ହକି ଇଣ୍ଡିଆ ଲିଗ୍: ବେଙ୍ଗଲ ଟାଇଗର୍ସର ଦ୍ୱିତୀୟ ବିଜୟ
କନକ ବ୍ୟୁରୋ :ପୁରୁଷ ହକି ଇଣ୍ଡିଆ ଲିଗ୍ରେ ବେଙ୍ଗଲ ଟାଇଗର୍ସ ଦ୍ୱିତୀୟ ବିଜୟ ପାଇଛି । ମଙ୍ଗଳବାର ମ୍ୟାଚ୍ରେ ଏହି ଦଳ ୫-୩ ଗୋଲ୍ରେ ଆକୋଡ ତାମିଲନାଡ଼ୁ ଡ୍ରାଗନ୍ସକୁ ପରାସ୍ତ କରିଛି । ମ୍ୟାଚ୍ର ୧୧ତମ ମିନିଟ୍ରେ ଅଧିନାୟକ ଯୁଗରାଜ ସିଂହ ଟାଇଗର୍ସକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ । ଦ୍ୱିତୀୟ କ୍ୱାର୍ଟର ଗୋଲ୍ଶୂନ୍ୟରେ ଶେଷ ହୋଇଥିଲା । ତୃତୀୟ କ୍ୱାର୍ଟରରେ ୪ ଗୋଲ୍ ଦେଖିବାକୁ ମିଳିଥିଲା । ୩୩ ମିନିଟ୍ରେ ସୁଖଜିତ ସିଂହ ଏବଂ ୩୬ତମ ମିନିଟ୍ରେ ଡ୍ରାଗନ୍ସକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଓଡ଼ିଆ ପୁଅ ଆଦ୍ରୋହିତ ଏକ୍କା ସଫଳତା ସହ ଟାଇଗର୍ସ ଗୋଲ୍ ପୋଷ୍ଟକୁ ପଠାଇ ସ୍ଥିତି ୧-୨କୁ ଆଣିଥିଲେ । ଅଧିକ ପଢ଼ନ୍ତୁ : ଟେନିସ୍ ପ୍ରଶଂସକଙ୍କ ପାଇଁ ବଡ଼ ଖବର: ଖେଳ ଦେଖି ହେବେ ମାଲେମାଲ୍ ତେବେ ଯୁଗରାଜ (୪୩ ଓ ୪୫ ମିନିଟ୍) ଦୁଇଟି ପେନାଲ୍ଟି କର୍ଣ୍ଣର ଗୋଲ୍ ଦେଇ ବ୍ୟକ୍ତିଗତ ହ୍ୟାଟ୍ରିକ୍ ଅର୍ଜନ କରିବା ସହ ଟାଇଗର୍ସକୁ ୪-୧ରେ ଆଗୁଆ କରିଥିଲେ । ଚତୁର୍ଥ କ୍ବାର୍ଟରରେ ଥୋମାସ ସୋର୍ସବାଏ (୪୮ ମିନିଟ୍) ଓ ବ୍ଲାକ୍ ଗୋଭର୍ସ (୫୧ ମିନିଟ୍) ଦୁଇଟି ଗୋଲ୍ ଦେଇ ଡ୍ରାଗନ୍ସକୁ ପ୍ରତ୍ୟାବର୍ତ୍ତନ ସୁଯୋଗ ଦେଇଥିଲେ । ତେବେ ୫୫ମିନିଟ୍ରେ ଟାଇଗର୍ସକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଅଭିଷେକ ଗୋଲ୍ରେ ପରିଣତ କରି ଦଳକୁ ୫-୩ରେ ଜିତାଇଥିଲେ । ଅମିତ ରୋହିଦାସଙ୍କ ନେତୃତ୍ୱାଧୀନ ଡ୍ରାଗନ୍ସ ଶେଷ ୫ମିନିଟ୍ରେ ବହୁ ଆକ୍ରମଣ କରିଥିଲେ ମଧ୍ୟ ଟାଇଗର୍ସର ରକ୍ଷଣଭାଗ ଭେଦ ନକରି ପରାଜୟ ବରଣ କରିଥିଲା ।
କନକ ବ୍ୟୁରୋ : ଭୁବନେଶ୍ୱରରେ ପହଞ୍ଚିଛନ୍ତି ଚେସ୍ ବିଶ୍ୱଦନ୍ତୀ ବିଶ୍ୱନାଥନ ଆନନ୍ଦ । କିଟ୍ ପକ୍ଷରୁ ଚଳିତ ଜାନୁଆରି ୧୪ ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଚେସ୍ ସମ୍ମିଳନୀରେ ଯୋଗଦେବେ ସେ । ଭାରତରେ ପ୍ରଥମ ଥର ଲାଗି ଚେସ୍ର ଏଭଳି ମହାକୁମ୍ଭ ଅନୁଷ୍ଠିତ ହେବାକୁ ଯାଉଛି । ଆନନ୍ଦଙ୍କ ଉପସ୍ଥିତି ଏହାକୁ ଅଧିକ ଆକର୍ଷଣୀୟ କରିଛି । ଅନ୍ତର୍ଜାତୀୟ ଚେସ୍ ସଂଘ (ଏଫ୍ଆଇଡିଇ) ଓ ଭାରତୀୟ ଚେସ୍ ସଂଘ (ଏଆଇସିଏଫ୍)ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଚେସ୍ର ଏହି ମହାକୁମ୍ଭରେ ଏଫ୍ଆଇଡିଇର ସଭାପତି ତଥା ଋଷର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଆର୍କାଡି ଡଭୋର୍କୋବିଚ୍, ଏଫ୍ଆଇଡିଇର ଡେପୁଟି ଚେୟାର ତଥା ଲାଟ୍ଭିଆର ପ୍ରାକ୍ତନ ଅର୍ଥମନ୍ତ୍ରୀ ଦାନା ରେଜନିସ୍, ଏଆଇସିଏଫ୍ ସଭାପତି ନିତିନ ନାରଙ୍ଗ, ସମ୍ପାଦକ ଦେବ ପଟେଲ୍ ଓ ଇଭେଣ୍ଟ କମିସନ୍ ସଦସ୍ୟ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେବେ । ଏହି ଅବସରରେ କିଟ୍ ପରିସରରେ ଥିବା ଇଣ୍ଟରନ୍ୟାସ୍ନାଲ୍ ଚେସ୍ ହଲ୍ ଓ ଚେସ୍ ଗ୍ରାଉଣ୍ଡକୁ ବିଶ୍ୱନାଥନ ଆନନ୍ଦ ଉଦ୍ଘାଟନ କରିବେ । ଏହି ମେଗା ଇଭେଣ୍ଟରେ ଭାରତର ୮୦ ଚେସ୍ ତାରକାଙ୍କ ସମେତ ବିଶ୍ୱର ୪୦ଟି ଦେଶର ବିଶିଷ୍ଟ ଚେସ୍ ତାରକା ଅଂଶଗ୍ରହଣ କରିବେ । ଏହା ସହିତ ମୋଟ ୫ହଜାର ୨ଶହ ଏବଂ ଭାରତର ୫ହଜାର ଚେସ୍ ଖେଳାଳି ଏହି କାର୍ଯ୍ୟକ୍ରମରେ ଭାଗ ନେବେ । ଏଥିରେ ଖୁସି ବ୍ୟକ୍ତ କରି ଶ୍ରୀ ସାମନ୍ତ କହିଛନ୍ତି, ଭାରତରେ କିଟ୍ରେ ପ୍ରଥମଥର ପାଇଁ ଏଭଳି ମେଗା କାର୍ଯ୍ୟକ୍ରମ ହେବା ନିଶ୍ଚିତ ଭାବେ ଓଡ଼ିଶା ପାଇଁ ଗୌରବର ବିଷୟ । ଏହା ଦ୍ୱାରା ଓଡ଼ିଶାର ଖେଳାଳିମାନେ ବିଶେଷ ସୁଯୋଗ ପାଇବା ସହ ସେମାନଙ୍କ ପାଇଁ ଏହା ଉଦାହରଣ ହୋଇ ରହିବ ।
ଏଲଓସିରେ ଉଡ଼ିଲା ପାକିସ୍ତାନୀ ଡ୍ରୋନ୍ ! ହାଇ ଆଲର୍ଟରେ ଭାରତୀୟ ସେନା
ଶ୍ରୀନଗର: ଜମ୍ମୁକାଶ୍ମୀରର ରାଜୌରୀ ଜିଲ୍ଲାରେ ନିୟନ୍ତ୍ରଣ ରେଖା (LoC) ନିକଟରେ ଦୁଇଟି ଡ୍ରୋନ୍ ଦେଖାଯାଇଛି । ଭାରତୀୟ ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ସୀମାପାର ଉତ୍ତେଜନା ଉପରେ ପାକିସ୍ତାନକୁ କଡ଼ା ଚେତାବନୀ ଦ...
ବର୍ଷ ଆରମ୍ଭରୁ ଅପରାଧ ଉପରମୁହାଁ; ୭ ଦିନରେ ୨୭୭ ମାମଲା
କନକ ବ୍ୟୁରୋ : ୨୦୨୫ରେ ଓଡ଼ିଶା ମୁଣ୍ଡରେ ବୋଳି ହୋଇଥିଲା ଅପରାଧର ବହୁ କଳଙ୍କ । ଆଶା କରାଯାଉଥିଲା ୨୦୨୬ରେ ଏଥିରେ ରୋକ୍ ଲାଗିବ । ଅପରାଧୀଙ୍କ ଭିତରେ ପୁଲିସ ପ୍ରତି ଭୟ ବଢ଼ିବ, ଅପରାଧ କମିବ । କିନ୍ତୁ ବର୍ଷ ଆରମ୍ଭରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଯେଉଁ ଭଳି ହତ୍ୟା, ଦୁଷ୍କର୍ମ, ଲୁଟ୍ ବଢ଼ି ଚାଲିଛି ତାହା ଚିନ୍ତାଜନକ । ସ୍ମାର୍ଟ ସିଟି, ନା କ୍ରାଇମ୍ ସିଟି । ବର୍ଷ ଆରମ୍ଭରୁ ଅବସ୍ଥା ବାର ବାଜିଲାଣି । କେବଳ ରାଜଧାନୀର ଅପରାଧ ଉପରେ ନଜର ପକାଇଲେ ଆପଣଙ୍କ ମୁଣ୍ଡ ଘୁରାଇ ଦେବ । ବର୍ଷର ପ୍ରଥମ ସପ୍ତାହରେ କେବଳ ଭୁବନେଶ୍ୱରରେ ରୁଜୁ ହୋଇଛି ୨୭୭ ମାମଲା । ଆଉ ତା ସହିତ ୫୫ଟି ଷ୍ଟେସନ୍ ଡାଏରି କରିଛି ପୁଲିସ । ୨୭୭ ମାମଲା ଭିତରୁ ସର୍ବାଧିକ ୪୦ଟି ଚୋରି ଓ ୮ଟି ଦୁଷ୍କର୍ମ ମାମଲା । ୧୫ଟି ଲୁଟ୍, ୧୧ଟି ସିନ୍ଧିଚୋରି, ୨୧ଟି ଦୁର୍ଘଟଣା, ୧୮ଟି ହତ୍ୟା ଉଦ୍ୟମ ସହ ମାରପିଟ୍ ମାମଲା ବି ଦାୟର ହୋଇଛି । ଏସବୁ ଭିତରେ ଭରତପୁର ଥାନାର ସର୍ବାଧିକ ୨୪ଟି ମାମଲା ରୁଜୁ ହୋଇଛି । ଯାହାକୁ ନେଇ ଆଇନଶୃଙ୍ଖଳା ବିଗିଡ଼ି ଯାଉଥିବା କଥା କହିଛନ୍ତି ପୁର୍ବତନ ପୁଲିସ ଡିଜି । ଅଧିକ ପଢ଼ନ୍ତୁ : ବିଧାନସଭା ଆଗରେ ବୁଲିଲା ଖଣ୍ଡା: ବଟି ମାଗି ଯୁବକଙ୍କ ଦାଦାଗିରି ଖାଲି ଭୁବନେଶ୍ୱର ନୁହେଁ, ସାରା ରାଜ୍ୟର ସ୍ଥିତି ସମାନ । ବର୍ଷ ଆରମ୍ଭରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ହତ୍ୟା, ଲୁଟ୍, ଦୁଷ୍କର୍ମ ଭଳି ଶହ ଶହ ଖବର ବଢିଛି । ଜାନୁଆରି ୯ରେ ଶବ ସତ୍କାର ପାଇଁ ଭଦ୍ରକରୁ ଆସିଥିବା ରଞ୍ଜନ ଦାସଙ୍କୁ ସ୍ୱର୍ଗଦ୍ୱାର ସମ୍ମୁଖରେ ଛୁରିରେ ତଣ୍ଟି କାଟି ହତ୍ୟା କରିଥିଲେ ଦୁର୍ବୃତ୍ତ । ଜାନୁଆରି ୩ରେ ଚୋର ସନ୍ଦେହରେ କଟକ ମଙ୍ଗୁଳି ଅଞ୍ଚଳର ଦୁଇ ଯୁବକଙ୍କୁ ପିଟିପିଟି ମାରିଦେଇଥିଲେ । ଜାନୁଆରି ୧୦ରେ ରାୟଗଡ଼ାର ଜଣେ ୩୭ବର୍ଷୀୟ ଯୁବକଙ୍କୁ ମାରି ଟାଙ୍ଗି ଦେଇଥିଲା ସମ୍ପର୍କୀୟ । ଜାନୁଆରି ୧୧ରେ କଟକ ଖାନନଗର ଅଞ୍ଚଳରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା । ଜାନୁଆରି ୧୨ରେ ଉଦଳାରେ ୬୫ ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ ପରେ ଅଭିଯୁକ୍ତ ପଡ଼ୋଶୀ ପଥରରେ ଛେଚି ହତ୍ୟା କରିଛି ଦୁବୃର୍ତ୍ତ । ମହିଳା ଓ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା ବି ବଢିଥିବା ଦେଖାଯାଇଛି । ଯାହାକୁ ନେଇ ନିଜକୁ ଅସୁରକ୍ଷିତ ମଣୁଥିବା କହିଛନ୍ତି ସାମାଜିକ କର୍ମୀ । ରାଜ୍ୟରେ ସାଇବର ସୈତାନଙ୍କ କାରନାମାକୁ ନେଇ ଚିନ୍ତାରେ ରାଜ୍ୟବାସୀ । ନୂଆ ନୂଆ ତରିକା ଆପଣାଇ ଆକାଉଣ୍ଟ ସଫା କରି ଦେଉଛନ୍ତି ଠକ । ସାଇବର ଅପରାଧୀଙ୍କୁ ସାବାଡ ପାଇଁ ଓଡ଼ିଶାର ପୁଲିସ ଯେମିତି ସବୁଠୁ ପଛରେ ।
ନବୀନ ନିବାସରେ ଚାଲିଛି ମାରାଥନ ବୈଠକ, ବିଧାୟକଙ୍କୁ ଡାକି ସ୍ଥିତି ବୁଝୁଛନ୍ତି ନବୀନ
ଭୁବନେଶ୍ଵର: ସଂପ୍ରତି ନବୀନ ନିବାସରେ ବିଧାୟକଙ୍କ ସହ ମାରାଥନ ଆଲୋଚନା ଜାରି ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସୋମବାର ପରି ମଙ୍ଗଳବାର ସନ୍ଧ୍ୟାରେ ନବୀନ ନିବାସରେ ବିଜୁ ଜନତା ଦଳର ୯ ଜଣ ବିଧାୟକ...
