ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ
ଲାଞ୍ଜିଗଡ଼,୧୭ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଦିଭଟା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଶୁକ୍ରବାର ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର ପ୍ରଦାନ କରିଛନ୍ତି I ସୂଚନା ଅନୁସାରେ ସିନ୍ଦିଭଟାରେ ୬୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର ବସବାସ କରିଆସୁଛନ୍ତି। ଗାଁରେ ତିନିଟି ନଳକୂପ ରହିଥିଲେ ମଧ୍ୟ ସେଥିମଧ୍ୟରୁ ଦୁଇଟି ନଳକୂପରେ ପର୍ଯ୍ୟାପ୍ତ ପରିମାଣରେ ପାଣି ବାହାରୁ ନ ଥିବାରୁ ଗୋଟିଏ ନଳକୂପ ଉପରେ ୬୦ ପରିବାର ନିର୍ଭର କରୁଛନ୍ତି। ତେବେ ଏହା […] The post ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ appeared first on Dharitri Odia News .
ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି
ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲାପାଳ ଡ. ନୃପରାଜ ସାହୁ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ୧୮ତାରିଖ ଶନିବାରଠାରୁ ଆସନ୍ତା ୨୨ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି। ଅଙ୍ଗନଓ୍ବାଡି କେନ୍ଦ୍ରଠାରୁ ଆରମ୍ଭକରି ସ୍କୁଲ, କଲେଜ ଓ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଛୁଟି ରହିବ ବୋଲି ଜିଲାପାଳ ଡ. ସାହୁ ଶୁକ୍ରବାର ନିର୍ଦ୍ଦେଶନାମା ଜାରି […] The post ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି appeared first on Dharitri Odia News .
କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା
ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ କଲେଜ,ଅଙ୍ଗନୱାଡିକୁ ଛୁଟି ଘୋଷଣା କରିଛନ୍ତି ଜିଲାପାଳ ପାୱାର ସଚିନ ପ୍ରକାଶ। ଏ ନେଇଁ ଏକ ବିଜ୍ଞପ୍ତି ମାଧ୍ୟମରେ ଏହାର ସୂଚନା ଦେଇଛନ୍ତି। ଭାରତୀୟ ପାଣିପାଗ ବିଭାଗ ର ସୁଚନା ଅନୁସାରେ ରାଜ୍ୟର କେତେକ ଜିଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏଥିରେ ବଲାଙ୍ଗୀର,କଳାହାଣ୍ଡି, ପ୍ରଭୃତି ଜିଲା କୁ […] The post କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା appeared first on Dharitri Odia News .
ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍ ଜାଣିଲେ…
ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ ବଡ଼ ଖବର ଆସିଛି। ତେଲ ଏବଂ ଗ୍ୟାସ ମୂଲ୍ୟରେ ତୀବ୍ର ହ୍ରାସ ପରିଲକ୍ଷିତ ହୋଇଛି। ଗ୍ୟାସ ମୂଲ୍ୟରେ ୮.୫ ପ୍ରତିଶତ ହ୍ରାସ ଦେଖାଯାଇଛି, ଯେତେବେଳେ ତେଲ ମୂଲ୍ୟ ପ୍ରାୟ ୧୦ ପ୍ରତିଶତ ହ୍ରାସ ପାଇଛି। ରିପୋର୍ଟ ଅନୁଯାୟୀ, ଯୁଦ୍ଧବିରତିର ଅବଶିଷ୍ଟ ଅବଧି ପାଇଁ ହର୍ମୁଜ ପ୍ରଣାଳୀକୁ ବର୍ତ୍ତମାନ ଖୋଲାଯାଇଛି। […] The post ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍ ଜାଣିଲେ… appeared first on Dharitri Odia News .
ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ
ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା ପରିଚାଳନା ସମ୍ପର୍କିତ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଥିଲେ ଉଲ୍ଲେଖ ରହିଛି ପ୍ରଚଳିତ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ ଦୃଷ୍ଟିରେ ରଖି, ନିର୍ଦ୍ଧାରିତ ପରୀକ୍ଷାଗୁଡ଼ିକ ଜାରି ରହିବ। ଆବଶ୍ୟକତାନୁସାରେ, ପରୀକ୍ଷା ସମୟ ସକାଳରେ ପୁନଃନିର୍ଦ୍ଧାରଣ କରାଯାଇପାରେ। ପରୀକ୍ଷା ପରିଚାଳନା ସମୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ପ୍ରଥମ ପ୍ରାଥମ୍ୟ […] The post ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ appeared first on Dharitri Odia News .
ଇରାନ ହର୍ମୁଜ ଖୋଲୁ ଖୋଲୁ ଭାରତ ପାଇଁ ଆସିଲା ଖୁସି ଖବର! ରାତାରାତି ପଲଟିଗଲା ବାଜି
ନୂଆଦିଲ୍ଲୀ,୧୭।୪: ଗତ ଦେଢ଼ ମାସ ଧରି ସମଗ୍ର ବିଶ୍ୱ ନିଶ୍ୱାସ ବନ୍ଦ କରି ରଖିଛି। ଫେବୃଆରୀ 28 ତାରିଖରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ସଂଘର୍ଷ ଦେଖାଦେଇଥିଲା; ଯେଉଁଥିରେ ଆମେରିକା ମଧ୍ୟ ପ୍ରବେଶ କରିଥିଲା ତାହା ବିଶ୍ୱ ଯୋଗାଣ ଶୃଙ୍ଖଳକୁ ବିପର୍ଯ୍ୟସ୍ତ କରିଦେଇଥିଲା। ଏହି ଆର୍ଥିକ ସଙ୍କଟର ମୁଖ୍ୟ କାରଣ ଥିଲା ‘ହର୍ମୁଜ ପ୍ରଣାଳୀ’ ବନ୍ଦ ହେବା। ଏହା ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ଯାହା ଦେଇ ବିଶ୍ୱର ପ୍ରାୟ 20 ପ୍ରତିଶତ ତେଲ ଏବଂ […] The post ଇରାନ ହର୍ମୁଜ ଖୋଲୁ ଖୋଲୁ ଭାରତ ପାଇଁ ଆସିଲା ଖୁସି ଖବର! ରାତାରାତି ପଲଟିଗଲା ବାଜି appeared first on Dharitri Odia News .
ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…
ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର ସୁରକ୍ଷିତ ଭାବେ ଘରକୁ ଫେରିଛନ୍ତି। ସେମାନେ ଘରକୁ ପହଞ୍ଚିବା ପରେ ପରିବାରରେ ଖୁସି ଦେଖାଯାଇଛି । ସୂଚନା ଅନୁଯାୟୀ, ସମ୍ପୃକ୍ତ ଯୁବତୀଙ୍କୁ ଦକ୍ଷତା ବିକାଶ ତାଲିମ ସହିତ କମ୍ପାନୀରେ ନିଯୁକ୍ତି ପାଇଁ କିଛି ଲୋକ ତିରପୁରକୁ ନେଇଥିଲେ। ସମ୍ପୃକ୍ତ ଯୁବତୀମାନେ ସୋହେଲା ବ୍ଲକ୍ ଅଧୀନ କନାପାଲି ପଞ୍ଚାୟତର ବାରୁପାଲି […] The post ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ… appeared first on Dharitri Odia News .
ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଙ୍ଘର୍ଷ: ପି.ପିତାମ୍ବର ଦୋରା, ତାଙ୍କ ସହଯୋଗୀ ମାନଙ୍କୁ
ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଭୁଡୁକି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଙ୍ଘର୍ଷ ଘଟିଛି। ଏନେଇ ଉଭୟ ଗୋଷ୍ଠୀ ପାଟପୁର ଥାନାରେ ଏତଲା ଦେବାପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ମାମଲା ନଂ.୯୫/୨୬ ଓ ୯୬/୨୬ ଅନୁଯାୟୀ ପୃଥକ ମକଦ୍ଦମା ରୁଜୁ କରିଛନ୍ତି। ବୁଧବାର ବିଳମ୍ବିତ ରାତିରେ ଗ୍ରାମର ପି.ପିତାମ୍ବର ଦୋରା ଏବଂ ତାଙ୍କ ସହଯୋଗୀ ମାନଙ୍କୁ ଅପରଗୋଷ୍ଠୀର ଭୀମ ମହାଙ୍କୁଡ଼ ଏବଂ ତାଙ୍କ ସମର୍ଥକ ମାନେ ଆକ୍ରମଣ କରିଥିଲେ। ଖବର […] The post ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଙ୍ଘର୍ଷ: ପି.ପିତାମ୍ବର ଦୋରା, ତାଙ୍କ ସହଯୋଗୀ ମାନଙ୍କୁ appeared first on Dharitri Odia News .
ଭାଇ ସହ ସାଙ୍ଗ ହୋଇ ଭଉଣୀଙ୍କୁ କଲେ ପ୍ରେମ: ମା’ ଶୋଇଥିବା ବେଳେ ଯୁବତୀଙ୍କୁ ଡାକିନେଇ…
ଦିଗପହଣ୍ଡି,୧୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅଧୀନ ଏକ ଗାଁରୁ ଜଣେ ୨୧ ବର୍ଷୀୟା ଯୁବତୀ ଆକସ୍ମିକ ଭାବେ ଘରୁ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ଯୁବତୀଙ୍କ ବାପା କେ.ନୂଆଗାଁ ଥାନାରେ ଏତଲା ଦେବାପରେ ଆଇଆଇସି ବିଶ୍ୱଜିତ ନାୟକ ଥାନାରେ ନିଖୋଜ ମାମଲା ନଂ.ଏମଏମଆର ୨୩/୨୬ ଅନୁଯାୟୀ ଥାନା ମାମଲା ନଂ.୯୮/୨୬ ପ୍ରକାରେ ମକଦ୍ଦମା ରୁଜୁ କରି ନୂଆପଡ଼ା ଫାଣ୍ଡି ଅଧିକାରୀ ଏଏସଆଇ ସୁବାସ ବାୟକଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗତ […] The post ଭାଇ ସହ ସାଙ୍ଗ ହୋଇ ଭଉଣୀଙ୍କୁ କଲେ ପ୍ରେମ: ମା’ ଶୋଇଥିବା ବେଳେ ଯୁବତୀଙ୍କୁ ଡାକିନେଇ… appeared first on Dharitri Odia News .
ଓଡ଼ିଶା: ଆଜିର ଫଟୋ ( ୧୭ ଏପ୍ରିଲ, ୨୦୨୬ )
ରବୀନ୍ଦ୍ର ମଣ୍ଡପରେ ‘ଚିନ୍ତା ଓ ଚେତନା’ର ୪୯ତମ ବୈଶାଖୀର ତୃତୀୟ ଦିନ କଳିଙ୍ଗ ଷ୍ଟାଡିୟମ୍ରେ ଆଇଏସଏଲ୍ ମ୍ୟାଚ୍ରେ ଜବରଦସ୍ତ ରୋମାଞ୍ଚ: ଓଡିଶା ଏଫସି ବନାମ ମହମେଡାନ୍ ଏସସି Follow Dharitri – Odisha’s No.1 Odia Daily ✨ The post ଓଡ଼ିଶା: ଆଜିର ଫଟୋ ( ୧୭ ଏପ୍ରିଲ, ୨୦୨୬ ) appeared first on Dharitri Odia News .
୧୧ବର୍ଷରେ ପ୍ରଥମ ଥର ମୋଦି ସରକାରଙ୍କୁ ଜୋରଦାର ଝଟ୍କା, ପାସ୍ ପରିପାରିଲେନି ଗୋଟିଏ ବି ବିଲ୍
ନୂଆଦିଲ୍ଲୀ,୧୭।୪: ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଶୁକ୍ରବାର ସଂଧ୍ୟାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ, ମହିଳା ସଂରକ୍ଷଣ ବିଲ (ସମ୍ୱିଧାନ ୧୩୧ତମ ସଂଶୋଧନ ବିଲ, ୨୦୨୬) ସମ୍ପର୍କରେ ଗୃହରେ ଭୋଟିଂ ହୋଇଥିଲା। ଏହି ଭୋଟ ରେ, ସରକାର ବିରୋଧୀଙ୍କ ସମର୍ଥନ ହାସଲ କରିବାରେ ବିଫଳ ହୋଇଥିଲେ, ଏବଂ ଫଳସୱରୂପ, ବିଲ ପାସ ହୋଇପାରିନଥିଲା। ମୋଟ ୫୨୮ ଭୋଟ ମଧ୍ୟରୁ ୨୯୮ ଭୋଟ ବିଲ ସପକ୍ଷରେ ଥିଲା ବେଳେ ୨୩୦ ଭୋଟ ବିଲ […] The post ୧୧ବର୍ଷରେ ପ୍ରଥମ ଥର ମୋଦି ସରକାରଙ୍କୁ ଜୋରଦାର ଝଟ୍କା, ପାସ୍ ପରିପାରିଲେନି ଗୋଟିଏ ବି ବିଲ୍ appeared first on Dharitri Odia News .
ସିବିଏସ୍ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ
ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ ଟପ୍ପର ହୋଇଛନ୍ତି। ପୁଣି ସୁସୌରଭ ମେହେର ୯୬.୪ ପ୍ରତିଶତ , ସୁସମ୍ପ୍ରତିକ ମେହେର ୯୬ ପ୍ରତିଶତ ନମ୍ବର ଏବଂ ଶ୍ରେୟାଂଶୀ ପାଣିଗ୍ରାହୀ ୯୫.୬ ପ୍ରତିଶତ ନମ୍ବର ରଖି ସ୍କୁଲରେ ଦିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି। ଅନୁଷ୍ଠାନର ୯୫ ପ୍ରତିଶତରୁ ଅଧିକ ୪ ଜଣ , […] The post ସିବିଏସ୍ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ appeared first on Dharitri Odia News .
ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ
ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି ପୋଷ୍ଟ ଅଫିସରେ ଗ୍ରାମୀଣ ଡାକ ସେବକ(ଜିଡିଏସ) ଭାବେ କାର୍ଯ୍ୟ କରୁଛନ୍ତି। ଗତ ୨୦୧୪ରେ ତାଙ୍କ ଆଧାରକାର୍ଡ କରାଯାଇଥିଲା। ଚାକିରିରେ ନିଯୁକ୍ତି ପରେ ପୋଷ୍ଟ ଅଫିସରେ ସେ ଶିଶୁମାନଙ୍କ ଆଧାର କାର୍ଡ ପ୍ରସ୍ତୁତ ପାଇଁ ତାଙ୍କୁ ବିଭାଗ ପକ୍ଷରୁ ଆଇ.ଡି ଓ ପାସଓ୍ବାର୍ଡ ଦିଆଯାଇଥିଲା। ସେ ସମସ୍ତ ଆଧାରକାର୍ଡ ହିତାଧିକାରୀଙ୍କ […] The post ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ appeared first on Dharitri Odia News .
ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇବା ପରେ ରାହୁଲଙ୍କ ବଡ଼ ବୟାନ, ରାଜନୀତିରେ ହଲଚଲ…
ନୂଆଦିଲ୍ଲୀ,୧୭।୪: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହୋଇପାରି ନାହିଁ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମ୍ୱିଧାନ ଉପରେ ଆକ୍ରମଣ ଥିଲା, କିନ୍ତୁ ସେମାନେ ଏହାକୁ ସଫଳତାର ସହ ଅବରୋଧ କରିଛନ୍ତି। ଲୋକ ସଭାରେ ମହିଳା ସଂରକ୍ଷଣ ବିଲ କାଟ୍ ଖାଇବା ପରେ ରାହୁଲ ଗାନ୍ଧୀ କହିଛନ୍ତି, “ଏହା ସମ୍ୱିଧାନ ଉପରେ ଆକ୍ରମଣ ଥିଲା, ଏବଂ ଆମେ ଏହାକୁ ପରାସ୍ତ କରିଛୁ। ଏହା ଏକ ସକାରାତ୍ମକ ଫଳାଫଳ। ଆମେ ସ୍ପଷ୍ଟ […] The post ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇବା ପରେ ରାହୁଲଙ୍କ ବଡ଼ ବୟାନ, ରାଜନୀତିରେ ହଲଚଲ… appeared first on Dharitri Odia News .
