ତେହେରାନ : ବିଦ୍ରୋହୀଙ୍କୁ ଦମନ କରିବାକୁ ତେହେରାନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଥିବାବେଳେ ୟୁରୋପୀୟ ସଂଘ (ଇୟୁ) ଇରାନକୁ କଡ଼ା ଜବାବ ଦେଇଛି। ଇରାନର ଶକ୍ତିଶାଳୀ ସେନା ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍ (ଆଇଆର୍ଜିସି)କୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରିଛି। ଗୁରୁବାର ବ୍ରସେଲ୍ସରେ ହୋଇଥିବା ୟୁରୋପୀୟ ସଂଘ ବିଦେଶ ମନ୍ତ୍ରୀଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଇଆର୍ଜିସିକୁ ଆତଙ୍କବାଦୀ ସଂଗଠନ ଘୋଷଣା କରାଯିବା ପରେ ଏହାର ସମ୍ପତ୍ତି ଜବତ କରାଯିବା ସହିତ ପାଣ୍ଠି ଯୋଗାଣ ଉପରେ କଟକଣା ଲାଗିବ। ଏହାସହିତ ଆଇଆରଜିସି ସଦସ୍ୟଙ୍କ ୟୁରୋପ ଗସ୍ତ ଉପରେ କଟକଣା ଲାଗିବ। ଆମେରିକା , କାନାଡ଼ା ଓ ଅଷ୍ଟ୍ରେଲିଆ ପୂର୍ବରୁ ଆଇଆରଜିସିକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିସାରିଛନ୍ତି। କୂଟନୀତିଜ୍ଞ କାଜା କାଲାସ୍ କହିଛନ୍ତି, ଦମନର ଜବାବ ଯେମିତି ହେଲେ ଦିଆଯିବ। ଇରାନର ଏକ ପ୍ରମୁଖ ସାମରିକ, ଅର୍ଥନୈତିକ ଏବଂ ରାଜନୈତିକ ଶକ୍ତି ଆଇଆରଜିସି ଏବେ ଅଲ-କାଏଦା ଓ ଇସଲାମିକ୍ ଷ୍ଟେଟ୍ ପରି ସମାନ ଜିହାଦୀ ତାଲିକାଭୁକ୍ତ ହୋଇଛି। ତେବେ ଇରାନ ପକ୍ଷରୁ ଇୟୁର ଏହି ପଦକ୍ଷେପକୁ ତୀବ୍ର ସମାଲୋଚନା କରାଯାଇଛି। ଇରାନ ବିଦେଶ ମନ୍ତ୍ରୀ ଆବାସ ଅରାଘଚି କହିଛନ୍ତି, ୟୁରୋପ ଆମେରିକା ନିର୍ଦ୍ଦେଶରେ ନିଆଁରେ ଘିଅ ଢାଳିବା ପରି କାମ କରୁଛି। ଅରାଘଚି କହିଛନ୍ତି, ଗାଜା ପ୍ରସଙ୍ଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ୟୁରୋପୀୟ ସଂଘ , ଇରାନ ପ୍ରସଙ୍ଗରେ ମାନବାଧିକାର ଚିନ୍ତା କରୁଛି। ୟୁରୋପ ନିଆଁରେ ଘିଅ ଢାଳିବା କାମ କରୁଛି ଅରାଘଚି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି, ଅନେକ ଦେଶ ଆମ ଅଞ୍ଚଳରେ ଯୁଦ୍ଧ ନହେବା ପାଇଁ ପ୍ରୟାସ କରୁଛନ୍ତି। ସେମାନଙ୍କ ମଧ୍ୟରେ କୌଣସି ୟୁରୋପୀୟ ଦେଶ ନାହାନ୍ତି। ଏହା ବଦଳରେ ୟୁରୋପ ନିଆଁରେ ଘିଅ ଢାଳିବା କାମ କରୁଛି। ଆମେରିକା କଥାରେ ଆସି ଆମ ଜାତୀୟ ସେନାକୁ ଆତଙ୍କବାଦୀ ସଂଗଠନ କହି ବହୁତ ବଡ଼ ରଣନୈତିକ ତ୍ରୁଟି କରୁଛି। ସେ ଆହୁରି କହିଛନ୍ତି, ୟୁରୋପ ଗାଜାରେ ଇସ୍ରାଏଲର ନରସଂହାର ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା। ଇରାନରେ ମାନବାଧିକାର ସୁରକ୍ଷା ଚିନ୍ତା କରିବା ଏହାର ଜନସମ୍ପର୍କ ରଣନୀତି (ପିଆର୍ ଷ୍ଟଣ୍ଟ)। ଏହାଦ୍ବାରା ସେ ନିଜେ ବହୁତ ଖରାପ ସ୍ଥିତିରେ ଅଛି ବୋଲି ଲୁଚାଇବାକୁ ଚାହୁଛି। ୟୁରୋପୀୟ ଦେଶଙ୍କ ଆଭିମୁଖ୍ୟ ଏହାର ହିତ ପାଇଁ କ୍ଷତିକାରକ ହେବ, କାରଣ ଆମ ଅଞ୍ଚଳରେ ଯୁଦ୍ଧ ପୂରା ମହାଦେଶ ଉପରେ ଖରାପ ପ୍ରଭାବ ପକାଇବ ବୋଲି ଇରାନ ବିଦେଶ ମନ୍ତ୍ରୀ କହିଛନ୍ତି। ଆହୁରି ପଢ଼ନ୍ତୁ: Couple Dies After Consuming Poison : ପିଲାଙ୍କୁ ବିଷ ଦେବା ପରେ ଦମ୍ପତିଙ୍କ ଆତ୍ମହତ୍ୟା !
ରାଣରୁ ଜଣାଯାଏ ମଦ୍ର ଦେଶର ନରପତି ଅଶ୍ୱପତି କନ୍ୟା ସନ୍ତାନଟିଏ ଲାଭକରିବା ଉଦ୍ଦେଶ୍ୟରେ ସହସ୍ରାଧିକ ଯଜ୍ଞ କରିଥିଲେ। ସେହିଭଳି ମିଥିଳାର ରାଜା ଜନକ ଏକଦା ଆକାଶରେ ସୁନ୍ଦରୀ ଅପ୍ସରା ମେନକାଙ୍କୁ ଦେଖି ତାଙ୍କ ପରି କନ୍ୟାର ପିତା ହେବାକୁ ପ୍ରୟାସ କରିଥିଲେ ଓ ଦକ୍ଷିଣ ସିନ୍ଧୁ ତୀରରେ ବିଶିଷ୍ଟ ମୁନିଋଷିମାନଙ୍କୁ ନିମନ୍ତ୍ରଣକରି ତାଙ୍କ ଦ୍ୱାରା ଯଜ୍ଞ କରାଇଥିଲେ। ଉପରୋକ୍ତ ଦୁଇ ରାଜାଙ୍କର କନ୍ୟା ଥିଲେ ଯଥାକ୍ରମେ ସାବିତ୍ରୀ ଓ ସୀତା। ତତ୍କାଳୀନ ଭାରତୀୟମାନଙ୍କ ଭାବନା ଥିଲା ଅତି […] The post ନାରୀ ପାଇଁ ଭୋଟ ଅଧିକାର appeared first on Dharitri Odia News .
ମଦ ବନ୍ଦ ହେଲେ ନାରୀ ନିର୍ଯ୍ୟାତନା କମିବନି: ଡ. ଶୁଭ କୁମାର
The post ମଦ ବନ୍ଦ ହେଲେ ନାରୀ ନିର୍ଯ୍ୟାତନା କମିବନି: ଡ. ଶୁଭ କୁମାର appeared first on Dharitri Odia News .
Female commander of a male team: ପୁରୁଷ ଦଳର ନାରୀ କମାଣ୍ଡର
ଏଥର ସାଧାରଣତନ୍ତ୍ର ଦିବସ ରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ହେଉଥିବା ପରେଡ୍ରେ ପ୍ରଥମ ଥର ପାଇଁ ଜଣେ ମହିଳା ସିଆର୍ପିଏଫ୍ ଅଫିସର ୧୪୦ ଜଣରୁ ଅଧିକ ପୁରୁଷ ଯବାନଙ୍କର ନେତୃତ୍ବ ନେଉଛନ୍ତି। ସେ ହେଉଛନ୍ତି ୨୬ ବର୍ଷୀୟା ସିଆର୍ପିଏଫ୍ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସିମରନ ବାଲା। ସିମରନ ଜାମ୍ମୁ କାଶ୍ମୀରର ରଜୌରୀ ଜିଲ୍ଲାର ପ୍ରଥମ ମହିଳା ଭାବେ ସିଆର୍ପିଏଫ୍ ଅଫିସର ହୋଇଛନ୍ତି। ତାଙ୍କ ଘର ଭାରତ-ପାକିସ୍ତାନ ସୀମାରୁ କିଛି କିଲୋମିଟର ଦୂରରେ ଅବସ୍ଥିତ। ତେଣୁ ସୀମାର ଅସ୍ଥିରତା ଓ ସଂଘର୍ଷ ବିଷୟରେ ସେ ଛୋଟ ବେଳୁ ସୁପରିଚିତ। ସିମରନ ଜାମ୍ମୁର ଗାନ୍ଧୀନଗର ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟରୁ ରାଜନୀତ ବିଜ୍ଞାନରେ ସ୍ନାତକ ଡିଗ୍ରି ହାସଲ କରିବା ପରେ ୟୁପିଏସ୍ସି ଦ୍ବାରା ଆୟୋଜିତ ସିଏପିଏଫ୍ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଗୁରୁଗ୍ରାମର ସିଆର୍ପିଏଫ୍ ଏକାଡେମିରେ ପ୍ରଶିକ୍ଷଣ ନେଇଥିଲେ। ସେ ୨୦୨୫ ମସିହାର ଏପ୍ରିଲ୍ରେ ସିଆର୍ପିଏଫ୍ ଅଫିସର ଭାବେ ଯୋଗ ଦେଇଥିଲେ ଏବଂ ଛତିଶଗଡ଼ରେ ନକ୍ସଲ ଦମନ ପାଇଁ ଉଦ୍ଦିଷ୍ଟ ‘ବସ୍ତରୀୟା’ ବାଟାଲିଅନ୍ରେ ପ୍ରଥମେ କାର୍ଯ୍ୟ କରିଥିଲେ। Domestic Animal: ୧୩ବର୍ଷରେ ୬୬ହଜାର ୫୮୦ ଗୃହପାଳିତ ପଶୁ ହ୍ରାସ ସାଧାରଣତନ୍ତ୍ର ଦିବସ ପରେଡ୍ରେ ମହିଳା ଅଫିସରମାନେ ଦଳର ନେତୃତ୍ବ ନେବାର ପୂର୍ବ ଉଦାହରଣ ରହିଛି ସତ ହେଲେ ସିମରନ ପ୍ରଥମ ଥର ପାଇଁ ଏତେ ବଡ଼ ପୁରୁଷ ଦଳର ନେତୃତ୍ବ ନେଉଛନ୍ତି। ତାଙ୍କ ପରିବାର ଏ ନେଇ ଖୁବ୍ ଉତ୍ସାହିତ। ତାଙ୍କ ଉଭଣୀ ଶୈଲ ବାଲା କହିଛନ୍ତି, ‘ସୀମାନ୍ତ ଗାଁ ନୌସେରାରୁ କର୍ତ୍ତବ୍ୟ ପଥ ଯାଏ ସିମରନଙ୍କ ଯାତ୍ରା ଆହ୍ବାନପୂର୍ଣ୍ଣ ଥିଲା, କିନ୍ତୁ ସେ ଆମ ସମସ୍ତଙ୍କୁ ଗର୍ବିତ କରିଛନ୍ତି।’ ତାଙ୍କ ମା’ ଶ୍ରେଷ୍ଠା ଦେବୀ ଦେଶର ସବୁ ପିତାମାତାଙ୍କୁ ବାର୍ତ୍ତା ଦେଇ କହିଛନ୍ତି ଯେ ସେମାନେ ନିଜ ଝିଅମାନଙ୍କୁ ସମର୍ଥନ କରନ୍ତୁ। ଝିଅମାନେ ସବୁ କ୍ଷେତ୍ରରେ ଆଗକୁ ବଢୁଛନ୍ତି, ସେମାନଙ୍କୁ କେବଳ ପ୍ରୋତ୍ସାହନ ଓ ସମର୍ଥନ ଦେବା ଦରକାର। ସିମରନଙ୍କ ଉଦାହରଣ ଅଧିକରୁ ଅଧିକ ଝିଅଙ୍କୁ ତାଙ୍କ ପରି ସାହସିକ ପଥ ଅନୁସରଣ କରିବା ଲାଗି ଅନୁପ୍ରାଣିତ କରିବ ବୋଲି ଆଶା। Industries: ଶିଳ୍ପ ବିହୀନ ନବରଙ୍ଗପୁର ଜିଲ୍ଲାକୁ ଉତ୍କର୍ଷ ଓଡ଼ିଶାରେ ସାମିଲ କରାଯିବ: ଶିଳ୍ପମନ୍ତ୍ରୀ
ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ। ସେଠାରୁ ରାଜା ନିଜ ଝିଅ ସଙ୍ଗେ ଅଙ୍ଗସଙ୍ଗ ହେଲେ। ସେ ଝିଅ ଗର୍ଭବତୀ ହେଲେ। ସେ କଥା ପ୍ରଘଟ ହେଲା। ସେଠାରୁ ରାଜା ବ୍ରାହ୍ମଣଙ୍କୁ ଏ ପାପର ପ୍ରାୟଶ୍ଚିତ୍ତ କଥା ପଚାରିଲାରୁ ତହିଁକି ବ୍ରାହ୍ମଣମାନେ କହିଲେ, ଦୁଇମାଠିଆ ପାଣି ଘେନି ଝିଅ ଚାଲିବ, ଯେଉଁଠି ତା’ […] The post ଆପଣା ପଣରେ ନାରୀ appeared first on Dharitri Odia News .
୧୦ ଆକାଂକ୍ଷୀ ଜିଲ୍ଲାରେ ଆରମ୍ଭ ହେଲା ନାରୀ ଅଦାଲତ, ମହିଳାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ସହ ସଚେତନ କରିବ
ଭୁବନେଶ୍ବର ୧୭।୧: ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଓଡ଼ିଶାର ୧୦ଟି ଜିଲ୍ଲାରେ ନାରୀ ଅଦାଲତ ଶୁଭାରମ୍ଭ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହି କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ ରହିଥିବା ବେଳେ ୧୦ଟି...
Subhashita lifestyle: ସୁଭାଷିତ: ‘ନାରୀ ସଙ୍ଗସୁଖ କ୍ଷଣଭଙ୍ଗୁର ହେ...’
ଯୋଷା ସଙ୍ଗସୁଖ କ୍ଷଣଭଙ୍ଗୁର ହେ ନ ଦିଅ ତହିଁରେ ମତି, କରୁଣା ମିତ୍ରତା, ପ୍ରଜ୍ଞା ଆଦି ଗୁଣ ସଙ୍ଗେ ଜନମାଅ ପ୍ରୀତି। -ଭର୍ତ୍ତୃହରି, ଶୃଙ୍ଗାରଶତକ (୬୭) ଅନୁବାଦ: ଜାନକୀ ବଲ୍ଲଭ ପଟ୍ଟନାୟକ ଭର୍ତ୍ତୃହରି ସଂସ୍କୃତ ସାହିତ୍ୟର ସୁବିଖ୍ୟାତ କବି। ତିନିଟି ଶତକ- ‘ଶୃଙ୍ଗାରଶତକ’, ‘ବୈରାଗ୍ୟଶତକ’ ଓ ‘ନୀତିଶତକ’ ତାଙ୍କୁ କାଳଜୟୀ କରିଛି। ଏବର୍ଷ (୨୦୨୬, ଜାନୁଆରୀ)ରେ ଜନ୍ମଶତାବ୍ଦୀ-ବର୍ଷରେ ପଦାର୍ପଣ କରିଥିବା ଜାନକୀ ବଲ୍ଲଭ ପଟ୍ଟନାୟକ ସେହି ତିନିଟି ଯାକ ଶତକର ଓଡ଼ିଆ ପଦ୍ୟାନୁବାଦ କରିଛନ୍ତି। ଉପରୋକ୍ତ ସୁଭାଷିତ ସେଥିମଧ୍ୟରୁ ‘ଶୃଙ୍ଗାରଶତକ’ର ଏକ ଅଂଶ। ସଂସ୍କୃତ ସାହିତ୍ୟରେ ଶୃଙ୍ଗାର ରସକୁ ପ୍ରାଧାନ୍ୟ ଦିଆଯାଇଛି। ସେଥିପାଇଁକୁହାଯାଇଛି– ‘ଶୃଙ୍ଗାରୀଚେତ୍ କବିଃ।’’ ସଂସ୍କୃତ ସାହିତ୍ୟର ଅନ୍ୟତମ ଶ୍ରେଷ୍ଠ କବି ଭର୍ତ୍ତୃହରି ମଧ୍ୟ ଏ କ୍ଷେତ୍ରରେ ରସାସ୍ବାଦନର କୃତିତ୍ବ ବେଶ୍ ପ୍ରଦର୍ଶନ କରିଛନ୍ତି। ତେବେ ତାଙ୍କ ରଚିତ ‘ଶୃଙ୍ଗାର ଶତକ’ କେବଳ କାମାସକ୍ତ ନାରୀ-ପୁରୁଷଙ୍କ କାମକେଳିର ବର୍ଣ୍ଣନା ନୁହେଁ। ତାହାର କ୍ଷଣିକତା ଓ ବୈରାଗ୍ୟ ପ୍ରତି ଅନୁରକ୍ତି ମଧ୍ୟ ତାଙ୍କ ଏହି ଶୃଙ୍ଗାର ଶତକରେ ପ୍ରକାଶ ପାଇଛି। ଉପରୋକ୍ତ ୬୭ ପଦ ତାହାର ଏକ ଦୃଷ୍ଟାନ୍ତ। Paddy: ଧାନବସ୍ତାର ପାହାଡ଼ରେ ମଣ୍ଡି, ମିଲର୍ସ ଆନ୍ଦୋଳନ ପ୍ରତ୍ୟାହୃତ ଏହି ପଦରେ କବି ଭର୍ତ୍ତୃହରି କହିଛନ୍ତି– ଯୋଷା (ନାରୀ)ର ସଙ୍ଗସୁଖ ଚିରକାଳର ନୁହେଁ। ଏହା କ୍ଷଣଭଙ୍ଗୁର। ତେଣୁ ଏଥିରେ ମନ ନ ଦେଇ କରୁଣା, ମିତ୍ରତା ଓ ପ୍ରଜ୍ଞା ଆଦି ସଦ୍ଗୁଣ ସହିତ ଆମେ ଅଧିକ ପ୍ରୀତି କରିବା ଆବଶ୍ୟକ। କାରଣ, ଏହି ଜନ୍ମ ପରେ ଆମେ ଯେତେବେଳେ ନର୍କକୁ ଯିବା, ସେହି ନର୍କର ଦ୍ବାରରେ ନିତମ୍ବିନୀ (ସୁନ୍ଦରୀ ନାରୀ)ର କଟି ଅଳଙ୍କାରର କିଙ୍କିଣୀ (ମନୋହର ଧ୍ବନି) ବା ତାର ସୁନ୍ଦର ସ୍ତନର ମନଲୋଭା ରୂପ ଆମକୁ ସେଥିରୁ ରକ୍ଷା କରିପାରିବ ନାହିଁ। Cricket : ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଲେ ତିଳକ ବର୍ମା
ସାହିତ୍ୟ ଆକାଶର ପ୍ରାଜ୍ଞ, ବିଜ୍ଞ, ବିଶେଷଜ୍ଞଗଣ- ଉଇଲିଅମ ସେକ୍ସପିଆର, ଲିଓ ଟଲଷ୍ଟୟ, ଅରନେଷ୍ଟ ହେମିଙ୍ଗ୍ୱେ କିମ୍ୱା, ଭାରତୀୟ ଆଦର୍ଶ ଚେତନ ଭଗତ ପ୍ରମୁଖଙ୍କ ଲେଖାରେ ମହିଳା ସ୍ବରକୁ ଯେଉଁ ଢଙ୍ଗରେ ସଂକଳନ କରାଗଲା ତାହା ସବୁ ସଂକ୍ଷିପ୍ତ ସଂସ୍କରଣ ହୋଇଗଲା। କିନ୍ତୁ ମହିଳା ଜଣେ ଯେତେବେଳେ ମହିଳାର କଥା ଲେଖନୀ ମାଧ୍ୟମରେ ପ୍ରକାଶ କଲା ତା’ ଭିତର ସଂଗୁପ୍ତ ବ୍ୟଥା-ବେଦନା ଧରାପଡ଼ିଲା। ନାରୀ ସ୍ବରର ଉପସ୍ଥାପିକା ଭାବରେ ଆମେ ମାରୀ ଓଲଷ୍ଟନ କ୍ରାଫ୍ଟଙ୍କୁ ବିଶ୍ୱର ବରିଷ୍ଠ ଲେଖିକା […] The post ପ୍ରମୁଖ ଲେଖନୀରୁ ନାରୀସ୍ବର appeared first on Dharitri Odia News .
Indian woman: ଭାରତୀୟ ନାରୀ: କିଛି ଆଶ୍ଚର୍ଯ୍ୟଜନକ କଥା
ବିଶ୍ବ ଦୃଷ୍ଟିର ଆଢୁଆଳରେ ରହି ଭାରତୀୟ ମହିଳାମାନେ ବହୁ ପୂର୍ବରୁ ନାନା କୀର୍ତ୍ତିମାନ ସ୍ଥାପନ କରିଆସୁଛନ୍ତି। ପର୍ବତ ଶିଖର ଚଢ଼ିବାରୁ ଆରମ୍ଭ କରି ବ୍ୟବସାୟ, ବିମାନ ଚାଳନା, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସେମାନେ ନୂଆ ଦିଗନ୍ତ ବିସ୍ତାର କରିଆସୁଛନ୍ତି। ମହିଳାମାନଙ୍କର ଏମିତି ଅନେକ ସଫଳତାର କାହାଣୀ ଅକୁହା ରହିଯାଇଛି। Horoscope 2026 January 05: ଜାଣନ୍ତୁ ଆଜିର ରାଶିଫଳ ନାରୀ ପରିଚାଳିତ ବଜାର: ପୃଥିବୀର ଅନ୍ୟତମ ପୁରାତନ ମହିଳା ପରିଚାଳିତ ବଜାର ଅଛି ମଣିପୁରର ଇମ୍ଫାଲରେ। ଅନେକ ଶତାବ୍ଦୀ ଧରି ଚାଲିଆସିଥିବା ଏହି ବଜାରଟିରେ କେବଳ ମହିଳାମାନେ ବିକ୍ରିବଟା କରିଥାନ୍ତି। ଏହା ହେଉଛି ପୃଥିବୀର ସର୍ବବୃହତ୍ ଏବଂ ସବୁଠାରୁ ଦୀର୍ଘ କାଳ ଧରି ଚାଲିଆସିଥିବା ମହିଳା ପରିଚାଳିତ ବଜାର। ବୃହତ୍ ମାତୃବଂଶୀୟ ପରିବାର ବ୍ୟବସ୍ଥା: ମେଘାଳୟର ଖାସି, ଗାରୋ ଓ ଜୈନ୍ତିଆ ଜନଜାତିରେ ମହିଳାମାନେ ହିଁ ଘରର ମୁରବି। ସେମାନେ ବଂଶାନୁକ୍ରମିକ ଭାବେ ସମ୍ପତ୍ତିର ଅଧିକାରୀ ହୋଇଥାନ୍ତି, ସେମାନଙ୍କ ସାଙ୍ଗିଆ ପର ପିଢ଼ିକୁ ପ୍ରବାହିତ ହୋଇଥାଏ। ଏହି ସଂସ୍କୃତି କେରଳ ଓ କର୍ଣ୍ଣାଟକର କିଛି ସଂପ୍ରଦାୟରେ ମଧ୍ୟ ଦେଖିବାକୁ ମିଳେ। ମାତୃବଂଶୀୟ ସଂସ୍କୃତି ଆପଣାଇଥିବା ଅନ୍ୟତମ ବୃହତ୍ତମ ଜନସଂଖ୍ୟା ଭାରତରେ ବସବାସ କରନ୍ତି। Health: ପୁଣି ଦେଢ଼ମାସ ଧରି ଅଚଳ ଓମ୍ବାଡ୍ସି ଆମ୍ବୁଲାନ୍ସ: ୧୧୦ ଦିନରେ ୯୦ ଦିନ ବନ୍ଦ୍ ହେଲାଣି ପ୍ରଥମ ମହିଳା ଫଟୋସାମ୍ବାଦିକ: ହୋମୀ ବ୍ୟାରାଵାଲା ଥିଲେ ଭାରତର ପ୍ରଥମ ମହିଳା ଫଟୋସାମ୍ବାଦିକ। ଭାରତ ଯେତେବେଳେ ବ୍ରିଟିସ୍ ଶାସନରୁ ମୁକୁଳି ସ୍ବାଧୀନ ହେଉଥିଲା ହୋମୀ ସେହି ସମୟରେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହରୁଙ୍କ ପରି ନେତାଙ୍କ ଫଟୋ ଉଠାଇଥିଲେ ଏବଂ ସ୍ବାଧୀନତା ଆନ୍ଦୋଳନର ଅନେକ ଐତିହାସିକ ଚିତ୍ର ଉତ୍ତୋଳନ କରିଥିଲେ। ରୋଚକ କଥା ହେଉଛି ସେବେ ମହିଳାମାନଙ୍କୁ କ୍ବଚିତ୍ ଖବରକାଗଜରେ ଚାକିରି ମିଳୁଥିଲା। ପାଇଲଟ୍ଙ୍କ ବିଶାଳ ଗୋଷ୍ଠୀ: ଭାରତୀୟ ପାଇଲଟ୍ମାନଙ୍କ ମଧ୍ୟରେ ମହିଳାଙ୍କ ଭାଗ ୧୫%, ଯାହା ବିଶ୍ବ ହାରାହାରି (୫-୬%) ଠାରୁ ଖୁବ୍ ଅଧିକ। ବିମାନସେବା କ୍ଷେତ୍ରରେ ଲିଙ୍ଗ ସମାନତା ପ୍ରତିଷ୍ଠା ଦିଗରେ ଭାରତର ଏଆର୍ଲାଇନ୍ଗୁଡ଼ିକ ବିଶ୍ବରେ ଅଗ୍ରଣୀ ସ୍ଥାନ ଅଧିକାର କଲେଣି।
ଡ. ରୀନା ରାଉତରାୟ ପରିବେଶ ସମ୍ପର୍କୀୟ ଏକ ଆଲୋଚନା ଚକ୍ରରେ ଗ୍ରାମାଞ୍ଚଳରୁ ଆସିଥିବା ଜଣେ ଯୁବତୀଙ୍କର ପ୍ରଶ୍ନ ଥିଲା- ଆମ ଅଞ୍ଚଳରେ ଝିଅମାନଙ୍କୁ ଖୁବ୍ କମ୍ ବୟସରେ ଵିଵାହ କରି ଦିଆ ଯାଉଛି। ଏହା ଆମର ଜଳବାୟୁ ବା ପରିବେଶ ଉପରେ କିପରି ପ୍ରଭାଵ ପକାଏ? ଶୁଣିବାକୁ ଖୁବ୍ ସହଜ ପ୍ରଶ୍ନ ଥିଲେ ମଧ୍ୟ ସେ ସମ୍ବେଦନଶୀଳ ପ୍ରଶ୍ନରେ ଅନେକ ଆହ୍ୱାନ ରହିଥିଲା। ପ୍ରକୃତପକ୍ଷେ ଜଳବାୟୁ ପରିବର୍ତ୍ତନର ପ୍ରଭାଵ ହିଁ ଗ୍ରାମାଞ୍ଚଳରେ ଝିଅମାନଙ୍କୁ ଅଳ୍ପ ବୟସରେ ଵିଵାହ କରାଇବାକୁ ବାଧ୍ୟ କରେ। ପରିବେଶ ଅସନ୍ତୁଳିତ ହେବା ଯୋଗୁଁ ଅସମୟ ବାତ୍ୟା, ବନ୍ୟା ଓ ମରୁଡ଼ି ସମସ୍ୟା ସୃଷ୍ଟି ହୋଇ ସ୍ଥାନୀୟ ଅଧିବାସୀଙ୍କ କୃଷି ଜନିତ ମୁଖ୍ୟ ଆୟକୁ ଭୀଷଣ ଭାବେ କ୍ଷତି ଗ୍ରସ୍ତ କରାଇଥାଏ। ଫଳତଃ ଅଭାବର ସମ୍ମୁଖୀନ ହୋଇ ଗରିବ ଚାଷୀ ପରିବାର ଭିଟାମାଟି ଛାଡ଼ି ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହୁଅନ୍ତି। ବଢିଲା ଝିଅକୁ ସାଙ୍ଗରେ ନେଇ ଏକ ଅନିଶ୍ଚିତ ଭବିଷ୍ୟତକୁ ବାହରି ଯିବା ସୁରକ୍ଷିତ ମନେ ନ କରି ଅପ୍ରାପ୍ତ ବୟସରେ ବାହା ଦେଇ ଚିନ୍ତା ମୁକ୍ତ ହୁଅନ୍ତି। ଦାଦନ ଶ୍ରମିକ ନାମରେ ନାବାଳିକା ଓ ଯୁବତୀ ଚାଲାଣ ମଧ୍ୟ ଏହାର ଅନ୍ୟ ଏକ କାରଣ। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ନଦୀ ଶୁଖି ଯାଇଥାଏ, ସ୍ଥାନୀୟ ଭୂତଳ ଜଳସ୍ତର କମି ଯାଏ, ଦୂଷିତ ହୁଏ। ଜଙ୍ଗଲରୁ ଗଛ କଟା ଯାଇ ଜଙ୍ଗଲ ନିପାତ ହୁଏ। ତେଣୁ ଦୈନଦିନ ବ୍ୟବହାର ପାଇଁ ଜାଳେଣୀ କାଠ ଓ ପାନୀୟ ଜଳ ସଂଗ୍ରହରେ ଛୋଟ ଛୋଟ ଝିଅ ମାନେ ବହୁ ଦୂର ଦୁରାନ୍ତରକୁ ଯାଇ ଥାଆନ୍ତି। ସ୍କୁଲ ଯାଇ ପାଠ ପଢ଼ିବା ସେମାନଙ୍କ ପାଇଁ ସ୍ୱପ୍ନ ହୋଇ ଯାଏ। ପାଠ ନ ପଢ଼ି ବେଶୀ ବୟସ୍କ ଝିଅ ମାନଙ୍କୁ ଵିଵାହ କରାଇବା ପାଇଁ ଯୌତୁକ ଦେଇ ନ ପାରିବାର ଭୟରେ ଅସହାୟ ପିତାମାତା ତାଙ୍କ ନାବାଳିକା ଝିଅ ମାନଙ୍କୁ ଅଳ୍ପ ବୟସରେ ଵିଵାହ କରାଇବାକୁ ବାଧ୍ୟ ହୁଅନ୍ତି। ତେଣୁ ଆଜି ଆମେ ଯେତେବେଳେ ପରିବେଶ ସଙ୍କଟ, ଜଳବାୟୁ ପରିବର୍ତ୍ତନ, ଅନିୟନ୍ତ୍ରିତ ଖଣିଜ ଖନନ, ଜଙ୍ଗଲ କଟା କିମ୍ବା ନଦୀ ଦୂଷଣ ଉପରେ କଥା ହୁଏ, ସେତେବେଳେ ଏହାକୁ ସାଧାରଣତଃ ପ୍ରକୃତିର ସମସ୍ୟା ବୋଲି ଧରି ନିଅଯାଏ। କିନ୍ତୁ ଏହି ସମସ୍ୟାର ସବୁଠୁ ଗଭୀର ଓ ନୀରବ ପ୍ରଭାବ କାହା ଉପରେ ପଡ଼ୁଛି, ତାହା ଆମେ ଗମ୍ଭୀର ଭାବେ ଭାବୁନାହିଁ। ବାସ୍ତବ ସତ୍ୟ ହେଉଛି, ପ୍ରକୃତି ଯେତେ ଆହତ ହେଉଛି, ସେହି ଆଘାତର ପ୍ରଥମ ଓ ଗଭୀର ପ୍ରତିଫଳନ ମହିଳାମାନଙ୍କ ଜୀବନରେ ଦେଖାଯାଉଛି। ଏହି ପରିପ୍ରେକ୍ଷୀରେ ‘ଇକୋ–ନାରୀବାଦ’ ଆମକୁ ଏକ ନୂଆ ଦୃଷ୍ଟିକୋଣ ଦେଉଛି। ପ୍ରକୃତି ଧ୍ୱଂସ ଓ ନାରୀ ଦମନ ଦୁହେଁ ଏକେ ମନସ୍ତତ୍ତ୍ୱର ଫଳ। ଏହା ନାରୀବାଦ ସପକ୍ଷରେ ଯୁକ୍ତି ନୁହେଁ ବରଂ ଦୈନିକ ଜୀବନର ଅନୁଭବ ଓ ଗବେଷଣାରୁ ଜନ୍ମ ନେଇଥିବା ଏକ ସତ୍ୟ। ଏହି ଧାରଣାକୁ ବିଶ୍ୱସ୍ତରରେ କ୍ୟାରୋଲିନ ମର୍ଚ୍ଚାଣ୍ଟ, ମାରିଆ ମିସ୍ ଓ ବନ୍ଦନା ଶିବାଙ୍କ ଭଳି ଚିନ୍ତକମାନେ ଗଭୀର କରିଛନ୍ତି। ସେମାନେ ଦେଖାଇଛନ୍ତି ଯେ ‘ବିକାଶ’ ନାମରେ ହେଉଥିବା ଅନେକ କାର୍ଯ୍ୟ ପ୍ରକୃତି ଓ ନାରୀ ଦୁହିଙ୍କୁ କ୍ଷତିଗ୍ରସ୍ତ କରୁଛି। ବିଶ୍ୱବ୍ୟାଙ୍କ ଓ ଜାତିସଂଘର ଅଧ୍ୟୟନରୁ ଜଣାଯାଏ ଯେ ଜଳ ଅଭାବ ବଢ଼ିଲେ ଝିଅମାନଙ୍କ ଶିକ୍ଷା ସବୁଠୁ ପ୍ରଥମେ ପ୍ରଭାବିତ ହୁଏ, କାରଣ ପାଣି ଆଣିବାର ଓ ଜାଳେଣୀ କାଠ ସଂଗ୍ରହର ଦାୟିତ୍ୱ ସିଧାସଳଖ ସେମାନଙ୍କ ଉପରେ ପଡ଼େ। ଏହା ପରିବେଶ ସଙ୍କଟର ଏକ ଅଦୃଶ୍ୟ ସାମାଜିକ ମୂଲ୍ୟ। କନ୍ଧମାଳ, କୋରାପୁଟ, ମାଲକାନଗିରିର ଆଦିବାସୀ ମହିଳାମାନେ ଜଙ୍ଗଲକୁ କେବଳ ସମ୍ପଦ ଭାବେ ନୁହେଁ, ମାଆ ଭାବେ ଦେଖନ୍ତି। ସେମାନଙ୍କ ପାରମ୍ପରିକ ବୀଜ ସଂରକ୍ଷଣ,ଜୈବ ଚାଷ ଓ ଔଷଧୀୟ ଜ୍ଞାନ ଆଜିର ଆଧୁନିକ ପରିବେଶ ନୀତିରେ ପ୍ରାୟ ଅନୁପସ୍ଥିତ। ଏହିଠାରେ ପ୍ରଶ୍ନ ଉଠେ, ମହିଳାମାନେ ଯଦି ପରିବେଶ ସଂକଟର ସବୁଠାରୁ ପୀଡ଼ିତ, ତେବେ ନୀତି ନିର୍ଦ୍ଧାରଣରେ ତାଙ୍କ ସ୍ୱର କାହିଁକି ନାହିଁ? ଲୋ–କାର୍ବନ୍ ଜୀବନର ଓଡ଼ିଶୀ ମଡେଲ୍ ହେଲା ଓଡ଼ିଶାର ହସ୍ତତନ୍ତ କେବଳ ପରମ୍ପରା ନୁହେଁ,ଏହା ଏକ ପରିବେଶ ମିତ୍ର ଅର୍ଥନୀତି। ସମ୍ବଲପୁରୀ, ବୋମକାଇ, କୋଟପାଡ଼, କଟକି, ବରହମ୍ ପୁରୀ ଇତ୍ୟାଦି ଶାଢୀ ବୁଣା ପଛରେ ମହିଳାଙ୍କ ଶ୍ରମ, ସମୟ ଓ ପ୍ରକୃତି ସହ ସମନ୍ଵୟ ରହିଛି। ଯେଉଁଠି ଫାଷ୍ଟ ଫ୍ୟାସନ୍, ପାଣି, ବିଦ୍ୟୁତ ଓ ରାସାୟନିକ ଦ୍ରବ୍ୟର ବ୍ୟବହୃତ ହୁଏ, ସେଠି ହସ୍ତତନ୍ତ ନିମ୍ନ କାର୍ବନ୍ ନିଷ୍କରଣର ଏକ ଉଦାହରଣ। କିନ୍ତୁ ଏହି ଚିରସ୍ଥାୟୀ ମଡେଲ୍ ନୀତି ଆଲୋଚନାରେ ପ୍ରାୟ ଦ୍ୱିତୀୟ ସ୍ଥାନରେ ରହିଯାଏ। ଭାରତର ପରିବେଶ ଆନ୍ଦୋଳନର ଇତିହାସ ଦେଖିଲେ ସ୍ପଷ୍ଟ ହୁଏ ଯେ ନାରୀମାନେ କେବଳ ପୀଡିତ ନୁହେଁ, ସେମାନେ ପ୍ରତିରୋଧର ନେତୃତ୍ୱ ମଧ୍ୟ ଦେଇଛନ୍ତି। ଚିପ୍କୋ ଆନ୍ଦୋଳନରେ ଗାଁର ନାରୀମାନେ ଗଛକୁ ଆଲିଙ୍ଗନ କରି ଜଙ୍ଗଲ କଟାକୁ ରୋକିଥିଲେ। ସେହି ଆନ୍ଦୋଳନ ପ୍ରମାଣ କରିଥିଲା ଯେ ପ୍ରକୃତି ସୁରକ୍ଷା ମାନେ କେବଳ ପରିବେଶ ନୁହେଁ, ଜୀବିକା ଓ ସମ୍ମାନର ପ୍ରଶ୍ନ। ଓଡ଼ିଶାରେ ‘ଇକୋ ନାରୀବାଦ’ କୌଣସି ତତ୍ତ୍ୱ ନୁହେଁ, ଏହା ଜୀବନ୍ତ ଅନୁଭବ। ନିୟମଗିରି ପାହାଡ଼କୁ ନେଇ ଡ଼ଙ୍ଗରିଆ କନ୍ଧ ନାରୀମାନଙ୍କ ସଂଘର୍ଷ ଦେଖାଇଦେଇଛି ଯେ ପାହାଡ଼ କେବଳ ଖଣିଜ ଭଣ୍ଡାର ନୁହେଁ, ଏହା ଜୀବନ, ଆସ୍ଥା ଓ ଭବିଷ୍ୟତର ଆଧାର। ସେହିପରି ଚିଲିକା ଅଞ୍ଚଳରେ ମତ୍ସ୍ୟଜୀବୀ ମହିଳାମାନେ ଜଳ ପ୍ରଦୂଷଣ ଓ ଅତ୍ୟଧିକ ବ୍ୟାପାରିକ ମାଛଧରା ବିରୋଧରେ ଆଜି ମଧ୍ୟ ସ୍ୱର ଉଠାଉଛନ୍ତି। ସେମାନଙ୍କ ପାଇଁ ପରିବେଶ ସୁରକ୍ଷା ମାନେ ଖାଲି ପରିବେଶ ନୁହେଁ, ପେଟର ଭାତ। ପରିବେଶ ସଂକଟ କେବଳ ଗଛ ଲଗାଇବା, କାଟିବା ବା ତଥ୍ୟ, ନୀତି କିମ୍ବା ବିଶ୍ୱସ୍ତରୀୟ ଲକ୍ଷ୍ୟ ନୁହେଁ; ଏହା ମାଟିରେ ବଞ୍ଚୁଥିବା ଲୋକଙ୍କ ଜୀବନର ସତ୍ୟ, ଦୈନନ୍ଦିନ ଜୀବନର ଦୁଃଖ। ଗ୍ରାମୀଣ ମହିଳା, ଆଦିବାସୀ, କୃଷକ ଓ କାରିଗରମାନଙ୍କ ସ୍ୱରରେ ଜଳବାୟୁ ପରିବର୍ତ୍ତନ, ଜଳ ସଂକଟ, ଜଙ୍ଗଲ ହ୍ରାସ ଓ ଜୀବିକା ସଙ୍କଟର ଅନୁଭୂତି ଲୁଚି ରହିଛି। ଯେତେବେଳେ ମାଟି, ଜଳ, ଜଙ୍ଗଲ ଓ ଦୈନନ୍ଦିନ ଜୀବନରୁ ଉଠୁଥିବା ସ୍ୱରକୁ ଶୁଣାଯାଏ, ପରିବେଶ ଆଲୋଚନା ବାସ୍ତବରେ ପରିବର୍ତ୍ତନଶୀଳ ହୁଏ। ମାଟିର ସତ୍ୟ ଓ ମାଟିର ମଣିଷଙ୍କ ସ୍ୱର ଯେପର୍ଯ୍ୟନ୍ତ ନୀତି ନିର୍ଦ୍ଧାରଣ ଓ କାର୍ଯ୍ୟଧାରାର ମୁଖ୍ୟ ଆଧାର ହେବ ନାହିଁ, ସେପର୍ଯ୍ୟନ୍ତ ଏହାର ସ୍ଥାୟୀ ସମାଧାନ ସମ୍ଭବ ନୁହେଁ। ପ୍ରକୃତିର ଅଭିଭାବକ, ଗ୍ରାମୀଣ ମହିଳା ମାଆମାନଙ୍କ ସ୍ୱରକୁ ନିର୍ଣ୍ଣୟ ପ୍ରକ୍ରିୟାର କେନ୍ଦ୍ରରେ ଯେ ପର୍ଯ୍ୟନ୍ତ ଅର୍ନ୍ତଭୁକ୍ତ ନ କରା ଯାଇଛି ସେ ପର୍ଯ୍ୟନ୍ତ ଜଳବାୟୁ ନ୍ୟାୟ (Climate Justice) ଅପୂର୍ଣ୍ଣ ରହିବ। Climate Justice can't exist without gender Justice. ଓଡ଼ିଶାରେ ଯୋଜନାର ଅଭାବ ନାହିଁ, ଜଳ ସଂରକ୍ଷଣ, ଜଙ୍ଗଲ ସୁରକ୍ଷା,ମହିଳା ସଶକ୍ତିକରଣ। କିନ୍ତୁ ପ୍ରଶ୍ନ ହେଉଛି, ଏହି ଯୋଜନା ତିଆରି ସମୟରେ ଗାଁର ଲୋକଙ୍କ ସହ କେତେ ଆଲୋଚନା ହୁଏ? ପାହାଡ, ଜଙ୍ଗଲ ଓ ନଦୀ ଆଖପାଖର ଅଧିବାସୀଙ୍କ ପାରମ୍ପାରିକ ଜ୍ଞାନ କୌଶଳ ଓ ଅଭିଜ୍ଞତାକୁ କେତେଦୂର ସ୍ଥାନିତ କରାଯାଏ? ଯଦି ନୀତି ମାଟିର ସତ୍ୟକୁ ଅନୁସରଣ କରେନାହିଁ, ସେ ନୀତି କାଗଜରେ ଭଲ ଦେଖାଯାଏ, କିନ୍ତୁ ବାସ୍ତବ ଜୀବନରେ କାମ କରେନାହିଁ। ପରିବେଶ ସୁରକ୍ଷା ଦିଗରେ ଯଦି ସତରେ ଚିନ୍ତା କରିବା ତେବେ ତେବେ ତାହା ଶୀତ ତାପ ନିୟନ୍ତ୍ରିତ ଅଫିସ ରୁମ୍ ରୁ ନୁହେଁ,ମାଟିରୁ ଆରମ୍ଭ ହେଉ। ମାଟିର ସ୍ୱର ଶୁଣିବା- ଏହା ଦୟା ନୁହେଁ, ଏହା ନ୍ୟାୟ। ଫୋ- ୯୪୩୮୨୭୨୧୫୨
କୁର୍ମି କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ବିରାଟ ମହିଳା ସମ୍ମିଳନୀ: ନାରୀ ଶିକ୍ଷା, ରୋଜଗାର ଉପରେ…
ଭଞ୍ଜନଗର,୨୭।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଚାଲିଥିବା ନିଖିଳ ଉତ୍କଳ କୁର୍ମି କ୍ଷତ୍ରୀୟ ପ୍ରଦେଶ ମହାସଭା ଶନିବାର ତୃତୀୟ ଦିବସରେ ପହଞ୍ଚିଛି। ରବିବାର ମହାସଭା ଉଦଯାପିତ ହେବ। ଏହା ପୂର୍ବରୁ ଶନିବାର ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ୱ ମହିଳା ପ୍ରତିନିଧି ଯୋଗ ଦେଇଥିଲେ। ଏହିଭଳି ମହିଳା ସମାବେଶ ରାଜ୍ୟରେ ପ୍ରଥମ ଥର ପାଇଁ ହୋଇଛି। ମହିଳା ମାନଙ୍କୁ ଶିକ୍ଷା, ରାଜନୀତି ପ୍ରମୁଖ […] The post କୁର୍ମି କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ବିରାଟ ମହିଳା ସମ୍ମିଳନୀ: ନାରୀ ଶିକ୍ଷା, ରୋଜଗାର ଉପରେ… appeared first on Dharitri Odia News .