ରାତି ପାହିଲେ ମକର; ମନ ମୋହିବ ମକର ଚାଉଳର ମହକ
କନକ ବ୍ୟୁରୋ : ରାତି ପାହିଲେ କୃଷି ଭିତ୍ତିକ ଗଣପର୍ବ ମକର । ସେଥିପାଇଁ ସରିଛି ଆୟୋଜନ, ଉତ୍ସବମୁଖର ହେଲାଣି ଗାଁରୁ ସହର । କେଉଁଠି ମନ ମୋହିବ ମକର ଚାଉଳର ମହକ, ତ ଆଉ କେଉଁଠି ମନ ଉଚ୍ଛନ୍ନ କରିବ ମେଳା ବୁଲା । ଆନମନା କରିବ ଗୁଡ଼ି ଓ ଖୋକା ଭାଇଙ୍କ ସେଇ ଚିର ସବୁଜ ଗୀତ । ମକର ଆସିଲେ ଆପେ ଆପେ ଦୂର ଆକାଶକୁ ଲମ୍ୱିଯାଏ ଆଖି । ଭସା ବଉଦ ମେଳରେ ଭାସି ଉଠେ ମନ । ରୋମାଞ୍ଚ ଭରେ ଝୁଲି ଝୁଲି ଉଡ଼ୁଥିବା ରଙ୍ଗ ବେରଙ୍ଗର ଗୁଡ଼ି । ଆନମନା କରେ ଖୋକା ଭାଇଙ୍କ ସେଇ କାଳଜୟୀ ଗୀତ 'ଯାଆରେ ଉଡ଼ି ଏ ମୋର ଗୁଡ଼ି' । ଆସନ୍ତାକାଲି ମକର ସଂକ୍ରାନ୍ତି । ସୂର୍ଯ୍ୟଙ୍କ ଉତ୍ତରାୟଣ ସହ ବଢ଼ିବ ତେଜ, ବଡ଼ ହେବ ଦିନ । ଆଉ ରାତି ପାହିଲେ ଉତ୍ସବ ମୁଖର ହୋଇ ଉଠିବ ପୁରପଲ୍ଲୀ । ଫଳମୂଳ ସହ ମକର ଚାଉଳ ଭୋଗ । ପିଠା ପଣା, ନୂଆ ଲୁଗା, ଆନନ୍ଦ ଉଲ୍ଲାସ । ଗାଁରୁ ସହର ଦେଖିବାକୁ ମିଳିବ ନାନାଦି ନିଆରା ପରମ୍ପରା । ଓଡ଼ିଶାର ବିଭିନ୍ନ ସ୍ଥାନରେ ବସିବ ମକର ମେଳା । ଅଧିକ ପଢ଼ନ୍ତୁ : ମକର ପୂର୍ବରୁ କେନ୍ଦୁଝରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି; ୧୭ଶହ ୮କୋଟି ଟଙ୍କା ପ୍ରକଳ୍ପର କଲେ ଶିଳାନ୍ୟାସ ମୟୂରଭଞ୍ଜ ଜିଲ୍ଲାରେ ଗଣପର୍ବ ମକର ପାଇଁ ସଜେଇ ହୋଇଛି ଆଦିବାସୀ ଗାଁ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ବେଶ ଉତ୍ସାହ ଆଡ଼ମ୍ବରରେ ପାଳନ କରିଥାନ୍ତି ଏହି ପର୍ବ । ଏଠି ଆକର୍ଷଣ ସାଜିବ ଟୁସୁ ମିଳନ । ଢୋଲ ମାଦଳର ତାଳେ ତାଳେ ଟୁସୁ ଗୀତ ଗାଇ ମଜ୍ଜିଯିବେ ଲୋକେ । ସେପଟେ ବାଲେଶ୍ୱର ନୀଳଗିରି ସମେତ ବହୁ ଅଞ୍ଚଳରେ ରହିଛି ତିଳଉର ପ୍ରଚଳନ । ମକରରେ ଏହାର ବିଶେଷ ଚାହିଦା । ଭଦ୍ରକ ଧାମରାର ଧାମରାଇ ପୀଠ ଓ ବଡ଼ମ୍ୱା ସିଂହାନାଥ ପୀଠ ବି ମେଳା ପାଇଁ ପ୍ରସ୍ତୁତ ଥିବା ବେଳେ, ଅଟ୍ରିରେ ସ୍ଥାପିତ ହୋଇଛି ଶୁଭଖୁଣ୍ଟି । ଦକ୍ଷିଣ ଓଡ଼ିଶାରେ ବି ଏହା ପାଳିତ ହୁଏ ଖୁବ୍ ଆଡ଼ମ୍ୱର ସହକାରେ । ମକର ସଂକ୍ରାନ୍ତି ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ରହିଛି । ଏହା ପୂର୍ବରୁ ଆଜି ୧୬ ହାତ ଲମ୍ୱର ମାଳ ପିନ୍ଧି ବଡ଼ ସିଂହାରରେ ନବାଙ୍କ ବେଶରେ ଦର୍ଶନ ଦେବେ ମହାପ୍ରଭୁ ।
ଖଣ୍ଡଗିରିରେ ଅଶ୍ଳୀଳ ନୃତ୍ୟକୁ ନାଁ, ହେଲେ ଲିଙ୍ଗରାଜରେ ମହିଳାଙ୍କ ଅଙ୍ଗ ପ୍ରଦର୍ଶନ
ଭୁବନେଶ୍ଵର: ବଉଳଗଡ଼ କ୍ଲବ ପକ୍ଷରୁ ଗତକାଲି ଲିଙ୍ଗରାଜ ମନ୍ଦିର ସାମ୍ନା ଭଜନ ମଣ୍ଡପରେ ମହିଳାଙ୍କୁ ନେଇ ଖୋଲା ମଞ୍ଚରେ ବଡି ବିଲଡିଂ କରାଯାଇଥିଲା ।ମନ୍ଦିର ସମ୍ମୁଖରେ ଅଶ୍ଳୀଳତା ଓ ନଗ୍ନତା ପ୍ରଦର୍ଶନୀ ହେଲା। ଶ୍ରୀ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ...
୬୦ ବର୍ଷୀୟ ବୃଦ୍ଧଙ୍କୁ ବିବାହ କରି ଟ୍ରୋଲ୍ ହେଲେ ଇନଫ୍ଲୁଏନ୍ସର, ଲୋକେ କହିଲେ- ‘ଗୋଲ୍ଡ ଡିଗର’
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବହୁଳ ବ୍ୟବହୃତ‘ଗୋଲ୍ଡ ଡିଗର’ଏକ ଅପମାନସୂଚକ ଶବ୍ଦ । ଯେତେବେଳେ ଜଣେ ବ୍ୟକ୍ତି ପ୍ରକୃତ ପ୍ରେମ ପାଇଁ ନୁହେଁ, ବରଂ ଜଣଙ୍କ ସଂପତ୍ତିକୁ ଦେଖି ସଂପର୍କ ଗଢ଼ନ୍ତି ତାଙ୍କୁ ‘ଗୋଲ୍ଡ ଡିଗର&rsqu...
ଥିରୁଅନନ୍ତପୁରମରେ ବିଜେପିକୁ ଶକ୍ତ ଝଟକା: ବହୁମତ ପାଇବାରୁ ବଞ୍ଚିତ କଲେ ଜନତା
ନୂଆଦିଲ୍ଲୀ:ବିଜେପି ଗତ ମାସରେ ହୋଇଥିବା ଥିରୁଅନନ୍ତପୁରମ ନଗର ନିଗମ ନିର୍ବାଚନରେ ବିଜୟୀ ହୋଇ ପ୍ରଥମ ଥର ବଡ଼ ସଫଳତା ହାସଲ କରିଥିଲା। ହେଲେ ଏହି ବିଜୟକୁ ମାସଟା ଯାଇ ନାହିଁ ମଙ୍ଗଳବାର ହୋଇଥିବା ଏକ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପରା...
ସ୍କୁଲ ପାଲଟିଛି ଜଣ୍ଡିସ୍ ହଟ୍ସ୍ପଟ୍ ! କାମଳରେ ପଡ଼ି କଲବଲ ପିଲା !
କନକ ବ୍ୟୁରୋ : ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ କାୟା ମେଲାଉଛି କାମଳ । ଖୋର୍ଦ୍ଧା ନବୋଦୟ ପରେ ଢେଙ୍କାନାଳ ଗଁଦିଆର ଆଦର୍ଶ ବିଦ୍ୟାଳୟରେ ପିଲାଙ୍କୁ ଜଣ୍ଡିସ । ଜନସ୍ୱାସ୍ଥ୍ୟ ଟିମ୍ ସ୍କୁଲରେ ପହଞ୍ଚି ରକ୍ତ ନମୁନା ସଂଗ୍ରହ କରିଥିବା ବେଳେ, ଏହାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ପୁରୀ କଣାସ ଓ ମୟୂରଭଞ୍ଜରେ ବି ଜଣ୍ଡିସ୍ ବ୍ୟାପୁଛି । ପ୍ରଥମେ ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟ, ଏବେ ଢେଙ୍କାନାଳ ଗଁଦିଆ ଅଞ୍ଚଳର ଆଦର୍ଶ ବିଦ୍ୟାଳୟ । ବିଶ୍ୱନାଥପୁର ଆଦର୍ଶ ବିଦ୍ୟାଳୟର ୧୦ରୁ ଅଧିକ ଛାତ୍ରଛାତ୍ରୀ ଜଣ୍ଡିସରେ ଆକ୍ରାନ୍ତ ଥିବା ଅଭିଯୋଗ ହେବା ପରେ ବଢ଼ିଛି ଚିନ୍ତା । ସ୍କୁଲରେ ଅସ୍ୱାସ୍ଥ୍ୟକର ପରିବେଶ ପାଇଁ ଜଣ୍ଡିସ ବ୍ୟାପୁଥିବା ଅଭିଯୋଗ ହୋଇଛି । ସ୍କୁଲରେ ପହଞ୍ଚି ଛାତ୍ରଛାତ୍ରୀ, ଶିକ୍ଷକ ଓ ସ୍କୁଲ କର୍ମଚାରୀଙ୍କ ରକ୍ତ ନମୁନା ସଂଗ୍ରହ କରିଛି ବରପଦାର ଏକ ମେଡିକାଲ୍ ଟିମ୍ । ସିଡିଏମ୍ଓ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମଧ୍ୟ ସ୍କୁଲକୁ ଯାଇ ତଦନ୍ତ କରିଥିବା ବେଳେ, ୨ ଛାତ୍ରଙ୍କ ଠାରେ ଜଣ୍ଡିସ୍ ଲକ୍ଷଣ ଥିବା କହିଛନ୍ତି । ଅଧିକ ପଢ଼ନ୍ତୁ : ଉପକୂଳରୁ ଉପାନ୍ତ ବଢ଼ୁଛି ଜଣ୍ଡିସ; ଦୂଷିତ ପାଣି ବଢ଼ାଇଲାଣି ଚିନ୍ତା ଅନ୍ୟପକ୍ଷରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ସ୍କୁଲରେ ହଷ୍ଟେଲ ନଥିବାରୁ କିଛି ପିଲା ମେସ୍ରେ ରହୁଥିଲେ । ସେଠାରେ ପାଣି ପରୀକ୍ଷା ହେବ । RWSS ଟିମ୍କୁ ବିଶୁଦ୍ଧ ପାଣି ଯୋଗାଇବାକୁ କୁହାଯାଇଛି । ତେବେ ରାଜ୍ୟରେ କ୍ଲଷ୍ଟର୍ ପରି ଜଣ୍ଡିସ ହୋଇନାହିଁ । ପ୍ରାୟ ଶହେ ପିଲା ଓ ଶିକ୍ଷକ ଜଣ୍ଡିସରେ ଆକ୍ରାନ୍ତ ହେବା ପରେ, ଏବେ ବି ଛୁଟି ରହିଛି ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟ । ୧୪ ପରେ ପାଠପଢ଼ା ଆରମ୍ଭ ହେବ । ଦୂଷିତ ପାଣି କିମ୍ୱା ବାହାର ଖାଦ୍ୟରୁ ଏହା ବ୍ୟାପିଥିବା ଆଶଙ୍କା କରାଯାଉଛି । ତେବେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସତର୍କ କରାଯିବା ସହ ଆବଶ୍ୟକ ପଡ଼ିଲେ ସ୍ୱାସ୍ଥ୍ୟ ବିଭାଗର ସହଯୋଗ ନିଆଯିବ ଏବଂ ସ୍କୁଲରେ ଆକ୍ୱାଗାର୍ଡ ଲାଗିବ । ପୁରୀ ଜିଲ୍ଲା କଣାସ ନୂଆଦୋକନ୍ଦା ଗାଁରେ ଦୟାନଦୀର ଦୂଷିତ ଜଳରୁ ଜଣ୍ଡିସ ବ୍ୟାପିବା ଏବଂ ମୟୂରଭଞ୍ଜ ଜିଲ୍ଲା ଖୁରୁଣ୍ଟିଆରେ ବସୁଧା ଯୋଜନାରେ ପାଇପ ପାଣି ଆସିବା ସତ୍ତ୍ୱେ କାମଳ କାୟା ମେଲାଇବା ଚିନ୍ତା ବଢ଼ାଇଛି ।
ନିଖିଳ ଓଡ଼ିଶା କବାଡ଼ି ପ୍ରିମିୟର୍ ଲିଗ୍: ମହାବୀର ୱାରିୟର୍ସ ବିଜେତା
କନକ ବ୍ୟୁରୋ : ପଟିଆଗଡ଼ ସ୍ପୋର୍ଟ୍ସ କ୍ଲବ୍ ଆନୁକୂଲ୍ୟରେ ଆୟୋଜିତ ୬ଷ୍ଠ ନିଖିଳ ଓଡ଼ିଶା ପୁରୁଷ କବାଡ଼ି ପ୍ରିମିୟର ଲିଗରେ ମହାବୀର ୱାରିୟର୍ସ ବିଜେତା ହୋଇଛି । ଫାଇନାଲ୍ରେ ମହାବୀର ୱାରିୟର୍ସ ୩୩-୩୩ (୬-୪)ରେ ମା’ ମଙ୍ଗଳା ଦଳକୁ ପରାସ୍ତ କରିଥିଲା । ଉଦ୍ଯାପନୀ ଉତ୍ସବରେ ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବିଧାୟିକା ସୋଫିଆ ଫିର୍ଦୋସ, ବିଧାୟକ ସାରଦାପ୍ରସାଦ ପ୍ରଧାନ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ । ଅଧିକ ପଢ଼ନ୍ତୁ : ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ କ୍ରିକେଟ୍; ୯ ୱିକେଟ୍ରେ ଜିତିଲା ଉତ୍କଳ ଲକ୍ଷ୍ମୀପ୍ରିୟା ପରିଡ଼ା, ଚିତ୍ତରଞନ ପାତ୍ର, ସନ୍ତୋଷ ପରିଡ଼ା, ସୁବାସ ପାତ୍ର, ସଞ୍ଜୟ ସେଠୀ, ଅଜୟ ବେହେରା, ସୂର୍ଯ୍ୟକାନ୍ତ ମହାନ୍ତି, ଶ୍ରୀମୟୀ ମିଶ୍ର, ପ୍ରଦୀପ ଜେନା, ପ୍ରଶାନ୍ତ ପରିଡ଼ା, ପିଣ୍ଟୁ ପାତ୍ର, ରିଙ୍କୁ ବଡ଼ଜେନା, ଅଜୟ ନାୟକ, ଯଯାତି ଜେନା ଓ ଟିକି ନାୟକଙ୍କ ସହ କ୍ଲବ୍ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ମୋଟ ୬ଟି ଦଳ ଏହି ଲିଗ୍ରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଆଗାମୀ ସଂସ୍କରଣଠୁ ଉଭୟ ପୁରୁଷ ଓ ମହିଳା ବର୍ଗରେ ଆୟୋଜନ କରାଯିବ ବୋଲି ସଭାପତି ସୁବାସ ପରିଡ଼ା ସୂଚନା ଦେଇଛନ୍ତି ।
ଆସନ୍ତା ୧୯ ରୁ ସୋଆରେ ଦୁଇ ଦିନିଆ ପ୍ରଥମ ପୁଷ୍ପ ଉତ୍ସବ
ଭୁବନେଶ୍ଵର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ମହାବିଦ୍ୟାଳୟ, ଇନଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍) ପକ୍ଷରୁ ପ୍ରଥମ ସୋଆ ପୁଷ୍ପ ଉତ୍ସବ ଆୟୋଜିତ ହେବାକୁ ଯାଉଛି। ଆନ୍ତର୍ଜାତିକ ପୁଷ୍ପ ଦିବସ ପରିପ୍ରେକ୍ଷୀରେ ଜାନୁଆର...
ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋର ଏକ ନିମନ୍ତ୍ରଣ ନେଇ ଦେଶରେ ପହଞ୍ଚିଛନ୍ତି। ବାଣିଜ୍ୟ ଓ ଶୁଳ୍କ ଉପରେ କଠୋର ଆଲୋଚନା ମଧ୍ୟରେ ସେ କହିଛନ୍ତି ଯେ, ଭାରତକୁ ପ୍ୟାକ୍ସ ସିଲିକାରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବ। ବର୍ତ୍ତମାନ ଆମେ ଅନେକ ରଣନୀତିକ ମେଣ୍ଟ ଓ ବ୍ଲକ୍ ବିଷୟରେ ଜାଣୁ, କିନ୍ତୁ ପ୍ରକୃତରେ ପ୍ୟାକ୍ସ ସିଲିକା କ’ଣ? ଏହି ପାକ୍ସ ସିଲିକା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପରି ନୂତନ ଯୁଗର ଟେକ୍ନୋଲୋଜି ଓ ଏହି ଟେକ୍ନୋଲୋଜିକୁ ସକ୍ଷମ କରୁଥିବା ଖଣିଜ ପଦାର୍ଥର ଯୋଗାଣ ଶୃଙ୍ଖଳାକୁ ସୁରକ୍ଷିତ କରିବା ସହିତ ଜଡିତ ।ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଗଷ୍ଟ ୨୦୨୫ରେ ତାଙ୍କର ବିଶ୍ୱସ୍ତ ସହଯୋଗୀ ସର୍ଜିଓ ଗୋରଙ୍କୁ ଭାରତରେ ରାଷ୍ଟ୍ରଦୂତ ଭାବରେ ନାମିତ କରିଥିଲେ। ଗୋର ଗତ ସପ୍ତାହରେ ଭାରତରେ ପହଞ୍ଚି ଜାନୁଆରି ୧୨ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ସେହିଦିନ ଗୋର ଏକ୍ସରେ ଲେଖିଛନ୍ତି, ଏହା ଅଂଶୀଦାର କରି ସେ ଆନନ୍ଦିତ ଯେ ଏକ ସୁରକ୍ଷିତ, ନମନୀୟ ଓ ଉଦ୍ଭାବନ-ଚାଳିତ ସିଲିକନ୍ ଯୋଗାଣ ଶୃଙ୍ଖଳା ଗଠନ ପାଇଁ ଆମେରିକା ନେତୃତ୍ୱାଧୀନ ରଣନୀତିକ ପଦକ୍ଷେପ ପ୍ୟାକ୍ସ ସିଲିକାରେ ଯୋଗଦେବାକୁ ଭାରତକୁ ନିମନ୍ତ୍ରଣ କରାଯିବ। ବିଶ୍ୱ ନୂତନ ଜ୍ଞାନକୌଶଳ ଆପଣଉଥିବା ବେଳେ ଭାରତ ଓ ଆମେରିକା ହାତ ମିଳାଇ କାର୍ଯ୍ୟ କରିବା ଜରୁରୀ । ଗୋରଙ୍କ ମନ୍ତବ୍ୟରୁ ଦୁଇଟି କଥା ସ୍ପଷ୍ଟ ହୋଇଛି। ପ୍ରଥମତଃ, ପ୍ୟାକ୍ସ ସିଲିକା ହେଉଛି ସିଲିକନ୍ ଯୋଗାଣ ଶୃଙ୍ଖଳା ସହିତ ଜଡିତ ଆମେରିକା ନେତୃତ୍ୱାଧୀନ ଏକ ରଣନୀତିକ ପଦକ୍ଷେପ। ଦ୍ୱିତୀୟତଃ, ଆମେରିକା ଭାରତକୁ ସାଙ୍ଗରେ ନେବାକୁ ଚାହୁଛି। ପ୍ୟାକ୍ସ ସିଲିକାର ଅର୍ଥ କ’ଣ? ଆମେରିକାର ବୈଦେଶିକ ବିଭାଗର ୱେବ୍ ପୃଷ୍ଠା ଅନୁଯାୟୀ, ପାକ୍ସ ସିଲିକାରେ ଥିବା ପ୍ୟାକ୍ସ ହେଉଛି ଶାନ୍ତି, ସ୍ଥିରତା ଓ ସମୃଦ୍ଧିକୁ ସୂଚିତ କରୁଥିବା ଐତିହାସିକ ଶବ୍ଦ। ଆସିଆନରେ ଆମେରିକାର ମିସନ ଅନୁଯାୟୀ, ସିଲିକା ସେହି ଯୌଗିକ ଯାହାକୁ ସିଲିକନରେ ପରିଣତ କରାଯାଏ, ଯାହା କମ୍ପ୍ୟୁଟର ଚିପ୍ ଓ ଏଆଇ ଟେକ୍ନୋଲୋଜିର ମୂଳ ପଦାର୍ଥ। କାଶ୍ମୀରର ଶକ୍ସଗାମ ଉପତ୍ୟକାକୁ ନେଇ ଭାରତ-ଚୀନ୍ ବିବାଦ କ’ଣ ? ଆମେରିକା କାହିଁକି ପ୍ୟାକ୍ସ ସିଲିକା ଆଲାଏନ୍ସ ଆରମ୍ଭ କଲା? ଆମେରିକାର ଅର୍ଥନୈତିକ ବ୍ୟାପାର ବିଭାଗର ଉପ ସଚିବ ଜାକବ ହେଲବର୍ଗ କହିଛନ୍ତି, ଯଦି ବିଂଶ ଶତାବ୍ଦୀ ତୈଳ ଓ ଇସ୍ପାତ ଉପରେ ଚାଲିଥାଏ, ତେବେ ଏକବିଂଶ ଶତାବ୍ଦୀ କମ୍ପ୍ୟୁଟର ଓ ଏଥିରେ ବ୍ୟବହୃତ ଖଣିଜ ପଦାର୍ଥ ଉପରେ ଚାଲିଥାଏ। ହେଲବର୍ଗ ଏହି ପଦକ୍ଷେପର ନେତୃତ୍ୱ ନେଉଛନ୍ତି। ଏକ ଏଆଇ-ଚାଳିତ ଦୁନିଆରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉତ୍ତୋଳନକୁ ନିୟନ୍ତ୍ରଣ କରୁଥିବା ଯୋଗାଣ ଶୃଙ୍ଖଳା ଓ ବୈଷୟିକ ଇକୋସିଷ୍ଟମ ନିର୍ବିବାଦୀୟ ନେତୃତ୍ୱ ନେବ। ନିକଟ ଅତୀତରେ ଆମେ ଦେଖିଛୁ ଯେ ଯୁଦ୍ଧ ଓ ଭୂ-ରାଜନୈତିକ ସଙ୍କଟ କିପରି ଏହି ଯୋଗାଣ ଶୃଙ୍ଖଳାକୁ ବ୍ୟାହତ କରିପାରେ ଏବଂ ଇଲେକ୍ଟ୍ରୋନିକ୍ସ ଓ ଅଟୋମୋବାଇଲ୍ ଶିଳ୍ପକୁ ପ୍ରଭାବିତ କରିପାରେ। ବେଳେବେଳେ କିଛି ଦେଶ ଏହାକୁ ଅସ୍ତ୍ରାୟିତ କରିବାକୁ ମଧ୍ୟ ଚେଷ୍ଟା କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉତ୍ତୋଳନରେ ଚୀନ୍ ବିଶ୍ୱରେ ଅଗ୍ରଣୀ ରହିଛି। ବିଶ୍ୱସ୍ତ ସହଯୋଗୀମାନଙ୍କ ସହିତ ଏକ ବିକଳ୍ପ ଇକୋସିଷ୍ଟମ୍ ପ୍ରତିଷ୍ଠା କରିବା ପାଇଁ ଆମେରିକା ଏକ ମିଳିତ ମଞ୍ଚ ସୃଷ୍ଟି କରିବାକୁ ଚେଷ୍ଟା କରୁଛି ଏବଂ ଭାରତ ସେମାନଙ୍କ ମଧ୍ୟରୁ ଅନ୍ୟତମ। ପ୍ୟାକ୍ସ ସିଲିକାର ସ୍ୱାକ୍ଷରକାରୀ କିଏ? ଡିସେମ୍ବର ୨୦୨୫ରେ ଉଦ୍ଘାଟନୀ ପାକ୍ସ ସିଲିକା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏବଂ ସ୍ୱାକ୍ଷରକାରୀମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆ, ଇସ୍ରାଏଲ, ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର, ବ୍ରିଟେନ, ନେଦରଲ୍ୟାଣ୍ଡ ଓ ୟୁଏଇ ଥିଲେ। ଜାନୁଆରି ୧୨ରେ, କତର ପ୍ୟାକ୍ସ ସିଲିକାର ସର୍ବଶେଷ ସ୍ୱାକ୍ଷରକାରୀ ହୋଇଥିଲା। ଭାରତ ପରି ଅତିରିକ୍ତ ସ୍ୱାକ୍ଷରକାରୀ ଏହି ମିଳିତ ମଞ୍ଚରେ ଯୋଗଦେବାର ସମ୍ଭାବନା ରହିଛି। ଆମେ ପ୍ୟାକ୍ସ ସିଲିକା କାର୍ଯ୍ୟକ୍ଷମ କରୁଥିବାରୁ ନୂଆଦିଲ୍ଲୀକୁ ଟେବୁଲକୁ ନିମନ୍ତ୍ରଣ କରାଯିବ ବୋଲି ଗୋର କହିଛନ୍ତି। ପ୍ୟାକ୍ସ ସିଲିକାରେ ଭାରତର ସମ୍ଭାବ୍ୟ ପ୍ରବେଶ ବିଶ୍ୱସନୀୟ ଓ ନିରାପଦ ଯୋଗାଣ ଶୃଙ୍ଖଳା ଆଡକୁ ଏକ ନିର୍ଣ୍ଣାୟକ ପରିବର୍ତ୍ତନକୁ ଦର୍ଶାଉଛି। ଆମେରିକା-ଭାରତ ସହଭାଗିତା ପାଇଁ ଏହା ଏକ ଐତିହାସିକ ମାଇଲଖୁଣ୍ଟ ବୋଲି ହେଲବର୍ଗ ଏକ୍ସରେ ପୋଷ୍ଟ କରିଛନ୍ତି। ପ୍ୟାକ୍ସ ସିଲିକାରୁ ଭାରତ କିପରି ଉପକୃତ ହୋଇପାରିବ? ସେମିକଣ୍ଡକ୍ଟର ଉତ୍ପାଦନ ପାଇଁ ବ୍ୟବହୃତ ବିରଳ ମୃତ୍ତିକା ଖଣିଜ ପଦାର୍ଥର ସର୍ବବୃହତ୍ ଭଣ୍ଡାର ୮.୫୨ ନିୟୁତ ଟନ୍ ଥିବା ସତ୍ତ୍ୱେ, ଚୀନ୍ ଦ୍ୱାରା ଉତ୍ପାଦିତ ୨୭୦,୦୦୦ ମେଟ୍ରିକ୍ ଟନ୍ ତୁଳନାରେ ଭାରତ କେବଳ ୨,୯୦୦ ମେଟ୍ରିକ୍ ଟନ୍ ଉତ୍ପାଦନ କରିଛି। ଏହା ଭାରତକୁ ଏହାର ଘରୋଇ ଶିଳ୍ପକୁ ବଜାୟ ରଖିବା ପାଇଁ ଆମଦାନି ଉପରେ ନିର୍ଭରଶୀଳ କରିଥାଏ। ୨୦୨୪-୨୫ ଆର୍ଥିକ ବର୍ଷରେ, ଭାରତ ପ୍ରାୟ ୫୪,୦୦୦-୫୭,୦୦୦ ଟନ୍ ବିରଳ ମୃତ୍ତିକା ଆମଦାନି କରିଥିଲା, ଯାହାର ୯୩% ଚୀନ୍ରୁ ଅଣାଯାଇଥିଲା। ଯଦି ଚୀନ୍ ପ୍ରତିବନ୍ଧକ ଲଗାଏ, ତେବେ ଭାରତ ନାଚାର ହୋଇପଡ଼ିବ। ପ୍ୟାକ୍ସ ସିଲିକାରେ ଯୋଗଦେବା ପରେ ଭାରତ ଅଷ୍ଟ୍ରେଲିଆ ପରି ଅଧିକ ସୁରକ୍ଷିତ ଯୋଗାଣକାରୀଙ୍କ ସହ ନିଜକୁ ଅନୁବନ୍ଧିତ କରିପାରିବ। ଜାପାନ ଓ ନେଦରଲ୍ୟାଣ୍ଡ ସହିତ ସହଭାଗିତା ମାଧ୍ୟମରେ ଏହା ପୁଞ୍ଜି ବିନିଯୋଗ ଓ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତରକୁ ସହଜ କରିବାର ସମ୍ଭାବନା ରହିଛି।
ଅଶ୍ଳୀଳ ନାଚିଲେ ଆକ୍ସନ୍; ଛତିଶଗଡ଼କୁ ଦେଖି ଶିଖିଲା ଓଡ଼ିଶା
