ରାଗରେ ପାଖରେ ପଡ଼ିଥିବା ଛୁରୀରେ ସ୍ବାମୀ ବେକ କାଟି ଦେଲେ ସ୍ତ୍ରୀ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହମିରପୁରସ୍ଥିତ ମୁସ୍କାରା କସବାରେ ଜଣେ ସ୍ତ୍ରୀ ତାଙ୍କ ମଦ୍ୟପ ସ୍ୱାମୀଙ୍କ କାର୍ଯ୍ୟକଳାପରେ ବିରକ୍ତ ହୋଇ ଏକ ବଡ଼ ଛୁରୀ ସାହାଯ୍ୟରେ ସ୍ୱାମୀଙ୍କୁ ନିର୍ମମ ଭାବରେ ହତ୍ୟା କରିଥିବାର ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏହି ହତ୍ୟା ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ଏବଂ ସିଓ ରାଠ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତକଙ୍କ ସ୍ତ୍ରୀଙ୍କୁ ପୁଲିସ ହେପାଜତକୁ ନେଇ ପଚରାଉଚରା ଜାରି ରଖିଛି। ପୁଲିସ ସମ୍ମୁଖରେ ମୃତକଙ୍କ ସ୍ତ୍ରୀ ନିଜ ଦୋଷ ସ୍ବୀକାର ମଧ୍ୟ କରିଛନ୍ତି। ଗତ ସୋମବାର ମୃ୍ତକ ଅରବିନ୍ଦ (୪୨)ଙ୍କ ପୁଅ ରାଜେଶ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ରିପୋର୍ଟ କରିଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଅରବିନ୍ଦଙ୍କୁ ଘରର ବିଛଣାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲା। ଏଥିସହିତ ଅରବିନ୍ଦଙ୍କ ପାଖରେ ବସିଥିବା ସ୍ତ୍ରୀ ଅନିତାଙ୍କ ମୁହଁରେ ରକ୍ତ ଛିଟା ପଡ଼ିଥିବା ବି ପୁଲିସର ନଜରକୁ ଆସିଥିଲା। । ଏହାପରେ ପୁଲିସ ଅରବିନ୍ଦଙ୍କ ମୃତଦେହକୁ ଜବତ କରି ସ୍ତ୍ରୀ ଅନିତାଙ୍କ ଥାନାକୁ ନେଇ ଆସିଥିଲା। ପୁଲିସ ସମ୍ମୁଖରେ ଅନିତା ତାଙ୍କ ସ୍ବାମୀଙ୍କୁ ହତ୍ୟା କରିଥିବା ସ୍ବୀକାର କରି କହିଥିଲେ, ‘ ମୋର ତିନିଜଣ ପିଲା ବାହାରେ ଥିଲେ। ଏହି ସମୟରେ ଅରବିନ୍ଦ ମଦ୍ୟପାନ କରି ଘରକୁ ଆସି ମୋ ସହିତ ଝଗଡା କରିଥିଲେ। ବିବାଦ ବଢ଼ିବା ପରେ ମୁଁ ରାଗି ଯାଇଥିଲି। ପାଖରେ ପଡ଼ିଥିବା ଏକ ଛୁରୀ ଧରି ଅରବିନ୍ଦଙ୍କ ବେକକୁ କାଟି ଦେଇଥିଲି। ସଙ୍ଗେସଙ୍ଗେ ଅରବିନ୍ଦଙ୍କ ବେକରୁ ଅଜସ୍ର ରକ୍ତସ୍ରାବ ହେବା ସହିତ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।’
ନକ୍ସଲବାଦ ଦ୍ୱାରା ସର୍ବାଧିକ ପ୍ରଭାବିତ ଜିଲ୍ଲା ସଂଖ୍ୟା ମାତ୍ର ୬କୁ ହ୍ରାସ ପାଇଛି: କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ନକ୍ସଲ ମୁକ୍ତ ଭାରତ ଗଠନ ଦିଗରେ ଏକ ବିଶାଳ ପଦକ୍ଷେପ ଗ୍ରହଣ କରି ଆମ ଦେଶ ବାମପନ୍ଥୀ ଉଗ୍ରବାଦ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ଜିଲ୍ଲା ସଂଖ୍ୟା ୧୨ରୁ ମାତ୍ର ୬କୁ ହ୍ରାସ କରି ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି।ସାମାଜିକ ଗଣମାଧ୍ୟମ ଏକ୍ସ ପୋଷ୍ଟରେ ଅମିତ ଶାହ କହିଛନ୍ତି ଯେ ମୋଦୀ ସରକାର ନକ୍ସଲବାଦ ପ୍ରତି କଠୋର ଆଭିମୁଖ୍ୟ ସହିତ ଏକ ସଶକ୍ତ, ସୁରକ୍ଷିତ ଏବଂ ସମୃଦ୍ଧ ଭାରତ ନିର୍ମାଣ କରୁଛନ୍ତି। ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ନକ୍ସଲବାଦକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବାକୁ ଭାରତ ସଂକଳ୍ପବଦ୍ଧ। ଦେଶରେ ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ୩୮ ଥିଲା। ଏମାନଙ୍କ ମଧ୍ୟରୁ ସର୍ବାଧିକ ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୨ରୁ ୬କୁ ହ୍ରାସ ପାଇଛି, ସମ୍ବେଦନଶୀଳ ଜିଲ୍ଲା ସଂଖ୍ୟା ମଧ୍ୟ ୯ରୁ ୬କୁ ହ୍ରାସ ପାଇଛି ଏବଂ ଅନ୍ୟାନ୍ୟ ମାଓ ହିଂସା ପ୍ରଭାବିତ ଜିଲ୍ଲା ସଂଖ୍ୟା ମଧ୍ୟ ୧୭ରୁ ୬କୁ ହ୍ରାସ ପାଇଛି। ସମୁଦାୟ ନକ୍ସଲ ପ୍ରଭାବିତ ଜିଲ୍ଲାଗୁଡ଼ିକ ମଧ୍ୟରୁ ସବୁଠୁ ଅଧିକ ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୨ରୁ ୬କୁ ହ୍ରାସ ପାଇଛି, ଯେଉଁଥିରେ ଛତିଶଗଡ଼ର ୪ଟି ଜିଲ୍ଲା (ବିଜାପୁର, କାଙ୍କେର, ନାରାୟଣପୁର ଏବଂ ସୁକମା), ଝାଡ଼ଖଣ୍ଡର ୧ଟି (ପଶ୍ଚିମ ସିଂହଭୂମ) ଏବଂ ମହାରାଷ୍ଟ୍ର (ଗଡ଼ଚିରୋଲି)ର ଗୋଟିଏ ଜିଲ୍ଲା ଅନ୍ତର୍ଭୁକ୍ତ। ସେହିପରି ସମୁଦାୟ ୩୮ଟି ପ୍ରଭାବିତ ଜିଲ୍ଲା ମଧ୍ୟରୁ ଗୁରୁତର ଭାବେ ପ୍ରଭାବିତ ଜିଲ୍ଲାବ୍ୟତୀତ ଅତିରିକ୍ତ ସମ୍ବଳ ଯୋଗାଇ ଦେବାକୁ ପଡ଼ୁଥିବା ଜିଲ୍ଲା ସଂଖ୍ୟା ୯ରୁ ୬କୁ ହ୍ରାସ ପାଇଛି। ଏହି ୬ଟି ଜିଲ୍ଲା ହେଲା ଆନ୍ଧ୍ରପ୍ରଦେଶ (ଅଲୁରି ସୀତାରାମ ରାଜୁ), ମଧ୍ୟପ୍ରଦେଶ (ବାଲାଘାଟ), ଓଡ଼ିଶା (କଳାହାଣ୍ଡି, କନ୍ଧମାଳ ଓ ମାଲକାନଗିରି) ଏବଂ ତେଲେଙ୍ଗାନା (ଭଦ୍ରାଦ୍ରି-କୋଠାଗୁଡେମ)। ନକ୍ସଲବାଦ ବିରୋଧରେ ଲଗାତାର କାର୍ଯ୍ୟାନୁଷ୍ଠାନ ଯୋଗୁଁ ମାଓ ହିଂସା ପ୍ରଭାବିତ ଜିଲ୍ଲା ସଂଖ୍ୟା ମଧ୍ୟ ୧୭ରୁ ୬କୁ ହ୍ରାସ ପାଇଛି। ଏଥିରେ ଛତିଶଗଡ଼ (ଦାନ୍ତେଓ୍ଵାଡ଼ା, ଗରିଆବନ୍ଦ ଓ ମୋହଲା-ମାନପୁର-ଆମ୍ବାଗଡ଼ ଚୌକି), ଝାଡ଼ଖଣ୍ଡ (ଲାତେହାର), ଓଡ଼ିଶା (ନୂଆପଡ଼ା) ଏବଂ ତେଲେଙ୍ଗାନା (ମୁଲୁଗୁ) ଜିଲ୍ଲା ଅନ୍ତର୍ଭୁକ୍ତ। ସର୍ବସାଧାରଣ ଭିତ୍ତିଭୂମିରେ ଥିବା ଅଭାବକୁ ପୂରଣ କରିବା ପାଇଁ ଭାରତ ସରକାର ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା (ଏସସିଏ) ନାମକ ଏକ ସ୍ୱତନ୍ତ୍ର ଯୋଜନା ଅଧୀନରେ ସର୍ବାଧିକ ପ୍ରଭାବିତ ଜିଲ୍ଲା ଏବଂ ସମ୍ବେଦନଶୀଳ ଜିଲ୍ଲାଗୁଡିକୁ ଯଥାକ୍ରମେ ୩୦ କୋଟି ଟଙ୍କା ଏବଂ ୧୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରନ୍ତି। ଏତଦ୍ ବ୍ୟତୀତ ଆବଶ୍ୟକତା ଅନୁଯାୟୀ ଏହି ଜିଲ୍ଲାଗୁଡ଼ିକ ପାଇଁ ସ୍ୱତନ୍ତ୍ର ପ୍ରକଳ୍ପ ମଧ୍ୟ ଯୋଗାଇ ଦିଆଯାଉଛି। ବିଗତ ଏକ ବର୍ଷ ମଧ୍ୟରେ ବାମପନ୍ଥୀ ଉଗ୍ରବାଦ ସ୍ଥିତିରେ ଦ୍ରୁତ ଉନ୍ନତି ମୁଖ୍ୟତଃ ନକ୍ସଲ ପ୍ରଭାବିତ ଅଞ୍ଚଳରେ ନୂତନ ସୁରକ୍ଷା ଶିବିର ପ୍ରତିଷ୍ଠା ଏବଂ ସରକାରଙ୍କ ରାସ୍ତା ସମ୍ପ୍ରସାରଣ, ପରିବହନ ସୁବିଧା, ପାଣି, ବିଜୁଳି ଏବଂ ଅନ୍ୟାନ୍ୟ ଉନ୍ନୟନମୂଳକ ଯୋଜନା ତଥା ଗ୍ରାମବାସୀଙ୍କ ପାଖରେ ପହଂଚିବା ଭଳି ବିକାଶମୂଳକ କାର୍ଯ୍ୟ ଯୋଗୁଁ ସମ୍ଭବ ହୋଇପାରିଛି। Naxal | Odisha
ବୁଧବାର ଆଗତ ହୋଇପାରେ ଓ୍ବାକଫ୍ ବିଲ୍, ନିଜ ସାଂସଦଙ୍କ ପାଇଁ ହ୍ବିପ ଜାରି କଲା ବିଜେପି
ନୂଆଦିଲ୍ଲୀ : ସଂସଦର ଏକ ମିଳିତ କମିଟିର ରିପୋର୍ଟ ପରେ ସଂଶୋଧିତ ୱାକଫ୍ ବିଲ୍ ବୁଧବାର (୨ ଏପ୍ରିଲ, ୨୦୨୫) ଲୋକସଭାରେ ବିଚାର ଏବଂ ପାରିତ ପାଇଁ ଆଗତ କରାଯିବାର ସମ୍ଭାବନା ରହିଛି। ଭାରତୀୟ ଜନତା ପାର୍ଟି (ବିଜେପି) ଏହାର ସମସ୍ତ ଲୋକସଭା ସାଂସଦଙ୍କୁ ଏକ ହ୍ୱିପ୍ ଜାରି କରି ୨ ଏପ୍ରିଲ୍, ୨୦୨୫ରେ ସଂସଦରେ ଉପସ୍ଥିତ ରହିବାକୁ କହିଛି। ଏହି ବିଲକୁ ନେଇ ଆସନ୍ତା କାଲି (ବୁଧବାର) ସଂସଦରେ ସ୍ଥିତି ଉତ୍ତେଜନାମୂଳକ ରହିପାରେ । ୱାକଫ ସଂଶୋଧନ ବିଲ୍ ସମ୍ପର୍କରେ କଂଗ୍ରେସ ଆଜି ଅର୍ଥାତ୍ ୧ ଏପ୍ରିଲ ୨୦୨୫, ମଙ୍ଗଳବାର ଦିନ ବିରୋଧୀ ଦଳଗୁଡ଼ିକର ଏକ ବୈଠକ ଡାକିଛି। ସୂତ୍ର ଅନୁସାରେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ୱାକଫ ବିଲ୍ ଉପରେ ଆଲୋଚନା କରିପାରନ୍ତି। ୱାକଫ ସଂଶୋଧନ ବିଲ୍ ସମ୍ପର୍କରେ କଂଗ୍ରେସ ଆଜି ଅର୍ଥାତ୍ ୧ ଏପ୍ରିଲ ୨୦୨୫, ମଙ୍ଗଳବାର ଦିନ ବିରୋଧୀ ଦଳଗୁଡ଼ିକର ଏକ ବୈଠକ ଡାକିଛି। ସୂତ୍ର ଅନୁସାରେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ୱାକଫ ବିଲ୍ ଉପରେ ଆଲୋଚନା କରିପାରନ୍ତି। କେରଳରେ, ମୁସଲମାନମାନେ ଅନେକ ଖ୍ରୀଷ୍ଟିଆନ ସମ୍ପତ୍ତିକୁ ସେମାନଙ୍କର ୱାକଫ ସମ୍ପତ୍ତି ଭାବରେ ଘୋଷଣା କରିଛନ୍ତି। ଏହି ସମୟରେ, କ୍ୟାଥୋଲିକ ସଂଗଠନଗୁଡ଼ିକ ସରକାରଙ୍କ ୱାକଫ ବିଲକୁ ସମର୍ଥନ କରି ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି। ଏହା ସହିତ, ସମ୍ପତ୍ତି ମାଲିକାନା ଇତ୍ୟାଦି ନିୟମରେ ପରିବର୍ତ୍ତନ ପାଇଁ ଦାବି ହୋଇଛି।
ବିପଳ ହେଲା ଯୋଜନା: ୧୩ ମାଓବାଦୀ ଗିରଫ
ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ପୁଲିସକୁ ମିଳିଛି ପୁଣି ସଫଳତା। ଆଜି ୧୩ ଜଣ ମାଓବାଦୀ ବିଜାପୁର ପୁଲିସ ଗିରଫ କରିଛି। ବିଜାପୁର ଜିଲ୍ଲା ପୁଲିସ ବିଭିନ୍ନ ଥାନା ଅଂଚଳରେ ଚଢାଉ କରାଯାଇ ଏମାନଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି। ଏମାନଙ୍କ ମଧ୍ୟରୁ ଜଣକ ନାମରେ ଏକ ଲକ୍ଷ ଟଂକାର ପୁରସ୍କାର ରହିଥିଲା। ଏମାନେ ଉସୁର ଥାନାର ପୁଲିସ ପାର୍ଟି ଉପରେ ବୋମା ବିସ୍ଫୋରଣ କରିବା ନେଇ ୭ ଜଣ ନକ୍ସଲ ନାମରେ କେଶ ରହିଛି। ସେହିପରି ମାରୁଡବାକା ଗ୍ରାମର ଗ୍ରାମବାସୀଙ୍କୁ ହତ୍ୟା କରିବା ଘଟଣାରେ ଅନ୍ୟ ୬ ଜଣ ନକ୍ସଲ ସାମିଲ ଥିବା ପୁଲିସ କହିଛି। ଏମାନଙ୍କ ଠାରୁ ଟିଫିନ ବୋମା, କୋଡେକ୍ସ ତାର, ବିଦ୍ୟୁତିକ ତାର, ପୋଷ୍ଟର ସହ ମାଓ ସାମଗ୍ରୀ ଜବତ କରାଯାଇଛି। ସମସ୍ତ ନକ୍ସଲକୁ ଗିରଫ ପରେ ପଚରାଉଚରା କରାଯାଇ କୋର୍ଟ ଚାଲାଣ କରାଯାଇଥିବା ପୁଲିସ କହିଛି। Naxal | Malkangiri
ଟିପ୍ପର ମାଲିକ ସଂଘର ଧର୍ମଘଟ: ଠପ୍ ହେଲା ମାଲକାନଗିରି ଜିଲ୍ଲାର ଉନ୍ନୟନ କାମ
ମାଲକାନଗିରି: ଜିଲ୍ଲାରେ ବାଲି ଚାଲାଣ ବେଳେ ଟିପ୍ପରମାନଙ୍କୁ ପ୍ରଶାସନ ତରଫରୁ ଧରପଗଡ଼ କରାଯାଇ ଲକ୍ଷାଧିକ ଟଂକା ଜରିମାନା ଆଦାୟ କରାଯାଉଥିବାର ପ୍ରତିବାଦରେ ଆଜି ଠାରୁ ଟିପ୍ପର ମାଲିକ ସଂଘ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି। ମାଲକାନଗିରିସ୍ଥିତ ମାଲ୍ୟବନ୍ତ ପଡିଆରେ ୨୦୦ରୁ ଊର୍ଦ୍ଧ୍ବ ଟିପ୍ପର ଗୋଟିଏ ଜାଗାରେ ରଖି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛନ୍ତି। ଜିଲ୍ଲାରେ କୌଣସି ଗୋଟିଏ ବି ଉନ୍ନୟନ କାମରେ ଟିପ୍ପର ଦ୍ବାରା ବାଲି, ପଥର, ଚିପସ୍ ଇତ୍ୟାଦି ଯୋଗାଣ କରାଯିବ ନାହିଁ ବୋଲି କୁହାଯାଇଛି। ଏହାର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଟିପ୍ପର ମାଲିକ ସଂଘ ପକ୍ଷରୁ କୁହାଯାଇଛି। ଜିଲ୍ଲାରେ ପ୍ରାୟ ୫୦୦ କୋଟିରୁ ଊର୍ଦ୍ଧ୍ବ ଟଂକାର ଉନ୍ନୟନ କାମ ଚାଲିଥିବା ବେଳେ ୬୦ରୁ ଅଧିକ ହାଇ ଲେବେଲ ବ୍ରିଜ କାମ ଚାଲିଛି। ଆଉ ଦୁଇ ମାସ ପରେ ବର୍ଷା ଆସିଗଲେ ସବୁ କାମ ଠପ୍ ହୋଇଯିବ। ଅନ୍ୟ ଦିଗରେ ଠିକାଦାରମାନଙ୍କୁ ସରକାର ଚେତାବନୀ ଦେଇଛନ୍ତି ଯେ ଜୁନ ପୂର୍ବରୁ କାମଗୁଡିକ ଯୁଦ୍ଧକାଳୀନ ଭିତ୍ତିରେ ସାରିବା ପାଇଁ। ନଚେତ ସମସ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗୋଟିଏ ବର୍ଷା ବି ଦୁଇ ମାସ ମଧ୍ୟରେ ହୁଏ ତେବେ ଜିଲ୍ଲାର ସମସ୍ତ ବ୍ରିଜରେ ପାଣି ଭର୍ତ୍ତି ହେବା କାମ ବନ୍ଦ କରିବାକୁ ଠିକାଦାରମାନେ ବାଧ୍ୟ ହେବେ। ଏହି ପରିପ୍ରେକ୍ଷୀରେ ଟିପ୍ପର ମାଲିକ ସଂଘର ଧର୍ମଘଟ ଆଗକୁ ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କୁ ଅସୁବିଧାରେ ହିଁ ପକାଇବ ବୋଲି କୁହାଯାଇଛି। ଅନ୍ୟଦିଗରେ ବ୍ୟକ୍ତିଗତ ଘର କରୁଥିବା ଲୋକେ ମଧ୍ୟ ଏବେ ଅସୁବିଧାରେ ପଡିଛନ୍ତି। ସେମାନଙ୍କୁ ମଧ୍ୟ ବାଲି, ଇଟା, ପଥର ଇଦ୍ୟାଦି ମିଳୁନଥିବାରୁ କେବେ ଏହି ଆନ୍ଦୋଳନ ସମାପ୍ତ ହେବ ତାହା ଉପରେ ସେମାନେ ମଧ୍ୟ ନଜର ରଖିଛନ୍ତି। ଟିପ୍ପର ମାଲିକ ସଂଘର କହିବା ହେଲା ଆମେ ଗାଡିର ଟ୍ୟାକ୍ସ ସହ ସରକାରଙ୍କର ସମସ୍ତ ରୋୟାଲଟି ଇତ୍ୟାଦି ଶହେ ପ୍ରତିଶତ ପୈଠ କରିବା ପରେ ଆମ ପାଖରେ କିଛି ରହୁନାହିଁ। ଅନ୍ୟଦିଗରେ ଡ୍ରାଇଭର ଏବଂ ଅନ୍ୟ କର୍ମଚାରୀମାନଙ୍କର ଦରମା ରହିଲା। ତେବେ ସରକାର ଏଭଳି ଧରପଗଡ କରି ଲକ୍ଷାଧିକ ଟଂକା ଜୋରିମାନା ପକାଇଲେ ଗାଡି ଚଲାଇବା ମୁସକିଲ ହୋଇପଡିବ ବୋଲି କୁହାଯାଇଛି। ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି। Malkangiri
ଅର୍ଜୁନଙ୍କ ସହ ବ୍ରେକ୍ଅପ ପରେ ସାଙ୍ଗାକାରାଙ୍କ ସହ ନଜର ଆସିଲେ ମଲାଇକା
ନୂଆଦିଲ୍ଲୀ :ରବିବାର (୩୧ ମାର୍ଚ୍ଚ) ଗୌହାଟୀରେ ପାଞ୍ଚ ଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରି ରାଜସ୍ଥାନ ରୟାଲ୍ସ(ଆରଆର) ଦଳ ଆଇପିଏଲ ୨୦୨୫ରେ ପ୍ରଥମ ବିଜୟ ହାସଲ କରିଥିଲା। ଆରଆର ଏପରି ଏକ ଦଳ ଭାବରେ ଜଣାଶୁଣା ଯିଏ ସର୍ବଦା ନିଜ କ୍ଷମତାଠାରୁ ଅଧିକ ଭଲ ପ୍ରଦର୍ଶନ କରନ୍ତି। ଏହି ମ୍ୟାଚ୍ରେ କ୍ରିକେଟରଙ୍କ ପ୍ରଦର୍ଶନ ସହ ଆଉ ଜଣଙ୍କୁ ନେଇ ଚର୍ଚ୍ଚା ହୋଇଥିଲା। ସେ ଥିଲେ ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା। Malaika Arora after yesterday’s win to me in my dreams: ‘I am a huge fan of Rajasthan Royals, especially Sanju Samson—he is one of my favorite players from Rajasthan. I have been supporting them since 2008. It was a really good way to start the tournament by beating CSK. All the… pic.twitter.com/NjqFHD6Ukc — Chinmay Shah (@chinmayshah28) March 30, 2025 ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍ ଦେଖିବା ପାଇଁ ବଲିଉଡ୍ ଅଭିନେତ୍ରୀ ମଲାଇକା ଆରୋରା ଗୌହାଟୀରେ ଆରଆର ଜର୍ସି ପିନ୍ଧି ପହଞ୍ଚିଥିଲେ। ଷ୍ଟାଡିୟମରେ ସେ ଆରଆରର ନିର୍ଦ୍ଦେଶକ କୁମାର ସାଙ୍ଗାକାରାଙ୍କ ସହିତ ବସି ମ୍ୟାଚ୍ ଦେଖୁଥିବା ଦେଖାଯାଇଥିଲା। ତାଙ୍କୁ ସାଙ୍ଗାକାରାଙ୍କ ସହିତ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏବେ ଦୁହିଁଙ୍କ ଫଟୋ ଦେଖି ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ଲୋକେ ଚର୍ଚ୍ଚା କରୁଛନ୍ତି। ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ଅର୍ଜୁନ କପୁରଙ୍କ ପରେ ମଲାଇକା ଏବେ ସାଙ୍ଗାକାରାଙ୍କ ପ୍ରେମରେ ପଡ଼ିଛନ୍ତି ବୋଲି କୁହାଯାଉଛି।
ଖୁବଶୀଘ୍ର ବାପାଙ୍କ ଦେଶକୁ ଫେରିବି: ସୁନୀତା ୱିଲିଅମ୍ସ
ନୂଆଦିଲ୍ଲୀ : ମହାକାଶରେ ୯ମାସ ଫଶି ରହିବାପରେ ସୁନୀତା ୱିଲିଅମ୍ସ ଓ ବୁଚ୍ ଓ୍ଲିଲ୍ମୋର ନିକଟରେ ସୁରକ୍ଷିତ ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସୁନୀତା ମହାକାଶ ଯାତ୍ରାକୁ ନେଇ ନିଜର ଅନୁଭବ ସେୟାର କରିଥିବା ବେଳେ ଭାରତକୁ ତାଙ୍କ ବାପାଙ୍କ ଦେଶ ବୋଲି କହିଛନ୍ତି। ଭାରତ ବିଷୟରେ ଆଲୋଚନା କରି ସୁନୀତା କହିଥିଲେ 'ମୁଁ ଆଶା କରୁଛି ଏବଂ ମୁଁ ନିଶ୍ଚିତ ଯେ ମୁଁ ମୋ ବାପାଙ୍କ ଦେଶକୁ ଫେରିବି ଏବଂ ଲୋକମାନଙ୍କୁ ଭେଟିବି। ମୁଁ ଇସ୍ରୋ ମିସନରେ ଯାଉଥିବା ଭାରତୀୟ ମହାକାଶଚାରୀମାନଙ୍କ ବିଷୟରେ ଜାଣିବାକୁ ଖୁବ ଆଗ୍ରହୀ। ଏଥିସହିତ ଇସ୍ରୋ ସହିତ ମହାକାଶରେ ମୋର ଅଭିଜ୍ଞତା କିପରି ଥିଲା ତାହା ବାଣ୍ଟିବାକୁ ଇଚ୍ଛୁକ ଅଛି। ଯେତେବେଳେ ବି ମୁଁ ଭାରତ ଉପରେ ଦେଇ ଯାଉଥିଲି ମହାକାଶରୁ ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଥିଲି । ହିମାଳୟ ପାଦଦେଶ, ଜମ୍ମୁକାଶ୍ମୀର ଠାରୁ ଆରମ୍ଭ କରି ଗୁଜରାଟ, ମହାରାଷ୍ଟ୍ର ଆଦି ଅନେକ ସ୍ଥାନର ଫଟୋ ଉଠାଇବାର ସୁଯୋଗ ମୁଁ ହାତ ଛାଡ଼ କରିନାହିଁ।’
ବାଣ କାରଖାନା ଏବଂ ଗୋଦାମରେ ବିସ୍ଫୋରଣ ଘଟି ୧୭ ମୃତ
ଗାନ୍ଧୀନଗର : ଗୁଜୁରାଟର ଦୀସାରେ ଏକ ବାଣ କାରଖାନା ଏବଂ ଗୋଦାମରେ ବିସ୍ଫୋରଣ ଘଟି ମଙ୍ଗଳବାର ଦିନ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଅଧିକାରୀମାନେ କହିଛନ୍ତି। ଜିଲ୍ଲା କଲେକ୍ଟର ମିହିର ପଟେଲଙ୍କ ଅନୁଯାୟୀ, ଦିପକ ଟ୍ରେଡର୍ସରେ ଅଗ୍ନିକାଣ୍ଡ ଘଟି କାରଖାନାର ସ୍ଲାବ ଭୁଶୁଡ଼ି ପଡ଼ିଥିଲା। ଯାହାଫଳରେ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଦୀସା ପୌରପାଳିକାର ଅଗ୍ନିଶମ କର୍ମଚାରୀମାନେ ୧୦୮ ଆମ୍ବୁଲାନ୍ସ ଦଳ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ବଏଲର ବିସ୍ଫୋରଣ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା। ବିସ୍ଫୋରଣର ତୀବ୍ରତା ଏବଂ ଏହା ଫଳରେ ଅଗ୍ନିକାଣ୍ଡ ଏତେ ଥିଲା ଯେ କୋଠାର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା। ବିସ୍ଫୋରଣ ଘଟିବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା ଏବଂ କୁଲିଂ ଅପରେସନ୍ ଜାରି ରହିଥିଲା। କର୍ମଚାରୀମାନେ ଭଗ୍ନାବଶେଷ ସଫା କରିବା ପାଇଁ କାମ କରୁଥିଲେ। ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (ଏସ୍ଡିଆର୍ଏଫ୍)ର ଏକ ଦଳ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ପାଇଁ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଅଧିକାରୀମାନେ ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ କହିଛନ୍ତି।
ଷ୍ଟକ ବଜାରରେ ହାହାକାର, ୧୩୯୦ ପଏଣ୍ଟ ଖସିଲା ସେନସେକ୍ସ
ମୁମ୍ବାଇ : ଭାରତୀୟ ଷ୍ଟକ୍ ବଜାରରେ ସୁଧାରର କୌଣସି ସଙ୍କେତ ଦେଖାଯାଉନାହିଁ। ବେଶ କେତୋଟି ସେସନରେ ବୃଦ୍ଧି ପରେ ଆଜି ବଜାର ପୁଣି ଥରେ ବଜାରରେ ବଡ଼ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ବିଏସଇ ସେନସେକ୍ସ ୧୩୯୦.୪୧ ପଏଣ୍ଟ ହ୍ରାସ ପାଇ ୭୬ ୦୨୪.୫୧ ରେ ବନ୍ଦ ହୋଇଥିଲା। ସେହିପରି ଏନଏସଇ ନିଫ୍ଟି ମଧ୍ୟ ୩୫୩.୬୫ ପଏଣ୍ଟ ହ୍ରାସ ପାଇ ୨୩ ୧୬୫.୭୦ ପଏଣ୍ଟରେ ବନ୍ଦ ହୋଇଛି। ଆଜି ବଜାରରେ ଚାରିଆଡ଼େ ବିକ୍ରୟ ହେଉଥିଲା। କୁହାଯାଉଛି ଯେ ଟ୍ରମ୍ପଙ୍କ ଦ୍ବାରା ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିବା ଆଶଙ୍କାରେ ସମଗ୍ର ବିଶ୍ବର ପ୍ରମୁଖ ଷ୍ଟକ ବଜାରଗୁଡ଼ିକରେ ହ୍ରାସ ପରିଲକ୍ଷିତ ହୋଇଛି । ସେହିପରି ତେଲଦର ବୃଦ୍ଧି ନିବେଶକଙ୍କ ମନୋଭାବକୁ ଦୁର୍ବଳ କରିଛି । ବଜାରରେ ବଡ଼ଧରଣର ହ୍ରାସ ଯୋଗୁଁ ଆଜି ନିବେଶକଙ୍କ କୋଟି କୋଟି ଟଙ୍କା କ୍ଷତି ହୋଇଛି। ୨୮ ମାର୍ଚ୍ଚରେ ଯେତେବେଳେ ବଜାର ବନ୍ଦ ହୋଇଥିଲା ସେତେବେଳେ ବିଏସଇ ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ବଜାର ପୁଞ୍ଜି ୪ ୧୨ ୮୭ ୬୪୬ କୋଟି ଟଙ୍କା ଥିଲା। ଆଜିର ବିକ୍ରୟରେ ବଜାର ପୁଞ୍ଜି ୪ ୦୯ ୬୪ ୮୨୧.୬୫ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ଏହିପରି ଭାବରେ ନିବେଶକମାନେ ଆଜି ୩.୪୯ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଏବେ ପ୍ରଶ୍ନ ଉଠୁଛି ଯେ ବଜାର ଏତେ ହ୍ରାସ ପାଇଲା କାହିଁକି ? କୁହାଯାଉଛି ଯେ ଟ୍ରମ୍ପଙ୍କ ଦ୍ବାରା ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିବା ଆଶଙ୍କାରେ ସମଗ୍ର ବିଶ୍ବର ପ୍ରମୁଖ ଷ୍ଟକ ବଜାରଗୁଡ଼ିକରେ ହ୍ରାସ ପରିଲକ୍ଷିତ ହୋଇଛି । ସେହିପରି ତେଲଦର ବୃଦ୍ଧି ନିବେଶକଙ୍କ ମନୋଭାବକୁ ଦୁର୍ବଳ କରିଛି ।
ବନକଲାଗି ନୀତି: ଆସନ୍ତାକାଲି ଜଗାଙ୍କୁ ୫ଘଣ୍ଟା ଦର୍ଶନ କରିପାରିବେନି ସାଧାରଣ ଦର୍ଶକ
ପୁରୀ: ମହାପ୍ରଭୁଙ୍କ ବନକଲାଗି ନୀତି ଆସନ୍ତାକାଲି (ବୁଧବାର) ଅନୁଷ୍ଠିତ ହେବ। ଚୈତ୍ର, ଶୁକ୍ଲ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ବତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ଅପରାହ୍ଣ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହା ପରଠାରୁ ପୁଣି ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ସ୍ବାଭାବିକ କରାଯିବ। ଶ୍ରୀ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ଏହି ସୂଚନା ଦିଆଯାଇଛି। ବନକଲାଗି ନୀତି ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଆସନ୍ତାକାଲି ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମହାପ୍ରଭୁଙ୍କର ବନକଲାଗି ନୀତି ଦ୍ଵିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ବନକଲାଗି ନିତି ପରେ ଠାକୁରଙ୍କୁ ମହାସ୍ନାନ କରାଯିବା ପରେ ପୁନର୍ବାର ଦର୍ଶନ ଆରମ୍ଭ ହେବ। Puri Jagannath temple | Odia culture
ଛାଡ଼ପତ୍ରର ୩ବର୍ଷ ପରେ କାରଣ ଜଣାଇଲେ ଅଭିନେତ୍ରୀ ବରଖା
ମୁମ୍ବାଇ : ୧୪ବର୍ଷର ବିବାହ ପରେ ଅଭିନେତ୍ରୀ ବରଖା ବିଷ୍ଟ ଏବଂ ଅଭିନେତା ଇନ୍ଦ୍ରନୀଲ ସେନଗୁପ୍ତା ୨୦୨୨ରେ ଅଲଗା ହୋଇଥିଲେ। ଚର୍ଚ୍ଚା ହୋଇଥିଲା ଯେ, ଇନ୍ଦ୍ରନୀଲ, ବେଙ୍ଗଲୀ ଅଭିନେତ୍ରୀ ଇଶା ଶାହଙ୍କ ସହ ପ୍ରେମ ସମ୍ପର୍କ ରଖିଥିବାରୁ ବରଖାଙ୍କୁ ଛାଡ଼ପତ୍ର ଦେଇଥିଲେ। ସେ ସମୟରେ ଦୁହେଁ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଏବେ ତିନି ବର୍ଷ ପରେ, ବରଖା ଛାଡ଼ପତ୍ରର କାରଣ ଜଣାଇଛନ୍ତି। ସେ କହିଛନ୍ତି ଯେ, ମୁଁ ବିବାହକୁ ବଞ୍ଚାଇବାକୁ ଚାହୁଁଥିଲି, ହେଲେ ଇନ୍ଦ୍ରନୀଲ ଚାହୁନଥିଲେ। ସେ ଛାଡ଼ପତ୍ର ପାଇଁ ନିଷ୍ପତ୍ତି ନେଇଥିଲେ। ତାଙ୍କ କହିବା ମୁତାବକ, ଛାଡ଼ପତ୍ର ନେବା ଇନ୍ଦ୍ରନୀଲଙ୍କ ନିଷ୍ପତ୍ତି ଥିଲା। ଯଦି ଏହା ମୋ ହାତରେ ଥାଆନ୍ତା, ତେବେ ମୁଁ ଏବେ ବି ବିବାହିତ ଥାନ୍ତି। ଆମର ଏକ ଭଲ ବୈବାହିକ ଜୀବନ ଥିଲା। ହେଲେ ସମୟ ସହ ସବୁ ବଦଳିଗଲା । ବିଶ୍ୱାସଘାତ, ପ୍ରତାରଣା, ପ୍ରେମ କମ ହୋଇଯିବା, ଏସବୁ ଘଟେ। ହେଲେ ଏସବୁ ହେବା ପରେ ଜଣେ କିଭଳି ନିଜ ସମ୍ପର୍କକୁ ବଞ୍ଚାଇ ରଖିବା, ଏହା ତା’ ଉପରେ ନିର୍ଭର କରେ। ଇନ୍ଦ୍ରନୀଲ ଆମ ସମ୍ପର୍କକୁ ବଞ୍ଚାଇବା ପାଇଁ କିଛି ବି କରିନଥିଲେ। ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଥିବା ଜାଣି ବି ମୁଁ ତାଙ୍କୁ କ୍ଷମା କରିଦେଇଥିଲି। ୨ବର୍ଷ ପର୍ଯ୍ୟନ୍ତ ମୁଁ ଆମ ସମ୍ପର୍କକୁ ସଜାଡ଼ିବାକୁ ଚେଷ୍ଟା ବି କରିଥିଲି। ହେଲେ ୨୦୨୨ରେ ଆମେ ଅଲଗା ହେଲୁ, କାରଣ ସେ ଏହା ଚାହୁଥିଲେ। Barkha Bisht | Indraneil Sengupta | divorce
ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର: ସମସ୍ତଙ୍କ ପାଇଁ ମାଗଣା ହେଲା ଘିବଲି ଇମେଜ୍ !
