ନବୋଦୟ ବିଦ୍ୟାଳୟ ଜଣ୍ଡିସ ବ୍ୟାପିବା ଘଟଣା, ସାତ ଦିନ ପାଇଁ ବିଦ୍ୟାଳୟ ଛୁଟି
ଖୋର୍ଦ୍ଧା ୦୭/୦୧: ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟ ଜଣ୍ଡିସ ବ୍ୟାପିବା ଘଟଣା । ଦିଲ୍ଲୀ, ଭୋପାଲର ନବୋଦୟ ଟିମ୍ ଅଧିକାରୀଙ୍କ ତଦନ୍ତ । ସାତ ଦିନ ପାଇଁ ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟ ଛୁଟି ଘୋଷଣା । ସାତ ଦିନ ଭିତରେ ବିଦ୍ୟାଳୟର ପରିମଳ ବ୍ୟବସ୍ଥା ବା...
ପାକିସ୍ତାନରେ କେବେ ରିଲିଜ୍ ହେବ ‘ବର୍ଡର-୨’, ପାକ୍ ୟୁଜର୍ସଙ୍କ ପ୍ରଶ୍ନରେ ଏଭଳି ଜବାବ୍ ଦେଲେ ବରୁଣ
ମୁମ୍ବାଇ ୦୭। ୦୧:'ବର୍ଡର ୨'ର ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଦର୍ଶକ। ଫିଲ୍ମଟି ଜାନୁଆରୀ ୨୩ ତାରିଖରେ ସିନେମା ହଲରେ ଆସିବ । ଏହି ସମୟରେ ଜଣେ ପାକିସ୍ତାନୀ ୟୁଜର ବରୁଣ ଧାୱନଙ୍କୁ ପଚାରିଛନ୍ତି ଯେ ତାଙ୍କ ଦେଶରେ...
ନୂଆଦିଲ୍ଲୀ: ରାମ କଥାର କଥକ ରାମଭଦ୍ରାଚାର୍ଯ୍ୟ ପୁଣି ଥରେ ତାଙ୍କ ବୟାନ ପାଇଁ ଶିରୋନାମାରେ ଅଛନ୍ତି। ଏଥର, ସେ ଇଂରାଜୀ ଶବ୍ଦ ” wife ” ର ଅର୍ଥ ବ୍ୟାଖ୍ୟା କରି ବିବାଦ ସୃଷ୍ଟି କରିଥିଲେ , ଯାହା ସ୍ତ୍ରୀକୁ ବୁଝାଏ। ସେ “patni” ଏବଂ ” wife ” ଶବ୍ଦ ମଧ୍ୟରେ ପାର୍ଥକ୍ୟ ବ୍ୟାଖ୍ୟା କରୁଥିଲେ । ଏହି ଭିଡିଓର ତାରିଖ ନିଶ୍ଚିତ ହୋଇନାହିଁ। ସେ ପୂର୍ବରୁ ମହିଳାଙ୍କୁ ” baby ” କିମ୍ବା “biwi” […]
ତମ୍ୱା ନା କାଚ ବୋତଲ…କେଉଁଥିରେ ପାଣି ପିଇବା ବେଷ୍ଟ, ଜାଣନ୍ତୁ ଏହାର ଫାଇଦା ଏବଂ ପୌରାଣିକ କଥା
ଓଡିଶାଭାସ୍କର: ଆମେ ପ୍ରାୟତଃ ଋତୁ ଅନୁସାରେ ଆମର ପାଣି ବୋତଲ ପରିବର୍ତ୍ତନ କରୁ, ଯେଉଁଥିରେ କାଚ ଏବଂ ତମ୍ବା ବୋତଲ ମଧ୍ୟ ଅନ୍ତର୍ଭୁକ୍ତ। କାଚ ବୋତଲରେ ପାଣି ପିଇବା ଦ୍ୱାରା ଏହାର ସ୍ୱାଦ ପରିବର୍ତ୍ତନ ହୁଏ ନାହିଁ, ଯେତେବେଳେ କି ତମ୍ବା ବୋତଲରେ ପାଣି ପିଇବା ଦ୍ଵାରା ଏହାର ସ୍ୱାଦ ପରିବର୍ତ୍ତନ ହୁଏ। କିନ୍ତୁ, ତମ୍ବା ବୋତଲରେ ରଖାଯାଇଥିବା ପାଣି ଶରୀର ପାଇଁ ଅନେକ ଉପାୟରେ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହା ରୋଗ ପ୍ରତିରୋଧକ ଶକ୍ତି […]
ଶୀଘ୍ର ମିଲର ସମସ୍ୟାର ସମାଧାନ ନ ହେଲେ ବଡ଼ ଚାଷୀ ଆନ୍ଦୋଳନ ହେବ
ଭୁବନେଶ୍ବର ୭।୧: ମଣ୍ଡିରୁ ଧାନଉଠିବା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦେଇଥିବାବୟାନକୁ କାଉଣ୍ଟର କଲେ ବରିଷ୍ଠ ବିଜେଡ଼ି ନେତା ଭୂପିନ୍ଦର ସିଂହ । କ୍ୟାମେରା ଆଗରେ ମିଲର୍ସ ସଂଘ ରାଜ୍ୟ ସଭାପତି ମହେଶ୍ ବଂଶଲଙ୍କ ସହ ଟେଲ...
ଶୀତଦିନେ ଦହି ଖାଇବା ଲାଭଦାୟକ ନା କ୍ଷତିକାରକ? ଜାଣନ୍ତୁ ସମ୍ପୂର୍ଣ୍ଣ ସତ୍ୟ
କନକ ବ୍ୟୁରୋ: ଶୀତଦିନ ଆସିଲେ ଆମର ଖାଦ୍ୟପେୟରେ ଅନେକ ପରିବର୍ତ୍ତନ ଆସିଥାଏ । ଏହି ସମୟରେ ପ୍ରାୟତଃ ଲୋକଙ୍କ ମନରେ ଏକ ପ୍ରଶ୍ନ ଉଠେ ଯେ, ଶୀତଦିନେ ଦହି ଖାଇବା ଉଚିତ୍ କି ନୁହେଁ? କିଛି ଲୋକ ବିଶ୍ୱାସ କରନ୍ତି ଯେ ଶୀତଦିନେ ଦହି ଖାଇଲେ ଥଣ୍ଡା, କାଶ କିମ୍ବା ଗଳା ବ୍ୟଥା ହୋଇଥାଏ । କିନ୍ତୁ ଅନ୍ୟପଟେ, ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଭିନ୍ନ । ଦହି ଏକ ସୁପରଫୁଡ୍ ଭାବରେ ଜଣାଶୁଣା । ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ, ପ୍ରୋଟିନ୍, ଭିଟାମିନ୍ B-12, ଭିଟାମିନ୍ B-2, ପୋଟାସିୟମ୍ ଏବଂ ମାଗ୍ନେସିୟମ୍ ଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦହିରେ ଥିବା 'ପ୍ରୋବାୟୋଟିକ୍ସ', ଯାହା ଆମ ହଜମ ପ୍ରକ୍ରିୟାକୁ ସୁଦୃଢ଼ କରିଥାଏ । ଶୀତଦିନେ ଆମ ଶରୀର ସଂକ୍ରମଣର ଶୀଘ୍ର ଶିକାର ହୁଏ । ଦହିରେ ଥିବା ଭଲ ବ୍ୟାକ୍ଟେରିଆ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ଏହା ଶରୀରକୁ କ୍ଷତିକାରକ ଜୀବାଣୁ ସହିତ ଲଢ଼ିବା ପାଇଁ ଶକ୍ତି ପ୍ରଦାନ କରେ । ଶୀତଦିନେ ଆମେ ପ୍ରାୟତଃ ଗରିଷ୍ଠ ଖାଦ୍ୟ ଖାଇଥାଉ । ଦହି ପାଚନ ପ୍ରକ୍ରିୟାକୁ ସହଜ କରିଥାଏ ଏବଂ ପେଟ ସଫା ରଖିବାରେ ସାହାଯ୍ୟ କରେ । ଏହା ଗ୍ୟାସ୍ ଏବଂ ଏସିଡିଟି ସମସ୍ୟାରୁ ମୁକ୍ତି ଦିଏ ।ସୂର୍ଯ୍ୟକିରଣର ଅଭାବ ଯୋଗୁଁ ଶୀତଦିନେ ଶରୀରରେ ଭିଟାମିନ୍ D ର ଅଭାବ ଦେଖାଦେଇପାରେ। ଦହିରେ ଥିବା କ୍ୟାଲସିୟମ ହାଡ଼ ଏବଂ ଦାନ୍ତକୁ ମଜବୁତ ରଖିବାରେ ସହାଯ୍ୟ କରେ । ସୂର୍ଯ୍ୟମୁଖୀ ମଞ୍ଜିର ଚମତ୍କାର: କାଚ ଭଳି ଚମକିବ ଆପଣଙ୍କ ଚେହେରା ! ଶୀତଦିନେ ଚର୍ମ ଶୁଷ୍କ (Dry) ହୋଇଯାଏ। ଦହି ଶରୀରକୁ ଭିତରୁ ହାଇଡ୍ରେଟ୍ ରଖିଥାଏ, ଯାହା ଚର୍ମରେ ପ୍ରାକୃତିକ ଚମକ ବଜାୟ ରଖେ । ଆୟୁର୍ବେଦ ଅନୁସାରେ, ଦହିର ପ୍ରକୃତି ହେଉଛି 'ଅଭିଷ୍ୟନ୍ଦି' ଯାହା ଶରୀରରେ ଶ୍ଳେଷ୍ମା ବା କଫ ବଢ଼ାଇପାରେ। ତେଣୁ ଯେଉଁମାନଙ୍କର ପୂର୍ବରୁ ଆଜ୍ମା, ସାଇନସ୍ କିମ୍ବା ଶ୍ୱାସକ୍ରିୟାରେ ସମସ୍ୟା ଅଛି, ସେମାନେ ଶୀତଦିନେ ଦହି ଖାଇବା ସମୟରେ ସତର୍କ ରହିବା ଉଚିତ୍। ଆୟୁର୍ବେଦ ଅନୁସାରେ, ଶୀତଦିନ ରାତିରେ ଦହି ଖାଇବା ନିଷେଧ, କାରଣ ଏହା କଫ ବଢ଼ାଇ ଥଣ୍ଡା-ଜ୍ୱର ସୃଷ୍ଟି କରିପାରେ । ଶୀତଦିନେ ଦହି ଖାଇବା ସମୟରେ ଏହି ସାବଧାନତା ଅବଲମ୍ବନ କରନ୍ତୁ: ଫ୍ରିଜ୍ ଦହି ଖାଆନ୍ତୁ ନାହିଁ: ଦହିକୁ କେବେବି ସିଧାସଳଖ ଫ୍ରିଜ୍ରୁ ବାହାର କରି ଖାଆନ୍ତୁ ନାହିଁ। ଏହାକୁ ବାହାରେ ରଖି ସାଧାରଣ ତାପମାତ୍ରା କୁ ଆସିବା ପରେ ଖାଆନ୍ତୁ। ଦହି ଖାଇବା ପାଇଁ ଦ୍ୱିପ୍ରହର ସମୟ (Lunch) ସବୁଠାରୁ ଉତ୍ତମ । ସନ୍ଧ୍ୟା ପରେ କିମ୍ବା ରାତିରେ ଦହି ଖାଇବାଠାରୁ ଦୂରେଇ ରୁହନ୍ତୁ। ଯଦି ଆପଣଙ୍କୁ ଥଣ୍ଡା ହେବାର ଭୟ ଥାଏ, ତେବେ ଦହିରେ ଅଳ୍ପ ଗୋଲମରିଚ ଗୁଣ୍ଡ କିମ୍ବା ଜିରା ଗୁଣ୍ଡ ମିଶାଇ ଖାଆନ୍ତୁ । ଗୋଲମରିଚର ପ୍ରକୃତି ଗରମ ହୋଇଥିବାରୁ ଏହା କଫ ସମସ୍ୟା ହେବାକୁ ଦିଏ ନାହିଁ । ସର୍ବଦା ତାଜା ଦହି ଖାଆନ୍ତୁ । ଅଧିକ ପୁରୁଣା ବା ଖଟା ଦହି ଖାଇବା ଦ୍ୱାରା ଗଳା ସଂକ୍ରମଣ ହୋଇପାରେ । ଯଦି ଆପଣଙ୍କୁ ପ୍ରବଳ ଥଣ୍ଡା ଲାଗିଛି, କାଶ ହେଉଛି କିମ୍ବା ଆପଣଙ୍କର ସାଇନସ୍ ସମସ୍ୟା ଅଛି, ତେବେ କିଛି ଦିନ ପାଇଁ ଦହି ଖାଇବା ବନ୍ଦ କରିବା ଭଲ ।ଶୀତଦିନେ ଦହି ଖାଇବା କ୍ଷତିକାରକ ନୁହେଁ, ବରଂ ଏହା ସ୍ୱାସ୍ଥ୍ୟ ପାଇଁ ଅନେକ ଦୃଷ୍ଟିକୋଣରୁ ଲାଭଦାୟକ। କେବଳ ଧ୍ୟାନ ରଖିବାକୁ ହେବ ଯେ ଦହି ଯେପରି ଅଧିକ ଥଣ୍ଡା ନହୁଏ ଏବଂ ଏହାକୁ ସଠିକ୍ ସମୟରେ ସେବନ କରାଯାଏ। ସୁସ୍ଥ ରହିବା ପାଇଁ ଦିନବେଳା ତାଜା ଦହି ସେବନ କରିବା ସବୁଠାରୁ ଭଲ ଅଭ୍ୟାସ।
ଭୁବନେଶ୍ୱର ୭।୧:ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।କେନ୍ଦୁଝର ଜିଲ୍ଲାରେ ହେବ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ପାଇଲଟ୍ ପ୍ରୋଗ୍ରାମ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱା...
ମଦ ପିଇ ଗାଡ଼ି ଚଳାଉଥିଲେ ଡ୍ରାଇଭର, ଗୋଡେଇ ଗୋଡେଇ ଧରିଲା ପୋଲିସ
ଆନନ୍ଦପୁର ୦୭/୦୧: ମଦୁଆ ବସ୍ ଚାଳକଙ୍କୁ ୧୦ ହଜାର ଜରିମାନା । ଚାଳକଙ୍କ ଲାଇସେନ୍ସ ମଧ୍ୟ ଜବତ କରିଛି ପରିବହନ ବିଭାଗ । ଆଉ କେବେ ଭୁଲର ପୁନରାବୃତ୍ତି ନହେଉ ବୋଲି ବି ରୋକ୍ଠୋକ୍ ଶୁଣାଇଛନ୍ତି । ଏମିତି ଜଣେ ବସ୍ ଡ୍ରାଇଭରକୁ ଧରିଛି ପୋଲିସ ।...
ନୂଆଦିଲ୍ଲୀ ୦୭/୦୧: ଦୁନିଆ ଯେମିତି ଗୋଲ, ଲୋକଙ୍କ ଜୀବନ ବି ଠିକି ସେମିତି । କେତେବେଳେ ଉତ୍ଥାନ ତ ଆଉ କେତେବେଳେ ପତ୍ତନ । ଜୀବନର ସବୁଠାରୁ ଗଭୀର କାହାଣୀ ସବୁ ସାଧାରଣ ସ୍ଥାନରେ ଶୁଣିବାକୁ ମିଳେ । ଏମିତି କିଛି କାହାଣୀ ସୋସିଆଲ ମିଡିଆରେ ଭାଇର...
ବିରଳ ସାପ ବେକରେ ପକାଇ ବୁଲିଲେ ଯୁବକ, ଚୋଟ ଖାଇ ମେଡିକାଲରେ ଭର୍ତ୍ତି
ଭଦ୍ରକ ୭।୧: ବିରଳ ସାପ ଦେଖିଲେ । ଉତ୍ସାହିତ ହୋଇ ବେକରେ ପକାଇ ବୁଲିଲେ । ସାପ କାମୁଡ଼ାରେ ଗୁରୁତର ହେଲେ । ଏବେ ମେଡିକାଲରେ ଚିକିତ୍ସିତ । ଭଦ୍ରକ ଜିଲ୍ଲା ବନ୍ତ ଅଧିନ ଚୟାଲଶିଂ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି ।ସୂଚନାଯୋଗ୍ୟ ଯେ,...
ହୋଲିରେ ଲାଗିବ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଦେଶର କେଉଁଠି ଦେଖାଯିବ, କେଉଁ ରାଶି ପାଇଁ ହେବ ଘାତକ
Lunar Eclipse: ୨୦୨୬ରେ ମୋଟ ଚାରୋଟି ଗ୍ରହଣ ଲାଗିବାର ଯୋଜନା ରହିଛି। କିନ୍ତୁ ଭାରତରେ କେବଳ ଗୋଟିଏ ଦୃଶ୍ୟମାନ ହେବ। ଏହା ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଯାହା ହୋଲିକା ଦହନ କିମ୍ବା ଛୋଟ ହୋଲିରେ ହେବ। ଯେହେତୁ ଏହି ଗ୍ରହଣ ଭାରତରୁ ଦୃଶ୍ୟମାନ ହେବ, ଏହାର ସୂତକ ଅବଧି ମଧ୍ୟ ବୈଧ ହେବ। ଏହି ଗ୍ରହଣ ଅପରାହ୍ନ ୨:୧୬ ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୭:୫୨ ରେ ଶେଷ ହେବ। ବର୍ଷର ପ୍ରଥମ ଗ୍ରହଣ: ବର୍ଷର […]
ମୋର ହେବୁନି, ତ କାହାର ହେବାକୁ ଦେବିନି… ବାନ୍ଧବୀଙ୍କୁ ଅନ୍ୟ କାହା ସହ ଦେଖି ତାତିଗଲେ ଯୁବକ
ଭୁବନେଶ୍ବର ୭।୧: ବନ୍ଧୁକ ମୁନରେ ବାନ୍ଧବୀଙ୍କୁ ଧମକ ।ହାତରେ ବନ୍ଧୁକମୁହଁରୁ ବାହାରୁଛି ଫିଲ୍ମି ଷ୍ଟାଇଲରେଗୋଟିଏ ପରେ ଗୋଟିଏ ଡାଏଲଗ୍ । ମୋର ହେବୁନି, ତ କାହାର ହେବାକୁ ଦେବିନି I ମୋତେ ଧୋକା ଦେଲୁ, ହେଲେ ମୋ ଭାଇକୁ ଦବୁ...
ଶୀତଦିନେ କାହିଁକି ବଢ଼ିଯାଏ ଶ୍ୱାସକ୍ରିୟା, ବ୍ରୋଙ୍କିଆଲ୍ ଆସ୍ଥମା କ’ଣ ଏବଂ ଏହାର ଘରୋଇ ଉପଚାର…
ଓଡିଶାଭାସ୍କର: ବ୍ରୋଙ୍କିଆଲ୍ ଆସ୍ଥମା ଏକ ଦୀର୍ଘକାଳୀନ ଶ୍ୱାସକ୍ରିୟା ରୋଗ ଯାହା ଶ୍ୱାସନଳୀର ଲଗାତାର ପ୍ରଦାହ ଦ୍ଵାରା ଚିହ୍ନିତ ହୁଏ। ଜାନୁଆରୀ ୫ ତାରିଖରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ଦିଲ୍ଲୀର ଶ୍ରୀ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାପରେ ଏହି ରୋଗ ପୁଣି ଥରେ ଖବରରେ ଆସିଛି। ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ଅଜୟ ସ୍ୱରୂପଙ୍କ ଅନୁଯାୟୀ, ଥଣ୍ଡା ଏବଂ ପ୍ରଦୂଷଣ ଯୋଗୁଁ ତାଙ୍କର ବ୍ରୋଙ୍କିଆଲ୍ ଆସ୍ଥମା ଲକ୍ଷଣ ଆହୁରି ଖରାପ ହୋଇଯାଇଥିଲା, ତେଣୁ […]
ଚାଲ ବୁଲିଯିବା ଚାଉଳଭଜା : ଯେତିକି ମଜା , ସେତିକି ସଜା
କନକ ବ୍ୟୁରୋ : ଓଡ଼ିଶା ହେଉଛି ଏମିତି ଏକ ରାଜ୍ୟ ଯେଉଁଠିକାର ପର୍ଯ୍ୟଟନସ୍ଥଳୀ ଯେତେ ପ୍ରସିଦ୍ଧ ଏହାର ନାଁ ମଧ୍ୟ ସେତେ ଚର୍ଚ୍ଚିତ । ଏଇ ଯେମିତି ମାଙ୍କଡ଼ଡ଼ିଆଁ ଝରଣା ,ଖସଡ଼ା ଝରଣା ,ଘୋଡ଼ାହାଡ଼ ଡ୍ୟାମ୍ ଏପରି ଅନେକ । ତେବେ ବର୍ତ୍ତମାନ ଆଉ ଏକ ଝରଣା ଏହି ତାଲିକାରେ ସାମିଲ୍ ହୋଇଯାଇଛି । ଆପଣ ଆଗରୁ ଚାଉଳ ଭଜା ଖାଇଥିବେ କିନ୍ତୁ କେବେ ଚାଉଳଭଜା ବୁଲିବାକୁ ଯାଇଛନ୍ତି କି ? ଦର୍ଶକବନ୍ଧୁ ହଁ , ଶୀତ ଆସିଲେ ପର୍ଯ୍ୟଟନ ଋତୁ ଚଳଚଞ୍ଚଳ ହୋଇପଡ଼େ । ପାହାଡ଼, ଝରଣା,ଜଙ୍ଗଲ ଘେରା ପର୍ଯ୍ୟଟନ ସ୍ଥାନ ବର୍ଷସାରା ଖାଁ ଖାଁ ରହିଥିଲେ ବି ଶୀତରେ ପ୍ରବଳ ଘୋ ଘା’ ଦେଖେ । କିନ୍ତୁ ଏହାରି ଭିତରେ ଏମିତି କିଛି ସ୍ଥାନ ରହିଛି ଯାହା ଏବେ ବି ସମସ୍ତଙ୍କ ନଜର ଆଢୁଆଳରେ ରହିଛି । ଆଉ ଏମିତି ଏକ ପିକନିକ୍ ସ୍ପଟ୍ ହେଉଛି ଚାଉଳ ଭଜା । ନାଁ ଶୁଣିବାକୁ ଯେତିକି ମଜା , ଝରଣା ପାଖରେ ପହଞ୍ଚିବା ସେତିକି ସଜା । ସ୍ବାଗତ କରୁଛି ଓଡ଼ିଶାର ମିନି ତିବ୍ଦତ : ଜିରାଙ୍ଗରେ ଜମିଲାଣି ପର୍ଯ୍ୟଟକଙ୍କ ଭିଡ଼ ଉଚ୍ଚ ପାହାଡ଼ର ବୁକୁ ଚିରି ବହି ଯାଉଛି ଝରଣା, ଆଉ ଝରଣା ପାଲଟିଛି ବଡ଼ ଜଳପ୍ରପାତ । ପ୍ରକୃତି କୋଳରୁ ହସି ହସି ବୋହି ଆସିଥିବା ଏହି ଜଳପ୍ରପାତର ମଜା ପାଇବାକୁ ହେଲେ ଆପଣଙ୍କୁ ବହୁତ ଚାଲିବାକୁ ପଡ଼ିବ । ହେଲେ ଝରଣା ପାଖରେ ପହଂଚିବା ମାତ୍ରେ ପ୍ରକୃତିର ସୁନ୍ଦର ଦୃଶ୍ୟ ଦେଖି ଭୁଲିଯିବେ ସବୁ କଷ୍ଟ । ସେଥିପାଇଁ ତ ଏହି ପର୍ଯ୍ୟଟନ ସ୍ଥଳୀର ନାମ ଚାଉଳଭଜା - ଯେତିକି ମଜା, ସେତିକି ସଜା। ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ସପନଚୁଆ ପଞ୍ଚାୟତ ଅଧୀନରେ ଥିବା ଏହି ଜଳପ୍ରପାତ ଜାତୀୟ ଉଦ୍ୟାନ ଶିମିଳିପାଳ ଭିତରେ ରହିଛି । ଏହି ଜଳପ୍ରପାତ ନିକଟରେ ପହଂଚିବାକୁ ହେଲେ ଆପଣଙ୍କୁ ଗୋଟିଏ ପାହାଡ଼ ଚଢ଼ି ତାହାର ଶିଖରରେ ପହଂଚିବାକୁ ପଡ଼ିବ । ଖୁଣ୍ଟା ବ୍ଲକ ତାଡକି ଗ୍ରାମରୁ କିଛି ଦୂର ଯିବା ପରେ ସେହିଠାରେ ହିଁ ବାଇକ କିମ୍ବା କାର୍ ସବୁ ରଖି ଆପଣଙ୍କୁ ଜଙ୍ଗଲ ଭିତରକୁ ଯିବାକୁ ପଡ଼ିବ । ଆଉ ସେହି ଜଙ୍ଗଲ,ପାହାଡ଼ ଭିତରେ ପଥର ସନ୍ଧିରେ ଝରଣା ପାଣିରେ ଚାଲି ଚାଲି ଯିବାକୁ ପଡ଼ିବ ୩ ରୁ ୪ କିଲୋମିଟର । ଯାହା ଅତ୍ୟନ୍ତ କଷ୍ଟଦାୟକ । ହେଲେ ଏହା ଯେତିକି କଷ୍ଟଦାୟକ ସେତିକି ଆଡଭେଞ୍ଚର ମଧ୍ୟ । ଶିମିଳିପାଳର ସବୁଜିମା ଏବଂ ଶାନ୍ତ ସବୁଜ ସୁନ୍ଦର ପରିବେଶକୁ ଅତି ପାଖରୁ ଉପଭୋଗ କରିପାରିବେ । ଜଙ୍ଗଲ ଭିତରେ କେଉଁଠି ବଡ଼ ପଥର ଉପରେ ଚଢି ଉପରକୁ ଯିବେ ତ ପୁଣି କେଉଁଠି ବିପଦପୂର୍ଣ୍ଣ ଭାବେ ଉପରୁ ତଳକୁ ଓହ୍ଲାଇବେ । ଦୁଇଟି ଛୋଟ ଝରଣା ପାର ହେବା ପରେ ଶେଷରେ ପହଁଚିବେ ଚାଉଳ ଭଜା ଜଳପ୍ରପାତ ନିକଟରେ । ଯାହା ଯେତିକି ସୁନ୍ଦର ସେତିକି ମନଲୋଭା ମଧ୍ୟ । ଏହି ଜଳପ୍ରପାତ ଵା ପର୍ଯ୍ୟଟନସ୍ଥଳୀ ଆଜି ବି ଲୋକଲୋଚନକୁ ଆସିନଥିବାରୁ ବହୁତ କମ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି ହେଲେ ଯେଉଁମାନେ ଆସୁଛନ୍ତି ବେଶ ମନ ଭରି ଉପଭୋଗ କରୁଛନ୍ତି । ଶିମିଳିପାଳର କୋର ଅଞ୍ଚଳରେ ରହିଛି ଏହି ପର୍ଯ୍ୟଟନ ସ୍ଥଳୀ ଚାଉଳଭଜା । ହେଲେ ବଡ଼ କଥା ଏଠି ଆପଣ ଯଦି ପଥର ଉପରେ ଦିଆଯାଇଥିବା ତୀର ଚିହ୍ନ ନ ଦେଖି ଯିବେ ତେବେ ଜଙ୍ଗଲ ଭିତରେ ବାଟବଣା ହୋଇଯିବାର ଶତପ୍ରତିଶତ ସମ୍ଭାବନା ଅଛି । କିଛି ସ୍ଥାନୀୟ ଯୁବକ ଏଠାକୁ ଯିବା ପାଇଁ ରାସ୍ତାରେ ଚିହ୍ନ ଦେଇଥିବା ବେଳେ ଏହାର ବିକାଶ ହୋଇପାରିଲେ ନିଶ୍ଚୟ ଏହା ଏକ ବଡ଼ ପର୍ଯ୍ୟଟନସ୍ଥଳୀ ହୋଇପାରିବ ବୋଲି କହିଛନ୍ତି ପର୍ଯ୍ୟଟକ । ଚାଉଳ ଭଜା ଜଳପ୍ରପାତରେ ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ଆଗମନ ହେଉଥିବା ବେଳେ ଏଥିପ୍ରତି ସ୍ଥାନୀୟ ପ୍ରଶାସନ, ବନ ବିଭାଗ ଵା ପର୍ଯ୍ୟଟନ ବିଭାଗ ନଜର ଦେଲେ ମୟୁରଭଞ୍ଜ ପର୍ଯ୍ୟଟନ କ୍ଷେତ୍ରର କଳେବର ବୃଦ୍ଧି ପାଇପାରନ୍ତା।
ବଲିଉଡ୍ରେ କଙ୍ଗନାଙ୍କ କମ୍ବ୍ୟାକ୍, ଆରମ୍ଭ କଲେ 'ଭାରତ ଭାଗ୍ୟ ବିଧାତା' ସୁଟିଂ
ନୂଆଦିଲ୍ଲୀ ୦୭।୦୧:ରାଜନୀତିରେ ପ୍ରବେଶ ଏବଂ ହିମାଚଳ ପ୍ରଦେଶର ମଣ୍ଡି ନିର୍ବାଚନମଣ୍ଡଳୀରୁ ଲୋକସଭା ନିର୍ବାଚନ ଜିତିବା ପରେ ଅଭିନୟରୁ ବ୍ରେକ୍ ନେଇଥିଲେ କଙ୍ଗନା ରଣାୱତ୍। ସେବେଠୁ ରାଜନୀତି ଜୀବନରେ ସେ ବ୍ୟସ୍ତ ରହିଛନ୍ତି। ଏବେ ସେ ପୁଣି...
