SENSEX
NIFTY
GOLD
USD/INR

Weather

30    C

ବଡୋଦରା ପୋଲ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ମିଳିଲାଣି ୧୯ ଶବ, ଆହୁରି ୨ଜଣଙ୍କ ସନ୍ଧାନ ଜାରି

ବଡୋଦରା ୧୧।୭: ଗୁଜରାଟରେ ବଡୋଦରା ଓ ଆଣନ୍ଦକୁ ସଂଯୋଗ କରୁଥିବା ସେତୁ ଭାଙ୍ଗିପଡିବା ପରେ ଏ ପର୍ଯ୍ୟନ୍ତ ମହିସାଗର ନଦୀରୁ ୧୮ ଶବ ଉଦ୍ଧାର ହେଲାଣି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଆହତଙ୍କ ମଧ୍ୟରୁ ଜଣେ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି । ଏଣୁ ମୋଟ ମୃତ୍ୟୁ ସଂଖ୍ୟା ୧୯କୁ ପହଞ୍ଚି ଯାଇଛି। ବୁଧବାର ସକାଳେ ପାଦରା ନିକଟସ୍ଥ ଗମ୍ଭୀରା ଗାଁ ପାଖରେ ଚାରି ଦଶନ୍ଧୀପୁରୁଣା ପୋଲର ଗୋଟିଏ ଅଂଶ ନଦୀକୁ ଖସିପଡିଥିଲା। ବଡୋଦରା ଜିଲ୍ଲାଧିକାରୀ ଅନିଲ ଧମେଲିଆ ସାମ୍ବାଦିକଙ୍କୁ କହିଛନ୍ତି ଯେ ଏବେବି ଆଉ ୨ଜଣ ନିଖୋଜ ଅଛନ୍ତି। ଏନଡିଆରଏଫ, ଏସଡିଆରଏଫ ଓ ଅନ୍ୟ ଏଜେନ୍ସୀମାନେ ଶବ ସନ୍ଧାନରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ବର୍ଷା ଓ ନଦୀର ପଙ୍କ ଉଦ୍ଧାର କାର୍ଯ୍ୟରେ ବାଧକ ପାଲଟିଛି। କାରଣ ଏପରି ସ୍ଥିତିରେ ମେସିନ ମଧ୍ୟ କାମ କରୁ ନାହିଁ। ୨୦୨୧ରୁ ଏ ପର୍ଯ୍ୟନ୍ତ ଗୁଜରାଟରେ ପୋଲ ଭାଙ୍ଗିବାର ୬ଟି ବଡ଼ ଘଟଣା ଘଟିସାରିଲାଣି। ସବୁଠୁ ଭୟାବହ ଦୁର୍ଘଟଣା ଅକ୍ଟୋବର ୨୦୨୨ରେ ମୋରବୀ ସହରର ମଛୁ ନଦୀରେ ଥିବା ଝୁଲାପୋଲ ଛିଡିପଡିବା ଯୋଗୁ ହୋଇଥିଲା। ଏଥିରେ ୧୩୫ଜଣଙ୍କ ମୃତ୍ୟୁ ହୋଇଥିଲା। ପୋଲ ଭୁଶୁଡିବା ପରେ ଏବେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଖବର ପ୍ରସାରିତ ହେବାରେ ଲାଗିଛି। ତେବେ ଏହି ନଦୀ ସେତୁଟି ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ନେଇ ବଡୋଦରା ଜିଲ୍ଲା ପଞ୍ଚାୟତ ସଦସ୍ୟ ହର୍ଷଦ ସିଂହ ପରମାର ଦୀର୍ଘ ବର୍ଷ ପୂର୍ବେ ବିଭାଗକୁ ପତ୍ର ଲେଖି ପୋଲର ସ୍ଥିତିକୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ। ତେବେ ବିଭାଗୀୟ ଅବହେଳା ଓ ଦାୟିତ୍ୱହୀନତା ଯୋଗୁ ଏବେ ଏହି ପରିସ୍ଥିତି ଉପୁଜିଛି ବୋଲି ସୋସିଆଲ ମିଡିଆରେ ଲୋକେ ଅଭିଯୋଗ କରୁଛନ୍ତି।

ରେ କିମ୍ବା ସମ୍ବାଦ | 12 Jul 2025 1:40 am

GB ହେବ ଇତିହାସ, PB ଭବିଷ୍ୟତ; ଜାପାନର ଇଣ୍ଟରନେଟରେ ଆଖି ପିଛୁଳାକେ ଡାଉନଲୋଡ ହୋଇଯିବ ସମ୍ପୂର୍ଣ୍ଣ ନେଟଫ୍ଲିକ୍ସ ଲାଇବ୍ରେରୀ

ନୂଆଦିଲ୍ଲୀ : ଜାପାନ ଏବେ ବିଶ୍ୱର ଦ୍ରୁତତମ ଇଣ୍ଟରନେଟ୍ ହାସଲ କରିଛି। ଗବେଷକମାନେ ପ୍ରତି ସେକେଣ୍ଡରେ ୧.୦୨ ପେଟା ବାଇଟ୍ ଇଣ୍ଟରନେଟ ସ୍ପିଡ୍ ହାସଲ କରିଛନ୍ତି। ଏହାର ଅର୍ଥ ଏହି ଇଣ୍ଟରନେଟ୍ ସ୍ପିଡରେଆଖି ପିଛୁଳାକେ ସମ୍ପୂର୍ଣ୍ଣନେଟଫ୍ଲିକ୍ସଲାଇବ୍ରେରୀ ଡାଉନଲୋଡ୍ କରିହେବ।ଆଉ ଏହା ସହଜାପାନ ଏହାର ଭିତ୍ତିଭୂମି ବିକାଶରେ ଆଉ ଦୁଇ ପାଦ ଆଗକୁ ବଢ଼ିଛି। ଦେଶର ୱେବ୍ ବ୍ରାଉଜିଂ ଏବଂ ଡାଉନଲୋଡିଂ ଗତି ଭାରତର ହାରାହାରି ଇଣ୍ଟରନେଟ୍ ଗତି ୬୩.୫୫ Mbps ତୁଳନାରେ ୧୬ ନିୟୁତ ଗୁଣ ଏବଂ ଆମେରିକାର ହାରାହାରି ଇଣ୍ଟରନେଟ୍ ତୁଳନାରେ ୩.୫ ନିୟୁତ ଗୁଣ ଦ୍ରୁତ । ଜାପାନାର ଜାତୀୟ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (NICT)ର ଏକ ରିପୋର୍ଟରୁ ଏହା ଜଣାପଡ଼ିଛି । ଜାପାନର ନୂତନ ଇଣ୍ଟରନେଟ୍ ସ୍ପିଡ୍ ସହିତ,ଜଣେ ବ୍ୟକ୍ତି କେବଳ ଗୋଟିଏ ସେକେଣ୍ଡରେ ସମ୍ପୂର୍ଣ୍ଣ ଇଂରାଜୀ ୱିକିପିଡିଆକୁ ୧୦ ହଜାର ଥର ଡାଉନଲୋଡ୍ କରିପାରିବ । ଇଂରାଜୀ ୱିକିପିଡିଆ ପ୍ରାୟ ୧୦୦GBସ୍ଥାନ ନେଉଥିବା କୁହାଯାଏ । ଆପଣ ଗୋଟିଏ ସେକେଣ୍ଡ ମଧ୍ୟରେ8Kଭିଡିଓ ମଧ୍ୟ ଡାଉନଲୋଡ୍ କରିପାରିବେ। ଜାପାନର ଇଞ୍ଜିନିୟରମାନେ ଏହି ଗତି ହାସଲ କରି ଏକ ଚମତ୍କାର ରେକର୍ଡ ସୃଷ୍ଟି କରିଛନ୍ତି । ଏହାର ବ୍ୟବହାରିକ ପ୍ରୟୋଗ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଏକ ଆକଳନ ଅନୁଯାୟୀ,୧.୦୨ ପେଟା ବାଇଟ୍ ସହିତ8Kଭିଡିଓ ଥିବା ୧୦ ନିୟୁତ ଚ୍ୟାନେଲକୁ ଏକକାଳୀନ ଦେଖାଯାଇ ପାରିବ। ଏହା ସହିତ,ମୁଭି ଲାଇବ୍ରେରୀ ଭଳି ବଡ଼ ଫାଇଲ୍ ଡାଉନଲୋଡ୍ କରିବାକୁ କେବଳ କିଛି ସେକେଣ୍ଡ ସମୟ ଲାଗିବ। ଏହା ସହିତ, 8Kକିମ୍ବା16Kସମେତ ଉଚ୍ଚ-ରିଜୋଲ୍ୟୁସନ୍ ଭିଡିଓ ଷ୍ଟ୍ରିମିଂ କୌଣସି ବଫରିଂ କିମ୍ବା ବିଳମ୍ବ ବିନା କରିହେବ । ସେପଟେ ଇଣ୍ଟରନେଟ୍ ଦୁନିଆରେ ଜାପାନ ପାଇଁ ଏହା ସବୁଠାରୁ ବଡ଼ ଉପଲବ୍ଧି ହୋଇଥିଲେ ବି ଏହାକୁ ସାଧାରଣରେ ବ୍ୟବହାର କରିବା ପ୍ରାୟ ଅସମ୍ଭବ । ବର୍ତ୍ତମାନର ଇଣ୍ଟରନେଟ୍ ଭିତ୍ତିଭୂମି (ଫାଇବର ଅପ୍ଟିକ୍ କେବୁଲ୍ ଏବଂ ବ୍ୟବହାରକାରୀ ଡିଭାଇସ୍) ଏପରି ଗତି ପରିଚାଳନା କରିବା ପାଇଁ ଡିଜାଇନ୍ ହୋଇନାହିଁ । ଏପରି ଗତି ପରିଚାଳନା କରିବା ପାଇଁ କେଉଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଇପାରିବ ତାହା ଜଣାପଡ଼ି ନାହିଁ । ବାସ୍ତବିକ ଭାବରେ କହିବାକୁ ଗଲେ,ଏପରି ଇଣ୍ଟରନେଟ୍ ସ୍ପିଡ୍ ହାସଲ ଏବଂ ବଣ୍ଟନ କରିବା ପାଇଁ ପ୍ରଯୁକ୍ତିବିଦ୍ୟା ବହୁତ ମହଙ୍ଗା ହୋଇପାରେ। ଏହା ସହିତ,ଦ୍ରୁତ ଇଣ୍ଟରନେଟ୍ ବ୍ୟବହାର ହେଲେ ଏଥିରେ ସାଇବର ସୁରକ୍ଷା ପ୍ରତି ମଧ୍ୟ ବଡ଼ ବିପଦ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ସବୁ ସମ୍ଭାବ୍ୟ ସମସ୍ୟାର ସମାଧାନ ଯେପର୍ଯ୍ୟନ୍ତ ନମିଳିଛି, ସେବେ ଯାଏଁ ସାଧାରଣ ଲୋକେ ୧.୦୨ ପେଟା ବାଇଟ୍ ସ୍ପିଡ୍ ବ୍ୟବହାର କରିବା ସମ୍ଭବପର ନୁହେଁ ।

ରେ କିମ୍ବା ସମ୍ବାଦ | 12 Jul 2025 1:40 am

ଓଡ଼ିଶାରେ ଜିଓର ଦବଦବା; ମେ ମାସରେ ରାଜ୍ୟରେ ଯୋଡ଼ିଛି ସର୍ବାଧିକ ୧.୫୪ ଲକ୍ଷ ନୂତନ ମୋବାଇଲ୍ ଗ୍ରାହକ

ଭୁବନେଶ୍ୱର : ଓଡ଼ିଶାରେ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ମେ ମାସରେ ରାଜ୍ୟରେ ସର୍ବାଧିକ ନୂତନ ମୋବାଇଲ୍ ଗ୍ରାହକ ଯୋଡ଼ିଛି। ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ମେ ମାସରେ ଓଡ଼ିଶାରେ ୧.୫୪ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଯୋଡ଼ିଛି। ମେ ମାସରେ ଓଡ଼ିଶାରେ ଯୋଡ଼ି ହୋଇଥିବା ମୋଟ ନୂତନ ମୋବାଇଲ୍ ଗ୍ରାହକଙ୍କ ମଧ୍ୟରୁ ୯୧ ପ୍ରତିଶତରୁ ଅଧିକ ଜିଓ ନେଟୱାର୍କରେ ସାମିଲ ହୋଇଛନ୍ତି। ଏଥି ସହିତ,ଓଡ଼ିଶାରେ ଜିଓ ନେଟୱାର୍କରେ ମୋଟ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ମେ ମାସ ଶେଷ ସୁଦ୍ଧା ୧.୬୨ କୋଟି ଅତିକ୍ରମ କରିଛି। ଜିଓ ଓଡ଼ିଶାରେ ୪୬ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ କରିଛି। ଅନ୍ୟ ଅପରେଟରମାନଙ୍କ ମଧ୍ୟରେ ଭୋଡାଫୋନ ଆଇଡିଆ ମେ ମାସରେ ରାଜ୍ୟରେ ୧୮୮୪୨ ନୂତନ ମୋବାଇଲ୍ ଗ୍ରାହକ ଯୋଡିଥିବାବେଳେ ଏହା ପଛକୁ ଏୟାରଟେଲ୍ ମାତ୍ର ୩୬୯୩ ମୋବାଇଲ୍ ଗ୍ରାହକ ଯୋଡିଛି। ବିଏସଏନଏଲ ଏହି ମାସରେ ୮୦୦୦ ରୁ ଅଧିକ ମୋବାଇଲ୍ ଗ୍ରାହକ ହରାଇଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି। ତଥ୍ୟ ଅନୁଯାୟୀ,ଓଡ଼ିଶାରେ ମେ ମାସରେ ୧.୬୮ ଲକ୍ଷ ନୂତନ ମୋବାଇଲ ଗ୍ରାହକ ଯୋଡିହେବା ସହିତ ରାଜ୍ୟରେ ମୋଟ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ୩୧ ମେ,୨୦୨୫ ସୁଦ୍ଧା ୩.୫୨ କୋଟି ଅତିକ୍ରମ କରିଛି। ଜାତୀୟ ସ୍ତରରେ, ଜିଓ ମେ ମାସରେ ସର୍ବାଧିକ ୨୭ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଯୋଡିଛି, ଯାହା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତୁଳନାରେ ପ୍ରାୟ ୧୦ ଗୁଣ ଅଧିକ ରହିଛି।

ରେ କିମ୍ବା ସମ୍ବାଦ | 12 Jul 2025 1:40 am

ଟି-ରାଜା ସିଂହଙ୍କ ଇସ୍ଥଫା ଗ୍ରହଣ କଲା ବିଜେପି: କହିଲା, ବିଧାୟକଙ୍କ ଦାବି ଅପ୍ରାସଙ୍ଗିକ

ନୂଆଦିଲ୍ଲୀ: ଦକ୍ଷିଣ ଭାରତରେ ବିଜେପିର ଫାୟାରବ୍ରାଣ୍ଡ୍ ନେତା ତଥା ତେଲେଙ୍ଗାନା ବିଧାୟକ ଟି-ରାଜା ସିଂହ ଙ୍କ ଇସ୍ତଫାକୁ ଗ୍ରହଣ କଲା ଦଳ। ରାଜା ସିଂହ ନିକଟରେ ବିଜେପି ରାଜ୍ୟ ସଭାପତି ନିର୍ବାଚନକୁ ନେଇ ଅସନ୍ତୋଷ ପ୍ରକାଶ କରି ବିଜେପିରୁ ଇସ୍ତଫା ଦେଇଥିଲେ। ଏହାର କଡ଼ା ଜବାବ ଦେଇ ବିଜେପି ସିଂହଙ୍କ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲା। ଏବଂ ତାଙ୍କ ଅଭିଯୋଗ ଏହାକୁ ଅପ୍ରାସଙ୍ଗିକ ଓ ଦଳର ମୂଲ୍ୟବୋଧରୁ ବାହାରେ ବୋଲି ବିଜେପି କହିଥିଲା। ଶୁକ୍ରବାର ତେଲେଙ୍ଗାନା ବିଜେପି ଟି.ରାଜାଙ୍କ ଇସ୍ତଫା ଆନୁଷ୍ଠାନିକ ଭାବେ ଗ୍ରହଣ କରିଛି। ବିଜେପିର ନୂଆ ତେଲେଙ୍ଗାନା ସଭାପତି ଭାବରେ ରାମଚନ୍ଦ୍ର ରାଓଙ୍କ ସମ୍ଭାବ୍ୟ ନିଯୁକ୍ତି ଉପରେ ରାଜା ସିଂହ ନିଜର କ୍ରୋଧ ପ୍ରକାଶ କରିଥିଲେ। ଏନେଇ ଜୁନ୍ ୩୦ ତାରିଖରେ ସେ ତତ୍କାଳୀନ ରାଜ୍ୟ ସଭାପତି ଜି କିଶନ ରେଡ୍ଡୀଙ୍କୁ ଚିଠି ଲେଖିଥିଲେ। ଏଥିରେ ସେ କହିଥିଲେ ଯେ ଦଳର ଏହି ନିଷ୍ପତ୍ତି ରାଜ୍ୟର ଲକ୍ଷ ଲକ୍ଷ ବିଜେପି କର୍ମୀଙ୍କୁ ଆଘାତ ଏବଂ ନିରାଶ କରିଛି। ଏହି ଚିଠିକୁ ତାଙ୍କର ଇସ୍ତଫାପତ୍ର ବୋଲି ବିବେଚନା କରାଯିବା ଉଚିତ ବୋଲି ରାଜା ଲେଖିଥିଲେ।। ଦଳ ପକ୍ଷରୁ,ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ ରାଜା ସିଂହଙ୍କୁ ଉତ୍ତର ଦେଇଥିଲେ। ସେ କହିଛନ୍ତି ଯେ ବିଧାୟକଙ୍କ ଚିଠି ବିଷୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଅବଗତ କରାଯାଇଛି। ଅରୁଣ ରାଜାଙ୍କୁ ଉତ୍ତର ଦେଇ ଲେଖିଛନ୍ତି ଯେ ଆପଣଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିବା ବିଷୟବସ୍ତୁ ଅପ୍ରାସଙ୍ଗିକ ଏବଂ ଦଳର କାର୍ଯ୍ୟକାରିତା,ବିଚାରଧାରା ଏବଂ ନୀତି ସହିତ ମେଳ ଖାଉନାହିଁ।ତେଣୁ ନଡ୍ଡାଙ୍କ ନିର୍ଦ୍ଦେଶ ଆଧାରରେ,ରାଜା ସିଂହଙ୍କ ଇସ୍ତଫା ତୁରନ୍ତ ଗ୍ରହଣ କରାଯାଇଛି ବୋଲି ଅରୁଣ ସିଂହ ସୂଚନା ଦେଇଛନ୍ତି। ରାଜା ସିଂହ ତାଙ୍କର ବିବାଦୀୟ ଏବଂ ସ୍ପଷ୍ଟବାଦୀ ସ୍ୱଭାବ ପାଇଁ ଦେଶରେ ଜଣାଶୁଣା। ତାଙ୍କର ଇସ୍ତଫା ବିଜେପିର ତେଲେଙ୍ଗାନା ୟୁନିଟ୍ ଭିତରେ ଆଭ୍ୟନ୍ତରୀଣ ମତଭେଦକୁ ପଦାରେ ପକାଇଛି। ତଥାପି, ଟି-ରାଜାଙ୍କ ପ୍ରତି ନରମ ମନୋଭାବ ଦେଖାଇ ନାହିଁ କି ନିଜ ନିଷ୍ପତ୍ତିର ପୁନର୍ବିଚାର କରିବାର କୌଣସି ସଙ୍କେତ ଦେଖାଉନାହିଁ।

ରେ କିମ୍ବା ସମ୍ବାଦ | 12 Jul 2025 1:40 am

ନୋଟ୍‌ରେ ଭର୍ତ୍ତି ବ୍ୟାଗ, ମହାରାଷ୍ଟ୍ର ମନ୍ତ୍ରୀଙ୍କ ବଢିଲା ଅଡ଼ୁଆ; ଭିଡିଓ ଛାଡ଼ି କଟାକ୍ଷ କଲେ ସଞ୍ଜୟ ରାଉତ

ମୁମ୍ୱାଇ: ମହାରାଷ୍ଟ୍ର ସରକାରର ଶିବସେନା କୋଟାରୁ ମନ୍ତ୍ରୀ ମନ୍ତ୍ରୀ ସଞ୍ଜୟ ସିରସାଟ୍‌ଙ୍କ ଅଡୁଆ ବଢିବାରେ ଲାଗିଛି । ହଠାତ୍ ବଢିଥିବା ସମ୍ପତ୍ତିକୁ ନେଇ ଆୟକର ବିଭାଗ ତାଙ୍କୁ ନୋଟିସ୍ ପଠାଇଥିଲା । ଏବେ ସିରସାଟ୍‌ଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ସିରସାଟ୍ ସର୍ଟ୍ସ ଓ ବନିୟାନ ପନ୍ଧି ଖଟରେ ବସିଛନ୍ତି ଓ ସିଗାରେଟ୍ ଟାଣୁଛନ୍ତି । ଭିଡିଓ ସେ କାହା ସହ ଫୋନରେ କଥା ହେଉଥିବା ନଜର ଆସୁଛନ୍ତି । ତାଙ୍କ ପାଖରେ ଏକ ଟ୍ରଲି ବ୍ୟାଗ୍ ନଜର ଆସୁଛି । ବ୍ୟାଗରେ ନୋଟ୍ ବଣ୍ଡଲ୍ ଥିବା ନଜର ଆସୁଛି । ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ସୋସିଆଲ୍ ମିଡିଆରେ ଏହି ଭିଡିଓକୁ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, 'ଦେବେନ୍ଦ୍ର ଫଡନାବିସଙ୍କ ଉପରେ ମୋତେ ଦୟା ଆସୁଛି । ଇଜ୍ଜତ କ୍ଷୁର୍ଣ୍ଣ ହେବା ଆଉ କେତେ ଦେଖିବେ । ଆସହାୟତାର ଅନ୍ୟ ନାଁ-ଦେବେନ୍ଦ୍ର ଫଡନାବିସ ।' ସଞ୍ଜୟ ରାଉତଙ୍କ ଏହି ଭିଡିଓକୁ ନେଇ ସିରାସଟ୍ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ବ୍ୟାଗରେ ଟଙ୍କା ନୁହେଁ ପୋଷାକ ଥିଲା । ଭିଡିଓରେ କଳା ରଙ୍ଗର ଦୁଇଟି ବ୍ୟାଗ ଦେଖିବାକୁ ମିଳୁଛି । ଗୋଟିଏ ବ୍ୟାଗ ଖୋଲା ଅଛି, ଯେଉଁଥିରେ ନୋଟ୍ ରହିଛି । ଅନ୍ୟ ବ୍ୟାଗ ବନ୍ଦ ଅଛି । ଆୟକର ବିଭାଗ ତାଙ୍କୁ ୨୦୧୯-୨୪ ମଧ୍ୟରେ ବଢିଥିବା ସମ୍ପତ୍ତି ପାଇଁ ନୋଟିସ୍ ପଠାଇଥିଲା । ମିଡିଆକୁ ପ୍ରତିକ୍ରିୟା ଦେଇ ସିରାସଟ୍ କହିଥିଲେ, 'କିଛି ଲୋକ ମୋ ସହି ପାରୁ ନାହାନ୍ତି, କିନ୍ତୁ ସେମାନଙ୍କୁ ଜବାବ ମିଳିଯିବ । ସିଷ୍ଟମ ନିଜର କାମ କରୁଛି ଓ ମୋତେ ଏଥିରେ କୌଣସି ସମସ୍ୟା ନାହିଁ । ମୁଁ କୌଣସି ପ୍ରକାର ଚାପରେ ନାହିଁ ।'

ରେ କିମ୍ବା ସମ୍ବାଦ | 12 Jul 2025 1:40 am

‘ରାମାୟଣ ପାର୍ଟ-୧’ରେ କେବଳ ଏତିକି ସମୟ ନଜର ଆସିବେ ସନି ଦେଓଲ, ହନୁମାନ ହୋଇ ରାମ-ଲକ୍ଷ୍ମଣଙ୍କୁ ଦେବେ ଏହି ପ୍ରତିଶ୍ରୁତି

ମୁମ୍ୱାଇ – ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ ’ ଏହି ସମୟରେ ଚର୍ଚ୍ଚାରେ ରହିଛି। ଫିଲ୍ମରେ ରଣବୀର କପୁର ଭଗବାନ ଶ୍ରୀରାମ, ସାଇ ପଲ୍ଲବୀ ମାତା ସୀତା ଓ ୟଶ ରାବଣ ଭୂମିକାରେ ନଜର ଆସିବେ। ଫିଲ୍ମରେ ରାମ ଭକ୍ତ ହନୁମାନଙ୍କ ରୋଲ୍‌ରେ ସନି ଦେଓଲ ଅଛନ୍ତି। ନିକଟରେ ରାମାୟଣର ଇଣ୍ଟ୍ରୋଡକ୍ସନ ଭିଡ଼ିଓ ରିଲିଜ ହୋଇଛି, ଯାହାକୁ ପ୍ରଶଂସକ ଖୁବ୍‌ ପସନ୍ଦ କରିଛନ୍ତି। ସମସ୍ତେ ଫିଲ୍ମର ଭିଜୁଆଲ୍ସ ଓ ଷ୍ଟାରକାଷ୍ଟର ଖୁବ୍‌ ପ୍ରଶଂସା କରିଛନ୍ତି। ନିତେଶ ତିୱାରୀ ନିର୍ଦ୍ଦେଶିତ ‘ରାମାୟଣ’କୁ ଅପେକ୍ଷା କରିଛନ୍ତି। ଏହି ମଧ୍ୟରେ ଏବେ ଫିଲ୍ମରେ ସନି ଦେଓଲଙ୍କର ସ୍କ୍ରିନ୍‌ ଟାଇମ୍‌କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଇଣ୍ଡିଆ ଟୁଡେ ସୂତ୍ରାନୁସାରେ, ରାମାୟଣର ଦୁଇଟି ପାର୍ଟ୍ସ ଆସିବ ଏବଂ ସନି ଦେଓଲଙ୍କର ଦୁଇ ଭାଗରେ ଗୁରୁତ୍ତ୍ୱପୂର୍ଣ୍ଣ ଅଂଶ ରହିଛି। ରିପୋର୍ଟରେ କୁହାଯାଉଛି ଯେ ରାମାୟଣ ପାର୍ଟ -୧ରେ ସନି ଦେଓଲ କେବଳ ୧୫ ମିନିଟ୍‌ ପାଇଁ ପରଦାରେ ନଜର ଆସିବେ। ଫିଲ୍ମର ପ୍ରଥମ ଭାଗରେ ସନିଙ୍କର ସ୍କ୍ରିନ୍‌ ଟାଇମ୍‌ ଯଦିଓ କମ୍‌ ଅଛି, କିନ୍ତୁ ତାଙ୍କର ରୋଲ୍‌ ଖୁବ୍‌ ଗୁରୁତ୍ତ୍ୱପୂର୍ଣ୍ଣ ରହିଛି। କଥିତ ଭାବେ ଫିଲ୍ମରେ ହନୁମାନଙ୍କର ଏଣ୍ଟ୍ରି ସହ ପାର୍ଟ-୧ ସମାପ୍ତ ହେବ, ଯାହା ଭଗବାନ ରାମ ଓ ଲକ୍ଷ୍ମଣଙ୍କୁ ଦେବୀ ସୀତାଙ୍କୁ ରାବଣ ଠାରୁ ଉଦ୍ଧାର କରିବାରେ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି। ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ‘ରାମାୟଣ’ ୨୦୨୬ର ଦିପାବଳୀରେ ଫିଲ୍ମ ହଲରେ ରିଲିଜ ହେବ। ଫିଲ୍ମର ଦ୍ୱିତୀୟ ଭାଗ ୨୦୨୭ର ଦିପାବଳୀରେ ରିଲିଜ ହେବ। କହି ରଖୁଛୁ କି, ୩ ଜୁଲାଇରେ ମେକର୍ସ ରାମାୟଣର ଟିଜର ଜାରି କରିଥିଲେ। ଏହି ଟିଜରର ଶେଷରେ ରଣବୀର କପୁର ଓ ୟଶଙ୍କ ଏକ ଝଲକ ଦେଖାଯାଇ ଥିଲା। ଏହି ଟିଜର ପ୍ରଶଂସକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଏକ୍ସାଇଟମେଣ୍ଟ ଆହୁରି ବଢାଇ ଦେଇଛି। ଫିଲ୍ମରେ ଲକ୍ଷ୍ମଣଙ୍କ ଭୂମିକା ଟିଭି ଅଭିନେତା ରବି ଦୁବେ କରୁଛନ୍ତି।

ରେ କିମ୍ବା ସମ୍ବାଦ | 12 Jul 2025 1:40 am

ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ନିଷ୍ପତ୍ତି, ଶନିବାରଠୁ ରାଜ୍ୟରେ ଗଡ଼ିବ ସବୁ ଘରୋଇ ବସ୍

ପୁରୀ : ଡ୍ରାଇଭର ମହାସଂଘର ଧର୍ମଘଟ ଯୋଗୁ ପୂରା ରାଜ୍ୟରେ ପ୍ରଭାବିତ ହୋଇଛି ଯାତ୍ରୀ ପରିବହନ। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ। ଏମିତିରେ ଡ୍ରାଇଭର ମହାସଂଘର ଆନ୍ଦୋଳନରେ ଆଉ ସାମିଲ ନହୋଇ ଶନିବାର ଠାରୁ ବସ୍‌ ଚଳାଚଳ ସ୍ବାଭାବିକ କରିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଏନେଇ ଡ୍ରାଇଭର ମହାସଂଘକୁ ସୂଚନା ଦିଆଯାଇଛି ଏବଂ ସରକାର ମଧ୍ୟ ସୁରକ୍ଷା ଯୋଗାଇଦେବେ ବୋଲି ସୂଚନା ଦେଇଛି ଘରୋଇ ମାଲିକ ସଂଘ। ଓଡ଼ିଶା ବସ୍ ମାଲିକ ସଂଘର ସଭାପତି ଲୋକନାଥ ପାଣି କହିଛନ୍ତି, ଡ୍ରାଇଭର ସଂଘକୁ ଏନେଇ ଅବଗତ କରିଛୁ। ଧାରଣା ଗୋଟିଏ ଦିନରୁ ଚାରି ଦିନରେ ପହଞ୍ଚିଲାଣି । ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ସାଧାରଣ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ କୌଣସି ଗାଡ଼ିକୁ ନଅଟକାଇବାକୁ ଡ୍ରାଇଭର ସଂଘକୁ ଅନୁରୋଧ। ସେ ଆହୁରି କହିଛନ୍ତି ଆଲୋଚନା ସଫଳ ହୋଇଥିବା ମନ୍ତ୍ରୀ କହିଥିଲେବି ଡ୍ରାଇଭରମାନେ ଲିଖିତ ପ୍ରତିଶ୍ରୁତିକୁ ନେଇ ଅଡ଼ି ବସିଛନ୍ତି। ଏଥିପାଇଁ ଆମେ ସରକାରଙ୍କୁ ମଧ୍ୟ ନିବେଦନ କରୁଛୁ ସେମାନଙ୍କୁ ଲିଖିତ ପ୍ରତିଶ୍ରୁତି ଦିଅନ୍ତୁ। ସୂଚନାଯୋଗ୍ୟ, ୬ ଦଫା ଦାବିରେ ଗତ ମଙ୍ଗଳବାରଠାରୁ ଧାରଣରେ ବସିଛି ଓଡ଼ିଶା ଡ୍ରାଇଭର ମହାସଂଘ।ମଞ୍ଚ ପକ୍ଷରୁ ହୋଇଥିବା ୬ ଦଫା ଦାବି ଗୁଡ଼ିକ ହେଲା,ଓଡିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଏବଂ ୱାର୍କର୍ ୱେଲଫେୟାର ବୋର୍ଡରେ ଅଟୋ ଡ୍ରାଇଭରକୁ ସାମିଲ। ଜନ ସାଧାରଣଙ୍କ ଆକ୍ରୋଶରେ ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ତିଆରି କରାଯାଉ। ବୃତିଗତ ଡ୍ରାଇଭରଙ୍କୁ ୬୦ ବର୍ଷ ବୟସ ପରେ ସ୍ବତନ୍ତ୍ର ଭତ୍ତା ପ୍ରଦାନ କରାଯାଉ । ପ୍ରତି ୧୦୦ କିଲୋମିଟର ଅନ୍ତରାଳରେ ଗାଡ଼ି ପାକିଂ ଏବଂ ଡ୍ରାଇଭରମାନଙ୍କ ବିଶ୍ରାମ ନେବାପାଇଁ ବିଶ୍ରାମଗାର ଏବଂ ଶୌଚାଳୟ ବ୍ୟବସ୍ଥା। ଓଡ଼ିଶାରେ ଥିବା ପ୍ରତ୍ୟକ ଖଣି ଖାଦାନ ଏବଂ କାରଖାନା ଗୁଡ଼ିକରେ ଶତକଡ଼ା ୭୦% ଓଡ଼ିଶାର ଡ୍ରାଇଭରଙ୍କୁ କାମ ଦେବା। ସେହିଭଳି ସେପ୍ଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯାଉ ବୋଲି ମହାମଞ୍ଚ ଦାବି କରିଛି।

ରେ କିମ୍ବା ସମ୍ବାଦ | 12 Jul 2025 1:39 am

ସମାରୋହରେ ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କରିବା ଆରମ୍ଭ କଲେ PKK ଯୋଦ୍ଧାମାନେ, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ - ଇରାକୀ କୁର୍ଦିସ୍ତାନର ସୁଲେମାନିଆ ନିକଟରେ ଏକ ଉତ୍ସବରେ, ଶୁକ୍ରବାର ଦିନ କୁର୍ଦିସ୍ତାନ ୱାର୍କର୍ସ ପାର୍ଟି (PKK)ର ଯୋଦ୍ଧାମାନେ ସେମାନଙ୍କର ଅସ୍ତ୍ରଶସ୍ତ୍ର ରଖିବା ଆରମ୍ଭ କରିଛନ୍ତି। ଏଏଫପିର ଜଣେ ପ୍ରତିନିଧିଙ୍କ କହିବାନୁସାରେ, ତୁର୍କୀ ବିରୁଦ୍ଧରେ ୪୦ ବର୍ଷର ସଶସ୍ତ୍ର ବିଦ୍ରୋହ ପରେ ଏହି ନିରସ୍ତ୍ରୀକରଣ ଉତ୍ସବ ଅନୁଷ୍ଠିତ ହେଉଛି ଏବଂ ଏଥିରେ ୩୦ ଜଣ ପିକେକେ ଫାଇଟର ବା ଯୋଦ୍ଧା ସାମିଲ ହୋଇଥିଲେ, ଯେଉଁମାନେ ପ୍ରତୀକାତ୍ମକ ଭାବରେ ସେମାନଙ୍କର ଅସ୍ତ୍ରଶସ୍ତ୍ର ନଷ୍ଟ କରି ଦେଇଥିଲେ। ସା ମ୍ୱାଦିକଙ୍କ ଅନୁସାରେ, ତିରିଶ ଜଣ PKK ଯୋଦ୍ଧା, ଯେଉଁମାନଙ୍କ ମଧ୍ୟରୁ ଚାରି ଜଣ କମାଣ୍ଡର ଥିଲେ, ସେମାନେ ସେମାନଙ୍କର ଅସ୍ତ୍ରଶସ୍ତ୍ର ଜାଳି ଦେଇଛନ୍ତି। କାହିଁକି PKK ଭାଙ୍ଗି ଯାଉଛି ? PKKର ଏକ ବିବୃତ୍ତିରେ ଲେଖାଯାଇଛି ଯେ, ଶାନ୍ତି ଓ ଗଣତାନ୍ତ୍ରିକ ସମାଜ' ପ୍ରକ୍ରିୟାର ବ୍ୟବହାରିକ ସଫଳତାକୁ ସୁନିଶ୍ଚିତ କରିବା ପାଇଁ, ଆମେ ସଦ୍ଭାବନା ଏବଂ ଦୃଢ଼ତା ସ୍ୱରୂପ, ସ୍ୱେଚ୍ଛାକୃତ ଭାବେ ଆମର ଅସ୍ତ୍ରଶସ୍ତ୍ର ନଷ୍ଟ କରୁଛୁ, ଆମେ କାମନା କରୁଛୁ ଯେ, ଏହି ପଦକ୍ଷେପ ଶାନ୍ତି ଏବଂ ସ୍ୱାଧୀନତା ଆଣିବ। ୧୯୯୯ ମସିହାରୁ ଇସ୍ତାନବୁଲ ନିକଟରେ ଜେଲରେ ଥିବା ନେତା ଅବଦୁଲ୍ଲା ଓକାଲାନ, ଫେବୃଆରୀରେ ଏକ କଂଗ୍ରେସ ଡାକି ଆନୁଷ୍ଠାନିକ ଭାବରେ ଭାଙ୍ଗିବା ଏବଂ ନିରସ୍ତ୍ରୀକରଣ କରିବାକୁ ତାଙ୍କ ଗୋଷ୍ଠୀକୁ ଅନୁରୋଧ କରିଥିଲେ। ଏହା ପରେ ପିକେକେ ମେ’ ମାସରେ ଘୋଷଣା କରିଥିଲା ଯେ, ଏହା ସଶସ୍ତ୍ର ସଂଘର୍ଷକୁ ଭାଙ୍ଗିବ ଏବଂ ଅସ୍ତ୍ରଶସ୍ତ୍ରକୁ ପରିତ୍ୟାଗ କରିବ। ଓକାଲାନ କହିଥିଲେ , ମୁଁ ଅସ୍ତ୍ରଶସ୍ତ୍ର ନୁହେଁ, ରାଜନୀତି ଏବଂ ସାମାଜିକ ଶାନ୍ତିର ଶକ୍ତିରେ ବିଶ୍ୱାସ କରେ। ମୁଁ ଆପଣଙ୍କୁ ଏହି ନୀତିକୁ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରୁଛି, ଓକାଲାନ ଆହୁରି ମଧ୍ୟ କହିଥିଲେ, ନିରସ୍ତ୍ରୀକରଣ ପ୍ରକ୍ରିୟା ଶୀଘ୍ର କାର୍ଯ୍ୟକାରୀ କରାଯିବ। ଓକାଲାନ ତୁର୍କୀର ସଂସଦକୁ ନିରସ୍ତ୍ରୀକରଣ ତଦାରଖ ଏବଂ ଶାନ୍ତି ପ୍ରକ୍ରିୟା ପରିଚାଳନା ପାଇଁ ଏକ କମିଶନ ଗଠନ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି। କୁର୍ଦ୍ଦ ବହୁଳ ଅଞ୍ଚଳ ଗୁଡ଼ିକରେ କୁର୍ଦ୍ଦିସ୍ ଦାବିକୁ ସମାଧାନ କରିବା ପାଇଁ ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଡୋଗାନଙ୍କ ସରକାରକୁ ଦାବି କରାଯାଇଛି। ପିକେକେ କଣ ? ପ୍ରଥମ ବିଶ୍ୱଯୁଦ୍ଧ ଶେଷ ହେବା ପରେ ପଶ୍ଚିମ ମିତ୍ରମାନେ ସୀମା ପୁନଃନିର୍ମାଣ କରିବା ସମୟରେ ,କୁର୍ଦ୍ଦମାନେ ଅତି କମରେ ୩୦ ନିୟୁତ ଲୋକଙ୍କର ଏକ ଜାତିଗତ ଗୋଷ୍ଠୀ, ଯେଉଁମାନେ ତୁର୍କୀ, ଇରାକ, ସିରିଆ ଏବଂ ଇରାନ ମଧ୍ୟରେ ବିଭକ୍ତ ହୋଇଥିଲେ। ପିକେକେ ୧୯୭୮ ମସିହାରେ ଏକ ସ୍ୱାଧୀନ କୁର୍ଦ୍ଦିସ୍ ରାଜ୍ୟ ହାସଲ କରିବା ଲକ୍ଷ୍ୟ ନେଇ ପ୍ରତିଷ୍ଠିତ ହୋଇଥିଲା। ହେଲେ, ୧୯୯୦ ଦଶକରେ ସେମାନେ କେବଳ ତୁର୍କୀ ମଧ୍ୟରେ କେବଳ ସ୍ୱାଧିକାର ଖୋଜି ନିଜର ପଥ ପରିବର୍ତ୍ତନ କରିଥିଲେ। ଦୀର୍ଘ ଦଶନ୍ଧି ଧରି ତୁର୍କୀ ସୁରକ୍ଷା ବାହିନୀ ସହିତ ସଶସ୍ତ୍ର ସଂଘର୍ଷ ଏବଂ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ଯୋଗୁଁ ଏହି ଗୋଷ୍ଠୀକୁ ଆଙ୍କାରା, ଆମେରିକା ଏବଂ ୟୁରୋପୀୟ ସଂଘ ଦ୍ୱାରା ଏକ ଆତଙ୍କବାଦୀ ସଂଗଠନ ଭାବରେ ଆଖ୍ୟା ଦିଆ ଯାଇଥିଲା।

ରେ କିମ୍ବା ସମ୍ବାଦ | 12 Jul 2025 1:39 am

୫୦ ଲକ୍ଷ ଟଙ୍କାର ଚରସ ସହ ଜଣେ ବିଟେକ ଛାତ୍ରକୁ ଗିରଫ କଲା ଅବକାରୀ ଟିମ୍, ଆନ୍ଧ୍ରକୁ ହେଉଥିଲା ଚାଲାଣ

କୋରାପୁଟ : ଆନ୍ଧ୍ରକୁ ଚାଲାଣବେଳେ ୫୦ ଲକ୍ଷ ଟଙ୍କାର ଚରସ ଜବତ ସହ ତିନି ଜଣକୁ ଗିରଫ କରିଛି କୋରାପୁଟ ଅବକାରୀ ବିଭାଗ ସ୍କ୍ବାଡ। ଗିରଫ ତିନି ଜଣକ ମଧ୍ୟରେ ଜଣେ ବିଟେକ୍ ଛାତ୍ର ଅଛନ୍ତି। ଶୁକ୍ରବାର ଚରସ ଚାଲାଣ କରୁଥିବା ସମୟରେ ପାଡୁଆ ରେଲୱେ ଷ୍ଟେସନରେ ଧରିଛି ଅବକାରୀ ଟିମ୍। ଜବତ ଚରସର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ। ଏନେଇଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅବକାରୀ ଉପ ଅଧିକ୍ଷକ ସ୍ୱାଗତିକା ମହାନ୍ତି। ସେ କହିଛନ୍ତି ଶୁକ୍ରବାରକୋରାପୁଟ ସଦର ଅବକାରୀ ବିଭାଗ ପକ୍ଷରୁ୧କିଲୋ ଚରସ ସହ ୨୨.୫ କିଲୋ ଗଞ୍ଜେଇ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରାଯାଇଛି। ଗିରଫ ତିନି ଜଣଙ୍କ ମଧ୍ୟରେ ଜଣେ ଆନ୍ଧ୍ର ପ୍ରଦେଶର ବିଟେକ ଛାତ୍ର ସହ ଦୁଇ ସ୍ଥାନୀୟ ବାସିନ୍ଦା ବୋଲି ସୂଚନା ଦିଆଯାଇଛି। ତେବେ ଏମାନେ କୋରାପୁଟର କେଉଁ ଅଞ୍ଚଳରୁ ଚରସ ନେଉଥିଲେ ତାହା ଜଣାପଡ଼ିନଥିବାବେଳେ ଜିଲ୍ଲାରୁ ପ୍ରଥମ ଥର ଏତେ ପରିମାଣର ଚରସ ଜବତ କରାଯାଇଛି। ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି କେଉଁଠି ପ୍ରସ୍ତୁତ କରାଯାଉଛି ତାହାର ତଦନ୍ତ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରେ କିମ୍ବା ସମ୍ବାଦ | 12 Jul 2025 1:39 am

