ରୟାଲ ସଟଲର୍ସ ବ୍ୟାଡ୍ମିଣ୍ଟନ୍: ପ୍ରେମ୍-ସାଇ କନିଷ୍ଠ ବର୍ଗ ବିଜେତା
କନକ ବ୍ୟୁରୋ: ସ୍ଥାନୀୟ ନୀଳାଦ୍ରିବିହାରସ୍ଥିତ ଇନ୍ଡୋର ବ୍ୟାଡ୍ମିଣ୍ଟନ୍ ଷ୍ଟାଡିୟମ୍ରେ ଆୟୋଜିତ ରୟାଲ୍ ସଟଲର୍ସ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି । ୬୫,୦୦୦ ଟଙ୍କା ପୁରସ୍କାର ରାଶି ବିଶିଷ୍ଟ ଏହି ପ୍ରତିଯୋଗିତାର ଉପକନିଷ୍ଠ ବା ୧୩ ବର୍ଷରୁ କମ୍ ବର୍ଗରେ ଆର୍ଯ୍ୟନ ସାହୁ ଓ ଧାରିୟା ଗୁପ୍ତା ବିଜେତା ହୋଇଥିଲା ବେଳେ ମୟଙ୍କ ପରିଡ଼ା ଓ ଅଭିନବ ମହାପାତ୍ର ଉପବିଜେତା ହୋଇଛନ୍ତି । ସେହିଭଳି ୧୫ବର୍ଷରୁ କମ୍ ବା କନିଷ୍ଠ ବର୍ଗରେ ପ୍ରେମ ପ୍ଲାବନ ମହାନ୍ତି-ସାଇଦୀପ, ଆୟୁଷ ଓ ପ୍ରତ୍ୟୁଷ ଏବଂ ଜନ୍ମେଜୟ-ରାଣୀ, ତାରିଣୀ-ସାଇ ପ୍ରଭାତ ଯଥାକ୍ରମେ ୧୫ବର୍ଷରୁ କମ୍ ଓ ମିଶ୍ରିତ ଯୁଗଳରେ ବିଜେତା ଓ ଉପବିଜେତା ଟ୍ରଫି ଜିତିଛନ୍ତି । ଏହା ବି ପଢ଼ନ୍ତୁ: ଖେଲୋ ଇଣ୍ଡିଆ ଅସ୍ମିତା ମହିଳା ପେନ୍ଚାକ୍ ସିଲାଟ୍: ଓଡ଼ିଶା ଓଭରଅଲ୍ ବିଜେତା ଆଉଟ୍ଡୋର ଯୁଗଳରେ ଅଜିତ-ନିହାର, ଆକାଶ-କାହ୍ନା, ଇନ୍ଡୋର ଯୁଗଳରେ ଅଭିଜିତ-ତନ୍ମୟ, ରାନେଶ-ବିକାଶ ଏବଂ ମହିଳା ଯୁଗଳରେ ରାଣୀ-ରାଜେଶ୍ବରୀ ଓ ବିଶାଖା-ପ୍ରତୀକ୍ଷା ବିଜେତା ଓ ଉପବିଜେତା ହୋଇଥିଲେ । ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ଖେଳ ରତ୍ନ ପାରା ବ୍ୟାଡ୍ମିଣ୍ଟନ୍ ତାରକା ପ୍ରମୋଦ ଭଗତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । କ୍ଲବ୍ର ପ୍ରତିଷ୍ଠାତା ଭିକି ବିକ୍ରମାଦିତ୍ୟ, ସଭାପତି ମାଧବ ବେହେରା, ସଂପାଦକ ପ୍ରିୟାଂଶୁ ମହାନ୍ତି ଓ କୋଷାଧ୍ୟକ୍ଷ ପ୍ରଭାବ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।
“ପ୍ରେମିକା ନୁହେଁ ସ୍ତ୍ରୀ କୁହ”, ଖୋଲାଖୋଲି ନିଜ ମନ କଥା କହିଲେ ହାର୍ଦ୍ଦିକ ପାଣ୍ଡ୍ୟା, ପୁରା ଦୁନିଆ ଆଶ୍ଚର୍ଯ୍ୟ
ଓଡିଶାଭାସ୍କର:ରବିବାର, ୮ ମାର୍ଚ୍ଚ, ଭାରତୀୟ କ୍ରିକେଟ ଇତିହାସରେ ଏକ ଅମର ତାରିଖ। ଏହି ଦିନ ଭାରତ ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନରେ ପରାସ୍ତ କରି ୨୦୨୬ ଟି୨୦ ବିଶ୍ୱକପ୍ ଜିତିଥିଲା। ଏହି ବିଜୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ବହୁତ ସ୍ୱତନ୍ତ୍ର ଥିଲା, କାରଣ ସେ ଟିମ୍ ଇଣ୍ଡିଆର ଲଗାତାର ଦ୍ୱିତୀୟ ଟି୨୦ ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟ ଥିଲେ। ସେ ଏହି ବିଜୟକୁ ଏକ ସ୍ୱତନ୍ତ୍ର ଉପାୟରେ ପାଳନ କରିଥିଲେ। ଯେତେବେଳେ ଭାରତୀୟ ଦଳ ପଡ଼ିଆରେ ବିଜୟର […]
କଳାହାଣ୍ଡି କପ୍ ଫାଇନାଲ୍ରେ କଟକ ‘ଏ’-ସୁନ୍ଦରଗଡ଼
କନକ ବ୍ୟୁରୋ: ଚଳିତ କଳାହାଣ୍ଡି କପ୍ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ରେ କଟକ ‘ଏ’ ଓ ସୁନ୍ଦରଗଡ଼ ପ୍ରବେଶ କରିଛନ୍ତି । ଏହି ପ୍ରତୀକ୍ଷିତ ମୁକାବିଲା ସ୍ଥାନୀୟ ବାରବାଟୀ ଷ୍ଟାଡିୟମ୍ରେ ବୁଧବାର ସକାଳ ୯ଟାରୁ ଆରମ୍ଭ ହେବ । ରେଭେନ୍ସା ଗ୍ରାଉଣ୍ଡ୍-୧ରେ ସୋମବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍ରେ କଟକ ‘ଏ’ ୨୫୪ ରନ୍ରେ ଅନୁଗୁଳକୁ ପରାସ୍ତ କରିଥିଲା । ବିପ୍ଳବ ସାମନ୍ତରାୟ ଓ ରାମଚନ୍ଦ୍ର ବେହେରାଙ୍କ ଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା କଟକ ଦଳ ୮ ୱିକେଟ୍ ହରାଇ ୩୯୬ ରନ୍ କରିଥିଲା । ବିପ୍ଳବ ୧୦୫ ବଲ୍ରୁ ୧୭୩ ଓ ରାମଚନ୍ଦ୍ର ୯୮ ବଲ୍ରୁ ୧୩୦ ରନ୍ କରିଥିଲେ । ଅନୁଗୁଳ ପକ୍ଷରୁ ମିଲନ ସାମଲ ଓ ଆକାଶ ପ୍ରଧାନ ୩ ଲେଖାଏଁ ୱିକେଟ୍ ନେଇଥିଲେ । ଜବାବରେ ଅନୁଗୁଳ ୯ ୱିକେଟ୍ ହରାଇ ମାତ୍ର ୧୪୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ଆୟୁଷ ବାରିକ ୧୦୦ ବଲ୍ରୁ ୩୮* ରନ୍ କରିଥିଲା ବେଳେ କଟକ ପକ୍ଷରୁ ଶୁଭମ ନାୟକ ଓ ସୁମିତ ଶର୍ମା ୨ ଲେଖାଏଁ ୱିକେଟ୍ ନେଇଥିଲେ । ବିପ୍ଳବଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା । ଏହା ବି ପଢ଼ନ୍ତୁ: ବିଶ୍ୱବିଜୟର ୬ ପାହାଚ: ସଂଜୁ ସାମସନ୍ଙ୍କ ଚମତ୍କାର, ଈଶାନଙ୍କ ବିସ୍ଫୋରକ ବ୍ୟାଟିଂ ବାରବାଟୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ଦ୍ବିତୀୟ ସେମିଫାଇନାଲ୍ରେ ସୁନ୍ଦରଗଡ଼ ୧୧୮ ରନ୍ରେ ରାଉରକେଲାକୁ ହରାଇଛି । ସୁନ୍ଦରଗଡ଼ ନିର୍ଦ୍ଧାରିତ ୫୦ ଓଭରରେ ୩୫୩/୭ କରିଥିଲା । ଗୋବିନ୍ଦ ପୋଦ୍ଦାର (୭୨ ବଲ୍ରୁ ୧୧୧) ଶତକ ଏବଂ ୱାଲଟର ଟୋପ୍ପୋ (୫୫) ଓ ଉମେଶ ଗୌତମ (୫୧) ଅର୍ଦ୍ଧଶତକ ଅର୍ଜନ କରିଥିଲେ । ରାଉରକେଲାର ସ୍ବରୂପ ଏସ୍ ଭୂୟାଁ ୩ ଓ କୌସିକ ମାନିକପୁରି ୨ ୱିକେଟ୍ ନେଇଥିଲେ । ଜବାବରେ ରାଉରକେଲା ୪୦.୩ ଓଭରରେ ୨୩୫ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ସୁଜଳ କୁମାର ସିଂହ ୮୫ ରନ୍ କରିଥିଲା ବେଳେ ଗୋବିନ୍ଦ ଓ ଅଭିଷେକ ସିଂହ ୨ ଲେଖାଏଁ ୱିକେଟ୍ ନେଇଥିଲେ । ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ଗୋବିନ୍ଦ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।
ରାସ୍ତାରେ ଜଗିଛି ଯମ; ଆଖି ଆଗରେ ଚାଲିଯାଉଛି ଆତ୍ମୀୟଙ୍କ ଜୀବନ
କନକ ବ୍ୟୁରୋ : ଦୁର୍ଘଟଣା ନେଉଛି ଜୀବନ । ଘରୁ ବାହାରିବାକୁ ଲାଗୁଛି ଡ଼ର । ପ୍ରତ୍ୟେକ ଦିନ ସଡ଼କ ଦୁର୍ଘଟଣାରେ ଯାଉଛି ଜୀବନ । ଗୋଟିଏ ଦିନରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏକାଧିକ ଆହତ ହୋଇ ମେଡିକାଲରେ ଚକିତ୍ସିତ ହେଉଛନ୍ତି । ସ୍ତ୍ରୀ ଓ ପୁଅକୁ ବାଇକ୍ରେ ବସାଇ ଖୁସିରେ ଘରୁ ବାହାରିଥିଲେ କେନ୍ଦୁଝର ଏମ୍ଡି ନୁର । ହେଲେ ସେ କ’ଣ ଜାଣିଥିଲେ ରାସ୍ତାରେ ଛକିଥିଲା ଯମ । ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥ ତେନ୍ତୁଳିଆ ନିକଟରେ ଟ୍ରକ୍ ପଛରେ ପିଟି ହେଲା ବାଇକ୍ । ଘଟଣାସ୍ଥଳରେ ହିଁ ଚାଲିଗଲା ବାପ-ପୁଅଙ୍କ ଜୀବନ । ଆଉ ଗୁରୁତର ଅବସ୍ଥାରେ ମା’ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । କେନ୍ଦୁଝର ପାଟଣା ଖଜୁରିଡିହାରରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ ପରେ ତାତିଛନ୍ତି ଲୋକ । ଜଗନ୍ନାଥ ମହାନ୍ତ ନାମକ ଯୁବକ ରାସ୍ତାରେ ଛିଡ଼ା ହୋଇ ସାଙ୍ଗଙ୍କ ସହ କଥା ହେଉଥିବା ବେଳେ ଦ୍ରୁତ ବେଗରେ ଆସୁଥିବା ଏକ ବାଇକ୍ ତାଙ୍କୁ ଧକ୍କା ଦେବା ସହ କିଛି ବାଟ ଗୋଷାଡି ନେଇଥିଲା । ଅଧିକ ପଢ଼ନ୍ତୁ : ଟ୍ରକ୍ରେ ପିଟିହେଲା ବାଇକ୍; ଘଟଣାସ୍ଥଳରେ ବାପପୁଅ ମୃତ, ସ୍ତ୍ରୀ ଗୁରୁତର ସମ୍ବଲପୁର କୁଚିଣ୍ଡାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । କଣ୍ଟେନର-ବାଇକ ମୁହାଁମୁହିଁ ଧକ୍କା ହେବାରୁ ତିନି ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ନିଆଁ ଲାଗିଯାଇଛି କଣ୍ଟେନର । ବାଇକରେ ତିନିଜଣ ଯୁବକ ଜମନକିରାରୁ ସମ୍ବଲପୁର ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ କଣ୍ଟେନର ଧକ୍କା ହୋଇଥିଲା । ଏପଟେ ଖୋର୍ଦ୍ଧା- ଜଟଣୀ ରାସ୍ତାର ନାଇଜର ନିକଟକରେ ମଧ୍ୟ ଘଟିଛି ସଡ଼କ ଦୁର୍ଘଟଣା । ଅଟୋକୁ ଧକ୍କା ଦେଇଛି କାର। ଅଟୋ ଚାଳକ ସମେତ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୪ ଜଣ ଗୁରୁତରଙ୍କୁ ପ୍ରଥମେ ଖୋର୍ଦ୍ଧା ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । କେବଳ ଏତିକି ନୁହଁ, ଗତକାଲି ରାତିର ଦୁର୍ଘଟଣା ଉଜାଡ଼ି ଦେଇଛି ପୂରା ପରିବାର । ବାହାଗର ଭୋଜି ପାଇଁ ସୋନପୁର ଘାଟିଜାମପାଲିର ଗାଁର ୪ ଜଣ ଦୁଇଟି ସ୍କୁଟରରେ ଯାଉଥିବା ବେଳେ ଏକ ଗାଡ଼ି ଧକ୍କା ଦେଇଥିଲା । ଦୁର୍ଘଟଣାରେ ୧୦ ବର୍ଷର ଶିଶୁ ସମେତ ଜଣେ ମହିଳା ଓ ଦୁଇ ଜଣ ପୁରୁଷଙ୍କ ମୃତ୍ୟୁ ହୋଇଛି ।
ଖେଲୋ ଇଣ୍ଡିଆ ଅସ୍ମିତା ମହିଳା ପେନ୍ଚାକ୍ ସିଲାଟ୍: ଓଡ଼ିଶା ଓଭରଅଲ୍ ବିଜେତା
କନକ ବ୍ୟୁରୋ: ଝାରସୁଗୁଡ଼ାର ମଙ୍ଗଳାବଜାରସ୍ଥିତ ଅଡିଟୋରିୟମ୍ ସହ କ୍ରୀଡ଼ା ପ୍ରାଙ୍ଗଣରେ ଆୟୋଜିତ ଖେଲୋ ଇଣ୍ଡିଆ ଅସ୍ମିତା ପେନ୍ଚାକ୍ ସିଲାଟ୍ ଲିଗ୍ରେ ଓଡ଼ିଶା ମହିଳା ଦଳ ଉଲ୍ଲେଖନୀୟ ପ୍ରଦର୍ଶନ କରି ୨୩ ସ୍ବର୍ଣ୍ଣ, ୨୭ ରୌପ୍ୟ ଓ ୩୦ଟି କାଂସ୍ୟ ସହ ମୋଟ ୮୦ ପଦକ ଜିତିଛି । ତା’ ସହିତ ଓଭରଅଲ୍ ବିଜେତା ହେବାର ଗୌରବ ଅର୍ଜନ କରିଛି । ନାଗାଲାଣ୍ଡ ଉପବିଜେତା ହୋଇଥିଲା ବେଳେ ଆସାମ ତୃତୀୟ ସ୍ଥାନ ଅଧିକାର କରିଛି । ଭାରତୀୟ ପେନ୍ଚାକ୍ ସିଲାଟ୍ ମହାସଂଘ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଓ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଚଳିତ ମାର୍ଚ୍ଚ ୭ ଓ ୮ ଦୁଇ ଦିନ ଧରି ଆୟୋଜିତ ହୋଇଥିଲା । ଏଥିରେ ପୂର୍ବ ଭାରତର ୧୨ ରାଜ୍ୟରୁ ୬୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହା ବି ପଢ଼ନ୍ତୁ: ବିଶ୍ୱବିଜୟର ୬ ପାହାଚ: ସଂଜୁ ସାମସନ୍ଙ୍କ ଚମତ୍କାର, ଈଶାନଙ୍କ ବିସ୍ଫୋରକ ବ୍ୟାଟିଂ ଉଦ୍ଘାଟନୀ ଉତ୍ସବରେ ସୁନ୍ଦରଗଡ଼ ‘ସାଇ’ର ଭାରାପ୍ରାପ୍ତ ଅଧିକାରୀ ଅଭୟ ଦେବ ମୁଖ୍ୟ ଅତିଥି, ବରିଷ୍ଠ ଅଧିକାରୀ ସନ୍ତୋଷ କୁମାର ସାହୁ, ରାକେଶ କୁମାର ଶୁକଦେବ, କିରଣ କଶ୍ୟପ, ଭାରତୀୟ ପେନ୍ଚାକ୍ ସିଲାଟ ମହାସଂଘର ସଭାପତି ତାରିକ ଅହମଦ ଓ ପ୍ରତିଯୋଗିତା ନିର୍ଦ୍ଦେଶକ ଆଦିଲ ମଜଦୁର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଉଦ୍ଯାପନୀ ସମାରୋହରେ ଓଡ଼ିଶା ସଶସ୍ତ୍ର ପୁଲିସ ଦ୍ବିତୀୟ ବାଟାଲିୟନ, ଝାରସୁଗୁଡ଼ାର କମାଣ୍ଡାଣ୍ଟ ଶ୍ରୀପ୍ରସାଦ ତମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ଅନ୍ୟତମ ଅତିଥି ଥିଲେ ସମ୍ବଲପୁର ସ୍ଥିତ ଦିଲ୍ଲୀ ପବ୍ଲିକ୍ ସ୍କୁଲ୍ର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ଲେଙ୍କା । ଓଡ଼ିଶା ପେନ୍ଚାକ୍ ସିଲାଟ୍ ସଂଘର ସଭାପତି ତାପସ କୁମାର ରାୟ ଚୌଧୁରୀ, ସାଧାରଣ ସମ୍ପାଦକ ପ୍ରେମ ସିଂ ଥାପା , ଭବାନୀ କୁମାରୀ ସାହୁ ସହ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ପ୍ରତିଯୋଗିତାକୁ ସଫଳତାର ସହ ପରିଚାଳନା କରିଥିଲେ । ଓଡ଼ିଶା ଦଳର ଏହି ଉଲ୍ଲେଖନୀୟ ସଫଳତା ପାଇଁ ସମସ୍ତ ଖେଳାଳି, କୋଚ୍ ଓ ଦଳ ସଦସ୍ୟମାନଙ୍କୁ ବିଭିନ୍ନ ମହଳରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଯାଇଛି ।
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ (ଆଇବିସିଏସ), ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ ଏବଂ କନ୍ସୋରଟିୟମ୍...
ଉତ୍କଳ ଆଲୁମିନା ପକ୍ଷରୁ ଧୁମଧାମରେ ପାଳିତ ହେଲା ଅନ୍ତର୍ଜାତୀୟ ମହିଳା ଦିବସ
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ମହାଡମ୍ବରରେ ଅନ୍ତର୍ଜାତୟ ମହିଳା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ନୂଆପଡ଼ା ଟାଉନସିପ ସ୍ଥିତ କ୍ଳବ୍ ହାଉସ ଠାରେ ଆୟୋଜତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଅତିଥି ଭାବେ ସହକାରୀ ଜିଲ୍ଲାପାଳ ରୂପାଲି ପାତ୍ର (ଓପ୍ରସେ) ଓ ସହକାରୀ ଜିଲ୍ଲାପାଳ ଲିପ୍ସା ପଟେଲ୍ (ଓଆରଏସ୍) ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସୁଶ୍ରୀ ପାତ୍ର କହିଛନ୍ତି ଯେ, […]
ରାଜ୍ୟରେ ଉପରମୁହାଁ ଅପରାଧ; କଥା କଥାରେ ବୁଲୁଛି ଖଣ୍ଡା ଭୁଜାଲି, ଫୁଟୁଛି ବୋମା
କନକ ବ୍ୟୁରୋ : ରାଜ୍ୟରେ ବିଗିଡିଗଲାଣି ଆଇନଶୃଙ୍ଖଳା । ରାତି ପାହିଲେ, ଆସୁଛି ହତ୍ୟାକାଣ୍ଡର ଖବର। ସାମାନ୍ୟ କଥାରେ ଜୀବନ ନେବାକୁ ପଛାଉନାହାନ୍ତି ଲୋକେ । ଲାଗୁଛି ଯେମିତି ଆଉ କେହି ପୁଲିସକୁ ଡରୁ ନାହାନ୍ତି । ସାରାରାଜ୍ୟରେ ସୃଷ୍ଟି ହୋଇଛି ଏମିତି ସ୍ଥିତି । ଭଦ୍ରକ ଜିଲ୍ଲା ଚରମ୍ପା ଗୁଣ୍ଠୁନିଆରେ କ୍ରିକେଟ ଖେଳାଳିଙ୍କୁ ବିଚ୍ ରାସ୍ତାରେ ବିଭତ୍ସ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ୧୫ ବର୍ଷ ବୟସ୍କ ସି.କୁମାର ସ୍ୱାମୀ ନିଜ ଘରେ କ୍ରିକେଟ ମ୍ୟାଚ୍ ଦେଖୁଥିଲେ । ରାତି ୧୧ଟା ବେଳେ, ତାଙ୍କ ସାଙ୍ଗ ତାଙ୍କୁ ବାହାରକୁ ଡାକିଥିଲେ । ଘର ପାଖ ମନ୍ଦିର ପାଖରେ ୪ଦୁର୍ବୃତ୍ତ ଖଣ୍ଡା, ଭୁଜାଲିରେ ହାଣି ହାଣି ହତ୍ୟା କରିଛନ୍ତି ।ବୌଦ୍ଧରେ ବିଳମ୍ବିତ ରାତିରେ ଦୁଇ ଭାଇଙ୍କୁ ମାରଣାସ୍ତ୍ରରେ ଗୋଡାଇ ଗୋଇ ହାଣିଛନ୍ତି ଦୁର୍ବୃତ୍ତ । ମୁଣ୍ଡାପଡ଼ା ଗ୍ରାମର ବାସୁଦେବ ଝାଙ୍କରଙ୍କ ମୃତ୍ୟୁ ହୋଇଥିବା ବେଳେ, ସନ୍ତୁନୁ ଝାଙ୍କର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଅଧିକ ପଢ଼ନ୍ତୁ : ବଳଙ୍ଗା ମେଲଣ ସମୟରେ ହତ୍ୟା ଉଦ୍ୟମ: ବ୍ଲେଡ୍ ଆକ୍ରମଣରେ ଯୁବକ ଆହତ, ଅଭିଯୁକ୍ତ ଫେରାର ସେପଟେ ବ୍ରହ୍ମପୁରରେ ପୁଣି ଜଣେ ଆଇନଜୀବୀଙ୍କ ଉପରକୁ ବୋମାମାଡ଼ କରି ହତ୍ୟା ଉଦ୍ୟମ ହୋଇଛି । ପୁର୍ବ ଶତ୍ରୃତାକୁ କେନ୍ଦ୍ର କରି ମହେଶ ତ୍ରିପାଠୀ ଓ ତାଙ୍କ ପରିବାର ଉପରକୁ ହୋଇଛି ବୋମାମାଡ଼ । ଏପରିକି ଘର ସାମ୍ନାରେ ଦୁର୍ବୃତ୍ତମାନେ ହାତରେ ଖଣ୍ଡା ଧରି ବାଇକକୁ ହାଣି ଆତଙ୍କ ଖେଳାଇଛନ୍ତି ।ସେପଟେ ପୁରୀ ଜିଲ୍ଲା ବଳଙ୍ଗାରେ ମେଲଣ ବେଳେ, ରେଶିଙ୍ଗା ଗ୍ରାମର କାହ୍ନା ଖୁଣ୍ଟିଆଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଯାହାକି ଲୋକଙ୍କ ଭିତରେ ଭୟ ସୃଷ୍ଟି କରୁଛି । ଏପଟେ କଟକ ଭୁବନେଶ୍ୱର ଟ୍ୱିନସିଟିର ଅବସ୍ଥା ନକହିବା ଭଲ । କେଉଁଠି ରାଜରାସ୍ତାରେ ଆତଙ୍କ ଖେଳାଇ ଲେଣି ତ ପୁଣି କେଉଁଠି ଛୁରୀ ଭୁଷି ଭୁଷି ହତ୍ୟା । କାର୍ଯ୍ୟାନୁଷ୍ଠାନ କମୁ ଥିବାରୁ ଅପରାଧୀମାନେ ଉପରମୁହାଁ ହେଉଥିବା କହିଛନ୍ତି ପୁର୍ବତନ ପୁଲିସ ଡିଜି ।ଏବେ ପ୍ରଶ୍ନ ଉଠୁଛି, କେବେ ଆକ୍ସନ ମୋଡ୍କୁ ଆସବ ଓଡ଼ିଶା ପୁଲିସ ? କେବେ ବିନା ଭୟରେ ନିଶ୍ୱାସ ମାରିବେ ରାଜ୍ୟବାସୀ ?
ବିଶ୍ବ ବକ୍ସିଂ ଫ୍ୟୁଚର୍ସ କପ୍: ରାଧାମଣି, ସାହିଲ ବିଜୟୀ
କନକ ବ୍ୟୁରୋ: ଭାରତୀୟ ଯୁବ ବକ୍ସିଂ ଦଳ ଏଠାରେ ଚାଲିଥିବା ବିଶ୍ବ ବକ୍ସିଂ ଫ୍ୟୁଚର୍ସ କପ୍ରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ସୋମବାର ଦ୍ବିତୀୟ ଦିନରେ ଭାରତର ରାଧାମଣି ଲଙ୍ଗଜାମ ଓ ସାହିଲ ଦୁହାନ ନିଜ ନିଜ ବାଉଟ୍ ଜିତି ଆଗକୁ ବଢ଼ିଛନ୍ତି । ମହିଳା ୫୭ କିଲୋଗ୍ରାମ ବର୍ଗରେ ରାଧାମଣି ଆର୍ଏସ୍ସିରେ ଉଜବେକିସ୍ତାନ ଖେଳାଳିଙ୍କୁ ହରାଇଥିଲେ । ସେହିପରି ପୁରୁଷ ୬୦ କିଲୋଗ୍ରାମରେ ସାହିଲ ୫-୦ରେ ତୁର୍କିମେନିସ୍ତାନ ଖେଳାଳିଙ୍କୁ ମାତ୍ ଦେଇଥିଲେ । ତେବେ ୫୫ କିଲୋଗ୍ରମାରେ ଉଧମ ସିଂହ କଡ଼ା ସଂଘର୍ଷ କରିବା ସତ୍ତ୍ବେ ଜାପାନ ପ୍ରତିପକ୍ଷଙ୍କଠୁ ୨-୩ରେ ହାରି ଯାଇଛନ୍ତି । ଏହା ବି ପଢ଼ନ୍ତୁ: ଇଣ୍ଡିଆ ଇନ୍ସ୍ୟୁର୍-ସାଫେରିସ୍କ ଗଲ୍ଫ: ସୂର୍ଯ୍ୟକାନ୍ତ, ଉପାସନା ବିଜେତା
ଇଣ୍ଡିଆ ଇନ୍ସ୍ୟୁର୍-ସାଫେରିସ୍କ ଗଲ୍ଫ: ସୂର୍ଯ୍ୟକାନ୍ତ, ଉପାସନା ବିଜେତା
କନକ ବ୍ୟୁରୋ: ବୀମା ବ୍ରୋକିଂ ଫାର୍ମ ଇଣ୍ଡିଆ ଇନ୍ସ୍ୟୁର୍ ଓ ସାଫେରିସ୍କ ସହଯୋଗରେ ଭୁବନେଶ୍ବର ଗଲ୍ଫ କ୍ଲବ୍ (ବିଜିସି) ଆନୁକୁଲ୍ୟରେ ଇଣ୍ଡିଆ ଇନ୍ସ୍ୟୁର୍-ସାଫେରିସ୍କ ଗଲ୍ଫ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି । ବରିଷ୍ଠ ବର୍ଗରେ ସୂର୍ଯ୍ୟକାନ୍ତ ମିଶ୍ର ବିଜେତା ଏବଂ ରାଜୁ ମିଶ୍ର ଉପବିଜେତା ହୋଇଛନ୍ତି । ସେହିଭଳି ମହିଳା ବର୍ଗରେ ଉପାସନା ପ୍ରଧାନୀ ବିଜେତା ଓ ରୌନସ୍କା ଜେନା ଉପବିଜେତା ହୋଇଥିଲେ । କାଟାଗୋରୀ ୦-୧୬ରେ ସତ୍ୟଜ୍ୟୋତି ମହାନ୍ତି ଓ ଦଲବୀର ସିଂହ ଯଥାକ୍ରମେ ବିଜେତା ଓ ଉପବିଜେତା ଟ୍ରଫି ହାତେଇଥିଲେ । ଏହି ବର୍ଗରେ ବେଷ୍ଟ୍ ଗ୍ରସ୍ ହୋଇଥିଲେ ବରୁଣ ପରମାର । ଏହା ବି ପଢ଼ନ୍ତୁ: ମହିଳା ଦୃଷ୍ଟିବାଧିତ ତୀରନ୍ଦାଜି: ମାମୁଲି ପ୍ରଥମ ୭ରୁ ୨୪ରେ ଭିଏସ୍ଏସ୍ ମଦନ ବିଜେତା ଓ ପିଜିସିର ଦିଲୀପ କୁମାର ବେହେରା ଉପବିଜେତା ହୋଇଥିଲେ । ଦେବଦର୍ଶୀ ରଥଙ୍କୁ ଲଙ୍ଗେଷ୍ଟ ଡ୍ରାଇଭ୍, ଜେକେ ମହାନ୍ତିଙ୍କୁ ଷ୍ଟ୍ରେଟେଷ୍ଟ୍ ଡ୍ରାଇଭ୍, କଳିଙ୍ଗ କେଶରୀ ସାହୁଙ୍କୁ କ୍ଲୋଜେଷ୍ଟ ଟୁ ଦ ପିନ୍, ହରିହର ଦାଶଙ୍କୁ ବେଷ୍ଟ ଆଉଟ୍ଷ୍ଟେସନ୍ ପ୍ଲେୟର ଏବଂ ଅସିତ କୁମାର ପାଲିତଙ୍କୁ ସିନିୟର ମୋଷ୍ଟ୍ ଗଲ୍ଫର ପୁରସ୍କାର ମିଳିଥିଲା । ବିଜିସି ସଭାପତି ଅସିତ ତ୍ରିପାଠୀ, ସମ୍ପାଦକ ତପନ କୁମାର ମହାନ୍ତିଙ୍କ ସହଯୋଗରେ ପ୍ରତିଯୋଗିତା ସଫଳତା ସହ ଶେଷ ହୋଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ପ୍ରିୟଦର୍ଶୀ ମହାପାତ୍ର, ସାଫେରିସ୍କ ଏମ୍ଡି ସନ୍ଦୀପ ଘଟକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତିଯୋଗିତା ଆୟୋଜନରେ ଇଣ୍ଡିଆ ଇନ୍ସ୍ୟୁର୍ ଅଧ୍ୟକ୍ଷ ଭି ରାମକ୍ରିଷ୍ଣା ଓ ସାଫେରିସ୍କ ଅଧ୍ୟକ୍ଷ ଅଶୋକ ମିଶ୍ରଙ୍କ ପୂର୍ଣ୍ଣ ସହାୟତା ରହିଥିଲା ।
ନୂଆଦିଲ୍ଲୀ:ଆମେରିକା ଏବଂ ଇସ୍ରାଏଲ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଇରାନୀ ପଡ଼ୋଶୀ ଗଲ୍ଫ ଦେଶଗୁଡ଼ିକ ଉପରେ ଆକ୍ରମଣ କରିବା ପରେ, ଉକ୍ତ ଅଞ୍ଚଳଗୁଡ଼ିକରେ ବିମାନ ସେବା ପ୍ରଭାବିତ ହୋଇଛି। ଗୁରୁତର ଭାବରେ ପ୍ରଭାବିତ ବିମାନବନ୍ଦରଗୁଡ଼ିକ ମଧ୍ୟ...