ମାଘମେଳାରେ ପୁଣି ମୋନାଲିସା ଭାଇରାଲ୍ ! କିଏ ଏ ୨ ସୁନ୍ଦରୀ ଯୁବତୀ ?
କନକ ବ୍ୟୁରୋ : ବର୍ଷ ୨୦୨୫ ର ମହାକୁମ୍ଭ ମେଳାରେ ଯେଉଁ ଚେହେରା ରାତାରାତି ଭାଇରାଲ୍ ହୋଇ ଅଜସ୍ର ପ୍ରଶଂସା ସାଉଁଟିଥିଲା ସେ ଥିଲେ ‘ଭାଇରାଲ୍ ଗାର୍ଲ- ମୋନାଲିସା ।’ ତାଙ୍କର ସରଳପଣ ସୋସିଆଲ୍ ମିଡିଆ ୟୁଜର୍ସଙ୍କ ଧ୍ୟାନ ଆକର୍ଷଣ କରିବା ସହ ତାଙ୍କର ସୁନ୍ଦର ଆଖି ସମସ୍ତଙ୍କୁ ମତୁଆଲା କରିଥିଲା । ମୋନାଲିସାଙ୍କ ମାଳା ବିକ୍ରି କରିବାର ଶୈଳୀ ଏତେ ଆକର୍ଷିତ ଥିଲା ଯେ ରାତାରାତି ସେ ଅଭାବୀ ଝିଅରୁ ସୋସିଆଲ୍ ମିଡିଆ ସେନସେସନ୍ ପାଲଟି ଯାଇଥିଲେ । ବର୍ତ୍ତମାନର ସମୟରେ ମୋନାଲିସା ବଲିଉଡର ଅନେକ ମ୍ୟୁଜିକ୍ ଭିଡିଓରେ ନଜର ଆସୁଛନ୍ତି । ସଂକ୍ଷେପରେ କହିବାକୁ ଗଲେ ଗୋଟିଏ ଛୋଟିଆ ଭିଡିଓ ଜଣେ ଝିଅର ଭାଗ୍ୟ ପରିବର୍ତ୍ତନ କରିଦେଲା । ତେବେ ବର୍ତ୍ତମାନ ୨୦୨୬ ମାଘ ମେଳା ଆରମ୍ଭ ହେବା ସହିତ ସମାନ ଦୃଶ୍ୟ ପୁଣିଥରେ ଦେଖିବାକୁ ମିଳୁଛି । ମୋନାଲିସାଙ୍କ ପରେ ଦୁଇ ନୂଆ ଝିଅ ଅଫସାନା ଏବଂ ବାସମତୀ ଭାଇରାଲ୍ ହେବାରେ ଲାଗିଛନ୍ତି । କେବଳ ଭାଇରାଲ୍ ନୁହେଁ ଆକର୍ଷଣର କେନ୍ଦ୍ରବିନ୍ଦୁ ମଧ୍ୟ ପାଲଟିଛନ୍ତି । ମାଘ ମେଳାରେ ଅଫସାନା ଏବଂ ବାସମତୀ ମାଳା ବିକ୍ରୟ କରୁଥିବାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲୋକମାନେ ଦୁଇ ଯୁବତୀଙ୍କୁ ମୋନାଲିସା ୨.୦ ବୋଲି ଡାକୁଛନ୍ତି । ମେଳାକୁ ଆସୁଥିବା ପରିଦର୍ଶକ ସେମାନଙ୍କ ସହିତ ସେଲଫି ନେଉଛନ୍ତି, ଭିଡିଓ ଉତ୍ତୋଳନ କରୁଛନ୍ତି ଏବଂ ଦୁହିଁଙ୍କୁ ପ୍ରଶଂସା ମଧ୍ୟ କରୁଛନ୍ତି । ସୋସିଆଲ୍ ମିଡିଆ ୟୁଜର୍ସ କହୁଛନ୍ତି ଏହି ଦୁଇ ଯୁବତୀ ଖୁବଶୀଘ୍ର ମାଘ ମେଳାର ନୂଆ ଭାଇରାଲ୍ ମୁହଁ ହେବାକୁ ଯାଉଛନ୍ତି । ୨୦୨୫ ର ଭାଇରାଲ୍ ଚେହେରା ; କିଏ ମହାକୁମ୍ଭରୁ ମନ ଜିଣିଲେ ତ ଆଉ କିଏ ରାସ୍ତା କଡ଼ରୁ ଚର୍ଚ୍ଚା ସାଉଁଟିଲେ viral Photograph: (google) ମୋନାଲିସାଙ୍କ ପରି ଅଫସାନା ଏବଂ ବାସମତୀ ମାଘ ମେଳାକୁ ମାଳା ବିକ୍ରି କରିବାକୁ ଆସିଥିଲେ । କିନ୍ତୁ ସୋସିଆଲ ମିଡିଆ ଯୋଗୁଁ ଦୁହେଁ ହଠାତ୍ ଚର୍ଚ୍ଚାକୁ ଆସିଛନ୍ତି । ମେଳାରେ ଅଫସାନା ମାଳା ବିକୁଥିବା ବେଳେ ବାସମତୀ ମଧ୍ୟ ଦାନ୍ତକାଠି ବିକ୍ରି କରୁଛନ୍ତି । ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲା ବାସିନ୍ଦା ଅଫସାନା ପନୱାର କହିଛନ୍ତି ଯେ ମୋନାଲିସା ହେଉଛନ୍ତି ତାଙ୍କ ମାଉସୀଙ୍କ ଝିଅ ଏବଂ ସେ ମୋନାଲିସା ହେବାକୁ ଆସିନାହାନ୍ତି । ସେ କେବଳ ମାଳା ବିକ୍ରି କରି ଘରକୁ ଚାଲିଯିବେ। ତେବେ ଅଫସାନା ତାଙ୍କ ପିତାମାତାଙ୍କ ସହ ମାଳା ବିକୁଛନ୍ତି । ବର୍ତ୍ତମାନ ତାଙ୍କ ଫଟୋ ଏବଂ ଭିଡିଓଗୁଡ଼ିକ ଦ୍ରୁତ ଗତିରେ ଭାଇରାଲ ହେଉଛି । ଅଫସାନା ଭଳି ମାଘ ମେଳାକୁ ଆସିଥିବା ବାସୁମତୀ ମଧ୍ୟ ଏବେ ଟ୍ରେଣ୍ଡରେ ଅଛନ୍ତି । ଇଣ୍ଟରନେଟରେ ତାଙ୍କୁ ନୂଆ ମୋନାଲିସା ବୋଲି ଡକାଯିବା ସହିତ ଲୋକ ତାଙ୍କ ଆଖିର ପ୍ରଶଂସା କରୁଛନ୍ତି । ପାରମ୍ପରିକ ପୋଷାକ ଏବଂ ଅଳଙ୍କାର ପିନ୍ଧି ବାସୁମତୀ ମାଘ ମେଳାରେ ଦାନ୍ତକାଠି ବିକ୍ରି କରୁଛନ୍ତି । ବାସୁମତୀ କୁହନ୍ତି ‘‘ଗ୍ରାହକ ପ୍ରତିଦିନ ମୋର ଇଣ୍ଟରଭ୍ୟୁ ନେଉଛନ୍ତି । ଏହା ମୋ କାମକୁ ପ୍ରଭାବିତ କରୁଛି । ଲୋକମାନେ ଦାନ୍ତ କାଠି ନେବାକୁ କମ୍ ଏବଂ ଭିଡିଓ କରିବାକୁ ଅଧିକ ଆସୁଛନ୍ତି ।’’ ତେବେ ଆପଣଙ୍କୁ ଏଠାରେ କହିରଖୁଛୁ ଯେ ମୋନାଲିସା ମଧ୍ୟପ୍ରଦେଶର ମହେଶ୍ୱରରୁ ଆସିଥିଲେ । ମହାକୁମ୍ଭମେଳାରେ ତାଙ୍କ ମାଳା ବିକ୍ରୟର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତାଙ୍କର ଲୋକପ୍ରିୟତା ଏତେ ବୃଦ୍ଧି ପାଇଥିଲା ଯେ ତାଙ୍କ ପ୍ରତିଛବି ଥିବା ଟି-ସାର୍ଟ ବିକ୍ରି ହେବା ଆରମ୍ଭ ହୋଇଥିଲା । ପରେ ବଲିଉଡ ନିର୍ଦ୍ଦେଶକ ସନୋଜ ମିଶ୍ର ତାଙ୍କୁ ଏକ ଫିଲ୍ମ ଅଫର କରିଥିଲେ ଏବଂ ମୋନାଲିସା ରାତାରାତି ଘରେ ଘରେ ଲୋକପ୍ରିୟ ହୋଇଗଲେ ।
ରୋଗୀଣା ମା' ପାଇଁ ଛୁଟି ମାଗିଲେ ମହିଳା କର୍ମଚାରୀ, ଜବାବ୍ ଶୁଣି ଭାଙ୍ଗିଗଲା ମନ
ନୂଆଦିଲ୍ଲୀ ୦୭/୦୧: କୁହାଯାଏ ଯେ ଭାରତର ଓ୍ୱାର୍କିଂ କଲଚର ପ୍ରାୟତଃ ବ୍ୟକ୍ତିବିଶେଷଙ୍କୁ ଲକ୍ଷ୍ୟ, ସମୟସୀମା ଓ ଲାଭ ମଧ୍ୟରେ ସୀମିତ ରଖେ । କର୍ମକ୍ଷେତ୍ର ଏପରି ଏକ ସ୍ଥାନ ହୋଇଯାଏ ଯେଉଁଠାରେ ନୀତିଶାସ୍ତ୍ର ଓ ସମ୍ବେଦନଶୀଳତା ଧୀରେ ଧୀରେ ହାନି ହ...
ଶିଶୁଙ୍କ ବ୍ରେନ୍ ଓ୍ୱାସ୍ କରୁଛି ପାକିସ୍ତାନ, ଭାରତ ବିରୋଧରେ ଗୁଇନ୍ଦାଗିରି ପାଇଁ ଦିଆଯାଉଛି ଟ୍ରେନିଂ
ଶ୍ରୀନଗର, ୦୭/୦୧: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନର ପ୍ଲାନ୍ । ଦେଶରେ ଅସ୍ଥିରତା ସୃଷ୍ଟି ପାଇଁ ନୂଆ ନୂଆ ଷଡଯନ୍ତ୍ର କରୁଛି ଶତ୍ରୁଦେଶ । ଭାରତରେ ନିଜ ସ୍ଲିପର୍ ସେଲଙ୍କୁ ଆକ୍ଟିଭ୍ କରିଛି । ହ୍ୱାଇଟ୍ କୋଲାର ଆତଙ୍କବାଦକୁ ପ୍ରୋ...
ପ୍ରେମସମ୍ପର୍କକୁ ନେଇ ଗୁଳିକାଣ୍ଡ ; ପିସ୍ତଲ୍ ସହ ଅଭିଯୁକ୍ତ ପ୍ରେମିକ ଗିରଫ
କନକ ବ୍ୟୁରୋ : ପ୍ରେମସମ୍ପର୍କକୁ ନେଇ ଗୁଳିକାଣ୍ଡ ଘଟଣା । ଅଭିଯୁକ୍ତ ପ୍ରେମିକ ଗିରଫ । ପିସ୍ତଲ୍ ସହ ଖୋକା ଜବତ, ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍, ମୁଖ୍ୟ ଅଭିଯୁକ୍ତ ପ୍ରେମିକର ଭାଇ ଫେରାର । ଗଜପତି ଜିଲ୍ଲା ଚନ୍ଦ୍ରଗିରି ଢେପାସାହିରେ ପ୍ରେମ ସମ୍ପର୍କକୁ ନେଇ ଗୁଳିକାଣ୍ଡ ଘଟଣାରେ ପୁଲିସ୍ ଅଭିଯୁକ୍ତ ପ୍ରେମିକ ଲାଜାର୍ ପ୍ରଧାନକୁ ଗିରଫ କରିବା ସହ ତା ଠାରୁ ପିସ୍ତଲ୍ ଜବତ କରିଛି । ଅନ୍ୟପଟେ ପାରଳାଖେମୁଣ୍ଡିରୁ ସାଇଣ୍ଟିଫିକ୍ ଟିମ୍ର ୩ ଜଣ ଗାଁକୁ ଯାଇ ଘଟଣାର ଅନୁଧ୍ୟାନ କରିଛନ୍ତି । ଘଟଣାସ୍ଥଳରୁ ୩ଟି ଗୁଳି ଜବତ ହୋଇଛି । ଅଭିଯୁକ୍ତ ଲାଜାର୍ ପ୍ରଧାନ ଓ ଭାଇ ସନ୍ତୋଷ ପ୍ରଧାନ ଦୁହେଁ ମିଶି ଯୋଜନାବଦ୍ଧ ଭାବେ ଏହି ଗୁଳିମାଡ଼ କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ଲାଜର ପ୍ରଧାନ ପିସ୍ତଲ୍କୁ ୧୫ ହଜାର ଟଙ୍କାରେ ବାହାର ରାଜ୍ୟରୁ କିଣିଥିବା ନେଇ ପୁଲିସ ଆଗରେ ସ୍ଵୀକାର କରିଛି । ଗୁଳିମାଡ଼ରେ ଶିକାର ହୋଇଥିବା ଝିଅର ସମ୍ପର୍କୀୟ ଭାଇ ଅନିଲ କରାଡର ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା ଚାଲିଛି । ତେବେ ଘଟଣାରେ ସଂମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ଲାଜରର ବଡ ଭାଇ ସନ୍ତୋଷ ପ୍ରଧାନ ଏବେ ବି ଫେରାର ରହିଛି । ସନ୍ତୋଷ ପ୍ରଧାନ ଗିରଫ ହେବା ପରେ ପୁଲିସକୁ ଅଧିକ ତଥ୍ୟ ମିଳିବବୋଲି କୁହାଯାଉଛି । ପ୍ରେମସମ୍ପର୍କକକୁ ନେଇ ଗତକାଲି ଢ଼େପସାହିରେ ବୈଠକ ବସିଥିବାବେଳେ ଝିଅର ଭାଇ ଉପରେ ଗୁଳିମାଡ଼ କରିଥିଲା ଲାଜରର ଭାଇ ସନ୍ତୋଷ । ଅଧିକ ପଢନ୍ତୁ--- ହାତରେ ବନ୍ଧୁକ ଧରି ବାନ୍ଧବୀଙ୍କୁ ଧମକାଇଲେ ଯୁବକ ଢ଼େପସାହିର ଏକ ଯୁବତୀକୁ ଜୋରଜବରସ୍ତ ଉଠାଇ ନେଇଥିଲା ଅଭିଯୁକ୍ତ ଲାଜର ପ୍ରଧାନ । କିଛିଦିନ ତଳେ ଯୁବତୀ ଜଣକ ଲାଜର କବଳରୁ ଖସି ଆସିଥିଲା । ହେଲେ ପୁଣି ତାକୁ ଉଠାଇନେଇ ଲୁଚେଇ ରଖିଥିଲା । ଝିଅକୁ ଛଡ଼େଇ ଆଣିବା ପାଇଁ ପରିବାର ଲୋକ ଗାଁ ମୁରବିଙ୍କ ବୈଠକ ଡାକିଥିଲେ । ଏହି ସମୟରେ ଲାଜରର ଭାଇ ଯୁବତୀଙ୍କ ଭାଇ ଉପରକୁ ଗୁଳିମାଡ଼ କରିଥିଲା ।
ଏପ୍ରିଲରୁ ଓଡ଼ିଶାରେ ଜନଗଣନା; ପ୍ରଥମ ପର୍ଯ୍ୟାୟ ଶେଷ ହେଲେ, ୨୦୨୭ରେ ଦ୍ୱିତୀୟ ପର୍ଯ୍ୟାୟ
କନକ ବ୍ୟୁରୋ: ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ । ଏହାସହ ୨୦୨୭ ମସିହା ଫେବ୍ରୁଆରି ମାସରେ ହେବ ଜନଗଣନାର ଦ୍ଵିତୀୟ ପର୍ଯ୍ୟାୟ । ତେବେ ମିଳିଥିବା ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବ ପାତ୍ର ଗଣନା ହେବ। ଆଉ ଦ୍ଵିତୀୟ ପର୍ଯ୍ୟାୟରେ ଘରକୁ ଘର ହେବ ଜନଗଣନା। ଏଥିପାଇଁ ନିଯୁକ୍ତ ହେବେ ଲକ୍ଷାଧିକ ଜନଗଣନା ଅଧିକାରୀ। ଏହା ପୂର୍ବରୁ ସବୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଉନ୍ନୟନ କମିସନର। ଲୋକସେବା ଭବନରେ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକରେ ଜନଗଣନା ନିର୍ଦ୍ଦେଶକଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆହୁରି ପଢ଼ନ୍ତୁ : କୁକୁର କାହାକୁ କେତେବେଳେ କାମୁଡ଼ିବ ଅନୁମାନ କରିବା କଷ୍ଟ: ସୁପ୍ରିମକୋର୍ଟ ତେବେ ରାଜ୍ୟରେ ଜନଗଣନା ପାଇଁ ୬ ମାସ ଧରି ପ୍ରସ୍ତୁତି ଚାଲିଥିଲା। ଭୁବନେଶ୍ୱର କଟକରେ ପ୍ରି-ଟେଷ୍ଟ ସରିଛି। ନୂଆ ଘୋଷଣା ହୋଇଥିବା ଏନଏସି ଏବଂ ପୌରପାଳିକା ବାଉଣ୍ଡ୍ରି ଫାଇନାଲ୍ ହୋଇଛି। ଆସନ୍ତା ୩ ମାସ ଧରି ଜନଗଣନା ଅଧିକାରୀଙ୍କୁ ଟ୍ରେନିଂ ଦିଆଯିବ । ତେବେ ମିଳିଥିବା ସୂଚନା ଅନୁସାରେ, 200 ଘର ପାଇଁ ଜଣେ ଜନଗଣନା ଅଧିକାରୀ ନିଯୁକ୍ତ ହେବେ। ୬ ଜଣ ଅଧିକାରୀଙ୍କ ପାଇଁ ଜଣେ ସୁପରଭାଇଜର ନିଯୁକ୍ତ ହେବେ। ପ୍ରାୟ ଲକ୍ଷେ ଜନଗଣନା ଅଧିକାରୀ ନିଯୁକ୍ତ କରାଯିବ। ଜଣେ ଜନଗଣନା ଅଧିକାରୀଙ୍କୁ ୨୫ ହଜାର ଆର୍ଥିକ ପ୍ରୋତ୍ସାହନ ଦିଆଯିବ। ଏପ୍ରିଲରୁ ମେ ଭିତରେ ପ୍ରଥମ ଫେଜରେ ଘର ମାର୍କ ହେବ। ୨୦୨୭ ମସିହା ଫେବ୍ରୁଆରିରୁ ଦ୍ଵିତୀୟ ପର୍ଯ୍ୟାୟରେ ଜନଗଣନା ହେବ। ଜଣେ ଲୋକ ନିଜେ ଚାହିଁଲେ ନିଜର ତଥ୍ୟ ଦେଇପାରିବେ, ୱେବସାଇଟ ଜରିଆରେ ପଞ୍ଜିକୃତ ମଧ୍ୟ କରିପାରିବେ। ମୋବାଇଲ ନମ୍ବରରେ ଓଟିପି ବେସଡ୍ ହେବ। ଗୋଟିଏ ନମ୍ବର ଦୁଇ ଥର ବ୍ୟବହାର କରି ପାରିବେନି କି ଆପରୁ ସ୍କ୍ରିନ ସଟ ମଧ୍ୟ ନେଇପାରିବେ ନାହିଁ ୟୁଜର୍ସ ।
Nasal Cancer Symptoms: ନାକ କ୍ୟାନ୍ସର କିପରି ଦେଖାଯାଏ? ଏହାର ଲକ୍ଷଣ କ’ଣ? ଜାଣନ୍ତୁ କେମିତି ଏହାକୁ ଚିହ୍ନିବେ
Nasal Cancer: ନାକ କ୍ୟାନ୍ସରକୁ ନାସା କିମ୍ବା ସାଇନସ୍ କର୍କଟ (Sinus Cancer) ବୋଲି କୁହାଯାଏ। ଏହି କର୍କଟ ନାକର ପଛପଟେ, ଅର୍ଥାତ୍, ନାସା ଗହ୍ବର କିମ୍ବା ସାଇନସ୍ ରେ ହୁଏ। ନାକ ଗହ୍ବର ଏବଂ ସାଇନସ୍ ଜଣେ ବ୍ୟକ୍ତିଙ୍କୁ ନିଶ୍ୱାସ ନେବାରେ ସାହାଯ୍ୟ କରେ ଏବଂ ଶ୍ୱାସକ୍ରିୟା ପ୍ରଣାଳୀକୁ ସଂକ୍ରମଣରୁ ରକ୍ଷା କରେ। ଏହି କ୍ଷେତ୍ରରେ, ଯେତେବେଳେ ନାକ କର୍କଟ ହୁଏ, ଟ୍ୟୁମର ବେକ ଏବଂ ମୁଣ୍ଡ ସହିତ ଶରୀରର ଅନ୍ୟାନ୍ୟ ଅଂଶକୁ ମଧ୍ୟ ପ୍ରଭାବିତ […]
ଖୁବ୍ଶୀଘ୍ର ରାଜ୍ୟରେ ଡୋର ଟୁ ଡୋର ଜନଗଣନା, ନିଯୁକ୍ତ ହେବେ ଲକ୍ଷାଧିକ ଜନ ଗଣନା ଅଧିକାରୀ
ଭୁବନେଶ୍ୱର ୦୭/୦୧: ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ । ୨୦୨୭ ଫେବୃଆରୀରେ ଦ୍ଵିତୀୟ ପର୍ଯ୍ୟାୟ ଜନଗଣନା । ପ୍ରଥମ ପର୍ଯ୍ୟାୟରେ ଘର ଓ ଆସବାବ ପାତ୍ର ଗଣନା ହେବ । ଦ୍ଵିତୀୟ ପର୍ଯ୍ୟାୟରେ ଘରକୁ ଘର ହେବ ଜନ ଗଣନା । ନିଯ...
ଧାନ କିଣାକୁ ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଦୂର ହେବ କି ଅଚଳାବସ୍ଥା, ମିଲର୍ସଙ୍କ କିଛି ଦାବି ମାନିଛନ୍ତି ସରକାର
କନକ ବ୍ୟୁରୋ: ସ୍ୱାଭାବିକ ହେଲା ଧାନ ଉଠା ପ୍ରକ୍ରିୟା । ଯୋଗାଣ ମନ୍ତ୍ରୀଙ୍କ ସୂଚନା । ୧୯ ଟି ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି । ମିଲର୍ସ ମାନଙ୍କ କିଛି ଦାବିଙ୍କୁ ମାନିଛନ୍ତି ସରକାର, ଏନେଇ ସରକାରଙ୍କର ପକ୍ଷରୁ ନିର୍ଦେଶ ନାମା ଜାରି ହୋଇଛି। ଗତକାଲି ମିଲର୍ସ ସଙ୍ଘ ସହିତ ଆଲୋଚନା ହୋଇଥିଲା । ଆଲୋଚନା ପରେ ସରକାର ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଅଧିକ ପଢନ୍ତୁ: ଅନ୍ନଦାତାଙ୍କ ପିଛା ଛାଡୁନି ସମସ୍ୟା; ୨ ଦିନ ହେଲା ମଣ୍ଡିରୁ ଉଠୁନି ଧାନ ଏହା ପରେ ଧାନ ସଂଗ୍ରହ ପ୍ରକ୍ରିୟା ସ୍ବାଭାବିକ ହୋଇଛି । ୧୯ ଜିଲ୍ଲାରେ ଏଯାବତ୍ ୧ଏ ଲକ୍ଷ ୯୩ ହଜାର ୮୬୭ ମେଟ୍ରିକ୍ ଟନ୍ ଧାନ କିଣା ସରିଛି। ୩ ଲକ୍ଷ ୧୫ ହଜାର ୪୩୧ ଜଣ ଚାଷୀ ନିଜ ଧାନ ବିକ୍ରି କରିଛନ୍ତି । ୧୩ ଲକ୍ଷ ୫୯ ହଜାର ୯୭୪ ମେଟ୍ରିକ୍ ଟନ୍ ଧାନ ମିଲର ଉଠାଇଛନ୍ତି । ଧାନ କିଣା ପ୍ରକ୍ରିୟା ସ୍ବାଭାବିକ ଚାଲିଛି ।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ; ଭିତର କାଠରେ ବାନ୍ତି ପଡ଼ିଥିବାରୁ, ୧ ଘଣ୍ଟା ଦର୍ଶନ ବନ୍ଦ
କନକ ବ୍ୟୁରୋ: ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ । ବୁଧବାର ଶ୍ରୀମନ୍ଦିର ଭିତରେ କାଠ ନିକଟରେ ବାନ୍ତି ପଡ଼ିଥିବାରୁ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି । ତେବେ ମିଳିଥିବା ସୂଚନା ଅନୁସାରେ, ଭିତର କାଠ ନିକଟରେ ବାନ୍ତି ପଡ଼ିଥିବା ନେଇ ସେବାୟତ ଦେଖିଥିଲେ । ଏହାପରେ ଗାରଦଙ୍କୁ ସୂଚନା ଦିଆଯାଇଥିଲା । ଏହାପରେ ମହାପ୍ରଭୁଙ୍କ ସକାଳ ଧୂପ ପରେ ମହାସ୍ନାନ କରାଯାଇଛି । ଏହି କାରଣରୁ ପ୍ରାୟ ୧ ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଛି । ଆହୁରି ପଢ଼ନ୍ତୁ : ବାଂଲାଦେଶର ଦାବିକୁ ଆଇସିସିର ନା ! ଭାରତରେ ହିଁ ହେବ ବିଶ୍ୱକପ ଏହାସହିତ ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିଲାଗି ୫ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗ ମଣ୍ତପ ପରେ ଦତ୍ତ ମହାପାତ୍ର ସେବାୟତମାନେ ରତ୍ନବେଦୀରେ ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ଆରମ୍ଭ କରିବେ । ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଏହା ଏକ ଗୁପ୍ତ ସେବା ହୋଇଥିବାରୁ ୫ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପ୍ରଥା ଓ ପରମ୍ପରା ଅନୁଯାୟୀ, ଶ୍ରୀମନ୍ଦିରରେ ପ୍ରତି ବୁଧବାର କିମ୍ବା ଗୁରୁବାର ବନକ ଲାଗି ନୀତି ପାଳନ ହେବାର ବିଧି ରହିଛି। ପ୍ରତିମାସରେ ହାରାହାରି ଦୁଇଥର ଏହି ବନକ ଲାଗି ହୋଇଥାଏ। ବନକ ଲାଗି ରୀତି ‘ଦତ୍ତ ମହାପାତ୍ର’ଗୋଷ୍ଠୀର ସେବକଙ୍କ ଦ୍ୱାରା କରାଯାଇଥାଏ ।
ଏଥର ବୁର୍ଖାରେ ମୁହଁ ଲୁଚାଇ ସୁନା କିଣିବା ମନା! ଲାଗୁ ହେଲା ନୂଆ ନିୟମ, ରାଜନୈତିକ ମହଲରେ ହଇଚଇ
ପାଟନା: ବିହାରର ସୁନା ବଜାରରୁ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସୁଛି। ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ, ବିହାର ଦେଶର ପ୍ରଥମ ରାଜ୍ୟ, ଯେଉଁଠାରେ ହିଜାବ, ନିକାବ, ବୁର୍ଖା, ହେଲମେଟ କିମ୍ବା ମୁହଁ ଘୋଡ଼ାଇ ଅଳଙ୍କାର ଦୋକାନରେ ପ୍ରବେଶ ନିଷେଧ କରାଯାଇଛି। ଅଲ୍ ଇଣ୍ଡିଆ ଜୁଏଲର୍ସ ଆଣ୍ଡ୍ ଗୋଲ୍ଡ ଫେଡେରେସନ (AIJGF) ର ନିର୍ଦ୍ଦେଶରେ ନିଆଯାଇଥିବା ଏହି ନିଷ୍ପତ୍ତି ଆସନ୍ତାକାଲିଠାରୁ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହେବ। ସୁରକ୍ଷା କାରଣରୁ ନିଆଯାଇଥିବା ନିଷ୍ପତ୍ତି ଅଲ୍ ଇଣ୍ଡିଆ ଜୁଏଲର୍ସ ଆଣ୍ଡ୍ ଗୋଲ୍ଡ […]
କୁକୁର କାହାକୁ କେତେବେଳେ କାମୁଡ଼ିବ ଅନୁମାନ କରିବା କଷ୍ଟ: ସୁପ୍ରିମକୋର୍ଟ
କନକ ବ୍ୟୁରୋ: ଆଜି ସୁପ୍ରିମକୋର୍ଟରେ ବୁଲା କୁକୁର ପ୍ରସଙ୍ଗରେ ପୁଣିଥରେ ଶୁଣାଣି ଆରମ୍ଭ ହୋଇଛି । ସୁପ୍ରିମକୋର୍ଟ କହିଛନ୍ତି ଯେ ସେ ଏହି ପ୍ରସଙ୍ଗରେ କୁକୁର ପ୍ରେମୀ ଏବଂ କୁକୁର ଘୃଣାକାରୀ ଉଭୟଙ୍କ ଯୁକ୍ତି ଶୁଣିବେ। ତେବେ ବୁଲା କୁକୁର ପ୍ରସଙ୍ଗରେ ଶୁଣାଣି ସମୟରେ ସୁପ୍ରିମକୋର୍ଟର ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି ଯେ, ଗତ ୨୦ ଦିନ ଭିତରେ ରାଜସ୍ଥାନରେ ଦୁଇଜଣ ବିଚାରପତି ବୁଲା ପଶୁମାନଙ୍କ ଯୋଗୁ ଦୁର୍ଘଟଣାର ଶିକାର ହୋଇଛନ୍ତି । ଯାହାଦ୍ୱାରା କି ସେମାନେ ଗଭୀର ଭାବେ ଆହତ ମଧ୍ୟ ହୋଇଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ କୁକୁର କେତେବେଳେ କାମୁଡ଼ିପାରେ ତାହା ପୂର୍ବାନୁମାନ କରିବା ଅସମ୍ଭବ। ଏହାସହ ବୁଲା ପଶୁଙ୍କ ଯୋଗୁ ଯେଉଁ ଦୁର୍ଘଟଣା ଘଟିଛି, ସେଥିରେ ଜଣେ ବିଚାରପତି ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହାଁନ୍ତି। କୋର୍ଟ କହିଛନ୍ତି ଯେ ତାଙ୍କର ମେରୁଦଣ୍ଡରେ ଗମ୍ଭୀର ଆଘାତ ଲାଗିଛି। ଏହା ଏକ ଅତ୍ୟନ୍ତ ଗମ୍ଭୀର ମାମଲା। ଆହୁରି ପଢ଼ନ୍ତୁ : କାର୍ ଭିତରେ ରଖାଯାଇଥିବା ପାଣି ପିଉଛନ୍ତି କି ? ଗାଡ଼ିରେ ରଖାଯାଇଥିବା ପୁରୁଣା ପାଣି ବୋତଲ ଆପଣଙ୍କ ପାଇଁ ଘାତକ ସାଜିପାରେ ! କୋର୍ଟ କହିଛନ୍ତି ଯେ କୁକୁରମାନେ କେବଳ କାମୁଡ଼ନ୍ତି ନାହିଁ; ସେମାନେ ଲୋକଙ୍କୁ ମଧ୍ୟ ପିଛା କରନ୍ତି, ଯାହା ଦୁର୍ଘଟଣାର କାରଣ ହୋଇପାରେ। ଯେତେବେଳେ ସେମାନେ ରାସ୍ତାରେ ଦୌଡ଼ନ୍ତି, ବିଶେଷକରି ଯେଉଁ ରାସ୍ତାରେ ଯାନବାହାନ ଚଳାଚଳ କରେ, ସେତେବେଳେ ଅନେକ ଲୋକ ଦୁର୍ଘଟଣାର ସମ୍ମୁଖୀନ ହୁଅନ୍ତି । ହେଲେ ଆଇନଜୀବୀ କପିଲ ସିବଲ କହିଛନ୍ତି ଯେ କୁକୁରମାନେ ରାସ୍ତାରେ ନାହାଁନ୍ତି; ସେମାନେ କମ୍ପାଉଣ୍ଡରେ ଅଛନ୍ତି। ଯାହାକୁ ନେଇ ଏହି ବିତର୍କ ଆହୁରି ଅଧିକ ସରଗରମ ହୋଇଛି ।
ଯାତ୍ରୀମାନେ ଦୟାକରି ଧାନ ଦିଅନ୍ତୁ... ଦେଶରେ ଖୁବଶୀଘ୍ର ଗଡ଼ିବ ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍
ନୂଆଦିଲ୍ଲୀ ୦୭।୦୧ : ଦେଶର ପ୍ରଥମ ହାଇଡ୍ରୋଜେନ କ୍ଷମତା ବିଶିଷ୍ଟ ଟ୍ରେନ ହରିୟାଣାରେ ଗଡିବ। ନର୍ଦନ ରେଲୱେର ଏହି ଆକାଂକ୍ଷୀ ପ୍ରକଳ୍ପ ଜିନ୍ଦ୍ ଏବଂ ସୋନିପତ ମଧ୍ୟରେ ଚାଲିବ । ଏନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ରହିଥିବା ହରିୟାଣା ସରକାରଙ...