ଧାନ କଟନି ଛଟନିକୁ ବିରୋଧୀ କରି ରାଜ ରାସ୍ତାକୁ ଓହ୍ଲାଇଲେ ଚାଷୀ, ସମର୍ଥନ ଦେଲା ବିଜେଡି

ସତ୍ୟବାଦୀ : ଧାନର ଏଫଏକ୍ୟୁ ମାନକୁ ନେଇ ଚାଷୀ ଓ ମିଲରଙ୍କ ମଧ୍ୟରେ ଦେଖାଦେଇଛି ବିବାଦ। ଯାହାକୁ ନେଇ ଚାଷୀ ଏବେ ରାଜ ରାସ୍ତାରେ। ମଣ୍ଡିରେ ଧାନ ନଦେଇ ଦିନ ଦିନ ଧରି ରାଜ ରାସ୍ତାରେ ଧାନ ବୋଝେଇ ଗାଡି ସହ ପଡ଼ିରହିଛନ୍ତି ଚାଷୀ। ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ ସରକାର ଦେଇଥିବା ପ୍ରତିଶ୍ରୁତିରେ ଫେଲ ହୋଇଛନ୍ତି କହି ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଅନେକ ଚାଷୀ ରାଜରାସ୍ତାକୁ ଓହ୍ଲାଇ ଉଭୟ ପ୍ରଶାସନ ଓ ସରକାରଙ୍କୁ ତୀବ୍ର ଭତ୍ସନା କରିଛନ୍ତି। ଏହା ସହ ପୁରୀ ନିରାକାରପୁର ଜଗନ୍ନାଥ ସଡ଼କ ବିଜିପୁର ଛକରେ ଧାରଣା ଦେଇଛନ୍ତି। ଏହି ସମୟରେ ଚାଷୀଙ୍କୁସମର୍ଥନ ଦେଇଛନ୍ତିବିଜୁ ଜନତା ଦଳର ନେତା ଓ କର୍ମୀ।ବିଜେଡି ଜିଲ୍ଲା ସଭାପତି ଉମାକାନ୍ତ ସାମନ୍ତରାୟଅଭିଯୋଗ କରିଛିଦଳଗତ ମନୋଭାବରଖି ପାତର ଅନ୍ତର କରାଯାଉଛି।ବିଜେପି ଦଳରସମର୍ଥକଙ୍କୁମିଲରଗ୍ରହଣ କରୁଛନ୍ତିଫଳରେ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷତେଜୁଛି। ତେବେ ଚାଷୀଙ୍କୁ ଧାରଣା ଯୋଗୁ କିଛି ସମୟ ପାଇଁ ରାସ୍ତା ଅବରୋଧ ଯୋଗୁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲେ। ଅବଶ୍ୟ ପୋଲିସ ଓ ସ୍ଥାନୀୟ ତହସିଲଦାର ଏବଂ ଅତିରିକ୍ତ ଜିଲ୍ଲାପାଳ ପହଞ୍ଚି ବୁଝାସୁଝା କରି ଖୁବଶୀଘ୍ର ଜିଲ୍ଲାପାଳଙ୍କୁ ଏ ବାବଦରେ ଅବଗତ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା। କିନ୍ତୁ ନ୍ୟାୟ ପାଇଁ ରାଜ ରାସ୍ତା କଡ଼ରେ ଏବେବି ଅନେକ ଚାଷୀ। ଅଭିଯୋଗ ଅନୁଯାୟୀ, ଧାନର ‘FAQ’ମାନ ଯାଞ୍ଚ ନେଇ ୫ରୁ ୧୦ ପ୍ରତିଶତ ଧାନ କାଟିବାକୁ ମିଲର କହିଥିବା ବେଳେ ଏହାକୁ ଚାଷୀମାନେ ବିରୋଧ କରିଥିଲେ । ୫ ପ୍ରତିଶତ ବଦଳରେ ୪ ପ୍ରତିଶତ କାଟିବାରେ ରାଜି ହୋଇଥିଲେ ମଧ୍ୟ ମିଲର ଏଥିରେ ରାଜି ହୋଇନଥିଲା।

ରେ କିମ୍ବା ସମ୍ବାଦ | 12 Jul 2025 1:39 am

ଖେଳାଳିଙ୍କ ବିଦେଶ ଯାତ୍ରା ସମୟରେ ବିସିସିଆଇର ପରିବାର କଟକଣାକୁ ଗମ୍ଭୀରଙ୍କ ସମର୍ଥନ: କହିଲେ, ଦେଶ ପ୍ରଥମ

ନୂଆଦିଲ୍ଲୀ : ଲମ୍ବା ବିଦେଶ ଗସ୍ତ ସମୟରେ କ୍ରିକେଟରଙ୍କ ପରିବାରର ରହଣି ସୀମିତ କରିବା ନେଇ ବିସିସିଆଇର ନିର୍ଦ୍ଦେଶକୁ ପୁଣିଥରେ ସମର୍ଥନ କରିଛନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର। ଖେଳାଳିମାନେ କୌଣସି ଛୁଟିରେ ନୁହେଁ ବରଂ ଜାତୀୟ କର୍ତ୍ତବ୍ୟରେ ଅଛନ୍ତି ବୋଲି ଅନୁଭବ କରିବା ଉଚିତ ବୋଲି ଗମ୍ଭୀର କହିଛନ୍ତି। ସୋନି ସ୍ପୋର୍ଟସ୍ ନେଟୱାର୍କରେ ଚେତେଶ୍ୱର ପୂଜାରାଙ୍କ ସହ କଥାବାର୍ତ୍ତା ସମୟରେ ଗମ୍ଭୀର ଏହା କହିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ, ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ବିପକ୍ଷରେ ଦଳର ୩-୧ ପରାଜୟ ପରେ ବିସିସିଆଇ ଖେଳାଳିଙ୍କ ଯାତ୍ରା ନୀତିରେ ସଂଶୋଧନ କରିଥିଲା। ନୂଆ ନୀତି ଅନୁଯାୟୀ, ଖେଳାଳିମାନେ ୪୫ ଦିନରୁ ଅଧିକ ଦିନ ବିଦେଶ ଗସ୍ତରେ ରହିଲେ ସେମାନଙ୍କ ପରିବାର ସର୍ବାଧିକ ଦୁଇ ସପ୍ତାହ ଖେଳାଳିଙ୍କ ସହ ରହିପାରିବେ। ସେହିପରି ଛୋଟ ଟୁର୍ ପାଇଁ, ମାତ୍ର ସାତ ଦିନ ପାଇଁ ପରିବାରକୁ ସାଂଗରେ ରହିବାକୁ ଅନୁମତି ଦିଆଯାଇଥିଲା। ଏନେଇ କମ୍ଭୀର କହିଛନ୍ତି ପରିବାରର ଭୂମିକା ଗୁରୁତ୍ୱପୂର୍ଣ୍ଣ,କିନ୍ତୁ ଆପଣଙ୍କୁ ଗୋଟିଏ କଥା ବୁଝିବାକୁ ପଡିବ ଯେ ଆପଣ ଏଠାକୁ ଏକ ଉଦ୍ଦେଶ୍ୟ ନେଇ ଆସିଛନ୍ତି। ଏହା କୌଣସି ଛୁଟି ଦିନ ନୁହେଁ। ଆପଣ ଏଠାରେ ଏକ ବିରାଟ ଉଦ୍ଦେଶ୍ୟ ପାଇଁ ଆସିଛନ୍ତି। ସେହି ଡ୍ରେସିଂ ରୁମରେ କିମ୍ବା ଏହି ଟୁରରେ ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ଦେଶକୁ ଗର୍ବିତ କରିବାର ସୁଯୋଗ ପାଆନ୍ତି। ତେବେ ହଁ,ମୁଁ ଆମ ସହିତ ପରିବାର ନ ରଖିବା ବିରୋଧରେ ନୁହେଁ। ପୂର୍ବରୁ, ଷ୍ଟାର ବ୍ୟାଟର ବିରାଟ କୋହଲି ଏବଂ ରୋହିତ ଶର୍ମା ଖେଳାଳିମାନଙ୍କ ସହିତ ପରିବାର ରଖିବା ସପକ୍ଷରେ ମତ ଦେଇଥିଲେ। ପରିବାର ରହିଲେ ଚାପ ସମୟରେ ବ୍ୟକ୍ତିଗତ ସପୋର୍ଟ ମିଳେ। ତଥାପି, ଗମ୍ଭୀର ଦେଶକୁ ଆଗରେ ରଖିବାକୁ ଗୁରୁତ୍ୱ ଦେଇଥିଲେ।

ରେ କିମ୍ବା ସମ୍ବାଦ | 12 Jul 2025 1:39 am

ଟ୍ରମ୍ପ ପ୍ରଶାସନର ବଡ଼ ପଦକ୍ଷେପ, ବିଦେଶ ବିଭାଗରୁ ବାହାରିଲେ ୧୩୦୦ ଅଫିସର

ୱାସିଂଟନ ୧୧।୭: ଆମେରିକା ଷ୍ଟେଟ୍ ଡିପାର୍ଟମେଣ୍ଟରୁ ୧୩ଶହରୁ ଅଧିକ କର୍ମଚାରୀ ଓ ଅଧିକାରୀଙ୍କୁ ଚାକିରୀରୁ ବାହାର କରି ଦିଆଯାଇଛି। ଟ୍ରମ୍ପ ପ୍ରଶାସନ ଦ୍ୱାରା ଆରମ୍ଭ କରାଯାଇଥିବା ରିଅର୍ଗାନାଇଜେସନ ପ୍ଲାନ (ପୁନର୍ଗଠନ ଯୋଜନା)ର ଏହା ଅଂଶବିଶେଷ । ଶୁକ୍ରବାର ଜାରି ଏକ ଅଧିକାରୀକ ନୋଟିସ୍ ଅନୁସାରେ ୧୧୦୭ ସିଭିଲ ସର୍ଭିସ ଓ ୨୪୬ ବିଦେଶ ସେବା ଅଧିକାରୀଙ୍କୁ ବରଖାସ୍ତ ଆଦେଶ ଧରାଇ ଦିଆଯାଇଛି। ଅଧିକାରୀଙ୍କ ଅନୁସାରେ ବିଭାଗୀୟ ପୁନର୍ଗଠନ ଯୋଜନାରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି, ଯାହାର ଉଦ୍ଦେଶ୍ୟ ଘରୋଇ ସଞ୍ଚାଳନକୁ ସୁଲଭ ଓ କୁଟନୈତିକ ପ୍ରାଥମିକତା ଉପରେ କେନ୍ଦ୍ରିତ କରିବା। ବିଭାଗ ପକ୍ଷରୁ ଜାରି ନୋଟରେ କୁହାଯାଇଛି ଯେ ଏହି କର୍ମଚାରୀ ହ୍ରାସ ନନକୋର ଫଙ୍କସନ, ଦୋହରା ବିଭାଗ ଓ ସେହି ସବୁ ଡିପାର୍ଟମେଣ୍ଟରେ କରାଯାଇଛି ଯେଉଁଠି କାର୍ଯ୍ୟ ଓ ଦାୟିତ୍ୱକୁ କେନ୍ଦ୍ରୀୟକୃତ କରି ରିମାର୍କେବଲ ଇଫିସେନ୍ସୀ ହାସଲ କରାଯାଇ ପାରିବ। ଚାକିରୀରୁ ଛଟେଇ ପାଇଁ ସିଭିଲ ସର୍ଭିସ ଅଧିକାରୀଙ୍କ ଲାଗି ୬୦ ଦିନ ଅବଧି ଧାର୍ଯ୍ୟ କରାଯାଇଥିବା ବେଳେ ବିଦେଶ ସେବା ଅଧିକାରୀଙ୍କୁ ୧୨୦ ଦିନ ଲାଗି ପ୍ରଶାସନିକ ଅବକାଶରେ ରଖାଯାଇଛି। ଏହି ଅବଧି ପରେ ଏହି ଅଧିକାରୀମାନଙ୍କ ସେବା ସମାପ୍ତ କରିଦିଆଯିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ବିଦେଶ ମନ୍ତ୍ରୀ ମାର୍କୋ ରୁବିୟୋ ଏହି କର୍ମଚାରୀ ଛଟେଇକୁ ସ୍ୱାଗତ କରିଛନ୍ତି। ରୁବିୟୋ କହିଛନ୍ତି ଯେ ଆମେ ଷ୍ଟେଟ ଡିପାର୍ଟମେଣ୍ଟକୁ ଅଧିକ କୁଶଳ କରିବା ପାଇଁ ଏକ ସୁଚିନ୍ତିତ ପଦକ୍ଷେପ ନେଇଛୁ। ଏଥିରେ ନା କେବଳ କର୍ମଚାରୀଙ୍କୁ ଛଟେଇ କରାଯାଉଛି ବରଂ ଅନେକ ପଦ ଉଚ୍ଛେଦ ମଧ୍ୟ ହେବ। ତେବେ ଏହି ନିଷ୍ପତ୍ତିକୁ କେତେକ ପୂର୍ବ ଓ ବର୍ତ୍ତମାନର କୂଟନୈତିଜ୍ଞ ସମାଲୋଚନା କରୁଛନ୍ତି। ଆମେରିକାନ ଫରେନ ସର୍ଭିସ ଆସୋସିଏସନ (ଏଏଫଏସଏ) ଏହି ପଦକ୍ଷେପକୁ ଜାତୀୟ ହୀତ ନିମନ୍ତେ ବିପଦଜନକ ବୋଲି କହିଛି। ଆସୋସିଏସନ ଅଧ୍ୟକ୍ଷ ଟମ ୟାଜଦଗର୍ଦ୍ଦି କହିଛନ୍ତି ଯେ ବିଦେଶ ସେବାରେ ଏପରି ବ୍ୟବଧାନ ଯୁକ୍ତରାଷ୍ଟ୍ର ଆମେରିକାର ବୈଶ୍ୱିକ ଛବି ଓ ସୁରକ୍ଷା ଉପରେ ପ୍ରଭାବ ପକାଇବ। ଏଇଭଳି ରିଡକ୍ସନ ଇନ ଫୋର୍ସ ନୀତି ଶେଷ ଅପସନ ହେବା ଦରକାର। ତେବେ ଏହି କର୍ମଚାରୀ ଛଟେଇ ଯୋଜନାକୁ ଆମେରିକା ସୁପ୍ରିମକୋର୍ଟରୁ ଲିଗାଲ ଆପ୍ରୁଭାଲ ମିଳି ସାରିଛି। ହେଲେ ଏ ସମ୍ପର୍କିତ ଆଇଗତ ଚ୍ୟାଲେଞ୍ଜ ଏବେବି ରହିଛି। ବିଭାଗ ଦିନକ ପୂର୍ବରୁ କର୍ମଚାରୀଙ୍କୁ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲା। କୁହାଯାଉଛି ଏହି ପୁନର୍ଗଠନ ଯୋଜନା ୟୁଏସ ଏଜେନ୍ସୀ ଫର ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ (ୟୁଏସଏଆଇଡି) ଓ ଶିକ୍ଷା ବିଭାଗ ଭଳି ସଂସ୍ଥାଙ୍କୁ ସମାପ୍ତ କରିବା ପାଇଁ ରଣନୀତିର ଅଂଶବିଶେଷ। ଏହି ଯୋଜନା ଅନ୍ତର୍ଗତ ୩୦୦ରୁ ଅଧିକ ବ୍ୟୁରୋ ଓ କାର୍ଯ୍ୟାଳଙ୍କ କାମର ବିଲୟ ଅଥବା ପୁନନିର୍ଦ୍ଧାରଣ କରାଯିବ।

ରେ କିମ୍ବା ସମ୍ବାଦ | 12 Jul 2025 1:39 am

ଜୁଲାଇ ୧୫ରେ ଭାରତରେ ଖୋଲିବ ଟେସଲାର ପ୍ରଥମ ଶୋ’ ରୁମ୍, ସାମ୍‌ନାକୁ ଆସିଲା ଫାର୍ଷ୍ଟ ଲୁକ୍

ମୁମ୍ବାଇ : ଏଲନ ମସ୍କଙ୍କ ଇଲେକ୍ଟ୍ରିକ କାର୍‌ କମ୍ପାନି ଟେସଲା ଜୁଲାଇ ୧୫ରେ ଭାରତରେ ଏହାର ପ୍ରଥମ ଷ୍ଟୋର ଆରମ୍ଭ କରିବାକୁ ଯାଉଛି। ଏହି ଷ୍ଟୋର ମୁମ୍ବାଇରେ ଖୋଲିବ। ଏହି ଷ୍ଟୋର ଲୋକଙ୍କ ପାଇଁ ଏକ ଏକ୍ସପିରିଏନ୍ସ ସେଣ୍ଟର ଭାବରେ ମଧ୍ୟ କାମ କରିବ। ଅର୍ଥାତ ଏଠାରେ ଗାଡ଼ି ବିକ୍ରି ସହ ଲୋକେ ଟେସଲାର ଟେକ୍ନୋଲୋଜି ଏବଂ ଫିଚର୍ସକୁ ମଧ୍ୟ ଦେଖିପାରିବେ। ସୂଚନାଥାଉକି, କମ୍ପାନି ପୂର୍ବରୁ ମୁମ୍ବାଇ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ୪ ହଜାର ବର୍ଗ ଫୁଟ୍‌ର ରିଟେଲ ସ୍ପେସ ପାଇଁ ଲିଜ୍‌ ସାଇନ କରିଥିଲା। ମୁମ୍ବାଇ ବାନ୍ଦ୍ରା କୁର୍ଲା କମ୍ଲେକ୍ସରେଆପଲର ଫ୍ଲାଗସିପ୍ ଷ୍ଟୋରମଧ୍ୟ ରହିଛି। ତେବେପ୍ରଥମ ପର୍ଯ୍ୟାୟରେ,ଟେସଲା ଏହାର ମଡେଲ୍Y SUV ବିକ୍ରି କରିବ। ଏହା ଟେସଲାରସାଂଘାଇ କାରଖାନାରୁ ଆମଦାନୀ ହୋଇଛି।ଭାରତରେ ଏହି କାର୍‌ରମୂଲ୍ୟ ପ୍ରାୟ୪୮ଲକ୍ଷ ଟଙ୍କା ହୋଇପାରେ। ମଡେଲ୍Yହେଉଛି ବିଶ୍ୱର ସର୍ବାଧିକ ବିକ୍ରି ହେଉଥିବା ଇଲେକ୍ଟ୍ରିକ୍ କାର କମ୍ପାନୀର ମଡେଲYହେଉଛି ବିଶ୍ୱର ସର୍ବାଧିକ ବିକ୍ରି ହେଉଥିବା ଇଲେକ୍ଟ୍ରିକ୍ କାର। ଭାରତୀୟ ଗ୍ରାହକମାନେ ମଧ୍ୟ ଏହାକୁ ପସନ୍ଦ କରିପାରନ୍ତି। କମ୍ପାନିଆମେରିକା,ଚୀନ୍ ଏବଂ ନେଦରଲ୍ୟାଣ୍ଡସ୍‌ରୁ ସୁପରଚାର୍ଜର ଉପାଦାନ,କାର୍ ଆସେସୋରିଜ୍,ସାମଗ୍ରୀ ଏବଂ ସ୍ପେୟାର ସାମଗ୍ରୀ ମଧ୍ୟ ଆମଦାନୀ କରିଛି। ଶୋ’ରୁମ୍ ଭଡ଼ା ମାସିକ ପ୍ରାୟ୩୫ଲକ୍ଷ ରିପୋର୍ଟ ଅନୁଯାୟୀ,ଟେସଲା ମୁମ୍ବାଇର ବିକେସିରେ ଥିବା ମେକର ମ୍ୟାକ୍ସିଟି ବିଲଡିଂରଏହି ସ୍ଥାନକୁ ୫ବର୍ଷ ପାଇଁ ଭଡ଼ାରେନେଇଛି।ଯାହାର ଭଡ଼ା ମାସିକପ୍ରାୟ୩୫ଲକ୍ଷ ଟଙ୍କା।ଶୋ'ରୁମରେ ଟେସଲାର ପ୍ରିମିୟମ୍ ଇଲେକ୍ଟ୍ରିକ୍ ଯାନରହିବ।ଏଠାରେ ଗ୍ରାହକମାନେ ଟେଷ୍ଟ ଡ୍ରାଇଭ୍ କରିବାର ସୁଯୋଗ ମଧ୍ୟ ପାଇବେ। କମ୍ପାନିଏବେ ଭାରତରେ କେବଳ ଆମଦାନୀ ହୋଇଥିବା କାର ବିକ୍ରି କରିବ କମ୍ପାନି ମୁମ୍ବାଇରେ ପ୍ରଥମ ଶୋରୁମ୍ ଖୋଲିବାକୁ ଯାଉଥିଲେବି, ଟେସଲା ଏପର୍ଯ୍ୟନ୍ତ ଭାରତରେ ଏହାର କାରଖାନା ସ୍ଥାପନ କରିବାକୁ ନିଷ୍ପତ୍ତି ନେଇନାହିଁ। ନିକଟରେ କିଛି ଖବରରେ କୁହାଯାଇଥିଲା ଯେ, ଟେସଲା ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ ଏବଂ ତେଲେଙ୍ଗାନାରେ କାରଖାନା ତିଆରି କରିବାକୁ ଯୋଜନା କରୁଛି। କିନ୍ତୁ ବର୍ତ୍ତମାନ କମ୍ପାନି ଭାରତରେ କେବଳ ଆମଦାନୀ ହୋଇଥିବା କାର ବିକ୍ରୟ ଉପରେ ଧ୍ୟାନ ଦେଉଛି।

ରେ କିମ୍ବା ସମ୍ବାଦ | 12 Jul 2025 1:39 am

କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କୁ ହତ୍ୟା ଧମକ: ଥାନାରେ ମାମଲା ରୁଜୁ

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଏବଂ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ମୁଖ୍ୟ ଚିରାଗ ପାସୱାନଙ୍କୁ ହତ୍ୟା ଧମକ ଦିଆଯାଇଛି। ସୋସିଆଲ ମିଡିଆରେ ତାଙ୍କୁ ହତ୍ୟା ଧମକ ଦିଆଯାଇଛି ବୋଲି ତାଙ୍କ ଦଳର ମୁଖ୍ୟ ମୁଖପାତ୍ର ରାଜେଶ ଭଟ୍ଟ ଶୁକ୍ରବାର ସୂଚନା ଦେଇଛନ୍ତି। ଏନେଇ ଶ୍ରୀ ଭଟ୍ଟ ପାଟନାର ସାଇବର ପୋଲିସ ଷ୍ଟେସନରେ ଏକ ଅଭିଯୋଗ ଦାଖଲ କରି ଏହି ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଅଭିଯୋଗ ଅନୁଯାୟୀ, 'ଟାଇଗର ମେରାଜ ଇଦରିସି' ନାମରେ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ଚଳାଉଥିବା ଜଣେ ବ୍ୟକ୍ତି ଏହି ଧମକ ଦେଇଛି। ସେ ଜଣେ ୟୁଟ୍ୟୁବର-ସାମ୍ବାଦିକଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟରେ କମେଣ୍ଟ ଦେଇ ଏହି ଧମକ ଦେଇଛି। ଯେଉଁଥିରେ ଇଦରିସ କହିଛି ଯେ ୨୦ ଜୁଲାଇରେ ଚିରାଗ ପାସୱାନସୁ ବୋମମାଡ କରି ଉଡାଇ ଦିଆଯିବ। ଏହାକୁ ନେଇ ବିହାରରେ ହଇଚଇ ସୃଷ୍ଟି ହୋଇଛି। ରାଜେଶ ଭଟ୍ଟଙ୍କ ଦ୍ୱାରା ଦାୟର କରାଯାଇଥିବା ଏଫଆଇଆରରେ କୁହାଯାଇଛି ଯେ ମିରାଜ ଇଦ୍ରିସି ନାମକ ଜଣେ ୟୁଜର୍ ୟୁଟ୍ୟୁବର ସାମ୍ବାଦିକ ଦକ୍ଷ ପ୍ରିୟାଙ୍କ ପୋଷ୍ଟରେ କମେଣ୍ଟ ଦେଇ ଏହି ଧମକ ଦେଇଛନ୍ତି। ପାସୱାନଙ୍କ ବର୍ଦ୍ଧିତ ଲୋକପ୍ରିୟତା ଯୋଗୁ ଏହି ଧମକ ଦିଆଯାଇଛି ବୋଲି ରାଜେଶ ଭଟ୍ଟ ଦାବି କରିଛନ୍ତି। ତୁରନ୍ତ ଘଟଣାକୁ ଗୁରୁତର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଇବର କ୍ରାଇମ୍ ପୋଲିସ ଷ୍ଟେସନର ଭାରପ୍ରାପ୍ତ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ଏଲଜେପି ମୁଖପାତ୍ର। ଏନେଇ ସେ କହିଛନ୍ତି ଯେ ଏହି କାର୍ଯ୍ୟ ଅପରାଧୀକ ଉଦ୍ଦେଶ୍ୟ ଏବଂ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତିକୁ ସ୍ପଷ୍ଟ ଭାବରେ ପ୍ରତିଫଳିତ କରୁଛି। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଆପଣ ଏହି ଘଟଣାର ଗମ୍ଭୀରତାକୁ ଅନୁଭବ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରନ୍ତୁ। ଦୟାକରି ବିଳମ୍ବ ନକରି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରନ୍ତୁ ଏବଂ ଯଥାସମ୍ଭବ କଠୋର ଦଣ୍ଡ ପ୍ରଦାନ କରନ୍ତୁ। ସୂଚନା ଥାଉକି, ଚିରାଗ ପାସୱାନଙ୍କୁ ପୂର୍ବରୁ ଜେଡ୍ ସୁରକ୍ଷା ପ୍ରଦାନ କରାଯାଇଛି। ଯେଉଁଥିରେ ୩୩ ଜଣ ସଶସ୍ତ୍ର କମାଣ୍ଡୋ ନିୟୋଜିତ ଅଛନ୍ତି। ଦଳ ପୋଲିସ ପ୍ରଶାସନ ନିକଟରେ ଦାବି କରିଛି ଯେ ଏହି ମାମଲାର ଗମ୍ଭୀରତାର ସହିତ ତଦନ୍ତ କରାଯାଉ ଏବଂ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯାଉ।

ରେ କିମ୍ବା ସମ୍ବାଦ | 12 Jul 2025 1:39 am

ଚନ୍ଦ୍ରରେ କାହିଁକି ହୁଏ ଭୂମିକମ୍ପ, କେତେ ହୋଇଥାଏ ଭୟଙ୍କର ? ; ନାସାର ରିପୋର୍ଟରେ ଖୁଲାସା

ନୂଆଦିଲ୍ଲୀ – ପୃଥିବୀ ଠାରୁ ଅଲଗା ହୋଇଥାଏ ମୁନକ୍ୱେକ୍ସ..ଦିଲ୍ଲୀ-ଏନସିଆର ସମେତ ଦେଶର ଅନେକ ଭାଗରେ ଭୂକମ୍ପର ଖବର ଆସୁଛି, ହେଲେ କେବେ ଆପଣ ଭାବିଛନ୍ତି ଯେ, ଚନ୍ଦ୍ରରେ କଣ ଭୂକମ୍ପ ହୋଇଥାଏ। ଉତ୍ତର ଆସିବ ହଁ ଚନ୍ଦ୍ରରେ ଭୂକମ୍ପ ହୋଇଥାଏ। ଏହାକୁ ମୁନକ୍ୱେକ୍ସ କହନ୍ତି। ଚନ୍ଦ୍ରରେ ହେଉଥିବା ଭୂକମ୍ପ ପୃଥିବୀ ତୁଳନାରେ ଭିନ୍ନ ହୋଇଥାଏ। ଏହା ଘଟିବାର କାରଣ ମଧ୍ୟ କିଛି ମାତ୍ରାରେ ଅଲଗା ହୋଇଥାଏ। ଆମେରିକୀୟ ସ୍ପେସ୍‌ ଏଜେନ୍ସି ନାସା ଚନ୍ଦ୍ରରେ ଆସୁଥିବା ଭୂକମ୍ପକୁ ପ୍ରଥମ ଥର ୧୯୬୯ରୁ ୧୯୭୭ ମଧ୍ୟରେ ଅପୋଲୋ ମିଶନ ବେଳେ ରେକର୍ଡ କରିଥିଲା। କାହିଁକି ଚନ୍ଦ୍ରରେ ଭୂକମ୍ପ ହୁଏ … ଚନ୍ଦ୍ରରେ ଭୂକମ୍ପରେ ହେବାର ଚାରୋଟି କାରଣ କୁହାଯାଇଛି। ପ୍ରଥମ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି। ଏହାକୁ ଡିପ୍‌ ମୁନକ୍ୱେକ୍ସ କହନ୍ତି। ଦ୍ୱିତୀୟ , ଚନ୍ଦ୍ରର ପୃଷ୍ଠରେ ହେବାକୁ ଥିବା ଫାଟ। ଏହିପରି ଭୂକମ୍ପକୁ ଶାଲୋ ମୁନକ୍ୱେକ୍ସ( Shallow Moonquakes ) କହନ୍ତି। ଏହା ବି କାରଣ ଯେ, ଚନ୍ଦ୍ରରେ ଦିନ ଓ ରାତିର ତାପମାତ୍ରାରେ ଖୁବ୍‌ ପରିବର୍ତ୍ତନ ମଧ୍ୟ ଭୂକମ୍ପର କାରଣ ହୋଇଥାଏ। ଏହିପରି ଭୂକମ୍ପକୁ ଥର୍ମାଲ ମୁନକ୍ୱେକ୍ସ କହନ୍ତି। ସେଠାରେ ଉଲକା ପିଣ୍ଡ ଗୁଡ଼ିକର ଧକ୍କା ହେବା ଯୋଗୁଁ ହେଉଥିବା ଭୂକମ୍ପକୁ ଉଲକାପିଣ୍ଡ ପ୍ରଭାବ କହିନ୍ତି। ଭୂକମ୍ପ କେତେ ଧ୍ୱଂସ ଲୀଳା ସୃଷ୍ଟି କରେ – ଚନ୍ଦ୍ରରେ ହେବାକୁ ଥିବା ଭୂକମ୍ପ କେତେ ସମୟ ଯାଏ ରହେ, ଏହି ବିଷୟରେ କିଛି କୁହାଯାଇ ପାରିବ ନାହିଁ। ଅନେକ ଥର ଏହା କିଛି ସେକେଣ୍ଡ ବା ମିନିଟ୍‌ରେ ଶେଷ ହୋଇଥାଏ। ଆଉ କେତେ ବେଳେ ଏହା ୧୦ ମିନିଟ୍‌ ଯାଏ ରହିଥାଏ। ବିଶେଷ କଥା ଏହା ଯେ, ଏଠାରେ କମ୍ପନ୍ନ କମ୍‌ ହୋଇ ଥାଏଷ କିନ୍ତୁ ପ୍ରଭାବ ଅଧିକ ହୋଇଥାଏ। ଏହାର ତୀବ୍ରତା ଯଦିଓ କମ୍‌ ଥାଏ, କିନ୍ତୁ ଏହାର ଏନର୍ଜୀ ଦୀର୍ଘ ସମୟ ଯାଏ ରହେ। ଭୂକମ୍ପ ଆସିଲେ ଚନ୍ଦ୍ର ପୃଷ୍ଠରେ ଫାଟ ହୋଇଥାଏ। ପୃଷ୍ଠର କିଛି ଅଂଶ ନିଜ ସ୍ଥାନକୁ ସ୍ଥାନାନ୍ତର ହୋଇଥାଏ। ବିଶେଷଜ୍ଞଙ୍କ ଅନୁସାରେ , ଚନ୍ଦ୍ରରେ ଭୂକମ୍ପ ଆସିବା ଦ୍ୱାରା ଭବିଷ୍ୟତରେ ମହାକାଶ ଷ୍ଟେସନକୁ ମଝ୍ୟ ବିପଦ ହୋଇପାରେ। ନାସା ପୂର୍ବରୁ ବି ଚିନ୍ତା ବ୍ୟକ୍ତ କରିସାରିଛି ଯେ ଯଦି ଚନ୍ଦ୍ରରେ ବସ୍ତି ବା ଘର ତିଆରି ହେଲେ , ଭୂକମ୍ପ ହେଲେ ଘର ବା ମଣିଷଙ୍କର କ୍ଷତି ହେବାର ବିପଦ ରହିବ। ଅର୍ଥାତ୍‌ ଗୋଟିଏ କଥା ସ୍ପଷ୍ଟ ଯେ, ଚନ୍ଦ୍ରରେ ରହିଲେ ଭୂକମ୍ପ ବିପଦରୁ ନିଜକୁ ବଞ୍ଚାଇ ପାରିବ ନାହିଁ।

ରେ କିମ୍ବା ସମ୍ବାଦ | 12 Jul 2025 1:39 am

ହତ୍ୟା ପଛରେ ବଡ଼ ରହସ୍ୟ! ମିଛ କାହାଣୀ ରଚିନି ତ ହତ୍ୟାକାରୀ ବାପା?

ନୂଆଦିଲ୍ଲୀ: ରିଲ୍ସ କି ଝିଅ ରୋଜଗାର ନୁହେଁ ପ୍ରେମ ପାଇଁ ହୋଇଛି କି ହତ୍ୟା? ହରିୟାଣାର ଗୁରୁଗ୍ରାମର ଟେନିସ ଖେଳାଳି ହତ୍ୟା ଘଟଣାରେ ଟ୍ୱିଷ୍ଟ! ଝିଅ କ୍ୟାରିୟର ପାଇଁ ଅଢେଇ କୋଟି ଖର୍ଚ୍ଚ କରିଥିଲା ବାପା। ମୃତ୍ୟୁ ପୂର୍ବରୁ ଡିଲିଟ୍ ହୋଇଥିଲା ସୋସିଆଲ ମିଡିଆ ଆକାଉଣ୍ଟ। ତେବେ ଝିଅକୁ କାହିଁକି ମାରିଲା ବାପା ? 'ହତ୍ୟାକାରୀ' ବାପାଙ୍କ ଉପରେ ଏବେ ପୋଲିସର ବଢୁଛି ସନ୍ଦେହ? ୨୫ ବର୍ଷୀୟା ଟେନିସ୍ ଖେଳାଳି ରାଧିକା ଯାଦବଙ୍କୁ ବାପା ହତ୍ୟା କରିଥିବା ସତ ନା ମିଛ ? ରାଜ୍ୟସ୍ତରୀୟ ଟେନିସ୍ ଖେଳାଳି ରାଧିକା ଯାଦବଙ୍କୁ ତାଙ୍କ ବାପା ଦୀପକ ଯାଦବ ତିନିଥର ଗୁଳି କରି ହତ୍ୟା କରିଥିଲେ। ଏହା ଅଭିଯୁକ୍ତ ନିଜେ ସ୍ୱୀକାର କରିଛି। ଏହି ଘଟଣା ସେକ୍ଟର-57 ସ୍ଥିତ ସେମାନଙ୍କ ଘରେ ହିଁ ଘଟିଥିଲା। ଘଟଣା ଦିନ, ଯେତେବେଳେ ରାଧିକା ଘରେ ରୋଷେଇ କରୁଥିଲେ। ସେତେବେଳେ ଦୀପକ ପଛରୁ ତିନୋଟି ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ତାଙ୍କ ପିଠି ତଳ ଭାଗରେ ଏବଂ ଦୁଇଟି ଗୁଳି ତାଙ୍କ ଛାତିରେ ବାଜିଥିଲା। ଘଟଣାସ୍ଥଳରେ ଆଖି ବୁଜି ଦେଇଥିଲେ ରାଧିକା। ଅଭିଯୁକ୍ତ ବାପାଙ୍କୁ ଗୋଟିଏ ଦିନ ରିମାଣ୍ଡରେ ନିଆଯାଇଛି। ତଦନ୍ତକାରୀ ଅଧିକାରୀ କହିଛନ୍ତି ଯେ ବନ୍ଧୁକ ଉଦ୍ଧାର କରାଯାଇଥିଲେ ଅନ୍ୟ ଅସ୍ତ୍ର ଉଦ୍ଧାର ହୋଇନି। ହତ୍ୟା କରିଥିବା ଅଭିଯୁକ୍ତ ସ୍ୱୀକାର କରିଥିଲେ ବି ଠୋସ୍‌ ପ୍ରମାଣ ମିଳିନାହିଁ। ହତ୍ୟାର କାରଣ ଭାବରେ ଗାଁ ଲୋକଙ୍କ ଅପବାଦକୁ ଉଲ୍ଲେଖ କରିଛନ୍ତି ଅଭିଯୁକ୍ତ। ଝିଅର ରୋଜଗାରରେ ବାପା ଚଳିବାକୁ ଲୋକେ ଟାହିଟାପରା କରିବା ଓ ଏକାଡେମୀ ଯିବା ପାଇଁ ବାରଣ ପରେବି ଝିଅ ଅରାଜି ହେବା। ଏହି ଦୁଇଟି କାରଣ ପାଇଁ ଝିଅକୁ ହତ୍ୟା କରିଥିବା ବାପା କହିଛି। କିନ୍ତୁ ଏହି କାହାଣୀ ପୋଲିସର ସନ୍ଦେହ ବଢ଼ାଇଛି। ତଦନ୍ତରୁ ଜଣାପଡିଛି ଯେ ଦୀପକ ଯାଦବଙ୍କ ମାସିକ ଆୟ ଲକ୍ଷେ ଟଙ୍କା ଥିଲା। ସେ ଦଲାଲ ବ୍ୟବସାୟରୁ ବାର୍ଷିକ ୧୫ ଲକ୍ଷ ଟଙ୍କା ରୋଜଗାର କରୁଥିଲେ। ଏପରିକି ଭଡାରୁ ୫ରୁ ୧୦ ଲକ୍ଷ ଟଙ୍କା ମଧ୍ୟ ରୋଜଗାର କରୁଥିଲେ। ଏପରି ସ୍ଥିତିରେ ଝିଅର ରୋଜଗାର ଉପରେ ବାପା ନିର୍ଭରଶୀଳ ହେବା ଯଥାର୍ଥ ନୁହେଁ। ସବୁଠୁ ବଡ଼ କଥା ହେଲା ଦୀପକ ରାଧିକାକୁ ତାଙ୍କର ଟେନିସ୍ ଏକାଡେମୀ ବନ୍ଦ କରିବାକୁ ଅନେକ ଥର କୁଆଡେ କହିଥିଲେ, କିନ୍ତୁ ରାଧିକା ମନା କରିଦେଇଥିଲେ। ଏହି ରାଗରେ ବାପା ଝିଅକୁ ମାରିଦେଇଥିଲା। କିନ୍ତୁ ଏହାକୁ ନେଇ ବଢିଛି ସନ୍ଦେହ। କାରଣ ଦୀପକ ତାଙ୍କ ଝିଅର କ୍ୟାରିୟର ପାଇଁ ୨.୫ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଥିଲେ। ରାଧିକାଙ୍କୁ ମହଙ୍ଗା ଟେନିସ୍ ରାକେଟ୍, ସ୍ପୋର୍ଟସ୍ ଗିଅର୍ ଏବଂ ବିଦେଶରେ ତାଲିମ ମଧ୍ୟ ଯୋଗାଇ ଦେବାପାଇଁ ସମସ୍ତ ସମର୍ଥନ ଦେଇଥିଲେ। ଆଘାତ ଯୋଗୁଁ ରାଧିକା ଗତ ଦୁଇ ବର୍ଷ ଧରି ଟେନିସ୍ ଠାରୁ ଦୂରରେ ଥିଲେ। ଏବେ ସେ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ହେବା ପାଇଁ କାମ କରୁଥିଲେ। ରାଧିକା ଫିଟନେସ୍, ଟେନିସ୍ ଏବଂ ରିଲ୍ ତିଆରି କରୁଥିଲେ। ଯେଉଁଥିରେ ତାଙ୍କ ମାଆ ମଧ୍ୟ ତାଙ୍କୁ ସମର୍ଥନ କରୁଥିଲେ। କିନ୍ତୁ ବର୍ତ୍ତମାନ ବାପା ତାଙ୍କର ଏହି ପ୍ରବୃତ୍ତିକୁ ପସନ୍ଦ କରୁନଥିବା ପୋଲିସ ଆଗରେ କହିଛନ୍ତି। କିନ୍ତୁ ମୃତ୍ୟୁ ପୂର୍ବରୁ ରାଧିକାଙ୍କ ଆକାଉଣ୍ଟ ଡିଲିଟ୍‌ ହୋଇଥିଲା। ପୋଲିସ ସୋସିଆଲ ମିଡିଆ, ଏବଂ ବନ୍ଧୁଙ୍କ ତଦନ୍ତ କରି ପ୍ରକୃତ ଉଦ୍ଦେଶ୍ୟ ଖୋଜୁଛି। କୌଣସି ଲଭ୍ ଆଙ୍ଗଲ ରହିଛି କି ? ନା ହତ୍ୟା ପଛରେ ଅନ୍ୟ କୌଣସି କାରଣ ଅଛି? ସବୁ ଦିଗରୁ ନେଇ ତଦନ୍ତ କରୁଛି ପୋଲିସ।

ରେ କିମ୍ବା ସମ୍ବାଦ | 12 Jul 2025 1:39 am

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅର୍ଚ୍ଚନା ନାଗ, ମିଥ୍ୟା ମାମଲାରେ ଫସାଇ ଅତ୍ୟାଚାର କରାଯାଇଥିବା ଆଣିଲେ ଅଭିଯୋଗ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅର୍ଚ୍ଚନା ନାଗ। ବିଗତ ଦିନରେ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ମିଛରେ ଫସାଇ ଅତ୍ୟାଚାର କରାଯାଇଥିବା ଅଭିଯୋଗ ଆଣି ଅର୍ଚ୍ଚନା ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଥିଲେ। ଅର୍ଚ୍ଚନା କହିଛନ୍ତିତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ଯେଉଁମାନେ ହଇରାଣ କରିବା ସହ ନିର୍ଯାତନା ଦେଇଛନ୍ତି ସେମାନଙ୍କବିରୋଧରେ ସମସ୍ତ ତଥ୍ୟ ପ୍ରମାଣ ସହ ଲିଖିତ ଆକାରରେ ଅଭିଯୋଗ କରିଛନ୍ତିlଅନ୍ୟପକ୍ଷେ ଅର୍ଚ୍ଚନା ରାଜ୍ୟର କିଛି ପ୍ରଭାବଶାଳୀ ଲୋକ ଏହି ଘଟଣା ପଛରେ ମୁଖ୍ୟ ଭୂମିକାରେ ଥିବା ଅଭିଯୋଗ କରିବା ସହ ଆଗାମୀ ଦିନରେ ସେମାନଙ୍କଅସଲ ମୁଖା ରାଜ୍ୟବାସୀ ଦେଖିବେ ବୋଲି କହିଛନ୍ତି। ସୂଚନାଥାଉକି, ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଅର୍ଚ୍ଚନାଙ୍କ ସମେତ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସଂପୃକ୍ତି ମଧ୍ୟ ଅଭିଯୋଗ ହୋଇଥିଲା।ତେବେ ନିଜ ସମ୍ପତ୍ତିର ହିସାବ ଦେଇ ନ ପାରିବାରୁ ଅର୍ଚ୍ଚନା, ଜଗବନ୍ଧୁଙ୍କ ଆଲିସାନ ବଙ୍ଗଳା ସମେତ ଖଗେଶ୍ୱରଙ୍କ କୋଠାକୁ ବି ଜବତ କରିଥିଲା ଇଡି।

ରେ କିମ୍ବା ସମ୍ବାଦ | 12 Jul 2025 1:39 am

ରାହୁଲ ଦ୍ରାବିଡଙ୍କ ରେକର୍ଡ ଭାଙ୍ଗିଲେ ଜୋ ରୁଟ: ଟେଷ୍ଟରେ ସର୍ବାଧିକ କ୍ୟାଚ୍ ଧରିବାରେ କଲେ ରେକର୍ଡ

ନୂଆଦିଲ୍ଲୀ : ଇଂଲଣ୍ଡର ଷ୍ଟାର ବ୍ୟାଟର ଜୋ ରୁଟ୍ ଟେଷ୍ଟ ଇତିହାସରେ ଜଣେ ଫିଲ୍ଡର ଭାବରେ ସର୍ବାଧିକ କ୍ୟାଚ୍ ନେବାର ରାହୁଲ ଦ୍ରାବିଡଙ୍କ ରେକର୍ଡ ଭାଙ୍ଗିଛନ୍ତି। ଲର୍ଡସରେ ଖେଳାଯାଉଥିବା ଭାରତ ବିପକ୍ଷରେ ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ରୁଟ ଏହି ରେକର୍ଡ କରିଛନ୍ତି। ଫାଷ୍ଟ ସ୍ଲିପ୍‌ରେ ଏକ ଚମତ୍କାର ଡାଇଭିଂ କ୍ୟାଚ୍ ନେଇ ଏହି ସଫଳତା ହାସଲ କରିଛନ୍ତି ଏହି ଇଂଲଣ୍ଡର ଅଭିଜ୍ଞ ଖେଳାଳି। ଦ୍ୱିତୀୟ ଦିନର ଖେଳର ଶେଷ ସେସନ୍‌ରେ,ବେନ୍ ଷ୍ଟୋକ୍ସ କରୁଣ ନାୟାରଙ୍କ କ୍ୟାଚ୍ ନେଇଥିଲେ। ପ୍ରଥମ ସ୍ଲିପରେ ଥିବା ରୁଟ୍ ବାମ ପଟକୁ ଡାଇଭ୍ ମାରି ନାୟରଙ୍କୁ ଚମତ୍କାର ଭାବେ ଗୋଟିଏ ହାତରେ କ୍ୟାଚ୍ ନାୟରଙ୍କ କ୍ୟାଚ୍ ନେଇଥିଲେ। ଏହି କ୍ୟାଚ୍ ସହିତ ସେଟେଷ୍ଟରେ ତାଙ୍କର ୨୧୧ତମ କ୍ୟାଚ୍ ନେବାର ରେକର୍ଡ କରି ରାହୁଲ ଦ୍ରାବିଡଙ୍କ ପୂର୍ବ ରେକର୍ଡକୁ ଭାଙ୍ଗି ଦେଇଥିଲେ। ଏହା ପୂର୍ବରୁ ରାହୁଲ ୧୬୪ ମ୍ୟାଚ୍‌ରେ ୨୧୦ କ୍ୟାଚ୍ ନେଇଥିଲେ। ଏବେ ରୁଟ ଏହି ସଂଖ୍ୟା ଅତିକ୍ରମ କରିବାରୁ ଟେଷ୍ଟ ଇତିହାସରେ ସର୍ବାଧିକ କ୍ୟାଚ୍ ନେବା ତାଲିକାରେ ଶୀର୍ଷକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଟେଷ୍ଟ କ୍ରିକେଟରେ ସର୍ବାଧିକ ଆଉଟଫିଲ୍ଡ କ୍ୟାଚ୍ ୨୧୧* ଜୋ ରୁଟ୍ ୨୧୦ ରାହୁଲ ଦ୍ରାବିଡ ୨୦୫ ମାହେଲା ଜୟବର୍ଦ୍ଧନେ ୨୦୦ ଷ୍ଟିଭେନ୍ ସ୍ମିଥ୍ ୨୦୦ ଜ୍ୟାକ୍ କାଲିସ୍ ୧୯୬ ରିକି ପଣ୍ଟିଂ