ନୂଆଦିଲ୍ଲୀ: ସମସ୍ତଙ୍କ ପାଇଁ ଫ୍ରି ହେଲା ଘିବଲି ଇମେଜ୍ । ଏବେ ସମସ୍ତେ ଏହି ଘିବଲି ଷ୍ଟାଇଲ ଫଟୋ ନିଜେ କରିପାରିବେ । ଆଉ କାହା ପାଇଁ ବାଧକ ନାହିଁ କି କାହାକୁ ଟଙ୍କା ଦେବାକୁ ପଡିବନି । ଘିବଲି ଇମେଜର ଲୋକପ୍ରିୟତା ଏବଂ ଏହାର ବହୁଳ ବ୍ୟବହାର ପରେ ଏମିତି ଘୋଷଣା କରିଛନ୍ତି ଚାଟ୍ ଜିପିଟି ନିର୍ମାତା ତଥା ଓପନ ଏଆଇର ସିଇଓ ସାମ୍ ଅଲ୍ଟମ୍ୟାନ୍ । ସୋସିଆଲ ମିଡିଆ ଏକ୍ସରେ ଏହି ପୋଷ୍ଟ କରି ଓପନ ଏଆଇର ସିଇଓ ସମସ୍ତ ୟୁଜର୍ସଙ୍କୁ ସୂଚନା ଦେଇଛନ୍ତି । ପୂର୍ବରୁ ପେଡ୍ ସବ୍ସକ୍ରାଇବରମାନେ ହିଁ ଏହି ଇମେଜ ତିଆରି କରିବା ପାଇଁ ସକ୍ଷମ ହେଉଥିବା ବେଳେ ମାଗଣାରେ ବ୍ୟବହାର କରୁଥିବା ୟୁଜର୍ସଙ୍କୁ ମାତ୍ର ୩ଟି ଘିବଲି ଫଟୋ ପାଇଁ ଅନୁମତି ଥିଲା । ମାତ୍ର ଏବେ ସମସ୍ତଙ୍କ ପାଇଁ ଏହା ମାଗଣା ହେଲା ବୋଲି ଘୋଷଣା କରିଛନ୍ତି ସାମ୍ ଅଲ୍ଟମ୍ୟାନ୍ । chatgpt image gen now rolled out to all free users! — Sam Altman (@sama) April 1, 2025 ତେବେ ଦୁଇ ଦିନ ଅଲ୍ଟମ୍ୟାନ୍ ୟୁଜର୍ସଙ୍କୁ ଟିକେ ସ୍ଲୋ ହେଇଯିବାକୁ ଅନୁରୋଧ କରିଥିଲେ । ସାମ୍ ଅଲ୍ଟମ୍ୟାନ୍ ଲେଖିଥିଲେ ‘ଦୟାକରି ଆପଣମାନେ ଟିକେ ଶାନ୍ତ ହୁଅନ୍ତୁ... ଫଟୋ ଜେନେରେଟ୍ କରିବା ଟିକେ ବନ୍ଦ କରନ୍ତୁ ଆଉ ଆମ ଟିମକୁ ଟିକେ ଶୋଇବାକୁ ଦିଅନ୍ତୁ...’ । ଘିବଲି ଇମେଜ ସୋସିଆଲ ମିଡିଆରେ ଟ୍ରେଣ୍ଡ ପାଲଟିବା ପରେ ଆଉ ଏହି ପୋଷ୍ଟ ନିଆଁ ଭଳି ଭାଇରାଲ ହେବା ପରେ ଏମିତି ପୋଷ୍ଟ କରି ୟୁଜର୍ସଙ୍କୁ ଅନୁରୋଧ କରିଥିଲେ ସାମ୍ ଅଲ୍ଟମ୍ୟାନ୍ । ଆଉ ଆଜି ୟୁଜର୍ସଙ୍କ ପାଇଁ ଏହା ମୁକ୍ତ ବୋଲି ବଡ ଘୋଷଣା କରିଛନ୍ତି ଚାଟ୍ ଜିପିଟି ନିର୍ମାତା ତଥା ଓପନ ଏଆଇର ସିଇଓ ସାମ୍ ଅଲ୍ଟମ୍ୟାନ୍ ।
ଜୀବନ ହାରିଲେ କିଟ୍ ବିଶ୍ବବିଦ୍ୟାଳୟର ଆଉ ଜଣେ ଛାତ୍ର, କାରଣ ଅସ୍ପଷ୍ଟ
ଭୁବନେଶ୍ବର: ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ କିଟ୍ କର୍ତ୍ତୃପକ୍ଷ ହରଡ଼ଘଣାରେ ପଡ଼ିଥିବା ବେଳେ ଜୀବନ ହାରିଛନ୍ତି ଆଉ ଜଣେ କିଟ୍ ଛାତ୍ର। ମୃତ ଛାତ୍ରଙ୍କ ନାମ ଅର୍ଣ୍ଣବ ମୁଖାର୍ଜୀ ଏବଂ ତାଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାଯାଇଛି। ସେ କିଟ୍ ବିଶ୍ବବିଦ୍ୟାଳୟର ତୃତୀୟ ବର୍ଷ ବିଟେକ୍ ଛାତ୍ର ଏବଂ କିଟ୍ ହଷ୍ଟେଲରେ ରହୁଥିଲେ। ସୂଚନା ଅନୁସାରେ ଗତକାଲି ରାତିରେ ଅର୍ଣ୍ଣବ ମୁଖାର୍ଜୀ ମଞ୍ଚେଶ୍ବର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲ ନିକଟରେ ନିର୍ମାଣାଧୀନ ସାତମହଲା କୋଠାରୁ ଡେଇଁ ଜୀବନ ହାରିଥିବା କୁହାଯାଉଛି। ତେବେ ଏହାର କାରଣ ଅସ୍ପଷ୍ଟ ରହିଛି। ସାତମହଲା କୋଠାରୁ ଡେଇଁବା ପରେ ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ଅର୍ଣ୍ଣବ ଆଖି ବୁଜିଛନ୍ତି। ଅର୍ଣ୍ଣବ ମୁଖାର୍ଜୀ ମଞ୍ଚେଶ୍ବର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲ ନିକଟରେ ନିର୍ମାଣାଧୀନ ସାତମହଲା କୋଠାରୁ ଡେଇଁ ଜୀବନ ହାରିଥିବା କୁହାଯାଉଛି। ତେବେ ଏହାର କାରଣ ଅସ୍ପଷ୍ଟ ରହିଛି। ଗତ ଫେବ୍ରୁଆରି ୧୬ ତାରିଖ ରାତିରେ ନେପାଳର ମୂଳବାସିନ୍ଦା ତଥା ଇଞ୍ଜିନିୟରିଂ ଛାତ୍ରୀ ପ୍ରକୃତି ଲାମ୍ସା(୧୯)ଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପ୍ରେମରେ ଧୋକା ଖାଇବା ପରେ ପ୍ରକୃତି ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଥିଲା। ଏହାକୁ ନେଇ ବିଶ୍ବବିଦ୍ୟାଳୟ ହଷ୍ଟେଲ୍ରେ ରହୁଥିବା ଶତାଧିକ ନେପାଳୀ ଛାତ୍ରଛାତ୍ରୀ ଉତ୍ତେଜିତ ହୋଇ ପଡ଼ିଥିଲେ ଏବଂ ଧୋକାବାଜ ଛାତ୍ରକୁ ତୁରନ୍ତ ଗିରଫ କରିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ କମିସନରେଟ୍ ପୁଲିସର ବୁଝାସୁଝା ପରେ ବି ଉତ୍ତେଜିତ ଛାତ୍ରଛାତ୍ରୀ ରାତିତମାମ ହୋ-ହଲ୍ଲା କରିଥିଲେ। ସ୍ଥିତି ଅଣାୟତ୍ତ ହେବାରୁ ସକାଳୁ କିଟ୍ରେ ସାଇନ-ଏ-ଡାଏ ଘୋଷଣା କରାଯାଇଥିଲା। ଏହା ଭିତରେ ପୁଲିସ ଅଭିଯୁକ୍ତ ଛାତ୍ର ଉତ୍ତରପ୍ରଦେଶ ଲକ୍ଷ୍ନୌର ଆଦଭିକ୍ ଶ୍ରୀବାସ୍ତବ(୨୧)କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଭୁବନେଶ୍ବର ବିମାନବନ୍ଦରରୁ ପୁଲିସ ତାଙ୍କୁ ଗିରଫ କରିଥିଲା। ଏହି ଘଟଣାକୁ ନେଇ ଜାତୀୟ ମାନବିକ ଅଧିକାର କମିସନ୍ କିଟ୍ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। Bhubaneswar | KIIT
ଇସ୍ରୋ ସେୟାର କଲା ଭୂକମ୍ପ ପୂର୍ବ ଓ ପରର ଫଟୋ
ନୂଆଦିଲ୍ଲୀ: ମ୍ୟାମାରରେ ଭୂକମ୍ପ ମୃତ୍ୟୁସଂଖ୍ୟା ୨ ହଜାର ଟପିଯାଇଛି। ଗତସୋମବାର ଦେଶର ସାମରିକ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭୂକମ୍ପରେ ୨,୦୫୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩,୯୦୦ ଆହତ ହୋଇଛନ୍ତି। ପାଖାପାଖି ୨୭୦ ଜଣ ନିଖୋଜ ଅଛନ୍ତି। ଭାରତୀୟ ମହାକାଶ ଗବେଷଣା ସଂଗଠନ କିଛି ଫଟୋ ଜାରି କରିଛି। ଏହି ଫଟୋଗୁଡ଼ିକରେ ମ୍ୟାମାରରେ ଭୂମିକମ୍ପ ପରର ଦୃଶ୍ୟ ଦେଖିବାକୁ ମିଳୁଛି। ମାର୍ଚ୍ଚ ୨୮ରେ ମ୍ୟାମାରରେ ହୋଇଥିବା ଭୂମିକମ୍ପ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ଏହି ବିପର୍ଯ୍ୟୟରେ ହଜାରହଜାର ଲୋକ ପ୍ରାଣ ହରାଇଥିଲେ। ଇସ୍ରୋର ସାଟେଲାଇଟ୍ କାର୍ଟୋସେଟ-୩ ମାର୍ଚ୍ଚ ୧୮ରେ ମ୍ୟାମାରର ମେଣ୍ଡଲେ ଏବଂ ସେଙ୍ଗେଗ ସହରର କିଛି ଅଞ୍ଚଳର ଫଟୋ ଉଠାଇଥିଲା। ଭୂମିକମ୍ପ ପରେ କାର୍ଟୋସେଟ-୩ ମାର୍ଚ୍ଚ ୨୯ରେ ଉଠାଇଥିବା ଫଟୋଗୁଡ଼ିକରେ ଉକ୍ତ ଅଞ୍ଚଳଗୁଡ଼ିକରେ ଭୂମିକମ୍ପର ତୀବ୍ରତା କେତେ ଶକ୍ତିଶାଳୀ ଥିଲା ତାହା ଦେଖିବାକୁ ମିଳୁଛି। କାର୍ଟୋସେଟ-୩ ହେଉଛି ଏକ ତୃତୀୟ ପିଢ଼ିର ଉନ୍ନତ ଉପଗ୍ରହ, ଯାହା ଭୂମିର ଉଚ୍ଚ ରିଜୋଲ୍ୟୁସନ୍ ଫଟୋ ଉଠାଇବାରେ ସକ୍ଷମ ହୋଇଥାଏ । ଇସ୍ରୋର ଫଟୋଗୁଡ଼ିକ ଦର୍ଶାଉଛି ଯେ ଭୂମିକମ୍ପ ପରର ଓ ପୂର୍ବର ଅବସ୍ଥା କିପରି ଥିଲା।
ଜେବ୍ରା କ୍ରସିଂରେ ରିଲ୍ କରିଥିଲା ସ୍ତ୍ରୀ, ଭିଡିଓ ଭାଇରାଲ ହେବାରୁ ଚାଲିଗଲା ସ୍ବାମୀର ଚାକିରି
ଚଣ୍ଡିଗଡ : ସ୍ତ୍ରୀର ରିଲ୍ ପାଇଁ ଚାଲିଗଲା ସ୍ବାମୀର ଚାକିରି। ଜେବ୍ରା କ୍ରସିଂରେ ନୃତ୍ୟ କରି ରିଲ୍ ତିଆରି କରିଥିଲେ ପତ୍ନୀ। ଭିଡିଓ ସାମ୍ନାକୁ ଆସିବା ପରେ ନିଲମ୍ବିତ ହେଲା ସ୍ବାମୀ। ଭାଇରାଲ ହେବା ଉଦ୍ଦେଶ୍ୟରେ ତିଆରି କରାଯାଇଥିବା ରିଲ୍ ଯେ, ତାଙ୍କ ସ୍ବାମୀଙ୍କର ଚାକିରି ନେଇଯିବ, ତାହା ତାଙ୍କୁ ଜଣାନଥିଲା। ଏହି ଘଟଣା ମାର୍ଚ୍ଚ ୨୦ରେ ଅପରାହ୍ନ ୪ଟା ୩୦ରେ ଘଟିଥିଲା। ଏହି ରିଲ୍ ପାଇଁ ଟ୍ରାଫିକ୍ ସମସ୍ୟା ହୋଇଥିଲା ଏବଂ ଲୋକେ ଏହାକୁ ନେଇ ଟ୍ରାଫିକ୍ ବ୍ୟବସ୍ଥା ଉପରେ ଆଙ୍ଗୁଳି ଉଠାଇଥିଲେ। चंडीगढ़: पुलिसकर्मी की पत्नी ने ज़ेबरा क्रॉसिंग पर बनाई रील, ट्रैफिक नियमों की उड़ाई धज्जियां; रोड पर लगा जाम महिला के खिलाफ पुलिस ने FIR दर्ज की, हालांकि थाने में ही बेल दे दी गई. मामला सेक्टर-20 में गुरुद्वारा चौक के पास का है. #Chandigarh pic.twitter.com/l2j4fTYFGv — Ishani K (@IshaniKrishnaa) March 27, 2025 କୁହାଯାଉଛି ଯେ, ଜ୍ୟୋତି ସେକ୍ଟର-୩୨ରେ ଏକ ମନ୍ଦିର ପରିଦର୍ଶନ କରିବା ପରେ ତାଙ୍କ ନଣଦ ତାଙ୍କର ଏକ ଡ୍ୟାନ୍ସ ରିଲ୍ କରିଥିଲେ। ଏଥିପାଇଁ ଟ୍ରାଫିକ୍ ଜାମ୍ ହୋଇଥିଲା। ଭିଡିଓଟି ଭାଇରାଲ ହେବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଭିଡିଓ ଭାଇରାଲ ହେବା ପରେ, ଚଣ୍ଡିଗଡ଼ର ସେକ୍ଟର-୩୪ ପୁଲିସ ଷ୍ଟେସନରେ ହେଡ୍ କନଷ୍ଟେବଳ ଜସବୀର ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଯାଞ୍ଚ ଆରମ୍ଭ କରିଥିଲା। ଟ୍ରାଫିକ୍ରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ଜ୍ୟୋତି ରିଲ୍ ତିଆରି କରିଥିବା ସାମ୍ନାକୁ ଆସିଥିଲା। ଜ୍ୟୋତିଙ୍କ ରିଲ୍ ତାଙ୍କ ସ୍ବାମୀ କନଷ୍ଟେବଳ ଅଜୟ କୁଣ୍ଡୁଙ୍କୁ ଇନଷ୍ଟା ଆକାଉଣ୍ଟରୁ ଅପଲୋଡ୍ ହୋଇଥିବାରୁ ଏବେ ତାଙ୍କୁ ନିଲମ୍ବିତ କରାଯାଇଛି। ଏହା ସହ ଜ୍ୟୋତି ଓ ତାଙ୍କ ନଣଦଙ୍କୁ ଜାମିନ୍ ମିଳିଯାଇଛି। ଏହି ନିଷ୍ପତ୍ତି ପରେ ସ୍ତ୍ରୀର ଭୁଲ ପାଇଁ ସ୍ବାମୀକୁ କାହିଁକି ଦଣ୍ଡ ମିଳିଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି।
ଧ୍ୟାନ ଦିଅନ୍ତୁ ଏସବିଆଇ ଖାତାଧାରୀ: ୩ ଘଣ୍ଟା ପାଇଁ ବନ୍ଦ ରହିବ ଏସବିଆଇ ଡିଜିଟାଲ ସେବା
ନୂଆଦିଲ୍ଲୀ: ଏସବିଆଇ ଖାତାଧାରୀଙ୍କ ପାଇଁ ଜରୁରୀ ସୂଚନା । ୩ ଘଣ୍ଟା ପାଇଁ ବନ୍ଦ ରହିବ ଏସବିଆଇ ଡିଜିଟାଲ ସେବା । ଦିନ ୧ଟାରୁ ଅପରାହ୍ଣ ୪ଟା ଯାଏଁ ବନ୍ଦ ରହିବ ସେବା । ଏହି ସମୟରେ ୟୁପିଆଇ ଲାଇଟ୍ କିମ୍ବା ଏଟିଏମ ବ୍ୟବହାର ପାଇଁ ପରାମର୍ଶ ଦେଇଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । ତେବେ ବ୍ୟାଙ୍କର ବାର୍ଷିକ କୋଜିଙ୍ଗ୍ କାମ ପାଇଁ ଏହି ସେବା ଉପଲବ୍ଧ ହେବନି ବୋଲି ଉପଭୋକ୍ତାଙ୍କୁ ଏକ୍ସ ଯୋଗେ ଜଣାଇ ଦେଇଛି ଏସବିଆଇ ।
କୁଚିଣ୍ଡାରେ ଉପଖଣ୍ଡସ୍ତରୀୟ ଉତ୍କଳ ଦିବସ ପାଳିତ
କୁଚିଣ୍ଡା: ଆଜି ମଙ୍ଗଳବାର ଏପ୍ରିଲ ୧ ତାରିଖ କୁଚିଣ୍ଡା ମହାବିଦ୍ୟାଳୟ ଅଡିଟୋରିୟମଠାରେ ୯୦ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି। କୁଚିଣ୍ଡା ଡେପୁଟି କଲେକ୍ଟର ଲୋଚନ ଶବରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ କୁଚିଣ୍ଡା ଉପଜିଲ୍ଲାପାଳ ଗୈାରବମୟ ପ୍ରଧାନ ମୁଖ୍ୟ ଅତିଥି, ବିଡିଓ ଜୟନ୍ତ ସାହୁ, ସରିତା ଓରାମ, ତହସିଲଦାର ମିତାଲି ମଧୁସ୍ମିତା ଦଲେଇ, ରମେଶ ସାହୁ, ଅଧ୍ୟକ୍ଷା ସୁଭଦ୍ରା ଦାସ ଓ ଅଧ୍ୟାପିକା ମମତା ସାହୁ ପ୍ରମୁଖ ଉପସ୍ଥିତ ରହି ଓଡ଼ିଶା ଗଠନର ପ୍ରାକ ଇତିହାସ ବିଷୟରେ ଉଦବୋଧନ ଦେଇଥିଲେ।
ଦୁଇ ସପ୍ତାହ ଭିତରେ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ବର: ଆଗାମୀ ଦୁଇ ସପ୍ତାହ ଭିତରେ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ସେ କହିଛନ୍ତି, ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଲାଗୁ ହେଲେ ଓଡ଼ିଶାର ୩ କୋଟି ୫୨ ଲକ୍ଷ ଲୋକ ଉପକୃତ ହେବେ। ରାଜ୍ୟ ଓ ରାଜ୍ୟ ବାହାରର ୨୯ ହଜାର ଡାକ୍ତରଖାନାରେ ଏହି ଯୋଜନା ଲୋକେ ମାଗଣାରେ ଚିକିତ୍ସା ସୁବିଧା ପାଇପାରିବେ। ପୂର୍ବ ବିଜେଡି ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିନଥିଲେ। ସେତେବେଳେ ମାତ୍ର ୯୦୦ ଡାକ୍ତରଖାନାରେ ଚିକିତ୍ସା ସୁବିଧା ମିଳୁଥିଲା ହେଲେ ଏବେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା(ଜିଜେଏୱାଇ) ସହ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାର ମିଶ୍ରଣ ହେବା ଫଳରେ ରାଜ୍ୟ ଓ ରାଜ୍ୟ ବାହାରର ୨୯ ହଜାର ଡାକ୍ତରଖାନାରେ ଲୋକେ ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ଆଜି କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଜନ୍ମମାଟି କଟକ ଜିଲ୍ଲା ସତ୍ୟଭାମାପୁରରେ ଉତ୍କଳ ଦିବସ ଉପଲକ୍ଷେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗ ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ବିଜେପି ନେତା ତଥା ପ୍ରଖ୍ୟାତ ଅଭିନେତା ଅରିନ୍ଦମ ରାୟ ମଧ୍ୟ ଯୋଗ ଦେଇଥିଲେ। ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଲାଗୁ ହେଲେ ଓଡ଼ିଶାର ୩ କୋଟି ୫୨ ଲକ୍ଷ ଲୋକ ଉପକୃତ ହେବେ। ରାଜ୍ୟ ଓ ରାଜ୍ୟ ବାହାରର ୨୯ ହଜାର ଡାକ୍ତରଖାନାରେ ଏହି ଯୋଜନା ଲୋକେ ମାଗଣାରେ ଚିକିତ୍ସା ସୁବିଧା ପାଇପାରିବେ। ପୂର୍ବ ବିଜେଡି ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିନଥିଲେ। ସେତେବେଳେ ମାତ୍ର ୯୦୦ ଡାକ୍ତରଖାନାରେ ଚିକିତ୍ସା ସୁବିଧା ମିଳୁଥିଲା ହେଲେ ଏବେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା(ଜିଜେଏୱାଇ) ସହ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାର ମିଶ୍ରଣ ହେବା ଫଳରେ ରାଜ୍ୟ ଓ ରାଜ୍ୟ ବାହାରର ୨୯ ହଜାର ଡାକ୍ତରଖାନାରେ ଲୋକେ ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ଆଜି କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଜନ୍ମମାଟି କଟକ ଜିଲ୍ଲା ସତ୍ୟଭାମାପୁରରେ ଉତ୍କଳ ଦିବସ ଉପଲକ୍ଷେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଏହା କେନ୍ଦ୍ର ସରକାରଙ୍କ ଯୋଜନା ହୋଇଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ଅବସରରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହେବ ବୋଲି ଆଲୋଚନା ହେଉଛି।ରାଜ୍ୟରେ ଚାଲୁଥିବା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା(ଜିଜେଏୱାଇ) ସହ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାର ମିଶ୍ରଣ ହୋଇଛି। ଏଥିପାଇଁ ଓଡ଼ିଶା ଓ କେନ୍ଦ୍ର ସରକାରଙ୍କ ଭିତରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଜିଜେଏୱାଇ ଓ ଆୟୁଷ୍ମାନ ଭାରତ ସଫ୍ଟୱେର୍ ଇଣ୍ଟିଗ୍ରେସନ୍ ପାଇଁ ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରିବାରେ ବିଳମ୍ବ ହେଉଥିବା ସରକାର କହିଥିଲେ। ପରେ ଏପ୍ରିଲ ପହିଲାରୁ ଲାଗୁ କରିବା ପାଇଁ ଘୋଷଣା କରିଥିଲେ। ଏହାର ତଦାରଖ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗର ୩୫ଜଣ ଅଧିକାରୀଙ୍କୁ ନୋଡାଲ୍ ଅଧିକାରୀଭାବେ ବିଭିନ୍ନ ଜିଲ୍ଲାରେ ଏହାର ତଦାରଖ କରିବା ଲାଗି ଦାୟିତ୍ବ ଦିଆଯାଇଥିଲା। ସେମାନେ ବିଭିନ୍ନ ଜିଲ୍ଲା ଗସ୍ତ ଯୋଜନା ପ୍ରସ୍ତୁତିର ତଦାରଖ କରି ରିପୋର୍ଟ ଦେଇଛନ୍ତି। ayushman-bharat-yojana
ପଡ଼ିଆରେ କ୍ରିକେଟ୍ ଖେଳି ଚୌକା ମାରିଲେ ମୁଖ୍ୟମନ୍ତ୍ରୀ
ଡେରାଡୁନ: କ୍ରିକେଟ୍ ଖେଳିଲେ ମୁଖ୍ୟମନ୍ତ୍ରୀ । ପଡିଆରେ ଖେଳାଳିଙ୍କ ସହ କ୍ରିକେଟ୍ ଖେଳିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ନିଜେ ବ୍ୟାଟ୍ ଧରି ପିଚରେ କ୍ରିକେଟ୍ ଖେଳୁଥିବା ନଜର ଆସିଛନ୍ତି ଧାମୀ ଏବଂ ସେ ବଲକୁ ଦମଦାର ପ୍ରହାର ବି କରୁଛନ୍ତି । ଯାହା ପରେ ଉପସ୍ଥିତ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରୁଛନ୍ତି । #WATCH | Uttarakhand CM Pushkar Singh Dhami plays cricket during the 'Inter Cricket Tournament' organized by Uttaranchal Press Club at Maharana Pratap Sports College, Dehradun pic.twitter.com/7d3q7ULaWx — ANI (@ANI) April 1, 2025 ତେବେ ଡେରାଡୁନରେ ଆୟୋଜିତ ଆନ୍ତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେବା ସହ ମହାରଣା ପ୍ରତାପ କ୍ରୀଡା ମହାବିଦ୍ୟାଳୟର ପିଲାଙ୍କ ସହ ହାତ ମେଳାଇଛନ୍ତି ଧାମୀ । ମୁଖ୍ୟମନ୍ତ୍ରୀ ଧାମୀଙ୍କୁ ପୂର୍ବରୁ ନିଜ ପୁଅ ସହ କ୍ରିକେଟ୍ ଖେଳୁଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ସମୟରେ ଧାମୀଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳେ । କେବେ ମହାକୁମ୍ଭରେ ନିଜ ମାଆଙ୍କୁ ଗାଧୋଇ ଦେବାର ଦେଖିବାକୁ ମିଳିଛି ତ କେବେ ହୋଲିରେ ବାଜା ବଜାଇବାର ।
ATM Rage: Frustrated Youth Smashes Machine in Keonjhar
A shocking incident unfolded in the Ghasipura area of Keonjhar district when a youth vandalized a State Bank of India ATM with a hammer. The frustration behind this action stemmed from an unexpected deduction of Rs 118 from his bank account. The bold act, which occurred in broad daylight near the local police station, left […] The post ATM Rage: Frustrated Youth Smashes Machine in Keonjhar appeared first on Pragativadi I Latest Odisha News in English I Breaking News .
SBI Customers to Face 3-Hour Digital Disruption Today
India’s largest bank, the State Bank of India (SBI), has announced a temporary disruption in its digital services, including internet banking, mobile banking, and UPI transactions. The outage is scheduled from 1 PM to 4 PM IST on April 1, 2025, due to annual closing activities. In a public notice, SBI apologized for the inconvenience […] The post SBI Customers to Face 3-Hour Digital Disruption Today appeared first on Pragativadi I Latest Odisha News in English I Breaking News .
ଉତ୍ତରାଖଣ୍ଡର ୧୧ଟି ସ୍ଥାନର ନାମ ପରିବର୍ତ୍ତନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଧାମୀ
ନୂଆଦିଲ୍ଳୀ: ସୋମବାରଦିନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ପାହାଡ଼ି ରାଜ୍ୟଗୁଡ଼ିକର ହରିଦ୍ୱାର, ଡେରାଡୁନ, ନୈନିତାଲ ଏବଂ ଉଧମ ସିଂହ ନଗର ଜିଲ୍ଲାର ୧୧ଟି ସ୍ଥାନର ନାମ ପରିବର୍ତ୍ତନ ଘୋଷଣା କରିଛନ୍ତି। ଯାହାପରେ ବିରୋଧୀ ଦଳଗୁଡ଼ିକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ହିନ୍ଦୁ ଦେବତା, ପୌରାଣିକ ବ୍ୟକ୍ତିତ୍ୱ, ପ୍ରମୁଖ ବିଜେପି ଏବଂ ଆରଏସଏସ ନେତାମାନଙ୍କୁ ସମ୍ମାନ ଜଣାଇବା ପାଇଁ ନିଆଯାଇଥିବା ଏହି ନିଷ୍ପତ୍ତିକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ କଂଗ୍ରେସ ସାଂସଦ ଇମ୍ରାନ ମାସୁଦଙ୍କ ଭଳି ନେତାମାନେ ତୀବ୍ର ସମାଲୋଚନା କରିଛନ୍ତି। ସେମାନେ ରାଜ୍ୟର ପ୍ରକୃତ ସମସ୍ୟାର ସମାଧାନ ଅପେକ୍ଷା ସାଙ୍କେତିକ ନାମ ପରିବର୍ତ୍ତନକୁ ପ୍ରାଥମିକତା ଦେଉଥିବା ଅଭିଯୋଗ କରିଛନ୍ତି। ଜନସାଧାରଣଙ୍କ ଭାବନା ଏବଂ ଭାରତୀୟ ସଂସ୍କୃତି ଏବଂ ଐତିହ୍ୟ ଅନୁଯାୟୀ ବିଭିନ୍ନ ସ୍ଥାନର ନାମ ପରିବର୍ତ୍ତନ କରାଯାଉଛି। ଭାରତୀୟ ସଂସ୍କୃତି ଏବଂ ଏହାର ସଂରକ୍ଷଣରେ ଅବଦାନ ରଖିଥିବା ମହାପୁରୁଷଙ୍କ ନାମରେ ସେଗୁଡ଼ିକର ନାମକରଣ କରାଯାଉଛି, ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସମୟରେ କହିଥିଲେ। ବିଜେପି ନେତୃତ୍ୱାଧୀନ ଉତ୍ତରାଖଣ୍ଡ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ହରିଦ୍ୱାରର Aur ରଙ୍ଗଜେବପୁରର ନାମ ଶିବାଜୀ ନାଗର, ଗାଜୱାଲୀ ଆର୍ଯ୍ୟ ନାଗର, ଚାନ୍ଦପୁର ଜ୍ୟୋତିବା ଫୁଲେ ନାଗର, ମହମ୍ମଦପୁର ଜାଟ ମୋହନପୁର ଜାଟ, ଖାନପୁର ଶ୍ରୀ କୃଷ୍ଣପୁର, ଅମନପୁର କୁରସାଲୀ, ଅମୃତପୁର କୁରସାଲୀ ଆକବରପୁର ଫଜଲପୁରରୁ ବିଜୟନଗର | ଦେହରାଡୁନ୍ ଜିଲ୍ଲାରେ ମିଆନୱାଲା ପରିବର୍ତ୍ତନ ହୋଇ ରାମଜୀୱାଲା ହୋଇଥିବା ବେଳେ ପିରୱାଲା ହୋଇଛି କେଶରୀ ନଗର, ଚାନ୍ଦପୁର ଖୋର୍ଦକୁ ପ୍ରୀତିରାଜ ନଗର ଏବଂ ଅବଦୁଲ୍ଲାପୁରକୁ ଡାକଶନଗରକୁ ପରିବର୍ତ୍ତନ କରାଯିବ। ସେହିପରି ନୈନିତାଲ ଜିଲ୍ଲାର ନବାବୀ ରୋଡର ନାମ ଅଟଳ ମାର୍ଗ ଏବଂ ପଞ୍ଚକକି-ଆଇଟିଆଇ ମାର୍ଗକୁ ଗୁରୁ ଗୋଲୱାଲକର ମାର୍ଗ ନାମରେ ନାମିତ କରାଯିବ।
Bajinder Singh, ‘Yeshu Yeshu’ pastor from Punjab, gets life term in rape case
A Mohali court on Tuesday awarded life imprisonment to self-styled Punjab pastor Bajinder Singh in the 2018 Zirakpur rape case. The court pronounced his conviction last week. Five other accused in the case—pastor Jatinder, pastor Akbar, Sattar Ali, and Sandeep Pehalwan— were acquitted. Reacting to the verdict, the victim in the case said, “He (Bajinder) […] The post Bajinder Singh, ‘Yeshu Yeshu’ pastor from Punjab, gets life term in rape case appeared first on Pragativadi I Latest Odisha News in English I Breaking News .
Vandana Katariya Bids Farewell to International Hockey
Vandana Katariya, a name synonymous with Indian women’s hockey, announced her retirement from international hockey on April 1, 2025. At 32, Vandana leaves the global stage with a remarkable legacy, boasting 320 international appearances and 158 goals, making her the most-capped player in Indian women’s hockey history. Her historic hat-trick at the Tokyo 2020 Olympics, […] The post Vandana Katariya Bids Farewell to International Hockey appeared first on Pragativadi I Latest Odisha News in English I Breaking News .
ଏପ୍ରିଲ ମାସରେ ଅଧା ଦିନ ବନ୍ଦ ରହିବ ବ୍ୟାଙ୍କ୍: ଆରବିଆଇ ଜାରି କଲା ବ୍ୟାଙ୍କ୍ ଛୁଟି ତାଲିକା
ନୂଆଦିଲ୍ଲୀ: ଏପ୍ରିଲ ମାସରେ ଆପଣ ବ୍ୟାଙ୍କ କାମ ରଖିଛନ୍ତି କି ତାହାଲେ, ଶୀଘ୍ର ସାରନ୍ତୁ ବ୍ୟାଙ୍କ୍ କାମ । କାରଣ ଏପ୍ରିଲ ମାସରେ ଅଧା ଦିନ ବନ୍ଦ ରହିବ ବ୍ୟାଙ୍କ୍ । ଆଉ ଆପଣ ଯଦି ବ୍ୟାଙ୍କର ଛୁଟି ଦିନ ଜାଣି ନଥିଲେ ତାହାଲେ ଆପଣଙ୍କୁ ନିରାଶ ହେବାକୁ ପଡିବ । ଆପଣ ବ୍ୟାଙ୍କ କାମ କରିବାକୁ ଘରୁ ବାହାରି ଯାଇଥିବେ ହେଲେ ବ୍ୟାଙ୍କରେ ପହଞ୍ଚିବା ପରେ ତାଲା ପଡିଥିବା ଦେଖିବାକୁ ପାଇବେ । ତେଣୁ ଏମିତି ପରିସ୍ଥିତିର ସାମ୍ନା କରିବା ପୂର୍ବରୁ ଥରେ ନଜର ପକାଇ ଆଣନ୍ତୁ ଆରବିଆଇ ଜାରି କରିଥିବା ବ୍ୟାଙ୍କ୍ ଛୁଟି ତାଲିକା ଉପରେ । ତେବେ ଆରବିଆଇର ଛୁଟି ତାଲିକା ଭିତରେ ରବିବାର ସମେତ ୨ୟ ଏବଂ ୪ର୍ଥ ଶନିବାର ବି ଆସୁଛି । ଏହା ସହ ଭିନ୍ନ ଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ପର୍ବକୁ ହିସାବ କଲେ ପ୍ରାୟ ଏମାସର ୩୦ ଦିନରରୁ ୧୬ ଦିନ ବ୍ୟାଙ୍କ ଛୁଟି ରହିବ । ତେବେ ଆପଣ ମଧ୍ଯ ବ୍ୟାଙ୍କ ଛୁଟି ତାଲିକା ଅନଲାଇନରେ ଯାଞ୍ଚ କରିପାରିବେ । ଯଦି ଆପଣ ଘରୁ ବ୍ୟାଙ୍କ ପାଇଁ ବାହାରକୁ ଯାଆନ୍ତି, ତେବେ ତା ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ବ୍ୟାଙ୍କ ଛୁଟି ତାଲିକା ଯାଞ୍ଚ କରିବା ପରେ ହିଁ ଯାଆନ୍ତୁ। ଏହି ୱେବସାଇଟରେ କ୍ଲିକ କରି ଆପଣ ବ୍ୟାଙ୍କ ଛୁଟି ବାବଦରେ ଜାଣି ପାରିବେ ଲିଙ୍କ- https://rbi.org.in/Scripts/HolidayMatrixDisplay.aspx
Rain Brings Respite to Odisha: Heatwave Faces Cool Challenge
Odisha is set to experience much-needed relief from the scorching heatwave as the India Meteorological Department (IMD) forecasts rain and thunderstorms across the state. The temperature is predicted to drop by 2-3C, offering respite to residents who have been enduring temperatures above 40C in some regions. The IMD has issued a Yellow Warning for thunderstorms […] The post Rain Brings Respite to Odisha: Heatwave Faces Cool Challenge appeared first on Pragativadi I Latest Odisha News in English I Breaking News .
Gas Cylinder Explosion Claims Seven Lives in West Bengal
A gas cylinder explosion in a home at Pathar Pratima, South 24 Parganas district, West Bengal, claimed the lives of seven people, including four children and two women. The explosion, which occurred on Monday around 9 PM in Dholaghat village, is believed to have been intensified by firecrackers stored inside the house. According to Superintendent […] The post Gas Cylinder Explosion Claims Seven Lives in West Bengal appeared first on Pragativadi I Latest Odisha News in English I Breaking News .
President Murmu Applauds RBI’s Key Role in India’s Economic Evolution at 90th Anniversary Event
Mumbai witnessed a grand event on April 1, 2025, as the President of India, Smt. Droupadi Murmu graced the closing ceremony of the 90th anniversary commemoration of the Reserve Bank of India (RBI). In her address, the President praised RBI’s unwavering commitment to India’s economic stability, growth, and financial innovation, marking it as a cornerstone […] The post President Murmu Applauds RBI’s Key Role in India’s Economic Evolution at 90th Anniversary Event appeared first on Pragativadi I Latest Odisha News in English I Breaking News .
ଭୁବନେଶ୍ବର: ଓଡ଼ିଆ ପକ୍ଷ ପାଳନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ୧ ଏପ୍ରିଲ୍ ‘ଓଡ଼ିଶା ଦିବସ’ ଠାରୁ ୧୪ ଏପ୍ରିଲ୍ ‘ଓଡ଼ିଆ ନବବର୍ଷ’ ପର୍ଯ୍ୟନ୍ତ ଏହି ୧୪ ଦିନ ଆମେ ‘ଓଡ଼ିଆ ପକ୍ଷ’ ଭାବେ ପାଳନ କରୁଛୁ। ଏହି ପକ୍ଷର ପ୍ରତ୍ୟେକ ମୁହୂର୍ତ୍ତ ସବୁ ଓଡ଼ିଆଙ୍କ ପାଇଁ ସ୍ୱାଭିମାନ, ସଂସ୍କୃତି, ପରମ୍ପରା ଓ ଅସ୍ମିତାକୁ ନେଇ ପ୍ରେରଣାର ସମୟ ହେଉ। ଓଡ଼ିଆ ପର୍ବ ହେଉ ଆମ ଭାଷା, ସାହିତ୍ୟ, ଖାଦ୍ୟ, ପୋଷାକ, ନୃତ୍ୟ, ସଙ୍ଗୀତ ଓ ସଂସ୍କୃତିର ଉତ୍ସବ। ଏହି ସମୟ ମଧ୍ୟରେ ଯେଉଁ ମହାପୁରୁଷ ଓ ମହିୟସୀମାନଙ୍କ ତ୍ୟାଗ ଓ ବଳିଦାନ ଯୋଗୁଁ ୧୯୩୬ ମସିହାରେ ଖଣ୍ଡ ବିଖଣ୍ଡିତ ଓଡ଼ିଶାର ଏକତ୍ରୀକରଣ ସମ୍ଭବ ହୋଇଥିଲା, ସେହି ବିନ୍ଧାଣୀମାନଙ୍କୁ ସ୍ମରଣ କରିବା ଓ ସମ୍ମାନ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହୁରି କହିଛନ୍ତି, ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି ହେଉ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ନୂଆ ଉଦ୍ୟମ, ନୂଆ ସଂକଳ୍ପ ଓ ବିକଶିତ ଓଡ଼ିଶାର ନୂତନ ଅବସର। ମନ, ପ୍ରାଣ, ହୃଦୟରେ ଓଡ଼ିଆ ହେବା। ଓଡ଼ିଆ ଭାଷା, ସାହିତ୍ୟ, ଖାଦ୍ୟ, ପୋଷାକ ଏବଂ ସଂସ୍କୃତିକୁ ଆମ ଦୈନନ୍ଦିନ ଜୀବନର ଅଂଶ କରିବା ଏବଂ ଏକ ସ୍ଵାଭିମାନୀ ଓଡ଼ିଶା ଗଢ଼ିବା।ଉତ୍ସାହର ସହିତ ଗାଁ, ସହର ଓ ପ୍ରତ୍ୟେକ ଘରେ ୧ ଏପ୍ରିଲ୍ରୁ ୧୪ ଏପ୍ରିଲ୍ ଯାଏଁ ‘ଓଡ଼ିଆ ପକ୍ଷ’ ପାଳନ କରିବା। ଏହି ସମୟ ମଧ୍ୟରେ ଯେଉଁ ମହାପୁରୁଷ ଓ ମହିୟସୀମାନଙ୍କ ତ୍ୟାଗ ଓ ବଳିଦାନ ଯୋଗୁଁ ୧୯୩୬ ମସିହାରେ ଖଣ୍ଡ ବିଖଣ୍ଡିତ ଓଡ଼ିଶାର ଏକତ୍ରୀକରଣ ସମ୍ଭବ ହୋଇଥିଲା, ସେହି ବିନ୍ଧାଣୀମାନଙ୍କୁ ସ୍ମରଣ କରିବା ଓ ସମ୍ମାନ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହୁରି କହିଛନ୍ତି, ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି ହେଉ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ନୂଆ ଉଦ୍ୟମ, ନୂଆ ସଂକଳ୍ପ ଓ ବିକଶିତ ଓଡ଼ିଶାର ନୂତନ ଅବସର। ମନ, ପ୍ରାଣ, ହୃଦୟରେ ଓଡ଼ିଆ ହେବା। ଓଡ଼ିଆ ଭାଷା, ସାହିତ୍ୟ, ଖାଦ୍ୟ, ପୋଷାକ ଏବଂ ସଂସ୍କୃତିକୁ ଆମ ଦୈନନ୍ଦିନ ଜୀବନର ଅଂଶ କରିବା ଏବଂ ଏକ ସ୍ଵାଭିମାନୀ ଓଡ଼ିଶା ଗଢ଼ିବା।ଉତ୍ସାହର ସହିତ ଗାଁ, ସହର ଓ ପ୍ରତ୍ୟେକ ଘରେ ୧ ଏପ୍ରିଲ୍ରୁ ୧୪ ଏପ୍ରିଲ୍ ଯାଏଁ ‘ଓଡ଼ିଆ ପକ୍ଷ’ ପାଳନ କରିବା। cmo odisha
ରାଜଧାନୀର ଛାତି ଉପରେ ଦିଲ୍ଲୀ ସରକାର ପାଳିବେ ଓଡ଼ିଶା ପର୍ବ: ଉତ୍କଳ ଦିବସରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା
ନୂଆଦିଲ୍ଲୀ: ଦିଲ୍ଲୀରେ ପାଳନ ହେବ ଓଡ଼ିଶା ପର୍ବ । ଆଗାମୀ ଦିନରେ ଧୂମଧାମରେ ପାଳନ ହେବ ଓଡ଼ିଶା ପର୍ବ । ରାଜଧାନୀର ଛାତି ଉପରେ ଦିଲ୍ଲୀ ସରକାର ପାଳିବେ ଓଡ଼ିଶା ପର୍ବ । ଉତ୍କଳ ଦିବସରେ ଏନେଇ ବଡ଼ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । #WATCH | Delhi Chief Minister Rekha Gupta says, Today, on my behalf and on behalf of the entire Delhi government, I would like to extend my heartfelt greetings of Utkal Diwas to all our Odia brothers and sisters living in Delhi and to all the families who have come to Delhi from… https://t.co/KXB5WzCuZY pic.twitter.com/ICXPayXS3I — ANI (@ANI) April 1, 2025 ତେବେ ଉତ୍କଳ ଦିବସ ଅବସରରେ ଓଡିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ସ୍ଥିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ପୂର୍ଜାର୍ଚ୍ଚନା କରି ଉତ୍କଳ ଦିବସ ଅବସରରେ ସମସ୍ତ ଓଡିଆ ଏବଂ ଦିଲ୍ଲୀରେ ବସବାସ କରୁଥିବା ଓଡିଆ ଭାଇଭଉଣୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଦିଲ୍ଲୀରେ ରହୁଥିବା ଓଡିଆମାନଙ୍କର ବିକାଶ ଏବଂ ସମୃଦ୍ଧି କାମନା କରିଛନ୍ତି ରେଖା ଗୁପ୍ତା । #WATCH | Delhi Chief Minister Rekha Gupta offers prayers at Shree Jagannath Temple, in Delhi pic.twitter.com/3LVL7Vjo27 — ANI (@ANI) April 1, 2025 ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ରହୁଥିବା ଓଡିଆଙ୍କ ପାଇଁ ଖୁସି ଖବର ଦେଇଛନ୍ତି ରେଖା । ଜଗନ୍ନାଥ ମନ୍ଦିରରୁ ଘୋଷଣା କରି କହିଛନ୍ତି କି ଆଗାମୀ ଦିନରେ ଦିଲ୍ଲୀରେ ରେଖା ସରକାରଙ୍କ ତରଫରୁ ଓଡିଶା ପର୍ବ ଧୂମଧାମରେ ପାଳ ହେବ । ଏବଂ ଏହି ଘୋଷଣା ପରେ ସେହି ସମୟରେ ଜୟ ଜଗନ୍ନାଥ ନାରାରେ କମ୍ପିଥିଲା ପରିବେଶ । ତେବେ ଗତ କିଛି ଦିନ ତଳେ ଓଡିଶା ଆସି ପୁରୀରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଯାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।
Major Fire Breaks Out at Suitcase Showroom in Cuttack, Firefighters Battle Flames
A major fire broke out at Dolamundai Chhak in Cuttack today, engulfing a suitcase showroom and spreading to a nearby clothing warehouse. The incident, which occurred in the early hours, has caused significant damage to property, and the area is filled with thick smoke. While the exact cause of the fire is yet to be […] The post Major Fire Breaks Out at Suitcase Showroom in Cuttack, Firefighters Battle Flames appeared first on Pragativadi I Latest Odisha News in English I Breaking News .
Orissa High Court Slams Indefinite Retention of Seized Vehicles in NDPS Cases
The Orissa High Court has strongly criticized the prolonged neglect of vehicles seized under the NDPS Act, emphasizing that such property must be preserved rather than left to deteriorate in indefinite custody. The ruling came in response to a Criminal Revision Petition challenging an Additional Sessions Judge’s order regarding the release of a confiscated vehicle. […] The post Orissa High Court Slams Indefinite Retention of Seized Vehicles in NDPS Cases appeared first on Pragativadi I Latest Odisha News in English I Breaking News .
ଭୁବନେଶ୍ଵରରେ ପାଳିତ ହେଲା କମିସନରେଟ ପୁଲିସ ପ୍ରତିଷ୍ଠା ଦିବସ
ଭୁବନେଶ୍ଵର: ଭୁବନେଶ୍ଵର କମିସନରେଟ ପୁଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ଵର ରିଜର୍ଭ ପୁଲିସ ପ୍ୟାରେଡ ପଡ଼ିଆରେ ୯୦ତମ ଓଡ଼ିଶା ପୁଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ପୁଲିସ କମିସନର ଡକ୍ଟର ସୁରେଶ ଦେବଦତ୍ତ ସିଂହ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଆଜିର ଦିନ ଅର୍ଥାତ୍ ୧୯୩୬ ମସିହାରେ ଉତ୍କଳ ପ୍ରଦେଶ ଗଠନ ସମୟରେ ଆଇନଶୃଙ୍ଖଳାରେ ଜନସାଧାରଣଙ୍କୁ ସହଯୋଗ କରିବାକୁ ଗଠିତ ହୋଇଥିଲା ପୁଲିସ ବିଭାଗ। ସେହି ଦିନଠାରୁ ଜନସାଧାରଣଙ୍କ ସେବାରେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରି ଆସୁଛି ପୁଲିସ ବିଭାଗ। ଭୁବନେଶ୍ଵର ରିଜର୍ଭ ପୁଲିସ ପ୍ୟାରେଡ ପଡ଼ିଆରେ ୯୦ତମ ଓଡ଼ିଶା ପୁଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ପୁଲିସ କମିସନର ଡକ୍ଟର ସୁରେଶ ଦେବଦତ୍ତ ସିଂହ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଆଜିର ଦିନ ଅର୍ଥାତ୍ ୧୯୩୬ ମସିହାରେ ଉତ୍କଳ ପ୍ରଦେଶ ଗଠନ ସମୟରେ ଆଇନଶୃଙ୍ଖଳାରେ ଜନସାଧାରଣଙ୍କୁ ସହଯୋଗ କରିବାକୁ ଗଠିତ ହୋଇଥିଲା ପୁଲିସ ବିଭାଗ। ସେହି ଦିନଠାରୁ ଜନସାଧାରଣଙ୍କ ସେବାରେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରି ଆସୁଛି ପୁଲିସ ବିଭାଗ।ଓଡ଼ିଶା ପୁଲିସ ପାଇଁ ସ୍ବତନ୍ତ୍ର ଦିନ। ଏହି ଅବସରରେ ନୂଆ କରି ପୁଲିସ ବିଭାଗରେ ଯୋଗ ଦେଇଥିବା କର୍ମଚାରୀଙ୍କୁ ନିଜର କର୍ତ୍ତବ୍ୟ ସାଧନ ଉପରେ ପ୍ରେରଣା ଦେବା ସହ କର୍ତ୍ତବ୍ୟରତ ଅବସ୍ଥାରେ ସହିଦ ହୋଇଥିବା କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।ଏଥିସହ କର୍ତ୍ତବ୍ୟରେ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ପାଇଁ କୃତି କର୍ମଚାରୀଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯାଇଛି। ଓଡ଼ିଶା ପୁଲିସ ପାଇଁ ସ୍ବତନ୍ତ୍ର ଦିନ। ଏହି ଅବସରରେ ନୂଆ କରି ପୁଲିସ ବିଭାଗରେ ଯୋଗ ଦେଇଥିବା କର୍ମଚାରୀଙ୍କୁ ନିଜର କର୍ତ୍ତବ୍ୟ ସାଧନ ଉପରେ ପ୍ରେରଣା ଦେବା ସହ କର୍ତ୍ତବ୍ୟରତ ଅବସ୍ଥାରେ ସହିଦ ହୋଇଥିବା କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।ଏଥିସହ କର୍ତ୍ତବ୍ୟରେ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ପାଇଁ କୃତି କର୍ମଚାରୀଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯାଇଛି। police commissonrate
ଭାରତ ଆସିବାକୁ ସୁନୀତାଙ୍କ ଇଚ୍ଛା: ହିମାଳୟର ପାଦଦେଶ ବୁଲିବା ସହ ଇସ୍ରୋ ଆସିବାକୁ ଆଗ୍ରହୀ
ୱାସିଂଟନ ଡିସି: ଭାରତ ଆସିବେ ଭାରତୀୟ ବଂଶୋଦ୍ଭବ ସୁନୀତା । ନିଜ ବାପଘରକୁ ଫେରିବେ ମହାକାଶଚାରୀ ସୁନୀତା ୱିଲିୟମ୍ସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ଇଚ୍ଛା ଏବଂ ଭାରତ ଆସିବାର ଆଗ୍ରହକୁ ପ୍ରକାଶ କରିଛନ୍ତି ସୁନୀତା । ଭାରତର ଗୁଜୁରାଟରେ ସୁନୀତା ୱିଲିୟମ୍ସଙ୍କ ଘର । ତାଙ୍କ ବାପା ଦୀପକ ପାଣ୍ଡେ ଗୁଜୁରାଟରେ ରୁହନ୍ତି ତେଣୁ ସେ ତାଙ୍କ ବାପାଙ୍କ ସହର ଏବଂ ବାପାଙ୍କ ଦେଶକୁ ଫେରି ଆସିବାକୁ ଚାହୁଁଛନ୍ତି । ଭାରତର ପ୍ରାକୃତିକ ସୌନ୍ଦର୍ୟ୍ୟ ଏବଂ ଏଠାକାର ଲୋକଙ୍କ ସହ ମିଶିବାକୁ ସେ ଭାରି ଆଗ୍ରହୀ ବୋଲି କହିଛନ୍ତି । ମହାକାଶରେ ଯେତେବେଳେ ୯ ମାସ ପାଇଁ ସେ ଫସି ରହିଥିଲେ ତାଙ୍କ ସ୍ପେସ୍ କ୍ରାଫ୍ଟ ଅନେକ ସମୟରେ ହିମାଳୟ ଉପର ଦେଇ ଗତି କରୁଥିଲା ଯାହାକୁ ସେ ପାଖରୁ ଦେଖିବାକୁ ଇଚ୍ଛା କରିଛନ୍ତି । ଭାରତ ଆସି ଇସ୍ରୋର ବୈଜ୍ଞାନିକଙ୍କ ସହ ଭେଟିବାକୁ ମଧ୍ୟ ସୁନୀତାଙ୍କର ଆଗ୍ରହ ରହିଛି । ୯ ମାସରେ କେମିତି ଥିଲା ମହାକାଶର ଅନୁଭୂତି ଇସ୍ରୋ ଆସି କହିବାକୁ ମଧ୍ୟ ସେ ଚାହୁଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ତେବେ ଭାରତ ବିଷୟରେ ନିଜ ମତ ରଖି ସୁନୀତା କହିଛନ୍ତି, ଏହା ଏକ ସୁନ୍ଦର ରାଷ୍ଟ୍ର । ମହାକାଶରେ ଥିବାବେଳେ ଯେତେବେଳେ ବି ସେ ଭାରତ ଉପରେ ଦେଇ ଯାଉଥିଲେ, ସେ ମହାକାଶରୁ ଭାରତର ପ୍ରାକୃତିକ ସୌନ୍ଦର୍ୟ୍ୟକୁ ମନଭରି ଉପଭୋଗ କରୁଥିଲେ । ହିମାଳୟ ପାଦଦେଶ, ଜମ୍ମୁକାଶ୍ମୀର ଠାରୁ ଆରମ୍ଭ କରି ଗୁଜରାଟ, ମହାରାଷ୍ଟ୍ର ଆଦି ଅନେକ ସ୍ଥାନର ଫଟୋ ସେ ମହାକାଶରୁ ଉଠାଇଥିବା କହିଛନ୍ତି । ଆଗକୁ ସମୟ ଆସିଲେ ଭାରତ ଆସିବେ । ଇସ୍ରୋ ସହ ମିଶି କାମ କରିବାର ସୁଯୋଗ ମିଳିଲେ ନିଶ୍ଚିତ ଭାବେ କାମ କରିବେ ବୋଲି କହିଛନ୍ତି ସୁନୀତା ।
Sunita Williams says India is amazing from space, ‘for sure going back to my father’s home country’
India is amazing from space, NASA astronaut Sunita Williams said and voiced optimism that she will visit her “father’s home country” and share experiences about space exploration with people there. Ms. Williams made these remarks during a press conference Monday (March 31, 2025). She was responding to a question on how India looked from space […] The post Sunita Williams says India is amazing from space, ‘for sure going back to my father’s home country’ appeared first on Pragativadi I Latest Odisha News in English I Breaking News .
ପ୍ରବଚନ ଦେଉଥିବା ବେଳେ ଚାଲିଗଲା ରାମଚରିତ ମାନସ ପ୍ରବଚକଙ୍କ ପ୍ରାଣ
ଭଦ୍ରକ: ପ୍ରବଚନ ଦେଉଥିବା ବେଳେ ଚାଲିଗଲା ପ୍ରାଣ। ଅଧ୍ୟାପକ ତଥା ରାମଚରିତ ମାନସ ପ୍ରବଚକ ଗୋପାଳ ପ୍ରସାଦ ବେଜଙ୍କର ପ୍ରବଚନ ଦେବା ସମୟରେ ମୃତ୍ୟୁ ହୋଇଯାଇଛି। ଭଦ୍ରକ ଜିଲ୍ଲା ସାହାଡ଼ା ପଞ୍ଚାୟତରେ ଏପରି ଦୁଃଖଦ ଘଟଣା ଘଟିଛି। ରାମ ମନ୍ଦିରରେ ତିନି ଦିନ ପାଇଁ ଶ୍ରୀରାମ ଚରିତ ମାନସର ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା, ଯେଉଁଥିରେ ପ୍ରବଚକ ଭାବରେ ଯୋଗ ଦେଇଥିଲେ ବାସୁଦେବପୁର ବ୍ଲକ ଆଢୁଆଁ ଧାତାପୁରର ବିଶିଷ୍ଟ ପ୍ରବଚକ ତଥା ଅଧ୍ୟାପକ ଗୋପାଳ ପ୍ରସାଦ ବେଜ। ଏହି କାର୍ଯ୍ୟକ୍ରମର ଦ୍ବିତୀୟ ଦିବସରେ ପ୍ରବଚନ ଦେଉଥିବା ବେଳେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କର ସହଯୋଗମାନେ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେଠାର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଅନୁଯାୟୀ, ରାମ ମନ୍ଦିରରେ ତିନି ଦିନ ପାଇଁ ଶ୍ରୀରାମ ଚରିତ ମାନସର ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା, ଯେଉଁଥିରେ ପ୍ରବଚକ ଭାବରେ ଯୋଗ ଦେଇଥିଲେ ବାସୁଦେବପୁର ବ୍ଲକ ଆଢୁଆଁ ଧାତାପୁରର ବିଶିଷ୍ଟ ପ୍ରବଚକ ତଥା ଅଧ୍ୟାପକ ଗୋପାଳ ପ୍ରସାଦ ବେଜ। ଏହି କାର୍ଯ୍ୟକ୍ରମର ଦ୍ବିତୀୟ ଦିବସରେ ପ୍ରବଚନ ଦେଉଥିବା ବେଳେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କର ସହଯୋଗମାନେ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେଠାର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। death
ନେପିଦା: ମ୍ୟାମାରରେ ଦେବଦୂତ ସାଜିଛନ୍ତି ଭାରତର ଏନଡିଆରଏଫ ଟିମ୍ । ମୃତ୍ୟୁର ଆଁ ଭିତରୁ ଖୋଜୁଛନ୍ତି ଜୀବନ । ଭଗ୍ନାବଶେଷ ତଳୁ ଜୋରଦାର ଚାଲିଛି ଉଦ୍ଧାର କାର୍ଯ୍ୟ । ଭୟଙ୍କର ଭୂକମ୍ପ ପରେ ଭୁଶୁଡି ପଡିଥିବା ବଡ ବଡ ବିଲ୍ଡିଂ ତଳୁ ଫଶିଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି ଭାରତୀୟ ଏନଡିଆରଏଫ ଟିମ୍ । Myanmar earthquake: NDRF teams carrying out Search and Rescue (SAR) activities in Mandalay (Source: XP Division, MEA) pic.twitter.com/FLx5wa2fSY — ANI (@ANI) April 1, 2025 ମ୍ୟାମାର ମଣ୍ଡାଲେରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଛନ୍ତି ଏନଡିଆରଏଫ ଟିମ୍ । ବିଭିନ୍ନ ସ୍ଥାନରେ ଭାଙ୍ଗିପଡିଥିବା ଅଟ୍ଟାଳିକାର ଭଗ୍ନାବଶେଷ ତଳୁ କଟର ମେସିନରେ ଲୁହା ରଡକୁ କାଟି ଭିତରେ ଥିବା ଜୀବିତ ଅବା ମୃତ ବ୍ୟକ୍ତିଙ୍କୁ ବାହାର କରାଯାଉଛି । ଏଥିସହ ସନ୍ଧାନୀ କୁକୁରଙ୍କ ଜରିଆରେ ମଧ୍ୟ ଖୋଜାଖୋଜି କାମ କରାଯାଉଛି । ମୋଟାମୋଟି କହିବାକୁ ଗରେ ଏନଡିଆରଏଫ ଟିମ୍ ମ୍ୟାମାରର ଏପରି ସଙ୍କଟ ସ୍ଥିତିରେ ଦେବଦୂତ ସାଜିଛି । #WATCH | Myanmar earthquake: NDRF teams carrying out Search and Rescue (SAR) activities in Mandalay (Source: XP Division, MEA) pic.twitter.com/i802W6gVi4 — ANI (@ANI) April 1, 2025 ଭୟଙ୍କର ଭୂକମ୍ପ ପରେ ଯେତେବେଳେ ଛାତଖାର ହୋଇଗଲା ମ୍ୟାମାର ସେତେବେଳେ ମ୍ୟାମାରକୁ ବିଭିନ୍ନ ପଡୋଶୀ ଦେଶରୁ ସହାୟତା ମିଳିଲା । ଭାରତ ମଧ୍ୟ ଅପରେସନ ବ୍ରହ୍ମା ଜରିଆରେ ମ୍ୟାମାରକୁ ରିଲିଫ ସାମଗ୍ରୀ ସହ ଡାକ୍ତରୀ ଟିମ୍ ଏବଂ ଉଦ୍ଧାରକାରୀ ଦଳ ପଠାଇଛି । #OperationBrahma Since arriving at earthquake sites in Mandalay y'day, our teams are working to extend critical support in search for survivors and medical/HADR support. More aid is on the way. Our hearts and prayers are with the affected people of Myanmar. @MEAIndia @PMOIndia pic.twitter.com/76EvuhPvsX — India in Myanmar (@IndiainMyanmar) March 31, 2025
ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଭୁବନେଶ୍ବର: ଉତ୍କଳ ଦିବସ ଅବସରରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି, ଉତ୍କଳ ଦିବସରେ ହାର୍ଦ୍ଦିକ ଶୁଭେଚ୍ଛା। ଏହି ଦିବସ ଓଡ଼ିଶାର ସମୃଦ୍ଧ ସଂସ୍କୃତି ପ୍ରତି ଏକ ଉପଯୁକ୍ତ ସମ୍ମାନ । ଓଡ଼ିଶାର ଇତିହାସ, ସାହିତ୍ୟ ଓ ସଂଗୀତକୁ ନେଇ ଭାରତ ଗର୍ବିତ। ଓଡ଼ିଶାର ଲୋକମାନେ କଠିନ ପରିଶ୍ରମୀ ଏବଂ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଛନ୍ତି । ଗତ ଏକ ବର୍ଷ ଧରି କେନ୍ଦ୍ର ଏବଂ ଓଡ଼ିଶା ସରକାର ରାଜ୍ୟର ଆହୁରି ପ୍ରଗତି ପାଇଁ ବ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ଏକ୍ସ’ରେ ଲେଖିଛନ୍ତି ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ! ଏହି ଦିବସ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ନାନା କ୍ଷେତ୍ରରେ ଓଡ଼ିଶାବାସୀଙ୍କ ଉଲ୍ଲେଖନୀୟ ଅବଦାନକୁ ମନେ ପକାଇବାର ଏକ ସୁନ୍ଦର ଅବକାଶ । ବେଶ୍ ମେଳାପି ଓ ଅତିଥିବତ୍ସଳ ଓଡ଼ିଶାବାସୀ ଆପଣାର ଗୌରବମୟ ପରମ୍ପରାକୁ ଉଜ୍ଜୀବୀତ ରଖି ଓଡ଼ିଶାର ଉନ୍ନତି ନିମନ୍ତେ କଠିନ ପରିଶ୍ରମ କରିଆସିଛନ୍ତି । ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଭୂମିକା ଗୁରୁତୂପୂର୍ଣ୍ଣ ଥିଲା ଏବଂ ଆଧୁନିକ ଭାରତର ଅନେକ ବିନ୍ଧାଣିଙ୍କୁ ଏହି ରାଜ୍ୟ ଜନ୍ମ ଦେଇଛି । ଓଡ଼ିଶାର ଶାନ୍ତି ଓ ସମୃଦ୍ଧି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୁଁ ପ୍ରାର୍ଥନା କରୁଅଛି । ଠିକ୍ ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି, ଉତ୍କଳ ଦିବସରେ ହାର୍ଦ୍ଦିକ ଶୁଭେଚ୍ଛା। ଏହି ଦିବସ ଓଡ଼ିଶାର ସମୃଦ୍ଧ ସଂସ୍କୃତି ପ୍ରତି ଏକ ଉପଯୁକ୍ତ ସମ୍ମାନ । ଓଡ଼ିଶାର ଇତିହାସ, ସାହିତ୍ୟ ଓ ସଂଗୀତକୁ ନେଇ ଭାରତ ଗର୍ବିତ। ଓଡ଼ିଶାର ଲୋକମାନେ କଠିନ ପରିଶ୍ରମୀ ଏବଂ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଛନ୍ତି । ଗତ ଏକ ବର୍ଷ ଧରି କେନ୍ଦ୍ର ଏବଂ ଓଡ଼ିଶା ସରକାର ରାଜ୍ୟର ଆହୁରି ପ୍ରଗତି ପାଇଁ ବ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି । ଏଣେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି, ଓଡ଼ିଶାର ମୋର ଭାଇ-ଭଉଣୀ ତଥା ସମଗ୍ର ବିଶ୍ୱର କୋଣ ଅନୁକୋଣରେ ଓଡ଼ିଆ ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର କରୁଥିବା ଓଡ଼ିଆ ସମୁଦାୟଙ୍କୁ ‘ଓଡ଼ିଶା ଦିବସ’ର ହାର୍ଦ୍ଦିକ ଶୁଭକାମନା । ୧୯୩୬ ମସିହା ଆଜିର ଦିନରେ ଭାଷା ଭିତ୍ତିରେ ଆମ ଓଡ଼ିଶା ପ୍ରଥମ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପ୍ରାପ୍ତ ହେବାର ଗୌରବ ଲାଭ କରିଥିଲା । ଓଡ଼ିଆ ଅସ୍ମିତା, ଓଡ଼ିଆ ସ୍ୱାଭିମାନ ଏବଂ ଓଡ଼ିଆ ସଂସ୍କୃତିକୁ ଉଚିତ୍ ପରିଚୟ ଦେବା ପାଇଁ ସଂଘର୍ଷ କରିବା ସହ ବଳିଦାନ ଦେଇଥିବା ସମସ୍ତ ମହାପୁରୁଷଙ୍କୁ ମୋର ପ୍ରଣାମ । ଆଜିର ଦିନ ଆମକୁ ଓଡ଼ିଶାର କଳା, ସଂସ୍କୃତି, ଜ୍ଞାନ, ଶୌର୍ଯ୍ୟ, ବଳିଦାନ ଓ ଗୌରବମୟ ଇତିହାସ ଉପରେ ଗର୍ବ କରିବା ସହ ଆମର ସାଂସ୍କୃତିକ ଗଭୀରତା ସହ ଯୋଡିହେବା, ଓଡ଼ିଶାର ସଂସ୍କୃତିକୁ ବିଶ୍ୱ ମଞ୍ଚରେ ଅଧିକ ସୁଦୁରପ୍ରସାରୀ କରାଇବା ପାଇଁ ପ୍ରେରଣା ଦେଇଥାଏ । ଆସନ୍ତୁ, ଆମେ ସମସ୍ତେ ମିଳିମିଶି ଆମର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ କରିବା ଏବଂ ଓଡ଼ିଶାର ଅଦ୍ୱିତୀୟ ପରିଚୟକୁ ଅଧିକ ମଜଭୂତ୍ କରିବା ପାଇଁ ସଂକଳ୍ପ ନେବା । ବନ୍ଦେ ଉତ୍କଳ ଜନନୀ
Panposh Railway Station Redevelopment to Boost Rourkela’s Connectivity and Infrastructure
The Panposh railway station is set for redevelopment as an outer station for Rourkela, enhancing connectivity and decongesting the city’s main railway hub, Rourkela Junction. The proposal, backed by Ramesh Agarwal, a member of the Zonal Railway Users’ Consultative Committee (ZRUCC), is under consideration by South Eastern Railway (SER). A crucial part of this plan […] The post Panposh Railway Station Redevelopment to Boost Rourkela’s Connectivity and Infrastructure appeared first on Pragativadi I Latest Odisha News in English I Breaking News .