କନକ ବ୍ୟୁରୋ : ଯାତ୍ରାରେ ଆଉ ଚଳିବନି ଅଶ୍ଳୀଳ ନୃତ୍ୟ । ଛତିଶଗଡ଼ରେ ଆକ୍ସନ ପରେ ଚେତିଛନ୍ତି ଓଡ଼ିଶା ସରକାର । ଏଣିକି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କଲେ, ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅଶ୍ଳୀଳ ନୃତ୍ୟ ପାଇଁ ଓଡ଼ିଶାରେ ବଦନାମ ମୁଣ୍ଡାଉଛି ଯାତ୍ରା । ମଞ୍ଚରେ ପ୍ରଦର୍ଶିତ ହେଉଛି ଔଦ୍ଧତ୍ୟଭରା ନଗ୍ନ ନୃତ୍ୟ । ଜିଲ୍ଲା ପ୍ରଶାସନର ଆଖି ଆଗରେ ସବୁ କିଛି ଚାଲୁଛି । କିନ୍ତୁ ସବୁ ଦେଖି ଚୁପ୍ । ହେଲେ ଛତିଶଗଡ଼ ସରକାରଙ୍କୁ ଏହି ଅଶ୍ଳୀଳ ନୃତ୍ୟ ବରଦାସ୍ତ ହେଲାନି । ଗୋଟିଏ ପଟେ ଓଡ଼ିଶାରେ ସରକାର କାର୍ଯ୍ୟାନୁଷ୍ଠାନ କେବଳ କଥାରେ କହୁଥିଲା ବେଳେ ଛତିଶଗଡ଼ରେ କିନ୍ତୁ ଦେଖିବାକୁ ମିଳିଛି ସିଧା ଆକ୍ସନ । ଛତିଶଗଡ଼ ଗରିଆବନ୍ଧ ଜିଲ୍ଲାରେ ଓଡ଼ିଆ ଅପେରା ପାର୍ଟି ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ ଦେଖାଉଥିବା ବେଳେ ଚିହିଁକି ଉଠିଥିଲେ ଦର୍ଶକ । ସିଧା ପେଣ୍ଡାଲ ଉପରକୁ ଫୋପାଡ଼ିଥିଲେ ଚେୟାର । ଖବର ପହଞ୍ଚିଥିଲା ଜିଲ୍ଲାପାଳଙ୍କ ପାଖରେ । ଅଶ୍ଳୀଳ ନୃତ୍ୟକୁ ଅନୁମତି ଦେଇଥିବା ଅଫିସରଙ୍କ ଉପରେ ନିଆଗଲା କଡ଼ା କାର୍ଯ୍ୟାନୁଷ୍ଠାନ । ୧୪ ଆୟୋଜକ ଗିରଫ, ୩ ପୁଲିସ କର୍ମଚାରୀ ନିଲମ୍ବିତ ଏବଂ ପେଣ୍ଡାଲ ପାଖରେ ଅଶ୍ଳୀଳ ନୃତ୍ୟର ମଜା ନେଇ ମସଗୁଲ ଥିବା ଉପଜିଲ୍ଲାପାଳଙ୍କୁ କରାଯାଇଛି ସିଧା ବଦଳି । ଅଧିକ ପଢ଼ନ୍ତୁ : ଲୋକଙ୍କ ଜୀବନ ସହ ଖେଳ, ରାଜଧାନୀ ଆକାଶରେ ମାଞ୍ଜା ସୂତାର ଜାଲ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ନେଇ ବାରମ୍ବାର ଅଭିଯୋଗ ହୋଇଛି । କାର୍ଯ୍ୟାନୁଷ୍ଠାନ କଥା କୁହାଯାଉଥିଲେ ବି ତାହା କାର୍ଯ୍ୟକାରୀ ହୋଇପାରିନାହିଁ । ଗତବର୍ଷ ଖଣ୍ଡଗିରିରେ ମାଘ ମେଳାରେ ନଗ୍ନ ନୃତ୍ୟ ବିରୋଧରେ ସକ୍ରିୟ ହୋଇଥିଲା ବିଜେପି ବିଧାୟକ ବାବୁ ସିଂହଙ୍କ ଠେଙ୍ଗା ବାହିନୀ । ହେଲେ ଏହା କେବଳ ଖଣ୍ଡଗିରିରେ ସୀମିତ ଥିଲା । କିନ୍ତୁ ଓଡ଼ିଶାର ବାକି ଜାଗାରେ ଖୋଲାଖୋଲି ଚାଲିଛି ଅଶ୍ଳୀଳ ନୃତ୍ୟ । ବିଡ଼ମ୍ବନାର କଥା ହେଉଛି ଏସବୁକୁ ପ୍ରଶାସନ କେମିତି ଅନୁମତି ଦେଉଛି ? ଆଗକୁ ମକର ମେଳା ଓ ମାଘ ମେଳା ଆସୁଥିବାରୁ ସରକାର ଏହା ଉପରେ ରୋକ୍ ଲଗାଇପାରିବେ ନାହିଁ । ଓଡ଼ିଶାର ସଂସ୍କୃତିକୁ ବଜାୟ ରଖିବାକୁ ସଂସ୍କୃତି ବିଭାଗ ଯାତ୍ରାରେ ଅଶ୍ଳୀଳତା ରୋକିବା ପାଇଁ ଗାଇଡଲାଇନ ଆଣିଥିଲେ । ହେଲେ ବିଭାଗ ଯେମିତି ଯାତ୍ରାକୁ ଭୁଲିଯାଉଛି । ଏବେ ଛତିଶଗଡ଼ ଘଟଣା ପରେ ଓଡ଼ିଶା ସରକାର କି ପଦକ୍ଷେପ ନେବେ ? ପ୍ରଶ୍ନ ପଚାରୁଛନ୍ତି ଯାତ୍ରା କଳାକାର ।
ବିରୋଧ ଜାରି ରଖ,ସାହାଯ୍ୟ ଆସୁଛି…ପ୍ରତିବାଦକାରୀଙ୍କୁ ଏ କେଉଁ ସଙ୍କେତ ଦେଲେ ଟ୍ରମ୍ପ; ଇରାନରେ କ’ଣ ଯୁଦ୍ଧର ଆରମ୍ଭ!
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁବ୍ ଶୀଘ୍ର ଇରାନରେ ବଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରୁଛନ୍ତି । ସେ ମଙ୍ଗଳବାର ଏହାର ସ୍ପଷ୍ଟ ସଙ୍କେତ ଦେଇଛନ୍ତି। ଇରାନରେ ସରକାର ବିରୋଧୀ ପ୍ରଦର୍ଶନକାରୀଙ୍କୁ ଦେଶପ୍ରେମୀ ବୋଲି କହି ଟ୍ରମ୍ପ ସୋସିଆଲ ମିଡିଆରେ କହିଛନ୍ତି, “ବିରୋଧ ଜାରି ରଖ, ତୁମର ପ୍ରତିଷ୍ଠାନଗୁଡ଼ିକୁ ଜବତ କର… ସାହାଯ୍ୟ ଆସୁଛି।” ଏହି ସମୟରେ, ନ୍ୟୁୟର୍କ ଟାଇମ୍ସ ଦାବି କରିଛି ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଇରାନ ବିରୁଦ୍ଧରେ ସମ୍ଭାବ୍ୟ ସାମରିକ ଆକ୍ରମଣ ପାଇଁ […]
ବିଜୟ ହଜାରେ ଟ୍ରଫି : ଦିଲ୍ଲୀକୁ ୭୬ ରନ୍ରେ ହରାଇ ସେମିରେ ବିଦର୍ଭ
କନକ ବ୍ୟୁରୋ :ବେଙ୍ଗାଲୁରୁସ୍ଥିତ ବିସିସିଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ ଗ୍ରାଉଣ୍ଡ୍ଠାରେ ମଙ୍ଗଳବାର ଖେଳାଯାଇଥିବା ବିଜୟ ହଜାରେ ଟ୍ରଫିର କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଦିଲ୍ଲୀକୁ ୭୬ ରନ୍ରେ ପରାସ୍ତ କରିଛି ବିଦର୍ଭ । ଏହି ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛି ବିଦର୍ଭ଼ । ମଙ୍ଗଳବାର ମ୍ୟାଚ୍ରେ ଦିଲ୍ଲୀ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ବିଦର୍ଭ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୦୦ ରନ୍ କରିଥିଲା । ଦଳ ପକ୍ଷରୁ ୟଶ ରାଠୋଡ଼ ୮୬, ଅଥର୍ବ ଟାଇଡେ ୬୨ ଓ ଧ୍ରୁବ ସୋରେ ୪୯ ରନ୍ କରିଥିଲେ । ସେହିପରି ରବିକୁମାର ସମର୍ଥ ୨୩ ରନ୍ କରିଥିବାବେଳେ ୟଶ କଦମ ୧୯ ରନ୍ କରିଥିଲେ । ଦିଲ୍ଲୀ ପକ୍ଷରୁ ନୀତିଶ ରାଣା, ଇଶାନ୍ତ ଶର୍ମା, ନବଦୀପ ସାଇନି ଓ ପ୍ରିନ୍ସ ଯାଦବ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଅଧିକ ପଢ଼ନ୍ତୁ : ଶ୍ରେୟସ୍ଙ୍କ ପାଖରେ କୋହଲି, ଧାୱନଙ୍କୁ ଟପିବା ସୁଯୋଗ ୩୦୧ରନ୍ ଲକ୍ଷ୍ୟର ପିଛା କରୁଥିବା ଦିଲ୍ଲୀ ୪୫.୧ ଓଭରରେ ୨୨୪ ରନ୍ କରି ଅଲଆଉଟ ହୋଇଯାଇଥିଲା । ଦଳର ଦୁଇ ଓପନର ପ୍ରିୟାଂଶ ଆର୍ଯ୍ୟା (୨୮ ରନ୍) ଓ ବୈଭବ ଖଣ୍ଡପାଲ୍ (୨୮ ରନ) ଆରମ୍ଭରୁ ୫୮ ରନ୍ର ଭାଗିଦାର କରି ଏକ ଦୃଢ ମୂଳଦୁଆ ପକାଇଥିଲେ । କିନ୍ତୁ ୫୮ ରନ୍ରେ ହିଁ ଦଳ ଲଗାତାର ୨ଟି ୱିକେଟ୍ ହରାଇଥିଲା । ଏହା ପରେ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଚାଲିଥିଲା । କିନ୍ତୁ ମଧ୍ୟକ୍ରମରେ ଅନୁଜ ରାୱତ, ହର୍ଷ ତ୍ୟାଗୀ ଓ ହ୍ରିତିକ୍ ସୋକିନଙ୍କ ମଧ୍ୟରେ ଏକ ଭଲ ଭାଗୀଦାର ଦେଖିବାକୁ ମିଳିଥିଲା । ଅନୁଜ ୬୬ନ, ହର୍ଷ ୨୭ନ ଓ ହ୍ରିତିକ ୨୧ ରନ କରିଥିଲେ । କିନ୍ତୁ ଏସବୁ ପାଳି ଦିଲ୍ଲୀକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇପାରିନଥିଲା । ଦଳ ୪୫.୧ ଓଭରରେ ୨୨୪ରେ ଅଲଆଉଟ୍ ହୋଇଯାଇଥିଲା । ବିଦର୍ଭ ପକ୍ଷରୁ ନଚିକେତ ଭୁଟେ ୪ଟି ୱିକେଟ୍ ନେଇଥିବାବେଳେ ହର୍ଷ ଦୁବେ ୩ଟି ଓ ପ୍ରଫୁଲ ହିଞ୍ଜେ ୨ଟି ୱିକେଟ ନେଇଥିଲେ । ସଂକ୍ଷିପ୍ତ ସ୍କୋର : ବିଦର୍ଭ ୫୦ ଓଭରରେ-୩୦୦/୯ (ୟଶ୍ ରୋଠୋଡ଼ ୮୬, ଅଥର୍ବ ଟାଇଡେ ୬୨, ଧ୍ରୁବ ସୋରେ ୪୯, ଈଶାନ୍ତ ଶର୍ମା ୨/୪୭, ନୀତୀଶ ରାଣା ୨/୧୯)। ଦିଲ୍ଲୀ ୪୫.୧ ଓଭରରେ-୨୨୪/୯ (ଅନୁଜ ରାୱତ ୬୬, ପ୍ରିୟାଂଶ ଆର୍ଯ୍ୟ ୨୮, ବୈଭବ କନ୍ଦପାଲ ୨୮, ନଚିକେତ ଭୁଟେ ୪/୫୧, ହର୍ଷ ଦୁବେ ୩/୩୬)।
ବଡ ଚାଷୀଙ୍କ ହାତ ଛାଡିଦେଲେ ସରକାର; ୧୫୦ କୁଇଣ୍ଟାଲ ତଳକୁ ଧାନ ବିକୁଥିବା ଚାଷୀଙ୍କୁ ମିଳିବ ୩୧ଶହ ଟଙ୍କା
କନକ ବ୍ୟୁରୋ : ଟୋକନ ସମସ୍ୟା, କଟନି ଛଟନି ଭଳି ସମସ୍ୟାକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଥିବାବେଳେ ନିଆଁରେ ଘିଅ ଢ଼ାଳିଛନ୍ତି ଯୋଗାଣ ମନ୍ତ୍ରୀ । ୧୫୦ କ୍ୱିଣ୍ଟାଲ ତଳକୁ ଧାନ କିଣା ହେଉଥିବା ଚାଷୀଙ୍କୁ ମିଳିବ ୩୧ଶହ ଟଙ୍କା । ବାକି ଚାଷୀ ପାଇବେ ୨୩ ଶହ ଟଙ୍କା । ମନ୍ତ୍ରୀଙ୍କ ଏପରି ବୟାନ ଚାଷୀଙ୍କୁ ନିରାଶ କରିଛି । ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିଜେଡି କହିଛି, ଏମ୍ଏସ୍ପିକୁ ନେଇ ସରକାର ଫେଲ୍ । ୧୮ ଜିଲ୍ଲାରେ ମିଲରଙ୍କ ପାଖରୁ ଧାନ ସଂଗ୍ରହ ହୋଇନାହିଁ । ଜବାବ ରଖି ବିଜେପି କହିଛି, ସରକାର ଚାଷୀଙ୍କୁ ବୋନସ୍ ଦେବା ପରେ ଧାନ ଚାଷ ବଢ଼ିଛି । ପୂର୍ବ ସରକାର ୧୦୦ ଟଙ୍କା ବୋନସ୍ କହି ୨୪ ବର୍ଷ ଧରି ଟଙ୍କାଟିଏ ବି ଦେଇନଥିଲା । ଅଧିକ ପଢ଼ନ୍ତୁ : କଳାହାଣ୍ଡି ଜିଲ୍ଲାରେ ମଣ୍ଡି ଅବ୍ୟବସ୍ଥା; କଡା ନିର୍ଦ୍ଦେଶ ସତ୍ତ୍ବେ ଅମାନିଆ ମିଲର୍ ସବୁଠି ଧାନ କିଣାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ । କେଉଁଠି ଟୋକନ୍ ତ କେଉଁଠି ଧାନ ବିକ୍ରି ଟଙ୍କାକୁ ନେଇ ଚାଷୀ ହନ୍ତସନ୍ତ ହେଉଛନ୍ତି । ଚାଷୀଙ୍କ ସମସ୍ୟାକୁ ନେଇ ନବରଙ୍ଗପୁରରେ ଚକାଜାମ୍ କରିଛି ବିଜେଡି । ଖୋର୍ଦ୍ଧାରେ ପୂଜାର୍ଚ୍ଚନା ପରେ ମଣ୍ଡି ଖୋଲି ଥିବାରୁ ଚାଷୀଙ୍କ ମଧ୍ୟରେ ଉତ୍ସାହ କହିଲେ ନସରେ ।ଏସବୁ ଭିତରେ ମନ୍ତ୍ରୀଙ୍କ ବୟାନ ଚାଷୀଙ୍କ ଦ୍ୱନ୍ଦ୍ୱକୁ ବଢ଼ାଇ ଦେଇଛି ।
ପାଟନା: କୁହାଯାଏ ପ୍ରେମ ମାନେନି ବୟସ । ବନ୍ଧବାଡ଼ ଲଂଘି ହୋଇଯାଏ ପ୍ରେମ । ବେଳେ ବେଳେ ଏହି ପ୍ରେମ ଅଡ଼ୁଆରେ ପକାଏ । ପ୍ରେମ ତ ହୋଇଯାଏ, କିନ୍ତୁ ଏହାକୁ ବିବହାର ରୂପ ଦେବାକୁ କରିବାକୁ ପଡ଼େ ଅନେକ ତ୍ୟାଗ । ବିହାରର ବାଙ୍କା ଜିଲ୍ଲାରୁ ଏମିତ...