ମହିଳା ଦୃଷ୍ଟିବାଧିତ ତୀରନ୍ଦାଜି: ମାମୁଲି ପ୍ରଥମ
କନକ ବ୍ୟୁରୋ: ବିଶ୍ବ ମହିଳା ଦିବସ ଅବସରରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏବଂ ଏନ୍ସିଏସ୍ସିଡିଏର ସହଯୋଗରେ ସାମିଜିକ ଅନୁଷ୍ଠାନ ‘ବୁଲ୍ସ ଆଇ’ ଆନୁକୁଲ୍ୟରେ ମହିଳା ଦୃଷ୍ଟିବାଧିତ ତୀରନ୍ଦାଜି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାମୁଲି ସୁବୁଦ୍ଧି ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ସ୍ମୃତିବାଳା ମଲ୍ଲିକ ଓ ବିୟୁଟି ଜାଲ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥଲେ । ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩୦ ଜଣ ମହିଳା ଭାଗ ନେଇଥିଲେ । ଏହା ବି ପଢ଼ନ୍ତୁ: ଇଣ୍ଡିଆନ୍ ୱେଲ୍ସ ଓପନ୍: ପ୍ରିକ୍ବାର୍ଟରରେ ଭାମ୍ବ୍ରି ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ବ୍ରତତି ହରିଚନ୍ଦନ, ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଅବସରପ୍ରାପ୍ତ ପ୍ରବନ୍ଧକ ସସ୍ମିତା ମିଶ୍ର, ନିରୋଜ ଲକ୍ଷ୍ମୀ ମହାପାତ୍ର, ବି କେ ଗାୟତ୍ରୀ, ସନ୍ତୋଷୀ ଜୈନ ଯୋଗଦେଇଥିଲେ । ପୂର୍ବରୁ ପୋଖରୀପୁଟସ୍ଥିତ ଏନ୍ସିଏସ୍ସିଡିଏ କ୍ୟାମ୍ପସ୍ ମୁଖ୍ୟ ସୋନାଲିକା ସୁମନ, ଖୋର୍ଦ୍ଧା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲୀପ କୁମାର ହିଆଲ, ବିକେ ଶୁଭଲକ୍ଷ୍ମୀ, କ୍ଷୀରୋଧ କୁମାର ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ । ପ୍ରତିଯୋଗିତା ପରିଚାଳନାରେ ‘ବୁଲସ ଆଇ’ ଅଧ୍ୟକ୍ଷ ତ୍ରିଲୋଚନା ବେହେରା, ସମ୍ପାଦକ ବାପିନା ନାୟକ, କୋଷାଧକ୍ଷ ପ୍ରିୟବ୍ରତ ପଣ୍ଡା, ଆଲୋକ ଦୀପ, ଶିଳ୍ପା ଷଡ଼ଙ୍ଗୀ ପରିଚାଳନାରେ ସହଯୋଗର କରିଥିଲେ ।
T20 World Cup ସରୁ ସରୁ ନୂଆ ହେଡ୍ କୋଚଙ୍କ ଘୋଷଣା, 64 ସେଞ୍ଚୁରୀ ମାରିଥିବା ଦିଗ୍ଗଜଙ୍କୁ ମିଳିଲା ଦାୟିତ୍ବ
ନୂଆଦିଲ୍ଲୀ: ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର ଗ୍ୟାରି କିର୍ଷ୍ଟେନ ଏବେ ଶ୍ରୀଲଙ୍କାର ହେଡ୍ କୋଚ୍ ହେବେ। କିର୍ଷ୍ଟେନ ଟିମ୍ ଇଣ୍ଡିଆର ମଧ୍ୟ କୋଚ୍ ଦାୟିତ୍ୱ ନେଇଛନ୍ତି। ତାଙ୍କ ପ୍ରଶିକ୍ଷଣରେ ଭାରତୀୟ କ୍ରିକେଟ୍ ଦଳ ୨୦୧୧ ଦିନିକିଆ ବିଶ୍ୱକପ୍ ଜିତିଥିଲା। ଗ୍ୟାରି କିର୍ଷ୍ଟେନ ଶ୍ରୀଲଙ୍କାର ହେଡ କୋଚ ଭାବରେ ସନଥ ଜୟସୂର୍ଯ୍ୟାଙ୍କ ସ୍ଥାନ ନେବେ, ଯିଏ ୨୦୨୬ ଟି-୨୦ ବିଶ୍ୱକପ୍ ପରେ ଶ୍ରୀଲଙ୍କା ଛାଡିଥିଲେ। ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଘୋଷଣା କରିଛି ଯେ ଗ୍ୟାରି କିର୍ଷ୍ଟନ ୧୫ ଏପ୍ରିଲ୍ […]
ବିଜେଡି ସୁପ୍ରିମୋଙ୍କ ଚିନ୍ତା ବଢ଼ାଇଲେଣି ବିଧାୟକ; ସସ୍ପେନ୍ସ ବଢ଼ାଇଲେ ସୁବାସିନୀ
କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନ ତାରିଖ ଯେତିକି ପାଖଉଛି, ବିରୋଧୀ କ୍ୟାମ୍ପର ଚିନ୍ତା ସେତେ ଅଧିକ ବଢୁଛି । ବିଜେଡିର କିଛି ବିଧାୟକ, ଏଯାଏଁ ନବୀନଙ୍କ ନିଷ୍ପତ୍ତିରେ ସହମତ ହେଉନଥିବା ନେଇ ସଂକେତ ଦେଲେଣି । ସେପଟେ ମୋକିମ ବିଜେଡ଼ି ଓ କଂଗ୍ରେସ ମେଣ୍ଟକୁ ସମାଲୋଚନା କରିବା ପରେ ସୋଫିଆଙ୍କ ପରବର୍ତ୍ତୀ ପଦକ୍ଷେପକୁ ନେଇ ବଢ଼ିଛି ଚର୍ଚ୍ଚା । ସରିଲା ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ । ଏହାସହ ଚତୁର୍ଥ ଆସନ ପାଇଁ ଲଢେଇ ନିଶ୍ଚିନ୍ତ ହୋଇଛି । ଦତ୍ତେଶ୍ୱର ବନାମ ଦିଲ୍ଲୀପ । ସଂଖ୍ୟା ଗଣିତରେ ବିରୋଧୀ କ୍ୟାମ୍ପର ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ଆଗରେ ଥିବା ବେଳେ ବିଜୟ ନେଇ ଦମ୍ଭ ବାଢୁଛନ୍ତି ଶାସକ ଦଳ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଓ ବିଜେପି ନେତା । ଏସବୁ ଭିତରେ ବିରୋଧୀ ବିଜେଡି କ୍ୟାମ୍ପର ଜଣେ ପରେ ଜଣେ ବିଧାୟକ ସସପେନ୍ସ କାର୍ଡ ଖେଳିବା ବିଜେଡି ସୁପ୍ରିମୋଙ୍କ ଗଣିତକୁ ଓଲଟପାଲଟ କରିବା ନେଇ ଚର୍ଚ୍ଚା ବଢିଛି । ଅଧିକ ପଢ଼ନ୍ତୁ : ସସ୍ପେନ୍ସ ବଢ଼ାଇଲେ ସୁଭାଷିନୀ; କାହାକୁ ଦେବେ ଭୋଟ କଲେନି ସ୍ପଷ୍ଟ ସୌଭିକଙ୍କ ପରେ ସୁବାସିନୀ । ସମୟ କହିବ କାହାକୁ ଦିଆଯିବ ଭୋଟ, କିଛି ଏଭଳି କହି ଚର୍ଚ୍ଚାକୁ ଖୋରାକ ଯୋଗାଇଛନ୍ତି ବସ୍ତା ବିଧାୟକ । ହେଲେ ପ୍ରଶ୍ନ ଉଠୁଛି, ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ କହିବାକୁ କାହିଁକି କୁଣ୍ଠାବୋଧ କରୁଛନ୍ତି ଦଳୀୟ ବିଧାୟକ ? ନବୀନଙ୍କ ନିଷ୍ପତ୍ତିକୁ ନେଇ ବିଜେଡି ବିଧାୟକଙ୍କ ମଧ୍ୟରେ ଅଛି କି ଅସନ୍ତୋଷ ? ଏଭଳି ସ୍ଥିତିରେ ପାଳିପାଳି କରି ବିଧାୟକଙ୍କୁ ଡାକି ଆଲୋଚନା କଲେଣି ବିଜେଡି ମୁଖିଆ । ଦିଲ୍ଲୀପଙ୍କ ନଜର ବିରୋଧୀ କ୍ୟାମ୍ପର ବିଧାୟକଙ୍କ ଉପରେ ରହିଛି । ସମ୍ପର୍କ, ସାହାଯ୍ୟ ଓ ବିଜୁ ଲିଗାସୀର କାର୍ଡ ଖେଳି ଦିଲ୍ଲୀ ଯିବାକୁ ଅଣ୍ଟା ଭିଡ଼ିଛନ୍ତି ଦିଲ୍ଲୀପ । ହେଲେ କଂଗ୍ରେସର ତୁଙ୍ଗ ନେତା ତାରା ବାହିନୀପତି କହିଛନ୍ତି, ଦିଲ୍ଲୀପ ରାୟଙ୍କ ସହ ମୋର ଭଲ ସମ୍ପର୍କ । ହେଲେ କଂଗ୍ରେସରୁ ଖଣ୍ଡିଏ ଭୋଟ୍ ଦିଲ୍ଲୀପଙ୍କ ଖାତାକୁ ଯିବନି । ଏହାଭିତରେ ଝିଅ ସୋଫିଆଙ୍କ ହାତରେ ବିଧାୟକ ଭୋଟ ରହିଥିବା ବେଳେ କଂଗ୍ରେସ ଓ ବିଜେଡିର ସମ୍ପର୍କକୁ ନେଇ କଟାକ୍ଷ କରିଛନ୍ତି ବାପା ମହମ୍ମଦ ମୋକିମ । ଯାହା ଦିଲ୍ଲୀପଙ୍କ ଦିଲ୍ଲୀ ଗଣିତକୁ ବଳ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ଶାସକ-ବିରୋଧୀଙ୍କ ଛକାପଞ୍ଝା ଭିତରେ ବିଧାୟକଙ୍କ ଭୋଟକୁ ସଙ୍ଗଠିତ ରଖିବା ମୁଖିଆଙ୍କ ପାଇଁ ବଡ ଚ୍ୟାଲେଞ୍ଜ ।
ଇରାନକୁ ଖୋଲା ସମର୍ଥନ କଲା ଋଷ: ପୁଟିନ କହିଲେ ଅତୁଟ ରହିବ ସହଯୋଗ, ମୋଜତବାଙ୍କୁ ଦେଲେ ବଧେଇ
ମସ୍କୋ:ଆମେରିକା ଇସ୍ରାଏଲ୍ ଓ ଇରାନ ଯୁଦ୍ଧରେ ସୋମବାର ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବଡ଼ ବୟାନ ଦେଇଛନ୍ତି। ବର୍ତ୍ତମାନର ସଂଘର୍ଷ ସମୟରେ ଋଷ ଇରାନ ସହ ଦୃଢ଼ ଭାବେ ଛିଡ଼ା ହୋଇଛି ବୋଲି କହିଛନ୍ତି ଋଷ ରାଷ୍ଟ୍ରପିତ ଭ୍ଲାଦିମୀର ପୁଟିନ। କ...
ଟି-୨୦ ବିଶ୍ଵକପ୍ ଜିତିବା ପରେ ବି ଭରିଲାନି ସୂର୍ଯ୍ୟଙ୍କ ମନ, କଲେ ବହୁତ ବଡ଼ ଘୋଷଣା
ନୂଆଦିଲ୍ଲୀ: ରବିବାର ମାର୍ଚ୍ଚ ୮ ତାରିଖ ଇତିହାସ ରଚିଛି ଭାରତୀୟ କ୍ରିକେଟ୍ ଟିମ୍। ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନରେ ହରାଇ ଭାରତ ତୃତୀୟ ଥର ଟି-୨୦ ବିଶ୍ଵକପ୍ ଟାଇଟଲ୍ ଜିତି ପାରିଛି। ଏମଏସ ଧୋନୀ ଓ ରୋହିତ ଶର୍ମାଙ୍କ ପରେ ସୂର୍ଯ୍ୟକୁମାର...
ଇଣ୍ଡିଆନ୍ ଓପନ୍ ଥ୍ରୋ: ଓମ୍କାରଙ୍କ ସ୍ବର୍ଣ୍ଣ ସହ ଓଡ଼ିଶାକୁ ୪ ପଦକ
କନକ ବ୍ୟୁରୋ: ପଟିଆଲାରେ ଆୟୋଜିତ ପଞ୍ଚମ ଇଣ୍ଡିଆନ୍ ଓପନ୍ ଥ୍ରୋ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳି ଗୋଟିଏ ସ୍ବର୍ଣ୍ଣ, ୨ ରୌପ୍ୟ ଓ ଗୋଟିଏ କାଂସ୍ୟ ସହ ମୋଟ ୪ ପଦକ ଜିତିଛନ୍ତି । ୨୦ ବର୍ଷରୁ କମ୍ ପୁରୁଷ ସଟ୍ପୁଟ୍ରେ ଓଡ଼ିଶାର ଓମ୍କାର ପ୍ରସାଦ ନନ୍ଦ ସ୍ବର୍ଣ୍ଣ ପଦକ ଜିତିଥିଲେ । ସେ ୧୭.୮୫ ମିଟର ସଟ୍ପୁଟ୍ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ହରିୟାଣାର ହର୍ଷିତ ଗେହଲଟ (୧୭.୦୨) ଓ ୟଶ୍ ଚିକାରା (୧୭.୦୧) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପାଇଥିଲେ । ଏହା ବି ପଢ଼ନ୍ତୁ: ସଞ୍ଜୁ ହେଉଛନ୍ତି ବିରାଟ-ରୋହିତଙ୍କ ମିଶ୍ରଣ : କୁମ୍ବଲେ ମହିଳା ହାମର ଥ୍ରୋ’ରେ ଦିବ୍ୟା ସାଣ୍ଡିଲ୍ୟା ଓ ୨୦ ବର୍ଷରୁ କମ୍ରେ ଅଙ୍କିତା ମହାପାତ୍ର ରୌପ୍ୟ ଦୁଇଟି ଜିତିଥିଲେ । ମହିଳାରେ ଦିବ୍ୟା ୫୩.୩୧ ମିଟର ଥ୍ରୋ କରି ଦ୍ବିତୀୟ ସ୍ଥାନରେ ରହିଥିଲା ବେଳେ ଉତ୍ତରପ୍ରଦେଶର ତନ୍ୟା ଚୌଧୁରୀ (୬୧.୦୯) ଓ ରାଜସ୍ଥାନର ସୋନିୟା (୫୨.୨୯) ଯଥାକ୍ରମେ ସ୍ବର୍ଣ୍ଣ ଓ କାଂସ୍ୟ ପାଇଥିଲେ । ୨୦ ବର୍ଷରୁ କମ୍ ମହିଳାରେ ଅଙ୍କିତା ୪୫.୪୯ ମିଟର ହାମର ଥ୍ରୋ କରି ଦ୍ବିତୀୟରେ ରହିଥିଲା ବେଳେ ତାଙ୍କ ଆଗରେ ହରିୟାଣାର ଖୁସି (୪୯.୪୫) ରହି ସ୍ବର୍ଣ୍ଣ ଜିତିଥିଲେ । ଆନ୍ଧ୍ରପ୍ରଦେଶର ଆୟେଶା ବାନୁ ଏମ୍ (୪୫.୩୭) କାଂସ୍ୟ ଜିତିଥିଲେ । ପୁରୁଷ ଜାଭ୍ଲିନ୍ରେ ଅଲିମ୍ପିଆନ୍ କିଶୋର ଜେନା କାଂସ୍ୟରେ ସନ୍ତୁଷ୍ଟ ରହିଥିଲେ । ଏସୀୟ କ୍ରୀଡ଼ା ପଦକ ବିଜେତା କିଶୋର ୭୪.୭୫ ମିଟର ଜାଭ୍ଲିନ୍ ଫିଙ୍ଗି ତୃତୀୟ ସ୍ଥାନରେ ରହିଥିଲା ବେଳେ ଶିବମ୍ ଲୋହାକାରେ (୮୧.୦୮) ଓ ଆନନ୍ଦ ସିଂହ (୭୬.୯୪) ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଥିଲେ ।
ସରକାରଙ୍କ ନିର୍ଦ୍ଦେଶକୁ ନାହିଁ ସରକାରୀ ବାବୁଙ୍କ ଖାତିର ! କ’ଣ ଲୁଚାଇବାକୁ ଚାହୁଛନ୍ତି ସରକାରୀ ବାବୁ ?
କନକ ବ୍ୟୁରୋ : ସରକାର ସମ୍ପତ୍ତି ତାଲିକା ମାଗୁଛନ୍ତି, ହେଲେ ବାବୁ ତାଲିକା ଦେବାକୁ ନାରାଜ । ବାରମ୍ବାର ତାଗିଦ ସତ୍ତ୍ୱେ ଅମାନିଆ ବାବୁ ନିଜ ଜିଦରେ ଅଟଳ । ଡେଡଲାଇନ ପୁରିବାକୁ ଆଉ ହାତରେ ମାତ୍ର କେଇଟା ଦିନ । ହେଲେ ଏବେ ବି ଲକ୍ଷାଧିକ ସରକାରୀ ବାବୁ ସମ୍ପତ୍ତି ତାଲିକା ନଦେଇ ସରକାରଙ୍କ ନିର୍ଦ୍ଦେଶକୁ ଫୁ କରି ଉଡାଇଦେଇଛନ୍ତି । ସତେ ଯେମିତି ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ଟିକିଏ ବି ଭୟ ନାହିଁ । ପ୍ରଥମେ ଡେଡଲାଇନ ଘୁଞ୍ଚିଲା,ଏବେ ସରିବାକୁ ବସିଲାଣି । ହେଲେ ସରକାରୀ ବାବୁଙ୍କର ନିଦ ଭାଙ୍ଗୁନି । ସରକାରଙ୍କ ନାଲିଆଖିକୁ ବି ଭୟ ନାହିଁ । ସମ୍ପତ୍ତି ତାଲିକା ନ ଦେବାକୁ ଯେମିତି ମନସ୍ଥିର କରିଛନ୍ତି ଲକ୍ଷାଧିକ ସରକାରୀ ବାବୁ । ବିଧାନସଭାରୁ ଆସିଥିବା ଉତ୍ତରରେ କିଛି ଏଭଳି ତଥ୍ୟ ସାମ୍ନାକୁ ଆସିଛି । ସିଏମ୍ଜିଆଇରୁ ପ୍ରାପ୍ତ ସୂଚନା ଅନୁଯାୟୀ, ମାର୍ଚ୍ଚ ୨ ତାରିଖ ସୁଦ୍ଧା ୧ ଲକ୍ଷ ୨୫ ହଜାର ୮୪୭ ଜଣ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ଦାଖଲ କରିନାହାନ୍ତି । ପ୍ରଶ୍ନ ଉଠୁଛି, ସମ୍ପତ୍ତି ତାଲିକା ଦାଖଲ ନକରି କ’ଣ ଲୁଚାଇବାକୁ ଚାହୁଛନ୍ତି ବାବୁ ? ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି କି ଅମାନିଆ ବାବୁ ? କାର୍ଯ୍ୟାନୁଷ୍ଠାନ ନେବାକୁ କାହିଁକି କୁନ୍ଥକୁନ୍ଥ ସରକାର ? ଅଧିକ ପଢ଼ନ୍ତୁ : ଗ୍ୟାସ୍ ଡିପୋରେ ଭିଡ଼; ବଢ଼ୁଛି ଗ୍ୟାସ୍ ବୁକିଂ ସଂଖ୍ୟା ଜାନୁଆରି ୩୧ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସରକାର । ଅବଧି ସରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନନେଇ ମାର୍ଚ୍ଚ ୩୧ ଯାଏଁ ଡେଡଲାଇନ ବଢାଇଛନ୍ତି ସରକାର । କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି । ପ୍ରଶ୍ନ ଉଠୁଛି, ବାବୁମାନେ ସରକାରଙ୍କ ଚେତାବନୀକୁ ମାନିବେ ତ ? ଅନ୍ୟପଟେ କାର୍ଯ୍ୟାନୁଷ୍ଠାନର ଭୟ ନଥିବାରୁ ବାବୁଙ୍କ ମନମାନି ବଢୁଥିବା କହିଛନ୍ତି ବିରୋଧୀ । ଅନେକ ବଡ଼ ବାବୁଙ୍କ ଘରେ ଭିଜିଲାନ୍ସ ଚଢାଉରେ ପୁଳା ପୁଳା ଆୟ ବର୍ହିଭୂତ ସମ୍ପତ୍ତି ବାହାରୁଛି । ତେଣୁ ଅମାନିଆ ବାବୁ ସମ୍ପତ୍ତି ତାଲିକା ନଦେବା ଯେତିକି ସନ୍ଦେହଜନକ ସେତିକି ପ୍ରଶ୍ନବାଚୀ । କଳାଧନକୁ ସୁରକ୍ଷା ଦେବାକୁ ସମ୍ପତ୍ତି ତାଲିକା ଦେଉନାହାନ୍ତି କି ବାବୁ ?
ଦେଶୀ ଓ ହାଇବ୍ରିଡ କାକୁଡ଼ି ମଧ୍ୟରେ କେଉଁଟି ଅଧିକ ଲାଭଦାୟକ, ଦୁହିଁଙ୍କ ମଧ୍ୟରେ ପାର୍ଥକ୍ୟ କିପରି ଜାଣିବେ
ଓଡିଶାଭାସ୍କର: ଗ୍ରୀଷ୍ମ ଋତୁ ଆସି କବାଟ ବାଡ଼େଇଲାଣି। ମାର୍ଚ୍ଚ ମାସ ଆରମ୍ଭ ହେଉ ହେଉ ପ୍ରବଳ ଗରମ ଅନୁଭୂତ ହେଲାଣି। ଫଳସ୍ୱରୂପ, ବଜାରରେ କାକୁଡି ଗାଡ଼ିର ଲମ୍ୱା ଲାଇନ୍ ଲାଗିଲାଣି। ଲୋକମାନେ ହାଇଡ୍ରେଟେଡ୍ ରହିବା ପାଇଁ ପ୍ରଚୁର ପରିମାଣରେ କାକୁଡି ଖାଇବା ଆରମ୍ଭ କଲେଣି। ଏହି ଋତୁରେ କାକୁଡି ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହା ଶରୀରକୁ ଥଣ୍ଡା କରିଥାଏ ଏବଂ ହାଇଡ୍ରେଟେଡ୍ ବଜାୟ ରଖେ। ହେଲେ, ଲୋକମାନେ ପ୍ରାୟତଃ ଭାବନ୍ତି […]
ବାପ-ମାଆ-ସ୍ତ୍ରୀ, ପୁଅ ନିହତ , ଇରାନ୍ର ନୂଆ ଆୟୋତୋଲ୍ଲା କେତେ ସୁରକ୍ଷିତ ? ମୋଜତାବାଙ୍କ ପରିବାରରେ ଆଉ ଅଛନ୍ତି କିଏ ?
ନୂଆଦିଲ୍ଲୀ: ଇରାନରନୂଆ ସୁପ୍ରିମ ଲିଡର ମୋଜତାବା ଖାମେନୀ ଏବେ ଆମେରିକା ଏବଂ ଇସ୍ରାଏଲରବଡ ଶତ୍ରୁ । ପ୍ରଥମେ ତାଙ୍କୁ ହତ୍ୟା କରିବା ଆଇଡିଏଫରଲକ୍ଷ୍ୟ । ସେପଟେ ବି ଡୋନାଲ୍ଡ ଟ୍ରମ୍ପ ଦେଇସାରିଛନ୍ତି ଧମକ । ଆଲ୍ଲୀ ଖାମେନୀଙ୍...
