From struggle: ସଂଘର୍ଷରୁ ସଫଳତା, ଶୀର୍ଷରେ ରାଧିକା
କେବେକେବେ ଜୀବନ ଏମିତି କଠିନ ପରୀକ୍ଷା ନେଇଥାଏ ଯାହା ଅନେକଙ୍କ ସ୍ୱପ୍ନକୁ ଭାଙ୍ଗି ଦେଇଥାଏ। କିନ୍ତୁ କିଛି ଲୋକ ଅଛନ୍ତି, ଯେଉଁମାନେ ବିପରୀତ ପରିସ୍ଥିତିକୁ ନିଜର ସବୁଠାରୁ ବଡ଼ ଶକ୍ତିରେ ପରିଣତ କରି ସଫଳତାର ନୂଆ ଅଧ୍ୟାୟ ଲେଖନ୍ତି। ତାମିଲନାଡୁର କୋଇମ୍ବାଟୁର ନିବାସୀ ରାଧିକା ଜେ.ଏ. ସେପରି ଜଣେ ପ୍ରେରଣାଦାୟକ ବ୍ୟକ୍ତିତ୍ୱ। ଏକ ଦୁର୍ଲଭ ହାଡ଼ ରୋଗ ସହ ସଂଘର୍ଷ କରିବା ସତ୍ତ୍ୱେ ସେ କେବେ ନିଜ ମନୋବଳକୁ ଦୁର୍ବଳ ହେବାକୁ ଦେଇନଥିଲେ। ପୁରୁଣା ଖବରକାଗଜକୁ ନୂଆ ରୂପ ଦେଇ ସୁନ୍ଦର କଣ୍ଢେଇ ତିଆରି କରି ସେ କେବଳ ଏକ ସଫଳ ବ୍ୟବସାୟ ଗଢ଼ି ତୋଳିନାହାନ୍ତି ବରଂ ନିଜ ଅଦମ୍ୟ ସାହସ ଓ ସୃଜନଶୀଳତାର ପରିଚୟକୁ ଦେଶ ବିଦେଶରେ ପହଞ୍ଚାଇଛନ୍ତି। Car repairs: ଗାଡ଼ି ସଜାଡ଼ିବାକୁ ଡାକି ଗୁଳି ମାରିଲେ: ଗ୍ୟାରେଜ୍ ମାଲିକ ମୃତ; ଜଣେ ଗିରଫ, ଦୁଇ ଫେରାର କୋଇମ୍ବାଟୁରର ଯୁବତୀ ରାଧିକା ଜେ.ଏ. ଛୋଟବେଳୁ ‘ଅଷ୍ଟିଓଜେନେସିସ୍ ଇମ୍ପର୍ଫେକ୍ଟା’ ବା ‘ବ୍ରିଟଲ୍ ବୋନ୍ ଡିଜିଜ୍’ ନାମକ ଏକ ଦୁର୍ଲଭ ରୋଗରେ ପୀଡ଼ିତ ଥିଲେ। ଏହି ରୋଗରେ ହାଡ଼ ଅତ୍ୟନ୍ତ ଦୁର୍ବଳ ହୋଇଯାଏ ଏବଂ ସାମାନ୍ୟ ଚାପରେ ମଧ୍ୟ ଭାଙ୍ଗିଯାଇପାରେ। ଫଳରେ ରାଧିକାଙ୍କୁ ବାରମ୍ବାର ଅପରେସନ୍ କରାଇବାକୁ ପଡୁଥିଲା। ଏଥିପାଇଁ ତାଙ୍କୁ ସ୍କୁଲ୍ ଯିବାର ସୁଯୋଗ ପାଇପାରିନଥିଲେ। ଅନ୍ୟ ପିଲାମାନେ ଖେଳୁଥିବା ଓ ସ୍କୁଲ୍ ଯାଉଥିବା ବେଳେ ରାଧିକା ଘରେ ବସି ସେମାନଙ୍କୁ ଦେଖୁଥିଲେ। ଏକାକୀ ଜୀବନ ତାଙ୍କୁ କଳା ଓ ସୃଜନଶୀଳତା ଦିଗକୁ ଆକର୍ଷିତ କରିଥିଲା। ମାତ୍ର ୧୪ ବର୍ଷ ବୟସରେ ସେ ଚିତ୍ରାଙ୍କନ ଓ ବିଭିନ୍ନ ହସ୍ତଶିଳ୍ପ କାମ ଆରମ୍ଭ କରିଥିଲେ। ରାଧିକାଙ୍କ ଭାଇ ଥରେ ୟୁଟ୍ୟୁବ୍ରେ ପୁରୁଣା ଖବରକାଗଜରୁ ଆଫ୍ରିକୀୟ କଣ୍ଢେଇ ତିଆରି କରିବାର ଏକ ଭିଡିଓ ଦେଖାଇଥିଲେ। ସେଠାରୁ ପ୍ରେରଣା ପାଇ ରାଧିକା ପୁରୁଣା ଖବରକାଗଜ, ତାର ଓ ରଙ୍ଗ ବ୍ୟବହାର କରି କଣ୍ଢେଇ ତିଆରି କରିବା ଆରମ୍ଭ କଲେ। ତାଙ୍କ ପ୍ରଥମ କଣ୍ଢେଇକୁ ଜଣେ ପଡ଼ୋଶୀ କିଣିଥିଲେ, ଯାହା ତାଙ୍କ ଜୀବନର ପ୍ରଥମ ବ୍ୟବସାୟିକ ସଫଳତା ହୋଇଥିଲା। Gopalpur gang rape case: ଗୋପାଳପୁର ଗଣଦୁଷ୍କର୍ମକୁ ବର୍ଷେ: ୩ ସାକ୍ଷୀରେ ଅଟକିଛି ବିଚାରଣା, ପୁଲିସ ତ୍ରୁଟିରୁ ଚତୁର୍ଥ ସାକ୍ଷୀ ଅଦାଲତରୁ ଫେରିଛନ୍ତି ପକେଟ୍ ମନିର ମାତ୍ର ୨୦୦ ଟଙ୍କାରେ ରଙ୍ଗ କିଣି ସେ ନିଜ ଇଚ୍ଛାକୁ ବ୍ୟବସାୟରେ ପରିଣତ କରିବାକୁ ଲାଗିଲେ। ଆରମ୍ଭରେ ଛୋଟ ଛୋଟ ଅର୍ଡର ମିଳୁଥିଲା କିନ୍ତୁ ଧୀରେ ଧୀରେ ତାଙ୍କ କଳାକୃତି ଲୋକଙ୍କ ହୃଦୟ ଜିତିବାକୁ ଲାଗିଲା। ୨୦୧୮ ମସିହାରୁ ସେ ସୋସିଆଲ୍ ମିଡିଆ ମାଧ୍ୟମରେ ନିଜ ପୁତୁଳି ବିକ୍ରି କରିବା ଆରମ୍ଭ କଲେ। ଆଜି ରାଧିକା ‘କ୍ୱିନବି ଡଲ୍ସ୍’ ନାମରେ ନିଜ ବ୍ରାଣ୍ଡ ଚଲାଉଛନ୍ତି। ନବଦମ୍ପତି, ସଙ୍ଗୀତଜ୍ଞ, ଡାକ୍ତର, ଶ୍ରୀକୃଷ୍ଣ, ଗଣେଶ ଓ ବିଭିନ୍ନ ଚରିତ୍ରର ସୁନ୍ଦର କଣ୍ଢେଇ ସେ ତିଆରି କରନ୍ତି। ୨୦୧୮ ଠାରୁ ସେ ୨,୬୫୦ରୁ ଅଧିକ କଣ୍ଢେଇ ତିଆରି କରିସାରିଛନ୍ତି। ପ୍ରତିମାସ ୩୦ରୁ ୫୦ଟି ଅର୍ଡର ପାଉଥିବା ରାଧିକାଙ୍କ ଗ୍ରାହକ କେବଳ ଭାରତରେ ସୀମିତ ନୁହେଁ। ତାଙ୍କ କଣ୍ଢେଇ ଆମେରିକା, କାନାଡା, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଓ ୟୁଏଇ ପର୍ଯ୍ୟନ୍ତ ପହଞ୍ଚିଛି। ନିଜେ ସହଜରେ ଯାତ୍ରା କରିପାରୁନଥିଲେ ମଧ୍ୟ ତାଙ୍କ ସୃଷ୍ଟି ବିଶ୍ୱର ବିଭିନ୍ନ କୋଣକୁ ଯାତ୍ରା କରୁଛି। ରାଧିକା କହନ୍ତି, “ମୁଁ ସବୁଠାରେ ଯାଇପାରେ ନାହିଁ, କିନ୍ତୁ ମୋର କଣ୍ଢେଇମାନେ ଭାରତର ୨୪ଟି ରାଜ୍ୟ ଏବଂ ବିଶ୍ୱର ଅନେକ ଦେଶକୁ ପହଞ୍ଚିଛନ୍ତି।” ତାଙ୍କ ବିଶ୍ୱାସ ହେଉଛି, ଆତ୍ମବିଶ୍ୱାସ ଓ ପରିଶ୍ରମ ଥିଲେ କୌଣସି ବାଧା ସଫଳତାର ରାସ୍ତା ଅଟକାଇ ପାରିବ ନାହିଁ।
FIFA World Cup 2026: ବ୍ରାଜିଲ୍ ସହ ପଏଣ୍ଟ୍ ଭାଗ କଲା ମରକ୍କୋ: ୩୬ ବର୍ଷ ପରେ ସ୍କଟ୍ଲାଣ୍ଡ୍ର ପ୍ରଥମ ବିଜୟ
ନ୍ୟୁ ଜର୍ସି: ଚଳିତ ଫିଫା ବିଶ୍ବକପ୍ର ଏକ ଗ୍ରୁପ ‘ସି’ ମ୍ୟାଚ୍ରେ ଆଫ୍ରିକୀୟ ଦେଶ ମରକ୍କୋ ସହିତ ପଏଣ୍ଟ୍ ଭାଗ କରିଛି ପ୍ରତିଯୋଗିତାର ଅନ୍ୟତମ ଟାଇଟଲ୍ ଫେଭରିଟ୍ ବ୍ରାଜିଲ୍। ରବିବାର ଭୋର୍ ସମୟରେ (ଭାରତୀୟ ସମୟ) ହୋଇଥିବା ଏହି ମୁକାବିଲା ୧-୧ ଗୋଲ୍ରେ ଡ୍ର’ ରହିଥିଲା। ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ୍ର ୨୧ତମ ମିନିଟ୍ରେ ଇସ୍ମାଇଲ୍ ସାଇବାରି ପ୍ରଥମ ଗୋଲ୍ କରି ମରକ୍କୋକୁ ୧-୦ରେ ଅଗ୍ରଣୀ କରିଥିଲେ। ତେବେ ଏହାର ୧୧ ମିନିଟ୍ ପରେ ଅର୍ଥାତ୍ ୩୨ତମ ମିନିଟ୍ରେ ବ୍ରାଜିଲ୍ ପକ୍ଷରୁ ଭିନିସିୟସ୍ ଜୁନିଅର୍ ଗୋଲ୍ କରି ସ୍ଥିତିକୁ ୧-୧କୁ ଆଣିଥିଲେ। Lightning: ବଜ୍ରପାତରେ ୧୨ ଛେଳିଙ୍କ ମୃତ୍ୟୁ ମ୍ୟାଚ୍ର ପରବର୍ତ୍ତୀ ସମୟରେ ଉଭୟ ପକ୍ଷ ମଧ୍ୟରୁ ପ୍ରବଳ ଆକ୍ରମଣ ଓ ପ୍ରତିଆକ୍ରମଣ କରାଯାଇଥିଲେ ବି ଆଉ କୌଣସି ଗୋଲ୍ ହୋଇନଥିଲା। ତେବେ ଶକ୍ତିଶାଳୀ ବ୍ରାଜିଲ୍ ଆଗରେ ଆଫ୍ରିକୀୟ ବିଜେତା ମରୋକ୍କୋ ଯେପରି ଖେଳ ଦେଖାଇଲା ତାହା ସମସ୍ତଙ୍କୁ ଚକିତ କରିଛି। କାରଣ ମ୍ୟାଚ୍ର ପ୍ରଥମାର୍ଦ୍ଧରେ ବ୍ରାଜିଲ୍ର ଉଭୟ ଆକ୍ରମଣ ଓ ପ୍ରତିରକ୍ଷା ଖାପଛଡ଼ା ଲାଗୁଥିଲା। ପ୍ରଥମାର୍ଦ୍ଧର ଅଧିକାଂଶ ସମୟକୁ ମରକ୍କୋ ଖେଳାଳିମାନେ ନିଜ ନିୟନ୍ତ୍ରଣରେ ରଖିଥିଲେ। ତେବେ ଦ୍ବିତୀୟାର୍ଦ୍ଧରେ ବ୍ରାଜିଲ୍ ଲୟକୁ ଫେରିବା ପରି ଲାଗିଥିଲା। କିନ୍ତୁ ଆଉ ଗୋଲ୍ କରିପାରିନଥିଲା। ୫ଥର ବିଜେତା ବ୍ରାଜିଲର ଏହି ପ୍ରଦର୍ଶନକୁ ନେଇ ମଧ୍ୟ ଅସନ୍ତୋଷ ଜାହିର କରିଛନ୍ତି ପ୍ରଶିକ୍ଷକ କାର୍ଲୋ ଆନସେଲୋଟି। ସେ କହିଛନ୍ତି ଯେ ଦଳ ପ୍ରତିଯୋଗିତାରେ ଭଲ ଆରମ୍ଭ କରିନାହିଁ। ଖେଳାଳିମାନେ ଡରି ଡରିକି ଖେଳୁଥିଲେ। ଅନେକ ସମୟରେ ବଲ୍ ଉପରେ ନିୟନ୍ତ୍ରଣ ରହିନଥିଲା। ପ୍ରଥମାର୍ଦ୍ଧ ଭଲ ନଥିଲା, କିନ୍ତୁ ଦ୍ବିତୀୟାର୍ଦ୍ଧରେ ସ୍ଥିତିରେ ସୁଧାର ଆସିଥିଲା। ଏହା ଏକ ଆହ୍ବାନମୂଳକ ମ୍ୟାଚ୍ ଥିଲା କାରଣ ମରକ୍କୋ ଏକ ଭଲ ଦଳ। ୩୬ ବର୍ଷ ପରେ ସ୍କଟ୍ଲାଣ୍ଡ୍ର ପ୍ରଥମ ବିଜୟ ବୋଷ୍ଟନ: ଚଳିତ ଫିଫା ବିଶ୍ବକପ୍ର ଅନ୍ୟଏକ ଗ୍ରୁପ୍ ‘ସି’ ମ୍ୟାଚ୍ରେ ସ୍କଟ୍ଲାଣ୍ଡ ୧-୦ରେ ହାଇତିକୁ ପରାସ୍ତ କରିଛି। ଏହା ସହିତ ଫିଫା ବିଶ୍ବକପ୍ରେ ସ୍କଟ୍ଲାଣ୍ଡ୍ ପାଇଁ ଦୀର୍ଘ ୩୬ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଶେଷ ଥର ପାଇଁ ସ୍କଟ୍ଲାଣ୍ଡ ୧୯୯୦ରେ ସ୍ବିଡେନ୍କୁ ହରାଇଥିଲା। ଏପରିକି ୨୮ ବର୍ଷ ପରେ ପ୍ରଥମ ଥର ପାଇଁ ବିଶ୍ବକପ୍ରେ ଗୋଲ୍ ଦେବାରେ ସକ୍ଷମ ହୋଇଛି ସ୍କଟ୍ଲାଣ୍ଡ୍। ମ୍ୟାଚ୍ର ୨୮ ତମ ମିନିଟ୍ରେ ଜନ୍ ମାକ୍ଜିନ୍ ସ୍କଟ୍ଲାଣ୍ଡ୍ ପକ୍ଷରୁ ଏକମାତ୍ର ଗୋଲ୍ କରିଥିଲେ। ୨୮ ତମ ମିନିଟ୍ରେ ସ୍କଟ୍ଲାଣ୍ଡ୍ର ଚେ’ ଆଡାମ୍ସଙ୍କ ଏକ ଉଦ୍ୟମକୁ ପଣ୍ଡ କରିଦେଇଥିଲେ ବିପକ୍ଷ ଗୋଲ୍କିପର୍ ଜନି ପ୍ଲାସାଇଡ୍। କିନ୍ତୁ ବଲ୍ଟି ପ୍ରତିଫଳିତ ହୋଇ ଜନ୍ ମ୍ୟାକଗିନ୍ଙ୍କ ପାଖକୁ ଆସିଥିଲା। ମ୍ୟାକଗିନ୍ ସୁଯୋଗକୁ ହାତଛଡ଼ା କରିନଥିଲେ ଓ ସ୍କଟ୍ଲାଣ୍ଡ ପାଇଁ ବିଜୟ ସୂଚକ ଏକମାତ୍ର ଗୋଲ୍ କରିଥିଲେ। Raja Festival: ସାମୁହିକ ଦୋଳି ଖେଳ ଓ କଣ୍ଢେଇ ବାହାଘର ତେବେ୧୯୭୪ ପରେ ପୁଣି ବିଶ୍ବକପ୍ ଖେଳିବାର ସୁଯୋଗ ପାଇଥିବା ହାଇତି ଅପେକ୍ଷାକୃତ ଦୁର୍ବଳ ଦଳ ହେଲେ ବି ସ୍କଟ୍ଲାଣ୍ଡ ଆଉ ଅଧିକ ଗୋଲ୍ କରିପାରିନଥିଲା। ୩୮ ତମ ମିନିଟ୍ରେ ହାଇତିର ରୁବେନ ପ୍ରୋଭିଡେନ୍ସଙ୍କ ପାଇଁ ଏକ ଭଲ ସୁଯୋଗ ସୃଷ୍ଟି ହୋଇଥିଲେ ବି ତାହାକୁ ପଣ୍ଡ କରିଦେଇଥିଲେ ଆରନ୍ ହିକ୍କି। ଶେଷ ବେଳକୁ ହାଇତି ପକ୍ଷରୁ କିଛିଟା ଆକ୍ରମଣ କରାଯାଇଥିଲେ ବି ତାହା ଗୋଲ୍ରେ ପରିବର୍ତ୍ତନ ହୋଇପାରିନଥିଲା। ଗ୍ରୁପ୍‘ସି’ର ଦୁଇ ଶକ୍ତିଶାଳୀ ଦଳ ବ୍ରାଜିଲ୍ ଓ ମରକ୍କୋ ମଧ୍ୟରେ ମ୍ୟାଚ୍ ଡ୍ର ରହିଥିବାରୁ ସ୍କଟ୍ଲାଣ୍ଡ ଗୋଟିଏ ବିଜୟ ସହ ଶୀର୍ଷକୁ ଚାଲିଯାଇଛି।
Oil imports from Russia: ରୁଷ୍ରୁ ତେଲ ଆମଦାନି ବଢ଼ିଲା: ପାରାଦୀପକୁ ଆସିଛି ୨ ବର୍ଷର ସର୍ବାଧିକ
ନୂଆଦିଲ୍ଲୀ: ଭାରତ ଗତମାସରେ ରୁଷ୍ରୁ ଦ୍ବିତୀୟ ସର୍ବାଧିକ ଜୀବାଶ୍ମ ଇନ୍ଧନ ବା ଅଶୋଧିତ ତେଲ କିଣିଛି। ଏହାର ମୂଲ୍ୟ ପ୍ରାୟ ୬.୭ ବିଲିଅନ ଡଲାର ରହିଛି ବୋଲି ଏକ ରିପୋର୍ଟରୁ ଜଣାଯାଇଛି। ମେ ମାସରେ ଭାରତ ଏହାର ମୋଟ ଅଶୋଧିତ ତେଲ ଆମଦାନିର ପ୍ରାୟ ୮୩ ପ୍ରତିଶତ ରୁଷ୍ରୁ ମଗାଇଛି। ଏପ୍ରିଲ ତୁଳନାରେ ମେ ମାସରେ ଭାରତର ମୋଟ ଅଶୋଧିତ ତେଲ ଆମଦାନି ପରିମାଣ ୮ ପ୍ରତିଶତ ବଢ଼ିଛି। କିନ୍ତୁ ରୁଷ୍ରୁ ଆମଦାନି ୨୧ ପ୍ରତିଶତ ବଢ଼ିଛି ବୋଲି ୟୁରୋପର ସେଣ୍ଟର୍ ଫର୍ ରିସର୍ଚ୍ଚ ଅନ୍ ଏନର୍ଜି ଆଣ୍ଡ୍ କ୍ଲିନ୍ ଏୟାର (ସିଆର୍ଇଏ) ଏହାର ରିପୋର୍ଟରେ ଦର୍ଶାଇଛି। Blood donation: ରକ୍ତଦାନ ପାଇଁ ପ୍ରେରିତ କରିବାର ଶପଥ ଗ୍ରହଣ କଲେ ରକ୍ତଦାତା ଭାରତର କେତେକ ପ୍ରମୁଖ ତେଲ ବିଶୋଧନ କେନ୍ଦ୍ରଗୁଡ଼ିକରେ ମେ ମାସରେ ରୁଷ୍ ତେଲ ଆଗମନ ବଢ଼ିଛି। ଗୁଜରାଟର ଭାଡ଼ିନାର ବିଶୋଧନାଗାରରେ ଏପ୍ରିଲ ତୁଳନାରେ ୩୬ ପ୍ରତିଶତ ଅଧିକ ଅଶୋଧିତ ତେଲ ପହଞ୍ଚିଛି। ସେହିଭଳି ଜାମନଗର ବିଶୋଧନ କମ୍ପ୍ଲେକ୍ସରେ ଅଧିକ ୧୪ ପ୍ରତିଶତ ଅଶୋଧିତ ତେଲ ପହଞ୍ଚିଛି। ରାଷ୍ଟ୍ରାୟତ୍ତ ତେଲ କମ୍ପାନିଗୁଡ଼ିକ ମଧ୍ୟ ରୁଷ୍ରୁ ତେଲ କିଣିବା ବଢ଼ାଇଛନ୍ତି। ନ୍ୟୁ ମାଙ୍ଗାଲୋର ଓ ବିଶାଖାପଟନମ୍ ରିଫାଇନାରି ଗତବର୍ଷ ନଭେମ୍ବରରେ ରୁଷ୍ ତେଲ ଆମଦାନି ବନ୍ଦ କରିଥିଲେ। ଚଳିତବର୍ଷ ମାର୍ଚ୍ଚ ମାସରେ ସେମାନେ ଏହାର ଆମଦାନି ପୁଣି ଆରମ୍ଭ କରିଛନ୍ତି। ଏଥିସହିତ ପାରାଦୀପ ବିଶୋଧନାଗାରକୁ ରୁଷ୍ରୁ ଗତ ଦୁଇବର୍ଷ ମଧ୍ୟରେ ସର୍ବାଧିକ ଅଶୋଧିତ ତେଲ ଆସିଛି। ଭୂରାଜନୈତିକ ଅସ୍ଥିରତା ସତ୍ତ୍ବେ ଭାରତୀୟ ତୈଳ କମ୍ପାନିଗୁଡ଼ିକ ପାଇଁ ରୁଷ୍ରୁ ତେଲ ଆଣିବା ପୁନର୍ବାର ଆକର୍ଷଣୀୟ ପାଲଟିଛି କିମ୍ବା ଅନିବାର୍ଯ୍ୟ ହୋଇପଡ଼ିଛି। Raja Festival: ସାମୁହିକ ଦୋଳି ଖେଳ ଓ କଣ୍ଢେଇ ବାହାଘର ଉଲ୍ଲେଖଯୋଗ୍ୟ, ୟୁକ୍ରେନ ଉପରେ ରୁଷ୍ ଆକ୍ରମଣ କରିବା ପରେ ଏହି ଦେଶର ତେଲ ଉପରେ ପାଶ୍ଚାତ୍ୟ ଦେଶଗୁଡ଼ିକ କଟକଣା ଲଗାଇଥିଲେ। ଏଭଳି ସ୍ଥିତିରେ ଭାରତ ରୁଷ୍ରୁ ଶସ୍ତାରେ ବିପୁଳ ତେଲ କିଣିବା ଜାରି ରଖିଥିଲା। ତେବେ ସିଆର୍ଇଏ ରିପୋର୍ଟ ଅନୁଯାୟୀ, ମେ ମାସରେ ରୁଷ୍ର ମୋଟ ଅଶୋଧିତ ତେଲ ରପ୍ତାନିରୁ ୫୦ ପ୍ରତିଶତ ତେଲ ଚୀନ ଆଣିଥିଲା। ଏହା ପଛକୁ ଭାରତ ୩୬ ପ୍ରତିଶତ, ତୁର୍କୀ ୬ ପ୍ରତିଶତ ଏବଂ ୟୁରୋପୀୟ ସଂଘ ୫ ପ୍ରତିଶତ ଅଶୋଧିତ ତେଲ କିଣିଛି। ରୁଷ୍ ର ଅଶୋଧିତ ତେଲରୁ ବିଭିନ୍ନ ପ୍ରକାର ପେଟ୍ରୋଲିୟମ ଉତ୍ପାଦ ପ୍ରସ୍ତୁତ କରୁଥିବା ବିଶୋଧନାଗାରଗୁଡ଼ିକରୁ ଆମଦାନି ଉପରେ ୟୁରୋପୀୟ ସଂଘ ୨୦୨୬ ଜାନୁଆରି ୨୧ରେ କଟକଣା ଲଗାଇଥିବା ସତ୍ତ୍ବେ ମେ ମାସରେ ୟୁରୋପୀୟ ସଂଘର ବିଭିନ୍ନ ବନ୍ଦରରେ ୧୦ଟି ଜାହାଜ ଉକ୍ତ ତେଲ ପହଞ୍ଚାଇଛି।
Car repairs: ଗାଡ଼ି ସଜାଡ଼ିବାକୁ ଡାକି ଗୁଳି ମାରିଲେ: ଗ୍ୟାରେଜ୍ ମାଲିକ ମୃତ; ଜଣେ ଗିରଫ, ଦୁଇ ଫେରାର
ଗଣିଆ: ଆଜି ରାତି ପ୍ରାୟ ୮ଟା ବେଳେ ଗଣିଆ ଥାନା ଅନ୍ତର୍ଗତ ପଣ୍ଡରାସିଂହା ଗାଁରେ ଏକ ଗୁଳିକାଣ୍ଡ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କିଶୋର ପ୍ରସାଦ ପଞ୍ଚାୟତ ଅଧୀନ ପତୁରିଆ ଗାଁର ରବୀନ୍ଦ୍ର ନାୟକ (୨୮)। ରବୀନ୍ଦ୍ର ପାଣ୍ଡରାସିଂହା ଛକରେ ବାଇକ୍ ଗ୍ୟାରେଜ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ। ଏକ କାର୍ରେ ଆସି ଗୁଳିମାଡ଼ କରିବା ପରେ ତିନିଜଣ ଯୁବକ ସେଠାରୁ ଦ୍ରୁତ ବେଗରେ ପଳାଇଥିଲେ। ମାତ୍ର ପୁଲିସ ସେମାନଙ୍କ ପିଛା କରି ଜଣଙ୍କୁ ଗିରଫ କରିଥିବା ବେଳେ ତା ନିକଟରୁ ଏକ ବନ୍ଧୁକ ଜବତ କରିଛି। ଅନ୍ୟ ଦୁଇଜଣ ସେଠାରୁ ଫେରାର ହୋଇଯାଇଥିବା ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ପ୍ରେମ ସମ୍ପର୍କକୁ ନେଇ ଏହି ଗୁଳିମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି। ମିଳିଥିବା ସୁଚନା ମୁତାବକ, ପ୍ରତ୍ୟେକ ଦିନପରି ଆଜି ରବୀନ୍ଦ୍ର ନିଜ ଗ୍ୟାରେଜରେ ବସିଥିଲେ। Blood donation: ରକ୍ତଦାନ ପାଇଁ ପ୍ରେରିତ କରିବାର ଶପଥ ଗ୍ରହଣ କଲେ ରକ୍ତଦାତା ବର୍ଷା ପବନ ଯୋଗୁଁ ବିଜୁଳି ନଥିବା ବେଳେ ଦୋକାନ ସାମ୍ନା ଅନ୍ଧାର ଥିଲା। ଏହି ସମୟରେ ସେଠାରେ ଏକ କାର ଅଟକିଥିଲା। ସେଥିରେ ତିନି ଜଣ ଯୁବକ ବସିଥିଲେ। କାର୍ ଚକା ଟିକେ ଖରାପ ଅଛି ବୋଲି କହି ସେମାନେ ରବୀନ୍ଦ୍ରଙ୍କୁ ପାଖକୁ ଡାକିଥିଲେ। ସେମାନଙ୍କ ଫନ୍ଦି ବୁଝି ନପାରି ରବୀନ୍ଦ୍ର ଗ୍ୟାରେଜ୍ ବାହାରକୁ ପଳାଇଥିଲେ। ଏହି ସମୟରେ ହଠାତ୍ କାର୍ ଭିତରେ ବସିଥିବା ଜଣେ ଯୁବକ ରବୀନ୍ଦ୍ରଙ୍କ ଛାତିକୁ ଗୁଳି ମାରିଥିଲା। ଗୁଳିଟି ରବୀନ୍ଦ୍ରଙ୍କ ଛାତିରେ ପଶି ପିଠି ପଟେ ବାହାରି ଯାଇଥିବା ଜଣାପଡ଼ିଛି। ପରେ ସମସ୍ତେ ସେଠାରୁ ଦ୍ରୁତ ବେଗରେ ଫେରାର ହୋଇଯାଇଥିଲେ। ଗୁଳିମାଡ଼ ଶଦ୍ଦ ଓ ରବୀନ୍ଦ୍ରଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ସେଠାରେ ପହଞ୍ଚି ତୁରନ୍ତ ତାଙ୍କୁ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିଆ ଓ ଏଏସ୍ଆଇ ସାହା ଆଲାମ ଖାଁ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି। ପୁଲିସ ଅଟକ ରଖିଥିବା ଅଭିଯୁକ୍ତଙ୍କ ପତ୍ନୀ କିଛିଦିନ ହେଲା ନିଖୋଜ ଅଛନ୍ତି। ଏହି ଘଟଣାରେ ମୃତ ରବୀନ୍ଦ୍ରଙ୍କ ସମ୍ପୃକ୍ତି ଥିବା ସେ ସନ୍ଦେହ କରୁଥିଲା। ଏହାକୁ ନେଇ ରବୀନ୍ଦ୍ରଙ୍କୁ ସେ ପୂର୍ବରୁ ମଧ୍ୟ ଧମକଚମକ ଦେଇଛି। ମାତ୍ର ଆଜି ହଠାତ୍ ରବୀନ୍ଦ୍ରଙ୍କୁ ହତ୍ୟା କରିବା ପାଇଁ ସେ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ପୁଲିସ ବର୍ତ୍ତମାନ ତାକୁ ପଚରାଉଚରା ଚଳାଇଛି। ଖୁବ୍ଶୀଘ୍ର ଘଟଣାର ସତ୍ୟାସତ୍ୟ ଜଣାପଡ଼ଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। Raja Festival: ସାମୁହିକ ଦୋଳି ଖେଳ ଓ କଣ୍ଢେଇ ବାହାଘର
ବ୍ରହ୍ମପୁର: ବହୁଚର୍ଚ୍ଚିତ ଗୋପାଳପୁର ଗଣଦୁଷ୍କର୍ମ କୁ ଆସନ୍ତାକାଲି ବର୍ଷେ ପୂରିବ। ୨୦୨୫ ଜୁନ୍ ୧୫ ତାରିଖ ସନ୍ଧ୍ୟାରେ ଏହି ନାରକୀୟ କାଣ୍ଡ ଘଟିଥିଲା। ବେଳାଭୂମିରେ ପୁରୁଷ ବନ୍ଧୁଙ୍କୁ ବାନ୍ଧି, ମାଡ଼ମାରି ଯୁବତୀଙ୍କୁ ୫ ଜଣ ଗଣଦୁଷ୍କର୍ମ କରିଥିଲେ। ପୁଲିସ ରାତାରାତି ଚଢ଼ଉ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଏହି ଘଟଣା ସମଗ୍ର ରାଜ୍ୟକୁ ସ୍ତବ୍ଧ କରିଥିଲା। ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ବର୍ଷେ ଭିତରେ ଅଦାଲତରେ ମାତ୍ର ୩ଜଣ ସାକ୍ଷ୍ୟ ଦେଇପାରିଛନ୍ତି। ପୁଲିସର ତ୍ରୁଟି ଲାଗି ଚତୁର୍ଥ ସାକ୍ଷୀଙ୍କୁ ଅଦାଲତରୁ ଫେରିବାକୁ ପଡ଼ିଛି। Rape: ଚଳନ୍ତା କାର୍ ଭିତରେ ନାବାଳିକାକୁ ଗଣଦୁଷ୍କର୍ମ: ୫ ଜଣ ଗିରଫ ଗତବର୍ଷ ଜୁନ ୧୫, ସନ୍ଧ୍ୟା ୬ଟା ୩୦ରୁ ରାତି ୮ଟା ୪୫। ପୁରୁଷବନ୍ଧୁଙ୍କ ସହ ବେଳାଭୂମି ବୁଲିବାକୁ ଆସିଥିବା ଯୁବତୀଙ୍କୁ ୫ଜଣ ମିଶି ଗଣଦୁଷ୍କର୍ମ କରିଥିଲେ। ୫ଜଣ ନାବାଳକ ବି ଏଥିରେ ସାମିଲ ଥିଲେ। ରାତିକ ଭିତରେ ପୁଲିସ ୫ ନାବାଳକଙ୍କ ସମେତ ୧୦ଜଣଙ୍କୁ ବାନ୍ଧିଥିଲା। ୧୬ ତାରିଖ ଅପରାହ୍ଣରେ ମାମଲା ପଂଜୀକୃତ ହୋଇ ଅଭିଯୁକ୍ତ ଜେଲ୍ ଯାଇଥିଲେ। ଜୁନ ୧୭ରେ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ସହ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରାଗଲା। ୨୩ ଜୁନରେ ଜାତୀୟ ମାନବାଧିକାର କମିସନ ନିଜ ଆଡ଼ୁ ମାମଲା ରୁଜୁ କରିଥିଲେ। ୨୮ ଜୁଲାଇରେ କ୍ରାଇମବ୍ରାଞ୍ଚ ୫୭୪ ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ କରିଥିଲା। ପୁଲିସ ତ୍ରୁଟିରୁ ଚତୁର୍ଥ ସାକ୍ଷୀ ଅଦାଲତରୁ ଫେରିଛନ୍ତି ବେଳାଭୂମିରେ ଲାଗିପାରିଲାନି ସିସିଟିଭି, ଏବେ ବି ରାସ୍ତା ଅନ୍ଧାର ଅନ୍ୟପଟେ ଏହି ମାମଲା ଅଦାଲତରେ ଆଗେଇପାରୁନି। ଅତିିରିକ୍ତ ଜିଲ୍ଲା ଦୌରାଜଜ୍ (ଦ୍ବିତୀୟ)ଙ୍କ ଅଦାଲତରେ ୨୦୨୫ ଡିସେମ୍ବର ୧୯ରୁ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଛି। ଆଜି ପର୍ଯ୍ୟନ୍ତ ମାତ୍ର ୩ ଜଣଙ୍କ ସାକ୍ଷ୍ୟଗ୍ରହଣ ସରିଛି। ଗୋପାଳପୁର ଲାଇଟ୍ ହାଉସ୍ ଷ୍ଟେସନ୍ ଇନ୍ଚାର୍ଜ ଓ ୨ ଜଣ ହାବିଲଦାର ସାକ୍ଷ୍ୟ ଦେଇଛନ୍ତି। ଗତ ଜୁନ୍ ୩ ତାରିଖରେ ମାମଲାର ଚତୁର୍ଥ ସାକ୍ଷୀ ଏମ୍କେସିଜି ଏଫ୍ଏମ୍ଟି ମୁଖ୍ୟ ଡାକ୍ତର ସୁଦୀପା ଦାସ ସାକ୍ଷ୍ୟ ଦେଇଥାନ୍ତେ। ହେଲେ ଅଦାଲତ କାମ ଆରମ୍ଭ ହେବା ବେଳକୁ ପୁଲିସର ତ୍ରୁଟି ସାମ୍ନାକୁ ଆସିଥିଲା। ଅଦାଲତ ନକଲରେ ସାବାଳକଙ୍କ କେସ୍ ମେମୋ ଥିବା ବେଳେ କିନ୍ତୁ ଓକିଲଙ୍କୁ ମିଳିଥିବା ନକଲରେ ନାବାଳକ ଥିଲା। ତେଣୁ ଉପଯୁକ୍ତ ଦସ୍ତାବିଜ ଲାଗି ପରବର୍ତ୍ତୀ ତାରିଖକୁ ଧାର୍ଯ୍ୟ କରାଯାଇଛି। ଅନ୍ୟପକ୍ଷରେ ଗଣଦୁଷ୍କର୍ମ ଘଟିଥିବା ସ୍ଥାନରେ କିଛି ଦିନ ହେଲା ପାନ୍ଥନିବାସ ପକ୍ଷରୁ ୨ଟି ହାଇମାଷ୍ଟ୍ ଲାଇଟ ଖଞ୍ଜାଯାଇଥିବା ବେଳେ ତାହା କାର୍ଯ୍ୟକ୍ଷମ ହୋଇନି। ମୁଖ୍ୟ ବେଳାଭୂମିକୁ ଛାଡ଼ି ଗୋପାଳପୁର ମୁହାଣ ଯାଏଁ ଭିଡ଼ ରହୁଥିଲେ ମଧ୍ୟ ଆଜି ବି ଆଲୋକ ବ୍ୟବସ୍ଥା ହେଲାନାହିଁ। ଡୁରା ଠାରୁ ଭଞ୍ଜବିହାର ଛକ ପର୍ଯ୍ୟନ୍ତ ମୁଖ୍ୟରାସ୍ତା ସନ୍ଧ୍ୟା ହେଲେ କିଟିକିଟି ଅନ୍ଧାର। ତେବେ ପୁଲିସ ପାଟ୍ରୋଲିଂ କରାଯାଉଥିବା ବେଳେ ଏନ୍ଏସି ପକ୍ଷରୁ ମୁଖ୍ୟ ବେଳାଭୂମିରେ କିଛି ସିସି କ୍ୟାମେରା ଲଗାଯାଇଛି ଓ ଅଧିକ ଆଲୋକୀକରଣ ଲାଗି ପଦକ୍ଷେପ ନିଆଯିବ ବୋଲି ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ କୁମାର ନାହାକ କହିଛନ୍ତି। Minor Rape Case: ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କୁ ପୁଲିସ ଓ ମେଡିକାଲ ପ୍ରଶାସନର ଚରମ ଅବହେଳା, ମାମଲା ରୁଜୁ ପାଇଁ ୮ଘଣ୍ଟା...
