SENSEX
NIFTY
GOLD
USD/INR

Weather

36    C
...

ଘର ଭିତରକୁ ପଶିଲା ବାଲି ବୋଝେଇ ଟିପ୍ପର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

କନକ ବ୍ୟୁରୋ : ରାସ୍ତାକଡ଼ରେ ଥିବା ଘର ଭିତରକୁ ପଶିଲା ବାଲି ବୋଝେଇ ଟିପ୍ପର । ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଲେ ପରିବାର ଲୋକେ । ନବରଙ୍ଗପୁର କୋଡ଼ିଙ୍ଗା ପୂଜାରିଗୁଡ଼ା ଗାଁରେ ଘଟିଛି ଦୁର୍ଘଟଣା । ଘର ଭିତରେ ପରିବାର ଲୋକେ ଶୋଇଥିବାବେଳେ ଟିପ୍ପରଟି ହଠାତ୍ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗାଁର ସୁନାଧର ଧୁରୁଆଙ୍କ ଘରକୁ ଧକ୍କା ଦେଇଥିଲା । ଦୁର୍ଘଟଣାର ଭୟାବହତା ଏତେ ଅଧିକ ଥିଲା ଯେ, ଘରର କାନ୍ଥ ଭାଙ୍ଗିଯିବା ସହ ପରିବାର ଲୋକେ ଶୋଇଥିବା କୋଠରୀ ଓ ଦୋକାନ ଘର ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିଲା । ଭଗ୍ନାବଶେଷ ତଳେ ୬ ଜଣ ଚାପି ହୋଇରହିଥିଲେ । ପରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛନ୍ତି । ୩ ଜଣ ଆହତ ହୋଇଥିବାବେଳେ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ନିନ୍ଦା 14 Jun 2026 8:13 am

କୁକୁଡ଼ା ବୋଝେଇ ପିକଅପକୁ ପିଟି ଓଲଟିଲା ଯାତ୍ରୀବାହୀ ପିକଅପ

ପାଟଣା : ଗତରାତି ପ୍ରାୟ ୧୦ଟା ସମୟରେ କେନ୍ଦୁଝରରୁ ସାହାରପଡ଼ା ବ୍ଲକ ବିଲ୍ଲା ଯାଉଥିବା ଏକ ଯାତ୍ରବାହୀ ପିକଅପ୍ କଣ୍ଟିଆପଡା ଜଙ୍ଗଲ ନିକଟରେ ସାମ୍ନାରୁ ଆସୁଥିବା ଏକ କୁକୁଡ଼ା ବୋଝେଇ ପିକଅପକୁ ଧକ୍କା ଦେଇ ଭାରସାମ୍ୟ ହରାଇ ଜଙ୍ଗଲକୁ ଚାଲି ଯାଇଥିଲା। ତେବେ କୁକୁଡ଼ା ଗାଡ଼ିଟି ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ପିକଅପଟିକୁ ସ୍ଥାନୀୟ ଲୋକେ ଉଦ୍ଧାର କରିବା ସହ ଜଣେ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ପଠାଇ ଥିଲେ। ଦୁର୍ଘଟଣା ଗ୍ରସ୍ତ […]

ଜୀବନ୍ତ ସାମାଜିକ | 13 Jun 2026 9:47 pm

ଓଲଟିଲା ଫ୍ଲାୟ ଆସ ବୋଝେଇ ୧୬ ଚକିଆ ଟ୍ରକ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳ ୨୨୦ନଂ ଜାତୀୟ ରାଜପଥରେ ଏକ ଫ୍ଲାୟ ଆସ ବୋଝେଇ ୧୬ ଚକିଆ ଟ୍ରକ ଓଲଟିଛି। ଟ୍ରକଟି ଫ୍ଲାୟ ଆସ ବୋଝେଇ କରି କରଞ୍ଜିଆ ଅଭିମୁଖେ ଯାଉଥିଲା। ଆଜି ଭୋର ୪ଟା ସମୟରେ ଭାରସାମ୍ୟ ହରାଇ କୁଆପଶି ନିକଟରେ ଓଲଟି ପଡିଛି। ସେହି ସମୟରେ ରାସ୍ତାରେ ଅନ୍ୟାନ୍ୟ ଯାନବାହନ ନଥିବାରୁ କୌଣସି ବଡ଼ ଧରଣର କ୍ଷୟକ୍ଷତି ଘଟିନାହିଁ। ତେବେ ଖବର ପାଇ ପାଟଣା ପୁଲିସ ଘଟଣାର ତଦନ୍ତ କରିଛି।

ଜୀବନ୍ତ ସାମାଜିକ | 13 Jun 2026 9:39 pm

ପରିବା ବୋଝେଇ ଗାଡ଼ି ସହ ବୋଲେରୋ ଧକ୍କା, କୋରାପୁଟରେ ଅଘଟଣ

କନକ ବ୍ୟୁରୋ :ପରିବା ଭୋଜେଇ ଟ୍ରକ ସହ ବୋଲେରୋ ଗାଡ଼ି ମୁହମୁହି ଧକ୍କା। ଚାରି ଗୁରୁତର। ଗୁରୁତର ଙ୍କୁ କୋରାପୁଟ ବଡ ମେଡିକାଲ ରେ ଭର୍ତ୍ତି।ଘଟଣା ଘଟିଛି କୋରାପୁଟ ବିଶାଖାପାଟଣା ଜାତୀୟ ରାଜପଥର ସେମିଲିଗୁଡା ରେ ଘଟିଛି ଘଟଣା। ବିଳମ୍ବିତ ରାତିର ଘଟଣା । ବୋଲେରୋ ପିକ୍ଅପ ଟି ପରିବା ଧରି କୋରାପୁଟ ରୁ ଆନ୍ଦ୍ରକୁ ଯାଉଥିଲା। ବୋଲେରୋ ଟି ପଟ୍ଟାଙ୍ଗିରୁ ଜୟପୁର ଯାଉଥିଲା। ଆହୁରି ପଢ଼ନ୍ତୁ: ଇରାନ ବୈଦେଶିକ ମନ୍ତ୍ରୀଙ୍କ ପୋଷ୍ଟ ସେୟାର କଲେ ଟ୍ରମ୍ପ; ଆମେରିକା-ଇରାନ ମଧ୍ୟରେ ବଢ଼ୁଛି ବନ୍ଧୁତା !

ନିନ୍ଦା 13 Jun 2026 10:44 am

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ପଢ଼ିବେ ଛାତ୍ରୀଛାତ୍ର, ଖର୍ଚ୍ଚର ବୋଝ ଆଉ…

ଭୁବନେଶ୍ୱର,୧୨ା୬: ମୋହନ ସରକାରକୁ ଶୁକ୍ରବାର ପୂରିଛି ୨ ବର୍ଷ। ଏହି ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଅଭିଭାଷଣ ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଠିକ୍‌ ୨ ବର୍ଷ ତଳେ ଆଜିର ଦିନରେ ଆମ ସରକାର ଦାୟିତ୍ୱ ଗ୍ରହଣ କରିଥିଲା। ଏହା ପରଠୁ ଆରମ୍ଭ ହୋଇଥିଲା ଲୋକଙ୍କ ସରକାର, ଜନତାଙ୍କ ସହ ମିଶିଛୁ। ଓଡ଼ିଶାବାସୀଙ୍କ ଅଗ୍ରଗତି ପାଇଁ ଆମେ ଆଗକୁ ବଢ଼ିଛୁ। ଡବଲ ଇଞ୍ଜିନ ସରକାରର ଡବଲ ପ୍ରଭାବ ପଡ଼ିଛି। ୨ ବର୍ଷରେ ୧୨୧ଟି ଯୋଜନା […] The post ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ପଢ଼ିବେ ଛାତ୍ରୀଛାତ୍ର, ଖର୍ଚ୍ଚର ବୋଝ ଆଉ… appeared first on Dharitri Odia News .

ପୃଥିବୀ 12 Jun 2026 2:21 pm

ଚୋରା କାଠ ବୋଝେଇ ଗାଡି ଜବତ,କାଠ ମାଫିଆ ଅଟକ

ପାଟଣା:କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ କେନ୍ଦେଇପଶି ବିଟ୍ କେନ୍ଦେଇପଶି ଗ୍ରାମ୍ୟ ଜଙ୍ଗଲ ଭିତରୁ କାଠ ମାଫିଆ ମାନେ ଇଉକାଲିପଟାସ ଗଛ ଗୁଡ଼ିକୁ ମେସିନ ରେ କାଟି ପିକଅପ ଗାଡିରେ ନେଉଥିବା ସମୟରେ ମାଡି ବସିଲା ବନକର୍ମଚାରୀ। କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପାଟଣା ରେଞ୍ଜର ବନବିହାରୀ ସର୍ଦ୍ଦାରଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା । ଏହି ଚଢାଉରେ ପାଟଣା ବନପାଳ ନିରଞ୍ଜନ ସେଠୀ , କେନ୍ଦେଇପଶି ବନରକ୍ଷୀ ରୂପଶ୍ରୀ ଖୁଣ୍ଟିଆ ଓ ପାରା କର୍ମଚାରୀ ପହଞ୍ଚି ଚଢ଼ାଉ […]

ଜୀବନ୍ତ ସାମାଜିକ | 11 Jun 2026 11:00 pm

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି। ଘାଟି ଅତିକ୍ରମ କରିବା ସମୟରେ ଏକ ମକା ବୋଝେଇ ଟ୍ରକ୍‌ର ବ୍ରେକ୍ ଫେଲ୍ ହୋଇଯିବାରୁ ଏହା ଆଗରେ ଯାଉଥିବା ଏକ କାର୍‌କୁ ପଛପଟୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଦେବା ପରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ଜାତୀୟ ରାଜପଥ କଡ଼ରେ ଥିବା ଏକ ଗଭୀର ଗାତ ଭିତରକୁ ଖସି […] The post ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା… appeared first on Dharitri Odia News .

ପୃଥିବୀ 9 Jun 2026 11:23 pm

ସରକାରଙ୍କ ଉପରେ ବୋଝ ହେବନି ପଞ୍ଚାୟତ ଖର୍ଚ୍ଚ; ଗାଁରୁ ଟିକସ ଆଦାୟ କରିବ ପଞ୍ଚାୟତ

କନକ ବ୍ୟୁରୋ : ବଦଳିବ ଗ୍ରାମିଣ ଓଡ଼ିଶାର ଚିତ୍ର । ପଞ୍ଚାୟତର ବିକାଶ ପାଇଁ ଷୋଡ଼ଷ ଅର୍ଥ କମିଶନ୍‌ଙ୍କ ସୁପାରିଶ । ନିଜ ଅଞ୍ଚଳର ବିକାଶ ପାଣ୍ଠି ନିଜେ ଆଦାୟ କରିବାକୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି ଅର୍ଥ କମିଶନ । ପୌରାଞ୍ଚଳ ଓ ମହାନିଗର ନିଗମ ଢାଞ୍ଚା ଅନୁସାରେ ପଞ୍ଚାୟତରେ ବି ଘର ଓ ସମ୍ପତ୍ତି ଟିକସ ଆଦାୟ କରିବାକୁ ଦିଆଯାଇଛି ପରାମର୍ଶ । ଏନେଇ ଷୋଡ଼ଷ ଅର୍ଥ କମିଶନଙ୍କ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି । ପଞ୍ଚାୟତରେ ରହୁଥିବା ଲୋକଙ୍କୁ ଏବେ ଗଣିବାକୁ ପଡ଼ିବ ଟିକସ । ପୌରାଞ୍ଚଳ ଓ ମହାନିଗର ନିଗମ ଢାଞ୍ଚା ଅନୁସାରେ ଗ୍ରାମାଞ୍ଚଳରେ ବି ଘର ଓ ସମ୍ପତ୍ତି ଟିକସ ଆଦାୟ କରିବାକୁ ପରାମର୍ଶ ଦେଇଛନ୍ତି ଷୋଡ଼ଶ ଅର୍ଥ କମିଶନ୍ (ସିଏଫ୍‌ସି) । ବର୍ଷକୁ ପ୍ରାୟ ୧୨ଶହ ଟଙ୍କାର ଟିକସ ଦେବେ ପଞ୍ଚାୟତବାସୀ । ସିଏଫ୍‌ସିର ଗାଇଡ୍‌ଲାଇନ୍ ଅନୁସାରେ, ଗ୍ରାମପଞ୍ଚାୟତ ଉନ୍ନୟନ ଯୋଜନା ପ୍ରସ୍ତୁତ କରିବାକୁ ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶ ଦେଇଛି । ୨୦୨୮-୨୯ରୁ ପ୍ରତି ପଞ୍ଚାୟତକୁ ଏକ ପରଫରମାନ୍ସ ଗ୍ରାଣ୍ଟ ବା ଅନୁଦାନ ମିଳିବ । ପ୍ରତି ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦକୁ କେନ୍ଦ୍ର ସରକାର ଯେତିକି ପାଣ୍ଠି ଦେବେ, ତାର ଅତିରିକ୍ତ ୧୦% ପ୍ରଦର୍ଶନ ପାଣ୍ଠି ବାବଦରେ ମିଳିବ । ଅଧିକ ପଢ଼ନ୍ତୁ : ରାଜନଗର ଚାଷୀ ମୃତ୍ୟୁ ପରେ ବି ଚେତିଲେନି ସରକାର; ବିକ୍ରି କରିବା ପୂର୍ବରୁ ଚାଲିଗଲା ବରଗଡ଼ ଗୁଦେରପାଲି ଗାଁର ଜଣେ ଚାଷୀଙ୍କ ଜୀବନ ଯେଉଁ ପଞ୍ଚାୟତ ଯେତେ ଅଧିକ ପାଣ୍ଠି ଆଦାୟ କରିବେ ସେହି ହିସାବରେ କେନ୍ଦ୍ର ସରକାର ଉକ୍ତ ପଞ୍ଚାୟତକୁ ଅଧିକ ଟଙ୍କାର ପାଣ୍ଠି ବା ଅନୁଦାନ ଦେବେ । ଅର୍ଥାତ୍ ଟିକସ ଆଦାୟ ଉପରେ ନିର୍ଭର କରୁଛି ପଞ୍ଚାୟତ କେତେ ଅତିରିକ୍ତ ଅନୁଦାନ ପାଇବ । ଆଉ ଯେଉଁ ପଞ୍ଚାୟତ ଟିକସ ଆଦାୟ କରି ପାରିବ ନାହିଁ, ତାଙ୍କୁ ଅତିରିକ୍ତ ଅନୁଦାନ ମିଳିବ ନାହିଁ । ଗ୍ରାମୀଣ ସ୍ଥାନୀୟ ସଂସ୍ଥା ଗୁଡ଼ିକ ପାଇଁ ଷୋଡ଼ଶ ଅର୍ଥ କମିଶନ୍ ଆସନ୍ତା ୫ ବର୍ଷରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନକୁ ମୋଟ ୧୮,୭୧୫ କୋଟି ଟଙ୍କାର ଅନୁଦାନ ଦେବାର ପ୍ରସ୍ତାବ ଦେଇଛନ୍ତି । ଏହି ଅନୁଦାନରୁ ୮୦% ମୂଳ ଅନୁଦାନ ଏବଂ ୨୦% ପ୍ରତିଶତ ପ୍ରଦର୍ଶନଭିତ୍ତିକ ଭାବେ ପ୍ରଦାନ କରାଯିବ । ମୂଳ ଅନୁଦାନର ୫୦% ‘ଟାଏଡ୍ ପାଣ୍ଠି’ ଭାବେ ଗ୍ରାମାଞ୍ଚଳରେ ପାନୀୟ ଜଳ ପରିଚାଳନା, ସ୍ୱଚ୍ଛତା, କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଖର୍ଚ୍ଚ କରାଯିବ । ବଳକା ୫୦% ‘ଅନଟାଏଡ୍ ପାଣ୍ଠି’ ଭାବେ ରାସ୍ତା, କଲ୍ୟାଣ ମଣ୍ଡପ, ପାର୍କ, ଜିମ୍ ଓ ଅନ୍ୟ ବିକାଶମୂଳକ କାର୍ଯ୍ୟରେ ଲାଗିବ । ଅନ୍ୟପଟେ, ୬ଷ୍ଠ ରାଜ୍ୟ ଅର୍ଥ କମିଶନ ଅଧୀନରେ ୨୦୨୬-୩୧ ମଧ୍ୟରେ ମୋଟ ୧୦,୧୫୦ କୋଟି ଟଙ୍କାର ପାଣ୍ଠି ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକୁ ଦେବେ । ଗ୍ରାମାଞ୍ଚଳର ବିକାଶ ପାଇଁ ଜୁନ୍‌ ୩୦ ସୁଦ୍ଧା ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା ବା GPDP ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ଏହି ଯୋଜନାରେ ଗ୍ରାମାଞ୍ଚଳରେ କଣ କଣ ବିକାଶ ହୋଇପାରିବ ତାହାର ତାଲିକା ଅନ୍‌ଲାଇନ୍ ପୋର୍ଟାଲ୍‌ରେ ଦାଖଲ କରିବାକୁ କୁହାଯାଇଛି ।

ନିନ୍ଦା 9 Jun 2026 9:26 pm

Accident: ବାଉଁଶ ବୋଝେଇ ଟ୍ରାକ୍ଟର ପଛରେ ପିଟିଲା ବାଇକ୍‌, ଯୁବକ ଗୁରୁତର

ବୈଶିଙ୍ଗା (ଦୀପକ କୁମାର ସିଂହ): ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ବୈଶିଙ୍ଗା-ରୁପ୍ସା ରାସ୍ତାର ପ୍ରିୟାଂଶୀ ରାଧେ କଲେଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାl ଅନ୍ଧାରରେ ଛିଡା ହୋଇଥିବା ଏକ ବାଉଁଶ ବୋଝେଇ ଟ୍ରାକ୍ଟରକୁ ଧକ୍କା ଦେଇ ବାଇକ ଚାଳକ ସ୍ଥାନୀୟ ମହୁରୀ ଗ୍ରାମର ଦୀପୁ ରାଉତ ୨୧ ଗୁରୁତର ଆହତ ହୋଇଛନ୍ତି l ସୂଚନା ଅନୁଯାଇ ଯୁଗପୁରା ଅଞ୍ଚଳର ଘନିଆ ମହାରଣାଙ୍କ ବାଉଁଶ ବୋଝେଇ ଟ୍ରାକ୍ଟର (ଓଡି୦୧ଏଏଚ-୫୩୦୩)ରେ ତେଲ ସରିଯିବା ଯୋଗୁଁ ବୈଶିଙ୍ଗା-ରୁପ୍ସା ରାସ୍ତାର ପ୍ରିୟାଂଶୀ ରାଧେ କଲେଜ ନିକଟରେ ଅନ୍ଧାରିଆରେ ରାସ୍ତା ଉପରେ ଛିଡା କରି ଚାଳକ ତେଲ ଆଣିବାକୁ ପଳାଇଥିଲାl ଆହୁରି ପଢ଼ନ୍ତୁ: SteelPlant: ବିଶାଖାପାଟଣା ଷ୍ଟିଲ୍‌ ପ୍ଲାଣ୍ଟ୍‌ରେ ବଡ଼ ଦୁର୍ଘଟଣା: ତରଳ ଇସ୍ପାତ ଲିକ୍‌ ହୋଇ ୯ ମୃତ, ଅନେକ ଆହତ ତେବେ ଟ୍ରାକ୍ଟର ଉପରେ କିଛି ଶ୍ରମିକ ବସିଥିଲେl ସେହି ସମୟରେ ପଣଶିଆ ପଟରୁ ଏକ ବାଇକ ଯୋଗେ ମହୁରୀ ଗ୍ରାମର ବସନ୍ତ ରାଉତର ପୁଅ ଦୀପୁ ରାଉତ ବୈଶିଙ୍ଗା ଅଭିମୁଖେ ଆସୁଥିବାବେଳେ ହଟାତ ବାଉଁଶ ବୋଝେଇ ଟ୍ରାକ୍ଟର ପଛପଟ ଡାଲାରେ ବାଡେଇ ଯାଇ ଟ୍ରାକ୍ଟର ତଳେ ପଶି ଯାଇଥିଲାl ଦୀପୁର ମୁଣ୍ଡ ଓ ମୁହଁରେ ଟ୍ରାକ୍ଟର ଡାଲା ଓ ବାଉଁଶ ବାଜି ଗଭୀର କ୍ଷତ ହେବା ସହିତ ପ୍ରଚୁର ରକ୍ତସ୍ରାବ ହୋଇଥିଲାl ସ୍ଥାନୀୟ ଲୋଳ ଗୁରୁତର ଦିପୁକୁ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନା ନେଇଯାଇଥିବାବେଳେ ସେଠାରେ ଅବସ୍ଥା ଶଙ୍କଟାପନ୍ନ ହେବାରୁ ବାଲେଶ୍ୱର ଡାକ୍ତରଖାନା ପଠାଇ ଦିଆଯାଇଛିl ଖବର ପାଇ ବୈଶିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଂଚି ଉଭୟ ଟ୍ରାକ୍ଟର ଓ ବାଇକ ଜବତ କରି ତଦନ୍ତ ଆରମ୍ଭ କରିଛିl

ସ୍ତମ୍ଭ 9 Jun 2026 12:40 am

କରଜ ବୋଝ ସହି ହେଲାନି, ଏକାଠି ଜଳିଲା ବାପା-ପୁଅଙ୍କ ଜୁଇ

କନକ ବ୍ୟୁରୋ: କେତେ ନିଷ୍ଠୁର ଏ ସମୟ ? ଆଉ କେତେ ନିର୍ଦ୍ଦୟ ଏ ଦାରିଦ୍ର୍ୟ ? ଗରିବୀ ଆଉ କରଜର ବୋଝ ଏମିତି ହେଲା ଯେ, ବଞ୍ଚିବାକୁ ଆଉ ଇଚ୍ଛା ହେଲାନି । ଆଉ ଶେଷରେ ମୃତ୍ୟୁକୁ ଆପଣେଇ ନେଲେ ବାପା ଓ ପୁଅ । ଖୋର୍ଦ୍ଧା ଜିଲ୍ଲା ବାଣପୁରରୁ ଆସିଥିବା ଏ ଛାତିଥରା ଖବର...ଆପଣଙ୍କ ଆଖିକୁ ବି ଓଦା କରି ଲୁହ ଝରାଇଦେବ । ଗୋଟିଏ ପରିବାରର ଦୁଇ ଦୁଇଟି ଜୀବନ ଏକାଠି ଚାଲିଯିବା ପରେ କାନ୍ଦୁଛି ମାଟି, କାନ୍ଦୁଛନ୍ତି ମନର ମଣିଷ ଆଉ ଗୁମୁରି ଗୁମୁରି କାନ୍ଦୁଛି ପୂରା ବୀରକେଶପୁର ଗାଁ । ଏହା ବି ପଢ଼ନ୍ତୁ: ବାହାଘରର ୫ ଘଣ୍ଟାରେ ଭାଙ୍ଗିଲା ସମ୍ପର୍କ ; ବାଇକ୍ ଡିମାଣ୍ଡରେ କନିଆ ଦେଲା ଛାଡ଼ପତ୍ର ଖୋର୍ଦ୍ଧା ବୀରକେଶପୁର ଗାଁ ଦାଣ୍ଡରେ ଆଜି ମଶାଣିର ନିରବତା ଖେଳିଯାଇଛି । କାହାରି ଘରେ ଚୁଲି ଜଳିନି କି କିଏ ପେଟକୁ ଦାନା ମୁଠେ ନେଇନି । କାରଣ ଆଖି ଆଗରେ ଗୋଟିଏ ପରିବାରର ଦୁଇ ଦୁଇଟି ଜୀବନ ଗୋଟିଏ ଜୁଇରେ ଜଳୁଥିବାର ମୁକସାକ୍ଷୀ ବନିଛି ବୀରକେଶପୁର । ୭୪ ବର୍ଷର ବୃଦ୍ଧ ନବଘନ ପ୍ରଧାନ । ବୟସର ଅପରାହ୍ଣରେ ଥିଲେ ସତ, ହେଲେ ଦୁଃଖ ଆଉ କଷ୍ଟ ତାଙ୍କର ପିଛା ଛାଡ଼ିନଥିଲା । ପରିବାର ଚଳାଇବାକୁ ଯାଇ ଗାଁରେ ଏଣୁତେଣୁ କରି ଟଙ୍କା ଧାର କରଜ କରିଥିଲେ । ଭାବିଥିଲେ ଦିନେ ନା ଦିନେ ସୁଝିଦେବେ । ହେଲେ ଗରିବ ଲୋକଟା ପାଇଁ ସମୟ କେବେ ସହଜ ହୁଏନି । ଋଣ ସୁଝିବା ତ ଦୂରର କଥା, ବୋଝ ଉପରେ ନଳିତା ବିଡ଼ା ଭଳି କରଜର ପରିମାଣ ବଢ଼ିବାରେ ଲାଗିଲା । ସୁଧିଆଙ୍କ ତାଗିଦା ଆଉ ନିଜର ଅସହାୟତାକୁ ଦେଖି ଦିନକୁ ଦିନ ଭାଙ୍ଗି ପଡ଼ୁଥିଲେ ନବଘନ । ବାପାର ଏ ଅବସ୍ଥା ଦେଖି ଯବାନ ପୁଅ ତୋଫାନ ବି ନିଜକୁ ସମ୍ଭାଳି ପାରୁନଥିଲା । କରଜ ଆଉ ଲୋକ ଲଜ୍ୟାରେ ଘରୁ ବାହାରିବା ମଧ୍ୟ ପୁଅ ପାଇଁ କଷ୍ଟକର ହୋଇପଡ଼ିଥିଲା । ଘରର ଚାରିକାନ୍ଥ ଭିତରେ ବନ୍ଦୀ ହୋଇ ରହିଯାଇଥିଲା ବାପା ପୁଅଙ୍କ ସ୍ୱପ୍ନ ଆଉ ସ୍ୱାଭିମାନ । ଶେଷରେ କଷ୍ଟ ଯେତେବେଳେ ସୀମା ପାର କଲା ସେତେବେଳେ ସବୁଦିନ ପାଇଁ ଆଖି ବୁଜିଦେବାକୁ ନିଷ୍ପତ୍ତି ନେଲେ ବୁଢ଼ା ବାପା । ଗାଁରୁ ବାଲୁଗାଁ ଆସି ଟ୍ରେନ ଆଗକୁ ଡେଇଁ ପଡ଼ିଲେ ଆଉ ଶେଷ କରିଦେଲେ ନିଜର ଯନ୍ତ୍ରଣାଦାୟକ ଜୀବନର ନାଟକ ସବୁ । ବାପାଙ୍କ ଏମିତି ଚାଲିଯିବା ଖବର ଯେତେବେଳେ ପୁଅ ତୋଫାନ କାନରେ ବାଜିଲା ତା ପାଦତଳୁ ଯେମିତି ମାଟି ଖସିଗଲା । ଯେଉଁ ବାପାଙ୍କ ହାତ ଧରି ଚାଲିବା ଶିଖିଥିଲେ ସେ ବାପା ଆଜି ସବୁ କରଜର ବୋଝ ସହିନପାରି କନ୍ଦାଇଦେଇ ଚାଲିଗଲେ । ଆଉ ଏ କଥାକୁ ଆଦୌ ସହିପାରିଲାନି ପୁଅ ତୋଫାନ, ଘରେ ଥିବା କୀଟନାଶକ ପିଇଦେଇ ବାପାଙ୍କ ପଛେ ପଛେ ସେ ବି ଜୀବନ ଚାଲିଗଲେ । କରଜ ଆଉ ଅଭାବ ଆଗରେ ହାରିଗଲା ଦୁଇ ଦୁଇଟି ଅସହାୟ ଜୀବନ । ବାପା ଓ ପୁଅ... ଦୁଇଟା ଯାକ ଶବ ଯେତେବେଳେ ଗାଁର ଶ୍ମଶାନରେ ପହଞ୍ଚିଲା, ସେତେବେଳେ ପରିବେଶ କେମିତି ଥିବ ତାହା କେବଳ ନିଜ ଲୋକଙ୍କୁ ହରାଇଥିବା ବ୍ୟକ୍ତି ହିଁ ବୁଝିପାରିବ । ଗୋଟିଏ ଦାଣ୍ଡରୁ ଏକାଠି ଉଠିଲା ବାପା ପୁଅଙ୍କ କୋକେଇ । ଆଉ ଶ୍ମଶାନରେ ଏକାଠି ଜଳିଲା ଦୁଇ ଦୁଇଟି ଚିତା । ନିଆଁର ଆଁ ଭିତରେ ପାଉଁଶ ହୋଇଗଲା ଗୋଟିଏ ପରିବାରର ହସଖୁସି, ସ୍ୱପ୍ନ ଆଉ ଭବିଷ୍ୟତ । ହେଲେ ପ୍ରଶ୍ନ ଉଠୁଛି, ଆଉ କେତେ ଦିନ ଏ ଦାରିଦ୍ର୍ୟ ? ଋଣର ବୋଝ ଆଉ କେତେ ନିରୀହ ଜୀବନ ନେଉଥିବ? ସତରେ ଗରିବୀର ଗର୍ଜନ କେତେବେଳେ ବି କାହାର ଲୁଣ-ତେଲର ସଂସାରକୁ ଉଜାଡ଼ିପାରେ ତାହା କହିବା ମୁସ୍କିଲ୍ ।

ନିନ୍ଦା 7 Jun 2026 10:29 pm

ଓଲଟିଲା ପାଣି ବୋତଲ ବୋଝେଇ ଗାଡ଼ି , ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

କନକ ବ୍ୟୁରୋ : କାମାକ୍ଷାନଗର ଅଞ୍ଚଳରେ ଘଟିଛି ଏକ ଦୁର୍ଘଟଣା, ଯାହାରେ ଏକ ପାଣି ବୋତଲ ବୋଝେଇ ଗାଡ଼ି ଓଲଟି ପଡ଼ିଛି । ଏହି ଘଟଣା ନମ୍ବର ୫୩ ଜାତୀୟ ରାଜପଥ ବଡ଼ଝରା ନିକଟରେ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଗାଡ଼ିଟି ଯାଉଥିବା ସମୟରେ ହଠାତ୍ ଚକା ଫାଟିଯାଇଥିଲା । ଚକା ଫାଟିଯିବା ପରେ ଡ୍ରାଇଭର ଗାଡ଼ିର ନିୟନ୍ତ୍ରଣ ହରାଇଥିଲେ ଏବଂ ଗାଡ଼ିଟି ରାସ୍ତାରେ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ଗାଡ଼ି ଭିତରେ ଥିବା ଶତାଧିକ ପାଣି ବୋତଲ ଏବଂ ଜାର ଭାଙ୍ଗିଯାଇ ବ୍ୟାପକ କ୍ଷୟକ୍ଷତି ହୋଇଛି । ସମଗ୍ର ରାସ୍ତାରେ ପାଣି ବୋତଲ ଛିଟିଯାଇଥିବାରୁ କିଛି ସମୟ ପର୍ଯ୍ୟନ୍ତ ଯାତାୟାତ ବି ଅସ୍ଥିର ହୋଇଯାଇଥିଲା । ସୌଭାଗ୍ୟବଶତଃ ଏହି ଘଟଣାରେ ଡ୍ରାଇଭର ଅଳ୍ପକେ ଆହତ ହୋଇ ବଞ୍ଚିଯାଇଛନ୍ତି ।

ନିନ୍ଦା 7 Jun 2026 9:18 am

Sub Collector: ବେଆଇନ ବାଲି ବୋଝେଇ ଟିପର ଧରିଲେ ଉପଜିଲ୍ଲାପାଳ

କାମାକ୍ଷାନଗର: କାମାକ୍ଷାନଗରରେ ନୂତନ ଭାବରେ ଯୋଗଦେଇଥିବା ଉପଜିଲ୍ଲାପାଳ ଆକସନ୍ ମୋଡ଼ରେ। କାମାକ୍ଷାନଗର କଲେଜ ବାଇପାସ ନିକଟରେ ଯାଉଥିବା ଏକ ବେଆଇନ ବାଲି ବୋଝେଇ ଟିପର କୁ ରବିବାର ସକାଳୁ ଧରିଲେ ଉପଜିଲ୍ଲାପାଳ ବିକାଶ କୁମାର ମହାନ୍ତି। ମାଇନିଂ ଅଫିସର ଓ ପୁଲିସକୁ ଡାକି ଜିମା ଦେଇଥିଲେ କାମାକ୍ଷାନଗର ଅଞ୍ଚଳରେ ଦୈନିକ ବେଆଇନ ଭାବରେ ଅନେକ ବାଲି ଚାଲାଣ ହେଉଛି। ଆଜି ସକାଳୁ ଉପଜିଲ୍ଲାପାଳ ସେହି ରାସ୍ତାରେ ଯାଉଥିବା ବେଳେ ବାଲି ଗାଡ଼ିକୁ ଯାଞ୍ଚ କରିବା ବେଳକୁ ସଠିକ କାଗଜ ନଥିବା ଜାଣିବାକୁ ପାଇବା ପରେ ଘଟଣା ସ୍ଥଳରେ ମାଇନିଂ ଅଫିସର ଓ ପୁଲିସକୁ ଡାକି ଜିମା ଦେଇଥିଲେ । Ganjam: ୧୨ଟି ବାଇକ୍‌ ଜବତ କଲା ପୁଲିସ; ୨ ଅଭିଯୁକ୍ତ ଗିରଫ ଆହୁରି ଦେଖନ୍ତୁ...