ମହିଳାଙ୍କ ହାତରେ ପାୱାର, ଲେଖା ହେଉଛି ନାରୀ ସଶକ୍ତିକରଣର ନୂଆ ଇତିହାସ; ମହିଳାଙ୍କ ହାତରେ ଓଡ଼ିଶାର ବିକାଶ…
ଭୁବନେଶ୍ୱର: ମହିଳାଙ୍କ ହାତରେ ଶାସନ ଡୋରୀ । ଓଡ଼ିଶାରେ ହେଉଛି ମହିଳାଙ୍କ ଜୟ ଜୟ କାର। ଗୋଟିଏ ପରେ ଗୋଟିଏ ଉଚ୍ଚ ପଦବୀରେ ମହିଳାଙ୍କୁ ମିଳୁଛି ଅଗ୍ରାଧିକାର । ଯାହା ହେଇନଥିଲା ବିଜେଡି କାଳେ ତାହା ହେଉଛି ମୋହନ ସରକାରଙ୍କ ବେଳେ … କେବଳ କଥାରେ ନୁହେଁ କାମରେ କରି ଦେଖାଉଛନ୍ତି ବିଜେପି ସରକାର। ମହିଳା ସଶକ୍ତିକରଣର ନୂଆ ଇତିହାସ ଲେଖୁଛନ୍ତି ମୋହନ ସରକାର। ଓଡ଼ିଶାର ଶାସନ ଭାର ଏବେ ବିଜେପି ସରକାରଙ୍କ ହାତରେ। ସରକାରକୁ ଆସିବା […]
ରାଜଧାନୀରୁ ରାଉରକେଲା,ବାଲେଶ୍ବରରୁ ବାରିପଦା ; ସକାଳ ହେଉ କି ସଞ୍ଜ ନାରୀ ଏଠି ନୁହେଁ
କନକ ବ୍ୟୁରୋ : ଦୁଷ୍କର୍ମ କୁକର୍ମର ଅନ୍ୟ ନାଁ, ମାନବିକତାକୁ ମାରିଦେଉଥିବା ମହାମାରୀ । ମଣିଷକୁ ଦାନବ ବନାଉଥିବା ଏକ ବ୍ୟାଧି । ସହରରୁ ଗାଁ ଗହଳି, ମନ୍ଦିରରୁ ମାର୍କେଟ୍ ଆଉ ହସ୍ପିଟାଲରୁ ହୋଟେଲ୍... ଆଜି ସବୁଠି ସବୁଠି ନାରୀ ଅସୁରକ୍ଷିତ । ପ୍ରତିଦିନ ଦୁଷ୍କର୍ମ ଖବର ଦେଖାଇବା କେବଳ ଏକ ଖବର ନୁହେଁ, ଏହା ଆମ ସଭ୍ୟ ଓ ଶିକ୍ଷିତ ସମାଜ ପାଇଁ ସତର୍କ ଆଇନା । ଯେଉଁଠି ପୁରୁଷ ସହ ପାଦ ମିଳାଇ ମହିଳା ଚାଲୁଥିବା ନେଇ ଗର୍ବ କରୁଛେ ସେଠି ଆଜି ନାରୀ ଘରୁ ବାହାରିବାକୁ ବି ଭୟ କଲାଣି । କାରଣ ଆମେ ଭୁଲିଯାଉଛୁ, ସେ କାହାର ମା’, କାହାର ଭଉଣୀ ଆଉ କାହାର ଝିଅ ଟିଏ ହୋଇଥିବ । ଏସବୁ ବାଦ୍ ସେ ପ୍ରଥମେ ଗୋଟେ ମଣିଷ । ଭଗବାନ ନାରୀକୁ ସୁନ୍ଦରତାର ଶୀରୋମଣି କରି ଧରାକୁ ପଠାଇଛି । ତା’ ଦେହରେ ବି ଆମ ଭଳି ନାଲି ରକ୍ତ ବହୁଛି, ଆଘାତ ପାଇଲେ ତା’ ଲୋତକରୁ ଲୁହ ସହ ଲହୁ ଝରୁଛି । ଭଗବାନ ତାଙ୍କୁ ସିଂହବାହିନୀ ଭଳି ଶକ୍ତି ଦେଇଛନ୍ତି ତା’ ସହ ସହନଶୀଳତାର ଶୀର୍ଷକ ବି କରିଛନ୍ତି । ନାରୀ ସୁରକ୍ଷା ଆଜି ଗୋଟିଏ ଚିନ୍ତାର ବିଷୟ ନୁହେଁ, ଏହା ହେଉଛି ଆଧୁନିକ ସମାଜ ପାଇଁ ଏକ ଦାୟିତ୍ବ । ନିୟମ କାନୁନ ଅଛି, ଦଣ୍ଡ ବିଧାନ ଅଛି କିନ୍ତୁ କିଛି ଯୌନ ରାକ୍ଷସଙ୍କ ମନୋଭାବ ବଦଳୁନି । ସବୁଦିନ ଦୁଷ୍କର୍ମକାରୀ ମାନଙ୍କୁ ଜେଲରେ ବନ୍ଦୀ କରାଯାଉଛି ସତ କିନ୍ତୁ ସଭ୍ୟ ମଣିଷର ନିତି ନୈତିକତା ଆଜି ଯେମିତି ବନ୍ଦୀଶାଳାରୁ ମୁକ୍ତ ହୋଇଯାଇଛି । ଅଧିକ ପଢ଼ନ୍ତୁ--- ଧଉଳି ନାବାଳିକା ଗଣଦୁଷ୍କର୍ମ ଘଟଣା; ମୁଖ୍ୟ ଅଭିଯୁକ୍ତ ସତ୍ୟପ୍ରକାଶ ହାତୀ ଗିରଫ ଦୁଷ୍କର୍ମ ଯଦି ଗୋଟେ ରୋଗ ହୁଏ, ସେ ରୋଗ ଏବେ ମହାମାରୀର ରୂପ ନେବାରେ ଲାଗିଛି । ମଣିଷର ମନୋବୃତ୍ତିରେ ଧୀରେ ଧୀରେ ଦାଗ ଲଗାଇ ସମାଜକୁ କଳୁଷିତ କରିଚାଲିଛି । ଯଦି ଆମେ ଛୋଟବେଳୁ ଝିଅଟିକୁ ସତର୍କ ରହିବାକୁ ବାରମ୍ବାର କହୁଛେ ତା’ ହେଲେ ପୁଅକୁ କାହିଁକି ସମ୍ମାନ କରିବାକୁ ଶିଖାଯାଉନି? ହୁଏ ତ ମତଭେଦରୁ ଜନ୍ମ ନେଉଛି ଦୁଷ୍କର୍ମ, ଅସଭ୍ୟତା ଓ ନିର୍ଲଜ୍ଜତା । ଏବେ ନାରୀର ସୁରକ୍ଷା କେବଳ ପୁଲିସର ଦାୟିତ୍ୱ ନୁହେଁ, ଏହା ହେଉଛି ସମାଜର ଦାୟିତ୍ୱ । ଆମକୁ ବୁଝିବାକୁ ହେବ ଯେ ସମାଜରେ ନାରୀଙ୍କ ମର୍ଯ୍ୟାଦା ରକ୍ଷା କରିବା ମାନେ ମଣିଷପଣିଆକୁ ସମ୍ମାନ ଦେବା । ହଁ ସମାଜରେ ପରିବର୍ତ୍ତନ ସହ ଚିନ୍ତାଧାରା ବି ବଦଳିବା ଆଶବ୍ୟକ । କେବଳ ଆଇନ କାନୁନ ଦ୍ୱାରା ମନୋଭାବ ବଦଳିଯିବ ତା’ ନୁହେଁ ଏବେର ପିଢ଼ି ଓ ଆଗାମୀ ପିଢ଼ିଙ୍କୁ ଶିଖାଇବାକୁ ହେବ ଯେ ‘ସମ୍ମାନ ହେଉଛି ସିଲାବସର ପ୍ରଥମ ପାଠ’ ।
‘ଏ ସରକାର ପାଇଁ ନାରୀ ଗୋଟେ ବସ୍ତୁ’ | Odisha Reporter
‘ଏ ସରକାର ପାଇଁ ନାରୀ ଗୋଟେ ବସ୍ତୁ’-ଭକ୍ତ ଦାସ #odishareporter #bhubaneswar #odishapolitics #Congress Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter
Subhasita: ସୁଭାଷିତ: ଘରର ଘରଣୀ ହେଲେ ବି ନାରୀ ବନର ହରିଣୀ
ଘରର ଘରଣୀ ବାବୁ ବନର ହରିଣୀ ତୁ କିଂପାଇଂ ଲକ୍ଷ୍ମୀଙ୍କୁ ତେଜିଲୁ ଚକ୍ରପାଣି। –ବଳରାମ ଦାସ, ଲକ୍ଷ୍ମୀପୁରାଣ ମାର୍ଗଶିର ମାସ ଓଡ଼ିଶାରେ ଲକ୍ଷ୍ମୀପୂଜାର ମାସ। ଏହା ଓଡ଼ିଶା ର କୃଷିକାରୀ ସଂସ୍କୃତିର ଏକ ପବିତ୍ର ପର୍ବ। ଏହି ମାସର ଗୁରୁବାରଗୁଡ଼ିକରେ ଘରେ ଘରେ ଶୁକ୍ଳଧାନରେ ମାଣ ବସେ। ଏହା ଶସ୍ୟଲକ୍ଷ୍ମୀଙ୍କର ପୂଜା। ଏହି ଲକ୍ଷ୍ମୀପୂଜା ଅବସରରେ ଘରେ ଘରେ ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ ପାଠ ହୁଏ। କିନ୍ତୁ ଏଥି ନିମନ୍ତେ ବଜାରରେ ଯେଉଁ ‘ଲକ୍ଷ୍ମୀପୁରାଣ’ ଉପଲବ୍ଧ, ତାହା ଅତିମାତ୍ରାରେ ପ୍ରଦୂଷିତ। ଶତାବ୍ଦୀ ଶତାବ୍ଦୀ ଧରି ସେଥିରେ ଏତେ କଟା ଯୋଡ଼ା ହୋଇଛି ଯେ ସେଥିରୁ ବଳରାମ ଦାସଙ୍କ ମୂଳ ପାଠ ପ୍ରାୟ ହଜିଯାଇଛି। Odisha Assembly: ନବୀନ ଯେ ତାଙ୍କଠୁ ବୟସରେ ବଡ଼… ରାଷ୍ଟ୍ରପତି ହୋଇ ବି ମୁଣ୍ଡ ନୁଆଁଇ କଲେ ନମସ୍କାର, ଇତିହାସ ମନେରଖିବ ମହାମହିମଙ୍କ ମହନୀୟତା Imran Khan Death Mystery: ଇମ୍ରାନଙ୍କ ମୃତ୍ୟୁ ଗୁଜବକୁ ନେଇ ପାକିସ୍ତାନ ସଂସଦରେ ହଙ୍ଗାମା ଏହାର ଗୋଟିଏ ଉଦାହରଣ- ଶିବଙ୍କ ପ୍ରସଙ୍ଗ। ଯେତେବେଳେ ଜଗନ୍ନାଥ ଓ ବଳଭଦ୍ର ଦୁଇଭାଇ ଲକ୍ଷ୍ମୀ ଙ୍କ ଶାପ ଯୋଗୁଁ ଅନ୍ନ, ଜଳ ନ ପାଇ ଦ୍ବାରେ ଦ୍ବାରେ ବୁଲୁଥିଲେ, ସେତେବେଳେ ବଡ଼ଭାଇ ବଳରାମଙ୍କ ମୁଣ୍ଡକୁ ଗୋଟିଏ ବୁଦ୍ଧି ଜୁଟିଲା। ସେ ସାନଭାଇ ଜଗନ୍ନାଥଙ୍କୁ କହିଲେ- ହରି, ଶୁଣ୍। ଏଠି ଯଦି ଆମକୁ ଅନ୍ନ ଜଳ ମିଳୁନି, ତେବେ ଚାଲ୍, କପିଳାସପୁରକୁ ଯିବା। କଥାଟି ଜଗନ୍ନାଥଙ୍କ ମନକୁ ପାଇଲା। ଦୁହେଁ ମତ୍ସ୍ୟଦେଶ ଓ ଅଙ୍ଗଦେଶ ହୋଇ ଯାଇ ପହଞ୍ଚିଲେ କପିଳାସ ଭୁବନରେ। ସେଠି ପହଞ୍ଚି ଦୁହେଁ ଶିବଙ୍କୁ ନମସ୍କାର କଲେ। ତାଙ୍କର ସେହି ଦୁଃସ୍ଥ ଅବସ୍ଥା ଦେଖି ଶିବ ଜଗନ୍ନାଥଙ୍କୁ ପଚାରିଲେ- ହେ ଦାଶରଥି! ତୁ ଲକ୍ଷ୍ମୀଙ୍କୁ କାହିଁକି ଛାଡ଼ିଲୁ? ସିଏ ଏମିତି କି ଅପରାଧ କଲା କି? ଯାହା ହେଉପଛେ, ଭାରିଯାକୁ ଛାଡ଼ିବା ତୋ ପକ୍ଷେ ଉଚିତ ହେଲା ନାହିଁ। ଜଗନ୍ନାଥ ତାଙ୍କୁ କହିଲେ- ହେ ବିଶ୍ବନାଥ, ଶୁଣ। ସେ ଚଣ୍ଡାଳ ଦୁଆରେ ଉଭା ହୋଇଥିବା ଜାଣି ଭାଇ ବଳରାମ ସହି ପାରିଲେ ନାହିଁ। ତାଙ୍କୁ ଘରୁ ତଡ଼ି ଦେବାକୁ କହିଲେ। ଲକ୍ଷ୍ମୀ ଘର ଛାଡ଼ି ଯିବାବେଳେ ଆମକୁ ଶାପ ଦେଇଗଲେ। ଫଳରେ ଆମର ଏ ଅବସ୍ଥା ହେଲା।ତାହା ଶୁଣି, ଶିବ ତାଙ୍କୁ ଯାହା କହିଲେ, ତାହା ହିଁ ବଳରାମ ଦାସ ଏହି ‘ଲକ୍ଷ୍ମୀପୁରାଣ’ ରଚନା କରିବାର ମୂଳ ଉଦ୍ଦେଶ୍ୟ। ସେ କହିଲେ- ଲକ୍ଷ୍ମୀଙ୍କର ଗୋଟିଏ ନାମ ଦାରିଦ୍ର୍ୟଭଞ୍ଜନୀ। ସେ ସାହୁ (ଧନବାନ) ଲୋକକୁ ଦରିଦ୍ର ଓ ଦରିଦ୍ର ଲୋକକୁ ସାହୁ (ଧନବାନ) କରିପାରନ୍ତି। ଏଣୁ ମୁଁ ଯେଉଁଠାକୁ ଯାଏ, ମୋ ସାଙ୍ଗରେ ହୈମବତୀ ଦୁର୍ଗାଙ୍କୁ ନିଏ। ଏହା କହି, ପରିଶେଷରେ ସେ ଜଗନ୍ନାଥଙ୍କୁ ଉପରୋକ୍ତ କଥାଟି କହିଲେ। ତାହାର ଅର୍ଥ- ଶୁଣ୍ ଜଗନ୍ନାଥ! ଘରର ଘରଣୀ ବନର ହରିଣୀ ପରି। ସେ ଗୃହର ପରିସରରେ ଆବଦ୍ଧ ହେଲେ ମଧ୍ୟ, ବନର ହରିଣୀ ପରି ସ୍ବଚ୍ଛନ୍ଦ ବିହାରର ସ୍ବାଧୀନତା ତା’ର ରହିବା ଉଚିତ।ଏହା ନାରୀର ପରିସର ଓ ତାର ସ୍ବାଧିକାର ପ୍ରସଙ୍ଗରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।
ଭୁବନେଶ୍ବର: ବିଧାନସଭାର ଶୀତ ଅଧିବେଶନ ପାଇଁ ବିଜେଡି ଆଜି ରଣନୀତି ପ୍ରସ୍ତୁତ କରିଛି। ଶଙ୍ଖ ଭବନରେ ଅନୁଷ୍ଠିତ ବୈଠକରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଙ୍କ କହିଥିଲେ, ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଛି। ମହିଳାମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ କେନ୍ଦୁଝରଠାରୁ ଆରମ୍ଭ କରି ଖୋର୍ଦ୍ଧା ଓ କଟକ ଏସ୍ସିବି ମେଡିକାଲ କଲେଜରେ ନିକଟରେ ଘଟିଥିବା ନାରୀ ନିର୍ଯାତନା ଘଟଣା ପୀଡ଼ାଦାୟକ। ସରକାରଙ୍କ ଅପାରଗତା ପଦାରେ ପଡ଼ିଛି। କେତେ ଘଟଣା ପରେ ସରକାରର ନିଦ ଭାଙ୍ଗିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ। ଶାନ୍ତି ଓ ସଦ୍ଭାବ ପାଇଁ ସୁନାମ ଥିବା ଓଡିଶାରେ ସାଂପ୍ରଦାୟିକ ଉତ୍ତେଜନା ବଢ଼ିଚାଲିବା ବେଦନାଦାୟକ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଯୋଗଦେବେ ରାଷ୍ଟ୍ରପତି: ବିଧାନସଭାରେ ବିଧାୟକଙ୍କୁ ସମ୍ବୋଧିତ କରିବେ Assembly from today: ଆଜିଠାରୁ ବିଧାନସଭା: ୨୮ରେ ଅତିରିକ୍ତ ବଜେଟ ସେ ଆହୁରି କହିଥିଲେ, ନିକଟରେ କଟକ ଦୁର୍ଗାପୂଜାରେ ଘଟିଥିବା ଦଙ୍ଗା ଓଡ଼ିଶାର ମୁଣ୍ଡ ତଳକୁ କରିଛି। କେବଳ ସେତିକି ନୁହେଁ, ରାଜ୍ୟରେ ଚାଷୀ ଓ ମହିଳା ଦୁଃଖରେ ଅଛନ୍ତି। ସରକାର ଠିକ୍ ସମୟରେ ସାର ଦେଇପାରୁନାହାନ୍ତି। ମା’ମାନଙ୍କୁ ଋଣ ସହାୟତା ବି ନୁହେଁ। ଏହାର ଦୃଢ଼ ବିରୋଧ କରାଯିବ। ସେହିଭଳି ନିଯୁକ୍ତି ପରୀକ୍ଷା ତ୍ରୁଟିଶୂନ୍ୟ କରିପାରୁ ନାହାନ୍ତି। ଲୋେକ ସମ୍ମୁଖୀନ ହେଉଥିବା ଏସବୁ ପ୍ରସଙ୍ଗରେ ସରକାରଙ୍କୁ ଉତ୍ତରଦାୟୀ ହେବାକୁ ପଡ଼ିବ। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବରିଷ୍ଠ ବିଧାୟକ ଗଣେଶ୍ବର ବେହେରା ପ୍ରମୁଖ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବିରୋଧୀ ଦଳର ରଣନୀତି ଉପରେ ଆଲୋକପାତ କରିଥିଲେ।
ଲୁହ ଥିଲା ମିଛ –ଏବେ କେଉଁଠି ପୁରୁଷ ବନ୍ଧୁ,ବାଲେଶ୍ୱର ନାରୀ ସଂଘରେ ରହିଲେ ପୂଜା
ବାଲେଶ୍ୱର – ଆମେରିକାରୁ ମିଛ କହି , ବାହାନା କରି , ଫୋନ୍ରେ କାନ୍ଦି ଲୋକଙ୍କ ସହାନଭୂତି ନେବାକୁ ଚେଷ୍ଟା । ପରେ ଓଡ଼ିଶା ଫେରି କହିଲେ ପାଳିତ ମାଆ ଭଲ । ପ୍ରେମ ପାଇଁ ଆମେରିକାରୁ ଓଡ଼ିଶା ଆସିଥିଲେ । ହେଲେ ପୁରୁଷ ବନ୍ଧୁ ଦେଖା ହେବା ପାଇଁ ଆସି ନାହାନ୍ତି । ଏବେ ବାଲେଶ୍ୱର ନାରୀ ସଂଘରେ ପୂଜା ରହିବେ । ଜାଣନ୍ତୁ ପୂଜାଙ୍କ ସମ୍ପୂର୍ଣ୍ଣ କାହାଣୀ — ପୂଜା ଓରଫ ସେଜଲ ଙ୍କ […]
ସେନାରେ ବଢିବ ନାରୀ ଶକ୍ତିର ଭୂମିକା: ଟେରିଟୋରିଆଲ୍ ଆର୍ମିରେ ମହିଳା କ୍ୟାଡର୍ମାନଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଯୋଜନା
କନକ ବ୍ୟୁରୋ: ସେନାରେ ବଢିବ ନାରୀ ଶକ୍ତିର ଭୂମିକା । ଟେରିଟୋରିଆଲ୍ ଆର୍ମି ରେ ମହିଳା କ୍ୟାଡର୍ମାନଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଯୋଜନା । ମହିଳାଙ୍କୁ ସଶସ୍ତ୍ର ବଳଗୁଡ଼ିକରେ ପାଇଲଟ୍ ପ୍ରୋଜେକ୍ଟ ଭାବରେ ବିଚାର କରାଯାଥିବା ନେଇ ସୂଚନା ମିଳିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ବାଟାଲିଅନ୍କୁ ନିଯୁକ୍ତିକୁ ସୀମିତ ରଖାଯିବ । ପରବର୍ତ୍ତି ପର୍ଯ୍ୟାୟରେ ଅନ୍ୟ ବାଟାଲିୟନ ଗୁଡିକରେ ମଧ୍ୟ ମହିଳାଙ୍କୁ ନିଯୁକ୍ତି ମିଳିବ । ସଶସ୍ତ୍ର ବଳଗୁଡ଼ିକରେ ଅଧିକ ମହିଳାଙ୍କୁ ସାମିଲ କରିବା ଉପରେ ସରକାରଙ୍କ ଗୁରୁତ୍ୱ । ୧୫୦ ବର୍ଷ ହୋଇଯିବ ମଣିଷ ଜୀବନ! ଚୀନ୍ ତିଆରି କରୁଛି ଔଷଧ ସେନାରେ ବଢ଼ିବ ‘ନାରୀ ଶକ୍ତି’ ଟେରିଟୋରିଆଲ୍ ଆର୍ମିରେ ମହିଳା କ୍ୟାଡର୍ମାନଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଯୋଜନା ମହିଳାଙ୍କୁ ସଶସ୍ତ୍ର ବଳଗୁଡ଼ିକରେ ପାଇଲଟ୍ ପ୍ରୋଜେକ୍ଟ ଭାବରେ ନିଯୁକ୍ତି ପାଇଁ ବିଚାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ବାଟାଲିଅନ୍କୁ ନିଯୁକ୍ତିକୁ ସୀମିତ ରଖାଯିବ ପରବର୍ତ୍ତି ପର୍ଯ୍ୟାୟରେ ଅନ୍ୟ ବାଟାଲିୟନ ଗୁଡିକରେ ମଧ୍ୟ ମହିଳାଙ୍କୁ ନିଯୁକ୍ତି ମିଳିବ ସଶସ୍ତ୍ର ବଳଗୁଡ଼ିକରେ ଅଧିକ ମହିଳାଙ୍କୁ ସାମିଲ କରିବା ଉପରେ ସରକାରଙ୍କ ଗୁରୁତ୍ୱ ସେନାରେ ମହିଳାମାନଙ୍କ ପାଇଁ ଧୀରେ ଧୀରେ ଅଧିକ ସୁଯୋଗ ମିଳିବ ଅଗଷ୍ଟ ୧୮, ୧୯୪୮ରେ ଟେରିଟୋରିଆଲ୍ ଆର୍ମି ଆଇନ୍ ପ୍ରଣୟନ ସହିତ ଅସ୍ତିତ୍ୱକୁ ଆସିଥିଲା ଗଭର୍ଣ୍ଣର ଜେନେରାଲ୍ ସି ରାଜଗୋପାଳାଚାରୀ ଅକ୍ଟୋବର ୯, ୧୯୪୯ରେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ମହିଳାମାନେ ଭାରତୀୟ ସେନାରେ ୧୦ଟି ବିଭାଗ କାର୍ଯ୍ୟ କରୁଛନ୍ତି ପ୍ରାୟ ୫୦ ହଜାର ମହିଳା ଏବେ ସେନାରେ ନିଯୁକ୍ତ ଅଛନ୍ତି
ନାରୀ ଶକ୍ତିର ସହଯୋଗ ବିନା ରାଷ୍ଟ୍ରର ସ୍ଥିତି ଅସମ୍ଭବ, ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଦ୍ୱିତୀୟ ସନ୍ଧ୍ୟା
ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନାରୀ ହିଁ ଗର୍ଭଧାରଣୀ, ସନ୍ତାନ ସନ୍ତତି ସୃଷ୍ଟିକାରିଣୀ, ଶକ୍ତିମୟୀ ତଥା ପାଳନକର୍ତୀ। ସମଗ୍ର ମାନବ ସମାଜର ଅର୍ଦ୍ଧେକ ଅଂଶ ନାରୀ। ନାରୀ ଶକ୍ତି ବିନା ରାଷ୍ଟ୍ରର ବିକାଶ ଦୂରର କଥା ରାଷ୍ଟ୍ରର ସ୍ଥିତି ଅସମ୍ଭବବୋଲି ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆଠାରେ ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଦ୍ୱିତୀୟ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଭଦ୍ରକ ଭୂମିର ବିଶିଷ୍ଟ କବୀ ବିଦ୍ୟୁତପ୍ରଭା ସ୍ମୃତିରେ ଉତ୍ସର୍ଗୀତ ଏହି ସନ୍ଧ୍ୟାରେ ଓଡିଶା ତେଜସ୍ୱିନୀ ମହିଳା ସଂଗଠନ ସଭାନେତ୍ରୀ କଳ୍ପନା ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ଓ ସାଂସ୍କୃତିକ ସନ୍ଧ୍ୟାରେ ଓଡିଶା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭାନା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅଧିବକ୍ତା ତଥା ସେବା ନିବୃତ ପ୍ରାଧ୍ୟାପିକା ଡ. Continue reading ନାରୀ ଶକ୍ତିର ସହଯୋଗ ବିନା ରାଷ୍ଟ୍ରର ସ୍ଥିତି ଅସମ୍ଭବ, ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଦ୍ୱିତୀୟ ସନ୍ଧ୍ୟା
ନୂଆଦିଲ୍ଲୀ: ବିଶ୍ବକପ୍ ଜିତି ଇତିହାସ ରଚିଥିବା ଭାରତୀୟ ମହିଳା କ୍ରିକେଟ୍ ଦଳକୁ ବୁଧବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବାସଭବନରେ ଭେଟିଛନ୍ତି। ୭ ଲୋକମାନ୍ୟ ତିଳକ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ହର୍ମନ୍ପ୍ରୀତ୍ କୌରଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ପ୍ରଶିକ୍ଷକ ଅମୋଲ ମଜୁମ୍ଦାର୍ଙ୍କ ସହ ପହଞ୍ଚିବା ପରେ ମୋଦୀ ସେମାନଙ୍କୁ ପ୍ରଶଂସାରେ ପୋତି ଦେଇଥିଲେ। ସମସ୍ତଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଥିଲେ। ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନକୁ ଐତିହାସିକ ବୋଲି ବର୍ଣ୍ଣନା କରି ସେମାନଙ୍କୁ ବ୍ୟକ୍ତିଗତ ଭାବେ ଅଭିନନ୍ଦନ ଜଣାଇଥିଲେ। ବିଶେଷ କରି ଲଗାତାର ତିନିଟି ମ୍ୟାଚ୍ ହାରିବା ପରେ ଭାରତୀୟ କ୍ରିକେଟ୍ ଦଳ ଯେଭଳି ଭାବେ ଆତ୍ମବିଶ୍ବାସର ସହ ପ୍ରତ୍ୟାବର୍ତ୍ତନ କରି ବିଶ୍ବକପ୍କୁ ନିଜ ନାଁରେ କରିନେଲା, ତାହା କୋଟି କୋଟି ଭାରତୀୟଙ୍କ ପାଇଁ ପ୍ରେରଣାଦାୟକ ହୋଇ ରହିବ। ପ୍ରାରମ୍ଭିକ ବିଫଳତା ପରେ ଆପଣମାନେ କିଭଳି ଭାବେ ସାମାଜିକ ଗଣାମଧ୍ୟମରେ ଭୀଷଣ ଟ୍ରୋଲ୍ର ସମ୍ମୁଖୀନ ହୋଇଥିଲେ ସେ କଥା ମୁଁ ଜାଣିଛି। ତଥାପି ଅପୂର୍ବ ଏକାଗ୍ରତା ଦେଖାଇ ଆପଣମାନେ ଯେଭଳି ବିଶ୍ବକପ୍ ଜିତିଲେ, ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି କହିଥିଲେ ମୋଦୀ। ମୋଦୀ ଖୋଲା ହୃଦୟରେ ସମସ୍ତଙ୍କ ସହ ଜଣ ଜଣ କରି କଥା ହୋଇଥିଲେ। ଖେଳାଳିମାନେ ମଧ୍ୟ ତାଙ୍କ ସହ ଢେର୍ ସମୟ କଟାଇଥିଲେ। ସମସ୍ତଙ୍କ ମୁହଁରେ ଖୁସି ଓ ଗର୍ବର ଝଲକ ସ୍ପଷ୍ଟ ବାରି ହୋଇଥିଲା। ଏହା ପୂର୍ବରୁ ହର୍ମନ୍ପ୍ରୀତ୍ଙ୍କ ସେନା ଦିଲ୍ଲୀ ଯିବା ଲାଗି ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଶଂସକମାନେ ସେମାନଙ୍କୁ ଢୋଲ ବଜାଇ ସ୍ବାଗତ କରିଥିଲେ। ଏପରିକି ବାଦ୍ୟର ତାଳ ତାଳେ ଜେମିମା ରଡ୍ରିଗ୍ସ, ରାଧା ଯାଦବ ଓ ସ୍ନେହା ରାଣା ଖୁସିରେ ନାଚିବା ଆରମ୍ଭ କରି ଦେଇଥିଲେ। ସେହିଭଳି ଦିଲ୍ଲୀ ବିମାନବନ୍ଦର ଏବଂ ତାଜ୍ ପ୍ୟାଲେସ୍ ହୋଟେଲରେ ମଧ୍ୟ ଖେଳାଳିମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଖେଳାଳିମାନେ ଅପରାହ୍ଣ ୪ଟାରେ ହୋଟେଲ ଛାଡ଼ି ପାଖାପାଖି ୬ଟା ୪୫ରେ ମୋଦୀଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ଦିନକ ପରେ ଅର୍ଥାତ୍ ଗୁରୁବାର ଭାରତୀୟ ଖେଳାଳିମାନେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ହର୍ମନ୍ପ୍ରୀତ୍ଙ୍କ ବାହୁରେ ବିଶ୍ବକପ୍ ଚଣ୍ଡିଗଡ଼: ବିଶ୍ବକପ୍ ବିଜୟକୁ ସବୁଦିନ ପାଇଁ ସ୍ମରଣୀୟ କରିବା ଲାଗି ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟିକା ହର୍ମନ୍ପ୍ରୀତ୍ କୌର ନିଜ ବାହୁରେ ଏହାର ଚିତା କୁଟିଛନ୍ତି। ଏହି ବିଷୟ ସେ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରି ପ୍ରଶଂସକଙ୍କୁ ଜଣାଇଛନ୍ତି। ସୁନ୍ଦର ଟାଟୁର ଫଟୋ ମଧ୍ୟ ପ୍ରକାଶ କରିଛନ୍ତି। ଲେଖିଛନ୍ତି, ସବୁଦିନ ପାଇଁ ଏବେ ତୁମେ ମୋ ଚର୍ମ ଓ ହୃଦୟରେ। ଏଥିଲାଗି ପିଲାଟି ଦିନରୁ ପ୍ରତୀକ୍ଷା କରିଥିଲି। ଏବେ ସବୁଦିନ ସକାଳୁ ମୁଁ ତୁମକୁ ଦେଖିବି ଏବଂ କୃତଜ୍ଞ ରହିବି। ହର୍ମନ୍ପ୍ରୀତ୍ଙ୍କ ଭଳି ଭାରତୀୟ ଦଳର ତାରକା ଓପନର୍ ସ୍ମୃତି ମନ୍ଧାନା ମଧ୍ୟ ତାଙ୍କ ହାତରେ ବିଶ୍ବକପ୍ ଟାଟୁ କରିଥିବା ଜଣାପଡ଼ିଛି। ସେ ମଧ୍ୟ ଏହାର ଫଟୋ ନିଜ ଇନ୍ଷ୍ଟାଗ୍ରାମ୍ ପୃଷ୍ଠାରେ ଛାଡ଼ିଛନ୍ତି।
ସେ ଓଡ଼ିଶାର ହର୍ଡଲ୍ସ ରାଣୀ। ଟ୍ରାକ୍ ଓ ଫିଲ୍ଡରେ ତାଙ୍କ ସଫଳତାର ଫର୍ଦ ଲମ୍ବା। ତାଙ୍କ ବେକରେ ଅନେକ ସୁନା, ରୁପା ଓ ବ୍ରୋଞ୍ଜର ପଦକ। ତେବେ ପ୍ରଥମ ମହିଳା ଅଲିମ୍ପିଆନ୍ ଭାବେ ତାଙ୍କର ରହିଛି ସ୍ବତନ୍ତ୍ର ସମ୍ମାନ। ଶିରୋନାମ: ନାରୀ କ୍ରମରେ ଏଥର ସଫଳ ଆଥ୍ଲେଟ୍ ଅନୁରାଧା ବିଶ୍ବାଳ ଶହେ ମିଟର ବାଧା ଦୌଡ଼ ଆପଣଙ୍କର ପସନ୍ଦର ଇଭେଣ୍ଟ। ଏଇ ଦୌଡ଼ଟି ଆପଣ ବାଛିଲେ କାହଁିକି? ଉ: ମଁୁ ପ୍ରଥମେ ୧୦୦ ମିଟର, ୨୦୦ ମିଟର, ହାଇ ଜମ୍ପ୍, ଲଙ୍ଗ୍ ଜମ୍ପ୍ ପ୍ରଭୃତି ଖେଳୁଥିଲି। ସେ ସବୁରେ ମଁୁ ସଫଳ ହୋଇଛି। ଅନେକ ରାଜ୍ୟ ଓ ଜାତୀୟସ୍ତରୀୟ ପଦକ ମଧ୍ୟ ପାଇଛି। ହେଲେ ୧୯୮୭ରେ ଜଳନ୍ଧରରେ ଅନୁଷ୍ଠିତ ୧୦୦ ମିଟର ହର୍ଡଲ୍ସ ଜାତୀୟ ପ୍ରତିଯୋଗିତାରେ ପ୍ରଥମ ହୋଇଥିଲି ଏବଂ ରେକର୍ଡ ମଧ୍ୟ କରିଥିଲି। ସେଥିପାଇଁ ଭାବିଲି ଯେ ଏହି ଖେଳରେ ଦୌଡ଼ ଅଛି ଏବଂ ଜମ୍ପ୍ ବି ଅଛି। ଏଣୁ ଏହି ଇଭେଣ୍ଟରେ ଧ୍ୟାନକେନ୍ଦ୍ରିତ କଲି ଏବଂ ସୁନାମ ଅର୍ଜନ କରିଲି। ଆପଣ ଜଣେ ଧାବିକା; ମାତୃତ୍ବ ଆପଣଙ୍କ ଖେଳ ଜୀବନକୁ କିପରି ପ୍ରଭାବିତ କରିଛି? ସମସ୍ତେ ଭାବନ୍ତି ମା’ ହେଲାପରେ କ୍ୟାରିୟର୍ େଶଷ ହୋଇଯାଏ। କିନ୍ତୁ ମୋ କ୍ଷେତ୍ରରେ ମଁୁ କହିବି ମାତୃତ୍ବ ଲାଭ କରିବା ପରେ ମଁୁ ଟ୍ରାକ୍କୁ ଫେରି ୧୦୦ ମିଟର ହର୍ଡଲ୍ସରେ ସ୍ବର୍ଣ୍ଣପଦକ ବିଜୟିନୀ ହୋଇଥିଲି। ଏସିୟାନ୍ ଗେମ୍ସ, କମ୍ନୱେଲ୍ଥ ଗେମ୍ସ ଓ ସାଉଥ୍ ଏସିୟାନ୍ ପ୍ରଭୃତି ୧୦୦ ମିଟର ହର୍ଡଲ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲି। ତେବେ ଏସବୁ ସଫଳତା ରାତାରାତି ମିଳିନାହିଁ। ଏଥିପାଇଁ କଠିନ ପରିଶ୍ରମ କରିଛି। ମୋର ବାପାମାଆ, ଶାଶୂ, ଶଶୁର ବିଶେଷ କରି ମୋ ସ୍ବାମୀ ପରମାନନ୍ଦ ରାଉତରାୟ ମୋତେ ଖେଳିବା ପାଇଁ ଉତ୍ସାହିତ କରିଛନ୍ତି ଓ ଝିଅର ଦାୟିତ୍ବ ନେଇଛନ୍ତି। ଏଣୁ ମଁୁ କ୍ରୀଡ଼ାରେ ଧ୍ୟାନ ଦେଇପାରିଛି। ମୋର କର୍ମ େକ୍ଷତ୍ର ନାଲ୍କୋକୁ ଯେତେ ଧନ୍ୟବାଦ ଦେଲେ ବି କମ୍ େହବ। ମଁୁ ନିଶ୍ଚିତ ଭାବେ କହିପାରିବି ଯେ ଗୋଟେ ଝିଅ ମାତୃତ୍ବଲାଭ କଲାପରେ କେବେବି ପଛରେ ରହିଯିବା ଉଚିତ ନୁହେଁ ସେ ଆଗକୁ ବଢ଼ିବା ଦରକାର। ନିଷ୍ଠାର ସହ ପରିଶ୍ରମ କେଲ, ନିଶ୍ଚୟ ସଫଳତା ମିଳିବ। ୨୦୦୦ ମସିହାରେ ଆପଣ ପ୍ରତିଷ୍ଠା କରିଥିବା ୧୩:୩୮ ସେକେଣ୍ଡର ରେକର୍ଡ ୨୦୨୨ରେ ଭାଙ୍ଗିଲା। ଜ୍ୟୋଥି ୟାରଜୀ ୧୩:୨୩ ସେକେଣ୍ଡରେ ଆପଣଙ୍କୁ ଅତିକ୍ରମ କଲେ, ସେ ସମୟର ଅନୁଭବ କିପରି ଥିଲା? ମୋର ମନେଅଛି ମଁୁ ଯେତେବେଳେ ଏମ୍ଡି. ଭାଲ୍ସାମା ଓ ପରେପରେ ଦେବୀ ବୋଷଙ୍କ ରେକର୍ଡ ଭାଙ୍ଗିଥିଲି ସେତେବେଳେ ମୋତେ ବହୁତ ଖୁସି ଲାଗିଥିଲା। କାରଣ ଜାତୀୟସ୍ତରରେ ଖେଳୁଥିବା ପ୍ରିୟ ଖେଳାଳିମାନଙ୍କଠାରୁ ଆଗକୁ ଯିବାର ଖୁସି ନିଆରା। ଏଣୁ ଜ୍ୟୋଥି ୟାରଜୀ ଯେତେବେଳେ ଏହି ରେକର୍ଡ ଭାଙ୍ଗିଲେ ମୋ ଝିଅ ଆଶିଂକା ମତେ ଜଣେଇଲେ, ମଁୁ ପ୍ରଥମେ ଶୁଣି ଟିକେ ସ୍ତବ୍ଧ ହୋଇଗଲି ଏବଂ ବିଶ୍ବାସ କରିପାରିଲି ନାହିଁ। ପରବର୍ତ୍ତୀ ସମୟେର ଭାବିଲି ଜଣେ ଭାରତୀୟ ଝିଅ ରେକର୍ଡ କରି ଆନ୍ତର୍ଜାତିକ ସ୍ତରରେ ଏହାକୁ ଆହୁରି ଆଗକୁ ନେବେ। ଏହା ବ୍ୟକ୍ତିଗତ ଭାବରେ ମୋତେ ଆନନ୍ଦ ଦେଲା ଏବଂ ମଁୁ ଜ୍ୟୋଥି ୟାରଜୀ ଓ ତାଙ୍କ କୋଚ୍ ଜେମ୍ସଙ୍କୁ ଶୁଭେଚ୍ଛା ଜଣାଇଥିଲି। ରେକର୍ଡ କରିବା ଇଚ୍ଛାରେ ଯଦି ଆଜିର ଯୁବପିଢ଼ିମାନେ ଖେଳିବେ ତା’ହାଲେ ଆଗକୁ ଯାଇପାରିବେ ଏବଂ ଭାରତ ପାଇଁ ଗୌରବ ଆଣିବା ସହ ମେଡାଲ୍ ମଧ୍ୟ ଜିତିପାରିବେ। ସିଡ୍ନି, ଜାକର୍ତ୍ତା, ଶ୍ରୀଲଙ୍କା ଇତ୍ୟାଦି ସ୍ଥାନରେ ଆପଣ ଆନ୍ତର୍ଜାତିକସ୍ତରରେ ଓଡ଼ିଶାକୁ ପ୍ରତିନିଧିତ୍ବ କରିଛନ୍ତି। କେଉଁ ସ୍ଥାନର ସ୍ମୃତି ଆପଣଙ୍କ ପାଇଁ ସବୁଠୁ ମଧୁର ଓ ସ୍ମରଣୀୟ। ୨୦୦୬ରେ ଶ୍ରୀଲଙ୍କାରେ ଅନୁଷ୍ଠିତ ସାଉଥ୍ ଏସିଆନ୍ ଗେମସ୍ରେ ମଁୁ ପ୍ରଥମଥର ୧୦୦ ମିଟର ହର୍ଡଲ୍ସରେ ସ୍ବର୍ଣ୍ଣପଦକ ପାଇଲି। ଯେତେବେଳେ ମେଡାଲ୍ ଆଣିବା ପାଇଁ ମୋ ନାମ ଡକାଗଲା, ସେତେବେଳେ ଭାରତର ଜାତୀୟ ପତକା ଉଡ଼ିଲା ଓ ଜାତୀୟ ସଙ୍ଗୀତ ଗାନ ହେଲା। ଜଣେ ଖେଳାଳି ଭାବେ ବିଜୟର ସେହି ମୁହୂର୍ତ୍ତ ମୋ ପାଇଁ ଚିରସ୍ମରଣୀୟ ହୋଇରହିବ। ୨୦୦୦ ମସିହାରେ ଅଷ୍ଟ୍ରେଲିଆର ସିଡ୍ନିରେ ଅଲିମ୍ପିକ୍ସ ଆୟୋଜିତ ହୋଇଥିଲା ଏବଂ ମୁଁ ସେଥିରେ ଖେଳିବାକୁ ଯାଇଥିଲି। ଏତେ ବଡ଼ ଷ୍ଟାଡିଅମ୍ ଓ ତା’ ଭିତରେ ଭରପୂର ଦର୍ଶକମାନଙ୍କୁ ଦେଖି ସେତେବେଳେ ମୋତେ ବହୁତ ଖୁସି ଲାଗିଥିଲା। ତା’ ଛଡ଼ା ବଡ଼ ବଡ଼ ପ୍ରତିଯୋଗୀମାନଙ୍କୁ ଦେଖିବା ଏବଂ ତାଙ୍କ ସହିତ ଏକାଠି ବସି ଖାଇବା, ବସିବା ଓ ଗପସପ ହେବା ମୋ ପାଇଁ ଗୋଟିଏ ଅନନ୍ୟ ଅନୁଭୂତି ଥିଲା। ଏହା ବାଦ୍ ସେହି ଖେଳାଳିମାନେ କିଭଳି ଟ୍ରେନିଂ ନେଉଛନ୍ତି ତାହାକୁ ମୁଁ ଦେଖୁଥିଲି। ତେବେ ଅଲିମ୍ପିକ୍ସ ଖେଳି ଆସିବା ପରେ ମୋ ମନରେ ଖେଳ ପ୍ରତି ରହିଥିବା ଭୟ ସଂପୂର୍ଣ୍ଣ ଦୂରେଇ ଯାଇଥିଲା। କେବଳ ମୁଁ କାହିଁକି, ଯେ କୌଣସି ଖେଳାଳି ଅଲିମ୍ପିକ୍ସ ଖେଳିଥିବ ସେ କେବେହେଲେ ଅନ୍ୟ ଖେଳ ଖେଳିବାକୁ ଭୟ କରିବ ନାହିଁ। ଏହି ଖେଳାଳିମାନେ ପ୍ରତ୍ୟେକ ପ୍ରତିଯୋଗିତାରେ ଭାଗ ନେଇଥାନ୍ତି ଓ ସଫଳ ମଧ୍ୟ ହୋଇଥାନ୍ତି। ଆପଣଙ୍କ ଏକମାତ୍ର ଝିଅ ବି କ୍ରୀଡ଼ା ପ୍ରତି ରୁଚି ରଖନ୍ତି। ତାଙ୍କୁ ଓ କ୍ରୀଡ଼ାକୁ ନିଜର କ୍ୟାରିୟର୍ କରିବାକୁ ଚାହୁଥିବା ଝିଅମାନଙ୍କୁ ଜଣେ ଅନୁଭବୀ ଖେଳାଳି ଭାବରେ ଆପଣଙ୍କର ସଂକ୍ଷିପ୍ତ ମାର୍ଗଦର୍ଶନ କ’ଣ ରହିବ? ମୋ ଝିଅ ଆଂଶିକାର ସଟ୍ପୁଟ୍ ଓ ଡିସ୍କସ୍ ଥ୍ରୋରେ ରୁଚି ରହିଛି। ସେହି ଖେଳରେ ସେ ରାଜ୍ୟ ଓ ଜାତୀୟସ୍ତରରେ ପଦକ ବିଜେତା ମଧ୍ୟ ହେଲାଣି। ଫିନ୍ଲାଣ୍ଡରେ ଯୁରୋପିୟାନ୍ ସର୍କିଟ୍ରେ ସେ ରୌପ୍ୟପଦକ ପାଇଛି। ଝିଅମାନଙ୍କୁ କୌଣସି କ୍ଷେତ୍ରରେ କମ୍ ଭାବିବା ଉଚିତ ନୁହେଁ; ସେ କ୍ରୀଡ଼ା ହେଉ ବା ସାହିତ୍ୟ ସେମାନଙ୍କୁ ଆଗକୁ ଯିବାକୁ ସମସ୍ତେ ଉତ୍ସାହିତ କରିବା ଦରକାର। ପିଭି ସିନ୍ଧୁ, ସାଇନା ନେହାୱାଲ, ମେରି କମ୍ ପ୍ରଭୃତିଙ୍କ ରେକର୍ଡ ଦେଖି ଏବେର ଝିଅମାନେ ଖେଳିବା ପାଇଁ ଉତ୍ସାହିତ ହେଉଛନ୍ତି। ଏଣୁ ପରିବାର ଓ ସାଙ୍ଗସାଥୀ ଏଥିପାଇଁ ସ୍ବତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ, ତାହାଲେ ସେମାନେ ମଧ୍ୟ ଭବିଷ୍ୟତରେ ଭାରତ ପାଇଁ ଗୌରବ ଆଣିପାରିବେ। ମୋ ଝିଅ ଥ୍ରୋ ଇଭେଣ୍ଟର୍ ଓ ମୁଁ ଟ୍ରାକ୍ ଇଭେଣ୍ଟର୍; ଆମେ ଦୁହେଁ ମିଶି ଗୋଟିଏ କ୍ରୀଡ଼ା ଏକାଡେମୀ କରିବାକୁ ଭବିଷ୍ୟତରେ ଲକ୍ଷ୍ୟ ରଖିଛୁ। ଏଥିରେ ଆମେ ପିଲାମାନଙ୍କୁ ଟ୍ରେନିଂ ଦେବୁ ଏବଂ ସେମାନେ କିଭଳି ସଫଳ ହୋଇ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ତାହା ମୁଁ ଚାହୁଛି। ଏବେ ଆପଣ ନାଲ୍କୋରେ ଅଛନ୍ତି, ହକି ପ୍ରତି ଆପଣ ଆଗ୍ରହ ରଖୁଛନ୍ତି, ତେବେ ଭବିଷ୍ୟତ ପାଇଁ କ’ଣ ଯୋଜନା କରିଛନ୍ତି? ମୁଁ ଏବେ ନାଲ୍କୋରେ ସିନିଅର୍ ମ୍ୟାନେଜର୍ ଭାବେ କାର୍ଯ୍ୟ କରୁଛି। ନାଲ୍କୋ ମୋତେ ସହଯୋଗ କରୁଥିବାରୁ ମୁଁ ଆଜି ଏପର୍ଯ୍ୟନ୍ତ ଯାଇପାରିଛି। ନାଲ୍କୋର କର୍ମଚାରୀ ଭାବେ ମୁଁ ନିଜକୁ ଗର୍ବ ଅନୁଭବ କରେ। ତା’ଛଡ଼ା ଓଡ଼ିଶା ହକି ହବ୍ ଭାବେ ପରିଚିତ। ଓଡ଼ିଶା ହକି ୱାରିଅର୍ସର ମୁଁ ବ୍ରାଣ୍ଡ୍ ଆମ୍ବାସଡର୍ ରହିଥିଲି। ଆମର ଝିଅ ପ୍ରତିଯୋଗୀମାନେ ସେହି ହକି ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ। ତେବେ ପ୍ରତ୍ୟେକ ଖେଳରେ ଆମେ ରୁଚି ରଖିବା ଦରକାର। ଗୋଟିଏ ପିଲା ଯଦି ହକି ଖେଳିପାରୁଛି ତେବେ ସେ ଆଗକୁ ବହୁତ ଖେଳ ଖେଳିପାରିବ। ଆମ ସମୟରେ ତଥା ୩୦ ବର୍ଷ ତଳର କଥା। ପ୍ରୋତ୍ସାହନ ଅଭାବରୁ ସେତେବେଳେ ଝିଅମାନେ ଆଗକୁ ଆସିପାରୁ ନଥିଲେ। ମୁଁ ଚାହୁଛି, ଝିଅମାନେ ଆଗକୁ ଆସନ୍ତୁ ଓ ତାଙ୍କ ପରିବାର ତାଙ୍କୁ ସହଯୋଗ କରନ୍ତୁ।