Jewellers Shop: ହିଜାବ ପିନ୍ଧିକି ଗଲେ ଗହଣା ଦୋକାନରେ ନୋ-ଏଣ୍ଟ୍ରି !
କନକ ବ୍ୟୁରୋ: ବିହାରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି, ଯାହା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ସୁନା ଦୋକାନଗୁଡ଼ିକରେ ବଢ଼ୁଥିବା ଅପରାଧ ଏବଂ ଲୁଟ୍କୁ ରୋକିବା ପାଇଁ ଅଲ୍ ଇଣ୍ଡିଆ ଜୁଏଲର୍ସ ଆଣ୍ଡ୍ ଗୋଲ୍ଡ ଫେଡେରେସନ ତରଫରୁ ଏକ ନୂଆ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲିଠାରୁ, ସାରା ରାଜ୍ୟରେ ମୁହଁ ନ ଦେଖାଇ ସୁନା ଏବଂ ରୁପା କିଣିବା ସମ୍ପୂର୍ଣ୍ଣ ନିଷେଧ ହେବ । ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ, ଅଳଙ୍କାର ଦୋକାନରେ ହିଜାବ, ବୁର୍ଖା, ହେଲମେଟ କିମ୍ବା ମୁହଁ ଘୋଡ଼ାଇବା ଆସିବା ଉପରେ ରୋକ ଲଗାଇବାରେ ବିହାର ଦେଶର ପ୍ରଥମ ରାଜ୍ୟ ହୋଇଛି । ଅଲ୍ ଇଣ୍ଡିଆ ଜୁଏଲର୍ସ ଆଣ୍ଡ୍ ଗୋଲ୍ଡ ଫେଡେରେସନର ନିର୍ଦ୍ଦେଶରେ ନିଆଯାଇଥିବା ଏହି ନିଷ୍ପତ୍ତି ଆସନ୍ତାକାଲିଠାରୁ ସାରା ରାଜ୍ୟରେ କାର୍ଯ୍ୟକାରୀ ହେବ । ତେବେ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ: ଖୋର୍ଦ୍ଧାରେ ସୁନା ଦୋକାନରୁ ଲୁଟ୍ ଘଟଣାର ପର୍ଦ୍ଦାଫାସ, ୨ ଜଣଙ୍କୁ ଗିରଫ ସହ ୧ କିଲୋ ସୁନା ଓ ୨ କିଲୋ ରୂପା ଅଳଙ୍କାର ଜବତ ଏହି ନିଷ୍ପତ୍ତିକୁ ନିଶ୍ଚିତ କରି ଅଲ୍ ଇଣ୍ଡିଆ ଜୁଏଲର୍ସ ଆଣ୍ଡ୍ ଗୋଲ୍ଡ ଫେଡେରେସନର ବିହାର ରାଜ୍ୟ ସଭାପତି ଅଶୋକ କୁମାର ବର୍ମା କହିଛନ୍ତି ଯେ ଏହି ପଦକ୍ଷେପ କୌଣସି ଧାର୍ମିକ କିମ୍ବା ବ୍ୟକ୍ତିଗତ ଭାବନାକୁ ଆଘାତ ଦେବା ପାଇଁ ନୁହେଁ, ବରଂ କେବଳ ସୁରକ୍ଷା ଦୃଷ୍ଟିରୁ ନିଆଯାଇଛି । ସେ ସ୍ପଷ୍ଟ କରିଛନ୍ତି ଯେ ଆସନ୍ତାକାଲିଠାରୁ ରାଜ୍ୟର କୌଣସି ଅଳଙ୍କାର ଦୋକାନ ମୁହଁ ସମ୍ପୂର୍ଣ୍ଣ ଘୋଡ଼ାଇ ଆସୁଥିବା ଗ୍ରାହକଙ୍କୁ ପ୍ରବେଶ ଦେବ ନାହିଁ, କିମ୍ବା ସେମାନଙ୍କ ପାଇଁ କୌଣସି ବିକ୍ରୟ କରାଯିବ ନାହିଁ । ବର୍ତ୍ତମାନ ସୁନା ଏବଂ ରୁପାର ଦର ରେକର୍ଡ ଭାଙ୍ଗିଛି । ୧୦ ଗ୍ରାମ ସୁନାର ମୂଲ୍ୟ ପ୍ରାୟ ୧୪୦,୦୦୦ ଏବଂ ଏକ କିଲୋଗ୍ରାମ ରୂପାର ମୂଲ୍ୟ ପ୍ରାୟ ୨୫୦,୦୦୦ ରେ ପହଞ୍ଚିଛି। ଏତେ ଉଚ୍ଚ ମୂଲ୍ୟର ସାମଗ୍ରୀ ହୋଇଥିବାରୁ, ଅଳଙ୍କାର ଦୋକାନଗୁଡ଼ିକ ଅପରାଧୀଙ୍କ ପାଇଁ ନିରନ୍ତର ଟାର୍ଗେଟରେ ରହିଆସୁଛି ।
“ସଂଳାପ ମାଧ୍ୟମରେ ସମସ୍ୟାର ସମାଧାନ ଖୋଜାଯିବା ଉଚିତ”, ଭେନେଜୁଏଲା ସଙ୍କଟକୁ ନେଇ ବଡ଼ କଥା କହିଲେ ଜୟଶଙ୍କର…
Venezuela Crisis: ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଲକ୍ସେମବର୍ଗରେ ଭେନେଜୁଏଲାର ସାମ୍ପ୍ରତିକ ଘଟଣାବଳୀ ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ପରବର୍ତ୍ତୀ ସଙ୍କଟ ମଧ୍ୟରେ ଭେନେଜୁଏଲା ଲୋକଙ୍କ ମଙ୍ଗଳ ଏବଂ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ସେ ସମସ୍ତ ପକ୍ଷଙ୍କୁ ଅନୁରୋଧ କରିଛନ୍ତି। ଏସ ଜୟଶଙ୍କର ତାଙ୍କ ଲକ୍ସେମବର୍ଗ ଗସ୍ତ ସମୟରେ ଏହି ବିବୃତ୍ତି ଦେଇଥିଲେ, ଯେଉଁଠାରେ ସେ ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ […]
ମିଲର୍ସ ସଂଘର ସର୍ତ୍ତରେ ରାଜି ହେଲେ କି ସରକାର ? ମନ୍ତ୍ରୀ କହିଲେ ୧୯ ଜିଲ୍ଲାରେ ଧାନ କିଣା ସ୍ୱାଭାବିକ
ଭୁବନେଶ୍ୱର ୦୭।୦୧ : ଆଜିଠୁ ରାଜ୍ୟରେ ସ୍ଵାଭାବିକ ହେଲା ଧାନ କିଣା। ୧୯ଟି ଜିଲ୍ଲାରେ ଉଠାଯାଉଛି ଧାନ। ମିଲର୍ସଙ୍କ କିଛି ଦାବିକୁ ରାଜ୍ୟ ସରକାର ମାନିଛନ୍ତି। ମଙ୍ଗଳବାର ମିଲର୍ସ ସଂଘ ସହିତ ଆଲୋଚନା ହୋଇଥିଲା। ଏନେଇ ସରକାରଙ୍କର ପକ୍ଷରୁ ନିର୍ଦ୍ଦ...
ବାଂଲାଦେଶର ଦାବିକୁ ଆଇସିସିର ନା ! ଭାରତରେ ହିଁ ହେବ ବିଶ୍ୱକପ
କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ଭେନ୍ୟୁ ବଦଳାଇବା ପାଇଁ ବାଂଲାଦେଶର ଦାବିକୁ ପ୍ରତ୍ୟାଖ୍ୟାନ କରିଛି ଆଇସିସି । ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ସ୍ପଷ୍ଟ ଭାବେ କହିଛି ଯେ ବିଶ୍ୱକପ୍ ଖେଳିବା ପାଇଁ ବାଂଲାଦେଶକୁ ଭାରତ ଆସିବାକୁ ହିଁ ପଡ଼ିବ । ଯଦି ସେ ଏପରି ନକରେ, ତେବେ ଦଳର ପଏଣ୍ଟ କଟାଯିବ । ରିପୋର୍ଟ ମୁତାବକ ଏନେଇ ICC ଏକ ଭର୍ଚୁଆଲ୍ ବୈଠକ ମାଧ୍ୟମରେ ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ଜଣାଇଛି । ସୁରକ୍ଷାଗତ କାରଣରୁ ଭାରତ ବାହାରେ ମ୍ୟାଚ୍ ଖେଳିବା ପାଇଁ ଅନୁରୋଧ କରିଥିଲା ବାଂଲାଦେଶ । ଯାହାକୁ ପ୍ରତ୍ୟାଖ୍ୟାନ କରିଛି ଆଇସିସି । ଆଇସିସି ବିସିବିକୁ ସ୍ପଷ୍ଟ ଭାବେ କହିଛି ଯେ ଟି-୨୦ ବିଶ୍ୱକପ୍ ଖେଳିବା ପାଇଁ ବାଂଲାଦେଶକୁ ଭାରତ ଆସିବାକୁ ହିଁ ପଡ଼ିବ, ନଚେତ୍ ଦଳକୁ ପଏଣ୍ଟ ହରାଇବାକୁ ପଡ଼ିପାରେ । ଅନ୍ୟପକ୍ଷରେ, ବିସିବି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଆଇସିସି ପକ୍ଷରୁ ଅନୁରୋଧ ଖାରଜ କରାଯିବା ନେଇ ସେମାନଙ୍କୁ କୌଣସି ଅଫିସିଆଲ ସୂଚନା ଦିଆଯାଇ ନାହିଁ । ଆଇପିଏଲ୍ ଟିମ୍ କେକେଆର୍ (KKR) ନିକଟରେ ବିସିସିଆଇର ନିର୍ଦ୍ଦେଶକ୍ରମେ ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନଙ୍କୁ ରିଲିଜ୍ କରିଦେଇଛି । ବାଂଲାଦେଶୀ କ୍ରିକେଟରଙ୍କୁ ଆଇପିଏଲ୍ ଖେଳାଇବା ନେଇ ଦେଶରେ ବିରୋଧର ସ୍ୱର ଉଠିବା ପରେ ବିସିସିଆଇ ଏହି ନିଷ୍ପତ୍ତି ନେଇଥିଲା । ବାଂଲାଦେଶରେ ହିନ୍ଦୁମାନଙ୍କ ବିରୋଧରେ ହିଂସା ଓ ଅତ୍ୟାଚାରକୁ ନେଇ ଭାରତବାସୀଙ୍କ ମଧ୍ୟରେ ତୀବ୍ର କ୍ରୋଧ ଓ ଅସନ୍ତୋଷ ରହିଛି । ଏହି କାରଣରୁ ମୁସ୍ତାଫିଜୁର ରେହମାନଙ୍କୁ ୯ କୋଟିରୁ ଅଧିକ ଟଙ୍କା ଦେଇ କିଣାଯିବାକୁ ଅନେକ ଲୋକ ପ୍ରବଳ ବିରୋଧ କରିଥିଲେ । ବିସିସିଆଇ ରେହମାନଙ୍କୁ ରିଲିଜ୍ କରିବା ପାଇଁ କେକେଆର୍କୁ ନିର୍ଦ୍ଦେଶ ଦେବା ପରେ ଏ ମାମଲାରେ ବାଂଲାଦେଶ ସରକାର ହସ୍ତକ୍ଷେପ କରିଛନ୍ତି । ପରିମାଣ ସ୍ୱରୂପ ଭାରତରେ ଫେବ୍ରୁଆରି ୭ରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ୍କୁ ବାଂଲାଦେଶ ବୟକଟ୍ କରିବାକୁ ଧମକ ଦେଇଛି । ସୁରକ୍ଷାଗତ କାରଣ ଦର୍ଶାଇ ବାଂଲାଦେଶ କ୍ରିକେଟ୍ ବୋର୍ଡ ଆଇସିସିକୁ ଲେଖିଥିବା ଚିଠିରେ କହିଛି ଯେ ସେମାନେ ଭାରତରେ ନିଜର କୌଣସି ମ୍ୟାଚ୍ ଖେଳିବେ ନାହିଁ । ତେଣୁ ସେମାନଙ୍କ ମ୍ୟାଚଗୁଡ଼ିକୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବା ପାଇଁ ଦାବି କରିଥିଲେ । ଆହୁରି ପଢ଼ନ୍ତୁ : ବେଆଇନ୍ କାଠ ମିଲ୍ ଉପରେ ଚଢ଼ାଉ ; କାଠ ବୋଝେଇ ଟ୍ରାକ୍ଟର ଜବତ ବାଂଲାଦେଶ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ ସେମାନଙ୍କ ଖେଳାଳିଙ୍କ ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଜରୁରୀ । ଅନ୍ୟପକ୍ଷରେ, ବାଂଲାଦେଶ ରାଗ ରଖି ବାଂଲାଦେଶରେ ଆଇପିଏଲ୍ର ପ୍ରସାରଣ ଉପରେ ମଧ୍ୟ ରୋକ୍ ଲଗାଇ ଦେଇଥିଲା । କିନ୍ତୁ ଏବେ ଆଇସିସି ସ୍ପଷ୍ଟ ଭାବେ କହିଛି ଯେ ବିଶ୍ୱକପ୍ ମ୍ୟାଚ୍ ଖେଳିବା ପାଇଁ ବାଂଲାଦେଶକୁ ଭାରତ ଆସିବାକୁ ହିଁ ପଡ଼ିବ । ଯଦି ବାଂଲାଦେଶ କ୍ରିକେଟ୍ ବୋର୍ଡ ଭାରତକୁ ନିଜ ଟିମ୍ ନପଠାଇବା ନିଷ୍ପତ୍ତିରେ ଅଟଳ ରହେ, ତେବେ ସେମାନଙ୍କୁ ଟି-୨୦ ବିଶ୍ୱକପ୍ରୁ ଓହରିଯିବାକୁ ପଡ଼ିପାରେ । କାରଣ ବାଂଲାଦେଶକୁ କୋଲକାତାରେ ୩ଟି ଏବଂ ମୁମ୍ବାଇରେ ଗୋଟିଏ ମ୍ୟାଚ୍ ଖେଳିବାର ଅଛି । ଏହି ଦଳ ପାଇଁ ଏହା ହିଁ ଭଲ ହେବ ଯେ, ସେମାନେ ନିଜ ଜିଦ୍ ଛାଡ଼ି ଭାରତରେ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଆସନ୍ତୁ । ନହେଲେ ବାଂଲାଦେଶ ବଦଳରେ ଅନ୍ୟ କୌଣସି ଦଳକୁ ବିଶ୍ୱକପ୍ରେ ଭାଗ ନେବାକୁ ନିମନ୍ତ୍ରଣ କରିପାରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ।
ଜନଧନ ଖାତାରେ ମିଳିବ ଲୋନ, ବଜେଟରେ ମହିଳାଙ୍କୁ ଫୋକସ୍
ନୂଆଦିଲ୍ଲୀ ୦୭।୦୧ : ଫେବ୍ରୁଆରି ପହିଲାରେ ଆସିବାକୁ ଯାଉଛି ସାଧାରଣ ବଜେଟ୍ ୨୦୨୬। ଏଥିରେ କେନ୍ଦ୍ର ସରକାର ମହିଳା କୈନ୍ଦ୍ରିକ ବିଭିନ୍ନ ଆର୍ଥକ ଯୋଜନା ଉପରେ ଫୋକସ କରିପାରନ୍ତି। ଜନଧନ ଆକାଉଣ୍ଟରେ ମହିଳାଙ୍କୁ ଋଣ ଯୋଗାଣ ତ୍ୱରାନ୍ୱିତ କ...
୫୦ ମିଲିୟନ ବ୍ୟାରେଲ ତେଲ ପାଇଁ ଟ୍ରମ୍ପଙ୍କ ବଡ଼ ଘୋଷଣା : ଭେନେଜୁଏଲା ସହ ବଦଳିବ କି ସମୀକରଣ ?
କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେଲେଜୁଏଲାକୁ ନେଇ ବଡ଼ ଘୋଷଣା କରିଛନ୍ତି । ଭେନେଜୁଏଲାରୁ ଆମେରିକାକୁ ସିଧାସଳଖ ୫୦ ମିଲିୟନ ବ୍ୟାରେଲ ଅଶୋଧିତ ତେଲ ଆସିବ ବୋଲି ସେ ଘୋଷଣା କରିଛନ୍ତି ଟ୍ରମ୍ପ୍ । ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ ସୋସିଆଲ’ରେ ଏହି ସୂଚନା ଦେଇ ଟ୍ରମ୍ପ କହିଛନ୍ତି , ଭେନେଜୁଏଲା ପ୍ରାୟ ୩୦ ରୁ ୫୦ ମିଲିୟନ ବ୍ୟାରେଲ ତେଲ ଆମେରିକାକୁ ବିକ୍ରି କରିବ, ଯାହା ବଜାର ଦରରେ ଉପଲବ୍ଧ ହେବ । ଏହି ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଟ୍ରମ୍ପ ନିଜର ଶକ୍ତି ସଚିବ କ୍ରିସ୍ ରାଇଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଶାଳକାୟ ଷ୍ଟୋରେଜ ଜାହାଜ ସାହାଯ୍ୟରେ ଏହି ତେଲ ଆମେରିକାର ବିଭିନ୍ନ ବନ୍ଦରରେ ପହଞ୍ଚିବ । ଏହି ଚୁକ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଯେ, ତେଲ ବିକ୍ରିରୁ ମିଳିବାକୁ ଥିବା ଅର୍ଥ ଉପରେ ଆମେରିକାର ନିୟନ୍ତ୍ରଣ ରହିବ । ଏହି ଟଙ୍କା ଉଭୟ ଦେଶର ଜନସାଧାରଣଙ୍କ ସ୍ୱାର୍ଥ ଓ କଲ୍ୟାଣ ପାଇଁ ବ୍ୟବହୃତ ହେବ ବୋଲି ରାଷ୍ଟ୍ରପତି ସ୍ପଷ୍ଟ କରିଛନ୍ତି । Donald Trump Post Photograph: (Twitter) ଅଧିକ ପଢ଼ନ୍ତୁ--- ଭେନଜୁଏଲା ପରେ ଆମେରିକାର ନଜରରେ ଗ୍ରୀନଲ୍ୟାଣ୍ଡ୍? କଣ ରହିଛି ଟ୍ରମ୍ପଙ୍କ ସିକ୍ରେଟ୍ ପ୍ଲାନ୍? ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଆଗାମୀ ଶୁକ୍ରବାର ଦିନ ହ୍ୱାଇଟ ହାଉସର ଓଭାଲ ଅଫିସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି । ଏଥିରେ ବିଶ୍ୱର ପ୍ରତିଷ୍ଠିତ ତୈଳ କମ୍ପାନି ଯଥା ଏକ୍ସନ୍ ମୋବିଲ୍ , ଚେଭ୍ରନ୍ ଏବଂ କୋନେକୋଫିଲିପ୍ସର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ଭେନେଜୁଏଲା ସହ ବ୍ୟବସାୟିକ ରଣନୀତି ଉପରେ ଆଲୋଚନା କରିବେ ।ସୂଚନା ଅନୁସାରେ , ଭେନେଜୁଏଲାରେ ବିଶ୍ୱର ସର୍ବାଧିକ ତୈଳ ଭଣ୍ଡାର ରହିଥିଲେ ମଧ୍ୟ ଏହା ଦୈନିକ ମାତ୍ର ୧ ନିୟୁତ ବ୍ୟାରେଲ ତେଲ ଉତ୍ପାଦନ କରେ । ଅନ୍ୟପଟେ ଆମେରିକାର ଦୈନିକ ଉତ୍ପାଦନ ପ୍ରାୟ ୧୩.୯ ମିଲିୟନ ବ୍ୟାରେଲ ରହିଛି । ଯଦି ଆମେରିକା ପ୍ରତି ବ୍ୟାରେଲ ପିଛା ୫୬ ଡଲାର ଦେଇ ୫୦ ମିଲିୟନ ବ୍ୟାରେଲ ତେଲ କିଣେ, ତେବେ ଏହି ଚୁକ୍ତିର ମୂଲ୍ୟ ପ୍ରାୟ ୨.୮ ବିଲିୟନ ଡଲାର ହେବ ।
କନକ ବ୍ୟୁରୋ: କାର୍ରେ ଯାତ୍ରା କରିବା ସମୟରେ ଆମେ ପ୍ରାୟତଃ ପାଣି ବୋତଲ ସାଥିରେ ନେଇଥାଉ କିମ୍ବା ଗାଡ଼ି ଭିତରେ ପାଣି ବୋତଲ ରଖିଦେଇଥାଉ । ଅନେକ ସମୟରେ ସେହି ବୋତଲ ଗାଡ଼ି ଭିତରେ ଅନେକ ଦିନ ଧରି ପଡ଼ି ରହେ । କିନ୍ତୁ ଆପଣ ଜାଣିଛନ୍ତି କି, କାର୍ ଭିତରେ ରଖାଯାଇଥିବା ପାଣି ପିଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ବିପଜ୍ଜନକ ହୋଇପାରେ? ଆସନ୍ତୁ ଜାଣିବା କାର୍ ଭିତରେ ରଖାଯାଇଥିବା ପାଣି ବୋତଲ କେତେ ଦିନରେ ଏକ୍ସପାଇର୍ ହୁଏ ଏବଂ ଏହା ପିଇବା କାହିଁକି ଅସୁରକ୍ଷିତ। ପାଣି ବୋତଲର ଏକ୍ସପାଇରି ଡେଟ୍ ସାଧାରଣତଃ ଆମେ ଭାବୁ ଯେ ପାଣି କେବେ ଖରାପ ହୁଏ ନାହିଁ । ପ୍ରକୃତରେ ପାଣି ଖରାପ ହୁଏନି, କିନ୍ତୁ ଯେଉଁ ପ୍ଲାଷ୍ଟିକ୍ ବୋତଲରେ ପାଣି ରଖାଯାଏ, ସେହି ବୋତଲର ଏକ୍ସପାଇରି ଡେଟ୍ ଥାଏ । ବଜାରରେ ମିଳୁଥିବା ପାଣି ବୋତଲରେ ପ୍ରାୟ ୧ ରୁ ୨ ବର୍ଷର ଏକ୍ସପାଇରି ଡେଟ୍ ଲେଖାଯାଇଥାଏ । କିନ୍ତୁ ଯଦି ଏହି ବୋତଲ କାର୍ ଭିତରେ ଖରାରେ ରହେ, ତେବେ ଏହା ମାତ୍ର କିଛି ଦିନ କିମ୍ବା କିଛି ଘଣ୍ଟା ମଧ୍ୟରେ ପିଇବା ପାଇଁ ଅଯୋଗ୍ୟ ହୋଇଯାଏ । ଡକ୍ଟରଙ୍କ କହିବାନଯାୟୀ, ଆପଣଙ୍କ ଗାଡ଼ିରେ ରଖାଯାଇଥିବା ଏକ ପୁରୁଣା ପାଣି ବୋତଲ ଆପଣଙ୍କ ପାଇଁ ସବୁଠାରୁ ବିପଦପୂର୍ଣ୍ଣ ପାନୀୟ ହୋଇପାରେ । ଯେତେବେଳେ ଏକ ଗାଡ଼ି ସୂର୍ଯ୍ୟକିରଣରେ ପାର୍କିଂ କରାଯାଏ, ସେତେବେଳେ ଏହାର ଭିତରର ତାପମାତ୍ରା ବହୁତ ବଢ଼ିଯାଏ । ଏହି ଉତ୍ତାପ ଯୋଗୁଁ ପ୍ଲାଷ୍ଟିକ୍ ବୋତଲ ଧୀରେ ଧୀରେ ଭାଙ୍ଗିଯାଏ କିମ୍ବା ନଷ୍ଟ ହୋଇଯାଏ । ପ୍ଲାଷ୍ଟିକ୍ ଲିଚ୍ ରୁ କ୍ଷତିକାରକ ରାସାୟନିକ ପଦାର୍ଥ ପାଣିରେ ମିଶିଯାଏ। ଏହି ରାସାୟନିକ ପଦାର୍ଥଗୁଡ଼ିକ ଶରୀରର ହରମୋନ୍ ସିଷ୍ଟମକୁ ପ୍ରଭାବିତ କରିପାରେ ଏବଂ ଦୀର୍ଘକାଳୀନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ । ଗରମ, ସୂର୍ଯ୍ୟକିରଣ ଏବଂ ବନ୍ଦ କାରରେ ଦୀର୍ଘ ସମୟ ଧରି ବ୍ୟବହାର କରିବା ଦ୍ୱାରା ପାଣି କେବଳ ବାସି ହୋଇଯାଏ ନାହିଁ, ବରଂ ଏହାର ଗୁଣବତ୍ତା ମଧ୍ୟ ହ୍ରାସ ପାଏ। ଏହା ମୁଣ୍ଡବିନ୍ଧା, ପେଟ ଖରାପ ଏବଂ ଦୀର୍ଘକାଳୀନ ଭାବରେ ହରମୋନ ଅସନ୍ତୁଳନର ଆଶଙ୍କା ବଢ଼ାଇପାରେ । ଅଧିକ ପଢନ୍ତୁ: ଶୀତଦିନେ ପଇଡ଼ ପାଣି ପିଉଛନ୍ତି କି ? ଜାଣନ୍ତୁ ଭଲ ନା ଖରାପ ... ମିନେରାଲ୍ ୱାଟର ସୁରକ୍ଷିତ କି? ଅନେକ ଲୋକ ଭାବନ୍ତି ଯେ ମିନେରାଲ୍ ୱାଟର ବୋତଲଗୁଡ଼ିକ ନିରାପଦ, ତେଣୁ ସେମାନଙ୍କ ସହିତ କିଛି ହେବ ନାହିଁ । କିନ୍ତୁ ବାସ୍ତବରେ ବୋତଲଟି ଯେକୌଣସି ବ୍ରାଣ୍ଡର ହେଉନା କାହିଁକି, ପ୍ଲାଷ୍ଟିକ୍ ପ୍ଲାଷ୍ଟିକ୍ ହିଁ ରହିଥାଏ ଏବଂ ଗରମ ହେଲେ ଭିତରେ ଥିବା ଉପାଦାନଗୁଡ଼ିକ ପାଣିରେ ମିଶିପାରେ। ତେଣୁ, ଏପରି ବୋତଲଗୁଡ଼ିକୁ ଦୀର୍ଘ ସମୟ ପାଇଁ ଗାଡ଼ିରେ ରଖିବା ଅନୁଚିତ। ଏପରି ପରିସ୍ଥିତିରେ, ଗାଡ଼ିରେ ଛାଡିଯାଇଥିବା ବାସି ପାଣି କେବେବି ପିଇବା ଭଲ ନୁହେଁ । ଯଦି ବୋତଲଟି କିଛି ଘଣ୍ଟା କିମ୍ବା ଦିନ ଧରି ପଡ଼ି ରହିଛି, ବିଶେଷକରି ଖରାରେ ଗରମ ଗାଡ଼ିରେ ତେବେ ଏହାକୁ ତୁରନ୍ତ ଫୋପାଡ଼ି ଦେବା ଉଚିତ । ସର୍ବଦା ସତେଜ ପାଣି ପିଇବାକୁ ଅଭ୍ୟାସ କରନ୍ତୁ। ପ୍ରତ୍ୟେକ ଥର ବାହାରକୁ ଯିବା ସମୟରେ ସାଙ୍ଗରେ ଏକ ନୂତନ ବୋତଲ ଆଣିବାକୁ ଚେଷ୍ଟା କରନ୍ତୁ କିମ୍ବା ଘରୁ ଏକ ଷ୍ଟିଲ୍ କିମ୍ବା କାଚ ବୋତଲ ବ୍ୟବହାର କରନ୍ତୁ ।
ବିଜେପି ମହିଳା କର୍ମୀଙ୍କ ପୋଷାକ ଚିରିଦେଲା କର୍ଣ୍ଣାଟକ ପୋଲିସ ! ଅଭିଯୋଗକୁ ଖଣ୍ଡନ କଲେ କମିଶନର
ବେଙ୍ଗାଲୁରୁ, ୦୭/୦୧: ବିଜେପି ମହିଳା କର୍ମୀଙ୍କୁ ଆକ୍ରମଣ । ପୋଷାକ ଚିରିଦେଇଛି ପୋଲିସ । ସୀମା ଟପିଲା କର୍ଣ୍ଣାଟକ ପୋଲିସ । କିଛି ଏପରି ଅଭଯୋଗ ଆଣିଛି ଭାରତୀୟ ଜନତା ପାର୍ଟି । ଜଣେ ମହିଳା କର୍ମୀଙ୍କୁ ଗିରଫ ବେଳେ ପୋଲିସ ଅତ୍ୟାଚାରର ସୀ...
