କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ
କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା ପ୍ରଶାସନ ଶୁକ୍ରବାର ଦେଶାନ୍ତର କରିଥିବା ସୂଚନା ମିଳିଛ। ସେମାନେ ହେଲେ ଅମିନା ବିବି, ଇନସାନ ଖାନ ଓ ମୁନତାଜ ଖାନ। ୨୦୨୫ ନଭେମ୍ବର ୨୭ରେ ଜିଲାର ବିଭିନ୍ନ ସ୍ଥାନରେ ରହି ଆସୁଥିବା ୧୨ ଜଣିଆ ପରିବାର ସଦସ୍ୟଙ୍କୁ ଅନୁପ୍ରବେଶକାରୀ ସନ୍ଦେହରେ ଜିଲା ପୋଲିସ ଅଟକ ରଖିଥିଲା। ୭ ଦିନ […] The post କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ appeared first on Dharitri Odia News .
କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ…
ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି ହତ୍ୟା କରାଯାଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ବିଷମ କଟକ ଖ୍ରୀଷ୍ଟିଆନ ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିଲା। ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ଖବର ପାଇବା ପରେ ବିଷମକଟକ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାମୁତାବକ, ଶୁକ୍ରବାର ସନ୍ଧ୍ୟାରେ କୈଳାସଙ୍କୁ ରକ୍ତ […] The post କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… appeared first on Dharitri Odia News .
ଅଭିଯୋଗ ଆଣିଲେ ଏମ୍ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …
ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ ଅର୍ଥନୈତିକ ସ୍ଥିରତାକୁ ପ୍ରଦର୍ଶିତ କରୁଛି। କିନ୍ତୁ ଏହି ସଂଖ୍ୟା ପଛରେ ଏକ ଚିନ୍ତାଜନକ ବାସ୍ତବତା ରହିଛି। ଫଳରେ ଚାକିରି ସୃଷ୍ଟି, ଆୟ ସୁରକ୍ଷା କିମ୍ବା ଗ୍ରାମୀଣ ଅର୍ଥନୈତିକ ସ୍ଥିରତାରେ ପର୍ଯ୍ୟାପ୍ତ ଭାବରେ ପରିଣତ ହୋଇନାହିଁ ବୋଲି କୋରାପୁଟ ଏମ୍ପି ତଥା ଗ୍ରାମୀଣ ବିକାଶ ଏବଂ ପଂଚାୟତିରାଜ ଷ୍ଟାଣ୍ଡିଂ କମିଟି […] The post ଅଭିଯୋଗ ଆଣିଲେ ଏମ୍ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ … appeared first on Dharitri Odia News .
ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…
ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ ଗ୍ରାମ ଆଜି ଏକ ସଫଳ ଓ ଅନୁକରଣୀୟ ମଡେଲ୍ ଭାବେ ପରିଚିତ । ସହକାରୀ ପ୍ରଣାଳୀ, ବୈଜ୍ଞାନିକ ପଦ୍ଧତିରେ ଗୋପାଳନ ଏବଂ ସରକାରୀ ଯୋଜନାମାନଙ୍କର ସଠିକ୍ ସମନ୍ୱୟ ମାଧ୍ୟମରେ ଏହି ଗ୍ରାମରେ ଦୁଗ୍ଧ ଚାଷକୁ ଏକ ସ୍ଥାୟୀ ଜୀବିକା ମଡେଲ୍ ଭାବେ ପରିଣତ କରି ପାରିଛି ଏବଂ ଓଡ଼ିଶାର […] The post ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର… appeared first on Dharitri Odia News .
ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ
ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଭାଜପା ଜିଲାରେ ସଜବାଜ ଆରମ୍ଭ କରିଛି। ବିଶେଷ ଭାବେ ଗୁଣପୁର ବିଧାନସଭା ଓ ବିଷମକଟକ ବିଧାନସଭା ଆସନକୁ ଭାଜପା ଅଧିକା ଫୋକସ୍ରେ ରଖିଛି । କାରଣ ୨୦୦୦ ସାଧାରଣ ନିର୍ବାଚନରେ ବିଜେଡି ଭାଜପା ମେଣ୍ଟ ବେଳେ ଗୁଣପୁର ନିର୍ବାଚନମଣ୍ଡଳୀ ଟିକେଟ୍ ଭାଜପା ହାତରେ ପଡ଼ିଥିଲା […] The post ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ appeared first on Dharitri Odia News .
YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…
ନୂଆଦିଲ୍ଲୀ,୩୦।୧: ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ (ବିଜ୍ଞାପନ), ବ୍ରାଣ୍ଡ୍ ଡିଲ୍ସ ଓ ଆଫିଲିଏଟ୍ ମାର୍କେଟିଂ ମାଧ୍ୟମରେ କ୍ରିଏଟରମାନେ ଭଲ ଆୟ କରୁଛନ୍ତି। ଯଦି ଆପଣ ମଧ୍ୟ ସୋସିଆଲ୍ ମିଡିଆରେ କଣ୍ଟେଣ୍ଟ୍ ଆରମ୍ଭ କରିଛନ୍ତି, ତେବେ ଏହି ପ୍ଲାଟଫର୍ମଗୁଡ଼ିକରେ ରୋଜଗାରର ଗଣିତ ବୁଝିବା ଜରୁରୀ। ଆଡ୍ସ (ବିଜ୍ଞାପନ) ମାଧ୍ୟମରେ କିପରି ରୋଜଗାର ହୁଏ? ଯେତେବେଳେ ଆପଣ ଯୁଟ୍ୟୁବ୍, […] The post YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ… appeared first on Dharitri Odia News .
ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ
ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା ପଞ୍ଚାୟତର ତୀର୍ଥକ୍ଷେତ୍ର ଋଷିମାଳରେ ପହଞ୍ଚି ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ବୁଲି ଦେଖିଥିଲେ। ପରେ ସେ ବ୍ରାହ୍ମଣୀଗାଁର ଋଷିମାଳ ଡିଗ୍ରୀ କଲେଜରେ ପହଞ୍ଚି ସେଠାକାର ଉନ୍ନୟନ କାର୍ଯ୍ୟକୁ ଦେଖିଥିଲେ। ପରେ ପ୍ରଭାତୀ ତାରା ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଇ ସେଠାରେ ମଧ୍ୟ ଉନ୍ନୟନ କାର୍ଯ୍ୟକୁ ବୁଲି ଦେଖିବା […] The post ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ appeared first on Dharitri Odia News .
ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ
ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍ ଖୁଣ୍ଟରୁ ଏକ ତାର ଖସିଯାଇ ବିଲ ମଝିରେ ପଡି ରହିଥିଲା। ଉଦୟ ଚରଣ ଜାନୀଙ୍କ ୩ ଏବଂ ଅଙ୍ଗଦ ଜାନୀଙ୍କ ୨ ଟି ମଇଁଷି ଥିଲେ। ଗ୍ରାମବାସୀ ଏହି ଅଘଟଣ ପାଇଁ ବିଦ୍ୟୁତ୍ ବିଭାଗର ଅବହେଳାକୁ ଦାୟୀ କରିବା ସହିତ ମାଲିକମାନଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବା ପାଇଁ ଦାବି […] The post ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ appeared first on Dharitri Odia News .
ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…
ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା ନୀତି ଆନୁକୂଲ୍ୟରେ ପ୍ରବୋଧନ ତାଲିମ ଶିବିର ଉଦ୍ଯାପିତ ହୋଇଛି। ୨ଟି ପର୍ଯ୍ୟାୟରେ ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ପ୍ରଶିକ୍ଷକ ପ୍ରଦୀପ ମହାପାତ୍ର, ବିଜୟ ପ୍ରଧାନ, ଶିବରାମ ପ୍ରଧାନ, ଶଙ୍କର ସେଠୀ, ଅଳକା ପ୍ରଧାନ, ସିମାଞ୍ଚଳ ବେହେରା, ଅନିଲ ସାହୁ, ସୁବ୍ରତ ପଣ୍ଡା, ବାସୁଦେବ ବେହେରା, ଶ୍ରୀକାନ୍ତ ସାମନ୍ତରାୟ, ମନୋଜ ବେହେରା, […] The post ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ… appeared first on Dharitri Odia News .
ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର
ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ ପ୍ରକଳ୍ପରୁ ସାମଗ୍ରୀ ଚୋରି ଅଭିଯୋଗରେ ବନ ବିଭାଗ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାୟଗଡ଼ା ଜିଲା କାଶିପୁର ଥାନା ଝୁଲକାଗୁଡା ଗ୍ରାମର ଦେବ ଗୌଡ (୨୬), ଶ୍ରୀରାମ ଗୌଡ (୪୫), ବାସୁ ଗୌଡ (୩୮) ଓ ଜଗନ୍ନାଥ ଗୌଡ (୩୧)। ସୂଚନା ଅନୁଯାୟୀ, ୨୦୨୪-୨୫ […] The post ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର appeared first on Dharitri Odia News .
Khandagiri Melaରେ ବିବାଦ ତୁଟୁନି: ପୁଣି ଚେତାବନୀ ଦେଲେ ମୀରା
ଭୁବନେଶ୍ୱର,୩୦।୧: Khandagiri Melaରେ ବିଭିନ୍ନ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଛନ୍ତି। ଏହାରି ମଧ୍ୟରେ କାହ୍ନାଙ୍କ ପରେ ଯାତ୍ରା ଅଭିନେତା କ୍ଷୀତିଶ ବିଶ୍ବାଳଙ୍କୁ ମୀରା ପରିଡ଼ାଙ୍କ ଚେତାବନୀ। ଯାତ୍ରା ସିଂହବାହିନୀର ‘ତୁ ମୋ ବଜରଙ୍ଗୀ’ ନାଟକକୁ ନେଇ ବିବାଦ ଦେଖା ଦେଇଛି। କିନ୍ନରଙ୍କ ପ୍ରତି ଅପମାନସୂଚକ ଶବ୍ଦ ବ୍ୟବହାରକୁ ନେଇ ମୀରାଙ୍କ ଚେତାବନୀ ଦେଇଛନ୍ତି। କ୍ଷମା ମାଗିବା ସହ ଅପଶବ୍ଦକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି ମୀରା। ଆହୁରି ପଢ଼ନ୍ତୁ ➡️ ଖଣ୍ଡଗିରି ମାଘ ମେଳା […] The post Khandagiri Melaରେ ବିବାଦ ତୁଟୁନି: ପୁଣି ଚେତାବନୀ ଦେଲେ ମୀରା appeared first on Dharitri Odia News .
ଦିଗପହଣ୍ଡିରେ ମାତିଛି ଗୋଠଛଡ଼ା ହାତୀ: ଭୟଭୀତ ଅଞ୍ଚଳବାସୀ, ସନ୍ଧ୍ୟା ହେଲେ ପଡୁଛି ତାଟି କବାଟ…
ଦିଗପହଣ୍ଡି,୩୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ଜିଲା ସୀମାନ୍ତରେ ଗତ ୪ ଦିନ ହେବ ଗୋଟିଏ ଗୋଠଛଡ଼ା ହାତୀ ଘୁରି ବୁଲୁଛି। ସା ହେଲେ ହାତୀଟି ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମାଡ଼ି ଆସୁଛି। ଗୁରୁବାର ବିଳମ୍ବିତ ରାତିରେ ହାତୀଟି ଦିଗପହଣ୍ଡି ବ୍ଲକ ସିନ୍ଧବା ଗ୍ରାମ ନିକଟକୁ ଆସି ଜଣେ ଚାଷୀଙ୍କ ଖଳାରେ ଥିବା ଅମଳ ଧାନ ଖାଇ ଦେବାସହ କିଛି ଚାଷୀଙ୍କ ଅମଳଧାନ ଓ ପନିପରିବା ବାଡ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ସେହିଭଳି […] The post ଦିଗପହଣ୍ଡିରେ ମାତିଛି ଗୋଠଛଡ଼ା ହାତୀ: ଭୟଭୀତ ଅଞ୍ଚଳବାସୀ, ସନ୍ଧ୍ୟା ହେଲେ ପଡୁଛି ତାଟି କବାଟ… appeared first on Dharitri Odia News .
ବିଦ୍ୟୁତ୍ ନେଲା ୫ ମଇଁଷିଙ୍କ ଜୀବନ: ବିଭାଗୀୟ ଅବହେଳାକୁ ଦାୟୀ କଲେ ଗ୍ରାମବାସୀ
ଖଜୁରିପଡ଼ା,୩୦ା୧(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍ ଅଧୀନ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୫ ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ବିଦ୍ୟୁତ୍ ଖୁଣ୍ଟରୁ ଏକ ତାର ଖସିଯାଇ ବିଲ ମଝିରେ ପଡି ରହିଥିଲା। ସେତିକିବେଳେ ଉଦୟ ଚରଣ ଜାନୀଙ୍କ ୩ଟି ମଇଁଷି ଏବଂ ଅଙ୍ଗଦ ଜାନୀଙ୍କ ୨ଟି ମଇଁଷି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ଏହି ଅଘଟଣ ପାଇଁ ବିଦ୍ୟୁତ୍ […] The post ବିଦ୍ୟୁତ୍ ନେଲା ୫ ମଇଁଷିଙ୍କ ଜୀବନ: ବିଭାଗୀୟ ଅବହେଳାକୁ ଦାୟୀ କଲେ ଗ୍ରାମବାସୀ appeared first on Dharitri Odia News .
ଫେବୃଆରୀ ୨୦ରେ Odisha Budget 2026-27
ଭୁବନେଶ୍ୱର,୩୦।୧: ଫେବୃଆରୀ ୧୭ରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଚାଲିବ Odisha Budget 2026-27 ଅଧିବେଶନ। ଫେବୃଆରୀ ୨୦ରେ ଆଗତ ହେବ ବଜେଟ-୨୦୨୬। । ପ୍ରଥମ ଦିନ ଗୃହରେ ଅଭିଭାଷଣ ରଖିବେ ରାଜ୍ୟପାଳ। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ। ପଢ଼ନ୍ତୁ ➡️ ଏଥର ରାଜ୍ୟବଜେଟ ଟପିବ ଏତିକି କୋଟି ବଜେଟ ଅଧିବେଶନରେ ମୋଟ ୨୯ଟି କାର୍ଯ୍ୟ ଦିବସ ରହିବ। ପ୍ରଥମ ପର୍ଯ୍ୟାୟରେ ୭ଟି ଓ ଦ୍ବିତୀୟ ପର୍ଯ୍ୟାୟରେ ୨୨ଟି […] The post ଫେବୃଆରୀ ୨୦ରେ Odisha Budget 2026-27 appeared first on Dharitri Odia News .
ୱାର୍ଡସଭ୍ୟଙ୍କୁ ଦୁର୍ବ୍ୟବହାର: କର୍ମଚାରୀ କଲେ ଆନ୍ଦୋଳନ
ଖଡ଼ିଆଳ, ୩୦ା୧ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡିଆଳ ଏନ୍ଏସିର ଜଣେ ୱାର୍ଡସଭ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଶୁକ୍ରବାର କର୍ମଚାରୀମାନେ କଲମ ଛାଡ ଆନ୍ଦୋଳନ କରିଥିଲେ। ଅଭିଯୋଗକ୍ରମେ ପୂର୍ବାହ୍ନରେ ଆବାସ ଯୋଜନା ହିତାଧିକାରୀଙ୍କ କୌଣସି ସମସ୍ୟାକୁ ନେଇ ୱାର୍ଡ ସଭ୍ୟ ଚନ୍ଦନ କୁମାର ସାହୁ ଏନ୍ଏସି କାର୍ଯ୍ୟାଳୟକୁ ଆସିଥିଲେ। ସେଠାରେ ଆଲୋଚନା ସମୟରେ କର୍ମଚାରୀଙ୍କ ମଧ୍ୟରେ ତାଙ୍କର ବଚସା ହୋଇଥିଲା। କିଛିସମୟ ପରେ ଅଫିସ ସମ୍ମୁଖ ଦ୍ବାରର କାଚ ଗେଟ ଭାଙ୍ଗିଥିବା ଦେଖିବାକୁ ମିଳିଥିଲା। […] The post ୱାର୍ଡସଭ୍ୟଙ୍କୁ ଦୁର୍ବ୍ୟବହାର: କର୍ମଚାରୀ କଲେ ଆନ୍ଦୋଳନ appeared first on Dharitri Odia News .