ଜଳେଶ୍ୱର ରେଳ ଷ୍ଟେସନରେ ଅଘଟଣ: ଖସିପଡ଼ିଲେ ଯାତ୍ରୀ, କଟିଗଲା ଦୁଇ ଗୋଡ଼
ଜଳେଶ୍ୱର: ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ରେଳ ଷ୍ଟେସନରେ ଆଜି ସକାଳେ ଜଳେଶ୍ୱର-ହାଓ୍ବଡ଼ା ମେମୁ ଟ୍ରେନକୁ ଚଢୁଥିବା ବେଳେ ଜଣେ ଯାତ୍ରୀ ତଳକୁ ଖସି ପଡ଼ିଛନ୍ତି। ଫଳରେ ଯାତ୍ରୀଜଣକ ତାଙ୍କର ଦୁଇଟି ଯାକ ଗୋଡ଼ ହରାଇଛନ୍ତି। ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ତାଙ୍କୁ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯାତ୍ରୀଜଣକ ହେଲେ ପୂର୍ବ ମେଦିନୀପୁର ଜିଲ୍ଲା ପଟାସପୁର ଥାନା ଅଧୀନସ୍ଥ ପଦିମା ଗ୍ରାମର ନିମାଇଁ ଜେନା। ଆଜି ସକାଳେ ଜଳେଶ୍ୱର-ହାଓ୍ବଡ଼ା ମେମୁ ଟ୍ରେନକୁ ଚଢୁଥିବା ବେଳେ ଜଣେ ଯାତ୍ରୀ ତଳକୁ ଖସି ପଡ଼ିଛନ୍ତି। ଫଳରେ ଯାତ୍ରୀଜଣକ ତାଙ୍କର ଦୁଇଟି ଯାକ ଗୋଡ଼ ହରାଇଛନ୍ତି। ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ତାଙ୍କୁ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯାତ୍ରୀଜଣକ ହେଲେ ପୂର୍ବ ମେଦିନୀପୁର ଜିଲ୍ଲା ପଟାସପୁର ଥାନା ଅଧୀନସ୍ଥ ପଦିମା ଗ୍ରାମର ନିମାଇଁ ଜେନା।ନିମାଇଁ କୋଲକାତାରେ ଚାକିରି କରନ୍ତି। ବସ୍ତା ବ୍ଲକର ଭେଲୋରା ବାରୁଣୀ ମେଳାକୁ ଜଣେ ସମ୍ପର୍କୀୟଙ୍କ ଘରକୁ ସେ ଆସିଥିବା ବେଳେ ଆଜି ଜଳେଶ୍ୱରରୁ ହାଓ୍ବଡ଼ା ଯିବାକୁ ନିଜ ପତ୍ନୀ ଓ ଝିଅ ସହ ଟ୍ରେନକୁ ଚଢୁଥିଲେ। ଏହି ସମୟରେ ଘଟିଛି ଅଘଟଣ। ନିମାଇଁ କୋଲକାତାରେ ଚାକିରି କରନ୍ତି। ବସ୍ତା ବ୍ଲକର ଭେଲୋରା ବାରୁଣୀ ମେଳାକୁ ଜଣେ ସମ୍ପର୍କୀୟଙ୍କ ଘରକୁ ସେ ଆସିଥିବା ବେଳେ ଆଜି ଜଳେଶ୍ୱରରୁ ହାଓ୍ବଡ଼ା ଯିବାକୁ ନିଜ ପତ୍ନୀ ଓ ଝିଅ ସହ ଟ୍ରେନକୁ ଚଢୁଥିଲେ। ଏହି ସମୟରେ ଘଟିଛି ଅଘଟଣ। ସ୍ବାମୀଙ୍କ ଏପରି ଅବସ୍ଥା ଦେଖି ପତ୍ନୀ ଭାଙ୍ଗି ପଡ଼ିଛନ୍ତି।
Vedanta to Invest Rs 1 Lakh Crore in Odisha; Aluminium Park in Jharsuguda to Boost MSMEs
Vedanta Ltd. has announced a massive ₹1 lakh crore investment to establish a modern aluminium park in Jharsuguda and a 3 million tonnes per annum (MTPA) aluminium plant in Rayagada district, further strengthening Odisha’s position as an industrial hub. Spanning 253 acres, the Jharsuguda Aluminium Park will house over 100 micro, small, and medium enterprises […] The post Vedanta to Invest Rs 1 Lakh Crore in Odisha; Aluminium Park in Jharsuguda to Boost MSMEs appeared first on Pragativadi I Latest Odisha News in English I Breaking News .
କାଠୁଆରେ ସୁରକ୍ଷା ବାହିନୀ ମଧ୍ୟରେ ପୁଣି ଥରେ ଗୁଳି ବିନିମୟ
କାଠୁଆ : ଜମ୍ମୁ-କଶ୍ମୀରର କାଠୁଆରେ ସୁରକ୍ଷା ବାହିନୀ ମଧ୍ୟରେ ପୁଣି ଥରେ ଗୁଳି ବିନିମୟ ହୋଇଛି। ଗତ ନଅ ଦିନ ମଧ୍ୟରେ ଏହା କଠୁଆରେ ତୃତୀୟ ଏନକାଉଣ୍ଟର। କାଠୁଆର ଉପର ମୁଣ୍ଡରେ ସେନା ଦ୍ୱାରା ତିନି ଜଣ ଆତଙ୍କବାଦୀଙ୍କୁ ସୁରକ୍ଷା ବଳା କବ୍ଜା କରିଛନ୍ତି। ଜିଲ୍ଲାର ଦୂର ରାମକୋଟ ଅଞ୍ଚଳରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ସହ ନୂତନ ସମ୍ପର୍କ ସ୍ଥାପନ କରିଛନ୍ତି। ମାର୍ଚ ୨୩ ତାରିଖରେକାଠୁଆ ଜିଲ୍ଲାର ହୀରାନଗର ସେକ୍ଟରର ସାନୟାଲ ଗ୍ରାମ ନିକଟରେ ପ୍ରଥମ ଗୁଳିବିନିମୟ ହୋଇଥିଲା। ଏନକାଉଣ୍ଟର ସମୟରେ ଜଣେ ଝିଅ ଆହତ ହୋଇଥିଲେ ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା। ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ପ୍ରାରମ୍ଭିକ ଗୁଳିବିନିମୟ ପରେ, ଆତଙ୍କବାଦୀମାନେ ପ୍ରଥମ ସମ୍ପର୍କ ସ୍ଥାନରୁ ଖସି ପଳାଇବାରେ ସଫଳ ହୋଇଥିଲେ ଏବଂ ସନ୍ଧାନ ଅଭିଯାନ ଜାରି ରହିଥିଲା। ମାର୍ଚ ୨୭ ତାରିଖରେ କାଠୁଆର ଜୁଥାନାରେ ଆଉ ଏକ ଗୁଳିବିନିମୟ ହୋଇଥିଲା। ଯେଉଁଥିରେ ଚାରି ଜଣ ପୁଲିସ କର୍ମଚାରୀ ସହିଦ ହୋଇଥିଲେ। ପାକିସ୍ତାନ-ଭିତ୍ତିକ ଜୈଶ-ଏ-ମହମ୍ମଦ (ଜେଏମ୍) ସଂଗଠନର ଦୁଇଜଣ ଆତଙ୍କବାଦୀ ଏକ ଚାଲିଥିବା ଆତଙ୍କବାଦ ବିରୋଧୀ ଅଭିଯାନ ସମୟରେ ଗୁଳିବିନିମୟରେ ନିହତ ହୋଇଥିଲେ। ପୂର୍ବରୁ ସୂତ୍ରଗୁଡ଼ିକ ଇଣ୍ଡିଆ ଟୁଡେ ଟିଭିକୁ କହିଥିଲେ ଯେ ଜୁଥାନାର ଏକ ଘନ ଜଙ୍ଗଲ ଅଞ୍ଚଳରେ ଚାରିରୁ ପାଞ୍ଚ ଜଣ ଆତଙ୍କବାଦୀ ଲୁଚି ରହିଛନ୍ତି ଏବଂ ସୁରକ୍ଷା କର୍ମୀମାନେ ଲୁଚି ରହିଥିବା ଆତଙ୍କବାଦୀଙ୍କ ସ୍ଥାନ ଖୋଜି ବାହାର କରିଥିଲେ।
Commercial LPG Cylinder Prices Slashed By Rs 41
The prices for 19 kg commercial LPG gas cylinders have been reduced by ₹41. The new rates comes into effect from Tuesday. After the latest cut, the retail sale price of a 19 kg commercial LPG cylinder in New Delhi is ₹1762. Earlier, on February 1, the prices of commercial LPG cylinders were reduced by […] The post Commercial LPG Cylinder Prices Slashed By Rs 41 appeared first on Pragativadi I Latest Odisha News in English I Breaking News .
ଭାରତ ଏକ ସୁନ୍ଦର ରାଷ୍ଟ୍ର : ମହାକାଶରୁ ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଥିଲେ ସୁନୀତା
କନକ ବ୍ୟୁରୋ : ମହାକାଶରୁ ଫେରିବା ପରେ ସୁନୀତା ୱିଲିଅମ୍ସ ଓ ବୁଚ୍ ଓ୍ଲିଲ୍ମୋର୍ଙ୍କ ପ୍ରଥମ ସାମ୍ବାଦିକ ସମ୍ମିଳନୀ । ମିଡିଆ ଆଗରେ ବଖାଣିଲେ ମହାକାଶରେ ଦୀର୍ଘ ଦିନ ରହିବାର ଅନୁଭୂତି । ମହାକାଶରେ ରହିବା ଦ୍ବାରା ଅନେକ ଶାରୀରିକ ସମସ୍ୟା ଦେଖାଦେଇଥିବା କଥା ସ୍ବିକାର କଲେ ସୁନୀତା । ଭାରତ ବିଷୟରେ କହିଲେ, ଏହା ଏକ ସୁନ୍ଦର ରାଷ୍ଟ୍ର । ମହାକାଶରେ ଥିବାବେଳେ ଯେତେବେଳେ ବି ସେ ଭାରତ ଉପରେ ଦେଇ ଯାଉଥିଲେ, ସେ ମହାକାଶରୁ ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଥିଲେ । ହିମାଳୟ ପାଦଦେଶ, ଜମ୍ମୁକାଶ୍ମୀର ଠାରୁ ଆରମ୍ଭ କରି ଗୁଜରାଟ, ମହାରାଷ୍ଟ୍ର ଆଦି ଅନେକ ସ୍ଥାନର ଫଟୋ ସେ ମହାକାଶରୁ ଉଠାଇଥିବା କହିଛନ୍ତି । ଆଗକୁ ସମୟ ଆସିଲେ ଭାରତ ଆସିବେ । ଇସ୍ରୋ ସହ ମିଶି କାମ କରିବାର ସୁଯୋଗ ମିଳିଲେ ନିଶ୍ଚିତ ଭାବେ କାମ କରିବେ ବୋଲି କହିଛନ୍ତି ସୁନୀତା ।
Odisha Celebrates Utkal Divas with Pride; Odia Paksha Observed from April 1 to 14
Odisha marked Utkal Divas with grand celebrations, paying tribute to its rich history, culture, and the struggle that led to its formation as a separate state on April 1, 1936. The occasion was observed with flag hoisting, cultural performances, and tributes to the state’s founding leaders. Adding to the patriotic fervor, Odia Paksha—a two-week-long initiative […] The post Odisha Celebrates Utkal Divas with Pride; Odia Paksha Observed from April 1 to 14 appeared first on Pragativadi I Latest Odisha News in English I Breaking News .
ରାଜଧାନୀରେ ଚାଞ୍ଚଲ୍ୟ: ପାର୍କ ନିକଟ ଗଛରେ ଯୁବକଙ୍କ ଝୁଲନ୍ତା ମୃତଦେହ
ଭୁବନେଶ୍ଵର: ରାଜଧାନୀର ପୋଖରୀପୁଟ ମଧୁସୂଦନ ପାର୍କ ନିକଟରେ ଏକ ଗଛରେ ଝୁଲନ୍ତା ଶବ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ବେକରେ ଦଉଡ଼ି ଦେଇ ଝୁଲି ପଡ଼ିଛନ୍ତି। ଏଯାଏ ମୃତକଙ୍କର ପରିଚୟ ଜଣା ପଡ଼ିନାହିଁ । ତେବେ ତାଙ୍କ ବୟସ ପାଖାପାଖି ୩୦ ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି। ପୋଖରୀପୁଟ ମଧୁସୂଦନ ପାର୍କ ନିକଟରେ ଏକ ଗଛରେ ଝୁଲନ୍ତା ଶବ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ବେକରେ ଦଉଡ଼ି ଦେଇ ଝୁଲି ପଡ଼ିଛନ୍ତି। ଏଯାଏ ମୃତକଙ୍କର ପରିଚୟ ଜଣା ପଡ଼ିନାହିଁ । ତେବେ ତାଙ୍କ ବୟସ ପାଖାପାଖି ୩୦ ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରେ ଖଣ୍ଡଗିରି ଥାନା ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। death
ଅସାମାଜିକଙ୍କ କବ୍ଜାରେ ସଂସ୍କୃତିଭବନ ପରିସର: ଜମୁଛି ମଦ ଆସର, ସଂସ୍କୃତି ଭବନକୁ ଯିବାକୁ ଡରୁଛନ୍ତି କର୍ମଚାରୀ
ଭୁବନେଶ୍ବର: ସଂସ୍କୃତି ଭବନ ପରିସରରେ ଅପସଂସ୍କୃତି। ଅସାମାଜିକ ବ୍ୟକ୍ତି ମଦ, ଗଞ୍ଜେଇ, ବ୍ରାଉନ୍ସୁଗାର ଠାରୁ ଆରମ୍ଭ କରି ଯାବତୀୟ ନିଶାଦ୍ରବ୍ୟ ସେବନ କରୁଛନ୍ତି। ସଂସ୍କୃତି ବିଭାଗ ଫାଟକଠାରୁ ଭଞ୍ଜକଳାମଣ୍ଡପ ଓ ସଂସ୍କୃତି ଭବନ ଚାରିପାଖରେ ଖୋଲାଖୋଲି ଭାବରେ ଚାଲିଛି ନିଶା ସେବନ। ଦିନରୁ ରାତି ଯାଏ ଏମାନଙ୍କର ଉତ୍ପାତ ଅଭାବନୀୟ ସ୍ଥିତି ସୃଷ୍ଟି କରିଛି। ଅସାମିଜଙ୍କ ଦୌରାତ୍ମରେ ସଂସ୍କୃତି ବିଭାଗରେ କାମ କରୁଥିବା କର୍ମଚାରୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଏମିତିକି ଭଞ୍ଜକଳାମଣ୍ଡକୁ ବିଭିନ୍ନ କାର୍ଯ୍ୟକ୍ରମରେ ଆସୁଥିବା ଲୋକେ ମଧ୍ୟ ଅପ୍ରୀତିକର ପରିସ୍ଥିତିର ସାମନା କରୁଛନ୍ତି। ଏଥିପ୍ରତି ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଚୁପ୍ ଥିବା ବେଳେ ପୁଲିସ ମଧ୍ୟ ନିଦା ବିଷ୍ଣୁ ସାଜିଛି। ଭଞ୍ଜକଳାମଣ୍ଡପ ଓ ସଂସ୍କୃତି ଭବନ ମଝିରେ ଥିବା ସ୍ଥାନରେ ସକାଳୁ ରାତି ଯାଏ କିଛି ଅସାମିଜ ଲୋକ ଆଡ୍ଡା ଜମାଉଛନ୍ତି। ଯାହାଦ୍ବାରା ସଂସ୍କୃତି ଭବନରେ କାମ କରୁଥିବା ମହିଳା କର୍ମଚାରୀମାନେ ଯିବାଆସିବାକୁ ଭୟ କରୁଛନ୍ତି। ଆଶ୍ଚର୍ଯ୍ୟର କଥା ଅଫିସ ସମୟରେ ଗାଡ଼ି ଉପରେ ବୋତଲ ରଖି ଖୋଲାଖୋଲି ମଦ ପିଉଛନ୍ତି। ଗଞ୍ଜେଇ ଟାଣି ଲୋକଙ୍କ ମୁହଁକୁ ଧୂଆଁ ଛାଡ଼ୁଛନ୍ତି। ସନ୍ଧ୍ୟାବେଳେ ଏମାନଙ୍କ ଉତ୍ପାତ ଅଧିକ ବଢ଼ି ଯାଉଛି। ସଂସ୍କୃତି ଭବନ ପଛ ପାଖରେ ବ୍ରାଉନସୁଗାର ସେବନ ହେଉଛି। ଅଧିକ ନିଶା ହୋଇଗଲେ ଲୋକଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରୁଛନ୍ତି। ଏମିତିକି ସେହି ବାଟ ଦେଇ ଯାଉଥିବା ଲୋକେ ଯଦି ଖାଲି ଚାହିଁ ଦେଉଛନ୍ତି, ଚିହିଁଙ୍କି ଉଠୁଛନ୍ତି ଏହି ନିଶାଡ଼ିମାନେ। ପ୍ରାୟତଃ ଭଞ୍ଜକଳାମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି। ହେଲେ ଏଠାକୁ ଆସୁଥିବା ଅତିଥି, କଳାକାର ଓ ସଂଗଠକମାନେ ଏଥିପାଇଁ ବଡ଼ ସମସ୍ୟାରେ ପଡ଼ୁଛନ୍ତି। ମହିଳା କଳାକାରଙ୍କୁ କମେଣ୍ଟ ମରାଠାରୁ ଆରମ୍ଭ କରି ଖରାପ ଶବ୍ଦ ବ୍ୟବହାର କରୁଛନ୍ତି। ସଂସ୍କୃତି ଭବନ ନିକଟରେ ଥିବା ଏକ ଘରେ ନିୟମିତ ଭୋଜି ସାଙ୍ଗକୁ ନିଶା ଆସର ଜମୁଛି। ଏଭଳି ଘଟଣା ମାସ ମାସ ଧରି ଚାଲୁଥିବା ବେଳେ ବିଭାଗୀୟ ଅଧିକାରୀମାନେ ନିଶାଡ଼ିଙ୍କୁ ଭୟ କରୁଛନ୍ତି। କିଛି ଦିନ ତଳେ ବିଭାଗର ମହିଳା କର୍ମଚାରୀମାନେ ଏ ସମ୍ପର୍କରେ ସଚିବଙ୍କୁ ଜଣାଇଥିଲେ ମଧ୍ୟ କାର୍ଯ୍ୟନୁଷ୍ଠାନ ହୋଇ ନଥିବା ଜଣାପଡ଼ିଛି। ଅନ୍ୟପଟେ ବଡ଼ଗଡ଼ ପୁଲିସ ଏଠାରେ ପାଟ୍ରୋଲିଂ କରୁନଥିବା ଅଭିଯୋଗ ହୋଇଛି। ସାଧାରଣ ଲୋକଙ୍କ ନୟମିତ ଯା’ଆସ ପାଇଁ ସଂସ୍କୃତି ବିଭାଗ କାର୍ଯ୍ୟାଳୟକୁ ଲୋକସେବା ଭବନ ପରିସରରେ ନ ରଖି ଏଠାରେ ରଖାଯାଇଛି। ପ୍ରତିଦିନ ସଂସ୍କୃତି ଭବନକୁ ଶହ ଶହ କଳାକାର, ସାଂସ୍କୃତିକ ଅନୁଷ୍ଠାନ ଆସୁଛନ୍ତି। କିନ୍ତୁ ଏଠାରେ ଏଭଳି ଅପସଂସ୍କୃତି ଅନେକଙ୍କୁ ବ୍ୟଥିତ କରୁଛି।
ପାଣି ବିଲ୍: କାହାର ୧୮ ହଜାର, କାହାର ୧୦
ଭୁବନେଶ୍ୱର: ପର ଘରେ ମୂଲ ଲାଗିରେ ମାସିକ ୫ ହଜାର ଟଙ୍କା ବି ମିଳୁନି। ସ୍ବାମୀ ସ୍ତ୍ରୀ ମିଶି ଯେତିକି ରୋଜଗାର ହେଉଛି ସେଥିରେ କୁଟୁମ୍ବଙ୍କ ପେଟ ପୂରୁନି। ହେଲେ ପାଣି ବିଲ୍ ଆସିଛି ୧୮ହଜାର ୮୩ଟଙ୍କା। ପୂର୍ବରୁ ଗୋଟିଏ ଜାଗାରୁ ଦିନକୁ ଦୁଇ ଥର ସମସ୍ତେ ପାଣି ଆଣୁଥିଲୁ। ହେଲେ ୨୪ ଘଣ୍ଟିଆ ପାଣି ମିଳିବ କହି ଘରକୁ ପାଇପ୍ ସଂଯୋଗ କରି ମିଟର୍ ଲଗେଇ ଦେଲେ। ମିଟର୍ ଲାଗିବା ପରେ ଥରୁଟିଏ କେହି ରିଡିଂ ନେଇ ବିଲ୍ ଦେଇନାହାନ୍ତି। ହେଲେ ବିଲ୍୧୮ ହଜାର ଟଙ୍କାରେ ପହଞ୍ଚିଲାଣି। ସବୁ ସମ୍ପତ୍ତି ବିକିଦେଲେ ବି ୧୮ ହଜାର ହବନି। ପାଣି ବିଲ୍ ପାଇଁ ପଇସା କୋଉଠୁ ଆଣିବୁ? ୟୁନିଟ୍-୩ କେଶରୀନଗର ବସ୍ତିର କେବଳ ରୀନା ପ୍ରଧାନ ନୁହନ୍ତି, ବରଂ ଏଭଳି ସମସ୍ୟା ଏକାଧିକ ବସ୍ତିବାସିନ୍ଦାଙ୍କର ରହିଛି। କନକ ସିଂହ ମାଝୀଙ୍କର ୧୦ହଜାର ଟଙ୍କାରୁ ଊର୍ଦ୍ଧ୍ୱ ବିଲ୍ ଆସିଥିଲା ବେଳେ ସୁନ୍ଦରୀ ସେଠୀଙ୍କର ୨୩୦୯ ଟଙ୍କା ବିଲ୍ ଆସିଛି। ସେହିଭଳି ଅନ୍ୟମାନଙ୍କର ମଧ୍ୟ ହଜାର ହଜାର ଟଙ୍କାର ବିଲ୍ ଆସିଛି। ଯେଉଁମାନଙ୍କର ବିଲ୍ ଆସିନି ସେମାନେ ଏବେ ଆଶଙ୍କାରେ ଅଛନ୍ତି, କେବେ ଆସିଯିବ। ରାଜଧାନୀର ୩୬ ନମ୍ୱର ଵାର୍ଡରେ ଥିବା ଏହି ବସ୍ତିରେ ପାଖାପାଖି ୩୦୦ ପରିବାରର ଦେଢ଼ ହଜାର ଲୋକ ବସବାସ କରୁଛନ୍ତି। ବସ୍ତିର ଅଧିକାଂଶ ଲୋକ ଘରୋଇ ସହାୟିକା, ଶ୍ରମିକ ଅଥବା ଛୋଟ ମୋଟ ବ୍ୟବସାୟ କରନ୍ତି। ଏଭଳିସ୍ଥିତିରେ ବିଦ୍ୟୁତ୍ ବିଲ୍ ସହିତ ଏତେ ଟଙ୍କାର ପାଣି ବିଲ୍ ସେମାନଙ୍କୁ ବୋଝ ଉପରେ ନଳିତା ବିଡ଼ା ଭଳି ହୋଇଛି। ବସ୍ତିବାସିନ୍ଦାଙ୍କ କହିବା ଅନୁଯାୟୀ ଯଦି ଆମେ କିସ୍ତିରେ ବି ଟଙ୍କା ଦେଉ ତାହା ବି ଆମକୁ ବାଧିବ। ପୁଣି ସ୍ପଳ୍ପ ଆୟ ଯେହେତୁ କେତେ ବ୍ୟବହାର କଲେ କେତେ କ’ଣ ଆସିବ ଜାଣି ନାହୁଁ। ତେଣୁ ପାଣି ବିଲ୍ ବିଷୟରେ ସରକାର ବିଚାର କରିବାକୁ ସେମାନେ ଅନୁରୋଧ କରିଛନ୍ତି। କେବଳ ଏହି ବସ୍ତି ନୁହେଁ, ବରଂ ସହରସାରା ଏଭଳି ସମସ୍ୟା ରହିଛି। କେଉଁଠାରେ ବି ମିଟର ରିଡିଂ ହେଉନାହିଁ। ବରଂ ଅଫିସରମାନେ ଘରେ ବସି ମନଇଚ୍ଛା ବିଲ୍ ପ୍ରସ୍ତୁତ କରୁଥିବାରୁ ଏଭଳି ସମସ୍ୟା ହୋଇଥିବା ଅଭିଯୋଗ ହୋଇଛି। ଗତ ୨୦୧୯ ମସିହା ଡିସେମ୍ୱର ମାସରେ ସରକାର ଘରେ ଘରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲାଗି ବ୍ୟବସ୍ଥା କରାଇଥିଲେ। ପାଣିର ଉଚିତ ବିନିଯୋଗ ପାଇଁ ମିଟର ବସାଇଥିଲେ। ସେତେବେଳେ ଜଳସାଥୀମାନେ ଜଳକର ଆଦାୟ କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ଜଳର ଗୁଣାବତ୍ତା ପରୀକ୍ଷା କରିବା, ଜଳଯୋଗାଣ ସଂସ୍ଥା ଓ ଉପଭୋକ୍ତାମାନଙ୍କ ମଧ୍ୟରେ ଜଳସାଥୀମାନେ ସେତୁ ଭଳି କାମ କରିବେ ବୋଲି କୁହାଯାଇଥିଲା। ହେଲେ ଯୋଜନା ମୁତାବକ ଅଧିକାଂଶ ସ୍ଥାନରେ ଏହି ନିୟମ ଲାଗୁ ହେଲାନାହିଁ। ଫଳସ୍ୱରୂପ ରାଜଧାନୀର ଅଧିକାଂଶ ସ୍ଥାନରେ ମିଟର୍ ରିଡିଂ ନିଆଯାଉନାହିଁ। ଏନେଇ କର୍ପୋରେଟର ଅଲିଅଳି ମଲ୍ଲିକଙ୍କ କହିବା ଅନୁଯାୟୀ ବସ୍ତିର ଲୋକ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ବିଲ୍ ଛାଡ଼ କରାଯିବା ଉଚିତ। ଏଥିସହିତ ବସ୍ତିର ପାଣି ସମସ୍ୟା ବିଷୟରେ ସେ କନିଷ୍ଠ ଯନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ପାଣି ମିଟର ବ୍ୟବହାର ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ପାଇଁ ଵାଟ୍କୋ କର୍ତ୍ତୃପକ୍ଷ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।
ଓୟୁଏଟିରେ ୨୨ ବିଭାଗ ହେବ ପ୍ରଫେସର ଶୂନ୍ୟ: କୃଷି ବିଭାଗର ନିରବତା ନେଇ ପ୍ରଶ୍ନ
ଖଣ୍ଡଗିରି: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଅଧୀନ ମହାବିଦ୍ୟାଳୟର ୨୨ଟି ବିଭାଗ ପ୍ରଫେସର ଶୂନ୍ୟ ହେବାକୁ ଯାଉଛି। କୃଷି ମହାବିଦ୍ୟାଳୟର ସିଡ୍ ଟେକ୍ନୋଲୋଜି, ସମ୍ପ୍ରସାରଣ, ପରିସଂଖ୍ୟାନ, ନେମାଟୋଲୋଜି, ମନୋବିଜ୍ଞାନ, ବାୟୋ-ଟେକ୍ନୋଲୋଜି, ପାଥୋଲୋଜି, ପ୍ଲାଣ୍ଟ ବ୍ରିଡିଂ, ଫ୍ରୁଟ୍ ସାଇନ୍ସ ଆଣ୍ଡ୍ ମେଟ୍ରୋଲୋଜି ବିଭାଗ ପ୍ରଫେସରମାନେ ଅବସର ଗ୍ରହଣ କରିବେ। ସେହିପରି ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟର ସମ୍ପ୍ରସାରଣ, ମାଇକ୍ରୋ-ବାୟୋଲୋଜି, ଲାଇଭ୍ଷ୍ଟକ୍ ପ୍ରଡକ୍ଟ ଟେକ୍ନୋଲୋଜି, ଭେଟେରିନାରି ପବ୍ଲିକ ହେଲଥ୍, ପୋଲଟ୍ରି ସାଇନ୍ସ, ଆନିମଲ ରିପ୍ରଡକ୍ସନ୍ ଗାଇନୋକୋଲୋଜି, ସର୍ଜରି, ବାୟୋକେମିଷ୍ଟ୍ରି ଓ ନ୍ୟୁଟ୍ରିସନ, କୃଷି ଯାନ୍ତ୍ରିକ ମହାବିଦ୍ୟାଳୟର ଫାର୍ମ ମେସିନାରି ଆଣ୍ଡ ପାୱାର ଇଞ୍ଜିନିୟରିଂ ଏବଂ ଏଗ୍ରିକଲଚର ପ୍ରଡକ୍ସନ୍ ଆଣ୍ଡ ଫାର୍ମ ଇଞ୍ଜିନିୟରିଂ, ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଆକ୍ବାଟିକ୍ ଏନଭାର୍ନମେଣ୍ଟ ମ୍ୟାନେଜ୍ମେଣ୍ଟ ଏବଂ ଗୋଷ୍ଠୀ ବିଜ୍ଞାନ ମହାବିଦ୍ୟାଳୟର ଫାମିଲି ରିସୋର୍ସ ମ୍ୟାନେଜ୍ମେଣ୍ଟ ପରି ୨୨ଟି ବିଭାଗରେ ପ୍ରଫେସର ପଦବି ଖାଲି ହେବ। ଯାହାକି ବିଶ୍ବବିଦ୍ୟାଳୟ ପରିଚାଳନା ସହ ଶିକ୍ଷା, ଗବେଷଣା ଓ ଜାତୀୟ ମାନ୍ୟତା ଉପରେ ନକାରାତ୍ମକ ପ୍ରଭାବ ପକାଇବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ବର୍ତମାନ ବିଶ୍ୱବିଦ୍ୟାଳୟରେ ଚାଲୁଥିବା ମେରିଟ୍ ପ୍ରମୋସନ ଦ୍ୱାରା ଯେଉଁ କେତେଜଣ ପ୍ରଫେସର ପଦବିକୁ ଉନ୍ନୀତ ହେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏପ୍ରିଲରୁ ଅବସର ନେବେ। ଉଲ୍ଲେଖନୀୟ କଥା ହେଉଛି ଯେ ମେରିଟ୍ ପ୍ରମୋସନ ପ୍ରଫେସର ପଦବି ହେଉଛି ମୂଳ ପଦବିର ଏକ ଉନ୍ନୀତ ପାହ୍ୟା। ଏହା ପ୍ରାଧିକୃତ ପ୍ରଫେସର ପଦବି ସହ ସମାନ ନୁହେଁ। ଆଇସିଏଆର ମାନ୍ୟତା, ଭିସିଆଇ ଅନୁମୋଦନ ଓ ଏନ୍ଆଇଆରଏଫ୍ ରାଙ୍କିଙ୍ଗ୍ ଆଦି ଜାତୀୟ ମାନ୍ୟତା ପାଇଁ କେବଳ ସିଧାସଳଖ ନିଯୁକ୍ତି ପାଇଥିବା ପ୍ରଫେସର ବିବେଚିତ ହୁଅନ୍ତି। ମେରିଟ୍ ପ୍ରମୋସନ ପାଇଥିବା ପ୍ରଫେସରଙ୍କୁ ଗଣନା କରାଯାଏ ନାହିଁ। ଯଦି ୬୦ ବର୍ଷର ଅବସର ବୟସ ଜାରି ରୁହେ ତେବେ ଅନେକ ପ୍ରାଧିକୃତ ପ୍ରଫେସର ପଦବି ଖାଲି ପଡ଼ିବ। ଅବସର ବୟସ ବୃଦ୍ଧି ହେଲେ କେବଳ ଅଳ୍ପ କେତେଜଣ ବରିଷ୍ଠ ପ୍ରଫେସର ଚାକିରିରେ ରହି ପାରିବେ। ଏହା ପ୍ରବେଶ ସ୍ତରୀୟ ସହକାରୀ ପ୍ରଫେସର ପଦବି ପାଇଁ ନିଯୁକ୍ତି କିମ୍ବା ଚାକିରିରେ ଥିବା ଶିକ୍ଷକଙ୍କ ପଦୋନ୍ନତି ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ବରଂ ଜାତୀୟ ଅନ୍ତର୍ଜାତୀୟ ସ୍ତରରୁ ମେଧାବୀ ଓ ଯୋଗ୍ୟ ଶିକ୍ଷକଙ୍କୁ ଆକର୍ଷିତ କରିବ ବୋଲି ପ୍ରଫେସରମାନେ କହିଛନ୍ତି। ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ ଗତ ଅଗଷ୍ଟ ମାସଠାରୁ ବିଭିନ୍ନ ଦପ୍ତରରେ ଦାବିପତ୍ର ଦାଖଲ କରି ଆସୁଛି। ନଭେମ୍ବର ୧୩ରେ ବିଶ୍ବବିଦ୍ୟାଳୟ କୁଳସଚିବ ଏଥିପାଇଁ ଆବଶ୍ୟକ ହେଉଥିବା ବିସ୍ତୃତ ଏବଂ ଦୃଷ୍ଟିକୋଣ ମତାମତକୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କୃଷି ବିଭାଗକୁ ପଠାଇଥିଲେ। ଏ ସଂକ୍ରାନ୍ତରେ କରାଯାଇଥିବା ଅଭିଯୋଗକୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଡିସେମ୍ବର ୩୦ରେ କାର୍ଯ୍ୟାନୁଷ୍ଠାନ ପାଇଁ କୃଷି ବିଭାଗକୁ ମଧ୍ୟ ପଠାଯାଇଥିଲା। ଫେବ୍ରୁଆରି ୧୨ରେ ମୁଖ୍ୟ ଶାସନ ସଚିବ ବିଧିବଦ୍ଧ ପଦକ୍ଷେପ ନେବାକୁ କୃଷି ବିଭାଗକୁ ନିର୍ଦେଶ ଦେଇଥିଲେ। ମାତ୍ର ବିଶ୍ୱବିଦ୍ୟାଳୟର ଏଭଳି ସଙ୍କଟରେ କୃଷି ବିଭାଗର ନୀରବତା ଶିକ୍ଷକ, ଛାତ୍ରଛାତ୍ରୀ, କୃଷକ ଓ ବୁଦ୍ଧିଜୀବୀଙ୍କ ଚିନ୍ତାର କାରଣ ପାଲଟିଛି।
ଫ୍ଲାଟ୍ ହସ୍ତାନ୍ତରରେ ବିଳମ୍ବ: ବିପୁଲ୍ ଲିମିଟେଡ୍ ଫେରାଇବ ୧୭ କୋଟି
ଭୁବନେଶ୍ୱର: ଧାର୍ଯ୍ୟ ସମୟରେ ଘର ଯୋଗାଇ ନପାରିବାରୁ ଏକ ବିଲ୍ଡର ସଂସ୍ଥା ମୋଟା ଅଙ୍କର ତଣ୍ଡ ଗଣିବାକୁ ଯାଉଛି। ସୁପ୍ରିମକୋର୍ଟଙ୍କ ଆଦେଶ ବଳରେ ବିପୁଲ୍ ଲିମିଟେଡ୍ ନାମକ ବିଲ୍ଡର ସଂସ୍ଥା ୧୫ ଜଣ ଘରକ୍ରେତାଙ୍କୁ ପ୍ରାୟ ୧୭ କୋଟି ଟଙ୍କା ଫେରାଇବାକୁ ସତ୍ୟପାଠ ଦାଖଲ କରିଛି। ଉଭୟ ସ୍ଥାବର ସମ୍ପତ୍ତି ନିୟାମକ କର୍ତ୍ତୃପକ୍ଷ (ରେରା) ଓ ରେରା ଟ୍ରିବ୍ୟୁନାଲ୍ଙ୍କ ଆଦେଶକୁ କାଏମ୍ ରଖି ସୁପ୍ରିମକୋର୍ଟ ଏହି ଆଦେଶ ଦେଇଛନ୍ତି। ୨୦୧୦ ମସିହାରେ ଏମ୍ସ୍ ନିକଟରେ ବିପୁଲ୍ ଲିମିଟେଡ୍ର ଏକ ପ୍ରକଳ୍ପ ‘ବିପୁଲ୍ ଗ୍ରିନ୍’ ନାମରେ ଆରମ୍ଭ ହୋଇଥିଲା। ୨୦୧୫ ମସିହାରେ ଘର ହସ୍ତାନ୍ତର କରିବାକୁ ଚୁକ୍ତି କରାଯାଇଥିଲା। କିନ୍ତୁ ଧାର୍ଯ୍ୟ ସମୟରେ ପ୍ରକଳ୍ପ ହସ୍ତାନ୍ତର ନକରିବାରୁ କ୍ରେତା ବିମଳେନ୍ଦୁ ପ୍ରଧାନ ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ କର୍ତ୍ତୃପକ୍ଷ (ରେରା)ଙ୍କ ଦ୍ବାରସ୍ଥ ହୋଇଥିଲେ। ରେରା ମାମଲାର ବିଚାର କରି ଶ୍ରୀ ପ୍ରଧାନଙ୍କୁ ୭୮ ଲକ୍ଷ କ୍ଷତିପୂରଣ ସହ ଫ୍ଲାଟ୍ ଦେବାକୁ ଆଦେଶ ଦେଇଥିଲେ। କିନ୍ତୁ ଏହି ରାୟକୁ ଚାଲେଞ୍ଜ କରି ବିପୁଲ ଲିମିଟେଡ୍ ରେରା ଟ୍ରିବ୍ୟୁନାଲ୍ (ଓରିଏଟ୍)ରେ ଅପିଲ କରିଥିଲା। ଏଭଳି ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ସୁପ୍ରିମ୍କୋର୍ଟରେ ମଧ୍ୟ ରେରାଙ୍କ ଆଦେଶ କାଏମ୍ ରହିବାରୁ ବିପୁଲ୍ ଲିମିଟେଡ୍ ଶ୍ରୀ ପ୍ରଧାନଙ୍କୁ ଏହି କ୍ଷତିପୂରଣ ପ୍ରଦାନ କରିଥିଲା। ତେବେ କେବଳ ଜଣେ ମାତ୍ର କ୍ରେତା ଏଭଳି ସମସ୍ୟା ଭୋଗି ନଥିଲେ। ଏଭଳି ସମସ୍ୟା ଭୋଗିଥିବା ୧୫ ଜଣ କ୍ରେତା କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଶ୍ରୀ ପ୍ରଧାନଙ୍କ ମାମଲାରେ ବିପୁଲ୍ର ସମସ୍ତ ସମ୍ପତ୍ତି ଆଟାଚ୍ କରିବାକୁ ଜିଲ୍ଲାପାଳଙ୍କୁ ଆଦେଶ ହୋଇଥିବାରୁ ସଂସ୍ଥା ୧୫ ଜଣଙ୍କୁ ୧୩କୋଟି ୪୩ ଲକ୍ଷ ୬୯ ହଜାର ୪୪୭ ଟଙ୍କା ଦେବା ପାଇଁ କୋର୍ଟରେ ସତ୍ୟପାଠ କରିଥିଲା। ସୁଧ ସହ ଏହାର ପରିମାଣ ୧୭ କୋଟି ଛୁଇଁବ ବୋଲି ଆକଳନ କରାଯାଇଛି।
ସାହା ହୋଇଥା’ଲୋ ମାଆ: ସିଜୁପୁଟକୁ ସାହା ମା’ ବଘେଇ ଠାକୁରାଣୀ
ଖଣ୍ଡଗିରି: ତମାଣ୍ଡୋ ଗ୍ରାମ ପଞ୍ଚାୟତର ସିଜୁପୁଟ ଗ୍ରାମରେ ଗ୍ରାମଦେବତୀ ରୂପେ ମା’ ବଘେଇ ଠାକୁରାଣୀ ପୂଜା ପାଉଛନ୍ତି। ଠାକୁରାଣୀଙ୍କ ଆବିର୍ଭାବ ସମ୍ପର୍କରେ ସଠିକ ସୂଚନା ନାହିଁ। ମା’ କାହା ଦୁଃଖ ସହି ପାରନ୍ତିନି ବୋଲି ଲୋକଙ୍କ ବିଶ୍ବାସ ରହିଛି। ଗ୍ରାମବାସୀଙ୍କ କହିବା କଥା ହେଉଛି ଯେ ୧୯୩୬ ମସିହାରେ ଠାକୁରାଣୀ ସାହାଡ଼ା ଗଛ ମୂଳରେ ରହୁଥିଲେ। ବେଢ଼ା ଚାରିକଡ଼େ ବହୁ ଗଛ ମାଡ଼ି ଥିଲା। ଗଛ ଗୁଡ଼ିକର ପତ୍ର ଲମ୍ବା ହୋଇଥିବାରୁ ମା’ ଆକର୍ଷଣୀୟ ଦେଖା ଯାଉଥିଲେ। ଠାକୁରାଣୀଙ୍କ ପଥର ମୂର୍ତ୍ତି ସହିତ ମାଟି ଘୋଡ଼ା ଥିଲା। ମା’ଙ୍କ ମୂର୍ତ୍ତି ପୂଜା କରାଯାଉଥିବା ବେଳେ ମନ୍ଦିର ନଥିଲା। ସମୟ କ୍ରମେ ଗ୍ରାମ ଆଡ଼କୁ ସହର ବଢ଼ିଲା। ୧୯୯୩ ମସିହାରେ ଗ୍ରାମବାସୀ ପ୍ରଥମେ ମା’ଙ୍କ ପାଇଁ ଛୋଟିଆ ମନ୍ଦିରଟିଏ ପ୍ରତିଷ୍ଠା କରିଥିଲେ। ବାତ୍ୟାରେ ମନ୍ଦିର ନଷ୍ଟ ହେଇଯିବାରୁ ୨୦୦୦ ମସିହାରେ ମନ୍ଦିର ପ୍ରତିଷ୍ଠା ହେଲା। ପରେ ୨ ବର୍ଷ ତଳେ ଠାକୁରାଣୀଙ୍କ ପାଇଁ ବଉଳମାଳ ପଥରରେ ମନ୍ଦିର ତିଆରି ହୋଇଛି। ଏବେ ଗାଁର ମୂଳ ବାସିନ୍ଦାଙ୍କ ସହ ପାଖରେ ଗଢ଼ିଉଠିଥିବା କଳିଙ୍ଗବିହାର, କଳିଙ୍ଗନଗର, ବିଭିନ୍ନ ଆପାର୍ଟମେଣ୍ଟ ଓ କଲୋନି ଲୋକେ ମଧ୍ୟ ମା’ଙ୍କୁ ଗ୍ରାମଦେବତୀ ରୂପେ ପୂଜା କରୁଛନ୍ତି। ରଙ୍ଗମାଟିଆ, ବେହେରାସାହି, ତନ୍ତୀସାହି, ମହାରଣାସାହି, କନ୍ଦିସାହି, ତଳସାହିର ବାସିନ୍ଦାମାନେ ମା’ଙ୍କୁ ପୂଜା କରୁଛନ୍ତି। କୌଣସି ମାଙ୍ଗଳିକ କାର୍ଯ୍ୟ ହେଲେ ପ୍ରଥମ ନିମନ୍ତ୍ରଣ ମା’ଙ୍କୁ ଦିଆଯାଏ। ଗାଁକୁ ମା’ ସବୁ ବିପଦ ଆପଦରୁ ରକ୍ଷା କରି ଆସୁଛନ୍ତି ବୋଲି ଲୋକେ ବିଶ୍ବାସ କରନ୍ତି। ପର୍ବ ପର୍ବାଣୀରେ ଏଠାରେ ବିଶେଷ ପୂଜା ଅନୁଷ୍ଠିତ ହୋଇଥାଏ। ଠାକୁରାଣୀଙ୍କ ପାଖରେ ନଡ଼ିଆ, କଦଳୀ, ଉଖୁଡ଼ା ଆଦି ଭୋଗ ହୁଏ। ବିଶେଷ ଦିନଗୁଡ଼ିକରେ ଯଥା ଶୁକ୍ଳପକ୍ଷ ଅଷ୍ଟମୀ, ସଂକ୍ରାନ୍ତି, ଦଶହରାରେ ୧୬ ପୂଜା ହେବା ସହିତ ଅନ୍ନ ଭୋଗ ହୁଏ। ୨୦ ବର୍ଷ ତଳେ ମା’ଙ୍କ ପାଖରେ ଆମିଷ ଭୋଗ ହେଉଥିଲା। ହେଲେ ଏବେ ଏହାକୁ ବନ୍ଦ କରାଯାଇଛି। ଭକ୍ତମାନେ ଚୂଡ଼ା ଘଷା ଓ ଖେଚୁଡ଼ି ଭୋଗ କରନ୍ତି। ଠାକୁରାଣୀଙ୍କ ପାଖରେ ମାନସିକ କଲେ ତାହା ପୂରଣ ହୋଇଥାଏ। ଏଠାରେ ଝାମୁଯାତ୍ରା, ପଣାସଂକ୍ରାନ୍ତି ଖୁବ୍ ଧୁମ୍ଧାମରେ ପାଳନ ହୁଏ। ଏହି ଅବସରରେ ଗ୍ରାମର ଜଣେ ବ୍ୟକ୍ତିଙ୍କୁ କାଳିସି ଲାଗନ୍ତି। ସେ ଭକ୍ତଙ୍କୁ ହୁକୁମ ମଧ୍ୟ ଦିଅନ୍ତି। ପୂର୍ବରୁ ମା’ଙ୍କ ମନ୍ଦିର ପାଖକୁ ରାତିରେ କେହି ଯିବାକୁ ସାହସ କରୁ ନଥିଲେ। ଏବେ ଜଗନ୍ନାଥ ଦାସ ମା’ଙ୍କ ପୂଜା କରୁଛନ୍ତି। ସୂଚନା ଦେଇଛନ୍ତି: ଅଭିମନ୍ୟୁ ହରିଚନ୍ଦନ, ରୁଦ୍ର ପ୍ରସାଦ ହରିଚନ୍ଦନ, ବିଷ୍ଣୁ ପ୍ରସାଦ ଜେନା, ଅମୂଲ୍ୟ ସାହୁ, ଭୀମସେନ ବେହେରା ଓ ଦେବରାଜ ପାତ୍ର।
