ଚିମୁଟେଇଦେଲେ ମୁହଁରୁ ବାହାରିବ କବିତା ସାଏଁ ସାଏଁ। ରାଜ୍ୟ ତଥା ଦେଶର ବିଶେଷ ପରିସ୍ଥିତିରେ ଗାଁ ଚା’ଖଟିରେ ଟିକେ ଉଷ୍ମତା ବଢ଼ିଯାଏ। ସେଠି ଧନ ମଉସା ଆସିଗଲେ […] The post ତୁମ ପାଇଁ ଅଛି ମୁଁ appeared first on Dharitri Odia News .
ଯୁକ୍ତରାଷ୍ଟ୍ର ଆମେରିକା ବ୍ରୁକଲିନଠାରେ ଜନ୍ମିତ କାର୍ଲ ସାଗନ (୧୯୩୪-୯୬) ଜଣେ ଜ୍ୟୋତିର୍ବିଜ୍ଞାନୀ, ବିଶ୍ୱତତ୍ତ୍ୱବିତ୍, ନଭୋବିଦ୍ୟାବିଶାରଦ ତଥା ଜ୍ୟୋତିର୍ଜୀବତତ୍ତ୍ୱବିତ୍। ଷାଠିଏଟି ଦେଶର ୫୦୦ ନିୟୁତ ଦର୍ଶକ ଦେଖିଥିବା ‘କସ୍ମୋସ’ ଟେଲିଭିଜନ ଧାରାବାହିକର ସେ ପ୍ରଣେତା। ତାଙ୍କର ଉକ୍ତି ପ୍ରଣିଧାନଯୋଗ୍ୟ। ଆମେ କିଏ? ଏହି ବିଶ୍ୱବ୍ରହ୍ମାଣ୍ଡରେ ଯେତେ ନକ୍ଷତ୍ରପୁଞ୍ଜ, ଆକାଶଗଙ୍ଗା (ଗାଲାକ୍ସି) ଅଛି, ତାହାର ସଂଖ୍ୟା ଆମ ଲୋକସଂଖ୍ୟାଠାରୁ ଯଥେଷ୍ଟ ଅଧିକ। ତନ୍ମଧ୍ୟରୁ ଗୋଟିଏ ଗାଲାକ୍ସିର ଏକ ବିସ୍ମୃତ କୋଣରେ ଅବସ୍ଥିତ ଥିବା ସାଧାରଣ ନକ୍ଷତ୍ରଟିର ଏକ ନଗଣ୍ୟ ଗ୍ରହର […] The post ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟି ରହସ୍ୟ appeared first on Dharitri Odia News .
ଆରାବଳି ଭାରତର ଉତ୍ତର-ପଶ୍ଚିମାଞ୍ଚଳ ଭାଗରେ ଅବସ୍ଥିତ ସବୁଠାରୁ ପୁରୁଣା ପର୍ବତମାଳା। ପ୍ରାୟ ୨୦୦ କୋଟି ବର୍ଷ ପୂର୍ବରୁ ଏହା ସୃଷ୍ଟି ହୋଇଥିଲା। ତୁଳନାତ୍ମକ ଭାବେ ଦେଖିଲେ ହିମାଳୟ ପର୍ବତମାଳା ୪୦ରୁ ୫୦ ନିୟୁତ ବର୍ଷ ପୂର୍ବେ ଗଠିତ ହୋଇଥିଲା। ଆରାବଳି ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରାୟ ୬୭୦ କିଲୋମିଟର ଲମ୍ବିଛି, ଯାହା ଦିଲ୍ଲୀରୁ ଆରମ୍ଭ ହୋଇ ଦକ୍ଷିଣ ହରିୟାଣା, ରାଜସ୍ଥାନ ଦେଇ ଗୁଜରାଟର ଅହମଦାବାଦରେ ସରିଛି। ଆରାବଳି ପର୍ବତମାଳା ଭାରତର ସର୍ବାଧିକ ପୁରୁଣା ଫୋଲ୍ଡ ବା ଭଙ୍ଗିଳ ପର୍ବତମାଳା […] The post ଆରାବଳିକୁ ମାରିଦେବେ appeared first on Dharitri Odia News .