ଗ୍ୟାସ୍ ଡିପୋରେ ଭିଡ଼; ବଢ଼ୁଛି ଗ୍ୟାସ୍ ବୁକିଂ ସଂଖ୍ୟା
କନକ ବ୍ୟୁରୋ : ରୋଷେଇ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପରେ ଉପଭୋକ୍ତାଙ୍କୁ ଘାରିଛି ଭୟ । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବାରୁ ଏଲପିଜି ସଂକଟ ଆଶଙ୍କାରେ ବୁକିଂ ସଂଖ୍ୟା ବଢ଼ି ଯାଇଛି । ଚାହିଦା ବଢ଼ିଯିବାରୁ ବୁକିଂ କରି ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡୁଥିବା ସାମନାକୁ ଆସିଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗିରହିଥିବାରୁ ଉପଭୋକ୍ତାଙ୍କୁ ଘାରିଛି ଏଲପିଜି ସଂକଟ ଚିନ୍ତା । ଆଗକୁ ଏଲପିଜି ଅଭାବ ଆଶଙ୍କାରେ ଗ୍ୟାସ ଡିପୋରେ ଲାଗୁଛି ଉପଭୋକ୍ତାଙ୍କ ଭିଡ଼ । ଘଣ୍ଟା ଘଣ୍ଟା ଲାଇନ ଲଗାଇ ସିଲିଣ୍ଡର ନେଉଛନ୍ତି । କେବଳ ଏତିକି ନୁହେଁ, ଅଚାନକ ବଢ଼ିଯାଇଛି ଏଲପିଜି ବୁକିଂ ସଂଖ୍ୟା । ଯେଉଁ ଏଜେନ୍ସିରେ ଦିନକୁ ୨୦ରୁ ୩୦ଟି ସିଲିଣ୍ଡର ପାଇଁ ବୁକିଂ ହେଇଥିଲା, ଏବେ ସେଠି ସଂଖ୍ୟା ଦିନକୁ ଶହେ ଟପୁଛି । ଅଧିକ ପଢ଼ନ୍ତୁ : ଗ୍ୟାସ ପରେ ମହଙ୍ଗା ହେଲା ଖାଇବା ତେଲ; ଦୁଇ ଦିନରେ ଲିଟର ପିଛା ବଢ଼ିଲାଣି ୫ରୁ ୧୦ଟଙ୍କା ଏଲପିଜି ସଂକଟ ଆଶଙ୍କା ବଢ଼ୁଥିବାବେଳେ ଭୟଭୀତ ନହେବାକୁ ବିଭିନ୍ନ ଗ୍ୟାସ କମ୍ପାନୀ ପକ୍ଷରୁ ଉପଭୋକ୍ତାଙ୍କ ମୋବାଇଲକୁ ଆସିଛି ମେସେଜ୍ । ଯୋଗାଣ ମନ୍ତ୍ରୀ କହିଛନ୍ତି, ଗ୍ୟାସ୍ ଯୋଗାଣରେ କୌଣସି ଅସୁବିଧା ନାହିଁ । ଭରପୂର ମହଜୁଦ ରହିଛି ।ଚାହିଦା ବଢ଼ିବା ପରେ ଲାଗୁ ହୋଇଛି ନୂଆ ନିୟମ । ଗ୍ୟାସ ପାଇବା ପାଇଁ ୨୧ ଦିନ ଆଗରୁ ବୁକ୍ କରିବାକୁ ପଡ଼ିବ । ଡବଲ ସିଲିଣ୍ଡର ଥିଲେ ୩୦ ଦିନ ପୂର୍ବରୁ ବୁକ୍ କରିବାକୁ ପଡ଼ିବ ।
ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିରେ ଏଡିଟର୍ସ୍ କନକ୍ଲେଭର ଦ୍ୱିତୀୟ ସଂସ୍କରଣ ଆୟୋଜିତ
କନକ ବ୍ୟୁରୋ : ୯ ମାର୍ଚ୍ଚ ୨୦୨୬: ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିର ବିର୍ଲା ସ୍କୁଲ୍ ଅଫ୍ କମ୍ୟୁନିକେଶନ୍ ପକ୍ଷରୁ ୬ ମାର୍ଚ୍ଚ ୨୦୨୬ ତାରିଖରେ ୟୁନିଭର୍ସିଟି ସେମିନାର୍ ହଲ୍ରେ ଏଡିଟର୍ସ୍ କନକ୍ଲେଭର ଦ୍ୱିତୀୟ ସଂସ୍କରଣ ଆୟୋଜିତ ହୋଇଯାଇଛି । ଦେଶର ବିଭିନ୍ନ ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ସମ୍ପାଦକମାନେ ଏହି ସମ୍ମିଳନୀରେ ଯୋଗଦେଇ ସାମ୍ବାଦିକତାର ପରିବର୍ତ୍ତିତ ଧାରା ଓ ଆହ୍ୱାନଗୁଡ଼ିକ ସମ୍ପର୍କରେ ମତବିନିମୟ କରିଥିଲେ । ଏହି ସମ୍ମିଳନୀ ଦୁଇଟି ଅଧିବେଶନରେ ଆୟୋଜିତ ହୋଇଥିଲା । ଯାହାର ଶୀର୍ଷକ ରହିଥିଲା “ଶିରୋନାମା ବିବର୍ତ୍ତନ: ଖବରକୁ ଭାବନାତ୍ମକ ଢଙ୍ଗରେ ଉପସ୍ଥାପନା ପାଇଁ ନା ସୂଚନା ଆକାରରେ ପରିବେଷଣ ପାଇଁ ପ୍ରସ୍ତୁତ କରାଯାଉଛି ?” ଏବଂ “ସିଟିଜେନ୍ ଜର୍ଣ୍ଣାଲିଜିମ୍ ଯୁଗରେ ଗେଟକିପିଂ: ଯଦି ସମସ୍ତେ ଖବର ପ୍ରସାରଣ କରୁଛନ୍ତି , ତେବେ ସମ୍ପାଦକଙ୍କ ଭୂମିକା କ’ଣ ?”। ପ୍ରଥମ ଅଧିବେଶନରେ ଏମ୍ବିସି ଟିଭିର ସମ୍ପାଦକ ଡ଼. ଅଶୋକ କୁମାର ପଣ୍ଡା , ଓଡିଶା ଭାସ୍କରର ପୂର୍ବତନ ସମ୍ପାଦକ ଭାସ୍କର ପରିଚ୍ଛା , ଅର୍ଗସ୍ ନ୍ୟୁଜ୍ର ପୂର୍ବତନ ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା ଏବଂ ପ୍ରତିଦିନର ପରିଚାଳନା ସମ୍ପାଦକ ସୁଧୀର କୁମାର ପଣ୍ଡା ଯୋଗଦେଇଥିଲେ । ଅଧିକ ପଢ଼ନ୍ତୁ : କେତେ ଲୋକ ପାଉଛନ୍ତି ଚାଉଳ ? ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ଆଲୋଚନା କ୍ରମରେ ଉପସ୍ଥିତ ଅତିଥିମାନେ ଗଣମାଧ୍ୟମ ବ୍ୟବସ୍ଥାର କ୍ରମବିକାଶ ସମ୍ପର୍କରେ ମତ ପ୍ରକାଶ କରିଥିଲେ । ଡିଜିଟାଲ ଓ ସାମାଜିକ ଗଣମାଧ୍ୟମ କିଭଳି ଗଣମାଧ୍ୟମ ଅନୁଷ୍ଠାନଗୁଡିକୁ ପ୍ରଭାବିତ କରୁଛି ସେନେଇ ଭାସ୍କର ପରିଚ୍ଛା ମତବ୍ୟକ୍ତ କରିଥିଲେ । ସେହିପରି ସୁଧୀର କୁମାର ପଣ୍ଡା କୃତ୍ରିମ ବୁଦ୍ଧିମତା (ଏଆଇ)ରୁ ଗଣମାଧ୍ୟମ ଅନୁଷ୍ଠାନ ସମ୍ମୁଖୀନ ହେଉଥିବା ସମ୍ଭାବ୍ୟ ଆହ୍ୱାନ ବିଷୟରେ ଉପସ୍ଥାପନା କରିଥିଲେ । ଅପରପକ୍ଷରେ ସଞ୍ଜୟ ଜେନା ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଗଢ଼ିଉଠିଥିବା ସାମ୍ବାଦିକଙ୍କ ସାମାଜିକ ଦାୟିତ୍ୱବୋଧ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ ଏବଂ ଡ଼. ଅଶୋକ କୁମାର ପଣ୍ଡା ଖବର ପରିବେଷଣରେ ସୂଚନା ଓ ଭାବନା ମଧ୍ୟରେ ସନ୍ତୁଳନ ରଖିବାର ଆବଶ୍ୟକତାକୁ ଉଲ୍ଲେଖ କରିଥିଲେ । ଦ୍ୱି ତୀୟ ଅଧିବେଶନରେ ଓଡିଶା ବାଇଟ୍ସର ମୁଖ୍ୟ ସମ୍ପାଦକ ସନ୍ଦୀପ ମିଶ୍ର , ହିନ୍ଦୁସ୍ତାନ ଟାଇମ୍ସର ପୂର୍ବତନ ରେସିଡେଣ୍ଟ ଏଡ଼ିଟର ନଳିନୀ ରଞ୍ଜନ ମହାନ୍ତି ଏବଂ ଦୂରଦର୍ଶନ ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକ ଓ ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (ପିଆଇବି)ର ପୂର୍ବତନ ଉପନିର୍ଦ୍ଦେଶକ ବଦ୍ରି ନାରାୟଣ ଅଧିକାରୀ ଯୋଗଦେଇଥିଲେ । ଏହି ଅଧିବେଶନରେ ସନ୍ଦୀପ ମିଶ୍ର କହିଥିଲେ ଯେ ସାମାଜିକ ଗଣମାଧ୍ୟମ କାରଣରୁ ପ୍ରତ୍ୟେକ ମିନିଟ୍ ସାମ୍ବାଦିକମାନଙ୍କ ପାଇଁ ଡେଡଲାଇନ୍ରେ ପରିଣତ ହୋଇଯାଇଛି । ସାମାଜିକ ଗଣମାଧ୍ୟମରେ ଖବରର ଦ୍ରୁତ ପ୍ରବାହ ସମୟରେ ପ୍ରସାରଣର ବେଗ ଓ ସଠିକତା ମଧ୍ୟରେ ସନ୍ତୁଳନ ରଖିବା ଏବେ ଅଧିକ କଷ୍ଟସାଧ୍ୟ ହୋଇପଡ଼ିଛି । ନଳିନୀ ରଞ୍ଜନ ମହାନ୍ତି ଉଲ୍ଲେଖ କରିଥିଲେ ଯେ ସିଟିଜେନ୍ ଜର୍ଣ୍ଣାଲିଜିମ୍ ଓ ସୋସିଆଲ୍ ମିଡିଆ ଖବର ପରିବେଶଣକୁ ଲୋକାଭିମୁଖୀ କରାଇଥିଲେ ମଧ୍ୟ ଭ୍ରାନ୍ତିକର ତଥ୍ୟଗୁଡିକର ପ୍ରସାର ଆଶଙ୍କା ବଢ଼ିଛି । ଏଭଳି ସ୍ଥିତିରେ ସମ୍ପାଦକଙ୍କ ଦ୍ୱାରା ଖବରର ସତ୍ୟାସତ୍ୟ ଯାଞ୍ଚ କରିବା ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ବଦ୍ରି ନାରାୟଣ ଅଧିକାରୀ କହିଥିଲେ ଯେ ସିଟିଜେନ୍ ଜର୍ଣ୍ଣାଲିଜିମ୍ର ପ୍ରସାର ସତ୍ତେ୍ୱ ପାରମ୍ପରିକ ସମ୍ପାଦକୀୟ ମାନଦଣ୍ଡ ଏବଂ ବିଶ୍ୱସନୀୟତାକୁ ବଜାୟ ରଖିବା ଅପରିହାର୍ଯ୍ୟ ହୋଇଛି । ଏହି ଅବସରରେ ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିର କୁଳପତି ପ୍ରଫେସର କୁଳଭୂଷଣ ବଲୁନୀ ଓ ରେଜିଷ୍ଟ୍ରାର ଡ଼. ବି. କେ. ଦାସ ଆମନ୍ତ୍ରିତ ସମ୍ପାଦକମାନଙ୍କୁ ସମ୍ମାନିତ କରିଥିଲେ । ବିର୍ଲା ସ୍କୁଲ୍ ଅଫ୍ କମ୍ୟୁନିକେଶନ୍ର ଡିନ୍ ଡ଼. ଶିବ ଶଙ୍କର ଦାସ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଜିୟୁର ସହାୟକ ପ୍ରଫେସର ଡ଼. ଜ୍ଞାନରଞ୍ଜନ ମିଶ୍ର ସଂଯୋଜନା କରିଥିଲେ ଏବଂ ସମ୍ବାଦିକତା ଓ ଗଣଯୋଗାଯୋଗ ସ୍ନାତକୋତ୍ତର (ଏମଏଜେଏମସି) ବିଭାଗର ଛାତ୍ରଛାତ୍ରୀମାନେ ଅଧିବେଶନଗୁଡ଼ିକୁ ସଂଚାଳନ କରିଥିଲେ ।
ମକର ରାଶି ବ୍ୟକ୍ତିଙ୍କ ପାଇଁ କାର୍ଯ୍ୟକ୍ଷେତ୍ରରେ ପ୍ରଗତିର ସମ୍ଭାବନା ଅଛି, ଦିନଟିରେ ନୂତନ କାମ ଆରମ୍ଭ କରିପାରିବେ
ମେଷ- କାର୍ଯ୍ୟକ୍ଷେତ୍ରରେ କିଛି ନୂତନ ଦାୟିତ୍ୱ ଆସିପାରେ। ଧୈର୍ଯ୍ୟ ଓ ବୁଦ୍ଧିମତାରେ କାମ କଲେ ସଫଳତା ମିଳିବ। ପରିବାରରୁ ସହଯୋଗ ମିଳିବାର ସମ୍ଭାବନା ଅଛି। ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।ବୃଷ- ବ୍ୟବସାୟ ଓ ଚାକିରିରେ ଆଗକୁ...
Baba Vanga AI Prediction 2026: ରହସ୍ୟମୟ ବୁଲଗେରିଆନ୍ ବାବା ଭେଙ୍ଗାଙ୍କ ଅନେକ ବଡ଼ ବଡ଼ ଭବିଷ୍ୟବାଣୀ ଭାରତ ସମେତ ସାରା ବିଶ୍ୱରେ ଜଣାଶୁଣା। ବାବା ଭେଙ୍ଗା ତାଙ୍କ ଭବିଷ୍ୟବାଣୀରେ ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଏବଂ ଐତିହାସିକ ଘଟଣା ଉଲ୍ଲେଖ କରିଥିଲେ, ଯାହା ସତ ପ୍ରମାଣିତ ହୋଇଛି। ଏବେ, 2026 ବର୍ଷ ପାଇଁ ବାବା ଭାଙ୍ଗାଙ୍କ ଏକ ଆଶ୍ଚର୍ଯ୍ୟଜନକ ଏବଂ ଭୟଙ୍କର ଭବିଷ୍ୟବାଣୀ ଆଲୋଚନାର ବିଷୟ ପାଲଟିଛି। ଏହି ନୂତନ ଭବିଷ୍ୟବାଣୀରେ, ସେ ଏକ ସମ୍ଭାବ୍ୟ ଆର୍ଥିକ […]
୧ ଟଙ୍କାରେ ମିଳିବ ଦାମୀ ଜୋତା, ବିଜ୍ଞାପନ ପରେ ଅସମ୍ଭାଳ ଭିଡ଼, ଲାଠିଚାର୍ଜ ପରେ ଦଳାଚକଟା
ନୂଆଦିଲ୍ଲୀ: କେରଳ କୋଝିକୋଡ୍ ଜିଲ୍ଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ସେଠାରେ ଏକ ଜୋତା ଦୋକାନ ପକ୍ଷରୁ ମାତ୍ର ୧ ଟଙ୍କାରେ ଦାମୀ ଜୋତା ଦେବାକୁ ବିଜ୍ଞାପନ ଦିଆଯାଇଥିଲା । ସେହି ଅଫର୍ ଦ୍ୱାରା ଆକର୍ଷିତ ହୋଇ ବହୁ ସଂଖ୍ୟାରେ ଲୋକେ ଶନିବାର...
ନିର୍ବାଚନୀ ସତ୍ୟପାଠରେ ଭୁଲ ତଥ୍ୟ ଦେଇ ନିର୍ବାଚନ ଜିତିଥିଲେ କଂଗ୍ରେସ ପ୍ରାର୍ଥୀ, ଚାଲିଗଲା ବିଧାୟକ ପଦ
ନୂଆଦିଲ୍ଲୀ: ନିର୍ବାଚନୀ ସତ୍ୟପାଠରେ ଲୁଚାଇଥିଲେ ତଥ୍ୟ। ଏବେ ହାଇକୋର୍ଟ ଶୁଣାଇଲେ ରାୟ। ରଦ୍ଦ କଲେ ବିଧାୟକ ପଦ। ସୋମବାର ମଧ୍ୟ ପ୍ରଦେଶ ହାଇକୋର୍ଟ ଶେଓପୁରର ବିଜୟପୁର ବିଧାନସଭା ସିଟରୁ ବିଜୟୀ ହୋଇଥିବା କଂଗ୍ରେସ ବିଧାୟକ ମୁକେଶ ମଲହୋତ୍ରା...
ମୋଜତାବାଙ୍କ ସମ୍ମାନରେ ସ୍ବତନ୍ତ୍ର ମିସାଇଲ୍ ମାଡ଼ କଲା ଇରାନ୍, ଥରିଲା ଇସ୍ରାଏଲ୍ !
ନୂଆଦିଲ୍ଲୀ: ମୋଜତାବା ଖାମେନି ଇରାନର ନୂତନ ସର୍ବୋଚ୍ଚ ନେତା ହୋଇଛନ୍ତି । ସେ ଆନୁଷ୍ଠାନିକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ମୋଜତାବାଙ୍କ ସମ୍ମାନରେ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ଏହାର ତିନୋଟି ମାରାତ୍ମକ କ୍ଷେ...
ଗ୍ୟାସ ପରେ ମହଙ୍ଗା ହେଲା ଖାଇବା ତେଲ; ଦୁଇ ଦିନରେ ଲିଟର ପିଛା ବଢ଼ିଲାଣି ୫ରୁ ୧୦ଟଙ୍କା
କନକ ବ୍ୟୁରୋ : ଯୁଦ୍ଧର ପ୍ରଭାବ ରୋଷେଇ ଘରେ ପଡ଼ିବା ଆରମ୍ଭ ହୋଇଛି । ଗତ ଦୁଇ ମାସ ହେଲା ଦର ଧିରେ ଧିରେ ବଢ଼ୁଥିବେଳେ ଯୁଦ୍ଧ ପ୍ରଭାବରେ ଦର ଉପରମୁହାଁ ହୋଇଛି । ରିଫାଇନ୍, ପାମୋଲିନ୍ ତେଲ ଦର ଲିଟର ପିଛା ୫ରୁ ୧୦ଟଙ୍କା ବଢ଼ିଯାଇଛି । ଆମଦାନୀ ସ୍ୱାଭାବିକ ନହେଲେ ଆଗକୁ ତେଲ ଦର ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହୋଇଛି । ଭାରତରେ ସିଧାସଳଖ ଯୁଦ୍ଧର ପ୍ରଭାବ । ଏଲପିଜି ପରେ ବୃଦ୍ଧି ପାଇଛି ଖାଇବା ତେଲ ରିଫାଇନ୍ ଓ ପାମୋଲିନ୍ ଦର । ଗତ ସପ୍ତାହରେ ରିଫାଇନ୍ ତେଲ ଲିଟର ୧୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୧୭୦ ଟଙ୍କାରେ ପହଞ୍ଚିଛି । ହୋଲସେଲ୍ରେ ରିଫାଇନ୍ ତେଲ ୩ରୁ ୪ଟଙ୍କା ବଢ଼ିଥିବା ବେଳେ ପାମୋଲିନ୍ ତେଲ ୨ରୁ ୩ଟଙ୍ଗା ବଢ଼ିଛି । ଖୁଚୁରାରେ ରିଫାଇନ୍ ଲିଟର ପିଛା ୮ରୁ ୧୦ ଟଙ୍କା ବଢ଼ିଥିବା ବେଳେ ପାମୋଲିନ୍ ୫ରୁ ୬ ଟଙ୍କା ବଢ଼ିଛି । ଅଧିକ ପଢ଼ନ୍ତୁ : ଥମୁନି ମହାଯୁଦ୍ଧ; ଇରାନ ଆକାଶରେ ଛାଇ ଯାଇଛି ବିଷାକ୍ତ ଧୂଆଁ ବଜାରରେ ରିଫାଇନ୍ ତେଲର ୩୦ରୁ ୪୦ ପ୍ରତିଶତ ଅଭାବ ଦର ବୃଦ୍ଧି ପଛର ମୁଖ୍ୟ କାରଣ ବୋଲି କୁହାଯାଉଛି । ରିଫାଇନ୍ ତେଲ ମାଲେସିଆ, ସିଙ୍ଗାପୁର ଆଦିରୁ ଆସୁଥିବା ବେଳେ ପାମୋଲିନ୍ ତେଲ ଇଣ୍ଡୋନେସିଆରୁ ଆସିଥାଏ । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଆମଦାନୀ ପ୍ରଭାବିତ ହୋଇଛି । ଓଡ଼ିଶା ବଜାରରେ ଦୈନିକ ୧୦୦୦ରୁ ୧୨୦୦ ଟନ୍ ରିଫାଇନ୍ ଓ ପାମୋଲିନ୍ ତେଲର ଆବଶ୍ୟକତା ରହିଛି । ବର୍ତ୍ତମାନ ୧୫ଦିନ ପାଇଁ ଓଡ଼ିଶାରେ ମହଜୁଦ ଅଛି । ଅନ୍ୟପଟେ ଦର ବଢ଼ିବା ଭୟରେ ଚାହିଦା ବୃଦ୍ଧି ପାଇଛି । ଖାଇବା ତେଲ ଦର ବୃଦ୍ଧିର ପ୍ରଭାବ ହାଣ୍ତିଶାଳ ଠାରୁ ଆରମ୍ଭ କରି ହୋଟେଲ, ରେଷ୍ଟୁରାଷ୍ଟ ବ୍ୟବସାୟୀଙ୍କ ଉପରେ ପଡ଼ିଛି । ସିଧାସଳଖ ଲୋକଙ୍କ ପକେଟକୁ ପ୍ରଭାବିତ କରିଛି ତେଲ ଦର ବୃଦ୍ଧି । ଗତ ଦୁଇ ମାସ ମଧ୍ୟରେ ଖାଇବା ତେଲ ଦର ଲିଟର ପିଛା ପ୍ରାୟ ୨୫ ଟଙ୍କା ବଢ଼ିଛି ।
ମୁଲତବୀ ପ୍ରସ୍ତାବ ଆଲୋଚନା ଉପରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବିବୃତ୍ତି
ଭୁବନେଶ୍ବର ୯।୩: ମୁଲତବୀ ପ୍ରସ୍ତାବ ଆଲୋଚନା ଉପରେ ବିବୃତି ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ତଥା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (SFSS) ଅଧିନସ୍ଥ ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ...
ଇରାନ-ଇସ୍ରାଏଲ ଯୁଦ୍ଧର ପ୍ରଭାବ, କେଉଁ କେଉଁ ଦେଶରେ ବଢ଼ିଲା ପେଟ୍ରୋଲ-ଡିଜେଲ ଦାମ୍…
ଓଡିଶାଭାସ୍କର:ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦର ପ୍ରାୟ ଦଶ ଦିନ ବିତିଗଲାଣି। ବିଶ୍ୱ ଶକ୍ତି ବଜାର ଉପରେ ଏହାର ପ୍ରଭାବ ସ୍ପଷ୍ଟ ଭାବରେ ଦେଖାଦେଇଛି। ଆନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି, ୨୦୨୨ ପରେ ପ୍ରଥମ ଥର ପାଇଁ ପ୍ରତି ବ୍ୟାରେଲ ପ୍ରତି ୧୦୦ ଡଲାର ଅତିକ୍ରମ କରିଛି। ଏହି ବିବାଦ ଯୋଗୁଁ ହର୍ମୁଜ୍ ପ୍ରଣାଳୀ ଦେଇ ଯୋଗାଣ ନେଇ ଅନିଶ୍ଚିତତା ତୈଳ ବଜାରର ଅଶାନ୍ତିକୁ ଆହୁରି ତୀବ୍ର କରିଛି। […]
ଥମୁନି ମହାଯୁଦ୍ଧ; ଇରାନ ଆକାଶରେ ଛାଇ ଯାଇଛି ବିଷାକ୍ତ ଧୂଆଁ
କନକ ବ୍ୟୁରୋ : ଚାହୁଁଚାହୁଁ ବିତିଗଲାଣି ୧୦ ଦିନ, ୧୦ ରାତି । ତଥାପି ଥମିବା ତ ଦୂରର କଥା, ଆହୁରି ଭୟାବହ ହେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ । ଆଜି ଦଶମ ଦିନରେ ଇରାନ ଉପରେ ଆକ୍ରମଣ ଜୋରଦାର କରିଛନ୍ତି ଆମେରିକା ଓ ଇସ୍ରାଏଲ୍ । ତେବେ ଯୁଦ୍ଧ ବିଭୀଷିକା ଭିତରେ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସଂକଟକୁ ନେଇ ପ୍ରକାଶ ପାଇଛି ଉଦବେଗ । ଏପଟେ ମଧ୍ୟପ୍ରାଚ୍ୟ ସ୍ଥିତି ଓ ଭାରତ ସରକାରଙ୍କ ଆଭିମୁଖ୍ୟ ସଂପର୍କରେ ଆଜି ସଂସଦରେ ବିବୃତି ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ଇରାନ ଆକାଶରେ ଏହା କଳାହାଣ୍ଡିଆ ମେଘ ନୁହେଁ । ଚତୁର୍ଦ୍ଦିଗ ଢାଙ୍ଗି ଦେଇଛି କଳା ଧୂଆଁ । ଆକାଶରୁ ଖସୁଛି କଳା ଓ ତେଲିଆ ବର୍ଷା । କାର୍, ଛାତ, ରାସ୍ତାଘାଟ ପୂରା ଅଞ୍ଚଳରେ ଛାଇ ଯାଇଛି ମୋଟା ପରସ୍ତ । ଇରାନର ୩୦ଟି ତୈଳ ଭଣ୍ଡାର ଉପରେ ଇସ୍ରାଏଲର ଅଗ୍ନିବର୍ଷା ପରେ, ଜାରି ହୋଇଛି ବିଷାକ୍ତ ଧୂଆଁ ଓ ଏସିଡ୍ ବର୍ଷା ସତର୍କତା। ଆଖି ପୋଡ଼ାଜଳା, ଫୁସଫୁସ ସମସ୍ୟା ଆଦି ଆଶଙ୍କାରେ ମାସ୍କ ପିନ୍ଧୁଛନ୍ତି ଲୋକେ । ଅଧିକ ପଢ଼ନ୍ତୁ : ବିଲେଇ କପାଳକୁ ଶିକା ଛିଣ୍ଡିଛି : ଯୁଦ୍ଧରେ ବିଶ୍ବ ଅସ୍ତବ୍ୟସ୍ତ, ଅସ୍ତ୍ରଶସ୍ତ୍ର ବିକି ଲାଭ କରୁଛି ଆମେରିକା ଇରାନକୁ କଳା ଧୂଆଁ ଡରାଉଥିବା ବେଳେ, ଲେବାନନବାସୀଙ୍କ ନିଦ ହଜାଇଛି ଧଳା ଫସଫରସ । ଯୁଦ୍ଧରେ ନିଷିଦ୍ଧ ଧଳା ଫସଫରସ ଅସ୍ତ୍ର ପ୍ରୟୋଗ କରି ଇସ୍ରାଏଲ୍ ଯୁଦ୍ଧ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ୮ଶହ ଡିଗ୍ରୀ ଉତ୍ତାପ ବିଶିଷ୍ଟ ଏହି ରାସାୟନିକ ପଦାର୍ଥ ହାଡ଼ ମାଂସକୁ ବି ତରଳାଇ ଦିଏ । ଲେବାନନରେ ଏବେ ସୁଦ୍ଧା ୪ଶହ ମୃତ୍ୟୁ ଘଟିଥିବା ବେଳେ ଇରାନରେ ୧୩ଶହ ଜଣଙ୍କ ଜୀବନ ଗଲାଣି । ସେପଟେ ୧୦ ଦିନର ଯୁଦ୍ଧରେ ଇରାନର ୨୫ଟି ହସ୍ପିଟାଲ ଧ୍ୱଂସ ହେବାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରସଙ୍ଗରେ ଭାରତ ସରକାରଙ୍କ ଆଭିମୁଖ୍ୟକୁ ଆଜି ସଂସଦରେ ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର । ରାଜ୍ୟସଭାରେ ବିବୃତି ରଖି କହିଛନ୍ତି, ଭାରତୀୟ ଦୂତାବାସ ଜରିଆରେ ଫସିଥିବା ଭାରତୀୟ ନାଗରିକଙ୍କୁ ସହାୟତା କରାଯାଉଛି । କୂଟନୈତିକ ଆଲୋଚନା ଉପରେ ଭାରତ ଗୁରୁତ୍ୱ ଦେଇଆସୁଛି । ତୈଳ ଯୋଗାଣ ସ୍ଥିତି ନେଇ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି । ଭାରତୀୟ ଉପଭୋକ୍ତାଙ୍କ ସ୍ୱାର୍ଥରକ୍ଷା ସରକାରଙ୍କ ପ୍ରାଥମିକତା । ତେବେ ମଧ୍ୟପ୍ରାଚ୍ୟ ଉତ୍ତେଜନା ଓ ଇରାନ ଯୁଦ୍ଧ ପ୍ରସଙ୍ଗରେ ସଂସଦରେ ଆଲୋଚନା ପାଇଁ ବିରୋଧୀଙ୍କ ଦାବିକୁ ଅଗ୍ରାହ୍ୟ କରିଛନ୍ତି କେନ୍ଦ୍ର ସରକାର । ଆୟତୁଲ୍ଲା ଖାମେନେଇଙ୍କ ପୁଅ ମୋଜତବା ଖାମେନେଇଙ୍କୁ ଇରାନ ନୂଆ ସର୍ବୋଚ୍ଚ ନେତା ଘୋଷଣା କରିଥିବା ବେଳେ, ଖୁବଶୀଘ୍ର ଆମେରିକୀୟ ସେନା ଇରାନ ସୀମା ଡେଇଁ ସ୍ଥଳଭାଗରେ ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି ।
ରାଜ୍ୟରେ ବଢ଼ୁଛି ସଡ଼କ ଦୁର୍ଘଟଣା, ବିଧାନସଭାର ତଥ୍ୟ ବି ବଢ଼ାଇଛି ଚିନ୍ତା
ଭୁବନେଶ୍ବର ୯।୩: ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ସଡ଼କ ଦୁର୍ଘଟଣା । ରାଜ୍ୟରେ ୨୪ ଘଣ୍ଟାରେ ଗଲା ୧୩ ଜଣଙ୍କ ଜୀବନ । ରବିବାର ରାତିରେ ବରଗଡରେ ସଡକ ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ସୋମବାର କେନ୍ଦୁଝର ବାଂଶପାଳରେ ୨, ରାଉରକେଲାରେ ୨...
