SENSEX
NIFTY
GOLD
USD/INR

Weather

25    C

ସଂଧ୍ୟାରେ ଶପଥ ନେବେ ସୁନେତ୍ରା, ହେଲେ ଉତ୍ସବ ପୂର୍ବରୁ କାହିଁକି ଏମିତି କହିଲେ NCP ସୁପ୍ରିମୋ

ମହାରାଷ୍ଟ୍ର ୩୧/୦୧: ମହାରାଷ୍ଟ୍ରର ରାଜନୀତି ଚକ ପୁଣି ଥରେ ଘୂରିବା ଆରମ୍ଭ କରିଛି । ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ପରିବର୍ତ୍ତିତ ପରିସ୍ଥିତି ରାଜନୈତିକ କାର୍ଯ୍ୟକଳାପକୁ ତୀବ୍ର କରିଛି। ସୁନେତ୍ରା ପାୱା...

ରେ କିମ୍ବା ସମ୍ବାଦ | 31 Jan 2026 10:40 am

ରାଜଧାନୀବାସୀଙ୍କୁ କିମିଆ କରୁଛି ‘ତୁ ମୋ ବଜରଙ୍ଗୀ’, ଟିକେଟ୍ ପାଇଁ ଖଣ୍ଡଗିରି ପାଲଟିଲା ରଣକ୍ଷେତ୍ର

ଭୁବନେଶ୍ୱର ୩୧।୦୧ : ରାତି ୩ଟାରୁ ଆସିଛୁ, ଲାଇନରେ ଠିଆ ହେଲୁ, ତଥାପି ମିଳୁନି ଟିକେଟ୍‌। ପ୍ରଶାସନ ସବୁ ଜାଣିଛି, ତଥାପି ଚୁପ୍‌ ବସିଛି । ଯାତ୍ରା କମିଟି ବି ସବୁ ଜାଣି ଚୁପ୍‌ ବସିଛି । ଖଣ୍ଡଗିରିରେ ଟିକେଟ୍‌ କିଣା ବି...

ରେ କିମ୍ବା ସମ୍ବାଦ | 31 Jan 2026 10:34 am

କମ୍ ବୟସ୍କଙ୍କ ଠାରେ କାହିଁକି ବଢୁଛି ଥାଇରଏଡ ସମସ୍ୟା, ଜାଣନ୍ତୁ ଏହାର ପ୍ରମୁଖ କାରଣ ...

ନୂଆଦିଲ୍ଳୀ ୩୧।୦୧;ଯଦି ଆପଣ ଥକିବା, ଓଜନ ବଢିବା ପରି ସମସ୍ୟାକୁ ସାମ୍ନା କରୁଥାନ୍ତି, ତେବେ ସାବଧାନ ରୁହନ୍ତୁ । ଏହା ହାଇପୋଥାଇରଏଡ୍ର ଲକ୍ଷଣ ହୋଇପାରେ। ଆଜିକାଲି ଖୁବ୍ କମ୍ ବୟସର ମହିଳାମାନଙ୍କ ଠାରେ ଥାଇରଏଡ୍ ସମସ୍ୟା ଦେଖିବାକୁ ମିଳୁ...

ରେ କିମ୍ବା ସମ୍ବାଦ | 31 Jan 2026 10:32 am

Google କଲା ବଡ଼ ଘୋଷଣା : କ୍ରୋମରେ ଆସିବ ସ୍ପେଶାଲ ଫିଚର

କନକ ବ୍ୟୁରୋ : ଟିକେ ଭାବିଲେ, ଆପଣ କୌଣସି ୱେବସାଇଟରେ ଟିକେଟ୍ ବୁକ୍ କରୁଥିବେ, ଫର୍ମ ପୂରଣ କରିବାଠୁ ଆରମ୍ଭ କରି ସିଟ୍ ସେକ୍ସନ୍ ପୂରଣ କରିବା , ପେମେଣ୍ଟ କରିବା ଏସବୁ କିଛି ଆପଣଙ୍କୁ କରିବାକୁ ପଡ଼େ , ହେଲେ ଆଉ ନୁହେଁ । ଆଗକୁ ଏସବୁ କାମ କରିବ ଗୁଗଲ । କାରଣ ଗୁଗଲ ଏପରି ଏକ ଫିଚର ଆଣିବାକୁ ଯାଉଛି ଯାହା Chrome ବ୍ରାଉଜର ଆପଣା ଛାଏଁ ଏସବୁ କାମ କରିଦେବ । କାରଣ ବଦଳିବାକୁ ଯାଉଛି ୱେବ୍ ବ୍ରାଉଜିଙ୍ଗ ତରିକା । ଯଦି ଆପଣ perplexity ର Comet ବ୍ରାଉଜର ବ୍ୟବହାର କରୁଛନ୍ତି , ତାହାଲେ ଜାଣନ୍ତୁ ଏଥିରେ ଏକ ଇନବିଲ୍ଟ ଆସିଷ୍ଟାଣ୍ଟ ଦିଆଯାଇଛି । ଆପଣଙ୍କୁ କେବଳ କମାଣ୍ଡ ଲେଖିବାର ଅଛି । ବ୍ରାଉଜର ଆପଣା ଛାଏଁ ସବୁକିଛି କରିବ । ଆପଣଙ୍କ ସମୟ ବଞ୍ଚିବ ହେଲେ ପ୍ରଡକ୍ଟିଭିଟି ବଢ଼ିବ । ଅଧିକ ପଢନ୍ତୁ.. ଦିଲ୍ଲୀର ଲାଲକିଲ୍ଲା ବିସ୍ଫୋରଣ ତଦନ୍ତରେ ନୂଆ ମୋଡ଼ : ବଡ଼ ଆତଙ୍କବାଦୀ ଷଡ୍‌ଯନ୍ତ୍ରର ପର୍ଦ୍ଦାଫାସ୍ Perplexity ବ୍ୟତୀତ OpenAI ର ଏଜେଣ୍ଟିକ୍ ବ୍ରାଉଜର ALTAS ବି ଏବେ ଚର୍ଚ୍ଚାରେ ଅଛି । ଅବଶ୍ୟ ଏହା ଏକ ଏକ୍ସପେରିମେଣ୍ଟାଲ ବ୍ରାଉଜର । ତଥାପି ଏହା ଏକ ଏଜେଣ୍ଟି ବ୍ରାଉଜର । ଏଠି ବି ଆପଣଙ୍କୁ କେବଳ କମାଣ୍ଡ ଦେବାକୁ ପଡ଼ିବ , ଏହା ନିଜେ ନିଜେ ସବୁକିଛି ବ୍ରାଉଜିଙ୍ଗ କରିଦେବ । ALTAS ଅନେକ ଗୁରୁତ୍ବପୂର୍ଣ୍ଣ କାମ କରିପାରୁଛି । ଏ ରେସରେ ଗୁଗଲ ବି ଆଉ ପଛରେ ରହିବାକୁ ଚାହୁନି । ଗୁଗଲ ନିଜ କ୍ରୋମରେ Gemini କୁ ସଂଲଗ୍ନ କରିଛି। ଏହି ଫିଚର ଲଞ୍ଚ ହେବା ପରେ ଏଜେଣ୍ଟିକ୍ ବ୍ରାଉଜର ଭଳି କାମ କରିବ । ଗୁଗଲ କ୍ରୋମ୍ ଏକ ଛୋଟ ଡିଜିଟାଲ ଆସିଷ୍ଟାଣ୍ଟ ବନିଯିବ । ବିନା ଆପରେ ବ୍ରାଉଜ୍ ଟେକ୍ ଦୁନିଆରେ ଏହାକୁ କୁହାଯାଏ ଅଟୋ ବ୍ରାଉଜ୍ ବା ଏଆଇ ଏଜେଣ୍ଟ ଫିଚର । ସରଳ ଭାଷାରେ ଯଦି ଆପଣ କ୍ରୋମକୁ କହିବେ , କୌଣସି ୱେବସାଇଟରୁ ଟିକେଟ୍ ବୁକ୍ କରିବାକୁ ତାହେଲେ AI ପେଜ୍ ଜାଣିବା ସହ ବଟନ୍ ଚିହ୍ନିପାରିବ ଏବଂ ଜରୁରି ତଥ୍ୟ ପୂରଣ କରି ବୁକିଂ ପ୍ରକ୍ରିୟାକୁ ଆଗକୁ ବଢ଼ାଇବ । ମାନେ, ସମୟ କମ୍ , ପରିଶ୍ରମ କମ୍ ହେଲେ କାମ ଅଧିକ ଏବଂ ଶୀଘ୍ର । ଗୁଗଲର ଏଭଳି ଅପଡେଟ୍ ସେମାନଙ୍କ ପାଇଁ ସହାୟକ ହେବ ଯେଉଁମାନେ ଅନଲାଇନରେ କିଛି କାମ କରିବାକୁ ଡରନ୍ତି । ଗୁଗୁଲ AI କେବଳ ସେତିକିବେଳେ କାମ କରିବ ଯେବେ ୟୁଜର ଅନୁମତି ଦେବେ । କହିବାର ଅର୍ଥ, ବିନା କମାଣ୍ଡରେ ଗୁଗଲ ନା କୌଣସି ଫର୍ମ ପୂରଣ କରିବ ନା ପେମେଣ୍ଟ କରିବ । ସବୁ ଷ୍ଟେପରେ ୟୁଜର୍ସଙ୍କ ନିୟନ୍ତ୍ରଣ ରହିବ । ଆପଣଙ୍କ ବିନା ଅନୁମତି କୌଣସି ତଥ୍ୟ ସେୟାର ବି କରିବନି । ଏବେ ଗୁଗଲର ଏହି ଫିଚର ପରୀକ୍ଷଣରେ ଅଛି । କିଛି ବଛା ବଛା ୟୁଜର୍ସଙ୍କ ପାଇଁ ଏହାକୁ ଧୀରେ ଧୀରେ କାର୍ଯ୍ୟକ୍ଷମ କରାଯାଉଛି । ଆଗକୁ ଏହି ସୁବିଧା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ।

ନିନ୍ଦା 31 Jan 2026 10:31 am

‘ଡାହାଣୀ’ ଶବ୍ଦ ଅପରାଧ, ଐତିହାସିକ ଓ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଲେ OHRC

ଭୁବନେଶ୍ୱର ୩୧/୦୧: ‘ଡାହାଣୀ’ ଅପରାଧ ବିରୋଧରେ OHRCଙ୍କ ବଡ଼ ନିର୍ଦ୍ଦେଶ । ଐତିହାସିକ ଓ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଲେ OHRC।‘ଡାହାଣୀ’ ଶବ୍ଦ ବ୍ୟବହାର ଅପରାଧ ଘୋଷଣା ହେଉ ବୋଲି କହିଛନ୍ତି। ଆବେଦନକାରୀଙ୍କ ଆ...

ରେ କିମ୍ବା ସମ୍ବାଦ | 31 Jan 2026 10:24 am

ସଇତାନ ସାଜିଲା ସ୍ୱାମୀ, ପୁଅ ନହେବାରୁ ସ୍ତ୍ରୀକୁ ଅତି ନିର୍ମମ ଭାବେ ହତ୍ୟାକରି ବସ୍ତାରେ ପୁରାଇ ନଦୀରେ ଫିଙ୍ଗିଦେଲା

ଓଡିଶାଭାସ୍କର: କୁହାଯାଏ ଆଜିର ଦିନରେ ପୁଅ ଆଉ ଝିଅ ଭିତରେ କିଛି ପାର୍ଥକ୍ୟ ନାହିଁ। ପୁଅମାନେ ଯାହା କରିପାରୁଛନ୍ତି ଝିଅମାନେ ବି ତାଙ୍କ ଠାରୁ କିଛି କମ୍ ନୁହଁନ୍ତି। ଏପରିକି ପୁଅଙ୍କ ଠାରୁ ଝିଅମାନେ ଆହୁରି ଅଧିକ ଆଗକୁ ଗଲେଣି। ତେଣୁ ଅଧିକାଂଶ ଲୋକ ଏବେ ଆଉ ପୁଅ ଝିଅ ମଧ୍ୟରେ କିଛି ଫରକ ଦେଖୁନାହାଁନ୍ତି। ହେଲେ ଏବେ ଏଠି ଏପରି ଏକ ଘଟଣା ଘଟିଛି ଯାହା ଆପଣଙ୍କ ପାଦ ତଳୁ ମାଟି ଖସାଇ ଦେବ। କାରଣ […]

ଓଡ଼ିଶା ଭାସ୍କର 31 Jan 2026 10:19 am

ଦିଲ୍ଲୀର ଲାଲକିଲ୍ଲା ବିସ୍ଫୋରଣ ତଦନ୍ତରେ ନୂଆ ମୋଡ଼ : ବଡ଼ ଆତଙ୍କବାଦୀ ଷଡ୍‌ଯନ୍ତ୍ରର ପର୍ଦ୍ଦାଫାସ୍

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀର ଲାଲକିଲ୍ଲାରେ କାର୍ ବିସ୍ଫୋରଣର ତଦନ୍ତରେ ବଡ଼ ସଫଳତା ମିଳିଛି । ଗତ ଚାରି ବର୍ଷ ଧରି ସକ୍ରିୟ ଥିବା ଏକ ସଂଗଠିତ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାସ୍ ହୋଇଛି । ଏହି ମଡ୍ୟୁଲ୍ ପକ୍ଷରୁ ଭାରତର ଅନେକ ପ୍ରମୁଖ ସହରରେ ଥିବା ଗ୍ଲୋବାଲ କଫି ଚେନ୍ ଆଉଟଲେଟ୍ ଉପରେ ଆକ୍ରମଣ କରିବାକୁ ଷଡ୍‌ଯନ୍ତ୍ର ରଚାଯାଇଥିଲା । ତଦନ୍ତ ସମୟରେ ଧରାପଡ଼ିଥିବା ଡାକ୍ତରମାନଙ୍କର ଏହି ହ୍ବାଇଟ୍ କୋଲର ମଡ୍ୟୁଲ୍ ଦିଲ୍ଲୀ ଓ ଅନ୍ୟାନ୍ୟ ସହରରେ ଆକ୍ରମଣ କରିବାକୁ ଯୋଜନା କରୁଥିଲା । ତଦନ୍ତ ସୂଚାଇ ଦେଉଛି ଯେ, ଏହା ଏକ ସାଧାରଣ ଘଟଣା ନୁହେଁ । ଚାରି ବର୍ଷ ଧରି ସକ୍ରିୟ ଥିବା ମଡ୍ୟୁଲ୍‌ର ଏହା ଏକ ସୁଚିନ୍ତିତ କାର୍ଯ୍ୟର ଅଂଶ ଥିଲା । ଗ୍ଲୋବାଲ କଫି ଚେନ୍ ଆଉଟଲେଟ୍‌କୁ ଟାର୍ଗେଟ ତଦନ୍ତରୁ ଜଣାପଡିଛି, ଗିରଫ ଅଭିଯୁକ୍ତଙ୍କ ମଡ୍ୟୁଲ୍ ଦିଲ୍ଲୀ ଓ ଭାରତର ଅନେକ ପ୍ରମୁଖ ସହରରେ ଥିବା ଗ୍ଲୋବାଲ କଫି ଚେନ୍ ଆଉଟଲେଟ୍ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିଲା । ଅଧିକ ପଢ଼ନ୍ତୁ--- କେଦାରନାଥରେ ମୋବାଇଲ୍ ମନା: ମନ୍ଦିର ପରିସରରେ ରିଲ୍ସ କଲେ ଦେବାକୁ ପଡ଼ିବ ଜରିମାନା ପାକିସ୍ତାନୀ ହ୍ୟାଣ୍ଡଲର୍‌ଙ୍କ ସହ ଯୋଗାଯୋଗ ପାଇଁ ଭୂତ ସିମ୍ କାର୍ଡ-ଏନକ୍ରିପ୍ଟେଡ୍ ଆପ୍ସ ଜାନୁଆରି ୪ ତାରିଖରେ ପୂର୍ବରୁ ଅଧିକାରୀମାନେ କହିଥିଲେ ଯେ, ଡାକ୍ତର ମୁଜାମ୍ମିଲ୍ ଗନାଇ, ଆଦିଲ୍ ରାଥର ଓ ଅନ୍ୟମାନଙ୍କ ସମେତ ମଡ୍ୟୁଲ୍‌ର ହ୍ୱାଇଟ୍-କୋଲର ସଦସ୍ୟମାନେ ପାକିସ୍ତାନୀ ହ୍ୟାଣ୍ଡଲର୍‌ଙ୍କ ସହିତ ଯୋଗାଯୋଗରେ ରହିବା ପାଇଁ ଭୂତ ସିମ୍ କାର୍ଡ ଓ ଏନକ୍ରିପ୍ଟେଡ୍ ଆପ୍ସର ବ୍ୟବହାର କରିଥିଲେ । ସେମାନେ ତଦନ୍ତକାରୀ ଏଜେନ୍ସିଗୁଡ଼ିକୁ ବିଭ୍ରାନ୍ତ କରିବା ପାଇଁ ସାଧାରଣ ବ୍ୟବହାର ଓ ଗୁପ୍ତ ଯୋଗାଯୋଗ ପାଇଁ ପୃଥକ ପୃଥକ ଡିଭାଇସ୍ ଦ୍ବାରା ଡୁଆଲ୍-ଫୋନ୍ ପଦ୍ଧତି ଆପଣେଇଥିଲେ । ଡଟ୍ ଜାରି କରିଥିଲା ନିର୍ଦ୍ଦେଶ ତଦନ୍ତରୁ ମିଳିଥିବା ତଥ୍ୟ ଆଧାରରେ ଦୂରସଂଚାର ବିଭାଗ(ଡଟ୍) ଦ୍ୱାରା ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଗତ ବର୍ଷ ନଭେମ୍ବର ୨୮ ତାରିଖରେ ଡଟ୍ ଏକ ନିର୍ଦ୍ଦେଶ ଜାରି କରିଥିଲା ​​ଯେ, ହ୍ୱାଟ୍ସଆପ୍, ଟେଲିଗ୍ରାମ ଓ ସିଗନାଲ ଭଳି ଆପ୍‌ଗୁଡ଼ିକୁ ଡିଭାଇସ୍‌ରେ ଏକ ସକ୍ରିୟ ସିମ୍ କାର୍ଡ ସହିତ ଲିଙ୍କ୍ କରିବା ଆବଶ୍ୟକ । ଅଭିଯୁକ୍ତମାନେ ନିଜ ନିଜ ମଧ୍ୟରେ ଯୋଗାଯୋଗ ପାଇଁ ଯେଉଁ ପ୍ରକାରର ପ୍ରଣାଳୀ ବ୍ୟବହାର କରୁଥିଲେ ତାହାକୁ ବନ୍ଦ କରିବା ପାଇଁ ଏଭଳି ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଥିଲା । ହ୍ୱାଇଟ୍ କୋଲର ମଡ୍ୟୁଲ୍ ଚାରି ବର୍ଷ ଧରି ସକ୍ରିୟ ଥିଲା ଗିରଫ ହୋଇଥିବା ତିନି ଜଣ ଡାକ୍ତରଙ୍କୁ ପଚରାଉଚରା ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ ରହସ୍ୟ ଉନ୍ମୋଚନ ହୋଇଛି । ମଡ୍ୟୁଲ୍ଚାରି ବର୍ଷ ଧରି ଗୁପ୍ତ ଭାବରେ ସକ୍ରିୟ ରହି ନିଜର ଏଜେଣ୍ଡାକୁ ଆଗକୁ ନେଉଥିଲା । ସରକାର ତଥା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ ଏହି ମଡ୍ୟୁଲ୍ ଦିଲ୍ଲୀ ସମେତ ପ୍ରମୁଖ ଭାରତୀୟ ସହରଗୁଡ଼ିକରେ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରିଥିଲା । ଜୈଶ୍ ସହ ଲାଲକିଲ୍ଲା ବିସ୍ଫୋରଣ ଲିଙ୍କ୍ ଜୈଶ୍-ଏ-ମହମ୍ମଦ ଭଳି ସଂଗଠନ ସହିତ ମଡ୍ୟୁଲର ଲିଙ୍କ୍ ରହିଥିବା ତଦନ୍ତରୁ ଜଣାପଡ଼ିଛି। ଲାଲକିଲ୍ଲା କାର ବିସ୍ଫୋରଣ ଜେଶର ଯୋଜନାର ଏକ ଅଂଶ ଥିଲା । ଅକ୍ଟୋବର ୨୦୨୫ରେ ମିଳିଥିବା ସୂଚନା ପରେ ଜମ୍ମୁ-କାଶ୍ମୀର ପୁଲିସ ଦ୍ୱାରା ହୋଇଥିବା ଚଢ଼ଉ ସମୟରେ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଥିଲା । ଏହା ଦ୍ବାରା ମଡ୍ୟୁଲ୍‌ର ଷଡ୍‌ଯନ୍ତ୍ର ସମ୍ପର୍କରେ ଜଣାପଡ଼ିଥିଲା । ପୁଲିସର ସତର୍କତା ଯୋଗୁ ବହୁ ଆକ୍ରମଣ ଯୋଜନା ପଣ୍ଡ ସୂଚନା ଅନୁଯାୟୀ, ଜମ୍ମୁ-କଶ୍ମୀର ପୁଲିସର ସମୟୋଚିତ ସୂଚନା ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁ ନଭେମ୍ବର-ଡିସେମ୍ବରରେ ଦିଲ୍ଲୀ, ଉତ୍ତର ପ୍ରଦେଶ ତଥା ହରିୟାଣାରେ ହେବାକୁ ଥିବା ଅନେକ ସମ୍ଭାବ୍ୟ ଆକ୍ରମଣ ଯୋଜନା ପଣ୍ଡ ହୋଇଥିଲା । ୨,୯୦୦କିଲୋ ବିସ୍ଫୋରକ ଜବତ ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଜାଣିବାକୁ ପାଇଥିଲେ ଯେ, ମଡ୍ୟୁଲ୍ ଡାକ୍ତରୀ ପେଶାଦାର ଓ ଛାତ୍ରମାନଙ୍କ ଭଳି ହ୍ୱାଇଟ୍ କୋଲର ଆତଙ୍କବାଦୀ ଦଳକୁ ନେଇ ଗଠିତ ଥିଲା । ଏହି ମଡ୍ୟୁଲ୍ ଫରିଦାବାଦ ସ୍ଥିତ ଅଲ୍-ଫଲାହ ବିଶ୍ୱବିଦ୍ୟାଳୟକୁ ବିସ୍ଫୋରକ ସଂଗ୍ରହ ଓ ଆଇଇଡି ତିଆରି କରିବା ପାଇଁ ବ୍ୟବହାର କରିଥିଲା । ପ୍ରାୟ ୨,୯୦୦ କିଲୋଗ୍ରାମ ବିସ୍ଫୋରକ ଜବତ କରାଯାଇଥିଲା । କିଛି ସଦସ୍ୟ ମଧ୍ୟ ତାଲିମ୍ ପାଇଥିଲେ। ସେମାନଙ୍କର ତୁର୍କୀରେ ହ୍ୟାଣ୍ଡଲରଙ୍କ ସହ ସମ୍ପର୍କରେ ଥିବା ତଦନ୍ତରୁ ଜଣାପଡ଼ିଥିଲା ।

ନିନ୍ଦା 31 Jan 2026 10:13 am

ସ୍ୱାଧୀନତା ସଂଗ୍ରାମ ଏନ୍ତୁଡ଼ିଶାଳରେ ପୁଣି ଚାଲିବ ବାପୁଙ୍କ ‘ଚରଖା’, ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ

କଟକ ୩୧/୦୧:ଦିନେ ଇଂରେଜମାନଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଥିଲା ‘ଚରଖା’ । ଚରଖା ବୁଣିଥିଲା ସ୍ୱଦେଶୀର ବୀଜ । ‘କୁଟି ଖାଅ, କାଟି ପିନ୍ଧ’ ଥିଲା ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ଆହ୍ୱାନ । ଏଥିପାଇଁ ସ୍ୱାଧୀନତା...

ରେ କିମ୍ବା ସମ୍ବାଦ | 31 Jan 2026 10:02 am

ଦୁବାଇରେ ଏବେ ନିର୍ମାଣ ହେବାକୁ ଯାଉଛି ଗୋଲ୍ଡ ଷ୍ଟ୍ରିଟ୍, ଯେଉଁଠାରେ କେବଳ ଦେଖିବାକୁ ମିଳିବ ସୁନା ହିଁ ସୁନା....

ନୂଆଦିଲ୍ଲୀ ୩୧।୦୧;ସୁନା ଏଭଳି ଏକ ଜିନିଷ, ଯାହା ଶତାବ୍ଦୀ ଧରି ଲୋକ ଆକର୍ଷଣୀୟ ସାମଗ୍ରୀ ହୋଇଆସିଛି। ବର୍ତ୍ତମାନ ଭାରତରେ ଏହାର ଦର ଅଦ୍ଭୁତ ପୂର୍ବ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନେଇ ଲୋକମାନେ ଚିନ୍ତାରେ ଅଛନ୍ତି । କିଛି...