ଛୁଟିଦିନରେ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ; ଅଟକାଉଛନ୍ତି ଅମଲା
ଭୁବନେଶ୍ୱର,୨।୧୨ (ରବିନାରାୟଣ ଜେନା):ଓଡ଼ିଶାକୁ ଦେଶର ସର୍ବଶ୍ରେଷ୍ଠ ରାଜ୍ୟରେ ପରିଗଣିତ କରିବା ପାଇଁ ରାଜ୍ୟ ସରକାର ଦିନରାତି ଏକ କରି ଦେଉଛନ୍ତି। ଏପରି କି ମୁଖ୍ୟମନ୍ତ୍ରୀ ଛୁଟିଦିନଗଡ଼ିକରେ ମଧ୍ୟ ଲୋକସେବା ଭବନରେ ବସି କାର୍ଯ୍ୟ କରୁଥିବା ଦେଖାଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ବିକାଶ ଭିଜନ-୨୦୩୬କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯେଉଁ ନିର୍ଦ୍ଦେଶନାମା ଜାରି କରୁଛନ୍ତି, ତାହା କାର୍ଯ୍ୟକାରୀବେଳେ କେତେକ କ୍ଷେତ୍ରରେ ଅମଲାଙ୍କ ସ୍ତରରେ ଅଟକି ଯାଉଛି। ଫଳରେ ସରକାରଙ୍କ ବିକାଶର ରଥ ଆଗକୁ ଗଡ଼ିପାରୁ ନ ଥିବା ଜଣାଯାଇଛି। […] The post ଛୁଟିଦିନରେ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ; ଅଟକାଉଛନ୍ତି ଅମଲା appeared first on Dharitri Odia News .
ଘର କିଣିବାକୁ ଯୋଜନା କରୁଛନ୍ତି କି? ଜାଣନ୍ତୁ କେଉଁ ବ୍ୟାଙ୍କ ପ୍ରଦାନ କରୁଛି ସବୁଠାରୁ ଶସ୍ତା ଗୃହ ଋଣ
ନୂଆଦିଲ୍ଲୀ,୨।୧୨: ଅନେକ ଲୋକଙ୍କ ପାଇଁ ଘର କିଣିବା ଜୀବନବ୍ୟାପୀ ସ୍ବପ୍ନ। ତଥାପି, ଆଜିକାଲି ଘର କିଣିବା କଷ୍ଟକର ହୋଇପଡୁଛି। ପ୍ରତିଦିନ ଘରର ମୂଲ୍ୟ ଆକାଶଛୁଆଁ ହେଉଛି। ଟାୟାର-୧ ଏବଂ ଟାୟାର-୨ ସହରଗୁଡ଼ିକରେ ଘରର ମୂଲ୍ୟ କୋଟି କୋଟି ଟଙ୍କାରେ ପହଞ୍ଚିଛି। ଏପରି ପରିସ୍ଥିତିରେ, ଅନେକ ଲୋକ ଘର କିଣିବା ପାଇଁ ବ୍ୟାଙ୍କରୁ ଗୃହ ଋଣ ଆଶ୍ରୟ ନିଅନ୍ତି। ଯଦି ଆପଣ ମଧ୍ୟ ବ୍ୟାଙ୍କରୁ ଗୃହ ଋଣ ଯୋଜନା କରୁଛନ୍ତି, ତେବେ ଆପଣଙ୍କୁ ଦେଶର ପ୍ରମୁଖ ବ୍ୟାଙ୍କଗୁଡ଼ିକର ଗୃହ […] The post ଘର କିଣିବାକୁ ଯୋଜନା କରୁଛନ୍ତି କି? ଜାଣନ୍ତୁ କେଉଁ ବ୍ୟାଙ୍କ ପ୍ରଦାନ କରୁଛି ସବୁଠାରୁ ଶସ୍ତା ଗୃହ ଋଣ appeared first on Dharitri Odia News .