ଭୁଲ୍ ଇଲେକ୍ଟ୍ରି ବିଲ୍ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…
ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍ ବିଷୟରେ ବିବରଣୀ ଦିଆଯାଇଛି। ଯେତେବେଳେ ବିଲ୍ ପ୍ରକୃତ ବ୍ୟବହାର ଅପେକ୍ଷା ଅଧିକ ପରିମାଣର ଦେଖାଯାଏ, ଲୋକମାନେ ଚିନ୍ତିତ ହୋଇଯାଆନ୍ତି। ଅନେକ ପରିବାରରେ ହଠାତ୍ ହଜାର ହଜାର ଟଙ୍କାର ବିଲ୍ ଏକ ସାଧାରଣ ସମସ୍ୟା ହୋଇଗଲାଣି। କିଛି ଲୋକ ଭାବନ୍ତି ଯେ, ସେମାନେ ଗୋଟିଏ ମାସରେ ପ୍ରକୃତରେ ଅଧିକ ବିଦ୍ୟୁତ୍ ବ୍ୟବହାର କରିଛନ୍ତି। […] The post ଭୁଲ୍ ଇଲେକ୍ଟ୍ରି ବିଲ୍ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ… appeared first on Dharitri Odia News .
ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…
ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି କେନ୍ଦୁଝର ଜିଲା ଆନନ୍ଦପୁର ଥାନା ପଦ୍ମପୁର ଗ୍ରାମରେ। ସୂଚନା ଅନୁଯାୟୀ, ଘସିପୁରା ଥାନା ବେଲବାହାଳି ଗ୍ରାମର ଗୋଲାପ ମଞ୍ଜରୀ ସାହୁ ପଦ୍ମପୁର ଗ୍ରାମର ରାଜେଶ କୁମାର ସାହୁଙ୍କୁ ୭ ବର୍ଷ ପୂର୍ବେ ବିବାହ କରିଥିଲେ। ଗତ ଡିସେମ୍ବର ମାସ ୨୫ ତାରିଖ ଗୋଲାପଙ୍କୁ ଘର ଭିତରେ କବାଟ […] The post ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା… appeared first on Dharitri Odia News .
୪ ମନ୍ଦିରରୁ ଏକାବେଳକେ ଚୋରି କଲେ ଦୁର୍ବୃତ୍ତ: ନେଇଗଲେ …
ଆନନ୍ଦପୁର,୩୦।୧(ସୁଶାନ୍ତ କୁମାର ସାହୁ): ଏକ ସାଙ୍ଗରେ ଚାରୋଟି ମନ୍ଦିରର ଚୋରି। ମନ୍ଦିର ତାଲା ଭାଙ୍ଗି ଲୁଟିନେଲେ ଦେବା ଦେବୀଙ୍କ ସୁନା ରୁପା ଅଳଙ୍କାର। ସହ ଦାନ ବାକ୍ସ। ଗୁରୁବାର ବିଳମ୍ବିତ ରାତିରେ ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ବେଲବାହାଳି ଗାଁରେ ଏଭଳି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ। ଗାଁ ରେ ଥିବା ଜଗନ୍ନାଥ ମନ୍ଦିର ସହ ମନ୍ଦିର ପରିଷରରେ ଥାବା ମା” ବିମଳା , ମା” ଲକ୍ଷ୍ମୀ ଓ ରାମ ମନ୍ଦିର ଫାଟକ ତାଲାଭାଙ୍ଗି ସୁନା-ରୁପା ଅଳଙ୍କାର ସହ […] The post ୪ ମନ୍ଦିରରୁ ଏକାବେଳକେ ଚୋରି କଲେ ଦୁର୍ବୃତ୍ତ: ନେଇଗଲେ … appeared first on Dharitri Odia News .
୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍
ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୨୦୨୬-୨୭ ବଜେଟ ଏକ ଅତ୍ୟନ୍ତ ଶୁଭ ସଂଯୋଗ ସହିତ ମେଳ ଖାଉଛି। କେବଳ ଗୋଟିଏ ନୁହେଁ, ଦୁଇଟି ନୁହେଁ, ବରଂ ଏହି ଦିନରେ ୭ଟି ଶୁଭ ସଂଯୋଗ ସୃଷ୍ଟି ହେଉଛି। ଏହି ବର୍ଷର ବଜେଟ ସାଧାରଣ ଜନତାଙ୍କ ପାଇଁ ସକାରାତ୍ମକ ହେବ। […] The post ୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍ appeared first on Dharitri Odia News .
ଧାର ଟଙ୍କା ମାଗିବାରୁ ଗୁଳିମାଡ଼, ନଷ୍ଟ ହେଲା ବ୍ୟକ୍ତିଙ୍କ ଆଖି
ଭୁବନ,୩୦ା୧(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ବାରୁଆ (ଖ) ଗ୍ରାମର ପଞ୍ଚାନନ ରାଉତ ଧାନ କିଣିବା ପାଇଁ ଦେଇଥିବା ଟଙ୍କା ମାଗିବାରୁ ଗୁରୁବାର ରାତି ଗୁଳିମାଡ଼ର ଶିକାର ହୋଇଛନ୍ତି। ଭୁବନ ଥାନା ବାରୁଆଁ (ଖ) ପଞ୍ଚାୟତ କଅଁସର ଗୋଡ଼ା ଟିଣ କଲୋଣୀର ନାଣ୍ଡୁ ଦେହୁରୀ କିଛିଦିନ ତଳେ ରୁଆ ଗ୍ରାମର ପଞ୍ଚାନନଙ୍କଠାରୁ ୩ ହଜାର ଟଙ୍କା ଧନ ବିକ୍ରୟ କରିବାକୁ ଧର କରି ନେଇଥିଲେ। ବାରମ୍ବାର ପଞ୍ଚାନନ ନାଣ୍ଡୁଙ୍କୁ ଧାନ ମାଗିବାରୁ ସେ ଦେଇ […] The post ଧାର ଟଙ୍କା ମାଗିବାରୁ ଗୁଳିମାଡ଼, ନଷ୍ଟ ହେଲା ବ୍ୟକ୍ତିଙ୍କ ଆଖି appeared first on Dharitri Odia News .
ବିନା ଗ୍ରାମସଭାରେ ‘ଇଡକୋ’କୁ ଜମି ହସ୍ତାନ୍ତର ଅଭିଯୋଗ: ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ
ଥୁଆମୁଳ ରାମପୁର,୩୦।୧(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକରେ ଜମି ଅଧିକାରକୁ ନେଇ ପୁଣିଥରେ ସ୍ବର ତୀବ୍ର ହୋଇଛି। ଗୁଣପୁର ପଞ୍ଚାୟତର ପୁଲିଙ୍ଗପଦର ଗ୍ରାମବାସୀ ନିଜର ସାମ୍ବିଧାନିକ ହକ ଏବଂ ଜଙ୍ଗଲ ଜମିପଟ୍ଟା ଦାବିରେ ଶୁକ୍ରବାର ଥୁଆମୁଳ ରାମପୁର ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କୁର୍କୁଟି ମୌଜାରେ ଥିବା ପ୍ରାୟ ୪୨ ଏକର ଜମିକୁ ବିନା ଗ୍ରାମସଭାରେ ‘ଇଡକୋ’ କମ୍ପାନୀକୁ ହସ୍ତାନ୍ତର କରାଯିବା ନେଇ ହେଉଥିବା ଚକ୍ରାନ୍ତକୁ ଗ୍ରାମବାସୀ ଓ ଆନ୍ଦୋଳନକାରୀ କମିଟି କଡ଼ା ସମାଲୋଚନା […] The post ବିନା ଗ୍ରାମସଭାରେ ‘ଇଡକୋ’କୁ ଜମି ହସ୍ତାନ୍ତର ଅଭିଯୋଗ: ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ appeared first on Dharitri Odia News .
ରାଶିଫଳ: ଶନିବାର, ଜାନୁଆରୀ ୩୧ ତାରିଖ – Daily Horoscope
ମେଷ ଆଜିର ଗ୍ରହଚକ୍ରର ଅନୁକୂଳତା କର୍ମକ୍ଷେତ୍ର, ପାରିବାରିକ ଏବଂ ସାମାଜିକ ଦିଗକୁ ଋଦ୍ଧିମନ୍ତ କରିବ। ଶିଳ୍ପ, ନିର୍ମାଣ, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହେବ। ଆନୁଷ୍ଠାନିକ କାମରେ ଅଗ୍ରଣୀ ଭୂମିକା ଗ୍ରହଣ କରି ପଦସ୍ଥ ବ୍ୟକ୍ତିଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ପରିଶ୍ରମ ଓ ଭ୍ରମଣ ଜନିତ କ୍ଳାନ୍ତି ଅନୁଭବ କରିବେ। ବୃଷ ସାଧାରଣ କଥାକୁ କେନ୍ଦ୍ରକରି ଘରୋଇ ଝମେଲା କାରଣରୁ ମନ ଭଲ ରହିବ ନାହିଁ। ବାଣିଜ୍ୟ, ପରିବହନ, ଲେଖାପଢ଼ା, ପ୍ରଶାସନ କ୍ଷେତ୍ରରେ ଶୁଭଫଳ […] The post ରାଶିଫଳ: ଶନିବାର, ଜାନୁଆରୀ ୩୧ ତାରିଖ – Daily Horoscope appeared first on Dharitri Odia News .
ଭାଜପା ଏମ୍ପିଙ୍କ ବଡ଼ ବୟାନ, ‘ଯଦି ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦିଆଯାଏ, ତା’ହେଲେ…’
ନୂଆଦିଲ୍ଲୀ,୩୦।୧: ଅଜିତ ପାୱାରଙ୍କ ଦେହାନ୍ତ ପରେ ଦୁଇ ଏନସିପି ଗୋଷ୍ଠୀ ଏକାଠି ହେବାର ଆଲୋଚନା ହୋଉଛି। ଏହି ସମୟରେ, ଭାଜପା ରାଜ୍ୟ ସଭା ଏମ୍ପି ଧନଞ୍ଜୟ ମହାଦିକ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଉଭୟ ଏନସିପି ଏବେ ଏକାଠି ହେବା ଉଚିତ୍। ସେମାନଙ୍କ ଉଭୟଙ୍କ ପାଖରେ ୪୦ ବିଧାୟକ ଏବଂ ୧୦ ଏମ୍ପି ଅଛନ୍ତି, ତେଣୁ ସେମାନେ ଏକ ହେବା ଉଚିତ୍। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ସୁନେତ୍ରା ପାୱାରଙ୍କୁ […] The post ଭାଜପା ଏମ୍ପିଙ୍କ ବଡ଼ ବୟାନ, ‘ଯଦି ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦିଆଯାଏ, ତା’ହେଲେ…’ appeared first on Dharitri Odia News .
ଆଧାରକାର୍ଡ କରିଦେବେ କହି ଦିବ୍ୟାଙ୍ଗଙ୍କ ନାଁରେ ଲୋନ କରି କିଣିନେଲେ ଗାଡ଼ି, ସରକାରୀ ସାହାଯ୍ୟ ଦେବା ଆଶାରେ…
ଧର୍ମଶାଳା,୩୦।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ଅନଗ୍ରସର ବ୍ୟକ୍ତି ଦୁର୍ଯ୍ୟୋଧନ ମଳିକ ଠକାମିର ଶିକାର ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ସେହି ଗ୍ରାମର ଜଣେ ବ୍ୟକ୍ତି ଦୁର୍ଯ୍ୟୋଧନଙ୍କୁ ସରକାରୀ ସାହାଯ୍ୟ ଦେବା ଆଶାରେ ଆଧାରକାର୍ଡ, ବ୍ୟାଙ୍କ ଖାତା, ଏଟିଏମ କାର୍ଡ, ପ୍ୟାନ କାର୍ଡ ଭଳି କାଗଜ ପତ୍ର କରିଦେବେ କହି ତାଙ୍କ ନାମରେ ଲୋନରେ ଏକ ସ୍କୁଟି କିଣି ନେଇଛନ୍ତି। ଲୋନ ଟଙ୍କା ନ ଦେଲେ କେସ୍ କରିବା […] The post ଆଧାରକାର୍ଡ କରିଦେବେ କହି ଦିବ୍ୟାଙ୍ଗଙ୍କ ନାଁରେ ଲୋନ କରି କିଣିନେଲେ ଗାଡ଼ି, ସରକାରୀ ସାହାଯ୍ୟ ଦେବା ଆଶାରେ… appeared first on Dharitri Odia News .
ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ, ସାନିଟାରୀ ପ୍ୟାଡ ରହିବା ଜରୁରୀ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୩୦।୧: ସୁପ୍ରିମକୋର୍ଟ ସ୍କୁଲରେ ଝିଅମାନଙ୍କ ପାଇଁ ପୃଥକ ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲଗୁଡ଼ିକ ଛାତ୍ରୀମାନଙ୍କ ପାଇଁ ପୃଥକ ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ତିନି ମାସ ମଧ୍ୟରେ ଏହି ନିର୍ଦ୍ଦେଶ ପାଳନ କରିବାକୁ ସମସ୍ତ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲଗୁଡ଼ିକରେ ମାସିକ ଋତୁସ୍ରାବ ସମୟରେ ଝିଅମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ଆବେଦନ […] The post ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ, ସାନିଟାରୀ ପ୍ୟାଡ ରହିବା ଜରୁରୀ: ସୁପ୍ରିମକୋର୍ଟ appeared first on Dharitri Odia News .
କାର୍ ରେସିଂର କରୁଣ ପରିଣତି: ବିଦ୍ୟୁତ୍ ଖୁଣ୍ଟକୁ ଧକ୍କାଦେଇ ବାଇକ୍, ସ୍କୁଟି ଉପରକୁ ମାଡ଼ିଗଲା କାର୍
ସମ୍ବଲପୁର,୨୪୧(ପ୍ରମୋଦ ବହିଦାର): ସମ୍ବଲପୁର ଅଇଁଠାପାଲି ବଜାର ଛକରେ ଶୁକ୍ରବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର(ନଂ.ଓଡି୧୫ଇ-୫୩୫୪) ଦ୍ରୁତଗତିରେ ଆସି ଅଇଁଠାପାଲି ଦୈନିକ ବଜାର ଛକ ରାସ୍ତା ପାର୍ଶ୍ୱସ୍ଥ ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କାଦେଇ ରାସ୍ତାରେ ଛିଡ଼ା ହୋଇଥିବା ଏକାଧିକ ବାଇକ୍ ଏବଂ ସ୍କୁଟି ଉପରକୁ ମାଡ଼ି ଯାଇଥିଲା। ହେଲେ ଏତେ ବଡ଼ ଦୁର୍ଘଟଣା ସ୍ବତ୍ତ୍ୱେ ଗାଡି ଚାଳକ ଆଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବିଦ୍ୟୁତ୍ ଖୁଣ୍ଟକୁ ଦେବା ପରେ […] The post କାର୍ ରେସିଂର କରୁଣ ପରିଣତି: ବିଦ୍ୟୁତ୍ ଖୁଣ୍ଟକୁ ଧକ୍କାଦେଇ ବାଇକ୍, ସ୍କୁଟି ଉପରକୁ ମାଡ଼ିଗଲା କାର୍ appeared first on Dharitri Odia News .
ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ,ଟିସ୍ୟୁ ପେପରରେ ଏମିତି ଲେଖା ଦେଖି..
ନୂଆଦିଲ୍ଲୀ,୩୦ା୧: ବିମାନ କମ୍ପାନୀଗୁଡ଼ିକ ବାରମ୍ବାର ବୋମା ଏବଂ ଅପହରଣ ଧମକ ପାଉଛନ୍ତି। ଏହି ସମୟରେ ଶୁକ୍ରବାର କୁଏତ୍ରୁ ଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ମିଳିଥିଲା। ଯାହା ଫଳରେ ଉକ୍ତ ଇଣ୍ଡିଗୋ ବିମାନକୁ ଅହମ୍ମଦାବାଦ ବିମାନବନ୍ଦରରେ ଜରୁରୀକାଳିନ ଅବତରଣ କରିବାକୁ ବାଧ୍ୟ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଟିସ୍ୟୁ ପେପରରେ ଲେଖାଯାଇଥିବା ଏକ ନୋଟ୍ରେ ବିମାନକୁ ଅପହରଣ ଏବଂ ବୋମା ବିସ୍ଫୋରଣ କରିବାକୁ ଧମକ ଦିଆଯାଇଥିଲା। ଏହା ପରେ ସମସ୍ତ ୧୮୦ […] The post ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ,ଟିସ୍ୟୁ ପେପରରେ ଏମିତି ଲେଖା ଦେଖି.. appeared first on Dharitri Odia News .