ୱାଶିଂଟନ:ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କୁ ଜଣେ ଦକ୍ଷିଣ ଏସୀୟ ମହିଳା ତାଙ୍କ ଧର୍ମ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସଙ୍କ ସହ ତାଙ୍କର ଆନ୍ତଃଧର୍ମ ବିବାହ ଏବଂ ପ୍ରବାସନ ଉପରେ ଡୋନାଲ୍ଡ ଟ୍ରମ୍ପ୍ ପ୍ରଶାସନର ନୀତି ବିଷୟରେ ପ୍ରଶ୍ନ କରିଥିଲେ। ଭାନ୍ସ ତାଙ୍କ ପତ୍ନୀ ଉଷାଙ୍କୁ ଖ୍ରୀଷ୍ଟିଆନ୍ ଧର୍ମ ଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ ବୋଲି ତାଙ୍କ ବକ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଭାନ୍ସ ଏବେ ଏହି ବିଷୟ ସ୍ପଷ୍ଟୀକରଣ ଦେଇଛନ୍ତି। ସୋସିଆଲ ମିଡିଆରେ ଉଭୟଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ପ୍ରକାଶ ପାଇଛି। ଯେଉଁଥିରେ ବୁଧବାର ଦିନ ମିସିସିପି ବିଶ୍ୱବିଦ୍ୟାଳୟରେ ଏକ ଟର୍ନିଂ ପଏଣ୍ଟ ୟୁଏସଏ କାର୍ଯ୍ୟକ୍ରମରେ ବିନ୍ଦି ପିନ୍ଧିଥିବା ଜଣେ ମହିଳା ଭାନ୍ସଙ୍କୁ ଏକ ପ୍ରଶ୍ନ ପଚାରୁଥିବାର ଦେଖାଯାଇଛି। ଭାନ୍ସଙ୍କୁ ସମ୍ବୋଧିତ କରି ମହିଳା ଜଣକ କହିଥିଲେ, ଆପଣ ଯାହା କହିଛନ୍ତି, ମୁଁ ତାହା ସହିତ ସହମତ ନୁହେଁ, କିନ୍ତୁ ମୁଁ ଭାବୁନାହିଁ ଯେ, ଏଠାରେ ଏହା ଉପରେ ଆଲୋଚନା କରିବା ମୋର ଉଦ୍ଦେଶ୍ୟ। ଆହୁରି ପଢ଼ନ୍ତୁ: La-nina impact: ନଭେମ୍ବର ମାସରେ ଥଣ୍ଡା ପଡ଼ିବ ନା ଶୀତ ଫେରାର ହେବ ? IMD ଦେଲା ସୂଚନା ଜେଡି ଭାନ୍ସ ଉଷା ଭାନ୍ସଙ୍କ ସ୍ୱାମୀ ମହିଳା ଜଣକ କହିଥିଲେ ଯେ, ଭାନ୍ସ ଉଷା ଭାନ୍ସଙ୍କୁ ବିବାହ କରିଛନ୍ତି, ଯିଏ ଖ୍ରୀଷ୍ଟିଆନ ନୁହଁନ୍ତି ଏବଂ ଏକ ହିନ୍ଦୁ ପରିବାରରେ ପାଳିତ ହୋଇଛନ୍ତି। ସେ ପଚାରିଥିଲେ, ଆପଣ ଏକ ଆନ୍ତଃସାଂସ୍କୃତିକ ଏବଂ ଆନ୍ତଃଧର୍ମ ପରିବାରରେ ତିନିଟି ପିଲାଙ୍କୁ ପାଳନ କରୁଛନ୍ତି। ର ପିଲାମାନଙ୍କୁ କିପରି ପରିଚାଳନା କରୁଛନ୍ତି କିମ୍ବା ଶିଖାଉଛନ୍ତି ଯେ,ଆପଣଙ୍କର ଧର୍ମକୁ ସେମାନଙ୍କ ମାଆଙ୍କ ଧର୍ମ ଅପେକ୍ଷା ଆଗରେ ନ ରଖନ୍ତୁ? ଏହାକୁ କିପରି ସନ୍ତୁଳିତ କରୁଛନ୍ତି? ଉଷା ଏକ ହିନ୍ଦୁ ପରିବାରରେ ବଢ଼ିଥିଲେ ତାଙ୍କ ପରିବାର ବିଷୟରେ ଏକ ବ୍ୟକ୍ତିଗତ ପ୍ରଶ୍ନର ଉତ୍ତରରେ, ଭାନ୍ସ କହିଥିଲେ, ହଁ, ମୋ ସ୍ତ୍ରୀ ଖ୍ରୀଷ୍ଟିଆନ ଭାବରେ ପାଳିତ ହୋଇ ନଥିଲେ। ମୁଁ ଭାବୁଛି ଏହା କହିବା ଉଚିତ୍ ହେବ ଯେ, ସେ ଏକ ହିନ୍ଦୁ ପରିବାରରେ ପାଳିତ ହୋଇଥିଲେ। କିନ୍ତୁ ଏକ ବିଶେଷ ଧାର୍ମିକ ପରିବାରରେ ନୁହେଁ। ଆମେରିକାର ଉପରାଷ୍ଟ୍ରପତି କହିଥିଲେ, ଯେତେବେଳେ ସେ ଉଷାଙ୍କୁ ଭେଟିଥିଲେ, ସେମାନେ ଉଭୟ ନାସ୍ତିକ ଥିଲେ। ସେ କହିଥିଲେ, ଆମେ ବିବାହ କରିବା ପାଇଁ ଚିନ୍ତା କଲୁ। କାରଣ ସେ ମୋର ସବୁଠାରୁ ଭଲ ବନ୍ଧୁ ଥିଲେ। ଆମେ ପରସ୍ପର ସହିତ ଏହା ବିଷୟରେ କଥା ହୋଇଛି। ତେଣୁ ଆମେ ଆମର ପିଲାମାନଙ୍କୁ ଖ୍ରୀଷ୍ଟିଆନ ଭାବରେ ପାଳିତ କରିବାକୁ ନିଷ୍ପତ୍ତି ନେଇଛୁ। ଭାନ୍ସ କହିଛନ୍ତି ଯେ, ଉଷା ଅଧିକାଂଶ ରବିବାର ତାଙ୍କ ସହିତ ଚର୍ଚ୍ଚକୁ ଯାଆନ୍ତି। ଭାନ୍ସ ଏବଂ ମହିଳାଙ୍କ ମଧ୍ୟରେ କଥାବାର୍ତ୍ତା ସୋସିଆଲ ମିଡିଆରେ ପ୍ରକାଶ ପାଇଥିଲା ଏବଂ ଭାନ୍ସଙ୍କ ମନ୍ତବ୍ୟ ବ୍ୟାପକ ସମାଲୋଚନାର ଶିକାର ହୋଇଥିଲା। ଏହାର ଜବାବରେ, ଭାନ୍ସ ଶୁକ୍ରବାର ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ କହିଛନ୍ତି ଯେ, ଉଷାଙ୍କର ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବାର କୌଣସି ଯୋଜନା ନାହିଁ। ମୋ ସ୍ତ୍ରୀ ମୋ ଜୀବନର ସବୁଠାରୁ ଆଶ୍ଚର୍ଯ୍ୟଜନକ ଆଶୀର୍ବାଦ ଭାନ୍ସ ତାଙ୍କ ମନ୍ତବ୍ୟକୁ ସମାଲୋଚନା କରୁଥିବା ସୋସିଆଲ ମିଡିଆ ପୋଷ୍ଟଗୁଡ଼ିକର ଜବାବ ଦେଇ କହିଛନ୍ତି,ପ୍ରଥମେ, ମୋର ଆନ୍ତଃଧର୍ମ ବିବାହ ବିଷୟରେ ମୋ ବାମ ପାର୍ଶ୍ୱରେ ବସିଥିବା ଜଣେ ବ୍ୟକ୍ତିଙ୍କଠାରୁ ପ୍ରଶ୍ନ ଆସିଥିଲା। ମୁଁ ଜଣେ ସାଧାରଣ ବ୍ୟକ୍ତି, ଏବଂ ଲୋକମାନେ ଜିଜ୍ଞାସୁ, ତେଣୁ ମୁଁ ପ୍ରଶ୍ନକୁ ଏଡ଼ାଇ ଦେଇ ନଥିଲି। ସେ କହିଥିଲେ ଯେ ମୋ ସ୍ତ୍ରୀ ମୋ ଜୀବନର ସବୁଠାରୁ ଆଶ୍ଚର୍ଯ୍ୟଜନକ ଆଶୀର୍ବାଦ। ଧର୍ମ ପରିବର୍ତ୍ତନ କରିବାର କୌଣସି ଉଦ୍ଦେଶ୍ୟ ନାହିଁ ସେ କହିଥିଲେ, ମୋ ସ୍ତ୍ରୀ ଖ୍ରୀଷ୍ଟିଆନ ନୁହଁନ୍ତି ଏବଂ ତାଙ୍କର ଧର୍ମ ପରିବର୍ତ୍ତନ କରିବାର କୌଣସି ଉଦ୍ଦେଶ୍ୟ ନାହିଁ, କିନ୍ତୁ ଆନ୍ତଃଧର୍ମ ବିବାହ କିମ୍ବା ଯେକୌଣସି ଆନ୍ତଃଧର୍ମ ସମ୍ପର୍କରେ ଥିବା ଅନେକ ଲୋକଙ୍କ ପରି, ମୁଁ ଆଶା କରୁଛି ଯେ, ଦିନେ ସେ ମଧ୍ୟ ମୋ ପରି ସବୁକୁ ଦେଖିବେ। ତଥାପି, ମୁଁ ତାଙ୍କୁ ଭଲ ପାଇବା ଏବଂ ସମର୍ଥନ କରିବା ଜାରି ରଖିବି ଏବଂ ତାଙ୍କ ସହିତ ବିଶ୍ୱାସ, ଜୀବନ ଏବଂ ଅନ୍ୟ ସବୁକିଛି ବିଷୟରେ କଥା ହେବି, କାରଣ ସେ ମୋ ସ୍ତ୍ରୀ। ପ୍ରବାସ ନୀତି ଉପରେ ପ୍ରଶ୍ନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ପ୍ରବାସୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ମହିଳା ଜଣକ ପ୍ରଶାସନର ପ୍ରବାସ ନୀତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଏବଂ ଯେତେବେଳେ ଆପଣ ଏଠାରେ ଅତ୍ୟଧିକ ପ୍ରବାସୀ ବିଷୟରେ କଥା ହୁଅନ୍ତି, ସେତେବେଳେ ଆପଣ କେବେ ସେହି ସଂଖ୍ୟା ସ୍ଥିର କରିଥିଲେ? ଆପଣ ଆମକୁ ସ୍ୱପ୍ନ କାହିଁକି ଦେଖାଇଲେ? ଆପଣ ଆମକୁ ଆମର ଯୁବପିଢ଼ି, ଆମର ଧନସମ୍ପତ୍ତି ଏହି ଦେଶରେ ଖର୍ଚ୍ଚ କରିବାକୁ ବାଧ୍ୟ କଲେ ଏବଂ ଆମକୁ ଏକ ସ୍ୱପ୍ନ ଦେଖାଇଲେ ବୋଲି ସେ ପ୍ରଶ୍ନ କରିଥିଲେ। ମହିଳା ଜଣକ କହିଥିଲେ, ଆମେ ଯାହା କିଛି ହାସଲ କରିଛୁ ତାହା ପାଇଁ ଆମେ କଠିନ ପରିଶ୍ରମ କରିଛୁ, ତେବେ ଉପରାଷ୍ଟ୍ରପତି ଭାବରେ ଆପଣ କିପରି କହିପାରିବେ ଯେ ଏବେ ଆମ ମଧ୍ୟରୁ ବହୁତ ଲୋକ ଅଛନ୍ତି ଏବଂ ଆମେ ସେହି ଲୋକମାନଙ୍କୁ ବାହାର କରିଦେବୁ? ଆପଣ ଆମକୁ ରାସ୍ତା ଦେଖାଇଲେ, ଏବଂ ଏବେ ଆପଣ ଏହାକୁ କିପରି ବନ୍ଦ କରିପାରିବେ ଏବଂ କହିପାରିବେ ଯେ ଆମର ଏଠାରେ ଆଉ କୌଣସି ଅଧିକାର ନାହିଁ? ଆହୁରି ପଢ଼ନ୍ତୁ: Temple Accident Story: ୨୦ବର୍ଷରେ ଦେଶର ବିଭିନ୍ନ ମନ୍ଦିରରେ ଘଟିଛି ଛାତିଥରା ଦୁର୍ଘଟଣା ଭାନ୍ସ କହିତିଲେ ଯେ, ଆମେରିକା ଭବିଷ୍ୟତରେ ଏହାର ପ୍ରବାସ ସ୍ତର ହ୍ରାସ କରିବା ଉଚିତ୍, ଏବଂ ଏହି ସତ୍ୟକୁ ସମ୍ମାନ ଜଣାଇବା ଉଚିତ୍ ଯେ, ଏପରି ଲୋକ ଅଛନ୍ତି ଯେଉଁମାନେ ଆଇନଗତ ପ୍ରବାସ ପଥ ଦେଇ ଦେଶକୁ ଆସିଛନ୍ତି ଏବଂ ଏଥିରେ ଯୋଗଦାନ ଦେଇଛନ୍ତି। ସେ କହିଥିଲେ, ଅନେକ ଲୋକ ଆମେରିକାକୁ ଆସିବାକୁ ଚାହାନ୍ତି। ମୋର କାମ ହେଉଛି ସମଗ୍ର ବିଶ୍ୱର ସ୍ୱାର୍ଥ ନୁହେଁ, ବରଂ ଆମେରିକୀୟ ଲୋକଙ୍କ ଯତ୍ନ ନେବା।
Wedding-discrimination: ମୁସଲିମ୍ ବିବାହରେ ହିନ୍ଦୁ ଅତିଥିଙ୍କୁ ଖାଇବାକୁ ମନା କରାଗଲା
ବେଙ୍ଗାଲୁରୁ: କର୍ଣ୍ଣାଟକ ର ନେଲାମଙ୍ଗଳାରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହା ସାମାଜିକ ଏକତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଏକ ମୁସଲିମ୍ ପରିବାରରେ ବିବାହ ଉତ୍ସବ ହେଉଥିଲା, ସେହି ସମୟରେ ଜଣେ ହିନ୍ଦୁ ସେଠାରେ ଖାଇିବାକୁ ପହଞ୍ଚିଥିଲେ। ତେବେ ତାଙ୍କୁ ଭୋଜନ ଛାଡିବାକୁ କୁହାଯାଇଥିଲା। ଏନେଇ ଅନ୍ୟ ଜଣେ ବ୍ୟକ୍ତି ହିନ୍ଦୁ ବ୍ୟକ୍ତିଙ୍କୁ ବାହାରକୁ ଯିବାକୁ କହୁଥିବା ବ୍ୟକ୍ତିଙ୍କୁ ବିରୋଧ କରି ଭର୍ତ୍ସନା କରିଥିଲେ। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ବିଭିନ୍ନ ମନ୍ତବ୍ୟ ଦିଆଯାଇଛି। ରିପୋର୍ଟ ଅନୁସାରେ, ଏହି ଘଟଣା ନେଲାମଙ୍ଗଳାର ରାଜୁ ଇସଲାମପୁର ଅଞ୍ଚଳରେ ଘଟିଛି। ଯେଉଁଠାରେ ଏକ ମୁସଲିମ୍ ପରିବାରର ଏକ ବିବାହ ଆୟୋଜନ କରାଯାଇଥିଲା। ଲୋକମାନେ ଖାଇବା ପାଇଁ ଧାଡ଼ିରେ ଠିଆ ହୋଇଥିଲେ। ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ, ଅନେକ ଲୋକ ସ୍ୱାଦିଷ୍ଟ ଖାଦ୍ୟର ମଜା ନେଉଛନ୍ତି। ଏହି ସମୟରେ, ଜଣେ ହିନ୍ଦୁ ବ୍ୟକ୍ତି ତିଳକ ପିନ୍ଧି ସେଠାରେ ପହଞ୍ଚିଥିଲେ। ଆହୁରି ପଢ଼ନ୍ତୁ: Bihar Elections 2025: ମହିଳା ପ୍ରାର୍ଥୀଙ୍କ ଉପରେ ରାଜନୈତିକ ଦଳଙ୍କର ଭରସା ନାହିଁ, ମଇଦାନରେ ହାତଗଣତି ମହିଳା ଜଣେ ସମ୍ପର୍କୀୟ ନିମନ୍ତ୍ରଣ କରିଥିଲେ କୁହାଯାଉଛି ଯେ, ହିନ୍ଦୁ ବ୍ୟକ୍ତି ଜଣକ ବିନା ନିମନ୍ତ୍ରଣରେ ବିବାହ ଉତ୍ସବରେ ଯୋଗ ଦେଇ ନଥିଲେ। ସେ ଦାବି କରିଛନ୍ତି, ତାଙ୍କୁ କନ୍ୟାର ସମ୍ପର୍କୀୟ ନିମନ୍ତ୍ରଣ କରିଥିଲେ। ତେଣୁ ସେ ଭୋଜିରେ ଯୋଗ ଦେଇଥିଲେ। ଭୋଜି ସମୟରେ, ଯେତେବେଳେ ସେ ଖାଇବା ଟେବୁଲରେ ବସିଥିଲେ, ଖାଦ୍ୟ ପରିବେଷଣ କରୁଥିବା ବ୍ୟକ୍ତି ତାଙ୍କ ସହିତ ଖରାପ ବ୍ୟବହାର କରିବାକୁ ଲାଗିଲେ। ଖାଦ୍ୟ ପରିବେଷଣ କରୁଥିବା ବ୍ୟକ୍ତି କହିଥିଲେ, ଆମେ ତୁମକୁ ଖାଦ୍ୟ ପରିବେଷଣ କରିବୁ ନାହିଁ, ଉଠ। ସମସ୍ତେ ଜାଣିଥିଲେ ଯେ, ବ୍ୟକ୍ତି ଜଣକ ହିନ୍ଦୁ ଥିଲେ। ଖାଦ୍ୟ ପରିବେଷଣ କରୁଥିବା ବ୍ୟକ୍ତି କହିଥିଲେ, ଆମେ ହିନ୍ଦୁମାନଙ୍କୁ ଖାଦ୍ୟ ପରିବେଷଣ କରିବୁ ନାହିଁ, ଏଠାରୁ ଉଠିଯାଅ। ଅନ୍ୟ ଜଣେ ବ୍ୟକ୍ତି ଆପତ୍ତି କରିଥିଲେ ଯେତେବେଳେ ଖାଦ୍ୟ ପରିବେଷଣ କରୁଥିବା ବ୍ୟକ୍ତି ହିନ୍ଦୁ ବ୍ୟକ୍ତିଙ୍କୁ ଅପମାନିତ କରୁଥିଲେ, ସେତେବେଳେ ସେଠାରେ ଉପସ୍ଥିତ ଅନ୍ୟ ଜଣେ ବ୍ୟକ୍ତି ଏଭଳି ଖରାପ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଭର୍ସନା କରିଥିଲେ ଏବଂ ତାଙ୍କ ଆଚରଣକୁ କଡ଼ା ନିନ୍ଦା କରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଅନ୍ୟ ଜଣେ ବ୍ୟକ୍ତି କହିଥିଲେ, ଏପରି କରନାହିଁ। ଯେଉଁମାନେ ଖାଇବାକୁ ବସିଛନ୍ତି ସେମାନଙ୍କୁ ଉଠାଇବା ଠିକ୍ ନୁହେଁ। ସେ କହିଥିଲେ, ଏହା ସମ୍ପୂର୍ଣ୍ଣ ଅମାନବୀୟ। ସେ କଡ଼ା ଶବ୍ଦରେ କହିଥିଲେ, ଯଦି ଆପଣଙ୍କର ହିନ୍ଦୁ ବ୍ୟକ୍ତି ସହିତ ଏପରି ସମସ୍ୟା ଅଛି, ତେବେ ଆପଣଙ୍କୁ ପ୍ରଥମେ ତାଙ୍କୁ ନିମନ୍ତ୍ରଣ କରିବା ଉଚିତ୍ ନଥିଲା। ସେ କହିଥିଲେ, ଆମେ ମଧ୍ୟ ତୁମର ଭାଇ ଭଉଣୀ ଏବଂ ନିର୍ଦ୍ଦୋଷ। ଜଣଙ୍କୁ ଏପରି ଖାଇବାକୁ ନିମନ୍ତ୍ରଣ କରି ଖାଇବା ଟେବୁଲରୁ ଉଠାଇବା ଠିକ୍ ନୁହେଁ। ଆହୁରି ପଢ଼ନ୍ତୁ: Heart Attack Death: ଦୃଦ୍ଘାତର ଶିକାର ହୋଇ ଉପସ୍ଥିତ ବୁଦ୍ଧି ଲଗାଇଲେ ବସ୍ ଡ୍ରାଇଭର, ବର୍ତ୍ତିଗଲେ ଯାତ୍ରୀ
ୱାଶିଂଟନ: ପୂର୍ବତନ ଆମେରିକୀୟ ଦକ୍ଷିଣପନ୍ଥୀ କର୍ମୀ ଚାର୍ଲି କିର୍କଙ୍କ ହତ୍ୟାର ପ୍ରାୟ ଦୁଇ ମାସ ପରେ, ତାଙ୍କ ପତ୍ନୀ ଏରିକା କିର୍କ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। କିର୍କଙ୍କ ବିଧବା ପତ୍ନୀ ଏରିକା, ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କୁ ତାଙ୍କ ସ୍ୱାମୀଙ୍କ ପରି ବର୍ଣ୍ଣନା କରିଛନ୍ତି। ଟିପିୟୁଏସଏ କାର୍ଯ୍ୟକ୍ରମରେ ଭାଷଣ ଦେଇ ଏରିକା କହିଛନ୍ତି, “କେହି କେବେ ମୋ ସ୍ୱାମୀଙ୍କ ସ୍ଥାନ ନେଇପାରିବେ ନାହିଁ, କିନ୍ତୁ ଜେ.ଡି. (ଭାନ୍ସ) ସହିତ କିଛି ସମାନ।” ଏହି ବୟାନ ସୋସିଆଲ ମିଡିଆରେ […]
ହେ ସମୟ, ମୋତେ ଥରେ ଶିଖେଇ ଦିଅନ୍ତନି ବାରମ୍ବାର ମୁଖା ବଦଳାଇବାର କଳା, ଅନ୍ତରେ ଲୁଚାଇ ବିଷ The post ମୁଖା ବଦଳି ଯାଏ appeared first on ଆମେ ଓଡ଼ିଆ .
ପରିବେଶ ହେଉଛି ଆମ ଜୀବନର ମୂଳାଧାର । ଏହା କେବଳ ଆମ ବର୍ତ୍ତମାନ ପାଇଁ ନୁହେଁ, ବରଂ ଆମର ଭବିଷ୍ୟତ ପିଢ଼ି ପାଇଁ ମଧ୍ୟ ଏକ ଅମୂଲ୍ୟ ସମ୍ପଦ । The post ପରିବେଶ ସୁରକ୍ଷାର ମହତ୍ତ୍ୱ appeared first on ଆମେ ଓଡ଼ିଆ .
ପ୍ରଖ୍ୟାତ ଇଞ୍ଜିନିୟର ଭାରତରତ୍ନ ମୋକ୍ଷଗୁଣ୍ଡମ ବିଶ୍ଵେଶ୍ଵରାୟା
କେବଳ ବିଶ୍ଵେଶ୍ଵରାୟାଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ନୁହେଁ, ବରଂ ଇଞ୍ଜିନିଅର ଦିବସ ପାଳନ ହେଉଛି ରାଷ୍ଟ୍ର ନିର୍ମାଣ ନିମନ୍ତେ ସମଗ୍ର ଇଞ୍ଜିନିୟର ସମାଜର ଥିବା ଉତ୍ସର୍ଗୀକୃତ ଅବଦାନର ସ୍ୱୀକୃତି । The post ପ୍ରଖ୍ୟାତ ଇଞ୍ଜିନିୟର ଭାରତରତ୍ନ ମୋକ୍ଷଗୁଣ୍ଡମ ବିଶ୍ଵେଶ୍ଵରାୟା appeared first on ଆମେ ଓଡ଼ିଆ .
ଦୁଃସାହସିକ ଖେଳକସରତକାରୀ ଭଳି ଆମେ ସମତାଳରେ ତଳକୁ ଓହ୍ଳାଇଗଲୁ । ବୁଦା ଡେଇଁ ମାଦାମା ଲେନ ଦେଇ ଘରକୁ ଦୌଡ଼ିଲୁ । ଅବଶ୍ୟ ଆମ ଗତିରେ ଥିଲା ନିରୀହ ମନ୍ଥରତା, ବାଧ୍ୟବାଧ୍ୟକତାରେ । ରାସ୍ତାମୋଡ଼ରେ ଆମେ ଭାପ୍ପାଙ୍କୁ ଭେଟିଲୁ । The post ଛୋଟ ସହରର ସମୁଦ୍ର appeared first on ଆମେ ଓଡ଼ିଆ .
ଜନସମୂହର କୌଣସି ଜଣଙ୍କର ରାଷ୍ଟ୍ରୀୟ ସ୍ତରରେ କୌଣସି ସମସ୍ୟା ଜନିତ କ୍ଳେଶ ଅନୁଭୂତ ହେବ ତାହା ମୋର ବି ଚିନ୍ତା ଓ ଦୁଃଖର ବିଷୟ ହେବ । ରାଷ୍ଟ୍ର ହିତରେ ମୋର ହିତ । ରାଷ୍ଟ୍ରର ସ୍ୱାତନ୍ତ୍ର୍ୟ ରକ୍ଷା ହେବ ଏହି ପ୍ରକାର ଭାବନା ହୃଦୟରେ ଉତ୍ପନ୍ନ ହୁଏ । The post କାରାଗାରରେ ସାବରକରଜୀଙ୍କ ବ୍ୟବହାର appeared first on ଆମେ ଓଡ଼ିଆ .
ଫେରି ଆସନ୍ତା କି ମୋ ପିଲା ଦିନ ବୋଉ କୋଳେ ବସି ଅଝଟ କରିଲେ ଖୋଇ ସେ ଦିଅନ୍ତା ଦେଖାଇ ଜହ୍ନ ମୁଖେ ଦେଇ ଚୁମ୍ବନ ।। The post ଫେରି ଆସନ୍ତା କି ମୋ ପିଲା ଦିନ appeared first on ଆମେ ଓଡ଼ିଆ .
କେତେଦିନ ଆଉ ଏକା ଏକା ଚଳିବୁ ? ବାହା ହୋଇପଡୁନୁ । ବାମନାର ସର୍ବାଙ୍ଗରେ ଶିହରଣ ଖେଳିଗଲା । ଆଗ୍ରହରେ କହିଲା, “ ମୁଁ କ'ଣ କେବେ ମନା କରିଛି କିଲୋ ଲବଙ୍ଗ ? ତୁ... ତୁ.. The post ନଷ୍ଟ ଲବଙ୍ଗ appeared first on ଆମେ ଓଡ଼ିଆ .
ଅପେକ୍ଷା... ଏକ ଶେଷହୀନ ସମ୍ମୋହନ-ଆଦିମ ସତ୍ୟକୁ ଅସରନ୍ତି ଶୋଷର ହିଲ୍ଲୋଳ ଚୁମୁଛି ସ୍ଵେଦ ଓ ଶ୍ରମର କେଉଁ ଉହାଡରୁ । The post ଫୁଲବର୍ଷାର ରାତି appeared first on ଆମେ ଓଡ଼ିଆ .
କନକ ବ୍ୟୁରୋ : ଦୁଷ୍କର୍ମ କୁକର୍ମର ଅନ୍ୟ ନାଁ, ମାନବିକତାକୁ ମାରିଦେଉଥିବା ମହାମାରୀ । ମଣିଷକୁ ଦାନବ ବନାଉଥିବା ଏକ ବ୍ୟାଧି । ସହରରୁ ଗାଁ ଗହଳି, ମନ୍ଦିରରୁ ମାର୍କେଟ୍ ଆଉ ହସ୍ପିଟାଲରୁ ହୋଟେଲ୍... ଆଜି ସବୁଠି ସବୁଠି ନାରୀ ଅସୁରକ୍ଷିତ । ପ୍ରତିଦିନ ଦୁଷ୍କର୍ମ ଖବର ଦେଖାଇବା କେବଳ ଏକ ଖବର ନୁହେଁ, ଏହା ଆମ ସଭ୍ୟ ଓ ଶିକ୍ଷିତ ସମାଜ ପାଇଁ ସତର୍କ ଆଇନା । ଯେଉଁଠି ପୁରୁଷ ସହ ପାଦ ମିଳାଇ ମହିଳା ଚାଲୁଥିବା ନେଇ ଗର୍ବ କରୁଛେ ସେଠି ଆଜି ନାରୀ ଘରୁ ବାହାରିବାକୁ ବି ଭୟ କଲାଣି । କାରଣ ଆମେ ଭୁଲିଯାଉଛୁ, ସେ କାହାର ମା’, କାହାର ଭଉଣୀ ଆଉ କାହାର ଝିଅ ଟିଏ ହୋଇଥିବ । ଅଧିକ ପଢ଼ନ୍ତୁ... ପୁଲିସ ବିରୋଧରେ ପୁଲିସର ଦୁଷ୍କର୍ମ ଅଭିଯୋଗ ମାମଲା ଏସବୁ ବାଦ୍ ସେ ପ୍ରଥମେ ଗୋଟେ ମଣିଷ । ଭଗବାନ ନାରୀକୁ ସୁନ୍ଦରତାର ଶୀରୋମଣି କରି ଧରାକୁ ପଠାଇଛି । ତା’ ଦେହରେ ବି ଆମ ଭଳି ନାଲି ରକ୍ତ ବହୁଛି, ଆଘାତ ପାଇଲେ ତା’ ଲୋତକରୁ ଲୁହ ସହ ଲହୁ ଝରୁଛି । ଭଗବାନ ତାଙ୍କୁ ସିଂହବାହିନୀ ଭଳି ଶକ୍ତି ଦେଇଛନ୍ତି ତା’ ସହ ସହନଶୀଳତାର ଶୀର୍ଷକ ବି କରିଛନ୍ତି । ନାରୀ ସୁରକ୍ଷା ଆଜି ଗୋଟିଏ ଚିନ୍ତାର ବିଷୟ ନୁହେଁ, ଏହା ହେଉଛି ଆଧୁନିକ ସମାଜ ପାଇଁ ଏକ ଦାୟିତ୍ବ । ନିୟମ କାନୁନ ଅଛି, ଦଣ୍ଡ ବିଧାନ ଅଛି କିନ୍ତୁ କିଛି ଯୌନ ରାକ୍ଷସଙ୍କ ମନୋଭାବ ବଦଳୁନି । ସବୁଦିନ ଦୁଷ୍କର୍ମକାରୀ ମାନଙ୍କୁ ଜେଲରେ ବନ୍ଦୀ କରାଯାଉଛି ସତ କିନ୍ତୁ ସଭ୍ୟ ମଣିଷର ନିତି ନୈତିକତା ଆଜି ଯେମିତି ବନ୍ଦୀଶାଳାରୁ ମୁକ୍ତ ହୋଇଯାଇଛି । ଦୁଷ୍କର୍ମ ଯଦି ଗୋଟେ ରୋଗ ହୁଏ, ସେ ରୋଗ ଏବେ ମହାମାରୀର ରୂପ ନେବାରେ ଲାଗିଛି । ମଣିଷର ମନୋବୃତ୍ତିରେ ଧୀରେ ଧୀରେ ଦାଗ ଲଗାଇ ସମାଜକୁ କଳୁଷିତ କରିଚାଲିଛି । ଯଦି ଆମେ ଛୋଟବେଳୁ ଝିଅଟିକୁ ସତର୍କ ରହିବାକୁ ବାରମ୍ବାର କହୁଛେ ତା’ ହେଲେ ପୁଅକୁ କାହିଁକି ସମ୍ମାନ କରିବାକୁ ଶିଖାଯାଉନି? ହୁଏ ତ ମତଭେଦରୁ ଜନ୍ମ ନେଉଛି ଦୁଷ୍କର୍ମ, ଅସଭ୍ୟତା ଓ ନିର୍ଲଜ୍ଜତା । ଏବେ ନାରୀର ସୁରକ୍ଷା କେବଳ ପୁଲିସର ଦାୟିତ୍ୱ ନୁହେଁ, ଏହା ହେଉଛି ସମାଜର ଦାୟିତ୍ୱ । ଆମକୁ ବୁଝିବାକୁ ହେବ ଯେ ସମାଜରେ ନାରୀଙ୍କ ମର୍ଯ୍ୟାଦା ରକ୍ଷା କରିବା ମାନେ ମଣିଷପଣିଆକୁ ସମ୍ମାନ ଦେବା । ହଁ ସମାଜରେ ପରିବର୍ତ୍ତନ ସହ ଚିନ୍ତାଧାରା ବି ବଦଳିବା ଆଶବ୍ୟକ । କେବଳ ଆଇନ କାନୁନ ଦ୍ୱାରା ମନୋଭାବ ବଦଳିଯିବ ତା’ ନୁହେଁ ଏବେର ପିଢ଼ି ଓ ଆଗାମୀ ପିଢ଼ିଙ୍କୁ ଶିଖାଇବାକୁ ହେବ ଯେ ‘ସମ୍ମାନ ହେଉଛି ସିଲାବସର ପ୍ରଥମ ପାଠ’ ।
ପଇଁତିରିଶ ବର୍ଷ ତଳେ ଚାଇନାର ଜଣେ ଝିଅ ଓଡ଼ିଆ ପୁଅକୁ ବାହାହୋଇ ଗୋଟିଏ ଏକାନ୍ନବର୍ତ୍ତୀ ପରିବାରକୁ ଆସନ୍ତି। ଓଡ଼ିଶାର ଖାଦ୍ୟ, ବସ୍ତ୍ର, ସଂସ୍କୃତି, ପରମ୍ପରାକୁ ଆଗ୍ରହରେ ଆପଣେଇ ନିଅନ୍ତି। ଓଡ଼ିଆ ଭାଷା ସହିତ ଆଉ କେତୋଟି ଭାରତୀୟ ଭାଷା ଶିଖନ୍ତି। ବାଣୀବିହାରରେ ଅଧ୍ୟାପନା କରନ୍ତି ଏବଂ ବ୍ୟବସାୟ ପ୍ରତି ଆଗ୍ରହୀ ହୋଇ ଅଧୁନା ଏକ ସଫଳ ବ୍ୟବସାୟୀ ଭାବେ ଭାରତ ଓ ଚାଇନା ଭିତରେ ସଂଯୋଗ ସେତୁ ଭାବରେ କାମ କରୁଛନ୍ତି ମାଓ ୱାନ୍ ଚୁଁଇ ଆପଣ ଚୀନ୍ର ଝିଅ ଓଡ଼ିଶାର ବୋହୂ। ବିବାହ ପରେ ଚୀନ୍ର ଜଣେ ନାରୀର ଜୀବନ ଏବଂ ଓଡ଼ିଶାର ଜଣେ ବୋହୂର ଜୀବନ ଭିତରେ କ’ଣ ପାର୍ଥକ୍ୟ ଅନୁଭବ କରିଛନ୍ତି? ମୁଁ ୧୯୯୦ ମସିହାରେ ଓଡ଼ିଆ ଘରର ବୋହୂ ହୋଇ ଆସିଲି। ମୁଁ ଏଠିକି ଯେତେବେଳେ ବୋହୂ ହୋଇ ଆସିଲି ମୋର ସୌଭାଗ୍ୟ ଯେ ମୋ ଶାଶୂଶ୍ୱଶୁର ଆଧୁନିକ ଓ ପ୍ରଗତିଶୀଳ। ତାଙ୍କର ବୃହତ୍ତର ପରିବାର ଓ ଆତ୍ମୀୟମାନେ ରକ୍ଷଣଶୀଳ ହେଲେ ମଧ୍ୟ ଉଦାର ଓ ସ୍ନେହୀ। ତା’ ଛଡ଼ା ଏଠି ଜନସାଧାରଣ ମୋତେ ଏତେ ସ୍ନେହ ଓ ସମ୍ମାନ ଦେଉଥିଲେ ଯେ ମୋର ଘରେ କିମ୍ବା ବାହାରେ ଚଳିବାରେ ବିଶେଷ କିଛି ଅସୁବିଧା ହେଉ ନଥିଲା। ଚୀନ୍ରେ କି ପୁଅ, କି ଝିଅ ତାକୁ ସ୍ୱାଧୀନ ଭାବେ ଗୋଟିଏ ବୃତ୍ତି ଆଦରି ନେବାକୁ ହେବ- ଏହା ସରକାରୀ ନୀତି ଓ ସାମାଜିକ ଚଳଣି ମାଧ୍ୟମରେ ପିଲାବେଳୁ ମୁଣ୍ଡରେ ଭର୍ତ୍ତି କରି ଦିଆଯାଇଥାଏ। ଚୀନ୍ରେ ଯୌତୁକପ୍ରଥା ନାହିଁ। ତେଣୁ ଝିଅକୁ କେହି ବୋଝ ବୋଲି ଭାବେ ନାହିଁ। ଭାରତରେ ଅନେକ ପରିବାରରେ ଝିଅ ପଦାକୁ ଗୋଡ଼ କାଢ଼ିବାକୁ ବାରଣ କରାଯାଏ। ଶିକ୍ଷାଦାନ କ୍ଷେତ୍ରରେ ମଧ୍ୟ ପୁଅ-ଝିଅଙ୍କ ଭିତରେ ତଳ ସ୍ତରରେ ବାରଣ ରହିଥିବା ଶୁଣିଛି। ଏସବୁ ଶୀଘ୍ର ଦୂର ହେବା ଉଚିତ। ବିବାହ କ୍ଷେତ୍ରରେ ଜାତିଆଣଭାବ ଓ ଯୌତୁକପ୍ରଥା ରହିବା ଉଚିତ ନୁହେଁ। ଆପଣ ଚୀନା ଭାଷା ବ୍ୟତୀତ ଓଡ଼ିଆ ସମେତ ଆଉ କେତୋଟି ଭାରତୀୟ ଭାଷା ଅଳ୍ପ ବହୁତ ଶିଖି ପାରିଛନ୍ତି। ଆପଣ ଉତ୍କଳ ବିଶ୍ୱବିଦ୍ୟାଳୟରେ କିଛି କାଳ ଚୀନା ଭାଷା ଶିକ୍ଷା ଦେଉଥିଲେ। ଆପଣ ଓଡ଼ିଆ ଶିଖିଲା ପରି ଓଡ଼ିଆ ପିଲାଏ ଚୀନା ଭାଷା ଶିଖିପାରିଲେ କି? ମୋର ଓଡ଼ିଶା ଆଗମନ କେବଳ ଏକ ଭୌଗୋଳିକ ସ୍ଥାନାନ୍ତର ନଥିଲା। ଏହାଥିଲା ଏକ ସାଂସ୍କୃତିକ ତୀର୍ଥଯାତ୍ରା। ମୁଁ ଏଠାକୁ ଆସିବାବେଳେ ଚୀନା ଭାଷା ଛଡ଼ା ଆଉ କୌଣସି ଭାଷା ଜାଣି ନଥିଲି। ଇଂରାଜୀରେ ଖଣ୍ଡିଉଡ଼ା ଦେଉଥିଲି। ରୋଷେଇଶାଳରେ ଶାଶୂଙ୍କୁ ରୋଷେଇରେ ସାହାଯ୍ୟ କରିବାକୁ ଯାଇ ଓଡ଼ିଆ ଶୀଘ୍ର ଶୀଘ୍ର ଶିଖିବାକୁ ବାଧ୍ୟହେଲି। ମୋ ଶ୍ୱଶୁର ମୋ ସହିତ ଇଂରାଜୀରେ ଏବଂ ସ୍ୱାମୀ ଚୀନା ଭାଷା ସହିତ ଓଡ଼ିଆ ମିଶାଇ କଥା ହେବାରୁ ଉଭୟ ଓଡ଼ିଆ ଓ ଇଂରାଜୀରେ କଥାବାର୍ତ୍ତା ସହଜ ଓ ମାର୍ଜିତ ହୋଇଗଲା। ଆବଶ୍ୟକତାବୋଧ ସବୁ ଉଦ୍ଭାବନ ଓ ଆବିଷ୍କାରର ଜନକ ବୋଲି କୁହାଯାଏ। କେବଳ ସଉକରେ ଭାଷା ଶିଖିବା କଷ୍ଟ ଓ ସମୟସାପେକ୍ଷ। ବାଣୀବିହାରରେ ମୁଁ ଯେତେବେଳେ ଚୀନା ଭାଷା ପଢ଼ାଇଲି ସେ ଛାତ୍ରଛାତ୍ରୀ ବୃତ୍ତି ଅନ୍ୱେଷଣରେ ଥିଲେ। ଭାରତରେ ସରକାରଙ୍କ ଗୃହବିଭାଗ, ଆଇନ ବିଭାଗ ଓ ଦୂତାବାସରେ ଚୀନା ଭାଷା ଜାଣିଥିବା ବ୍ୟକ୍ତିଙ୍କର ଆବଶ୍ୟକତା ଥିଲା। ସନ୍ତୋଷର ବିଷୟ, ମୋ ପାଖରୁ ଚୀନା ଭାଷା ଶିକ୍ଷା କରିଥିବା ଅନେକ ଛାତ୍ର ଉଭୟ ଭାରତରେ ଓ ଚୀନ୍ରେ ବିଭିନ୍ନ କାର୍ଯ୍ୟରେ ଅବସ୍ଥାପିତ ହୋଇ ପାରିଛନ୍ତି। ମୁଁ ଜାଣେନା, କେଉଁ କାରଣରୁ ଏଠି ଚୀନା ବିଭାଗ ହଠାତ୍ ବନ୍ଦ କରି ଦିଆଗଲା। ଏବେ ଯେତେବେଳେ ଉଭୟ ସରକାରଙ୍କ ଭିତରେ ରାଜନୈତିକ, ବାଣିଜ୍ୟଗତ ଓ ସାଂସ୍କୃତିକ ସଂପର୍କ ବଢୁଛି ଆମ ଓଡ଼ିଶାରେ ଚୀନା ଭାଷା ଶିକ୍ଷା ପୁନଃପ୍ରଚଳନ ହେବା ଉଚିତ। ପ୍ରକାଶଥାଉ କି, ଚୀନ୍ରେ ହିନ୍ଦୀ ଓ ସଂସ୍କୃତ ଶିକ୍ଷାର ଅନେକ ସୁଯୋଗ ରହିଛି। ଶୁଣିଛି, ଓଡ଼ିଶାର ଖ୍ୟାତନାମା ପ୍ରଫେସର ସ୍ୱର୍ଗୀୟ ପ୍ରହଲ୍ଲାଦ ପ୍ରଧାନ ଏକଦା ବେଜିଂ ବିଶ୍ୱବିଦ୍ୟାଳୟରେ ସଂସ୍କୃତ ଓ ପାଲି ଭାଷାର ମୁଖ୍ୟ ଅଧ୍ୟାପକ ଥିଲେ। ଭାରତ ଓ ଚୀନ୍ର ସାମାଜିକ ଜୀବନରେ, ଅର୍ଥାତ୍ ଘରେ ଓ ବାହାରେ ନାରୀର ସ୍ଥାନ ଓ ଭୂମିକା ଭିତରେ କ’ଣ ପାର୍ଥକ୍ୟ ଅନୁଭବ କରନ୍ତି? କେଉଁ କଥାଟି ଆପଣଙ୍କୁ ଦୁଃଖୀ କରେ, ପୁଣି କେଉଁ କଥାଟି ଆପଣଙ୍କୁ ଆନନ୍ଦ ଦିଏ? ଭାରତ ଭଳି ଚୀନ୍, ଏପରିକି ପୃଥିବୀର ସର୍ବତ୍ର ସମାଜ ଅଳ୍ପବହୁତ ପୁରୁଷଙ୍କ ପ୍ରାଧାନ୍ୟକୁ ସ୍ୱୀକାର କରିନେଇଛି। ତଥାପି ଆମ ଉଭୟ ଦେଶରେ ଧୀରେ ଧୀରେ ଏ ନିଗଡ଼ ବନ୍ଧନ ଭାଙ୍ଗୁଛି। ମୋର ଦୁଃଖ ତିନିଟି। ପ୍ରଥମତଃ, ରାଷ୍ଟ୍ର-ରାଷ୍ଟ୍ର ଭିତରେ ସଂପର୍କ ଯାହା ହେଉ, ଉଭୟ ଦେଶର ଜନସାଧାରଣଙ୍କ ଭିତରେ ସଂପର୍କ କାହିଁକି ତିକ୍ତ ହେବ? ମୋ ଶାଶୂ ଚୀନ୍ରେ ୨ ଥରରେ ଛ’ ମାସ ରହିକି ଆସିଛନ୍ତି। ସେ ସଂପୂର୍ଣ୍ଣ ନିରାମିଷାଶୀ। ଓଡ଼ିଆ ଛଡ଼ା ଆଉକିଛି ଭାଷା ଜାଣନ୍ତି ନାହିଁ। ଇଂରାଜୀରେ ଖଣ୍ଡିଉଡ଼ା ଦିଅନ୍ତି। ୬ ମାସ ଭିତରେ ସେ ଆମ ଘର, ପଡ଼ୋଶୀଙ୍କ ଠାରୁ ଓ ଦୋକାନ ବଜାରରୁ ଏତେ ସ୍ନେହ ସମ୍ମାନ ପାଇଛନ୍ତି ଯେ ଏବେ ପୁଣି ଚୀନ୍ ଯିବେ ବୋଲି ବାହାରିଛନ୍ତି। ସେ ବହୁତ ଦୁଃଖିତ ଯେ ଚୀନ୍ର ଚାଲିଚଳଣି, ଖାଦ୍ୟପେୟ ଇତ୍ୟାଦିକୁ ନେଇ ଏଠି ଉଦ୍ଭଟ ଖବରମାନ ପ୍ରକାଶ ପାଉଛି। ସାଂଘାଇରେ ଥିବା ଭାରତୀୟ, ବିଶେଷ କରି ଓଡ଼ିଆଙ୍କ ଠାରୁ ଆପଣ ସେଠିକା ଜନସାଧାରଣଙ୍କ ଭିତରେ ଭାରତ ବିରୁଦ୍ଧରେ ଏପରି କୁତ୍ସା ପ୍ରଚାର ଶୁଣିଛନ୍ତି କି? ସେମାନଙ୍କୁ ପଚାରନ୍ତୁ। ମୋର ଦ୍ୱିତୀୟ ଦୁଃଖ, ଏକଦା ଗୋଟିଏ ନିର୍ଦ୍ଦିଷ୍ଟ ଘଟଣାରୁ ମୋର ଜଗନ୍ନାଥଙ୍କ ମାହାତ୍ମ୍ୟ ଉପରେ ବିଶ୍ୱାସ ଆସିଗଲା। ମୁଁ ଶ୍ରୀମନ୍ଦିର ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଚାହିଲି। ମାତ୍ର ମୋତେ ସେ ଅନୁମତି ମିଳିଲା ନାହିଁ। ସେଦିନ ମୋତେ ଖୁବ୍ ଆଘାତ ଲାଗିଥିଲା। ଅବଶ୍ୟ କଟକ ଖାନ୍ନଗରରେ ଥିବା ଆମ ପାରିବାରିକ ମନ୍ଦିରରେ ମୁଁ ଯାଇ ପୂଜାଅର୍ଚ୍ଚନା କରିଥାଏ। ମୁଁ ଚୀନ୍ରେ ସାବିତ୍ରୀ ଓଷା, ଶିବରାତ୍ରୀ ଆଦି ପାଳନ କରେ। ତୃତୀୟ ଦୁଃଖ, ମୁଁ ଓଡ଼ିଶାରେ ଦେଖୁଛି ସ୍ତ୍ରୀମାନଙ୍କ ଘରକରଣା କାର୍ଯ୍ୟରେ ପୁରୁଷମାନଙ୍କର ସହଯୋଗ ନାହିଁ। ଚୀନ୍ରେ ଆପଣ ଏସବୁ ଦେଖିବାକୁ ପାଇବେ ନାହିଁ। ସେଠି ରୋଷେଇଶାଳରୁ ଆରମ୍ଭ କରି ବ୍ୟବସାୟ ପର୍ଯ୍ୟନ୍ତ ସର୍ବତ୍ର ସ୍ୱାମୀମାନେ ସ୍ତ୍ରୀମାନଙ୍କୁ ପାଦେପାଦେ ସାହାଯ୍ୟ କରିଥାଆନ୍ତି। ଓଡ଼ିଶା, ଓଡ଼ିଆ ଭାଷା, ଓଡ଼ିଆ ଖାଦ୍ୟ, ଓଡ଼ିଆ ପର୍ବପର୍ବାଣି, ଓଡ଼ିଶାର ସ୍ଥାପତ୍ୟ, କଳା, ପୋଷାକ ଏସବୁ ବିଷୟରେ ଆପଣଙ୍କ ସଂକ୍ଷିପ୍ତ ଅଭିମତ ଆଶା କରିବୁ। ଓଡ଼ିଆ ପର୍ବପର୍ବାଣି, ଓଡ଼ିଆ ଭାଷା, ଓଡ଼ିଆ ଖାଦ୍ୟ, ଓଡ଼ିଆ ପୋଷାକ ଏସବୁକୁ ନେଇ ମୋର ଅନେକ ଅଙ୍ଗେନିଭା ଅନ୍ତରଙ୍ଗ ଅନୁଭୂତିମାନ ରହିଛି। ସେ ଭିତରୁ ଗୋଟିଏ ହେଲା, ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ସହଯୋଗରେ ଆମେ ୨୦୧୦ ମସିହାରେ ସାଂଘାଇରେ ଏକ ରୋଡ୍ ସୋ’ କରିଥିଲୁ। ତଦାନୀନ୍ତନ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ସାଂଘାଇରେ ଆମର ଅତିଥି ହୋଇଥିଲେ। ଓଡ଼ିଶାର କଳା, ସ୍ଥାପତ୍ୟ, ପର୍ବପର୍ବାଣି, ଜନଜାତି ଇତ୍ୟାଦିଙ୍କ ବୈଶିଷ୍ଟ୍ୟକୁ ଭିତ୍ତିକରି ମୋ ସ୍ୱାମୀ ଗୁଡ଼ିଏ ସୁନ୍ଦର ବ୍ରୋସିଅର୍ ଓ ପୋଷ୍ଟର ତିଆରି କରିଥିଲେ। କିଛି ଚୀନା ସ୍ୱେଚ୍ଛାସେବିକାଙ୍କୁ ମୁଁ ଓଡ଼ିଆ ଅଭିବାଦନ ସହିତ କେତୋଟି ଶବ୍ଦ ଓ ବାକ୍ୟ ଶିଖାଇ ଦେଇଥିଲି। ରୋଡ଼୍ ସୋ’ର ସଫଳତା ହେତୁ ମନ୍ତ୍ରୀ ମହୋଦୟ ବେଶ୍ ସନ୍ତୋଷ ପ୍ରକାଶ କରିଥିଲେ। ଗତ ଅଗଷ୍ଟ ମାସରେ ସାଂଘାଇ ଠାରେ ଅନୁଷ୍ଠିତ ହୋଇଥିବା ଅାନ୍ତର୍ଜାତିକ ବାଣିଜ୍ୟ ମେଳାରେ ସାଂଘାଇରେ ଥିବା ଭାରତୀୟ କନ୍ସୁଲେଟ୍ର କନ୍ସୁଲ୍ ଜେନେରାଲ୍ ଭାରତ ସହିତ ଚୀନ୍ର ସାମୁଦ୍ରିକ ଖାଦ୍ୟ ବ୍ୟବସାୟ ଅଭିବୃଦ୍ଧିରେ ମୋର କ୍ଷୁଦ୍ର ଅବଦାନକୁ ସ୍ବୀକାର କରି ମୋତେ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଶାରେ ଆମ ପରିବାର ଏକ ସଂସ୍କୃତି ଓ କଳାପ୍ରେମୀ ପରିବାର। ମୋ ଶ୍ବଶୁର ହେଉଛନ୍ତି ବିଶିଷ୍ଟ କବି ଶୈଳଜ ରବି। ମୋ ସ୍ବାମୀ ଚେ ଅଭିଜିତ୍ ସାହୁ ଜଣେ ବ୍ୟବସାୟୀ ଓ ଚିତ୍ରଶିଳ୍ପୀ। ପୁଅ ହୁଏନ୍ସାଂ ବୁଦ୍ଧପଦସାଂଘାଇସ୍ଥିତ ଗୋଟିଏ ବ୍ରିଟିସ୍ ବ୍ୟାଙ୍କ୍ର କର୍ମଚାରୀ ଓ ଝିଅ ବିଦିଶା କାଲିଫର୍ଣ୍ଣିଆରେ ପାଶ୍ଚାତ୍ୟ ଶାସ୍ତ୍ରୀୟ ନୃତ୍ୟ-ସଂଗୀତ ଛାତ୍ରୀ।
ନାରୀ ସଶକ୍ତ ହେଲେ ଦେଶ ଉନ୍ନତି କରିବ: ଶଙ୍କରାଚାର୍ଯ୍ୟ