ଭୁବନେଶ୍ୱର,୨ା୧୨(ସୁଚିସ୍ମିତା ସାହୁ): ରାଜ୍ୟରେ ମଙ୍ଗଳବାରଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଲୋକସେବା ଭବନସ୍ଥିତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କାର୍ଯ୍ୟାଳୟରେ ରାଜ୍ୟ ଏବଂ ଜିଲା ରାଇସ ମିଲର୍ସ ଆସୋସିଏଶନର ଏକ ବୈଠକରେ ଧାନ ସଂଗ୍ରହ ନେଇ ବିସ୍ତୃତ ଆଲୋଚନା ହୋଇଛି। ଏହି ଅବସରରେ ମିଲର୍ସ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିଗୁଡିକୁ ବିଚାରକୁ ନିଆଯାଇ ଖୁବଶୀଘ୍ର ସମାଧାନ କରାଯିବ ବୋଲି ମନ୍ତ୍ରୀ […] The post ଆଜିଠାରୁ ରାଜ୍ୟରେ ଧାନ ସଂଗ୍ରହ appeared first on Dharitri Odia News .
ଗୋପପୁର ବିନା ଧନୁଯାତ୍ରା ମହୋତ୍ସବର ପରିକଳ୍ପନା ଅସମ୍ଭବ
ବରଗଡ଼,୨।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ୨୦୨୬ ଜାନୁୟାରୀ ୩ ଯାଏ ଏହି ମହୋତ୍ସବ ଚାଲିବ। ଗୋପପୁର ବିନା ଧନୁଯାତ୍ରା ମହୋତ୍ସବର ପରିକଳ୍ପନା ଅସମ୍ଭବ। ଏହି ଦୃଷ୍ଟିରୁ ଧନୁଯାତ୍ରା ମହୋତ୍ସବ ଚାଲିଥିବାବେଳେ ବରଗଡ଼ ସହର ମଥୁରାନଗରୀ ପାଲଟୁ ଥିବାବେଳେ ଅମ୍ବାପାଲି ଗୋପପୁର ହୋଇଥାଏ। ମଝିରେ ପ୍ରବାହିତ ଜୀରାନଦୀ ଯମୁନା ରୂପ ନେଇଥାଏ। ତେବେ ବରଗଡ଼ ସହର ହାଟପଦାରେ ଇତିମଧ୍ୟରେ ଧନୁଯାତ୍ରା ଶୁଭସ୍ତମ୍ଭ ସ୍ଥାପିତ ହୋଇ ସାରିଥିବାବେଳେ ସୋମବାର ସନ୍ଧ୍ୟାରେ […] The post ଗୋପପୁର ବିନା ଧନୁଯାତ୍ରା ମହୋତ୍ସବର ପରିକଳ୍ପନା ଅସମ୍ଭବ appeared first on Dharitri Odia News .
ମଣ୍ଡିରୁ ଉଠିନି ଧାନ: ଦାବି ପୂରଣ ନ ହେଲେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଗଦା ହେବ ଧାନ
ବରଗଡ଼,୨।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ଅଚଳାବସ୍ଥା ଲାଗି ରହିଛି। ଗତମାସ ୨୮ତାରିଖରୁ ମଣ୍ଡି ଖୋଲିଛି ସତ, ହେଲେ ଏପର୍ଯ୍ୟନ୍ତ ଗୋଡଭଗା ମଣ୍ଡିରୁ କେବଳ ୭୫କୁଇଣ୍ଟାଲ ଧାନ ଉଠାଯାଇଛି। ନାନା ଆଳ ଦେଖାଇ ଧାନକିଣାକୁ ବିଳମ୍ବିତ କରାଯାଉଥିବା ବେଳେ ସମ୍ଭାବ୍ୟ ବର୍ଷା ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାରେ ପ୍ରଥମଥର ପାଇଁ ଆରମ୍ଭରୁ ଏଭଳି ସ୍ଥିତି ଉପୁଜି ଥିବାରୁ ଚାଷୀ ମହଲରେ ଅସନ୍ତୋଷ ତେଜି ଉଠିଛି। ଏହାକୁ ନେଇ ଜିଲାର ଚାଷୀମାନେ […] The post ମଣ୍ଡିରୁ ଉଠିନି ଧାନ: ଦାବି ପୂରଣ ନ ହେଲେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଗଦା ହେବ ଧାନ appeared first on Dharitri Odia News .