ଚଢାଉ କରି ବିପୁଳ ପରିମାଣର କାଠ ଜବତ କଲା ବନବିଭାଗ, କାଠର ଆନୁମାନିକ ମୂଲ୍ୟ ହେବ…
ମୋହନା,୩୦।୧( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ଚଢ଼ାଉ କରି ବିପୁଳ ପରିମାଣର ମୂଲ୍ୟବାନ କାଠ ଗଣ୍ଡି ଜବତ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲା ପୋଡ଼ାମାରି ଗାଁ ନିକଟସ୍ଥ ବଜାର ସାହିରେ ଥିବା ଏକ ପୋଖରୀ ନିକଟରେ ମୂଲ୍ୟବାନ କାଠ ଥିବା ନେଇ ବିଶେଷ ସୂତ୍ରରୁ ସୂଚନା ପାଇଥିଲା ବନ ବିଭାଗ। ଚଢ଼ାଉ କରି ବିପୁଳ ପରିମାଣର କାଠକୁ ଜବତ କରାଯାଇଛି। ଶୁକ୍ରବାର ପୁଣି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ […] The post ଚଢାଉ କରି ବିପୁଳ ପରିମାଣର କାଠ ଜବତ କଲା ବନବିଭାଗ, କାଠର ଆନୁମାନିକ ମୂଲ୍ୟ ହେବ… appeared first on Dharitri Odia News .
ଖରାଦିନ ଆରମ୍ଭରୁ ସମସ୍ୟା: ୧୦ ହଜାରରୁ ଊର୍ଦ୍ଧ୍ୱ ଟ୍ୟୁବ୍ୱେଲରୁ ବାହାରୁଛି ଲୁଣାପାଣି
କେନ୍ଦ୍ରାପଡ଼ା,୩୦ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ୯ଟି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଅବଧି ବହୁ ପୂର୍ବରୁ ସରିଛି। ମାତ୍ର ଗୋଟିଏ ବି ପ୍ରକଳ୍ପ ଅଦ୍ୟାବଧି ସମ୍ପୂର୍ଣ୍ଣ ହୋଇପାରିନାହିଁ। ପ୍ରଶାସନିକ ଅଭିଯୋଗ ଶୁଣାଣି ଶିବିରରେ ଅଧିକାଂଶ ସାମୂହିକ ଅଭିଯୋଗ ଭାବେ ପାନୀୟ ଜଳ ସମସ୍ୟା ନିରାକରଣ ପାଇଁ ଆବେଦନପତ୍ର ଆସୁଛି। ଜିଲାରେ ଥିବା ୧୦ ହଜାରରୁ ଊର୍ଦ୍ଧ୍ୱ ଟ୍ୟୁବ୍ଓ୍ବେଲରୁ ଲୁଣାପାଣି ବାହାରୁଛି। ଖରାଦିନ ଆରମ୍ଭରୁ ଏହି ସମସ୍ୟା ଦେଖା ଦେଇଥିବାବେଳେ ଆସନ୍ତା ମାସଗୁଡ଼ିକ ଜିଲାବାସୀଙ୍କ ପାଇଁ ଏକ […] The post ଖରାଦିନ ଆରମ୍ଭରୁ ସମସ୍ୟା: ୧୦ ହଜାରରୁ ଊର୍ଦ୍ଧ୍ୱ ଟ୍ୟୁବ୍ୱେଲରୁ ବାହାରୁଛି ଲୁଣାପାଣି appeared first on Dharitri Odia News .
BJB ହଷ୍ଟେଲ ଖାଦ୍ୟରେ ପୋକ: ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ
ଭୁବନେଶ୍ୱର, ୩୦।୧: BJB ଯୁକ୍ତ ଦୁଇ କଲେଜ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ। ଏକାଧିକ ବାର ହଷ୍ଟେଲ ଖାଦ୍ୟରୁ ପୋକ ବାହାରୁଥିବା ଅଭିଯୋଗ ହୋଇଛି । ହଷ୍ଟେଲ ଅଧୀକ୍ଷକଙ୍କୁ ଜଣାଇଲେ ବି ସୁଫଳ ମିଳୁନଥିବାରୁ ଛାତ୍ରୀ ଅଶାନ୍ତି ଦେଖାଯାଇଛି। ଏନେଇ କଲେଜ ଅଧ୍ୟକ୍ଷକଙ୍କୁ ଅଭିଯୋଗ କଲେ +୨ ଛାତ୍ରୀ। Dharitri – The Largest & Most Trusted Odia Daily The post BJB ହଷ୍ଟେଲ ଖାଦ୍ୟରେ ପୋକ: ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ appeared first on Dharitri Odia News .
ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ଆଶ୍ବସ୍ତି
ଭୁବନେଶ୍ୱର,୩୦।୧: ଅଦାଲତ ଅବମାନନା ମାମଲାରୁ ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ହାଇକୋର୍ଟରେ ସଚିବ ପାଢ଼ୀ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରି ଅଦାଲତ ଅବମାନନା ମାମଲାରୁ ମୁକ୍ତି ପାଇଛନ୍ତି। ଏହି ଅବସରରେ ସେ ହାଇକୋର୍ଟଙ୍କୁ ପୂର୍ବ ନିର୍ଦ୍ଦେଶ ପାଳନ କରିଥିବା ରିପୋର୍ଟ ଦାଖଲ କରିଛନ୍ତି। ସୂଚନା ଯୋଗ୍ୟ, ସଚିବ ପାଢ଼ୀଙ୍କୁ ହାଇକୋର୍ଟ ଗତ ୨୪ ତାରିଖିରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। The post ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ଆଶ୍ବସ୍ତି appeared first on Dharitri Odia News .
ଚାଲିଥିଲା ନକଲି ମଦ ପ୍ରସ୍ତୁତି: ଅଚାନକ ଚଢାଉ କଲା ଅବିକାରୀ ବିଭାଗ, ତା’ପରେ…
କେସିଙ୍ଗା,୩୦।୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା କଲେଜ ରୋଡ଼ ସ୍ଥିତ ୱାର୍ଡ ନଂ ୧୦ର ୩ ନମ୍ବର ବିଦେଶୀ ମଦ ଦୋକାନ ପଛ ଗଳିରେ ଓ ବଗାଡ଼ ୱାର୍ଡ ନଂ ୧ରେ ନକଲି ମଦ ପ୍ରସ୍ତୁତି ହେଉଥିଲା। କୌଣସି ସୂତ୍ରରୁ ଖବରପାଇ ଅବିକାରୀ ବିଭାଗ ଗତକାଲି ଏହି ଦୁଇଟି ସ୍ଥାନରେ ଚଢ଼ାଉ କରିଛି। ବିଭିନ୍ନ ସାମଗ୍ରୀ ଜବତ ସହ ୬ ଜଣଙ୍କୁ ଗତକାଲି କୋର୍ଟଚାଲାଣ କରାଯାଇଛି। କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ଯୋଗଦାନ କରିଥିବା […] The post ଚାଲିଥିଲା ନକଲି ମଦ ପ୍ରସ୍ତୁତି: ଅଚାନକ ଚଢାଉ କଲା ଅବିକାରୀ ବିଭାଗ, ତା’ପରେ… appeared first on Dharitri Odia News .
ସ୍ବାଧୀନତା ସଂଗ୍ରାମୀଙ୍କୁ ମନେ ପକାଇ ତାଲୁକ ଆଇନ ସହାୟତା କମିଟି ପାଳିଲା…
ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶୁକ୍ରବାର ସିଭିଲ କୋର୍ଟ କମ୍ପ୍ଲେକ୍ସ ପରିସରରେ ଶହୀଦ ଦିବସ ପାଳିତ ହୋଇଯାଇଛି। ସିଭିଲ ଜଜ୍ ସିନିୟର ଡିଭିଜନ କୋର୍ଟର ମୁଖ୍ୟ କିରାଣି ପ୍ରଦୀପ କୁମାର ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ମୃତି ସଭାରେ ବରିଷ୍ଠ ଦଓ୍ବୋନୀ ବିଚାରପତି ତଥା ଆଇନ ସହାୟତା କମିଟିର ଅଧ୍ୟକ୍ଷା ମହାଶ୍ୱେତା ପରିଜା ମୁଖ୍ୟ ଅତିଥି ଏବଂ ଜେଏମ୍ଏଫ୍ସି କୋର୍ଟର ମାଜିଷ୍ଟ୍ରେଟ ନିଳିମା ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ […] The post ସ୍ବାଧୀନତା ସଂଗ୍ରାମୀଙ୍କୁ ମନେ ପକାଇ ତାଲୁକ ଆଇନ ସହାୟତା କମିଟି ପାଳିଲା… appeared first on Dharitri Odia News .
ନିମ୍ନ ୧୦% ଲୋକଙ୍କ ବଢ଼ୁଛି ଖର୍ଚ୍ଚ କରିବା ଶକ୍ତି: ଭାରତରେ ହ୍ରାସ ପାଉଛି ଧନୀ-ଦାରିଦ୍ର୍ୟ ଅସମାନତା
ନୂଆଦିଲ୍ଲୀ,୩୦।୧: ଭାରତରେ ଗରିବ ଓ ଧନୀଙ୍କ ମଧ୍ୟରେ ଥିବା ବ୍ୟବଧାନ ଧୀରେ ଧୀରେ ହ୍ରାସ ପାଉଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ ରିପୋର୍ଟରେ ଏହି ଖୁଲାସା ହୋଇଛି। ଦେଶର ସବୁଠାରୁ ନିମ୍ନ ସ୍ତରରେ ଥିବା ୫ ରୁ ୧୦ ପ୍ରତିଶତ ଜନସଂଖ୍ୟାଙ୍କ ମାସିକ ବ୍ୟବହାର କ୍ଷମତାରେ ସର୍ବାଧିକ ବୃଦ୍ଧି ଘଟିଛି। ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଯୋଗୁଁ ଦାରିଦ୍ର୍ୟ ହ୍ରାସ ପାଇବା ସହ ଏହି ବର୍ଗର ଲୋକଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିଥିବା ରିପୋର୍ଟରେ ଦର୍ଶାଯାଇଛି। ସବ୍ସିଡି, […] The post ନିମ୍ନ ୧୦% ଲୋକଙ୍କ ବଢ଼ୁଛି ଖର୍ଚ୍ଚ କରିବା ଶକ୍ତି: ଭାରତରେ ହ୍ରାସ ପାଉଛି ଧନୀ-ଦାରିଦ୍ର୍ୟ ଅସମାନତା appeared first on Dharitri Odia News .
ମଧ୍ୟାହ୍ନ ଭୋଜନ ରୋଷେଇବେଳେ ସ୍କୁଲରେ ଘଟିଲା ଅଘଟଣ: ପ୍ରେସର କୁକର ଫାଟି…
ଆଠଗଡ଼,୩୦।୧: ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇବେଳେ ଘଟିଲା ଅଘଟଣ। ଗୋବିନ୍ଦ ମାଧବପୁର ନୋଡାଲ ଉପ୍ରା ବିଦ୍ୟାଳୟରେ ରୋଷେଇ ସମୟରେ ପ୍ରେସର କୁକର ଫାଟି ୨ ପାଚିକା ଆହତ ହୋଇଛନ୍ତି। ସେମାନଙ୍କୁ ଆଠଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ପାଚିକା ୨ ଜଣ ହେଲେ ତୁଳଶୀ ବେହେରା ଏବଂ ଚଞ୍ଚଳା ନାୟକ। ରୋଷେଇ ସମୟରେ ପ୍ରେସର କୁକର ଫାଟିବା ଏତେ ଭୟଙ୍କର ଥିଲା ଯେ, ଘରର ଆଜବେଷ୍ଟସ ମଧ୍ୟ ଫାଟି ଯାଇଥିବା ଦେଖିବାକୁ ମିଳିଛି। Dharitri – […] The post ମଧ୍ୟାହ୍ନ ଭୋଜନ ରୋଷେଇବେଳେ ସ୍କୁଲରେ ଘଟିଲା ଅଘଟଣ: ପ୍ରେସର କୁକର ଫାଟି… appeared first on Dharitri Odia News .
ପଞ୍ଜିକା ସମୀକରଣ ବୈଠକରେ ବଡ଼ ନିଷ୍ପତ୍ତି: ତ୍ରୁଟିଯୁକ୍ତ ପାଞ୍ଜି ଛାପିଲେ…
ପୁରୀ,୩୦।୧ା୧(ଅଜିତ୍ କୁମାର ମହାନ୍ତି): ଶ୍ରୀମନ୍ଦିରରେ ୨୦୨୬-୨୭ରେ ପାଳନ ହେବାକୁ ଥିବା ବିଭିନ୍ନ ପର୍ବପର୍ବାଣି ଓ ଯାନିଯାତ୍ରାର ସୂଚନା ବିଭିନ୍ନ ପଞ୍ଜିକାରେ କିଭଳି ତ୍ରୁଟିଶୂନ୍ୟ ଭାବେ ପ୍ରକାଶିତ ହେବ, ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାକକ୍ଷରେ ପଞ୍ଜିକା ସମୀକରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ୫ଟି ପାଞ୍ଜି ପ୍ରକାଶନ କରୁଥିବା ସଂସ୍ଥାର ପ୍ରକାଶକ ଓ ପଞ୍ଜିକାରମାନେ ଯୋଗଦେଇଥିଲେ। ୨୦୨୬-୨୭ ବର୍ଷ ପାଇଁ ୫ଟି […] The post ପଞ୍ଜିକା ସମୀକରଣ ବୈଠକରେ ବଡ଼ ନିଷ୍ପତ୍ତି: ତ୍ରୁଟିଯୁକ୍ତ ପାଞ୍ଜି ଛାପିଲେ… appeared first on Dharitri Odia News .
ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ସରକାର: ଜାଣନ୍ତୁ କେତେ ବୟସ ହୋଇଥିବା ଆବଶ୍ୟକ
ଭୁବନେଶ୍ୱର,୩୦।୧: ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ରାଜ୍ୟ ସରକାର। ୬୦ରୁ ୭୫ ବର୍ଷ ବୟସ୍କ ଓ ବିଧବା ମହିଳାଙ୍କୁ ଜଗନ୍ନାଥ ଦର୍ଶନ କରାଇବେ। ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା। ଏନେଇ ସମସ୍ତ ଜିଲାପାଳଙ୍କୁ ପର୍ଯ୍ୟଟନ ବିଭାଗର ଚିଠି ଲେଖିଛି। ୩୫ ହଜାର ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ପଞ୍ଚାୟତସ୍ତରରେ ହିତାଧିକାରୀ ଚୂଡ଼ାନ୍ତ କରିବା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ। Dharitri – Odisha’s No.1 Odia Daily The post ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ସରକାର: ଜାଣନ୍ତୁ କେତେ ବୟସ ହୋଇଥିବା ଆବଶ୍ୟକ appeared first on Dharitri Odia News .
ସୁନା ବଜାରରେ ଐତିହାସିକ ହଲଚଲ: ଗୋଟିଏ ଦିନରେ ଭାରତ ଅର୍ଥନୀତିଠାରୁ ଅଧିକ ଟଙ୍କାର କାରବାର
ନୂଆଦିଲ୍ଲୀ,୩୦।୧: ବିଶ୍ୱ ବଜାରରେ ସୁନା ମୂଲ୍ୟ ଚଳିତ ସପ୍ତାହରେ ଅଭୂତପୂର୍ବ ସ୍ଥିତିର ସାମ୍ନା କରିଛି। କ୍ୟାପିଟାଲ ମାର୍କେଟ ପ୍ଲାଟଫର୍ମ ‘ଦି କୋବେସି ଲେଟର’ ବିଶ୍ଳେଷଣ ଅନୁଯାୟୀ, ସୁନାର ବଜାର ପୁଞ୍ଜିକରଣରେ ଗୋଟିଏ ଦିନରେ ୫.୫ ଟ୍ରିଲିୟନ ଡଲାରର ଐତିହାସିକ ହ୍ରାସ-ବୃଦ୍ଧି ପରିଲକ୍ଷିତ ହୋଇଛି। ଏହା ବିଶ୍ୱ କମୋଡିଟି ବଜାର ଇତିହାସରେ ସବୁଠାରୁ ବଡ଼ ସିଙ୍ଗଲ-ଡେ ସୁଇଙ୍ଗ୍ ବୋଲି କୁହାଯାଉଛି। ଗୁରୁବାର ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ (ଭାରତୀୟ ସମୟ ରାତି ୮ଟାରୁ ୮.୩୦ ମଧ୍ୟରେ) ସୁନା ବଜାର […] The post ସୁନା ବଜାରରେ ଐତିହାସିକ ହଲଚଲ: ଗୋଟିଏ ଦିନରେ ଭାରତ ଅର୍ଥନୀତିଠାରୁ ଅଧିକ ଟଙ୍କାର କାରବାର appeared first on Dharitri Odia News .