TMC parliamentary party: ଟିଏମ୍ସି ସଂସଦୀୟ ଦଳରେ ବଡ଼ ବିଭାଜନ: ‘ଏନ୍ସିପିଆଇ’ରେ ସାମିଲ ହେବେ ବିଦ୍ରୋହୀ ଗୋଷ୍ଠୀ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ର ଶୋଚନୀୟ ପରାଜୟ ପରେ ଦଳ ମଧ୍ୟରେ ଲାଗି ରହିଥିବା ପ୍ରବଳ ଅସନ୍ତୋଷ ଏବେ ବିଦ୍ରୋହର ରୂପ ନେଇଛି। ଆଜି ଦିଲ୍ଲୀରେ ଟିଏମ୍ସିର ବହୁ ସଂଖ୍ୟକ ବିଦ୍ରୋହୀ ସାଂସଦ ଏକାଠି ହୋଇ ମମତା ବାନାର୍ଜୀଙ୍କ ନେତୃତ୍ବ ବିରୋଧରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି। ବିଦ୍ରୋହୀ ସାଂସଦମାନେ ପ୍ରଥମେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ବାସଭବନରେ ଏକ ରୁଦ୍ଧଦ୍ୱାର ବୈଠକ କରିବା ପରେ ସେଠାରୁ ସିଧାସଳଖ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବାସଭବନକୁ ଯାଇ ନିଜର ଦାବି ଉପସ୍ଥାପନ କରିଛନ୍ତି। ଏହି ସାଂସଦମାନେ ଏକ ସ୍ୱତନ୍ତ୍ର ଗୋଷ୍ଠୀ ବଦଳରେ ନିଜର ସମ୍ପୂର୍ଣ୍ଣ ସଂସଦୀୟ ଦଳକୁ ଏନ୍ସିପିଆଇ (ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ) ସହିତ ମିଶ୍ରଣ କରିବାକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ବିଦ୍ରୋହୀ ନେତ୍ରୀ କାକଳି ଘୋଷ ଦସ୍ତିଦାର ଏହି ମିଶ୍ରଣ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆମେ ସ୍ବୀକୃତିପ୍ରାପ୍ତ ଆଞ୍ଚଳିକ ଦଳ ଏନ୍ସିପିଆଇରେ ମିଶ୍ରଣ ପାଇଁ ନିଷ୍ପତ୍ତି ନେଇଛୁ ଏବଂ ସଂସଦରେ ଆମେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାରକୁ ସମ୍ପୂର୍ଣ୍ଣ ସମର୍ଥନ କରିବୁ। ବାଚସ୍ପତିଙ୍କୁ ଏ ବାବଦରେ ବିସ୍ତୃତ ତଥ୍ୟ ପ୍ରଦାନ ସହ ଆମକୁ ମାନ୍ୟତା ବାବଦରେ ନିବେଦନ ରଖିଛୁ ବୋଲି ସେ କହିଛନ୍ତି। Lightning: ବଜ୍ରପାତରେ ୧୨ ଛେଳିଙ୍କ ମୃତ୍ୟୁ ବାଚସ୍ପତିଙ୍କୁ ଭେଟି ପ୍ରସ୍ତାବ ରଖିଲେ ଏନ୍ଡିଏ ସରକାରକୁ ସମର୍ଥନ ଘୋଷଣା ବିଦ୍ରୋହୀ ସାଂସଦ ଗୋଷ୍ଠୀରେ ଆଜି ଦଳର ସବୁଠାରୁ ଅଭିଜ୍ଞ ତଥା ବରିଷ୍ଠ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କ ଉପସ୍ଥିତି ରାଜନୈତିକ ସମୀକରଣକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ସୁଦୀପ ବନ୍ଦୋପାଧ୍ୟାୟ ବିଦ୍ରୋହୀ ଶିବିରକୁ ଆସିବା ପରେ ଏହା ମମତା ବାନାର୍ଜୀଙ୍କ ପାଇଁ ଏକ ସାଂଘାତିକ ଧକ୍କା ବୋଲି କୁହାଯାଉଛି। ତାଙ୍କ ବ୍ୟତୀତ ଏହି ହାଇପ୍ରୋଫାଇଲ୍ ବୈଠକରେ ଶତାବ୍ଦୀ ରାୟ, ସାୟୋନୀ ଘୋଷ, ମାଲା ରାୟ, ବାପି ହାଲଦାର, ପ୍ରସୂନ ବାନାର୍ଜୀଙ୍କ ଭଳି ପ୍ରମୁଖ ସାଂସଦମାନେ ସାମିଲ ହୋଇଥିଲେ। କେନ୍ଦ୍ରମନ୍ତ୍ରୀ ଯାଦବଙ୍କ ବାସଭବନରେ ଅନୁଷ୍ଠିତ ଆଲୋଚନା ସମୟରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଉପସ୍ଥିତି ଏକ ବଡ଼ ସଙ୍କେତ ଦେଇଛି। ଅନେକ ଟିଏମ୍ସି ସାଂସଦ ମଧ୍ୟ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍ଡିଏ ସରକାରକୁ ସମର୍ଥନ କରିବା ପାଇଁ ଖୋଲାଖୋଲି ଭାବେ ନିଜର ଇଚ୍ଛା ପ୍ରକାଶ କରିସାରିଛନ୍ତି। ଟିଏମ୍ସି ସଂସଦୀୟ ଦଳରେ ଦୁଇ-ତୃତୀୟାଂଶ ସମର୍ଥନ ହାସଲ କରି ଦଳବଦଳ ବିରୋଧୀ ଆଇନରୁ ରକ୍ଷା ପାଇବା ପାଇଁ ବିଦ୍ରୋହୀ ଗୋଷ୍ଠୀ ରଣନୀତି ପ୍ରସ୍ତୁତ କରିଛନ୍ତି। ପୂର୍ବରୁ ୧୯ ଜଣ ସାଂସଦଙ୍କ ସ୍ବାକ୍ଷର ଥିବା ଏକ ଚିଠି ସାମନାକୁ ଆସିଥିବା ବେଳେ ଆଜି ସାଂସଦ କାକଳି ଘୋଷ ଦାବି କରିଛନ୍ତି ଯେ ବିଦ୍ରୋହୀ ଶିବିରରେ ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇ ୨୨ରେ ପହଞ୍ଚିଛି। Horoscope 2026 June 15: ଜାଣନ୍ତୁ ଆଜିର ରାଶିଫଳ ବିଦ୍ରୋହୀଙ୍କୁ ମାନ୍ୟତା ନ ଦେବାକୁ ଅଭିଷେକଙ୍କ ଦାବିଗୋଟିଏ ପଟେ ଟିଏମ୍ସି ସଂସଦୀୟ ଦଳରେ ବଡ଼ ବିଭାଜନ ସାମନାକୁ ଆସିଥିବା ବେଳେ ଅନ୍ୟପଟେ ସଂସଦୀୟ ଦଳ ନେତା ଅଭିଷେକ ବାନାର୍ଜୀ ଲୋକସଭା ବାଚସ୍ପତିଙ୍କୁ ପତ୍ର ଲେଖି ବିଦ୍ରୋହୀଙ୍କ ଆଭିମୁଖ୍ୟକୁ ଜୋର୍ଦାର ବିରୋଧ କରିଛନ୍ତି। ଟିଏମ୍ସିକୁ ଗୃହରେ ପ୍ରତିନିଧିତ୍ୱ କରୁଥିବା ଏକକ ରାଜନୈତିକ ଦଳ ଭାବରେ ଗ୍ରହଣ କରିବା ସହ ବିଦ୍ରୋହୀଙ୍କୁ କୌଣସି ପ୍ରକାର ମାନ୍ୟତା ନଦେବାକୁ ଅଭିଷେକ ବାନାର୍ଜୀ ଦାବି କରିଛନ୍ତି। ଟିଏମ୍ସିର କୌଣସି ପୃଥକ ଗୋଷ୍ଠୀକୁ ସ୍ବତନ୍ତ୍ର ସୁବିଧା କିମ୍ବା ସ୍ବୀକୃତି ପ୍ରଦାନ କରାଯିବା ଗ୍ରହଣୀୟ ହେବ ନାହିଁ ବୋଲି ସେ ଦର୍ଶାଇଛନ୍ତି। ଟିଏମ୍ସି ଏକ ଅବିଭାଜିତ ରାଜନୈତିକ ଦଳ ବୋଲି ସେ ଉଲ୍ଲେଖ କରିଛନ୍ତି।
ଯଦିବା ବିକାଶ ଓ ଉତ୍କର୍ଷ ସାଧନ ଆମ ଦେଶର ଧ୍ୟେୟ ହୋଇଥାଏ, ଆମକୁ ଘେରି ରହିଥିବା ପ୍ରମୁଖ ଶତ୍ରୁ ରାଷ୍ଟ୍ର ଦ୍ବୟଙ୍କ ଅଭିସନ୍ଧି ହେଲା ଆମକୁ ଅସ୍ଥିର-ଅତିଷ୍ଠ କରି ରଖିବା, ଯଦ୍ଦ୍ବାରା ଆମ ଧ୍ୟାନ ଭ୍ରଷ୍ଟ ହେବ। ଏଭଳି ଆଭିମୁଖ୍ୟର ମୁକାବିଲା କରିବା ଲାଗି ମହାକାଶ ଗବେଷଣା ଓ ପ୍ରଯୁକ୍ତିର ରଣନୈତିକ ଉପଯୋଗକୁ ପାସୋରି ଯିବା ଆମ ଲାଗି ବୁଦ୍ଧିମତ୍ତାର ପରିଚାୟକ ହେବ ନାହିଁ। Ayodhya Ram Mandir: ରାମମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ୨୦୨୫, ଜାନୁଆରି ମାସରୁ ୨୦୨୬ ଜୁନ୍ ମାସ ପର୍ଯ୍ୟନ୍ତ ୧୬ ମାସର ଅବଧି ମଧ୍ୟରେ ଅନ୍ତରୀକ୍ଷରେ ସହସା ପାକିସ୍ତାନର ପଦଚିହ୍ନମାନ ଦୃଷ୍ଟିଗୋଚର ହୋଇଛି; ଅର୍ଥାତ୍ ଏହି କାଳ ଖଣ୍ଡ ମଧ୍ୟରେ ପାକିସ୍ତାନର ଛଅଟି ‘ଆର୍ଥ ଅବଜର୍ଭେସନ ସାଟେଲାଇଟ’ ବା ‘ଭୂପୃଷ୍ଟ ନିରୀକ୍ଷଣକାରୀ ଉପଗ୍ରହ’ ବା ସଂକ୍ଷେପରେ ‘ଇ.ଓ.ଏସ.’ ପୃଥିବୀର କକ୍ଷପଥରେ ସ୍ଥାପିତ ହୋଇ ପ୍ରଦକ୍ଷିଣ କରିବାରେ ଲାଗିଲେଣି। ମହାକାଶ ଗବେଷଣା କ୍ଷେତ୍ରରେ ପାକିସ୍ତାନର ଏଭଳି ଅଚାନକ ଦୃଶ୍ୟମାନତାକୁ ତା’ର ଗବେଷଣାଗତ ଉପଲବ୍ଧି ବୋଲି ଅବଶ୍ୟ କୁହାଯିବ, କିନ୍ତୁ, ତା’ ପଛରେ ଥିବା ଉଦ୍ଦେଶ୍ୟ ଯେ ବିଶେଷ ନିରୀହ ହୋଇ ନ ଥିବ, ସେ ସନ୍ଦେହ ମଧ୍ୟ ଉପୁଜି ଥାଏ! ସୁତରାଂ, ରଣନୈତିକ ଦୃଷ୍ଟିରୁ ଏହା ଭାରତ ସକାଶେ ଉଦ୍ବେଗଜନକ ବୋଲି ମଧ୍ୟ କୁହାଯାଇପାରେ! ଉଲ୍ଲେଖଯୋଗ୍ୟ ଯେ ସ୍ବାଧୀନତା ପରେ ଉଭୟ ଭାରତ ଓ ପାକିସ୍ତାନ ପ୍ରାୟ ଏକ ସମୟରେ ମହାକାଶ ଗବେଷଣା କ୍ଷେତ୍ରରେ ପ୍ରବେଶ କରିଥିଲେ, କିନ୍ତୁ ଭାରତ ତହିଁରେ ନିରନ୍ତର ଅଗ୍ରସର କରି ଚାଲିଥିବା ସ୍ଥଳେ ପାକିସ୍ତାନରେ ତାହା ବସ୍ତୁତଃ ମୃତବତ୍ ଅବସ୍ଥାରେ ଥିଲା। ୧୯୬୨ ମସିହାରୁ ପାକିସ୍ତାନର ମହାକାଶ ଗବେଷଣା ପ୍ରତିଷ୍ଠାନ ବା ‘ସୁପାର୍କୋ’ (ଭାରତର ‘ଇସ୍ରୋ’ ଭଳି)ର ପ୍ରତିଷ୍ଠା ହୋଇ ସାରିଥିଲେ ହେଁ ୨୦୨୧ ମସିହାରୁ, ଅନ୍ୟ ଦେଶର ସହଯୋଗରେ, ପାକିସ୍ତାନର ଉପଗ୍ରହମାନ ଅନ୍ତରୀକ୍ଷରେ ପଦାର୍ପଣ କରିଥିଲେ। ସେବେଠାରୁ ୨୦୨୪ ମସିହା ଡିସେମ୍ବର ମାସ ପର୍ଯ୍ୟନ୍ତ ପାକିସ୍ତାନ ପ୍ରେରଣ କରିଥିବା ଉପଗ୍ରହ ସଂଖ୍ୟା ଥିଲା ମାତ୍ର ନଅ। ଏଭଳି ସ୍ଥଳେ, ୨୦୨୫ ମସିହା ଜାନୁଆରିରୁ ପରିଦୃଷ୍ଟ ପାକିସ୍ତାନୀ ଅତ୍ୟୁତ୍ସାହ ଅସାମାନ୍ୟ ଭଳି ମନେ ହୋଇଥାଏ। ଏହି କ୍ରମରେ ପାକିସ୍ତାନ ଏକ ଦ୍ରୁତ ଅନ୍ତରାଳରେ ୨୦୨୫ ଜାନୁଆରିରୁ ୨୦୨୬, ଏପ୍ରିଲ ମଧ୍ୟରେ ଛଅଟି ‘ଇ.ଓ.ଏସ.’ ପଠାଇ ସାରିଛି। ତେଣୁ, ପ୍ରଶ୍ନ ଉଠିଥାଏ ଯେ ମହାକାଶ ବିଜ୍ଞାନ ସମ୍ବନ୍ଧୀୟ ଗବେଷଣା କ୍ଷେତ୍ରରେ ଏକ ପରିଚୟ ସୃଷ୍ଟି କରିବା ସକାଶେ ଏହା ପାକିସ୍ତାନର ଏକ ଉଦ୍ୟମ ନା ଏହା ପଛରେ କୌଣସି ନିର୍ଦ୍ଦିଷ୍ଟ ରଣନୈତିକ ଉଦ୍ଦେଶ୍ୟ ନିହିତ? ପୁଣି, ‘ଅପରେସନ ସିନ୍ଦୂର’ ପରେ ପାକିସ୍ତାନ ପକ୍ଷରୁ ପ୍ରଦର୍ଶିତ ଏହିଭଳି ଚଳଚଞ୍ଚଳତା ହେତୁ ଉପରୋକ୍ତ ପ୍ରଶ୍ନ ଅଧିକ ପ୍ରାସଙ୍ଗିକ ହୋଇଥାଏ। ପ୍ରକାଶ ଥାଉ କି ପାକିସ୍ତାନର ଉପଗ୍ରହଗୁଡ଼ିକ ତାର ପରମ ମିତ୍ର ଚୀନର ପ୍ରତ୍ୟକ୍ଷ ପ୍ରଯୁକ୍ତିଗତ ସହାୟତାରେ ନିର୍ମିତ ଏବଂ ଚୀନର ମହାକାଶ ଉତ୍ପେକ୍ଷପଣ କେନ୍ଦ୍ରଗୁଡ଼ିକରୁ ପ୍ରେରିତ। ଏଠାରେ ସ୍ମରଣଯୋଗ୍ୟ ଯେ ‘ଅପରେସନ ସିନ୍ଦୂର’ କାଳୀନ ଘନଘଟା ସମୟରେ ଭାରତର ସାମରିକ ଗତିବିଧି ସଂପର୍କିତ ପ୍ରାକ୍-ସୂଚନାମାନ ନିରନ୍ତର ଭାବେ ଚୀନା ଉପଗ୍ରହ ସୌଜନ୍ୟରୁ ପାକିସ୍ତାନକୁ ମିଳିବାରେ ଲାଗିଥିଲା। କିନ୍ତୁ, ଅନ୍ତରୀକ୍ଷରୁ ଭାରତ ଉପରେ ବରାବର ଗୃଧ୍ର ଦୃଷ୍ଟି ରଖିବାରେ ସ୍ବୟଂ ସମର୍ଥ ହେବା ଲାଗି ପାକିସ୍ତାନ ଯେ ଉଦ୍ଗ୍ରୀବ ହୋଇ ଉଠିଥିବ ଏଥିରେ ଦ୍ବିରୁକ୍ତି ନାହିଁ, ଯେଉଁଥି ଲାଗି ହୁଏତ ଏଭଳି ପ୍ରୟାସର ଆବଶ୍ୟକତା ରହିଛି। ସଂପ୍ରତି, ବିଭିନ୍ନ ଦେଶରୁ ପ୍ରେରିତ ‘ଇ.ଓ.ଏସ.’ର ସଂଖ୍ୟା ପ୍ରାୟ ୧୫୦୦, ଯଦ୍ଦ୍ବାରା କୃଷି, ପରିବେଶ, ପ୍ରାକୃତିକ ବିପର୍ଯ୍ୟୟ ଇତ୍ୟାଦି ନେଇ ଅତ୍ୟନ୍ତ ଉପଯୋଗୀ ସୂଚନା ଓ ତଥ୍ୟମାନ ମିଳିଥାଏ। କିନ୍ତୁ ଯେଉଁ ଉଦ୍ଦେଶ୍ୟ ପ୍ରଚ୍ଛନ୍ନ ରହେ, ତାହା ହେଲା ଏହି ସବୁ ଉପଗ୍ରହ ମାଧ୍ୟମରେ ବିଭିନ୍ନ ସାମରିକ ଓ ବେସାମରିକ ଗତିବିଧି ଉପରେ ଦୃଷ୍ଟି ରଖିବା, ପ୍ରକାରାନ୍ତରେ ଗୁପ୍ତଚରଗିରି। ଏହି ପ୍ରସଙ୍ଗରେ ବରିଷ୍ଠ ସାମ୍ବାଦିକା ସୌମ୍ୟା ପିଲ୍ଲେଙ୍କ ଦ୍ବାରା ‘ଦ ପ୍ରିଣ୍ଟ’ରେ ପ୍ରକାଶିତ ଏକ ଅନୁସନ୍ଧାନମୂଳକ ରିପୋର୍ଟ ବିଶେଷ ପ୍ରଣିଧାନଯୋଗ୍ୟ। ତାଙ୍କ ରିପୋର୍ଟ ଅନୁସାରେ ପାକିସ୍ତାନୀ ‘ଇ.ଓ.ଏସ.’ଗୁଡ଼ିକ ଅତ୍ୟାଧୁନିକ ପ୍ରଯୁକ୍ତି ଓ ଲେଜର-ଚିହ୍ନଟ ସାମର୍ଥ୍ୟ ବହନ କରିଥାଆନ୍ତି, ଯଦ୍ଦ୍ବାରା ସେଗୁଡ଼ିକୁ ବହଳ ମେଘମାଳାଭେଦୀ ଦୃଷ୍ଟି ମିଳିଥାଏ ଓ ଭୂପୃଷ୍ଠରେ ହେଉଥିବା ଗତିବିଧି ଉପରେ ନିରନ୍ତର ନଜର ରଖିବା ସମ୍ଭବ ହୁଏ। ଏହି ଛଅଟି ଉପଗ୍ରହ ମଧ୍ୟରେ ଥିବା ଅଧିକ ଉନ୍ନତ ‘ହାଇପର ସ୍ପେକ୍ଟ୍ରାଲ’ ଉପଗ୍ରହ ଦ୍ବାରା ଛଳ ଅବରଣ (କାମୁଫ୍ଲେଜ) ତଳେ ଘଟୁଥିବା ସନ୍ଦିଗ୍ଧ କାରବାରକୁ ମଧ୍ୟ ଠଉରା ଯାଇପାରେ। ତେବେ, ସୌମ୍ୟାଙ୍କ ଅନୁସନ୍ଧାନରୁ ଯେଉଁ ଗୋଟିଏ ସୂଚନା ବିଶେଷ ଭାବେ ତାତ୍ପର୍ଯ୍ୟପୂର୍ଣ୍ଣ, ତାହା ହେଲା ‘ପି.ଆର.ଏସ.ସି.-ୟୁ-୩’ ନାମକ ଉପଗ୍ରହର ଢଳାଣକୁ ନିୟମିତ ବା ସାଧାରଣଠାରୁ ୩୮ ପ୍ରତିଶତ ଅଧିକ ରଖିବାର ଯୋଜନାବଦ୍ଧ ବ୍ୟବସ୍ଥା କରାଯିବା, ଯାହା ଫଳରେ ଉପଗ୍ରହର ଦୃଷ୍ଟି ପଟଳ ୩୦ରୁ ୪୦ ଡିଗ୍ରି ଅକ୍ଷାଂଶ ମଧ୍ୟରେ କେନ୍ଦ୍ରୀଭୂତ ରହିବ। ଏହା ଫଳରେ ଉତ୍ତର ଭାରତ, ନିର୍ଦ୍ଦିଷ୍ଟ ଭାବେ ଜାମ୍ମୁ ଓ କାଶ୍ମୀର ଅଞ୍ଚଳ, ଯହିଁରେ ଭାରତୀୟ ସାମରିକ ବାହିନୀର ନର୍ଦନ କମାଣ୍ଡ୍ ଓ ୱେଷ୍ଟର୍ନ କମାଣ୍ଡ୍ର କିୟଦାଂଶ ଅନ୍ତର୍ଭୁକ୍ତ, ନିରନ୍ତର ପାକିସ୍ତାନର ନଜର ତଳେ ରହିବ। ସୌମ୍ୟାଙ୍କ ମତରେ ହୁଏତ ଏହା ହୋଇପାରେ ଭାରତ ବିପକ୍ଷରେ ପାକିସ୍ତାନର ଦୀର୍ଘମିଆଦୀ ପ୍ରସ୍ତୁତିର ଏକ ଅଂଶ! Athlete: ପାରୁଲ ଚୌଧୁରୀଙ୍କ ଜାତୀୟ ରେକର୍ଡ ଏଥିରେ ଦ୍ବିରୁକ୍ତିି ନାହିଁ ଯେ ମହାକାଶ ଗବେଷଣା କ୍ଷେତ୍ରରେ ପାକିସ୍ତାନଠାରୁ ଭାରତ ଅନେକ ଯୋଜନ ଆଗରେ। ୧୯୯୩ ମସିହାରୁ ଭାରତ ୬୪ଟି ବିଭିନ୍ନ ପ୍ରକାର ଉପଗ୍ରହ ଅନ୍ତରୀକ୍ଷକୁ ପଠାଇ ସାରିଛି, ଯହିଁରୁ ୨୧ଟି ହେଉଛନ୍ତି ‘ଇ.ଓ.ଏସ.’। ଉପଗ୍ରହ ନିର୍ମାଣ ଓ ପ୍ରେରଣରେ ଭାରତ କେବଳ ସଂପୂର୍ଣ୍ଣ ଅାତ୍ମନିର୍ଭର ହୋଇନାହିଁ, ଅନ୍ୟ ରାଷ୍ଟ୍ରଙ୍କ ସକାଶେ ଉପଗ୍ରହ ନିର୍ମାଣଶାଳା ଓ ପ୍ରେରଣ କେନ୍ଦ୍ରରେ ପରିଣତ ହେଲାଣି। ଏବଂ ଯାହା ପ୍ରଣିଧାନଯୋଗ୍ୟ, ତାହା ହେଲା ଏଥିରେ ଏ ଯାବତ୍ ଭାରତ ଭାଗ୍ୟରେ ପଡ଼ିଛି ମାତ୍ର ଚାରିଟି ପୂର୍ଣ୍ଣ ଏବଂ ଗୋଟିଏ ଆଂଶିକ ବିଫଳତା। ତେବେ, ଚିନ୍ତାଜନକ ବିଷୟଟି ହେଲା ୧୯୯୩ ମସିହାର ପ୍ରଥମ ଉଦ୍ୟମ ବିଫଳ ହେବା ପରେ ଦ୍ବିତୀୟ ବିଫଳତା ଆସିଥିଲା ୨୦୧୭ ମସିହାରେ, ଅଥଚ ତା’ ପରବର୍ତ୍ତୀ ଦୁଇଟି ବିଫଳତା ଆସିଥିଲା ଅନପେକ୍ଷିତ ଭାବେ ଓ ଦ୍ରୁତ ଅନ୍ତରାଳରେ ଅର୍ଥାତ୍ ୨୦୨୫, ମେ ମାସ ୮ ତାରିଖ ଓ ୨୦୨୬, ଜାନୁଆରି ୨୯ ତାରିଖରେ, ଯହିଁରେ ଥିଲା ‘ଅନ୍ବେଷା’ ନାମକ ‘ହାଇପର ସ୍ପେକ୍ଟ୍ରାଲ’ ଉପପ୍ରହ ସ୍ଥାପନର ଉଦ୍ୟମ। କହିବା ଅନାବଶ୍ୟକ ଯେ ‘ଅପରେସନ ସିନ୍ଦୂର’ ପରେ ‘ଅନ୍ବେଷା’କୁ ଅନ୍ତରୀକ୍ଷରେ ସ୍ଥାପନ କରିବା ଥିଲା ରଣନୈତିକ ଦୃଷ୍ଟିରୁ ଭାରତ ସକାଶେ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ। କେତେକ ପର୍ଯ୍ୟବେକ୍ଷକଙ୍କ ମତରେ ଉପରୋକ୍ତ ଦୁଇଟି ବିଫଳତାଠାରୁ ଅଧିକ ଉଦ୍ବେଗର କାରଣ ହୋଇଥାଏ ମହାକାଶ ଗବେଷଣା ନେଇ ‘ଇସ୍ରୋ’ର ଦୃଷ୍ଟିକୋଣରେ ଆସିଥିବା ପରିବର୍ତ୍ତନ; ସେମାନଙ୍କ ମତରେ ଚନ୍ଦ୍ରଯାନ, ମଙ୍ଗଳଯାନ ଓ ଗଗନଯାନ ଭଳି ଉଚ୍ଚାଙ୍ଗ ବୈଜ୍ଞାନିକ ଗବେଷଣା ଓ ପ୍ରଯୁକ୍ତିରେ ନିଜକୁ ବ୍ୟାପୃତ ରଖି ‘ଇସ୍ରୋ’ ସମ୍ଭବତଃ ଅନ୍ତରୀକ୍ଷରେ ଉପଗ୍ରହ ସ୍ଥାପନ ଭଳି କାର୍ଯ୍ୟକ୍ରମକୁ ନଜରଅନ୍ଦାଜ କରୁଛି। ଇତିମଧ୍ୟରେ, ଉପଗ୍ରହ ପ୍ରେରଣ ଭଳି କାର୍ଯ୍ୟକୁ ଘରୋଇ କ୍ଷେତ୍ରକୁ ହସ୍ତାନ୍ତର କରାଯିବାର ଉଦ୍ୟମ ଆରମ୍ଭ ହେଲାଣି। ପର୍ଯ୍ୟବେକ୍ଷକମାନେ କହନ୍ତି ଯେ ଏଥିରେ ଆପତ୍ତି ରହନ୍ତା ନାହିଁ, ଯଦି ଏତଦ୍ଦ୍ବାରା ଦକ୍ଷତା ବଳି ପଡ଼ିବାର ଆଶଙ୍କା ଦିଶନ୍ତା ନାହିଁ। ଏଭଳି ସ୍ଥଳେ, ମହାକାଶ କ୍ଷେତ୍ରରେ ପାକିସ୍ତାନର ସହସା ଶିରୋତ୍ତୋଳନ ପରିପ୍ରେକ୍ଷୀରେ ଆମ ସକାଶେ ଯେ ଅଧିକ ସତର୍କତା ଜରୁରି, ତାହା ନିଃସନ୍ଦେହ। ଯଦିବା ବିକାଶ ଓ ଉତ୍କର୍ଷ ସାଧନ ଆମ ଦେଶର ଧ୍ୟେୟ ହୋଇଥାଏ, ଆମକୁ ଘେରି ରହିଥିବା ପ୍ରମୁଖ ଶତ୍ରୁ ରାଷ୍ଟ୍ର ଦ୍ବୟଙ୍କ ଅଭିସନ୍ଧି ହେଲା ଆମକୁ ଅସ୍ଥିର-ଅତିଷ୍ଠ କରି ରଖିବା, ଯଦ୍ଦ୍ବାରା ଆମ ଧ୍ୟାନ ଭ୍ରଷ୍ଟ ହେବ। ଏଭଳି ଆଭିମୁଖ୍ୟର ମୁକାବିଲା କରିବା ଲାଗି ମହାକାଶ ଗବେଷଣା ଓ ପ୍ରଯୁକ୍ତିର ରଣନୈତିକ ଉପଯୋଗକୁ ପାସୋରି ଯିବା ଆମ ଲାଗି ବୁଦ୍ଧିମତ୍ତାର ପରିଚାୟକ ହେବ ନାହିଁ। ରନ୍ଧନରେ ନଜର ନିବଦ୍ଧ ଥିଲେ ହେଁ ରୋଷେଇ ଘର ବାହାରେ ଓ ଚକ୍ଷୁ ଆଢୁଆଳରେ ଖେଳୁଥିବା ସନ୍ତାନ ଉପରେ ଯେମିତି ମା’ର ଦୃଷ୍ଟି ପହଁରି ବୁଲୁଥାଏ, ସେହିଭଳି ସତର୍କତାର ଆବଶ୍ୟକତା ରହିଛି।
Prevent slums: ବସ୍ତି ରୋକିବାକୁ ଭଡ଼ାରେ ଘର ଦେବେ ସରକାର: ପିଏମ୍ ଆବାସ-୨.୦ରେ ନିର୍ମାଣ ହେବ ଅଧିକ ଘର
ଭୁବନେଶ୍ବର: ରାଜ୍ୟର ସମସ୍ତ ସହରାଞ୍ଚଳରେ ବେଆଇନ ଭାବେ ବସ୍ତି ସଂଖ୍ୟା ବଢ଼ୁଥିବାବେଳେ ଏହା ଉପରେ ରୋକ୍ ଲଗାଇବା ପାଇଁ ରାଜ୍ୟ ସରକାର ବଡ଼ ଯୋଜନା କରୁଛନ୍ତି। ସମସ୍ତ ସହରାଞ୍ଚଳ ରେ ପିଏମ୍-ଆବାସ (ସହରାଞ୍ଚଳ) ୨.୦ରେ ଯେଉଁ ଘର ନିର୍ମାଣ କରାଯିବ ସେଥିରୁ ଅଧା ବସ୍ତିବାସିନ୍ଦା ଏବଂ ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କୁ ବିକ୍ରି ହେବାକୁ ଥିବାବେଳେ ବାକି ଘର ସରକାର ଭଡ଼ାରେ ଲଗାଇବେ। ଏହାର ନୋଡାଲ୍ ସଂସ୍ଥା ଭାବେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ କାର୍ଯ୍ୟ କରିବ। କେଉଁ ଘର ଭଡ଼ାରେ ଲାଗିବ ଏବଂ କେମିତି ଅର୍ଥ ଆଦାୟ ହେବ ସେ ଦାୟିତ୍ବ ସ୍ଥାନୀୟ ପୌରସଂସ୍ଥାର ରହିବ ବୋଲି ନିଷ୍ପତ୍ତି ହୋଇଛି। Blood donation: ରକ୍ତଦାନ ପାଇଁ ପ୍ରେରିତ କରିବାର ଶପଥ ଗ୍ରହଣ କଲେ ରକ୍ତଦାତା ଆଜି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ରାଜ୍ୟ ସରକାର ଚିଠା ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ,୨୦୨୬ ଆଣିଛନ୍ତି। ଏହା ଉପରେ ଲୋକଙ୍କଠାରୁ ମତାମତ ମଗାଯାଇଛି। ମତାମତ ମିଳିବା ପରେ ଏହାକୁ ଲାଗୁ କରିବାକୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ନିୟମ ଆଣିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସହରାଞ୍ଚଳରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ପିଏମ୍-ଆବାସ (ସହରାଞ୍ଚଳ) ୨.୦ରେ ଘର ନିର୍ମାଣ କରି ଲୋକଙ୍କୁ ଶସ୍ତାରେ ଭଡ଼ା ଦିଆଯିବ। Horoscope 2026 June 15: ଜାଣନ୍ତୁ ଆଜିର ରାଶିଫଳ ଏବେ ବହୁ ଛାତ୍ରଛାତ୍ରୀ, ଶ୍ରମିକ, ଛୋଟ ବ୍ୟବସାୟୀ, ବିଭିନ୍ନ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀ ସହରାଞ୍ଚଳରେ ଘର ଭଡ଼ା ପାଇବାରେ ସମସ୍ୟା ଭୋଗୁଛନ୍ତି। ତେଣୁ ସେମାନେ ବସ୍ତି ମୁହାଁ ହେଉଛନ୍ତି। ଏହାଦ୍ବାରା ବେଆଇନ ବସ୍ତି ସଂଖ୍ୟା ବଢ଼ୁଛି। ତେଣୁ ସେମାନଙ୍କୁ ଶସ୍ତାରେ ପକ୍କାଘର ଭଡ଼ାରେ ଯୋଗାଇଲେ ସେମାନେ ଆଉ ବସ୍ତିକୁ ଯିବେନି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନଗର ଉନ୍ନୟନ ବିଭାଗ ପକ୍ଷରୁ ପିଏମ୍ ଆବାସ ଯୋଜନା ଏବଂ ଅନ୍ୟାନ୍ୟ ଯୋଜନାରେ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଆର୍ଥିକ ଦୁର୍ବଳବର୍ଗଙ୍କ ପାଇଁ ପ୍ରାୟ ୧ଲକ୍ଷ ୬୦ ହଜାର ଘର ନିର୍ମାଣ କରାଯାଇଛି। ହେଲେ ବହୁ ଘର ବିକ୍ରି ନ ହୋଇ ଖାଲି ପଡ଼ିଛି। ତେଣୁ ସରକାର ଏହାକୁ ଭଡ଼ା ସୂତ୍ରରେ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏହାସହ ଏବେ ସରକାରଙ୍କ ନିୟମ ଅନୁଯାୟୀ, ରିଅଲ ଇଷ୍ଟେଟ୍ ସଂସ୍ଥାଗୁଡ଼ିକ ବଡ଼ ପ୍ରକଳ୍ପ କଲେ ସେମାନଙ୍କ ପ୍ରକଳ୍ପର ୧୦ରୁ ୨୦% ପର୍ଯ୍ୟନ୍ତ ଘର ଆର୍ଥିକ ଦୁର୍ବଳବର୍ଗଙ୍କ ପାଇଁ ନିର୍ମାଣ କରିବେ। ତେଣୁ ଏହି ସବୁ ଘରକୁ ଯେପରି ଭଡ଼ା ସୂତ୍ରରେ ଲଗାଯାଇପାରିବ ସେ ନେଇ ସରକାର ଏହି ଯୋଜନା ଆପଣାଇଛନ୍ତି। ଏଥିରେ ଘର ପିଛା ୫୦୦ରୁ ୧୫୦୦ ଟଙ୍କା ପର୍ଯ୍ୟନ୍ତ ଭଡ଼ା ଆଦାୟ ହେବ। ଏଥିପାଇଁ ସ୍ଥାନୀୟ ପୌରସଂସ୍ଥା ଆବଶ୍ୟକ ପଦକ୍ଷେପ ନେବେ। ଏବେ ନଗର ଉନ୍ନୟନ ବିଭାଗ ପକ୍ଷରୁ ପିଏମ୍ ଆବାସ ଯୋଜନାରେ ୬୧ଟି ପୌରସଂସ୍ଥାରେ ୫୩୪୩ଟି ଘର ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଏଥିରେ ମୁଖ୍ୟତଃ ଛୋଟ ସହରଗୁଡ଼ିକରେ ଅଧିକ ଘର ନିର୍ମାଣ କରାଯିବ। ସହର ଅନୁଯାୟୀ ଘରଭଡ଼ା ଧାର୍ଯ୍ୟ ହେବ ବୋଲି ନିଷ୍ପତ୍ତି ହୋଇଛି।
ନବୀନ ଚନ୍ଦ୍ର ସାହୁ ଜୟପୁର: ଓଡ଼ିଶା ଭିତରକୁ ମାଡ଼ି ଆସୁଛି ଆନ୍ଧ୍ର। ଦୈନିକ କିଛି ନା କିଛି କାର୍ଯ୍ୟକଳାପ କରି ପ୍ରଭାବ ଜାହିର କରୁଛି। ନିକଟରେ ଆନ୍ଧ୍ର ର ସାଲୁର ବିଧାୟକ ତଥା ସେଠାକାର ଆଦିବାସୀ, ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଜି. ସନ୍ଧ୍ୟାରାଣୀ କୋଟିଆର ନେରେଡିୱାଲସାରୁ ଆନ୍ଧ୍ରର ତାଣ୍ଡିକୁ ସଂଯୋଗ ହୋଇଥିବା ୫ କିମି ରାସ୍ତାକୁ ଉଦ୍ଘାଟନ କରିଥିଲେ। ଏହା ପୂର୍ବରୁ ଆନ୍ଧ୍ର ଉପରସେମ୍ବିରେ ଅସ୍ଥାୟୀ ପୁଲିସ ଆଉଟ୍ପୋଷ୍ଟ ସ୍ଥାପନ କରିବା ସହ ନେରେଡିୱାଲସା, ଉପରସେମ୍ବି, ଧୂଳିପଦର, ଫଗୁଣସିନେରୀ ଓ ଫାଟୁସିନେରୀରେ ଜନଗଣନା କରିଛି। Raja Festival: ସାମୁହିକ ଦୋଳି ଖେଳ ଓ କଣ୍ଢେଇ ବାହାଘର ଆନ୍ଧ୍ରର ଏପରି ତତ୍ପରତା ପରେ କୋଟିଆରେ ଅନୁପ୍ରବେଶ ରୋକିବାକୁ ଓଡ଼ିଶା ସରକାର ବଡ଼ ଯୋଜନା କରିଛନ୍ତି। ବିକଶିତ କୋଟିଆ ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନର ପ୍ରସ୍ତାବିତ ୨୯୦ କୋଟିର ପ୍ୟାକେଜ୍କୁ ସବୁଜ ସଙ୍କେତ ଦେଇଛନ୍ତି ସରକାର। ମେ’ ୫ରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କୋଟିଆ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିବାରୁ ଖୁବ୍ଶୀଘ୍ର ଏହି ଯୋଜନା କାର୍ଯ୍ୟକାରୀ ନେଇ ରୂପରେଖ ପ୍ରସ୍ତୁତ ହୋଇଛି।୩୫୫୦ ଏକର ପରିମିତ ଅଞ୍ଚଳରେ ଅବସ୍ଥିତ କୋଟିଆ ପଞ୍ଚାୟତ। ୨୮ଟି ରାଜସ୍ବ ଗ୍ରାମ, ୧୩ଟି ହାମ୍ଲେଟ୍ ଗାଁରେ ୨୧୬୪ ପରିବାର ବସବାସ କରୁଛନ୍ତି। ମୋଟ୍ ଜନସଂଖ୍ୟା ୯୯୧୬ (ପୁରୁଷ ୪୭୭୧, ମହିଳା ୫୧୪୫)। ଆନ୍ଧ୍ର ସୀମାନ୍ତକୁ ଲାଗିଥିବା କୋଟିଆ ପଞ୍ଚାୟତରେ ସୁନା ଖଣି ସହ ପ୍ଲାଟିନମ୍, ବକ୍ସାଇଟ ଓ ମାଙ୍ଗାନିଜ୍ ଖଣି ରହିଥିବାରୁ ଆନ୍ଧ୍ର ଲୋଲୁପ ଦୃଷ୍ଟି ପକାଇଛି। ସମସ୍ତ ଯୋଜନାରେ ହିତାଧିକାରୀଙ୍କୁ ଅଧିକ ସହାୟତା ଯୋଗାଇବା ସହ ପ୍ରତି ଗାଁରେ ସ୍ବତନ୍ତ୍ର ଏଜେଣ୍ଟଙ୍କୁ ମୁତୟନ କରିଛି। ଓଡ଼ିଶା ସରକାର କୋଟିଆର ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ, ବିଧବା ଭତ୍ତା ବାବଦରେ ୧ ହଜାର ଟଙ୍କା ଦେଉଥିବା ବେଳେ ଆନ୍ଧ୍ର ପ୍ରତି ପରିବାର ପିଛା ୪ ହଜାର ଟଙ୍କା ଦେଉଛି। ସେହିପରି ଭିନ୍ନକ୍ଷମଙ୍କୁ ବିଭିନ୍ନ ବର୍ଗୀକରଣ କରି ଓଡ଼ିଶା ୧ ହଜାରରୁ ଆରମ୍ଭ କରି ୩୫୦୦ ଟଙ୍କା ଦେଉଥିବା ବେଳେ ଆନ୍ଧ୍ର ୬ ହଜାର ଟଙ୍କା ସହାୟତା ଦେଉଛି। ପ୍ରତିଷ୍ଠା ହେବ ୩ ନୂଆ ପୁଲିସ ଆଉଟ୍ପୋଷ୍ଟ ୮ ଗାଁରେ ନୂଆ ମୋବାଇଲ୍ ଟାୱାର ଯୋଜନା ଆବାସ ହିତାଧିକାରୀଙ୍କୁ ମିଳିବ ୨ ଲକ୍ଷ ଅନୁଦାନ Kotia: କୋଟିଆକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବଢ଼ିବାରେ ଲାଗିଛି ବିବାଦ ପ୍ରତି ପରିବାରକୁ ଆନ୍ଧ୍ର ୧୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍, ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ୧୦ ଲକ୍ଷ ଋଣରେ ୫୦ ପ୍ରତିଶତ ସରକାରୀ ରିହାତି ଓ ଶିକ୍ଷାକ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ୧୫ ହଜାର ଟଙ୍କାର ସ୍କଲାରସିପ୍ ଦେଉଛି। ଯେଉଁଥି ପାଇଁ ୨୮ଟି ଗ୍ରାମରେ ବିବାଦୀୟ ପରିସ୍ଥିତି ଲାଗି ରହିଛି। ଏଭଳି ସ୍ଥିତିରେ ଆନ୍ଧ୍ରକୁ ଚେକ୍ ଦେବା ଲାଗି ଓଡ଼ିଶା ୨୯୦ କୋଟିର ସ୍ବତନ୍ତ୍ର ଯୋଜନା କରିଛି। ପ୍ରାଥମିକତା ଭିତ୍ତିରେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ ରୋକିବାକୁ ନେରେଡିୱାଲସା, ଫଗୁଣସିନେରୀ, ମାତଲାମ୍ବାରେ ନୂଆ ପୁଲିସ ଆଉଟ୍ପୋଷ୍ଟ କରିବ ଓଡ଼ିଶା ପ୍ରଶାସନ। ସେହିପରି ମୋବାଇଲ୍ ନେଟ୍ୱର୍କକୁ ସୁଦୃଢ଼ କରିବାକୁ ୮ଟି ପ୍ରମୁଖ ଗାଁ କୋଟିଆ, ଉପରସେମ୍ବି, ଧୂଳିପଦର, ତଳପନିକି, ଫଗୁଣସିନେରୀ, ମାଡକାର, ହରମାଣ୍ଡାଙ୍ଗି, ବାରାବନ୍ଧରେ ମୋବାଇଲ୍ ଟାୱାର ପ୍ରତିଷ୍ଠା ହେବ। ବିଭିନ୍ନ ଯୋଜନା ଲାଗି ପଞ୍ଚାୟତରାଜ ବିଭାଗକୁ ୪୩୮୩ ଲକ୍ଷ, ରାସ୍ତା ଓ ଗୃହ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗକୁ ୪୦୩୭ ଲକ୍ଷ, ଗ୍ରାମ୍ୟ ଉନ୍ନୟନ ବିଭାଗକୁ ୪୦୧୬ ଲକ୍ଷ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗକୁ ୩୩୪୫ ଲକ୍ଷ, ଆଇଟିିଡିଏକୁ ୩୦୩୦ ଲକ୍ଷ, ସ୍ବାସ୍ଥ୍ୟ ବିଭାଗକୁ ୪୪୧ ଲକ୍ଷ, ମହିଳା ଓ ଶିଶୁ ବିକାଶ ପାଇଁ ୪୫୭ ଲକ୍ଷ, କୃଷି ବିଭାଗକୁ ୧୫୮ ଲକ୍ଷ, ପ୍ରାଣୀସମ୍ପଦ ବିଭାଗକୁ ୪୮୫ ଲକ୍ଷ ଏବଂ ଉଦ୍ୟାନ ବିଭାଗକୁ ୮୨୪ ଲକ୍ଷ ଅନୁଦାନ ଯୋଗାଇବାକୁ ନିଷ୍ପତ୍ତି ହୋଇଛି। ବିଦ୍ୟୁତ୍ ଭିତ୍ତିଭୂମି ସଜାଡ଼ିବାକୁ ୭୧୮ ଲକ୍ଷ, ଶିକ୍ଷା ବିଭାଗକୁ ୩୯୫୩ ଲକ୍ଷ, ମିସନ୍ ଶକ୍ତି ଲାଗି ୬୯୯ ଲକ୍ଷ ଏବଂ ଓର୍ମାସ୍କୁ ୧୫୩ ଲକ୍ଷ ଟଙ୍କାର ଅନୁଦାନ ମିଳିବ। ଯୁବବର୍ଗଙ୍କୁ ରୋଜଗାରକ୍ଷମ କରିବା ଲାଗି ବିଭିନ୍ନ ପ୍ରକଳ୍ପ ବାବଦରେ ୧୬୮୫ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଛି। ଏହାମଧ୍ୟରେ କୋଟିଆର ବିକାଶ ପାଇଁ ଓଡ଼ିଶା ସରକାର ସ୍ବତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି।
Tax calculation concerns: ଅର୍ଥ ଆୟୋଗଙ୍କ ଟିକସ ଗଣିତ ଚିନ୍ତା: ପରିବାର ପିଛା ୧୨୦୦ ଟଙ୍କା ରାଜସ୍ବ ଆଦାୟ ଲକ୍ଷ୍ୟ