ମୋଦି ସରକାରଙ୍କୁ ଝଟ୍କା, ଲୋକ ସଭାରେ କାଟ୍ ଖାଇଲା ମହିଳା ସଂରକ୍ଷଣ ବିଲ୍
ନୂଆଦିଲ୍ଲୀ,୧୭।୪: କାଟ୍ ଖାଇଲା ମହିଳା ସଂରକ୍ଷଣ ବିଲ୍ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍ ଖାଇଛି ବିଲ୍ । ସରକାରଙ୍କ ସପକ୍ଷରେ ଦୁଇ ତୃତୀୟାଂଶ ଭୋଟ ମିଳିନଥିବାରୁ ମହିଳା ସଂରକ୍ଷଣ ବିଲ କାଟ୍ ଖାଇଛି । କେବଳ ମହିଳା ସଂରକ୍ଷଣ ବିଲ୍ ନୁହେଁ, ଆଉ ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଲ ବି ଦୁଇ ତୃତୀୟାଂଶ ସମର୍ଥନ ନପାଇ କାଟ୍ ଖାଇଛି । ମହିଳା ସଂରକ୍ଷଣ ବିଲ୍, […] The post ମୋଦି ସରକାରଙ୍କୁ ଝଟ୍କା, ଲୋକ ସଭାରେ କାଟ୍ ଖାଇଲା ମହିଳା ସଂରକ୍ଷଣ ବିଲ୍ appeared first on Dharitri Odia News .
ଇରାନର ବଡ଼ ଘୋଷଣା: ହର୍ମୁଜକୁ ସମ୍ପୂର୍ଣ୍ଣ ଖୋଲିଦେଇ କହିଲା ଏଥର…
ତେହରାନ,୧୭ା୪: ଇସ୍ରାଏଲ-ଲେବାନନ ଅସ୍ତ୍ରବିରତି ପରେ ବଡ଼ ଘୋଷଣା କରିଛି ଇରାନ। ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଖୋଲି ଦେଇଥିବା କହିଛନ୍ତି ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଘଚି। ଏବେ ହର୍ମୁଜରେ ଜାହାଜ ଚଳାଚଳ ସ୍ବାଭାବିକ ହେବ। In line with the ceasefire in Lebanon, the passage for all commercial vessels through Strait of Hormuz is declared completely open for the remaining period of ceasefire, on the […] The post ଇରାନର ବଡ଼ ଘୋଷଣା: ହର୍ମୁଜକୁ ସମ୍ପୂର୍ଣ୍ଣ ଖୋଲିଦେଇ କହିଲା ଏଥର… appeared first on Dharitri Odia News .
ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ
କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜ ଖେଳିବ। ଶୁକ୍ରବାର ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସୂତ୍ରରୁ ସୂଚନା ମିଳିଛି। କ୍ରିକେଟ ଅଷ୍ଟ୍ରେଲିଆ ଓ ପିସିବି ମଧ୍ୟରେ ହୋଇଥିବା ଏକ ରାଜିନାମା ଅନୁସାରେ ଅଷ୍ଟ୍ରେଲିଆ ଟି୨୦ ଦଳ ଟି୨୦ ବିଶ୍ୱକପ୍ ପୂର୍ବରୁ ଲାହୋରରେ ତିନୋଟି ଟି୨୦ ମ୍ୟାଚ ଖେଳିଥିଲା। କ୍ରିକେଟ ଅଷ୍ଟ୍ରେଲିଆ ସହିତ ଟୁର୍ର କାର୍ଯ୍ୟସୂଚୀ […] The post ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ appeared first on Dharitri Odia News .
ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ
ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ ଜଗନ୍ନାଥ,ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ନୂତନ ଦାରୁ ବିଗ୍ରହ ଓ ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ ଅନୁଷ୍ଠିତ ମହାଯଜ୍ଞରେ ପାଟପୁର ସମେତ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଶୁକ୍ରବାର ପଣ୍ଡିତ ଅଶୋକ କୁମାର ପାଢ଼ୀଙ୍କ ପୌରୋହିତ୍ୟରେ ବ୍ରାହ୍ମଣ ବରଣ, […] The post ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ appeared first on Dharitri Odia News .
ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…
କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ ପାଇଛି। କେନ୍ଦୁଝର ଜିଲା ଓ ଦୌରାଜଜ ଗୋପାଳ ଚନ୍ଦ୍ର ବେହେରା ମାମଲାର ବିଚାର କରି ହତ୍ୟାକାରୀ ଅଭିଯୁକ୍ତ ରାମସିଂ ମୁଣ୍ଡାଙ୍କୁ ଆଜୀବନ କାରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୧ ବର୍ଷ ଜେଲ ଦଣ୍ଡାଦେଶ ରାୟରେ ପ୍ରକାଶ ପାଇଛି। କୋର୍ଟ […] The post ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ… appeared first on Dharitri Odia News .
ଦଶମ ସିବିଏସଇ ପରୀକ୍ଷା ଫଳ: ଜିଲା ପାଇଁ ଗୌରବ ଆଣିଲେ ଅଂଶୁମାନ
ଛତ୍ରପୁର,୧୭।୪(ଦିଲ୍ଲୀପ ସାମଲ): ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୋରଡ଼ା ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଅଂଶୁମାନ ପଣ୍ଡା ଜିଲା ପାଇଁ ଗୌରବ ଆଣିଛନ୍ତି । ସେ ୫୦୦ ମାର୍କରୁ ୪୯୬ ଯାହାକି ୯୯.୨ ପ୍ରତିଶତ ମାର୍କ ରଖି ଗଞ୍ଜାମ ଜିଲା ଟପ୍ପର ହୋଇଛନ୍ତି । ଏହାସହ ରାଜ୍ୟରେ ସମସ୍ତ ଓଏଭି ବିଦ୍ୟାଳୟର ଓଡ଼ିଶାରେ ୩ୟ ସ୍ଥାନରେ ରହିଛନ୍ତି। ଏହି ଅବସରରେ ତାଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତିଭାସନ ସମ୍ବର୍ଦ୍ଧନା ଓ ପ୍ରଶଂସାପତ୍ର ପ୍ରଦାନ […] The post ଦଶମ ସିବିଏସଇ ପରୀକ୍ଷା ଫଳ: ଜିଲା ପାଇଁ ଗୌରବ ଆଣିଲେ ଅଂଶୁମାନ appeared first on Dharitri Odia News .
ଏବେ ପାଇପ୍ ଖୋଲିଲେ ଆସିବ LPG, ଓଡ଼ିଶାର ଏହି ରୁଟ୍ରେ ଆସିବ ପାଇପ୍ଲାଇନ
ନୂଆଦିଲ୍ଲୀ,୧୭।୪: ଭାରତ ସରକାର ଦେଶର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଯୋଗାଣ ଶୃଙ୍ଖଳକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିବା ଏବଂ ଏହାର ସୁରକ୍ଷା ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ନିୟାମକ ବୋର୍ଡ (PNGRB) ଦେଶର ବିଭିନ୍ନ ଅଂଶରେ ମୋଟ 2,500 କିଲୋମିଟର ଲମ୍ୱ ବିଶିଷ୍ଟ ଚାରୋଟି ପ୍ରମୁଖ LPG ପାଇପଲାଇନର ବିକାଶ ପାଇଁ ବିଡିଂ ପ୍ରକ୍ରିୟା ଆରମ୍ଭ କରିଛି। ଏହି ସମ୍ପୂର୍ଣ୍ଣ ପ୍ରକଳ୍ପରେ ପ୍ରାୟ 12,500 କୋଟି ଟଙ୍କାର […] The post ଏବେ ପାଇପ୍ ଖୋଲିଲେ ଆସିବ LPG, ଓଡ଼ିଶାର ଏହି ରୁଟ୍ରେ ଆସିବ ପାଇପ୍ଲାଇନ appeared first on Dharitri Odia News .
ମୋର ଆଉ ମୋଦିଙ୍କର ସ୍ତ୍ରୀ ନାହାନ୍ତି…ସଂସଦରେ କହୁକହୁ ଏ କ’ଣ କହିଦେଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୧୭।୪: ମହିଳା ସଂରକ୍ଷଣ ସଂଶୋଧନ ବିଲ ଉପରେ ଆଲୋଚନା ସମୟରେ ଲୋକ ସଭାରେ ଏକ ଅତ୍ୟନ୍ତ ଆକର୍ଷଣୀୟ ମୁହୂର୍ତ୍ତ ସୃଷ୍ଟି ହୋଇଥିଲା। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତାଙ୍କ ମତ ଉପସ୍ଥାପନ କରିବା ପାଇଁ ଉଠିବା ମାତ୍ରେ ଗୃହରେ ହସର ଲହରୀ ଖେଳିଗଲା। ମହିଳାଙ୍କ ଗୁରୁତ୍ୱ ଉପରେ ଭାଷଣ ଦେବା ସମୟରେ, ରାହୁଲ ଗାନ୍ଧୀ ମନ୍ତବ୍ୟ ଦେଇଥିଲେ ଯେ, ମା, ଭଉଣୀ ଏବଂ ପତ୍ନୀ ଭାବରେ, ମହିଳାମାନେ ଆମ ଜୀବନକୁ ଗଭୀର ଭାବରେ ପ୍ରଭାବିତ କରନ୍ତି। […] The post ମୋର ଆଉ ମୋଦିଙ୍କର ସ୍ତ୍ରୀ ନାହାନ୍ତି…ସଂସଦରେ କହୁକହୁ ଏ କ’ଣ କହିଦେଲେ ରାହୁଲ ଗାନ୍ଧୀ appeared first on Dharitri Odia News .
ନୂଆପଡ଼ା,୧୭ା୪ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ସ୍ବଗଣନା ପ୍ରକ୍ରିୟା ସମାପ୍ତି ପରେ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଓ ଗୃହ ଗଣନା ଗୁରୁବାର ଆରମ୍ଭ ହୋଇଛି। ଏହି ଅଭିଯାନରେ ମୋଟ ୧,୧୩୮ ଗଣନାକାରୀ ଓ ୧୯୪ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ଗୁରୁବାର ଅପରାହ୍ନ ୪ଟା ୩୦ ମିନିଟ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁଯାୟୀ, ମୋଟ ୧୪,୬୮୪ଟି ଗୃହ ତାଲିକାଭୁକ୍ତ ହୋଇଥିବା ବେଳେ ୧୬,୬୪୭ଟି ଜନଗଣନା ଘର ଚିହ୍ନଟ କରାଯାଇଛି। ଏହି ପ୍ରକ୍ରିୟା ମେ ୧୫ […] The post ନୂଆପଡ଼ାରେ ଆରମ୍ଭ ହେଲା ଗୃହ ଗଣନା appeared first on Dharitri Odia News .
ସିବିଏସ୍ଇ ଦଶମ ପରୀକ୍ଷା ଫଳ : ୧୦ ସଫଳ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା କଲା ଜିଲା ପ୍ରଶାସନ
ନୂଆପଡ଼ା,୧୭ା୪ (ମକାରୁ ବେମାଲ): ସିବିଏସ୍ଇ ଦଶମ ଶ୍ରେଣୀ ୨୦୨୬ ପରୀକ୍ଷାରେ ନୂଆପଡ଼ା ଜିଲାର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଏହି ଛାତ୍ରୀଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ପରୀକ୍ଷାରେ ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଖରିଆରର ଛାତ୍ରୀ ଆରୁଷି ଶୁକ୍ଳା ୪୯୧ ମାର୍କ (୯୮.୨%) ସହ ଜିଲା ଟପ୍ପର ହୋଇଥିବାବେଳେ ଉକ୍ତ ବିଦ୍ୟାଳୟର ମଧୁସ୍ମିତା ମହାନ୍ତି ଓ ପ୍ରତୀକ୍ଷା କୁମ୍ଭାର ୪୮୭ ମାର୍କ (୯୭.୪%) ସହ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର […] The post ସିବିଏସ୍ଇ ଦଶମ ପରୀକ୍ଷା ଫଳ : ୧୦ ସଫଳ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା କଲା ଜିଲା ପ୍ରଶାସନ appeared first on Dharitri Odia News .
ଭାଷଣ ଦେବା ପୂର୍ୱରୁ ହାତରେ କାହିଁକି ବ୍ୟାଣ୍ଡେଜ ବାନ୍ଧିଥିଲେ ରାହୁଲ? ସଂସଦ ଭିତରେ କହିଦେଲେ…
ନୂଆଦିଲ୍ଲୀ,୧୭।୪: ସଂସଦର ସ୍ୱତନ୍ତ୍ର ଅଧିବେଶନ ସମୟରେ ମହିଳା ସଂରକ୍ଷଣ ବିଲ ଉପରେ ଚାଲିଥିବା ବିତର୍କ ମଧ୍ୟରେ ସମସ୍ତଙ୍କ ନଜର ରାହୁଲ ଗାନ୍ଧୀଙ୍କ ଉପରେ ଥିଲା। ଉଲ୍ଲେଖନୀୟ ଯେ, ରାହୁଲ ଗାନ୍ଧୀଙ୍କ ହାତରେ ଏକ ପଟି ଦେଖାଯାଉଥିଲା। ଯେତେବେଳେ ବିରୋଧୀ ଦଳ ନେତା ଲୋକ ସଭାରେ କହିବାକୁ ଉଠିଲେ, ସେ ତୁରନ୍ତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ। ଏପରିକି ବାଚସ୍ପତି ଓମ ବିର୍ଲା ମଧ୍ୟ ଏହି ପଟି ଉପରେ ନଜର ପକାଇଲେ ଏବଂ ଏହା ବିଷୟରେ ପଚାରିଲେ। ବାଚସ୍ପତିଙ୍କ […] The post ଭାଷଣ ଦେବା ପୂର୍ୱରୁ ହାତରେ କାହିଁକି ବ୍ୟାଣ୍ଡେଜ ବାନ୍ଧିଥିଲେ ରାହୁଲ? ସଂସଦ ଭିତରେ କହିଦେଲେ… appeared first on Dharitri Odia News .
ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ ଆହ୍ଲାବାଦ ହାଇକୋର୍ଟ, ଜାଣନ୍ତୁ କାହିଁକି…
ନୂଆଦିଲ୍ଲୀ,୧୭।୪: କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦ୍ୱୈତ ନାଗରିକତା ମାମଲାରେ ବଢ଼ୁଥିବା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ତାଙ୍କ ବିରୋଧରେ ମାମଲା ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଟ୍ରାଏଲ କୋର୍ଟର ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରି ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦେଇଛନ୍ତି ଯେ ଏହି ମାମଲାରେ ଏକ ଏଫଆଇଆର ପଞ୍ଜିକରଣ କରାଯାଉ ଏବଂ ତଦନ୍ତ ଆରମ୍ଭ କରାଯାଉ। ଶୁଣାଣି ସମୟରେ, […] The post ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ ଆହ୍ଲାବାଦ ହାଇକୋର୍ଟ, ଜାଣନ୍ତୁ କାହିଁକି… appeared first on Dharitri Odia News .
୧୫ ବର୍ଷ ପରେ ଜନଗଣନା: ଭଞ୍ଜନଗର ତହସିଲରେ ୬୦୦ କର୍ମଚାରୀ ନିୟୋଜିତ, ଘରକୁ ଘର ବୁଲି…
ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ପ୍ରତି ୧୦ ବର୍ଷକୁ ଥରେ ଦେଶରେ ଜନଗଣନା ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବିକାଶ ଯୋଜନା ହୋଇଥାଏ। ଶେଷଥର ପାଇଁ ୨୦୧୧ ରେ ଦେଶରେ ଜନଗଣନା ହୋଇଥିଲା। ୨୦୨୧ରେ ଜନଗଣନା ହେବାର ଥିଲା। କିନ୍ତୁ ସେ ସମୟରେ ସମଗ୍ର ପୃଥିବୀରେ କରୋନା ଭାଇରସ ଆତଙ୍କ ଲାଗିରହିଥିବା ଯୋଗୁ ତାହା ସେ ସମୟରେ ଆଉ ହୋଇ ପାରି ନ ଥିଲା। ଏହାପରେ ୫ ବର୍ଷ ବିଳମ୍ବରେ ବର୍ତ୍ତମାନ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି। ତାହା ୨୦୨୭ରେ […] The post ୧୫ ବର୍ଷ ପରେ ଜନଗଣନା: ଭଞ୍ଜନଗର ତହସିଲରେ ୬୦୦ କର୍ମଚାରୀ ନିୟୋଜିତ, ଘରକୁ ଘର ବୁଲି… appeared first on Dharitri Odia News .