ରେ କିମ୍ବା ସମ୍ବାଦ | 31 Jan 2026 9:56 am

କେଦାରନାଥରେ ମୋବାଇଲ୍ ମନା: ମନ୍ଦିର ପରିସରରେ ରିଲ୍ସ କଲେ ଦେବାକୁ ପଡ଼ିବ ଜରିମାନା

କନକ ବ୍ୟୁରୋ : କେଦାରନାଥ ଧାମରେ ଏବେ ଦର୍ଶନ ସମୟରେ ମୋବାଇଲ୍ ଫୋନ୍ ଏବଂ କ୍ୟାମେରା ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯିବାକୁ ଯାଉଛି । ମନ୍ଦିର ପରିସରରେ ଫଟୋ, ଭିଡିଓ କିମ୍ବା ସୋସିଆଲ ମିଡିଆ ରିଲ୍ସ ବନାଇବା ଘଟଣାରେ କ୍ରମାଗତ ବୃଦ୍ଧିକୁ ଦେଖି ବଦ୍ରି-କେଦାର ମନ୍ଦିର କମିଟି ଏବଂ ରୁଦ୍ରପ୍ରୟାଗ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏକ କଡ଼ା କାର୍ଯ୍ୟଯୋଜନା ପ୍ରସ୍ତୁତ କରୁଛନ୍ତି । ନୂଆ ବ୍ୟବସ୍ଥା ଲାଗୁ ହେବା ପରେ କୌଣସି ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରେ ମୋବାଇଲ୍ ବ୍ୟବହାର କରିବାକୁ ଅନୁମତି ମିଳିବ ନାହିଁ ଏବଂ ନିୟମ ଉଲ୍ଲଂଘନ କଲେ ଭାରି ଜରିମାନା ଆଦାୟ କରାଯିବ । ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବାବା କେଦାରଙ୍କ ଦର୍ଶନ ପାଇଁ ଧାମକୁ ଆସିଥାନ୍ତି । କିନ୍ତୁ ବିଗତ କିଛି ବର୍ଷ ମଧ୍ୟରେ ମନ୍ଦିର ପରିସର ଭିତରେ ମୋବାଇଲ୍ ବ୍ୟବହାର କରିବା, ଫଟୋ ଉଠାଇବା ଏବଂ ରିଲ୍ସ ବନାଇବା ଘଟଣା ବହୁତ ବଢ଼ିଯାଇଛି । ଏହାଦ୍ୱାରା ମନ୍ଦିରର ପରମ୍ପରା ଓ ମର୍ଯ୍ୟାଦା ପ୍ରଭାବିତ ହେବା ସହ ଦର୍ଶନ ପାଇଁ ଲାଇନରେ ଠିଆ ହୋଇଥିବା ଅନ୍ୟ ଶ୍ରଦ୍ଧାଳୁମାନଙ୍କୁ ମଧ୍ୟ ଅସୁବିଧା ହେଉଛି । ଅନେକ ସମୟରେ ଏହା ଭିଡ଼ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥାରେ ମଧ୍ୟ ବାଧା ସୃଷ୍ଟି କରୁଛି । ଅଧିକ ପଢ଼ନ୍ତୁ--- ଧସିଲା କୋଲଟାନ୍ ଖଣି : ୨୦୦ରୁ ଅଧିକ ମୃତ ଏହି କାରଣରୁ ପ୍ରଶାସନ ଏଥର କଡ଼ାକଡ଼ି ଭାବେ ମୋବାଇଲ୍ ବ୍ୟାନ୍ ଲାଗୁ କରିବାକୁ ପ୍ରସ୍ତୁତ ହେଉଛି । ରୁଦ୍ରପ୍ରୟାଗ ଜିଲ୍ଲାପାଳ ପ୍ରତୀକ ଜୈନଙ୍କ ଅନୁସାରେ, ମନ୍ଦିର କମିଟି ସହିତ ମିଶି ଏକ ଠୋସ୍ ଯୋଜନା ପ୍ରସ୍ତୁତ କରାଯାଉଛି । ମନ୍ଦିର ପରିସରରେ ମୋବାଇଲ୍ ବ୍ୟବହାର ଅନ୍ୟ ଶ୍ରଦ୍ଧାଳୁଙ୍କୁ ଅସୁବିଧାରେ ପକାଉଛି । ଏଥର କିନ୍ତୁ ନିୟମକୁ କଡ଼ାକଡ଼ି ପାଳନ କରାଯିବ ଏବଂ ନିୟମ ଭାଙ୍ଗୁଥିବା ଲୋକଙ୍କ ଉପରେ ଜରିମାନା ଲଗାଯିବ। ଏହାପୂର୍ବରୁ ମଧ୍ୟ ମୋବାଇଲ୍ ଉପରେ କଟକଣା ଲଗାଯାଇଥିଲା, କିନ୍ତୁ ତାହା ସମ୍ପୂର୍ଣ୍ଣ ପ୍ରଭାବଶାଳୀ ହୋଇପାରି ନଥିଲା । ଅନେକ ଶ୍ରଦ୍ଧାଳୁ ନିୟମକୁ ଅଣଦେଖା କରି ମୋବାଇଲ୍ ଭିତରକୁ ନେଇ ଯାଉଥିଲେ । କିନ୍ତୁ ଏଥର ଯାତ୍ରା ଆରମ୍ଭ ହେବା ପୂର୍ବରୁ ପ୍ରଶାସନ ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ମୋବାଇଲ୍ ଜମା ରଖିବା ପାଇଁ ସୁରକ୍ଷିତ ଲକର ବ୍ୟବସ୍ଥା କରିବାକୁ ଚିନ୍ତା କରୁଛି ।

ନିନ୍ଦା 31 Jan 2026 9:55 am

ଶୀଘ୍ର ସାରିଦିଅନ୍ତୁ ଜରୁରୀ କାମ, ଫେବୃଆରୀରେ ଏହିସବୁ ଦିନ ଖୋଲିବନି ବ୍ୟାଙ୍କ, ଦେଖନ୍ତୁ RBIର ଲିଷ୍ଟ

ଓଡିଶାଭାସ୍କର:ଫେବୃଆରୀ ମାସ ହେଉଛି ବର୍ଷର ସବୁଠାରୁ ଛୋଟ ମାସ, ଏବଂ ଏହାର ସ୍ୱାଭାବିକ ଅର୍ଥ ହେଉଛି ଏଥିରେ ଅନ୍ୟ ମାସ ତୁଳନାରେ କମ୍ ଛୁଟି ଥାଏ। ଫଳସ୍ୱରୂପ, ଫେବୃଆରୀରେ ମଧ୍ୟ ବ୍ୟାଙ୍କ ଛୁଟି ଅପେକ୍ଷାକୃତ କମ୍ ଥାଏ। ବ୍ୟାଙ୍କ ଛୁଟି କେବଳ ରାଜ୍ୟଗୁଡ଼ିକରେ ସୀମିତ ଏବଂ ରାଜ୍ୟ-ନିର୍ଦ୍ଦିଷ୍ଟ କିମ୍ବା ପର୍ବ-ସମ୍ବନ୍ଧୀୟ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପ୍ରତି ମାସରେ ରାଜ୍ୟ-ନିର୍ଦ୍ଦିଷ୍ଟ ବ୍ୟାଙ୍କ ଛୁଟି ଘୋଷଣା କରେ। RBI ନିୟମ ଅନୁଯାୟୀ, ପ୍ରତି ମାସର ଦ୍ୱିତୀୟ ଏବଂ ଚତୁର୍ଥ […]

ଓଡ଼ିଶା ଭାସ୍କର 31 Jan 2026 9:40 am

ରୁଷ ତେଲଠୁ ମୁହଁ ମୋଡୁଛି ଭାରତ, ଭେନେଜୁଏଲାରୁ କିଣିବାକୁ ଆମେରିକାର ଅଫର, ହୋଇପାରେ ଟ୍ରେଡ୍ ଡିଲ

ନୂଆଦିଲ୍ଲୀ: ସୁଧୁରୁଛି ଭାରତ ଏବଂ ଆମେରିକା ସମ୍ପର୍କ। ଖୁବ୍ ଶୀଘ୍ର ଭାରତକୁ ଦେବ ଭେନେଜୁଏଲାର ତେଲ। ଏନେଇ ମିଳିଛି ଟ୍ରମ୍ପ ପ୍ରଶାସନର ଗ୍ରୀନ ସିଗନାଲ। ଏହି ପଦକ୍ଷେପ ରୁଷୀୟ ତୈଳର ବିକଳ୍ପ ଭାବରେ କାର୍ଯ୍ୟ କରିବ। ଭାରତ ରୁଷୀୟ ତୈଳ କ୍ରୟକୁ ଯଥ...

ରେ କିମ୍ବା ସମ୍ବାଦ | 31 Jan 2026 9:39 am

କଙ୍ଗୋରେ ବଡ଼ ଦୁର୍ଘଟଣା, ଖଣି ଧସି ୨୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ ୩୧/୦୧: ପୂର୍ବ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ (DRC)ର ରୁବାୟା କୋଲ୍ଟାନ୍ ଖଣିରେ ଏକ ବଡ଼ ଭୂସ୍ଖଳନ ସମଗ୍ର ଅଞ୍ଚଳକୁ ଧ୍ୱଂସ କରିଦେଇଛି । ଏହି ଦୁଃଖଦ ଦୁର୍ଘଟଣାରେ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛ...

ରେ କିମ୍ବା ସମ୍ବାଦ | 31 Jan 2026 9:35 am

ଧସିଲା କୋଲଟାନ୍ ଖଣି : ୨୦୦ରୁ ଅଧିକ ମୃତ

କନକବ୍ୟୁରୋ : କଙ୍ଗୋର ପୂର୍ବ ଭାଗରେ ଥିବା ରୁବାୟା କୋଲଟାନ୍ ଖଣିରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି । ମୃତକଙ୍କ ମଧ୍ୟରେ ଶ୍ରମିକ ଓ ମହିଳା ମଧ୍ୟ ଅଛନ୍ତି । ପ୍ରବଳ ବର୍ଷା ଯୋଗୁ ଖଣିର ମାଟି ଧସିଯାଇଥିଲା। ଯାହା ଫଳରେ ସେଠାରେ କାମ କରୁଥିବା ଲୋକେ ମାଟି ତଳେ ପୋତି ହୋଇଯାଇଥି‌ଲେ। ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଲଗାତାର ବର୍ଷା ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି । ଅଧିକ ପଢନ୍ତୁ.. ଆଜି ଭାରତ-ନ୍ୟୁଜିଲାଣ୍ଡ ପଞ୍ଚମ ଟ୍ବେଣ୍ଟି-୨୦: ସେପଟେ ବିଜୟ ବଜାୟ ଲକ୍ଷ୍ୟରେ ଭ୍ରମଣକାରୀ ଦଳ ଉଦ୍ଧାର ସରଞ୍ଜାମର ଅଭାବ ଯୋଗୁ ଦୁର୍ଗମ ପାହାଡିଆ ଅଞ୍ଚଳରେ ସାହାଯ୍ୟ ଓ ରିଲିଫ୍ ସାମଗ୍ରୀ ପହଞ୍ଚାଇବାରେ ବହୁତ ବିଳମ୍ବ ହେଉଛି । ଭୂମିସ୍ଖଳନର ବିପଦ ଜାରି ରହିଥିବାରୁ ସ୍ଥାନୀୟ କର୍ତ୍ତୃପକ୍ଷ ପ୍ରଭାବିତ ଅଞ୍ଚଳରୁ ଦୂରେଇ ରହିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି।ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ପ୍ରାରମ୍ଭିକ ରିପୋର୍ଟରେ ମୃତ୍ୟୁ ସଂଖ୍ୟା ୨୦୦ ରୁ ଅଧିକ ବୋଲି କୁହାଯାଇଥିଲା, କିନ୍ତୁ ଜଣେ ବରିଷ୍ଠ ଅଧିକାରୀ ନିଶ୍ଚିତ କରିଛନ୍ତି ଯେ, ଏହି ସଂଖ୍ୟା ୨୨୭ କୁ ବୃଦ୍ଧି ପାଇଛି। ପ୍ରାୟ ୨୦ ଜଣ ଗୁରୁତର ଆହତଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେମାନଙ୍କର ଚିକିତ୍ସା ଚାଲିଛି । ଉଦ୍ଧାରକାରୀ ଦଳଙ୍କ ଅନୁସାରେ ଆବର୍ଜନା ସଫା ହେବା ସହିତ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି। ଟେକ୍ ଦୁନିଆରେ କୋଲଟାନ୍‌ର ଗୁରୁତ୍ବ ରୁବାୟା ଖଣି ବିଶ୍ୱ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ବିଶ୍ୱର ପ୍ରାୟ ୧୫ ପ୍ରତିଶତ କୋଲଟାନ୍ ଉତ୍ପାଦନ କରିଥାଏ। କୋଲଟାନ୍‌ରୁ ଟାଣ୍ଟାଲମ୍ ନାମକ ଏକ ଧାତୁ ଉତ୍ପାଦିତ ହୋଇଥାଏ। ଏହା ସ୍ମାର୍ଟଫୋନ୍, ଲାପଟପ୍ ଓ ବିମାନ ଅଂଶ ନିର୍ମାଣରେ ବ୍ୟବହୃତ ହୁଏ। ବିଶ୍ୱ ପ୍ରଯୁକ୍ତି ଶିଳ୍ପରେ ଏହି ଧାତୁର ଚାହିଦା ଅଧିକ। ତେଣୁ ବିପଦପୂର୍ଣ୍ଣ ପରିସ୍ଥିତିରେ ମଧ୍ୟ ‌‌ସେଠାରେ ଖଣି ଖନନ ଜାରି ରହିଛି। ଶ୍ରମିକମାନେ ନିଜ ଜୀବନ ସହିତ ବାଜି ଲଗାଇ ଖଣି ଖନନରେ ନିୟୋଜିତ ହେଉଛନ୍ତି। କୌଣସି ସୁରକ୍ଷା ଉପକରଣ ବିନା କାମ କରୁଥିବା ଏହି ଶ୍ରମିକମାନଙ୍କୁ ପ୍ରତ୍ୟେକ ଦିନ ମୃତ୍ୟୁ ସହିତ ଲଢ଼ିବାକୁ ପଡୁଛି। ବିଦ୍ରୋହୀମାନଙ୍କ କବଜାରେ ଖଣି ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ, ଖଣିଟି ୨୦୨୪ ମସିହାରୁ ଏଫ୍‌ସିଇ/ଏମ୍‌-୨୩ବିଦ୍ରୋହୀ ଗୋଷ୍ଠୀର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ବିଦ୍ରୋହୀ ଗୋଷ୍ଠୀ ନିଜର ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ କାର୍ଯ୍ୟ ପାଇଁ ଖଣିର ରାଜସ୍ୱ ବ୍ୟବହାର କରୁଛି। ପଡ଼ୋଶୀ ରୱାଣ୍ଡା ମଧ୍ୟ ବିଦ୍ରୋହୀମାନଙ୍କୁ ସମର୍ଥନ କରିବାର ଅଭିଯୋଗ ଆସିଛି।

ନିନ୍ଦା 31 Jan 2026 9:26 am

ସାରା ବିଶ୍ୱରେ ମହଙ୍ଗା ହୋଇଗଲା ସ୍ମାର୍ଟଫୋନ୍! ହଠାତ୍ ବଢିଗଲା ଦାମ୍, ତଥାପି କିଣିବାକୁ ଭିଡ଼

ଓଡିଶାଭାସ୍କର:କିଛି ସମୟ ଧରି ବିଶ୍ୱ ସ୍ତରରେ ସ୍ମାର୍ଟଫୋନର ମୂଲ୍ୟ ବୃଦ୍ଧି ପାଉଛି। ୨୦୨୫ ମସିହାର ଶେଷ ତ୍ରୈମାସିକରେ, ପ୍ରଥମ ଥର ପାଇଁ ବିଶ୍ୱ ସ୍ତରରେ ବିକ୍ରି ହୋଇଥିବା ଏକ ସ୍ମାର୍ଟଫୋନର ହାରାହାରି ମୂଲ୍ୟ ୪୦୦ ଡଲାର ଅତିକ୍ରମ କରିଥିଲା। ୪୦୦ ଡଲାରକୁ ଭାରତୀୟ ଟଙ୍କାରେ ପରିଣତ କଲେ, ଏହା ପ୍ରାୟ ୩୭,୦୦୦ ଟଙ୍କା ହେବ। ଏହାର ଅର୍ଥ ହେଉଛି ବିଶ୍ୱରେ ବିକ୍ରି ହେଉଥିବା ପ୍ରତ୍ୟେକ ଫୋନର ହାରାହାରି ମୂଲ୍ୟ ବର୍ତ୍ତମାନ ୩୭,୦୦୦ ଟଙ୍କା। ଏହାକୁ ଥରେ ଏକ […]

ଓଡ଼ିଶା ଭାସ୍କର 31 Jan 2026 9:05 am

୯ ଜିଲ୍ଲାକୁ ଆଲର୍ଟ, ଆଗକୁ ଅଧିକ କୁହୁଡ଼ି

ଭୁବନେଶ୍ୱର ୩୧।୦୧ : ଆସନ୍ତା ୨ ତାରିଖ ଯାଏ ରାଜ୍ୟରେ କୁହୁଡ଼ି ରହିବ । ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଖୋର୍ଦ୍ଧା ଓ ପୁରୀରେ ମଧ୍ୟମ ଧରଣର କୁହୁଡ଼ି ଦେଖା ଦେଇପାରେ । ତେବେ ୪ ତାରିଖ ଯାଏ ଅ...

ରେ କିମ୍ବା ସମ୍ବାଦ | 31 Jan 2026 9:01 am

ସାଇନା ନେହୱାଲଙ୍କୁ କାହିଁକି ଅନଫଲୋ କଲେ ପରିଣୀତି ? ବ୍ୟାଡମିଣ୍ଟନ ଷ୍ଟାର କହିଲେ-ଆମ ମଧ୍ୟରେ ବନ୍ଧୁତା ହିଁ ନଥିଲା ...

ମୁମ୍ଵାଇ ୩୧।୦୧; ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା । ଏବେ ସେ କିଛି ସମୟ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରରେ ଅଛନ୍ତି। କାହିଁକି ନା ସେ ତାଙ୍କୁ ମାତୃତ୍ଵକୁ ଉପଭୋଗ କରୁଛନ୍ତି। ସେ ଶେଷ ଥର ପାଇଁ ୨୦୨୪ ମସିହାରେ ଆସିଥିବା ଫିଲ୍ମ ଅମର ସିଂ...

ରେ କିମ୍ବା ସମ୍ବାଦ | 31 Jan 2026 9:00 am

ଥଣ୍ଡା ରାତିରେ ଅପେକ୍ଷା, ତଥାପି ମିଳୁନି ଟିକେଟ୍...ଏମ୍‌ସରେ ଅସମ୍ଭାଳ ଭିଡ଼

ଭୁବନେଶ୍ୱର ୩୧।୦୧ : ହଠାତ୍ ବଢିଯାଇଛି ଏମ୍ସରେ ରୋଗୀ ସଂଖ୍ୟା। ଦୈନିକ ୫ହଜାର ରୋଗୀ ପହଞ୍ଚୁଛନ୍ତି ଓପିଡିରେ । ଓଡିଶା କଥା କିଏ ପଚାରେ, ପଡୋଶୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଭଳି ରାଜ୍ୟରୁ ଶତାଧିକ ରୋଗୀ ଏମ୍ସ ଆସୁଛନ୍ତି । ଫଳରେ ଅସମ୍ଭାଳ...

ରେ କିମ୍ବା ସମ୍ବାଦ | 31 Jan 2026 8:58 am

ପରଲୋକରେ ପିଟି ଉଷାଙ୍କ ପତି ଶ୍ରୀନିବାସ

କନକବ୍ୟୁରୋ : ମହାନ ଆଥ୍‌ଲେଟ୍‌ ତଥା ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ)ର ସଭାନେତ୍ରୀ ପିଟି ଉଷାଙ୍କ ସ୍ବାମୀ ଭି ଶ୍ରୀନିବାସନ ଆକସ୍ମିତ ପରଲୋକ ଗମନ କରିଛନ୍ତି। ଶୁକ୍ରବାର ସକାଳୁ ହୃଦ୍‌ଘାତରେ ତାଙ୍କୁ ହସ୍‌ପିଟାଲ୍‌ ନିଆଯିବା ବାଟରେ ସେ ଶେଷ ନିଶ୍ବାସ ପରିତ୍ୟାଗ କରିଥିଲେ। ତାଙ୍କୁ ୬୭ ବର୍ଷ ହୋଇଥିଲା। ସିଆଇଏସ୍‌ଏଫ୍‌ର ଡିଏସ୍‌ପି ଭାବେ ଅବସର ନେଇଥିବା ଶ୍ରୀନିବାସନ କୋଝିକୋଡ଼ରେ ‘ଉଷା ସ୍କୁଲ୍‌ ଅଫ୍‌ ଆଥଲେଟିକ୍ସ’ର ପ୍ରତିଷ୍ଠା ଓ ପରିପ୍ରକାଶରେ ବଡ଼ ଯୋଗଦାନ ରଖିଥିଲେ। ଏଠାରୁ ବହୁ ଅନ୍ତର୍ଜାତୀୟ ଓ ଜାତୀୟସ୍ତରର ଆଥଲେଟ୍‌ ବାହାରିଛନ୍ତି । ଅଧିକ ପଢନ୍ତୁ .. ଆୟକର ବିଭାଗ ଚଢ଼ାଉ : ଭୟରେ ଆତ୍ମହତ୍ୟା କରିଦେଲେ କନଫିଡେଣ୍ଟ ଗ୍ରୁପ୍‌ ପ୍ରତିଷ୍ଠାତା ସିଜେ ରାୟ ପିଟି ଉଷାଙ୍କ ଖେଳ ଓ ରାଜନୈତିକ ଜୀବନ ବିକାଶରେ ଶ୍ରୀନିବାସନଙ୍କ ବଡ଼ ଭୂମିକା ରହିଥିଲା। ଶ୍ରୀନିବାସନଙ୍କ ଦେହାନ୍ତ ଖବର ପ୍ରସାରିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକଟ କରିଛନ୍ତି। ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ (ଏସ୍‌ଜେଏଫଆଇ) ଏବଂ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ମଧ୍ୟ ଏହି ପୂର୍ବତନ କବାଡ଼ି ଖେଳାଳିଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛି। ସୂଚନାଯୋଗ୍ୟ, ୨୦୨୬ରେ ଭୁବନେଶ୍ବରଠାରେ ଅନୁଷ୍ଠିତ ଏସ୍‌ଜେଏଫଆଇର ଜାତୀୟ ସମ୍ମିଳନୀରେ ପିଟି ଉଷା ଅତିଥି ଥିବାବେଳେ ଭି ଶ୍ରୀନିବାସନ ମଧ୍ୟ ଓଡ଼ିଶାର ଆତିଥେୟତା ଗ୍ରହଣ କରିଥିଲେ।

ନିନ୍ଦା 31 Jan 2026 8:57 am

ଅଫିସରେ ଚାଲିଥିଲା IT ବିଭାଗର ରେଡ୍, ଗିରଫ ଭୟରେ ନିଜକୁ ଗୁଳି କରିଦେଲେ ବ୍ୟବସାୟୀ

ନୂଆଦିଲ୍ଲୀ: ଅଫିସରେ ଆଇଟି ଚଢାଉ ପରେ ମୁଣ୍ଡ ଗୋଲ। ଗିରଫ ଭୟରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ବ୍ୟବସାୟୀ । କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ରିଅଲ୍ ଇଷ୍ଟେଟ୍ କମ୍ପାନୀ କନଫିଡେଣ୍ଟ ଗ୍ରୁପର ଅଧ୍ୟକ୍ଷ ସି.ଜେ. ରୟ ତାଙ୍କ କାର୍ଯ୍ୟାଳ...

ରେ କିମ୍ବା ସମ୍ବାଦ | 31 Jan 2026 8:53 am

ଫାୟାରିଂ ମାମଲାରେ କମଲ ରସିଦ ଖାନଙ୍କୁ ଆଶ୍ଵସ୍ତି, ୨୫ ହଜାର ଟଙ୍କାର ଜରିମାନା ସହ ମିଳିଲା ଜାମିନ

ମୁମ୍ଵାଇ ୩୧।୦୧; ଚଳଚ୍ଚିତ୍ର ଅଭିନେତା ତଥା ସମାଲୋଚକ କମଲ ରସିଦ ଖାନ। ଏକ ଗୁଳିକାଣ୍ଡ ଘଟଣାରେ ପୋଲିସ ଦ୍ୱାରା ତାଙ୍କୁ ଗିରଫ କରାଯାଇଥିଲା। ଅନ୍ଧେରୀ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ କୋର୍ଟ ଏବେ ଏହି ମାମଲାରେ ଅଭିନେତାଙ୍କୁ ଜାମିନ ପ୍ରଦାନ କର...

ରେ କିମ୍ବା ସମ୍ବାଦ | 31 Jan 2026 8:53 am

ଷ୍ଟ୍ରେଚ୍‌ମାର୍କ କୁ ନେଇ ଚିନ୍ତିତ କି ? ଆପଣାନ୍ତୁ ଏହି ଘରୋଇ ଉପଚାର

କନକବ୍ୟୁରୋ : ଷ୍ଟ୍ରେଚ୍‌ମାର୍କ ସାଧାରଣଃ ନାରୀମାନଙ୍କ ପାଇଁ ଏକ ଚିନ୍ତାର କାରଣ। ସନ୍ତାନ ଜନ୍ମ ପରେ ହେଉ କିମ୍ବା ଅଧିକ ଚର୍ବି ଝଡ଼ିବା ପରେ ଏକ ପ୍ରକାର ଦାଗ ରହିଯାଏ। ଯାହାକୁ ଷ୍ଟ୍ରେଚ୍‌ମାର୍କ କୁହାଯାଏ। ଏହାକୁ ଦୂର କରିବା ପାଇଁ ବିଭିନ୍ନ ପ୍ରକାର କ୍ରିମ୍‌ ମିଳୁଛି । ଏହାବାଦ୍‌ ଆମେ ଘରୋଇ ଉପଚାର ମାଧ୍ୟମରେ ମଧ୍ୟ ଏହାକୁ ଦୂର କରିପାରିବା। ଚାଲନ୍ତୁ ଜାଣିବା ଘରେ କିପରି ତିଆରି ସହଜ ଉପାୟରେ ତିଆରି କରିବା... ଅଧିକ ପଢନ୍ତୁ... ଭାରତରେ ନିପା ଭାଇରସ୍‌ରେ ୨ ସଂକ୍ରମିତ ; ଯାତ୍ରା କଟକଣା ଆବଶ୍ୟକ ନଥିବା କହିଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଚନ୍ଦନ ପ୍ୟାକ୍‌ : ଚନ୍ଦନରେ ରହିଛି ଅନେକ ଉପକାରୀ ଗୁଣ। ତେଣୁ ଏହା ଏକ ଆୟୁବେର୍ଦିକ୍ ବିୟୁଟି ପ୍ରଡକ୍ଟ ଭାବେ ମଧ୍ୟ ପରିଚିତ। ପେଟରେ ହେଇଥିବା ଷ୍ଟ୍ରେଚ୍‌ ମାର୍କ ଦୂର କରିବା ପାଇଁ ମଧ୍ୟ ଏହା ବେଶ୍‌ ଉପକାରୀ। ଏଥିପାଇଁ ଘରେ ଚନ୍ଦନ ପେଡ଼ିରେ ଏହାକୁ ଘୋରି କିମ୍ବା ମାର୍କେଟ୍‌ରେ ମିଳୁଥିବା ସ୍ୟାଣ୍ଡେଲ୍‌ ପାଉଡରରେ ଦହି ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏଥିରେ ଆପଣ ଟୋମାଟେ ରସ ଓ ମହୁ ମଧ୍ୟ ମିଶାଇପାରିବେ। ଏହାକୁ ଷ୍ଟ୍ରେଚ୍‌ମାର୍କ ହୋଇଥିବା ସ୍ଥାନରେ ଲଗାନ୍ତୁ ଏବଂ ଶୁଖିଯିବା ପରେ ପାଣିରେ ଧୋଇ ଦିଅନ୍ତୁ। ସପ୍ତାହକୁ ୩-୪ ଥର କରନ୍ତୁ। ଆଲୋଭେରା: ଆଲୋଭେରା ଜେଲ୍‌କୁ ଦିନରେ ଦୁଇଥର ପେଟରେ ଲଗାନ୍ତୁ। କିଛି ସମୟ ପରେ ଧୋଇ ଦିଅନ୍ତୁ। ଏହାଦ୍ୱାରା ପେଟର ତ୍ବଚା କୋମଳ ରହିବା ସହ ଷ୍ଟ୍ରେଚ୍‌ମାର୍କ ଦୂର ହେବ। କଳା ଦାଗ ଦୂର କରିବା ପାଇଁ ଆଳୁ ରସ ଖୁବ୍‌ ଉପକାରୀ। ଏହାକୁ ପେଟରେ ଲଗାଇ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ। ଆଳୁରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ୍‌ ସି ଅଛି, ଯାହା କଳାଦାଗ ଦୂର କରି ତ୍ୱଚା ଉଜ୍ଜ୍ୱଳ କରେ ଏବଂ ଷ୍ଟ୍ରେଚ୍‌ମାର୍କ ଦୂର କରିବାରେ ସାହାଯ୍ୟ କରେ। ପ୍ରତିଦିନ ଏହାକୁ ଲଗାଇଲେ ଶୀଘ୍ର ଆପଣଙ୍କ ସମସ୍ୟା ଦୂର ହୋଇପାରିବ। ସେହିପରି କାକୁଡ଼ି ରସରେ ଭିଟାମିନ୍‌ ଏ, ବି ଓ ପୋଟାସିୟମ୍‌ ବହୁ ପରିମାଣରେ ଅଛି। ଏହାକୁ ଲଗାଇଲେ ପେଟରେ ହୋଇଥିବା କଳାଦାଗ ଓ ଷ୍ଟ୍ରେଚ୍‌ମାର୍କ ଦୂର ହୋଇଥାଏ। ନଡ଼ିଆ ତେଲ ନିୟମିତ ପେଟରେ ମାଲିସ୍‌ କରିବା ଦ୍ୱାରା ପେଟର ତ୍ୱଚା ନରମ ହେବା ସହ ଷ୍ଟ୍ରେଚ୍‌ମାର୍କ ଦୂର ହୋଇଥାଏ। ବାଦାମ ପାଉଡ଼ର କ୍ଷୀରରେ ମିଶାଇ ପେଟରେ ଲଗାନ୍ତୁ। ବାଦାମରେ ଥିବା ଭିଡାମିନ୍‌ ଇ ତ୍ୱଚାର ରଙ୍ଗ ଉଜ୍ଜ୍ୱଳ କରିବା ସହ ଷ୍ଟ୍ରେଚ୍‌ମାକ ଦୂର କରିବାରେ ସାହାଯ୍ୟ କରେ।

ନିନ୍ଦା 31 Jan 2026 8:45 am

ଶନିବାର ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଏକାଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଭୁବନେଶ୍ୱର ୩୧।୦୧ : ରାଜ୍ୟ କ୍ୟାବିନେଟରଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ୫ରୁ ଅଧିକ ପ୍ରସ୍ତାବ ଉପରେ ମୋହର ବାଜିପାରେ । ଶନିବାର ସକାଳ ୧୧ଟାରେ ବସିବାକୁ ଯାଉଛି ରାଜ୍ୟ କ୍ୟାବିନେଟ&n...