ରେ କିମ୍ବା ସମ୍ବାଦ | 12 Jul 2025 1:39 am

କୃଷି ପାଇଁ ଓଡ଼ିଶାକୁ ମିଳିଲା ଶ୍ରେଷ୍ଠ ରାଜ୍ୟ ପୁରସ୍କାର, ମୁଖ୍ୟମନ୍ତ୍ରୀ ଓ ରାଜ୍ୟବାସୀଙ୍କୁ କୃତଜ୍ଞତା ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଚଳିତ ଥର ୨୦୨୫ ଆଗ୍ରିକଲଚର୍ ଟୁଡେ ପୁରସ୍କାର ପାଇଛି ଓଡ଼ିଶା। ନୂଆ ଦିଲ୍ଲୀରେ ଆୟୋଜିତ ହୋଇଥିବା ଭବ୍ୟ କାର୍ଯ୍ୟକ୍ରମରେ ପୁରସ୍କାର ଗ୍ରହଣ କରିଛନ୍ତି କୃଷି ତଥା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ରାଜ୍ୟ କୃଷକମାନଙ୍କ କଠିନ ପରିଶ୍ରମ ଯୋଗୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇଥିବା କହିଛନ୍ତି କେଭି ସିଂହ ଦେଓ। ପୁରସ୍କାର ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ରେ କିମ୍ବା ସମ୍ବାଦ | 12 Jul 2025 1:39 am

ଭୂମିକମ୍ପର ୨୦ ସେକେଣ୍ଡ ପୂର୍ବରୁ ଓ ସୁନାମୀର ୨୦ ମିନିଟ୍ ପୂର୍ବରୁ ଆଗୁଆ ସୂଚନା ପାଇବ ଜାପାନ, ଦୁନିଆର ପାଲଟିଲା ପ୍ରଥମ ଦେଶ

ନୂଆଦିଲ୍ଲୀ: ଭୂକମ୍ପର ଆଗୁଆ ସୂଚନା ପାଇବ ଜାପାନ । ଜାପାନ ଦୁନିଆ ପ୍ରଥମ ଦେଶ ପାଲଟିଛି ଯେଉଁଠି ଭୂମିକମ୍ପ ସୃଷ୍ଟି କରୁଥିବା ପ୍ରତ୍ୟେକ ଇଞ୍ଚ୍ ଫଲ୍ଟଲାଇନ୍ କଭର୍ କରାଯାଇଛି । ଏହା ସହ ଶହ ଶହ ପର୍ଯ୍ୟବେକ୍ଷଣ କେନ୍ଦ୍ର ସହିତ ସେନ୍ସର ଏବଂ କେବୁଲ ଦ୍ୱାରା ସଂଯୋଗ ହୋଇଛି । ଏହା ଭୂମିକମ୍ପ ଆସିବାର ବହୁ ପୂର୍ବରୁ ଆଲାର୍ମ ବଜାଇବ । ଏହା ସମୁଦ୍ର-ତଳ ନର୍ଭସ୍ ସିଷ୍ଟମ୍ ଭୂମିକମ୍ପ ଏବଂ ସୁନାମୀର କ୍ଷୁଦ୍ରତମ ସଙ୍କେତଗୁଡ଼ିକୁ ଚିହ୍ନଟ କରିବ । ବୈଜ୍ଞାନିକମାନେ କହିଛନ୍ତି ଯେ ଏହା ଭୂମିକମ୍ପ ହେବାର ୨୦ ସେକେଣ୍ଡ ପୂର୍ବରୁ ଏବଂ ସୁନାମୀ ଆସିବାର ୨୦ ମିନିଟ୍ ପୂର୍ବରୁ ସତର୍କତା ପଠାଇବ । ଏହି ଚେତାବନୀ ବ୍ୟବସ୍ଥା ଜରୁରୀକାଳୀନ ଦଳଗୁଡ଼ିକୁ ବିପର୍ଯ୍ୟୟ ଆସିବା ପୂର୍ବରୁ ସତର୍କତା ପଠାଇବା ଏବଂ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଅଧିକ ସମୟ ଦେବ । ଜାପାନ ଏବେ ପ୍ରଥମ ଦେଶ ଯିଏ ରିୟଲ ଟାଇମରେ ସବଡକ୍ସନ୍ ଜୋନ୍ ଉପରେ ସିଧାସଳଖ ନଜର ରଖିପାରିବ । ୨୦୧୧ ମସିହାରେ ଜାପାନରେ ହୋଇଥିବା ଭୂମିକମ୍ପରେ ପ୍ରାୟ ୨୦,୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଜାପାନ ଭୂମିକମ୍ପ ଚିହ୍ନଟ ବ୍ୟବସ୍ଥା ଉପରେ ଅଧିକ କାମ କରିବା ଆରମ୍ଭ କରିଥିଲା । ୯.୦ ତୀବ୍ରତାର ଭୂମିକମ୍ପ ଜାପାନର ଇତିହାସରେ ସବୁଠାରୁ ଭୟଙ୍କର ଭୂମିକମ୍ପ ଥିଲା । ଏହା ଛଅ ମିନିଟ୍ ଯାଏ ଦୋହଲାଇ ଦେଇଥିଲା ଏବଂ ୭୦୦ କିଲୋମିଟର/ଘଣ୍ଟା ବେଗରେ ୧୩୦ ଫୁଟ୍ ସୁନାମୀ ଆଣିଥିଲା । ସତର୍କ ସୂଚନା ବିଳମ୍ବ ହୋଇଥିଲା ଫଳରେ ବିପତ୍ତି ଆକଳନ କରିବାରେ ବିଫଳ ହୋଇଥିଲା । ଲୋକଙ୍କ ପାଖରେ ଖାଲି ହେବା ପାଇଁ ପ୍ରାୟ ୧୦ ମିନିଟ୍ ସମୟ ଥିଲା । ସମୁଦ୍ର କୂଳରୁ ୭୨ କିଲୋମିଟର ଦୂରରେ ସମୁଦ୍ରରେ ଗ୍ରେଟ୍ ଇଷ୍ଟ ଜାପାନ ଭୂମିକମ୍ପ ଆରମ୍ଭ ହୋଇଥିଲା । ଭୂବିଜ୍ଞାନୀମାନେ ଭୂକମ୍ପୀୟ ତରଙ୍ଗରୁ ଏହା କେତେ ବଡ଼ ଏବଂ ସୁନାମୀ କେତେ ବଡ଼ ହୋଇପାରେ ତାହା ଜାଣି ପାରି ନଥିଲେ । ଜାପାନ ଏହାପରେ ନିଜର ଭୂମିକମ୍ପ ଚିହ୍ନଟ ବ୍ୟବସ୍ଥାକୁ ସମୁଦ୍ର ପର୍ଯ୍ୟନ୍ତ ବିସ୍ତାର କରିବାକୁ ନିଷ୍ପତ୍ତି ନେଇଥିଲା । ଦେଶର ଭୂମିକମ୍ପ-ଡିଟେକ୍ଟ ନେଟୱାର୍କକୁ ଜାପାନ ଟ୍ରେଞ୍ଚ୍ ସହିତ ଯୋଡ଼ିଛି । ଯେଉଁଠାରୁ ୨୦୧୧ର ଭୂମିକମ୍ପ ଆରମ୍ଭ ହୋଇଥିଲା । ଏଥିରେ ୫,୭୦୦ କିଲୋମିଟର କେବୁଲ୍ ରହିଛି ଯାହା ୧୧୬,୦୦୦ ବର୍ଗ ମାଇଲ ସମୁଦ୍ରକୁ କଭର କରେ । ଯାହା ୧୫୦ଟି ପର୍ଯ୍ୟବେକ୍ଷଣ କେନ୍ଦ୍ର ସହିତ ସଂଯୋଗ କରେ । ଏହା ତୀବ୍ରତା ଓ ତରଙ୍ଗ କ୍ଷମତା ମାପିବାରେ କ୍ଷମତା । ୨୦୧୯ ମସିହାରେ, ଜାପାନ N-net (ଭୂମିକମ୍ପ ଏବଂ ସୁନାମି ପାଇଁ ନାନକାଇ ଟ୍ରଫ୍ ସିଫ୍ଲୋର୍ ଅବଜରଭେସନ୍ ନେଟୱାର୍କ) ଆରମ୍ଭ କରିଥିଲା, ଯାହା ବର୍ତ୍ତମାନ ସମ୍ପୂର୍ଣ୍ଣ ହୋଇଛି । ଏହା ଏକ ଗୁରୁତ୍ୱପୂର୍ଣ୍ଣ ସବଡକ୍ସନ୍ ଜୋନକୁ କଭର୍ କରେ । ଯେଉଁଠାରେ ୧୯୪୬ ମସିହାରେ ଶେଷ ବଡ଼ ଭୂମିକମ୍ପ ହୋଇଥିଲା । ଏକ ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ଆଗାମୀ ୩୦ ବର୍ଷ ମଧ୍ୟରେ ଏକ ମେଗା ଭୂମିକମ୍ପ ଏହି ଅଞ୍ଚଳରେ ଆସିପାରେ । ୩,୦୦,୦୦୦ ଲୋକଙ୍କ ମୃତ୍ୟୁ ହୋଇପାରେ ଏବଂ ୨ ଟ୍ରିଲିୟନ ଡଲାର ମୂଲ୍ୟର କ୍ଷତି ହୋଇପାରେ । ନାନକାଇ ଟ୍ରଫ୍ ହେଉଛି ପ୍ରାୟ ୮୦୦ କିଲୋମିଟର ସମୁଦ୍ର ତଳ ଖାତ ଏବଂ ଏକ ସବଡକ୍ସନ୍ ଜୋନ୍ ଯେଉଁଠାରେ ଫିଲିପାଇନ୍ସ ସମୁଦ୍ର ପ୍ଲେଟ୍ ଜାପାନ ତଳେ ଧକ୍କା ଦେଉଛି ।

ରେ କିମ୍ବା ସମ୍ବାଦ | 12 Jul 2025 1:39 am

ଇଲେକ୍ଟ୍ରିକ ଟ୍ରକ କିଣିବା ହେଲା ସହଜ, ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ସବସିଡି; କେବଳ କରିବାକୁ ହେବ ଏହି କାମ

ଭୁବନେଶ୍ୱର: ପରିବେଶ ସୁରକ୍ଷା ଓ ପରିବହନ କ୍ଷେତ୍ରରେ ନୂଆ ବିପ୍ଳବ ଆଣିବା ପାଇଁ ଭାରତ ସରକାର ଇଲେକ୍ଟ୍ରିକ ଟ୍ରକ କିଣିବା ଉପରେ ଆକର୍ଷଣୀୟ ସବସିଡି ଯୋଜନା ଆରମ୍ଭ କରିଛି। ‘ପିଏମ ଇ-ଡ୍ରାଇଭ’ (PM E-DRIVE) ଯୋଜନା ଅଧୀନରେ ଇଲେକ୍ଟ୍ରିକ ଟ୍ରକ କିଣୁଥିବା ଗ୍ରାହକମାନେ ୯.୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇପାରିବେ। ଏହି ଯୋଜନା ଜୁଲାଇ 2025ରୁ କାର୍ଯ୍ୟକାରୀ ହୋଇଛି, ଯାହା ବ୍ୟବସାୟୀ ଓ ଶିଳ୍ପ ମାଲିକଙ୍କ ପାଇଁ ଏକ ବୃହତ ସୁଯୋଗ। ସବସିଡିର ବିବରଣୀ ଏହି […]

ଓଡ଼ିଶା ଭାସ୍କର 11 Jul 2025 11:26 pm

ଶ୍ରାବଣର ପ୍ରଥମ ଶନିବାରରେ ଏହି ଜିନିଷ ଦାନ କରନ୍ତୁ, ଭୋଲେନାଥଙ୍କ ସହ ଶନି ଦେବଙ୍କ କୃପା ମିଳିବ

ଶ୍ରାବଣ ମାସ ହିନ୍ଦୁ ଧର୍ମରେ ଅତ୍ୟନ୍ତ ପବିତ୍ର ଏବଂ ମହାଦେବଙ୍କ ଆରାଧନା ପାଇଁ ବିଶେଷ ମାନ୍ୟତା ରଖିଥାଏ। ଏହି ମାସର ପ୍ରଥମ ଶନିବାର, ଅର୍ଥାତ୍ ୧୨ ଜୁଲାଇ ୨୦୨୫, ଶିବ ଭକ୍ତଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଜ୍ୟୋତିଷୀ ଓ ଧର୍ମୀୟ ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ, ଏହି ଦିନ କିଛି ନିର୍ଦ୍ଦିଷ୍ଟ ଜିନିଷ ଦାନ କରିବା ଦ୍ୱାରା ଭୋଲେନାଥ ଏବଂ ଶନି ଦେବଙ୍କ ଆଶୀର୍ବାଦ ମିଳିଥାଏ, ଯାହା ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିବାରେ ସହାୟକ […]

ଓଡ଼ିଶା ଭାସ୍କର 11 Jul 2025 11:25 pm

ଇଟାଲୀର ଐତିହାସିକ ସଫଳତା: ୨୦୨୬ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ରେ ପ୍ରଥମ ଥର ପାଇଁ ସ୍ଥାନ ପକ୍କା

ନୂଆଦିଲ୍ଲୀ: ଇଟାଲୀ ପ୍ରଥମ ଥର ପାଇଁ ୨୦୨୬ରେ ଭାରତ ଓ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ରେ ସ୍ଥାନ ପକ୍କା କରିଛି। ଚଳିତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ଇଉରୋପ ଯୋଗ୍ୟତା ପର୍ଯ୍ୟାୟ ୨୦୨୫ରେ ଇଟାଲୀ ଗର୍ନସେ ଓ ସ୍କଟଲ୍ୟାଣ୍ଡକୁ ହରାଇ ଏହି ଐତିହାସିକ ସଫଳତା ହାସଲ କରିଛି। ଇଟାଲୀ ୧୩ତମ ଦେଶ ଭାବେ ଯୋଗ୍ୟତା ଅର୍ଜନ କରିଥିବା ବେଳେ ନେଦରଲ୍ୟାଣ୍ଡ ୧୪ତମ ଦେଶ ହୋଇଛି। ୨୦୨୬ରେ ୨୦ଟି ଦଳ ସାମିଲ ହେବାକୁ […]

ଓଡ଼ିଶା ଭାସ୍କର 11 Jul 2025 11:05 pm

ଆପଣଙ୍କ ଶରୀରରେ ଦେଖାଦେଉଛି କି ଏସବୁ ଲକ୍ଷଣ, ହୋଇଯାନ୍ତୁ ସତର୍କ, ହୋଇପାରେ HIV

ହ୍ୟୁମାନ୍ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍ (HIV) ଏକ ଗମ୍ଭୀର ଭାଇରସ୍। ଯାହା ଧିରେ ଧିରେ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଦିଏ। ଯାହା ଦ୍ୱାରା ବ୍ୟକ୍ତି ସହଜରେ ଅନ୍ୟାନ୍ୟ ସଂକ୍ରମଣ ଏବଂ ରୋଗର ଶିକାର ହୁଏ। ସଠିକ୍ ସମୟ ମଧ୍ୟରେ HIV ଚିହ୍ନଟ ଏବଂ ଚିକିତ୍ସା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଯଦି ଏହାର ଚିକିତ୍ସା କରାନଯାଏ, ତେବେ ଏହା AIDS (Acquired Immunodeficiency Syndrome)ରେ ପରିଣତ ହୋଇପାରେ। ସ୍ୱାସ୍ଥ୍ୟ ବିଶେଷଜ୍ଞ କୁହନ୍ତି, ପ୍ରାୟତଃ ଏକ ସାଧାରଣ […]

ଓଡ଼ିଶା ଭାସ୍କର 11 Jul 2025 10:49 pm

ଡାକ୍ତରଙ୍କ ବଡ଼ ଖୁଲାସା, ୩୦ ଦିନ ଯାଏଁ ମିଠା ନ ଖାଇଲେ ସ୍ୱାସ୍ଥ୍ୟ ଉପରେ ପଡ଼ିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ମିଠା ଖାଇବାକୁ ବେଶୀ ପସନ୍ଦ କରୁଛନ୍ତି। ହେଲେ ଆପଣମାନେ ଜାଣିଛନ୍ତି କି, ମିଠା ଜାତୀୟ ଜିନିଷ ଖାଇବା ଆପଣଙ୍କୁ ସ୍ୱାଦିଷ୍ଟ ଲାଗିପାରେ ସତ, କିନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିଷଠାରୁ କମ୍ ନୁହେଁ। ହାର୍ଭାର୍ଡ ହେଲ୍ଥର ଏକ ରିସର୍ଚରୁ ଖୁଲାସା ହୋଇଛି କି, ବେଳେବେଳେ ଟିକେ ଚିନି ଖାଇବା ଠିକ୍ ଅଛି। ହେଲେ ସମସ୍ୟା ହେଉଛି କି ଚିନିରୁ ତିଆରି ଜିନିଷ ଗୁଡ଼ିକରେ କମ୍ପାନୀମାନେ ଅଧିକ ସ୍ୱାଦିଷ୍ଟ କରିବା ପାଇଁ ଅଧିକ […]

ଓଡ଼ିଶା ଭାସ୍କର 11 Jul 2025 10:46 pm

ଅନ୍ତିମ ଯାତ୍ରାରେ ଟେନିସ୍ ତାରକା: ରାଧିକା-ରାଧିକା କହି ଭୋ ଭୋ ହୋଇ କାନ୍ଦୁଛନ୍ତି ଭାଇ, କିନ୍ତୁ ବାପା…

ନୂଆଦିଲ୍ଲୀ,୧୧ା୭: ଗୁରୁଗାଓଁର ଏକ ପଶ ଅଞ୍ଚଳ ସୁଶାନ୍ତ ଲୋକରେ୨୫ ବର୍ଷୀୟା ଟେନିସ୍ ଖେଳାଳି ରାଧିକା ଯାଦବଙ୍କ ହତ୍ୟା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତାଙ୍କ ୪୯ ବର୍ଷୀୟ ପିତା ଦୀପକ ଯାଦବ ଏହି ହତ୍ୟାକାଣ୍ଡର ଅଭିଯୁକ୍ତ। କୋର୍ଟ ଶୁକ୍ରବାର ତାଙ୍କୁ ଗୋଟିଏ ଦିନର ପୋଲିସ ରିମାଣ୍ଡରେ ପଠାଇ ଦେଇଛନ୍ତି। ପୋଲିସ କୋର୍ଟକୁ କହିଛି ଯେ, ରିଭଲଭର ମିଳିଛି, ଗୁଳି ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇନାହିଁ। ସୋସିଆଲ ମିଡିଆର ମଧ୍ୟ ତଦନ୍ତ କରାଯିବ। ଏହି ସମୟରେ ପରିବାର ପକ୍ଷରୁ ରାଧିକାଙ୍କ […]

ଓଡ଼ିଶା ଭାସ୍କର 11 Jul 2025 9:56 pm

ପୁଅକୁ ଜ୍ବର ହୋଇଥିଲା , ଭୁଲରେ ମାଆକୁ ଇଞ୍ଜେକ୍ସନ୍ ଫୋଡ଼ିଦେଲେ ନର୍ସ

କନକ ବ୍ୟୁରୋ: ପୁଅ ବଦଳରେ ମାଆକୁ ଇଞ୍ଜେକସନ। ଏମିତି ଏକ ଅଭିଯୋଗ ଆସିଛି ନୂଆପଡ଼ା ଖଡ଼ିଆଳ ସବ ଡିଭିଜନ ହସ୍ପିଟାଲରୁ । ଖବର ମୁତାବକ, ଖଡ଼ିଆଳ ବ୍ଲକ୍ ବର ଗାଁର ରାଜୁ ତାଣ୍ଡି ଓ ଅଞ୍ଜୁ ତାଣ୍ଡି ନିଜର ଦୁଇ ବର୍ଷର ପୁଅ ଡୁଲେଶ୍ୱରକୁ ଜ୍ଵର ହେବାରୁ ଆଜି ଡାକ୍ତରଖାନାକୁ ନେଇଥିଲେ । ସେମାନେ ଶିଶୁ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର କୁମାର ମାଝୀଙ୍କୁ ଦେଖାଇଥିଲେ । ଡାକ୍ତର ଚିଠା ଲେଖି ଇଞ୍ଜେକସନ ଦେବା ପାଇଁ ନର୍ସଙ୍କ ପାଖକୁ ପଠାଇଥିଲେ । କାର୍ଯ୍ୟରତ ନର୍ସ ରଶ୍ମିତା ପଣ୍ଡା ଛୁଆ ବଦଳରେ ମାଆ ଅଞ୍ଜୁଙ୍କ ପେଟରେ ଫୋଡ଼ି ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ଅଞ୍ଜୁଙ୍କ ପେଟରେ ମଧ୍ୟ ଛୁଞ୍ଚି ଫୋଡି ଦେବାର ଚିହ୍ନ ରହିଛି । ତାଙ୍କ ପେଟ ଦରଦ ହେଉଥିବା ମଧ୍ୟ ଅଞ୍ଜୁ କହିଛନ୍ତି । ଏନେଇ ସଂପୃକ୍ତ ନର୍ସଙ୍କୁ ପଚାରିବାରୁ ଘଟଣାକୁ ଅସ୍ବୀକାର କରିଥିଲେ । କାଳେ ଇଞ୍ଜେକ୍ସନ୍‌ ଦେବା ସମୟରେ ବାଜି ଯାଇଥିବ । ଏନେଇ ମେଡିକାଲ ଇନ୍ ଚାର୍ଜ ଡାକ୍ତର ମହେନ୍ଦ୍ର କୁମାର ମାଝୀଙ୍କୁ ପଚାରିବାରୁ ଏହାର ତଦନ୍ତ କରିବେ ବୋଲି କହିଛନ୍ତି । ମାଆର ଚିକିତ୍ସା କରାଯାଇଛି । କୌଣସି ଅସୁବିଧା ହେବ ନାହିଁ ବୋଲି ଜଣାଇଛନ୍ତି ।

ନିନ୍ଦା 11 Jul 2025 9:53 pm

ଅଦ୍ଭୁତ ଚମତ୍କାର! ଦୁଇ ଗୋଡ଼ରେ ଚାଲିଲା ନବଜାତ ବାଛୁରୀ

ଓଡିଶାଭାସ୍କର: ଅଦ୍ଭୁତ ଚମତ୍କାର! ଦୁଇ ଗୋଡ଼ରେ ଚାଲିଲା ନବଜାତ ବାଛୁରୀ। ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଏଥିରେ ଦେଖିବାକୁ ମିଳିଛି ଯେ, ବାଛୁରୀଟି ଦୁଇଟି ଗୋଡ଼ ସହିତ ଜନ୍ମ ହୋଇଛି ଏବଂ ଦୁଇଟି ଗୋଡ଼ରେ ଠିକ ଭାବେ ଚାଲୁଛି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ତାର ସେବା ମଧ୍ୟ କରୁଛନ୍ତି। ଭିଡିଓରେ ଆହୁରି ମଧ୍ୟ ଦେଖିବାକୁ ମିଳିଛି ଯେ, ସେହି ବାଛୁରୀକୁ ଦେଖିବା ପାଇଁ ପ୍ରତିଦିନ […]

ଓଡ଼ିଶା ଭାସ୍କର 11 Jul 2025 9:50 pm

କାନାଡାରେ କପିଲ ଶର୍ମାଙ୍କ କାଫେ ଉପରେ ଆକ୍ରମଣ ଘଟଣା, ଆତଙ୍କୀ କହିଲା କାହିଁକି କରିଥିଲା ଗୁଳିମାଡ଼...

ନୂଆଦିଲ୍ଲୀ : କମେଡିଆନ କପିଲ ଶର୍ମାଙ୍କ କାନାଡା ସ୍ଥିତ କ୍ୟାଫେ ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଆତଙ୍କୀ ହରଜିତ ସିଂହ ଲାଡି। ସୋସିଆଲ ମିଡିଆ ପୋଷ୍ଟରେ ସେ ଏନେଇ ସୂଚନା ଦେବା ସହ ଆକ୍ରମଣ ପଛର କାରଣ କହିଛି । ହରଜିତ ସିଂହ, ବବ୍ବର ଖାଲସା ଇଣ୍ଟରନାସନାଲ (ବିକେଆଇ) ସହ ଜଡ଼ିତ। ଆହୁରି ମଧ୍ୟ ଏହି ଆକ୍ରମଣ ପାଇଁ ସେ ବିକେଆଇ ସହ ଜଡ଼ିତ ଅନ୍ୟ ଜଣେ ସାଥୀ ତୁଫାନ ସିଂହଙ୍କ ସହୟତା ନେଇଥିବା ମଧ୍ୟ କହିଛି। ତେବେ ସୋସିଆଲ ମିଡିଆରେ ଆକ୍ରମଣର କାରଣ କହିଛି ଲାଡି। ସେ କହିଛି କପିଲ ଶର୍ମା ଶୋ’ର ଜଣେ କଳାକାର ନିହଙ୍ଗ ସିଖ୍‌ଙ୍କ ଉପରେ ନେଇ ଥଟ୍ଟା ମଜା କରିଥିଲା। କଳାକାର ଜଣକ ନିହଙ୍ଗଙ୍କ ପୋଷାକ ଏବଂ ବ୍ୟବହାର ଉପରେ ଟିପ୍ପଣୀ କରିଥିଲେ। ଏଭଳି କରି ସେ ସିଖ୍‌ ସମୁଦାୟର ଭାବାବେଗକୁ ପରିହାସ କରିଥିଲେ। ଲାଡି କହିଛି କମେଡି ଆଢ଼ୁଆଳରେ କୌଣସି ଧାର୍ମିକ କିମ୍ବା ଆଧ୍ୟାତ୍ମିକ ଭାବନାର ଥଟ୍ଟା ପରିହାସ କରାଯାଇପାରିବନି। ଏହାକୁ ଆଦୌ ବରଦାସ୍ତ କରାଯିବନି। ଲାଡି ଆହୁରି କହିଛି କପିଲ ଶର୍ମାଙ୍କ ମ୍ୟାନେଜରଙ୍କୁ ଅନେକ ଥର କଲ୍ କରିଥିଲା। କିନ୍ତୁ ସେ କୌଣସି ଜବାବ ଦେଇନଥିଲେ। କପିଲ ମଧ୍ୟ ଏହାକୁ ନେଇ କ୍ଷମା ମାଗିଲେନି। ସିଖ୍‌ ଧର୍ମରେ ନିହଙ୍ଗ ସିଖ୍‌ଙ୍କୁ ପରାମ୍ପରଗତ ଯୋଦ୍ଧା ବୋଲି ବିଶ୍ବାସ କରାଯାଏ। ଏମାନେ ବିଶେଷ ରଙ୍ଗର ନୀଳ ପୋଷାକ ଏବଂ ପାରମ୍ପରିକ ହତିଆର ରଖିଥାନ୍ତି। ଏହା ବାଦ ଏମାନେ ପାରମ୍ପରିକ ସିଖ୍ ମାର୍ସଲ ଆର୍ଟରେ ମଧ୍ୟ ଦକ୍ଷ। ସୂଚନାଥାଉକି, ବୁଧବାର ରାତିରେ କପିଲ ଶର୍ମାଙ୍କ କ୍ୟାପ୍ସ କ୍ୟାଫେରେ ଫାୟାରିଂ ହୋଇଥିଲା। ଅବଶ୍ୟ ଏଥିରେ କୌଣସି ସମ୍ପତ୍ତି କ୍ଷତି ହୋଇନାହିଁ। କାହାର ଜୀବନ ମଧ୍ୟ ଯାଇନାହିଁ।କାରଣ ଯେଉଁ ସମୟରେ ଗୁଳିକାଣ୍ଡ ହୋଇଥିଲା, ସେ ସମୟରେ ଷ୍ଟାଫ୍‌ ମାନେ କ୍ୟାଫେ ଭିତରେ ଥିଲେ। ତେବେ ଏହି ମାମଲାରେ ତୁରନ୍ତ ପୋଲିସ ଯାଞ୍ଚ ଆରମ୍ଭ କରିଥିଲା। ଏହି ଆକ୍ରମଣ ପାଇଁ ହରଜିତ ସିଂହ ଲାଡି ନିଜକୁ ଦାୟୀ କରିଛି। ଲାଡି ଏନଆଇଏର ମୋଷ୍ଟ ଓ୍ବାଣ୍ଟେଡ ଲିଷ୍ଟରେ ସାମିଲ। ସୂଚନାଥାଉକି, କାନାଡା ସରକାର ବିକେଆଇକୁ ଏକ ଆତଙ୍କୀ ସଂଗଠନ ବୋଲି ଘୋଷଣା କରିଛି।

ରେ କିମ୍ବା ସମ୍ବାଦ | 11 Jul 2025 9:40 pm

ଚୀନକୁ ଚେକ୍: ବିରଳ ଖଣିଜ ଚୁମ୍ବକ ଉତ୍ପାଦନ ଯୋଜନା ଘୋଷଣା,୧୩୪୫ କୋଟି ବ୍ୟୟ ବରାଦ କଲେ ଭାରତ ସରକାର

ନୂଆଦିଲ୍ଲୀ : ଚୀନ ବିରଳଖଣିଜ ପଦାର୍ଥ ରପ୍ତାନୀରେ ବ୍ୟାନ୍ ଲଗାଇବା ପରେ ଭାରତ ଏ ଦିଗରେ ସ୍ୱାବଲମ୍ବୀ ହେବାକୁ ଉଦ୍ୟମ ଆରମ୍ଭ କରିଦେଇଛି।ଭାରତଏହି ବିରଳ ଖଣିଜ ଚୁମ୍ବକର ଘରୋଇ ଉତ୍ପାନଦନ କରିବାକୁ ଯୋଜନା ଘୋଷଣା କରିଛି। ଇକୋନୋମିକ୍ସ ଟାଇମ୍ସ ରିପୋର୍ଟ ଅନୁସାରେ, ଶୁକ୍ରବାର ଭାରୀ ଶିଳ୍ପ ମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ କହିଛନ୍ତି ଯେ ବିରଳ ପୃଥିବୀ ଚୁମ୍ବକ ପାଇଁ ଘରୋଇ ଉତ୍ପାଦନ କ୍ଷମତା ପ୍ରତିଷ୍ଠା କରିବା ପାଇଁ ସରକାର ୧,୩୪୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଚୀନ ଭାରତକୁ ୭ ବିରଳ ଖଣିଜ ପାଦାର୍ଥ ଏବଂ ବିରଳ ଚୁମ୍ବକ ରପ୍ତାନୀରେ କଟକଣା ଲଗାଇବାରେ ଭାରତ ଏଗି ନିଷ୍ପତ୍ତି ନେଇଛନ୍ତି। କଟକଣାରେ ଚୀନ କିଛି ନୂଆ ନିୟମ ଯୋଡ଼ିଛି। ଅପଡେଟ୍ ହୋଇଥିବା ଚୀନ୍ ନିୟମାବଳୀ ଅନୁଯାୟୀ ରପ୍ତାନିକାରୀମାନଙ୍କୁ ଅନୁମତି ପାଇବା ଏବଂ ଡକ୍ୟୁମେଣ୍ଟେସନ୍ ପ୍ରଦାନ କରିବାକୁ। ଯେଉଁଥିରେ ସାମଗ୍ରୀଗୁଡ଼ିକ ପ୍ରତିରକ୍ଷା ଉଦ୍ଦେଶ୍ୟରେ ବ୍ୟବହୃତ ହେଉ ନାହିଁ କିମ୍ବା ଆମେରିକାକୁ ପୁନଃ ରପ୍ତାନୀ କରାଯିବ ନାହିଁ ବୋଲି ସୁନିଶ୍ଚିତ କରିବାକୁ ପଡ଼ିବ। ତେଣୁ ଭାରତ ଆଉ ଚୀନ ଉପରେ ନିର୍ଭର କରିବାକୁ ଚାହୁଁ ନାହିଁ। ଏନେଇ ଭାରୀ ଶିଳ୍ପ ମନ୍ତ୍ରଣାଳୟ ସଚିବ,କାମରାନ ରିଜଭି କହିଛନ୍ତି ଯେ ବିରଳ ପୃଥିବୀ ଚୁମ୍ବକ ପ୍ରକ୍ରିୟାକରଣ ପାଇଁ ଡ୍ରାଫ୍ଟ ଯୋଜନାକୁ ଆନ୍ତଃ-ମନ୍ତ୍ରାଳୟ ସମୀକ୍ଷା ପାଇଁ ପଠାଯାଇଛି। ଏଥିରେ ନୂଆ ନୀତି କାର୍ଯ୍ୟକାରୀ କରିବାରେ ସହଜ ହେବ। ଭାରତ ବିରଳ ଖଣିଜ ପାଦାର୍ଥର ଅନୁସନ୍ଧାନ କରୁଛି ଗତ ଆର୍ଥିକ ବର୍ଷରେ ଭାରତ ଚୀନ୍‌ରୁ ୫୪୦ ଟନ୍‌ ଚୁମ୍ବକ ଆମଦାନୀ କରିଥିଲା। ଏହା ୮୦ ପ୍ରତିଶତରୁ ଅଧିକ ହେବ। କିନ୍ତୁ ଏବେ କଠୋର ନିୟମ ହେବା ପରେ ଏ କ୍ଷେତ୍ରରେ ଏବଂ ସଂଘର୍ଷ କରୁଛି। ଚୀନ ସାରା ବିଶ୍ୱକୁ ୯୦ ପ୍ରତିଶତ ବିରଳ ଚୁମ୍ବକ ରପ୍ତାନୀ କରୁଛି।ଏହି ଚୁମ୍ବକଗୁଡ଼ିକ ଇଲେକ୍ଟ୍ରିକ ମୋଟର,ବ୍ରେକିଂ ସିଷ୍ଟମ,ସ୍ମାର୍ଟଫୋନ ଏବଂ ମିସାଇଲ ଗାଇଡାନ୍ସ ଟେକ୍ନୋଲୋଜୀ ସମେତ ବିଭିନ୍ନ କ୍ଷେତ୍ରର ପ୍ରୟୋଗ ହେଉଛି। ଆମେରିକାର ଭୂତତ୍ତ୍ୱ ସର୍ଭେ ଅନୁସାରେ ଚୀନ୍ ପାଖରେ ବିଶ୍ୱର ସର୍ବବୃହତ ବିରଳ ଖଣିଜ ପଦାର୍ଥର ଭଣ୍ଡାର ରହିଛି। ଯାହାର ପରିମାଣ ପ୍ରାୟ ୪୪ ମିଲିଅନ ଟନ୍। ଏ କ୍ଷେତ୍ରରେଭାରତ ବିଶ୍ୱରେ ୬.୯ ନିୟୁତ ଟନ୍ ଗଚ୍ଛିତ ଖଣିଜ ସହ ତୃତୀୟ ସ୍ଥାନରେ ରହିଛି। ହେଲେ ଏଗୁଡ଼ିକର ଉତ୍ତୋଳନ ହୋଇପାରୁ ନଥିବାରୁ ଭାରତରୁ ଚୀନ ଉପରେ ନିର୍ଭର କରିବାକୁ ପଡ଼ିଛି। ରୟଟର୍ସର ରିପୋର୍ଟ ଅନୁସାରେ, କିଛି ଭାରତୀୟ କମ୍ପାନୀ ଚୁମ୍ବକ ଉତ୍ପାଦନରେ ଆଗ୍ରହ ପ୍ରକାଶ କରିଛନ୍ତି।ଅଟୋମୋଟିଭ୍ ନିର୍ମାତା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏବଂ କମ୍ପୋନେଣ୍ଟ ନିର୍ମାତା ୟୁନୋ ମିଣ୍ଡା ସ୍ଥାନୀୟ ଚୁମ୍ବକ ଉତ୍ପାଦନ ପାଇଁ ପ୍ଲାଣ୍ଟ ପ୍ରତିଷ୍ଠା କରିବାରେ ବିଶେଷ ଆଗ୍ରହ ଦେଖାଇଥିବା ଖରବର ସାମ୍ନାରୁ ଆସିଛି।

ରେ କିମ୍ବା ସମ୍ବାଦ | 11 Jul 2025 9:40 pm

ସାଂସଦ ଦରମାରେ ଖୁସି ନୁହନ୍ତି କଙ୍ଗନା ରଣାୱତ, କହିଲେ- ରାଜନୀତି କଠିନ ଓ ବ୍ୟୟବହୁଳ

ମଣ୍ଡି ୧୧।୭: ପ୍ରସିଦ୍ଧ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏବେ ରାଜନୀତିରେ ନୂଆ ଇନିଂସ ଖେଳୁଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ହିମାଚଳ ପ୍ରଦେଶ ମଣ୍ଡି ଆସନରୁ ବିଜେପି ଟିକେଟରେ ସାଂସଦ ନିର୍ବାଚିତ କଙ୍ଗନା ଏବେ ରାଜନୀତିର ବାସ୍ତବତା ବୟାନ କରିଛନ୍ତି। ତାଙ୍କର ଏହି ବୟାନ ନା କେବଳ ଆଶ୍ଚର୍ଯ୍ୟ କରୁଛି ବରଂ ରାଜନୀତି ଦୁନିଆ ବାହାରକୁ ଯେପରି ଗ୍ଲାମରସ ଲାଗୁଛି ଭିତରୁ ଏହା ସେତିକି କଠିନ ଓ ବ୍ୟୟବହୁଳ ବୋଲି ଜଣାପଡିଛି। ଟାଇମ୍ସ ନାଓକୁ ଦେଇଥିବା ସାକ୍ଷାତକାରରେ କଙ୍ଗନା ତାଙ୍କ ସାଂସଦ ବେତନକୁ ନେଇ ଖୋଲାଖୋଲି କଥା ହୋଇଛନ୍ତି। ସେ କହିଛନ୍ତି ରାଜନୀତି ଏକ ‘ମହଙ୍ଗା ସଉକ’। ଯେତେବେଳେ ତାଙ୍କୁ ‘ସଉକ’ ନେଇ ପ୍ରଶ୍ନ କରାଗଲା ସେ କହିଛନ୍ତି ଯେ ‘ଯଦି ଆପଣ ଜଣେ ସଚ୍ଚୋଟ ମଣିଷ ତେବେ ଆପଣ ରାଜନୀତିକୁ ପେଷା କରିପାରିବେନି, କାରଣ ଆପଣଙ୍କ ଦୈନନ୍ଦିନ ଜୀବନ ଯାପନ ନିମନ୍ତେ ଆପଣଙ୍କୁ ରୋଜଗାରର ନିତ୍ୟାନ୍ତ ଆବଶ୍ୟକତା ରହିଛି’। କଙ୍ଗନା କହିଛନ୍ତି ଯେ ସାଂସଦଙ୍କୁ ମିଳୁଥିବା ବେତନରୁ ରୋଷେୟା, ଡ୍ରାଇଭର ଓ ଅନ୍ୟ କର୍ମଚାରୀଙ୍କ ଦରମା ବାହାର କରିଦେବା ପରେ ମାତ୍ର ୫୦-୬୦ ହଜାର ଟଙ୍କା ବଞ୍ଚୁଛି। ଏହା ଏପରି ଏକ ବୟାନ ଯାହା ବାସ୍ତବିକ ଚମକାଇବା ଭଳି, କାରଣ ଅଧିକାଂଶ ଲୋକେ ଭାବନ୍ତି ନେତାଙ୍କୁ ଖୁବ୍ ପଇସା ମିଳେ। କଙ୍ଗନା କହିଛନ୍ତି ଯେ ଯେତେବେଳେ କର୍ମଚାରୀଙ୍କ ସହିତ ସାଂସଦୀୟ କ୍ଷେତ୍ର ଗସ୍ତରେ ଯିବାକୁ ହୁଏ ସେତେବେଳେ ଗୋଟିଏ ଟ୍ରିପର ବ୍ୟୟ ଲକ୍ଷରେ ପହଞ୍ଚି ଯାଏ। କାରଣ ଗନ୍ତବ୍ୟ ୩୦୦ରୁ ୪୦୦ କିଲୋମିଟର ଦୂରରେ ଥାଏ। ସେ କହିଛନ୍ତି ଯେ ବାସ୍ତବିକ ରାଜନୀତି ଏକ ମହଙ୍ଗା ସଉକ, ଏଣୁ ଆପଣଙ୍କର ଅନ୍ୟ କୌଣସି କାମ ଅଥବା ଆୟର ଜରିଆ ଥିବା ଦରକାର। ସେ ଏହାର ଉଦାହରଣ ଦେଇ କହିଛନ୍ତି ଯେ ଜାଭେଦ ଅଖତରଙ୍କ ଭଳି ପ୍ରସିଦ୍ଧ ଲୋକେ ସାଂସଦ ଥାଇ ମଧ୍ୟ ନିଜ ପେଷାରେ ମଧ୍ୟ ସକ୍ରିୟ ଥିଲେ। ଏହା ପୂର୍ବରୁ କଙ୍ଗନା କହିଥିଲେ ଯେ ତାଙ୍କୁ ରାଜନୈତିକ ଅନୁଭବ ବହୁତ ଚ୍ୟାଲେଞ୍ଜିଂ ଲାଗୁଛି। କାରଣ ଲୋକେ ଛୋଟଛୋଟ ସମସ୍ୟା ନେଇ ଆସୁଛନ୍ତି ଯେପରି ନାଳ ଭାଙ୍ଗିଯିବା, ଖରାପ ସଡ଼କ ଆଦି। ଏ କଥା ତାଙ୍କୁ ନୂଆ ଲାଗୁଛି କାରଣ ତାଙ୍କର ସୋସିଆଲ ସର୍ଭିସ ବ୍ୟାକ୍ ଗ୍ରାଉଣ୍ଡ ନାହିଁ।

ରେ କିମ୍ବା ସମ୍ବାଦ | 11 Jul 2025 9:40 pm

ଦେଖନ୍ତୁ କିଭଳି ବଢିଲା ନଦୀ ଭିତରେ ଚାଲିଥିଲା ଇଲେକ୍ଟ୍ରିକ୍ ଟାୱାର ମରାମତି

କଟକ ୧୧।୭: ବଢିଲା ନଦୀ ଭିତରେ ଚାଲିଲା ଇଲେକ୍ଟ୍ରିକ ଟାୱାର ମରାମତି । ମୁଣ୍ଡଳୀ ଠାରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ମୁଣ୍ଡଳୀ ତଳଗଡ଼ ନିକଟରେ ହାଇ ଭୋଲ୍ଟେଜ୍ ଓୟାର ଛିଣ୍ଡି ମହାନଦୀ ଭିତରେ ପଡିଥିବାର ଏକ ଖବର ଆସିଥିଲା । କିନ୍ତୁ ବାସ୍ତବରେ ମରାମତି କାର୍ଯ୍ୟ ଲାଗି ତାର ଖୋଲାଯାଇଥିଲା । ସକାଳୁ ପାୱାର ଗ୍ରୀଡ କର୍ପୋରେସନ ଦ୍ୱାରା ମରାମତି କାମ ଆରମ୍ଭ ହୋଇଥିଲା । ହାଇ ଭୋଲ୍ଟେଜ୍ ଓୟାର ପାଇଁ ଯେଉଁ ଇନ୍ସୁଲେଟର ବ୍ୟବହାର ହୁଏ ତାହା ଖରାପ ହୋଇଥିବା ଯୋଗୁଁ ଏହାର ମରାମତି କରୁଥିଲା ପାୱାର ଗ୍ରୀଡ଼ କର୍ପୋରେସନ । ବଢିଲା ନଦୀର ଭିତରେ ଭାଗରେ ଏହି ଇଲେକ୍ଟ୍ରି ଟାୱାର ଗୁଡିକ ଥିବାରୁ ଏନ୍‌ଡିଆର୍‌ଏଫ୍‌ର ସହାୟତା ଲୋଡ଼ା ଯାଇଥିଲା । ଦିନ ତମାମ ମରାମତି କାମ ଜାରିରହିଥିଲା।ଯାହା ଅପରାହ୍ନ ପ୍ରାୟ ସାଢେ ୪ଟାରେ ଶେଷ ହୋଇଛି । ତେବେ ସମ୍ପୂର୍ଣ୍ଣକାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌ଖୁବ୍ସହଯୋଗ ଦେଇଛି । You Can Read: ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଗଣତି ମଣତି ପାଇଁ ଟିକିଏ ସମୟ ଲାଗିବ