Liver Damage: ପାଦରେ ଏହି 7 ଲକ୍ଷଣ ଦେଖୁଛନ୍ତି କି? ଲିଭର ଡ୍ୟାମେଜର ଦିଏ ବଡ଼ ସଙ୍କେତ, ଡେରି ନ କରି ତୁରନ୍ତ…
Liver Damage:ଶରୀରରେ ଅନେକ ଗମ୍ଭୀର ରୋଗର ଲକ୍ଷଣ ଶୀଘ୍ର ସ୍ପଷ୍ଟ ହୋଇଯାଏ, କିନ୍ତୁ ସୂଚନା ଅଭାବରୁ ଲୋକମାନେ ସେଗୁଡ଼ିକୁ ଅଣଦେଖା କରନ୍ତି। ଲିଭର ସମ୍ବନ୍ଧୀୟ ସମସ୍ୟା ପାଇଁ ମଧ୍ୟ ସମାନ କଥା। ବିଶେଷଜ୍ଞଙ୍କ ଅନୁଯାୟୀ, ଲିଭର ଠିକ୍ ଭାବରେ କାର୍ଯ୍ୟ ନ କଲେ ପାଦରେ ମଧ୍ୟ କିଛି ଲକ୍ଷଣ ଦେଖାଯାଇଥାଏ। ପାଦରେ ଫୁଲା, କୁଣ୍ଡେଇହେବ କିମ୍ବା ରଙ୍ଗ ପରିବର୍ତ୍ତନ ଭଳି ଲକ୍ଷଣ ଲିଭର କ୍ଷତିକୁ ସୂଚାଇଥାଏ, ଯାହାକୁ ଶୀଘ୍ର ଚିହ୍ନଟ କରିବା ଏବଂ ଡାକ୍ତରୀ ଚିକିତ୍ସା ପାଇବା […]
କର୍ଣ୍ଣେଲଙ୍କ ଭଡ଼ାଘରୁ ନାବାଳିକା ଝିଅର ମୃତଦେହ ଉଦ୍ଧାର, ହାତଲେଖା ଚିଠିରେ ସାବତ ମା’ର କଥା
ଢେଙ୍କାନାଳ ୯।୩: କର୍ଣ୍ଣେଲଙ୍କ ଭଡାଘରୁ ନାବାଳିକା ଝିଅର ମୃତଦେହ । ଢେଙ୍କାନାଳ ସ୍ଥିତ ୧୨ ଓଡ଼ିଶା ଏନ୍ସିସି ବାଟାଲିଅନର କର୍ଣ୍ଣେଲଙ୍କ ଭଡ଼ାଘରୁ ତାଙ୍କ ୧୩ ବର୍ଷର ଝିଅର ମୃତଦେହକୁ ଉଦ୍ଧାର କରାଯାଇଛି । ଶୋଇବା ଘରୁ ଝୁଲନ୍ତା ଅବସ୍ଥାରେ...
ପାକିସ୍ତାନର ୧୦ ଖେଳାଳି ନିଖୋଜ, ଶାହିଦ ଆଫ୍ରିଦିଙ୍କ ପ୍ରଶ୍ନ- କୁଆଡ଼େ ଗାଏବ୍ ହୋଇଗଲେ କ୍ରିକେଟର!
ଓଡିଶାଭାସ୍କର:୧୦ ଜଣ ପାକିସ୍ତାନୀ କ୍ରିକେଟର କୁଆଡ଼େ ଗଲେ? ସେହି ୧୦ ଜଣ ଖେଳାଳି କୁଆଡ଼େ ଗାଏବ ହୋଇଗଲେ? ଏହି ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ଅଲରାଉଣ୍ଡର ଶାହିଦ ଆଫ୍ରିଦି। ପାକିସ୍ତାନୀ ଚ୍ୟାନେଲ ସାମା ଟିଭିର ଏକ ଶୋ’ରୁ ଶାହିଦ ଆଫ୍ରିଦିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଶାହିଦ ଆଫ୍ରିଦି ସମସ୍ତ ୧୦ ଜଣ ପାକିସ୍ତାନୀ ଖେଳାଳିଙ୍କ ନାମ ଗୋଟି ଗୋଟି କରି ତାଲିକାଭୁକ୍ତ କରୁଛନ୍ତି ଏବଂ ପଚାରୁଛନ୍ତି ଯେ ସେମାନେ […]
ନିଆଁ ଗିଳିଦେଲା ସର୍ବସ୍ବ ; ଜୀବନ୍ତ ଦଗ୍ଧ ହୋଇଗଲେ ୧୬ ଛେଳି
କନକ ବ୍ୟୁରୋ : ନିଆଁ ଗିଳିଦେଲା ସର୍ବସ୍ବ । ଫସଲ, ପୋଷା ଜନ୍ତୁ ସବୁ କିଛି ଜାଳି ପୋଡ଼ି ପାଉଁଶ କରିଦେଇଛି ନିଆଁ। ୧୬ଟି ଛେଳି ସହ ଆଖୁ ଫସଲ ନଷ୍ଟ ହୋଇଯାଇଛି। ଚାଷୀ ଜଣକ ରାଜନୀତି ଆକ୍ରୋଶର ଶିକାର ହୋଇଥିବା ଜଣାପଡ଼ିଛି । ଦମକଳ ନିଆଁ ଲିଭାଇବାକୁ ପ୍ରୟାସ କରିଥିଲା । ଲିଭିଲା ବେଳକୁ ଆଉ କିଛି ନାହିଁ । ଖାଲି ପାଉଁଶ ଆଉ ଲିଭିଯାଉଥିବା ନିଆଁର ଧୂଆଁ ବାସ୍ ଏତିକି ଦେଖାଯାଉଛି । ନିଆଁ ଆଁରେ ସର୍ବସ୍ବାନ୍ତ ହୋଇଯାଇଛି ପରିବାର । ଜଣେ ଶତ୍ରୁତା ପାଇଁ ମଣିଷ କେତେ ତଳସ୍ତରକୁ ଯାଇପାରେ ଏ ନିଆଁ ହେଉଛି ତାର ଉଦାହରଣ । ଭଞ୍ଜନଗର ବ୍ଲକ ଗୁଣ୍ଡୁରିବାଡ଼ି ପଞ୍ଚାୟତର ଖଣ୍ଡିକୋଟି ଗାଁର ଶ୍ରୀନିବାସ ବିଶ୍ବାଳ ଏକ ଫାର୍ମ ହାଉସ କରି ଆଖୁ ଚାଷ ସହ କିଛି ଛେଳି ପାଳନ କରିଥିଲେ। ସବୁ ଭଲରେ ଚାଲିଥିଲା। ହଠାତ୍ ଦିନଦ୍ବିପହରେ ଦୁର୍ବୃତ୍ତ ଗୁହାଳ ଓ ଫସଲରେ ନିଆଁ ଲଗାଇଦେଇଛନ୍ତି । ଗୁହାଳ ଘର ସହ ବନ୍ଧା ହୋଇଥିବା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ୧୫ଟି ଛେଳି ଛୁଆ ଓ ଗୋଟେ ମା’ ଛେଳି। ଆଖୁ ଫସଲ ପୋଡ଼ି ପାଉଁଶ ହୋଇଯାଇଛି । ନିଜ ସଞ୍ଚିତ ଧନକୁ ଜଳି ଯାଇଥିବା ଦେଖି ଚାଷୀ ହତାଶ ହୋଇପଡ଼ିଛି । ଅଧିକ ପଢ଼ନ୍ତୁ--- ଅବହେଳିତ ଗଜପତିର ପାରଳା ରାଜପ୍ରାସାଦ ; ରକ୍ଷଣାବେକ୍ଷଣ ଅଭାବରୁ ହରାଉଛି ଅସ୍ତିତ୍ବ ଶ୍ରୀନିବାସ ନିଜର ବଡ଼ବାପାଙ୍କ ଶୁଦ୍ଧିକ୍ରିୟାରେ ଥିବା ସମୟରେ ଏଭଳି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ । ଗାଁ ଲୋକଙ୍କ ଠାରୁ ଖବର ପାଇ ଆସିଲା ବେଳକୁ ସବୁ କିଛି ଛାରଖାର ହୋଇଯାଇଥିଲା । ତେବେ ଚାଷୀ ଜଣକ ପଞ୍ଚାୟତର ସମିତି ସଭ୍ୟ ଥିବାରୁ କେହି ରାଜନୈତିକ ଆକ୍ରୋଶ ରଖି ନିଆଁ ଲଗାଇଦେଇଥିବା ଚର୍ଚ୍ଚା ଜୋର୍ ଧରିଛି । ନିରୀହ ପଶୁଙ୍କୁ ଜାଳି କ’ଣ ରାଜନୀତି କରାଯାଏ? ଦିନବେଳା ଏଭଳି ଅପରାଧ ଘଟାଇବାକୁ ସାହସ କଲା କିଏ? ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।
ଶର୍ଜିଲ ଇମାମଙ୍କୁ ୧୦ ଦିନର ଅନ୍ତରୀଣ ଜାମିନ, ଏଭଳି ସର୍ତ୍ତ ରଖିଲେ କୋର୍ଟ
ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାର ଅଭିଯୁକ୍ତ ଶର୍ଜିଲ ଇମାମଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । କରକର୍ଡୁମା କୋର୍ଟ ତାଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। କୋର୍ଟ ତାଙ୍କ ଭାଇଙ୍କ ବିବାହରେ ଯୋଗଦେବା ପାଇଁ ଇମାମଙ୍କୁ ଜାମିନ ପ୍ରଦ...
୨୨ ବର୍ଷର ଛାତ୍ରୀ ସହ ଦ୍ୱିତୀୟ ବିବାହ କଲେ ୪୨ ବର୍ଷର ଶିକ୍ଷକ! ଭାଇରାଲ ହେଉଛି ଫଟୋ, ସାଙ୍ଗରେ ଅଛନ୍ତି ପ୍ରଥମ ସ୍ତ୍ରୀ
ଓଡିଶାଭାସ୍କର:ସୋସିଆଲ ମିଡିଆ ଏପରି ଏକ ପ୍ଲାଟଫର୍ମ ଯେଉଁଠାରେ ପ୍ରତିଦିନ ଅଜବ ଭିଡିଓ କିମ୍ବା ଫଟୋ ଭାଇରାଲ ହୁଏ। ସମ୍ପ୍ରତି ଏପରି ଏକ ଅଜବ ଫଟୋ ଦ୍ରୁତ ଗତିରେ ଭାଇରାଲ ହେଉଛି, ଯେଉଁଥିରେ କୁହାଯାଉଛି ଯେ ଜଣେ ୪୨ ବର୍ଷର ଶିକ୍ଷକ ତାଙ୍କ ନିଜ ସ୍କୁଲର ଜଣେ ୨୨ ବର୍ଷୀୟ ଛାତ୍ରୀଙ୍କୁ ବିବାହ କରିଛନ୍ତି। ଏହି ପୋଷ୍ଟଟି ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ବହୁଳ ଭାବରେ ସେୟାର ହେଉଛି। ଭାଇରାଲ୍ ପୋଷ୍ଟ ଅନୁଯାୟୀ, ୪୨ ବର୍ଷୀୟ “ମାଷ୍ଟର” ତାଙ୍କ ନିଜ […]
ଫେଲ୍ ମାରିଛି ମେଗା ପାନୀୟ ଜଳ ପ୍ରକଳ୍ପ ; ଚୁଆପାଣି ମେଣ୍ଟାଉଛି ଶୋଷ
କନକ ବ୍ୟୁରୋ : ହର ଘର ନଳ ଜଳ ଯୋଜନାରେ ପ୍ରତ୍ୟେକ ଘରକୁ ଟ୍ୟାପ ଯୋଗେ ବିଶୁଦ୍ଧ ପାଣି ପହଞ୍ଚାଇବାକୁ ଖର୍ଚ୍ଚ ହେଲା କୋଟି କୋଟି । ହେଲେ ଏହା ଲୋକଙ୍କ କାମରେ ଆସୁନି । ୨ଟି ନଳକୂପ ପାଣିର ଆବଶ୍ୟକତା ମେଣ୍ଟାଇପାରୁନି । ଫଳରେ ବାଧ୍ୟ ହୋଇ ଚୁଆ ପାଣି ବ୍ୟବହାର କରୁଛନ୍ତି ଲୋକେ । କାଲିମେଳା ବ୍ଲକ ସଦର ମହକୁମା ଠାରୁ ମାତ୍ର ୧ କିମି ଦୂରରେ ରହିଛି ଆଦିବାସୀ ବହୁଳ ଆମ୍ବାଗୁଡ଼ା ଗାଁ । ଶହେରୁ ଅଧିକ ପରିବାର ବସବାସ ଏଠି ଜଳ ଯନ୍ତ୍ରଣାରେ ଛଟପଟ ହେଉଛି। ଗାଁରେ ଥିବା ୫ଟି ନଳକୂପରୁ ୩ଟିରେ ଗୋଳିଆ ପାଣି ବାହାରୁଛି, ବାକି ୨ଟିରୁ ଯେତିକି ପାଣି ବାହାରୁଛି ତାକୁ ନେବାକୁ ବାଡ଼ିଆପିଟା । ଅନେକ ବର୍ଷ ତଳେ ବସୁଧା ଯୋଜନାରେ ଗୋଟିଏ ପମ୍ପ ହାଉସ ନିର୍ମାଣ କରାଯାଇଥିଲା। ଯାହାର କାମ ଆଜିଯାଏଁ ସରିପାରିଲା ନାହିଁ। ବର୍ଷେ ତଳେ ଗାଁକୁ ହର ଘର ନଳ ଯୋଜନାରେ ମାଳମାଳ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଯାଇଥିଲା। ନିମ୍ନମାନର କାମ ପାଇଁ ସେ ବି ଭାଙ୍ଗିଗଲାଣି। ପାଣି ଟ୍ୟାପରୁ ନବାହାରି ନଷ୍ଟ ହେଉଛି। ଗାଁକୁ ସଂଯୋଗ କରୁଥିବା ପାଇପ ଫାଟି ଜଳର ଫୁଆରା ସୃଷ୍ଟି ହେଉଥିବାର ଦେଖିବାକୁ ମିଳିଛି। ନିରୂପାୟ ହେଇେ ଚୁଆ ପାଣି ବ୍ୟବହାର କରୁଛନ୍ତି ଲୋକେ । ଅଧିକ ପଢ଼ନ୍ତୁ--- ତୁଟୁନି ମଣ୍ଡି ଝାମେଲା ; ନିରବରେ ଯୋଗାଣ ବିଭାଗ ! ହର ଘର ନଳ ଯୋଜନାରେ, ୮ ବର୍ଷ ତଳେ ଭେଙ୍କଟପଲମ୍ ନଦୀକୂଳରେ ନିର୍ମାଣ କରାଯାଇଥିଲା ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପ । ଖର୍ଚ୍ଚ ହେଲା ୩୭ କୋଟି ଟଙ୍କା। କାଲିମେଳାର ୫ଟି ପଞ୍ଚାୟତର ୨୬ ହଜାର ୭୬୯ ଘରକୁ ନଳ ଯୋଗେ ବିଶୁଦ୍ଧ ପାଣି ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଥିଲା। ବିଭାଗୀୟ ଅଧିକାରୀ ଓ ବିଧାୟକ ପ୍ରକଳ୍ପର ଉଦଘାଟନ କରିଦେଲେ। କିନ୍ତୁ ଏବେ ବି ଅନେକ ଗାଁ ପ୍ରକଳ୍ପର ଲାଭ ପାଇପାରୁନାହାନ୍ତି। ଯାହାର ଉଦାହରଣ ଆମ୍ବାଗୁଡ଼ା ଗାଁ । ଲୋକ ଯଦି ପିଇବା ପାଇଁ ଚୁଆ ପାଣି ବ୍ୟବହାର କରୁଛନ୍ତି, ତାହେଲେ କାହା ସ୍ବାର୍ଥରେ ୩୭ କୋଟି ଟଙ୍କାର ପ୍ରକଳ୍ପ? ଉଦଘାଟନ କରି ହାତଝାଡ଼ି ବସୁଥିବା ପ୍ରାଶାସନିକ ବାବୁ ପ୍ରକଳ୍ପର କାର୍ଯ୍ୟକ୍ଷମ କରିବା ଦିଗରେ ଧ୍ୟାନ ଦେବା ପାଇଁ ଦାବି ହୋଇଛି ।
ସସ୍ପେନ୍ସ ବଢ଼ାଇଲେ ସୁଭାଷିନୀ; କାହାକୁ ଦେବେ ଭୋଟ କଲେନି ସ୍ପଷ୍ଟ
କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନକୁ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି । କିଏ କାହାକୁ ଦେବେ ଭୋଟ ତାହାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା । ଏହାରି ଭିତରେ ନିର୍ବାଚନକୁ ସସ୍ପେନ ବଢ଼ାଇଛନ୍ତି ବିଜେଡି ବିଧାୟିକା ସୁଭାଷିନୀ ଜେନା । କାହାକୁ ଦେବେ ଭୋଟ କଲେନି ସ୍ପଷ୍ଟ । କହିଲେ ସମୟ କହିବ କାହାକୁ ଭୋଟ ଦେବେ ଏବେ ଠାରୁ କିଛି କହିହେବନି । ଗତକାଲି ବିଧାୟକଙ୍କୁ ଡ଼ାକି ଆଲୋଚନା କରିଥିଲେ ନବୀନ ପଟ୍ଟନାୟକ । ହେଲେ ଆଜି ବିଜେଡି ବିଧାୟିକା ସୁଭାଷିନୀ ଜେନାଙ୍କ ଏଭଳି ମନ୍ତବ୍ୟ ସନ୍ଦେହ ବଢ଼ାଇଛି । ସେପଟେ ବିଜେଡିରୁ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ମଧ୍ୟ ସମାନ କଥା କହିଛନ୍ତି । କାହାକୁ ଭୋଟ ଦେବେ ଏବେଠାରୁ କହି ପାରିବେନି ବୋଲି ମତ ରଖିଛନ୍ତି । ଅଧିକ ପଢ଼ନ୍ତୁ : ରୋଚକ ହେଲାଣି ରାଜ୍ୟସଭା ରଣନୀତି, ବିଧାୟକଙ୍କୁ ଆସିଲାଣି ଫୋନ୍ କଲ୍ ରାଜ୍ୟସଭା ନିର୍ବାଚନକୁ ନେଇ ସରଗରମ ରହିଛି ରାଜ୍ୟ ରାଜନୀତି । ବିଶେଷ କରି ଚତୁର୍ଥ ଆସନ ପାଇଁ ହେବ ଜୋରଦାର ଲଢ଼େଇ । ଏପରି ସମୟରେ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ସହିତ ସମ୍ପର୍କ ଭଲ ଥିବା କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । କଂଗ୍ରେସର ୧୪ ବିଧାୟକ ଏକ ଅଛନ୍ତି । ତେବେ ଦିଲ୍ଲୀପ ରାୟଙ୍କ ସହିତ ସମ୍ପର୍କ ଭଲ । କିନ୍ତୁ ଦଳ ଆଗ ବୋଲି କହିଛନ୍ତି ତାରା । ବିଜେପିରେ ଘଳିଆ ଅଛି କିନ୍ତୁ କଂଗ୍ରେସରେ ନାହିଁ । ତାଙ୍କ ବିଧାୟକ ସମ୍ଭାଳନ୍ତୁ । ତାଙ୍କ ଭୋଟ୍ ଆମ ଆଡକୁ ଆସିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ । ମନ୍ତ୍ରିମଣ୍ଡଳରେ ସ୍ଥାନ ନମିଳିବା ନେଇ ବିଜେପିକୁ ଟାର୍ଗେଟ କଲେ ବିଧାୟକ ଜୟ ନାରାୟଣ ମିଶ୍ର । ଦଳ ତାଙ୍କୁ ଅଯୋଗ୍ୟ ଭାବୁଥିବା ଯୋଗୁଁ ତାଙ୍କୁ ମନ୍ତ୍ରିମଣ୍ଡଳ ଯାଚୁନଥିବା କହିଛନ୍ତି ଜୟନାରାୟଣ । ହେଲେ ସେ ନିଜକୁ କେବେ ଅଯୋଗ୍ୟ ଭାବିନଥିବା କହିଛନ୍ତି । ବିଜେପି ଶାସନକୁ ଆସିବାରେ ଜୟ ନାରାୟଣ ନିଜ ଭୂମିକାକୁ ନେଇ ବି ବିଜେପିକୁ ତେର୍ଚ୍ଚା ବାଣ ମାରିଛନ୍ତି । ଯିଏ ରାଜ୍ୟ ଦଖଲ କରିବାରେ ସହାୟତା କରେ, ତା ଶ୍ରେୟ କାଟି ଦିଆଯାଏ । ମୁଁ ଏହି କାହାଣୀ କହି ପାରିବି ବୋଲି ବିଜେପିକୁ ଟାର୍ଗେଟ କରି କହିଛନ୍ତି ଜୟ ନାରାୟଣ ।
ତୁଟୁନି ମଣ୍ଡି ଝାମେଲା ; ନିରବରେ ଯୋଗାଣ ବିଭାଗ !
କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲାରେ ଧାନ ମଣ୍ଡି ସମସ୍ୟା ଯୋଗୁଁ ଚାଷୀ ଅଭାବୀ ବିକ୍ରି ସହ ସମସ୍ୟାର ସମ୍ମୁଖୀନ ହେଉଛି । କେଉଁଠି ମଣ୍ଡି ଅଛି ମିଲର ନାହାନ୍ତି ତ ଆଉ କେଉଁଠି ମଣ୍ଡିରେ ଦୀର୍ଘ ଦିନ ଧରି ତାଲା ପଡିଛି । ଆଉ ଯେଉଁଠି ମଣ୍ଡି ଖୋଲା ଏବଂ ମିଲର ଆସୁଛନ୍ତି ସେଠି କଟନୀ ଛଟନୀ ସହ ଲୋଡିଂ ଅନଲୋଡିଂ ଚାପରେ ଚାଷୀ ପେଷି ହୋଇ ଯାଉଛି । ଏ ସବୁ ଦେଖି ନିଦାବିଷ୍ଣୁ ପାଲଟିଛି ଯୋଗାଣ ବିଭାଗ । ଏଠାରେ ମୋଟ ୧୧୩ଟି ମଣ୍ଡି ଖୋଲାଯାଇ ଚାଷୀଙ୍କ ଠାରୁ ଧାନ କିଣାଯିବାର ବ୍ୟବସ୍ଥା କରାଯାଇଛି । ମଣ୍ଡି ମାଧ୍ୟମରେ ୧୦ ଲକ୍ଷ ୮ ହଜାର କ୍ୱିଣ୍ଟାଲ ଧାନ କ୍ରୟ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଯାହାକୁ କିଣିବାକୁ ସରକାର ବାହାର ଜିଲ୍ଲାରୁ ୩୦ଟି ମିଲର ମାଗିଥିବା ବେଳେ ଆସିଛନ୍ତି ମାତ୍ର ୫ ଜଣ। ଆଉ ଜିଲ୍ଲାର ୫ ମିଲରଙ୍କୁ ମିଶାଇ ମୋଟ ୧୦ ଜଣ ମିଲର ଧାନ ନେବାକୁ ନିଯୁକ୍ତ ହୋଇଛନ୍ତି। ମାତ୍ର ଅଳ୍ପ କିଛି ଧାନ ନେବାପରେ ମିଲରମାନେ ସଠିକ୍ ଭାବେ ମଣ୍ଡିରୁ ଧାନ ଉଠାଉନଥିବା ଅଭିଯୋଗ ହୋଇଛି। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ । ଜଗତସିଂହପୁରରେ ଜାନୁଆରୀ ୨୬ରୁ ମଣ୍ଡି ଖୋଲିଥିଲେ ସୁଧା ମିଲରଙ୍କ ଅନିୟମିତତା ପାଇଁ ହଜାର ହଜାର ଚାଷୀ ଏଯାବତ ଧାନ ବିକ୍ରି କରିପାରିନାହାନ୍ତି। ଧାନ ବିକିବାର ଅବଧି ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଥିବାରୁ ଆଶା ଆଶଙ୍କାରେ ଦିନ କାଟୁଛି ଚାଷୀ। ଅନେକ ଚାଷୀ ଋଣ ଭାରଗ୍ରସ୍ତ ହୋଇ ଅସାଧୁ ବ୍ୟବସାୟୀଙ୍କୁ ଅଧାମୂଲ୍ୟରେ ଧାନ ବିକି କ୍ଷତି ସହୁଛନ୍ତି। ସେପଟେ ଜିଲ୍ଲା ଯୋଗାଣ ଅଧିକାରୀ କହୁଛନ୍ତି, ସମସ୍ତ ଧାନ ନିର୍ଦ୍ଧାରିତ ସମୟ ମଧ୍ୟରେ କିଣାଯିବ । ଚଳିତ ବର୍ଷ ଜଗତସିଂହପୁରରେ ଭଲ ଧାନ ଫସଲ ହୋଇଥିଲା। କିନ୍ତୁ ଚାଷୀଙ୍କ ପରିଶ୍ରମର ଉଚିତ୍ ମୂଲ୍ୟ ପ୍ରଦାନରେ ଅବହେଳା ଯୋଗୁଁ ଚାଷୀ ଚାଷରୁ ମୁହଁ ଫେରାଇବାରେ ଲାଗିଛନ୍ତି । ଅଧିକ ପଢ଼ନ୍ତୁ--- ବନ ବିଭାଗର ଅବହେଳା: ଗହୀରମଥାରେ ପଡ଼ିଛି ଶହ ଶହ କଇଁଛଙ୍କ ମୃତଦେହ
ଇରାନ୍ ଯୁଦ୍ଧ ମଧ୍ୟରେ ପିଏମ ମୋଦୀଙ୍କୁ ନେଇ ବଡ଼ ଦାବି କଲେ ୟୁଏଇ ରାଷ୍ଟ୍ରଦୂତ
ନୂଆଦିଲ୍ଲୀ: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟ ଅସ୍ତବ୍ୟସ୍ତ। ଇରାନ ୟୁଏଇର ଅନେକ ସ୍ଥାନରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଛି । ସାଧାରଣ ନାଗରିକ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।...
ଟ୍ରକ୍ରେ ପିଟିହେଲା ବାଇକ୍; ଘଟଣାସ୍ଥଳରେ ବାପପୁଅ ମୃତ, ସ୍ତ୍ରୀ ଗୁରୁତର
କନକ ବ୍ୟୁରୋ : ଅଟୋକୁ ଧକ୍କା ଦେଲା କାର୍ । ଖୋର୍ଦ୍ଧା-ଜଟଣୀ ରାସ୍ତାର ନାଇଜର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ପାସେଞ୍ଜର ଅଟୋକୁ କାର୍ ଧକ୍କା ଦେବାରୁ ଅଟୋ ଚାଳକ ଓ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିବ ସୂଚନା ମିଳିଛି । ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ମାନଙ୍କୁ ଖୋର୍ଦ୍ଧା ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ଜଟଣୀ ପୁଲିସ ପହଁଚି ଗାଡି ଦୁଇଟିକୁ ଜବତ କରି ଅଧିକ ତଦନ୍ତ କରୁଛି । ଅଧିକ ପଢ଼ନ୍ତୁ : ତିନିକୋଶିଆ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ, ୨ ଏକରରୁ ଅଧିକ ଜଙ୍ଗଲ ପାଉଁଶ ସେପଟେ ଟ୍ରକ୍ ପଛରେ ପିଟିଲା ବାଇକ୍ । ଘଟଣାସ୍ଥଳରେ ବାପ ଓ ପୁଅ ମୃତ, ସ୍ତ୍ରୀ ଗୁରୁତର । କେନ୍ଦୁଝର ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥ ତେନ୍ତୁଳି ନିକଟରେ ଘଟିଛି ଦୁର୍ଘଟଣା । ଘଟଣାସ୍ଥଳରେ ସଦର ଥାନା ଶୁଆକାଟି ଫାଣ୍ଡି ପୁଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଦୁର୍ଘଟଣାଗ୍ରସ୍ତ ବାଇକ୍ ଓ ଟ୍ରକ୍ ଜବତ କରିଛି । ମୃତକ,ଏମଡ଼ି. ନୁର୍ ସୂଚନା । ସେ ତେନ୍ତୁଳି ଠାରେ ଏକ ଡ଼ାଇନାମୋ ମିସ୍ତ୍ରୀ ଦୋକାନ କରି ଚଳୁଥିଲେ ।
JIOର ସବୁଠୁ ଶସ୍ତା ଓ ଲମ୍ବା ଭ୍ୟାଲିଡିଟି ପ୍ଲାନ୍! ଥରେ ରିଚାର୍ଜ କର ଆଉ ୩୩୬ ଦିନ ଯାଏଁ ମନଇଚ୍ଛା ଗପ, ଏସବୁ ବି ମାଗଣା
JIO Recharge Plan: କଣ ଆପଣ ବି ଅଧିକ ରିଚାର୍ଜ ମୂଲ୍ୟ ଯୋଗୁଁ ଚିନ୍ତିତ କି ? କଣ ଆପଣ ବି କମ୍ ମୂଲ୍ୟରେ ଆସୁଥିବା ଏବଂ ଦୀର୍ଘ ବୈଧତା ଥିବା ରିଚାର୍ଜ ଯୋଜନା ଖୋଜୁଛନ୍ତି କି ? ଦେଶର ସର୍ବବୃହତ ଟେଲିକମ୍ କମ୍ପାନୀ ଜିଓ ଏପରି ଉପଭୋକ୍ତାଙ୍କ ଚିନ୍ତାକୁ ଦୂର କରିଛି। ୫୧୦ ନିୟୁତରୁ ଅଧିକ ଲୋକଙ୍କ ଉପଭୋକ୍ତା ଆଧାର ସହିତ, ଜିଓ ଏହାର ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସ୍ୱଳ୍ପକାଳୀନ ଏବଂ ଦୀର୍ଘକାଳୀନ ରିଚାର୍ଜ […]
ରାଜ୍ୟସଭା ମଇଦାନରେ ରହିଲେ ୫ ପ୍ରାର୍ଥୀ, ନାମାଙ୍କନ ପ୍ରତ୍ୟାହାରର ସମୟସୀମା ଶେଷ
ଭୁବନେଶ୍ବର ୯।୩: ରାଜ୍ୟସଭା ରେସ୍ରେରହିଲେ ୫ ପ୍ରାର୍ଥୀ । ୪ ଆସନ ପାଇଁ ରହିଲେ ୫ ପ୍ରାର୍ଥୀ ।ରାଜ୍ୟସଭା ନିର୍ବାଚନ ନାମାଙ୍କନ ପ୍ରତ୍ୟାହାର ସମୟସୀମାଶେଷ ହୋଇଛି । କୌଣସି ପ୍ରାର୍ଥୀ କଲେନି ନାମାଙ୍କନ ପ୍ରତ୍ୟାହାର...