ରେ କିମ୍ବା ସମ୍ବାଦ | 31 Jan 2026 8:42 am

ବଜେଟ୍ ୨୦୨୬ ପୂର୍ବରୁ ଆସିଲା ବଡ଼ ଖୁସି ଖବର, ଜାଣିଲେ ଆମେରିକାଠୁ ପାକିସ୍ତାନ ପର୍ଯ୍ୟନ୍ତ ସମସ୍ତଙ୍କ ନିଦ ହଜିଯିବ

ଓଡିଶାଭାସ୍କର: ଫେବୃଆରୀ ୧ ତାରିଖରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ ହେବାକୁ ଥିବା ବେଳେ ଏବଂ ସେୟାର ବଜାରରୁ ଟଙ୍କା ପର୍ଯ୍ୟନ୍ତ ସବୁକିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ସମ୍ମୁଖୀନ ହେଉଥିବା ବେଳେ, ଦେଶ ପାଇଁ ବଡ଼ ଆଶ୍ୱସ୍ତିର ଖବର ଆସିଛି। ଏହି ଖବର ଭାରତ ଉପରେ ଉଚ୍ଚ ଶୁଳ୍କ ଲାଗୁ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅସ୍ଥିର କରିପାରେ, କିନ୍ତୁ ଏହା ଚୀନ୍ ଏବଂ ପାକିସ୍ତାନ ଭଳି ଦେଶମାନଙ୍କ ପାଇଁ ଚିନ୍ତା ବଢ଼ାଇପାରେ। ପ୍ରକୃତରେ, ଜାନୁଆରୀ ୨୩ ତାରିଖରେ […]

ଓଡ଼ିଶା ଭାସ୍କର 31 Jan 2026 8:42 am

୩୩ କେଭି ବିଦ୍ୟୁତ୍‌ ତାର ଲାଗି ମହିଳାଙ୍କ ମୃତ୍ୟୁ : କ୍ଷତିପୂରଣ ଦାବିରେ ସାରା ରାତି ଜଙ୍ଗଲରେ ଧାରଣା

କନକବ୍ୟୁରୋ : ସାରା ରାତି ଜଙ୍ଗଲରେ ଧାରଣା । ୩୩ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ପ୍ରତିବାଦରେ ଧାରଣା ଦେଇଛନ୍ତି ଗ୍ରାମବାସୀ । କ୍ଷତିପୂରଣ ଦାବିରେ ଶୀତ କାକରରେ ଧାରଣାରେ ବସିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଲକ୍ଷ୍ମୀପୁର ବଡଶଙ୍ଖା ଗାଁରେ । ବୁଧବାର ସଂଧ୍ୟାରେ ଗାଁରେ ଜଣେ ମହିଳା ମଇଁଷି ଖୋଜିବାକୁ ଯାଇଥିବା ବେଳେ ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ । ଅଧିକ ପଢନ୍ତୁ ... ଢେଙ୍କାନାଳ ଯୋରନ୍ଦାରେ ଆଜିଠୁ ମହିମା ମେଳା : ସୂର୍ଯ୍ୟାସ୍ତ ପରେ ଗାଦି ମନ୍ଦିରର ଚାରି ଦୁଆରେ ଜଳିବ ୧୦୮ ଝାଡ଼ ମୃତକଙ୍କ ନାଁ ସରସ୍ବତୀ ପ୍ରେପେକା । ବହୁ ଖୋଜାଖୋଜି ପରେ ପରିବାର ଲୋକେ ତାଙ୍କ ମୃତଦେହ ପାଇଥିଲେ । ଏହା ପରେ ଗ୍ରାମବାସୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଭୂମି ଠାରୁ ମାତ୍ର ୪ ଫୁଟ ଉଚ୍ଚରେ ୩୩ କେଭି ବିଦ୍ୟୁତ୍ ତାର ଓହଳି ରହିଥିବାରୁ ଏଭଳି ଘଟିଥିବା ଅଭିଯୋଗ ହୋଇଛି। ଏଥିଲାଗି ବିଦ୍ୟୁତ୍ ବିଭାଗକୁ ଦାୟୀ କରିଛନ୍ତି ଲୋକେ ।..

ନିନ୍ଦା 31 Jan 2026 8:37 am

ଥିରୁବନ୍ତପୂରମ୍‌ରେ କେମିତି ରହିଛି ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ରେକର୍ଡ, କାହାକୁ ମିଳିବ ଓପନିଂ ଚାନ୍ସ

କେରଳ ୩୧/୦୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତାକାଲି ଖେଳାଯିବ ପଞ୍ଚମ ତଥା ଅନ୍ତିମ ଟି-ଟ୍ୱେଣ୍ଟି ମୁକାବିଲା । ଭାରତ ୩-୧ରେ ଆଗୁଆ ରହି ସିରିଜ କବ୍ଜା କରିସାରିଛି । କେବଳ ଦଳର ଅତିରିକ୍ତ ଖେଳାଳିଙ୍କୁ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇ...

ରେ କିମ୍ବା ସମ୍ବାଦ | 31 Jan 2026 8:35 am

ଆଜି ଭାରତ-ନ୍ୟୁଜିଲାଣ୍ଡ ପଞ୍ଚମ ଟ୍ବେଣ୍ଟି-୨୦: ସେପଟେ ବିଜୟ ବଜାୟ ଲକ୍ଷ୍ୟରେ ଭ୍ରମଣକାରୀ ଦଳ

କନକବ୍ୟୁରୋ : ଟ୍ବେଣ୍ଟି-୨୦ ବିଶ୍ବକପ୍ ଆଉ ମାତ୍ର ୭ ଦିନ ପରେ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଶେଷ ପରୀକ୍ଷା ଭାବେ ଭାରତ ଓ ନ୍ୟୁଜିଲାଣ୍ଡ ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍‌ ତିରୁଅନନ୍ତପୁରମ୍‌ରେ ଶନିବାର ମୁହାଁମୁହିଁ ହେବେ। ଏହି ଶୃଙ୍ଖଳା‌ର ପ୍ରଥମ ୩ ମ୍ୟାଚ୍‌କୁ ଭାରତ ଜିତି ଶୃଙ୍ଖଳା କବ୍‌ଜା କରି ନେଇଥିଲା। ହେଲେ ଚତୁର୍ଥ ମ୍ୟାଚ୍‌ରେ ଭାରତ ଅତ୍ୟଧିକ ପରୀକ୍ଷନିରୀକ୍ଷା କରି ପରାଜୟର ମୁହଁ ଦେଖିଥିଲା। ତଥାପି ପଞ୍ଚମ ମ୍ୟାଚ୍‌ରେ ବିଶ୍ବକପ୍‌ ବେଞ୍ଚ ଷ୍ଟ୍ରେନ୍ଥ ପରୀକ୍ଷା ଲାଗି ଏହି ସମାନ ବ୍ୟବସ୍ଥା ଆପଣାଇପାରେ ସୂର୍ଯ୍ୟକୁମାର ଯାଦବଙ୍କ ଦଳ। ପଞ୍ଚମ ମ୍ୟାଚ୍‌ରେ ହର୍ଷିତ ରାଣା ସପ୍ତମ ସ୍ଥାନରେ ଖେଳାଇବା ସହ ବରୁଣ ଚକ୍ରବର୍ତ୍ତୀଙ୍କୁ ବିଶ୍ରାମ ଦେବ ଭାରତ। ଅନ୍ୟପକ୍ଷରେ ଲଗାତାର ବିଫଳ ହେଉଥିବା ସଞ୍ଜୁ ସାମ୍‌ସନ୍‌ଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି। ସେ ଏହି ମ୍ୟାଚ୍‌ରେ ଭଲ କରି ବିଶ୍ବକପ୍‌ ପୂର୍ବରୁ ନିଜକୁ ପ୍ରମାଣିତ କରିବାର ସୁଯୋଗ ପାଇବେ । ପ୍ରଥମ ମ୍ୟାଚ୍‌ରେ ଆହତ ହୋଇଥିବା ଉପଅଧିନାୟକ ଅକ୍ଷର ପଟେଲ ଏହି ମ୍ୟାଚ୍‌କୁ ଫେରିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ମିଚେଲ୍‌ ସାଣ୍ଟନର୍‌ଙ୍କ ଦଳ ଓପନର୍‌ ଟିମ୍ ସେଫର୍ଟଙ୍କ ବ୍ୟାଟିଂ ଉପରେ ଭରସା ରଖିଛି। ସେପଟେ ଲୁକି ଫର୍ଗୁସନ୍‌ ଯଦି ଫିଟ୍‌ ହୁଅନ୍ତି ତେବେ ତାହା ଦଳର ବୋଲିଂ ଲାଇନ୍‌କୁ ଆହୁରି ଦୃଢ଼ କରିବ। ଗ୍ରିନ୍‌ଫିଲ୍ଡ ଷ୍ଟାଡିୟମ୍‌ ସାଧାରଣତଃ ନରମ ଓ ହାଇସ୍କୋରିଂ ପିଚ୍‌। ଏଠାରେ ଭାରତ ୪ ଟ୍ବେଣ୍ଟି-୨୦ ଖେଳି ୩ଟିରେ ବିଜୟୀ ହୋଇଛି । ୨୦୧୭ରେ ମଧ୍ୟ ନ୍ୟୁଜିଲାଣ୍ଡକୁ ଏଠାରେ ହରାଇଛି ଭାରତ। ସମ୍ଭାବ୍ୟ ଭାରତୀୟ ଦଳ: ଅଭିଷେକ ଶର୍ମା, ସଞ୍ଜୁ ସାମ୍‌ସନ୍‌ (ୱିକେଟ୍‌ରକ୍ଷକ), ଈଶାନ କିଶନ/ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ଶିବମ ଦୁବେ, ହର୍ଷିତ ରାଣା/ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ଯଶପ୍ରୀତ ବୁମ୍‌ରା, ବରୁଣ ଚକ୍ରବର୍ତ୍ତୀ/କୁଲଦୀପ ଯାଦବ। ସମ୍ଭାବ୍ୟ ନ୍ୟୁଜିଲାଣ୍ଡ ଦଳ: ଫିନ୍‌ ଆଲେନ୍‌, ଡେଭନ କନୱେ (ୱିକେଟ୍‌ରକ୍ଷକ), ରାଚିନ ରବୀନ୍ଦ୍ର, ଡାରିଲ ମିଚେଲ୍, ଗ୍ଲେନ୍‌ ଫିଲିପ୍ସ, ମାର୍କ ଚାପମାନ, ମିଚେଲ ସାଣ୍ଟନର (ଅଧିନାୟକ), ଜାକ୍‌ ଫକ୍ସ/ଜେମ୍ସ ନୀସାମ, ମାଇକେଲ ବ୍ରେସ୍‌ୱେଲ/ଈଶ ସୋଢ଼ୀ, କାଇଲ ଜାମିସନ୍‌/ମ୍ୟାଟ୍‌ ହେନରି, ଜାକବ ଡଫି ।

ନିନ୍ଦା 31 Jan 2026 8:23 am

ଢେଙ୍କାନାଳ ଯୋରନ୍ଦାରେ ଆଜିଠୁ ମହିମା ମେଳା : ସୂର୍ଯ୍ୟାସ୍ତ ପରେ ଗାଦି ମନ୍ଦିରର ଚାରି ଦୁଆରେ ଜଳିବ ୧୦୮ ଝାଡ଼

କନକବ୍ୟୁରୋ : ମହିମା ଧର୍ମୀଙ୍କ ମୁଖ୍ୟ ଧର୍ମସ୍ଥଳୀ ଯୋରନ୍ଦା ଠାରେ ଆଜି ଠାରୁ ୭ ଫେବୃଆରୀ ଯାଏଁ ମେଳା ଅନୁଷ୍ଠିତ ହେଉଛି l ଆଜି ଓ ଆସନ୍ତା କାଲି ୨ ଦିନ ମହିମା ସାଧୁ ସନ୍ଥଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ କାରଣ ଆଜି ମାଘ ଚତୁର୍ଦ୍ଦଶୀ ରେ ମହିମା ଧର୍ମ ର ମୁଖ୍ୟ ଗୁରୁ ଅଲେଖ ଗୋସେଇଁ ଙ୍କ ଦେହତ୍ୟାଗ ହୋଇଥିଲା l ତେଣୁ ସେହି ଗୁରୁଙ୍କ ଉଦ୍ଦେଶ୍ୟରେ ଦେଶର କୋଣ ଅନୁକୋଣ ରେ ଥିବା ସାଧୁ ସନ୍ଥ ତଥା ଭକ୍ତମାନେ ଯୋରନ୍ଦା ପୀଠରେ ଏକତ୍ରିତ ହୋଈ ଗୋସାଇଁ ଙ୍କ ସମାଧି ପୀଠ ଗାଦି ମନ୍ଦିର ରେ ଘିଅ ନଡ଼ିଆ ଅଗ୍ନିରେ ସମର୍ପିତ କରି ଜଗତ କଲ୍ୟାଣ ନିମନ୍ତେ ପ୍ରାର୍ଥନା କରନ୍ତି l ସୂର୍ଯ୍ୟସ୍ତ ପରେ ଗାଦି ମନ୍ଦିର ର ଚାରି ଦୁଆର ରେ ପିତ୍ତଳ ୧୦୮ ଝାଡ଼ବତି ପ୍ରଜ୍ବଳନ କରାଯିବ l ଅଧିକ ପଢନ୍ତୁ... ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ରାଜ୍ୟସ୍ତରୀୟ ଉତ୍ସବ ଭାବେ ପାଳନ ହେବ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ଗୁରୁ ଓ ଶିଷ୍ୟଙ୍କ ଆଜି ମିଳନ ର ପର୍ବ l ଏହି ଦୁଇ ଦିନ ରେ ୧୦ ଲକ୍ଷ ଲୋକଙ୍କ ସମାଗମ କୁ ଆଖି ଆଗରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରଯାଇଛି l ୧ ତାରିଖ ଅପରାହ୍ନ ରେ ମୁଖ୍ୟମନ୍ତ୍ରୀଙ୍କ ଯୋରନ୍ଦା ଆସିବାର କାର୍ଯ୍ୟକ୍ରମ ରହିଛି l ସେଥିପାଇଁ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଇଛି ବୋଲି ଏସପି ସୂଚନା ଦେଇଛନ୍ତି l ରାଜ୍ୟ ଭିତରୁ ଓ ବାହାର ରାଜ୍ୟ ରୁ ଭକ୍ତମାନେ ଆସୁଛନ୍ତି l

ନିନ୍ଦା 31 Jan 2026 8:16 am

ସୁନେତ୍ରା ପାୱାରଙ୍କ ହାତରେ ରହିବ ସ୍ୱାମୀ ଅଜିତ୍ ଙ୍କ ‘ପାଓ୍ୱାର’! ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହେବେ ଅଜିତଙ୍କ ସ୍ତ୍ରୀ…

ଓଡିଶାଭାସ୍କର:ବିମାନ ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ପରେ, ମହାରାଷ୍ଟ୍ର ରାଜନୀତିରେ ଅନେକ ପ୍ରଶ୍ନ ଉଠାଯାଉଛି। ଯଦିଓ ଏହାର କୌଣସି ସିଧାସଳଖ ଗୋଟିଏ ଧାଡି ଉତ୍ତର ନାହିଁ, ଆମ ପାଖରେ ଏପରି ସ୍ୱତନ୍ତ୍ର ସୂଚନା ଅଛି ଯାହା ଭବିଷ୍ୟତକୁ ସ୍ପଷ୍ଟ କରିପାରିବ। ପ୍ରଶ୍ନ ପ୍ରଥମ: NCP ମହାରାଷ୍ଟ୍ରରେ ମିଶିଯିବ, ଅର୍ଥାତ୍ ଅଜିତ ପାୱାର ଗୋଷ୍ଠୀ ଏବଂ ଶରଦ ପାୱାର ଗୋଷ୍ଠୀ ଏକ ହୋଇଯିବେ? ପ୍ରଶ୍ନ ଦ୍ୱିତୀୟ: ଶରଦ ପାୱାର କ’ଣ ବିଜେପି ନେତୃତ୍ୱାଧୀନ ମହାୟୁତି (ମହାଗଠବନ୍ଧନ)ର ଅଂଶ […]

ଓଡ଼ିଶା ଭାସ୍କର 31 Jan 2026 8:07 am

ସୁନେତ୍ରା ପାୱାରଙ୍କ ହାତରେ ରହିପାରେ ଅଜିତଙ୍କ 'ପାଓ୍ୱାର', ମହାରାଷ୍ଟ୍ରକୁ ମିଳିବ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ର ୩୧/୦୧: ମହାରାଷ୍ଟ୍ରର ରାଜନୈତିକ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡି ହେବାକୁ ଯାଉଛି । ଶପଥ ନେବେ ସୁନେତ୍ରା ପାୱାର । ଆଜି ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସୁନେତ୍ରା ପାୱାର । ଦିବଂଗତ ଅଜିତ ପାୱାରଙ୍କ ପତ୍ନୀ ସ...

ରେ କିମ୍ବା ସମ୍ବାଦ | 31 Jan 2026 7:55 am

ଆଜି ଭାରତ-ନ୍ୟୁଜିଲାଣ୍ଡ ଅନ୍ତିମ ଟି-୨୦, ସୂର୍ଯ୍ୟଙ୍କ ପ୍ଲେଇଂ ୧୧ରୁ ବାଦ୍ ପଡ଼ିବେ ସଞ୍ଜୁ, ସାମିଲ ହେବେ ଏହି ଖେଳାଳି

ଓଡିଶାଭାସ୍କର:ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଅନ୍ତିମ ଟି-୨୦ ମ୍ୟାଚ୍। ଥିରୁଅନନ୍ତପୁରମରେ ରାତି ୭ଟାରେ ଖେଳାଯିବ ମ୍ୟାଚ୍। ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୩-୧ରେ ଆଗୁଆ ଅଛି। ହେଲେ ଶେଷ ମ୍ୟାଚ୍ ଜିତିବାକୁ ପଡ଼ିଆକୁ ଓହ୍ଲାଇବେ ଉଭୟ ଟିମ୍। ବ୍ୟାଟର ସଞ୍ଜୁ ସାମସନଙ୍କ ଉପରେ ରହିଛି ସମସ୍ତଙ୍କ ନଜର। ହେଲେ ଏପରି ପରିସ୍ଥିତିରେ, ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ବିଜୟ ସହିତ ସିରିଜ ଶେଷ କରିବାକୁ ଚେଷ୍ଟା କରିବ। ବିଜୟ ସୁନିଶ୍ଚିତ କରିବା ପାଇଁ ସୂର୍ଯ୍ୟକୁମାର ଯାଦବ […]

ଓଡ଼ିଶା ଭାସ୍କର 31 Jan 2026 7:42 am

ଆୟକର ବିଭାଗ ଚଢ଼ାଉ : ଭୟରେ ଆତ୍ମହତ୍ୟା କରିଦେଲେ କନଫିଡେଣ୍ଟ ଗ୍ରୁପ୍‌ ପ୍ରତିଷ୍ଠାତା ସିଜେ ରାୟ

କନକବ୍ୟୁରୋ : ରିଅଲ ଇଷ୍ଟେଟ୍‌ କମ୍ପାନି କନଫିଡେଣ୍ଟ ଗ୍ରୁପ୍‌ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସିଜେ ରାୟ ବେଙ୍ଗାଲୁୁରୁସ୍ଥିତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଆୟକର ଚଢ଼ଉ ଭୟରେ ରାୟ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି । ଗୁରୁବାର ଏହି ଘଟଣା ଘଟିଛି। ୫୭ ବର୍ଷୀୟ ରାୟଙ୍କ ଗୁଳିବିଦ୍ଧ ଶରୀର କେନ୍ଦ୍ରୀୟ ବେଙ୍ଗାଲୁରୁର ଲାଙ୍ଗଫର୍ଡ ସହରସ୍ଥିତ ତାଙ୍କ ବାସଭବନରୁ ମିଳିଛି। ରାୟଙ୍କୁ ପ୍ରଥମେ ନିକଟସ୍ଥ ଏକ ହସ୍ପିଟାଲ ଓ ପରେ ନାରାୟଣ ହସ୍ପିଟାଲ ନିଆଯାଇଥିଲା । ଅଧିକ ପଢନ୍ତୁ... ମଧ୍ୟପ୍ରାଚ୍ୟ ଆକାଶରେ ପୁଣି ଯୁଦ୍ଧର କଳା ବାଦଲ : ଆମେରିକା-ଇରାନ ମଧ୍ୟରେ ବଢ଼ିଲା ଯୁଦ୍ଧ ଆଶଙ୍କା କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହା ଆତ୍ମହତ୍ୟା କି ଏଥିରେ ଅନ୍ୟ କିଛି ଷଡ଼୍‌ଯନ୍ତ୍ର ରହିିଛି ତାହା ପୁଲିସ ସ୍ପଷ୍ଟ କରିନି। ପୁଲିସ କହିଛି ଯେ, ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ। ଆମେ ସମସ୍ତ ସମ୍ଭାବନାର ତଦନ୍ତ କରୁଛୁ। ତେବେ ଘଟଣା ଘଟିବା ସମୟରେ ଆୟକର ବିଭାଗ ଅଧିକାରୀମାନେ କନଫିଡେଷ୍ଟ ଗ୍ରୁପ୍‌ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ଉକ୍ତ କମ୍ପାନି ଏକ ଦୀର୍ଘକାଳୀନ ଟାକ୍ସ ବିବାଦରେ ଫସିଛି ଏବଂ କର୍ଣ୍ଣାଟକ ହାଇକୋର୍ଟରେ ଆବେଦନ କରିଛି। କିନ୍ତୁ ଆୟକର ଅଧିକାରୀମାନେ ବେଙ୍ଗାଲୁରୁ ସହରର ରିଚ୍‌ମଣ୍ଡ ରୋଡ୍‌ ଅଞ୍ଚଳରେ ଥିବା ରାୟଙ୍କ ଅଫିସ୍‌ରେ ଚଢ଼ଉ କରିବାର କିଛି ଘଣ୍ଟା ପରେ ସେ ଆତ୍ମହତ୍ୟା କରିଛନ୍ତି। ଗୁଳିଶବ୍ଦ ଶୁଣି ତାଙ୍କ ଷ୍ଟାଫ୍‌ ସଦସ୍ୟମାନେ ତୁରନ୍ତ ରୁମ୍‌ ଭିତରକୁ ଯାଇ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିଥିଲେ। ପୁଲିସ କହିଛି ଯେ, ରାୟ ତାଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ନିଜକୁ ନିଜେ ଗୁଳି ଚଳାଇଛନ୍ତି। ଉକ୍ତ ଘଟଣାରେ ଏକ ମାମଲା ରୁଜୁ ହୋଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ବେଙ୍ଗାଲୁରୁ ସିଟି ପୁଲିସ କମିସନର ସିମନ୍ତ କୁମାର ସିଂହ ଏହି ଘଟଣା ସଂକ୍ରାନ୍ତରେ ସ୍ପଷ୍ଟ କରିଛନ୍ତି ଏବଂ ଗତ ୨ରୁ ୩ ଦିନ ଧରି ଚଢ଼ଉ ଆରମ୍ଭ ହୋଇଥିବା ସେ କହିଛନ୍ତି।

ନିନ୍ଦା 31 Jan 2026 7:36 am

ମଧ୍ୟପ୍ରାଚ୍ୟ ଆକାଶରେ ପୁଣି ଯୁଦ୍ଧର କଳା ବାଦଲ : ଆମେରିକା-ଇରାନ ମଧ୍ୟରେ ବଢ଼ିଲା ଯୁଦ୍ଧ ଆଶଙ୍କା

କନକବ୍ୟୁରୋ : ମଧ୍ୟପ୍ରାଚ୍ୟ ଆକାଶରେ ପୁଣି ଥରେ ଯୁଦ୍ଧର କଳା ବାଦଲ ଘୋଟେଇ ଆସୁଛି। ବିଶ୍ବର ମହାଶକ୍ତି ଆମେରିକା ଏବଂ ଇସ୍‌ଲାମିକ୍ ରାଷ୍ଟ୍ର ଇରାନ ମଧ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା। ଇରାନକୁ ବାରମ୍ବାର ଚେତାବନୀ ଦେଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ। ଅନ୍ୟପଟେ ଇରାନ ମଧ୍ୟ ଆର-ପାର୍ ଲଢେଇ ପାଇଁ ଘୋଷଣା କରିଛି। ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲ୍ଲୀ ଖାମେନେଇ ତାଙ୍କ ସୈନ୍ୟଙ୍କୁ ପ୍ରସ୍ତୁତ କରି ରଖିଛନ୍ତି। କେବଳ ସୈନ୍ୟ ନୁହେଁ, କ୍ଷେପଣାସ୍ତ୍ର ମଧ୍ୟ ପ୍ରସ୍ତୁତ ରଖିଛନ୍ତି । ଅଧିକ ପଢନ୍ତୁ... ଠିକଣାରେ ଚଢ଼ାଉ ପରେ ତାଲିକା କରି ବାଲି ମାଫିଆଙ୍କୁ ଡାକିଲା ଇଡି, କେତେ ଲୁଟିଛ ହିସାବ ମାଗିଲେ ଅଧିକାରୀ ଟ୍ରମ୍ପ ଧମକ ଦେଇ କହିଛନ୍ତି, ଇରାନକୁ ଡିଲ୍ କରିବା ଦରକାର। ନଚେତ୍ ଆଗକୁ ପରିଣାମ ଭୟଙ୍କର ହେବ। ଯେକୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକା ସେନା ପ୍ରସ୍ତୁତ ବୋଲି କହିଛନ୍ତି ଟ୍ରମ୍ପ। ଆମେରିକା, ମଧ୍ୟପ୍ରାଚ୍ୟରେ ଯୁଦ୍ଧଜାହାଜ ଏବଂ ବିମାନ ଶକ୍ତିକୁ ବଢ଼ାଇ ଚାଲିଥିବା ବେଳେ ଏଭଳି ବୟାନ ଦେଇଛନ୍ତି ଟ୍ରମ୍ପ। ରାଷ୍ଟ୍ରପତି ଟ୍ରମ୍ପ ଯୁଦ୍ଧ ବିଭାଗ ପକ୍ଷରୁ ଯାହା ଆଶା କରୁଛନ୍ତି ତାହା ପ୍ରଦାନ କରିବାକୁ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ଯୁକ୍ତରାଷ୍ଟ୍ରର ଯୁଦ୍ଧ ବିଭାଗ ସଚିବ । ଇରାନର ସୁପ୍ରିମ ନେତା ଖାମନେଇଙ୍କ ବିରୋଧରେ ଜୋରଦାର ବିକ୍ଷୋଭ ଜାରି ରହିଛି। ହଜାର ହଜାର ଲୋକେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି। ପ୍ରତିବାଦକୁ ଦମନ କରିବାକୁ ଇରାନର ସୁରକ୍ଷାକର୍ମୀମାନେ ବିକ୍ଷୋଭକରୀଙ୍କୁ ଗୁଳି ମାଡ କରୁଥିବା ଅଭିଯୋଗ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୬ ହଜାରରୁ ଅଧିକ ନାଗରିକଙ୍କ ଜୀବନ ଗଲାଣି। ତେବେ ଆମେରିକାର ବାରମ୍ବାର ଧମକ ସତ୍ତ୍ବେ ଇରାନ ମୁଣ୍ଡ ନୁଆଁଉ ନଥିବା ଦେଖିବାକୁ ମିଳିଛି। ଆମେରିକା କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ଏହାର କଡା ଜବାବ ଦେବାକୁ ଚେତାବନୀ ଦେଇଛନ୍ତି ଇରାନ ସରକାର । -- ଆମେରିକା-ଇରାନ ମଧ୍ୟରେ ବଢ଼ିଲା ଯୁଦ୍ଧ ଆଶଙ୍କା ମଧ୍ୟପ୍ରାଚ୍ୟ ଆକାଶରେ ପୁଣି ଯୁଦ୍ଧର କଳା ବାଦଲ ବାରମ୍ବାର ଚେତାବନୀ ଦେଉଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଇରାନ ମଧ୍ୟ ଆର-ପାର୍ ଲଢେଇ ପାଇଁ ଘୋଷଣା କରିଛି ସୈନ୍ୟଙ୍କୁ ପ୍ରସ୍ତୁତ କରି ରଖିଛନ୍ତି ଇରାନର ସର୍ବୋଚ୍ଚ ନେତା ଖାମେନେଇ କେବଳ ସୈନ୍ୟ ନୁହେଁ, କ୍ଷେପଣାସ୍ତ୍ର ମଧ୍ୟ ପ୍ରସ୍ତୁତ ରଖିଛି ଇରାନ ଇରାନକୁ ଡିଲ୍ କରିବା ଦରକାର ବୋଲି ଧମକ ଦେଇଛି ଆମେରିକା ନଚେତ୍ ଆଗକୁ ପରିଣାମ ଭୟଙ୍କର ହେବ: ଟ୍ରମ୍ପ ମଧ୍ୟପ୍ରାଚ୍ୟରେ ଯୁଦ୍ଧଜାହାଜ ଓ ବିମାନ ଶକ୍ତି ବଢ଼ାଇ ଚାଲିଛି ଆମେରିକା ଆମେରିକାର ବାରମ୍ବାର ଧମକ ସତ୍ତ୍ବେ ମୁଣ୍ଡ ନୁଆଁଉନି ଇରାନ ଆମେରିକା କାର୍ଯ୍ୟାନୁଷ୍ଠାନ ନେଲେ କଡ଼ା ଜବାବ ଦେବାକୁ ଇରାନର ଚେତାବନୀ ---

ନିନ୍ଦା 31 Jan 2026 7:29 am

ସାବଧାନ! ଆଜି ଏହି ରାଶିଙ୍କ ଉପରେ ପଡ଼ିବ ଶନିଦେବଙ୍କ କୋପଦୃଷ୍ଟି, ଉଭାନ ହୋଇଯିବ ସବୁ ସମ୍ପତ୍ତି, ଭିକାରୀ ହୋଇଯିବେ ଆପଣ!