ନୀତୀଶ କୁମାର ହେଲେ ଅମିତ ଶାହାଙ୍କ ପଡ଼ୋଶୀ: ଦିଲ୍ଲୀରେ ୩ ଏକର ଭିଭିଆଇପି ବଙ୍ଗଳା ଆବଣ୍ଟିତ
ନୂଆଦିଲ୍ଲୀ,୧୭।୪: ନୀତୀଶଙ୍କୁ ଦିଲ୍ଲୀରେ ଏକ ଟାଇପ-୮ ବର୍ଗର ସରକାରୀ ବଙ୍ଗଳା ଆବଣ୍ଟିତ କରାଯାଇଛି, ଯାହାଦ୍ୱାରା ରାଜଧାନୀର ସବୁଠାରୁ VVIP ଜୋନରେ ତାଙ୍କର ରାଜନୈତିକ ଠିକଣା ପ୍ରତିଷ୍ଠା ହୋଇଛି। ସୁନେହରି ବାଗ ରୋଡରେ ଅବସ୍ଥିତ ବଙ୍ଗଳା ନମ୍ବର 9, ତାଙ୍କୁ ଆବଣ୍ଟିତ କରାଯାଇଛି – ଦେଶର ସବୁଠାରୁ ହାଇ-ପ୍ରୋଫାଇଲ ସ୍ଥାନ ମଧ୍ୟରେ ଏକ ଠିକଣା ଭାବରେ ବିବେଚିତ। ଏହି ବଙ୍ଗଳା ପ୍ରାୟ ୩ ଏକର ପରିବ୍ୟାପ୍ତ ଏବଂ ଅତ୍ୟାଧୁନିକ ସୁବିଧା ସହିତ ସଜ୍ଜିତ। ଯଦିଓ ଏହି ନୂତନ ଦିଲ୍ଲୀ […] The post ନୀତୀଶ କୁମାର ହେଲେ ଅମିତ ଶାହାଙ୍କ ପଡ଼ୋଶୀ: ଦିଲ୍ଲୀରେ ୩ ଏକର ଭିଭିଆଇପି ବଙ୍ଗଳା ଆବଣ୍ଟିତ appeared first on Dharitri Odia News .
ବ୍ରହ୍ମପୁର/ଦିଗପହଣ୍ଡି, ୧୭।୪(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ସ୍ନାୟୁ ଶଲ୍ୟ ବିଭାଗରୁ ଆଉ ଏକ ବିରଳ ତଥା ସଫଳ ଅସ୍ତ୍ରୋପଚାର ଘଟଣା ପଦାକୁ ଆସିଛି। ଗଜପତି ଜିଲା ଆର. ଉଦୟଗିରି ବ୍ଲକ ଅନ୍ତର୍ଗତ ରାଉଳପଡା ଗ୍ରାମର ଜଣେ ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର ସଫଳତା ପୂର୍ବକ ସମ୍ପନ୍ନ ହେବାପରେ ଶୁକ୍ରବାର ଛାତ୍ରଙ୍କୁ ମେଡ଼ିକାଲରୁ ଘରକୁ ଛାଡି ଦିଆଯାଇଛି। ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ପୁଅ ବାଙ୍କେଶ୍ବରୀ(୧୧) ଗତ ମାର୍ଚ୍ଚ ୨୬ […] The post ଦୁର୍ଘଟଣା ପରେ ବାହାରେ ଝୁଲୁଥିଲା ମସ୍ତିଷ୍କ: ସଫଳ ହେଲା ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ଅସ୍ତ୍ରୋପଚାର, ପୂରା ଘଟଣା ଜାଣିଲେ ଥରିଉଠିବେ… appeared first on Dharitri Odia News .
ଶ୍ରାଦ୍ଧବାର୍ଷିକୀରେ ବିଜୁବାବୁଙ୍କୁ ଅବମାନନା: ଅଭାବ ପଡ଼ିଲା ଫୁଲମାଳ ସହ…
ହାଟଡିହୀ/ଆନନ୍ଦପୁର,୧୭ା୪(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେଡି ତରଫରୁ ଆନନ୍ଦପୁର କଲ୍ୟାଣ ମଣ୍ଡପଠାରେ ପ୍ରବାଦପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକୀ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ଆନନ୍ଦପୁର ବିଜେଡି ବିଧାୟକ ଅଭିମନ୍ୟୁ ସେଠୀ, ଜିଲାପରିଷଦ ସଭ୍ୟ ସୋମନାଥ ଦାସ, ବିମ୍ବାଧର ବିଶ୍ୱାଳ, ବିଜେଡି କର୍ମୀ ବିକ୍ରମ ବିଶ୍ୱାଳ, ସୁରେଶ ଜେନା, ରତିକାନ୍ତ ରାଉତ, ବିଜେଡି ଯୁବ ସଭାପତି ପ୍ରମୁଖଙ୍କ […] The post ଶ୍ରାଦ୍ଧବାର୍ଷିକୀରେ ବିଜୁବାବୁଙ୍କୁ ଅବମାନନା: ଅଭାବ ପଡ଼ିଲା ଫୁଲମାଳ ସହ… appeared first on Dharitri Odia News .
ଏନ୍କାଉଣ୍ଟରରେ ଟଲିପଡ଼ିଲେ ମାଓବାଦୀ ନେତା ସହଦେବ
ରାଞ୍ଚି,୧୭।୪: ଝାଡ଼ଖଣ୍ଡର ଚତରା-ହଜାରିବାଗ ସୀମାନ୍ତ ଜଙ୍ଗଲରେ ଶୁକ୍ରବାର ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଏନ୍କାଉଣ୍ଟରେ ୪ଜଣ ଟପ୍ ମାଓବାଦୀ ନିହତ ହୋଇଛନ୍ତି। ଏପରି କି ଏନ୍କାଉଣ୍ଟରରେ ୧୫ ଲକ୍ଷ ପୁରସ୍କାର ଥିବା ମାଓବାଦୀ ସହଦେବ ମହତୋଙ୍କ ସମେତ ୩ଜଣ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ନିହତଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ଏକେ ୪୭ ସହ ବିପୁଳ ପରିମାରଣ ବିସ୍ଫୋରକ ଜବତ କରାଯାଇଛି।ଏନ୍କାଉଣ୍ଟର ପରେ […] The post ଏନ୍କାଉଣ୍ଟରରେ ଟଲିପଡ଼ିଲେ ମାଓବାଦୀ ନେତା ସହଦେବ appeared first on Dharitri Odia News .
ବିଜୁବାବୁଙ୍କୁ ନେଇ ଏମିତି ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଆମେ ତାଙ୍କର…
ଭୁବନେଶ୍ୱର,୧୭ା୪: ଆଜି ଅର୍ଥାତ୍ ଶୁକ୍ରବାର ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାନ ଜନନାୟକ ବିଜୁବାବୁଙ୍କୁ ମନେ ପକାଇ ଏକ ବଡ଼ କଥା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁବାବୁ ଏହି ଓଡ଼ିଶାକୁ ସମୃଦ୍ଧ କରିବାକୁ ସ୍ବପ୍ନ ଦେଖିଥିଲେ। ବାସ୍ତବରେ ଏପରି ଜଣେ ମହାନ ଜନନାୟକ ଓଡ଼ିଶା ପାଇଁ ସ୍ବପ୍ନ ଦେଖିଥିଲେ। ଓଡ଼ିଶା ପାଇଁ ସଂକଳ୍ପ ନେଇ କାମ କରୁଥିଲେ। ବିଜୁବାବୁ ଓଡ଼ିଶା ପାଇଁ ଦେଖିଥିବା ଅଧୁରା ସ୍ବପ୍ନକୁ ଆମେ ପୂରଣ କରିବୁ […] The post ବିଜୁବାବୁଙ୍କୁ ନେଇ ଏମିତି ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଆମେ ତାଙ୍କର… appeared first on Dharitri Odia News .
ଏଥର କାହିଁକି ନଜର ଆସିଲେନି ପଞ୍ଜାବ କିଙ୍ଗ୍ସର ମାଲିକାଣୀ? MI ବିପକ୍ଷରେ ବିଜୟ ପରେ ପୋଷ୍ଟ କରିି…
ନୂଆଦିଲ୍ଲୀ,୧୭।୪: IPL 2026 ରେ ପଞ୍ଜାବ କିଙ୍ଗ୍ସ ଏକ ଚମତ୍କାର ପ୍ରଦର୍ଶନ କରୁଛି। ଏପର୍ଯ୍ୟନ୍ତ, ପଞ୍ଜାବ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଦଳ ଯିଏ ଗୋଟିଏ ବି ମ୍ୟାଚ ହାରିନାହିଁ। ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ପଞ୍ଜାବ କିଙ୍ଗ୍ସ ଗତ ଗୁରୁବାର ପାଞ୍ଚ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ 7 ୱିକେଟରେ ପରାସ୍ତ କରିଥିଲା। ପ୍ରଭସିମରନ ସିଂହ ୮୦ ରନର ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ, ଯେତେବେଳେ ଅଧିନାୟକ ଶ୍ରେୟସ ଆୟର ମଧ୍ୟ ୱାଙ୍ଖଡେ ଷ୍ଟାଡିୟମରେ ତାଙ୍କର ପ୍ରଥମ […] The post ଏଥର କାହିଁକି ନଜର ଆସିଲେନି ପଞ୍ଜାବ କିଙ୍ଗ୍ସର ମାଲିକାଣୀ? MI ବିପକ୍ଷରେ ବିଜୟ ପରେ ପୋଷ୍ଟ କରିି… appeared first on Dharitri Odia News .
ରାଶିଫଳ: ଶନିବାର, ଏପ୍ରିଲ ୧୮ ତାରିଖ – Daily Horoscope
ମେଷ ଆଜି ଦ୍ୱିଜା ନକ୍ଷତ୍ରର ଯାତ୍ରା ସୁଗମ, ବନ୍ଧୁପ୍ରୀତି, ଭ୍ରାତୃସ୍ନେହ ଲାଭପୂର୍ବକ କାର୍ଯ୍ୟ ହାସଲରୁ ଖୁସି ରହିବେ। ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇ ଚେଷ୍ଟା କରୁଥିବା କାମ ହାସଲର ସୁଯୋଗ ପ୍ରାପ୍ତ ହେବ। ଆଶା କରୁଥିବା ଦିଗରୁ ଅର୍ଥ ମିଳିବ ଏବଂ ଆଧ୍ୟାତ୍ମିକ ଭାବଧାରାରେ ଉଦ୍ବୁଦ୍ଧ ହେବେ। ନିଜ ଲୋକଙ୍କ ପ୍ରତିରୋଧ ବ୍ୟବସାୟକୁ ବିଶୃଙ୍ଖଳିତ କରିବ। ବୃଷ କୃତ୍ତିକା ନକ୍ଷତ୍ରାଧିପ ରବି ଉଚ୍ଚ ରାଶିରେ ଅବସ୍ଥାନ କରିଥିବାରୁ ନିର୍ଭୀକତାର ସହ ପ୍ରତ୍ୟେକ କାର୍ଯ୍ୟରେ ଅଗ୍ରଣୀ ରହିବେ। ତଥାପି […] The post ରାଶିଫଳ: ଶନିବାର, ଏପ୍ରିଲ ୧୮ ତାରିଖ – Daily Horoscope appeared first on Dharitri Odia News .
‘ସ୍ବାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ’
ପାଟଣାଗଡ଼,୧୭ା୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍ଏସିସ୍ଥିତ ବିଜୁଜନତା ଦଳ କାର୍ଯ୍ୟାଳୟଠାରେ ସ୍ଥାନୀୟ ବିଜେଡି ପକ୍ଷରୁ ଶୁକ୍ରବାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ପାଳିତ ହେବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପାଟଣାଗଡ଼ ପୂର୍ବତନ ବିଧାୟକ ତଥା ବିଜେଡି ଜିଲା ସଭାପତି ସରୋଜ କୁମାର ମେହେର ଉପସ୍ଥିତ ରହି ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ। ପ୍ରଥମେ ପ୍ରବାଦପୁରୁଷ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ […] The post ‘ସ୍ବାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ’ appeared first on Dharitri Odia News .
ସ୍କୁଲ ଗେଟ୍ ତଳେ ଚାପି ହୋଇ ୨ ଛାତ୍ରୀ ମୃତ୍ୟୁ ଘଟଣା: ହେଲା କାର୍ଯ୍ୟାନୁଷ୍ଠାନ, ପ୍ରଧାନଶିକ୍ଷକଙ୍କୁ…
ମୋହନା,୧୭।୪ ( ମନ୍ମଥ ମିଶ୍ର ): ଗଜପତି ଜିଲା ଆର୍.ଉଦୟଗିରୀ ଥାନା ନୂଆଗଡ ବ୍ଲକ ଅନ୍ତର୍ଗତ ରୁବୁଡ଼ିସିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ବୁଧବାର ଗେଟ୍ ତଳେ ଚାପି ହୋଇ ୨ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ତେବେ ଆଜି ଘଟଣାସ୍ଥଳରେ ଓଏଚଆରସି ଅଧ୍ୟକ୍ଷା ଓ ଜିଲା ପ୍ରଶାସନ ପହଞ୍ଚି ତଦନ୍ତ କରିଛନ୍ତି। ଅଧ୍ୟକ୍ଷା ଘଟଣାକୁ ଦୃଢ ନିନ୍ଦା କରିବା ସହ ଘଟଣାରେ ଯିଏ ବି ଦୋଷୀ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି […] The post ସ୍କୁଲ ଗେଟ୍ ତଳେ ଚାପି ହୋଇ ୨ ଛାତ୍ରୀ ମୃତ୍ୟୁ ଘଟଣା: ହେଲା କାର୍ଯ୍ୟାନୁଷ୍ଠାନ, ପ୍ରଧାନଶିକ୍ଷକଙ୍କୁ… appeared first on Dharitri Odia News .
ଜେଜେ ମା’ଙ୍କୁ କାହିଁକି ମନେ ପକାଇଲେ ରାହୁଲ ଗାନ୍ଧୀ? କହିଲେ ଏହା ନୁହେଁ Women Reservation Bill
ନୂଆଦିଲ୍ଲୀ,୧୭।୪: ସ୍ବତନ୍ତ୍ର ସଂସଦୀୟ ଅଧିବେଶନର ଦ୍ୱିତୀୟ ଦିନରେ ଲୋକ ସଭାରେ ଭାଷଣ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତାଙ୍କ ଜେଜେମା’ ଇନ୍ଦିରା ଗାନ୍ଧୀଙ୍କୁ ମନେ ପକାଇ ଏକ ବ୍ୟକ୍ତିଗତ ଉପାଖ୍ୟାନ ବାଣ୍ଟିଥିଲେ। ସେ କହିଥିଲେ ଯେ, ତାଙ୍କ ପିଲାଦିନେ ତାଙ୍କ ଜେଜେମା ଥରେ ତାଙ୍କୁ ଘର ବାହାରକୁ ନେଇଯାଇଥିଲେ ଏବଂ କିଛି ସମୟ ପାଇଁ ଏକା ଛାଡି ଦେଇଥିଲେ। ସେହି ସମୟରେ, କୁକୁର ଏବଂ କିଛି ଲୋକ ସେଠାରେ ଉପସ୍ଥିତ ଥିଲେ, […] The post ଜେଜେ ମା’ଙ୍କୁ କାହିଁକି ମନେ ପକାଇଲେ ରାହୁଲ ଗାନ୍ଧୀ? କହିଲେ ଏହା ନୁହେଁ Women Reservation Bill appeared first on Dharitri Odia News .
ସିବିଏସ୍ଇ ପରୀକ୍ଷାରେ ଦୁଇ ଯାଆଁଳା ଭଉଣୀଙ୍କ କମାଲ, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ
ଗଞ୍ଜାମ,୧୭।୪ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତ ଶତ୍ରୁଷୋଲ ଗ୍ରାମ ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ପଲାଇ ଚଳିତ ସିବିଏସ୍ଇ ପରୀକ୍ଷାରେ ୫୦୦ରୁ ୪୭୧ମାର୍କ( ୯୪.୨%) ରଖି ବ୍ଲକ ଟପ୍ପର ହୋଇଥିବା ଜଣାପଡିଛି । ସେହିପରି ଟପ୍ପର ପ୍ରତୀକ୍ଷାଙ୍କ ଯାଆଁଳା ଭଉଣୀ ସେହି ସ୍କୁଲର ଛାତ୍ରୀ ସମୀକ୍ଷା ପଲାଇ ମଧ୍ୟ ଶତକଡା ୮୬.୨ ମାର୍କ ରଖିଛନ୍ତି। ଦୁଇ ଯାଆଁଳା ଭଉଣୀଙ୍କ ଏହି ସଫଳତା ହାସଲ ସମଗ୍ର ଅଞ୍ଚଳ ପାଇଁ ଗୌରବ […] The post ସିବିଏସ୍ଇ ପରୀକ୍ଷାରେ ଦୁଇ ଯାଆଁଳା ଭଉଣୀଙ୍କ କମାଲ, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ appeared first on Dharitri Odia News .