ରେ କିମ୍ବା ସମ୍ବାଦ | 11 Jul 2025 9:40 pm

ପିଏସି ବୈଠକରେ ଏକାଠି ରହିବା ଉପରେ ଗୁରୁତ୍ୱ ଦେଲେ କଂଗ୍ରେସର ଶୀର୍ଷ ନେତୃତ୍ୱ

ଭୁବନେଶ୍ବର ୧୧।୭: ଗୋଷ୍ଠୀ କନ୍ଦଳ ଯୋଗୁଁ ଖପ୍ପା ହାଇକମାଣ୍ଡ।ପିଏସି ବୈଠକରେ ଏକାଠି ରହିବା ଉପରେ ଗୁରୁତ୍ୱ ଦେଲେ କଂଗ୍ରେସ ଶୀର୍ଷ ନେତୃତ୍ୱ ଖଡ଼ଗେ ଏବଂ ରାହୁଲ ଗାନ୍ଧୀ। ଏଭଳି ପ୍ରତିକ୍ରିୟା ରଖିଛନ୍ତିପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି,ଖଡ଼ଗେ କହିଲେ ଦିଲ୍ଲୀରେ ସବୁବେଳେ ଶୁଣୁଛୁ ଓଡ଼ିଶାରେ କଂଗ୍ରେସ ହିଁ କଂଗ୍ରେସକୁ ହରାଉଛି।ତେଣୁ ଏକାଠି ହେବାକୁ ପଡିବ।ଯେଉଁ ପର୍ଯ୍ୟନ୍ତ ନେତାମାନେ ଏକାଠି ହେବେନି ଦଳ ରି-ଭାଇବକରିପାରିବନି। ସେହିପରି ରାହୁଲ ଗାନ୍ଧୀ କହିଛନ୍ତି ସମସ୍ତଙ୍କ ମତ ଯାହା ଥାଉ ସମସ୍ତେ ମିଶିକି କାମ କର।ଏହାସହ ଉପକୂଳ ଓଡ଼ିଶାରେ ଫୋକସ୍କରିବାକୁ ଦେଲେ ପରାମର୍ଶ ରାହୁଲ।ବୈଠକରେ ଉପସ୍ଥିତି ରହି ସମସ୍ତେ ଏକାଠିହେଲେଦଳ ସୁଦୃଢ ହେବବୋଲି ମତ ରଖିଛନ୍ତି। ସେହିଭଳି, ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକକହିଛନ୍ତି,ରାଜନୈତିକ ବ୍ୟାପାର କମିଟି ଆଲୋଚନା ବେଳେ ରାହୁଲ ଗାନ୍ଧୀ କହିଛନ୍ତି,ଏକଜୁଟ ରୁହ,ତୃଣମୂଳ ସ୍ତରରୁ ସଂଗଠନକୁ ମଜବୁତ କର। ଜାତି ଜନଗଣନା,ପଛୁଆବର୍ଗଙ୍କୁ ସଂରକ୍ଷଣ,ଦଳିତଙ୍କ ସୁରକ୍ଷାକୁପ୍ରସଙ୍ଗ କରି ଆନ୍ଦୋଳନ କରି ଲୋକଙ୍କ ପାଖକୁ ଯିବାକୁ ବରିଷ୍ଠ ନେତାଙ୍କୁ ପରମର୍ଶ ଦେଇଛନ୍ତି ରାହୁଲ ଗାନ୍ଧୀ। You Can Read: ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଗଣତି ମଣତି ପାଇଁ ଟିକିଏ ସମୟ ଲାଗିବ

ରେ କିମ୍ବା ସମ୍ବାଦ | 11 Jul 2025 9:40 pm

ଲର୍ଡ୍ସ ଟେଷ୍ଟରେ ବଡ଼ ବିବାଦ, ଅମ୍ପାୟରଙ୍କ ଉପରେ ରାଗି ଗଲେ ଗିଲ୍, ହାତରୁ ଛଡ଼ାଇ ନେଲେ ବଲ୍

ନୂଆଦିଲ୍ଲୀ: ଲର୍ଡ୍ସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ରେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥିତି ଏପରି କିଛି ହେଲା ଯେ ଟିମ୍ ଇଣ୍ଡିଆର ଅଧିନାୟକ ଶୁଭମନ ଗିଲ୍ ରାଗି ଯାଇ ଅମ୍ପାୟରଙ୍କ ସହ ଯୁକ୍ତତର୍କ କରିଥିଲେ । କେବଳ ସେ ନୁହେଁ, ଷ୍ଟାର ବୋଲର ମହମ୍ମଦ ସିରାଜ ମଧ୍ୟ ଅମ୍ପାୟରଙ୍କ ସହ ଯୁକ୍ତି କରୁଥିବା ନଜର ଆସିଥିଲେ । ଏହି ସବୁ ଘଟଣା ବଲ୍‌କୁ ନେଇ ହୋଇଥିଲା, ଯାହା ଉପରେ ସିରିଜ ଆରମ୍ଭରୁ ହିଁ ପ୍ରଶ୍ନ ଉଠିସାରିଛି । ମ୍ୟାଚ୍‌ର ଦ୍ୱିତୀୟ ଦିନରେ ବଲ୍ ପରିବର୍ତ୍ତନକୁ ନେଇ ଭାରତୀୟ କ୍ୟାପ୍ଟେନ ଓ ବାଂଲାଦେଶୀ ଅମ୍ପାୟର ସୌକତ ସରଫୁଦ୍ଦୌଲାଙ୍କ ମଧ୍ୟ ପାଟିତୁଣ୍ଡ ହୋଇଥିଲା । ଜୁଲାଇ ୧୧ରେ ଲର୍ଡ୍ସ ଟେଷ୍ଟର ଦ୍ୱିତୀୟ ଦିନରେ ଟିମ୍ ଇଣ୍ଡିଆ ଭଲ ଆରମ୍ଭ କରିଥିଲା । ଦିନର ଖେଳ ଆରମ୍ଭର ଅଧା ଘଣ୍ଟା ଭିତରେ ବୁରମା ଇଂଲଣ୍ଡର ତିନି ୱିକେଟ୍ ନେଇଥିଲେ । ଏଥିରେ ନୂଆ ବଲ୍‌ର ଭୂମିକା ଅଧିକ ଥିଲା । ବଲ୍ ସ୍ୱିଙ୍ଗ ଓ ସିମ୍ ହେଉଥିଲା । ଏହି ବଲ୍‌କୁ ମ୍ୟାଚ୍‌ର ପ୍ରଥମ ଦିନରେ ୮୦.୧ ଓଭର ପରେ ନିଆଯାଇଥିଲା । ଅନୁମାନ କରାଯାଉଥିଲା ଯେ ଏହି ବଲ୍‌ରେ ଅଧିକ ସମୟ ଯାଏ ଖେଳାଯିବ । କିନ୍ତୁ ଡ୍ୟୁକ୍ସ ବଲ୍‌କୁ ନେଇ ଉଠୁଥିବା ପ୍ରଶ୍ନ ଏଠି ସତ ପ୍ରମାଣିତ ହୋଇଥିଲା ଓ କେବଳ ୧୦.୩ ଓଭର ବୋଲିଂ ପରେ ହିଁ ଏହାକୁ ବଦଳାଇବାକୁ ପଡ଼ିଥିଲା । ଇଂଲଣ୍ଡ ଇନିଂସର ୯୧ତମ ଓଭରର ଚତୁର୍ଥ ବଲ୍ ପକାଇବା ପରେ ମହମ୍ମଦ ସିରାଜ ଅମ୍ପାୟରଙ୍କୁ ବଲର ଆକାର ବଦଳିବା ନେଇ ଅଭିଯୋଗ କରିଥିଲେ । ଅମ୍ପାୟର ସୌକତ ନିଜ ଉପକରଣରେ ଏହାକୁ ଚେକ୍ କରିଥିଲେ । ବଲ୍‌ର ଆକାର ବଦଳିଥିବା ସ୍ପଷ୍ଟ ହୋଇଥିଲା । ତେଣୁ ବଲ୍‌କୁ ବଦଳାଇବା ପାଇଁ ନିଷ୍ପତ୍ତି ନିଆଗଲା ଓ ବଲ୍ ବକ୍ସରୁ ଗୋଟିଏ ବଲ୍ ଚୟନ କରାଗଲା । ବଲ୍ ଭାରତୀୟ ଟିମକୁ ଦିଆଯିବା ପରେ, ଏହା ଉପରେ ପ୍ରଶ୍ନ ଉଠିଥିଲେ । ଅଧିନାୟକ ଗିଲ୍ ସିଧାସଳଖ ଅମ୍ପାୟରଙ୍କ ପାଖକୁ ଯାଇ ଆପତ୍ତି ଉଠାଇଥିଲେ । ଗିଲ୍‌ଙ୍କ ଅଭିଯୋଗ ଥିଲା, ଦିଆଯାଇଥିବା ବଲ୍ ୧୦-୧୧ ଓଭର ପୁରୁଣା ଲାଗୁ ନାହିଁ । ନିୟମ ଅନୁସାରେ ବଲ୍‌କୁ ବଦଳାଇବା ସମୟରେ ସେହିପରି ପୁରୁଣା ବଲ୍ ଦିଆଯିବ । କିନ୍ତୁ ଅମ୍ପାୟର ଗିଲ୍‌ଙ୍କ କଥାକୁ ଶୁଣି ନଥିଲେ, ଯେଉଁଥି ପାଇଁ ଭାରତୀୟ କ୍ୟାପ୍ଟେନଙ୍କ ତାଙ୍କ ସହ ଯୁକ୍ତିତର୍କ ହୋଇଥିଲା । ରାଗରେ ଗିଲ୍ ଅମ୍ପାୟରଙ୍କ ହାତରୁ ବଲ୍‌ ଛଡ଼ାଇ ନେଇଥିଲେ । ଏହାପରେ ବଲ୍ ସିରାଜଙ୍କ ପାଖକୁ ଯାଇଥିଲା । ସେ ମଧ୍ୟ ଅମ୍ପାୟରଙ୍କ ପାଖକୁ ଯାଇ ବଲ୍ ୧୦ ଓଭର ପୁରୁଣା ଲାଗୁ ନଥିବା କହିଥିଲେ । କିନ୍ତୁ ଅମ୍ପାୟର ଏହାକୁ ଶୁଣି ନଥିଲେ । ଏହି ସମୟରେ କମେଣ୍ଟ୍ରି କରୁଥିବା ପୂର୍ବତନ ଅଧିନାୟକ ଓ ମହାନ ବ୍ୟାଟର ସୁନୀଲ ଗାଭାସ୍କର ମଧ୍ୟ ଏହା ଉପରେ ପ୍ରଶ୍ନ ଉଠାଇଥିଲେ । ଗାଭାସ୍କର ସ୍ପଷ୍ଟ ଭାବେ କହିଥିଲେ ଯେ ଯେଉଁ ବଲ୍ ଟିମ୍ ଇଣ୍ଡିଆକୁ ଦିଆଯାଇଛି, ତାହା ୧୦ ନୁହେଁ ୨୦ ଓଭର ପୁରୁଣା ଲାଗୁନି । ଏହି ବଲ୍‌ରେ ସେହି ଚମକ ଦେଖିବାକୁ ମିଳୁନି, ଯାହା ପୁରୁଣାରେ ଥିଲା ।

ରେ କିମ୍ବା ସମ୍ବାଦ | 11 Jul 2025 9:40 pm

ମହଙ୍ଗା ପଡିଲା ସାଧା ପୋଷାକରେ ଚଢାଉ, ଚୋର ଭାବି ପୋଲିସକୁ ନିର୍ଧୁମ୍ ପିଟିଲେ ଲୋକେ

ବାଲିଗୁଡା ୧୧।୭: ମହଙ୍ଗା ପଡିଲା ସାଧା ପୋଷାକରେ ଚଢାଉ । ଚୋର ଭାବି ପୋଲିସକୁ ନିର୍ଧୁମ୍ ପିଟିଲେ ଲୋକେ । କିଏ କଲର ଝିଙ୍କି ପିଟିଲା ତ କିଏ ବିଧା ଗୋଇଠା ମାରିଲା । ୨ ଜଣ ପୋଲିସ ଅଧିକାରୀ ଏବଂ ଡ୍ରାଇଭରଙ୍କୁ ଘେରି ଯାଇଥିଲେ ଶତଧିକ ଲୋକ। ଏ ଦୃଶ୍ୟ ଥିଲା କନ୍ଧମାଳ ଜିଲ୍ଲା କୁତ୍ତମଗଡ଼ ଟୋଲଗେଟ ନିକଟର। ଜଣେ ଅଭିଯୁକ୍ତକୁ ଧରିବାକୁ ଆସି ହଟହଟା ହୋଇଛି କଳାହାଣ୍ଡି ପୋଲିସ। କଳାହାଣ୍ଡି ପୋଲିସର ଦୁଇ ଅଧିକାରୀ ଏବଂ ଜଣେ ଡ୍ରାଇଭରଙ୍କୁ ଅପହରଣକାରୀ ସନ୍ଦେହରେ ଧୁମ୍ ପିଟିଛନ୍ତି ଲୋକେ। ସୂଚନାଯୋଗ୍ୟ ଯେ, ବାଲିଗୁଡ଼ା ଥାନା ଡୁଙ୍ଗେରୀ ଗାଁର ଜଣେ ବ୍ୟକ୍ତିଙ୍କୁ ଗିରଫ କରିବାକୁ ଆସିଥିଲା କଳାହାଣ୍ଡି ପୋଲିସ। ବ୍ୟକ୍ତି ଜଣଙ୍କ ଗଂଜେଇ ବେପାର କରୁଥିବା ସ୍ଥାନୀୟ ଲୋକ କହିଛନ୍ତି। ପୋଲିସ ତାଙ୍କୁ ଧରିବା ଆଗରୁ ସିଏ କିନ୍ତୁ ଚମ୍ପଟ ମାରିଥିଲେ। ଆଉ ଲୋକଙ୍କୁ କହିଥିଲେ କଳାହାଣ୍ଡିର କିଛି ଲୋକ ତାଙ୍କୁ ଅପହରଣ କରିବାକୁ ଆସିଥିଲେ। ସେମାନଙ୍କ କବଳରୁ ସେ ଖସି ଆସିଛନ୍ତି। ଏକଥା ଶୁଣି ଲୋକଙ୍କ ରାଗ ପଞ୍ଚମକୁ ଚଢି ଯାଇଥିଲା। କେହି କିଛି ନ ବୁଝି କୃତ୍ତମଗଡ ଟୋଲ ଗେଟ ନିକଟରେ ପୋଲିସ ଅଧିକାରୀ ଯାଉଥିବା କାରକୁ ଅଟକାଇଥିଲେ। ସାଧା ପୋଷାକରେ ଥିବାରୁ ସେମାନଙ୍କ କୌଣସି କଥା ଶୁଣିନଥିଲେ। ଦୁଇ ଜଣ ପୋଲିସ ଅଧିକାରୀ ଜୀବନ ବିକଳରେ କାର୍‌ ରୁ ଓହ୍ଲାଇ ଦୌଡୁଥିବା ବେଳେ ଲୋକେ ସନ୍ଦେହ କରି ସେମାନଙ୍କୁ ଧରି ମାଡ଼ ମାରିଥିଲେ। ଜଣେ ପୋଲିସ ଅଧିକାରୀ ନିଜ ବନ୍ଧୁକ କାଢି ଭୟଭିତ କରିବା ପରେ ଲୋକେ ତୁମୁଡ଼ିବନ୍ଧ ପୋଲିସକୁ ଜଣାଇଥିଲେ। ତୁମୁଡ଼ିବନ୍ଧ ପୋଲିସ ପହଞ୍ଚି ସାଧା ପୋଷାକରେ ଥିବା ଅଧିକାରୀକୁ ଲୋକଙ୍କ କବଳରୁ ମୁକୁଳେଇ ଥାନାକୁ ଆଣିଥିଲେ।ଏନେଇ ତୁମୁଡିବନ୍ଧ ଥାନାରେ ଏକ ମାମଲା ରୁଜୁ ହୋଇଛି। ଭିଡିଓ ଫୁଟେଜ ଆଧାରରେ ଘଟଣାର ତଦନ୍ତ ଚାଲିଥିବା ବାଲିଗୁଡ଼ା SDPO କହିଛନ୍ତି ।

ରେ କିମ୍ବା ସମ୍ବାଦ | 11 Jul 2025 9:40 pm

ବଦଳିଲା ସ୍ୱାସ୍ଥ୍ୟ ବୀମା ନିୟମ, ଏବେ ୨୪ ଘଣ୍ଟା ନୁହେଁ ୨ ଘଣ୍ଟା ଆଡମିଟ୍ ହେଲେ ବି ମିଳିବ କଭରେଜ

ନୂଆଦିଲ୍ଲୀ ୧୧।୭: ହେଲଥ୍ ଇନସ୍ୟୁରାନ୍ସ କ୍ଲେମକୁ ନେଇ ଏକ ଆଶ୍ୱସ୍ତିଭରା ଖବର ଆସୁଛି। ଏବେ ସ୍ୱାସ୍ଥ୍ୟ ବୀମା ପାଇବା ପାଇଁ ଆଉ ଆପଣଙ୍କୁ ହସ୍ପିଟାଲରେ ପୁରା ୨୪ ଘଣ୍ଟା ବିତାଇବାକୁ ପଡିବନି। ଏବେ ଅନେକ ସ୍ୱାସ୍ଥ୍ୟ ବୀମା କମ୍ପାନୀ ମାତ୍ର ୨ ଘଣ୍ଟା ଆଡମିସନରେ ବି ମେଡିକ୍ଲେମ ଦେଲେଣି। ଏହି ପରିବର୍ତ୍ତନ ଏଥି ପାଇଁ ହୋଇଛି ଯେ ଚିକିତ୍ସା ଦ୍ରୁତ ଓ ଆଧୁନିକ ହୋଇଯାଇଛି। ମୋତିଆବିନ୍ଦୁ, କେମୋଥେରାପି ଓ ଏନଜିଓଗ୍ରାଫି ପାଇଁ ପୂର୍ବରୁ ସାରା ରାତି ହସ୍ପିଟାଲରେ କଟାଇବାକୁ ପଡୁଥିଲା। ଏବେ ଏହି ସବୁ ଚିକିତ୍ସା ମାତ୍ର କିଛି ଘଣ୍ଟାରେ ହୋଇଯାଉଛି। ଏବେ ଏପରି ଚିକିତ୍ସାକୁ ଡେ-କେୟାର ପ୍ରୋସିଜିୟର କୁହାଯାଉଛି। ଯେପରି ମୋତିଆବିନ୍ଦୁ ଅପରେସନ, ଡାୟଲିସିସ୍, କେମୋଥେରାପି ଆଦି ଲାଗି ମଧ୍ୟ ମେଡିକ୍ଲେମ ମିଳି ପାରିବ। ପୂର୍ବରୁ ଏହି ସବୁ ମାମଲାରେ ଏଥି ପାଇଁ କ୍ଲେମ ମିଳୁନଥିଲା ଯେହେତୁ ରୋଗୀ ହସ୍ପିଟାଲରେ ୨୪ ଘଣ୍ଟା ବିତାଉ ନଥିଲେ। ଏବେ କମ ସମୟରେ ଚିକିତ୍ସା କରାଇବା ପାଇଁ ପକେଟରୁ ପଇସା ଟେ ବି ଖର୍ଚ୍ଚ କରିବାକୁ ପଡିବନି। ଏହା ଦ୍ୱାରା ଲୋକେ ସଠିକ ସମୟରେ ନିଜର ଚିକିତ୍ସା କରାଇ ପାରିବେ ଓ ଆର୍ଥିକ ବୋଝରୁ ମଧ୍ୟ ବର୍ତ୍ତି ପାରିବେ। ବୀମା କମ୍ପାନୀ ଏବେ ଚିକିତ୍ସାର ଅତ୍ୟାଧୁନିକ ଟେକନିକ୍ କୁ ବୁଝିଲେଣି ଓ ନିଜ ପଲିସିକୁ ସେହି ଅନୁସାରେ ଅପଡେଟ କରୁଛନ୍ତି। ଏହାର ଅର୍ଥ ଏବେ ବୀମା କଭର ଅଧିକ ସ୍ମାର୍ଟ, ଦ୍ରୁତ ଓ ଆବଶ୍ୟକତା ଅନୁସାରେ ହୋଇଯାଇଛି। ମୋଟ ଉପରେ କହିବାକୁ ଗଲେ ଏହି ପରିବର୍ତ୍ତନ ଗ୍ରାହକଙ୍କ ନିମନ୍ତେ ଆଶ୍ୱସ୍ତିଭରା ଓ ହେଲଥ୍ ଇନସ୍ୟୁରାନ୍ସ କୁ ପୂର୍ବାପେକ୍ଷା ଅଧିକ ସୁବିଧାଜନକ କରିଛି।

ରେ କିମ୍ବା ସମ୍ବାଦ | 11 Jul 2025 9:40 pm

ପରମାଣୁ କଥାବାର୍ତ୍ତା ପାଇଁ ଆମେରିକା ଆଗରେ ସର୍ତ୍ତ ରଖିଲା ଇରାନ, ଜାଣନ୍ତୁ କେଉଁ କଥାର ମାଗୁଛି ଗ୍ୟାରେଣ୍ଟି

ତେହେରାନ ୧୧।୭: ଆମେରିକା ସହିତ କଥାବାର୍ତ୍ତା ଲାଗି ଇରାନ ଏକ ବଡ଼ ସର୍ତ୍ତ ରଖିଛି। ଇରାନର କହିବା କଥା ହେଉଛି ସେ ଆମେରିକା ସହିତ ତେବେ ଯାଇ କଥାବାର୍ତ୍ତା କରିବ ଯେବେ ତା ଉପରେ ଦ୍ୱିତୀୟବାର ଆକ୍ରମଣ ନ କରିବାକୁ ଗ୍ୟାରେଣ୍ଟି ଦେବ। ଇରାନ ବୈଦେଶିକ ମନ୍ତ୍ରୀ ଅବ୍ବାସ ଅରାକଚୀ ଫରାସୀ ସମ୍ବାଦପତ୍ରକୁ ଆଲୋଚନାରେ ଏହି କଥା କହିଛନ୍ତି। ଏହା ଛଡା ସେ ଆମେରିକା ଆକ୍ରମଣ ଯୋଗୁ ପରମାଣୁ ଆଡ୍ଡାର ଯେଉଁ କ୍ଷୟକ୍ଷତି ହୋଇଛି ତାହାର କ୍ଷତିପୂରଣ ମଧ୍ୟ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଇରାନ ଓ ଇସ୍ରାଏଲ ଯୁଦ୍ଧ କାଳରେ ଇରାନର ପରମାଣୁ ଆଡ୍ଡା ଉପରେ ଆମେରିକୀୟ ଯୁଦ୍ଧବିମାନ ବୋମା ବର୍ଷା କରିଥିଲେ। କୁହାଯାଉଛି ଆମେରିକାର ଏହି ଆକ୍ରମଣରେ ଇରାନର ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏଥିରେ ଇରାନ ବୈଦେଶିକ ମନ୍ତ୍ରୀ ଡିପ୍ଲୋମାସୀର ରାସ୍ତା ବନ୍ଦ ହୋଇ ନଥିବା କହିଛନ୍ତି। ତେବେ ଏହା ଏକ ଦୋଛକି ରାସ୍ତା। ନିଜ କାମ ଲାଗି ଆମେରିକା ନିଜକୁ ଦାୟି କରିବା ଦରକାର। ଖାସ କରି ସେହି ଆକ୍ରମଣ ଲାଗି ଯାହା ସେ ନିକଟରେ ଇରାନର ପରମାଣୁ କେନ୍ଦ୍ର ଉପରେ କରିଥିଲା। ଏହା ଛଡା ଅରାକଚୀ ଟ୍ରମ୍ପଙ୍କ ସେହି ଦାବିକୁ ବି ଅଗ୍ରାହ୍ୟ କରିଦେଇଛନ୍ତି ଯେଉଁଥିରେ ବିମାନ ଆକ୍ରମଣରେ ଇରାନର ପରମାଣୁ କାର୍ଯ୍ୟକ୍ରମ ନଷ୍ଟ ହୋଇଗଲା ବୋଲି କହିଥିଲେ। ସେ ଆଇଏଇଏ ମହାନିର୍ଦ୍ଦେଶକ ରାଫେଲ ଗ୍ରସୀଙ୍କ ସୂତ୍ରରୁ କହିଛନ୍ତି ଯେ ପରମାଣୁ କାର୍ଯ୍ୟକ୍ରମ ମାତ୍ର କିଛି ମାସ ପାଇଁ ଡିଲେ ହୋଇଛି, ହେଲେ ବନ୍ଦ ହୋଇନି। ଅରାକଚୀ କହିଛନ୍ତି ଯେ ଆମେରିକା ଆକ୍ରମଣ ପରେ ଆମର ଶାନ୍ତିପୂର୍ଣ୍ଣ ପରମାଣୁ କାର୍ଯ୍ୟକ୍ରମକୁ ଗୁରୁତର ଆଘାତ ଲାଗିଛି। ଏଣୁ କ୍ଷତିପୂରଣ ଦାବି କରିବା ଲାଗି ଆମର ଅଧିକାର ରହିଛି ବୋଲି ସେ କହିଛନ୍ତି। ଅରାକଚୀ କହିଛନ୍ତି ଯେ ଇରାନର ଶାନ୍ତିପୂର୍ଣ୍ଣ ପରମାଣୁ କାର୍ଯ୍ୟକ୍ରମ ଆଇଏଇଏ ଦେଖରେଖରେ ଓ ଅନ୍ତର୍ଜାତୀୟ ଆଇନର ପାଳନ କରୁଛି। ସେ କହିଛନ୍ତି ଇଛାଶକ୍ତିରେ ହାସଲ କରାଯାଇଥିବା ପ୍ରଗତିକୁ ବୋମାରେ ସମାପ୍ତ କରାଯାଇ ପାରିବନି। ସେ କହିଛନ୍ତି ଯେ ଆଇଏଇଏ ମନିଟରିଂରେ ଚାଲିଥିବା ଏକ ପରମାଣୁ ଠିକଣା ଉପରେ କୌଣସି ପାଶ୍ଚାତ୍ୟ ଦେଶ ଆକ୍ରମଣ କରିବା ଆଇନ ଉପରେ ଆକ୍ରମଣ କରିବା ସହ ସମାନ।

ରେ କିମ୍ବା ସମ୍ବାଦ | 11 Jul 2025 9:40 pm

ରୁଟ୍‌ଙ୍କ ଶତକ, ବୁମରାଙ୍କୁ ୫ ୱିକେଟ୍; ଲର୍ଡ୍ସ ଟେଷ୍ଟର ପ୍ରଥମ ଇନିଂସରେ ୩୮୭ ରନ୍‌ରେ ଇଂଲଣ୍ଡ ଅଲ୍‌ଆଉଟ୍

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫିର ତୃତୀୟ ମୁକାବିଲା ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯାଉଛି । ଆଜି ମୁକାବିଲାର ଦ୍ୱିତୀୟ ଦିନ । ଇଂଲଣ୍ଡ ଟିମ୍ ପ୍ରଥମ ଇନିଂସରେ ୩୮୭ ରନ୍‌ରେ ଅଲ୍‌ଆଉଟ୍ ହୋଇଛି । ଜୋ ରୁଟ୍‌ଙ୍କ ଶତକୀୟ ଇନିଂସ ଓ ଜେମି ସ୍ମିଥ୍ ଓ ବ୍ରାୟଡନ କାର୍ସେ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଭାରତ ପାଇଁ ଜଶପ୍ରିତ ବୁମରା ପାଞ୍ଚଟି ୱିକେଟ୍ ନେଇଥିଲେ । ଚାରି ୱିକେଟ୍ ହରାଇ ୨୫୧ ରନ୍‌ରେ ପ୍ରଥମ ଦିନର ଖେଳ ଶେଷ କରିଥିଲା ଇଂଲଣ୍ଡ । ଜୋ ରୁଟ୍ ୯୯ ରନ୍ ଓ ବେନ୍ ଷ୍ଟୋକ୍ସ ୩୯ ରନରୁ ଦ୍ୱିତୀୟ ଦିନର ଖେଳ ଆରମ୍ଭ କରିଥିଲେ । ଦ୍ୱିତୀୟ ଦିନରେ ଭାରତ ଦମଦାର ଆରମ୍ଭ କରିଥିଲା । ବୁମରା ପ୍ରଥମ ସେସନରେ ହିଁ ତିନି ୱିକେଟ୍ ନେଇଥିଲେ । ସେ ବେନ୍ ଷ୍ଟୋକ୍ସ (୪୪), ଜୋ ରୁଟ୍ (୧୦୪) ଓ କ୍ରିସ୍ ୱକ୍ସଙ୍କୁ (୦) ଆଉଟ୍ କରିଥିଲେ । ଏହା ପରେ ଜେମି ସ୍ମିଥ୍ ଏବଂ ବ୍ରାଇଡନ୍ କାର୍ସେ ଦାୟିତ୍ୱ ନେଇଥିଲେ । ଅଷ୍ଟମ ୱିକେଟ୍ ପାଇଁ ଉଭୟଙ୍କ ମଧ୍ୟରେ ୮୦ରୁ ଅଧିକ ରନ୍‌ର ପାର୍ଟନରଶିପ୍ ହୋଇଥିଲା, ଯାହାକୁ ସିରାଜ ଭାଙ୍ଗି ଦେଇଥିଲେ । ସେ ଜେମି ସ୍ମିଥ୍ (୫୬)ଙ୍କୁ ନିଜର ଶିକାର କରିଥିଲେ । ଏହା ପରେ ବୁମରା ଜୋଫ୍ରା ଆର୍ଚରଙ୍କ ରୂପରେ ଇଂଲଣ୍ଡକୁ ନବମ ଝଟକା ଦେଇଥିଲେ । ସେ କେବଳ ଚାରି ରନ୍ ଆଉଟ୍ ହୋଇଥିଲେ ।ଭାରତ ବିପକ୍ଷରେ ପ୍ରଥମ ଇନିଂସରେ ବ୍ରାଇଡନ୍ କାର୍ସେ ତାଙ୍କର ପ୍ରଥମ ଅର୍ଦ୍ଧଶତକ ପୂରଣ କରିବାରେ ସଫଳ ହୋଇଥିଲେ । ସେ ୮୩ ବଲରେ ୬ ଚୌକା ଏବଂ ୧ ଛକା ସହାୟତାରେ ୫୬ ରନ୍ କରିଥିଲେ । ଶେଷରେ ସିରାଜଙ୍କ ବଲରେ ସେ ବୋଲ୍ଡ ହୋଇଥିଲେ । ସୋଏବ୍ ବଶିର ଏକ ରନ୍ କରି ଅପରାଜିତ ରହିଥିଲେ । ପ୍ରଥମ ଦିନରେ ଜ୍ୟାକ୍ କ୍ରାଉଲି ୧୮, ବେନ୍ ଡକେଟ ୨୩, ଓଲି ପୋପ୍ ୪୪ ରନ୍ କରିଥିଲେ । ଭାରତ ପାଇଁ ଜଶପ୍ରିତ ବୁମରା ପାଞ୍ଚଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ ଏବଂ ନୀତୀଶ କୁମାର ରେଡ୍ଡୀ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ । ରବିନ୍ଦ୍ର ଜାଡେଜା ଗୋଟିଏ ୱିକେଟ୍ ନେଇଥିଲେ ।

ରେ କିମ୍ବା ସମ୍ବାଦ | 11 Jul 2025 9:40 pm

ମେଷ ରାଶି ବ୍ୟକ୍ତି ଦିନରେ ନୂଆ କାମ ଆରମ୍ଭ କରିପାରିବେ, ବ୍ୟବସାୟରେ ଲାଭର ସମ୍ଭାବନା ରହିଛି

ମେଷ - ନୂଆ କାମ ଆରମ୍ଭ ପାଇଁ ଭଲ ଦିନ। ବ୍ୟବସାୟରେ ଲାଭର ସମ୍ଭାବନା ରହିଛି। ପାରିବାରିକ ମାନସିକ ଶାନ୍ତି ମିଳିପାରେ। ସ୍ୱାସ୍ଥ୍ୟ ଠିକ ରହିପାରିବ। ନୈତିକ ସମସ୍ୟାର ସମାଧାନ ମିଳିବ। ଦିନଟି ସାଧାରଣ ଭାବେ ଶୁଭ। ବୃଷ - ଅପରିଚିତଙ୍କ ଉପରେ ବିଶ୍ୱାସ କରିବାରେ ସତର୍କ ରୁହନ୍ତୁ। ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ। କିଛି ପୁରୁଣା କାମ ସମାପ୍ତ ହେବ। ବ୍ୟବସାୟରେ ସହଯୋଗୀଙ୍କ ସହ ବିରୋଧ ହେଇପାରେ। ଧନ ଲାଭ ହେବେ କିନ୍ତୁ ସଂରକ୍ଷଣ ଜରୁରୀ। ମିଥୁନ - ସମ୍ମାନ ବଢ଼ିପାରେ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଓ ପଦବୀ ବୃଦ୍ଧି ସମ୍ଭବ। ନୂଆ ଯୋଜନା କାମ କରିପାରିବ। ପାରିବାରିକ ସମସ୍ୟାର ସମାଧାନ ମିଳିବ। ଆତ୍ମବିଶ୍ୱାସ ଉଚ୍ଚ ରହିବ। କର୍କଟ - ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ପୁରୁଣା ମିତ୍ରଙ୍କସହ ଦେଖା ହେବ। ଦୈନିକ କାର୍ଯ୍ୟରେ ବ୍ୟସ୍ତତା ବଢ଼ିପାରେ। ବ୍ୟବସାୟରେ ଲାଭ ଦିନ। ସିଂହ - କିଛି ଅନିର୍ଦ୍ଧାରିତ ଘଟଣା ହେଇପାରେ।ବାହାରସ୍ଥାନକୁଯିବେ।ଅଧିକ ଚିନ୍ତା କରିବା ଠିକ ନୁହେଁ। ପାରିବାରିକ ସମ୍ପର୍କରେମଧୁରତାରହିପାରେ। ଧୈର୍ଯ୍ୟ ଓ ବିଚାରଶୀଳତା ଜରୁରୀ। କନ୍ୟା - ଶିକ୍ଷା ଓ ଚାକିରିରେ ସୁଖାଦ ଖବର ମିଳିପାରେ। ନୂଆ ଅବସର ଆସିପାରେ। ବିଦେଶ ଯାତ୍ରାର ସୁଯୋଗ ମିଳିପାରେ। ବୃଦ୍ଧି ପାଇଁ ଚେଷ୍ଟା କରନ୍ତୁ। ଅନ୍ୟମାନଙ୍କ ସହ ସହଯୋଗ ହେବ। ତୁଳା - ବ୍ୟବସାୟ ଓ ଚାକିରି ଠିକ୍ ରହିପାରେ। ସନ୍ତାନ ପକ୍ଷରୁ ସୁଖ ମିଳିପାରେ। ଅନ୍ୟମାନଙ୍କ ସହଜଗି ରଖି ଚଳନ୍ତୁ।ନିଜ କାମ ନିଜେ କରନ୍ତୁ। ବିଛା - ନୂଆ କାର୍ଯ୍ୟ ଆରମ୍ଭ ପାଇଁ ଭଲ ସମୟ। ବୃଦ୍ଧି ଓ ପଦୋନ୍ନତିହେବାର ଯୋଗ ଅଛି। ପାରିବାରିକ ମାନସିକ ସମସ୍ୟା ହ୍ରାସ ପାଇବ। ଭଲ ସହଯୋଗୀ ମିଳିପାରେ। ସ୍ୱାସ୍ଥ୍ୟ ଠିକ୍ ରହିବ। ଧନୁ -କିଛିଚିନ୍ତା ଓ ଅଶାନ୍ତି ରହିପାରେ। ଅତି କଥାକହିବାଏବଂ ବିବାଦରୁ ଦୂରେଇରୁହନ୍ତୁ। ନିଜ ଶକ୍ତି ଉପରେ ବିଶ୍ୱାସ ରଖନ୍ତୁ। ଅନ୍ୟମାନଙ୍କ ସହ ସମ୍ପର୍କ ଭଲ ରଖନ୍ତୁ। ସାଧାରଣ ଭାବେ ଦିନ ଚାଲିବ। ମକର - କିଛି ନୂଆ ଅନୁଭବ ହେବ। ବୃଦ୍ଧି ପାଇଁ ଯତ୍ନ ଜାରି ରଖନ୍ତୁ। ପ୍ରେମ ଓ ବିବାହ ଯୋଗ ଦୃଢ଼ ହେବ। ବ୍ୟବସାୟରେ ଲାଭ ହେବା ସମ୍ଭାବନା ଅଛି। ନିଜ ନିଷ୍ଠା ଜାରି ରଖିବା ଦରକାର। କୁମ୍ଭ - ଭଲ ସମୟ ଚାଲିଛି। ଅନ୍ୟମାନଙ୍କର ସହଯୋଗ ମିଳିପାରେ। ନୂଆ ଯୋଜନା ଅନୁସାରେ କାମ କରନ୍ତୁ। ଆର୍ଥିକ ଲାଭ ଓ ପ୍ରଶଂସା ମିଳିପାରେ। ପାରିବାରିକ ମାନ୍ୟତା ରହିବ। ମୀନ - ଦୂର ଯାତ୍ରା ସମ୍ଭବ। ଆର୍ଥିକଚିନ୍ତାରହିପାରେ।କିନ୍ତୁ ସମାଧାନ ମିଳିବ। ମିତ୍ରଙ୍କ ସହ ମିଳିତ କାମରେ ଲାଭ ହେବ। ବିଦ୍ୟାର୍ଥୀଙ୍କ ପାଇଁ ଦିନ ଉପଯୁକ୍ତ। ମନ ଶାନ୍ତ ରଖିବେ। ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ ଯୋଗାଯୋଗ – 8249826682

ରେ କିମ୍ବା ସମ୍ବାଦ | 11 Jul 2025 9:40 pm

ଅଗଷ୍ଟରୁ ଭାରତରେ ପ୍ରଥମ ଇଲେକ୍ଟ୍ରିକାଲ କାର ଡେଲିଭରୀ ଆରମ୍ଭ କରିପାରେ ଏଲନ ମସ୍କଙ୍କ Tesla

ନୂଆଦିଲ୍ଲୀ ୧୧।୭: ଦ୍ୱିତୀୟ ତ୍ରୈମାସିକରେ ଇଲେକ୍ଟ୍ରିକ୍ କାର ଟେସ୍ଲାର ବୈଶ୍ୱିକ ବିକ୍ରିରେ ହ୍ରାସ ଦେଖାଯାଇଛି। ଏପରି ସମୟରେ କମ୍ପାନୀ ଭାରତ ଭଳି ଉଦୀୟମାନ ବଜାରରେ ନିଜର ପାଦ ପକାଇବାକୁ ଉଦ୍ୟମ ଆରମ୍ଭ କରିଛି। କମ୍ପାନୀର ସିଏଫଓ ବୈଭବ ତନେଜା ପ୍ରଥମରୁ କହିଥିଲେ ଭାରତର ଉଚ୍ଚ ଟାରିଫ ଟେସ୍ଲା ଲାଗି ଏକ ବଡ଼ ନିଷ୍ପତ୍ତି ନେବାର କାରଣ ହୋଇଛି। ଏହା ସତ୍ତ୍ୱେ କମ୍ପାନୀ ରିସ୍କ ନେଇ ଭାରତରେ ସମ୍ଭାବନା ସନ୍ଧାନ କରିବାକୁ ଆଗଭର ହୋଇଛି। ଇଲେକ୍ଟ୍ରିକ୍ କାରନିର୍ମାଣକାରୀ କମ୍ପାନୀ ଟେସ୍ଲା ଭାରତରେ ପ୍ରଥମ କାର ଡେଲିଭରୀ ଅଗଷ୍ଟରୁ ଆରମ୍ଭ କରିପାରେ। ବିଭିନ୍ନ ରିପୋର୍ଟରୁ ଏବେ ଏହି ଖବର ଆସିବାରେ ଲାଗିଛି। ଏଥି ପାଇଁ ଏବେ ଭାରତର ଇଲେଟ୍ରିକ୍ କାର (ଇଭି) ବଜାରରେ ନୂଆ ସମ୍ଭାବନା ସୃଷ୍ଟି ହୋଇଛି। ଟେସ୍ଲାର ଭାରତ ଆଗମନ ଇଲେକ୍ଟ୍ରିକ ବାହନର ଲୋକପ୍ରିୟତାକୁ ଆହୁରି ପ୍ରୋତ୍ସାହିତ କରିବ ଓ ପରିବେଶ ପାଇଁ ମଧ୍ୟ ଭଲ ସାବ୍ୟସ୍ତ ହେବ। ଟେସ୍ଲାର ପ୍ରଥମ ଅଧିକାରୀକ ସୋ ରୁମ ମୁମ୍ବାଇରେ ଖୋଲିବ, ଯାହା କମ୍ପାନୀର ଅଧିକାରୀକ ବଜାର ପ୍ରବେଶକୁ ଦର୍ଶାଉଛି। ପ୍ରଥମ ସପ୍ତାହରେ ଏହି ସୋ ରୁମ ଭିଆଇପି ଓ ବ୍ୟବସାୟୀକ ପାର୍ଟନରଙ୍କ ନିମନ୍ତେ ଖୋଲିବ। ଏହା ପରେ ସାଧାରଣ ଗ୍ରାହକଙ୍କୁ ମଧ୍ୟ ସୋ ରୁମ ପ୍ରବେଶ ମିଳିବ। ଏହି ପଦକ୍ଷେପକୁ ଏବେ ଭାରତ ଭଳି ବଡ଼ ଅଟୋମୋବାଇଲ ବଜାରରେ ଟେସ୍ଲାର ଉପସ୍ଥିତିକୁ ଏବେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଟେସ୍ଲା ସମ୍ପର୍କିତ ଜନୈକ ବ୍ୟକ୍ତିଙ୍କ ଅନୁସାରେ ଗ୍ରାହକ ଆଗାମୀ ସପ୍ତାହରୁ ନିଜ ପସନ୍ଦର ଟେସ୍ଲା ଇଲେକ୍ଟ୍ରିକ୍ କାରକୁ କନଫିଗର କରି ଅର୍ଡର କରିପାରିବେ। ଏହି ସୁବିଧା ଟେସ୍ଲା ୱେବସାଇଟ୍ ମାଧ୍ୟମରେ ମିଳିବ। ଏହା ପରେ ଅଗଷ୍ଟ ଶେଷ ସପ୍ତାହ ବେଳକୁ ଡେଲିଭରୀ ମିଳିବା ଆରମ୍ଭ ହୋଇଯିବ। ଭାରତରେ ଟେସ୍ଲା ପକ୍ଷରୁ ସର୍ବ ପ୍ରଥମେ ଯେଉଁ ମଡେଲ ଲଞ୍ଚ କରାଯିବ ତାହା ମଡେଲ ‘ୱାଇ’ ରିୟର ହ୍ୱିଲ ଡ୍ରାଇଭ ଏସୟୁଭି ହେବ। ମଡେଲ ୱାଇକୁ ବିଶ୍ୱରେ ବିକ୍ରି ହେଉଥିବା ସବୁଠୁ ଲୋକପ୍ରିୟ କାର କୁହାଯାଉଛି ଓ ଭାରତରେ ଏହାର ଲୋକପ୍ରିୟତା ଏଥିରୁ ନିର୍ଦ୍ଧାରିତ ହେବ ଯେ ଏହାର ଉଚ୍ଚ ଆମଦାନୀ ଶୁଳ୍କ ସତ୍ତ୍ୱେ ଲୋକେ ଟେସ୍ଲା କାରକୁ ଆପଣାଉଛନ୍ତି ନା ନାହିଁ।