ଓଡିଶାଭାସ୍କର:ଜାନୁଆରୀ ୩୧, ୨୦୨୬, ଅନେକ ରାଶି ପାଇଁ ନୂତନ ଆଶା ଆଣିବ। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିମାନେ କ୍ୟାରିଅର, ଧନ, ସ୍ୱାସ୍ଥ୍ୟ ଏବଂ ପାରିବାରିକ ଜୀବନରେ ସଫଳତା ପାଇବେ ଏବଂ କାହାକୁ ସତର୍କ ରହିବାକୁ ପଡିବ। ମେଷ: ଆଜିର ଦିନ ଆପଣଙ୍କ ପାଇଁ ଅପ୍ରତ୍ୟାଶିତ ଲାଭ ଆଣିବ। ଆପଣଙ୍କୁ ବାହାର କାମ ସହିତ ଘର କାମ ପାଇଁ ସମୟ ବାହାର କରିବାକୁ ପଡିବ। ଆପଣଙ୍କ ଜୀବନସାଥୀ ଆପଣଙ୍କ ସହିତ ଯୁକ୍ତିତର୍କ କରିବାର ସମ୍ଭାବନା ଅଛି। […]

ଓଡ଼ିଶା ଭାସ୍କର 31 Jan 2026 7:28 am

କେନ୍ଦ୍ରାପଡ଼ାରୁ ତିନି ଜଣ ବାଂଲାଦେଶୀଙ୍କୁ ଦେଶାନ୍ତର : ଚିହ୍ନଟ ପରେ କେନ୍ଦ୍ରାପଡ଼ା ପୁଲିସ ଓ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ

କନକବ୍ୟୁରୋ : କେନ୍ଦ୍ରାପଡ଼ାରୁ ୩ ଅନୁପ୍ରବେଶକାରୀ ବାଂଲାଦେଶୀଙ୍କୁ ଦେଶାନ୍ତର। କେନ୍ଦ୍ରାପଡ଼ାରେ ତିନି ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇ ଦିଆଯାଇଛି । ସେମାନେ ହେଲେ ସଦର ଥାନା ଗରପୁର ଅଞ୍ଚଳରେ ରହୁଥିବା ଇସାନ ଖାଁ , ମମତାଜ ଖାଁ ଜେକି ଓ ମହାକାଳପଡ଼ା ଅରୁଣନଗର ଅଞ୍ଚଳରେ ଦୀର୍ଘ ବର୍ଷରୁ ଅମିନା ବିବି ଜେକି ରହି ଆସୁଥିଲେ । ଚିହ୍ନଟ ପରେ ସେମାନଙ୍କୁ ବାଂଲାଦେଶରେ ଛାଡ଼ି ଦିଆଯାଇଛି । ସରକାରଙ୍କ ଅନୁପ୍ରବେଶକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ପରେ କେନ୍ଦ୍ରାପଡ଼ା ପୁଲିସ ଆକ୍ସନ ମୋଡକୁ ଆସିଛି । କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ଚଢାଉ, ପଚରା ଉଚୁରା ପରେ, ଜିଲ୍ଲାରେ ତିନି ଜଣ ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଥିଲା । ଏହାପରେ ବିଏସଏଫ୍ ଜରିଆରେ ତିନି ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପୁଲିସ ଜରିଆରେ ସ୍ୱଦେଶ ପଠାଇ ଦିଆଯାଇଛି। ଅଧିକ ପଢନ୍ତୁ... ଦୁର୍ନୀତିର ପାହାଡ଼ ଉପରେ ଠିଆ ହୋଇଛି ଦାହୁଣଦା ସମବାୟ ସମିତି. ଜାଲ କାଗଜପତ୍ରରେ ୫ କୋଟି ଲୁଟ୍ ---

ନିନ୍ଦା 31 Jan 2026 7:22 am

ଜାନୁଆରୀ ୩୧ ତାରିଖ, ଶନିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ- ଆଜି କୌଣସି କଥାକୁ ନେଇ ମନରେ ହତୋତ୍ସାହ ଭାବ ଆସିପାରେ, ତେଣୁ ନିଜ ଉପରେ ବିଶ୍ୱାସ ରଖନ୍ତୁ । କିନ୍ତୁ ସ୍ୱାସ୍ଥ୍ୟରେ ଉନ୍ନତି ହେବା ଫଳରେ ଆପଣ ଶାରୀରିକ ଭାବେ ସୁସ୍ଥ ଅନୁଭବ କରିବେ । ଧୈର୍ଯ୍ୟର ସହ କାର୍ଯ୍ୟ କଲେ ସମସ୍ତ ସମସ୍ୟାର ସମାଧାନ...

ରେ କିମ୍ବା ସମ୍ବାଦ | 31 Jan 2026 7:19 am

ଏଡସ୍ ରୋଗୀର ଅଭିନୟ ପାଇଁ ମନା କରିଦେଲେ ୩୦ ଜଣ ଆକ୍ଟର, ହେଲେ ୧ ଟଙ୍କାରେ ରାଜି ହୋଇଗଲେ ସଲମାନ୍ ଖାନ

ମୁମ୍ବାଇ: ୨୦୦୪ ମସିହାରେ ରିଲିଜ୍ ହୋଇଥିଲା ଫିଲ୍ମ ‘ଫିର୍ ମିଲେଙ୍ଗେ’। ଏଥିରେ ସଲମାନ ଖାନ ଜଣେ ଏଡସ୍ ରୋଗୀ ଭୂମିକାରେ ଅଭିନୟ କରିଥିଲେ। ସେତେବେଳେ ୩୦ ଜଣ ଅଭିନେତା ଏହି ଭୂମିକାକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ଫିଲ୍ମଟି ବନ୍ଦ...

ରେ କିମ୍ବା ସମ୍ବାଦ | 30 Jan 2026 11:22 pm

ଅଷ୍ଟ୍ରେଲିଆନ ଓପନ ଫାଇନାଲରେ ଜୋକୋଭିଚ୍, କାର୍ଲୋସ ଅଲକାରାଜଙ୍କ ସହ ହେବ ଫାଇଟ୍

ନୂଆଦିଲ୍ଲୀ: ନୋଭାକ୍ ଜୋକୋଭିଚ୍ ବିଶ୍ୱର ନମ୍ୱର ୨ଜାନିକ୍ ସିନରଙ୍କ ହରାଇ ଅଷ୍ଟ୍ରେଲିଆନ ଓପନ ୨୦୨୬ଫାଇନାଲରେ ନିଜ ସ୍ଥାନ ପକ୍କା କରିଛନ୍ତି । ସେ ଏବେ ନିଜର ୨୫ତମ ଗ୍ରାଣ୍ଡସ୍ଲାମ ଠାରୁ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛନ୍ତି । ଫା...

ରେ କିମ୍ବା ସମ୍ବାଦ | 30 Jan 2026 11:13 pm

ଦୁର୍ନୀତିର ପାହାଡ଼ ଉପରେ ଠିଆ ହୋଇଛି ଦାହୁଣଦା ସମବାୟ ସମିତି. ଜାଲ କାଗଜପତ୍ରରେ ୫ କୋଟି ଲୁଟ୍

କନକ ବ୍ୟୁରୋ : ଚାଷୀଙ୍କ ନାଁରେ ୪କୋଟି ୬୭ ଲକ୍ଷର ଋଣ ଠକେଇ। ଜାଲ କାଗଜପତ୍ରରେ ଋଣ ଯୋଗୁଁ ୧୦ ବର୍ଷ ହେବ ସରକାରୀ ସୁବିଧାରୁ ବଞ୍ଚିତ ୧୫ ଶହ ଚାଷୀ । ବାରମ୍ବାର ଜିଲ୍ଲାପାଳଠୁ ଆରମ୍ଭ କରି ବିଭାଗୀୟ ଅଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ। ଋଣ ଦୁର୍ନୀତି ଫାଶରୁ ମୁକୁଳି ପାରୁନାହାନ୍ତି ଚାଷୀ। ଦୁର୍ନୀତିର ପାହାଡ଼ ଉପରେ ଠିଆ ହୋଇଛି ବାଲେଶ୍ୱର ଜିଲ୍ଲା ଭୋଗରାଇର ଦାହୁଣଦା ସେବା ସମବାୟ ସମିତି । ଜାଲ ଦସ୍ତାବିଜ ଦେଇ ଚାଷୀଙ୍କ ନାଁରେ ଋଣ କରି ଖାଇଗଲେ ୪ କୋଟି ୬୭ ଲକ୍ଷ ୧୯ ହଜାର ୨୬୦ ଟଙ୍କା। ୧୦ ବର୍ଷ ହେବ ଋଣ ଟଙ୍କା ପାଇଁ ଅଡ଼ୁଆରେ ପଡ଼ିଛନ୍ତି ୧୫ ଶହ ଚାଷୀ। ସରକାରୀ ତଥ୍ୟ କହୁଛି, ୨୦୧୧ରୁ ୨୦୧୫ ମଧ୍ୟରେ ଦାହୁଣଦା ସମବାୟ ସମିତିରେ ଋଣ ପାଇଁ ପ୍ରାୟ ୨୨ ଶହ ଚାଷୀ ଆବେଦନ କରିଥିଲେ। ୨ଜଣ କର୍ମଚାରୀ କିଛି ଉଚ୍ଚ ପଦାଧିକାରୀଙ୍କୁ ହାତ କରି ମୃତ ଚାଷୀ, ନାବାଳକ ଓ ବଙ୍ଗୀୟ ଚାଷୀଙ୍କ ନାଁରେ ଜାଲ କାଗଜପତ୍ର କରି କୋଟି କୋଟିର ଟଙ୍କା ଆତ୍ମସାତ କରିଛନ୍ତି। ଜଣେ ବିକିଲେ ଧାନ, ଆଉ ଜଣଙ୍କ ଆକାଉଣ୍ଟକୁ ଗଲା ଟଙ୍କା : ସମବାୟ ସମିତି କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁଁ ଭୋଗୁଛନ୍ତି ଚାଷୀ ୨ ଜଣ ନାବାଳକ ଓ ୪୬ ଜଣ ମୃତ ଚାଷୀଙ୍କ ନାଁରେ ଉଠିଛି ୧୫,୭୫,୯୭୬ ଟଙ୍କା, ସାର, ସଦସ୍ୟତା ଫି’, ବିପର୍ଯ୍ୟୟ ସହାୟତା ବାବଦରେ ୧,୮୩,୮୪,୪୬୨ ଟଙ୍କା ଆତ୍ମସାତ୍‌ କରିଥିବା ସ୍ୱତନ୍ତ୍ର ଅଡିଟ୍‌ ରିପୋର୍ଟରୁ ଜଣାପଡ଼ିଥିଲା। ତତ୍କାଳୀନ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ପ୍ରବନ୍ଧକ, ସ୍ୱତନ୍ତ୍ର ଅଡିଟ ଅଧିକାରୀ ଋଣ ହଡ଼ପ ଘଟଣାର ତଦନ୍ତ କରି ସମବାୟ ସମିତିର ଚତୁର୍ଥ ଶ୍ରେଣୀ କର୍ମଚାରୀ ଅନନ୍ତ ବାରିକ ଓ ସମ୍ପାଦକ ସୁବଳ ସାହୁଙ୍କୁ ନିଲମ୍ବନ କରିଥିଲେ। ବାସ୍‌ ସେଇଠି ଅଟକିଗଲା ତଦନ୍ତ। ଋଣ ଫାଶରେ ଫସିଥିବା ଚାଷୀଙ୍କୁ ମୁକାଳିବା ନେଇ ପଦକ୍ଷେପ ନିଆଗଲା ନାହିଁ। ତେଣୁ ଦୀର୍ଘ ବର୍ଷ ହେଲା ପେଶି ହେଉଛନ୍ତି ନିରିହ ଚାଷୀ। ନା ଋଣ ମିଳୁଛି ନା ସରକାରୀ ସହାୟତା। ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ୍ ଅଧିନ ସମବାୟ ସମିତିରେ ୪୦ କୋଟିର ଦୁର୍ନୀତି, ଦୁର୍ନୀତିରେ ସଂପୃକ୍ତ କର୍ମଚାରୀଙ୍କ ପଦୋନ୍ନତି ଅଭିଯୋଗ ଚାଷ ଋଣ ଠକେଇ ମାମଲାର ତଦନ୍ତ ଭିଜିଲାନ୍ସ କରୁଥିବା ବେଳେ ଚାଷୀମାନେ ଜିଲ୍ଲାପାଳ ଠୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଭେଟିଛନ୍ତି। ଋଣ ଜଞ୍ଜାଳରୁ ମୁକ୍ତ କରିବା ପାଇଁ ନେହୁରା ହୋଇଛନ୍ତି। ଗତ ୧୮ ତାରିଖରେ ଭୋଗରାଇ ବ୍ଲକରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ପହଞ୍ଚି ଜିଲ୍ଲାପାଳଙ୍କ ଗୋଡ଼ ତଳେ ବସି ଦୁଃଖ ଜଣାଇଥିଲେ ଜଣେ ଚାଷୀ। ଏହାପରେ ତତ୍କାଳୀନ ସମବାୟ ସମିତିର ସମ୍ପାଦକ ସୁବଳ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଅନ୍ୟ ଅଭିଯୁକ୍ତ ଏବେ ବି ମୁକ୍ତ ଭାବେ ବୁଲୁଛନ୍ତି! ତତ୍କାଳୀନ ସୁପରଭାଇଜର ଅନନ୍ତ କୁମାର ଦାସଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବି ଜୋର ଧରିଛି। ସେପଟେ ଏଥିରେ ନିଜ କୌଣସି ସଂପୃକ୍ତି ନଥିବା କହିଛନ୍ତି ତତ୍କାଳୀନ ସୁପର ଭାଇଜର ତଥା ବର୍ତମାନ ବାଲେଶ୍ୱର ଭଦ୍ରକ ସମବାୟ ବ୍ୟାଙ୍କର ମ୍ୟାନେଜର ଅନନ୍ତ ଦାସ। ଜଣକୁ ଭିଜିଲାନ୍ସ ଗିରଫ କରିବା ପରେ ତଦନ୍ତ ଆଗକୁ ବଢ଼ିବ, ଚାଷୀଙ୍କୁ ନ୍ୟାୟ ମିଳିବ, ଋଣ ଠକେଇ ଫାଶରୁ ୧୫ଶହ ଚାଷୀ ମୁକୁଳିବେ ନା ପୁଣି ଏଇଠି ଧିମେଇ ଯିବ ତଦନ୍ତ। ତାକୁ ନେଇ ସନ୍ଧେହ ବଢ଼ିବାରେ ଲାଗିଛି।

ନିନ୍ଦା 30 Jan 2026 10:47 pm

ରାତାରାତି ବଦଳିଗଲା ବସ୍ତି ବାସିନ୍ଦାଙ୍କ ଭାଗ୍ୟ: ଲଟେରୀ ମାଧ୍ୟମରେ ବଣ୍ଟନ ହେଲା ପକ୍କା ଘର

ଭୁବନେଶ୍ୱର: ଲଟେରୀରେ ଜିତିଲେ ସ୍ୱପ୍ନର ଘର। ବସ୍ତିରେ ରହୁଥିବା ମଳି ମୁଣ୍ଡିଆଙ୍କ ଭାଗ୍ୟ ରାତାରାତି ବଦଳିଗଲା। ବସ୍ତିର ମାଟି ଝାଟି ଘରେ ରହୁଥିଲେ ଏବେ ରହିବେ ପକ୍କା ଘରେ। କମ୍ୟୁନିଟି ସେଣ୍ଟର୍, ଶିଶୁ ପାର୍କର ସୁବିଧା ମିଳିବ। ଭୁବନେଶ୍ଵର ଆମ...

ରେ କିମ୍ବା ସମ୍ବାଦ | 30 Jan 2026 10:33 pm

ବର ଗଛ ତଳେ ୯୦୦ ବର୍ଷ ପୁରୁଣା ଶିବ ମନ୍ଦିର, ଚୋଳ ରାଜାଙ୍କ ସ୍ଥପତିର ପ୍ରମାଣ

ନୂଆଦିଲ୍ଲୀ: ଭାରତର ତାମିଲନାଡୁ ରାଜ୍ୟରେ ଚୋଳ ଯୁଗର ୯୦୦ ବର୍ଷ ପୁରୁଣା ଶିବ ମନ୍ଦିର ଆବିଷ୍କୃତ ହୋଇଛି । କୃଷ୍ଣଗିରି ଜିଲ୍ଲାର ହୋସୁର ନିକଟସ୍ଥ ବେଗିଲି ଗାଁରେ ଏହି ଆବିଷ୍କାର କରାଯାଇଛି । ସ୍ଥାନୀୟ ଶିକ୍ଷୟିତ୍ରୀ ଏବଂ ପ୍ରତ୍ନତତ୍ତ୍ୱ ଗବେଷକ...

ରେ କିମ୍ବା ସମ୍ବାଦ | 30 Jan 2026 10:11 pm

ଗୋପାଳପୁର ବେଳାଭୂମି ମହୋତ୍ସବରେ ମୁଖ୍ୟମନ୍ତ୍ରୀ, ଗଞ୍ଜାମକୁ ୪୯୨ କୋଟି ଟଙ୍କାର ପ୍ରକଳ୍ପ ଭେଟି, କବି ସମ୍ରାଟଙ୍କ ଜୟନ୍ତୀ ରାଜ୍ୟ ଉତ୍ସବ ଘୋଷିତ

ଗୋପାଳପୁର: ଗୋପାଳପୁର ମହୋତ୍ସବ ହେଉଛି ଇତିହାସ, ପରମ୍ପରା, ସଂସ୍କୃତି ଓ ପ୍ରକୃତିର ଏକ ସୁନ୍ଦର ସମନ୍ୱୟ । ଏହି ମହୋତ୍ସବ ମାଧ୍ୟମରେ ଆମେ ଓଡ଼ିଶାର ଅନନ୍ୟତା, ଗଞ୍ଜାମର ଗରିମା ଓ ଆମ ସଂସ୍କୃତିର ଜୀବନ୍ତ ଐତିହ୍ୟକୁ ଉତ୍ସବରେ ପରିଣତ କରୁଛୁ ବୋଲି...

ରେ କିମ୍ବା ସମ୍ବାଦ | 30 Jan 2026 10:04 pm

ରାଜ୍ୟର ସହରାଞ୍ଚଳରେ ପାର୍କର ବଦଳିବ ରୂପରେଖ, କୌଣସି ପ୍ରତିମୂର୍ତ୍ତିର ଅସମ୍ମାନ ସହିବେନି ସରକାର: ମନ୍ତ୍ରୀ ଡଃ ମହାପାତ୍ର

ଭୁବନେଶ୍ୱର: ରାଜ୍ୟର ସହରାଞ୍ଚଳରେ ଜୀବନଧାରଣର ମାନ ବୃଦ୍ଧି ଏବଂ ସର୍ବସାଧାରଣ ସମ୍ପତ୍ତିର ସୁରକ୍ଷା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର। କେବଳ ଭୁବନେଶ୍ୱର କିମ...

ରେ କିମ୍ବା ସମ୍ବାଦ | 30 Jan 2026 10:02 pm

ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବେ ଅଜିତ ପାଓ୍ବାରଙ୍କ ପତ୍ନୀ ସୁନେତ୍ରା

ମୁମ୍ବାଇ: ଦିବଂଗତ ନେତା ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହେବେ। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ସେ ଏହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ସେ ଜାନୁଆରୀ ୩୧ ତାରିଖ (ଶନିବାର) ସନ୍ଧ୍ୟା ୫ଟାରେ ଉପମୁଖ...

ରେ କିମ୍ବା ସମ୍ବାଦ | 30 Jan 2026 10:01 pm

ଯୋଗାଣମନ୍ତ୍ରୀଙ୍କ ବାସଭବନରେ ସହାୟକଙ୍କ ମୃତ୍ୟୁକୁ ନେଇ ବଢ଼ିଲା ସନ୍ଦେହ, ଅଡ଼ୁଆ ବଢ଼ାଇଲା ପୁଲିସର କାର୍ଯ୍ୟ

କନକ ବ୍ୟୁରୋ : ଚର୍ଚ୍ଚାରେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୃଷ୍ଣ ପାତ୍ର ଙ୍କ କ୍ବାର୍ଟର। ମନ୍ତ୍ରୀଙ୍କ ସହୟକଙ୍କ ମୃତ୍ୟୁକୁ ନେଇ ଆରମ୍ଭ ହୋଇଛି ତନାଘନା। କ୍ବାର୍ଟର ଭିତରେ ସହାୟକ ଭାବେ କାମ କରୁଥିଲେ, ପାଟଣାଗଡ ବେଲପଡାର ଶଙ୍କର୍ଷଣ ନାଗ। ୪୬ ବର୍ଷିୟ ଶଙ୍କର୍ଷଣଙ୍କ ସନ୍ଦେହ ଜନକ ମୃ୍ତ୍ୟୁ ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି। କାହିଁକି ନା ଶଙ୍କର୍ଷଣଙ୍କୁ ବୁଧବାର ସକାଳ ସାଢେ ୬ଟାରୁ ମନ୍ତ୍ରୀଙ୍କ କ୍ବାର୍ଟରରୁ ସିଧା କ୍ୟାପିଟାଲ ହସ୍ପିଟାଲ ନିଆ ଯଆଇଥିଲା। ଆଉ ତାପରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଶବ ବ୍ୟବଚ୍ଛେଦ କରାଇ ଶଙ୍କର୍ଷଣଙ୍କ ମୃତ ଦେହକୁ ନିଜ ଗାଁକୁ ପଠାଇ ଦେଇଥିଲା ପୁଲିସ। ତେବେ ଏହିଭଳି ତରବରିଆ ଭାବେ ପୁଲିସର କାର୍ଯ୍ୟ ମନ୍ତ୍ରୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଅଧିକ ପଢ଼ନ୍ତୁ : ଜମିକିଣା ପ୍ରସଙ୍ଗରେ ବଢୁଛି ମନ୍ତ୍ରୀଙ୍କ ଅଡୁଆ: କୃଷ୍ଣ ପାତ୍ରଙ୍କୁ ଟାର୍ଗେଟ କଲା କଂଗ୍ରେସ ମନ୍ତ୍ରୀଙ୍କ କ୍ବାର୍ଟରରେ ସହାୟକଙ୍କ ମୃତ୍ୟୁ ବାବଦରେ ପୁଲିସ ମୁହଁ ଖୋଲୁନଥିବାରୁ ସନ୍ଦେହ ଆହୁରି ବଢିଯାଇଛି। ଜଣେ ସୁସ୍ଥ ଶବଳ ବ୍ୟକ୍ତି ହଠାତ୍ କେମିତି ଅସୁସ୍ଥ ହେଲେ? କେଉଁ କାରଣ ଯୋଗୁଁ ତାଙ୍କୁ ହସ୍ପିଟାଲ ନିଆଗଲା? କିଏ ତାଙ୍କୁ ହସ୍ପିଟାଲରେ ପହଞ୍ଚାଇଥିଲେ? ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇଥିଲା କି ନାହିଁ? ମୃତ୍ୟୁ କାରଣ ନଖୋଜି ପୁଲିସ କାହିଁକି ଅପମୃତ୍ୟୁ ମାମଲା ରୁଜୁ କଲା? ଏଭଳି ଅନେକ ଗୁଡିଏ ଅସମାହିତ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରିବା ସ୍ବାଭାବିକ। ଅଧିକ ପଢ଼ନ୍ତୁ : Minister Krushna Patra : ବିବାଦରେ ମନ୍ତ୍ରୀ କୃଷ୍ଣ ପାତ୍ର : ହେବ କି ଆକ୍ସନ ? ସେପଟେ ଶଙ୍କର୍ଷଣଙ୍କ ମୃତ ଦେହ ତାଙ୍କ ଘରକୁ ଯାଇଥିବା ପୁଲିସ କହୁଥିବା ବେଳେ, ତାଙ୍କ ଘରେ କିନ୍ତୁ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଯଦି ଏହି ଘଟଣାଟି ଅତି ସରଳ ତାହେଲେ, ଏହାକୁ ଜାଣି ଶୁଣି ବିଭ୍ରାନ୍ତ କରାଯାଉଛି କି। ନା ଜାଣିଶୁଣି ଘଟଣାକୁ ଘାଣ୍ଟି ଚକଟି ମନ୍ତ୍ରୀଙ୍କୁ ଫସାଇବା ପାଇଁ କିଏ ଷଡଯନ୍ତ୍ର କରୁଛି।

ନିନ୍ଦା 30 Jan 2026 9:54 pm

ଚାରିପଟେ ପାଣି, ମଝିରେ ଟାପୁ, ତଥାପି ମେଣ୍ଟୁନି ଶୋଷ, ଜଳ ଯନ୍ତ୍ରଣା ଭୋଗୁଛନ୍ତି ଚିଲିକା ଟାପୁରେ ଲୋକ

କନକ ବ୍ୟୁରୋ : ଅକାତକାତ ଚିଲିକା ପାଣି ଭିତରେ ଘର। ହେଲେ ଶୋଷରେ ମରୁଛନ୍ତି ଗାଁ ଲୋକ । ଚିଲିକାର ଟାପୁ ଗାଁ ଭେଟି ବାଉରୀପଲ୍ଲୀରୁ ଆସିଛି ଜଳକଷ୍ଟର ବିକଳ ଚିତ୍ର । ଗାଁ ଲୋକ ବର୍ଷ ବର୍ଷ ଧରି ପ୍ରଶାସନ ପାଖରେ ଗୁହାରି କରୁଛନ୍ତି, ହେଲେ ଲୋକଙ୍କୁ ତାରିଖ ମିଳୁଛି, ପାଣି ମିଳୁନି । ଦେଖନ୍ତୁ ଏହି ସ୍ବତନ୍ତ୍ର ରିପୋର୍ଟ । ଅଧିକ ପଢ଼ନ୍ତୁ : ଚିଲିକା ଖାଉଛି ପଟୁମାଟି : ପ୍ରତିବର୍ଷ ଚିଲିକା ଗର୍ଭରେ ପଶୁଛି ୮ ଲକ୍ଷ ଟନର ପଟୁମାଟି ଚାରିପଟେ ପାଣି, ମଝିରେ ଟାପୁ। ଟାପୁରେ ରହିଛି ଗାଁ। ଚାରିପାଖରେ ଅମାପ ପାଣି, କିନ୍ତୁ ମେଣ୍ଟାଇପାରୁନି ଗାଁ ଲୋକଙ୍କ ଶୋଷ। ଚିଲିକାର ଟାପୁ ଗାଁ ଭେଟି ବାଉରୀ ପଲ୍ଲୀରେ ଜଳକଷ୍ଟ। ଯେଉଁଠି ଗାଈଗୋରୁ ମୁହଁମାରି ପାଣି ପିଅନ୍ତି, ସେହି ଘାଟରୁ ଗରା ବାଲଟିରେ ଘରକୁ ପାଣି ଆଣୁଛନ୍ତି ମହିଳା। ଦଶନ୍ଧି ଦଶନ୍ଧିରୁ ପାନୀୟ ଜଳ ସମସ୍ୟା ଅଛି, ପ୍ରଶାସନ କିନ୍ତୁ ସବୁ ଜାଣି ବେଫିକର ବସିଛି। ବାରମ୍ୱାର ଗାଁ ଲୋକଙ୍କ ଗୁହାରି ସତ୍ତ୍ୱେ । ଅଧିକ ପଢ଼ନ୍ତୁ : ଗାଁରେ ପଶିଲା ଚିଲିକା ପାଣି ; ବୁଡ଼ିଗଲା ମତ୍ସ୍ୟଜୀବୀଙ୍କ ୧୦ ଡଙ୍ଗା ବାରମ୍ବାର ଗୁହାରି ସତ୍ତ୍ୱେ ପିଇବା ପାଣି ବ୍ୟବସ୍ଥା ହେଉନଥିବାରୁ ବ୍ଳକକୁ ଆସି ବିଡିଓଙ୍କୁ ଭେଟି ଦୁଃଖ ଜଣାଇଛନ୍ତି ଗ୍ରାମବାସୀ । ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି ଶୀଘ୍ର ପାଣି ସୁବିଧା ଯୋଗାଇ ଦିଆଯିବ। ସେପଟେ ପାନୀୟ ଜଳ ପ୍ରକଳ୍ପ କନିଷ୍ଠ ଯନ୍ତ୍ରୀ ପୁଣି ତାରିଖ ଦେଇଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି, ଯେଉଁ ପାଣିରେ ଗୋରୁ ଗାଧୋଇବେ, ସେଠୁ ମଣିଷ ପାଣି ପିଇବ କାହିଁକି? ଚାରିପଟେ ପାଣି ଥାଇ ମଣିଷ ଶୋଷରେ ମରିବ କାହିଁକି? ରାଜ୍ୟରେ ସରକାର ବଦଳିଲା ହେଲେ ଲୋକଙ୍କ ସମସ୍ୟା ବଦଳୁ ନାହିଁ। ସରକାରଙ୍କ ଯୋଜନା ଅଛି, ତାହା ସଠିକ କାର୍ୟ୍ୟକାରୀ ହେଉ, ଟାପୁ ଗାଁର ଶୋଷ ବି ମେଣ୍ଟୁ ।