ନୂଆଦିଲ୍ଲୀ: ଯଦି ଆପଣ ଜଣେ ପେନସନଭୋଗୀ ଏବଂ ମାସିକ ପେନସନ ପାଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ। ୨୦ ଲକ୍ଷରୁ ଅଧିକ ପେନସନ ହିତାଧିକାରୀଙ୍କୁ ଏକ ବଡ଼ ଝଟକା ଲାଗିଛି। ସରକାର ପେନସନ ଉପରେ ସ୍ଥଗିତତା (ପେନସନ ବନ୍ଦ ରାଜସ୍ଥାନ) ଲାଗୁ କରିଛନ୍ତି, ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ପ୍ରକୃତରେ, ରାଜସ୍ଥାନରେ 71 ଲକ୍ଷରୁ ଅଧିକ ପେନସନ ହିତାଧିକାରୀ ଅଛନ୍ତି। ଏମାନଙ୍କ ମଧ୍ୟରୁ ୨୦ ଲକ୍ଷରୁ ଅଧିକ ଏବେ ପର୍ଯ୍ୟନ୍ତ ସେମାନଙ୍କର ଭେରିଫିକେଶନ କରାଇ ନାହାଁନ୍ତି। […]
ଉତ୍ତରାଖଣ୍ଡର ବାଗେଶ୍ୱରରେ ୩.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ
ମଙ୍ଗଳବାର ସକାଳେ ଉତ୍ତରାଖଣ୍ଡର ବାଗେଶ୍ୱର ଜିଲ୍ଲା ନିକଟରେ ୩.୫ ଭଳି ନିମ୍ନ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏଥିରେ କୌଣସି ଧନଜୀବନ ହାନି ହୋଇନାହିଁ ବୋଲି ଅଧିକାରୀମାନେ କହିଛନ୍ତି।ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟାଳୟର କହିବା ଅନୁସାରେ, ସକାଳ ୭ଟା ୨୫ ମିନିଟ୍ରେ ୩.୫ ତୀବ୍ରତାର ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ବାଗେଶ୍ୱର ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା କାପକୋଟ ସହର ନିକଟରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ବାଗେଶ୍ବର ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଶିଖା ସୁୟାଲ କହିଛନ୍ତି ଯେ, ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇନାହିଁ।
ବାଜିଲା ଖବର, ଚେତିଲେ ସରକାର; ଭାଙ୍ଗିବ ବିପଦସଙ୍କୁଳ ନଅ ତାଲା
କନକ ବ୍ୟୁରୋ : କନକ ନ୍ୟୁଜର ମହାପ୍ରଭାବ । ସପ୍ତାହେ ତଳେ ଖବର ବାଜିବା ପରେ ନଜର ଆଢୁଆଳରେ ରହି ଜରାଜୀର୍ଣ୍ଣ ହୋଇଥିବା ନଅ ତାଲା ର ଭାଗ୍ୟ ବଦଳିବାକୁ ଯାଉଛି । ନଅ ତାଲା ଉପରେ ପଡିଛି ସରକାରଙ୍କ ଶୁଭଦୃଷ୍ଟି । ବିପଦସଙ୍କୁଳ ହୋଇ ପଡ଼ିଥିବା ନଅ ତାଲାକୁ ଭାଙ୍ଗି ନୂଆ ଦପ୍ତର ନିର୍ମାଣ କରାଯିବ । ଏନେଇ ନକ୍ସା ପ୍ରସ୍ତୁତ କରିଛି ପୂର୍ତ୍ତ ବିଭାଗ । ନଅ ତାଲା । ଓଡ଼ିଶା ସରକାରଙ୍କ ମୁଖ୍ୟ ଦପ୍ତର ମଧ୍ୟରୁ ଅନ୍ୟତମ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ଫାଇଲ କାମ ଏହି ଠାରୁ ହିଁ ଆଗକୁ ବଢିଥାଏ । ହେଲେ ସାଧାରଣ ଲୋକଙ୍କ ଭରସାର କାର୍ଯ୍ୟାଳୟ ସାଜିଥିବା ନଅ ତାଲାର ଜରାଜୀର୍ଣ୍ଣ ଅବସ୍ଥା ଦେଖାଇଥିଲା କନକ ନ୍ୟୁଜ । ସମସ୍ୟା ଧରି ଆସୁଥିବା ସାଧାରଣ ଲୋକ କିଭଳି ବିଲ୍ଡିଂ ଭିତରକୁ ପଶିବାକୁ ଭୟ କରୁଛନ୍ତି ତାହାର ସ୍ଥିତି ପରଖିଥିଲା । ଏହାର ଠିକ୍ ସପ୍ତାହେ ପରେ ବଡ ନିଷ୍ପତ୍ତି ନେଇଛନ୍ତି ସରକାର । ବିପଦସଙ୍କୁଳ ଥିବା ନଅ ତାଲାକୁ ଭାଙ୍ଗିବାକୁ ଯୋଜନା ହୋଇଛି । ନଅ ତାଲା ବଦଳରେ ଆଉ ଏକ ବିଶାଳ ସରକାରୀ ଦପ୍ତର ନିର୍ମାଣ ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହୋଇଛି । ଖାଲି ନଅ ତାଲା ନୁହେଁ, ଏହାର ଆଗ ଓ ପଛରେ ଥିବା ରାଜୀବ ଭବନ ଓ ସେଚ ସଦନକୁ ଭାଙ୍ଗି ଅତ୍ୟାଧୁନିକ ଅଫିସ ନିର୍ମାଣ ପାଇଁ ମୋହର ମାରିଛନ୍ତି ମୋହନ ସରକାର । ଅଧିକ ପଢ଼ନ୍ତୁ : ବିଧାନସଭାରେ ବଢ଼ିପାରେ ଏକ ତୃତୀୟାଂଶ ଆସନ ! ବହୁ ନେତାଙ୍କ କ୍ୟାରିୟରରେ ପଡ଼ିବ ପୂର୍ଣ୍ଣଚ୍ଛେଦ ! ଦିଲ୍ଲୀର ସେଣ୍ଟ୍ରାଲ ଭିଷ୍ଟା ଷ୍ଟାଇଲରେ ଓଡ଼ିଶାରେ ନିର୍ମାଣ ହେବ ଲୋକସେବା ଭବନ ଓ ବିଧାନସୌଧ । ୩ଟି ପର୍ଯ୍ୟାୟରେ ନୂଆ ଲୋକସେବା ଭବନ ପାଇବ ପୂର୍ଣ୍ଣାଙ୍ଗ ରୂପ । ୧୨ ମହଲା ବିଶିଷ୍ଟ ୬ଟି ବ୍ଲକରେ ରହିବ ଅତ୍ୟାଧୁନିକ ବ୍ୟବସ୍ଥା । ଏବେ ଲୋକସେବା ଭବନର ପଛପଟେ ଥିବା ଏଡିଏମ୍ ଅଫିସ, ଓସେପା, ଭୂତତ୍ତ୍ୱ ନିର୍ଦ୍ଦେଶକଙ୍କ ଅଫିସ, ଉଚ୍ଚଶିକ୍ଷା ବିଭାଗର ଦପ୍ତର, ଇଓଡବ୍ଲ୍ୟୁ ଅଫିସ ଭଙ୍ଗାଯାଇ ଛିଡ଼ା ହେବ ପାୱାର କରିଡରର ବିଶାଳ ଅଟ୍ଟାଳିକା । ଏହାରି ଭିତରେ ୪୧ଟି ବିଭାଗର ଅଫିସ ଓ ମନ୍ତ୍ରୀଙ୍କ ଚାମ୍ବର, ବେସମେଣ୍ଟ ପାର୍କିଂ ଭଳି ସୁବିଧା ରହିବ ।୨୦୨୯ ଡେଡଲାଇନ ଭିତରେ ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । Odiasha
ବ୍ରାହ୍ମଣ ନିଯୋଗ ସହ ବିବାଦ, ଆସନ୍ତାକାଲି ବି ଲିଙ୍ଗରାଜ ମନ୍ଦିରରେ ବନ୍ଦ ରହିବ ନୀତିକାନ୍ତି
ଭୁବନେଶ୍ଵର: ଆସନ୍ତାକାଲି ବି ଲିଙ୍ଗରାଜ ମନ୍ଦିରରେ ବନ୍ଦ ରହିବ ନୀତିକାନ୍ତି। ବ୍ରାହ୍ମଣ ନିଯୋଗ ସହ ବିବାଦ ଯୋଗୁଁ ନୀତି ବନ୍ଦ କରିବ ବଡୁ ନିଯୋଗ। ଆଜି ସନ୍ଧ୍ୟାରୁ କ୍ଷୀର ଆଉଟା ନୀତି ଠାରୁ ଆଉ ନୀତି ଆଗକୁ ବଢ଼ି ନାହିଁ। କୋର୍ଟଙ୍କ ନିର୍ଦ୍ଦେଶ...
Makar Sankranti 2026 Shubh Yog:ମକର ସଂକ୍ରାନ୍ତି ପାଇଁ ସାରା ଦେଶରେ ପ୍ରସ୍ତୁତି ଚାଲିଛି। ପ୍ରତିବର୍ଷ ଜାନୁଆରୀ 14 ତାରିଖରେ ମକର ସଂକ୍ରାନ୍ତି ପର୍ବ ମହା ଆଡମ୍ବରରେ ପାଳନ କରାଯାଏ। ଏହି ପର୍ବ ସୂର୍ଯ୍ୟ ଦେବତା ଧନୁ ରାଶି ଛାଡି ଶନିଙ୍କ ରାଶି ମକରରେ ପ୍ରବେଶ କରିବେ। ଏହି ପବିତ୍ର ଅବସରରେ, ଭକ୍ତମାନେ ପବିତ୍ର ନଦୀରେ ସ୍ନାନ କରିବା, ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ଏବଂ ଭକ୍ତିର ସହିତ ମାତା ଗଙ୍ଗାଙ୍କୁ ପ୍ରାର୍ଥନା କରିବା ପାଇଁ […]
ଭାରତୀୟ ସେନାର ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି, ଅପରେସନ ସିନ୍ଦୂର ଏବେ ବି ଜାରି ରହିଛି। ସେ ସ୍ପଷ୍ଟ କରିଛନ୍ତି. ଭାରତ-ଚୀନ୍ ସୀମାରେ ପରିସ୍ଥିତି ବର୍ତ୍ତମାନ ସ୍ୱାଭାବିକ ରହିଛି। ପଶ୍ଚିମ ମୋର୍ଚ୍ଚା ଏବଂ ଜମ୍ମୁ-କାଶ୍ମୀରରେ ପରିସ୍ଥିତି ଯଦିଓ ମେ’ ୧୦ ତାରିଖରୁ ସମ୍ବେଦନଶୀଳ ଥିଲା ତେବେ ଏବେ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି।ସେନା ମୁଖ୍ୟ କହିଛନ୍ତି, ୨୦୨୫ ଠାରୁ ବର୍ତ୍ତମାନ ସୁଦ୍ଧାରେ ୩୧ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ସେମାନଙ୍କ ମଧ୍ୟରୁ ପ୍ରାୟ ୬୫% ପାକିସ୍ତାନୀ ମୂଳର ଥିଲେ। ନିହତ ତିନି ଜଣ ଆତଙ୍କବାଦୀଙ୍କ ମଧ୍ୟରେ ପହଲଗାମ ଆକ୍ରମଣରେ ସାମିଲ ଥିବା ବ୍ୟକ୍ତି ମଧ୍ୟ ଥିଲେ। ଜେନେରାଲ ଦ୍ୱିବେଦୀ ଦୋହରାଇଛନ୍ତି ଯେ, ଶତ୍ରୁ ଦ୍ୱାରା ଭବିଷ୍ୟତରେ ଯେକୌଣସି ଦୁଃସାହସିକ କାର୍ଯ୍ୟର ଉଚିତ ଜବାବ ଦିଆଯିବ।ସେ ଜାତୀୟ ସ୍ତରରେ ସମନ୍ୱୟର ପ୍ରଶଂସା କରି କହିଛନ୍ତି, ସିଏପିଏଫ୍, ଗୁଇନ୍ଦା ସଂସ୍ଥା, ନାଗରିକ ସଂସ୍ଥା, ରାଜ୍ୟ ସରକାର ଏବଂ ଗୃହ ମନ୍ତ୍ରଣାଳୟ, ରେଳବାଇ ଭଳି ଅନ୍ୟାନ୍ୟ ମନ୍ତ୍ରଣାଳୟ ମିଳିତ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି, ଯାହାକୁ ସ୍ୱୀକାର କରାଯିବା ଉଚିତ।ସେନା ମୁଖ୍ୟ କହିଛନ୍ତି, ଅପରେସନ ସିନ୍ଦୂର ତିନି ସେନା ମଧ୍ୟରେ ସମନ୍ୱୟର ଏକ ପ୍ରମୁଖ ଉଦାହରଣ ଥିଲା। କାଶ୍ମୀରର ଶକ୍ସଗାମ ଉପତ୍ୟକାକୁ ନେଇ ଭାରତ-ଚୀନ୍ ବିବାଦ କ’ଣ ? ରାଜନୈତିକ ନିର୍ଦ୍ଦେଶ ବିନା ସ୍ୱାଧୀନ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଜମ୍ମୁ ଏବଂ କାଶ୍ମୀରରେ ସ୍ଥାନୀୟ ଆତଙ୍କବାଦୀଙ୍କ ସଂଖ୍ୟା ବର୍ତ୍ତମାନ ଏକକ ସଂଖ୍ୟାକୁ ହ୍ରାସ ପାଇଛି ଏବଂ ଆତଙ୍କବାଦୀ ନିଯୁକ୍ତି ପ୍ରାୟତଃ ବନ୍ଦ ହୋଇଯାଇଛି। ୨୦୨୫ରେ କେବଳ ଦୁଇଜଣ ନୂତନ ନିଯୁକ୍ତି ପାଇଥିଲେ। ଏହା ରାଜ୍ୟରେ ସକାରାତ୍ମକ ପରିବର୍ତ୍ତନକୁ ସୂଚିତ କରୁଛି।ସେ କହିଛନ୍ତି, କାଶ୍ମୀରରେ ପର୍ଯ୍ୟଟନ ମଧ୍ୟ ବୃଦ୍ଧି ପାଇଛି। ଏହାର ଉଦାହରଣ ହେଉଛି ଶାନ୍ତିପୂର୍ଣ୍ଣ ଅମରନାଥ ଯାତ୍ରା। ଚଳିତ ଥର ପ୍ରାୟ ୪୦୦,୦୦୦ ତୀର୍ଥଯାତ୍ରୀ ତୀର୍ଥଯାତ୍ରା କରିଛନ୍ତି। ଯାହା ବିଗତ ପାଞ୍ଚ ବର୍ଷର ହାରାହାରି ଅପେକ୍ଷା ବହୁ ଅଧିକ।ଜେନେରାଲ ଦ୍ୱିବେଦୀ କହିଛନ୍ତି, ସାରା ବିଶ୍ୱରେ ସାମରିକ ସଂଘର୍ଷ ବୃଦ୍ଧି ପାଉଛି। ଏପରି ପରିବେଶରେ ସବୁଠାରୁ ପ୍ରସ୍ତୁତ ଦେଶ ସର୍ବୋତ୍ତମ ପ୍ରତିକ୍ରିୟା ଦେଇଥାଏ। ଅପରେସନ୍ ସିନ୍ଦୂର ମାଧ୍ୟମରେ , ଭାରତ ସଠିକ୍ କାର୍ଯ୍ୟ, ରଣନୈତିକ କ୍ଷମତା ଏବଂ ଦୃଢ଼ ପ୍ରସ୍ତୁତି ପ୍ରଦର୍ଶନ କରିଛି। ସେ କହିଛନ୍ତି, ଜେଏଆଇ, ମିଳିତତା, ଆତ୍ମନିର୍ଭରତା ଏବଂ ନବସୃଜନ ମାଧ୍ୟମରେ, ଭାରତ ବିଶ୍ୱ ସମ୍ମୁଖରେ ନିଜର ସାମରିକ କ୍ଷମତା ପ୍ରମାଣିତ କରିଛି।