ରେ କିମ୍ବା ସମ୍ବାଦ | 11 Jul 2025 9:40 pm

ପୁଣି ଥରିଲା ଦିଲ୍ଲୀ: ଦୁଇ ଦିନରେ ଦୁଇ ଥର ଭୂମିକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଆଜକୁ ମିଶାଇ ଦୁଇ ଦିନ ହେଲା ରାଜଧାନୀ ଦିଲ୍ଲୀରେ ଭୂମିକମ୍ପ ହୋଇଛି। ଗୁରୁବାର ସକାଳେ ମୃଦୁ ଭୂମିକମ୍ପର ଥରିଥିଲା ରାଜଧାନୀ ଦିଲ୍ଲୀ। ଆଉ ଆଜି(ଶୁକ୍ରବାର) ସଂଧ୍ୟା ୭.୪୯ ସମୟରେ ପୁଣି ଥରେ ଭୂମିକମ୍ପ ହୋଇଛି। ପୁଣିଥରେ ହରିଆଣାର ଝଜ୍ଜର ହିଁ ଭୂମିକମ୍ପର କେନ୍ଦ୍ରବିନ୍ଦୁ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS)ଅନୁଯାୟୀ,ଶୁକ୍ରବାର ସନ୍ଧ୍ୟା ୭.୪୯ ସମୟରେ ହରିୟାଣାର ଝାଜ୍ଜରରେ ୩.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ୧୦ କିଲୋମିଟର ଗଭୀରତାରେ ସଂଗଠିତ ହୋଇଥିଲା।ରାଜଧାନୀରୁ ପ୍ରାୟ ଠାରୁ ଝଜ୍ଜରର ଦୂରତା ୬୦ କିଲୋମିଟର ରହିଛି। ଗୋଟିଏ ଦିନ ପୂର୍ବରୁ,ଗୁରୁବାର ସକାଳେ,ସକାଳ ୯.୦୪ ସମୟରେ ସେହି ସମାନ ଅଞ୍ଚଳରେ ୪.୪ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ବି କେନ୍ଦ୍ରସ୍ଥଳ ଥିଲା ଝଜ୍ଜର। ଭୂମି କମ୍ପ କିଛି ସେକେଣ୍ଡ ପାଇଁ ହେବାରୁ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ବିଶେଷଜ୍ଞଙ୍କ କହିବା କଥା ହେଲା ମୁଖ୍ୟ ଭୂମିକମ୍ପ ପରେ ପରବର୍ତ୍ତି ଝଟକା ସାଧାରଣ ଏବଂ ଏହା କିଛି ଦିନ ପର୍ଯ୍ୟନ୍ତ ଜାରି ରହିପାରେ।ସାଧାରଣତଃ,ଏଗୁଡ଼ିକ ମୂଳ କମ୍ପନ ଅପେକ୍ଷା କମ୍ ତୀବ୍ରତାର ହୋଇଥାଏ। ବିଶେଷଜ୍ଞମାନେ ଏହାକୁ ଏକ ପଜିଟିଭ ସଙ୍କେତ ବୋଲି ବିବେଚନା କରନ୍ତି।କାରଣ ଏହା ବିଲ୍ଟ-ଅପ୍ ଟେକ୍ଟୋନିକ୍ ଶକ୍ତିର ଧୀରେ ଧୀରେ ମୁକ୍ତ ହେବାକୁ ଦର୍ଶାଇଥାଏ। ଯାହ ଏକ ବଡ଼ ଘଟଣାର ଆଶଙ୍କା ହ୍ରାସ କରେ।

ରେ କିମ୍ବା ସମ୍ବାଦ | 11 Jul 2025 9:40 pm

ରାୟଗଡ଼ାରେ କଙ୍ଗାରୁ କୋର୍ଟ, ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି ପକାଇ ହଳ କରାଇଲେ

ରାୟଗଡ଼ା : ପ୍ରଥା ଆଉ ପରମ୍ପରାକୁ ଦ୍ବାହି ଦେଇ ଚାଲିଛି ସାମାଜିକ ଅତ୍ୟାଚାର । କଙ୍ଗାରୁ କୋର୍ଟ କରି ଦଣ୍ଡିତ କରାଯାଉଛି । ଉପାନ୍ତ ଅଞ୍ଚଳରେ ଏମିତି ଏକାଧିକ ଘଟଣା ଘଟିଯାଉଥିଲା କେହି ଜାଣିପାରୁନଥିଲେ କିନ୍ତୁ ଏବେ ମୋବାଇଲ ଭିଡିଓ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହେଉଛି। ଫଳରେ ଘଟଣା ପ୍ରଘଟ ହେବା ସହିତ ଲୋକେ କେମିତି ମାନସିକତା ନେଇ ଅଛନ୍ତି ତାହା ଜଣାପଡୁଛି। ଯୁବକ ଯୁବତୀଙ୍କ ପ୍ରେମକୁ ବିରୋଧ କରି କଙ୍ଗାରୁ କୋର୍ଟରେ ଦିଆଯାଇଛି ଶାସ୍ତି। ଯାହାର ଭିଡିଓ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଘଟଣା ରାୟଗଡ଼ା ଜିଲ୍ଲାର। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର କଞ୍ଜାମଯୋଡି ଗାଁ ଦୁଇ ଯୁବକ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲେ। ହେଲେ ଏହାକୁ ବିରୋଧ କରି ଗାଁର ଏହି ଯୁବକ ଓ ଯୁବତୀଙ୍କୁ ଅକଥନୀୟ ନିର୍ଯାତନା ଦେଇଛନ୍ତି ଗାଁ ଲୋକେ। ଯୁବକ ଓ ଯୁବତୀଙ୍କ କାନ୍ଧରେ ଜୁଆଳି ପକାଯାଇଛି। ଉଭୟଙ୍କୁ ଜୋର ଜବରଦସ୍ତ ହଳ କରାଯାଉଛି। ଖାଲି ସେତିକି ନୁହେଁ ମାଡ଼ ବି ମରାଯାଉଛି। ଘଟଣା ଗତ ବୁଧବାରର ବୋଲି ଜଣାପଡ଼ିଛି। ସେପଟେ ଗାଁ ଲୋକଙ୍କ କହିବା କଥା ଯୁବତୀ ଜଣକ ଯୁବକଙ୍କ ପିଉସୀ ହେବେ, ଏଥିପାଇଁ ଗାଁ ଲୋକେ ଆପତ୍ତି କରିବା ସହ ତାଗିଦ କରିଥିଲେ। ମାତ୍ର ସେମାନେ ନଶୁଣିବାରୁ ଶେଷରେ ଉଭୟଙ୍କୁ ଧରି ଝାଙ୍ଗିରି ଦେବତା ପାଖରେ ପୂଜାର୍ଚ୍ଚନା କରିଥିଲେ। ଉଭୟଙ୍କୁ ବାନ୍ଧି ମାଡ଼ ବିଧା ଗୋଇଠା ମାରିଥିଲେ। କାନ୍ଧରେ ଜୁଆଳି ପକାଇ ହଳ କରାଇଥିଲେ। ଏମିତି ନ କରିଥିଲେ କୁଆଡ଼େ ଗାଁରେ ବର୍ଷା ହେଇନଥାନ୍ତା, ଦେବୀଙ୍କ ଅଭିଶାପ ପଡ଼ିଥାନ୍ତା ଏଭଳି ଯୁକ୍ତି ଦର୍ଶାଇଛନ୍ତି ଗାଁ ଲୋକେ। ତେବେ ପ୍ରଶ୍ନ ଉଠୁଛି ଆଉ ଉପାନ୍ତ ଅଞ୍ଚଳ ଅପହଞ୍ଚ ହୋଇ ନାହିଁ। ଯେଉଁ ଅଞ୍ଚଳରେ ସ୍କୁଲ ହେଲାଣି, ପାଣି ପାଇପ ଲାଗିଲାଣି। ଲୋକେ ମୋବାଇଲ ବ୍ୟବହାର କଲେଣି। ରିଲ୍‌ସ କଲେଣି । ସେଠାରେ ଏଭଳି କାଣ୍ଡ ଘଟୁଛି କେମିତି। ଏମିତି ମାନସିକତାକୁ କଣ କୁହାଯି? ଏହା ଅଜ୍ଞତା ନା ଅପରାଧ ପ୍ରବଣତା ? ଭିଡିଓ ଭାଇରାଲ ହେବା ପରେ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ସେପଟେ ଏହି ଘଟଣା ପରେ ସଂପୃକ୍ତ ଯୁବକ ଯୁବତୀ ଗାଁ ଛାଡ଼ି ଚାଲିଯାଇଛନ୍ତି। ତେବେ ଏହି ଘଟଣା ପାଇଁ ପୋଲିସ କିମ୍ବା ପ୍ରଶାସନ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।

ରେ କିମ୍ବା ସମ୍ବାଦ | 11 Jul 2025 9:40 pm

ପିଠିରେ ନୁହେଁ, ଛାତିରେ ବାଜି ଥିଲା ଚାରୋଟି ଗୁଳି ; ରାଧିକା ଯାଦବଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଆଶ୍ଚର୍ଯ୍ୟକର ଖୁଲାସା

ଗୁରୁଗ୍ରାମ୍ : ଗୁରୁଗ୍ରାମ୍‌ରେ ଟେନିସ୍ ଖେଳାଳି ରାଧିକା ଯାଦବଙ୍କୁ ତାଙ୍କ ବାପା ଦୀପକ ଯାଦବ ହତ୍ୟା କରିଛନ୍ତି। ଗୁରୁବାର (୧୧ ଜୁଲାଇ) ସକାଳେ ରାଧିକାଙ୍କ ପିତା ତାଙ୍କ ଉପରେ ଗୋଟିଏ ପରେ ଗୋଟିଏ ଗୁଳି କରି ଥିଲେ, ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ଏବେ ରାଧିକାଙ୍କ ପୋଷ୍ଟମର୍ଟମ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି। ରିପୋର୍ଟରେ ଯେଉଁ କଥା ସାମ୍ନାକୁ ଆସିଛି, ତାହା ଖୁବ୍‌ ଆଶ୍ଚର୍ଯ୍ୟକର। ଉଲ୍ଲେଖନୀୟ ଯେ, ପୋଷ୍ଟମର୍ଟମ ରିପୋର୍ଟରେ ଯେଉଁ ଖୁଲାସା ହୋଇଛି, ତାହା ହତ୍ୟାକୁ ନେଇ କରାଯାଉ ଥିବା ଦାବି ଠାରୁ ସଂପୂର୍ଣ୍ଣ ଭିନ୍ନ। ପୋଷ୍ଟମର୍ଟମ ରିପୋର୍ଟରେ ସାମ୍ନାକୁ ଆସିଛି ଯେ, ରାଧିକାଙ୍କ ଶରୀରରୁ ଚାରୋଟି ଗୁଳି ବାହାର କରାଯାଇଛି ଏବଂ ଏହି ଚାରୋଟି ଗୁଳି ତାଙ୍କର ଛାତିରେ ଲାଗି ଥିଲା। ଯାହାକି ପ୍ରଥମେ ଏହି ଦାବି କରାଯାଉ ଥିଲା ଯେ, ରାଧିକାଙ୍କ ବାପା ପଛରୁ ରାଧିକାଙ୍କ ଉପରେ ଗୁଳି ବର୍ଷା କରିଥିଲେ ଏବଂ ଏଥିରୁ ୩ଟି ଗୁଳି ରାଧିକାଙ୍କ ପିଠିରେ ବାଜି ଥିଲା। ଏହି ସମୟରେ ରାଧିକା ରୋଷେଇ ଘରେ ଭୋଜନ କରୁଥିଲେ। ସୂଚନା ଆଧାରରେ, ରାଧିକାଙ୍କ ବାପା ନିଜେ ତାଙ୍କର ଦୋଷ ସ୍ୱୀକାର କରି ରାଧିକାଙ୍କୁ ତିନୋଟି ଗୁଳି ମାରିଥିବା କହିଥିଲେ। କିନ୍ତୁ ଏବେ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିବା ପରେ ବାପାଙ୍କ ସ୍ୱୀକାରୋକ୍ତିରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେବା ନଜର ଆସିଛି। ପୁଲିସ ମାମଲାର ସୂଚନା ଦେଇ କହିଛି ଯେ, ରାଧିକାଙ୍କ ବାପା ଦୀପକ ଯାଦବ ସ୍ୱୀକାର କରିଛନ୍ତି ଯେ, ସେ ହିଁ ରାଧିକାଙ୍କ ଉପରେ ଗୁଳି କରିଥିଲେ ,କାରଣ ତାଙ୍କୁ ପ୍ରାୟତଃ ତାଙ୍କର ରୋଜଗାର ଉପରେ ନିର୍ଭର କରୁଥିବା ଯୋଗୁଁ କଟୁ କଥା କୁହାଯାଉ ଥିଲା। ରାଧିକା ଟେନିସ ଏକାଦମୀ ଚଲାଇବାକୁ ନେଇ ମଧ୍ୟ ଦୀପକ ଯାଦବ ନିରାଶ ଥିଲେ। ଗୁରୁଗ୍ରାମ ପୁଲିସର ମୁଖପାତ୍ରଙ୍କ କହିବାନୁସାରେ, ଦୀପକ ଖୁଲାସା କରିଥିଲେ ଯେ, ନିଜ ଝିଅ ଦ୍ୱାରା ଟେନିସ୍‌ ଏକାଦମୀ ପରିଚାଳନା ନେଇ ସେ ବାରଣ କରୁଥିଲେ, ଯାହାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଅନେକଥର ଦୀପକ ଯାଦବ ରାଧିକାଙ୍କୁ ଏକାଦମୀ ବନ୍ଦ କରିବାକୁ କହିଥିଲେ, କିନ୍ତୁ ସେ ରାଜି ହୋଇ ନଥିଲେ। ଏଥିରେ ବିରକ୍ତ ହୋଇ ଦୀପକ ଯାଦବ ରାଧିକାଙ୍କୁ ଗୁଳି କରିଥିଲେ। ରାଧିକାଙ୍କ ହତ୍ୟା ତାଙ୍କ ଘରର ପ୍ରଥମ ଫ୍ଲୋରରେ ହୋଇ ଥିଲା। ସେହି ସମୟରେ ଘରେ ତାଙ୍କର ମାଆ-ବାପା ଓ ରାଧିକା ଥିଲେ। ସେଠାରେ ଗ୍ରାଉଣ୍ଡ ଫ୍ଲୋରରେ ଦାଦା କୁଳଦୀପ ନିଜର ପରିବାର ସହ ରୁହନ୍ତି। ରାଧିକାଙ୍କର ଭାଇ ଘଟଣା ସମୟରେ ଅଫିସରେ ଥିଲେ। ଦାଦା କହିଛନ୍ତି,ସେ ଏକ ଜୋରଦାର ଶବ୍ଦ ଶୁଣିଲେ , ଯାହା ପରେ ସେ ଦୌଡ଼ିକି ଉପରକୁ ଆସିଲେ। ସେ ଦେଖିଲେ ଯେ, ରାଧିକା ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଛନ୍ତି। ତାଙ୍କର ପୁଅ ମଧ୍ୟ ପଛେ ପଛେ ଉପରକୁ ଆସିଥିଲେ। ଉଭୟ ରାଧିକାଙ୍କୁ ନିଜ କାରରେ ହସ୍ପିଟାଲ ନେଇଯାଇ ଥିଲେ , ଯେଉଁଠି ଡାକ୍ତରମାନେ ତାଙ୍କୁ ମୃତ ଘୋଷଣ କରିଥିଲେ। ଶୁକ୍ରବାର ଗୁରୁଗ୍ରାମର ଏକ କୋର୍ଟ ଦୀପକ ଯାଦବଙ୍କୁ ଗୋଟିଏ ଦିନର ପୁଲିସ ହେପାଜତକୁ ପଠାଇ ଦେଇଛନ୍ତି। କୋର୍ଟ ବାହାରେ , ପୁଲିସର ଜଣେ ଅଧିକାରୀ କହିଛନ୍ତି ଯେ, ସେ ଅଭିଯୁକ୍ତର ଦୁଇ ଦିନର ହେପାଜତ ମାଗିଛନ୍ତି। ସେ କହିଛନ୍ତି , ଆମକୁ ତାଙ୍କର ଲାଇସେନ୍ସ ରିଭଲବରର ଗୁଳି ଜବତ କରିବାର ଅଛି।

ରେ କିମ୍ବା ସମ୍ବାଦ | 11 Jul 2025 9:40 pm

ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କଲେ ଅର୍ଚ୍ଚନା ନାଗ, କହିଲେ ସମସ୍ତଙ୍କ ମୁଖା ଖୋଲିବି

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ନୂଆ ମୋଡ଼ ଆସିଛି। ଅର୍ଚ୍ଚନା ନାଗ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏକ ଅଭିଯୋଗ ଦାଖଲ କରି ନିଜ ସହ ଅନ୍ୟାୟ ହୋଇଥିବା ଦାବି କରିଛନ୍ତି। ସେ କହିଛନ୍ତି ଯେ, ପୂର୍ବତନ ସରକାର ଓ ପୋଲିସ ମିଳିତ ଭାବେ ତାଙ୍କ ନାଁରେ ମିଛ ଅଭିଯୋଗ ରୁଜୁ କରିଥିଲେ, ଯାହା ଆଜି ପର୍ଯ୍ୟନ୍ତ ପ୍ରମାଣିତ ହୋଇପାରି ନାହିଁ। ୨୦୨୨ରେ ଅର୍ଚ୍ଚନା ନାଗଙ୍କୁ ବ୍ଲାକମେଲିଂ ଓ ସେକ୍ସ ରାକେଟ୍ ଚଳାଇବା ଅଭିଯୋଗରେ ଗିରଫ କରାଯାଇଥିଲା। […]

ଓଡ଼ିଶା ଭାସ୍କର 11 Jul 2025 9:25 pm

ଏମିତି ଦେଶ, ଯେଉଁଠି ଯୁବତୀମାନେ କରନ୍ତିନି ବିବାହ, ଜାଣନ୍ତୁ ଏହା ପଛର କାରଣ…

ବିଶ୍ୱର ପ୍ରାୟ ପ୍ରତ୍ୟେକ ଯୁବକଯୁବତୀ ଭଲ ପାଠ ପଢ଼ି ଭଲ ଚାକିରି ଖଣ୍ଡେ କରିବା ପାଇଁ ସ୍ୱପ୍ନ ଦେଖିଥାନ୍ତି । ଭାରତ ଭଳି ବିକାଶଶୀଳ ଦେଶରେ ଏହା ଯୁବତୀମାନଙ୍କ ପାଇଁ ଆହୁରି ଲାଭଦାୟକ ହୋଇଯାଏ, କାରଣ ସେମାନଙ୍କୁ ପିଲାଦିନରୁ କୁହାଯାଏ ଯେ, ସେମାନଙ୍କୁ ବଡ଼ ହୋଇ ବିବାହ କରି ଶାଶୁଘରକୁ ଯିବାକୁ ପଡିବ। ଏପରି ପରିସ୍ଥିତିରେ ଅନେକ ଝିଅ ପିଲାଦିନରୁ ବିବାହର ସ୍ୱପ୍ନ ଦେଖିବା ଆରମ୍ଭ କରନ୍ତି। ଅନେକ ବିକଶିତ ଦେଶରେ ଏହି ଧାରା ପରିବର୍ତ୍ତନ ହେଉଛି। […]

ଓଡ଼ିଶା ଭାସ୍କର 11 Jul 2025 9:18 pm

ଓଡ଼ିଶାରେ ପ୍ରଥମ ଥର: ମାର୍କେଟ କମ୍ପ୍ଲେକ୍ସକୁ ଉଠାଇ ୫୦୦ ମିଟର ସ୍ଥାନାନ୍ତର କରାଯିବ

ସୁବର୍ଣ୍ଣପୁର: ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାରେ ଏକ ଅଭୂତପୂର୍ବ ଇଞ୍ଜିନିୟରିଂ କାର୍ଯ୍ୟ ଚାଲିଛି, ଯେଉଁଥିରେ ଏକ ମାର୍କେଟ କମ୍ପ୍ଲେକ୍ସକୁ ମାଟିରୁ ଉଠାଇ ୫୦୦ ମିଟର ଦୂରକୁ ସ୍ଥାନାନ୍ତର କରାଯାଉଛି, ତା’ ସହ କୌଣସି କ୍ଷତି ନକରି। ହରିୟାଣାର ଏକ କମ୍ପାନୀ ଏହି କାର୍ଯ୍ୟ କରୁଛି, ଯାହା କମ୍ପ୍ଲେକ୍ସର ଉଚ୍ଚତାକୁ ଅତିକମରେ ତିନି ଫୁଟ ବୃଦ୍ଧି କରିବ। ନୂଆ ଟାଉନ ହଲ ନିକଟରେ ଅବସ୍ଥିତ ଏହି ମାର୍କେଟ କମ୍ପ୍ଲେକ୍ସକୁ ଏହାର ଭିତ୍ତିଭୂମିରୁ ଉଠାଇ ଅଖଣ୍ଡ ରଖି ସ୍ଥାନାନ୍ତର କରାଯାଉଛି। ନୂଆ […]

ଓଡ଼ିଶା ଭାସ୍କର 11 Jul 2025 9:18 pm

ମଞ୍ଚରେ ରାହୁଲଙ୍କୁ ମୁଣ୍ଡିଆ ମାରିଲେ କୁନିଝିଅ…ସ୍ନେହରେ ଚକଲେଟ୍ ଦେଇ ଏମିତି ପଚାରିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର: ଶୁକ୍ରବାର ଭୁବନେଶ୍ୱରରେ ଆୟୋଜିତ କଂଗ୍ରେସ ସମାବେଶରେ ନୀଲମ ବସ୍ତିଆ ନାମକ ଜଣେ କୁନି ଝିଅ ରାହୁଲ ଗାନ୍ଧୀଙ୍କ ସହ ମଞ୍ଚରେ ଏକ ହୃଦୟସ୍ପର୍ଶୀ ମୁହୂର୍ତ୍ତ ସୃଷ୍ଟି କରିଛନ୍ତି। ରାହୁଲ ନୀଲମଙ୍କ ସହ ବେଶ କିଛି ସମୟ କଥାବାର୍ତ୍ତା କରି ତାଙ୍କୁ ଚକୋଲେଟ ଦେଇଥିଲେ ଓ ଆଲିଙ୍ଗନ କରିଥିଲେ। ନୀଲମ ମଧ୍ୟ ରାହୁଲଙ୍କୁ ଏକ ଚୁମ୍ବନ ଉପହାର ଦେଇଥିଲେ, ଯାହା ଦର୍ଶକଙ୍କ ମଧ୍ୟରେ ଆନନ୍ଦମୟ ପରିବେଶ ସୃଷ୍ଟି କରିଥିଲା। ନୀଲମ କହିଛନ୍ତି, “ରାହୁଲ ଗାନ୍ଧୀ ମୋ ନାମ […]

ଓଡ଼ିଶା ଭାସ୍କର 11 Jul 2025 9:11 pm

ଜାହିର ଖାନଙ୍କୁ ପଛରେ ପକାଇଲେ ରବୀନ୍ଦ୍ର ଜାଡେଜା, ଅନ୍ତର୍ଜାତୀୟ କ୍ରିକେଟରେ କରିଦେଲେ ଏପରି କାରନାମା

ନୂଆଦିଲ୍ଲୀ: ରବୀନ୍ଦ୍ର ଜାଡେଜାଙ୍କୁ ଭାରତର ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ଗଣନା କରାଯାଏ। ସେ ଏକାକୀ ଅନେକ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ଦଳକୁ ବିଜୟୀ କରାଇଛନ୍ତି। ସେ ତାଙ୍କର ଓଭରଗୁଡ଼ିକୁ ଶୀଘ୍ର ପୂରଣ କରନ୍ତି। ଏହି କାରଣରୁ ବ୍ୟାଟର ତାଙ୍କ ବଲଗୁଡ଼ିକୁ ବୁଝି ପାରନ୍ତି ନାହିଁ ଏବଂ ଆଉଟ୍ ହୋଇଯାଆନ୍ତି। ଏବେ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ତୃତୀୟ ମ୍ୟାଚ୍‌ରେ, ସେ ୱିକେଟ୍ ନେଇ ଜାହିର ଖାନଙ୍କୁ ପଛରେ ପକାଇଛନ୍ତି। ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ୱିକେଟ୍ […]

ଓଡ଼ିଶା ଭାସ୍କର 11 Jul 2025 9:11 pm

’ଦମ୍ ଅଛି ତ ପ୍ରମାଣ ଦିଅ’ ; ପାକିସ୍ତାନକୁ ଡୋଭାଲଙ୍କ ଖୋଲା ଚ୍ୟାଲେଞ୍ଜ

କନକ ବ୍ୟୁରୋ: ପାକିସ୍ତାନକୁ ଚ୍ୟାଲେଞ୍ଜ ଦେଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଆଉ ସେହି ଚ୍ୟାଲେଞ୍ଜଟି ମାତ୍ର ଗୋଟିଏ ଫଟୋକୁ ନେଇ । ଡୋଭାଲ ପାକିସ୍ତାନକୁ କହିଛନ୍ତି , ଭାରତରେ ଯଦି ପାକ୍ ବିମାନ ଆସି କ୍ଷୟକ୍ଷତି କରିଛି ତେବେ ଗୋଟିଏ ଫଟୋ ପ୍ରଦାନ କର। ନଜର ପକାଇବା ଆମର ଏ ରିପୋର୍ଟ ଉପରେ ..‘ ଫଟୋ ଖୋଜୁଛି ଇସଲାମାବାଦ୍ ’ ଆତଙ୍କୀଦେଶକୁ କଡ଼ା ଜବାବ ଦେଇଛନ୍ତି ଅଜିତ ଡୋଭାଲ୍ କହିଛନ୍ତି , ଦମ୍‌ ଅଛି ଯଦି ପ୍ରମାଣ ଦିଅ । ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ଅପରେସନ୍‌ ସିନ୍ଦୂର ସମୟରେ ପାକିସ୍ତାନର ବାୟୁସେନା ଆକ୍ରମଣରେ ଭାରତକୁ ହୋଇଥିବା କ୍ଷତିର ଏକ ଫଟୋ ପ୍ରକାଶ କରିବାକୁ ଅନୁରୋଧ କରିଛନ୍ତି । ଏହି ଅପରେସନ୍‌, ୨୨ ଏପ୍ରିଲ ୨୦୨୫ରେ ପହଲଗାମ ଆତଙ୍କୀ ଆକ୍ରମଣର ଜବାବରେ ମେ ୭ରୁ ୧୦ ତାରିଖ ମଧ୍ୟରେ ଚାଲିଥିଲା, ଯେଉଁଥିରେ ଭାରତୀୟ ବାୟୁସେନା ପାକିସ୍ତାନର ନୂର ଖାନ୍ ଓ ସୋର୍କୋଟ ବାୟୁସେନା ଘାଟି ସମେତ ୧୩ଟି ଏୟାରବେସ୍ ଓ ୯ଟି ଆତଙ୍କୀ ଶିବିରକୁ ଧ୍ୱଂସ କରିଥିଲା । ଆଇଆଇଟି ମାଡ୍ରାସରେ ଆୟୋଜିତ ୬୨ତମ ସମ୍ମିଳନୀରେ ଯୋଗଦେଇ ଡୋଭାଲ କହିଛନ୍ତି, ଭାରତ ୨୩ ମିନିଟ୍‌ରେ ପାକିସ୍ତାନର ନଅଟି ଆତଙ୍କବାଦୀ ଟାର୍ଗେଟ୍‌କୁ ସଠିକ୍‌ ଭାବେ ଟାର୍ଗେଟ୍‌ କରିଥିଲା । ପାକିସ୍ତାନ ମିଥ୍ୟା ଗୁଜବ ଖବର ଦେଖାଇ ପ୍ରକାଶ କରିଥିଲା ଯେ, ଭାରତରେ ପାକ୍‌ ଫାଇଟର ଜେଟ୍‌ ସହ ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ହେଲେ ମୁହଁ ଖୋଲିଛନ୍ତି ଡୋଭାଲ କହିଛନ୍ତି, ପାକିସ୍ତାନର ଆକ୍ରମଣରେ ଭାରତୀୟ ବାୟୁସେନାର କିଛି ବିମାନ କ୍ଷତିଗ୍ରସ୍ତ ହୋଇଥିଲା, ଯାହାର ପ୍ରମାଣ ପାକିସ୍ତାନକୁ ସାମନାକୁ ଆଣିବା ଆବଶ୍ୟକ। ତେବେ ସାଟେଲାଇଟ୍‌ ଚିତ୍ର ଅନୁଯାୟୀ, ପାକିସ୍ତାନ ଭାରତୀୟ ଘାଟିଗୁଡ଼ିକୁ କୌଣସି ବଡ଼ କ୍ଷତି ପହଞ୍ଚାଇ ପାରିନଥିଲା । ଡୋଭାଲ କହିଛନ୍ତି, ପ୍ରଯୁକ୍ତିବିଦ୍ୟା ଏବଂ ଯୁଦ୍ଧ ମଧ୍ୟରେ ସମ୍ପର୍କ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଏବଂ ଆମେ ଅପରେସନ୍‌ ସିନ୍ଦୂର ପାଇଁ ଗର୍ବିତ । ଏଥିପାଇଁ ଗର୍ବିତ ଯେ ଆମେ ଯୁଦ୍ଧ ସମୟରେ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିଛୁ । ଅପରେସନ ସିନ୍ଦୂର ଉପରେ ରିପୋର୍ଟ ପାଇଁ ବିଦେଶୀ ଗଣମାଧ୍ୟମକୁ ସମାଲୋଚନା କରିଛନ୍ତି ଡୋଭାଲ ଏବଂ ଭାରତରେ ଯେକୌଣସି ଧ୍ୱଂସର ଦୃଶ୍ୟ ଦେଖାଇବାକୁ ସେମାନଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ।

ନିନ୍ଦା 11 Jul 2025 9:05 pm

କାଲିଠୁ କଟକରୁ ଗଡ଼ିବ ଘରୋଇ ବସ୍  ; କଟକ ଘରୋଇ ବସ୍ ମାଲିକ ସଂଘର ଘୋଷଣା

କନକ ବ୍ୟୁରୋ: ଆସନ୍ତାକାଲି ଠାରୁ କଟକରେ ଘରୋଇ ବସ୍ ଚଳାଚଳ ହୋଇପାରେ ସ୍ଵାଭାବିକ । ଡ୍ରାଇଭର ମହାସଂଘ ଧର୍ମଘଟକୁ ଆଉ ସମର୍ଥନ ଜଣାଇବେ ନାହିଁ କଟକ ଘରୋଇ ବସ୍ ମାଲିକ ସଂଘ । ଧର୍ମଘଟର ସମାଧାନ ହେଉନଥିବାରୁ ବସ୍ ଚଳାଚଳ ବନ୍ଦ ରହିଥିବାରୁ ମାଲିକ କ୍ଷତି ସହୁଛନ୍ତି । ଯାତ୍ରୀଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଥିବାରୁ ଏହାକୁ ମଧ୍ୟ ନଜରକୁ ନେଇଛି ବସ୍ ମାଲିକ ସଂଘ । ତେଣୁ କାଲିଠୁ ଘରୋଇ ବସ୍ ଚଳାଚଳ ଆରମ୍ଭ କରିବାକୁ ସଂଘ ନିଷ୍ପତ୍ତି ନେଇଛି । ୭ ଦଫା ଦାବି ନେଇ ଲାଗାତାର ୪ ଦିନ ହେଲା ଗାଡ଼ି ଚଳାଚଳ ବନ୍ଦ କରିଛି ଡ୍ରାଇଭର ମହାସଂଘ ।ମନ୍ତ୍ରୀଙ୍କ ସହ ଆଲୋଚନା ପରେ ବି ବାହାରୁନି ନିଷ୍କର୍ଷ । ଡ୍ରାଇଭରଙ୍କ ୭ ଦଫା ଦାବି ପୂରଣ ନହେବା ଯାଏଁ ଧାରଣାରୁ ନଉଠିବାକୁ ଚେତାବନୀ ଦେଇଛି ମହାସଂଘ । ଫଳରେ ସାଧାରଣ ଜନତା ନାହିଁନଥିବା ହଇରାଣ ହେବା ସହ ଜରୁରି ସାମଗ୍ରୀ ଠିକଣା ଜାଗାରେ ପହଞ୍ଚିବାରେ ମଧ୍ୟ ସମସ୍ୟା ହେଉଛି ।

ନିନ୍ଦା 11 Jul 2025 8:54 pm

ଲୋନ ଶୁଝିବା ପାଇଁ ଝଗଡା, ସ୍ତ୍ରୀ ନାକ କାମୁଡି ଛିଣ୍ଡାଇ ଦେଲା ସ୍ୱାମୀ

ବେଙ୍ଗାଲୁରୁ: କର୍ଣ୍ଣାଟକର ଦାଭାଙ୍ଗେରେ ଋଣ ଶୁଝିବାକୁ ନେଇ ଦମ୍ପତିଙ୍କ ମଧ୍ୟରେ ହୋଇଥିବା ବିବାଦ ଏକ ଭୟଙ୍କର ଘଟଣାରେ ପରିଣତ ହୋଇଛି। ବିଜୟ ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ବିଦ୍ୟାଙ୍କୁ ଗାଳିଗଲଜ କରି, ଆକ୍ରମଣ କରି ତାଙ୍କ ନାକର ଅଗ୍ରଭାଗ କାମୁଡ଼ି ଛିଣ୍ଡାଇ ଦେଇଛନ୍ତି। ବିଦ୍ୟାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ଘଟଣା ମଙ୍ଗଳବାର ଘଟିଥିଲା। ବିଦ୍ୟା ଏକ ଋଣ ନେଇଥିଲେ, ଯେଉଁଥିପାଇଁ ତାଙ୍କ ସ୍ୱାମୀ ବିଜୟ ଜାମିନଦାର ଥିଲେ। ବିଦ୍ୟା କିସ୍ତି ଶୁଝି ନ ପାରିବାରୁ […]

ଓଡ଼ିଶା ଭାସ୍କର 11 Jul 2025 8:51 pm

ପୋଲିସର ଦବଙ୍ଗଗିରି, ନିଶା ଖାଇ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଲେ

ଉତ୍ତରପ୍ରଦେଶ: ନିଶାସକ୍ତ ଅବସ୍ଥାରେ ପୋଲିସର ଗୁଣ୍ଡାଗିରି। ଖରାପ ବ୍ୟବହାର କରି ଲୋକଙ୍କୁ ମାରିଲେ ମାଡ଼। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆମ୍ବେଦକର ନଗରରେ। ନିଶାସକ୍ତ ପୋଲିସର ଗୁଣ୍ଡାଗିରି ଏବେ ସମସ୍ତଙ୍କ ସାମ୍ନାକୁ ଆସିଛି। ସିଭିଲ ଡ୍ରେସ ପିନ୍ଧିଥିବା ଚାରି ଜଣ ପୋଲିସ କର୍ମଚାରୀ ଏକ ଢାବା ଭିତରେ ପଶି ହଙ୍ଗାମା କରିଥିଲେ। ଯେତେବେଳେ ଢାବା ମାଲିକ ସେମାନଙ୍କୁ ଖାଦ୍ୟ ଦେବାକୁ ମନା କଲେ, ସେମାନେ ତାଙ୍କୁ ମାଡ଼ ମାରିଥିଲେ। ତା ପରେ ସେମାନେ ଢ଼ାବା […]

ଓଡ଼ିଶା ଭାସ୍କର 11 Jul 2025 8:50 pm

ରୁଷରୁ ତେଲ କିଣୁଥିବା ଦେଶ ଉପରେ ହାଇ ଟାରିଫ୍, ଆମେରିକୀୟ ସାଂସଦ କହିଲେ ଭାରତ ଉପରେ ବି…

ନୂଆଦିଲ୍ଲୀ/ୱାଶିଂଟନ,୧୧ା୭: ଭାରତ ଏବଂ ରୁଷ ମଧ୍ୟରେ ବନ୍ଧୁତାକୁ ନେଇ ଆମେରିକା ଏବେ କ୍ଷୁବ୍ଧ । ଦୁଇ ବଡ଼ ଆମେରିକୀୟ ନେତା ଲିଣ୍ଡସେ ଗ୍ରାହାମ (ରିପବ୍ଲିକାନ) ଏବଂ ରିଚାର୍ଡ ବ୍ଲୁମେନ୍ଥଲ (ଡେମୋକ୍ରାଟ) ମିଳିତ ଭାବରେ ଏକ ବିଲ୍ ଆଗତ କରିଛନ୍ତି, ଯେଉଁଥିରେ ରୁଷରୁ ତେଲ ଏବଂ ୟୁରାନିୟମ କିଣୁଥିବା ଦେଶଗୁଡ଼ିକ ଉପରେ ଅଧିକ ଟିକସ ଲାଗୁ କରିବା ବିଷୟରେ ଆଲୋଚନା କରାଯାଇଛି। ଏଥିରେ ବିଶେଷକରି ଭାରତ ଏବଂ ଚୀନ୍ ଅନ୍ତର୍ଭୁକ୍ତ, ଯେଉଁମାନେ ରୁଷରୁ ୭୦ ପ୍ରତିଶତ ଶକ୍ତି ଉତ୍ପାଦ […]

ଓଡ଼ିଶା ଭାସ୍କର 11 Jul 2025 8:46 pm

ରାଜନୀତିରୁ ସନ୍ନ୍ୟାସ ନେବେ କି ମୋଦୀ ; ଆରଏସଏସ୍ ମୁଖ୍ୟ ମୋହନ ଭାଗୱତଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ।

କନକ ବ୍ୟୁରୋ: ନେତାମାନେ ୭୫ବର୍ଷ ବୟସରେ ଅବସର ନେବା ଉଚିତ ବୋଲି ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଜୋର୍‌ ଧରିଛି । ଭାଗବତଙ୍କ ମନ୍ତବ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଉଦ୍ଦିଷ୍ଟ ବୋଲି କଂଗ୍ରେସ ଅଭିହିତ କରିଛି । କାରଣ ଆଗାମୀ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ମୋଦୀ ୭୫ବର୍ଷରେ ପଦାର୍ପଣ କରିବେ ନାଗପୁରରେ ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ ମନ୍ତବ୍ୟ ଏଭଳି ପ୍ରଶ୍ନକୁ ପୁଣିଥରେ ଦୋହରାଇଛି । ମୋହନଙ୍କ ମତରେ ନେତାମାନଙ୍କ କାନ୍ଧରେ ୭୫ବର୍ଷ ଉପଲକ୍ଷେ ଉତ୍ତରୀୟ ପଡ଼ିଲା ମାତ୍ରେ ସେମାନେ ରାଜନୀତିରୁ ଅବସର ନେବା ଉଚିତ, ଯାହାକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାତ୍ସଲ୍ୟ କରିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଗାମୀ ସେପ୍ଟେମ୍ବର ୧୭ ତାରିଖରେ ୭୫ବର୍ଷ ବୟସ ହେବ । ଏହାର ମାତ୍ର ୬ଦିନ ପୂର୍ବରୁ ନିଜେ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କୁ ୭୫ବର୍ଷ ହେବ । ଗତମାର୍ଚ୍ଚ ମାସରେ ନିଜର ୧୧ବର୍ଷର ପ୍ରଧାନମନ୍ତ୍ରୀ ଦାୟିତ୍ବ ପୂରିବା ସମୟରେ ପ୍ରଥମଥର ପାଇଁ ମୋଦୀ ନାଗପୁର ମୁଖ୍ୟାଳୟ ଯାଇଥିଲେ । ଏହା ତାଙ୍କର ଅବସର ବିଷୟରେ ଆଲୋଚନା ପାଇଁ ଥିଲା ବୋଲି ସେତେବେଳେ ଶିବସେନା ଉଦ୍ଧବ ଗୋଷ୍ଠୀ ଅଭିହିତ କରିଥିଲା । ମାତ୍ର ବିଜେପି ଏଭଳି ମନ୍ତବ୍ୟକୁ ଖଣ୍ଡନ କରିଥିଲା କିଛି ଦିନ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ଅବସର ପରେ ବେଦ, ଉପନିଷେଦ, ଜୈବିକ କୃଷି ଉପରେ ଧ୍ୟାନ ଦେବେ ବୋଲି ମନ୍ତବ୍ୟ ଦେଇଥିଲେ । ଏପରିକି ନରେନ୍ଦ୍ର ମୋଦୀ ୨୦୧୪ରେ ପ୍ରଧାନମନ୍ତ୍ରୀ ଦାୟିତ୍ବ ନେବା ସମୟରେ ୭୫ବର୍ଷର ଦ୍ବାହି ଦେଇ ପୂର୍ବତନ ବିଜେପି ସଭାପତି ଏଲ୍‌କେ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ମାର୍ଗଦର୍ଶନ ମଣ୍ଡଳୀରେ ଅନ୍ତର୍ଭୁକ୍ତ କରିଥିଲେ । ଏବେ ପ୍ରଶ୍ନ ଉଠୁଛି, ଭାରତର ସର୍ବ ପରାକ୍ରମୀ ପ୍ରଧାନମନ୍ତ୍ରୀର ଆଖ୍ୟା ପାଇଥିବା ନରେନ୍ଦ୍ର ମୋଦୀ ସତରେ କ’ଣ ଆଗାମୀ ସେପ୍ଟେମ୍ବରରେ ରାଜନୀତିରୁ ସନ୍ନ୍ୟାସ ନେବେ?