ନିନ୍ଦା 30 Jan 2026 9:45 pm

ପଞ୍ଚାୟତ ନିର୍ବାଚନ ପାଇଁ ରିଭିଜନ ଆରମ୍ଭ କଲେ ପ୍ରମୁଖ ରାଜନୈତିକ ଦଳ, ରୁଦ୍ଧଦ୍ୱାର ବୈଠକ କରି ପ୍ରସ୍ତୁତ କରୁଛନ୍ତି ରଣନୀତି

କନକ ବ୍ୟୁରୋ : ଗାଁ ଗାଁରେ କାହାର ସଙ୍ଗଠନ କେତେ ସୁଦୃଢ? ତୃଣମୂଳସ୍ତରର ଲୋକ କେଉଁ ଦଳ ସହ ଆଗକୁ ବଢିବେ। ଏହାର ସଂକେତ ଦେବ ପଞ୍ଚାୟତ ନିର୍ବାଚନ। ତେଣୁ ୩ ରାଜନୈତିକ ଦଳ ପଞ୍ଚାୟତ ନିର୍ବାଚନରେ ଦମଦାର ପ୍ରଦର୍ଶନ ପାଇଁ ଏବେଠୁ କଷିଲେଣି ଅଙ୍କ । ତୁହାକୁ ତୁହା ବୈଠକ ଓ ଆଲୋଚନା ଭିତରେ ପଞ୍ଚାୟତ ଦଖଲ ପାଇଁ ଚାଲିଛି ପ୍ରସ୍ତୁତି । ତୃଣମୂଳସ୍ତରରେ ସବୁ ଦଳର ସଂଗଠନ ଅସଜଡା ଅବସ୍ଥାରେ ଥିବାବେଳେ, ପଂଚାୟତ ପରୀକ୍ଷା ପାଇଁ ରିଭିଜନ ଆରମ୍ଭ କରିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ। କାରଣ ଆଗାମୀ ପଞ୍ଚାୟତ ନିର୍ବାଚନ ହେଉଛି ସମ୍ମାନର ଲଢେଇ। ୨୦୨୯ ଫାଇନାଲ ପୂର୍ବରୁ ସେମିଫାଇନାଲ ମୁକାବିଲା ମୈଦାନ ସାଜିବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ସେମିଫାଇନାଲରେ ଦମଦାର ପ୍ରଦର୍ଶନ ପାଇଁ ବର୍ଷେ ପୂର୍ବରୁ ଶାସକ ବିଜେପିର କବାଟକିଳା ବୈଠକ। ଛାମୁଆ କର୍ମୀଙ୍କୁ ପଞ୍ଚାୟତ ପରୀକ୍ଷା ପାଇଁ ମନ୍ତ୍ର ଦେଇଛନ୍ତି ମୋହନ ଓ ମନମୋହନ। ଏବେଠୁ ପ୍ରସ୍ତୁତ ନହେଲେ କଥା ସରିଲା। ପଞ୍ଚାୟତ ପରୀକ୍ଷାରେ ଫେଲ୍ ହେଲେ ଦଳର ସାଙ୍ଗଠନିକ ଦୁର୍ବଳତା ପଦାରେ ପଡିବା ସହ ଲୋକଙ୍କ ସରକାର ଲୋକପ୍ରିୟ ନଥିବାର ବାର୍ତ୍ତା ଯିବ। ତେଣୁ ଏଭଳି ସାର୍ଟିଫିକେଟ ନେଇ ସାଧାରଣ ନିର୍ବାଚନକୁ ଓହ୍ଲାଇବାକୁ ଚାହିଁବନି ଦଳ। ତେଣୁ ବିଧାୟକ ଓ ସାଂସଦଙ୍କୁ ପଞ୍ଚାୟତ ଦାୟିତ୍ବ ବଣ୍ଟାଯାଇଛି। ପ୍ରାର୍ଥୀ ଚୟନ ନେଇ ଦଳୀୟ ସ୍ତରରେ କସରତ ଆରମ୍ଭ ହୋଇଛି। ଜିଲ୍ଲା ପରିଷଦ ଆସନକୁ ଟାର୍ଗେଟ୍‌ କରିଛି ଦଳ। ଅଧିକ ପଢ଼ନ୍ତୁ : ଆଗୁଆ ହେବନି, ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ : ବଡ଼ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିସନର ଶାସକ ବିଜେପିର ସଜବାଜ ଭିତରେ ବିରୋଧୀ ବିଜେଡି ମଧ୍ୟ ପଞ୍ଚାୟତ ନିର୍ବାଚନ ପାଇଁ ପାଗ ଭିଡ଼ିଛି। ଦଳର ସୁପ୍ରିମୋ ପାଳି ପାଳି କରି ବିଧାୟକ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ଡାକି ସଙ୍ଗଠନକୁ ସୁଦୃଢ କରିବାକୁ ରଣନୀତି କରୁଛନ୍ତି। ବିଜେଡିର ଭୟ, ଏବେଠୁ ସଙ୍ଗଠନକୁ ନ ସଜାଡ଼ିଲେ ପାରମ୍ପରିକ ଗଡ଼ ଭୁଶୁଡ଼ିଯିବ। ଦଳୀୟ ନେତାଙ୍କ ମଧ୍ୟରେ ଫାଟକୁ ଯୋଡିବାକୁ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ଅଗ୍ନିପରୀକ୍ଷା ଠାରୁ କମ ହେବନି। ସେହିଭଳି ଜିଲ୍ଲାୱାରୀ ବୁଲି କଂଗ୍ରେସର ସଂଗଠନକୁ ସଜାଡିବାକୁ ଉଦ୍ୟମ ଚଳାଇଛନ୍ତି ପିସିସି ମୁଖିଆ। ସାଧାରଣ ନିର୍ବାଚନ ଓ ନୂଆପଡା ଉପ-ନିର୍ବାଚନରେ ପରାଜୟ ପରେ ପଞ୍ଚାୟତ ପରୀକ୍ଷାରେ ପାସ୍ ହେବା ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ।ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିବ ଅସଲ ଲଢେଇ। ତୃଣମୂଳସ୍ତରରେ କାହାର ଦବଦବା ରହିଛି ତାହାର ପ୍ରମାଣପତ୍ର ସାଜିବ ପଞ୍ଚାୟତ ପରୀକ୍ଷା।

ନିନ୍ଦା 30 Jan 2026 9:25 pm

ସରକାରୀ ନିଯୁକ୍ତିରେ କମ୍ପ୍ୟୁଟର ଯୋଗ୍ୟତା ପାଳନକୁ କଢ଼ା ନିର୍ଦ୍ଦେଶ: ଏବେ ଏହି ସଂସ୍ଥାନରୁ ପ୍ରଦତ୍ତ PGDCA ଓ DCA ସର୍ଟିଫିକେଟ୍ ହିଁ କାମରେ ଲାଗିବ

ଭୁବନେଶ୍ୱର: ରାଜ୍ୟରେ ସରକାରୀ, ଅର୍ଦ୍ଧ–ସରକାରୀ ଓ PSU ନିଯୁକ୍ତିରେ କମ୍ପ୍ୟୁଟର ଯୋଗ୍ୟତା ସମ୍ପର୍କିତ ନିୟମକୁ ସଠିକ୍ ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର କଢ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି...

ରେ କିମ୍ବା ସମ୍ବାଦ | 30 Jan 2026 9:23 pm

ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ପରୀ, ୨୦ଟି ପ୍ରେକ୍ଷାଳୟରେ ଭରପୁର ଦର୍ଶକ

ଭୁବନେଶ୍ୱର: ପରୀ ଏକ ନିରୀହ, କୋମଳ ଫୁଲ କଢ଼ି l ତାକୁ ନେଇ ଅନେକ ସ୍ୱପ୍ନ ଥାଏ ବାପା ମାଆଙ୍କରl ମାତ୍ର ଅକାଳରେ ସେ ଝରି ପଡେ କିଛି ଯୌନ ରାକ୍ଷସଙ୍କ ଅତ୍ୟାଚାରରେ l ପଇସା, ପ୍ରତିଷ୍ଠା, ରାଜନୀତି ଆଗରେ କ୍ଷୀଣ ପଡିଯାଏ ବିଚରା ବାପା...

ରେ କିମ୍ବା ସମ୍ବାଦ | 30 Jan 2026 9:19 pm

ଠିକଣାରେ ଚଢ଼ାଉ ପରେ ତାଲିକା କରି ବାଲି ମାଫିଆଙ୍କୁ ଡାକିଲା ଇଡି, କେତେ ଲୁଟିଛ ହିସାବ ମାଗିଲେ ଅଧିକାରୀ

କନକ ବ୍ୟୁରୋ : ଋଷିକୂଲ୍ୟା, ବାହୁଦା ଓ ବଡ଼ ନଦୀକୁ ଲୁଟି ଚାଲିଥିଲେ ବାଲି ମାଫିଆ । ବିନା ୱାଇ ଫର୍ମରେ ଶହ ଶହ କୋଟିର ବାଲି ଲୁଟି ଧ୍ବଂସ କରି ଦେଇଥିଲେ। ଅତର୍କିତ ରେଡ୍ ବେଳେ, ସାମନାକୁ ଆସିଥିଲା ସାଙ୍ଘାତିକ ଚିତ୍ର । ମାଫିଆଙ୍କ ଘରୁ ମିଳିଥିଲା କୋଟି କୋଟି ଟଙ୍କା ଓ ଅଚଳାଚଳ ସମ୍ପତି। ଆଉ ସେହି ଘଟଣାର ଖୋଳତାଡ ପାଇଁ , ଜଣ ଜଣ କରି ଅଫିସକୁ ଘୋଷାଡି, ଘଣ୍ଟା ଘଣ୍ଟା ଘାଣ୍ଟୁଛି ପ୍ରବର୍ତନ ନିର୍ଦେଶାଳୟ। କିଏ, କେବେଠୁ କେତେ ଲେଖାଏଁ ଗିଳିଛ ତାର ହିସାବ ମାଗୁଛି ଇଡି। ଅଧିକ ପଢ଼ନ୍ତୁ : ଆର୍‌ଆଇ ନା ବାଲି ମାଫିଆ ? ବାସ୍କେଙ୍କ ନାଁରେ ସାଂଘାତିକ ଅଭିଯୋଗ ବିଶ୍ବଜିତ ପାତ୍ର । ପୁର୍ବତନ ଛାତ୍ର କଂଗ୍ରେସ ନେତା । ସମନ ପାଇ ଇଡି କାର୍ୟାଳୟରେ ହାଜର ହେବା ପରେ, ତନାଘନା ଆରମ୍ଭ ହୋଇଛି। ବିଶ୍ବଜିତଙ୍କୁ ଘଣ୍ଟା ଘଣ୍ଟା ଜେରା ପରେ, ସଚିନ ପାଢ଼ୀ ଇଡିରେ ହାଜର ହୋଇଥିଲେ। ହୃଷିକେଶ ପାଢୀଙ୍କ ପୁଅ ସଚ୍ଚିନଙ୍କୁ ବି ବାଲି ମାଫିଆ ଲିଙ୍କରେ ପଚରା ଉଚରା କରିଛି ଇଡି ଟିମ୍। ସେପଟେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଉମାନଗରରେ ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲିଙ୍କ ଅଫିସ, ଜୟପ୍ରକାଶ ନଗରଠାରେ ଥିବା ହୃଷୀକେଶଙ୍କ ପୁଅ ସଚିନ ପାଢ଼ୀଙ୍କ ଘର, ବିଜିପୁର କାଳୁଆସାହିରେ ରହୁଥିବା ହକି ଓରଫ ବିଶ୍ୱଜିତ ପାତ୍ରଙ୍କ ଘର, ଗାନ୍ଧୀନଗର ସ୍ଥିତ ଅମ୍ବିକାନଗରରେ ରହୁଥିବା ହରି ପାଢ଼ୀଙ୍କ ଘର, ଟୁର୍‌ ଆଣ୍ଡ୍‌ ଟ୍ରାଭେଲ୍ସ ମାଲିକ ଶିବ ପ୍ରସାଦ ପାଢ଼ୀଙ୍କ ଅମ୍ବିକା ନଗର ସ୍ଥିତ ବାସଭବନ ଓ ଷ୍ଟେସନ୍‌ ସ୍ଥିତ ଟ୍ରାଭେଲ୍ସ ଅଫିସ୍‌, କନିଷି ଗାଁର ବ୍ୟବସାୟୀ ସୁନୀଲ ପାତ୍ରଙ୍କ ଘର, ଆସ୍କା ବ୍ଲକ ଖାରିଆ ସରପଞ୍ଚ ଜୟନ୍ତୀ ସାହୁ ଏବଂ ତାଙ୍କ ସ୍ୱାମୀ ମଦ ଓ ବାଲି ବ୍ୟବସାୟୀ ଭଗବାନ ସାହୁଙ୍କ ବାସଭବନ, ଶେରଗଡ଼ର ବିଜେଡି ନେତା ହୃଷିକେଶ ପାଢ଼ୀଙ୍କ ବାସଭବନରେ ରେଡ୍ ହୋଇଥିଲା। ଆଉ ତଥ୍ୟ ପ୍ରମାଣ ହାତେଇବା ପରେ, ଏ ସମସ୍ତଙ୍କୁ ସମନ କରିଛି ଇଡି। ହେଲେ କେବଳ ଗଞ୍ଜାମର ମାଫିଆଙ୍କୁ ଧରି ଇଡି ଚୁପ୍ ବସିବ ନା ସାରା ରାଜ୍ୟରେ ଥିବା ମାଫିଆଙ୍କୁ ସ୍କାନରକୁ ଆଣିବ? ସେନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡିର ପୂର୍ବତନ ବିଧାୟକ। ଅଧିକ ପଢ଼ନ୍ତୁ : ସରକାରଙ୍କ ନିର୍ଦ୍ଦେଶ ପରେ ଆକ୍ସନରେ ଜିଲ୍ଲା ପ୍ରଶାସନ, ବିଭିନ୍ନ ଜିଲ୍ଲାର ବାଲି ମାଫିଆଙ୍କ ଉପରେ ଚଢ଼ାଉ ବାଲି ଦଲାଲଙ୍କୁ ତନାଘନା ପରେ, ପ୍ରଶାସନିକ ଅଧିକାରୀଙ୍କ ଛାତି ଧଡଧଡ। ବାଲି, ମଦ ବ୍ୟବସାୟୀଙ୍କ ସହ ମିଲି ଭଗତରେ ଥିଲେ ପ୍ରାଶାସନିକ ଅଧିକାରୀ। ମାଫିଆଙ୍କ ଲିଙ୍କ୍‌ରେ ଥିବା କେଉଁ ଅଧିକାରୀ କେମିତି ଓ କେବେଠୁ ମାଲମାଲ୍ ହୋଇଥିଲେ? ସେନେଇ ତଦନ୍ତ ଆରମ୍ଭ ହୋଇଛି।

ନିନ୍ଦା 30 Jan 2026 9:16 pm

ସାଧୁ ସନ୍ଥକୁ ନେଇ ରହିଛି ଅଜବ ନିୟମ, ହୁଏନି ଅନ୍ତିମ ସଂସ୍କାର, ନିଅନ୍ତି ସମାଧି, କିନ୍ତୁ କାହିଁକି…

Sadhvi ki Samadhi: ଯୋଧପୁରରେ କଥାବାଚକ ସାଧ୍ୱୀ ପ୍ରେମ ବାଇସାଙ୍କ ସନ୍ଦିଗ୍ଧ ମୃତ୍ୟୁ ପରେ ବୁଧବାର ତାଙ୍କ ମୃତ ଶରୀରକୁ ଗାଁ ବାଲୋତରାକୁ ଆଣି ସମାଧି ଦିଆଯାଇଛି। ଏହି ସମାଧି କାର୍ଯ୍ୟକ୍ରମରେ ବଡ଼ ସଂଖ୍ୟାରେ ସାଧୁ-ସନ୍ଥ ଓ ଶ୍ରଦ୍ଧାଳୁମାନେ ଉପସ୍ଥିତ ଥିଲେ। ତେବେ ସମାଧି ପରେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି ଯେ, ସନ୍ୟାସ ପରମ୍ପରା ସହ ଜଡିତ ଲୋକମାନଙ୍କର ଦାହ ସଂସ୍କାର କାହିଁକି ହୁଏ ନାହିଁ? ସେମାନଙ୍କୁ କାହିଁକି ଭୂ-ସମାଧି ଦିଆଯାଏ? ସନାତନ ପରମ୍ପରାରେ […]

ଓଡ଼ିଶା ଭାସ୍କର 30 Jan 2026 9:13 pm

ନବ ଦାସଙ୍କ ହତ୍ୟାକାଣ୍ଡ ରହସ୍ୟକୁ ପୁଣି ଜୋର ଧରିଲା ଚର୍ଚ୍ଚା, ସନ୍ଦେହ ବଢ଼ାଇଲା ଝିଅ ଦୀପାଳି ଦାସଙ୍କ ବୟାନ

କନକ ବ୍ୟୁରୋ : ୨୯ ଜାନୁଆରି ୨୦୨୩। ପୂର୍ବତନ ମନ୍ତ୍ରୀ ନବ ଦାସ ଙ୍କୁ ଗୁଳି କରି ହତ୍ୟା କରିଥିଲେ ପୁଲିସ କନେଷ୍ଟବଳ ଗୋପାଳ ଦାସ। ବେଶ କିଛି ଦିନର ହଟଚମଟ, ପ୍ରକୃତ ଦୋଷୀକୁ ଧରିବାକୁ ବିରୋଧୀଙ୍କ ହୋହଲ୍ଲା ଓ ତଦନ୍ତକାରୀ ଦଳର ତନାଘନା ଭିତରେ ଧୀରେ ଧୀରେ ପ୍ରାସଙ୍ଗିକତା ହରାଇଥିଲା ନବ ଦାସଙ୍କ ହତ୍ୟାକାଣ୍ଡ ମାମଲା। ଏହା ଭିତରେ ୩ ବର୍ଷ ବିତିଛି, ହେଲେ କେବଳ ଶ୍ରାଦ୍ଧ ବାର୍ଷିକୀ ଛାଡିଦେଲେ ନବ ଦାସଙ୍କୁ କେହି ମନେ ପକାଇବାର ନଜିର ନାହିଁ। ପରିବାରବର୍ଗ, ପୁଲିସ, ସରକାର ଓ ଗଣମାଧ୍ୟମ, ସମସ୍ତଙ୍କର ଆଭିମୁଖ୍ୟ ସମାନ। ନବଙ୍କୁ ନ୍ୟାୟ ଦେବାକୁ ଯେପରି କାହାରି ବି ଆନ୍ତରିକତା ନାହିଁ। ଅଧିକ ପଢ଼ନ୍ତୁ : ନବ ଦାସଙ୍କ ହତ୍ୟାକୁ ପୂରିଲାଣି ୩ ବର୍ଷ, ଏପର୍ଯ୍ୟନ୍ତ ରହସ୍ୟ ଘେରରେ ହତ୍ୟାର କାରଣ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀରେ ମନେ ପକାଇଛନ୍ତି ଝିଅ ଦୀପାଳି ଦାସ। ବାପାଙ୍କ ସ୍ମୃତିକୁ ମନେ ପକାଇ ଝାରସୁଗୁଡାବାସୀ ପ୍ରିୟ ନେତାଙ୍କୁ ହରାଇଥିବା କହିଛନ୍ତି। ହେଲେ ୩ ବର୍ଷ ଧରି ପରିବାରବର୍ଗଙ୍କ ନୀରବତା, ନବଙ୍କ ହତ୍ୟା ରହସ୍ୟର ଉନ୍ମୋଚନ ପାଇଁ ସେତେଟା ଆଗ୍ରହ ଦେଖାଉନଥିବାର ସଂକେତ ଦେଉଛି। ହେଲେ ଶ୍ରାଦ୍ଧବାର୍ଷିକୀରେ ବାପାଙ୍କୁ ମନେ ପକାଇ ଝିଅ ଦୀପାଳି ଯେଉଁ ବୟାନ ରଖିଛନ୍ତି ତାହା ସନ୍ଦେହ ବଢାଇବା ସହ ପୁଲିସର ଭୂମିକା ଉପରେ ପ୍ରଶ୍ନ ଉଠାଇଛି। ବାପା ୧୨ଟା ୨୭ରେ ଫୋନ୍ କରିଥିଲେ। ୧୨ଟା ୪୫ରେ ବାପାଙ୍କୁ ଗୁଳିମାଡ଼ ହେଲା। ହେଲେ ପୁଲିସ ଏଫଆଇଆରରେ ନବଙ୍କୁ ଗୁଳିମାଡର ସମୟ ୧୨ଟା ୧୫ ବୋଲି ଉଲ୍ଲେଖ ରହିଛି। ପ୍ରଶ୍ନ ଉଠୁଛି, ପୁଲିସ ଏଫଆଇଆର୍‌ ଓ ଦୀପାଳିଙ୍କ ବୟାନ ମଧ୍ୟରୁ କେଉଁଟା ସତ? କାହିଁକି ଏତେ ଦିନ ଧରି ମୁହଁ ଖୋଲିନଥିଲେ ଦୀପାଳି? ତଦନ୍ତକାରୀ ଦଳକୁ ଏ ବାବଦରେ କହିଛନ୍ତି ତ ଦୀପାଳି? ଅଧିକ ପଢ଼ନ୍ତୁ : ନବ ଦାସଙ୍କ ବିଭିନ୍ନ ଠିକଣାରେ ଆୟକର ଯାଞ୍ଚ ଜାରି, ପୁଅ ବିଶାଳ ଦାସଙ୍କ ଆଗରେ ଜରୁରୀ କାଗଜ ପତ୍ରର ଚାଲିଛି ଯାଞ୍ଚ ଦୀପାଳିଙ୍କ ବୟାନ ଅନେକ ପ୍ରଶ୍ନକୁ ଜନ୍ମ ଦେଇଥିବା ବେଳେ ପୁଣି ସେହି ତଦନ୍ତ ଆଳ ଦେଇ ସମୟ ଗଡାଇବାକୁ ଚାହିଛନ୍ତି ଆଇନମନ୍ତ୍ରୀ। ଷଡଯନ୍ତ୍ର ଓ ସମ୍ପୃକ୍ତିକୁ ନେଇ ଆମୂଳଚୂଳ ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଖୁବଶୀଘ୍ର ନିର୍ୟାସ ବାହାରିବ ବୋଲି ଆଶ୍ବସ୍ତ କରିଛନ୍ତି ପୃଥ୍ବୀରାଜ। ହେଲେ ପ୍ରଶ୍ନ ଉଠୁଛି, ବିରୋଧୀ ଦଳରେ ଥାଇ ନବଙ୍କ ହତ୍ୟାକାରୀକୁ ଧରିବାକୁ ଯେଉଁ ଆଭିମୁଖ୍ୟ ବିଜେପି ଦେଖାଇଥିଲା ସରକାରକୁ ଆସିବା ପରେ ତାହା କାହିଁକି ଶିଥିଳ ପଡ଼ିଯାଇଛି? ଅନ୍ୟପଟେ ସିବିଆଇ ତଦନ୍ତ ଦାବି କରି ବିଜେପି ସରକାରର କୋର୍ଟକୁ ବଲ ଗଡାଇଛି ବିଜେଡି। ନବ ହତ୍ୟାକାଣ୍ଡର ତଦନ୍ତ କେତେ ବାଟ ଗଲା ତାହା କାହାକୁ ଜଣାନାହିଁ। ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ହତ୍ୟାକାଣ୍ଡ ତଦନ୍ତର ନିଷ୍କର୍ଷ ଯଦି ଏତେ ବିଳମ୍ବିତ ତେବେ ସାଧାରଣ ଲୋକଙ୍କ କ୍ଷେତ୍ରରେ ତଦନ୍ତ କେତେ ତ୍ବରିତ୍ବ ବେଗରେ ହେଉଥିବ, ତାହା ସବୁଠୁ ବଡ଼ ପ୍ରଶ୍ନ।

ନିନ୍ଦା 30 Jan 2026 9:08 pm

ଚତୁର୍ଥ ଆସନକୁ ନେଇ ରୋଚକ ହେଉଛି ରାଜ୍ୟସଭା ଗଣିତ, ବିଜେପି ଓ କଂଗ୍ରେସକୁ ସମର୍ଥନ ମାଗିବାକୁ ବିଜେଡି କରୁଛି ରଣନୀତି

କନକ ବ୍ୟୁରୋ : ରାଜ୍ୟସଭା ବିଗୁଲ ବାଜିନି, କିନ୍ତୁ ସଂଖ୍ୟା ଗଣିତକୁ ଆଧାର କରି ନେତା ହିସାବ କିତାବ କଲେଣି । ପ୍ରଥମେ କଂଗ୍ରେସ, ପରେ ବିଜେପି ଆଉ ଏବେ ବିଜେଡି ଚତୁର୍ଥ ଆସନକୁ ନେଇ ଦମ୍ଭୋକ୍ତି ଦେଖାଇଛନ୍ତି। ଆବଶ୍ୟକ ହେଲେ ସମର୍ଥନ ମାଗିବେ ବୋଲି କହିଛନ୍ତି। ପୂର୍ବରୁ ଅନେକ ଥର ରାଜ୍ୟସଭା ଆସନକୁ ବିଜେପି ହାତକୁ ଟେକି ଦେଇଥିବା ବିଜେଡି ନେତାଙ୍କ ଏଭଳି ବୟାନ ଚର୍ଚ୍ଚାର ବିଷୟ ହୋଇଛି। ଅଧିକ ପଢ଼ନ୍ତୁ : ଯିଏ ଅଙ୍କ କଷିକି ସଂଖ୍ୟା ବଢ଼ାଇବ, ସେ ଚତୁର୍ଥ ସିଟ୍ ହାତେଇବ; ରାଜ୍ୟସଭା ରେସକୁ ନେଇ ବିଶ୍ୱେଶ୍ୱରଙ୍କ ବଡ଼ ବୟାନ ରାଜ୍ୟସଭା ନିର୍ବାଚନ ନେଇ ତାରିଖ ଆସିନି, ହେଲେ ରୋଚକ ହେଲାଣି ରାଜ୍ୟସଭା ଗଣିତ। ଚତୁର୍ଥ ଆସନ ପାଇଁ ସମର୍ଥନ ଯୋଗାଡ଼ କରିବା ପାଇଁ ତିନି ରାଜନୈତକ ଦଳ ରଣନୀତି ପ୍ରସ୍ତୁତ କରୁଛନ୍ତି। ବିଜେପି ଓ କଂଗ୍ରେସ ବିଜେଡି ଉପରେ ଆଖି ପକାଇଛନ୍ତି। ଏତିକିବେଳେ ବଡ ସଂକେତ ଦେଇଛି ବିଜେଡି। ପୂର୍ବରୁ ଏକାଧିକ ଥର ବିଜେପିକୁ ହୃଦୟ ଖୋଲି ସମର୍ଥନ ଦେଇଥିବା ଏବେ ଭାଗ ମାଗିବାକୁ ଅଣ୍ଟା ଭିଡିଛି। ରାଜ୍ୟସଭା ଚତୁର୍ଥ ଆସନ ପାଇଁ ନୂଆ ରଣନୀତି ସହ ଆଗକୁ ବଢ଼ୁଛନ୍ତି ବିଜେଡି ସୁପ୍ରିମୋ। ବିଜେଡିର ବରିଷ୍ଠ ବିଧାୟକ ମନୋହର ରନ୍ଧାରୀ କହିଛନ୍ତି, ଚତୁର୍ଥ ଆସନ ହାତେଇବା ପାଇଁ ନବୀନ ଗୁପ୍ତ ରଣନୀତି କରୁଛନ୍ତି । ଉଭୟ ବିଜେପି ଓ କଂଗ୍ରେସର ସହଯୋଗ ମିଳିବା ନେଇ ଆଶାବାଦୀ ଅଛୁ । ଚବିଶ ବର୍ଷ ଭିତରେ ନବୀନଙ୍କୁ ୟୁପିଏ ଓ ଏନଡିଏ ସର୍ବମାନ୍ୟ ନେତା ମାନିଛନ୍ତି । ନୈତିକ ଆଧାରରେ ଦୁଇ ଦଳ ଆମକୁ ସମର୍ଥନ ଦେବେ । ଅଧିକ ପଢ଼ନ୍ତୁ : ଆସିନି ତାରିଖ, ବଢ଼ିଲାଣି ରାଜ୍ୟସଭା ତାତି : ଚତୁର୍ଥ ଆସନକୁ ନେଇ ହଟଚମଟ ଭିତରେ ଚର୍ଚ୍ଚାରେ ପୃଥ୍ବୀରାଜ-ଦିଲ୍ଳୀପ ରାୟଙ୍କ ଭେଟଘାଟ ଶାସକ ଦଳର ଜଣେ ପରେ ଜଣେ ନେତା କହୁଛନ୍ତି, ରାଜ୍ୟସଭାର ଚତୁର୍ଥ ଆସନ ବିଜେପି ଖାତାକୁ ଯିବ। ପୃଥ୍ବୀରାଜ ହରିଚନ୍ଦନ, ସୁରେଶ ପୂଜାରୀ, ବାବୁ ସିଂ, ବଳଭଦ୍ର ମାଝୀ ଏନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଦରକାର ପଡ଼ିଲେ ବିଜେଡିର ମଧ୍ୟ ସମର୍ଥନ ନିଆଯିବ। ହେଲେ ଏବେ ବିଜେଡି ସମର୍ଥନ ମାଗିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ବାବୁ ସିଂ କହିଛନ୍ତି, ସମୟ ଆସିଲେ ସବୁ ଜଣାପଡ଼ିବ । ରାଜ୍ୟସଭା ଚତୁର୍ଥ ଆସନ ପାଇଁ କଂଗ୍ରେସ ନବୀନଙ୍କ ସମର୍ଥନ ଲୋଡିବ ବୋଲି ଦୁଇ ଦିନ ତଳେ ଘୋଷଣା କରିଛନ୍ତି ପିସିସି ସଭାପତି। ଅନ୍ୟପଟେ ବିଜେପି ଓ ବିଜେଡି ମିଶିକି ଅଛନ୍ତି ବୋଲି କଂଗ୍ରେସ ଚର୍ଚ୍ଚା ହେଉଛି। ତେଣୁ ଆଗକୁ ଉଭୟ ବିଜେପି ଓ ବିଜେଡି, କିଏ କାହାକୁ ସମର୍ଥନ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର।

ନିନ୍ଦା 30 Jan 2026 8:57 pm

ୟୁ-ଟର୍ଣ୍ଣ ମାରିଲା ICC, ବିଶ୍ଵକପରେ ଏଣ୍ଟ୍ରୀ କଲା ବାଂଲାଦେଶ, ଜାଣନ୍ତୁ ପୁରା ଖବର…

T-20 World Cup: ଟି-୨୦ ବିଶ୍ଵକପ୍‌ ୨୦୨୬ରୁ ବାଂଲାଦେଶ ଆଧିକାରିକ ଭାବେ ବାହାରି ଯାଇଛି। ପଡ଼ୋଶୀ ଦେଶ ଭାରତରେ ସୁରକ୍ଷା ନେଇ ଚିନ୍ତା ପ୍ରକାଶ କରି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଅସ୍ୱୀକାର କରିଥିଲା। ବାଂଲାଦେଶ ICCଙ୍କୁ ଭେନ୍ୟୁ ପରିବର୍ତ୍ତନ ପାଇଁ ଅନୁରୋଧ ମଧ୍ୟ କରିଥିଲା, କିନ୍ତୁ ICC ଏହାକୁ ମଞ୍ଜୁର କରିନଥିଲା। ଏହା ପରେ ICC ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇ ବାଂଲାଦେଶକୁ ପରୋକ୍ଷ ଭାବେ ଟୁର୍ଣ୍ଣାମେଣ୍ଟରେ “ଏଣ୍ଟ୍ରୀ” ଦେଇଛି। ଶୁକ୍ରବାର (୩୦ ଜାନୁଆରୀ) ICC ମ୍ୟାଚ୍‌ ଅଫିସିଆଲ୍‌ଙ୍କ […]

ଓଡ଼ିଶା ଭାସ୍କର 30 Jan 2026 8:53 pm

VIDEO: ପଦ୍ମନାଭସ୍ୱାମୀଙ୍କ ଶରଣରେ ଟିମ୍ ଇଣ୍ଡିଆ, ପାରମ୍ପରିକ ପୋଷାକରେ ନଜର ଆସିଲେ ଖେଳାଳି

ଥିରୁଅନନ୍ତପୁରମ୍: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ୍ ଜାନୁଆରୀ ୩୧ (ଶନିବାର) ତିରୁଅନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ, ଟ...