ଇପିଏଫ୍ଓରୁ ୫ ଲକ୍ଷ ଉଠାଇ ହେବ: ସ୍ବୟଂକ୍ରିୟ ଉଠାଣ ସୀମା ୫ ଗୁଣା ବୃଦ୍ଧି
ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ପକ୍ଷରୁ ଏହାର ସଦସ୍ୟମାନଙ୍କ ଲାଗି ଉଠାଣ ସୀମାରେ ୫ ଗୁଣା ବୃଦ୍ଧି କରାଯାଇଛି। ସ୍ବୟଂକ୍ରିୟ ଉଠାଣ ସୀମାକୁ ବର୍ତ୍ତମାନର ୧ ଲକ୍ଷ ଟଙ୍କାରୁ ବଢ଼ାଇ ୫ ଲକ୍ଷ ଟଙ୍କା କରାଯାଇଛି। ଏହି ପ୍ରସ୍ତାବକୁ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ସଚିବ ସୁମିତା ଦୱାରା ଅନୁମୋଦନ ଦେଇଥିବା ସୂଚନା ମିଳିଛି।ଗତ ସପ୍ତାହରେ ଶ୍ରୀନଗରରେ ଅନୁଷ୍ଠିତ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ଏହି ପ୍ରସ୍ତାବ ଉପରେ ଆଲୋଚନା ହେବା ସହ ତାହା ମଞ୍ଜୁର ହୋଇଥିଲା। ଇପିଏଫ୍ଓର ସ୍ବୟଂକ୍ରିୟ ଉନ୍ନତ ଦାବି ସମାଧାନ ବ୍ୟବସ୍ଥା ଅଧୀନରେ ଉଠାଣ ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ଦ୍ବାରା ଅନୁଷ୍ଠାନର ୭.୫ କୋଟିରୁ ଅଧିକ ସଦସ୍ୟ ଉପକୃତ ହେବେ। ଜରୁରୀକାଳୀନ ମେଡିକାଲ୍ ଖର୍ଚ୍ଚ ବହନ କରିବା ଲାଗି ୨୦୨୦ ଏପ୍ରିଲ୍ରେ ସ୍ବୟଂକ୍ରିୟ ଉଠାଣ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏହାପରେ ବିଭିନ୍ନ ପର୍ଯ୍ୟାୟରେ ସେଥିରେ ଶିକ୍ଷା, ବିବାହ ଓ ଘର ତିଆରି ଖର୍ଚ୍ଚକୁ ଯୋଡ଼ାଯାଇଥିଲା। ୨୦୨୪ ମେ’ରେ ଇପିଏଫ୍ଓ ପକ୍ଷରୁ ଉଠାଣ ସୀମାକୁ ୫୦ ହଜାର ଟଙ୍କାରୁ ବଢ଼ାଇ ୧ ଲକ୍ଷ ଟଙ୍କା କରାଯାଇଥିଲା। ଏବେ ସେହି ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସଦସ୍ୟମାନେ ସ୍ବୟଂକ୍ରିୟ ଉଠାଣ ବ୍ୟବସ୍ଥା ବ୍ୟବହାର କରି ତିନି ଦିନ ଭିତରେ ଟଙ୍କା ପାଇପାରିବେ। ଏହା ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ବାରା ପରିଚାଳିତ ହେଉଥିବା ଏକ ଦାବି ସମାଧାନ ବ୍ୟବସ୍ଥା, ଯେଉଁଥିରେ ମାନବ ହସ୍ତକ୍ଷେପ ରହୁନାହିଁ। ସ୍ବୟଂକ୍ରିୟ ଉଠାଣ ସୀମା ୫ ଗୁଣା ବୃଦ୍ଧି ଜୁନ୍ ସୁଦ୍ଧା ୟୁପିଆଇ ସେବା ଚଳିତ ଆର୍ଥିକ ବର୍ଷରେ ମାର୍ଚ୍ଚ ୬ ସୁଦ୍ଧା ୨.୧୬ କୋଟି ସ୍ବୟଂକ୍ରିୟ ଦାବି ସମାଧାନ କରି ଇପିଏଫ୍ଓ ରେକର୍ଡ କରିଛି। ୨୦୨୩-୨୪ ଆର୍ଥିକ ବର୍ଷ ସାରାରେ ସ୍ବୟଂକ୍ରିୟ ଦାବି ସଂଖ୍ୟା ୮୯.୫୨ ଲକ୍ଷ ଥିଲା। ଦାବି ପ୍ରତ୍ୟାଖ୍ୟାନ ହାର ମଧ୍ୟ ଇତି ମଧ୍ୟରେ ୫୦ ପ୍ରତିଶତରୁ ହ୍ରାସ ପାଇ ୩୦ ପ୍ରତିଶତ ହୋଇଛି। ଦାବି ସମାଧାନ ପ୍ରକ୍ରିୟାର ସରଳୀକରଣ କରିବା ଲାଗି ପିଏଫ୍ ଉଠାଣ ପାଇଁ ଆବଶ୍ୟକ ହେଉଥିବା ପ୍ରମାଣନ ସଂଖ୍ୟାକୁ ୨୭ରୁ ହ୍ରାସ କରି ୧୮ କରାଯାଇଛି ଏବଂ ଆଗାମୀ ଦିନରେ ତାହା ୬କୁ ହ୍ରାସ ପାଇବ। ଖୁବ୍ଶୀଘ୍ର ଇପିଏଫ୍ଓ ଏହାର ବ୍ୟବସ୍ଥା ସହ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ (ୟୁପିଆଇ)ର ସମନ୍ବୟ କରିବ। ଫଳରେ ସଦସ୍ୟମାନେ ଫୋନ୍ପେ, ଗୁଗୁଲ୍ପେ ଓ ପେଟିଏମ୍ ଭଳି ୟୁପିଆଇ ଆପ୍ ଜରିଆରେ ସେମାନଙ୍କ ପିଏଫ୍ ପାଣ୍ଠି ପାଇପାରିବେ। ଏହି ପ୍ରସ୍ତାବକୁ ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ମଞ୍ଜୁର କରିଛନ୍ତି। ଚଳିତ ବର୍ଷ ମେ’ କିମ୍ବା ଜୁନ୍ ସୁଦ୍ଧା ତାହା ସଦସ୍ୟମାନଙ୍କ ଲାଗି ଉପଲବ୍ଧ ହେବ। ୟୁପିଆଇ ସେବା ଆସିବା ପରେ ଦାବି ସମାଧାନ ଲାଗି ବର୍ତ୍ତମାନ ଲାଗୁ ଥିବା ୨-୩ ଦିନର ସମୟ କିଛି ମିନିଟ୍କୁ ହ୍ରାସ ପାଇବ।
ସୁନା ୮୪ ହଜାର ଟପିଲା: ୬ ଦିନରେ ୩୦୫୫ ଟଙ୍କା ମହଙ୍ଗା
ଭୁବନେଶ୍ବର: ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ପ୍ରଥମ ଥର ପାଇଁ ୩୧୦୦ ଡଲାରରୁ ଅଧିକ ହୋଇଛି। ତାହାର ପ୍ରଭାବରେ ସାରା ଭାରତରେ ସୁନା ମହଙ୍ଗା ହୋଇଛି। ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୮୪,୨୫୦ ଟଙ୍କା ହୋଇଛି। ଏଥିରେ ସୋମବାର ୬୫୦ ଟଙ୍କାର ବୃଦ୍ଧି ଘଟିଛି। ସେହିପରି, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୭୧୦ ଟଙ୍କା ବୃଦ୍ଧି ପାଇ ୯୧,୯୧୦ ଟଙ୍କାରେ ପହଞ୍ଚିଛି। ସୁନା ଦାମ୍ରେ ହୋଇଥିବା ବୃଦ୍ଧି ବିବାହ ଲାଗି ଗହଣା କିଣିବାକୁ ଚାହୁଥିବା ଗ୍ରାହକମାନଙ୍କ ଚିନ୍ତା ବଢ଼ାଇ ଦେଇଛି। କିନ୍ତୁ ନିବେଶ ଉଦ୍ଦେଶ୍ୟରେ କଏନ୍ ଓ ବାର୍ କିଣୁଥିବା ଗ୍ରାହକମାନେ ଅଧିକ ରିଟର୍ଣ୍ଣ ପାଇବା ଲାଗି ଆଶାବାଦୀ ହୋଇପଡ଼ିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ୍ ୨ରୁ ଭାରତ ସମେତ ସାରା ବିଶ୍ବ ଉପରେ ଶୁଳ୍କ ଲଗାଇବେ ବୋଲି ଘୋଷଣା କରିଛନ୍ତି। ସେହି ସମୟ ଯେତିକି ପାଖେଇ ଆସୁଛି, ସୁନା ଦାମ୍ ସେତିକି ବଢ଼ୁଛି। ରୁଷ୍ ତେଲ ଉପରେ ୨୦-୫୦ ପ୍ରତିଶତ ଶୁଳ୍କ ଲଗାଇବାକୁ ମଧ୍ୟ ଟ୍ରମ୍ପ ଘୋଷଣା କରିଛନ୍ତି। ଆଣବିକ ଚୁକ୍ତି ନ କଲେ ଇରାନ ଉପରେ ବୋମା ମାଡ଼ କରିବେ ବୋଲି ସେ କହିଛନ୍ତି। ତାଙ୍କର ସେହି ସବୁ ମନ୍ତବ୍ୟ ବିଶ୍ବ ଅର୍ଥନୀତିରେ ଏକ ଅନିଶ୍ଚିତତାର ସ୍ଥିତି ସୃଷ୍ଟି କରିଛି। ସେଥିପାଇଁ ସୁନାର ଆଉନ୍ସ ପିଛା ଦାମ୍ ୩,୧୧୧ ଡଲାରକୁ ବୃଦ୍ଧି ପାଇଛି। ଭୁବନେଶ୍ବରରେ ଚଳିତ ମାସ ୨୬ଠାରୁ ଲଗାତାର ଭାବେ ସୁନା ଦାମ୍ ବଢ଼ୁଛି। ଗତ ୬ ଦିନ ଭିତରେ ୨୨ କ୍ୟାରେଟ୍ ସୁନା ୩୦୫୫ ଟଙ୍କା ଓ ୨୪ କ୍ୟାରେଟ୍ ସୁନା ୨୫୧୦ ଟଙ୍କା ମହଙ୍ଗା ହୋଇଛି। ଏହି ସମୟରେ ରୁପା ଦାମ୍ ମଧ୍ୟ ବଢ଼ିଛି। ଏକ କିଲୋ ରୁପାର ଦାମ୍ ଏବେ ୧,୧୩,୦୦୦ ଟଙ୍କା ରହିଛି। କିଛି ଦିନ ପୂର୍ବେ ତାହା ୧,୧୪,୦୦୦ ଟଙ୍କା ଥିଲା। ସେଥିରେ ୧୦୦୦ ଟଙ୍କାର ସୁଧାର ଘଟିଛି। ଅନିଶ୍ଚିତତାର ସ୍ଥିତିରେ ବଡ଼ ବଡ଼ ନିବେଶ ସଂସ୍ଥା ଓ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁନା କିଣା ବଢ଼ାଇ ଦେଇଥିବାରୁ, ଏହି ମୂଲ୍ୟବାନ ଧାତୁର ଦାମ୍ ବଢ଼ୁଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଭାରତରେ ସୁନା ଦାମ୍ ୩୮ ପ୍ରତିଶତ ଓ ରୁପା ୩୬ ପ୍ରତିଶତ ବଢ଼ିଛି।
ଓଡ଼ିଶାକୁ ବିଶ୍ବ ଶକ୍ତି କେନ୍ଦ୍ରରେ ପରିଣତ କରୁଛି ବେଦାନ୍ତ
ଭୁବନେଶ୍ବର: ଓଡ଼ିଶାକୁ ବିଶ୍ବର ଏକ ପ୍ରମୁଖ ଶକ୍ତି କେନ୍ଦ୍ରରେ ପରିଣତ କରିବାରେ ବେଦାନ୍ତ ଆଲୁମିନିୟମ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି। ଏ ସମ୍ପର୍କରେ ବେଦାନ୍ତ ଆଲିମିନିୟମ୍ର ମୁଖ୍ୟ ପରିଚାଳନା ଅଧିକାରୀ ସୁନୀଲ ଗୁପ୍ତା କହିଛନ୍ତି ଯେ ଓଡ଼ିଶାରେ ଆମ ଯାତ୍ରା ପରିବର୍ତ୍ତନଶୀଳଠାରୁ କିଛି କମ୍ ନୁହେଁ। ଆମର ବିଭିନ୍ନ ପଦକ୍ଷେପ ଜରିଆରେ ଓଡ଼ିଶାର ଉଜ୍ଜ୍ବଳ ଭବିଷ୍ୟତକୁ ରୂପ ଦେବା ପାଇଁ ଆମେ ଗଭୀର ଭାବେ ପ୍ରତିବଦ୍ଧ ରହିଛୁ। ଏକ ଲକ୍ଷ କୋଟି ଟଙ୍କାର ନୂଆ ନିବେଶ ଭାରତର ଶିଳ୍ପ ବିପ୍ଳବର ନେତୃତ୍ବ ନେବାରେ ରାଜ୍ୟର ସାମର୍ଥ ଉପରେ ଆମ ସ୍ଥାୟୀ ବିଶ୍ବାସର ପ୍ରମାଣ ବୋଲି ସେ କହିଛନ୍ତି। ଝାରସୁଗୁଡ଼ାରେ ବେଦାନ୍ତର ୧୮ ଲକ୍ଷ ଟନ୍ ସ୍ମେଲଟର ଓ କଳାହାଣ୍ଡିର ଲାଞ୍ଜିଗଡ଼ରେ ଏକ ୩.୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା ବିଶୋଧନାଗାର ରହିଛି। ବିଭିନ୍ନ ଜିଲ୍ଲାରେ କମ୍ପାନିର ଖଣି କାର୍ଯ୍ୟ ୧୦,୦୦୦ ନିଯୁକ୍ତି ସୃଷ୍ଟିର କ୍ଷମତା ରଖିଛି। ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରତି ମିଳିତ ଭାବେ ଏହାର ଅବଦାନ ୪ ପ୍ରତିଶତ ରହିଛି। ଚଳିତ ବର୍ଷ ଅନୁଷ୍ଠିତ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ରେ ବେଦାନ୍ତର ମୁଖ୍ୟ ଅନୀଲ ଅଗ୍ରୱାଲଙ୍କ ଉପସ୍ଥିତିରେ ଝାରସୁଗୁଡ଼ାରେ ୩ ନିୟୁତ ଟନ୍ର ଆଲୁମିନିୟମ କାରଖାନା ଓ ଏକ ଆଲୁମିନିୟମ ପାର୍କ ସ୍ଥାପନ ନେଇ ରାଜିନାମା ହୋଇଥିଲା। ଏହା ବ୍ୟତୀତ କମ୍ପାନି ଓଡ଼ିଶାରେ ଜୀବିକା, ଶିକ୍ଷା, ସ୍ବାସ୍ଥ୍ୟସେବା, ଭିତ୍ତିଭୂମି, ତୃଣମୂଳ କ୍ରୀଡ଼ା ଓ ସାଂସ୍କୃତିକ ବିକାଶ ପ୍ରତି ମଧ୍ୟ ଗୁରୁତ୍ବପୂର୍ଣ୍ଣ ଯୋଦାନ ଦେଉଛି।
ପ୍ରଯୁକ୍ତିବିଦ୍ୟାରେ ପଛୁଆ ଓଡ଼ିଆ ଭାଷା: ସାମାଜିକ ଗଣମାଧ୍ୟମରେ ବିକୃତ ଓଡ଼ିଆ, ଇଚ୍ଛା ଥିଲେ ବି ବ୍ୟବହାର ହେଉନି
ଭୁବନେଶ୍ବର: ହଜାରେ ବର୍ଷର ପୁରୁଣା ଓଡ଼ିଆ ଭାଷା। ଭାଷାକୁ ନେଇ ପ୍ରଥମ ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା ପାଇଛି ଓଡ଼ିଶା। କେବଳ ଓଡ଼ିଶାରେ ସାଢ଼େ ୪ କୋଟି ଲୋକ ବାସ କରୁଛନ୍ତି। ହେଲେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପଛରେ ପଡ଼ିଛି ଓଡ଼ିଆ ଭାଷା। କମ୍ପ୍ୟୁଟର ଓ ମୋବାଇଲ୍ରେ ଓଡ଼ିଆ ଟାଇପ୍ ହେଉଛି ସତ କିନ୍ତୁ ଅନ୍ୟ ଭାଷା ଭଳି ସଠିକ୍ ହୋଇପାରୁନାହିଁ। ଅନ୍ୟଭାଷା ବୁଝି ଗୁଗଲ୍ ଉପଯୁକ୍ତ ଉତ୍ତର ଦେଉଥିବା ବେଳେ ଓଡ଼ିଆ ଭାଷାକୁ ବୁଝିପାରୁ ନାହିଁ। ଅନ୍ୟ ଭାଷାଭାଷୀ ଗୁଗଲ୍ରେ ଯେଉଁଭଳି ନିଜ ଭାଷାକୁ ବ୍ୟବହାର କରୁଛନ୍ତି, ଓଡ଼ିଶା କ୍ଷେତ୍ରରେ ତାହା ହୋଇପାରୁନାହିଁ। ସେଥିପାଇଁ ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ ଇଂରାଜୀ ଓ ହିନ୍ଦୀ ବ୍ୟବହାର ବଢ଼ିବଢ଼ି ଚାଲିଛି। ସୂଚନାନୁସାରେ ଓଡ଼ିଶାରେ ୮ ଲକ୍ଷ ‘ଏକ୍ସ’, ୨ କୋଟି ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍ ୨.୫କୋଟି ଓ ହ୍ବାଟସ୍ଆପ୍ ବ୍ୟବହାରକାରୀ ୩କୋଟିରୁ ବେଶି ଅଛନ୍ତି। ଏହି ସବୁ ବ୍ୟବହାରକାରୀଙ୍କ ମଧ୍ୟରୁ ମାତ୍ର ୧୦% ସୋସିଆଲ୍ ମିଡିଆରେ ଓଡ଼ିଆରେ ଲେଖାଲେଖି କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଭାଷାର ବ୍ୟବହାର ଧୀରେ ଧୀରେ ବଢ଼ୁଥିଲେ ବି ଉତ୍ସାହଜନକ ହେଉନାହିଁ। ଯାହା ଫଳରେ ଗୁଗଲ୍ କିମ୍ବା ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦିଆଯାଉନାହିଁ। କିଛି ଦିନ ତଳେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରିବା ପାଇଁ ଆହ୍ବାନ ଦେଇଥିଲେ। ସାମାଜିକ ଗଣମାଧ୍ୟମରେ ଭାଷାର ବ୍ୟବହାର ବଢ଼ିଲେ କ୍ଲାଉଡ୍ରେ ଓଡ଼ିଆ ଶବ୍ଦ ସଂଖ୍ୟା ବଢ଼ିବ ଏବଂ ଓଡ଼ିଆ ଭାଷା ଅନ୍ୟ ଭାଷା ଭଳି ପ୍ରାଧାନ୍ୟ ପାଇବ ବୋଲି କହିଥିଲେ। ଏ ସମ୍ପର୍କରେ ସୋସିଆଲ ମିଡିଆ ଏକ୍ସପର୍ଟ ସୂର୍ଯ୍ୟନନ୍ଦନ କହିଛନ୍ତି, ଓଡ଼ିଆ ଭାଷା ରୋଜଗାର ଦେଉ ନାହିଁ ବୋଲି ଭାଷା ପ୍ରାଧାନ୍ୟ ପାଉନି। ହିନ୍ଦୀ ଓ ଇଂରାଜୀରେ ଗୋଟେ ୱେବ୍ସାଇଟ୍ କଲେ ଗୁଗଲ୍ରୁ ବିଜ୍ଞାପନ ଆସୁଛି। କିନ୍ତୁ ଓଡ଼ିଆ ୱେବ୍ସାଇଟ୍କୁ ବିଜ୍ଞାପନ ମିଳୁନି। ନୂଆ ନୂଆ କଣ୍ଟେଣ୍ଟ୍ ବି ଓଡ଼ିଆରେ ପକାଯାଇ ପାରୁନାହିଁ। ପଇସା ନମିଳିଲେ କିଏ କାହିଁକି ଓଡ଼ିଆରେ ଲେଖିବ? ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଭାଷା ଟାଇପ୍ କରିବା ସହଜ ହେଉନାହିଁ। ଯାହା ଫଳରେ ବ୍ୟବହାରକାରୀ ଅନ୍ୟ ଭାଷା ବ୍ୟବହାର କରୁଛନ୍ତି। ପରିବହନ ବ୍ୟବସ୍ଥାରେ ଓଡ଼ିଆ କାହିଁ? ଟିକେଟ୍ ବୁକିଂ କରିବାକୁ କ୍ରୁଟ୍ ପ୍ରସ୍ତୁତ କରିଥିବା ‘ଚଲୋ ଆପ୍’ରେ ହିନ୍ଦୀ, ଇଂରାଜୀ, ମରାଠୀ, ତେଲୁଗୁ ଭଳି ଭାଷା ଅଛି। ହେଲେ ଓଡ଼ିଆ ଭାଷା ନାହିଁ। ଓଡ଼ିଆ ଛଡ଼ା ଯଦି ଏହିସବୁ ଭାଷା ଜାଣିନି ତେବେ ତାକୁ ‘ଆମ ବସ୍’ମନା। ‘ମୋ ବସ୍’ ଶବ୍ଦରେ ଅହଙ୍କାର ଥିବା କହି ବର୍ତ୍ତମାନର ସରକାର ଏହାକୁ ‘ଆମ ବସ୍’ କରିଛନ୍ତି। ହେଲେ ଏଥିରେ କିଭଳି ଓଡ଼ିଆ ଅସ୍ମିତା ଯୋଡ଼ି ହୋଇ ରହିବ ତାହାର ବ୍ୟବସ୍ଥା କରିନାହାନ୍ତି। ନକଟ ଅତୀତରେ ‘ଓଡ଼ିଶା ଯାତ୍ରୀ’ ଆପ୍ ଆରମ୍ଭ ହୋଇଛି। ଏଥିରେ କେବଳ ନାଁକୁ ଛାଡ଼ି ଦେଲେ ପଞ୍ଜୀକରଣ, ଗାଡ଼ି ବୁକିଂ ପ୍ରଭୃତି ସବୁ କାମ ଇଂରାଜୀରେ କରିବାକୁ ହେଉଛି। ଡିଜିଟାଲ ସେବାର ଉତ୍କୃଷ୍ଟତା ପାଇଁ ପରିବହନ ସେବା ଜାତୀୟ ପୁରସ୍କାର ପାଇଛି। ହେଲେ ମାତୃଭାଷା ଠାରୁ ଏହି ବ୍ୟବସ୍ଥା ବହୁ ଦୂରରେ ରହିଛି। ଉତ୍କଳ ସମ୍ମିଳନୀର ସାଧାରଣ ସମ୍ପାଦକ ଦିଲ୍ଲୀ ଦାଶଶର୍ମାଙ୍କ କହିବା ଅନୁଯାୟୀ ଆମର ଦୁର୍ଭାଗ୍ୟ ଯେ ଭାଷାଭିତ୍ତିକ ରାଜ୍ୟ ଗଠନ ହେଲା। ଓଡ଼ିଆ ଅସ୍ମିତାକୁ ନେଇ ସରକାର ବଦଳିଗଲା। ହେଲେ ସରକାରୀ ଚିଠି ସବୁ ଇଂରାଜୀରେ ଆସୁଛି। ସରକାରୀ କାର୍ଯ୍ୟାଳୟ, ବିଚ୍ଛିନ୍ନାଞ୍ଚଳ, ବିଦ୍ୟାଳୟଗୁଡ଼ିକରେ ଭାଷାକୁ ସମୃଦ୍ଧ କରିବାର ଆବଶ୍ୟକତା ରହିଛି।
ଶେଷ ପର୍ଯ୍ୟାୟରେ ରଥ କାମ: ରଥ ପ୍ରଚ୍ଛଦପଟର ଅନ୍ୟତମ ଶିଳ୍ପୀ ଶିବ ନାରାୟଣ
ପୁରୁଣା ଭୁବନେଶ୍ୱର: ରଥଖଳାରେ ରଥ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରଥରେ ୧୬ କୋଣ ସିଂହ ଲଗାଯାଇଛି। ତିନି ଭୂଇଁ କାମ ଶେଷ ହୋଇ ଧାଡ଼ି ଗୋଜ, ପଟା ଗୋଜ, ଘୋରଡ଼ା ଲଗାଯାଇଥିବା ବେଳେ ଆଜି, ଦୁଆର ଆଡ଼ା କାମ ଆରମ୍ଭ ହୋଇଛି। ଘୋରଡ଼ା ବନ୍ଧା କାମ ଶେଷ ହୋଇ ଯୋକା କାମ ଓ ଚାରି ଦ୍ବାର କାମ ଆରମ୍ଭ କରାଯାଇଛି। ଆସନ୍ତା ବୁଧବାର ଅଁଳା, ବେକି ଓ କଳସ କାମ ଆରମ୍ଭ କରାଯିବ ବୋଲି ମହାରଣା ସେବାୟତ ବଟକୃଷ୍ଣ ଓ ସୋମନାଥ କହିଛନ୍ତି। ପୁରୁଣା ଭୁବନେଶ୍ୱର: ରୁକୁଣା ରଥଯାତ୍ରାର ଅନ୍ୟତମ ପ୍ରଚ୍ଛଦପଟ ଶିଳ୍ପୀ ହେଲେ ଶିବ ନାରାୟଣ ମହାରଣା। ବୟସ ପ୍ରାୟ ୬୬ ହେଲାଣି। ହେଲେ ପ୍ରଭୁଙ୍କ ସେବା ଆଗରେ ହାର ମାନିଛି ବୟସ। ରୁକୁଣା ରଥଯାତ୍ରାର ୧୦ଦିନ ପୂର୍ବରୁ ଶିବ ଚିତ୍ର ଆଙ୍କିବାରେ ଲଗି ପଡ଼ନ୍ତି। ଏଥିପାଇଁ ମନ୍ଦିର ପ୍ରଶାସନ ଯାହା ପାଉଣା ଦିଅନ୍ତି ତାକୁ ଆନନ୍ଦ ସହ ଗ୍ରହଣ କରି ଠାକୁରଙ୍କ ସେବା କରନ୍ତି। ରଥ ଗଡ଼ିବା ପରେ ଶିବ ନିଜକୁ ଧନ୍ୟମନେ କରନ୍ତି ବୋଲି କହିଛନ୍ତି। ରଥରେ ଲାଗିଥିବା ୧୬ କୋଣ ସିଂହ, ୩୨ପଟ୍ଟା ଗୁଞ୍ଜ, ଘୋଡ଼ା ଇଷ, ସିଡ଼ିବାଡ଼, ପଞ୍ଚଦଣ୍ଡା ମୁହାଣକୁ ସେ ଚିତ୍ର କରିଛନ୍ତି। ଏଥିରେ ରଙ୍ଗ ପରେ ସେ ଚିତ୍ର ଆଙ୍କିଛନ୍ତି।
ହାଫିଜ୍ର ଘନିଷ୍ଠ ସହଯୋଗୀ ଅବଦୁଲ୍ ରହମାନ ନିହତ
କରାଚି: ପାକିସ୍ତାନରେ ଜଣକ ପରେ ଜଣେ ଭାରତ-ବିରୋଧୀ ଆତଙ୍କବାଦୀ ନିପାତ ହେବାରେ ଲାଗିଛନ୍ତି। ଏବେ ହାଫିଜ ସୟିଦର ଆଉ ଜଣେ ଘନିଷ୍ଠ ସହଯୋଗୀ କରାଚିରେ ନିହତ ହୋଇଛି। ଲସ୍କର-ଏ-ତୋଇବା ପାଇଁ ପାଣ୍ଠି ସଂଗ୍ରହ କରିଥିବା ଅବଦୁଲ ରହମାନ ଉପରକୁ ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳି ଚଳାଇଥିଲେ। ଅବଦୁଲ ରହମାନ ଅହଲ-ଏ-ସୁନ୍ନତ ବାଲ ଜମାତର ସ୍ଥାନୀୟ ନେତା ଥିଲା। ସେ କରାଚିରେ ଲସ୍କର ପାଇଁ ପାଣ୍ଠି ସଂଗ୍ରହ କରୁଥିଲା। ନିଜ ବାପା ଓ ଅନ୍ୟମାନଙ୍କ ସହ ଥିବା ବେଳେ ହାଫିଜର ଘନିଷ୍ଠ ସହଯୋଗୀ ଉପରେ ଏହି ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ତା’ ବାପାଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ରହମାନର ମୃତ୍ୟୁ ଘଟିଥିଲା। ପାକିସ୍ତାନରେ ଗୋଟିଏ ପଟେ ବିଏଲ୍ଏ ଓ ତେହରିକ-ଏ-ତାଲିବାନ ବଲୁଚିସ୍ତାନରେ ପାକିସ୍ତାନୀ ସେନାକୁ ଟାର୍ଗେଟ କରୁଛନ୍ତି। ଅନ୍ୟପଟେ ଜଣକ ପରେ ଜଣେ ଆତଙ୍କବାଦୀ ନିପାତ ହେଉଛନ୍ତି। ହାଫିଜ ସୟିଦର ଘନିଷ୍ଠ ସହଯୋଗୀକୁ ଟାର୍ଗେଟ କରିଥିବା ବ୍ୟକ୍ତିଙ୍କୁ କେହି ଦେଖି ନ ଥିଲେ କି ଚିହ୍ନି ପାରି ନ ଥିଲେ। ନିକଟରେ କ୍ୱେଟାରେ ଜମିୟତ-ଉଲେମା-ଏ-ଇସଲାମ ମୁଖ୍ୟ ମୁଫତି ଅବଦୁଲ ବାକି ନୁରଜାଇକୁ ଅଜ୍ଞାତ ଆତତାୟୀମାନେ ଗୁଳି କରି ହତ୍ୟା କରିଥିଲେ। କ୍ୱେଟା ବିମାନବନ୍ଦର ନିକଟରେ ନୁରଜାଇକୁ ଗୁଳି କରାଯାଇଥିଲା, ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲା ଓ ଡାକ୍ତରଖାନାରେ ତା’ର ମୃତ୍ୟୁ ଘଟିଥିଲା। ତା’ ପୂର୍ବରୁ ପଞ୍ଜାବ ପ୍ରଦେଶର ଝେଲମ୍ ଅଞ୍ଚଳରେ ଲସ୍କର-ଏ-ତୋଇବାର ଶୀର୍ଷ କମାଣ୍ଡର ଜିଆ-ୟୁର୍ ରେହମାନ ଓରଫ ନଦୀମ ଓରଫ କାତାଲ ସିନ୍ଧିକୁ ଗୁଳି କରି ହତ୍ୟା କରାଯାଇଥିଲା। ନଦୀମ ହାଫିଜ୍ ସୟିଦର ବିଶ୍ୱସ୍ତ ସହଯୋଗୀ ଥିଲା। ସେ ଜମ୍ମୁ-କଶ୍ମୀରର ପୁଞ୍ଚ-ରାଜୌରୀ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲା।
‘ସରକାରଙ୍କ ଅବହେଳା ପାଇଁ ବିପଦରେ ବନବାସୀ’
ଭୁବନେଶ୍ବର: ଜଙ୍ଗଲ ଅଧିକାର-୨୦୦୬କୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଓଡ଼ିଶା ସରକାର ବିଫଳ ହେଇଥିବାରୁ ଆଦିବାସୀ ଓ ବନବାସୀ ବିପଦର ସମ୍ମୁଖୀନ ହୋଇଛନ୍ତି। ଓଡ଼ିଶା ସରକାରଙ୍କ ଅବହେଳା ଯୋଗୁ ଏମାନେ ଜଙ୍ଗଲରୁ ବିତାଡ଼ିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସାମ୍ବିଧାନିକ କର୍ତ୍ତବ୍ୟ ପାଳନ କରନ୍ତୁ ବୋଲି କହିଛି ‘ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ (ସିଏସ୍ଡି)’। ସରକାରୀ ରିପୋର୍ଟ ଦର୍ଶାଉଛି ଯେ ୩୧ ଡିସେମ୍ବର ୨୦୨୪ ସୁଦ୍ଧା ଜଙ୍ଗଲ ଅଧିକାର ଦାବିର ନାକଚ୍ ସଂଖ୍ୟା ୧୪ ଲକ୍ଷ ୪ ହଜାର ୧୦୪ ଥିଲା। ଏହା ଫେବ୍ରୁଆରି ୨୦୧୯ର ରିପୋର୍ଟ ସହିତ ସମାନ। ସେତେବେଳେ ସୁପ୍ରିମକୋର୍ଟ ନାକଚ୍ କରାଯାଇଥିବା ଦାବିର ସମୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ୨୦୧୯ ପରଠାରୁ କୌଣସି ସମୀକ୍ଷା ହୋଇନାହିଁ। ସରକାରଙ୍କ ଏହି ଭୂମିକା ଜଙ୍ଗଲକୁ ସୁରକ୍ଷା ଦେଉଥିବା ଗ୍ରାମସଭା ଓ ସମ୍ପ୍ରଦାୟର କ୍ଷମତାକୁ ଦୁର୍ବଳ କରିବା; ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀ, ଘରୋଇ ସଂସ୍ଥା ଏବଂ ଜଙ୍ଗଲ ମାଫିଆଙ୍କ ଦ୍ବାରା ଜଙ୍ଗଲ ନଷ୍ଟ କରିବାକୁ ଅନୁମତି ଦେବା ପାଇଁ ଉଦ୍ଦିଷ୍ଟ ବୋଲି ରେଡ୍କ୍ରସ୍ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିଏସ୍ଡି ରାଜ୍ୟ ଆବାହକ ମଣ୍ଡଳୀ ସଦସ୍ୟ ବିରଞ୍ଚି ବରିହା, ନରେନ୍ଦ୍ର ମହାନ୍ତି, ଲୋକଶକ୍ତି ଅଭିଯାନର ପ୍ରଫୁଲ୍ଲ ସାମନ୍ତରା, ଜଙ୍ଗଲ ଅଧିକାର ଆନ୍ଦୋଳନର ବିଷ୍ଣୁ ପୂର୍ତ୍ତି, ମଦନ ମାରାଣ୍ଡି, ସନ୍ଦୀପ ପଟ୍ଟନାୟକ, ଅରୁଣ ଦିହୁଡ଼ି ପ୍ରମୁଖ ଅଭିଯୋଗ କରିଛନ୍ତି। ମାମଲାକୁ ଖାରଜ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହିତ ମିଳିତ ଭାବେ ହସ୍ତକ୍ଷେପ କରିବା ପାଇଁ ସେମାନେ ଦାବି କରିଛନ୍ତି।
ସୀମାନ୍ତ ଜୁମଡାଙ୍ଗ ଗାଁରେ ଆନ୍ଧ୍ରର ଆଧିପତ୍ୟ
େପ୍ରମେନ୍ଦ୍ର ପରିଛା ମାଲକାନଗିରି: କୋରାପୁଟର କୋଟିଆ ପରେ ମାଲକାନଗିରିର ସୀମାନ୍ତ ଗ୍ରାମ ଜୁମଡାଙ୍ଗକୁ କବ୍ଜା କରିଛି ଆନ୍ଧ୍ର। ଗାଁ ପିଲାଙ୍କୁ ତେଲୁଗୁ ଶିକ୍ଷକ ପାଠ ପଢ଼ାଉଥିବା ବେଳେ ବିଜୁଳି ଓ ପାଣି ମାଗଣାରେ ଯୋଗାଉଛି ଆନ୍ଧ୍ର। ଆବାସ ଓ ବାର୍ଦ୍ଧକ୍ୟ ଭତ୍ତା ପରି ସମସ୍ତ ସୁବିଧା ଦେଉଛି ଆନ୍ଧ୍ର। ଫଳରେ ଲୋକେ ଓଡ଼ିଶା ଛାଡ଼ି ଆନ୍ଧ୍ରମୁହାଁ ହେଲେଣି। ଗଣମାଧ୍ୟମରୁ ଅବଗତ ହେବା ପରେ ଅନୁଧ୍ୟାନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ। ଚିତ୍ରକୋଣ୍ଡା ବ୍ଲକ୍ ଧୂଳିପୁଟ ପଞ୍ଚାୟତର ଜୁମଡାଙ୍ଗ ଗ୍ରାମ। ଗ୍ରାମରେ ୫୦ ପରିବାର ବସବାସ କରୁଛନ୍ତି। ଜନସଂଖ୍ୟା ୨୦୦ରୁ ଊର୍ଦ୍ଧ୍ବ। ପଞ୍ଚାୟତ ସଦର ମହକୁମାରୁ ଗାଁର ଦୂରତା ୧୦କିମି। ପୂର୍ବରୁ ଗାଁକୁ ଯାତାୟାତ ପାଇଁ ରାସ୍ତା ନଥିଲା। ଦୁଇଟି ପାହାଡ଼ ଚଢ଼ି ଲୋକେ ଯାଉଥିଲେ। ମୌଳିକ ସୁବିଧା ସୁଯୋଗ ଯୋଗାଇବାରେ ଓଡ଼ିଶା ଅବହେଳା କରିବା ପରେ ଏହାର ଫାଇଦା ଉଠାଉଛି ଆନ୍ଧ୍ର। ଗାଁକୁ ଆନ୍ଧ୍ର ମାଗଣାରେ ବିଦ୍ୟୁତ୍ ସେବା ଯୋଗାଇବା ସହ ଝରଣା ପାଣିକୁ ସଂରକ୍ଷିତ କରି ଟାଙ୍କି ବସାଇ ଘରକୁ ଘର ଟ୍ୟାପ୍ ମାଧ୍ୟମରେ ପାଣି ଯୋଗାଇ ଦେଉଛି। ଆବାସ ଗୃହ ପାଇଁ ଗାଁର ୧୨ ଜଣଙ୍କୁ ୩ ଲକ୍ଷ ୩୦ ହଜାର ଟଙ୍କା ଲେଖାଏଁ ଅନୁଦାନ ସହ କାର୍ଯ୍ୟାଦେଶ ପ୍ରଦାନ କରିଛି। ଗୃହ କାର୍ଯ୍ୟ ଆରମ୍ଭ କରି କିଛି ହିତାଧିକାରୀ କିସ୍ତି ଟଙ୍କା ମଧ୍ୟ ପାଇଲେଣି। ଏପରିକି ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ୪ ହଜାର ଟଙ୍କା ସହ ପରିବାରକୁ ମାଗଣାରେ ୩୫ କିଲୋ ଚାଉଳ ମଧ୍ୟ ଦେଉଛି ଆନ୍ଧ୍ର। ଗାଁରେ ଆନ୍ଧ୍ର ପକ୍ଷରୁ ନିର୍ମାଣ ହୋଇଥିବା ସ୍କୁଲରେ ତେଲୁଗୁ ଶିକ୍ଷକ ପାଠ ପଢ଼ାଉନ୍ତି। ଫଳରେ ଗ୍ରାମର ପିଲାମାନେ ଓଡ଼ିଆ ବୁଝିପାରୁ ନଥିବା ବେଳେ ତେଲୁଗୁରେ ପଢ଼ିବା ସହ ଲେଖି ମଧ୍ୟ ପାରୁଛନ୍ତି। ଗ୍ରାମବାସୀଙ୍କ ପାଖରେ ରହିଛି ଉଭୟ ରାଜ୍ୟର ପରିଚୟ ପତ୍ର। କିନ୍ତୁ ଓଡ଼ିଶା ଅପେକ୍ଷା ଆନ୍ଧ୍ରରୁ ଅଧିକ ସୁବିଧା ସୁଯୋଗ ମିଳୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଆନ୍ଧ୍ରମୁହାଁ ହେଉଛନ୍ତି ଜୁମଡାଙ୍ଗ ଗ୍ରାମବାସୀ। ଓଡ଼ିଶା ପକ୍ଷରୁ କେବଳ ଗାଁକୁ ସଂଯୋଗୀକରଣ ରାସ୍ତା ନିର୍ମାଣ କରାଯାଇଛି। ତେବେ ଅଧପନ୍ତରିଆ ଅବସ୍ଥାରେ ରହିଛି ଅଙ୍ଗନବାଡ଼ି କେନ୍ଦ୍ର।
ପଶ୍ଚିମବଙ୍ଗ କବ୍ଜାରେ ଓଡ଼ିଶାର ସୀମାଖୁଣ୍ଟ: ଅପହଞ୍ଚ ଗାଁ ବିଶୁଶୋଳ, ଭୋଟ୍ ଦେବା ପାଇଁ ୬କିମି, ରାସନ୍
ଗୌରାଙ୍ଗ ଚରଣ ଗିରି ଶୁଳିଆପଦା: ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ୍ ଉଫାଲଗଡ଼ିଆ ପଞ୍ଚାୟତର ସୀମାନ୍ତ ଗାଁ ବିଶୁଶୋଳ। ଆଦିବାସୀ ଭୂମିଜ ସମ୍ପ୍ରଦାୟର ଲୋକେ ବସବାସ କରୁଥିବା ଏହି ଗାଁରେ ଥିବା ଏକ ଅଧପନ୍ତରିଆ କଂକ୍ରିଟ ରାସ୍ତା ୨ଟି ରାଜ୍ୟକୁ ଭାଗ କରୁଥିବାବେଳେ ଓଡ଼ିଶାର ସୀମାଖୁଣ୍ଟ ଏବେ ପଶ୍ଚିମବଙ୍ଗ ଅଧିବାସୀଙ୍କ କବ୍ଜାରେ ରହିଥିବା ଦେଖିବାକୁ ମିଳିଛି। ପ୍ରାୟ ୩୦ ବର୍ଷ ତଳେ ଓଡ଼ିଶା ସରକାର ଏହି ସୀମାଖୁଣ୍ଟ ପୋତିଥିଲେ। ଏହି ଖୁଣ୍ଟ ହିଁ ଦୁଇ ରାଜ୍ୟର ସୀମାକୁ ସୂଚେଇ ଦେଉଥିଲା। ମାତ୍ର, ଏବେ ଏହା ପଶ୍ଚିମବଙ୍ଗ କବ୍ଜାକୁ ଚାଲିଯାଇଛି। କେବଳ ସୀମା ଚିହ୍ନଟ କଥା ନୁହେଁ, ଏହି ଅଞ୍ଚଳର ବିକାଶ ବି ବହୁ ପଛରେ ପଡ଼ିଯାଇଛି। ଓଡ଼ିଶା ସରକାର ଏହି ସୀମାନ୍ତ ଗ୍ରାମ ପ୍ରତି ଅବହେଳା କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ଅପହଞ୍ଚ ଗାଁ ବିଶୁଶୋଳ ଭୋଟ୍ ଦେବା ପାଇଁ ୬କିମି, ରାସନ୍ ଚାଉଳ ପାଇଁ ୧୨ କିମି ଯାତ୍ରା ପାନୀୟ ଜଳ ପାଇଁ ପଶ୍ଚିମବଙ୍ଗ ଭରସା ରାସ୍ତା ନଥିବାରୁ ୪ କିମି ଜଙ୍ଗଲ ବାଟଦେଇ ସ୍କୁଲ୍ରେ ପହଞ୍ଚିବା ପିଲାଙ୍କ ପକ୍ଷେ ସମ୍ଭବପର ହେଉନାହିଁ। ଫଳରେ, ୧.୫ କିମି ଦୂର ପଶ୍ଚିମବଙ୍ଗର କାଶିଆସ୍ଥିତ ସ୍କୁଲ୍କୁ ପଢ଼ିବା ପାଇଁ ଯାଉଛନ୍ତି। ‘ସମ୍ବାଦ’ରେ ଖବର ପ୍ରକାଶ ପରେ ଏହି ଗ୍ରାମକୁ ମାଟି ରାସ୍ତା ନିର୍ମାଣ ହୋଇଥିଲା। ତେବେ ଗାଁ ଭିତରକୁ ଯାଇଥିବା ଅଧପନ୍ତରିଆ କଂକ୍ରିଟ ରାସ୍ତା ମଧ୍ୟରେ ଏକ ନାଳ ଥିବାରୁ ବର୍ଷାଦିନେ ଯାତାୟାତରେ ସମସ୍ୟା ହେଉଛି।ସେହିପରି, ଗାଁଠାରୁ ୬ କିମି ଜଙ୍ଗଲ ଭିତରେ ଗଲେ ବଣକାଟିଠାରେ ଛାତ୍ରାବାସର ସୁବିଧା ରହିଛି। ତେବେ ଅଙ୍ଗନବାଡ଼ି ଶିକ୍ଷାପରେ ଅଳ୍ପବୟସର ପିଲା ଛାତ୍ରାବାସରେ ରହିବା ସମ୍ଭବ ହେଉ ନଥିବାରୁ ଅଧିକାଂଶଙ୍କ ପାଠପଢ଼ାରେ ଡୋରି ବନ୍ଧା ହେଉଛି। ଗାଁର ଲୋକମାନେ ଭୋଟ୍ ଦେବାପାଇଁ ୬ କିମି ଦୂର ତେଲିଆ ଯାଉଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତା ଓ ଚାଉଳ ନେବାପାଇଁ ୧୨ କିମି ଦୂର ଉଫାଲଗଡ଼ିଆ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଛନ୍ତି। ୨ବର୍ଷ ତଳେ ଚିହ୍ନଟ ହୋଇଥିବା ଜାଗାରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରି ସେହିଠାରେ ଭତ୍ତା ଓ ଚାଉଳ ବଣ୍ଟନ କରିବାକୁ ଲୋକେ ଦାବି କରିଛନ୍ତି। ସେହିପରି ପାନୀୟ ଜଳ ପାଇଁ ସୋଲାର ପାଣି ଟାଙ୍କି ନିର୍ମାଣ ହୋଇଛି। ତେବେ, ମେଘୁଆ ପାଗ କିମ୍ବା ଅନ୍ୟ କୌଣସି ସମସ୍ୟା ହେଲେ ପାନୀୟଜଳ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡୁଛି। ଅପରପକ୍ଷରେ, ରାସ୍ତାର ଅପରପାର୍ଶ୍ବରେ ଥିବା ପଶ୍ଚିମବଙ୍ଗର କଟାସରେ ୪ଟି ପରିବାର ରହୁଥିଲେ ବି ପଶ୍ଚିମବଙ୍ଗ ତରଫରୁ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ସେହିପରି ମୋବାଇଲ୍ ସେବା ପାଇଁ ଓଡ଼ିଶା ନେଟ୍ୱର୍କ କେତେବେଳେ କେମିତି ଆସୁଥିବା ବେଳେ ପଶ୍ଚିମବଙ୍ଗ ନେଟ୍ୱର୍କ କିନ୍ତୁ ସବୁବେଳେ ଉପଲବ୍ଧ ହୋଇଥାଏ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏମିତି ଅନେକ ସମସ୍ୟା ଭିତରେ ଘାଣ୍ଟି ହେଉଥିବା ଗାଁ ପ୍ରତି ଓଡ଼ିଶା ସରକାର ଦୃଷ୍ଟି ଦେବାକୁ ଲୋକେ ନିବଦେନ କରିଛନ୍ତି।
ଟ୍ରାଫିକ୍ ଜରିମାନା ପୈଠ ନ କଲେ ଡିଏଲ୍ ବାତିଲ!