Birth date and money :ଆପଣଙ୍କ ଜନ୍ମ ତାରିଖ ଆଧାରରେ ଆପଣଙ୍କ ୱାଲେଟରେ ଏପରି କିଛି ଜିନିଷ ରଖନ୍ତୁ, ଯାହା ଆପଣଙ୍କ ଆର୍ଥିକ ପରିସ୍ଥିତିକୁ ଉନ୍ନତ କରିବାରେ ବହୁତ ସହାୟକ ହୋଇପାରେ। ତେବେ ଅଙ୍କ ଶାସ୍ତ୍ର ମାଧ୍ୟମରେ କେଉଁ ମୂଲାକଙ୍କ ପାଇଁ ପର୍ସରେ କଣ ରଖିଲେ, ତାହା ଆପଣଙ୍କ ପାଇଁ ଭାଗ୍ୟବାନ ହୋଇପାରିବ । ଚାଲନ୍ତୁ ସେ ବିଷୟରେ ଜାଣିବା । ଧନ ବୃଦ୍ଧି କରିବାର ସରଳ ଉପାୟ Numerology wallet tips: ଅଙ୍କ ଜ୍ୟୋତିଷ ଶାସ୍ତ୍ରରେ […]
କେତେ ଲୋକ ପାଉଛନ୍ତି ଚାଉଳ ? ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ
କନକ ବ୍ୟୁରୋ : ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ତଥା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (SFSS) ଅନସ୍ଥ ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ରାଜ୍ୟ ସରକାର ହିତାକାରୀଙ୍କୁ ମାସିକ ନିୟମିତ ଚାଉଳ କୋଟା ସହ ପର୍ବପର୍ବାଣି ତଥା ଅନ୍ୟାନ୍ୟ ସମୟରେ ଆବଶ୍ୟକ ହେଉଥିବା ଚାଉଳର ଚାହିଦାକୁ ଦୃଷ୍ଟିରେ ରଖି ଅତିରିକ୍ତ ଚାଉଳ କୋଟା ଯୋଗାଇଦେଉଛନ୍ତି । ବର୍ତ୍ତମାନ ରାଜ୍ୟରେ ୧୨ ଲକ୍ଷ ୩୬ ହଜାର ୩୯୯ ପରିବାରର ୩୪ ଲକ୍ଷ ୭୭ ହଜାର ୫୫୦ ସଦସ୍ୟ ଅନ୍ତୋଦୟ ଅନ୍ନ ଯୋଜନା ଶ୍ରେଣୀରେ ଅନ୍ତର୍ଭୁକ୍ତ ଥିବା ବେଳେ ୮୬ ଲକ୍ଷ ୬୨୫ ପରିବାରର ୨ କୋଟି ୯୧ ଲକ୍ଷ ୧୮ ହଜାର ୫୭୬ ସଦସ୍ୟ ଅଗ୍ରାଧିକାର ପରିବାର ଶ୍ରେଣୀରେ ଅନ୍ତର୍ଭୁକ୍ତ ଅଛନ୍ତି । ଏହି ଦୁଇ ଶ୍ରେଣୀର ହିତାଧିକାରୀଙ୍କୁ ମିଶାଇ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ସମୁଦାୟ ୯୮ ଲକ୍ଷ ୩୭ ହଜାର ୨୪ ପରିବାରର ୩ କୋଟି ୨୫ ଲକ୍ଷ ୯୬ ହଜାର ୧୨୬ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ ଉପକୃତ ହେଉଛନ୍ତି । ସେହିଭଳି ବର୍ଭମାନ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ୨ ଲକ୍ଷ ୯୮ ହଜାର ୭୨୭ ପରିବାରର ୫ ଲକ୍ଷ ୬୨ ହଜାର ୭୪୧ ସଦସ୍ୟ ଅନ୍ତର୍ଭୁକ୍ତ ଅଛନ୍ତି । ପୂର୍ବ ସରକାର ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାର ଖାଉଟିଙ୍କୁ କେବଳ ଭୁଆଁ ବୁଲାଇବା ଛଡ଼ା କିଛି କରିନାହାନ୍ତି । ବିଶେଷ କରି ଗ୍ରାମାଞ୍ଚଳରେ ରହୁଥିବା ଖାଉଟୀଙ୍କ ପାଇଁ ଚାଉଳର ପ୍ରକୃତ ଆବଶ୍ୟକତା ହୃଦୟଙ୍ଗମ କରିନାହାନ୍ତି । ତାଙ୍କ ଶାସନ ସମୟରେ ଖାଉଟୀଙ୍କୁ ନିୟମିତ ମାସିକ କୋଟା ବ୍ୟତୀତ ଅତିରିକ୍ତ ଚାଉଳ କୋଟା ଯୋଗାଇନାହାନ୍ତି । ଏପରିକି କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନସ୍ଥ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୩ ଟଙ୍କା ପ୍ରତି କିଲୋଗ୍ରାମ ଦରରେ ଯୋଗାଇ ଦିଆଯାଉଥିବା ଚାଉଳକୁ ସାମାନ୍ୟ ରିହାତି ଦେଇ ୧ ଟଙ୍କା ପ୍ରତି କିଲୋଗ୍ରାମ ଦରରେ ବାଣ୍ଟି ଗରିବ ଖାଉଟୀଙ୍କୁ ମିଛ କହିବାର ପାପ କରିଛନ୍ତି । ସେହିପରି ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ଼ ପାଇଁ ଆବେଦନ କରିବାରୁ ବଞ୍ଚିତ କରିବା ପାଇଁ ପୂର୍ବ ସରକାର ବର୍ଷ ବର୍ଷ ଧରି ବିଭାଗୀୟ ପୋର୍ଟାଲକୁ ବନ୍ଦ କରି ରଖିବା ପାଇଁ ନୀତିଗତ ନିଷ୍ପଭି ନେଇଥିଲେ ଯାହା ଏକ ନିନ୍ଦନୀୟ ବିଷୟ । ଏପରିକି ୨୦୨୪ ପୂର୍ବରୁ ହସ୍ତଗତ ହୋଇଥିବା ଲକ୍ଷ ଲକ୍ଷ ଆବେଦନ ଗୁଡ଼ିକ ଉପରେ କୌଣସି ପଦକ୍ଷେପ ନେଇନଥିଲେ । ପୂର୍ବ ସରକାରଙ୍କ ଅମଳରେ ବିଭିନ୍ନ ସର୍ଭେର ଆଳ ଦେଖାଇ ଓ ରାଜନୈତିକ ଉଦ୍ଦେଶ୍ୟ ରଖି ଲୋକଙ୍କ ରାସନ କାର୍ଡ଼ ମଧ୍ୟ କଟାଯାଉଥିଲା । ପ୍ରାୟ ୧୦ ଲକ୍ଷ ୫୪ ହଜାର ପରିବାରର ୩୦ ଲକ୍ଷ ୬୯ ହଜାର ସଦସ୍ୟଙ୍କୁ ପୂର୍ବ ସରକାର ସେମାନଙ୍କ ରାସନ କାର୍ଡ଼ କାଟିଥିଲେ । ଏପରିକି, ଗରିବ ହିତାକାରୀଙ୍କ ଠାରୁ ଉଠାଣ କରିଥିବା ରାସନ ସାମଗ୍ରୀର ୪୨ କୋଟି ଆର୍ଥିକ ମୂଲ୍ୟ ମଧ୍ୟ ପୂର୍ବ ସରକାର ଆଦାୟ କରିବାକୁ ପଛାଇନଥିଲେ । ଅଧିକ ପଢ଼ନ୍ତୁ : ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ, ବିଧାନସଭାରେ ଲିଖିତ ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନୂତନ ସରକାର ଆସିଲା ପରେ ବର୍ଷ ବର୍ଷ ଧରି ବନ୍ଦ ଥିବା ରାସନ କାର୍ଡ଼ ପୋର୍ଟାଲ ଚାଲୁ କରାଯାଇଅଛି । ପୂର୍ବ ସରକାର ଅମଳରେ ଯେଉଁମାନେ ଅନ୍ୟାୟ ଭାବରେ ବାଦ ପଡ଼ିଥିଲେ ସେମାନଙ୍କ ପୁନଃ କ୍ଷେତ୍ର ତର୍ଜମା କରି ଯୋଗ୍ୟ ପରିବାରମାନଙ୍କୁ ପୁଣି ଥରେ ଖାଦ୍ୟ ସୁରକ୍ଷାଭୁକ୍ତ କରି ସେହି ଗରିବ ପରିବାର ମାନଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି । ନୂତନ ସରକାର ଆସିଲା ପରଠାରୁ ରାସନ କାର୍ଡ ପାଇଁ ହସ୍ତଗତ ହୋଇଥିବା ସମସ୍ତ ୧୭ ଲକ୍ଷ ୩୮ ହଜାର ୯୪୬ ଗୋଟି ଆବେଦନ ଗୁଡ଼ିକର ତ୍ୱରିତ କ୍ଷେତ୍ର ତର୍ଜମା କରାଯାଉଅଛି । ତନ୍ମଧ୍ୟରୁ ୪ ଲକ୍ଷ ୯୬ ହଜାର ୯୧୯ ଗୋଟି ଆବେଦନ ଯାହାର ପରିବାର ସଦସ୍ୟ ସଂଖ୍ୟା ୯ ଲକ୍ଷ ୮୩ ହଜାର ୯୦୦ କ୍ଷେତ୍ର ତର୍ଜମା ପରେ ଯୋଗ୍ୟ ବିବେଚିତ ହୋଇ ଖାଦ୍ୟ ସୁରକ୍ଷା ଯୋଜନାରେ ନୂତନ ଭାବରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ସେହିପରି ୮ ଲକ୍ଷ ୫୮ ହଜାର ୬୫୪ ଗୋଟି ଅଯୋଗ୍ୟ ଆବେଦନ ଗୁଡ଼ିକୁ ବାଦ ଦେବାପରେ ବଳକା ଥିବା ୩ ଲକ୍ଷ ୮୩ ହଜାର ୩୭୩ ଗୋଟି ଏବଂ ସଦ୍ୟ ହସ୍ତଗତ ହେଉଥିବା ଆବେଦନ ଗୁଡ଼ିକର ବ୍ଲକ ଏବଂ ପୌରାଞ୍ଚଳ ସ୍ତରରେ କ୍ଷେତ୍ର ତର୍ଜମା ଚାଲିଛି । କ୍ଷେତ୍ର ତର୍ଜମାରେ ଯୋଗ୍ୟ ବିବେଚିତ ହେଉଥିବା ଆବେଦନକାରୀଙ୍କୁ ଖାଦ୍ୟ ସୁରକ୍ଷାରେ ଅନ୍ତର୍ଭୁକ୍ତ କରାଯାଉଅଛି । ଅଧିକ ପଢ଼ନ୍ତୁ : ଓଡ଼ିଶା ସଚିବାଳୟରେ 'ବଡ଼ ବାବୁ'ଙ୍କ ଅଭାବ: ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ସମୟରେ, ଅଦ୍ୟାବଧୂ ୭ ଲକ୍ଷ ୭୨ ହଜାର ୯୬୫ ଜଣ ମୃତ ବ୍ୟକ୍ତିଙ୍କୁ ଚିହ୍ନିତ କରାଯାଇ ରାସନ କାର୍ଡ଼ ତଥ୍ୟାବଳୀରୁ ବାଦ ଦିଆଯାଇଛି । ସେହିଭଳି ୧ ଲକ୍ଷ ୨୫ ହଜାର ୮୪୦ ଅଯୋଗ୍ୟ ହିତାଧିକାରୀଙ୍କୁ (ସରକାରୀ ଚାକିରୀ, ଆୟକରଦାତା) ଚିହ୍ନଟ କରାଯାଇ ରାସନ କାର୍ଡ଼ ତଥ୍ୟାବଳୀରୁ ବାଦ ଦିଆଯାଇଛି । ଖାଲି ହେଉଥିବା ସ୍ଥାନରେ, ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଉଛି । ଏହା ଦ୍ୱାରା ବର୍ଷିକ ହାରାହାରି ୨୧୫ କୋଟି ଟଙ୍କାର ରାଜସ୍ୱ ଅପବ୍ୟୟ ରୋକାଯାଇଛି । ପର୍ବପର୍ବାଣି ତଥା ଅନ୍ୟାନ୍ୟ ସମୟରେ ଆବଶ୍ୟକ ହେଉଥିବା ଚାଉଳର ଚାହିଦାକୁ ଦୃଷ୍ଟିରେ ରଖ୍, ରାଜ୍ୟ ସରକାର ସମୟ ସମୟରେ ଅତିରିକ୍ତ ଚାଉଳ କୋଟା ଯୋଗାଇ ଦେଉଛନ୍ତି ।ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୧ ଗୋଟି ଜିଲ୍ଲା ଯଥା ବଲାଙ୍ଗୀର, ବୌଦ୍ଧ, ଗଜପତି, କଳାହାଣ୍ଡି, କନ୍ଧମାଳ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ରାୟଗଡ଼ା ଏବଂ ସୁବର୍ଣ୍ଣପୁରରେ ଥିବା ମୋଟ ୨୭ ଲକ୍ଷ ୩୮ ହଜାର ୮ ଶହ ୨୯ ହିତାଧିକାରୀ ପରିବାରଙ୍କୁ, ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ୨୦୨୫, ତିନି ମାସର ଅତିରିକ୍ତ ଚାଉଳ, କାର୍ଡ଼ ପିଛା, ମାସିକ ୫ କିଲୋଗ୍ରାମ ଲେଖାଏଁ, ୪୧ ହଜାର ୮୨.୪୪ ମେଟ୍ରିକ ଟନ ଭିଟାମିନ ଯୁକ୍ତ ଚାଉଳର, ମାଗଣାରେ ବଣ୍ଟନ କରାଯାଇଅଛି । ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ଅବଶିଷ୍ଟ ୧୯ ଗୋଟି ଜିଲ୍ଲା ଯଥା ଅନୁଗୁଳ, ବାଲେଶ୍ଵର, ବରଗଡ଼, ଭଦ୍ରକ, କଟକ, ଦେବଗଡ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ରେ ଥିବା ମୋଟ ୭୦,୪୭,୪୧୮ ହିତାକାରୀ ପରିବାରଙ୍କୁ ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ୨୦୨୫, ତିନି ମାସର ଅତିରିକ୍ତ ଚାଉଳ କୋଟା, କାର୍ଡ଼ ପିଛା, ମାସିକ ୫ କିଲୋଗ୍ରାମ ଲେଖାଏଁ ମାଗଣାରେ ବଣ୍ଟନ କରାଯାଇଅଛି । ତୃତୀୟ ପର୍ଯ୍ୟାୟରେ, ରାଜ୍ୟର ୧୪ ଗୋଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଯଥା କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର, ବାଲେଶ୍ୱର, ଦେବଗଡ, ଗଜପତି, ଝାରସୁଗୁଡା ଓ ସୁନ୍ଦରଗଡ଼ ଅନ୍ତର୍ଗତ ୧୨୧ ଗୋଟି ଆଦିବାସୀ ବହୁଳ ବ୍ଲକ ଅଧୀନରେ ଥିବା ୨୭ ଲକ୍ଷ ୩୪ ହଜାର ୪୯୭ ପରିବାରର ୯୦ ଲକ୍ଷ ୧୩ ହଜାର ୨୭୭ ସଦସ୍ୟଙ୍କ ନିମନ୍ତେ, ସମୁଦାୟ ୧ ଲକ୍ଷ ୦୯ ହଜାର ୩୭୯ ମେଟ୍ରିକ ଟନ ଭିଟାମିନ ଯୁକ୍ତ ଚାଉଳର ଅତିରିକ୍ତ କୋଟା ପରିବାର ପିଛା ମାସିକ ୧୦ କିଲୋଗ୍ରାମ ବିନା ମୂଲ୍ୟରେ ଡିସେମ୍ବର ୨୦୨୫ ଓ ଜାନୁଆରୀ-ଫେବୃୟାରୀ-ମାର୍ଚ୍ଚ ୨୦୨୬ (୪ ମାସ) ପାଇଁ, ବଣ୍ଟନ କରାଯାଉଅଛି । ଏହି ବାବଦକୁ ହୋଇଥିବା ସମୁଦାୟ ୧୧ ଶହ ୧୫ କୋଟି ୬୮ ଲକ୍ଷ ୭୨ ହଜାର ୧୯୨ ର ବ୍ୟୟ ବରାଦ ରାଜ୍ୟ ସରକାର ବହନ କରିଛନ୍ତି । ସମଗ୍ର ରାଜ୍ୟରେ ନୂତନ ରାସନ କାର୍ଡ଼ ପାଇଁ ତଥା ଯୋଗ୍ୟ କାର୍ଡରେ ଯୋଡ଼ି ହେବା ପାଇଁ ହସ୍ତଗତ ହୋଇଥିବା ଆବେଦନ ଗୁଡ଼ିକୁ ନଜରରେ ରଖି ରାଜ୍ୟ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଗ୍ରାମାଞ୍ଚଳ ପାଇଁ ୧୩,୫୦,୦୦୦ ହିତାଧୁକାରୀ ଟାର୍ଗେଟ ତଥା ସହରାଞ୍ଚଳ ପାଇଁ ୧,୫୦,୦୦୦ ହିତାକାରୀ ଟାର୍ଗେଟ ପ୍ରଦାନ କରିଛନ୍ତି । ଅପରପକ୍ଷରେ, ରାଜ୍ୟ ଶ୍ରମ ବିଭାଗ ଦ୍ୱାରା ଦୈନିକ ମଜୁରୀରେ କରାଯାଇଥିବା ବୃଦ୍ଧିକୁ ଦୃଷ୍ଟିରେ ରଖି ଓଡ଼ିଶା ଖାଦ୍ୟ ସୁରକ୍ଷା (ଲକ୍ଷ୍ୟଭିଭିକ ସାଧାରଣ ବଣ୍ଟନ ବ୍ୟବସ୍ଥା) ନିୟମ ୨୦୨୦ ରେ ଗ୍ରାମାଞ୍ଚଳରେ ରହୁଥିବା ଯୋଗ୍ୟ ପରିବାରର ମାସିକ ଆୟ ୧୦,୦୦୦/- ରୁ ବୃଦ୍ଧି କରି, ୧୫,୦୦୦/- ଏବଂ ସହରାଞ୍ଚଳରେ ରହୁଥିବା ଯୋଗ୍ୟ ପରିବାରର ମାସିକ ଆୟ ୧୫,୦୦୦/- ରୁ ବୃଦ୍ଧି କରି ୨୦,୦୦୦/- କରାଯାଉଅଛି । ଏହି ପଦକ୍ଷେପଟି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ, ଖାଦ୍ୟ ସୁରକ୍ଷାର ପରିଧିକୁ ଆଣିବାର ସତତ ପ୍ରୟାସକୁ ସୁଚାଏ । ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ଉପରୋକ୍ତ ପଦକ୍ଷେପ ଗୁଡ଼ିକ ରାଜ୍ୟରେ ଥିବା ପ୍ରତ୍ୟେକ ଖାଦ୍ୟ ସୁରକ୍ଷା ଲୋଡୁଥିବା ହିତାଧୁକାରୀଙ୍କ ପ୍ରତି ସମ୍ବେଦନଶୀଳତାକୁ ଦର୍ଶାଏ । ନିରୂପେକ୍ଷ ଭାବରେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇଦେବା ହିଁ ନୂତନ ସରକାରଙ୍କ ସଂକଳ୍ପ । କୌଣସି ଯୋଗ୍ୟ ହିତାକାରୀ ଯେଭଳି ରାସନ କାର୍ଡ ପାଇବାରୁ ବଞ୍ଚିତ ନହେବେ ସେଥିପାଇଁ ମୋହନ ସରକାର ସଂକଳ୍ପବଦ୍ଧ ।
ବନ ବିଭାଗର ଅବହେଳା: ଗହୀରମଥାରେ ପଡ଼ିଛି ଶହ ଶହ କଇଁଛଙ୍କ ମୃତଦେହ
କନକ ବ୍ୟୁରୋ : ଓଡ଼ିଶାର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା ଅଲିଭରିଡଲେ କଇଁଛଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ । ସାରା ବିଶ୍ବରେ ଉପଲବ୍ଧ କଇଁଛଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ କଇଁଛ ଗହୀରମଥାରେ ସମାଗମ ହୋଇଥାନ୍ତି । ମାତ୍ର ସୁରକ୍ଷା ଅଭାବରୁ ଏବେ ଏହା ଅଲିଭରିଡଲେ କଇଁଛଙ୍କ ଶ୍ମଶାନ ଭୁଇଁରେ ପରିଣତ ହୋଇଛି । ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିବା ବେଳେ ଶହଶହ କଇଁଛଙ୍କ ମୃତଦେହ ଆମ କ୍ୟାମେରାରେ କଏଦ ହୋଇଛି । ବନ ବିଭାଗର କର୍ମଚାରୀମାନେ ଏହି ମୃତ କଇଁଛମାନଙ୍କୁ ସମୁଦ୍ର ବେଳାଭୂମିରେ ପୋତିଦେଉଥିବା ଦେଖିବାକୁ ମିଳିଛି । ନିକଟସ୍ଥ ଜଙ୍ଗଲରେ ଅନେକ କଇଁଛଙ୍କ ମୃତଦେହ ମଧ୍ୟ ପଡି ରହିଛି । ଏକ କିଲୋମିଟର ମଧ୍ୟରେ ୧୦୦ରୁ ଊର୍ଦ୍ଧ ମୃତ କଇଁଛଙ୍କୁ ଦେଖିବାକୁ ମିଳିଛି । ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏମାନଙ୍କ ସୁରକ୍ଷା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ବନବିଭାଗର ନିଷ୍କ୍ରିୟତା ଯୋଗୁଁ କଇଁଛମାନଙ୍କ ମୃତ୍ୟୁ ଘଟୁଛି ।
ବଦଳିବ କି IPL ତାରିଖ, ହେଲା ବଡ଼ ଘୋଷଣା, BCCI ନେବ ଶେଷ ନିଷ୍ପତ୍ତି
IPL 2026 Date: IPL ୨୦୨୬ ସିଡ୍ୟୁଲ୍ ପାଇଁ ଅପେକ୍ଷା କରିଥିବା କ୍ରିକେଟ୍ ପ୍ରେମୀଙ୍କୁ ଆହୁରି ଟିକିଏ ଅପେକ୍ଷା କରିବାକୁ ପଡିବ। ପ୍ରଥମେ ଆଶା କରାଯାଉଥିଲା ଯେ IPL ୨୦୨୬ ର ସମ୍ପୂର୍ଣ୍ଣ ସୂଚୀ ମାର୍ଚ୍ଚ ୮ ତାରିଖରେ ପ୍ରକାଶିତ ହେବ, କିନ୍ତୁ ଏବେ ଏହାକୁ ଗୋଟିଏ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି। ସଦ୍ୟତମ ସୂଚନା ଅନୁସାରେ, ଟୁର୍ଣ୍ଣାମେଣ୍ଟ ସୂଚୀ ମାର୍ଚ୍ଚ ୯ ତାରିଖ ଅର୍ଥାତ୍ ଆଜି ସନ୍ଧ୍ୟା ୬ ଟା କିମ୍ବା ୭ଟା ସମୟରେ ପ୍ରକାଶିତ […]
ପରଦା ପଛରେ ରହି ଭାରତ ପାଇଁ ସାଜିଲେ ହିରୋ, ୩ ଥର ଟିମ୍ ଇଣ୍ଡିଆକୁ କରାଇଛନ୍ତି ଚାମ୍ପିଅନ
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୬ ଜିତି ପୁଣି ଇତିହାସ ରଚିଛି ଟିମ୍ ଇଣ୍ଡିଆ। ଭାରତୀୟ ଦଳ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ୯୬ ରନରେ ପରାସ୍ତ କରି ପୁଣି ବିଶ୍ବ ବିଜୟୀ ହୋଇଛି। ଜସପ୍ରୀତ ବୁମରା ପ୍ଲେୟାର ଅଫ୍ ଦି ମ୍ୟାଚ୍ ଏବଂ ସଞ୍ଜୁ ସାମସନ ପ୍...
ନୂଆଦିଲ୍ଲୀ:ଭାରତରେ ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ଓ ଖାଦ୍ୟ ପ୍ରଦୂଷଣ ଏବେ ଚରମ ସୀମାରେ ପହଞ୍ଚିଛି। ନା’ ଶୁଦ୍ଧ ଅମ୍ଳଜାନ ମିଳୁଛି ନା ପିଇବାକୁ ମୁନ୍ଦେ ସ୍ୱଚ୍ଛ ଜଳ। ସବୁଠାରୁ ବଡ଼ କଥା ହେଲା ଖାଦ୍ୟରେ ଏତେ ଅପମିଶ୍ରଣ ହେଲାଣି ଯେ...
ପରୀକ୍ଷା ସରିଲା ହେଲେ ଫେରିଲାନି ପୁଅ, କୋଳ ଖାଲି କରିଦେଲା କୋଲାବ ନଦୀ...
କନକ ବ୍ୟୁରୋ: ସରିଲା ପରୀକ୍ଷା, ହେଲେ ଫେରିଲାନି ପୁଅ । ଘରକୁ ଯିବା ପାଇଁ କେତେ ଖୁସି କେତେ କ’ଣ ସ୍ବପ୍ନ ଦେଖିଥିଲେ, ହେଲେ ସବୁଦିନ ପାଇଁ ଦୁନିଆରୁ ବିଦାୟ ନେଇଗଲେ । କୋରାପୁଟ ନବୋଦୟ ବିଦ୍ୟାଳୟର ୩ ଜଣ ଛାତ୍ରଙ୍କ ସଲିଳ ସମାଧି ଏବେ ସମଗ୍ର ଜିଲ୍ଲାକୁ ସ୍ତବ୍ଧ କରିଦେଇଛି । ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ଶେଷ ଦିନ । ମନରେ ଅସୁମାରୀ ଖୁସି ଆଉ ଆଖିରେ ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ । ପରୀକ୍ଷା ସରିଲେ ଛୁଟିରେ ଘରକୁ ଫେରିବେ, ମା' ହାତର ରନ୍ଧା ଖାଇବେ । ହେଲେ ନିୟତିର ଖେଳ ଥିଲା କିଛି ଅଲଗା । କୋରାପୁଟ ପିଏମ୍ ଶ୍ରୀ ନବୋଦୟ ବିଦ୍ୟାଳୟର ୩ ମେଧାବୀ ଛାତ୍ର ସ୍ୱସ୍ତିକ ହାଲୱା, ଓମ ପ୍ରକାଶ ବେହେରା ଏବଂ ଲିଙ୍ଗରାଜ ଖିଲଙ୍କ ପାଇଁ ଶେଷ ପରୀକ୍ଷା ପାଲଟିଗଲା ଜୀବନର ଶେଷ ଦିନ । ଆହୁରି ପଢ଼ନ୍ତୁ: ନିୟନ୍ତ୍ରଣ ହରାଇ ୩ ଜଣଙ୍କୁ ଚାପିଦେଲା ଡିଟିସି ବସ୍ ମାଛରା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପରୀକ୍ଷା ଦେଇ ସମସ୍ତେ ଫେରିଥିଲେ । ଅଭିଭାବକମାନେ ପିଲାଙ୍କୁ ନେବା ପାଇଁ ବିଳମ୍ବ କରିବାରୁ, ଏହି ତିନି ବନ୍ଧୁ ଉପର କୋଲାବ ଜଳଭଣ୍ଡାରକୁ ଗାଧୋଇବାକୁ ଯାଇଥିଲେ । ହେଲେ ଅଥଳ ଜଳରାଶି ମଧ୍ୟରେ ଜଣକ ପରେ ଜଣେ ବୁଡ଼ିଯାଇ ହାରିଗଲେ ଜୀବନର ଯୁଦ୍ଧ । ଏହି ଦୁଃଖଦ ଘଟଣା ପରେ ଏବେ କୋରାପୁଟ ମେଡିକାଲ ପରିସରରେ ଶୋକାକୁଳ ପରିବେଶ । ଗୋଟିଏ ପଟେ ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକଙ୍କୁ ଦାୟୀ କରୁଥିବା ବେଳେ, ଅଭିଭାବକମାନେ ସ୍କୁଲର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । ଅଭିଭାବକମାନେ ନପହଞ୍ଚିବା ପର୍ଯ୍ୟନ୍ତ କର୍ତ୍ତୃପକ୍ଷ କାହିଁକି ପିଲାଙ୍କୁ ବାହାରକୁ ଛାଡ଼ିଲେ? କାହିଁକି ରଖାଗଲାନି କଡ଼ା ନଜର ?ଘଟଣା ସ୍ଥଳରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ପୂର୍ବତନ ବିଧାୟକ ଓ ଅନ୍ୟ ନେତୃବୃନ୍ଦ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ନ୍ୟାୟିକ ତଦନ୍ତ ଦାବି କରିଛନ୍ତି । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୪ ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି । କୋରାପୁଟ ତହସିଲଦାର, ଏସଡିପିଓ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ସ୍କୁଲରେ ପହଞ୍ଚି ତଥ୍ୟ ସଂଗ୍ରହ କରୁଛନ୍ତି । ଖୁବଶୀଘ୍ର ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯିବ । କିନ୍ତୁ ଏହି ତଦନ୍ତ କ'ଣ ସେହି ୩ଟି ନିଷ୍ପାପ ଜୀବନକୁ ଫେରାଇ ଆଣିପାରିବ ? ସେହି ମା’ ମାନଙ୍କ ଆଖିରୁ ଲୁହ ଆଉ ଛାତିରୁ କୋହ କ’ଣ କେବେ ଥମିବ?