ଚନ୍ଦ୍ରଶେଖରପୁର: ବର୍ତ୍ତମାନ ସମୟ ଆସିଛି ଆମକୁ ଗୋରକ୍ଷା କରିବାକୁ ପଡ଼ିବ। ଏଥିସହ ମା’, ଭଉଣୀ, ଝିଅ ଓ ସ୍ତ୍ରୀ ରୂପୀ ସମସ୍ତ ନାରୀଙ୍କୁ ସୁରକ୍ଷା ଦେବାକୁ ହେବ। ତେବେ ଯାଇ ନାରୀଶକ୍ତି ସଶକ୍ତ ହେବା ସହ ଦେଶ ଉନ୍ନତି କରିବ ବୋଲି ପୁରୀ ଗୋବର୍ଦ୍ଧନ ମଠର ପୀଠାଧିଶ୍ବର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ କହିଛନ୍ତି। ଶୈଳଶ୍ରୀବିହାର ଦୁର୍ଗାପୂଜା ପଡ଼ିଆଠାରେ ଅନୁଷ୍ଠିତ ହିନ୍ଦୁରାଷ୍ଟ୍ର ମହାଅଧିବେଶନରେ ଉଦ୍ବୋଧନ ଦେଇ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ କହିଲେ ସବୁ କ୍ଷେତ୍ରରେ ମହିଳାଙ୍କୁ ସମାନ ସୁବିଧା, ସୁଯୋଗ ଓ ସୁରକ୍ଷା ମିଳିବା ଆବଶ୍ୟକ। ତାହା ହେଲେ ଦେଶର ସମ୍ମାନ ବଢ଼ିବା ସହ ଦେଶ ବିଦେଶରେ ଉଜ୍ଜଳ ହେବ। ଜଗଦ୍ଗୁରୁ କହିଲେ, ଆଜି ଆମ ଦେଶରେ ନାରୀ ସୁରକ୍ଷିତ ନାହାନ୍ତି। ଗୋ’ମାତାଙ୍କ ହତ୍ୟା ବଢ଼ି ଚାଲିଛି। ଭାରତ ବର୍ଷକୁ ହିନ୍ଦୁ ରାଷ୍ଟ୍ର ଗଠନ କରିବା ପୂର୍ବରୁ ପ୍ରଥମେ ହିନ୍ଦୁତ୍ବକୁ ବଞ୍ଚାଇବାକୁ ପଡ଼ିବ। କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ହିନ୍ଦୁସ୍ଥାନ କୁହାଯାଏ। ଭାରତ ଭୂଖଣ୍ଡ ଏକ ହିନ୍ଦୁ ରାଷ୍ଟ୍ର ହୋଇ ରହିଛି, ଆଗକୁ ମଧ୍ୟ ରହିବ। ଆମର କୌଣସି ବ୍ୟକ୍ତିଗତ ଅଭିଯାନ ନାହିଁ, ବରଂ ଯାହା ଭାବୁ ତାହା ହିଁ ହୋଇଥାଏ। ସେହି ଦୃଷ୍ଟିରୁ ଭାରତକୁ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବା ପାଇଁ ଆମେ ସମସ୍ତଙ୍କୁ ଶପଥ ନେବାକୁ ହେବ। ଗୋହତ୍ୟା ରୋକିବାକୁ ବହୁ ଆଗରୁ ଉଦ୍ୟମ କରାଯାଉଛି। ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ନରେନ୍ଦ୍ର ମୋଦୀ ମୋତେ କହିଥିଲେ ଯେ ଗୋହତ୍ୟା ରୋକିବା ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ବ। ଇତିମଧ୍ୟରେ ୧୧ ବର୍ଷ ହେଲା ସେ ଦାୟିତ୍ବରେ ଅଛନ୍ତି। ହେଲେ କେବେ ପଦକ୍ଷେପ ନେଇନାହାନ୍ତି। ବରଂ, ନିର୍ବାଚନ ସମୟରେ ଗୋହତ୍ୟାକାରୀଙ୍କଠାରୁ ଚାନ୍ଦା ନିଆଯାଉଛି ବୋଲି କହି ଆଜି ପୂର୍ବାହ୍ନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜଗଦ୍ଗୁର ଉଦ୍ବେଗ ପ୍ରକାଶ କରିଥିଲେ। ଇସ୍କନ୍ ପକ୍ଷରୁ ଅଦିନିଆ ରଥଯାତ୍ରା ସମ୍ପର୍କିତ ଏକ ପ୍ରଶ୍ନରେ ଶଙ୍କରାଚାର୍ଯ୍ୟ କହିଥିଲେ, ପ୍ରଶ୍ରୟ ଦିଆଯିବାରୁ ସେମାନେ ଏବେ ମୁଣ୍ଡରେ ବସିଲେଣି। ପ୍ରଥମେ ଇସ୍କନ୍ର କାର୍ଯ୍ୟକଳାପକୁ ପ୍ରଶଂସା କରାଯାଉଥିଲା। ଯେମିତି ଛୁଆଙ୍କୁ କାନ୍ଧରେ ବସାଇଲେ ସିଏ ମୁଣ୍ଡକୁ ଚଢ଼ିଥାନ୍ତି, ଠିକ୍ ସେହିଭଳି ଅବସ୍ଥା ହୋଇଛି। ଏବେ ପତ୍ର ଲେଖିଲେ କିମ୍ବା ତାଗିଦ୍ କଲେ କ’ଣ ହେବ? ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଥିଲେ ଶ୍ରୀମନ୍ଦିର ସମ୍ପର୍କିତ ନିଷ୍ପତ୍ତି ନେବା ସମୟରେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯିବ। ମାତ୍ର ସମିତିର କର୍ମକର୍ତ୍ତା ମୋ ପାଖକୁ ଆସୁନାହାନ୍ତି କି ପଚାରୁନାହାନ୍ତି। ଏହି କାର୍ଯ୍ୟକ୍ରମରେ ହିନ୍ଦୁ ଧର୍ମାବଲମ୍ବୀ, ସନାତନଧର୍ମୀ, ଗୋମାତା ସୁରକ୍ଷାକାରୀ ଅଂଶଗ୍ରହଣ କରିଥିଲେ। ମହାଅଧିବେଶନରେ ଗୋବର୍ଦ୍ଧନ ମଠର ଅନ୍ୟାନ୍ୟ ସାଧୁସନ୍ଥ ଓ ପୂଜା ସେବକମାନେ ଯୋଗ ଦେଇଥିଲେ।
ଆମେ ଏବେ ଯେଉଁସବୁ ହିନ୍ଦୁ ମନ୍ଦିର ଦେଖୁଛୁ ତାହା ୫,୦୦୦ ବର୍ଷରୁ ଅଧିକ ପୁରୁଣା ନୁହେଁ। ପ୍ରାଚୀନ କାଳରେ ଲୋକେ ଦେବଦେବୀଙ୍କୁ ବନ୍ଦ ଗୃହରେ କିମ୍ବା ମୂର୍ତ୍ତି ରୂପରେ ପୂଜା କରୁ ନ ଥିଲେ। ଏହା ବଦଳରେ ସେମାନେ ପ୍ରକୃତିରୁ ସିଧାସଳଖ ଦିବ୍ୟତା ଅନୁଭବ କରୁଥିଲେ। ଗଛ, ପ୍ରାଣୀ, ନଦୀ, ପର୍ବତ କିମ୍ବା ଶିଳାଖଣ୍ଡକୁ ପ୍ରକୃତିର ପବିତ୍ର ରୂପ ଭାବେ ଉପାସନା କରାଯାଉଥିଲା। ପାଖାପାଖି ୨୦୦୦ ବର୍ଷ ପୂର୍ବେ ମଥୁରାରେ ଆମେ ପ୍ରଥମେ ହିନ୍ଦୁ ଦେବଦେବୀଙ୍କ ମୂର୍ତ୍ତି […] The post ହିନ୍ଦୁ ମନ୍ଦିରର କ୍ରମବିକାଶ appeared first on Dharitri Odia News .
ନାରୀଶକ୍ତିର ମିସାଲ ଲକ୍ଷ୍ନୌ ସିଟି ଷ୍ଟେସନ୍ ; ସୁଇପରଠୁ ନେଇ ଅଫିସର ସମସ୍ତେ ମହିଳା
କନକ ବ୍ୟୁରୋ : ମହିଳା ସଶକ୍ତିକରଣ ଆଜିର ସମାଜରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଏହା କେବଳ ମହିଳାମାନଙ୍କ ଅଧିକାର କଥା ନୁହେଁ, ବରଂ ସୁସ୍ଥ, ସମୃଦ୍ଧ ତଥା ପ୍ରଗତିଶୀଳ ସମାଜ ଗଠନ ପାଇଁ ଗୋଟିଏ ମୁଖ୍ୟ ଆଧାର । ବର୍ତ୍ତମାନ ମହିଳାମାନେ ଶିକ୍ଷା, ସ୍ୱାସ୍ଥ୍ୟ, ରାଜନୀତି, ଅର୍ଥନୀତି, ବିଜ୍ଞାନ, କଳା ଏବଂ ପ୍ରତିରକ୍ଷା ଭଳି ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରିପାରିଛନ୍ତି । ସେମାନେ କେବଳ ଘରର ଚାରିକାନ୍ଥ ମଧ୍ୟରେ ସୀମିତ ନରହି ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଦେଶର ବିକାଶରେ ସହଯୋଗ କରୁଛନ୍ତି । ଯାହାର ଶହ ଶହ ଉଦାହରଣ ଆମେ ଦେଖିଛେ । କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଏକ ଖବର ଦେଖାଇବୁ ଯାହାକୁ ଦେଖି ଆପଣ ପ୍ରଶଂସା ନ କରି ରହିପାରିବେନି । ମହିଳାମାନେ ପୁରୁଷଙ୍କଠୁ କୌଣସିଥିରେ କମ୍ ନୁହେଁ , ସେମାନେ ବି ଏକାଠି ହେଲେ ସବୁ ପ୍ରକାର କାର୍ଯ୍ୟକୁ ସଫଳ କରିପାରିବେ । ଯାହାକୁ ଦୃଢତାର ସହ କହିଛି ଉତ୍ତର ପୂର୍ବ ରେଲୱେ , ତାହାର ସଦ୍ୟତମ ଉଦାହରଣ ହେଉଛି ଲକ୍ଷ୍ନୌ ସିଟି ଷ୍ଟେସନ୍ । ଭାଲୁ ବେଶରେ ବିଲ ଜଗିଛି ମଣିଷ ; ମାଙ୍କଡ଼ ଘଉଡ଼ାଇବାକୁ ନୂଆ ତରିକା... ଲକ୍ଷ୍ନୌ ସିଟି ଷ୍ଟେସନ ଏବେ ସମ୍ପୂର୍ଣ୍ଣ ଭାବରେ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେବ । ପରିଚାଳନାଠୁ ନେଇ ବାଣିଜ୍ୟିକ, ସୁରକ୍ଷା ଏବଂ ବୈଷୟିକ କାର୍ଯ୍ୟ ଆଦିର ଭାର ସମ୍ଭାଳିବେ କେବଳ ମହିଳା କର୍ମଚାରୀ । ଶୁକ୍ରବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ନୂତନ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଏହା ଉତ୍ତର ପୂର୍ବ ରେଲୱାଇର ପ୍ରଥମ ସିଟି ଷ୍ଟେସନ ଯାହା ସମ୍ପୂର୍ଣ୍ଣ ଭାବରେ ମହିଳା ଅଧିକାରୀ ଏବଂ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହୋଇଥାଏ । ସୁନାଠୁ ବି ମହଙ୍ଗା କିଲେ ମିଠା; ଦାମ୍ ଏକ ଲକ୍ଷଠୁ ବି ଅଧିକ... ଉତ୍ତର ପୂର୍ବ ରେଳବାଇ ଡିଆରଏମ୍ ଗୌରବ ଅଗ୍ରୱାଲ, ମହିଳା କଲ୍ୟାଣ ସଂଗଠନ ଲକ୍ଷ୍ନୌର ସଭାପତି ଶ୍ରୁତି ଗୁପ୍ତା ଏବଂ ଲକ୍ଷ୍ନୌ ଷ୍ଟେସନର ବରିଷ୍ଠ ରେଲୱେ କର୍ମଚାରୀ ବିଜୟ ଲକ୍ଷ୍ମୀ ପାଣ୍ଡେଙ୍କ ଉପସ୍ଥିତିରେ ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ଡିଆରଏମ୍ କହିଛନ୍ତି ଯେ ଲକ୍ଷ୍ନୌ ସିଟି ରେଲୱେ ଷ୍ଟେସନର ସମ୍ପୂର୍ଣ୍ଣ ମହିଳା ପରିଚାଳନା , ମହିଳା ଶକ୍ତି ଏବଂ ରାଷ୍ଟ୍ର ଶକ୍ତିର ଭାବନାର ପ୍ରତୀକ । ଏହା ମହିଳାଙ୍କ କ୍ଷମତା, ଆତ୍ମବିଶ୍ୱାସ ଏବଂ ସମର୍ପଣକୁ ପ୍ରତିଫଳିତ କରୁଛି । ସମସ୍ତ ମହିଳା କର୍ମଚାରୀଙ୍କ କଠିନ ପରିଶ୍ରମ ଏବଂ ଦୃଢ଼ ଆତ୍ମବିଶ୍ୱାସ ଏହି ଷ୍ଟେସନକୁ ନୂଆ ଦିଗକୁ ନେଇଯିବ । ତେବେ ଏହିମାନେ ହେଲେ ସେହି ନାରୀଶକ୍ତି ଯେଉଁମାନେ କି ଯାତ୍ରୀମାନଙ୍କ ଯାତ୍ରାକୁ କରିବେ ସୁଗମ ଆଉ ସୁଫଳ । ଉତ୍ତରପୂର୍ବ ରେଲୱେର ଏହି ପଦକ୍ଷେପ ସେହିମାନଙ୍କ ପାଇଁ ଗୋଟିଏ ବଡ଼ ଉଦାହରଣ ଯେଉଁମାନେ ଆଜିବି ଭାବନ୍ତି ପୁରୁଷଙ୍କ ବିନା ନାରୀମାନେ କୌଣସି କ୍ଷେତ୍ରରେ ଆଗେଇ ପାରିବେନି ।
‘ନାରୀ ଚାହେ ଯଥାର୍ଥ ସ୍ବୀକୃତି ଓ ସମ୍ମାନ’
ଭୁବନେଶ୍ୱର: ନାରୀ ହେଉଛି ସୃଜନଶୀଳତାର ଆରାଧ୍ୟା। ପ୍ରତିବନ୍ଧକର ଡୋର ଛିଡ଼ାଇ ନାରୀ ଆଗକୁ ବଢ଼ିଲେ, ସମାଜରେ ପରିବର୍ତ୍ତନ ହୁଏ। ଗୀତଗୋବିନ୍ଦ ସଦନରେ ଆୟୋଜିତ ମହିଳା ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମାଙ୍କ ଉପନ୍ୟାସ ‘ମିସେସ୍ହାପିଲି ସିଙ୍ଗଲ’ର ଆଲୋଚନା ଉତ୍ସବରେ ଯୋଗଦେଇ ଅତିଥିମାନେ ଏଭଳି କହିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଗାଳ୍ପିକ ତରୁଣକାନ୍ତି ମିଶ୍ର ଯୋଗଦେଇ ଶ୍ରୀମତୀ ଶର୍ମାଙ୍କ ଏହି ଉପନ୍ୟାସରେ ମାର୍ମିକ ଶୈଳୀରେ ଗୋଟିଏ ନାରୀର ଜୀବନଗାଥା ରୂପାୟିତ ହୋଇଛି ବୋଲି କହିଥିଲେ। ଉପନ୍ୟାସର ସ୍ୱଚ୍ଛନ୍ଦ, ଭାବମୟ ଭାଷା, ନାରୀତ୍ୱର ସ୍ୱୀକୃତି ଓ ସମ୍ମାନକୁ ଏହା ବର୍ଣ୍ଣନା କରୁଛି ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଭାବେ ‘ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ଶତପଥୀ ଯୋଗଦେଇ କହିଥିଲେ ଯେ ନାରୀମାନଙ୍କ ଉପରେ ସର୍ବଦା ସାମାଜିକ ଚାପ ରହିଥାଏ। ଅନ୍ୟର ଖୁସି ଓ ଗ୍ରହଣୀୟତା ପାଇଁ ଅଧିକାଂଶ ସମୟରେ ସେମାନେ ନିଜକୁ ଛୋଟ କରିଦେଇଥାନ୍ତି। ଏହି ଉପନ୍ୟାସ ବର୍ଣ୍ଣିତ ଚରିତ୍ରଗୁଡ଼ିକ ସମାଜର ଏହି କଟକଣାକୁ ଭାଙ୍ଗି ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ପାଇଁ ନାରୀମାନଙ୍କୁ ପ୍ରେରଣା ଦେବ। ଅନ୍ୟତମ ଅତିଥି ଭାବେ କଥାକାର ସତ୍ୟ ମିଶ୍ର ଯୋଗଦେଇ ଏକ ମଧ୍ୟବିତ୍ତ ପରିବାରର ଝିଅଟିଏ କିଭଳି ପାରିବାରିକ ବନ୍ଧନ ଓ କଟକଣାରୁ ଊର୍ଦ୍ଧ୍ୱକୁ ଯାଇ ନିଜକୁ ସଶକ୍ତ କରିପାରିଛି, ତାହା ଏଥିରେ ଚମତ୍କାର ଭାବେ ବର୍ଣ୍ଣିତ ହୋଇଛି ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମିର ସଚିବ ଚନ୍ଦ୍ରଶେଖର ହୋତା ଯୋଗଦେଇ ଶ୍ରୀମତୀ ଶର୍ମାଙ୍କ ଲେଖାରେ ସବୁବେଳେ ରୋମାଞ୍ଚ ଥାଏ ବୋଲି କହିଥିଲେ। ପରିବାରରେ ସମ୍ପର୍କ କିଭଳି ଭାଙ୍ଗେ ଏବଂ ନାରୀଟିଏ ନିଜର ପରିଚୟ ସୃଷ୍ଟି କରିବା ପାଇଁ କିଭଳି ସଂଘର୍ଷ କରେ, ତାହାର ନିଚ୍ଛକ ପ୍ରତିଫଳନ ‘ମିସେସ୍ହାପିଲି ସିଙ୍ଗଲ’ ବୋଲି କହିଥିଲେ। ଲେଖିକା ତଥା ପ୍ରଶାସନିକ ଅଧିକାରୀ ଶୁଭା ଶର୍ମା ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରି ଏହି ପୁସ୍ତକ ରଚନା କରିବାକୁ ତାଙ୍କୁ ପାଖାପାଖି ୪ ବର୍ଷ ସମୟ ଲାଗିଛି ବୋଲି କହିବା ସହିତ ଏହାର କିଛି ଅଂଶ ପଢ଼ି ଶୁଣାଇଥିଲେ। କାର୍ଯ୍ୟକ୍ରମରେ ସୋନାଲି ସିହ୍ନା ମଞ୍ଚ ପରିଚାଳନା କରିଥିଲା ବେଳେ ଆରୁଷ ଶର୍ମା ଧନ୍ୟବାଦ ଦେଇଥିଲେ।
‘ହିନ୍ଦୁସ୍ତାନୀ ସଂଗୀତ ସଭା’ର ବାର୍ଷିକ ଉତ୍ସବ
ଭୁବନେଶ୍ୱର: ‘ହିନ୍ଦୁସ୍ତାନୀ ସଂଗୀତ ସଭା’ର ତ୍ରୟୋଦଶତମ ବାର୍ଷିକ ଉତ୍ସବ ଆଜି ଜୟଦେବ ଭବନରେ ଉଦ୍ଘାଟିତ ହୋଇଛି। ଉପଦେଷ୍ଟା ଦେବେନ୍ଦ୍ର ନାରାୟଣ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ସ୍ୱତନ୍ତ୍ର ଶାସନ ସଚିବ(ଅର୍ଥ ବିଭାଗ) ପ୍ରଦୀପ କୁମାର ବିଶ୍ୱାଳ ଯୋଗ ଦେଇଥିଲେ। ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ପ୍ରଚାରପ୍ରସାର କରୁଥିବାରୁ ସେ ଅନୁଷ୍ଠାନକୁ ପ୍ରଂଶସା କରିଥିଲେ। ସଂପାଦକ ରଘୁନାଥ ସାହୁ ଅନୁଷ୍ଠାନର ଆଭିମୁଖ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଉପସଭାପତି ସର୍ବେଶ୍ୱର ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ‘ସଂଗୀତ ପ୍ରଭା’ ଉନ୍ମୋଚିତ ହୋଇଥିଲା। ପରେପରେ ଶାସ୍ତ୍ରୀୟ ସଙ୍ଗୀତ ସନ୍ଧ୍ୟା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଗୁରୁ ଓ ଶିଷ୍ୟଙ୍କ ସମବେତ ‘ଧୃପଦ ଗାୟନ’ ଦର୍ଶକଙ୍କୁ ବିମୋହିତ କରିଥିଲା। ସେହିପରି ସ୍ୱସ୍ତିକ ବିଶ୍ୱାଳ, ସଞ୍ଜିବନୀ ନାଥ, ଗୁରୁ କୃଷ୍ଣଚନ୍ଦ୍ର ଦାଶ, ରଶ୍ମିରେଖା ଶର୍ମା, ଶୁଭ୍ରାଲିନ ରାଉତ, ହରିହର ରଥ ପ୍ରମୁଖ ଶାସ୍ତ୍ରୀୟ ସଂଗୀତ ଗାନ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ବାଦ୍ୟଯନ୍ତ୍ରରେ ଗୁରୁ ସୁଶାନ୍ତ କୁମାର ଜେନା, ଚିତ୍ତରଞ୍ଜନ ମହାପାତ୍ର ଓ କୁଞ୍ଜବିହାରୀ ନାୟକ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ସୁଦୀପ୍ତା ମହାପାତ୍ର ସଂଯୋଜନା କରିଥିଲେ। ଗୁରୁ କୃଷ୍ଣଚନ୍ଦ୍ର ଦାଶ ଧନ୍ୟବାଦ ଦେଇଥିଲେ।
କିଏ ଥିଲେ ଆପାଗାନିସ୍ତାନର କୋଟିପତି ହିନ୍ଦୁ, ଏତେ କୋଟିର ସମ୍ପତ୍ତି ଛାଡ଼ି ରାତାରାତି ହୋଇଥିଲେ ଫେରାର
ଓଡ଼ିଶାଭାସ୍କର:ଗତ ସପ୍ତାହରେ ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଆରମ୍ଭ ହୋଇଥିବା ସଂଘର୍ଷ ପରେ, ଆଜି (ବୁଧବାର) ପୁଣି ଉତ୍ତେଜନା ପ୍ରକାଶ ପାଇଛି। ଏହି ସଦ୍ୟତମ ହିଂସା ଖାଇବର ପଖତୁନଖ୍ୱାର ଦୂରବର୍ତ୍ତୀ ଅଞ୍ଚଳରେ ଘଟିଛି। ଆଫଗାନ ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନ କାନ୍ଦାହାର ପ୍ରଦେଶର ସ୍ପିନ୍ ବୋଲଡାକ୍ ଜିଲ୍ଲାରେ ହାଲୁକା ଏବଂ ଭାରୀ ଅସ୍ତ୍ରଶସ୍ତ୍ର ସହିତ ଆକ୍ରମଣ କରିଛି। ତାଲିବାନ ଅନୁଯାୟୀ, ଏହି ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଆହତ ହୋଇଛନ୍ତି। ଆଫଗାନିସ୍ତାନର […]
ଷ୍ଟେସନାରୀ ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
ବାଲେଶ୍ବର: ହୁ ହୁ ହେଇ ଜଳିଗଲା ଷ୍ଟେସନାରୀ ଦୋକାନ। କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ। ବାଲେଶ୍ବର କଲେଜ୍ ରୋଡ୍ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। କଲେଜ ରୋଡରେ ଥିବା ଷ୍ଟେସନାରୀ ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଛି। ନିଆଁ ଏତେ ଭୟଙ୍କର ଥିଲା ଯେ, ଏହାକୁ ଆୟତ୍ତ କରିବା ପାଇଁ ଦମକଳ ବାହିନୀର ୧୦ଟି ଗାଡ଼ି ନିୟୋଜିତ ହୋଇଛି। ବାଲେଶ୍ବର କଲେଜ୍ ରୋଡ୍ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। କଲେଜ ରୋଡରେ ଥିବା ଷ୍ଟେସନାରୀ ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଛି। ନିଆଁ ଏତେ ଭୟଙ୍କର ଥିଲା ଯେ, ଏହାକୁ ଆୟତ୍ତ କରିବା ପାଇଁ ଦମକଳ ବାହିନୀର ୧୦ଟି ଗାଡ଼ି ନିୟୋଜିତ ହୋଇଛି। ତେବେ କେମିତି ଓ କେଉଁ ପରିସ୍ଥିତିରେ ଲାଗିଲା ନିଆଁ, ତାହା ଜଣାପଡ଼ିନାହିଁ। ସେପଟେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି। ତେବେ କେମିତି ଓ କେଉଁ ପରିସ୍ଥିତିରେ ଲାଗିଲା ନିଆଁ, ତାହା ଜଣାପଡ଼ିନାହିଁ। ସେପଟେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି।
ବାଲେଶ୍ବର କଲେଜ ରୋଡ୍ ଷ୍ଟେସନାରୀ ଦୋକାନରେ ଭୟଙ୍କର ନିଆଁ : ଖଲ୍ଲିକୋଟ ନୂଆସାହିରେ ଗ୍ୟାସ୍ ଫାଟି ଜଳିଗଲା ୩ ମହଲା ଘର
କନକ ବ୍ୟୁରୋ : ହୁ ହୁ ହେଇ ଜଳିଗଲା ଷ୍ଟେସନାରୀ ଦୋକାନ । କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ । ବାଲେଶ୍ବର କଲେଜ୍ ରୋଡ୍ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । କଲେଜ ରୋଡରେ ଥିବା ଷ୍ଟେସନାରୀ ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଛି । ନିଆଁ ଏତେ ଭୟଙ୍କର ଥିଲା ଯେ, ଏହାକୁ ଆୟତ କରିବା ପାଇଁ ଦମକଳ ବାହିନୀର ୧୦ଟି ଗାଡ଼ି ନିୟୋଜିତ ହୋଇିଛି । ତେବେ କେମିତି ଓ କେଉଁ ପରିସ୍ଥିତିରେ ଲାଗିଲା ନିଆଁ, ତାହା ଜଣାପଡ଼ିନାହିଁ । ସେପଟେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନୂଆ ସାହିରେ ଭୟଙ୍କର ଅଗ୍ନିକାଣ୍ଡ । ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ତିନି ମହଲା ଘର । ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଅଜିତ ମହାନ୍ତିଙ୍କ ଘରେ ସମସ୍ତେ ଶୋଇଥିବା ବେଳେ ଲାଗିଥିଲା ନିଆଁ । ଘରେ ଏକ ଇଭି ବାଇକ ଚାର୍ଜରେ ବସିଥିବା ବେଳେ ସର୍ଟ ସର୍କିଟ ହୋଇ ଜଳିଯାଇଥିଲା । ପରେ ପାଖରେ ଥିବା ଗ୍ୟାସ ସିଲିଣ୍ଡରରେ ଲାଗିଯାଇଥିଲା ନିଆଁ । ନିଆଁ ଲାଗିବାର କିଛି ସମୟ ପରେ ପ୍ରଚଣ୍ଡ ଶବ୍ଦ ସହିତ ସିଲିଣ୍ଡରଟି ଫାଟି ଯାଇଥିଲା । ଯାହା ଫଳରେ ନିଆଁ ଉପର ମହଲାକୁ ବ୍ୟାପି ଯାଇଥିଲା । ବିଳମ୍ୱିତ ରାତିରେ ପ୍ରଚଣ୍ଡ ଶବ୍ଦ ଶୁଣି ସାହି ବାସିନ୍ଦା ଘରୁ ବାହାରି ଆସିଥିଲେ । ସେହି ଘରେ ରହୁଥିବା ୧୧ ଜଣ ମଧ୍ୟରୁ ୨ଶିଶୁ ରହିଥିବା ବେଳେ ଅନ୍ୟ ୪ଜଣ ବାରି ପଛପଟ ରାସ୍ତା ଦେଇ ଜୀବନ ବିକଳରେ ଧାଇଁ ଆସିଥିଲେ । ଅନ୍ୟ ୬ଜଣଙ୍କୁ ଅଗ୍ନିଶମ ବାହିନୀ ଓ ଖଲିକୋଟ ପୁଲିସ୍ ନିଆଁକୁ ଆୟତ୍ତ କରି ଲୋକ ମାନଙ୍କୁ ଉଦ୍ଧାର କରିଥିଲେ l ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କା କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।
ବାଲେଶ୍ବରରେ ଜଳିଗଲା ବନଜା ଷ୍ଟେସନାରୀ ଦୋକାନ | Odisha Reporter
#ବ ାଲେଶ୍ବରରେ_ଜଳିଗଲା_ବନଜା_ଷ୍ଟେସନାରୀ_ଦୋକାନ ବାଲେଶ୍ବର ଟାଉନ ହଲ ସିନେମାଛକରେ୪ମହଲା ଷ୍ଟେସନାରୀ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ... ପ୍ରଥମେ ସର୍ଟ ସର୍କିଟ ରୁନିଆଁ, ଉପର ମହଲାରେ ବାଣ ଗଚ୍ଛିତ ଥିବାରୁ ଆହୁରି ବ୍ୟାପିଲା... ୪ରୁ ୫କୋଟି ଟଙ୍କାର ସାମଗ୍ରୀ ନଷ୍ଟ ଅଭିଯୋଗ, ନିଆଁ ଲିଭା ଉଦ୍ୟମ ଜାରି... Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #Odisha #fire #balasore #cosmeticshop
ନାରୀଟିଏ ହୋଇ ନାରୀଟିଏ ପାଇଁ ଦରଦ ନାହିଁ; ମିଛଟାରେ ନାରୀନେତ୍ରୀ ବୋଲି ଅବା ବୋଲାଅ କାହିଁ?
ପଶ୍ଚିମବଙ୍ଗର ଦୁର୍ଗାପୁରରେ ଜଣେ ଓଡ଼ିଆ ଏମ୍ବିବିଏସ୍ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ନିକଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହା ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ‘ରାତିରେ ଝିଅମାନେ ବାହାରକୁ ଆସିବା ଉଚିତ ନୁହେଁ, ସେମାନେ ନିଜକୁ ମଧ୍ୟ ସୁରକ୍ଷା ଦେବା ଦରକାର’ ବୋଲି ମମତା କହିଛନ୍ତି। ଏଭଳି ବୟାନକୁ ବିଭିନ୍ନ ମହଲ କଡ଼ା ସମାଲୋଚନା କରିଛନ୍ତି। ଏହାକୁ ନେଇ ଅାମର କାର୍ଟୁନ।
ସମସ୍ତ ୨୦ ବନ୍ଦୀଙ୍କୁ ମୁକ୍ତକଲେ ହମାସ, ହେଲେ ଏକମାତ୍ର ହିନ୍ଦୁ ବିପିନ ଜୋଶି କୁଆଡେ ଗଲେ?
କଦମ-ଏ-ରସୁଲ କଟକି ଭାଇଚାରାର ଏକ ନିଛକ ଉଦାହରଣ : ପରିସରରେ ରହୁଛନ୍ତି ଉଭୟ ହିନ୍ଦୁ ଏବଂ ମୁସଲିମ୍
କୌରୱା ଚୌଥ୍ ଦିନ ଗାଁ ଅନ୍ଧାର, ଅଭିଶପ୍ତ ଗାଁରେ ସଧବା ବେଶରେ ବିଧବା ନାରୀ
କନକ ବ୍ୟୁରୋ; ଉତ୍ତରପ୍ରଦେଶ ମଥୁରାର ସୁରୀର ଅଞ୍ଚଳରେ ଆଜି ପର୍ଯ୍ୟନ୍ତ କୌଣସି ମହିଳା କରୱା ଚୌଥ୍ ବ୍ରତ ପାଳନ କରିନାହାନ୍ତି । ନା ଗାଁରେ ଆଜିର ଦିନର ଲାଇଟ୍ ଜଳେ ନା ସଧବା ମାନେ କେହି ସଜେଇ ହୁଅନ୍ତି । ମଥାରେ ସିନ୍ଦୂର ନଥାଏ କି ହାତରେ ଶଙ୍ଖା ନଥାଏ । ଖାଲି ଏତିକି ନୁହେଁ ଗାଁ ପୂରା କିଟିକିଟିଆ ଅନ୍ଧାରରେ ଡୁବି ରହିଥାଏ । କରୱା ଚୌଥରେ ଏହି ଗାଁ ର ସଧବା ମାନେ ସ୍ବାମୀର ଦୀର୍ଘାୟୁ କାମନା କରନ୍ତି ନାହିଁ । ତେବେ ଏହାର ପଛର କାହାଣୀ ଶୁଣିରେ ଆପଣଙ୍କ ଲୋମ ଟାଙ୍କୁରି ଯିବ । ଆସନ୍ତୁ ଜାଣିବା ଗାଁ ସଧବା ମାନେ କାହିଁ ବିଧବା ବେଶରେ ଅନ୍ଧାରରେ ରୁହନ୍ତି । କୁହାଯାଏ ଅନେକ ବର୍ଷ ପୂର୍ବରୁ ନୌହଝିଲର ରାମଙ୍ଗାଲା ଗାଁର ଜଣେ ବ୍ରାହ୍ମଣ ଯୁବକ ତାଙ୍କ ନବବିବାହିତା ସ୍ତ୍ରୀଙ୍କୁ ସାଥିରେ ଧରି ନିଜ ଘରକୁ ଫେରୁଥିଲେ । ବାଟରେ ବିଦାୟ ଦେଇ ଯମୁନା ନଦୀ ପାର ହୋଇ ତାଙ୍କ ଶ୍ୱଶୁର ଘରୁ ଫେରୁଥିଲେ। ସେ ଏକ ମଇଁଷି ଗାଡିରେ ସୁରିର ଦେଇ ଫେରୁଥିଲେ। ବାଟରେ, କିଛି ସୁରିର ବାସିନ୍ଦା ବଗି ଟାଣୁଥିବା ମଇଁଷିକୁ ନିଜର ବୋଲି ଦାବି କରି ବିବାଦ ଆରମ୍ଭ କରିଥିଲେ । ଏହି ବିବାଦରେ, ସୁରିର ବାସିନ୍ଦାଙ୍କ ଦ୍ୱାରା ରାମଙ୍ଗାଲା ଗାଁର ଯୁବକଙ୍କୁ ହତ୍ୟା କରାଯାଇଥିଲା । ନବ ବିବାହିତ ସମ୍ମୁଖରେ ସ୍ୱାମୀଙ୍କୁ ହତ୍ୟା କରିଥିଲେ ସୁରୀର ଲୋକମାନେ । ନିଜ ସ୍ବାମୀଙ୍କ ମୃତ୍ୟୁରେ କ୍ରୋଧିତ ହୋଇ ନବବିବାହିତା କନ୍ୟା ସ୍ଥାନୀୟ ଲୋକଙ୍କୁ ଅଭିଶାପ ଦେଇ କହିଲେ ଯେ ଗାଁର କେହି ସ୍ତ୍ରୀ ନିଜ ସ୍ୱାମୀଙ୍କ ସମ୍ମୁଖରେ ଷୋହଳ ସୃଙ୍ଗାର କରିପାରିବେ ନାହିଁ । ଗାଁ ଅନ୍ଧାରରେ ବୁଡିବ । ଏହାକୁ ସତୀଙ୍କ ଅଭିଶାପ କୁହନ୍ତୁ କିମ୍ବା ସ୍ୱାମୀଙ୍କ ମୃତ୍ୟୁରେ କାନ୍ଦୁଥିବା ସ୍ତ୍ରୀର କ୍ରୋଧ କୁହନ୍ତୁ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଏକ ମୃତ୍ୟୁଘଣ୍ଟ ପରି ଆଘାତ କଲା ଏବଂ ଯୁବକମାନେ ମରିବାକୁ ଲାଗିଲେ । ଅନେକ ବିବାହିତ ମହିଳା ବିଧବା ହୋଇଗଲେ ଏବଂ ସ୍ଥାନୀୟ ଅଞ୍ଚଳରେ ବିପଦର ବର୍ଷା ହେବା ଭଳି ଲାଗିଲା । ସେତେବେଳେ ଗ୍ରାମବାସୀମାନେ ଏହାକୁ ସତୀଙ୍କ କ୍ରୋଧର ପ୍ରଭାବ ବୋଲି ଭାବି ସେହି ସତୀଙ୍କ ମନ୍ଦିର ନିର୍ମାଣ କରି କ୍ଷମା ପ୍ରାର୍ଥନା କଲେ । ଗ୍ରାମବାସୀଙ୍କ କହିବାନୁଯୀ, ସତୀଙ୍କ ପୂଜା କରିବା ପରେ ଅପ୍ରାକୃତିକ ମୃତ୍ୟୁର ଧାରା ବନ୍ଦ ହୋଇଗଲା, କିନ୍ତୁ ଏଠାରେ ମହିଳାମାନେ ନିଜ ବୈବାହିକ ଜୀବନର ସୁରକ୍ଷା ପାଇଁ କରୱା ଚୌଥ ଉପବାସ ପାଳନ କରନ୍ତି ନାହିଁ, କିମ୍ବା କରୱା ଚୌଥରେ ଆମ ଝିଅମାନଙ୍କୁ କୌଣସି ଉପହାର ଦେଉନାହୁଁ ବୋଲି କହିଛନ୍ତି । ସେବେଠାରୁ, ଏହି ଗାଁରେ ଶହ ଶହ ପରିବାରରେ, କୌଣସି ବିବାହିତ ମହିଳା ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ ପାଇଁ ନିଜକୁ ସଜ୍ଜିତ କରନ୍ତି ନାହିଁ କିମ୍ବା କରୱା ଚୌଥ ଉପବାସ ପାଳନ କରନ୍ତି ନାହିଁ। ଶତାବ୍ଦୀ ଧରି ଚାଲିଆସୁଥିବା ଏହି ପରମ୍ପରା ପିଢ଼ି ପରେ ପିଢ଼ି ଚାଲିଆସିଛି। କୌଣସି ବିବାହିତ ମହିଳା ଏହି ଅଭିଶାପ ଭାଙ୍ଗିବା ପାଇଁ ଆଗେଇ ଆସିବାକୁ ପ୍ରସ୍ତୁତ ନୁହଁନ୍ତି। ଏହି ଦୀର୍ଘକାଳୀନ ପରମ୍ପରା ଭାଙ୍ଗିବାର ପରିଣାମ ଭୟରେ ସମସ୍ତେ ସତୀଙ୍କ ଅଭିଶାପର ବିପଦକୁ ଭୟ କରନ୍ତି ।
କଟକ ଭସାଣି ଗଣ୍ଡଗୋଳ ମାମଲା ବିଶ୍ବ ହିନ୍ଦୁ ପରିଷଦର ବିରୋଧ, ତଦନ୍ତ ଦାବି
ଭୁବନେଶ୍ୱର: କଟକ ଦୁର୍ଗାପୂଜା ଭସାଣି ଗଣ୍ଡଗୋଳ ଘଟଣାରେ ହିନ୍ଦୁଙ୍କ ଉପରେ ପୁଲିସ ଦମନଲୀଳା ଚଳାଇଛି ବୋଲି ବିଶ୍ୱ ହିନ୍ଦୁ ପରିଷଦ ଅଭିଯୋଗ କରିଛି। ଅଶୋକନଗରସ୍ଥିତ ହୋଟେଲ୍ ଆଡ୍ଭେଞ୍ଚର୍ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ ହିନ୍ଦୁ ପରିଷଦ ଅଭିଯୋଗ କରିଛି ଯେ ସଂଖ୍ୟାଲଘୁମାନେ ହିନ୍ଦୁଙ୍କୁ ଆକ୍ରମଣ କରିଥିଲେ। ମା’ ଦୁର୍ଗାଙ୍କ ମୂର୍ତ୍ତି ଓ ମେଢ଼କୁ ଭାଙ୍ଗିବାକୁ ଅପପ୍ରୟାସ କରାଗଲା। ଏହାର ପ୍ରତିବାଦରେ ଗତ ରବିବାର ସମଗ୍ର ହିନ୍ଦୁ ସମାଜର ଆକ୍ରୋଶର ଫଳସ୍ୱରୂପ ଶୋଭାଯାତ୍ରା ବାହାରିଲା। କିନ୍ତୁ ଏହି ସମୟରେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲା, ପୁଲିସ ଉପରେ ଆକ୍ରମଣ ହେଲା, ତାକୁ ବିଶ୍ୱ ହିନ୍ଦୁ ପରିଷଦ ଦୃଢ଼ ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରୁଛି। କିନ୍ତୁ କେଉଁ କାରଣରୁ ଏହି କାଣ୍ଡ ଘଟିଲା, ତା’ର ବି ଅନୁସନ୍ଧାନ ହେବା ଜରୁରି। ଆକ୍ରମଣରେ ଯେଉଁମାନେ ଆହତ ହେଲେ ସେମାନେ କେଉଁଠି ଓ କିପରି ଅଛନ୍ତି, ଜାଣିବା ଜରୁରି। ପୁଲିସ ଏ କଥାକୁ ଚପେଇ ଦେବାର ଅପପ୍ରୟାସ ନକରି ବରଂ ସମସ୍ତଙ୍କ ନିକଟରେ ସ୍ପଷ୍ଟ କରୁ। ଅପରପକ୍ଷେ ଗୁଇନ୍ଦା ବିଭାଗର ବିଫଳତାକୁ ଦାୟୀ କରିଛି ପରିଷଦ। ଯଦି ଗୁଇନ୍ଦା ବିଭାଗଠାରୁ ପୂର୍ବ ସୂଚନା ମିଳିଥାନ୍ତା, ଏତେ ବଡ଼ ଅଘଟଣ ଘଟିନଥାନ୍ତା। ଏଣୁ ମୂଳ ପ୍ରସଙ୍ଗ ବଦଳରେ ହିନ୍ଦୁମାନଙ୍କୁ ଜୋରଜବରଦସ୍ତ ଗିରଫ କରି ପ୍ରଶାସନ ଏ ଘଟଣାକୁ ଚପେଇବାକୁ ଅପପ୍ରୟାସ କରୁଛି ବୋଲି ପରିଷଦ ଅଭିଯୋଗ କରିଛି। ପୁଲିସ ଓ ପ୍ରଶାସନ ଏଭଳି ପକ୍ଷପାତରୁ କ୍ଷାନ୍ତ ରହିବାକୁ ପରିଷଦ କହିଛି। ଏହି ସାମ୍ବାଦିକ ସମ୍ମୀଳନୀରେ ବିଶ୍ବହିନ୍ଦୁ ପରିଷଦର ପୂର୍ବ ପ୍ରାନ୍ତ କାର୍ଯ୍ୟକାରୀ ସଭାପତି ପବିତ୍ର କୁମାର ସ୍ବାଇଁ, ସଙ୍ଗଠନ ସମ୍ପାଦକ ଶରତ ଚନ୍ଦ୍ର ପ୍ରଧାନ, ପ୍ରାନ୍ତ ପ୍ରଚାରପ୍ରସାର ପ୍ରମୁଖ ସୁଜିତ୍ କୁମାର ନାୟକ, ଭୁବନେଶ୍ୱର ଜିଲ୍ଲା ସମ୍ପାଦକ ଶୁଭ୍ରାଂଶୁ ଶେଖର ଶତପଥୀ, ପ୍ରଳୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଯେଉଁ ହିନ୍ଦୁଙ୍କୁ ବାନ୍ଧିଛ ତାଙ୍କୁ ଛାଡ଼ ନହେଲେ || Cuttack Violence || Attack on Hindus | Odisha Police |OR
ଯେଉଁ ହିନ୍ଦୁଙ୍କୁ ବାନ୍ଧିଛ ତାଙ୍କୁ ଛାଡ଼ ନହେଲେ || Cuttack Violence || Attack on Hindus || Odisha Police || Odisha Reporter କଟକରେ ଭାଇଚାରା ବାଖ୍ୟାରେ ଚାରା କେବଳ ହିନ୍ଦୁ ହୋଇଯାଇଛି। ଗୋଟେ ଗୋଷ୍ଠୀ ମାଙ୍କ ମେଢ଼ ଭାଙ୍ଗିବା, ହିନ୍ଦୁ ମାନଙ୍କୁ ଆକ୍ରମଣ କରିବା ଘଟଣାରେ ପୋଲିସ ଓ ପ୍ରଶାସନ ନିରବ। ଯାହା ଗୁଇନ୍ଦା ବିଭାଗର ଏହା ବିଫଳତା ବୋଲି ଦର୍ଶାଇଛି: ଉମାଶଙ୍କର ଆଚାର୍ଯ୍ୟ, ବିଶ୍ବହିନ୍ଦୁ ପରିଷଦ, ପ୍ରାନ୍ତ ସହ ସମ୍ପାଦକ Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #bishwahinduparishad #cuttack #Odisha #OdishaReporter
ଯେଉଁ ହିନ୍ଦୁଙ୍କୁ ବାନ୍ଧିଛ ତାଙ୍କୁ ଛାଡ଼ ନହେଲେ ….. | Odisha Reporter
#ହ ିନ୍ଦୁଙ୍କୁ_ବାନ୍ଧିଛ_ତୁରନ୍ତ_ଛାଡ଼ କଟକରେ ଭାଇଚାରା ବାଖ୍ୟାରେ ଚାରା କେବଳ ହିନ୍ଦୁ ହୋଇଯାଇଛି। ଗୋଟେ ଗୋଷ୍ଠୀ ମାଙ୍କ ମେଢ଼ ଭାଙ୍ଗିବା, ହିନ୍ଦୁ ମାନଙ୍କୁ ଆକ୍ରମଣ କରିବା ଘଟଣାରେ ପୋଲିସ ଓ ପ୍ରଶାସନ ନିରବ। ଯାହା ଗୁଇନ୍ଦା ବିଭାଗର ଏହା ବିଫଳତା ବୋଲି ଦର୍ଶାଇଛି: ଉମାଶଙ୍କର ଆଚାର୍ଯ୍ୟ, ବିଶ୍ବହିନ୍ଦୁ ପରିଷଦ, ପ୍ରାନ୍ତ ସହ ସମ୍ପାଦକ Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #bishwahinduparishad #cuttack #Odisha #OdishaReporter
ଭାରତୀୟ ରିଫାଇନାରୀମାନେ ରୁଷିଆ ତୈଳ କ୍ରୟ ବଢ଼ାଇବେ ବୋଲି ଆଶା
ମୁମ୍ବାଇ,୮।୧୦: ଭାରତୀୟ ରିଫାଇନାରୀମାନେ ଆଗାମୀ ମାସଗୁଡ଼ିକରେ ରୁଷିଆରୁ ତୈଳ ଆମଦାନୀ ବଢ଼ାଇବେ ବୋଲି ଆଶା କରାଯାଉଛି, କାରଣ ୱାଶିଂଟନ ସହ ବାଣିଜ୍ୟ ଆଲୋଚନା ବିଳମ୍ବ ହେଉଛି ଏବଂ ପର୍ଯ୍ୟାପ୍ତ ଯୋଗାଣ ମଧ୍ୟରେ ରିହାତି ବୃଦ୍ଧି ପାଇଛି। ନଭେମ୍ବରରେ ଲୋଡିଂ ହେଉଥିବା ଅଶୋଧିତ ତୈଳ ଉପରେ ରିହାତି ୨ ରୁ ୨.୫୦ ଡଲାର ପ୍ରତି ବ୍ୟାରେଲ କମ, ଯାହା ଏହାକୁ ଆକର୍ଷଣୀୟ କରିଛି। ଜୁଲାଇ-ଅଗଷ୍ଟରେ ରିହାତି ପ୍ରାୟ ୧ ଡଲାର ଥିବା ବେଳେ ମସ୍କୋ ସ୍ଥାନୀୟ ଗ୍ରାହକଙ୍କୁ ଅଗ୍ରାଧିକାର […] The post ଭାରତୀୟ ରିଫାଇନାରୀମାନେ ରୁଷିଆ ତୈଳ କ୍ରୟ ବଢ଼ାଇବେ ବୋଲି ଆଶା appeared first on Dharitri Odia News .