ବଢ଼ୁଛି ବିଶ୍ୱ ତାପମାତ୍ରା: ସବୁଠାରୁ ଅଧିକ ପ୍ରଭାବିତ ହେବ ଭାରତ
ନୂଆଦିଲ୍ଲୀ,୩୦।୧: ଜଳବାୟୁ ପରିବର୍ତ୍ତନ କାରଣରୁ ଗଭୀର ପ୍ରଭାବିତ ହେବ ଭାରତ। ତାପମାତ୍ରା ବୃଦ୍ଧି ଯୋଗୁଁ ଆଗାମୀ ଦଶନ୍ଧିମାନଙ୍କରେ ବିଶ୍ୱର କୋଟି କୋଟି ଲୋକ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ହେବେ। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏକ ନୂତନ ଅଧ୍ୟୟନ ଅନୁଯାୟୀରୁ ଏହି ଖୁଲାସା ହୋଇଛି। ଯଦି ବିଶ୍ୱର ହାରାହାରି ତାପମାତ୍ରା ୨ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଏ, ତେବେ ୨୦୫୦ ସୁଦ୍ଧା ମୋଟ ଜନସଂଖ୍ୟାର ପ୍ରାୟ ଅଧା ଅତ୍ୟଧିକ ଗ୍ରୀଷ୍ମ ପ୍ରବାହର ଶିକାର ହେବେ। ଭାରତ, ନାଇଜେରିଆ, ଇଣ୍ଡୋନେସିଆ, […] The post ବଢ଼ୁଛି ବିଶ୍ୱ ତାପମାତ୍ରା: ସବୁଠାରୁ ଅଧିକ ପ୍ରଭାବିତ ହେବ ଭାରତ appeared first on Dharitri Odia News .
ବିଧାୟକଙ୍କ ଦରମା ବୃଦ୍ଧି ବିଲ୍ର ହୋଇପାରେ ପୁନଃବିଚାର
ଭୁବନେଶ୍ୱର,୩୦ା୧: ବିଧାୟକଙ୍କ ଦରମା ବୃଦ୍ଧି ବିଲ୍ ଉପରେ ଆସନ୍ତା ଅଧିବେଶନରେ ପୁନଃବିଚାର ହୋଇପାରେ। ଏନେଇ ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ଭାସ୍କର ମଢ଼େଇ। ସେ କହିଛନ୍ତି, ପୁନଃବିଚାର ପାଇଁ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ପ୍ରସ୍ତାବ ଦେଇଥିଲେ। ବିଭିନ୍ନ ସାମାଜିକ ସଂଗଠନ, ସାଧାରଣ ଲୋକେ ସମାଲୋଚନା ବି କରିଥିଲେ। ତେବେ ଆସନ୍ତା ବଜେଟ ଅଧିବେଶନରେ ପୁନଃବିଚାର ହୋଇ ବିଲ୍ ପାରିତ ହୋଇପାରେ ବୋଲି ସେ କହିଛନ୍ତି। ବିଧାୟକଙ୍କ ଦରମା କମିପାରେ ବୋଲି ବି ସେ କହିଛନ୍ତି। ଆପାତତଃ ସୁହାଇଲା […] The post ବିଧାୟକଙ୍କ ଦରମା ବୃଦ୍ଧି ବିଲ୍ର ହୋଇପାରେ ପୁନଃବିଚାର appeared first on Dharitri Odia News .
୧୩ ଫେବୃଆରୀରୁ ରାଜ୍ କରିବେ ଏହି ୩ ରାଶି, ଗତି ପରିବର୍ତ୍ତନ କରିବେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ
ନଅଟି ଗ୍ରହ ମଧ୍ୟରେ ସୂର୍ଯ୍ୟ ପ୍ରଥମ ସ୍ଥାନ ଅଧିକାର କରନ୍ତି ଏବଂ ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଗ୍ରହମାନଙ୍କର ରାଜା ମଧ୍ୟ ବିବେଚନା କରାଯାଏ। ଏହା ବ୍ୟତୀତ ସୂର୍ଯ୍ୟ ଦେବତା ଜଣେ ବ୍ୟକ୍ତିର ଆତ୍ମବିଶ୍ୱାସ, ସମ୍ମାନ, ନେତୃତ୍ୱ, ସ୍ବାସ୍ଥ୍ୟ, ପିତାଙ୍କ ସହିତ ସମ୍ପର୍କ, ସରକାର, ଶକ୍ତି, ଉଚ୍ଚ ପଦବୀ ଏବଂ ଆଲୋକକୁ ମଧ୍ୟ ପ୍ରତିନିଧିତ୍ୱ କରନ୍ତି। ପ୍ରତ୍ୟେକ ମାସରେ ସୂର୍ଯ୍ୟଙ୍କ ଗତି ପରିବର୍ତ୍ତନ ହେଲେ ମାନବ ଜୀବନର ଏହି ଦିଗଗୁଡ଼ିକ ପରିବର୍ତ୍ତନ ହୁଏ। ଦୃକ ପଞ୍ଚାଙ୍ଗ ଅନୁସାରେ, ଗ୍ରହମାନଙ୍କର […] The post ୧୩ ଫେବୃଆରୀରୁ ରାଜ୍ କରିବେ ଏହି ୩ ରାଶି, ଗତି ପରିବର୍ତ୍ତନ କରିବେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ appeared first on Dharitri Odia News .
ପୋଡ଼ାମାରି ବନବିଭାଗର ରାତିଅଧିଆ ଚଢାଉ, ବିପୁଳ ପରିଣାମର…
ଦିଗପହଣ୍ଡି,୩୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ସ୍ଥିତ ଚନ୍ଦ୍ରଗିରି ବନାଞ୍ଚଳ ରେଞ୍ଜର ରୂପକ କୁମାର ପ୍ରଧାନ ସଦଳବଳେ ରେଡ୍ କରି ବିପୁଳ ପରିମାଣର କାଠ ଗଣ୍ଡିି ଜବତ କରିଛନ୍ତି । ଜଣେ ବ୍ୟକ୍ତିଙ୍କ ଠାରୁ ସୂଚନା ପାଇ ଗୁରୁବାର ରାତି ପ୍ରାୟ ୮ ଟାରେ ବନ କର୍ମଚାରୀ ଟିମ୍ ରେଞ୍ଜରଙ୍କ ନେତୃତ୍ୱରେ ପୋଡ଼ାମାରି ଗ୍ରାମ ନୂଆବନ୍ଧ ହିଡରେ ପାଳ ଘୋଡାଇ ରଖାଯାଇଥିବା ସରୁପତରି, ଟାଙ୍ଗିଣୀ, ବାଇଲ ପ୍ରଭୃତି ବିଭିନ୍ନ କିସମର କଞ୍ଚା […] The post ପୋଡ଼ାମାରି ବନବିଭାଗର ରାତିଅଧିଆ ଚଢାଉ, ବିପୁଳ ପରିଣାମର… appeared first on Dharitri Odia News .
ସରକାରଙ୍କୁ ଅଲ୍ଟିମେଟମ୍ ଦେଲେ ଶଙ୍କରାଚାର୍ଯ୍ୟ: ୪୦ ଦିନ ଭିତରେ ଏ କାମ ନ କଲେ ଘଟିବ…
ଲକ୍ଷ୍ନୌ,୩୦।୧:ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ପ୍ରୟାଗରାଜ ମାଘ ମେଳାରେ ପ୍ରଶାସନ ସହିତ ବିବାଦ ସମ୍ପର୍କରେ ଯୋଗୀ ସରକାର ଏବଂ ପ୍ରଶାସନକୁ କଡ଼ା ସମାଲୋଚନା କରିଛନ୍ତି। ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ କହିଥିଲେ, ମୋତେ ଶଙ୍କରାଚାର୍ଯ୍ୟ ପଦବୀର ପ୍ରମାଣ ମଗାଯାଇଥିଲା ଏବଂ ୨୪ ଘଣ୍ଟା ମଧ୍ୟରେ ତାହା ପ୍ରଦାନ କରିବାକୁ କୁହାଯାଇଥିଲା। ମୁଁ ପୂର୍ବରୁ ଉତ୍ତର ଦେଇସାରିଛି। ଏବେ ଆପଣଙ୍କୁ ହିନ୍ଦୁ ପରିଚୟର ଦେବାକୁ ପଡ଼ିବ। ହିନ୍ଦୁ ଧର୍ମ କେବଳ ଭାଷଣ କି ଗେରୁଆ ବସ୍ତ୍ର ନୁହେଁ। ଆପଣ ଗୋ ସେବା ପାଇଁ […] The post ସରକାରଙ୍କୁ ଅଲ୍ଟିମେଟମ୍ ଦେଲେ ଶଙ୍କରାଚାର୍ଯ୍ୟ: ୪୦ ଦିନ ଭିତରେ ଏ କାମ ନ କଲେ ଘଟିବ… appeared first on Dharitri Odia News .
ଖୁବ୍ଶୀଘ୍ର ଖୁଲାସା ହେବ ନବ ଦାସ ହତ୍ୟା ମାମଲା, ମନ୍ତ୍ରୀ କହିଲେ ଦୀପାଳିଙ୍କ ମନ୍ତବ୍ୟ ଦେଖି…
ଭୁବନେଶ୍ୱର,୩୦ା୧: ବହୁ ଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଖୁବ୍ଶୀଘ୍ର ଖୁଲାସା ହେବ। ନବଙ୍କ ଝିଅ ଦୀପାଳି ଦାସଙ୍କ ବୟାନ ଉପରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଦୀପାଳିଙ୍କ ମନ୍ତବ୍ୟ ଗଣମାଧ୍ୟମରେ ଦେଖିଲି। ପରିବାର ଲୋକଙ୍କ ସନ୍ଦେହକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି। ମାମଲାର ସତ୍ୟତା, ଷଡ଼ଯନ୍ତ୍ର ଓ ସମ୍ପୃକ୍ତି ନେଇ ଆମୂଳଚୂଳ ତଦନ୍ତ ହେବ। ତଦନ୍ତକୁ ବନ୍ଦ କରିବାକୁ ଗତ ସରକାର ଚେଷ୍ଟା କରିଥିଲେ। ତାଙ୍କ […] The post ଖୁବ୍ଶୀଘ୍ର ଖୁଲାସା ହେବ ନବ ଦାସ ହତ୍ୟା ମାମଲା, ମନ୍ତ୍ରୀ କହିଲେ ଦୀପାଳିଙ୍କ ମନ୍ତବ୍ୟ ଦେଖି… appeared first on Dharitri Odia News .
ରେଲଓ୍ବେ ଦେଲା ବଡ଼ ଖୁସି ଖବର: ତତ୍କାଳ ଟିକେଟ ବୁକିଂ ହେଲା ସହଜ , ଏଣିକି…
ନୂଆଦିଲ୍ଲୀ,୩୦।୧: ଭାରତୀୟ ରେଳବାଇ ତତ୍କାଳ ଟିକେଟ ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛି। ଏବେ ଯାତ୍ରୀମାନେ ଶୀଘ୍ର ଏବଂ ସହଜରେ ଟିକେଟ ପାଇପାରିବେ। ନୂତନ ନିୟମ ଅନୁଯାୟୀ, ଯଦି ଆପଣଙ୍କର IRCTC ଆକାଉଣ୍ଟ ସମ୍ପୂର୍ଣ୍ଣ ଭାବରେ ଯାଞ୍ଚ ହୋଇଛି ଏବଂ ଆଧାର ସହିତ ଲିଙ୍କ ହୋଇଛି, ତେବେ କେବଳ ଗୋଟିଏ କ୍ଲିକରେ ଟିକେଟ ନିଶ୍ଚିତକରଣର ସମ୍ଭାବନା ବଢ଼ିଯିବ। ଗତ କିଛି ବର୍ଷ ଧରି, ଯାତ୍ରୀମାନେ ଅଭିଯୋଗ କରିଆସୁଛନ୍ତି ଯେ ବୁକିଂ ସମୟରେ ତତ୍କାଳ ଟିକେଟ କିଛି ସେକେଣ୍ଡ […] The post ରେଲଓ୍ବେ ଦେଲା ବଡ଼ ଖୁସି ଖବର: ତତ୍କାଳ ଟିକେଟ ବୁକିଂ ହେଲା ସହଜ , ଏଣିକି… appeared first on Dharitri Odia News .
କେନ୍ଦୁପତ୍ର କର୍ମଚାରୀ, ତୋଳାଳିଙ୍କ ପ୍ରତି ଅଣଦେଖା ମନୋଭାବ: ବର୍ଷସାରା କାମ ଯୋଗାଇବାକୁ ଦାବି
ବରଗଡ଼,୩୦।୧(ପ୍ରେମାନନ୍ଦ ଖମାରୀ):କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳିଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି। ବର୍ଷସାରା କାମ ଯୋଗାଇବା ବଦଳରେ କେବଳ ସାମୟିକ ତଥା ଋତୁକାଳୀନ ଭାବେ ରୋଜଗାର ଦିଆଯାଉଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ବହୁବିଧ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ପଶ୍ଚିମ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳି ସଂଘ ଅଭିଯୋଗ କରିଛି। ଏହି କ୍ରମରେ ବର୍ଷସାରା ସେମାନଙ୍କୁ କାମ ଯୋଗାଇ ଦେବା ଦାବିରେ ଗୁରୁବାର ସଂଘ […] The post କେନ୍ଦୁପତ୍ର କର୍ମଚାରୀ, ତୋଳାଳିଙ୍କ ପ୍ରତି ଅଣଦେଖା ମନୋଭାବ: ବର୍ଷସାରା କାମ ଯୋଗାଇବାକୁ ଦାବି appeared first on Dharitri Odia News .
ବିବାହର ୨ ମାସ ପରେ ପ୍ରେମିକ ସହ ଫେରାର ସ୍ତ୍ରୀ: ସ୍ୱାମୀ ଓ ମଧ୍ୟସ୍ଥିଙ୍କ ଆତ୍ମହତ୍ୟା
ନୂଆଦିଲ୍ଲୀ,୩୦।୧: କର୍ଣ୍ଣାଟକର ଦାବଣଗେରେ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହର ମାତ୍ର ଦୁଇ ମାସ ପରେ ଜଣେ ମହିଳା ନିଜ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି। ଏହାପରେ ମାନସିକ ସନ୍ତୁଳନ ହରାଇ ତାଙ୍କ ସ୍ୱାମୀ ଏବଂ ବିବାହ କରାଇଥିବା ମଧ୍ୟସ୍ଥି ଆତ୍ମହତ୍ୟା କରିଛନ୍ତି। ସରସ୍ୱତୀ ନାମକ ମହିଳା ଜଣକ ଗତ ଜାନୁଆରୀ ୨୩ ତାରିଖରେ ମନ୍ଦିର ଯାଉଛି କହି ଘରୁ ବାହାରିଥିଲେ। କିନ୍ତୁ ସେ ଆଉ ଫେରିନଥିଲେ। ପୋଲିସ ତଦନ୍ତରୁ ଜଣାପଡ଼ିଥିଲା ଯେ ସେ ନିଜ […] The post ବିବାହର ୨ ମାସ ପରେ ପ୍ରେମିକ ସହ ଫେରାର ସ୍ତ୍ରୀ: ସ୍ୱାମୀ ଓ ମଧ୍ୟସ୍ଥିଙ୍କ ଆତ୍ମହତ୍ୟା appeared first on Dharitri Odia News .
ବିରାଟ କୋହଲି ନୁହେଁ, ଇନଷ୍ଟାଗ୍ରାମରୁ ସବୁଠୁ ଅଧିକ ଟଙ୍କା ରୋଜଗାର କରନ୍ତି ଏହି ଖେଳାଳି, ନାଁ ଜାଣିଲେ ଉଡିଯିବ ହୋଶ୍
ନୂଆଦିଲ୍ଲୀ,୩୦।୧: ଭାରତୀୟ କ୍ରିକେଟର୍ ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ପୁଣି ଆକ୍ଟିଭ୍ ହୋଇଯାଇଛି। ଗୋଟିଏ ଦିନ ପୂର୍ବରୁ ହଠାତ୍ ତାଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇଥିଲା। ବନ୍ଦ ହୋଇଯିବା ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଚିନ୍ତାର କାରଣ ପାଲଟିଥିଲା। କିନ୍ତୁ ତାଙ୍କ ଆକାଉଣ୍ଟ ପୁଣି ଥରେ ଆକ୍ଟିଭ୍ ହୋଇଛି। ରିପୋର୍ଟ ଅନୁଯାୟୀ, ବିରାଟ କୋହଲି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଗୋଟିଏ ପୋଷ୍ଟ ପାଇଁ ୧୨ କୋଟି ନିଅନ୍ତି। କୋହଲି ନିଶ୍ଚିତ ଭାବରେ ଇନଷ୍ଟାରୁ ସର୍ବାଧିକ ରୋଜଗାର କରୁଥିବା କ୍ରିକେଟର। କିନ୍ତୁ […] The post ବିରାଟ କୋହଲି ନୁହେଁ, ଇନଷ୍ଟାଗ୍ରାମରୁ ସବୁଠୁ ଅଧିକ ଟଙ୍କା ରୋଜଗାର କରନ୍ତି ଏହି ଖେଳାଳି, ନାଁ ଜାଣିଲେ ଉଡିଯିବ ହୋଶ୍ appeared first on Dharitri Odia News .