ବେଆଇନ୍ କାଠ ମିଲ୍ ଉପରେ ଚଢ଼ାଉ ; କାଠ ବୋଝେଇ ଟ୍ରାକ୍ଟର ଜବତ
କନକ ବ୍ୟୁରୋ : ପୁରୀ ଜିଲ୍ଲାର ଗୋପ ଏବଂ ନିମାପଡ଼ା ଅଞ୍ଚଳରେ ଚାଲିଥିବା ବେଆଇନ କାଠ କାରବାର ଉପରେ ବନ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି । ଗୁପ୍ତ ସୂଚନା ଆଧାରରେ ବନ ବିଭାଗର ଦୁଇଟି ସ୍ୱତନ୍ତ୍ର ଟିମ୍ ଏହି ଅଭିଯାନ ଚଳାଇ ଏକ ବେଆଇନ କାଠ ମିଲ୍ର ପର୍ଦ୍ଦାଫାଶ କରିଛନ୍ତି । ନିମାପଡ଼ା ଅଞ୍ଚଳରେ ଦୀର୍ଘ ଦିନ ଧରି କୌଣସି ବୈଧ ଅନୁମତି ବିନା ଏହି କାଠ ମିଲ୍ଟି ଚାଲୁଥିଲା । ବନ ବିଭାଗର ଅଧିକାରୀମାନେ ଅଚାନକ ସେଠାରେ ପହଞ୍ଚି ଚଢ଼ାଉ କରିବା ସମୟରେ ବିପୁଳ ପରିମାଣର କାଠ ଗଣ୍ଡି ଓ ପ୍ରସ୍ତୁତ କାଠ ଜବତ କରିଛନ୍ତି । ଏହା ସହିତ ମିଲ୍ରେ ବ୍ୟବହୃତ ହେଉଥିବା ଲକ୍ଷାଧିକ ଟଙ୍କାର କାଠ କଟା ମେସିନ୍ ଏବଂ ଯନ୍ତ୍ରାଂଶକୁ ମଧ୍ୟ ଜବତ କରାଯାଇଛି । କାଠ ଚୋରା ଚାଲାଣ ପାଇଁ ବ୍ୟବହୃତ ହେଉଥିବା ଏକ କାଠ ବୋଝେଇ ଟ୍ରାକ୍ଟରକୁ ମଧ୍ୟ ବନ ବିଭାଗ ନିଜ ହେପାଜତକୁ ନେଇଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଏହି ଅଞ୍ଚଳରେ ଏକ ବଡ଼ ଧରଣର ବେଆଇନ କାଠ ବ୍ୟବସାୟ ନେଟୱର୍କ ସକ୍ରିୟ ରହିଛି । ସ୍ଥାନୀୟ ବନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି କାଠ ସବୁ କେଉଁ ଜଙ୍ଗଲରୁ ଅଣାଯାଉଥିଲା ଏବଂ ଏହି ବ୍ୟବସାୟ ପଛରେ କେଉଁ ମାଫିଆମାନଙ୍କର ହାତ ରହିଛି, ସେ ନେଇ ଖୋଳତାଡ଼ ଆରମ୍ଭ ହୋଇଛି । ଚଢ଼ାଉ ପରେ ସମ୍ପୃକ୍ତ ଅଞ୍ଚଳର କାଠ ମାଫିଆଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଅଧିକ ପଢ଼ନ୍ତୁ--- ହାତରେ ବନ୍ଧୁକ ଧରି ବାନ୍ଧବୀଙ୍କୁ ଧମକାଇଲେ ଯୁବକ ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ବନ ବିଭାଗର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ଏହି ବେଆଇନ କାରବାରରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପୁରୀ ଜିଲ୍ଲାରେ ଜଙ୍ଗଲ ସମ୍ପଦର ସୁରକ୍ଷା ପାଇଁ ଆଗାମୀ ଦିନରେ ଏଭଳି ଚଢ଼ାଉ ଜାରି ରହିବ ବୋଲି ବନ ବିଭାଗ ସୂଚନା ଦେଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।
ଗୁରୁବାରଠୁ କୁମ୍ଭୀର ଗଣନା, ପର୍ଯ୍ୟଟକଙ୍କ ପାଇଁ ୩ ଦିନ ବନ୍ଦ ରହିବ ଭିତରକନିକା
ପଟ୍ଟାମୁଣ୍ଡାଇ ୦୭/୦୧: ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ୩ ଦିନ ଭିତରକନିକା ମନା । କୁମ୍ଭୀର ଗଣନା ପାଇଁ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଭିତରକନିକା ବନ୍ଦ । ଭିତରକନିକା ସଂଲଗ୍ନ ନଦୀ ନାଳରେ ହେବ ଗଣନା ହେବ ବୋଲି କହିଛନ୍ତି ରାଜନଗର DFO...
ତିନି ଦିନ ହେବ ନିଖୋଜ ଥିଲେ, ଏବେ ଗାଁ ଜଙ୍ଗଲରୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ
ପାଲଲହଡ଼ା ୦୭।୦୧ : ମହିଳାଙ୍କୁ ପଥରରେ ଛେଚି ହତ୍ୟା । ଅନୁଗୋଳ ଜିଲ୍ଲା ପାଲଲହଡ଼ା ସୁସାବନାଳି ଗାଁରୁ ଆସିଛି ଏପରି ଦୁଃଖଦ ଖବର । ଜଣେ ବିଧବା ମହିଳାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି...
ହାତରେ ବନ୍ଧୁକ ଧରି ବାନ୍ଧବୀଙ୍କୁ ଧମକାଇଲେ ଯୁବକ
କନକ ବ୍ୟୁରୋ : ହାତରେ ବନ୍ଧୁକ , ମୁଁହରୁ ବାହାରୁଛି ଗୋଟିଏ ପରେ ଗୋଟିଏ ଡାଇଲଗ । ମୋର ହେବୁନି, ତ କାହାର ହେବାକୁ ଦେବିନି I ମୋତେ ଧୋକା ଦେଲୁ, ହେଲେ ମୋ ଭାଇକୁ ଦବୁନି । ଏମିତିକା କିଛି ଫିଲ୍ମି ଡାଇଲଗ କହି,ବାନ୍ଧବୀ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଦେଉଛି ଜଣେ ଯୁବକ । ଜଣା ପଡିଛି, କାର ଭିତରେ ବସିଥିବା ଯୁବତୀ ହେଉଛନ୍ତି ଜଣେ ବାର ଗର୍ଲ , ତାଙ୍କ ଘର କୋଲକାତା । ସେ ଭୁବନେଶ୍ୱରର ଏକ ବାରରେ କାମ କରନ୍ତି । ହାତରେ ବନ୍ଧୁକ ଧରି ଧମକ ଦେଉଥିବା ବ୍ୟକ୍ତି ହେଉଛନ୍ତି ନିମାପଡା ଅଞ୍ଚଳର । ତେବେ ଅନ୍ୟ ବନ୍ଧୁଙ୍କ ସହ କାର୍ରେ ଦେଖିବା ପରେ ଯୁବତୀ ରହୁଥିବା ଭଡ଼ା ଘର ପାର୍କିଂ ନିକଟରେ ଏହିଭଳି ଧମକ ଦେଉଥିବା ଭିଡ଼ିଓ ଏବେ ଭାଇରଲ ହେଉଛି । କିନ୍ତୁ ପ୍ରଶ୍ନ, ଦିନକୁ ଦିନ ନିଶା କାରବାର ବଢ଼ିବା ସହ ଏବେ ଖୁଲମ ଖୁଲା ବନ୍ଧୁକ ଧରି ବୁଲୁଛନ୍ତି ଅଭିଯୁକ୍ତ । ବେଆଇନ ପିସ୍ତଲ ଦେଖାଇ ଭୟଭୀତ କରିବା ସହ ଆତଙ୍କ ଖେଳାଉଛନ୍ତି ହେଲେ କେମିତି ଜାଣି ପାରୁନି ପୁଲିସ । ଅଧିକ ପଢ଼ନ୍ତୁ--- ପାକିସ୍ତାନର ନୂଆ ଷଡ଼୍ଯନ୍ତ୍ର ! ଅନଲାଇନ ଆପ୍ ଜରିଆରେ କିଶୋରମାନଙ୍କୁ ଫସାଉଛି
କନକ ବ୍ୟୁରୋ: ନିକୋଲାସ୍ ମାଦୁରୋଙ୍କ ଗିରଫକୁ ନେଇ ଭାରତ ବୈଦେଶିକ ମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି । ଭାରତୀୟ ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି ଯେ ଭାରତ ସବୁବେଳେ ଶାନ୍ତି ଚାହେଁ । କାହାରିକୁ କ୍ଷତି ପହଁଚାଇବା ଭଳି ଉଦ୍ଦେଶ୍ୟ ଭାରତର ନୁହେଁ। ଭେନେଜୁଏଲାର ହିତ ମଧ୍ୟ ଭାରତ ଚାହେଁ । ଭାରତ ଚାହେଁ କି ସେମାନଙ୍କ ସୁରକ୍ଷା, ହିତ ଏବଂ ଶାନ୍ତି । ଭେନେଜୁଏଲାର ପରିସ୍ଥିତିକୁ ଦେଖି ଭାରତୀୟ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଦେଶରେ ଶାନ୍ତି ବଜାଇ ରଖିବାକୁ ଅପିଲ୍ କରିଛନ୍ତି । ଲଗଜମବର୍ଗରେ ହେଉଥିବା ଏକ ସଭାରେ ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି ଯେ ଭାରତର ମୂଳ ଚିନ୍ତା ହେଉଛି ଯେ ଭେନେଜୁଏଲାର ସମସ୍ତ ଲୋକେ କିଭଳି ଚିନ୍ତାମୁକ୍ତ ହେବେ, ଏବଂ ଏହି ସଙ୍କଟରୁ କିପରି ଉଦ୍ଧାର ପାଇବେ। ତା ଛଡା ଭାରତର ଆଉ କୌଣସି ଅନ୍ୟ ଉଦ୍ଦେଶ୍ୟ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଦୀର୍ଘବର୍ଷ ଧରି ଭାରତ ଓ ଭେନେଜୁଏଲା ଭିତରେ ସୁସମ୍ପର୍କ ରହିଛି । ଅଧିକ ପଢନ୍ତୁ: ଏଚ୍ ୱାନ ବି ଭିସା ଫି ବୃଦ୍ଧି ନେଇ ପରୋକ୍ଷରେ ଆମେରିକାକୁ ଶୁଣାଇଲେ ଜୟଶଙ୍କର, ଶ୍ରମଶକ୍ତିର ଅଭାବ ଆଶଙ୍କା ପ୍ରକାଶ ଭେନେଜୁଏଲା ନାଗରିକ ମାନଙ୍କ ସୁରକ୍ଷା ଓ ଭବିଷ୍ୟତକୁ ନେଇ ଭାରତ ସକରାତ୍ମକ ବିଚାର ଚାହୁଁଛି। ଏହି ପ୍ରତିକ୍ରିୟା ଏମିତି ସମୟରେ ଆସିଛି ଯେ ଯେତେବେଳେ ଭେନେଜୁଏଲାର ରାଷ୍ଟ୍ରପତିଙ୍କୁ ଗିରଫ କରିଛି ଆମେରିକାର ରାଷ୍ଟ୍ରପତି ଡୋଲାର୍ଲ୍ଡ ଟ୍ରମ୍ପ। ଏବେ ନିକୋଲାସ୍ ମାଦୁରୋଙ୍କୁ ଆମେରିକାର ନିୟୁର୍କ୍ ଜେଲରେ ବନ୍ଦୀକରି ରଖାଯାଇଛି । ମାଦୁରୋଙ୍କ ଉପରେ ମଧ୍ୟ ଡ୍ରଗ କାରାବାରକୁ ନେଇ ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ସଂପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି ନିକୋଲାସ୍ ମାଦୁରୋ । ନିଜକୁ ନିର୍ଦ୍ଦୋଷ ବୋଲି ମଧ୍ୟ ସମ୍ବୋଧନ କରିଛନ୍ତି । ଏହି ମାମଲାର ଶୁଣାଣୀ ମାର୍ଚ୍ଚ 17 ତାରିଖରେ ହେବାକୁ ଯାଉଛି । ଏହି ମାମଲାରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଆହୁରି କହିଛନ୍ତି ଯେ ଭାରତ ଉଭୟ ଦେଶଙ୍କ ପାଇଁ ଶାନ୍ତି କାମନା କରୁଛି । ଜୟଶଙ୍କର ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଛନ୍ତି ଯେ ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶ ଶକ୍ତିଶାଳୀ ତେଣୁ ସସମ୍ମାନରେ ନିକୋଲସ୍ ମାଦୁରେ ଏବଂ ଭେନେଜୁଏଲାର ଦେଶବାସୀମାନଙ୍କ ସୁରକ୍ଷା ଭାରତର ଏକାନ୍ତ କାମ୍ୟ ଅଟେ। ଉଭୟ ଦେଶ ନିଜ ନିଜ ଭିତରେ ଶାନ୍ତି ବଜାଇ ରଖିବାକୁ ଜୟ ଶଙ୍କର ଅନୁରୋଧ କରିଛନ୍ତି ।
ମଜବୁତ ହେବ ସମ୍ପର୍କ : ସିକିମରେ ସୋଲାର ପ୍ଲାଣ୍ଟ୍ ବସାଇଲା ସେନା, ଅରୁଣାଚଳରେ ତଆରି କଲା ଜଳ ଭଣ୍ଡାର
ନୂଆଦିଲ୍ଲୀ, ୦୭/୦୧ : ସୀମାରେ ଭାରତୀୟ ସେନାର ବଡ ଆକ୍ସନ୍ । ଏବେ ସେନା ଏବଂ ନାଗରିକଙ୍କ ମଧ୍ୟରେ ବଢିବ ସହଯୋଗ । କମିବ ଚୀନର ପତିଆରା । ସୀମାନ୍ତ ଗାଁରେ ପହରା ଦେବେ ଯବାନ୍ । ଯାହାକୁ ନଜରରେ ରଖି ସିକିମରେ ବଡ ପ୍ରକଳ୍ପ ହାତକୁ ନେଇଛି ଭାରତୀୟ...
ନିଜ ଜୀବନକୁ ବାଜିରେ ଲଗାଇ ସାଙ୍ଗକୁ ବଞ୍ଚାଇଥିଲେ ଇରଫାନ, ଯିଏ ଆଜି ଜଣେ IPS ଅଧିକାରୀ
ମୁମ୍ଵାଇ ୦୭।୦୧; ହିନ୍ଦୀ ସିନେମାର ତିନି ଖାନ ସଲମାନ ଖାନ, ଶାହରୁଖ ଖାନ ଏବଂ ଅମୀର ଖାନ ଗତ ତିନି ଦଶନ୍ଧି ଧରି ଚର୍ଚ୍ଚାରେ ରହିଆସିଥିବା ବେଳେ, ଇରଫାନ ଖାନ ତାଙ୍କର ମଜାଳିଆ ଆଚରଣ ପାଇଁ ଲୋକପ୍ରିୟ ଥିଲେ । ଏହା ସହ ତାଙ୍କର ଅଭିନୟ ଉଚ୍ଚକୋଟୀର...
ପାକିସ୍ତାନର ନୂଆ ଷଡ଼୍ଯନ୍ତ୍ର ! ଅନଲାଇନ ଆପ୍ ଜରିଆରେ କିଶୋରମାନଙ୍କୁ ଫସାଉଛି
କନକ ବ୍ୟୁରୋ : ହ୍ୱାଇଟ୍ କଲର ଟେରରିଜିମ ପରେ ଏବେ ଭାରତୀୟ ସୁରକ୍ଷା ଏଜେନ୍ସିଙ୍କ ପାଇଁ ଏକ ନୂଆ ଆହ୍ୱାନ ସୃଷ୍ଟି ହୋଇଛି । ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ଏବେ ‘ଟିନଏଜ ସ୍ପାଇ ନେଟୱାର୍କ’ ବା କିଶୋର ଗୁଇନ୍ଦା ଜାଲ ବିଛାଇ ଭାରତ ବିରୋଧରେ ଷଡ଼୍ଯନ୍ତ୍ର କରୁଛି । ISI ୧୪ ରୁ ୧୭ ବର୍ଷ ବୟସର ନାବାଳକମାନଙ୍କୁ ନିଜ ଜାଲରେ ଫସାଯାଉଛି । ସୁରକ୍ଷା ଏଜେନ୍ସିଙ୍କ ତଦନ୍ତରୁ ଜଣାପଡିଛି ଯେ ପ୍ରାୟ ୩୭ ରୁ ଅଧିକ ନାବାଳକ ଏହି ନେଟୱାର୍କର ଅଂଶବିଶେଷ । ସେମାନଙ୍କ ମଧ୍ୟରୁ ୧୨ ଜଣ ପଞ୍ଜାବ ଓ ହରିୟାଣାର ହୋଇଥିବା ବେଳେ ପ୍ରାୟ ୨୫ ଜଣ ଜମ୍ମୁ-କାଶ୍ମୀରର ବୋଲି ଜଣାପଡିଛି । ପଠାନକୋଟ ପୁଲିସ ଦୁଇ ଦିନ ତଳେ ଜଣେ ୧୫ ବର୍ଷର କିଶୋରକୁ ଗିରଫ କରିଥିଲା । ତା’ର ମୋବାଇଲ୍ ଯାଞ୍ଚ କରିବା ପରେ ଜଣାପଡିଥିଲା ଯେ ISI ଅନଲାଇନ୍ ମାଧ୍ୟମରେ ଓ ବିଭିନ୍ନ ଅନକନଭେନସନାଲ୍ ଆପ୍ ଜରିଆରେ କିଶୋରମାନଙ୍କ ବ୍ରେନୱାଶ୍ କରି ସେମାନଙ୍କୁ ନିଜ କାମରେ ଲଗାଉଛି । ସେମାନଙ୍କୁ ସୁରକ୍ଷା ଘାଟିର ଫଟୋ ଉଠାଇବା, ସେନା କାଫିଲା ଓ ସେମାନଙ୍କ ଗତିବିଧି ବିଷୟରେ ସୂଚନା ଦେବା ଏବଂ ଆତଙ୍କବାଦୀ ସଂଗଠନ ପାଇଁ ଲଜିଷ୍ଟିକ ସହାୟତା ଯୋଗାଇବା ଭଳି କାମ ଦିଆଯାଉଥିଲା । ଅଧିକ ପଢ଼ନ୍ତୁ--- ଭାରତ ତିଆରି କରୁଛି ୫ମ ପିଢିର ଫାଇଟର ଜେଟ୍; ଆମେରିକା, ଋଷକୁ ଦେବ ଟକ୍କର ଫୋନ୍ ହ୍ୟାକ୍ କରିଥିଲା ISI ପଠାନକୋଟରୁ ଗିରଫ ହୋଇଥିବା ନାବାଳକର ଫୋନକୁ ପାକିସ୍ତାନୀ ହ୍ୟାଣ୍ଡଲରମାନେ ହ୍ୟାକ୍ କରି ଦେଇଥିଲେ । ତାଙ୍କ ପାଖକୁ ଏକ ଲିଙ୍କ୍ ପଠାଯାଇଥିଲା, ଯେଉଁଥିରେ କ୍ଲିକ୍ କରିବା ମାତ୍ରେ ଫୋନ୍ଟି ସମ୍ପୂର୍ଣ୍ଣ ଭାବେ ହ୍ୟାକ୍ ହୋଇଯାଇଥିଲା । ଫଳରେ ଫୋନରେ ଥିବା ସମସ୍ତ ତଥ୍ୟ ISI ଅପରେଟିଭ୍ଙ୍କ ନିକଟକୁ ପହଞ୍ଚି ଯାଇଥିଲା ।ପଠାନକୋଟ ଏସଏସପି ଦଲଜିନ୍ଦର ସିଂ ଢିଲୋନ କହିଛନ୍ତି, ଏହି ମାମଲାର ତଦନ୍ତ ଜାରି ରହିଛି ଏବଂ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସୁଛି । ସୁରକ୍ଷା ଏଜେନ୍ସିମାନେ ବର୍ତ୍ତମାନ ସାରା ଦେଶରେ ସତର୍କ ରହିଛନ୍ତି, ବିଶେଷ କରି ସୀମାବର୍ତ୍ତୀ ଅଞ୍ଚଳରେ କିଶୋରମାନଙ୍କ ଅନଲାଇନ୍ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖାଯାଉଛି । ବିଶେଷଜ୍ଞଙ୍କ ମତରେ, କମ୍ ବୟସର ପିଲାମାନଙ୍କୁ ସହଜରେ ପ୍ରଭାବିତ କରାଯାଇ ପାରୁଥିବାରୁ ISI ଏହି ନୂଆ ରଣନୀତି ଆପଣେଇଛି ।
ବାଲିଘାଟରେ କଂଗ୍ରେସ ନେତାଙ୍କୁ ଆକ୍ରମଣ ; ଥାନାରେ ମାମଲା ରୁଜୁ
କନକ ବ୍ୟୁରୋ : ଋଷିକୁଲ୍ୟା ନଦୀତଟ ବାଲିଘାଟରେ କଂଗ୍ରେସ ନେତାଙ୍କୁ ଆକ୍ରମଣ । ବେଆଇନ ବାଲି ଉତ୍ତୋଳନକୁ ବିରୋଧ କରିବାରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢ଼ୀଙ୍କୁ କିଛି ଦୁର୍ବୃତ୍ତ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ରଜନୀକାନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଏହାକୁ ନେଇ ହିଞ୍ଜିଳିକାଟୁ ଥାନାରେ ଏକ ମାମଲା ରୁଜୁ ହୋଇଛି । ଦୀର୍ଘ ଦିନ ହେବ ଉକ୍ତ ବାଲିଘାଟରୁ ବେଆଇନ ବାଲି ଚୋରା ଚାଲାଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିବାଦ ଲାଗି ରହିଥିଲା । କଂଗ୍ରେସ ନେତା ରଜନୀକାନ୍ତ ପାଢ଼ୀ ଏହି ବେଆଇନ କାର୍ଯ୍ୟ ବିରୋଧରେ ସ୍ୱର ଉଠାଇ ଆସୁଥିଲେ । ଏହାକୁ ବନ୍ଦ କରିବା ଦାବିରେ ସେ ନିକଟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ପ୍ରଶାସନ ପାଖରେ ଫେରାଦ ହେବାର ମାତ୍ର ୨୪ ଘଣ୍ଟା ନପୁରୁଣୁ ତାଙ୍କ ଉପରେ ଏହି ମାରାତ୍ମକ ଆକ୍ରମଣ ହୋଇଛି । ଅଧିକ ପଢ଼ନ୍ତୁ--- କୁହୁଡ଼ି ଉଜାଡ଼ିଲା ଚାଷ ; ପନିପରିବା ନଷ୍ଟ ହେବାରୁ ଚିନ୍ତାରେ ଚାଷୀ ରଜନୀକାନ୍ତଙ୍କ ଅଭିଯୋଗ ଅନୁସାରେ, ବାଲି ମାଫିଆମାନେ ନିଜର କାରବାରରେ ବାଧା ଉପୁଜୁଥିବାରୁ ତାଙ୍କୁ ଟାର୍ଗେଟ କରି ଏପରି ଯୋଜନାବଦ୍ଧ ଆକ୍ରମଣ କରିଛନ୍ତି । ଆକ୍ରମଣ ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ କଂଗ୍ରେସ କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।ପୁଲିସ ରଜନୀକାନ୍ତଙ୍କ ଅଭିଯୋଗ ଆଧାରରେ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି । ଗଞ୍ଜାମରେ ବେଆଇନ ବାଲି ମାଫିଆଙ୍କ ପ୍ରାଦୁର୍ଭାବ ବଢୁଥିବା ବେଳେ ଏହି ଘଟଣା ଜିଲ୍ଲାର ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
୨୧ ବର୍ଷର ଏହି ଟେଲି ଅଭିନେତ୍ରୀ କିଣିଲେ ବିଳାଶପୂର୍ଣ୍ଣ ଘର, ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ମୁମ୍ଵାଇ ୦୭।୦୧;ମୁମ୍ବାଇରେ ଘର କିଣିବା ଅନେକଙ୍କ ପାଇଁ ଏକ ସ୍ୱପ୍ନ। ଲୋକମାନେ ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରନ୍ତି ଏବଂ ଏକ ବିଳାସପୂର୍ଣ୍ଣ ଘର କିଣିବା ପାଇଁ ଟଙ୍କା ସଞ୍ଚୟ କରନ୍ତି। ଏହି ୨୧ ବର୍ଷୀୟ ଟିଭି ଅଭିନେତ୍ରୀ କମ୍ ବୟସରେ...
ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ବଡ଼ ଖବର । କ୍ରିକେଟ ସଂସ୍ଥା ICC ବାଂଲାଦେଶର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି। ବାଂଲାଦେଶ ICCକୁ ଭାରତରୁ T20 ବିଶ୍ୱକପ୍ ମ୍ୟାଚ୍ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲା। ଏହା କହିଥିଲା ଯେ ଏହା ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଭାରତ ଗସ୍ତ କରିବ ନାହିଁ। ତଥାପି, ରିପୋର୍ଟ ଅନୁସାରେ, ଏହା ଦେଖାଯାଉଛି ଯେ ବାଂଲାଦେଶକୁ ଭାରତରେ ଏହାର T20 ବିଶ୍ୱକପ୍ ମ୍ୟାଚ୍ ଖେଳିବାକୁ ପଡିବ। ବାଂଲାଦେଶର ଦାବି ପ୍ରତ୍ୟାଖ୍ୟାନ, ICC ଦେଲା ଚେତାବନୀ ଖେଳାଳି […]
ଭାରତ ତିଆରି କରୁଛି ୫ମ ପିଢିର ଫାଇଟର ଜେଟ୍; ଆମେରିକା, ଋଷକୁ ଦେବ ଟକ୍କର
କନକ ବ୍ୟୁରୋ: ଆମେରିକା ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଙ୍କୁ ଗିରଫ କରିବା ପରେ ୱାଶିଂଟନର ଏହି ପଦକ୍ଷେପ ସାରା ବିଶ୍ୱକୁ ହଲାଇ ଦେଇଛି । ଖାସ୍ କରି ଆମେରିକାର ଏହି ପଦକ୍ଷେପ ଭାରତକୁ ଏନେଇ ଆଗୁଆ ଚିନ୍ତା କରିବାକୁ ବାଧ୍ୟ କରିଛି । ତେବେ ଏହାରି ଭାରତ ଏହାର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଆରମ୍ଭ କରିଛି ଏବଂ ବର୍ତ୍ତମାନ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏଥିପାଇଁ ଆଡଭାନ୍ସଡ୍ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ (AMCA) ପ୍ରକଳ୍ପ ଆରମ୍ଭ କରାଯାଇଛି, ଯାହା ଅଧୀନରେ ପଞ୍ଚମ ପିଢ଼ିର ଷ୍ଟିଲ୍ ଜେଟକୁ ବିକଶିତ କରାଯିବ। ଭାରତର ସବୁଠାରୁ ମହତ୍ୱାକାଂକ୍ଷୀ ସାମରିକ ବିମାନ ଚଳାଚଳ କାର୍ଯ୍ୟକ୍ରମ, ଆଡଭାନ୍ସଡ୍ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି । DRDOର ମୁଖ୍ୟ ଡକ୍ଟର ସମୀର ଭି. କାମତ ନିଶ୍ଚିତ କରିଛନ୍ତି ଯେ, ଦେଶର ସ୍ୱଦେଶୀ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ‘ଆଡଭାନ୍ସଡ୍ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ’ ନିର୍ଦ୍ଧାରିତ ସମୟ ପୂର୍ବରୁ ଆଗୁଆ ହେଉଛି । ସେ କହିଛନ୍ତି ଯେ ଏହି ଅତ୍ୟାଧୁନିକ ଲଢ଼ୁଆ ବିମାନର ପ୍ରଥମ ପ୍ରୋଟୋଟାଇପ୍ ୨୦୨୮ ଶେଷ ସୁଦ୍ଧା ଆରମ୍ଭ ହେବ, ଏବଂ ଏହାର ପ୍ରଥମ ଉଡ଼ାଣ ୨୦୨୯ରେ କରାଯିବାର ଯୋଜନା ରହିଛି। ଆହୁରି ପଢ଼ନ୍ତୁ : ନେପାଳରେ ସାଂପ୍ରଦାୟିକ ହିଂସା, ଭାରତ ସୀମା ସିଲ୍ ବେଙ୍ଗାଲୁରୁରେ ତେଜସ୍-୨୫ ନ୍ୟାସନାଲ୍ ସେମିନାରରେ ଭାଷଣ ଦେଇ ଡକ୍ଟର କାମତ କହିଛନ୍ତି ଯେ ସ୍ୱଦେଶୀ ହାଲୁକା ଯୁଦ୍ଧ ବିମାନ ତେଜସର ପ୍ରଥମ ଉଡ଼ାଣର ୨୫ତମ ବାର୍ଷିକୀ ପାଳନ ପାଇଁ ଏରୋନଟିକାଲ୍ ଡେଭଲପମେଣ୍ଟ୍ ଏଜେନ୍ସି (ADA) ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଭାରତକୁ ଆମେରିକା, ରୁଷ ଏବଂ ଚୀନ୍ ସହିତ ସମାନ ସ୍ତରରେ ରଖିବ । ବର୍ତ୍ତମାନ, ଆମେରିକୀୟ F-35 ଏବଂ Su-57 ଶ୍ରେଷ୍ଠ ପଞ୍ଚମ ପିଢ଼ିର ଜେଟ୍। ସେ ବ୍ୟାଖ୍ୟା କରିଥିଲେ ଯେ ଏହି ପ୍ରକଳ୍ପ ଭାରତୀୟ ବାୟୁସେନା (ଆଇଏଏଫ୍)ର ଆବଶ୍ୟକତା ଅନୁଯାୟୀ ଏକ କଠୋର ଏବଂ ସମୟସୀମାବଦ୍ଧ ଯୋଜନା ଅଧୀନରେ ଅଗ୍ରଗତି କରୁଛି। ୨୦୨୮ରେ ପ୍ରୋଟୋଟାଇପ୍ ଏବଂ ୨୦୨୯ରେ ପ୍ରଥମ ଉଡ଼ାଣ ମଧ୍ୟରେ ଛୋଟ ବ୍ୟବଧାନ ସୂଚାଇ ଦିଏ ଯେ ଅନେକ ମୋର୍ଚ୍ଚାରେ କାମ କରାଯାଉଛି। ତେଜସ୍-୨୫ ସେମିନାରରେ ୨୦୪୭ ସୁଦ୍ଧା ଭାରତକୁ ଏକ ଶକ୍ତିଶାଳୀ ଏବଂ ଆତ୍ମନିର୍ଭରଶୀଳ ସାମରିକ ଶକ୍ତିରେ ପରିଣତ କରିବା ପାଇଁ ଏକ ରୋଡମ୍ୟାପ୍ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। AMCAକୁ ଏହି ଦୃଷ୍ଟିକୋଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ବିବେଚନା କରାଯାଏ। ଡକ୍ଟର ସମୀର କାମତଙ୍କ ବକ୍ତବ୍ୟ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଭାରତ ଉନ୍ନତ ସାମରିକ ବିମାନ ଚଳାଚଳ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦ୍ରୁତ ଗତିରେ ଅଗ୍ରଗତି କରୁଛି, ଏବଂ AMCA ଏହି ଦିଗରେ ଏକ ଐତିହାସିକ ମାଇଲଖୁଣ୍ଟ ପ୍ରମାଣିତ ହୋଇପାରେ।
ପ୍ରେମ ସଂପର୍କରୁ ଫୁଟିଥିଲା ଗୁଳି, ଏବେ ପ୍ରେମିକକୁ ବାନ୍ଧିଲା ପୋଲିସ...ବଡ଼ଭାଇ ଫେରାର
ମୋହନା ୦୭।୦୧ : ଗଜପତି ଜିଲ୍ଲା ଚନ୍ଦ୍ରଗିରି ଢେପାସାହିରେ ପ୍ରେମ ସଂପର୍କରେ ଗୁଳିକାଣ୍ଡ ଘଟଣା । ପୋଲିସ ଅଭିଯୁକ୍ତ ପ୍ରେମିକ ଲାଜାର ପ୍ରଧାନଙ୍କୁ ଗିରଫ କରିବା ସହ ତା ନିକଟରୁ ଏକ ମାଉଜର ଜବତ କରିଛି । ଅନ୍ୟପଟେ ପାରଳାଖେମୁଣ୍ଡିରୁ ଏକ ସାଇଣ୍...
ଶୀତଦିନେ ଦିନକୁ କେତେ ଗ୍ଲାସ ପାଣି ପିଇବା ଉଚିତ୍? AIIMS ଡାକ୍ତରଙ୍କଠୁ ଜାଣନ୍ତୁ ଓଜନ ହିସାବରେ କେତେ ପାଣି ପିଇବେ
Winter tips: ଶୀତଦିନେ ଆମକୁ କମ୍ ଶୋଷ ଲାଗୁଥିବାରୁ କମ୍ ପାଣି ପିଇବା ଉଚିତ କି? ଏହା ଏକ ବଡ଼ ପ୍ରଶ୍ନ, କାରଣ ଲୋକମାନେ ସାଧାରଣତଃ ଖରାଦିନ ତୁଳନାରେ ଶୀତଦିନେ କମ୍ ପାଣି ପିଇଥାନ୍ତି। ଶୀତଦିନେ, ଆମର ଦେହରୁ ଝାଳ ବାହାରି ନଥାଏ, ତେଣୁ ଆମେ ବାରମ୍ବାର ଶୋଷ ଅନୁଭବ କରୁନାହୁଁ । କିନ୍ତୁ ଶରୀରକୁ ହାଇଡ୍ରେଟେଡ୍ ରଖିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ତେଣୁ, ଶୀତଦିନେ ଆମେ ଗୋଟିଏ ଦିନରେ କେତେ ପାଣି ପିଇବା ଉଚିତ? ଏହା ଜାଣିବା […]
କୁହୁଡ଼ି ଉଜାଡ଼ିଲା ଚାଷ ; ପନିପରିବା ନଷ୍ଟ ହେବାରୁ ଚିନ୍ତାରେ ଚାଷୀ
କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ ଏବେ ଘନ କୁହୁଡ଼ିର ପ୍ରକୋପ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ସକାଳୁ ସକାଳୁ ଦେଖାଯାଉଥିବା ଘନ କୁହୁଡ଼ି କେବଳ ରାସ୍ତାଘାଟରେ ଯାତାୟାତ ପାଇଁ ସମସ୍ୟା ସୃଷ୍ଟି କରୁନାହିଁ, ବରଂ ଏହା ଚାଷୀର ମେରୁଦଣ୍ଡ ଭାଙ୍ଗିବାକୁ ବସିଲାଣି । ବିଶେଷ କରି ରବି ଫସଲ ଓ ପନିପରିବା ଚାଷ ଉପରେ ଏହାର ବ୍ୟାପକ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି । ଆସିକା ଓ ଏହାର ଆଖପାଖ ଅଞ୍ଚଳରେ ଚଳିତ ବର୍ଷ ବ୍ୟାପକ ପରିମାଣରେ ପନିପରିବା ଚାଷ ହୋଇଥିବା ବେଳେ ଗତ କିଛି ଦିନ ଧରି ଲାଗି ରହିଥିବା ଘନ କୁହୁଡ଼ି ଫସଲକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଉଛି । ବିନ୍ସ ଚାଷରେ ଏହାର ପ୍ରଭାବ ସବୁଠାରୁ ଅଧିକ ଦେଖିବାକୁ ମିଳିଛି । କୁହୁଡ଼ି ଯୋଗୁଁ ବିନ୍ସ ଗଛଗୁଡ଼ିକ ହଳଦିଆ ପଡ଼ି ଶୁଖିବାକୁ ଲାଗିଲାଣି । ସେହିପରି ଫୁଲକୋବି ଚାଷ ମଧ୍ୟ କୁହୁଡ଼ିରୁ ରକ୍ଷା ପାଇନାହିଁ । ଅତ୍ୟଧିକ ଆର୍ଦ୍ରତା ଓ କୁହୁଡ଼ି ଯୋଗୁଁ କୋବି ଗଛରେ ପୋକ ଲାଗିବା ସହ ଫୁଲଗୁଡ଼ିକ କଳା ପଡ଼ି ନଷ୍ଟ ହେବାରେ ଲାଗିଛି । କେବଳ ପନିପରିବା ନୁହେଁ, ରବି ଜାତୀୟ ଫସଲ ଯଥା ମୁଗ ଓ ବିରି ଚାଷୀଙ୍କ ମଧ୍ୟରେ ଏବେ ହାହାକାର ପଡ଼ିଛି । ଘନ କୁହୁଡ଼ି ଫଳରେ ଏହି ସବୁ ଫସଲରେ ବ୍ୟାପକ ଭାବେ ଯଉଁ ପୋକ ପୋକଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଯାହାଫଳରେ ଗଛଗୁଡ଼ିକର ବୃଦ୍ଧି ବାଧାପ୍ରାପ୍ତ ହେଉଛି ଓ ଫୁଲ ଝଡ଼ିବା ଆରମ୍ଭ କଲାଣି । ଅଧିକ ପଢ଼ନ୍ତୁ--- ରାଜ୍ୟରେ ପୁଣି ଫେରିଲା ଶୀତ ଲହରୀ: ରାଜଧାନୀରୁ ଗାଁ ସବୁଠି ତଳମୁହାଁ ପାରଦ ଚାଷୀମାନେ ବହୁ କଷ୍ଟ କରି ଧାର କରଜ କରି ଚଳିତ ବର୍ଷ ଚାଷ କରିଥିଲେ । ଭଲ ଅମଳ ଆଶାରେ ଥିବା ଚାଷୀ ଏବେ ପ୍ରକୃତିର ଏହି ରୂପ ଦେଖି ମୁଣ୍ଡରେ ହାତ ଦେଇ ବସିଛି । ସବୁଜ ପନିପରିବା କ୍ଷେତ ଏବେ କୁହୁଡ଼ି ମାଡ଼ରେ ଶେତା ପଡ଼ିଯାଉଛି । ଯଦି ପରିସ୍ଥିତି ଏମିତି ଲାଗିରହେ, ତେବେ ଚଳିତ ଥର ଅମଳ ବହୁ ପରିମାଣରେ ହ୍ରାସ ପାଇବା ସହ ଚାଷୀମାନେ ବ୍ୟାପକ ଆର୍ଥିକ କ୍ଷତି ସହିବାର ଆଶଙ୍କା ରହିଛି । ଏଭଳି ପରିସ୍ଥିତିରେ କୃଷି ବିଭାଗ ପକ୍ଷରୁ ସଠିକ୍ ପରାମର୍ଶ ଓ ସହାୟତା ପାଇଁ ଚାଷୀକୁଳ ଅନୁରୋଧ କରିଛନ୍ତି ।
ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ, ଚଢାଉ ବେଳେ ଅବକାରୀ ବିଭାଗ ତାଟକା
ଆଠଗଡ ୦୭/୦୧: ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ । ଆପଣଙ୍କୁ ହୁଏତ କଥାଟି ଅଡୁଆ ଲାଗିପାରେ । କିନ୍ତୁ ଘଟିଛି ଏପରି । ଆଠଗଡ ଖୁଣ୍ଟୁଣିରେ ଏମିତି ଘଟିଛି ଘଟଣା । ଯାହାକୁ ଦେଖି ନିଜେ ଅବକାରୀ ବିଭାଗ ବି ଆବାକାବା । କାରଣ ବିଭାଗର ଚଢାଉ ମିଳିଛି...
ଭୂମିକମ୍ପରେ ଥରିଲା ଫିଲିପାଇନ୍ସ, ରିକ୍ଟର ସ୍କେଲରେ ତୀବ୍ରତା ୬.୭
ମାନିଲା, ୦୭/୦୧: ଭୂମିକମ୍ପରେ ଥରିଲା ଫିଲିପାଇନ୍ସ । ବୁଧବାର ସକାଳେ ଫିଲିପାଇନ୍ସରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ହେଉଛି ୬.୭ । ତେବେ ଏହାକୁ ନେଇ କୌଣସି ସୁନାମି ସତର୍କତା ଜାରି କରାଯାଇନାହିଁ ।...
ପୋଲିସ ସାଜିଲା ସୈତାନ, କାର୍ ଭିତରେ ୧୪ ବର୍ଷର ନାବାଳିକାକୁ ୨ ଘଣ୍ଟା ଗ୍ୟାଙ୍ଗରେପ୍, ଅଚେତ୍ ଅବସ୍ଥାରେ…
ଉତ୍ତରପ୍ରଦେଶ: ନିରୀହ ୧୪ ବର୍ଷୀୟା ନାବାଳିକା ଝିଅକୁ ଛାଡ଼ିଲେନି ଏ ମଣିଷ ରୂପୀ ଦାନବ। ପ୍ରଥମେ ଝିଅକୁ ଏକ ସ୍କର୍ପିଓରେ ଟେକିନେଲେ, ତା’ପରେ ଗାଡ଼ି ଭିତରେ ମିଳିମିଶି ରେପ୍ କଲେ, ଆଉ ଶେଷରେ ଝିଅର ଘରର ଗେଟ୍ ବାହାରେ ଫୋପାଡ଼ି ଚାଲିଗଲେ। ଏପରି ଏକ ହୃଦୟବିଦାରକ ଘଟଣା ଘଟିଛି ଉତ୍ତର ପ୍ରଦେଶର କାନପୁରରେ। ସୂଚନାନୂସାରେ, ଜଣେ ଯୁବତୀଙ୍କୁ ତାଙ୍କ ଘର ପାଖରୁ ଏକ ସ୍କୋର୍ପିଓରେ କିଛି ଲୋକ ଅପହରଣ କରି ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହି […]
ନୂଆଦିଲ୍ଲୀ: ଦେଶର ଅର୍ଥନୀତିରେ ରେଳବାଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ରେଳବାଇ କେବଳ ଦେଶର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକୁ ପ୍ରମୁଖ ସହରଗୁଡ଼ିକ ସହିତ ସଂଯୋଗ କରେ ନାହିଁ ବରଂ ଇନ୍ଧନ ଶିଳ୍ପଗୁଡ଼ିକୁ ମଧ୍ୟ ସଂଯୋଗ କରେ। ପ୍ରତିଦିନ, ଅଗଣିତ ଲୋକ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଯାତ୍ରା କରନ୍ତି। ଏହା ପରିବହନର ଏକ ଶସ୍ତା ଏବଂ ସୁବିଧାଜନକ ମାଧ୍ୟମ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଏକ ଟ୍ରେନ୍ ତିଆରିରେ ତେକେ ଖର୍ଚ୍ଚ ହୁଏ? ଆସନ୍ତୁ ଜାଣିବା ଚକଠାରୁ କୋଚ୍ ପର୍ଯ୍ୟନ୍ତ […]
ବାଂଲାଦେଶ ଦାବିକୁ ପ୍ରତ୍ୟାଖ୍ୟାନ କଲା ICC , ଭାରତରେ T-୨୦ ବିଶ୍ୱକପ୍ ମ୍ୟାଚ୍ ନଖେଳିଲେ କଟିବ ପଏଣ୍ଟ
ନୂଆଦିଲ୍ଲୀ୦୭/୦୧: ବାଂଲାଦେଶର ଦାବିକୁ ପ୍ରତ୍ୟାଖ୍ୟାନ କଲା କ୍ରିକେଟର ପ୍ରଶାସକ ସଂସ୍ଥା ICC । ବାଂଲାଦେଶ ICC କୁ ଭାରତରୁ T20 ବିଶ୍ୱକପ୍ ମ୍ୟାଚ୍ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲା । ଟି-୨୦ ବିଶ୍ୱକପ୍ ପାଇଁ ସ୍ଥାନ ପରିବର୍ତ୍ତ...
ଡାକ୍ତରଙ୍କ ଆନ୍ଦୋଳନରେ ଲାଗିଲା ଏସମା, ତଥାପି ଜିଦ୍ରେ ଅଟଳ ଓମ୍ସା
ଭୁବନେଶ୍ୱର ୦୭/୦୧: ସରକାରଙ୍କ ଏସ୍ମାନିୟମକୁ ମାନିବନି ଓମ୍ସା। ଆନ୍ଦୋଳନ ଜାରି ରଖିବାକୁ ଓମସାର ନିଷ୍ପତ୍ତି। ମଙ୍ଗଳବାର ସନ୍ଧ୍ୟାରେ ଓଡ଼ିଶା ମେଡିକାଲ ସେବା ସଂଘ(ଓମ୍ସା)ର ଜରୁରୀକାଳୀନ ବୈଠକରେ ଏନେଇ ନିଷ୍ପତ୍ତି ନ...
ୟୁଜରଙ୍କ ବଲ୍ଲେ ବଲ୍ଲେ, ନୂଆବର୍ଷରେ ମାଗଣାରେ ଏକ୍ସଟ୍ରା ଡାଟା ଦେଉଛି ଏହି କମ୍ପାନୀ, ଶୀଘ୍ର ଉଠାନ୍ତୁ ଫାଇଦା
ଓଡିଶାଭାସ୍କର: ସରକାରୀ ଟେଲିକମ୍ କମ୍ପାନୀ BSNL ଏହାର ୟୁଜରମାନଙ୍କ ପାଇଁ ଖୁସି ଖବର ଆଣିଛି। ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷ ସମୟରେ, କମ୍ପାନୀ ଏପରି ଅଫର ଲଞ୍ଚ କରିଛି ଯାହା କୌଣସି ଅତିରିକ୍ତ ମୂଲ୍ୟ ବିନା ଅତିରିକ୍ତ ଡାଟା ପ୍ରଦାନ କରିଥାଏ। ଏହି ଅଫରଗୁଡ଼ିକ ଏବେ ବି ଜାରି ରହିଛି, ଏବଂ ୟୁଜରମାନେ ସେମାନଙ୍କର ଆବଶ୍ୟକତା ଅନୁସାରେ ମାସିକ ଏବଂ ବାର୍ଷିକ ପ୍ଲାନରେ ଏକ୍ସଟ୍ରା ଡାଟା ପାଇପାରିବେ। ଏହି ଅଫର ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ବୈଧ […]
ଅଲ୍ଲୁ ଅର୍ଜୁନଙ୍କୁ ଦେଖିବାକୁ ପୁଣି ଫ୍ୟାନ୍ସଙ୍କ ଠେଲାପେଲା, ହାତ ଯୋଡ଼ି ଶାନ୍ତ ରହିବାକୁ କଲେ ଅନୁରୋଧ
ନୂଆଦିଲ୍ଲୀ ୦୭।୦୧; ହାଇଦ୍ରାବାଦ କ୍ୟାଫେ ସାମ୍ନାରେ ପୁଣି ଥରେ ଷ୍ଟାରଡମ୍ ପାଇଁ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ଗତକାଲି ଅଲ୍ଲୁ ଅର୍ଜୁନ ତାଙ୍କ ପତ୍ନୀ ସ୍ନେହା ରେଡ୍ଡୀଙ୍କ ସହ ଡିନର ପାଇଁ ଯାଇଥିଲେ । କିନ୍ତୁ ତାଙ୍କୁ ଦେଖିବା ପାଇଁ ଚାରି...
ପାକିସ୍ତାନରେ ଖେଳିବେ ମୁସ୍ତାଫିଜୁର : ଆଇପିଏଲରୁ ବିଦା ହେଲା ପରେ ପିସିବି ଦେଲା ଅଫର୍
ନୂଆଦିଲ୍ଲୀ, ୦୭/୦୧ : ଆଇପିଏଲରୁ ବିଦା ହୋଇଛନ୍ତି ମୁସ୍ତାଫିଜୁର ରେହମାନ । ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା ଏବଂ ଅତ୍ୟାଚାର ବଢିବା ପରେ ଆଇପିଏଲ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଛନ୍ତି । ତାଙ୍କୁ ୯ କୋଟି ୨୦ ଲକ୍ଷ ଟଙ୍କାର...
କେବଳ ରେଜିଷ୍ଟ୍ରି କରିଦେଲେ ହୋଇପାରିବେନି ଘର ମାଲିକ! କୋର୍ଟଙ୍କ ବଡ଼ ରାୟ, ଘର କିଣିବା ପୂର୍ବରୁ ଜାଣିବା ଜରୁରୀ
ନୂଆଦିଲ୍ଲୀ: ଯଦି ଆପଣ ଏକ ଘର, ଫ୍ଲାଟ୍ କିମ୍ବା ଅନ୍ୟ କୌଣସି ପ୍ରପର୍ଟି କିଣୁଛନ୍ତି, ତେବେ ଆପଣଙ୍କୁ ମନେ ରଖିବାକୁ ପଡିବ ଯେ କେବଳ ସମ୍ପତ୍ତିର ରେଜିଷ୍ଟ୍ରି କରିବା ଦ୍ୱାରା ଜମି କିମ୍ବା ସମ୍ପତ୍ତିର ଆପଣ ମାଲିକ ହୋଇପାରିବେ ନାହିଁ। 2025 ମସିହାରେ ସୁପ୍ରିମକୋର୍ଟଙ୍କ ଏକ ନିଷ୍ପତ୍ତି ସ୍ପଷ୍ଟ କରିଥିଲା ଯେ, କେବଳ ଏକ ସ୍ମାରକୀ ରେଜିଷ୍ଟ୍ରି କରିବା ଦ୍ୱାରା ଆପଣ ଏହାର ମାଲିକ ହୋଇପାରିବେ ନାହିଁ। ରେଜିଷ୍ଟେସନ ସହିତ, ସମ୍ପତ୍ତିର ମାଲିକାନା ପ୍ରତିଷ୍ଠା କରିବା ପାଇଁ, […]
ଭେନଜୁଏଲା ପରେ ଆମେରିକାର ନଜରରେ ଗ୍ରୀନଲ୍ୟାଣ୍ଡ୍? କଣ ରହିଛି ଟ୍ରମ୍ପଙ୍କ ସିକ୍ରେଟ୍ ପ୍ଲାନ୍?
କନକ ବ୍ୟୁରୋ: ହ୍ୱାଇଟ୍ ହାଉସ୍ ଡେପୁଟି ଚିଫ୍ ଅଫ୍ ଷ୍ଟାଫ୍ ଫର୍ ପଲିସି ଷ୍ଟିଫେନ୍ ମିଲର୍ ଡେନମାର୍କର ଆଞ୍ଚଳିକ ଦାବି ଉପରେ ପ୍ରଶ୍ନ କରି ଗ୍ରୀନଲାଣ୍ଡକୁ ଦଖଲ କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ନାଟୋର ଅଗ୍ରଣୀ ସାମରିକ ଶକ୍ତି ଭାବରେ ଆମେରିକା ସାମରିକ ମେଣ୍ଟ ଓ ଆର୍କଟିକ୍ ସ୍ୱାର୍ଥକୁ ରକ୍ଷା କରିବ। ଟ୍ରମ୍ପଙ୍କ ସହଯୋଗୀଙ୍କ ମନ୍ତବ୍ୟ ପରେ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡ୍ରିକସେନ୍ କହିଛନ୍ତି, ଯଦି ଆମେରିକା ଅନ୍ୟ ଏକ ନାଟୋ ଦେଶ ଉପରେ ଆକ୍ରମଣ କରେ, ତେବେ ସବୁକିଛି ବନ୍ଦ ହୋଇଯିବ। ଟ୍ରମ୍ପ ବାରମ୍ବାର ଡେନମାର୍କ ଅଞ୍ଚଳକୁ ଦଖଲ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ଭେନେଜୁଏଲାର ନେତା ନିକୋଲାସ୍ ମାଦୁରୋଙ୍କୁ ବନ୍ଦୀ କରିବା ପରେ ସେ ତାଙ୍କ ବାକ୍ୟକୁ ଦୋହରାଇଛନ୍ତି। ସେ ମେକ୍ସିକୋ, କ୍ୟୁବା ଓ କଲମ୍ବିଆ ବିଷୟରେ ‘କିଛି କରିବାକୁ ପଡିବ’ ବୋଲି ଚେତାବନୀ ଦେଇଛନ୍ତି। ଆହୁରି ପଢ଼ନ୍ତୁ : ‘ସିଏମ୍ ଟ୍ରଫି’ ପାଇଁ ଆଜିଠୁ ପଞ୍ଜୀକରଣ; ଫୁଟବଲ, ଭଲିବଲ, କବାଡ଼ି ଓ ଖୋଖୋରେ ହେବ ପ୍ରତିଯୋଗିତା ଆମେରିକା ବଳପୂର୍ବକ ଡେନମାର୍କ ଅଞ୍ଚଳ ଅଧିକାର କରିପାରିବ କି ବୋଲି ପଚରାଯିବାରୁ ହ୍ୱାଇଟ୍ ହାଉସ୍ ଅଧିକାରୀ ଉତ୍ତର ଦେଇଥିଲେ, ଏହା ଗ୍ରୀନଲାଣ୍ଡ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ହେବ ନାହିଁ। ଗ୍ରୀନଲାଣ୍ଡର ଜନସଂଖ୍ୟା ୩୦,୦୦୦। ଏହା ପରେ ସେ ଏହି ଅଞ୍ଚଳ ଉପରେ ଡେନମାର୍କର ସାର୍ବଭୌମତ୍ୱ ଉପରେ ପ୍ରଶ୍ନ କରି ଧ୍ୟାନ ବଦଳାଇଥିଲେ। ସେ କହିଥିଲେ, ପ୍ରକୃତ ପ୍ରଶ୍ନ ହେଉଛି ଡେନମାର୍କ କେଉଁ ଅଧିକାରରେ ଗ୍ରୀନଲାଣ୍ଡ ଉପରେ ନିୟନ୍ତ୍ରଣ ଦାବି କରେ? ସେମାନଙ୍କର ଆଞ୍ଚଳିକ ଦାବିର ଆଧାର କ’ଣ? ଗ୍ରୀନଲାଣ୍ଡକୁ ଡେନମାର୍କର ଉପନିବେଶ ଭାବରେ ଗ୍ରହଣ କରିବାର ଆଧାର କ’ଣ? ଗ୍ରୀନଲାଣ୍ଡକୁ ଦଖଲ କରିବା ପାଇଁ ଟ୍ରମ୍ପଙ୍କ ପ୍ରସ୍ତାବକୁ ସମର୍ଥନ କରି ଷ୍ଟିଫେନ୍ ମିଲର୍ କହିଛନ୍ତି ଯେ ଆର୍କଟିକ୍କୁ ସୁରକ୍ଷିତ ରଖିବା ଏବଂ ନାଟୋର ସ୍ୱାର୍ଥ ରକ୍ଷା କରିବା ପାଇଁ ଆମେରିକା ଏହି ଅଞ୍ଚଳକୁ ନିୟନ୍ତ୍ରଣ କରିବା ଉଚିତ। ୫୭,୦୦୦ ଜନସଂଖ୍ୟା ବିଶିଷ୍ଟ ବିଶ୍ୱର ବୃହତ୍ତମ ଦ୍ୱୀପ ଗ୍ରୀନଲାଣ୍ଡ ନାଟୋର ସ୍ୱାଧୀନ ସଦସ୍ୟ ନୁହେଁ। କିନ୍ତୁ ଡେନମାର୍କର ସଦସ୍ୟତା ଦ୍ୱାରା ଏହା ନାଟୋର ଅନ୍ତର୍ଭୁକ୍ତ ହୋଇଛି, ଯେଉଁଥିରେ ଆମେରିକା ମଧ୍ୟ ସଦସ୍ୟ ଅଟେ। ୟୁରୋପ ଓ ଉତ୍ତର ଆମେରିକା ମଧ୍ୟରେ ଗ୍ରୀନଲାଣ୍ଡର ରଣନୀତିକ ଅବସ୍ଥାନ ଏହାକୁ ଆମେରିକାର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ କରିଥାଏ। ଦ୍ୱୀପର ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦ ମଧ୍ୟ ଚୀନ୍ ରପ୍ତାନି ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ୱାସିଂଟନର ଅଭିଳାଷକୁ ତୀବ୍ର କରିଛି।
ଫ୍ୟାନ୍ସଙ୍କୁ ସର୍ପ୍ରାଇଜ୍ ଦେଲେ ‘AA22 x A6’ର ନିର୍ମାତା, ସାମ୍ନାକୁ ଆସିଲା ଦୀପିକାଙ୍କ ଫାର୍ଷ୍ଟ ଲୁକ୍
ମୁମ୍ଵାଇ ୦୭।୦୧; ବଲିଉଡ୍ରମସ୍ତାନୀ ଦୀପକା ପାଦୁକୋନ । ନିକଟରେ ତାଙ୍କ ଜନ୍ମଦିନ ଥିଲା । ଏହି ଅବସରରେ ସେ ତାଙ୍କ ଫ୍ୟାନ୍ସଙ୍କ ବଡ ସରପ୍ରାଇଜ ଦେଇଛନ୍ତି । ତାଙ୍କ ଅପକମିଂ ଫିଲ୍ମ ତଥା ବଡ଼ ପ୍ରୋଜେକ୍ଟ ‘AA22 x A6’...