ଭୁବନେଶ୍ବର: ପଞ୍ଚାୟତଗୁଡ଼ିକୁ ଅଧିକ ପାଣ୍ଠି ପାଇବାକୁ ହେଲେ ସେମାନଙ୍କୁ ନିଜସ୍ବ ଉତ୍ସ ରାଜସ୍ବ (ଓଏସ୍ଆର୍) ବଢ଼ାଇବାକୁ ହେବ। ପରିବାର ପିଛା ବାର୍ଷିକ ସର୍ବନିମ୍ନ ୧୨୦୦ ଟଙ୍କା ଆଦାୟ କରିବାକୁ ହେବ। ପାନୀୟ ଜଳ, ସ୍ବେରେଜ ଏବଂ କଠିନ ବର୍ଜ୍ୟ ପରିଚାଳନା ବାବଦରେ ଆଦାୟ ହେଉଥିବା ୟୁଜର୍ସ ଚାର୍ଜ ଆଧାରରେ ଷୋଡ଼ଶ ଅର୍ଥ ଆୟୋଗ ଏଭଳି ସୁପାରିସ କରିଛନ୍ତି। ଏହାର ମାନେ ଏୟା ନୁହେଁ ଯେ ପ୍ରତି ପରିବାରରୁ ବାର୍ଷିକ ୧୨୦୦ ଟଙ୍କା ପଞ୍ଚାୟତ ଗୁଡ଼ିକ ଆଦାୟ କରିବେ। କିନ୍ତୁ ସମସ୍ତ ସୂତ୍ର ଯଥା ଭଡ଼ା ଆୟ, ସମ୍ପତ୍ତି ଆୟ, ୟୁଜର୍ସ ଚାର୍ଜ ଆଦିରୁ ମିଳୁଥିବା ମୋଟ ରାଶି ସେତିକି ହେବା ଆବଶ୍ୟକ ଯାହାଦ୍ବାରା ପରିବାର ପିଛା ବାର୍ଷିକ ରାଜସ୍ବ ୧୨୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ହେବ ବୋଲି ଷୋଡ଼ଶ ଅର୍ଥ ଆୟୋଗ ସୁପାରିସ କରିଛନ୍ତି। ପଞ୍ଚାୟତଗୁଡ଼ିକର ପ୍ରଦର୍ଶନ ଉପରେ ଅନୁଦାନ ରାଶି ପ୍ରଦାନ ନିର୍ଭର କରେ ବୋଲି କୁହାଯାଇଛି। ଷୋଡ଼ଶ ଅର୍ଥ ଆୟୋଗର ସୁପାରିସ ଓଡ଼ିଶାରେ କେତେ ବାସ୍ତବ ହେବ ତାହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଗଲାଣି। Blood donation: ରକ୍ତଦାନ ପାଇଁ ପ୍ରେରିତ କରିବାର ଶପଥ ଗ୍ରହଣ କଲେ ରକ୍ତଦାତା ସୂଚନା ଅନୁଯାୟୀ, ରାଜ୍ୟରେ ବର୍ତ୍ତମାନ ୬୭୯୪ଟି ପଞ୍ଚାୟତ ରହିଛି। ପ୍ରତି ପଞ୍ଚାୟତରେ ୧୦୦୦ରୁ ୧୨୦୦ ପାଖାପାଖି ପରିବାର ରହୁଛନ୍ତି। ଏହାକୁ ଦେଖିଲେ ରାଜ୍ୟର ସବୁ ପଞ୍ଚାୟତରେ ମୋଟ ୮୧ ଲକ୍ଷ ପାଖାପାଖି ପରିବାର ଅଛନ୍ତି। ତେଣୁ ସେମାନଙ୍କ ଠାରୁ ଯଦି ୧୨୦୦ ଟଙ୍କା ବର୍ଷକୁ ସର୍ବନିମ୍ନ ଆଦାୟ କରାଯାଏ ତା’ ହେଲେ ଏ ବାବଦରେ ମୋଟ ୯୭୨ କୋଟି ଟଙ୍କା ଆଦାୟ ହୋଇପାରିବ। ପ୍ରତି ପଞ୍ଚାୟତରୁ ହାରାହାରି ୧୪ ଲକ୍ଷରୁ ଅଧିକ ଟଙ୍କା ଆଦାୟ ହେବ। ଓଡ଼ିଶାର ଷଷ୍ଠ ଅର୍ଥ ଆୟୋଗଙ୍କ ରିପୋର୍ଟ ଉପରେ ନଜର ପକାଇଲେ ଜଣାଯାଏ ଯେ ରାଜ୍ୟରେ ପଞ୍ଚାୟତଗୁଡ଼ିକର ହାରାହାରି ନିଜସ୍ବ ଉତ୍ସ ରାଜସ୍ବ ୨୦୧୫-୧୬ରେ ୩୯ ହଜାର ଟଙ୍କା ଥିଲା। ୨୦୨୩-୨୪ରେ ଏହା ୯୭ ହଜାର ଟଙ୍କାରେ ପହଞ୍ଚିଛି। ଏଥିପାଇଁ ରାଜ୍ୟରେ ୨୦୨୩-୨୪ରେ ପଞ୍ଚାୟତଗୁଡ଼ିକର ମୋଟ ନିଜସ୍ବ ଉତ୍ସ ରାଜସ୍ବ ୬୫.୭୬ କୋଟି ଟଙ୍କାରେ ରହିଛି। ପଞ୍ଚାୟତ ପିଛା ୧୨୦୦ ପରିବାର ବସବାସ କରୁଥିବା ବିଚାରକୁ ନେଲେ ପରିବାର ପିଛା ନିଜସ୍ବ ଉତ୍ସ ରାଜସ୍ବ ଆଦାୟ ରାଶି ୮୧ ଟଙ୍କାରୁ କମ୍ ରହିଛି। ତେଣୁ ପଞ୍ଚାୟତଗୁଡ଼ିକର ମୋଟ ନିଜସ୍ବ ଉତ୍ସ ରାଜସ୍ବ ଯଦି ୧୫ ଗୁଣା ବଢ଼ିବ ତା’ହେଲେ ବାର୍ଷିକ ୧୨୦୦ ଟଙ୍କା ଆଦାୟ ସମ୍ଭବ ହୋଇପାରିବ। ପରିବାର ପିଛା ଏବେ ମିଳୁଛି ୮୧ ଟଙ୍କା ୧୫ ଗୁଣା ବଢ଼ିଲେ ଲକ୍ଷ୍ୟ ପୂରଣ ହେବ ଓଡ଼ିଶାରେ ସମ୍ଭବ ହେବ ତ? ଦେଶର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ପଞ୍ଚାୟତଗୁଡ଼ିକ ନିଜସ୍ବ ଉତ୍ସରୁ ଅଧିକ ରାଜସ୍ବ ସଂଗ୍ରହ କରୁଛନ୍ତି। ପ୍ରାଥମିକ କ୍ଷେତ୍ରର ମୋଟ ରାଜ୍ୟ ମୂଲ୍ୟଯୋଗ (ଜିଏସ୍ଭିଏ) ତୁଳନାରେ କେରଳରେ ଏ ବାବଦରେ ସର୍ବାଧିକ ୨.୩୮ ପ୍ରତିଶତ ରାଜସ୍ବ ଆଦାୟ ହେଉଛି। ଏହା ପଛକୁ ଯଥାକ୍ରମେ ଗୋଆ, ମହାରାଷ୍ଟ୍ର, କର୍ଣ୍ଣାଟକ, ହରିୟାଣା, ହିମାଚଳପ୍ରଦେଶ, ତାମିଲନାଡ଼ୁ, ପଞ୍ଜାବ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଆଦି ରହିଛନ୍ତି। ଓଡ଼ିଶା ଏ କ୍ଷେତ୍ରରେ ୧୯ତମ ସ୍ଥାନରେ ରହିଛି। ଓଡ଼ିଶାରେ ପଞ୍ଚାୟତଗୁଡ଼ିକର ନିଜସ୍ବ ଉତ୍ସ ରାଜସ୍ବ ପ୍ରାଥମିକ କ୍ଷେତ୍ରର ମୋଟ ଜିଏସ୍ଭିଏର ୦.୦୪ ପ୍ରତିଶତ ରହିଛି। ଷଷ୍ଠ ଅର୍ଥ ଆୟୋଗ ରିପୋର୍ଟ ଅନୁସାରେ, ୨୦୨୩-୨୪ରେ ରାଜ୍ୟରେ ପଞ୍ଚାୟତଗୁଡ଼ିକ ସେମାନଙ୍କ ନିଜସ୍ବ ଉତ୍ସରୁ ଯେଉଁ ୬୫.୭୬ କୋଟି ଟଙ୍କା ଆଦାୟ କରିଛନ୍ତି ସେଥିରୁ ଯାନ ଟିକସ ବାବଦରେ ୨୩ ଲକ୍ଷ ୫୦ ହଜାର, ପାନୀୟ ଜଳ ଚାର୍ଜ ବାବଦରେ ୫ କୋଟି ୮୦ ଲକ୍ଷ, ଆଲୋକ ଟିକସ ବାବଦରେ ୨ କୋଟି ୮୩ ଲକ୍ଷ, ଲାଇସେନ୍ସ ଫି ବାବଦରେ ୧ କୋଟି ୯୦ ଲକ୍ଷ, ମାର୍କେଟ୍ ଫି ବାବଦରେ ୧୦ କୋଟି ୨୬ ଲକ୍ଷ, ଫେରିଘାଟ ବାବଦରେ ୨୪ ଲକ୍ଷ ୪୦ ହଜାର, ମାଛ ପୋଖରୀ ଲିଜ୍ ବାବଦରେ ୧୨ କୋଟି ୮୨ ଲକ୍ଷ, ବଗିଚା ବାବଦରେ ୨ କୋଟି ୪୫ ଲକ୍ଷ, ବିଲ୍ଡିଂ ପ୍ଲାନ୍ ମଞ୍ଜୁରି ଚାର୍ଜ ବାବଦରେ ୧ କୋଟି ୭୯ ଲକ୍ଷ, ପୁଞ୍ଜି ସମ୍ପତ୍ତିରୁ ଫି ଆଦାୟ ବାବଦରେ ୨୩ କୋଟି ୨୯ ଲକ୍ଷ ଏବଂ ଅନ୍ୟାନ୍ୟ ସୂତ୍ର ଯଥା ମୋବାଇଲ୍ ଟାୱାର, ମେଳା ଓ ଯାତ୍ରା ଆଦିରୁ ୪ କୋଟି ୧୨ ଲକ୍ଷ ଆଦାୟ କରିଛନ୍ତି। ୨୦୧୫-୧୬ରୁ ୨୦୨୩-୨୪ ମଧ୍ୟରେ ରାଜ୍ୟରେ ପଞ୍ଚାୟତଗୁଡ଼ିକର ନିଜସ୍ବ ଉତ୍ସ ରାଜସ୍ବ ବାର୍ଷିକ ୧୨ ପ୍ରତିଶତ ହାରରେ ବଢ଼ିଛି। ପଞ୍ଚାୟତଗୁଡ଼ିକର ଟିକସ ରାଜସ୍ବ ୪ ପ୍ରତିଶତ ହାରରେ ବଢ଼ିଥିବାବେଳେ ଅଣଟିକସ ରାଜସ୍ବ ୧୪ ପ୍ରତିଶତ ହାରରେ ବଢ଼ିଛି। ପଞ୍ଚାୟତଗୁଡ଼ିକର ମୋଟ ରାଜସ୍ବରେ ନିଜସ୍ବ ଉତ୍ସ ରାଜସ୍ବ ଭାଗ ୨୦୧୫-୧୬ରେ ୧.୭ ପ୍ରତିଶତ ଥିଲା। ୨୦୨୩-୨୪ରେ ଏହା ୩.୫ ପ୍ରତିଶତରେ ପହଞ୍ଚିଛି। ରାଜ୍ୟର ଆକାର ଓ ଜନସଂଖ୍ୟାକୁ ଦେଖିଲେ ପଞ୍ଚାୟତଗୁଡ଼ିକର ନିଜସ୍ବ ଉତ୍ସ ରାଜସ୍ବ ଅତ୍ୟନ୍ତ କମ୍ ରହିଛି। ଅନ୍ୟାନ୍ୟ ରାଜ୍ୟରେ ଯଦି ହୋଇ ପାରୁଛି ତା’ହେଲେ ଓଡ଼ିଶାରେ କାହିଁକି ନୁହେଁ। ଏହାବ୍ୟତୀତ ଏ ବାବଦରେ ଅଧିକ ରାଶି ଆଦାୟ ହେଲେ ପଞ୍ଚାୟତଗୁଡ଼ିକର ଆର୍ଥିକ ସ୍ବାୟତ୍ତତା ବଢ଼ିବ ଏବଂ ସେମାନେ ସଶକ୍ତ ହେବେ। କିନ୍ତୁ ଏହା ସମ୍ଭବ ହେବ ତ? Raja Festival: ସାମୁହିକ ଦୋଳି ଖେଳ ଓ କଣ୍ଢେଇ ବାହାଘର ଏ ସଂପର୍କରେ ଅଜିମ୍ ପ୍ରେମ୍ଜୀ ୟୁନିଭର୍ସିଟିର ପ୍ରଫେସର ପ୍ରଭାସ ମିଶ୍ର କହିଛନ୍ତି, କେନ୍ଦ୍ରୀୟ ଅର୍ଥ ଆୟୋଗର ପରାମର୍ଶ ନିଶ୍ଚିତ ଭାବେ ଭଲ। ପୂର୍ବରୁ ରାଜ୍ୟରେ ପ୍ରଥମ ଓ ଦ୍ବିତୀୟ ଅର୍ଥ ଆୟୋଗ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ। ତେବେ ପଞ୍ଚାୟତଗୁଡ଼ିକରେ ରାଜସ୍ବ ସଂଗ୍ରହ କିଭଳି ବଢ଼ିବ ତାହା ହିଁ ମୁଖ୍ୟ ପ୍ରସଙ୍ଗ। ନିଜସ୍ବ ରାଜସ୍ବ ବୃଦ୍ଧି ପାଇଁ ପଞ୍ଚାୟତଗୁଡ଼ିକ ନିକଟରେ ଆବଶ୍ୟକ ମାନବ ସମ୍ବଳ ଓ ପୁଞ୍ଜି ନାହିଁ। ତେଣୁ ମାନବ ସମ୍ବଳ ବଢ଼ାଇବା ସହ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ସେହିଭଳି ସିୱାଇଏସ୍ଡିର ପ୍ରୋଗ୍ରାମ୍ ଡାଇରେକ୍ଟର ବସନ୍ତ କୁମାର ନାୟକ କହିଛନ୍ତି, ଘର ପିଛା ୧୨୦୦ ଟଙ୍କା ହିସାବରେ ନିଜସ୍ବ ରାଜସ୍ବ ଆଦାୟ କଲେ ପଞ୍ଚାୟତଗୁଡ଼ିକ ବର୍ଷକୁ ୧୪ ଲକ୍ଷ ଟଙ୍କା ଆଦାୟ କରିବେ। କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଏହା ସମ୍ଭବ ମନେ ହେଉନାହିଁ। ବିଗତ ୧୦ ବର୍ଷ ମଧ୍ୟରେ ପଞ୍ଚାୟତଗୁଡ଼ିକର ନିଜସ୍ବ ରାଜସ୍ବ ୨ ଗୁଣା ବଢ଼ିଛି। ତେଣୁ ଟାର୍ଗେଟ୍ ଆଦୌ ବାସ୍ତବ ନୁହେଁ। ଏଥିସହିତ ଯେଉଁସବୁ ଉତ୍ସରୁ ପଞ୍ଚାୟତ ନିଜସ୍ବ ରାଜସ୍ବ ସଂଗ୍ରହ କରିପାରିବ ସେସବୁ ଭିତ୍ତିଭୂମି ସ୍ଥାପନ ପାଇଁ ସରକାର ପର୍ଯ୍ୟାପ୍ତ ଅର୍ଥ ଦେଉଛନ୍ତି ତ? ରାଜସ୍ବ ବୃଦ୍ଧି ଲକ୍ଷ୍ୟ ରଖାଯିବା ପୂର୍ବରୁ ପ୍ରଥମେ ପଞ୍ଚାୟତଗୁଡ଼ିକ ପାଇଁ ଅନୁକୂଳ ନୀତି ଆବଶ୍ୟକ। ଅନ୍ୟ ଏକ ବିଷୟ ହେଲା ଓଡ଼ିଶା ଏକ ଅନୁସୂଚିତ ଜନଜାତିବହୁଳ ରାଜ୍ୟ। ଏହା ସତ୍ତ୍ବେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ ଯେଉଁଠି ପେସାକୁ ଆପଣା ଯାଇନାହିଁ। ଏଥିପାଇଁ ନିୟମ ବି ପ୍ରସ୍ତୁତ ହୋଇନାହିଁ। ତେଣୁ ଆଦିବାସୀବହୁଳ ପଞ୍ଚାୟତଗୁଡ଼ିକ ପାଇଁ ଯେଉଁସବୁ ଉତ୍ସରୁ ରାଜସ୍ବ ସଂଗ୍ରହ ସୁଯୋଗ ରହିଛି ତାହା ହୋଇ ପାରୁନାହିଁ ବୋଲି ସେ ମତ ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ବଡ଼କୂଳ ପଞ୍ଚାୟତର ସରପଞ୍ଚ ପ୍ରଜ୍ଞା କରଙ୍କ କହିବାନୁଯାୟୀ, ପଞ୍ଚାୟତରେ ନିଜସ୍ବ ରାଜସ୍ବ ସୃଷ୍ଟି କରିବା ଅତ୍ୟନ୍ତ କଷ୍ଟସାଧ୍ୟ। କାଗଜପତ୍ରରେ ଲକ୍ଷ୍ୟ ଧାର୍ଯ୍ୟ କରିବା ଏବଂ ତୃଣମୂଳ ସ୍ତରରେ ତାହାକୁ ବାସ୍ତବ ରୂପ ଦେବାରେ ଆକାଶପାତାଳ ଫରକ ରହିଛି ବୋଲି ସେ କହିଛନ୍ତି।
Blood donation: ରକ୍ତଦାନ ପାଇଁ ପ୍ରେରିତ କରିବାର ଶପଥ ଗ୍ରହଣ କଲେ ରକ୍ତଦାତା
ଭୁବନେଶ୍ୱର: ବିଶ୍ୱ ରକ୍ତଦାତା ଦିବସ ଅବସରରେ ଓଡ଼ିଶା ରକ୍ତ କେନ୍ଦ୍ର, ଭୁବନେଶ୍ୱର ମହାନଗର ନିଗମ (BMC) ବ୍ଲଡ୍ ସେଣ୍ଟର, Mission Raktadan ଏବଂ Worry Free Wellness Centreର ମିଳିତ ଆନୁକୂଳ୍ୟରେ ପାତ୍ରପଡ଼ାସ୍ଥିତ ୱରି ଫ୍ରି ୱେଲନେସ୍ ସେଣ୍ଟର ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। Worry Free Wellness Centreର ମୁଖ୍ୟ ନାରାୟଣ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରକୁ BMC ରକ୍ତ କେନ୍ଦ୍ରର ଅଧିକାରୀ ଡାକ୍ତର କଲ୍ୟାଣ କୁମାର ସରକାର ଉଦ୍ଘାଟନ କରିଥିଲେ। ବିଶିଷ୍ଟ ଗାନ୍ଧୀବାଦୀ ପ୍ରହଲ୍ଲାଦ ସିଂହ, ଜାତୀୟ ଯୁବ ପ୍ରକଳ୍ପର ରାଷ୍ଟ୍ରୀୟ ଟ୍ରଷ୍ଟି ମଧୁସୂଦନ ଦାସ, ସିନିୟର ୱେଲନେସ୍ କୋଚ୍ କଳ୍ପନା ସିଂହ ଏବଂ ଯୁବ ସମାଜସେବୀ ସୋମ ପ୍ରମୁଖ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଶିବିର ରେ ମୋଟ ୩୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ରକ୍ତଦାନ ର ମହତ୍ତ୍ୱ ଏବଂ ଜୀବନ ରକ୍ଷାରେ ଏହାର ଅପରିହାର୍ଯ୍ୟ ଭୂମିକା ସମ୍ପର୍କରେ ଉପସ୍ଥିତ ଅତିଥିମାନେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଶିବିର ପରିଚାଳନାରେ ଗୁନୁ ଆଚାର୍ଯ୍ୟ, ବିଭୂତି ଭୂଷଣ ସାହୁ, ହରପ୍ରସାଦ ମହାପାତ୍ର, ରଶ୍ମିତା ସାହୁ ଏବଂ ଅନ୍ୟାନ୍ୟ ସହଯୋଗୀମାନେ ସକ୍ରିୟ ଭାବେ ସହଯୋଗ କରିଥିଲେ। ଆହୁରି ପଢ଼ନ୍ତୁ: Youth associations: ‘ଯୁବକ ସଂଘମାନେ ରକ୍ତଦାନ ପାଇଁ ଆଗେଇ ଆସନ୍ତୁ’ ଶେଷରେ ସମସ୍ତ କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀମାନେ ନିୟମିତ ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ରକ୍ତଦାନ ପାଇଁ ପ୍ରେରିତ କରିବାର ଶପଥ ଗ୍ରହଣ କରିଥିଲେ। ଏହି ରକ୍ତଦାନ ଶିବିର ସମାଜରେ ରକ୍ତଦାନ ସମ୍ପର୍କିତ ସଚେତନତା ବୃଦ୍ଧି କରିବା ସହ ମାନବସେବାର ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଥିଲା।
Lightning: ବଜ୍ରପାତରେ ୧୨ ଛେଳିଙ୍କ ମୃତ୍ୟୁ
ଭଞ୍ଜନଗର (ବିଶ୍ବମ୍ବର ଜେନା): ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଥିବା ବେଳେ ରବିବାର ଅପରାହ୍ନ ସମୟରେ ହେଉଥିବା ବର୍ଷା ସାମାନ୍ୟ ଅଶ୍ବସ୍ତି ପ୍ରଦାନ କରୁଛି। କିନ୍ତୁ ଏହି ସମୟରେ ହେଉଥିବା ବଜ୍ରପାତ ଯୋଗୁ ସାଧାରଣ ଜନଜୀବନରେ ନାହିଁ ନଥିବା କ୍ଷୟକ୍ଷତି ମଧ୍ୟ ଘଟୁଛି। ବଜ୍ରପାତରେ ଅନେକ ଜୀବନ ଯାଉଥିବା ବେଳେ କେତେକ କ୍ଷେତ୍ରରେ ନୀରିହ ପ୍ରାଣୀମାନଙ୍କ ମଧ୍ୟ ଜୀବନ ଚାଲି ଯାଉଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତାରସିଂ ଥାନା ଅଧୀନ ବାରଦଣ୍ଡା ଗ୍ରାମରେ। ରବିବାର ଅପରାହ୍ନରେ ବଜ୍ରପାତ ଘଟିବାରୁ ୧୨ଟି ଛେଳିର ମୃତ୍ୟୁ ଘଟିଛି। ଏଥିରେ ଛେଳି ଚରାଳି ଜଟିଆ ଗୌଡ଼ ରକ୍ଷା ପାଇଯାଇଛନ୍ତି। ଜଟିଆ ଜଣେ ଗରିବ ଚାଷୀ ହୋଇଥିବା ବେଳେ ହଠାତ୍ ତାଙ୍କର ଏତେବଡ କ୍ଷତିକୁ ନେଇ ସେ ଭାଙ୍ଗି ପଡିଛନ୍ତି। କ୍ଷତିଗ୍ରସ୍ତଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି। ସକାଳ ସମୟରେ ଖରା ଓ ଗରମ ଅନୁଭୂତ ହୋଇଥିବା ବେଳେ ଅପରାହ୍ନ ବେଳକୁ ପାଗରେ ପରିବର୍ତ୍ତନ ହୋଇଥିଲା। ଆହୁରି ପଢ଼ନ୍ତୁ: Cows Death: ଗୁହାଳ ଉପରେ ବଜ୍ରପାତ,ଖୁଣ୍ଟରେ ବନ୍ଧା ଅବସ୍ଥାରେ ୨ ଗାଈ ମୃତ ଏହି ସମୟରେ ବାରଦଣ୍ଡା ଗ୍ରାମର ଚାଷୀ ଜଟିଆ ନିଜର ଛେଳିପଲକୁ ଧରି ଗ୍ରାମ ନିକଟ ଜଙ୍ଗଲ ଆଡକୁ ଚରାଇବାକୁ ନେଇଥିଲେ। ଫଳରେ ହଠାତ ବର୍ଷା ପବନ ଆସିବା ସହ ବଜ୍ରପାତ ଘଟିଥିଲା। ଚେଷ୍ଟା କରି ମଧ୍ୟ ସୁରକ୍ଷିତ ସ୍ଥାନକୁ ସେ ଛେଳି ମାନଙ୍କୁ ନେଇ ପାରିନଥିଲେ। ଫଳରେ ତାଙ୍କର ୧୨ଟି ଛେଳି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି।
Athlete: ପାରୁଲ ଚୌଧୁରୀଙ୍କ ଜାତୀୟ ରେକର୍ଡ
ନୂଆଦିଲ୍ଲୀ: ଭାରତୀୟ ଆଥଲେଟ୍ ପାରୁଲ ଚୌଧୁରୀ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି। ଫ୍ରାନ୍ସର ନିସ୍ଠାରେ ଅନୁଷ୍ଠିତ ମିଟିଂ ନିକାୟା ପ୍ରତିଯୋଗିତାରେ ନୂଆ ଜାତୀୟ ରେକର୍ଡ ସହ ଚଳିତ ବର୍ଷର ଏସୀୟ କ୍ରୀଡ଼ା ଯୋଗ୍ୟତା ଅର୍ଜନ କରିନେଇଛନ୍ତି ସେ। ମହିଳା ୫୦୦୦ ମିଟର୍ ଦୌଡ଼କୁ ପାରୁଲ ୧୫:୦୪.୨୬ ମିନିଟ୍ରେ ଶେଷ କରି ଏହି ରେକର୍ଡ ପ୍ରତିଷ୍ଠା କରିଛନ୍ତି। ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ସହିତ ସେ ପ୍ରତିଯୋଗିତାର ଦ୍ବିତୀୟ ସ୍ଥାନରେ ରହିଥିଲେ। ପାରୁଲ ମଧ୍ୟ ଗତ ହଙ୍ଗ୍ଝୁ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏବେବି ତାଙ୍କ ନାମରେ ୩୦୦୦ ଷ୍ଟିପଲ୍ଚେଜ୍ ରେକର୍ଡ ରହିଛି। ଫ୍ରାନ୍ସରେ ପାରୁଲଙ୍କଠାରୁ ଆଗରେ ରହି ଇଥିଓପିଆର ବେରେକା ସେନିୟା ମହମ୍ମଦ (୧୫:୦୩.୮୫) ସ୍ବର୍ଣ୍ଣ ପଦକ ଜିତିଥିଲେ। ଆହୁରି ପଢ଼ନ୍ତୁ: ଅବହେଳିତ ଆଥଲେଟ୍: ସୁଯୋଗକୁ ଅପେକ୍ଷା କରିଛନ୍ତି ଗୋଲାପୀ ସିର୍କା
Horoscope 2026 June 15: ଜାଣନ୍ତୁ ଆଜିର ରାଶିଫଳ
୧୪ ଜୁନ୍ ୨୦୨୬, ସୋମବାର। ତିଥି: ଜ୍ୟେଷ୍ଠ (ମଳ) ଅମାବାସ୍ୟା। ନକ୍ଷତ୍ର: ମୃଗଶିରା। ଚନ୍ଦ୍ର: ବୃଷ। ମିଥୁନ (ରଜ) ସଂକ୍ରାନ୍ତି, ଜ୍ୟେଷ୍ଠ ମଳ ଅମାବାସ୍ୟା, ଶ୍ରୀମନ୍ଦିରରେ ଜଳକ୍ରୀଡ଼ା, ସୋମମହତୀ ଗୋସହସ୍ରୀ ଗଙ୍ଗା ସ୍ନାନ, ଫକୀରମୋହନଙ୍କ ମହାପ୍ରୟାଣ। ସୂର୍ଯ୍ୟୋଦୟ: ୫ଟା୧୧, ସୂର୍ଯ୍ୟାସ୍ତ: ୬ଟା୨୨। ଘାତଚନ୍ଦ୍ର: ବିଛା। ଘାତବାର: ମିଥୁନ। ଶୁଭବେଳା: ଦିବା ୮ଟା୪୨ରୁ ୧୦ଟା୨୭, ରାତ୍ରି ୯ଟା୧୫ରୁ ୧୦ଟା୨୬, ରାତ୍ରି ୧୧ଟା୪୭ରୁ ୧୨ଟା୮, ରାତ୍ରି ୧ଟା୩୫ରୁ ୩ଟା୧ ପର୍ଯ୍ୟନ୍ତ। ମେଷ: ନିକଟ ସଂପର୍କୀୟଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। ଚତୁରତା ବଳରେ କାମ କରାଇ ନିଅନ୍ତୁ। ନୂଆ ଲୋକଙ୍କ ସହିତ ଯୋଡ଼ି କିଛି ନୂଆ ଶିଖିବେ। ବୃଷ: ବିଦେଶ ଯିବା ପାଇଁ ପ୍ରୟାସରତ ଲୋକ ଭଲ ଖବର ପାଇବେ। ସାମାଜିକ କାର୍ଯ୍ୟରେ ଆପଣଙ୍କର ଅବଦାନ ରହିବ। ବୁଦ୍ଧି ବଳରେ ସକାରାତ୍ମକ ପରିଣାମ ପାଇବେ। ମିଥୁନ: ବ୍ୟବସାୟରେ ଅଧିକ ପରିଶ୍ରମ କରିବାକୁ ହେବ। ବିରୋଧୀ କ୍ଷତି ପହଞ୍ଚାଇବା ପାଇଁ ବିଫଳ ପ୍ରୟାସ କରିବେ। ସରକାରୀ କର୍ମଚାରୀଙ୍କ ଲାଗି ଦିନଟି ଭଲ। କର୍କଟ: ବିଶେଷ ବ୍ୟକ୍ତିଙ୍କ ମାର୍ଗ ଦର୍ଶନରେ ନିଜେ କାର୍ଯ୍ୟକୁ ଭଲଭାବେ କରିବେ। ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିଚାର ବିମର୍ଶ ହେବ। ଅନ୍ୟର ବ୍ୟକ୍ତିଗତ ମାମଲାରୁ ନିଜକୁ ଦୂରରେ ରଖନ୍ତୁ। ସିଂହ: ଆତ୍ବବିଶ୍ବାସ ଆପଣଙ୍କ ପରିଶ୍ରମ କରିବାର କ୍ଷମତା ବଢ଼ାଇବ। ସମାଜରେ ମାନ ସମ୍ମାନ ବଜାୟ ରହିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ସଫଳତା ଆଣିଦେବ। କନ୍ୟା: ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ପାଇବେ। ଦୀର୍ଘସ୍ଥାୟୀ ସୁସ୍ଥତା ପାଇଁ ଭଲ ଖାଦ୍ୟ ଖାଆନ୍ତୁ। ପରିବାରରେ ଧାର୍ମିକ କାର୍ଯ୍ୟର ଯୋଜନା ପ୍ରସ୍ତୁତ କରିବେ। ତୁଳା: କାର୍ଯ୍ୟକୁ ନୂଆ ରୂପରେଖ ଦେବା ପାଇଁ ଚେଷ୍ଟା କରିବେ। ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଦିନଟି ଭଲ। ବ୍ୟବହାରରେ ସଂଯମ ରଖନ୍ତୁ। ବିଛା: କାର୍ଯ୍ୟ କରିବା ପୂର୍ବରୁ ତା’ର ରୂପରେଖ ପ୍ରସ୍ତୁତ କରନ୍ତୁ, ଉଚିତ ସଫଳତା ପାଇବେ। ଜୀବନସାଥୀ ଆପଣଙ୍କ କାର୍ଯ୍ୟରେ ସହଯୋଗ କରିବେ। ସମାଜରେ ଆଦର ସମ୍ମାନ ପାଇବେ। ଧନୁ: ଅନୁଭବୀ ବ୍ୟକ୍ତିଙ୍କ ସାଙ୍ଗରେ ରହି ବହୁତ କିଛି ଶିଖିବେ। ଆର୍ଥିକ ମାମଲାରେ କାହାରି ଉପରେ ଭରସା କରନ୍ତୁ ନାହିଁ। ବକେୟା ଅର୍ଥ ପାଇବେ। ବ୍ୟବସାୟରେ ସ୍ଥିତି ଭଲ ହେବ। ମକର: ଦିନଟି କର୍ମ ପ୍ରଧାନ ରହିବ। ପରିଶ୍ରମ ଅନୁସାରେ ପରିଣାମ ପାଇବେ। କାର୍ଯ୍ୟବ୍ୟସ୍ତତା ସତ୍ତ୍ବେ କିଛି ସମୟ ନିଜର ମନୋରଞ୍ଜନ ପାଇଁ ବାହାର କରିନେବେ। କୁମ୍ଭ: ଧାର୍ମିକ ଅଥବା ସାମାଜିକ ଗତିବିଧିରେ ରୁଚି ବଢ଼ିବ। ପରିବାର ଲୋକଙ୍କ ସହଯୋଗରେ ବ୍ୟକ୍ତିଗତ କାର୍ଯ୍ୟ ପୂରା ହୋଇଯିବ। ବରିଷ୍ଠଙ୍କ ସମ୍ମାନରେ ଅବହେଳା କରନ୍ତୁ ନାହିଁ। ମୀନ: ବ୍ୟବସାୟରେ ବହୁତ ସାବଧାନ ରହି କାମ କରିବା ଆବଶ୍ୟକ। ଛୋଟ ବଡ଼ ଫଇସଲା ନେବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ, ଲାଭ ହେବ। ଘରକୁ ବନ୍ଧୁ ଆସିବେ।
Raja Festival: ସାମୁହିକ ଦୋଳି ଖେଳ ଓ କଣ୍ଢେଇ ବାହାଘର
Ayodhya Ram Mandir: ରାମମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ
ଅଯୋଧ୍ୟା: ରାମ ଜନ୍ମଭୂମି ମନ୍ଦିରରେ ପ୍ରଦାନ କରାଯାଇଥିବା ଦାନରେ ଅନିୟମିତତାକୁ ନେଇ ବିବାଦ ତୀବ୍ର ହୋଇଛି। ଅଭିଯୋଗର ତଦନ୍ତ ପାଇଁ ଉତ୍ତରପ୍ରଦେଶ ସରକାର ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍ଆଇଟି) ଗଠନ କରିଛନ୍ତି। ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ସାଂସଦ ବିନୟ କଟିୟାର ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ଟ୍ରଷ୍ଟର ଆର୍ଥିକ ପରିଚାଳନା ଓ ଦାନ ସମ୍ବନ୍ଧୀୟ ଅଭିଯୋଗର ଯାଞ୍ଚ ଏସ୍ଆଇଟି କରିବ। ରାମ ମନ୍ଦିର ପରିସରରେ ଦାନବାକ୍ସରୁ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ଆସିବା ପରେ ଏହି ପ୍ରସଙ୍ଗ ପ୍ରଥମେ ରାଜନୈତିକ ଦୃଷ୍ଟି ଆକର୍ଷଣ କରିଥିଲା। ଟ୍ରଷ୍ଟର ଅନୁରୋଧ କ୍ରମେ ଉତ୍ତରପ୍ରଦେଶ ସରକାର ଶନିବାର ଲକ୍ଷ୍ନୌ ଡିଭିଜନାଲ କମିସନର ବିଜୟ ବିଶ୍ୱାସ ପନ୍ତ, ପୁଲିସ ମହାନିରୀକ୍ଷକ କିରଣ ଏସ୍ ଏବଂ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ନୀଲ ରତନଙ୍କୁ ନେଇ ଏକ ତିନିଜଣିଆ ଏସ୍ଆଇଟି ଗଠନ କରିଛନ୍ତି। ଇତିମଧ୍ୟରେ ତଦନ୍ତ ତ୍ୱରାନ୍ୱିତ ହୋଇଛି। ଦାନ ଗଣନା ସହ ଜଡିତ ଅନେକ କର୍ମଚାରୀ ସନ୍ଦେହଘେରରେ ଅଛନ୍ତି। ସ୍ପେସାଲ୍ ଅପରେସନ୍ ଗ୍ରୁପ୍ (ଏସ୍ଓଜି) ସିସିଟିଭି ଫୁଟେଜ୍ ଏବଂ ଅନ୍ୟାନ୍ୟ ବୈଷୟିକ ଓ ଭୌତିକ ପ୍ରମାଣ ଯାଞ୍ଚ କରି ବ୍ୟାପକ ତଦନ୍ତ କରୁଛି। ତଦନ୍ତର ଏକ ଅଂଶ ଭାବରେ ରୁଦାଉଲିର ଶୁଜାଗଞ୍ଜ ଅଞ୍ଚଳର ମୀନାପୁର ଫାଗୋଲି ବାସିନ୍ଦା ଲବକୁଶଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି। ତଦନ୍ତ ସମୟରେ କିଛି ନଗଦ ଟଙ୍କା ମଧ୍ୟ ଉଦ୍ଧାର କରାଯାଇଛି, ଯଦିଓ ଅଧିକାରୀମାନେ ଏହାର ପରିମାଣ ବିଷୟରେ କୌଣସି ବିବରଣୀ ପ୍ରକାଶ କରିନାହାନ୍ତି। କର୍ତ୍ତୃପକ୍ଷ ଅନ୍ୟ ବ୍ୟକ୍ତିବିଶେଷଙ୍କ ସମ୍ଭାବ୍ୟ ସମ୍ପୃକ୍ତି ଉପରେ ମଧ୍ୟ ଅନୁସନ୍ଧାନ କରୁଛନ୍ତି। ତେବେ ଅଟକ କିମ୍ବା ଉଦ୍ଧାର ସମ୍ପର୍କରେ ପୁଲିସ, ଜିଲ୍ଲା ପ୍ରଶାସନ କିମ୍ବା ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତି ଜାରି କରାଯାଇ ନାହିଁ। ଚଳିତ ମାସ ପ୍ରାରମ୍ଭରେ ଅଖିଳେଶ ଯାଦବ ଅଭିଯୋଗ କରିଥିଲେ ଯେ ରାମ ମନ୍ଦିରକୁ ଦିଆଯାଇଥିବା ଦାନରୁ କୋଟି କୋଟି ଟଙ୍କା ନିଖୋଜ ଥିବା ରିପୋର୍ଟରେ ଦର୍ଶାଯାଇଛି ଏବଂ ଏହି ମାମଲାରେ ସ୍ୱତଃ ବିଚାର କରିବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଥିଲେ। ଏହି ଅଭିଯୋଗ ଏକ ବ୍ୟାପକ ରାଜନୈତିକ ବିତର୍କ ସୃଷ୍ଟି କରିଥିଲା। ଆହୁରି ପଢ଼ନ୍ତୁ: AkhileshYadav: ରାମ ମନ୍ଦିର ଦାନ ଟଙ୍କା ହେରଫେର ଅଭିଯୋଗ: ଦୁର୍ନୀତି ଅଭିଯୋଗ ଆଣିଲେ ଅଖିଳେଶ ଯାଦବ ପୂର୍ବତନ ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହ ଦାବି କରିଛନ୍ତି ଯେ ସେ ଦାନର ଅପବ୍ୟବହାର ବିଷୟରେ ଅବଗତ ଅଛନ୍ତି କିନ୍ତୁ ସବିଶେଷ ତଥ୍ୟ ପ୍ରକାଶ କରିବାକୁ ମନା କରି ଦେଇଛନ୍ତି। ଏହାପରେ ବରିଷ୍ଠ ବିଜେପି ନେତା ରଜନୀଶ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଟ୍ରଷ୍ଟର ଅର୍ଥ, ଦାନ, ଖର୍ଚ୍ଚ, ବ୍ୟାଙ୍କ ଆକାଉଣ୍ଟ ଓ ଜମି କାରବାର ବିଷୟରେ ସର୍ବସାଧାରଣରେ ପ୍ରକାଶ କରିବାକୁ ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ ଉତ୍ତରପ୍ରଦେଶ କଂଗ୍ରେସ ମୁଖ୍ୟ ଅଜୟ ରାୟ ହାଇକୋର୍ଟର ଜଣେ ବିଚାରପତିଙ୍କ ନେତୃତ୍ୱରେ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ଯେ ଆଭ୍ୟନ୍ତରୀଣ ଅଡିଟ୍ ଚାଲିଛି ଏବଂ ଏପର୍ଯ୍ୟନ୍ତ ଏହି ଦାବିକୁ ସମର୍ଥନ କରୁଥିବା କୌଣସି ପ୍ରମାଣ ସାମ୍ନାକୁ ଆସିନାହିଁ।
In a landmark move to breathe new life into Odisha’s rich architectural past, the state government has unveiled the Heritage Property Promotion Guidelines-2026. The ambitious policy aims to convert historic forts, palaces, old mansions, and culturally significant properties into revenue-generating tourism assets while ensuring their careful preservation. Issued by Tourism Department Secretary Balwant Singh, IAS, […] The post Odisha Unveils Heritage Property Promotion Guidelines 2026: Pre-1950 Buildings to Becomes Hotels, Museums & More appeared first on Pragativadi I Latest Odisha News in English I Breaking News .
IVF: ଗୁରୁଗ୍ରାମ ଦମ୍ପତିଙ୍କ ଡିଏନ୍ଏ ପରୀକ୍ଷାରୁ ଜଣାପଡ଼ିଲା, ଆଇଭିଏଫ୍ ଯାଆଁଳା ଶିଶୁ ସେମାନଙ୍କର ନୁହନ୍ତି
ନୂଆଦିଲ୍ଲୀ: ଆଜିକାଲି ବିଳମ୍ବ ବିବାହ କାରଣରୁ ଅନେକ ଦମ୍ପତିଙ୍କର ସନ୍ତାନ ହେଉନାହିଁ। ସେଥିପାଇଁ ଅନେକେ ଆଧୁନିକ ବୈଜ୍ଞାନିକ ପଦ୍ଧତି ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ ( ଆଇଭିଏଫ୍ )ର ସାହାରା ନେଉଛନ୍ତି। ଗୁରୁଗ୍ରାମ ବାସିନ୍ଦା ରାହୁଲ ରାଠୋର ଓ ତାଙ୍କ ପତ୍ନୀ ଆଇଭିଏଫ୍ ମାଧ୍ୟମରେ ଏକ ଯାଆଁଳା ସନ୍ତାନଙ୍କ ପିତାମାତା ହୋଇଛନ୍ତି। କିନ୍ତୁ ପରେ ଡିଏନ୍ଏ ପରୀକ୍ଷାରୁ ଏହି ଶିଶୁ ସେମାନଙ୍କର ଜୈବିକ ସନ୍ତାନ ନୁହନ୍ତି ବୋଲି ଜଣାପଡ଼ିବା ପରେ ସେମାନେ ଭାଙ୍ଗିପଡ଼ିଛନ୍ତି ଏବଂ ସମ୍ପୃକ୍ତ ଆଇଭିଏଫ୍ କ୍ଳିନିକ୍ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ରାହୁଲ ରାଠୋର ଓ ତାଙ୍କ ପତ୍ନୀ କହିଛନ୍ତି ଯେ ସେମାନଙ୍କର ନବଜାତ ଯାଆଁଳା ଶିଶୁଙ୍କ ସହ କୌଣସି ସାଦୃଶ୍ୟ ନାହିଁ ଏବଂ ଡିଏନ୍ଏ ପରୀକ୍ଷାରୁ ଜଣାପଡ଼ିଛି ଯେ ସେମାନେ ପିଲାମାନଙ୍କର ଜୈବିକ ପିତାମାତା ନୁହନ୍ତି। ଏହି ଦମ୍ପତି ଅଭିଯୋଗ କରିଛନ୍ତି ଯେ ଗତ ବର୍ଷ ସେମାନେ ସ୍ତ୍ରୀରୋଗ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଏକ ପ୍ରତିଷ୍ଠିତ ଆଇଭିଏଫ୍ କ୍ଳିନିକ୍କୁ ଯାଇଥିଲେ। ଶୁକ୍ରାଣୁ ନମୁନା, ଡିମ୍ବ ସଂଗ୍ରହ ଓ ଭ୍ରୁଣ ବିକାଶ ଭଳି ପରବର୍ତ୍ତୀ ପ୍ରକ୍ରିୟା ଶୀଘ୍ର ସମାପ୍ତ ହୋଇଥିଲା। ମେ ୧୪, ୨୦୨୫ରେ, ଭ୍ରୁଣକୁ ମହିଳାଙ୍କ ଗର୍ଭରେ ପ୍ରତିରୋପଣ କରାଯାଇଥିଲା ଏବଂ ସେ ଚଳିତ ବର୍ଷ ଜାନୁଆରିରେ ଯାଆଁଳା ଝିଅଙ୍କୁ ଜନ୍ମ ଦେଇଥିଲେ। କିଛି ଦିନ ପରେ ଏହି ଦମ୍ପତି ଦେଖିଲେ ଯେ ଯାଆଁଳା ପିଲାଙ୍କ ମଧ୍ୟରୁ କାହାର ସେମାନଙ୍କ ସହ ସାଦୃଶ୍ୟ ନାହିଁ। ଏହା ପରେ ଏହି ଦମ୍ପତିଙ୍କର ଡିଏନ୍ଏ ପରୀକ୍ଷା କରାଯାଇଥିଲା, ଯାହା ପ୍ରମାଣ କରିଥିଲା ଯେ ଯାଆଁଳା ଶିଶୁମାନେ ଜୈବିକ ଭାବରେ ସେମାନଙ୍କର ନୁହନ୍ତି। ଆହୁରି ପଢ଼ନ୍ତୁ: ୨୦୩୦ରେ ଆଇଭିଏଫ୍ର ରାଜଧାନୀ ହେବ ଭାରତ: ଓଡ଼ିଶାରେ ୬୦ରୁ ବେଶି ଆଇଭିଏଫ୍ କ୍ଲିନିକ୍ ପୁଲିସ ମାମଲା ରୁଜୁ ନ କରିବାରୁ ଦମ୍ପତି କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ରାହୁଲ କହିଛନ୍ତି, ପ୍ରଥମ ତିନି ମାସ ପର୍ଯ୍ୟନ୍ତ ପୁଲିସ କୌଣସି ମାମଲା ରୁଜୁ କରିନଥିଲା। କୋର୍ଟଙ୍କ ହସ୍ତକ୍ଷେପ ପରେ ହିଁ ଶେଷରେ ମାର୍ଚ୍ଚ ୩୧ ତାରିଖରେ ଏଫ୍ଆଇଆର୍ ରୁଜୁ ହୋଇଥିଲା। ଜୁନ୍ ୫ରେ ଆଇନଗତ ଲଢ଼େଇରେ ଏକ ସଫଳତା ଦେଖିବାକୁ ମିଳିଥିଲା, ଯେତେବେଳେ ଏକ ଦକ୍ଷ କୋର୍ଟ ଆଇଭିଏଫ୍ କେନ୍ଦ୍ରରୁ ଭ୍ରୁଣ ଲଗ୍ ସିଟ୍ ସମେତ ସମସ୍ତ ପ୍ରାସଙ୍ଗିକ ଦସ୍ତାବିଜ ଜବତ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ପୁଲିସ ଏପର୍ଯ୍ୟନ୍ତ ଜବତ ଆଦେଶ କାର୍ଯ୍ୟକାରୀ କରିନାହିଁ। ରାହୁଲ କହିଛନ୍ତି, ଆମେ ଡାକ୍ତରଖାନାକୁ ଦୋଷ ଦେଉନାହୁଁ; ଆମେ କେବଳ ଜାଣିବାକୁ ଚାହୁଛୁ ଯେ ଆମ ପିଲାମାନେ ପ୍ରକୃତରେ କାହାର, ଏହି ଭୁଲ ପାଇଁ କିଏ ଦାୟୀ?
British Army operation: ଇଲିଂଶ ଚାନେଲରେ ବ୍ରିଟିଶ ସେନାର ବଡ଼ ଅପରେସନ
ଲଣ୍ଡନ: ବ୍ରିଟିଶ ସୈନ୍ୟମାନେ ପ୍ରଥମ ଥର ପାଇଁ ଇଂଲିଶ ଚ୍ୟାନେଲରେ ଏକ ବଡ଼ଧରଣର ଅପରେସନ ଚଳାଇ ରୁଷ୍ର ସ୍ୟାଡୋ ଫ୍ଲିଟର ଅଂଶ ଥିବା ଏକ ତେଲ ଟ୍ୟାଙ୍କରକୁ ଜବତ କରିଛି। ରବିବାର ପ୍ରତ୍ୟୁଷରେ ବ୍ରିଟିଶ ଜଳସୀମାରେ ଛଅ ଘଣ୍ଟା ଧରି ଚାଲିଥିବା ଅଭିଯାନରେ ରୟାଲ ମାରିନ୍ କମାଣ୍ଡୋ ଓ ଜାତୀୟ ଅପରାଧ ସଂସ୍ଥାର ବିଶେଷ ତାଲିମପ୍ରାପ୍ତ ଅଧିକାରୀମାନେ ‘ସ୍ମିର୍ଟୋସ୍’ ନାମକ ଜାହାଜ ଉପରେ ଆକ୍ରମଣ କରିଥିଲେ। ଚିନୁକ୍ ହେଲିକପ୍ଟର ଓ ଅନ୍ୟାନ୍ୟ ବିମାନ, ଏକ ଫ୍ରିଗେଟ୍ ଓ ଏକ ମାଇନ୍ ହଣ୍ଟର ସାହାଯ୍ୟରେ ରୁଷ୍ ଜାହାଜକୁ ବ୍ରିଟେନ ନିଜ କବ୍ଜାକୁ ନେଇଥିଲା। ୟୁକ୍ରେନ ଯୁଦ୍ଧରେ ରୁଷ୍ ପାଇଁ ପାଣ୍ଠି ଯୋଗାଣକୁ ବନ୍ଦ କରିବା ପାଇଁ ଏହି ବଡ଼ ଅଭିଯାନ କରାଯାଇଥିଲା। ରବିବାର ବ୍ରି ଟେନ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର ‘ଏକ୍ସ’ରେ ଏକ ପୋଷ୍ଟ କରି ଏହି ସଫଳ ଅପରେସନ୍ ରୁଷ କୁ ଆଉ ଏକ ଝଟକା ଦେଇଛି ବୋଲି ଲେଖିଛନ୍ତି। ୟୁକ୍ରେନରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୁଦ୍ଧକୁ ଇନ୍ଧନ ଦେଉଥିବା ଲୋକଙ୍କୁ ମନେ ପକାଇ ଦେଇଛି ଯେ ଆମେ ସେମାନଙ୍କୁ ଲୁଚିବାକୁ ଦେବୁ ନାହିଁ ବୋଲି ଷ୍ଟାର୍ମର ଲେଖିଛନ୍ତି। ଆହୁରି ପଢ଼ନ୍ତୁ: NATO: ନାଟୋକୁ ପ୍ରଦତ୍ତ ଯୁଦ୍ଧ ବିମାନ ଓ ଜାହାଜ ସଂଖ୍ୟା କମାଇପାରେ ଆମେରିକା: ରିପୋର୍ଟ ଟ୍ୟାଙ୍କରଟି କ୍ୟାମେରୁନ୍ ପତାକା ବହନ କରିଥିଲା। ବ୍ରିଟେନର ପ୍ରତିରକ୍ଷା ସଚିବ ଡାନ୍ ଜାର୍ଭିସ୍ ଏକ ବିବୃତିରେ ବ୍ରିଟିଶ ସେନାକୁ ପ୍ରଶଂସା କରିଛନ୍ତି। ଏହିପରି ଅପରେସନ ପାଇଁ ଦକ୍ଷତା, ବୃତ୍ତିଗତ ସାହସ ଆବଶ୍ୟକ ବୋଲି କହିଛନ୍ତି। ରୁଷ୍ ୟୁକ୍ରେନ୍ ସହିତ ଯୁଦ୍ଧ ପାଇଁ ପାଣ୍ଠି ଯୋଗାଡ଼ କରିବାକୁ ଏହିପରି ଛାୟା ନୌବାହିନୀ ଉପରେ ନିର୍ଭର କରେ, ଏହା ପୁଟିନ୍ଙ୍କ ପାଇଁ ଝଟ୍କା ବୋଲି ବ୍ରିଟେନ କହିଛି। ଏହି ଅପରେସନ୍ ଛଅ ଘଣ୍ଟା ଧରି ଚାଲିଥିଲା। ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର୍ ଜେଲେନସ୍କି ଷ୍ଟାର୍ମର ଓ ବ୍ରିଟେନର ଲୋକଙ୍କୁ ଏଥିପାଇଁ ଧନ୍ୟବାଦ ଦେଇଛନ୍ତି।
Raj Festival: ରଜ ମହୋତ୍ସବରେ ୠତୁସ୍ରାବ ଚର୍ଚ୍ଚା
ଭୁବନେଶ୍ବର: ରଜ ର ଦୋଳିର ତାଳେ ତାଳେ ଏଥର ଉଠିଲା ଏକ ନୂଆ ସ୍ୱର। ଋତୁସ୍ରାବକୁ ନେଇ ନୀରବତା ଭାଙ୍ଗିବାର ସ୍ୱର। ଭୁବନେଶ୍ୱର ଜନତା ମଇଦାନରେ ଚାଲିଥିବା ଆନ୍ତର୍ଜାତୀୟ ରଜ ମହୋତ୍ସବରେ ବ୍ଳୁମିଂଡେଲ୍ସ୍ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ‘ଫ୍ୟାସନ ୱାକ୍ ଫର ଏ କଜ୍’ କାର୍ଯ୍ୟକ୍ରମ ଆକର୍ଷଣର କେନ୍ଦ୍ର ପାଲଟିଥିଲା। ରଜର ପାରମ୍ପରିକ ଉତ୍ସବ ଭିତରେ ଏହି ଆୟୋଜନ ନାରୀତ୍ୱ, ସ୍ୱାସ୍ଥ୍ୟ ସଚେତନତା ଓ ସମାଜିକ ପରିବର୍ତ୍ତନର ବାର୍ତ୍ତା ଦେଇଥିଲା। ୬ ବର୍ଷର କୁନି ଝିଅଠାରୁ ୬୦ ବର୍ଷର ମହିଳାମାନେ ଏକାଠି ରାମ୍ପରେ ଚାଲି ‘ପିରିୟଡ୍ କୌଣସି ଲଜ୍ଜା ନୁହେଁ’ ବୋଲି ସମାଜକୁ ସନ୍ଦେଶ ଦେଇଥିଲେ। ଆହୁରି ପଢ଼ନ୍ତୁ: Raja festival: ‘ରଜ‘ରେ ପିଠାର ସ୍ୱାଦ ନା ମିଠାର ମିଠାସ୍ କ୍ରେଜ୍ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ପରିଧାନରେ ସଜେଇ ହୋଇଥିବା ପ୍ରତିଯୋଗୀମାନେ ରଜର ସଂସ୍କୃତିକୁ ଉଜାଗର କରିବା ସହ ‘ଏଣ୍ଡ ଦ ପିରିୟଡ୍ ଷ୍ଟିଗ୍ମା’ ବାର୍ତ୍ତାକୁ ଆଗକୁ ନେଇଥିଲେ। ସାମାଜିକ କର୍ମୀ ସବିତା ପଟ୍ଟନାୟକଙ୍କ ପରିକଳ୍ପନାରେ ଆୟୋଜିତ ଏହି ଅଭିନବ ପ୍ରୟାସ ରଜ ମହୋତ୍ସବକୁ ଦେଇଥିଲା ଏକ ଭିନ୍ନ ପରିଚୟ। ଜନତା ମଇଦାନରେ ଉପସ୍ଥିତ ଦର୍ଶକମାନେ ଏହାକୁ ନାରୀ ସଶକ୍ତିକରଣ ଓ ସଚେତନତାର ଏକ ସୁନ୍ଦର ପଦକ୍ଷେପ ବୋଲି କହିଥିଲେ।
India Women Beat Pakistan by 64 Runs in T20 World Cup Opener
In a clash that promised fireworks and delivered pure domination, India Women launched their ICC Women’s T20 World Cup 2026 campaign with a commanding 64-run victory over arch-rivals Pakistan at Edgbaston on Sunday. It was a masterclass in all-round cricket, headlined by vice-captain Smriti Mandhana’s fluent half-century and off-spinner Deepti Sharma’s career-best five-wicket haul that […] The post India Women Beat Pakistan by 64 Runs in T20 World Cup Opener appeared first on Pragativadi I Latest Odisha News in English I Breaking News .