ମୋ ମାଆ ଜଣେ ହିନ୍ଦୁ ଥିଲେ, ମୁଁ ମୋ ହିନ୍ଦୁ ଐତିହ୍ୟ ପାଇଁ ଗର୍ବିତ: ନ୍ୟୁୟର୍କ ମେୟର ପ୍ରାର୍ଥୀ ଜୋହରାନ ମମଦାନୀ
ପାକିସ୍ତାନରେ ରହୁଥିବା ସବୁଠାରୁ ଧନୀ ହିନ୍ଦୁ କିଏ? କେତେ ରହିଛି ତାଙ୍କର ସମ୍ପତ୍ତି, କ’ଣ କରନ୍ତି, ଜାଣନ୍ତୁ…
ଇସଲାମାବାଦ,୬।୧୦: ପାକିସ୍ତାନ ନାମ ଶୁଣିଲେ ପ୍ରଥମେ ଯାହା ମନେ ପଡ଼େ ତାହା ହେଉଛି ଦାରିଦ୍ର୍ୟ, କ୍ଷୁଧା, ଆତଙ୍କବାଦ ଏବଂ ସଂଖ୍ୟାଲଘୁ, ବିଶେଷକରି ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର। ପାକିସ୍ତାନ ବ୍ୟୁରୋ ଅଫ ଷ୍ଟାଟିଷ୍ଟିକ୍ସ ସମ୍ପ୍ରତି ୨୦୨୩ ପାଇଁ ତଥ୍ୟ ପ୍ରକାଶ କରିଛି, ଯାହା ଅନୁଯାୟୀ ଭାରତର ଏହି ପଡ଼ୋଶୀ ଦେଶରେ ପ୍ରାୟ ୫.୨ ନିୟୁତ ହିନ୍ଦୁ ଅଛନ୍ତି। ପାକିସ୍ତାନରେ ସବୁଠାରୁ ଅଧିକ ହିନ୍ଦୁ ସିନ୍ଧ ରାଜ୍ୟରେ ବାସ କରନ୍ତି, ଯେଉଁଠାରେ କେବଳ ହିନ୍ଦୁ ଜନସଂଖ୍ୟା ପ୍ରାୟ ୪.୯ ନିୟୁତ। […] The post ପାକିସ୍ତାନରେ ରହୁଥିବା ସବୁଠାରୁ ଧନୀ ହିନ୍ଦୁ କିଏ? କେତେ ରହିଛି ତାଙ୍କର ସମ୍ପତ୍ତି, କ’ଣ କରନ୍ତି, ଜାଣନ୍ତୁ… appeared first on Dharitri Odia News .
ଅଶାନ୍ତ କଟକରେ ଶାନ୍ତି ଫେରିବ କେବେ? ଆଜି ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ କଟକ ବନ୍ଦ ଡାକରା
ଅହମଦିଆ, ହିନ୍ଦୁ ଓ ଖ୍ରୀଷ୍ଟିଆନଙ୍କ ଉପରେ ନିର୍ଯାତନା ପାଇଁ ପାକିସ୍ତାନ ନିନ୍ଦିତ
ଇସଲାମାବାଦ: ଧାର୍ମିକ ଅସହିଷ୍ଣୁତା ପାଇଁ ପାକିସ୍ତାନ ସାରା ବିଶ୍ୱରେ ନିନ୍ଦାର ପାତ୍ର ହୋଇଆସୁଛି। ୟୁଏସ୍ କମିସନ ଅନ୍ ଇଣ୍ଟର୍ନ୍ୟାସନାଲ ରେଲିଜିଅସ୍ ଫ୍ରିଡମ୍ (ଏସ୍ସିଆଇଆର୍ଏଫ୍) ପକ୍ଷରୁ ପ୍ରକାଶିତ ଏକ ଅନୁସନ୍ଧାନମୂଳକ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଏହି ରିପୋର୍ଟରେ ଅହମଦିଆ ମୁସଲମାନ ସମ୍ପ୍ରଦାୟ ଉପରେ ପାକିସ୍ତାନର ବ୍ୟବସ୍ଥିତ ନିର୍ଯାତନା ଏବଂ ସମଗ୍ର ଦେଶରେ ବଳପୂର୍ବକ ଧର୍ମାନ୍ତରୀକରଣ ଓ ଈଶନିନ୍ଦା ସମ୍ବନ୍ଧୀୟ ହିଂସାର ଭୟାବହ ବୃଦ୍ଧିକୁ ନିନ୍ଦା କରାଯାଇଛି। ରବୱା ଟାଇମ୍ସ ଅନୁଯାୟୀ, ପାକିସ୍ତାନର ଦଣ୍ଡବିଧି ସଂହିତା ଅହମଦିଆମାନଙ୍କ ପ୍ରତି ଖୋଲାଖୋଲି ଭେଦଭାବ କରୁଛି ଏବଂ ସେମାନଙ୍କୁ ମୁସଲମାନ ଭାବରେ ଗ୍ରହଣ କରିବାକୁ ବାରଣ କରିଛି। ୟୁଏସ୍ସିଆଇଆର୍ଏଫ୍ ରିପୋର୍ଟ ଅନୁଯାୟୀ, ୨୦୨୫ରେ ଅହମଦିଆମାନଙ୍କ ବିରୋଧରେ ହିଂସା ବୃଦ୍ଧି ପାଇଛି, ଯେଉଁଥିରେ ଫେବ୍ରୁଆରିରେ ଦଶଦିନ ମଧ୍ୟରେ ପଞ୍ଜାବର ତିନୋଟି ଅହମଦିଆ ମସଜିଦ୍ ଭାଙ୍ଗିବା ଅନ୍ତର୍ଭୁକ୍ତ। ଏପ୍ରିଲରେ ୪୦୦ରୁ ଅଧିକ ଲୋକଙ୍କ ଭିଡ଼ ଅନ୍ୟ ଏକ ଅହମଦିଆ ମସଜିଦ୍ ଉପରେ ଆକ୍ରମଣ କରିଥିଲେ ଏବଂ ପୂର୍ବ ଆକ୍ରମଣର ଡକ୍ୟୁମେଣ୍ଟେସନ୍ କରୁଥିବା ଜଣେ ଅହମଦିଆ କାର୍ଯ୍ୟକର୍ତ୍ତା ଲାଇକ୍ ଚିମାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ। ପରେ ପୁଲିସ ଏହି ହତ୍ୟାକାଣ୍ଡ ସହ ଜଡିତ ୧୩ ଜଣଙ୍କୁ ଗିରଫ କରିଥିଲା। କରାଚୀରେ ମାର୍ଚ୍ଚରେ ଏକ କୋର୍ଟ ପରିସରରେ ଦୁଇଜଣ ଅହମଦିଆ ବ୍ୟକ୍ତିଙ୍କୁ ଆକ୍ରମଣ କରାଯାଇଥିଲା, ଯେଉଁଥିରେ ଜନୈକ ତାହିର ମହମୁଦଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଏକ ଦୁଃଖଦ ଘଟଣାରେ, ଶେଖ୍ ମହମୁଦ ନାମକ ଜଣେ ଅହମଦିଆଙ୍କୁ ବାରମ୍ବାର ହତ୍ୟା ଧମକ ଦେବା ପରେ ସରଗୋଧାରେ ଗୁଳି କରି ହତ୍ୟା କରାଯାଇଥିଲା। ରିପୋର୍ଟରେ ଆହୁରି ପ୍ରକାଶ କରାଯାଇଛି ଯେ ପଞ୍ଜାବ କର୍ତ୍ତୃପକ୍ଷ କିପରି ଏକ ବ୍ୟକ୍ତିଗତ ଘରେ ପ୍ରାର୍ଥନା କରିଥିବାରୁ ୪୨ ଜଣ ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଇଦ୍ ସମୟରେ ଅହମଦିଆମାନଙ୍କୁ ଏକତ୍ରିତ ହେବାରୁ ରୋକିବାକୁ କୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ, ଫଳସ୍ୱରୂପ ସିଆଲକୋଟରେ ୨୨ ଜଣ ଉପାସକଙ୍କୁ ଗିରଫ କରାଯାଇଥିଲା। ସିନ୍ଧ ଓ ପଞ୍ଜାବରେ ହିନ୍ଦୁ ଓ ଖ୍ରୀଷ୍ଟିଆନ ଝିଅମାନଙ୍କର ବଳପୂର୍ବକ ଧର୍ମାନ୍ତରୀକରଣ ଜାରି ରହିଛି, ଯେଉଁଥିରେ ପ୍ରାୟତଃ ଅପହରଣ ଓ ବଳପୂର୍ବକ ବିବାହ ସାମିଲ ରହିଛି। ରିପୋର୍ଟରେ ପାକିସ୍ତାନର କଠୋର ଈଶନିନ୍ଦା ଆଇନକୁ ମଧ୍ୟ ନିନ୍ଦା କରାଯାଇଛି, ଯେଉଁଥିରେ ଶହ ଶହ ଲୋକ କାରାଗାରରେ ଅଛନ୍ତି। ଏହି ଆଇନଗୁଡ଼ିକୁ ରଦ୍ଦ କରିବା, ବଳପୂର୍ବକ ଧର୍ମାନ୍ତରୀକରଣ ବନ୍ଦ କରିବା ଏବଂ ଧାର୍ମିକ ସଂଖ୍ୟାଲଘୁଙ୍କ ପାଇଁ ଦୃଢ ସୁରକ୍ଷା ପାଇଁ ଏଥିରେ ଆହ୍ବାନ ଦିଆଯାଇଛି।
ଦୁର୍ଗାପୂଜା ଭସାଣ ବିବାଦକୁ ନେଇ ବଢ଼ୁଛି ଉତ୍ତେଜନା : ଆଜି ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ କଟକ ବନ୍ଦ ଡାକରା
କନକବ୍ୟୁରୋ : ଦୁର୍ଗାପୂଜା ମେଢ଼ ଭସାଣ ବେଳେ ଗୋଷ୍ଠୀ ବିବାଦକୁ ନେଇ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଆଜି କଟକ ବନ୍ଦ ଡାକରା । ରବିବାର ବନ୍ଦ ସପକ୍ଷରେ ଶୋଭାଯାତ୍ରା ବାହାରିଥିବା ବେଳେ ପୁଣିଥରେ ସୃଷ୍ଟି ହୋଇଥିଲା ତୀବ୍ର ଉତ୍ତେଜନା। ଯାହାକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ୩୬ ଘଣ୍ଟା ପାଇଁ କଟକଣା ଜାରି କରାଯାଇଛି। କଟକର ୧୩ ଥାନା ଅଞ୍ଚଳରେ କର୍ଫ୍ୟୁ ଘୋଷଣା କରିଛି କମିସନରେଟ ପୁଲିସ୍। ଅପ୍ରିତୀକର ତଥା ହିଂସାତ୍ମକ ପରିସ୍ଥିତି ଏଡ଼ାଇବାକୁ ସଜାଗ ହୋଇରହିଛି କମିସନରେଟ ପୋଲିସ୍। ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛ ନ୍ତି । ଆଇଜି ପ୍ରବୀଣ କୁମାର ଓ ଡିଆଇଜି ଯୁଗଳ କିଶୋର ବୋନଥଙ୍କୁ କଟକର ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି । ପୁଲିସ ଡିଜି ୱାଇ ବି ଖୁରାନିଆଙ୍କ ନେତୃତ୍ବରେ ଦରଘାବଜାରରେ ପୁଲିସର ସ୍ବତନ୍ତ୍ର କ୍ୟାମ୍ପ ଅଫିସ ଖୋଲାଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଗାମେଢ଼ ଭସାଣି ବେଳେ ହାତୀପୋଖରୀଠାରେ ଘଟିଥିବା ଗଣ୍ଡଗୋଳର ପ୍ରତିଫଳନ ପୁଣିଥରେ ରବିବାର ଦେଖିବାକୁ ମିଳିଛି। ଭସାଣିରେ ଗଣ୍ଡଗୋଳ ପ୍ରତିବାଦରେ କଟକ ବନ୍ଦ ଡାକରାକୁ ସମର୍ଥନ କରି ବିଶ୍ବହିନ୍ଦୁ ପରିଷଦ ଓ ଅନ୍ୟ ସଂଗଠନ ପକ୍ଷରୁ ମୋଟର ସାଇକଲ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଶୋଭାଯାତ୍ରା ଯାଉଥିବା ସମୟରେ ପୁଲିସ କିଛି ଶୋଭାଯାତ୍ରାକାରୀଙ୍କୁ ବଜ୍ରକବାଟୀ ନିକଟରେ ଅଟକାଇବାରୁ ଉତ୍ତେଜନା ବଢ଼ିଥିଲା । ସେଠାରେ ପୁଲିସ ଓ ଶୋଭାଯାତ୍ରାକାରୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଶୋଭାଯାତ୍ରାକାରୀମାନେ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିଥିଲେ। ଶୋଭାଯାତ୍ରା ଦରଘାବଜାରରେ ପହଞ୍ଚିବା ପରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଦରଘାବଜାରଠାରୁ ସିଟି ହସ୍ପିଟାଲ ଓ ଗୌରୀଶଙ୍କର ପାର୍କ ପର୍ଯ୍ୟନ୍ତ ଏକପ୍ରକାର ରଣକ୍ଷେତ୍ର ପାଲଟିଥିଲା। ଏହି ଘଟଣାରେ ଅନେକ ଦୋକାନ ଭଙ୍ଗାରୁଜା ହେବା ସହିତ ରାସ୍ତାକଡ଼ର ଠେଲାଗାଡ଼ି ଓ କ୍ୟାବିନ୍ ଜଳି ଯାଇଛି। ଏକାଧିକ କାର୍ ମଧ୍ୟ ଭାଙ୍ଗିଛି। ଘଟଣାକୁ ନେଇ ସ୍ଥିତି ଅନୁଧ୍ୟାନ କରିବା ସହ ଦୋଷୀଙ୍କୁ ଛଡ଼ାଯିବନାହିଁ ବୋଲି ଚେତାବନୀ ଦେଇଛନ୍ତି ପୁଲିସ୍ ଡିଜି ୱାଇବି ଖୁରାନିଆ । ଘଟଣାକୁ ନେଇ ସୋସିଆଲ୍ ମିଡିଆରେ ମିଥ୍ୟା, ଉତ୍ତେଜନାପୂର୍ଣ୍ଣ ବାର୍ତ୍ତା ପ୍ରସାରଣ କରାଯାଉଥିବାରୁ ରାଜ୍ୟ ସରକାର କଟକ ସହରରେ ରବିବାର ସନ୍ଧ୍ୟା ୭ଟାରୁ ସୋମବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରିଛନ୍ତି। ଏହି ସମୟରେ ସମସ୍ତ ମୋବାଇଲ୍ ସେବା ପ୍ରଦାନକାରୀଙ୍କ ହ୍ୱାଟ୍ସଆପ୍, ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍, ସ୍ନାପ୍ଚାଟ୍ ଏବଂ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ସେବା ବନ୍ଦ ରହିବ। କଟକ ସିଏମ୍ସି ଓ ସିଡିଏ ଅଞ୍ଚଳରେ ଇଣ୍ଟରନେଟ୍ର ଏହି ଅସ୍ଥାୟୀ ବନ୍ଦ ଲାଗୁ କରାଯାଇଥିବା ସୂଚନା ମିଳିଛି। -- ସେପଟେ ଗୋଷ୍ଠୀ ବିବାଦକୁ ନେଇ ଭାଇଚାରର ସହର କଟକରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସଂଯମତା ରକ୍ଷା ପାଇଁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିରୋଧୀ ଦଳ ନେତା ଓ ଅନ୍ୟ ନେତୃବୃନ୍ଦ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସମସ୍ତଙ୍କୁ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କଟକ ସହର ହେଉଛି ହଜାର ବର୍ଷର ସହର । ଭାଇଚାରାର ଅନନ୍ୟ ନିଦର୍ଶନ ହେଉଛି କଟକ ସହର। କିନ୍ତୁ ଗତ କିଛି ଦିନ ଧରି କେତେକ ବିଶୃଙ୍ଖଳାକାରୀଙ୍କ ଯୋଗୁଁ ସହରରେ ଶାନ୍ତି ଭଙ୍ଗ ହୋଇଛି ଏବଂ ସାଧାରଣ ଲୋକଙ୍କ ଜୀବନ ଯାତ୍ରାରେ ବ୍ୟାଘାତ ସୃଷ୍ଟି ହେଉଛି। ଏହିଭଳି ବିଶୃଙ୍ଖଳାକାରୀଙ୍କ ଉପରେ ସରକାରଙ୍କ ନଜର ରହିଛି ଏବଂ ସେମାନଙ୍କ ଉପରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀଦଳ ନେତା ନବୀନ ପଟ୍ଟନାୟକ, ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରମୁଖ ଶାନ୍ତି ବଜାୟ ରଖିବାକୁ ସଭିଙ୍କୁ ଅପିଲ୍ କରିଛନ୍ତି।
ଏଥର ‘ଶିେରାନାମ: ନାରୀ’ କ୍ରମରେ କଥା କିଞ୍ଚିତ୍, ପ୍ରତିଭା ରାୟ
ସେ ପ୍ରତିଭାମୟୀ। ତାଙ୍କ ଶବ୍ଦର ଯାଦୁରେ ସେ ଦୀର୍ଘ ପାଞ୍ଚ ଦଶନ୍ଧି ଧରି ମୁଗ୍ଧ କରି ରଖିଛନ୍ତି ପାଠକମାନଙ୍କୁ। କବିତାରୁ ଆରମ୍ଭ କରି କ୍ରମେ ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, ସ୍ତମ୍ଭ ରଚନା, ଭ୍ରମଣକାହାଣୀ ପର୍ଯ୍ୟନ୍ତ ସାମିଲ୍ ହୋଇଛନ୍ତି ତାଙ୍କ ସାରସ୍ବତ ସାଧନା ପଥରେ। ‘ବର୍ଷା, ବସନ୍ତ, ବୈଶାଖ’ରୁ ଆରମ୍ଭ କରି ‘ଦୟାନଦୀରୁ ନିରଞ୍ଜନା’ ତଟରେ ପହଞ୍ଚିଛନ୍ତି ସିଏ। ମହାଭାରତର ମହାନାୟିକା ‘ଯାଜ୍ଞସେନୀ’ଙ୍କୁ ଆଧୁନିକ ଭାରତର ଦୁଇ ତିନିଟି ପିଢ଼ିର ପରମପ୍ରିୟ ନାରୀଚରିତ୍ର ଭାବରେ ଗଢ଼ିତୋଳିଛନ୍ତି। ସାତଟି ମହାଦେଶ ପରିଭ୍ରମଣ କରିବାର ଅନୁପମ ଅନୁଭବ ପାଠକମାନଙ୍କ ସହିତ ବାଣ୍ଟିଛନ୍ତି। ଦେଶ ବିଦେଶରେ ବିପୁଳ ପାଠକୀୟତା, ପ୍ରଶଂସା, ପ୍ରସିଦ୍ଧି ଓ ସମ୍ମାନରେ ଝଲମଲ ତାଙ୍କ ସୃଜନର ପୃଥିବୀ। ୧୯୪୪ରେ ଜନ୍ମିତା ପଦ୍ମବିଭୂଷଣ ପ୍ରତିଭା ରାୟ ଅଶୀତିପର ବୟସରେ ଏବେବି ଯୁବସୁଲଭ, ଚଳଚଞ୍ଚଳ ତାଙ୍କର ଅତନ୍ଦ୍ର କଲମ ସହିତ। କାତ୍ୟାୟନୀ ନା ନାରାୟଣୀ ନାରୀର କେଉଁ ରୂପଟି ଆପଣଙ୍କୁ ଅଧିକ ପ୍ରଭାବିତ କରେ? ନାରୀର ନାରାୟଣୀ ରୂପଟି ମୋତେ ଅଧିକ ପ୍ରଭାବିତ କରେ। ନାରାୟଣୀ ସତ୍ତା ଭିତରେ କାତ୍ୟାୟାନୀ ମଧ୍ୟ ଥାଏ, ଆବଶ୍ୟକ ସ୍ଥଳେ ତାହା ପ୍ରକାଶ ପାଏ। ନାରୀ ସୃଷ୍ଟି ପାଳନ କରେ ନାରାୟଣୀ ରୂପରେ। ଗୋଟିଏ ମାଆକୁ ତା’ର ଶିଶୁମାନେ ଯେଉଁ ରୂପରେ ଭଲ ପାଇଥାନ୍ତି ମୁଁ ସେହି ରୂପରେ ପ୍ରଭାବିତ। ମୋ ପିଲା, ଜଗତଯାକର ପିଲା, ଗଛବୃଚ୍ଛ, ପଶୁପକ୍ଷୀ ଏବଂ ମୋ ସାହିତ୍ୟର ମୁଁ ହେଉଛି ମାଆ। ମୁଁ ନିଚ୍ଛକ ମାଆଟିଏ। ମାତୃଭାବ ହିଁ ଶ୍ରେଷ୍ଠ ଭାବ ଯେଉଁଥିରେ ପ୍ରତିହିଂସା ନଥାଏ, ଥାଏ କ୍ଷମାଭାବ। ଆପଣଙ୍କ ଯାଜ୍ଞସେନୀ ଉପନ୍ୟାସର ଶତାଧିକ ସଂସ୍କରଣ ହୋଇ ସାରିଲାଣି। ବିଭିନ୍ନ ଭାଷାରେ ଏହାର ଅନୁବାଦ ହୋଇଛି। ଦେଶବିଦେଶରେ ଏହା ଅନେକ ପୁରସ୍କାର ଓ ପ୍ରଶଂସା ପାଇଛି। ୮୪ ମସିହାରୁ ଏଯାଏ ଏହାର ଲୋକପ୍ରିୟତା କମିନାହିଁ। ଏହାର କାରଣ କ’ଣ ହୋଇପାରେ? ଯାଜ୍ଞସେନୀ ଉପନ୍ୟାସର ୧୦୦ ସଂସ୍କରଣ ଉତ୍ସବ “ଶତଦଳରେ ଯାଜ୍ଞସେନୀ” ୨୦୧୮ ମସିହାରେ ପାଳନ କରାଯାଇଥିଲା।ଏ ଭିତରେ ଯାଜ୍ଞସେନୀର ୧୧୯ ସଂସ୍କରଣ ହୋଇଛି। ମୁଁ ସେହି ଉତ୍ସବରେ କହିଥିଲି ଯେ ଯାଜ୍ଞସେନୀ ଉପନ୍ୟାସକୁ ଯଦି ପ୍ରଥମରୁ ଆଦ୍ୟା ପ୍ରକାଶନୀ ଛାପିଥାଆନ୍ତା ତେବେ ୨୦୧୮ର ବହୁ ବର୍ଷ ପୂର୍ବରୁ ଶହେ ସଂସ୍କରଣ ଉତ୍ସବ ପାଳନ ହୋଇଥାନ୍ତା। ପ୍ରଥମ ପାଂଚ ବର୍ଷ ଯାଜ୍ଞସେନୀ କଟକ ବିନୋଦ ବିହାରୀର ଜଣେ ପ୍ରକାଶନଙ୍କ ହାତରେ ଥିଲା। ସେ ମୋତେ ୧୦୦୦ କପିର ରୋୟାଲିଟି ଦେଉଥିଲେ କିନ୍ତୁ ମୋତେ ଖବର ମିଳିଲା ଯେ ପ୍ରତି ସଂସ୍କରଣରେ ପାଂଚ ହଜାର ସେ ଛାପୁଥିଲେ। ଯେଉଁ ବର୍ଷ ଯାଜ୍ଞସେନୀ ପାଇଁ ମୂର୍ତିଦେବୀ ପୁରସ୍କାର (୧୯୯୧) ମୁଁ ପାଇଲି ସେ ବର୍ଷ ପ୍ରକାଶକ ଦଶ ହଜାର କପି ଛାପିଥିଲେ। ଏହା ନିର୍ଭରଯୋଗ୍ୟ ଖବର ଥିଲା। ମୁଁ ଏହି ମିଥ୍ୟାଚାରକୁ ସହ୍ୟ ନକରିପାରି ପ୍ରକାଶକଙ୍କ ନିକଟରୁ ଯାଜ୍ଞସେନୀ ଛଅ ବର୍ଷ ପରେ ଫେରାଇଆଣିଲି ଓ ଆଦ୍ୟା ପ୍ରକାଶନୀ ଛାପିଲା। ଏଥିରୁ ଆପଣ ଅନୁମାନ କରିପାରୁଥିବେ ଯେ ଯାଜ୍ଞସେନୀ ପ୍ରଥମରୁ ହିଁ ପାଠକର ଆଦୃତି ଲାଭ କରିଥିଲା। ହିନ୍ଦୀ ଭାଷାରେ ପ୍ରଥମେ ଏହାର ଅନୁବାଦ ହୋଇଥିଲା ୧୯୮୮ରେ ଛପା ହୋଇଥିଲା। ତା’ପରେ ଏହା ହିନ୍ଦୀ ପାଠକଙ୍କ ଦ୍ୱାରା ମଧ୍ୟ ଆଦୃତ ହୋଇଥିଲା। ହିନ୍ଦୀରୁ ଅନ୍ୟାନ୍ୟ ଭାରତୀୟ ଭାଷାକୁ ଅନୂଦିତ ହୋଇ ବହୁ ସଂସ୍କରଣ ହେଲା। ଇଂରାଜୀରେ ଏହାକୁ ଛାପିଛନ୍ତି ରୁପା ପବ୍ଲିସର୍ସ। ତାହା ମଧ୍ୟ ପଚିଶ ସଂସ୍କରଣ ହୋଇସାରିଛି। ଏପରି ପାଠକୀୟ ଆଦୃତି ମୋ ପାଇଁ ଏକ ବିସ୍ମୟ। ଏ ଭିତରେ ମୋର କଳିଙ୍ଗ ଯୁଦ୍ଧ ସମ୍ପର୍କିତ ଉପନ୍ୟାସ ‘ଦୟାନଦୀରୁ ନିରଞ୍ଜନା’ ପ୍ରକାଶ ପାଇଲା। ଏହା ମୋର ଚବିଶତମ ଉପନ୍ୟାସ। ପ୍ରତ୍ୟେକ ଉପନ୍ୟାସ ଭିତରେ ମୁଁ ‘କାୟା ପ୍ରବେଶ’ ନୁହେଁ ‘ଆତ୍ମା ପ୍ରବେଶ’ କରି ଲେଖେ। ଯେଉଁ ବିଷୟରେ ଲେଖେ ସେହି ସମୟକୁ ସେହି ସଂସ୍କୃତିକୁ ଚାଲିଯାଏ। ମୁଁ ସବୁବେଳେ କହିଆସିଛି ଯେ “ମାଟିରେ ବସି ମୁଁ ରକ୍ତରେ ଲେଖେ ସାହିତ୍ୟ।” ଏହି ପଦିଏ କଥାରୁ ଆପଣ ବୁଝିପାରିବେ ଯେ ମୁଁ କିପରି ମଗ୍ନହୋଇ ଉପନ୍ୟାସଟିଏ ଲେଖେ। ଯାଜ୍ଞସେନୀ ସମୟରେ ମଧ୍ୟ ମୁଁ ସେହିପରି ମଗ୍ନହୋଇ ଲେଖିଥିଲି। ଯାଜ୍ଞସେନୀର ଏହି ଲୋକପ୍ରିୟତା ଅନେକଙ୍କର ବିଶ୍ୱାସଯୋଗ୍ୟ ହୁଏ ନାହିଁ। କେତେଜଣ ଆସି ଛପା ହେଉଥିବା ପ୍ରେସ୍ରେ ପଚାରିଛନ୍ତି। ଏବକୁ ଯାଜ୍ଞସେନୀ ଅଧିକରୁ ଅଧିକ ବିକ୍ରି ହେଉଛି। ମୁଁ ବିସ୍ମିତା ହେଲେ ମଧ୍ୟ ଆନନ୍ଦିତା ଯେ ଏ ପିଢ଼ିର ପାଠକ ମଧ୍ୟ ଯାଜ୍ଞସେନୀ ପଢ଼ୁଛନ୍ତି। ମୁଁ ଭାବୁଛି ମଣିଷର ଭାଗ୍ୟଭଳି ପୁସ୍ତକର ମଧ୍ୟ ଭାଗ୍ୟ ଥାଏ। ହୁଏତ ଯାଜ୍ଞସେନୀ ସେହିଭଳି ଏକ ଲଗ୍ନରେ ଭୂମିଷ୍ଠ ହୋଇଥିଲା। ଏହି ପ୍ରଶ୍ନଟି ଆପଣ ମୋତେ ନକରି ଜଣେ ସାହିତ୍ୟ ସମାଲୋଚକ ବା ବରିଷ୍ଠ କନିଷ୍ଠ ପାଠକଙ୍କୁ ପଚାରିଥିଲେ ଉତ୍ତର ମିଳିଥାନ୍ତା। କେଉଁ ଭାବଭୂମିରେ ଅହଲ୍ୟାଙ୍କୁ ଆପଣ ମହାମୋହର ମହାନାୟିକା ଭାବରେ ଚିନ୍ତା କଲେ? ଅବହେଳିତ, ଦଳିତ ଏବଂ ଭୁଲ୍ ବୁଝାମଣାର ଶିକାର ହୋଇଥିବା ଚରିତ୍ରମାନେ ମୋର ଆହ୍ୱାନ ହୋଇ ଠିଆ ହୁଅନ୍ତି। ଯାଜ୍ଞସେନୀ ମଧ୍ୟ ଭୁଲ୍ ବୁଝାମଣାର ଶିକାର ହୋଇଥିବା ଏକ ଚରିତ୍ର - ଅହଲ୍ୟା ମଧ୍ୟ। ମାତ୍ର କେତେ ଧାଡ଼ିରେ ଅହଲ୍ୟାଙ୍କର ଚରିତ୍ର ସଂହାର ହୋଇଛି ଏବଂ କାଳ କାଳ ପାଇଁ ସେ ନିନ୍ଦିତା ହୋଇ ରହିଛନ୍ତି। ଶାସ୍ତ୍ର ଅନୁଯାୟୀ ରାମଙ୍କ ସ୍ପର୍ଶରେ ଅହଲ୍ୟା ଶାପମୁକ୍ତ ହୋଇଛନ୍ତି ଯାହାଫଳରେ ରାମ ମହାନ ହୋଇଛନ୍ତି ଏବଂ ଅହଲ୍ୟାର ପାପ ଯୋଉଠି ଥିଲା ସେଇଠି ଅଛି। ଅହଲ୍ୟା ମୋତେ ସବୁକାଳରେ ଆନ୍ଦୋଳିତ କରନ୍ତି, ଉସ୍କାନ୍ତି, ଆହ୍ୱାନ ଦିଅନ୍ତି ଯେ ତୁ କ’ଣ ମୋତେ ବୁଝାଇପାରିବୁ? ବର୍ଷ ବର୍ଷର ଏହି ପ୍ରଶ୍ନ ମୋ ଭିତରେ ମହାମୋହକୁ ଜନ୍ମ ଦେଲା। ମହାମୋହ ମୋର ହୃଦୟର ନିକଟତମ ଉପନ୍ୟାସ। ଏହି ଉପନ୍ୟାସର ପାଠକ ଅହଲ୍ୟାକୁ ଚିହ୍ନିପାରିଛନ୍ତି ବୋଲି ମୋତେ ପତ୍ର ଦେଇଛନ୍ତି। ତାହା ହିଁ ଏହି ଉପନ୍ୟାସର ସଫଳତା। ଆପଣ ନିଜକୁ ଜଣେ ନାରୀବାଦୀ ଲେଖିକା ବୋଲି ଭାବନ୍ତି କି? ନାରୀବାଦୀ ଲେଖିକା ଭାବରେ ମୋର ପରିଚୟ ପ୍ରଦାନକୁ ମୁଁ ଅସ୍ୱୀକାର କରେ। କେବଳ ନାରୀର ସମସ୍ୟାକୁ ନେଇ ମୁଁ ଲେଖେ ନାହିଁ, ପୁରୁଷର ସମସ୍ୟା, ସମାଜର ସମସ୍ୟା, ପୃଥିବୀର ସମସ୍ୟା, ପ୍ରକୃତିର ସମସ୍ୟାକୁ ନେଇ ମୁଁ ଲେଖେ। ମୁଁ ମାନବବାଦୀ ବୋଲି ପରିଚୟ ଦିଏ। ନାରୀବାଦ ଭିତରେ ମହାନ ମାନବବାଦ ବି ଅଛି। କାରଣ ନାରୀ ବି ଜଣେ ମଣିଷ। ଏବେ ତ ଇକୋଫେମିନିଜିମ୍ ସାହିତ୍ୟରେ ପ୍ରାଧାନ୍ୟଲାଭ କଲାଣି। ଶେଷ ଈଶ୍ୱର ଉପନ୍ୟାସ ପଢ଼ି କୁହନ୍ତୁ ତାହା ନାରୀବାଦ ନା ମାନବବାଦ ଉପରେ ପ୍ରତିଷ୍ଠିତ। ମଗ୍ନମାଟି ଉପନ୍ୟାସରେ ଇକୋଫେମିନିଜିମ୍ର ସ୍ୱର ତୀବ୍ର। ମଣିଷ ପ୍ରକୃତିକୁ ସଂହାର କଲେ ପ୍ରକୃତି ମଣିଷକୁ ସଂହାର କରେ। ଆପଣଙ୍କ ଅଧ୍ୟପନା ସମୟର କଲେଜ କ୍ୟାମ୍ପସ୍ ଓ ଆଜିକାଲିର କଲେଜ କ୍ୟାମ୍ପସ୍ ଭିତରେ କେଉଁ ପାର୍ଥକ୍ୟଟି ଆପଣଙ୍କୁ ଦୁଃଖୀ କରୁଛି? କେଉଁ କଥାଟି ହେଲେ ଛାତ୍ରୀମାନେ କଲେଜ ପରିସରରେ ନିଜକୁ ସୁରକ୍ଷିତ ମଣିବେ? ମୋ ଅଧ୍ୟାପନା ସମୟ ବେଳକୁ ମୋ ଅଧ୍ୟୟନର ସମୟ ବଦଳିଯାଇଥିଲା। ମୁଁ ରେଭେନ୍ସା କଲେଜରେ ପଢ଼ିଥିଲି ଏବଂ ଅଧ୍ୟାପନା ଚାକିରି ସେହିଠାରୁ ଆରମ୍ଭ। ସେତେବେଳକୁ ମଧ୍ୟ କ୍ୟାମ୍ପସ୍ର ପରିବେଶ ବଦଳିଯାଇଥିଲା। ମୁଁ ପଢ଼ିବା ସମୟରେ ଆମ ପ୍ରାକ୍ଟିକାଲ୍ ଗ୍ରୁପ୍ ଓ ଟ୍ୟୁଟୋରିୟାଲ୍ ଗ୍ରୁପ୍ର ଛାତ୍ରଛାତ୍ରୀଙ୍କ ମଧ୍ୟରେ କଥାବାର୍ତ୍ତା ହେଉନଥିଲା। ଛାତ୍ରମାନେ ଛାତ୍ରୀମାନଙ୍କୁ ଚିହ୍ନିଯାଉଥିଲେ କିନ୍ତୁ ଛାତ୍ରୀମାନେ ଛାତ୍ରମାନଙ୍କୁ ମୁହଁଟେକି ଚାହୁଁନଥିଲେ। ଏହା ଭଲ ଥିଲା ବୋଲି ମୁଁ କହିବି ନାହିଁ। ମୋ ବାପା ଶିକ୍ଷାବିତ୍ ପରଶୁରାମ ଦାସ ମଧ୍ୟ ରେଭେନ୍ସା କଲେଜରେ ବି.ଏସ୍ସି. ପଢ଼ିଥିଲେ। ଜେଜେବାପା ରେଭେନ୍ସାରେ ଏଫ୍.ଏ. ପଢ଼ିଥିଲେ। ବାପାଙ୍କର ଚିନ୍ତାଧାରା ଆଧୁନିକ ଥିଲା। ସେ ଆମ ପାଂଚ ଭଉଣୀଙ୍କୁ ସବୁବେଳେ କୋଏଡ୍ ସ୍କୁଲ କଲେଜରେ ପଢ଼ାଉଥିଲେ। ସେ କହୁଥିଲେ ଝିଅମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପୃଥିବୀ ଗଢ଼ାଯିବ ନାହିଁ। ସେହି ଗୋଟିଏ ପୃଥିବୀରେ ପୁଅଝିଅ ମିଶି ରହିବେ। ତେଣୁ ଝିଅମାନେ ପୁଅମାନଙ୍କ ସହ ପଢ଼ିବା ସମାଜ ପାଇଁ ଶୁଭଙ୍କର। ସମୟ ବଦଳିଲେ ମଣିଷର ଚାଲିଚଳଣ, ପୋଷାକ ପରିଚ୍ଛଦ, ଆଚାରବ୍ୟବହାର ବଦଳିବା ସ୍ୱଭାବିକ। ସାମାଜିକ ପରିବର୍ତନ ହେବ ହିଁ ହେବ। ଆଜିକାର ବିବାହ ପରିପ୍ରେକ୍ଷୀରେ ମୁଁ କହିବି ଯେ ପୁଅଝିଅ ଉଭୟେ ପରସ୍ପରକୁ ଭଲଭାବରେ ଜାଣିବୁଝି ବିବାହ କରିବା ଉଚିତ। ଆଜିକାଲି କଲେଜ ପରିସରରେ ଛାତ୍ରଛାତ୍ରୀଙ୍କର ଖୋଲାମେଲା ସମ୍ପର୍କକୁ ମୁଁ ତିର୍ଯ୍ୟକ୍ ଦୃଷ୍ଟିରେ ଦେଖେ ନାହିଁ। କିନ୍ତୁ ପରିବର୍ତ୍ତିତ ସମୟରେ ଶୋଭନୀୟତା, ଶୃଙ୍ଖଳା ଓ ଶାଳୀନତା ମଧ୍ୟ ରହିବା ଆବଶ୍ୟକ। ଆପଣ ସାରା ଭାରତରେ ଆଦରଣୀୟା ଜଣେ ପରିଚିତ ବ୍ୟକ୍ତିତ୍ବ। ଦେଶବିଦେଶରେ ଆପଣଙ୍କର ଅନେକ ମୁଗ୍ଧ ପ୍ରଶଂସକ ଅଛନ୍ତି। ପଚାଶ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ଆପଣ କଲମଚାଳନା କରିଛନ୍ତି, ଜେନ୍ ଜେଡ୍ ପିଲାମାନଙ୍କୁ ଆପଣଙ୍କର ବାର୍ତ୍ତା କ’ଣ ରହିବ? ମଣିଷ ମରଣଜୟୀ ନୁହେଁ। ସାରାଜୀବନ କହିବାର ଅର୍ଥ ନୁହେଁ ମଣିଷର ଶହେ ବର୍ଷର ଜୀବନ। ମଣିଷ ହାତରେ ସମୟ ସୀମିତ। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଫଳରେ ମଣିଷ ଯନ୍ତ୍ର ଦ୍ୱାରା ନିୟନ୍ତ୍ରିତ ହେଉଛି। କିନ୍ତୁ ମଣିଷ ଯନ୍ତ୍ରକୁ ନିଜ ଜୀବନର ମାନ ବୃଦ୍ଧି କରିବା ପାଇଁ ପ୍ରୟୋଗ କରିବା ଉଚିତ। ଉଦାହରଣ ସ୍ୱରୂପ ଆଜିକାର ସ୍ମାର୍ଟଫୋନ୍ ମଣିଷକୁ ସାରା ବିଶ୍ୱ ଏପରି ଗ୍ରହଗ୍ରହାନ୍ତର ସହ ସଂଯୁକ୍ତ କରିପାରୁଛି କିନ୍ତୁ ମଣିଷ ନିଜେ ନିଜଠାରୁ ବିଚ୍ଛିନ୍ନ ହେଇଯାଉଛି। ଉଡ଼ାଜାହାଜ ଉଦ୍ଭାବନ କରିଥିବା ମଣିଷ ଉଡ଼ାଜାହାଜ ସହ ପ୍ରତିଯୋଗିତା କରି ଆକାଶରେ ଉଡ଼ିପାରିବ କି? ଉଡ଼ିଲେ ମଣିଷର କି ଅବସ୍ଥା ହେବ? ସ୍ମାର୍ଟଫୋନ୍ର ଉପଯୋଗିତା ଅଛି କିନ୍ତୁ ମଣିଷ ସ୍ମାର୍ଟଫୋନ୍ର ଦାସ ହୋଇଗଲାଣି। ଏହା ଏକ ନିଶାରେ ପରିଣତ ହେଲାଣି। ଛାତ୍ରଛାତ୍ରୀମାନେ ଶୃଙ୍ଖଳା ଓ କଠୋର ପରିଶ୍ରମ ଦ୍ୱାରା ଜ୍ଞାନାର୍ଜନ କରିବାର ସମୟକୁ ସ୍ମାର୍ଟଫୋନ୍ର କବଳରେ ପଡ଼ି ହାତଛଡ଼ା କରିଦେଲେ ଭବିଷ୍ୟତ ଅନ୍ଧକାରମୟ ହୁଏ। କେବଳ ଛାତ୍ରଛାତ୍ରୀ କାହିଁକି ପିତାମାତା ଓ ଶିକ୍ଷକମାନେ ମଧ୍ୟ ଏହି ଯନ୍ତ୍ରଦାନବର କବଳରେ ପଡ଼ିଛନ୍ତି। ଏଠାରେ ଗୋଟିଏ ଉଦାହରଣ ଦିଆଯାଇପାରେ ଡାକ୍ତର ହାତରେ ଛୁରୀ ଏବଂ ଡକାୟତ ହାତରେ ଛୁରୀ। ସ୍ମାର୍ଟଫୋନ୍ଟିକୁ ଡାକ୍ତର ହାତର ଛୁରୀଭଳି ବ୍ୟବହାର କଲେ ତାହା ଏକ ଜ୍ଞାନକୋଷରେ ପରିଣତ ହେବ। ସ୍ମାର୍ଟଫୋନ୍ ଯଦି ସୀମିତ ଛାତ୍ର ଜୀବନକୁ ହାତଛଡ଼ା କରିଦିଏ ତେବେ ତାହା ଡକାୟତ ହାତର ଛୁରୀଭଳି କାର୍ଯ୍ୟ କରିବ। ଆଖ୍ୟାୟିକା ୨୭ ଗଜପତି ନଗର, ଭୁବନେଶ୍ୱର ସୃଜନ ଆଳାପ: ଶୁଭଶ୍ରୀ ଲେଙ୍କା
ଆସନ୍ତାକାଲି କଟକ ବନ୍ଦ: ବିଶ୍ୱ ହିନ୍ଦୁ ପରିଷଦର ବନ୍ଦ ଡାକରା, ବନ୍ଦ ପୂର୍ବରୁ ପୁଲିସର ଫ୍ଲାଗମାର୍ଚ୍ଚ
କନକ ବ୍ୟୁରୋ: କଟକରେ ଦୁର୍ଗାପୂଜା ଭସାଣ ବେଳେ ଗଣ୍ଡଗୋଳ ମାମଲାରେ ଫେରୁଛି ଶାନ୍ତି । ତଥାପି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ପୁଲିସ । ଗଣ୍ଡଗୋଳ ହୋଇଥିବା ସ୍ଥାନରେ ଆଜି ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ସେପଟେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ କାଲି କଟକ ବନ୍ଦ ଡାକରା ଦେଇଛି ବିଶ୍ୱ ହିନ୍ଦୁ ପରିଷଦ । କଟକରେ ଦୁର୍ଗାପୂଜା ଭସାଣ ବେଳେ ଗୋଷ୍ଠୀ ସଂଘର୍ଷ ପରେ ଫେରୁଛି ଶାନ୍ତି । ପରିସ୍ଥିତି ଶାନ୍ତ ରହିଥିଲେ ବି ତୀକ୍ଷ୍ଣ ନଜର ରଖିଛି ପୁଲିସ । ଗଣ୍ଡଗୋଳ ହୋଇଥିବା ସ୍ଥାନ ହାତୀପୋଖରୀ ଓ ଦରଘା ବଜାରରେ ପୁଲିସ, ବିଏସ୍ଏଫ୍ ଏବଂ ସିଆରପିଏଫ୍ ଯବାନ ମିଳିତ ଭାବେ ଫ୍ଲାଗମାର୍ଚ କରିଛନ୍ତି । ଏପରିକି ସାହି ଗଳିରେ କ୍ୟାମ୍ପ୍ ଲଗାଇ ଡେରା ପକାଇଛି ପୁଲିସ । ଏପଟେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ କାଲି କଟକ ବନ୍ଦ ଡାକରା ଦେଇଛି ବିଶ୍ୱ ହିନ୍ଦୁ ପରିଷଦ । ବନ୍ଦ ଡାକରା ପୂର୍ବରୁ ଭିଏଚ୍ପି ପକ୍ଷରୁ ବିଦ୍ୟାଧରପୁରରୁ ଏକ ବାଇକ୍ ଶୋଭାଯାତ୍ରା ବାହାରିଛି । ଗଣ୍ଡଗୋଳ ଘଟଣାକୁ କଟକ କଦମ ରସୁଲ ସାହି ମୁରବୀ ମାନେ ନିନ୍ଦା କରିଛନ୍ତି । ଯେଉଁମାନେ ଏ କାଣ୍ଡରେ ସଂପୃକ୍ତ, ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ । କିନ୍ତୁ ଅପପ୍ରଚାର କରି କଟକର ଭାଇଚାରାକୁ ନଷ୍ଟ କରାନଯାଉ ବୋଲି ସାହି ମୁରବୀ କହିଛନ୍ତି । କଟକ ଜିଲ୍ଲା ବିଜେପି ମଧ୍ୟ ଘଟଣାକୁ ନିନ୍ଦା କରିବା ସହ ଗିରଫ ୬ ଜଣଙ୍କ ବିରୋଧରେ ଏନ୍ଏସ୍ଏ ଲଗାଇବାକୁ ଦାବି କରିଛି । କିଛି ଗୋଷ୍ଠୀ କଟକର ଭାଇ ଚାରାକୁ ନଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି । ସହରରୁ ରୋହିଙ୍ଗ୍ୟାଙ୍କୁ ତଡ଼ିବା ସହ ଜବରଦଖଲ ଉଚ୍ଛେଦ କରିବାକୁ ବିଜେପି ଦାବି କରିଛି । ଭସାଣ ଦିନ କଟକ ହାତୀପୋଖରୀ ଓ ଦରଘା ବଜାର ଅଞ୍ଚଳରେ ହିଂସାକାଣ୍ଡ ହୋଇଥିଲା । ଏଥିରେ ୬ ଜଣଙ୍କ ସହ କଟକ ଡିସିପି ମଧ୍ୟ ଆହତ ହୋଇଥିଲେ ।
କଟକ ଦୁର୍ଗା ଭସାଣିରେ ଗଣ୍ଡଗୋଳ: ହିନ୍ଦୁ ସଂଗଠନ ପକ୍ଷରୁ ବିଶାଳ ଶୋଭାଯାତ୍ରା
କଟକ,୫ା୧୦: ଶୁକ୍ରବାର ରାତିରେ କଟକର ଦାରଘା ବଜାର ଅଞ୍ଚଳରେ ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍ପି) ସହ ଅନ୍ୟ ହିନ୍ଦୁ ସଂଗଠନମାନଙ୍କ ଦ୍ୱାରା ସୋମବାର ଡାକାଯାଇଥିବା ୧୨ ଘଣ୍ଟିଆ କଟକ ବନ୍ଦ ପୂର୍ବରୁ ରବିବାର ଅପରାହ୍ନରେ ବଜ୍ରବାଟି ରୋଡ଼ରେ ଏକ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଛି। ଏହି ଶୋଭାଯାତ୍ରା ହିଂସା ଓ ଗଣ୍ଡଗୋଳକୁ ବିରୋଧ କରି ଆୟୋଜିତ ହୋଇଥିଲା, କିନ୍ତୁ ପୋଲିସ ଏହାକୁ ଅଟକାଇବାରୁ ବିଭିନ୍ନ ସଂଗଠନର […] The post କଟକ ଦୁର୍ଗା ଭସାଣିରେ ଗଣ୍ଡଗୋଳ: ହିନ୍ଦୁ ସଂଗଠନ ପକ୍ଷରୁ ବିଶାଳ ଶୋଭାଯାତ୍ରା appeared first on Dharitri Odia News .