Video: ଷ୍ଟେଜ ଉପରେ ଏମିତି ରୋମାନ୍ସ କଲେ କପଲ, ଦୌଡି ଆସିଲେ ପଣ୍ଡିତ, ଭିଡ଼ିଓ ହେଉଛି ଭାଇରାଲ
ନୂଆଦିଲ୍ଲୀ,୩୦।୧: ସୋସିଆଲ ମିଡିଆରେ ପ୍ରାୟତଃ ବିବାହ ଭିଡିଓ ଭାଇରାଲ ହୁଏ, କିନ୍ତୁ ଏଥର ଏକ ବିବାହ ଭିଡିଓ ବିତର୍କ ସୃଷ୍ଟି କରିଛି। ଏକ ଭାଇରାଲ ଭିଡିଓରେ, ବିବାହ ରୀତିନୀତି ସମୟରେ ବର ଏବଂ କନ୍ୟା ବିବାହ ମଞ୍ଚରେ ପରସ୍ପରକୁ kiss ଦେବା ଆରମ୍ଭ କରନ୍ତି। ଏହି ଦୃଶ୍ୟ ଉପସ୍ଥିତ ସମସ୍ତଙ୍କୁ କ୍ଷଣିକ ପାଇଁ ସ୍ତବ୍ଧ କରିଦିଏ, ଏବଂ ତା’ପରେ ମଞ୍ଚରେ କିଛି ଅପ୍ରତ୍ୟାଶିତ ଘଟଣା ଘଟେ। ଯେତେବେଳେ ବର ଏବଂ କନ୍ୟା ମଞ୍ଚ ଉପରେ ନିକଟତର ହେବାକୁ […] The post Video: ଷ୍ଟେଜ ଉପରେ ଏମିତି ରୋମାନ୍ସ କଲେ କପଲ, ଦୌଡି ଆସିଲେ ପଣ୍ଡିତ, ଭିଡ଼ିଓ ହେଉଛି ଭାଇରାଲ appeared first on Dharitri Odia News .
ଛାତିଥରା! ଜବରଦସ୍ତି ପ୍ରସବ କରାଇବା ବେଳେ କଟିଗଲା ଶିଶୁର ମୁଣ୍ଡ, ଆଶାକର୍ମୀ ଫେରାର
ଲକ୍ଷ୍ନୌ,୩୦।୧: ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲାରୁ ସାମ୍ନାକୁ ଆସିଛି ଛାତିଥରା ଘଟଣା । ପ୍ରସବ ସମୟରେ ଛୁଆର ମୁଣ୍ଡ କଟିଯାଇଛି । ଜଣେ ଆଶାକର୍ମୀ ବଳପୂର୍ବକ ପ୍ରସବ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୁକ୍ତମାନେ ଫେରାର ରହିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ରୁଥା ଗ୍ରାମର ଜଣେ ବାସିନ୍ଦା ଝାମ୍ମାନ ପୋଲିସକୁ ଦେଇଥିବା ଅଭିଯୋଗରେ କହିଛନ୍ତି ଯେ, ଜାନୁଆରୀ ୨୫ ସକାଳ ପ୍ରାୟ ୯ଟାରେ ତାଙ୍କ ଗର୍ଭବତୀ ପତ୍ନୀ ରାଜକୁମାରୀ ପ୍ରସବ ଯନ୍ତ୍ରଣା ଅନୁଭବ […] The post ଛାତିଥରା! ଜବରଦସ୍ତି ପ୍ରସବ କରାଇବା ବେଳେ କଟିଗଲା ଶିଶୁର ମୁଣ୍ଡ, ଆଶାକର୍ମୀ ଫେରାର appeared first on Dharitri Odia News .
ଭୁବନେଶ୍ୱର ଆସିଲା ରାଉରକେଲାରେ କ୍ରାଶ ହୋଇଥିବା ବିମାନ ଇଞ୍ଜିନ, ଏହା ପରେ ସିଧାସଳଖ ଯିବ…
ଭୁବନେଶ୍ୱର,୩୦ା୧: ରାଉରକେଲାରେ କ୍ରାଶ ହୋଇଥିବା ବିମାନର ଇଞ୍ଜିନ ଭୁବନେଶ୍ୱର ଆସିଛି। ଏହା ପରେ ଭୁବନେଶ୍ୱରରୁ ବିମାନ ଇଞ୍ଜିନ ସିଧାସଳଖ କାନାଡ଼ା ଯିବାନେଇ ସୂଚନା ମିଳିଛି। ବିମାନ ଇଞ୍ଜିନ କହିବ ଦୁର୍ଘଟଣା କାହିଁକି ହୋଇଥିଲା। ଜାନୁଆରୀ ୧୦ରେ ଜଲଦାରେ ବିମାନ କ୍ରାଶ ହୋଇଥିଲା। The post ଭୁବନେଶ୍ୱର ଆସିଲା ରାଉରକେଲାରେ କ୍ରାଶ ହୋଇଥିବା ବିମାନ ଇଞ୍ଜିନ, ଏହା ପରେ ସିଧାସଳଖ ଯିବ… appeared first on Dharitri Odia News .
ଶରଦ ପାୱାର ନିଷ୍ପତ୍ତି ନେବେ ମହାରାଷ୍ଟ୍ରର ପରବର୍ତ୍ତୀ ଉପମୁଖ୍ୟମନ୍ତ୍ରୀ! NCP ମିଶ୍ରଣର ବଡ଼ ସଙ୍କେତ
ନୂଆଦିଲ୍ଲୀ,୩୦।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟିର ଅଜିତ ପାୱାର ଗୋଷ୍ଠୀ ଏବଂ ଶରଦ ପାୱାର ଗୋଷ୍ଠୀର ମିଶ୍ରଣ ଖୁବ୍ଶୀଘ୍ର ହେବ ବୋଲି ବିଶ୍ୱାସ କରାଯାଉଛି। ଏହା ପାୱାର ପରିବାରର ପଦକ୍ଷେପରୁ ସୂଚିତ। ସୂତ୍ର ଅନୁଯାୟୀ, ଅଜିତ ପାୱାରଙ୍କ ରାଜନୈତିକ ଉତ୍ତରାଧିକାରୀ ସମ୍ପର୍କରେ ନିଷ୍ପତ୍ତି ଏବେ ପାୱାର ପରିବାର ସ୍ତରରେ ନିଆଯିବ। ଉଭୟ ପରିବାର ଏକତ୍ର ବୈଠକ କରି ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ହେଉଛନ୍ତି ଏବଂ ଆଜି କିମ୍ବା କାଲି, ଅର୍ଥାତ୍ ଆଗାମୀ ଦୁଇ ଦିନ ମଧ୍ୟରେ ଏହି […] The post ଶରଦ ପାୱାର ନିଷ୍ପତ୍ତି ନେବେ ମହାରାଷ୍ଟ୍ରର ପରବର୍ତ୍ତୀ ଉପମୁଖ୍ୟମନ୍ତ୍ରୀ! NCP ମିଶ୍ରଣର ବଡ଼ ସଙ୍କେତ appeared first on Dharitri Odia News .
ଦାରିଙ୍ଗବାଡିରେ ହିନ୍ଦୁ ସମ୍ମିଳନୀ: ହନୁମାନ ଚାଳିଶାରେ ପ୍ରକମ୍ପିତ ଅଞ୍ଚଳ
ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଶିବ ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଉଯାଇଛି। ଏହି ଅବସରରେ ହିନ୍ଦୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ସକାଳ ୮ ଟାରୁ ଅଗ୍ନିହୋତ୍ର ଓ ଘୃତ ଯଜ୍ଞରୁ ଆରମ୍ଭ କରାଯାଇଥିଲା। ପରେ ସାମୂହିକ ୧୦୮ ହନୁମାନଙ୍କ ଚାଳିଶା ପାଠ କରାଯାଇଥିଲା। ନିଜ ଗ୍ରାମଠାରୁ ସାରା ଭାରତ ବର୍ଷରେ ଶାନ୍ତି, ସମୃଦ୍ଧି ସୃଷ୍ଟି ପାଇଁ ଏଭଳି ହିନ୍ଦୁ ସମ୍ମିଳନୀ କରାଯାଇଛି । ଏହା ପରେ ନଗର ପରିକ୍ରମା, […] The post ଦାରିଙ୍ଗବାଡିରେ ହିନ୍ଦୁ ସମ୍ମିଳନୀ: ହନୁମାନ ଚାଳିଶାରେ ପ୍ରକମ୍ପିତ ଅଞ୍ଚଳ appeared first on Dharitri Odia News .
ନବ ଦାସ ମୃତ୍ୟୁ ଘଟଣା, ଝିଅ ଦୀପାଳିଙ୍କ ଭାଷଣକୁ ନେଇ ବଢିଲାଣି ଚର୍ଚ୍ଚା!
ଭୁବନେଶ୍ୱର,୩୦।୧: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ମୃତ୍ୟୁକୁ ଏହା ଭିତରେ ୩ ବର୍ଷ ପୂରଣ ହୋଇଗଲାଣି। ୨୯ ଜାନୁଆରୀ ଗୁରୁବାର ନବଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ସଭା ଝାରସୁଗୁଡା ବେହେରାମାଲ ସ୍ଥିତ ନବଦାସ ଅଡ଼ିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜସ୍ତ୍ର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ବହୁ ବରିଷ୍ଠ ବିଜେଡି ନେତା ଯୋଗ ଦେଇଥିଲେ। ସଭାରେ ପୂର୍ବତନ ବିଧାୟିକା ତଥା ନବଦାସଙ୍କ ଝିଅ ଦୀପାଳି ଦାସ ଏମିତି ଭାଷଣ ଦେଇଥିଲେ ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। […] The post ନବ ଦାସ ମୃତ୍ୟୁ ଘଟଣା, ଝିଅ ଦୀପାଳିଙ୍କ ଭାଷଣକୁ ନେଇ ବଢିଲାଣି ଚର୍ଚ୍ଚା! appeared first on Dharitri Odia News .
Kolkata: ଆରଜି କର ମେଡିକାଲ କଲେଜ ବଳାତ୍କାର ପୀଡ଼ିତାଙ୍କ ମାତାପିତା ଲଢିବେ ନିର୍ବାଚନ!
କୋଲକାତା,୩୦।୧: ୯ ଅଗଷ୍ଟ, ୨୦୨୪ରେ କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ବଳାତ୍କାରର ଶିକାର ହୋଇଥିବା ମହିଳା ଡାକ୍ତରଙ୍କ ମାତାପିତା କହିଛନ୍ତି, ‘ଆମକୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦିଆଯାଉଛି, କିନ୍ତୁ ଆମେ ନ୍ୟାୟ ଚାହୁଁଛୁ। ଅନେକ ରାଜନୈତିକ ଦଳ ବିଧାନସଭା ନିର୍ବାଚନରେ ଲଢ଼ିବାକୁ ପ୍ରସ୍ତାବ ଦେଇଛନ୍ତି। ଟିଏମସି ଆରମ୍ଭରୁ ଆମକୁ ଟଙ୍କା ଏବଂ ରାଜନୀତିରେ ସାମିଲ ହେବାର ପ୍ରସ୍ତାବ ଦେଇଛି, କିନ୍ତୁ ଆମେ ଏହି ପ୍ରସ୍ତାବରେ ରାଜି ହୋଇନାହୁଁ।’ ଖବରଦାତାଙ୍କ ସହ କଥାବାର୍ତ୍ତା କରି […] The post Kolkata: ଆରଜି କର ମେଡିକାଲ କଲେଜ ବଳାତ୍କାର ପୀଡ଼ିତାଙ୍କ ମାତାପିତା ଲଢିବେ ନିର୍ବାଚନ! appeared first on Dharitri Odia News .
ହଠାତ୍ ହଜାର ହଜାର ଟଙ୍କା କମିଗଲା ସୁନା ଦର: ରୁପା ଦର୍ରେ ବି ଲାଗିଲା ବ୍ରେକ୍
ନୂଆଦିଲ୍ଲୀ,୩୦।୧: କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ସୁନା ଏବଂ ରୁପା ମୂଲ୍ୟରେ ବ୍ରେକ୍ ଲାଗିଛି। ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରାୟ ୮,୦୦୦ ହ୍ରାସ ପାଇଛି। ଗତକାଲି ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ୧,୭୮,୮୫୦ ଥିଲା, ଯାହା ଆଜି ୧,୭୦,୬୨୦। ଏହା ୮,୨୩୦ ହ୍ରାସକୁ ପାଇଛି। ସେହିପରି ୧୦ ଗ୍ରାମ ୨୨ କ୍ୟାରେଟ ସୁନାର ମୂଲ୍ୟ ଗତକାଲି ୧,୬୩,୯୫୦ ଥିଲା, ଯାହା ଆଜି ୧,୫୬,୪୦୦, ଯାହା ଆଜି ୭,୫୫୦ ହ୍ରାସ ପାଇଛି। […] The post ହଠାତ୍ ହଜାର ହଜାର ଟଙ୍କା କମିଗଲା ସୁନା ଦର: ରୁପା ଦର୍ରେ ବି ଲାଗିଲା ବ୍ରେକ୍ appeared first on Dharitri Odia News .
ଶ୍ମଶାନଘାଟ ଯିବାକୁ ମିଳିଲାନି ରାସ୍ତା, ରୋଡ୍ ଉପରେ ଅନ୍ତିମ ସଂସ୍କାର କଲେ ପରିବାର
ପାଟନା,୩୦ା୧: ବିହାରର ବୈଶାଳୀରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ସୁରକ୍ଷିତ ରାସ୍ତା ନ ପାଇ କ୍ରୋଧିତ ମହାଦଳିତ ପରିବାର ରାସ୍ତାରେ ଜଣେ ବୃଦ୍ଧା ମହିଳାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣା ଜିଲ୍ଲାର ଗୋରାଉଲ ଥାନା ଅଞ୍ଚଳ ଅନ୍ତର୍ଗତ ସୋନ୍ଧୋ ମୁବାରକପୁର ମାଞ୍ଝି ଟୋଲାରେ ଘଟିଛି। ଏଠାରେ ଥିବା ମହାଦଳିତ ପରିବାରଗୁଡ଼ିକର ସୁରକ୍ଷିତ ରାସ୍ତା ପାଇଁ କୌଣସି ସୁବିଧା ନାହିଁ। ଦୋକାନୀମାନେ ରାସ୍ତା ଜବରଦଖଲ […] The post ଶ୍ମଶାନଘାଟ ଯିବାକୁ ମିଳିଲାନି ରାସ୍ତା, ରୋଡ୍ ଉପରେ ଅନ୍ତିମ ସଂସ୍କାର କଲେ ପରିବାର appeared first on Dharitri Odia News .
ମନ୍ତ୍ରୀଙ୍କ ବାସଭବନରେ ସହାୟକଙ୍କ ମୃତ୍ୟୁ, ସପରିବାର ସହ…
ଭୁବନେଶ୍ୱର,୩୦ା୧: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭବନରେ ସହାୟକ ଶଙ୍କର୍ଷଣ ନାଗଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବଲାଙ୍ଗୀର ଜିଲାର। ବିଦ୍ୟୁତ ଆଘାତରେ ସହାୟକଙ୍କ ମୃତ୍ୟୁ ହୋଇଥିବା ସୂଚନାରୁ ଜଣାପଡ଼ିଛି। ତେବେ କ୍ୟାପିଟାଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇବା ତଦନ୍ତ ଜାରି ରଖିଛି। ସୂଚନା ଥାଉକି, ମନ୍ତ୍ରୀଙ୍କ ବାସଭବନରେ ସହାୟକ ଜଣକ ତାଙ୍କ ପରିବାର ସହ ରହୁଥିଲେ। କିଛିଦିନ […] The post ମନ୍ତ୍ରୀଙ୍କ ବାସଭବନରେ ସହାୟକଙ୍କ ମୃତ୍ୟୁ, ସପରିବାର ସହ… appeared first on Dharitri Odia News .
ଘରେ ପଶି ଚୋରି କରୁଥିଲେ ବାପପୁଅ, ଅଭିଯୁକ୍ତଙ୍କୁ ଧରି ସିନ୍ ରିକ୍ରିଏଶନ କଲା ଟାଉନ ପୋଲିସ
ବଲାଙ୍ଗୀର, ୩୦।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସିରିଜ ଚୋରି ଓ ଲୁଟ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ବାପପୁଅଙ୍କୁ ବଲାଙ୍ଗୀର ଟାଉନ ଥାନା ପୋଲିସ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାଉରକେଲା ଛେଣ୍ଡ ଥାନା ଅନ୍ତର୍ଗତ ଟିସ୍କୋ ସାଇଡିଂର ରମେଶ ଓରଫ ଗଜପତି ସୁନା (୬୦) ତାଙ୍କ ପୁଅ ସମୀର ଓରଫ ସାମିନ ଓରଫ ରବି ସୁନା (୨୭) ଏବଂ ଅର୍ଜୁନ ଓରଫ ଶୁଭମ ଓରଫ ଗିରଫ ଦୀପକ ସୁନା (୨୫)। […] The post ଘରେ ପଶି ଚୋରି କରୁଥିଲେ ବାପପୁଅ, ଅଭିଯୁକ୍ତଙ୍କୁ ଧରି ସିନ୍ ରିକ୍ରିଏଶନ କଲା ଟାଉନ ପୋଲିସ appeared first on Dharitri Odia News .