Urea production: ୨ କାରଖାନାରୁ ଶୀଘ୍ର ୟୁରିଆ ଉତ୍ପାଦନ ହେବ
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ବିଶ୍ବରେ ସାର ଯୋଗାଣ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ଭାରତରେ ଆଗାମୀ କିଛିଦିନରେ ଦୁଇଟି ସାର କାରଖାନାରୁ ୟୁରିଆ ଉତ୍ପାଦନ ଆରମ୍ଭ ହେବାକୁ ଯାଉଛି। ଏହାଦ୍ବାରା ଦେଶରେ ସାର ଉପଲବ୍ଧତା ବଢ଼ିବ ଏବଂ ଆମଦାନି ଉପରେ ନିର୍ଭରଶୀଳତା କମିବ। ରସାୟନ ଓ ସାର ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ୨୦୧୪ ମସିହାରୁ ଦେଶରେ ୬ଟି ନୂଆ ମେଗା ୟୁରିଆ ପ୍ଲାଣ୍ଟ ସ୍ଥାପନ ହୋଇଛି। ସେଗୁଡ଼ିକର ମୋଟ ଉତ୍ପାଦନ କ୍ଷମତା ହେଉଛି ୭୬.୨ ଲକ୍ଷ ଟନ୍। ସେଥିରୁ ଦୁଇଟି ୟୁରିଆ କାରଖାନାରୁ ଶୀଘ୍ର ଉତ୍ପାଦନ ଆରମ୍ଭ ହେବ। ଏହି ଦୁଇଟି କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୨୫.୪ ଲକ୍ଷ ଟନ୍। ଆହୁରି ପଢ଼ନ୍ତୁ: Reducing Gas Supplies: ଗ୍ୟାସ୍ ଅଭାବରୁ ୟୁରିଆ ଉତ୍ପାଦନ ପ୍ରଭାବିତ ୨୦୨୫-୨୬ ଆର୍ଥିକବର୍ଷରେ ଭାରତ ୧୦୦ ଲକ୍ଷ ଟନ୍ରୁ ଅଧିକ ୟୁରିଆ ଆମଦାନି କରିଛି। ୨୦୧୪-୧୫ରେ ଦେଶରେ ମୋଟ ୟୁରିଆ ଉତ୍ପାଦନ ୨୨୫ ଲକ୍ଷ ଟନ୍ ଥିବାବେଳେ ୨୦୨୩-୨୪ରେ ଏହା ୩୧୪.୦୭ ଲକ୍ଷ ଟନ୍ରେ ପହଞ୍ଚିଥିଲା। ୨୦୨୪-୨୫ରେ ସାର ଉତ୍ପାଦନ ୩୦୬.୬୭ ଳକ୍ଷ ଟନ୍ ରହିଥିଲା।
ICC Women's T20 World Cup 2026: ପାକିସ୍ତାନ ବିପକ୍ଷରେ ଭାରତ ୬୪ ରନ୍ରେ ବିଜୟୀ; ଦୀପ୍ତି ଶର୍ମା ନେଲେ ୫ ୱିକେଟ୍
ବର୍ମିଂହାମ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତୀୟ ଦଳ ଆଜି ପାକିସ୍ତାନକୁ ୬୪ ରନ୍ରେ ପରାସ୍ତ କରିଛି। ବର୍ମିଂହାମ ର ଏଜବେଷ୍ଟନ ପଡ଼ିଆରେ ଭାରତୀୟ ଟିମ୍ ପ୍ରଥମେ ବ୍ୟାଟିଂ ଏବଂ ପରେ ବୋଲିଂରେ ଦମଦାର ପ୍ରଦର୍ଶନ କରିଛି। ପାକିସ୍ତାନ ୧୭୧ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ଦଳ ୧୭ ଓଭରରେ ସମସ୍ତ ୱିକେଟ୍ ହରାଇ ୧୦୬ ରନ୍ କରିଥିଲା। ପାକିସ୍ତାନ ପାଇଁ ପ୍ରାରମ୍ଭିକ ବ୍ୟାଟର ମୁନୀବା ଅଲି ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୩୫ଟି ବଲ୍ ଖେଳି ୫ଟି ଚୌକା ବଳରେ ୪୧ ରନ୍ କରିଥିଲେ। ତେବେ ଦଳର ଭଲ ସ୍କୋର ପାଇଁ ଅନ୍ୟ ବ୍ୟାଟରଙ୍କ ଯୋଗଦାନ ଉତ୍ସାହଜନକ ନଥିଲା। ଅଲିଆ ରିଆଜ ୧୮ରନ୍, ଗୁଲ ଫିରୋଜା ଏବଂ ଆୟେସା ଜାଫର ୧୨-୧୨ ରନ୍, ନତାଲିଆ ପରଭାଇଜ ୭ ରନ୍, ରମୀନ ସଲିମ ଏବଂ ନସାରା ସାନ୍ଧୁ ୪-୪ ରନ୍ କରିଥିଲେ। ଅଧିନାୟକ ଫତିମା ସାନା ଏବଂ ତସମିଆ ରୁବାବ ଖାତା ଖୋଲିପାରି ନଥିଲେ। ଭାରତ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ୫ଟି ୱିକେଟ୍ ନେଇଥିଲେ। ସେ ୪ ଓଭର ବୋଲିଂ କରି ମାତ୍ର ୧୦ ରନ୍ ଖର୍ଚ୍ଚ କରିଥିଲେ। ସେହିପରି ଶ୍ରୀ ଚରଣୀ ୩ଟି ୱିକେଟ୍ ଅକ୍ତିଆର କରିଥିଲେ। ସେଫାଳ ବର୍ମାଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା। ଭାରତୀୟ ଟିମ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହରମନପ୍ରୀତ କୌର ଙ୍କ ନେତୃତ୍ବରେ ଭାରତୀୟ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୭୦ ରନ୍ କରିଥିଲା। ଭାରତ ପାଇଁ ସ୍ମୁତି ମନ୍ଧାନା ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୪୪ଟି ବଲ୍ ଖେଳି ୯ଟି ଚୌକା ଏବଂ ୨ଟି ଛକା ବଳରେ ୬୮ ରନ୍ ସଂଗ୍ରହ କରିଥିଲେ। ସେହିପରି ହରମନପ୍ରୀତ କୌର ୩୫ଟି ବଲ୍ ଖେଳି ୪ଟି ଚୌକା ସହାୟତାରେ ୩୬ ରନ୍ ସଂଗ୍ରହ କରିଥିଲେ। ପ୍ରାରମ୍ଭିକ ବ୍ୟାଟର ସେଫାଳି ବର୍ମା ୬ ରନ୍ ଏବଂ ଭାରତୀ ଫୁଲମାଳି ଏକ ରନ୍ କରିଥିଲେ। ରିଚା ଘୋଷ ୧୭ଟି ବଲ୍ ଖେଳି ୫ଟି ଚୌକା ଏବଂ ଗୋଟିଏ ଛକା ବଳରେ ୩୪ ରନ୍ କରିଥିଲେ। ଦୀପ୍ତି ଶର୍ମା ୧୨ ରନ୍ କରିଥିଲେ। ଏଥିରେ ସେ ଗୋଟିଏ ଚୌକା ସାମିଲ କରିଥିଲେ। ପାକିସ୍ତାନ ପକ୍ଷରୁ ସାଦିଆ ଇକ୍ବାଲ ଏବଂ ଅଧିନାୟକ ଫତିମା ସାନା ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିତିଲେ। ସେହିପରି ତସିମା ରୁବାବ ଏବଂ ରମୀନ ଶମିମ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
Plane crash: ବ୍ରାଜିଲରେ ମଝି ଆକାଶରେ ଧକ୍କା ହେଲେ ଦୁଇ ହେଲିକପ୍ଟର: ୬ ମୃତ
ରିଓ ଡି ଜେନେରୋ: ବ୍ରାଜିଲର ପଶ୍ଚିମ ରିଓ ଡି ଜେନେରୋରେ ରବିବାର ଦୁଇଟି ହେଲିକପ୍ଟର ମଝି ଆକାଶରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ଦୁଇଟି ହେଲିକପ୍ଟର କ୍ରୁ ବୋଲି ଜଣାପଡ଼ିଛି। ହେଲିକପ୍ଟର ଦୁଇଟି ଧକ୍କା ହେବା ଫଳରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟି ରାସ୍ତାରେ ଯାଉଥିବା ଅନେକ ଗାଡ଼ିକୁ ବ୍ୟାପି ଯାଇଥିଲା ବୋଲି ବ୍ରାଜିଲ ଅଗ୍ନିଶମ କର୍ମଚାରୀମାନେ କହିଛନ୍ତି। ନ୍ୟୁଜ ଏଜେନ୍ସି ଏଏଫ୍ପି ସୂଚନା ଅନୁଯାୟୀ, ସହରର ପଶ୍ଚିମ ଭାଗର ଏକ ଉପାନ୍ତ ଅଞ୍ଚଳରେ ହେଲିକପ୍ଟର ଦ୍ବୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରିପୋର୍ଟ ଅନୁଯାୟୀ, ହେଲିକପ୍ଟର ଦୁଇଟି ମଝି ଆକାଶରେ ଧକ୍କା ଖାଇ ଏକ ଇଲେକ୍ଟ୍ରିକ୍ କାର୍ ଡିଲରସିପ୍ର ପାର୍କିଂ ସ୍ଥାନରେ ଖସି ପଡ଼ିଥିଲା, ଯାହା ଫଳରେ ନିଆଁ ଲାଗି ଅତି କମରେ ୨୦ଟି ଗାଡ଼ି ପୋଡ଼ି ଯାଇଥିଲା। ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଫଟୋରେ ଦୁର୍ଘଟଣାସ୍ଥଳରେ କଳାଧୂଆଁ ବାହାରୁଥିବା ଦେଖିବାକୁ ମିଳୁଛି। ଆହୁରି ପଢ଼ନ୍ତୁ: NEET-UG Re Test Papers: ବାୟୁସେନା ବିମାନରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ ନିଟ୍ ପ୍ରଶ୍ନପତ୍ର!
Festival: ଦାମାମରେ ଝଲସିଲା ଓଡ଼ିଆ ସଂସ୍କୃତି ଓ ସଦଭାବନାର ଅପୂର୍ବ ଛବି
ଦାମାମ: ଦେଶଠାରୁ ହଜାର ହଜାର କିଲୋମିଟର ଦୂରରେ ଥିଲେ ମଧ୍ୟ ମାଟିର ମହକ, ପରମ୍ପରାର ଗୌରବ ଓ ଭାଇଚାରାର ମୂଲ୍ୟବୋଧକୁ ହୃଦୟରେ ସାଇତି ରଖିଛନ୍ତି ପ୍ରବାସୀ ଓଡ଼ିଆ। ସେହି ଭାବନାର ଏକ ଜୀବନ୍ତ ଉଦାହରଣ ଦେଖିବାକୁ ମିଳିଛି ସାଉଦି ଆରବର ଦାମାମ ସହରରେ, ଯେଉଁଠାରେ କଳିଙ୍ଗନ ସଂଘର ଆୟୋଜନରେ ଓଡ଼ିଶାର ଗଣପର୍ବ ‘ ରଜ ’ ଓ ମୁସଲିମ ସମ୍ପ୍ରଦାୟର ପବିତ୍ର ପର୍ବ ‘ଇଦ୍-ଉଲ୍-ଆଧା’କୁ ଏକାଠି ଉତ୍ସାହ ଓ ଆନନ୍ଦର ସହିତ ପାଳନ କରାଯାଇଥିଲା। ଦାମାମର ଏକ ସୁସଜ୍ଜିତ ପ୍ରେକ୍ଷାଳୟରେ ଆୟୋଜିତ ଏହି ମିଳନ ଉତ୍ସବ କିଛି ସମୟ ପାଇଁ ସାଉଦି ଆରବର ମାଟିରେ ଏକ ‘ମିନି ଓଡ଼ିଶା’ର ପରିବେଶ ସୃଷ୍ଟି କରିଥିଲା। ରଜର ଉଲ୍ଲାସ, ଇଦ୍ର ଭାଇଚାରା, ସାଂସ୍କୃତିକ ସମନ୍ୱୟ ଓ ପ୍ରବାସୀ ଜୀବନର ଆବେଗ—ସବୁକିଛି ଏକାଠି ହୋଇ ଏହି ଉତ୍ସବକୁ ସ୍ମରଣୀୟ କରିଥିଲା। ସଂସ୍କୃତି ଓ ସଦଭାବନାର ଅପୂର୍ବ ସଙ୍ଗମ ଗୋଟିଏ ପଟେ ଇଦ୍ର ତ୍ୟାଗ, ଶାନ୍ତି ଓ ସମ୍ପ୍ରୀତିର ବାର୍ତ୍ତା, ଅନ୍ୟପଟେ ଓଡ଼ିଆ ଘରର ଆତ୍ମା କୁହାଯାଉଥିବା ରଜ ପର୍ବ ର ଉତ୍ସବମୁଖରତା—ଏହି ଦୁଇ ସଂସ୍କୃତିର ମିଳନ ଉପସ୍ଥିତ ସମସ୍ତଙ୍କ ମନକୁ ଛୁଇଁଯାଇଥିଲା। ଆୟୋଜକମାନଙ୍କ ମତରେ, ପ୍ରବାସରେ ରହି ମଧ୍ୟ ନିଜ ପରମ୍ପରାକୁ ଜୀବନ୍ତ ରଖିବା ସହ ସମସ୍ତ ଧର୍ମ ଓ ସଂସ୍କୃତି ପ୍ରତି ସମ୍ମାନ ପ୍ରଦର୍ଶନ କରିବା ହିଁ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। “ବସୁଧୈବ କୁଟୁମ୍ବକମ୍”ର ଚିରନ୍ତନ ଭାବନାକୁ ଆଧାର କରି ଏହି ମିଳନ ଉତ୍ସବ ଆୟୋଜିତ ହୋଇଥିଲା। ରଜର ଦୋଲି, ଗୀତ ଓ ପିଠାର ମହକ ରଜ ପର୍ବର ଆକର୍ଷଣୀୟ ଦୃଶ୍ୟ ଥିଲା ସୁନ୍ଦର ଭାବେ ସଜାଯାଇଥିବା ରଜ ଦୋଲି। ରଙ୍ଗବେରଙ୍ଗର ଶାଢ଼ୀ ଓ ପାରମ୍ପରିକ ପୋଷାକରେ ସଜିଥିବା ଓଡ଼ିଆ ଝିଅ ଓ ବୋହୂମାନେ ଦୋଲି ଖେଳିବା ସହିତ ରଜ ଗୀତ ଗାଇ ପରିବେଶକୁ ମୁଖରିତ କରିଥିଲେ। ସେହି ମୁହୂର୍ତ୍ତ ପ୍ରବାସୀ ଓଡ଼ିଆଙ୍କୁ ନିଜ ଗାଁ ଓ ଘରର ସ୍ମୃତି ସହ ଯୋଡ଼ି ଦେଇଥିଲା। ଓଡ଼ିଆ ଓ ଆରବୀୟ ସ୍ୱାଦର ମନୋହର ମିଶ୍ରଣ ଉତ୍ସବର ଅନ୍ୟତମ ଆକର୍ଷଣ ଥିଲା ବିଭିନ୍ନ ପାରମ୍ପରିକ ବ୍ୟଞ୍ଜନ। ଓଡ଼ିଶାର ପ୍ରସିଦ୍ଧ ପୋଡ଼ ପିଠା, ମଣ୍ଡା, ଆରିସା, ଖଜା ଓ ଚକୁଳି ପିଠା ସହ ଇଦ୍ର ସ୍ୱାଦିଷ୍ଟ ବିରିୟାନୀ ପରିବେଷଣ କରାଯାଇଥିଲା। ଏହି ଖାଦ୍ୟ ମେଳା ଉଭୟ ସଂସ୍କୃତିର ରନ୍ଧନ ପରମ୍ପରାକୁ ଏକ ମଞ୍ଚରେ ଆଣିଥିଲା। କାର୍ଯ୍ୟକ୍ରମର ଶେଷରେ ସମସ୍ତ ଅତିଥିଙ୍କୁ ପାରମ୍ପରିକ ରଜ ପାନ ପ୍ରଦାନ କରାଯାଇ ଶୁଭେଚ୍ଛା ଓ ବିଦାୟ ଜଣାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଗ୍ଧ ଦର୍ଶକ ଉତ୍ସବ ଅବସରରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା। ପ୍ରବାସୀ ଓଡ଼ିଆ ପିଲାମାନେ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ପ୍ରସଂଶା ସାଉଁଟିଥିଲେ। ଏହା ସହିତ ଇଦ୍ ପର୍ବକୁ ସମ୍ମାନ ଜଣାଇ ସୁଫି ସଙ୍ଗୀତ ଓ ଉର୍ଦ୍ଦୁ କବିତା ପରିବେଷଣ ମଧ୍ୟ ହୋଇଥିଲା, ଯାହା ସାଂସ୍କୃତିକ ସଦ୍ଭାବନାର ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଥିଲା। ପ୍ରବାସରେ ବି ଜୀବନ୍ତ ମାଟିର ସମ୍ପର୍କ ଦାମାମ, ଅଲ୍-ଖୋବର ଓ ଜୁବେଲ୍ରେ ବସବାସ କରୁଥିବା ଶହ ଶହ ଓଡ଼ିଆ ଏହି ଉତ୍ସବରେ ଯୋଗଦେଇଥିଲେ। କିଛି ସ୍ଥାନୀୟ ସୌଦି ନାଗରିକ ଓ ଅଣ-ଓଡ଼ିଆ ବନ୍ଧୁମାନେ ମଧ୍ୟ ଏହି ସାଂସ୍କୃତିକ ମହୋତ୍ସବରେ ସାମିଲ ହୋଇ ଓଡ଼ିଆ ପରମ୍ପରାର ନିଆରା ଝଲକ ଉପଭୋଗ କରିଥିଲେ। ଆଗାମୀ ପିଢ଼ି ପାଇଁ ଏକ ପ୍ରେରଣା କଳିଙ୍ଗନ ପକ୍ଷରୁ କୁହାଯାଇଛି ଯେ, ପ୍ରବାସରେ ବଢ଼ୁଥିବା ନୂଆ ପିଢ଼ିକୁ ନିଜ ମୂଳ ସଂସ୍କୃତି, ଭାଷା ଓ ପରମ୍ପରା ସହ ଯୋଡ଼ି ରଖିବା ପାଇଁ ଏଭଳି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ।ଦାମାମରେ ରଜ ଓ ଇଦ୍ର ଏହି ମିଳିତ ଉତ୍ସବ କେବଳ ଏକ ପର୍ବ ପାଳନ ନୁହେଁ, ବରଂ ଏହା ଥିଲା ସଂସ୍କୃତି, ସହଯୋଗ, ସମ୍ମାନ ଓ ମାନବିକତାର ଏକ ଜୀବନ୍ତ ବାର୍ତ୍ତା। ପ୍ରବାସରେ ରହି ମଧ୍ୟ ଓଡ଼ିଆମାନେ ଯେ ନିଜ ମାଟିର ସଂସ୍କୃତିକୁ ସମାନ ଗର୍ବର ସହ ବଞ୍ଚାଇ ରଖିଛନ୍ତି ଏବଂ ସଦଭାବନା ର ସେତୁ ଗଢ଼ି ଚାଲିଛନ୍ତି, ଏହି ଆୟୋଜନ ତାହାର ଏକ ସୁନ୍ଦର ନିଦର୍ଶନ।
Odisha Voter List Revision Reaches 98.95% Form Distribution | Sundargarh Tops with 100% Success
In a massive push to create India’s cleanest electoral rolls, Odisha has achieved a remarkable 98.95% success rate in the Special Intensive Revision of voter lists, with forms distributed to over 3.30 crore voters as of June 14, 2026, evening. According to a report from the Chief Electoral Officer’s office, the ambitious drive — aimed […] The post Odisha Voter List Revision Reaches 98.95% Form Distribution | Sundargarh Tops with 100% Success appeared first on Pragativadi I Latest Odisha News in English I Breaking News .
Record Crowds Flock to Nandankanan on Raja Day 1 as Odisha’s Iconic Zoo Shines with New Attractions
The much-awaited Raja festival kicked off with a bang at Nandankanan Zoological Park as favourable weather and dazzling new attractions drew a record-breaking 29,380 visitors on the very first day. This year’s turnout marks a significant surge from last year’s 24,856 visitors, reflecting the growing popularity of Odisha’s premier tourist destination. Of the total footfall, […] The post Record Crowds Flock to Nandankanan on Raja Day 1 as Odisha’s Iconic Zoo Shines with New Attractions appeared first on Pragativadi I Latest Odisha News in English I Breaking News .
Murder: ବେଙ୍ଗାଲୁରୁରେ ସିକିମ ମହିଳାଙ୍କ ଗଳା କାଟିଦେଲା ପ୍ରେମିକ
ବେଙ୍ଗାଲୁରୁ: ସିକିମର ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ତାଙ୍କ ପ୍ରେମିକ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ସିକିମର ୨୨ ବର୍ଷୀୟା ଅତି ହଙ୍ଗମା ସୁବ୍ବା ବୋଲି ଜଣାପଡ଼ିଛି। ସେ ଏକ ସେଲୁନରେ ରିସେପ୍ସନିଷ୍ଟ ଭାବେ କାମ କରୁଥିଲେ। ଅଭିଯୁକ୍ତ ଦାର୍ଜିଲିଂର ବାସିନ୍ଦା ପୂର୍ବା ଲେପଚା ଏକ ହୋଟେଲରେ ୱେଟର ଭାବରେ କାର୍ଯ୍ୟ କରୁଥିଲା। ଏହି ଦମ୍ପତି ଏକ ମାସ ପୂର୍ବରୁ ବେଙ୍ଗାଲୁରୁ ଯାଇଥିଲେ। ସେମାନେ ଡୋଡାକାନ୍ନାହଲ୍ଲୀରେ ଏକାଠି ରହୁଥିଲେ। ରବିବାର ସକାଳେ ଅଭିଯୁକ୍ତ ମହିଳା ଜଣକ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ସମ୍ପର୍କରେ ଥିବା ସନ୍ଦେହ କରିବା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ବିବାଦ ସମୟରେ ପୂର୍ବା ଲେପଚା ରୋଷେଇ ଘରର ଛୁରୀରେ ଅତି ହଙ୍ଗମା ସୁବ୍ବାଙ୍କୁ ଆକ୍ରମଣ କରି ତାଙ୍କ ଗଳା କାଟି ଦେଇଥିଲା, ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ବେଲାଣ୍ଡୁର ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ଆହୁରି ପଢ଼ନ୍ତୁ: Garage Owner Shot Dead ଗ୍ୟାରେଜରେ ପଶି ଗୁଳି ମାରି ହତ୍ୟା କଲେ ଦୁର୍ବୃତ୍ତ, ଜଣେ ଗିରଫ
Commonwealth games: ଭାରତୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳରେ ଅନିମେଷ କୁଜୁର
ଭୁବନେଶ୍ବର: ଛତିଶଗଡ଼ ଜନ୍ମିତ ଓଡ଼ିଶା ଧାବକ ଅନିମେଷ କୁଜୁର ସ୍କଟ୍ଲାଣ୍ଡର ଗ୍ଲାସ୍ଗୋ ଠାରେ ଜୁଲାଇ ୨୩ରୁ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ପ୍ରାଥମିକ ପର୍ଯ୍ୟାୟରେ ଘୋଷିତ ୩୨ ଜଣିଆ ଭାରତୀୟ ଆଥଲେଟିକ୍ସ ଦଳରେ ସ୍ଥାନ ପାଇଛନ୍ତି। ତାଙ୍କ ସହିତ ନିକଟରେ ଦେଶର ଦ୍ରୁତତମ ଧାବକ ହେବାର ଗୌରବ ଅର୍ଜନ କରିଥିବା ଗୁରିନ୍ଦରବୀର ସିଂହ ମଧ୍ୟ ଦଳରେ ଅଛନ୍ତି। ଅନିମେଷ ୨୦୦ ଏବଂ ଗୁରିନ୍ଦରବୀର ୧୦୦ ମିଟରରେ ଭାରତର ପ୍ରତିନିଧିତ୍ବ କରିବେ। ଏହି ଦଳରେ ଦୁଇଟି ଅଲିମ୍ପିକ୍ସ ପଦକ ବିଜେତା ତଥା ହରିୟାଣାର କିଂବଦନ୍ତି ଜାଭଲିନ୍ ତାରକା ନୀରଜ ଚୋପ୍ରାଙ୍କୁ ସର୍ତ୍ତମୂଳକ ଭାବେ ଦଳରେ ନିଆଯାଇଛି। ଚୂଡ଼ାନ୍ତ ଚୟନ ତାଙ୍କ ଫିଟ୍ନେସ୍ ଏବଂ ଭାରତୀୟ ଦୌଡ଼କୁଦ ସଂଘ (ଏଏଫ୍ଆଇ)ର ମାନଦଣ୍ଡ ପୂରଣ ଉପରେ ନିର୍ଭରଶୀଳ ରହିବ। ଅନିମେଷଙ୍କ ଚୟନ ରାଜ୍ୟର କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ବଡ଼ ଖୁସିର ଖବର ହୋଇଥିବାବେଳେ ତାଙ୍କ ପ୍ରଦର୍ଶନ ଉପରେ ସମଗ୍ର ଓଡ଼ିଶାବାସୀଙ୍କ ନଜର ରହିବ। ପିଠି ଆଘାତ କାରଣରୁ ୨୦୨୫ ବିଶ୍ୱ ଚାମ୍ପିଅନ୍ସିପ୍ ପରଠାରୁ ପ୍ରତିଦ୍ବନ୍ଦ୍ବିତାମୂଲକ ଜାଭଲିନ୍ରୁ ଦୂରେଇ ରହିଥିବା ନୀରଜ ଚୋପ୍ରା ଆଗାମୀ ୧୦ ଦିନ ମଧ୍ୟରେ ପ୍ରତିଯୋଗିତାକୁ ଫେରିବେ ବୋଲି ଆଶା କରାଯାଉଛି। ତେବେ ରାଜ୍ୟଗୋଷ୍ଠୀ ଦଳରେ ସ୍ଥାନ ପକ୍କା କରିବା ପାଇଁ ତାଙ୍କୁ ୮୨.୬୧ ମିଟରର ଯୋଗ୍ୟତା ମାନ ଅତିକ୍ରମ କରିବାକୁ ପଡ଼ିବ। ଆହୁରି ପଢ଼ନ୍ତୁ: Commonwealth: ରାଜ୍ୟଗୋଷ୍ଠୀ ଚେସ୍ ରନର୍ ଅପ୍: ସାତ୍ତ୍ବିକଙ୍କୁ ରୌପ୍ୟ ସହ ୩ ପଦକ ଦଳଘୋଷଣା ପୂର୍ବରୁ ଏଏଫ୍ଆଇ ଚୟନ କମିଟି ଅଧ୍ୟକ୍ଷ ଆଦିଲ୍ ସୁମରିୱାଲା କହିଛନ୍ତି ଯେ ନୀରଜ ବର୍ତ୍ତମାନ ସୁସ୍ଥ ଅଛନ୍ତି ଏବଂ ଖୁବ୍ ଶୀଘ୍ର ପ୍ରତିଯୋଗିତାରେ ଭାଗ ନେବେ। ତାଙ୍କ ଆଗାମୀ ପ୍ରଦର୍ଶନକୁ ଆଧାର କରି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ନୀରଜଙ୍କ ଭଳି ଟ୍ରିପଲ୍ ଜମ୍ପର ସେଲ୍ଭା ପ୍ରଭୁଙ୍କ ଚୟନ ମଧ୍ୟ ତାଙ୍କ ଆଗାମୀ ପ୍ରଦର୍ଶନ ଉପରେ ନିର୍ଭର କରିବ। ପୁରୁଷ ଦଳ: ଗୁରିନ୍ଦରବୀର ସିଂହ (୧୦୦ ମିଟର), ଅନିମେଷ କୁଜୁର (୨୦୦ ମିଟର), ନୀରଜ ଚୋପ୍ରା* (ଜାଭେଲିନ୍ ଥ୍ରୋ), ରୋହିତ ଯାଦବ (ଜାଭେଲିନ୍ ଥ୍ରୋ), ଯଶବୀର ସିଂହ (ଜାଭେଲିନ୍ ଥ୍ରୋ), ଲୋକେଶ ସତ୍ୟନାଥନ (ଲଙ୍ଗ ଜମ୍ପ), ଶ୍ରୀଶଙ୍କର (ଲଙ୍ଗ ଜମ୍ପ), ସେଲଭା ପ୍ରଭୁ* (ଟ୍ରିପଲ ଜମ୍ପ), ପ୍ରବୀଣ ଚିତ୍ରାଭେଲ (ଟ୍ରିପଲ ଜମ୍ପ), ସମରଦୀପ (ଶଟ୍ ପୁଟ୍), ତାଜିନ୍ଦରପାଲ ସିଂହ (ଶଟ୍ ପୁଟ୍). ତେଜସ୍ୱିନ ଶଙ୍କର (ଡେକାଥଲନ୍ ଓ ହାଇ ଜମ୍ପ), ଗୁଲବୀର ସିଂହ (୫,୦୦୦ ମିଟର ଓ ୧୦,୦୦୦ ମିଟର), ଆଦର୍ଶ ରାମ (ହାଇ ଜମ୍ପ), ସର୍ବେଶ କୁଶାରେ (ହାଇ ଜମ୍ପ), ବିଶାଲ ଟି.କେ. ରାଜେଶ ରମେଶ (ଉଭୟ ୪x୪୦୦ ମିଟର ମିକ୍ସଡ୍ ରିଲେ), ତେଜସ ଶିର୍ସେ (୧୧୦ ମିଟର ହର୍ଡଲ୍ସ), ସନ୍ତୋଷ ଟି. (୪୦୦ ମିଟର ହର୍ଡଲ୍ସ), ଯଶସ ପି. (୪୦୦ ମିଟର ହର୍ଡଲ୍ସ). ଦେବ ମୀନା (ପୋଲ୍ ଭଲ୍ଟ), କୁଲଦୀପ କୁମାର (ପୋଲ୍ ଭଲ୍ଟ)। ମହିଳା ଦଳ: ପାରୁଲ ଚୌଧୁରୀ (୩,୦୦୦ ମିଟର ଷ୍ଟିପଲଚେଜ୍ ଓ ୫,୦୦୦ ମିଟର), ସୀମା, ନିଧି (ଉଭୟ ଡିସ୍କସ୍ ଥ୍ରୋ), ପୂଜା (ହାଇ ଜମ୍ପ), ମନପ୍ରୀତ କୌର (ସଟ୍ ପୁଟ୍), ରବିନା , ପ୍ରିୟଙ୍କା (ଉଭୟ ୧୦,୦୦୦ ମିଟର ରେସୱାକ୍), ଅନ୍ସା ବାବୁ , ରଶଦୀପ କୌର, ନୀରୁ ପାଠକ ( ତିନିହେଁ ୪x୪୦୦ ମିଟର ମିକ୍ସଡ୍ ରିଲେ)।
Govt to Provide Rental Housing ସହରରେ ସରକାର ଯୋଗାଇବେ ’ଭଡ଼ା ଘର’, ମାସିକ ୫ଶହରୁ ୧୫ଶହ ଟଙ୍କା
ଭୁବନେଶ୍ବର(ବିଶ୍ବଜିତ ଦାଶ): ରାଜ୍ୟର ସମସ୍ତ ସହରାଞ୍ଚଳରେ ବେଆଇନ ଭାବେ ବସ୍ତି ସଂଖ୍ୟା ବଢ଼ୁଥିବାବେଳେ ଏହା ଉପରେ ରୋକ୍ ଲଗାଇବା ପାଇଁ ରାଜ୍ୟ ସରକାର ବଡ଼ ଯୋଜନା କରୁଛନ୍ତି। ସମସ୍ତ ସହରାଞ୍ଚଳରେ ପିଏମ୍-ଆବାସ(ସହରାଞ୍ଚଳ) ୨.୦ରେ ଯେଉଁ ଘର ନିର୍ମାଣ କରାଯିବ ସେଥିରୁ ଅଧା ବସ୍ତିବାସିନ୍ଦା ଏବଂ ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କୁ ବିକ୍ରି ହେବାକୁ ଥିବାବେଳେ ବାକି ଘର ସରକାର ଭଡ଼ାରେ ଲଗାଇବେ। ଏହାର ନୋଡାଲ ସଂସ୍ଥା ଭାବେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ କାର୍ଯ୍ୟ କରିବ। କେଉଁ ଘର ଭଡ଼ାରେ ଲାଗିବ ଏବଂ କେମିତି ଅର୍ଥ ଆଦାୟ ହେବ ସେ ଦାୟିତ୍ବ ସ୍ଥାନୀୟ ପୌରସଂସ୍ଥାର ରହିବ ବୋଲି ନିଷ୍ପତ୍ତି ହୋଇଛି। ଆଜି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ରାଜ୍ୟ ସରକାର ଚିଠା ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ,୨୦୨୬ ଆଣିଛନ୍ତି। ଏହା ଉପରେ ଲୋକଙ୍କ ଠାରୁ ମତାମତ ମଗାଯାଇଛି। ମତାମତ ମିଳିବା ପରେ ଏହାକୁ ଲାଗୁ କରିବାକୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ନିୟମ ଆଣିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସହରାଞ୍ଚଳରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ପିଏମ୍-ଆବାସ (ସହରାଞ୍ଚଳ) ୨.୦ରେ ଘର ନିର୍ମାଣ କରି ଲୋକଙ୍କୁ ଶସ୍ତାରେ ଭଡ଼ାରେ ଦିଆଯିବ। ଏବେ ବହୁ ଛାତ୍ରଛାତ୍ରୀ, ଶ୍ରମିକ, ଛୋଟ ବ୍ୟବସାୟୀ, ବିଭିନ୍ନ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀ ସହରାଞ୍ଚଳରେ ଘର ଭଡ଼ା ପାଇବାରେ ସମସ୍ୟା ହେଉଛି। ତେଣୁ ସେମାନେ ବସ୍ତି ମୁହାଁ ହେଉଛନ୍ତି। ଏହାଦ୍ବାରା ବେଆଇନ ଭାବେ ବସ୍ତି ବଢ଼ୁଛି। ତେଣୁ ସେମାନଙ୍କୁ ଶସ୍ତାରେ ପକ୍କା ଘର ଭଡ଼ାରେ ଯୋଗାଇଲେ ସେମାନେ ଆଉ ବସ୍ତିକୁ ଯିବେନି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନଗର ଉନ୍ନୟନ ବିଭାଗ ପକ୍ଷରୁ ପିଏମ୍ ଆବାସ ଯୋଜନା ଏବଂ ଅନ୍ୟାନ୍ୟ ଯୋଜନାରେ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ପ୍ରାୟ ୧ଲକ୍ଷ ୬୦ହଜାର ଘର ନିର୍ମାଣ କରାଯାଇଛି। ହେଲେ ବହୁ ଘର ବିକ୍ରି ନହୋଇ ଖାଲି ପଡ଼ିଛି। ତେଣୁ ସରକାର ଏହାକୁ ଭଡ଼ା ସୂତ୍ରରେ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏହାସହ ଏବେ ସରକାରଙ୍କ ନିୟମ ଅନୁଯାୟୀ, ରିଅଲ ଇଷ୍ଟେଟ୍ ସଂସ୍ଥାଗୁଡ଼ିକ ବଡ଼ ପ୍ରକଳ୍ପ କଲେ ସେମାନଙ୍କ ପ୍ରକଳ୍ପର ୧୦ରୁ ୨୦% ପର୍ଯ୍ୟନ୍ତ ଘର ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ନିର୍ମାଣ କରିବେ। ତେଣୁ ଏହି ସବୁ ଘରକୁ ଯେପରି ଭଡ଼ା ସୂତ୍ରରେ ଲଗାଯାଇପାରିବ ସେନେଇ ସରକାର ଏହି ଯୋଜନା ଆପଣାଇଛନ୍ତି। ଏଥିରେ ଘର ପିଛା ୫୦୦ରୁ ୧୫୦୦ ଟଙ୍କା ପର୍ଯ୍ୟନ୍ତ ଭଡ଼ା ଆଦାୟ ହେବ। ଏଥିପାଇଁ ସ୍ଥାନୀୟ ପୌରସଂସ୍ଥା ଆବଶ୍ୟକୀୟ ପଦକ୍ଷେପ ନେବେ।
Murder: ପ୍ରେମ ବିବାହକୁ ନେଇ ଝିଅକୁ ଥାନାରେ ଛୁରି ଭୁସି ହତ୍ୟା କଲେ ବାପା
ବାନ୍ଦା: ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲାର ଜଣେ ମହିଳାଙ୍କୁ ତାଙ୍କ ବାପା ପୁଲିସ ଷ୍ଟେସନ ଭିତରେ ଆକ୍ରମଣ କରିବାରୁ ତାଙ୍କର ମୃତ୍ୟୁ ଘଟିଛି। ଊଣେଇଶ ବର୍ଷୀୟା ଶିବାନୀ ମେ ୧୮ ତାରିଖରେ ତାଙ୍କ ପଡ଼ୋଶୀ ଲଲିତ ବର୍ମାଙ୍କ ସହ ଘରୁ ପଳାଇଥିଲେ। ଏହି ଦମ୍ପତି ଏକ ମନ୍ଦିରରେ ବିବାହ କରି ବିବାହ ପଞ୍ଜୀକରଣ କରିଥିଲେ। ଲଲିତଙ୍କ ପିତାମାତା ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ, ଯାହା ପରେ ଦମ୍ପତିଙ୍କୁ ଖୋଜିବା ଆରମ୍ଭ କରାଯାଇଥିଲା। ଗତ ଶୁକ୍ରବାର ମିଳିଥିବା ଗୁପ୍ତ ସୂଚନା ଆଧାରରେ ପୁଲିସ ସେମାନଙ୍କୁ ମଧ୍ୟପ୍ରଦେଶର ସତନା ଜିଲ୍ଲାରୁ ପାଇ ପଚରାଉଚରା ପାଇଁ ବାନ୍ଦା ଫେରାଇ ଆଣିଥିଲା। ଏହି ଦମ୍ପତି ପୁଲିସକୁ କହିଛନ୍ତି ଯେ, ସେମାନେ ନିଜ ଇଚ୍ଛାରେ ବିବାହ କରିଛନ୍ତି ଏବଂ ପୁଲିସ ଆଗରେ ବିବାହ ଦସ୍ତାବିଜ ଉପସ୍ଥାପନ କରିଥିଲେ। ଆହୁରି ପଢ଼ନ୍ତୁ: IvaGrover: ୧୮ ଦିନର ପ୍ରେମ ସମ୍ପର୍କ ପରେ ବିବାହ ଆଉ ଏହା ସାଜିଥିଲା ଯନ୍ତ୍ରଣାର କାରଣ: ଇଭା ଗ୍ରୋଭର ପୁଲିସ ଶିବାନୀଙ୍କୁ ଡାକ୍ତରୀ ପରୀକ୍ଷା କରି ତାଙ୍କ ବୟାନ ରେକର୍ଡ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଦମ୍ପତିଙ୍କ ପରିବାର ଥାନାରେ ପହଞ୍ଚିଥିଲେ। ଏକ କାଉନସେଲିଂ ଅଧିବେଶନ ସମୟରେ, ମହିଳାଙ୍କ ପିତାମାତା ତାଙ୍କ ସହ ଘରକୁ ଫେରିବା ପାଇଁ ଚାପ ପକାଇଥିଲେ, କିନ୍ତୁ ସେ ବର୍ମାଙ୍କ ସହ ରହିବାକୁ ଜିଦ୍ ଧରିଥିଲେ। ଏଥିରେ ଶିବାନୀଙ୍କ ବାପାମାଆ ରାଗିଯାଇଥିଲେ। ଶିବାନୀଙ୍କ ମା ରାନୋ ତାଙ୍କୁ ପଛରୁ ଧରିଥିବା ବେଳେ ତାଙ୍କ ବାପା ଛୁରୀ ବାହାର କରି ଝିଅ ଉପରେ ଆକ୍ରମଣ କରିଥିଲେ। ତାଙ୍କ ପେଟ, ହାତ ଓ ପାପୁଲିରେ ଆଘାତ ଲାଗିଥିଲା। ଶିବାନୀଙ୍କୁ ତାଙ୍କ ଚିକିତ୍ସା ପାଇଁ ପଠାଯାଇଥିଲା କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ବାନ୍ଦା ପୁଲିସ ଅଧୀକ୍ଷକ ପଲାଶ ବଂଶଲ କହିଛନ୍ତି ଯେ ସମ୍ପୃକ୍ତ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ଏବଂ ଶିବାନୀଙ୍କ ପିତାଙ୍କୁ ଗିରଫ କରାଯାଇଛି।
Man Axes Mother to Death in Bhadrak Village
In a spine-chilling incident that has left the entire district stunned, a 25-year-old man allegedly hacked his mother to death with an axe on the first day of the Raja festival in Banta area of Bhadrak district. The victim, Mamata Sahu, was killed in cold blood inside her own home at Jirina Gudia Sahi under […] The post Man Axes Mother to Death in Bhadrak Village appeared first on Pragativadi I Latest Odisha News in English I Breaking News .
Congress: ‘ରାହୁଲ ଗାନ୍ଧୀଙ୍କୁ ନିଶାଣ କରିବା ରାଜନୈତିକ ଅସୁରକ୍ଷାକୁ ଦର୍ଶାଉଛି’
ନୂଆଦିଲ୍ଲୀ: ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ରବିବାର ସିପିଆଇ(ଏମ୍) ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ସିପିଆଇ(ଏମ୍) ଅଯଥାରେ ରାହୁଲ ଗାନ୍ଧୀ ଙ୍କୁ ନିଶାଣ କରୁଛି ଏବଂ ନିର୍ବାଚନରେ ବିପର୍ଯ୍ୟୟ ପାଇଁ ତାଙ୍କୁ ଦାୟୀ କରୁଛି। ଏହା ସିପିଆଇ(ଏମ୍)ର ରାଜନୈତିକ ଅସୁରକ୍ଷାକୁ ଦର୍ଶାଉଛି ବୋଲି ବେଣୁଗୋପାଳ କହିଛନ୍ତି। ସିପିଆଇ(ଏମ୍) ନେତାଙ୍କ ସମାଲୋଚନା ଉପରେ ପ୍ରତିକ୍ରିୟା ପ୍ରକାଶ କରି ବେଣୁଗୋପାଳ କହିଛନ୍ତି ଯେ, ବାମପନ୍ଥୀ ଦଳ କେରଳରେ ଏହାର ଖରାପ ପ୍ରଦର୍ଶନ ପଛର କାରଣ ନିରପେକ୍ଷ ଭାବରେ ଆକଳନ କରିବାରେ ଅସମର୍ଥ ହୋଇଛି ଏବଂ ରାହୁଲ ଗାନ୍ଧୀଙ୍କୁ ଅଯଥାରେ ଦେଉଛି। ସେ ଏହାକୁ ଆତ୍ମ-ପ୍ରତାରଣା ସହିତ ତୁଳନା କରି କହିଛନ୍ତି, ସିପିଆଇ(ଏମ୍)ର ସମସ୍ୟା ପାଇଁ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିବା ନିଜ ଚେହେରା ଖରାପ ହେବା ପାଇଁ ଦର୍ପଣ ଭାଙ୍ଗିବା ସହିତ ସମାନ। ଆହୁରି ପଢ଼ନ୍ତୁ: Rahul Gandhi: ବିଜୟନଙ୍କୁ ନେଇ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ସିପିଆଇଏମ୍ର ସମାଲୋଚନା ବେଣୁଗୋପାଳ ଯୁକ୍ତି ବାଢ଼ିଛନ୍ତି ଯେ କେରଳ ବାହାରେ ସଂସଦରେ ସିପିଆଇ(ଏମ୍)ର ଉପସ୍ଥିତି ମୁଖ୍ୟତଃ କଂଗ୍ରେସ ଓ ଏହାର ସହଯୋଗୀଙ୍କ ସମର୍ଥନ ହେତୁ ରହିଛି। କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟର ସମର୍ଥନରେ ଅନେକ ସିପିଆଇ(ଏମ୍) ନେତା କେରଳ ବାହାରେ ମଧ୍ୟ ବିଜୟ ହାସଲ କରିଛନ୍ତି।
Garage Owner Shot Dead ଗ୍ୟାରେଜରେ ପଶି ଗୁଳି ମାରି ହତ୍ୟା କଲେ ଦୁର୍ବୃତ୍ତ, ଜଣେ ଗିରଫ
ଗଣିଆ (ସନ୍ଦୀପ ଲେଙ୍କା/କୈଳାସ ସାହୁ): ଆଜି (ରବିବାର) ରାତି ପ୍ରାୟ ୮ଟା ବେଳେ ଗଣିଆ ଥାନା ଅନ୍ତର୍ଗତ ପଣ୍ଡରାସିଂହା ଗାଁରେ ଏକ ଗୁଳିକାଣ୍ଡ ଘଟିଛି। ଗୁଳିମାଡ଼ରେ ଜଣେ ଗ୍ୟାରେଜ୍ ମାଲିକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କିଶୋର ପ୍ରସାଦ ପଞ୍ଚାୟତ ଅଧୀନ ପତୁରିଆ ଗାଁର ରବୀନ୍ଦ୍ର ନାୟକ (୨୮)। ରବୀନ୍ଦ୍ର ପାଣ୍ଡରାସିଂହା ଛକରେ ବାଇକ ଗ୍ୟାରେଜ କରିଥିଲେ। ଦୁଇ ମାସ ପୂର୍ବେ ସେ ବିବାହ କରିଥିଳେ। ଏକ କାରରେ ଆସି ଗୁଳିମାଡ଼ କରିବା ପରେ ତିନି ଜଣ ଯୁବକ ସେଠାରୁ ଦ୍ରୁତ ବେଗରେ ପଳାଇଥିଲେ। ମାତ୍ର ପୁଲିସ ସେମାନଙ୍କ ପିଛା କରି ଜଣଙ୍କୁ ଗିରଫ କରିଛି। ତା ନିକଟରୁ ଗୁଳିମାଡ଼ କରାଯାଇଥିବା ବନ୍ଧୁକ ଜବତ କରିଛି। ଅନ୍ୟ ଦୁଇ ଜଣ ସେଠାରୁ ଫେରାର ହୋଇଯାଇଥିବା ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ପ୍ରେମ ସମ୍ପର୍କକୁ ନେଇ ଏହି ଗୁଳିମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି। ମିଳିଥିବା ସୁଚନା ମୁତାବକ, ପ୍ରତ୍ୟେକ ଦିନ ପରି ଆଜି ରବୀନ୍ଦ୍ର ନିଜ ଗ୍ୟାରେଜରେ ବସିଥିଲେ। ବର୍ଷା ପବନ ଯୋଗୁଁ ବିଜୁଳି ନଥିବା ବେଳେ ଦୋକାନ ସାମ୍ନା ଅନ୍ଧାର ଥିଲା। ଏହି ସମୟରେ ସେଠାରେ ଏକ କାର୍ ଅଟକିଥିଲା। ସେଥିରେ ତିନି ଜଣ ଯୁବକ ବସିଥିଲେ। କାର୍ ଚକା ଟିକେ ଖରାପ ଅଛି ବୋଲି କହି ସେମାନେ ରବୀନ୍ଦ୍ରଙ୍କୁ ପାଖକୁ ଡାକିଥିଲେ। ସେମାନଙ୍କ ଫନ୍ଦି ବୁଝିନପାରି ରବୀନ୍ଦ୍ର ଗ୍ୟାରେଜ୍ ବାହାରକୁ ପଳାଇଥିଲେ। ଏହି ସମୟରେ ହଠାତ କାର ଭିତରେ ବସିଥିବା ଜଣେ ଯୁବକ ରବୀନ୍ଦ୍ରଙ୍କ ଛାତିକୁ ଗୁଳି ମାରିଥିଲା। ଗୁଳିଟି ରବୀନ୍ଦ୍ରଙ୍କ ଛାତିରେ ପଶି ପିଠି ପଟେ ବାହାରିଯାଇଥିବା ଜଣାପଡ଼ିଛି। ପରେ ସମସ୍ତେ ସେଠାରୁ ଦ୍ରୁତ ବେଗରେ ଫେରାର ହୋଇଯାଇଥିଲେ। ଗୁଳିମାଡ଼ ଶଦ୍ଦ ଓ ରବୀନ୍ଦ୍ରଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ସେଠାରେ ପହଞ୍ଚି ତୁରନ୍ତ ତାଙ୍କୁ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିଆ ଓ ଏଏସଆଇ ସାହା ଆଲାମ ଖାଁ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି।ପୁଲିସ ଅଟକ ରଖିଥିବା ଅଭିଯୁକ୍ତଙ୍କ ପତ୍ନୀ କିଛି ଦିନ ହେଲା ନିଖୋଜ ଅଛନ୍ତି। ଏହି ଘଟଣାରେ ମୃତ ରବୀନ୍ଦ୍ରଙ୍କ ସମ୍ପୃକ୍ତି ଥିବା ସେ ସନ୍ଦେହ କରୁଥିଲେ।। ଏହାକୁ ନେଇ ରବୀନ୍ଦ୍ରଙ୍କୁ ସେ ପୂର୍ବରୁ ମଧ୍ୟ ଧମକଚମକ ଦେଇଛି। ପରେ ସେ ରବୀନ୍ଦ୍ରଙ୍କୁ ହତ୍ୟା କରିବା ପାଇଁ ସେ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ପଚରାଉଚରା ଜାରି ରହିଛି, ଖୁବଶୀଘ୍ର ଘଟଣାର ସତ୍ୟାସତ୍ୟ ଜଣାପଡ଼ଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
El Nino: ମୌସୁମୀକୁ ବଞ୍ଚାଇ ପାରିବ ଭାରତ ମହାସାଗରୀୟ ‘ଦ୍ବିଧ୍ରୁବ’
ନୂଆଦିଲ୍ଲୀ: ସମଗ୍ର ଭାରତରେ ଦୁର୍ବଳ ମୌସୁମୀ ବର୍ଷା ଓ ସ୍ୱାଭାବିକଠାରୁ ଅଧିକ ଉତ୍ତପ୍ତ ଅବସ୍ଥାର ଆଶଙ୍କାକୁ ପୁନର୍ଜୀବିତ କରି ଏଲ୍ନିନୋ ଆନୁଷ୍ଠାନିକ ଭାବେ ପହଞ୍ଚିଯାଇଛି। ଏଲ୍ନିନୋ ଆସିବ ବୋଲି ଅନେକ ପାଣିପାଗ ଏଜେନ୍ସି ଦ୍ୱାରା ପୂର୍ବାନୁମାନ କରାଯାଇଥିଲା, ଯାହାର ପ୍ରଭାବ ଆସନ୍ତା ବର୍ଷ ପର୍ଯ୍ୟନ୍ତ ରହିବ। ଏଲ୍ନିନୋ ଐତିହାସିକ ଭାବରେ ମରୁଡ଼ି ଓ ନିଅଣ୍ଟିଆ ବୃଷ୍ଟିପାତ ସହ ଜଡିତ, ଯାହା ଦେଶ ପାଇଁ ଚିନ୍ତାର ବିଷୟ। କିନ୍ତୁ ପାଣିପାଗ ବିଜ୍ଞାନୀମାନେ ଅନ୍ୟ ଏକ ସମୁଦ୍ର ଘଟଣା ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖିଛନ୍ତି ଯାହା ଜିନିଷକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିପାରେ। ତାହାକୁ ଡାଇପୋଲ୍ ବା ଦ୍ବିଧ୍ରୁବ କୁହାଯାଉଛି। ଇଣ୍ଡିଆନ ଓସେନ ଡାଇପୋଲ୍ (ଆଇଓଡି) ଭାବରେ ଜଣାଶୁଣା, ଜଳବାୟୁ ଢାଞ୍ଚା ଅତୀତରେ ଏଲ୍ନିନୋର ପ୍ରତିକୂଳ ପ୍ରଭାବକୁ ପ୍ରତିହତ କରିଛି ଏବଂ ଭାରତକୁ ଗୁରୁତର ମୌସୁମୀ ଅଭାବକୁ ଏଡାଇବାରେ ସାହାଯ୍ୟ କରିଛି। ଭାରତ ମହାସାଗରୀୟ ଦ୍ବିଧ୍ରୁବ କ’ଣ? ଭାରତ ମହାସାଗରୀୟ ଦ୍ବିଧ୍ରୁବ ବା ଆଇଓଡି ପଶ୍ଚିମ ଓ ପୂର୍ବ ଭାରତ ମହାସାଗର ମଧ୍ୟରେ ସମୁଦ୍ର ପୃଷ୍ଠର ତାପମାତ୍ରାର ପାର୍ଥକ୍ୟକୁ ବୁଝାଏ। ବୈଜ୍ଞାନିକମାନେ ଏହି ଘଟଣାକୁ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରିଛନ୍ତି; ସକାରାତ୍ମକ, ନକାରାତ୍ମକ ଓ ନିରପେକ୍ଷ। ପ୍ରଶାନ୍ତ ମହାସାଗରରେ ବିକଶିତ ହୋଇଥିବା ଏଲ୍ନିନୋ ପରି, ଆଇଓଡି ଭାରତ ମହାସାଗରରେ ସୃଷ୍ଟି ହୁଏ ଏବଂ ଏହାର ଆଖପାଖ ଦେଶଗୁଡ଼ିକରେ ପାଣିପାଗକୁ ସିଧାସଳଖ ପ୍ରଭାବିତ କରିଥାଏ। ଆହୁରି ପଢ଼ନ୍ତୁ: Weak monsoons: ଉପକୂଳ ଛୁୁୁଉଁ ଛୁଉଁ ମୌସୁମୀ ଦୁର୍ବଳ ଏକ ସକରାତ୍ମକ ଆଇଓଡି ଘଟଣା ସମୟରେ, ଆଫ୍ରିକୀୟ ଉପକୂଳ ନିକଟରେ ଜଳ ସ୍ୱାଭାବିକ ଅପେକ୍ଷା ଗରମ ହୋଇଯାଏ, ଯେତେବେଳେ ଇଣ୍ଡୋନେସିଆର ଜଳ ଅପେକ୍ଷାକୃତ ଥଣ୍ଡା ହୋଇଯାଏ। ଏହା ବିପରୀତ ପବନର ଢାଞ୍ଚାକୁ ପରିବର୍ତ୍ତନ କରିଥାଏ ଏବଂ ଭାରତ ଆଡକୁ ଅଧିକ ଆର୍ଦ୍ରତା ଆଣିଥାଏ, ଯାହା ପ୍ରାୟତଃ ବୃଷ୍ଟିପାତକୁ ବୃଦ୍ଧି କରିଥାଏ। ବର୍ତ୍ତମାନ, ଆଇଓଡି ଏକ ନିରପେକ୍ଷ ପର୍ଯ୍ୟାୟରେ ରହିଛି, ଯଦିଓ ଜାପାନର ପାଣିପାଗ ଏଜେନ୍ସି (ଜେଏମ୍ଏ) କହିଛି ଯେ ଚଳିତ ବର୍ଷ ଶେଷରେ ଏକ ସକରାତ୍ମକ ଆଇଓଡି ବିକଶିତ ହେବ ବୋଲି ଆଶା କରାଯାଉଛି। ଜେଏମ୍ଏ ମଧ୍ୟ ବିଶ୍ୱର ପ୍ରଥମ ପ୍ରମୁଖ ପାଣିପାଗ ଏଜେନ୍ସି ଯିଏକି ଏଲ୍ନିନୋର ଆଗମନ ଘୋଷଣା କରିଥିଲା।
5 Killed in Separate Crashes on NH-49 in Kendujhar | Highway Blocked for 3 Hours
As many as five people lost their lives in two separate road accidents on National Highway 49 within a span of just a few hours on Sunday, leaving families shattered and commuters stranded for nearly three hours. The first accident occurred around 1 PM near the Kuanar colony square. Two brothers riding a motorcycle on […] The post 5 Killed in Separate Crashes on NH-49 in Kendujhar | Highway Blocked for 3 Hours appeared first on Pragativadi I Latest Odisha News in English I Breaking News .