ରେ କିମ୍ବା ସମ୍ବାଦ | 30 Jan 2026 8:23 pm

ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ୍, ଉପମୁଖ୍ୟମନ୍ତ୍ରୀ ହେବେ ଅଜିତଙ୍କ ପତ୍ନୀ, କାଲି ନେବେ ଶପଥ

Sunetra Pawar: ବରିଷ୍ଠ ନେତା ଅଜିତ ପାୱାରଙ୍କ ମୃତ୍ୟୁ ପରେ, ମହାରାଷ୍ଟ୍ରର ପରବର୍ତ୍ତୀ ଉପମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଶେଷରେ ଏନେଇ ନିଷ୍ପତ୍ତି ନେଇଛି ଦଳ । ଆଜି ଦିବଂଗତ ନେତା ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ର ପାୱାର ଏବଂ ପରିବାର ପରାମର୍ଶଦାତା ନରେଶ ଆରୋରାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସୁନେତ୍ର ପାୱାର, ପାର୍ଥ, ଜୟ ପାୱାର ଏବଂ ନରେଶ ଆରୋରାଙ୍କ ମଧ୍ୟରେ ଏହି ବୈଠକ […]

ଓଡ଼ିଶା ଭାସ୍କର 30 Jan 2026 8:22 pm

ସମ୍ ନର୍ସିଂ କଲେଜର ବାର୍ଷିକ ଉତ୍ସବ ‘ରିଦିମ୍ -୨୦୨୬’ ଆୟୋଜିତ

ଭୁବନେଶ୍ୱର ୩୦/ ୦୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ (ଏସ୍ଏନ୍ସି)ର ୨୦୨୫-୨୬ ବ୍ୟାଚରପ୍ରଥମ ବର୍ଷ ବିଏସ୍‌ସିନର୍ସିଂ ଏବଂ ଜିଏନ୍ଏମ୍ ଛାତ୍ରଛାତ୍ରୀମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ତଥା କଲେଜର...

ରେ କିମ୍ବା ସମ୍ବାଦ | 30 Jan 2026 8:19 pm

ଉପ-ମୁଖ୍ୟମନ୍ତ୍ରୀ ହେବେ ସୁନେତ୍ରା ପାୱାର, ଆସନ୍ତା କାଲି ନେବେ ଶପଥ

କନକ ବ୍ୟୁରୋ : ଅଜିତ ପାଵାରଙ୍କ ମୃତ୍ୟୁ ପରେ, ମହାରାଷ୍ଟ୍ର ରାଜନୀତିରେ ହଲଚଲ ଦେଖିବାକୁ ମିଳୁଛି । କିଏ ହେବ ଉପ-ମୁଖ୍ୟମନ୍ତ୍ରୀ ସେନେଇ ମଧ୍ୟ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଏହା ସ୍ପଷ୍ଟ ହୋଇଛି । ସୁନେତ୍ରା ପାୱାର ଫଡନଭିସ୍ ସରକାରରେ ଉପମୁଖ୍ୟମନ୍ତ୍ରୀ ହେବା ସହ ଆସନ୍ତା କାଲି ସେ ପଦ ଓ ଗୋପନୀୟତାର ଶପଥ ପାଠ ନେବେ ବୋଲି ସ୍ପଷ୍ଟ ହୋଇଛି । ସେପଟେ ଦୁଇ ଏନସିପି ଗୋଷ୍ଠୀ ଏକାଠି ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଛେଦ ପଡ଼ିଛି । ଦୁଇ ଏନସିପି ଗୋଷ୍ଠୀ କେବେ ଏକାଠି ହୋଇପାରିବେ ନାହିଁ ବୋଲି ପୂର୍ବରୁ ବିଜେପି ରାଜ୍ୟସଭା ସାଂସଦ ଧନଞ୍ଜୟ ମହାଦିକ କହିଥଲେ । ଏବେ ଯାହା ସତ୍ୟ ପ୍ରମାଣିତ ହେବାକୁ ଯାଉଛି । ଅଧିକ ପଢ଼ନ୍ତୁ : ପାୱାରଙ୍କ ପାୱାର ଡିନର'କୁ ନେଇ ମହାରାଷ୍ଟ୍ର ରାଜନୀତିରେ ହଲଚଲ, ଯୋଗଦେଲେ ଅଜିତ୍ ପାୱାର କେବଳ ସେତିକି ନୁହେଁ ସେ କହିଥିଲେ, ଉଭୟଙ୍କ ପାଖରେ ପ୍ରବଳ ଶକ୍ତି ଅଛି, ୪୦ ବିଧାୟକ ଏବଂ ୧୦ ସାଂସଦ ଅଛନ୍ତି, ତେଣୁ ସେମାନେ ଏକ ହେବା ଉଚିତ। ସେ ଏହା ମଧ୍ୟ କହିଛନ୍ତି କି ଯଦି ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯାଏ, ତେବେ ସେ ପ୍ରଭାବଶାଳୀ ଭାବରେ କାମ କରିପାରିବେ। ତାଙ୍କ ପାଖରେ ଏବେ ରାଜ୍ୟସଭା ଅଭିଜ୍ଞତା ମଧ୍ୟ ଅଛି । ଏଠାରେ କହିରଖୁଛୁ କି, ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ୨୦୨୪ ଲୋକସଭା ନିର୍ବାଚନରେ ବାରାମତୀ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏଠାରେ ତାଙ୍କର ମୁକାବିଲା ଅଜିତ ପାୱାରଙ୍କ ସମ୍ପର୍କୀୟ ଭଉଣୀ ସୁପ୍ରିୟା ସୁଲେଙ୍କ ସହ ହୋଇଥିଲା। ସୁଲେ ତାଙ୍କୁ ପରାସ୍ତ କରିଥିଲେ। ଏହା ସୁନେତ୍ରା ପାୱାରଙ୍କ ରାଜନୈତିକ ଭବିଷ୍ୟତ ଉପରେ ପ୍ରଶ୍ନ ଉଠାଇଥିଲା। ତା''ପରେ ଅଜିତ ପାୱାର ତାଙ୍କ ପତ୍ନୀଙ୍କୁ ରାଜ୍ୟସଭାକୁ ପଠାଇବାକୁ ନିଷ୍ପତ୍ତି ନେଇଥିଲେ ଏବଂ ସେ ସଂସଦର ଉଚ୍ଚ ସଦନର ସଦସ୍ୟ ହୋଇଥିଲେ। ୨୫ ଜୁନ୍ ୨୦୨୫ରେ ସୁନେତ୍ରା ପାୱାର ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେଇଥିଲେ। ସେବେଠାରୁ ସେ ସଦସ୍ୟ ଅଛନ୍ତି। ଏସବୁ ଭିତରେ ମହାରାଷ୍ଟ୍ର ରାଜନୈତିକ ଗତିବିଧି ସ୍ପଷ୍ଟ ବାରି ହୋଇଯାଉଛି। ବରିଷ୍ଠ ଏନସିପି ନେତାମାନେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଛନ୍ତି। ଏନସିପି ନେତାଙ୍କ ସହ ଫଡନାଭିସଙ୍କ ବୈଠକ ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିଲା। ଉପସ୍ଥିତ ନେତାମାନଙ୍କ ମଧ୍ୟରେ ଛଗନ ଭୁଜବଳ, ଏନସିପିର ଜାତୀୟ କାର୍ୟ୍ୟକାରୀ ସଭାପତି ପ୍ରଫୁଲ ପଟେଲ, ଏନସିପି ମୁମ୍ବାଇ ମୁଖ୍ୟ ସୁନୀଲ ତତକରେ ଓ ଧନଞ୍ଜୟ ମୁଣ୍ଡେ ପ୍ରମୁଖ ସାମିଲ ଥିଲେ।

ନିନ୍ଦା 30 Jan 2026 8:18 pm

କନଫିଡେଣ୍ଟ ଗ୍ରୁସ୍ ଅଧ୍ୟକ୍ଷ ସିଜେ ରୟଙ୍କ ମୃତ୍ୟୁ, ଆୟକର ବିଭାଗର ଚଢାଉ ଭିତରେ ଆତ୍ମହତ୍ୟା କରିଥିବା ସନ୍ଦେହ

ବେଙ୍ଗାଲୁରୁ: ଉଦ୍ୟୋଗ ଜଗତକୁ ଦୋହଲାଇ ଦେଲା ଭଳି ଖବର ସାମନାକୁ ଆସିଛି । ଦକ୍ଷିଣ ଭାରତର ପ୍ରତିଷ୍ଠିତ କନଫିଡେଣ୍ଟ ଗ୍ରୁପର ମାଲିକ ସିଜେ ରୟଙ୍କ ଶୁକ୍ରବାର ପରଲୋକ ହୋଇଛି । ୫୭ ବର୍ଷୀୟ ସିଜେ ରୟ କେନ୍ଦ୍ରୀୟ ବେଙ୍ଗାଲୁରୁରେ ଥିବା ତାଙ୍କ କାର୍ଯ୍...

ରେ କିମ୍ବା ସମ୍ବାଦ | 30 Jan 2026 8:00 pm

Airtelର ଦମଦାର ଫ୍ୟାମିଲି ପ୍ଲାନ, ଗୋଟିଏ ରିଚାର୍ଜରେ ଚାଲିବ ୨ଟା ସିମ୍, ୧୦୫ ଜିବି ଡାଟା ସହ ଉଠେଇବେ OTT ଲାଭ

Airtel Family Pack: ଏୟାରଟେଲ ତାର ୟୁଜର୍ସମାନଙ୍କ ପାଇଁ ଏକ ବିଶେଷ ପୋଷ୍ଟପେଡ୍ ପ୍ଲାନ ଆଣିଛି, ଯେଉଁଥିରେ ଗୋଟିଏ ପ୍ଲାନରେ ଦୁଇଟି ସିମ୍‌ କାର୍ଡ ବ୍ୟବହାର କରିପାରିବେ। ସବସ୍କ୍ରାଇବର ସଂଖ୍ୟା ମାମଲାରେ ଦେଶର ଦ୍ୱିତୀୟ ସବୁଠାରୁ ବଡ଼ ଟେଲିକମ୍ କମ୍ପାନୀ ଏୟାରଟେଲ ଏହାକୁ Infinity Family Postpaid Plan ଭାବରେ ଲଞ୍ଚ କରିଛି। ଗୋଟିଏ ପ୍ଲାନରେ ଦୁଇ ସିମ୍ ଏୟାରଟେଲର ଏହି ଇନଫିନିଟି ଫ୍ୟାମିଲି ପ୍ଲାନର ମୂଲ୍ୟ ମାସକୁ ୬୯୯ ଟଙ୍କା । ଏହା ଏକ ମନ୍ଥଲି […]

ଓଡ଼ିଶା ଭାସ୍କର 30 Jan 2026 7:58 pm

ଅଷ୍ଟ୍ରେଲିଆ ଓପନ୍ ଫାଇନାଲରେ ପହଞ୍ଚିଲେ ଆଲକାରାଜ୍ , ସେମିଫାଇନାଲରେ ଆଲେକଜାଣ୍ଡାର ଜେଭରେଭଙ୍କୁ କଲେ ପରାସ୍ତ

କନକ ବ୍ୟୁରୋ : ବିଶ୍ବର ନଂ୧ ଟେନିସ୍ ଖେଳାଳି ସ୍ପେନର କାର୍ଲୋସ୍ ଆଲକାରାଜ୍ ଅଷ୍ଟ୍ରେଲିଆନ ଓପନ ପୁରୁଷ ଏକକ ଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ତୀବ୍ର ପ୍ରତିଦ୍ବନ୍ଦ୍ବିତାମୂଳକ ସେମିଫାଇନାଲରେ ସେ ଆଲେକଜାଣ୍ଡାର୍ ଜେଭରେଭଙ୍କୁ ୬-୪, ୭-୬,୬-୭,୬-୭,୭-୫ ସେଟରେ ପରାସ୍ତ କରିଛନ୍ତି। ଏହି ପ୍ରତିଯୋଗିତାଟି ପ୍ରାୟ ୫ ଘଣ୍ଟା ୨୭ ମିନିଟ୍ ପର୍ୟ୍ୟନ୍ତ ଚାଲିଥିଲା। ଫାଇନାଲରେ ତାଙ୍କର ମୁକାବିଲା ନୋଭାକ୍ ଜୋକୋଭିକ୍ କିମ୍ବା ଜାନିକ୍ ସିନରଙ୍କ ସହ ହେବ ।ଏହି ମ୍ୟାଚ୍ ଜିତିବା ପରେ ସେ କହିଛନ୍ତି, ୩ୟ ସେଟ୍ ସମୟରେ ମୁଁ କିଛିଟା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏହା ମୋ କ୍ୟାରିୟରର ସବୁଠାରୁ ଶାରୀରିକ ପରିଶ୍ରମଭରା ମ୍ୟାଚ୍ ଥିଲା। କିନ୍ତୁ ମୁଁ ଶେଷ ବଲ୍ ପର୍ୟ୍ୟନ୍ତ ସଂଘର୍ଷ କରି ଜିତିଥିଲି। ଅଧିକ ପଢ଼ନ୍ତୁ : ଝିଅକୁ କରିଥିଲେ ଟେନିସ୍ ଖେଳାଳି ; ଶେଷରେ ନିଜେ ଗୁଳି କରି ହତ୍ୟା କଲେ ଆଲକାରାଜଙ୍କର ଏହା ପ୍ରଥମ ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲ୍ ଓ ଫାଇନାଲରେ ଜିତିଲେ ସେ ନିଜ କ୍ୟାରିୟରର ପ୍ରଥମ କ୍ୟାରିୟର୍ ସ୍ଲାମ୍ (୪ଟି ଯାକ ଗ୍ରାଣ୍ଡସ୍ଲାମ୍) ଜିତିବେ। ସେ ପୂର୍ବରୁ ଅନ୍ୟ ତିନୋଟି ଗ୍ରାଣ୍ଡସ୍ଲାମ୍ ଫ୍ରେଞ୍ଚ୍ ଓପନ୍, ୟୁଏସ୍ ଓପନ୍ ଓ ଓ୍ବିମ୍ବିଲଡନ୍ ଜିତିଥିବାବେଳେ ଅଷ୍ଟ୍ରେଲିଆନ୍ ଓପନ ଜିତିଲେ ତାଙ୍କର କ୍ୟାରିୟର୍ ସ୍ଲାମ ପୂରଣ ହେବ।

ନିନ୍ଦା 30 Jan 2026 7:56 pm

୧୦ ବର୍ଷ ଏକାଠି ରହୁଥିଲେ, ନିର୍ବନ୍ଧ ପୂର୍ବରୁ ସାଙ୍ଗକୁ ଛୁରୀ ଭୁସି ମାରିଦେଇଥିଲେ, ଏବେ…

ଭୁବନେଶ୍ବର ୩୦।୧: ମହିଳା ହତ୍ୟାକାରୀକୁ ଆଜୀବନ ସଜା । ସମ୍ପର୍କ ପାଇଁ ସାଙ୍ଗକୁ କରିଥିଲା ହତ୍ୟା । ଭୁବନେଶ୍ବର ଲିଙ୍ଗରାଜ ଥାନା ଅଧୀନ ଗୌରୀ ନଗରରେ ଅଳକା ନନ୍ଦ ଦାସ ହତ୍ୟାକାଣ୍ଡ ଘଟଣାରେ ରାୟ ଶୁଣାଇଛନ୍ତି କୋର୍ଟ । ହତ୍ୟାକାଣ୍ଡ ମାମଲାରେ ହତ୍...

ରେ କିମ୍ବା ସମ୍ବାଦ | 30 Jan 2026 7:32 pm

ମାଷ୍ଟର ସେଫ୍ ଇଣ୍ଡିଆରେ ପୁରୀର ଦୁଇ ଭଉଣୀ ଅଞ୍ଜୁ ଆଉ ମଞ୍ଜୁ ଯୋଡ଼ି, ୧୦୦  ପ୍ରତିଯୋଗୀଙ୍କୁ ପଛରେ ପକାଇ ଶ୍ରେଷ୍ଠ ୧୨ ରେ ପକ୍କା କଲେ ସ୍ଥାନ

କନକ ବ୍ୟୁରୋ : ସୋନି ଟିଭିର ଲୋକପ୍ରିୟ ରିୟାଲିଟି ସୋ ମାଷ୍ଟର ସେଫ ଇଣ୍ଡିଆରେ ପୁରୀର ପୂର୍ବତନ କାଉନସିଲର। ଫାଇନାଲ୍‌ ରାଉଣ୍ଡରେ ଦୁଇ ଭଉଣୀ ଅଞ୍ଜୁ-ମଞ୍ଜୁଙ୍କ ଯୋଡ଼ି କୋଲକାତା ରାଉଣ୍ଡରେ ‘ଫିସ ୱେଲିଙ୍ଗଟନ୍‌’ପ୍ରସ୍ତୁତ କରି ବିଚାରକଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି । R୩ ଜଣ ବିଚାରକ ବିକାଶ ଖାନ୍ନା, ରଣବୀର ବ୍ରାର ଓ କୁନାଲ କପୁର ଅଞ୍ଜୁ-ମଞ୍ଜୁଙ୍କ ପ୍ରସ୍ତୁତ ଡିସ୍‌କୁ ପ୍ରଶଂସା କରିଛନ୍ତି। ୨୦୦୮ରୁ ଅଞ୍ଜୁ କାଉନ୍‌ସିଲର ଭାବେ ୯ ନମ୍ବର ୱାର୍ଡବାସୀଙ୍କୁ ସେବା ଯୋଗାଇଥିଲେ। ସେ ପୂର୍ବତନ କାଉନସିଲର ଗୌରହରି ପ୍ରଧାନଙ୍କ ଧର୍ମପତ୍ନୀ। ଶ୍ରୀମନ୍ଦିର ଘଣ୍ଟୁଆ ପରିବାରର ସଦସ୍ୟ ମଧ୍ୟ। ଅଧିକ ପଢ଼ନ୍ତୁ : ମାଷ୍ଟର ସେଫ୍‌ରେ ଏକ୍ସ କାଉନସିଲର୍‌ : କମାଲ କରିବେ ଅଞ୍ଜୁ-ମଞ୍ଜୁ ଯୋଡ଼ି ରଣବୀରଙ୍କ ସହ କଥା ହେବା ବେଳେ ଅଞ୍ଜୁ କହିଛନ୍ତି, ଆମ ମହାପ୍ରଭୁ ଖାଦ୍ୟ ପ୍ରିୟ। ତେଣୁ ଓଡ଼ିଆମାନେ ମଧ୍ୟ ଆମ ମହାପ୍ରଭୁଙ୍କ ଭଳି ଖାଦ୍ୟପ୍ରିୟ। ଅଞ୍ଜୁ ନିଜେ ଆମିଷ ଖାଆନ୍ତି ନାହିଁ, ତଥାପି ସେ ନିଜ ଭଉଣୀଙ୍କ ସହ ମିଶି ‘ଫିସ୍‌ ୱେଲିଙ୍ଗଟନକୁ ଏତେ ସ୍ବାଦିଷ୍ଟ ଭାବେ ପରସିଥିଲେ ଯେ ବିଚାରକମାନେ ମଧ୍ୟ ପ୍ରଶଂସା କରିବାକୁ ପଛାଇନଥିଲେ। ଆସନ୍ତା ୫ ତାରିଖ ରାତି ୯ଟାରେ ଏହାର ପ୍ରସାରଣ ହେବ । ୧୦୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ୪ଟି ପର୍ଯ୍ୟାୟରେ ଅଞ୍ଜୁ-ମଞ୍ଜୁ ଯୋଡ଼ି ଫାଇନାଲ ରାଉଣ୍ଡରେ ପହଞ୍ଚିଛନ୍ତି । ଏବେ ଏହି ଦୁଇ ଭଉଣୀ ଶ୍ରେଷ୍ଠ ୧୨ ମଧ୍ୟରେ ସ୍ଥାନ ପାଇଛନ୍ତି।

ନିନ୍ଦା 30 Jan 2026 7:17 pm

କର୍ମଚାରୀଙ୍କୁ ବମ୍ପର ଅଫର୍ ଦେଲେ କୋଟିପତି ବସ୍, ବିବାହ କଲେ ମିଳିବ ୧୨.୫ ଲକ୍ଷ, ସନ୍ତାନ ଥିଲେ ଡବଲ୍ ଟଙ୍କା

Incentive for Employees: କଳ୍ପନା କରନ୍ତୁ ତ ଆପଣ UAE ର ଏକ ଶୀର୍ଷ କମ୍ପାନୀରେ କାମ କରୁଥିବା ଜଣେ ଯୁବ ଅମୀରାତି କର୍ମଚାରୀ। ଆପଣଙ୍କର ବିବାହ ପାଇଁ ପ୍ରସ୍ତୁତି ଚାଲିଛି । କିନ୍ତୁ ଏହାରି ଭିତରେ ହଠାତ୍‌ ଆପଣଙ୍କ ବସ୍‌ ନୂଆ ଜୀବନ ଆରମ୍ଭ ପାଇଁ ୫୦,୦୦୦ ଦିରହାମ (ପ୍ରାୟ ୧୨.୫ ଲକ୍ଷ ଟଙ୍କା) ଉପହାର ଦେଇଦେଲେ। କେବଳ ଏତିକି ନୁହେଁ ବିବାହର ଦୁଇ ବର୍ଷ ମଧ୍ୟରେ ଯଦି ଘରେ ସନ୍ତାନ ଜନ୍ମ ନେଉଛି, ତେବେ […]

ଓଡ଼ିଶା ଭାସ୍କର 30 Jan 2026 7:14 pm

ସାଇବର ସୈତାନଙ୍କ ସାଂଘାତିକ ତରିକା, ଗୋଟିଏ କଲରେ ଆକାଉଣ୍ଟ କରିଦେଉଛନ୍ତି ଖାଲି

କନକ ବ୍ୟୁରୋ : ସାମ୍ନାକୁ ଆସିଛି ସାଇବର ସୈତାନଙ୍କ ସାଙ୍ଘାତିକ ଚିତ୍ର। ଆଉ ଏବେ ଓଟିପି, ଲିଙ୍କରେ କ୍ଲିକ କି ଏପିକେ ଫାଇଲ ଡାଉନଲୋଡ୍‌ ନୁହେଁ। ଗୋଟିଏ କଲ କରି ଆକାଉଣ୍ଟରୁ ଟଙ୍କା ଗାଏବ କରି ଦେଉଛନ୍ତି ଠକ। ଖାଲି ସେତିକି ନୁହେଁ, ଫ୍ରି ୱାଇ ଫାଇ କିମ୍ବା ଚାର୍ଜିଂ ପଏଣ୍ଟରେ ଥରେ ଫୋନ ଲଗାଇ ଦେଲେ ଆପଣ ସର୍ବସ୍ୱାନ୍ତ ହୋଇଯାଇପାରନ୍ତି। ସବୁ ସୀମା ପାର୍ କରିଗଲେଣି ସାଇବର ଠକ। ଏବେ ପୁଣି ଠକେଇର ନୂଆ ବାଟ ବାହାର କରିଛନ୍ତି, ଯାହା ଆପଣଙ୍କ ହୋସ୍‌ ଉଡାଇ ଦେବ। ଫୋନ୍‌ ଉଠାଇବା ମାତ୍ରେ ସଫା ହୋଇଯିବ ଆପଣଙ୍କ ଆକାଉଣ୍ଟ। ଏହିଭଳି କିଛି ନମ୍ବରରୁ କଲ ଆସିବା ପରେ, ଯଦି ଆପଣ ଏହାକୁ ରିସିଭ କରିଦେଲେ ତାହେଲେ କଥା ସରିଲା। ସାଇବର ଠକ ନିଜ ହିସାବରେ ଓଟିପି ଦେଇ ସବୁ ଡାଟା ନିଜ କବ୍‌ଜାକୁ ନେଇ ଯାଉଛନ୍ତି। ସମସ୍ତ ଫଟୋ ଓ ଭିଡିଓ ମୋବାଇଲରୁ ନେଇ ତାକୁ ଡିପଫେକ୍‌ ଆପ୍‌ ଦ୍ୱାରା ଅଶ୍ଳୀଳ ଫଟୋ କରି ଭାଇରାଲ କରିଦେବାକୁ ଧମକ ଦେଉଛନ୍ତି। ଏପରି ଠକେଇକୁ କଲ ମର୍ଜିଂର ନୂଆ ଟ୍ରେଣ୍ଡ ବୋଲି କହୁଛନ୍ତି ସାଇବର ପୁଲିସ ଅଧିକ ପଢ଼ନ୍ତୁ : ସରକାରଙ୍କ ବଡ଼ ପଦକ୍ଷେପ : ସାଇବର ଠକ ପିନ୍ଧିବେ ହାତକଡ଼ି ଆପଣଙ୍କ ମୋବାଇଲରେ ସେଭ୍‌ ନଥିବା ନମ୍ବର ଉଠାଇବା ପୂର୍ବରୁ ଭଲ ଭାବରେ ଯାଞ୍ଚ କରନ୍ତୁ। ସେହି ନମ୍ବରଟି ଦେଶ ଭିତରର କିମ୍ବା ବାହାର ନମ୍ବର ପ୍ରଥମେ ଜାଣିବାକୁ ଚେଷ୍ଟା କରନ୍ତୁ। ନମ୍ବରଟି ଯଦି +୯୨ ହେଉଛି ପାକିସ୍ତାନ, +୮୬ ହୋଇଥିଲେ ଚାଇନା, +୬୨ ହୋଇଥିଲେ ଇଣ୍ଡୋନେସିଆ, +୪୯ ହେଲେ ଜର୍ମାନୀ ଓ +୩୯ ଇଟାଲୀ। ଏହିଭଳି ଅନେକ କୋଡରୁ ଆପଣଙ୍କୁ ଫୋନ ଆସିପାରେ। ଖାଲି ସେତିକି ନୁହେଁ, ଏବେ ସାମ୍ନାକୁ ଆସିଛି ‘ଜୁସ୍‌ ଜ୍ୟାକିଙ୍ଗ’ଓ ଯଦି ଆପଣ କୌଣସି ସ୍ଥାନରେ ଫ୍ରି 'ୱାଇ ଫାଇ' କିମ୍ବା ମାଗଣା ଚାର୍ଜିଙ୍ଗ ପୋର୍ଟ ବ୍ୟବହାର କରୁଛନ୍ତି ତାହା ଆପଣଙ୍କ ପାଇଁ ବିପଦ ବଢ଼ାଇବ। ବିଶେଷକରି ଏୟାରପୋର୍ଟ, ରେଳ ଷ୍ଟେସନ ଏବଂ ବସଷ୍ଟାଣ୍ଡ ମାନଙ୍କରେ ଏହି ଠକେଇ ହେଉଥିବା ନଜିର ରହିଛି।

ନିନ୍ଦା 30 Jan 2026 7:04 pm

ବିଜେପିର ବଙ୍ଗ ଦଖଲ ମିଶନ : ଓଡ଼ିଆ ଭୋଟରଙ୍କୁ ମନାଇବାକୁ ଓଡ଼ିଶା ନେତାଙ୍କୁ ଦାୟିତ୍ବ ଦେଇଛି ଦଳ

ଭୁବନେଶ୍ବର ୩୦।୧: ବିଜେପିର ବଙ୍ଗ ଦଖଲ ମିଶନ । ପଶ୍ଚିମବଙ୍ଗ ଜଗିବେ ଓଡ଼ିଶା ନେତା । ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏବେଠୁ ସେଠାରେ ଡେରା ପକାଇଲେଣି ଓଡ଼ିଶା ବିଜେପିର ୧୦ ବିଧାୟକଙ୍...