ନେପାଳରେ ସାଂପ୍ରଦାୟିକ ହିଂସା, ଭାରତ ସୀମା ସିଲ୍
କନକ ବ୍ୟୁରୋ: ଭାରତ ସୀମାବର୍ତ୍ତୀ ନେପାଳ ର କିଛି ଅଞ୍ଚଳରେ ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଛି। ନେପାଳର ପାର୍ସା ଜିଲ୍ଲାର ବୀରଗଞ୍ଜ ସହରରେ ଧାର୍ମିକ ବିଷୟବସ୍ତୁ ଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିକ୍ଷୋଭ ଆରମ୍ଭ ହୋଇଥିଲା। କିଛି ଲୋକ ଏକ ମସଜିଦ ଭଙ୍ଗାରୁଜା କରିବା ପରେ ପରିସ୍ଥିତି ଆହୁରି ବିଗିଡ଼ି ଯାଇଥିଲା। ଏହି ବିକ୍ଷୋଭ ଖୁବ୍ ଶୀଘ୍ର ହିଂସାତ୍ମକ ରୂପ ନେଇଥିବା ବେଳେ ଜିଲ୍ଲା ପ୍ରଶାସନ ବୀରଗଞ୍ଜ ସହରରେ କର୍ଫ୍ୟୁ ଲାଗୁ କରିଛି। ପରିସ୍ଥିତି ବିଗିଡ଼ିବା କାରଣରୁ ନେପାଳରେ କାର୍ଯ୍ୟରତ ଅନେକ ଭାରତୀୟ ପ୍ରବାସୀ ଘରକୁ ଫେରିବା ଆରମ୍ଭ କରିଛନ୍ତି। ସୁରକ୍ଷା ପରିସ୍ଥିତି ଦୃଷ୍ଟିରୁ ଜରୁରୀକାଳୀନ ସେବାକୁ ବାଦ୍ ଦେଇ ଭାରତ ଏହାର ସୀମାକୁ ସମ୍ପୂର୍ଣ୍ଣ ସିଲ୍ କରି ସମସ୍ତ ସୀମାପାର ଗତିବିଧି ଉପରେ ପ୍ରତିବନ୍ଧକ ଲଗାଇଛି। ସୂଚନାଯୋଗ୍ୟ, ଧନୁଷା ଜିଲ୍ଲାର କମଳା ମ୍ୟୁନିସିପାଲିଟିର ଦୁଇ ଜଣ ମୁସଲମାନ ହାଇଦର ଅନସାରୀ ଓ ଅମାନତ ଅନସାରୀ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିବା ପରେ ନେପାଳରେ ଉତ୍ତେଜନା ଆରମ୍ଭ ହୋଇଥିଲା। ଏହି ଭିଡିଓ ଖୁବ୍ ଶୀଘ୍ର ଧନୁଷା ଓ ପାର୍ସା ଜିଲ୍ଲାରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିଥିଲା। ସ୍ଥାନୀୟ ଲୋକମାନେ ଏହି ଭିଡିଓରୁ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ପ୍ରତି ବିପଦ ସୃଷ୍ଟି ହୋଇଥିବା କହି ଦୁଇ ଜଣଙ୍କୁ ଧରି ପୁଲିସକୁ ହସ୍ତାନ୍ତର କରିଥିଲେ। କିନ୍ତୁ ଏହାର କିଛି ସମୟ ପରେ, କମଲାର ସାଖୁୱା ମାରାନ୍ ଅଞ୍ଚଳରେ ଏକ ମସଜିଦକୁ ଭଙ୍ଗାରୁଜା କରାଯାଇଥିଲା, ଯାହା ସାମ୍ପ୍ରଦାୟିକ ଉତ୍ତେଜନାକୁ ଗଭୀର କରିଥିଲା। ବିକ୍ଷୋଭ ସମୟରେ ହିନ୍ଦୁ ସଂଗଠନଗୁଡ଼ିକ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଦେବତାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦିଆଯାଇଛି, ଯାହା ପରିସ୍ଥିତିକୁ ଆହୁରି ଖରାପ କରିଛି। ଆହୁରି ପଢ଼ନ୍ତୁ : ବାୟୁ ପ୍ରଦୂଷଣ ପାଇଁ ୫ ସହରରେ କଟକଣା, ବାହାରେ ନିଆଁ ଜାଳିବା ମନା ବିକ୍ଷୋଭକାରୀମାନେ ପୁଲିସ କର୍ମଚାରୀଙ୍କ ଉପରକୁ ପଥର ଫିଙ୍ଗିବା ଏବଂ ସ୍ଥାନୀୟ ପୁଲିସ ଷ୍ଟେସନରେ ଭଙ୍ଗାରୁଜା କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ବୀରଗଞ୍ଜ ଓ ଏହାର ଆଖପାଖ ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ବାତାବରଣକୁ ଦୃଷ୍ଟିରେ ରଖି ଭାରତ-ନେପାଳ ସୀମାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ସଶସ୍ତ୍ର ସୀମା ବଳ (ଏସ୍ଏସ୍ବି) ସୀମାକୁ ସମ୍ପୂର୍ଣ୍ଣ ସିଲ୍ କରିଛି। ସୀମାରେ ଏକ ଡଗ୍ ସ୍କ୍ୱାଡ୍ ଟିମ୍ ମଧ୍ୟ ମୁତୟନ କରାଯାଇଛି।
କସମେଟିକ୍ ସର୍ଜରୀ ନେଲା ଜୀବନ! ୩୮ ବର୍ଷ ବୟସରେ ମୃତ୍ୟୁବରଣ କଲେ ଏହି ମହିଳା ୟୁଟ୍ୟୁବର
ଓଡିଶାଭାସ୍କର: ଆଜିର ଦୁନିଆ ଏବଂ ଜୀବନଶୈଳୀରେ, ସୁନ୍ଦର ଦେଖାଯିବା ପାଇଁ ଲୋକଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ଚାଲିଛି। ସୋସିଆଲ ମିଡିଆ ପ୍ଲାଟଫର୍ମର ବଢୁଥିବା ପ୍ରଭାବ ଏବଂ ଆଧୁନିକ ଜୀବନଶୈଳୀ ଯୋଗୁଁ, ଲୋକମାନେ ନୂତନ ଜିନିଷ ସହିତ ପରୀକ୍ଷଣ କରୁଛନ୍ତି। କସମେଟିକ୍ ସର୍ଜରୀ ଏହି ପରୀକ୍ଷଣ ମଧ୍ୟରୁ ଗୋଟିଏ, ଯାହା ମାଧ୍ୟମରେ ଲୋକମାନେ ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯିବାକୁ ଚେଷ୍ଟା କରନ୍ତି। କିନ୍ତୁ, ଏକ ସାମ୍ପ୍ରତିକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି: ଜଣେ ଇଟାଲୀୟ ସୋସିଆଲ ମିଡିଆ […]
ପ୍ରବଳ ଜାଡରେ ଥରୁଛି ଶିମିଳିପାଳ: ପାରଦ ଶୂନ, ଜନଜୀବନ ଅସ୍ତବ୍ୟସ୍ତ
କରଞ୍ଜିଆ ୦୭/୦୧: ଜାଡ଼ରେ ଥରୁଛି ଓଡ଼ିଶା। ସବୁଠି ପାରଦ ତଳ ମୁହାଁ। ଝାରସୁଗୁଡ଼ାରେ ୭୨ ବର୍ଷର ରେକର୍ଡ ଭାଙ୍ଗିଛି ରାତି ତାପମାତ୍ରା। ଆଜି ଭୋରରେ ଏଠାକାର ସର୍ବନିମ୍ନ ତାପମାତ୍ରା ୫.୧ ଡିଗ୍ରିରେ ପହଞ୍ଚିଛି। ୧୯୫୩ରୁ ଏପର୍ଯ୍ୟନ୍ତ ଝାରସୁଗୁଡା ଇତି...
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ଭଲ ସମ୍ପର୍କ ଅଛି, କିନ୍ତୁ ମୋଦୀ ତାଙ୍କ ଉପରେ ସେତେ ଖୁସି ନୁହଁନ୍ତି। ଏହାର କାରଣ ହେଉଛି ଆମେରିକା ଟାରିଫ୍। ଟ୍ରମ୍ପ କହିଛନ୍ତି ଯେ ରୁଷରୁ ତେଲ କିଣିବା ଯୋଗୁଁ ଭାରତ ଅଧିକ ଆମେରିକା ଟାରିଫର ସମ୍ମୁଖୀନ ହେଉଛି। ସାମ୍ବାଦିକଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ […]
ବାୟୁ ପ୍ରଦୂଷଣ ପାଇଁ ୫ ସହରରେ କଟକଣା, ବାହାରେ ନିଆଁ ଜାଳିବା ମନା
କନକ ବ୍ୟୁରୋ: ବାୟୁ ପ୍ରଦୂଷଣ ରୋକିବାକୁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ବାଲେଶ୍ବର ପରେ କଟକ, ଭୁବନେଶ୍ବର, ଅନୁଗୁଳ ଓ ତାଳଚେର ସହରରେ ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଲଗାଯାଇଛି। ସହର ଭିତରେ କୌଣସି ପ୍ରକାର ଭଙ୍ଗା କାର୍ଯ୍ୟ ହୋଇପାରିବ ନାହିଁ। ସ୍ଥାନୀୟ ପ୍ରଶାସନ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦୈନିକ ୩ଥର ରାସ୍ତାରେ ପାଣି ସିଞ୍ଚନ କରିବେ। ଆବର୍ଜନା ଖୋଲାରେ ଜାଳିବେ ନାହିଁ କିମ୍ବା ଢାବାରେ କୋଇଲା ଜାଳେଣି ଭାବେ ବ୍ୟବହାର ହେବନାହିଁ। ଏଥିସହ ବିନା ଘୋଡ଼ଣିରେ କୌଣସି ମାଲ ବୋଝେଇ ଟ୍ରକ୍ ସହର ମଧ୍ୟକୁ ପ୍ରବେଶ କରିପାରିବ ନାହିଁ। କଟକଣା ଠିକ୍ ଭାବେ ପାଳନ ହେଉଛି, ଏକଥା ପୁଲିସ, ସ୍ଥାନୀୟ ପ୍ରଶାସନ, ସମସ୍ତ କାର୍ଯ୍ୟନିର୍ବାହୀ ସଂସ୍ଥା ଓ ଆର୍ଟିଓ ନିଶ୍ଚିତ କରିବେ। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି, ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। କଟକ, ଭୁବନେଶ୍ୱରର ପ୍ରଦୂଷଣ ସ୍ଥିତିକୁ ବିଭାଗ ଲଗାତାର ସମୀକ୍ଷା କରୁଛି। ବାୟୁ ପ୍ରଦୂଷଣର ପ୍ରକୃତ କାରଣ ଖୋଜିବା ଏବଂ ଏହାର ସ୍ଥାୟୀ ପ୍ରତିକାର ପାଇଁ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସ୍ଏସ୍) ସେକ୍ସନ୍ ୧୬୩ ଅନୁଯାୟୀ ଅନୁଗୁଳ, ବାଲେଶ୍ବର, କଟକ ଜିଲ୍ଲାର ଜିଲ୍ଲାପାଳ ପଦକ୍ଷେପ ନେବାକୁ କୁହାଯାଇଛି। ଆହୁରି ପଢ଼ନ୍ତୁ : ଅପରେସନ୍ ଚାଲିଥିଲା, ଲାଇନ୍ କଟିଗଲା; ଏମ୍କେସିଜିରେ ଅନ୍ଧାରରେ ରୋଗୀସେବା ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଇଛି ଯେ ଗତ ତିନି ବର୍ଷ ହେଲା ନଭେମ୍ବରରୁ ଜାନୁଆରି ମଧ୍ୟରେ ବାୟୁ ପ୍ରଦୂଷଣ ଶୀର୍ଷରେ ରହୁଛି। ଅନୁଗୁଳ, ତାଳଚେର, ବାଲେଶ୍ବର ସହରର ବାୟୁର ଗୁଣବତ୍ତା ଗୋଟିଏ ବି ଦିନ ଭଲ ସ୍ଥିତିରେ ନ ଥିଲା। ଭୁବନେଶ୍ବର, କଟକ, ବାରିପଦା ଓ କଳିଙ୍ଗନଗରର ବାୟୁ ଗୁଣବତ୍ତା ଅଧିକାଂଶ ସମୟ ଖରାପ ସ୍ତର ଦେଇ ଗତି କରିଥିଲା। ୨୦୨୩ରେ ଅନୁଗୁଳ ସହରର ବାୟୁ ସର୍ବାଧିକ ୭୩ ଦିନ ଖରାପ, ଅତ୍ୟନ୍ତ ଖରାପ ଓ ସାଂଘାତିକ ସ୍ତରରେ ରହିଥିଲା। ଏଥର ମଧ୍ୟ ସମାନ ସ୍ଥିତି ଲାଗିରହିଥିବା ବୋର୍ଡ ପକ୍ଷରୁ କୁହାଯାଇଛି।
ଗୋଟି ଗୋଟି କରି ସମସ୍ତଙ୍କ ଆକାଉଣ୍ଟକୁ ଆସିବ ୪୬,୭୧୫ ଟଙ୍କା! ସତରେ କ’ଣ ସରକାର ଦେଉଛନ୍ତି ଏହି ରାଶି…
ଓଡିଶାଭାସ୍କର: ସମସ୍ତଙ୍କ ଆକାଉଣ୍ଟକୁ ଆସିବ ଟଙ୍କା। ଏ ଟଙ୍କା ପଠାଇବେ ଖୋଦ୍ ସରକାର। ପ୍ରତ୍ୟେକ ଭାରତୀୟଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ କେନ୍ଦ୍ର ସରକାର। ତାହା ପୁଣି ହଜାରେ କି ଦୁଇ ହଜାରେ ନୁହେଁ, ଏକାଥରେ ଖାତାକୁ ଆସିବ ୪୬,୭୧୫ ଟଙ୍କା। ଏକଥା ଆମେ କହୁନାହୁଁ ଆଜିକାଲି ସୋସିଆଲ ମିଡିଆରେ ଏପରି ଏକ ମେସେଜ ଘୂରି ବୁଲୁଛି। ଯାହା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଯେଉଁଥିରେ ମେସେଜରେ ଦାବି କରାଯାଉଛି ଯେ ସରକାର ପ୍ରତ୍ୟେକ ନାଗରିକଙ୍କ ଆକାଉଣ୍ଟରେ ୪୬,୭୧୫ ଟଙ୍କା […]
‘ସିଏମ୍ ଟ୍ରଫି’ ପାଇଁ ଆଜିଠୁ ପଞ୍ଜୀକରଣ; ଫୁଟବଲ, ଭଲିବଲ, କବାଡ଼ି ଓ ଖୋଖୋରେ ହେବ ପ୍ରତିଯୋଗିତା
କନକ ବ୍ୟୁରୋ: ରାଜ୍ୟରେ କ୍ରୀଡ଼ାର ମୂଳଦୁଆକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ‘ ସିଏମ୍ ଟ୍ରଫି ’ ଚାମ୍ପିୟନସିପର ଆୟୋଜନ କରାଯିବ। ଏଥିରେ ୪ଟି କ୍ରୀଡ଼ା ବିଭାଗରେ ଆୟୋଜିତ ହେବ ପ୍ରତିଯୋଗିତା। ୩୨ ହଜାରରରୁ ଅଧିକ ଯୁବ ଖେଳାଳି ଅଂଶଗ୍ରହଣ କରିବାର ସମ୍ଭାବନା। ଏନେଇ ଜାନୁଆରି ୭ରୁ ୧୪ ପର୍ୟ୍ୟନ୍ତ ଚାଲିବ ପଞ୍ଜୀକରଣ ପ୍ରକ୍ରିୟା। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ 'ସିଏମ୍ ଟ୍ରଫି' ଚମ୍ପିୟାନସିପ୍ର ଆୟୋଜନ କରାଯିବ। ତୃଣମୂଳ ସ୍ତରରୁ ପ୍ରତିଭାବାନ ଖେଳାଳିଙ୍କୁ ଚୟନ କରି ସେମାନଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଏହି ଅଭିନବ ପ୍ରୟାସର ମୂଳ ଲକ୍ଷ୍ୟ। ମୁଖ୍ୟତଃ ୪ଟି ଖେଳ ଫୁଟବଲଳ ଭଲିବଲ, କବାଡ଼ି ଓ ଖୋଖୋ ପ୍ରତିଯୋଗିତା ହେବ। ଫୁଟବଲ୍ ପାଇଁ ୧୫ ବର୍ଷରୁ କମ୍ ଖେଳାଳି, ଭଲିବଲ ପାଇଁ ୧୪ ବର୍ଷରୁ କମ୍ ଖେଳାଳି ଭାଗ ନେଇପାରିବେ। ସେହିପରି କବାଡ଼ି ପାଇଁ ୧୬ ବର୍ଷରୁ କମ୍ ଓ ଖୋଖୋ ପାଇଁ ୧୪ ବର୍ଷରୁ କମ୍ ବୟସର ଖେଳାଳି ଭାଗ ନେଇପାରିବେ। ଉଭୟ ବାଳକ ଓ ବାଳିକା ବର୍ଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆହୁରି ପଢ଼ନ୍ତୁ : ଅପରେସନ୍ ଚାଲିଥିଲା, ଲାଇନ୍ କଟିଗଲା; ଏମ୍କେସିଜିରେ ଅନ୍ଧାରରେ ରୋଗୀସେବା ଏହି ଟୁର୍ଣ୍ଣାମେଣ୍ଟ ଏକ ବହୁ-ସ୍ତରୀୟ ପ୍ରକ୍ରିୟାରେ ପରିଚାଳିତ ହେବ। ପ୍ରଥମେ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାଙ୍କୁ ଚୟନ କରାଯାଇ ଜିଲ୍ଲାସ୍ତର, ଜୋନାଲ୍ ଏବଂ ଶେଷରେ ରାଜ୍ୟସ୍ତରୀୟ ଚମ୍ପିୟାନସିପ ଅନୁଷ୍ଠିତ ହେବ। ମେଧା ଭିତ୍ତିରେ ଜିଲ୍ଲା ସ୍ତରରେ ବାଳକ ବର୍ଗରେ ୧୦ଟି ଏବଂ ବାଳିକା ବର୍ଗରେ ୬ଟି ଟିମ୍ ଗଠନ କରାଯିବ। ସମଗ୍ର ରାଜ୍ୟରୁ ପ୍ରାୟ ୫୦୦ଟି ଦଳ ଏବଂ ୩୨,୦୦୦ ଯୁବ କ୍ରୀଡ଼ାବିତ୍ ଏଥିରେ ସାମିଲ ହେବେ ବୋଲି ଆଶା କରାଯାଉଛି। ପ୍ରତିଯୋଗିତା ଦୁଇଟି ପର୍ୟ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ୟ୍ୟାୟ ଜାନୁଆରି - ଫେବୃଆରି ମଧ୍ୟରେ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ୟ୍ୟାୟ ମେ ମାସରୁ ଆରମ୍ଭ ହେବ।
ରାତି ଅଧରେ ବୁଲଡୋଜର ଆକ୍ସନ୍, ମସଜିଦ ପାଖରୁ ହଟିଲା ବେଆଇନ ମଣ୍ଡପ ଏବଂ ଦୋକାନ
ନୂଆଦିଲ୍ଲୀ, ୦୭/୦୧ : ରାତି ଅଧରେ ବୁଲଡୋଜର ଆକ୍ସନ୍ । ରାଜଧାନୀ ନୂଆଦିଲ୍ଲୀରେ ମଙ୍ଗଳବାର ବିଳମ୍ବିତ ରାତିରେ ବୁଲଡୋଜର ଚାଲିଛି । ରାତି ପ୍ରାୟ ୧ଟା ବେଳେ ତୁର୍କମାନ ଗେଟ୍ ପାଖରେ ଥିବା ଫୈଜ-ଏ-ଇଲାହୀ ମସଜିଦ ପାଖରେ ବଡ ଆକ୍ସନ୍ ନେଇଛି ପ୍ରଶା...
ଅନ୍ନଦାତାଙ୍କ ପିଛା ଛାଡୁନି ସମସ୍ୟା; ୨ ଦିନ ହେଲା ମଣ୍ଡିରୁ ଉଠୁନି ଧାନ
କନକ ବ୍ୟୁରୋ: ଅନ୍ନଦାତାଙ୍କ ପିଛା ଛାଡୁନି ସମସ୍ୟା । ଖରିଫ ଧାନ କିଣା ଆରମ୍ଭରୁ ହିଁ ମଣ୍ଡି ଅବ୍ୟବସ୍ଥା ଦେଖା ଦେଇଥିବା ବେଳେ ମିଲର୍ସଙ୍କ ଆନ୍ଦୋଳନ କଳାହାଣ୍ଡି ଜୟପାଟଣାରେ ୨ ଦିନ ହେଲା ମଣ୍ଡିରୁ ଉଠୁନି ଧାନ। ଦାବିପୂରଣ ନହେବା ପର୍ୟ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ରାଜ୍ୟ ମିଲର ସଂଘ ସଭାପତି କହିଛନ୍ତି । ଜୟପାଟଣା ବ୍ଲକର ବିଭିନ୍ନ ମଣ୍ଡିରେ ହଜାର ହଜାର କ୍ଵିଣ୍ଟାଲ ଧାନ ପଡ଼ିଥିବା ବେଳେ ମିଲର୍ସଙ୍କ ଆନ୍ଦୋଳନ ଯୋଗୁଁ ଧାନ ଉଠାଇବା ବନ୍ଦ କରି ଦେଇଛନ୍ତି। ଯେଉଁଥିପାଇଁ ଚାରିଆଡ଼େ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରଥମ ଓ ଦ୍ବିତୀୟ ଟୋକନ୍ ଆସିବା ପରେ ଚାଷୀ ଧାନ ବିକ୍ରି କରୁଥିଲେ। କିନ୍ତୁ ଏବେ ସରକାର ଓ ମିଲର୍ସଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ପେସି ହେଉଛନ୍ତି ଚାଷୀ । କଷ୍ଟମ୍ ମିଲିଂ ଦର ବୃଦ୍ଧି, ଧାନ ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ପ୍ରଦାନ ଏବଂ ଧାନ ପରିବହନ ଖର୍ଚ୍ଚ ପୂର୍ବଭଳି ଦେବାକୁ ଦାବି କରିଛି ଅଲ ଓଡ଼ିଶା ମିଲର୍ ଆସୋସିଏସନ । ଆହୁରି ପଢ଼ନ୍ତୁ : ଅପରେସନ୍ ଚାଲିଥିଲା, ଲାଇନ୍ କଟିଗଲା; ଏମ୍କେସିଜିରେ ଅନ୍ଧାରରେ ରୋଗୀସେବା ସେପଟେ ଚାଷୀଙ୍କ ସମସ୍ୟା ନେଇ ବରଗଡ଼ ଜିଲ୍ଲା ଅତାବିରା ଠାରେ ସରକାରଙ୍କ ବିରୁଦ୍ଧରେ ପୁଣି ଗର୍ଜିଲା ବିଜେଡି। ଅତାବିରାରେ ବିଜେଡି ପକ୍ଷରୁ ବିରାଟ ଚାଷୀ ସମାବେଶ କରାଯାଇଛି। ସରକାରଙ୍କ ଚାଷୀ ନୀତି ଯୋଗୁଁ ଚାଷୀ ଦୁର୍ଦ୍ଦିନ ଆଡ଼କୁ ଠେଲି ହୋଇଯାଉଥିବା ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି। କେତେବେଳେ ରେଜିଷ୍ଟ୍ରେସନ୍ ସମସ୍ୟା ତ ଟୋକନ୍ ସମସ୍ୟା ଚାଷୀ ଦେଇ ଚାଷୀ ଗତି କରିଛି। ହେଲେ ଏଯାଏଁ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ମଣ୍ଡିରେ ପଡ଼ିରହିବା ସହ ଚାଷୀ ପାଖରେ ଧାନ ଥିଲେ ମଧ୍ୟ ଟୋକନ୍ ନାହିଁ। ଚାଷୀ ଆବାଜ୍ କଲେ ତାଙ୍କ ଉପରେ ଅତ୍ୟାଚାର କରାଯାଉଥିବା ଅଭିଯୋଗ କରିଛି ବିଜେଡି। ବିଭିନ୍ନ ଦାବି ନେଇ ଅତାବିରା ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି। ଚାଷୀଙ୍କ ସମସ୍ୟା ସମାଧାନ ଦିଗରେ ସରକାର ଶୀଘ୍ର ପଦକ୍ଷେପ ଗ୍ରହଣ ନକଲେ, ଆଗାମୀ ଦିନରେ ବରଗଡ଼ର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଆନ୍ଦୋଳନ ହେବ ବୋଲି ବିଜେଡି କହିଛି।
ଭେନେଜୁଏଲାରୁ ୫ କୋଟି ବ୍ୟାରେଲ ତେଲ କିଣିବେ ଟ୍ରମ୍ପ, ବଜାର ରେଟରେ ଆଣିବ ଆମେରିକା
ନ୍ୟୁୟର୍କ, ୦୬/୦୧ : ଆକ୍ରମଣ ପରେ ତେଲ କିଣିବେ ଟ୍ରମ୍ପ୍ । ବେନେଜୁଏଲା ରାଷ୍ଟ୍ରପତିଙ୍କ ଘରେ ଏୟାର ଷ୍ଟ୍ରାଇକ୍ କରି ଅପହରଣ କରିବା ପରେ ଏବେ ଭେନେଜୁଏଲା ତେଲ ଉପରେ ଡୋନାଲ୍ଡ ଟ୍ରମ୍ପଙ୍କ ଆଖି ପଡିଛି । ଭେନେଜୁଏଲା ଆମେରିକାକୁ ୩୦ ରୁ ୫୦ ମିଲି...
ଅପରେସନ୍ ଚାଲିଥିଲା, ଲାଇନ୍ କଟିଗଲା; ଏମ୍କେସିଜିରେ ଅନ୍ଧାରରେ ରୋଗୀସେବା
କନକ ବ୍ୟୁରୋ: ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଅସ୍ତ୍ରୋପଚାର ସମୟରେ ବିଦ୍ୟୁତ ଚାଲିଯିବା କାରଣରୁ ଅନ୍ଧାରରେ ରୋଗୀ ସେବା କରାଯାଇଥିବା ଦେଖିବାକୁ ମିଳିଛି। ଦକ୍ଷିଣ ଓଡ଼ିଶାର ଏକମାତ୍ର ରେଫରାଲ ହସପିଟାଲ୍ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପ୍ରତିଦିନ କିଛି ନା କିଛି ସମସ୍ୟା ଲାଗି ରହୁଛି। ଗତକାଲି ଜଣେ ରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ସକାଳ ସମୟରେ ଓଟିକୁ ନିଆଯାଇଥିଲା। ରୋଗୀଙ୍କ ଅସ୍ତ୍ରୋପଚାର ସମୟରେ ହଠାତ୍ ବିଦ୍ୟୁତ ସେବା ବ୍ୟାଘାତ ହୋଇଥିଲା। ବିକଳ୍ପ ଭାବେ ଓଟିରେ ଲାଗିଥିବା ୟୁପିଏସ୍ ବି କାମ କରିନଥିଲା। କିଛି ସମୟ ପାଇଁ ଓଟି ସଂପୂର୍ଣ୍ଣ ଅନ୍ଧାର ହୋଇଯାଇଥିଲା। କିଛି ସମୟ ପରେ ଓଟିକୁ ବିଦ୍ୟୁତ୍ ସଂଯୋଗ ହୋଇଥିବା ଜଣାପଡ଼ିଛି। ଆହୁରି ପଢ଼ନ୍ତୁ : ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଜାଣନ୍ତୁ, କଣ ଦେଲେ ନିର୍ଦ୍ଦେଶ... ସାଧାରଣତଃ ବିଦ୍ୟୁତ କାଟ ପରେ ଡିଜି ଲଗାଇ ବିଦ୍ୟୁତ୍ ସଂଯୋଗ ହୋଇଥାଏ। ବିଦ୍ୟୁତ ଚାଲିଯିବା ପରେ ଡିଜି ଲଗାଇ ବିଦ୍ୟୁତ୍ ସଂଯୋଗ କରିବାରେ କିଛି ସମୟ ଲାଗିଥାଏ। ଏହି ସମୟରେ ୟୁପିଏସ୍ ଦ୍ବାରା କୋଠାକୁ ବିଦ୍ୟୁତ ଯୋଗାଣ କରାଯାଇଥାଏ।ଦୀର୍ଘ ବର୍ଷ ହେବ ଜିଇଡି ଅଧିକାରୀଙ୍କ ପକ୍ଷରୁ ବଡ଼ଡାକ୍ତରଖାନାର ସର୍ଜରି ବିଭାଗ କୋଠାରେ ଲାଗିଥିବା ୟୁପିଏସ୍ର ଆବଶ୍ୟକ ରକ୍ଷଣାବେକ୍ଷଣା କରାଯାଇନଥିବା ଅଭିଯୋଗ ହୋଇଛି। ପ୍ରକାଶ ଥାୁକି ପୂର୍ବରୁ ବି ବିଦ୍ୟୁତ ସମସ୍ୟାରୁ କିଛି ଘଣ୍ଟା ପୁରା ସର୍ଜରି କୋଠା ଅନ୍ଧାର ହୋଇପଡ଼ିଥିଲା। ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଏମ୍କେସିଜି ବଦନାମ ହୋଉଥିବା ଦେଖାଯାଉଛି।
ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଜାଣନ୍ତୁ, କଣ ଦେଲେ ନିର୍ଦ୍ଦେଶ...