Police Officer misconduct ଖବର ପାଇଁ ସାମ୍ବାଦିକଙ୍କୁ ଧମକ ଦେଲେ ଥାନା ଅଧିକାରିଣୀ
କଲ୍ୟାଣସିଂହପୁର: ଥାନା ଅଧିକାରିଣୀ ଉତ୍ତ୍ୟକ୍ତ ଲୋକଙ୍କ ସମ୍ମୁଖରେ କ୍ଷମା ମାଗିବାର ଭିଡ଼ିଓ ଓ ଖବର ସମ୍ବାଦପତ୍ର ଏବଂ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଏହା ପରେ ଉକ୍ତ ଥାନା ଅଧିକାରିଣୀଙ୍କ କ୍ରୋଧ ବଢ଼ିଯାଇଥିଲା। ଖବର ପ୍ରକାଶ କରିଥିବା ସାମ୍ବାଦିକଙ୍କୁ ଖୋଜି ବଜାର ମଝିରେ ଅଶ୍ଲୀଳଭାଷାରେ ଗାଳିଗୁଲଜ କରିବା ସହ ଧମକ ଦେଇଛନ୍ତି। ଏହି ଘଟଣା କଲ୍ୟାଣସିଂହପୁରରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅଧିକାରିଣୀ କଳ୍ପନା ବେହେରା ସାମ୍ବାଦିକଙ୍କୁ ବଜାର ମଝିରେ ଦୁବ୍ୟବହାର କରିଛନ୍ତି। ଆଜି (ରବିବାର) ଅପରାହ୍ନ ରେ ବଜାର ମଧ୍ୟରେ ଥିବା ବହି ଦୋକାନ ନିକଟରେ ତିନିଜଣ ସାମ୍ବାଦିକ ବସିଥିଲେ। ଥାନା ଅଧିକାରିଣୀ ସେମାନଙ୍କୁ ଦେଖି ଗାଡ଼ି ପାଖକୁ ଡାକିଥିଲେ। ବଜାର ମଝିରେ ଅନେକ ଲୋକଙ୍କ ଉପସ୍ଥିତିରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ସେ କହିଥିଲେ, ସେ ଉ$% ହୋଇ ଠିଆ ହେବେ। ତୁମେ ସବୁ ସାମ୍ବାଦିକ ଭିଡିଓ କରି ଭାଇରଲ କର। ସେ ଏଠାରେ ଥିବା ପର୍ଯ୍ୟନ୍ତ ତୁମେ କିଏ ତାଙ୍କର %# ଉପାଡ଼ି ପାରିବେ ନାହିଁ ବୋଲି କହିଛନ୍ତି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତ୍ରିରେ ଶିକରପାଇ ଲୋକମାନେ ଥାନା ଅଧିକାରୀ କଳ୍ପନା ବେହେରା ଦୁବ୍ୟବହାର କରିଥିବା ନେଇ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶେଷରେ ଚାପରେ ପଡ଼ି ଥାନା ଅଧିକାରିଣୀ କଳ୍ପନା ବେହେରା ହାତ ଯୋଡ଼ି ଭୁଲ ମାଗିଥିଲେ। ଏହି ଖବର ପ୍ରଚାର ପ୍ରସାର କରାଯିବା ପରେ ଆଜି ଅପରାହ୍ନ ଖପର ପ୍ରସାରିତ କରିଥିବା ସାମ୍ବାଦିକଙ୍କୁ ଡାକି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଛନ୍ତି। ଏ ସମ୍ପର୍କରେ ଏସ୍ଡିପିଓ ଗୌରହାରୀ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, କଣ ହୋଇଛି। ସେ ଅନୁସନ୍ଧାନ କରି ପ୍ରତିକ୍ରିୟା ଦେବେ।
India Post Solid 170/6 in High-Voltage T20 World Cup Opener Against Pakistan
In a marquee clash that had the cricket world buzzing, India Women set Pakistan a target of 171 after posting a competitive 170 for 6 in their ICC Women’s T20 World Cup 2026 opener at Edgbaston. The match lived up to its billing as a high-stakes rivalry encounter, with Smriti Mandhana leading the charge in […] The post India Post Solid 170/6 in High-Voltage T20 World Cup Opener Against Pakistan appeared first on Pragativadi I Latest Odisha News in English I Breaking News .
ICC Women's T20 World Cup 2026: ପାକିସ୍ତାନ ଆଗରେ ୧୭୧ ରନ୍ ବିଜୟ ଲକ୍ଷ୍ୟ ରଖିଲା ଭାରତ
ବର୍ମିଂହାମ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ରେ ଭାରତୀୟ ଦଳ ଆଜି ପାକିସ୍ତାନକୁ ଭେଟିଛି। ବର୍ମିଂହାମର ଏଜବେଷ୍ଟନ ପଡ଼ିଆରେ ଭାରତୀୟ ଟିମ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହରମନପ୍ରୀତ କୌରଙ୍କ ନେତୃତ୍ବରେ ଭାରତୀୟ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୭୦ ରନ୍ କରିଛି। ଫଳରେ ଏହି ମ୍ୟାଚ୍ ଜିତିବା ପାଇଁ ପାକିସ୍ତାନକୁ ୧୭୧ ରନ୍ର ଲକ୍ଷ୍ୟ ମିଳିଛି। ଭାରତ ପାଇଁ ସ୍ମୁତି ମନ୍ଧାନା ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୪୪ଟି ବଲ୍ ଖେଳି ୯ଟି ଚୌକା ଏବଂ ୨ଟି ଛକା ବଳରେ ୬୮ ରନ୍ ସଂଗ୍ରହ କରିଥିଲେ। ସେହିପରି ହରମନପ୍ରୀତ କୌର ୩୫ଟି ବଲ୍ ଖେଳି ୪ଟି ଚୌକା ସହାୟତାରେ ୩୬ ରନ୍ ସଂଗ୍ରହ କରିଥିଲେ। ପ୍ରାରମ୍ଭିକ ବ୍ୟାଟର ସେଫାଳି ବର୍ମା ୬ ରନ୍ ଏବଂ ଭାରତୀ ଫୁଲମାଳି ଏକ ରନ୍ କରିଥିଲେ। ରିଚା ଘୋଷ ୧୭ଟି ବଲ୍ ଖେଳି ୫ଟି ଚୌକା ଏବଂ ଗୋଟିଏ ଛକା ବଳରେ ୩୪ ରନ୍ କରିଥିଲେ। ଦୀପ୍ତି ଶର୍ମା ୧୨ ରନ୍ କରିଥିଲେ। ଏଥିରେ ସେ ଗୋଟିଏ ଚୌକା ସାମିଲ କରିଥିଲେ। ପାକିସ୍ତାନ ପକ୍ଷରୁ ସାଦିଆ ଇକ୍ବାଲ ଏବଂ ଅଧିନାୟକ ଫତିମା ସାନା ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିତିଲେ। ସେହିପରି ତସିମା ରୁବାବ ଏବଂ ରମୀନ ଶମିମ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଆହୁରି ପଢ଼ନ୍ତୁ: Trophey: କ୍ରିକେଟ ବିଶ୍ୱକପ ନା ଫିଫା ବିଶ୍ୱକପ, କାହାର ଟ୍ରଫି ହୋଇଥାଏ ସବୁଠାରୁ ଦାମୀ
Rayagada Police Recover Rifle, Ammo & Supplies from Maoist Dump in Dhepagurha Reserve Forest
In a major success against Left Wing Extremism, Rayagada Police recovered a significant cache of arms, ammunition, explosives and Maoist supplies from a concealed dump in the Dhepagurha Reserve Forest area under Jagadalpur OP of Ambadola Police Station. Acting on specific information obtained through sustained interrogation of surrendered Maoists, teams from the District Volunteer Force […] The post Rayagada Police Recover Rifle, Ammo & Supplies from Maoist Dump in Dhepagurha Reserve Forest appeared first on Pragativadi I Latest Odisha News in English I Breaking News .
Beware! Fake Delivery Boy ସାବଧାନ! ରାଜଧାନୀରେ ’ଗ୍ୟାସ୍ ଡେଲିଭେରି ବୟ’ ବେଶରେ ଲୁଟ୍
ଭୁବନେଶ୍ବର(ସୂରଯ ମଲ୍ଲିକ): ସବୁଠାରୁ ସୁରକ୍ଷିତ କୁହାଯାଉଥିବା ଓ ସର୍ବାଧିକ ପୁଲିସ ଘନତା ଥିବା ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ପୁଣି ଅପରାଧୀଙ୍କ ଅଭିନବ ଅପରାଧ। ବର୍ତ୍ତମାନ ଗ୍ୟାସ୍ ସିଲିଣ୍ଡର ଡେଲିଭେରି ବୟ ବେଶ୍ରେ ଘରେ ପଶି ଲୁଟ୍ କରୁଛନ୍ତି। ଏଭଳି ଏକ ଘଟଣା ନୂଆପଲ୍ଲୀ ଅଞ୍ଚଳରେ ଘଟିଛି। ସୂଚନାନୁସାରେ, ଗ୍ୟାସ୍ ଟାଙ୍କି ଡେଲିଭରି କରିବା ଆଳରେ ଘରେ ଏକାକୀ ଥିବା ମହିଳା ଓ ବରିଷ୍ଠ ନାଗରିକଙ୍କୁ ଲୁଟ୍ପାଟ୍ କରୁଛି। ଦୁଇ ଦିନ ଭିତରେ ନୂଆପଲ୍ଲୀ ଆଇଆର୍ସି ଭିଲେଜ୍ ଅଞ୍ଚଳରୁ ଏଭଳି ଦୁଇ ଦୁଇଟି ମାମଲା ଥାନାକୁ ଆସିଲାଣି। ନୂଆପଲ୍ଲୀ ଥାନା ପୁଲିସ ସିସିଟିଭି ଯାଞ୍ଚ କରି ଧୂର୍ତ୍ତକୁ ଠାବ କରିବାକୁ ଉଦ୍ୟମ କରୁଛି ଏବଂ ସେହି ଅଞ୍ଚଳରେ ଗ୍ୟାସ୍ ଟାଙ୍କି ଡେଲିଭର୍ କରୁଥିବା କିଛି ଯୁବକଙ୍କ ସୂଚନା ଆଧାରରେ ଜଣକୁ ଅଟକ ରଖିଛି। ଗତକାଲି (ଶନିବାର) ନୂଆପଲ୍ଲୀ ଆଇଆର୍ସିସ୍ଥିତ ଏନ୍-୧ ଅଞ୍ଚଳରେ ଜଣେ ମହିଳା ତାଙ୍କ ନିଜ ହୋଟେଲ୍ରେ କ୍ୟାସ୍ ବାକ୍ସ ପାଖରେ ବସିଥିଲେ। ଏତିକିବେଳେ ଦୁର୍ବୃତ୍ତ ସେଠାରେ ପହଞ୍ଚିଥିଲେ। ଗ୍ୟାସ୍ ସିଲିଣ୍ଡର ଡେଲିଭର୍ କରିବାକୁ ଆସିଛି ବୋଲି କହିଥିଲା। ମହିଳାଙ୍କ ସ୍ବାମୀ ଗ୍ୟାସ୍ ବୁକିଂ କରିଥିବାରୁ ଠକ କଥାକୁ ବିଶ୍ବାସ କରି ଗ୍ୟାସ୍ ବହି ଆଣିଥିଲେ ଏବଂ ଟଙ୍କା ଓ ଓଟିପି କହିଥିଲେ। ଠକ ଟଙ୍କା ଧରିବା ପରେ ବାହାରକୁ ଚାହିଁ ମିଛରେ ଗାଡ଼ିବାଲାକୁ ସିଲିଣ୍ଡର ଆଣିବାକୁ ଡାକିଥିଲା। ପରେ ନିଜେ ସିଲିଣ୍ଡର ନେଇଆସୁଛି କହି ରାସ୍ତା ଉପରକୁ ଗଲା ଓ ଆଖି ପିଛୁଳାକେ ଅନ୍ତର୍ଧାନ ହୋଇଗଲା। ସେହିଭଳି ସିଆର୍ପି ଛକରେ ଜଣେ ବରିଷ୍ଠ ନାଗରିକ ଏକାକୀ ଘରେ ଥିବା ବେଳେ ଗ୍ୟାସ୍ ଡେଲିଭର୍ ବୟ ପୋଷାକ ପିନ୍ଧି ଜଣେ ଯୁବକ ପହଞ୍ଚିଥିଲେ। ବରିଷ୍ଠ ନାଗରିକଙ୍କଠାରୁ ମନିପର୍ସ ଓ ସୁନାମୁଦି ଛଡ଼ାଇ ନେଇଥିଲା। ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ ପୂର୍ବରୁ ଏକ ଗ୍ୟାସ୍ ଏଜେନ୍ସିରେ ଚାକିରି କରୁଥିବା ଧୂର୍ତ୍ତ ଚାକିରି ଛାଡ଼ିବା ପରେ ଏଭଳି କାଣ୍ଡ କରୁଛି।
NEET 2026: ନିଟ୍ ସାନି ପରୀକ୍ଷାର ଆଡ୍ମିଟ୍ କାର୍ଡ Direct Link ଏଠାରୁ ପାଆନ୍ତୁ
ନିଟ୍ ସାନି ପରୀକ୍ଷା ଦେବାକୁ ଯାଉଥିବା ଲକ୍ଷାଧିକ ପରୀକ୍ଷାର୍ଥୀଙ୍କ ପାଇଁ ଭଲ ଖବର ଆସିଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ନିଟ୍ ସାନି ପରୀକ୍ଷାର ପ୍ରସ୍ତୁତି ପାଖାପାଖି ପୁରା କରିଦେଇଛି। ଏହାରି ମଧ୍ୟରେ ନିଟ୍ର ଆଡ୍ମିଟ୍ କାର୍ଡ ଜାରି ହୋଇଯାଇଛି। ଯେଉଁ ଛାତ୍ରଛାତ୍ରୀମାନେ ଆସନ୍ତା ୨୧ ତାରିକ ଦିନ ନିଟ୍ ପରୀକ୍ଷା-୨୦୨୬ରେ ଦ୍ବିତୀୟ ଥର ବସିବାକୁ ଯାଉଛନ୍ତି, ସେମାନେ ନିଜର ଆବେଦନ ନମ୍ବର ଏବଂ ଜନ୍ମତାରିଖ ସହାୟତାରେ ଆଡ୍ମିଟ୍ କାର୍ଡ ଦେଖିବା ସହିତ ଡାଉନ୍ଲୋଡ କରିପାରିବେ। ସରକାରୀ ତଥ୍ୟ ଅନୁସାରେ NEET UG 2026 ପାଇଁ ପାଖାପାଖି ୨୨.୭୫ ଲକ୍ଷ ପ୍ରାର୍ଥୀ ପୁଣି ଥରେ ପଂଜୀକରଣ କରିଛନ୍ତି। କିନ୍ତୁ ଗତମାସ ୩ ତାରିଖରେ ଆୟୋଜିତ ଏହି ପରୀକ୍ଷାରେ ୨୨.୦୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ପେପର ଲିକ୍ ଏବଂ ପରୀକ୍ଷାରେ ଅନିୟମିତତା ପରେ ପରୀକ୍ଷା ରଦ୍ଦ କରାଯାଇଥିଲା। ଏହି ପରୀକ୍ଷା ଏବେ ଆସନ୍ତା ୨୧ ତାରିଖରେ ପୁଣି ଥରେ ଆୟୋଜିତ ହେବ। ଆଶା କରାଯାଉଛି ଯେ, ପୁନଃ ପରୀକ୍ଷା ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବେ। ଏଥର ଭଲ ସୁରକ୍ଷା ବ୍ୟବସ୍ଥା ଏବଂ ନିଷ୍ପକ୍ଷ ପରୀକ୍ଷା ପାଇଁ ସରକାର ଏବଂ ପ୍ରଶାସନ ପ୍ରସ୍ତୁତି ଜାରି ରଖିଛନ୍ତି। ଏନ୍ଟିଏ ଦ୍ବାରା ନିଟ୍ ସାନି ପରୀକ୍ଷାର ଆଡମିଟ୍ କାର୍ଡ କରିବାକୁ ଡାଇରେକ୍ଟ ଲିଙ୍କ ସରକାରୀ ୱେବ୍ସାଇଟ୍ neet.nta.nic.in ଲିଙ୍କରେ ଉପଲବ୍ଧ ହେବ। ଆସନ୍ତା ୨୧ ତାରିଖରେ ହେବାକୁ ଥିବା ଦ୍ବିତୀୟ ପରୀକ୍ଷାରେ ସାମିଲ ହେବାକୁ ଥିବା ପ୍ରାର୍ଥୀମାନେ ଲିଙ୍କ ସକ୍ରିୟ ହେଲା ପରେ NTA NEET ର ସରକାରୀ ୱେବ୍ସାଇଟ୍ରେ ନିଜର ପ୍ରବେଶ ପତ୍ର ଡାଉନ୍ଲୋଡ କରିପାରିବେ। ଗତବର୍ଷ ପ୍ରାର୍ଥୀମାନଙ୍କ ଠାରୁ ମିଳିଥିବା ଫି୍ଡ୍ବ୍ୟାକ୍ ଆଧାରରେ ଏନ୍ଟିଏ NEET UG 2026 ଦ୍ବିତୀୟ ପରୀକ୍ଷା ସମୟ ୧୯୫ ମିନିଟ ନିର୍ଦ୍ଧାରିତ କରିଛି। ଏହି ପରୀକ୍ଷା ଜୁନ ୨୧ ତାରିଖ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୫ଟା ୧୫ ମିନିଟ ପର୍ଯ୍ୟନ୍ତ ଜାରି ରହିବ। ପ୍ରବେଶ ପତ୍ର ଡାଉନ୍ଲୋଡ କରିବାର ଉପାୟ ନିଟ୍ ୟୁଜି ଆଡମିଟ୍ କାର୍ଡ ପାଇଁ ସରକାରୀ ୱେବ୍ସାଇଟ୍ neet.nta.nic.in କୁ ଯିବେ ୱିଣ୍ଡୋ ଖୋଲିବା ପରେ NEET UG Admit Card 2026 Link ଉପରେ କ୍ଲିକ୍ କରିବେ ଆବେଦନ ନମ୍ବର, ଜନ୍ମତାରିଖ ଏବଂ ସିକ୍ୟୁରିଟି ପିନ୍ର ବ୍ୟବହାର କରି ଲଗ୍ଇନ୍ କରିବେ ନିଟ୍ ଆଡମିଟ୍ କାର୍ଡ ସ୍କ୍ରିନ୍ ଉପରେ ଖୋଲିଯିବ। ଏହାକୁ ଯାଞ୍ଚ କରି ଡାଉନ୍ଲୋଡ କରିପାରିବେ ଆଡମିଟ୍ କାର୍ଡର ପ୍ରିଣ୍ଟ୍ଆଉଟ୍ କରି ନିଜ ପାଖରେ ରଖିପାରିବେ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଦେବା ସମୟରେ ପାଖରେ ପରିଚୟ ପତ୍ର ରଖିବାକୁ ହେବ
Dead: ଆନ୍ଧ୍ରପ୍ରଦେଶରେ ଦୁର୍ଘଟଣା; ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ
ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଲୋଧୁଆପଡ଼ା ଗ୍ରାମର ମୋହନ ଗୌଡ଼ ଆନ୍ଧ୍ରପ୍ରଦେଶ ର ଭଦ୍ରାଚଳମକୁ ଯାଇଥିବା ବେଳେ ସେଠାରେ ଗତ ଶୁକ୍ରବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସୂଚନାରୁ ପ୍ରକାଶ ଚନ୍ଦାହାଣ୍ଡି ବ୍ଲକ ଲୋଧୁଆପଡା ଗ୍ରାମର କୁମର ଗୌଡ଼ଙ୍କ ପୁଅ ମୋହନ ଗୌଡ଼ (୪୩) ପରିବାର ପ୍ରତିପୋଷଣ ପାଇଁ ଖଟିବାକୁ ଆନ୍ଧ୍ର ପ୍ରଦେଶର ଭଦ୍ରାଚଳମ ଯାଇଥିଲେ। ସେଠାରେ ସେ ଗତ ଶୁକ୍ରବାର ଦିନ ଏକ ଦୁର୍ଘଟଣାର ସାମ୍ନା କରିଥିଲେ, ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଥିଲା। ମୋହନଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ବାହାରୁ ତାଙ୍କର ମରଶରୀର ଗାଁକୁ ଆଣିବା ପାଇଁ ପରିବାର ଲୋକଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଥିଲା। ଏଭଳି ଏକ ଦୁଃଖଦ ସମୟରେ ଲୋଧୁଆପଡା ଗ୍ରାମର ସୁରେନ୍ଦ୍ର ନାୟକ ଝରୀଗାଁ ବିଧାୟକ ନରସିଂହ ଭତ୍ରାଙ୍କୁ ସହଯୋଗ ପାଇଁ ଅନୁରୋଧ କରିଥିଲେ। ଖବର ପାଇ ବିଧାୟକ ଶ୍ରୀ ଭତ୍ରା ନିଜର ମାନବିକତା ଦେଖାଇ ତୁରନ୍ତ ସହାୟତାର ହାତ ବଢ଼ାଇଥିଲେ। ସେ ମରଶରୀର ପାଖକୁ ଯିବା ପାଇଁ ନିଜ ପାଣ୍ଠିରୁ ୧୩,୦୦୦ ଟଙ୍କା ଏବଂ ଶବ ଆମ୍ବୁଲାନ୍ସ ଯୋଗେ ଗାଁକୁ ଆଣିବା ପାଇଁ ୨୮,୦୦୦ ଟଙ୍କା (ସର୍ବମୋଟ ୪୧,୦୦୦ ଟଙ୍କା) ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଆହୁରି ପଢ଼ନ୍ତୁ: Worker Dies: ପୁଣି ଜଣେ ଦାଦନଙ୍କ ମୃତ୍ୟୁ ଏହି ବିପତ୍ତି ସମୟରେ ଜଣେ ଦୁଃଖୀ ପରିବାରର ସାହାରା ସାଜିଥିବାରୁ ମାନ୍ୟବର ବିଧାୟକଙ୍କୁ ଚନ୍ଦାହାଣ୍ଡିବାସୀ ସାଧୁବାଦ ଜଣାଇ ଛନ୍ତି। ମୃତକଙ୍କ ଜଣେ ପୁଅ ଓ ଜଣେ ଝିଅ ରହିଛନ୍ତି। ଆଜି ରାତିରେ ଶବ ଗାଁକୁ ପହଂଚିବା ପରେ ଆସନ୍ତାକାଲି ଏହା ସତ୍କାର କରାଯିବ ବୋଲି ବିଜେପି ନେତା ଗୋବିନ୍ଦ ଜୈନ ଏବଂ ଅକାଳୁ ଜାଲି ପ୍ରକାଶ କରିଛନ୍ତି।
TMC: ଟିଏମସିରେ ବିଭାଜନ ପ୍ରକ୍ରିୟା ତେଜିଲା: ବାଚସ୍ପତିଙ୍କୁ ଭେଟିଲେ ବିଦ୍ରୋହୀ ସାଂସଦ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ର ଶୋଚନୀୟ ପରାଜୟ ପରେ ଦଳ ମଧ୍ୟରେ ଲାଗି ରହିଥିବା ପ୍ରବଳ ଅସନ୍ତୋଷ ଏବେ ବିଦ୍ରୋହର ରୂପ ନେଇଛି। ଆଜି ଦିଲ୍ଲୀରେ ଟିଏମ୍ସି ର ବହୁ ସଂଖ୍ୟକ ବିଦ୍ରୋହୀ ସାଂସଦ ଏକାଠି ହୋଇ ମମତା ବାନାର୍ଜୀ ଙ୍କ ନେତୃତ୍ବ ବିରୋଧରେ ବଡ଼ ଚ୍ୟାଲେଂଜ ସୃଷ୍ଟି କରିଛନ୍ତି। ଏହି କ୍ରମରେ ଆଜି ସନ୍ଧ୍ୟାରେ ସରଗରମ ସ୍ଥିତି ଦେଖିବାକୁ ମିଳିଛି। ବିଦ୍ରୋହୀ ସାଂସଦମାନେ ପ୍ରଥମେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ବାସଭବନରେ ଏକ ରୁଦ୍ଧଦ୍ୱାର ବୈଠକ କରିବା ପରେ ସେଠାରୁ ସିଧାସଳଖ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବାସଭବନକୁ ଯାଇ ନିଜର ଦାବି ଉପସ୍ଥାପନ କରିଛନ୍ତି। ଆହୁରି ପଢନ୍ତୁ: Pakistan: ପାକିସ୍ତାନ ଟିଟି ସଂଘର ବୟାନକୁ ନେଇ ବିବାଦ ‘ନିଜ ଖର୍ଚ୍ଚରେ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କର’ ଏହି ବିଦ୍ରୋହୀ ସାଂସଦ ଗୋଷ୍ଠୀରେ ପୂର୍ବରୁ ସାଂସଦ କାକଳି ଘୋଷ ଦସ୍ତିଦାର ନେତୃତ୍ବ ନେଉଥିବା ବେଳେ ଏବେ ଦଳର ସବୁଠାରୁ ଅଭିଜ୍ଞ ତଥା ବରିଷ୍ଠ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କ ଉପସ୍ଥିତି ରାଜନୈତିକ ସମୀକରଣକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ସୁଦୀପ ବନ୍ଦୋପାଧ୍ୟାୟ ବିଦ୍ରୋହୀ ଶିବିରକୁ ଆସିବା ପରେ ଏହା ମମତା ବାନାର୍ଜୀଙ୍କ ପାଇଁ ଏକ ସାଂଘାତିକ ଧକ୍କା ବୋଲି କୁହାଯାଉଛି। ତାଙ୍କ ବ୍ୟତୀତ ଏହି ହାଇପ୍ରୋଫାଇଲ୍ ବୈଠକରେ ଶତାବ୍ଦୀ ରାୟ, ସାୟୋନୀ ଘୋଷ, ମାଲା ରାୟ, ବାପି ହାଲଦାର ଏବେ ପ୍ରସୂନ ବାନାର୍ଜୀଙ୍କ ଭଳି ପ୍ରମୁଖ ସାଂସଦମାନେ ସାମିଲ ରହିଛନ୍ତି। କେନ୍ଦ୍ରମନ୍ତ୍ରୀ ଯାଦବଙ୍କ ବାସଭବନରେ ଚାଲିଥିବା ଏହି ଆଲୋଚନା ସମୟରେ ବିଜେପିର ପ୍ରଭାବଶାଳୀ ସାଂସଦ ନିଶିକାନ୍ତ ଦୁବେଙ୍କ ଉପସ୍ଥିତି ଏକ ବଡ଼ ସଙ୍କେତ ଦେଇଛି। ଅନେକ ଟିଏମ୍ସି ସାଂସଦ ମଧ୍ୟ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍ଡିଏ ସରକାରକୁ ସମର୍ଥନ କରିବା ପାଇଁ ଖୋଲାଖୋଲି ଭାବେ ନିଜର ଇଚ୍ଛା ପ୍ରକାଶ କରିସାରିଛନ୍ତି। ଆହୁରି ପଢନ୍ତୁ: Vaibhav: ବୈଭବ ଦୈନିକ ୬୦୦୦ ବଲ୍ ଖେଳୁଥିଲେ ଟିଏମସି ସଂସଦୀୟ ଦଳରେ ଦୁଇ-ତୃତୀୟାଂଶ ସମର୍ଥନ ହାସଲ କରି ଦଳବଦଳ ବିରୋଧୀ ଆଇନରୁ ରକ୍ଷା ପାଇବା ପାଇଁ ବିଦ୍ରୋହୀ ଗୋଷ୍ଠୀ ରଣନୀତି ପ୍ରସ୍ତୁତ କରିଛନ୍ତି। ପୂର୍ବରୁ ୧୯ ଜଣ ସାଂସଦଙ୍କ ସ୍ବାକ୍ଷର ଥିବା ଏକ ଚିଠି ସାମ୍ନାକୁ ଆସିଥିବା ବେଳେ ଆଜି ସାଂସଦ କାକଳି ଘୋଷ ଦାବି କରିଛନ୍ତି ଯେ ବିଦ୍ରୋହୀ ଶିବିରରେ ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇ ୨୨ ରେ ପହଞ୍ଚିଛି। ଟିଏମସିରୁ ଅଲଗା ହୋଇ ଲୋକସଭାରେ ଏକ ସ୍ବତନ୍ତ୍ର ସଂସଦୀୟ ଗୋଷ୍ଠୀ ଭାବେ ମାନ୍ୟତା ପ୍ରଦାନ କରିବାକୁ ବାଚସ୍ପତି ଓମ ବିର୍ଲାଙ୍କୁ ଆଜି ଆନୁଷ୍ଠାନିକ ଭାବେ ଅନୁରୋଧ କରାଯାଇଛି। ବର୍ତ୍ତମାନ ଟିଏମ୍ସି ସଙ୍କଟ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଥିବା ବେଳେ ଏହା ପଶ୍ଚିମବଙ୍ଗ ତଥା ଜାତୀୟ ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ସୂତ୍ରପାତ କରିବାକୁ ଯାଉଛି।
Attack: ଦକ୍ଷିଣ ବେରୁତ ଉପରେ ଇସ୍ରାଏଲ ଆକ୍ରମଣରେ ୩ ମୃତ
ବେରୁତ୍: ଆମେରିକା-ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ପାଇଁ ଜୋରଦାର ପ୍ରୟାସ ଚାଲିଥିବାବେଳେ ଇସ୍ରାଏଲ ପୁଣିଥରେ ଲେବାନନ୍ ଉପରେ ବଡ଼ଧରଣର ଆକ୍ରମଣ କରିଛି। ରବିବାର ଇସ୍ରାଏଲର ଆକ୍ରମଣରେ ଦକ୍ଷିଣ ବେରୁତ୍ରେ ୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଲେବାନନ୍ କର୍ତ୍ତୃପକ୍ଷ କହିଛନ୍ତି। ଇସ୍ରାଏଲ ଆକ୍ରମଣ ଯୋଗୁ ଆମେରିକା-ଇସ୍ରାଏଲ ଶାନ୍ତି ଆଲୋଚନା ବାଧାପ୍ରାପ୍ତ ହେବା ଆଶଙ୍କା ପ୍ରକାଶ ପାଇଛି। ଲେବାନନ୍ ନାଗରିକ ପ୍ରତିରକ୍ଷା ସଂସ୍ଥା ରବିବାର କହିଛି ଯେ, ଲେବାନନ୍ ରାଜଧାନୀର ଦାହିୟେହ ଅଞ୍ଚଳରେ ଇସ୍ରାଏଲର ଆକ୍ରମଣରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ଓ ଛଅ ଜଣ ଆହତ ହୋଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଏକ ବିବୃତିରେ କହିଛି ଯେ ଇସ୍ରାଏଲୀ ସେନା ଦାହିୟେହରେ ହିଜବୁଲ୍ଲାର ଟାର୍ଗେଟ ଉପରେ ଆକ୍ରମଣ କରିଛି। ଇସ୍ରାଏଲୀ ସେନା କହିଛି ଯେ, ଅସ୍ତ୍ରବିରତି ଉଲ୍ଲଂଘନ କରି ହିଜବୁଲ୍ଲା ଉତ୍ତର ଇସ୍ରାଏଲ ଆଡ଼କୁ ତିନୋଟି ପ୍ରୋଜେକ୍ଟେଲ ନିକ୍ଷେପ କରିଥିଲା, ଯାହାର ଜବାବରେ ଇସ୍ରାଏଲ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଆହୁରି ପଢ଼ନ୍ତୁ: War: ଯୁଦ୍ଧବିରତି ୬୦ ଦିନ ବଢ଼ାଇବାକୁ ପ୍ରସ୍ତାବ;ଯୁଦ୍ଧ ଟାଳିବାକୁ ଆମେରିକାର ପ୍ରୟାସ
ପାଟନା: ପାଟନାର ଦୁଇଟି କୋଚିଂ ପ୍ରତିଷ୍ଠାନ ମଧ୍ୟରେ ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତା ଏବେ ଭୟଙ୍କର ରୂପଧାରଣ କରିଛି। ଜୁନ୍ ୨ ତାରିଖରେ ଶିକ୍ଷକ ଖାନ ସାର୍ଙ୍କ କୋଚିଂ ପ୍ରତିଷ୍ଠାନ ସହିତ ଜଡିତ ହାଇ ପ୍ରୋଫାଇଲ୍ ଭଙ୍ଗାରୁଜା ମାମଲାରେ ଅଭିଯୁକ୍ତ ଥିବା କୋଚିଂ ଶିକ୍ଷକ ରୋଶନ ଆନନ୍ଦଙ୍କ ଭାଇ ପ୍ରିନ୍ସ ଯାଦବ (୪୧)ଙ୍କର ନେପାଳର ବିରାଟନଗରର ଏକ ହୋଟେଲରେ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଜଣାପଡ଼ି ନଥିବାବେଳେ ନେପାଳ କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ କରୁଛନ୍ତି। ପାଟନାର କଦମକୁଆଁ ଅଞ୍ଚଳରେ ଖାନ୍ ଗ୍ଲୋବାଲ ଷ୍ଟଡିଜ୍ ଉପରେ ଆକ୍ରମଣ ଘଟଣାରେ ମୃତକ ପ୍ରିନ୍ସ ଯାଦବଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ସେବେଠାରୁ ପ୍ରିନ୍ସ ଯାଦବ ଫେରାର ଥିଲେ। ନେପାଳରେ ପ୍ରିନ୍ସଙ୍କର କିପରି ମୃତ୍ୟୁ ଘଟିଲା ତାହା ଅସ୍ପଷ୍ଟ ରହିଛି। ତାଙ୍କ ମୃତ୍ୟୁ ବିହାରର ଦୁଇଟି ପ୍ରଭାବଶାଳୀ କୋଚିଂ ବ୍ରାଣ୍ଡ - ଲୋକପ୍ରିୟ ଶିକ୍ଷକ ଫୈଜଲ ଖାନ (ଖାନ ସାର୍)ଙ୍କ ନେତୃତ୍ୱରେ ଖାନ ଗ୍ଲୋବାଲ ଷ୍ଟଡିଜ୍ ଓ ରୋଶନ ଆନନ୍ଦଙ୍କ ନେତୃତ୍ୱରେ ଜ୍ଞାନ ବିନ୍ଦୁ ଜିଏସ ଏକାଡେମୀ ମଧ୍ୟରେ ଥିବା ତିକ୍ତ ବିବାଦକୁ ପଦାରେ ପକାଇଛି। ଆହୁରି ପଢନ୍ତୁ: drowning incident ଇବ ନଦୀରେ ବୁଡ଼ି ନାବାଳକ ସହ ୨ମୃତ ଖାନ୍ ସାର୍ଙ୍କ କୋଚିଂ ସେଣ୍ଟର ବାହାରେ ଭଙ୍ଗାରୁଜା ପରେ ସେଠାରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀ ଫାଙ୍କା ଗୁଳିଚାଳନା କରିଥିଲେ। ଏହି ଘଟଣାରେ ସୁରକ୍ଷାକର୍ମୀଙ୍କୁ ଗିରଫ କରାଯାଇଥିଲା। ପରେ ପୁଲିସ ଭାରତୀୟ ନ୍ୟାୟ ସଂହିତା ଓ ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ଖାନ ସାର୍ଙ୍କୁ ମାମଲାରେ ଅଭିଯୁକ୍ତ କରିଥିଲା। ଏହି ମାମଲାରେ ଜ୍ଞାନ ବିନ୍ଦୁ କୋଚିଂ ସହିତ ଜଡିତ କିଛି ଲୋକଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଜ୍ଞାନ ବିନ୍ଦୁ କୋଚିଂ ନିର୍ଦ୍ଦେଶକ ରୋଶନ ଆନନ୍ଦ ବର୍ତ୍ତମାନ ଜେଲରେ ଅଛନ୍ତି। ତାଙ୍କର ଜାମିନ ଶୁଣାଣି ସୋମବାର ହେବ। ଆହୁରି ପଢନ୍ତୁ: Oman: ଓମାନ ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବୁଡ଼ି ଯାଉଥିଲା ଭାରତୀୟ ଜାହାଜ ‘ବିରାଟ-୧’: ସମସ୍ତ ୧୪ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଉଦ୍ଧାର କଲା ଆମେରିକା ନୌସେନା ଖାନ ସାର୍ଙ୍କ ଦୁଇଜଣ ଗାର୍ଡ ମଧ୍ୟ ବର୍ତ୍ତମାନ ଜେଲରେ ଅଛନ୍ତି। ସେମାନଙ୍କର ଜାମିନ ଆବେଦନ ଖାରଜ ହୋଇଛି। ପାଟନା ସିଭିଲ୍ କୋର୍ଟ ବର୍ତ୍ତମାନ ଖାନ୍ ସାର୍ଙ୍କ ଗିରଫଦାରୀ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ପୂର୍ଣ୍ଣିଆ ସାଂସଦ ପପ୍ପୁ ଯାଦବ ନେପାଳରେ ସନ୍ଦେହଜନକ ପରିସ୍ଥିତିରେ ପ୍ରିନ୍ସ ଯାଦବଙ୍କ ମୃତ୍ୟୁକୁ ହତ୍ୟା ବୋଲି ବର୍ଣ୍ଣନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ପପ୍ପୁ ବିହାର ସରକାରଙ୍କୁ ନେପାଳ ପ୍ରଶାସନ ସହିତ ଯୋଗାଯୋଗ କରିବା ଉଚିତ ଓ ପୀଡିତ ପରିବାରକୁ ନ୍ୟାୟ ସୁନିଶ୍ଚିତ କରିବା ଉଚିତ ବୋଲି କହିଛନ୍ତି।
Pakistan: ପାକିସ୍ତାନ ଟିଟି ସଂଘର ବୟାନକୁ ନେଇ ବିବାଦ ‘ନିଜ ଖର୍ଚ୍ଚରେ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କର’
ଲାହୋର: ପାକିସ୍ତାନ ଟେବୁଲ୍ ଟେନିସ୍ (ଟିଟି) ମହାସଂଘର ଏକ ଅଜବ ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି। ମହାସଂଘ ପକ୍ଷରୁ କୁହାଯାଇଛି ଯେ ଯଦି ଖେଳାଳିମାନେ ଏସୀୟ କ୍ରୀଡ଼ା ରେ ଅଂଶଗ୍ରହଣ କରିବାକୁ ଚାହୁଁଛନ୍ତି, ସେମାନେ ନିଜ ଖର୍ଚ୍ଚରେ ଜାପାନ ଗସ୍ତ ପାଇଁ ବିମାନ ଟିକଟ କିଣନ୍ତୁ । ଏପରିକି ରହଣି ଖର୍ଚ୍ଚକୁ ବି ନିଜ ପକେଟରୁ ବହନ କରନ୍ତୁ। ପାକିସ୍ତାନ କ୍ରୀଡ଼ା ବୋର୍ଡ ପକ୍ଷରୁ ଏସୀୟ କ୍ରୀଡ଼ା ପାଇଁ ଆବଶ୍ୟକ ପାଣ୍ଠି ପ୍ରଦାନ କରୁନଥିବାରୁ ମହାସଂଘ ଏହା କହିଛି। ଆହୁରି ପଢନ୍ତୁ: Oman: ଓମାନ ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବୁଡ଼ି ଯାଉଥିଲା ଭାରତୀୟ ଜାହାଜ ‘ବିରାଟ-୧’: ସମସ୍ତ ୧୪ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଉଦ୍ଧାର କଲା ଆମେରିକା ନୌସେନା ଏ ନେଇ ଜଣେ ଖେଳାଳି କହିଛନ୍ତି ଯେ ଏସୀୟ କ୍ରୀଡ଼ାରେ ଭାଗନେବାକୁ କୌଣସି ଆର୍ଥିକ ସହାୟତା କରାଯିବ ନାହିଁ ବୋଲି ମହାସଂଘ ସ୍ପଷ୍ଟ କରିଦେଇଛି। ଏଣୁ ଖେଳାଳିମାନଙ୍କୁ ନିଜ ପକେଟରୁ ବିମାନ ଭଡ଼ା ଓ ରହିଣି ଖର୍ଚ୍ଚ ବାବଦରେ ଦୈନିକ ୫୦ ଡଲାର ଯୋଗାଡ଼ କରିବାକୁ ପଡ଼ିବ। ଏହାକୁ ନେଇ ଖେଳାଳିମାନେ ପ୍ରତିବାଦ କରିବାରୁ ମହାସଂଘ ପକ୍ଷରୁ ଓଲଟି କୁହାଯାଇଥିଲା ଯେ ଚୟନ ଶିବିର ଆୟୋଜନ କରାଯାଇଥିବାରୁ ଖେଳାଳିମାନେ କୃତଜ୍ଞ ରହିବା ଉଚିତ।
drowning incident ଇବ ନଦୀରେ ବୁଡ଼ି ନାବାଳକ ସହ ୨ମୃତ
ଝାରସୁଗୁଡ଼ା: ଇବ୍ ନଦୀକୁ ଗାଧେଇବାକୁ ଯାଇଥିବା ବେଳେ ଅଘଟଣ ଘଟିଛି। ପାଣିରେ ବୁଡ଼ି ଜଣେ ନାବାଳକଙ୍କ ସମେତ ଦୁଇଜଣଙ୍କ ଜୀବନ ଯାଇଛି। ସୂଚନାନୁସାରେ, ଇବ ନଦୀର ବୁଢ଼ୀପଦର ଗାଆଁ ନିକଟର ନଦୀ ବନ୍ଧକୁ ଗାଧେଇ ବାକୁ ଯାଇଥିବା ବେଳେ ପାଣିରେ ଦୁଇ ଜଣ ଯୁବକ ପାଣିରେ ବୁଡ଼ିଯାଇଥିଲେ। ମୃତକମାନେ ହେଲେ ସଦର ଥାନା ଅଞ୍ଚଳର ପଙ୍କଜ କୁମାର ସାହୁ, (୨୧) ଅଭିରାମ ସାହୁ, (୧୬) । ପାଣି ବୁଡ଼ିଯିବା ପରେ ସ୍ଥାନୀୟ ଯୁବକ ମାନେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିଥିଲା। ହସ୍ପିଟାଲ୍ରେ ପହଞ୍ଚିବା ପରେ ମଧ୍ୟ ଡାକ୍ତର କିମ୍ବା କର୍ମଚାରୀମାନେ ଠିକଣା ସମୟରେ ଚିକିତ୍ସା କରିନଥିବା ମୃତକଙ୍କ ପରିବାର ବର୍ଗ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଚିକିତ୍ସାଳୟରେ ବେସ୍ କିଛି ସମୟ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା।
Vaibhav: ବୈଭବ ଦୈନିକ ୬୦୦୦ ବଲ୍ ଖେଳୁଥିଲେ
ପାଟଣା: ଆଇପିଏଲ୍ର ମାତ୍ର ଦୁଇଟି ଋତୁ ଖେଳିବା ପରେ ଭାରତୀୟ ଦଳରେ ଧସେଇ ପଶିଥିବା କିଶୋର ବ୍ୟାଟର୍ ବୈଭବ ସୂର୍ଯ୍ୟବଂଶୀ ଙ୍କ ଚର୍ଚ୍ଚା କମିବାର ନାଁ ଧରୁନାହିଁ। ତାଙ୍କ ପ୍ରଥମ ପ୍ରଶିକ୍ଷକ ମନୀଷ ଓଝା ଏବେ ଏକ ଚମକାଇ ଦେବା ଭଳି ତଥ୍ୟ ପଦାକୁ ଆଣିଛନ୍ତି। ବୈଭବ ଯେ ରାତାରାତି ଏଭଳି କରିସ୍ମା କରି ଦେଖାଉଛନ୍ତି ତା ନୁହେଁ। ଏହି ସ୍ତରରେ ପହଞ୍ଚିବାକୁ ବିଗତ ୫ ବର୍ଷ ହେବ କଠିନ ପରିଶ୍ରମ କରିଛନ୍ତି ସେ ଏବଂ ନିଷ୍ଠାର ସହ ଅଭ୍ୟାସ କରିଛନ୍ତି। ତାଙ୍କୁ ଯେତେବେଳେ ମାତ୍ର ୧୦ ବର୍ଷ ହୋଇଥିଲା ସେବେଠାରୁ ବୈଭବ ଅଭ୍ୟାସରେ ଦୈନିକ ୮ ଘଣ୍ଟା ବ୍ୟାଟିଂ କରୁଥିଲେ ଏବଂ ପ୍ରାୟ ୬୦୦୦ ବଲ୍ ସମ୍ମୁଖୀନ ହେଉଥିଲେ। ଥ୍ରୋ’ ଡାଉନ୍ ଓ ବୋଲିଂ ମେସିନ୍ର ସମ୍ମୁଖୀନ ହେଉଥିଲେ। ସକାଳ ୭.୩୦ରୁ ଆରମ୍ଭ କରି ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସେ ନିରଂତର ବ୍ୟାଟିଂ କରୁଥିଲେ । ଆହୁରି ପଢନ୍ତୁ: Maoists: ସୁନ୍ଦରଗଡ଼ କୁଲବାରେ ପୁଣି ସଶସ୍ତ୍ର ସନ୍ଦିଗ୍ଧ, ମାଓବାଦୀ ସନ୍ଦେହ ମୁଁ ବ୍ୟକ୍ତିଗତ ଭାବେ ଥ୍ରୋ’ଡାଉନ୍ କରାଏ, କ୍ଲାନ୍ତ ହୋଇଗଲେ ମୋ ସହଯୋଗୀ ଏହା ଜାରି ରଖନ୍ତି। ଶେଷରେ ବୋଲିଂ ସେମିନ୍ ବ୍ୟବହାର ହୁଏ ବୋଲି ମନୀଷ ପ୍ରକାଶ କରିଛନ୍ତି। ବୈଭବଙ୍କୁ ଗଢ଼ିବା ପଛରେ ତାଙ୍କ ପିତାମାତା ସଂଜୀବ ଓ ଆରତିଙ୍କ ଉଲ୍ଲେଖନୀୟ ତ୍ୟାଗ ଓ ଯୋଗଦାନ ରହିଛି। ସମସ୍ତିପୁରର ରାତି ୨ଟାରୁ ଉଠି ମା’ ଆରତି ୧୦/୧୫ ଜଣଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିଦିଅନ୍ତି। ବାପ-ପୁଅ ଅଢ଼େଇ ଘଣ୍ଟା ଯାତ୍ରା କରି ମୋ ଏକାଡେମୀରେ ପହଞ୍ଚିଥାନ୍ତି। ଏହା ଦିନେ ଅଧେ ନୁହେଁ ଦୈନିକ ଯାତ୍ରା ଥିଲା। ବାପ-ପୁଅଙ୍କ ସାଙ୍ଗରେ ସାଥୀ ବୋଲର୍ ବି ଆସୁଥିଲେ ବୈଭବଙ୍କୁ ବୋଲିଂ କରିବାକୁ। ସମସ୍ତଙ୍କ ପାଇଁ ତାଙ୍କ ମା’ ରୋଷେଇ କରିଦିଅନ୍ତି ବୋଲି ମନୀଷ ପ୍ରକାଶ କରିଛନ୍ତି। ଆହୁରି ପଢନ୍ତୁ: Share market: ଶ୍ରେଷ୍ଠ ୧୦ କମ୍ପାନିରୁ ୮ କମ୍ପାନିର ମୂଲ୍ୟ ୧.୯୦ ଲକ୍ଷ କୋଟି ବୃଦ୍ଧି ବ୍ୟକ୍ତିଗତ ଭାବେ ମୁଁ ବି ତାଙ୍କ ନିକଟରେ ଚିରଋଣି ରହିବି। କାରଣ ମୁଁ ସେତେ ଜଣାଶୁଣା ପ୍ରଶିକ୍ଷକ ନଥିଲେ ବି ବୈଭବଙ୍କ ପିତା ମୋ ଉପରେ ଭରସା କରିଥିଲେ। ଏବେ ବୈଭବଙ୍କ ଉତ୍ଥାନ ଦେଖି ଦେଶସାରା ପିତାମାତାମାନେ ନିଜ ପିଲାଙ୍କୁ କମ୍ ବୟସରୁ କ୍ରିକେଟ୍ ଶିଖାଇବାକୁ ଆଣୁଛନ୍ତି। ଆମ ଏକାଡେମୀକୁ ଏବେ ୫ ବର୍ଷର ପିଲାଙ୍କୁ ନେଇ ସେମାନଙ୍କ ବାପାମା’ ନାମଲେଖାଇବାକୁ ଧାଡ଼ି ଲଗାଇଲେଣି ବୋଲି ମନୀଷ ପ୍ରକାଶ କରିଥିଲେ।