ନିନ୍ଦା 11 Jul 2025 8:41 pm

ଉତ୍କଳ ଦୃଷ୍ଟିହୀନ ସଂଘ ଦୁଇଫାଳ ; ସାମ୍ନାକୁ ଆସିଲା ବିକଳ ଚିତ୍ର

କନକ ବ୍ୟୁରୋ : ଭୁବନେଶ୍ୱରରେ ଥିବା ଦୃଷ୍ଟିହୀନ ସଂଘ ଏବେ ଚର୍ଚ୍ଚାରେ । ପରସ୍ପର ବିରୋଧରେ ଲମ୍ବା ଅଭିଯୋଗ କରୁଛନ୍ତି ସଂଘ ସମ୍ପାଦକ ଓ ଚାରିଟି ଅଧ୍ୟକ୍ଷ , ମାମଲା ଥାନାରେ ପହଞ୍ଚିଛି । ଆଉ ତୁଚ୍ଛା ରାଜନୀତିରେ ପେଶି ହେଉଛନ୍ତି ଦୃଷ୍ଟିବାଧିତ । ଉତ୍କଳ ଦୃଷ୍ଟିହୀନ ସଙ୍ଘରେ ଫାଟ , ସଂଘ ସଦସ୍ୟଙ୍କ ଭିତରେ ଲାଗିଛି ନାଟ । ସଂପାଦକ ପ୍ରଶାନ୍ତ ଦାସ ଓ ଗୋ ଇଣ୍ଡିଆ ଚାରିଟିର ଅଧ୍ୟକ୍ଷ ଭଗବାନ ପତି ଏବେ ଗୋହି ଖୋଳି ଖୋଳି ହେଉଛନ୍ତି । ପ୍ରଶାନ୍ତଙ୍କ ଅଭିଯୋଗ ଯେ, ଭଗବାନ ଦୃଷ୍ଟିବାଧିତଙ୍କୁ ଭିକ୍ଷା ବୃତ୍ତିରେ ନିୟୋଜିତ କରି ସେମାନଙ୍କ ଠାରୁ ଦୈନିକ ଦାଦାବଟି ସଂଗ୍ରହ କରୁଛନ୍ତି । ଆଉ ଏହି ଟଙ୍କାରେ ନିଶା ଦ୍ରବ୍ୟ, ସୌଖିନ ସାମଗ୍ରୀ, ସୁନା ଗହଣା ଇତ୍ୟାଦି କିଣି ଅୟସ କରୁଛନ୍ତି । ଖାଲି ସେତିକି ନୁହେଁ ଦୃଷ୍ଟିବାଧିତ ଯୁବତୀଙ୍କୁ ଯୌନ ଶୋଷଣ ଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ପ୍ରଶାନ୍ତ । ତେବେ ପ୍ରଶାନ୍ତଙ୍କୁ କାଉଣ୍ଟର କରି ଭଗବାନ କହିଛନ୍ତି, ଜିତି ସାରିବା ପରେ ବି ଧରା ଛୁଆଁ ଦେଉନାହାନ୍ତି ପ୍ରଶାନ୍ତ । ଦୃଷ୍ଟିବାଧିତଙ୍କ ଟଙ୍କା ହରଣଚାଲ କରୁଛନ୍ତି । ଲୋକଙ୍କ ହକ୍ ପାଇଁ ଲଢ଼େଇ କରୁଥିବାରୁ ମିଛ ଅଭିଯୋଗ କରି ବଦନାମ କରାଯାଉଛି । ଦୃଷ୍ଟିହୀନ ସଙ୍ଘରେ ଚାଲିଥିବା ଏହି ଆରୋପ ପ୍ରତ୍ୟାରୋପ ସତ ହୋଇଥିଲେ ସାଙ୍ଘାତିକ । ନୀରିହ ଦୃଷ୍ଟିହୀନଙ୍କ ପାଇଁ ବିଭିନ୍ନ ଯୋଜନା କରାଯାଉଛି , ଲକ୍ଷ ଲକ୍ଷ ଟଙ୍କା ବି ଆସୁଛି । ହେଲେ ହୀନ ରାଜନୀତି ଓ ଚକ୍ରାନ୍ତ ଯୋଗୁଁ ହନ୍ତସନ୍ତ ହେଉଥିବା କହିଛନ୍ତି ଅନ୍ତେବାସୀ । ଦୃଷ୍ଟିହୀନ ସଙ୍ଘର ଏହି ମାମଲା ଏବେ ଥାନାରେ ପହଞ୍ଚିଛି । ଅନ୍ୟପଟେ ରାଜ୍ୟ ମାନବାଧିକାର କମିସନ ବି ଏହି ଘଟଣାର ଖୋଳତାଡ଼ ଆରମ୍ଭ କରିଛନ୍ତି ।

ନିନ୍ଦା 11 Jul 2025 7:56 pm

ରାହୁଲଙ୍କ ଆଦିବାସୀ ପ୍ରୀତି ; କହିଲେ, ମହିଳା, ଆଦିବାସୀ ଓ ପଛୁଆ ବର୍ଗଙ୍କ ପାଇଁ ଲଢ଼ିଛି କଂଗ୍ରେସ

କନକ ବ୍ୟୁରୋ: ଗତ କିଛି ବର୍ଷ ହେଲା କଂଗ୍ରେସର ବ୍ରାଣ୍ଡ ଭୋଟର କୁହାଯାଉଥିବା ଆଦିବାସୀ ଦଳଠାରୁ ପ୍ରାୟତଃ ଦୂରେଇ ଯାଇଥିଲେ । ଆଉ ଏବେ ପୁଣି ଥରେ ସେହି କୋର ଭୋଟରଙ୍କୁ ନିଜ ପାଖକୁ ଫେରାଇ ଆଣିବା ପାଇଁ ଉଦ୍ୟମ କରିଛନ୍ତି ରାହୁଲ । ଆଦିବାସୀ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିଛି । ଯାହାକୁ କଡ଼ା କାଉଣ୍ଟର କରିଛି ବିଜେପି । ଓଡ଼ିଶା ଗସ୍ତ ଅବସରରେ ଭୋଟର ଆଦିବାସୀଙ୍କ ମନ ଜିଣିବାକୁ ଭରପୂର ଉଦ୍ୟମ କରିଛନ୍ତି ରାହୁଲ ଗାନ୍ଧୀ । ଜଳ, ଜଂଗଲ ଜମି ଉପରେ ଆଦିବାସୀଙ୍କ ଅଧିକାର, ଆଦିବାସୀଙ୍କୁ ଜମି ପଟ୍ଟା ଓ ପେଷା ଆଇନ ଲାଗୁ ଭଳି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଏବଂ କଂଗ୍ରେସ ସରକାର ଆସିଲେ ପେସା ଆଇନ ଲାଗୁ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଆଦିବାସୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ରାହୁଲ ଘେରିବା ପରେ କଡା ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବମନ୍ତ୍ରୀ । ପାଲଟା ଟାର୍ଗେଟ କରି କହିଛନ୍ତି, ପୂର୍ବରୁ ଶାସନରେ ଥିବା କଂଗ୍ରେସ ସରକାର ସମୟରେ ଆଦିବାସୀଙ୍କ ପାଇଁ କିଛି ହୋଇନଥିଲା । ବର୍ଷକ ଭିତରେ ଅନେକ ଉପଲବ୍ଧି ମିଳିଛି। ରାହୁଲ ଗାନ୍ଧୀ ତାଙ୍କ ଦଳର ନେତା ଓ କର୍ମୀଙ୍କ ଜୋସ୍ ବଢ଼ାଇବା ପାଇଁ ଆସିଛନ୍ତି । ଗତ କିଛି ବର୍ଷ ହେଲା ଜମି ଓ ଜଂଗଲ ଉପରେ ଆଦିବାସୀଙ୍କ ଅଧିକାରକୁ ନେଇ ଲାଗି ରହିଛି ବିବାଦ। ପେସା ଆଇନ ଲାଗୁକୁ ନେଇ ମଧ୍ୟ ବିବାଦ ଲାଗି ରହିଛି ।

ନିନ୍ଦା 11 Jul 2025 7:56 pm

ଦିଲ୍ଲୀରେ ମୋହନ ଓ ମନମୋହନ ; ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବଢ଼ିଲା ଚର୍ଚ୍ଚା

କନକ ବ୍ୟୁରୋ : ଦିଲ୍ଲୀରେ ଓଡ଼ିଶା ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଫାଇଲ୍ । ଗୋଟିଏ ସମୟରେ ଦିଲ୍ଲୀରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତି । ମୋହନ ଓ ମନମୋହନ ଏକା ସମୟରେ ଦିଲ୍ଲୀରେ ଥିବାରୁ ଏହି ଚର୍ଚ୍ଚା ବଢ଼ିଛି । ଆଉ ଅନୁମାନ କରାଯାଉଛି ସଂଗଠନ ଓ ସରକାର ଭିତରେ ସମନ୍ୱୟ ରକ୍ଷା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କରିପାରନ୍ତି ଦିଲ୍ଲୀ ନେତୃତ୍ୱ । ନୂଆକରି ରାଜ୍ୟ ବିଜେପି ସଭାପତି ଦାୟିତ୍ୱ ନେବା ପରେ ଦିଲ୍ଲୀ ଅଭିମୁଖେ ଯାଇଛନ୍ତି ମନମୋହନ ସାମଲ । ଏପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଦିଲ୍ଲୀରେ ଅଛନ୍ତି। ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ରାଞ୍ଚିରେ ବସିଥିବା ଇଷ୍ଟର୍ନ ଜୋନାଲ ବୈଠକରେ ଯୋଗଦେବା ପରେ, ଆଜି ଦିଲ୍ଲୀ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୁଇ ନେତାଙ୍କ ଦିଲ୍ଲୀ ଗସ୍ତ, ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ମନମୋହନ ସାମଲଙ୍କ ଏହି ପ୍ରତିକ୍ରିୟାରୁ ସ୍ପଷ୍ଟ ହେଉଛି, ଦିଲ୍ଲୀରେ ଓଡ଼ିଶା ସରକାରଙ୍କ ରୂପରେଖ ପ୍ରସ୍ତୁତ ହେବ । ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଫାଇଲେ ଏବେ ଦିଲ୍ଲୀ କୋର୍ଟରେ। ସଂଗଠନକୁ ଅଣଦେଖା ନକରି ହୁଏତ ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେଇପାରେ ଦିଲ୍ଲୀ । କେନ୍ଦ୍ର ନିର୍ଦେଶରେ ହିଁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ, ତେଣୁ ମୋହନ ମନମୋହନଙ୍କ ଦିଲ୍ଲୀ ଗସ୍ତ ରାଜ୍ୟ ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆରଏସ୍‌ଏସ୍‌ ରାଷ୍ଟ୍ରୀୟ ସଙ୍ଗଠନ ମନ୍ତ୍ରୀ ବିଏଲ ସନ୍ତୋଷଙ୍କୁ ଭେଟିଛନ୍ତି । ଓଡ଼ିଶା ସରକାରଙ୍କ ଭବିଷ୍ୟତ ରୂପରେଖ ଉପରେ ବିସ୍ତୃତ ଆଲୋଚନା କରିବା ସହ ଓଡ଼ିଶା ଭିଜନ ବୁକ୍ ଦେଇଛନ୍ତି । ଏହାବାଦ ଅନ୍ୟ କେନ୍ଦ୍ରୀୟ ନେତୃତ୍ୱଙ୍କୁ ମୋହନ ମାଝୀ ଭେଟିବେ ବୋଲି ସୂଚନା ମିଳିଛି । ସେହିଭଳି ଚତୁର୍ଥ ଥର ସଭାପତି ହେବା ପରେ ଆସାମ ଗସ୍ତ ସାରି ଦିଲ୍ଲୀରେ ଅଛନ୍ତି ମନମୋହନ ସାମଲ । ସେ ମଧ୍ୟ ସଙ୍ଘ ଓ କେନ୍ଦ୍ର ସରକାରଙ୍କ ବରିଷ୍ଠ ନେତୃତ୍ୱଙ୍କୁ ଭେଟିବା ସୂଚନା ରହିଛି ।

ନିନ୍ଦା 11 Jul 2025 7:56 pm

ଡ୍ରାଇଭରଙ୍କ ଆନ୍ଦୋଳନରେ ରାଜନୀତି ଗନ୍ଧ ; ପରିବହନ ମନ୍ତ୍ରୀ କହିଲେ …

କନକ ବ୍ୟୁରୋ: ଡ୍ରାଇଭର ସଂଘର ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି । ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ସାରା ରାଜ୍ୟରେ ପରିବହନ ବ୍ୟବସ୍ଥା ଏକପ୍ରକାର ଠପ୍ ହୋଇଯାଇଛି । ସେପଟେ ଡ୍ରାଇଭର ଆନ୍ଦୋଳନକୁ ନେଇ ରାଜନୀତିର ଗନ୍ଧ ବାରିଛନ୍ତି ପରିବହନ ମନ୍ତ୍ରୀ । କହିଛନ୍ତି ଆନ୍ଦୋଳନ ନାମରେ ଜନସାଧାରଣଙ୍କୁ ହଇରାଣ କରିବାକୁ ସରକାର ଗ୍ରହଣ କରିବେ ନାହିଁ। ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି । ସରକାର ଲିଖିତ ପ୍ରତିଶ୍ରୁତି ଦେଲେ ଆନ୍ଦୋଳନରୁ ଓହରିବୁ ବେଲି ଜିଦି ଧରିଛନ୍ତି ଡ୍ରାଇଭର । ସମ୍ୱଲପୁର-ଜୟପୁର-କେନ୍ଦ୍ରାପଡ଼ା-ଯାଜପୁର । ସମେତ ସାରାରାଜ୍ୟରେ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ପରିବହନ ବ୍ୟବସ୍ଥା ଠପ୍‌ ହୋଇପଡିଛି । ବସଷ୍ଟାଣ୍ଡରେ ବସ୍, ରାସ୍ତା କଡରେ ଟ୍ରକ ଓ ଅନ୍ୟାନ୍ୟ ଗାଡ଼ି ଛିଡ଼ା ହୋଇ ରହିଛି । କେବଳ ଜରୁରୀକାଳୀନ ଓ ଘରୋଇ ଗାଡ଼ିକୁ ଛାଡି ଦେଲେ ଆଉ କୌଣସି ଗାଡି ଗଡୁନାହିଁ । ବସ ଚାଲୁନଥିବାରୁ ଦୂରଦୁରାନ୍ତକୁ ଯିବା ପାଇଁ ଅପେକ୍ଷା କରିଥିବା ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ଏପରିକି କିଛି ଯାତ୍ରୀ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସି ଘରକୁ ଫେରି ପାରୁନାହାନ୍ତି । ହେଲପର ମଧ୍ୟ ହିନସ୍ତା ହେଉଛନ୍ତି। ଏହା ଭିତରେ ଡ୍ରାଇଭର ସଂଘ ଦୁଇଫାଳ ହୋଇଛି। କିଛି ଡ୍ରାଇଭର ଆନ୍ଦୋଳନକୁ ନମାନି ଗାଡି ଚଳାଉଛନ୍ତି। ବଲାଙ୍ଗୀରରେ ଗାଡ଼ି ଚଳାଉଥିବା ଜଣେ ଡ୍ରାଇଭରଙ୍କୁ ମାଡ଼ମାରିଥିବା ଅଭିଯୋଗରେ ୮ଜଣ ଡ୍ରାଇଭରକୁ ପୁଲିସ ଗିରଫ କରିଛି। କିଛି ସ୍ଥାନରେ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କୁ ରାସ୍ତାରେ ଅଟକାଇ ଗୋଲାପ ଫୁଲ ଦେଇ ଆନ୍ଦୋଳନରେ ସାମିଲ ପାଇଁ ଅନୁରୋଧ କରୁଛନ୍ତି ଆନ୍ଦୋଳନକାରୀ। ତେବେ ଡ୍ରାଇଭରଙ୍କ ଆନ୍ଦୋଳନ ପଛରେ ରାଜନୀତିର ଗନ୍ଧ ବାରିବା ସହ ଆନ୍ଦୋଳନକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ। ଡ୍ରାଇଭରଙ୍କ ଆନ୍ଦୋଳନର ପ୍ରଭାବ ଦୋକାନ ବଜାର ଉପରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଗଲାଣି ।

ନିନ୍ଦା 11 Jul 2025 7:56 pm

ମଝିଆ ଭାଇକୁ ଘରୁ ଡାକିନେଇଥିଲେ ବଡ଼ ଭାଇ, ଘର ସମ୍ମୁଖରୁ ମିଳିଲା ମୃତଦେହ

ଭୋଗରାଇ ୧୧।୭: ମଝିଆ ଭାଇକୁ ଘରୁ ଡାକି ନେଇ ହତ୍ୟା କରି ଘର ସାମ୍ନାରେ ବଡ଼ ଭାଇ ଫିଙ୍ଗିଦେଇଥିବା ଅଭିଯୋଗ । ବାଲେଶ୍ବର ଜିଲ୍ଲା ଭୋଗରାଇ ମାନକୁଣ୍ଡା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ଭୋଗରାଇ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି । ହତ୍ୟାକାଣ୍ଡ ଘଟାଇଥିବା ବଡ଼ ଭାଇ ଫେରାର । ଫେରାର ଅଭିଯୁକ୍ତ ହେଲେ ନିଆସ ମଣ୍ଡଳ । ସୂଚନାଯୋଗ୍ୟ ଯେ, ଭୋଗରାଇ ମାନକୁଣ୍ଡା ଗ୍ରାମରେ ଗୌରଙ୍ଗ ମଣ୍ଡଳଙ୍କ ୩ ପୁଅ । ଜମିଜମା ବିବାଦକୁ ନେଇ ମଝିଆ ପୁଅ ନିମାଇଁ ମଣ୍ଡଳ ଓ ବଡ଼ ପୁଅ ନିଆସ ମଣ୍ଡଳଙ୍କ ଭିତରେ ବାରମ୍ବାର ଗଣ୍ଡଗୋଳ ଲାଗି ରହିଥିଲା । ଏନେଇ ବାରମ୍ବାର ଗ୍ରାମରେ ବୁଝାବଣା ହେବା ସହିତ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ମାତ୍ର ଗୁରୁବାର ବିଳମ୍ବିତ ରାତିରେ ବଡ଼ ଭାଇ ନିଆସ ମଝିଆ ଭାଇ ନିମାଇଁଙ୍କୁ ଘରୁ ଡାକି ଆଣିଥିଲେ । ଉଭୟଙ୍କ ମଧ୍ୟରେ ଜମି ସମସ୍ୟାକୁ ନେଇ କଥା କଟାକଟି ହୋଇଥଲା । ପରେ ନିମାଇଁଙ୍କ ସ୍ତ୍ରୀ ବଡ଼ ଭାଇ ନିଆସକୁ ନିମାଇଁ କାହିଁ ବୋଲି ପଚାରିବାରୁ ସେ କିଛି କହିନଥିଲେ । ପରେ ନିମାଇଁଙ୍କ ସ୍ତ୍ରୀ ଓ ବୋହୂ ଖୋଜାଖୋଜି କରିବା ପରେ ମଧ୍ୟ ନିମାଇଁଙ୍କୁ ପାଇ ନଥିଲେ । ସକାଳେ ବଡ଼ ଭାଇ ନିଆସ ମଣ୍ଡଳଙ୍କ ଘର ସମ୍ମୁଖରେ ନିମାଇଁଙ୍କ ମୃତଦେହ ପରିବାର ଲୋକ ଦେଖିବାକୁ ପାଇ ଭୋଗରାଇ ପୋଲିସକୁ ଖବର ଦେଇଥିଲେ । ମାତ୍ର ଭୋଗରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ନିମାଇଁଙ୍କ ସ୍ତ୍ରୀ ଗୁରୁବାରୀ ମଣ୍ଡଳ ନିମାଇଁଙ୍କୁ ବଡ଼ ଭାଇ ନିଆସ ହତ୍ୟା କରିଥିବା ନେଇ ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ଭୋଗରାଇ ଥାନା ଅଧିକାରୀ ଓ ଜଳେଶ୍ୱର ଏସ୍‌ଡିପିଓ ମାନସ ଦେଓ, ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି ।

ରେ କିମ୍ବା ସମ୍ବାଦ | 11 Jul 2025 7:28 pm

ରାସ୍ତାର ଶୋଚନୀୟ ଅବସ୍ଥା ; ଚାଲିକି ଯିବା ବି ବିପଦ

କନକ ବ୍ୟୁରୋ: କନକ ବ୍ୟୁରୋ: କୋଟିକୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ରାସ୍ତା । କିନ୍ତୁ ନିର୍ମାଣର ବର୍ଷ କେଇଟା ଭିତରେ ପାଲଟିଯାଇଛି ମରଣଯନ୍ତା । ଗାଡ଼ି ମଟର ଚଳାଚଳ କରିବା ତ ଦୂରର କଥା ପାଦରେ ଚାଲିକି ଯିବାକୁ ବି ସୁରକ୍ଷିତ ମଣୁନାହାନ୍ତି ଲୋକ। ରାଜ୍ୟର ଅଧିକାଂଶ ଗ୍ରାମାଞ୍ଚଳରେ ରାସ୍ତା ସମସ୍ୟା ପ୍ରାୟ ସମାନ। କେନ୍ଦୁଝର ହାଟଡିହି ବ୍ଲକ୍ରୁ ଆସିଥିବା ଏ ଖବର ମାତ୍ର ଗୋଟିଏ ଉଦାହରଣ। ରାସ୍ତାର ଅବସ୍ଥା ଦେଖିଲେ ଦୁଃଖ ଲାଗିବ । ଯେଉଁଠି ଦେଖିବ ଖାଲି ଖାଲ ଆଉ କାଦୁଅ । ବର୍ଷା ହେଲେ ଏ ରାସ୍ତାରେ ଯିବା ମାନେ ବିପଦକୁ ନିମନ୍ତ୍ରଣ କରିବା ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ଚାରି ଚକିଆ ତ’ ଦୂରର କଥା, ଚାଲିକି ଯିବା ବି ଅସମ୍ଭବ । ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ୍ ମରୈଗାଁ- ବଳିପୁର ରାସ୍ତା ଏବେ ଲୋକଙ୍କ ପାଇଁ ଅଭିଶାପ ପାଲଟି ଯାଇଛି । ଜଳସମ୍ପଦ ବିଭାଗ ପକ୍ଷରୁ ୨୦୧୬ରେ ୧୬ କୋଟିର ରାସ୍ତା ତିଆରି ହୋଇଥିଲା । ବର୍ଷ କେଇଟାରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଜଳସମ୍ପଦ ବିଭାଗ ଅଧୀନରେ ଥିବାରୁ ରାସ୍ତାର ମରାମତି ହେଉନାହିଁ । ତେଣୁ ରାସ୍ତାକୁ ଜଳସମ୍ପଦ ବିଭାଗରୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ପାଇଁ ବାରମ୍ବାର ଦାବି ହେଉଛି । ବିଧାୟକ, ଜିଲ୍ଲା ପରିଷଦ ସଦସ୍ୟ ଏ ପ୍ରସଙ୍ଗ ଜିଲ୍ଲା ପରିଷଦ ବୈଠକ ଓ ବିଧାନସଭାରେ ଉଠାଇଛନ୍ତି, ହେଲେ ଫଳ ଶୂନ୍‌। ଏହି ରାସ୍ତା ଉପରେ ହାଟଡିହି ବ୍ଲକର ୭ଟି ପଞ୍ଚାୟତ ସହ ଭଦ୍ରକ ଓ ଯାଜପୁର ଜିଲ୍ଲାର ଲୋକ ନିର୍ଭର କରନ୍ତି। ତେଣୁ ରାସ୍ତାଟିର ତୁରନ୍ତ ମରାମତି ଆବଶ୍ୟକ।

ନିନ୍ଦା 11 Jul 2025 6:49 pm

କାଳ ସାଜିଲା ଲଗାଣ ବର୍ଷା; ବିଲରେ ଗଜା ହୋଇଗଲା ଧାନ

କନକ ବ୍ୟୁରୋ: ଲଗାଣ ବର୍ଷା କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପାଇଁ କାଳ ସାଜିଛି । ଗତ ୨୫ ଦିନ ମଧ୍ୟରେ ଜୟପାଟଣାରେ ୧୬୦ ମିଲି ମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଫଳରେ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାହା ଫସଲ ଉଜୁଡ଼ିଯାଇଛି ତ’ ଆଉ କାହାର ଘର ଭାଙ୍ଗିଯାଇଛି । ଜୀବନ ଜୀବିକା ହରାଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ଜୟପାଟଣାବାସୀ । ଜୁଲାଇ ମାସର ୧୦ ଦିନ ଗଲାଣି, କଳାହାଣ୍ଡି ଜିଲ୍ଲା ଜୟପାଟଣାରେ ରବି ଧାନ ଅମଳ ସରିନି । ଲଗାଣ ବର୍ଷା ଯୋଗୁଁ ଧାନ ଅମଳ ହୋଇନପାରି ନଷ୍ଟ ହେଉଛି । ଯାହା ଅମଳ ହୋଇଥିଲା ବର୍ଷା ଓ କୋହଳା ପାଗ ଯୋଗୁଁ ଖଳାରେ ଭିଜି ଗଜା ହୋଇଯାଇଛି । ଅନ୍ୟପଟେ ଗତ ଜୁନ୍‌ ୩୦ରୁ ମଣ୍ଡି ବନ୍ଦ ହୋଇଯିବାରୁ ଗଜା ଧାନକୁ କ'ଣ କରିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ବର୍ଷା କେବଳ ଚାଷ ପ୍ରଭାବିତ କରିଛି ତା' ନୁହେଁ, ବାସ ବି ଉଜାଡ଼ି ଦେଇଛି । ଜୟପାଟଣା ଲାଖଲଚାପଡ଼ାର ଉଗ୍ରସେନ ମାଝୀଙ୍କ ମାଟି ଘର ମାଟିରେ ମିଶି ଯାଇଛି। ଘରର ସମସ୍ତ ଆସବାପତ୍ର, ଖାଦ୍ୟ ସାମଗ୍ରୀ ସବୁ ନଷ୍ଟ ହୋଇଯାଇଛି। ବାସହରା ହୋଇଯାଇଛନ୍ତି ଉଗ୍ରସେନ ଓ ତାଙ୍କ ସ୍ତ୍ରୀ ଅନୁ। ଦୀର୍ଘ ଦିନରୁ ଆବାସ ଯୋଜନାରେ ଘରଟିଏ ପାଇଁ ଆବେଦନ କରୁଥିଲେ ସୁଦ୍ଧା ପ୍ରଶାସନର ନଜର ନପଡ଼ିବାରୁ ଆଜି ଏଦିନ ଦେଖିବାକୁ ପଡୁଛି । ସରକାର ତୁରନ୍ତ ଏମାନଙ୍କ ଚାଷୀଙ୍କ ଦୁଃଖ ବୁଝି କ୍ଷତିପୂରଣ ଦେବା ସହ ଆବାସ ଘରଟିଏ ଯୋଗାଇଦେବାକୁ ଦାବି ହୋଇଛି ।

ନିନ୍ଦା 11 Jul 2025 6:48 pm

ଚାଲିଛି ଆନ୍ଦୋଳନ, ବଢୁଛି ଦାରଦାମ୍; ଦୁର୍ଦ୍ଦଶା ସମୟରେ କଳାବଜାରୀ କୋଟ୍ ପିନ୍ଧି ମାତିଛନ୍ତି ଦଲାଲ୍...

କନକ ବ୍ୟୁରୋ: କଳାବଜାରୀ ଏମିତି ଏକ ସମସ୍ୟା ଯାହା କେତେବେଳେ ଆଉ କେଉଁଠି ବି ହୋଇପାରେ । ଖାସ୍ କରି ଯେବେ ଧର୍ମଘଟ, ଆନ୍ଦୋଳନ ଓ ବିପର୍ଯ୍ୟୟର ସମ୍ମୁଖୀନ ହୁଏ ଦେଶ କିମ୍ବା ରାଜ୍ୟ ସେତେବେଳେ ମାତିଥାନ୍ତି ଧଳା ପୋଷାକ ପିନ୍ଧା କଳାବଜାରୀ କରୁଥିବା ଦଲାଲ୍ । ଠିକ୍ ସେମିତି କିଛି ଘଟଣା ଏବେ ଡ୍ରାଇଭର ମହାସଂଘର ଆନ୍ଦୋଳନ ବେଳେ ଘଟିବାରେ ଲାଗିଛି । କେଉଁଠି ତେଲରେ କଳାବଜାରୀ ତ କେଉଁଠି ପନିପରିବାରେ । ସାଧାରଣ ଜନତାଙ୍କୁ ଶୋଷଣ କରିବାରେ ମାତିଛନ୍ତି ଭଦ୍ରମୁଖା ପିନ୍ଧିଥିବା ମାଫିଆ । ସେଥିପାଇଁ ତ କଳାବଜାରୀ ନେଇ ଖଟିରେ ଏବେ ଚର୍ଚ୍ଚା ପରେ ଚର୍ଚ୍ଚା ଚାଲିଛି । ଭାଇରେ...ଆନ୍ଦୋଳନ କେବଳ ଡ୍ରାଇଭର ସଂଘ କରୁଛି ତାହା ନୁହେଁ ଏଠି ତେଲ, ପାଣି, ପନି ପରିବା ପାଇଁ ମଧ୍ୟ ଆନ୍ଦୋଳନ କରିବାକୁ ପଡୁଛି । ସେପଟେ ଡ୍ରାଇଭର ସଂଘ ହକ୍ ପାଇଁ ଲଢ଼େଇ କରୁଛି ଆଉ ତା’ର ପ୍ରଭାବ ସାଧାରଣ ଜନତଙ୍କ ସଂସାର ଉପରେ ପଡୁଛି । ରାସ୍ତାଘାଟରେ ଗାଡ଼ି ଗଡ଼ୁନି, ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଉନାହାନ୍ତି ଲୋକେ । ଆଉ ଯଦି ବି ମିଳୁଛି ତାହାର ଦରଦାମ୍ ଆକାଶ ଛୁଆଁ । ପରିବା ଦର ୧୦୦ ପାର୍ କଲାଣି, ତେଲ କିଣିବାକୁ ଘଣ୍ଟା ଘଣ୍ଟା ଧରି ପେଟ୍ରୋଲ୍ ପମ୍ପରେ ଲାଇନରେ ଛିଡ଼ା ହେବାକୁ ପଡୁଛି । ଆମେ କହିବୁ କାହାକୁ ଶୁଣିବ କିଏ? ସରକାର ତ ନିଜ ମୁଣ୍ଡରୁ ଦୋଷ ଖସେଇ ଦେଇ ଚୁପଚାପ୍ ବସି ପଡ଼ୁଛନ୍ତି । ମନ୍ତ୍ରୀ ବି କହୁଛନ୍ତି ସବୁ ନିୟନ୍ତ୍ରଣରେ ଅଛି ନୋ ପ୍ରୋବ୍ଲେମ୍ । ହେଲେ ଏ ଧର୍ମଘଟର ପ୍ରଭାବ ଯେ ସାଧାରଣ ଖାଉଟିଙ୍କ ପକେଟରେ ପଡୁଛି ତାକୁ କେବେ ବୁଝିବେ ସରକାର? ଏ କାର୍ଟୁନ ସିନା କଳାବଜାରୀ କାହାଣୀ କହୁଛି, ହେଲେ ସତସତିକା କଳାବଜାରୀ ରୋକିବାକୁ କେତେ ଫୋକସ୍ ଦେଉଛନ୍ତି ସରକାର ତାହାକୁ ହିଁ ଅପେକ୍ଷା...

ନିନ୍ଦା 11 Jul 2025 6:34 pm

ଶବ ହୋଇ ଘରକୁ ଫେରିଛି ପୁଅ ; କାନ୍ଦବୋବାଳିରେ ଫାଟିପଡ଼ୁଛି ଗାଁ

କନକ ବ୍ୟୁରୋ : ଦାଦନ କବଳରେ କଳାହାଣ୍ଡି । ପୁଣି ଜଣେ ଦାଦନ ଶ୍ରମିକ ଶବ ହୋଇ ଘରକୁ ଫେରିଛି । ଏ ଗୋଟିଏ ନୁହେଁ, ପ୍ରତିଦିନ ଦାଦନ ଶ୍ରମିକ ନିର୍ଯାତନା ଓ ମୃତ୍ୟୁର ଖବର ଗଣମାଧ୍ୟମର ଶିରୋନାମା ପାଲଟିଛି । ହେଲେ ଏତେ ସବୁ ପରେ ବି ଚେତୁନି ପ୍ରଶାସନ । ଏବେ ବି ଗରିବ ଶ୍ରମିକ ନିଜ ପେଟ ପୋଷିବା ପାଇଁ ବାହାର ରାଜ୍ୟକୁ ଖଟିବାକୁ ଯାଉଛି । ଆଉ ଚୁପ୍‌ ବସିଛନ୍ତି ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ । ପୁଅ ମୋର ରୋଜଗାର ପାଇଁ ଯାଇଛି । ଆଉ ଅଭାବ ରହିବନି । ଦାନା ଗଣ୍ଡାଏ ପାଇଁ ସଂଘର୍ଷ କରିବାକୁ ପଡ଼ିବନି । ମୋ କାନ୍ଧରୁ ପରିବାର ପ୍ରତିପୋଷଣ ବୋଝ ହାଲୁକା ହୋଇଯିବ। ଏମିତି କେତେ କ’ଣ ସ୍ବପ୍ନ ଦେଖିଥିଲେ ଜଣେ ବାପା , ହେଲେ ସବୁ ସ୍ବପ୍ନ ଅଧୁରା । ଦାଦନ ଖଟି ଯାଇଥିବା ପୁଅ ଘରକୁ ଫେରିଛି । ହେଲେ ତା’ଆସିବା ଖବର ଶୁଣି ଗାଁ ନିରବି ଯାଇଛି । ଅସମ୍ଭବ ନିରବତା ଭିତରେ ଶୁଭୁଛି ଜଣେ ଅସହାୟ ମା’ର କାନ୍ଦଣା । କାରଣ ତା’ ରୋଜଗାରିଆ ପୁଅ ଫେରିଛି, ହେଲେ ତା’ ପିଣ୍ଡରେ ପ୍ରାଣ ନାହିଁ । ନିସ୍ତେଜ ଶରୀରଟା ପରିବାର ପାଖକୁ ଆସିଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ଗୁକୁଡ଼ା ଗାଁର ଭୁବନେଶ୍ବର ବେଶ୍ରାଙ୍କ ପୁଅ ରାଜ କିଶୋର । ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ । ସେଠାରେ ବିଦ୍ୟୁତ୍‌ ଆଘାତରେ ତାଙ୍କ ପ୍ରାଣ ଚାଲିଯାଇଛି । ଗୋଟିଏ କିଶୋର ନୁହେଁ, କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକରୁ ଶହଶହ ଯୁବକଯୁବତୀ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି । ଆଉ ଅନେକ ସମୟରେ ଶବ ହୋଇ ଫେରୁଛନ୍ତି । ଖାଲି କଳାହାଣ୍ଡି ନୁହେଁ, ରାଜ୍ୟରେ ଶହଶହ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । କେବେ ଦାଦନ ରାକ୍ଷସ କବଳରୁ ମୁକ୍ତ ହେବ ଓଡ଼ିଶା ? ତା’ଠୁ ବି ବଡ଼ ପ୍ରଶ୍ନ ହେଉଛି କାହିଁକି ଯୁବକଯୁବତୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ? ନିଯୁକ୍ତିର ଅଭାବ ନା ଅନ୍ୟ କିଛି କାରଣ ? ଆଉ କେତେ ଶ୍ରମିକଙ୍କ ମୃତ୍ୟୁ ହେଲେ ଚେତିବେ ସରକାର? ଏସବୁର ଉତ୍ତର ଖୋଜିବା ଏବେ ଜରୁରୀ ।

ନିନ୍ଦା 11 Jul 2025 6:11 pm

କଡ଼ ଲେଉଟାଉଛି ରାଜନୀତି ; ପଞ୍ଚାୟତ ନିର୍ବାଚନ ପାଇଁ ସଂଗଠନ ସଜାଡ଼ୁଛନ୍ତି ନେତା

କନକ ବ୍ୟୁରୋ : କୋରାପୁଟ କବ୍‌ଜା କରିବାକୁ ବିଜେପିର କସରତ । କୋଟିଆରୁ ଜୟପୁର, କିଛି ଦିନ ହେବ ଏଠାରେ ନେତାମନ୍ତ୍ରୀଙ୍କ ଭିଡ଼ ଜମୁଛି । ମାଧ୍ୟମ ଥିଲା ରଥଯାତ୍ରା । କୋଟିଆ ରଥଯାତ୍ରାରେ ଉପମୁଖ୍ୟମନ୍ତ୍ରୀଙ୍କ ସହ ସାମିଲ ହୋଇଥିଲେ ୪ ମନ୍ତ୍ରୀ । ଶାବର ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାହୁଡ଼ାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଯୋଗ ଦେଇଥିଲେ ୩ ମନ୍ତ୍ରୀ । ବିଜେପିର ବୈଠକ ପରେ ବୈଠକ, ଦଳର କୋରାପୁଟ କସରତ ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି । ବିଜେପି ନେତାଙ୍କ କୋରାପୁଟ ଗସ୍ତକୁ ହାଲୁକା ଭାବେ ନେଉନାହାନ୍ତି ବିଜେଡି ଓ କଂଗ୍ରେସ । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ବିଭିନ୍ନ ଆଳରେ ବିଜେପି, ଦଳୀୟ ସଂଗଠନକୁ ସୁଦୃଢ଼ କରିବାକୁ ଚେଷ୍ଟା କରୁଥିବା କହିଛନ୍ତି ବିରୋଧୀ ।ପୂର୍ବରୁ କଂଗ୍ରେସ ଦଳ ଏହି ମାଟିରେ ତାର ଶକ୍ତି ପ୍ରଦର୍ଶନ କରିଛି । ସାମିଲ ଥିଲେ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଦାସ ଓ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲୁ । ଏବେ ବିଜେପି ନେତା ମନ୍ତ୍ରୀଙ୍କ ଗହଳି କୋରାପୁଟର ରାଜନୀତିକୁ ସରଗରମ କରିଛି ।

ନିନ୍ଦା 11 Jul 2025 6:02 pm

ବ୍ୟାପୁଛି ଡାଇରିଆ ; ୬ ଦିନରେ ୬୦ରୁ ଅଧିକ ଆକ୍ରାନ୍ତ

କନକ ବ୍ୟୁରୋ : ବରଗଡ଼ ଅତାବିରା ବ୍ଲକ ଅନ୍ତର୍ଗତ ହିର୍ଲିପାଲି ଗାଁରେ ବ୍ୟାପୁଛି ଡାଇରିଆ । ଝାଡ଼ାବାନ୍ତିରେ ୬ଦିନରେ ୬୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସ୍ଥିତି ଉପରେ ନଜର ରଖିଛି ଜିଲ୍ଲା ପ୍ରଶାସନ । ଗାଁରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କରାଯାଇଛି । ଡାକ୍ତରୀ ଦଳ ସେଠାରେ ୨୪ଘଣ୍ଟିଆ ସେବା ଯୋଗାଉଛନ୍ତି । ଗାଁର ନଳକୂପର ପାଣି ଓ ମଳ ନମୁନାକୁ ସଂଗ୍ରହ କରାଯାଇଛି । ନଳକୂଅର ପାଣି ଯୋଗୁଁ ଲୋକେ ଝାଡା ବାନ୍ତିର ଶିକାର ହୋଇଥିବା କହିଛନ୍ତି ବରଗଡ଼ ମୁଖ୍ୟ ଚିକିତ୍ସା ଅଧିକାରୀ । ଗାଁର ୧୩ଟି ଯାକ ନଳକୂପକୁ ବନ୍ଦ କରାଯାଇଛି । ଟ୍ୟାଙ୍କର ସାହାଯ୍ୟରେ ଲୋକଙ୍କୁ ପିଇବା ପାଣି ଯୋଗାଇ ଦିଆଯାଉଛି l ବରଗଡ଼ ସିଡିଏମ୍‌ଓ, ଗ୍ରାମ୍ୟ ଜଳଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଆଶାକର୍ମୀ, ସ୍ବାସ୍ଥ୍ୟ କର୍ମୀ ଘରକୁ ଘର ବୁଲି ସଚେତନ କରାଉଛନ୍ତି । ଔଷଧ ଦିଆଯାଉଛି , ବ୍ଲିଚିଂ ପାଉଡର ସିଞ୍ଚନ କରୁଛନ୍ତି । ପାନୀୟ ଜଳ ଯୋଗୁଁ ସଂକ୍ରମଣ ହୋଇଥିବା ଜଣାପଡ଼ିବା ପରେ ଅତାବିରା ଗ୍ରାମ୍ୟ ଜଳଯୋଗାଣ ବିଭାଗ ଯନ୍ତ୍ରୀ ପାଣିର ଆଉ ଥରେ ନମୁନା ପରୀକ୍ଷା ପାଇଁ ନିଆଯାଇଛି ।

ନିନ୍ଦା 11 Jul 2025 5:42 pm

ଖେଳାଯିବନି ଏସିଆ କପ୍ ୨୦୨୫ ? ଭାରତ ଓ ଶ୍ରୀଲଙ୍କା ନେଲେ ବଡ଼ ନିଷ୍ପତ୍ତି...

ନୂଆଦିଲ୍ଲୀ ୧୧/୦୭: ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କପ୍ ୨୦୨୫କୁ ନେଇ ବଡ ଅପଡେଟ୍। ଏବର୍ଷ ଖେଳାଯିବନି କ୍ରିକେଟର ଏହି ବଡ ଟୁର୍ଣ୍ଣାମେଣ୍ଟ । ବାତିଲ ହେବାର ସମ୍ଭାବନା ଅଧିକ ରହିଛି । ଯଦିଓ ଏପର୍ଯ୍ୟନ୍ତ କୌଣସି ସରକାରୀ ଭାବେ ସ୍ପଷ୍ଟ ହୋଇନି । କିନ୍ତୁ ଭାରତ ଓ ଶ୍ରୀଲଙ୍କା ଦୁଇ ଦେଶ ଇଙ୍ଗିତ ଦେଇଛନ୍ତି । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଓ ଶ୍ରୀଲଙ୍କା କ୍ରିକେଟ୍ ଏକ ବଡ଼ ପଦକ୍ଷେପ ନେଇ ୨୪ ଜୁଲାଇରେ ଢାକାରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ କ୍ରିକେଟ୍ ପରିଷଦ (ACC) ବୈଠକରେ ଯୋଗ ନଦେବାକୁ ନିଷ୍ପତ୍ତି ନେଇଛନ୍ତି। ଟେଲିକମ୍ ଏସିଆ ସ୍ପୋର୍ଟର ଏକ ରିପୋର୍ଟ ଅନୁଯାୟୀ, ଛଅ ଦେଶୀୟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଦୁଇ ମାସରୁ କମ୍ ସମୟ ବାକି ଥିବା ବେଳେ ଉଭୟ ବୋର୍ଡ ଏହି ନିଷ୍ପତ୍ତି ନେଇଛନ୍ତି। ଯଦିଓ ACC ନିଶ୍ଚିତ କରିଛି ଯେ ବୈଠକ ଯୋଜନା ଅନୁଯାୟୀ ହେବ । କିନ୍ତୁ ଭାରତ ଓ ଶ୍ରୀଲଙ୍କାର ଅନୁପସ୍ଥିତି ଏହି ଟୁର୍ଣ୍ଣାମେଣ୍ଟର ଭବିଷ୍ୟତକୁ ନେଇ ଚିନ୍ତା ବଢିଯାଇଛି । ଏହି ଥର ଏସିଆ କପ୍ ଟି-୨୦ ଫର୍ମାଟରେ ଖେଳାଯିବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟ ୫ ସେପ୍ଟେମ୍ବରରୁ ଆରମ୍ଭ ହୋଇପାରେ । କିନ୍ତୁ ଏହା ପୂର୍ବରୁ, ୨୪ ଜୁଲାଇରେ ଢାକାରେ ଅନୁଷ୍ଠିତ ହେବାକୁ ଥିବା ACC ବୈଠକରେ BCCI ଓ ଶ୍ରୀଲଙ୍କା କ୍ରିକେଟ୍ ଅଂଶଗ୍ରହଣ ନକରିବା ଯୋଗୁଁ ଟୁର୍ଣ୍ଣାମେଣ୍ଟ ଆୟୋଜନ ଉପରେ ପ୍ରଶ୍ନ ଉଠିଛି । ଢାକାରେ ଅନୁଷ୍ଠିତ ହେବାକୁ ଥିବା ACC ବୈଠକକୁ BCCI ଆପତ୍ତି ଜଣାଇଛି । ବିସିସିଆଇ ସମ୍ପ୍ରତି ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିସିବି)କୁ ଭାରତର ବାଂଲାଦେଶ ଗସ୍ତକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ରାଜି କରାଇଛି । ଏହି ଗସ୍ତ ଅଗଷ୍ଟରେ ହେବାର ଥିଲା, କିନ୍ତୁ ଏସିସି ଢାକାରେ ଏହାର ବୈଠକ କରିଥିଲା । ଯାହାକୁ ନେଇ ବିସିସିଆଇ ଖପ୍ପା ଅଛି।

ରେ କିମ୍ବା ସମ୍ବାଦ | 11 Jul 2025 5:40 pm

ସମ୍ୱିଧାନ ବଞ୍ଚାଅ ସମାବେଶରେ ରାହୁଲଙ୍କ ରଣହୁଙ୍କାର, କହିଲେ ସମ୍ୱିଧାନ ଉପରେ ଆଟାକ୍ କରୁଛି ବିଜେପି