ସ୍ତମ୍ଭ 7 Jun 2026 8:28 am

ଲକ୍ଷାଧିକ ଟଙ୍କାର କାଠ ବୋଝେଇ ଟ୍ରକ ଜବତ ; ୨ ଅଟକ

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପୋଇପାଣି ବିଟ ଅଧିନ ଖଜୁରୀପାଣି ଗ୍ରାମରେ ଆକାଶିଆ କାଠ ଟ୍ରକରେ ଚାଲାଣ କରୁଥିବେ ମାଡି ବସିଲା ବନ ବିଭାଗ। ଘଟଣାରେ ୨ ଜନଙ୍କଇ ଅଟକ ରଖିଛି ବନବିଭାଗ। ଖବର ଅନୁସାରେ ବିଶେଷ ସୂତ୍ରରୁ ସୂଚନା ପାଇ ପାଟଣା ବନପାଳ ନିରଞ୍ଜନ ସେଠୀ, ପୋଇପାଣି ବନରକ୍ଷୀ ରାଜେଶ କୁମାର ଜେନା, ପାଟଣା ବନାଞ୍ଚଳର ପାରା ସ୍କ୍ୱାର୍ଡ ଏବଂ କେନ୍ଦୁଝର ବନଖଣ୍ଡର ମୋବଇଲ ୟୁନିଟ ଟିମ ଆଜି ଚଢ଼ାଉ କରିଥିଲେ। ଚଢ଼ାଉରେ […]

ଜୀବନ୍ତ ସାମାଜିକ | 6 Jun 2026 10:41 pm

ଭୟଙ୍କର ଦୁର୍ଘଟଣା :ବସ୍ ସହ ଲୁହାପଥର ବୋଝେଇ ଟ୍ରେଲର ଧକ୍କା

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : ଯୋଡା ଥାନା ଅନ୍ତର୍ଗତ ଏନ୍‌ଏଚ୍–୫୨୦ର ଲହଣ୍ଡା ନିକଟସ୍ଥ ରେଳୱେ ଅଣ୍ଡରପାସ୍‌ରେ ଏକ ଟ୍ରେଲର ଓ ଯାତ୍ରୀବାହୀ ବସ୍‌ ମଧ୍ୟରେ ଧକ୍କା ହେବାରୁ ଅନ୍ୟୂନ ୬ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଯୋଡା ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି। ସୂଚନା ଅନୁଯାୟୀ, ‘ବିଳାସିନୀ’ ନାମକ ବସ୍‌ଟି ଯୋଡାରୁ ତୁରୁମୁଙ୍ଗା ଅଭିମୁଖେ ଯାଉଥିବା ବେଳେ ଅଣ୍ଡରପାସ୍‌ର ଏକ ବ୍ଲାଇଣ୍ଡ ଟର୍ଣ୍ଣିଂ ନିକଟରେ ପଛପଟୁ ଲୁହାପଥର ବୋଝେଇ ଏକ ଟ୍ରେଲର ଧକ୍କା […] The post ଭୟଙ୍କର ଦୁର୍ଘଟଣା :ବସ୍ ସହ ଲୁହାପଥର ବୋଝେଇ ଟ୍ରେଲର ଧକ୍କା appeared first on Dharitri Odia News .

ପୃଥିବୀ 6 Jun 2026 2:08 pm

ଭୟଙ୍କର ଦୁର୍ଘଟଣା ! ବାଉଁଶ ବୋଝେଇ ଶଗଡ଼କୁ ଧକ୍କା ଦେଲା ଟ୍ରକ୍, ଚାଲିଗଲା ଜୀବନ

ଦିଗପହଣ୍ଡି: ଜଗନ୍ନାଥପୁର ଛକ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ବାଉଁଶ ବୋଝେଇ ଶଗଡ଼କୁ ଧକ୍କା ଦେଇଛି ଟ୍ରକ୍। ଏଥିରେ ଜଣକର ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ପ୍ରତାପଗିରି ଜଙ୍ଗଲରୁ ବାଉଁଶ ନେଇ ଯାଉଥିଲା ଶଗଡ଼। ଏହି ସମୟରେ ବାଉଁଶ ବୋଝେଇ ଶଗଡ଼ଙ୍କୁ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେଇଥିଲା।also read-କାଠଯୋଡିରୁ ମିଳିଲା ଯୁବତୀଙ୍କ ମୃତଦେହ, ବ୍ରିଜ୍ ଉପରେ ପଡିଛି ବ୍ୟାଗ୍ ଓ ଚପଲଶଗଡ଼ରେ ବସିଥିବା ଦୁଇ ଶଗଡ଼ିଆ ଗୁରୁତର ଅବସ୍ଥାରେ ପ୍ରଥମେ ଆଡପଡ଼ା ମେଡିକାଲ୍ ପରେ ବ୍ରହ୍ମପୁର ମେଡିକାଲ୍ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପ୍ରତାପଗିରି ଗ୍ରାମର ନାଥଜେନାଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଦୁଇ ଶଗଡ଼ିଆ ହେଉଛନ୍ତି ପ୍ରତାପଗିରି ଗ୍ରାମର ନାଥଜେନା ଓ ତାଙ୍କ ଭାଇ ବୋଲି ଜଣାପଡ଼ିଛି।

ରେ କିମ୍ବା ସମ୍ବାଦ | 4 Jun 2026 10:08 am

ବାଉଁଶ ବୋଝେଇ ଶଗଡ଼କୁ ହାଇୱା ଧକ୍କା, ଜଣେ ଶଗଡ଼ିଆଙ୍କ ମୃତ୍ୟୁ

କନକ ବ୍ୟୁରୋ : ବାଉଁଶ ବୋଝେଇ ଶଗଡ଼କୁ ଧକ୍କା ଦେଲା ହାଇୱା । ପ୍ରତାପଗିରି ଜଙ୍ଗଲରୁ ବାଉଁଶ ବୋଝେଇ କରି ଆସୁଥିବା ବେଳେ ଜଗନାଥପୁର ଛକରେ ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ଦୁଇ ଶଗଡ଼ିଆ ମଧ୍ୟରୁ ଜଣେ ଶଗଡ଼ିଆ ନାଥ ଜେନାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପାଟପୁର ପୁଲିସ ପହଂଚି ଆହତଙ୍କୁ ଆଡ଼ପଡ଼ା ହସ୍ପିଟାଲରେ ଭର୍ତ୍ତି କରିଥିବାବେଳେ ପରେ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି ।

ନିନ୍ଦା 4 Jun 2026 8:16 am

ଧାମନଗର ବ୍ଲକ କର୍ତୃପକ୍ଷଙ୍କ ବିଚିତ୍ର ନିୟମ, ଆସିସଷ୍ଟାଣ୍ଡ ଇଞ୍ଜିନିୟରଙ୍କୁ ଗୋଟିଏ ପଂଚାୟତ ଦାୟିତ୍ୱ ଏବଂ ଜୁନିୟର ଇଞ୍ଜିନିୟରଙ୍କୁ ୮ଟି ପଂଚାୟତର ବୋଝ

ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ପଂଚାୟତ ସମିତିରେ ଉନ୍ନୟନମୂଳକ କାର୍ଯ୍ୟର ସୁପରିଚାଳନା କରିବା ନିମନ୍ତେ ବୁଧବାର ଜାରି ହୋଇଥିବା ସରକାରୀ ଆଦେଶ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ବ୍ଲକ ଉନ୍ନୟନ ଅଧିକାରୀ ଙ୍କ ଦ୍ୱାରା ଜାରି କାର୍ଯ୍ୟଓଳୟ ଆଦେଶ ସଂଖ୍ୟା ୨୫୭୨, ତାରିଖ ୦୩/୦୬/୨୦୨୬ ଅନୁଯାୟୀ ବ୍ଲକର ଆସିଷ୍ଟାଂଟ ଇଞ୍ଜିନିୟର (ଏଇ) ବିନୋଦିନି ଯେନା ଏବଂ ଜୁନିୟର ଇଞ୍ଜିନିୟର ପ୍ରଭାତ ବେହେରା (ଜେଇ)ଙ୍କ ମଧ୍ୟରେ ପଂଚାୟତ ଦାୟିତ୍ୱର ଆଂଶିକ ପରିବର୍ତନ କରାଯାଇଛି। ମାତ୍ର ଏହି ଦାୟିତ୍ୱ ବଂଟନର ଅସ୍ୱାଭାବିକ ଶୈଳୀ ପ୍ରଶାସନିକ ସ୍ୱଚ୍ଛତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସରକାରୀ ସୂଚନା ଅନୁଯାୟୀ , ଦୀର୍ଘ ଦିନର ଅଭିଜ୍ଞତା ଓ ଉଚ୍ଚ ଯୋଗ୍ୟତା ସମ୍ପନ୍ନ ଆସିଷ୍ଟାଂଟ ଇଞ୍ଜିନିୟର ବିନୋଦିନୀ ଯେନା ଙ୍କ ଦାୟିତ୍ୱକୁ ସଙ୍କୁଚିତ କରାଯାଇଛି। ପୂର୍ବରୁ ସେ ଭଗବାନପୁର ଓ ଗଢ଼ିଆଳି ଭଳି ଦୁଇଟି ପଂଚାୟତ ଦାୟିତ୍ୱରେ ଥିବା ବେଳେ ନୂତନ ଆଦେଶରେ ତାଙ୍କ ହାତରୁ ଗଢ଼ିଆଳି ପଂଚାୟତକୁ କାଢ଼ି ନିଆଯାଇ କେବଳ ଭଗବାନପୁର ଦାୟିତ୍ୱରେ ସୀମିତ ରଖାଯାଇଛି। ଅପରପକ୍ଷରେ, ଜୁନିୟର ଇଞ୍ଜିନିୟର ପ୍ରଭାତ କୁମାର ବେହେରାଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଗଢ଼ିଆଳି ପଂଚାୟତର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଶ୍ରୀ ବେହେରା ପୂର୍ବରୁ ଅର୍ଜୁନପୁର, ଅସୁରାଳି, ଧୂଷୁରୀ, ଗୋବିନ୍ଦପୁର, ହସନାବାଦ, ରଇପୁର ଏବଂ ବୟାଙ୍ଗଡିହ ଭଳି ୭ ଟି ଗୁରୁତ୍ୱପୂର୍ଣ୍ଣ ପଞ୍ଚାୟତର କାର୍ଯ୍ୟ ବୁଝୁଥିଲେ। ବର୍ତମାନ ଏହି ନୂତନ ସଂଶୋଧନ ପରେ ତାଙ୍କ ଅଧୀନରେ ପଂଚାୟତ ସଂଖ୍ୟା ୮ କୁ ବୃଦ୍ଧି ପାଇଛି। ଜଣେ ବରିଷ୍ଠ ଆସିଷ୍ଟାଂଟ ଇଞ୍ଜିନିୟର ସରକାରୀ ରାଜ କୋଷରୁ ଦରମା ପାଉଥିବା ବେଳେ ତାଙ୍କୁ ମାତ୍ର ଗୋଟିଏ ପଂଚାୟତ ଦାଇତ୍ୱ ଦେଇ ବସେଇ ରଖିବା ଏବଂ ଜଣେ ଜେଇ ଙ୍କୁ ୮ ଟି ପଂଚାୟତର ବିପୁଳ କାର୍ଯ୍ୟଭାର ଟେକିଦେବା ପଛର ରହସ୍ୟ କଣ ବୋଲି ତାହା ସାଧାରଣରେ ଆଲୋଚନା ହେଉଛି। ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ଜେଇ ଜଣକ ନିଜ ଅଧୀନରେ ବେସରକାରୀ ଭାବେ ଜଣେ ପିଲା ରଖି ନିଜ କାର୍ଯ୍ୟ କରାଉଥିବା ବେଳେ ବ୍ଲକ କର୍ତୃପକ୍ଷ ତାଙ୍କୁ ସୁହାଇଲା ଭଳି ପଦକ୍ଷେପ ନେଉଛନ୍ତି ବୋଲି କୁହାଯାଉଛି।ସେହିପରି ଯଦି ଜଣେ ଅଧିକାରୀ ବେସରକାରୀ ଲୋକଙ୍କ ଜରିଆରେ ସରକାରୀ କାମ ନିୟନ୍ତ୍ରଣ କରିବେ ତାହେଲେ ବ୍ଲକରେ ଏତେ ସଂଖ୍ୟକ ଯନ୍ତ୍ରୀ ପଦବୀର ଆବଶ୍ୟକତା କାହିଁକି ଏବଂ ଏହା ଦ୍ୱାରା ସରକାରୀ ଅର୍ଥର ଅପବ୍ୟୟ ହେଉନାହିଁ କି ବୋଲି ପ୍ରଶ୍ନ ଉଠିଛି। ଏହି ଅଦଳବଦଳ ପଛରେ ବ୍ଲକ ପ୍ରଶାସନ ଓ ସମ୍ପୃକ୍ତ ଯନ୍ତ୍ରୀଙ୍କ ମଧ୍ୟରେ କୌଣସି ଆଭ୍ୟନ୍ତରୀଣ ସ୍ୱାର୍ଥ ଓ ଆର୍ଥକ ମଧୁଚନ୍ଦ୍ରିକା ରହିଥିବା ନେଇ ସନ୍ଦେହ ଦୃଢ଼ୀଭୂତ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କ ହାତରେ ୮ ଟି ପଂଚାୟତ ରହିଲେ ଉନ୍ନୟନମୂଳକ କାର୍ଯ୍ୟର ମାନ ହ୍ରାସ ପାଇବା ସହ ଦୁର୍ନୀତି ବଢ଼ିବା ଆଶଙ୍କା ଥିବାରୁ, ଜିଲାପାଳ ଓ ଉପରିସ୍ଥ ଅଧିକାରୀ ଏଥିରେ ହସ୍ତକ୍ଷେପ କରିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏ ସମ୍ପର୍କରେ ଧାମନଗର ବିଡ଼ିଓ ବନ ବିହାରୀ ଦିନ୍ଦା ଙ୍କୁ ପଚାରିବାରୁ ସେ କହିଛନ୍ତି ଏହା ଆମର ଇଂଟରନାଲ ବିଷୟ ।କିଏ କେଉଁ ପଞ୍ଚାୟତ ଦାୟିତ୍ୱରେ ରହିବେ ତାହା ଆମେ ଡିସିସନ ନେବୁ ।ସେ କଥା କଣ ଲୋକଙ୍କୁ ପଚାରି ଆମେ ଡିସିସନ ନେବୁ ବୋଲି ଓଲଟି ପ୍ରଶ୍ନ କରି ଯାହାର ଅଭିଯୋଗ ଅଛି ସେ ଆମକୁ ଜଣାନ୍ତୁ ବୋଲି ବିଡ଼ିଓ ଉତର ରଖିଛନ୍ତି। ତେବେ ଏପରି ମନ୍ତବ୍ୟ ରେ କାରଣ କଣ ହୋଇ ପାରେ।ଏପଟେ ଜେ ଇ ମାନେ ଅଧିକାଂଶ ସମୟରେ ପଞ୍ଚାୟତ କୁ ନ ଯାଇ ଭଦ୍ରକ କିମ୍ବା ଘରେ ରହୁଥିବା ବେଳେ ସେମାନେ ଜଣେ ଜଣେ ଦଲାଲ ରଖୁଛନ୍ତି ସେମାନେ କାମ ପାଖକୁ ଯାଇ ଠିକାଦାର ସହ ସାମିଲ ହୋଇ ବଟି ନେଇ ଯାଉଛନ୍ତି। ଏ ଦିଗରେ ଭଦ୍ରକ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି। Continue reading ଧାମନଗର ବ୍ଲକ କର୍ତୃପକ୍ଷଙ୍କ ବିଚିତ୍ର ନିୟମ, ଆସିସଷ୍ଟାଣ୍ଡ ଇଞ୍ଜିନିୟରଙ୍କୁ ଗୋଟିଏ ପଂଚାୟତ ଦାୟିତ୍ୱ ଏବଂ ଜୁନିୟର ଇଞ୍ଜିନିୟରଙ୍କୁ ୮ଟି ପଂଚାୟତର ବୋଝ

ଓଡିଆ ପୁଆ 3 Jun 2026 9:27 pm

ଯାତ୍ରୀଙ୍କ ଉପରେ ପୁଣି ଭଡ଼ା ବୃଦ୍ଧିର ବୋଝ, ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡ଼ା

କନକ ବ୍ୟୁରୋ : ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଦାବିକୁ ମାନି ନେଇଛନ୍ତି ସରକାର । ଏଥର ପୁଣି ବସ୍ ଭଡ଼ା ବୃଦ୍ଧି କରାଯାଇଛି । କିଲୋମିଟର ପ୍ରତି ବସ୍ ଭଡ଼ା ୪ ପଇସା ବୃଦ୍ଧି କରାଯାଇଛି । ଏନେଇ କିଛିଦିନ ହେବ ରାଜ୍ୟର ଘରୋଇ ବସ୍ ମାଲିକ ସଂଘ ଦାବି କରିବା ସହ ଭଡ଼ା ବୃଦ୍ଧି ନହେଲେ ବସ୍ ଚଳାଚଳ ବନ୍ଦ କରିବାକୁ ଚେତବାନୀ ଦେଇଥିଲେ । ଏହାସହ ସେମାନେ ପରିବହନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ । ଏହି ବର୍ଦ୍ଧିତ ବସ୍ ଭଡ଼ା ଆସନ୍ତା କାଲି ଠାରୁ ଲାଗୁ ହେବ । ଏଥିରେ ସାଧାରଣ ବସ୍ ଭଡ଼ା କିଲୋମିଟର ପ୍ରତି ୨ ପଇସା ବୃଦ୍ଧି କରାଯାଇଛି । ଏକ୍ସପ୍ରେସ୍ ବସ୍ ଭଡ଼ା ବି ସମାନ ପରିମାଣର ବୃଦ୍ଧି ପାଇଛି । ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପ୍ରତି ୪ ପଇସା ବୃଦ୍ଧି କରାଯାଇଛି । ସୁପର ଡିଲକ୍ସ ବସ୍ ଭଡ଼ା ୬ ପଇସା ବୃଦ୍ଧି ପାଇଛି । ସୂଚନା ଥାଉକି ମେ'ମାସ ୧୫ ତାରିଖରେ ମଧ୍ୟ ସରକାର ବସ୍ ଭଡ଼ା ବୃଦ୍ଧି କରିଥିଲେ ।

ନିନ୍ଦା 2 Jun 2026 2:41 pm

U.S. Attack: ପୂର୍ବ ପ୍ରଶାନ୍ତ ମହାସାଗରରେ ଡ୍ରଗ୍ସ ବୋଝେଇ ଡଙ୍ଗା ଉପରେ ଆମେରିକାର ଆକ୍ରମଣ: ୩ ମୃତ

ୱାସିଂଟନ: ଡ୍ରଗ୍ସ ମାଫିଆଙ୍କ ବିରୋଧରେ ଆମେରିକାର ଅଭିଯାନ ଜାରି ରହିଛି। ସେନା କହିଛି, ପୂର୍ବ ପ୍ରଶାନ୍ତ ମହାସାଗରରେ ଏକ ଡ୍ରଗ୍ସ-ଚାଲାଣ ଡଙ୍ଗା ଉପରେ ଆଉ ଏକ ଆକ୍ରମଣ କରାଯାଇଛି। ଏଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଚଳିତ ସପ୍ତାହରେ ଆମେରିକା ସେନାର ଏହା ତୃତୀୟ ଆକ୍ରମଣ। ସେପ୍ଟେମ୍ବର ଠାରୁ ଆରମ୍ଭ ହୋଇଥିବା ଏଭଳି ଆକ୍ରମଣ ଯୋଗୁ ମୋଟ ମୃତ୍ୟୁ ସଂଖ୍ୟା ୨୦୨ରେ ପହଞ୍ଚିଛି। କାରିବିୟାନ ସାଗର ଏବଂ ପୂର୍ବ ପ୍ରଶାନ୍ତ ମହାସାଗରରେ କାର୍ଯ୍ୟରତ ଡ୍ରଗ୍ସ ପରିବହନକାରୀ ଜାହାଜ ବିରୋଧରେ ମାସେ ଧରି ଚାଲିଥିବା ଅଭିଯାନ ନେଇ ଆମେରିକାର ଦକ୍ଷିଣ କମାଣ୍ଡ ଏହି ସଦ୍ୟତମ ସୂଚନା ପ୍ରଦାନ କରିଛି। ଦକ୍ଷିଣ କମାଣ୍ଡ କହିଛି, ଏହି ଡଙ୍ଗାଟି ଡ୍ରଗ୍ସ ଚାଲାଣରେ ନିୟୋଜିତ ଥିଲା । ଏହାକୁ ଏକ ଏକ ଆତଙ୍କବାଦୀ ସଂଗଠନ ଦ୍ୱାରା ପରିଚାଳିତ କରୁଥିଲା। କିନ୍ତୁ ସେନା ଏନେଇ କୌଣସି ଠୋସ୍ ପ୍ରମାଣ ପ୍ରଦାନ କରିନାହିଁ। ପ୍ରଥମ ଥର ରଙ୍ଗୀନ ଫୁଟେଜ୍ ସେନାର ସୋସିଆଲ ମିଡିଆ ଘୋଷଣାରେ ସର୍ବଦା ଆକ୍ରମଣର ଭିଡିଓ ଅନ୍ତର୍ଭୁକ୍ତ ହୋଇଥାଏ, ଏହା ପ୍ରଥମ ଥର ପାଇଁ ଦେଖାଯାଉଛି ଯେଉଁଥିରେ ଫୁଟେଜ୍ କଳା ଏବଂ ଧଳା ବଦଳରେ ରଙ୍ଗୀନ ରହିଛି। ଭିଡିଓରେ ସମୁଦ୍ରରେ ଭାସୁଥିବା ଏକ ଛୋଟ ଜାହାଜ ଦେଖାଯାଇଛି, ଯାହା ଉପରେ ଆକ୍ରମଣ ହେଉଛି ଏବଂ ସେଥିରେ ନିଆଁ ଲାଗିଯାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଘୋଷଣା କରିଛି ଯେ, ଆମେରିକା ଲାଟିନ୍ ଆମେରିକୀୟ ଡ୍ରଗ୍ କାର୍ଟେଲ ସହିତ ସଶସ୍ତ୍ର ସଂଘର୍ଷର ସ୍ଥିତି ରହିଛି। ଆମେରିକାର ଦକ୍ଷିଣ କମାଣ୍ଡ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ କହିଛି ଯେ ଲାଟିନ୍ ଆମେରିକାର ଶୀର୍ଷ ଆମେରିକୀୟ କମାଣ୍ଡର ଜେନେରାଲ ଫ୍ରାନ୍ସିସ୍ ଏଲ୍. ଡୋନୋଭାନଙ୍କ ନିର୍ଦ୍ଦେଶରେ ଏହି ଆକ୍ରମଣ କରାଯାଇଛି। ଆହୁରି ପଢ଼ନ୍ତୁ: Monsoon forecast: ମୌସୁମୀ ବୃଷ୍ଟିପାତର ପୂର୍ବାନୁମାନ: ଏଥର କମ୍‌ ବର୍ଷା

ସ୍ତମ୍ଭ 30 May 2026 9:31 am

ପୂର୍ବ ପ୍ରଶାନ୍ତ ମହାସାଗରରେ ଡ୍ରଗ୍ସ ବୋଝେଇ ଡଙ୍ଗା ଉପରେ ଆମେରିକାର ଆକ୍ରମଣ: ୩ ମୃତ

କନକବ୍ୟୁରୋ : ଡ୍ରଗ୍ସ ମାଫିଆଙ୍କ ବିରୋଧରେ ଆମେରିକାର ଅଭିଯାନ ଜାରି ରହିଛି। ସେନା କହିଛି, ପୂର୍ବ ପ୍ରଶାନ୍ତ ମହାସାଗରରେ ଏକ ଡ୍ରଗ୍ସ-ଚାଲାଣ ଡଙ୍ଗା ଉପରେ ଆଉ ଏକ ଆକ୍ରମଣ କରାଯାଇଛି । ଏଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଚଳିତ ସପ୍ତାହରେ ଆମେରିକା ସେନାର ଏହା ତୃତୀୟ ଆକ୍ରମଣ। ସେପ୍ଟେମ୍ବର ଠାରୁ ଆରମ୍ଭ ହୋଇଥିବା ଏଭଳି ଆକ୍ରମଣ ଯୋଗୁ ମୋଟ ମୃତ୍ୟୁ ସଂଖ୍ୟା ୨୦୨ରେ ପହଞ୍ଚିଛି । କାରିବିୟାନ ସାଗର ଏବଂ ପୂର୍ବ ପ୍ରଶାନ୍ତ ମହାସାଗରରେ କାର୍ଯ୍ୟରତ ଡ୍ରଗ୍ସ ପରିବହନକାରୀ ଜାହାଜ ବିରୋଧରେ ମାସେ ଧରି ଚାଲିଥିବା ଅଭିଯାନ ନେଇ ଆମେରିକାର ଦକ୍ଷିଣ କମାଣ୍ଡ ଏହି ସଦ୍ୟତମ ସୂଚନା ପ୍ରଦାନ କରିଛି। ଦକ୍ଷିଣ କମାଣ୍ଡ କହିଛି, ଏହି ଡଙ୍ଗାଟି ଡ୍ରଗ୍ସ ଚାଲାଣରେ ନିୟୋଜିତ ଥିଲା । ଏହାକୁ ଏକ ଏକ ଆତଙ୍କବାଦୀ ସଂଗଠନ ଦ୍ୱାରା ପରିଚାଳିତ କରୁଥିଲା । କିନ୍ତୁ ସେନା ଏନେଇ କୌଣସି ଠୋସ୍ ପ୍ରମାଣ ପ୍ରଦାନ କରିନାହିଁ। ସେନାର ସୋସିଆଲ ମିଡିଆ ଘୋଷଣାରେ ସର୍ବଦା ଆକ୍ରମଣର ଭିଡିଓ ଅନ୍ତର୍ଭୁକ୍ତ ହୋଇଥାଏ, ଏହା ପ୍ରଥମ ଥର ପାଇଁ ଦେଖାଯାଉଛି ଯେଉଁଥିରେ ଫୁଟେଜ୍ କଳା ଏବଂ ଧଳା ବଦଳରେ ରଙ୍ଗୀନ ରହିଛି। ଭିଡିଓରେ ସମୁଦ୍ରରେ ଭାସୁଥିବା ଏକ ଛୋଟ ଜାହାଜ ଦେଖାଯାଇଛି, ଯାହା ଉପରେ ଆକ୍ରମଣ ହେଉଛି ଏବଂ ସେଥିରେ ନିଆଁ ଲାଗିଯାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଘୋଷଣା କରିଛି ଯେ, ଆମେରିକା ଲାଟିନ୍ ଆମେରିକୀୟ ଡ୍ରଗ୍ କାର୍ଟେଲ ସହିତ ସଶସ୍ତ୍ର ସଂଘର୍ଷର ସ୍ଥିତି ରହିଛି। ଆମେରିକାର ଦକ୍ଷିଣ କମାଣ୍ଡ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ କହିଛି ଯେ ଲାଟିନ୍ ଆମେରିକାର ଶୀର୍ଷ ଆମେରିକୀୟ କମାଣ୍ଡର ଜେନେରାଲ ଫ୍ରାନ୍ସିସ୍ ଏଲ୍. ଡୋନୋଭାନଙ୍କ ନିର୍ଦ୍ଦେଶରେ ଏହି ଆକ୍ରମଣ କରାଯାଇଛି।

ନିନ୍ଦା 30 May 2026 9:06 am

ଚଳନ୍ତା କୋଇଲା ବୋଝେଇ ଟ୍ରେନ୍ ରେ ନିଆଁ

କେସିଙ୍ଗା : ଶୁକ୍ରବାର ସନ୍ଧ୍ୟାରେ କେସିଙ୍ଗା ନିକଟରେ ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଏହି ମାଲଗାଡି ଟ୍ରେନଟି ରାୟଗଡ଼ାରୁ ଟିଟିଲାଗଡ଼ ଷ୍ଟେସନ ପଟକୁ ଯାଉଥିବା ବେଳେ ଟ୍ରେନର ପ୍ରଥମ କେତେକ ଡବାରେ ନିଆଁ ଲାଗି କୋଇଲା ଜଳୁଥିବା କେସିଙ୍ଗା ଷ୍ଟେସନ୍ ରେ ଦେଖିବାକୁ ମିଳିଥିଲା। ଟ୍ରେନଟି କେସିଙ୍ଗା ଷ୍ଟେସନ ଅତିକ୍ରମ କରୁଥିବା ବେଳର ଭିଡିଓ ମୋବାଇଲରେ କଏଦ ହୋଇ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। କୋଇଲା ବୋଝେଇ ଟ୍ରେନ୍ ରେ ନିଆଁ […]

ଜୀବନ୍ତ ସାମାଜିକ | 29 May 2026 8:37 pm

ଗ୍ୟାସ ଠାରୁ ବ୍ୟାଙ୍କିଙ୍ଗ ପର୍ଯ୍ୟନ୍ତ ବଦଳିବ ୭ ନିୟମ, ଆପଣଙ୍କ ଉପରେ ପଡିପାରେ ଅଧିକ ବୋଝ

ନୂଆଦିଲ୍ଲୀ,୨୯।୫: ମେ ମାସ ଶେଷ ହେବାକୁ ଯାଉଛି, ଏବଂ ଜୁନ 1, 2026 ଠାରୁ ସାରା ଦେଶରେ ଅନେକ ବଡ଼ ଆର୍ଥିକ ପରିବର୍ତ୍ତନ ଆସିବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକର ପ୍ରଭାବ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ଏବଂ ଖର୍ଚ୍ଚରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବ। ଗ୍ୟାସ ସିଲିଣ୍ଡର ମୂଲ୍ୟ ଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ ସେବା, UPI ପେମେଣ୍ଟ ଏବଂ ପାନ କାର୍ଡ ନିୟମାବଳୀ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଆସୁଛି। ଏହାକୁ ଦୃଷ୍ଟିରେ ରଖି, ପରବର୍ତ୍ତୀ […] The post ଗ୍ୟାସ ଠାରୁ ବ୍ୟାଙ୍କିଙ୍ଗ ପର୍ଯ୍ୟନ୍ତ ବଦଳିବ ୭ ନିୟମ, ଆପଣଙ୍କ ଉପରେ ପଡିପାରେ ଅଧିକ ବୋଝ appeared first on Dharitri Odia News .