ମୁଖ୍ୟମନ୍ତ୍ରୀଙ୍କୁ ଧଳା କୋର୍ଟ ପଠାଇଲେ ଆୟୁଷ ଛାତ୍ରୀଛାତ୍ର, ୮ ଦିନ ଧରି ଆନ୍ଦୋଳନ ଜାରି ରଖିଥିଲେ ମଧ୍ୟ…
ବଲାଙ୍ଗୀର,୨।୧୨ (ସୁନିଲ କୁମାର ମହାନ୍ତି): ଆୟୁଷ ଛାତ୍ରୀଛାତ୍ରମାନେ ୮ ଦିନ ଧରି ଆନ୍ଦୋଳନ ଜାରି ରଖିଥିଲେ ମଧ୍ୟ ରାଜ୍ୟ ସରକାର ନ ଶୁଣିବାରୁ ସୋମବାର ଅଭିନୟ ଉପାୟରେ ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ଡାକ୍ତରୀ ଛାତ୍ରୀଛାତ୍ରମାନେ ବଲାଙ୍ଗୀର ମୁଖ୍ୟ ଡାକ ଘରକୁ ଯାଇ ଧଳା କୋର୍ଟ ବର୍ଜନ କରିଥିଲେ। ଛାତ୍ରୀଛାତ୍ରମାନେ ପିନ୍ଧିଥିବା ଆଫୋରନକୁ ପୋଷ୍ଟଅଫିସ ଜରିଆରେ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ପାରସଲ ଯୋଗେ ପଠାଇବେ ବୋଲି କହିଛନ୍ତି l Dharitri – The […] The post ମୁଖ୍ୟମନ୍ତ୍ରୀଙ୍କୁ ଧଳା କୋର୍ଟ ପଠାଇଲେ ଆୟୁଷ ଛାତ୍ରୀଛାତ୍ର, ୮ ଦିନ ଧରି ଆନ୍ଦୋଳନ ଜାରି ରଖିଥିଲେ ମଧ୍ୟ… appeared first on Dharitri Odia News .
‘ତୁରନ୍ତ ଦେଶ ଛାଡ଼ି ପଳାଅ’, ଏହି ଦେଶର ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ରେ ଧମକ ଦେଲେ ଟ୍ରମ୍ପ
ନୂଆଦିଲ୍ଲୀ,୧।୧୨: ଭେନେଜୁଏଲା ସହ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ୍ ମାଦୁରୋଙ୍କୁ ଫୋନ୍ରେ ଦେଶ ଛାଡ଼ି ପଳାଇଯିବାକୁ ଧମକ ଦେଇଛନ୍ତି। ମିଆମି ହେରାଲ୍ଡର ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଫୋନ୍ରେ ମାଦୁରୋଙ୍କୁ ଚେତାବନୀ ଦେଇ କହିଥିଲେ ଯେ, “ଯଦି ଆପଣ ନିଜକୁ ଏବଂ ଆପଣଙ୍କ ପରିବାରକୁ ବଞ୍ଚାଇବାକୁ ଚାହାଁନ୍ତି, ତେବେ ତୁରନ୍ତ ଭେନେଜୁଏଲା ଛାଡ଼ି ପଳାଇଯାଆନ୍ତୁ।” ଟ୍ରମ୍ପ, ମାଦୁରୋ, ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସ୍ ଏବଂ ତାଙ୍କ ପୁଅଙ୍କୁ ସୁରକ୍ଷିତ ଭାବେ […] The post ‘ତୁରନ୍ତ ଦେଶ ଛାଡ଼ି ପଳାଅ’, ଏହି ଦେଶର ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ରେ ଧମକ ଦେଲେ ଟ୍ରମ୍ପ appeared first on Dharitri Odia News .