‘ପାଠ ନ ପଢ଼ାଇ ପର୍ସନାଲ କଥା କୁହନ୍ତି ସରୋଜ୍ ସାର୍: ବି-ଏଡ଼୍ ବିଭାଗର ପ୍ରିନ୍ସପାଲ…
ଉତ୍କଳ ବିଶ୍ବଦିଦୟାଳୟ ‘ପାଠ ନପଢ଼ାଇ ପର୍ସନାଲ କଥା କୁହନ୍ତି ସରୋଜ୍ ସାର୍ । ଏମିତି କିଛି ଅଭିଯୋଗ ଉତ୍କଳ ବିଶ୍ବବିଦ୍ୟାଳୟ ବି-ଏଡ଼୍ ବିଭାଗର ପ୍ରିନ୍ସପାଲ ସରୋଜ ସାହୁଙ୍କ ନାଁରେ ଆଣିଛନ୍ତି ଛାତ୍ରୀଛାତ୍ର । The post ‘ପାଠ ନ ପଢ଼ାଇ ପର୍ସନାଲ କଥା କୁହନ୍ତି ସରୋଜ୍ ସାର୍: ବି-ଏଡ଼୍ ବିଭାଗର ପ୍ରିନ୍ସପାଲ… appeared first on Dharitri Odia News .
ମହାତ୍ମା ଗାନ୍ଧୀ: ସତ୍ୟର ସାହସ ଏବଂ ଅହିଂସାର ଅତୁଟ ଆସ୍ଥା
ସତ୍ୟ ଓ ଅହିଂସାର ଶକ୍ତିରେ ସାରା ଦେଶକୁ ଏକତାର ସୂତ୍ରରେ ବାନ୍ଧିଥିବା ମହାତ୍ମା ଗାନ୍ଧୀଙ୍କ ଜୀବନ ଥିଲା ଅତି ସରଳ। ତାଙ୍କ ହାତରେ ନା ଥିଲା ଅସ୍ତ୍ର, ନା ଥିଲା ହିଂସାର ଭାଷା; ଥିଲା କେବଳ ସତ୍ୟର ସାହସ ଏବଂ ଅହିଂସାର ଅତୁଟ ଆସ୍ଥା। ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀ । The post ମହାତ୍ମା ଗାନ୍ଧୀ: ସତ୍ୟର ସାହସ ଏବଂ ଅହିଂସାର ଅତୁଟ ଆସ୍ଥା appeared first on Dharitri Odia News .
ଆକ୍ଟିଭ୍ ହେଲା ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ, ଜାଣନ୍ତୁ କାହିଁକି ହୋଇଥିଲା ଡିଆକ୍ଟିଭେଟ୍
ନୂଆଦିଲ୍ଲୀ,୩୦।୧: ହଠାତ୍ ଗାଏବ ହୋଇଯାଇଥିବା ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ପୁଣିଥରେ ଆକ୍ଟିଭ୍ ହୋଇଛି। କୋହଲି ତାଙ୍କ ଆକାଉଣ୍ଟ ଡିଆଆଷ୍ଟିଭେଟ୍ କରିଦେଇଥିବା ପ୍ରଶଂସକ ଭାବୁଥିଲେ। କିନ୍ତୁ ଏହା ଏକ ଯାନ୍ତ୍ରିକ ତ୍ରୁଟି ବୋଲି ଜଣାପଡିଛି। ଇନଷ୍ଟାଗ୍ରାମ ଫଲୋଅର୍ସଙ୍କ କ୍ଷେତ୍ରରେ ବିଶ୍ୱର ଅନ୍ୟ କୌଣସି କ୍ରିକେଟର ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି କୋହଲିଙ୍କୁ ପଛରେ ପକାଇ ନାହାଁନ୍ତି। କୋହଲିଙ୍କର ୨୭୪ ନିୟୁତ ଫଲୋଅର୍ସ ଅଛନ୍ତି। ସେ ନିଜେ ୨୮୩ ଆକାଉଣ୍ଟକୁ ଫଲୋ କରନ୍ତି। ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ […] The post ଆକ୍ଟିଭ୍ ହେଲା ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ, ଜାଣନ୍ତୁ କାହିଁକି ହୋଇଥିଲା ଡିଆକ୍ଟିଭେଟ୍ appeared first on Dharitri Odia News .
ଜେଲ୍ ଭିତରେ ପ୍ରେମିକର ଜନ୍ମଦିନ ପାଳନ: ଭାଇରାଲ ହେଲା ଯୁବତୀଙ୍କ ‘ରିଲ୍ସ’
ନୂଆଦିଲ୍ଲୀ,୩୦।୧: ଛତିଶଗଡ଼ର ସବୁଠାରୁ ସୁରକ୍ଷିତ ଜେଲ୍ରୁ ଏକ ଚିନ୍ତାଜନକ ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ଯୁବତୀ ଜେଲ୍ ଭିତରେ ପଶି ନିଜ ପ୍ରେମିକକୁ ଭେଟିବା ସହ ସେଠାରେ ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ଘଟଣା ଜେଲ୍ ପ୍ରଶାସନର ସୁରକ୍ଷା ବ୍ୟବସ୍ଥା ଓ କଡ଼ା ନିୟମକୁ ନେଇ ବଡ଼ ଧରଣର ପ୍ରଶ୍ନ ଉଠାଇଛି। ଜେଲ୍ରେ ଥିବା ପ୍ରେମିକ ତାରକେଶ୍ୱରର ଜନ୍ମଦିନ ଅବସରରେ ଜଣେ ଯୁବତୀ ତାକୁ ଭେଟିବାକୁ ଆସିଥିଲେ। ଜେଲ୍ର ସାକ୍ଷାତ କରିବା […] The post ଜେଲ୍ ଭିତରେ ପ୍ରେମିକର ଜନ୍ମଦିନ ପାଳନ: ଭାଇରାଲ ହେଲା ଯୁବତୀଙ୍କ ‘ରିଲ୍ସ’ appeared first on Dharitri Odia News .
ମହୁଲରୁ ହେବ ମୃଦୁପାନୀୟ, ଏନ୍ଆଇଟି-ଓର୍ମାସ୍ ମଧ୍ୟରେ ଏମ୍ଓୟୁ
ରାଉରକେଲା,୩୦।୧(ସଙ୍ଗୀତା ଜେନା): ଜଙ୍ଗଲଜାତ ଦ୍ରବ୍ୟ ମହୁଆ ବା ମହୁଲରୁ ଦେଶୀମଦ ତିଆରି ହେଉଥିଲା। ହେଲେ ଦିନକୁ ଦିନ ଜ୍ଞାନକୌଶଳ ବିକଶିତ ହେବା ପରେ ଏହି ଜଙ୍ଗଲଜାତ ଦ୍ରବ୍ୟରୁ ମୃଦୁପାନୀୟ ପ୍ରସ୍ତୁତ କରାଯିବ। ଏଥିପାଇଁ ଅତିଶୀଘ୍ର କୁଆଁରମୁଣ୍ଡାଠାରେ ମହୁଲ ପ୍ରକ୍ରିୟାକରଣ ପ୍ଲାଣ୍ଟ ପ୍ରତିଷ୍ଠା ହେବ। ଏହି ପରିପ୍ରେକ୍ଷୀରେ ଗୁରୁବାର ରାଉରକେଲା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି) ଏବଂ ଓଡ଼ିଶା ରୁରାଲ୍ ଡେଭଲପ୍ମେଣ୍ଟ ଆଣ୍ଡ ମାର୍କେଟିଂ ସୋସାଇଟି (ଓର୍ମାସ୍) ମଧ୍ୟରେ ଏକ ଏମ୍ଓୟୁ ସ୍ବାକ୍ଷରିତ ହୋଇଛି। ଏନ୍ଆଇଟି ନିର୍ଦ୍ଦେଶକ ପ୍ରଫେସର […] The post ମହୁଲରୁ ହେବ ମୃଦୁପାନୀୟ, ଏନ୍ଆଇଟି-ଓର୍ମାସ୍ ମଧ୍ୟରେ ଏମ୍ଓୟୁ appeared first on Dharitri Odia News .
ଶେଷ ହେଲା ରୁଷିଆ-ୟୁକ୍ରେନ ଯୁଦ୍ଧ? ଯୁଦ୍ଧବିରତିକୁ ନେଇ ବଡ଼ ଦାବି କଲେ ଟ୍ରମ୍ପ
ଓ୍ବାଶିଂଟନ,୩୦।୧: ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଏବଂ ପ୍ରବଳ ଥଣ୍ଡା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାନବିକତା ଆଧାରରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ସେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଅନୁରୋଧ କରିଛନ୍ତି ଯେ ସେ କଠିନ ଶୀତ ସମୟରେ ସାଧାରଣ ନାଗରିକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅତି କମରେ ଗୋଟିଏ ସପ୍ତାହ ପାଇଁ ୟୁକ୍ରେନର ରାଜଧାନୀ କ୍ୱିଭ ଏବଂ ଅନ୍ୟାନ୍ୟ ସହର ଉପରେ ଆକ୍ରମଣ ସ୍ଥଗିତ ରଖନ୍ତୁ। […] The post ଶେଷ ହେଲା ରୁଷିଆ-ୟୁକ୍ରେନ ଯୁଦ୍ଧ? ଯୁଦ୍ଧବିରତିକୁ ନେଇ ବଡ଼ ଦାବି କଲେ ଟ୍ରମ୍ପ appeared first on Dharitri Odia News .
ପାନ ମସଲା ପ୍ରତିବନ୍ଧକ ଉପରେ H&FWର ବଡ଼ ବୟାନ, ବ୍ୟାନ ହେବନି ପାନ ମସଲା!
ଭୁବନେଶ୍ବର,୩୦।୧: ଓଡ଼ିଶାରେ ପାନ ମସଲାକୁ ବ୍ୟାନ କରିଛନ୍ତି ରାଜ୍ୟ ସରକାର । ବିଡ଼ି, ସିଗାରେଟ, ଗୁଟଖା ଏବଂ ତମାଖୁ ଭଳି ଉତ୍ପାଦର ପ୍ୟାକେଜିଂ, ସଂରକ୍ଷଣ ଏବଂ ଉତ୍ପାଦନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଓଡ଼ିଶା ସରକାର । ଏହାରି ଭିତରେ ଶୁକ୍ରବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ପଷ୍ଟ କରିଛି ଯେ, ଯେଉଁ ପାନ ମସଲାରେ ତମାଖୁ କିମ୍ବା ନିକୋଟିନ୍ ନାହିଁ, ତାହା ଗତ […] The post ପାନ ମସଲା ପ୍ରତିବନ୍ଧକ ଉପରେ H&FWର ବଡ଼ ବୟାନ, ବ୍ୟାନ ହେବନି ପାନ ମସଲା! appeared first on Dharitri Odia News .
ଦୌଡ଼ରାଣୀଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ଶୋକ ପ୍ରକାଶ କଲେ ମୋଦି
ନୂଆଦିଲ୍ଲୀ,୩୦।୧: ଭାରତୀୟ ଅଲିମ୍ପିକ ଆସୋସିଏସନର ସଭାପତି ଏବଂ ରାଜ୍ୟ ସଭା ସଦସ୍ୟ ପି.ଟି. ଉଷାଙ୍କ ସ୍ବାମୀ ଭି. ଶ୍ରୀନିବାସନଙ୍କ ଶୁକ୍ରବାର ସକାଳେ ଦେହାନ୍ତ ହୋଇଛି। ପରିବାର ସୂତ୍ରରୁ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରାଯାଇଛି। ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁକୁ ନେଇ କ୍ରୀଡ଼ା ଏବଂ ସାମାଜିକ ମହଲରେ ଶୋକର ଛାୟା ଖେଳିଯାଇଛି। ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭି. ଶ୍ରୀନିବାସନ ଶୁକ୍ରବାର ସକାଳେ ତାଙ୍କ ବାସଭବନରେ ହଠାତ ଚେତାଶୂନ୍ୟ ହୋଇଗଲେ। ତାଙ୍କୁ ନିକଟସ୍ଥ […] The post ଦୌଡ଼ରାଣୀଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ଶୋକ ପ୍ରକାଶ କଲେ ମୋଦି appeared first on Dharitri Odia News .
T20 World Cup 2026: ICC-ବାଂଲାଦେଶ ବିବାଦକୁ ନେଇ ମୁହଁ ଖୋଲିଲା ଶ୍ରୀଲଙ୍କା
ନୂଆଦିଲ୍ଲୀ,୩୦।୧: ୨୦୨୬ ଟି୨୦ ବିଶ୍ୱକପ ନେଇ ଆଇସିସି ଏବଂ ବାଂଲାଦେଶ ମଧ୍ୟରେ ବିବାଦ ଅନ୍ତର୍ଜାତୀୟ କ୍ରିକେଟରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଭାରତ, ପାକିସ୍ତାନ ଏବଂ ବାଂଲାଦେଶ ପରସ୍ପର ବିରୋଧୀ ସ୍ଥିତିରେ ଥିବା ବେଳେ, ସହ-ଆୟୋଜକ ଶ୍ରୀଲଙ୍କା ଚୁପ ରହିଛି। ତଥାପି, ପ୍ରଥମ ଥର ପାଇଁ, ଶ୍ରୀଲଙ୍କା ଏବେ ଖୋଲାଖୋଲି ଭାବରେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛି। ଦୀର୍ଘ ସମୟ ଧରି ନୀରବ ରହିବା ପରେ, ଶ୍ରୀଲଙ୍କା ଏବେ ସମଗ୍ର ବିବାଦ ଉପରେ ନିଜର ମତ ସ୍ପଷ୍ଟ […] The post T20 World Cup 2026: ICC-ବାଂଲାଦେଶ ବିବାଦକୁ ନେଇ ମୁହଁ ଖୋଲିଲା ଶ୍ରୀଲଙ୍କା appeared first on Dharitri Odia News .
OISF ଯବାନଙ୍କ ବସ୍କୁ ଧକ୍କା ଦେଲା ଟ୍ରକ, ୨୬ ଜଣ ଯବାନ ଆହତ
କେନ୍ଦୁଝର,୩୦।୧ (ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନାର ୫୨୦ ନମ୍ବର ଜାତୀୟ ରାଜପଥର ତଡୁଆବାହାଳ ନିକଟରେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ଓଆଇଏସଏଫ୍) ଯବାନଙ୍କୁ ନେଇ ଯାଉଥିବା ଏକ ବସକୁ ପଛରୁ ଧକ୍କା ଦେଲା ଟ୍ରକ । ଫଳରେ ଭାରସାମ୍ୟ ହରାଇ ବସଟି ଆଗରେ ଯାଉଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ତେବେ ଦୁର୍ଘଟଣାରେ ୨୬ ଜଣ ଯବାନ ଆହତ ହୋଇଥିବା ବେଳେ ବସର ଆଗ ଓ ପଛ କାଚ ଭାଙ୍ଗି ଯାଇଥିବା […] The post OISF ଯବାନଙ୍କ ବସ୍କୁ ଧକ୍କା ଦେଲା ଟ୍ରକ, ୨୬ ଜଣ ଯବାନ ଆହତ appeared first on Dharitri Odia News .
Budget 2026: କରଦାତାଙ୍କୁ ମିଳିବ ବଡ଼ ଆଶ୍ବସ୍ତି! ଏହି ନିୟମରେ ପରିବର୍ତ୍ତନ କରିପାରନ୍ତି ନିର୍ମଳା ସୀତାରମଣ
ନୂଆଦିଲ୍ଲୀ,୩୦।୧: ବଜେଟ୍ ୨୦୨୬ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି ଏବଂ ପ୍ରତି ବର୍ଷ ପରି, ଦେଶବ୍ୟାପୀ ଲକ୍ଷ ଲକ୍ଷ କରଦାତା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ନଜର ରଖିଛନ୍ତି । ମୁଦ୍ରାସ୍ଫୀତି ଏବଂ ପରିବର୍ତ୍ତିତ ଆର୍ଥିକ ପରିସ୍ଥିତି ମଧ୍ୟରେ, ସାଧାରଣ ନାଗରିକ ଏବଂ ସେୟାର ବଜାର ନିବେଶକ ଉଭୟ ଆଶା କରୁଛନ୍ତି ଯେ ସରକାର ସେମାନଙ୍କ ପକେଟକୁ କିଛି ଆଶ୍ୱସ୍ତି ଦେବେ। ସବୁଠାରୁ ଚର୍ଚ୍ଚିତ ପ୍ରସଙ୍ଗ ହେଉଛି କ୍ୟାପିଟାଲ ଗେନ୍ ଟ୍ୟାକ୍ସ। ଗତ କିଛି ବର୍ଷ ମଧ୍ୟରେ […] The post Budget 2026: କରଦାତାଙ୍କୁ ମିଳିବ ବଡ଼ ଆଶ୍ବସ୍ତି! ଏହି ନିୟମରେ ପରିବର୍ତ୍ତନ କରିପାରନ୍ତି ନିର୍ମଳା ସୀତାରମଣ appeared first on Dharitri Odia News .