ମକର ପୂର୍ବରୁ କେନ୍ଦୁଝରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି; ୧୭ଶହ ୮କୋଟି ଟଙ୍କା ପ୍ରକଳ୍ପର କଲେ ଶିଳାନ୍ୟାସ
କନକ ବ୍ୟୁରୋ : କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଧରଣୀଧର ବିଶ୍ୱ ବିଦ୍ୟାଳୟ ପଡ଼ିଆରେ ଏକ ବିଶାଳ ଜନସଭାରେ ସାମିଲ ହୋଇଛନ୍ତି । ମକର ପର୍ବ ଅବସରରେ ଜିଲ୍ଲାବାସୀଙ୍କୁ ଦେଇଛନ୍ତି ବଡ଼ ଭେଟି । ୧୭ଶହ ୮ କୋଟି ଟଙ୍କାର ୩୫ଟି ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ୧୯୩ କୋଟି ୫୬ଲକ୍ଷ ଟଙ୍କାର ୩୬ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହାସହ ଏକାଧିକ ମହିଳା, ଏସ୍ଏଚ୍ଜି ଗ୍ରୁପ୍ଙ୍କୁ ଲକ୍ଷ ପତି ଦିଦି ହେବାକୁ ଲକ୍ଷାଧିକ ଟଙ୍କାର ପ୍ରତ୍ସୋହନ ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୁନାର କେନ୍ଦୁଝର କରିବା ପାଇଁ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଜିଲ୍ଲାର ଖଣି ଖାଦାନରୁ କୋଟି କୋଟି ଟଙ୍କା ଯାଇଛି ସେହି ଅନୁପାତରେ ମିଳିନାହିଁ । ଡିଏମ୍ଏଫ୍, କାମ୍ପା ଫଣ୍ଡ ଆଦିରୁ ଯେତିକି ଦେଇଛୁ ସେତିକି ପାଇନାହୁଁ । ସେପଟେ ‘ଆମେ ପଢ଼ିବା ଆମ ଭାଷା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୨୧ଟି ଜନ ଜାତୀୟ ମାତୃଭାଷାରେ ପାଠ ପଢିବେ ଅଙ୍ଗନବାଡ଼ି ପିଲା । ଏହାସହ ବାଲ୍ୟ ବିବାହ ନିବାରଣ ପାଇଁ ରାଜ୍ୟବ୍ୟାପୀ ୧୦୦ ଦିନିଆ ଅଭିଯାନର ଆଜି ଶୁଭାରମ୍ଭ କରିଛନ୍ତି ପ୍ରଭାତୀ ପରିଡ଼ା । ସେହିପରି କିଶୋରୀ ମାନଙ୍କ ଗର୍ଭଧାରଣ ରୋକିବା ପାଇଁ ସଚେତନତା ନିଆଯାଇଛି । ଅଧିକ ପଢ଼ନ୍ତୁ : ଦୁର୍ଘଟଣା ବଢ଼ୁଛି, ମୁଣ୍ଡ ଗଡ଼ୁଛି; ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କ ୪-ଇ ଫର୍ମୁଲା ବରଗଡ଼ ଜିଲ୍ଲାର ବରପାଲିଠାରେ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ଏବଂ ବୌଦ୍ଧ, କନ୍ଧମାଳରେ ଷ୍ଟାଫ୍ କ୍ୱାର୍ଟର ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଜାତୀୟ ଶିକ୍ଷା ନୀତି ଆଧାରରେ ଅଙ୍ଗନବାଡି କେନ୍ଦ୍ରରେ ନିଜସ୍ୱ ଭାଷାରେ ପଢ଼ାଇବା ଆରମ୍ଭ ହୋଇଛି । ବାଲ୍ୟ ବିବାହ ନିଷେଧ ଓଡ଼ିଶା ଗଢ଼ିବା ପାଇଁ ୧୦୦ ଦିନିଆ କ୍ୟାମ୍ପେନ ଲଞ୍ଚ ହେବ । ମୟୂରଭଞ୍ଜ ଓ ମାଲକାନଗିରି ଏହି ଦୁଇ ଜିଲ୍ଲାକୁ ପାଇଲଟ ପ୍ରୋଜେକ୍ଟ ଭାବେ ନିଆଯାଇଛି ।
Iran Protests: ବ୍ୟାପୁଛି ଇରାନ ଆନ୍ଦୋଳନ, ଯାଉଛି ଜୀବନ; ଗଲାଣି ୨ ହଜାରରୁ ଅଧିକ ପ୍ରାଣ
ତେହରାନ:Iran protests,ଇରାନରେ ସରକାରୀ ବିରୋଧୀ ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନରେ ମୃତ୍ୟୁ ସଂଖ୍ୟା ୨୦୦୦ ଅତିକ୍ରମ କଲାଣି। ଏନେଇ ଜଣେ ଇରାନୀ ଅଧିକାରୀ ସୂଚନା ଦେଇଥିବା ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରୟଟର୍ସ କହିଛ...
୧୬ରୁ ରେଡିଓ ଚକଲେଟ୍ କର୍ପୋରେଟ୍ କ୍ରିକେଟ୍ ଲିଗ୍
ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ରେଡିଓ ଚକଲେଟ୍ କର୍ପୋରେଟ କ୍ରିକେଟ୍ ଲିଗ୍ ବା ଆରସିସିଏଲ୍। ଭୁବନେଶ୍ବର ସିଆରପିଏଫ୍ ଛକ ନିକଟସ୍ଥ ଇନ୍ଦିରା ମୈଦାନରେ ହେବାକୁ ଥିବା ଏହି ପ୍ରତିଯୋଗିତା ତିନିଦିନ ଧରି ଅର୍ଥାତ୍ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାକୁ ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାର ଲୋକପ୍ରିୟ ଘରୋଇ ଏଫଏମ୍ ଚ୍ୟାନେଲ୍ ରେଡିଓ ଚକଲେଟ୍ ପକ୍ଷରୁ ଆୟୋଜିତ ଏହି କ୍ରିକେଟ୍ ପ୍ରତିଯୋଗିତାରେ ୧୬ଟି ଦଳ ଅଂଶଗ୍ରହଣ କରିବେ। ସମସ୍ତ ମ୍ୟାଚ୍ ଦିବାରାତ୍ର ଫର୍ମାଟ୍ରେ ଖେଳାଯିବ ବୋଲି ଆୟୋଜକମାନେ ଜଣାଇଛନ୍ତି। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଦଳ ମଧ୍ୟରେ ଅଛନ୍ତି ମହାନଦୀ କୋଲଫିଲ୍ଡସ୍ ଲିଃ, ଡେକୋବି ଲିଃ, ସୂଚନା ଓ ଲୋକସଂପର୍କ ବିଭାଗ, କାନାରା ବ୍ୟାଙ୍କ, ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ, ଜ୍ୟୋତି ମୋଟର୍ସ, ଲୋଜାଇଲ ଇଣ୍ଡିଆ, ଟିସିଏସ୍, ଓ୍ବିପ୍ରୋ, ନ୍ୟୁଏଟେଟ୍, ଏଚ୍ବି ସଲ୍ୟୁସନ, ମଣିପାଲ ହସପିଟାଲ। ମୁଖ୍ୟ ପ୍ରାୟୋଜକମାନଙ୍କ ମଧ୍ୟରେ ଅଛନ୍ତି କାନାରା ବ୍ୟାଙ୍କ, ପର୍ଫର୍ମାକ୍ସ, ବର୍ଦ୍ଧମ ହୋମ୍ସ, ଡେକୋବି, ଆଦିତ୍ୟ ମୋଟର୍ସ, ମହାନଦୀ କୋଲଫିଲ୍ଡସ୍ ଲିଃ, ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ।
କାଶ୍ମୀରର ଶକ୍ସଗାମ ଉପତ୍ୟକାକୁ ନେଇ ଭାରତ-ଚୀନ୍ ବିବାଦ କ’ଣ ?
ପୂର୍ବ ଲଦାଖରେ ଦୀର୍ଘ ଦିନ ଧରି ଚାଲିଥିବା ସାମରିକ ବିବାଦର ଅନ୍ତ ଘଟାଇବା ପାଇଁ ଭାରତ ଓ ଚୀନ୍ ମଧ୍ୟରେ ଏକ ଚୁକ୍ତି ହେବାର ଏକ ବର୍ଷରୁ ଅଧିକ ସମୟ ପରେ, ଜମ୍ମୁ-କାଶ୍ମୀରର ଶକ୍ସଗାମ ଉପତ୍ୟକାକୁ ନେଇ ଏକ ନୂତନ ସୀମା ବିବାଦ ଦେଖାଦେଇଛି । ଶକ୍ସଗାମ ଉପତ୍ୟକାକୁ ନେଇ ଏହି ବିବାଦ ରଣନୀତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ୫,୦୦୦ ବର୍ଗ କିଲୋମିଟର ଅଞ୍ଚଳ ଉପରେ ନୂତନ ଧ୍ୟାନ ଆକର୍ଷଣ କରିଛି, ଯାହା ୧୯୬୩ ମସିହାରେ ପାକିସ୍ତାନ ଦ୍ୱାରା ବେଆଇନ ଭାବରେ ଚୀନ୍କୁ ହସ୍ତାନ୍ତର କରାଯାଇଥିଲା। ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଆରସି)ର ଏକ ଅଂଶ ଭାବରେ ଚୀନ୍ ଏଠାରେ ପ୍ରମୁଖ ଭିତ୍ତିଭୂମି ନିର୍ମାଣ କରିସାରିଛି । ପୂର୍ବ କାରାକୋରମ୍ ପର୍ବତମାଳାରେ ସିଆଚେନ୍ ଗ୍ଲେସିୟର ନିକଟରେ ଅବସ୍ଥିତ ଶକ୍ସଗାମ ଉପତ୍ୟକା ଟ୍ରାନ୍ସ କାରାକୋରମ୍ ଟ୍ରାକ୍ଟ ଭାବରେ ମଧ୍ୟ ଜଣାଶୁଣା। ଏହା ଉତ୍ତରରେ ଚୀନ୍ର ସିନଜିଆଙ୍ଗ ଅଞ୍ଚଳ ଏବଂ ଦକ୍ଷିଣ ଓ ପଶ୍ଚିମରେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ମଧ୍ୟରେ ଅବସ୍ଥିତ। ଉପତ୍ୟକାରେ ଚୀନ୍ର ଏକ ସବୁଦିନିଆ ରାସ୍ତା ନିର୍ମାଣ ଭାରତର ଚିନ୍ତା ବଢ଼ାଇଛି। ୧୦ ମିଟର ଚଉଡ଼ା ରାସ୍ତାର ପ୍ରାୟ ୭୫ କିଲୋମିଟର କାର୍ଯ୍ୟ ଶେଷ ହୋଇଥିବା ଜଣାଯାଇଛି। ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ଯେ, ଏହି ଅଞ୍ଚଳ ଭାରତର ଏକ ଅଂଶ ଏବଂ ଏହାର ସ୍ୱାର୍ଥ ରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାର ଅଧିକାର ଅଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏହା ମଧ୍ୟ ସୂଚାଇଛି ଯେ, ୧୯୬୩ ମସିହାରେ ଇସଲାମାବାଦ ବେଆଇନ ଦଖଲରେ ଥିବା ଶକ୍ସଗାମ ଉପତ୍ୟକାର ୫,୧୮୦ ବର୍ଗ କିଲୋମିଟର ଅଞ୍ଚଳ ବେଜିଂକୁ ସମର୍ପଣ କରି ଚୀନ୍ ସହିତ କରିଥିବା ଚୁକ୍ତିନାମାକୁ ଭାରତ କେବେ ସ୍ୱୀକୃତି ଦେଇ ନାହିଁ। ତେବେ ଚୀନ୍ ଭାରତର ଆପତ୍ତିକୁ ପ୍ରତ୍ୟାଖ୍ୟାନ କରିବା ସହ ଏହାର ନିର୍ମାଣ କାର୍ଯ୍ୟ ନିନ୍ଦାର ଊର୍ଦ୍ଧ୍ୱରେ ବୋଲି କହିଛି । ଏହି ପଦକ୍ଷେପ କେବଳ ଚୀନ୍ର କାଶ୍ମୀର ସ୍ଥିତି ଉପରେ କପଟତାକୁ ପ୍ରକାଶ କରୁଛି, ଯାହାକୁ ସେ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ଭାବରେ ସମାଧାନ ହେବାକୁ ଥିବା ବିବାଦ ବୋଲି କହିଛି। ତେବେ ଏଥି ସହିତ, ପାକିସ୍ତାନ ଦ୍ୱାରା ବେଆଇନ ଭାବରେ ଅଧିକୃତ କାଶ୍ମୀର ଅଞ୍ଚଳରେ ରଣନୀତିକ ବିକାଶ କରି ଚୀନ୍ ସକ୍ରିୟ ଭାବରେ ନିୟନ୍ତ୍ରଣ ଜାରି ରଖିଛି। ଧନରେ ତତେ ଆଉ ଶୀତ ହେବନି … ମା’ର ମମତା କେବେ ମରେନି ଶକ୍ସଗାମ ଉପତ୍ୟକା କାହିଁକି ଗୁରୁତ୍ୱପୂର୍ଣ୍ଣ ? ଭାରତ ପାଇଁ ଶକ୍ସଗାମ ଉପତ୍ୟକା ଦୁଇଟି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ- ଆଞ୍ଚଳିକ ଓ ସାମରିକ। ଏହି ଉପତ୍ୟକା ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ୍ ଗ୍ଲେସିୟର ନିକଟରେ ଅବସ୍ଥିତ। ଏହା ବ୍ୟତୀତ ଏହା କାରାକୋରମ୍ ଗିରିପଥକୁ ସିଧାସଳଖ ପ୍ରବେଶ ମଧ୍ୟ ଯୋଗାଇଥାଏ। ସିଆଚେନରୁ ପାକିସ୍ତାନ ଉପରେ ଭାରତ ସିଧାସଳଖ ନଜର ରଖିଛି। କାରାକୋରମ ଗିରିପଥରୁ ଭାରତ ଚୀନ୍ ଯୁଦ୍ଧ କୌଶଳ ଉପରେ ନଜର ରଖିପାରିବ। ପାକିସ୍ତାନ ଦ୍ୱାରା ଚୀନ୍କୁ ହସ୍ତାନ୍ତର ? ପାକିସ୍ତାନ ସହ ‘ସୀମା ଚୁକ୍ତି’ ପରେ ୧୯୬୩ ମସିହାରୁ ହୁଞ୍ଜା-ଗିଲଗିଟ୍ ଅଞ୍ଚଳର ଏକ ଅଂଶ ଶକ୍ସଗାମ ଉପତ୍ୟକା ଚୀନ୍ ଅଧୀନରେ ରହିଛି । ଭାରତ ଏହାକୁ ନେଇ ଆପତ୍ତି ଉଠାଇଥିଲେ ମଧ୍ୟ ଉପତ୍ୟକାକୁ ଦଖଲ କରିବା ପାଇଁ କେବେ ବି କୌଣସି ଉଦ୍ୟମ କରିନାହିଁ । ୧୯୩୬ ମସିହାରେ, ହୁଞ୍ଜାର ମୀର (ଶାସକ)ଙ୍କୁ ବ୍ରିଟିସମାନେ ତାଗଦୁମ୍ବାଶ ପାମିର ଅଞ୍ଚଳ ଓ ରସକମ୍ ଉପତ୍ୟକାରେ ତାଙ୍କର ଅଧିକାର ଛାଡ଼ି ଦେବାକୁ କହିଥିଲେ। ତଥାପି ଶକ୍ସଗାମ ଉପତ୍ୟକା ଓ ଅଘିଲ ପର୍ବତମାଳା ତାଙ୍କ ପାଖରେ ରହିଥିଲା। ୧୯୪୭ ମସିହା ଅକ୍ଟୋବର ମାସରେ ଜମ୍ମୁ-କାଶ୍ମୀର ଭାରତ ସହ ମିଶିବା ପରେ, ଶକ୍ସଗାମ ଉପତ୍ୟକା ଆଇନଗତ ଭାବେ ଭାରତର ଏକ ଅଂଶ ହୋଇଥିଲା। ୧୯୫୦ ଦଶକରେ ଚୀନ୍ ପୂର୍ବ ହୁଞ୍ଜାର ଅଞ୍ଚଳରେ ପ୍ରବେଶ କରିବା ଆରମ୍ଭ କଲା। ଏହାଦ୍ୱାରା ଭାରତ-ଚୀନ୍ ସମ୍ପର୍କରେ ତୀବ୍ର ଅବନତି ଘଟିଥିଲା। ତତ୍କାଳୀନ ରାଷ୍ଟ୍ରପତି ଆୟୁବ ଖାନଙ୍କ ଅଧୀନରେ ପାକିସ୍ତାନ ଚୀନ୍କୁ ସନ୍ତୁଷ୍ଟ କରିବାର ଏକ ସୁଯୋଗ ଖୋଜୁଥିଲା। ୧୯୬୩ ମସିହାରେ ପାକିସ୍ତାନ ଭାରତର ଚିନ୍ତାକୁ ଅଣଦେଖା କରି ୟାର୍କନ୍ଦ ନଦୀ ଓ ଶକ୍ସଗାମ ଉପତ୍ୟକାକୁ ଅନୌପଚାରିକ ଭାବେ ଚୀନ୍କୁ ହସ୍ତାନ୍ତର କରିଥିଲା। ବିଶେଷକରି ଭାରତ ସହ ଡୋକଲାମ ବିବାଦ ପରେ ଚୀନ୍ ଶକ୍ସଗାମ ଉପତ୍ୟକାରେ ସାମରିକ ଭିତ୍ତିଭୂମି ନିର୍ମାଣକୁ ଜୋରଦାର କରିଛି।
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ କସରତ; ସମ୍ବଲପୁରରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକ
କନକ ବ୍ୟୁରୋ : ବିଧାନସଭା ଆସନ ବଢ଼ିବା ଚର୍ଚ୍ଚା ଭିତରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରଶାସନିକ କସରତ । ସମ୍ବଲପୁରରେ ବସିଛି ପ୍ରାଥମିକ ବୈଠକ । ଅନୁଷ୍ଠିତ ହୋଇଛି ଉତ୍ତରାଞ୍ଚଳ ଡିଭିଜନର ନିର୍ବାଚନ ସମ୍ବନ୍ଧୀୟ ଜରୁରୀ ବୈଠକ । ଅନ୍ୟପଟେ ଓଡ଼ିଶାରେ ଏସଆଇଆର ପାଇଁ ଶେଷ ହୋଇଛି ପ୍ରସ୍ତୁତି । ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରଶାସନିକ ପ୍ରସ୍ତୁତି । ଆଜି ସମ୍ବଲପୁର ଆରଡିସି କନଫରେନ୍ସ ହଲରେ ହୋଇଛି ପ୍ରଶାସନିକ ବୈଠକ । ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ଆରଡିସି ସ୍ତରୀୟ ବୈଠକରେ ଯୋଗ ଦେଇ ୧୨ ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଉପ-ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ଧାର୍ଯ୍ୟ ସମୟ ପୂର୍ବରୁ ସବୁ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ : ବିଧାନସଭାରେ ବଢ଼ିପାରେ ଏକ ତୃତୀୟାଂଶ ଆସନ ! ବହୁ ନେତାଙ୍କ କ୍ୟାରିୟରରେ ପଡ଼ିବ ପୂର୍ଣ୍ଣଚ୍ଛେଦ ! ଓଡ଼ିଶାରେ ସ୍ପେଶାଲ୍ ଇଣ୍ଟେନସିଭ ରିଭିଜନ୍- SIR ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଗୋଟିଏ ବୁଥ୍ରେ ୧୨୦୦ ରୁ ଉର୍ଦ୍ଧ୍ୱ ଭୋଟର କିମ୍ବା ତାଠାରୁ କମ ଭୋଟର ରହିବେ । ଏନେଇ ସମସ୍ତ ପ୍ରକ୍ରିୟା ସରିଛି । ନୂଆ ୭ହଜାର ବୁଥ୍ ଯୋଡି ହେବା ସହ ରାଜ୍ୟରେ ପ୍ରାୟ ୪୩ ହଜାର ବୁଥ୍ ସୃଷ୍ଟି ହୋଇଛି । ସବୁ ବୁଥରେ ବୁଥ ଲେବୁଲ ଅଧିକାରୀ ନିଯୁକ୍ତ କରାଯାଇଛି । ୨୦୦୨ ମସିହାରେ ଶେଷ ଥର ପାଇଁ ଓଡ଼ିଶାରେ SIR ହୋଇଥିଲା । ୨୦୨୫ ଏବଂ ୨୦୦୨ଡାଟା ଇଣ୍ଟିଗ୍ରେଟ ହୋଇସାରିଛି । ୭୦ ପ୍ରତିଶତ ମ୍ୟାପିଙ୍ଗ ସରିଛି । ଯେଉଁ ଭୋଟର ମାନେ ମ୍ୟାପିଙ୍ଗରେ ମିଳିବେ ନାହିଁ ସେମାନଙ୍କୁ ଅନ୍ୟ କୌଣସି ଡକୁମେଣ୍ଟ ଦେବାକୁ ପଡିବ । ୨୦୦୨ ନିର୍ବାଚନ ତଥ୍ୟ ବିଶ୍ଳେଷଣ କରି ସଠିକ୍ ତାଲିକା କରିବା ନିର୍ବାଚନ ଅଧିକାରୀଙ୍କୁ ପାଇଁ ବଡ ଚ୍ୟାଲେଞ୍ଜ ।
ପଡିଛି ଗଦା ଗଦା ମୃତଦେହ, ଖାମେନିଙ୍କ ନିର୍ଦ୍ଦେଶରେ ହେଇଥିଲା ଏହି ଗୁଳିକାଣ୍ଡ! ସାମ୍ନାକୁ ଆସିଲା ଭୟଙ୍କର ଦୃଶ୍ୟ
ନୂଆଦିଲ୍ଲୀ: ଇରାନ ଇଣ୍ଟରନ୍ୟାସନାଲର ଏକ ରିପୋର୍ଟ ଅନୁଯାୟୀ, ଦେଶରେ ନିକଟରେ ଅଶାନ୍ତି ସମୟରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ବ୍ୟକ୍ତିଗତ ଭାବରେ ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ଏବଂ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ସୂଚନା ଉଦ୍ଧୃତ କରି, ଇରାନ ଇଣ୍ଟରନ୍ୟାସନାଲ ରିପୋର୍ଟ କରିଛି ଯେ ଖାମେନିଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ଏବଂ ସରକାରଙ୍କ ତିନୋଟି ଶାଖାର ମୁଖ୍ୟଙ୍କ ପୂର୍ଣ୍ଣ ଜ୍ଞାନ ଏବଂ ଅନୁମୋଦନରେ ଏହି ହତ୍ୟାକାଣ୍ଡ କରାଯାଇଥିଲା। ରିପୋର୍ଟରେ […]
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏହାର ଗ୍ରାହକଙ୍କ ପାଇଁ ଏଟିଏମ୍ ଏବଂ ଏଡିଡବ୍ଲୁଏମ୍(ଅଟୋମେଟେଡ ଡିପୋଜିଟ୍ କମ୍ ୱିଥ୍ଡ୍ରୟାଲ ମେସିନ) ବ୍ୟବହାର ଶୁଳ୍କ ବୃଦ୍ଧି କରିଛି । ଅନ୍ୟ ବ୍ୟାଙ୍କର ଏଟିଏମ୍ ବ୍ୟବହାର କରୁଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କର ଗ୍ରାହକମାନେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥର ଏଟିଏମ୍ ବ୍ୟବହାର କଲେ ଏହି ଶୁଳ୍କ ଗଣିବେ । ୨୦୨୫ ଡିସେମ୍ବର ୧ରୁ ବ୍ୟାଙ୍କ ଏହାକୁ କାର୍ଯ୍ୟକାରୀ କରିଛି । ପୂର୍ବରୁ ଏସ୍ବିଆଇର ଗ୍ରାହକମାନେ ଅନ୍ୟ ବ୍ୟାଙ୍କର ଏଟିଏମ୍ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥର ବ୍ୟବହାର କରୁଥିଲେ ଥରକେ ୨୧ ଟଙ୍କା ସହିତ ଜିଏସ୍ଟି ଦେଉଥିଲେ । ସଂପ୍ରତି ୨୩ ଟଙ୍କା ସହିତ ଜିଏସ୍ଟି ଦେବାକୁ ପଡ଼ିବ । ଶ୍ରେୟସ୍ଙ୍କ ପାଖରେ କୋହଲି, ଧାୱନଙ୍କୁ ଟପିବା ସୁଯୋଗ ଅନ୍ୟ ଆର୍ଥିକ କାରବାର ଯଥା ବାଲାନ୍ସ ଯାଞ୍ଚ କିମ୍ବା ମିନି ଷ୍ଟେଟମେଣ୍ଟ୍ ଲାଗି ଶୁଳ୍କକୁ ୧୧ ଟଙ୍କା(ଜିଏସ୍ଟି ବାଦ୍)କୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏ ବାବଦରେ ୧୦ ଟଙ୍କା ଏବଂ ଜିଏସ୍ଟି ରାଶି ଦେବାକୁ ପଡ଼ୁଥିଲା । ଇଣ୍ଟରଚେଞ୍ଜ ଶୁଳ୍କ (ଗୋଟିଏ ବ୍ୟାଙ୍କ ଅନ୍ୟ ବ୍ୟାଙ୍କକୁ ଏଟିଏମ୍ ବ୍ୟବହାର ବାବଦରେ ଦେଉଥିବା ଶୁଳ୍କ) ବୃଦ୍ଧି କାରଣରୁ ଷ୍ଟେଟ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଛି । ଏହା ମୁଖ୍ୟତଃ ସଞ୍ଚୟ ଓ ବେତନ ଆକାଉଣ୍ଟଧାରୀଙ୍କ ପାଇଁ ଲାଗୁ ହୋଇଛି । ଅନେକ ପ୍ରକାର ଆକାଉଣ୍ଟ ଓ କାରବାରକୁ ଶୁଳ୍କବୃଦ୍ଧିରୁ ବାଦ୍ ଦିଆଯାଇଛି ।
ରିଲିଜ୍ ହୋଇପାରୁନି ‘ଜନ ନାୟଗନ୍’: ଅଭିନେତା ବିଜୟଙ୍କ ସପକ୍ଷରେ ବାହାରିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତାମିଲ ସିନେମା ସୁପରଷ୍ଟାର ଏବଂ ତାମିଲଗା ଭେଟ୍ରି କାଝଗମ (ଟିଭିକେ) ମୁଖ୍ୟ ବିଜୟଙ୍କ ସମର୍ଥନରେ ବାହାରିଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଗୁରୁତର ଅଭିଯୋଗ...
ବିଧାନସଭାରେ ବଢ଼ିପାରେ ଏକ ତୃତୀୟାଂଶ ଆସନ ! ବହୁ ନେତାଙ୍କ କ୍ୟାରିୟରରେ ପଡ଼ିବ ପୂର୍ଣ୍ଣଚ୍ଛେଦ !