ବ୍ରହ୍ମୋସ୍ ପରୀକ୍ଷା କଲା ଭାରତୀୟ ସେନା, ପାକିସ୍ତାନ ଛାନିଆ
ନୂଆଦିଲ୍ଲୀ,୧।୧୨: ଭାରତୀୟ ସେନା ସୋମବାର ବଙ୍ଗୋପସାଗର ଉପରେ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ ମିସାଇଲ୍ର ସଫଳ ପରୀକ୍ଷଣ କରିଛି। ଦକ୍ଷିଣ କମାଣ୍ଡର ଏକ ବ୍ରହ୍ମୋସ୍ ୟୁନିଟ୍ ଦ୍ୱାରା ଏହି ଦୂରଗାମୀ ଏବଂ ସଠିକ୍ ଆକ୍ରମଣ କରାଯାଇଥିଲା, ଯେଉଁଥିରେ ଆଣ୍ଡାମାନ ଓ ନିକୋବର କମାଣ୍ଡ ସହାୟତା କରିଥିଲେ। ସେନା ପକ୍ଷରୁ କୁହାଯାଇଛି ଯେ, କ୍ଷେପଣାସ୍ତ୍ରଟି ସଠିକ୍ ଭାବରେ ଲକ୍ଷ୍ୟଭେଦ କରିଥିଲା ଏବଂ ଏହାର ନିୟନ୍ତ୍ରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଠିକ୍ ଥିବା ପ୍ରମାଣିତ ହୋଇଛି। ଏହି ପରୀକ୍ଷଣ ସମସ୍ତ ଲକ୍ଷ୍ୟ […] The post ବ୍ରହ୍ମୋସ୍ ପରୀକ୍ଷା କଲା ଭାରତୀୟ ସେନା, ପାକିସ୍ତାନ ଛାନିଆ appeared first on Dharitri Odia News .
ଅଟୋ ଚାଳକଙ୍କ ମହାନତା: ଯାତ୍ରୀଙ୍କୁ ଫେରାଇଲେ ୬୦ ହଜାର ଟଙ୍କା ଭର୍ତ୍ତି ବ୍ୟାଗ୍
ଦିଗପହଣ୍ଡି,୧।୧୨(ଅଶେଷ ନାଥ ମିଶ୍ର): ଜଣେ ଯାତ୍ରୀଙ୍କ ହଜିଯାଇଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ଫେରାଇ ସାନଖେମୁଣ୍ଡି ବ୍ଲକ ପାଟପୁର ଅନ୍ତର୍ଗତ ପଳାସପୁର ଗ୍ରାମର ଅଟୋ ଚାଳକ ଟୁକୁନା ସେଠୀ ନିଜର ମହାନତାର ନିଦର୍ଶନ ଦେଖାଇଛନ୍ତି, ଯାହା ସମଗ୍ର ଦିଗପହଣ୍ଡି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପାଟପୁର ଥାନା ଚିନ୍ତାଖାଳି ଗ୍ରାମର ଏମ୍. ସତ୍ୟନାରାୟଣ ଦୋରା ସୋମବାର ସନ୍ଧ୍ୟାରେ ବ୍ରହ୍ମପୁରରୁ ଦିଗପହଣ୍ଡି ଫେରି ଏକ ଯାତ୍ରୀବାହୀ ଅଟୋ ଯୋଗେ ଚୁଡୁଙ୍ଗପୁର ଗ୍ରାମରେ ଓହ୍ଲାଇଥିଲେ। ଅବତରଣ ସମୟରେ ସେ ତାଙ୍କର ୬୦,୦୦୦ […] The post ଅଟୋ ଚାଳକଙ୍କ ମହାନତା: ଯାତ୍ରୀଙ୍କୁ ଫେରାଇଲେ ୬୦ ହଜାର ଟଙ୍କା ଭର୍ତ୍ତି ବ୍ୟାଗ୍ appeared first on Dharitri Odia News .