ରେ କିମ୍ବା ସମ୍ବାଦ | 30 Jan 2026 6:56 pm

କଟକ ମହାନଗର ନିଗମ କାଉନସିଲ ବୈଠକରେ ପୁଣି ହଟ୍ଟଗୋଳ, ଅଧାରୁ ଉଠିଗଲେ ମେୟର ଓ କମିସନର

କନକ ବ୍ୟୁରୋ : ନିଜ ୱାର୍ଡର ସମସ୍ୟାକୁ ନେଇ ତାତିଲେ କର୍ପୋରେଟର । ସିଏମସି କାଉନସିଲ୍ ବୈଠକରେ ଏ ପ୍ରସଙ୍ଗ ଉଠାଇବାକୁ ନେଇ ସୃଷ୍ଟି ହୋଇଥିଲା ହଟ୍ଟଗୋଳ ପରିସ୍ଥିତି। ହୋହାଲ୍ଲା ହେବା ସହ ଅଧାରୁ ବନ୍ଦ ହୋଇଛି ବୈଠକ । ସହରୀ ସମସ୍ୟା ନେଇ ବୈଠକ ଅଧାରୁ ତାତିଲେ କର୍ପୋରେଟର। ସିଏମସି କାଉନସିଲ୍ ବୈଠକ ଚାଲିଥିବା ବେଳେ ହଠାତ୍ ଗୃହର ମଧ୍ୟ ଭାଗକୁ ଚାଲିଆସିଥିଲେ ୫୮ ନମ୍ୱର ୱାର୍ଡ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା। ହାତରେ ଥିଲା ବ୍ୟାନର। ଏହା ମାଧ୍ୟମରେ ସେ ନିଜ ୱାର୍ଡର ପ୍ରମୁଖ ସମସ୍ୟା ଉପସ୍ଥାପନ କରିଥିଲେ। ଏହାକୁ ନେଇ ବୈଠକରେ ହୋଇଥିଲା ହୋହାଲ୍ଲା। କର୍ପୋରେଟରଙ୍କ ଅଶୋଭନୀୟ ଆଚରଣ ଲାଗି ବୈଠକ ଅଧାରୁ ଉଠି ଚାଲିଯାଇଥିଲେ ମେୟର, ଡେପୁଟି ମେୟର, କମିସନର ଏବଂ ଅନ୍ୟ ଅଫିସରମାନେ। ଅଧିକ ପଢ଼ନ୍ତୁ : କଟକ: ମଶା ବଢାଉଛି ଚିନ୍ତା ,ମଶାତେଲ ପକାଇବାରେ ଅନିୟମିତତା ଅଭିଯୋଗ । ସିଏମସି କହିଲେ ନିଆଯାଉଛି ପଦକ୍ଷେପ ମୁଖ୍ୟମନ୍ତ୍ରୀ ସହରାଞ୍ଚଳ ବିକାଶ ଯୋଜନାରେ ଆଲୋଚନା ବେଳେ ଏଭଳି ସ୍ଥିତି ଉପୁଜିଥିଲା। ପ୍ରାୟ ଦେଢ଼ ଘଣ୍ଟା ପୂର୍ବରୁ ବନ୍ଦ କରିବାକୁ ପଡ଼ିଥିଲା କାଉନସିଲ ବୈଠକ। ଏହାକୁ ନାପସନ୍ଦ କରିବା ସହ ଏଭଳି ଆଚରଣ ବରଦସ୍ତ ଯୋଗ୍ୟ ନୁହେଁ ବୋଲି ମେୟର କହିଛନ୍ତି। ଥରେ ନୁହେଁ, ପୂର୍ବରୁ ମଧ୍ୟ ଅନେକ ଥର ସିଏମସି ବୈଠକରେ ହଟ୍ଟଗୋଳ ଘଟଣା ସାମ୍ନାକୁ ଆସିଛି।

ନିନ୍ଦା 30 Jan 2026 6:54 pm

budget 2026 expectations : ୩୦୦ରୁ ଅଧିକ ନୂଆ ଟ୍ରେନ୍ ଚଳାଇବା ସହ ହୋଇପାରେ ୫ ବଡ଼ ଘୋଷଣା

ନୂଆଦିଲ୍ଲୀ: budget expectationsରବିବାର ୨୦୨୬ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏନେଇ ବିଭିନ୍ନ ବର୍ଗ ମଧ୍ୟରେ ଉତ୍କଣ୍ଠା ବଢ଼ି ଯାଇଛି। ସେମାନଙ୍କ ପାଇଁ କ’ଣ ଘୋଷଣା ହେବ ସେହି ଆଶା ନେଇ ଅପ...

ରେ କିମ୍ବା ସମ୍ବାଦ | 30 Jan 2026 6:53 pm

ମ୍ଯାଚ ଆଗରୁ ମନ୍ଦିର ଯାଇ ଦର୍ଶନ କଲେ କ୍ଯାପଟେନ ସୂର୍ଯ୍ଯକୁମାର ଯାଦବ; ନିଉ ଲୁକରେ ନଜର ଆସିଲେ ସମସ୍ତ ଖେଳାଳି…

ଓଡିଶା ଭାସ୍କର: ଭାରତ ଓ ନ୍ଯୁଜିଲ୍ଯାଣ୍ଡ ବିପକ୍ଷ ଶେଷ ଟି-ଟ୍ବେଣ୍ଟି ମ୍ୟାଚ ଆଗରୁ ମନ୍ଦିର ଯାଇ ଦର୍ଶନ କଲେ ଟିମ ପ୍ଲେୟାର। ଭାଇରାଲ ହେବାରେ ଲାଗୁଛି ସମସ୍ତ ଖେଳାଳିଙ୍କ ଫଟୋ। ଆସନ୍ତାକାଲି ଭାରତ ଓ ନ୍ଯୁଜିଲ୍ଯାଣ୍ଡ ମଧ୍ୟରେ ଶେଷ ମ୍ଯାଚ ଖେଳାଯିବ। ଭାରତ ତିନୋଟି ମ୍ଯାଚ ଜିତି ସିରିଜ ହାତେଇ ସାରିଛି। ଚତୁର୍ଥ ମ୍ଯାଚରେ ବିପକ୍ଷ ଦଳ ବାଜି ମାରିଥିଲା। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପଞ୍ଚମ ଏବଂ ଶେଷ […]

ଓଡ଼ିଶା ଭାସ୍କର 30 Jan 2026 6:48 pm

ଫେବ୍ରୁଆରୀ ୧୭ରୁ ଏପ୍ରିଲ୍ ୮ ଯାଏ ବଜେଟ୍ ଅଧିବେଶନ, ଫେବ୍ରୁଆରୀ ୨୦ରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ଫେବ୍ରୁଆରୀ ୧୭ରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଏପ୍ରିଲ ୮ ଯାଏଦୁଇଟି ପର୍ଯ୍ୟାୟରେ ଚାଲିବ ବଜେଟ୍ ଅଧିବେଶନ । ଫେବ୍ରୁଆରୀ ୨୦ ଶୁକ୍ରବାର ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।...

ରେ କିମ୍ବା ସମ୍ବାଦ | 30 Jan 2026 6:39 pm

ଚାଲୁଥିଲା ମେଲୋଡି ଡ୍ୟାନ୍ସ, ଲିଭିଗଲା ଯାତ୍ରା ପେଣ୍ଡାଲର ଲାଇଟ୍, ମୋବାଇଲ ଟର୍ଚ୍ଚରେ ଝୁମିଲେ ଦର୍ଶକ

ଭୁବନେଶ୍ୱର:ଖଣ୍ଡଗିରିରେ ଚାଲିଛି ଯାତ୍ରା ମହାସମର। ମେଲୋଡି ଡ୍ୟାନ୍ସ, କଳାକାରଙ୍କ ଡାଏଲଗରେଦୁଲୁକୁଛି ପେଣ୍ଡାଲ। ରାଜଧାନୀର ନିରବତାକୁ ଭାଙ୍ଗିଦେଉଛି ଯାତ୍ରାପ୍ରେମୀଙ୍କ କୋଳାହଳ। କଳାକାରଙ୍କ ନିଖୁଣ ଅଭିନୟରେ ଦର୍ଶକ ମତୁଆଲା। ଏହ...

ରେ କିମ୍ବା ସମ୍ବାଦ | 30 Jan 2026 6:35 pm

ମୋକିମ୍‌ଙ୍କ ମହିଳା ସମାବେଶ : ସୋଫିଆଙ୍କ ନଗର କଂଗ୍ରେସ ସଭାପତିଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ଜୋର

ଭୁବନେଶ୍ବର ୩୦।୧: ମୋକିମ୍‌ଙ୍କମହିଳା ସମାବେଶକୁ ନେଇ ପୁଣି ଚର୍ଚ୍ଚା ଜୋର। ମୋକିମ୍‌ଙ୍କ ସମାବେଶରେ ପୁଣି ଅତିଥି ହେଲେ ଝିଅ ତଥା କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଶ । ସୋଫିଆଙ୍କ ସହ ନଗର କଂଗ୍ରେସ ସଭାପତି ଗିରିବାଳା ବେ...

ରେ କିମ୍ବା ସମ୍ବାଦ | 30 Jan 2026 6:34 pm

ସାବଧାନ୍! ଆପଣଙ୍କ ସବୁ କଥା ଶୁଣୁଛି ଇନଷ୍ଟାଗ୍ରାମ୍; କିଛିଟା ଲକ୍ଷଣ ଦେଖିଲେ ହୋଇଯାନ୍ତୁ ସତର୍କ, ନଚେତ୍…

ଓଡିଶା ଭାସ୍କର: ଅନେକ କୁହନ୍ତୁ ମୁଁ ଯାହା ଭାବୁଛି ଇନଷ୍ଟାଗ୍ରାମରେ ଠିକ ସେହିପରି ରିଲ୍ସ ଆସୁଛି। କିପରି ଏହା ଆମ ମନର ଭାବନାକୁ ପଢି ଦେଉଛି ବୋଲି ଅନେକ ଲୋକ ପ୍ରଶ୍ନ ମଧ୍ୟ କରନ୍ତି। ଏପରିକି କେହି କେହି ସନ୍ଦେହ କରନ୍ତି କି ଇନଷ୍ଟାଗ୍ରାମ ଆମ କଥା ଶୁଣୁଥିବା କୁହନ୍ତି। ତେବେ କଣ ସତରେ ଇନଷ୍ଟାଗ୍ରାମ ଆମ କଥା ଶୁଣୁଛି କି? ଆପଣ କିଛି ବିଷୟରେ କଥା ହେଉଥିବେ, ଏବଂ କିଛି ସମୟ ପରେ, ଆପଣଙ୍କ ସ୍କ୍ରିନରେ […]

ଓଡ଼ିଶା ଭାସ୍କର 30 Jan 2026 6:29 pm

ଆର୍ଥିକ ସର୍ବେକ୍ଷଣ ୨୦୨୬: ମହିଳାଙ୍କ ତୁଳନାରେ ଅଧିକ ପୁରୁଷଙ୍କ ଜୀବନ ନେଉଛି ରୋଗ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ, ଭାରତରେ ହୃଦରୋଗ ମୃତ୍ୟୁର ପ୍ରମୁଖ କାରଣ। ସରକାର କହିଛନ୍ତି ଯେ, ୨୦୦୪-୦୬ ପରଠାରୁ ହୃଦରୋଗରେ ମୃତ୍ୟୁବରଣ କରୁଥିବା ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ତୁଳନାରେ ଅଧିକ। ଗୁରୁବାର ସଂସଦରେ ଉପସ୍ଥାପି...

ରେ କିମ୍ବା ସମ୍ବାଦ | 30 Jan 2026 6:28 pm

‘ଆଘାତ ଓ ଦୁଇ ସେଟ୍ ପରାଜୟ’: ଅଷ୍ଟ୍ରେଲିଆନ ଓପନ ସେମିରେ ଐତିହାସିକ ବିଜୟ ସହ ପ୍ରଥମ ଥର ଫାଇନାଲରେ ପହଞ୍ଚିଲେ ଅଲକାରାଜ

ନୂଆଦିଲ୍ଲୀ: ବିଶ୍ୱର ଏକ ନମ୍ୱର ଟେନିସ୍ ଖେଳାଳି କାର୍ଲୋସ୍ ଅଲକାରାଜ୍ ଅଷ୍ଟ୍ରେଲିଆନ୍ ଓପନ୍ ୨୦୨୬ର ସେମିଫାଇନାଲ୍ରେ ଆଲେକଜାଣ୍ଡର ଜେଭେରେଭଙ୍କୁ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଛନ୍ତି । ମ୍ୟାଚଟି ଏକ ରୋମାଞ୍ଚକର ଏବଂ ଲମ୍ବା ଥିଲା । ସେମିଫାନ...

ରେ କିମ୍ବା ସମ୍ବାଦ | 30 Jan 2026 6:21 pm

ସଫଳ ହେଲା ଯୁବ ସରପଞ୍ଚଙ୍କ ଉଦ୍ୟମ, ମନ ମୋହୁଛି ପୁରୀ ଅସ୍ତରଙ୍ଗର ଗ୍ରାମୀଣ ପାର୍କ

କନକ ବ୍ୟୁରୋ : ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ବାହାର କରି ପରିବାର ସହ ଟିକେ ନିରୋଳାରେ ସମୟ ବିତାଇବାକୁ ଏକ ପ୍ରଶସ୍ତ ସ୍ଥାନ ହେଉଛି ପାର୍କ। କିନ୍ତୁ ପାର୍କର ନାମ ଶୁଣିଲେ ମନ ହଠାତ ସହର ଆଡ଼କୁ ଚାଲିଯାଏ। କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ନୂଆଗଡ଼ ପଞ୍ଚାୟତରେ। ଯୁବ ସରପଞ୍ଚଙ୍କ ଉଦ୍ୟମରେ ଗ୍ରାମାଞ୍ଚଳରେ ଉଦଘାଟିତ ହୋଇଛି ଅତ୍ୟାଧୁନିକ ପାର୍କ । ନଦୀ, ସମୁଦ୍ର ଘେରା ଅଞ୍ଚଳରେ ଗ୍ରାମୀଣ ପାର୍କ ନିର୍ମାଣକୁ ନେଇ ସରପଞ୍ଚଙ୍କୁ ଭୁରିଭୁରି ପ୍ରଶଂସା କରାଯାଇଛି। ମାଟି ଉପରେ ସବୁଜିମା ସୁନ୍ଦର ଘାସ ଗାଲିଚା। ଭଳିକି ଭଳି ଗଛ। ରଙ୍ଗବେରଙ୍ଗର ଜାତି ଜାତିକା ଫୁଲର ଗହଳି। ତା’ ଭିତରେ ରହିଛି ପିଲାଙ୍କ ଖେଳ ସାମଗ୍ରୀ ସାଙ୍ଗକୁ ବ୍ୟାୟାମ ଉପକରଣ। ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଛି ‘ମୋ ପରିଚୟ, ମୋ ନୂଆଗଡ଼’। କୌଣସି ସହର ନୁହେଁ, ଏ ହେଉଛି ଅସ୍ତରଙ୍ଗ ନୂଆଗଡ ପଞ୍ଚାୟତ। ସହରାଞ୍ଚଳର ସୁଖ ସୁବିଧା ଠାରୁ ବହୁ ଦୂରରେ ରହୁଥିବା ମଣିଷଙ୍କ ଆମୋଦ ପ୍ରମୋଦ ଏ ସୁନ୍ଦର ପାର୍କଟି ଯୁବ ସରପଞ୍ଚ ଜିତେନ୍ଦ୍ର କୁମାର ସ୍ବାଇଁଙ୍କ ଉଦ୍ୟମରୁ ସମ୍ଭବ ହୋଇପାରିଛି । ପଞ୍ଚାୟତ ଓ ବ୍ଲକର ଅନୁଦାନରେ ଗଢ଼ି ଉଠିଥିବା ଏହି ଗ୍ରାମୀଣ ପାର୍କକୁ ନୂଆଗଡ଼ ସହ ଆଖପାଖ ପଞ୍ଚାୟତରୁ ଲୋକ ଛୁଟି ଆସୁଛନ୍ତି ଜୀବନ ଜଞ୍ଜାଳରୁ ବାହାରି ନିଜ ସହ ଓ ପରିବାର ସହ ସମୟ ବିତାଇବାକୁ। ଅଧିକ ପଢ଼ନ୍ତୁ : ଚିଙ୍ଗୁଡ଼ି ପରେ କଙ୍କଡ଼ା ଚାଷର ଚାହିଦା, ଅସ୍ତରଙ୍ଗ ଅଞ୍ଚଳରେ ଚାଷୀ ମାଲାମାଲ ପାର୍କଟିର ଲୋକାର୍ପିଣ ଉତ୍ସବରେ ନିଆରା ଚିତ୍ର ଦେଖିବାକୁ ମିଳିଥିଲା। ନେତା, ମନ୍ତ୍ରୀଙ୍କ ବଦଳରେ ଏହାର ଉଦଘାଟନ କରିଥିଲେ ବୃଦ୍ଧବୃଦ୍ଧା। ଏଥିସହ ପାର୍କର କାନ୍ଥରେ ସ୍ୱଚ୍ଛ ଭାରତ ସହ ବିଭିନ୍ନ ସଚେତନତାର ବାର୍ତ୍ତା ଲେଖାଯାଇଛି। ଏଥିସହ ଇଂରାଜୀରେ ଋତୁ, ବାର, ମାସ ଲେଖାଯାଇ ଦେଖି ପିଲାଙ୍କ ପାଇଁ ଶିକ୍ଷଣୀୟ ପରିବେଶ ସୃଷ୍ଟି କରାଯାଇପାରିଛି। ସରକାରୀ ଅବ୍ୟବସ୍ଥାର ଅନେକ ଚିତ୍ର ଆମେ ଦେଖୁଛୁ। ଯେଉଁଠି ପାର୍କ ପାଇଁ କୋଟିକୋଟି ଟଙ୍କା ଆସୁଛି, କିନ୍ତୁ କାମରେ ଲାଗିପାରୁନି। କେଉଁଠି କାମ ଅଧପନ୍ତରିଆ, ଆଉ କେଉଁଠି କାମ ଆରମ୍ଭ ହୋଇପାରୁନି। କିନ୍ତୁ ଏଠି ଜଣେ ଯୁବ ସରପଞ୍ଚଙ୍କ ପ୍ରୟାସରେ ନିପଟ ମଫସଲରେ ନିର୍ମାଣ ହୋଇଛି ଏତେ ସୁନ୍ଦର ପାର୍କ।

ନିନ୍ଦା 30 Jan 2026 6:20 pm

ଜେଲ୍ ଭିତରେ ଏହି ଗୁରୁତର ରୋଗରେ ପୀଡିତ ଇମ୍ରାନ ଖାନ୍, ଜାଣନ୍ତୁ କେତେ ଭୟଙ୍କର ଏହି ରୋଗ, ହୋଇଯାଇପାରନ୍ତି ଅନ୍ଧ

Imran Khan: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଗଭୀର ଚିନ୍ତା ପ୍ରକାଶ ପାଇଛି। ଜେଲରେ ବନ୍ଦ ଥିବା ଇମ୍ରାନ୍‌ ଖାନଙ୍କ ଡାହାଣ ଆଖିରେ ସେଣ୍ଟ୍ରାଲ୍‌ ରେଟିନାଲ୍‌ ଭେନ୍‌ ଅକ୍ଲୁଜନ୍‌ (CRVO) ଭଳି ଗୁରୁତର ରୋଗ ହୋଇଥିବା ଜଣାପଡ଼ିଛି। ତାଙ୍କ ଦଳ ପାକିସ୍ତାନ ତହରିକ୍‌-ଏ-ଇନସାଫ୍‌ (PTI) କହିଛି ଯେ, ସଠିକ୍ ସମୟରେ ଚିକିତ୍ସା ନ ହେଲେ ଇମ୍ରାନ୍‌ ଖାନ ଚିରଦିନ ପାଇଁ ଅନ୍ଧ ହୋଇଯାଇପାରନ୍ତି । CRVO କଣ ଏବଂ କେତେ କ୍ଷତିକାରକ […]

ଓଡ଼ିଶା ଭାସ୍କର 30 Jan 2026 6:18 pm

ଅବକାରୀ ବିଭାଗ ଏବଂ ପୋଲିସର ମିଳିତ ଚଢ଼ାଉ, ଚୋରା ଦେଶୀ ମଦ ଓ ପୋଚ ଜବତ

ଆଠଗଡ଼ ୩୦।୧: ଆଠଗଡ଼ ଅବକାରୀ ବିଭାଗ ଏବଂ ପୋଲିସ ପକ୍ଷରୁ ଚଢ଼ାଉ । ଯେତେ ଖୋଜିଲେ ସେତେ ବାହାରୁଛି ଚୋରା ଦେଶୀ ମଦ ଓ ପୋଚ। କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ କୋରୋଙ୍ଗା ଗ୍ରାମର ଚତୁପାର୍ଶ୍ଵରରେ ଚଢ଼ାଉ କରି ଚୋରା ଦେଶୀ ମଦ ରନ୍ଧା ପ୍ରସ୍ତୁତ...

ରେ କିମ୍ବା ସମ୍ବାଦ | 30 Jan 2026 6:10 pm

ଶନିବାର କୁମ୍ଭ ରାଶି ପାଇଁ ଖୁସିର ଦିନ ହେବ ଏବଂ ଅଟକି ଥିବା ସମସ୍ତ କାର୍ଯ୍ୟ ଶେଷ ହେବ

ମେଷ- ଆଜି କୌଣସି କଥାକୁ ନେଇ ମନରେ ହତୋତ୍ସାହ ଭାବ ଆସିପାରେ, ତେଣୁ ନିଜ ଉପରେ ବିଶ୍ୱାସ ରଖନ୍ତୁ । କିନ୍ତୁ ସ୍ୱାସ୍ଥ୍ୟରେ ଉନ୍ନତି ହେବା ଫଳରେ ଆପଣ ଶାରୀରିକ ଭାବେ ସୁସ୍ଥ ଅନୁଭବ କରିବେ । ଧୈର୍ଯ୍ୟର ସହ କାର୍ଯ୍ୟ କଲେ ସମସ୍ତ ସମସ୍ୟାର ସମାଧାନ...