ଦରଘା ବଜାର ଗୋଷ୍ଠୀ ସଂଘର୍ଷ ଘଟଣା : ଆସନ୍ତା ସୋମବାର କଟକ ବନ୍ଦ ଡାକରା ଦେଲା ବିଶ୍ଵ ହିନ୍ଦୁ ପରିଷଦ
ଭାରତରେ ହିନ୍ଦୁ ଜିନ୍ନାଙ୍କ ଶାସନ ଚାହୁଁଛି ଆରଏସଏସ: ସଂଘର ଡିଏନଏ ଉପରେ ପ୍ରଶ୍ନ ଉଠାଇଲା ଉଦ୍ଧବଙ୍କ ଦଳ
ମୁମ୍ବାଇ: ଶିବସେନା (ୟୁବିଟି)ଗତ କିଛି ଦିନ ଧରି ଲଗାତାର ବିଜେପି ଏବଂ ଆରଏସଏସକୁ ଟାର୍ଗେଟ କରି ଆସୁଛି। ଏହି ପରିପ୍ରେକ୍ଷୀରେ, ଶନିବାର ୟୁବିଟି ଏହାର ମୁଖପତ୍ର ସାମନା ମାଧ୍ୟମରେ ଆରଏସଏସକୁ କଡ଼ା ସମାଲୋଚନା ଉପରେ ଆକ୍ରମଣ କରିଛି। ସାମନାରେ ଆରଏସଏସର ଡିଏନଏ ଉପରେ ମଧ୍ୟ ପ୍ରଶ୍ନ ଉଠାଯାଇଛି। ସାମନାରେ ଏକ ବିବାଦୀୟ ମନ୍ତବ୍ୟ ପ୍ରଦାନ କରାଯାଇ ଲେଖାଯାଇଛି, ଆରଏସଏସର ଡିଏନଏରେ କି ପ୍ରକାରର ଜାତୀୟତାବାଦ ଏବଂ ହିନ୍ଦୁତ୍ୱ ଅଛି ତାହା ଉପରେ ଗବେଷଣା ଆବଶ୍ୟକ। ଶିବସେନା ଏହାର ମୁଖପତ୍ର ସାମନାରେ ଲେଖିଛି, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଦେଶର ସ୍ୱାଧୀନତା ସଂଗ୍ରାମ କିମ୍ବା ପରବର୍ତ୍ତୀ ରାଷ୍ଟ୍ର ନିର୍ମାଣ ପ୍ରୟାସରେ ସାମିଲ ନଥିଲା। ଭାରତର ସ୍ୱାଧୀନତା ସଂଗ୍ରାମ ଆରଏସଏସର ପ୍ରଗତି ଉପରେ ସାମାନ୍ୟତମ ପ୍ରଭାବ ପକାଇନାହିଁ। ଏହା ଆଶ୍ଚର୍ଯ୍ୟଜନକ ଯେ, ଆରଏସଏସ ଏବେ ବି ସ୍ୱାଧୀନତା, ଜାତୀୟତାବାଦ ଇତ୍ୟାଦି ଉପରେ ଭାଷଣ ଦେଉଛି। ମୁଖପତ୍ରରେ ଉଲ୍ଲେଖ କରାଯାଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହଙ୍କ ଶାସନ ଆରଏସଏସର ସ୍ୱପ୍ନ ପୂରଣ କରିବାକୁ ଲକ୍ଷ୍ୟ ରଖିଛି। ଆରଏସଏସର ଦୃଷ୍ଟିକୋଣ ହେଉଛି ଦେଶର ଏକତାକୁ ନଷ୍ଟ କରିବା ଏବଂ ସହନଶୀଳ ହିନ୍ଦୁମାନଙ୍କର ନୁହେଁ ବରଂ କଠୋର ତଥା ଖରାପ ମନୋଭାବ ରଖିଥିବା ହିନ୍ଦୁମାନଙ୍କର ଏକ ଶାସନ ପ୍ରତିଷ୍ଠା କରିବା। ସେହି ଶାସନକୁ ଏକ ହିନ୍ଦୁ ରାଷ୍ଟ୍ର ଭାବରେ ମାନ୍ୟତା ଦେବା। ସଂକ୍ଷେପରେ, ଆରଏସଏସ ଦେଶରେ ଏକ ହିନ୍ଦୁ ମହମ୍ମଦ ଅଲି ଜିନ୍ନାଙ୍କ ପରି ଶାସନ ଚାହୁଁଛି। ସେମାନଙ୍କର ଲକ୍ଷ୍ୟ ହେଉଛି ଭାରତକୁ ଏକ ହିନ୍ଦୁ ପାକିସ୍ତାନରେ ପରିଣତ କରିବା। ଏହାର ଅର୍ଥ ବ୍ୟକ୍ତିଗତ ସ୍ୱାଧୀନତା, ଗଣତନ୍ତ୍ର ଏବଂ ଦେଶର ସଂସଦକୁ ବଳିଦାନ ଦେବାକୁ ପଡ଼ିପାରେ। ସାମନାରେ ପ୍ରକାଶ ପାଇଛି, ସଂଘର ବୌଦ୍ଧିକ ଶାଖାକୁ ଶ୍ରୀଲଙ୍କା, ନେପାଳ ଏବଂ ବାଂଲାଦେଶରେ ଦେଖାଦେଇଥିବା ସାର୍ବଜନୀନ ଆନ୍ଦୋଳନ ଉପରେ ପ୍ରତିଫଳନ କରିବା ଉଚିତ୍। ସେମାନଙ୍କର ଶାସକମାନେ ପ୍ରଥମେ ଲୋକଙ୍କୁ ଧର୍ମାନ୍ଧତା ଏବଂ ଉଗ୍ର ଜାତୀୟତାବାଦ ଦ୍ବାରା ଉତ୍ତେଜିତ କରିଥିଲେ। ପରେ ସେମାନଙ୍କୁ ଅନ୍ଧ ଭକ୍ତରେ ପରିଣତ କରିଥିଲେ। ମୁଖପତ୍ରରେ ପ୍ରକାଶ ପାଇଛି, ସରସଂଘଚାଳକ ମୋହନ ଭାଗବତ ଆରଏସଏସ ବିଜୟାଦଶମୀ ସମ୍ମିଳନୀରେ ତାଙ୍କର ସାଧାରଣ ଭାଷଣ ଦେଇଥିଲେ। ସେଥିରେ ମାର୍ଗଦର୍ଶନ କିମ୍ବା ଦିଗଦର୍ଶନର ଅଭାବ ଥିଲା। ଆରଏସଏସ ଶହେ ବର୍ଷ ଧରି ପ୍ରତିଷ୍ଠିତ ହୋଇଛି। ତେଣୁ, ବିଜୟାଦଶମୀ ସମ୍ମିଳନୀରେ ଏକ ଭିନ୍ନ ବାର୍ତ୍ତା ଦିଆଯିବ ବୋଲି ଆଶା କରାଯାଉଥିଲା। ସରସଂଘଚାଳକ ବିଜେପିର ଭାବନାକୁ ପ୍ରତିଫଳିତ କରିଥିଲେ। ମୋଦୀ-ଶାହ ଶାସନ ଆରଏସଏସର ସ୍ୱପ୍ନ ପୂରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆରଏସଏସର ଦୃଷ୍ଟିକୋଣ ହେଉଛି ଦେଶର ଏକତାକୁ ନଷ୍ଟ କରିବା ଏବଂ ସହନଶୀଳ ହିନ୍ଦୁମାନଙ୍କର ନୁହେଁ ବରଂ ଭ୍ରଷ୍ଟ ମାନସିକତା ଥିବା ଧର୍ମାନ୍ଧ, ଖରାପ ମନୋଭାବ ରଖିଥିବା ହିନ୍ଦୁମାନଙ୍କର ଶାସନ ପ୍ରତିଷ୍ଠା କରିବା ଏବଂ ସେହି ଶାସନକୁ ହିନ୍ଦୁ ରାଷ୍ଟ୍ର ଭାବରେ ମାନ୍ୟତା ଦେବା। ପଡ଼ୋଶୀ ଦେଶଗୁଡ଼ିକରେ ଦେଖାଦେଇଥିବା ସ୍ଥିତିକୁ ଉଲ୍ଲେଖ କରି ସାମନାରେ ପ୍ରକାଶ ପାଇଛି, ଯେତେବେଳେ ଗଣତନ୍ତ୍ରର କଣ୍ଠରୋଧ କରାଯାଏ ଏବଂ ଗଣତାନ୍ତ୍ରିକ ପରିବର୍ତ୍ତନର ରାସ୍ତା ଅବରୋଧ କରାଯାଏ, ସେତେବେଳେ ଏପରି ଜନ କ୍ରୋଧ ବିପ୍ଳବ ସୃଷ୍ଟି ହୋଇଥାଏ। ସରସଂଘଚାଳକ ଭୟ କରୁଛନ୍ତି ଯେ, ଭାରତରେ ମଧ୍ୟ ଏପରି ଜନ କ୍ରୋଧ ଦେଖାଦେବ, କାରଣ ଗତ ଦଶ ବର୍ଷ ମଧ୍ୟରେ ମୋଦୀ ଏବଂ ଶାହ ଜନସାଧାରଣଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି, ଧାର୍ମିକ ଦଙ୍ଗା ସୃଷ୍ଟି କରିଛନ୍ତି ଏବଂ ସମଗ୍ର ଦେଶକୁ ଆଦାନୀ ଭଳି ପ୍ରିୟ ଶିଳ୍ପପତିଙ୍କ ପକେଟରେ ରଖିଛନ୍ତି। ଏହି ଲୁଟ୍ ଉପରେ ସରସଂଘଚାଳକଙ୍କୁ ଏକ ଦୃଢ଼ ବିବୃତି ଜାରି କରିବା ଆବଶ୍ୟକ ଥିଲା। ମୁଖପତ୍ର ସାମନାରେ ପ୍ରକାଶ ପାଇଛି, କେନ୍ଦ୍ର ସରକାର ଏହାର ୧୦୦ତମ ବାର୍ଷିକୀ ପାଳନ ପାଇଁ ଆରଏସଏସ ନାମରେ ଡାକ ଟିକେଟ୍ ଏବଂ ସ୍ୱତନ୍ତ୍ର ମୁଦ୍ରା ଜାରି କରିଛନ୍ତି, କିନ୍ତୁ ଆରଏସଏସ ଦ୍ୱାରା ପ୍ରଚଳିତ ବିଜେପିର ମୁଦ୍ରା ନକଲି ଏବଂ ଦୁର୍ନୀତିଗ୍ରସ୍ତ। ଆରଏସଏସ ମୋଦୀ ଏବଂ ଶାହଙ୍କ ପରି ଏକଛତ୍ରବାଦୀଙ୍କୁ ସୃଷ୍ଟି କରିଛି ତଥା ସେମାନଙ୍କର ଏକଛତ୍ରବାଦକୁ ମଜବୁତ କରିଛି। ବର୍ତ୍ତମାନ, ଆରଏସଏସର ଏହି ପାପ ଦେଶ ଉପରେ ଭାରୀ ପଡ଼ିଛି। ଏହି ଗୋଷ୍ଠୀଗୁଡ଼ିକର ଜାତୀୟତାବାଦର ପର୍ଦ୍ଦାଫାସ୍ ସମ୍ପର୍କରେ ପ୍ରତିଦିନ ପ୍ରକାଶ ପାଉଛି।
RSS ନାଁରେ ଆସିଲା ସାଂଘାତିକ ଅଭିଯୋଗ: ଭାରତକୁ କରିବାକୁ ଚାହୁଁଛି ‘ହିନ୍ଦୁ ପାକିସ୍ତାନ’
ନୂଆଦିଲ୍ଲୀ,୪।୧୦: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS) ୧୦୦ତମ ବାର୍ଷିକୀ ପାଳନ ଉପଲକ୍ଷେ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବାବେଳେ, ଶିବସେନାର ମୁଖପତ୍ର ପ୍ରଶ୍ନ ଉଠାଇଛି। ସାମନାରେ ପ୍ରକାଶିତ ଏକ ସାମ୍ପ୍ରତିକ ଲେଖା RSSର DNA ଏବଂ ବିଚାରଧାରା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। RSSର ଜାତୀୟତା ଏବଂ ହିନ୍ଦୁତ୍ୱର ଧାରଣାକୁ ପୁନଃପରୀକ୍ଷଣ କରିବାର ଏକ ଘୋର ଆବଶ୍ୟକତା ଅଛି। ସାମନା ଏହା ମଧ୍ୟ ଗୁରୁତ୍ୱାରୋପ କରିଛି ଯେ, ସ୍ବାଧୀନତା ସଂଗ୍ରାମ ଏବଂ ପରବର୍ତ୍ତୀ ରାଷ୍ଟ୍ର ନିର୍ମାଣରେ RSSର […] The post RSS ନାଁରେ ଆସିଲା ସାଂଘାତିକ ଅଭିଯୋଗ: ଭାରତକୁ କରିବାକୁ ଚାହୁଁଛି ‘ହିନ୍ଦୁ ପାକିସ୍ତାନ’ appeared first on Dharitri Odia News .
ଲସ୍ ଆଞ୍ଜେଲସ୍ରେ ବଡ଼ ଦୁର୍ଘଟଣା : ରିଫାଇନାରୀରେ ଭୟଙ୍କର ଅଗ୍ନିକାଣ୍ଡ
କନକ ବ୍ୟୁରୋ : କାଲିଫର୍ନିଆର ଲସ୍ ଆଞ୍ଜେଲସ୍ରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଆମେରିକାର ପଶ୍ଚିମ ତଟର ସବୁଠାରୁ ବଡ଼ ରିଫାଇନାରୀ ମଧ୍ୟରୁ ଗୋଟିଏ, ଶେଭ୍ରନ୍ର ଏଲ୍ ସେଗୁଣ୍ଡୋ ରିଫାଇନାରୀରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଯୋଗୁଁ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ସୋସିଆଲ ମିଡିଆରେ ଅଗ୍ନିକାଣ୍ଡର ଅନେକ ଭିଡିଓ ସେୟାର କରାଯାଇଛି । ନିଆଁ ଏତେ ଭୟଙ୍କର ଥିଲା ଯେ ନିଆଁ ଉଚ୍ଚକୁ ଉଠିବା ଦେଖାଯାଇଥିଲା । ତଥାପି, ସୂଚନା ପାଇବା ପରେ ଅଗ୍ନିଶମ ବାହିନୀର ଗାଡ଼ିଗୁଡ଼ିକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ରିପୋର୍ଟ ଅନୁଯାୟୀ, ଲସ୍ ଆଞ୍ଜେଲସ୍ କାଉଣ୍ଟି ସୁପରଭାଇଜର ହଲି ମିଚେଲ୍ କହିଛନ୍ତି ଯେ ନିଆଁକୁ ଆୟତ୍ତ କରାଯାଇଛି । ଅଗ୍ନି ନିର୍ବାପନ କାରଖାନାର କେବଳ ଗୋଟିଏ ଅଞ୍ଚଳରେ ନିଆଁ ଲାଗି ରହିବାରୁ ଏହା ବହୁ କ୍ଷତିକୁ ରୋକିପାରିଛି । ଜଣେ ସ୍ଥାନୀୟ ଅଧିକାରୀ ମଧ୍ୟ ନିଶ୍ଚିତ କରିଛନ୍ତି ଯେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚିବା ପରେ କେବଳ ଗୋଟିଏ ଅଞ୍ଚଳରେ ନିଆଁକୁ ଆୟତ୍ତ କରାଯାଇଛି । ତଥାପି, ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଭାରତରେ ମଧ୍ୟ ରିଫାଇନାରୀରେ ଅଗ୍ନିକାଣ୍ଡ ଘଟିସାରିଛି । ନଭେମ୍ବର 2024 ରେ, ଗୁଜୁରାଟର ଭଦୋଦରାରେ ଥିବା ଇଣ୍ଡିଆନ ଅଏଲ କର୍ପୋରେସନ ରିଫାଇନାରୀରେ ଅଗ୍ନିକାଣ୍ଡ ଘଟିଥିଲା । ଏକ ଷ୍ଟୋରେଜ ଟ୍ୟାଙ୍କରେ ବିସ୍ଫୋରଣ ଘଟି ନିଆଁ ଲାଗିଥିଲା, ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁଇ ଦିନ ପରେ, ମଥୁରା ରିଫାଇନାରୀରେ ଅଗ୍ନିକାଣ୍ଡ ଘଟିଥିଲା । ଚଳିତ ବର୍ଷ ଜାନୁଆରୀରେ, ଚୀନର ସିନୋପେକ ଜେନହାଇ ରିଫାଇନାରୀରେ ଅଗ୍ନିକାଣ୍ଡ ଘଟିଥିଲା ।
ଧର୍ମ, ପରମ୍ପରା, ନାରୀ ଓ ବାନୁ ମୁସ୍ତାକଙ୍କ ‘ହାର୍ଟ ଲ୍ୟାମ୍ପ’
ଦେବ ରଞ୍ଜନ ହୁଏତ ପୁରୁଷତାନ୍ତ୍ରିକ ବ୍ୟବସ୍ଥାର ପ୍ରତିବାଦରେ ଗଳ୍ପ ଭାରତୀୟ ସାହିତ୍ୟରେ ଅନେକ ରହିଛି। କିନ୍ତୁ କନ୍ନଡ଼ ଲେଖିକା ବାନୁ ମୁସ୍ତାକ ଯେଉଁମାନଙ୍କୁ ଚରିତ୍ର କରି ପୁରୁଷାତାନ୍ତ୍ରିକ ବ୍ୟବସ୍ଥା ବିରୁଦ୍ଧରେ ନିଜର ପ୍ରତିବାଦ ଜାହିର କରୁଛନ୍ତି ସେହି ଚରିତ୍ର ଓ ସେଭଳି ଘଟଣା ସାହିତ୍ୟରେ ବିରଳ। ମୁଖ୍ୟତଃ ମୁସଲମାନ ଧର୍ମବିଶ୍ଵାସୀ ମହିଳାଙ୍କ ସମସ୍ୟାକୁ ନେଇ ତାଙ୍କର ନୂତନ ପ୍ରକାଶିତ ଗଳ୍ପ ସଂକଳନ ‘ହାର୍ଟ ଲ୍ୟାମ୍ପ’ (ହୃଦୟର ବତୀ)ରେ ସେ ସେମାନଙ୍କ ଧାର୍ମିକ ପରମ୍ପରା ସହିତ ଘରର ଚଳଣିକୁ ଯେଉଁଭଳି ମିଶ୍ରଣ କରୁଛନ୍ତି ଓ ଯେଉଁ ଶବ୍ଦ ବ୍ୟବହାର କରୁଛନ୍ତି ତାହା ଗଳ୍ପମାନଙ୍କୁ ଜୀବନ୍ତ କରୁଛି। ‘ହାର୍ଟ ଲ୍ୟାମ୍ପ’ର ବିଭିନ୍ନ ଗଳ୍ପମାନଙ୍କ ମଧ୍ୟରୁ ମୋତେ ଅଧିକ ପ୍ରଭାବିତ କରିଥିବା କେତେକ ଗଳ୍ପ ଏହିପରି। ୧. ମେହରୁନ ନିଜର ସ୍ଵାମୀ ଦ୍ଵାରା ବାରମ୍ବାର ଲାଞ୍ଛିତ ଓ ଅପମାନିତ ହେବା ପରେ ନିଜର ବାପା ଓ ଭାଇମାନଙ୍କ ପାଖକୁ ଦୌଡ଼ିଯାଉଛି। ସେଠାରେ ବି ସେହି ଆଚରଣ ଯେ, ବାହା ହେବା ଝିଅର ବାପ ଘରେ କୌଣସି ଅଧିକାର ନାହିଁ। ସ୍ୱାମୀର ଲାଞ୍ଛନା ଓ ଭାଇମାନଙ୍କ ସମ୍ବେଦନହୀନତା କାରଣରୁ କିରୋସିନ ଢାଳି ଆତ୍ମହତ୍ୟା କରିବାକୁ ଯାଉଥିବା ମେହେରୁନକୁ ନାବାଳିକା ଝିଅ ସଲମା ହିଁ ଜୀବନଦାନ ଦେଉଛି। ‘ହାର୍ଟ ଲ୍ୟାମ୍ପ’ (Heart Lamp) କାହାଣୀରେ ନାବାଳିକା ସଲମା ହିଁ ଯେମିତି ମେହରୁନର ଜନ୍ମଦାତ୍ରୀ ମା’ ହେଉଛି ଓ ସେ ହିଁ ମେହରୁନକୁ ବଞ୍ଚିବା ଲାଗି ବାଧ୍ୟ କରୁଛି। ୨. ଶହମୀର ଅଲି ଦରଗାହର ମୁଜାୱାର ବା ଧାର୍ମିକ ଗୁରୁ ହେବାକୁ ଯାଉଥିବା ଅବିଦ ପିଲା ସମୟରେ କରିଥିବା ‘ସଇତାନୀ’ କାର୍ଯ୍ୟ, ‘ଦୁଷ୍ଟାମୀ’, ‘ଅସଭ୍ୟତା’, ଯୌନ ଶୋଷଣ, ଝିଅଙ୍କ ପ୍ରତି ଲାଳସା ଗୁଣକୁ ନିଜେ ସାମ୍ନା କରିଥିବା ଗାଳ୍ପିକଙ୍କ ‘ମୁଁ’ ଗଳ୍ପ ‘ସଫ୍ଟ ହ୍ୱିସ୍ପର୍ସ’ (‘Soft Whispers’)ରେ ଭାବୁଛନ୍ତି, ‘ହଁ, ସତରେ କିଛି ମଣିଷ ଏହି ଭଳି ହୋଇଥାନ୍ତି। ସେମାନେ ସବୁ କିଛିକୁ ଓଲଟପାଲଟ କରିଦେଇପାରନ୍ତି।’ ୩. ‘ହେ ଭଗବାନ! ଥରେ ହେଲେ ନାରୀଟିଏ ହୁଅ’ (Be a woman once, oh lord!) ଗଳ୍ପ ମୋ ଭିତରକୁ ଚହଲାଇଦେଇଥିଲା। ହସ୍ପିଟାଲରୁ ଡିସଚାର୍ଜ ହୋଇ ନିଜ ସନ୍ତାନମାନଙ୍କ ସହିତ ଫେରିଥିବା ମହିଳା ଘରେ ଚାବି ପଡ଼ିଥିବା ଦେଖି ସ୍ଵାମୀକୁ ଅପେକ୍ଷା କରୁଛନ୍ତି। କିନ୍ତୁ ସନ୍ଧ୍ୟାରେ ସ୍ଵାମୀ ଆଉ ଜଣେ ମହିଳାଙ୍କୁ ବିବାହ କରି ଘରକୁ ଆଣୁଥିବା ଦୃଶ୍ୟ ମହିଳାଙ୍କ କେବଳ ନିଜ ଭିତରଟାକୁ ଦୋହଲାଇ ଦେଉନାହିଁ ପ୍ରତ୍ୟେକ ପାଠକକୁ ଦୋହଲାଇ ଦେଉଛି। ୪. ସେହିଭଳି ସାଇସ୍ତାକୁ ସ୍ତ୍ରୀ ଭାବରେ ପାଇ ଯେଉଁ ଇଫତିକାର ଦିନେ ପ୍ରେମରେ ଗଦ ଗଦ ହୋଇ ସାଥିମାନଙ୍କ ସାମ୍ନାରେ କହୁଥିଲା, ‘ମୁଁ ସାଇସ୍ତା ମହଲଟେ ତିଆରି କରିବି ଯାହାକୁ ଦେଖି ତାଜମହଲ ବି ଲଜ୍ଜା ପାଇବ’, ପୁଣି ସେହି ଇଫତିକାର ନିଜ ସ୍ତ୍ରୀର ମୃତ୍ୟୁର ମାତ୍ର ଚାରିଦିନ ଭିତରେ ନୂତନ ବିବାହ କରିନେଇଛି। ଗାଳ୍ପିକା ନିଜକୁ ସେହି ସ୍ଥାନରେ ରଖି କହୁଛନ୍ତି, ‘ଇଫତିକାର ଭାଇ! ସାଇସ୍ତା ମହଲ ଭଳି ପୁଣି ଏକ ମହଲର ସ୍ଵପ୍ନ ଦ୍ଵିତୀୟ ସ୍ତ୍ରୀ ନିକଟରେ ଅନ୍ତତଃ କହିବ ନାହିଁ। (ଗଳ୍ପ: ‘Stone slabs for Saista Mahal’) ଗଳ୍ପରେ ପ୍ରତିବାଦ ବେଶ ସୂକ୍ଷ୍ମ କିନ୍ତୁ ନିର୍ଦ୍ଦିଷ୍ଟ। ହାର୍ଟ ଲ୍ଯାମ୍ପର ସମସ୍ତ ଗଳ୍ପରେ ମୁସଲିମ ମହିଳାଙ୍କ ବିଭିନ୍ନ ସମସ୍ୟା ହିଁ ମୁଖ୍ୟ ପ୍ରସଙ୍ଗ ହୋଇଛି। ଏ ସମ୍ପର୍କରେ ଅଧିକ ଲେଖା ଆବଶ୍ୟକ ହେଉଛି। କିନ୍ତୁ ବାନୁ ଏକ ସାକ୍ଷାତକାରରେ କହୁଛନ୍ତି ଯେ ତାଙ୍କର ପ୍ରାୟ ୬୦ ଗଳ୍ପ ମଧ୍ୟରୁ ତାଙ୍କର ଅନୁବାଦିକା, ଦୀପା ଭସ୍ତି, ଏହି ଧରଣର ୧୨ଟି ଗଳ୍ପକୁ ଚୟନ କରିଥିଲେ। ଏଥିରେ ପ୍ରକାଶିତ ୧୨ଟି କାହାଣୀ ପଢ଼ିଲା ପରେ ମୋ ନିଜକୁ ପ୍ରଶ୍ନ କରୁଛି, ଆମ ଚାରିପାଖରେ ସେହି ସମସ୍ତ ଘଟଣା ଘଟୁଥିବା ବେଳେ ଆଜି ପର୍ଯ୍ୟନ୍ତ ଆମେ ଅଜ୍ଞ ରହିଥିଲେ କେମିତି? କାହିଁକି ସେ ସମ୍ପର୍କରେ ଆଲୋଚନା ଓ ପ୍ରତିବାଦ ସାହିତ୍ୟ ଲେଖା ହୋଇପାରୁନଥିଲା? ସତ କଥା ହେଲା ଯେ ଏହି ବର୍ଷ ବୁକର ପୁରସ୍କାର ପାଇବା ପରେ ବାନୁଙ୍କ ଲେଖା ସମ୍ପର୍କରେ କନ୍ନଡ଼ ଭାଷା ବାହାରର ଲୋକେ ଜାଣିଲେ। ଏହା ସହିତ ମୁସଲମାନ ଧର୍ମବିଶ୍ଵାସୀ ନାରୀର ସ୍ଥିତି ମଧ୍ୟ। ମଜାର କଥା ହେଲା ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତୀୟ ଜନତା ପାର୍ଟି ମୁସଲମାନ ମହିଳାଙ୍କ ଅଧିକାର ଲାଗି ତିନି ତଲାକ ସମ୍ବନ୍ଧିତ ଆଇନ ତ ଆଣିଲେ, କିନ୍ତୁ ମୁସଲମାନ ମହିଳା ଲେଖିକା ବାନୁ ମୁସ୍ତାକ ଆନ୍ତର୍ଜାତିକ ବୁକର ପୁରସ୍କାର ପାଇବା ସମ୍ବାଦ ପାଇବା ପରେ କୌଣସି ପ୍ରତିକ୍ରିୟା ନା ପ୍ରଧାନମନ୍ତ୍ରୀ ନା ପାର୍ଟି ପ୍ରକାଶ କରିଥିଲେ, ଯଦିଓ ଅନ୍ୟମାନଙ୍କ କ୍ଷେତ୍ରରେ ସେମାନେ କରିଥାନ୍ତି। ସେହି ସମାନ ନୀରବତା ଦେଖିବାକୁ ମିଳିଥିଲା ଯେତେବେଳେ ଗୀତାଞ୍ଜଳୀ ଶ୍ରୀ ବୁକର ପୁରସ୍କାର (୨୦୨୨) ପାଇଥିଲେ। ମହିଳାଙ୍କୁ ସମ୍ମାନର କଥା କହୁଥିବା ବେଳେ ପ୍ରଧାନମନ୍ତ୍ରୀ ଏଥିରେ ନୀରବ ରହିବାର ଅନ୍ୟତମ କାରଣ ହେଲା ଉଭୟ ବାନୁ ମୁସ୍ତାକ ଓ ଗୀତାଞ୍ଜଳି ଶ୍ରୀ ଧାର୍ମିକ ମୌଳବାଦୀ ବିଚାରର କଟ୍ଟର ବିରୋଧୀ। ଆମ ସମାଜ ଯେତେବେଳେ ଧାର୍ମିକ ମୌଳବାଦୀ ଶକ୍ତି ଦ୍ଵାରା ଅନେକ ଭାବରେ ପ୍ରଭାବିତ ଓ ଯେଉଁଠି ଏହି ମୌଳବାଦୀ ଶକ୍ତିମାନେ ହିଁ ଲେଖିକାର ବାକ ସ୍ଵାଧୀନତାକୁ ଅଧିକ ଭାବରେ ନିୟନ୍ତ୍ରଣ କରୁଛନ୍ତି ସେହିଭଳି ପରିବେଶରେ ଜଣେ ଲେଖିକା ଅତି ସଂବେଦନଶୀଳ ପ୍ରସଙ୍ଗରେ ଗଳ୍ପ ଲେଖି ଦୁନିଆର ସାମ୍ନାକୁ ସେମାନଙ୍କ କଥାକୁ ଆଣିବାର ଦାୟିତ୍ଵ ଅନୁଭବ କରିବା ପ୍ରଶଂସାର ବିଷୟ। ବାନୁ ମୁସ୍ତାକ ସମଗ୍ର ସଂକଳନରେ ସେହି କାମ ହିଁ କରିଛନ୍ତି। ମୁସଲମାନ ମୌଳବାଦୀମାନଙ୍କ ଉଗ୍ରରୂପ ଆମେ ତସଲିମା ନାସରିନଙ୍କ ଉପରେ ହୋଇଥିବା ଆକ୍ରମଣ ସମୟରୁ ଦେଖିଆସୁଛୁ। ନିକଟରେ ସେମାନେ ଜାଭେଦ ଅଖତାରଙ୍କ କାଳିକତା କାର୍ଯ୍ୟକ୍ରମକୁ ବାତିଲ କରିଦେବାରେ ପ୍ରମୁଖ ଭୂମିକା ନେଇଥିଲେ। ବାନୁ ମୁସ୍ତାକ ଯେ ସେମାନଙ୍କ ଆକ୍ରମଣରୁ ବାଦ ପଡ଼ିଥିବେ ତାହା ନୁହେଁ। ସେ ଏକ ସାକ୍ଷାତକାରରେ ସ୍ଵୀକାର କରୁଛନ୍ତି ଯେ ଦିନେ ତାଙ୍କୁ ମଧ୍ୟ ଆତ୍ମହତ୍ୟା ଲାଗି ଇଚ୍ଛା ହୋଇଥିଲା। ଏହାକୁ ସେ ସେ ‘ହେ ଭଗବାନ! ଥରେ ହେଲେ ନାରୀଟିଏ ହୁଅ’ ମାଧ୍ୟମରେ କିଛି ଟା ଉଲ୍ଲେଖ କରିଛନ୍ତି। ଓଡ଼ିଆ ସାହିତ୍ୟରେ ମଧ୍ୟ ମୁସଲମାନ ମହିଳାଙ୍କ ଅବସ୍ଥିତିକୁ ନେଇ ବର୍ଣ୍ଣନା ବା ଗଳ୍ପ ପ୍ରାୟତଃ ଶୂନ୍ୟ। କଟକ ଅଞ୍ଚଳରେ ଏକ ଚଳଣି ରହିଆସିଛି ଯେ ବାଳିକା ଅବସ୍ଥାରୁ କୋରାନ ମୁଖସ୍ଥ କରିବା ଲାଗି ପ୍ରତ୍ୟେକ ମହିଳା ବାଧ୍ୟ, କାରଣ ଏହା ଦ୍ୱାରା ସେ କୋରାନର ମହତ୍ଵକୁ ଆଗାମୀ ପିଢ଼ିକୁ ନେଇ ଯାଇପାରିବ। ଅଥଚ ତାହାର ମସଜିଦ ମଧ୍ୟକୁ ଯିବାର କୌଣସି ଅଧିକାର ନାହିଁ। କେବଳ ସ୍ୱାମୀର ବଂଶ ରକ୍ଷା କରିବା ଓ ଉତ୍ତମ ସନ୍ତାନ ଜନ୍ମ ଦେବା ତାହାର ଦାୟିତ୍ଵ। ଭଦ୍ରକ ସହରର ମହିଳାଙ୍କ ତଲାକ ପ୍ରସଙ୍ଗ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଯାଇଥିଲା। କୋର୍ଟ ନାରୀ ଅଧିକାର ଓ ନାରୀର ସମ୍ମାନ କ୍ଷୁର୍ଣ୍ଣ ହେଉଥିବା ଦର୍ଶାଇ ମୌଲବୀଙ୍କ ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏ ସମ୍ପର୍କରେ ଓଡ଼ିଆ ସାହିତ୍ୟରେ କେବେ ଚର୍ଚ୍ଚା ହେଉଥିବା ମୋର ନଜରକୁ ଆସି ନାହିଁ। ସମାଜରେ ଧାର୍ମିକ ମୌଳବାଦ ଦୃଢ଼ ହେବା ପରେ ଏହା ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଭାବିତ କରୁଛି। ଏଥିରେ ଯେ ହିନ୍ଦୁ ଧର୍ମ ବିଶ୍ଵାସୀମାନେ ବାଦ ପଡ଼ିଯାଇଛନ୍ତି ତାହା ନୁହେଁ। ମୁଁ ଭାବୁଛି ଯେ ଆମ ସମାଜରେ ହିନ୍ଦୁତ୍ଵ ଶକ୍ତିର ପ୍ରଭାବ ବଢ଼ିବା ପରେ ହୁଏତ ସେମାନେ ମହିଳା ଲେଖିକାଙ୍କ ଲେଖାକୁ ପ୍ରକାଶ କରିବାରେ ବାଧକ ହେଉଛନ୍ତି ଅଥବା ଲେଖିକାଙ୍କୁ ନାରୀ ସ୍ଵାଧୀନତା ଏକ ‘ଉଗ୍ର ସ୍ଵାଧୀନତା’ ବୋଲି ମନ୍ତବ୍ୟ ଦେଇ ଦ୍ଵନ୍ଦରେ ପକାଉଛନ୍ତି। ଫଳରେ, ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ, ଦଳିତ ଓ ଆଦିବାସୀ ବର୍ଗର ମହିଳାଙ୍କ ସ୍ଥିତି ତଥା ପ୍ରତିବାଦର ସ୍ଵର ଓଡ଼ିଆ ସାହିତ୍ୟରେ କମ ଦେଖିବାକୁ ମିଳୁଛି। ମଣିପୁରରେ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତା ନେବାର ପ୍ରତିବାଦରେ ଯଦିଓ କିଛି କବିତା ଲେଖାଗଲା କିନ୍ତୁ ତାହାକୁ ସାମାଜିକ ଗଣମାଧ୍ୟମରେ ଏଭଳି ଆକ୍ଷେପ କରାଗଲା ଯେ ସେଭଳି କବିତାକୁ ଅପସାରଣ କରିବା ଲାଗି କବି ବାଧ୍ୟ ହେଲେ। ଲକ୍ଷ୍ମଣାନନ୍ଦଙ୍କ ହତ୍ୟା (୨୦୦୮) ପରେ ଯେଉଁ ଖ୍ରୀଷ୍ଟିୟାନ ନନଙ୍କୁ ଦୁଷ୍କର୍ମ କରଯାଇଥିଲା ତାହାଙ୍କ ମାନସିକ ସ୍ଥିତି ସମ୍ପର୍କରେ ଜାଣିବା ଲାଗି ଆଗ୍ରହୀ ଲେଖିକାଙ୍କ ଲେଖା ପ୍ରକାଶ କରାଗଲାନାହିଁ। ଏହା ନିକଟରେ ଘଟିଥିବା ଘଟଣା। ଆମ ଚାରିପାଖରେ ହିନ୍ଦୁ ଉଗ୍ର ମୌଳବାଦୀଙ୍କ ଉପସ୍ଥିତି ହେତୁ ଏହା ଘଟୁଛି। ପୁରୁଷତାନ୍ତ୍ରିକ ବ୍ୟବସ୍ଥା ଓ ଧାର୍ମିକ ମୌଳବାଦର ପ୍ରତିବାଦରେ ରଚିତ ବାନୁ ମୁସ୍ତାକଙ୍କ କାହାଣୀ ଏହାପରେ ସମାଜରେ କିଛି ସଂସ୍କାର ଆଣିବ ବୋଲି ଆମେ କ’ଣ ବିଶ୍ଵାସ ରଖିପାରିବା ନାହିଁ? ମୋବାଇଲ- ୯୪୩୭୭୬୨୨୭୨
ଗାନ୍ଧୀ ହେ ! ତୁମ ଦେଶରେ, ନାରୀଟିଏ ନିର୍ଯାତନାର ଫାଶରେ…
ଭୁବନେଶ୍ବର: ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ । ବାପୁଙ୍କ କଥାକୁ ଏବଂ ତାଙ୍କ ବିଚାର ଧାରାକୁ ନେଇ ଆଜି ସବୁଠି ଚର୍ଚ୍ଚା, ଆଲୋଚନା । ସମସ୍ତେ ଗାନ୍ଧୀଙ୍କ ନୀତି ଆଦର୍ଶ ମାନି ଚଳିବାକୁ ଆହ୍ବାନ ଦେଉଥିବା ବେଳେ ସତରେ କଣ ସମସ୍ତେ ଗାନ୍ଧୀଙ୍କ ଆଦର୍ଶରେ ଏବେ ଅନୁପ୍ରାଣିତ ହୋଇ ସମାଜରେ ବଞ୍ଚୁଛନ୍ତି କି ବୋଲି ପ୍ରଶ୍ନ ଉଠୁଛି । ସତ୍ୟ ଏବଂ ଅହିଂସାର ପଥକୁ ବାଛିଥିବା ବାପୁଙ୍କ କଥାକୁ କଣ ଆଜି ଆମେ ସତରେ ମାନୁଛେ ? ଏହା ନିଜକୁ ପଚାରିବାକୁ ପଡିବ । ସେପଟେ ନାରୀଟିଏ ଯେତେବେଳେ ରାତି ଅଧରେ ଏକୁଟିଆ ଘରକୁ ଫେରିପାରିବ ସେବେ ଯାଇ ସ୍ବାଧିନତାର ପ୍ରକୃତ ଅର୍ଥ ଏ ଦେଶ ଜାଣିପାରିବ ବୋଲି ଗାନ୍ଧୀଙ୍କୁ ନେଇ ଅନେକ ମଞ୍ଚରେ ଅନେକ ଆଲୋଚନାରେ ଗାନ୍ଧୀବାଦୀ ଚିନ୍ତାଧାରାର ଲୋକେ କହୁଥିବା ବେଳେ ସତରେ କଣ ଆଜି ଆମ ଦେଶରେ ନାରୀଟିଏ ଏକୁଟିଆ ରାତିରେ ବିନା ଡରରେ, ସୁରକ୍ଷିତ ଭାବେ ଘରେ ପହଞ୍ଚିପାରୁଛି କି ? ଯଦି ନା ତେବେ କଣ ଚାଲିଛି ଆମ ଭାରତରେ । ସଦ୍ୟତମ ଏନସିଆରବି ରିପୋର୍ଟ ଦେଶର ଅପରାଧର ଗୁମର ଫିଟାଇଛି । ଦେଶରେ ନାରୀଙ୍କ ପ୍ରତି ଅପରାଧ ବଢିଥିବା ବେଳେ ଆମ ଓଡିଶା ମହିଳା ବିରୋଧୀ ଅପରାଧ ମାମଲାରେ ୩ୟ ସ୍ଥାନରେ ରହିଛି । ଯାହା ଚିନ୍ତାଜନକ । ତେବେ ଗାନ୍ଧୀ ଯେଉଁ ଦେଶର ସ୍ବପ୍ନ ଦେଖିଥିଲେ ସତରେ କଣ ଆମେ ଏବେ ସେହି ଦେଶରେ ବଞ୍ଚୁଛେ କି… ନା ! ତାଙ୍କ ସ୍ବପ୍ନର ଭାରତ ଇଏ ନୁହେଁ, ତେଣୁ ହେ ବାପୁ ପୁଣି ଥରେ ଫେରିଆସ ଏ ମାଟିକୁ, ଭାରତକୁ ଆଉ ଥରେ ସଜାଡିବାକୁ… ବାପୁଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇ କବିତା ମାଧ୍ଯମରେ କିଛି ବାର୍ତ୍ତା… ଦେଖ ଗାନ୍ଧୀ ଦେଖ... ଗାନ୍ଧୀ ହେ ! ତୁମ ଦେଶରେ କଣ ସବୁ ଘଟିଲାଣି ଜାଣିବାକୁ ଚେଷ୍ଟା କରିଛ କି ଥରେ...? ତୁମେ ଦେଖିଥିବା ସବୁ ସ୍ୱପ୍ନ ସମାଧି ନେଲାଣି ଝିଅଟେ ରାତିର ଅନ୍ଧାର ତ ଦୂରର କଥା ସ୍ପଷ୍ଟ ଦିବାଲୋକରେ ବି ଚାଲିବା କଷ୍ଟ ହେଲାଣି... ଦେଖ ! ତୁମେ ତିଆରି ଥିବା ଅହିଂସାର ପଥରେ ଆଜି ହାଉଯାଉ ହିଂସ୍ରମଣିଷ ତୁମେ ଗଢିଥିବା ଶାନ୍ତିର ଭାରତରେ ଆଜି ଅଶାନ୍ତି, ଅରାଜକତାର ଅଗ୍ନି ଅଣନିଃଶ୍ବାସୀ ଓ ଅସୁରକ୍ଷିତ ନାରୀ... ବାପୁ ହେ ! ଯଦି ତମେ ଆଜି ଥାଆନ୍ତ ଶହଶହ ମାଆର କାନ୍ଦ କାନରେ ଶୁଣିପାରିନଥାନ୍ତ ମାଆଟେ ଆଜି ତା ଝିଅ ପାଇଁ ନିଜ ମାଆପଣିଆକୁ ଧିକାର କରୁଛି ଝିଅକୁ ଶିକ୍ଷା ଦେବାରେ କେଉଁଠି ଭୁଲ ରହିଗଲା ବୋଲି ଭାବୁଛି... ତା ଝିଅ କାହିଁକି ଜଳୁଛି କାହିଁକି ମରୁଛି ବୋଲି ସିଏ ଭାବୁଛି… ପିଲାଦିନୁ ପର ପୁରୁଷଠୁ ଦୂରେଇ ରହିବାକୁ ତ ଶିଖେଇଥିଲା ଭଲ ସ୍ପର୍ଶ, ମନ୍ଦ ସ୍ପର୍ଶର ଫରକ ବି ବୁଝେଇଥିଲା ଛାତିର ଉଚ୍ଚତା ବଢିଲେ କେମିତି ସଂଯମ ହୋଇ ଚାଲିବାକୁ ପଡେ...? ବାହ୍ୟଶକ୍ତି କବଳରୁ କେମିତି ଆତ୍ମରକ୍ଷା କରିହୁଏ...?? ପୋଷାକ କେମିତି ପିନ୍ଧାଯାଏ...??? କାହା ଲୋଲୁପ ନଜରରୁ କେମିତି ବର୍ତ୍ତିହୁଏ...???? ସେ ସବୁର ତ ସୂତ୍ର ଶିଖେଇଥିଲା... ହେଲେ କାହିଁକି ଏମିତି ହେଲା...????? ଦେହର ଭୋକ ମେଣ୍ଟାଇବାକୁ ନାରୀର ଦେହ ଖୋଜୁଥିବା ମଣିଷ ହିଂସାର ନିଆଁ ଲିଭାଇବାକୁ କେମିତି ନାରୀକୁ ବାଛି ପାରିଲା ? ନାରୀ- ନିଆଁ, ନୀର ନୁହେଁ କଣ୍ଟାକୁ କଣ୍ଟାରେ କଢାଯାଏ ହେଲେ ନିଆଁକୁ ନିଆଁରେ ଲିଭେଇ ହୁଏନା... ଏକଥା ପାପୀମାନେ ମନେ ରଖିବା ଦରକାର ସୈତାନମାନେ ଜାଣି ରଖିବା ଦରକାର... ଗାନ୍ଧୀ ହେ ! ତମେ ଆଉ ଥରେ ଆସନ୍ତନି ଅହିଂସାର ଅସ୍ତ୍ର ଧରି ଦେଶକୁ ଦୁର୍ଦ୍ଦିନରୁ ରକ୍ଷା କରିବାକୁ ଏ ସମାଜକୁ ପୁନଃଶ୍ଚ ସଜାଡ଼ିବାକୁ...