ଓଡ଼ିଶା: ଆଜିର ଫଟୋ (୧ ଡିସେମ୍ବର, ୨୦୨୫ )
BJEM School – ୫୧ତମ ବାର୍ଷିକ କ୍ରୀଡା ମହୋତ୍ସବ ଉଦ୍ଘାଟନ ଉତ୍ସବ The post ଓଡ଼ିଶା: ଆଜିର ଫଟୋ (୧ ଡିସେମ୍ବର, ୨୦୨୫ ) appeared first on Dharitri Odia News .
ଅଣାୟତ୍ତ ପନିପରିବା ଦର: ରାଜ୍ୟର ବିଭିନ୍ନ ଜିଲାରେ ଯୋଗାଣ ବିଭାଗର ଚଢ଼ାଉ
ଭୁବନେଶ୍ୱର,୧।୧୨: ରାଜ୍ୟରେ ଗତ କିଛିଦିନ ଧରି ପନିପରିବା ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ଜିଲାରେ କଡ଼ାକଡ଼ି ଚଢ଼ାଉ କରାଯାଇଛି। ଦରବୃଦ୍ଧି ରୋକିବା ଏବଂ ଯୋଗାଣ ଶୃଙ୍ଖଳା ବଜାୟ ରଖିବା ଉପରେ ବିଭାଗ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହଙ୍କ ନିର୍ଦ୍ଦେଶକ୍ରମେ କ୍ଷେତ୍ର କର୍ମଚାରୀମାନେ ରାଜ୍ୟର ପ୍ରମୁଖ ବଜାରଗୁଡ଼ିକରେ ଯାଞ୍ଚ କରିଛନ୍ତି। ଚଳିତ ବର୍ଷ ଅନେକ ସ୍ଥାନରେ ଅଦିନିଆ […] The post ଅଣାୟତ୍ତ ପନିପରିବା ଦର: ରାଜ୍ୟର ବିଭିନ୍ନ ଜିଲାରେ ଯୋଗାଣ ବିଭାଗର ଚଢ଼ାଉ appeared first on Dharitri Odia News .
”୧୧ ବର୍ଷରେ ଘର ଛାଡ଼ିଥିଲି”, ପିତାମାତାଙ୍କ ସହ ତିକ୍ତ ସମ୍ପର୍କ ବିଷୟରେ ମୁହଁ ଖୋଲିଲେ ଦିଲଜିତ୍ ଦୋସାଞ୍ଜ
ମୁମ୍ବାଇ,୧।୧୨: ପ୍ରସିଦ୍ଧ ଗାୟକ ତଥା ଅଭିନେତା ଦିଲଜିତ୍ ଦୋସାଞ୍ଜ ନିକଟରେ ତାଙ୍କ ପିତାମାତାଙ୍କ ସହ ଥିବା ତାଙ୍କର ଦୂରତ୍ୱପୂର୍ଣ୍ଣ ସମ୍ପର୍କ ବିଷୟରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ମାତ୍ର ୧୧ ବର୍ଷ ବୟସ ହୋଇଥିବାବେଳେ ପିତାମାତା ତାଙ୍କୁ ନ ପଚାରି ଲୁଧିଆନାରେ ତାଙ୍କ ମାମୁଁଙ୍କ ପାଖକୁ ପଠାଇ ଦେଇଥିଲେ। ଦିଲଜିତ୍ ଏକ ସାକ୍ଷାତକାରରେ କହିଛନ୍ତି, ପିଲାଦିନେ “ଖାଦ୍ୟ, ଆଶ୍ରୟ ଏବଂ ପାଠପଢ଼ା” ଭଳି ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ତାଙ୍କୁ ଗାଁ ଛାଡ଼ି […] The post ”୧୧ ବର୍ଷରେ ଘର ଛାଡ଼ିଥିଲି”, ପିତାମାତାଙ୍କ ସହ ତିକ୍ତ ସମ୍ପର୍କ ବିଷୟରେ ମୁହଁ ଖୋଲିଲେ ଦିଲଜିତ୍ ଦୋସାଞ୍ଜ appeared first on Dharitri Odia News .