ତୃତୀୟ ବିଶ୍ୱଯୁଦ୍ଧ ହେଲେ କେବଳ ବଞ୍ଚି ରହିବ ଏହି ୨ ଦେଶ, ସାମିଲ ନାହିଁ ଭାରତର ନାଁ…
ଓଡିଶାଭାସ୍କର: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ପୁଣି ଥରେ ତୃତୀୟ ବିଶ୍ୱଯୁଦ୍ଧର ସମ୍ଭାବନା ବିଷୟରେ ବିଶ୍ୱ ଚିନ୍ତାକୁ ବୃଦ୍ଧି କରିଛି। ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଏକ ବଡ଼ ପରିମାଣର ପରମାଣୁ ସଂଘର୍ଷ ସମଗ୍ର ବିଶ୍ୱ ପାଇଁ ବିନାଶକାରୀ ପରିଣାମ ଆଣିପାରେ। ବୈଜ୍ଞାନିକ ଅଧ୍ୟୟନ ସୂଚିତ କରେ ଯେ ହଜାର ହଜାର ପରମାଣୁ ଅସ୍ତ୍ରର ବ୍ୟବହାର ବିଶ୍ୱବ୍ୟାପୀ ପରିବେଶଗତ ବିନାଶର କାରଣ ହୋଇପାରେ, ଯାହାକୁ ପରମାଣୁ ଶୀତକାଳୀନ ବୋଲି କୁହାଯାଏ। ହେଲେ, ଏହି ବିପଦ ମଧ୍ୟରେ କେବଳ […]
ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍ : ଦୁଇ ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର
ରାଉରକେଲା ୯।୩: ଭାରସାମ୍ୟ ହରାଇଲା ବାଇକ୍ । ଟ୍ରକ୍ ପଛରେ ଦେଲା ଧକ୍କା । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ୧୪୩ ନମ୍ୱର ଜାତୀୟ ରାଜପଥରେ ଘଟିଛି ଏଭ...
ପୁଣି ଚର୍ଚ୍ଚାରେ ମଲାଇକା ଆରୋରା, ୟା’ଙ୍କ ସହ ଆସିଲେ ନଜର, କିଏ ଏହି ରହସ୍ୟମୟ ବ୍ୟକ୍ତି, ଭିଡ଼ିଓ ଭାଇରାଲ୍
Malaika Arora: ମଲାଇକା ଆରୋରା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଛି। ଗତ କିଛି ସମୟ ଧରି, ହୀରା ବ୍ୟବସାୟୀ ହର୍ଷ ମେହେଟ୍ଟାଙ୍କ ସହ ତାଙ୍କ ସମ୍ପର୍କର ଗୁଜବ ଯୋଗୁଁ ଏହି ଅଭିନେତ୍ରୀ ଚର୍ଚ୍ଚାରେ ଥିଲେ । ନିକଟରେ ରୋମରୁ ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା । ଯାହାକୁ ଦେଖି ନେଟିଜେନମାନେ ଦାବି କରିଥିଲେ ଯେ ସେମାନେ ସେଠାରେ ଏକାଠି ଭାଲେଣ୍ଟାଇନ୍ସ ଡେ ପାଳନ କରୁଥିଲେ। ଏବେ କିଛି ଦିନ ପରେ, ମଲାଇକା […]
ଭୁଲ୍ ପଦକ୍ଷେପ...ଇସ୍ରାଏଲ-ଆମେରିକା ମଧ୍ୟରେ ମତଭେଦ; ଭିନ୍ନ ମୋଡ ନେଉଛି ଇରାନ ଯୁଦ୍ଧ
ନୂଆଦିଲ୍ଲୀ: ଇରାନ୍ ଯୁଦ୍ଧ ଚାଲିଥିବା ବେଳେ ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ମତଭେଦ ହୋଇଛି । ଇସ୍ରାଏଲ ଏବଂ ଆମେରିକା ମିଳିତ ଭାବରେ ଇରାନ ଉପରେ ଆକ୍ରମଣ କରିଥିଲେ । କିନ୍ତୁ ଏବେ ଦୁଇ ସହଯୋଗୀଙ୍କ ମଧ୍ୟରେ ମତଭେଦ ତୀବ୍ର ହୋଇଛି । ଇସ୍ରାଏଲ...
ସଞ୍ଜୁ ହେଉଛନ୍ତି ବିରାଟ-ରୋହିତଙ୍କ ମିଶ୍ରଣ : କୁମ୍ବଲେ
କନକ ବ୍ୟୁରୋ: ଭାରତୀୟ ଦଳର ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟ ପରେ ସଂଜୁ ସାମସନ୍ଙ୍କୁ ପ୍ରଶଂସା କରିଛନ୍ତି ପୂର୍ବତନ ଅଧିନାୟକ ଅନୀଲ କୁମ୍ବଲେ । ସେ ସଂଜୁଙ୍କୁ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ମିଶ୍ରଣ ବୋଲି କହିଛନ୍ତି । କୁମ୍ବଲେ କହିଛନ୍ତି ଯେ ଭାରତୀୟ ଦଳରେ ବିରାଟ କୋହିଲି ଓ ରୋହିତ ଶର୍ମାଙ୍କ ସ୍ଥାନ ପୁରଣ କରିବା ସହଜ ନୁହେଁ। କିନ୍ତୁ ଗୋଟିଏ ପ୍ରକାରେ କହିଲେ ସଂଜୁ ସାମସନ୍ ଉଭୟଙ୍କ ଏକ ମିଶ୍ରଣ। ଯେତେବେଳେ ୱିକେଟ୍ ବଞ୍ଚାଇରଖି ସତର୍କତାର ସହ ଖେଳିବାର ଆବଶ୍ୟକତା ଥାଏ ସେତେବେଳେ ସେ କୋହଲିଙ୍କ ପରି ଖେଳୁଛନ୍ତି। ଆଉ ଯେତେବେଳେ ପାଓ୍ବାରପ୍ଲେରେ ରୋହିତଙ୍କ ପରି ବିସ୍ଫୋରକ ବ୍ୟାଟିଂ କରିବାକୁ ପଡ଼େ ସେ ସେପରି କରିଥାନ୍ତି। ଆହୁରି ପଢ଼ନ୍ତୁ... ଓଡ଼ିଶା ସଚିବାଳୟରେ 'ବଡ଼ ବାବୁ'ଙ୍କ ଅଭାବ: ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ବିଶ୍ବକପ୍ର ପ୍ରାରମ୍ଭିକ ମ୍ୟାଚ୍ ଗୁଡ଼ିକରେ ଦଳରୁ ବାଦ୍ ପଡ଼ିଥିବା ସଂଜୁଙ୍କୁ ଗୁରୁତ୍ବପୂର୍ଣ୍ଣ ସୁପର-୮ ପର୍ଯ୍ୟାୟରେ ଜିମ୍ବାଓ୍ବେ ବିପକ୍ଷ ମ୍ୟାଚ୍ରେ ସାମିଲ କରାଯାଇଥିଲା। ତେବେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ୯୭ ରନ୍ର ପାଳି ଖେଳି ସେ ଭାରତର ସେମିଫାଇନାଲ୍ ରାସ୍ତା ଖୋଲିଦେଇଥିଲେ। ଏହି ମ୍ୟାଚ୍ରେ ଭାରତ ୧୯୬ ରନ୍ ପରି ଏକ ବଡ଼ ଲକ୍ଷ୍ୟର ପିଛା କରୁଥିବା ସମୟରେ ସେ ସତର୍କତାର ସହ ବ୍ୟାଟିଂ କରି ଅପରାଜିତ ୯୭ ରନ୍ କରିଥିଲେ । ସେହିପରି ସେମିଫାଇନାଲ୍ ଓ ଫାଇନାଲ୍ରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା ଓ ଉଭୟ ମ୍ୟାଚ୍ରେ ସେ ବିସ୍ଫୋରକ ବ୍ୟାଟିଂ କରି ୮୯ ରନ୍ ଲେଖାଏଁ କରିଥିଲେ।
ଓଡିଶାଭାସ୍କର:ଟି-୨୦ ବିଶ୍ୱକପ୍ ଜିତି ଟିମ୍ ଇଣ୍ଡିଆ ଇତିହାସ ରଚିଛି। ଦଳ ଲଗାତାର ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍ ବିଜୟୀ ହେବାସହ ଘରୋଇ ମାଟିରେ ଏହାକୁ ଜିତିଥିବା ପ୍ରଥମ ଦଳ ହୋଇଛି। ଏହି ଉତ୍ସବ ମଧ୍ୟରେ, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ପ୍ରେମିକା ମାହିକା ଶର୍ମାଙ୍କ ଏକ ରୋମାଣ୍ଟିକ ସେଲିବ୍ରେସନ ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି, ଯାହା ପ୍ରଶଂସକଙ୍କ ହୃଦୟ ଜିତିଛି। ହାର୍ଦ୍ଦିକ ଏବଂ ମାହିକାଙ୍କ ସେଲିବ୍ରେସନ: ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆ […]
ସିଡ଼ି ଚଢି଼ଲା ବେଳେ ଲାଗୁଛି ଧଇଁସଇଁ, ଏ ଆଉ ହୃଦରୋଗର ସଙ୍କେତ ନୁହେଁ ତ ! ଜାଣନ୍ତୁ ଏହାର କାରଣ
Heart beats fast as you climb stairs: କିଛି ଲୋକ ସିଡ଼ି ଚଢ଼ିବା କିମ୍ବା ଚାଲିବା ପରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରନ୍ତି। ଲୋକମାନେ ପ୍ରାୟତଃ ଏହାକୁ ଶ୍ୱାସକ୍ରିୟା ଜନିତ ରୋଗ ଭାବିଥାଆନ୍ତି । କିଛି ସଚେତନ ବ୍ୟକ୍ତି ଏହାକୁ ହୃଦ୍ରୋଗ ବୋଲି ଧରି ନିଅନ୍ତି ଏବଂ ଚିକିତ୍ସା କରନ୍ତି । କିନ୍ତୁ ହୃଦ୍ସ୍ପନ୍ଦନ ବୃଦ୍ଧି ସର୍ବଦା ଏକ ଶାରୀରିକ ସମସ୍ୟା, ନା ଏହା ମାନସିକ ସ୍ୱାସ୍ଥ୍ୟ ସହିତ ମଧ୍ୟ ଜଡିତ? ଏନେଇ ଅନେକ […]
ବିଦ୍ୟୁତ ସଞ୍ଚୟ ପାଇଁ ବିଶ୍ୱବିଦ୍ୟାଳୟ ବନ୍ଦ କଲା ବାଂଲାଦେଶ
କନକ ବ୍ୟୁରୋ : ଆମେରିକା-ଇସ୍ରାଏଲ-ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ବାଂଲାଦେଶ ସମସ୍ୟାରେ ପଡ଼ିଛି । ଶକ୍ତି ସଙ୍କଟର ସମାଧାନ ପାଇଁ ବାଂଲାଦେଶ ସରକାର ଏକ ନୂତନ ପଦ୍ଧତି ଗ୍ରହଣ କରିଛନ୍ତି। ବିଦ୍ୟୁତ ସଂରକ୍ଷଣ ପାଇଁ, ସରକାର ମାର୍ଚ୍ଚ ୯ ତାରିଖରୁ ସମସ୍ତ ସରକାରୀ ଏବଂ ବେସରକାରୀ ବିଶ୍ୱବିଦ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟୁତ ଏବଂ ଶକ୍ତି ସଂରକ୍ଷଣ ପାଇଁ ସରକାର ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି । ବାଂଲାଦେଶ ସରକାରଙ୍କ ଦ୍ୱାରା ବିଦ୍ୟୁତ୍ ଏବଂ ଶକ୍ତି ସଂରକ୍ଷଣ ପାଇଁ ନିଆଯାଇଥିବା ପଦକ୍ଷେପର ଅଂଶ ସ୍ୱରୂପ, ଶିକ୍ଷା କ୍ୟାଲେଣ୍ଡରକୁ ଇଦ୍ ଉଲ୍-ଫିତର ଛୁଟି ସହ ଯୋଡ଼ିଛନ୍ତି। ଏହା ଅନ୍ତର୍ଗତ ବିଶ୍ବବିଦ୍ୟାଳୟକୁ ବନ୍ଦ କରାଯାଇଛି। ବାଂଲାଦେଶ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏହି ନିର୍ଦ୍ଦେଶ ଜାରି କରାଯାଇଥିବା ଜଣାପଡ଼ିଛି। ଏଥିରେ ଉଲ୍ଲେଖ ଅଛି ଯେ, ଜାତୀୟ ସ୍ତରରେ ବିଦ୍ୟୁତ୍ ବ୍ୟବହାର ହ୍ରାସ କରିବା ପାଇଁ ଶକ୍ତି ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶ ଜାରି କରାଯାଇଛି । ଅଧିକ ପଢ଼ନ୍ତୁ--- ବିଲେଇ କପାଳକୁ ଶିକା ଛିଣ୍ଡିଛି : ଯୁଦ୍ଧରେ ବିଶ୍ବ ଅସ୍ତବ୍ୟସ୍ତ, ଅସ୍ତ୍ରଶସ୍ତ୍ର ବିକି ଲାଭ କରୁଛି ଆମେରିକା
Suryakumar Yadav Net Worth:ଟି-୨୦ କ୍ରିକେଟରେ ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଥିବା ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଆଜିକାଲି ପୁଣି ଥରେ ଖବରର ଶିରୋନାମାରେ ଅଛନ୍ତି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡକୁ ୯୬ ରନରେ ପରାସ୍ତ କରି ଭାରତକୁ ଟି-୨୦ ବିଶ୍ୱକପ୍ ଟାଇଟଲ ଦେବା ପରେ, ସୂର୍ଯ୍ୟ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ମିଶନ ଶେଷ ହୋଇନାହିଁ। ଟ୍ରଫି ଜିତିବା ପରେ, ସେ ପ୍ରଶଂସକମାନଙ୍କୁ ଏହା ମଧ୍ୟ ଜଣାଇଥିଲେ ଯେ […]
Indian rupee hits record low: ପ୍ରଥମ ଥର ଡଲାର ତୁଳନାରେ ସର୍ବନିମ୍ନ ସ୍ତରକୁ ଖସିଲା ଟଙ୍କା, ମହଙ୍ଗା ହେବ ଆମଦାନୀ
ନୂଆଦିଲ୍ଲୀ:ବିଶ୍ୱରେ ଯୁଦ୍ଧ ଓ ଭୂରାଜନୈତିକ ଅସ୍ଥିରତା ଭିତରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାରେ ମୂଲ୍ୟ ରସାତଳକୁ ଗଲାଣି। ପ୍ରାୟ ପ୍ରତିଦିନ ଭାରତୀୟ ମୁଦ୍ରା ମୂଲ୍ୟ ଖସୁଛି। ମାର୍ଚ୍ଚ ୯ ତାରିଖ ସୋମବାର ଡଲାର ତୁଳନାରେ ମୁଦ୍ର...
ବିଜୟ-ତ୍ରିଶାଙ୍କ ସପୋର୍ଟରେ ବାହାରିଲେ ବିକ୍ରମ ଭଟ୍ଟ, କହିଲେ-ସେମାନଙ୍କ ଭଲ ପାଇବାର ଅଧିକାର ଅଛି
ନୂଆଦିଲ୍ଲୀ ୦୯।୦୩;ଥାଲାପତି ବିଜୟ ଏବଂ ତ୍ରିଶା କୃଷ୍ଣନଙ୍କ ମଧ୍ୟରେ ସମ୍ପର୍କ ଥିବା ନେଇ ଖୁବ୍ ଚର୍ଚ୍ଚା ହେଉଛି । ଏହାରି ଭିତରେ ନିର୍ଦ୍ଦେଶକ ବିକ୍ରମ ଭଟ୍ଟ ଗୁଜବ ଉପରେ ନିଜର ମତ ରଖିଛନ୍ତି। ବିଜୟ ନିକଟରେ ତ୍ରିଶାଙ୍କ ସହ ଏକ ବିବାହରେ...
ଓଡ଼ିଶା ସଚିବାଳୟରେ 'ବଡ଼ ବାବୁ'ଙ୍କ ଅଭାବ: ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ: ଓଡ଼ିଶାର ପ୍ରଶାସନିକ ପ୍ରାଣକେନ୍ଦ୍ର କୁହାଯାଉଥିବା ସଚିବାଳୟରେ ଏବେ ଅଧିକାରୀଙ୍କ ଘୋର ଅଭାବ ଦେଖାଦେଇଛି । ବିଧାନସଭାରେ ବିଧାୟକ ସୌଭିକ୍ ବିଶ୍ବାଳଙ୍କ ଏକ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଚିନ୍ତାଜନକ ତଥ୍ୟ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ସଚିବାଳୟର ବିଭିନ୍ନ ବର୍ଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଛି । ସବୁଠାରୁ ଅଧିକ ୩୬୫ଟି ଉପବିଭାଗ ଅଧିକାରୀ (Section Officer) ଏବଂ ୩୪୮ଟି ସହକାରୀ ଉପବିଭାଗ ଅଧିକାରୀ (ASO) ପଦବୀ ଶୂନ୍ୟ ରହିଛି। ଏହା ବ୍ୟତୀତ ୧୦୫ ଜଣ ଅନୁଶାସନ ସଚିବ, ଜଣେ ଅତିରିକ୍ତ ଶାସନ ସଚିବ, ୨ ଜଣ ଯୁଗ୍ମ ଶାସନ ସଚିବ, ୨ ଜଣ ଉପ ଶାସନ ସଚିବ ଏବଂ ୪ ଜଣ ଡେସ୍କ ଅଫିସରଙ୍କ ପଦବୀ ମଧ୍ୟ ପୂରଣ ହୋଇନାହିଁ। ଆହୁରି ପଢ଼ନ୍ତୁ... ରୋଷେଇ ଘରୁ ଶବଦାହ ପର୍ଯ୍ୟନ୍ତ ପ୍ରଭାବିତ କରିଛି ଗ୍ୟାସ୍ ମୂଲ୍ୟ ବୃଦ୍ଧି : ଭାରତୀୟଙ୍କ ଦୈନନ୍ଦିନ ଜୀବନ ବିପର୍ଯ୍ୟସ୍ତ ଏତେ ସଂଖ୍ୟକ ପଦବୀ ଖାଲି ରହିବା ଫଳରେ ସରକାରୀ କାର୍ଯ୍ୟାଳୟର ଦୈନନ୍ଦିନ କାର୍ଯ୍ୟ ପରିଚାଳନାରେ ବାଧା ସୃଷ୍ଟି ହେବା ସହ କାର୍ଯ୍ୟରତ ଅଧିକାରୀଙ୍କ ଉପରେ ଚାପ ବଢୁଛି। ପ୍ରଶାସନିକ ସ୍ୱଚ୍ଛତା ଓ ସରକାରୀ ଯୋଜନାର ତ୍ୱରିତ କାର୍ଯ୍ୟାନ୍ୱୟନ ପାଇଁ ଏହି ଶୂନ୍ୟସ୍ଥାନଗୁଡ଼ିକୁ ଯଥାଶୀଘ୍ର ପୂରଣ କରିବା ଏବେ ନୂତନ ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି । ଯଦି ଏହି ପଦବୀଗୁଡ଼ିକ ଶୀଘ୍ର ପୂରଣ ନହୁଏ, ତେବେ ସଚିବାଳୟର ଗତିଶୀଳତା ପ୍ରଭାବିତ ହେବାର ସମ୍ଭାବନା ରହିଛି ।
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ, ବିଧାନସଭାରେ ଲିଖିତ ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ
କନକ ବ୍ୟୁରୋ: ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡାକ୍ତର ଅଭାବ ଏବେ ଏକ ଗୁରୁତର ଚିନ୍ତାର ବିଷୟ ପାଲଟିଛି । ନିକଟରେ ବିଧାନସଭାରେ ବିଧାୟକ ପବିତ୍ର ସାଉଁତାଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପର୍କରେ ଉଦବେଗଜନକ ତଥ୍ୟ ଉପସ୍ଥାପନ କରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ନିୟମ ଅନୁଯାୟୀ, ପ୍ରତି ୧୦୦୦ ଜଣ ଜନସଂଖ୍ୟାରେ ଜଣେ ଡାକ୍ତର ରହିବା ଜରୁରୀ । କିନ୍ତୁ ଓଡ଼ିଶାରେ ଏହି ଅନୁପାତ ବିପର୍ଯ୍ୟସ୍ତ ହୋଇପଡ଼ିଛି। ବର୍ତ୍ତମାନ ରାଜ୍ୟରେ ପ୍ରତି ୧୨୬୫ ଜଣ ଲୋକଙ୍କ ପାଇଁ ମାତ୍ର ଜଣେ ଡାକ୍ତର ଅଛନ୍ତି । ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟରେ ମୋଟ ୧୫,୭୯୩ଟି ଡାକ୍ତର ପଦବୀ ମଞ୍ଜୁର ହୋଇଥିବା ବେଳେ ସେଥିରୁ ୪,୬୦୭ଟି ପଦବୀ ଖାଲି ପଡ଼ିଛି। ଏହା ବ୍ୟତୀତ ପ୍ରାୟ ୧,୪୫୯ ଜଣ ଡାକ୍ତର ଉଚ୍ଚ ଶିକ୍ଷା ପାଇଁ ଯାଇଥିବାରୁ ଚିକିତ୍ସାଳୟଗୁଡ଼ିକରେ କାର୍ଯ୍ୟଭାର ବଢୁଛି। ଆହୁରି ପଢ଼ନ୍ତୁ... ସମ୍ପତ୍ତି ତାଲିକା ଦାଖଲ କରିନାହାନ୍ତି ୧.୨୫ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ, ବିଧାନସଭାରେ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ ଡାକ୍ତରଙ୍କ ଏହି ବଡ଼ ଧରଣର ଅଭାବ ବିଶେଷ କରି ଗ୍ରାମାଞ୍ଚଳର ପ୍ରାଥମିକ ସ୍ୱାସ୍ଥ୍ୟସେବାକୁ ପ୍ରଭାବିତ କରୁଛି। ସାଧାରଣ ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ଏହି ଖାଲି ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରିବା ଏବେ ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ସହ ପର୍ଯ୍ୟାପ୍ତ ମାନବ ସମ୍ବଳ ନିଯୁକ୍ତି ହିଁ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିପାରିବ।
ତିନିକୋଶିଆ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ, ୨ ଏକରରୁ ଅଧିକ ଜଙ୍ଗଲ ପାଉଁଶ
କନକ ବ୍ୟୁରୋ: ଜଳୁଛି କୁଳଡିଆ ଅଭୟାରଣ୍ୟ ର ତିନିକୋଷିଆ ଜଙ୍ଗଲ, ଜଳିପୋଡ଼ି ମୂଲ୍ୟବାନ ଗଛଲତା ନଷ୍ଟ, ଖିପ୍ରଗତିରେ ବ୍ୟାପି ଚାଲିଛି ନିଆଁ। ଖବର ପାଇ ନିଆଁ କୁ ଆୟତ କରିବା ପାଇଁ ବନ ବିଭାଗ ପକ୍ଷରୁ ଚାଳିଛି ଉଦ୍ୟମ, ନିକଟରେ ଗାଁ ଥିବାରୁ ଭୟରେ ଲୋକେ। ସେପଟେ ପବନର ବେଗ ଶହ ବ୍ୟାପିଚାଲିଛି ନିଆଁ,।ଦଳି ପୋଡି ପାଉଁଶ ହେଲାଣି ୨ ଏକରରୁ ଉର୍ଦ୍ଧ୍ବ ଜଙ୍ଗଲ। ନିଆଁର ଆଁରେ ଜଙ୍ଗଲ। ରାଜ୍ୟର କେଉଁଠି ନା କେଉଁଠି ଜଳୁଛି ସଂରକ୍ଷିତ ଜଙ୍ଗଲ। କେହି ଦୁର୍ବୃତ୍ତ ଲଗାଉଥିବା ହେଉ କିମ୍ବା ଶିକାର କରିବାକୁ ଯାଇ ଶିକାରୀ ନିଆଁ ଲଗାଇ ଦେଉଛନ୍ତି। ଏହି ଜଙ୍ଗଲ ନିଆଁକୁ ଆୟତ୍ତ କରିବାକୁ ଯାଇ ନାକେଦମ୍ ହେଉଛି ବନ ବିଭାଗ। ସେପଟେ ଏହାଦ୍ବାରା ନଷ୍ଟ ହେଉଛି ଜୈବ ବିବିଧତା। ଆହୁରି ପଢ଼ନ୍ତୁ: ରୋଷେଇ ଘରୁ ଶବଦାହ ପର୍ଯ୍ୟନ୍ତ ପ୍ରଭାବିତ କରିଛି ଗ୍ୟାସ୍ ମୂଲ୍ୟ ବୃଦ୍ଧି : ଭାରତୀୟଙ୍କ ଦୈନନ୍ଦିନ ଜୀବନ ବିପର୍ଯ୍ୟସ୍ତ
ପୁରୀ କୋର୍ଟକୁ ବୋମାରେ ଉଡ଼ାଇଦେବୁ ! ପୁଣି ଥରେ ଆସିଲା ଧମକପୂର୍ଣ୍ଣ ଇ-ମେଲ୍
ପୁରୀ ୯।୩: ପୁଣି ଥରେ ପୁରୀ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ । ପୁରୀ ଜିଲ୍ଲା କୋର୍ଟଇ-ମେଲ୍ ଜରିଆରେ ଆସିଛି ଧମକ । ଏଭଳି ଧମକପୂର୍ଣ୍ଣ ଇ-ମେଲ୍ ପାଇବା ପରେ ପୁରୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ସିଟି ଡିଏସ୍ପିଙ୍କ ତତ୍ତ୍...