ବଡ଼ ଖବର! କାକାଙ୍କ ସହ ଏକାଠି ହେବାକୁ ଯାଉଥିଲେ ଅଜିତ, ହେଲେ ବିଧିର ବିଧାନ ଥିଲା କିଛି ଅଲଗା
ମୁମ୍ବାଇ,୩୦।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଅକାଳ ମୃତ୍ୟୁ ପରେ ରାଜନୈତିକ ମହଲରେ ଶୋକ ପ୍ରକାଶ ପାଇଛି। ଏହି ସମୟରେ, ସୂତ୍ରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶ କରୁଛନ୍ତି। ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାରଙ୍କ ମୃତ୍ୟୁ ପୂର୍ବରୁ, ଏକ ଏକୀକୃତ ଏନସିପି ସୁନିଶ୍ଚିତ କରିବା ପାଇଁ କାକା-ଭଣଜା ଯୋଡ଼ି ଏକତ୍ରିତ ହେବା ନିଷ୍ପତ୍ତି ନିଆଯାଇଥିଲା। ସୂତ୍ରଗୁଡ଼ିକ ସୂଚିତ କରେ ଯେ ବାରାମତୀ ବିମାନ ଦୁର୍ଘଟଣାର କିଛି ଦିନ ପୂର୍ବରୁ ଅଜିତ ପାୱାର ଏବଂ ଶରଦ […] The post ବଡ଼ ଖବର! କାକାଙ୍କ ସହ ଏକାଠି ହେବାକୁ ଯାଉଥିଲେ ଅଜିତ, ହେଲେ ବିଧିର ବିଧାନ ଥିଲା କିଛି ଅଲଗା appeared first on Dharitri Odia News .
ଆକାଶ ମାର୍ଗରେ ଏକାଠି ହେଲେ ପାକିସ୍ତାନ-ବାଂଲାଦେଶ, ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ
କରାଚୀ,୩୦।୧: ୧୪ ବର୍ଷ ପରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ପୁନର୍ବାର ଆରମ୍ଭ ହୋଇଛି। ବାଂଲାଦେଶର ଜାତୀୟ ବିମାନ କମ୍ପାନୀ, ବିମାନ ବାଂଲାଦେଶ ଏୟାରଲାଇନ୍ସ, ଢାକାରୁ କରାଚୀକୁ ପ୍ରଥମ ସିଧାସଳଖ ବିମାନ ସେବା ଆରମ୍ଭ କରିଛି। ଏହି ପଦକ୍ଷେପକୁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଉନ୍ନତି ଭାବରେ ଦେଖାଯାଉଛି। ପାକିସ୍ତାନ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ (PAA) ଅନୁଯାୟୀ, ବାଂଲାଦେଶ ଏୟାରଲାଇନ୍ସର ବିମାନ ଗୁରୁବାର ରାତିରେ କରାଚୀର ଜିନ୍ନା ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ […] The post ଆକାଶ ମାର୍ଗରେ ଏକାଠି ହେଲେ ପାକିସ୍ତାନ-ବାଂଲାଦେଶ, ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ appeared first on Dharitri Odia News .
ଚଳନ୍ତା ଟ୍ରକର ଚକା ଫାଟି ଲାଗିଗଲା ନିଆଁ, ତାପରେ…
ପଟ୍ଟାଙ୍ଗି,୩୦।୧(ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଦେଇ ପଡୋଶୀ ଆନ୍ଧ୍ରକୁ ସଂଯୋଗ କରିଥିବା ୨୬ନଂ ଜାତୀୟ ରାଜପଥ ଘାଟି ରାସ୍ତାରେ ଚଳନ୍ତା ଟ୍ରକର ଚକା ଫାଟି ନିଆଁ ଲାଗି ଯାଇଥିଲା । ହେଲେ ସୌଭାଗ୍ୟବଶତଃ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ଏବଂ ହେଲପର । ସୂଚନା ମୁତାବକ, ଶୁକ୍ରବାର ଭୋର ସକାଳୁ ପଟ୍ଟାଙ୍ଗିରୁ ଆନ୍ଧ୍ର ଅଭିମୁଖେ ଯାଉଥିବା ଏକ ଟ୍ରକ୍ ଓଡ଼ିଶାର ସୀମାନ୍ତ ସୁଙ୍କି ପଞ୍ଚାୟତ ଅତିକ୍ରମ କରି ପ୍ରାୟ ୨ କିଲୋମିଟର ଯାଇଥିବା ବେଳେ […] The post ଚଳନ୍ତା ଟ୍ରକର ଚକା ଫାଟି ଲାଗିଗଲା ନିଆଁ, ତାପରେ… appeared first on Dharitri Odia News .
ଆଣ୍ଡ୍ରଏଡ୍ ସ୍କାମ୍ ଉପରେ କେନ୍ଦ୍ର ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ସାଇବର ଠକେଇ ସତର୍କତା ଜାରି
ନୂଆଦିଲ୍ଲୀ,୩୦।୧: ସାଇବର ଅପରାଧ ବିରୋଧରେ କେନ୍ଦ୍ର ସରକାର ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ‘ୱିଙ୍ଗୋ’ ନାମକ ଏକ ଆଣ୍ଡ୍ରଏଡ୍ ଆପ୍ ଜରିଆରେ ଚାଲିଥିବା ବ୍ୟାପକ ଠକେଇକୁ ରୋକିବା ପାଇଁ ଏହାର ସମସ୍ତ ଡିଜିଟାଲ୍ ଭିତ୍ତିଭୂମିକୁ ବନ୍ଦ କରିବା ସହ ଟେଲିଗ୍ରାମ୍ ଚ୍ୟାନେଲକୁ ମଧ୍ୟ ବ୍ଲକ୍ କରାଯାଇଛି। କମ୍ ସମୟରେ ଅଧିକ ଟଙ୍କା ରୋଜଗାର କରିବାର ପ୍ରଲୋଭନ ଦେଖାଇ ୱିଙ୍ଗୋ ଆପ୍ ଲୋକଙ୍କୁ ଆକୃଷ୍ଟ କରୁଥିଲା। ଆପ୍ଟି ବ୍ୟବହାରକାରୀଙ୍କ ଅଜାଣତରେ ସେମାନଙ୍କ ଫୋନ୍ରୁ ଏସଏମଏସ (SMS) ପଠାଉଥିଲା […] The post ଆଣ୍ଡ୍ରଏଡ୍ ସ୍କାମ୍ ଉପରେ କେନ୍ଦ୍ର ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ସାଇବର ଠକେଇ ସତର୍କତା ଜାରି appeared first on Dharitri Odia News .
ଶେଖ ହାସିନାଙ୍କ ଭାଷଣକୁ ନେଇ ନିଆଁବାଣ ହେଲା ବାଂଲାଦେଶ, ଭାରତ ବିରୋଧରେ ନେଲା ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ/ଢାକା,୩୦।୧: ବାଂଲାଦେଶ ଚଟ୍ଟୋଗ୍ରାମର ମିରସରାଇରେ ଭାରତୀୟ ଅର୍ଥନୈତିକ କ୍ଷେତ୍ର ପ୍ରକଳ୍ପକୁ ଆନୁଷ୍ଠାନିକ ଭାବରେ ବାତିଲ କରିଛି। ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ ଅର୍ଥନୈତିକ କ୍ଷେତ୍ର ପ୍ରାଧିକରଣ (BEZA) ବୋର୍ଡର ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି, ଯେଉଁଥିରେ ବାଂଲାଦେଶ ନିବେଶ ବିକାଶ ପ୍ରାଧିକରଣ (BIDA) ରୁ ମଧ୍ୟ ମତାମତ ନିଆଯାଇଥିଲା। ସରକାର ଏବେ ସ୍ଥାନୀୟ ସାମରିକ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ର ବିକଶିତ କରିବା ପାଇଁ […] The post ଶେଖ ହାସିନାଙ୍କ ଭାଷଣକୁ ନେଇ ନିଆଁବାଣ ହେଲା ବାଂଲାଦେଶ, ଭାରତ ବିରୋଧରେ ନେଲା ବଡ଼ ନିଷ୍ପତ୍ତି appeared first on Dharitri Odia News .
ମଣ୍ଡିରେ ପଡ଼ିଥିବା ଧାନ ଶୀଘ୍ର ଉଠାଅ,ସିପିଆଇ ପକ୍ଷରୁ ଜିଲାପାଳଙ୍କ ଅଫିସ ଘେରାଉ
ଭବାନୀପାଟଣା,୩୦।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ମଣ୍ଡିରେ ପଡିଥିବା ଧାନକୁ ଶୀଘ୍ର ଉଠାଣ ଦାବିରେ ଗୁରୁବାର ଭବାନୀପାଟଣାରେ ଜିଲାପାଳଙ୍କ ଅଫିସ ଘେରାଉ କରିଛି ସିପିଆଇ। ଏହା ପୂର୍ବରୁ ସ୍ଥାନୀୟ ଟାଉନ ହଲଠାରୁ ଜିଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରା ହୋଇଥିଲା। ପରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ସମୟରେ ମଣ୍ଡିରେ ପଡିରହିଥିବା ଧାନ ଶୀଘ୍ର ଉଠାଣ, କଟନି ଛଟନି ବନ୍ଦ, ପେଶା ଆଇନ ଓ ୨୦୦୬ ଜଙ୍ଗଲ ଅଧିକାର ଆଇନ […] The post ମଣ୍ଡିରେ ପଡ଼ିଥିବା ଧାନ ଶୀଘ୍ର ଉଠାଅ,ସିପିଆଇ ପକ୍ଷରୁ ଜିଲାପାଳଙ୍କ ଅଫିସ ଘେରାଉ appeared first on Dharitri Odia News .
T20 ବିଶ୍ୱକପରୁ ପାକିସ୍ତାନ ଆଉଟ…, ପାକିସ୍ତାନର ମଜା ଉଡାଇଲା ଏହି ଦେଶ
ନୂଆଦିଲ୍ଲୀ,୩୦।୧: ପାକିସ୍ତାନ ୨୦୨୬ ଟି୨୦ ବିଶ୍ୱକପ ପାଇଁ ତାର ଦଳ ଘୋଷଣା କରିଛି, କିନ୍ତୁ ପିସିବି ଅଧ୍ୟକ୍ଷଙ୍କ ପୋଷ୍ଟ ପରେ ସେମାନଙ୍କ ଅଂଶଗ୍ରହଣକୁ ନେଇ ଅନିଶ୍ଚିତତା ଜାରି ରହିଛି। ମୋହସିନ ନକଭି ଏକ ପୋଷ୍ଟରେ କହିଛନ୍ତି ଯେ ଆଇସିସି ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ବିଚାରାଧୀନ ଅଛି। ପାକିସ୍ତାନ କ୍ରିକେଟ ବୋର୍ଡର ଏହି ଧମକ ମଧ୍ୟରେ, ଆଇସଲ୍ୟାଣ୍ଡ ସେମାନଙ୍କୁ ପରିହାସ କରିଥିଲା, ଏବଂ ଏବେ ଉଗାଣ୍ଡା ଏଥିରେ ସାମିଲ ହୋଇଛି। ସେମାନେ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତ ରହିବା ଏବଂ […] The post T20 ବିଶ୍ୱକପରୁ ପାକିସ୍ତାନ ଆଉଟ…, ପାକିସ୍ତାନର ମଜା ଉଡାଇଲା ଏହି ଦେଶ appeared first on Dharitri Odia News .
ଦେଶର ସବୁଠାରୁ ଭଲ ପ୍ରଧାନମନ୍ତ୍ରୀ କିଏ? ମୋଦି ନା ଇନ୍ଦିରା, ଚମକାଇଲା ସର୍ଭେ ରିପୋର୍ଟ
ନୂଆଦିଲ୍ଲୀ,୩୦।୧: ଜନତା ପ୍ରାୟତଃ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କାର୍ଯ୍ୟକାଳର ତୁଳନା କରନ୍ତି। ଇଣ୍ଡିଆ ଟୁଡେ-ସି ଭୋଟରଙ୍କ ‘ମୁଡ ଅଫ ଦି ନେସନ’ (MOTN) ସର୍ଭେ ଏହି ସର୍ଭେ କରିଥିଲା। ସର୍ଭେରେ, ୫୦ ପ୍ରତିଶତ ଉତ୍ତରଦାତା ନରେନ୍ଦ୍ର ମୋଦିଙ୍କୁ ଦେଶର ସର୍ବୋତ୍ତମ ପ୍ରଧାନମନ୍ତ୍ରୀ ଭାବରେ ନାମିତ କରିଥିଲେ, ଯେତେବେଳେ ୧୨ ପ୍ରତିଶତ ପ୍ରତ୍ୟେକ ଇନ୍ଦିରା ଗାନ୍ଧୀ ଏବଂ ଅଟଳ ବିହାରୀ ବାଜପେୟୀଙ୍କୁ ସର୍ବୋତ୍ତମ ପ୍ରଧାନମନ୍ତ୍ରୀ ଭାବରେ ନାମିତ କରିଥିଲେ। ସି-ଭୋଟର […] The post ଦେଶର ସବୁଠାରୁ ଭଲ ପ୍ରଧାନମନ୍ତ୍ରୀ କିଏ? ମୋଦି ନା ଇନ୍ଦିରା, ଚମକାଇଲା ସର୍ଭେ ରିପୋର୍ଟ appeared first on Dharitri Odia News .
ଖଣ୍ଡଗିରି ମେଳାରେ ୫ଗୁଣା ପାର୍କିଂ ଫି’, ଲିଜ୍ଧାରୀଙ୍କୁ ସୋ’କଜ…
ଭୁବନେଶ୍ୱର, ୩୦।୧(ବନ୍ଦନା ସେଠୀ): ଖଣ୍ଡଗିରି କୁମ୍ଭମେଳାରେ ପାର୍କିଂ ଫି’ ନାମରେ ଲୋକଙ୍କୁ ଶୋଷଣ କରାଯାଉଛି। ଲିଜ୍ଧାରୀମାନେ ଧାର୍ଯ୍ୟ ଦରଠାରୁ ୫ଗୁଣା ଅଧିକ ନେଇ ଯାତ୍ରୀଙ୍କୁ ଲୁଟୁଛନ୍ତି। ଖଣ୍ଡଗିରି ମେଳାକୁ ସୁରୁଖୁରୁରେ କରିବା ପାଇଁ ବିଏମ୍ସି ବିଭିନ୍ନ ପଦକ୍ଷେପ ନେଉଥିବାବେଳେ ମନଇଚ୍ଛା ପାର୍କିଂ ଫି’ ଆଦାୟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଲିଜ୍ ଦେଇ ବିଏମ୍ସି ଚୁପ୍ ବସିଥିବାବେଳେ ଅଭିଯୋଗ ଆସିବା ପରେ ଚେତା ପଶିଛି। ଅଭିଯୋଗର ସତ୍ୟାସତ ଆଧାରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ମେୟର […] The post ଖଣ୍ଡଗିରି ମେଳାରେ ୫ଗୁଣା ପାର୍କିଂ ଫି’, ଲିଜ୍ଧାରୀଙ୍କୁ ସୋ’କଜ… appeared first on Dharitri Odia News .
କାନାଡାକୁ ପୁଣି ଅଡୁଆରେ ପକାଇଲେ ଟ୍ରମ୍ପ, ଦେଲେ ଏମିତି ଧମକ
ଓ୍ବାଶିଂଟନ,୩୦।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ କାନାଡା ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ବିମାନ ଚଳାଚଳ କ୍ଷେତ୍ରରେ ଏକ ପ୍ରମୁଖ ଏବଂ ଆକ୍ରମଣାତ୍ମକ ପଦକ୍ଷେପ ଘୋଷଣା କରିଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ଟ୍ରମ୍ପ କାନାଡା ଉପରେ ଆମେରିକୀୟ ବିମାନ ନିର୍ମାତା ଗଲ୍ଫଷ୍ଟ୍ରିମ ପ୍ରତି ପକ୍ଷପାତିତା କରିବାର ଅଭିଯୋଗ ଆଣିଛନ୍ତି, ଯାହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଉତ୍ତେଜନାକୁ ଆହୁରି ବୃଦ୍ଧି କରିବାର ଆଶଙ୍କା ସୃଷ୍ଟି କରିଛି। ରାଷ୍ଟ୍ରପତି ଟ୍ରମ୍ପ ଅଭିଯୋଗ କରିଛନ୍ତି […] The post କାନାଡାକୁ ପୁଣି ଅଡୁଆରେ ପକାଇଲେ ଟ୍ରମ୍ପ, ଦେଲେ ଏମିତି ଧମକ appeared first on Dharitri Odia News .