ରାତି ଅଧିଆ ଧାନ ଉଠାଣ: ଏହି ମଣ୍ଡିରୁ ଉଠିଲା ଜଣେ ଚାଷୀଙ୍କ ଧାନ
ଅତାବିରା,୧।୧୨(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଦେଖା ଦେଇଥିବା ଅଚଳାବସ୍ଥାକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଛି। ଏହାକୁ ନେଇ ଚାଷୀ ଆନ୍ଦୋଳନ ମଧ୍ୟ ମୁଣ୍ଡ ଟେକିଛି। ତେବେ ସୋମବାର ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆରଏମସି) ଅଧୀନ ଗୋଡଭଗା ମଣ୍ଡିରୁ ରାତି ଅଧିଆ ଧାନ ଉଠାଣ କରାଯାଇଛି। ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡି ରହିଛି। ମାତ୍ର ରାତି ପ୍ରାୟ ୯ଟାରେ ଗୋଡଭଗା ମଣ୍ଡିରୁ ଭି.ବୁଲ୍ଲିରାଜୁ ନାମକ ଜଣେ ଚାଷୀଙ୍କ […] The post ରାତି ଅଧିଆ ଧାନ ଉଠାଣ: ଏହି ମଣ୍ଡିରୁ ଉଠିଲା ଜଣେ ଚାଷୀଙ୍କ ଧାନ appeared first on Dharitri Odia News .
୬୮୬ ସ୍କୁଲ ବନ୍ଦ କାରଣରୁ ଛାତ୍ରୀଛାତ୍ରଙ୍କ ପାଠପଢାରେ ବାଧାସୃଷ୍ଟି: ଲୋକ ସଭାରେ ଉଦବେଗ ପ୍ରକାଶ କଲେ ଏମ୍ପି ସପ୍ତଗିରି
ରାୟଗଡା, ୧।୧୨(ଆଶିଷ ରଞ୍ଜନ ପଣ୍ଡା): ଅବିଭକ୍ତ କୋରାପୁଟ ଜିଲାର ରାୟଗଡା କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଭଳି ଆଦିବାସୀ ଅଧୁଷିତ ଜିଲାମାନଙ୍କରେ ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡକ ବନ୍ଦ ଓ ମିଶ୍ରଣ ନେଇ ସୋମବାର ଲୋକସଭାରେ ଉଦ୍ବେଗ ପ୍ରକାଶ କରିଛନ୍ତି କୋରାପୁଟ ଏମ୍ପି ସପ୍ତଗିରି ଶଙ୍କର ଉଲାକା । ଏନେଇ ସେ କେନ୍ଦ୍ର ଶିକ୍ଷା ବିଭାଗକୁ ପ୍ରଶ୍ନ କରି ବନ୍ଦ ହୋଇଥିବା ଓ ଅନ୍ୟ ସ୍କୁଲ ସହିତ ଯୋଡି ଦିଆଯାଇଥିବା ସ୍କୁଲଗୁଡିକର ତଥ୍ୟ ମାଗିଛନ୍ତି। […] The post ୬୮୬ ସ୍କୁଲ ବନ୍ଦ କାରଣରୁ ଛାତ୍ରୀଛାତ୍ରଙ୍କ ପାଠପଢାରେ ବାଧାସୃଷ୍ଟି: ଲୋକ ସଭାରେ ଉଦବେଗ ପ୍ରକାଶ କଲେ ଏମ୍ପି ସପ୍ତଗିରି appeared first on Dharitri Odia News .

22 C