ଭାରତର ଭାଗ୍ୟ ଉଜ୍ୱଳ! ମିଳିଗଲା LPG ସଙ୍କଟକୁ ମୁକାବିଲା କରିବାର ସୂତ୍ର
ନୂଆଦିଲ୍ଲୀ,୧୭।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ କେବଳ ଭାରତକୁ ନୁହେଁ ବରଂ ବିଶ୍ୱବ୍ୟାପୀ ଅନେକ ଦେଶକୁ ଗ୍ୟାସ ସଙ୍କଟରେ ପକାଇଛି। ତଥାପି, ବିଶ୍ୱ ବଜାରରେ ପ୍ରାକୃତିକ ଗ୍ୟାସର ମୂଲ୍ୟ ହଠାତ ହ୍ରାସ ପାଇବାରୁ ଭାଗ୍ୟ ଭାରତ ଉପରେ ହସିଥିଲା। ଏହି ସୁଯୋଗକୁ ଲାଭ ଉଠାଇ ଭାରତ ବିଶ୍ୱ ସ୍ପଟ ବଜାରରୁ ଏହାର ଗ୍ୟାସ କ୍ରୟ ବୃଦ୍ଧି କରିଛି। ଏହି ପଦକ୍ଷେପ ପଶ୍ଚିମ ଏସିଆର ସଙ୍କଟ ପରେ ଉତ୍ପନ୍ନ ଗ୍ୟାସ ଆମଦାନୀରେ ହେଉଥିବା ଅସୁବିଧାକୁ ହ୍ରାସ […] The post ଭାରତର ଭାଗ୍ୟ ଉଜ୍ୱଳ! ମିଳିଗଲା LPG ସଙ୍କଟକୁ ମୁକାବିଲା କରିବାର ସୂତ୍ର appeared first on Dharitri Odia News .
ପୁରୁଣା ବଜାର ଅଞ୍ଚଳକୁ ଓଏମ୍ସି ଖଣି ପ୍ରଭାବିତ ଅଞ୍ଚଳରେ ସାମିଲ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟିରେ ଥିବା ଓଡ଼ିଶା ଖଣି ନିଗମର ଗନ୍ଧମାର୍ଦ୍ଦନ ଲୌହ ଖଣି କାର୍ଯ୍ୟ ଦ୍ବାରା ପ୍ରଭାବିତ ହେଇଥିବା କେନ୍ଦୁଝର ପୁରୁଣା ସହରବାସୀଙ୍କୁ ଓଡ଼ିଶା ଖଣି ନିଗମ ଦ୍ୱାରା କୌଣସି ସୁବିଧା ସୁଯୋଗ ଦିଆଯାଉ ନ ଥିବା ପ୍ରତିବାଦରେ ଆଜି ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ସଦର ମହକୁମାର କାଳୀ ପଡ଼ିଆଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି କ୍ଷତିଗ୍ରସ୍ତ ଅଞ୍ଚଳବାସୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରତିବାଦ ଜଣାଇବା ସହ […] The post ପୁରୁଣା ବଜାର ଅଞ୍ଚଳକୁ ଓଏମ୍ସି ଖଣି ପ୍ରଭାବିତ ଅଞ୍ଚଳରେ ସାମିଲ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର appeared first on Dharitri Odia News .
ଦୁର୍ଗମ ଅଞ୍ଚଳରେ ବିକାଶକୁ ଗୁରୁତ୍ୱ: ଭ୍ରମରବାଡିରେ ପହଞ୍ଚିଲା ଜିଲା ପ୍ରଶାସନ
ଦାରିଙ୍ଗବାଡି,୧୭।୪(ଅରୁଣ ସାହୁ):ଏକଦା ମାଓବାଦୀ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ଥିଲା ଭ୍ରମରବାଡି। ଏବେ ଆଉ ସେ ପରିସ୍ଥିତି ନାହିଁ, ସେପଟେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ମାଓବାଦୀ ମୁକ୍ତ ପାଇଁ ଜୋରଦାର ଅପରେଶନ କରାଯାଇ ଦାରିଙ୍ଗବାଡି ଅଞ୍ଚଳରେ ଚଳପ୍ରଚଳ କରୁଥିବା ଟପ ମାଓବାଦୀ ନେତା ଶୁକ୍ରୁ ଓ ତାଙ୍କ ସାଥିମାନେ ଆତ୍ମସମର୍ପଣ କରିସାରିଛନ୍ତି। ଏବେ ଆଉ ମାଓବାଦୀଙ୍କ ଚଳପ୍ରଚଳ କିମ୍ବା ଦୌରାତ୍ମ୍ୟ ନାହିଁ। ଏବେ ଜିଲା ପ୍ରଶାସନ ବିକାଶ ପାଇଁ ପ୍ରୟାସ ଆରମ୍ଭ କରିଛି ଦୁର୍ଗମ […] The post ଦୁର୍ଗମ ଅଞ୍ଚଳରେ ବିକାଶକୁ ଗୁରୁତ୍ୱ: ଭ୍ରମରବାଡିରେ ପହଞ୍ଚିଲା ଜିଲା ପ୍ରଶାସନ appeared first on Dharitri Odia News .
ସାବଧାନ! ଏଣିକି ସୋସିଆଲ ମିଡିଆରେ ଲୁଚାଇ ପାରିବେ ନାହିଁ ପରିଚୟ, ଧରିଦେବ AI, ଜାଣନ୍ତୁ କେମିତି
AI ବା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଯୁଗରେ ସୋସିଆଲ ମିଡିଆରେ ନିଜର ପରିଚୟ ଲୁଚାଇବା ଏବେ କଷ୍ଟକର ହୋଇପଡୁଛି। ଯଦି ୟୁଜର୍ସମାନେ ଭାବନ୍ତି ଯେ, ସେମାନେ ସିକ୍ରେଟ୍ ଭାବରେ ସୋସିଆଲ ମିଡିଆ ବ୍ୟବହାର କରିପାରିବେ, ତେବେ ସେହି ଦିନ ଆଉ ନାହିଁ। ନୂତନ ଗବେଷଣାରୁ ଜଣାପଡ଼ିଛି ଯେ, ଏକ AI ମଡେଲ କୌଣସି ବ୍ୟକ୍ତିଗତ ଚିହ୍ନଟକାରୀର ଆବଶ୍ୟକତା ବିନା କେବଳ ଅନଲାଇନ୍ରେପୋଷ୍ଟ କରୁଥିବା ବିଷୟବସ୍ତୁରୁ ଜଣେ ୟୁଜରଙ୍କୁ ଚିହ୍ନଟ କରିପାରିବ। AI ମଡେଲ ଏତେ ଶକ୍ତିଶାଳୀ ହୋଇଯାଇଛି ଯେ, […] The post ସାବଧାନ! ଏଣିକି ସୋସିଆଲ ମିଡିଆରେ ଲୁଚାଇ ପାରିବେ ନାହିଁ ପରିଚୟ, ଧରିଦେବ AI, ଜାଣନ୍ତୁ କେମିତି appeared first on Dharitri Odia News .
ବଡ଼ ନିଷ୍ପତି: ଯାଞ୍ଚ ହେବ ଡୋପ ଟେଷ୍ଟିଂ ଲାବୋରେଟୋରୀ
ନୂଆଦିଲ୍ଲୀ,୧୭ା୪: ଭାରତର ଜାତୀୟ ଡୋପ ଟେଷ୍ଟିଂ ଲାବୋରେଟୋରୀ (ଏନ୍ଡିଟିଏଲ୍)ର ପ୍ରଦର୍ଶନକୁ ଆଗାମୀ କିଛି ମାସରେ ମୂଲ୍ୟାଙ୍କନ କରାଯିବ। ନୂଆଦିଲ୍ଲୀରେ ବସିଥିବା ଗ୍ଲୋବାଲ ଆଣ୍ଟି-ଡୋପିଂ ଇଣ୍ଟେଲିଜେନ୍ସ ଆଣ୍ଡ୍ ଇନଭେଷ୍ଟିଗେଶନ ନେଟଓ୍ୱର୍କ (ଜିଏଆଇଆଇଏନ୍)ର ଅନ୍ତିମ ସମ୍ମିଳନୀ ପରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଓ୍ୱାଲର୍ଡ ଆଣ୍ଟି-ଡୋପିଂ ଏଜେନ୍ସି (ଓ୍ୱାଡା) ସଭାପତି ଓ୍ୱିଟୋଲ୍ଡ ବାଙ୍କା ଏହା କହିଛନ୍ତି। ୧୯୯୦ରେ ପ୍ରତିଷ୍ଠିତ ଏନ୍ଡିଟିଏଲ୍ ଓ୍ୱାଡା ଦ୍ୱାରା ସ୍ୱୀକୃତିପ୍ରାପ୍ତ ବିଶ୍ୱର ୨୯ ଲାବୋରେଟୋରୀ ମଧ୍ୟରୁ ଅନ୍ୟତମ। ଏସିଆ ମହାଦେଶରେ ଭାରତ ବ୍ୟତୀତ ଏଭଳି ୫ଟି ଲାବୋରେଟୋରୀ […] The post ବଡ଼ ନିଷ୍ପତି: ଯାଞ୍ଚ ହେବ ଡୋପ ଟେଷ୍ଟିଂ ଲାବୋରେଟୋରୀ appeared first on Dharitri Odia News .
ଏହି ଦିନ ଅନାବରଣ ହେବ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି: ଧାର୍ଯ୍ୟ ହେଲା ଦିନ, ସମୟ
ବଲାଙ୍ଗୀର, ୧୭।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମହାସଭା ପକ୍ଷରୁ ଭଗବାନ ପର୍ଶୁରାମ ଜନ୍ମୋତ୍ସବ ଓ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ। ଏଥିସକାଶେ ସ୍ଥାନୀୟ ହୋଟେଲ ତ୍ରିବେଣୀଠାରେ ଶୁକ୍ରବାର ଖବରଦାତା ସମ୍ମିଳନୀ କରାଯାଇଥିଲା। ପର୍ଶୁରାମ ବାହିନୀ ସଭପତି ବିଧୁଭୂଷଣ ତ୍ରିପାଠୀ ସୂଚନା ଦେଇଛନ୍ତି ଯେ, ୧୯ ତାରିଖ ସକାଳ ୭ଟାରୁ ନୃସିଂହ ମନ୍ଦିର ଠାରେ ପୂଜାର୍ଚ୍ଚନା ଆରମ୍ଭ ହେବ। ପୂର୍ବାହ୍ନ ୧୧ଟା ୨୮ ମିନିଟରେ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯିବ। […] The post ଏହି ଦିନ ଅନାବରଣ ହେବ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି: ଧାର୍ଯ୍ୟ ହେଲା ଦିନ, ସମୟ appeared first on Dharitri Odia News .
ନୂଆଦିଲ୍ଲୀ,୧୭।୪: କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ମହିଳା ସଂରକ୍ଷଣ ଆଇନ, 2023, ଗୁରୁବାର (ଏପ୍ରିଲ ୧୬) ଠାରୁ କାର୍ଯ୍ୟକାରୀ ହୋଇଛି, ଏବଂ ସରକାର ଏଥିପାଇଁ ଆନୁଷ୍ଠାନିକ ଭାବରେ ବିଜ୍ଞପ୍ତି ଜାରି କରିଛନ୍ତି। ତଥାପି, 2029 ରେ ଏହି ଆଇନ କାର୍ଯ୍ୟକାରୀ କରିବାର ସମ୍ଭାବନା ସମ୍ପର୍କରେ ଚାଲିଥିବା ବିତର୍କ ମଧ୍ୟରେ – ସମ୍ଭାବ୍ୟ ଭାବରେ ସଂସଦ ମଧ୍ୟରେ ବିଦ୍ୟମାନ ଆଇନ ସଂଶୋଧନ କରି – ଏହା ସ୍ପଷ୍ଟ ନୁହେଁ ଯେ ଏହାକୁ ଏପ୍ରିଲ […] The post Women Reservation Act 2023: ମହିଳା ସଂରକ୍ଷଣ ଆଇନ ସାରା ଦେଶରେ କାର୍ଯ୍ୟକାରୀ: ବିଜ୍ଞପ୍ତି ଜାରି କଲେ ସରକାର, କେବେ କାର୍ଯ୍ୟକାରୀ ହେବ ଜାଣନ୍ତୁ appeared first on Dharitri Odia News .
ଦେବଗଡ଼ ଜିଲା ପାଇଁ ଗୌରବ: ପଞ୍ଚମ ଶ୍ରେଣୀ ଭାଷା ମହକ ବହିରେ ସ୍ଥାନ ପାଇଲା ‘ପ୍ରଧାନପାଟ’ ବିଷୟବସ୍ତୁ
ଦେବଗଡ଼,୧୭।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀଭାବେ ଓଡ଼ିଶା ତଥା ରାଜ୍ୟ ବାହାରେ ସୁପରିଚିତ ତଥା ପ୍ରସିଦ୍ଧ ଲାଭ କରିଛି। ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଞ୍ଚମ ଶ୍ରେଣୀ ଭାଷା ମହକ ବହିରେ ପ୍ରଧାନପାଟ ସଂପର୍କିତ ବିଷୟବସ୍ତୁ ସ୍ଥାନ ପାଇଛି। ଯାହାକି ପ୍ରଧାନପାଟ ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡିହୋଇଯିବା ସହିତ ଜିଲା ପାଇଁ ଗୌରବ ଆଣିଦେଇଛି। ଉକ୍ତ ବିଷୟବସ୍ତୁରେ ପ୍ରଧାନପାଟ ଜଳପ୍ରପାତର ବିଶେଷତ୍ୱ ତଥା ବିଭିନ୍ନ […] The post ଦେବଗଡ଼ ଜିଲା ପାଇଁ ଗୌରବ: ପଞ୍ଚମ ଶ୍ରେଣୀ ଭାଷା ମହକ ବହିରେ ସ୍ଥାନ ପାଇଲା ‘ପ୍ରଧାନପାଟ’ ବିଷୟବସ୍ତୁ appeared first on Dharitri Odia News .
ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୮ମୃତ
ଜାକର୍ତ୍ତା,୧୭।୪: ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନ ପ୍ରଦେଶରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିରେ ଥିବା ସମସ୍ତ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ବର୍ତ୍ତମାନ ମୃତଦେହ ଏବଂ ଭଗ୍ନାବଶେଷ ଉଦ୍ଧାର ପାଇଁ କାର୍ଯ୍ୟ କରୁଛନ୍ତି। ଇଣ୍ଡୋନେସିଆର ଉଦ୍ଧାରକାରୀ ସଂସ୍ଥାର ମୁଖ୍ୟ ମହମ୍ମଦ ସିଆଫି’ଇ କହିଛନ୍ତି ଯେ ଗୁରୁବାର ସକାଳେ ମେଲାୱିର ଏକ ବୃକ୍ଷରୋପଣ ଅଞ୍ଚଳରୁ ଏୟାରବସ H130 ହେଲିକପ୍ଟର ଉଡ଼ାଣ ଆରମ୍ଭ କରିବାର ପାଞ୍ଚ ମିନିଟ ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଦୁର୍ଘଟଣା ସ୍ଥାନ […] The post ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୮ମୃତ appeared first on Dharitri Odia News .
ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧଦିବସ ପାଳିତ: ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କଲେ ଦଳୀୟକର୍ମୀ
ପୁରୁଷୋତ୍ତମପୁର,୧୭।୪ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ଓ ବ୍ଲକ ବିଜୁ ଜନତା ଦଳ ତରଫରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୯ ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଦଳୀୟକର୍ମୀମାନେ ପାଣ୍ଡିଆ ଛକ ନିକଟସ୍ଥ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ତାଙ୍କର ସ୍ମୁତିଚାରଣ କରିଥିଲେ। ଏଥିରେ ନଗରସଭାପତି ପ୍ରଭାତକୁମାର ପଟ୍ଟନାୟକ, ବ୍ଲକ ସଭାପତି ନିଳମଣୀପଣ୍ଡା, ବରିଷ୍ଠନେତା ପ୍ରକାଶଚନ୍ଦ୍ର ତ୍ରୀପାଠି,କାଉନସିଲର ଅଶୋକକୁମାର ମହାଙ୍କୁଡ, କ୍ରୁଷ୍ଣଚନ୍ଦ୍ର ଗୌଡ,ଭାଗିରଥି ବେହେରା,ଉମାଶଙ୍କର […] The post ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧଦିବସ ପାଳିତ: ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କଲେ ଦଳୀୟକର୍ମୀ appeared first on Dharitri Odia News .