ମେଦବହୁଳତା ଭାରତ ପାଇଁ ଏକ ବଡ଼ ଆର୍ଥିକ ବିପତ୍ତି: ଅର୍ଥନୈତିକ ସର୍ଭେରେ ଚେତାବନୀ
ନୂଆଦିଲ୍ଲୀ,୩୦।୧: ଦେଶରେ ବଢ଼ୁଥିବା ମେଦବହୁଳତା ସ୍ୱାସ୍ଥ୍ୟ ସହିତ ଭାରତ ପାଇଁ ଏକ ବଡ଼ ‘ଅର୍ଥନୈତିକ ବିପତ୍ତି’ ଭାବେ ଉଭା ହୋଇଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ ରିପୋର୍ଟ ଅନୁଯାୟୀ, ଆଜିର ଖାଦ୍ୟପେୟ କାଲିର ଅର୍ଥନୀତିକୁ ନିର୍ଧାରଣ କରିବ। ଅତ୍ୟଧିକ ପ୍ରକ୍ରିୟାକୃତ ଖାଦ୍ୟ ବ୍ୟବହାର ଯୋଗୁଁ ଦେଶର ଉତ୍ପାଦକତା ହ୍ରାସ ପାଇବା ସହ ସରକାରୀ ସ୍ୱାସ୍ଥ୍ୟସେବା ଖର୍ଚ୍ଚ ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି। ରିପୋର୍ଟ ଅନୁଯାୟୀ ଦେଶର ୨୪% ମହିଳା ଏବଂ ୨୩% ପୁରୁଷଙ୍କ ଓଜନ ଆବଶ୍ୟକତାଠାରୁ […] The post ମେଦବହୁଳତା ଭାରତ ପାଇଁ ଏକ ବଡ଼ ଆର୍ଥିକ ବିପତ୍ତି: ଅର୍ଥନୈତିକ ସର୍ଭେରେ ଚେତାବନୀ appeared first on Dharitri Odia News .
ସପ୍ତାହକରେ ୪ ଡିଗ୍ରୀ ବଢ଼ିଲା ତାପମାତ୍ରା, ଝାରସୁଗୁଡାରେ ସର୍ବୋଚ୍ଚ…
ଭୁବନେଶ୍ୱର, ୩୦।୧(ବନ୍ଦନା ସେଠୀ): ରାଜ୍ୟରେ ଶୀତ ପ୍ରକୋପ କମିଛି। ସର୍ବନିମ୍ନ ରାତି ତାପମାତ୍ରା ଓ ସର୍ବୋଚ୍ଚ ଦିନ ତାପମାତ୍ରାରେ କ୍ରମଶଃ ବୃଦ୍ଧି ହେବାରେ ଲାଗିଛି। ଗୁରୁବାର ଝାରସୁଗୁଡାରେ ସର୍ବୋଚ୍ଚ ତାପମାତ୍ରା ୩୧.୮ ଡିଗ୍ରୀ ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟକୁ ଦେଖିଲେ, ଗତ ସପ୍ତାହ ମଧ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇଥିବାବେଳେ ପାରଳାଖେମୁଣ୍ଡିରେ ସର୍ବୋଚ୍ଚ ତାପମାତ୍ରା ୪ଥର ରେକର୍ଡ ହୋଇଛି। ୨୩ ତାରିଖରେ ଏଠାରେ ସର୍ବୋଚ୍ଚ ତାପମାତ୍ରା ୩୧.୬ ଡିଗ୍ରୀ ରହିଥିବାବେଳେ ୨୪ […] The post ସପ୍ତାହକରେ ୪ ଡିଗ୍ରୀ ବଢ଼ିଲା ତାପମାତ୍ରା, ଝାରସୁଗୁଡାରେ ସର୍ବୋଚ୍ଚ… appeared first on Dharitri Odia News .
ୟୁରିଆ ଦର ବଢ଼ାଇବାକୁ ପ୍ରସ୍ତାବ; ଚାଷୀଙ୍କୁ ମିଳିପାରେ ସିଧାସଳଖ ସହାୟତା
ନୂଆଦିଲ୍ଲୀ,୩୦।୧: ବଢିବାକୁ ଯାଉଛି ୟୁରିଆ ଦାମ୍। ଦେଶରେ ୟୁରିଆ ସାରର ଅତ୍ୟଧିକ ବ୍ୟବହାର ରୋକିବା ଏବଂ ବଢ଼ୁଥିବା ସବ୍ସିଡି ବୋଝକୁ କମ୍ କରିବା ପାଇଁ ଏହାର ଖୁଚୁରା ମୂଲ୍ୟରେ ସାମାନ୍ୟ ବୃଦ୍ଧି କରିବାକୁ ଅର୍ଥନୈତିକ ସର୍ଭେ ରିପୋର୍ଟରେ ପ୍ରସ୍ତାବ ଦିଆଯାଇଛି। ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ଧରି ୟୁରିଆ ଦର ବୃଦ୍ଧି ହୋଇନଥିବା ବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ ସାର ସବ୍ସିଡି ୧.୯୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବା ନେଇ ଆକଳନ କରାଯାଇଛି। ଚାଷୀଙ୍କ କ୍ରୟ […] The post ୟୁରିଆ ଦର ବଢ଼ାଇବାକୁ ପ୍ରସ୍ତାବ; ଚାଷୀଙ୍କୁ ମିଳିପାରେ ସିଧାସଳଖ ସହାୟତା appeared first on Dharitri Odia News .
ନୂଆଦିଲ୍ଲୀ, ୩୦।୧: ଜାନୁଆରୀ ୨୦୨୬ ଶେଷ ଆଡ଼କୁ ଆମେରିକୀୟ ଡଲାର (ୟୁଏସ୍ଡି) ଓ ଭାରତୀୟ ମୁଦ୍ରା (ଆଇଏନ୍ଆର୍) ଉଭୟ ଭିନ୍ନ ଭାବରେ ହ୍ରାସ ପାଇବାରେ ଲାଗିଛି। ଡଲାର ତୁଳନାରେ ଭାରତୀୟ ମୁଦ୍ରା ରେକର୍ଡ ପରିମାଣରେ କମିଛି। ସରଳ ଭାଷାରେ କହିବାକୁ ଗଲେ ଏକ ଡଲାର ପାଇବାକୁ ହେଲେ ଭାରତୀୟ ମୁଦ୍ରା ପାଖାପାଖି ୯୨ ଟଙ୍କା ଦେବାକୁ ପଡ଼ୁଛି। ସେହିଭଳି ବୈଶ୍ୱିକ ସ୍ଥିତିକୁ ଦେଖିଲେ ଆମେରିକୀୟ ଡଲାର ବିଶ୍ୱର ଅନ୍ୟ ଶକ୍ତିଶାଳୀ ମୁଦ୍ରା ତୁଳନାରେ ଦୁର୍ବଳ ହେଉଥିବା ଲକ୍ଷ୍ୟ […] The post ଭାରତୀୟ ମୁଦ୍ରା, ଡଲାର ଖସୁଛି appeared first on Dharitri Odia News .
ଶିଳ୍ପ ଅଭିବୃଦ୍ଧିରେ ସଂଘବାଦ ପ୍ରତିବନ୍ଧକ
ନୂଆଦିଲ୍ଲୀ,୩୦ା୧: ଘରୋଇ ସହାୟକମାନଙ୍କ ନିମନ୍ତେ ଏକ ବିସ୍ତୃତ ଆଇନଗତ ଢାଞ୍ଚା ପ୍ରସ୍ତୁତ କରିବା ସହ ସର୍ବନିମ୍ନ ମଜୁରି ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେବା ଲାଗି ଦାଏର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍)ରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ଗୁରୁବାର ମନା କରିଦେଇଛନ୍ତି। ବର୍ତ୍ତମାନର ଆଇନରେ ସଂଶୋଧନ ନିମନ୍ତେ ବିଚାର କରିବାକୁ କେନ୍ଦ୍ର ଓ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଦେଶର ଶିଳ୍ପ ଅଭିବୃଦ୍ଧିକୁ ଅଟକାଇବାରେ ମୁଖ୍ୟତଃ ଟ୍ରେଡ୍ ୟୁନିୟନବାଦ୍ ଦାୟୀ। ଟ୍ରେଡ୍ […] The post ଶିଳ୍ପ ଅଭିବୃଦ୍ଧିରେ ସଂଘବାଦ ପ୍ରତିବନ୍ଧକ appeared first on Dharitri Odia News .
ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ବନ୍ଦ, ୨୭ କୋଟିରୁ ଅଧିକ ଥିଲେ ଫୋଲର୍ସ
ନୂଆଦିଲ୍ଲୀ,୩୦।୧: ବିଶ୍ୱର ଷ୍ଟାର କ୍ରିକେଟରମାନଙ୍କ ମଧ୍ୟରୁ ଜଣେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଗୁରୁବାର ବିଳମ୍ବିତ ରାତିରେ ହଠାତ୍ ନିଷ୍କ୍ରିୟ ହୋଇଯାଇଛି । ଇନଷ୍ଟାଗ୍ରାମରେ ବିରାଟଙ୍କ ନାମ ସର୍ଚ୍ଚ କରିବା ପରେ ତାଙ୍କ ପ୍ରୋଫାଇଲ୍ ଦେଖାଯାଉନାହିଁ । ଏହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା ବଢିବାରେ ଲାଗିଛି ।କୋହଲି ଏହି ପଦକ୍ଷେପ ନିଜେ ନେଇଛନ୍ତି କି କୌଣସି ଯାନ୍ତ୍ରିକ ସମସ୍ୟା ଥିଲା ସେ ବିଷୟରେ ତାଙ୍କ ଦଳ କିମ୍ବା ପରିଚାଳନା ପକ୍ଷରୁ କୌଣସି […] The post ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ବନ୍ଦ, ୨୭ କୋଟିରୁ ଅଧିକ ଥିଲେ ଫୋଲର୍ସ appeared first on Dharitri Odia News .
ପରିମାଣ ନୁହେଁ, ଗୁଣବତ୍ତାକୁ ଗୁରୁତ୍ୱ ଦେଉଛନ୍ତି ଔଷଧ କମ୍ପାନୀ
ନୂଆଦିଲ୍ଲୀ,୨୯ା୧:ଭାରତୀୟ ଔଷଧ ଶିଳ୍ପଗୁଡ଼ିକ ପରିମାଣଯୁକ୍ତ ଆଭିମୁଖ୍ୟରୁ ମୂଲ୍ୟଯୁକ୍ତ ଆଭିମୁଖ୍ୟକୁ ବଦଳୁଛନ୍ତି। ଜଟିଳ ଜେନେରିକ୍ସ, ବାୟୋସିମିଲାର୍ସ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହ ଔଷଧ ଶିଳ୍ପ ମୂଲ୍ୟ ଶୃଙ୍ଖଳ ଆଡ଼କୁ ମୁହଁାଇଥିବା ଚଳିତ ଆର୍ଥତ୍କ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ପରିମାଣ ଦୃଷ୍ଟିରୁ ଭାରତ ବିଶ୍ୱର ତୃତୀୟ ବୃହତ୍ ଦେଶ। ଏହା ବିଶ୍ୱର ଜେନେରିକ୍ ଔଷଧ ଚାହିଦାର ପ୍ରାୟ ୨୦ ପ୍ରତିଶତ ପୂରଣ କରୁଥିବାବେଳେ ୧୯୧ଟି ଦେଶକୁ ରପ୍ତାନି କରିଥାଏ। ୨୦୨୫ ଆର୍ଥିକ ବର୍ଷରେ ଭାରତୀୟ ଔଷଧ […] The post ପରିମାଣ ନୁହେଁ, ଗୁଣବତ୍ତାକୁ ଗୁରୁତ୍ୱ ଦେଉଛନ୍ତି ଔଷଧ କମ୍ପାନୀ appeared first on Dharitri Odia News .
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ସୁନେତ୍ରା, ପ୍ରସ୍ତାବ ଦେବ ଏନ୍ସିପି
ମୁମ୍ବାଇ,୩୦।୧: ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନ୍ସିପି ନେତା ଅଜିତ ପାଓ୍ବାରଙ୍କ ପରଲୋକ ପରେ ଦଳ ମଧ୍ୟରେ କ୍ଷମତା ଲଢ଼େଇ ଆରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଅଜିତଙ୍କ ସ୍ତ୍ରୀ ସୁନେତ୍ରା ପାଓ୍ବାରଙ୍କ ନାମ ପ୍ରସ୍ତାବ ଦେବାକୁ ଦଳ ବିଚାର କରୁଥିବା ଏକ ସୂତ୍ରରୁ ଜଣାପଡ଼ିଛି। ସୁନେତ୍ରା ଏବେ ରାଜ୍ୟ ସଭା ସଦସ୍ୟ ଅଛନ୍ତି। ସୁନେତ୍ରାଙ୍କୁ ରାଜ୍ୟ ମନ୍ତ୍ରିମଣ୍ଡଳକୁ ଆଣିବା ଲାଗି ଜନସାଧାରଣ ଚାହୁଁଥିବା ବରିଷ୍ଠ ନେତା ତଥା ମହାରାଷ୍ଟ୍ର ଏଫ୍ଡିଏ ମନ୍ତ୍ରୀ ନରହରି ଜିର୍ଓ୍ବାଲ […] The post ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ସୁନେତ୍ରା, ପ୍ରସ୍ତାବ ଦେବ ଏନ୍ସିପି appeared first on Dharitri Odia News .
WPL: ଫାଇନାଲରେ ପହଞ୍ଚିଲା ଆର୍ସିବି
ଭଦୋଦରା,୨୯ା୧- ଚଳିତ ଓମେନ୍ସ ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍)ରେ ଗୁରୁବାର ଖେଳାଯାଇଥିବା ଲିଗ୍ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ଅତି ସହଜରେ ୮ ଉଇକେଟରେ ୟୁପି ଓ୍ବାରିଅର୍ସକୁ ପରାସ୍ତ କରିଛି। ୟୁପି ପକ୍ଷରୁ ଧାର୍ଯ୍ୟ ୧୪୪ ରନର ବିଜୟ ଲକ୍ଷ୍ୟକୁ ଆର୍ସିବି ୧୩.୧ ଓଭରରେ ୨ ଉଇକେଟ ହରାଇ ହାସଲ କରି ନେଇଥିଲା। ଏହି ବିଜୟ ସହ ସ୍ମୃତି ମନ୍ଧାନାଙ୍କ ନେତୃତ୍ୱାଧୀନ ଆର୍ସିବି ଫାଇନାଲରେ ସ୍ଥାନ ପକ୍କା କରିଥିବା ବେଳେ ୟୁପି ଓ୍ବାରିଅର୍ସ ପ୍ରଥମ ଦଳ ଭାବେ […] The post WPL: ଫାଇନାଲରେ ପହଞ୍ଚିଲା ଆର୍ସିବି appeared first on Dharitri Odia News .
ବିବାହର ପ୍ରଲୋଭନ ଦେଖାଇ ସମ୍ପର୍କ: ଯୁବତୀ ଏବେ ୪ ମାସର ଗର୍ଭବତୀ
ଜୟପୁର, ୨୯।୧(ପବନ ପାଣିଗ୍ରାହୀ): ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କୁ ଗର୍ଭବତୀ ଓ ପରେ ପ୍ରତାରଣା କରିବା ଅଭିଯୋଗରେ ଜୟପୁର ମହିଳା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଜୟପୁର ସହର ହାନାଗୁଡ଼ାର ସିମନ ନାଗ (୨୬)। ଅଭିଯୁକ୍ତ ଜଣଙ୍କ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରିରିକ ସମ୍ପର୍କ ରଖିଥିଲେ। ଏହା ମଧ୍ୟରେ ଯୁବତୀ ଜଣକ ୪ମାସର ଗର୍ଭବତୀ ହୋଇଥିବା ବେଳେ ଅଭିଯୁକ୍ତ ଜଣକ ବିବାହ କରିବାକୁ ମନା କରି […] The post ବିବାହର ପ୍ରଲୋଭନ ଦେଖାଇ ସମ୍ପର୍କ: ଯୁବତୀ ଏବେ ୪ ମାସର ଗର୍ଭବତୀ appeared first on Dharitri Odia News .

21 C