କନକ ବ୍ୟୁରୋ: ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଧିକାରୀ ଓ ସଚିବମାନଙ୍କୁ କ୍ଷେତ୍ର ପରିଦର୍ଶନ କରି ପ୍ରତ୍ୟେକ କାର୍ଯ୍ୟସ୍ଥଳ ବୁଲି ଦେଖିବା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଯେପରି ଠିକ୍ ଭାବରେ ଉନ୍ନତି ହେବ, ସେଥିପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ନର୍ସିଂ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ନର୍ସିଂ ଛାତ୍ରମାନଙ୍କୁ ଅତିରିକ୍ତ ପ୍ରଶିକ୍ଷଣ, ସ୍ନାତକମାନଙ୍କର କୌଶଳର ଗୁଣାତ୍ମକ ବୃଦ୍ଧି, ପାଠ୍ୟକ୍ରମରେ ପରିବର୍ତ୍ତନ, ଡିଜିଟାଲ ସ୍ୱାସ୍ଥ୍ୟ ପ୍ରଣାଳୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବୈଠକରେ ଗୁରୁତ୍ୱାରୋପ କରିଥିଲେ। ଆହୁରି ପଢ଼ନ୍ତୁ : ରାଜ୍ୟରେ ପୁଣି ଫେରିଲା ଶୀତ ଲହରୀ: ରାଜଧାନୀରୁ ଗାଁ ସବୁଠି ତଳମୁହାଁ ପାରଦ ଏଥିସହିତ ଓଡ଼ିଶାରେ ନର୍ସିଂ ଏବଂ ମିଡ୍ ୱାଇଫେରୀ କ୍ଷେତ୍ରରେ ସୁଧାର ନିମନ୍ତେ ବିଶେଷ ଆଲୋଚନା ହୋଇଥିଲା। ମେଡିକାଲ ଶିକ୍ଷାରେ ସିଟ୍ ବୃଦ୍ଧି, ଏସସିବି ମେଡିକାଲ କଲେଜ, ଏମକେସିଜି ଏବଂ ଭିମସାର ଭଳି ଅନୁଷ୍ଠାନ ମାନଙ୍କରେ ସୁପର ସ୍ପେଶାଲିଟି ସର୍ଭିସକୁ ଆହୁରି ବ୍ୟାପକ ଏବଂ ଦକ୍ଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ରାଜ୍ୟସ୍ତରୀୟ କାର୍ୟ୍ୟାନ୍ୱୟନ ଅନୁମୋଦନ ପାଇଁ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା। ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨ ବର୍ଷିଆ ଡିଏନ୍ବି ଡିପ୍ଲୋମା ଡାକ୍ତରଙ୍କୁ ନିଯୁକ୍ତି ଦେବା ପାଇଁ ଆଲୋଚନା ହୋଇଥିଲା। ଓଡ଼ିଶାରେ ଆୟୁଷ ଡାକ୍ତରମାନଙ୍କର ସେବାକୁ ଅଗ୍ରାଧିକାର ଦେବା ତଥା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ମାନଙ୍କରେ ଆର୍ୟୁବେଦିକ ଓ ହୋମିଓପାଥି ମେଡିସିନର ଉପଲବ୍ଧତା ବିଷୟରେ ମଧ୍ୟ ଚର୍ଚ୍ଚା କରାଯାଇଛି। ଏସ୍ସିବି ମେଡିକାଲରେ ଟ୍ରମା କେୟାର ନିର୍ମାଣର ଅଗ୍ରଗତି, ଭିତ୍ତିଭୂମି ବିକାଶ ବିଷୟରେ ଆଲୋଚନା ହୋଇଛି। ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସହ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।
ରାଜ୍ୟରେ ପୁଣି ଫେରିଲା ଶୀତ ଲହରୀ: ରାଜଧାନୀରୁ ଗାଁ ସବୁଠି ତଳମୁହାଁ ପାରଦ
କନକ ବ୍ୟୁରୋ: କଲବଲ କରୁଛି ଶୀତ। ଝାରସୁଗୁଡ଼ାରେ ୭୩ ବର୍ଷର ରେକର୍ଡ ଭାଙ୍ଗିଛି ଥଣ୍ଡା। ଝାରସୁଗୁଡ଼ାରେ ରାତି ତାପମାତ୍ରା ୫.୧ ଡିଗ୍ରି ରେକର୍ଡ ହୋଇଛି। ୧୯୫୩ ମସିହା ପରେ ଝାରସୁଗୁଡ଼ାରେ ପାରଦ ପ୍ରଥମ ଥର ଏତେ ତଳକୁ ଖସିଛି। ମଙ୍ଗଳବାର ରାଜ୍ୟର ୧୬ ସହରରେ ତାପମାତ୍ରା ୧୦ ଡିଗ୍ରି ତଳେ ରେକର୍ଡ କରାଯାଇଛି। ରାଉରକେଲାରେ ୬.୬ ଡିଗ୍ରି, କିରେଇ ଓ ଜି.ଉଦୟଗିରିରେ ୬.୮ ଡିଗ୍ରି, ଦାରିଙ୍ଗବାଡ଼ିରେ ୭.୫ ଡିଗ୍ରି, ସୁନ୍ଦରଗଡ଼ରେ ୭.୬ ଡିଗ୍ରି, ସେମିଳିଗୁଡ଼ାରେ ୮.୫ ଡିଗ୍ରି, ବଲାଙ୍ଗୀରରେ ୮.୮ ଡିଗ୍ରି, ଫୁଲବାଣୀ ଓ କେନ୍ଦୁଝର ୯ ଡିଗ୍ରି, ସୋନପୁରରେ ୯.୧ ଡିଗ୍ରି, ଢେଙ୍କାନାଳରେ ୯.୯ ଡିଗ୍ରି ରେକର୍ଡ କରାଯାଇଛି। ଚଳିତ ବର୍ଷ ପ୍ରଥମଥର କଟକରେ ରାତିର ପାରଦ ୧୦ ଡିଗ୍ରି ଛୁଇଁଥିବା ବେଳେ ଭୁବନେଶ୍ବରରେ ୧୨.୯ ଡିଗ୍ରି ରେକର୍ଡ ହୋଇଛି। ଥଣ୍ଡା ସାଙ୍ଗକୁ ଘନ କୁହୁଡି ଲୋକଙ୍କୁ ଅସ୍ତବ୍ୟସ୍ତ କରିଛି। ଆଜି କନ୍ଧମାଳ, ନୟାଗଡ଼, ବୌଦ୍ଧ, କୋରାପୁଟରେ ଘନକୁହୁଡ଼ି ଦେଖାଯିବ। ୯ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, କଟକ, ଜଗତସିଂହପର, କୋରାପୁଟରେ ଅନୁଭୂତ ହେବ ଥଣ୍ଡାର ଥାର୍ଡ ଡିଗ୍ର। ଆଜି ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ କଟକ, ଜଗତସିଂହପୁର, କୋରାପୁଟ ପାଇଁ ୱାର୍ଣ୍ଣିଂ ଜାରି ହୋଇଛି। ଆହୁରି ପଢ଼ନ୍ତୁ: ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍ମା: ହେଲେ ଏସ୍ମା ମାନିବନି ଓମ୍ସା ସେପଟେ କୋଇଡା ଖଣି ଅଞ୍ଚଳକୁ ଢାଙ୍କି ଦେଇଛି ଧଳା ଚାଦର। ସୁନ୍ଦରଗଡ ଜିଲ୍ଲା କୋଇଡା ଅଞ୍ଚଳରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି । ଅନ୍ୟପଟେ ସାରା ରାଜ୍ୟରେ ଏହା ପ୍ରଥମ ତୁଷାରପାତ । ପୂର୍ବ ରାତ୍ରିରେ ତାପମାତ୍ରା ୫ ଡିଗ୍ରି ତଳେ ରହିବା ପରେ କୋଇଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାରପାତ ଦେଖିବାକୁ ମିଳିଛି । ଖୋଲା ପଡ଼ିଆ, ଗାଡିର ଉପର ଭାଗରେ ବରଫର ଚାଦର ଢାଙ୍କି ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଖାଲି ସେତିକି ନୁହେଁ, କୋରାପୁଟରେ ମଧ୍ୟ ଫେରିଛି ଶୀତ। ଶୀତ ସହ ରାତିରେ ଓ ପାହାନ୍ତିଆ ସମୟରେ ଘନ କୁହୁଡି କାରଣରୁ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହେଉଛି। ଶୀତର ପ୍ରକୋପ ବଢ଼ିଥିବା ବେଳେ ରାଜରାସ୍ତା କଡରେ କାଠରେ ନିଆଁ ଲଗାଇ ଯୁବ ପିଢ଼ି ଶୀତୁଆ ସନ୍ଧ୍ୟାର ମଜା ନେଉଥିବା ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳମାନଙ୍କରେ ଶୀଆ ସନ୍ଧାରେ ଗୀତ ଓ ନାଚର ଆସର ମଧ୍ୟ ଜମୁଛି। ଢେମସା ନୃତ୍ୟର ଝଲକ ଦେଖିବାକୁ ମିଳୁଛି। ଅନ୍ୟପଟେ ଶୀତ ଯୋଗୁଁ ସନ୍ଧ୍ୟା ହେଲେ ବଜାର ଘାଟ ଶୂନଶାନ ହୋଇଯାଉଛି।
ଜାନୁଆରୀ ୭ ତାରିଖ, ବୁଧବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ
ମେଷ - ଆଜି ଆପଣଙ୍କର କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ କାର୍ଯ୍ୟହାନି ହେବାର ସମ୍ଭାବନା ରହିଛି। ଅନ୍ୟମନସ୍କତା ଯୋଗୁଁ ହାତକୁ ଆସିଥିବା ସୁଯୋଗ ହାତଛଡ଼ା ହୋଇପାରେ, ତେଣୁ ସତର୍କ ରୁହନ୍ତୁ। ବ୍ୟବସାୟ କ୍ଷେତ୍ରରେ ନୂଆ ନିବେଶ କରିବା ପାଇଁ ଏହା...
କେମିତି କଟିବ ଆଜିର ଦିନ? ଦେଖନ୍ତୁ, ଆଜିର ରାଶିଫଳ
କନକ ବ୍ୟୁରୋ: ଆଜି ମାଘ କୃଷ୍ଣ ୪ର୍ଥୀ ପ୍ରାତଃ ୬:୫୨:୫୧ ଗତେ ୫ମୀ ତିଥି। ସିଂହ ଚନ୍ଦ୍ର ଅହୋରାତ୍ର। ମଘା ଦିବା ୧୧:୫୭:୫୯ ଗତେ ପୂର୍ବାଫାଲ୍ଗୁନୀ ନକ୍ଷତ୍ର। ଆଜିର ନିଷିଦ୍ଧ ଖାଦ୍ୟ: ମୂଳା ପ୍ରାତଃ ୦୬:୫୨:୫୧ ଗତେ ବେଲ, ପଣସ। ମେଷ: କିଛି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସୃଷ୍ଟି ହୋଇପାରେ। ଅନ୍ୟମାନଙ୍କ କଥା ଉପରେ ଧ୍ୟାନ ନ ଦେଇ ଆପଣଙ୍କର କାର୍ଯ୍ୟ ଦକ୍ଷତା ଉପରେ ବିଶ୍ୱାସ କରନ୍ତୁ। ଯଦି କୌଣସି ଅଦାଲତ ମାମଲା ଚାଲିଛି, ତେବେ ଏହା ଉପରେ ଅତି ଯତ୍ନର ସହ କାର୍ଯ୍ୟ କରନ୍ତୁ। ଆପଣଙ୍କର ବ୍ୟବସାୟ କାର୍ଯ୍ୟକଳାପକୁ ଗୁପ୍ତ ରଖନ୍ତୁ। କାରଣ ଆପଣଙ୍କର ଯୋଜନା ଅନ୍ୟମାନଙ୍କ ନିକଟରେ ପ୍ରକାଶ ପାଇଲେ ଭଣ୍ଡୁର ହୋଇପାରେ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ପରିବାର ସଦସ୍ୟଙ୍କ ସମର୍ଥନ ନେବା ଉଚିତ। ପ୍ରେମ ସମ୍ପର୍କ ସୀମିତ ରହିବ। ଅଧିକ ଖାଇବା କାରଣରୁ ପେଟ ଗୋଳମାଳ ହୋଇପାରେ। ବୃଷ: ଭୟର ବାତାବରଣ ସହ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ। ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ। ଧୈର୍ଯ୍ୟ ଧରିଲେ ଲାଭର ନୂତନ ପଥ ଖୋଲିଯିବ। ଜଣେ ନିକଟ ସମ୍ପର୍କୀୟଙ୍କ କୌଣସି ଧାର୍ମିକ କାର୍ଯ୍ୟକ୍ରମକୁ ଯିବାର ସୁଯୋଗ ପାଇବେ। ବେଳେବେଳେ ଅତ୍ୟଧିକ ଆତ୍ମବିଶ୍ୱାସ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ପିଲାମାନଙ୍କର କୌଣସି କାର୍ଯ୍ୟକଳାପ ହେତୁ ଘରେ ଅଶାନ୍ତି ଦେଖାଦେଇପାରେ। ପରିବାର ସଦସ୍ୟଙ୍କ ସହଯୋଗ ମିଳିଲେ ଆପଣଙ୍କ କାର୍ଯ୍ୟଭାର ଲାଘବ ହୋଇପାରେ। ଜୀବନସାଥୀଙ୍କ ସମର୍ଥନ ଆପଣଙ୍କ ମନୋବଳକୁ ବଜାୟ ରଖିବ। ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। ମିଥୁନ: କାର୍ଯ୍ୟରେ ସଫଳତା ମିଳିବ। ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି। ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିବା ଲାଭକାରୀ ହୋଇପାରେ। ପ୍ରତିକୂଳ ପରିସ୍ଥିତି ବିରୋଧରେ ଲଢ଼େଇ କରିବାର କ୍ଷମତା ଅର୍ଜନ କରିବେ। ଆୟର ମାଧ୍ୟମ ଓ ପରିମାଣ ବୃଦ୍ଧି ପାଇବ। ପୁରୁଣା ସମସ୍ୟାର ସମାଧାନ ହେବ। ଆପଣ ବ୍ୟବସାୟ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଭୁଲ ଖାଦ୍ୟ ଖାଇବା କାରଣରୁ ଗଳା ଖରାପ ହୋଇପାରେ। କର୍କଟ: ସ୍ବାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ। ଖର୍ଚ୍ଚ ବଢ଼ିପାରେ। କିଛି ବିନିଯୋଗ ସମ୍ବନ୍ଧୀୟ ଯୋଜନା ପ୍ରସ୍ତୁତ କରିପାରନ୍ତି। ପିତୃତୁଲ୍ୟ ବ୍ୟକ୍ତିଙ୍କ ସମର୍ଥନ ଲାଭଦାୟୀ ହେବ। କିନ୍ତୁ ବେଳେବେଳେ ଆକ୍ରୋଶମୂଳକ ମନୋଭାବ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ। ଧୈର୍ଯ୍ୟ ସହିତ କାମ କରିବାର ଆବଶ୍ୟକତା ଅଛି। ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟକଳାପରେ ମଧ୍ୟ କିଛି ସମୟ ବିତାନ୍ତୁ। ବ୍ୟବସାୟ ଦୃଷ୍ଟିକୋଣରୁ ସମୟ ଭଲରେ ଚାଲିଛି। ସମର୍ଥକ ଓ କର୍ମଚାରୀମାନେ ଆପଣଙ୍କ କାର୍ଯ୍ୟରେ ସହଯୋଗ କରିବେ। ସ୍ୱାମୀ-ସ୍ତ୍ରୀ ସମ୍ପର୍କ ମଧୁର ରହିବ। ସିଂହ: ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି କିନ୍ତୁ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ। ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟକୁ ଯୋଜନାବଦ୍ଧ ଉପାୟରେ କଲେ ସଫଳତା ପାଇପାରିବେ। କୌଣସି ଜିନିଷ ଉପରେ ଟେନସନ ନିଅନ୍ତୁ ନାହିଁ। ଛାତ୍ରମାନେ ସେମାନଙ୍କର ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଉଚିତ କାରଣ ତାହା ଶିକ୍ଷାରେ ବାଧା ସୃଷ୍ଟି କରିପାରେ। ବ୍ୟବସାୟ ଅନେକ ପ୍ରତିଯୋଗିତାର ସମ୍ମୁଖୀନ ହେବ। ସମୟ ସମୟରେ ବିଶ୍ରାମ ନେବା ଆବଶ୍ୟକ। କନ୍ୟା: ବୃଥା ଭ୍ରମଣ, ବ୍ୟୟ ଓ ଅର୍ଥହାନି ଘଟିପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍ କାର୍ଯ୍ୟରେ ଦାନ କରିପାରନ୍ତି। ଭାଇମାନଙ୍କ ସହିତ ସମ୍ପର୍କ ମଧୁର ହେବ ଏବଂ ଅତୀତର କିଛି ନକାରାତ୍ମକ ଭୁଲ ଧାରଣା ଦୂର ହେବ। ଅଜ୍ଞାତ ବ୍ୟକ୍ତିଙ୍କ ସହିତ ସାକ୍ଷାତ ଏବଂ ଯୋଗାଯୋଗ କ୍ଷତିକାରକ ହୋଇପାରେ। ଆଜି ବାହାରର ଅଚିହ୍ନା ବ୍ୟକ୍ତିଙ୍କ ସହିତ କୌଣସି ପ୍ରକାର ବ୍ୟବସାୟିକ ଚୁକ୍ତି କରନ୍ତୁ ନାହିଁ। କାରଣ ଠକେଇର ଶିକାର ହୋଇପାରନ୍ତି। ପରିବାର ପାଇଁ ମଧ୍ୟ ଆପଣ ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରିବା ଆବଶ୍ୟକ। ଥଣ୍ଡା ଭଳି ସମସ୍ୟା ଦେଖାଦେଇପାରେ। ତୁଳା: ମନର ଆଶା ପୂରଣ ହେବ। କାର୍ଯ୍ୟ ସଫଳ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ। ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି। ବନ୍ଧୁ-ପରିଜନରେ ଖୁସି ମନାଇବାର ସୁଯୋଗ ମିଳିପାରେ। ଘରେ ଖୁସିର ପରିବେଶ ରହିବ। ବ୍ୟବସାୟିକ କାର୍ଯ୍ୟକଳାପ ସୁରୁଖୁରୁରେ ଚାଲିବ। ଆର୍ଥିକ ପରିସ୍ଥିତି ଭଲ ରହିବ। ଯୁବକମାନେ ସେମାନଙ୍କ କ୍ୟାରିୟର ପ୍ରତି ସଚେତନ ରହିବେ। ବୈବାହିକ ଜୀବନ ସ୍ୱାଭାବିକ ହେବ। ତେବେ ଶାରୀରିକ ଓ ମାନସିକ ଦୁର୍ବଳତା ଅନୁଭବ କରିପାରନ୍ତି। ଯୋଗ ଓ ଧ୍ୟାନ କରନ୍ତୁ, ପ୍ରକୃତିର ନିକଟତର ହୁଅନ୍ତୁ, ସୁଫଳ ପାଇପାରିବେ। ବିଛା: କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ଅତ୍ୟଧିକ ବ୍ୟସ୍ତତା ହେତୁ ଆପଣ ଘରେ ସମୟ ଦେଇ ପାରିବେ ନାହିଁ। କିନ୍ତୁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାଧାନ କରିବାରେ ସଫଳ ହେବେ। କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସ ହେତୁ ଉଦ୍ୟମରେ ସଫଳତା ପ୍ରାପ୍ତ ହେବେ। ନକାରାତ୍ମକ ପ୍ରବୃତ୍ତିର ଲୋକଙ୍କଠାରୁ ଦୂରତା ବଜାୟ ରଖନ୍ତୁ କାରଣ ସେମାନେ ଆପଣଙ୍କର ବଦନାମ କରିପାରନ୍ତି। କର୍ମଚାରୀଙ୍କ କାର୍ଯ୍ୟକଳାପକୁ ନେଇ କିଛି ସମସ୍ୟା ଉପୁଜିପାରେ। କ୍ରୋଧ ଓ ଉତ୍ତେଜନାକୁ ନିୟନ୍ତ୍ରଣରେ ରଖନ୍ତୁ। ରକ୍ତଚାପଜନିତ ସମସ୍ୟା ଦେଖାଦେଇପାରେ। ଧନୁ: ଅସୁସ୍ଥତା, ମାନସିକ ଅବସାଦ ଭିତରଦେଇ ଗତି କରିବାକୁ ପଡ଼ିପାରେ। ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିପାରନ୍ତି। ଦୂରଯାତ୍ରା ସ୍ଥଗିତ ରଖନ୍ତୁ। ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ। କୌଣସି ପ୍ରକାର ଅର୍ଥନୈତିକ କାରବାରରୁ ଦୂରେଇ ରୁହନ୍ତୁ। ଭାଇମାନଙ୍କ ସହିତ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇପାରେ। ଗୁରୁଜନମାନଙ୍କ ପ୍ରତି ଉପଯୁକ୍ତ ସମ୍ମାନ ବଜାୟ ରଖିବା ଆବଶ୍ୟକ। ଆଜି ବ୍ୟବସାୟ କ୍ଷେତ୍ରରେ କୌଣସି ପ୍ରକାରର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ମଧୁମେହ ରୋଗୀମାନେ ସେମାନଙ୍କ ସ୍ବାସ୍ଥ୍ୟର ବିଶେଷ ଯତ୍ନ ନେବା ଉଚିତ। ମକର: ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। ପରିବର୍ତ୍ତିତ ପରିବେଶ ହେତୁ କିଛି ନୂତନ ନୀତି ପ୍ରସ୍ତୁତ କରିପାରନ୍ତି, ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ। ଯଦି ଆପଣ ବୀମା କିମ୍ବା ବିନିଯୋଗ ସହ ଜଡିତ ଏକ ଯୋଜନା କରୁଛନ୍ତି, ତେବେ ଏହା ତୁରନ୍ତ କାର୍ଯ୍ୟକାରୀ ନ କରି କିଛିଟା ବିଳମ୍ବ କରନ୍ତୁ। ଋଣ କାରବାର କରନ୍ତୁ ନାହିଁ। ଅଧିକାଂଶ ସମୟ ଘର ବାହାରେ ଅତିବାହିତ ନ କରିବା ଆଜି ପାଇଁ ଭଲ। ସହଭାଗିତାରେ କରାଯାଉଥିବା ବ୍ୟବସାୟ ପ୍ରତ୍ୟକ୍ଷ ପର୍ଯ୍ୟବେକ୍ଷଣ ଆବଶ୍ୟକ କରେ। କୁମ୍ଭ: ସୁଖସମ୍ପଦ, ସୁଖାଦ୍ୟ ଭୋଜନ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ। ଆପଣଙ୍କ ପ୍ରକୃତିରେ ବହୁତ ଭାବପ୍ରବଣତା ରହିବ। ଆୟ ସହିତ ଖର୍ଚ୍ଚର ମଧ୍ୟ ଆଧିକ୍ୟ ରହିବ। ନିଜର ବଜେଟ ଅନୁସାରେ ଖର୍ଚ୍ଚ କରନ୍ତୁ। ବ୍ୟବସାୟ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ତେବେ ଏଥିରେ ସମ୍ଭାବ୍ୟ ପ୍ରତ୍ୟେକ ତ୍ରୁଟି ପ୍ରତି ସାବଧାନ ରହିବା ଉଚିତ। ଦରକାର ମନେହେଲେ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେବା ଭଲ। ସୁଖାଦ୍ୟ ମିଳୁଛି ବୋଲି ଅଧିକ ଖାଆନ୍ତୁ ନାହିଁ ଏବଂ ମେଦବହୁଳତାକୁ ଜଗନ୍ତୁ। ମୀନ: ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ। ପରିଶ୍ରମ ଅନୁଯାୟୀ ସୁଫଳ ପାଇବେ। ପ୍ରତିଯୋଗିତାପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ଲାଗି ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ବୃଥା ବିବାଦ, କଳିଝଗଡ଼ା, ମାଲିମକଦ୍ଦମା ଭିତରେ ନ ପଶିବା ବିଜ୍ଞତାର ପରିଚାୟକ। ସମସ୍ତ କାର୍ଯ୍ୟକଳାପ ସୁରୁଖୁରୁରେ ଚାଲିବ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବାକୁ ପଡ଼ିପାରେ। ଚାପ ଯୋଗୁଁ ମାଂସପେଶୀୟ ଯନ୍ତ୍ରଣା ହୋଇପାରେ। ବ୍ୟାୟାମ ଓ ଧ୍ୟାନରେ କିଛି ସମୟ ବିତାନ୍ତୁ। ମାନସିକ ଶାନ୍ତି ପାଇବେ।
୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍ମା: ହେଲେ ଏସ୍ମା ମାନିବନି ଓମ୍ସା
କନକ ବ୍ୟୁରୋ: ସରକାରଙ୍କ ଏସ୍ମା ନିୟମକୁ ମାନିବନି ଓମ୍ସା । ଆନ୍ଦୋଳନ ଜାରି ରଖିବାକୁ ଓମସାର ନିଷ୍ପତ୍ତି। ମଙ୍ଗଳବାର ସନ୍ଧ୍ୟାରେ ଓଡ଼ିଶା ମେଡିକାଲ ସେବା ସଂଘ(ଓମ୍ସା)ର ଜରୁରୀକାଳୀନ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ୨ଘଣ୍ଟିଆ ଓପିଡି ବନ୍ଦ ଆନ୍ଦୋଳନ ଜାରି ରଖିବା ଲାଗି ନିଷ୍ପତ୍ତି ହୋଇଛି। ଓମ୍ସା ସଭାପତି ଡା.କିଶୋର ମିଶ୍ର କହିଛନ୍ତି, ଡାକ୍ତରମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ଯଦି ଏସ୍ମା ଲଗାଇ ଡାକ୍ତରଙ୍କୁ ଗିରଫ କରିବାକୁ ଚାହୁଁଛନ୍ତି ତାହେଲେ ସେଥିପାଇଁ ମଧ୍ୟ ସଂଘ ପ୍ରସ୍ତୁତ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସେ କହିଛନ୍ତି। ଆହୁରି ପଢ଼ନ୍ତୁ : ବାରମ୍ବାର ଚୁଟିକୁ କରୁଛନ୍ତି କି କଲର? ସାବଧାନ,ହୋଇପାରେ କିଡନି ରୋଗ ! ସୂଚନାଯୋଗ୍ୟ ଯେ, ୧୦ ଦଫା ଦାବିରେ ରାଜ୍ୟବ୍ୟାପୀ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସରକାରୀ ଡାକ୍ତରଖାନାରେ ସକାଳେ ୨ ଘଣ୍ଟିଆ ଓପିଡି ବନ୍ଦ ଆରମ୍ଭ ହୋଇଛି। ଯାହାକୁ ନେଇ ରାଜ୍ୟରେ ରୋଗୀ ସେବା ଭୀଷଣ ବାଧାପ୍ରାପ୍ତ ହୋଇଛି। ଡାକ୍ତରଙ୍କ ଏହି ଆନ୍ଦୋଳନ ପରିପ୍ରେକ୍ଷୀରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି। ଓଡ଼ିଶା ଜରୁରୀକାଳୀନ ସେବା (ରକ୍ଷଣାବେକ୍ଷଣ) ଆଇନ ବା ଏସ୍ମା ଅନୁଯାୟୀ ଆସନ୍ତା ୬ମାସ ପାଇଁ କୌଣସି ପ୍ରକାର ଆନ୍ଦୋଳନକୁ ବାରଣ କରାଯାଇଛି। ଗୃହ ବିଭାଗ ପକ୍ଷରୁ ଏ ସଂପର୍କିତ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଜନସାଧାରଣଙ୍କ ସ୍ବାର୍ଥକୁ ନଜରରେ ରଖି ଡାକ୍ତର, ନର୍ସିଂ ଅଫିସର, ଫାର୍ମାସିଷ୍ଟ, ଅନ୍ୟ ପାରାମେଡିକ୍ସ, ଟେକ୍ସିନିଆନ୍, ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇପାରିବେ ନାହିଁ। ଏପରିକି ଠିକା କର୍ମଚାରୀଙ୍କୁ ମଧ୍ୟ ଏହି କଟକଣାରେ ସାମିଲ କରାଯାଇଛି। ଜିଲ୍ଲା, ଉପଖଣ୍ଡ, ଗୋଷ୍ଠୀ, ପ୍ରାଥମିକ, ମ୍ୟୁନିସିପାଲଟି, ମେଡିକାଲ କଲେଜ ଇତ୍ୟାଦିରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଏହା ଲାଗୁ ହେବ। ରାଜ୍ୟରେ ସ୍ବାସ୍ଥ୍ୟସେବା ଯେପରି ବାଧାପ୍ରାପ୍ତ ନ ହେବ ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।
ଜିଲ୍ଲାରେ ବାୟୁ ଗୁଣବତ୍ତାର ମାନ ବୃଦ୍ଧି ପାଇଁ କଟକ ଜିଲ୍ଲାରେ ନିର୍ଦ୍ଦେଶନାମା ଜାରି, ଏସବୁ ନିଷେଧ
କଟକ:କଟକ ଜିଲ୍ଲାରେ ବଢୁଛି ପ୍ରଦୂଷଣ ମାତ୍ରାରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କଟକର ଆଞ୍ଚଳିକ ଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ କଟକ ଜିଲ୍ଲାର ବାୟୁ ଗୁଣବତ୍ତା ସନ୍ତୋଷଜନକରୁ ମଧ୍ୟମ, ଖରାପ ଏବଂ ଅତି ଖରାପ ହେଉଥିବା ଜଣାପଡିଛି।...