ଜ୍ୱର-ପେଟ ଯନ୍ତ୍ରଣା ସମସ୍ୟା ଦେଖାଯାଉଛି କି? ଜାଣନ୍ତୁ ଏହାର କାରଣ
ବର୍ଷର ଏହି ସମୟରେ, ଖାଦ୍ୟ ଏବଂ ଜଳଜନିତ ରୋଗ ବୃଦ୍ଧି ପାଏ। ଏହା କେବଳ ଏକ ସଂଯୋଗ ନୁହେଁ ବରଂ, ପାଗ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।ଜ୍ୱର, ପ୍ରବଳ ମୁଣ୍ଡବିନ୍ଧା ଏବଂ ପେଟ ଖରାପ ଭଳି ଲକ୍ଷଣ ଦେଖାଯାଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଗରମ ଏବଂ ଆର୍ଦ୍ରତାର ମିଶ୍ରଣ ଏକ ପରିବେଶ ସୃଷ୍ଟି କରେ ଯାହା ବ୍ୟାକ୍ଟେରିଆ ଏବଂ ଭାଇରସ ପାଇଁ ଅତ୍ୟନ୍ତ ଅନୁକୂଳ। ଅନ୍ୟ ଶବ୍ଦରେ, ଯେଉଁ ପାଗ ପରିସ୍ଥିତି […] The post ଜ୍ୱର-ପେଟ ଯନ୍ତ୍ରଣା ସମସ୍ୟା ଦେଖାଯାଉଛି କି? ଜାଣନ୍ତୁ ଏହାର କାରଣ appeared first on Dharitri Odia News .
ପ୍ରେମିକଙ୍କ ସହ OYOରେ ଥିଲେ ଝିଅ, ପୋଲିସକୁ ନେଇ ହଠାତ୍ ପହଞ୍ଚିଗଲେ ମାଆ, ତା’ପରେ…ଦେଖନ୍ତୁ ଭିଡ଼ିଓ
ନୂଆଦିଲ୍ଲୀ,୧୭।୪: ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖିଥିବେ। ଏଥର ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ଯୁବତୀଙ୍କୁ ତାଙ୍କ ମାଆ ତାଙ୍କ ପ୍ରେମିକଙ୍କ ସହ ଏକ ହୋଟେଲ ରୁମରେ ଧରିଥିବା ଅଭିଯୋଗ ହୋଇଛି। ଭିଡିଓରେ ଦର୍ଶାଯାଇଥିବା ଘଟଣାଗୁଡ଼ିକ ଅନଲାଇନରେ ବିତର୍କ ସୃଷ୍ଟି କରିଛି। କେତେକ ଏହାକୁ ପରିବାର କଠୋରତା ବୋଲି କହୁଛନ୍ତି, ଅନ୍ୟମାନେ ଏହାକୁ ହସ୍ତକ୍ଷେପ ବୋଲି ବିବେଚନା କରୁଛନ୍ତି। ଭିଡିଓଟି ଦାବି କରୁଛି ଯେ କଲେଜ ଯିବା ବାହାନାରେ ଝିଅଟି […] The post ପ୍ରେମିକଙ୍କ ସହ OYOରେ ଥିଲେ ଝିଅ, ପୋଲିସକୁ ନେଇ ହଠାତ୍ ପହଞ୍ଚିଗଲେ ମାଆ, ତା’ପରେ… ଦେଖନ୍ତୁ ଭିଡ଼ିଓ appeared first on Dharitri Odia News .
ପତ୍ନୀଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର, ଚାଲିଥିଲା ଛାଡପତ୍ର ମାମଲା
ରିଚମଣ୍ଡ,୧୭।୪: ପୂର୍ବତନ ଭର୍ଜିନିଆ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଜଷ୍ଟିନ ଫେୟାରଫ୍ୟାକ୍ସଙ୍କ ସହ ଜଡିତ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ପୋଲିସ ଏବଂ କୋର୍ଟ ରେକର୍ଡ ଅନୁଯାୟୀ, ଫେୟାରଫ୍ୟାକ୍ସ ଗୁରୁବାର ତାଙ୍କ ବିଚ୍ଛିନ୍ନ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଏବଂ ପରେ ଆତ୍ମହତ୍ୟା କରିଥିଲେ। ଘଟଣାଟି ୱାଶିଂଟନ ଡି.ସି.ର ଆନାଣ୍ଡାଲେରେ ଥିବା ସେମାନଙ୍କ ଘରେ ଘଟିଥିବା ରିପୋର୍ଟ ଅନୁଯାୟୀ। ଫେୟାରଫ୍ୟାକ୍ସ କାଉଣ୍ଟି ପୋଲିସ ମୁଖ୍ୟ କେଭିନ ଡେଭିସ କହିଛନ୍ତି ଯେ ୪୭ ବର୍ଷୀୟ ଜଷ୍ଟିନ ଫେୟାରଫ୍ୟାକ୍ସ ଏବଂ […] The post ପତ୍ନୀଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର, ଚାଲିଥିଲା ଛାଡପତ୍ର ମାମଲା appeared first on Dharitri Odia News .
ଘୁମୁସର ବନଖଣ୍ଡରୁ ରଥଯାତ୍ରା ପାଇଁ ପୁରୀ ଗଲା କାଠ: ରାସ୍ତାକଡ଼ରେ ଭକ୍ତିମୟ ପରିବେଶ
ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳରୁ ପୁରୀ ଅଭିମୁଖେ ୧୬ ଖଣ୍ଡ ଫାଶୀ କାଠ ଯାଇଛି। ଉକ୍ତ ସମସ୍ତ କାଠ ଲୋକେ ଦାନ କରିଥିଲେ। ବନ ବିଭାଗ ଅଧିକାରୀ ଏଥିରେ ସହଯୋଗ କରିଥିଲେ। ରଥକାଠ ଯିବା ସମୟରେ ଲୋକେ ରାସ୍ତାକଡ଼ରେ ପୂଜାର୍ଚ୍ଚନା କରିଥିଲେ। ଏହି ସମୟରେ ଡିଏଫଓ ହିମାଂଶୁ ଶେଖର ମହାନ୍ତି, ଏସିଏଫ ବିମଳ କୁମାର ଦାସ, ରେଞ୍ଜର ପୃଥିବୀ ରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ପୁର୍ବରୁ […] The post ଘୁମୁସର ବନଖଣ୍ଡରୁ ରଥଯାତ୍ରା ପାଇଁ ପୁରୀ ଗଲା କାଠ: ରାସ୍ତାକଡ଼ରେ ଭକ୍ତିମୟ ପରିବେଶ appeared first on Dharitri Odia News .
ଖୁସିରେ ଗଦଗଦ ପାକିସ୍ତାନ! ଟ୍ରମ୍ପଙ୍କ ପରେ ଏହି ଦେଶ କଲା ଖୁବ ପ୍ରଶଂସା
ଇସଲାମାବାଦ,୧୭।୪: ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ପାକିସ୍ତାନକୁ ପ୍ରଶଂସା କରି କହିଛନ୍ତି ଯେ ଏହା ସଂଘର୍ଷ ରୋକିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସେ ମନ୍ତବ୍ୟ ଦେଇଛନ୍ତି ଯେ ପାକିସ୍ତାନ ଯେଉଁଭଳି ଭାବରେ ଆଲୋଚନା ମାଧ୍ୟମରେ ପରିସ୍ଥିତି ପରିଚାଳନା କରିବାକୁ ଚେଷ୍ଟା କରିଛି ତାହା ଏକ ଅତ୍ୟନ୍ତ ଦାୟିତ୍ୱପୂର୍ଣ୍ଣ ଏବଂ ପ୍ରଭାବଶାଳୀ ପଦକ୍ଷେପ। ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଏବଂ ଇରାନ ରାଷ୍ଟ୍ରପତିଙ୍କ ମଧ୍ୟରେ ଏକ ବୈଠକ ପରେ ଏହି ବିବୃତ୍ତି ଜାରି […] The post ଖୁସିରେ ଗଦଗଦ ପାକିସ୍ତାନ! ଟ୍ରମ୍ପଙ୍କ ପରେ ଏହି ଦେଶ କଲା ଖୁବ ପ୍ରଶଂସା appeared first on Dharitri Odia News .
“ଦୋସା ଇଡ୍ଲି ସାମ୍ବର ଚଟଣି”ଗୀତକୁ ନେଇ CSK-RCB ମଧ୍ୟରେ ବିବାଦ, ଜାଣନ୍ତୁ କାହିଁକି…
ନୂଆଦିଲ୍ଲୀ,୧୭।୪: : ଚଳିତ IPL ୨୦୨୬ ସିଜିନ ସମୟରେ ଚେନ୍ନାଇ ସୁପର କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏକ ନୂତନ ବିବାଦ ଦେଖାଦେଇଛି। ଚେନ୍ନାଇ ସୁପର କିଙ୍ଗସ ବିସିସିଆଇକୁ ଆନୁଷ୍ଠାନିକ ଭାବରେ ଅଭିଯୋଗ କରିଛି। ବେଙ୍ଗାଲୁରୁ ଷ୍ଟାଡିୟମରେ ସେମାନଙ୍କ ଇନିଂସ ଆରମ୍ଭ ହେବା ପୂର୍ବରୁ “ଦୋସା ଇଡ୍ଲି ସାମ୍ବର ଚଟଣି” ଗୀତଟି ବାଜିଥିଲା। ରିପୋର୍ଟ ଅନୁଯାୟୀ ଫ୍ରାଞ୍ଚାଇଜ ଏହି କାର୍ଯ୍ୟକୁ ମଜାଦାର ଏବଂ ଅପମାନଜନକ ବୋଲି ବିବେଚନା କରିଛି। ଏହି ସମୟରେ, ଆସନ୍ତୁ ଅନୁସନ୍ଧାନ […] The post “ଦୋସା ଇଡ୍ଲି ସାମ୍ବର ଚଟଣି” ଗୀତକୁ ନେଇ CSK-RCB ମଧ୍ୟରେ ବିବାଦ, ଜାଣନ୍ତୁ କାହିଁକି… appeared first on Dharitri Odia News .
ମୁଁ ୧୦୦ ପ୍ରତିଶତ ଫିଟ୍ ନାହିଁ: ଚାଞ୍ଚଲ୍ୟକର ଖୁଲାସା କଲେ କୋହଲି
ନୂଆଦିଲ୍ଲୀ,୧୭।୪: ୨୦୨୬ ଆଇପିଏଲ ସିଜିନରେ ବିରାଟ କୋହଲିଙ୍କ ବ୍ୟାଟିଂ ସଫଳ ହୋଇଛି। ତାଙ୍କ ବ୍ୟାଟିଂକୁ ବହୁତ ପ୍ରଶଂସା ମିଳୁଥିଲେ ମଧ୍ୟ ତାଙ୍କ ଫିଟନେସକୁ ମଧ୍ୟ ସମାନ ଭାବରେ ପ୍ରଶଂସା କରାଯାଉଛି। ବିରାଟ ତାଙ୍କ ଆଘାତର ଚିକିତ୍ସା କରୁଛନ୍ତି। ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷ ମ୍ୟାଚ ପୂର୍ବରୁ ସେ ଏହି ଆଘାତ ପାଇଥିଲେ। ତଥାପି ସେ ଜଣେ ‘ପ୍ରଭାବ ଖେଳାଳି’ ଭାବରେ ପଡ଼ିଆକୁ ଓହ୍ଲାଇଥିଲେ ଏବଂ ୪୯ ରନର ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ। ଲକ୍ଷ୍ନୌ ବିପକ୍ଷ ମ୍ୟାଚ […] The post ମୁଁ ୧୦୦ ପ୍ରତିଶତ ଫିଟ୍ ନାହିଁ: ଚାଞ୍ଚଲ୍ୟକର ଖୁଲାସା କଲେ କୋହଲି appeared first on Dharitri Odia News .
ଲୋକ ସଭା ଭୋଟିଂ ପୂର୍ବରୁ ନାରୀଙ୍କୁ ନେଇ ସ୍ବତନ୍ତ୍ର ପୋଷ୍ଟ ଶେୟାର କଲେ ମୋଦି, ଜାଣନ୍ତୁ କ’ଣ ଲେଖିଲେ
ନୂଆଦିଲ୍ଲୀ,୧୭।୪: ଆଜି (୧୭ ଏପ୍ରିଲ) ସଂସଦର ସ୍ବତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନ। ଏହି ସ୍ବତନ୍ତ୍ର ଅଧିବେଶନ ସମୟରେ, କେନ୍ଦ୍ର ସରକାର ମୋଟ ତିନୋଟି ବିଲ ଆଗତ କରିବାକୁ ଯାଉଛନ୍ତି। ଏଥିରେ ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ, ସୀମା ର୍ନିଦ୍ଧାରଣ ବିଲ ୨୦୨୬ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ (ସଂଶୋଧନ) ବିଲ ୨୦୨୬ ଅନ୍ତର୍ଭୁକ୍ତ। ଏହି ତିନୋଟି ବିଲ ଉପରେ ଆଜି ଅର୍ଥାତ୍ ଶୁକ୍ରବାର ଅପରାହ୍ନ ୪ଟାରେ ଲୋକ ସଭାରେ ଭୋଟିଂ ହେବାର କାର୍ଯ୍ୟକ୍ରମ ରହିଛି। ଏକ ଗୁରୁତ୍ୱପୂର୍ଣ୍ଣ […] The post ଲୋକ ସଭା ଭୋଟିଂ ପୂର୍ବରୁ ନାରୀଙ୍କୁ ନେଇ ସ୍ବତନ୍ତ୍ର ପୋଷ୍ଟ ଶେୟାର କଲେ ମୋଦି, ଜାଣନ୍ତୁ କ’ଣ ଲେଖିଲେ appeared first on Dharitri Odia News .
ମୁଣ୍ଡ ନୁଆଁଇବ ନାହିଁ ଭାରତ, ଆମେରିକାର ରୋକ୍ ମଧ୍ୟରେ କିଣିବ ରୁଷୀୟ ତେଲ
ନୂଆଦିଲ୍ଲୀ,୧୭।୪: ଭାରତ କେଉଁଠାରୁ ଏବଂ କାହାଠାରୁ ତେଲ କିଣିବ? ଆମେରିକା ଏହା ନିଷ୍ପତ୍ତି ନେବ ନାହିଁ। ଭାରତ ନିଜେ ନିଷ୍ପତ୍ତି ନେବ। ହଁ, ଆମେରିକା ରୁଷୀୟ ତେଲ ଉପରେ ୩୦ ଦିନିଆ ଛାଡ଼ ସମାପ୍ତ କରିଛି। ପ୍ରଶ୍ନ ହେଉଛି, ଭାରତ କ’ଣ ଏବେ ରୁଷୀୟ ତେଲ କିଣିପାରିବ? ଉତ୍ତର ହେଉଛି ହଁ। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ୩୦ ଦିନିଆ ଛାଡ଼ ଶେଷ ହେବା ପରେ ମଧ୍ୟ, ଭାରତ ରୁଷୀୟ ତେଲ କିଣିବା ଏବଂ ଏଲପିଜି ଆମଦାନି କରିବା […] The post ମୁଣ୍ଡ ନୁଆଁଇବ ନାହିଁ ଭାରତ, ଆମେରିକାର ରୋକ୍ ମଧ୍ୟରେ କିଣିବ ରୁଷୀୟ ତେଲ appeared first on Dharitri Odia News .
ପଡ଼ିଆ ମଝିରେ ହାର୍ଦ୍ଦିକ ପାଣ୍ଡ୍ୟା- ବୁମ୍ରାଙ୍କ ମଧ୍ୟରେ ହେଲା ଭୟଙ୍କର ଝଗଡ଼ା! କାରଣ ଜାଣିଲେ…
ନୂଆଦିଲ୍ଲୀ,୧୭।୪: IPL ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏପର୍ଯ୍ୟନ୍ତ କିଛି ଭଲ ଚାଲିନାହିଁ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଦଳ ଲଗାତାର ଚାରୋଟି ମ୍ୟାଚ ହାରିଛି। ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ବୋଲରଙ୍କ ମଧ୍ୟରୁ ଜଣେ ଜସପ୍ରିତ ବୁମ୍ରା ମଧ୍ୟ ପ୍ରଭାବଶାଳୀ ଦେଖାଯାଉନାହାନ୍ତି। ଦଳ ପାଞ୍ଚଟି ମ୍ୟାଚ ଖେଳିଛି, କିନ୍ତୁ ବୁମ୍ରା ଏପର୍ଯ୍ୟନ୍ତ ଗୋଟିଏ ବି ଉଇକେଟ୍ ନେଇନାହାଁନ୍ତି। ପ୍ରଶଂସକମାନେ ଦଳର ଅବସ୍ଥା ଦେଖି ପୂର୍ବରୁ ବିରକ୍ତ, ଏବଂ ଗୁରୁବାର ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ପଡ଼ିଆରେ ଯାହା ଘଟିଥିଲା ତାହା […] The post ପଡ଼ିଆ ମଝିରେ ହାର୍ଦ୍ଦିକ ପାଣ୍ଡ୍ୟା- ବୁମ୍ରାଙ୍କ ମଧ୍ୟରେ ହେଲା ଭୟଙ୍କର ଝଗଡ଼ା! କାରଣ ଜାଣିଲେ… appeared first on Dharitri Odia News .