ପୃଥିବୀ 29 May 2026 10:37 am

ତିନି ବେଆଇନ୍ ବାଲି ବୋଝେଇ ଗାଡି ଜବତ

ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ପୋଲିସ୍ ଗତକାଲି ରାତ୍ରରେ ବେଆଇନ୍ ଭାବେ ପରିବହନ କରୁଥିବା ୩ ଟି ବାଲି ବୋଝେଇ ହାଇୱାକୁ ଜବତ କରିଛି । ପୋଲିସ୍ ହାଟଡିହି ବ୍ଲକ ଅଂଚଳରୁ ଆସୁଥିବା ତରାପୁର ପେଟ୍ରୋଲ୍ ପମ୍ପ, ଆପଣ୍ଡା ଛକରୁ ଏହି ତିନିଗୋଟି ଗାଡିକୁ ଅଟକାଇ ଥିବା ବେଳେ ଆବଶ୍ୟକୀୟ କାଗଜପତ୍ର (ଟ୍ରାନ୍‌ଜିଟ ପାସ୍‌) ଦେଖାଇ ପାରି ନଥିବାରୁ ନିଜ ହେପାଜତକୁ ନେଇଥିଲା । ଗାଡି ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନାଧିକାରୀ ସୁପ୍ରକାଶ ମହାନ୍ତି କହିଛନ୍ତି । ପ୍ରକାଶଥାଉକି ହାଟଡିହି ବ୍ଲକ ଅଂଚଳରେ ଥିବା ବୈତରଣୀ ନଦୀର ବାଲି ଘାଟ ବନ୍ଦ ରହିବା,କିଛିଦିନ ପୂର୍ବେ ସଂପୃକ୍ତ ବାଲି ବେପାରୀଙ୍କ ଘରେ ଚଢାଉ କରାଯାଇ ନକଲ କାଗଜପତ୍ର ଓ ଟଙ୍କା ସୁନା ଜବଦ୍ କରାଯାଇଥିବା ବେଳେ ବିନା କାଗଜ ପତ୍ରରେ ବାଲି ପରିବହନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି । ପ୍ରକାଶଥାଉକି କିଛିମାସ ପୂର୍ବେ ବନ୍ତ ଥାନାରେ ସୁପ୍ରକାଶ ମହାନ୍ତି ଥାନାଧିକାରୀ ଭାବେ କାର୍ଯ୍ୟରେ ଯୋଗଦାନ କରିବା ପରେ ବିଶେଷ କରି ବେଆଇନ ବାଲି ଚାଲାଣ ଓ ଚୋରା ଦେଶୀ ବିଦେଶୀ ମଦ ବେପାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଚଂଳବାସୀଙ୍କ ପ୍ରିୟ ଭାଜନ ହୋଇ ପାରିଛନ୍ତି । Continue reading ତିନି ବେଆଇନ୍ ବାଲି ବୋଝେଇ ଗାଡି ଜବତ

ଓଡିଆ ପୁଆ 27 May 2026 10:16 pm

Accident: ହନୁମାନ ମନ୍ଦିର ଭିଡ଼ ଉପରେ ମାଡ଼ିଗଲା ଗୋଡ଼ି ବୋଝେଇ ଟ୍ରକ, ଚାଲିଗଲା ୩ ଜୀବନ

Accident: ରାସ୍ତା କଡ଼ ହନୁମାନ ମନ୍ଦିରରେ ଚାଲିଥିଲା ପୂଜାର୍ଚ୍ଚନା। ଅନେକ ଲୋକ ମନ୍ଦିର ନିକଟରେ ଭିଡ଼ ଜମାଇଥିଲେ। ଲୋକମାନେ ହନୁମାନଙ୍କ ଦର୍ଶନ କରି ସୌଭାଗ୍ୟ ପ୍ରାପ୍ତିର ଆଶା ରଖିଥିଲେ। ହେଲେ ଏହି ସମୟରେ ଗୋଟିଏ ଗୋଡ଼ି ବୋଝେଇ ଟ୍ରକ୍ ଖେଳିଥିଲା ରକ୍ତର ହୋଲି। ରାସ୍ତାରେ ଯାଉଥିବା ଟ୍ରକଟି ହଠାତ ନିୟନ୍ତ୍ରଣ ହରାଇଥିଲା। ଏହାପରେ ଗାଡ଼ିଟି ସିଧା ହନୁମାନ ମନ୍ଦିର ନିକଟରେ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ଉପରେ ମାଡ଼ି ଯାଇ ଓଲଟି ପଡ଼ିଥିଲା। ଏଥିଯୋଗୁ ଘଟଣା ସ୍ଥଳରେ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ୫ ବର୍ଷର ପିଲା ବି ରହିଛି। ସେହିପରି ଆଉ ୫ ଜଣ ମଧ୍ୟ ଏହି ଘଟଣାରେ ଆହତ ହୋଇଛନ୍ତି। ଉତ୍ତର ପ୍ରଦେଶର ଅମରୋହାରୁ ଏପରି ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପୁଲିସ୍‌ କହିଛି ଯେ ମିଲାକ ଛାଭି ଗାଁ ନିକଟରେ ଦୁର୍ଘଟଣା ଘଟିଛି। ଏଠାରେ ଥିବା ରାସ୍ତା କଡ଼ ହନୁମାନ ମନ୍ଦିର ନିକଟରେ ଗୋଟିଏ ଅସ୍ଥାୟୀ ପେଣ୍ଡାଲ ନିର୍ମାଣ କରାଯାଇଥିଲା। ସେଠାରେ ଶ୍ରଦ୍ଧାଳୁମାନେ ସୁନ୍ଦରଖଣ୍ଡ ପାଠ କରୁଥିଲେ। ପ୍ରାୟ ୨୦ରୁ ୨୫ ଜଣ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ। ଏହି ସମୟରେ ରାସ୍ତାରେ ଯାଉଥିବା ଗୋଟିଏ ଗୋଡ଼ି ବୋଝେଇ ଟ୍ରକ୍‌ ନିୟନ୍ତ୍ରଣ ହରାଇଥିଲା। ପ୍ରଥମେ ଏହା ଗୋଟିଏ ଗଛକୁ ଧକ୍କା ଦେଇଥିଲା। ଏହାପରେ ସିଧା ପେଣ୍ଡାଲ ଉପରେ ମାଡ଼ି ଯାଇ ଓଲଟି ପଡ଼ିଥିଲା। ଖବର ପାଇ ପୁଲିସ୍‌ ଓ ଉଦ୍ଧାରକାରୀ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲା। ହେଲେ ସେତେବେଳକୁ ୭୦ ବର୍ଷୀୟ ପରମ ସିଂ, ୪୨ ବର୍ଷୀୟ ମହିପାଲ ଓ ୫ ବର୍ଷୀୟ ଆର୍ଯ୍ୟବୀରଙ୍କ ମୃତ୍ୟୁ ହୋଇ ସାରିଥିଲା। ଆର୍ଯ୍ୟବୀର ନିକଟରେ ଗାଁରେ ରହୁଥିବା ଜେଜେବାପା ଓ ମା’ଙ୍କ ପାଖକୁ ବୁଲିବାକୁ ଆସିଥିଲେ। ତେବେ ଅନ୍ୟ ଆହତମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଥିବା ପୁଲିସ କହିଛି। କେଉଁ ପରିସ୍ଥିତିରେ ଘଟଣା ଘଟିଲା, ତା’ର ଖୋଳତାଡ଼ କରାଯାଉଥିବା ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

ଓଡ଼ିଶା ସାମ୍ବାଦିକ 27 May 2026 3:02 pm

କୋଇଲା ବୋଝେଇ ଟ୍ରେନ୍‌ରେ ଚଢ଼ି ସେଲ୍ଫି ନେଉଥିଲେ, ବିଦ୍ୟୁତ ତାର ଲାଗି ଜଳିଗଲେ ଯୁବକ ; ଚାଲିଛି ଚିକିତ୍ସା

ଭୁବନେଶ୍ବର ୨୪।୫: ରିଲ୍ ରିଲ୍ ଆଉ ରିଲ୍ । ରିଲ୍ ନିଶାରେ ଯୁବପୀଢ଼ୀ । ଯୁଆଡ଼େ ଗଲେ କରୁଛନ୍ତି ରିଲ୍ ଓ ନେଉଛନ୍ତି ସେଲ୍ଫି । ଘଟୁଛି ଦୁର୍ଘଟଣା । ଧନ ଜୀବନ ହାନି ସହ ଉଜୁଡ଼ୁଛି ପରିବାର । ପୁଣି ଥରେ ସେଲ୍ଫି ନେବା ହେଲା କାଳ । ଟ୍ରେନ୍ ଉପରେ ଚଢି ସେଲ୍ଫି ନେବା ହେଲା କାଳ ।ଟ୍ରେନ୍ ବଗି ଉପରେ ଚଢ଼ି ଫଟୋ ଉଠାଉଥିବା ବେଳେ ଜଳିଗଲେ ଯୁବକ । ଯୁବକ ଜଣକ ରାଜସ୍ଥାନରୁ CTTCରେ ଟ୍ରେନିଂ ପାଇଁ ଆସିଥିଲେ । ମଞ୍ଚେଶ୍ୱର ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମରେ ଘଟିଛି ଏଭଳି ଘଟଣା । ଆହତ ଯୁବକଙ୍କୁ ପ୍ରଥମେ ରେଲୱେ ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଗୁରୁତର ଯୁବକ ହେଲେ ରାଜସ୍ଥାନର ରାମେଶ୍ୱର ଦାସୋରା ।Also Read:-ମୃତଦେହ ମିଳିବାର ୪ ଦିନ ପରେ ବି ମିଳିଲାନି ପରିଚୟ, ସେପଟେ ନିଖୋଜ ମହିଳାଙ୍କ ସ୍ବାମୀ ଅଟକରାମେଶ୍ୱର ସହ ସମେତ ୧୨ ଜଣ ସାଙ୍ଗ ହୋଇ ସକାଳ ୫ଟା ୨୦ରେ ପୁରୀ ସୁପରଫାଷ୍ଟ ଏକ୍ସପ୍ରେସରେ ଆସି ମଞ୍ଚେଶ୍ଵର ରେଲୱେ ଷ୍ଟେସନର ୪ ନମ୍ୱର ପ୍ଲାଟଫର୍ମରେ ଓହ୍ଲାଇଥିଲେ । ପରେ ୩ ନମ୍ୱର ପ୍ଲାଟଫର୍ମରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନ୍ ଉପରେ ସେଲ୍ଫି ନେବା ପାଇଁ ଚଢ଼ି ଯାଇଥିଲେ । ଟ୍ରେନ୍ ଉପରେ ଯାଇଥିବା ହାଇ ଭୋଲ୍ଟେଜ ଇଲେକ୍ଟ୍ରିକ ତାରରୁ କରେଣ୍ଟ ମାରିବାରୁ କୋଇଲା ଉପରେ ପଡ଼ିଗଲେ । ସେଠାରେ ଥିବା ତାଙ୍କ ସାଙ୍ଗମାନେ ଆମ୍ବୁଲାନ୍ସରେ ପ୍ରଥମେ ନିକଟସ୍ଥ ରେଲୱେ ମେଡିକାଲ ଓ ପରେ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ । ଅବସ୍ଥା ଗୁରୁତର ହେବାରୁ ରାମେଶ୍ୱରଙ୍କୁ ଏମ୍ସ ମେଡିକାଲ ରେଫର୍ କରାଯାଇଛି ।

ରେ କିମ୍ବା ସମ୍ବାଦ | 24 May 2026 5:06 pm

ବରଗଡ଼କୁ ଆସୁଛି ଛତିଶଗଡ଼ର ଧାନ ; ଭଟ୍‌ଲିରୁ ଟୁଲି ରାଇସ୍‌ ମିଲ୍‌ରୁ ଧରାପଡ଼ିଲା ଧାନ ବୋଝେଇ ଟ୍ରକ୍‌

କନକ ବ୍ୟୁରୋ : ବରଗଡ଼କୁ ଆସୁଛି ଛତିଶଗଡ଼ର ଧାନ । ଭଟଲି୍‌ର ଟୁଲି ରାଇସ୍‌ ମିଲ୍‌ରୁ ଧରାପଡ଼ିଲା ଛତିଶଗଡ଼ର ଧାନ ବୋଝେଇ ଟ୍ରକ୍‌ । ଗାଡି ଜବତ କରି ଥାନାରେ ଅଟକ ରଖି ପୁଲିସ ତଦନ୍ତ ଆରମ୍ଭ କରିଛି । ଧାନ ଗାଡି ଛାଡ଼ି ଟ୍ରକ୍‌ ଡ୍ରାଇଭର ଫେରାର ଥିବାବେଳେ, ଯୋଗାଣ ବିଭାଗ ଖୋଳତାଡ଼ ଚଳାଇଛି । ବରଗଡ଼ ଜିଲ୍ଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ଦିନକ ପରେ ଦୁଇ ସପ୍ତାହ ପୂରିବ। କିନ୍ତୁ ଜିଲାରେ ଧାନ କିଣାବିକା ଶୀଥିଳ ହୋଇ ପଡ଼ିଛି । ମଣ୍ଡିକୁ ଧାନ ଆସୁଛି, ହେଲେ ମିଲର୍ସମାନେ ନିୟମିତ ଆସୁନାହାନ୍ତି । ଫଳରେ ମଣ୍ଡିରେ ସଂଗୃହୀତ ଧାନ ଅନୁପାତରେ ତାହା ବିକ୍ରି ଓ ଉଠାଣ ହୋଇପାରୁନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ରାଇସ୍‌ ମିଲକୁ ଛତିଶଗଡ଼ରୁ ଧାନ ବୋଝେଇ ଟ୍ରକ୍ ଆସିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଯୋଗାଣ ବିଭାଗର ଟିମ୍‌ ମଧ୍ୟ ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ପରେ ସମ୍ପୂର୍ଣ୍ଣ ସୂଚନା ଦିଆଯିବ ବୋଲି ବରଗଡ ଏସିଏସ୍‌ଓ କହିଛନ୍ତି ।

ନିନ୍ଦା 24 May 2026 4:54 pm

Electric: ବିଦ୍ୟୁତ୍‌ ଉପଭୋକ୍ତାଙ୍କ ଉପରେ ୨୦୦ କୋଟି ଟଙ୍କା ବୋଝ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍‌ରେ ଓଡ଼ିଶା ତାପଜ ବିଦ୍ୟୁତ୍ ନୀତିର ଉପଧାରା ୩ରେ ଦୁଇଟି ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ପ୍ରଥମରେ ପ୍ରଚଳିତ ନୀତିର ଧାରା ୩ ଅଧୀନରେ ଥିବା ’ଭବିଷ୍ୟତ ସ୍ବାଧୀନ ବିଦ୍ୟୁତ୍ ଉତ୍ପାଦକ (ଆଇପିପିଏସ୍) ସହ ପ୍ରସ୍ତାବିତ ଏମଓୟୁ’ ଶୀର୍ଷକକୁ ସଂଶୋଧନ କରି ‘ପ୍ରସ୍ତାବିତ’ ଶବ୍ଦକୁ ବିଲୋପ କରାଯାଇଛି। ଏହା ପରିବର୍ତ୍ତେ ‘ଭବିଷ୍ୟତ ଆଇପିପିଏସ ସହ ଏମଓୟୁ’ ହେବ। ଦ୍ଵିତୀୟରେ ପ୍ରଚଳିତ ନୀତିର ଉପଧାରା ୩(iii )କୁ ସଂଶୋଧନ କରି ଲେଖାଯାଇଛି ଯେ ‘ବର୍ତ୍ତମାନ ଥିବା ଆଇପିପିଏସ୍ ଠାରୁ ତାପଜ ଶକ୍ତି କେନ୍ଦ୍ରର ୧୪%-୧୨% ବିଦ୍ୟୁତ୍‌କୁ କେବଳ ପରିବର୍ତ୍ତନଶୀଳ ମୂଲ୍ୟରେ କ୍ରୟ କରିବାର ଅଧିକାର ବଦଳରେ, ତାପଜ ଶକ୍ତି କେନ୍ଦ୍ରରୁ ବାହାରୁଥିବା ବିଦ୍ୟୁତ୍‌ର ମାତ୍ର ୫%କୁ ପରିବର୍ତ୍ତନଶୀଳ ମୂଲ୍ୟରେ କ୍ରୟ କରିବା ପାଇଁ ଗ୍ରିଡ୍କୋକୁ ଅଧିକାର ପ୍ରଦାନ କରାଯିବ। ଆହୁରି ପଢ଼ନ୍ତୁ: Cabinet meeting: ରାଜ୍ୟ କ୍ୟାବିନେଟ୍‌ରେ ୩୪୦୦ କୋଟିର ଅଟଳ ବସ୍‌ଷ୍ଟାଣ୍ଡ ଯୋଜନା ପାରିତ ଓଡ଼ିଶାରେ ଏବେ ୪ ଟି ଆଇପିପିଏସ୍ ଠାରୁ ତାପଜ ନୀତି ଅନୁସାରେ ଗ୍ରିଡ୍କୋ ବିଦ୍ୟୁତ୍‌ କ୍ରୟ କରୁଛି। ସେଥିମଧ୍ୟରୁ ଜିନ୍ଦଲ ଇଣ୍ଡିଆ ପାୱାର ଲିମିଟେଡ୍ (୨x ୬୦୦ ମେଗାୱାଟ୍), ଜିନ୍ଦଲ ଷ୍ଟିଲ୍ ୱର୍କ୍ସ (ଜେଏସଡ଼ବ୍ଲୁ,ଉତ୍କଳ) ଲିମିଟେଡ୍ (୨x୩୫୦ ମେଗାୱାଟ), ନବ ଭାରତ ଲିମିଟେଡ ( ନାଭାଲ୍) (୨ x ୩୦ ମେଗାୱାଟ ) ଓ ମା ଦୂର୍ଗା ଥର୍ମାଲ ପାୱାର୍ ଲିମିଟେଡ୍ (୨ x ୩୦ ମେଗାୱାଟ )। ଗ୍ରିଡ୍କୋ ୧୨% ହିସାବରେ ସେମାନଙ୍କଠାରୁ କେବଳ ପରିବର୍ତ୍ତନଶୀଳ ମୂଲ୍ୟରେ (ଅର୍ଥାତ ଅଧା ମୂଲ୍ୟରେ) ୧୬୬୭ ନିୟୁତ୍ ୟୁନିଟ୍ କ୍ରୟ କରୁଛି। ନୀତିରେ ସଂଶୋଧନ ହେବା ଦ୍ବାରା ଗ୍ରିଡ୍କୋ ୧୨% ବଦଳରେ ମାତ୍ର ୫% ବିଦ୍ୟୁତ୍ ପାଇବ। ଅର୍ଥାତ ଓଡ଼ିଶା ପାଉଥିବା ବାର୍ଷିକ ପ୍ରାୟ ୧୦୦୦ ନିୟୁତ୍ ୟୁନିଟ୍‌ ଶସ୍ତା ବିଦ୍ୟୁତ୍ ହରାଇବ। ସେଥିପାଇଁ ଓଡ଼ିଶାର ଏକ କୋଟି ଏପଭୋକ୍ତା ବାର୍ଷିକ ଅତିରିକ୍ତ ବୋଝ ୨୦୦ କୋଟି ଟଙ୍କା ବହନ କରିବେ। ରାଜ୍ୟ ସରକାରଙ୍କ ନିଷ୍ପତି ପାଇଁ ପ୍ରତ୍ୟେକ ବିଦ୍ୟୁତ୍ ଉପଭୋକ୍ତା ବର୍ଷକୁ ଅତିରିକ୍ତ ୨୦୦ ଟଙ୍କା ବିଦ୍ୟୁତ୍ ବିଲ୍ ପରିଶୋଧ କରିବେ। ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଛନ୍ତି ଆଇପିପି ତାପଜ ବିଦ୍ୟୁତ୍ କେନ୍ଦ୍ର ସାଧାରଣତଃ ଘରୋଇ କମ୍ପାନି ପ୍ରତିଷ୍ଠା କରୁଛନ୍ତି। ସେଥିପାଇଁ ରାଜ୍ୟ ସରକାର କୋଇଲାଖଣି, ପାଣି ଓ ଜଙ୍ଗଲ ଜମି ସୁଲଭ ମୁଲ୍ୟରେ ଯୋଗାଇ ଦେଉଛନ୍ତି। ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା ହେବା ଦ୍ବାରା ଓଡ଼ିଶାରେ ପ୍ରଦ୍ୟୁଷଣ ବୃଦ୍ଧି ପାଇବା ସହ କୋଇଲା ପାଉଁଶ ଏକ ବଡ଼ ସମସ୍ୟା ହୋଇଛି। ଏହା ଲକ୍ଷ୍ୟ କରି କମ୍ପାନି ସ୍ବାର୍ଥରେ ହୋଇଥିବା କ୍ୟାବିନେଟ୍ ନିଷ୍ପତିକୁ ପ୍ରତ୍ୟାହାର କରିବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତି।

ସ୍ତମ୍ଭ 21 May 2026 10:06 pm

‘କିଶୋରୀମାନେ ପରିବାରର ବୋଝ ନୁହନ୍ତି’

ଛତ୍ରପୁର,୨୧ା୫(ଦିଲ୍ଲୀପ ସାମଲ): କିଶୋରୀମାନେ ପରିବାରର ବୋଝ ନୁହନ୍ତି। ସେମାନେ ଦେଶର ସ୍ବର୍ଣ୍ଣିମ ଭବିଷ୍ୟତ। ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା-ସୁଯୋଗ ତା’ସହିତ ସୁରକ୍ଷା ଓ ସମ୍ମାନ ଯୋଗାଇଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ନିରନ୍ତର ସାମୁହିକ ପ୍ରୟାସ ଯୋଗୁ ବାଲ୍ୟ ବିବାହ ରୋକିବାରେ ଗଞ୍ଜାମ ଜିଲା ବିଶେଷ ସଫଳତା ହାସଲ କରିପାରିଛି। ଏବେ ଜିଲାରୁ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ପରାହତ କରିବାର ସମୟ ଆସିଛି ବୋଲି ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ କହିବା ସହିତ କିଶୋରୀ ଓ କିଶୋର […] The post ‘କିଶୋରୀମାନେ ପରିବାରର ବୋଝ ନୁହନ୍ତି’ appeared first on Dharitri Odia News .

ପୃଥିବୀ 21 May 2026 5:31 pm

Accident: ଗଛକୁ ପିଟି ଓଲଟି ପଡ଼ିଲା ସାର ବୋଝେଇ ଟ୍ରକ୍, ଡ୍ରାଇଭର ମୃତ

ନବରଙ୍ଗପୁର ଜିଲ୍ଲା ରାଇଘର ନିକଟସ୍ଥ କଟପାରାରେ ଗୁରୁବାର ସକାଳେ ଏକ ସାର ବୋଝେଇ ଟ୍ରକ୍ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହେବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତ ଡ୍ରାଇଭରଙ୍କ ନାଁ କାନ୍ତ। ତାଙ୍କ ଘର ଜୟପୁରର କେନ୍ଦୁଗୁଡ଼ାରେ। ସକାଳ ପ୍ରାୟ ୭ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଛତିଶଗଡ଼ର ନମ୍ବର ଥିବା ଏହି ଟ୍ରକ୍‌ଟି ଜୟପୁରରୁ ରାଇଘର ଅଭିମୁଖେ ଯାଉଥିଲା କଟପାରାରେ ଟ୍ରକ୍‌ଟି ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଥିଲେ। ଟ୍ରକ୍‌ଟି ଏତେ ଜୋରରେ ପିଟି ହୋଇଥିଲା ଯେ ତାହା ଓଲଟି ପଡ଼ିଥିଲା। ସେହିଭଳି ଗଛଟି ମଧ୍ୟ ଭାଙ୍ଗି ଯାଇଥିଲା ଓ ରାସ୍ତା ଉପରେ ପଡ଼ିଥିଲା। ଖବର ପାଇ ରାଇଘର ପୁଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ମୃତ ଡ୍ରାଇଭରଙ୍କୁ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ ଭିତରୁ ବାହାର କରିଥିଲେ। ଦ୍ରୁତଗତି ଯୋଗୁ ଅବା ଡ୍ରାଇଭରଙ୍କ ଆଖି ଲାଖିଯିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି। ଝରିଗାଁରୁ ତ୍ରିନାଥ ଧୁରୁଆ

ଓଡ଼ିଶା ସାମ୍ବାଦିକ 21 May 2026 2:47 pm

୪ ଓଭରଲୋଡ଼ିଙ୍ଗି ଚିପ୍ସ ବୋଝେଇ ହାଇୱା ଜବତ, ୨ଲକ୍ଷ ୭୭ ହଜାର…

ପାଟଣା,୨୧।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ପୋଲିସ ଓଭର ଲୋଡ ଥିବା ୪ଚିପ୍ସ ବୋଝେଇ ହାଇୱାକୁ ଗୁରୁବାର ପାଟଣା ବୈତରଣୀ ନଦୀ ବ୍ରିଜ ନିକଟରୁ ଜବତ କରିଛି । ଚଣ୍ଡିଖୋଲ ନିକଟ ଚଢେଇଧରା ଅଞ୍ଚଳରୁ ହାଇୱା ଗୁଡ଼ିକ ଚିପ୍ସ ଓଭରଲୋଡ କରି କରଞ୍ଜିଆକୁ ନେଉଥିବା ବେଳେ ପୋଲିସ ହାତରେ ଧରା ପଡ଼ିଥିଲେ। ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ କେନ୍ଦୁଝର ଆରଟିଓଙ୍କୁ ଡାକାଇ ଗାଡ଼ି ଗୁଡ଼ିକୁ ଯାଞ୍ଚ କରିଥିଲେ। ଏହି ସମୟରେ ଗାଡିଗୁଡିକରେ ନିର୍ଦ୍ଧାରିତ […] The post ୪ ଓଭରଲୋଡ଼ିଙ୍ଗି ଚିପ୍ସ ବୋଝେଇ ହାଇୱା ଜବତ, ୨ଲକ୍ଷ ୭୭ ହଜାର… appeared first on Dharitri Odia News .

ପୃଥିବୀ 21 May 2026 12:39 pm

ନବରଙ୍ଗପୁର ରାଇଘରରେ ସାର ବୋଝେଇ ଟ୍ରକ୍ ଦୁର୍ଘଟଣା , ଡ୍ରାଇଭରଙ୍କ ମୃତ୍ୟୁ

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ରାଇଘର କଟପାରାଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛକୁ ପିଟିଲା ସାର ବୋଝେଇ ଟ୍ରକ୍ । ଘଟଣାସ୍ଥଳରେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ । ମୃତ ଡ୍ରାଇଭର ହେଲେ ‘କାନ୍ତ' । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ଟ୍ରକଟି ଗଛକୁ ପିଟି ଓଲଟି ପଡ଼ିଛି । ଡ୍ରାଇଭରଙ୍କ ମୃତଦେହ ଟ୍ରକ୍ ଭିତରେ ଚାପି ହୋଇ ରହିଯାଇଛି । ଅଧିକ ପଢ଼ନ୍ତୁ : ମଧ୍ୟପ୍ରଦେଶର କଟନି-ମୈହାର ରାସ୍ତାର ସୁରମା ବୁଲାଣି ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା : ୨୫ ଆହତ ସୂଚନା ଅନୁସାରେ, ସକାଳ ୭ଟାରେ, ଜୟପୁରରୁ ଏକ ସାର ବୋଝେଇ ଟ୍ରକ୍ ରାଇଘର ଅଭିମୁଖେ ଆସୁଥିଲା । ତେବେ ଟ୍ରକର ଗତି ଅଧିକ ଥିବା ଯୋଗୁଁ କିମ୍ବା ଡ୍ରାଇଭରଙ୍କ ଆଖି ଲାଗିଯିବା ଯୋଗୁଁ ଗାଡ଼ିଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିବା ଅନୁମାନ କରାଯାଉଛି । ଖବର ପାଇ ରାଇଘର ପୁଲିସ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଟ୍ରକ୍ ଭିତରୁ ଶବ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରିରହିଛି । ଏହା ସହିତ ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି ।

ଶିଶୁ ଖବର 21 May 2026 9:36 am

Fire : କୋଇଲା ବୋଝେଇ ଟ୍ରେନରେ ନିଆଁ

ସୋର: ସୋର ରେଳ ଷ୍ଟେସନ ରେ ୧ ନମ୍ବର ପ୍ଲାଟଫର୍ମ ରେ ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଟ୍ରେନ ଟି କଟକରୁ କଲିକତା ଅଭିମୁଖେ ଯାଉଥିବା ବେଳେ ସୋର ରେଳ ଷ୍ଟେସନ ନିକଟରେ ଷ୍ଟେସନ ମାଷ୍ଟର ନିଆଁ ଲାଗିଥିବା ଦେଖି ଗାଡ଼ିକୁ ଅଟକାଇବା ସହ ସୋର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀ ନିଆଁକୁ ଆୟତ୍ତ କରିବା ପରେ ଟ୍ରେନଟି ଗନ୍ତବ୍ୟ ସ୍ଥଳୀକୁ ଯାଇଥିଲା। ଆହୁରି ପଢ଼ନ୍ତୁ: Nose surgery: ନାକ ଅସ୍ତ୍ରୋପଚାର ପରେ ଖରାପ ହୋଇଗଲା ଯକୃତ, ବୃକକ୍‌ ଓ ଫୁସ୍‌ଫୁସ୍‌

ସ୍ତମ୍ଭ 20 May 2026 10:12 am

ସୋର ଷ୍ଟେସନରେ କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ , ଅଗ୍ନିଶମ ବିଭାଗର ୨ ଘଣ୍ଟା ଚେଷ୍ଟା ପରେ ନିଆଁ ଆୟତ୍ତ

କନକ ବ୍ୟୁରୋ : କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ । ସୋର ରେଳ ଷ୍ଟେସନରେ ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଖବରପାଇ ସୋର ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଛି । ଏଥିରେ କୌଣସି କ୍ଷତି ହୋଇ ନଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, ନିର୍ଗୁଣ୍ଡିରୁ ଏକ କୋଇଲା ବୋଝେଇ ଟ୍ରେନ ହଳଦିଆ ଅଭିମୁଖେ ଯାଉଥିଲା । ଅଧିକ ପଢ଼ନ୍ତୁ : ଭୁବନେଶ୍ବରରେ ଭୟାବହ ଅଗ୍ନିକାଣ୍ଡ , ଟାୟାର ରିସୋଲ ଦୋକାନ ଜଳି ପାଉଁଶ ଏହି ସମୟରେ ସବିରା ଷ୍ଟେସନ ନିକଟରେ ଏକ କୋଇଲା ବୋଝେଇ ବଗିରୁ ଧୂଆଁ ବାହାରୁଥିବା ଦେଖି ଷ୍ଟେସନ କର୍ମଚାରୀମାନେ ସୋର ଷ୍ଟେସନକୁ ଖବର ଦେଇଥିଲେ । ସୋର ଷ୍ଟେସନରେ ଟ୍ରେନ ଅଟକାଇ ଅଗ୍ନିଶମ ବିଭାଗ ଦ୍ଵାରା ୨ଘଣ୍ଟାରୁ ଅଧିକ ସମୟ ଧରି ନିଆଁକୁ ଆୟତ୍ତ କରାଯାଇଥିଲା ।

ନିନ୍ଦା 20 May 2026 8:19 am

ଚୋରା ଚାଲାଣ ବେଳେ ଖଇର କାଠ ବୋଝେଇ ଟ୍ରକ ଜବତ

କାମାକ୍ଷାନଗର : କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର ବାଉଁଶପାଳ ଗ୍ରାମରୁ ଖଇର କାଠ ବୋଝଇ ଏକ ଟ୍ରକ ବାହାରକୁ ଯାଉଥିବା ବେଳେ ଖଇରାମୁଣ୍ଡା ଗ୍ରାମ ଠାରେ ଟ୍ରକକୁ ଜବତ କରିଛି ବନ ବିଭାଗ। ଡ୍ରାଇଭର ସମେତ ୨ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଉତ୍ତରପ୍ରଦେଶର ବିନୋଦ କୁମାର ଏବଂ ମହମ୍ମଦ ସାହେବ। କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ ବାଉଁଶପାଳ ଗ୍ରାମରୁ ଖଇର କାଠ ବୋଝେଇ ଟ୍ରକଟି ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିବାର ଖବରପାଇ ଢେଙ୍କାନାଳ […]

ଜୀବନ୍ତ ସାମାଜିକ | 19 May 2026 10:17 pm

Mining mafia: ବାଲି ମାଫିଆଙ୍କ ଗୁଣ୍ଡାରାଜ: ଥାନା ଅଧିକାରୀଙ୍କୁ ପଥର ମାଡ଼ କରି ଛଡ଼େଇ ନେଲେ ବାଲି ବୋଝେଇ ଟ୍ରାକ୍ଟର

ଥାନା ଅଧିକାରୀ ଓ ତାଙ୍କ ଟିମ୍ ଉପରକୁ ପଥର ମାଡ଼ କରି ବାଲି ବୋଝେଇ ଟ୍ରାକ୍ଟର ଛଡ଼ାଇ ନେଲେ ବାଲି ମାଫିଆ। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା ଗ୍ରାମରେ ଘଟିଛି ଏହି ଘଟଣା। ରାତି ସାରା ବେଧଡ଼କ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ ଆଜି ସକାଳ ପ୍ରାୟ ୫ଟା ବେଳେ ଭୁବନ ଥାନାଧିକାରୀ ରେଣୁବାଳା ସାହୁ ଓ ତାଙ୍କ ଟିମ୍ ମହୁଲପାଳ ସ୍ଥିତ କଣପାଳ ବେଆଇନ ବାଲି ଖାଦାନ ଉପରେ ଚଢ଼ାଉ କରିଥିଲେ। ବାଲି ଖାଦାନରୁ ଦୁଇଟି ବେଆଇନ ବାଲି ଟ୍ରକ୍ଟରକୁ ପିଛା କରିଥିଲା ପୁଲିସ ଟିମ୍‌। ମୃଦଙ୍ଗା ଗ୍ରାମ ଶିବ ମନ୍ଦିର ନିକଟରେ ପୁଲିସ ଓ ବାଲି ମାଫିଆଙ୍କ ମଧ୍ୟରେ ହୋଇଥିଲା ମୁହାଁମୁହିଁ। ବାଲି ମାଫିଆ ପୁଲିସ ଉପରକୁ ଆକ୍ରମଣ କରି ଗୋଟିଏ ବାଲି ବୋଝେଇ ଟ୍ରାକ୍ଟର ଖସେଇ ନେବାରେ ସକ୍ଷମ ହୋଇଥିଲେ। ସେମାନେ ପୁଲିସ ଟିମ୍ ଉପରକୁ ପଥରମାଡ଼ କରିଥିଲେ। ଏମିତିକି ସେମାନେ ଥାନାଧିକାରୀ ରେଣୁବାଳା ସାହୁଙ୍କ ବାମ ହାତକୁ ମୋଡ଼ି ଦେଇଥିଲେ ବୋଲି ଜଣାପଡ଼ିଛି । ଏହି ଘଟଣାରେ ବାଲି ମାଫିଆ ଭରତ ଚନ୍ଦ୍ର ଦାଶ ସହିତ ଗାଡ଼ି ମାଲିକ ଦେବାଶିଷ ଦାସଙ୍କୁ ଅଟକ ରଖିଛି ଭୁବନ ପୁଲିସ। କାମାକ୍ଷାନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଚିତ୍ତରଞ୍ଜନ ବେହେରା ଘଟଣାର ତଦନ୍ତ କରୁଛନ୍ତି। କାମାକ୍ଷାନଗରରୁ ବିଦ୍ୟାଧର ବରାଳଙ୍କ ରିପୋର୍ଟ

ଓଡ଼ିଶା ସାମ୍ବାଦିକ 19 May 2026 3:03 pm

Truck Seized: ଲକ୍ଷାଧିକ ଟଙ୍କାର ଖଇରାକାଠ ବୋଝେଇ ଟ୍ରକ ଜବତ, ଡ୍ରାଇଭର ଓ ହେଲ୍ପର ଅଟକ

କାମାକ୍ଷାନଗର: ମହାବିରୋଡ଼ ବନାଞ୍ଚଳ ଖଇରାମୁଣ୍ଡା ନିକଟରେ ଚୋରା କାଠ ବୋଝେଇ ଟ୍ରକ ଜବତ l ଡ୍ରାଇଭର ଓ ହେଲ୍ପରକୁ ଅଟକ ରଖିଛି ବନବିଭାଗ l ସୂଚନା ଅନୁସାରେ କାମାକ୍ଷାନଗର ଥାନା ବାଉଁଶପାଳ ଗ୍ରାମରୁ ରାତିରେ ଏକ ଟ୍ରକ ଯୋଗେ ଖଇର କାଠ ବୋଝେଇ ହୋଇ ତାଳଚେର ଅଭିମୁଖେ ଯାଉଥିଲା l ଟ୍ରକରେ ଆନୁମାନିକ ୧୫୦ ସିଫ୍ଟ କାଠ ଜବତ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନବିଭାଗର ଏକ ଟିମ ଏସିଏଫଓ କୁଞ୍ଜ ବିହାରୀ ନାୟକ,ରେଞ୍ଜର ସୁଶାନ୍ତ ପାତ୍ରଙ୍କ ନେତୃତ୍ୱରେ ୫୩ ନମ୍ବର ଜାତୀୟରାଜପଥର ଖଇରାମୁଣ୍ଡା ନିକଟରେ ଟ୍ରକକୁ ଅଟକାଇଥିଲା l ଟ୍ରକରୁ ଆନୁମାନିକ ୧୫୦ ସିଫ୍ଟ କାଠ ଜବତ ହୋଇଥିବା ବେଳେ ତାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହୋଇଥିବା ନେଇ ବନବିଭାଗ ଆକଳନ କରିଛି l ତେବେ ଏହି ଘଟଣାରେ ଟ୍ରକକୁ ଜବତ କରିବା ସହ ଡ୍ରାଇଭର ଓ ହେଲ୍ପରକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି l ଆହୁରି ପଢନ୍ତୁ: Vigilance Raid: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଧର୍ମଗଡ଼ ପୂର୍ତ୍ତ ବିଭାଗର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ

ସ୍ତମ୍ଭ 19 May 2026 10:08 am

Health: ବର୍ଦ୍ଧିତ ଡେଙ୍ଗୁ ବୋଝକୁ ମୁକାବିଲା କରିବା ପାଇଁ ସମନ୍ୱିତ ପଦ୍ଧତି ସମୟର ଆହ୍ୱାନ

ଭୁବନେଶ୍ୱର: ଡେଙ୍ଗୁ ଆଉ କେବଳ ଏକ ଋତୁକାଳୀନ ରୋଗ ହୋଇ ରହିନାହିଁ। ଏହା ଏକ ଦ୍ରୁତ ବିକଶିତ ଜନସ୍ୱାସ୍ଥ୍ୟ ସଙ୍କଟ ପାଲଟିଯାଇଛି, ଯାହା ପାଇଁ ସାରା ବର୍ଷ ନିରନ୍ତର ପ୍ରସ୍ତୁତି ଆବଶ୍ୟକ। ବିଶେଷଜ୍ଞଙ୍କ ମତରେ ପରିବର୍ତ୍ତନଶୀଳ ମହାମାରୀ ପଦ୍ଧତି, ଦ୍ରୁତ ସହରୀକରଣ, ଜଳବାୟୁ ପରିବର୍ତ୍ତନଶୀଳତା, ଆନ୍ତର୍ଜାତୀୟ ଭ୍ରମଣ ଏବଂ ବର୍ଦ୍ଧିତ ଭେକ୍ଟର ଅନୁକୂଳନ ବିଶ୍ୱରେ ଡେଙ୍ଗୁ ସଂକ୍ରମଣ କ୍ଷେତ୍ରର ପ୍ରସାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଭାରତରେ ଜଳବାୟୁ ପରିସ୍ଥିତି ଏବଂ ଜନସଂଖ୍ୟା ଘନତା ଯୋଗୁଁ ଡେଙ୍ଗୁ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି। ଏଥିପାଇଁ ଦୃଢ଼ ନିରୀକ୍ଷଣ ବ୍ୟବସ୍ଥା, ପ୍ରାରମ୍ଭିକ ପ୍ରକୋପ ଚିହ୍ନଟ ଯନ୍ତ୍ରପାତି ଏବଂ ଦୃଢ଼ ଜନସ୍ୱାସ୍ଥ୍ୟ ହସ୍ତକ୍ଷେପ ଆବଶ୍ୟକ। ଜାତୀୟ ଡେଙ୍ଗୁ ଦିବସ ୨୦୨୬ ପାଳନ ଅବସରରେ, ଏମ୍ସ ଭୁବନେଶ୍ୱରର ଜେନେରାଲ ମେଡିସିନ ବିଭାଗ ପକ୍ଷରୁ ଡେଙ୍ଗୁ ଅପଡେଟ୍ ୨୦୨୬: କ୍ଲିନିକାଲ୍ ଇନସାଇଟ୍ ଏବଂ ଜନସ୍ୱାସ୍ଥ୍ୟ ଦୃଷ୍ଟିକୋଣ ଉପରେ ଜାତୀୟ ସିଏମ୍ଇ ଆୟୋଜନ ଅବସରରେ ଉପସ୍ଥିତ ଦେଶର ପ୍ରମୁଖ ଚିକିତ୍ସକ, ମହାମାରୀ ବିଶେଷଜ୍ଞ, ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଶିକ୍ଷାବିତମାନେ ଉପରୋକ୍ତ ମତବ୍ୟକ୍ତ କରିଥିଲେ। ଏହି ଦିନିକିଆ ଆଲୋଚନାଚକ୍ରରେ ଡେଙ୍ଗୁ ନିବାରଣ, ନିର୍ଣ୍ଣୟ, ଚିକିତ୍ସା ଏବଂ ନିୟନ୍ତ୍ରଣ ରଣନୀତି ଉପରେ ବ୍ୟାପକ ବୈଜ୍ଞାନିକ ଆଲୋଚନା ହୋଇଥିଲା। ଆହୁରି ପଢ଼ନ୍ତୁ: AC : ଏସି ବି ବିଗାଡ଼ି ପାରେ ସ୍ବାସ୍ଥ୍ୟ ଏହି ଅବସରରେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ସିଇଓ ପ୍ରଫେସର (ଡ.) ଆଶୁତୋଷ ବିଶ୍ୱାସଙ୍କ ଭାରତରେ ଡେଙ୍ଗୁର ବର୍ଦ୍ଧିତ ବୋଝକୁ ମୁକାବିଲା କରିବା ପାଇଁ ଚିକିତ୍ସକ, ମହାମାରୀ ବିଶେଷଜ୍ଞ, ଗବେଷକ, ପ୍ରଶାସକ ଏବଂ ସମାଜକୁ ସାମିଲ ପୂର୍ବକ ସମନ୍ୱିତ ପଦ୍ଧତିର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ନିର୍ଦ୍ଦିଷ୍ଟ ଆଣ୍ଟିଭାଇରାଲ ଥେରାପିର ଅନୁପସ୍ଥିତି ଏବଂ ଗମ୍ଭୀର ରୋଗ ପ୍ରଗତି ଅପ୍ରତ୍ୟାଶିତତା ଯୋଗୁଁ ଡେଙ୍ଗୁ ଏକ ପ୍ରମୁଖ ଜନସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରିଆସୁଛି। ସ୍ୱାସ୍ଥ୍ୟସେବା ବୃତ୍ତିଗତଙ୍କ ମଧ୍ୟରେ ସମୟୋଚିତ ରୋଗ ନିର୍ଣ୍ଣୟ, ମାନକୀକରଣ ଚିକିତ୍ସା ପ୍ରୋଟୋକଲ୍ ଏବଂ କ୍ଷମତା ନିର୍ମାଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଡ. ବିଶ୍ୱାସ। ସାର୍ବଜନୀନ ସ୍ୱାସ୍ଥ୍ୟ ସଚେତନତା ଏବଂ ଗବେଷଣା ସହିତ କ୍ଲିନିକାଲ୍ ଉତ୍କର୍ଷତାକୁ ସମନ୍ୱିତ କରିବାରେ ଏମ୍ସ ଭୁବନେଶ୍ୱର ଭଳି ପ୍ରତିଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ ଡ. ବିଶ୍ବାସ। ଏମ୍ସ ଭୁବନେଶ୍ୱର ଡିିନ୍ (ଏକାଡେମିକ) ଡ. ଦିଲ୍ଲୀପ କୁମାର ପରିଡା, ଏବଂ ମେଡିକାଲ ଅଧୀକ୍ଷକ ଡ. ପ୍ରଭାସ ରଞ୍ଜନ ତ୍ରିପାଠୀ ଏହି କାର୍ଯ୍ୟକ୍ରମକୁ ମାର୍ଗଦର୍ଶନ କରିଥିଲେ। ଏମ୍ସ ଭୁବନେଶ୍ୱର ମେଡିସିନ୍ ବିଭାଗର ପ୍ରଫେସର ତଥା ଆୟୋଜନ କମିଟି ଅଧ୍ୟକ୍ଷ ଡ. ରଶ୍ମି ରଞ୍ଜନ ମହାନ୍ତି, ଡେଙ୍ଗୁ ଚିକିତ୍ସାରେ ବିକଶିତ ହେଉଥିବା ରୋଗ ନିର୍ଣ୍ଣୟ ଏବଂ ପରିଚାଳନା ପ୍ରୋଟୋକଲ୍ ସମ୍ପର୍କରେ ଚିକିତ୍ସକମାନେ ଅବଗତ ରହିବା ପାଇଁ ଏପରି ନିରନ୍ତର ଡାକ୍ତରୀ ଶିକ୍ଷା କାର୍ଯ୍ୟକ୍ରମ ଅତ୍ୟନ୍ତ ଜରୁରୀ ବୋଲି ପ୍ରକାଶ କରିଥିଲେ। ଆୟୋଜନ କମିଟି ସଂଗଠନ ସମ୍ପାଦକ ତଥା ଏମ୍ସ ଭୁବନେଶ୍ୱର ମେଡିସିନ୍ ବିଭାଗର ସହଯୋଗୀ ପ୍ରଫେସର ଡ. ଦେବାନନ୍ଦ ସାହୁଙ୍କ ଦ୍ଵାରା କାର୍ଯ୍ୟକ୍ରମ ସମନ୍ୱୟ ଏବଂ ବୈଜ୍ଞାନିକ କାର୍ଯ୍ୟାନ୍ୱୟନ ଦକ୍ଷତାର ପରିଚାଳିତ ହୋଇଥିଲା। ଉଦଘାଟନୀ ସମାରୋହରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ)ର ପୂର୍ବତନ ଆଞ୍ଚଳିକ ପରାମର୍ଶଦାତା ଡ. ଏ. ପି. ଦାଶ ଯୋଗ ଦେଇଥିଲେ। ବିଶ୍ୱ ସ୍ତରରେ ମହାମାରୀ ବିଶେଷଜ୍ଞ ଏବଂ ଭେକ୍ଟର-ବାହିତ ରୋଗ ବିଶେଷଜ୍ଞ, ଡ.ଦାଶ ବିଶ୍ୱ ଡେଙ୍ଗୁ ପରିସ୍ଥିତି ଉପରେ ଏକ ବିସ୍ତୃତ ଅଭିଭାଷଣ ପ୍ରଦାନ କରିଥିଲେ, ଯେଉଁଥିରେ ଡେଙ୍ଗୁ ସଂକ୍ରମଣର ପରିବର୍ତ୍ତିତ ମହାମାରୀ, ଗୁରୁତର ରୋଗ ଢାଞ୍ଚାର ଉଦୟ ଏବଂ ଆର୍ବୋଭାଇରାଲ୍ ରୋଗ ସମ୍ପର୍କରେ ବୃଦ୍ଧି ପାଉଥିବା ଆନ୍ତର୍ଜାତୀୟ ଚିନ୍ତାଧାରା ଉପରେ ଆଲୋଚନା କରାଯାଇଥିଲା। ଡେଙ୍ଗୁ ଭଳି ଭେକ୍ଟର-ବାହିତ ରୋଗର ମୁକାବିଲାରେ ରୋଗ ନିରୀକ୍ଷଣ ବ୍ୟବସ୍ଥା, ଗବେଷଣା ଏବଂ ସମ୍ପ୍ରଦାୟ-ମୁଖୀ ସ୍ୱାସ୍ଥ୍ୟସେବା ରଣନୀତିକୁ ସୁଦୃଢ଼ କରିବା ଉପରେ ଏକ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ଅଭିଭାଷଣ ପ୍ରଦାନ କରିଥିଲେ ଆରଏମଆରସି, ଭୁବନେଶ୍ୱର ନିର୍ଦ୍ଦେଶକ ଏବଂ ଆଇସିଏମ୍ଆର, ନୂଆଦିଲ୍ଲୀର ଏଡିଜି, ଡ. ସଂଘମିତ୍ରା ପତି। ଡେଙ୍ଗୁ ସଂକ୍ରମଣ ଦ୍ୱାରା ଉପୁଜିଥିବା ଚ୍ୟାଲେଞ୍ଜଗୁଡ଼ିକୁ ମୁକାବିଲା କରିବାରେ ପ୍ରମାଣ-ଆଧାରିତ ନୀତିନିର୍ଦ୍ଧାରଣ, ଗବେଷଣା ସହଯୋଗ ଏବଂ ଜନସ୍ୱାସ୍ଥ୍ୟ ପ୍ରସ୍ତୁତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ ଡ. ପତି। ସ୍ୱାସ୍ଥ୍ୟ ସେବା ଅତିରିକ୍ତ ନିର୍ଦ୍ଦେଶକ ଏବଂ ରାଜ୍ୟ କାର୍ଯ୍ୟକ୍ରମ ଅଧିକାରୀ, ଜାତୀୟ ଭେକ୍ଟର-ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଓଡ଼ିଶା, ଡ. ଶୁଭାଶିଷ ମହାନ୍ତି, ଓଡ଼ିଶାରେ ପରିବର୍ତ୍ତନଶୀଳ ମହାମାରୀ ଏବଂ ଡେଙ୍ଗୁର ଭାର ବିଷୟରେ ବିସ୍ତୃତ ସୂଚନା ଉପସ୍ଥାପନ କରିଥିଲେ, ବିଶେଷ କରି ଓଡ଼ିଶା ଏବଂ ପୂର୍ବ ଭାରତ ଉପରେ ଧ୍ୟାନ ଦିଆଯାଇଥିଲା। ବିଶେଷଜ୍ଞମାନେ ମିଳିତ ଭାବରେ ଜଳବାୟୁ-ସମ୍ବେଦନଶୀଳ ରୋଗ ନିରୀକ୍ଷଣ, ପ୍ରାଥମିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା, ପରୀକ୍ଷାଗାର କ୍ଷମତା ବୃଦ୍ଧି କରିବା ଏବଂ ଆନ୍ତଃଶାଖାଗତ ଗବେଷଣା ସହଯୋଗକୁ ପ୍ରୋତ୍ସାହିତ କରିବାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ଜାତୀୟ ଡେଙ୍ଗୁ ଦିବସ ପାଳନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା ଏମ୍ସ ଭୁବନେଶ୍ୱରର ଓପିଡିରେ ଆୟୋଜିତ ଜନସଚେତନତା କାର୍ଯ୍ୟକ୍ରମ। ଫ୍ୟାକଲ୍ଟି ସଦସ୍ୟ, ରେସିଡେଣ୍ଟ ଡାକ୍ତର, ନର୍ସିଂ ଅଫିସର ଏବଂ ସ୍ୱାସ୍ଥ୍ୟସେବା କର୍ମୀମାନେ ରୋଗୀ ଏବଂ ଆଟେଣ୍ଡାଣ୍ଟଙ୍କ ସହ ଆଲୋଚନା କରି ଡେଙ୍ଗୁ ଜ୍ୱରର ଲକ୍ଷଣ, ଡାକ୍ତରଖାନାରେ ଭର୍ତ୍ତି ହେବା ଆବଶ୍ୟକ କରୁଥିବା ସତର୍କତା ସୂଚକ ଏବଂ ମଶା ପ୍ରଜନନ ବିରୁଦ୍ଧରେ ପ୍ରତିରୋଧକ ପଦକ୍ଷେପ ବିଷୟରେ ସେମାନଙ୍କୁ ଶିକ୍ଷା ଦେଇଥିଲେ।ଏଡିସ୍ ମଶାର ପ୍ରଜନନ ଅଭ୍ୟାସ, ବ୍ୟକ୍ତିଗତ ସୁରକ୍ଷାମୂଳକ ପଦକ୍ଷେପ ଏବଂ ପ୍ରାରମ୍ଭିକ ସ୍ୱାସ୍ଥ୍ୟସେବା-ଖୋଜିବା ଆଚରଣ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ଶିକ୍ଷାଗତ ଲିଫଲେଟ୍ ବଣ୍ଟନ କରାଯାଇଥିଲା।

ସ୍ତମ୍ଭ 18 May 2026 11:40 pm

cow hide truck seized ବାଲିଚନ୍ଦ୍ରପୁରରେ ପ୍ରଥମ: ୨୦ ଟନ ଗୋରୁ ଚମଡା ବୋଝେଇ ଟ୍ରକ ଜବତ,୨ ଗିରଫ

ଚଣ୍ଡିଖୋଲ : ଟନରୁ ଅଧିକ ଗୋରୁ ଚମଡା ବୋଝେଇ ଏକ ଟ୍ରକକୁ ବାଲିଚନ୍ଦ୍ରପୁର ପୋଲିସ ଜବତ କରିଛି । ଏଥି ସହିତ ଜବତ ଟ୍ରକର ଡ୍ରାଇଭର ଓ ହେଲଫରକୁ ମଧ୍ୟ ପୋଲିସ ଗିରଫ କରିଛି । ତେବେ ଏତେ ଟନର ଗୋରୁ ଚମଡା ଜବତ ହେବା ଘଟଣା ବାଲିଚନ୍ଦ୍ରପୁର ଥାନାରେ ପ୍ରଥମ ବୋଲି କୁହାଯାଉଛି । ଥାନା ସୂତ୍ରରୁ ପ୍ରକାଶ, ରବିବାର ବିଳମ୍ବିତ ରାତିରେ ଚାରିନଙ୍ଗଳ ଠାରୁ ଏକ ଟ୍ରକ (ଓଡି ୦୯ ବି-୭୩୮୭) ୧୬ ନମ୍ବର ଜାତୀୟ ରାଜପଥ ଦେଇ କଲିକତା ଅଭିମୁଖେ ଯାଉଥିଲା । ଏ ନେଇ ସୂଚନା ପାଇ ବଜରଙ୍ଗ ଦଳର ସଦସ୍ୟ ମାନେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଏହି ରାଜପଥର ଭାକୁଡ଼ ଛକ ନିକଟରେ ଚମଡା ବୋଝେଇ ଟ୍ରକଟିକୁ ଅଟକାଇଥିଲେ । ପରେ ଜବତ ଟ୍ରକକୁ ଥାନାକୁ ଆଣି ପୋଲିସ କାଗଜପତ୍ର ଯାଞ୍ଚ କରିଥିଲେ । ତେବେ ଯାଞ୍ଚ ସମୟରେ ଚାରିନଙ୍ଗଳ ଓ ନଳିପୁର ଗ୍ରାମର ଅପ୍ରୋଜ ଖାଁ ଓ ସେକ ୱାଜିଦ ସେମାନଙ୍କୁ ଗୋରୁ ଚମଡା ବିକ୍ରି କରିଥିବା ପୋଲିସ ଜାଣିବାକୁ ପାଇଥିଲେ । ସେମାନେ ଦେଇଥିବା ଜିଏସଟି ବିଲରେ ଦୁଇ ଜଣ ବିକ୍ରି କରିଥିବା ଉଲ୍ଲେଖ ରହିଥିବା ବେଳେ ସରକାରୀ ଭାବେ ଚାରିନଙ୍ଗଳ କିମ୍ବା ନଳିପୁର ଠାରେ କୌଣସି ଲାଇସେନ୍ସ ପ୍ରାପ୍ତ ଚମଡା ଗୋଦାମ ନାହିଁ ବୋଲି ପୋଲିସ ସୂଚନା ଦେଇଛି । ୨୦ ଟନ୍‌ର ଗୋରୁ ଚମଡା ଏଠାରୁ କିପରି ବିକ୍ରି କରାଗଲା ତାହା ପୋଲିସକୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । ତେବେ ଏନେଇ ଥାନା ନମ୍ବର ୧୭୯/୨୬ରେ ଏକ ମାମଲା ରୁଜୁ କରାଯାଇ ଗିରଫ ଡ୍ରାଇଭର ଭଦ୍ରକ ଜିଲ୍ଲା ବଟ ସାହି ଅଞ୍ଚଳର ସେକ ସାହିଦ ଓ ଚାନ୍ଦବାଲି ଥାନା ଅନ୍ତର୍ଗତ ମତୋ ପରମାଣିକପୁର ଗ୍ରାମର ହେଲଫର ନବାଵ ଖାଁଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନାଧିକାରୀ ଦିଲ୍ଲୀପ କୁମାର ମହାନ୍ତି ସୂଚନା ଦେଇଛନ୍ତି । ତେବେ ଆଜି ଦର୍ପଣର ଅତିରିକ୍ତ ତହସିଲଦାର ବିରଜା ରାୟଙ୍କ ଉପସ୍ଥିତିରେ ଟ୍ରକଟିକୁ ଜବତ କରାଯାଇଥିଲା ।

ସ୍ତମ୍ଭ 18 May 2026 9:12 pm

Truck Seized: ମଇଁଷି ବୋଝେଇ ଟ୍ରକ ଜବତ, ୩ ଅଟକ

ଝାରବନ୍ଧ: ଝାରବନ୍ଧ ଥାନା ଅଞ୍ଚଳରେ ପୁଲିସର ସକାଳୁ ପେଟ୍ରୋଲିଂ ବେଳେ ଏକ ସନ୍ଦେହଜନକ ଟ୍ରକକୁ ଅଟକାଇ ତନଖି କରାଯାଇଛି। ଟ୍ରକରେ ମଇଁଷି ବୋଝେଇ ନିଆଯାଉଥିବା ବେଳେ ପୁଲିସ ଟ୍ରକ ସହିତ ତିନି ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। କିଏ କିଏ ସାମିଲ ଅଛନ୍ତି ପୁଲିସ ଛାନଭିନ୍ ଜାରି ରଖିଛି ସୂଚନା ଅନୁଯାୟୀ, ଝାରବନ୍ଧ ଥାନା ଅଧୀନ ଅଡାପାଣି ଛକ ନିକଟରେ ଆଜି ସକାଳ ପ୍ରାୟ ୫ଟା ସମୟରେ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଏକ ସନ୍ଦେହଜନକ ଟ୍ରକକୁ ଅଟକାଇ ତନଖି କରିଥିଲା। ତଦନ୍ତ ସମୟରେ ଟ୍ରକରେ ମଇଁଷି ବୋଝେଇ ନିଆଯାଉଥିବା ଜଣାପଡ଼ିଥିଲା। ପରେ ପୁଲିସ ଟ୍ରକକୁ ଜବତ କରି ଝାରବନ୍ଧ ଥାନାକୁ ଆଣିଥିବା ବେଳେ, ଏହି ଘଟଣାରେ ସଂପୃକ୍ତ ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ମଇଁଷିଗୁଡ଼ିକୁ କେଉଁଠାରୁ କେଉଁଠାକୁ ନିଆଯାଉଥିଲା ଏବଂ ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି, ସେନେଇ ପୁଲିସ ଛାନଭିନ୍ ଜାରି ରଖିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ, ପୁଲିସ ପକ୍ଷରୁ ତଦନ୍ତ ପରେ ଅଧିକ ସୂଚନା ମିଳିବ ବୋଲି ସୂଚନା ରହିଛି l ଆହୁରି ପଢ଼ନ୍ତୁ: Green Drum Murder Case: ସ୍ବାମୀ-ଭାଇ ସହିତ ମିଶି ପ୍ରେମିକଙ୍କୁ ହତ୍ୟା କଲେ ମହିଳା

ସ୍ତମ୍ଭ 17 May 2026 12:18 pm

ମହଙ୍ଗା ହୋଇଯିବ ବିଜୁଳି! ଗ୍ରାହକଙ୍କ ଉପରେ ପଡ଼ିବ ଅତିରିକ୍ତ ଆର୍ଥିକ ବୋଝ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ, ୧୬।୫: ମଧ୍ୟପ୍ରାଚ୍ୟ ସଙ୍କଟ ବିଶ୍ୱର ଅନେକ ଦେଶକୁ ପ୍ରଭାବିତ କରିଛି, ଏବଂ ଭାରତ ମଧ୍ୟ ଏହାର ବ୍ୟତିକ୍ରମ ନୁହେଁ। ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣ ପରେ ବିଶ୍ୱ ଏକ ଶକ୍ତି ସଙ୍କଟର ସମ୍ମୁଖୀନ ହେଉଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକମାନଙ୍କୁ ଆମଦାନୀ ସାମଗ୍ରୀ ବ୍ୟବହାର ସୀମିତ କରିବାକୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ପରେ, କ୍ଷୀର, ପେଟ୍ରୋଲ, ଡିଜେଲ ଏବଂ ସିଏନସିର ମୂଲ୍ୟ ବୃଦ୍ଧି ପାଇଛି। ମୁଦ୍ରାସ୍ଫୀତିର ଏହି ଯୁଗରେ, ପ୍ରଧାନମନ୍ତ୍ରୀ […] The post ମହଙ୍ଗା ହୋଇଯିବ ବିଜୁଳି! ଗ୍ରାହକଙ୍କ ଉପରେ ପଡ଼ିବ ଅତିରିକ୍ତ ଆର୍ଥିକ ବୋଝ, ଜାଣନ୍ତୁ କାରଣ… appeared first on Dharitri Odia News .

ପୃଥିବୀ 16 May 2026 9:34 am

କାର୍‌କୁ ଧକ୍କାଦେଲା ଚିପ୍ସ ବୋଝେଇ ହାଇଓ୍ବା, ୨ ଜଣଙ୍କ ଜୀବନ ଗଲା

ବାରଙ୍ଗ,୧୫ା୫(ଲିଙ୍ଗରାଜ ରାଉତ): ଭୁବନେଶ୍ୱର ଚନ୍ଦକା ରାସ୍ତା ଭୋଳାଛକଠାରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର୍‌କୁ ଚିପ୍ସ ବୋଝେଇ ହାଇୱା ଧକା ଦେବାରୁ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି। କାହାର ଅଦ୍ୟାବଧି ପରିଚୟ ମିଳି ନ ଥିବାବେଳେ ଚନ୍ଦକା ପୋଲିସର ତଦନ୍ତ ଆରମ୍ଭ କରିଛି। Dharitri – Odisha’s No.1 Odia Daily The post କାର୍‌କୁ ଧକ୍କାଦେଲା ଚିପ୍ସ ବୋଝେଇ ହାଇଓ୍ବା, ୨ ଜଣଙ୍କ ଜୀବନ ଗଲା appeared first on Dharitri Odia News .

ପୃଥିବୀ 15 May 2026 12:12 pm

Oil Crisis: ହର୍ମୁଜ ଅତିକ୍ରମ କଲା ୨ ଭାରତୀୟ ଏଲପିଜି ବୋଝେଇ ଜାହାଜ

ନୂଆଦିଲ୍ଲୀ: ପଶ୍ଚିମ ଏସିଆର ବଦଳୁଥିବା ପରିସ୍ଥିତି ସମ୍ପର୍କରେ ଭାରତ ଜନସାଧାରଣଙ୍କ ଲାଗି ନେଉଥିବା ପଦକ୍ଷେପ ସମ୍ପର୍କରେ ନିୟମିତ ଅପଡେଟ୍ ପ୍ରଦାନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ, ଆଜି ନ୍ୟାସନାଲ ମିଡିଆ ସେଣ୍ଟରରେ ଏକ ମିଡିଆ ବ୍ରିଫିଂ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍, ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀମାନେ ଜାଳେଣିର ଉପଲବ୍ଧତା, ସାମୁଦ୍ରିକ କାର୍ଯ୍ୟକଳାପ ଏବଂ ପ୍ରମୁଖ କ୍ଷେତ୍ରଗୁଡିକରେ ସ୍ଥିରତା ବଜାୟ ରଖିବା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ସୂଚନା ପ୍ରଦାନ କରିଥିଲେ। ଶକ୍ତି ଯୋଗାଣ ଏବଂ ଜାଳେଣି ଉପଲବ୍ଧତା ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ବର୍ତ୍ତମାନର ଜାଳେଣି ଯୋଗାଣ ସ୍ଥିତି ଉପରେ ଏକ ଅପଡେଟ୍ ପ୍ରଦାନ କରିବା ସହ ପଶ୍ଚିମ ଏସିଆର ସ୍ଥିତିକୁ ଦୃଷ୍ଟିରେ ରଖି ପେଟ୍ରୋଲିୟମ ଉତ୍ପାଦ ଏବଂ ଜନସାଧାଣଙ୍କ ଲାଗି ଏଲପିଜିର ନିରବଚ୍ଛିନ୍ନ ଉପଲବ୍ଧତା ନିଶ୍ଚିତ କରିବାକୁ ନିଆଯାଉଥିବା ପଦକ୍ଷେପଗୁଡ଼ିକ ବିଷୟରେ ସୂଚନା ପ୍ରଦାନ କରିଛନ୍ତି। ଏହି ପଦକ୍ଷେପଗୁଡ଼ିକ ଭିତରେ ଜନସାଧାରଣଙ୍କ ପରିସ୍ଥିତି ସମ୍ପର୍କରେ ଅବଗତ କରାଇବା, ସାଧାରଣ ପରାମର୍ଶ ତଥା ମାର୍ଗ ଦର୍ଶିକା ଜାରି କରିବା ଯୋଗାଣ ସଙ୍କଟ ସମ୍ପର୍କରେ ସଚେତନ କରି ଆବଶ୍ୟକ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିବା ପ୍ରଭୃତି ଅନ୍ୟତମ। ଆହୁରି ପଢ଼ନ୍ତୁ: Commercial LPG: ବାଣିଜ୍ୟିକ ଏଲ୍‌ପିଜି ଗ୍ୟାସ୍‌:୨ ମାସରେ ୧୩୦୦ ଟଙ୍କା ବଢ଼ିଲା ସାଧାରଣ ପରାମର୍ଶ ଏବଂ ନାଗରିକ ସଚେତନତା ସରକାର ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ଉପଲବ୍ଧତା ନିଶ୍ଚିତ କରିବାକୁ ସମସ୍ତ ପ୍ରୟାସ କରୁଥିବାରୁ ନାଗରିକମାନଙ୍କୁ ଏ ନେଇ ଆତଙ୍କିତ ହୋଇ କୌଣସି ସାମଗ୍ରୀ ନ କିଣିବାକୁ ପରାମର୍ଶ ଦିଆଯାଇଛି ଗୁଜବ ପ୍ରତି ସତର୍କ ରୁହିବା ଏବଂ ସଠିକ୍ ସୂଚନା ପାଇଁ ସରକାରୀ ସୂତ୍ର ଉପରେ ନିର୍ଭର କରିବାକୁ କୁହାଯାଇଛି ଏଲପିଜି ଗ୍ରାହକମାନଙ୍କୁ ଡିଜିଟାଲ୍ ବୁକିଂ ପ୍ଲାଟଫର୍ମ ବ୍ୟବହାର କରିବାକୁ ପରାମର୍ଶ ଦିଆଯିବା ସହ ବିତରକଙ୍କ ପାଖକୁ ଯିବାକୁ ବାରଣ କରାଯାଇଛି ନାଗରିକମାନଙ୍କୁ ପିଏନଜି ଏବଂ ଇଲେକ୍ଟ୍ରିକ୍ କିମ୍ବା ଇଣ୍ଡକସନ୍ କୁକଟପ୍ ପରି ବିକଳ୍ପ ଜାଳେଣି ବ୍ୟବହାର କରିବାକୁ ଉତ୍ସାହିତ କରାଯାଉଛି ବର୍ତ୍ତମାନର ପରିସ୍ଥିତିରେ ନିଜର ଦୈନନ୍ଦିନ ବ୍ୟବହାରରେ ଶକ୍ତି ସଂରକ୍ଷଣ ପାଇଁ ଆବଶ୍ୟକୀୟ ପ୍ରୟାସ କରିବାକୁ ସମସ୍ତ ନାଗରିକଙ୍କୁ ଅନୁରୋଧ କରାଯାଇଛି ସରକାରୀ ପ୍ରସ୍ତୁତି ଏବଂ ଯୋଗାଣ ପରିଚାଳନା ପଦକ୍ଷେପ ଚାଲିଥିବା ଭୂ-ରାଜନୈତିକ ସ୍ଥିତି ସତ୍ତ୍ୱେ ସରକାର ଘରୋଇ ଏଲପିଜି, ଘରୋଇ ପିଏନଜି ଏବଂ ସିଏନଜି (ପରିବହନ) ପାଇଁ ୧୦୦% ଯୋଗାଣ ନିଶ୍ଚିତ କରିଛନ୍ତି ବ୍ୟବସାୟିକ ଏଲପିଜି ପାଇଁ ଡାକ୍ତରଖାନା ଏବଂ ଶିକ୍ଷାନୁଷ୍ଠାନକୁ ପ୍ରାଥମିକତା ଦିଆଯାଇଛି। ଏହା ବ୍ୟତୀତ ଫାର୍ମା, ଷ୍ଟିଲ୍, ଅଟୋମୋବାଇଲ୍, ବିହନ, କୃଷି ଇତ୍ୟାଦି କ୍ଷେତ୍ରକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି। ପ୍ରବାସୀ ଶ୍ରମିକମାନଙ୍କୁ ୫ କେଜି ଏଫଟିଏଲ୍ (FTL) ସିଲିଣ୍ଡର ଯୋଗାଣ ମଧ୍ୟ ଦ୍ୱିଗୁଣିତ କରାଯାଇଛି ସରକାର ଯୋଗାଣ ଏବଂ ଚାହିଦା ଉଭୟ କ୍ଷେତ୍ରରେ କେତେକ ଯୁକ୍ତିଯୁକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି, ଯେଉଁଥିରେ ରିଫାଇନାରୀ ଉତ୍ପାଦନ ବୃଦ୍ଧି, ସହରାଞ୍ଚଳରେ ବୁକିଂ ବ୍ୟବଧାନକୁ ୨୧ ରୁ ୨୫ ଦିନ ଏବଂ ଗ୍ରାମାଞ୍ଚଳରେ ୪୫ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିବା ଏବଂ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦେବା ଅନ୍ତର୍ଭୁକ୍ତ ଏଲପିଜି ଚାହିଦା ଉପରେ ଚାପ ହ୍ରାସ କରିବା ପାଇଁ କିରୋସିନ ଏବଂ କୋଇଲା ପରି ବିକଳ୍ପ ଜାଳେଣି ଉପଲବ୍ଧ କରାଯାଇଛି କୋଇଲା ମନ୍ତ୍ରଣାଳୟ କୋଲ୍ ଇଣ୍ଡିଆ ଏବଂ ସିଙ୍ଗାରେନି କଲିଅରିଜକୁ କ୍ଷୁଦ୍ର ଓ ମଧ୍ୟମ ଗ୍ରାହକଙ୍କୁ ଅତିରିକ୍ତ କୋଇଲା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛି ନୂଆ ଏବଂ ପୁରୁଣା ଗ୍ରାହକଙ୍କୁ ପିଏନ୍‍ଜି ସଂଯୋଗ ନେବା ଲାଗି ସୁବିଧା ପ୍ରଦାନ କରିବା ଲାଗି ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି।

ସ୍ତମ୍ଭ 14 May 2026 11:20 pm

ଏଇଠି ଭାଙ୍ଗିପଡ଼ିଛି ଦୁଃଖର ପାହାଡ଼, ରୋଗରେ ଯୁଝୁଛି ସାରା ପରିବାର, ଭଙ୍ଗା ହାତରେ ସଂସାର ବୋଝ

କନକ ବ୍ୟୁରୋ : ଗୋଟିଏ ପଟେ ବାପାଙ୍କୁ ହରାଇବାର ଦୁଃଖ, ଅନ୍ୟପଟେ ପତ୍ନୀଙ୍କ ଦୁଇଟି ଯାକ କିଡନୀ ଖରାପ। ରୋଗାକ୍ରାନ୍ତ ସ୍ତ୍ରୀ, ଦୁଇ ବର୍ଷର କୁନି ଝିଅ ଆଉ ଭଙ୍ଗା ହାତରେ ସଂସାର ବୋଝ। କେମିତି ଅଛନ୍ତି ଏହି ଅସହାୟ ପରିବାର, ବରୀ ବ୍ଲକ ବାଇଁଶିରିଆ ପଞ୍ଚାୟତ ପାଣି ସାହିର ନାରାୟଣ ପାଣି। ପରିବାର କହିଲେ ସ୍ତ୍ରୀ ନିଶାମଣି ଓ ୨ ବର୍ଷର କୁନି ଝିଅ। ବାପାଙ୍କ ସହ ଚାଷ କରି ବେଶ ହସଖୁସିରେ ଚାଲିଥିଲା ସୁନାର ସଂସାର। କାହା ନଜର ଲାଗିଗଲା ପରି ହଠାତ୍‌ ପରିବାର ଉପରେ ମାଡ଼ି ଆସିଲା ଦୁଃଖର କଳାବାଦଲ। ବାପା ପକ୍ଷାଘାତରେ ଆକ୍ରାନ୍ତ ହେଲେ। ବାପାଙ୍କୁ ଭଲ କରିବାକୁ ଚେଷ୍ଟା କରି ହାରିଗଲେ ନାରାୟଣ। ବାପାଙ୍କ ମୃତ୍ୟୁର ଠିକ୍ ଆଠ ଦିନ ପରେ ଅସୁସ୍ଥ ହୋଇପଡ଼ିଲେ ସ୍ତ୍ରୀ। ମେଡିକାଲ ନେବାରୁ ଜଣାପଡ଼ିଲା ୨ଟି ଯାକ କିଡ୍‌ନି ଖରାପ। ନାରାୟଣଙ୍କ ପାଦ ତଳୁ ମାଟି ଖସିଗଲା। ଏବେ ଘର କାମ, ପତ୍ନୀଙ୍କ ସେବା, ୨ ବର୍ଷ ଝିଅର ଦାୟିତ୍ୱ ବୁଝିବା ଭିତରେ ଚାଷ କାର୍ୟ୍ୟ ସମ୍ପୂର୍ଣ ବନ୍ଦ ହୋଇଯାଇଛି। ରାତି ପାହିଲେ ଘାରୁଛି ପେଟ ଚିନ୍ତା। ସ୍ତ୍ରୀଙ୍କ ଚିକିତ୍ସା ତ’ ଦୂରର କଥା, ମେଡିକାଲ ଯିବାକୁ ଗାଡ଼ି ଭଡ଼ା ବି ନାହିଁ। ଯାହା ଥିଲା ସବୁ ବିକି ଭାଙ୍ଗି ଖର୍ଚ୍ଚ ହୋଇସାରିଛି। ଏପଟେ ଭାଗ୍ୟର ବିଡ଼ମ୍ବନା, ନାରାୟଣଙ୍କ ହାତ ମଧ୍ୟ ଭାଙ୍ଗିଯାଇଛି। ସେଇ ହାତରେ ରୋଷେଇ କରୁଛନ୍ତି, ପତ୍ନୀଙ୍କୁ ଖୁଆଇଦେଉଛନ୍ତି ଆଉ କୁନି ଝିଅକୁ ସମ୍ଭାଳୁଛନ୍ତି। ସେତିକିରେ ଦୁଃଖ ସରିଲାନି ଯେ, ଘୂର୍ଣ୍ଣିଝଡ଼ରେ ଘରଟି ଭାଙ୍ଗିଯିବା ପରେ ପର ଘରେ ଆଶ୍ରୟ ନେଇଛନ୍ତି ନାରାୟଣଙ୍କ ପରିବାର। ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ବ୍ଲକକୁ ଦୌଡ଼ି ଦୌଡ଼ି ଚପଲ ଘୋରି ହୋଇଗଲାଣି। କିନ୍ତୁ କେହି ଶୁଣୁନାହାନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ଅସହାୟ ପରିବାର ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି। ଏଥିସହ ନାରାୟଣଙ୍କୁ ଯଦି କୌଣସି ସହୃଦୟ ବ୍ୟକ୍ତି କିମ୍ବା କୌଣସି ସ୍ବେଚ୍ଛାସେବୀ ସଂଗଠନ ସହଯୋଗ କରନ୍ତି ନିଶାମଣିଙ୍କୁ ନୂଆ ଜୀବନ ମିଳିପାରିବ। ନାମ- ନିଶାମଣି ପାଣି ଆକାଉଣ୍ଟ ନମ୍ବର- 6937172451 IFSC CODE- IDIB000B067 ଫୋନ୍ ପେ ନମ୍ବର- 8018005750

ନିନ୍ଦା 14 May 2026 6:37 pm

କେନ୍ଦୁପତ୍ର ବୋଝେଇ ପିକଅପ୍‌ ଜବତ, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ରିଆମାଳ, ୧୪୫(ବଦ୍ରିନାରାୟଣ ଅଗ୍ରୱାଲା):ଦେବଗଡ଼ ଜିଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା କରଲଗା ଜିରୋ ପଏଣ୍ଟଠାରେ ଏକ କେନ୍ଦୁପତ୍ର ବୋଝେଇ ପିକଅପ ଜବତ ହେବା ସହ ଦୁଇ ଜଣକୁ ଗିରଫ କରାଯାଇଛି। ସୂଚନା ଅନୁସାରେ, ବୁଧବାର କେନ୍ଦୁପତ୍ର ବୋଝେଇ ପିକ ଅପ(ଗାଡ଼ି ନଂ- ଡବ୍ଲ୍ୟୁବି-୩୩-ଡି-୫୯୯୪) ଅନୁଗୁଳ କଣିହାଁ ପଟୁ ଦେବଗଡ଼ ଅଞ୍ଚଳକୁ ଦ୍ରୁତ ଗତିରେ ଯାଉଥିବାବେଳେ ଖଇରପାଲି ଫାଣ୍ଡି ପୁଲିସ ସନ୍ଦେହ କରି ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା। ଫଳରେ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜବତ ହେବା ସହ […] The post କେନ୍ଦୁପତ୍ର ବୋଝେଇ ପିକଅପ୍‌ ଜବତ, ୨ ଜଣଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News .