Murder plot: ବ୍ୟବସାୟୀଙ୍କ ହତ୍ୟା, ହିନ୍ଦୁ ମହାସଭା ନେତ୍ରୀ ଫେରାର ଓ ପରକୀୟା ପ୍ରୀତି
ଦେହରେ ଗେରୁଆ ବସ୍ତ୍ର। ମୁଣ୍ଡରେ ବଡ଼ ସିନ୍ଦୁର ଟୋପା। ନିଜକୁ ସାଧ୍ୱୀ କହି ସନାତନ ଧର୍ମର ପ୍ରଚାରକ ସାଜିଥିଲେ। ନିଜର ତୁଣ୍ଡ ଓ ଆଚରଣ ଦ୍ୱାରା ସବୁବେଳେ ଚର୍ଚ୍ଚାରେ ରହୁଥିଲେ। ହିନ୍ଦୁ ମହାସଭାର ନେତ୍ରୀ ହୋଇଥିବାରୁ ମନଇଚ୍ଛା କାମ କରି ଗଣମାଧ୍ୟମରେ ବାହସ୍ଫୋଟ ମାରୁଥିଲେ। ୨୦୧୯ରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ କୁଶପୁତ୍ତଳିକାକୁ ଗୁଳି ପାରି ତାଙ୍କ ହତ୍ୟା(Crime)କୁ ଠିକ ଦର୍ଶାଇବା ଭଳି ଲଜ୍ଜାଜନକ କାମ ବି କରିଥିଲେ। ଏତେ ସବୁ ପରେ ମଧ୍ୟ ପୁଲିସ୍ ତାଙ୍କ ଦେହରେ ହାତ ମାରିବାକୁ ସାହାସ କରିପାରୁ ନଥିଲା। ଏବେ କିନ୍ତୁ ନିଜକୁ ସାଧ୍ୱୀ କହୁଥିବା ହିନ୍ଦୁ ମହାସଭାର ନେତ୍ରୀ ପୂଜା ଶକୁନ ପାଣ୍ଡେଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି। ହତ୍ୟା ମାମଲାରେ ସେ ଫେରାର। ଜଣେ ଯୁବ ବ୍ୟବସାୟୀଙ୍କ ଦ୍ୱାରା ସେ ନିଜ ଦେହର ଭୋକ ମେଣ୍ଟାଉ ଥିଲେ। ବ୍ୟବସାୟୀ ଜଣଙ୍କ ମଧ୍ୟ ଏହାର ଫାଇଦା ଉଠାଉଥିଲେ। କିନ୍ତୁ ବାହାଘର କଥା ଉଠିବାରୁ ବ୍ୟବସାୟୀ ଜଣଙ୍କ ଧରା ଛୁଆଁ ଦେଇ ନଥିଲେ। ବାସ୍ ଏଥିପାଇଁ ସୁପାରୀ କିଲରଙ୍କୁ ଲଗାଇ ସେ ଯୁବ ବ୍ୟବସାୟୀଙ୍କୁ ହତ୍ୟା କରିଥିବା କୁହାଯାଉଛି। ଉତ୍ତର ପ୍ରଦେଶ( Uttar Pradesh)ର ଅଲିଗଡ଼ରେ ଜଣେ ବ୍ୟବସାୟୀଙ୍କ ହତ୍ୟା ଘଟଣାରେ ସେ ସାମିଲ ଥିବା ପୁଲିସ୍ ଜାଣିବାକୁ ପାଇଛି। ପୁଲିସ୍ ତାଙ୍କ ସ୍ୱାମୀ ଅଶୋକ ପାଣ୍ଡେଙ୍କୁ ଗିରଫ କରିଥିବା ବେଳେ ପୂଜା ଫେରାର ରହିଛନ୍ତି। ଟଙ୍କା କାରବାର ଜନିତ ବିବାଦ କାରଣରୁ ପାଣ୍ଡେ ଦମ୍ପତି ସୁପାରୀ କିଲରଙ୍କ ଦ୍ୱାରା ବ୍ୟବସାୟୀ ଅଭିଷେକ ପାଣ୍ଡେଙ୍କୁ ହତ୍ୟା(Murder) କରିଥିବା ପୁଲିସ୍ କହୁଛି। କିନ୍ତୁ ଅଭିଷେକଙ୍କ ବାପା ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା କଥା ଯେ ଅଭିଷେକଙ୍କ ସହ ପୂଜାଙ୍କ ଚୋରା ପୀରତି ଚାଲିଥିଲା। ଏହି ଅନୈତିକ କାମରୁ ଅଭିଷେକ ବାହାରିବାକୁ ଚେଷ୍ଟା କରିବାରୁ ପୂଜା ତାଙ୍କୁ ସୁପାରୀ ଦେଇ ହତ୍ୟା କରିଛନ୍ତି। ଯୁବ ବ୍ୟବସାୟୀଙ୍କ ହତ୍ୟା ୩୦ ବର୍ଷୀୟ ଅଭିଷେକ ଗୁପ୍ତା ହେଉଛନ୍ତି ଗୋଟିଏ ବାଇକ ଶୋ’ ରୁମର ମାଲିକ। ସେପ୍ଟେମ୍ବର ୨୩ ତାରିଖ ରାତି ପ୍ରାୟ ୯.୩୦ରେ ଅଭିଷେକ, ତାଙ୍କ ବାପା ନୀରଜ ଗୁପ୍ତା ଓ ସମ୍ପର୍କୀୟ ଭାଇ ଜିତୁ ଆଲିଗଡ଼ର ଗୋଟିଏ ସ୍ଥାନରେ ବସ୍କୁ ଅପେକ୍ଷା କରିଥିଲେ। ବସ୍ ଆସିବା ପରେ ଅଭିଷେକଙ୍କ ବାପା ନୀରଜ ଓ ଭାଇ ଜିତୁ ପ୍ରଥମେ ଏଥିରେ ଚଢ଼ି ଯାଇଥିଲେ। ଅଭିଷେକ ବସ୍ରେ ଚଢ଼ୁ ଥିବା ବେଳେ ହଠାତ ଦୁଇ ଜଣ ଯୁବକ ବାଇକରେ ଆସିଥିଲେ ଓ ଅତି ନିକଟରକୁ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ରକ୍ତ ଜଡ଼ୁବୁଡ଼ୁ ଅବସ୍ଥାରେ ଅଭିଷେକଙ୍କୁ ହସ୍ପିଟାଲ ନିଆ ଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ଅଭିଷେକଙ୍କ ବାପା ନୀରଜ ଦାଖଲ କରିଥିବା ଅଭିଯୋଗରେ ହତ୍ୟା ପାଇଁ ପୂଜା ଓ ତାଙ୍କ ସ୍ୱାମୀ ଅଶୋକ ପାଣ୍ଡେଙ୍କୁ ଦାୟୀ କରିଛନ୍ତି। ହତ୍ୟାକାରୀ ଗିରଫ ଓ କାରଣ ଅସ୍ପଷ୍ଟ ଅଭିଷେକଙ୍କୁ ହତ୍ୟା କରିବା ଘଟଣାରେ ପୁଲିସ ମହମ୍ମଦ ଫୈଜଲ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ଏବେ ବି ତାଙ୍କ ସହ ଥିବା ଅନ୍ୟ ଯୁବକ ଜଣଙ୍କ ଫେରାର ରହିଛନ୍ତି। ପୁଲିସ୍ର କହିବା କଥା ଯେ ଗିରଫ ଯୁବକ ଜଣଙ୍କ କହିଛନ୍ତି ଯେ ଅଭିଷେକଙ୍କୁ ହତ୍ୟା କରିବା ପାଇଁ ତାଙ୍କୁ ସୁପାରୀ ମିଳିଥିଲା। ସେ ଓ ତାଙ୍କର ସହଯୋଗୀ ଆସିଫ ଟଙ୍କା ନେଇ ଅଭିଷେକଙ୍କୁ ହତ୍ୟା କରିଛନ୍ତି। ପୂଜା ଶକୁନ ପାଣ୍ଡେ ଓ ତାଙ୍କ ସ୍ୱାମୀ ଅଶୋକ ମିଳିତ ଭାବେ ଅଭିଷେକଙ୍କୁ ମାରିବାକୁ ଯୋଜନା କରିଥିଲେ। ଏଥିପାଇଁ ସେମାନେ ୩ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ। ବିଭିନ୍ନ ସିସିଟିଭି ଫୁଟେଜକୁ ଯାଞ୍ଚ କରି ପୁଲିସ୍ ଫୈଜଲଙ୍କୁ ଗିରଫ କରିଥିଲା। ଏହାପରେ ଅଶୋକ ପାଣ୍ଡେଙ୍କୁ ଗିରଫ କରାଯାଇଛି। ପୁଲିସ୍ ଆସିଫ ଓ ପୂଜା ପାଣ୍ଡେଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅଶୋକ ପାଣ୍ଡେ କହିଛନ୍ତି ଯେ ସେମାନେ ଅଭିଷେକଙ୍କୁ ବେଶ ଭଲ ଭାବେ ଜାଣିଛନ୍ତି। ତାଙ୍କ ବାପା ଏବେ ମିଛ କେସ୍ରେ ଆମକୁ ଫସାଇବାକୁ ଚେଷ୍ଟା କରିଛନ୍ତି। ସେ (ଅଭିଷେକ) ଆମ ଠିକଣାରେ ରହିବା ସହ ପାଠ ପଢ଼ିଥିଲା। ଆମେ ତା’ ପାଇଁ ସବୁ କିଛି କରିଛୁ। ଅଭିଷେକଙ୍କ ବାପା ଆମ ଠାରୁ ୧୦ ଲକ୍ଷ ଟଙ୍କା ଋଣ ନେଇଥିବା ଶ୍ରୀ ପାଣ୍ଡେ ଦାବି କରିଛନ୍ତି। ପୁଲିସ କ’ଣ କହିଲା? ଜାଡୌନ ପୁଲିସ୍ ଅଧିକାରୀଙ୍କ କହିବା କଥା ଯେ ଅଭିଷେକଙ୍କ ବାପା ପ୍ରଥମେ ଅଶୋକ ପାଣ୍ଡେ ଓ ପୂଜା ପାଣ୍ଡେଙ୍କ ନାଁ ନେଇଥିଲେ। ଏକାଧିକ ଟିମ ସିସିଟିଭି ଫୁଟେଜ ଯାଞ୍ଚ କରି ମାମଲାର ମୂଳରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି। ଅଭିଷେକ ଗୁପ୍ତା, ପୂଜା ଓ ଅଶୋକଙ୍କ ସମ୍ପର୍କର ମଧ୍ୟ ଯାଞ୍ଚ କରାଯାଉଛି। ଅଶୋକ ପାଣ୍ଡେ ଓ ମହମ୍ମଦ ଫୈଜଲଙ୍କୁ ଗିରଫ କରାଯାଇଛି। ଫୈଜଲ ଠାରୁ ହତ୍ୟାରେ ବ୍ୟବହୃତ ଦେଶ ବନ୍ଧୁକ ଜବତ ହୋଇଛି। ଫୈଜଲଙ୍କୁ ଜେରା କରିବା ପରେ ଜଣାପଡ଼ିଛି ଯେ ସେ ପାଣ୍ତେ ଦମ୍ପତିଙ୍କୁ ଦୀର୍ଘ ବର୍ଷ ହେଲାଣି ଜାଣିଥିଲେ। ପାଣ୍ଡେ ଦମ୍ପତି ପ୍ରଥମେ ଅଭିଷେକଙ୍କୁ ମାରିବା ପାଇଁ ଫୈଜଲଙ୍କୁ ଜଣେ ସୁପାରୀ କିଲର ବୁଝିବାକୁ କହିଥିଲେ। ୩ ଲକ୍ଷ ଟଙ୍କାରେ ପୂରା ଡିଲ ହୋଇଥିଲା। ଫୈଜଲ ଓ ଆସିଫ ହତ୍ୟାକାଣ୍ଡ ଘଟାଇବା ପୂର୍ବରୁ ପାଣ୍ଡେ ଦମ୍ପତିଙ୍କ ସହ ମିଟିଂ କରିଥିଲେ। ଏହି ସମୟରେ ଅଭିଷେକ ଗୁପ୍ତାଙ୍କ ଫଟୋ ସେମାନେ ଦୁଇ ସୁପାରୀ କିଲରଙ୍କୁ ଦେଇଥିଲେ। ଡିଲ ୩ ଲକ୍ଷର ହୋଇଥିବା ବେଳେ ହତ୍ୟାକାଣ୍ତ ପୂର୍ବରୁ ୧ ଲକ୍ଷ ଟଙ୍କା ମିଳିଥିଲା। ଏହାପରେ ଫୈଜଲ ଓ ଆସିଫ କିଛି ଦିନ ଅଭିଷେକ ଯିବା ଆସିବା କରୁଥିବା ରାସ୍ତାକୁ ବୁଲି ଦେଇଥିଲେ। ଏହାପରେ ସେପ୍ଟେମ୍ବର ୨୩ରେ ତାଙ୍କୁ ଗୁଳି ମାରି ହତ୍ୟା କରିଥିଲେ। ବାପାଙ୍କ ପରକୀୟା ପ୍ରୀତି ଅଭିଯୋଗ ଅଭିଷେକଙ୍କ ବାପା ନୀରଜ ଗଣମାଧ୍ୟମକୁ କହିଛନ୍ତି ଯେ “ମୋ ପୁଅ ଓ ପୂଜା ଶକୁନ ପାଣ୍ଡେ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ମୋ ସାନ ପୁଅ ବାହା ହେବା ବେଳେ ପୂଜା ନିଜ ଆଡ଼କୁ ଅଭିଷେକଙ୍କୁ ବାହାଘର ପାଇଁ ପ୍ରସ୍ତାବ ଦେଇଥିଲେ। ମୋ ପୁଅ ଶୋ’ ରୁମ ଖୋଲିବା ବେଳେ ପୂଜା ଏହି ବ୍ୟବସାୟରେ ତାଙ୍କୁ ପାର୍ଟନର କରିବାକୁ ଚାପ ପକାଇଥିଲେ। ପୂଜାଙ୍କ ସହ ଚାଲିଥିବା ପ୍ରେମ ସମ୍ପର୍କ କଥା ମୋ ପୁଅ ତା’ ମା’କୁ କହିଥିଲା। ଏପରି କି ସେ ପୂଜାଙ୍କ ଠାରୁ ଦୂରେଇବାକୁ ଚାହୁଁଥିବା ମଧ୍ୟ ଜଣାଇଥିଲା। ହେଲେ ପୂଜା ତା’ ପିଛା ଛାଡ଼ି ନଥିଲେ। ବଳପୂର୍ବକ ସେ ମୋ ପୁଅକୁ ବାହା ହେବାକୁ ଚାହୁଁଥିଲେ। ସେ ପୂଜାଙ୍କ ନମ୍ବରକୁ ବ୍ଲକ କରି ଦେଇଥିଲା। ତାଙ୍କ ଠାରୁ ଦୂରତା ଅବଲମ୍ବନ କରୁଥିଲା। ଏଥିଯୋଗୁ ଏକଦା ପୂଜା ମଧ୍ୟ ମୋତେ ଧମକ ଦେଇଥିଲେ। ଏବେ ସେହି କାରଣ ପାଇଁ ସେ ମୋ ପୁଅକୁ ହତ୍ୟା କରିଛନ୍ତି।”
ଆଜି ବି ମନେ ପଡ଼ନ୍ତି ଶ୍ରୀବତ୍ସ ପଣ୍ଡା: ଗୋରକ୍ଷାଶ୍ରମଠାରୁ ନାରୀ ଶିକ୍ଷା, ତାଙ୍କ ଅବଦାନ ଅତୁଳନୀୟ
ଭଞ୍ଜନଗର,୧।୧୦(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ତନରଡା ଗୋରକ୍ଷାଶ୍ରମ ପରିସରରେ ବୁଧବାର ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କ ୧୫୫ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ବକ୍ତାମାନେ ଯୋଗଦେଇ ସଂସ୍କାରକ ଶ୍ରୀବତ୍ସ ପଣ୍ଡା ତନରଡ଼ାରେ ରାଜ୍ୟର ପ୍ରଥମ ଗୋରକ୍ଷାଶ୍ରମ ପ୍ରତିଷ୍ଠା କରିଥିଲେ ବୋଲି କହିଥିଲେ। ଗୋଶାଳା ପ୍ରତିଷ୍ଠା କରିବାର ମୂଳ ଲକ୍ଷ୍ୟ ଥିଲା ବୃଦ୍ଧ ଗାଈ ଗୋରୁଙ୍କ ସେବା କରିବା। ଲୋକେ ବୃଦ୍ଧ ଗାଈ ଗୋରୁଙ୍କୁ ବ୍ୟବସାୟୀଙ୍କୁ ବିକ୍ରି କରିଦେଉଥିଲେ। ବ୍ୟବସାୟୀ ତାହାକୁ କଂସେଇ ଖାନାରେ ନେଇ ବିକ୍ରି […] The post ଆଜି ବି ମନେ ପଡ଼ନ୍ତି ଶ୍ରୀବତ୍ସ ପଣ୍ଡା: ଗୋରକ୍ଷାଶ୍ରମଠାରୁ ନାରୀ ଶିକ୍ଷା, ତାଙ୍କ ଅବଦାନ ଅତୁଳନୀୟ appeared first on Dharitri Odia News .
ସମ୍ବଲପୁରୀ ନୃତ୍ୟ ପାଇଁ ପ୍ରିୟଲ ପ୍ରଧାନଙ୍କୁ ‘ହିନ୍ଦୁରତ୍ନ ପୁରସ୍କାର’
ସମ୍ବଲପୁର : ସମ୍ବଲପୁର ଏ. କଟାପାଲି ନିବାସୀ ତଥା ରାଜଧାନୀ ନୁଆଦିଲ୍ଲୀର ଏମ୍ସ ରେ କାର୍ଯ୍ୟରତ ସତ୍ୟନାରାୟଣ ପ୍ରଧାନ ଓ ଚନ୍ଦ୍ରମୁଖୀ ପ୍ରଧାନ ଙ୍କ ୯ ବର୍ଷିୟ ପୁତ୍ରୀ ପ୍ରିୟଲ ପ୍ରଧାନଙ୍କୁ ଆଗାମୀ ୩୧ ଅକ୍ଟୋବରରେ ସମ୍ମାନଜନକ ଜାତୀୟ ସ୍ତରର ‘ହିନ୍ଦୁ ରତ୍ନ’ ପୁରସ୍କାର ପ୍ରଦାନ କରାଯିବ । ନୂଆଦିଲ୍ଲୀର ଜନକପୁରୀ ସ୍ଥିତ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ୩ୟ ଶ୍ରେଣୀରେ ପଢ଼ୁଥିବା ପ୍ରିୟଲ ଙ୍କୁ ଏହି ପୁରସ୍କାର ଉକ୍ରୃଷ୍ଟ ସମ୍ବଲପୁରୀ ଲୋକ ନୃତ୍ୟ ପାଇଁ ପ୍ରଦାନ କରାଯିବ […]
ବାଃ ବାଃରେ ଓଡ଼ିଶା… ନାରୀଙ୍କୁ ଦେଇ ନିର୍ଯାତନା, ଆଜି ହେଇଗଲୁ ଲୋକହସା…
ସଭିଏଁ କୁହନ୍ତି ନାରୀଙ୍କୁ ସମ୍ମାନ ନାରୀଙ୍କୁ ପୁଣି ଶତଶତ ପ୍ରଣାମ ଭାଇ ସବୁ ଥାଏ ଖାଲି ଭାଷଣରେ କଥା ରଖନ୍ତିନି କେହି ବାସ୍ତବରେ ନାରୀକୁ ସମ୍ମାନ, ନାରୀକୁ ସମ୍ମାନ କହି ସଭିଏଁ ବଡ଼ ବଡ଼ ପାଟିରେ ଚିଲାନ୍ତି ସମ୍ମାନ ଦେବା କଥା ଉଠିଲା ବେଳକୁ ସବୁ ବାଟ ଭାଙ୍ଗି ଚାଲିଯାଆନ୍ତି… ମାଆକୁ ସମ୍ମାନ ଦେଖୁଥାନ୍ତେ ଯଦି ଆଜି ଦେଶରେ ଓଡିଶା ହେଇଥାନ୍ତା କି ଅପମାନ ? ମହିଳା ବିରୋଧୀ ଅପରାଧେ କିବା ପାଇଥାନ୍ତା ୩ୟ ସ୍ଥାନ ?? କାର୍ଟୁନ- ଦେବାଶିଷ
ଗରବା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅଣ୍ଡା ଫିଙ୍ଗି ପରିବେଶକୁ ବିପର୍ଯ୍ୟସ୍ତ କରିଦେଲେ ଅଣ-ହିନ୍ଦୁ
ଥାଣେ: ମହାରାଷ୍ଟ୍ରର ଥାଣେ ଜିଲ୍ଲାରେ ନବରାତ୍ରି ସମୟରେ ଆୟୋଜିତ ହୋଇଥିବା ଗରବା ମହୋତ୍ସବର ପରିବେଶକୁ କିଛି ଅଣହିନ୍ଦୁ ଲୋକ ବିପର୍ଯ୍ୟସ୍ତ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ମଙ୍ଗଳବାର ରାତି (ସେପ୍ଟେମ୍ବର ୩୦)ରେ ମୀରା ରୋଡସ୍ଥିତ କାଶିଗାଓଁ ଅଞ୍ଚଳରେ ଲୋକପ୍ରିୟ ଜେପି ନର୍ଥ ଗାର୍ଡେନ୍ ସିଟି ସୋସାଇଟିରେ ଏକ ସାର୍ବଜନୀନ ଗରବା ମହୋତ୍ସବର ଆୟୋଜନ କରାଯାଇଥିଲା। ଧୁମଧାମରେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଜଣେ ବ୍ୟକ୍ତି ଅଣ୍ଡା ଫିଙ୍ଗି ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ। ଏହି ଘଟଣାପରେ ଘଟଣାସ୍ଥଳରେ ଥିବା ବାସିନ୍ଦାଙ୍କ ମଧ୍ୟରେ ବ୍ୟାପକ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅଭିଯୋଗ ହୋଇଛି ଯେ ଏଷ୍ଟେଲା ବିଲ୍ଡିଂର ବାସିନ୍ଦା ମୋହସିନ୍ ଖାନ ପ୍ରଥମେ ଡେସିବେଲ୍ ସ୍ତର ଯାଞ୍ଚ କରିବା ବାହାନାରେ ଗରବା ସ୍ଥଳରେ ପହଞ୍ଚି ମୋବାଇଲ୍ ଫୋନlj ଭିଡିଓ ରେକର୍ଡ କରିବା ଆରମ୍ଭ କରିଥିଲେ। ଏହାପରେ ସେ ପୁଲିସରେ ଅଭିଯୋଗ କରି କାର୍ଯ୍ୟକ୍ରମ ବନ୍ଦ କରିବାକୁ ଅନୁରୋଧ କରିଥିଲେ। ଶେଷରେ ଅଭିଯୁକ୍ତ ଜଣକ ୧୬ ମହଲାରୁ ଅଣ୍ଡା ଫିଙ୍ଗି ପରିବେଶକୁ ବିପର୍ଯ୍ୟସ୍ତ କରିଦେଇଥିଲେ। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୁଲିସ ମୋହସିନ ଖାନଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସୋସାଇଟି ପରିସରରେ ଏବଂ ଆଖପାଖରେ ଅତିରିକ୍ତ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ଭୁବନେଶ୍ୱରରେ ହିନ୍ଦୁ-ମୁସଲିମ୍ ଭାଇଚାରାର ନିଆରା ଦୁର୍ଗା ପୂଜା
ଭୁବନେଶ୍ବର: ମା’ ହିଁ ସବୁବେଲେ ମା’। ମା’ ନିଜର ସନ୍ତାନମାନଙ୍କ ମଧ୍ୟରେ କେବେ କାହାକୁ ଅଣଦେଖା କରି ନଥାଏ। ସେ ଜଣେ ସାଧାରଣ ମା’ ହୁଅନ୍ତୁ ଅବା ଜଗତଜନନୀ ମା’ ଦୁର୍ଗା ହୁଅନ୍ତୁ। ଓଡ଼ିଶାର ବହୁ ଅଞ୍ଚଳରେ ମାତା ଦୁର୍ଗାଙ୍କର ଶାରଦୀୟ ଦୁର୍ଗା ପୂଜାରେ ଧର୍ମର ସୀମା ଅତିକ୍ରମ କରି ଲୋକେ ଏକତ୍ରିତ ହୋଇ ମାତାଙ୍କର ପୂଜାର୍ଚ୍ଚନାରେ ସକ୍ରିୟ ଭୂମିକା ଗ୍ରହଣ କରିଥାନ୍ତି। ଏପରିସ୍ଥଳେ, ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ର ଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏସନ ମଣ୍ଡପରେ ହେଉଥିବା ଦୁର୍ଗା ପୂଜା କମିଟିର ହିନ୍ଦୁ ମୁସଲିମ୍ ଭାଇଚାରା ଆଭିମୁଖ୍ୟ ପୂଜା ମଣ୍ଡପ ପାଇଁ ଏକ ସ୍ବତନ୍ତ୍ର ପରିଚିତି ଆଣିଦେଇଛି। ଏଠାରେ ଜଣେ ମୁସଲମାନ ବ୍ୟକ୍ତି ଦୁର୍ଗା ପୂଜାରେ ନିଜର ଅବଦାନ ଦେଉଛନ୍ତି। ଦୁର୍ଗା ପୂଜା ପରମ୍ପରାକୁ ଶାହାଜାହାନ ଶେଖଙ୍କ ପରିବାର ବଜାୟ ରଖିଛନ୍ତି। ପୂଜାମଣ୍ଡପର ଦୁର୍ଗା ପୂଜାରେ କଳସ ଶାହାଜାହାନଙ୍କ ଘରୁ ଆସିଥାଏ। ଏଭଳି ଧାରଣା ମଣ୍ଡପର ଅନନ୍ୟ ପରମ୍ପରାକୁ ସମୃଦ୍ଧ କରିଛି। ଏହା ମାଧ୍ୟମରେ ପୂଜା ମଣ୍ଡପ ଏକତାର ଭାବନାକୁ ଉଜ୍ଜ୍ୱଳ କରିବାକୁ ସକ୍ଷମ ହୋଇଛି। ପୂଜା ମଣ୍ଡପର ନିଆରା ଚିନ୍ତାଧାରା ବିଭିନ୍ନ ସମ୍ପ୍ରଦାୟର ଲୋକମାନଙ୍କୁ ମା' ଦୁର୍ଗାଙ୍କ ପୂଜାରେ ଗୋଟିଏ ଛାତ ତଳେ ଏକାଠି କରି ପାରିଛି। ଏହା କେବଳ ରାଜ୍ୟ ନୁହେଁ ସମଗ୍ର ଦେଶ ପାଇଁ ଏକ ଉଦାହରଣ ପାଲଟିଛି। ଶାହାଜାହାନ ଶେଖ୍ ଶାହଜାହାନଙ୍କ ଅନୁସାରେ, କଲୋନୀ ବୈଠକ ସମୟରେ ମୁଁ ପରାମର୍ଶ ଦେଇଥିଲି ଯେ, ଏଠାରେ ଦୁର୍ଗାପୂଜା କଲେ ଭଲ ହେବ। ମୋ କଥାରେ ସମସ୍ତେ ଖୁସିରେ ରାଜି ହୋଇଥିଲେ। କିପରି ସମସ୍ତେ ଏକାଠି ପୂଜା କରିପାରିବେ ସେନେଇ ଆଲୋଚନା କରିବାକୁ ମୁଁ ଆଗକୁ ଆସିଥିଲି। ମୋ ଘରେ ଆଲୋଚନା ହୋଇଥିଲା। ସେବେଠାରୁ ପ୍ରତିବର୍ଷ ପୂଜା ଆରମ୍ଭ ହେବା ପୂର୍ବରୁ ମୋ ଘରୁ ଏକ ଶୁଭ କଳସ ଅଣାଯାଉଛି। ଆଜି ମଧ୍ୟ ଏହି ପରମ୍ପରା ଜାରି ରହିଛି। ମୋ ଘରେ ଏକ ମଣ୍ଡପ ମଧ୍ୟ ଅଛି ଯେଉଁଠାରେ ଦୁର୍ଗା ପୂଜା ସମୟରେ ସମସ୍ତେ ନିଷ୍ପତ୍ତି ନେବା ପାଇଁ ଏକାଠି ହୋଇଥାନ୍ତି।ଦୁର୍ଗା ପୂଜା ସମୟରେ ଆମେ ସଭିଏଁ ମିଳିତ ଭାବେ ଉତ୍ସବରେ ସାମିଲ ହୋଇଥାଉ ବୋଲି ସେ କହିଛନ୍ତି। ସଭାପତି ଦାମୋଦର ପ୍ରଧାନୀ ପୂଜା ପୂଜା ମଣ୍ଡପର ସଭାପତିଙ୍କ ଦାୟିତ୍ବ ଦାମୋଦର ପ୍ରଧାନୀ ସୁଚାରୁ ରୂପେ ତୁଲାଉଥିବାବେଳେ ସାଧାରଣ ସମ୍ପାଦକ ସରୋଜ କାନ୍ତ ମଲ୍ଲିକ କାର୍ଯ୍ୟ କରୁଛନ୍ତି। ସାଧାରଣ ସମ୍ପାଦକ, ସରୋଜ କାନ୍ତ ମଲ୍ଲିକ ପୂଜା ମଣ୍ଡପର ସାଧାରଣ ସମ୍ପାଦକ ସରୋଜ କାନ୍ତ ମଲ୍ଲିକ କୁହନ୍ତି, ପୂଜା ପାଇଁ ପ୍ରଥମ ପ୍ରୟାସ ଶାହଜାହାନ ଶେଖ୍ଙ୍କ ଦ୍ବାରା କରାଯାଇଥିଲା। ସେ ପୂର୍ବରୁ କଟକରେ ରହୁଥିଲେ। କଟକରେ ଜାରି ରହିଥିବା ଭାଇଚାରାର ଚିନ୍ତାଧାରାକୁ ସେ ଚନ୍ଦ୍ର ଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରକୁ ଆଣିଥିଲେ। କଟକରେ ସମସ୍ତ ଧର୍ମର ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସଦ୍ଭାବ ବଜାୟ ରହିଥାଏ। ୨୦୦୮ଠାରୁ ଦୀର୍ଘ ୧୭ ବର୍ଷ ଧରି ସେହିଭଳି ସମାନ ଭାବନା ଆମ ଦୁର୍ଗା ପୂଜା ପୂଜା ମଣ୍ଡପରେ ଦେଖିବାକୁ ମିଳୁଛି। ଆମେ ଏକାଠି ଆଗକୁ ବଢ଼ିବାକୁ ଚାହୁଁଛୁ। ବିଶେଷ କରି ଭବିଷ୍ୟତ ପିଢ଼ିଙ୍କୁ ସଠିକ୍ ପଥ ଅନୁସରଣ କରିବା ପାଇଁ ପୂଜା ମଣ୍ଡପର ଏହି ଚିନ୍ତାଧାରା ଏକ ଉଦାହରଣ ସୃଷ୍ଟି କରିଛି ବୋଲି ସେ କହିଛନ୍ତି।
ତେନ୍ତୁଳିଡିଙ୍ଗାରେ ୪୦ ବର୍ଷ ଧରି ଏକାଠି ଦୁର୍ଗା ପୂଜା କରି ଆସୁଛନ୍ତି ହିନ୍ଦୁ-ମୁସଲିମ୍
କୁଳିଅଣା: ମୟୁରଭଞ୍ଜ ଜ଼ିଲ୍ଲା କୁଳିଅଣା ବ୍ଲକ୍ ଗାଙ୍ଗରାଜ ପଞ୍ଚାୟତ ତେନ୍ତୁଳିଡ଼ିଙ୍ଗା ଗ୍ରାମର ସାର୍ଵଜନୀନ ଦୁର୍ଗୋତ୍ସବର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ୪୦ବର୍ଷର ଏହି ପୂଜା କମିଟି ଆଜିକାଲିର ଅତ୍ୟାଧୁନିକ ସାଜସଜା କିମ୍ବା ସଦୃଶ୍ୟ ତୋରଣ ପାଇଁ ନୁହେଁ, ବରଂ ମାନବବାଦ ଓ ଭାଇଚାରା ପାଇଁ ବେଶ୍ ପରିଚିତି ହାସଲ କରିଛି। ସାମ୍ପ୍ରଦାୟିକ ଭେଦ ଭାବରୁ ଉର୍ଦ୍ଧ୍ବରେ ରହି ଶକ୍ତିପୂଜାରେ ସମସ୍ତେ ଏକାକାର ହୋଇ ଯିବାର ବାର୍ତ୍ତା ଦେଇ ଆସିଛି ଏହି ପୂଜା। ଏଠାରେ ପୂଜା ଆୟୋଜନର ମୁଖ୍ୟକର୍ତ୍ତା ହେଉଛନ୍ତି ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତି କୋହିନୂର ଇସଲାମ। ୪୦ ବର୍ଷ ତଳେ କୋହିନୂର ଇସଲାମଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ପୂଜା ଆଜି ଅଞ୍ଚଳର ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ସାମ୍ପ୍ରଦାୟିକ ସଦ୍ଭାବନାର ଏକ ପ୍ରତୀକ ପାଲଟିଛି। ୭୬ ବର୍ଷ ବୟସ୍କ କୋହିନୂର ୧୯୮୬ ମସିହାରେ ଗାଁର ନିଜସ୍ୱ ଦୁର୍ଗା ପୂଜା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ଏନେଇ ସେ ଗ୍ରାମବାସୀଙ୍କୁ ନିଜର ସର୍ବଜନୀନ ଦୁର୍ଗା ପୂଜା ଆୟୋଜନ କରିବା ବିଷୟରେ ପଚାରିଥିଲେ। ତାଙ୍କର କଥା ଶୁଣି ଗାଁ ଲୋକେ ଖୁସି ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୨୪ ଜଣ ଏହାକୁ ସମର୍ଥନ କରିବାକୁ ଆଗେଇ ଆସିଥିଲେ। କୋହିନୂରଙ୍କୁ ମୁଖ୍ୟ କରି ଏକ ଦୁର୍ଗା ପୂଜା କମିଟି ଗଠନ କରାଯାଇଥିଲା ଏବଂ ସେମାନେ, ଅନ୍ୟ ଗ୍ରାମବାସୀଙ୍କ ସହିତ ମିଶି ଏହି ଉଦ୍ଦେଶ୍ୟରେ ଦାନ କରିଥିଲେ। କୋହିନୂରଙ୍କ ସମେତ ୨୫ ଜଣ ସଦସ୍ୟଙ୍କୁ ନେଇ ଆରମ୍ଭ ହୋଇଥିବା ପୂଜାରେ ବର୍ତ୍ତମାନ ଉଭୟ ସମ୍ପ୍ରଦାୟର ୫୫୦ ଜଣ ସଦସ୍ୟ ଅଛନ୍ତି। ଆଲ୍ଲାହା ଏବଂ ଦେବୀ ଦୁର୍ଗାଙ୍କ ଯୋଗୁ ଆମେ ବର୍ଷ ବର୍ଷ ଧରି ପୂଜାକୁ ସଫଳତାର ସହିତ ଆୟୋଜନ କରିଆସୁଛୁ। ଏହି ବର୍ଷ ଏହା ୪୦ ବର୍ଷ ପୂରଣ କରିବ ବୋଲି କୋହିନୂର କହିଛନ୍ତି। ତେନ୍ତୁଲଡିଙ୍ଗାରେ ଦୁର୍ଗା ପୂଜା ପାଳନର ସବୁଠାରୁ ଉଲ୍ଲେଖନୀୟ ଦିଗଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଯେ, ସମାଜର ସମସ୍ତ ବର୍ଗର ଲୋକମାନେ, ସେମାନଙ୍କ ଧର୍ମ ନିର୍ବିଶେଷରେ, ପୂଜାକୁ ସୁଗମ କରିବା ପାଇଁ ଆର୍ଥିକ ସହାୟତା ଦିଅନ୍ତି। କୋହିନୂରଙ୍କ ପ୍ରୟାସରେ ୧୯୮୬ ମସିହାରେ ଗାଁରେ ଦୁର୍ଗା ପୂଜା କୋହିନୁରଙ୍କ ଝିଅ ତାହା ପରୱିନ ଏବଂ ଜୋହା ମଧ୍ୟ ଏହି ଉଦ୍ଦେଶ୍ୟ ପାଇଁ ଅବଦାନ ଦିଅନ୍ତି। ଝିଅ ତାହା ପୁଣେର ଏକ ଆମେରିକା-ଭିତ୍ତିକ କମ୍ପାନିରେ କାର୍ଯ୍ୟନିର୍ବାହୀ ଭାବରେ କାର୍ଯ୍ୟ କରନ୍ତି। ସାନ ଭଉଣୀ ଜୋହା ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। କୋହିନୁରଙ୍କ ହୃଦୟରେ ପୂଜା ପ୍ରତି ଥିବା ଭକ୍ତି ସୁସଜ୍ଜିତ ସାଜସଜ୍ଜା, ଆଲୋକ ଏବଂ ପାଣ୍ଡାଲ ଅପେକ୍ଷା ଅଧିକ,ଗତ ୨୫ ବର୍ଷ ଧରି କମିଟି ପାଇଁ ଦୁର୍ଗା ପୂଜା ରୀତିନୀତି ପାଳନ କରିଆସୁଥିବା ପୂଜକ ପରିତୋଷ ନନ୍ଦ କହିଛନ୍ତି। ବଡ଼ ଭାଇ କୋହିନୂରଙ୍କ ଯୋଗୁ ପୂଜା ଉତ୍ସବ ସଫଳତାର ସହିତ ଅନୁଷ୍ଠିତ ହୋଇଆସୁଛି। ଏହା କେବଳ ହିନ୍ଦୁମାନଙ୍କର ପର୍ବ ନୁହେଁ, ବରଂ ମୁସଲମାନମାନେ ମଧ୍ୟ ଏହି ଉତ୍ସବର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ଜଣେ କମିଟି ସଦସ୍ୟ ଦୀପକ ମିଶ୍ର କହିଛନ୍ତି। ପୂଜାର୍ଚ୍ଚନା ଶେଷ ହେବା ପରେ, କମିଟି ସଦସ୍ୟମାନେ ଗାଁରେ ରହୁଥିବା ସମସ୍ତ ସମ୍ପ୍ରଦାୟର ଲୋକଙ୍କୁ 'ଭୋଗ' ବଣ୍ଟନ କରନ୍ତି। ଏହି ଉତ୍ସବରେ ଅଂଶଗ୍ରହଣ କରିବା ପାଇଁ ନିକଟବର୍ତ୍ତୀ ଗାଁର ଲୋକମାନେ ମଧ୍ୟ ପୂଜା ମଣ୍ଡପରେ ଭିଡ଼ ଜମାନ୍ତି। ୭୬ ବର୍ଷ ବୟସ୍କ କୋହିନୂର ଇସଲାମ ଏଥି ସହ ତାଙ୍କ ସମ୍ପାଦନାରେ ଶାରଦୀୟ ପୂଜା ଉପଲକ୍ଷେ ଏଠାରୁ ପ୍ରତିବର୍ଷ 'ମୁକୁଳିତ ପଲ୍ଲବ' ପତ୍ରିକା ପ୍ରକାଶ ପାଇ ଆସୁଅଛି ଚଳିତ ବର୍ଷ ପ୍ରକାଶିତ ପତ୍ରିକାରେ ସମ୍ପାଦକୀୟ ପୃଷ୍ଠାରେ ଇସଲାମଙ୍କ ମୋ କହିବା କଥାରେ 'ଜୀବନ ହେଉଛି ମୃତ୍ୟୁ ପାଖରୁ ଉଧାର କରି ଅଣିଥିବା କିଛି ବର୍ଷ,କିଛି ମାସ,କିଛି ଦିନ କିଛି ସମୟ ମାତ୍ର' ଅନ୍ୟ ଧର୍ମର ହେଲେ ବି ଗୀତା, ବେଦ, ଉପନିଷଦରେ କୋହିନୂରଙ୍କ ଅଗାଧ ପାଣ୍ଡିତ୍ୟ ରହିଛି । ସବୁ ଧର୍ମକୁ ସମ୍ମାନ ଦେଉଥିବା କୋହିନୂର ଦେବୀ ଦୁର୍ଗାଙ୍କ ପୂଜାର୍ଚ୍ଚନା କରି କେବଳ ସାମ୍ପ୍ରଦାୟିକତାର ପାଚେରୀ ଭାଙ୍ଗିବାରେ ସଫଳ ହୋଇଛନ୍ତି ତାହା ନୁହଁ, ବରଂ ଏଠାକାର ଜନସାଧାରଣଙ୍କୁ ମାନବିକ ମୂଲ୍ୟବୋଧର ଶିକ୍ଷା ମଧ୍ୟ ଦେଉଛନ୍ତି। ବୃହତ ନନ୍ଦିକେଶ୍ୱର ପୂରାଣ ଵିଧି ଅନୁଯାୟୀ ଏଠାରେ ପୂଜା ହେଉଅଛି । ପୂଜା ଦାୟିତ୍ୱରେ ଚଳିତ ବର୍ଷ ବିଜନ ଚନ୍ଦ୍ର ଦାସ, କୋହିନୂର ଇସଲାମ, ଭାଗୀରଥି ନାଏକ, ଅନୀଲ କୁମାର ନାଏକ, ରବୀନ୍ଦ୍ର ଗିରି(ମାନୁ) ଗୌରାଙ୍ଗ ପଟ୍ଟନାୟକ, ଉଜ୍ଜଳ ବାସୁରୀ, ଆଦିତ୍ୟ ଦାସ, ମାନସ ଦଳେଇ, ଦିବ୍ୟଜ୍ୟୋତି ଦାଶ, ବାହାଦୁର ସିଂ, ପ୍ରସାଦ ନାଏକ ପ୍ରମୁଖ ସହଯୋଗ କରୁଛନ୍ତି । ଶ୍ରୀକାନ୍ତ ସାହୁ, ନିହାର ରଞ୍ଜନ ବେହେରା
ବିନା ନାରୀରେ ସଂସାର ଶୂନ: ଯୁଗେଯୁଗେ ନାରୀ ଉପରେ ଯିଏ କୁଦୃଷ୍ଟି ପକାଇଛି ତାର ବିନାଶ ହୋଇଛି…