ଯୁଦ୍ଧକୁ ନେଇ ଅଲ୍ଟିମେଟମ୍ ଦେଲା ଭାରତ: ବରଦାସ୍ତ କରିବୁ ନାହିଁ…
ନୂଆଦିଲ୍ଲୀ,୧୭।୪: ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପାର୍ବଥନେନୀ ହରିଶ ଇରାନ ଏବଂ ଉପସାଗରୀୟ ଅଞ୍ଚଳରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଭାରତର ସ୍ପଷ୍ଟ ମତ ରଖିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ୨୮ ଫେବୃଆରୀ, ୨୦୨୬ରେ ଏହି କ୍ଷେତ୍ରରେ ଶତ୍ରୁତା ଆରମ୍ଭ ହେବା ମାତ୍ରେ ଭାରତ ଗଭୀର ଚିନ୍ତା ପ୍ରକାଶ କରିଥିଲା। ଭାରତ ସମସ୍ତ ରାଷ୍ଟ୍ରକୁ ସଂଯମତା ଅବଲମ୍ବନ କରିବାକୁ ପରିସ୍ଥିତିକୁ ଆହୁରି ତୀବ୍ର କରିବାରୁ ନିବୃତ୍ତ ରହିବାକୁ ଏବଂ ସର୍ବୋପରି ନାଗରିକଙ୍କ ସୁରକ୍ଷା ଏବଂ ସୁରକ୍ଷାକୁ ପ୍ରାଥମିକତା […] The post ଯୁଦ୍ଧକୁ ନେଇ ଅଲ୍ଟିମେଟମ୍ ଦେଲା ଭାରତ: ବରଦାସ୍ତ କରିବୁ ନାହିଁ… appeared first on Dharitri Odia News .
ବ୍ରିଜ କାନ୍ଥକୁ ପିଟି ହୋଇ ଓଲଟି ପଡିଲା CRPF ବାଟାଲିଅନ ଗାଡ଼ି, ୨ ଗୁରୁତର
ଅତାବିରା, ୧୭।୪(ଯୁଧିଷ୍ଠିର ମହାପାତ୍ର ): ଦୁର୍ଘଟଣା ଗସ୍ତ ହେଲା CRPF ବାଟାଲିଅନ ଗାଡ଼ି । ସମ୍ବଲପୁର ବରଗଡ଼ ୫୩ନଂ ଜାତୀୟ ରାଜପଥ ଅତାବିରା ଦମଦମା ପୋଲ ଉପରେ ଶୁକ୍ରବାର ସକାଳ ୭ଟାରେ ଭାରସାମ୍ୟ ହରାଇ ବ୍ରିଜ କାନ୍ଥକୁ ପିଟି ବୋଲେରୋଟି ଓଲଟି ପଡିଛି। ଗାଡ଼ିରେ ଥିବା ଡ୍ରାଇଭର ଓ ସୁରକ୍ଷାକର୍ମୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଛତିଶଗଡ ୨୧୭ ବାଟାଲିଅନର ୱାକ ସାଗର (୩୨) ଓ ରୁପେଶ କୁମାର (୩୬) ବୋଲି ଜଣାପଡିଛି l ଘଟଣାସ୍ଥଳରେ […] The post ବ୍ରିଜ କାନ୍ଥକୁ ପିଟି ହୋଇ ଓଲଟି ପଡିଲା CRPF ବାଟାଲିଅନ ଗାଡ଼ି, ୨ ଗୁରୁତର appeared first on Dharitri Odia News .
ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ସଫଳତା, ୯୮% ରଖି ପ୍ରିୟାଂଶୁ ମହାରଣା ପ୍ରଥମ
ଲାଞ୍ଜିଗଡ,୧୭।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଛାତ୍ରୀଛାତ୍ର ସିବିଏସଇ ଦଶମ ପରୀକ୍ଷାରେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ବୁଧବାର ପରୀକ୍ଷା ଫଳାଫଳ ପ୍ରକାଶିତ ହେବା ମାତ୍ରେ ଛାତ୍ରୀଛାତ୍ର, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ମହଲରେ ଖୁସିର ଲହରି ଖେଳିଯାଇଛି। ଦଶମ ଶ୍ରେଣୀର ୯୧ ଛାତ୍ରୀଛାତ୍ର ମଧ୍ୟରୁ ଛାତ୍ର ପ୍ରିୟାଂଶୁ ମହାରଣା ୯୮% (୪୯୦) ମାର୍କ ରଖି ପ୍ରଥମ ସ୍ଥାନରେ ଥିବାବେଳେ ଛାତ୍ରୀ ନଳିନୀ ଜୋରା ୯୭.୪% (୪୮୭) ମାର୍କ ରଖି ଦ୍ୱିତୀୟ […] The post ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ସଫଳତା, ୯୮% ରଖି ପ୍ରିୟାଂଶୁ ମହାରଣା ପ୍ରଥମ appeared first on Dharitri Odia News .
ଗଞ୍ଜାମ ଶତ୍ରୁଷୋଲରେ ଟପ୍ପର ହେଲେ ପ୍ରତୀକ୍ଷା ପଲାଇ, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ
ଗଞ୍ଜାମ,୧୭।୪(ଅନାଥ ତରାଇ): ଗଞ୍ଜାମ ବ୍ଲକ ଶତ୍ରୁଷୋଲ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ପଲାଇ ଚଳିତ ସିବିଏସ୍ଇ ପରୀକ୍ଷାରେ ଅସାଧାରଣ ସଫଳତା ହାସଲ କରି ସମଗ୍ର ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ପ୍ରତୀକ୍ଷା ମୋଟ ୫୦୦ ମାର୍କରୁ ୪୭୧ ମାର୍କ (୯୪.୨%) ରଖି ବିଦ୍ୟାଳୟର ଟପ୍ପର ହୋଇଛନ୍ତି। ପ୍ରତୀକ୍ଷା କଣ୍ଟିଆଗଡ ଗ୍ରାମର ରଞ୍ଜିତ ପଲାଇଙ୍କ ଝିଅ। ନିଜର ଏହି କଠିନ ପରିଶ୍ରମ ଓ ସଫଳତା ପାଇଁ ସେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବୃନ୍ଦାବନ ବେହେରାଙ୍କ ସମେତ ସମସ୍ତ […] The post ଗଞ୍ଜାମ ଶତ୍ରୁଷୋଲରେ ଟପ୍ପର ହେଲେ ପ୍ରତୀକ୍ଷା ପଲାଇ, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ appeared first on Dharitri Odia News .
ରାସ୍ତାରେ ନୋଟ୍ ଭର୍ତ୍ତି ହୋଇଥିବା ପର୍ସଟିଏ ପଡ଼ିିଥିବାର ଦେଖି ଜଣେ ପଥଚାରୀ ଭାବିଲେ ଏହି ପର୍ସଟି କାହାର କେଜାଣି, ଆହା! କିଏ ସେହି ଦୁର୍ଭାଗା ଯାହାଙ୍କ ପକେଟ୍ରୁ ପର୍ସଟି ଖସିପଡିଛି ା ବିରା ବଡ଼ ହଇରାଣ ହେଉଥିବେ ନିଶ୍ଚୟ। ଏହା ଦିନେ ତାଙ୍କର ଥିଲା, କାଲି ଆଉ କାହାର ହୋଇଯିବ। ମୁଁ କାହିଁକି ଏଇ ପର୍ସଟିକୁ ଉଠାଇ ଧର୍ମଦାଣ୍ଡରେ ଦୋଷୀ ହେବି କିମ୍ବା କାହା ପାଖରେ ଋଣୀ ହୋଇ ପରଜନ୍ମରେ ଅମୃତଭଣ୍ଡା କିମ୍ବା ଲଙ୍କାଗଛ ହୋଇ ଶୁଝିବି […] The post କେଜାଣି କାହାର appeared first on Dharitri Odia News .
ଅନ୍ତରୀକ୍ଷ ସ୍ବପ୍ନ ଓ ମାନବୀୟ ଦାୟିତ୍ୱ
ପୃଥିବୀ ହେଉଛି ଜୀବଜଗତର ଏକ ମାତ୍ର ବାସଗୃହ’,ଏହା କେବଳ ଗୋଟିଏ ବୈଜ୍ଞାନିକ ସତ୍ୟ ନୁହେଁ, ବରଂ ମାନବ ସଭ୍ୟତା ପାଇଁ ଗୋଟିଏ ନୀତିଗତ ଦିଗ୍ଦର୍ଶକ। ତଥାପି, ଆଧୁନିକ ଯୁଗରେ ଏହି ସତ୍ୟର ଗୁରୁତ୍ୱକୁ ଅବହେଳା କରାଯାଉଛି। ଗୋଟିଏ ପଟେ ମାନବଜାତି ଅନ୍ତରିକ୍ଷର ଅସୀମ ଶୂନ୍ୟତାରେ ଜୀବନ ଖୋଜିବା ପାଇଁ ଅର୍ଥ ବ୍ୟୟ କରୁଛି, ଅନ୍ୟ ପଟେ ନିଜ ପୃଥିବୀକୁ ଯୁଦ୍ଧ, ହିଂସା, ପରିବେଶ ଅବକ୍ଷୟ ଆଦି ଦ୍ୱାରା ଧ୍ୱଂସକରି ସାମାଜିକ ଅସମାନତାରେ ଅସୁରକ୍ଷିତ କରିଦେଉଛି। ଏହି ବିରୋଧାଭାସ […] The post ଅନ୍ତରୀକ୍ଷ ସ୍ବପ୍ନ ଓ ମାନବୀୟ ଦାୟିତ୍ୱ appeared first on Dharitri Odia News .
ଓରୋବୋରୋସ ହେଉଛି ଏକ ପୁରାତନ ସାପର ଛବି, ଯେଉଁଥିରେ ତାହା ନିଜ ଲାଞ୍ଜକୁ ଭକ୍ଷଣ କରୁଛି। ଏହି ଛବି ଆତ୍ମଘାତୀ ରଣନୀତିର ସଙ୍କେତ ଦେଇଆସିଛି। ଏହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏବକାର ରଣନୀତି ପାଇଁ ଏକ ଉପଯୁକ୍ତ ପ୍ରତୀକ। ଇରାନ ବିରୋଧରେ ତାଙ୍କର ବେପରୁଆ ଓ ଅନ୍ୟାୟ ଯୁଦ୍ଧ ହେଉଛି ଏହାର ସ୍ପଷ୍ଟ ଦୃଷ୍ଟାନ୍ତ। କିନ୍ତୁ ତାଙ୍କ ପ୍ରଶାସନର କ୍ରିପ୍ଟୋକରେନ୍ସିଗୁଡ଼ିକର ଉତ୍ସାହଜନକ ଗ୍ରହଣୀୟତା ସୂକ୍ଷ୍ମ ତଥା ମନ୍ଥର ଗତିରେ ବୃଦ୍ଧି ପାଉଥିବା ଏକ ସମାନ ପ୍ରକାର […] The post ଆତ୍ମଘାତୀ ରଣନୀତି appeared first on Dharitri Odia News .
Business Eminence Awards 2026: ଉଦ୍ୟୋଗିତା ସମାଜକୁ ସାହାଯ୍ୟ କରିବାର ମାଧ୍ୟମ
ଜଗଦମ୍ବା ପଲିମର୍ସ ଲିମିଟେଡ୍ର ମ୍ୟାନେଜିଂ ଡାଇରେକ୍ଟର ଚନ୍ଦ୍ର ପ୍ରକାଶ ଭରତ୍ତିଆ ଜଣେ ପ୍ରଥମ ପିଢ଼ିର ଉଦ୍ୟୋଗୀ। ୪ ଦଶକରୁ ଅଧିକ ଓଡ଼ିଶାରେ ବ୍ୟବସାୟ ଚଳାଇଆସୁଛନ୍ତିି। ଜଗଦମ୍ବା ପଲିମର୍ସ ଓଡ଼ିଶାରେ ପ୍ଲାଷ୍ଟିକ୍ ଜିନିଷ ଉତ୍ପାଦନ କରୁଥିବାବେଳେ ଏହା ପୂର୍ବ ଭାରତର ବଡ଼ କାରଖାନା ମଧ୍ୟରୁ ଗୋଟିଏ। ଏହାର ବ୍ରାଣ୍ଡ ଅଙ୍କୁର ଘରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଜିନିଷ ପାଇଁ ବହୁତ ପରିଚିତ। ଚନ୍ଦ୍ର ପ୍ରକାଶଙ୍କ ସହ ଔଦ୍ୟୋଗିକ ଯାତ୍ରା ସମ୍ପର୍କରେ ସ୍ବତନ୍ତ୍ର ସାକ୍ଷାତ୍କାର… ପ୍ର- ୧୯୯୯ ମସିହାରେ ଅଙ୍କୁର […] The post Business Eminence Awards 2026: ଉଦ୍ୟୋଗିତା ସମାଜକୁ ସାହାଯ୍ୟ କରିବାର ମାଧ୍ୟମ appeared first on Dharitri Odia News .
ଦ୍ରୁତଗତିରେ ଆସି ହାଇୱାକୁ ପଛପଟୁ ଧକ୍କା ଦେଲା ମୋଟର ସାଇକେଲ୍, ତା’ପରେ…
ବନ୍ତ,୧୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଜାମିତୀରା ଛକ ନିକଟରେ ଗୁରୁବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି ।୫୩ ନମ୍ବର ରାଜ୍ୟ ରାଜପଥରେ ନୋ-ଏଣ୍ଟ୍ରି ଥିବାରୁ ଏକ ବାଲି ବୋଝେଇ ହାଇୱା ରାସ୍ତା କଡ଼ରେ ଅଟକି ରହିଥିଲା । ଆନନ୍ଦପୁର ପଟୁ ବନ୍ତ ଆସୁଥିବା ଏକ ମୋଟର ସାଇକେଲ୍ ନିୟନ୍ତ୍ରଣ ହରାଇ ହାଇୱା ପଛରେ ଜୋରଦାର ଧକ୍କା ଦେଇଥିଲା । ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ […] The post ଦ୍ରୁତଗତିରେ ଆସି ହାଇୱାକୁ ପଛପଟୁ ଧକ୍କା ଦେଲା ମୋଟର ସାଇକେଲ୍, ତା’ପରେ… appeared first on Dharitri Odia News .
ମଧ୍ୟରାତ୍ରିରେ ଲାଗୁହେଲା ମହିଳା ସଂରକ୍ଷଣ ଆଇନ ୨୦୨୩
ନୂଆଦିଲ୍ଲୀ,୧୭।୪(ପି.ଟି.)ଆଇନ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ୨୦୨୩ର ୧୦୬ତମ ସମ୍ବିଧାନ ସଂଶୋଧନ ଆଇନ ସେକ୍ସନ-୧ର ସବ୍ସେକ୍ସନ-୨ ଦ୍ୱାରା ପ୍ରଦତ୍ତ କ୍ଷମତାର ପ୍ରୟୋଗ କରି କେନ୍ଦ୍ର ସରକାର ୨୦୨୬ ଏପ୍ରିଲ ୧୬ରେ ମହିଳା ସଂରକ୍ଷଣ ଆଇନକୁ ତତ୍କାଳ କାର୍ଯ୍ୟକାରୀ କରିଛନ୍ତି। ୨୦୨୩ ସେପ୍ଟେମ୍ବରରେ ପାର୍ଲାମେଣ୍ଟରେ ନାରୀଶକ୍ତି ବନ୍ଦନ ଅଧିନିୟମ ପାରିତ ହୋଇଥିଲା। ମହିଳା ସଂରକ୍ଷଣ ଆଇନ ନାମରେ ପରିଚିତ ଏହି ଆକ୍ଟ ଲୋକ ସଭା ଓ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପ୍ରତିନିଧିତ୍ୱ ତ୍ୱରାନ୍ବିତ କରିବା ଦିଗରେ […] The post ମଧ୍ୟରାତ୍ରିରେ ଲାଗୁହେଲା ମହିଳା ସଂରକ୍ଷଣ ଆଇନ ୨୦୨୩ appeared first on Dharitri Odia News .
ଓଏଏସ୍ ଅଧିକାରୀସ୍ତରରେ ବଡ଼ ଧରଣର ଅଦଳବଦଳ
ଭୁବନେଶ୍ୱର,୧୭।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁବାର ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍) ଅଧିକାରୀସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର ସଚିବ ଏବଂ ସିଡିଆଇ ମନୋରଞ୍ଜନ ମଲ୍ଲିକଙ୍କୁ ଓଡ଼ିଶା ୟୁନିଫର୍ମଡ୍ ସର୍ଭିସ ଷ୍ଟାଫ୍ ସିଲେକ୍ସନ କମିଶନର ସଚିବ ଭାବେ ନିଯୁକ୍ତ କରାଯାଇଥିବାବେଳେ ସଂସଦୀୟ ବ୍ୟାପାର ବିଭାଗ ସ୍ବତନ୍ତ୍ର ସଚିବ ଶିବୋ ନାରାୟଣ ସାହୁଙ୍କୁ ସିଡିଆଇ ଏବଂ ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର […] The post ଓଏଏସ୍ ଅଧିକାରୀସ୍ତରରେ ବଡ଼ ଧରଣର ଅଦଳବଦଳ appeared first on Dharitri Odia News .