ନୂଆଦିଲ୍ଲୀ: ଓମାନ ଉପକୂଳଠାରୁ ପାଖାପାଖି ୮୦ ନଟିକାଲ ମାଇଲ ଦୂର ଆରବ ସାଗର ରେ ରବିବାର ସକାଳେ ଭାରତୀୟ ପତାକା ବହନ କରୁଥିବା ମାଲବାହୀ ଜାହାଜ ‘ବିରାଟ-୧’ ଯାନ୍ତ୍ରିକ ତ୍ରୁଟି ଯୋଗୁ ବୁଡ଼ି ଯାଉଥିବାବେଳେ ଆମେରିକା ନୌସେନା ୧୪ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଉଦ୍ଧାର କରିଛି। ସାମୁଦ୍ରିକ ସୂତ୍ର ତଥା ଭାରତୀୟ ନୌସେନା ଅଧିକାରୀଙ୍କ ସୂଚନା ଅନୁସାରେ ରବିବାର ସକାଳେ ଓମାନର ରାସ୍ଅଲ ହଦଠାରୁ ପୂର୍ବ-ଦକ୍ଷିଣ-ପୂର୍ବରେ ଭାରତୀୟ ପତାକା ଥିବା ଜାହାଜରେ ହଠାତ୍ ପାଣି ଭରିବାକୁ ଲାଗିଥିଲା। ଜାହାଜରେ ହଠାତ୍ ବୁଡ଼ିବାକୁ ଲାଗିବାରୁ ନାବିକ ଦଳ ତୁରନ୍ତ ଜରୁରୀକାଳୀନ ବାର୍ତ୍ତା ଜାରି କରିଥିଲେ। ଜାହାଜରେ ଥିବା ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି। ଜାହାଜର ପୁରୁଣା କାଠ ଢାଞ୍ଚାରେ ପାଣି ଭର୍ତ୍ତି ହେବା ଯୋଗୁ ଜାହାଜଟି ସ୍ବଳ୍ପ ସମୟରେ ବୁଡ଼ି ଯିବା ଆଶଙ୍କା ଦେଖାଯାଇଥିଲା। ଆହୁରି ପଢନ୍ତୁ: Share market: ଶ୍ରେଷ୍ଠ ୧୦ କମ୍ପାନିରୁ ୮ କମ୍ପାନିର ମୂଲ୍ୟ ୧.୯୦ ଲକ୍ଷ କୋଟି ବୃଦ୍ଧି ତେବେ ଆମେରିକା ନୌସେନାର ଅତ୍ୟାଧୁନିକ ପି-୮ ସାମୁଦ୍ରିକ ପାଟ୍ରୋଲ୍ ବିମାନ ତୁରନ୍ତ ସହାୟତା ପାଇଁ ପହଞ୍ଚି ଥିଲା। ପାଇଲଟ ନାବିକଙ୍କୁ ଉଦ୍ଧାର କରିବାକୁ ଏକ ଲାଇଫ୍ ରାଫ୍ଟକୁ ନାବିକଙ୍କ ନିକଟରେ ପକାଇଥିଲା, ଯେଉଁଥିରେ ସମସ୍ତ ନାବିକ ସୁରକ୍ଷିତ ଭାବେ ଯାତ୍ରା କରିଥିଲେ। ସୂତ୍ରଗୁଡ଼ିକ ଆହୁରି କହିଛନ୍ତି ଯେ, ଏମଭି ଜାବାଲ ଅଲି ୯କୁ ଆମେରିକୀୟ ନୌସେନାର ପି୮ ଦ୍ୱାରା ସହାୟତା ପ୍ରଦାନ କରିବାକୁ ଅନୁରୋଧ କରାଯାଇଥିଲା ଓ ଏହା ବର୍ତ୍ତମାନ ଧଉ ନିକଟବର୍ତ୍ତୀ ଅଞ୍ଚଳରେ ଅଛି। ଓମାନରେ ଥିବା ଭାରତୀୟ ଦୂତାବାସ କହିଛି ଯେ, ଏହା ଓମାନ ଉପକୂଳରେ ଭାରତୀୟ ପତାକାଯୁକ୍ତ ଯାନ୍ତ୍ରିକ ନୌଜାହାଜ ସହିତ ଜଡିତ ଏକ ଘଟଣା ବିଷୟରେ ଜାଣିବାକୁ ପାଇଛି ଓ ଓମାନ କର୍ତ୍ତୃପକ୍ଷଙ୍କ ସହ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟରେ ସମନ୍ୱୟ କରାଯାଉଛି। ଏକ ପୃଥକ ପୋଷ୍ଟରେ, ଦୂତାବାସ କହିଛି ଯେ, ଜାହାଜଟିର ଇଞ୍ଜିନ ଫେଲ୍ ହୋଇଥିଲା। ଫଳରେ ନାବିକମାନଙ୍କୁ ସୁରକ୍ଷିତ ଭାବରେ ଏକ ଲାଇଫ ରାଫ୍ଟକୁ ସ୍ଥାନାନ୍ତରିତ କରାଯାଇଥିଲା। ଓମାନି କର୍ତ୍ତୃପକ୍ଷଙ୍କ ସମନ୍ୱୟରେ ନିକଟରେ ଥିବା ଜାହାଜ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
Kala Baishakhi ରାୟଗଡ଼ାରେ କାଳବୈଶାଖି, ବ୍ୟାପକ କ୍ଷୟକ୍ଷତି, ଜଣେ ଆହତ
ରାୟଗଡ଼ା(ଶିବ ପ୍ରସାଦ ଦୋରା): ଆଜି (ରବିବାର) ମଧ୍ୟାହ୍ନରେ ରାୟଗଡ଼ା ସହର ଓ ଏହାର ଆଖପାଖ ଅଞ୍ଚଳରେ କାଳବୈଶାଖି ଜନିତ ପ୍ରବଳ ବର୍ଷା ଓ ପବନ ହୋଇଛି। ଏହାର ପ୍ରଭାବରେ ଏକାଧିକ ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା, ଗଛ ଉପୁଡିବା ସହ ଜଣେ ୧୦ମ ଶ୍ରେଣୀର ଛାତ୍ର ଗୁରତର ହୋଇଥିବା ଜଣାପଡିଛି । ଆହାତ ଛାତ୍ର ଜଣଙ୍କ ହେଳେ ଜଗାଗୁଡା ଗ୍ରାମର ରମେଶ କଣ୍ଡାଗିରି । ସୂଚନାନୁସାରେ, ରମେଶ ନଦୀକୁ ଗାଧେଇବାକୁ ଯାଇ ଫେରିବା ସମୟରେ ପ୍ରବଳ ପବନ ହୋଇଥିଲା । ଏଣୁ ସେ ଗଛ ତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ଗଛଟି ଉପୁଡ଼ି ପଡ଼ିଯାଇଥିଲା। ତାଙ୍କର ଅଣ୍ଟାରେ ଗୁରୁତ୍ତର ଆଘାତ ଲାଗିଛି । ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା । ରାୟଗଡା ସହରରେ ମଧ୍ୟ ପ୍ରାୟ ଏକ ଘଣ୍ଟା ଧରି ପବନ, ବର୍ଷା ସହିତ ବଜ୍ରପାତ ହୋଇଥିଲା। ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା। ଏଥିସହ ରାୟଗଡ଼ା ସହରରେ ବର୍ଷା ପାଣି ରାସ୍ତା ଉପରେ ପ୍ରବାହିତ ହୋଇ କିଛି ସମୟ ପାଇଁ ଯାତାୟତ ସମସ୍ୟା ସୃଷ୍ଟି ହୋଇଥିଲା। କିଛି ଖାଲୁଆ ଅଞ୍ଚଳରେ ଲୋକଙ୍କ ଘର ଭିତରେ ଡ୍ରେନ ପାଣି ପ୍ରବେଶ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏପରିକି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ବର୍ଷାାଜଳ ନିଷ୍କାସନ ହୋଇନପାରି କିଛି ସମୟ ପାଇଁ କୁତ୍ରିମ ହ୍ରଦ ଭଳି ସ୍ଥିତ ସୃଷ୍ଟି ହୋଇଥିଲା। ନେହେରୁ ନଗର, ଉତ୍କଳମଣି ନଗର, ନିଉ କୋଲୋନୀ, ଅଣ୍ଟାରିଗୁଡା, ରୟତ କଲୋନୀ ଠାରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଥିଲା । ରାୟଗଡ଼ା ବ୍ଲକ ତାଡମା ପଞ୍ଚାୟତ ଚିନ୍ତାଲଗୁଡା ଠାରେ ଏକ ବଡ ତେନ୍ତୁଳି ଗଛ ଉପୁଡ଼ି ପଡି ବାଇପାସ୍ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । କାଳବୈଶାଖି ପ୍ରଭାବରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ବିଭ୍ରାଟ ମଧ୍ୟ ହୋଇଛି । ଏହା ସହ ଗୁରୁମଗୁଡା ଗ୍ରାମରେ ଗୋଟିଏ ଘରର ଛପର ଉଡିଯାଇଥିବା ବେଳେ ୨ଟି ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯାଇଛି । ଅନ୍ୟ କିଛି ଗାଁରେ ମଧ୍ୟ କାଳବୈଶାଖୀ ପ୍ରଭାବରେ କ୍ଷୟକ୍ଷତି ହୋଇଛି। ଅଗ୍ନିଶମ ବିଭାଗ ଏବଂ ବିଦ୍ୟୁତ ବିଭାଗ ପ୍ରଭାବିତ ଅଞ୍ଚଳକୁ ଯାଇ ରାସ୍ତା ଅବରୋଧ ହଟାଇବା ସହ ବିଦ୍ୟୁତ ତାର ମରାମତି କାର୍ଯ୍ୟ ତ୍ବରାନ୍ବୀତ କରୁଥିବା ସୂଚନାରୁ ଜଣାପଡିଛି ।
Maoists: ସୁନ୍ଦରଗଡ଼ କୁଲବାରେ ପୁଣି ସଶସ୍ତ୍ର ସନ୍ଦିଗ୍ଧ, ମାଓବାଦୀ ସନ୍ଦେହ
ସୁନ୍ଦରଗଡ଼ (ଡମ୍ବରୁଧର ନାୟକ): ୩ ଦିନ ତଳେ ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଦେଓଭୁବନପୁର ପଞ୍ଚାୟତ ଜଙ୍ଗଲ ସୀମାନ୍ତ ଗାଁଗୁଡ଼ିକରେ ରାତିରେ କିଛି ସନ୍ଦିଗ୍ଧ ବ୍ୟକ୍ତି ପଶି ଆସିଥିବା ଦେଖାଯାଇଥିଲା। ଶନିବାର ସେହି ଥାନା ଅଞ୍ଚଳ କୁଲବା ଜଙ୍ଗଲରେ ପୁଣି ସଶସ୍ତ୍ର ସନ୍ଦିଗ୍ଧଙ୍କୁ ଦେଖିଛନ୍ତି ଲୋକେ। ସେମାନେ କୁଲବା ନିକଟ ଲୁଆସପଡ଼ା ଗାଁକୁ ପଶି କିଛି ସମୟ ରହିବା ପରେ ଜଙ୍ଗଲ ଭିତରକୁ ଚାଲି ଯାଇଥିବା କହାଯାଉଛି। କୌଣସି ଅଜଣା ଭାଷାରେ ସେମାନେ କଥାବାର୍ତ୍ତା ହେଉଥିବାବେଳେ କଳାରଙ୍ଗର ପୋଷାକ ପିନ୍ଧିଥିବା ଓ ପିଠିରେ ବଡ଼ ବ୍ୟାଗ ବୋହିଥିବା ଲୋକେ କହିଛନ୍ତି। ଏ ସୂଚନା ପାଇବା ପରେ ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ କୌରଙ୍କ ନିର୍ଦେଶରେ ପୁଲିସ ଓ ବନବିଭାଗର ମିଳିତ ଟିମ୍ ଜିଲ୍ଲା ସ୍ବେଚ୍ଛାସେବୀ ସୁରକ୍ଷା ବାହିନୀ (ଡିଭିଏଫ୍) ସହ କୁଲବା ଜଙ୍ଗଲରେ ପହଞ୍ଚି ତନାଘନା ଚଳାଇଛନ୍ତି। ନକ୍ସଲଙ୍କୁ ଠାବ କରୁଥିବା ସ୍ବତନ୍ତ୍ର ଶକ୍ତିଶାଳୀ ୩ଟି ଡ୍ରୋନ୍ ସହାୟତାରେ ସନ୍ଦିଗ୍ଧଙ୍କୁ ଖୋଜାଚାଲିଛି। ଏ ସନ୍ଦିଗ୍ଧମାନେ କିଏ ଓ କାହିଁକି ସେ ଜଙ୍ଗଲରୁ ଏ ଜଙ୍ଗଲ, ସେ ଗାଁରୁ ଏ ଗାଁକୁ ବୁଲୁଛନ୍ତି ତାହା ଅନ୍ଧାରରେ ଥିବାବେଳେ ମାଓବାଦୀ ସନ୍ଦେହରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ପୁଲିସ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ହୋଇଛି। କିଛି ଦିନ ତଳେ ମଧ୍ୟରାତ୍ରରେ କିଞ୍ଜିରକେଲା ଥାନା ଦେଓଭୁବନପୁର ପଞ୍ଚାୟତ ଚିନୁଟୁଙ୍ଗୁରି, ବାଘଲତା ଜଙ୍ଗଲ ସନ୍ନିକଟ ଗାଁ କଛାରଯୋରରେ ୨ ଜଣ ସନ୍ଦିଗ୍ଧଙ୍କୁ ଦେଖିବାକୁ ମିଳିଥିଲା। ଦ୍ରୁତଗତିରେ ଦୁହେଁ ଗାଁ ଭିତରେ ପଶି ଜଣକ ଘର ଆଗରେ କିଛି ସମୟ ଠିଆ ହୋଇ ଚାଲି ଯାଇଥିଲେ। ସେହି ରାତିରେ ଡଙ୍ଗରାମୁଣ୍ଡାରେ ମଧ୍ୟ ସେମାନଙ୍କୁ ଜଣେ ଯୁବକ ପରିସ୍ରା କରିବାକୁ ବାହାରିଥିବାବେଳେ ଦେଖି ଭୟରେ ଘରେ ପଶି ଯାଇଥିଲେ। ୯ ତାରିଖ ରାତିରେ କଚ୍ଛାରଯୋରରେ ପୁଣି ୨ ଜଣଙ୍କୁ ଦେଖିଥିଲେ ଜଣେ ମହିଳା ଓ ଜଣେ ଯୁବକ। ସନ୍ଦିଗ୍ଧ ବ୍ୟକ୍ତିମାନେ ଏକ ଘର ଛାତ ଉପରେ ଚଢ଼ି କିଛି ସମୟ ବସିଥିଲେ। ପରେ ଓହ୍ଲାଇ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ। ଗାଁ ଯୁବକ ଟର୍ଚ୍ଚ ଲାଇଟ୍ ପକାଇ ସେମାନଙ୍କୁ ଦେଖିଥିଲେ। ସନ୍ଦିଗ୍ଧ ଯୁବକମାନେ କୋବ୍ରା ପୋଷାକ ପିନ୍ଧିଥିବାବେଳେ ପିଠିରେ ବଡ଼ ବ୍ୟାଗ ବୋହିଥିଲେ ବୋଲି ତାଙ୍କୁ ଦେଖିଥିବା ଯୁବକଜଣକ କହିଥିଲେ। ଆହୁରି ପଢ଼ନ୍ତୁ: Maoist: କୁଖ୍ୟାତ ମାଓବାଦୀ ମୁକେଶ ଗଞ୍ଜୁ ଗିରଫ ଏହା ପରେ ୧୧ ତାରିଖରେ କିଞ୍ଜିରକେଲା ଥାନା ଅଧିକାରୀ ଅନୀଲ ସାମଲଙ୍କ ନେତୃତ୍ବରେ ୨୦ ଜଣିଆ ସଶସ୍ତ୍ର ଡିଭିଏଫ୍ କଛାରଯୋର, ଟାଙ୍ଗରଯୋର, ଧୁବେନଦାଣ୍ଡ, ଡଙ୍ଗରାମୁଣ୍ଡା ଗାଁକୁ ଯାଇ ଲୋକଙ୍କୁ ସନ୍ଦିଗ୍ଧଙ୍କ ସମ୍ପର୍କରେ ପଚରାଉଚରା କରିଥିଲେ। ସୁନ୍ଦରଗଡ଼ ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ କୌରଙ୍କ ନିର୍ଦେଶରେ ପୁଲିସ ଓ ଜିଲ୍ଲା ସ୍ବେଚ୍ଛାସେବୀ ସୁରକ୍ଷା ବଳ (ଡିଭିଏଫ୍) ୨ ଦିନ ହେଲା ତନାଘନା ଚଳାଇଛନ୍ତି। ଗୁରୁବାର ସକାଳୁ କିଞ୍ଜିରକେଲା ଥାନା ଅଧିକାରୀ ଅନୀଲ ସାମଲଙ୍କ ନେତୃତ୍ବରେ ୨୦ ଜଣିଆ ସଶସ୍ତ୍ର ଡିଭିଏଫ୍ କଛାରଯୋର, ଟାଙ୍ଗରଯୋର, ଧୁବେନଦାଣ୍ଡ, ଡଙ୍ଗରାମୁଣ୍ଡା ଗାଁକୁ ଯାଇ ଲୋକଙ୍କୁ ସନ୍ଦିଗ୍ଧଙ୍କ ସମ୍ପର୍କରେ ପଚରାଉଚରା କରିଥିଲେ। କିନ୍ତୁ ସନ୍ଦିଗ୍ଧଙ୍କ ସମ୍ପର୍କରେ କୌଣସି ଠୋସ୍ ପ୍ରମାଣ ମିଳି ପାରି ନଥିଲା। ଉଲ୍ଲେଖଯୋଗ୍ୟ, ଛତିଶଗଡ଼, ଝାଡ଼ଖଣ୍ଡ ଜଙ୍ଗଲରେ ମାଓଦମନ ଅଭିଯାନ ଜୋରଦାର ହୋଇଥିବା ଓ ଅନେକ ମାଓବାଦୀ ଆତ୍ମସମର୍ପଣ କରିଥିବାବେଳେ ଆଉ କିଛି ମାଓବାଦୀ ଲୁଚି ଏ ଅଞ୍ଚଳକୁ ପଳାଇ ଆସିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବାବେଳେ ଜଙ୍ଗଲ ନିକଟ ଗାଁ ଲୋକଙ୍କ ନିଦ ହଜି ଯାଇଛି।
Share market: ଶ୍ରେଷ୍ଠ ୧୦ କମ୍ପାନିରୁ ୮ କମ୍ପାନିର ମୂଲ୍ୟ ୧.୯୦ ଲକ୍ଷ କୋଟି ବୃଦ୍ଧି
ମୁମ୍ବାଇ: ଗତ ସପ୍ତାହରେ ଷ୍ଟକ୍ ବଜାର ରେ ବୃଦ୍ଧି ଯୋଗୁଁ ଦେଶର ଶ୍ରେଷ୍ଠ ୧୦ କମ୍ପାନିରୁ ୮ କମ୍ପାନିର ମୂଲ୍ୟ ୧.୯୦ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି। ଏଥିରେ ଘରୋଇ କ୍ଷେତ୍ରର ଆଇସିଆଇସିଆଇ ବ୍ୟାଙ୍କ ସବୁଠୁ ଅଧିକ ଲାଭ ସହିତ ଏହି ତାଲିକାରେ ସବୁଠୁ ଉପରେ ରହିଛି। ଆଇସିଆଇସିଆଇ ବ୍ୟାଙ୍କର ମୂଲ୍ୟ ସବୁଠୁ ଅଧିକ ୫୬,୨୨୩ କୋଟି ଟଙ୍କା ବୃଦ୍ଧି ପାଇ ମୋଟ ୯.୬୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏଚଡିଏଫ୍ସି ବ୍ୟାଙ୍କର ବଜାର ପୁଞ୍ଜି ୩୮,୫୭୧ କୋଟି ବୃଦ୍ଧି ପାଇ ୧୧.୮୯ ଳକ୍ଷ କୋଟିରେ ପହଞ୍ଚିଛି। ଏହାବ୍ୟତୀତ ଏସବିଆଇ, ବଜାଜ ଫାଇନାନ୍ସ, ଭାରତୀ ଏୟାରଟେଲ, ଲାର୍ସନ ଆଣ୍ଡ ଟୁବ୍ରୋ, ହିନ୍ଦୁସ୍ତାନ ୟୁନିଲିଭର ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବଜାର ମୂଲ୍ୟ ବୃଦ୍ଧି ପାଇଛି। ତେବେ ଗତ ସପ୍ତାହରେ ଟିସିଏସ୍ ଓ ଏଲଆଇସିର ବଜାର ମୂଲ୍ୟ ହ୍ରାସ ପାଇଛି। ଗତ ସପ୍ତାହର ମୂଲ୍ୟାଙ୍କନ ଦୃଷ୍ଟିରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ତାଲିକାର ଶୀର୍ଷରେ ରହିଛି। ଆହୁରି ପଢ଼ନ୍ତୁ: Tata: ଟାଟା ସନ୍ସକୁ ଷ୍ଟକ୍ ବଜାରରେ ତାଲିକାଭୁକ୍ତ କରିବା ଲାଗି ଉଦ୍ୟମ ଆରମ୍ଭ ଏହାପରେ ଏଚଡିଏଫସି ବ୍ୟାଙ୍କ, ଭାରତୀ ଏୟାରଟେଲ୍, ଆଇସିଆଇସିଆଇ ବ୍ୟାଙ୍କ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଟିସିଏସ୍, ବଜାଜ ଫାଇନାନ୍ସ, ଲାର୍ସନ୍ ଆଣ୍ଡ୍ ଟୁବ୍ରୋ, ହିନ୍ଦୁସ୍ତାନ ୟୁନିଲିଭର ଓ ଏଲଆଇସି ରହିଛନ୍ତି। ଗତ ସପ୍ତାହରେ ସେନସେକ୍ସ ୧୨୮୪.୬୧ (୧.୭୩%) ପଏଣ୍ଟ ଓ ନିଫ୍ଟି ୨୫୬.୨ (୧%) ପଏଣ୍ଟ ବୃଦ୍ଧି ପାଇଥିଲା। ଶୁକ୍ରବାର ସେନସେକ୍ସ ୧୬୯୫ ପଏଣ୍ଟ ବୃଦ୍ଧି ପାଇ ୭୫,୫୨୭ରେ ବନ୍ଦ ହୋଇଥିଲା, ନିଫ୍ଟି ୪୬୧ ପଏଣ୍ଟ ବୃଦ୍ଧି ପାଇ ୨୩,୬୨୨ରେ ପହଞ୍ଚିଥିଲା।
Arrest: ବଞ୍ଜି ଜମ୍ପିଂବେଳେ ରସି ନ ବାନ୍ଧି ଯୁବତୀଙ୍କୁ ତଳକୁ ଫିଙ୍ଗିଲେ; ୬ ଗିରଫ
ସାଓ ପାଓଲୋ: ବ୍ରାଜିଲ ର ସାଓ ପାଓଲୋ ରାଜ୍ୟରେ ଏକ ବଞ୍ଜି ଜମ୍ପିଂ ଦୁର୍ଘଟଣାରେ ଜଣେ ୨୧ ବର୍ଷୀୟ ଯୁବତୀଙ୍କର ମୃତ୍ୟୁ ଘଟିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, କର୍ମଚାରୀମାନେ ତାଙ୍କୁ ସୁରକ୍ଷା ରଶି ନ ଲଗାଇ ଏକ ବ୍ରିଜରୁ ଡେଇଁବାକୁ ଅନୁମତି ଦେଇଥିଲେ, ଯାହା ଫଳରେ ସେ ୧୩୦ ଫୁଟରୁ ଅଧିକ ଗଭୀରତାରେ ଖସି ପଡ଼ିଥିଲେ। ପୁଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରି ୬ ଜଣଙ୍କୁ ଗିରଫ କରିଛି। ମୃତ ମହିଳାଙ୍କ ନାମ ମାରିଆ ଏଡୁଆର୍ଡା ରୋଡ୍ରିଗ୍ସ ଡି ଫ୍ରେଇଟାସ୍ ବୋଲି ଚିହ୍ନଟ କରାଯାଇଛି। ସେ ଏକ ଘରୋଇ କମ୍ପାନି ଦ୍ୱାରା ଆୟୋଜିତ ଏକ ବଞ୍ଜି ଜମ୍ପିଂ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆସିଥିଲେ। ସ୍କେଲେଟନ୍ ବ୍ରିଜରେ ଏହି ଦୁର୍ଘଟଣା ଘଟିଥିଲା। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ, କର୍ମଚାରୀମାନେ ଯୁବତୀଙ୍କୁ ସେତୁର ଧାରକୁ ବୋହି ନେଉଥିବା ଓ ତାଙ୍କୁ ତଳେ ପଡ଼ିବାକୁ ଦେଉଥିବାର ଦେଖିବାକୁ ମିଳୁଛି। ଯେତେବେଳେ ସେ ପଡ଼ିବାକୁ ଆରମ୍ଭ କରନ୍ତି ଦେଖଣାହାରୀମାନେ ଜାଣିପାରନ୍ତି ଯେ, ସେ ସୁରକ୍ଷା ରଶି ପିନ୍ଧି ନାହାନ୍ତି। ଆହୁରି ପଢ଼ନ୍ତୁ: Disability Pension: ୮୦ % ଦିବ୍ୟାଙ୍ଗ ଯୁବତୀଙ୍କୁ ମିଳୁନି ଭିନ୍ନକ୍ଷମ ଭତ୍ତା ଭିଡିଓରେ ଅନେକ ଲୋକ ‘ଦଉଡ଼ି... ଦଉଡ଼ି...’ ବୋଲି ଚିତ୍କାର କରୁଥିବାର ଶୁଣିବାକୁ ମିଳୁଛି, କିନ୍ତୁ ସେତେବେଳେ ବହୁତ ଡେରି ହୋଇଯାଇଥିଲା ଓ ଯୁବତୀ ଜଣକ ଗଭୀର ଖାତରେ ପଡ଼ିଯାଇଥିଲେ। ଘଟଣା ପରେ ପୁଲିସ ଘଟଣାସ୍ଥଳରେ ଛଅ ଜଣଙ୍କୁ ଗିରଫ କରିଛି। ଦୁର୍ଘଟଣାର କିଛି ସମୟ ପୂର୍ବରୁ ମାରିଆ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଡେଇଁବା ସ୍ଥାନର ଫଟୋ ସେୟାର କରିଥିଲେ। ଏହି ଦୁର୍ଘଟଣା ପରେ ଦୁଃସାହସିକ ପର୍ଯ୍ୟଟନ ସ୍ଥଳଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠିଛି।
Maoist: ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
ରାୟଗଡ଼ା (ଶିବ ପ୍ରସାଦ ଦୋରା): ରାୟଗଡା ଜିଲ୍ଲା ଆମ୍ବଦଳା ଥାନା ଅନ୍ତର୍ଗତ ଢେପାଗୁଡା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ବନ୍ଧୁକ, ଗୁଳି ଓ ବିପୁଳ ପରିମାଣର ମାଓ ସାମଗ୍ରୀ ରାୟଗଡା ପୁଲିସ ଜବତ କରିଛି। ଆଜି ଜିଲ୍ଲା ପୁଲିସ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ରାୟଗଡା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି। ଜିଲ୍ଲାରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ପଚରାଉଚରା ସମୟରେ ମିଳିଥିବା ତଥ୍ୟ ଅନୁଯାୟୀ ଆମ୍ବଦଳା ଥାନା ଅନ୍ତର୍ଗତ ଜଗଦଲପୁର ଆଉଟ ପୋଷ୍ଟ ଅଞ୍ଚଳରେ ୧୩ ଜୁନରେ ବଡ଼ ସର୍ଚ୍ଚ ଅପରେସନ୍ କରାଯାଇ ଏକ ଗୁପ୍ତ ଡମ୍ପରୁ ବିଭିନ୍ନ ପ୍ରକାର ମାଓ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଥିଲା। ଡିଭିଏଫ ଓ ଏସଓଜି ଯବାନଙ୍କ ମିଳିତ ଉଦ୍ୟମରେ କମ୍ବିଂ ଅଭିଯାନ କରିବା ସମୟରେ ଠାବ ହୋଇଥିଲା। ଜିଲ୍ଲା ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସମ୍ଭାବ୍ୟ ଆଇଇଡି ଓ ବିସ୍ଫୋରକ ଖୋଜିବା ପାଇଁ ସତର୍କତାମୂଳକ ସନ୍ଧାନ କରିଥିଲେ ବୋଲି ଏସପି ରାଜ୍ ପ୍ରସାଦ ପ୍ରକାଶ କରିଛନ୍ତି। ଉଦ୍ଧାର ମାଓ ସାମଗ୍ରୀ ମଧ୍ୟରେ ଗୋଟି, ଥ୍ରୀ ନଟ ଥ୍ରୀ ରାଇଫଲ, ୩୭ ରାଉଣ୍ଡ ଅଫୁଟା ଗୁଳି,ଖାଲି ଥିବା ୧୨ଟି ବୋର କାର୍ଟ୍ରିଜ, ଗୋଟିଏ ମାଗାଜିନ, ୮ ମିଟର ତାର, ପ୍ରାୟ ୫୦ଗ୍ରାମ ଗନ ପାଉଡ଼ର, ୫ବଣ୍ଡଲ କୋଡେକ୍ସ ତାର,ମାଓବାଦୀ ପୁସ୍ତକ ସହ ବ୍ୟକ୍ତିଗତ ଭାବେ ବ୍ୟବହାର କରୁଥିବା ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲେ। ଆହୁରି ପଢ଼ନ୍ତୁ: Suspected Maoists ସୁନ୍ଦରଗଡ଼ ସୀମାନ୍ତ ଗାଁରେ ବୁଲୁଛନ୍ତି ସନ୍ଦିଗ୍ଧ ମାଓବାଦୀ! ବର୍ତ୍ତମାନ ଜିଲ୍ଲାରେ ମାଓ ଗତିବିଧି ନଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ କମ୍ବିଂ ଓ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଜାନୁଆରି ୨୦୨୫ରୁ ୩୧ ମାର୍ଚ୍ଚ ୨୦୨୬ ମଧ୍ୟରେ ମାଓ ସଂଗଠନର ରାଜ୍ୟ କମିଟି ସଦସ୍ୟ ନିଖିଲ ଓ ଇନ୍ଦୁଙ୍କ ସହିତ ମୋଟ ୧୫ ଜଣ ମାଓବାଦୀ ରାୟଗଡା ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଭବିଷ୍ୟତରେ ମାଓ କାର୍ଯ୍ୟକଳାପକୁ ରୋକିବା ପାଇଁ ଏସଓଜି , ଡିଭିଏଫ ଓ ସିଆରପିଏଫ ପକ୍ଷରୁ ଜିଲ୍ଲାର ଜଙ୍ଗଲ ଅଞ୍ଚଳରେ ନିୟମିତ ଭାବରେ କମ୍ବିଂ ଏବଂ ସର୍ଚ୍ଚ ଅପରେସନ୍ ଜାରି ରହିବ ବୋଲି ଏସପି ରାଜ୍ ପ୍ରସାଦ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଏସ୍ଡ଼ିପିଓ ଗୌରହରୀ ସାହୁ, ଡିଆଇଓସି ଆସିଷ୍ଟାଣ୍ଟ କାମାଣ୍ଡେଣ୍ଟ ଲକ୍ଷ୍ମୀ ନାରାୟଣ ମାଝୀ, ଏସଆଇ ଦିନେଶ କହଁରଙ୍କ ସମେତ ଇନ୍ସପେକ୍ଟର ଅବିନାଶ ରେଡ୍ଡୀ, ଆରଆଇ କବିବର ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ।
ISKCON Supporters Hit Back at Unitmely Ratha Yatra Critics With Abuse and Insults
Under bright summer skies and the familiar beats of kirtan, ISKCON New York rolled out its 50th Rath Yatra on June 13. The towering chariot carrying Lord Jagannath, Balabhadra, and Devi Subhadra moved through Brooklyn streets, drawing hundreds of devotees and curious onlookers in what has become a cherished annual tradition for the temple over […] The post ISKCON Supporters Hit Back at Unitmely Ratha Yatra Critics With Abuse and Insults appeared first on Pragativadi I Latest Odisha News in English I Breaking News .
Cocktail 2 Receives A Certificate from CBFC Ahead of Release; First Adult-Rated Film for Kriti Sanon
The much-awaited romantic drama Cocktail 2, starring Shahid Kapoor, Kriti Sanon, and Rashmika Mandanna, has received an ‘A’ (Adults Only) certificate from the Central Board of Film Certification (CBFC) ahead of its theatrical release on June 19, 2026. Directed by Homi Adajania, the film serves as a spiritual successor to the 2012 hit Cocktail, which […] The post Cocktail 2 Receives A Certificate from CBFC Ahead of Release; First Adult-Rated Film for Kriti Sanon appeared first on Pragativadi I Latest Odisha News in English I Breaking News .
SayoniGhosh: ସଠିକ୍ ସମୟରେ ଜବାବ ଦେବି: ସାୟୋନି ଘୋଷ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀ ଙ୍କ ବିରୋଧରେ ବିଦ୍ରୋହ କରିଥିବା ସାଂସଦଙ୍କ ମଧ୍ୟରେ ଥିବା ଯାଦବପୁର ସାଂସଦ ସାୟୋନି ଘୋଷ ରବିବାର ପ୍ରଥମ ଥର ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ଦିଲ୍ଲୀ ବିମାନବନ୍ଦରରେ ସାୟୋନି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ, ସଠିକ୍ ସମୟ ଆସିଲେ ଏହି ପ୍ରସଙ୍ଗରେ ଜବାବ ରଖିବି। ସାମ୍ବାଦିକଙ୍କୁ ନୁହେଁ, ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଜବାବ ଦେବେ ବୋଲି ସାୟୋନି କହିଛନ୍ତି। ସାୟୋନିଙ୍କ ବ୍ୟତୀତ କାକଳି ଘୋଷ ଦସ୍ତିଦାରଙ୍କ ନେତୃତ୍ବରେ ଅନେକ ସାଂସଦ ବିଦ୍ରୋହ କରି ନିଜର ଅନ୍ୟ ଏକ ଗୋଷ୍ଠୀ ଗଠନ କରିଛନ୍ତି। ଲୋକସଭାରେ ଟିଏମ୍ସିର ୨୮ ସାଂସଦ ଥିବାବେଳେ ପାଖାପାଖି ୨୦ ଜଣ ସାଂସଦ ଅଲଗା ହୋଇଯିବା ଆଶଙ୍କା ଦେଖାଯାଇଛି। ଆହୁରି ପଢନ୍ତୁ: Iran: ପରମାଣୁ ଅସ୍ତ୍ର ନିର୍ମାଣରୁ ବିରତ ରହିବ ତେହେରାନ, ଶୀଘ୍ର ସ୍ୱାକ୍ଷରିତ ହେବ ଚୁକ୍ତି, ଆମେରିକା-ଇରାନ ମଧ୍ୟରେ ବଡ଼ ବୁଝାମଣା ସାୟୋନି ରବିବାର ଦିଲ୍ଲୀରେ ପହଞ୍ଚି ଥିଲେ। ବିମାନବନ୍ଦରରେ ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତାବେଳେ ସାୟୋନି ଘୋଷ ଏହି ପ୍ରସଙ୍ଗରେ କୌଣସି ଟିପ୍ପଣୀ ଦେବାକୁ ମନା କରିଦେଇଥିଲେ। ଟିଏମ୍ସିର ବିଦ୍ରୋହୀ ସାଂସଦ ଓ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇପାରେ। ବୈଠକରେ ନିମ୍ନ ସଦନରେ ଟିଏମ୍ସି ସାଂସଦ ସଂସଦରେ ଅଲଗା ହୋଇ ବସିବାକୁ ଦାବି କରିପାରନ୍ତି। ଟିଏମ୍ସି ବିଦ୍ରୋହୀ ସାଂସଦ ଏନ୍ଡିଏକୁ ସମର୍ଥନ କରିବାକୁ କହିଛନ୍ତି। ସାୟୋନିଙ୍କ ବିଦ୍ରୋହ ପରେ ମମତା ବାନାର୍ଜୀ ତାଙ୍କୁ ଯୁବ ତୃଣମୂଳ କଂଗ୍ରେସ ଅଧ୍ୟକ୍ଷ ପଦରୁ ହଟେଇ ଦେଇଛନ୍ତି। ତାଙ୍କ ସ୍ଥାନରେ ଯୁବ ନେତା ଅର୍ଣ୍ଣବ ବାନାର୍ଜୀଙ୍କୁ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ସେହିପରି ମହିଳା କଂଗ୍ରେସ ଅଧ୍ୟକ୍ଷ ପଦରୁ କୋଲକାତା ଦକ୍ଷିଣର ସାଂସଦ ମାଲା ରାୟଙ୍କୁ ହଟେଇ ଦିଆଯାଇ ତାଙ୍କ ସ୍ଥାନରେ ନଦିଆ ଜିଲ୍ଲାର କାଲିଗଞ୍ଜ ବିଧାୟିକା ଅଲିଫା ଅହମଦଙ୍କୁ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ମାଲା ରାୟ ମଧ୍ୟ ବିଦ୍ରୋହୀ ସାଂସଦଙ୍କ ଗୋଷ୍ଠୀରେ ସାମିଲ ଅଛନ୍ତି।
Actor and television personality Kunickaa Sadanand has joined the ongoing discussion surrounding the viral ₹370 biryani controversy, using the moment to highlight broader issues of consent, personal autonomy, and social attitudes in relationships. The controversy erupted after comments made by an audience member during a crowd-work segment at comedian Pranit More’s show sparked widespread criticism […] The post ‘Dinner Doesn’t Buy Rights’: Kunickaa Sadanand Weighs In on Rs 370 Biryani Controversy, Calls for Respect and Consent appeared first on Pragativadi I Latest Odisha News in English I Breaking News .
Murder: ବାପା-ମା’ଙ୍କର ଗଳା କାଟିଦେଲା ପୁଅ, ଅଭିଯକ୍ତ ଗିରଫ
ବାଲିକୁଦା: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଅଳାଭର ପଞ୍ଚାୟତ ତେରତାଙ୍ଗ ଗ୍ରାମରେ ସମ୍ପତ୍ତି ବିବାଦକୁ ନେଇ ପୁଅ ନିଜର ପିତା ଓ ସାବତ ମା’ଙ୍କୁ ହତ୍ୟା କରିଥିବା ଖବର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଗ୍ରାମର ଦିଲ୍ଲୀପ ପରିଡା ଆଜି ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟ ସମୟରେ ଏକ ଧାରୁଆ କଟୁରୀରେ ବେକକୁ ହାଣି ନିଜ ପିତା ସତ୍ୟାନନ୍ଦ ପରିଡ଼ା (୬୫) ଓ ସାବତ ମା’ ଚାରୁଲତା ପରିଡ଼ା (୫୦)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି। ଅଭିଯୁକ୍ତକୁ ପୁଲିସ ଅଟକ ରଖିଛି। ହତ୍ୟା କରିବା ପରେ ହତ୍ୟାକାରୀ ପୁଅ ଦିଲ୍ଲୀପ ଉକ୍ତ ଧାରୁଆ ଅସ୍ତ୍ର ସହ ନିଜ ଘର ପାହାଚରେ ବସି ରହିଥିଲା, ଯାହାକୁ ଗ୍ରାମବାସୀ ଦେଖି ପ୍ରଥମେ ପୁଲିସକୁ ଅବଗତ କରାଇଥିଲେ। ଖବର ପାଇ ୧୧୨ ଟିମ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିବା ସହ ଥାନାକୁ ନେଇଥିଲା। ପରେ ପୁଲିସ ପକ୍ଷରୁ ଘଟଣାସ୍ଥଳରେ ଫୋର୍ସ ମୁତୟନ କରାଯାଇଥିବା ବେଳେ ଥାନା ଅଧିକାରୀ କାବୁଲି ବାରିକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଆହୁରି ପଢ଼ନ୍ତୁ: Murder: ଡେହରାଡୁନରେ ବିଜେପି ନେତାଙ୍କୁ ହତ୍ୟା: ରାଜପଥ ଅବରୋଧ ସୂଚନା ପାଇ ଏସପି ଅଙ୍କିତ ବର୍ମା ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୁଲିସ ପକ୍ଷରୁ ସାଇଣ୍ଟଫିକ ଟିମ ଦ୍ୱାରା ଘଟଣାର ତନ ତନ ଯାଞ୍ଚ କରାଯାଉଥିବା ବେଳେ ସ୍ଥାନୀୟ ଜନପ୍ରତିନିଧି ଓ ଗ୍ରାମବାସୀଙ୍କ ମତ ନିଆଯାଇଛି। ତେବେ ଦ୍ୱିତୀୟ ପତ୍ନୀଙ୍କ କୌଣସି ସନ୍ତାନ ନଥିବାରୁ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇନାହିଁ, ଯାହାକୁ ନେଇ ଏସପି ଚିନ୍ତିତ ଥିବା ବେଳେ ସ୍ଥାନୀୟ ଜନପ୍ରତିନିଧି ଓ ଗ୍ରାମବାସୀଙ୍କୁ ଏନେଇ ଲିଖିତ ଅଭିଯୋଗ କରିବା ପାଇଁ ସହଯୋଗ ମାଗିଥିଲେ ମଧ୍ୟ କେହି ଏଥିରେ ରାଜି ହେଉ ନଥିବା ସୂଚନା ମିଳିଛି। ଏଣୁ ଶବକୁ ମେଡିକାଲ ନେବା ପକ୍ରିୟା ବିଳମ୍ବ ହେଉଛି।
Prime Minister Narendra Modi and French President Emmanuel Macron jointly inaugurated the prestigious Bharat Innovates 2026 conclave in Nice, France, on Sunday, reinforcing the strong strategic and innovation-driven partnership between India and France. The three-day international innovation summit brings together leading startups, entrepreneurs, investors, venture capital firms, researchers, and technology leaders from India, France, and […] The post PM Modi, French President Macron Inaugurate ‘Bharat Innovates 2026’ in Nice, Showcase India-France Innovation Partnership appeared first on Pragativadi I Latest Odisha News in English I Breaking News .
Maoist dumps: ମାଲକାନଗିରି ସୀମାନ୍ତ ଜଂଗଲରୁ ୮ଟି ମାଓ ଡମ୍ପ ଉଦ୍ଧାର
ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ବିଜାପୁର ଏବଂ ଗରିଆବନ୍ଦ ଅଂଚଳରୁ ସୁରକ୍ଷାକର୍ମୀ ୮ଟି ଡମ୍ପ ଉଦ୍ଧାର କରିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ପଚରାଉଚରେ ପରେ ଏହି ଡମ୍ପ ଉଦ୍ଧାର କରାଯାଇଛି। ଏହି ଦୁଇ ଜିଲ୍ଲାରେ ମାଓବାଦୀ ଜଂଗଲରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଡମ୍ପ କରି ଅସ୍ତ୍ରଶସ୍ତ୍ର ଓ ବିସ୍ଫୋଟକ ଲୁଚାଇ ରଖିଥିଲେ। ଏହି ଡମ୍ପଗୁଡିକରୁ ବେରେଲ ଗ୍ରେନେଡ ଲଞ୍ଚର ରାଇଫଲ, ୩୦୩ ରାଇଫଲ, ଏୟାର ଗନ୍ ରାଉଣ୍ଡ, ୨୧ଟି ଲ୍ୟାଣ୍ଡମାଇନ, କୋଡେକ୍ସ ତାର, ସେଫଟ୍ ଫ୍ୟୁଜ, ବିଦ୍ୟୁତ ତାର, ବିଦ୍ୟୁତିକ ଉପକରଣଗୁଡିକ ଜବତ କରାଯାଇଛି। ସିଆରପିଏଫ ଯବାନ ଘଟଣାସ୍ଥଳରେ ହିଁ ଲ୍ୟାଣ୍ଡମାଇନଗୁଡିକକୁ ନିଷ୍କ୍ରିୟ କରିଥିଲେ। ଏହି ଅଂଚଳରେ ଶାନ୍ତି ଏବେ ଧିରେ ଧିରେ ଫେରୁଥିବା ବେଳେ ନକ୍ସଲ ଦ୍ବାରା ବିକାଶ କାର୍ଯ୍ୟ ଠପ ହୋଇଥିଲା। ଏବେ ସ୍ଥିତି ବଦଳିଥିବା ବେଳେ ଗାଁକୁ ରାସ୍ତା, ପାନୀୟ ଜଳ ଇତ୍ୟାଦି ମୌଳିକ ସୁବିଧା ପହଞ୍ଚୁଛି। ନକ୍ସଲ ଦ୍ବାରା ଛତିଶଗଡର ଜଂଗଲରେ ଲୁଚାଇ ରଖାଯାଇଥିବା ସମସ୍ତ ଡମ୍ପକୁ ଉଦ୍ଧାର କରାଯିବ ବୋଲି ପୁଲିସ କହିଛି। ଆହୁରି ପଢ଼ନ୍ତୁ: Maoist Dump ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
Odisha Government Seeks Detailed Report on Mahakalpada Sarpanch Chameli Ojha Controversy
The Odisha government has sought a comprehensive report regarding the controversy involving Chameli Ojha, the sarpanch of Mahakalpada in Kendrapara district. Law Minister Prithiviraj Harichandan on Sunday said the government is closely monitoring the developments and will take appropriate action after examining official findings submitted by the concerned authorities. Report Sought from Police and District […] The post Odisha Government Seeks Detailed Report on Mahakalpada Sarpanch Chameli Ojha Controversy appeared first on Pragativadi I Latest Odisha News in English I Breaking News .