ଭୁବନେଶ୍ୱର ୧୧/୦୭: ସମ୍ୱିଧାନ ବଞ୍ଚାଅ ସମାବେଶରେ ରାହୁଲ ଗାନ୍ଧୀଙ୍କ ରଣହୁଙ୍କାର । କହିଲେ ସମ୍ୱିଧାନ ଉପରେ ଆଟାକ୍ କରୁଛି ବିଜେପି ସରକାର । ମହାରାଷ୍ଟ୍ର ପରେ ବିହାରରେ ଚୋରି ହେଉଛି ନିର୍ବାଚନ । ଓଡ଼ିଶାରେ ଗରିବଙ୍କ ଧନ ଲୁଟି ଖାଉଛି ସରକାର । ପ୍ରଥମେ ସମାବେଶରେ କଂଗ୍ରେସ କର୍ମକର୍ତ୍ତାଙ୍କ ମୁଡ୍‌ କିପରି ଅଛି ପ୍ରଶ୍ନ କରିଥିଲେ ରାହୁଲ ଗାନ୍ଧି । ଏହାସହ ସେ କହିଥିଲେ ସରକାର ଗରିବଙ୍କୁ ଲୁଟୁଛନ୍ତି । ବିଜେପି ପୂରା ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି । ବିହାରରେ ନିର୍ବାଚନ ଚୋରି କରିବାକୁ ଉଦ୍ୟମ ଚାଲିଛି । ଏମିତିକି ମହାରାଷ୍ଟ୍ରରେ ବି ନିର୍ବାଚନ ଚୋରି ହୋଇଛି । କାରଣ ସେଠାରେ ନୂଆ ୧ ଲକ୍ଷ ଭୋଟର୍ କିପରି ଆସିଲେ । ଏହି ଦୁଇ ରାଜ୍ୟରେ ନିର୍ବାଚନ ଚୋରି ଉଦ୍ୟମ ଚାଲିଛି । ଜଳ, ଜଙ୍ଗଲ, ଜମି ଆଦିବାସୀଙ୍କର ଅଛି ଓ ରହିବ । ଏଠାରେ ବିନା ପଚାରି ଆଦିବାସୀଙ୍କୁ ଜମିରୁ ହଟାଯାଉଛି । ପେସା ଆଇନ୍ ଲାଗୁ ହେଉନି, କିନ୍ତୁ ଆମେ ଏହା ଲାଗୁ କରିବୁ । ବିକାଶ ଓଡ଼ିଶାର ଜନତାଙ୍କ ପାଇଁ କରିବା ଉଚିତ୍ । ଏଠାକାର ସରକାର ଜଙ୍ଗଲ, ଜମିରୁ ଆପଣଙ୍କୁ ହଟାଉଛି । ନିର୍ଯାତିତ ଲୋକଙ୍କ ପାଇଁ କଂଗ୍ରେସ ଠିଆ ହୋଇ ରହିବ ବୋଲି ରାହୁଲ ଦୃଢୋକ୍ତି ଦେଖାଇଥିଲେ । ଶେ ଆହୁରି କହିଥିଲେ ମୋଦି ଫସଲ ବୀମା ଯୋଜନା ଲାଗୁ କରିଥିଲେ । ଏଥିପାଇଁ ମୋଦି ଆପଣଙ୍କ ଠାରୁ ଟଙ୍କା ନେଲେ, କିନ୍ତୁ ଚାଷୀଙ୍କୁ କ୍ଷତିପୂରଣ ମିଳୁନି । ମୁଁ ଏହି ସରକାର ବିରୋଧରେ ଲଢ଼ିବାକୁ ଚାହୁଁଛି । ଏଠାକାର ସରକାରଙ୍କୁ ହଟାଇବାକୁ ଚାହୁଁଛି । ଦଳିତଙ୍କୁ ନା ସରକାରରେ ସ୍ଥାନ ମିଳୁଛି, ନା ବ୍ୟୁରୋକାସିରେ । ତେବେ ଜାତି ଜନଗଣନା ନିହାତି ଜରୁରୀ ବୋଲି ସେ କହିଥିଲେ । ତାଙ୍କ କହିବା କଥା ଓଡ଼ିଶାରେ ବି ଅରବପତିଙ୍କ ରାଜ୍ ଚାଲିଛି । ଆହୁରି ବି ରଥଯାତ୍ରା ଅଘଟଣକୁ ନେଇ ଟାର୍ଗେଟ କଲେ ରାହୁଲ । କାରଣ ଅଦାନୀ ପାଇଁ ରଥକୁ ରୋକାଯାଉଛି ବୋଲି କହିଥିଲେ ରାହୁଲ । ଏହା ଆପଣଙ୍କ ସରକାର ନୁହେଁ, ଅଦାନୀଙ୍କ ଭଳି ଉଦ୍ୟୋଗପତିଙ୍କ ସରକାର । ଓଡ଼ିଶାରେ ୪୦ ହଜାରରୁ ଊର୍ଦ୍ଧ୍ୱ ମହିଳା ଗାଏବ ହୋଇଛନ୍ତି । ଏମାନେ କୁଆଡ଼େ ଗଲେ କେହି ଜାଣିନାହାନ୍ତି । ମହିଳାଙ୍କୁ ଦୁଷ୍କର୍ମ ହେଉଛି, କିନ୍ତୁ ସରକାର ନୀରବଦ୍ରଷ୍ଟା । ଏହାସହ ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ୍ କରିଥିଲେ । ଡ୍ରାଇଭର ମହାସଂଘ ଉପରେ ଚାପ ପକାଯାଇଥିଲା । ସମାବେଶକୁ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଇଥିଲା । କିନ୍ତୁ ଡ୍ରାଇଭର ମହାସଂଘ ସେମାନଙ୍କ କଥା ଶୁଣିଲେନି । ଏଥିପାଇଁ ଡ୍ରାଇଭର ମହାସଂଘକୁ ହୃଦୟରୁ ଧନ୍ୟବାଦ ଜଣାଉଛି । ସରକାର ଡ୍ରାଇଭରଙ୍କ ଦାବି ପୂରଣ କରିବା ଉଚିତ୍ ବୋଲି ରାହୁଲ କହିଥିଲେ ।

ରେ କିମ୍ବା ସମ୍ବାଦ | 11 Jul 2025 5:40 pm

ସୁନ୍ଦରଗଡ଼ ଜିଲ୍ଲାରେ ମାସକରେ ଗଲାଣି ୧୫ ଜୀବନ, ଗ୍ରାମାଞ୍ଚଳରେ ସ୍ଥିତି ଉଦବେଗଜନକ

ରାଉରକେଲା ୧୧।୭: ସୁନ୍ଦରଗଡ଼ ଜିଲ୍ଲାଗତ ମାସକରେ ସାପ କାମୁଡ଼ାରେ ୧୫ଜଣଙ୍କ ମୃତ୍ୟୁ ହେଲାଣି ।ଖଣି ଖାଦାନ ଭରା ଜିଲ୍ଲାରେ ସାପ କାମୁଡ଼ାର ଏଭଳି ଉଦ୍‌ବେଗଜନକ ଚିତ୍ର ଚିନ୍ତା ବଢ଼ାଇଛି । ସାପ କାମୁଡ଼ିଲେ ପରିବାର ଲୋକେ ରୋଗୀଙ୍କୁ ଡାକ୍ତରଖାନା ନେବା ବଦଳରେ ଝଡ଼ାଫୁଙ୍କା କରୁଛନ୍ତି । ସଙ୍କଟାପନ୍ନ ଅବସ୍ଥାରେ ସ୍ୱାସ୍ଥ୍ୟକେନ୍ଦ୍ର ଆଣୁଛନ୍ତି । ବିଳମ୍ବିତ ଚିକିତ୍ସା ଯୋଗୁ ରୋଗୀ ଜୀବନ ବଞ୍ଚାଇବା ସମ୍ଭବ ହେଉନାହିଁ । ସହରାଞ୍ଚଳରେ ସାପକୁ ନେଇ ଜନସାଧାରଣ ବେଶ୍‌ ସତର୍କ । ଘରେ ସାପ ପଶିଲେ ସ୍ୱେଚ୍ଛାସେବୀ ସାପ ଧରାଳି କିମ୍ବା ସ୍ନେକ୍ହେଲ୍ପଲାଇନ୍‌ ସଦସ୍ୟଙ୍କ ସହାୟତା ଲୋଡୁଛନ୍ତି ଲୋକେ । ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରି ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଉଛି । ଅଘଟଣ ଘଟିବା ନଜିର ନାହିଁ । କିନ୍ତୁ ଗ୍ରାମାଞ୍ଚଳରେ ସ୍ଥିତି ପୂରା ଓଲଟା । ପାହାଡ଼ିଆ ଅଞ୍ଚଳ ସର୍ପପ୍ରବଣ । ଅନେକ ଦୁର୍ଗମ ଗ୍ରାମରେ ଏଯାଏ ବିଜୁଳି ଆଲୋକ ପହଞ୍ଚିପାରିନାହିଁ । ଲୋକେ ଚଟାଣରେ ଶୋଉଛନ୍ତି । ଫଳରେ ରାତିରେ ସର୍ପଦଂଶନ ଆଂଶଙ୍କା ରହୁଛି । ଗ୍ରାମାଞ୍ଚଳରେ ସଚେତନ ଅଭାବରୁ ଲୋକେ ଏବେ ବି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ସାପକାମୁଡ଼ା ରୋଗୀଙ୍କୁ ଡାକ୍ତରଖାନା ବଦଳରେ ଗୁଣିଆ ପାଖକୁ ନେଉଛନ୍ତି । ଝଡ଼ାଫୁଙ୍କା କରୁଛନ୍ତି । ସେଠାରୁ ନିରାଶ ହେଲେ ଅତି ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନା ଆଣୁଛନ୍ତି । ସେତେବେଳକୁ ଅଧିକାଂଶ ରୋଗୀଙ୍କ ମୃତ୍ୟୁ ହୋଇଯାଉଛି । ଗତ ମାସକ ଭିତରେ ଜିଲ୍ଲାରେ ସାପ କାମୁଡ଼ାରେ ୪ ଶିଶୁ,୨ ନାବାଳିକା,୫ ମହିଳାଙ୍କ ସମେତ ଅନ୍ୟୂନ ୧୫ ଜଣଙ୍କ ମୁତ୍ୟୁ ଘଟିଲାଣି । ମେ’୩୧ରେ ଲହୁଣିପଡ଼ା ଥାନା ଅନ୍ତର୍ଗତ ହାତୀବାହାଲ ଗ୍ରାମର ଲକ୍ଷ୍ମୀ ମୁଣ୍ଡା,୮ ତାରିଖରେ ତଲସରା ଥାନା ଅନ୍ତର୍ଗତ କଇଁସରା ଗ୍ରାମର ଉପାସୀ ବାଡ଼ା,୧୩ ତାରିଖରେ ତଲସରା ଥାନା ଅନ୍ତର୍ଗତ ଟିକିଲିପଡ଼ା ଗ୍ରାମର ଅଜୟ କୁଜୁର,୧୮ ତାରିଖରେ ବଣାଇଁର ଟିକାୟତପାଲି ଥାନା କଣ୍ଢେଇପୋଷ ଗ୍ରାମର ସୌଦାମିନୀ ମୁଣ୍ଡା, ୨୦ ତାରିଖରେ କିଞ୍ଜିରକେଲା ଥାନା ଡୁମେରଗୁଡ଼ା ଗ୍ରାମର ସୁନିତା ଖଡିଆ,୨୧ ତାରିଖରେ କୁତ୍ରା ବ୍ଲକ୍‌ ଅନ୍ତର୍ଗତ ବିରତୋଲା ଗ୍ରାମର ବୃଦ୍ଧା ହେମବତୀ ବାଙ୍କରାଙ୍କ ମୃତ୍ୟୁ ଘଟିଥିଲା । ଅନୁରୂପ ଭାବେ ୨୩ ତାରିଖରେ ରାଜଗାଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ରାଣୀବନ୍ଧ ଧୋବାପଡ଼ାର ୧୦ ବର୍ଷର ଶିଶୁକନ୍ୟା ଲଳିତା ସିଂମିଶ୍ରମ୍‌,୨୪ ତାରିଖରେ ରାଜଗାଙ୍ଗପୁର ବ୍ଲକ ବିଜାଖମନ ଗ୍ରାମର ୧୭ ବର୍ଷୀୟ ସଞ୍ଜୁ ଲାକ୍ରା,୨୫ ତାରିଖରେ କୁଆଁରମୁଣ୍ଡା ବ୍ଲକ୍‌ ପୁଟୁରିଖମନ୍‌ ଗ୍ରାମର ଜୟସ ଟେଟେଙ୍କ ୭ବର୍ଷର ଝିଅ ଅନାମିକା,୨୬ ତାରିଖରେ ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ବଇଲମା ଗ୍ରାମର ଦେବାନନ୍ଦ ମହାକୁଲଙ୍କ ୧୪ ବର୍ଷୀୟା ଝିଅ ନଳିନୀ ମହାକୁଲ,୨୭ ତାରିଖ ଦିନ ଧରୁଆଡିହି ଥାନା ଅନ୍ତର୍ଗତ ତିଲେଇମଲ୍‌ଟି ଗ୍ରାମର ଲିଙ୍ଗରାଜ ଡିଲାଙ୍କ ୯ ମାସର ଝିଅ ଚିନ୍ମୟୀ ଡିଲା,୨୮ ତାରିଖ କେ. ବଲାଙ୍ଗ ଥାନା ନୂଆତନ୍ତରା ଗ୍ରାମର ଶୁକଦେବ ନାଏକ,୨୯ ତାରିଖରେ ବଣାଇଁ ଥାନା କଟୁରିଧୁଆଁ ଗ୍ରାମର ଶୁକଦେବ ଓରାମଙ୍କ ଝିଅ ରଶ୍ମି ଏବଂ ବଡପଡ଼ା ଗ୍ରାମର ଅଜିତ ଓରାମଙ୍କ ମୃତ୍ୟୁ ଘଟିଛି । ଜୁଲାଇ ୧ରେ ବିଷଧର ସାପ କାମୁଡ଼ାରେ ଲାଠିକଟା ବ୍ଲକ୍‌ ବିରକେରା ପଞ୍ଚାୟତ ଅନ୍ତର୍ଗତ ସାଲିଆଟୋଲାର ଚାଉଆ ଏକ୍କାଙ୍କ ପୁଅ ରାଜେଶଙ୍କ ଜୀବନ ଯାଇଛି । You Can Read: ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ହାତରେ ଖଣ୍ଡା ଧରି ପଶି ଘରେ ବୁଲାଇଲେ କଳାକନା

ରେ କିମ୍ବା ସମ୍ବାଦ | 11 Jul 2025 5:40 pm

ଡବଲ ଇଞ୍ଜିନ ସରକାରକୁ ଟାର୍ଗେଟ କଲେ ଖଡଗେ, କହିଲେ ଓଡ଼ିଶାରେ ଯାହା ହୋଇଛି କଂଗ୍ରେସ ପାଇଁ

ଭୁବନେଶ୍ୱର ୧୧/୦୭: ସମ୍ବିଧାନ ବଞ୍ଚାଅ ସମାବେଶରେ ମଲିକାର୍ଜୁନ ଖଡ୍‌ଗେଙ୍କ ସମ୍ବୋଧନ । ରାଜ୍ୟରେ ଡବଲ ଇଞ୍ଜିନ ସରକାର କେବଳ ଧନୀଙ୍କ ପାଇଁ । କହିଲେ ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ ହୋଇଛି । ଭୁବନେଶ୍ୱରରେ ଏମ୍ସ ଓ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଫିଜିକ୍ସ କଂଗ୍ରେସ କରିଛି । ବିଜେପିର ଅବଦାନ ଜିରୋ, ଏମାନେ ଏଠାରେ କିଛି କାମ କରିନାହାନ୍ତି । କିଛି କାମ ନ କରି କେବଳ ଶ୍ରେୟ ନେବାକୁ ଚେଷ୍ଟା କରୁଛି ବିଜେପି । କିଛି କରିନାହାନ୍ତି, କେବଳ ବିକ୍ରି କରିବାରେ ଲାଗି ପଡ଼ିଛନ୍ତି । ଡବଲ ଇଞ୍ଜିନ ସରକାର ଗରିବଙ୍କ ପାଇଁ ନୁହେଁ, କେବଳ ଧନୀଙ୍କ ପାଇଁ । ଦେଶର ସମ୍ବିଧାନକୁ ସମାପ୍ତ କରିବା ମୋଦିଙ୍କ ଲକ୍ଷ୍ୟ ବୋଲି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି । ସେ ଆହୁରି କହିଛନ୍ତି ଧର୍ମ ନାଁରେ ବିଭାଜନ ରାଜନୀତି କରୁଛି ବିଜେପି । ଭାରତ ପାକିସ୍ତାନ ଯୁଦ୍ଧ ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ୍ କଲେ ଖଡଗେ ।

ରେ କିମ୍ବା ସମ୍ବାଦ | 11 Jul 2025 5:40 pm

'ସିନ୍ଦୁରରେ ଆଦୌ କ୍ଷତି ସହିନି ଭାରତ': ସାହାସ ଅଛି ତ ଗୋଟିଏ ଫଟୋ ଦେଖାଇବାକୁ କହିଲେ ଡୋଭାଲ

ନୂଆଦିଲ୍ଲୀ: ଅପରେସନ ସିନ୍ଦୁରରେ ଆଦୌ କ୍ଷତି ସହିନି ଭାରତ। ବିଦେଶୀ ଗଣମାଧ୍ୟମରେ ପ୍ରସାରିତ ଖବରକୁ ଖଣ୍ଡନ କରିଛନ୍ତି NSA ଅଜିତ ଡୋଭାଲ। ପ୍ରମାଣ ମାଗିବା ସହ ସାହାସ ଅଛିତ ଗୋଟିଏ ଫଟୋ ଦେଖାଇବା ପାଇଁ କହିଛନ୍ତି ଡୋଭାଲ। ବରଂ ୨୩ ମିନିଟ୍‌ର ଅପରେସନରେ ମାଟିରେ ମିଶିଛି ଆତଙ୍କୀର ଅଣ୍ଟା। ଆଇଆଇଟି ମାଡ୍ରାସରେ ଡୋଭାଲ କହିଛନ୍ତି ଯେ ବିଦେଶୀ ଗଣମାଧ୍ୟମ ଅପରେସନ ସିନ୍ଦୁର ବିଷୟରେ ମିଥ୍ୟା ଖବର ପ୍ରସାରଣ କରିଛି। ମୋତେ ଗୋଟିଏ ଫଟୋ ଦେଖାଅ ଯେଉଁଥିରେ ଭାରତ କ୍ଷତି ସହିଛି। ଏହି ସମୟରେ ଭାରତ କୌଣସି କ୍ଷତି ସହିନାହିଁ। ଡୋଭାଲ କହିଛନ୍ତି ଯେ ପ୍ରଯୁକ୍ତିବିଦ୍ୟା ଏବଂ ଯୁଦ୍ଧ ମଧ୍ୟରେ ସମ୍ପର୍କ ସର୍ବଦା ଗୁରୁତ୍ୱପୂର୍ଣ୍ଣ। ଆମେ ଅପରେସନ ସିନ୍ଦୁର ଉପରେ ଗର୍ବିତ। ଆମେ ଗର୍ବିତ ଯେ ଆମେ ଏହି ଅପରେସନ ସମୟରେ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିଛୁ। ଆମେ ସୀମା ଆରପାରିରେ ନଅଟି ପାକିସ୍ତାନୀ ଘାଟି ଉପରେ ଆକ୍ରମଣ କରିବାକୁ ନିଷ୍ପତ୍ତି ନେଇଥିଲୁ। ଏଥିମଧ୍ୟରୁ, ସୀମାନ୍ତ ଅଞ୍ଚଳରେ ଗୋଟିଏ ବି ଘାଟି ନଥିଲା। ଆମର ସମସ୍ତ ଲକ୍ଷ୍ୟ ସଠିକ୍ ଥିଲା। ଆମେ କେବଳ ଆତଙ୍କବାଦୀ ଘାଟିଗୁଡ଼ିକୁ ନଷ୍ଟ କରିଥିଲୁ। ସେ କହିଛନ୍ତି ଯେ ଏହି ସମ୍ପୂର୍ଣ୍ଣ ଅପରେସନ୍ ୨୩ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ମୋତେ ଏକ ଫଟୋ ଦେଖାନ୍ତୁ ଯେଉଁଥିରେ ଭାରତ କ୍ଷତି ସହିଛି। ବିଦେଶୀ ଗଣମାଧ୍ୟମ ଅନେକ କଥା କହିଛି। କିଛି ବଛାବଛା ଚିତ୍ର ଆଧାରରେ ସେମାନେ ପାକିସ୍ତାନର ୧୩ଟି ବାୟୁସେନା ଘାଟି ବିଷୟରେ ବହୁତ କଥା କହିଛନ୍ତି। କିନ୍ତୁ ୧୦ ମେ ପୂର୍ବରୁ ଏବଂ ପରେ ପାକିସ୍ତାନର ୧୩ଟି ବାୟୁସେନା ଘାଟିର ସାଟେଲାଇଟ୍ ଚିତ୍ର ଦେଖନ୍ତୁ। ସବୁକିଛି ସ୍ପଷ୍ଟ ହୋଇଯିବ। ଭାରତୀୟ ସେନା ୭ ମେ ରାତିରେ 'ଅପରେସନ୍ ସିନ୍ଦୂର' ଆରମ୍ଭ କରିଥିଲା। ଏହା ଅଧୀନରେ, ଭାରତୀୟ ସେନା ପାକିସ୍ତାନ ଏବଂ PoKରେ ୯ଟି ଆତଙ୍କବାଦୀ ଆଡ୍ଡାକୁ ଉଡ଼ାଇ ଦେଇଥିଲା। ଚାରି ଦିନର ସାମରିକ ମୁକାବିଲା ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୦ ମେରେ ଯୁଦ୍ଧବିରତି ସ୍ୱାକ୍ଷରିତ ହୋଇଥିଲା।

ରେ କିମ୍ବା ସମ୍ବାଦ | 11 Jul 2025 5:40 pm

ଆମେରିକାରେ ସର୍ବାଧିକ ଭାରତୀୟ ବଂଶୋବଦ୍ଭବ ଅବରପତି, ଦେଉଛନ୍ତି ୨୫ ଲକ୍ଷ କୋଟିର ଟିକସ

ନୂଆଦିଲ୍ଲୀ ୧୧।୦୭; ବିକଶିତ ଦେଶ ଆମେରିକା । ଆମେରିକାର ଧନୀ ହେବା ପଛରେ ରହିଛି ଭାରତୀୟଙ୍କ ହାତ। ଆମେରିକାରେ ଭାରତୀୟମାନେ ଦ୍ୱିତୀୟ ସର୍ବବୃହତ ଏସୀୟ ସମ୍ପ୍ରଦାୟ। ପ୍ରବାସୀ ଭାରତୀୟମାନେ ଆମେରିକାକୁ ଧନୀ କରିବାରେ ପ୍ରମୁଖ ଭୂମିକା ନେଉଛନ୍ତି। ସେଠାରେ ରହୁଥିବା ବିଦେଶୀ ଅରବପତିଙ୍କ ମଧ୍ୟରେ ସବୁଠୁ ଅଧିକ ସଂଖ୍ୟକ ଏବେ ଭାରତୀୟ । ଆମେରିକା ଜନଗଣନା ସର୍ଭେ ଅନୁଯାୟୀ, ପ୍ରାୟ ୫.୨ ନିୟୁତ ଭାରତୀୟ ଆମେରିକାରେ ବାସ କରନ୍ତି। ଆମେରିକାରେ ଏସୀୟ ଜନସଂଖ୍ୟାର ପ୍ରାୟ ୨୧% ଭାରତୀୟ-ଆମେରିକୀୟ। ଆମେରିକାରେ ଭାରତୀୟ-ଆମେରିକୀୟ ବ୍ୟବସାୟିକ ବ୍ୟକ୍ତିମାନେ ବିଭିନ୍ନ କ୍ଷେତ୍ରରେ ଅବିଶ୍ୱସନୀୟ ସଫଳତା ହାସଲ କରିଛନ୍ତି। ଆକଳନ ଅନୁଯାୟୀ, ୨୦୨୫ ଶେଷ ସୁଦ୍ଧା, ଫୋବର୍ସ ପକ୍ଷରୁ ଆମେରିକାରେ ରହୁଥିବା ୧୨୫ ସବୁଠାରୁ ଧନୀ ବିଦେଶୀ ନାଗରିକଙ୍କ ଏକ ତାଲିକା ଜାରି କରାଯାଇଛି । ଏହି ତାଲିକାରେ ଇସ୍ରାଏଲ, ଚୀନ୍‌ ଏବଂ ତାଇୱାନ୍‌କୁ ପଛରେ ପକାଇ ଭାରତ ୧୨ ଜଣ ଅରବପତିଙ୍କ ସହ ପ୍ରଥମ ସ୍ଥାନରେ ରହିଛି । ଆମେରିକାରେ ସବୁଠାରୁ ଧନୀ ଭାରତୀୟ ହେଉଛନ୍ତି ଜୟ ଚୌଧୁରୀ । ତାଙ୍କ ନେଟ୍‌ ସମ୍ପତ୍ତି ୧୭.୯ ବିଲିୟନ ଡଲାର ବା ୧ ଲକ୍ଷ ୫୦ ହଜାର କୋଟି ଟଙ୍କାରୁ ଅଧିକ । ସେହିଭଳି ତାଲିକାରେ ଦକ୍ଷିଣ ଆଫ୍ରିକାରୁ ଆସି ଆମେରିକାରେ ଅବସ୍ଥାପିତ ଏଲନ୍‌ ମସ୍କ ପ୍ରଥମ ସ୍ଥାନରେ ଅଛନ୍ତି । ତାଙ୍କ ନେଟ୍‌ ସମ୍ପତ୍ତି ହେଉଛି ୩୩.୮୨ ଲକ୍ଷ କୋଟି ଟଙ୍କା । ୧୧.୯୭ ଲକ୍ଷ କୋଟି ଟଙ୍କାର ନେଟ୍‌ ସମ୍ପତ୍ତି ସହ ରୁଷର ସର୍ଗି ବ୍ରିନ୍‌ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତୃତୀୟ ସ୍ଥାନରେ ଅଛନ୍ତି ତାଇୱାନ୍‌ର ଜେନ୍‌ସେନ୍‌ ହୁଆଙ୍ଗ । ତାଙ୍କ ନେଟ୍‌ ସମ୍ପତ୍ତି ହେଉଛି ୧୨.୨୪ ଲକ୍ଷ କୋଟି ଟଙ୍କା । ଆମେରିକାରେ ରହୁଥିବା ସବୁଠୁ ଧନୀ ୩ ଜଣ ଭାରତୀୟ ପ୍ରବାସୀ ହେଲେ ଜୟ ଚୌଧୁରୀ,ବିନୋଦ ଖୋସ୍‌ଲା ଏବଂ ରାକେଶ ଗଙ୍ଗୱଲ । ତେବେ କେମିତି ଥିଲା ଏହି ଅରବପତିଙ୍କ ଭାରତରୁ ଆମେରିକା ଯାତ୍ରା ଆସନ୍ତୁ ଜାଣିବା । ହିମାଚଳ ପ୍ରଦେଶର ଏକ ଛୋଟ ଗାଁରୁ ବାହାରିଆସି ଆମେରିକାରେ ସଫଳ ବ୍ୟବସାୟୀ ହୋଇଛନ୍ତି ଜୟ ଚୌଧୁରୀ । ସେ ଆଇଆଇଟି ବିଏଚ୍‌ୟୁ ବାରାଣାସୀରୁ ପାଠ ପଢ଼ିଛନ୍ତି । ପରେ ୟୁନିଭର୍ସିଟି ଅଫ୍‌ ସିନ୍‌ସିନାଟୀରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ୧୯୮୦ରେ ଆମେରିକାରେ ଆସିଥିବା ଜୟ ଚୌଧୁରୀ ଅନେକ ଟେକ୍ନୋଲୋଜି କମ୍ପାନି ଆରମ୍ଭ କରିଥିଲେ। ଯେଉଁଥିରୁ ସବୁଠାରୁ ପ୍ରମୁଖ ହେଉଛି ସାଇବର ସିକ୍ୟୁରିଟି କମ୍ପାନି ଜସ୍କେଲେର । ଜସ୍କେଲେରର ସିଇଓ ଏବଂ ଅଧ୍ୟକ୍ଷ ଭାବେ ସେ କମ୍ପାନିକୁ ବିଶ୍ୱସ୍ତରରେ ସ୍ଥାପନ କରିଥିଲେ । ସେହିଭଳି ପୁଣେର ବିନୋଦ ଖୋସ୍‌ଲା ଜଣେ ସଫଳ ଉଦ୍ୟୋଗୀ ଏବଂ ଭେଞ୍ଚର୍‌ କ୍ୟାପିଟାଲିଷ୍ଟ । ୧୯୮୨ରେ ସେ ସନ୍‌ ମାଇକ୍ରୋସିଷ୍ଟମ୍ସର ସ୍ଥାପନ କରିଥିଲେ । କୋଲକାତାର ରାକେଶ ଗଙ୍ଗୱଲ ଇଣ୍ଡିଗୋ ଏୟାର୍‌ଲାଇନ୍ସର ସହ-ପ୍ରତିଷ୍ଠାତା । ନିଜର ଆଭିଏସନ୍‌ କ୍ୟାରିୟର ସେ ୟୁନାଇଟେଡ୍‌ ଏୟାର୍‌ଲାଇନ୍ସରୁ ଆରମ୍ଭ କରିଥିଲେ ଏବଂ ପରେ ୟୁଏସ୍‌ ଏୟାର୍‌ୱେଜ୍‌ର ସିଇଓ ଏବଂ ଅଧ୍ୟକ୍ଷ ରହିଥିଲେ । ୨୦୦୬ରେ ସେ ରାହୁଲ ଭାଟିଆଙ୍କ ସହ ମିଶି ଇଣ୍ଡିଗୋର ସ୍ଥାପନ କରିଥିଲେ ।

ରେ କିମ୍ବା ସମ୍ବାଦ | 11 Jul 2025 5:40 pm

ଶିଳ୍ପପତି ସୃଷ୍ଟି ହେବା ଆବଶ୍ୟକ, କେବଳ ସରକାର କାମ କରିବେ ନାହିଁ ବେସରକାରୀ କମ୍ପାନୀ କାମ କରିବା ଦରକାର

ଭୁବନେଶ୍ବର ୧୧।୭: ବିରୋଧୀ ଦଳ ନେତାରାହୁଲ ଗାନ୍ଧୀଙ୍କୁ ପଞ୍ଚାୟତ ସ୍ତରର ନେତା ଭାବେ ତୁଳନା କଲେବରିଷ୍ଠ ବିଜେପି ନେତାଜୟ ନାରାୟଣ ମିଶ୍ର। ସେ କହିଲେ,ରାହୁଲ ଗାନ୍ଧୀଙ୍କ ଭାଷଣ ଅପରିପକ୍ଵତାର ପ୍ରମାଣ ଦେଉଛି। ସ୍ବାଧୀନତା ପରେ କଂଗ୍ରେସ ସରକାର ସମୟରେ କେତେ ଶିଳ୍ପପତି ସୃଷ୍ଟି ହୋଇଥିଲେ।ଶିଳ୍ପପତି ସୃଷ୍ଟି ହେବା ଆବଶ୍ୟକ,କେବଳ ସରକାର କାମ କରିବେ ନାହିଁ ବେସରକାରୀ କମ୍ପାନୀ କାମ କରିବା ଦରକାର।ଖାଲିଶିଳ୍ପପତିଙ୍କ ନାଁକହିଦେଲେ ହେବନାହିଁ।ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ ସରକାରଶିଳ୍ପପତି ମାନଙ୍କୁକେତେ କାମ ଦେଇଛନ୍ତି,ସେକଥା କୁହନ୍ତୁ।ସମ୍ବିଧାନ ବ୍ୟବସ୍ଥାରେ ଟେଣ୍ଡରରେ ସେମାନେକିଛି ପାଇଲେତାକୁ କେହି ମନା କରିପାରିବେ ନାହିଁ।ଶିଳ୍ପ ଅଭିବୃଦ୍ଧି ନ ଘଟିଲେ ଗୋଟେ ଦେଶର ଅଭିବୃଦ୍ଧି କେମିତି ହେବ। ରାହୁଲ ଭାଷଣ ଟିକେ ଟିକେ କହି ଶିଖିବାରୁ ତାଙ୍କୁଧନ୍ୟବାଦ।ଭାଷଣରେ ତଥ୍ୟ ନାହିଁ।ଗୋଟେ ଅପରିପକ୍ୱ,ପଂଚାୟତ ସ୍ତରର ନେତା ଭାଷଣ ଦେଲାଭଳି ଲାଗିଲା।ଏହାସରପଞ୍ଚ ନିର୍ବାଚନ ସଭା ଭଳି ଲାଗିଲା।ସମ୍ବିଧାନକୁ ଆମେ ବଞ୍ଚାଉଛୁ ସେମାନେ ଧର୍ଷଣ କରିଥିଲେ।୩୭୦ଧାରା ଲଗାଇ ରାଜ୍ୟ ରାଜ୍ୟ ଭିତରେପ୍ରାର୍ଥକ୍ୟ ଆଣିଥିଲେ।ଆମେ ଏଥିରେ ସମାନତା ଆଣିଛୁ। କଂଗ୍ରେସ ଶାସିତ ରାଜ୍ୟରେ ଚାଷୀଙ୍କୁକେଉଁଠି ଧାନ ବିକିବା ବାବଦରେ ଟଙ୍କା ଦେଇଛନ୍ତି।ଆମ ସରକାର ଇନପୁଟ ସବସିଡି ବାବଦରେ୮୦୦ଟଙ୍କା ଦେଉଛନ୍ତି।କଂଗ୍ରେସ ଶାସିତ ରାଜ୍ୟରେ କେଉଁଠି ଦିଆଯାଉଛି।ମହିଳାଙ୍କୁ ସଶକ୍ତିକରଣ କରାଯାଇଛିସୁଭଦ୍ରା ଟଙ୍କା ମାଧ୍ୟମରେ। ୧୦ହଜାର ଦେଲୁଣି ଆହୁରି୪୦ହଜାର ଟଙ୍କା ଦେବୁ। ବର୍ତ୍ତମାନ ରାସ୍ତା ୟୁରୋପିଅନଦେଶ ଭଳି ହୋଇଛି,କଂଗ୍ରେସ ସମୟରେ କାହିଁ ଏମିତି ରାସ୍ତା ନଥିଲା। ମହିଳା ନିଖୋଜ ସବୁଠୁ ଚିନ୍ତାଜନକ ଅଧିକ ଥିଲା ଗତସରକାରରେ।ରାହୁଲ ଗାନ୍ଧୀ ତଥ୍ୟ ଦିଅନ୍ତୁ,ଗୋଟେ ବର୍ଷର୪୦ହଜାରରୁ୪୦୦ନାଁଦିଅନ୍ତୁ।ସେ ଯଦି ତଥ୍ୟ ଦେବେ ଓଡ଼ିଶା ପୋଲିସ ଖୋଜି ବାହାର କରିବେବୋଲି ଜୟନାରାୟଣ କହିଛନ୍ତି । You Can Read: ସୁନ୍ଦରଗଡ଼ ଜିଲ୍ଲାରେ ମାସକରେ ଗଲାଣି ୧୫ ଜୀବନ, ଗ୍ରାମାଞ୍ଚଳରେ ସ୍ଥିତି ଉଦବେଗଜନକ

ରେ କିମ୍ବା ସମ୍ବାଦ | 11 Jul 2025 5:40 pm

ପୃଥିବୀକୁ ଫେରିବା ପୂର୍ବରୁ ମହାକାଶରେ ପାର୍ଟି କଲେ ଶୁଭାଂଶୁ, ସାମ୍ନାକୁ ଆସିଲା ଆକର୍ଷଣୀୟ ଫଟୋ

ନୂଆଦିଲ୍ଲୀ: ISSରେ ମିଶନ ସାରି ଜୁଲାଇ ୧୪ରେ ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା। ଘରକୁ ଫେରିବାର ପୂର୍ବରୁ ସେ ଏବଂ ଅନ୍ୟ କ୍ରୁ ସଦସ୍ୟମାନେ ଭୋଜି କରୁଥିବାର ଦେଖାଯାଇଛି। ଶୁକ୍ଲା ଏବଂ ତାଙ୍କ ସାଥୀମାନଙ୍କ ସହ ଶୂନ୍ୟରେ ଭାସୁଥିବା ଏବଂ ଖାଦ୍ୟ ଉପଭୋଗ କରିବା ସମୟରେ ହସୁଥିବାର ଫଟୋ ସାମନାକୁ ଆସିଛି। ନାସା ଗତକାଲି ସନ୍ଧ୍ୟାରେ ଘୋଷଣା କରିଛି ଯେ ଶୁକ୍ଲା ଏବଂ ଅନ୍ୟ ତିନି ଜଣ କ୍ରୁ ସଦସ୍ୟଙ୍କ ପ୍ରତ୍ୟାବର୍ତ୍ତନ ଯାତ୍ରା ଜୁଲାଇ ୧୪ରେ ଆରମ୍ଭ ହେବ। ନାସା ବାଣିଜ୍ୟିକ କ୍ରୁ ପ୍ରୋଗ୍ରାମର ପରିଚାଳକ ଷ୍ଟିଭ୍ ଷ୍ଟିଚ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆମେ ଷ୍ଟେସନ ପ୍ରୋଗ୍ରାମ ଉପରେ କାମ କରୁଛୁ ଏବଂ Axiom-4 ର ପ୍ରଗତି ଉପରେ କଡ଼ା ନଜର ରଖୁଛୁ। ମୁଁ ଭାବୁଛି ଆମକୁ ସେହି ମିଶନକୁ ଅନଡକ୍ କରିବାକୁ ପଡିବ ଏବଂ ଅନଡକ୍ କରିବାର ବର୍ତ୍ତମାନର ଲକ୍ଷ୍ୟ ହେଉଛି ଜୁଲାଇ ୧୪। ଗ୍ରୁପ୍ କ୍ୟାପ୍ଟେନ୍ ଶୁକ୍ଳା ISSକୁ ଯାତ୍ରା କରିଥିବା ପ୍ରଥମ ଭାରତୀୟ। ଗ୍ରୁପ୍ କ୍ୟାପ୍ଟେନ୍ ଶୁକ୍ଲା ସାତଟି ପରୀକ୍ଷଣ କରିଥିଲେ। ଆକ୍ସିଅମ୍ ୪ ବା ମିଶନ୍ 'ଆକାଶ ଗଙ୍ଗା' ଭାରତର ଗଗନଯାନ ମାନବ ମହାକାଶ ଉଡ଼ାଣ ମିଶନ୍ ପାଇଁ ପଥ ପରିଷ୍କାର କରିଛି। ଆନ୍ତର୍ଜାତୀୟ ମହାକାଶ ଷ୍ଟେସନର ଶେଷ ପର୍ଯ୍ୟାୟରେ, ଶୁଭାଂଶୁ ଶୁକ୍ଳା ଜଣେ ଚାଷୀଙ୍କ ଭୂମିକାରେ ଅଭିନୟ କରିଥିଲେ। ସେ ଏକ ପେଟ୍ରି ଡିସ୍‌ରେ ମୁଗ ଏବଂ ମେଥି ଚାଷ କରିଥିଲେ। ଶୁକ୍ଳା ସେଗୁଡ଼ିକୁ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନର ଫ୍ରିଜରରେ ରଖିଥିଲେ ଏବଂ ସେମାନଙ୍କର ଚିତ୍ର ମଧ୍ୟ ସେୟାର କରିଥିଲେ। ଏହାର ଉଦ୍ଦେଶ୍ୟ ହେଉଛି ଜାଣିବା ଯେ ମାଇକ୍ରୋଗ୍ରାଭିଟି କିପରି ଅଙ୍କୁରିତ ହେବା ଏବଂ ଉଦ୍ଭିଦଗୁଡ଼ିକର ପ୍ରାରମ୍ଭିକ ବୃଦ୍ଧିକୁ ପ୍ରଭାବିତ କରେ। ଏହି ବିହନଗୁଡ଼ିକୁ ଅନେକ ପିଢ଼ି ପାଇଁ ଚାଷ କରାଯିବ। ଜେନେଟିକ୍ସ ଏବଂ ପୁଷ୍ଟିକର ପ୍ରୋଫାଇଲରେ ପରିବର୍ତ୍ତନ ଚିହ୍ନଟ କରାଯିବ।

ରେ କିମ୍ବା ସମ୍ବାଦ | 11 Jul 2025 5:40 pm

ବାଂଲାଦେଶୀ ଏବଂ ରୋହିଙ୍ଗ୍ୟାଙ୍କୁ ଓଡ଼ିଶାରୁ ନୁହେଁ ଭାରତରୁ ବାହାର କରାଯାଉ

ଭୁବନେଶ୍ବର ୧୧।୭: ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର। ସେ କହିଛନ୍ତି,ଓଡ଼ିଶାରେ ବାଂଲାଦେଶୀ ମୁସଲିମ୍‌ପୂର୍ଣ୍ଣହୋଇଗଲାଣି।ବାଂଲାଦେଶରେ ଅପରାଧ କରି ଆମ ଓଡ଼ିଶାକୁ ଆସୁଛନ୍ତି।ଏମାନଙ୍କୁ ଚି଼ହ୍ନଟ କରି ବାହାର କରିବାର ଆବଶ୍ୟକତା ରହିଛି।ଏମାନଙ୍କୁ ବାହାର ନ କଲେ ଆମେ ଆସାମ ଭଳି ସଂଖ୍ୟାଲଘୁ ରାଜ୍ୟରେ ପରିଣତ ହେବୁ।ବାଂଲାଦେଶୀ ଏବଂ ରୋହିଙ୍ଗ୍ୟାଙ୍କୁ ଓଡ଼ିଶା ନୁହେଁ ଭାରତରୁ ବାହାର କରାଯାଉ। ଆଧାର କାର୍ଡ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସରକାର କରୁଛନ୍ତି।ଭୋଟ୍ବ୍ୟାଙ୍କ ଆଧାରରେ ବିଜେଡ଼ି ସରକାର ତିଆରି କରିଥିଲେ।ପ୍ରସନ୍ନ ବାବୁ କାହିଁକି ଭୁଲି ଯାଉଛନ୍ତି।ମହୁଆ ମୋଇତ୍ର ଓଡ଼ିଶାର ନୂଆ ନୂଆ ବୋହୂହୋଇଛନ୍ତି।ସେ ଓଡ଼ିଶାର ସ୍ୱାର୍ଥକୁ ବି ଦେଖନ୍ତୁ।ଓଡ଼ିଶାରେ ବାଂଲାଦେଶୀ ଲୋକ ଅଧିକ ହୋଇଯିବେ ଆଉ ଆମେ ଯଦି ସଂଖ୍ୟାଲଘୁ ହୋଇଯିବୁ,ଏକଥା କ’ଣ ମହୁଆମୋଇତ୍ର ଚାହୁଁଛନ୍ତି କି?ସେ ବାଂଲାଦେଶୀ ଏବଂ ପଶ୍ଚିମବଙ୍ଗ ଲୋକଙ୍କ ମଧ୍ୟରେ ପ୍ରାର୍ଥକ୍ୟ ଜାଣି ନାହାନ୍ତି।ପଶ୍ଚିମବଙ୍ଗର ଗୋଟେ ବି ଲୋକକୁ ଓଡ଼ିଶାରୁ ବାହାର କରାଯିବ ତେବେ ତାହାର ପ୍ରତିବାଦ ମୁଁ କରିବି।ପଶ୍ଚିମବଙ୍ଗର କଥା ନୁହେଁ ରୋହିଜ୍ଞା ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ କଥା ଆସୁଛି,ସେମାନଙ୍କୁ ବାହାର କରିବାକୁ ଆମେ ଦାବି କରୁଛୁବୋଲିଜୟନାରାୟଣ ମିଶ୍ରକହିଛନ୍ତି । You Can Read: ଶିଳ୍ପପତି ସୃଷ୍ଟି ହେବା ଆବଶ୍ୟକ, କେବଳ ସରକାର କାମ କରିବେ ନାହିଁ ବେସରକାରୀ କମ୍ପାନୀ କାମ କରିବା ଦରକାର

ରେ କିମ୍ବା ସମ୍ବାଦ | 11 Jul 2025 5:40 pm

ଇରାନ ପରି ରୁଷ୍‌ରେ ମଧ୍ୟ ପଡ଼ିବ ବୋମା , ଏହି ଚାରୋଟି ଦେଶ କରୁଛନ୍ତି ବଡ଼ ପ୍ଲାନ୍‌ର ପ୍ରସ୍ତୁତି