ଇରାନ ସ୍କୁଲ ଉପରେ କିଏ କରିଥିଲା ଆକ୍ରମଣ ? ତଥ୍ୟରୁ ଜଣାପଡୁଛି ଇସ୍ରାଏଲ ନୁହେଁ ଆମେରିକା ରଚିଥିଲା ତାଣ୍ଡବ
ଫେବ୍ରୁଆରି ୨୮ ତାରିଖରେ, ଦକ୍ଷିଣ ଇରାନର ହୋର୍ମଜଗାନ୍ ପ୍ରଦେଶର ମିନାବରେ ଥିବା ଶାଜାରେହ ତୟେବେ ବାଳିକା ପ୍ରାଥମିକ ବିଦ୍ୟାଳୟ ଉପରେ ଏକ କ୍ଷେପଣାସ୍ତ୍ର ଆକ୍ରମଣରେ ୧୬୫ ରୁ ୧୮୦ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରୁ ଅଧିକାଂଶ ୭ ରୁ ୧୨ ବର୍ଷ ବୟସର ସ୍କୁଲ ଝିଅ ଥିଲେ। ଇରାନ ଉପରେ ଆମେରିକା-ଇସ୍ରାଏଲ ପକ୍ଷରୁ ମିଳିତ ସାମରିକ ଅଭିଯାନର ଆରମ୍ଭ ସମୟରେ ଏହି ଘଟଣା ଘଟିଥିଲା। ଶଜାରେହ ତାଇବେହେ ବିଦ୍ୟାଳୟ ଆଇଆର୍ଜିସି ନୌସେନା ବେସ ସୟିଦ ଅଲ-ଶୁହାଡା ସାମରିକ କମ୍ପ୍ଲେକ୍ସ ନିକଟରେ ଅବସ୍ଥିତ ଥିଲା। ଆଗକୁ ପଢ଼ନ୍ତୁ : ସବୁଦିନ ସ୍ବାହା ହେଉଛି ୯୦୦୦ କୋଟି ; ଇରାନ ସହ ପଙ୍ଗା ନେଇ ଭୁଲ୍ କଲେ କି ? ଫସିଗଲେଣି ଆମେରିକା-ଇସ୍ରାଏଲ୍ ? ତଦନ୍ତରୁ ଜଣାପଡୁଛି ଯେ, ଏକ ଡବଲ-ଟ୍ୟାପ୍ ଆକ୍ରମଣ ହୋଇଥିଲା। ଫଳରେ ପ୍ରାରମ୍ଭିକ ବିସ୍ଫୋରଣ ପରେ ଛାତ୍ରୀ ଏବଂ କର୍ମଚାରୀମାନେ ପ୍ରାର୍ଥନା ଗୃହରେ ଆଶ୍ରୟ ନେଉଥିବା ସମୟରେ ଦ୍ୱିତୀୟ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା। ଅଲ୍ ଜଜିରା ଦ୍ୱାରା କରାଯାଇଥିବା ବିଶ୍ଳେଷଣ ସୂଚାଇ ଦେଇଛି, ସ୍କୁଲଟି ୧୦ ବର୍ଷରୁ ଅଧିକ ସମୟ ଧରି ସେଠାରେ କାର୍ଯ୍ୟ କରୁଥିଲା। ତେବେ ବେସାମରିକ ପ୍ରତିଷ୍ଠାନ ଅନୁମାନ କରି ଏହା ଉପରେ କରାଯାଇଥିବା ଆକ୍ରମଣ ଗୁଇନ୍ଦା ବିଫଳତା କିମ୍ବା ଜାଣିଶୁଣି ହୋଇଥିବା ସୂଚିତ କରୁଛି। ଡଚ୍ ଫ୍ୟାକ୍ଟ-ଚେକିଂ ଗ୍ରୁପ୍ ବେଲିଙ୍ଗକ୍ୟାଟ୍, ନ୍ୟୁୟର୍କ ଟାଇମ୍ସ ଏବଂ ୱାଶିଂଟନ୍ ପୋଷ୍ଟ ଦ୍ୱାରା କରାଯାଇଥିବା ତଦନ୍ତ ଅନୁଯାୟୀ ୨୮ ଫେବ୍ରୁଆରିରେ ଦକ୍ଷିଣ ଇରାନର ମିନାବରେ ବାଳିକା ପ୍ରାଥମିକ ବିଦ୍ୟାଳୟ ଉପରେ ହୋଇଥିବା ଆକ୍ରମଣକୁ ଆମେରିକାର ଟୋମହକ୍ କ୍ରୁଜ୍ କ୍ଷେପଣାସ୍ତ୍ର ଦ୍ବାରା କରାଯାଇଛି। ଇରାନର ମେହର ନ୍ୟୁଜ୍ ଏଜେନ୍ସି ଦ୍ୱାରା ପ୍ରକାଶିତ ଫୁଟେଜର ଦୃଶ୍ୟ ବିଶ୍ଳେଷଣରୁ ଏହି ଅସ୍ତ୍ରକୁ ଏକ ବିଜିଏମ୍-୧୦୯ ଟୋମହକ୍ ଲ୍ୟାଣ୍ଡ ଆଟାକ୍ ମିସାଇଲ୍ (ଟିଏଲଏଏମ୍) ଭାବରେ ଚିହ୍ନଟ କରାଯାଇଛି। ବିଶେଷଜ୍ଞମାନେ ଉଲ୍ଲେଖ କରିଛନ୍ତି, ବର୍ତ୍ତମାନର ସଂଘର୍ଷରେ ଯୁକ୍ତରାଷ୍ଟ୍ର ଏକମାତ୍ର ଅଂଶଗ୍ରହଣକାରୀ। ଟ୍ରେଭର ବେଲ୍ଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଉଲ୍ଲେଖ ହୋଇଛି, ଆମେରିକା ପାଖରେ ନିର୍ଦ୍ଦିଷ୍ଟ ଦୂରଗାମୀ ଟୋମହାକ୍ ରହିଛି। ଇସ୍ରାଏଲ ପାଖରେ ଟୋମହକ୍ କ୍ଷେପଣାସ୍ତ୍ର ନାହିଁ। ମେହର ନ୍ୟୁଜ୍ ଦ୍ୱାରା ପ୍ରକାଶିତ ଭିଡିଓରେ ଆଇଆର୍ଜିସି କମ୍ପାଉଣ୍ଡରେ ଆକ୍ରମଣ କରିଥିବା କ୍ଷେପଣାସ୍ତ୍ର ଏବଂ ଅନ୍ୟ ଏକ ଟୋମହକ୍ର ନିକଟରୁ ଦୃଶ୍ୟ ମଧ୍ୟରେ ତୁଳନା ମଧ୍ୟ ଦର୍ଶାଯାଇଛି। ବେଲ୍ କହିଛନ୍ତି, ଭିଡିଓଟି ଭୌଗୋଳିକ ସ୍ଥିତିକୁ ଆଧାରରେ ସ୍ଥାନିତ ହୋଇଛି। ଅର୍ଥାତ୍ ଡିଜିଟାଲ ସୂଚନା ବ୍ୟବହାର କରି ସଠିକ୍ ସ୍ଥାନ ନିଶ୍ଚିତ କରାଯାଇଛି। ଏହା ସିଧାସଳଖ ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ବିରୋଧ କରୁଛି। ଟ୍ରମ୍ପ ସ୍କୁଲ ଉପରେ ଆକ୍ରମଣ ପାଇଁ ଇରାନକୁ ଦାୟୀ କରୁଥିବା ଦାବିରେ ସତ୍ୟତା ନଥିବା ପରି ମନେହେଉଛି। ତାଙ୍କ ଥ୍ରେଡରେ, ବେଲ୍ ଆଇଆର୍ଜିସି କମ୍ପାଉଣ୍ଡର ସାଟେଲାଇଟ୍ ଇମେଜେରୀ ଏବଂ କ୍ଷେପଣାସ୍ତ୍ରର ପ୍ରଭାବର ବୃହତ କ୍ଷେତ୍ରର ଏକ ଗ୍ରାଫିକ୍ ମଧ୍ୟ ସେୟାର କରିଛନ୍ତି। ଚିତ୍ର ଦେଖାଉଛି ଯେ, ରେଡ୍ କୋନ୍ ମଧ୍ୟରେ କେବଳ ଦୁଇଟି କୋଠା କ୍ଷତିଗ୍ରସ୍ତ ହୋଇଛି। ଯେଉଁଥିରେ ଏକ କ୍ଲିନିକ୍ ମଧ୍ୟ ଅନ୍ତର୍ଭୁକ୍ତ। ଅନ୍ୟ କୋଠା ଏକ ମାଟି ଆଚ୍ଛାଦିତ ବଙ୍କର ପରି ମନେ ହେଉଛି। ଇସ୍ରାଏଲ ଏହି ଆକ୍ରମଣ କରିବା କଥାକୁ ଅସ୍ୱୀକାର କରିଛି। ଆସୋସିଏଟେଡ୍ ପ୍ରେସ୍ ଦ୍ୱାରା କରାଯାଇଥିବା ଏକ ବିଶ୍ଳେଷଣ ସମେତ ଅନେକ ବିଶ୍ଳେଷଣରୁ ଏହା ଏକ ଆମେରିକୀୟ ଆକ୍ରମଣ ବୋଲି ଜଣାପଡିଛି। ଆମେରିକୀୟ ସେନା ଏକ ମୂଲ୍ୟାୟନ ଆରମ୍ଭ କରିଛି। ପେଣ୍ଟାଗନ୍ ପ୍ରୋଟୋକଲ୍ ଅନୁଯାୟୀ, ଆମେରିକୀୟ ସେନା ସାଧାରଣ ନାଗରିକଙ୍କ କ୍ଷତି କରିଥାଇପାରେ ବୋଲି ପ୍ରାରମ୍ଭିକ ନିର୍ଣ୍ଣୟ ହେଲେ ଏକ ମୂଲ୍ୟାୟନ ଆରମ୍ଭ କରାଯାଏ। ଜଣେ ସରକାରୀ ଅଧିକାରୀଙ୍କ ଅନୁଯାୟୀ, ଏହି ଆକ୍ରମଣ ଚ ଆମେରିକା ଦ୍ୱାରା ହୋଇଥିଲା। ପଚରାଯିବାରୁ, ସେଣ୍ଟକମ୍ ମୁଖ୍ୟ କ୍ୟାପଟେନ୍ ଟିମ୍ ହକିନ୍ସ କହିଛନ୍ତି, ଘଟଣା ତଦନ୍ତାଧୀନ ଥିବାରୁ ମନ୍ତବ୍ୟ ଦେବା ଅନୁଚିତ ହେବ।ସ୍କୁଲଟି ମାନଚିତ୍ରରେ ସେୟଦ ଅଲ-ଶୋହାଦା ସାଂସ୍କୃତିକ ସଂକଳନ ଅଫ୍ ଦି ଗାର୍ଡ ଭାବରେ ଲେବଲ୍ ହୋଇଥିବା ଏକ ପ୍ରାଚୀର ଘେରା ପରିସର ନିକଟରେ ଅବସ୍ଥିତ, ଯେଉଁଥିରେ ଏକ ଔଷଧ ଦୋକାନ, ଜିମ୍ ଏବଂ କ୍ରୀଡା କ୍ଷେତ୍ର ଅନ୍ତର୍ଭୁକ୍ତ ଥିଲା। ୱାସିଂଟନ୍ ସ୍ଥିତ ଏକ ଅଣଲାଭକାରୀ ଥିଙ୍କ୍ ଟ୍ୟାଙ୍କ୍ ଆଟଲାଣ୍ଟିକ୍ କାଉନସିଲର ବରିଷ୍ଠ କର୍ମଚାରୀ ଓକିଲ ଏଲିସ୍ ବେକର କହିଛନ୍ତି, ସ୍କୁଲକୁ ଟାର୍ଗେଟ କରିବା ଅନ୍ତର୍ଜାତୀୟ ଆଇନର ସ୍ପଷ୍ଟ ଉଲ୍ଲଂଘନ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ଇରାନକୁ ଏବଂ ତା''''ପରେ ଭୁଲ୍ ଯୁଦ୍ଧାସ୍ତ୍ର ଯୋଗୁଁ ଇସ୍ରାଏଲ ଦାୟୀ ବୋଲି କହିଥିଲେ।ଯୁକ୍ତରାଷ୍ଟ୍ର କେନ୍ଦ୍ରୀୟ କମାଣ୍ଡ (ସେଣ୍ଟକମ୍) ସ୍ୱୀକାର କରିଛି ଯେ, ଘଟଣାର ତଦନ୍ତ କରାଯାଉଛି। କିଛି ଅଧିକାରୀମାନେ ପରେ ରଏଟର୍ସକୁ କହିଛନ୍ତି, ଆମେରିକୀୟ ସୈନ୍ୟମାନେ ସମ୍ଭବତଃ ଦାୟୀ। ପେଣ୍ଟାଗନରେ ଏକ ପ୍ରେସ ବ୍ରିଫିଂରେ, ଆମେରିକୀୟ ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ କହିଛନ୍ତି, ମୁଁ କେବଳ ଏତିକି କହିପାରିବି ଯେ, ଆମେ ଏହାର ତଦନ୍ତ କରୁଛୁ। ଆମେ କେବେ ବି ନାଗରିକଙ୍କୁ ଟାର୍ଗେଟ କରିନାହୁଁ। କିନ୍ତୁ ଆମେ ଏହାର ଯାଞ୍ଚ୍ କରୁଛୁ। ଜାତିସଂଘ ବିଶେଷଜ୍ଞ ଏବଂ ୟୁନେସ୍କୋ ଏହି ଆକ୍ରମଣକୁ ମାନବିକ ଆଇନର ଗମ୍ଭୀର ଉଲ୍ଲଂଘନ ଏବଂ ଏକ ସମ୍ଭାବ୍ୟ ଯୁଦ୍ଧ ଅପରାଧ ଭାବରେ ବର୍ଣ୍ଣନା କରିଛନ୍ତି। ଏହାର ଏକ ନିରପେକ୍ଷ ତଦନ୍ତ ପାଇଁ ଆହ୍ୱାନ କରିଛନ୍ତି। ଇରାନ ସରକାର ଏହି ଆକ୍ରମଣକୁ ଅପରାଧ ଏବଂ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ବୋଲି କହି ନିନ୍ଦା କରିଛନ୍ତି।
ରାଜ୍ୟରେ ମହିଳା ବିରୋଧୀ ହିଂସା ବଢ଼ୁନି କି କମୁନି, ଦଳିତ ଓ ଆଦିବାସୀଙ୍କ ଉପରେ ଅତ୍ୟାଚାର ମାମଲା ହ୍ରାସ
ଭୁବନେଶ୍ବର ୯।୩: ରାଜ୍ୟରେ ଗତ ୧୮ ମାସ ମଧ୍ୟରେ ମହିଳା ମାନଙ୍କ ବିରୁଦ୍ଧରେ ଘଟିଥିବା ହିଂସା ଜନିତ ମାମଲା ସଂଖ୍ୟା ୪୮ ହଜାର ୭୮୯ ରହିଛି । ସେହିଭଳି ତା ପୂର୍ବ ୧୮ ମାସରେ ମହିଳା ବିରୋଧୀ ହିଂସାର ମାମଲା ୪୮ ହଜାର ୭୮୭ ରହିଥିଲା । ରାଜ୍ୟରେ ମହି...
ନିୟନ୍ତ୍ରଣ ହରାଇ ୩ ଜଣଙ୍କୁ ଚାପିଦେଲା ଡିଟିସି ବସ୍ : ଉତ୍ତ୍ୟକ୍ତ ଲୋକେ ଜାଳି ଦେଲେ ବସ୍
ଦିଲ୍ଲୀର ବାହ୍ୟ ଜିଲ୍ଲାର ନାଙ୍ଗଲୋଇ-ନଜଫଗଡ଼ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଡିଟିସି ବସ୍ ପଥଚାରୀମାନଙ୍କୁ ଧକ୍କା ଦେଇଥିଲା। ଇ-ରିକ୍ସା ଓ ସ୍କୁଟର ଆରୋହୀଙ୍କ ସମେତ ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକମାନେ ବସ୍ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଥିଲେ। ବସ୍ ପୋଡ଼ିବା ପରେ ମଧ୍ୟ ଉତ୍ତ୍ୟକ୍ତ ଲୋକେ ଶାନ୍ତ ହୋଇ ନଥିଲେ। ସେମାନେ ସେହି ବାଟ ଦେଇ ଯାଉଥିବା ଅନ୍ୟ କିଛି ବସ୍କୁ ଅଟକାଇ ଭଙ୍ଗାରୁଜା କରିବା ଆରମ୍ଭ କରିଥିଲେ। ସୂଚନା ଅନୁଯାୟୀ, ଉତ୍ତ୍ୟକ୍ତ ଲୋକମାନେ ତିନିରୁ ଚାରୋଟି ବସ୍ର ଝରକା ଭାଙ୍ଗି ଦେଇଥିଲେ, ଯାହା ଫଳରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସୂଚନା ପାଇବା ପରେ ଦିଲ୍ଲୀ ପୁଲିସର ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି। ଦୁର୍ଘଟଣା ପାଇଁ ଦାୟୀ ବସ୍ ଡ୍ରାଇଭରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେବା ପରେ, ପରିସ୍ଥିତି ଧୀରେ ଧୀରେ ଶାନ୍ତ ହୋଇଥିଲା। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।
କରୁର ଦଳାଚକଟା ମାମଲା:ପଚରାଉଚରା ପାଇଁ ବିଜୟଙ୍କୁ ପୁଣି ଥରେ CBIର ସମନ, ମଙ୍ଗଳବାର ହେବେ ହାଜର
ନୂଆଦିଲ୍ଲୀ ୦୯।୦୩: ସିବିଆଇ ଗତ ବର୍ଷ ଘଟିଥିବା କରୁର ଦଳାଚକଟା ମାମଲାରେ ଟିଭିକେ ମୁଖ୍ୟ ବିଜୟଙ୍କୁ ମଙ୍ଗଳବାର ଆଉ ଥରେ ପଚରାଉଚରା ପାଇଁ ସମନ ଜାରି କରିଛି। ତଦନ୍ତ ଅନ୍ତର୍ଗତ ଅଭିନେତା ପୂର୍ବରୁ ଜାନୁଆରି ୧୨ ଏବଂ ଜାନୁଆରି ୧୯ ତାରିଖରେ ଦେଶର ସ...
ବିରାଟଙ୍କ ପରି ସଞ୍ଜୁ ସାମସନ ହୋଇଥିଲେ ଅଲୋଡ଼ା, ବାପାଙ୍କ ଗୋଟିଏ ପଦକ୍ଷେପ ବଦଳାଇଦେଲା ସବୁକିଛି
ନୂଆଦିଲ୍ଲୀ ୦୯/୦୩: ୨୦୨୬ ଟି-୨୦ ବିଶ୍ୱକପରେ ସଞ୍ଜୁ ସାମସନ ଭାରତର ସବୁଠାରୁ ବଡ଼ ମ୍ୟାଚ୍ ଓ୍ୱିନର । ଟୁର୍ଣ୍ଣାମେଣ୍ଟ ଆରମ୍ଭରେ ସେ ଦଳର ପ୍ରଥମ ପସନ୍ଦ ନଥିଲେ । କିନ୍ତୁ ଆବଶ୍ୟକ ସମୟରେ ତାଙ୍କୁ ସୁଯୋଗ ଦିଆଯାଇଥିଲା । ସାମସନ ଏହି ସୁଯୋଗର ଫାଇଦ...
ବେଆଇନ ବାଣ କାରବାରରେ ଜଳୁଛି ଜୀବନ: ଦୁଇ ବର୍ଷରେ ୨୩ ମୃତ୍ୟୁ, ବିଧାନସଭାରେ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ : ବାଣ ନେଉଛି ଜୀବନ। ବେଇଆନ ବାଣ କାରବାର ଯୋଗୁ ଅକାଳରେ ଚାଲି ଯାଉଛି ଅନେକ ଜୀବନ। ଦୁଇ ବର୍ଷ ରେ ଗଲାଣି ୨୩ ଜୀବନ। ବିଧାନସଭା ରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗତ ଦୁଇ ବର୍ଷରେ ରାଜ୍ୟରେ କେଉଁ କେଉଁ ସ୍ଥାନରେ ବାଣ ବିସ୍ଫୋରଣ ଘଟିଛି, ବାଣ ବିସ୍ଫୋରଣରେ କେତେ ଜଣଙ୍କ ଜୀବନ ହାନି ଘଟିଛି, ବେଆଇନ୍ ବାଣ ପ୍ରସ୍ତୁତ କରୁଥିବା କେତେ ଜଣଙ୍କ ବିରୋଧରେ ମକଦ୍ଦମା ରୁଜୁ ହୋଇଛି ବୋଲି ବିଧାନସଭାରେ ଅଣତାରକା ପ୍ରଶ୍ନ କରିଥିଲେ ବିଧାୟିକା ସୁବାସିନୀ ଜେନା । ଏହାର ଲିଖିତରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆହୁରି ପଢ଼ନ୍ତୁ: ସମ୍ପତ୍ତି ତାଲିକା ଦାଖଲ କରିନାହାନ୍ତି ୧.୨୫ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ, ବିଧାନସଭାରେ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶା ଲୋକସେବା ଭବନରେ ଖାଲି ପଡିଛି ବିଭିନ୍ନ ପଦବୀ, ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର
ଭୁବନେଶ୍ବର ୯।୩:ଓଡ଼ିଶା ଲୋକସେବା ଭବନରେ ଖାଲି ପଡିଛି ବଡ଼ ବାବୁଙ୍କ ପଦବୀ । ବିଧାନସଭାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ୧୦୫ଟି ଅନୁ ଶାସନ ସଚିବଙ୍କ ପଦବୀ ଖାଲି ପଡିଥିବା ବେ...
ରୋଷେଇ ଘରୁ ଶବଦାହ ପର୍ଯ୍ୟନ୍ତ ପ୍ରଭାବିତ କରିଛି ଗ୍ୟାସ୍ ମୂଲ୍ୟ ବୃଦ୍ଧି : ଭାରତୀୟଙ୍କ ଦୈନନ୍ଦିନ ଜୀବନ ବିପର୍ଯ୍ୟସ୍ତ
ପଶ୍ଚିମ ଏସିଆରେ ଯୁଦ୍ଧ ଅପ୍ରତ୍ୟାଶିତ ଭାବରେ ଭାରତର ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିବା ଆରମ୍ଭ କରିଛି। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବର୍ତ୍ତମାନ ପାଇଁ ସ୍ଥିର ରହିଥିବା ବେଳେ, ବିଶ୍ୱ ସ୍ତରରେ ବୃଦ୍ଧି ପାଉଥିବା ଗ୍ୟାସ୍ ମୂଲ୍ୟ ଘର, ଶିଳ୍ପ ଏବଂ ଶବଦାହ ସେବାରେ ମଧ୍ୟ ଅନୁଭୂତ ହେଉଛି। ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଜଡିତ ବିବାଦ ଯୋଗୁଁ ବିଶ୍ୱ ସ୍ତରରେ ଗ୍ୟାସ୍ ଏବଂ ଏଲ୍ଏନ୍ଜି ମୂଲ୍ୟ ବୃଦ୍ଧି ପାଇଛି। ଯଦିଓ ଭାରତ ସରକାର ଟିକସ ଓ ସବସିଡି ମାଧ୍ୟମରେ ଖୁଚୁରା ଇନ୍ଧନ ମୂଲ୍ୟକୁ ସ୍ଥିର ରଖିଛନ୍ତି। ତେବେ କିଛି କ୍ଷେତ୍ରରେ ଏହାର ପ୍ରଭାବ ଅନୁଭୁତ ହେବା ଆରମ୍ଭ କରିଛି। ଭାରତର ଏଲ୍ଏନ୍ଜି ଯୋଗାଣର ପ୍ରାୟ ଆଠ ପ୍ରତିଶତ କତାରରୁ ଆମଦାନି ବନ୍ଦ ହୋଇଯାଇଛି। ବର୍ତ୍ତମାନର ଷ୍ଟକ୍ କେବଳ ଦୁଇରୁ ଚାରି ସପ୍ତାହ ପାଇଁ ରହିବ ବୋଲି ଆକଳନ କରାଯାଉଛି। ଆଗକୁ ପଢ଼ନ୍ତୁ : ଜୀବନ ନେଇଗଲା ଭାଙ୍ଗ ପଣା : କ୍ଷୀରରେ ଭାଙ୍ଗ ମିଶାଇ ପିଇଲେ,ନାଚି ନାଚି ଆଖି ବୁଜିଦେଲେ ପ୍ରଫେସର ଆଦାନୀ ଟୋଟାଲ ଗ୍ୟାସ୍ ଦ୍ୱାରା ଯୋଗାଣ ହେଉଥିବା ଶିଳ୍ପ ପାଇଁ ଅତିରିକ୍ତ ଗ୍ୟାସ୍ ଦର ପ୍ରତି ମାନକ ଘନ ମିଟର ୪୦ ଟଙ୍କାରୁ ବୃଦ୍ଧି ପାଇ ୧୧୯ ଟଙ୍କା ହୋଇଛି। ଦିଲ୍ଲୀ ଏବଂ ଗୁଜରାଟର କିଛି ଅଂଶରେ ସିଏନ୍ଜି ମୂଲ୍ୟ ମଧ୍ୟ ପ୍ରାୟ ୫-୧୦ ପ୍ରତିଶତ ବୃଦ୍ଧି ପାଇଛି। ଏହା ପ୍ରତି କିଲୋଗ୍ରାମ ପିଛା ୭୮-୮୫ ଟଙ୍କାରେ ପହଞ୍ଚିଛି। ବିଶ୍ୱ ସ୍ତରରେ ତୈଳ ମୂଲ୍ୟ ବୃଦ୍ଧି ବ୍ୟାରେଲ୍ ପିଛା ୧୦୦ ଡଲାର ଟପିବା ସତ୍ତ୍ୱେ, ସରକାରୀ ଉତ୍ପାଦ ଶୁଳ୍କ ହ୍ରାସ ପରେ ଦିଲ୍ଲୀରେ ପେଟ୍ରୋଲ୍ ଏବଂ ଡିଜେଲ୍ ମୂଲ୍ୟ ପ୍ରାୟ ୯୪-୧୦୦ ଟଙ୍କା ରହିଛି।ରିପୋର୍ଟ ଅନୁଯାୟୀ, ଗ୍ୟାସ୍ ମୂଲ୍ୟ ବୃଦ୍ଧି ମହାରାଷ୍ଟ୍ରର ପୁଣେରେ ଅନ୍ତିମ ସଂସ୍କାର ସେବାକୁ ପ୍ରଭାବିତ କରିଛି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ପୁଣେ ମ୍ୟୁନିସିପାଲ କର୍ପୋରେସନ ସମସ୍ତ ଶ୍ମଶାନରେ ଗ୍ୟାସ୍ ଶବଦାହକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛି। ମାର୍ଚ୍ଚ ୫ ତାରିଖରେ ଜାରି ହୋଇଥିବା ଆଦେଶରେ ଘରୋଇ ଏଲ୍ପିଜି ସିଲିଣ୍ଡର ପାଇଁ ପ୍ରୋପେନ୍ ଏବଂ ବ୍ୟୁଟେନ୍ ଷ୍ଟକକୁ ପ୍ରାଥମିକତା ଦିଆଯାଇଥିଲା। ଫଳସ୍ୱରୂପ, ଅଣ-ଘରୋଇ ବ୍ୟବହାର ପାଇଁ ଗ୍ୟାସ୍ ଉପଲବ୍ଧତା ହ୍ରାସ ପାଇଛି। ବୈକୁଣ୍ଠ ଧାମ ଶ୍ମଶାନରେ, ତିନୋଟି ଗ୍ୟାସ-ଭିତ୍ତିକ ଚୁଲିକୁ ବନ୍ଦ କରିଦିଆଯାଇଛି। ସେଠାରେ ସାଧାରଣତଃ ପ୍ରତିଦିନ ପ୍ରାୟ ୨୦ ଶବଦାହ କରାଯାଇଥାଏ। ମାତ୍ର ବର୍ତ୍ତମାନ କେବଳ ଦୁଇ ଶବଦାହ ପାଇଁ ଏଲ୍ପିଜି ବାକି ଅଛି। ପ୍ରତି ଶବଦାହ ପାଇଁ ପ୍ରାୟ ୧୮ କିଲୋଗ୍ରାମ ଗ୍ୟାସ୍ ଆବଶ୍ୟକ ହୋଇଥାଏ। ସମସ୍ତ ଶବଦାହ ବର୍ତ୍ତମାନ ବୈଦ୍ୟୁତିକ ଚୁଲାରେ କରାଯାଉଛି। ଶ୍ମଶାନର ପାଞ୍ଚଟି ବୈଦ୍ୟୁତିକ ଚୁଲି ଏବଂ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଉପକରଣ ସହିତ କାଠ ଆଧାରିତ ସିଷ୍ଟମ କାର୍ଯ୍ୟକ୍ଷମ ରହିଛି। ବାସିନ୍ଦାଙ୍କ ଅଭିଯୋଗ ପରେ ବାୟୁ ପ୍ରଦୂଷଣ ହ୍ରାସ କରିବା ପାଇଁ ସହରରେ ଗ୍ୟାସ୍ ଦ୍ବାରା ଶବଦାହ ସୁବିଧା ପୌରସଂସ୍ଥା ପକ୍ଷରୁ କରାଯାଇଥିଲା। ଏହା ଅର୍ନ୍ତଗତ ତୁଳସୀରାମ ଜଳନ ଘାଟ, ୱାଘୋଲି, ଧନୋରି, କୋରେଗାଓଁ ପାର୍କ, ବାନେର, ପାଶାନ, ସୁସ-ମହାଲୁଙ୍ଗେ, ଉତ୍ତମନଗର ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଗ୍ୟାସ୍ ଆଧାରିତ ଶ୍ମଶାନ ୟୁନିଟ୍ ଯୋଜନା କରାଯାଇଥିଲା। ପୌରସଂସ୍ଥାର ତଥ୍ୟ ଅନୁଯାୟୀ, ପୁଣେର ପୌରାଞ୍ଚଳରେ ପ୍ରତିଦିନ ପ୍ରାୟ ୧୦୦ ରୁ ୧୫୦ ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଉଛି। ସହରରେ ୨୪ଟି ଶ୍ମଶାନ ଅଛି। ଗ୍ୟାସ୍ ମୂଲ୍ୟ ବୃଦ୍ଧିର ପ୍ରଭାବ ଏବେ ରୋଷେଇ ଘରଠାରୁ ଶ୍ମଶାନ ପର୍ଯ୍ୟନ୍ତ ଅନୁଭୂତ ହେଉଥିବାବେଳେ ପୁଣେ ପୌରସଂସ୍ଥାରେ ଶବଦାହ ନେଇ ସୃଷ୍ଟି ହୋଇଥିବା ସମସ୍ୟା ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି କରୁଛି।
ଖାଉଟିଙ୍କୁ ଲାଗିଲା ଶକ୍ତ ଝଟକା, ରୋଷେଇ ଘରେ ପଡ଼ିଲାଣି ଯୁଦ୍ଧର ପ୍ରଭାବ, ଏତେଟଙ୍କା ବଢ଼ିଗଲା ଖାଇବା ତେଲ ଦର
ଭୁବନେଶ୍ଵର: ଅଶାନ୍ତ ମଧ୍ୟପ୍ରାଚ୍ୟର ପ୍ରଭାବ ଓଡ଼ିଶାରେ । ଇରାନ୍-ଇସ୍ରାଏଲ ଯୁଦ୍ଧର ପ୍ରଭାବ ଓଡ଼ିଶାରେ ଜଳ ଜଳ ହୋଇ ଦିଶିଲାଣି । ଗ୍ୟାସ ଦର ବୃଦ୍ଧି ପରେ ଓଡ଼ିଶାରେ ଖାଇବା ତେଲର ଦର ହଠାତ୍ ବଢ଼ିବାରୁ ଖାଉଟିମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। କଟକର ମାଲଗୋଦାମ ମାର୍କେଟରେ ରିଫାଇନ ତେଲର ଦର ଲିଟର ପିଛା ପ୍ରାୟ ୧୦ ଟଙ୍କା ବଢ଼ିଯାଇଛି। ପୂର୍ବରୁ ଏହା ଲିଟର ପିଛା ୧୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ, ଗତ ତିନିରୁ ଚାରି ଦିନ ମଧ୍ୟରେ […]
ଆପଣ ବି କାର କିଣିବା ପାଇଁ ଚାହାନ୍ତି କି ? ଜାଣନ୍ତୁ କେଉଁ କମ୍ପାନୀର କାର ସବୁଠାରୁ ଅଧିକ ଲୋକ କିଣୁଛନ୍ତି ଓ କାହିଁକି?