ୱାଶିଂଟନ୍/ତେହେରାନ: ଆମେରିକା ସହ ପ୍ରସ୍ତୁତ ଏକ ଚିଠା ବୁଝାମଣା ପତ୍ର (ଏମଓୟୁ) ଅନୁଯାୟୀ ଇରାନ କୌଣସି ପ୍ରକାରର ପରମାଣୁ ଅସ୍ତ୍ର ନିର୍ମାଣ କିମ୍ବା ହାସଲ ନକରିବାକୁ ସହମତି ପ୍ରକାଶ କରିଛି ବୋଲି ରଏଟର୍ସ ସମ୍ବାଦ ସଂସ୍ଥା ଜଣେ ବରିଷ୍ଠ ଇରାନୀ ଅଧିକାରୀଙ୍କ ସୂତ୍ରରୁ ଦାବି କରିଛି। ଏହି ପ୍ରସ୍ତାବିତ ଖସଡ଼ା ଚୁକ୍ତିନାମାରେ ଇରାନର ପରମାଣୁ କାର୍ଯ୍ୟକ୍ରମର ନିୟନ୍ତ୍ରଣ ସହିତ ତା’ ଉପରେ ଲାଗିଥିବା ବିଭିନ୍ନ ଆନ୍ତର୍ଜାତୀୟ ଆର୍ଥିକ ପ୍ରତିବନ୍ଧକ କୋହଳ କରିବା ଏବଂ ବିଶ୍ୱ ବାଣିଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ''ହରମୁଜ୍ ପ୍ରଣାଳୀ'' କୁ ପୁନଃ କାର୍ଯ୍ୟକ୍ଷମ କରିବା ଭଳି ପ୍ରମୁଖ ପ୍ରସଙ୍ଗଗୁଡ଼ିକ ସାମିଲ ରହିଛି। ଏହି ରୂପରେଖକୁ ଅନୁମୋଦନ ମିଳିବାର ଆଗାମୀ ୬୦ ଦିନ ମଧ୍ୟରେ ଉଭୟ ପକ୍ଷ ଏକ ଚୂଡ଼ାନ୍ତ ଚୁକ୍ତିନାମା ଉପରେ ସବିଶେଷ ଆଲୋଚନା କରିବେ ବୋଲି ସୂଚନା ମିଳିଛି, କିନ୍ତୁ ଏପର୍ଯ୍ୟନ୍ତ ତେହେରାନ କିମ୍ବା ୱାଶିଂଟନ ପକ୍ଷରୁ ଏହି ରିପୋର୍ଟ ଉପରେ କୌଣସି ଆନୁଷ୍ଠାନିକ ବୟାନ ଜାରି କରାଯାଇନାହିଁ। ଆହୁରି ପଢନ୍ତୁ: Murder: ଡେହରାଡୁନରେ ବିଜେପି ନେତାଙ୍କୁ ହତ୍ୟା: ରାଜପଥ ଅବରୋଧ ଏହି ବୁଝାମଣା ବିଶ୍ୱ ରାଜନୀତିରେ ଏକ ବଡ଼ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ଯାଉଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ଘୋଷଣା କରିଥିଲେ ଯେ ରବିବାର ଦିନ ଏହି ଐତିହାସିକ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହେବ। ଅପରପକ୍ଷରେ, ଚୁକ୍ତିନାମାର ଜଟିଳତାକୁ ଦୃଷ୍ଟିରେ ରଖି ପ୍ରକୃତ ସ୍ୱାକ୍ଷର ପ୍ରକ୍ରିୟା ଶେଷ ହେବାକୁ କିଛି ଅଧିକ ସମୟ ଲାଗିପାରେ ବୋଲି ଇରାନ ପକ୍ଷରୁ ସଂକେତ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ଆମେରିକା ଆଗୁଆ ରଣନୀତି ପ୍ରସ୍ତୁତ କରି ଏହି ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ, ବର୍ତ୍ତମାନ ଚିଠା ଚୁକ୍ତି ପ୍ରସ୍ତୁତ ହେବା ପରେ ବିଶ୍ୱ ବଜାରରେ ଅଶୋଧିତ ତୈଳ ପରିବହନ ସହ ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠା ନେଇ ନୂତନ ଆଶା ସଞ୍ଚାର ହୋଇଛି।
UddhabThackrey: ଅପରେସନ ଟାଇଗର ଭୟ: ଉଦ୍ଧବ ଠାକ୍ରେ ନିଜ ସାଂସଦଙ୍କୁ ‘ମାତୋଶ୍ରୀ’ ଡାକିଲେ
ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ‘ଅପରେସନ ଟାଇଗର’କୁ ନେଇ ଚର୍ଚ୍ଚା ଭିତରେ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍ରେ ରବିବାର ମୁମ୍ବାଇସ୍ଥିତ ନିଜ ବାସଭବନ ‘ମାତୋଶ୍ରୀ’ ରେ ଦଳୀୟ ସାଂସଦଙ୍କ ବୈଠକ ଡାକିଥିଲେ। ଅନୁମାନ କରାଯାଉଥିଲା ଯେ, ଶିବସେନା (ୟୁବିଟି)ର କେତେକ ସାଂସଦ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନାରେ ସାମିଲ ହୋଇପାରନ୍ତି। ଶିବସେନା (ୟୁବିଟି)ର ସୂତ୍ର ଅନୁଯାୟୀ, ଏହି ବୈଠକର ଉଦ୍ଦେଶ୍ୟ ସାଂଗଠନିକ ପ୍ରସଙ୍ଗଗୁଡ଼ିକର ସମୀକ୍ଷା ଓ ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରିବା ଥିଲା। କେତେକ ସାଂସଦ ପ୍ରତିଦ୍ୱନ୍ଦ୍ୱୀ ଶିବସେନା ଗୋଷ୍ଠୀ ସହିତ ଯୋଗାଯୋଗରେ ଥିବା ରିପୋର୍ଟ ପରେ ଦଳୀୟ ନେତୃତ୍ୱ ପରିସ୍ଥିତିର ମୂଲ୍ୟାଙ୍କନ କରିବା ପାଇଁ ସମସ୍ତ ସାଂସଦଙ୍କୁ ଏକତ୍ର କରିବାକୁ ନିଷ୍ପତ୍ତି ନେଇଥିଲେ। ଉଦ୍ଧବ ଠାକରେଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ ଦଳର ନଅ ଜଣ ସାଂସଦଙ୍କ ମଧ୍ୟରୁ ଆଠ ଜଣ ଯୋଗ ଦେଇଥିଲେ। ପରଭାନୀ ସାଂସଦ ସଞ୍ଜୟ ଯାଧବ ଅନୁପସ୍ଥିତ ଥିଲେ। ମାତୋଶ୍ରୀ ଠାରେ ଅନୁଷ୍ଠିତ ବୈଠକରେ ଶିବସେନା (ୟୁବିଟି) ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ମଧ୍ୟ ଉପସ୍ଥିତ ଥିଲେ। ଆହୁରି ପଢନ୍ତୁ: Medicines: ଆମେରିକାରେ ୧୦୦୦ଡଲାରର ଔଷଧ ଭାରତରେ ମାତ୍ର ୧୦ଡଲାର ଚାରିଜଣ ସାଂସଦ ‘ମାତୋଶ୍ରୀ’ରେ ଅନୁଷ୍ଠିତ ବୈଠକରେ ଅଂଶଗ୍ରହଣ କରିଥିବାବେଳେ ଚାରିଜଣ ଅନଲାଇନରେ ଯୋଗ ଦେଇଥିଲେ। ‘ମାତୋଶ୍ରୀ’କୁ ଆସିଥିବା ସାଂସଦମାନଙ୍କ ମଧ୍ୟରେ ଅରବିନ୍ଦ ସାୱନ୍ତ (ମୁମ୍ବାଇ ସାଉଥ), ଅନିଲ ଦେଶାଇ (ମୁମ୍ବାଇ ସାଉଥ ସେଣ୍ଟ୍ରାଲ), ରାଜାଭାଉ ୱାଜେ (ନାସିକ) ଓ ସଞ୍ଜୟ ଦିନା ପାଟିଲ (ମୁମ୍ବାଇ ଉତ୍ତର-ପୂର୍ବ) ରହିଥିଲେ। ସଞ୍ଜୟ ଦେଶମୁଖ (ୟବତମାଲ-ୱାସିମ୍), ଭାଓସାହେବ ୱାକଚୌରେ (ଶିରଡି), ଓମ୍ପ୍ରକାଶ ରାଜେନିମ୍ବାଲକର (ଓସମାନାବାଦ) ଓ ନାଗେଶ ପାଟିଲ ଅଷ୍ଟିକର (ହିଙ୍ଗୋଲି) ପ୍ରମୁଖ ଅନଲାଇନରେ ଯୋଗ ଦେଇଥିଲେ। ସଞ୍ଜୟ ଯାଧବଙ୍କ ଅନୁପସ୍ଥିତିକୁ ନେଇ ରାଜନୈତିକ ମହଲରେ ଭିନ୍ନ ଚର୍ଚ୍ଚା ହୋଇଥିଲା। ନିକଟରେ ଦଳର ଅନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ସେ ସାମିଲ ହୋଇନଥିଲେ। ଅନ୍ୟପକ୍ଷରେ ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ଦଳର କିଛି ସାଂସଦଙ୍କ ଶାରୀରିକ ଅନୁପସ୍ଥିତି ଓ ସଞ୍ଜୟ ଜାଧବଙ୍କ ଅନୁପସ୍ଥିତିକୁ ଦଳର ଆଭ୍ୟନ୍ତରୀଣ ସଙ୍କଟ ସହିତ ଯୋଡିବା ନେଇ ହେଉଥିବା କଳ୍ପନାଜଳ୍ପନାକୁ ଖାରଜ କରିଛନ୍ତି। ସେ କହିଛନ୍ତି ଯେ, ସଞ୍ଜୟ ଜାଧବ ଫୋନ୍ ଯୋଗେ ପାର୍ଟି ମୁଖ୍ୟ ଉଦ୍ଧବ ଠାକରେଙ୍କ ସହ କଥା ହୋଇଥିଲେ। ରାଜେ ନିମ୍ବାଲକରଙ୍କ ପୁଅ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପୂର୍ବରୁ ସେ ଦଳକୁ ଜଣାଇ ଦେଇଥିଲେ। ଭାଉସାହେବ ୱାକଚୌରେଙ୍କ ପତ୍ନୀ ଅସୁସ୍ଥ ଥିଲେ, ତେଣୁ ସେ ଅନଲାଇନରେ ବୈଠକରେ ଯୋଗ ଦେଇଥିଲେ। ଆହୁରି ପଢନ୍ତୁ: ICC Women's T20 World Cup 2026: ସାମ୍ବାଦିକଙ୍କୁ କଡ଼ା ଜବାବ ଦେଲେ ହରମନପ୍ରୀତ କୌର ସଞ୍ଜୟ ଦେଶମୁଖ ତାଙ୍କ ଝିଅର ବିବାହ ଯୋଗୁଁ ଅନଲାଇନରେ ବୈଠକରେ ଯୋଗ ଦେଇଥିଲେ। ରାଉତ ଆଜିର ଏହି ବୈଠକକୁ ନିୟମିତ ସାଙ୍ଗଠନିକ ବୈଠକ ବୋଲି କହିଥିଲେ। ‘ଅପରେସନ ଟାଇଗର’ ଉପରେ ଚର୍ଚ୍ଚାକୁ ନେଇ ସଞ୍ଜୟ ରାଉତ କହିଥିଲେ ଯେ, ଗତ ଦୁଇ ବର୍ଷ ହେଲା ଏହିପରି କଥା ଶୁଣିବାକୁ ମିଳୁଛି। ଏପରି ଚର୍ଚ୍ଚାର ଉଦ୍ଦେଶ୍ୟ ରାଜନୈତିକ ବାର୍ତ୍ତା ଦେବା ପାଇଁ କରାଯାଇଥାଏ। ‘ଅପରେସନ ଟାଇଗର’ର ଜବାବ ‘ଅପରେସନ୍ ଫକ୍ସ’ ଦ୍ବାରା ଦିଆଯିବ ବୋଲି ରାଉତ କହିଥିଲେ। ସିନ୍ଦେ ଗୋଷ୍ଠୀର ନେତା ତଥା ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ସଞ୍ଜୟ ଶିରସାତ ମଧ୍ୟ ‘ଅପରେସନ୍ ଟାଇଗର’ ରିପୋର୍ଟକୁ ଅସ୍ୱୀକାର କରିଛନ୍ତି।
Sarpanch Chameli Ojha ସରପଞ୍ଚ ଚାମେଲି ଓଝାଙ୍କ ସମର୍ଥନରେ ୧୨ଘଣ୍ଟିଆ ଉପବାସ
ଭୁବନେଶ୍ୱର : କେନ୍ଦ୍ରାପଡ଼ା ଜିଲ୍ଲାର ମହିଳା ସରପଞ୍ଚ ଚମେଲି ଓଝାଙ୍କ ଉପରେ ଘଟିଥିବା ଘଟଣା ପ୍ରତି ରାଜ୍ୟର ବିଭିନ୍ନ ସାମାଜିକ କର୍ମୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା ଓ ଲୋକଶକ୍ତି ଅଭିଯାନର ସମ୍ପାଦକ କଲ୍ୟାଣ ଆନନ୍ଦ ଆଜି (ରବିବାର) ସକାଳ ୬ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ବ୍ୟକ୍ତିଗତ ଉପବାସ ପାଳନ କରିଛନ୍ତି। ଏହି ମିଳିତ ବିବୃତ୍ତିରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଂଯୋଜକ ଡଃ ବିଶ୍ଵଜିତ, ଲୋହିଆ ଏକାଡ଼େମୀର ସମ୍ପାଦକ ଦେବପ୍ରସାଦ ରାୟ ଓ ସାମାଜିକ କର୍ମୀ ଦେବୀପ୍ରସାଦ ପୃଷ୍ଟି ପ୍ରମୁଖ ସାମାଜିକ କର୍ମୀ ଓ ଜନ ଆନ୍ଦୋଳନର ନେତୃବୃନ୍ଦ ଘଟଣାର ନ୍ୟାୟସଙ୍ଗତ ସମାଧାନ ଏବଂ ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି। ସୂଚନାଯୋଗୃ, ୧୧ ଜୁନରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଂଯୋଜକ ଡଃ ବିଶ୍ଵଜିତଙ୍କ ସଂଯୋଜନାରେ ଏକ ପ୍ରତିନିଧି ଦଳ କେନ୍ଦ୍ରାପଡ଼ା ଜିଲ୍ଲା ହସପିଟାଲରେ ଚାମେଲି ଓଝାଙ୍କୁ ସାକ୍ଷାତ କରିଥିଲେ। ସେହି ସମୟରେ ଚାମେଲି ନିଜ ଜୀବନ ପ୍ରତି ବିପଦ ଥିବା ନେଇ ଆଶଙ୍କା ପ୍ରକାଶ କରିବା ସହ ହସପିଟାଲ ପରିସରରେ ଉପସ୍ଥିତ ପୁଲିସ ଓ ଆକ୍ରମଣକାରୀଙ୍କ ପ୍ରଭାବକୁ ନେଇ ଭୟଭୀତ ଥିବା କହିଥିଲେ। ସେ ନିଜକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଅନୁରୋଧ ମଧ୍ୟ କରିଥିଲେ।
IMD Issues 5-Day Rain and Thunderstorm Alert for Odisha; Orange Warning for Southern Districts
The India Meteorological Department (IMD) has issued a five-day weather advisory for Odisha, warning of widespread rainfall, thunderstorms, lightning, and strong winds across several districts between June 14 and June 18, 2026. According to the forecast, multiple districts are likely to experience moderate to heavy rainfall accompanied by gusty surface winds, particularly in southern Odisha, […] The post IMD Issues 5-Day Rain and Thunderstorm Alert for Odisha; Orange Warning for Southern Districts appeared first on Pragativadi I Latest Odisha News in English I Breaking News .
Murder: ଡେହରାଡୁନରେ ବିଜେପି ନେତାଙ୍କୁ ହତ୍ୟା: ରାଜପଥ ଅବରୋଧ
ଡେହରାଡୁନ: ଉତ୍ତରାଖଣ୍ଡର ଡେରାଡୁନ ଜିଲ୍ଲା ଅନ୍ତର୍ଗତ ବୈରାଗୀୱାଲା ଗ୍ରାମରେ ଗତ ଶନିବାର ସନ୍ଧ୍ୟାରେ ଜମି ଓ ଜଳସେଚନ ବିବାଦକୁ କେନ୍ଦ୍ର କରି ଘଟିଥିବା ଏକ ସଂଘର୍ଷରେ ସ୍ଥାନୀୟ ବିଜେପି କର୍ମୀ ତଥା ସୋସିଆଲ ମିଡିଆ ଆକ୍ଟିଭିଷ୍ଟ ବିନୋଦ କୁମାର (୪୪)ଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରାଯାଇଛି। ଠେଙ୍ଗା, ହାତୁଡ଼ି ଓ କାଠଫାଳିଆରେ ସଜ୍ଜିତ ଏକ ସଶସ୍ତ୍ର ଗୋଷ୍ଠୀ ବିନୋଦଙ୍କ ଘରେ ପଶି ଆକ୍ରମଣ କରିବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କର ଦୁଇ ଭାଇ ଓ ଜଣେ ମହିଳା ସମ୍ପର୍କୀୟ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ନୃଶଂସ କାଣ୍ଡର ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ଗ୍ରାମବାସୀ ଓ ହିନ୍ଦୁ ସଂଗଠନଗୁଡ଼ିକ ଉତ୍ତ୍ୟକ୍ତ ହୋଇ ଜାତୀୟ ରାଜପଥ ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି, ଯାହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଛି। ସୂଚନା ଅନୁଯାୟୀ, ପୋଲିସ ଏହାକୁ ପ୍ରାଥମିକ ଭାବେ ଜଳସେଚନ ବିବାଦ ବୋଲି କହୁଥିବା ବେଳେ, ଗ୍ରାମପ୍ରଧାନ ବିକି କାଶ୍ୟପ ଏବଂ ମୃତକଙ୍କ ପରିବାର ଏହାକୁ ଏକ ବଡ଼ ଜମି ଦୁର୍ନୀତିର ପରିଣାମ ବୋଲି ଦାବି କରିଛନ୍ତି। ବିନୋଦ ଜମି ଅନିୟମିତତା ବିରୋଧରେ ସ୍ୱର ଉତ୍ତୋଳନ କରିଥିବାରୁ ତାଙ୍କୁ କ୍ରମାଗତ ଧମକ ମିଳୁଥିଲା ଏବଂ ସାହସପୁର ଥାନାରେ ଆଗୁଆ ଅଭିଯୋଗ ସତ୍ତ୍ୱେ ପୋଲିସ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି। ଆହୁରି ପଢ଼ନ୍ତୁ: ବିଜେପି ନେତାଙ୍କୁ ହତ୍ୟା କଲେ ନକ୍ସଲ ବର୍ତ୍ତମାନ ପରିସ୍ଥିତି ଜଟିଳ ଥିବାରୁ ସେଠାରେ ବ୍ୟାପକ ପୋଲିସ ଓ ପିଏସି ଫୋର୍ସ ମୁତୟନ କରାଯାଇଛି। ମୃତକଙ୍କ ପରିବାରର ଏଫଆଇଆର୍ ଆଧାରରେ ୧୨ ଜଣ ଚିହ୍ନଟ ଓ ଅନ୍ୟ କେତେକ ଅଜ୍ଞାତ ଆକ୍ରମଣକାରୀଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ ସ୍ଥାନୀୟ ବିଧାୟକ ମୁନ୍ନା ସିଂ ଚୌହାନ ଗ୍ରାମବାସୀଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି।
ICC Women's T20 World Cup 2026: ସାମ୍ବାଦିକଙ୍କୁ କଡ଼ା ଜବାବ ଦେଲେ ହରମନପ୍ରୀତ କୌର
ବର୍ମିଂହାମ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତୀୟ ଦଳ ନିଜର ଅଭିଯାନ ପାକିସ୍ତାନ ବିପକ୍ଷରେ କରିବାକୁ ଯାଉଛି। ବର୍ମିଂହାମର ଏଜବେଷ୍ଟନ ପଡ଼ିଆରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ପାଇଁ ଉଭୟ ଦଳର ଖେଳାଳି ପ୍ରସ୍ତୁତ ଅଛନ୍ତି। ଭାରତୀୟ ମହିଳା କ୍ରିକେଟ୍ ଟିମ୍ର ଅଧିନାୟକ ହରମନପ୍ରୀତ କୌର ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ହ୍ୟାଣ୍ଡସେକ୍ ବିବାଦ ନେଇ ପଚରାଯାଇଥିବା ପ୍ରଶ୍ନର ଜବାବ ଭିନ୍ନ ଶୈଳୀରେ ଦେଇଛନ୍ତି। ସାମ୍ବାଦିକଙ୍କ ଦ୍ବାରା ଏହି ପ୍ରସଙ୍ଗରେ ପ୍ରଶ୍ନ ପଚରାଯିବାରୁ ହରମନପ୍ରୀତ କହିଥିଲେ, ଆମେ ଏଠାକୁ କ୍ରିକେଟ୍ ଖେଳିବାକୁ ଆସିଛୁ। ଆପଣ କାହିଁକି ଏହାରି ଉପରେ ପ୍ରଶ୍ନ କରୁ ନାହାନ୍ତି। ହରମନପ୍ରୀତଙ୍କ ଏହି ଜବାବ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଭାରତୀୟ ଅଧିନାୟକ ସ୍ପଷ୍ଟ ଭାବେ ସଂକେତ ଦେଇଛନ୍ତି ଯେ, ଟିମ୍ର ସଂପୂର୍ଣ୍ଣ ଫୋକସ ଟୁର୍ଣ୍ଣାମେଣ୍ଟ ଏବଂ ପଡ଼ିଆରେ ଭଲ ପ୍ରଦର୍ଶନ କରିବା। ପଡ଼ିଆ ବାହାରେ କ’ଣ ହେବ, ସେନେଇ ଆମର ଶୁଣିବାର ନାହିଁ। ଆହୁରି ପଢ଼ନ୍ତୁ: ICC: କ୍ରିକେଟ୍ କାନାଡାକୁ ନିଲମ୍ବନ କଲା ଆଇସିସି ଏସିଆ କପ୍-୨୦୨୫ ସମୟରେ ଏହି ପ୍ରସଙ୍ଗ ଚର୍ଚ୍ଚାରେ ଥିଲା, ଯେତେବେଳେ ସୂର୍ଯ୍ୟକୁମାରଙ୍କ ନେତୃତ୍ବରେ ଭାରତୀୟ ଟିମ୍ ପାକିସ୍ତାନ ଖେଳାଳିଙ୍କ ସହିତ ପ୍ରବେଶ ଏବଂ ପ୍ରସ୍ତାନ ସମୟରେ ହ୍ୟାଣ୍ଡସେକ୍ କରି ନଥିଲେ। ସେହିଦିନ ଠାରୁ ଏହି କ୍ରମ ଜାରି ରହିଛି। ୧୯ ବର୍ଷରୁ କମ୍ କ୍ରିକେଟ୍ରେ ଭାରତୀୟ ଖେଳାଳିମାନେ ପାକିସ୍ତାନର ଖେଳାଳିଙ୍କ ସହିତ ହ୍ୟାଣ୍ଡସେକ୍ କରି ନଥିଲେ। ଏହା ପୂର୍ବରୁ ଭାରତୀୟ ଅଧିନାୟକ ହରମନପ୍ରୀତ କୌର ମଧ୍ୟ ପାକିସ୍ତାନର ଅଧିନାୟକ ଫାତିମା ସନାଙ୍କ ସହିତ ହାତ ମିଳାଇ ନଥିଲେ। ପାକିସ୍ତାନ ବିପକ୍ଷରେ ମହିଳା ଟି୨୦ ଅନ୍ତର୍ଜାତୀୟରେ ଭାରତର ପ୍ରଭାବ ରହିଛି। ଭାରତ ଏବଂ ପାକିସ୍ତାନ ଟିମ୍ ଟି୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ଏପର୍ଯ୍ୟନ୍ତ ମୋଟ ୧୬ଟି ମ୍ୟାଚ୍ ଖେଳାଯାଇଛି। ଭାରତ ଏଥିରୁ ୧୩ଟି ମ୍ୟାଚରେ ବିଜୟୀ ହୋଇଛି। ପାକିସ୍ତାନ ମାତ୍ର ୩ଟି ମ୍ୟାଚ୍ ଜିତିଛି। ସେହିପରି ଆଇସିସି ମହିଳା ଟି୨୦ ବିଶ୍ବକପ୍ ଇତିହାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୮ଟି ମ୍ୟାଚ୍ ଖେଳାଯାଇଛି। ଭାରତୀୟ ଟିମ ଏଥିରୁ ୬ଟି ମୁକାବିଲାରେ ବିଜୟ ହାସଲ କରିଛି। ପାକିସ୍ତାନ ଟିମ୍ ୨ଟି ମ୍ୟାଚ୍ ଜିତିଛି।
The ongoing debate surrounding the International Society for Krishna Consciousness (ISKCON) and its off-schedule Rath Yatra celebrations has intensified following allegations that some critics of the event were subjected to abusive and derogatory remarks on social media. The controversy centres on objections raised by sections of the global Jagannath devotee community and members of the […] The post ISKCON Rath Yatra Row Deepens as Online Abuse Allegations Spark Fresh Debate Among Jagannath Devotees appeared first on Pragativadi I Latest Odisha News in English I Breaking News .
The Odisha government is preparing to introduce a comprehensive rental housing policy aimed at providing affordable accommodation for low-income families, migrant workers, and individuals relocating to urban centres in search of employment opportunities. The initiative is expected to improve access to affordable housing while addressing the growing demand for rental accommodation in cities such as […] The post Odisha to Launch Affordable Rental Housing Policy for Low-Income Families, Aims to Curb Slum Expansion appeared first on Pragativadi I Latest Odisha News in English I Breaking News .
Medicines: ଆମେରିକାରେ ୧୦୦୦ଡଲାରର ଔଷଧ ଭାରତରେ ମାତ୍ର ୧୦ଡଲାର
ୱାଶିଂଟନ୍: ଆମେରିକାର ମହଙ୍ଗା ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ଭିକ୍ଟୋରିଆ ନାମକ ଜଣେ ଆମେରିକୀୟ ମହିଳା ସୋସିଆଲ ମିଡିଆରେ ସେୟାର କରିଥିବା ଏକ ଭିଡିଓ ବର୍ତ୍ତମାନ ସାରା ବିଶ୍ୱରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଦାବି କରିଛନ୍ତି ଯେ ଆମେରିକାରେ ଛଅଟି ଛୋଟ ଟାବଲେଟ୍ ପାଇଁ ତାଙ୍କୁ ନିଜ ପକେଟରୁ ୧,୦୦୦ ଡଲାର (ପ୍ରାୟ ୯୫,୦୦୦) ଦେବାକୁ ପଡ଼ୁଥିବା ବେଳେ ସେହି ସମାନ ଔଷଧ ସେ ସିଧାସଳଖ ଭାରତରୁ ମାତ୍ର ୨୫ଡଲାର (ପ୍ରାୟ ୨,୩୭୭) ରେ ମଗାଇବାରେ ସଫଳ ହୋଇଛନ୍ତି। ବୀମା କମ୍ପାନୀ ଔଷଧ ଖର୍ଚ୍ଚ ବହନ ନକରିବାରୁ ଭିକ୍ଟୋରିଆ ତାଙ୍କ ଡାକ୍ତରଙ୍କ ପରାମର୍ଶ କ୍ରମେ ଏକ କାନାଡିଆନ୍ ଫାର୍ମାସି ଜରିଆରେ ସିଧାସଳଖ ଭାରତୀୟ ସଂସ୍ଥାରୁ ଏହି ଆନ୍ତର୍ଜାତୀୟ ଅର୍ଡର କରିଥିଲେ। ସେ ସ୍ପଷ୍ଟ କରିଛନ୍ତି ଯେ ଏହି ମୋଟ ୨୫ଡଲାର ମଧ୍ୟରୁ ପ୍ରକୃତ ଔଷଧର ମୂଲ୍ୟ ମାତ୍ର ୧୦ଡଲାର (୯୫୦ଟଙ୍କା) ଥିବା ବେଳେ ବାକି ୧୫ଡଲାର ପରିବହନ ବା ସିପିଂ ଖର୍ଚ୍ଚ ବାବଦରେ ଯାଇଥିଲା, ଯାହା ଆମେରିକାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଏକ ବଡ଼ ଠକାମି ବୋଲି ପ୍ରମାଣିତ କରୁଛି। ଆହୁରି ପଢ଼ନ୍ତୁ: Vedant: ବେଦାନ୍ତର ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ଏହି ଭିଡିଓ ପ୍ରସାରିତ ହେବା ପରେ ବିଶ୍ୱବ୍ୟାପୀ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଆମେରିକୀୟ ଫାର୍ମାସ୍ୟୁଟିକାଲ୍ସ ସିଷ୍ଟମକୁ କଡ଼ା ସମାଲୋଚନା କରିବା ସହ ଭାରତର ଶସ୍ତା ଓ ଗୁଣାତ୍ମକ ଔଷଧ ଉତ୍ପାଦନ ଶୈଳୀକୁ ଭୂୟସୀ ପ୍ରଶଂସା କରିଛନ୍ତି। ଜଣେ ଇଣ୍ଟରନେଟ୍ ବ୍ୟବହାରକାରୀ ଭାରତରେ ଏହି ଔଷଧର ମୂଲ୍ୟ ମାତ୍ର ୧୦୦ ଟଙ୍କା (ପାଖାପାଖି ୧ଡଲାର) ବୋଲି ଦାବି କରିଥିବା ବେଳେ, ଅନ୍ୟ ଜଣେ ବ୍ୟଙ୍ଗ କରି ଲେଖିଛନ୍ତି, ଭାରତ ଆସି ଏକ ସପ୍ତାହ ଛୁଟି କାଟି ଔଷଧ କିଣି ଆମେରିକା ଫେରିଗଲେ ମଧ୍ୟ ସମୁଦାୟ ଖର୍ଚ୍ଚ ୧,୦୦୦ଡଲାର ରୁ କମ୍ ହେବ। ଏହି ଘଟଣା ବିଶ୍ୱ ବଜାରରେ ଭାରତୀୟ ଜେନେରିକ୍ ଔଷଧର ଗୁରୁତ୍ୱ ଏବଂ ଆମେରିକାର ସାଧାରଣ ନାଗରିକଙ୍କ ଉପରେ ଥିବା ମେଡିକାଲ୍ ମାଫିଆଙ୍କ ଆର୍ଥିକ ବୋଝକୁ ସମ୍ପୂର୍ଣ୍ଣ ରୂପେ ପଦାରେ ପକାଇ ଦେଇଛି।
Storm: ପାକିସ୍ତାନରେ ପ୍ରଳୟଙ୍କରୀ କାଳବୈଶାଖୀ: ୭ ମୃତ, ୩୩ ଆହତ
ପେଶାୱର: ପାକିସ୍ତାନର ଖାଇବର୍ ପଖତୁନ୍ଖ୍ବା ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଘଟିଯାଇଥିବା ପ୍ରବଳ କାଳବୈଶାଖୀ, ବଜ୍ରପାତ ଓ ଭୀଷଣ ବର୍ଷା ଫଳରେ ବନ୍ନୁ, ଶାଙ୍ଗଲା ଓ ମାନସେହରା ଅଞ୍ଚଳରେ ଘରର କାନ୍ଥ ଓ ଛାତ ଭୁଶୁଡ଼ି ପଡ଼ିବାରୁ ଦୁଇ ଶିଶୁ, ଜଣେ ମହିଳା ଓ ଚାରିଜଣ ପୁରୁଷଙ୍କ ସମେତ ମୋଟ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ପ୍ରାଦେଶିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ସଦ୍ୟତମ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ପାଣିପାଗ ବିଭାଗ ପକ୍ଷରୁ ଉପର ଖାଇବର ପାଖ୍ତୁନଖ୍ୱା ସମେତ ପିଓକେ (ପାକିସ୍ତାନ ଅଧୀକୃତ କାଶ୍ମୀର) ଓ ଗିଲଗିଟ୍-ବାଲଟିସ୍ତାନ ଅଞ୍ଚଳରେ ଆଜି ମଧ୍ୟ ଅଧିକ ବର୍ଷା ହେବାର ସମ୍ଭାବନା ରହିଥିବାରୁ ସତର୍କତା ଜାରି କରାଯାଇଛି। ଆହୁରି ପଢ଼ନ୍ତୁ: Pakistan: ପାକିସ୍ତାନରେ ପେଟ୍ରୋଲ, ଡିଜେଲ ଦର କମିଲା ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପକ୍ଷରୁ ଏହି ବର୍ଷା ଓ ଝଡ଼ବର୍ଷା ସମ୍ପର୍କରେ ଜିଲ୍ଲାୱାରୀ ଆଗୁଆ ସତର୍କବାଣୀ ଜାରି କରାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସମୟୋପଯୋଗୀ ଓ ପ୍ରଭାବଶାଳୀ ପଦକ୍ଷେପ ନିଆଯାଇନଥିବାରୁ ଏହି କ୍ଷୟକ୍ଷତି ଘଟିଛି। ପାକିସ୍ତାନରେ ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ସୂଚନା ମିଳୁଥିଲେ ସୁଦ୍ଧା ତାହାକୁ କାର୍ଯ୍ୟରେ ପରିଣତ କରିବାରେ ବ୍ୟବସ୍ଥାଗତ ବିଫଳତା ଦେଖାଦେଉଛି। ଫଳସ୍ୱରୂପ, ସତର୍କବାଣୀ ଜାରି ହେବା, କ୍ଷୟକ୍ଷତି ଘଟିବା ଏବଂ ମୂଳ ସମସ୍ୟା ଅପରିବର୍ତ୍ତିତ ରହିବା ଭଳି ଏକ ବିଫଳ ଚକ୍ର ଜାରି ରହିଛି, ଯାହାକି ପାକିସ୍ତାନର ପ୍ରଶାସନିକ ଦକ୍ଷତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Murder: ପହିଲି ରଜରେ ମା’ଙ୍କୁ ହାଣିଦେଲା ପୁଅ, ଅଭିଯୁକ୍ତ ଅଟକ
ଭଦ୍ରକ: ଜନ୍ମକଲା ମା’କୁ ବୀଭତ୍ସ ଭାବେ ହତ୍ୟା କଲା ପୁଅ। ଭଦ୍ରକ ଜିଲାର ବନ୍ତ ଥାନା ଅଞ୍ଚଳରେ ରଜ ପର୍ବ ଅବସରରେ ଘଟିଛି ଏକ ହୃଦୟବିଦାରକ ଘଟଣା। ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ୨୫ ବର୍ଷୀୟ ଯୁବକ ନିଜ ଜନ୍ମଦାତ୍ରୀ ମା’ଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।ଏଭଳି ଅଭାବନୀୟ ଘଟଣା ବନ୍ତ ଥାନା ଅନ୍ତର୍ଗତ ଜିରିଣା ଗୁଡ଼ିଆ ସାହିରେ ଘଟିଛି। ମୃତକ ମହିଳା ହେଲେ ଗଦାଧର ସାହୁଙ୍କ ପତ୍ନୀ ମମତା ସାହୁ। ତାଙ୍କୁ ତାଙ୍କ ପୁଅ ପ୍ରିତମ ସାହୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ପାରିବାରିକ କଳହକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥାଇପାରେ। ତେବେ କେଉଁ କାରଣରୁ ପ୍ରିତମ ଏପରି ଚରମ ପଦକ୍ଷେପ ନେଲେ, ସେନେଇ ତଦନ୍ତ ଜାରି ରହିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଓ ଶୋକର ଛାୟା ଖେଳିଯାଇଛି। ଆହୁରି ପଢ଼ନ୍ତୁ: ଝିଅ ବାହାଘର ଦିନ ମାଙ୍କୁ ହତ୍ୟା, ଗଣ୍ଡଗୋଳ ରୋକିବା ବେଳେ ହେଲେ ଆକ୍ରମଣର ଶିକାର ଖବର ପାଇ ବନ୍ତ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପ୍ରିତମ ସାହୁଙ୍କୁ ହେପାଜତକୁ ନେଇଛି। ଘଟଣାରେ ବ୍ୟବହୃତ ହୋଇଥିବା କୁରାଢ଼ିକୁ ମଧ୍ୟ ପୁଲିସ ଜବତ କରିଛି। ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଥାନାକୁ ନିଆଯାଇଥିବା ବେଳେ ତାଙ୍କୁ ପଚରାଉଚରା କରାଯାଉଛି। ପବିତ୍ର ରଜ ପର୍ବ ସମୟରେ ଘଟିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡ ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଦେଇଛି। ଜଣେ ପୁଅ କାହିଁକି ନିଜ ମା’ଙ୍କୁ ହତ୍ୟା କଲା, ପାରିବାରିକ ବିବାଦର ପ୍ରକୃତ କାରଣ କ’ଣ ଥିଲା ଏବଂ ଏହା ପଛରେ ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେସବୁ ଦିଗକୁ ନେଇ ପୁଲିସ ତଦନ୍ତ ଚଳାଇଛି। ପୁଲିସ ପକ୍ଷରୁ କୁହାଯାଇଛି ଯେ, ତଦନ୍ତ ଶେଷ ହେବା ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ। ରିପୋର୍ଟ: ହରିହର ନାୟକ/ରମେଶ ଚନ୍ଦ୍ର ପତି
Oman: ଓମାନ ବନ୍ଦରରେ ଭାରତୀୟ ନାବିକଙ୍କ ମୃତ୍ୟୁ: ନାବିକ ସଂଘ ତଦନ୍ତ ଦାବି କଲା
ମସ୍କାଟ: ଓମାନ ର ଦୁକମ୍ ବନ୍ଦରରେ ଅଟକି ରହିଥିବା ଏକ ବାଣିଜ୍ୟିକ ମାଲବାହୀ ଜାହାଜ ‘ଏମଟି ସେଲେଷ୍ଟିଆଲ୍’ ମଧ୍ୟରେ କାର୍ଯ୍ୟରତ ତାମିଲନାଡୁର ୩୫ ବର୍ଷୀୟ ସେକେଣ୍ଡ ଅଫିସର ନିଶାନ୍ତ ଉଇର୍ଥାନାଥନଙ୍କର ଗତ ଜୁନ୍ ୧୧ ତାରିଖ ସନ୍ଧ୍ୟାରେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଆକସ୍ମିକ ମୃତ୍ୟୁ ଘଟିଥିବା ବେଳେ, ମସ୍କାଟସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଜାହାଜ ପରିଚାଳନା କମ୍ପାନୀ ଓ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରାଯାଇ ତାଙ୍କର ପାର୍ଥିବ ଶରୀରକୁ ଯଥାଶୀଘ୍ର ସ୍ୱଦେଶ ଫେରାଇ ଆଣିବା ପାଇଁ ଆନୁଷଙ୍ଗିକ ଆଇନଗତ ପ୍ରକ୍ରିୟା ଜାରି ରହିଛି। ଫରୱାର୍ଡ ସିମ୍ୟାନ୍ସ ୟୁନିଅନ୍ ଅଫ୍ ଇଣ୍ଡିଆ (ଏଫଏସୟୁଆଇ) ର ଅଭିଯୋଗ ଅନୁଯାୟୀ, ନିଶାନ୍ତ ଗତ ଜୁନ୍ ୮ ତାରିଖରୁ ଗୁରୁତର ଅସୁସ୍ଥ ଥିଲେ ମଧ୍ୟ ସେଠାରେ ଜରୁରୀକାଳୀନ ଚିକିତ୍ସା କିମ୍ବା ଉଦ୍ଧାର କାର୍ଯ୍ୟ ସଫଳ ହୋଇପାରିନଥିଲା ଏବଂ ମୃତ୍ୟୁର ଦୁଇ ଦିନ ପର୍ଯ୍ୟନ୍ତ ତାଙ୍କ ଶବ ଜାହାଜ ଭିତରେ ହିଁ ପଡ଼ି ରହିଥିଲା, ଯାହାକୁ ନେଇ ସଂଗଠନ ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି ଏବଂ ଦୂତାବାସ ପକ୍ଷରୁ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଯିବା ସହ ଶବ ବ୍ୟବଚ୍ଛେଦ ଓ ସମସ୍ତ ଦସ୍ତାବିଜ୍ ପ୍ରସ୍ତୁତି କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି। ଆହୁରି ପଢନ୍ତୁ: RahulGandhi: ଆଜ୍ଞାକାରୀ ଭୃତ୍ୟ ପରି ଶୁଣନ୍ତି ଟ୍ରମ୍ପଙ୍କ କଥା: ଆମେରିକାର ଆକ୍ରମଣ ନେଇ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ରାହୁଲ ଏହି ସାଂଘାତିକ ଘଟଣା ସମୁଦ୍ର ମଧ୍ୟରେ କାର୍ଯ୍ୟ କରୁଥିବା ଭାରତୀୟ ନାବିକମାନଙ୍କ ସୁରକ୍ଷା ଓ ଜରୁରୀକାଳୀନ ଚିକିତ୍ସା ସେବା ପାଇବାର ସୀମିତ ସୁଯୋଗକୁ ପଦାରେ ପକାଇଛି। ସଂଗଠନର ସୂଚନା ଅନୁଯାୟୀ, ଦୁକମ୍ ବନ୍ଦରରେ ସେହି ସମୟରେ ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହୋଇପଡ଼ିଥିଲା, ଯାହା ପରିସ୍ଥିତିକୁ ଆହୁରି ଜଟିଳ କରିଥିଲା। ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ବ୍ୟାପକ ଜନଅସନ୍ତୋଷ ପ୍ରକାଶ ପାଇଛି ଏବଂ ସାଧାରଣ ଲୋକେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଓ ସିପିଂ ମନ୍ତ୍ରଣାଳୟକୁ ଟ୍ୟାଗ୍ କରି ଏହାର ଏକ ନିରପେକ୍ଷ ତଦନ୍ତ କରିବାକୁ ଦୃଢ଼ ଦାବି କରିଛନ୍ତି।
Bhopal: ଭୋପାଳ ଏମ୍ସରେ ନର୍ସଙ୍କ ଭୁଲ ଇଞ୍ଜେକ୍ସନ ପାଇଁ ୩ ବର୍ଷ ଶିଶୁ କର୍କଟ ରୋଗୀଙ୍କ ମୃତ୍ୟୁ
ଭୋପାଳ: ମଧ୍ୟପ୍ରଦେଶ ର ଭୋପାଳ ସ୍ଥିତ ଏମ୍ସ (ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍) ରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରକ୍ତ କର୍କଟ (ବ୍ଲଡ୍ କ୍ୟାନ୍ସର) ର ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ୩ ବର୍ଷର ଶିଶୁ ସାର୍ଥକ ଯାଦବଙ୍କ ଶରୀରରେ ଜଣେ ନର୍ସ ଭୁଲବଶତଃ ''ଫର୍ମାଲିନ୍'' ନାମକ ଏକ ବିପଜ୍ଜନକ କେମିକାଲ୍ ଇଞ୍ଜେକ୍ସନ ଦେଇଦେବା ଯୋଗୁଁ ଶିଶୁର ମୃତ୍ୟୁ ଘଟିଛି। ଏହି କେମିକାଲ୍ ସାଧାରଣତଃ ବାୟୋପ୍ସି ନମୁନା ସଂରକ୍ଷଣ ପାଇଁ ବ୍ୟବହୃତ ହୋଇଥାଏ। ଶିଶୁର ପିତା ବାରମ୍ବାର ବାରଣ କରିବା ସତ୍ତ୍ୱେ ନର୍ସଜଣକ ଏହାକୁ ଅଣଦେଖା କରି ସିରିଞ୍ଜରେ ଥିବା ବିଷାକ୍ତ ତରଳ ପଦାର୍ଥକୁ ଶିଶୁର ଶିରାରେ ଇଞ୍ଜେକ୍ଟ କରିଦେଇଥିଲେ। ଏହି ଘଟଣାରେ ଭୋପାଳର ବାଗସେୱାନିଆ ପୋଲିସ ଦୁଇଜଣ ନର୍ସିଂ ଅଫିସରଙ୍କ ବିରୋଧରେ ମାମଲା ରୁଜୁ କରିଛି। ଆହୁରି ପଢନ୍ତୁ: RahulGandhi: ଆଜ୍ଞାକାରୀ ଭୃତ୍ୟ ପରି ଶୁଣନ୍ତି ଟ୍ରମ୍ପଙ୍କ କଥା: ଆମେରିକାର ଆକ୍ରମଣ ନେଇ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ରାହୁଲ ଏମ୍ସ ହସ୍ପିଟାଲର ଆଭ୍ୟନ୍ତରୀଣ ତଦନ୍ତ କମିଟି ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ଶିଶୁର ମୃତ୍ୟୁ ସିଧାସଳଖ ଭାବେ ଭୁଲ୍ ଇଞ୍ଜେକ୍ସନ ଦିଆଯିବା କାରଣରୁ ହିଁ ହୋଇଛି। ଏହି ଆଧାରରେ ପୋଲିସ ଦୁଇ ନର୍ସିଂ ଅଫିସର ଅନୁକା ଗୁଜରାଟୀ ଏବଂ ମଧୁବାଲାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ୍) ର ଧାରା ୧୦୬(୧) (ଅବହେଳା ଜନିତ ମୃତ୍ୟୁ) ଏବଂ ଧାରା ୨୮୬ (ବିପଜ୍ଜନକ ପଦାର୍ଥର ବେପରୁଆ ବ୍ୟବହାର) ଅନୁଯାୟୀ ମାମଲା ରୁଜୁ କରିଛି। ଏମ୍ସ ଭୋପାଳ କର୍ତ୍ତୃପକ୍ଷ ଉଭୟ ନର୍ସଙ୍କୁ ଚାକିରିରୁ ନିଲମ୍ବିତ କରିଥିବା ବେଳେ ପୋଲିସ ବର୍ତ୍ତମାନ ସେମାନଙ୍କୁ ଗିରଫ କରିବା ପାଇଁ ଖୋଜାଖୋଜି ଜାରି ରଖିଛି।
RohitSharma: ରୋହିତଙ୍କ କୀର୍ତ୍ତିମାନ
ଧରମଶାଲା: ଭାରତୀୟ କ୍ରିକେଟ୍ ଦଳର ବରିଷ୍ଠ ବ୍ୟାଟର୍ ରୋହିତ ଶର୍ମା ଶନିବାର ଏକ ବିରଳ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ପ୍ରଥମ ଭାରତୀୟ ଓପନର୍ଭାବେ ସେ ୧୬୦୦୦ ରନ୍ ପୂରଣ କରିଛନ୍ତି। ଧରମଶାଲାଠାରେ ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ରେ ଏହି କୀର୍ତ୍ତିମାନ ହାସଲ ପାଇଁ ସେ ମାତ୍ର ୬ ରନ୍ ଆବଶ୍ୟକ କରୁଥିଲେ। ତୃତୀୟ ଓଭରରେ ଅଜମାତୁଲ୍ଲା ଓମରଜାଇଙ୍କ ବଲ୍ରେ ଏକ ଛକା ମାରି ସେ ଏହି ମାଇଲଖୁଣ୍ଟ ହାସଲ କରିଥିଲେ। ଏହି ମ୍ୟାଚ୍ରେ ରୋହିତ ମାତ୍ର ୧୬ ରନ୍ କରି ରନ୍ ଆଉଟ୍ ହୋଇଥିଲେ। ଆହୁରି ପଢନ୍ତୁ: Turkey: ତୁର୍କୀଏକୁ ହରାଇଲା ଅଷ୍ଟ୍ରେଲିଆ: ଭାରତୀୟ ବଂଶୋଦ୍ଭବ ନିଶାନ୍ଙ୍କ ବିଶ୍ବକପ୍ ପଦାର୍ପଣ ସେ ଏବେ କ୍ରିକେଟ୍ର ତିନି ଫର୍ମାଟ୍ରେ ୩୫୯ ଅନ୍ତର୍ଜାତୀୟ ମ୍ୟାଚ୍ରେ ୩୮୪ ପାଳି ଖେଳି ମୋଟ ୧୬,୦୧୦ ରନ୍ କରିଛନ୍ତି। ତାଙ୍କ ତଳକୁ ରହିଛନ୍ତି ବୀରେନ୍ଦ୍ର ସେହଓ୍ବାଗ୍ ଓ ସଚିନ ତେନ୍ଦୁଲକର। ସେହଓ୍ବାଗ୍ ୩୨୧ ମ୍ୟାଚ୍ରୁ ୧୫୭୫୮ ରନ୍ କରିଥିବାବେଳେ ତେନ୍ଦୁଲକର ୩୪୬ ମ୍ୟାଚ୍ରେ ୧୫୩୩୫ ରନ୍ କରିଛନ୍ତି। କିମ୍ବଦନ୍ତି ବ୍ୟାଟର୍ ସୁନୀଲ ଗାଭାସ୍କର୍ ୨୦୨ ମ୍ୟାଚ୍ ଖେଳି ମୋଟ ୧୨୨୫୮ରନ୍ କରିଛନ୍ତି।
Court: ନିୟମଗିରି ସୁରକ୍ଷା ସମିତିର ଆବାହକ ଲଦ ସିକକାଙ୍କ ସମ୍ପତ୍ତି ଜବତ କରିବା ପାଇଁ କୋର୍ଟଙ୍କ ଆଦେଶ
ରାୟଗଡା: ଲାଞ୍ଜିଗଡ଼ ମୁନସିଫ କୋର୍ଟର ମାଜିଷ୍ଟ୍ରେଟ ଏକ ଆଦେଶ ଜାରି କରି ନିୟମଗିରି ସୁରକ୍ଷା ସମିତିର ନେତା ଲଦ ସିକଳାଙ୍କୁ ପଳାତକ ଘୋଷଣା କରିବା ସହ ତାଙ୍କ ସମ୍ପତ୍ତି ଜବତ କରିବା ପାଇଁ କଲ୍ୟାଣସିଂହପୁର ଥାନାର ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାରୁ ଜଣାପଡିଛି ଉକ୍ତ ଆଦେଶଟି ୨୦୧୭ ମସିହାର ଏକ ମାମଲା (ନମ୍ବର ୩୪୯/୨୦୧୭) କୁ ଆଧାର କରି ଦିଆଯାଇଛି, ଯେଉଁଥିରେ ଲଦ ସିଳଳାଙ୍କ ନାଁରେ ଅପରାଧିକ ଆଇନ ସଂଶୋଧନର ଧାରା ୭ ତଥା ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଦଫା ଅନ୍ତର୍ଗତ ଅପରାଧ କରିଥିବାର ଆରୋପ ରହଛି I ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲାଖପଦର ଗ୍ରାମର ଲଦ ସିକକା ଡଙ୍ଗରିଆ କନ୍ଧ ଜନଜାତିର । ଲଦ ନିୟମଗିରି ସୁରକ୍ଷା ସମିତିର ଆବାହକ ରୂପେ କାର୍ଯ୍ୟ କରୁଛନ୍ତି ଏବଂ ସେ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ତଥା ନିୟମଗିରି ସୁରକ୍ଷା ପାଇଁ ସଂଗ୍ରାମ କରୁଛନ୍ତି I ଅନ୍ୟପଟେ କୋର୍ଟ ର ନିର୍ଦେଶ ପରେ ରାଜ୍ୟର ସାମାଜିକ କର୍ମୀ ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ନ୍ୟାୟ ପାଇଁ ଉଚ୍ଚ ନ୍ୟାୟାଳୟ ଯିବାନେଇ ସୂଚନାଦେଇଛନ୍ତି I Dead Body: ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ପାଇଖାନାରୁ ମୃତ ନବଜାତ ଶିଶୁ ଉଦ୍ଧାର ଏନେଇ ବିଶିଷ୍ଟ ସାମାଜିକକର୍ମୀ ନରେନ୍ଦ୍ର ମହାନ୍ତି ସୂଚନା ଦେଇ କହିଛନ୍ତି, ଲଦ ସିକକା ନିଜେ ଜାଣନ୍ତି ନାହିଁ ଯେ ଏପରି ଏକ ଅପରାଧିକ ମାମଲା ଯାହା ତାଙ୍କ ଉପରେ ଲଦି ଦିଆଯାଇଛି, ଏବଂ ଏ ସମ୍ବନ୍ଧୀୟ କୋର୍ଟ ପରୱାନା ସେ କେବେ ଗ୍ରହଣ କରିନାହାନ୍ତି ।ବିଗତ କେତେ ଦଶନ୍ଧି ଧରି ବିକାଶର ପ୍ରକ୍ରିୟାରେ ସମାଜର ଜନଜାତି ବର୍ଗକୁ ଯେଉଁଭଳି ଭାବେ ଜୀବନଜୀବିକାଠାରୁ ବିଚ୍ଛିନ୍ନ କରିଦିଆଯାଉଛି, ନିୟମଗିରି ଆନ୍ଦୋଳନର ନେତା ଲଦ ସିକକାଙ୍କ ସମ୍ପତ୍ତି ଜବତ ଆଦେଶ ବ୍ୟବସ୍ଥାଗତ ଅନ୍ୟାୟ ପ୍ରକ୍ରିୟାର ଏକ ଅଂଶ ବୋଲି ସାମାଜିକ କର୍ମୀମାନେ ମତପ୍ରକାଶ କରିଛନ୍ତି I ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ହସ୍ତକ୍ଷେପ ପାଇଁ ଦାବି ବିଶିଷ୍ଟ ପରିବେଶବିତ ତଥା ଲୋକଶକ୍ତି ଅଭିଯାନର ପ୍ରଫୁଲ୍ଲ ସାମନ୍ତରା, ନରେନ୍ଦ୍ର ମହାନ୍ତି ସମେତ ବହୁ ସାମାଜିକ କର୍ମୀ ଲଦ ସିକକାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି I ଏହି ନିର୍ଦ୍ଦେଶକୁ ଅନ୍ୟାୟ ଓ ଅଯଥାର୍ଥ ଦର୍ଶାଇ ସମାଜର ବିଭିନ୍ନ ବର୍ଗର ସଚେତନ ନାଗରିକ ଯଥା ଓକିଲ, ମାନବିକ ଅଧିକାର ସଂଗଠନ, ନାଗରିକ ସମାଜ ତଥା ବିଭିନ୍ନ ରାଜନୈତିକ ଗୋଷ୍ଠୀର ସଭ୍ୟମାନେ ସେମାନଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଓ ଏଥିପାଇଁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ହସ୍ତକ୍ଷେପ ପାଇଁ ଦାବି କରିଛନ୍ତି I
Turkey: ତୁର୍କୀଏକୁ ହରାଇଲା ଅଷ୍ଟ୍ରେଲିଆ: ଭାରତୀୟ ବଂଶୋଦ୍ଭବ ନିଶାନ୍ଙ୍କ ବିଶ୍ବକପ୍ ପଦାର୍ପଣ
ଭାଙ୍କୋଭର: ଫିଫା ବିଶ୍ବକପ୍ ଗ୍ରୁପ‘ଡି’ର ଏକ ମ୍ୟାଚ୍ରେ ଅଷ୍ଟ୍ରେଲିଆ ୨-୦ରେ ତୁର୍କୀଏକୁ ହରାଇ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି। ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ପକ୍ଷରୁ ଭାରତୀୟ ବଂଶୋଦ୍ଭବ ନିଶାନ ଭେଲୁପିଲାଇ ବିଶ୍ବକପ୍ ପଦାର୍ପଣ କରିଛନ୍ତି। ମ୍ୟାଚ୍ର ୨୭ ତମ ମିନିଟ୍ରେ ନେଷ୍ଟୋରି ଇରାନ୍କୁଣ୍ଡା ଗୋଲ୍ ଦେଇ ଅଷ୍ଟ୍ରେଲିଆକୁ ୧-୦ରେ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧରେ ସ୍ଥିତିକୁ ବରାବର କରିବାକୁ ତୁର୍କୀଏ ଉଦ୍ୟମ କରିଥିଲେ ବି ତାହା ଫଳବତୀ ହୋଇପାରିନଥିଲା। ଦ୍ବିତୀୟାର୍ଦ୍ଧରେ ବି ତୁର୍କୀଏ ଆକ୍ରାମକ ଖେଳ ପ୍ରଦର୍ଶନ କରି ଗୋଲ୍ ଦେବାକୁ ଉଦ୍ୟମ କରିଥିଲା, କିନ୍ତୁ ଅଷ୍ଟ୍ରେଲିଆର ଶକ୍ତିଶାଳୀ ପ୍ରତିରକ୍ଷା ତାହାକୁ ପଣ୍ଡ କରିଦେଇଥିଲା। ତୁର୍କୀଏ ପକ୍ଷରୁ ଅବଦୁଲକରିମ୍ ବାର୍ଡାକ୍ସିଙ୍କ ଏକ ସଟ୍କୁ ଅଷ୍ଟ୍ରେଲିଆ ଗୋଲ୍ରକ୍ଷକ ପାଟ୍ରିକ୍ ବିଚ୍ ଅତ୍ୟନ୍ତ ଚମତ୍କାରଭାବେ ପଣ୍ଡ କରିବା ସହ ଏକ ନିଶ୍ଚିତ ଗୋଲ୍ ହେବାରୁ ରକ୍ଷା କରିଦେଇଥିଲେ। ତେବେ ମ୍ୟାଚ୍ର ୭୫ତମ ମିନିଟ୍ରେ କନର୍ ମେଟ୍କାଫେ ଅଷ୍ଟ୍ରେଲିଆ ତରଫରୁ ଦ୍ବିତୀୟ ଗୋଲ୍ ଦେଇ ସ୍ଥତିକୁ ୨-୦କୁ ଆଣିଥିଲେ। ଆହୁରି ପଢନ୍ତୁ: England: ମିଳିଲା ଇଂଲଣ୍ଡ ଫୁଟ୍ବଲ୍ ଦଳର କ୍ରୀଡ଼ା ସରଞ୍ଜାମ ଆଗ୍ଲୋ-ଇଣ୍ଡିଆନ୍ ମା’ ଜିଲିଆନ୍ ଭେଲୁପିଲାଇଙ୍କଠାରୁ ଜନ୍ମିତ ୨୫ ବର୍ଷୀୟ ନିଶାନ ମ୍ୟାଚ୍ର ୬୧ତମ ମିନିଟ୍ରେ ପଡ଼ିଆରେ ପ୍ରବେଶ କରି ନିଜର ଚମତ୍କାର ପ୍ରତିରକ୍ଷା କୌଶଳର ପ୍ରଦର୍ଶନ କରିଥିଲେ। ନିଶାନ ଅଷ୍ଟ୍ରେଲିଆର ବିଭିନ୍ନ ଘରୋଇ କ୍ଲବରେ ଖେଳିବା ପରେ ୨୦୨୪ରେ ଜାତୀୟ ଦଳରେ ପଦର୍ପଣ କରିଥିଲେ। ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟରେ ସେ ଚୀନ ବିପକ୍ଷରେ ଗୋଲ୍ କରି ନିଜ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
Activists Stage Hunger Strike, Demand Probe and Better Treatment for Injured Sarpanch Chameli Ojha
A group of social activists has issued a joint statement urging the Odisha government to provide urgent advanced medical treatment and security to Chameli Ojha, a Dalit woman Sarpanch who was allegedly tortured and is currently hospitalized. The activists, who visited Chameli on June 11 at Kendrapada Hospital as part of a delegation, claimed she […] The post Activists Stage Hunger Strike, Demand Probe and Better Treatment for Injured Sarpanch Chameli Ojha appeared first on Pragativadi I Latest Odisha News in English I Breaking News .