ନୂଆଦିଲ୍ଲୀ : ଏବେସୁଦ୍ଧା ୟୁକ୍ରେନକୁ ଆମେରିକାରୁ ଯାହା ବି ସାମରିକ ସାହାଯ୍ୟ ମିଳୁ ଥିଲା, ସେସବୁ ବାଇଡେନଙ୍କ ନୀତି ଗୁଡ଼ିକ ପରି ଥିଲା। କିନ୍ତୁ ଏବେ ଚିତ୍ର ବଦଳି ଯାଇଛି। ପ୍ରଥମ ଥର ଡୋନାଲ୍ଡ ଟ୍ରମ୍ପ ଖୋଲାଖୋଲି ଯୁଦ୍ଧ ନୀତିରେ ହସ୍ତକ୍ଷେପ କରିଛନ୍ତି ଏବଂ ୟୁକ୍ରେନ୍‌କୁ ଘାତକ ଅସ୍ତ୍ରଶସ୍ତ୍ର ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଖାଲି ଏତିକି ନୁହେଁ, ଏହି ନିଷ୍ପତ୍ତି ପରେ ରୁଷ୍‌ ବିରୋଧରେ ବଡ଼ ସାମରିକ ସେନା ଗଠବନ୍ଧନ ପ୍ରସ୍ତୁତ ହେଉଛି, ଯାହା ଆଗାମୀ ଦିନରେ ରୁଷ୍‌ ଉପରେ ତାହା କରି ପାରେ , ଯାହା ନିକଟରେ ଇରାନ ସହ ହୋଇଛି। ଉଲ୍ଲେଖନୀୟ ଯେ, ୨୨ ଜୁନରେ ଆମେରିକା ଇରାନର ତିନୋଟି ପରମାଣୁ କେନ୍ଦ୍ରରେ ବୋମା ମାଡ଼ କରିଥିଲା। ପୁଟିନ ମାନିଲେ ନାହିଁ , ଏଥିପାଇଁ ବଦଳିଲା ଟ୍ରମ୍ପଙ୍କ ଚାଲ୍‌ – ରାଷ୍ଟ୍ରପତି ହେବା ପରେ ଟ୍ରମ୍ପ ଆରମ୍ଭରେ ଶାନ୍ତି ବାର୍ତ୍ତା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଟିକିଏ ବି ନମ୍ର ଭାବ ଦେଖାଇଲେ ନାହିଁ। ୟୁକ୍ରେନ ଉପରେ ଆକ୍ରମଣ କମିବା ବଦଳରେ ଆହୁରି ଜୋରଦାର ହେଲା। ନା ରୁଷ୍‌ ପଛକୁ ହଟୁଛି ନା ଶାନ୍ତିର କୌଣସି ପ୍ରୟାସ ନଜର ଆସୁଛି। ଏହି ସ୍ଥିତିରେ ଆମେରିକା ସ୍ପଷ୍ଟ କରି ଦେଇଛି ଯେ , ଏବେ ଜବାବରେ ଶକ୍ତି ଦେଖାଇ ଦିଆଯିବ। କେଉଁ କେଉଁ ଦେଶକୁ ଅସ୍ତ୍ରଶସ୍ତ୍ର ଯୋଗାଇବ ଆମେରିକା ? ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନକୁ କିଛି ଘାତକ ଅସ୍ତ୍ର ଦେବାକୁ ଅନୁମୋଦନ ଦେଇଛନ୍ତି , ଯେଉଁଥିରେ ଗାଇଡେଡ୍‌ ମଲ୍ଟିପଲ୍‌ ରାକେଟ୍‌ ଲଞ୍ଚର ସିଷ୍ଟମ , ୧୫୫ ଏମଏମ୍‌ର ଘାତକ ଆର୍ଟିଲରୀ ସେଲ୍ସ ସାମିଲ ଅଛି। ପେଟ୍ରିୟଟ୍‌ ଡିଫେନ୍ସ ସିଷ୍ଟମରେ ମଧ୍ୟ ଚର୍ଚ୍ଚା ଜାରି ରହିଛି। ମୋଟ ଭାବେ ୩୦୦ ମିଲିୟନ ଡଲାର (ପାଖାପାଖି ୨୫୦୦ କୋଟି ଟଙ୍କା)ର ଅସ୍ତ୍ରଶସ୍ତ୍ର ୟୁକ୍ରେନକୁ ମିଳିବ। ରୁଷ୍‌ ବିରୋଧରେ ନୂଆ ଗଠବନ୍ଧନ - ଆମେରିକା କେବଳ ଏକୁଟିଆ ନୁହେଁ , ବରଂ ନିଜର ସହଯୋଗୀ ଦେଶ ସହ ମିଶି ରୁଷ୍‌ ବିରୋଧରେ ମୋର୍ଚ୍ଚା ଖୋଲୁଛି। ବିଟ୍ରେନ୍‌ , ଫ୍ରାନ୍ସ ଓ କାନାଡା ଭଳି ଦେଶ ମଧ୍ୟ ଆମେରିକା ସହ ରଣନୀତି ପ୍ରସ୍ତୁତ କରୁଛି। NATO ଦେଶକୁ ଆମେରିକା ନିଜର ଅସ୍ତ୍ରଶସ୍ତ୍ର ଦେବ, ଯାହାକି ସେ ୟୁକ୍ରେନର ସାହାଯ୍ୟ କରି ପାରିବେ। ରୁଷ୍‌ର ଅନେକ ସ୍ଥାନରେ ଏୟାରଷ୍ଟ୍ରାଇକ୍‌କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଏପଟେ ଟ୍ରମ୍ପଙ୍କ ନିଷ୍ପତ୍ତି ଉପରେ ରୁଷ୍‌ କଡ଼ା ପ୍ରତିକ୍ରିୟା ଦେଇଛି। ରୁଷ୍‌ର କହିବାନୁସାରେ, ନାଟୋ ଓ ଆମେରିକା ଏହି ପଦକ୍ଷେପରେ ଯୁଦ୍ଧକୁ ଆହୁରି ବୃଦ୍ଧି କରାଉଛନ୍ତି। ମସ୍କୋ ଚେତାବନୀ ଦେଇଛି ଯେ , ଯଦି ନାଟୋ ଦେଶ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ୟୁକ୍ରେନକୁ ଆହୁରି ସମର୍ଥନ ଦେବେ , ତ ଏହାର ଗମ୍ଭୀର ଫଳ ଭୋଗିବାକୁ ପଡ଼ିବ।

ରେ କିମ୍ବା ସମ୍ବାଦ | 11 Jul 2025 5:40 pm

ଜାପାନର YS11EB ସହ ପୂର୍ବଚୀନ୍ ସାଗରରେ ମୁହାଁମୁହିଁ ହେଲା ଚୀନ୍ ର JH-7 ଯୁଦ୍ଧବିମାନ, ଟୋକିଓ କ୍ଷୁବ୍ଧ

ଟୋକିଓ ୧୧।୭: ପୂର୍ବଚୀନ ସାଗରରେ ଜାପାନୀ ଯୁଦ୍ଧ ବିମାନକୁ ‘ବଜ’ ଦେଇଛି ଚୀନ୍‌ ଯୁଦ୍ଧ ବିମାନ। ଜାପାନୀ ୱାଏସ୧୧ଇବିକୁ ମାତ୍ର ୩୦ ମିଟର ଦୂରତାରେ ଅତିକ୍ରମ କରିଛି ଚୀନ୍ ର ଜେଏଚ-୭। ଯାହାକୁ ନେଇ ଏବେ ଟୋକିଓ ଅସନ୍ତୋଷ ପ୍ରକାଶ କରିଛି। ଅନ୍ତାର୍ଜାତୀୟ ବାୟୁ କ୍ଷେତ୍ରରେ ଚୀନ୍‌ ର ଏହି ଦୁଃସାହାସ ଜାପାନ ଓ ଚୀନ୍ ମଧ୍ୟରେ ଉତ୍ତେଜନାକୁ ଦର୍ଶାଉଛି। ଜାପାନ ପ୍ରତିରକ୍ଷା ମନ୍ତ୍ରୀ ଏହି ପଦକ୍ଷେପକୁ ଦାୟିତ୍ୱହୀନ ବୋଲି କହିଛନ୍ତି। ଏହି ଘଟଣା ଥରେ ନୁହେଁ ବୁଧବାର ଓ ଗୁରୁବାର ଲାଗାତର ଦୁଇଥର ହେଲାଣି। ଏପରି ଘଟଣାକୁ ବଜିଙ୍ଗ କୁହାଯାଏ ଓ ଏପରି କାମ ପାଟ୍ରୋଲିଂରେ ବ୍ୟାଘାତ ସୃଷ୍ଟି ପାଇଁ କରାଯାଏ। ଜାପାନ ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ଯେ ଏହି ଘଟଣା ଜାପାନୀ ଏୟାରସ୍ପେସ୍ ରୁ ଦୂରରେ ଘଟିଥିଲା। ଏହା ପୂର୍ବରୁ ମେ ଓ ଜୁନ ମାସରେ ଜାପାନ ନିୟନ୍ତ୍ରଣରେ ଥିବା ପୂର୍ବ-ଚୀନ ସାଗର ଦ୍ୱୀପ ନିକଟରେ ଉଭୟ ଚୀନ ଓ ଜାପାନ ପରସ୍ପରର ବାୟୁସୀମା ଉଲ୍ଲଂଘନ ଅଭିଯୋଗ କରିଥିଲେ। ଚୀନ୍ ଜେଏଚ-୭ ଏକ ଦୁଇ ଇଞ୍ଜିନ ଯୁକ୍ତ ଯୁଦ୍ଧ ବିମାନ ଅଟେ। ଏହାର ଯୁଦ୍ଧକ କ୍ଷମତା ପାଖାପାଖି ୯୦୦ ମାଇଲ। ଏହା ଏକ ପୁରୁଣା ମଡେଲ ଯୁଦ୍ଧ ଜାହାଜ। ତେବେ ଏଥିରେ ଲାଗିଥିବା ୱାଇଜେ-୮୩ ଭଳି ଜାହାଜ ରୋଧି ମିଜାଇ ଏହାକୁ ଅଧିକ ଶକ୍ତିଶାଳୀ କରୁଛି। ୱାଇଜେ୮୩ ମିଜାଇଲର ମାରକ କ୍ଷମତା ୧୧୦ ମାଇଲ ହୋଇଥିବା ବେଳେ ଏଥିରେ ୩୬୦ ପାଉଣ୍ଡର ୱାରହେଡ ଲାଗିଛି। ଜେଏଚଏସ୍ ୨୦,୦୦୦ ପାଉଣ୍ଡ ଅସ୍ତ୍ରଶସ୍ତ୍ର ସହିତ ୧.୭୫ମ୍ୟାକ୍ ଗତିରେ ଉଡିପାରେ। ସେହିପରି ଜାପାନର ୱାଇଏସ୧୧ଇବି ଏକ ଇଲେକ୍ଟ୍ରୋନିକ୍ ଗୁଇନ୍ଦା ପ୍ଲାଟଫର୍ମ। ଏହି ଟ୍ୱିନ ଟର୍ବୋପ୍ରୋପ ବିମାନ ଘଣ୍ଟାପ୍ରତି ୨୯୦ କିଲୋମିଟର ବେଗରେ ଜେଏଚ-୭ ଭଳି ଇଣ୍ଟରସେପ୍ଟର ବିମାନ ଲାଗି ବେଶ୍ ସମ୍ବେଦନଶୀଳ। ଏହାର ପ୍ରାଥମିକ ଭୂମିକା ହେଲା ସିଗ୍ନାଲ ଇଣ୍ଟେଲିଜେନ୍ସ,। ଏହାର ପାର୍ଶ୍ୱଦୃଷ୍ଟି ରାଡାର ଚୀନ୍ ନୌସେନା ଗତିବିଦ୍ଧି ଉପରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥାଏ। ଚୀନ୍ ନିୟମିତ ରୂପେ ତାର କୋଷ୍ଟଗାର୍ଡ ଜାହାଜ ଓ ବିମାନଙ୍କୁ ଦ୍ୱୀପର ଆଖପାଖକୁ ପଠାଉଛି। ଯାହାକୁ ସେ ଦିୟାଓୟୁ କହୁଛି। ତେବେ ଏହା ଦ୍ୱାରା ଜାପାନୀ ଜାହାଜ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଣୁ ଜାପାନ ସ୍ଥିତ ଚୀନ ଦୂତାବାସରେ ଏ ନେଇ ବିରୋଧ କରାଯାଇଥିଲା ଓ ଜାପାନ ଏପରି ହରକତ ବନ୍ଦ କରିବାକୁ ଦାବି କରିଥିଲା। ହେଲେ ଏବେ ଜାପାନ ଅଭିଯୋଗ ଉପରେ ଚୀନ୍ କୌଣସି ମତ ଅଥବା ମନ୍ତବ୍ୟ ଦେଇ ନାହିଁ। ତେବେ ଚୀନ୍ ର ଏପରି କାର୍ଯ୍ୟାନୁଷ୍ଠାନ ପୂର୍ବଚୀନ ସାଗରରେ ଏକ ଗରମା ଗରମ ପରିସ୍ଥିତି ସୃଷ୍ଟି କରିଛି।

ରେ କିମ୍ବା ସମ୍ବାଦ | 11 Jul 2025 5:40 pm

ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ଅବାନ୍ତର ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ

କଟକ ୧୧।୭: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ଖଣ୍ଡନ କଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତିବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅନେକ ଅବାନ୍ତର କଥା କୁହନ୍ତି।ରଥଯାତ୍ରା ପ୍ରସଙ୍ଗରେ ରାହୁଲଗାନ୍ଧୀଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ଅବାନ୍ତର ଏବଂ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ । ରଥ ସବୁ ବର୍ଷ ୨ ଦିନରେ ଗୁଣ୍ଡିଚା ମନ୍ଦିରରେପହଞ୍ଚେ । ଚଳିତ ବର୍ଷ ବଳଭଦ୍ରଙ୍କ ରଥ ମୋଡ଼ ନେବାରୁ ନନ୍ଦିଘୋଷ ଗଡିବାରେ ବିଳମ୍ବ ହେଲା । ତେଣୁ ବାସ୍ତବତା ଠାରୁଦୂରେଇ ଯାଇ ଏଭଳି ମନଗଢ଼ାକାହାଣୀ କହି ବିରୋଧୀ ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁବୋଲି ଆଇନ ମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ଓଡ଼ିଶା ଗସ୍ତରେ ଅଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଆୟୋଜିତ ସମ୍ବିଧାନ ବଞ୍ଚାଅ ସମାବେଶରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାହୁଲ ଗାନ୍ଧୀ । ରଥଯାତ୍ରାରେ ରଥ ଟଣା ବିଳମ୍ବ ନେଇ ମଧ୍ୟ ସେ ସରକାରଙ୍କୁ ଆକ୍ଷେପ କରିଛନ୍ତି । ରାହୁଲ କହିଛନ୍ତି,ଜଗନ୍ନାଥଙ୍କରଥଯାତ୍ରା ସମୟରେ ଏକ ଡ୍ରାମା ହେଲା ।ଶିଳ୍ପପତିଙ୍କ ପରିବାର ପାଇଁ ରଥକୁ ଅଟକାଇ ଦିଆଗଲା । ଏଥିରୁ ସ୍ପଷ୍ଟ ଓଡ଼ିଶା ସରକାର ଲୋକଙ୍କର ନୁହଁ,ଆରବପତିଙ୍କରବୋଲି ରାହୁଲ କହିଛନ୍ତି। You Can Read: ବାଂଲାଦେଶୀ ଏବଂ ରୋହିଙ୍ଗ୍ୟାଙ୍କୁ ଓଡ଼ିଶାରୁ ନୁହେଁ ଭାରତରୁ ବାହାର କରାଯାଉ

ରେ କିମ୍ବା ସମ୍ବାଦ | 11 Jul 2025 5:39 pm

ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଗଣତି ମଣତି ପାଇଁ ଟିକିଏ ସମୟ ଲାଗିବ

କଟକ ୧୧।୭: ରତ୍ନଭଣ୍ଡାର ମରାମତି କାମ ସମ୍ପୂର୍ଣ୍ଣ ହୋଇସାରିଛି । କିନ୍ତୁ ଗଣତି ମଣତି ଲାଗି ଟିକିଏ ସମୟ ଲାଗିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଣତି କାର୍ଯ୍ୟ ପାଇଁ ରିଜର୍ଭ ବ୍ୟାଙ୍କର ସହାୟତା ଲୋଡ଼ା ଯାଇଛି । ସେଠାରୁ ସମ୍ମତି ମିଳିଲେ କାର୍ଯ୍ୟ ଆରମ୍ଭ ହେବ,ତଥାପି ଆଗାମୀ ୩ ମାସ ଭିତରେ ଏହି କାର୍ଯ୍ୟ ଆରମ୍ଭହେବାର ସମ୍ଭାବନା ରହିଛି ବୋଲି ପୃଥ୍ୱୀରାଜ କହିଛନ୍ତି । ଗୁରୁବାର ଆଇନ ମନ୍ତ୍ରୀ କହିଥିଲେ, ରତ୍ନଭଣ୍ଡାର ମଣତି ଗଣତି ବେଳେ ଉପସ୍ଥିତ ରହିବେ ରିଜର୍ଭ ବ୍ୟାଙ୍କର ଦୁଇ ଜଣ ଅଧିକାରୀ । ଏଥିପାଇଁ ଦୁଇ ଜଣ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ଏନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଇନ୍‌ ମନ୍ତ୍ରୀ କହିଛନ୍ତି ଯେ, ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସରିଛି । ରତ୍ନ ଭଣ୍ଡାରର ମଣତି ଗଣତି ପ୍ରକ୍ରିୟା ଖୁବ୍‌ ଶୀଘ୍ର ଆରମ୍ଭ କରାଯିବ । ଅସ୍ଥାୟୀ ଟ୍ରେଜେରୀରୁ ମହାପ୍ରଭୁଙ୍କ ରତ୍ନ ବାକ୍ସ ଗୁଡ଼ିକୁ ପ୍ରଥମେ ରତ୍ନ ଭଣ୍ଡାରକୁ ସ୍ଥାନାନ୍ତର ହେବ । ରତ୍ନଭଣ୍ଡାରର ମଣତି ଗଣତି ପ୍ରକ୍ରିୟା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ ଦୁଇ ଜଣ ଅଧିକାରୀଙ୍କୁ ନିଯୁକ୍ତି ପାଇଁ ଗତକାଲି ରାଜ୍ୟ ସରକାର ଚିଠି ଲେଖିଛନ୍ତି । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଠାରୁ ସମୟ ଦିଆଯିବା ପରେ ରତ୍ନ ଭଣ୍ଡାର ମଣତି ଗଣତି ପ୍ରକ୍ରିୟା ଆରମ୍ଭ କରାଯିବ । ଭିତର ଓ ବାହାର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ସାରି ASI ଶ୍ରୀମନ୍ଦିର ପ୍ରଶାସନକୁ ଚାବି ହସ୍ତାନ୍ତର କରିଛି । ବାହାର ରତ୍ନଭଣ୍ଡାରରେ ବର୍ମାଟିକ କାଠରେ କବାଟ ଲଗାଯାଇଥିବା ବେଳେ ଏହାକୁ ରୁପା ଛାଉଣୀ କରାଯିବ । ସେହିପରି ଭିତର ରତ୍ନଭଣ୍ଡାର କବାଟକୁ ସୁନା ଛାଉଣୀ କରିବାକୁ ସ୍ଥିର କରିଛି ଶ୍ରୀମନ୍ଦିର ପ୍ରଶାସନ । ଏବେ ରତ୍ନଭଣ୍ଡାରରେ ୬ ଟି ତାଲା ପଡିଛି । ଭିତର ଓ ବାହାର ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି । ଗଣତି ପୂର୍ବରୁ ରତ୍ନଭଣ୍ଡାର ଅଳଙ୍କାର ଗୁଡିକ ମୂଳ ଭଣ୍ଡାରକୁ ଆସିବାର ବ୍ୟବସ୍ଥା ହେବ । ୨୦୨୪ ଜୁଲାଇ ୧୪ରେ ଭିତର ଓ ବାହାର ରତ୍ନଭଣ୍ଡାର ଖୋଲା ଯାଇଥିଲା । ରତ୍ନ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ସ୍ଥାନାନ୍ତର କରାଯାଇଥିଲା। ୧୭ ଡିସେମ୍ବର ୨୦୨୪ ରୁ ଆରମ୍ଭ ହୋଇଥିଲା ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ୬ ମାସ ଧରି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଜାରି ରହିଥିଲା । You Can Read: ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ଅବାନ୍ତର ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ

ରେ କିମ୍ବା ସମ୍ବାଦ | 11 Jul 2025 5:39 pm

ଉପରମୁଣ୍ଡରେ ବିଶେଷ ବର୍ଷା ନାହିଁ, ତଳିଆ ଅଞ୍ଚଳରେ ଯେଉଁ ପାଣି ପଶିଛି ତାହା ଛାଡିବାକୁ ବିଳମ୍ବ ହେବ

ଭୁବନେଶ୍ବର ୧୧।୭: ରାଜ୍ୟରେ କୌଣସି ସ୍ଥାନରେ ବନ୍ୟା ସ୍ଥିତି ନାହିଁ । ସୁବର୍ଣ୍ଣରେଖାର କାଲିଘାଟ ଠାରେ ବିପଦ ସଂକେତ ତଳେ ଜଳ ପ୍ରବାହିତ ହେଉଛି ଏବଂ ଆଗାମୀ ଦିନରେ ଏହା ଅତିକ୍ରମ କରିବାର ସମ୍ଭାବନା ନାହିଁ । ରେଙ୍ଗାଲିରେ ଦୁଇଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି ଏବଂ ଜଳସ୍ତର ସ୍ଥିର ହୋଇ ରହିଛି । ଆଖୁଆପଦାରେ ବିପଦ ସଂକେତ ତଳେ ଜଳସ୍ତର ରହିଛି । ମହାନଦୀରୁ ୧୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି ଏବଂ ଉପରେ ମୁଣ୍ଡରେ ମଧ୍ୟ ବିଶେଷ ବର୍ଷା ନାହିଁ । ଆଇଏମଡ଼ିର ପୂର୍ବାନୁମାନ ଅନୁଯାଇ ଉପର ମୁଣ୍ଡରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ତଳିଆ ଅଂଚଳରେ ଯେଉଁ ପାଣି ପଶିଛି ତାହା ଛାଡିବାକୁ ବିଳମ୍ବ ହେବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି ।

ରେ କିମ୍ବା ସମ୍ବାଦ | 11 Jul 2025 5:39 pm

ଆଶ୍ଚର୍ଯ୍ୟ! ମଙ୍ଗଳ ଗ୍ରହରେ 15,000 କିଲୋମିଟରର ଲମ୍ବା ନଦୀ, ମିଳିଲା ପ୍ରମାଣ

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହକୁ ଏପର୍ଯ୍ୟନ୍ତ ଏକ ଶୁଷ୍କ ଏବଂ ଥଣ୍ଡା ଗ୍ରହ ଭାବରେ ବିବେଚନା କରାଯାଉଥିବାବେଳେ ବୈଜ୍ଞାନିକମାନେ ମଙ୍ଗଳ ଗ୍ରହର ଦକ୍ଷିଣ ଭାଗ ନୋଆଚିସ୍ ଟେରାରେ ଏକ 15,000 କିଲୋମିଟର ଲମ୍ବା ପ୍ରାଚୀନ ନଦୀର ଚିହ୍ନଟ କରିଛନ୍ତି, ଯାହା ଗଙ୍ଗା ନଦୀଠାରୁ ଲମ୍ବା। ଏହି ଆବିଷ୍କାର କେବଳ ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟ କରୁନି ବରଂ ମଙ୍ଗଳରେ ଜୀବନ ଜାପାନ କରିବାପାଇଁ ଥିବା ସମ୍ଭାବନାକୁ ପୁଣି ଥରେ ଆଲୋଚନାକୁ ଆଣିଛି। ବ୍ରିଟେନର ଓପନ୍ ୟୁନିଭର୍ସିଟିର ବୈଜ୍ଞାନିକ ଆଡାମ ଲୋସେକୁଟଙ୍କ ନେତୃତ୍ୱରେ […]

ଓଡ଼ିଶା ଭାସ୍କର 11 Jul 2025 5:34 pm

ବୁମରାହଙ୍କ ଘାତକ ବୋଲିଂ, ଦିଗଜ ବୋଲର କପିଲ ଦେବଙ୍କୁ ମଧ୍ୟ ପଛରେ ପକାଇଲେ

ନୂଆଦିଲ୍ଲୀ: ଏବେ ଦେଖିବାକୁ ଗଲେ କ୍ରିକେଟ୍ ଜଗତରେ ଭାରତୀୟ ବୋଲର ଜସପ୍ରିତ ବୁମରାହ ନିଜର ଏକ ସ୍ୱତନ୍ତ୍ର ସ୍ଥାନ କରିସାରିଛନ୍ତି। ଏପରିକି ବୁମରାହଙ୍କ ପରି ଏବେ କ୍ରିକେଟ ଜଗତରେ କେହି ଘାତକ ବୋଲର ନାହାନ୍ତି। ଏହା ଆମେ କହୁନାହୁଁ ସମଗ୍ର ବିଶ୍ୱ ଏହା ଜାଣେ ଏବଂ ବିଶ୍ୱାସ ମଧ୍ୟ କରେ। ଜସପ୍ରିତ ବୁମରାହ ଏତେ ଚାଲାକିର ସହ ବୋଲିଂ କରନ୍ତି ଯେ, ତାଙ୍କର ପରବର୍ତ୍ତୀ ବଲ୍ ଟି କିପରି ରହିବ ତାହା କୌଣସି ବ୍ୟାଟ୍ସମ୍ୟାନ କଳ୍ପନା କରିପାରନ୍ତି […]

ଓଡ଼ିଶା ଭାସ୍କର 11 Jul 2025 5:25 pm

ଅନିୟମିତ ଋତୁସ୍ରାବ ମାଆ ହେବାରେ ସୃଷ୍ଟି କରିପାରେ ସମସ୍ୟା, ପ୍ରଜନନ କ୍ଷମତା ହୋଇପାରେ ଦୁର୍ବଳ

ଓଡ଼ିଶା ଭାସ୍କର: ଋତୁସ୍ରାବ ଜଣେ ମହିଳାଙ୍କ ପ୍ରଜନନ କ୍ଷମତା ସହିତ ଘନିଷ୍ଠ ଭାବରେ ଜଡିତ, କିନ୍ତୁ ପ୍ରତ୍ୟେକ ମାସିକ ଋତୁସ୍ରାବ ବନ୍ଦ ହେବାର ଅର୍ଥ ଗର୍ଭାବସ୍ଥା ନୁହେଁ। ପ୍ରଶ୍ନ ହେଉଛି ଋତୁସ୍ରାବ ଆପଣଙ୍କ ପ୍ରଜନନ କ୍ଷମତାକୁ କିପରି ପ୍ରଭାବିତ କରେ? ଆଶା ଆୟୁର୍ବେଦର ନିର୍ଦ୍ଦେଶକ ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଚଞ୍ଚଲ ଶର୍ମା କହିଛନ୍ତି ଯେ, ମାସିକ ଋତୁସ୍ରାବ ନହେବା ସବୁବେଳେ ଗର୍ଭଧାରଣର ଅର୍ଥ ନୁହେଁ। କେତେକ ସମୟରେ ଏହା ହରମୋନ ଅସନ୍ତୁଳନ, PCOD, ଅଧିକ […]

ଓଡ଼ିଶା ଭାସ୍କର 11 Jul 2025 5:21 pm

ଟ୍ରେନ ଯାତ୍ରା ସମୟରେ ଏବେ ହ୍ଵାଟସଆପରେ କରିପାରିବେ ଅଭିଯୋଗ, ରେଲୱେ ଜାରି କଲା ଚାଟବଟ ନମ୍ବର

ଭୁବନେଶ୍ୱର: ଭାରତୀୟ ରେଲୱେ ଯାତ୍ରୀଙ୍କ ସୁବିଧା ପାଇଁ ଏକ ନୂଆ ଡିଜିଟାଲ ପଦକ୍ଷେପ ଗ୍ରହଣ କରିଛି। ଏବେ ଟ୍ରେନ ଯାତ୍ରା ସମୟରେ କୌଣସି ଅସୁବିଧା କିମ୍ବା ସମସ୍ୟା ହେଲେ, ଯାତ୍ରୀମାନେ ହ୍ଵାଟସଆପ ଚାଟବଟ ମାଧ୍ୟମରେ ସିଧାସଳଖ ଅଭିଯୋଗ ଦାଖଲ କରିପାରିବେ। ଏହି ସେବା ଜୁଲାଇ 2025ରୁ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି ଏବଂ ଶୀଘ୍ର ଏହା ସାରା ଦେଶରେ ଲାଗୁ ହେବ। କିପରି କାମ କରେ ଏହି ଚାଟବଟ? ରେଲୱେ ପକ୍ଷରୁ ଜାରି କରାଯାଇଥିବା ହ୍ଵାଟସଆପ ନମ୍ବର […]

ଓଡ଼ିଶା ଭାସ୍କର 11 Jul 2025 5:10 pm

’ମହୁଆ କ’ଣ କହୁଛନ୍ତି ଜାଣିପାରୁନାହାନ୍ତି’ : ଟିଏମସି ସାଂସଦଙ୍କୁ ରାଜସ୍ବ ମନ୍ତ୍ରୀଙ୍କ କଡ଼ା ଜବାବ

କନକ ବ୍ୟୁରୋ: ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ କଡ଼ା ଭର୍ତ୍ସନା କଲେ ରାଜସ୍ୱ ମନ୍ତ୍ରୀ । କହିଛନ୍ତି, ’ମହୁଆ ମୋଇତ୍ରା ଯାହା କୁହନ୍ତି ସେ ନିଜେ ବୁଝନ୍ତି ନାହିଁ । ମହୁଆ ଲୋକସଭାରୁ ବିତାଡ଼ିତ ହୋଇଥିଲେ । ଆଉ ସେ ପୁଣି କ’ଣ ଓଡ଼ିଶାକୁ ଧମକ ଦେବେ ? ଓଡ଼ିଆ ପୁଅକୁ ବାହା ହୋଇଛନ୍ତି ଆଉ ମାସେ ପୂରିନି ଶ୍ବଶୁର ଘରକୁ ଧମକ ଦେଉଛନ୍ତି । ଶାଶୂ ଘର କଲେ ଓଡ଼ିଶାରେ କିନ୍ତୁ ମନ ଓ ଶରୀର ଅଛି ବଙ୍ଗଳାରେ । ପିନାକୀ ବାବୁ କ’ଣ କରୁଥିବେ ମୁଁ ବୁଝିପାରୁନାହିଁ । ଇଂରେଜମାନେ ଓଡ଼ିଶ କୁ ଧମକେଇ ପାରିଲେନି ଆଉ ମହୁଆ ମୋଇତ୍ରା କିଏ ? ସେ ଓଡ଼ିଶା ପ୍ରତି ଦୃଷ୍ଟି ନଦେଇ ଯଦି ବେଙ୍ଗଲ ପ୍ରତି ଦୃଷ୍ଟି ଦିଅନ୍ତେ ତାଙ୍କ ପାଇଁ ମଙ୍ଗଳ ହୁଅନ୍ତା’ । ସୁରେଶ ପୂଜାରୀ ଆହୁରି ମଧ୍ୟ କହିଛନ୍ତି, ’ବାଂଲାଦେଶ ଦେଶରୁ ଅନେକ ଅନୁପ୍ରବେଶକାରୀ ପଶ୍ଚିମବଙ୍ଗ ଦେଇ ଅନୁପ୍ରବେଶ କରୁଛନ୍ତି । ଗୋଟେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକ ଅନୁପ୍ରବେଶ କରୁଛନ୍ତି । ଯେଉଁ ହିନ୍ଦୁ ବାଂଲାଦେଶ ଓ ଆଫଗାନିସ୍ତାନରେ ନିର୍ଯାତନାର ଶିକାର ହେଉଛନ୍ତି ସେମାନଙ୍କୁ ଆଣିବା ପାଇଁ ଆଇନ ବି କରିଛୁ । କିନ୍ତୁ ଅନ୍ୟ ସମ୍ପ୍ରଦାୟର ଲୋକ କାହିଁକି ଆସୁଛନ୍ତି? ସେମାନେ ଆସୁନାହାନ୍ତି ବରଂ ସେମାନଙ୍କୁ ଅଣାଯାଉଛି । ମମତା ବାନାର୍ଜୀଙ୍କ ଟିଏମସି ଦଳ ସେମାନଙ୍କୁ ଆଣୁଛି ନିଜର ଭୋଟର କାୟା ବୃଦ୍ଧି କରିବା ପାଇଁ । ସେମାନଙ୍କୁ ରାସନ କାର୍ଡ ମଧ୍ୟ ଦେଉଛନ୍ତି ଓ ଆଧାର କାର୍ଡ ବି କରୁଛି । ହିନ୍ଦୁମାନଙ୍କ ବିରୁଦ୍ଧରେ ଅପରାଧ କରାଉଛନ୍ତି । ଏମିତି ନ ହେଉ ପଶ୍ଚିମବଙ୍ଗରେ ମୂଳ ଭାରତୀୟ ନାଗରିକ ସେମାନେ ସଂଖ୍ୟାଲଘୁ ହୋଇ ନ ଯାଆନ୍ତୁ । ବେଙ୍ଗଲରେ ଟିଏମସି ସରକାର ଯାହା କରୁଛି ତାଙ୍କୁ ଭଗବାନ କି ଇତିହାସ କେବେ ବି କ୍ଷମା ଦେବେନି । ପଶ୍ଚିମବଙ୍ଗରେ ଆଜି ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ । ଯଦି ଆଜି ଆପଣ ବେଙ୍ଗଲ ଯିବେ ସୁରକ୍ଷିତ ଫେରିବେ କି ନାହିଁ ଠିକ୍ ନାହିଁ । ଟିଏମସି ପ୍ରାୟୋଜିତ ଅନୁପ୍ରବେଶକାରୀ ଆଣି ଆତଙ୍କବାଦ ସୃଷ୍ଟି କରୁଛନ୍ତି । ଆତଙ୍କବାଦୀ ତିଆରିର ଏନ୍ତୁଡ଼ି ଶାଳ ପାଲଟିଛି ପଶ୍ଚିମବଙ୍ଗ’ । ’ବାକି ଯାହା ଓଡ଼ିଶାରେ ବାଂଲାଦେଶୀ ସନ୍ଦେହରେ କିଛି ଲୋକଙ୍କୁ ଅଟକ ରଖିବା କଥା ମହୁଆ କହିଛନ୍ତି ତାହା ସତ । କାରଣ , ମୁଁ ନିଜେ ବୁଝିଛି ଯେଉଁ ଅନୁପ୍ରବେଶକାରୀ ଧରା ପଡ଼ିଛନ୍ତି ସେମାନେ ପାକିସ୍ତାନ ଓ ବାଂଲାଦେଶ ସହ କଥା ହେଉଛନ୍ତି । ଏହାର ଅର୍ଥ ସେମାନେ ପାକିସ୍ତାନ ଓ ବାଂଲାଦେଶ ସହ ସମ୍ପର୍କରେ ଅଛନ୍ତି ସେଥିପାଇଁ କଥା ହେଉଛନ୍ତି । ଆମେ କ’ ଣ କେବେ ପାକିସ୍ତାନ ସହ କଥା ହେଉଛୁ କି ? ଅନୁପ୍ରବେଶ କାରୀଙ୍କୁ ତଡ଼ିପାର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ପହଞ୍ଚିସାରିଛି । ଓଡ଼ିଶା ସରକାର ମଧ୍ୟ ସେ ଦିଗରେ କାମ ଆରମ୍ଭ କରିଛନ୍ତି । ଝାରସୁଗୁଡ଼ାରେ ମଧ୍ୟ ଅନେକ ଆତଙ୍କବାଦୀମାନେ ବେଙ୍ଗଲୁରୁ କ୍ରାଇମ୍ କରି ପଳେଇ ଆସିଥିଲେ , ସେମାନଙ୍କୁ ଧରିବା ବେଳକୁ ବେଙ୍ଗଲ ଲୋକ ଆସି ଝାରସୁଗୁଡ଼ାରେ ପହଞ୍ଚିଛନ୍ତି । ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଚାଲିଛି ,ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ । ଓଡ଼ିଶାକୁ ଆଉ ଗୋଟେ ବେଙ୍ଗଲ ଭାବେ ଗଢ଼ି ତୋଳିବା ପାଇଁ ଅନୁପ୍ରବେଶକାରୀ ଏଠାକୁ ଆସୁଛନ୍ତି । କିନ୍ତୁ ଓଡ଼ିଶାର ମୋହନ ମାଝୀ ସରକାର ତାହା କରେଇ ଦେବେ ନାହିଁ । ଅନୁପ୍ରବେଶ କାରୀମାନେ ଏଠି ଆସି ବନ୍ଧୁକ କାରଖାନା କି ଡ୍ରଗ୍ସ କାରବାର କରିବେ ତାହା ଆମେ କରେଇ ଦେବୁନି । ବାଂଲାଦେଶରୁ ବେଙ୍ଗଲ ହେଇ ଓଡ଼ିଶା ରେ ଯେଉଁ କାର୍ଯ୍ୟ ସବୁ ଚାଲିଛି ସେ ଷଡଯନ୍ତ୍ରରେ ଆମେ ସମ୍ପୂର୍ଣ୍ଣ ପୂର୍ଣ୍ଣଚ୍ଛେଦ ପକେଇବୁ’ ।

ନିନ୍ଦା 11 Jul 2025 5:07 pm

ଟଙ୍କା ଭର୍ତ୍ତି ବ୍ୟାଗ ସହିତ ନଜର ଆସିଲେ ମନ୍ତ୍ରୀ, ଭିଡିଓ ଭାଇରାଲ

ମୁମ୍ବାଇ: ଟଙ୍କା ଭର୍ତ୍ତି ବ୍ୟାଗ ସହିତ ନଜର ଆସିଲେ ମନ୍ତ୍ରୀ, ଯାହାର ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି। ଆୟକର ନୋଟିସ୍ ପରେ ମହାରାଷ୍ଟ୍ରର ସାମାଜିକ ନ୍ୟାୟ ମନ୍ତ୍ରୀ ସଞ୍ଜୟ ଶିରସାଟଙ୍କ ବିରୋଧରେ ଏକ ଭିଡିଓ ଭାଇରାଲ ହେବା ପରେ ନୂଆ ବିବାଦ ସୃଷ୍ଟି ହୋଇଛି। ଭିଡିଓରେ ସେ ଗୋଟିଏ ଘରେ ଧୂମପାନ କରୁଥିବା ଏବଂ ତାଙ୍କ ପାଖରେ ଏକ ଟଙ୍କା ଭର୍ତ୍ତି ବ୍ୟାଗ୍ ଥିବା ଦେଖାଯାଇଛି। ଏହି ଘଟଣା ତାଙ୍କୁ ୨୦୧୯ ଓ ୨୦୨୪ […]

ଓଡ଼ିଶା ଭାସ୍କର 11 Jul 2025 4:58 pm

ପ୍ରକୃତରେ କାହା ଇସାରାରେ ଆନ୍ଦୋଳନ କରୁଛନ୍ତି ଡ୍ରାଇଭର ମହାସଂଘ, ବିଜେପି ନା କଂଗ୍ରେସ

ଭୁବନେଶ୍ୱର: ଓଡ଼ିଶାରେ ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପ୍ରସଙ୍ଗ। ଏହି ଆନ୍ଦୋଳନ ଏବେ ରାଜନୈତିକ ମୁଦ୍ଦା ପାଲଟିଗଲାଣି। କାରଣ ଆଜି ଓଡ଼ିଶା ଗସ୍ତରେ ଆସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରସଙ୍ଗ ଉଠାଇଛନ୍ତି। କେବଳ ସେତିକି ନୁହେଁ ଡ୍ରାଇଭରମାନଙ୍କ ସମସ୍ତ ଦାବିକୁ ସରକାର ପୂରଣ କରନ୍ତୁ ବୋଲି ମଧ୍ୟ ରାହୁଲ କହିଛନ୍ତି। ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ୍। ଡ୍ରାଇଭର ସଂଘ ଉପରେ ଚାପ ପକାଯାଇଥିଲା କହିଲେ ରାହୁଲ। କେବଳ […]

ଓଡ଼ିଶା ଭାସ୍କର 11 Jul 2025 4:39 pm

ନକଲି ଡକ୍ୟୁମେଣ୍ଟ ବ୍ୟବହାର କରି 31.5 ଲକ୍ଷ ଟଙ୍କା ଠକିଦେଲେ

ମୁମ୍ବାଇ: ନକଲି ସୁନା ଋଣ ଡକ୍ୟୁମେଣ୍ଟ ବ୍ୟବହାର କରି 31.5 ଲକ୍ଷ ଟଙ୍କା ଠକେଇ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୁମ୍ବାଇରେ। ଗୋଲ୍ଡ ଲୋନ ପାଇଁ ଜାଲ୍ କାଗଜପତ୍ର ବ୍ୟବହାର କରି ଜଣେ ସ୍ଥାନୀୟ ଅଳଙ୍କାର ବ୍ୟବସାୟୀଙ୍କୁ ୩୧.୫ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ ବୋରିଭଲି ପୋଲିସ ୪୦ ବର୍ଷୀୟ ବ୍ୟକ୍ତି ବେରୁଦାସ ବାଲୁଦାସ ବୈଷ୍ଣବଙ୍କୁ ଗିରଫ କରିଛନ୍ତି। ତାଙ୍କୁ ସହଯୋଗ କରିଥିବା ଭିଭାଣ୍ଡିର ଏକ କ୍ରେଡିଟ୍ କୋଅପରେଟିଭ୍ ସୋସାଇଟିର ନିର୍ଦ୍ଦେଶକ ଶ୍ରୀକାନ୍ତ ଶଙ୍କର ଚିତ୍ତପିଲ୍ଲାଇ […]

ଓଡ଼ିଶା ଭାସ୍କର 11 Jul 2025 4:38 pm

‘ଏଇ କଥା କାହାକୁ କହିଲେ, ତୋ ଘର ଲୋକଙ୍କୁ ମାରିଦେବୁ..’, ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବା ୩ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଜଣେ ନାବାଳିକା ଝିଅକୁ ଅପହରଣ, ଦୁଷ୍କର୍ମ ଏବଂ ଦୁଷ୍କର୍ମରେ ସହାୟତା କରିବା ଅଭିଯୋଗରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ରାଜସ୍ଥାନ ଝୁନଝୁନୁ ଜିଲ୍ଲାର ମୁକୁନ୍ଦଗଡ଼ ପୋଲିସ ଷ୍ଟେସନ। ଘଟଣାରେ ବ୍ୟବହୃତ କାରକୁ ମଧ୍ୟ ଜବତ କରାଯାଇଛି। ଅଭିଯୋଗକାରୀ ମୁକୁନ୍ଦଗଡ଼ ପୋଲିସ ଷ୍ଟେସନରେ ଏକ ଏଫଆଇଆର ଦାଖଲ କରିଥିଲେ ଯେ, ତାଙ୍କ ନାବାଳିକା ଝିଅ ପରୀକ୍ଷା ପାଇଁ ଫର୍ମ ଦାଖଲ କରିବାକୁ ଯାଇଥିଲା। କଲେଜରୁ ଫେରିବା ସମୟରେ, ଫରମାନଙ୍କ ପୁଅ ରେହାନ, ଜବାର ଓରଫ ମଞ୍ଜରୁଙ୍କ […]

ଓଡ଼ିଶା ଭାସ୍କର 11 Jul 2025 4:36 pm

ପ୍ରେମ ବିବାହ କଲେ ବୋଲି ନିର୍ଯାତନା ; ହଳରେ ବାନ୍ଧି ବଳଦ ଭଳି ବୁଲାଇଲେ ଗାଁଲୋକ

କନକ ବ୍ୟୁରୋ: ପ୍ରେମ ବିବାହ କଲେ ବୋଲି ଅକଥନୀୟ ନିର୍ଯାତନା । ଗାଁରେ ଦେଖିବାକୁ ମିଳିଲା କଙ୍ଗାରୁ କୋର୍ଟର ଚିତ୍ର । ବଳଦ ବଦଳରେ ପ୍ରେମୀ ଯୁଗଳଙ୍କୁ ଲଙ୍ଗଳରେ ଯୋଚି ହଳ ବୁଲାଇଛନ୍ତି ଗାଁର ଲୋକ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କଂଜାମଯୋଡ଼ି ଗାଁରେ ଯୁବକ ଯୁବତୀଙ୍କୁ ଦିଆଯାଇଛି ଏହିଭଳି ନିର୍ଯାତନା । ଯୁବକ ଯୁବତୀଙ୍କୁ ଲଙ୍ଗଳରେ ଯୋଚି ଜମିରେ ଚାଷ କରାଇଛନ୍ତି ଗାଁ ଲୋକ । ପ୍ରେମ ବିବାହ କରିଥିବାରୁ ଉଭୟଙ୍କୁ ଏହିଭଳି ନିର୍ଯାତନା ଦିଆଯାଇଛି । ନିଜ ସମ୍ପର୍କୀୟଙ୍କୁ ବିବାହ ବାରଣ ଥିବାବେଳେ ଉଭୟ ଏହି ନିୟମକୁ ମାନିନଥିଲେ । ଏପରିକି ସେମାନେ ଗାଁରୁ ଫେରାର ହୋଇଯାଇଥିଲେ । ଧରାପଡ଼ିବା ପରେ ଗାଁ ଲୋକଙ୍କ ଉପସ୍ଥତିରେ ପ୍ରେମୀ ଯୁଗଳଙ୍କୁ ଲଙ୍ଗଳରେ ଯୋଚି ଜମିରେ ବୁଲାଇଥିଲେ ଗାଁର ଲୋକମାନେ ।

ନିନ୍ଦା 11 Jul 2025 4:36 pm

ଭାରତୀୟ ଖଣି ବ୍ୟୁରୋ ପକ୍ଷରୁ ବାଫ୍ଲିମାଳି ଖଣିକୁ ପଞ୍ଚତାରକା ରେଟିଂ ସମ୍ମାନ ପ୍ରଦାନ

ରାୟଗଡା: ବାଫ୍ଲିମାଳି ଖଣିକୁ ମିଳିଲା ପଞ୍ଚତାରକା ରେଟିଂ ସମ୍ମାନ। ଭାରତୀୟ ଖଣି ବ୍ୟୁରୋ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ବାଫ୍ଲିମାଳି ଖଣି କମ୍ପାନୀ ହେଉଛି ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପର ସହଯୋଗୀ କମ୍ପାନୀ। ରାଜସ୍ଥାନର ଜୟପୁରଠାରେ ଭାରତୀୟ ଖଣି ବ୍ୟୁରୋ (ଆଇବିଏମ )ର ବାର୍ଷିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଯେଉଁ କାର୍ଯ୍ୟକ୍ରମରେ ବାଫ୍ଲିମାଳି ବକ୍ସାଇଟ ଖଣିକୁ ବହୁ ପ୍ରତିକ୍ଷିତ ପଞ୍ଚତାରକା ରେଟିଂ ସମ୍ମାନ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମର ମୁଖ୍ୟ ଅତିଥୀ: […]

ଓଡ଼ିଶା ଭାସ୍କର 11 Jul 2025 4:13 pm