ରେ କିମ୍ବା ସମ୍ବାଦ | 30 Jan 2026 5:56 pm

ଗଞ୍ଜାମ କବିସୂର୍ଯ୍ୟନଗରରେ ପୌର ପରିଷଦ ମିଶ୍ରଣକୁ ବିରୋଧ, ବିନା ଜନଶୁଣାଣିରେ ମିଶାଯାଇଥିବା ଅଭିଯୋଗ ଆଣିଲେ ପଞ୍ଚାୟତବାସୀ

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାରେ ୫ଟି ପୌର ପରିଷଦ ଓ ୨ଟି ଏନଏସି ଘୋଷଣା ହୋଇଛି। କବିସୂର୍ଯ୍ୟନଗର ନୂତନ ଭାବେ ଘୋଷଣା ହୋଇଥିବା ପୌରପରିଷଦରେ ହେବ ଶୀଘ୍ର ନିର୍ବାଚନ। ନିର୍ବାଚନ କମିଶନଙ୍କ ଘୋଷଣା ପରେ ଅଣ୍ଟା ଭିଡ଼ିଲେଣି ଦଳୀୟ କର୍ମୀ ଓ ନେତା। କିନ୍ତୁ ଗଞ୍ଜାମ କବିସୂର୍ଯ୍ୟନଗର ପୌରପରିଷଦରେ ବିନା ଜନଶୁଣାଣିରେ କି ମିଶାଇ ଥିବାରୁ ବିରୋଧ କଲେ ପଞ୍ଚାୟତ ବାସୀ। ଅଧିକ ପଢ଼ନ୍ତୁ : ବଦଳିବ କି ଗଞ୍ଜାମ ଗଣିତ? ଜେଲ୍‌ରେ ଜିଲ୍ଲା ବିଜେଡି ସଭାପତି ନୂଆ ସରକାର ଆସିଲେ। ଦାବିପୂରଣ ହେଲା। ଏନଏସିରୁ ପୌରପରିଷଦ ଦେଲା କବିସୂର୍ଯ୍ୟନଗର। ପୂର୍ବରୁ ୧୮ଟି ୱାର୍ଡ ଥିଲା, ପରେ ଗଙ୍ଗାପୁର ପଞ୍ଚାୟତ ବଡ଼ଆଗୁଳ ଗାଁର ୨ଟି ୱାର୍ଡର ୧ ହଜାର ୮୧୫ ଲୋକ ଓ ଗୁଡ଼ିଆଳି ପଞ୍ଚାୟତର ୫ ହଜାର ୯୮୬ ଭୋଟରଙ୍କୁ କବିସୂର୍ଯ୍ୟନଗର ପୌରପରିଷଦରେ ସଂଯୋଗ କରାଯାଇଛି। କିନ୍ତୁ ବିନା ଜନଶୁଣାଣିରେ ହୋଇଥିବା ମିଶ୍ରଣକୁ ନେଇ ତାତିଛନ୍ତି ଲୋକ। ରାଜ୍ୟ ନିର୍ବାଚନ କମିଶନ୍‌ ଜୁନ୍‌ ସୁଦ୍ଧା ନିର୍ବାଚନ ହେବା ନେଇ ଘୋଷଣା କରିବା ପରେ ରାଜନୀତି ସରଗରମ ହୋଇଛି। ଦଖଲ କରିବା ପାଇଁ ରାଜନୈତିକ ଦଳ ମାନେ ଏବେ ଠୁ ପ୍ରସ୍ତୁତି ଆରମ୍ଭ କଲେଣି। ଗତ ସାଧାରଣ ନିର୍ବାଚନ ପରେ କବିସୂର୍ଯ୍ୟନଗରରେ ବିଜେଡି ସତେ ଯେମିତି ଉଭାନ ହୋଇଯାଇଛି, କଂଗ୍ରେସର ସଂଗଠନ ବି ଶୂନ। ତଥାପି ବିଜେଡି ଓ ବିଜେପି ପ୍ରଥମ ପୌର ପରିଷଦ ଚୌକି ହାତେଇବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି। କିନ୍ତୁ ବୁଦ୍ଧିଜିବୀଙ୍କ ମତରେ କୌଣସି ଦଳ ନୁହେଁ ପୌର ନିର୍ବାଚନରେ ନୂଆ ସମୀକରଣ ଦେଖିବାକୁ ମିଳିବ। ଅଧିକ ପଢ଼ନ୍ତୁ : ସଚେତନତା ବଢ଼ୁଛି, ହେଲେ ହାରୁନି ଏଡ୍‌ସ ରାକ୍ଷସ ! ଗଞ୍ଜାମ ଜିଲ୍ଲା ଏବେ ବି ଓଡ଼ିଶାର ଏଡ୍‌ସ ରାଜଧାନୀ ଆଜି ବି କବିସୂର୍ଯ୍ୟନଗରରେ ଲୋକଙ୍କୁ ମୌଳିକ ସୁବିଧା ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ୬୫ ବର୍ଷର ଏ ସହରରେ ଶୌଚାଳୟଟିଏ ନାହିଁ । ସାହିକୁ ଭଲ ରାସ୍ତା ନାହିଁ। କୋଟିକୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ପ୍ରକଳ୍ପ ଅଚଳ ହୋଇପଡ଼ିଛି। ଅନ୍ୟପଟେ କବିସୂର୍ଯ୍ୟନଗରରେ ଅସଜଡ଼ା ରାଜନୀତି, ଦୁର୍ବଳ ନେତୃତ୍ୱ ଭିତରେ ପୌରପରିଷଦ କିଏ ହାତଉଛି ତାକୁ ଅପେକ୍ଷା ।

ନିନ୍ଦା 30 Jan 2026 5:51 pm

ପାକିସ୍ତାନ ଖେଳୁଛି ମାଇଣ୍ଡ ଗେମ୍, ବିଶ୍ଵକପ୍ ପୂର୍ବରୁ ଦେଖାଇଲାଣି କଳାକାରନାମା, ଖୋଲିଲା ପଛରେ ଥିବା ମୁନିରଙ୍କ ଗୁମର

T-20 World Cup 2026: ଫେବୃଆରୀ ୭ ତାରିଖରେ ଭାରତରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପୂର୍ବରୁ, ପଡ଼ୋଶୀପାକିସ୍ତାନଏହାର ବଟ୍ ଆକାଉଣ୍ଟ ମାଧ୍ୟମରେ ନିପା ଭାଇରସକୁ ନେଇ ଭାରତ ବିରୁଦ୍ଧରେ ଏକ ନକଲି ଅଭିଯାନ ଚଳାଇଛି। ପାକିସ୍ତାନୀ ବଟ୍ ଆକାଉଣ୍ଟଗୁଡ଼ିକ ମିଥ୍ୟା ଦାବି କରୁଛନ୍ତି ଯେ, ନିପା ଭାଇରସ ଭାରତରେ ବ୍ୟାପକ କ୍ଷତି ପହଞ୍ଚାଉଛି, ଯାହା ଟି-୨୦ ବିଶ୍ୱକପ୍ କୁ ବିପଦରେ ପକାଇଛି। ପାକିସ୍ତାନରୁ ପରିଚାଳିତ ଏହି ସମ୍ପୂର୍ଣ୍ଣ ନକଲି କାହାଣୀ ଅଭିଯାନରେ ୧ ଲକ୍ଷ […]

ଓଡ଼ିଶା ଭାସ୍କର 30 Jan 2026 5:47 pm

କପଡାରେ ତେଲ ପଡିଗଲେ ଏବେ ଚୁଟକୀରେ ସଫା କରିପାରିବେ, ଆପଣାନ୍ତୁ ଏହି ସହଜ ଉପାୟ…

ଓଡିଶା ଭାସ୍କର: ସମସ୍ତଙ୍କୁ ପ୍ରାୟ ହୋଟେଲରେ ଥିବା ଧଳା ଓ ସଫା ଟାୱାଲ ବହୁତ ପସନ୍ଦ ଆସେ। ମାତ୍ର ଯେବେ ଆମେ ରୋଷେଇ ଘରେ ସେପରି କିଛି ଧଳା ଟାୱାଲ ରଖୁ କିଛି ଦିନ ଭିତରେ ଏହା ମଇଳା ହୋଇଯାଏ। ଏପରିକି ଅପରିଷ୍କାର ଦେଖାଯାଏ। ଆଉ ଏହାକୁ ଯେତେ ସଫା କଲେ ମଧ୍ଯ ଏହା ପରିଷ୍କାର ହୁଏ ନାହିଁ। ତେବେ ଆସନ୍ତୁ ଜାଣିବା କିପରି ଏହାକୁ ସହଜରେ ସଫା କରିପାରିବା। ବେକିଙ୍ଗ ସୋଡାରେ ସଫା କରିପାରିବା: ଏହା […]

ଓଡ଼ିଶା ଭାସ୍କର 30 Jan 2026 5:44 pm

୫୦ ବର୍ଷ ହେବ ବିସ୍ଥାପିତଙ୍କ ସହ ଲୁଚକାଳି ଖେଳୁଛି ରାଜସ୍ୱ ବିଭାଗ, ଖଜଣା ନେଉଛନ୍ତି ହେଲେ ପଟ୍ଟା ଦେଉନାହାନ୍ତି

କନକ ବ୍ୟୁରୋ : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ବିରୀଗୁଡ଼ା କଲୋନୀର ପ୍ରାୟ ୧୨ଟି ପରିବାର ୫୦ ବର୍ଷରୁ ଅଧିକ ପରିବାର ଗାଁରେ ଘର ଦ୍ୱାର କରି ରହି ଆସୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଘରବାରି ପଟ୍ଟା ପାଇପାରିଲେ ନାହିଁ। ଯାହାକୁ ନେଇ ୨ ଦିନ ଦେଲା ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହ ଧାରଣାରେ ବସି ରହିଥିଲେ ଲୋକେ। ପରେ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଆବେଦନ କରିବା ପରେ ପଟ୍ଟା ଦିଆଯିବ ବୋଲି ଦେଇଛନ୍ତି ପ୍ରତିଶ୍ରୁତି । ଅଧିକ ପଢ଼ନ୍ତୁ : କାଳବୈଶାଖୀ ବର୍ଷାରେ ବେହାଲ ଲକ୍ଷ୍ମୀପୁର;ଉଡ଼ିଲା ଘରର ଛପର ,ବର୍ଷା ବିଗାଡ଼ିଲା ସ୍ଥିତି ଆମେ ନୁହେଁ, କହୁଛନ୍ତି ଧାରଣାରେ ବସିଥିବା ଆନ୍ଦୋଳନକାରୀ। ୧୯୭୫ରେ ଲକ୍ଷ୍ମୀପୁର ବ୍ଲକ ବିରୀଗୁଡା କଲୋନୀରେ ଜନବସତି ସ୍ଥାପନ ପାଇଁ ସମନ୍ବୟ ଗୃହ ନିର୍ମାଣ ଯୋଜନାରେ ୪୫ ପରିବାରକୁ ଘର ପାଇଁ ୪ ସେଣ୍ଟ, ଚାଷ ପାଇଁ ୨ ଏକର ଲେଖାଏଁ ଜମି ପ୍ରଦାନ କରାଯାଇଥିଲା। ଅନେକ ବର୍ଷ ତଳୁ ଚାଷ ଜମି ପଟ୍ଟା ମିଳିଛି, କିନ୍ତୁ ଘରବାରି ପଟ୍ଟା ମିଳୁନି । ବର୍ତ୍ତମାନ ୪୫ରୁ ପରିବାର ସଂଖ୍ୟା ବଢ଼ି ୧୨୪ ପହଞ୍ଚିଛି। କଲୋନୀ ନିକଟରେ ଏକ ବୃହତ ଆଲୁମିନା କାରଖାନା ସ୍ଥାପିତ ହେବାକୁ ଯାଉଛି। କିନ୍ତୁ ପଟ୍ଟା ନଥିବାରୁ କାରଖାନା କର୍ତ୍ତୃପକ୍ଷ ବିସ୍ଥାପିତ ଗାଁର ମାନ୍ୟତା ଦେଉନାହାନ୍ତି। ଫଳରେ ସୁବିଧା ସୁଯୋଗରୁ ବଞ୍ଚିତ ହେବେ ଗାଁ ଲୋକ। ତୁରନ୍ତ ପଟ୍ଟା ପ୍ରଦାନ ପାଇଁ ତହସିଲ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଥିଲେ ଲୋକେ। ଅଧିକ ପଢ଼ନ୍ତୁ : ଦୁଇଭାଇଙ୍କ ସମନ୍ୱୀତ କୃଷି । ଗୋଟିଏ ସ୍ଥାନରେ ୭ରୁ ୮ ପ୍ରକାରର ଚାଷ କରୁଛନ୍ତି ରାୟଗଡ଼ା ଗୁମୁଡ଼ା ଲକ୍ଷ୍ମୀପୁର ଗାଁର ତ୍ରିନାଥ ଓ ସନ୍ତୋଷ କାରଖାନା ପାଇଁ ସରକାର ୨୨ଶହ ଏକର ଜମି ପ୍ରଦାନ କରିଛନ୍ତି। କିନ୍ତୁ ବିରୀଗୁଡା କଲୋନୀର ୧୭୭ ସେଣ୍ଟ ଜମିରେ ବସବାସ କରୁଥିବା ଲୋକଙ୍କୁ କାହିଁକି ପଟ୍ଟା ମିଳୁନି ପ୍ରଶ୍ନ କରିଛନ୍ତି ବିଧାୟକ ପବିତ୍ର ସାଉଁତା। ଅନ୍ୟପଟେ ନୂଆ ସରକାର ପଟ୍ଟା ପ୍ରଦାନ ଉପରେ ରୋକ୍‌ ଲଗାଇଥିବା କହିଛି ବିଜେଡି। ତେବେ ବସୁନ୍ଧରା ଯୋଜନାରେ ଆବେଦନ ପରେ ତଦନ୍ତ କରାଯାଇ ପଟ୍ଟା ମିଳିବ ବୋଲି କହିଛନ୍ତି କୋରାପୁଟ ଉପଜିଲ୍ଲାପାଳ।ରାଜନୀତି ନକରି କିପରି ସମସ୍ୟାର ସମାଧାନର ବାଟ ବାହାରିପାରିବ ସେ ଦିଗରେ ଉଦ୍ୟମ କରିବା ଜରୁରୀ।

ନିନ୍ଦା 30 Jan 2026 5:42 pm

ଭାରତୀୟ IT କର୍ମଚାରୀଙ୍କୁ ଆତ୍ମହତ୍ୟା ଆଡ଼କୁ ଟାଣି ନେଉଛି AI ଚିନ୍ତା: ରିପୋର୍ଟ

ନୂଆଦିଲ୍ଲୀ: ଭାରତୀୟ ଆଇଟି କର୍ମଚାରୀଙ୍କ ପାଇଁ ଅବସାଦ ଆଣୁଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଏଆଇ । ଚିନ୍ତା ଏତେ ଘାରୁଛି ଯେ, ଭାରତୀୟ ଆଇଟି କର୍ମଚାରୀମାନେ ଆତ୍ମହତ୍ୟା ମୁହଁକୁ ଠେଲି ହୋଇଯାଉଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଏ...

ରେ କିମ୍ବା ସମ୍ବାଦ | 30 Jan 2026 5:30 pm

ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ାରେ ‘ଯା, ମରିଯା…’, କହିବା ଅପରାଧ ନା ନୁହେଁ ? ହାଇକୋର୍ଟ ଦେଲେ ବଡ଼ ରାୟ

ନୂଆଦିଲ୍ଲୀ: କେରଳ ହାଇକୋର୍ଟ ଏକ ପାରିବାରିକ ବିବାଦ ଉପରେ ରାୟ ଶୁଣାଇ ବଡ଼ ଟିପ୍ପଣୀ କରିଛନ୍ତି । ଯଦି ସ୍ୱାମୀ-ସ୍ତ୍ରୀ ରାଗରେ ଯା-ମାରିଯାପରି ଶବ୍ଦ ବ୍ୟବହାର କରନ୍ତି ତେବେ ତାହା ଆତ୍ମହତ୍ୟା ପାଇଁ ଉସକାଇବା ବୋଲି ଧରାଯିବ ନାହିଁ । କୋ...

ରେ କିମ୍ବା ସମ୍ବାଦ | 30 Jan 2026 5:30 pm

ସବୁ ସ୍କୁଲରେ ମିଳିବ ମାଗଣା ସାନିଟାରୀ ପ୍ୟାଡ୍, ହେବ ଅଲଗା ଟୟଲେଟ୍, ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି

Supreme Court: ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ କଡ଼ା ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ସମସ୍ତ ସ୍କୁଲରେ ଛାତ୍ରୀମାନଙ୍କୁ ମାଗଣା ବାୟୋଡିଗ୍ରେଡେବଲ୍‌ ସାନିଟାରି ପ୍ୟାଡ୍‌ ଯୋଗାଇ ଦିଆଯାଉ। ସେହିପରି ସ୍କୁଲଗୁଡ଼ିକରେ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଅଲଗା-ଅଲଗା ଟୟଲେଟ୍‌ ବ୍ୟବସ୍ଥା ନିଶ୍ଚିତ କରିବାକୁ ମଧ୍ୟ ଶୀର୍ଷ ଅଦାଲତ କହିଛନ୍ତି। ଅଦାଲତ ଏହା ସହ ସମସ୍ତ ସ୍କୁଲରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୁକ୍ତ ଏବଂ ସହଜଗମ୍ୟ ଟୟଲେଟ୍‌ ଉପଲବ୍ଧ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିୟମ ନମାନିଲେ […]

ଓଡ଼ିଶା ଭାସ୍କର 30 Jan 2026 5:17 pm

ଛକା ନ ମାରିବାରେ ରେକର୍ଡ କରିଛନ୍ତି ତିନି ଭାରତୀୟ ଖେଳାଳି; ନା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ଯ ହେବେ, ଏମାନଙ୍କ ଭିତରେ ରହିଛନ୍ତି…

ଓଡିଶା ଭାସ୍କର: ଭାରତରେ ଏଭଳି ଅନେକ ଖେଳାଳି ଅଛନ୍ତି ଯେଉଁମାନଙ୍କ ଛକା ପାଇଁ ପ୍ରସିଦ୍ଧ ହୋଇଛନ୍ତି। ଯେପରିକି ଯୁବରାଜ ସିଂ ଗୋଟିଏ ଓଭରରେ ସମସ୍ତ ବଲରେ ଛକା ମାରି ରେକର୍ଡ ହାସିଲ କରିଥିଲେ। ସେ ଇଂଲଣ୍ଡ ବୋଲରଙ୍କ ବିପକ୍ଷରେ ଗୋଟିଏ ଓଭରରେ ଲଗାତାର ଛକା ମାରି ରେକର୍ଡ କରିଥିଲେ। ତେବେ କଣ ଆପଣ ଜାଣନ୍ତି କି ଏପରି କିଛି ଖେଳାଳି ଅଛନ୍ତି ଯେଉଁମାନେ କି ତାଙ୍କ କ୍ରିକେଟ କ୍ଯାରିଅରରେ ଏବେ ସୁଦ୍ଧା ଆଦୌ ଛକା ମାରିନାହାନ୍ତି। ସେହି […]

ଓଡ଼ିଶା ଭାସ୍କର 30 Jan 2026 5:09 pm

ସ୍କୁଲରେ ଆଳୁ ସିଝାଇବା ବେଳେ ଫାଟିଲା ପ୍ରେସର କୁକୁର, ଦୁଇ ପାଚିକା ଗୁରୁତର

ଆଠଗଡ଼ ୩୦।୧: ସ୍କୁଲରେ ଚାଲିଥିଲା ରୋଷେଇ । ହଠାତ୍ ହେଲା ଭୀଷଣ ଶବ୍ଦ । ଉଡ଼ିଗଲା ଆଜବେଷ୍ଟସ । ଦୁଇ ଜଣ ମହିଳା ହେଲେ ଗୁରୁତର । ଆଠଗଡ଼ ବ୍ଲକ୍ ଅଧିନସ୍ଥ ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ ଚାଲିଥିବା ବେଳେ ଏଭଳି...

ରେ କିମ୍ବା ସମ୍ବାଦ | 30 Jan 2026 5:04 pm

୩୧ରୁ କଳିଙ୍ଗରେ ଜାତୀୟ ଅସ୍ମିତା ରଗବୀ ଲିଗ୍

କନକ ବ୍ୟୁରୋ: ଜାତୀୟ ସ୍ତରର ମହିଳା ରଗବୀ ଲିଗ୍ ''ଅସ୍ମିତା ରଗବି ଲିଗ୍-ଜାତୀୟ''ର ପ୍ରଥମ ସଂସ୍କରଣ ଜାନୁଆରି ୩୧ ଓ ଫେବ୍ରୁଆରି ୧ରେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ଏହି ପ୍ରତିଯୋଗିତାରେ ତିନିଟି ବର୍ଗରେ ୮ଟି ରାଜ୍ୟ ଦଳ ଅଂଶଗ୍ରହଣ କରିବେ। ଏହି ତିନିଟି ବର୍ଗ ହେଲା ସିନିୟର, ଜୁନିୟର ଓ ସବଜୁନିୟର। ଏହି ଦଳଗୁଡ଼ିକ ରଗବୀ ଇଣ୍ଡିଆର ଜାତୀୟ ରଗବୀ ସେଭେନ୍ସ ଚାମ୍ପିୟନସିପ୍ ୨୦୨୫-୨୬ ମାଧ୍ୟମରେ ଚୟନ ହୋଇଛନ୍ତି। ଏହି ତିନୋଟି ବର୍ଗରେ ମୋଟ ୨୪ଟି ଦଳ ଓ ୩୩୬ ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ଆହୁରି ପଢ଼ନ୍ତୁ... ଆଉ କେତେ ସୁଯୋଗ ଦେବେ ଗୌତମ ଗମ୍ଭୀର? ୪ ମ୍ୟାଚରେ ମାତ୍ର ୪୦ ରନ୍ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ଅସ୍ମିତା ପଦକ୍ଷେପ ମାଧ୍ୟମରେ ଏହି ପ୍ରତିଯୋଗିତାଟି ଆୟୋଜନ କରାଯାଉଛି। ଏହାକୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଓ ଓଡ଼ିଶା ରଗବୀ ଫୁଟବଲ୍ ସଂଘ ସହଯୋଗରେ ଭାରତୀୟ ରଗବୀ ଫୁଟବଲ୍ ୟୁନିୟନ ପକ୍ଷରୁ ଆୟୋଜନ କରାଯାଉଛି। ଭୁବନେଶ୍ବରରେ ସବ-ଜୁନିୟର ଜାତୀୟ ରଗବୀ ସେଭେନ୍ସ ପ୍ରତିଯୋଗିତା ଆୟୋଜନର ଦୁଇ ସପ୍ତାହ ପରେ ଏହାକୁ ଆୟୋଜନ କରାଯାଉଛି।

ନିନ୍ଦା 30 Jan 2026 5:02 pm

ଏଥର ବଜେଟ୍ ବ୍ୟାଗରୁ ବାହାରିବ କ’ଣ ? କେଉଁମାନଙ୍କୁ ମିଳିବ ଅଧିକ ଲାଭ ?

କନକ ବ୍ୟୁରୋ : କାହା ପାଇଁ ରୋଷେଇ ଘରର ଚିନ୍ତା, ତ କାହା ପାଇଁ ନୂଆ ଚାକିରିର ଆଶା । କିଏ ଚାହୁଛି ଟିକସରୁ ମୁକ୍ତି, ତ କିଏ ଚାହୁଛି ବ୍ୟବସାୟ ପାଇଁ ସରକାରୀ ସାହାଯ୍ୟ। ଫେବୃଆରି ୧ରେ ଅର୍ଥମନ୍ତ୍ରୀଙ୍କ ସେହି ବଜେଟ୍ ବ୍ୟାଗରୁ କ’ଣ ବାହାରିବ ? ତା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ, କ’ଣ କହୁଛି ଆର୍ଥିକ ସର୍ଭେ ଆସନ୍ତୁ ଜାଣିବା... ସମ୍ପତ୍ତି ଏବଂ ଗୃହ ଋଣ ଯେତେବେଳେ ସମ୍ପତ୍ତିର ମୂଲ୍ୟ ବୃଦ୍ଧି ପାଉଛି ଏବଂ ଲୋକଙ୍କ ଋଣ ବୋଝ ବୃଦ୍ଧି ପାଉଛି, ସେତେବେଳେ ଘର କିଣୁଥିବା ବା ଘର କିଣିବାକୁ ଚାହୁଥିବା ଲୋକମାନେ ଟିକସ ରିହାତି ଦାବି କରୁଛନ୍ତି। ସେମାନଙ୍କର ପ୍ରାଥମିକ ଦାବି ହେଉଛି ଗୃହ ଋଣ ଉପରେ ଟିକସ ଛାଡ଼ କରିବା। ବର୍ତ୍ତମାନ, ଆୟକର ଆଇନର ଧାରା ୨୪(ବି) ଅନୁଯାୟୀ ସୁଧ ରିହାତି ସୀମା ୨ ଲକ୍ଷ ଟଙ୍କା ରହିଛି, ଯାହା କିଛି ବର୍ଷ ପୂର୍ବରୁ ସ୍ଥିର କରାଯାଇଥିଲା ଏବଂ ବର୍ତ୍ତମାନର ପରିସ୍ଥିତିରେ ଏହାକୁ ଅପର୍ଯ୍ୟାପ୍ତ ବୋଲି କୁହାଯାଉଛି ।ପ୍ଲସ୍ କ୍ୟାସର ପ୍ରତିଷ୍ଠାତା ତଥା ସିଇଓ ପ୍ରଣବ କୁମାର କହିଛନ୍ତି, ବଜେଟ୍ ୨୦୨୬-୨୭ ଟିକସ ସଞ୍ଚୟ ଏବଂ ଦୀର୍ଘକାଳୀନ ନିବେଶକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେବାର ସମ୍ଭାବନା ଅଛି। ଏଥିରେ ଟିକସ ସ୍ଲାବକୁ ସରଳ କରିବା, ଗୃହ ଋଣ ଓ ବୀମା ସମ୍ବନ୍ଧୀୟ ଅତିରିକ୍ତ ଆଶ୍ୱସ୍ତି ପ୍ରଦାନ କରିବା ଅନ୍ତର୍ଭୁକ୍ତ । ଅଧିକ ପଢ଼ନ୍ତୁ--- ବଦଳିଲା ବଜେଟ୍ ପରମ୍ପରା : ରେଳ ଓ ସାଧାରଣ ବଜେଟ୍‌ର ଏକତ୍ର ଯାତ୍ରା ସ୍ୱାସ୍ଥ୍ୟ ରିପୋର୍ଟ ଅନୁଯାୟୀ, ଦେଶରେ ସ୍ୱାସ୍ଥ୍ୟସେବାର ପରିସର ନିରନ୍ତର ବୃଦ୍ଧି ପାଉଛି ଏବଂ ଏହାକୁ ୨୦୨୬ ବଜେଟରେ ଆହୁରି ବିସ୍ତାର କରାଯାଇପାରିବ। ଏହା ଅଧୀନରେ, ଅଧିକ ଲୋକଙ୍କୁ କଭର କରିବା ଏବଂ ଦୀର୍ଘକାଳୀନ ଚିକିତ୍ସାକୁ କଭର କରିବା ପାଇଁ ସ୍ୱାସ୍ଥ୍ୟ ବୀମା ଯୋଜନାର ପରିସରକୁ ବିସ୍ତାର କରାଯାଇପାରିବ । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି, ଗୋଟିଏ ପଟେ ଏହା ସ୍ୱାସ୍ଥ୍ୟ କ୍ଷେତ୍ରକୁ ଏକ ସକାରାତ୍ମକ ପ୍ରୋତ୍ସାହନ ଦେବ, ଅନ୍ୟପଟେ ଯଦି ସରକାରୀ ଦରରେ ସେବା ଯୋଗାଇ ଦିଆଯାଏ, ତେବେ ଘରୋଇ ହସ୍ପିଟାଲଗୁଡ଼ିକ ଉପରେ ଚାପ ପଡ଼ିବ । ଚଳିତ ବଜେଟରେ କାହାକୁ ଫୋକସ୍? ଜିଡିପି ଅଭିବୃଦ୍ଧି: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଜିଡିପି ୬.୮% ରୁ ୭.୨% ରହିବା ନେଇ ଅନୁମାନ କରାଯାଉଛି । ଟ୍ରେଡ୍ ଡିଲ୍: ଆମେରିକା ସହ ହେବାକୁ ଥିବା ବାଣିଜ୍ୟିକ ଚୁକ୍ତି ଉପରେ ସର୍ଭେରେ ଗୁରୁତ୍ୱ । ଆଶାୟୀ ବଜେଟ୍: ଖାସ୍ କରି ଟିକସ ରିହାତିଠାରୁ ଆରମ୍ଭ କରି କୃଷି ଓ ଶିଳ୍ପ କ୍ଷେତ୍ର ପାଇଁ ବଡ଼ ଘୋଷଣା ହେବାର ସମ୍ଭାବନା । ବଡ଼କଥା ହେଉଛି ଚଳିତ ଆର୍ଥିକ ବର୍ଷରେ ‘ଜିଡିପି’ ଅଭିବୃଦ୍ଧି ୭.୪% ରହିଥିବା ବେଳେ ଆଗାମୀ ବର୍ଷ ପାଇଁ ଏହା ସାମାନ୍ୟ କମ୍ ରହିପାରେ, କିନ୍ତୁ ଏହା ସତ୍ତ୍ୱେ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇ ରହିବ । ରେଟିଂ ଏଜେନ୍ସି ‘ଆଇସିଆରଏ’ର କହିବା ଅନୁଯାୟୀ, ସରକାର ରାଜକୋଷୀୟ ନିଅଣ୍ଟକୁ ୪.୩% ମଧ୍ୟରେ ସୀମିତ ରଖିବାକୁ ଚେଷ୍ଟା କରିବେ । ବଜେଟ ବ୍ୟାଗରୁ କ’ଣ ଆଶା ? ଇଲେକ୍ଟ୍ରୋନିକ୍ସ ଓ ମାନୁଫ୍ୟାକ୍ଚରିଂ ଶିଳ୍ପ ଜଗତ ଚାହୁଛି, ଜିଏସଟି(GST) ସମସ୍ୟାର ସମାଧାନ ହେଉ ଏବଂ କଞ୍ଚାମାଲ ଉପରେ ଟିକସ କମ୍ କରାଯାଉ, ଯାହାଦ୍ୱାରା ଭାରତରେ ଜିନିଷ ତିଆରି କରିବା ଶସ୍ତା ହେବ। ଶକ୍ତି ଓ ପରିବେଶ ସୌର ଶକ୍ତି ଏବଂ ନୂତନ ଟେକ୍ନୋଲୋଜି ପାଇଁ ଅଧିକ ବଜେଟ୍ ବ୍ୟବସ୍ଥା ସହ ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ମିଳିବା ନେଇ ଆଶା କରାଯାଉଛି। ଏମଏସଏମଇ ଓ ଷ୍ଟାର୍ଟଅପ୍ ଛୋଟ ବ୍ୟବସାୟୀଙ୍କ ପାଇଁ ସହଜ ଋଣ ଏବଂ ଟିକସ ନିୟମରେ କୋହଳ କରିବାକୁ ଦାବି ହୋଇଛି। ସେୟାର ବଜାର ଓ ସାଧାରଣ ନିବେଶକ ସିକ୍ୟୁରିଟି ଟ୍ରାଞ୍ଜାକସନ୍ ଟ୍ୟାକ୍ସ (STT) କମାଇବା ଏବଂ କ୍ୟାପିଟାଲ ଗେନ୍ ଟ୍ୟାକ୍ସରେ ରିହାତି ପାଇଁ ନିବେଶକମାନେ ଚାହି ରହିଛନ୍ତି। ଯାହା ଫଳରେ ନିବେଶକମାନେ ଅଧିକ ଲାଭ ପାଇପାରିବେ। ଖାଲି ସେତିକି ନୁହେଁ, ସ୍ୱାସ୍ଥ୍ୟ କ୍ଷେତ୍ରରେ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ଗୁରୁତର ରୋଗ ଉପରେ ଫୋକସ୍, ଶିକ୍ଷାରେ ଡିଜିଟାଲ କ୍ଲାସରୁମ୍ ଓ କୃଷି କ୍ଷେତ୍ରରେ ଏଫପିଓ(ଫାରମର୍ ପ୍ରଡ୍ୟୁସର ଅରଗାନାଇଜେସନ୍)କୁ ଶକ୍ତିଶାଳୀ କରିବା ପାଇଁ ସରକାର ପାଣ୍ଠି ବଢ଼ାଇ ପାରନ୍ତି। ତେବେ ଅର୍ଥମନ୍ତ୍ରୀଙ୍କ ବଜେଟ୍ ପେଡ଼ିରୁ ଏଥର କାହାକୁ କଣ ମିଳୁଛି, ତାହା ଫେବ୍ରୁଆରି ୧ ତାରିଖରେ ସ୍ପଷ୍ଟ ହେବ ।

ନିନ୍ଦା 30 Jan 2026 4:54 pm