ନୂଆଦିଲ୍ଲୀ: ଯେଉଁମାନେ ତିନିମାସ ମଧ୍ୟରେ ଟ୍ରାଫିକ୍ ଇ-ଚାଲାଣ (ଜରିମାନା) ରାଶି ପୈଠ କରିବେ ନାହିଁ, ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) ବାତିଲ୍ କରାଯାଇପାରେ। ପୁଣି ଯେଉଁମାନେ ଗୋଟିଏ ଆର୍ଥିକ ବର୍ଷରେ ରେଡ୍ ସିଗନାଲ୍ ଡେଇଁବା କିମ୍ବା ବିପଜ୍ଜନକ ଡ୍ରାଇଭିଂ ପାଇଁ ତିନୋଟି ଚାଲାଣ ଜମା କରିଛନ୍ତି, ସେମାନଙ୍କ ଲାଇସେନ୍ସ ଅତି କମ୍ରେ ତିନି ମାସ ପାଇଁ ଜବତ ହୋଇପାରେ। ଇ-ଚାଲାଣ ରାଶି ମାତ୍ର ୪୦% ଆଦାୟ ହୋଇଥିବା ଜଣାପଡ଼ିବା ପରେ ସରକାର ଦୋଷୀ ଚାଳକଙ୍କ ଉପରେ ଲଗାମ ଲଗାଇବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିବାକୁ ଯୋଜନା କରିଛନ୍ତି। ସୂତ୍ରରୁ ପ୍ରକାଶ ଯେ ଯଦି କୌଣସି ବ୍ୟକ୍ତିଙ୍କର ପୂର୍ବ ଆର୍ଥିକ ବର୍ଷରୁ ଅତି କମ୍ରେ ଦୁଇଟି ବକେୟା ଚାଲାଣ ଅଛି ତେବେ ତାଙ୍କ ଉପରେ ଅଧିକ ବୀମା ପ୍ରିମିୟମ ଲାଗୁ କରିବା ପାଇଁ ମଧ୍ୟ ସରକାର ଏକ ରଣନୀତି ପ୍ରସ୍ତୁତ କରିଛନ୍ତି। କେନ୍ଦ୍ରୀୟ ମୋଟର ଯାନ ଆଇନ ଅନୁଯାୟୀ ଇଲେକ୍ଟ୍ରୋନିକ୍ ମନିଟରିଂର କାର୍ଯ୍ୟକାରିତା ସମ୍ପର୍କରେ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ୨୩ଟି ରାଜ୍ୟ ଓ ୭ଟି କେନ୍ଦ୍ରଶାସିତ ଅଞ୍ଚଳକୁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ବିବରଣୀ ପ୍ରସ୍ତୁତ କରାଯାଇଛି। ଏହି ଆଇନର ଧାରା ୧୩୬ଏରେ ସ୍ପିଡ୍-ସିସିଟିଭି କ୍ୟାମେରା, ସ୍ପିଡ୍-ଗନ୍, ବଡି-ଵର୍ଣ୍ଣ କ୍ୟାମେରା ଓ ଅଟୋମେଟିକ୍ ନମ୍ବର ପ୍ଲେଟ୍ ଚିହ୍ନଟ ବ୍ୟବସ୍ଥା ଭଳି ଉନ୍ନତ ଜ୍ଞାନକୌଶଳର ପ୍ରୟୋଗ କରାଯାଇଛି। ଏହା ଉତ୍ତମ ଟ୍ରାଫିକ୍ ପରିଚାଳନା ଓ ଟ୍ରାଫିକ୍ ଆଇନର ଅନୁପାଳନକୁ ସୁନିଶ୍ଚିତ କରିବ।ଯେଉଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ମାମଲା ଅଧିକ, ସେଗୁଡ଼ିକ ମଧ୍ୟରୁ ଦିଲ୍ଲୀରେ ଇ-ଚାଲାଣ ମାଧ୍ୟମରେ ଜରିମାନା ଆଦାୟ ହାର ସର୍ବନିମ୍ନ ୧୪% ରହିଛି। ତା’ ପଛକୁ କର୍ଣ୍ଣାଟକ ୨୧%, ତାମିଲନାଡୁ ଏବଂ ଉତ୍ତରପ୍ରଦେଶ (ପ୍ରତ୍ୟେକ ୨୭% ଲେଖାଏଁ) ଓ ଓଡ଼ିଶା ୨୯% ରହିଛନ୍ତି। ରାଜସ୍ଥାନ, ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ହରିୟାଣାରେ ଆଦାୟ ହାର ୬୨ରୁ ୭୬ ପ୍ରତିଶତ ରହିଛି। ତଥ୍ୟରୁ ଜଣାପଡିଛି ଯେ ଯେଉଁମାନେ ଅଦାଲତର ଦ୍ୱାରସ୍ଥ ହୋଇଥିଲେ କିମ୍ବା ଚାଲାଣ ଅଦାଲତକୁ ରେଫର କରାଯାଇଥିଲା ସେମାନଙ୍କୁ ପୁଲିସ ଦ୍ୱାରା ଆଦାୟ କରାଯାଇଥିବା ଜରିମାନା ଉପରେ ପ୍ରାୟ ୮୦% ରିହାତି ମିଳିଥିଲା। ଲୋକମାନେ ଶୀଘ୍ର ଜରିମାନା ପୈଠ ନ କରିବାର ଅନେକ କାରଣ ରହିଛି। ଏଥିରେ ବିଳମ୍ବରେ ଚାଲାଣ ନେଇ ସତର୍କତା ବାର୍ତ୍ତା ପଠାଯିବା ଏବଂ ତ୍ରୁଟିପୂର୍ଣ୍ଣ ଚାଲାଣ ଅନ୍ତର୍ଭୁକ୍ତ। ତେବେ ସରକାର ଏକ ବିସ୍ତୃତ ଏସ୍ଓପି ଆଣିବାକୁ ଯାଉଛନ୍ତି, ଯେଉଁଥିରେ ବକେୟା ଚାଲାଣ ବିଷୟରେ ଚିଠି ପ୍ରତି ମାସରେ ବାରମ୍ବାର ଗାଡି ମାଲିକ କିମ୍ବା ଡ୍ରାଇଭରଙ୍କ ନିକଟକୁ ପଠାଯିବ। ଉଦାହରଣ ସ୍ୱରୂପ, ତିନି ଦିନ ମଧ୍ୟରେ ଡ୍ରାଇଭର କିମ୍ବା ଗାଡି ମାଲିକଙ୍କୁ ଏକ ଇ-ଚାଲାଣ ନୋଟିସ ପଠାଯିବ। ୩୦ ଦିନ ମଧ୍ୟରେ ଜରିମାନା ପୈଠ କରିବାକୁ ପଡିବ, ନ ହେଲେ କର୍ତ୍ତୃପକ୍ଷଙ୍କ ନିକଟରେ ଏହାକୁ ଚ୍ୟାଲେଞ୍ଜ କରିବାକୁ ପଡ଼ିବ। ତା’ ନ ହେଲେ ଦୋଷ ସ୍ୱୀକାର କରାଗଲା ବୋଲି ଧରି ନିଆଯିବ ଏବଂ ୯୦ ଦିନ ମଧ୍ୟରେ ଦେୟ ନ ଦେଲେ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) କିମ୍ବା ପଞ୍ଜୀକରଣ ପ୍ରମାଣପତ୍ର (ଆର୍ସି)କୁ ଦେୟ ପ୍ରଦାନ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବ। ଡିଏଲ୍ କିମ୍ବା ଆର୍ସି ଧାରକ ଚାଲାଣରେ ତ୍ରୁଟି ବିଷୟରେ ରିପୋର୍ଟ କରିପାରିବେ ଏବଂ ଜରିମାନାକୁ ଚ୍ୟାଲେଞ୍ଜ କରିବା ପାଇଁ ତଥ୍ୟ ଅପଲୋଡ୍ କରିପାରିବେ। କର୍ତ୍ତୃପକ୍ଷ ୩୦ ଦିନ ମଧ୍ୟରେ ଅଭିଯୋଗର ସମାଧାନ କରିବାକୁ ହେବ, ନଚେତ୍ ଚାଲାଣ ରଦ୍ଦ ହେବ।
ଜମି ଅଧିଗ୍ରହଣକୁ ନେଇ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା, ୫୩ ଛାତ୍ର ଅଟକ
ହାଇଦ୍ରାବାଦ: ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ କ୍ୟାମ୍ପସର ପୂର୍ବ ପାର୍ଶ୍ୱରେ ତେଲେଙ୍ଗାନା ସରକାରଙ୍କ ଜମି ଅଧିଗ୍ରହଣକୁ ବିରୋଧ କରିବାରୁ ପୁଲିସ ରବିବାର ବିଶ୍ୱବିଦ୍ୟାଳୟର ଅନେକ ଛାତ୍ରଙ୍କୁ ଅଟକ ରଖିଛି। ସେଠାରେ ବୁଲଡୋଜର ଦେଖିବା ପରେ ବିକ୍ଷୋଭକାରୀ ଛାତ୍ରମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। କିଛି ପିଲା ମେସିନ୍ ଉପରକୁ ଚଢ଼ି ପୁଲିସ ବିରୋଧରେ ସ୍ଲୋଗାନ ଦେବା ସହ ସେମାନେ ଫେରିଯିବାକୁ ଦାବି କରିଥିଲେ। ସମୁଦାୟ ୫୩ ଜଣ ଛାତ୍ରଛାତ୍ରୀଙ୍କୁ ପୁଲିସ ଅଟକ ରଖିଥିବା ବେଳେ ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି। ତେଲେଙ୍ଗାନା ସରକାର ଏହି ଜମିର ବିକାଶ ଓ ସେଠାରେ ଏକ ଆଇଟି ପାର୍କ ସ୍ଥାପନ କରିବାକୁ ଯୋଜନା କରୁଥିବାବେଳେ ଏହି ଅଞ୍ଚଳରେ ୪୦୦ ଏକର ଜମି ଅଧିଗ୍ରହଣକୁ ନେଇ ଏହି ବିକ୍ଷୋଭ କରାଯାଇଥିଲା। ଏହି ଜମି ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ସୀମାବର୍ତ୍ତୀ। ବିଶ୍ୱବିଦ୍ୟାଳୟର କିଛି ଛାତ୍ର ଓ ଅନ୍ୟମାନେ ପରିବେଶଗତ କାରଣ ଦର୍ଶାଇ ଜମି ଅଧିଗ୍ରହଣକୁ ବିରୋଧ କରିଛନ୍ତି। ତେବେ ବିକ୍ଷୋଭକାରୀ ଛାତ୍ରମାନେ ସରକାରୀ ଅଧିକାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହ କିଛି ପୁଲିସ କର୍ମଚାରୀଙ୍କୁ ମାଡ଼ ମାରିଥିବା ପୁଲିସ କହିଛି। ଜଣେ ଛାତ୍ରୀ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ପୁଲିସ ଜୋରଜବରଦସ୍ତ ଅଟକ ରଖିବା ସହ ତାଙ୍କୁ ଅଶ୍ଳୀଳ ଭାବେ ସ୍ପର୍ଶ କରିଥିଲା। ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନ (ୟୁଓଏଚ୍ଏସ୍ୟୁ) ଏକ ବିବୃତିରେ ପୁଲିସର କାର୍ଯ୍ୟାନୁଷ୍ଠାନ ଏବଂ ଛାତ୍ରମାନଙ୍କୁ ଅଟକ ରଖିବାକୁ ନିନ୍ଦା କରିଛି।
ବୈଶିଙ୍ଗାକୁ ଅଣଦେଖା: ଡ୍ରେସିଂ ପାଇଁ ନାହିଁ ଉପଯୁକ୍ତ ଗୃହ
ବୈଶିଙ୍ଗା: ସରକାରଙ୍କ ଠିକାଦାର ପୋଷଣ ନୀତି ଜଳଜଳ ଦେଖାଯାଉଛି। ବୈଶିଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଶ୍ଚର୍ଯ୍ୟଜନକ ଭାବେ ଦେଖିବାକୁ ମିଳିଛି ଏହିଭଳି କିଛି ଦୃଶ୍ୟ, ଯାହା ରୋଗୀ ଓ ରୋଗୀପରିବାରଙ୍କୁ ବ୍ୟଥିତ କରିବ। ଏଠାରେ ଡ୍ରେସିଂ ପାଇଁ ଉପଯୁକ୍ତ ଗୃହ ଖଣ୍ଡେ ନାହିଁ, କିନ୍ତୁ ନିର୍ମାଣ ହୋଇଛି ଦୁଇ ଦୁଇଟି ଶବଗୃହl ୧୦୦ବର୍ଷ ପୁରୁଣା ବୈଶିଙ୍ଗା ସ୍ବାସ୍ଥ୍ୟ କେନ୍ଦ୍ରକୁ ଦୀର୍ଘ ବର୍ଷ ହେଲା ସିଏଚ୍ସି ମାନ୍ୟତା ଦାବି ହେଉଛି। ଏହି ସ୍ବାସ୍ଥ୍ୟ କେନ୍ଦ୍ରର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ଥାନୀୟ ୨୧ପଞ୍ଚାୟତର ଜନସାଧାରଣଙ୍କ ଠାରୁ ଆରମ୍ଭ କରି ବୈଶିଙ୍ଗା ଆଞ୍ଚଳିକ ପରିଷଦର ସଦସ୍ୟ ସଦସ୍ୟା ବାରମ୍ବାର ଦାବି ଉଠାଇବା ସହିତ ଆନ୍ଦୋଳନ କରି ଆସିଛନ୍ତିl ହେଲେ ସବୁବେଳେ ରାଜନୈତିକ ମୁଷ୍ଟିମେୟ ଲୋକଙ୍କ ଠାରୁ ଛଳନାର ଶିକାର ହୋଇଛନ୍ତିl ସରକାରଙ୍କ ଉକ୍ତ ଡାକ୍ତରଖାନା ପ୍ରତି ଉଦାସୀନତା ମନଭାବ ସ୍ଥାନୀୟ ଲୋକଙ୍କୁ ସବୁବେଳେ ହତତ୍ସାହିତ କରୁଛିl ଡାକ୍ତରଖାନାର ଉନ୍ନତୀକରଣ ନାମରେ ଦେଖିବାକୁ ମିଳିଛି ଠିକାଦାର ପୋଷଣ ନୀତିl ଜରୁରୀ ନଥାଇ ନିର୍ମାଣ ହୋଇଛି ଦୁଇ ଦୁଇଟି ଶବ ଗୃହl ଲୋକଙ୍କ ଆବଶ୍ୟକତାକୁ ଲକ୍ଷ କରି ୨୦୨୨-୨୩ ଆର୍ଥିକ ବର୍ଷରେ ଡାକ୍ତରଖାନା ପରିସରରେ ୭ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ କରାଯାଇଥିଲା ଏକ ଶବଗୃହ, ଯାହା ସେତେବେଳର ବିଜେଡି ସମର୍ଥିତ ଠିକାଦାରଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲାl ମାସରେ କୋଉଠି ଥରେ ଦୁଇ ଥର ଏହି ଶବ ଖୋଲା ଯାଉଥିବାବେଳେ ଏବେ ପୁଣି ଡାକ୍ତରଖାନା ପରିସରରେ ନିର୍ମାଣ କରାଯାଇଛି ଅନ୍ୟ ଏକ ଶବ ଗୃହl ଯାହା ବିଜେପି ସମର୍ଥିତ ଠିକାଦାରଙ୍କ ଦ୍ୱାରା ନିର୍ମାଣ କରାଯାଇଛିl ଦୁଇଟି ଶବ ଗୃହରେ ମରାଯାଇଥିବା ରଙ୍ଗରୁ ହିଁ ସ୍ପଷ୍ଟ ବାରି ପଡୁଛି ଦୁଇ ରାଜନୈତିକ ଦଳ ପକ୍ଷରୁ ଦୁଇଟି ଶବଗୃହ ନିର୍ମିତ ହୋଇଛି, ଗୋଟେ ସବୁଜ ରଙ୍ଗର ତ ଅନ୍ୟଟି ଗେରୁଆ ରଙ୍ଗରl ଯୋଉଁଥି ପାଇଁ ଏବେ ସ୍ଥାନୀୟ ଅଞ୍ଚଳରେ ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ବାକି ରହିଥିବା ଅନ୍ୟ ଏକ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ପକ୍ଷରୁ ପୁଣି କେବେ ନିର୍ମାଣ ହୋଉଛି ଅନ୍ୟ ଏକ ଶବ ଗୃହl ଅନ୍ୟପଟେ ବୈଶିଙ୍ଗା ଡାକ୍ତରଖାନା ଡାକ୍ତର ଅଭାବ, ରୋଗୀଙ୍କ ପାଇଁ ବେଡ଼ ଅଭାବ, ଔଷଧ ବିତରଣ ପାଇଁ ସଠିକ ଗୃହର ଅଭାବ, କ୍ୱାର୍ଟର ଅଭାବ ଭଳି ପ୍ରମୁଖ ସମସ୍ୟାକୁ କୌଣସି ରାଜନୈତିକ ଦଳଙ୍କ ଆଖିକୁ ନଜର ଆସୁନିl ସେହିପରି ଜାତୀୟ ରାଜପଥ ପାର୍ଶ୍ୱରେ ସ୍ଥିତ ଉକ୍ତ ଡାକ୍ତରଖାନାକୁ ଦୈନିକ ଦୁର୍ଘଟଣା ଓ ନାନ୍ୟାନ୍ୟ କାରଣ ପାଇଁ ୩୦ରୁ ଅଧିକ ଲୋକ ଡ୍ରେସିଂ ହେବାପାଇଁ ଆସିଥାନ୍ତିl ମାତ୍ର ଡ୍ରେସିଂ ପାଇଁ ସ୍ୱତନ୍ତ୍ର ଏବଂ ସଠିକ ଭାବେ ଉପଯୁକ୍ତ ଡ୍ରେସିଂ ଗୃହ ନାହିଁl ଓଳି କଡରେ ଗୋଟେ ଛୋଟ ରୁମରେ ତ କେତେବେଳେ ପିଣ୍ଡା ଉପରେ କରାଯାଉଛି ଗୁରୁତର ପେସେଣ୍ଟଙ୍କ ଡ୍ରେସିଂl ତେବେ ଦରକାର ନଥାଇ ଦୁଇ ଦୁଇଟି ଶବଗୃହ ଲୋକଙ୍କୁ ଆଶ୍ଚର୍ଯ୍ୟନିତ କରିବା ସହିତ ଏବେ ଚର୍ଚ୍ଚାର ବିଷୟ ପାଲଟିଛିl Health | Mayurbhanj
ଦୁଇଚକିଆ ସହ ୨ଟି ହେଲ୍ମେଟ୍ ମିଳିବ
ନୂଆଦିଲ୍ଲୀ: ଦୁଇଚକିଆ ଗାଡ଼ି ଯଥା ମୋଟରସାଇକଲ୍ ଓ ସ୍କୁଟର ବିକ୍ରି କରୁଥିବା କମ୍ପାନିଗୁଡ଼ିକୁ ଗାଡ଼ି ସହିତ ଗ୍ରାହକଙ୍କୁ ଦୁଇଟି ଆଇଏସ୍ଆଇ ଚିହ୍ନ ଥିବା ହେଲ୍ମେଟ୍ ଦେବା ଲାଗି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି। ଗଡ଼କରୀଙ୍କ ଏହି ଘୋଷଣାକୁ ହେଲ୍ମେଟ୍ ନିର୍ମାତା ସଂଘ ସମର୍ଥନ କରିଛି। ସଡ଼କ ସୁରକ୍ଷାରେ ଉନ୍ନତି ଆଣିବା ଲାଗି ଗଡ଼କରୀ ଏଭଳି ଘୋଷଣା କରିଛନ୍ତି। ଆଇଏସ୍ଆଇ ଚିହ୍ନ ଥିବା ହେଲ୍ମେଟ୍କୁ ବାଧ୍ୟତାମୂଳକ କରିବା ଲାଗି ହେଲ୍ମେଟ୍ ନିର୍ମାତା ସଂଘ ଅନେକ ଦିନରୁ ଦାବି କରୁଥିଲା। ତଥ୍ୟ କହୁଛି ଯେ ଦେଶରେ ବର୍ଷକୁ ୪,୮୦,୦୦୦ରୁ ଅଧିକ ସଡ଼କ ଦୁର୍ଘଟଣାରେ ୧,୮୮,୦୦୦ ଲୋକଙ୍କ ମୃତ୍ୟୁ ହେଉଛି। ସେମାନଙ୍କ ଭିତରୁ ୬୬ ପ୍ରତିଶତ ଲୋକଙ୍କ ବୟସ ୧୮ରୁ ୪୫ ବର୍ଷ ଭିତରେ ରହିଛି। ଦୁଇଚକିଆ ଯାନ ଦୁର୍ଘଟଣାରେ ବର୍ଷକୁ ୬୯ ହଜାର ମୃତ୍ୟୁ ହେଉଛି। ସେଥିରୁ ୫୦ ପ୍ରତିଶତ ମୃତ୍ୟୁ ହେଲ୍ମେଟ୍ ପିନ୍ଧି ନ ଥିବା କାରଣରୁ ହେଉଛି। ଦୁଇଚକିଆ ହେଲ୍ମେଟ୍ ନିର୍ମାତା ସଂଘ (ଟିଏଚ୍ଏମ୍ଏ)ର ସଭାପତି ରାଜୀବ କପୁର ଏହି ନିର୍ଦ୍ଦେଶକୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି ଯେ ଏହା କେବଳ ଏକ ନିୟମ ନୁହେଁ, ଏହା ହେଉଛି ଜାତୀୟ ଆବଶ୍ୟକତା। ସଡ଼କ ଦୁର୍ଘଟଣାରେ ଯେଉଁ ପରିବାର ନିଜ ପ୍ରିୟଜନଙ୍କୁ ହରାଇଛନ୍ତି, ଏହି ନିର୍ଦ୍ଦେଶନାମା ସେମାନଙ୍କ ମନରେ ଭବିଷ୍ୟତ ଦୁର୍ଘଟଣା ରୋକିହେବ ବୋଲି ଆଶା ସଞ୍ଚାର କରିବ ବୋଲି ସେ କହିଛନ୍ତି।
ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ପ୍ରତୀକ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନ
୯୦ତମ ଓଡ଼ିଶା ଦିବସ ଏକ ନୂତନ ବାର୍ତ୍ତା, ନୂତନ ଉନ୍ମାଦନା ନେଇ ଆସିଛି। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନ ଓଡ଼ିଶା ପାଇଁ କେବଳ ଏକ ଭୌଗୋଳିକ ସୀମାରେଖା ଟାଣି ଏହାକୁ ସେ ସମୟର ବ୍ରିଟିସ-ଇଣ୍ଡିଆର ଆଉ ଏକ ରାଜ୍ୟର ମାନ୍ୟତା ଦେବା ନ ଥିଲା, ସ୍ବତନ୍ତ୍ର ଓଡ଼ିଶାର ଆନ୍ଦୋଳନ ଥିଲା ଓଡ଼ିଆ ଅସ୍ମିତା, ଓଡ଼ିଆ ଭାଷା, ଓଡ଼ିଆ ସଂସ୍କୃତି, ଓଡ଼ିଆ ସାହିତ୍ୟକୁ ବିଲୁପ୍ତ ହେବାରୁ ବଞ୍ଚାଇବାର ପ୍ରୟାସ। ଦୁର୍ଭାଗ୍ୟବଶତଃ, ଓଡ଼ିଶାର ଶେଷ ରାଜା ମୁକୁନ୍ଦ ଦେବଙ୍କ ପରେ ଓଡ଼ିଶା ନିଜର ସ୍ବତନ୍ତ୍ର ଭୌଗୋଳିକ ସ୍ଥିତି ହରାଇ ବସିଥିଲା। ଏହା ଖଣ୍ଡ ବିଖଣ୍ଡିତ ହୋଇ ବିଭିନ୍ନ ପ୍ରଦେଶ, ବିଭିନ୍ନ ସାମ୍ରାଜ୍ୟରେ ନିଜକୁ ସଙ୍କୁଚିତ କରିଦେଇଥିଲା। ଏପରିକି, ଇଂରେଜ ଶାସନ ସମୟରେ ମଧ୍ୟ ଓଡ଼ିଶା ତିନି ଭାଗରେ ବିଭକ୍ତ ହୋଇ ଅଲଗା ଅଲଗା ପ୍ରୋଭିନ୍ସ ସହିତ ସମ୍ମିଳିତ ହୋଇଥିଲା। ଶାସନ-ପ୍ରଶାସନର ଦ୍ବାହି ଦେଇ ଏ ପ୍ରକାର ଏକ ଅବାଞ୍ଛିତ ଶାସନ ବ୍ୟବସ୍ଥା ଜୋର୍ ଜବରଦସ୍ତ ଲଦି ଦିଆ ଯାଇଥିଲା।କିନ୍ତୁ, ବିଧିର ବିଧାନ ଥିଲା ଅଲଗା। ସମୟାନୁକ୍ରମେ ବ୍ରିଟିସ ଶାସକମାନେ ଏହି ଐତିହାସିକ ଭୁଲ୍କୁ ବୁଝିପାରିଥିଲେ। ୧୮୬୬ ମସିହାର ନ’ଅଙ୍କ ଦୁର୍ଭିକ୍ଷ ପରେ ସେ ସମୟର ବ୍ରିଟିସ ସଚିବ ସ୍ବୀକାର କରିଥିଲେ ଯେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ହେଲେ, ଏହି ଅଞ୍ଚଳରେ ବାରମ୍ବାର ହେଉଥିବା ପ୍ରାକୃତିକ ବିପର୍ଯ୍ୟୟକୁ ସଠିକ ଓ ପ୍ରଭାବୀ ଢଙ୍ଗରେ ମୁକାବିଲା କରାଯାଇପାରିବ। ଆଉ ଏକ ପାଦ ଆଗକୁ ଯାଇ ୧୮୮୫ ମସିହାରେ ସେ ସମୟର ଓଡ଼ିଶା ଡିଭିଜନ୍ର କମିସନର୍ ଭାଷାଗତ ତଥା ସାଂସ୍କୃତିକ ସାମଞ୍ଜସ୍ୟ ଯୋଗୁଁ ସମ୍ବଲପୁର ଅଞ୍ଚଳକୁ ଓଡ଼ିଶାରେ ମିଶ୍ରଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ, ଯାହାକୁ ପରବର୍ତ୍ତୀ କମିସନର୍ ଏଚ. ଜି. କୁକ୍ ୧୮୯୪-୯୫ ବାର୍ଷିକ ରିପୋର୍ଟରେ ଦୃଢ଼ଭାବେ ଉପସ୍ଥାପିତ କରିଥିଲେ। ଓଡ଼ିଶାର ବିଭିନ୍ନ ଅଞ୍ଚଳ ବ୍ରିଟିସ-ଇଣ୍ଡିଆର କେନ୍ଦ୍ରୀୟ ପ୍ରୋଭିନ୍ସ, ମାଡ୍ରାସ ପ୍ରେସିଡେନ୍ସି ଓ ବେଙ୍ଗଲ ପ୍ରେସିଡେନ୍ସି ସହ ସାମିଲ ହୋଇଥିଲା। ଏହି ଅପରିଣାମଦର୍ଶୀ ନିଷ୍ପତ୍ତି ଯୋଗୁଁ ଓଡ଼ିଆ ଭାଷା ତା’ର ଅସ୍ତିତ୍ବ ହରାଇବାର ଆଶଙ୍କା ମଧ୍ୟ ଦେଖାଦେଇଥିଲା। ଅନେକ ବଙ୍ଗୀୟ ବୁଦ୍ଧିଜୀବୀ ସେ ସମୟରେ ଓଡ଼ିଆକୁ ଏକ ଭାଷାର ମାନ୍ୟତା ଦେବାକୁ ମନା କରିଦେଇଥିଲେ ଏବଂ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ବଙ୍ଗାଳୀ ଭାଷାରେ ପାଠ ପଢ଼ାଇବାକୁ ଚାପ ପ୍ରୟୋଗ କରୁଥିଲେ। ୧୫ ଜାନୁଆରି, ୧୮୯୫ରେ ଏକ ଅଧିସୂଚନା ବଳରେ ସମ୍ବଲପୁର ଅଞ୍ଚଳରେ ଅଫିସ, ବିଚାରାଳୟ ଓ ସ୍କୁଲ ପାଇଁ ହିନ୍ଦୀକୁ ସରକାରୀ ଭାଷା ଭାବେ ଘୋଷଣା କରାଯାଇଥିଲା। ଏହା ବିରୁଦ୍ଧରେ ସ୍ବତଃପ୍ରବୃତ୍ତ ଭାବେ ପ୍ରବଳ ଜନଅସନ୍ତୋଷ ଦେଖା ଦେଇଥିଲା। ଏହି ନିଷ୍ପତ୍ତି ବିରୁଦ୍ଧରେ ଉତ୍କଳଗୌରବ ମଧୁସୂଦନ ଦାସ ଓ ଧରଣୀଧର ମିଶ୍ର ଦୃଢ଼ ସ୍ବର ଉତ୍ତୋଳନ କରିଥିଲେ। ସମ୍ବଲପୁର ଅଞ୍ଚଳରେ ମଧ୍ୟ ବ୍ରଜ ମୋହନ ପଟ୍ଟନାୟକ, ବଳଭଦ୍ର ସୁକର, ମହନ୍ତ ବିହାରୀ ଦାସ, ମଦନ ମୋହନ ଦାଶଙ୍କ ପରି ଅନେକ ଆନ୍ଦୋଳନକାରୀ ଏହାର ନେତୃତ୍ବ ନେଇଥିଲେ। ସମସ୍ତେ ଏକସ୍ବରରେ ଏହି ସ୍ବେଚ୍ଛାଚାରୀ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ସହିତ ସମ୍ବଲପୁର ଅଞ୍ଚଳକୁ ଓଡ଼ିଶାରେ ସମ୍ମିଶ୍ରଣ କରିବା ଦାବିରେ ଆନ୍ଦୋଳନ ଜାରି ରଖିଥିଲେ। ଫଳସ୍ୱରୂପ, ୧୯୦୫ ମସିହାରେ ଆନ୍ଦୋଳନକାରୀଙ୍କ ଉଭୟ ଦାବି ପୂରଣ କରାଯାଇଥିଲା। ଏହି ନିଷ୍ପତ୍ତିକୁ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରଥମ ସୋପାନ ଭାବେ ବିଚାର କରାଯାଇପାରେ।କିନ୍ତୁ, ଏହି ଆନନ୍ଦ ବେଶିଦିନ ତିଷ୍ଠି ନ ଥିଲା। ସେ ସମୟର ବ୍ରିଟିସ ସରକାରଙ୍କ ଦ୍ବାରା ହିନ୍ଦୀ ଓ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ବେଙ୍ଗଲ ପ୍ରୋଭିନ୍ସରୁ ଅଲଗା କରି ବିହାର-ଓଡ଼ିଶା ପ୍ରୋଭିନ୍ସ ୧୯୧୨ ମସିହାରେ ଗଠନ କରାଯାଇଥିଲା। ଗଞ୍ଜାମ ଓ ବିଜୟନଗରମ ମାଡ୍ରାସ ପ୍ରେସିଡେନ୍ସିରେ ରହିଲା। କିନ୍ତୁ, ଏହି ନିଷ୍ପତ୍ତି ଓଡ଼ିଶାରେ ତୀବ୍ର ଅସନ୍ତୋଷର ସୂତ୍ରପାତ କରିଥିଲା। ଏହି ‘ଯାଆଁଳା’ ରାଜ୍ୟ ଉତ୍ପନ୍ନ ଫଳରେ ଓଡ଼ିଶାରେ ବିହାରୀ ଓ ତେଲୁଗୁ ଭାଷାଭାଷୀଙ୍କ ଆଧିପତ୍ୟ ରହିବା ଏକ ପ୍ରକାର ନିଶ୍ଚିତ ଥିଲା। ତେଣୁ, ସେ ସମୟର ନେତୃମଣ୍ଡଳୀଙ୍କ ହୃଦ୍ବୋଧ ହୋଇଥିଲା ଯେ ଓଡ଼ିଆ ଭାଷା ଓ ଓଡ଼ିଶାର ଅସ୍ତିତ୍ବ ବଞ୍ଚାଇବାକୁ ଗୋଟିଏ ମାତ୍ର ବାଟ ଥିଲା। ତାହା ହେଉଛି, ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରି ଭାଷାଭିତ୍ତିକ ରାଜ୍ୟ ଗଠନ କରିବା। ଏହା ଏକ ଅଭୂତପୂର୍ବ ନିଷ୍ପତ୍ତି ଥିଲା, କାରଣ ସେ ସମୟରେ ଭାରତୀୟ ସ୍ବାଧୀନତା ସଂଗ୍ରାମ ତୀବ୍ରତର ହେଉଥିଲା, ଏବଂ ଏପରି ଏକ ଆନ୍ଦୋଳନ କେହି କେବେ ଚିନ୍ତା କରି ନ ଥିଲେ।ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଦରଖାସ୍ତ, ପିଟିସନ ମାଧ୍ୟମ ଛାଡ଼ି, ଜନଆନ୍ଦୋଳନର ଆବଶ୍ୟକତା ଥିଲା। ଏହି ଭାବନାକୁ ତୃଣମୂଳ ସ୍ତରକୁ ନେବା ପାଇଁ ୧୯୦୩ ମସିହାରେ ଗଠନ ହୋଇଥିଲା ‘ଉତ୍କଳ ସମ୍ମିଳନୀ’। ଏହାର ମୂଳ ଲକ୍ଷ୍ୟ ଥିଲା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ରକ୍ଷା କରି ଏହାର ବିକାଶ କରିବା, ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ କରି ଗୋଟିଏ ପ୍ରଶାସନିକ ଏକକ ଭାବେ ଗଠନ କରିବା ଏବଂ ନୂତନ ଭାବେ ଗଠିତ ରାଜ୍ୟର ବିକାଶ କରିବା। ଓଡ଼ିଶାର ସୌଭାଗ୍ୟ ଯେ ସେ ସମୟରେ ଏହି ଆନ୍ଦୋଳନକୁ ଜନମାନସରେ ରେଖାଙ୍କିତ କରିବା ପାଇଁ ଥିଲେ ଦୃଢ଼, ବିଜ୍ଞ ଓ ପ୍ରଗାଢ଼ ବୁଦ୍ଧିମତ୍ତା ବିଶିଷ୍ଟ ନେତୃତ୍ବ। ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ୟାସକବି ଫକୀର ମୋହନ ସେନାପତି, କର୍ମବୀର ଗୌରୀଶଙ୍କର ରାୟ, ପାରଳା ମହାରାଜ କୃଷ୍ଣଚନ୍ଦ୍ର ଗଜପତି, ମୟୂରଭଞ୍ଜ ଶାସକ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ସ୍ବଭାବକବି ଗଙ୍ଗାଧର ମେହେର ଉତ୍କଳ ସମ୍ମିଳନୀର ଆନ୍ଦୋଳନକୁ ବିସ୍ତାର କରିଥିଲେ। ତିନି ଦଶନ୍ଧିରୁ ଅଧିକ କାଳର ସଂଗ୍ରାମରେ ଏହି ଆନ୍ଦୋଳନ ଅନେକ ବାଧବିଘ୍ନ ଦେଇ ଗତି କରିଥିଲା। ୧୯୨୦ ମସିହାର ସଚ୍ଚିଦାନନ୍ଦ ସିହ୍ନାଙ୍କ ପ୍ରସ୍ତାବ, ୧୯୩୦ ମସିହାର ଗୋଲ ଟେବୁଲ ବୈଠକରେ ପାରଳା ରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଭାବବିହ୍ବଳ ଅଭିଭାଷଣ, ୧୯୩୩ ମସିହାର ସୀମା ନିର୍ଦ୍ଧାରଣ ପାଇଁ ହବାକ କମିସନ ଏବଂ ଶେଷରେ ଏହି ଆନ୍ଦୋଳନର ସୁଖଦ ପରିଣାମ ଥିଲା ଭାରତ ସରକାର ଅଧିନିୟମ, ୧୯୩୫। ଏହି ଅଧିନୟମ ଫଳରେ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ସ୍ବତନ୍ତ୍ର ପରିଚୟ ନେଇ, ନୂତନ ଆଶାର ସମ୍ଭାର ନେଇ ସୃଷ୍ଟି ହୋଇଥିଲା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ, ଯାହା ଥିଲା ସ୍ବାଧୀନ ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ସ୍ବାଧୀନତା ପରବର୍ତ୍ତୀ ସମୟରେ ଦେଶରେ ଭାଷା-ଆଧାରିତ ରାଜ୍ୟ ଗଠନ ପାଇଁ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଭୂମିକା ଥିଲା ମହତ୍ତ୍ୱପୂର୍ଣ୍ଣ। ସ୍ବତନ୍ତ୍ର ପ୍ରଦେଶ ଗଠନ ଆନ୍ଦୋଳନର ଆଉ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଦିଗ ଥିଲା ଓଡ଼ିଆ ଭାଷା, ସାହିତ୍ୟକୁ ଉଜ୍ଜୀବିତ ଓ ଋଦ୍ଧିମନ୍ତ କରିବା। ତେଣୁ ସେ ସମୟରେ ସ୍ବଭାବକବି ଗଙ୍ଗାଧର ମେହେର, କବିବର ରାଧାନାଥ ରାୟ, ବ୍ୟାସକବି ଫକୀର ମୋହନ ସେନାପତି, ଭକ୍ତକବି ମଧୁସୂଦନ ରାଓ, କର୍ମବୀର ଗୌରୀଶଙ୍କର ରାୟ ନିଜର କାଳଜୟୀ ରଚନା ବଳରେ ଓଡ଼ିଆ ସାହିତ୍ୟ, ଓଡ଼ିଆ ଭାଷାକୁ ନୂତନ ଦିଗନ୍ତ ଦେଇଥିଲେ। ଓଡ଼ିଆ ଅସ୍ମିତାର ପୁରୋଧା ଥିଲେ ଏହି କବି, ଗାଳ୍ପିକ ତଥା ଗଦ୍ୟକାରମାନେ। ଏପରିକି ଉତ୍କଳଗୌରବ ମଧୁସୂଦନ ଦାସ ଓ ଉତ୍କଳମଣି ଗୋପବନ୍ଧୁ ଦାସ ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିବା ପାଇଁ ସେମାନଙ୍କ ଲେଖନୀ ଚାଳନା କରିଥିଲେ। ଆଜି ସାରା ଓଡ଼ିଆ ଜାତି ଏହି ବରପୁତ୍ରମାନଙ୍କ ପାଖରେ ନତମସ୍ତକ। ଉତ୍କଳ ସମ୍ମିଳନୀର ଆଉ ଗୋଟିଏ ଦିଗ ଥିଲା ଭବିଷ୍ୟତରେ ଯେତେବେଳେ ବି ସ୍ବତନ୍ତ୍ର ଓଡ଼ିଶା ଗଠିତ ହେବ ତାହାର ସର୍ବାଙ୍ଗୀନ ବିକାଶ କରିବା। ଗତ ପ୍ରାୟ ସାଢ଼େ ସାତ ଦଶନ୍ଧିରେ ଓଡ଼ିଶା ଅନେକ ପ୍ରଗତି କରିଛି। କିନ୍ତୁ, କ୍ଷୋଭର ବିଷୟ ଯେ ଓଡ଼ିଶାର ସାମର୍ଥ୍ୟ ଅନୁପାତରେ ସଫଳତା ହାସଲ କରିବାରେ ରାଜ୍ୟ ଅସମର୍ଥ ହୋଇଛି। ସ୍ବାଧୀନତାର ପ୍ରାୟ ସାଢ଼େ ସାତ ଦଶନ୍ଧି ପରେ ବି ରାଜ୍ୟ ଦେଶର ପ୍ରମୁଖ ବିକଶିତ ରାଜ୍ୟ ଶ୍ରେଣୀରେ ପହଞ୍ଚି ପାରିନାହିଁ। ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ, ସୁଦୀର୍ଘ ବେଳାଭୂମି, ପ୍ରଚୁର ଜଳର ଉତ୍ସ, ବନ୍ୟ ସମ୍ପଦ ଇତ୍ୟାଦି ଯାହା ସବୁ ଗୋଟିଏ ରାଜ୍ୟର ବିକାଶ ପାଇଁ ଆବଶ୍ୟକ, ସବୁକିଛି ରହିଛି ଓଡ଼ିଶା ମାଟିରେ। ଯଦି କିଛି ଅଭାବ ଥିଲା, ତାହା ବୋଧହୁଏ ଥିଲା ଦୂରଦୃଷ୍ଟି ଓ ରାଜନୈତିକ ଇଚ୍ଛାଶକ୍ତି। କିନ୍ତୁ, ୨୦୨୪ ଜୁନ ୧୨ ତାରିଖରେ ଓଡ଼ିଶାର ସାମାଜିକ, ରାଜନୈତିକ ଚିତ୍ରପଟରେ ସଂପୂର୍ଣ୍ଣ ପରିବର୍ତ୍ତନ ଆସିଛି। ଓଡ଼ିଶାରେ ଲୋକଙ୍କ ସରକାର ଲୋକମାନଙ୍କ ପାଇଁ କାର୍ଯ୍ୟରତ। ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନ ଓ ସହଯୋଗରେ ଓଡ଼ିଶା ସରକାର ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ଅଗ୍ରସର ହେଉଛନ୍ତି। କେନ୍ଦ୍ରର ସହଯୋଗ, ଓଡ଼ିଶା ସରକାରଙ୍କ ସ୍ବଚ୍ଛ ଓ ପ୍ରଭାବୀ ଶାସନ ଏବଂ ସର୍ବୋପରି ରାଜ୍ୟବାସୀଙ୍କ କଠିନ ପରିଶ୍ରମ ଫଳରେ ୨୦୩୬ରେ ଯେତେବେଳେ ସ୍ବତନ୍ତ୍ର ଓଡ଼ିଶା ଗଠନର ଶତବାର୍ଷିକୀ ପାଳନ କରାଯିବ, ସେତେବେଳେ ଓଡ଼ିଶା ଏକ ବିକଶିତ ରାଜ୍ୟରେ ପରିଣତ ହୋଇଥିବ ଏବଂ ସାମାଜିକ, ରାଜନୈତିକ ତଥା ଅର୍ଥନୈତିକ ମାନଦଣ୍ଡରେ ଦେଶର ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ପରିଗଣିତ ହେବ। ସମୃଦ୍ଧ ଓଡ଼ିଶା ଗଠନ ପାଇଁ ତିନିଟି ଶକ୍ତିର ଉପଯୋଗ ହେବ, ସେଗୁଡ଼ିକ ହେଉଛି- ଅସ୍ମିତା, ଉଚ୍ଚାକାଂକ୍ଷା ଓ ଅବିଶ୍ରାନ୍ତ ଉଦ୍ୟମ। ସ୍ବତନ୍ତ୍ର ଓଡ଼ିଶାର ଇତିହାସ ଆଲୋଚନା କଲାବେଳେ ଆଉ ଗୋଟିଏ ଦିଗକୁ ଅଣଦେଖା କରାଯାଇପାରିବ ନାହିଁ, ତାହା ହେଉଛି ଆଞ୍ଚଳିକ ବୈଷମ୍ୟ। ଏହା ଅନସ୍ବୀକାର୍ଯ୍ୟ ଯେ ଆମ ରାଜ୍ୟର କିଛି ଅଞ୍ଚଳ ଯେପରିକି ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ଅନ୍ୟ ଅଞ୍ଚଳ ପରି ବିକାଶର ଧାରାରେ ଆଶାନୁରୂପ ଭାବେ ସାମିଲ ହୋଇ ପାରିନାହିଁ। ଏହା ବେଳେବେଳେ ଜନ ଅସନ୍ତୋଷରେ ପ୍ରତିଫଳିତ ହୋଇଛି। ଏହି ସମସ୍ୟାକୁ ବିଗତ ସରକାରମାନେ ସଠିକ୍ ଭାବେ ସମାଧାନ କରିବାର ଆବଶ୍ୟକତା ଥିଲା। କିନ୍ତୁ, ସେହି ଐତିହାସିକ ଭୁଲ୍କୁ ସୁଧାରିବା ପାଇଁ ନୂତନ ସରକାର ସଂକଳ୍ପ ନେଇଛନ୍ତି, ଯାହାର ପ୍ରଥମ ନିଦର୍ଶନ ହେଉଛି, ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଓ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ। ଏହି ଦୁଇ ପରିଷଦ ସହିତ ପୂର୍ବ ଗଠିତ ପଶ୍ଚିମ ଓଡ଼ିଶା ପରିଷଦ ରାଜ୍ୟ ବିକାଶର ନୂଆ ଦିଗନ୍ତ ସୃଷ୍ଟି କରିବ। ରାଜ୍ୟର ଏକତା, ଅଖଣ୍ଡତା ସର୍ବୋପରି। ବିବିଧତା ଭିତରେ ଏକତା ହେଉଛି ଓଡ଼ିଆ ଅସ୍ମିତାର ପରିଚୟ। ଭାଷା, ଚଳଣି, ରୀତିନୀତି, ଖାଦ୍ୟପେୟରେ ସାମାନ୍ୟ ବିବିଧତା ଥିଲେ ମଧ୍ୟ ସମସ୍ତେ ଗୋଟିଏ ସୂତ୍ରରେ ବନ୍ଧା- ଏହା ହେଉଛି ‘ଓଡ଼ିଆ ଜାତୀୟତା’ ଯେଉଁଥିପାଇଁ ଆମ ପୂର୍ବଜମାନେ ଅନେକ ତ୍ୟାଗ ସ୍ବୀକାର କରିଛନ୍ତି। ତାଙ୍କର ସେହି ତ୍ୟାଗ, ବଳିଦାନ କେବେହେଲେ ବ୍ୟର୍ଥ ଯିବ ନାହିଁ। ତାଙ୍କର ସ୍ବପ୍ନର ଓଡ଼ିଶା ବର୍ତ୍ତମାନର ନୂତନ ସରକାର ନିର୍ମାଣ କରିବେ ଏବଂ ସାଢ଼େ ଚାରିକୋଟି ରାଜ୍ୟବାସୀ ଏହି ଯଜ୍ଞରେ ସ୍ବତଃପ୍ରବୃତ୍ତ ଭାବେ ସାମିଲ ହେଉଛନ୍ତି। ଆଗାମୀ ଦଶନ୍ଧି ହେବ ‘ଓଡ଼ିଶାର ଦଶନ୍ଧି’, ଏଥିରେ ତିଳେ ମାତ୍ର ସଂଶୟ ନାହିଁ।
ଅନୁବାଦକଙ୍କ ଭୂମିକା ଯଶୋଦାଙ୍କ ଭଳି: ମୁକ୍ତ ଚିନ୍ତନ ମଞ୍ଚ ଓ ଭାରତୀୟ ବିଦ୍ୟାଭବନର ୨୦୭ତମ ଆଲୋଚନାଚକ୍ର
ଭୁବନେଶ୍ବର: ରୋଗୀଟିର ମୁହଁରେ ହସ ଦେଖିଲେ ଡାକ୍ତର ଯେଭଳି ଆତ୍ମତୃପ୍ତି ପାଇଥାଏ, ଠିକ୍ ସେହିଭଳି ଲେଖା ପାଠକୀୟ ସ୍ୱୀକୃତି ପାଇଲେ ତାହା ଲେଖକଙ୍କୁ ସୃଜନଶୀଳ କରେ। ମୁକ୍ତ ଚିନ୍ତନ ମଞ୍ଚ ଓ ଭାରତୀୟ ବିଦ୍ୟାଭବନ ଆନୁକୂଲ୍ୟରେ ୨୦୭ତମ ଆଲୋଚନାଚକ୍ରରେ ସଭାପତିତ୍ବ କରିବା ଅବସରରେ ଏଭଳି କହିଛନ୍ତି ବିଶିଷ୍ଟ ଚିକିତ୍ସକ ଡା. ଅଶୋକ କୁମାର ମହାପାତ୍ର। ବିଦ୍ୟାଭବନ ସଭାଗୃହରେ ‘ମୋ ଜୀବନ: ମୋ ସୃଜନ’ ଶୀର୍ଷକ ଆଲୋଚନାଚକ୍ରର ମୁଖ୍ୟଅତିଥି ବିଶିଷ୍ଟ କଥାକାର ଗୌରହରି ଦାସ କହିଲେ, ଅନୁବାଦକ ଯଶୋଦାଙ୍କ ଭୂମିକା ଗ୍ରହଣ କରିଥାନ୍ତି। ଅନୁବାଦକ ଲେଖକର କୃତିତ୍ବକୁ ଅକ୍ଷୁଣ୍ଣ ଓ ଉତ୍ତରିତ କରିଥାଏ। ଓଡ଼ିଶାର ବିଶ୍ବବିଦ୍ୟାଳୟଗୁଡ଼ିକରେ ଏବେ ବନ୍ଦ ହୋଇଯାଇଥିବା ଅନୁବାଦ କାର୍ଯ୍ୟକ୍ରମ ପୁନର୍ବାର ଚାଲିବା ଦରକାର। ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ଲେଖକ ବୈଷ୍ଣବ ଚରଣ ସାମଲ ଓ ଅନୁବାଦକ ସୁଭାଷ ଚନ୍ଦ୍ର ଶତପଥୀଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଲେଖକ ଶ୍ରୀ ସାମଲ କହିଲେ, ସାହିତ୍ୟ ହେଉଛି ଏକ ଅନନ୍ତ ପ୍ରବାହ। ପ୍ରବନ୍ଧ ଓ ଆଧ୍ୟାତ୍ମିକ ସାହିତ୍ୟ ଆତ୍ମସନ୍ତୋଷ ପ୍ରଦାନ କରିଥାଏ। ଅନୁବାଦକ ଶ୍ରୀ ଶତପଥୀ କହିଲେ, ମୌଳିକ ରଚନା ଓ ଅନୁବାଦ କ୍ଷେତ୍ରରେ ଗଭୀର ପ୍ରବେଶ ଆବଶ୍ୟକ। ସାରଳା ଦାସ ସ୍ମୃତି ସଂସଦ ଦ୍ୱାରା ପ୍ରକାଶିତ ଶାରଳା ପଞ୍ଜିକା ଗଣନାକାର ପ୍ରଦୀପ୍ତ କୁମାର ବିଶ୍ୱାଳ ଓ ସମୀର ଗୋଛାୟତଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଥିଲା। ସମ୍ପାଦକ ପୀତବାସ ରାଉତରାୟ ମଞ୍ଚ ପରିଚାଳନା କରିଥିଲେ। ବିରଜା ପ୍ରସାଦ ଶତପଥୀ ଧନ୍ୟବାଦ ଦେଇଥିଲେ। ଭୁବନେଶ୍ବରୀ ବେହେରା ଭକ୍ତି ସଙ୍ଗୀତ ଗାନ ଓ ବିଜୟଲକ୍ଷ୍ମୀ ପଟ୍ଟନାୟକ ବେଦପାଠ କରିଥିଲେ।