ଖୋର୍ଦ୍ଧା/ନିରାକାରପୁର,୧୭।୪(ପ୍ରଭାତ ପାଣିଗ୍ରାହୀ/ମାନସ ଚନ୍ଦ୍ର ପଟ୍ଟନାୟକ) : ଟାଙ୍ଗୀ ରେଞ୍ଜ ନିଧିପୁର ଗାଁରେ ଅଭାବନୀୟ ଘଟଣା । ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ନିଧିପୁର ଗ୍ରାମର ସୁଶାନ୍ତ ପ୍ରଧାନ(୪୦)। ଗୁରୁବାର ରାତିରେ ଶୌଚ ହେବାକୁ ଯାଇ ସାଇକେଲ୍ରେ ଘରକୁ ଫେରିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ହାତୀ ଦଳିଦେଇ ପ୍ରାଣ ନେଇଯାଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ମୃତକଙ୍କ ପରିବାରକୁ […] The post ସାଇକେଲ୍ରେ ଘରକୁ ଫେରୁଥିବା ବେଳେ ଯୁବକଙ୍କୁ ଦଳିଦେଲା ହାତୀ, କ୍ଷତିପୂରଣ ଦାବିରେ ଟାୟାର ଜାଳି ଗ୍ରାମବାସୀଙ୍କ ରାସ୍ତାରୋକୋ appeared first on Dharitri Odia News .
କିଟ ବିନା ଜନଗଣନା କରୁଛନ୍ତି ଶିକ୍ଷକ: ପ୍ରଥମ ଡିଜିଟାଲ ଅଭିଯାନକୁ ଉପହାସ!
ଲୋଇସିଂହା,୧୭।୪(ସୁଶାନ୍ତ ବାରିକ): ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମ ଡିଜିଟାଲ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ହେଲେ ବିନା ଉପକରଣରେ ଶିକ୍ଷକ ଜନଗଣନାକୁ ଓହ୍ଲାଇ ଥିବାରୁ ସାଧାରଣରେ ଚିନ୍ତା ବ୍ୟକ୍ତ ହେଉଛି। ଅଭିଯୋଗ ହେଉଛି, ବଲାଙ୍ଗୀର ଜିଲା ଲୋଇସିଂହା ଏନଏସି ଓ ଲୋଇସିଂହା ବ୍ଲକର ଶିକ୍ଷକମାନେ କିଟ (ଡିଜିଟାଲ ସାଧନ) ବିନା ଜନଗଣନା କାମ କରିବାକୁ ବାଧ୍ୟ ହେଉଛନ୍ତି। ସରକାର ଏହାକୁ ଡିଜିଟାଲ ଜନଗଣନା ଭାବେ ପ୍ରଚାର କରିଥିବା ସତ୍ତ୍ୱେ, ଏପର୍ଯ୍ୟନ୍ତ ଅନେକ ଅଞ୍ଚଳକୁ ଆବଶ୍ୟକ କିଟ ଯୋଗାଣ […] The post କିଟ ବିନା ଜନଗଣନା କରୁଛନ୍ତି ଶିକ୍ଷକ: ପ୍ରଥମ ଡିଜିଟାଲ ଅଭିଯାନକୁ ଉପହାସ! appeared first on Dharitri Odia News .
ସମ୍ପର୍କରେ କଳଙ୍କ, ଝିଆରୀଙ୍କୁ ବଳାତ୍କାର କରି କାକା ଗିରଫ
ଦେବଗଡ,୧୭।୪(ଶଶାଙ୍କ ଶେଖର ଝାଙ୍କର): ଝିଆରୀକୁ ବଳାତ୍କାର ଅଭିଯୋଗରେ କାକା ଗିରଫ । ଏଭଳି ଏକ ଅଭାବନୀୟ ତଥା କୁତ୍ସିତ ଘଟଣା ଘଟିଛି ଦେବଗଡ ଜିଲାର ବାରକୋଟ ଥାନା ଅଂଚଳରେ । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବାରକୋଟ ଥାନା ଅନ୍ତର୍ଗତ ଏକ ନିର୍ଦ୍ଦିଷ୍ଟ ଗ୍ରାମରେ ୧୮ ବର୍ଷର ଜଣେ ଯୁବତୀ ନିଜ କାକା ଘରେ ଅନ୍ୟ ଭଉଣୀମାନଙ୍କ ସହିତ ଗୋଟିଏ କୋଠରୀରେ ଶୋଇଥିଲେ । ତାଙ୍କ କାକା ଅଜିତ ମୁଣ୍ଡା (୨୩) ରାତି ପ୍ରାୟ ୧୨ […] The post ସମ୍ପର୍କରେ କଳଙ୍କ, ଝିଆରୀଙ୍କୁ ବଳାତ୍କାର କରି କାକା ଗିରଫ appeared first on Dharitri Odia News .
କଳାହାଣ୍ଡିରେ ଚମକିଲେ ଲକ୍ଷ୍ମୀ ବିକାଶ ଛାତ୍ରୀଛାତ୍ର: ଶତପ୍ରତିଶତ ସଫଳତା, ଆବିର୍ଭାବ ଟପ୍ପର
ଭବାନୀପାଟଣା,୧୭ା୪(ଉତ୍ତମ କୁମାର ଦାଶ):ସିବିଏସ୍ଇ ଦଶମ ବୋର୍ଡ ପରୀକ୍ଷାରେ ଭବାନୀପାଟଣାସ୍ଥିତ ବିକାଶ ଆବାସିକ ବିଦ୍ୟାଳୟର ଛାତ୍ରୀଛାତ୍ର ଶତପ୍ରତିଶତ ସଫଳତା ହାସଲ କରି ଜିଲାରେ ଚମକିଛନ୍ତି। ମୋଟ ୨୧୨ ଜଣ ପରୀକ୍ଷା ଦେଇଥିବା ବେଳେ ୯ ଜଣ ୯୫%ରୁ ଉଦ୍ଧର୍ବ, ୩୩ଜଣ ୯୦%ରୁ ଅଧିକ ନମ୍ବର ରଖିଥିବା ବେଳେ ୧୬୨ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅନୁଷ୍ଠାନର ଛାତ୍ର ଆବିର୍ଭାବ ପୁରୋହିତ ୯୮.୬% ନମ୍ବର ରଖି ସ୍କୁଲ ଟପ୍ପର ହୋଇଛନ୍ତି। ଏହାକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମହଲରେ […] The post କଳାହାଣ୍ଡିରେ ଚମକିଲେ ଲକ୍ଷ୍ମୀ ବିକାଶ ଛାତ୍ରୀଛାତ୍ର: ଶତପ୍ରତିଶତ ସଫଳତା, ଆବିର୍ଭାବ ଟପ୍ପର appeared first on Dharitri Odia News .
ଏମଜିଏନଆରଇଜିଏସରେ ଦୁର୍ନୀତି ଗନ୍ଧ: ଶିବିର ଅଧାରୁ ପଳାଇଲେ ବ୍ଲକ ଅଧ୍ୟକ୍ଷ, ଏବିଡିଓ
ଲୋଇସିଂହା,୧୭।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକର ପୁରୁଣା ସଭାଗୃହରେ ଏମଜିଏନଆରଇଜିଏସ ଲୋଇସିଂହା ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ହାତଗଣତି କେତେଜଣ ବିଭାଗୀୟ କର୍ମଚାରୀ ଥିବା ବେଳେ କେହି ଜଣେ ହେଲେ ଜବକାର୍ଡଧାରୀ ଶ୍ରମିକ କିମ୍ବା ଅଭିଯୋଗକାରୀ ଉପସ୍ଥିତ ନ ଥିଲେ। ଅଭିଯୋଗ ସଂକ୍ରାନ୍ତ ତଥ୍ୟ ଦେବା ପାଇଁ ପଞ୍ଚାୟତର ପିଇଓମାନେ ମଧ୍ୟ ଅନୁପସ୍ଥିତ ଥିବାରୁ ଏହି ଶିବିର କାହା ସ୍ବାର୍ଥରେ ବୋଲି ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଆପତ୍ତି […] The post ଏମଜିଏନଆରଇଜିଏସରେ ଦୁର୍ନୀତି ଗନ୍ଧ: ଶିବିର ଅଧାରୁ ପଳାଇଲେ ବ୍ଲକ ଅଧ୍ୟକ୍ଷ, ଏବିଡିଓ appeared first on Dharitri Odia News .
ସକାଳୁ ସକାଳୁ ଶ୍ରୀମନ୍ଦିରରେ ପଡିଲା ରକ୍ତ ଛିଟା, ବନ୍ଦ ହେଲା ଜଗା ଦର୍ଶନ
ପୁରୀ, ୧୭।୪(ଅଜିତ୍ କୁମାର ମହାନ୍ତି): ଶୁକ୍ରବାର ସକାଳେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବଡ଼ ମହାସ୍ନାନ ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ପଡ଼ିଥିବା କାରଣରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଛି । ଶୁକ୍ରବାର ଶ୍ରୀବିଗ୍ରହମାନଙ୍କ ମଙ୍ଗଳ ଆଳତି ସମୟରେ କାଠ ନିକଟରେ ରକ୍ତ ଛିଟା ପଡ଼ିଥିବା ସେବାୟତ ଦେଖିବାକୁ ଯାଇଥିଲେ । ଭିତର କାଠ ନିକଟରେ ରକ୍ତ ଛିଟା ପଡିବା ସେବାୟତଙ୍କ ଦୃଷ୍ଟି ଗୋଚର ହେବା କ୍ଷଣି ସମସ୍ତ ନୀତିକୁ ବନ୍ଦ କରାଯିବା ସହ […] The post ସକାଳୁ ସକାଳୁ ଶ୍ରୀମନ୍ଦିରରେ ପଡିଲା ରକ୍ତ ଛିଟା, ବନ୍ଦ ହେଲା ଜଗା ଦର୍ଶନ appeared first on Dharitri Odia News .
ଟାଣଖରାରେ ଉଚ୍ଛେଦକୁ ବିରୋଧ: ଜିଲାପାଳଙ୍କୁ ଫେରାଦ ପଡ଼ାବାସୀ
ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରକୁ ବିକଶିତ କରିବା ଲକ୍ଷ୍ୟ ନେଇ ପ୍ରଶାସନ ପକ୍ଷରୁ ଉଚ୍ଛେଦ ଅଭିଯାନ ଚାଲିଛି। ସହରର ବିଭିନ୍ନ ସ୍ଥାନରେ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ କରାଯାଉଛି। ତେବେ ଟାଣଖରା, ଗୁଳୁଗୁଳି ଯୋଗୁ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡୁ ଥିବାବେଳେ ସହରର ୱାର୍ଡ ନଂ-୧୪ ଅଧୀନ ଗଙ୍ଗାଧର ନଗର କେନାଲପଡ଼ା ବସ୍ତିକୁ ବର୍ତ୍ତମାନ ପ୍ରଶାସନର ଉଚ୍ଛେଦ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି କ୍ରମରେ ଗୁରୁବାର ବହୁଜନ ସମାଜ ପାର୍ଟି ନେତୃତ୍ୱରେ ପଡ଼ାର ପ୍ରଭାବିତ ଲୋକେ […] The post ଟାଣଖରାରେ ଉଚ୍ଛେଦକୁ ବିରୋଧ: ଜିଲାପାଳଙ୍କୁ ଫେରାଦ ପଡ଼ାବାସୀ appeared first on Dharitri Odia News .
ବଲାଙ୍ଗୀର ଓଡିଶା ଆଦର୍ଶ ବିଦ୍ୟାଳୟରେ ଶତ ପ୍ରତିଶତ ସଫଳତା; ଶ୍ରେୟାଂଶ ୯୯.୬%, ସୋନାକ୍ଷୀ ୯୯.୨%…
ବଲାଙ୍ଗୀର,୧୭।୪(ବୀରେନ୍ଦ୍ର କୁମାର ଝାଙ୍କର/ସୁନୀଲ କୁମାର ମହାନ୍ତି): ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାରେ ବଲାଙ୍ଗୀର ପଥରଚେପା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀଛାତ୍ର ରେକର୍ଡ କରିଛନ୍ତି । ଏହି ସ୍କୁଲର ପରୀକ୍ଷାର୍ଥୀ ଶହେ ପ୍ରତିଶତ ସଫଳତା ହାସଲ କରି ଉତୀର୍ଣ୍ଣ ହୋଇଛନ୍ତି । ବିଦ୍ୟାଳୟର ଶ୍ରେୟାଂସ ନନ୍ଦ ସର୍ବାଧିକ ୯୯.୬ ପ୍ରତିଶତ (୪୯୮) ମାର୍କ ରଖି ରେକର୍ଡ କରିଛନ୍ତି । ସେହିପରି ବିଦ୍ୟାଳୟ ଛାତ୍ରୀ ସୋନାକ୍ଷୀ ପାଢ଼ୀ ୯୯.୪ ପ୍ରତିଶତ (୪୯୭ ମାର୍କ), ପ୍ରୟାଗ ନାୟକ ୯୯.୨ ପ୍ରତିଶତ […] The post ବଲାଙ୍ଗୀର ଓଡିଶା ଆଦର୍ଶ ବିଦ୍ୟାଳୟରେ ଶତ ପ୍ରତିଶତ ସଫଳତା; ଶ୍ରେୟାଂଶ ୯୯.୬%, ସୋନାକ୍ଷୀ ୯୯.୨%… appeared first on Dharitri Odia News .
ସିବିଏସ୍ଇ ଦଶମ ପରୀକ୍ଷାରେ ବିକାଶର ବାଜିମାତ୍: ସମ୍ବ୍ରିଦ୍ଧି ପାଣିଗ୍ରାହୀ ଟପ୍ପର
ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ):ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାରେ ବରଗଡ଼ ବିକାଶ ଆବାସିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ବାଜିମାତ୍ କରିଛନ୍ତି। ବିଦ୍ୟାଳୟର ୨୯ଜଣ ଛାତ୍ରୀଛାତ୍ର ୯୫, ୮୮ଛାତ୍ରୀଛାତ୍ର ୯୦ ଏବଂ ୧୭୩ ଛାତ୍ରୀଛାତ୍ର ୮୦ରୁ ଊର୍ଦ୍ଧ୍ୱ ପ୍ରତିଶତ ମାର୍କ ରଖିଛନ୍ତି। ସମ୍ବ୍ରିଦ୍ଧି ପାଣିଗ୍ରାହୀ ୯୯.୨ ପ୍ରତିଶତ ମାର୍କ ରଖି ବିକାଶ ଶିକ୍ଷାନୁଷ୍ଠାନର ଶ୍ରେଷ୍ଠରେ ରହିଛନ୍ତି। ଅଲକା ଅଗ୍ରୱାଲ ୯୮.୮, ବିଷ୍ଣୁପ୍ରସାଦ ସାହୁ ୯୮.୪, ପ୍ରକ୍ରିତି ପ୍ରିୟଦର୍ଶନୀ ପଟେଲ ୯୮.୪, ଦିବ୍ୟମ୍ ସା ୯୮.୨, ସୁଚିସ୍ମିତା ଗୁରୁ ୯୮.୨, ସୌମିକ ମିତ୍ତଲ ୯୮ […] The post ସିବିଏସ୍ଇ ଦଶମ ପରୀକ୍ଷାରେ ବିକାଶର ବାଜିମାତ୍: ସମ୍ବ୍ରିଦ୍ଧି ପାଣିଗ୍ରାହୀ ଟପ୍ପର appeared first on Dharitri Odia News .
ଏଆଇ ଦୁରୁପଯୋଗ ରୋକିବା ପାଇଁ ପିଆଇଏଲ୍; ମେଟା, X, ଗୁଗଲକୁ ହାଇକୋର୍ଟ ନୋଟିସ
ଅହମଦାବାଦ,୧୭।୪: ସୋସିଆଲ ମିଡିଆରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦୁରୁପଯୋଗ ରୋକିବା ପାଇଁ ଗୁଜରାଟ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍) ଦାଖଲ ହୋଇଛି। ମୁଖ୍ୟ ବିଚାରପତି ସୁନୀତା ଅଗ୍ରଓ୍ବାଲ ଓ ଜଷ୍ଟିସ୍ ଡି.ଏନ୍. ରୟଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି । ସାଇବର ଅପରାଧ ରୋକିବା ପାଇଁ କାର୍ଯ୍ୟରତ ସହଯୋଗ ପୋର୍ଟାଲର ନିୟମ ଅନୁପାଳନ କରିବାକୁ ଖଣ୍ଡପୀଠ ମେଟା ଇଣ୍ଡିଆ, ଗୁଗଲ, X, ରେଡିଟ୍ ଓ ସ୍କ୍ରାଇବ୍ଡ ଭଳି ସୋସିଆଲ ମିଡିଆ ପ୍ଲାଟ୍ଫର୍ମଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । […] The post ଏଆଇ ଦୁରୁପଯୋଗ ରୋକିବା ପାଇଁ ପିଆଇଏଲ୍; ମେଟା, X, ଗୁଗଲକୁ ହାଇକୋର୍ଟ ନୋଟିସ appeared first on Dharitri Odia News .