ନୂଆଦିଲ୍ଲୀ:କିଛିଦିନ ତଳେ ଆମେରିକାର ପ୍ରତିରକ୍ଷା ବିଭାଗ ଚୀନ ଓ ଭାରତର ସମ୍ଭାବ୍ୟ ଯୁଦ୍ଧକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଥିଲା। ବେଜିଂ ତାଇୱାନ ସହିତ ଅରୁଣାଚଳ ପ୍ରଦେଶକୁ ନିଜର କୋର ଅଫ୍ ଇଣ୍ଟରେଷ୍ଟରେ ରଖିଛି ବୋଲି କହିଥିଲା ଆମେରିକା...
ମାନବାଧିକାର ଆୟୋଗରେ ପହଞ୍ଚିଲା ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ମୃତ୍ୟୁ ଘଟଣା, କ୍ଷତିପୂରଣ ଦାବି
ଭୁବନେଶ୍ଵର: ପୁରୀ ଜାତୀୟ ରାଜପଥରେ ଘଟିଥିବା ଯୁବ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ମୃତ୍ୟୁ ଘଟଣା ଓଡିଶା ମାନବାଧିକାର ଆୟୋଗରେ ପହଞ୍ଚିଛି । ଓଡ଼ିଶା ମାନବାଧିକାର ଆୟୋଗରେ ଦାଖଲ ହୋଇଛି ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ । ଅଭିଯୋଗରେ ଜାତୀୟ ରାଜପଥ...
ସମ୍ବାଦ ପାଲଟିଗଲେ ସାମ୍ବାଦିକା : ବାଲି ବୁଣିଥିଲା ମୃତ୍ୟୁର ଫାଶ , ବସ୍ ଧକ୍କାରେ ଚାଲିଗଲା ଶିଲାଙ୍କ ଜୀବନ
କନକ ବ୍ୟୁରୋ : ଜଣେ ସାମ୍ବାଦିକଙ୍କ ଧର୍ମ ଏବଂ କର୍ମ ହେଉଛି ଖବର ସଂଗ୍ରହ କରିବା । ସ୍ମାର୍ଟସିଟିର ବଡ଼ ବଡ଼ ବିକାଶରୁ ଆରମ୍ଭ କରି ନିପଟ ମଫସଲର ଦୁଃଖ କାହାଣୀ ଲୋକଙ୍କ ସାମ୍ନାକୁ ଆଣି ସରକାରଙ୍କ ନିକଟରେ ପହଂଚାଇବା । କିନ୍ତୁ କ’ଣ ହେବ ଯେତେବେଳେ ଖବର ଦେଉଥିବା ଲୋକଟି ଖବରଦାତା ପାଲଟିଯିବ । ସମ୍ବାଦ ସଂଗ୍ରହ କରିବାକୁ ଯାଉଥିବା ବେଳେ ସାମ୍ବାଦିକର ଜୀବନ ଚାଲିଯିବ । ଆମେ କହୁଛୁ ଆଜିର ଦିନରେ ସମ୍ବାଦ ଦୁନିଆର ସବୁଠୁ ଦୁଃଖଦ ଖବର ବିଷୟରେ । ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ବିଷୟରେ । sila Photograph: (Google) ରାଜ୍ୟରେ ପୁଣି ଫେରିଲା ଶୀତ ଲହରୀ ; ସବୁଠି ତଳମୁହାଁ ପାରଦ ସକାଳ ପ୍ରାୟ ୧୧ ଟା ୩୦ … ଦୁଇ ଜଣ ମହିଳା ଭୁବନେଶ୍ବରରୁ ପୁରୀ ଅଭିମୁଖେ ଯାଉଥିଲେ । ହେଲେ ଦୁର୍ଭାଗ୍ୟବଶତଃ ପିପିଲି ମଙ୍ଗଳପୁର ଜମାଲପୁର ନିକଟରେ ରାସ୍ତା ଉପରେ ପଡ଼ିଥିବା ବାଲିରେ ତାଙ୍କ ସ୍କୁଟିଟି ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲା । ଆଉ କାଳ ଯେମିତି ଛକି ବସିଥିଲା ସେହି ବାଲି ଗଦାରେ । ପଛରୁ ଆସୁଥିବା ଦ୍ରୁତଗାମୀ ବସ୍ ତଳେ ପଡ଼ିଥିଲା ସ୍କୁଟି ସହ ୨ ମହିଳାଙ୍କୁ ୨୦ ରୁ ୪୦ ମିଟର ଘୋଷାଡ଼ି ନେଇଗଲା । ଆଉ ସବୁଦିନ ପାଇଁ ଆଖି ବୁଜିଦେଲେ ସାମ୍ବାଦିକା ଶିଲା ପଟ୍ଟନାୟକ । ଘଟଣାରେ ଶିଲାଙ୍କ ସହ ଥିବା ମହିଳା ଗୁରୁତର ହୋଇଥିଲେ କିନ୍ତୁ ମେଡିକାଲ୍ ନେବା ରାସ୍ତାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ସବୁବେଳେ ସମ୍ବାଦ ଦେଉଥିବା ମଣିଷଟି କେଇ ମିନିଟରେ ନିଜେ ସମ୍ବାଦ ପାଲଟିଗଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍କୁଟି ଜବତ କରି ଫେରାର ଥିବା ବସକୁ ଧରିବାକୁ ଉଦ୍ୟମ କରୁଛି । ମୃତ ସାମ୍ବାଦିକଙ୍କ ବ୍ୟକ୍ତିଗତ ଜୀବନକୁ ଯଦି ଦେଖିବା ତାହେଲେ ଘରେ ତାଙ୍କର ନାବାଳକ ପୁଅଟିଏ ରହିଛି । ଶିଲା ଜଣେ ସିଙ୍ଗିଲ୍ ମଦର୍ ଥିଲେ । ଯାହାଙ୍କ ଅକାଳ ବିୟୋଗରେ ତାଙ୍କ ପରିବାର ସହ ସମ୍ପୂର୍ଣ୍ଣ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ମା’କୁ ଝୁରି ଝୁରି କାନ୍ଦୁଛି ପୁଅ । ଆଉ ପଚାରୁଛି ମତେ ମୋ ମା’କୁ କିଏ ଫେରାଇବ ... ବର୍ତ୍ତମାନ ପ୍ରଶ୍ନ ଉଠୁଛି ରାସ୍ତା ଉପରେ ବାଲି କିଏ ପକାଇଥିଲା ? କାରଣ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଯଦି ବାଲି ପଡ଼ିନଥାନ୍ତା ତାହେଲେ ଦୁଇଟି ଅମୂଲ୍ୟ ଜୀବନ ବଞ୍ଚିଯାଇଥା’ନ୍ତା । ଏ ମୃତ୍ୟୁରେ କ’ଣ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦାୟୀ ନୁହେଁ କି ?
ବାରମ୍ବାର ଚୁଟିକୁ କରୁଛନ୍ତି କି କଲର? ସାବଧାନ,ହୋଇପାରେ କିଡନି ରୋଗ !
କନକ ବ୍ୟୁରୋ : ଫ୍ୟାସନ ସେତେବେଳେ ସୁନ୍ଦର ଲାଗେ ଯେତେବେଳେ ଏହାର ପାର୍ଶ୍ବ ପ୍ରତିକ୍ରିୟା ଶରୀର ଉପରେ ପଡ଼ିନଥାଏ । କିନ୍ତୁ ଥରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଗଲେ ସେହି ଫ୍ୟାସନ୍ ବେକର ଫାଶ ପରି ଲାଗେ । ଆଜିର ସମୟରେ ସମସ୍ତେ ନିଜ ପ୍ରିୟ ଅଭିନେତା ତଥା ଅଭିନେତ୍ରୀଙ୍କ ପରି ଦେଖାଯିବାକୁ ଚାହାନ୍ତି । ହିରୋଇନଙ୍କ ପରି ଦେଖାଯିବା ପାଇଁ ସେମାନଙ୍କର ଫ୍ୟାଶନ୍ ଏବଂ ସୌନ୍ଦର୍ଯ୍ୟ ଟିପ୍ସକୁ ଅନୁସରଣ କରନ୍ତି । ଏହି ବିୟୁଟି ଟିପ୍ସରେ ଚୁଟିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଥାଏ । ସେଲିବ୍ରେଟିଙ୍କ ପରି ଦେଖାଯିବାକୁ ଚୁଟିକୁ ରଙ୍ଗବେରଙ୍ଗ କରି କଲର୍ କରାନ୍ତି ଯୁବପିଢ଼ି । କିନ୍ତୁ ବାରମ୍ବାର ଚୁଟିରେ ରଙ୍ଗ କରିବା କେତେ କ୍ଷତିକାରକ ଆପଣ ଜାଣିଛନ୍ତି କି ? ୬ ମାସ ପୂର୍ବରୁ ଚୀନରେ ଏକ ଏମିତି ଘଟଣା ଘଟିଥିଲା ଯାହା ସେଠାକାର ଯୁବପିଢ଼ିଙ୍କୁ ଭୟଭୀତ କରିଥିଲା । ଜଣେ ୨୦ ବର୍ଷୀୟା ଝିଅ ନିଜ ପ୍ରିୟ ସେଲିବ୍ରିଟିଙ୍କ ପରି ଦେଖାଯିବା ପାଇଁ କେମିତି ଚୁଟି ରଙ୍ଗ କରି କିଡନି ରୋଗରେ ପୀଡ଼ିତ ହେଲେ ତାହା ସମସ୍ତଙ୍କୁ ଚକିତ କରିଥିଲା । hair Photograph: (Google) ୨ ସପ୍ତାହ ଖାଆନ୍ତୁ ମୂଳା ସାଗ : କମିବ ଓଜନ , ଚମକିବ ଚେହେରା ବାରମ୍ବାର ଚୁଟି କଲର୍ କରିବା ପରେ ଯେତେବେଳେ ଶରୀରରେ ସମସ୍ୟା ସୃଷ୍ଟି ହେଲା ଝିଅଟି ଡାକ୍ତରଖାନାକୁ ଯାଇଥିଲେ ସେଠାରେ ତାଙ୍କର କିଡନି ଖରାପ ଥିଲା ବୋଲି ଜଣାପଡ଼ିଥିଲା । ହୁଆ ନାମକ ୨୦ ବର୍ଷୀୟ ଯୁବତୀ ପ୍ରତି ମାସରେ ସାଲୁନକୁ ଯାଇ ନିଜ ପ୍ରିୟ ସେଲିବ୍ରିଟିଙ୍କ ପରି କେଶ ରଙ୍ଗ କରୁଥିଲେ। କିଛି ସମୟ ପରେ ସେ ପେଟ ଏବଂ ଗଣ୍ଠି ଯନ୍ତ୍ରଣାରେ ପୀଡ଼ିତ ହେଲେ । ତାଙ୍କ ଗୋଡ଼ରେ ଲାଲ ଦାଗ ହେବାକୁ ଲାଗିଲା । ଯେତେବେଳେ ସେ ଡାକ୍ତରଙ୍କ ପାଖକୁ ଗଲେ ତାଙ୍କୁ କିଡନି ରୋଗ ହୋଇଥିବା ଜଣାପଡ଼ିଲା । ଚୀନର ଝେଙ୍ଗଝୋ ପିପୁଲ୍ସ ହସ୍ପିଟାଲର ଡାକ୍ତର ତାଓ ଚେନୟାଙ୍ଗ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ ବାରମ୍ବାର କେଶ ରଙ୍ଗ କରିବା ଦ୍ୱାରା ଶରୀରରେ ମୁଣ୍ଡ ମାଧ୍ୟମରେ ବିଷାକ୍ତ ପଦାର୍ଥ ଜମା ହୋଇପାରେ ଯାହା ଫୁସଫୁସ୍ ଏବଂ କିଡନିକୁ କ୍ଷତି ପହଞ୍ଚାଇ କର୍କଟ ରୋଗର ଆଶଙ୍କା ବୃଦ୍ଧି କରିପାରେ। ବଜାରରେ ମିଳୁଥିବା ଅନେକ ରଙ୍ଗ ଏବଂ ରଙ୍ଗରେ ସୀସା ଓ ପାରଦ ଭଳି ବିପଦଜନକ ଉପାଦାନ ରହିଛି । କୋରିଆନ୍ ପପ୍ ଷ୍ଟାରଙ୍କୁ ଫଲୋ କରି ଝିଅଟି ନିଜ ଲୁକ୍ ଏବଂ ପ୍ରମୋସନ୍ ପାଇଁ କେଶର ରଙ୍ଗ ପରିବର୍ତ୍ତନ କରୁଥିଲେ । ଏହା ପୂର୍ବରୁ ଆମେରିକାରେ ପୂର୍ବତନ ହେୟାରଷ୍ଟାଇଲିଷ୍ଟ ହେକ୍ଟର କର୍ଭେରା ୨୦୨୫ ପ୍ରାରମ୍ଭରେ ଲସ୍ ଆଞ୍ଜେଲସରେ ୧୦ଟି କମ୍ପାନି ବିରୁଦ୍ଧରେ ଅଭିଯୋଗ ଆଣିଥିଲେ । ସେ ଦାବି କରିଥିଲେ ଯେ ଚୁଟି ରଙ୍ଗ କରିବା ପରେ ତାଙ୍କୁ କର୍କଟ ରୋଗ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥର ସଂସ୍ପର୍ଶରେ ଆସିବା ଯୋଗୁ ତାଙ୍କୁ ମୂତ୍ରାଶୟ କର୍କଟ ରୋଗ ହୋଇଥିଲା । ତେବେ ଆପଣ ବି ଯଦି ବାରମ୍ବାର କେଶକୁ ରଙ୍ଗ କରୁଛନ୍ତି ତେବେ ଏହି ଟିପ୍ସଗୁଡ଼ିକ ମନେ ରଖନ୍ତୁ ଭବିଷ୍ୟତରେ ହଇରାଣ ହେବାକୁ ପଡ଼ିବ ନାହିଁ । • ରଙ୍ଗ ଲଗାଇବା ପୂର୍ବରୁ ସବୁବେଳେ ଏକ ପ୍ୟାଚ୍ ପରୀକ୍ଷା କରନ୍ତୁ । ଏହି ପରୀକ୍ଷାରେ ଚୁଟିର ଏକ ଛୋଟ ସ୍ଥାନରେ ରଙ୍ଗ ଲଗାନ୍ତୁ ଏବଂ ଯାଞ୍ଚ କରନ୍ତୁ । • ଚୁଟି ରଙ୍ଗ କରିବା ପୂର୍ବରୁ ତୁରନ୍ତ ଧୋଇବା ଉଚିତ୍ ନୁହେଁ କାରଣ ଏହା କେଶରେ ଥିବା ପ୍ରାକୃତିକ ତେଲକୁ ରାସାୟନିକ ପଦାର୍ଥରୁ ରକ୍ଷା କରିଥାଏ। • ସବୁବେଳେ ଆମୋନିଆ-ମୁକ୍ତ ଏବଂ ପାରାବେନ୍-ମୁକ୍ତ କଲର୍ ବ୍ୟବହାର କରନ୍ତୁ । ଶସ୍ତା ବ୍ରାଣ୍ଡର କଲର କିଣି ଚୁଟି ସହିତ ସ୍ବାସ୍ଥ୍ୟକୁ ମଧ୍ୟ ଖରାପ କରନ୍ତୁ ନାହିଁ । • ଯଦି ଆପଣଙ୍କ କେଶ ପୂର୍ବରୁ ବହୁତ ଶୁଷ୍କ କିମ୍ବା ଡ୍ୟାମେଜ୍ ହୋଇଛି ତେବେ ପ୍ରଥମେ ଡିପ୍-କଣ୍ଡିସନିଂ କରନ୍ତୁ କିମ୍ବା ଚୁଟି ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ । ତା'ପରେ ହିଁ କେଶକୁ ରଙ୍ଗ କରିବା ବିଷୟରେ ଚିନ୍ତା କରନ୍ତୁ ।
କନକ ବ୍ୟୁରୋ; ପୁଣି କଂଗ୍ରେସ ନେତା ପୃଥ୍ବୀରାଜ ଚଭଣଙ୍କ ବିବାଦୀୟ ବୟାନ । ପୃଥ୍ୱୀରାଜଙ୍କ ବିବାଦୀୟ ବୟାନକୁ ନେଇ ଏବେ ଦେଶର ରାଜନୀତି ସରଗରମ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ ୫୦% ଶୁଳ୍କ ଲଗାଇବା ପ୍ରସଙ୍ଗରେ ଚଭାନ୍ ଚକିତ କଲା ଭଳି ପ୍ରଶ୍ନ କରିଛନ୍ତି । କୋର୍ଟରେ ହାଜର ହେଲେ ଭେନେଜୁଏଲା ରାଷ୍ଟ୍ରପତି: କଡ଼ା ସୁରକ୍ଷା ବଳୟରେ ନିକୋଲାସ୍ ମାଦୁରୋଙ୍କୁ କୋର୍ଟରେ ହାଜର କଲା ଆମେରିକା ସେ କହିଛନ୍ତି, ଭେନେଜୁଏଲାରେ ଯାହା ଘଟିଲା, ତାହା କ’ଣ ଭାରତରେ ହୋଇପାରେ? ଟ୍ରମ୍ପ କ’ଣ ଆମ ପ୍ରଧାନମନ୍ତ୍ରୀଙ୍କୁ ଅପହରଣ କରିବେ? ଚଭାନ୍ଙ୍କ ଏହି ମନ୍ତବ୍ୟ ପରେ ବିଜେପି କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ଏହାକୁ କଂଗ୍ରେସର 'ଭାରତ ବିରୋଧୀ ମାନସିକତା' ବୋଲି କହିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ପ୍ରତିଦିନ ନିମ୍ନ ସ୍ତରକୁ ଖସୁଛି । ବିଜେପି ଅଭିଯୋଗ କରିଛି, କଂଗ୍ରେସ ଦେଶର ସମ୍ମାନକୁ ବିଶ୍ୱ ଦରବାରରେ କ୍ଷୁଣ୍ଣ କରୁଛି ।
ସାଧାରଣତନ୍ତ୍ର ଦିବସ ପରେଡ୍ ଦେଖିବାକୁ ଦରକାର ଟିକେଟ୍; କେମିତି ପାଇବେ, ଜାଣନ୍ତୁ...
ନୂଆଦିଲ୍ଲୀ: ଜାନୁଆରୀ ୨୬ ପରେଡ୍ ପାଖେଇ ଆସୁଛି। ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଦେଶର ରାଜଧାନୀ ଦିଲ୍ଲୀରେ ପରେଡ୍ ଆୟୋଜନ କରାଯାଏ। ଏହା ପରେ ବିଟିଂ ରିଟ୍ରିଟ୍ ସମାରୋହ ଅନୁଷ୍ଠିତ ହୁଏ। ଯଦି ଆପଣ ଏହି କାର୍ଯ୍ୟକ୍ରମ ଦେଖିବାକୁ ଚାହାଁ...
ଡାକ୍ତର ଆନ୍ଦୋଳନ ରୋକିବାକୁ କଠୋର ହେଲେ ସରକାର, ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍ମା
କନକ ବ୍ୟୁରୋ: ଡାକ୍ତର ଆନ୍ଦୋଳନ ରୋକିବାକୁ ସରକାରଙ୍କ ବଡ଼ ନିଷ୍ପତ୍ତି । ଆଗାମୀ ୬ ମାସ ପାଇଁ ଏସ୍ମା ଲାଗୁ କଲେ ରାଜ୍ୟ ସରକାର । ଡାକ୍ତର ଓ ନର୍ସଙ୍କ ସମେତ ସ୍ୱାସ୍ଥ୍ୟସେବାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଛି ଓଡ଼ିଶା ଏମର୍ଜେନ୍ସି ସର୍ଭିସେସ୍ ମେଣ୍ଟେନାନ୍ସ ଆକ୍ଟ । ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଡାକ୍ତରଙ୍କ ୨ ଘଣ୍ଟା ଓପିଡି ବନ୍ଦ ଯୋଗୁ ହନ୍ତସନ୍ତ ଲୋକେ : ସକାଳ ୯ରୁ ୧୧ ପର୍ଯ୍ୟନ୍ତ ଓପିଡି ବନ୍ଦ ଏସ୍ମା ଲାଗୁ ପରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିୟୋଜିତ ବିଭିନ୍ନ କର୍ମଚାରୀଙ୍କ ଧର୍ମଘଟ ଉପରେ ଲାଗିଛି କଟକଣା। ୬ ମାସ ପାଇଁ ସେମାନେ ଆଉ ଧର୍ମଘଟ କି କାର୍ଯ୍ୟବନ୍ଦ କରିପାରିବେ ନାହିଁ। ସୂଚନା ଯୋଗ୍ୟ ଯେ, ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ରୋଗୀ ସେବା ପ୍ରଭାବିତ ହୋଇଛି । ଗତକାଲିଠୁ ଦୈନିକ ୨ ଘଣ୍ଟା ଓପିଡି ବନ୍ଦ ରହିଥିଲା । ତେବେ ରୋଗୀ ସେବା ସ୍ୱାଭାବିକ କରିବାକୁ ସରକାର ଏହି ନିଷ୍ପତ୍ତି ନେଇଥିବା ବେଳେ, ଏସ୍ମା ଲାଗୁ ପରେ ଡାକ୍ତର ସଂଘ ଓମ୍ସାର ପରବର୍ତ୍ତୀ ପଦକ୍ଷେପ କଣ ରହିବ ତା ଉପରେ ନଜର ରହିଛି ।
ଗିଲ୍ ଗୋଟିଏ ପାଦ ଆଗରେ, ଅଭିଷେକ କିନ୍ତୁ.. ଦୁଇ ଶିଷ୍ୟଙ୍କ ଗୁମର ଖୋଲିଲେ ଯୁବରାଜ
ନୂଆଦିଲ୍ଲୀ, ୦୬/୦୧ : ଭାରତୀୟ କ୍ରିକେଟର ଦଳର ଦୁଇ ଷ୍ଟାର୍ ପ୍ଲେୟାର ଶୁଭମନ ଗିଲ ଏବଂ ଅଭିଷେକ ଶର୍ମା । ଦିନିକିଆ ଏବଂ ଟେଷ୍ଟରେ ଶୁଭମନ ଦମଦାର ଖେଳାଳି । ଟି୨୦ ଫର୍ମାଟରେ ଅଭିଷେକ ବେଷ୍ଟ୍ । ସବୁଠାରୁ ବଡ କଥା ହେଉଛି ଯେ, ଉଭୟଙ୍କୁ କୋଚିଂ ଦେ...
କାହିଁକି ଗର୍ଭବତୀ ମହିଳାଙ୍କୁ କାମୁଡ଼େନି ସାପ? ଦେଖିଲା ମାତ୍ରେ ବଦଳାଇ ଦିଅନ୍ତି ରାସ୍ତା, ଜାଣନ୍ତୁ ଏହା ପଛର ରହସ୍ୟ
ନୂଆଦିଲ୍ଲୀ: ଭାରତୀୟ ଧାର୍ମିକ ବିଶ୍ୱାସ କରାଯାଏ ଯେ, ସାପ ଗର୍ଭବତୀ ମହିଳାଙ୍କୁ କାମୁଡ଼େ ନାହିଁ। ହିନ୍ଦୁ ପୌରାଣିକ କାହାଣୀରେ ଏକ ଲୋକପ୍ରିୟ ବିଶ୍ୱାସ ରହିଛି ଯେ, ସାପ କେବେ ଗର୍ଭବତୀ ମହିଳାଙ୍କୁ କାମୁଡ଼େ ନାହିଁ। ଏପରିକି ଦାବି କରାଯାଇଛି ଯେ ସାପ ଗର୍ଭବତୀ ମହିଳାଙ୍କୁ ଦେଖିବା ମାତ୍ରେ ଅନ୍ଧ ହୋଇଯାଆନ୍ତି। କୁହାଯାଏ ଯେ ଗର୍ଭବତୀ ହେବା ମାତ୍ରେ ମହିଳାଙ୍କ ପାଖ ମାଡ଼ନ୍ତିନି ସାପ। ଆପଣ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଥିବେ ଏବଂ ଭାବିଥିବେ ଯେ ଏହା କିପରି […]
News7 ସାମ୍ବାଦିକା ଶିଲାଙ୍କ ଅକାଳ ବିୟୋଗ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀଙ୍କଠୁ ନେଇ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ
ଭୁବନେଶ୍ଵର: ଜୀବନର ମୋଡ଼ କେତେ ବେଳେ ହଠାତ ବଦଳିଯାଏ, କେହି ବି କହିପାରିବନି। ଜୀବନର ସଂଘର୍ଷରେ ଲଢ଼େଇ କରୁ କରୁ ଆରପାରିକୁ ଚାଲିଗଲେ ସାମ୍ବିଦିକ ଶିଲା ପଟ୍ଟନାୟକ। ପିପିଲିର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ତାଙ୍କର ପରଲୋକ ହୋଇଛି। ତାଙ୍କୁ ୩୯ ବ...
ବାଂଲାଦେଶରେ ବଢ଼ିଚାଲିଛି ବର୍ବରତା, ଚୁପ୍ ବସିଛନ୍ତି ୟୁନୁସ୍ ସରକାର
କନକ ବ୍ୟୁରୋ; ବାଂଲାଦେଶ ପୋକମାଛି ପରି ହିନ୍ଦୁଙ୍କୁ ମରାଯାଉଛି । ୨୪ ଘଣ୍ଟାରେ ଦୁଇଜଣ ଓ ୧୮ଦିନ ମଧ୍ୟରେ ୬ଜଣ ଅଳ୍ପସଂଖ୍ୟକଙ୍କୁ ବିଭତ୍ସଭାବେ ହତ୍ୟା କରିଛନ୍ତି ବାଂଲା ଉପଦ୍ରବୀ । ଲଗାତାର ଏଭଳି ହତ୍ୟା ଘଟଣା ବାଂଲାଦେଶରେ ରହୁ୍ଥିବା ଅଳ୍ପସଂଖ୍ୟକଙ୍କ ସୁରକ୍ଷା ଉପରେ ବଡ ପ୍ରଶ୍ନ ସୃଷ୍ଟି କରିଛି । ସୂଚନା ଅନୁସାରେ ହିନ୍ଦୁଙ୍କୁ ମାରିବା ପାଇଁ ବିଭିନ୍ନ ପ୍ରକାର ମିଛ ଅଭିଯୋଗକୁ ଅସ୍ତ୍ର କରିଛନ୍ତି ବାଂଲା ଉପଦ୍ରବୀ । ଇସଲାମ ବିରୋଧୀ ବୟାନ ପାଇଁ ଦୀପଙ୍କୁ ହତ୍ୟା, ଚୋରି ଅଭିଯୋଗରେ ଅମୃତ ମଣ୍ଡଳଙ୍କୁ ମାରିଥିଲେ । ସେହିପରି ବିଜେନ୍ଦ୍ରଙ୍କ ଉପରେ ଭୁଲବଶତ ଗୁଳିମାଡ଼ ବାହାନା, ଖୋକନଙ୍କୁ ବୟାନବାଜି ପାଇଁ ପେଟ୍ରୋଲ ଢ଼ାଳି ହତ୍ୟା, ରାଣାପ୍ରତାପଙ୍କୁ ଗୁଳିମାଡ଼, ଫେସବୁକରେ ହିଂସାକୁ ଉସକୁଇବା ଅଭିଯୋଗରେ ଶରତଙ୍କୁ ହତ୍ୟା । ତେବେ ପ୍ରଶ୍ନ ଉଠୁଛି ଜଣଙ୍କ ପରେ ଜଣେ ମିଛ ହିନ୍ଦୁଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରାଯାଉଥିଲେ ବି କେମିତି ଚୁପ ବସିଛନ୍ତି ୟୁନୁସ ସରକାର । ଅଧିକ ପଢନ୍ତୁ: ବାଂଲାଦେଶରେ ଆଉଜଣେ ହିନ୍ଦୁଙ୍କୁ ହତ୍ୟା, ତୃତୀୟ ହିନ୍ଦୁ ଭାବେ ଗୁଳିରେ ଶିକାର ହେଲେ ବଜେନ୍ଦ୍ର ବିଶ୍ୱାସ ଗତବର୍ଷ ଡିସେମ୍ବର ମାସରୁ ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ବର୍ବରତା ଚରସବୁସୀମା ଟପିଲାଣି । କେବଳ ପୁରୁଷ ନୁହେଁ ମହିଳା ଓ ଶିଶୁଙ୍କ ମଧ୍ୟ ଟାର୍ଗେଟ କରାଯାଉଛି । ଜାନୁଆରି ୩ ଓ ୪ ତିଖରେ ଜଣେ ହିନ୍ଦୁ ବିଧବା ମହିଳାଙ୍କୁ ଦୁଷ୍କର୍ମ କରିବା ସହ ଗଛରେ ବାନ୍ଧି ମାଡ଼ମାରିଥିବା ଘଟଣା ସାମ୍ନାକୁ ଆସିଥିଲା ।ପଡୋଶୀ ଦେଶରେ ହିନ୍ଦୁଙ୍କୁ ଉପରେ ହେଉଥିବା ଏଭଳି ବର୍ବରତା, ଅତ୍ୟାଚାର ଓ ହିଂସା ଭାରତ କଡ଼ା ଜବାବ ଦେଉ ବୋଲି ସବୁଠୁ ଦାବି ଉଠିଲାଣି ।

24 C