ମୋଦୀଙ୍କ ଆରଏସ୍ଏସ୍ ମୁଖ୍ୟାଳୟ ଗସ୍ତ ପରେ: ଅବସର ରାଜନୀତି ତେଜିଲା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନାଗପୁରସ୍ଥିତ ରାଷ୍ଟ୍ରୀୟ ସ୍ବୟଂ ସେବକ (ଆର୍ଏସ୍ଏସ୍) ମୁଖ୍ୟାଳୟକୁ ଯାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଆଜି ମନ୍ତବ୍ୟ ରଖିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ସେପ୍ଟେମ୍ବରରେ ଅବସର ନେବା ପାଇଁ ଯୋଜନା କରିଛନ୍ତି। ସେଥିପାଇଁ ସେ ଆର୍ଏସ୍ଏସ୍ ମୁଖ୍ୟାଳୟ ଯାଇ ଆଲୋଚନା କରିଛନ୍ତି। ଟା-ଟା, ବାଏ ବାଏ ପାଇଁ ଯାଇଥିଲେ: ରାଉତ ୨୦୨୯ରେ ବି ମୋଦୀ ନେତୃତ୍ବ ନେବେ: ଫଡ଼ନାବିସ ମୋଦୀ ଗତ ୧୦-୧୧ ବର୍ଷ ମଧ୍ୟରେ ଆରଏସ୍ଏସ୍ ମୁଖ୍ୟାଳୟ ଯାଇନଥିଲେ। କିନ୍ତୁ ଏବେ ସେ ସଂଘର ମୁଖ୍ୟ ମୋହନ ଭାଗବତଙ୍କୁ ଟା-ଟା, ବାଏ ବାଏ କହିବା ପାଇଁ ଯାଇଛନ୍ତି। ସେ ତାଙ୍କ ଅବସର ଆବେଦନ ଦାଖଲ କରିବା ପାଇଁ ଯାଇଥିଲେ ବୋଲି ରାଉତ କହିଛନ୍ତି। ଏପରିକି ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରରୁ ହେବେ ବୋଲି ରାଉତ କହିଛନ୍ତି। ଜଣେ କଂଗ୍ରେସ ନେତା ମଧ୍ୟ ରାଉତଙ୍କ ଏପ୍ରକାର ମନ୍ତବ୍ୟକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ବିଜେପିର ଯେଉଁ ନେତାଙ୍କୁ ୭୫ ବର୍ଷ ଟପୁଛି ଦଳ ସେମାନଙ୍କୁ ଅବସର ଦେଉଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୟସ ମଧ୍ୟ ବଢ଼ୁଛି। ତେଣୁ ସେମାନେ ମୋଦୀଙ୍କର ଅବସର ଚିନ୍ତା କରୁଥାଇ ପାରନ୍ତି। ସାମ୍ବାଦିକମାନଙ୍କୁ ରାଉତ କହିଛନ୍ତି, ମୁଁ ଏହା ବୁଝୁଛି ଯେ ସମଗ୍ର ସଂଘ ପରିବାର ଦେଶର ନେତୃତ୍ବରେ ଏକ ପରିବର୍ତ୍ତନ ଚାହେ। ପ୍ରଧାନମନ୍ତ୍ରୀଙ୍କ ସମୟ ଶେଷ ହୋଇଗଲା। ସେମାନେ ପରବର୍ତ୍ତୀ ବିଜେପି ମୁଖ୍ୟ ବାଛିବାକୁ ଚାହାନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ବରିଷ୍ଠ ବିଜେପି ନେତା ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଶ୍ରୀ ରାଉତଙ୍କ ଦାବିକୁ ଦୃଢ଼ଭାବେ ଖଣ୍ଡନ କରିଛନ୍ତି। ଫଡ଼ନାବିସ କହିଛନ୍ତି, ମୋଦୀ ଅନେକ ବର୍ଷ ଧରି ଦେଶର ନେତୃତ୍ବ ନେବେ। ୨୦୨୯ରେ ଆମେ ମୋଦୀଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁ । ମୋଦୀ ଆମର ନେତା ଏବଂ ଏହା ଜାରି ରହୁ। ଆମ ସଂସ୍କୃତିରେ ବାପା ବଞ୍ଚିଥିଲେ ଉତ୍ତରାଧିକାରୀ କଥା କହିବା ଅନୁଚିତ। ତାହା ମୋଗଲ ସଂସ୍କୃତି। ବର୍ତ୍ତମାନ ଏ ସମ୍ପର୍କରେ ଆଲୋଚନା କରିବାର ସମୟ ନୁହେଁ ବୋଲି ଫଡ଼ନାବିସ କହିଛନ୍ତି।
ମ୍ୟାମାର ଭୂକମ୍ପ: ମୃତ୍ୟୁସଂଖ୍ୟା ୨ହଜାର ଟପିଲା, ମସଜିଦ୍ ତଳେ ପୋତି ହୋଇଗଲେ ୭୦୦ ଶ୍ରଦ୍ଧାଳୁ
ନୂଆଦିଲ୍ଲୀ: ମ୍ୟାମାରରେ ଭୂକମ୍ପ ମୃତ୍ୟୁସଂଖ୍ୟା ୨ ହଜାର ଟପିଯାଇଛି। ସୋମବାର ଦେଶର ସାମରିକ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭୂକମ୍ପରେ ୨,୦୫୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩,୯୦୦ ଆହତ ହୋଇଛନ୍ତି। ପାଖାପାଖି ୨୭୦ ଜଣ ନିଖୋଜ ଅଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଜଣେ ମହିଳାଙ୍କୁ ଏକ ହୋଟେଲର ଭଗ୍ନାବଶେଷ ତଳୁ ଜୀବିତ ଉଦ୍ଧାର କରାଯାଇଛି। ମାଣ୍ଡଲେରେ ଗ୍ରେଟ୍ ୱାଲ ହୋଟେଲର ଭଗ୍ନାବଶେଷ ତଳୁ ମହିଳାଙ୍କୁ ଉଦ୍ଧାର କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ମାଣ୍ଡଲେ ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳ ନିକଟରେ ଅବସ୍ଥିତ ବାଂଲାଦେଶର ଦ୍ବିତୀୟ ବୃହତ୍ ସହର। ତେଣୁ ୩ ଦିନ ପରେ ବି କିଛି ଲୋକ ଜୀବିତ ଥିବା ନେଇ ଆଶା ରହିଛି। ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଅଧିକ ତ୍ବରାନ୍ବିତ କରିଛନ୍ତି। ସ୍ପ୍ରିଙ୍ଗ ରିଭୋଲ୍ୟୁସନ୍ ମ୍ୟାମାର ମୁସଲିମ ନେଟୱର୍କର ଜଣେ ଷ୍ଟିୟରିଂ କମିଟି ସଦସ୍ୟ କହିଛନ୍ତି ଯେ ରମଜାନ ମଧ୍ୟରେ ଗତ ଶୁକ୍ରବାର ଦିନ ପ୍ରାର୍ଥନା ଚାଲିଥିବା ସମୟରେ ଭୂକମ୍ପ ଯୋଗୁଁ ମସଜିଦ ଭୁଶୁଡ଼ି ପଡ଼ିବାରୁ ୭୦୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଥାଇଲାଣ୍ଡ୍ରେ ଭୂକମ୍ପ ମୃତ୍ୟୁସଂଖ୍ୟା ୧୮ରେ ରହିଛି। ୩ ଦିନ ପରେ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେଣୁ ଅଧିକ ମୃତଦେହ ମିଳିବା ନେଇ ଆଶଙ୍କା ରହିଛି। ଉଲ୍ଲେଖଯୋଗ୍ୟ ଯେ ଭାରତ ସମେତ ଅନେକ ରାଷ୍ଟ୍ର ଏବଂ ଅନ୍ତର୍ଜାତୀୟ ଅନୁଷ୍ଠାନ ମ୍ୟାମାରକୁ ସହଯୋଗର ହାତ ବଢ଼ାଇଛନ୍ତି। ମ୍ୟାମରରେ ୨୦୨୧ରୁ ସାମରିକ ଶାସନ ଆରମ୍ଭ ହେବାପରଠାରୁ ଲୋକମାନଙ୍କର ବିପତ୍ତି ବଢ଼ିଯାଇଛି। ଏଠାରେ ଖାଦ୍ୟ ସଙ୍କଟ ମଧ୍ୟ ଦେଖାଦେଇଛି। ଏହି ସମୟରେ ପୁଣି ଭୂକମ୍ପ ଲୋକଙ୍କ ଦୁଃଖକୁ ବହୁଗୁଣିତ କରିଛି।
ୟୁନୁସଙ୍କ ଟିପ୍ପଣୀକୁ ଭାରତର ତୀବ୍ର ବିରୋଧ
ନୂଆଦିଲ୍ଲୀ: ବାଂଲାଦେଶ ଅନ୍ତରୀଣ ସରକାର ମୁଖ୍ୟ ଉପଦେଷ୍ଟା ମହମ୍ମଦ ୟୁନୁସ ଭାରତର ଉତ୍ତରପୂର୍ବ ଅଞ୍ଚଳକୁ ସ୍ଥଳଭାଗ ଦ୍ବାରା ଆବଦ୍ଧ ଅଞ୍ଚଳ ବୋଲି କହିଛନ୍ତି। ୪ ଦିନିଆ ଚୀନ୍ ଗସ୍ତ ଅବସରରେ ୟୁନୁସ୍ ଚୀନ୍କୁ ବାଂଲାଦେଶରେ ନିବେଶ ପାଇଁ ନିମନ୍ତ୍ରଣ କରିଛନ୍ତି। ଏହି ଅବସରରେ ସେ ଏକ ବିବାଦୀୟ ଟିପ୍ପଣୀ ଦେଇ କହିଛନ୍ତି, ‘ ଭାରତର ପୂର୍ବରେ ଥିବା ୭ଟି ରାଜ୍ୟ ଲାଣ୍ଡଲକ୍ଡ ଅର୍ଥାତ୍ ସ୍ଥଳ ଭାଗ ଦ୍ବାରା ଆବଦ୍ଧ ଅଞ୍ଚଳ। ସେମାନଙ୍କର ସମୁଦ୍ରକୁ ସଂଯୋଗ ବାଟ ନାହିଁ। ବାଂଲାଦେଶ ସମୁଦ୍ରର ଏକମାତ୍ର ଅଭିଭାବକ। ଚୀନ୍ ଅର୍ଥନୀତି ବୃଦ୍ଧି ପାଇଁ ଏହା ଏକ ବଡ଼ ସମ୍ଭାବନା ସୃଷ୍ଟି କରିବ। ୟୁନୁସଙ୍କ ଏହି ଟିପ୍ପଣୀର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ଭାରତ ଏହାର ତୀବ୍ର ବିରୋଧ କରିଛି। ବାଂଲାଦେଶ ଅର୍ଥନୀତି ଭୁଶୁଡ଼ି ପଡ଼ିଛି : ପ୍ରତିରକ୍ଷା ବିଶେଷଜ୍ଞ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା କମିଟି ସଦସ୍ୟ ସଂଜୀବ ସନ୍ୟାଲ ୟୁନୁସଙ୍କ ଟିପ୍ପଣୀରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି,‘ଏହା ଆଶ୍ଚର୍ଯ୍ୟଜନକ ଯେ ଭାରତରେ ୭ଟି ରାଜ୍ୟ ଲାଣ୍ଡ୍-ଲକ୍ଡ ଥିବା ଆଧାରରେ ୟୁନୁସ୍ ଚୀନ୍କୁ ବାଂଲାଦେଶରେ ବିନିଯୋଗ ପାଇଁ ଅନୁରୋଧ କରୁଛନ୍ତି। କିନ୍ତୁ ଏହି ୭ ଭାରତୀୟ ରାଜ୍ୟ ଲ୍ୟାଣ୍ଡଲକ୍ଡ ସମ୍ପର୍କରେ ମନ୍ତବ୍ୟ ଦେବାର ନିହିତାର୍ଥ କ’ଣ ସେନେଇ ସନ୍ୟାଲ ପ୍ରଶ୍ନ କରିଛନ୍ତି। ପ୍ରତିରକ୍ଷା ବିଶେଷଜ୍ଞମାନେ ମଧ୍ୟ ୟୁନୁସଙ୍କ ଟିପ୍ପଣୀକୁ ସମାଲୋଚନା କରିଛନ୍ତି। ଜଣେ ଅବସରପ୍ରାପ୍ତ ପ୍ରତିରକ୍ଷା ବିଶେଷଜ୍ଞ କ୍ୟାପେଟେନ ଅନୀଲ ଗୌର ୟୁନୁସଙ୍କ ଟିପ୍ପଣୀକୁ ବାଂଲାଦେଶର ଅର୍ଥନୈତିକ ସମସ୍ୟା ସହ ଯୋଡ଼ିଛନ୍ତି। ବାଂଲାଦେଶ ଅର୍ଥନୀତି ଭୁଶୁଡ଼ି ପଡ଼ିଥିବାରୁ ୟୁନୁସ୍ ପାଣ୍ଠି ସଂଗ୍ରହ ପାଇଁ ଚୀନ୍ ଯାଇଛନ୍ତି ବୋଲି ସେ କହିଛନ୍ତି।
ଓଡ଼ିଶାରେ ଜୀବନ, ଆନ୍ଧ୍ରରେ ଜୀବିକା: ଓଡ଼ିଆ ପିଲା ପଢ଼ୁଛନ୍ତି ତେଲୁଗୁ, ବାର୍ଦ୍ଧକ୍ୟ ଭତ୍ତା ୪ ହଜାର
କେ. ଶିବପ୍ରସାଦ ଦୋରା ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ୧୧ ବ୍ଲକ୍ ମଧ୍ୟରୁ ୪ ବ୍ଲକ୍ର ସୀମା ପଡ଼ୋଶୀ ରାଜ୍ୟ ଆନ୍ଧ୍ରକୁ ଲାଗିଛି। ତେଣୁ ତେଲୁଗୁ ଭାଷା ଏବଂ ସଂସ୍କୃତିର ଭଲ ପ୍ରଭାବ ରାୟଗଡ଼ା ଜିଲ୍ଲାରେ ଦେଖିବାକୁ ମିଳେ। ବିଡ଼ମ୍ବନା ହେଲା ଓଡ଼ିଶାର ସୀମାନ୍ତ ଗ୍ରାମବାସୀ ଏବେ ବି ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ଜୀବିକା ଲାଗି ନିଜ ଅଞ୍ଚଳରେ କୌଣସି ବ୍ୟବସ୍ଥା ନଥିବାରୁ ଆନ୍ଧ୍ର ଉପରେ ସଂପୂର୍ଣ୍ଣ ନିର୍ଭର କରୁଛନ୍ତି। ରାୟଗଡ଼ା, କୋଲନରା, ରାମନାଗୁଡ଼ା ଓ ଗୁଣପୁର ବ୍ଲକ୍ର କିଛି ଗାଁ ଆନ୍ଧ୍ର ସୀମାରେ ରହିଛି। ସ୍ବଳ୍ପ ବୃଷ୍ଟି ଯୋଗୁ କୃଷିରୁ ବିଶେଷ ଉପାର୍ଜନ ହେଉନି। ରୋଜଗାରର ଅନ୍ୟ ମାଧ୍ୟମ ଏଯାଏଁ ହୋଇପାରିନି। ତେଣୁ ସୀମାନ୍ତ ଗ୍ରାମବାସୀ ମୂଲ ଲାଗିବାକୁ ପ୍ରତିଦିନ ଆନ୍ଧ୍ରକୁ ଯାଉଛନ୍ତି। ରାମନାଗୁଡ଼ା ବ୍ଲକ୍ର ସୌରାଗୁଡ଼ା, କାଟିକି, ସୁଲୁଡ଼ୁ, କାପୁରଗୁଡ଼ା, ପାଲିକିଡ଼ଙ୍ଗା, ଆଚପା, ପିତାଲମାଙ୍ଗି, ଗୁଣପୁର ବ୍ଲକ୍ର ପାରିଡ଼ି, ମାରମା, ଗୋମୁ, ଗୁମୁଡୁଗୁଡା, କୁକୁରୁଗୁଡ଼ା, ଶ୍ରୀରାମପୁର, ମାରିଗୁଡ଼ା, ଶନାଇଗୁଡ଼ା, ଜଗନ୍ନାଥପୁର, କୋରମା, ବାତ୍ତିଲି, କୋଲନରା ବ୍ଲକର ଜୁମ୍ବୁରୀ, ମୁରଚିକଣା, ଲହରିଗୁଡ଼ା, ତୋଟାଗୁଡ଼ା, ରାୟଗଡ଼ା ବ୍ଲକର କେରଡ଼ା, ଆମ୍ପଲବାଲାସା ସହ ଆଉ କିଛି ଗାଁ ଆନ୍ଧ୍ର ସୀମାକୁ ଲାଗିଛି। ସୀମାନ୍ତ ଅଞ୍ଚଳରେ ଯେଉଁଭଳି ବିକାଶ ହେବା କଥା ହୋଇପାରିନି ବୋଲି ଆମ୍ପଲବାଲାସା ୱାର୍ଡସଭ୍ୟ କିଶୋର ଜିଲାକାରା କହିଛନ୍ତି। ସୀମାନ୍ତରେ ଆନ୍ଧ୍ର ରାସ୍ତାଘାଟ ସହ ଅନ୍ୟାନ୍ୟ ଜନହିତକର କାର୍ଯ୍ୟ କରୁଥିବା ବେଳେ ଓଡ଼ିଶାର ରାସ୍ତାଘାଟ ଦୟନୀୟ। ବିକାଶ ବି ନଗଣ୍ୟ। ଏପରିକି ଓଡ଼ିଶା ଭାଷା ବି ଅସ୍ତିତ୍ବ ପାଇଁ ସଂଘର୍ଷ କରୁଛି। ପ୍ରାୟ ସ୍ଥାନରେ କେବଳ ତେଲୁଗୁ ଭାଷାର ଛାପ ଦେଖିବାକୁ ମିଳିଛି। ସୀମାନ୍ତ ବିଦ୍ୟାଳୟଗୁଡ଼ିକରେ ଉପସ୍ଥାନ କମ୍ ଯୋଗୁ ବନ୍ଦ ହୋଇଯିବାରୁ ପିଲା ଶିକ୍ଷା ପାଇଁ ଆନ୍ଧ୍ରମୁହାଁ। ଲୋକେ ତେଲୁଗୁ ଆଉ ଆଦିବାସୀ ଭାଷା ଛାଡ଼ି ଅନ୍ୟ କୌଣସି ଭାଷା ଜାଣିନାହାନ୍ତି। ରାୟଗଡ଼ା ସଦର ବ୍ଲକ୍ର ସାନଲୁକୁଟି, ବଡ଼ଲୁକୁଟି, ଗୋସେଇଁକଣ୍ଟୁଆ, ରାମଗୁଡ଼ା, କେସେଡ଼ା, ସାନରାଇସିଂ, ଜିମିଡ଼ି, ତୁଳସୀୱାଲସା ଓ ହୁଲୁକି ପରି ପ୍ରାୟ ୧୧ରୁ ଊର୍ଦ୍ଧ୍ବ ବିଦ୍ୟାଳୟକୁ ଉପସ୍ଥାନ କମ୍ ଥିବା ଦର୍ଶାଇ ଶିକ୍ଷା ବିଭାଗ ବନ୍ଦ କରିଦେଇଛି। ତେଣୁ ଓଡ଼ିଶା ଭାଷା ଜାଣିବାରୁ ଏଠାକାର ପିଲା ବଞ୍ଚିତ ହୋଇଛନ୍ତି। ମନରେଗା ଭଳି ଯୋଜନାର ଲାଭ ପାଉନାହାନ୍ତି ସୀମାନ୍ତବାସୀ। ଫଳରେ ଓଡ଼ିଶାରେ ମାନଚିତ୍ରରେ ଗାଁ ରହିଥିଲେ ସୁଦ୍ଧା ଆନ୍ଧ୍ରର ପତିଆରା ବଢ଼ୁଛି। ଯାହାଫଳରେ ଆଗକୁ ଆନ୍ଧ୍ରରେ ମିଶ୍ରଣ ପାଇଁ ଆନ୍ଦୋଳନ ମୁଣ୍ଡ ଟେକିପାରେ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।
ବିଚ୍ଛିନ୍ନାଞ୍ଚଳରେ ଦୁର୍ବଳ ହେଉଛି ଓଡ଼ିଆ ଭାଷା
ଭୁବନେଶ୍ବର: ୧୯୩୬ ମସିହାରେ ଓଡ଼ିଶା ଭାଷା ଭିତ୍ତିକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା। ସେହି ସମୟରେ ଏକ ଭୁଲ୍ ନିଷ୍ପତ୍ତି ପାଇଁ ଓଡ଼ିଆ ଭାଷାଭାଷୀ ଲୋକ ଓଡ଼ିଶା ସୀମାରେଖା ବାହାରକୁ ଚାଲିଗଲେ। ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ୩୦ରୁ ଅଧିକ ଜିଲ୍ଲାରେ ପ୍ରାୟ ୨କୋଟିରୁ ଅଧିକ ଓଡ଼ିଆ ଲୋକ ବାସ କରୁଛନ୍ତି। ଆଜି ଓଡ଼ିଶା ବାହାରେ ଆଉ ଏକ ଓଡ଼ିଶା ରହିଛି। ଯେଉଁମାନେ ନା ଓଡ଼ିଶା ସହ ମିଶି ପାରୁଛନ୍ତି ନା ବର୍ତ୍ତମାନ ଥିବା ରାଜ୍ୟର ଭାଷା, ସାହିତ୍ୟ, ସଂସ୍କୃତିରେ ନିଜକୁ ସାମିଲ କରିପାରୁଛନ୍ତି। ଦଶନ୍ଧି ଦଶନ୍ଧି ଧରି ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବାକୁ ଉଦ୍ୟମ କରୁଥିବା ବେଳେ ଓଡ଼ିଶା ସରକାରଙ୍କ ଆନ୍ତରିକତାହୀନ ମାନସିକତା ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାକୁ ଦୁର୍ବଳ କରିଦେଉଛି। ଝାଡ଼ଖଣ୍ଡ ସରକାର ଓଡ଼ିଆ ଭାଷାକୁ ମାରିବାକୁ ଉଦ୍ୟମ କରୁଛନ୍ତି ଖରସୁଆଁରେ ଗୁଳିକାଣ୍ଡ ପରେ ୧୯୪୮ ମସିହା ଜାନୁଆରି ୧ରେ ଓଡ଼ିଶାରୁ ଅଲଗା ହୋଇ ବିହାରରେ ରହିଲା ଷଢ଼େଇକଳା-ଖରସୁଆଁ। ୧୫ ନଭେମ୍ବର ୨୦୦୦ ମସିହାରେ ପୁଣି ଝାଡ଼ଖଣ୍ଡରେ ମିଶିଲା। ଦୁଃଖର କଥା ଝାଡ଼ଖଣ୍ଡ ସରକାର ଧୀରେ ଧୀରେ ଓଡ଼ିଆ ଭାଷାକୁ ମାରିବାକୁ ଉଦ୍ୟମ କରୁଛନ୍ତି। ଓଡ଼ିଆ ବିଦ୍ୟାଳୟକୁ ହିନ୍ଦୀ ବିଦ୍ୟାଳୟରେ ରୂପାନ୍ତରୀକରଣ କରାଯାଉଛି। ଉତ୍କଳ ସମ୍ମିଳନୀ ପକ୍ଷରୁ ଅଳ୍ପ କିଛି ସ୍ଥାନରେ ଓଡ଼ିଆ ଶିକ୍ଷକ ଦିଆଯାଉଛି। ପାଠ୍ୟପୁସ୍ତକ ନମିଳିବାରୁ ଅଧିକାଂଶ ସ୍ଥାନରେ ପୁରୁଣା ବହିକୁ ଜେରକ୍ସ କରି ପାଠ ପଢ଼ା ହେଉଛି। ବହି ନଥିବାରୁ ଆଗାମୀ ପିଢ଼ି ଓଡ଼ିଆ ପଢ଼ିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଓଡ଼ିଆ ନେଉଥିବା ପିଲାଙ୍କର ମାର୍କ ହିନ୍ଦୀ ବା ବଙ୍ଗଳା ପିଲାଙ୍କ ତୁଳନାରେ କମ୍ ଦିଆଯାଉଛି। ତେଣୁ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅନେକ ବିଦ୍ୟାର୍ଥୀ ଓଡ଼ିଆ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। -ସପନ କୁମାର ମଣ୍ଡଲ, ଚିଲକୁ, ଖରସୁଆଁ, ଝାଡ଼ଖଣ୍ଡ ପୁଣି ଥରେ ଓଡ଼ିଶାର ଜନତା କହିବାର ସୁଯୋଗ ଦିଅନ୍ତୁ ମୋ ଘର ପାଖରେ ୧୯୪୦ ମସିହାରୁ ଓଡ଼ିଆ ବିଦ୍ୟାଳୟ ଅଛି। ମୁଁ ୧୯୭୩ ମସିହାରେ ସେହି ବିଦ୍ୟାଳୟରୁ ପାସ୍ କରିଥିଲି। ସବୁ କିଛି ଓଡ଼ିଆରେ ପଢ଼ା ହେଉଥିଲା। କିନ୍ତୁ ଏବେ ଓଡ଼ିଆ କେବଳ ଇଚ୍ଛାଧୀନ ବିଷୟ ରହିଛି। ବାକି ସମସ୍ତ ବିଷୟ ହିନ୍ଦୀ ଭାଷାରେ ପଢ଼ା ହେଛଛି। ଓଡ଼ିଶାରେ ୫ ବର୍ଷ ତଳେ ବଦଳି ଯାଇଥିବା ପୁସ୍ତକ ଏବେ ଏଠି ପଢ଼ାଯାଉଛି। ସରକାର ଠିକ୍ ସମୟରେ ବହି ଦେଉନାହାନ୍ତି। ଓଡ଼ିଆ ଉପନ୍ୟାସ, ଖବରକାଗଜ ବି ମିଳୁନାହିଁ। ମଝିରେ ମଝିରେ ବର୍ଣ୍ଣବୋଧ ଓ ଲକ୍ଷ୍ମୀପୁରାଣ ବାଣ୍ଟି ଦେଇ ବୋଧ ହୁଏ ଓଡ଼ିଶା ସରକାର କାମ ସାରି ଦେଉଛନ୍ତି। ଝାଡ଼ଖଣ୍ଡରେ ରହି ମଧ୍ୟ ଓଡ଼ିଆମାନେ ଓଡ଼ିଶାକୁ ଭୁଲି ନାହାନ୍ତି। କିନ୍ତୁ ଓଡ଼ିଶା ସରକାର ବିଚ୍ଛିନ୍ନାଞ୍ଚଳରେ ଦୁଃଖ ଯନ୍ତ୍ରଣାରେ କାଳ କାଟୁଥିବା ଓଡ଼ିଆଙ୍କୁ ଭୁଲି ଯାଉଛନ୍ତି। ଏବେ ବି ସମୟ ଅଛି ଓଡ଼ିଶା ସରକାର ବାହାରେ ରହିଯାଇଥିବା ଓଡ଼ିଆଙ୍କ କଥା ଚିନ୍ତା କରନ୍ତୁ। -ମନୋରଂଜନ ଗିରି, ଖଣ୍ଡାମୌଦା, ପୂର୍ବ ସିଂହଭୂମ୍ ଓଡ଼ିଆ ହୋଇ ବଞ୍ଚିବାର ସୁଯୋଗ ଦିଅନ୍ତୁ ଓଡ଼ିଶାର ଦୁର୍ବଳ ନେତୃତ୍ବ ଓ କେନ୍ଦ୍ରୀୟ ନେତୃତ୍ବର ଷଡ଼୍ଯନ୍ତ୍ର ପାଇଁ ଓଡ଼ିଶା ବାହାରେ ଲକ୍ଷାଧିକ ଓଡ଼ିଆ ରହିଗଲେ। ଷଢ଼େଇକଳା-ଖରସୁଆଁକୁ ଓଡ଼ିଶାରେ ମିଶାଇବା ପାଇଁ ବହୁତ ଜନ ଆନ୍ଦୋଳନ ହୋଇଛି। ଆମେ ଅକଥନୀୟ ନିର୍ଯାତନା ବି ପାଇଛୁ। ଆମ ଭାଇମାନେ ଗୁଳି ମାଡ଼ରେ ପ୍ରାଣ ହରାଇଲେ। କିନ୍ତୁ କିଛି ଫଳପ୍ରଦ ହେଲା ନାହିଁ। ତେବେ ଆଜି ପର୍ଯ୍ୟନ୍ତ ଓଡ଼ିଆ ପଣ ଆମ ଭିତରେ ରହିଛି। ବିଚ୍ଛିନ୍ନାଞ୍ଚଳରେ ଥିବା ଓଡ଼ିଆମାନେ ଓଡ଼ିଶାକୁ ଫେରିବା ପାଇଁ ଯେଉଁ ଭଳି ବ୍ୟାକୁଳ, ଓଡ଼ିଆ ଭାବରେ ସମ୍ମାନର ସହ ବଞ୍ଚିବା ପାଇଁ ଯେଉଁଭଳି ଉଦ୍ୟମ କରୁଛନ୍ତି, ସେହି ତୁଳନାରେ ଓଡ଼ିଶା ସରକାରଙ୍କ ସାମାନ୍ୟ ଆଗ୍ରହ ନାହିଁ। ଉତ୍କଳ ସମ୍ମିଳନୀ ନାଁରେ ଓଡ଼ିଶା ସରକାର ପ୍ରହସନ କରୁଛି। ନିଯୁକ୍ତ ହେଉଥିବା ଓଡ଼ିଆ ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ନାହିଁ କି ପ୍ରଶିକ୍ଷଣ ଦିଆଯାଉନାହିଁ। ଓଡ଼ିଶା ସରକାରଙ୍କ ପକ୍ଷରୁ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର, ପ୍ରସାର ପାଇଁ ଏଠି ସେଭଳି କାର୍ଯ୍ୟକ୍ରମ କରାଯାଉନାହିଁ। ଆଜି ଯଦି ପ୍ରତିକାର କରାନଯାଏ ତେବେ ଓଡ଼ିଆ ମରିଯିବ। ଓଡ଼ିଶା ସରକାର ପଡ଼ୋଶୀ ରାଜ୍ୟ ସହ କଥା ହୁଅନ୍ତୁ। ଓଡ଼ିଆଙ୍କୁ ଓଡ଼ିଆ ହୋଇ ବଞ୍ଚିବାର ସୁଯୋଗ ଦିଅନ୍ତୁ।-ଅତନୁ କବି, ଷଢ଼େଇକଳା ଓଡ଼ିଶା ଆମକୁ ପଚାରୁନି, ପଶ୍ଚିମବଙ୍ଗ ସ୍ବୀକୃତି ଦେଉନି ବାପା ଥିଲେ ସ୍ବାଧୀନତା ସଂଗ୍ରାମୀ ଧନଞ୍ଜୟ କର। ସ୍ବାଧୀନତା ସଂଗ୍ରାମ, ଓଡ଼ିଆ ଭାଷା ପାଇଁ ଲଢ଼େଇ କରିଥିଲେ। ଆଜି ନା ଆମକୁ ପଶ୍ଚିମବଙ୍ଗ ପଚାରୁଛି। ନାଁ ଓଡ଼ିଶା ସ୍ବୀକୃତି ଦେଉଛି। ଆମେ ମୂଳ ଓଡ଼ିଆ ବୋଲି ଜାଣି ସ୍ଥାନୀୟ ସରକାର ପାତରଅନ୍ତର କରୁଛନ୍ତି। ନାମରେ ମିଶ୍ର, କର ଦେଖିଲା ପରେ କହୁଛନ୍ତି, ‘‘ତୁମେ ବଙ୍ଗଳୀ ନୁହଁ, ତୁମକୁ ଚାକିରି କାହିଁକି ମିଳିବ। ତୁମେ ଆମ ଦୟାରେ ଏଠି ରହୁଛ।’’ ଅନ୍ୟପଟେ ଓଡ଼ିଶା ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଓଡ଼ିଶାକୁ ଫେରିବା ଭଳି ଗୋଟେ ମିଛ ଆଶା ନେଇ ଆମେ ବଞ୍ଚିଛୁ। -ଅମଲ କର, ଗୋପୀବଲ୍ଲଭପୁର, ପଶ୍ଚିମବଙ୍ଗ
ଆଜି ‘ଆୟୁଷ୍ମାନ ଭାରତ’ ଶୁଭାରମ୍ଭ ହେବନି: କାର୍ଡ ପ୍ରସ୍ତୁତି କିମ୍ବା ସଫ୍ଟୱେର୍ ଇଣ୍ଟିଗ୍ରେସନ୍ ସରିନାହିଁ
ଭୁବନେଶ୍ବର: ଏପ୍ରିଲ ପହିଲାରୁ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ଚଳିତମାସ ୧୨ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ବାସ୍ତବ କଥା ହେଉଛି ଆଜି ପର୍ଯ୍ୟନ୍ତ ଲୋକମାନଙ୍କୁ ଦିଆଯିବାକୁ ଥିବା ସମସ୍ତ କାର୍ଡ ଛପା ସରିନାହିଁ। ଯେତିକି କାର୍ଡ ଆସିଛି ତାହାର ବଣ୍ଟା ମଧ୍ୟ ଆରମ୍ଭ ହୋଇନାହିଁ। ଏହାବାଦ୍ ଏହା କେନ୍ଦ୍ର ସରକାରଙ୍କ ଯୋଜନା ହୋଇଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ଅବସରରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହେବ ବୋଲି ଆଲୋଚନା ହେଉଛି। ତେଣୁ ଆସନ୍ତାକାଲି ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହେବନାହିଁ ବୋଲି ସ୍ପଷ୍ଟ ହୋଇଛି। ରାଜ୍ୟରେ ଚାଲୁଥିବା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା(ଜିଜେଏୱାଇ) ସହ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାର ମିଶ୍ରଣ ହୋଇଛି। ଏଥିପାଇଁ ଓଡ଼ିଶା ଓ କେନ୍ଦ୍ର ସରକାରଙ୍କ ଭିତରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଜିଜେଏୱାଇ ଓ ଆୟୁଷ୍ମାନ ଭାରତ ସଫ୍ଟୱେର୍ ଇଣ୍ଟିଗ୍ରେସନ୍ ପାଇଁ ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରିବାରେ ବିଳମ୍ବ ହେଉଥିବା ସରକାର କହିଥିଲେ। ପରେ ଏପ୍ରିଲ ପହିଲାରୁ ଲାଗୁ କରିବା ପାଇଁ ଘୋଷଣା କରିଥିଲେ। ଏହାର ତଦାରଖ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗର ୩୫ଜଣ ଅଧିକାରୀଙ୍କୁ ନୋଡାଲ୍ ଅଧିକାରୀଭାବେ ବିଭିନ୍ନ ଜିଲ୍ଲାରେ ଏହାର ତଦାରଖ କରିବା ଲାଗି ଦାୟିତ୍ବ ଦିଆଯାଇଥିଲା। ସେମାନେ ବିଭିନ୍ନ ଜିଲ୍ଲା ଗସ୍ତ ଯୋଜନା ପ୍ରସ୍ତୁତିର ତଦାରଖ କରି ରିପୋର୍ଟ ଦେଇଛନ୍ତି। କାର୍ଡ ପ୍ରସ୍ତୁତି କିମ୍ବା ସଫ୍ଟୱେର୍ ଇଣ୍ଟିଗ୍ରେସନ୍ ସରିନାହିଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ନଡ୍ଡାଙ୍କ ଓଡ଼ିଶା ଗସ୍ତ ସମୟରେ ହୋଇପାରେ ଉଦ୍ଘାଟନ ବିଭାଗର ଜଣେ ଅଧିକାରୀ କହିଛନ୍ତି, ତତ୍କାଳୀନ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବା ବର୍ତ୍ତମାନର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ଗୋଟିଏ ପରିବାରକୁ ୨ଟି ଲେଖାଏଁ କାର୍ଡ ଦିଆଯାଇଥିଲା। ହେଲେ ଆୟୁଷ୍ମାନ ଭାରତ ଯୋଜନାରେ ପରିବାରର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଗୋଟିଏ ଲେଖାଏଁ କାର୍ଡ ଦିଆଯିବ। ତେଣୁ ପ୍ରାୟ ସାଢ଼େ ୩କୋଟି କାର୍ଡ ଛପାଯିବ। ଏହାସହ କାର୍ଡ ରଖିବା ଓ ଅନ୍ୟାନ୍ୟ ସୂଚନା ପାଇଁ ସରକାରଙ୍କ ତରଫରୁ ଏକ ପାଉଚ୍ ମଧ୍ୟ ଦିଆଯିବ। ତେଣୁ ଓଡ଼ିଶାରେ ବର୍ତ୍ତମାନସୁଦ୍ଧା ବଣ୍ଟାଯିବାକୁ ଥିବା କାର୍ଡ କିମ୍ବା ପାଉଚ୍ ପହଞ୍ଚି ନାହିଁ। ସେହିପରି କ୍ଲେମ୍ ପ୍ରକ୍ରିୟା ଲାଗି ରାଜ୍ୟ ସରକାର ଏବେ ସିଏମ୍ଏସ୍ ସଫ୍ଟୱେର୍ ବ୍ୟବହାର କରୁଛନ୍ତି। ମାତ୍ର ଆୟୁଷ୍ମାନ ଭାରତ ପାଇଁ ଦେଶବ୍ୟାପୀ ଟିସିଏସ୍ କମ୍ପାନି ତା’ର ସଫ୍ଟୱେର୍ ପ୍ରସ୍ତୁତ କରିଛି। ତେଣୁ ରାଜ୍ୟ ସରକାର ଜିଜେଏୱାଇ ସଫ୍ଟୱେର ଢଙ୍ଗରେ କ୍ଲେମ୍ ପ୍ରକ୍ରିୟା କରିବା ଲାଗି ଚାହୁଁଛନ୍ତି। ତେଣୁ ଟିସିଏସ୍ ଏହି ଢଙ୍ଗରେ ସଫ୍ଟୱେର୍ ପ୍ରସ୍ତୁତ କରୁଥିବାରୁ ଅଧିକ ସମୟ ଲାଗୁଛି। ଏହାଛଡ଼ା ଆୟୁଷ୍ମାନ ଭାରତର ସବୁ କାର୍ଡ ବାଣ୍ଟିବା ପାଇଁ କିଛିଦିନ ସମୟ ଲାଗିବ। ଏହାର ଉଦ୍ଘାଟନ ନ ହେବା ପର୍ଯ୍ୟନ୍ତ ଜିଜେଏୱାଇରେ ଲୋକଙ୍କୁ ସୁବିଧା ମିଳିବ। ଉଦ୍ଘାଟନ ପରେ ବି ଯେଉଁମାନେ କାର୍ଡ ପାଇ ନ ଥିବେ ସେମାନେ ନିଜର ଆଧାର କାର୍ଡ ଜରିଆରେ ଚିକିତ୍ସା ସୁବିଧା ପାଇବେ। ତେଣୁ ଲୋକମାନଙ୍କୁ କୌଣସି ପ୍ରକାର ସମସ୍ୟା ହେବନାହିଁ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।
ମୁମ୍ବାଇ: ପାଞ୍ଚ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲ୍ରେ ପ୍ରଥମ ବିଜୟ ହାସଲ କରିଛି। ଗତଥର ବିଜେତା କୋଲକାତା ନାଇଟ୍ ରାଇଡର୍ସକୁ ୮ ୱିକେଟ୍ରେ ହରାଇ ପଏଣ୍ଟ୍ ଖାତା ଖୋଲିବା ସହ ଶେଷ ସ୍ଥାନରେ ରହିବାର ଅପଯଶ ଦୂର କରିଛି। କୋଲକାତା ସୋମବାର ମାତ୍ର ୧୧୭ ରନ୍ର ଲକ୍ଷ୍ୟ ଦେଇଥିଲା। ମୁମ୍ବାଇ ଏହାକୁ ସହଜରେ ହାସଲ କରି ପ୍ରଥମ ବିଜୟ ହାସଲ କରିବା ସହ ନିଜ ରନ୍ ରେଟ୍କୁ ମଧ୍ୟ ଯଥେଷ୍ଟ ବଢ଼ାଇଥିଲା। ପ୍ରଥମ ଦୁଇ ବାହାର ମ୍ୟାଚ୍ ହାରିବା ପରେ ଘରୋଇ ପରିବେଶରେ ନୂଆ ରଣନୀତି ଆପଣାଇ ମୁମ୍ବାଇ ଫାଇଦାରେ ରହିଥିଲା। ଇମ୍ପାକ୍ଟ ପ୍ଲେୟର୍ ଭାବେ ଖେଳିଥିବା ପୂର୍ବତନ ଅଧିନାୟକ ରୋହିତ ଶର୍ମା (୧୩)ଅବଶ୍ୟ ଲଗାତାର ତୃତୀୟ ମ୍ୟାଚ୍ରେ ବିଫଳ ହୋଇଥିଲେ। ଅନ୍ୟତମ ଓପନର୍ ରିୟାନ ରିକେଲ୍ଟନ୍ କିନ୍ତୁ ତାଙ୍କୁ ମିଳି ଆସୁଥିବା ସୁଯୋଗର ପୂରା ସମ୍ମାନ ରଖିଥିଲେ। ଦର୍ଶନୀୟ ଅର୍ଦ୍ଧଶତକ ହାସଲ କରି ମୁମ୍ବାଇ ପଶ୍ଚାତଧାବନର ସଫଳ ନାୟକ ପାଲଟିଥିବା ରିକେଲଟନ୍ ୪୧ ବଲ୍ରୁ ୬୨ ରନ୍ର ଅପରାଜିତ ପାଳି ଖେଳିଥିଲେ। ଫଳରେ ମୁମ୍ବାଇ ୭.୧ ଓଭର ପୂର୍ବରୁ କେବଳ ୨ ୱିକେଟ୍ ହରାଇ ପ୍ରତୀକ୍ଷିତ ବିଜୟ ପାଇଥିଲା। ତୃତୀୟ ମ୍ୟାଚ୍ରୁ ପ୍ରଥମ ବିଜୟ ପାଇଥିବା ମୁମ୍ବାଇ ତା’ ସହିତ ସବାଶେଷ ଦଶମ ସ୍ଥାନରୁ ଷଷ୍ଠ ସ୍ଥାନକୁ ଲମ୍ଫ ମାରିଥିଲା। ଅନ୍ୟପକ୍ଷରେ କୋଲକାତା ସେହି ତୃତୀୟ ମ୍ୟାଚ୍ରୁ ଦ୍ବିତୀୟ ପରାଜୟ ବରଣ କରି ଷଷ୍ଠରୁ ସବାତଳ ସ୍ଥାନକୁ ଖସି ପଡ଼ିଥିଲା। ନାଚ ଗୀତର ଧୁମ୍ ଧାମ୍ ଭିତରେ ୱାଙ୍ଖଡ଼େ ଷ୍ଟାଡିୟମ୍ରେ ଖେଳାଯାଇଥିବା ଚଳିତ ଋତୁର ଏହି ପ୍ରଥମ ମୁକାବିଲାରେ ସୋମବାର ମୁମ୍ବାଇ ଟସ୍ ଜିତି କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଏହି ନିଷ୍ପତ୍ତି ମୁମ୍ବାଇ ପାଇଁ ଶେଷରେ ମାଷ୍ଟରଷ୍ଟ୍ରୋକ୍ ସାବ୍ୟସ୍ତ ହୋଇଥିଲା। ଟ୍ରେଣ୍ଟ୍ ବୋଲ୍ଟ ଓ ଦୀପକ ଚହର ଦୁଇ ପ୍ରତିପକ୍ଷ ଓପନର୍ ସୁନୀଲ ନାରାୟଣ (୦) ଓ କ୍ବିଣ୍ଟନ୍ ଡି’କକ୍ (୧)ଙ୍କ ୱିକେଟ୍ ବାଣ୍ଟିନେଇ ଦୁଇ ଓଭର ଭିତରେ କୋଲକାତାକୁ ଦୁଇଟି ଜବରଦସ୍ତ ଝଟ୍କା ଦେଇଥିଲେ। ଏହାପରେ ପଦାର୍ପଣକାରୀ ବାମହାତୀ ଦ୍ରୁତ ବୋଲର ଅଶ୍ବିନୀ କୁମାର (୪/୨୪) ନିଜ ସୁଇଂ ବୋଲିଂରେ କୋଲକାତା ମଧ୍ୟକ୍ରମକୁ ଧ୍ବସ୍ତ ବିଧ୍ବସ୍ତ କରି ଦେଇଥିଲେ। ପାୱାର ପ୍ଲେ’ ଭିତରେ ୪ ୱିକେଟ୍ ହରାଇ ସଂଘର୍ଷ କରିଥିବା କୋଲକାତାର ଦୁଃଖ ସେହିଠାରେ ଅଟକି ନଥିଲା। ଏକାଦଶ ଓଭରରେ ରିଙ୍କୁ ସିଂହ ଓ ମନୀଷ ପାଣ୍ଡେଙ୍କୁ ହରାଇଥିବା କୋଲକାତା ୧୬.୨ ଓଭରରେ ମାତ୍ର ୧୧୭ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଲାଗି ଏକାଥରକେ ପାଞ୍ଚଟି ପରିବର୍ତ୍ତନ କରିବା କୋଲକାତା ପାଇଁ ଅତ୍ୟନ୍ତ ଘାତକ ସାବ୍ୟସ୍ତ ହୋଇଥିଲା। ଦୁଇ ଇମ୍ପାକ୍ଟ ପ୍ଲେୟର ଅଙ୍ଗକ୍ରିସ୍ ରଘୁବଂଶୀ ସର୍ବାଧିକ ୨୬ ରନ୍ କରିଥିଲା ବେଳେ ଶେଷ ବ୍ୟାଟର୍ ଭାବେ ଆଉଟ୍ ହୋଇଥିବା ରମଣଦୀପ ସିଂହ ୨୨ ରନ୍ କରିଥିଲେ। ଶାଣିତ ବୋଲିଂ କରି ମୁମ୍ବାଇର ଚାରି ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ, ଦୀପକ ଚହର, ଅଶ୍ବିନ କୁମାର ଓ ହାର୍ଦିକ ପାଣ୍ଡ୍ୟା ମିଳିତ ଭାବେ କୋଲକାତାର ୮ ୱିକେଟ୍ ନେବା ଉଲ୍ଲେଖନୀୟ ହୋଇଥିଲା। ଅଶ୍ବିନୀ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସଂକ୍ଷିପ୍ତ ସ୍କୋର୍: କୋଲକାତା ନାଇଟ୍ ରାଇଡର୍ସ ୧୬.୨ ଓଭରରେ ୧୧୬ (ଅଙ୍ଗକ୍ରିସ୍ ରଘୁବଂଶୀ ୨୬, ରମଣଦୀପ ସିଂହ ୨୨, ଅଶ୍ବିନୀ କୁମାର ୪/୨୪, ଦୀପକ ଚହର ୨/୧୯)। ମୁମ୍ବାଇ ଇଣ୍ଡିଆନ୍ସ ୧୨.୫ ଓଭରରେ ୧୨୨/୨ (ରିୟାନ ରିକେଲଟନ୍ ୬୨*, ସୂର୍ଯ୍ୟକୁମାର ୟାଦବ ୨୭*, ଆନ୍ଦ୍ରେ ରସେଲ ୨/୩୫)।
୩୫୦ କୋଟିର ୬ ସାଗରମାଳା ପ୍ରକଳ୍ପ: ଚାନ୍ଦିପୁରରେ ମାଛଧରା ବନ୍ଦର
ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ସାଗରମାଳା ପ୍ରକଳ୍ପ ଅଧୀନରେ ରାଜ୍ୟରେ ୬ଟି ପ୍ରକଳ୍ପ ହାତକୁ ନିଆଯାଇଛି। ଏହି ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ୩୫୦ କୋଟି ଟଙ୍କା ନିବେଶ କରାଯାଉଛି। ସେଥି ମଧ୍ୟରୁ କେବଳ ୧.୪୮ କୋଟି ଟଙ୍କାରେ କାର୍ଯ୍ୟକାରୀ ହୋଇଥିବା ଗୋଟିଏ ପ୍ରକଳ୍ପ ଶେଷ ହୋଇଛି। ଅନ୍ୟ ୫ଟି ବଡ଼ ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି ବୋଲି କେନ୍ଦ୍ର ବନ୍ଦର, ଜାହାଜ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନାୱାଲ୍ ଦେଇଥିବା ତଥ୍ୟରୁ ଜଣାପଡ଼ିଛି।ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଚାନ୍ଦିପୁରରେ ଏକ ମାଛଧରା ବନ୍ଦର ବିକାଶ କରାଯାଉଛି ଯାହାର ପ୍ରକଳ୍ପ ଅଟକଳ ହେଉଛି ୫୦ କୋଟି ଟଙ୍କା। ସେଥିରୁ ୯.୯୯ କୋଟି ଟଙ୍କା ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ସହଯୋଗିତାରେ ଏହି ପ୍ରକଳ୍ପ ବିକାଶ କରାଯାଉଛି। ସେହିପରି, ଖୋର୍ଦ୍ଧାର ବାଲୁଗାଁ ଓ ପୁରୀର କୃଷ୍ଣପ୍ରସାଦଗଡ଼ରେ ରୋପାକ୍ସ ଜେଟି ବିକାଶ କରାଯାଉଛି। ଏହାର ପ୍ରକଳ୍ପ ମୂଲ୍ୟ ୫୪ କୋଟି ଟଙ୍କା ଥିବା ବେଳେ ଏପର୍ଯ୍ୟନ୍ତ ୯.୨୫ କୋଟି ଟଙ୍କା ହିଁ ଜାରି କରାଯାଇଛି। ଚାନ୍ଦିପୁରରେ ମାଛଧରା ବନ୍ଦର ବାଲୁଗାଁ, କୃଷ୍ଣପ୍ରସାଦଗଡ଼ରେ ରୋପାକ୍ସ ଜେଟି ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ସହଯୋଗରେ ପାରାଦୀପରେ ଥିବା ମାଛଧରା ବନ୍ଦରର ଉନ୍ନତୀକରଣ ଓ ଆଧୁନିକୀକରଣ କାର୍ଯ୍ୟକୁ ମଧ୍ୟ ସାଗରମାଳା ପ୍ରକଳ୍ପ ଅଧୀନରେ ହାତକୁ ନିଆଯାଇଛି। ଏହି ପ୍ରକଳ୍ପର ଅଟକଳ ୧୦୮.୯୦ କୋଟି ଟଙ୍କା ହୋଇଥିବା ବେଳେ ସରକାର ମାତ୍ର ୪.୪୯ କୋଟି ଟଙ୍କା ଜାରି କରିଛନ୍ତି। ୨୨.୮୭ କୋଟି ଟଙ୍କାରେ କାର୍ଯ୍ୟକାରୀ କରାଯାଉଥିବା ଉପକୂଳ ଜିଲ୍ଲା ଦକ୍ଷତା ବିକାଶ କାର୍ଯ୍ୟକ୍ରମ-ଦ୍ବିତୀୟ ପର୍ଯ୍ୟାୟ ଲାଗି ୫.୭୦ କୋଟି ଟଙ୍କା ଜାରି କରାଯାଇଛି। ଏତଦ୍ ବ୍ୟତୀତ, କାନିନାଳୀ ଓ ତାଳଚୁଆରେ ରୋପାକ୍ସ ଜେଟି ବିକାଶ ଲାଗି ୧୧୦.୦୬ କୋଟି ଟଙ୍କାର ବଜେଟ୍ ଧାର୍ଯ୍ୟ କରାଯାଇଛି। ସେଥିରୁ ସରକାର ୨୫.୧୫ କୋଟି ଟଙ୍କା ଜାରି କରିଥିବା ମନ୍ତ୍ରୀ ଶ୍ରୀ ସୋନାୱାଲ ସୂଚନା ଦେଇଛନ୍ତି। ରାଜ୍ୟରେ କେବଳ ଉପକୂଳ ଜିଲ୍ଲା ଦକ୍ଷତା ବିକାଶ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ହିଁ ସଫଳତାର ସହ ଶେଷ ହୋଇଛି। ଜଳପଥରେ ଗମନାଗମନ ଓ ପରିବହନକୁ ତ୍ବରାନ୍ବିତ କରିବା ଲାଗି ସାଗରମାଳା ପ୍ରକଳ୍ପ ଅଧୀନରେ ରୋପାକ୍ସ ଜେଟି ବିକାଶ କରାଯାଉଛି। ଏହା ଜରିଆରେ ଯାତ୍ରୀବାହୀ ଜାହାଜ ଚଳାଚଳ କରିପାରିବ, ଯଦ୍ବାରା ପରିବହନ ଖର୍ଚ୍ଚ କମ୍ ହେବ, କାରବାର ବଢ଼ିବ ଏବଂ ସଡ଼କ ଉପରେ ନିର୍ଭରଶୀଳତା କମିବ। ଉପକୂଳ ପର୍ଯ୍ୟଟନକୁ ତାହା ଦୃଢ଼ କରିବ। ଲୋକମାନେ ଅପହଞ୍ଚ ସ୍ଥାନଗୁଡ଼ିକରେ ପହଞ୍ଚିପାରିବେ ଯାହା ସ୍ଥାନୀୟ ଓ ଧାର୍ମିକ ପର୍ଯ୍ୟଟନକୁ ବଳ ପ୍ରଦାନ କରିବ।
୭ ଅବକାରୀ ଏସ୍ପିଙ୍କୁ ଡେପୁଟି କମିସନର ପଦୋନ୍ନତି
କଟକ: ରାଜ୍ୟରେ ଅବକାରୀ ବିଭାଗର ସମସ୍ତ ଡେପୁଟି କମିସନର ପଦବି ଖାଲି ପଡ଼ିଥିବା ସଂକ୍ରାନ୍ତ ରିପୋର୍ଟ ‘ସମ୍ବାଦ’ରେ ପ୍ରକାଶ ପରେ ବଡ଼ ନିଷ୍ପତ୍ତି ନେଇଛି ବିଭାଗ। ୭ ଜଣ ଅବକାରୀ ଏସ୍ପିଙ୍କୁ ବରିଷ୍ଠତା ଭିତ୍ତିରେ ଡେପୁଟି କମିସନର ପାହ୍ୟାକୁ ପଦୋନ୍ନତି ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି।ଅବକାରୀ ବିଭାଗରେ ୮ଟି ମଞ୍ଜୁରିପ୍ରାପ୍ତ ଡେପୁଟି କମିସନର ପଦବି ରହିଛି। ଏମାନଙ୍କ ମଧ୍ୟରେ ଜଣେ ଓଏଏସ୍ କ୍ୟାଡର୍ ଓ ୭ ଜଣ ଅବକାରୀ କ୍ୟାଡର୍ର। ଗଲା ଜାନୁଆରିରେ ଜଣେ ଡେପୁଟି କମିସନର (ଅବକାରୀ କ୍ୟାଡର୍) ଡମ୍ବରୁଧର ଖଣ୍ଡା ଜଏଣ୍ଟ କମିସନର ପଦବିକୁ ପଦୋନ୍ନତି ପାଇଲେ। ଅବଶିଷ୍ଟ ପଦ ଏକ ବର୍ଷରୁ ଅଧିକ ହେବ ଖାଲି ପଡ଼ିଥିଲା। ଏଥିରୁ ୪ ଜଣ ଡେପୁଟି କମିସନର ପଦବି କଟକରେ ଥିବା ଅବକାରୀ କମିସନରଙ୍କ କାର୍ଯ୍ୟାଳୟରେ ଥିବା ବେଳେ ଅବଶିଷ୍ଟ ୪ ଜଣ ଡେପୁଟି କମିସନର ପଦବି ସମ୍ବଲପୁର ଉତ୍ତରାଞ୍ଚଳ ରେଞ୍ଜ(୧୩ ଜିଲ୍ଲା), କଟକ କେନ୍ଦ୍ରାଞ୍ଚଳ (୧୧ ଜିଲ୍ଲା), ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରେଞ୍ଜ(୯ ଜିଲ୍ଲା), ଓଡ଼ିଶା ରାଜ୍ୟ ପାନୀୟ ନିଗମରେ ରହିଛି। ଏ ସଂକ୍ରାନ୍ତରେ ଗଲା ଫେବ୍ରୁଆରି ୨୮ ତାରିଖରେ ‘ସମ୍ବାଦ’ରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏହାପରେ ତତ୍ପରତା ଦେଖାଇଛି ଅବକାରୀ ବିଭାଗ। ୭ ଜଣ ଅବକାରୀ ଏସ୍ପିଙ୍କ ପଦୋନ୍ନତି ସଂକ୍ରାନ୍ତ ନିର୍ଦ୍ଦେଶନାମା ଗଲା ୨୯ ତାରିଖରେ ଜାରି ହୋଇଛି। ଏହି ତାଲିକାରେ ଅଛନ୍ତି କେନ୍ଦୁଝର ଜିଲ୍ଲା ଅବକାରୀ ଏସ୍ପି ପ୍ରଦୀପ୍ତ କୁମାର ଦାସ, କଟକ ଅବକାରୀ କମିସନରଙ୍କ କାର୍ଯ୍ୟାଳୟର ଏସ୍ପି ପ୍ରଦୀପ ପାଣିଗ୍ରାହୀ, କୋରାପୁଟ ଏସ୍ପି ଅରୁଣ କୁମାର ପାଢ଼ୀ, ଓଏସ୍ବିସି(ଓଡ଼ିଶା ରାଜ୍ୟ ପାନୀୟ ନିଗମ) ଖୋର୍ଦ୍ଧା ଶାଖାର ମ୍ୟାନେଜର ବିମ୍ବାଧର ସେଠୀ, ବଲାଙ୍ଗୀର ଏସ୍ପି ସୀତାକାନ୍ତ ମୁଦୁଲି, ସମ୍ବଲପୁର ଏସ୍ପି ଅଶୋକ କୁମାର ସେଠ୍, ବାଲେଶ୍ବର ଏସ୍ପି ମନୋଜ କୁମାର ସେଠୀ। ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ହେବା ପର୍ଯ୍ୟନ୍ତ ଏହି ଏସ୍ପିମାନେ ଉପରୋକ୍ତ ଜିଲ୍ଲା ଓ କମିସନରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରିବା ନେଇ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ସେହିଭଳି ୩୩ ଅବକାରୀ ଜିଲ୍ଲାରେ ୨୨ଏସ୍ପି ଥିବାବେଳେ ଅବଶିଷ୍ଟ ୧୧ ଅବକାରୀ ଜିଲ୍ଲାରେ ଡିଏସ୍ପିମାନେ ଭାରପ୍ରାପ୍ତ ଏସ୍ପି ଭାବେ ଦାୟିତ୍ବ ତୁଲାଉଛନ୍ତି। ଏବେ ୭ ଏସ୍ପିଙ୍କ ଡେପୁଟି କମିସନର ପାହ୍ୟାକୁ ପଦୋନ୍ନତି ହୋଇସାରିଥିବା ବେଳେ ଆହୁରି ୭ ଏସ୍ପି ପଦବି ଖାଲି ହେବାକୁ ଯାଉଛି।
ଆଇପିଏଲ୍ କର୍ଣ୍ଣର: ଦ୍ରାବିଡ଼ଙ୍କ ଅତୁଳନୀୟ ପ୍ରତିବଦ୍ଧତା
କ୍ରିକେଟ୍ ପ୍ରତି ‘ଦି ୱାଲ୍’ ରାହୁଲ ଦ୍ରାବିଡ଼ଙ୍କ ଅତୁଳନୀୟ ପ୍ରତିବଦ୍ଧତାର ବଳିଷ୍ଠ ନମୁନା ରବିବାରର ରାଜସ୍ଥାନ ରୟାଲ୍ସ-ଚେନ୍ନାଇ ସୁପରକିଙ୍ଗ୍ସ ମ୍ୟାଚ୍ରେ ଦେଖିବାକୁ ମିଳିଛି। ଏକ କ୍ଲବ୍ ମ୍ୟାଚ୍ ଅବସରରେ ଗୁରୁତର ଆଘାତ ଲାଗି ତାଙ୍କ ବାମ ଗୋଡ଼ ପ୍ଲାଷ୍ଟର୍ ହୋଇଥିଲେ ମଧ୍ୟ ଇଲେକ୍ଟ୍ରିକ୍ ଚେୟାର୍ରେ ବସି ଗୁଆହାଟୀର ବର୍ଷାପାରା ଷ୍ଟାଡିୟମ୍ ପିଚ୍ ନିରୀକ୍ଷଣ କରିଥିଲେ ସେ। ପରେ ଆଶାବାଡ଼ି ଧରି ଛୋଟେଇ ଛୋଟେଇ ପଡ଼ିଆ ଭିତରକୁ ଯାଇ ରାଜସ୍ଥାନ ଖେଳାଳିଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ମୁଖ୍ୟ ପ୍ରଶିକ୍ଷକ ଦ୍ରାବିଡ଼ଙ୍କ ଏହି ମହାନତାର ସମ୍ମାନ ରାଜସ୍ଥାନ ଖେଳାଳିମାନେ ବି ରଖିଥିଲେ। ଚେନ୍ନାଇକୁ ରୋମାଞ୍ଚକ ଭାବେ ୬ ରନ୍ରେ ହରାଇ ଦ୍ରାବିଡ଼ଙ୍କୁ ଗୁରୁ ଦକ୍ଷିଣା ଦେଇଥିଲେ। ମ୍ୟାଚ୍ ପରେ ଚେନ୍ନାଇର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମଧ୍ୟ ତାଙ୍କ ପାଖକୁ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଦ୍ରାବିଡ଼ ହ୍ବିଲ୍ଚେୟାରରେ ବସି ପିଚ୍ ନିରୀକ୍ଷଣ କରିବା ଏବଂ ଆଶାବାଡ଼ି ଧରି ପଡ଼ିଆ ଭିତରେ ନିଜ ଖେଳାଳିଙ୍କ ମାର୍ଗଦର୍ଶନ କରୁଥିବାର ଫଟୋ ପଦାକୁ ଆସିବା ପରେ ପ୍ରଶଂସକମାନେ ତାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ଅନେକ ତାଙ୍କୁ କ୍ରିକେଟ୍ ଦୁନିଆର ସବୁଠାରୁ ପରିଶ୍ରମୀ, ନିସ୍ବାର୍ଥପର ଓ ନିଷ୍ଠାବାନ ସୈନିକର ଆଖ୍ୟା ଦେଇଛନ୍ତି।
କଳାହାଣ୍ଡି କପ୍: ରଘୁନାଥ, ଶୁଭଙ୍କରଙ୍କ ଶତକ; ଜାକିଙ୍କୁ ୫ ୱିକେଟ୍
କଟକ: କଳାହାଣ୍ଡି କପ୍ ଦ୍ବିତୀୟ ପର୍ଯ୍ୟାୟ ଅନ୍ତଃଜିଲ୍ଲା କ୍ରିକେଟ୍ରେ ସୋମବାର ଭୁବନେଶ୍ବର-ଏ’, ଅନୁଗୁଳ, ରାଉରକେଲା, ମାଲକାନଗିରି, ସମ୍ବଲପୁର-ଏ’, ଝାରସୁଗୁଡ଼ା, ଭଦ୍ରକ, କଟକ-ବି, ଗଞ୍ଜାମ ବିଜୟୀ ହୋଇଛନ୍ତି। ଭୁବନେଶ୍ବର-ଏ’ର ରଘୁନାଥ ମଲ୍ଲ (୧୨୪ ରନ୍), ରାଉରକେଲାର ଶୁଭଙ୍କର ବିଶ୍ବାସ (୧୨୨* ରନ୍) ଶତକ ଅର୍ଜନ କରିଥିଲା ବେଳେ ବରଗଡ଼ର ସୟଦ ଜାକି ୫ ୱିକେଟ୍ ସଫଳତା ପାଇଛନ୍ତି। ଭୁବନେଶ୍ବର-ଏ’, ଅନୁଗୁଳ, ରାଉରକେଲା, କଟକ-ବି’, ଗଞ୍ଜାମ ବିଜୟୀ ରେଭେନ୍ସା ପଡ଼ିଆ-୨ରେ ଭୁବନେଶ୍ବର-ବି’ ୧୪୪ ରନ୍ରେ ଦେବଗଡ଼କୁ, ପଡ଼ିଆ-୧ରେ ଅନୁଗୁଳ ୨୬ ରନ୍ରେ ବଲାଙ୍ଗୀରକୁ , ଖୋର୍ଦ୍ଧା ପଡ଼ିଆରେ ରାଉରକେଲା-ଏ’ ୧୬୫ ରନ୍ରେ ପୁରୀକୁ, ଜଟଣୀ ରେଳବାଇ ପଡ଼ିଆରେ ମାଲକାନଗିରି ୫ ୱିକେଟ୍ରେ ବାଲେଶ୍ବରକୁ, ସନସାଇନ୍ ପଡ଼ିଆରେ ସମ୍ବଲପୁର-ଏ’ ୧୫୬ ରନ୍ରେ ବରଗଡ଼କୁ, ଏମ୍ଜିଏମ୍ ପଡ଼ିଆରେ ଝାରସୁଗୁଡ଼ା ୬ ୱିକେଟ୍ରେ ସୋନପୁରକୁ, ଅଡ଼ଶପୁର ପଡ଼ିଆରେ ଭଦ୍ରକ ୬ ୱିକେଟ୍ରେ ରାୟଗଡ଼ାକୁ, ରେଳବାଇ ପଡ଼ିଆରେ କଟକ-ବି ୨୪ ରନ୍ରେ କିଟ୍କୁ, ଡ୍ରିମ୍ସ ପଡ଼ିଆରେ ଗଞ୍ଜାମ ୫ ୱିକେଟ୍ରେ ଢେଙ୍କାନାଳକୁ ପରାସ୍ତ କରିଛି।
‘ଲିଭିଂ ନଷ୍ଟ୍ରାଦମସ୍’ଙ୍କ ଚେତାବନୀ: ତୃତୀୟ ବିଶ୍ୱଯୁଦ୍ଧ ସନ୍ନିକଟ
ଲଣ୍ଡନ: ‘ଲିଭିଂ ନଷ୍ଟ୍ରାଦମସ୍’ କୁହାଯାଉଥିବା ବ୍ରାଜିଲର ୩୮ ବର୍ଷୀୟ ମନୋବିଜ୍ଞାନୀ ଆଥୋସ୍ ସାଲୋମ ତୃତୀୟ ବିଶ୍ୱଯୁଦ୍ଧ ବିଷୟରେ ଏକ ଭୟଙ୍କର ଚେତାବନୀ ଜାରି କରିଛନ୍ତି। କୋଭିଡ୍-୧୯ ମହାମାରୀ, ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ମୃତ୍ୟୁ ଏବଂ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଭଳି ଘଟଣାର ପୂର୍ବାନୁମାନ କରିଥିବା ସାଲୋମ କହିଛନ୍ତି ଯେ ସାମ୍ପ୍ରତିକ ବୈଶ୍ୱିକ ଘଟଣାକ୍ରମ ଏକ ଉଦ୍ବେଗଜନକ ଭୂ-ରାଜନୈତିକ ଢାଞ୍ଚାକୁ ସୂଚାଉଛି। ଏକ ବିପଜ୍ଜନକ ବିଶ୍ୱ ସଙ୍କଟ ସୃଷ୍ଟି ହେଉଛି ଏବଂ ସେ ଲୋକମାନଙ୍କୁ ‘ସଙ୍କେତ’ଗୁଡିକ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି। ସାଲୋମ ଗତ ଜାନୁଆରିରେ ଲାଟଭିଆ ଓ ସ୍ୱିଡେନ ମଧ୍ୟରେ ସମୁଦ୍ର ତଳେ ଫାଇବର ଅପ୍ଟିକ୍ କେବୁଲ ଜନିତ କ୍ଷୟକ୍ଷତି ବିଷୟରେ ଦର୍ଶାଇଥିଲେ, ଯାହା ସ୍ୱିଡେନ କର୍ତ୍ତୃପକ୍ଷଙ୍କୁ ଏହାର ତଦନ୍ତ କରିବାକୁ ପ୍ରେରିତ କରିଥିଲା। ସାଲୋମ କହିଛନ୍ତି, ବାଲ୍ଟିକ୍ ସାଗରରେ ଏକ ଅଦୃଶ୍ୟ ଯୁଦ୍ଧ ଆରମ୍ଭ ହୋଇଛି। ସେ ୨୦୨୩ କେବୁଲ ନେଟୱର୍କ ବିଫଳତା ସମେତ ଅତୀତର ବାଧାବିଘ୍ନ ଉପରେ ଆଲୋକପାତ କରିଥିଲେ ଯାହା ସମଗ୍ର ଫିନଲାଣ୍ଡରେ ଯୋଗାଯୋଗ ବ୍ୟବସ୍ଥାକୁ ପ୍ରଭାବିତ କରିଥିଲା। ସେ ଉଲ୍ଲେଖ କରିଛନ୍ତି ଯେ, ଚାଲିଥିବା ଆକ୍ରମଣ ନାଟୋକୁ ଏହି ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରିବାକୁ ପ୍ରେରଣା ଦେଇଛି। ସାଲୋମ ବର୍ତ୍ତମାନର ଭୂ-ରାଜନୈତିକ ଉତ୍ତେଜନାକୁ ଅତୀତର ବିଶ୍ୱଯୁଦ୍ଧ ଆରମ୍ଭ କରିଥିବା ଘଟଣା ସହିତ ତୁଳନା କରିଥିଲେ। ଇତିହାସ ଆମକୁ ଦେଖାଇ ସାରିଛି ଯେ ବଡ଼ ବଡ଼ ସଂଘର୍ଷ ଅଲଗା ଅଲଗା ଘଟଣାରୁ ଆରମ୍ଭ ହୋଇପାରେ। ପ୍ରଥମ ବିଶ୍ୱଯୁଦ୍ଧ ଜଣେ ଆର୍କଡ୍ୟୁକ୍ଙ୍କ ହତ୍ୟା ଯୋଗୁଁ ଆରମ୍ଭ ହୋଇଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧ ପୋଲାଣ୍ଡ ଉପରେ ଆକ୍ରମଣ ଯୋଗୁ ଆରମ୍ଭ ହୋଇଥିଲା। ଭବିଷ୍ୟତରେ ଚୀନ୍ ଓ ଆମେରିକା ମଧ୍ୟରେ ସଂଘର୍ଷ ବଢ଼ିବ ବୋଲି ସେ ପୂର୍ବାନୁମାନ କରିଛନ୍ତି।
କଥାଟିଏ-ଯାଯାବର: ଛୋଟ କଥା, ବଡ଼ ବିଚାର
ଜଣେ ବଦାନ୍ୟ ବଣିକ ଥିଲେ। ଥରେ ତାଙ୍କ ପତ୍ନୀ ତାଙ୍କୁ କହିଲେ- ଯେଉଁ ଘୋଡ଼ା ପିଠିରେ ବସି ତୁମେ ଯିବା ଆସିବା କରୁଛ, ତା’ର ହାଉଦାଟିକୁ ଦେଖିଲଣି। ତାହା କୋତରି ଯାଇ ଛିଣ୍ତି ପଡ଼ିବା ଅବସ୍ଥାରେ। ବର୍ଷ ବର୍ଷ ଧରି ତାହା ସେମିତି ଅବସ୍ଥାରେ ଥିଲେ ବି ତୁମେ ତାକୁ ବଦଳାଉନାହଁ, ତା’ ଉପରେ ବସି ବୁଲାବୁଲି କରୁଛ। ତୁମର ଏ ହାବଭାବକୁ ଦେଖି ଲୋକେ ତୁମକୁ କୃପଣ ବୋଲି କହି ହସୁଥିବେ। ବଣିକ ପତ୍ନୀଙ୍କୁ କହିଲେ- ତୁମେ ଯାହା କହୁଛ ସତ। ଏକା ତୁମେ ନୁହେଁ, ଅନେକ ଲୋକେ ମୋତେ ସେଇ କଥା କହିଲେଣି। କିନ୍ତୁ ମୋର ଏ ପ୍ରକାର ହାବଭାବ ପଛରେ ଗୋଟିଏ ଛୋଟିଆ ଦର୍ଶନଟିଏ ଅଛି। ଏବେ ବୁଝାଇ ଦେଉଛି ଶୁଣ। କଥା ହେଲା, ଏହି ହାଉଦା ଉପରେ ମୋ ବାପା ବି ବସୁଥିଲେ ଏବ˚ ଏବେ ମୁଁ ବସୁଛି। ଏହା ଅତି ପୁରୁଣା ହୋଇ କୋତରି ଯାଇଥିବାରୁ କେବଳ କିଛି ମାତ୍ର ଖିଅ ଯୋଗୁଁ ତାହା ସ୍ଥାନରେ ରହି ଆମ କାମରେ ଆସୁଛି। କିନ୍ତୁ ଦେଖ କେତେ ବର୍ଷ ହେଲାଣି ଏମିତି ଖିଅରେ ଲାଗି ତାହା ମୋ କାମରେ ଆସିଲାଣି। ତେଣୁ ତା’ ପ୍ରତି ମୋର ସମ୍ମାନ ବଢ଼ିଯାଇଛି। ମୁଁ ତାକୁ ପ୍ରତିଦିନ କହେ- ତୁମେ ବେଶ୍ ଧୈର୍ଯ୍ୟବାନ। ଏତେ କାଳ ସେବାରେ ଲାଗି ବି ତୁମେ ପୂରା ଥକିଯାଇନାହଁ। ମୁଁ କେମିତି ତୁମର ହତାଦର କରପାରିିବି? କେମିତି ତୁମକୁ ପରିତ୍ୟାଗ କରି ନୂଆ ହାଉଦାଟିଏ କିଣିବି? ତେଣୁ ତା’ ପିଠିରୁ ଓହ୍ଲାଇବା ପରେ ଏ ଜରାଜୀର୍ଣ୍ଣ ହାଉଦାକୁ ନମସ୍କାର କରେ। ବଣିକଙ୍କ ପତ୍ନୀ କହିଲେ- ସତେ ତ! ତୁମର ଏ ଛୋଟିଆ କଥା ପଛରେ କି ବଡ଼ ବିଚାର ରହିଛି!
ପ୍ରଫୁଲ୍ଲ କୁମାର ସାହୁ ଦାଦନ ଶ୍ରମିକଙ୍କ ଦୁର୍ଦ୍ଦଶାକୁ ନେଇ ଗଣମାଧ୍ୟମରେ ଅନେକ ସମୟରେ ବିମର୍ଷକର ସମ୍ବାଦମାନ ପ୍ରକାଶ ପାଇଥାଏ। ଓଡ଼ିଶାର ଅନେକ ଶ୍ରମିକ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଆନ୍ତିି ଏବଂ ଅସ୍ୱାସ୍ଥ୍ୟକର ପରିବେଶ, ଅକ୍ଳାନ୍ତ ଶ୍ରମ ଓ ମାଲିକର ନିର୍ଯାତନା ଭୋଗନ୍ତି। ଓଡ଼ିଆମାନେ ରାଜ୍ୟ ବାହାରକୁ ଯାଇ କାମ କରିବା କିଛି ନୂଆ କଥା ନୁହେଁ, ଯାହାର ଇତିହାସ ବହୁ ପୁରୁଣା। ଓଡ଼ିଆ ଜାତିର ଅଣ୍ଟା ଭାଙ୍ଗି ଦେଇଥିବା ୧୮୬୬ ମସିହାର ନ’ଅଙ୍କ ଦୁର୍ଭିକ୍ଷ କାଳରେ ପେଟ ପାଟଣା ପାଇଁ ଅନେକ ଓଡ଼ିଆ ଭିଟାମାଟି ଛାଡ଼ି କଲିକତା, ଆସାମ ଏପରିକି ସେ କାଳର ବର୍ମାର ରେଙ୍ଗୁନ ପର୍ଯ୍ୟନ୍ତ ଚାଲି ଯାଇଥିଲେ। ଓଡ଼ିଶାର ଗ୍ରାମୀଣ ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ। ଆଗେ ବ୍ୟାପକ ଜଳସେଚନ ବ୍ୟବସ୍ଥା ନ ଥିବାରୁ ଧାନଚାଷ ପରେ ଜମି ପଡ଼ିଆ ରହୁଥିଲା ଏବଂ ସେହି ସମୟତକ ଲୋକେ ହାତ ବାନ୍ଧି ବସି ରହୁଥିଲେ ଅବା କିଛି ଉପାର୍ଜନ କରିବା ଲାଗି ଦେଶାନ୍ତରୀ ହେବାକୁ ବାଧ୍ୟ ହେଉଥିଲେ। କବି ସଚ୍ଚି ରାଉତରାୟ ତାଙ୍କର ପ୍ରସିଦ୍ଧ କବିତା ‘ଛୋଟ ମୋର ଗାଁଟି’ରେ ସେହି କଥା ଲେଖିଛନ୍ତି। ସେ ଲେଖିଥିଲେ: ‘‘ଉଚ୍ଛନ୍ନ ହେଲେ ଆସାମ ଗଲେ ଘରେ ତ ଚାଷୀ ନାହାନ୍ତି, ଦେଏଣା ଭାର ସକଳେ ହାୟ ରେଙ୍ଗୁନ ଭୂମି ଧାଆଁନ୍ତି”। ଏବେ ମଧ୍ୟ ଅସଂଖ୍ୟ ଓଡ଼ିଆ ପେଟପାଟଣା ଲାଗି ବାହାର ରାଜ୍ୟ ବା ଦେଶରେ ଯାଇ କାମ କରୁଛନ୍ତି। ଗୁଜରାଟର ସୁରତରେ ଓଡ଼ିଆ କାରିଗରଙ୍କ ସଂଖ୍ୟା ବହୁତ ଅଧିକ। ସେମାନେ ନ ହେଲେ ସୁରତର ହୀରା କାରଖାନା କିଭଳି ଦଶା ଭୋଗିପାରେ, ତା’ର ଧାରଣା ମିଳିଥିଲା କୋଭିଡକାଳୀନ ଲକଡାଉନ ସମୟରେ। ତେଣୁ କହିହେବ ଯେ ସେଠାରେ ଓଡ଼ିଆ ଶ୍ରମିକମାନଙ୍କ ଚାହିଦା ଓ ଆଧିପତ୍ୟ ମଧ୍ୟ ଅଛି। କିନ୍ତୁ ଦାଦନ ଶ୍ରମିକଙ୍କ ସ୍ଥିତି ଅଲଗା। ସେମାନେ ଅତି ଦରିଦ୍ର ଓ ଅଣକୁଶଳୀ। ନିଜ ଆବଶ୍ୟକତା ମେଣ୍ଟାଇବା ଲାଗି ସେମାନେ ସର୍ଦ୍ଦାର (ଦଲାଲ) ଠାରୁ ଯେଉଁ ଅଗ୍ରିମ ଅର୍ଥ ନେଇ ଥାଆନ୍ତି, ତାହା ଦାଦନ ନାମରେ ପରିଚିତ, ଯାହାକୁ ପରିଶୋଧ କରିବା ଲାଗି ସର୍ଦ୍ଦାର ସେମାନଙ୍କୁ ରାଜ୍ୟ ବାହାରେ ବିଭିନ୍ନ କାମରେ ଲଗାଇଥାଏ। ଏମାନଙ୍କ ସହାୟତା ଲାଗି କୌଣସି ଶ୍ରମ ମଙ୍ଗଳ ନିୟମ ନ ଥାଏ ଏବଂ ବସ୍ତୁତଃ ଏମାନଙ୍କ ସ୍ଥିତି କ୍ରୀତଦାସ ଭଳି ହୋଇଯାଏ। ୧୯୩୧ ମସିହା ଜନଗଣନାରୁ ଜଣା ପଡ଼ିଥିଲା ଯେ ସେହି ସମୟରେ ପ୍ରାୟ ୪୩ ହଜାର ଓଡ଼ିଆ ଶ୍ରମିକ ବର୍ମାର ବିଭିନ୍ନ କଳକାରଖାନାରେ କାମ କରୁଥିଲେ। ସେମାନଙ୍କ ସଂଘର୍ଷପୂର୍ଣ୍ଣ କାହାଣୀ ପ୍ରକାଶ ପାଉଥିଲା ସାପ୍ତାହିକ ‘ନବୀନ’ (୧୯୩୪) ଓ ଅନ୍ୟାନ୍ୟ ପତ୍ରପତ୍ରିକାରେ। ସ୍ବାଧୀନତା ପୂର୍ବରୁ ଗାନ୍ଧୀଜୀ ଆରମ୍ଭ କରିଥିଲେ ଚରଖା ଆନ୍ଦୋଳନ। ତାଙ୍କ ଉଦ୍ଦେଶ୍ୟ ଥିଲା ପ୍ରତ୍ୟେକ ଲୋକଙ୍କ ହାତକୁ କାମ ଯୋଗାଇବା। ଚରଖା ଥିଲା ଏହାର ପ୍ରତୀକ। ଶ୍ରମ ଆଧାରିତ ଅର୍ଥନୀତି ଉପରେ ପ୍ରାଧାନ୍ୟ ଦେଇ ସେ କହୁଥିଲେ ଯେ ପ୍ରତ୍ୟେକ ଗାଁରେ ଗ୍ରାମ୍ୟ ଶିଳ୍ପ ଓ ଉତ୍ପାଦନ କେନ୍ଦ୍ର ଗଢ଼ିଉଠିବା ଉଚିତ। ସ୍ବାଧୀନତା ପରେ ଭାରତୀୟ ଅର୍ଥନୀତି ଗାନ୍ଧୀ ବିଚାର ଛାଡ଼ି ବୃହତ୍ ଶିଳ୍ପକୈନ୍ଦ୍ରିକ ହୋଇଗଲା। ତେଣୁ ଗ୍ରାମର କୁଟୀର ଶିଳ୍ପ ପ୍ରାୟ ବିଲୁପ୍ତ ହୋଇଗଲା। ଗ୍ରାମ୍ୟ ଅର୍ଥନୀତି ବିପନ୍ନ ହୋଇଗଲା। ତା’ ପରଠାରୁ ରାଷ୍ଟ୍ରର ଅର୍ଥନୀତି ଦ୍ରୁତ ଗତିରେ ବିକଶିତ ହେଲା ସିନା, ଗ୍ରାମାଞ୍ଚଳ ବିକାଶର ଆଲୋକ ଦ୍ବାରା ଆଲୋକିତ ହୋଇ ପାରିଲା ନାହିଁ। ତେଣୁ ଅଧିକରୁ ଅଧିକ ଗ୍ରାମାଞ୍ଚଳବାସୀ ଉତ୍ତମ ଜୀବନ ଓ ଜୀବିକା ସନ୍ଧାନରେ ସହରମୁହାଁ ହୋଇ ଗାଁ ଛାଡ଼ିଲେ, ଯେଉଁ ଧାରା ଏ ଯାବତ୍ ଅବ୍ୟାହତ ରହିଛି। କହିବା ଅନାବଶ୍ୟକ ଯେ ଏବେ ମଧ୍ୟ ଶିକ୍ଷା, ସ୍ବାସ୍ଥ୍ୟ ଓ ବୃତ୍ତି ସକାଶେ ଗ୍ରାମରୁ ବାହାରକୁ ଯିବା ଅନିବାର୍ଯ୍ୟ ହୋଇଛି। ଏହା ସତ େଯ ଗ୍ରାମାଞ୍ଚଳର ଦାରିଦ୍ୟ ବିମୋଚନ ଲାଗି ପଦକ୍ଷେପମାନ ନିଆଯାଉଛି, କିନ୍ତୁ ତାହାର ସୁଫଳ ମିଳୁନାହିଁ। ୧୯୬୬ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କଳାହାଣ୍ଡିର ନୂଆପଡ଼ା ଓ ବଲାଙ୍ଗୀରର ବଙ୍ଗୋମୁଣ୍ଡା ଗସ୍ତରେ ଆସି ମରୁଡ଼ି ମୁକାବିଲା ନିମନ୍ତେ ଆଦିବାସୀଙ୍କୁ ଜଙ୍ଗଲ ବ୍ୟବହାର ପାଇଁ ଅନୁମତି ଦେଇଥିଲେ। କିନ୍ତୁ ତା’ର ସୁଯୋଗ ନେଲେ ମହାଜନମାନେ। ସେମିତି ୧୯୯୨ ମସିହାରେ ପ୍ରଧାନମନ୍ତ୍ରୀ ପି. ଭି. ନରସିଂହ ରାଓଙ୍କ ସମୟରେ ଆରମ୍ଭ ହେଲା ‘କେବିକେ ଯୋଜନା’ ଓ ବିପୁଳ ଅର୍ଥର ପ୍ରାବଧାନ ହେଲା। କିନ୍ତୁ ଫାଇଦା ନେଲେ ଦୁର୍ନୀତିଗ୍ରସ୍ତ ରାଜନେତା ଓ ସରକାରୀ କର୍ମଚାରୀମାନେ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ବାଧ୍ୟ ହୋଇ କହିଲେ ଯେ ସରକାର ଦେଉଥିବା ଟଙ୍କାଏରୁ ମାତ୍ର ୧୬ ପଇସା ପହଞ୍ଚୁଛି ଲୋକଙ୍କ ପାଖରେ। ଗ୍ରାମାଞ୍ଚଳର ଦାରିଦ୍ର୍ୟ ବଳବତ୍ତର ରହିଲା ଏବଂ ଏ ଯାବତ୍ ରହିଛି ମଧ୍ୟ। ଦାଦନ ଶ୍ରମିକମାନଙ୍କ ଏକ ବଡ଼ ଦୁର୍ବଳତା ହେଲା ଏୟା ଯେ ସେମାନେ ପ୍ରାୟତଃ କୌଣସି ‘ସ୍କିଲ’ ବା କୌଶଳର ପ୍ରଶିକ୍ଷଣ ନେଇ ନ ଥାନ୍ତି। ସେମାନେ କୁଶଳୀ ହେଲେ ସେମାନଙ୍କ ସକାଶେ ବିକଳ୍ପର ଅନେକ ଦ୍ବାର ଖୋଲି ଯାଆନ୍ତା। ଗୋଟିଏ ଛୋଟ ଉଦାହରଣ ହେଲା ଓଡ଼ିଶାର ପାଣି ପାଇପ ମିସ୍ତ୍ରି ଏବେ ସାରା ଭାରତରେ ସେମାନଙ୍କ ଦକ୍ଷତା ଲାଗି ଜଣାଶୁଣା। ତେଣୁ ସେମାନେ ଉତ୍ତମ ଉପାର୍ଜନ ମଧ୍ୟ କରି ପାରୁଛନ୍ତି। ଦ୍ବିତୀୟ କଥା ହେଲା ଗ୍ରାମାଞ୍ଚଳରେ ଏଭଳି ଶିଳ୍ପର ବିକାଶ କରାଯିବା ଉଚିତ, ଯାହା ସେଠି ଉପଲବ୍ଧ ଦ୍ରବ୍ୟକୁ କଞ୍ଚାମାଲ ରୂେପ ବ୍ୟବହାର କରି ପାରିବ। ସେହି ଦୃଷ୍ଟିରୁ କୃଷିଜ ପ୍ରକ୍ରିୟାକରଣ ଉେଦ୍ୟାଗ ଉପରେ ଅଧିକ ଗୁରୁତ୍ବ ଦିଆଯିବା ଆବଶ୍ୟକ। ଏଭଳି ଉଦ୍ୟୋଗ ଦ୍ବାରା ଚାଷୀଙ୍କ ଉତ୍ପାଦ କଞ୍ଚାମାଲ ରୂପେ ବିନିଯୁକ୍ତ ହୋଇପାରିବ। ତା’ ସହିତ ଏହା ଦ୍ବାରା ବଜାର ଓ ଆନୁଷଙ୍ଗିକ ଶିଳ୍ପର ଜନ୍ମ ଘଟିବ। ୨୦୨୪ରେ ଦାଦନମୁକ୍ତ ଓଡ଼ିଶା ଗଠନର ସ୍ଲୋଗାନ ଦେଇ କ୍ଷମତାକୁ ଆସିଲା ନୂଆ ସରକାର। ଏଥିପାଇଁ ଗଠନ କରାଗଲା ଟାସ୍କଫୋର୍ସ। ମାତ୍ର ଦାଦନ ସମସ୍ୟା ପୂର୍ବବତ୍ ରହିଛି। ମଞ୍ଜି କଥାଟି ବୁଝି ସେହି ଅନୁସାରେ କାମ କଲେ ଦାଦନ ସମସ୍ୟାର ସମାଧାନ ଏକ ବିଶେଷ ବଡ଼ ଆହ୍ବାନ ହୁଅନ୍ତା ନାହିଁ। ସରକାର ସେହି ଗୂଢ଼ କଥାଟିକୁ ବୁଝି ପାରିବା ଦରକାର। (ମତାମତ ଲେଖକଙ୍କ ନିଜସ୍ବ) ମୋ: ୬୩୭୧୬୪୨୪୬୪
ଭାରତୀୟ ସମାଜରେ ଗଭୀର ଚେର ବିସ୍ତାର କରିଥିବା ଏହି ‘ରଙ୍ଗବାଦ’ (‘କଲରିଜ୍ମ’) ଉଭୟ ପୁରୁଷ ଓ ନାରୀମାନଙ୍କୁ ପ୍ରଭାବିତ କରୁଥିଲେ ହେଁ, ଶାରଦା ତାଙ୍କର ଖେଦୋକ୍ତିରେ ସ୍ପଷ୍ଟ କରିଥିବା ଭଳି ଜଣେ ନାରୀକୁ ଏଥିପାଇଁ ଏକ ଦ୍ବୈତ ବିଦ୍ବେଷର ଶିକାର ହେବାକୁ ପଡ଼ିଥାଏ: ପୁରୁଷବାଦୀ ଭାରତୀୟ ସମାଜରେ ଜଣେ ନାରୀ ଭାବରେ ଓ ଚର୍ମର କଳା ରଙ୍ଗ େଯାଗୁଁ ଜଣେ କୃଷ୍ଣବର୍ଣ୍ଣା ନାରୀ ଭାବରେ। କଳା ରଙ୍ଗ ନାରୀ ପାଇଁ କେବଳ ବିବାହରେ ପ୍ରତିବନ୍ଧକ ହୋଇ ନ ଥାଏ, ନିଯୁକ୍ତି ବଜାରରୁ ଆରମ୍ଭ କରି ସିନେମାରୁ ଫେସନ ଦୁନିଆ ପର୍ଯ୍ୟନ୍ତରେ ଏହା ନାକ ଟେକାର ସମ୍ମୁଖୀନ ହେବା ଦେଖାଯାଇଥାଏ। ଅକ୍ଷୟ ମହାନ୍ତିଙ୍କ କିଂବଦନ୍ତି ପାଲଟିଥିବା ଓଡ଼ିଆ ଗୀତ ‘‘ଯା’ରେ ଭାସି ଭାସି ଯା/ନଉକା ମୋର ଭାସି ଯା’’ର ଏକ ମର୍ମସ୍ପର୍ଶୀ ପଦରେ ଏକ ଗାଧୁଆ ତୁଠର ଝିଅଟିଏ ନାଉରିଆକୁ କହିଥାଏ: ‘‘ନାଉରିଆ ତୁ ଶୁଣି ଯା, କିଏ ବା ମତେ ହେବ ବାହା/ଯିଏ ଦେଖନ୍ତି ନାକ ଟେକନ୍ତି/ମୁଁ କାଳେ କାଳୀ କନିଆ।’’ ଭାରତୀୟ ସମାଜର କୋଣ ଅନୁକୋଣରେ ଅକ୍ଷୟ ମହାନ୍ତିଙ୍କ ଗୀତର ସେଇ କାଳୀଝିଅମାନେ ଏବେ ମଧ୍ୟ ସମ୍ମୁଖୀନ ହେଉଥିବା ବର୍ଣ୍ଣବିଦ୍ବେଷରେ ଯେ ତିଳେମାତ୍ର ଊଣା ହୋଇନାହିଁ, ତାହା ଏବେ ଏଭଳି ଜଣେ ନାରୀଙ୍କ ପ୍ରକାଶିତ ମର୍ମବେଦନା ମାଧ୍ୟମରେ ପ୍ରମାଣିତ ହୋଇଛି, ଯାହା ସମଗ୍ର ଦେଶବାସୀଙ୍କୁ ହତଚକିତ କରିଦେଇଛି। ଏହି ମହିଳା ଜଣକ ହେଉଛନ୍ତି ବରିଷ୍ଠ ଆଇଏଏସ୍ ଅଫିସର୍ ତଥା କେରଳ ରାଜ୍ୟର ମୁଖ୍ୟ ଶାସନ ସଚିବ ଶାରଦା ମୁରଲୀଧରନ୍। ସୋସିଆଲ୍ ମିଡିଆରେ ସେ ଅବଶେଷରେ ପ୍ରକାଶ କରିଥିବା ତାଙ୍କର ସାରା ଜୀବନର ପୁଞ୍ଜୀଭୂତ ମନବେଦନା ଅନୁସାରେ ସେ ତାଙ୍କର ପିଲାଟି ଦିନରୁ ତାଙ୍କର ଚର୍ମର କଳା ରଙ୍ଗ ପାଇଁ ଯେଉଁ ବାଛବିଚାର ଓ ବିଦ୍ରୂପର ସମ୍ମୁଖୀନ ହୋଇ ଆସୁଛନ୍ତି, ସେ ସେ ରାଜ୍ୟର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ ପଦ ଅଳଙ୍କୃତ କରିବା ପରେ ମଧ୍ୟ ସେଥିରେ ଅନ୍ତ ଘଟିନାହିଁ। ଶାରଦା ଏହାର ଏକ ଉଦାହରଣ ସ୍ବରୂପ ତାଙ୍କ ପୂର୍ବରୁ ସେଇ ମୁଖ୍ୟ ଶାସନ ସଚିବ ପଦରେ ଦାୟିତ୍ବ ନିର୍ବାହ କରିଥିବା ତାଙ୍କର ସ୍ବାମୀ ଭି ବେଣୁଙ୍କ ସହିତ ତାଙ୍କୁ ତୁଳନା କରି ଜଣେ କେହି ପ୍ରଦାନ କରିଥିବା ମନ୍ତବ୍ୟର ଉଲ୍ଲେଖ କରି ସୋସିଆଲ୍ ମିଡିଆରେ ନିଜର ପ୍ରତିକ୍ରିୟା ପ୍ରସାର କରିଛନ୍ତି। ମନ୍ତବ୍ୟକାର ଜଣକ (ଶାରଦା ତାଙ୍କର ପରିଚୟ ପ୍ରକାଶ କରିନାହାନ୍ତି) କହିଛନ୍ତି ଯେ ମୁଖ୍ୟ ଶାସନ ସଚିବ ଭାବରେ ଶାରଦାଙ୍କ କାର୍ଯ୍ୟ ହେଉଛି ‘‘ସେଇଭଳି କଳା, ଯେଉଁଭଳି ତାଙ୍କ ସ୍ବାମୀଙ୍କର କାର୍ଯ୍ୟ ଥିଲା ଧଳା।’’ ଶାରଦାଙ୍କର ଏହି ଅନୁଭୂତିରୁ ଯାହା ପ୍ରମାଣିତ ହୋଇଥାଏ, ତାହା ହେଲା, ସେ ଭାରତୀୟ ପ୍ରଶାସନିକ ସେବାରେ ପ୍ରବେଶ କରି ନିଜର ଯୋଗ୍ୟତା ପ୍ରମାଣିତ କଲା ପରେ ମଧ୍ୟ ଏବଂ ସର୍ବୋଚ୍ଚ କ୍ଷମତାର ଆଧାର ରୂପେ ବିବେଚିତ ମୁଖ୍ୟ ଶାସନ ସଚିବ ପଦ ମଣ୍ଡନ କଲା ପରେ ମଧ୍ୟ ତାଙ୍କର ଶରୀରର ରଙ୍ଗ ହିଁ ତାଙ୍କର ମୁଖ୍ୟ ପରିଚୟର ଆସନ ଦଖଲ କରି ରହିଛି। କାରଣ, ଏଇ ରଙ୍ଗ ହେଉଛି କଳା। ଭାରତ ଏକ ଶ୍ବେତକାୟମାନଙ୍କର ଦେଶ ହୋଇ ନ ଥିଲେ ମଧ୍ୟ ଏବଂ ଏଠାରେ ଦକ୍ଷିଣ ଆଫ୍ରିକା ବା ଆମେରିକା ଭଳି ବର୍ଣ୍ଣବୈଷମ୍ୟ ନୀତି ଅନୁସୃତ ହେବାର ଅବକାଶ ନ ଥିଲେ ମଧ୍ୟ ଆମ ସମାଜ ଓ ସଂସ୍କୃତିରେ ଶାରଦାଙ୍କ ଭଳି କଳା ଲୋକମାନେ ଯେଉଁଭଳି ବିଦ୍ବେଷର ସମ୍ମୁଖୀନ ହୋଇଥାନ୍ତି, ତାହାକୁ ବର୍ଣ୍ଣବୈଷମ୍ୟର ଏକ କୋମଳ ସଂସ୍କରଣ କହିଲେ ଭୁଲ୍ ହେବ ନାହିଁ। ଏଠାରେ ଏହି ପରିବେଶରେ ଶାରଦାଙ୍କ ପରି ବ୍ୟକ୍ତିମାନେ ଯେଉଁଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥାନ୍ତି, ତାହାର ଅନ୍ତର୍ନିହିତ ଚରିତ୍ର ହୃଦୟଙ୍ଗମ କରିବାରେ ଯଦି ଜଣେ କିଏ ବିଶେଷ ଭାବରେ ସହାୟକ ହୋଇଥାନ୍ତି, ସେ ହେଉଛନ୍ତି ବିଂଶ ଶତାବ୍ଦୀର ପ୍ରସିଦ୍ଧ କୃଷ୍ଣକାୟ ଦାର୍ଶନିକ-ମନସ୍ତତ୍ତ୍ବବିତ୍ ଫ୍ରାନ୍ଜ ଫାନନ୍। ଫରାସୀ ଶ୍ବେତକାୟ ଶାସନାଧୀନ କାରିବିଆନ୍ ଦ୍ବୀପ ମାର୍ଟିନିକ୍ର ଜଣେ କୃଷ୍ଣକାୟ ଅଧିବାସୀ ରୂପେ ନିଜର ଅନୁଭୂତି ଉପରେ ଆଧାରିତ ଏବଂ ମାର୍କ୍ସ, ହେଗେଲ୍ ଓ ସାର୍ତ୍ର ଆଦି ଦାର୍ଶନିକମାନଙ୍କର ଚିନ୍ତାଧାରା ଦ୍ବାରା ପ୍ରଭାବିତ ତାଙ୍କର ୧୯୫୨ରେ ପ୍ରକାଶିତ ରଚନା ‘ଦି ଫ୍ୟାକ୍ଟ ଅଫ୍ ବ୍ଲାକ୍ନେସ୍’ (‘କୃଷ୍ଣତ୍ବର ସତ୍ୟ’)ରେ ଫାନନ୍ କୃଷ୍ଣକାୟମାନଙ୍କର ମନସ୍ତତ୍ତ୍ବ କିପରି ବୃହତ୍ତର ସାମାଜିକ ସଂରଚନାମାନଙ୍କ ଦ୍ବାରା ପ୍ରଭାବିତ ହୋଇଥାଏ, ତାହା ପ୍ରଭାବଶାଳୀ ଢଙ୍ଗରେ ପ୍ରଦର୍ଶିତ କରିଛନ୍ତି। ଫାନନ୍ ଏଥିରେ ସାବ୍ୟସ୍ତ କରିବାକୁ ଚାହିଁଛନ୍ତି ଯେ ଜଣେ ଲୋକ ଆପେ ଆପେ ଏକ ବ୍ୟକ୍ତିରେ ପରିଣତ ହୋଇ ଯାଇ ନ ଥାଏ, ଅର୍ଥାତ୍ ବ୍ୟକ୍ତିତ୍ବ ହାସଲ କରି ନ ଥାଏ। ସମାଜର ଅନ୍ୟ ସଦସ୍ୟମାନଙ୍କ ସହିତ ପାରସ୍ପରିକ କ୍ରିୟା-ପ୍ରତିକ୍ରିୟା ମାଧ୍ୟମରେ ବ୍ୟକ୍ତିର ସୃଷ୍ଟି ଘଟିଥାଏ। ଅନ୍ୟ ଭାବରେ କହିଲେ, ଜଣେ ଲୋକ ଏକ ବ୍ୟକ୍ତିରେ ପରିଣତ ହୋଇଥାଏ, ଯେତେବେଳେ ସେ ଦେଖେ ଯେ ଅନ୍ୟମାନେ ତାକୁ ଏକ ବ୍ୟକ୍ତି ରୂପେ ଦେଖୁଛନ୍ତି। ଫାନନ୍ ବଢ଼ିଥିବା ଔପନିବେଶିକ ସମାଜରେ କେବଳ ଶ୍ବେତକାୟମାନେ ବ୍ୟକ୍ତି ରୂପେ ବିବେଚିତ ହେଉଥିଲେ, ସମାଜ ଦୃଷ୍ଟିରେ କୃଷ୍ଣକାୟମାନେ ବ୍ୟକ୍ତି ନୁହେଁ, ବସ୍ତୁ ରୂପେ ପରିଗଣିତ ହେଉଥିଲେ। ରାତିର ଅନ୍ଧାରର ଉପସ୍ଥିତି ଯୋଗୁଁ ଦିନର ଆଲୋକ ତା’ର ବିଶେଷତ୍ବ ଲାଭ କରୁଥିବା ପରି (ଶାରଦାଙ୍କ ଭଳି) କୃଷ୍ଣକାୟମାନଙ୍କର ବସ୍ତୁତ୍ବର ଉପସ୍ଥିତି େଯାଗୁଁ (ଶାରଦାଙ୍କ ସ୍ବାମୀ ଭି. ବେଣୁଙ୍କ ଭଳି) ଶ୍ବେତକାୟମାନଙ୍କର ବ୍ୟକ୍ତିତ୍ବ ପରିସ୍ଫୁଟ ହୋଇଥାଏ। କଳା ରଙ୍ଗ ଧଳା ରଙ୍ଗର ବିପରୀତ ହୋଇଥିବା ଭଳି କୃଷ୍ଣକାୟମାନେ ହୋଇଥାନ୍ତି ଶ୍ବେତକାୟମାନଙ୍କର ବିପରୀତ। ଏଣୁ ଯଦି ଗୋରାମାନେ ହେଉଛନ୍ତି ମନୁଷ୍ୟ, କଳାମାନେ ହେଉଛନ୍ତି ପଶୁ। ଗୋରାମାନେ ଭଲ, କଳାମାନେ ମନ୍ଦ। ଗୋରାମାନେ ଦକ୍ଷ, କଳାମାନେ ଅଦକ୍ଷ। ଗୋରାମାନେ ବୁଦ୍ଧିମାନ, କଳାମାନେ ମୂର୍ଖ। ଏଣୁ କୃଷ୍ଣକାୟମାନଙ୍କର କାର୍ଯ୍ୟ ହେଉଛି ଶ୍ବେତକାୟମାନଙ୍କୁ ସଭ୍ୟ ଓ ମାର୍ଜିତ ବ୍ୟକ୍ତିସତ୍ତାର ଅଧିକାରୀ ରୂେପ ସାବ୍ୟସ୍ତ କରିବା। ଶାରଦାଙ୍କ ସୋସିଆଲ୍ ମିଡିଆ ପୋଷ୍ଟ ଆଶ୍ଚର୍ଯ୍ୟଜନକ ଭାବରେ ଫାନନ୍ଙ୍କର ଏହି ଅନ୍ତର୍ଦୃଷ୍ଟିର ପ୍ରତିଧ୍ବନି ପରି ମନେ ହୋଇଥାଏ। ଶାରଦା ସେଥିରେ ଲେଖିଛନ୍ତି: ‘‘ମୋ’ଠାରେ କଳା ରଙ୍ଗର ମୋହର ମରାଯାଇଛି (ଏଥିରେ ମୁଁ ଜଣେ ନାରୀ ହୋଇଥିବା ପ୍ରତି ମଧ୍ୟ ଚୁପ୍ଚାପ୍ ଇଙ୍ଗିତ କରାଯାଇଥାଏ), ସତେ ଯେମିତି ତାହା ହେଉଛି ଏକ ଘୋର ଲଜ୍ଜାର ବିଷୟ। କଳାର କାର୍ଯ୍ୟ ମଧ୍ୟ ହେଉଛି କଳା। କଳା କେବଳ ଏକ ରଙ୍ଗ ନୁହେଁ, କଳା ହେଉଛି ସଦାବେଳେ ଅକର୍ମା, କଳା ହେଉଛି ଏକ ବ୍ୟାଧି, ଏକ ଶୀତଳ ଅତ୍ୟାଚାର, ଅନ୍ଧାରର ଅଭ୍ୟନ୍ତର।’’ କେରଳର ଏହି ମୁଖ୍ୟ ଶାସନ ସଚିବ ତାଙ୍କର ଶୈଶବ ଅବସ୍ଥାରୁ ହିଁ ତାଙ୍କର ଚର୍ମର କଳା ରଙ୍ଗ ପାଇଁ କିପରି ବିଦ୍ବେଷର ଶିକାର ହୋଇ ଆସିଛନ୍ତି, ତାହା ଉେଲ୍ଲଖ କରି ଏଥିରୁ ମୁକ୍ତି ପାଇବା ପାଇଁ ମାତ୍ର ଚାରି ବର୍ଷ ବୟସରେ ସେ ତାଙ୍କର ଜନ୍ମଦାତ୍ରୀ ମା’ଙ୍କୁ ଯେଉଁ ଶିଶୁସୁଲଭ ନିରୀହ ପ୍ରଶ୍ନ ପଚାରିଥିବା କଥା କହିଛନ୍ତି, ତାହା ସାମାନ୍ୟ ମନୁଷ୍ୟତ୍ବ ଥିବା ଯେ କୌଣସି ବ୍ୟକ୍ତିକୁ ଭାବବିହ୍ବଳ କରିଦେବ। ଶିଶୁ ଶାରଦା ତାଙ୍କ ମା’ଙ୍କୁ ପଚାରିଥିଲେ ଯେ ସେ ତାଙ୍କୁ ତାଙ୍କର ଗର୍ଭକୁ ଫେରାଇ ନେଇ ଆଉ ଥରେ ‘‘ପୂରା ଗୋରୀ ଓ ସୁନ୍ଦରୀ’’ କରି ଜନ୍ମ ଦେଇପାରିବେ କି? ଭାରତୀୟ ସମାଜରେ ଗଭୀର ଚେର ବିସ୍ତାର କରିଥିବା ଏହି ‘ରଙ୍ଗବାଦ’ (‘କଲରିଜ୍ମ’) ଉଭୟ ପୁରୁଷ ଓ ନାରୀମାନଙ୍କୁ ପ୍ରଭାବିତ କରୁଥିଲେ ହେଁ, ଶାରଦା ତାଙ୍କର ଖେଦୋକ୍ତିରେ ସ୍ପଷ୍ଟ କରିଥିବା ଭଳି ଜଣେ ନାରୀକୁ ଏଥିପାଇଁ ଏକ ଦ୍ବୈତ ବିଦ୍ବେଷର ଶିକାର ହେବାକୁ ପଡ଼ିଥାଏ: ପୁରୁଷବାଦୀ ଭାରତୀୟ ସମାଜରେ ଜଣେ ନାରୀ ଭାବରେ ଓ ଚର୍ମର କଳା ରଙ୍ଗ େଯାଗୁଁ ଜଣେ କୃଷ୍ଣବର୍ଣ୍ଣା ନାରୀ ଭାବରେ। କଳା ରଙ୍ଗ ନାରୀ ପାଇଁ କେବଳ ବିବାହରେ ପ୍ରତିବନ୍ଧକ ହୋଇ ନ ଥାଏ, ନିଯୁକ୍ତି ବଜାରରୁ ଆରମ୍ଭ କରି ସିନେମାରୁ ଫେସନ ଦୁନିଆ ପର୍ଯ୍ୟନ୍ତରେ ଏହା ନାକ ଟେକାର ସମ୍ମୁଖୀନ ହେବା ଦେଖାଯାଇଥାଏ। ଆମେ ଏହାର ଉପସ୍ଥିତିକୁ ସ୍ବୀକାର ନ କରିବା ପାଇଁ ଯେତେ ଛଳନା କଲେ କ’ଣ ହେବ, ଶାରଦାଙ୍କ ସ୍ବୀକାରୋକ୍ତି ଆମର ଅସଲ ଅସନା ଚେହେରାକୁ ପଦାରେ ପକାଇ ଦେଇଛି। ଏହାକୁ ସଫା କରିବା ପାଇଁ ଶିକ୍ଷାନୁଷ୍ଠାନମାନଙ୍କରୁ ଗଣମାଧ୍ୟମ, ମନୋରଞ୍ଜନ ଶିଳ୍ପ ତଥା ନୀତି ନିର୍ଦ୍ଧାରଣ ପରିସର ପର୍ଯ୍ୟନ୍ତ ବ୍ୟାପକ ସଂସ୍କାର ଓ ସଚେତନତା ସୃଷ୍ଟିର ଜରୁରୀ ଆବଶ୍ୟକତା ରହିଛି- ଏହା ହିଁ ହେଉଛି ତାଙ୍କର ଏହି ସ୍ବୀକାରୋକ୍ତିର ଅନ୍ତର୍ନିହିତ ଆହ୍ବାନ।