ଭୁବନେଶ୍ବର: ଏବେ ସବୁଠି ପାର୍ବଣର ମାହୋଲ । ମାଆ ମନସ୍କ ପୃଥିବୀ, ମାଆଙ୍କୁ ଆବାହନ ଓ ଆପଣାପଣରେ ବାନ୍ଧି ରଖିବାର କେଉଁ ଆତ୍ମିୟତା ଦେଖିବାକୁ ମିଳୁଛି । ଦୁର୍ଗା ମାଆ ମଣ୍ଡପରେ, ପୀଠରେ ପୂଜା ପାଉଥିବା ବେଳେ ମାଆ ଭବାନୀ, ମାଆ ଜଗଦମ୍ବେ ଆମକୁ କେଉଁ ବାର୍ତ୍ତା ଦିଅନ୍ତି… କେଉଁ ପ୍ରେରଣା ଏବଂ ସେ କାହାର ପ୍ରତୀକ ବୋଲି ସୂଚନା ଦିଅନ୍ତି… ଦେବୀ ଦୁର୍ଗା ବି ଜଣେ ନାରୀ- ତେଣୁ ଜଗତଜନନୀ , ମହିଷାମର୍ଦ୍ଦିନୀ ମାଆ ଦୁର୍ଗା ନାରୀଙ୍କ ସମ୍ମାନ, ସୁରକ୍ଷା ଓ ନାରୀଙ୍କ ପ୍ରତିନିଧିତ୍ବର ପ୍ରତୀକ ସାଜି ଧରାବତରଣ କରନ୍ତି ଆଉ ଦିଅନ୍ତି ଅନେକ ବାର୍ତ୍ତା । ସମାଜ ସଂସ୍କାରକ ତଥା ଆଧ୍ୟାତ୍ମିକ ପ୍ରବଚକ ସ୍ବାମୀ ସୁଧାନନ୍ଦ ସରସ୍ବତୀ କନକ ନ୍ୟୁଜର ଶାରଦୀୟ ସାକ୍ଷାତକାର ଅବସରରେ ନିଜର ମତ ମନ୍ତବ୍ୟ ଦେଇ ମାଆ ଦୁର୍ଗା ଏବଂ ନାରୀଙ୍କ ମଧ୍ଯରେ ଥିବା ସାମଞ୍ଜସ୍ୟ କଥା ବଖାଣିଛନ୍ତି । ସ୍ବାମୀ ଜୀଙ୍କ କହିବା କଥା- ଭାରତୀୟ ସଂସ୍କୃତିରେ ମାତୃପୂଜନର ପରମ୍ପରା ବୈଦିକ ଯୁଗରୁ ରହିଆସିଛି । ଆମ ସଂସ୍କୃତିରେ ମାଆଙ୍କୁ ଅଧିକ ପ୍ରାଧାନ୍ୟ ଦେଇ ଆସିଛି । ପୁରୁଷଙ୍କୁ ପୂଜା କଲେ ଘରେ ଦେବତା ରୁହନ୍ତି ବୋଲି କୌଣସି ଶାସ୍ତ୍ରରେ କୁହାଯାଇନି କିନ୍ତୁ ନାରୀଙ୍କୁ ଯେଉଁଠି ପୂଜା କରାଯାଏ, ସମ୍ମାନ କରାଯାଏ ସେଠି ଦେବତା ବାସ କରନ୍ତି । ତେଣୁ ଶକ୍ତିର ଅଧିଷ୍ଠାତ୍ରୀ ଦେବୀ ଭାବେ ଏ ଦୁନିଆ ମାଆ ଦୁର୍ଗାଙ୍କୁ ପୂଜା କରେ । ଯେଉଁ ପୂଜା ବାର୍ତ୍ତା ଦିଏ କି- ନାରୀମାନେ ଅବଳା ନୁହଁନ୍ତି, ନାରୀମାନେ ଦୁର୍ବଳା ନୁହଁନ୍ତି, ନାରୀମାନେ ଅସହାୟ ନୁହଁନ୍ତି କି ନାରୀମାନେ ବୁଦ୍ଧିହୀନା ବି ନୁହଁନ୍ତି । ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଔଦ୍ଧତ୍ୟ ଉପରେ ସମର୍ପଣର ବିଜୟ ହିଁ ଦୁର୍ଗାପୂଜା ଶିଖାଏ । ସମଗ୍ର ଦେବତାମାନେ ଯାହା କରିପାରିଲେନି ତାହା ଏକା ଦେବୀ ଦୁର୍ଗା କରିଦେଖାଇଲେ ଏବଂ ମହିକୁ ମହିଷାସୁର କବଳରୁ ମୁକ୍ତ କଲେ । ଅର୍ଥାତ ମହିଳାମାନେ ସର୍ବଶକ୍ତିମାନ, ସବୁ ଶକ୍ତିର କେନ୍ଦ୍ର ବୋଲି ଦୁର୍ଗା ପୂଜା ଆମକୁ ମନେପକାଇଦିଏ । ଅତୀତରେ ଆମେ ଦେଖିଛେ ମହିଷାସୁର ଭୁଲ କାମ କଲା ବୋଲି ତାର ନିପାତ ହେଲା, ଜଣେ ଦ୍ରୌପଦୀଙ୍କ ଅପମାନ ପାଇଁ ପୂରା କୌରବ କୂଳ ନାଶ ହେଲା, ସୀତାଙ୍କ ଅପମାନ ପାଇଁ ରାବଣର ବଂଶ ବିନାଶ ହେଲା । ତେଣୁ ଯୁଗେଯୁଗେ ନାରୀଙ୍କ ଉପରେ ଯିଏ କୁଦୃଷ୍ଟି ପକାଇଛି ତାର ବିନାଶ ହୋଇଛି ହେଲେ ବିଡମ୍ବନା ଆଜିର ସମାଜରେ ଯେଉଁମାନେ ଦୁର୍ଗାପୂଜା କରୁଛନ୍ତି ସେମାନଙ୍କ ମଧ୍ଯରେ ବି ଦାନବୀୟ ଓ ଦୈବୀ ଗୁଣଧାରୀ ରହିଛନ୍ତି । ବିନା ମହିଳାରେ ସଂସାରରେ ଆମେ ବଞ୍ଚିପାରିବା ନାହିଁ । ଆମକୁ ସ୍ନେହ ପାଇଁ ଭଉଣୀଟେ ଦରକାର। ସଂସାରକୁ ଆସିବାକୁ ମାଆଟେ ଦରକାର । ତେଣୁ ନିଜ ଭିତରର ଆସୁରିକ ପ୍ରବୃତ୍ତିକୁ ବିନାଶ କରି ମାତୃ ସମାଜ ପ୍ରତି ସମ୍ମାନର ଭାବନା, ଶ୍ରଦ୍ଧାର ଭାବନା ଏବଂ ପୂଜାର ଭାବନା ରହୁ ବୋଲି ସ୍ବାମୀଜୀ କହିଛନ୍ତି । ତେବେ ଦୁର୍ଗାଙ୍କ ହାତରେ ଶଙ୍ଖ, ଚକ୍ର, ଗଦା, ପଦ୍ମ, ତ୍ରିଶୂଳ, ଖଡ୍ଗ ଥାଏ ଯାହା ଦର୍ଶାଏ ନାରୀ ଫୁଲ ପରି ସ୍ନେହ କରିପାରେ, ଶଙ୍ଖନାଦ ପରି ଶୁଭାରମ୍ଭ କରିପାରେ, ସବୁର ଶୁଭ ସାଜେ ଆଉ ପାପୀର, ଦୁଷ୍ଟ ଶକ୍ତିର ବିନାଶ ବି କରିପାରେ । ତେଣୁ ଦେବୀ ଦୁର୍ଗା ନାରୀ ସଶକ୍ତିକରଣର ବି ବାର୍ତ୍ତା ଦିଅନ୍ତି…
ମନ୍ଦିର ପାଖରେ ଅଣ ହିନ୍ଦୁ ପ୍ରସାଦ ବିକିଲେ ମାଡ଼ ମାର: ସ୍ୱାଧ୍ୱୀ ପ୍ରଜ୍ଞା ଠାକୁର
ଓଡିଶା ଭାସ୍କର: ଶାସ୍ତ୍ରରେ ମାନବ ଶରୀରକୁ ଏକ ମନ୍ଦିର ଭାବରେ ବର୍ଣ୍ଣନା କରାଯାଇଛି, ଏବଂ ଏହାର ପ୍ରତ୍ୟେକ ଅଂଶ କୌଣସି ଦେବତାଙ୍କ ବାସସ୍ଥାନ। ଏଥିମଧ୍ୟରୁ, ନାଭିକୁ ସର୍ବୋଚ୍ଚ ବୋଲି ବିବେଚନା କରାଯାଇଛି। ଗର୍ଭାବସ୍ଥାରେ, ଶିଶୁର ନାଭି ଏଠାରେ ସଂଯୋଗ ହୁଏ, ତେଣୁ ଏହାକୁ ଜୀବନର ମୂଳ କେନ୍ଦ୍ର ଭାବରେ ବିବେଚନା କରାଯାଏ। ଆୟୁର୍ବେଦରେ କୁହାଯାଇଛି ଯେ ନାଭିଃ ପ୍ରାଣସ୍ୟ ମୂଳମ୍, ଅର୍ଥାତ୍ ନାଭିକୁ ଜୀବନର ମୂଳ ବୋଲି ବିବେଚନା କରାଯାଏ। ଏହି କାରଣରୁ ନାଭିକୁ ଅଶୁଦ୍ଧତା ସହିତ […]
ଏସିଆ କପ୍ ଫାଇନାଲ୍ ପୂର୍ବରୁ ରାଜୀବ ଶୁଳ୍କାର ବଡ଼ ଭବିଷ୍ୟବାଣୀ, କହିଲେ-ବିଜୟ ନେଇ ମୁଁ ଦୃଢ ଆଶାବାଦୀ
‘I Love ମହମ୍ମଦ’ବିବାଦ ଭିତରେ ହିନ୍ଦୁ ଦେବା ଦେବୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍
ମୁମ୍ୱାଇ: ଆଇ ଲଭ୍ ମହମ୍ମଦ ବନାମ ଆଇ ଲଭ୍ ମହାଦେବ ବିବାଦ ନଥମୁଣୁ ପୁଣି ଏକ ଆପତ୍ତିଜନକ ଘଟଣା ସାମ୍ନାକୁ ଆସିଛି। ମୁମ୍ବାଇର କୋଲାବାର ମସ୍କାରା ଗ୍ୟାଲେରୀରେ ଅଙ୍କା ଯାଇଛି ମାନବ ଶରୀରରେ ହିନ୍ଦୁ ଦେବା ଦେବୀଙ୍କ ଅଶ୍ଳୀଳ କାର୍ଟୁନ। ଯାହା ଏବେ ନୂଆ ବିବାଦ ସୃଷ୍ଟି କରିଛି। କାର୍ଟୁନିଷ୍ଟ ଏବଂ କଳା ଗ୍ୟାଲେରୀ ମାଲିକ ନପେ: ଏହି ଘଟଣା ସମ୍ପର୍କରେ ମୁମ୍ବାଇ ପୋଲିସ କାର୍ଟୁନିଷ୍ଟ ଟି. ବୈକନ୍ନା ଏବଂ ଗ୍ୟାଲେରୀ ମାଲିକ ଅଭୟ ମସ୍କରାଙ୍କ ବିରୋଧରେ […]
‘ତନ୍ତ୍ର ମତରେ ନାରୀ ହେଉଛି ଭୂମି ସ୍ବରୂପିଣୀ’
ଭୁବନେଶ୍ବର: ବିଶିଷ୍ଟ ଗବେଷକ ତଥା ଜନପ୍ରିୟ ଲେଖକ ଗଣେଶ ପ୍ରସାଦ ପରିଜାଙ୍କ ୨୬ତମ ସ୍ମୃତିଦିବସ ପରିପ୍ରେକ୍ଷୀରେ ‘ଶାରଳା ସ୍ମାରକ’ ପକ୍ଷରୁ ଗୀତଗୋବିନ୍ଦ ସଦନରେ ଗଣେଶ ପରିଜା ସ୍ମାରକୀ ବକ୍ତୃତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗବେଷକ ପ୍ରଫେସର ନଟବର ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ଦୁର୍ଗାପୂଜା ଓ ତନ୍ତ୍ର ପରମ୍ପରା’ଶୀର୍ଷକ ବିଷୟ ଉପରେ ମତ ଦେଇଥିଲେ। ଭାରତରେ ଦୁର୍ଗାପୂଜା ହେଉଛି ତନ୍ତ୍ର ପରମ୍ପରାର ଗୋଟିଏ ରୂପ। ତନ୍ତ୍ର ମତରେ ନାରୀ ହେଉଛି ଭୂମି ସ୍ବରୂପିଣୀ। ପ୍ରାଚୀନ ଦୁର୍ଗାପୂଜା ଅନ୍ତରାଳେ ରହିଛି ପ୍ରାଚୀନ ଲୋକସଂସ୍କୃତିର ନିଦର୍ଶନ। ଏହି ସଂସ୍କୃତି ମନେପକାଇ ଦିଏ ଯେ କୃଷି ଦିନେ ଥିଲା ନାରୀର ଆବିଷ୍କାର ଓ ସେ ପୁରୁଷର ଆଗରେ ଚାଲି ତାର ଆବିଷ୍କୃତ କୃଷି ସମ୍ପଦକୁ ପୁରୁଷକୁ ଚିହ୍ନାଇ ଦେଉଥିଲା। ସେ ଥିଲା ସମାଜର ଅଗ୍ରନାୟିକା। ମାତ୍ର ପୁରୁଷପ୍ରଧାନ ସମାଜରେ ନାରୀ ହୋଇଛି ବନ୍ଦୀ ଓ ପୁରୁଷର ଉପଭୋଗ୍ୟା। ନାରୀକୁ ଯଥା ସମ୍ମାନ ଦେବା, ଦୁର୍ଗାପୂଜାର ଉଦ୍ଦେଶ୍ୟ ବୋଲି ଶ୍ରୀ ଶତପଥୀ କହିଥିଲେ। ‘ଶାରଳା ସ୍ମାରକ’ର ସଭାପତି ପ୍ରଫେସର ନିମାଇଁ ଚରଣ ପରିଜାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଚଳଚ୍ଚିତ୍ର ନିର୍ଦ୍ଦେଶକ, ଅଭିନେତା ପ୍ରଶାନ୍ତ ନନ୍ଦ ଦୁର୍ଗାପୂଜାର ମାହାତ୍ମ୍ୟ ଏବଂ ସାଂପ୍ରତିକ ସମୟରେ ଦୁର୍ଗାପୂଜା ପାଳନରେ ଘଟୁଥିବା ବିଲକ୍ଷଣ ସମ୍ପର୍କରେ ମତ ରଖିଥିଲେ। ସମ୍ମାନିତ ଅତିଥି ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ନିଜ ବକ୍ତବ୍ୟରେ ଗଣେଶ ପ୍ରସାଦ ପରିଜାଙ୍କର ସାରସ୍ବତ ଅବଦାନ ସମ୍ପର୍କରେ ସୂଚନା ଦେଇଥିଲେ। ସ୍ବର୍ଗତ ପରିଜାଙ୍କ ଲେଖାଗୁଡ଼ିକୁ ଏକତ୍ର କରି ପୁସ୍ତକର ରୂପ ଦେବାକୁ ପ୍ରସ୍ତାବ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଐତିହ୍ୟ ଗବେଷକ ଡ.ସୁନୀଲ ପଟ୍ଟନାୟକଙ୍କୁ ଅଷ୍ଟମ ‘ଗଣେଶ ପରିଜା ସମ୍ମାନ-୨୦୨୫’, ଗାଳ୍ପିକା ସ୍ବାଗତିକା ମିଶ୍ରଙ୍କୁ ‘ଗଣେଶ ପରିଜା ଗଳ୍ପ ସମ୍ମାନ-୨୦୨୫’ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଶାରଳା ସ୍ମାରକର ଉପସଭାପତି ଭାଷାବିତ୍ ଦେବଶିଷ ମହାପାତ୍ର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଶାରଳା ସ୍ମାରକର ସମ୍ପାଦକ ଦେବପ୍ରସାଦ ପରିଜା ପିତା ସ୍ବର୍ଗତ ପରିଜାଙ୍କ ସ୍ମୃତିଚାରଣ କରିଥିବା ବେଳେ ସାହିତ୍ୟିକ ଶତ୍ରୁଜିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ସାମ୍ବାଦିକ ଅପୂର୍ବ କୁମାର ମହାନ୍ତି ମାନପତ୍ର ପାଠ କରିଥିଲେ। ଅନୁଷ୍ଠାନର ସଂଯୋଜିକା ନୀଳିମା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।
RI, ଅମିନ, ଆଇସିଡିଏସ୍ ସୁପରଭାଇଜର ପରୀକ୍ଷା ପାଇଁ ବାହାରିଲା ବିଜ୍ଞପ୍ତି, ଜାଣନ୍ତୁ କେବେ ପ୍ରିଲିମିନାରୀ…
ଭୁବନେଶ୍ୱର,୨୬ା୯(ସୁଚିସ୍ମିତା ସାହୁ): ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନଆୟୋଗ (ଓଏସ୍ଏସ୍ଏସ୍ସି) ଦ୍ୱାରା ପରିଚାଳିତ ଆର୍ଆଇ, ଏଆର୍ଆଇ, ଅମିନ ଓ ଆଇସିଡିଏସ୍ ସୁପରଭାଇଜର ପଦ ପାଇଁ ପ୍ରିଲିମିନାରି ପରୀକ୍ଷା ଅକ୍ଟୋବର ୮ରୁ ଆରମ୍ଭ ହେବ। ଏହି ପରୀକ୍ଷା ୧୩ ନଭେମ୍ବର ଯାଏ ସବୁ ଜିଲାରେ ଅନୁଷ୍ଠିତ ହେବ ବୋଲି ଶୁକ୍ରବାର ଆୟୋଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ପରୀକ୍ଷାର୍ଥୀମାନେ www.osssc.gov.in. ମାଧ୍ୟମରେ ଆଡ୍ମିଶନ ଲେଟର ଡାଉନ୍ଲୋଡ୍ କରିପାରିବେ। ସେମାନେ ଚାହିଁଲେ ପୋର୍ଟାଲ ମାଧ୍ୟମରେ ମକ୍ ଟେଷ୍ଟ ଦେଇପାରିବେ। ଆଡ୍ମିଶନ ଲେଟରରେ […] The post RI, ଅମିନ, ଆଇସିଡିଏସ୍ ସୁପରଭାଇଜର ପରୀକ୍ଷା ପାଇଁ ବାହାରିଲା ବିଜ୍ଞପ୍ତି, ଜାଣନ୍ତୁ କେବେ ପ୍ରିଲିମିନାରୀ… appeared first on Dharitri Odia News .
‘ସୁସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନ
ବେଦାନ୍ତ ଆଲୁମିନିୟମ ଭାରତ ସରକାରଙ୍କ ‘ସୁସ୍ଥ ନାରୀ ସଶକ୍ତ ପରିବାର’ ଅଭିଯାନ ମାଧ୍ୟମରେ ଦୁର୍ଗମ ଅଞ୍ଚଳର ମହିଳା ଏବଂ ପରିବାରକୁ ସ୍ୱାସ୍ଥ୍ୟସେବା ସହାୟତା ପ୍ରଦାନ କରୁଛି। ଏହି ଅଭିଯାନର ଅଂଶ ସ୍ୱରୂପ,ବେଦାନ୍ତ ଆଲୁମିନିୟମ କଳାହାଣ୍ଡିର ନାକରୁଣ୍ଡିର ପିଏଚ୍ସି ଏବଂ ରାୟଗଡ଼ାର କାଶୀପୁରର ସିଏଚ୍ସିରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିଲା। ଶିବିରରେ ୪୬୮ ମହିଳା ଏବଂ ୪୧୦ରୁ ଅଧିକ ପୁରୁଷ ଓ ଶିଶୁଙ୍କୁ ଉପକୃତ ହୋଇଥିଲେ। କମ୍ପାନି ରାମପୁର ଏବଂ ସୁଙ୍ଗେରରେ ହେବାକୁ ଥିବା ଆଗାମୀ ଶିବିରଗୁଡ଼ିକୁ ମଧ୍ୟ ସମର୍ଥନ କରିବ।
ଦାଣ୍ଡିଆ କାର୍ଯ୍ୟକ୍ରମରେ ଅଣହିନ୍ଦୁ ଯୁବକଙ୍କୁ ଧରିଲା ବଜରଙ୍ଗ ଦଳ
ଝାନ୍ସୀ: ଦେଶର ଅନେକ ସ୍ଥାନରେ ଏବେ ଚାଲିଥିବା 'ଆଇ ଲଭ୍ ମହମ୍ମଦ' ବନାମ 'ଆଇ ଲଭ୍ ମହାଦେବ' ବିବାଦ ଏବେ ଉତ୍ତରପ୍ରଦେଶର ଝାନ୍ସୀରେ ଦେଖିବାକୁ ମିଳିଛି। ଆଉ ଏବେ ଏହା ଦେଖିବାକୁ ମିଳିଛି ଏକ ଦାଣ୍ଡିଆ ନାଇଟ୍ ସମୟରେ। ଦାଣ୍ଡିଆ ନାଇଟ୍ ର ଏକ ଡିସପ୍ଲେ ବୋର୍ଡରେ ବାରମ୍ବାର 'ଆଇ ଲଭ୍ ମହାଦେବ' ପ୍ରଦର୍ଶିତ ହେଉଥିଲା, ଯାହା ଦେଖି ଦର୍ଶକମାନେ ମଧ୍ୟ 'ଜୟ ଶ୍ରୀ ରାମ' ସ୍ଲୋଗାନ ଦେବାକୁ ଲାଗିଥିଲେ। ଆଉ ଏହି କାର୍ଯ୍ୟକ୍ରମରେ ଜଣେ ଅଣହିନ୍ଦୁ ଯୁବକ ଧରାପଡ଼ିବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। କାନପୁର, ବାରାଣସୀ ଓ ଉନ୍ନାଓ ଭଳି ସହରରେ ଶୋଭାଯାତ୍ରା ସମୟରେ 'ଆଇ ଲଭ୍ ମହମ୍ମଦ' ପ୍ରଦର୍ଶିତ ପ୍ଲାଗକାର୍ଡ ଓ ପୋଷ୍ଟର ପ୍ରଦର୍ଶନ କରାଯିବାରୁ ଏହି ବିବାଦ ଆରମ୍ଭ ହୋଇଥିଲା। ଏହି ଘଟଣା ପରେ ଅନେକ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା, ଯାହାଫଳରେ ହିନ୍ଦୁ ସଂଗଠନଗୁଡ଼ିକ 'ଆଇ ଲଭ୍ ମହାଦେବ' ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହି ଘଟଣା ପରେ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦର କର୍ମୀମାନେ ଆଜି ସହରର ବିଭିନ୍ନ ଗରବା ମଣ୍ଡପଗୁଡିକରେ ବୁଲି ଅଣହିନ୍ଦୁମାନଙ୍କୁ ଖୋଜୁଥିବାର ଦେଖାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ଅନେକ ସ୍ଥାନରେ ପୁଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା। ଗରବା କାର୍ଯ୍ୟକ୍ରମରେ ଜଣେ ଅଣହିନ୍ଦୁ ଯୁବକଙ୍କୁ ଧରିଥିଲା ବଜରଙ୍ଗ ଦଳ। ସେ ପୁଲିସକୁ କହିଥିଲେ ଯେ ସେ ଜଣେ ମ୍ୟୁଜିକ୍ ସିଷ୍ଟମ୍ ଅପରେଟର ଏବଂ କାମ ପାଇଁ ସେଠାକୁ ଆସିଥିଲେ। ପୁଲିସ ଏବେ ତାଙ୍କୁ ନିମନ୍ତ୍ରଣ କରିଥିବା ବ୍ୟକ୍ତିଙ୍କୁ ଖୋଜୁଛି। ବର୍ତ୍ତମାନ ଝାନ୍ସୀର ପରିସ୍ଥିତି ନିୟନ୍ତ୍ରଣରେ ଅଛି। ଗରବା ଓ ଦାଣ୍ଡିଆ ଭଳି କାର୍ଯ୍ୟକ୍ରମ ଉତ୍ତେଜନା ସୃଷ୍ଟି ନ କରିବାକୁ ପୁଲିସ ଅନୁରୋଧ କରିଛି।
ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ହିନ୍ଦୁ ଭୋଟ ବ୍ୟାଙ୍କ ଉପରେ ଭାଜପାର ନଜର
କୋଲକାତା,୨୫।୯: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ, ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ପଶ୍ଚିମବଙ୍ଗରେ ଦୁର୍ଗାପୂଜାର ସମୟ ଆସିଛି, ଏବଂ ସେଠାରେ ଦୁର୍ଗାପୂଜା ମଣ୍ଡପଗୁଡ଼ିକୁ ରାଜନୈତିକ ବାହନ ଭାବରେ ବିବେଚନା କରାଯାଏ। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଅବସରରେ ପଶ୍ଚିମବଙ୍ଗ ଗସ୍ତରେ ଆସୁଛନ୍ତି। ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ଦୁର୍ଗାପୂଜା ସମୟରେ ଅମିତ ଶାହାଙ୍କ ବଙ୍ଗଳା ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ହିନ୍ଦୁ ଭୋଟରମାନଙ୍କୁ ଦୃଷ୍ଟିରେ […] The post ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ହିନ୍ଦୁ ଭୋଟ ବ୍ୟାଙ୍କ ଉପରେ ଭାଜପାର ନଜର appeared first on Dharitri Odia News .
“ILove ମହମ୍ମଦ”ବନାମ “ILove ମହାଦେବ”, ତୀବ୍ର ହେବାରେ ଲାଗିଛି ହିନ୍ଦୁ ମୁସଲମାନ ପୋଷ୍ଟର ଓ୍ୱାର୍
ଉତ୍ତରପ୍ରଦେଶ:“ଆଇ ଲଭ୍ ମହମ୍ମଦ” ର ଜବାବରେ “ଆଇ ଲଭ୍ ମହାଦେବ” ଅଭିଯାନ ଏବେ ଉତ୍ତର ପ୍ରଦେଶର ଅନେକ ସହରରେ ବ୍ୟାପି ସାରିଛି। ଉତ୍ତରାଖଣ୍ଡ, ତେଲେଙ୍ଗାନା ଏବଂ ମହାରାଷ୍ଟ୍ରରେ ମଧ୍ୟ ସମର୍ଥନ ଏବଂ ବିରୋଧ ଅଭିଯାନ ଆରମ୍ଭ ହେଉଛି। ଅନଲାଇନ ଏବଂ ସାମାଜିକ ମଞ୍ଚରେ ଏକ ଉଷ୍ମ ବିତର୍କ ମଧ୍ୟ ଚାଲିଛି। ହିନ୍ଦୁ ସଂଗଠନଗୁଡ଼ିକ ସେମାନଙ୍କର ଦେବତା – ରାମ, ହନୁମାନ, ମହାଦେବ, ଗଣେଶ ଏବଂ ଅନ୍ୟାନ୍ୟଙ୍କ ପ୍ରତି ସେମାନଙ୍କର ପ୍ରେମ ପ୍ରକାଶ କରୁଥିବା ବେଳେ, ମୁସଲିମ ସଂଗଠନଗୁଡ଼ିକ […]
ହିନ୍ଦୁମାନଙ୍କ ସଂପର୍କରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ବାବା ବିଶୁଦ୍ଧାନନ୍ଦ ମହାରାଜ
ଡିଗ୍ : ଏକ ବଡ଼ ବୟାନ ଦେଇ ଚର୍ଚ୍ଚାରେ ଅଛନ୍ତି ବାବା ବିଶୁଦ୍ଧାନନ୍ଦ ମହାରାଜ। ହିନ୍ଦୁମାନେ ଗୋଟାଏ ପିଲା ଜନ୍ମ କରିବା ସହ ସେମାନଙ୍କ ପିଲାଙ୍କୁ ବଡ଼ କରି ବିଦେଶ ପଠାଇବା ନୀତିରେ ବିରକ୍ତ ଭାବ ପ୍ରକାଶ କରି ବାବା ସେଭଳି ମାତାପିତାଙ୍କୁ ଦେଶଦ୍ରୋହୀ ବୋଲି କହିଛନ୍ତି। କେବଳ ସେତିକି ନୁହେଁ, ଏଭଳି ଲୋକଙ୍କୁ ଫାଶୀରେ ଚଢ଼ାଇବା ଉଚିତ୍ ପରି ବିବାଦୀୟ ମନ୍ତବ୍ୟ ବି ସେ ଦେଇଛନ୍ତି। ସେ କହିଛନ୍ତି ଯେ ‘‘ଯେକୌଣସି ହିନ୍ଦୁ; ଯିଏ ପିଲା ଜନ୍ମ କରି ବିଦେଶ ପଠାନ୍ତି, ତାଙ୍କୁ ଦେଶଦ୍ରୋହୀ ଘୋଷଣା କରାଯିବା ଉଚିତ।’’ ଏହାବ୍ୟତୀତ, ସେ କହିଛନ୍ତି ଯେ ଏପରି ଲୋକଙ୍କୁ ଫାଶୀ ଦିଆଯିବା ଉଚିତ। ତଥାପି, ସେ ଏହି ବକ୍ତବ୍ୟ ଦେବା ପରେ ପରେ ତୁରନ୍ତ କ୍ଷମା ମଧ୍ୟ ମାଗିଛନ୍ତି। ଏକ କାର୍ଯ୍ୟକ୍ରମରେ ବିଶୁଦ୍ଧାନନ୍ଦ ମହାରାଜ କହିଥିଲେ ଯେ ଆଜିକାଲି ହିନ୍ଦୁମାନଙ୍କର ପିଲା ନାହିଁ। ହିନ୍ଦୁମାନଙ୍କ ମଧ୍ୟରେ ଦେଶପ୍ରେମର ଅଭାବ ରହିଛି। ଆଜିକାଲି ମାଆବାପା ପିଲା ଜନ୍ମ କରିବା, ତାଙ୍କୁ ବିଦେଶ ପଠାଇବା, ତାଙ୍କୁ ଶିକ୍ଷା ଦେବା ଏବଂ ସେମାନଙ୍କ ପିଲା ଲଣ୍ଡନ କିମ୍ବା ଜର୍ମାନୀରେ ପଢିବା ପାଇଁ ଗର୍ବ ଅନୁଭବ କରିବାର ଭାବନା ଅଛି। ଏହାଛଡ଼ା ଯେଉଁମାନେ ବିଦେଶ ଯାଆନ୍ତି; ସେମାନେ ଚାଲିଯାଆନ୍ତି। ସେମାନେ ଆଉ କେବେ ଫେରିଆସିବେ ନାହିଁ ବୋଲି ବାବା ଉଲ୍ଲେଖ କରିଛନ୍ତି। ବିଶୁଦ୍ଧାନନ୍ଦ ମହାରାଜ ଆହୁରି ବି କହିଛନ୍ତି କି, ଏପରି ପରିସ୍ଥିତିରେ, ତୁମର ଭୋଟ ହଜିଗଲା, ତୁମର ଧର୍ମ ହଜିଗଲା। ଏହା କି ପ୍ରକାରର ଚିନ୍ତାଧାରା? ଏପରି ପିଲାମାନେ ଦେଶକୁ ଫେରିବେ ନାହିଁ।’’ ରାଜସ୍ଥାନସ୍ଥିତ ଡିଗ୍ର ଶ୍ରୀଜାଦଖୋର ଗୋଶାଳାରେ ଆୟୋଜିତ ଗୋ ମହୋତ୍ସବରେ, ମହାରାଜ କହିଥିଲେ ଯେ ତାଙ୍କୁ ଏହା କହିବା ଭଲ ଲାଗୁନାହିଁ, ସେ ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛନ୍ତି।
ହିନ୍ଦୁ-ମୁସଲିମ ଭାଇଚାରା: ୧୮ ବର୍ଷ ଧରି ରାବଣ ପ୍ରତିମୂର୍ତ୍ତି ତିଆରି କରୁଛନ୍ତି ରିୟାସତ ଚାଚା
ଲକ୍ଷ୍ନୌ:ଦଶହରା ପାଖେଇ ଆସୁଥିବାରୁ ଉତ୍ତରପ୍ରଦେଶର ସହାରନପୁରର ଗାନ୍ଧୀ ପାର୍କ ପରିସରରେ ପ୍ରସ୍ତୁତି ଜୋରଦାର ଜାରି ରହିଛି। ରଙ୍ଗୀନ ଆଲୋକମାଳାର ଆଲୋକ, ଦୋକାନ ଏବଂ ଝୁଲା ମଧ୍ୟରେ, ସବୁଠାରୁ ବଡ଼ ଆକର୍ଷଣ ହେଉଛି ରାବଣ, କୁମ୍ଭକର୍ଣ୍ଣ ଏବଂ ମେଘନାଦଙ୍କର ବିଶାଳ ପ୍ରତିମା। ଏଗୁଡ଼ିକୁ ଦେଖିବା ପାଇଁ ହଜାର ହଜାର ଲୋକ ଭିଡ଼ ଜମାନ୍ତି। କିନ୍ତୁ ଏହି ପ୍ରତିମା ପଛରେ ଥିବା କାରିଗରଙ୍କ କାହାଣୀ ମଧ୍ୟ ସ୍ୱତନ୍ତ୍ର। ଗତ ୧୮ ବର୍ଷ ଧରି, ମୁଜାଫରନଗର ଜିଲ୍ଲାର ଚର୍ଥୱାଲ ସହରରୁ ଆସିଥିବା ମୁସଲିମ କାରିଗର ରିୟାସତ ଚାଚା ଏବଂ ତାଙ୍କ ଦଳ ଏହି ପ୍ରତିମାଗୁଡ଼ିକ ତିଆରି କରିଆସୁଛନ୍ତି। ଏହା ଦୁଇ ସମ୍ପ୍ରଦାୟ ମଧ୍ୟରେ ଥିବା ଭାଇଚାରାକୁ ଦର୍ଶାଏ। ଭାରତରେ ହିନ୍ଦୁ-ମୁସଲିମ ଏକତାର ଏଭଳି ବହୁ ଉଦାହରଣ ଦେଖିବାକୁ ମିଳିଥାଏ। ରିୟାସତ ଚାଚା କୁହନ୍ତି, ସେ ୧୮ ବର୍ଷ ପୂର୍ବେ ଏହି କାମ ଆରମ୍ଭ କରିଥିଲେ ଏବଂ ସେବେଠାରୁ ପ୍ରତିବର୍ଷ ଦଶହରାର ପୂର୍ବରୁ ସାହାରନପୁର ଆସି ପ୍ରତିମୂର୍ତ୍ତି ତିଆରି କରନ୍ତି। ତାଙ୍କ ସହିତ ତୌଫିକ, ମହମ୍ମଦ ନଫିସ ଏବଂ ଜଗୱାଙ୍କ ଭଳି ସହକର୍ମୀମାନେ ଯୋଗ ଦେଇଥାନ୍ତି। ସେମାନେ କଠିନ ପରିଶ୍ରମ କରିଥାନ୍ତି। ଏହି ଦଳ ପ୍ରାୟ ୨୦ ଦିନ ଧରି କଷ୍ଟ କରି ବିଶାଳ ପ୍ରତିମୂର୍ତ୍ତି ତିଆରି କରିଥାନ୍ତି। Hindu-Muslim brotherhood ଏଥର, ପ୍ରତିମାଗୁଡ଼ିକୁ ଥ୍ରୀ-ଡି କାଗଜରେ ସଜାଯିବ। ରାବଣଙ୍କ ମୁହଁକୁ ଏପରି ଡିଜାଇନ୍ କରାଯିବ ଯେ, ସେ ହସି ହସି ମୁହଁ ଖୋଲିବେ ଏବଂ ବନ୍ଦ କରିବେ। ପ୍ରତିମାଗୁଡ଼ିକର ଉଚ୍ଚତା ଏବଂ ରଙ୍ଗ ମିଶ୍ରଣ ମଧ୍ୟ ଅନନ୍ୟ ହେବ। ଏହି ପ୍ରତିମାଗୁଡ଼ିକୁ ଦେଖିବାକୁ ଆସିଥିବା ଲୋକଙ୍କ ଉତ୍ସାହକୁ ଆହୁରି ବୃଦ୍ଧି କରିବ ବୋଲି ସେ କହିଛନ୍ତି। ରିୟାସତ ଚାଚା ସ୍ପଷ୍ଟ ଭାବରେ କୁହନ୍ତି, ଆମ ପାଇଁ, ଏହା ଏକ ବଡ଼ କାମ। ଏହା ଆମକୁ ଆମର ଜୀବିକା ନିର୍ବାହ କରିବାରେ ସାହାଯ୍ୟ କରେ। ହିନ୍ଦୁ-ମୁସଲିମ ଆମ ସମସ୍ତଙ୍କର ହୃଦୟ ଏକ। ତେବେ ରାଜନେତାମାନେ ଏହାକୁ ନେଇ ସେମାନଙ୍କର ରାଜନୀତି କରିଥାନ୍ତି। କିନ୍ତୁ ଆମ ଭଳି ସାଧାରଣ ଲୋକେ ନିଜର କାମ ଏବଂ ଜୀବିକା ପ୍ରତି ଚିନ୍ତିତ। Hindu-Muslim brotherhood ତାଙ୍କର ଏହି ବକ୍ତବ୍ୟ କେବଳ ଦଶହରାର ଆନନ୍ଦକୁ ଅଧିକ ରଙ୍ଗୀନ କରି ନାହିଁ, ବରଂ ଏହା ମଧ୍ୟ ଦର୍ଶାଇଛି ଯେ, କଳା ଏବଂ ରୋଜଗାରର କୌଣସି ଜାତି କିମ୍ବା ଧର୍ମର ସୀମା ନଥାଏ। Hindu-Muslim brotherhood ଗାନ୍ଧୀ ପାର୍କ ପରିସରରେ ନିର୍ମିତ ଏହି ପ୍ରତିମୂର୍ତ୍ତିଗୁଡ଼ିକ ଗଙ୍ଗା-ଜମୁନି ସଂସ୍କୃତିର ଏକ ଜୀବନ୍ତ ଉଦାହରଣ। ହିନ୍ଦୁମାନେ ରାମଲୀଳା ଏବଂ ଦଶହରାରେ ଉତ୍ସାହର ସହିତ ଅଂଶଗ୍ରହଣ କରୁଥିବା ବେଳେ, ମୁସଲିମ କାରିଗରମାନେ ନିଜ ହାତରେ ଏହି କାର୍ଯ୍ୟକ୍ରମଗୁଡ଼ିକର ମହିମା ବୃଦ୍ଧି କରିଥାନ୍ତି। ଏହି ଦୃଶ୍ୟ ସହାରନପୁରର ମାଟିରେ ରହିଥିବା ଭାଇଚାରା ଏବଂ ଏକତାର ଏକ ପ୍ରମାଣ। Hindu-Muslim brotherhood ଏବେ, ସହାରନପୁରବାସୀ ଦଶହରାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି, ଯେତେବେଳେ ହଜାର ହଜାର ଲୋକଙ୍କ ଭିଡ଼ ମଧ୍ୟରେ ଏହି କୁଶପୁତ୍ତଳିକାଗୁଡ଼ିକୁ ଦହନ କରାଯିବ। ସେହି ମୁହୂର୍ତ୍ତଟି କେବଳ ଆତସବାଜି ଏବଂ ଶବ୍ଦ ସହିତ ରହିବ ନାହିଁ, ବରଂ ଏକ ଗଭୀର ବାର୍ତ୍ତା ମଧ୍ୟ ଦେବ ଯେ, ଧର୍ମ ବର୍ଣ୍ଣ ନିର୍ବିଶେଷରେ, କଠିନ ପରିଶ୍ରମ ଏବଂ ଏକତା ହେଉଛି ଦେଶର ସବୁଠାରୁ ବଡ଼ ଶକ୍ତି।
ନାରୀ ନିର୍ଯାତନା ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ, ରାଜରାସ୍ତାରେ ଗର୍ଜିଲା କଂଗ୍ରେସ
କନକ ବ୍ୟୁରୋ: ବିଧାନସଭାରେ ଆଜି ନାରୀ ନିର୍ଯାତନା ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ଓ ବିଜେଡି । ବିଧାନସଭାରେ ଭିତରେ ପ୍ରସଙ୍ଗ ଉଠାଇ କଂଗ୍ରେସ ହୋହଲ୍ଲା କରିଥିବା ବେଳେ ବାହାରେ ବିଧାନସଭା ଘେରାଉ କରିଛନ୍ତି ମହିଳା କଂଗ୍ରେସ କର୍ମୀ । ମୁଲତବି ପ୍ରସ୍ତାବ ଆଲୋଚନାରେ ବି ସରକାରଙ୍କୁ ଘେରିଛି ବିଜେଡି । ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ କମ୍ପିଛି ବିଧାନସଭା । ଶୂନ୍ୟକାଳରେ ନାରୀ ନିର୍ଯାତନା ପ୍ରସଙ୍ଗ ଉଠାଇ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ଗୋପାଳପୁର, କେନ୍ଦୁଝର ଓ ବଳଙ୍ଗା ମାମଲା ଉଠାଇ ସରକାରଙ୍କୁ ଘେରିଛନ୍ତି । ଶୂନ୍ୟକାଳରେ ମଧ୍ୟ ନାରୀ ନିର୍ଯାତନା କଥା ଉଠାଇ ଗୃହ ମଧ୍ୟଭାଗକୁ ଆସି କଂଗ୍ରେସ ସଦସ୍ୟ ହୋହଲ୍ଲା କରି କକ୍ଷତ୍ୟାଗ କରିଥିଲେ । ମହିଳା ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରାଙ୍କ ହତ୍ୟା ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଆଣି ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ବିଜେପି ବିରୋଧୀଙ୍କୁ ଘେରିଛି । ବିଧାନସଭା ଭିତରେ ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଗର୍ଜିଥିବା ବେଳେ ବାହାରେ ମହିଳା କଂଗ୍ରେସ କର୍ମୀ ବିଧାନସଭା ଘେରାଉ କରିଛନ୍ତି । ଘେରାଉ ବେଳେ ମହିଳା କଂଗ୍ରେସ କର୍ମୀ ବ୍ୟାରିକେଡ ଭାଙ୍ଗିଥିଲେ । ଅଭିନବ ପ୍ରତିବାଦ ସ୍ବରୂପ ପୁଲିସ ଉପରକୁ ଫୁଲ ଫୋପାଡ଼ିଥିଲେ । ନାରୀ ନିର୍ଯାତନା ବୃଦ୍ଧିକୁ ସରକାର ରୋକିବାରେ ଅସମର୍ଥ ହୋଇଛନ୍ତି ବୋଲି ମହିଳା କଂଗ୍ରେସ ଅଭିଯୋଗ କରିଛି । ମହିଳା ନିର୍ଯାତନା ପ୍ରସଙ୍ଗରେ ବିରୋଧୀଙ୍କ ଆକ୍ରମଣ ସରକାରଙ୍କୁ ଅକଳରେ ପକାଇଛି ।
ନାରୀ ସୁରକ୍ଷା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ମହିଳା କଂଗ୍ରେସର ପ୍ରତିବାଦ
କନକ ବ୍ୟୁରୋ : ଲୋୟର ପିଏମ୍ଜିରେ ମହିଳା କଂଗ୍ରେସର ଗର୍ଜନ , ନାରୀ ନେତ୍ରୀଙ୍କ ରଣହୁଙ୍କାର । ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଚାଲିଛି ବିଧାନସଭା ଘେରାଉ ଉଦ୍ୟମ । ବ୍ୟାରିକେଟ୍ ଭାଙ୍ଗି ରାସ୍ତାରେ ବସି ନାରାବାଜୀ ସହ ଚାଲିଛି ବିକ୍ଷୋଭ । ନୂଆ ସରକାରରେ ନାରୀଙ୍କୁ ମିଳୁନି ସୁରକ୍ଷା , ଗତ କିଛି ମାସରେ ରାଜ୍ୟରେ ନାରୀ ନିର୍ଯାତନା ମାମଲା ବୃଦ୍ଧି ପାଇଛି । ନାରୀଙ୍କୁ ସୁରକ୍ଷା ଯୋଗାଇବାରେ ସରକାର ବିଫଳ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ମହିଳାଙ୍କ ଆଶାକୁ ଭାଙ୍ଗି ଚୁରମାର କରିଛନ୍ତି ମୋହନ ସରକାର , ନାରୀ ନିର୍ଯାତନା ରାଜ୍ୟରେ ଭୟଙ୍କର ବୃଦ୍ଧିକୁ ସରକାର ରୋକିବାରେ ଅସମର୍ଥ ହେବା ପ୍ରତିବାଦରେ ମହିଳା କଂଗ୍ରେସର ବିଧାନସଭା ଘେରାଓ ଉଦ୍ୟମ କରୁଛି । ଏହି କାର୍ଯ୍ୟକ୍ରମରେ ଓଡିଶା କଂଗ୍ରେସ ପ୍ରଭାରୀ ଶ୍ରୀମତୀ ତୁଳିକା କର୍ମା ଏବଂ ମହିଳା କଂଗ୍ରେସର ସମସ୍ତ କର୍ମକର୍ତ୍ତା ଯୋଗଦେଇଛନ୍ତି ।

18 C