ଓଡିଶା ଭାସ୍କର: ଫେଡେରେସନ ଅଫ୍ ଅଟୋମୋବାଇଲ୍ ଡିଲର୍ସ ଆସୋସିଏସନ୍ସ (FADA) ଅନୁଯାୟୀ, ଫେବୃଆରୀ 2026 ରେ ଭାରତରେ ଇଲେକ୍ଟ୍ରିକ୍ କାର ବିକ୍ରି ସଂଖ୍ଯା 44% ବୃଦ୍ଧି ପାଇ 13,733 ୟୁନିଟ୍ ହୋଇଛି। କମ୍ପାନୀଗୁଡ଼ିକ ମଧ୍ୟରେ, ଟାଟା ମୋଟର୍ସ ବୈଦ୍ୟୁତିକ ପିଭି ସେଗମେଣ୍ଟର ନେତୃତ୍ୱ ନେଇଥିଲା। ଫେବୃଆରୀ 2026 ରେ, କମ୍ପାନୀ 5,568 ୟୁନିଟ୍ ବିକ୍ରି କରିଥିଲା, ଯାହା ଗତ ବର୍ଷ ଫେବୃଆରୀରେ 4,020 ୟୁନିଟ୍ ଠାରୁ 38.51% ବୃଦ୍ଧି ପାଇଛି। ତଥାପି, ଜାନୁଆରୀରେ 8,007 ୟୁନିଟ୍ ତୁଳନାରେ […]
କରୁର ଦଳାଚକଟା ମାମଲା:ପଚରାଉଚରା ପାଇଁ ବିଜୟଙ୍କୁ ପୁଣି ଥରେ ସିବିଆଇ ସମନ
କନକବ୍ୟୁରୋ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗତ ବର୍ଷ ଘଟିଥିବା କରୁର ଦଳାଚକଟା ମାମଲାରେ ଅଭିନେତାରୁ ରାଜନେତା ହୋଇଥିବା ଏବଂ ତାମିଲଗା ଭେଟ୍ରି କାଝାଗମ (ଟିଭିକେ) ମୁଖ୍ୟ ଜୋଶେଫ ବିଜୟ ଚନ୍ଦ୍ରଶେଖରଙ୍କୁ ମଙ୍ଗଳବାର ଆଉ ଥରେ ପଚରାଉଚରା ପାଇଁ ସମନ ଜାରି କରିଛି । ତଦନ୍ତ ଅନ୍ତର୍ଗତ ଅଭିନେତା ପୂର୍ବରୁ ଜାନୁଆରି ୧୨ ଏବଂ ଜାନୁଆରି ୧୯ ତାରିଖରେ ଦେଶର ସର୍ବୋଚ୍ଚ ତଦନ୍ତ ସଂସ୍ଥାର ମୁଖ୍ୟାଳୟରେ ହାଜର ହୋଇଥିଲେ । ଅଧିକ ପଢନ୍ତୁ... ମଧ୍ୟପ୍ରାଚ୍ୟର ବଦଳୁଥିବା ଭୂରାଜନୈତିକ ପରିସ୍ଥିତି ବିଷୟରେ ଆଲୋଚନା ହେବା ଉଚିତ: ମଲ୍ଲିକାର୍ଜୁନ ଖଡ୍ଗେ ଅଧିକାରୀମାନେ ସୂଚିତ କରିଛନ୍ତି ଯେ, ତଦନ୍ତକାରୀମାନେ ବିଜୟଙ୍କଠାରୁ ଅଧିକ ସ୍ପଷ୍ଟୀକରଣ ଆବଶ୍ୟକ କରୁଥିବା ଅତିରିକ୍ତ ପ୍ରମାଣ ଓ ସାମଗ୍ରୀ ସଂଗ୍ରହ କରିଛନ୍ତି, ଯାହା ଫଳରେ ତାଙ୍କୁ ପୁଣି ଥରେ ହାଜର ହେବାକୁ ଏକ ନୂଆ ନୋଟିସ୍ ଜାରି କରାଯାଇଛି। ଏହି ତଦନ୍ତ ୨୭ ସେପ୍ଟେମ୍ବର ୨୦୨୫ରେ ତାମିଲନାଡୁର କରୁର ଜିଲ୍ଲାରେ ବିଜୟଙ୍କ ଦ୍ୱାରା ସମ୍ବୋଧିତ ଏକ ରାଜନୈତିକ ରାଲି ସମୟରେ ଘଟିଥିବା ଦଳାଚକଟା ସହିତ ଜଡିତ। ଏହି ଦୁଃଖଦ ଘଟଣା ଫଳରେ ୪୧ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୬୦ ରୁ ଅଧିକ ଆହତ ହୋଇଥିଲେ।
କନକ ବ୍ୟୁରୋ: ସମ୍ପତ୍ତି ତାଲିକା ଦେଉନାହାଁନ୍ତି ସରକାରୀ ବାବୁ। ବିଧାନସଭାରେ ଆସିଲା ସାଂଘାତିକ ତଥ୍ୟ। ସମ୍ପତ୍ତି ଲୁଚାଉଛନ୍ତି ସରକାରୀ ବାବୁ। ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ତଥ୍ୟ ସହ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସିଏମ୍ଜିଆଇରୁ ପ୍ରାପ୍ତ ସୂଚନା ଅନୁଯାୟୀ, ମାର୍ଚ୍ଚ ଦୁଇ ତାରିଖ ସୁଦ୍ଧା ୧,୨୫,୮୪୭ ଜଣ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ଦାଖଲ କରିନାହାନ୍ତି। ରାଜ୍ୟ ସରକାରଙ୍କ ଅଧୀନରେ ଥିବା କର୍ମଚାରୀଙ୍କ ନିମନ୍ତେ, ୨୦୨୫ ବର୍ଷ ପାଇଁ ସମ୍ପତ୍ତି ତାଲିକା ଦାଖଲ କରିବାର ସମୟସୀମାକୁ ମାର୍ଚ୍ଚ ୩୧, ୨୦୨୬ ପର୍ୟ୍ୟନ୍ତ କୋହଳ କରିଛନ୍ତି। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ ବର୍ଗର କର୍ମଚାରୀଙ୍କୁ ସେମାନଙ୍କ ବାର୍ଷିକ ସଂପତ୍ତି ତାଲିକା କୁ ଐଜଗଝର ଅନ୍ଲାଇନ୍ ପୋର୍ଟାଲ୍ରେ ପୂର୍ବରୁ ଜାନୁଆରୀ ପହିଲାରୁ ଜାନୁୟାରୀ ୩୧ର ସମୟସୀମା ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ ସେହି ଅବଧୀ ମାର୍ଚ୍ଚ ୩୧ ପର୍ୟ୍ୟନ୍ତ ବଢ଼ାଇଛନ୍ତି ରାଜ୍ୟ ସରକାର । ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟର ବଦଳୁଥିବା ଭୂରାଜନୈତିକ ପରିସ୍ଥିତି ବିଷୟରେ ଆଲୋଚନା ହେବା ଉଚିତ: ମଲ୍ଲିକାର୍ଜୁନ ଖଡ୍ଗେ
କଣ୍ଟେନର ସହ ଧକ୍କା ହୋଇ ପସିଗଲା ବାଇକ୍, ଜଳିଗଲା ଉଭୟ ଗାଡ଼ି : ୩ ଆରୋହୀଙ୍କ ମୃତ୍ୟୁ
କୁଚିଣ୍ଡା ୯।୩: କଣ୍ଟେନର-ବାଇକ୍ ମୁହାଁମୁହିଁ ଧକ୍କା । ତିନି ବାଇକ୍ ଆରୋହୀ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ କଣ୍ଟେନରରେ ଲାଗିଲା ନିଆଁ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।...
ନୂଆଦିଲ୍ଲୀ ୯।୩: ଚଳିତ ରାଜ୍ୟସଭା ନିର୍ବାଚନ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ଭାରତୀୟ ଜନତା ପାର୍ଟି । ୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ । ଓଡ଼ିଶା, ବି...
ଆଫଗାନିସ୍ତାନ ଛାଡି ପାକିସ୍ତାନ ଶିଫ୍ଟ ହେଲେ ରସିଦ ଖାନ, ପାକ୍ ପ୍ରତିରକ୍ଷା ମନ୍ତ୍ରୀ କହିଲେ –ତୁରନ୍ତ ଦେଶ ଛାଡ
ନୂଆଦିଲ୍ଲୀ ୦୯।୦୩; ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ଵାଜା ମହମ୍ମଦ ଆସିଫ୍ ଏକ ବିବାଦୀୟ ବୟାନ ଦେଇଛନ୍ତି । ତାହା ପୁଣି ଆଫଗାନିସ୍ତାନର ଷ୍ଟାର ଲେଗ୍-ସ୍ପିନର ରସିଦ୍ ଖାନଙ୍କୁ । ସେ ବୟାନରେ କହିଛନ୍ତି ପାକିସ୍ତାନ ଛାଡି ଅନ୍ୟ କେଉଁଠି ଆଶ୍...
OTTରେ କେବେ ଦେଖିପାରିବେ ଧୁରନ୍ଧର-୨; Netflix ନା Jio Hotstar କେଉଁଥିରେ ରିଲିଜ ହେବ, ଆସନ୍ତୁ ଜାଣିବା ପୁରା ଖବର…
ଓଡିଶା ଭାସ୍କର: ବଲିଉଡ ଅଭିନେତା ରଣବୀର ସିଂହ “ଧୁରନ୍ଧର 2” ସହିତ ବଡ଼ ପରଦାରେ ଧମାକା କରିବାକୁ ପ୍ରସ୍ତୁତ। ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ମାର୍ଚ୍ଚ 19 ତାରିଖରେ ଥିଏଟରରେ ରିଲିଜ୍ ହେବାକୁ ଯାଉଛି। ରଣବୀର ସିଂହଙ୍କ ସହିତ ପୁଣି ଥରେ ସାରା ଅଲି ଖାନ, ସଞ୍ଜୟ ଦତ୍ତ, ଆର. ମାଧବନ ଏବଂ ଅର୍ଜୁନ ରାମପାଲଙ୍କ ଭଳି ଷ୍ଟାରମାନଙ୍କୁ ଏଥିରେ ଦେଖିବାକୁ ମିଳିବ। ନିର୍ମାତା ମାର୍ଚ୍ଚ 7 ତାରିଖରେ ଫିଲ୍ମର ଟ୍ରେଲର ରିଲିଜ୍ କରିଥିଲେ, ଯାହା […]
ମଧ୍ୟପ୍ରାଚ୍ୟର ବଦଳୁଥିବା ଭୂରାଜନୈତିକ ପରିସ୍ଥିତି ବିଷୟରେ ଆଲୋଚନା ହେବା ଉଚିତ: ମଲ୍ଲିକାର୍ଜୁନ ଖଡ୍ଗେ
କନକବ୍ୟୁରୋ : ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଇରାନ-ଆମେରିକା-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ରାଜ୍ୟସଭାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ କହିଛନ୍ତି, ମଧ୍ୟପ୍ରାଚ୍ୟରେ ଦ୍ରୁତ ଗତିରେ ବଦଳୁଥିବା ଭୂରାଜନୈତିକ ପରିସ୍ଥିତି ବିଷୟରେ ଆଲୋଚନା ହେବା ଉଚିତ । ଏହା ଭାରତକୁ ପ୍ରଭାବିତ କରୁଛି। ଭାରତରେ ଅଶୋଧିତ ତୈଳର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି, କାରଣ ୫୫% ଆମଦାନୀ ପଶ୍ଚିମ ଏସିଆରୁ ଆସୁଛି। ଏଲପିଜି ମହଙ୍ଗା ହେଉଛି। ଲକ୍ଷ ଲକ୍ଷ ଭାରତୀୟ ଏହି କ୍ଷେତ୍ରଗୁଡ଼ିକରେ କାମ କରନ୍ତି, ଏବଂ ସାମ୍ପ୍ରତିକ ଘଟଣାରେ କିଛି ଭାରତୀୟ ନାଗରିକଙ୍କ ମୃତ୍ୟୁ ମଧ୍ୟ ହୋଇଛି।
ଦିନେ କୋହଲିଙ୍କ ପରି ରିଜେକ୍ଟ ହୋଇଥିଲେ ସଞ୍ଜୁ, ବାପା ଦେଲେ ଏମିତି ମନ୍ତ୍ର. ଏବେ ବିଶ୍ଵ ଚାମ୍ପିୟନ୍
Sanju Samson Cricket Journey: ୨୦୨୬ ଟି୨୦ ବିଶ୍ୱକପରେ ସଞ୍ଜୁ ସାମସନ ଭାରତର ସବୁଠାରୁ ବଡ଼ ମ୍ୟାଚ୍ ବିଜେତା ପ୍ରମାଣିତ ହୋଇଥିଲେ। ଟୁର୍ଣ୍ଣାମେଣ୍ଟ ଆରମ୍ଭରେ ସେ ଦଳର ପ୍ରଥମ ପସନ୍ଦ ନଥିଲେ, କିନ୍ତୁ ଆବଶ୍ୟକ ସମୟରେ ତାଙ୍କୁ ସୁଯୋଗ ଦିଆଯାଇଥିଲା। ସାମସନ ଏହି ସୁଯୋଗର ଫାଇଦା ଉଠାଇ ଭାରତକୁ ବିଜୟୀ କରାଇଥିଲେ। ସଞ୍ଜୁ ମାତ୍ର ପାଞ୍ଚଟି ମ୍ୟାଚ୍ରେ ୩୨୧ ରନ୍ କରିଥିଲେ, ଯେଉଁଥିରେ ଫାଇନାଲରେ ୮୯ ରନ୍ ର ଇନିଂସ ମଧ୍ୟ ସାମିଲ ଥିଲା। ତାଙ୍କୁ ଟୁର୍ଣ୍ଣାମେଣ୍ଟର […]
ସୀମା ଲଙ୍ଘନ ହୋଇଛି : ଇରାନ ଆକ୍ରମଣରେ ସାଉଦି ଆରବ କ୍ରୋଧିତ
କନକବ୍ୟୁରୋ : ଉପସାଗରୀୟ ଦେଶଗୁଡ଼ିକରେ ଇରାନ ଦ୍ୱାରା ନାଗରିକ ଭିତ୍ତିଭୂମିକୁ ଟାର୍ଗେଟ କରିବାର ଘଟଣା ବୃଦ୍ଧି ପାଉଛି। ପାନୀୟ ଜଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଏକ ଡିସାଲିନେସନ୍ ପ୍ଲାଣ୍ଟ ଉପରେ ଇରାନ ଆକ୍ରମଣ କରିଥିବା ବାହାରିନ ଅଭିଯୋଗ କରିଛି। ଇରାନ ପୂର୍ବରୁ ଉପସାଗରୀୟ ଦେଶଗୁଡ଼ିକ ଉପରେ ଶହ ଶହ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିସାରିଛି। ସାଉଦି ଆରବ ରିପୋର୍ଟ କରିଛି, ଏକ କ୍ଷେପଣାସ୍ତ୍ର ଆବାସିକ ଅଞ୍ଚଳରେ ପଡ଼ିଛି। ଫଳରେ ବହୁ ଲୋକ ଆହତ ହୋଇଛନ୍ତି। ସାଉଦି ଆରବ ଇରାନର କାର୍ଯ୍ୟ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି । ସାଉଦି ବୈଦେଶିକ ମନ୍ତ୍ରଣାଳୟ ଚେତାବନୀ ଦେଇଛି, ଯଦି ଆକ୍ରମଣ ଜାରି ରହେ, ତେବେ ଇରାନ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବ। ମନ୍ତ୍ରଣାଳୟ ଉପସାଗରୀୟ, ଆରବ ଏବଂ ଇସଲାମିକ ଦେଶମାନଙ୍କ ପକ୍ଷରୁ ଇରାନର ଆକ୍ରମଣକୁ ନିନ୍ଦା କରି କହିଛି, ବିମାନବନ୍ଦର, ତୈଳ ସୁବିଧା ଓ ବେସାମରିକ ଅଞ୍ଚଳ ଉପରେ ଆକ୍ରମଣ ସୁରକ୍ଷା ତଥା ସ୍ଥିରତା ପାଇଁ ବିପଦ ବ୍ୟତୀତ ଆଉ କିଛି ନୁହେଁ। ଏହା ଅନ୍ତର୍ଜାତୀୟ ଚାର୍ଟର ଓ ଆଇନର ସିଧାସଳଖ ଉଲ୍ଲଂଘନ । ସାଉଦି ଆରବ ଯୁଦ୍ଧ ପାଇଁ ଲଢୁଆ ବିମାନ ଏବଂ ଇନ୍ଧନ ଭର୍ତ୍ତି ବିମାନଗୁଡ଼ିକୁ ନିଜ ଅଞ୍ଚଳରୁ ପରିଚାଳନା କରିବାକୁ ଅନୁମତି ଦେଇଥିଲା ବୋଲି ଇରାନର ଦାବିକୁ ମଧ୍ୟ ସାଉଦି ବିଦେଶ ମନ୍ତ୍ରଣାଳୟ ଖଣ୍ଡନ କରିଛି । ମନ୍ତ୍ରଣାଳୟ ସ୍ପଷ୍ଟ କରିଛି, ଇରାନ ଯେଉଁ ବିମାନଗୁଡ଼ିକ ବିଷୟରେ ଉଲ୍ଲେଖ କରିଛି ସେସବୁ କେବଳ ସାଉଦି ଏବଂ ଜିସିସି ବାୟୁମଣ୍ଡଳ ନିରୀକ୍ଷଣ କରିବା ତଥା ଇରାନୀ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ବିରୋଧରେ ସୁରକ୍ଷା ଦେବା ପାଇଁ ବିମାନ ପାଟ୍ରୋଲିଂ କରୁଥିଲେ। ସାଉଦି ଆରବ ଚେତାବନୀ ଦେଇଛି, ଇରାନର ଏପରି କାର୍ଯ୍ୟ ବୁଦ୍ଧିମାନର ନୁହେଁ ଏବଂ ଏହା କେବଳ ଉତ୍ତେଜନାକୁ ବଢ଼ାଇବ। ଯଦି ଆକ୍ରମଣ ଜାରି ରହେ, ତେବେ ଏହା ଗଲ୍ଫ ଅଞ୍ଚଳ ଏବଂ ଦୁଇ ଦେଶ ମଧ୍ୟରେ ବର୍ତ୍ତମାନ ତଥା ଭବିଷ୍ୟତ ସମ୍ପର୍କ ଉପରେ ଗମ୍ଭୀର ପ୍ରଭାବ ପକାଇବ। ମନ୍ତ୍ରଣାଳୟ କହିଛି, ଏଭଳି ପରିସ୍ଥିତିରେ ଇରାନ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବ। ଉପକୂଳବର୍ତ୍ତୀ ଦେଶଗୁଡ଼ିକର ସୁରକ୍ଷା ସୁନିଶ୍ଚିତ କରିବା ଇରାନର ପ୍ରାଥମିକତା ହେବା ଉଚିତ।
ବାପା ପିଅନ ଝିଅ ହେବେ ଆଇଏଏସ୍, ଜିଦ୍ ଆଗରେ ହାରମାନିଲା ଅଭାବ
କନକ ବ୍ୟୁରୋ: ସବୁ ସୁବିଧା ସୁଯୋଗ ପାଇଗଲେ ସଫଳତା ପାଇ ହୁଏ ନାହିଁ, ବରଂ ଏହା କଠିନ ପରିଶ୍ରମ ଏବଂ ଅଦମ୍ୟ ଇଚ୍ଛାଶକ୍ତିର ପରିଣାମ । ଏହି କଥାକୁ ସତ କରି ଦେଖାଇଛନ୍ତି ଉତ୍ତର ପ୍ରଦେଶର ବୁଲନ୍ଦସହରର ଝିଅ ଶିଖା । ଦେଶର ସବୁଠାରୁ କଠିନ ପରୀକ୍ଷା କୁହାଯାଉଥିବା ସିଭିଲ୍ ସେବା ପରୀକ୍ଷାରେ ୧୧୩ତମ ର୍ୟାଙ୍କ ହାସଲ କରି ସେ କେବଳ ନିଜ ପରିବାର ନୁହେଁ, ବରଂ ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି। ଶିଖାଙ୍କ ଏହି ସଫଳତା ପଛରେ ରହିଛି ବର୍ଷ ବର୍ଷର ସଂଘର୍ଷ ଏବଂ ଅଭାବ ଅନଟନ ମଧ୍ୟରେ ବି ହାର୍ ନ ମାନିବାର ଜିଦ୍ । ଶିଖା ଏଭଳି ଏକ ପରିବାରରୁ ଆସିଛନ୍ତି, ଯେଉଁଠାରେ ସୁବିଧା ସୁଯୋଗର ଘୋର ଅଭାବ ଥିଲା, କିନ୍ତୁ ଆଖିରେ ଥିଲା ଆକାଶଛୁଆଁ ସ୍ୱପ୍ନ । ଶିଖାଙ୍କ ପିତା ବୁଲନ୍ଦସହରର ଏକ ସ୍ଥାନୀୟ ଇଣ୍ଟର କଲେଜରେ 'ପିଅନ' ଭାବେ କାର୍ଯ୍ୟ କରନ୍ତି । ଜଣେ ସାଧାରଣ କର୍ମଚାରୀ ହୋଇଥିଲେ ମଧ୍ୟ ସେ ନିଜ ଝିଅର ପାଠପଢ଼ାରେ କେବେ ହେଲେ ଅଭାବ ରହିବାକୁ ଦେଇନଥିଲେ । ଶିଖାଙ୍କ ପ୍ରାଥମିକ ଶିକ୍ଷା ବୁଲନ୍ଦସହରର ଗାନ୍ଧୀ ବାଲ ନିକେତନ କନ୍ୟା ଇଣ୍ଟର କଲେଜରୁ ଆରମ୍ଭ ହୋଇଥିଲା । ଏହାପରେ ସେ ଆଇପି କଲେଜରୁ ବିଏସସି ପାସ୍ କରିଥିଲେ । ଝିଅକୁ ଜଣେ ଅଧିକାରୀ ଭାବେ ଦେଖିବା ପାଇଁ ପୁରା ପରିବାର ତାଙ୍କୁ ସମର୍ଥନ କରିଥିଲେ। ଆହୁରି ପଢ଼ନ୍ତୁ... ଭାରତ ମହାସାଗରରେ ଇରାନ ଜାହାଜକୁ ଆଶ୍ରୟ ଦେଇଛି ଭାରତ, ରାଜ୍ୟସଭାରେ ସୂଚନା ଦେଲେ ବୈଦେଶିକ ମନ୍ତ୍ରୀ ନିଜର ଗ୍ରାଜୁଏସନ୍ ଶେଷ କରିବା ପରେ ଶିଖା ସିଭିଲ୍ ସେବା ପ୍ରସ୍ତୁତି ପାଇଁ ଦିଲ୍ଲୀ ଯାଇଥିଲେ। ଦୁଇ ବର୍ଷ କଠିନ ପରିଶ୍ରମ କରିବା ପରେ ସେ ଯେତେବେଳେ ପ୍ରଥମ ଥର ପାଇଁ ପରୀକ୍ଷା ଦେଲେ, ସେଥିରେ ତାଙ୍କୁ ସଫଳତା ମିଳିନଥିଲା। ପ୍ରଥମ ପ୍ରୟାସରେ ନିରାଶ ହେବା ପରେ ମଧ୍ୟ ସେ ଭାଙ୍ଗି ପଡ଼ିନଥିଲେ । ବରଂ ନିଜର ଭୁଲଗୁଡ଼ିକୁ ସୁଧାରି ସେ ଦ୍ୱିତୀୟ ଥର ପାଇଁ ଅଧିକ ଉତ୍ସାହର ସହ ପ୍ରସ୍ତୁତି କରିଥିଲେ । ତାଙ୍କର ଏହି ଧୈର୍ଯ୍ୟର ଫଳ ଶେଷରେ ମିଳିଲା ଏବଂ ସେ ସର୍ବଭାରତୀୟ ସ୍ତରରେ ୧୧୩ତମ ର୍ୟାଙ୍କ ହାସଲ କରି ସମସ୍ତଙ୍କୁ ଚକିତ କରିଦେଲେ। ଯେତେବେଳେ ଶିଖାଙ୍କ ସଫଳତା ଖବର ତାଙ୍କ ଘରେ ପହଞ୍ଚିଲା, ପରିବାର ଲୋକଙ୍କ ଖୁସିର ସୀମା ରହିନଥିଲା । ନିଜ ନାତୁଣୀର ସଫଳତା ବିଷୟରେ ଜାଣିବା ପରେ ଶିଖାଙ୍କ ଜେଜେବାପା ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ । ସେହିପରି ତାଙ୍କ ବଡ଼ ଭାଇ କହିଛନ୍ତି ଯେ, ଶିଖାଙ୍କ ସଫଳତା ପୁରା ପରିବାରର ନାଁ ଉଜ୍ଜ୍ୱଳ କରିଛି। ତାଙ୍କ ମାତାପିତା ନିଜ ଝିଅ ଉପରେ ଗର୍ବ କରୁଛନ୍ତି । ଜଣେ ପିଅନଙ୍କ ଝିଅ ଏବେ ଜିଲ୍ଲାର ପ୍ରଶାସନିକ ଦାୟିତ୍ୱ ସମ୍ଭାଳିବେ, ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଶିଖାଙ୍କ ଏହି ସଫଳତା କାହାଣୀ ପ୍ରମାଣ କରୁଛି ଯେ ଯଦି ଆପଣଙ୍କ ପାଖରେ ଲକ୍ଷ୍ୟ ସ୍ଥିର ଅଛି ଏବଂ ତାହାକୁ ପାଇବା ପାଇଁ ଆପଣ ଦିନରାତି ଏକ କରିବାକୁ ପ୍ରସ୍ତୁତ, ତେବେ ଆର୍ଥିକ ଅଭାବ କେବେ ବି ପ୍ରତିବନ୍ଧକ ସାଜିପାରିବ ନାହିଁ । ଆଜି ଶିଖା କେବଳ ବୁଲନ୍ଦସହର ପାଇଁ ନୁହେଁ, ବରଂ ସମଗ୍ର ଦେଶର କୋଟି କୋଟି ଝିଅଙ୍କ ପାଇଁ ଏକ ନୂଆ ଉଦାହରଣ ପାଲଟିଛନ୍ତି।
ଦ୍ରାବିଡ଼, ଲକ୍ଷ୍ମଣଙ୍କୁ ବିଶ୍ବକପ୍ ବିଜୟ ଉତ୍ସର୍ଗ କଲେ ଗମ୍ଭୀର
କନକ ବ୍ୟୁରୋ: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟକୁ ଦୁଇ ମହାନ ଖେଳାଳି ରାହୁଲ ଦ୍ରାବିଡ଼ ଓ ଭି.ଭି.ଏସ. ଲକ୍ଷ୍ମଣଙ୍କୁ ସମର୍ପିତ କରିଛନ୍ତି । ରବିବାରର ବିଜୟ ପରେ ନିଜର ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ମୁଁ ଏହି ଟ୍ରଫିକୁ ରାହୁଲ ଦ୍ରାବିଡ଼ ଓ ଭି.ଭି.ଏସ.ଲକ୍ଷ୍ମଣଙ୍କୁ ଉତ୍ସର୍ଗ କରିବାକୁ ଚାହିଁବି। ଏକ ଶକ୍ତିଶାଳୀ ଭାରତୀୟ ଦଳକୁ ଗଢିବା ପାଇଁ ରାହୁଲ ଭାଇଙ୍କୁ ଓ ସିଓଇ (କ୍ରିକେଟ୍ ଅଫ ଏକ୍ସଲେନ୍ସ)ରେ ଦେଶର ଭବିଷ୍ୟତ ପ୍ରତିଭାମାନଙ୍କୁ ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ମଣଙ୍କୁ ଏହି ବିଜୟ ସମର୍ପିତ। ସେ ମଧ୍ୟ ମୁଖ୍ୟ ଚୟନକର୍ତ୍ତା ଅଜିତ ଆଗରକର ଓ ଆଇସିସି ଅଧ୍ୟକ୍ଷ ଜୟ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆହୁରି ପଢ଼ନ୍ତୁ... ଅଲିମ୍ପିକ୍ସ ସ୍ବର୍ଣ୍ଣ ଉପରେ ସୂର୍ଯ୍ୟକୁମାରଙ୍କ ଲକ୍ଷ୍ୟ ସମାଲୋଚନା ସତ୍ତ୍ବେ ସଚ୍ଚୋଟତାର ସହ ନିଜ କର୍ତ୍ତବ୍ୟ ନିର୍ବାହ କରିବା ଲାଗି ସେ ଆଗରକରଙ୍କୁ ପ୍ରସଂଶା କରିଛନ୍ତି। ସେହିପରି ନ୍ୟୁଜିଲାଣ୍ଡ୍ ଓ ଦକ୍ଷିଣ ଆଫ୍ରିକାଠାରୁ ଘରୋଇ ମାଟରେ ଟେଷ୍ଟ ଶୃଙ୍ଖଳା ପରାଜୟ ପରି ନୈରାଶ୍ୟଜନକ ସମୟରେ ଫୋନ କରି ସମର୍ଥନ କରିଥିବାରୁ ସେ ଜୟ ଶାହାଙ୍କୁ ସମର୍ଥନ କରିଛନ୍ତି। ସମାଲୋଚକଙ୍କୁ ଜବାବ ଦେଇ ସେ କହିଛନ୍ତି ଯେ ତାଙ୍କର ଉତ୍ତରଦାୟିତ୍ବ କେବଳ ଡ୍ରେସିଂ ରୁମରେ ଥିବା ୩୦ ସଦସ୍ୟଙ୍କ ପ୍ରତି ରହିଛି, ସୋସିଆଲ୍ ମିଡିଆ ପ୍ରତି ନୁହେଁ। ଖେଳାଳିମାନେ ଭଲ ପ୍ରଶିକ୍ଷକଙ୍କୁ ତିଆରି କରନ୍ତି।

26 C