ସତ କୋକେଇରେ ମିଛ ଶବ: କାନ୍ଦ ବୋବାଳିରେ ଗାଁ ଦାଣ୍ଡ ଫାଟିଲା: ପୂରା ଘଟଣା ଜାଣିଲେ…
ଧାମନଗର,୧୭।୪(ଦେବେନ୍ଦ୍ର ଆନ୍ଦିଆ):ମଣିଷ ବଞ୍ଚତ୍ଥିବା ଯାଏ ଆଶା ମରେନାହିଁ, କିନ୍ତୁ କିଛି ଆଶା ଯେତେବେଳେ ନିରାଶାରେ ପରିଣତ ହୁଏ, ସେତେବେଳେ ସମୟ ବି ଦୁଃଖର ବୋଝ ଲଦି ଦିଏ। ସତରେ କୋକେଇ ବନ୍ଧା ହେଲା, ସାହି ଭାଇ ପରିବାର ଓ ପ୍ରିୟଜନ ମିଛି ମିଛିକା ଶବ କୋକେଇରେ ବାନ୍ଧି ସତ୍କାର ପାଇଁ ଶ୍ମଶାନ ନେଇଥିଲେ। ପରିବାର ଓ ଆତ୍ମୀୟସ୍ବଜନଙ୍କ କାନ୍ଦ ବୋବାଳିରେ ଗଁା ଦାଣ୍ଡ ସ୍ତବ୍ଧ ହୋଇଯାଇଥିଲା। ହେଲେ କୋକେଇରେ ଥିଲା ପ୍ରତୀକାତ୍ମକ ଶବ। ଏଭଳି ଏକ ହୃଦୟ […] The post ସତ କୋକେଇରେ ମିଛ ଶବ: କାନ୍ଦ ବୋବାଳିରେ ଗାଁ ଦାଣ୍ଡ ଫାଟିଲା: ପୂରା ଘଟଣା ଜାଣିଲେ… appeared first on Dharitri Odia News .
ହର୍ମୁଜ୍ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି, ଟ୍ରମ୍ପ କରିଦେଲେ ବଡ଼ ଖୁଲାସା
ନୂଆଦିଲ୍ଲୀ,୧୭।୪: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟେଲିଫୋନ ଯୋଗେ କଥା ହେଇଛନ୍ତି । ଏନେଇ ମୁହଁ ଖୋଲିଛନ୍ତି ଆମେରିକା ରାଷ୍ଟ୍ରପତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଆଦାନପ୍ରଦାନକୁ ସକାରାତ୍ମକ ବୋଲି ବର୍ଣ୍ଣନା କରିଛନ୍ତି । ଟ୍ରମ୍ପ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ବନ୍ଧୁ ଏବଂ ଦୁଇ ନେତାଙ୍କ ମଧ୍ୟରେ ଏକ ଅତ୍ୟନ୍ତ ଗଠନମୂଳକ ଆଲୋଚନା ହୋଇଛି । ଏହି ଆଲୋଚନା ଏପରି ଏକ ସମୟରେ ହୋଇଥିଲା […] The post ହର୍ମୁଜ୍ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି, ଟ୍ରମ୍ପ କରିଦେଲେ ବଡ଼ ଖୁଲାସା appeared first on Dharitri Odia News .
ଶ୍ରୀମନ୍ଦିର ଭିତର ଫଟୋ ଉଠାଇ ଧରାପଡ଼ିଲେ ନାବାଳିକା
ପୁରୀ,୧୭ା୪(ଅଜିତ୍ କୁମାର ମହାନ୍ତି):ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଗୁରୁବାର ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍ ଦ୍ୱାରା ଭିଡିଓ ଏବଂ ଫଟୋ ଉତ୍ତୋଳନ କରୁଥିବାବେଳେ ଜଣେ ନାବାଳିକା(୧୫) ସୁରକ୍ଷା କର୍ମଚାରୀଙ୍କ ହାତରେ ଧରାପଡ଼ିଛନ୍ତି। ସେ ତେଲଙ୍ଗାନା ହାଇଦ୍ରାବାଦରୁ ଆସିଥିଲେ ବୋଲି ଜଣାପଡ଼ିଛି। ଅନୁଯାୟୀ, ନାବାଳିକା ଜଣକ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଶ୍ରୀମନ୍ଦିର ଭିତର ବେଢାରେ ଥାଇ କୀର୍ତ୍ତନଚକଡ଼ା, ନୀଳଚକ୍ର ଆଦିର ଫଟୋ ଉଠାଇଥିଲେ। ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିରରୁ ପ୍ରସ୍ଥାନ ସମୟରେ ମୋବାଇଲରେ ପତିତପାବନଙ୍କ […] The post ଶ୍ରୀମନ୍ଦିର ଭିତର ଫଟୋ ଉଠାଇ ଧରାପଡ଼ିଲେ ନାବାଳିକା appeared first on Dharitri Odia News .
ବଡ଼ ଦାବି କଲେ ଟ୍ରମ୍ପ, ୟୁରାନିୟମ ହସ୍ତାନ୍ତର କରିବାକୁ ରାଜି ହେଲା ଇରାନ
ଓ୍ବାଶିଂଟନ,୧୭।୪: ୟୁରାନିୟମ ହସ୍ତାନ୍ତର କରିବାକୁ ରାଜି ହୋଇଗଲା ଇରାନ । ଏଭଳି ଦାବି କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଉଭୟ ପକ୍ଷ ଏକ ଚୁକ୍ତିରେ ପହଞ୍ଚିବାର ନିକଟତର ହୋଇଛନ୍ତି ଯାହା ଛଅ ସପ୍ତାହ ଧରି ଚାଲିଥିବା ସଂଘର୍ଷର ଅନ୍ତ କରିପାରିବ। ହ୍ୱାଇଟ୍ ହାଉସରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହାକୁ ସଂଘର୍ଷ ସମ୍ପର୍କରେ ଚାଲିଥିବା ଆଲୋଚନାରେ ଏକ ପ୍ରମୁଖ ସଫଳତା ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଥିଲେ […] The post ବଡ଼ ଦାବି କଲେ ଟ୍ରମ୍ପ, ୟୁରାନିୟମ ହସ୍ତାନ୍ତର କରିବାକୁ ରାଜି ହେଲା ଇରାନ appeared first on Dharitri Odia News .
ମୁମ୍ୱାଇ,୧୬ା୪: ପ୍ରଭସିମରନ ସିଂ ଓ ଅଧିନାୟକ ଶ୍ରେୟସ ଆୟାରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍) ଗୁରୁବାର ଖେଳାଯାଇଥିବା ଆଇପିଏଲ୍ ମ୍ୟାଚ୍ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍ଆଇ)କୁ ୭ ଉଇକେଟରେ ପରାସ୍ତ କରିଛି। କ୍ୱିଣ୍ଟନ ଡି’ କକ୍ଙ୍କ ଅପରାଜିତ ଶତକ ବଳରେ ମୁମ୍ୱାଇ ଦ୍ୱାରା ପ୍ରଦତ୍ତ ୧୯୬ ରନର ଟାର୍ଗେଟକୁ ପଞ୍ଜାବ ୧୬.୩ ଓଭରରେ ୩ ଉଇକେଟ ହରାଇ ହାସଲ କରି ନେଇଥିଲା। ପଞ୍ଚମ ମ୍ୟାଚ୍ରେ ଚତୁର୍ଥ ବିଜୟ ଓ ୯ ପଏଣ୍ଟ ସହ ପଞ୍ଜାବ ପଏଣ୍ଟ […] The post ମୁମ୍ୱାଇକୁ ହରାଇଲା ପଞ୍ଜାବ appeared first on Dharitri Odia News .
ମୁମ୍ୱାଇ,୧୬ା୪: ଚଳିତ ଆଇପିଏଲ୍ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍ଆଇ) ଓ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍) ପରସ୍ପରକୁ ଭେଟିଛନ୍ତି। କ୍ୱିଣ୍ଟନ ଡି’ କକ୍ଙ୍କ ଅପରାଜିତ ଶତକ ବଳରେ ମୁମ୍ୱାଇ ପ୍ରତିପକ୍ଷ ପଞ୍ଜାବ ସମ୍ମୁଖରେ ୧୯୬ ରନର ଚ୍ୟାଲେଞ୍ଜିଂ ଟାର୍ଗେଟ ଛିଡ଼ା କରିଛି। ଏହି ମ୍ୟାଚ୍ ଜରିଆରେ ମୟଙ୍କ ରାଓ୍ୱତ ଆଇପିଏଲ୍ ପଦାର୍ପଣ କରିଥିବା ବେଳେ ଅର୍ଶଦୀପ ସିଂ ଆଇପିଏଲ୍ରେ ୧୦୦ ଉଇକେଟ ପୂରଣ କରିଛନ୍ତି। ଟସ୍ ଜିତି ପଞ୍ଜାବ ଅଧିନାୟକ ଶ୍ରେୟସ ଆୟାର ପ୍ରଥମେ ବୋଲିଂ […] The post ଡି’ କକ୍ଙ୍କ ଅପରାଜିତ ଶତକ appeared first on Dharitri Odia News .
ଓଡ଼ିଶା: ଆଜିର ଫଟୋ (୧୬ ଏପ୍ରିଲ, ୨୦୨୬ )
୧୯ତମ ବୈଶାଖୀ ମହୋତ୍ସବ ଅବସରରେ, ଚିନ୍ତା ଓ ଚେତନା ପକ୍ଷରୁ ଗୁରୁବାର ଦିନ ରବୀନ୍ଦ୍ର ମଣ୍ଡପ ରେ ଆୟୋଜିତ ହେବ। The post ଓଡ଼ିଶା: ଆଜିର ଫଟୋ (୧୬ ଏପ୍ରିଲ, ୨୦୨୬ ) appeared first on Dharitri Odia News .
ସାପ ନେଲା ମେଧାବୀ ଛାତ୍ରୀଙ୍କ ଜୀବନ
ଗୁଣପୁର,୧୬l୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ ଅଧୀନ କୁଜେନ୍ଦ୍ରି ଗ୍ରାମରେ ଅବସ୍ଥାପିତ ସଂଗ୍ରାମୀ ବିଶ୍ୱନାଥ ପଟ୍ଟନାୟକ ବାଇରୁ ଗମାଙ୍ଗ ଶିଶୁ ସଦନ କନ୍ୟାଶ୍ରମରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ସପକାମୁଡ଼ାରେ ମୃତ୍ୟୁ ଘଟିଛି। ସେ ହେଲେ ଡିମ୍ପଲ ମେଲକା। ଝିଅକୁ ସାପ କାମୁଡ଼ିଥିବା ଜାଣି ବାପା ତ୍ରିପତି ମେଲକା ତୁରନ୍ତ ତାଙ୍କୁ ରାମନାଗୁଡ଼ା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡିମ୍ପଲଙ୍କ ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି। ଡିମ୍ପଲ ତୃତୀୟ ଶ୍ରେଣୀରେ ପଢୁଥିଲେ । ଡିମ୍ପଲଙ୍କ […] The post ସାପ ନେଲା ମେଧାବୀ ଛାତ୍ରୀଙ୍କ ଜୀବନ appeared first on Dharitri Odia News .
ନୋଏଡା ହିଂସାକୁ ନେଇ ଆସିଲା ଆଶ୍ଚର୍ଯ୍ୟ କଲା ଭଳି ଖବର: ଶ୍ରମିକ ଆନ୍ଦୋଳନ ପଛରେ ପାକିସ୍ତାନର ଷଡ଼ଯନ୍ତ୍ର
ନୋଏଡା,୧୬।୪: ନୋଏଡାରେ ଘଟିଥିବା ସାମ୍ପ୍ରତିକ ହିଂସା ସମ୍ପର୍କରେ ପୋଲିସ କମିଶନର ଏକ ବଡ଼ କଥା କହିଛନ୍ତି, ଏହାକୁ ଏକ ପୂର୍ବ ଯୋଜନାବଦ୍ଧ ଏବଂ ଘୃଣ୍ୟ କାର୍ଯ୍ୟକଳାପ (ଦୁଷ୍ଟ ଉଦ୍ଦେଶ୍ୟ ଦ୍ୱାରା ପରିଚାଳିତ) ଭାବରେ ଦର୍ଶାଉଛି। ତାଙ୍କ ଅନୁଯାୟୀ, ଏହାକୁ ଏକ ସାଧାରଣ ଶ୍ରମିକ ଆନ୍ଦୋଳନ ଭାବରେ ଦେଖାଯାଉନାହିଁ; ବରଂ ଏହାକୁ ଏକ ଗଣିତ ଏବଂ ଯୋଜନାବଦ୍ଧ ଭାବରେ ଉସୁକାଇ ଦିଆଯାଇଥିଲା। ପୋଲିସ ତଦନ୍ତରୁ ଅନେକ ନାମ ସାମ୍ନାକୁ ଆସିଛି – ବିଶେଷକରି, ମନୀଷା ଚୌହାନ, ରୁପେଶ ରାୟ […] The post ନୋଏଡା ହିଂସାକୁ ନେଇ ଆସିଲା ଆଶ୍ଚର୍ଯ୍ୟ କଲା ଭଳି ଖବର: ଶ୍ରମିକ ଆନ୍ଦୋଳନ ପଛରେ ପାକିସ୍ତାନର ଷଡ଼ଯନ୍ତ୍ର appeared first on Dharitri Odia News .
୧୭ ବର୍ଷରୁ କମ୍ ବାଳିକା କ୍ରିକେଟ ଖେଳିବେ ସାଇ ପ୍ରତୀକ୍ଷା
ହାଟଡିହୀ,୧୬l୪(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ଛାତ୍ରୀ ସାଇ ପ୍ରତୀକ୍ଷା ଜେନା ୧୭ ବର୍ଷରୁ କମ ବାଳିକା କ୍ରିକେଟ ଖେଳିବା ପାଇଁ ଚୟନ ହୋଇଛନ୍ତି l ସାଇ ପ୍ରତୀକ୍ଷା ଦଶମ ଶ୍ରେଣୀର ଛାତ୍ରୀ ହୋଇଥିବା ବେଳେ ହାଟଡିହୀ ପଞ୍ଚାୟତ କୁଣ୍ଡିସାହି ଗ୍ରାମର ଦେବାଶିଷ ଜେନାଙ୍କ ଝିଅ । ରୋହତକ ହରିୟାଣାରେ ଚଳିତ ମାସ ଏପ୍ରିଲ ୨୯ରୁ ଆସନ୍ତା ମେ ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ନ୍ୟାଶନାଲ ସ୍କୁଲ ଗେମ୍ସରେ ସାଇ […] The post ୧୭ ବର୍ଷରୁ କମ୍ ବାଳିକା କ୍ରିକେଟ ଖେଳିବେ ସାଇ ପ୍ରତୀକ୍ଷା appeared first on Dharitri Odia News .
ନୂଆଦିଲ୍ଲୀ,୧୬।୪: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଛନ୍ତି। ଉଭୟ ନେତା ଏହି ଅଞ୍ଚଳର ପରିସ୍ଥିତି ଉପରେ ଚିନ୍ତା ପ୍ରକାଶ କରିଛନ୍ତି ଏବଂ ଯଥାଶୀଘ୍ର ହର୍ମୁଜ ପ୍ରଣାଳୀରେ ସୁରକ୍ଷା ଏବଂ ନୌଚାଳନା ସ୍ବାଧୀନତା ପୁନଃସ୍ଥାପନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ବିବରଣୀ ଶେୟାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ତାଙ୍କର ‘ବନ୍ଧୁ’ ଇମାନୁଏଲ […] The post ମଧ୍ୟପ୍ରାଚ୍ୟ ଉତ୍ତେଜନା: ‘ବନ୍ଧୁ’ ମାକ୍ରନଙ୍କ ସହ ଫୋନରେ କଥା ହେଲେ ମୋଦି; ହର୍ମୁଜ ପ୍ରସଙ୍ଗରେ ଏକାଠି ହେଲେ ଭାରତ-ଫ୍ରାନ୍ସ appeared first on Dharitri Odia News .

31 C