ତିନି ମାସ ଜଳାଇବ: ସ୍ବାଭାବିକଠାରୁ ଅଧିକ ରହିବ ତାପମାତ୍ରା, ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ବୃଦ୍ଧି ପାଇବ
ଭୁବନେଶ୍ବର: ମାଡ଼ି ଆସୁଛି ତାତି। ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ଜଳିବ ସାରା ରାଜ୍ୟ। ଦିନର ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୪ ଡିଗ୍ରି ଅଧିକ ରହିବ। ପ୍ରବଳ ଗୁଳୁଗୁଳି ସହ ଝାଞ୍ଜି ମାଡ଼ ହେବ। ସ୍ଥାନେ ସ୍ଥାନେ ଦିନର ପାରଦ ୪୫ ଡିଗ୍ରି ଡେଇଁଯିବ। ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ବଢ଼ିବାକୁ ଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯିବ। ଓଡ଼ିଶା ପାଇଁ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ଏଭଳି ପୂର୍ବାନୁମାନ କରିଛି। ଆହୁରି ସ୍ପଷ୍ଟ କରିଛି ଯେ ଏପ୍ରିଲ ଗ୍ରୀଷ୍ମ ମାସରେ ପରିଣତ ହେବ। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ୬ରେ ପହଞ୍ଚିବ। ଦିଲ୍ଲୀ ସମେତ ଉତ୍ତରପଶ୍ଚିମ ରାଜ୍ୟଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ୨ରୁ ୩ ରହିବ। ଏପ୍ରିଲ, ମେ’ ଓ ଜୁନ୍ ମାସରେ ପୂର୍ବ ଭାରତରେ ହାରାହାରି ୧୦ରୁ ୧୨ଟି ଗ୍ରୀଷ୍ମ ପ୍ରବାହ ଦିନ ରହିବାର ସମ୍ଭାବନା ରହିଛି। କେନ୍ଦ୍ରୀୟ, ପୂର୍ବ ଓ ଉତ୍ତରପଶ୍ଚିମ ଭାରତରେ ଗ୍ରୀଷ୍ମ ପ୍ରବାହ ଦିନ ଅଧିକ ରହିବ। ପୂର୍ବ ଓ ପଶ୍ଚିମ ଭାରତର କେତେକ ଅଞ୍ଚଳରେ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକ ରହିପାରେ। ଉତ୍ତର ଓ ପୂର୍ବ, କେନ୍ଦ୍ରୀୟ ଓ ଉତ୍ତରପଶ୍ଚିମ ଭାରତରେ ୨ରୁ ୪ ଦିନ ଅଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ସାଧାରଣତଃ ଏପ୍ରିଲରୁ ଜୁନ୍ ମାସ ମଧ୍ୟରେ ୪ରୁ ୭ ଦିନ ଗ୍ରୀଷ୍ମ ପ୍ରବାହ ହୋଇଥାଏ। ସ୍ବାଭାବିକଠାରୁ ଅଧିକ ରହିବ ତାପମାତ୍ରା ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ବୃଦ୍ଧି ପାଇବ ଆଜି ବି ୪୦ ଡିଗ୍ରି ଉପରେ ୭ ସହର ମୋଟ ଉପରେ ଦେଖିବାକୁ ଗଲେ ଓଡ଼ିଶା, ରାଜସ୍ଥାନ, ଗୁଜରାଟ, ହରିୟାଣା, ପଞ୍ଜାବ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡ଼ୁର ଉତ୍ତରାଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ସ୍ବାଭାବିକଠାରୁ ଅଧିକ ରହିବ। ଏପ୍ରିଲରେ ଦେଶର ଅଧିକାଂଶ ରାଜ୍ୟର ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବାର ସମ୍ଭାବନା ରହିଛି। ଏପ୍ରିଲ ମାସରେ ଦେଶରେ ସ୍ବାଭାବିକ ବର୍ଷା ହେବ। ତେବେ ଉତ୍ତରପଶ୍ଚିମ, ପେନିନ୍ସୁଲାର, ଉତ୍ତରପୂର୍ବ ଓ ପଶ୍ଚିମ କେନ୍ଦ୍ରୀୟ ଭାରତର କେତେକ ସ୍ଥାନରେ ସ୍ବାଭାବିକ କିମ୍ବା ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇପାରେ। ବାକି ଅଞ୍ଚଳରେ ସ୍ବାଭାବିକଠାରୁ କମ୍ ବର୍ଷା ହେବ ବୋଲି ଆଇଏମ୍ଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ତେବେ କେତେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ଆଶଙ୍କା ରହିଛି। ଏପ୍ରିଲ ୧ରେ ଦକ୍ଷିଣ ଓଡ଼ିଶା, ୨ ଓ ୩ ତାରିଖରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା, ୪ ଓ ୫ ତାରିଖରେ ପଶ୍ଚିମ ଓଡ଼ିଶା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ୭ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ବୌଦ୍ଧରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୨.୧ ଡିଗ୍ରି ରେକର୍ଡ ହୋଇଛି।
ଖଣି ରାଜସ୍ବକୁ ଝଟ୍କା: ୬ ହଜାର କୋଟି ହାତଛଡ଼ା, ଯୋଡ଼ା ଖଣି ମଣ୍ଡଳରେ କମିଛି ୨ ହଜାର କୋଟି
ସୁବ୍ରତ ସ୍ବାଇଁ କେନ୍ଦୁଝର: ଖଣି ରାଜସ୍ବ ଆଦାୟରେ ଓଡ଼ିଶା ଏଥର ପଛେଇଛି। ଗତବର୍ଷ ତୁଳନାରେ ରାଜ୍ୟ ପାଖାପାଖି ୬ ହଜାର କୋଟି ଟଙ୍କାର ରାଜସ୍ବ ହରାଇଛି। ଗତ ଆର୍ଥିକ ବର୍ଷରେ ରାଜ୍ୟ ୪୬ ହଜାର କୋଟି ଟଙ୍କାର ଖଣି ରାଜସ୍ବ ପାଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ୪୦ ହଜାର ୫୦୦ କୋଟି ପାଇଛି। ସର୍ବାଧିକ ରାଜସ୍ବ ଦେଉଥିବା କେନ୍ଦୁଝର ଜିଲ୍ଲାରେ ମଧ୍ୟ ଖଣି ରାଜସ୍ବ ହ୍ରାସ ପାଇଛି। ଗତବର୍ଷ ଯୋଡ଼ା ଖଣିମଣ୍ଡଳରେ ୨୧ ହଜାର କୋଟି ଟଙ୍କା ଖଣି ରାଜସ୍ବ ଆଦାୟ ହୋଇଥିବା ବେଳେ ଏବର୍ଷ ୨ ହଜାର କୋଟି ଟଙ୍କା ହ୍ରାସ ପାଇଛି। କେବଳ କେନ୍ଦୁଝର ନୁହେଁ, ସମଗ୍ର ରାଜ୍ୟର ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ଖଣି ବିଭାଗ ପୂର୍ବବର୍ଷର ସଫଳତାକୁ ଦୋହରାଇ ପାରିନାହିଁ। ରାଜ୍ୟରେ ବିକାଶରେ ପ୍ରମୁଖ ଭୂମିକା ରଖୁଥିବା ଖଣି ରାଜସ୍ବ ହ୍ରାସ ଚିନ୍ତାଜନକ ବୋଲି କୁହାଯାଉଛି। ଖଣି ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ, ଗତବର୍ଷ ରାଜ୍ୟରେ ମୋଟ ୪୬ ହଜାର କୋଟି ଟଙ୍କା ରାଜସ୍ବ ସଂଗ୍ରହ ହୋଇଥିଲା। ଚଳିତବର୍ଷ ସରକାର ୭୦ ହଜାର କୋଟି ଟଙ୍କା ରାଜସ୍ବ ଆଦାୟ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଥିଲେ। ମାତ୍ର ୪୦ ହଜାର ୫୦୦ କୋଟି ଟଙ୍କା ଅର୍ଥାତ୍ ୬୦ ପ୍ରତିଶତରୁ କମ୍ ସଫଳତା ପାଇଛି। ଯୋଡ଼ା ଖଣି ମଣ୍ଡଳରୁ ଗତବର୍ଷ ୨୧ ହଜାର କୋଟି ଟଙ୍କା ଖଣି ରାଜସ୍ବ ସଂଗ୍ରହ ହୋଇଥିବା ବେଳେ ଏବର୍ଷ ୧୯ ହଜାର କୋଟି ଟଙ୍କା ସଂଗ୍ରହ ହୋଇଛି। ଯୋଡ଼ା ଖଣି ମଣ୍ଡଳରେ ୧୦ଟି ଅଧିକ ପ୍ରିମିୟମ୍ର ଖଣି ରହିଛି। ଏଥିରୁ ଏବେ ୫ଟି ବନ୍ଦ ରହିଛି। ଜଜାଙ୍ଗ ଲୁହାପଥର ଖଣିର ପ୍ରିମିୟମ୍ ଦେଇ ନପାରିବାରୁ ଉକ୍ତ ଖଣିକୁ ଜେଏସ୍ଡବ୍ଲ୍ୟୁ କମ୍ପାନି ସରକାରଙ୍କୁ ହସ୍ତାନ୍ତର କରିଦେଇଛି। ଅର୍ଥାତ୍ ଏହି ଖଣିରୁ ଗତବର୍ଷ ଯେଉଁ ରାଜସ୍ବ ମିଳିଥିଲା ଏଥର ତାହା ମିଳିଲା ନାହିଁ। ସେହିପରି ଚଳିତବର୍ଷ ୭ଟି ଖଣି ପ୍ରିମିୟମ୍ ଦାଖଲ କରି ନଥିବାରୁ ସରକାର ତାହାକୁ ଚଳାଇବା ପାଇଁ ଅନୁମତି ଦେଇନାହାନ୍ତି। ନିୟମ ଅନୁସାରେ, କୌଣସି ଖଣି ଧାର୍ଯ୍ୟ ସମୟରେ ପ୍ରିମିୟମ୍ ଦେଇ ନ ପାରିଲେ, ପରବର୍ତ୍ତୀ ସମୟରେ ସେମାନଙ୍କୁ ଦେୟ ପଇଠ ପାଇଁ ଚୁକ୍ତି ଭିତ୍ତିରେ ସମୟ ଦିଆଯାଏ। ଉକ୍ତ ପ୍ରିମିୟମ୍ର ସୁଧ ଆକାରରେ ୧୮ ପ୍ରତିଶତ ଅଧିକ ସରକାର ନେଇଥା’ନ୍ତି। ଚଳିତ ଆର୍ଥିକ ବର୍ଷର ଶେଷ ପର୍ଯ୍ୟାୟରେ ଯୋଡ଼ା ଖଣି ମଣ୍ଡଳର ସିରାଜୁଦ୍ଦିନ, କାସ୍ଭି, ନର୍ଭେରାମ ଭଳି ୭ଟି ଖଣିର ପ୍ରିମିୟମ୍ ଦାଖଲ ହୋଇ ନଥିବାରୁ ସେଗୁଡ଼ିକୁ ବନ୍ଦ କରାଯାଇଛି। ୪ମାସ ଧରି ଏହି ସବୁ ଖଣି ବନ୍ଦ ରହିବା ଯୋଗୁଁ ବିପୁଳ କ୍ଷତି ହୋଇଛି। ବକେୟା ଥିବା ପ୍ରିମିୟମ୍ ସାଙ୍ଗକୁ ରୟାଲଟି ହରାଇଛନ୍ତି ସରକାର। ଯଦି ପୂର୍ବ ଭଳି ଅଣ୍ଡରଟେକିଂ ଜରିଆରେ ଅଧିକ ସୁଧ ନେଇ କମ୍ପାନିମାନଙ୍କୁ ଖଣି ଖନନ କରିବାକୁ ସୁଯୋଗ ଦିଆଯାଇଥା’ନ୍ତା, ହୁଏତ ସରକାର ଅଧିକ ରାଜସ୍ବ ପାଇଥା’ନ୍ତେ ବୋଲି କୁହାଯାଉଛି। ସେହିପରି ଖଣିଜ ପଦାର୍ଥର ମୂଲ୍ୟ ହ୍ରାସ ରାଜସ୍ବ ହ୍ରାସର ଅନ୍ୟତମ କାରଣ ବୋଲି କୁହାଯାଉଛି। ଖଣିଜ ପଦାର୍ଥ ମୂଲ୍ୟ ସ୍ଥିର କରିଥାଏ ଆଇବିଏମ୍ (ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସ)। ଚଳିତବର୍ଷ ଖଣିଜ ପଦାର୍ଥର ମୂଲ୍ୟ କମାଇଛି ଆଇବିଏମ୍। ଏଥିପାଇଁ ରାଜସ୍ବ ଆଦାୟ କମିଥିବା କୁହାଯାଉଛି।
ସଚିବ ଆସିବେ ବୋଲି... ଶୌଚାଳୟରେ ଲୁଚାଇଲେ ୪୪ ଅଚଳ ଭେଣ୍ଟିଲେଟର୍
କଟକ: ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଶୌଚାଳୟରେ ଲୁଚାଇ ରଖାଯାଇଛି ୪୪ ଅଚଳ ଭେଣ୍ଟିଲେଟର୍। ଏଥିପାଇଁ କର୍ମଚାରୀମାନେ ଶୌଚାଳୟ ଯିବାରେ ସମସ୍ୟା ଭୋଗୁଛନ୍ତି। ରବିବାର ଦିନ ମୁଖ୍ୟଶାସନ ସଚିବ ଓ ସ୍ବାସ୍ଥ୍ୟ ସଚିବ ଏସ୍ସିବି ଗସ୍ତରେ ଆସିବା ପୂର୍ବରୁ ମେଡିସିନ୍ ବିଭାଗ ଆଇସିୟୁରେ ଥିବା ୪୪ଟି ଅଚଳ ଭେଣ୍ଟିଲେଟର୍କୁ ଶୌଚାଳୟ ଭିତରେ ଲୁଚାଇ ଦିଆଯିବା ଘଟଣା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ପିଏମ୍ କେୟାର ଯୋଜନାରେ ଆସିଥିବା ଏହି ଭେଣ୍ଟିଲେଟର୍ଗୁଡ଼ିକ ଆସିବା ଦିନଠାରୁ ଠିକ୍ରେ କାମ କରୁ ନଥିବା କୁହାଯାଉଛି। ଭେଣ୍ଟିଲେଟର୍ ଅଚଳ ସଂପର୍କରେ ବିଭାଗୀୟ ମୁଖ୍ୟମାନେ ଏସ୍ସିବି କର୍ତ୍ତୃପକ୍ଷଙ୍କୁ ବହୁ ପୂର୍ବରୁ ସୂଚିତ କରାଇଥିଲେ ବି କୌଣସି ଠୋସ୍ ପଦକ୍ଷେପ ନିଆଯାଉ ନଥିଲା। ଏସ୍ସିବିକୁ କୋଭିଡ୍ ସମୟରେ ଭାରତ ସରକାରଙ୍କ ପକ୍ଷରୁ ୫୦ରୁ ଅଧିକ ଭେଣ୍ଟିଲେଟର୍ ଯୋଗାଇ ଦିଆଯାଇଥିଲା। ସେଥିରୁ ମେଡିସିନ୍ ବିଭାଗକୁ ୪୪ଟି ଭେଣ୍ଟିଲେଟର୍ ଦିଆଯାଇଥିଲା। କିନ୍ତୁ ଆସିବା ଦିନରୁ ଏଥିରେ ତ୍ରୁଟି ପରିଲକ୍ଷିତ ହେଉଥିଲା। ଅଚଳ ହୋଇପଡ଼ିଥିବା ଭେଣ୍ଟିଲେଟର୍ଗୁଡ଼ିକୁ ସଜାଡ଼ିବା ପାଇଁ କେଟିପିଏଲ୍ ସଂସ୍ଥାକୁ ଦିଆଯାଇଥିଲା। ସଂପୃକ୍ତ ସଂସ୍ଥା ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ବାରମ୍ବାର ସଜାଡ଼ିଥିଲେ ବି କିଛି ମିନିଟ୍ ପାଇଁ ଚାଲିବା ପରେ ପୁଣି ଅଚଳ ହୋଇପଡୁଥିଲା। କୋଭିଡ୍ ହସ୍ପିଟାଲ ବନ୍ଦ ପରେ ସେହି ଭେଣ୍ଟିଲେଟର୍ଗୁଡ଼ିକ ୬ମାସରୁ ଅଧିକ ସମୟ ଧରି ଗଦା ହୋଇ ଗୋଟିଏ କୋଠାରୀରେ ପକାଇ ରଖାଗଲା। ଫଳରେ ସଂପୂର୍ଣ୍ଣ ଅଚଳ ହୋଇଗଲା। ଏ ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବିଧାନସଭାରେ ପ୍ରସଙ୍ଗ ଉଠିଥିଲା। ଠିକ୍ ପରଦିନ ଅର୍ଥାତ୍ ରବିବାର ମୁଖ୍ୟ ଶାସନ ସଚିବ ଓ ସ୍ବାସ୍ଥ୍ୟ ସଚିବ ଏସ୍ସିବି ଆସିବେ ବୋଲି ଘୋଷଣା ହେବା ପରେ ଏହି ଅଚଳ ଭେଣ୍ଟିଲେଟର୍ଗୁଡ଼ିକୁ ତରବରିଆ ଭାବେ ଶୌଚାଳୟରେ ଲୁଚାଇ ଦିଆଯାଇଥିଲା। ଏ ସଂପର୍କରେ ଏସ୍ସିବି କୁଳସଚିବ କିଛି କହି ନଥିଲେ ବି ଜଣେ ବରିଷ୍ଠ ବିଶେଷଜ୍ଞ କିନ୍ତୁ ଏହାକୁ ସ୍ବୀକାର କରିଛନ୍ତି।
ଫେବ୍ରୁଆରି ଯାଇ ମାର୍ଚ୍ଚ ସରିଲା, ବିଜେପି ସଭାପତି ନିଯୁକ୍ତି ନୋହିଲା: ନେତାଙ୍କ ସବୁ ଆକଳନ ଭୁଲ୍
ଭୁବନେଶ୍ବର: ଜାନୁଆରି ୩୦ରେ ବିଜେପିର ସହନିର୍ବାଚନ ଅଧିକାରୀ ତଥା କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଥିଲେ, ଫେବ୍ରୁଆରି ମାସରେ ଓଡ଼ିଶା ବିଜେପିର ରାଜ୍ୟ ସଭାପତି ଘୋଷଣା ହେବ। ଏଥିପାଇଁ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଚୟନ ନେଇ ନିଯୁକ୍ତ ହୋଇଥିବା ସଞ୍ଜୟ ଜୟସ୍ବାଲ ଖୁବ୍ଶୀଘ୍ର ଓଡ଼ିଶା ଆସିବେ। ଓଡ଼ିଶା ବିଜେପିର ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଫେବ୍ରୁଆରି ୨୫ରେ କହିଥିଲେ, ଖୁବ୍ଶୀଘ୍ର ରାଜ୍ୟ ସଭାପତି ଚୟନ ସରିବ। ମାର୍ଚ୍ଚ ୧୦ ପୂର୍ବରୁ ନୂଆ ସଭାପତିଙ୍କ ନାମ ଘୋଷଣା ହେବ। ସେହି ଫେବ୍ରୁଆରି ତୃତୀୟ ସପ୍ତାହରେ ହୋଇଥିବା ଦଳୀୟ ବୈଠକ ପରେ ଓଡ଼ିଶା ବିଜେପିର ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ କହିଥିଲେ, ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟ ସଭାପତି ନିଯୁକ୍ତ ହେବେ। ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ, ମାର୍ଚ୍ଚ ଶେଷ ସୁଦ୍ଧା ସବୁ ନିଗମ ଓ ବୋର୍ଡର ଅଧ୍ୟକ୍ଷ ଓ ସଭାପତି ନିଯୁକ୍ତି ଶେଷ ହେବ। ଏଥିପାଇଁ ତାଲିକା ଚୂଡ଼ାନ୍ତ ସରିଛି।ବିଡ଼ମ୍ବନାର ବିଷୟ ଫେବ୍ରୁଆରି ଯାଇ ମାର୍ଚ୍ଚ ସରିଗଲା। କିନ୍ତୁ କୌଣସି ଗୋଟିଏ ବି ନିଯୁକ୍ତି ହେଲାନି। ଦଳର ଶୀର୍ଷ ସ୍ତରର ଏହି ନେତାମାନେ ରାଜ୍ୟ ସଭାପତି, ନିଗମ ଓ ବୋର୍ଡ ସଭାପତି ପାଇଁ ଯେଉଁ କଥା ଗଣମାଧ୍ୟମ ଆଗରେ କହିଥିଲେ ତାହା କେବଳ ଡାହା ମିଛ ଥିଲା ବୋଲି ପ୍ରମାଣିତ ହୋଇଛି। ବିଜେପିର ମନ୍ତ୍ରୀ, ସାଂସଦମାନେ କ୍ୟାମେରା ଆଗରେ ଯାହା କହିଥିଲେ ବାସ୍ତବରେ ତାହା ଦଳର କଥା ଥିଲା ନା ନିଜର ବ୍ୟକ୍ତିଗତ ମତ ଥିଲା ସେନେଇ ପ୍ରଶ୍ନ ଉଠିଲାଣି। ନିଗମ ଓ ବୋର୍ଡ ଅଧ୍ୟକ୍ଷ ପଦବି ପୂରଣ ହୋଇପାରୁନି ରାଜ୍ୟରେ ବିଜେପି ସରକାର ଆସିବା ପରେ ବହୁ ଦିନ ଧରି କ୍ଷମତାରୁ ଦୂରରେ ଥିବା ଲକ୍ଷ ଲକ୍ଷ କର୍ମୀ, ନେତା ଏବେ ପଦପଦବି ପାଇବା ଆଶାରେ ଅଛନ୍ତି। କିନ୍ତୁ କ୍ଷମତାରେ ଥିବା ନେତାମାନେ ସେମାନଙ୍କ ଥଇଥାନ ପାଇଁ ଏମିତି ଦିନ ପରେ ଦିନ ଗଡ଼େଇ ଚାଲିଛନ୍ତି ଯେ ଦଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଦଳରେ ବିଧାୟକ ଓ ସଂଗଠନ ଦାୟିତ୍ବରେ ଥିବା ନେତାଙ୍କ କଥା ମନ୍ତ୍ରୀମାନେ ଶୁଣୁନଥିବା ନେଇ ଅଭିଯୋଗ ହେଉଥିଲା। ଏବେ କର୍ମୀ କହିଲେଣି ଆମ ମନ୍ତ୍ରୀ, ସାଂସଦ କି ଶୀର୍ଷସ୍ତରର ନେତା କିଛି ଜାଣିନାହାନ୍ତି, କେବଳ ଆମକୁ ଭଣ୍ଡାଇବା ପାଇଁ ଗଣମାଧ୍ୟମ କ୍ୟାମେରା ସମ୍ମୁଖରେ ଏମିତି କହୁଛନ୍ତି। ସବୁ ଦିଲ୍ଲୀରେ ଚୂଡ଼ାନ୍ତ ହେବ ତାହା ନକହି କାହିଁକି ନିଜେ ନିଷ୍ପତ୍ତି ନେବା ଭଳି ଦିନେ ଦୁଇ ଦିନରେ ହୋଇଯିବ, ଏଇ ମାସ ଶେଷ ସୁଦ୍ଧା ହୋଇଯିବ ବୋଲି କହୁଛନ୍ତି ତାହା ଜଣାପଡ଼ୁନି। ଅପରପକ୍ଷେ ବିଜେପିର ନୂଆ ସଭାପତି ଚୟନ ହୋଇପାରୁ ନଥିବାରୁ ଦଳର ସାଙ୍ଗଠନିକ କାର୍ଯ୍ୟ ବି ଠିକ୍ ଭାବେ ଆଗେଇ ପାରୁନି। ଗୋଷ୍ଠୀ କନ୍ଦଳ ବଢ଼ିବାରେ ଲାଗିଛି। ସବୁ ମଣ୍ଡଳ ସଭାପତି, ଜିଲ୍ଲା ସଭାପତି ଘୋଷଣା ହୋଇନଥିଲେ ବି ଏହାକୁ ଶୀଘ୍ର ଶେଷ କରିବାକୁ ପଦକ୍ଷେପ ନିଆଯାଉନି। ଏପରିକି ହତାଶ ନେତା ଓ କର୍ମୀ ରାଜ୍ୟ କାର୍ଯ୍ୟାଳୟକୁ ଆସୁନାହାନ୍ତି।ସୂଚନାଯୋଗ୍ୟ ଯେ, ଜାନୁଆରି ୫ ସୁଦ୍ଧା ବିଜେପିର ସମସ୍ତ ମଣ୍ଡଳ ସଭାପତି, ଜାନୁଆରି ୧୦ ସୁଦ୍ଧା ଜିଲ୍ଲା ସଭାପତି ଓ ଜାନୁଆରି ୧୫ ସୁଦ୍ଧା ରାଜ୍ୟ ସଭାପତି ଚୟନ ପ୍ରକ୍ରିୟା ଶେଷ କରିବାକୁ ସମୟ ଧାର୍ଯ୍ୟ ହୋଇଥିଲା। ହେଲେ ଆମ ରାଜ୍ୟରେ ଧାର୍ଯ୍ୟ ସମୟ ମଧ୍ୟରେ କୌଣସି ନିଯୁକ୍ତି ସରିବା ଦୂରର କଥା, ଏହାର ଅଢ଼େଇ ମାସ ପରେ ବି ମଣ୍ଡଳ, ଜିଲ୍ଲା ସଭାପତି ନିଯୁକ୍ତି ସରିଲାନି। ରାଜ୍ୟ ସଭାପତି ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଟଣାଓଟରା ଚାଲିଥିବାରୁ ମନମୋହନ ପୁଣି ସଭାପତି ହେବେ କି ନୂଆ ମୁହଁ ଓଡ଼ିଶା ବିଜେପିର ନେତୃତ୍ବ ନେବେ ତାହା ସ୍ଥିର ହୋଇପାରୁନି।
କପିଳାସରୋଡ୍ ରେଳ ଫାଟକରେ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ରେଳ ଓଭରବ୍ରିଜ
ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ସୋମବାର ଟାଙ୍ଗୀ ଠାରେ ୧୭୪ନଂ କପିଳାସ ରୋଡ ରେଳ ଓଭରବ୍ରିଜ୍ ନିର୍ମାଣ ସ୍ଥଳ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ପରେ ଖୁବ ଶୀଘ୍ର ଏହା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବ ବୋଲି କହିଛନ୍ତି। ଶ୍ରୀ ପଣ୍ଡାଙ୍କ ୨୦୧୦ ମସିହାରୁ ନିରନ୍ତର ଉଦ୍ୟମ ଯୋଗୁ କଟକ ଜିଲ୍ଲାର ଟାଙ୍ଗୀ ଠାରେ କପିଳାସ ରୋଡ ରେଳ ଫାଟକରେ ଏକ ରେଳ ଓଭରବ୍ରିଜ ପାଇଁ ଜନସାଧାରଣଙ୍କର ବହୁ ଦିନର ଦାବି ପୂରଣ ହେବାକୁ ଯାଉଛି। ଏହି ପ୍ରସ୍ତାବକୁ ଇଷ୍ଟକୋଷ୍ଟ ରେଳବାଇ ବୋର୍ଡ ଅନୁମୋଦନ କରିସାରିଥିବା ବେଳେ ଉଭୟ ରାଜ୍ୟ ସରକାର ଓ ରେଳ ବିଭାଗଙ୍କ ବ୍ୟୟ ଅଟକଳରେ ଏହି ରେଳ ଓଭରବ୍ରିଜ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହୋଇଥିଲା। ଏହି ପ୍ରକଳ୍ପ ଅଗ୍ରଗତି ପାଇଁ ଶ୍ରୀ ପଣ୍ଡା କ୍ରମାଗତ ଚେଷ୍ଟା କରିବାସହ ବିଭିନ୍ନ ସମୟରେ ରେଳମନ୍ତ୍ରୀଙ୍କୁ ଭେଟି ପ୍ରକଳ୍ପର ଅଗ୍ରଗତି ପାଇଁ ଦାବି କରିବା ସହ ୨୦୧୦ ମସିହା ଠାରୁ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ, ଜାତୀୟ ରାଜପଥ ଓ ରେଳବାଇ ବିଭାଗ ଦ୍ବାରା ପ୍ରକଳ୍ପର ନିରିକ୍ଷଣ ଓ ବାରମ୍ବାର ସମିକ୍ଷା ପରେ ଉଭୟ ରାଜ୍ୟ ସରକାର ଓ ରେଳବାଇ ବିଭାଗର ପ୍ରାୟ ୯୦ କୋଟି ଟଙ୍କାର ଯୁଗ୍ମ ବ୍ୟୟବରାଦକୁ କେନ୍ଦ୍ର ରେଳ ବିଭାଗ ଅନୁମୋଦନ କରିଥିଲେ। ସୂଚନାଯୋଗ୍ୟ, ଯେ ସ୍ଥାନୀୟ ଜନସାଧାରଣଙ୍କର ବହୁଦିନର ଦାବିକୁ ଅନୁଧ୍ୟାନ ଓ ସମ୍ମାନ ଜଣାଇ ସ୍ଥାନୀୟ ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା ଗତ ୨୦୧୦ ମସିହା ଠାରୁ କ୍ରମାଗତ ଭାବେ କେନ୍ଦ୍ର ରେଳ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ସହିତ ବିଭିନ୍ନ ସମୟରେ ଆଲୋଚନା ଓ ସମିକ୍ଷା କରି ଏହି ପ୍ରକଳ୍ପଟିକୁ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ। ଶେଷରେ କେନ୍ଦ୍ର ସରକାର ଜନସାଧାରଣଙ୍କ ଦାବି ଓ ସାଂସଦ ଶ୍ରୀ ପଣ୍ଡାଙ୍କ ପ୍ରଚେଷ୍ଟାକୁ ବିଚାରକୁ ନେଇ ଟାଙ୍ଗୀ ୧୭୪ ନଂ ରେଳ ଫାଟକ ଠାରେ ରେଳ ଓଭରବ୍ରିଜ କରିବା ପାଇଁ ପଥ ପରିସ୍କାର କରି ରେଳ ବିଭାଗର ପ୍ରସ୍ତାବିତ କାର୍ଯ୍ୟ ଚିଠାର ୧୯୭ ନମ୍ବର ରେ ଏହି ପ୍ରକଳ୍ପଟିକୁ ତାଲିକାଭୁକ୍ତ କରିଥିଲେ। ଏହି ସମୀକ୍ଷା ବୈଠକରେ ଶ୍ରୀ ପଣ୍ଡାଙ୍କ ସମେତ ଇଷ୍ଟକୋଷ୍ଟ ରେଳବାଇର ମୁଖ୍ୟ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ସୁଧିର କୁମାର ପରିଡ଼ା, ଜାତୀୟ ରାଜପଥ- ୧୬ର ବରିଷ୍ଠ ଅଧିକାରୀ ଭାବଗ୍ରାହୀ ଦାସ, ଜାତୀୟ ରାଜପଥର ପ୍ରକଳ୍ପ ନିର୍ଦ୍ଦେଶକ ସୁରଜ ସିଂହ, ଗୃହ ଓ ରାସ୍ତା ବିଭାଗ (ଚାରବାଟିଆ) ଅଜିତ ରାୟ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ଉପସ୍ଥିତିରେ ସ୍ଥାନୀୟ ଜନତା, ନେତୃବୃନ୍ଦ, ଯୁବନେତା, ସମାଜସେବୀ ଯୋଗ ଦେଇଥିଲେ। Dhenkanal | Baijayant Panda
Bhubaneswar Shines Bright: Government Buildings Illuminated for Utkal Divas 2025
Odisha’s capital city, Bhubaneswar, transformed into a dazzling spectacle on the eve of Utkal Divas, also known as Odisha Foundation Day. Major government buildings, including the iconic Raj Bhavan, the State Assembly, the Secretariat, and the Police Commissionerate, were adorned with vibrant, colourful lights to mark the occasion. The celebrations, which began on March 31, […] The post Bhubaneswar Shines Bright: Government Buildings Illuminated for Utkal Divas 2025 appeared first on Pragativadi I Latest Odisha News in English I Breaking News .
ଆର୍ଯ୍ୟ ସମାଜର ପ୍ରତିଷ୍ଠା ଦିବସ ପାଳିତ
ଭଦ୍ରକ : ସୃଷ୍ଟି ନିର୍ମାଣର ପ୍ରଥମ ଦିବସ ଓ ଆର୍ଯ୍ୟ ସମାଜର ପ୍ରତିଷ୍ଠା ଦିବସ ଚୈତ୍ର ଶୁକ୍ଳ ପ୍ରତିପଦାରେ ଆର୍ଯ୍ୟ ସମାଜ ଭଦ୍ରକ ପକ୍ଷରୁ ମହାସମାରୋହରେ ପାଳନ କରାଯାଇଛି । ବେଦ ପ୍ରବକ୍ତା ପଣ୍ଡିତ ବୀରେନ୍ଦ୍ର ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠାନରେ ପଣ୍ଡିତ ପଣ୍ଡା ସୃଷ୍ଟିର ଆଦ୍ୟ ଦିବସ ଓ ଆର୍ଯ୍ୟ ସମାଜର ମହତ୍ତ୍ଵ ବର୍ଣ୍ଣନା କରିଥିଲେ ତଥା ସମସ୍ତଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଥିଲେ । ସଭାପତି ସୁଶ୍ରୀ ବୀଣାପାଣି ପଣ୍ଡା ଓ ସହ ଆଚାର୍ଯ୍ୟ ଲକ୍ଷ୍ମୀଧର ପଣ୍ଡାଙ୍କ ଯଜମାନତ୍ବରେ ଯଜ୍ଞ କାର୍ଯ୍ୟ ସଂପର୍ଣ୍ଣ ପରେ ସମାଜର ସଦସ୍ୟା ସ୍ମିତାରାଣୀ ନାୟକ, ସୁସଂଧ୍ୟା ପଣ୍ଡା, ମଧୁମିତା ସାହୁ, ନର୍ମଦା ନାୟକ ଓ ସଂସ୍କୃତି ପଣ୍ଡା ବେଦମନ୍ତ୍ର ପାଠ ଓ ଭଜନ ପରିବେଷଣ କରିଥିଲେ । ଲକ୍ଷ୍ମୀଧର ପଣ୍ଡା ଆର୍ଯ୍ୟ ସମାଜର ସଂସ୍କାର ଦିଗ ଓ ବୈଚାରିକ ଦିଗ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସଂପାଦକ ସୁଧୀର ମୁଦୁଲି ସୃଷ୍ଟି ଆରମ୍ଭ ଦିବସରେ ମହତ୍ତ୍ଵ ବ୍ୟାଖ୍ୟା କରିଥିଲେ । ରବି ନାରାୟଣ ଲେଙ୍କାଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭଦ୍ରକର ବହୁ ବିଶିଷ୍ଟ ବ୍ୟକ୍ତି ତଥା ବିଦ୍ବାନ ବିଦୂଷୀ ଓ ଆର୍ଯ୍ୟ ସମାଜର ସଦସ୍ୟ, ସଦସ୍ୟା ଉପସ୍ଥିତ ଥିଲେ । ଏହି ଅବସରରେ ସମସ୍ତେ ସମସ୍ତ ଆତ୍ମୀୟ ତଥା ପ୍ରିୟମାନଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଥିଲେ ।
ଦୁର୍ଗମ ନକ୍ସଲ ପ୍ରବଣ ଅଂଚଳରେ ନୂତନ କ୍ୟାମ୍ପ ପ୍ରତିଷ୍ଠା
ମାଲକାନଗିରି: ସୀମାନ୍ତରେ ନକ୍ସଲଙ୍କୁ ଦମନ କରିବାରେ ପୁଲିସ ଆଉ ପାଦେ ଆଗେଇଛି। ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର କୋଣ୍ଟା ଠାରୁ ଗୋଲାପାଲୀ ରାସ୍ତାର ଉସକାବାୟା ଠାରେ ଏକ ନୂତନ ପୁଲିସ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ନକ୍ସଲଙ୍କୁ ଘରକୁ ଫେରିଆସ ଯୋଜନାରେ ଏହି କ୍ୟାମ୍ପ କରାଯାଇଥିବା ପୁଲିସ କହିଛି। କୋଣ୍ଟା ଠାରୁ ଗୋଲାପାଲି ଏବଂ କିଷ୍ଟରାମକୁ ଯାଉଥିବା ରାସ୍ତା ଏବେ ନକ୍ସଲ ମୁକ୍ତ ହେଲା। କୋଣ୍ଟା ଠାରୁ କିଷ୍ଟରାମକୁ ଶହେ କିଲୋମିଟର ପଡୁଥିଲା। ଏବେ ଏହି ପୁଲିସ କ୍ୟାମ୍ପ ପରେ କୋଣ୍ଟା ଠାରୁ କିଷ୍ଟରାମ ମାତ୍ର ୪୦ କିଲୋମିଟର ପଡିବ। ସରକାର କୋଣ୍ଟା ଠାରୁ କିଷ୍ଟରାମ ପର୍ଯ୍ୟନ୍ତ ଏକ ନୂତନ ସଡକ ନିର୍ମାଣ କରିବେ। ଏହି ଅଂଚଳରେ ନକ୍ସଲଙ୍କର ଗତିବିଧି ବଢୁଥିବାରୁ ଅଂକୁଶ ଲାଗିବ ବୋଲି ପୁଲିସ କହିଛି। ଏହି ଅଂଚଳର ଲୋକେ ସରକାରୀ ଯୋଜନା ପାଇପାରୁନଥିବାରୁ ଏବେ ସବୁ ଯୋଜନାରେ ସାମିଲ ହୋଇପାରିବେ ବୋଲି କୁହାଯାଇଛି।ଗତ ୨୦୨୪ ମସିହାରୁ ଆଜି ପର୍ଯ୍ୟନ୍ତ ସୁକମା ଜିଲ୍ଲାରେ ୧୨ଟି ନୂତନ କ୍ୟାମ୍ପ ପ୍ରତିଷ୍ଠା ହୋଇସାରିଲାଣି। ସୁକମାରେ ଗତ ୨୦୨୪ରୁ ଆଜି ପର୍ଯ୍ୟନ୍ତ ୩୭୬ ଜଣ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି। ଏହି କ୍ୟାମ୍ପ ପ୍ରତିଷ୍ଠା ପରେ ଏହି ଅଂଚଳର ନକ୍ସଲ ମଧ୍ୟ ମୁଖ୍ୟସ୍ରୋତରେ ସାମିଲ ହେବେ ବୋଲି ପୁଲିସ ଆଶା ବାନ୍ଧିଛି। ସୁକମା ଅଂଚଳରୁ ନକ୍ସଲଙ୍କୁ ସଂପୂର୍ଣ୍ଣ ବିତାଡିତ କରାଯିବ ବୋଲୁ କୁହାଯାଇଛି। Naxal | Malkangiri
Nandankanan Zoo Witnesses Record 39.52 Lakh Visitors, Earns ₹25.37 Cr Revenue in 2024-25 FY
Nandankanan Zoological Park has once again cemented its position as one of India’s most prominent wildlife parks by registering a record revenue of ₹25.37 crore for the financial year 2024-25. The park witnessed an extraordinary turnout of visitors, with 39.52 lakh individuals exploring its rich biodiversity. The “Adopt-an-Animal” program, which encourages contributions to animal welfare, […] The post Nandankanan Zoo Witnesses Record 39.52 Lakh Visitors, Earns ₹25.37 Cr Revenue in 2024-25 FY appeared first on Pragativadi I Latest Odisha News in English I Breaking News .