ପୃଥିବୀ 14 May 2026 9:32 am

ଛତିଶଗଡ଼ରୁ ଓଡିଶାକୁ ଧାନ ଚାଲାଣ: ୨ ଧାନ ବୋଝେଇ ଟ୍ରକ ଅଟକ ରଖିଲେ ଉପଜିଲାପାଳ

ପଦ୍ମପୁର,୧୩।୫(ପ୍ରଦୀପ୍ତ ଦାଶ):ବର୍ତ୍ତମାନ ପଦ୍ମପୁର ଉପଖଣ୍ଡରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେଲାଣି। ଏହାକୁ ଦୃଷ୍ଟିରେ ରଖି କିଛି ଅସାଧୁ ବ୍ୟବସାୟୀ ଛତିଶଗଡ଼ରୁ ପଦ୍ମପୁର ଅଞ୍ଚଳକୁ ଚୋର ଧାନ ଆଣୁଥିବା ଚର୍ଚ୍ଚା ଚାଲିଥିଲା। ମଙ୍ଗଳବାର ରାତିରେ ପଦ୍ମପୁର ଉପଜିଲାପାଳ ହେମସାଗର ଭୋଇ ଛତିଶଗଡ଼ ସୀମାନ୍ତବର୍ତ୍ତୀ ଅଞ୍ଚଳ ବୁଲୁଥିବା ବେଳେ ଦୁଇଟି ଧାନ ବୋଝେଇ ହୋଇଥିବା ଟ୍ରକକୁ ଜଗଦଲପୁରରେ ଅଟକାଇ ଥିଲେ। ଟ୍ରକ ଡ୍ରାଇଭର ଛତିଶଗଡ଼ ବସନା ଅଞ୍ଚଳରୁ ଧାନ ଆଣୁଥିବା କହିଥିଲେ। ଅଧିକ ତଦନ୍ତ ପାଇଁ ଉପଜିଲାପାଳ […] The post ଛତିଶଗଡ଼ରୁ ଓଡିଶାକୁ ଧାନ ଚାଲାଣ: ୨ ଧାନ ବୋଝେଇ ଟ୍ରକ ଅଟକ ରଖିଲେ ଉପଜିଲାପାଳ appeared first on Dharitri Odia News .

ପୃଥିବୀ 13 May 2026 10:29 am

ଆରଡ଼ି ଛକ ନିକଟରେ ଲୋକଙ୍କ ଆକ୍ରୋଶ , ଗୋମାଂସ ବୋଝେଇ କାର ଭଙ୍ଗାରୁଜା

କନକ ବ୍ୟୁରୋ : ଭଦ୍ରକରେ ଗୋମାଂସ ବୋଝେଇ କାରକୁ ଭାଙ୍ଗିଲେ ଲୋକେ । ଭଦ୍ରକ ଗ୍ରାମାଞ୍ଚଳ ଥାନା ନିକଟ ଆରଡ଼ି ଛକ ନିକଟରେ ଏହି ଘଟଣା ଘଟିଛି । ଘଟଣାସ୍ଥଳରେ ଗ୍ରାମାଞ୍ଚଳ ପୁଲିସ୍ ପହଞ୍ଚି ଗୋମାଂସ ବୋଝେଇ କାରକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅଧିକ ପଢ଼ନ୍ତୁ : ଗୋମାଂସ ନେଇ ରାଜନୀତି ଉଷ୍ମ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତଙ୍କ ଟାର୍ଗେଟରେ ଏଜେପି ପ୍ରାର୍ଥୀ ମାଂସ ବୋଝେଇ ହୋଇଥିବା କାରଟି ଧାମନଗରରୁ ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ପିଛା କରିଥିଲେ ଗୋ- ସେବକମାନେ । ଏହି ସମୟରେ ଉତ୍ତ୍ୟକ୍ତ ଲୋକ କାରକୁ ଭଙ୍ଗା ରୁଜା କରିଛନ୍ତି । ପୁଲିସ୍ ଏହି ଘଟଣାରେ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ।

ନିନ୍ଦା 11 May 2026 9:27 am

Beef Loaded Car: ଭଦ୍ରକରେ ଗୋମାଂସ ବୋଝେଇ କାରକୁ ଭାଙ୍ଗିଲେ ଲୋକ

ଭଦ୍ରକ: ଭଦ୍ରକର ଆରଡି ଛକ ନିକଟରେ ଏକ ଗୋମାଂସ ବୋଝେଇ କାରକୁ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକ। ଘଟଣା ଘଟିଛି ଗ୍ରାମାଞ୍ଚଳ ଥାନା ନିକଟ ଆରଡ଼ି ଛକ ନିକଟରେ। ଭଦ୍ରକ ଗ୍ରାମାଞ୍ଚଳ ଥାନା ନିକଟ ଆରଡ଼ି ଛକ ନିକଟରେ ଗୋ ମାଂସ ବୋଝେଇ କାର କୁ ଭାଙ୍ଗିଲେ ଲୋକ। ଘଟଣା ସ୍ଥଳରେ ଗ୍ରାମାଞ୍ଚଳ ପୁଲିସ ପହଂଚି ମାଂସ ବୋଝେଇ କାରକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗୋ ମାଂସ ବୋଝେଇ କାରଟି ଧାମନଗର ରୁ ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ପିଛା କରିଥିଲେ ଗୋ ସେବକମାନେ। ପୁଲିସ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ଏହି ସମୟରେ ଉତ୍ତ୍ୟକ୍ତ ଲୋକ କାରକୁ ଭଙ୍ଗାରୁଜା କରିଛନ୍ତି। ପୁଲିସ ଏହି ଘଟଣାରେ ଡ୍ରାଇଭର କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଭଦ୍ରକ ଏବେ ଗୋ ମାଂସ ଓ ଗୋ ଚାଲାଣର ହବ ପାଲଟିଥିବା ବେଳେ ଏହାକୁ ରୋକା ଯାଇ ପାରୁ ନଥିବାରୁ ବୁଦ୍ଧିଜୀବୀ ମହଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। Forester: ହାତୀ ଆକ୍ରମଣରେ ଫରେଷ୍ଟର ଗୁରୁତର

ସ୍ତମ୍ଭ 11 May 2026 8:41 am

ଯାଜପୁର ନେତାଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ, ଭାଜପା ସରକାର ବଡ଼ ବୋଝ….

ଭୁବନେଶ୍ବର,୭।୫: ଯାଜପୁର ଜିଲା ବିଜେଡି କାର୍ଯ୍ୟକାରିଣୀ ବୈଠକରେ ତାଗିଦ କଲେ ନବୀନ ପଟ୍ଟନାୟକ । ଭିଡିଓବାର୍ତ୍ତା ଜାରି କରି କହିଲେ, ମୁଁ ସବୁବେଳେ ଡିସିପ୍ଲିନ୍‌ ଉପରେ ଗୁରୁତ୍ବ ଦେଇ ଆସିଛି । ବିଶୃଙ୍ଖଳାକୁ ବରଦାସ୍ତ କରାଯାଇପାରିବ ନାହିଁ ବୋଲି କହିଛନ୍ତି । ଅନ୍ୟପଟେ ଦଳକୁ ମଜଭୁତ କରିବାକୁ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ବିରୋଧୀ ଦଳ ନେତା କହିଛନ୍ତି ଯେ, ଓଡ଼ିଶାବାସୀ ଆମକୁ ୨୪ ବର୍ଷ ସେବା କରିବାର ସୁଯୋଗ ଦେଇଥିଲେ । ଲୋକଙ୍କ ଏହି […] The post ଯାଜପୁର ନେତାଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ, ଭାଜପା ସରକାର ବଡ଼ ବୋଝ…. appeared first on Dharitri Odia News .

ପୃଥିବୀ 7 May 2026 2:23 pm

Accident: କୋଇଲା ବୋଝେଇ ଟ୍ରକ୍କୁ ପଛପଟୁ ଧକ୍କା ଦେଲା ହାଇୱା: ଡ୍ରାଇଭର ଗୁରୁତର

ରାଉରକେଲା: ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ବେଦବ୍ୟାସ ଅଞ୍ଚଳରେ ଆଜି ଭୋରୁ ଘଟି ଯାଇଛି ଏକ ଭୟାବହ ଦୁର୍ଘଟଣା । ବିଜୁ ଏକ୍ସପ୍ରେସୱେର ପାହାଡ଼ି ହୋଟେଲ ନିକଟ ୧୦ ନମ୍ୱର୍ ରାଜ୍ୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା। ଏକ କୋଇଲା ବୋଝେଇ ଟ୍ରକ୍ ରାସ୍ତାରେ ଛିଡା ହୋଇଥିବା ବେଳେ ପଛପଟୁ ଏକ ହାଇୱା ଗାଡ଼ି ଟ୍ରକ୍ କୁ ପିଟି ଦେଇଥିଲା। ଫଳରେ ଡ୍ରାଇଭର ଟ୍ରକ୍ ରେ ଚାପି ହୋଇ ରହି ଯାଇଥିଲା। ଆହୁରି ପଢ଼ନ୍ତୁ: NaveenPattnaik: ହିଞ୍ଜିଳିରେ ଗର୍ଭବତୀ ମହିଳାଙ୍କୁ ହତ୍ୟା: ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି ଆଜି ସକାଳୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଟ୍ରକର କବାଟ କାଟି ଡ୍ରାଇଭରକୁ ଉଦ୍ଧାର କରିଛନ୍ତି। ଡ୍ରାଇଭରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବ୍ରାହ୍ମଣୀ ତରଙ୍ଗ ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି। ଉଲ୍ଲେଖଯୋଗ୍ୟ ଯେ ସୁନ୍ଦରଗଡ଼ ଜିଲ୍ଲାରେ ବଢ଼ି ଚାଲିଛି ଦୁର୍ଘଟଣା। ସେ ୧୪୩ ନମ୍ୱର୍ ଜାତୀୟ ରାଜପଥ ହେଉ କି ୫୨୦ ନମ୍ୱର୍ ରାଜପଥ ଅବା ୧୦ ନମ୍ୱର୍ ରାଜ୍ୟ ରାଜପଥ ହେଉ , ଦୁର୍ଘଟଣାର ହାର ବଢ଼ି ଚାଲିଛି। ଆହୁରି ପଢ଼ନ୍ତୁ: AIDMK Divided : ଏଆଇଏଡିଏମ୍‌କେ ହେବ ଦୁଇଭାଗ!: ୩୦ ଜଣ ବିଧାୟକ ବିଦ୍ରୋହ ପାଇଁ ପ୍ରସ୍ତୁତ ଗତକାଲି ବିଳମ୍ବିତ ରାତିରେ ବେଦବ୍ୟାସ ନିକଟରେ ଘଟିଥିବା ଭୟାବହ ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ଗାଡ଼ି ମଧ୍ୟରୁ ବାହାର କରିବାକୁ ଅଗ୍ନିଶମ ବାହିନୀଙ୍କୁ ୨ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ରାଜପଥରେ ମୁଖ୍ୟତଃ ବେଆଇନ୍ ପାର୍କିଂ ଏବଂ ଦ୍ରୁତ ଗତିରେ ଗାଡି ଚାଳନା ଯୋଗୁଁ ଏପରି ଦୁର୍ଘଟଣା ଘଟୁଥିବା ଜଣାପଡ଼ିଛି। ଏଥିପାଇଁ ପୋଲିସ୍ ଏବଂ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

ସ୍ତମ୍ଭ 6 May 2026 2:27 pm

ଗୋରୁ ବୋଝେଇ ପିକଅପ ଭ୍ୟାନ ଓଲଟି ୧ଗୋରୁ ମୃତ, ୨ ବେପାରୀ ଗିରଫ

ଭଦ୍ରକ, ୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ଥାନା କୁବେରା ପଂଚାୟତ ଅଧୀନ ତୁଳସୀପୁର ନିକଟରେ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନ ଓଲଟି ପଡ଼ିଥିଲା।ଫଳରେ ସେଥିରେଥିବା ଗୋଟିଏ ଗୋରୁର ମୃତ୍ୟୁ ଘଟିଥିବା ଜଣାଯାଇଛି । ଏହି ଘଟଣାକୁ ନେଇ ପୋଲିସ ଏକ ମକଦ୍ଦମା ୧୬୫/୨୬ ରୁଜୁ କରି ୨ ଜଣ ଗୋରୁ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା ବେପାରୀ ୨ଜଣ ହେଉଛନ୍ତି ଭଦ୍ରକ ପୁରୁଣାବଜାର ଅଂଚଳର ଏସ କେ ଶାବିର ଓ ଏସ କେ ଜାଫର ବୋଲି ଜଣାଯାଇଛି। ଘଟଣାରୁ ଜଣାଯାଇଛି ଯେ ,ଏକ ପିକଅପ ଭ୍ୟାନରେ କିଛି ଗୋରୁ ବୋଝେଇ କରି ବେପାରୀମାନେ ନେଉଥିବା ବେଳେ ଭ୍ୟାନଟି ତୁଳସୀପୁର ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଂଚି ୨ଜଣ ଗୋରୁ ବେପାରୀଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ତେବେ ଭ୍ୟାନରେ ଥିବା ୮ଟି ଗୋରୁ ମଧ୍ୟରୁ ଗୋଟିଏ ଗୋରୁ ପ୍ରାଣ ହରାଇଥିବା ବେଳେ ୫ଟି ଆହତ ହୋଇଥିଲେ । ଅନ୍ୟ ୨ ଗୋରୁ ସେଠାରୁ କେଉଁଆଡ଼େ ଚାଲି ଯାଇଥିବା ପୋଲିସ ଜାଣିବାକୁ ପାଇଥିଲା । ତେବେ ଆହତ ୫ ଗୋରୁଙ୍କୁ ଉଦ୍ଧାର କରି ପୋଲିସ ଗୋଶାଳାରେ ଛାଡିଥିବା ଜଣାଯାଇଛି । Continue reading ଗୋରୁ ବୋଝେଇ ପିକଅପ ଭ୍ୟାନ ଓଲଟି ୧ଗୋରୁ ମୃତ, ୨ ବେପାରୀ ଗିରଫ

ଓଡିଆ ପୁଆ 5 May 2026 9:02 pm

ଗୋରୁ ବୋଝେଇ ମାରୁତି ଭ୍ୟାନ୍‌କୁ ପୋଡିଦେଲେ ଉତ୍ୟକ୍ତ ଲୋକେ, ୬ ଗୋରୁ ଉଦ୍ଧାର

ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପୁଲିସ୍ ଯେତେ ସଜାଗ ହେଲେ ମଧ୍ୟ ଭଦ୍ରକ ଜିଲାରେ ଗୋ ମାଫିଆଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଚୋରା ଗୋ ଚାଲାଣକୁ ରୋକିବା ଦିଗରେ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ମଧ୍ୟ କେତେକ ଅସାଧୁ ପୁଲିସ୍ ଅଧିକାରୀଙ୍କ ସହ ଗୋ ମାଫିଆଙ୍କ ମଧୁଚନ୍ଦ୍ରିକା ଏଭଳି ଘଟଣାର ଅନ୍ତ ଘଟାଇ ପାରୁନାହିଁ। ଗତ ସପ୍ତାହରେ ଭଦ୍ରକ ସହରର ବନ୍ତଛକରେ ଏକ ଗୋରୁ ବୋଝେଇ କାର୍‌କୁ ଉତ୍ୟକ୍ତ ଲୋକେ ଜାଳିଦେଇଥିବାବେଳେ ପୁଣି ଆଜି ସେହିଭଳି ଘଟଣାର ପୁନରାବୃତି ହୋଇଛି। ଆଜି ଭଦ୍ରକ ସାବରଙ୍ଗ ଥାନା ଅଧୀନସ୍ଥ ଇଚ୍ଛାପୁର ରେଲ୍‌ୱେ ଗେଟ୍ ନିକଟରେ ଭୋର୍ ୫ ଘଟିକାରେ ୬ଟି ଗୋରୁ ବୋଝେଇ ଏକ ମାରୁତି ଭ୍ୟାନ୍ ଭଦ୍ରକ ପୁରୁଣାବଜାର ଥାନା ଅଧୀନସ୍ଥ ମିର୍ଜାପୁରକୁ ଆସୁଥିଲା। ଏହି ଘଟଣା ପୁଲିସ୍‌ର ନଜରକୁ ଆସୁନଥିବାବେଳେ ଉତ୍ୟକ୍ତ ଲୋକେ ଉକ୍ତ ଗାଡିଟିକୁ ଅଟକାଇ ସେଥିରେ ଥିବା ୬ଟି ଗୋରୁଙ୍କୁ ଉଦ୍ଧାର କରିଛନ୍ତି। ଏବଂ ଗାଡିଟିରେ ନିଆଁ ଲଗାଇ ଦେବା ଫଳରେ ଗାଡିଟି ସଂପୂର୍ଣ୍ଣ ପୋଡିଯାଇଛି। ତେବେ ସାବରଙ୍ଗ ପୁଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଥିବାର ଜଣାପଡିଛି। Continue reading ଗୋରୁ ବୋଝେଇ ମାରୁତି ଭ୍ୟାନ୍‌କୁ ପୋଡିଦେଲେ ଉତ୍ୟକ୍ତ ଲୋକେ, ୬ ଗୋରୁ ଉଦ୍ଧାର

ଓଡିଆ ପୁଆ 3 May 2026 9:51 pm

ବେଆଇନ ବାଲି ବୋଝେଇ ଗାଡ଼ି ଜବତ | Kendujhar | Kanak News Shorts

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News. Breaking News, Live news updates, Odia News Live, Live Odia News, odisha news, latest odisha news, odisha news today, odisha politics, odisha latest updates Join us on WhatsApp to get latest updates : https://whatsapp.com/channel/0029Va9qLIDAYlUKjL5iF90c For the latest Odisha News Follow us: Website :- https://kanaknews.com/ Instagram :- https://www.instagram.com/kanaknewsofficial/ LinkedIn :- https://www.linkedin.com/company/kanak-news Facebook :- https://www.facebook.com/KanakNews App Kanak :- https://play.google.com/store/apps/details?id=com.kanak__news.app&hl=en Twitter :- https://twitter.com/kanak_news Telegram :- https://t.me/kanaknewsofficial WhatsApp :- https://whatsapp.com/channel/0029Va9qLIDAYlUKjL5iF90c

ନିନ୍ଦା 3 May 2026 4:08 pm

ଦୁଗ୍ଧ ଚାଷୀଙ୍କୁ ଖୁସି କରିବାର ଦିନକ ପରେ ବଢ଼ିଲା ଖାଉଟିଙ୍କ ବୋଝ, OMFED କ୍ଷୀର ଲିଟର ୪ ଟଙ୍କା ବଢ଼ିଲା

ଭୁବନେଶ୍ୱର:ଦୁଗ୍ଧ ଚାଷୀଙ୍କୁ ଖୁସି କରିବାର ଦିନକ ପରେ ବଢ଼ିଲା ଖାଉଟିଙ୍କ ଉପରେ ବଢ଼ିଲା ବୋଝ। ଏବେ ସିଧା ରୋଷେଇ ହେବ ମହଙ୍ଗା ମାଡ଼।ଓଡ଼ିଶାରେ କ୍ଷୀର ଦର ବୃଦ୍ଧି କଲା ଓମ୍ଫେଡ୍। ଟୋନ୍ଡ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହୋଇଛି। ୫୦ ଟଙ୍କାରୁ ବୃଦ୍ଧି ପାଇ ୫୪ ଟଙ୍କା ହୋଇଛି। ପ୍ରିମିୟମ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହୋଇଛି। ୫୪ ଟଙ୍କାରୁ ବୃଦ୍ଧି ପାଇ ୫୮ ଟଙ୍କା ହୋଇଛି। ଆଜିଠାରୁ ରାଜ୍ୟରେ OMFEDରନୂଆ ଦର ଲାଗୁ ହୋଇଛି।also read-ସମାଜରୁ ବାସନ୍ଦ ହେବା ଭୟ, ପୁଣି ଥରେ ଶୁଦ୍ଧି ହେବେ ଜିତୁ ମୁଣ୍ଡାଗୋଲ୍ଡ ପ୍ରିମିୟର ପ୍ଲସ୍ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହୋଇଛି। ୬୦ ଟଙ୍କାରୁ ବୃଦ୍ଧି ପାଇ ହେଲା ୬୪ ଟଙ୍କା। ଗୋଲ୍ଡ ପ୍ରିମିୟର ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହୋଇଛି। ୫୬ ଟଙ୍କାରୁ ବୃଦ୍ଧି ପାଇ ୬୦ ଟଙ୍କା ହୋଇଛି। ଅର୍ଥାତ ଗୋଟିଏ ପ୍ୟାକେଟ୍ ୫୦୦ ମି.ଲି ଉପରେ ୨ ଟଙ୍କା ବୃଦ୍ଧି ହୋଇଛି।ମତ୍ସ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀଗୋକୁଳାନନ୍ଦ ମଲ୍ଲିକ କହିଛନ୍ତିବହୁତ ଦିନ ଧରି ଦର ବୃଦ୍ଧି ହୋଇନଥିଲା। ଚାଷୀଙ୍କ ହିତ ପାଇଁ ଅଧିକ ଦାମରେ ଆମେ କ୍ରୟ କରିବୁ।ଯେହେତୁ ବର୍ତ୍ତମାନ ପ୍ରକ୍ରିୟାକରଣ, ପରିବହନ ପାଇଁ ଅଧିକ ଖର୍ଚ୍ଚ ହେଉଛି ସେଥିପାଇଁ ଦର ବୃଦ୍ଧି କରାଯାଇଛି।ଅନ୍ୟ ବ୍ରାଣ୍ଡେଡ୍ ସଂସ୍ଥା ଠାରୁ ଓମଫେଡ୍ ଦର ଯଥେଷ୍ଟ କମ୍।​​​​​​​ଆଭେରେଜ ଦେଖିଲେ ଅଧା ଲିଟର ପିଛା ପ୍ରାୟ ୨ଟଙ୍କା ବଢ଼ିଛି। କିନ୍ତୁ କ୍ୱାଲିଟି ରେ କମ୍ପରମାଇଜ କରାଯାଇ ନାହିଁ।ଚାଷୀ ଏହାଦ୍ୱାରା ଲାଭବାନ ହେବେ।ଚାଷୀଙ୍କ ଠାରୁ ଅଧିକ ମାତ୍ରାରେ କ୍ଷୀର ସଂଗ୍ରହ କରାଯିବ ବୋଲି କୁହାଯାଇଛି।ଦହି-ପନିର ରେଟ୍‌ ବି ବଢ଼ିବ !ଓମ୍ପଫେଡ୍‌ କ୍ଷୀର ଦର ବୃଦ୍ଧି ହେବାପରେ ଏବେ OMFED ଅନ୍ୟ ଉତ୍ପାଦ ବୃଦ୍ଧି ହେବାର ସମ୍ଭାବନା ରହିଛି। ଯେପରିକି OMFED ପନିର, ଦହି, ଘିଅର ମୂଲ୍ୟ ପରେ ବୃଦ୍ଧି ହେବା ନେଇ ବ୍ୟବସାୟୀ ଓ ଦୋକାନୀ ଆଶଙ୍କା କରିଛନ୍ତି। ଅନେକ ମନ୍ଦିରରେ ଓମଫେଡ୍‌ ଘିଅକୁ ଅନୁମତି ଦିଆଯାଇଛି। ତେଣୁ ଏହି ଆଧାରରେ ଖାଦ୍ୟଠୁ ଆରମ୍ଭ କରି ମନ୍ଦିର ଯାଏ ମହଙ୍ଗା ମାଡ଼ ହେବ।ଚା' କପ୍‌ ହେବ ଆହୁରି ମହଙ୍ଗା:ଗ୍ୟାସ୍‌ ସଙ୍କଟ ଯୋଗୁଁ ବର୍ତ୍ତମାନ ଚା ଦୋକାନରେ ବି ଚଡ଼କ। କପେ ଚା'ର ମୂଲ୍ୟ ୫ରୁ ୧୦ଟଙ୍କା ହେଲାଣି। ଏପରି ସ୍ଥିତିରେ କ୍ଷୀର ମୂଲ୍ୟ ବଢ଼ିଲେ ଚା ମୂଲ୍ୟ ବି ବଢ଼ିବା ଆଶଙ୍କା କରାଯାଉଛି।​​​​​​​ଦୁଗ୍ଧ ଚାଷୀଙ୍କପାଇଁ ନିଆଯାଇଥିଲା ନିଷ୍ପତ୍ତି-ପୂର୍ବରୁ ରାଜ୍ୟର ଦୁଗ୍ଧ ଚାଷୀଙ୍କ ପାଇଁ ଲିଟର ପିଛା ୧ ଟଙ୍କା ଅଧିକ ଦେବାକୁ ନିଷ୍ପତ୍ତି ନେଇଥିଲା ଓମ୍‌ଫେଡ୍‌। ଖାଦ୍ୟ, ଚାରା, ଔଷଧ ଏବଂ ରକ୍ଷଣାବେକ୍ଷଣର ବୃଦ୍ଧି ପାଉଥିବା ଖର୍ଚ୍ଚ ମଧ୍ୟରେ ଚାଷୀଙ୍କ ଚାହିଦା ବୃଦ୍ଧି ପାଉଥିବାରୁ ଏହି ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଇନପୁଟ୍ ଖର୍ଚ୍ଚ ମଧ୍ୟରେ ଚାଷୀଙ୍କ ଆୟ ବୃଦ୍ଧି ଏବଂ ସେମାନଙ୍କୁ ସମର୍ଥନ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିଲା। ପୂର୍ବରୁ ଲିଟର ପିଛା ଦୁଗ୍ଧ ଚାଷୀ ୩୮ ଟଙ୍କା ୫ ପଇସା ପାଉଥିଲେ ଏଣିକି ୩୯ ଟଙ୍କା ୫ ପଇସା ପାଇବେ।ସେହିପରି ମଇଁଷି ଦୁଗ୍ଧର ମୂଲ୍ୟରେ ଲିଟର ପ୍ରତି ୧ ଟଙ୍କା ୬୦ ପଇସା ବୃଦ୍ଧି କରାଯାଇଛି। ଏହା ସହିତ ଦେଶୀ 'ବିଞ୍ଝାରପୁରୀ' ଗାଈର କ୍ଷୀର ସଂଗ୍ରହ ମୂଲ୍ୟରେ ମଧ୍ୟ ଲିଟର ପିଛା ସିଧାସଳଖ ୧୦ ଟଙ୍କା ବୃଦ୍ଧି କରାଯାଇଛି।

ରେ କିମ୍ବା ସମ୍ବାଦ | 3 May 2026 1:08 pm

Hashish Oil Seized: ୧୦୦ କୋଟିର ଗଞ୍ଜେଇ ତେଲ ଜବତ, ହାସିସ୍ ତେଲ ମୋବାଇଲ୍ ଉତ୍ପାଦନ ୟୁନିଟ୍ ବୋଝେଇ ଗାଡ଼ିକୁ କାବୁ କଲା ମାଲକାନଗିରି ପୁଲିସ

ମାଲକାନଗିରି: ଗତ କିଛି ଦିନ ତଳେ ମାଲକାନଗିରି ପୁଲିସ ଗୁପ୍ତ ସୂଚନା ପାଇଥିଲା ଯେ ଚିତ୍ରକୋଣ୍ଡା ଅଞ୍ଚଳର ଏକ ହାସିସ୍ ତେଲ ଉତ୍ପାଦନ ୟୁନିଟ୍ ଚାଲୁଛି। ଗଞ୍ଜେଇ ତେଲ ଉତ୍ପାଦନ ୟୁନିଟ୍ ଭାଙ୍ଗିବା ପାଇଁ ଅନେକ ଚଢାଉ କରାଯାଉଥିଲା। ତଥାପି, ପୁଲିସର ତୀବ୍ର ଚଢ଼ାଉ ଯୋଗୁଁ, ସିଣ୍ଡିକେଟ ସଦସ୍ୟମାନେ ସମ୍ପୂର୍ଣ୍ଣ ସେଟ୍ଅପ୍ ବିଭିନ୍ନ ସ୍ଥାନକୁ ପରିବହନ କରୁଥିଲେ। ଶେଷରେ ଏସଡିପିଓ ଚିତ୍ରକୋଣ୍ଡା ପ୍ରଦୋଷ ପ୍ରଧାନଙ୍କ ନେତୃତ୍ୱରେ ପୁଲିସ ଆଜି ସକାଳେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଏସଆର ଛକ ନିକଟରେ ଚଢ଼ାଉ କରି ଗୁପ୍ତ ହାସିସ୍ ତେଲ ମୋବାଇଲ୍ ଉତ୍ପାଦନ ୟୁନିଟ୍ ବୋଝେଇ ଗାଡ଼ିକୁ ସଫଳତାର ସହ କାବୁ କରିଥିଲା। ଯାହା ସିଲେରୁ ଅଞ୍ଚଳ ଅଭିମୁଖେ ଯାତ୍ରା କରୁଥିଲା। ମାଲକାନଗିରି ଏସପି ନିଜେ ଅପରେସନ୍ ତଦାରଖ କରିଥିଲେ। ଏହି ଚଢ଼ାଉରେ ଅତ୍ୟନ୍ତ ଶକ୍ତିଶାଳୀ ହାସିସ୍ ତେଲ ଉତ୍ପାଦନ ପାଇଁ ବ୍ୟବହୃତ ପ୍ରାୟ ୮୦୦ ଲିଟର ରାସାୟନିକ ପଦାର୍ଥ ଏବଂ ଦ୍ରାବକ ଉଦ୍ଧାର କରାଯାଇଥିଲା। ଗଞ୍ଜେଇ ତେଲ ଉତ୍ପାଦନ ୟୁନିଟ୍ ଭାଙ୍ଗି ଦିଆଯାଇଛି। ଗାଡ଼ିରୁ ସ୍ୱତନ୍ତ୍ର ପ୍ରସ୍ତୁତ ଉପକରଣ ସମେତ ଏକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ପ୍ରକ୍ରିୟାକରଣ ୟୁନିଟ୍ ଜବତ କରାଯାଇଛି । ହାସିସ୍ ତେଲର ସମ୍ଭାବ୍ୟ ଉତ୍ପାଦନର ବଜାର ମୂଲ୍ୟ ପ୍ରାୟ ୧୦୦ କୋଟି ହେବ ବୋଲି ଆକଳନ କରାଯାଇଛି। ଆହୁରି ପଢ଼ନ୍ତୁ: 6 Cows Rescued: ଜାଳିଦେଲେ ଵେଆଇନ ଗୋରୁ ବୋଝେଇ ଗାଡ଼ି, ୬ରୁ ଅଧିକ ଗୋରୁ ଉଦ୍ଧାର ପୁଲିସ ଡ୍ରାଇଭର ଓ ଏଥିରେ ସମ୍ପୃକ୍ତ ଅନ୍ୟ ସଦସ୍ୟମାନଙ୍କୁ ଖୋଜୁଛି ସାମଗ୍ରୀ ପରିବହନ ପାଇଁ ବ୍ୟବହୃତ ଜାଲ୍ ପଞ୍ଜିକରଣ ନମ୍ବର ସହିତ ଏକ ଯାନ (ଆନ୍ଧ୍ର ପଞ୍ଜିକୃତ) ଜବତ କରାଯାଇଛି। ଏହାସହ ୫୦ କିଲୋଗ୍ରାମ ଗଞ୍ଜେଇ ଏବଂ ୨ ଲିଟର ହାସିସ୍ ତେଲ ଜବତ ହୋଇଛି। ଗାଡ଼ିର ଡ୍ରାଇଭର ଜଙ୍ଗଲର ସୁଯୋଗ ନେଇ ଘନ ଜଙ୍ଗଲ ଭିତରକୁ ପଳାଇବାରେ ସଫଳ ହୋଇଥିଲେ। ପୁଲିସ ଡ୍ରାଇଭର ଓ ଏଥିରେ ସମ୍ପୃକ୍ତ ଅନ୍ୟ ସଦସ୍ୟମାନଙ୍କୁ ଖୋଜୁଛି।

ସ୍ତମ୍ଭ 3 May 2026 10:36 am

NH ଉପରେ ଓଲଟିପଡ଼ିଲା ଗ୍ୟାସ୍ ବୋଝେଇ ଗାଡ଼ି | Odisha Reporter

#ର ାସ୍ତା_ସାରା_ପଡ଼ିଛି_ସିଲିଣ୍ଡର ଭୁବନେଶ୍ବର ଫାୟାର ଷ୍ଟେସନ ନିକଟ ଓଭର ବ୍ରିକ ଉପରେ ଓଲଟିଲା ଗ୍ୟାସ ବୋଝେଇ ଗାଡି। ଏନଏଚ ଉପରେ ସିଲିଣ୍ଡର ଗଡୁଥିବାରୁ ଯାତାୟତ ବାଧାପ୍ରାପ୍ତ । ପୋଲିସ ଓ ଫାୟାର ଟିମ୍ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ନେଇଛନ୍ତି । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #OdishaReporter #gasvehicle #minitruckoverturned #Bhubaneswar #GasCylinder

ଓଡ଼ିଶା ସାମ୍ବାଦିକ 2 May 2026 8:44 pm

ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ: ଆଉ ତା’ପରେ…

ସୋର,୨।୫(ଜନ୍ମେଜୟ ମିଶ୍ର): ସୋର ତହସିଲର ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଇଛି ବାଲି ବୋଝେଇ ଟ୍ରକ। ଅଳ୍ପକେ ବର୍ତ୍ତିଲେ ସୋର ଅତିରିକ୍ତ ତହସିଲଦାର କୃଷ୍ଣମୋହନ ସିଂ l ୧୬ ନମ୍ବର ଜାତୀୟ ରାଜପଥ ପଣପଣା ନିକଟରେ ଘଟିଛି। ଏହି ଦୁର୍ଘଟଣା ବେଆଇନ ବାଲି ବୋଝେଇ ହାଇୱାକୁ ସୋରଠାରୁ ଗୋଡ଼ାଇ ଗୋଡ଼ାଇ ଧରିବାକୁ ଯାଉଥିବାବେଳେ ବାଲି ବୋଝେଇ ଗାଡିଟି ପଣପଣା ନିକଟରେ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେରେ ଖନ୍ତାପ ପୋଲିସ ପହଞ୍ଚି ଗାଡିକୁ ଜବତ କରିବା ସହ […] The post ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ: ଆଉ ତା’ପରେ… appeared first on Dharitri Odia News .

ପୃଥିବୀ 2 May 2026 12:19 pm

କେନ୍ଦୁଝର ସୋସୋ ଥାନା ଅଞ୍ଚଳରେ ଭୟାବହ ସଡ଼କ ଦୁର୍ଘଟଣା , ବାଲି ବୋଝେଇ ହାଇୱା ଧକ୍କାରେ ରାତ୍ରୀ ଜଗୁଆଳିଙ୍କ ମୃତ୍ୟୁ

କନକ ବ୍ୟୁରୋ : ବାଲି ବୋଝେଇ ହାଇୱା ନେଲା ପୁଣି ଏକ ଜୀବନ । କେନ୍ଦୁଝର ସୋସୋ ଥାନା ବିଦ୍ୟାଧରପୁର ବ୍ୟାରେଜରେ ଶୁକ୍ରବାର ରାତିରେ ରାତ୍ରୀ ଜଗୁଆଳି ଭାବେ କାମ କରୁଥିବା ରାମଚନ୍ଦ୍ର ସାହୁଙ୍କ ଉପରେ ଚଢ଼ିଗଲା ବାଲି ବୋଝେଇ ହାଇୱା । ରାତ୍ରୀ ଜଗୁଆଳି ଠାକୁର ପାଟଣା ଗାଁର ରାମଚନ୍ଦ୍ର ସାହୁ ଘରୁ ଆସି ଡ୍ୟୁଟି କରୁଥିବାବେଳେ ହାଇୱା ଧକ୍କା ଦେବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ : ବାପାଙ୍କ ସନ୍ଦେହୀ ମନ ନେଲା ପୁଅର ଜୀବନ; କୋର୍ଟର ପାଞ୍ଚ ମହଲାରୁ ଡେଇଁ ଜୀବନ ହାରିଲେ ଯୁବ ଓକିଲ ଉପଯୁକ୍ତ କ୍ଷତିପୂରଣ ଦାବିରେ ଲୋକେ ଶବକୁ ଧରି ରାତି ଉଜାଗର ରହିଥିବାବେଳେ ସୋସୋ ପୁଲିସ ବୁଝାସୁଝା କରିବାପରେ ବିଳମ୍ବିତ ରାତିରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣା ଘଟଇଥିବା ଗାଡ଼ିକୁ ପୁଲିସ ଜବତ କରିଛି ।

ନିନ୍ଦା 2 May 2026 9:16 am

କିଡନୀ ରୋଗ ନେଲା ସ୍ବାମୀଙ୍କ ଜୀବନ: ମା’ଙ୍କ କାନ୍ଧରେ ଦୁଇ ସନ୍ତାନଙ୍କ ବୋଝ

କର୍ଲାମୁଣ୍ଡା:୧।୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଧରାଖମନ ଗାଁରେ କିଡନୀ ରୋଗରେ ଆକ୍ରନ୍ତ ହୋଇ ୨୦ରୁ ଊଦ୍ଧର୍‌ବ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ବି ୧୦ରୁ ଊଦ୍ଧର୍‌ବ ମହିଳା, ପୁରୁଷ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଦେଖିବାକୁ ମିଳିଛି। ଗାଁର ଜଗବନ୍ଧୁ ପୁଟେଲ(୪୦) ଶ୍ରମିକ ଭାବେ କାମ କରି ସ୍ତ୍ରୀ ପ୍ରମୋଦିନି ପୁଟେଲ(୩୫)ଦୁଇ ସନ୍ତାନ ଯଶୋବନ୍ତ ପୁଟେଲ(୧୩) ଏବଂ ଝିଅ ଖିତିଶୁତା ପୁଟେଲଙ୍କୁ ନେଇ ହସ ଖୁସିରେ ପରିବାର ଚଳେଇ […] The post କିଡନୀ ରୋଗ ନେଲା ସ୍ବାମୀଙ୍କ ଜୀବନ: ମା’ଙ୍କ କାନ୍ଧରେ ଦୁଇ ସନ୍ତାନଙ୍କ ବୋଝ appeared first on Dharitri Odia News .

ପୃଥିବୀ 1 May 2026 9:52 pm

Indian Student Suicide Chicago | ଆମେରିକାରେ ଭାରତୀୟ ଛାତ୍ରଙ୍କ ଆତ୍ମହତ୍ୟା, ଋଣ ବୋଝ ସହି ନପାରି ଶିକାଗୋରେ ଜୀବନ ହାରିଲେ ଚନ୍ଦୁ

ବିଜୟୱାଡା / ଶିକାଗୋ: ଆମେରିକାର ଶିକାଗୋରେ ଉଚ୍ଚଶିକ୍ଷା ପାଇଁ ଯାଇଥିବା ଆନ୍ଧ୍ର ପ୍ରଦେଶର ଜଣେ ୨୬ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ମୃତ ଛାତ୍ର ଜଣକ କୁର୍ନୁଲ ଜିଲ୍ଲାର ଚନ୍ଦୁ ଇରଗାନାବୋୟିନା (Chandu Iraganaboyina) ବୋଲି ଚିହ୍ନଟ ହୋଇଛି । ଗୁରୁବାର ଦିନ ସେ ନିଜକୁ ଗୁଳି କରି ଜୀବନ ହାରିଥିବା ପୋଲିସ ସନ୍ଦେହ କରୁଛି। ଏହି ଘଟଣା ସେଠାରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଛି।ଆର୍ଥିକ ମାନସିକ ଚାପ ଓ ଋଣ ବୋଝଋଣର ଚିନ୍ତା: ଚନ୍ଦୁଙ୍କ ବନ୍ଧୁମାନଙ୍କ କହିବା ଅନୁଯାୟୀ, ସେ ଦୀର୍ଘ ଦିନ ହେବ ପ୍ରବଳ ଆର୍ଥିକ ଚାପରେ ଥିଲେ। ଆମେରିକାରେ ପାଠ ପଢ଼ିବା ପାଇଁ ତାଙ୍କ ପରିବାର ଏକ ବଡ଼ ଧରଣର ଶିକ୍ଷା ଋଣ (Education Loan) ନେଇଥିଲେ। ଏହି ଋଣ ପରିଶୋଧ ଏବଂ ପରିବାରର ଆର୍ଥିକ ସ୍ଥିତିକୁ ନେଇ ସେ ସର୍ବଦା ଚିନ୍ତିତ ରହୁଥିଲେ।ସ୍ୱଭାବ: ଚନ୍ଦୁ ଜଣେ ଶାନ୍ତ ସ୍ୱଭାବର ଯୁବକ ଥିଲେ। ସେ ନିଜର ବ୍ୟକ୍ତିଗତ ସମସ୍ୟା ବା ପରିବାରର ଅସୁବିଧା ବିଷୟରେ କାହା ସହ ଅଧିକ କଥା ହେଉନଥିଲେ ବୋଲି ତାଙ୍କ ରୁମ୍-ମେଟ୍ ମାନେ ପୋଲିସକୁ ସୂଚନା ଦେଇଛନ୍ତି।ମୃତ୍ୟୁ ପୂର୍ବରୁ ପଠାଇଥିଲେ ସିଡ୍ୟୁଲ୍ ମେସେଜ୍ସାଙ୍ଗମାନଙ୍କୁ ସୂଚନା: ମୃତ୍ୟୁ ପୂର୍ବରୁ ଚନ୍ଦୁ ତାଙ୍କର କିଛି ପରିଚିତ ଏବଂ ବନ୍ଧୁମାନଙ୍କ ପାଖକୁ ଇମେଲ୍ ଏବଂ ମେସେଜ୍ ସିଡ୍ୟୁଲ୍ କରି ପଠାଇଥିଲେ। ସେହି ମେସେଜ୍‌ଗୁଡ଼ିକୁ ବର୍ତ୍ତମାନ ତଦନ୍ତ ପାଇଁ ପୋଲିସକୁ ହସ୍ତାନ୍ତର କରାଯାଇଛି।ବନ୍ଧୁଙ୍କ ବୟାନ: ଚନ୍ଦୁଙ୍କ ଜଣେ ବନ୍ଧୁ କହିଛନ୍ତି ଯେ, ପୋଲିସ ଆମକୁ ମୃତଦେହ ଦେଖାଇଲେ ଏବଂ କହିଲେ ଯେ ଆମେ ଆଉ ତାଙ୍କୁ ଦେଖିପାରିବୁ ନାହିଁ। ଆମେ ସମସ୍ତେ ସକ୍‌ରେ ଅଛୁ ଏବଂ କ’ଣ କରିବୁ କିଛି ବୁଝିପାରୁନୁ।ବେଆଇନ ବନ୍ଧୁକ ପ୍ରାପ୍ତିକୁ ନେଇ ପୋଲିସର ତଦନ୍ତଭିସା ନିୟମ ଓ ବନ୍ଧୁକ: ଚନ୍ଦୁ ଜଣେ 'ଅଣ-ପ୍ରବାସୀ ଭିସା' (Non-immigrant visa) ରେ ଆମେରିକାରେ ରହୁଥିଲେ। ଏହି ନିୟମ ଅନୁଯାୟୀ ଜଣେ ବିଦେଶୀ ଛାତ୍ରଙ୍କ ପାଖରେ ବନ୍ଧୁକ ରହିବା ବେଆଇନ। ତେଣୁ ସେ ବନ୍ଧୁକ କେଉଁଠୁ ଏବଂ କିପରି ପାଇଲେ, ସେ ନେଇ ଶିକାଗୋ ପୋଲିସ ତଦନ୍ତ କରୁଛି।ପ୍ରାଥମିକ ଯାଞ୍ଚ: ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତାଙ୍କ ରୁମ୍-ମେଟ୍ ଏବଂ ସାଙ୍ଗମାନଙ୍କ ବୟାନ ରେକର୍ଡ କରିଛି।ମୃତଦେହ ଫେରାଇ ଆଣିବା ପାଇଁ ପାଣ୍ଠି ସଂଗ୍ରହଚନ୍ଦୁଙ୍କ ପାର୍ଥିବ ଶରୀରକୁ ଭାରତ ଫେରାଇ ଆଣିବା ଏବଂ ତାଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଆମେରିକାରେ ଥିବା ତେଲୁଗୁ ସମ୍ପ୍ରଦାୟର ସଦସ୍ୟମାନେ ଆଗେଇ ଆସିଛନ୍ତି। ମୃତଦେହ ପଠାଇବା ଖର୍ଚ୍ଚ ତୁଲାଇବା ପାଇଁ ସେମାନେ ୨୫,୦୦୦ ଡଲାରର ଏକ ପାଣ୍ଠି ସଂଗ୍ରହ (Fundraiser) ଅଭିଯାନ ଆରମ୍ଭ କରିଛନ୍ତି।

ରେ କିମ୍ବା ସମ୍ବାଦ | 1 May 2026 5:14 pm

Accident: କୋଇଲା ଓ ଲୁହା ପଥର ବୋଝେଇ ଟ୍ରେଲର ଧକ୍କା: ଜଳିଗଲା କୋଇଲା ବୋଝେଇ ଟ୍ରେଲର, ଚାଳକ ଜୀବନ୍ତ ଦଗ୍ଧ

Accident: କୋଇଲା ଓ ଲୁହା ପଥର ବୋଝେଇ ଟ୍ରେଲର ଧକ୍କା: ଜଳିଗଲା କୋଇଲା ବୋଝେଇ ଟ୍ରେଲର, ଚାଳକ ଜୀବନ୍ତ ଦଗ୍ଧ ସୁନ୍ଦରଗଡ଼: କୋଇଲା ବୋଝେଇ ଟ୍ରେଲର ଓ ଲୁହାପଥର ବୋଝେଇ ଟ୍ରେଲର ମୁହାଁମୁହିଁ ଧକ୍କା। ଧକ୍କା ଏତେ ଭୟଙ୍କର ଥିଲା ଯେ କୋଇଲା ବୋଝେଇ ଟ୍ରେଲରର ଅଚାନକ ନିଆଁ ଲାଗି ଜଳିଗଲା। ଦୁଃଖର ବିଷୟ ଗାଡ଼ି ଭିତରୁ ଚାଳକ ବାହାରି ପାରି ନଥିଲେ। ଜଳନ୍ତା ଟ୍ରେଲର ଭିତରେ ଜୀବନ୍ତ ଦଗ୍ଧ ହୋଇଗଲେ। ଏମିତି ଏକ ଛାତିଥରା ଦୁର୍ଘଟଣା ଆଜି ଭୋର ସାଢେ ୪ଟାରେ ହେମଗିର ଥାନା ଗୋପାଳପୁର ସିଆରମାଲ ଖଣି ଡିବିଏଲ କମ୍ପାନି କାର୍ଯ୍ଯାଳୟ ସମ୍ମୁଖରେ ଘଟିଛି। ସୂଚନା ମିଳିବା ପରେ ହେମଗିର ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଟ୍ରେଲର ପୋଡ଼ି ଛାରଖାର ହୋଇଯାଇଥିବା ଦେଖିବାକୁ ପାଇଥିଲେ। ଚାଳକଙ୍କ ଜଂଘ ହାଡ଼ ବ୍ଯତୀତ ସମସ୍ତ ଅଂଗ ପୋଡ଼ି ପାଉଁଶ ହୋଇଯାଇଛି। ପୁଲିସ କ୍ଷତିଗ୍ରସ୍ତ ଲୁହାପଥର ବୋଝେଇ ଟ୍ରେଲରକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଭୋରରୁ ଏହି ଦୁର୍ଘଟଣା ଘଟିଥିବାରୁ ଲୋକେ ବିଳମ୍ବରେ ଖବର ପାଇଥିଲେ। ନହେଲେ ହୁଏତ ଚାଳକଙ୍କୁ ଉଦ୍ଧାର କରା ଯାଇପାରିଥାନ୍ତା ବୋଲି ଚର୍ଚ୍ଚା ହେଉଛି।

ସ୍ତମ୍ଭ 30 Apr 2026 11:15 am

ହୁତୁ ହୁତୁ ହୋଇ ଜଳିଗଲା ଗୋରୁ ବୋଝେଇ କାର୍

ଭଦ୍ରକ, ୨୬ା୪(ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକରେ ଗୋମାଫିଆଙ୍କର ପ୍ରାଦୁର୍ଭାବ ଥମିବା ପରିବର୍ତେ ବଢିବାରେ ଲାଗିଛି। ଏହି ଜିଲାର ବିଭିନ୍ନ ଥାନାରେ ପୂର୍ବରୁ ଦାୟିତ୍ୱରେ ଥିବା ଥାନାଧିକାରୀ ମନୋଜ ରାଉତ ଏବେ ଜିଲା ଆରକ୍ଷୀ ଅଧୀକ୍ଷକ ଭାବେ ଯୋଗଦେବା ପରେ ତାଙ୍କର ପ୍ରଥମ କାର୍ଯ୍ୟାନୁଷ୍ଠାନ ଗୋମାଫିଆଙ୍କ ଉପରେ ଚଡକ ହୋଇଛି। ତେବେ ଶ୍ରୀ ରାଉତଙ୍କ ଆଖିରୁ ବର୍ତିବା ପାଇଁ ଗୋମାଫିଆମାନେ ତେଲ ଟ୍ୟାଙ୍କର ଓ ସୌଖିନ କାରରେ ଏହି ଗୋରୁ ଚୋରା ଚାଲାଣ କରିଆସୁଛନ୍ତି। ଯାହାର ନଜିର ଗତ କିଛିଦିନ ପୂର୍ବେ ବାରିକପୁର ଓ ଭଦ୍ରକରେ ଦେଖିବାକୁ ମିଳିଥିଲା। ଜନସାଧାରଣ ଓ ଗୋରକ୍ଷକଙ୍କର ଅଭିଯୋଗ ମୂଳେ ବିଭିନ୍ନ ଥାନାର ପୁଲିସ୍‌ଙ୍କର କାର୍ଯ୍ୟ ସନ୍ଦେହ ଜନକ ରହୁଥିବାରୁ ଏହା କମିବା ପରିବର୍ତେ ବଢିବାରେ ଲାଗିଛି। ଆଜି ଭୋର ୪ଟା ବେଳେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ସହରାଂଚଳ ଥାନା ଅଧୀନସ୍ଥ ଜଗନ୍ନାଥପୁର ଜିଲା ଜଳ ପରୀକ୍ଷାଗାର ଅଫିସ୍ ସମ୍ମୁଖରେ। କେତେକ ସ୍ଥାନୀୟ ଲୋକେ ନିଜର ନାମ ଗୋପନ ରଖି ଯାହା କହିଛନ୍ତି ଓଆର-୧୨ଏଫ-୭୩୯୨ ନମ୍ବରର ଏକ ଧଳା ରଙ୍ଗର ମାରୁତି ସୁଜୁକି ସୁଇଫ୍ଟ ଡିଜାୟାର କାର ଆନନ୍ଦପୁରରୁ ଗୋରୁ ବୋଝେଇ କରି ଭଦ୍ରକ ଆସୁଥିବାବେଳେ କେତେକ ଲୋକ ତାକୁ ଅଟକାଇଥିଲେ। ଏବଂ ଗୋରୁ ଗୁଡିକୁ ଖୋଲିଦେଇ ଗାଡିଟିରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ କାର ଚାଳକ ଫେରାର ହୋଇଯାଇଥିଲା। ପରବର୍ତୀ ସମୟରେ ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଂଚି ଅଗ୍ନିଶମ ବାହିନୀ ସହାୟତାରେ ନିଆଁକୁ ଆୟତ କରିଥିଲେ ମଧ୍ୟ କାରଟି ସଂପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଥିଲା। ତେବେ ଏହି ଘଟଣା ସଂପର୍କରେ ଏପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଥାନାରେ ଅଭିଯୋଗ କରିନଥିବା ବିଷୟ ଥାନାଧିକାରୀ ପ୍ରଭାଂଶୁ ମିଶ୍ର ସୂଚନା ଦେଇଛନ୍ତି। ଏବଂ ଗାଡିଟିର ନମ୍ବରଟିକୁ ଯାଂଚ କରାଯାଇ ତାହାର ମାଲିକ ସଂପର୍କରେ ଅନୁସନ୍ଧାନ କରାଯାଉଥିବାବେଳେ ଗାଡିଟିରେ ଗୋରୁ ଥିଲେ କି ନାହିଁ ଏବଂ ତାହାକୁ କେଉଁମାନେ କେଉଁ ଉଦ୍ଦେଶ୍ୟରେ ଜାଳିଦେଇଛନ୍ତି, ସେ ସଂପର୍କରେ ତଦନ୍ତ ଚାଲିଥିବା ବିଷୟ ଗଣମାଧ୍ୟମକୁ କହିଛନ୍ତି। Continue reading ହୁତୁ ହୁତୁ ହୋଇ ଜଳିଗଲା ଗୋରୁ ବୋଝେଇ କାର୍

ଓଡିଆ ପୁଆ 26 Apr 2026 9:47 pm

Ash Loaded Trucks Detained: ଉପରବାହାଲରେ ପାଉଁଶ ବୋଝେଇ ୨୦ଟି ହାଇୱା ଅଟକ, ପରିବେଶ ଦୂଷଣ ନେଇ ଗ୍ରାମବାସୀଙ୍କ ତୀବ୍ର ପ୍ରତିବାଦ

କୁତ୍ରା: କୁତ୍ରା ବ୍ଲକର ଖତକୁରବାହାଲ ପଞ୍ଚାୟତ ଅନ୍ତର୍ଗତ ଉପରବାହାଲ ଗ୍ରାମରେ ଆଜି ବିଳମ୍ବିତ ରାତିରେ କାରଖାନାର ବର୍ଜ୍ୟ ପାଉଁଶ ବୋଝେଇ ପ୍ରାୟ ୨୦ଟି ହାଇୱା ଗାଡ଼ିକୁ ଗ୍ରାମବାସୀ ମାନେ ଅଟକ ରଖିଥିଲେ। ଏହି ବର୍ଜ୍ୟ ପାଉଁଶ ନିକଟସ୍ଥ ଡୁଙ୍ଗଲେଇ ପାହାଡ଼, ଘେରା ପାହାଡ଼ ଏବଂ ଖତକୁରବାହାଲ ଡାକ୍ତରଖାନା ନିକଟରେ ପକାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗ୍ରାମବାସୀମାନଙ୍କ ଅଭିଯୋଗ ଅନୁସାରେ ଉପରବାହାଲ ଗ୍ରାମରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟରେ ଖୋଳାଯାଇଥିବା ପୋଖରୀକୁ ମଧ୍ୟ କାରଖାନାର ବର୍ଜ୍ୟ ପାଉଁଶ ଫିଙ୍ଗି ପୋତି ଦିଆଯାଉଛି। ଏହା ଗ୍ରାମର ପରିବେଶ ଓ ସରକାରୀ ଯୋଜନାର ଉଦ୍ଦେଶ୍ୟକୁ ଗୁରୁତର ଭାବେ ପ୍ରଭାବିତ କରୁଛି । ଖତକୁରବାହାଲ ସରପଞ୍ଚ ଝାଡ଼ି ଧନୱାର, ସମିତି ସଭ୍ୟା ପୁଷ୍ପା ତିର୍କୀଙ୍କ ସହିତ ଉପରବାହାଲର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ ବିଜୁ ଏକ୍ସପ୍ରେସ ୱେ ରାସ୍ତା କଡ଼ରେ ଦିନ ଭରି ବେଆଇନ ଭାବରେ କାରଖାନାର ବର୍ଜ୍ୟ ପାଉଁଶ ବୋଝେଇ ଓଭରଲୋଡ୍ ଗାଡ଼ି ରଖାଯାଉଛି। ପରେ ରାତିର ଅନ୍ଧାରରେ ଏହି ଗାଡ଼ିଗୁଡ଼ିକୁ ଗ୍ରାମ ଅଞ୍ଚଳ, ଧାନବିଲ, ନଦୀକୂଳ ଓ ଜଙ୍ଗଲ ଭିତରକୁ ନେଇ ବର୍ଜ୍ୟ ପାଉଁଶ ଫିଙ୍ଗାଯାଉଛି। ଏହି ବେଆଇନ କାର୍ଯ୍ୟକଳାପରେ ସ୍ଥାନୀୟ ପରିବେଶ ଉପରେ ଗଭୀର ପ୍ରଭାବ ପଡ଼ୁଥିବା ଗ୍ରାମବାସୀମାନେ କହିଛନ୍ତି। ଚାଷ ଜମିରେ ବର୍ଜ୍ୟ ପାଉଁଶ ପଡ଼ିବା ଫଳରେ ମାଟିର ଉର୍ବରତା କମିଯାଉଛି ଏବଂ ଚାଷୀମାନଙ୍କ ଜୀବିକା ଗୁରୁତର ସଙ୍କଟରେ ପଡ଼ୁଛି। ସେହିପରି ଜଳ, ମାଟି ଓ ପାଶ୍ୱର୍ବର୍ତ୍ତୀ ଜୀବଜଗତ ଦୂଷିତ ହେବାର ଆଶଙ୍କା ମଧ୍ୟ ବଢ଼ିଛି। ଏହାସହ ରାତି ଅଧରେ ଗ୍ରାମ ରାସ୍ତା ଦେଇ ଭାରୀ ଯାନ ଚଳାଚଳ କରୁଥିବାରୁ ଗ୍ରାମବାସୀ ଭୟ ଓ ଅସୁବିଧାରେ ରହୁଛନ୍ତି। ଗାଡ଼ିର ଉଚ୍ଚ ଶବ୍ଦ ଯୋଗୁଁ ରାତିରେ ଲୋକମାନଙ୍କ ନିଦ୍ରା ଭଙ୍ଗ ହେଉଥିବା ସହ ଗ୍ରାମୀଣ ଜୀବନର ସାଧାରଣ ଶୃଙ୍ଖଳା ବିଘ୍ନିତ ହେଉଛି। Dead Body Of Old Man Rescued: ପାରାଦୀପରେ ଅଘଟଣ, ମହାନଦୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ଅଟକ ରହିଥିବା ଗାଡ଼ିଗୁଡ଼ିକୁ ସିଜ୍ କରିବା ପାଇଁ ଦାବି ସ୍ଥାନୀୟ ଲୋକଙ୍କ ଦାବି ହେଉଛି, ଏହି ବେଆଇନ ବର୍ଜ୍ୟ ପାଉଁଶ ଚାଲାଣ ଉପରେ ତୁରନ୍ତ ସ୍ଥାୟୀ ରୋକ ଲଗାଇବା ସହ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯାଉ। ଏହା ସହିତ ଅଟକ ରହିଥିବା ଗାଡ଼ିଗୁଡ଼ିକୁ ସିଜ୍ କରିବା ପାଇଁ ମଧ୍ୟ ଦାବି ଉଠିଛି। ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଶୀଘ୍ର ହସ୍ତକ୍ଷେପ କରିବାକୁ ସାଧାରଣରେ ଜୋର ଦାବି ହେଉଛି। ନହେଲେ ଏହି ବର୍ଜ୍ୟ ପାଉଁଶ ଆଗାମୀ ପିଢ଼ି ପାଇଁ ଗୁରୁତର ବିପଦ ନେଇଆସିବ ବୋଲି ଗ୍ରାମବାସୀମାନେ ସତର୍କ କରିଛନ୍ତି। ପରେ କୁତ୍ରା ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ କରୁଛି।

ସ୍ତମ୍ଭ 26 Apr 2026 2:33 pm

ପବିତ୍ର ସରସ୍ୱତୀପୂଜାର ମହିମା

ଭବିଷ୍ୟତ ପିଢ଼ିକୁ ବାର୍ତ୍ତା ଦେଇ କହେ ଉତ୍ତରାଧିକାରୀ ଭାବରେ ପ୍ରାପ୍ତ ଏହି ମହାନ ପବିତ୍ର ସନାତନ ପରମ୍ପରାକୁ ରକ୍ଷା କରି ଜୀବନରେ ଅଗ୍ରସର ହୁଅ । ସରସ୍ୱତୀଙ୍କ ବୀଣା ତୁମ ହୃଦୟରେ ଧ୍ୱନିତ ହେଉ, ସ୍ମରଣ କରାଉ ଯେ ଜ୍ଞାନର ଅନୁସନ୍ଧାନରେ ଆମେ କେବଳ ଉତ୍ତର ନୁହେଁ, ବରଂ ଅର୍ଥପୂର୍ଣ୍ଣ ଜୀବନର ଲୟ ପାଉ । The post ପବିତ୍ର ସରସ୍ୱତୀପୂଜାର ମହିମା appeared first on ଆମେ ଓଡ଼ିଆ .

ଆମୋଡିଆ 25 Apr 2026 7:19 am

ଛୋଟ ସହରର ସମୁଦ୍ର

ଭାପ୍ପାଙ୍କ ପଦପାତ ମୋଠାରୁ ଏତେ ଦ୍ରୁତ ଥିଲା ଯେ ମୁଁ ଦୌଡ଼ିବାକୁ ବାଧ୍ୟ ହେଲି । ୧୩୮ ପାଦ ବଦଳରେ ୬୯ ପାଦରେ ଆମେ ଗାଧୁଆଘରେ ପହଞ୍ଚି ଯାଇଥିଲୁ । The post ଛୋଟ ସହରର ସମୁଦ୍ର appeared first on ଆମେ ଓଡ଼ିଆ .

ଆମୋଡିଆ 25 Apr 2026 7:12 am

ନଷ୍ଟ ଲବଙ୍ଗ

ବ୍ୟସ୍ତ ହନା ଲୋ ଲବଙ୍ଗ, ତୋର ସାହା ଭରସା ହେବା ପାଇଁ ସବୁଦିନ ମୁଁ ପ୍ରସ୍ତୁତ ଅଛି । ତୁ ମୋ' ସହିତ ଆ, ମୁଁ ତୋତେ ବଞ୍ଚିବାର ନୂଆ ରାସ୍ତାଟିଏ ଦେଖାଇ ଦେବି । ତା ସହିତ ତୋ ଉପରେ ହୋଇଥିବା ଅନ୍ୟାୟର କିପରି ପ୍ରତିଶୋଧ ନେବୁ ସେ ଉପାୟ ମଧ୍ୟ ବତାଇ ଦେବି । The post ନଷ୍ଟ ଲବଙ୍ଗ appeared first on ଆମେ ଓଡ଼ିଆ .

ଆମୋଡିଆ 25 Apr 2026 7:06 am

ଅଧା ଚାନ୍ଦ

ଆସନ୍ତା କାଲିର ଠିକଣା ନାହିଁ, ଏ ସମୟରେ ବାକିଆ ପେମେଣ୍ଟ୍‌ ଆସୁନି, ଯାହା ପାଖରେ ଯାହା କିଛି ପୁଞ୍ଜି ଥିଲା ସମସ୍ତେ ନିଜ ପାଖରେ ଜାକି ଦେଇ ବସିଛନ୍ତି, ସପ୍ଲାୟର ମାନେ ପେମେଣ୍ଟ୍‌ ମାଗୁଛନ୍ତି, ଟଙ୍କା ନାହିଁ ଯେ ଦରମା ଦେଇ ହେଉନି, ଏଥିରେ ଆଡଭାନନ୍ସ କିଏ ଦେବ ? The post ଅଧା ଚାନ୍ଦ appeared first on ଆମେ ଓଡ଼ିଆ .

ଆମୋଡିଆ 25 Apr 2026 7:01 am

ପଳାଶ ବଣେ ଫଗୁଣ

ଫଗୁଣେ ସଜା ଫୁଲରେ କେତେ ଯେ ଅଗଣା ପଳାଶ ବଣେ ତ ଫଗୁଣ ଟା ହଜେଇ ଠିକଣା ହେଲା ବାଟବଣା ।। The post ପଳାଶ ବଣେ ଫଗୁଣ appeared first on ଆମେ ଓଡ଼ିଆ .