Dead Body: ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ପାଇଖାନାରୁ ମୃତ ନବଜାତ ଶିଶୁ ଉଦ୍ଧାର
ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ମହିଳା ୱାର୍ଡ ପାଇଖାନା ଭିତରୁ ଏକ ସଦ୍ୟ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି l ଆଜି ଦିନ ୯ଟା ବେଳେ ଜଣେ ମହିଳା ପାଇଖାନା ଯାଇଥିବା ବେଳେ ପ୍ୟାନ ଭିତରେ ଶିଶୁକନ୍ୟା ମୃତଦେହ ରହିଥିବା ଦେଖିବାକୁ ମିଳିଥିଲା l ଖବର ପାଇ ଘସିପୁରା ପୁଲିସ ମୃତଦେହକୁ ଉଦ୍ଧାର କରିଛି l ସିସିଟିଭି ଯାଞ୍ଚ ପରେ ପ୍ରକୃତ କଥା ଜଣାପଡିବ ଆନନ୍ଦପୁର ଡାକ୍ତରଖାନା ଅଧୀକ୍ଷକ ଡାକ୍ତର କୃଷ୍ଣଚନ୍ଦ୍ର ଦାଶ କହିଛନ୍ତି ଏ ନେଇ ପୁଲିସକୁ ଖବର ଦିଆଯାଇଛି l ମହିଳା ୱାର୍ଡ ରୋଗୀଙ୍କ ସମ୍ପର୍କୀୟଙ୍କ କହିବା ଅନୁସାରେ ଭୋର ୫ଟା ସମୟରେ ଜଣେ ମହିଳା ଆସିଥିଲେ ଓ ସଂଗେସଂଗେ ପଳାଇଥିଲେ l ସିସିଟିଭି ଯାଞ୍ଚ ପରେ ପ୍ରକୃତ କଥା ଜଣାପଡିବ l 2 Arrested: ଦଶପଲ୍ଲା ବିଡିଓଙ୍କ ଗାଡ଼ିକୁ ପଥରମାଡ଼ ଘଟଣା, ବନ୍ଧା ହେଲେ ଦୁଇ ଅଭିଯୁକ୍ତ
2 Arrested: ଦଶପଲ୍ଲା ବିଡିଓଙ୍କ ଗାଡ଼ିକୁ ପଥରମାଡ଼ ଘଟଣା, ବନ୍ଧା ହେଲେ ଦୁଇ ଅଭିଯୁକ୍ତ
ଦଶପଲ୍ଲା: ଗତ ୧୨ ତାରିଖରେ ଦଶପଲ୍ଲା ବିଡିଓ ଶରତ କୁମାର ମଲ୍ଲିକ ମଧ୍ୟାହ୍ନ ସମୟରେ S.I.R କାମ ସାରି ଅଫିସକୁ ଫେରୁଥିବା ବେଳେ ନଛିପୁର ଗାଁ ନିକଟରେ ହଠାତ୍ ଏକ ବାଇକ ରେ ଆସି ଦୁଇଜଣ ଯୁବକ ପଥରମାଡ଼ କରିଥିଲେ। ଯାହା ଫଳରେ ବିଡିଓଙ୍କ ଗାଡ଼ିର ଆଗ କାଚ ଭାଙ୍ଗିଯିବା ସହ ବିଡିଓଙ୍କ ଡ୍ରାଇଭର ସାମାନ୍ୟ ଆହତ ହୋଇଥିଲେ। ଏନେଇ ଥାନା ରେ ଅଭିଯୋଗ ପରେ ଦଶପଲ୍ଲା ଥାନା ଅଧିକାରୀ ବିନୟ ରଞ୍ଜନ ପରିଡା ଘଟଣାକୁ ଗୁରୁତର ଭାବେ ନେଇ ସିସିଟିଭି ଯାଞ୍ଚ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଯାହାକୁ ନେଇ ପୁଲିସକୁ ଖୁବ ଶୀଘ୍ର ସଫଳତା ମିଳିଛି। ରାସନ କାର୍ଡ କଟି ଯାଇଥିବାରୁ କାଣ୍ଡ ଭିଆଇଥିଲେ ଦୁଇଜଣ ଯୁବକଙ୍କୁ ଗିରଫ କରିଛି। ଯୁବକ ଦୁଇଜଣ ହେଲେ ନଛିପୁର ପଞ୍ଚାୟତ ଆଲପଙ୍ଗା ଗ୍ରାମର ନିରଞ୍ଜନ ବେହେରାଙ୍କ ପୁଅ ସୁକାନ୍ତ ବେହେରା ଓ ଘୁଗୁଡ଼ିପଡ଼ା ଗ୍ରାମର ପଦ୍ମନାଭ ଭୋଇଙ୍କ ପୁଅ ରବି ଭୋଇ। ଦୁଇଜଣ ସମ୍ପର୍କରେ ସାଙ୍ଗ ହୋଇଥିବାବେଳେ ସୁକାନ୍ତଙ୍କ ସାନ ଭାଇର ରାସନ କାର୍ଡ କଟି ଯାଇଥିବାରୁ ବିଡିଓଙ୍କ ଉପରେ ପୂର୍ବରୁ ରାଗ ରଖି ଏହିଭଳି କାଣ୍ଡ ଭିଆଇଥିଲେ ବୋଲି ପୁଲିସ ଆଗରେ ସ୍ବୀକାର କରିଛନ୍ତି ଦୁଇ ଅଭିଯୁକ୍ତ। cocktail-2: କକଟେଲ୍ ୨କୁ ମିଳିଲା ‘ଏ’ ସାର୍ଟିଫିକେଟ୍
cocktail-2: କକଟେଲ୍ ୨କୁ ମିଳିଲା ‘ଏ’ ସାର୍ଟିଫିକେଟ୍
ମୁମ୍ବାଇ: ହୋମି ଆଦାଜାନିଆଙ୍କ ନିର୍ଦ୍ଦେଶିତ ଶାହିଦ କପୁର, ରଶ୍ମିକା ମନ୍ଦାନ୍ନା ଏବଂ କ୍ରିତି ସାନନ ଅଭିନୀତ କକଟେଲ୍ ୨ ଜୁନ୍ ୧୯ରେ ମୁକ୍ତିଲାଭ କରିବାକୁ ଯାଉଛି। ଚଳଚ୍ଚିତ୍ରଟି ଘୋଷଣା ହେବା ପରଠାରୁ ଏହା ଦର୍ଶକଙ୍କ ମଧ୍ୟରେ ବହୁତ ଚର୍ଚ୍ଚା ସୃଷ୍ଟି କରିଛି। ଚଳଚ୍ଚିତ୍ରର ଶୀର୍ଷକ, ଗୀତ, ନୂତନ ମୁହଁ ଏବଂ ଯୁବପିଢ଼ିଙ୍କ ଉତ୍ସାହ ଉତ୍ସାହ ସୃଷ୍ଟି କରିଛି। ଚଳଚ୍ଚିତ୍ରଟି କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (CBFC) ଠାରୁ ସବୁଜ ସଙ୍କେତ ପାଇଛି।କକଟେଲ୍ ୨କୁ CBFC ଦ୍ୱାରା A ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି, ଅର୍ଥାତ୍ ଏହା କେବଳ ବୟସ୍କମାନଙ୍କ ପାଇଁ ଉପଯୁକ୍ତ। ଏହି ଫିଲ୍ମର ଅବଧି ଅଢ଼େଇ ଘଣ୍ଟା। ଜୁନ୍ ୧୪ ତାରିଖ ମଧ୍ୟରାତ୍ରିରେ ଆଗୁଆ ବୁକିଂ ଆରମ୍ଭ ହେଉଛି। ‘କକଟେଲ୍ ୨’ ହେଉଛି ତିନିଜଣ ମୁଖ୍ୟ ଅଭିନେତାଙ୍କ ପାଇଁ ଭିନ୍ନ ଭିନ୍ନ ଦୃଷ୍ଟିରୁ ଏକ ସ୍ୱତନ୍ତ୍ର ଚଳଚ୍ଚିତ୍ର। କ୍ରିତିଙ୍କ ପାଇଁ, ଏହା ତାଙ୍କ ୧୨ ବର୍ଷର କ୍ୟାରିଅରରେ ପ୍ରଥମ ଥର ପାଇଁ ଏକ ବୟସ୍କ-ମୂଲ୍ୟାୟିତ ଚଳଚ୍ଚିତ୍ରର ଅଂଶ ହୋଇଛି। ରଶ୍ମିକା ପୂର୍ବରୁ ଏପରି ଏକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ ଆନିମଲ୍(୨୦୨୩) ରେ ଅଭିନୟ କରିଥିଲେ, ଯାହାକୁ A ସାର୍ଟିଫିକେଟ୍ ମଧ୍ୟ ମିଳିଥିଲା। ବୟସ୍କ-ମୂଲ୍ୟାୟିତ ଚଳଚ୍ଚିତ୍ରଗୁଡ଼ିକ ଶାହିଦଙ୍କ ପାଇଁ ନୂଆ ନୁହେଁ। କମିନେ (୨୦୦୯), ଉଡତା ପଞ୍ଜାବ (୨୦୧୬), କବୀର ସିଂହ (୨୦୧୯) ଏବଂ ଓ'ରୋମିଓ (୨୦୨୬) ପରେ ଏହା ତାଙ୍କର ପଞ୍ଚମ ଏପରି ଚଳଚ୍ଚିତ୍ର ହେବ। 'କକଟେଲ୍' ଏବଂ 'କକଟେଲ୍ ୨' ମଧ୍ୟରେ ପାର୍ଥକ୍ୟ 'କକଟେଲ୍' ଫ୍ରାଞ୍ଚାଇଜ୍ ର ପ୍ରଥମ ଭାଗ ୨୦୧୨ରେ ମୁକ୍ତିଲାଭ କରିଥିଲା। ଏଥିରେ ସୈଫ୍ ଅଲ୍ଲୀ ଖାନ, ଦୀପିକା ପାଦୁକୋନ ଏବଂ ଡାଏନା ପେଣ୍ଟି ଅଭିନୟ କରିଥିଲେ। ଡାଏନା ଏହି ଫିଲ୍ମ ମାଧ୍ୟମରେ ତାଙ୍କର ଅଭିନୟ ଆରମ୍ଭ କରିଥିଲେ। 'କକଟେଲ୍ ୨' ପରି, ମୂଳ ଫିଲ୍ମଟି ମଧ୍ୟ ହୋମି ଆଦଜାନିଆଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା। ଦୁଇଟି ଫିଲ୍ମ ମଧ୍ୟରେ ଗୋଟିଏ ମୁଖ୍ୟ ପାର୍ଥକ୍ୟ ହେଉଛି: ସିକ୍ୱେଲ୍ ପରି ନୁହେଁ, ପ୍ରଥମ ଭାଗ CBFC ରୁ U/A ସାର୍ଟିଫିକେଟ୍ ପାଇଥିଲା, ଅର୍ଥାତ୍ ଏହା ସମସ୍ତ ଦର୍ଶକଙ୍କ ପାଇଁ ଉପଯୁକ୍ତ ଥିଲା। Accident Death: ଦୁଇ ବାଇକ ମୁହାଁମୁହିଁ, ଯୁବକ ମୃତ
ନୂଆଦିଲ୍ଲୀ:ରବିବାର ସନ୍ଧ୍ୟାରେ ଦିଲ୍ଲୀରେ ବିଦ୍ରୋହୀ ଟିଏମସି ନେତା ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଏକ ରାତ୍ରୀଭୋଜନ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହି ରାତ୍ରୀଭୋଜନ ପାଇଁ ଅନେକ ବିଦ୍ରୋହୀ ଟିଏମସି ନେତା ଦିଲ୍ଲୀରେ ପହଞ୍ଚିବା ଆରମ୍ଭ କରିଛନ୍ତି, କିନ୍ତୁ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଯୋଗ ଦେଉନାହାନ୍ତି। ସେ ପ୍ରଥମେ ଯୋଗ ଦେବାକୁ ଯୋଜନା କରିଥିଲେ, କିନ୍ତୁ ଅନ୍ୟ କାରଣ ଯୋଗୁଁ ସେ ଯୋଗ ଦେଇପାରିବେ ନାହିଁ। ତେବେ ଶୁଭେନ୍ଦୁ ଅଧିକାରୀଙ୍କ ଗୋଷ୍ଠୀର ସମସ୍ତ ବିଦ୍ରୋହୀ ଟିଏମସି ସାଂସଦ ଏହି ରାତ୍ରୀଭୋଜନରେ ଯୋଗଦେବେ। ରଣନୀତିକ ସୂତ୍ର ଅନୁସାରେ, ଶୁଭେନ୍ଦୁ ଅଧିକାରୀ ଶେଷ ମୁହୂର୍ତ୍ତରେ ରାତ୍ରୀଭୋଜନରୁ ନିଜକୁ ଦୂରେଇ ରଖିଛନ୍ତି। ସେ ବୈଠକରେ ସିଧାସଳଖ ଉପସ୍ଥିତ ରହିବେ ନାହିଁ, ଯାହା ଦ୍ଵାରା ସମଗ୍ର ଘଟଣାକୁ ବିଜେପି ବନାମ ଟିଏମସି ପ୍ରସଙ୍ଗ ନୁହେଁ ବରଂ ଟିଏମସି ଭିତରେ ଏକ ଆଭ୍ୟନ୍ତରୀଣ ବିଦ୍ରୋହ ଭାବରେ ଚିତ୍ରଣ କରାଯିବ। ବିଦ୍ରୋହୀ ସାଂସଦମାନେ ଲୋକସଭା ଭିତରେ ଏକ ପୃଥକ ବ୍ଲକ ଭାବରେ ମାନ୍ୟତା ପାଇଁ ସେମାନଙ୍କର ଆଇନଗତ ରଣନୀତି ଚୂଡ଼ାନ୍ତ କରିବା ପାଇଁ ଆଜି ସନ୍ଧ୍ୟାରେ ବୈଠକ କରିବେ। ଆଜି ସନ୍ଧ୍ୟାରେ ଏହି ରାତ୍ରୀଭୋଜନରେ ପରବର୍ତ୍ତୀ ରଣନୀତି ଉପରେ ଆଲୋଚନା ହୋଇପାରେ। ଏହି ରାତ୍ରୀଭୋଜନ ପାଇଁ ବିଦ୍ରୋହୀ ଟିଏମସି ନେତା ମାଲା ରୟ ଏବଂ ସାୟନୀ ଘୋଷ କୋଲକାତାରୁ ଦିଲ୍ଲୀ ଯାଇଛନ୍ତି। ଆହୁରି ପଢନ୍ତୁ: Iran: ଇରାନରେ ନୂଆ ସମସ୍ୟା: ଆମେରିକା ସହ ଚୁକ୍ତି ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ, ଆରାଘଚି-ଗାଲିବାଫଙ୍କ ଇସ୍ତଫା ଦାବି କୋଲକାତା ଉତ୍ତରରୁ ଲୋକସଭା ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ, ଟିଏମସିର ସବୁଠାରୁ ବରିଷ୍ଠ ସାଂସଦମାନଙ୍କ ମଧ୍ୟରୁ ଜଣେ ଏବଂ ଦୀର୍ଘ ଦିନ ଧରି ତାଙ୍କୁ ଦଳୀୟ ନେତୃତ୍ୱ ଏବଂ ଦିଲ୍ଲୀ ରାଜନୈତିକ ପ୍ରତିଷ୍ଠାନ ମଧ୍ୟରେ ଏକ ପ୍ରମୁଖ ସଂଯୋଗ ଭାବରେ ବିବେଚନା କରାଯାଉଛି। ବିଦ୍ରୋହୀ ଟିଏମସି ନେତାମାନେ ପ୍ରକୃତ ଟିଏମସି ଭାବରେ ମାନ୍ୟତା ପାଇବା ଏବଂ ଗୃହରେ ଶାସକ ବିଜେପି ନେତୃତ୍ୱାଧୀନ ଏନଡିଏ ସହିତ ବସିବାର ଅନୁମତି ପାଇବା ପାଇଁ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟିବାକୁ ପ୍ରସ୍ତୁତ ହେଉଛନ୍ତି। ଆହୁରି ପଢନ୍ତୁ: Raja: ରଜ ଦୋଳିର ଉତ୍ତାଳ ଛନ୍ଦରେ ଆହୁରି ଗତିଶୀଳ ହେଉ ଆମ ବିକାଶର ଯାତ୍ରା: ମୁଖ୍ୟମନ୍ତ୍ରୀ ବିଦ୍ରୋହୀ ସାଂସଦମାନେ ସଂସଦରେ ଏକ ପୃଥକ ଗୋଷ୍ଠୀ ଗଠନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ, ମମତା ବାନାର୍ଜୀଙ୍କ ଅନୁଗତ ଏବଂ ରାଜ୍ୟସଭା ସାଂସଦ ସାଗରିକା ଘୋଷ ସମ୍ବିଧାନ ଖୋଲି ବିଦ୍ରୋହୀମାନଙ୍କ ଉପରେ କଡ଼ା ଆଇନଗତ ଆକ୍ରମଣ ଆରମ୍ଭ କରିଛନ୍ତି। ସାଗରିକା ଘୋଷ ସ୍ପଷ୍ଟ କରିଛନ୍ତି ଯେ, ବିଦ୍ରୋହୀମାନଙ୍କର ଏକ ପୃଥକ ଗୋଷ୍ଠୀ ପାଇଁ ଦାବି ସମ୍ପୂର୍ଣ୍ଣ ବେଆଇନ। ଘୋଷ କହିଛନ୍ତି, ମୂଳ ଦଳର ନିର୍ବାଚନ ଚିହ୍ନରେ ନିର୍ବାଚନ ଜିତିବା ପରେ ସଂସଦ କିମ୍ବା ବିଧାନସଭା ମଧ୍ୟରେ ଏକ ପୃଥକ ଗୋଷ୍ଠୀ ଗଠନ କରିବାର କୌଣସି ଆଇନଗତ ବ୍ୟବସ୍ଥା ନାହିଁ। ଭାରତୀୟ ସମ୍ବିଧାନର ଦଶମ ଅନୁସୂଚୀର ଅନୁଚ୍ଛେଦ ଦଳବଦଳ ବିରୋଧୀ ଆଇନର ଅନୁଚ୍ଛେଦ ୪ରେ ଏହା ସମ୍ପୂର୍ଣ୍ଣ ସ୍ପଷ୍ଟ। ଯେକୌଣସି ସାଂସଦ କିମ୍ବା ବିଧାୟକଙ୍କ ସଦସ୍ୟତା କେବଳ ସେତେବେଳେ ରକ୍ଷା କରାଯାଇପାରିବ ଯଦି ସେମାନଙ୍କର ମୂଳ ଦଳ ଅନ୍ୟ ଦଳ ସହିତ ମିଶ୍ରଣ ହୁଏ। ଅନ୍ୟ କୌଣସି ବିକଳ୍ପ ନାହିଁ। ଯଦି ବିଦ୍ରୋହୀ ସାଂସଦମାନେ ଏକ ନୂତନ ଦଳ ସହିତ ସେମାନଙ୍କର ସଦସ୍ୟତା ମିଶ୍ରଣ କରନ୍ତି ତେବେ ସେମାନଙ୍କର ସଦସ୍ୟତା ହରାଇବେ। ଗୃହରେ ସେମାନଙ୍କର ଆସନ ଅବୈଧ ବୋଲି ବିବେଚନା କରାଯିବ। ସାମଗ୍ରିକ ଭାବରେ, ଏହି ବୈଠକ କେବଳ ଏକ ରାତ୍ରୀଭୋଜନ କିମ୍ବା ଆଲୋଚନା ନୁହେଁ, ବରଂ ଲୋକସଭା ବାଚସ୍ପତିଙ୍କୁ ଭେଟିବା ପୂର୍ବରୁ ଏକ ଅନ୍ତିମ ଅଭ୍ୟାସ। ଯଦି ସୁଦୀପ ବନ୍ଦୋପାଧ୍ୟାୟ ଏବଂ କାକୋଲି ଘୋଷ ଦସ୍ତିଦାରଙ୍କ ନେତୃତ୍ୱରେ ଏହି ୨୦ ଜଣ ସାଂସଦ ଏକତ୍ରିତ ରୁହନ୍ତି, ତେବେ ସେମାନେ ସାଗରିକା ଘୋଷଙ୍କ ଦ୍ୱାରା ଉଠାଯାଇଥିବା ଆଇନଗତ ପ୍ରଶ୍ନର ସମାଧାନ ପାଇଁ ଆଜି ରାତିରେ ଅନ୍ୟ ଏକ ଜାତୀୟ କିମ୍ବା ଆଞ୍ଚଳିକ ଦଳ ସହିତ ସେମାନଙ୍କ ଗୋଷ୍ଠୀର ମିଶ୍ରଣକୁ ସିଧାସଳଖ ଘୋଷଣା କରିପାରିବେ। ଆଜି ସନ୍ଧ୍ୟାରେ ଦିଲ୍ଲୀରେ ଏହି ବୈଠକ ପଶ୍ଚିମବଙ୍ଗର ରାଜନୀତିର ଗତିପଥ ନିର୍ଣ୍ଣୟ କରିବ। ଆହୁରି ପଢନ୍ତୁ: Accident Death: ଦୁଇ ବାଇକ ମୁହାଁମୁହିଁ, ଯୁବକ ମୃତ ଟିଏମସି ସାଂସଦ ମହୁଆ ମୋଇତ୍ରା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କର ମାସ୍କ ଏବଂ ୱିଗ୍ ଉଭୟ ଖସି ପଡ଼ିଛି। ସୁଦୀପ ଆମକୁ କହିଥିଲେ ଯେ ପେଟ ସମସ୍ୟା ଯୋଗୁଁ ତାଙ୍କୁ କୋଲକାତାର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ହଠାତ୍ ଆମେ ତାଙ୍କୁ ଦିଲ୍ଲୀର ଭୂପେନ୍ଦ୍ର ଯାଦବଙ୍କ ଘରେ ଟିଭିରେ ଦେଖିଲୁ ବୋଲି ମୋଇତ୍ରା କହିଛନ୍ତି। ଦାଦା, ଅତି କମରେ ତୁମର ଏକ୍ସ ହ୍ୟାଣ୍ଡେଲକୁ ସୁଦୀପ ବିଜେପି ବି ଟିମ୍ରେ ପରିବର୍ତ୍ତନ କର, ଆମର ନାମ ବ୍ୟବହାର କରନାହିଁ ବୋଲି ମହୁଆ କଟାକ୍ଷ କରିଛନ୍ତି।
Trump: ୮୦ ବର୍ଷରେ ଟ୍ରମ୍ପ: ଇରାନ ଶାନ୍ତି ଚୁକ୍ତି ହେବ କି ଐତିହାସିକ ଉପହାର ?
ୱାସିଂଟନ: ଆମେରିକା ରାଷ୍ଯ୍ରପତି ଡୋନାଲ୍ହ ଟ୍ରମ୍ପ ରବିବାର ୮୦ ବର୍ଷ ପୂରଣ ହୋଇଛି। ସାଧାରଣତଃ ଜନ୍ମଦିନରେ ଲୋକେ କେକ୍ କାଟିବା ସହ ପରିବାର ସଦସ୍ୟଙ୍କ ସହିତ ଦିନ ବିତାଇଥାନ୍ତି। ଉପହାର ମିଳିଥାଏ। କିନ୍ତୁ ଟ୍ରମ୍ପଙ୍କ ନଜର ଜନ୍ମଦିନ ଉପହାର ପାଇଁ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଉପରେ ରହିଛି। ତାହା ହେଉଛି ଇରାନ ସହିତ ଶାନ୍ତି ଚୁକ୍ତି। ଆହୁରି ପଢନ୍ତୁ: Accident Death: ଦୁଇ ବାଇକ ମୁହାଁମୁହିଁ, ଯୁବକ ମୃତ ଗତ କିଛି ଦିନ ଧରି ସେ ଲଗାତାର ଦାବି କରୁଛନ୍ତି ଯେ, ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଶେଷ ପାଇଁ ବୁଝାମଣା ପ୍ରାୟତଃ ପ୍ରସ୍ତୁତ ହୋଇ ରହିଛି। ସେ ଏହା ମଧ୍ୟ କହିଛନ୍ତି ଯେ, ଶାନ୍ତି ଚୁକ୍ତିରେ କେବଳ ସ୍ବାକ୍ଷର ବାକି ରହିଛି। ଟ୍ରମ୍ପ ଆଶା କରୁଛନ୍ତି ତାଙ୍କ ଜନ୍ମ ଦିନରେ ରବିବାର ବିଶ୍ବ ସମ୍ମୁଖରେ ଏହି ଐତିହାସିକ ଚୁକ୍ତି ସ୍ବାକ୍ଷରିତ ହେବ। ଜନ୍ମଦିନ ଆସିଛି ମାତ୍ର ଚୁକ୍ତି କାଗଜରେ ହେବାକୁ ଅଛି। ୧୪ ଜୁନ୍ ୧୯୪୬ରେ ଟ୍ରମ୍ପ ଆମେରିକାର ନ୍ୟୁୟର୍କ ସହରର ଜାମାଇକା ହସ୍ପିଟାଲ୍ ମେଡିକାଲ୍ ସେଣ୍ଟରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ବାପାଙ୍କ ନାମ ଫ୍ରେଡ୍ ଟ୍ରମ୍ପ୍ ଏବଂ ମା’ଙ୍କ ନାମ ମେରୀ ଆନ୍ ମ୍ୟାକଲିଓଡ୍ ଟ୍ରମ୍ପ୍ ଥିଲା।
President Droupadi Murmu Extends Raja Festival Greetings
President Droupadi Murmu on Sunday extended heartfelt greetings to citizens on the occasion of Raja Parba, one of Odisha’s most cherished cultural festivals. In her message, the President conveyed special wishes to the people of Odisha and described Raja as a festival that celebrates nature, cultural heritage, and the values of harmony and renewal. Raja […] The post President Droupadi Murmu Extends Raja Festival Greetings appeared first on Pragativadi I Latest Odisha News in English I Breaking News .
England: ମିଳିଲା ଇଂଲଣ୍ଡ ଫୁଟ୍ବଲ୍ ଦଳର କ୍ରୀଡ଼ା ସରଞ୍ଜାମ
କାନ୍ସାସ୍ ସିଟି: ଇଂଲଣ୍ଡ ଫୁଟ୍ବଲ୍ ଦଳର ଚୋରି ହୋଇଥିବା କ୍ରୀଡ଼ା ସରଞ୍ଜାମ ଉଦ୍ଧାର ହୋଇଛି। ମିସୋରିର ଜାକ୍ସନ କାଉଣ୍ଟି ପୁଲିସ ଚୋରି ହୋଇଥିବା ପ୍ରାୟ ୧୭ ଲକ୍ଷ ଟଙ୍କାର ସରଞ୍ଜାମ ଜବତ କରିଛି। ଜବତ ସାମଗ୍ରୀ ମଧ୍ୟରେ ରହିଛି ୯ ହଳ ଫୁଟ୍ବଲ୍ ଜୋତା, ଗୋଟିଏ ଫୁଟ୍ବଲ୍ ବଲ୍, ଗୋଟିଏ ଗୋଲ୍ରକ୍ଷକ ଗ୍ଲୋଭସ୍, ବିଭିନ୍ନ ତାଲିମ ସରଞ୍ଜାମ। ଏହି ମାମଲାରେ ଦୁଇଜଣ ସଂଦିଗ୍ଧଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ମୁସ୍ତାଫା ସାଲିକ୍ ଓ ଏର୍ଫାନ୍ କମଲ। ସେମାନଙ୍କ ଉପରେ ଆମରିକୀୟ ଆଇନ ଅନୁସାରେ ‘କ୍ଲାସ୍-ଡି ଫେଲୋନି’ ଅଭିଯୋଗ ଲଗାଯାଇଛି। ଏହି ଧାରାରେ ଅଭିଯୋଗ ସାବ୍ୟସ୍ତ ହେଲେ ସେମାନଙ୍କୁ ୭ ବର୍ଷ ଜେଲ୍ ଦଣ୍ଡ ଭୋଗ କରିବାକୁ ପଡ଼ିପାରେ। ଆହୁରି ପଢନ୍ତୁ: Raja: ରଜ ଦୋଳିର ଉତ୍ତାଳ ଛନ୍ଦରେ ଆହୁରି ଗତିଶୀଳ ହେଉ ଆମ ବିକାଶର ଯାତ୍ରା: ମୁଖ୍ୟମନ୍ତ୍ରୀ ଜବତ ସରଞ୍ଜାମ ଫ୍ଲୋରିଡ଼ାରେ ସ୍ଥାପିତ ଇଂଲଣ୍ଡର ପ୍ରାକ୍-ବିଶ୍ବକପ୍ ଅଭ୍ୟାସ ଶିବିରରୁ ମିସୋରିର ସ୍ବୋପ୍ ଭିଲେଜ୍କୁ ଯାଉଥିବାବେଳେ ଚୋରି ହୋଇଯାଇଥିଲା। ଇଂଲଣ୍ଡ ଆସନ୍ତା ୧୮ ତାରିଖରେ ଆମେରିକାର ଡଲାସ୍ ସହରରେ କ୍ରୋଏସିଆକୁ ଭେଟି ନିଜର ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ। ଏହା ପୂର୍ବରୁ ସରଞ୍ଜାମ ଉଦ୍ଧାର ହେବା ଇଂଲଣ୍ଡ ଦଳକୁ ଆଶ୍ବସ୍ତ କରିଛି। ତେବେ ଦଳ ପକ୍ଷରୁ କୁହାଯାଇଛି ଯେ ଏହି ଘଟଣା ଦ୍ବାରା ଦଳର ଅଭ୍ୟାସ ପ୍ରଭାବିତ ହୋଇନଥିଲା।
ତେହେରାନ: ଆମେରିକା ସହିତ ଶାନ୍ତି ଚୁକ୍ତିନାମାକୁ ବିରୋଧ କରି ଇରାନୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଇରାନ ର ଅନେକ ସହରରେ ପ୍ରତିବାଦ ଆରମ୍ଭ ହୋଇଛି। ପ୍ରତିବାଦକାରୀମାନେ ଅଭିଯୋଗ କରିଛନ୍ତି ଯେ, ଏହି ଚୁକ୍ତିନାମା ଇରାନର ସ୍ୱାର୍ଥ ବିରୋଧରେ କରାଯାଉଛି, ଯାହା ହେବା ଉଚିତ୍ ନୁହେଁ। ପ୍ରତିବାଦକାରୀମାନେ ବିଶେଷ ଭାବରେ ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ଏବଂ ସଂସଦ ବାଚସ୍ପତି ମହମ୍ମଦ ବାଘେର ଗାଲିବାଫଙ୍କୁ ଟାର୍ଗେଟ କରିଛନ୍ତି। ଆମେରିକା ସହିତ ଚୁକ୍ତିନାମାରେ ଇରାନର ମୁଖ୍ୟ ଆଲୋଚନାକାରୀ ଗାଲିବାଫ ଏବଂ ଆରାଘଚିଙ୍କ ବିରୋଧରେ ଲୋକେ ସ୍ଲୋଗାନ ଦେଇଛନ୍ତି। ଆହୁରି ପଢନ୍ତୁ: Raja: ରଜ ଦୋଳିର ଉତ୍ତାଳ ଛନ୍ଦରେ ଆହୁରି ଗତିଶୀଳ ହେଉ ଆମ ବିକାଶର ଯାତ୍ରା: ମୁଖ୍ୟମନ୍ତ୍ରୀ ଶନିବାର ତେହେରାନର ଇବନ୍ ସିନା ସ୍କୋୟାରରେ ଏକ ରାଲି ଅନୁଷ୍ଠିତ ହୋଇଥିଲା। ଆବାସ ଆରାଘଚିଙ୍କ ବିରୋଧରେ ପ୍ରତିବାଦ କରି ମଶାଦରେ ବୈଦେଶିକ ମନ୍ତ୍ରଣାଳୟ ସମ୍ମୁଖରେ ଲୋକେ ଏକତ୍ରିତ ହୋଇଥିଲେ। ଫାର୍ସ ନ୍ୟୁଜ୍ ଏଜେନ୍ସି ଏକ ଭିଡିଓ ଜାରି କରିଛି ଯେଉଁଥିରେ ମଶାଦରେ ପ୍ରଦର୍ଶନକାରୀମାନେ ଆରାଘଚିଙ୍କ ବିରୋଧରେ ସ୍ଲୋଗାନ ଦେଉଛନ୍ତି। ପ୍ରଦର୍ଶନକାରୀମାନଙ୍କ ଅନୁସାରେ ଏହି ଚୁକ୍ତି ହର୍ମୁଜ୍ ପ୍ରଣାଳୀରେ ଇରାନର ପ୍ରଭାବକୁ ଦୁର୍ବଳ କରିବ। ମଶାଦରେ ମହିଳାମାନେ ପତାକା ଧରି ବେଇମାନ ଅନୁପ୍ରବେଶକାରୀ ଆରାଘଚି ମୁର୍ଦ୍ଦାବାଦ ସ୍ଲୋଗାନ ଦେଉଥିବାର ଦେଖାଯାଇଥିଲା। ଅନ୍ୟ ଏକ ଭିଡିଓରେ, ପ୍ରତିବାଦକାରୀମାନେ କହୁଛନ୍ତି ଯେ ଆରାଘଚିଙ୍କ ଚୁକ୍ତିନାମା ଇରାନ ପାଇଁ ଅପମାନଜନକ। ସେ ଏହି ଚୁକ୍ତିରେ ଆମେରିକାକୁ ଅତ୍ୟଧିକ ଏବଂ ଅନାବଶ୍ୟକ ରିହାତି ଦେଇଛନ୍ତି। ତେଣୁ, ଗାଲିବାଫ ଏବଂ ଆରାଘଚି ଇସ୍ତଫା ଦେବା ଉଚିତ୍। ପ୍ରତିବାଦକାରୀମାନେ ଯୁକ୍ତି ଦେଇଛନ୍ତି ଯେ, ଏହି ଚୁକ୍ତିନାମା ଇରାନର ସ୍ୱାର୍ଥକୁ ସୁରକ୍ଷା ଦେବ ନାହିଁ ଏବଂ ଦେଶ ହର୍ମୁଜ୍ ପ୍ରଣାଳୀର ନିୟନ୍ତ୍ରଣ ହରାଇବ।
Accident Death: ଦୁଇ ବାଇକ ମୁହାଁମୁହିଁ, ଯୁବକ ମୃତ
କୁଜଙ୍ଗ: ଆଜି ସକାଳୁ ସକାଳୁ ପହିଲି ରଜରେ ଏକ ଦୁଃଖଦ ଘଟଣା ଘଟିଯାଇଛିା କୁଜଙ୍ଗ ଥାନା ମଙ୍ଗରାଜପୁର ଷ୍ଟାଡିଅମ ନିକଟରେ ଦୁଇ ବାଇକ ମୁହାଁମୁହିଁ ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଯାଇଛିା ମୃତକ ହେଲେ କୋଠି ଗ୍ରାମର ବାବୁଲି ଦାସଙ୍କ ପୁତ୍ର ଲୋକନାଥ ଦାସ(୨୨)। ପ୍ରକାଶ ଯେ, କୋଠି ଗ୍ରାମର ବାବୁଲି ଦାସଙ୍କ ଏକମାତ୍ର ପୁତ୍ର ଲୋକନାଥ ଦାସ ତାଙ୍କ ସାଙ୍ଗ ସୂର୍ଯ୍ୟକାନ୍ତ ଖଣ୍ଡୁଆଳଙ୍କ ସହିତ ପନ୍ଦର ନମ୍ବରରୁ ମଙ୍ଗରାଜପୁର ରାସ୍ତାରେ କୁଜଙ୍ଗରୁ ଘରକୁ ଫେରୁଥିଲୋ ଏହି ସମୟରେ ମଙ୍ଗରାଜପୁର ଗ୍ରାମର ହାଡିବନ୍ଧୁ ସାମଲଙ୍କ ପୁତ୍ର ଗୁଡୁ ସାମଲ ନିଜ ବାଇକରେ ଏହି ରାସ୍ତାକୁ ଉଠିବା ବେଳେ ଦୁଇ ବାଇକ ମୁହାଁମୁହିଁ ହୋଇଥିଲାା ଫଳରେ ଲୋକନାଥ ରାସ୍ତାରେ ପଡିଯାଇ ତାଙ୍କର ମୁଣ୍ଡ ରାସ୍ତାରେ ଜୋରରେ ପିଟି ହୋଇ ଯାଇଥିଲାା ସିମେଣ୍ଟ କଂକ୍ରିଟ ରାସ୍ତା ହୋଇଥିବାରୁ ଲୋକନାଥଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ସହିତ ଭୀଷଣ ରକ୍ତସ୍ରାବ ହୋଇଥିଲାା ଦେବଦୂତ ସଡକ ସୁରକ୍ଷା ବାହିନୀ ସଭାପତି ପଙ୍କଜ ତରାଇ,ବିନେରି ସେବା ଫାଇଣ୍ଡେସନରର ଅଧ୍ୟକ୍ଷ ପ୍ରଭାତ ବେହେରା ତୁରନ୍ତ ଖବର ପାଇ ଅଗ୍ନିଶମ ବାହିନୀଙ୍କ ଜରିଆରେ ତାଙ୍କୁ କୁଜଙ୍ଗ ମେଡିକାଲରେ ଭର୍ତ୍ତି କରିଥିଲୋ ମାତ୍ର ସେଠାରେ ଲୋକନାଥ ଦାସଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲୋ ରଜରେ ଗାଁକୁ ବୁଲିବାକୁ ଆସୁଥିଲେ ମୃତ ଲୋକନାଥ କଟକର ଏକ ଶିକ୍ଷାନୁଷ୍ଠାନରେ ଡିପ୍ଲୋମା ଶିକ୍ଷା ଗ୍ରହଣ କରୁଥିଲୋ ରଜରେ ଗାଁକୁ ବୁଲିବାକୁ ଆସୁଥିଲୋ ଲୋକନାଥ ତାଙ୍କ ବାପାଙ୍କର ଏକମାତ୍ର ପୁତ୍ର ହୋଇଥିବାରୁ ପରିବାର ସମ୍ପୂର୍ଣ୍ଣରୂପେ ଭାଙ୍ଗି ପଡିଥିବା ବେଳେ ଅଂଚଳରେ ଶୋକର ଛାୟା ଖେଳିଯାଇଛିା Raja: ରଜ ଦୋଳିର ଉତ୍ତାଳ ଛନ୍ଦରେ ଆହୁରି ଗତିଶୀଳ ହେଉ ଆମ ବିକାଶର ଯାତ୍ରା: ମୁଖ୍ୟମନ୍ତ୍ରୀ
The sacred Shree Jagannath Temple witnessed an overwhelming surge of devotees on Sunday as thousands gathered to seek the blessings of Lord Jagannath during the Raja Festival celebrations. The heavy footfall resulted in long queues across all four gates of the temple, with pilgrims patiently waiting for darshan throughout the day. Devotees Queue Up for […] The post Raja Festival Draws Massive Crowd to Puri Jagannath Temple; Authorities Strengthen Crowd Management Measures appeared first on Pragativadi I Latest Odisha News in English I Breaking News .

28 C