ଆମୋଡିଆ 25 Apr 2026 6:59 am

ଅଜା ଆଈ ଗଲେ ଯାତରା ଦେଖି

ମେଢ଼ କମ୍ପାଏ ବେଲୁନ ପେଁ - କାଳୀ , ଜମେ ସେଇଠି ପିଲାଙ୍କ ଗହଳି। The post ଅଜା ଆଈ ଗଲେ ଯାତରା ଦେଖି appeared first on ଆମେ ଓଡ଼ିଆ .

ଆମୋଡିଆ 25 Apr 2026 6:56 am

ଭାଗ୍ୟର ଦୋଷାରୋପ

ଷ୍ଟୁଆର୍ଟ ବ୍ରଡର ସାଥିରେ ନା ଥିଲା ତାର କେବେ ଦେଖା ନା କଥା, The post ଭାଗ୍ୟର ଦୋଷାରୋପ appeared first on ଆମେ ଓଡ଼ିଆ .

ଆମୋଡିଆ 25 Apr 2026 6:53 am

America: ଆମେରିକା ଉପରେ ଟ୍ରିଲିୟନ ଡଲାରର ଆର୍ଥିକ ବୋଝ

ୱାସିଂଟନ: ଇରାନ ସହିତ ସାମରିକ ସଂଘର୍ଷ ଏକ ତୀବ୍ର ପର୍ଯ୍ୟାୟରେ ପହଞ୍ଚିବା ସହ ଆମେରିକାର ପ୍ରତିରକ୍ଷା ଅର୍ଥନୀତି ଏବେ ଏକ ଅଭୂତପୂର୍ବ ପରୀକ୍ଷାର ସମ୍ମୁଖୀନ ହୋଇଛି। ଏହି ଯୁଦ୍ଧ ଏକ ଆର୍ଥିକ ସଙ୍କଟ ସୃଷ୍ଟି କରିଛି ଯାହା ଆସନ୍ତା ଦଶନ୍ଧି ପାଇଁ ଆମେରିକାର ପ୍ରତିରକ୍ଷା ବଜେଟକୁ ପ୍ରଭାବିତ କରିବା ଆଶଙ୍କା ରହିଛି। ବିଶ୍ଳେଷକମାନେ ବର୍ତ୍ତମାନର ବ୍ୟୟ ପ୍ରଣାଳୀକୁ ଏକ ‘ଅସମାନତାର ଜାଲ’ ଭାବରେ ବର୍ଣ୍ଣନା କରୁଛନ୍ତି, ଯେଉଁଠାରେ ଆମେରିକା ଶସ୍ତା ଇରାନୀ ଡ୍ରୋନ୍‌କୁ ନଷ୍ଟ କରିବା ପାଇଁ କୋଟି କୋଟି ଟଙ୍କାର ମିସାଇଲ୍ ବ୍ୟବହାର କରୁଛି। ଏହି ରଣନୀତି ତେହେରାନର ଆର୍ଥିକ କ୍ଷତି ପହଞ୍ଚାଇବା ନୀତିକୁ ସାହାଯ୍ୟ କରୁଛି। ପେଣ୍ଟାଗନ ବିଶାଳ ଜରୁରୀକାଳୀନ ପାଣ୍ଠି ମାଗୁଥିବାରୁ ଯୁଦ୍ଧର ପ୍ରକୃତ ମୂଲ୍ୟ ଏବେ ସ୍ପଷ୍ଟ ହେବାରେ ଲାଗିଛି। ଯୁଦ୍ଧାସ୍ତ୍ରର ଅଭାବ, ସାମରିକ ଘାଟିର ମରାମତି, ଏବଂ ଭବିଷ୍ୟତରେ ଯୁଦ୍ଧରୁ ଫେରିଥିବା ସୈନିକମାନଙ୍କ ସ୍ୱାସ୍ଥ୍ୟସେବା ତଥା ଋଣ ସୁଧ ବାବଦକୁ ଟ୍ରିଲିୟନ ଡଲାରର ବୋଝ ପଡ଼ିବାକୁ ଯାଉଛି। ଆହୁରି ପଢନ୍ତୁ; LIVE News Updates 2026 April 24: IPL 2026 ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି ନେଲା ବେଙ୍ଗାଲୁରୁ; ହାତୀ ଆକ୍ରମଣରେ ମହିଳା ମୃତ;ପଦ୍ମ ଧରିଲେ ରାଘବ ଚଢ଼ା ପେଣ୍ଟାଗନର ଆଭ୍ୟନ୍ତରୀଣ ତଥ୍ୟ ଅନୁଯାୟୀ, ଯୁଦ୍ଧର ପ୍ରଥମ ଛଅ ଦିନରେ ଆମେରିକାର ପାଖାପାଖି ୧୧.୩ ବିଲିୟନ ଡଲାର ଖର୍ଚ୍ଚ ହୋଇଥିଲା, ଯାହା ଦ୍ବାଦଶ ଦିନ ବେଳକୁ ୧୬.୫ ବିଲିୟନ ଡଲାରରୁ ଅଧିକ ହୋଇଛି। ପରେ ପ୍ରତି ୨୪ ଘଣ୍ଟାରେ ପ୍ରାୟ ୧ରୁ ୨ ବିଲିୟନ ଡଲାର ଖର୍ଚ୍ଚ ହେଉଥିବା ଆକଳନ କରାଯାଇଥିଲା। ଏହି ଅହେତୁକ ଖର୍ଚ୍ଚର ମୁଖ୍ୟ କାରଣ ହେଉଛି ନୌସେନା ଏବଂ ବାୟୁସେନାର ପ୍ରତିରକ୍ଷା ଅଭିଯାନ। ଆମେରିକୀୟ ସେନା ମାତ୍ର ୩୦,୦୦୦ ଡଲାର ମୂଲ୍ୟର ଗୋଟିଏ ଇରାନୀ ଶାହେଦ୍ ଡ୍ରୋନ୍‌କୁ ଖସାଇବା ପାଇଁ ପ୍ରାୟ ୪ ମିଲିୟନ ଡଲାର ମୂଲ୍ୟର ଗୋଟିଏ ଇଣ୍ଟରସେପ୍ଟର ମିସାଇଲ୍ ବ୍ୟବହାର କରୁଛି। ଆହୁରି ପଢନ୍ତୁ; ଆହୁରି ପଢନ୍ତୁ; Paytm: ପେଟିଏମ୍‌ ପେମେଣ୍ଟ୍‌ ବ୍ୟାଙ୍କର ଲାଇସେନ୍ସ ବାତିଲ ଆର୍ଥିକ କ୍ଷତି କେବଳ ଯୁଦ୍ଧ ମଇଦାନରେ ସୀମିତ ନାହିଁ। ମଧ୍ୟପ୍ରାଚ୍ୟରେ ଥିବା ପ୍ରାୟ ୨୦ଟି ଆମେରିକୀୟ ସାମରିକ ଘାଟି କ୍ଷତିଗ୍ରସ୍ତ ହୋଇଛି। ପ୍ରତିରକ୍ଷା ବିଭାଗର ଆକଳନ ଅନୁଯାୟୀ, କେବଳ ବ୍ୟବହୃତ ଯୁଦ୍ଧାସ୍ତ୍ରଗୁଡ଼ିକର ଭରଣା ପାଇଁ ତୁରନ୍ତ ୩ ବିଲିୟନ ଡଲାର ଆବଶ୍ୟକ ଏବଂ ଯୁଦ୍ଧ ଜାରି ରହିଲେ ଏହି ଆବଶ୍ୟକତା ପ୍ରତିଦିନ ଶହ ଶହ ମିଲିୟନ ଡଲାର ବଢ଼ିବାରେ ଲାଗିବ। ପେଣ୍ଟାଗନ ଚଳିତ ଆର୍ଥିକ ତ୍ରୈମାସିକ ପାଇଁ କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ୨୦୦ ବିଲିୟନ ଡଲାରର ଜରୁରୀକାଳୀନ ଅତିରିକ୍ତ ପାଣ୍ଠି ଅନୁରୋଧ କରିଛି। ଏଥିସହ, ମଧ୍ୟପ୍ରାଚ୍ୟରେ ବିମାନ ଏବଂ ସାମୁଦ୍ରିକ ପରିବହନ ବାଧାପ୍ରାପ୍ତ ହେବା ଫଳରେ ବିଶ୍ୱ ବାଣିଜ୍ୟରେ ଖର୍ଚ୍ଚ ବଢ଼ିଛି, ଯାହା ଖାଉଟି ସାମଗ୍ରୀର ଦର ବୃଦ୍ଧିର ଆଶଙ୍କା ସୃଷ୍ଟି କରିଛି। ବିଶେଷଜ୍ଞମାନେ ଦୀର୍ଘକାଳୀନ ଯୁଦ୍ଧର ପରିଣାମ ବିଷୟରେ ସତର୍କ କରାଇ ଦେଇଛନ୍ତି। ଯଦି ଯୁଦ୍ଧ ପାଇଁ ନିଆଯାଇଥିବା ଋଣର ସୁଧ, ପୁରୁଣା ସାମରିକ ଜାହାଜଗୁଡ଼ିକର ପରିବର୍ତ୍ତନ ଏବଂ ହଜାର ହଜାର ସୈନିକଙ୍କ ଜୀବନବ୍ୟାପୀ ଚିକିତ୍ସା ଖର୍ଚ୍ଚକୁ ମିଶାଯାଏ, ତେବେ ମୋଟ ଖର୍ଚ୍ଚ ୧ ଟ୍ରିଲିୟନ ଡଲାରରୁ ଅଧିକ ହେବ ବୋଲି ଆଶା କରାଯାଉଛି।

ସ୍ତମ୍ଭ 24 Apr 2026 8:32 pm

ଓଲଟିଲା ମାଛ ବୋଝେଇ ଅଟୋ

ବାଲିଗୁଡ଼ା,୧୯ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ମୁସୁକୁଲିସ୍ଥିତ ବୁଲାଣି ନିକଟରେ ରବିବାର ମାଛ ବୋଝେଇ ହୋଇଥିବା ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଦୁର୍ଘଟଣା ଘଟିଛି। ଘଟଣାରୁ ପ୍ରକାଶ ଯେ, ବାଲିଗୁଡ଼ାରୁ ଅଟୋ ଯୋଗେ ବାରଖମାକୁ ମାଛ ନେଇ ଯାଉଥିବା ସମୟରେ ରାଜ୍ୟ ରାଜପଥ ୪୧ନମ୍ବର ରାସ୍ତାର ମୁସୁକୁଲି ନିକଟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଅଟୋ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବାବେଳେ ମାଛଗୁଡ଼ିକ କ୍ଷତି ଘଟିଥିବା ଜଣାପଡ଼ିଛି। Dharitri […] The post ଓଲଟିଲା ମାଛ ବୋଝେଇ ଅଟୋ appeared first on Dharitri Odia News .

ପୃଥିବୀ 19 Apr 2026 5:47 pm

ଉଜ୍ୱଳା ହିତାଧିକାରୀଙ୍କ ପାଇଁ ଗ୍ୟାସ୍ ଅଡ଼ୁଆ, ସରକାରଙ୍କ ୪୫ ଦିନିଆ ନିୟମ ସାଜିଛି ବୋଝ

କନକ ବ୍ୟୁରୋ : ଉଜ୍ଜ୍ବଳା ଯୋଜନାରେ ଗ୍ୟାସ୍ ତ ମିଳିଲା, ହେଲେ ଏବେ ଚୁଲିରେ କାଠ ଆଉ ଘଷିର ଧୂଆଁ। ଗ୍ୟାସ୍ ସିଲିଣ୍ଡରର ଆକାଶଛୁଆଁ ଦର ଏବେ ଗରିବ ଓ ମଧ୍ୟବିତ୍ତ ପରିବାରର କଣ୍ଠରୋଧ କରୁଛି। ୪୫ ଦିନର ବ୍ୟବଧାନ ନିୟମ ଏବଂ ଅହେତୁକ ଦର ବୃଦ୍ଧି ଯୋଗୁଁ ଆସିକା ଅଞ୍ଚଳର ମହିଳାମାନେ ପୁଣି ସେଇ ପୁରୁଣା ଦିନକୁ ଫେରିଯାଇଛନ୍ତି। ରାତି ପାହିଲେ ଆରମ୍ଭ ହେଉଛି ଜାଳେଣି ସଂଗ୍ରହର ସଂଘର୍ଷ। ଗ୍ୟାସ୍ ସଙ୍କଟ ଏବେ ହାଣ୍ଡିଶାଳକୁ ମାଡ଼ ହୋଇଛି। ସରକାରଙ୍କ ଉଜ୍ଜ୍ବଳା ଯୋଜନା ଯେମିତି ଏବେ ଉପହାସ ପାଲଟିଛି। ୪୫ ଦିନର ବ୍ୟବଧାନ ପୂର୍ବରୁ ଗ୍ୟାସ୍ ନମିଳିବା ଏବଂ ବାହାରେ ଚଢ଼ାଦର ଯୋଗୁଁ ଲୋକେ ଏବେ ବିକଳ୍ପ ବ୍ୟବସ୍ଥା ଖୋଜୁଛନ୍ତି। ଗଂଜାମ ଜିଲ୍ଲା ଆସିକା ବ୍ଲକ ବାଲିଛାଇ ଗାଁର କସ୍ତୁରୀ ଗୌଡ଼, ସତ୍ୟଭାମା ସ୍ୱାଇଁ ଏବଂ ପ୍ରଭାସିନୀ ଗୌଡ଼ଙ୍କ ଭଳି ଶହ ଶହ ଗୃହିଣୀ ଏବେ ଗ୍ୟାସ୍ ଚୁଲି ଛାଡ଼ି ଗୋବର ଘଷି ଓ ନଡ଼ିଆ କତାର ସାହାରା ନେଉଛନ୍ତି। ଅଧିକ ପଢନ୍ତୁ: ଯୁଦ୍ଧର ପ୍ରଭାବରେ ଭାରତର ଏଲପିଜି ବ୍ୟବହାର ୧୩% ହ୍ରାସ, ହୋଟେଲ ଓ ଶିଳ୍ପ ସଂସ୍ଥାକୁ ଗ୍ୟାସ୍ ଯୋଗାଣ କାଟ୍ ଏହି ସମସ୍ୟା କେବଳ ରୋଷେଇ ଘରେ ସୀମିତ ନାହିଁ, ଏହାର ପ୍ରଭାବ ପରିବେଶ ଉପରେ ମଧ୍ୟ ପଡୁଛି। ଜାଳେଣି ପାଇଁ ଲୋକେ ବାରିପଟ ଗଛ କାଟିବାକୁ ବାଧ୍ୟ ହେଉଛନ୍ତି। ଏପଟେ ଅସହ୍ୟ ଗରମ, ସେପଟେ ଚୁଲି ନିଆଁ, ରୋଷେଇ ସମୟରେ ଆକ୍ତାମାକ୍ତା ହେଉଛନ୍ତି ମହିଳା। ଚୁଲି ପାଖରେ ବସିବା ମୁସ୍କିଲ୍‌ ହୋଇପଡ଼ୁଛି, ହେଲେ ଉପାୟ ନାହିଁ। ଯେଉଁମାନଙ୍କର ବଡ଼ ପରିବାର, ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ବାହାରୁ ୧୮୦୦ ରୁ ୨୦୦୦ ଟଙ୍କା ଦେଇ ଗ୍ୟାସ୍ ଆଣିବା କାଠିକର ପାଠ ହୋଇପଡୁଛି। ଗ୍ୟାସ୍ ସିଲିଣ୍ଡର ଏବେ ରୋଷେଇ ଘରର କୋଣରେ ଶୋଭା ବଢ଼ାଉଛି, ଆଉ ଘରର ମାଆମାନେ ପୁଣି ଚୁଲି ଧୂଆଁରେ ଆଖିରୁ ଲୁହ ଗଡ଼ାଉଛନ୍ତି। ସରକାରଙ୍କ ‘ଉଜ୍ଜ୍ବଳା’ କେବେ ଏହି ଅନ୍ଧକାର ଦୂର କରିବ, ତାହା ଦେଖିବାକୁ ବାକି ରହିଲା।

ନିନ୍ଦା 19 Apr 2026 5:40 pm

ଚୋରା କାଠ ବୋଝେଇ ଗାଡ଼ି ଯାଉଥିବା ଜାଣି ପିଛା କରିଥିଲେ: ମାଡ଼ଖାଇ ଫରେଷ୍ଟ ଡ୍ରାଇଭର ଗୁରୁତର

ସିମୁଳିଆ,୧୯।୪(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା କୁପାରି ଫରେଷ୍ଟ ଡ୍ରାଇଭର ଆତ୍ମାରାମ ଷେଣ୍ଢ(୨୯) ରବିବାର ଦୁବୃର୍ତ୍ତମାନଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କୁ ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତାଙ୍କ ଘର ଖଇରା ବ୍ଲକ ମାନପୁର ପଞ୍ଚାୟତ ସାଉଣ୍ଡିଆ ଅଞ୍ଚଳରେ । ଆହତ ଆତ୍ମାରାମଙ୍କ ବାପା ପ୍ରଶାନ୍ତଙ୍କ ସୂଚନା ଅନୁସାରେ ମାଖନପୁର ଅଞ୍ଚଳରୁ ଚୋରା କାଠ ବୋଝେଇ ଗାଡ଼ି ଯାଉଥିବା ଫରେଷ୍ଟ ଅଫିସରୁ ଖବର ଆସିଥିଲା । ଆତ୍ମାରାମ ନିଜ ଗାଁ ରେ ଥିବାରୁ ମୋଟର ସାଇକେଲ […] The post ଚୋରା କାଠ ବୋଝେଇ ଗାଡ଼ି ଯାଉଥିବା ଜାଣି ପିଛା କରିଥିଲେ: ମାଡ଼ଖାଇ ଫରେଷ୍ଟ ଡ୍ରାଇଭର ଗୁରୁତର appeared first on Dharitri Odia News .

ପୃଥିବୀ 19 Apr 2026 12:09 pm

ମାଟି ବୋଝେଇ ଟ୍ରାକ୍ଟର ଉପରେ ଚଢ଼ାଉ କଲେ ତହସିଲଦାର, ମାଫିଆ ଚଢ଼ାଇଦେଲେ ଟ୍ରାକ୍ଟର !

ଯାଜପୁର ୧୮।୪: ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲଦାରଙ୍କ ଉପରକୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ। କୋରେଇ ଥାନା ମୀନାବଜାର ଛକ ନିକଟରେ ଲଘୁ ଖଣିଜ ଲୁଟ୍ ଖବର ପାଇ ରେଡ୍ କରିବାକୁ ଯାଉଥିବା ବେଳେ ଆକ୍ରମଣର ଶିକାର । ଗୁରୁତର ତହସିଲଦାର ପ୍ରଶାନ୍ତ ପଣ୍ଡାଙ୍କୁ କଟକ ଏସସିବି ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ଦୁଇ ଘଣ୍ଟା ଭିତରେ ସଠିକ୍ ଚିକିତ୍ସା ନ କରିବାରୁ କଟକ ଏସସିବିରୁ ପରିବାର ଲୋକେ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି । ତାଙ୍କର ଗୋଡ଼ ଭାଙ୍ଗିଥିବା ବେଳେ ବର୍ତ୍ତମାନ ସମୟରେ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସୂଚନା ।ସୂଚନାଯୋଗ୍ୟ ଯେ, ବ୍ୟାସନଗର ତହସିଲଦାର ପ୍ରଶାନ୍ତ ପଣ୍ଡାଙ୍କୁ ସମ୍ପୃକ୍ତ ମାଫିଆ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ କରିଥିବା ଗୁରୁତର ଅଭିଯୋଗ ଆସିଛି। କୋରେଇ ଥାନା ଅନ୍ତର୍ଗତ ମୀନାବଜାର ଛକ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅବୈଧ ମାଟି ଚୋରିକୁ ରୋକିବା ପାଇଁ ଘଟଣାସ୍ଥଳରେ ନିଜ ଟିମ୍ ସହିତ ପହଞ୍ଚିଥିଲେ ତହସିଲଦାର ପ୍ରଶାନ୍ତ ପଣ୍ଡା। ତେବେ ମାଫିଆଙ୍କ ନିର୍ଦ୍ଦେଶରେ ଟ୍ରାକ୍ଟର ଚାଳକ ଓ ଅନ୍ୟ ଅଭିଯୁକ୍ତ ମାନେ ଟ୍ରାକ୍ଟର ଚଢ଼ାଇ ତାଙ୍କୁ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ତହସିଲଦାର ପ୍ରଶାନ୍ତ ପଣ୍ଡା ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ତାଙ୍କ ଡାହାଣ ଗୋଡ ଉପରେ ଟ୍ରାକ୍ଟର ଚଢିଯାଇ ଭାଙ୍ଗିଯାଇଛି। ତହସିଲଦାର ପ୍ରଶାନ୍ତ ପଣ୍ଡାଙ୍କୁ ଗୁରୁତର ଅବସ୍ଥାରେ କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।Also Read:-Chandrabhaga Sea Beach: ପୁର୍ନଜନ୍ମ ନେବ କି ଚନ୍ଦ୍ରଭାଗା ନଦୀ ? ପ୍ରାୟ ଶହେ ମିଟର ପଛକୁ ଘୁଞ୍ଚିଲା ସମୁଦ୍ରସେପଟେ କୋରେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟରଟିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣା ସହ ଜଡିତ ଅଭିଯୁକ୍ତ ମାନଙ୍କୁ ଧରିବା ଓ ବ୍ୟବହୃତ ମେସିନ ଜବତ କରିବା ପାଇଁ ଚେଷ୍ଟା ଚାଲିଥିବା କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅବୈଧ ମାଟି ଖନନ ସମେତ ବିବିଜିନ୍ନା ସମୟରେ ଲଘୁଖଣିଜ ଚୋରା କାରବାର ଓ ବେଆଇନ ପରିବହନକୁ ନେଇ ଏପରି ଆକ୍ରମଣ କରାଯିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଏଡିଏମ । ଏହି ଘଟଣା ଏବେ ଜିଲ୍ଲାର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛି । ସେପଟେ ଟ୍ରାକ୍ଟର ଜବତ ହୋଇଥିବା ବେଳେ ମେସିନ ଜବତ କରାଯିବା ଏବଂ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଡିଏମ କହିଛନ୍ତି।

ରେ କିମ୍ବା ସମ୍ବାଦ | 18 Apr 2026 7:55 pm

ଓଲଟିଲା ଗୋ-ଖାଦ୍ୟ ବୋଝେଇ ପିକ୍‌ଅପ୍, ଅଳ୍ପକେ ବର୍ତ୍ତିଲେ ଚାଳକ

ରେଙ୍ଗାଲିକ୍ୟାମ୍ପ: ଅତାବିରା କଲେଜ ସମ୍ମୁଖ ୫୩ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ କୁ ଓଭରଟେକ୍ କରିବା ସମୟରେ ନିୟନ୍ତ୍ରଣ ହରାଇ ଏକ ଗୋ-ଖାଦ୍ୟ ବୋଝେଇ ପିକ୍-ଅପ୍ ଗାଡ଼ି ଡିଭାଇଡର ଉପରେ ଚଢ଼ି ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଗାଡ଼ି ଚାଳକ ଏବଂ ତାଙ୍କ ସହଯୋଗୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର ସମୟରେ ଗୋଡଭଗା ନିକଟସ୍ଥ ବାବୁ ବନ୍ଧର ଭୋଇ ଟିକ୍ରା ସ୍ଥିତ ‘ତାଜଲ୍ […]

ଜୀବନ୍ତ ସାମାଜିକ | 18 Apr 2026 5:43 pm

ବେଆଇନ ଚାଲାଣବେଳେ ମହୁଲ ବୋଝେଇ ପିକ୍‌ଅପ୍‌ ଜବତ: ଚାଳକ ଅଟକ

ଦେବଗଡ,୧୮ା୪(ଶଶାଙ୍କ ଶେଖର ଝାଙ୍କର): ଏକ ବୋଲେରୋ ପିକ୍‌ଅପ୍‌ ଯୋଗେ ବେଆଇନ ମହୁଲ ଚାଲାଣବେଳେ ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ଜବତ କରାଯିବା ସହ ଚାଳକଙ୍କୁ ଅଟକ ରଖାଯାଇଛି । ଅବକାରୀ ବିଭାଗ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ଏକ ବେଆଇନ ମହୁଲ ବୋଝେଇ ପିକ୍‌ଅପ୍‌ ଗାଡି ଦେବଗଡ ଥାନାଂଚଳ ବ୍ରଜମୋହନପୁର ଗ୍ରାମ ପଟୁ ଅନ୍ୟତ୍ର ଯାଉଥିବା କୌଣସି ସୂତ୍ରରୁ ଅବକାରୀ ବିଭାଗକୁ ସୂଚନା ମିଳିଥିଲା । ସୂଚନା ଆଧାରରେ ଅବକାରୀ ବିଭାଗ କର୍ମଚାରୀମାନେ ବ୍ରଜମୋହନପୁର ଗ୍ରାମ ନିକଟରେ […] The post ବେଆଇନ ଚାଲାଣବେଳେ ମହୁଲ ବୋଝେଇ ପିକ୍‌ଅପ୍‌ ଜବତ: ଚାଳକ ଅଟକ appeared first on Dharitri Odia News .

ପୃଥିବୀ 18 Apr 2026 7:25 am

ଅଭାବୀ ସମ୍ବଳରେ ଧାମନଗର ପୋଲିସ: ତଦନ୍ତ ବୋଝ ତଳେ ଚାପି ହେଉଛନ୍ତି ଅଧିକାରୀ, ନିଜେ ଅଭିଯୋଗକାରୀ, ନିଜେ ତଦନ୍ତକାରୀ, ସାମ୍ବାଦିକ ଙ୍କ ସହ ସ୍ୱତନ୍ତ୍ର ଆଲୋଚନା

ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଧାମନଗର ଥାନା ଏବେ ଅପରାଧ ନିୟନ୍ତ୍ରଣ ଓ ତଦନ୍ତ ପ୍ରକ୍ରିୟା ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ସଂଘର୍ଷ କରୁଛି। ଧାମନଗର ବ୍ଲକର ଆନନ୍ଦପୁର ଠାରୁ ଗୋବିନ୍ଦପୁର ପୁର ଏବଂ ଭଣ୍ଡାରିପୋଖରୀ ର କିଛି ଅଂଶ ସମେତ ବିସ୍ତୃତ ଅଂଚଳର ସୁରକ୍ଷା ଦାୟିତ୍ୱ ଏହି ଥାନା ଉପରେ ରହିଛି। ମାତ୍ର ଆବଶ୍ୟକତା ତୁଳନାରେ କର୍ମଚାରୀ ସଂଖ୍ୟା କମ ଥିବାରୁ ଜଣେ ଜଣେ ଅଧିକାରୀ ଏକାଧିକ ମାମଲାର ତଦନ୍ତ ବୋଝରେ ଚାପି ହୋଇ ରହୁଛନ୍ତି। ୧୨ କିଲୋମିଟର ଲମ୍ବ ଜାତୀୟ ରାଜପଥରେ ଦୈନିକ ଦୁର୍ଘଟଣା, ରାହାଜାନି ଏବଂ ଅନ୍ତରାଜ୍ୟ ଡକାୟତି ପୋଲିସ ପାଇଁ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିଛି। ଥାନାରେ କାର୍ଯ୍ୟରତ ଅଧିକାରୀମାନେ ଅପରାଧ ନିୟନ୍ତ୍ରଣ କରିବାରେ କଷ୍ଟକର ହେଉଛି। ସାଧାରଣ ମାମଲା ପାଇଁ ୬୦ ଦିନ ଓ ସଂଗୀନ ମାମଲା ପାଇଁ ୯୦ ଦିନର ସମୟସୀମା ମଧ୍ୟରେ ଚାର୍ଜସିଟ ଦେବା ନିୟମ ଥିବାରୁ, କର୍ମଚାରୀ ଅଭାବରୁ ସେମାନେ ଅତ୍ୟଧିକ ଚାପରେ ରହୁଛନ୍ତି। ଫରେନ୍ସିକ ରିପୋର୍ଟ ଓ ସାଇବର ପ୍ରମାଣ ସଂଗ୍ରହରେ ବିଳମ୍ବ ହେଲେ ଏହି ଚାପ ଦ୍ୱିଗୁଣିତ ହୋଇଯାଉଛି।ଥାନାରେ ଜଣେ ଆଇଆଇସିଙ୍କ ସମେତ ୦୪ ଜଣ ସବ୍‌-ଇନସପେକ୍ଟର ପଦବୀ ମଞ୍ଜୁର ହୋଇଥିବା ବେଳେ ମାତ୍ର ୦୩ ଜଣ (୦୨ ପୁରୁଷ ଓ ୦୧ ମହିଳା) ଅଛନ୍ତି। ସେହିପରି ୦୫ ଜଣ ଏଏସ୍‌ଆଇ ପଦବୀରୁ ମାତ୍ର ୦୪ ଜଣ ଅଛନ୍ତି, ଯେଉଁଥିରୁ ଜଣେ ବଦଳି ହୋଇ ଚାଲିଯିବେ। ମଞ୍ଜୁର ଥିବା ୧ ହାବିଲଦାର ପଦବୀ ଖାଲି ପଡ଼ିଛି। ୧୦ ଜଣ କନେଷ୍ଟବଳ ଓ ମାତ୍ର ୦୫ ଜଣ ଗୃହରକ୍ଷୀଙ୍କୁ ନେଇ ୧୨ ହଜାରରୁ ଅଧିକ ସଂଖ୍ୟାଲଘୁ ବସବାସ କରୁଥିବା ଏବଂ ‘ଉର୍ସ’ ଭଳି ଆନ୍ତର୍ଜାତୀୟ ଉତ୍ସବ ପାଳନ ହେଉଥିବା ଅଂଚଳରେ ଶାନ୍ତି ରକ୍ଷା କରିବା ଏକ ଆହ୍ୱାନ। ଥାନାର ଭିତିଭୂମି ଅବସ୍ଥା ଅତି ଦୟନୀୟ। ଆଇଆଇସି ଓ ଏସଡିପିଓଙ୍କ ବ୍ୟତୀତ ଅନ୍ୟ ଅଧିକାରୀଙ୍କ ପାଇଁ କ୍ୱାର୍ଟର ନାହିଁ। ବାରାକ ଅଭାବରୁ ଏପିଆର କର୍ମଚାରୀମାନେ ମହିଳା ଓ ଶିଶୁ ଡେସ୍କ ଗୃହରେ ଅତ୍ୟନ୍ତ କଷ୍ଟରେ ରହୁଛନ୍ତି। ଧାମନଗର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଥାନାରେ ପଦବୀ ପୂରଣ ସହ ଭିତିଭୂମିର ଉନ୍ନତି କରାଗଲେ ପୋଲିସ ସେବା ଆହୁରି ସୁଦୃଢ଼ ହୋଇପାରନ୍ତା। ଏହି ଅବସର ରେ ଧାମନଗର ଅଂଚଳ ର ସାମ୍ବାଦିକ ପ୍ରଦୀପ କୁମାର ମହାପାତ୍ର,ମନୋଜ କୁମାର ଦାଶ, ସଂଜିବ ମହାନ୍ତି,ସରୋଜ ଖୁଂଟିଆ ପ୍ରମୁଖ ଥାନା ଅଧିକାରୀ ଶୁଭ୍ରଜିତ ଦାସ ଙ୍କ ସହ ଆଲୋଚନା କରିଥିଲେ , ସଂଧ୍ୟା ଓ ବିଳମ୍ବିତ ରାତ୍ରୀ ରେ ରାତ୍ରି କାଳୀନ ପେଟ୍ରୋଲିଙ୍ଗ କରିବାକୁ ଅନୁରୋଧ କରିଥିଲେ। ଖୁବ ଶୀଘ୍ର ସେ ଦିଗରେ ସଚେତନ ହେବେ ବୋଲି ଥାନା ଅଧିକାରୀ ଶ୍ରୀ ଦାଶ କହିଥିଲେ। Continue reading ଅଭାବୀ ସମ୍ବଳରେ ଧାମନଗର ପୋଲିସ: ତଦନ୍ତ ବୋଝ ତଳେ ଚାପି ହେଉଛନ୍ତି ଅଧିକାରୀ, ନିଜେ ଅଭିଯୋଗକାରୀ, ନିଜେ ତଦନ୍ତକାରୀ, ସାମ୍ବାଦିକ ଙ୍କ ସହ ସ୍ୱତନ୍ତ୍ର ଆଲୋଚନା

ଓଡିଆ ପୁଆ 16 Apr 2026 9:00 pm

ମାଛ ବୋଝେଇ ଟ୍ରକ୍‌କୁ ପଛରୁ ପିଟିଲା ବସ୍; ୭ ଯାତ୍ରୀ ଆହତ | Odisha Reporter

#ମ ାଛ_ବୋଝେଇ_ଟ୍ରକ୍‌କୁ_ପଛରୁ_ପିଟିଲା_ବସ୍_୭ ବାଲେଶ୍ୱର ସିମୁଳିଆ ୧୬ ନମ୍ବର NHରେ ଦୁର୍ଘଟଣା.. ମାଛ ବୋଝେଇ ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍.. ଡ୍ରାଇଭରଙ୍କ ସମେତ ବସର ୭ ଜଣ ଆହତ... ୪ ଗୁରୁତରଙ୍କୁ ସିମୁଳିଆ ହସ୍ପିଟାଲରେ ଭର୍ତ୍ତି... #OdishaRoadAccident #NH16Crash #BusTruckCollision #FishTruckAccident #OdishaReporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter

ଓଡ଼ିଶା ସାମ୍ବାଦିକ 15 Apr 2026 8:11 am

Accident: ବାଇକ୍‌କୁ ପିଟିଲା କ୍ଷୀର ବୋଝେଇ ଟ୍ୟାଙ୍କର, ବୟସ୍କ ବ୍ୟକ୍ତି ମୃତ

ବାମନାଳ (ସନ୍ତୋଷ ବରାଳ): ଓଡ଼ିଆ ନବବର୍ଷର ଓ ମହାବିଷୁବ ସଂକ୍ରାନ୍ତିରେ ଅଘଟଣ ଘଟିଛି। ସ୍ଥାନୀୟ ଗୋଲେଇ ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବାଇକକୁ ପିଟିଲା କ୍ଷୀର ବୋଝେଇ ଟ୍ୟାଙ୍କର। ଘଟଣା ସ୍ଥଳରେ ବାଇକରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ମୃତ ବ୍ୟକ୍ତି କାଳନ୍ଦୀ ପ୍ରଧାନ(୫୮)। ସୂଚନା ମୁତାବକ ତିରୁଣ୍ଡିଆ ପଞ୍ଚାୟତ ଅଧୀନ ସରବାପଡା ଗ୍ରାମର କାଳନ୍ଦୀ ପ୍ରଧାନ ଓ ନିମାପଡ଼ା ବଜାରର କୃଷ୍ଣଚନ୍ଦ୍ର ବେହେରା (୫୨) ନିଜ ଘରୁ ଗୋଲେଇ ଛକ ନିକଟରେ ଥିବା ପରିବା ଦୋକାନଙ୍କୁ ଆସୁଥିବା ସମୟରେ ନିମାପଡ଼ା ବଜାର ଆଡୁ ଆସୁଥିବା କ୍ଷୀର ବୋଝେଇ ଟ୍ୟାଙ୍କର ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାଇକରେ ଥିବା ଦୁଇଜଣକ ମଧ୍ୟରୁ କାଳନ୍ଦୀ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ କୃଷ୍ଣଚନ୍ଦ୍ର ବେହେରାଙ୍କ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଆହତ ଆବସ୍ଥାରେ ନିମାପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଆହୁରି ପଢ଼ନ୍ତୁ: Accident: ମହାରାଷ୍ଟ୍ର ଓ ଗୁଜରାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୮ ମୃତ ତେବେ ଘଟଣା ସ୍ଥଳରେ ନିମାପଡା ପୁଲିସ ପହଞ୍ଚି କ୍ଷୀର ବୋଝେଇ ଟ୍ୟାଙ୍କର ଗାଡିକୁ ଜବତ କରିବା ସହିତ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଚଳାଇଥିବା ବେଳେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣା ଶୁଣିବା ପରେ ପୁର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାସ ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ପରିବାରକୁ ସମବ୍ୟଦନା ଜଣାଇଛନ୍ତି।

ସ୍ତମ୍ଭ 14 Apr 2026 6:28 pm

ବାଇକକୁ ପିଟିଲା କ୍ଷୀର ବୋଝେଇ ଟ୍ୟାଙ୍କର ; ଜଣେ ମୃତ

ନିମାପଡା : ନିମାପଡା ଗୋଲେଇ ଛକରେ ମଙ୍ଗଳବାର ଘଟିଛି ସଡକ ଦୁର୍ଘଟଣା। ବାଇକକୁ ପିଟିଲା କ୍ଷୀର ବୋଝେଇ ଟ୍ୟାଙ୍କର। ବାଇକରେ ଥିବା ୨ ଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ସରବାପଡା ଅଞ୍ଚଳର କାଳିନ୍ଦୀ ପ୍ରଧାନ (୫୮ )। ବାଇରେ ୨ ଜଣ ଯାଉଥିବା ବେଳେ କ୍ଷୀର ବୋଝେଇ ଟ୍ୟାଙ୍କର ଏମାନଙ୍କୁ ଧକ୍କା ଦେଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି। ଏଥର ଅକ୍ଷୟ […]

ଜୀବନ୍ତ ସାମାଜିକ | 14 Apr 2026 5:41 pm

ପାଦରେ ଲୁହାର ବେଡ଼ି; ଖୁଣ୍ଟରେ ବନ୍ଧା ଅଭିଶପ୍ତ ଜୀବନ, ୭ ବର୍ଷ ଧରି ଯନ୍ତ୍ରଣା ଭୋଗୁଛି ପ୍ରିୟରଞ୍ଜନ

କନକ ବ୍ୟୁରୋ : ଉପାନ୍ତ ଆଦିବାସୀ ଗାଁରୁ ଆସିଛି ଏକ ହୃଦୟ ବିଦାରକ ଚିତ୍ର । ୧୩ ବର୍ଷର କୁନି ପୁଅଟିଏ, ହେଲେ ବିଗତ ୭ ବର୍ଷ ଧରି ସେ ଘରର ଏକ ଖୁଣ୍ଟରେ ବନ୍ଧା । ଆର୍ଥିକ ଅନଟନ ଏମିତି ଯେ ମୁଠାଏ ଦାନା ଯୋଗାଡ଼ କରିବା କଷ୍ଟକର, ସେଠି ଚିକିତ୍ସା ତ’ ସାତସପନ । ଅଧିକ ପଢ଼ନ୍ତୁ : ବର୍ଷୁଛି ନିଆଁ; ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଚାଳ ଘର, ଅନ୍ଧାରୁଆ ବାରଣ୍ଡା । ସେଠି ବସି କାନ୍ଦକାନ୍ଦ ଆଖିରେ ପୁଅକୁ ଦୁଇ ଗୁଣ୍ଡା ଖୁଆଇ ଦେଉଛି ବାପା । ମା’ ଯାଇଛି ପର ଘରେ ମୂଲ ଲାଗିବାକୁ, ନହେଲେ ଚୁଲି ଜଳିବନି । ଯେଉଁ ବୟସରେ ପାଦରେ ଜୋତା ପିନ୍ଧି ସ୍କୁଲ ଯିବା କଥା, ସେ ପାଦରେ ଲୁହାର ବେଡି ପଡ଼ିଛି । ପୋଲସରା ବ୍ଲକ ଗୋଛାବାଡ଼ି ପଞ୍ଚାୟତର ଜଙ୍ଗଲଘେରା ଆଦିବାସୀ ଗାଁ ଚାଞ୍ଚେରାର କାଶିଆ ଶବରଙ୍କ ୧୩ ବର୍ଷର ପୁଅ ପ୍ରିୟରଞ୍ଜନ । ଦିନେ ସେ ବି ସାଙ୍ଗମାନଙ୍କ ସହ ଖେଳୁଥିଲା, ସ୍କୁଲ ଯାଉଥିଲା । ହେଲେ କରୋନା ସମୟର ଭୀଷଣ ଜ୍ୱର ସବୁକିଛି ଓଲଟପାଲଟ କରିଦେଲା । ପ୍ରିୟରଞ୍ଜନ ମାନସିକ ସନ୍ତୁଳନ ହରାଇ ବସିଲେ । ଧୀରେଧୀରେ କହିବା ଓ ଶୁଣିବାର ଶକ୍ତି ମଧ୍ୟ ହରାଇଲେ । ଅଭାବୀ ସଂସାରରେ ପୁଅର ମୁହଁକୁ ଚାହିଁ କାନ୍ଦିବା ଛଡ଼ା ବାପା-ମା’ଙ୍କ ପାଖରେ ଅନ୍ୟ କୌଣସି ଉପାୟ ନାହିଁ । ଫଳରେ ୭ ବର୍ଷ ହେଲା ଏହି ଝାଟିମାଟିର ବାରଣ୍ଡା ହିଁ ସାଜିଛି ପ୍ରିୟରଞ୍ଜନଙ୍କ ଦୁନିଆ । ସରକାର ଘୋଷଣା କରୁଛନ୍ତି ସ୍ୱାସ୍ଥ୍ୟ ସେବାରୁ କେହି ବଞ୍ଚିତ ରହିବେନି । ଶିକୁଳି ବନ୍ଧା ପାଦ କହୁଛି ଅଲଗା କାହାଣୀ । ମାନସିକ ଅନଗ୍ରସର ବିକାରଗ୍ରସ୍ତ ହୋଇ କାଳେ କାହାକୁ ଆକ୍ରମଣ କରିବ, ସେହି ଭୟରେ ପରିବାର ଲୋକେ ପୁଅକୁ ବାନ୍ଧି ରଖିଛନ୍ତି । ସରକାରଙ୍କ ସଚେତନତାମୂଳକ ସ୍ୱାସ୍ଥ୍ୟ ସେବା ଉପାନ୍ତ ଅଞ୍ଚଳରେ ସଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁନି । ଯାହାର ଭୟଙ୍କର ପରିଣାମ ଭୋଗୁଛି ନିରୀହ ନାବାଳକ ।

ନିନ୍ଦା 13 Apr 2026 6:41 pm

କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ପଦ୍ମପୁର ବନ ବିଭାଗ, ମିଳିଲା….

ପଦ୍ମପୁର,୧୨।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗକୁ ସଫଳତା । ଶନିବାର ଜଗଦଳପୁର ଥାନା ଅନ୍ତର୍ଗତ ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ ପିକଅପ୍ ଭ୍ୟାନ (OR _17k 6167)କୁ ଜବତ କରାଯାଇଛି । ଉକ୍ତ ଗାଡି ରେ ୧୭ଗଣ୍ଡି ସାଗୁଆନ ଓ ୫ଗଣ୍ଡି ଗମ୍ଭାରୀ ଗଛ ଥିଲା, ଯାହାର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏ ସଂପର୍କରେ ପଦ୍ମପୁର ବନ ବିଭାଗ […] The post କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ପଦ୍ମପୁର ବନ ବିଭାଗ, ମିଳିଲା…. appeared first on Dharitri Odia News .

ପୃଥିବୀ 12 Apr 2026 6:41 pm

Accident: BMW ଉପରେ ଓଲଟି ପଡ଼ିଲା କଙ୍କ୍ରିଟ ବୋଝେଇ ଟ୍ୟାଙ୍କର୍‌, ଆଇନଜୀବୀ ମୃତ

Accident: ହାଇଦ୍ରାବାଦ-ବିଜୟୱାଡା ଜାତୀୟ ରାଜପଥରେ ଘଟିଛି ବଡ଼ ଦୁର୍ଘଟଣା। ଗୋଟିଏ କଙ୍କ୍ରିଟ ବୋଝେଇ ଟ୍ୟାଙ୍କର୍‌ ଦାମୀ ବିଏମଡବ୍ଲ୍ୟୁକୁ ପୂରା ଦଳି ଦେଇଛି। କିସାରା ଟୋଲ ପ୍ଲାଜା ନିକଟରେ ଟ୍ରକ୍‌ଟି ବିଏମଡବ୍ଲ୍ୟୁ ଉପରେ ଓଲଟି ପଡ଼ିବାରୁ ଏହା ପୂରା ଚେପା ହୋଇ ଯାଇଛି। ଏହି ଦୁର୍ଘଟଣାରେ ଜଣେ ବରିଷ୍ଠ ଓକିଲଙ୍କ ମୃତ୍ୟୁ ହୋଇଛି।ପୁଲିସ୍‌ର କହିବା କଥା ଯେ ଟିଏମସ୍‌ ୦୯ ଏଫଟି ୬୬୬୨ ନମ୍ବର ପ୍ଲେଟ ବିଶିଷ୍ଟ ବିଏମଡବ୍ଲ୍ୟୁଟି ହାଇଦ୍ରାବାଦ ଅଭିମୁଖେ ଯାଉଥିଲା। ଅପରାହ୍ନ ପ୍ରାୟ ୪.୧୫ରୁ ୪.୨୦ ମଧ୍ୟରେ କିସାରେ ଟୋଲ ପ୍ଲାଜା ନିକଟରେ ହଠାତ ଗୋଟିଏ କଙ୍କ୍ରିଟ ମିକ୍ସର ଟ୍ୟାଙ୍କର ନିୟନ୍ତ୍ରଣ ହରାଇ ସିଧା ବିଏମଡବ୍ଲ୍ୟୁ ଉପରେ ଓଲଟି ପଡ଼ିଥିଲା। ବିଏମଡବ୍ଲ୍ୟୁରେ ହାଇକୋର୍ଟର ବରିଷ୍ଠ ଓକିଲ ବି ଶ୍ରୀନିବାସ ରାଓ ଯାତ୍ରା କରୁଥିଲା। ସେ ଅମରାବତୀରେ ଆୟୋଜିତ ବାର କାଉନସିଲ ନିର୍ବାଚନରେ ଭାଗ ନେବା ପରେ ହାଇଦ୍ରାବାଦ ଫେରୁଥିଲେ। କିନ୍ତୁ ଅଧା ବାଟରେ ତାଙ୍କ ଦାମୀ କାର ଉପରେ ଟ୍ରକ ଓଲଟି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି। ଟ୍ରକ୍‌ଟି ସଂପୂର୍ଣ୍ଣ ଭାବେ କାର ଉପରେ ଓଲଟି ପଡ଼ିବାରୁ ଏହା ପୂରା ଚେପା ହୋଇଯାଇଥିଲା। ଏହାକୁ ଅନେକ ଉଦ୍ୟମ ସତ୍ତ୍ୱେ ବାହାର କରାଯାଇ ପାରି ନଥିଲା। ଶେଷରେ ଜେସିବି ସହାୟତାରେ ଟ୍ରକ୍‌କୁ ହଟାଇ ଯାଇ କାରକୁ ବାହାର କରାଯାଇଥିଲା। ବି ଶ୍ରୀନୀବାସ ରାଓଙ୍କ ମୃତ ଦେହକୁ କାରରୁ ବାହାର କରି ବ୍ୟବଚ୍ଛେଦ ପାଇଁ ହଠା ଯାଇଛି। ପୂରା ଘଟଣାକ୍ରମ ଜାଣିବା ପାଇଁ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ସେହିପରି ଟ୍ୟାଙ୍କର ଓଭରଲୋଡ ଥିଲା କି ନାହିଁ, ତା’ର ମଧ୍ୟ ଛାନଭିନ କରାଯାଉଥିବା ବିଜୟୱାଡା ପୁଲିସ୍‌ କମିଶନର ଏସ୍‌ଭି ରାଜା ଶେଖର ବାବୁ କହିଛନ୍ତି। ନାଲି ରଙ୍ଗର ବିଏମଡବ୍ଲ୍ୟୁଟି କେମିତି ପୂରା ଚେପା ହୋଇ ଛିନଛତ୍ର ହୋଇଯାଇଛି, ତା’ର ଫଟୋ ସାମ୍ନାକୁ ଆସିଛି। ପ୍ରାଥମିକ ରିପୋର୍ଟ ଅନୁସାରେ, ଟ୍ରକଟି ନାଲି ମିକ୍ସ କଙ୍କ୍ରିଟ ନେଇ ଯାଉଥିଲା। କିନ୍ତୁ ବ୍ରେକ ଫେଲ ଯୋଗୁ ଏହାର ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ଏଥିଯୋଗୁ ଟୋଲ ଗେଟ ପାର କରୁଥିବା ବିଏମଡବ୍ଲ୍ୟୁ ଉପରେ ଏହା ଓଲଟି ପଡ଼ିଥିଲା। ଟ୍ରକ ଓ ପଥରର ଓଜନ ଯୋଗୁ କାରଟି ପୂରା ଚେପା ହୋଇ ଛିନଛତ୍ର ହୋଇ ଯାଇଥିଲା। ଓଲଟି ପଡ଼ିଥିବା ଟ୍ରକକୁ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ମେସିନ ଦ୍ୱାରା ପୂର୍ବାବସ୍ଥାକୁ ଅଣା ଯାଇଥିଲା। ଏଥିପାଇଁ ବେଶ କିଛି ସମୟ ଲାଗିଥିଲା। ସେପର୍ଯ୍ୟନ୍ତ ଟ୍ରାଫିକ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ଓଡ଼ିଶା ସାମ୍ବାଦିକ 11 Apr 2026 7:52 pm

Accident: ରଡ୍ ବୋଝେଇ ଟ୍ରକ୍‌କୁ ଧକ୍କା ଦେଲା ହାଇୱା, ଅଲଗା ହୋଇଗଲା ଡ୍ରାଇଭରଙ୍କ ମୁଣ୍ଡଗଣ୍ଡି

୫୫ ନମ୍ବର ଜାତୀୟ ରାଜପଥରେ ଲୁହା ରଡ୍‌ ବୋଝେଇ ଟ୍ରକ୍‌କୁ ପଛରୁ ପିଟିଲା ଚିପ୍ସ ବୋଝେଇ ହାଇୱା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ହାଇୱା ଡ୍ରାଇଭରଙ୍କ ମୁଣ୍ଡ କଟିଗଲା। ମୁଣ୍ଡଟି ଶରୀରରୁ ପୂରା ଅଲଗା ହୋଇଗଲା। କଟକ ଜିଲ୍ଲା ଆଠଗଡ଼ର ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଓରନ୍ଦା ଓଭର ବ୍ରିଜ ଉପରେ ଆଜି ଘଟିଛି ଏହି ଦୁର୍ଘଟଣା। ରଡ୍‌ ବେଝେଇ ଟ୍ରକଟି ଢେଙ୍କାନାଳ ପଟୁ ଚୌଦ୍ୱାର ଆଡ଼କୁ ଯାଉଥିବା ବେଳେ ସେହି ରାସ୍ତାରେ ପଛରୁ ଆସୁଥିବା ଚିପ୍‌ସ ବୋଝେଇ ହାଇୱାଟି ଏହାକୁ ପଛରୁ ଧକ୍କା ଦେଇଥିଲା। ହାଇୱା ଡ୍ରାଇଭରଙ୍କ ମୁଣ୍ଡଟି କଟି ତଳେ ପଡ଼ି ଯାଇଥିବା ବେଳେ ତାଙ୍କ ଶରୀର ହାଇୱା ଭିତରେ ଚାପି ହୋଇ ରହିଯାଇଥିଲା। ଖବର ପାଇ ଆଠଗଡ଼ ଅଗ୍ନିଶମ ବାହିନୀ ଓ ଗୁରୁଡ଼ିଝାଟିଆ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅନ୍ୟପକ୍ଷରେ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ହଳଦିଆବାହାଳ ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଏକ ଆମ୍ବୁଲାନ୍ସ ଏକ ଟ୍ରକ୍‌କୁ ପଛରୁ ପିଟି ଦେବା ଫଳରେ ଜଣେ ଆଟେଣ୍ଟାଣ୍ଡଙ୍କ ମୃତ୍ୟୁ ଘଟିଛି। ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି। ମୃତ ଆଟେଣ୍ଡାଣ୍ଟଙ୍କ ନାଁ ଗୁଣନିଧି ଜ୍ୟୋତିଷ। ତାଙ୍କ ଘର ଅନୁଗୋଳ ଜିଲ୍ଲା ବନବାସପୁର ଅଞ୍ଚଳରେ। ଆମ୍ବୁଲାନ୍ସଟି ଭୁବନେଶ୍ଵରରୁ ଅନୁଗୋଳ ଫେରୁଥିଲା। ହଳଦିଆବାହାଳ ନିକଟରେ ଏକ ଟ୍ରକ୍ ପଛରେ ପିଟି ହୋଇଥିଲା। ଟ୍ରକ୍‌ଟି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବେଳେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ତା’ ପଛରେ ପିଟି ହୋଇଥିଲା। ଦୁର୍ଘଟଣାରେ ଆମ୍ବୁଲାନ୍ସଟି ପୂରା ଚୁରମାର ହୋଇଯାଇଛି। ଦ୍ରୁତଗତି ଯୋଗୁ ଏମିତି ଘଟିଛି ବୋଲି କୁହାଯାଉଛି। ମୋଟଙ୍ଗା ଥାନା ପୁଲିସ ଘଟଣାର ତଦନ୍ତ କରୁଛି। ସୂଚନାଯୋଗ୍ୟ, କୋରାପୁଟର ସୁଙ୍କି ଘାଟିରେ ଗତକାଲି ରାତି ପ୍ରାୟ ଅଢ଼େଇଟା ବେଳେ ଏକ OSRTC ବସ୍ ଓଲଟି ପଡ଼ିବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବସ୍‌ଟି ଭବାନୀପାଟଣାରୁ ବିଶାଖାପଟନମ୍ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବସ୍‌ଟି ଘାଟିରୁ ପ୍ରାୟ ୫୦ ଫୁଟ୍ ତଳେ ପଡ଼ିଥିଲା।

ଓଡ଼ିଶା ସାମ୍ବାଦିକ 11 Apr 2026 4:50 pm

LIVE News Updates 2026 April 11: କାର୍ଗିଲ ଯୁଦ୍ଧର ହିରୋ କର୍ଣ୍ଣେଲ ସୋନମ ୱାଙ୍ଗଚୁକ୍‌ଙ୍କ ପରଲୋକ; ଓଲଟିଲା ଗୋରୁ ବୋଝେଇ ପିକ୍ଅପ, ଗାଡ଼ି ଚାଳକ ଘଟଣା ସ୍ଥଳରୁ ଫେରାର; ଆଲୋଚନା ପୂର୍ବରୁ ଚେତାବନୀ ଦେଲେ ଟ୍ରମ୍ପ; ଗୋରୁ ଗାଡ଼ିରେ ନିଆଁ ଲଗାଇଦେଲେ ଲୋକେ

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।

ସ୍ତମ୍ଭ 11 Apr 2026 9:34 am

Mother and Son: ଲୁହା ପ୍ଲେଟ୍‌ ବୋଝେଇ ଟ୍ରକ୍‌ରେ ଯିବା ମା’ପୁଅଙ୍କ ପାଇଁ ହେଲା କାଳ

ଲୁହା ପ୍ଲେଟ୍ ବୋଝେଇ ଟ୍ରକ୍‌ର ଡାଲାରେ ବସି ଯାତ୍ରା କରୁଥିଲେ ମା’ ଓ ପୁଅ। ସେମାନଙ୍କ ସହିତ ଆହୁରି ୫ ଜଣ ଥିଲେ। ବାଟରେ ଏକ ହମ୍ପରେ ଟ୍ରକ୍‌ଟି ବ୍ରେକ୍‌ ଦେବାରୁ ଗୋଟିଏ ଲୁହା ପ୍ଲେଟ୍‌ ପଡ଼ିଯାଇଥିଲା ମା’ ଓ ପୁଅ ଉପରେ। ଓଜନିଆ ଲୁହା ପ୍ଲେଟ୍ ପଡ଼ିଯିବାରୁ ଉଭୟଙ୍କର ଘଟିଥିଲା ମୃତ୍ୟୁ। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ନିକଟରେ ଘଟିଛି ଏହି ଘଟଣା। ମୃତକ ଦ୍ୱୟ ହେଉଛନ୍ତି ସମ୍ବାରୀ ସୋରେନ ଓ ସୌରଭ ସୋରେନ୍‌। ସେମାନଙ୍କ ଘର ବାଲେଶ୍ୱରର ନୀଳଗିରି ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ୱାରିକା ଗାଁରେ। ସେମାନଙ୍କୁ ମିଶାଇ ତାଙ୍କ ପରିବାରର ମୋଟ ୭ ଜଣ ପାରାଦୀପ ଯାଇଥିଲେ ଏକ ପକ୍କା କାମ କରିବା ପାଇଁ। ସେଠାରୁ ସେମାନେ ଏକ ବସ୍‌ରେ ଚଣ୍ଡୀଖୋଲ ପର୍ଯ୍ୟନ୍ତ ଆସିଥିଲେ। ସେଠାରୁ ସେମାନେ ଏହି ଓଜନିଆ ଲୁହା ପ୍ଲେଟ୍ ବୋଝେଇ ଟ୍ରକ୍‌କୁ ଲିଫ୍ଟ ମାଗିଥିଲେ। ସମସ୍ତେ ଟ୍ରକ୍‌ ଡାଲାରେ ବସି ବାଲେଶ୍ୱର ଯାଉଥିଲେ। ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରକ୍‌ଟି ଯାଉଥିବା ବେଳେ ସିମୁଳିଆ ଥାନା ନିକଟରେ ଏକ ହମ୍ପ ନିକଟରେ ଏହା ବ୍ରେକ୍‌ ଦେଇଥିଲା। ଫଳରେ ଗୋଟିଏ ଲୁହା ପ୍ଲେଟ୍ ସମ୍ବାରୀ, ତାଙ୍କ ପୁଅ ସୌରଭଙ୍କ ସହିତ ବନ୍ଦୀ ନାମକ ଅନ୍ୟ ଜଣେ ସଂପର୍କୀୟଙ୍କ ଉପରେ ପଡ଼ିଥିଲା। ସେମାନଙ୍କୁ ଉଦ୍ଧାର କରାଯାଇ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସମ୍ବାରୀ ଓ ସୌରଭଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବନ୍ଦୀ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କର ଚିକିତ୍ସା ଚାଲିଛି। ସିମୁଳିଆ ପୁଲିସ ଟ୍ରକ୍‌ଟିକୁ ଜବତ କରିଥିବା ବେଳେ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। ଡ୍ରାଇଭର ଜଣଙ୍କ ହେଉଛନ୍ତି କଟକ ଜିଲ୍ଲା ସାଲେପୁର ଅଞ୍ଚଳର। ସୋରରୁ ନିରଞ୍ଜନ ବେହେରାଙ୍କ ରିପୋର୍ଟ

ଓଡ଼ିଶା ସାମ୍ବାଦିକ 10 Apr 2026 3:20 pm

‘ପିଲା ବହି ବୋଝ ବୋହିବ ସ୍କୁଲ ମାଲିକ ଅଡି ଚଢିବ’ | Odisha Reporter

#ପ ିଲା_ବହି_ବୋଝ_ବୋହିବ_ସ୍କୁଲ_ମାଲିକ_ଅଡି_ଚଢିବ’ ଯେଉଁମାନେ ପାଠର ବେପାର କରିବାକୁ ଆସିଛନ୍ତି ସେମାନେ ବହି, ଡ୍ରେସ ବିକିବେ ଟ୍ୟୁସନ ପଠ ପଢେଇବେ ବୋଲି ପଇସା ନେବେ । ସେ ପାଠ ଦୋକାନ ଖୋଲି ବସିଛନ୍ତି, ତାଙ୍କ ଦୋକାନରେ ଭଲ ଜିନିଷ ମିଳୁଛି ବୋଲି ନକହିବେ ତେବେ ଲୋକେ କେମିତି ଯିବେ? ତେଣୁ ପିଲା ବହି ବୋଝ ବୋହିବ ସ୍କୁଲ ମାଲିକ ଅଡି ଚଢିବ:ପ୍ରସନ୍ନ ବିଷୋୟୀ, କାର୍ଯ୍ୟକାରୀ ସଭାପତି ଓଡ଼ିଶା ଅବିଭାବକ ସଂଘ Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #prasannabisoyi #parentsassociation #Odisha #OdishaReporter

ଓଡ଼ିଶା ସାମ୍ବାଦିକ 7 Apr 2026 6:06 pm

‘ପିଲା ବହି ବୋଝ ବୋହିବ ସ୍କୁଲ ମାଲିକ ଅଡି ଚଢିବ’| Odisha Reporter

‘ପିଲା ବହି ବୋଝ ବୋହିବ ସ୍କୁଲ ମାଲିକ ଅଡି ଚଢିବ’ Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #shorts #reels #orshorts

ଓଡ଼ିଶା ସାମ୍ବାଦିକ 7 Apr 2026 5:19 pm

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍ | Odisha Reporter

#ଘ ାଟିରେ_ଓଲଟିଲା_ଚାଉଳ_ବୋଝେଇ_ଟ୍ରକ୍ ସୁଙ୍କି ଘାଟି ରାସ୍ତାରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍। କୋରାପୁଟ ଦେଇ ଯାଇଥିବା 26 ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। #KoraputAccident #NH26TrafficJam #TruckAccident #OdishaReporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter

ଓଡ଼ିଶା ସାମ୍ବାଦିକ 7 Apr 2026 9:36 am

ଚେନ୍ନାଇ ଯାହାକୁ ବୋଝ ଭାବିଲା, ସେ ଦିଲ୍ଲୀ ପାଇଁ ହିରୋ ସାଜିଲା

କନକ ବ୍ୟୁରୋ: ଆଇପିଏଲ୍ ୨୦୨୬ର ରୋମାଞ୍ଚକର ପ୍ରାରମ୍ଭିକ ପର୍ଯ୍ୟାୟରେ କ୍ରିକେଟ୍ ପ୍ରେମୀଙ୍କ ମନ ଜିଣିଛି ‘ଦିଲ୍ଲୀ କ୍ୟାପିଟାଲ୍ସ’। କିନ୍ତୁ ଏହି ସଫଳତାର ସବୁଠାରୁ ବଡ଼ ଚର୍ଚ୍ଚିତ ଚେହେରା ହେଉଛନ୍ତି ୨୨ ବର୍ଷୀୟ ଯୁବ ବିସ୍ଫୋରକ ଅଲରାଉଣ୍ଡର ସମୀର ରିଜଭୀ। ଯେଉଁ ଖେଳାଳିଙ୍କୁ ଦିନେ ଚେନ୍ନାଇ ସୁପର କିଙ୍ଗସ ବୋଝ ଭାବି ଦଳରୁ ବାହାର କରିଦେଇଥିଲା, ସେ ଆଜି ଦିଲ୍ଲୀ ପାଇଁ ‘ଲକି ଚାର୍ମ’ ସାଜିବା ସହ ବିରୋଧୀ ଦଳ ପାଇଁ କାଳ ସାଜିଛନ୍ତି। ଶନିବାର ଅନୁଷ୍ଠିତ ଏକ ହାଇ-ଭୋଲଟେଜ୍ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଧୂଳି ଚଟାଇଛି ଦିଲ୍ଲୀ । ମୁମ୍ବାଇ ଦେଇଥିବା ଲକ୍ଷ୍ୟକୁ ମାତ୍ର ୪ ଓ୍ୱିକେଟ୍ ହରାଇ ୧୧ ବଲ୍ ବାକି ଥାଇ ହାସଲ କରିନେଇଥିଲା ଦଳ । ଏହି ବିଜୟର ସୂତ୍ରଧର ଥିଲେ ସମୀର ରିଜଭୀ । ସେ ମାତ୍ର ୫୧ ବଲରେ ୯୦ ରନର ଏକ ଅବିଶ୍ୱସନୀୟ ପାଳି ଖେଳିଥିଲେ, ଯେଉଁଥିରେ ୭ଟି ଚୌକା ଓ ୭ଟି ବିଶାଳ ଛକା ସାମିଲ ଥିଲା । ତାଙ୍କର ଏହି ନିର୍ଭୀକ ବ୍ୟାଟିଂ ଶୈଳୀ ଦେଖି ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ସ୍ତବ୍ଧ ହୋଇଯାଇଥିଲେ। ସମୀରଙ୍କ ଏହି ସଫଳତା କାହାଣୀ ପଛରେ ରହିଛି ଏକ ବଡ଼ ସଂଘର୍ଷ ଏବଂ ପ୍ରତ୍ୟାଖ୍ୟାନର ଯନ୍ତ୍ରଣା । ଆଇପିଏଲ୍ ୨୦୨୫ ନିଲାମ ପୂର୍ବରୁ ସିଏସକେ ତାଙ୍କୁ ରିଲିଜ୍ କରିଦେଇଥିଲା । ସେତେବେଳେ ସମାଲୋଚକମାନେ କହିଥିଲେ ଯେ ସମୀରଙ୍କ କ୍ୟାରିୟର ହୁଏତ ଶେଷ ହୋଇଗଲା । କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍ସର ନଜର ତାଙ୍କ ପ୍ରତିଭାକୁ ଚିହ୍ନିଥିଲା । ୩୦ ଲକ୍ଷର ବେସ୍ ପ୍ରାଇସ୍‌ରୁ ତାଙ୍କୁ ୯୫ ଲକ୍ଷ ଟଙ୍କାରେ କିଣି ଦିଲ୍ଲୀ ଯେଉଁ ଭରସା ଦେଖାଇଥିଲା, ଆଜି ସମୀର ତାହାକୁ ସୁଧ ସହିତ ଫେରାଉଛନ୍ତି। ଆହୁରି ପଢ଼ନ୍ତୁ... ମହେନ୍ଦ୍ରଗିରିରେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ; ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଆଶଙ୍କା ଚଳିତ ସିଜିନର ପ୍ରଥମ ଦୁଇଟି ମ୍ୟାଚରେ ସମୀର ମୋଟ ୧୬୦ ରନ ସଂଗ୍ରହ କରି ଅରେଞ୍ଜ କ୍ୟାପ୍ ନିଜ ନାଁରେ କରିଛନ୍ତି । ଲକ୍ଷ୍ନୌ ବିପକ୍ଷରେ ୪୭ ବଲରେ ୭୦ ରନ୍ ଏବଂ ମୁମ୍ବାଇ ବିପକ୍ଷରେ ୯୦ ରନ୍—ଏହି ଦୁଇଟି ଯାକ ପାଳି ତାଙ୍କୁ କ୍ରିକେଟ ଜଗତର ନୂଆ ସେନସେସନ୍ ଭାବେ ଉଭା କରିଛି । ତାଙ୍କର ଖେଳ ଶୈଳୀ, ବିଶେଷ କରି ସ୍ପିନରଙ୍କୁ ଆକ୍ରମଣ କରିବାର କ୍ଷମତା ପାଇଁ ତାଙ୍କୁ ‘ଡାହାଣହାତୀ ସୁରେଶ ରାଇନା’ ବୋଲି ସମ୍ବୋଧନ କରାଯାଉଛି। ମିରଟରୁ ଆସିଥିବା ଏହି ଯୁବକ ଏବେ ଭାରତୀୟ କ୍ରିକେଟର ଭବିଷ୍ୟତ ତାରକା ଭାବେ ବିବେଚିତ ହେଉଛନ୍ତି। ଲଗାତାର ଦୁଇଟି ମ୍ୟାଚରେ ‘ମ୍ୟାନ ଅଫ୍ ଦି ମ୍ୟାଚ୍’ ହେବା ପରେ ଏବେ ସମୀରଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ଦେବା ପାଇଁ ଦାବି ଜୋର ଧରିଛି। ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ସମୀର ରିଜଭୀ ଏବେ କେବଳ ଜଣେ ଖେଳାଳି ନୁହନ୍ତି, ବରଂ ଜିତିବାର ଏକ ଗ୍ୟାରେଣ୍ଟି ସାଜିଛନ୍ତି। ଯଦି ସମୀରଙ୍କ ଏହି ବିସ୍ଫୋରକ ଫର୍ମ ଜାରି ରହେ, ତେବେ ୨୦୨୬ରେ ଦିଲ୍ଲୀ ନିଜର ପ୍ରଥମ ଆଇପିଏଲ୍ ଟ୍ରଫି ଟେକିବା ନିଶ୍ଚିତ। ଅନ୍ୟପଟେ, ସମୀରଙ୍କ ଏହି ପ୍ରଦର୍ଶନ ଦେଖି ଚେନ୍ନାଇ ସୁପର କିଙ୍ଗସ ନିଶ୍ଚିତ ଭାବେ ନିଜର ନିଷ୍ପତ୍ତି ପାଇଁ ଅନୁତାପ କରୁଥିବ ।

ନିନ୍ଦା 6 Apr 2026 2:02 pm