କନକ ବ୍ୟୁରୋ : ଦୀର୍ଘବର୍ଷ ପରେ ଓଡ଼ିଶା ରାଜନୀତିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ବିଧାନସଭା ଆସନ ବଢିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତ ପରେ ନେତାଙ୍କ ଠାରୁ କର୍ମୀ ଶଙ୍କାରେ । ବଦଳିଯିବନି ଯିବନି ତ ଆମ ନିର୍ବାଚନମଣ୍ଡଳୀ ଆସନ ? ହାତ ଛାଡିଦେବେନି ତ ନେତା ? ଏସବୁ ଭିତରେ ନୂଆ ପିଢିର ନେତାଙ୍କର ଛାତି କୁଣ୍ଢେମୋଟ ହୋଇଗଲାଣି । କହିଲେଣି, ଏଥର ଆମ ପାଇଁ ବାଟ ଫିଟିବ । ମୁଖ୍ୟମନ୍ତ୍ରୀଙ୍କର ବୟାନ ଶୀତୁଆ ଓଡ଼ିଶାରେ ରାଜନୈତିକ ପାରଦକୁ ଉଷ୍ଣ କରିଛି । ଶୀର୍ଷ ସ୍ତରରୁ ତୃଣମୂଳସ୍ତର ଯାଏଁ ଚର୍ଚ୍ଚା, ଆସନ ବଢ଼ିଲେ ଆମ ନିର୍ବାଚନମଣ୍ଡଳୀର ଭାଗ୍ୟ କ’ଣ ହେବ ? ନେତାଙ୍କ କ୍ୟାରିୟର ପ୍ରଭାବିତ ହେବନି ତ ? ଏଭଳି ଆଶା ଓ ଆଶଙ୍କାରେ ୩ ପ୍ରମୁଖ ଦଳର ନେତା ଓ କର୍ମୀ । ୨୦୨୭ ଜନଗଣନା ପରେ ସୀମା ପୁନଃନିର୍ଦ୍ଧାରଣ ହେଲେ ବଦଳିଯିବ ଅନେକ ନିର୍ବାଚନମଣ୍ଡଳୀର ଇତିହାସ ଓ ଭୂଗୋଳ । ବଦଳିଯିବ ଆସନ, ବଦଳିଯିବ ଚେହେରା । କିଛି ନିର୍ବାଚନମଣ୍ଡଳୀର ବିଲୟ ଘଟିବ, ଅନେକ ନିର୍ବାଚନମଣ୍ଡଳୀ ନୂଆ ନାଁରେ ନୂଆ ରୂପରେ ଜନ୍ମ ନେବ । ଠିକ୍ ରାଜନଗର-ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀ ଭଳି । ଅଧିକ ପଢ଼ନ୍ତୁ : ଭଙ୍ଗାଯିବନି ବର୍ତ୍ତମାନର ବିଧାନସଭା କୋଠା ; ନୂଆ ବିଧାନସଭା ତିଆରି ହେଲେ, ମ୍ୟୁଜିୟମ୍ ହେବ ପୁରୁଣା କୋଠା ପ୍ରାୟ ଏକ ତୃତୀୟାଂଶ ଆସନ ବଢିବା ନେଇ ସଂକେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ସୁଯୋଗ ଅପେକ୍ଷାରେ ଥିବା ଅନେକ ନୂଆ ନେତାଙ୍କ ରାଜନୈତିକ ଏଣ୍ଟ୍ରି ହେବ । ୨୦୦୯ରେ ଶେଷ ଥର ପାଇଁ ହୋଇଥିଲା ସୀମା ପୁନଃନିର୍ଦ୍ଧାରଣ । ଏହା ପୂର୍ଣ୍ଣାଙ୍ଗ ନଥିଲେ ମଧ୍ୟ ଅତି ପ୍ରଭାବୀ ହୋଇଥିଲା । ଏହା ଜରିଆରେ ବଳଶାଳୀ ହୋଇଥିଲା ବିଜେଡି, ପ୍ରଭାବ ହରାଇଥିଲା ବିଜେପି । ତେଣୁ ଆଗକୁ ହେବାକୁ ଥିବା ସୀମା ପୁନଃନିର୍ଦ୍ଧାରଣ ୩ ରାଜନୈତିକ ଦଳ ସହ ନେତାଙ୍କ ଚିନ୍ତା ବଢାଇ ଦେଇଛି । କାରଣ ଭାଗମାପ ଭୁଲ ହେଲେ ହାତରୁ ଚାଲିଯିବ ଆସନ । ଭୌଗୋଳିକ ଓ ଜନସଂଖ୍ୟା ଆଧାରରେ ପ୍ରସ୍ତୁତ ହେବ ନୂଆ ନିର୍ବାଚନମଣ୍ଡଳୀ । ଗଞ୍ଜାମ, ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର, କଟକ, କୋରାପୁଟ, ବଲାଙ୍ଗୀର, କେନ୍ଦୁଝର, ବାଲେଶ୍ୱର, କନ୍ଧମାଳ, ଖୋର୍ଦ୍ଧା ଭଳି ଅନେକ ଜିଲ୍ଲାରେ ନୂଆ ନିର୍ବାଚନମଣ୍ଡଳୀ ଜନ୍ମ ନେବ । ସୀମା ପୁନଃ ନିର୍ଦ୍ଧାରଣ ହେଲେ ଖାଲି ଆସନ ବଢିବନି ବରଂ ଅନେକ ନିର୍ବାଚନମଣ୍ଡଳୀର ଭାଗ୍ୟ ଓ ଭବିଷ୍ୟତରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ ।
ଶ୍ରେୟସ୍ଙ୍କ ପାଖରେ କୋହଲି, ଧାୱନଙ୍କୁ ଟପିବା ସୁଯୋଗ
କନକ ବ୍ୟୁରୋ : ବୁଧବାରର ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ମଧ୍ୟକ୍ରମ ବ୍ୟାଟର୍ ଶ୍ରେୟସ୍ ଆୟରଙ୍କ ପାଖରେ ଏକାଥରକେ ଦୁଇ ଭାରତୀୟ ତାରକା ଶିଖର ଧାୱନ ଓ ବିରାଟ କୋହଲିଙ୍କୁ ଟପିବାର ସୁଯୋଗ ରହିବ । ଏହି ମ୍ୟାଚ୍ରେ ୩୪ ରନ୍ କରିପାରିଲେ ଧାୱନ ଓ କୋହଲିଙ୍କୁ ପଛରେ ପକାଇ ୩,୦୦୦ ଦିନିକିଆ ରନ୍ କରିବାରେ ଦ୍ରୁତତମ ଭାରତୀୟ ହେବାର ଗୌରବ ଅର୍ଜନ କରିବେ ସେ । ଆଘାତ ଜନିତ ସମସ୍ୟାରୁ ମୁକୁଳି ବହୁଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ଫେରିଥିବା ଆୟର ସଂପ୍ରତି ୬୮ ଏକଦିବସୀୟ ପାଳିରୁ ୪୭.୮୩ ହାରରେ ୨୯୬୬ ରନ୍ କରିଛନ୍ତି । ପ୍ରଥମ ଦିନିକିଆରେ ୪୯ ରନ୍ର ଉପଯୋଗୀ ପାଳି ଖେଳିଥିବାରୁ ଦ୍ୱିତୀୟ ଦିନିକିଆରେ ଏହି ରେକର୍ଡ ଛୁଇଁବେ ବୋଲି ପ୍ରଶଂସକ ଦୃଢ଼ ଆଶା ପୋଷଣ କରିଛନ୍ତି । ଦିନିକିଆରେ ଦ୍ରୁତତମ ୩,୦୦୦ ରନ୍ କରିବାର ଭାରତୀୟ ରେକର୍ଡ ଏବେ ଧାୱନଙ୍କ ନାଁରେ ରହିଛି । ଏହି ମାଇଲ୍ଖୁଣ୍ଟ ସେ ୭୨ ପାଳିରୁ ଛୁଇଁଥିଲେ । ଅଧିକ ପଢ଼ନ୍ତୁ : ‘ଦିନିକିଆକୁ କୋହଲି ଦିଲ୍ଲୀ ଲିଗ୍ ଭଳି ଖେଳୁଛନ୍ତି’ କୋହଲିଙ୍କୁ ପ୍ରଶଂସାରେ ପୋତିଲେ କୈଫ୍ ଅନ୍ୟପକ୍ଷରେ କୋହଲି ଏହି ରେକର୍ଡ କରିବାକୁ ୭୫ ପାଳି ନେଇଥିଲେ । ଆୟର ଯଦି ବୁଧବାର ଏହି ରେକର୍ଡ ହାସଲ କରନ୍ତି, ତାହେଲେ ୩,୦୦୦ ଦିନିକିଆ ରନ୍ କରିବାରେ ୱେଷ୍ଟଇଣ୍ଡିଜ୍ର କିମ୍ୱଦନ୍ତି କ୍ରିକେଟର୍ ଭିଭିଆନ୍ ରିଚାର୍ଡସଙ୍କ ସହ ସେ ବିଶ୍ୱର ଚତୁର୍ଥ ଦ୍ରୁତତମ ଖେଳାଳି ହେବେ । ତେବେ ୭୦ରୁ କମ୍ ପାଳି ଖେଳି ୩,୦୦୦ ଦିନିକିଆ ରନ୍ କରିବାରେ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିବେ । ଏହି କ୍ରମରେ ଦକ୍ଷିଣ ଆଫ୍ରିକାର ହାସିମ ଆମ୍ଲା ପ୍ରଥମ ସ୍ଥାନରେ ରହିଛନ୍ତି । ସେ ମାତ୍ର ୫୭ ପାଳିରୁ ୩,୦୦୦ ଦିନିକିଆ ରନ୍ କରିଛନ୍ତି ।
PM Kisan 22nd Installment: ଏହି ଚାଷୀଙ୍କ ଖାତାକୁ ଆସିବନି 22 ତମ କିସ୍ତି, ଲିଷ୍ଟରେ ଆପଣଙ୍କ ନାଁ ନାହିଁ ତ?
ନୂଆଦିଲ୍ଲୀ: ନୂତନ ବର୍ଷ ଆରମ୍ଭ ହୋଇଛି, ଏବଂ ଚାଷ ଜମିରୁ ଗାଁ ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ପରବର୍ତ୍ତୀ କିସ୍ତି କେବେ ଆସିବ ତାହା ହିଁ ଆଲୋଚନାର ବିଷୟ। ଯେଉଁ ଚାଷୀମାନେ ପ୍ରତି ଚାରି ମାସରେ ସେମାନଙ୍କ ଆକାଉଣ୍ଟରେ ୨,୦୦୦ ପାଉଛନ୍ତି, ସେମାନଙ୍କ ପାଇଁ ଏହି ରାଶି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଟଙ୍କା ସାର ଠାରୁ ବିହନ ପର୍ଯ୍ୟନ୍ତ ସମସ୍ତ ଛୋଟ ଏବଂ ବଡ଼ ଚାଷ ଖର୍ଚ୍ଚକୁ କଭର୍ କରେ। ତେଣୁ, ଯେତେବେଳେ କିସ୍ତି ବିଳମ୍ବ ହୁଏ, […]
ଶୁଣ, ଲଗାମ ଲଗାଅ ନହେଲେ …ପାକିସ୍ତାନକୁ ଖୋଲା ଚେତାବନୀ ଦେଲେ ଭାରତ; ସୀମା ପାର କଲେ ପରିଣାମ ଭୋଗିବ!
ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଭାରତୀୟ ସେନାର ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ସେନା ମୁଖ୍ୟ ଏକ ଚେତାବନୀ ଦେଇ କହିଛନ୍ତି ଯେ ପାକିସ୍ତାନର ସାମରିକ ଅଭିଯାନ ମୁଖ୍ୟଙ୍କୁ ପାକିସ୍ତାନରୁ ଭାରତରେ ଡ୍ରୋନ୍ ଅନୁପ୍ରବେଶକୁ ନିୟନ୍ତ୍ରଣ କରିବାକୁ କୁହାଯାଇଛି। ସେନା ମୁଖ୍ୟ ମଙ୍ଗଳବାର ଦିନ କହିଥିଲେ ଯେ ଜମ୍ମୁ ଏବଂ କାଶ୍ମୀରର ପରିସ୍ଥିତି ସମ୍ବେଦନଶୀଳ ରହିଛି, କିନ୍ତୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି। ଦେଖାଯାଇଥିବା ଡ୍ରୋନ୍ ବିଷୟରେ ଅଧିକ ବିବରଣୀ ଦେଇ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି ଯେ ଦେଖାଯାଇଥିବା ଡ୍ରୋନ୍ […]
କେନ୍ଦୁଝରରେ ୧୯୦୦ କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ, କହିଲେ- ଦୂର ହେବ ଆଞ୍ଚଳିକ ବୈଷମ୍ୟ
ଭୁବନେଶ୍ଵର: ଏହି ସମୟ କେନ୍ଦୁଝର ବିକାଶ ପାଇଁ ଠିକ ସମୟ । ୟହି ସମୟ ହେ, କେନ୍ଦୁଝର ବିକାଶ କେଲିଏ, ବିଲକୁଲ ସହି ସମୟ ହେ। ଆଜି କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟ ପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଇଁ ୧୯୦୦ କୋଟିରୁ ଉର୍ଦ୍ଧ୍ଵ...
ଥାଇ ଦୁଇ ପିଲା ପୁରୁଷରୁ ହୋଇଗଲେ ମହିଳା ; ସ୍ତ୍ରୀ ଜାଣିବା ପରେ କହିଲେ, ମୋ ଇଚ୍ଛା ପୂରଣ କର, ଅଧିକାର ଦିଅ...
ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶର ଗୋରଖପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ପିଲାଙ୍କ ବାପା ଲୁଚିକି ଲିଙ୍ଗ ପରିବର୍ତ୍ତନ କରି ମହିଳା ହୋଇଛନ୍ତି। ସାତ ବର୍ଷର ବିବାହ ପରେ ସ୍ତ୍ରୀ ଏହି ବିଷୟରେ ଜାଣିବାକୁ ପାଇ ତାଙ୍କ ପ...
ମକର ସଂକ୍ରାନ୍ତି ଅବସରରେ ଭାଗ୍ୟର ଦ୍ଵାର ଖୋଲିବ, ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଶୁଭ ଖବର
ମେଷ - ଆସନ୍ତାକାଲି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ସାମାନ୍ୟ ବିଳମ୍ବ ହୋଇପାରେ। ତେଣୁ ଧୈର୍ଯ୍ୟର ସହ ପରିସ୍ଥିତିର ସାମ୍ନା କରନ୍ତୁ। ସ୍ଵାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ଏବଂ ବିଶେଷ କରି ମକର ସଂକ୍ରାନ୍ତି ଅବସରରେ ଶାରୀରିକ ପରିଶ୍ରମରୁ ନିଜକୁ ନ...
ସାମୁଦ୍ରିକ ଖାଦ୍ୟ କ୍ଷେତ୍ର ଅର୍ଥନୀତିକୁ ଆଗକୁ ନେବ
ଭୁବନେଶ୍ବର, ୧୩/୧(ଇମିସ): ସାମୁଦ୍ରିକ ଖାଦ୍ୟ କ୍ଷେତ୍ର ଭବିଷ୍ୟତରେ ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ବ୍ୟାପକ କରିବ । ଗୁଜରାଟର ରାଜକୋଟଠାରେ ଆୟୋଜିତ ଭ୍ରାଇବାଣ୍ଟ୍ ଗୁଜରାଟ ଆଞ୍ଚଳିକ ସମ୍ମିଳନୀରେ ଯୋଗଦେଇ ଏଭଳି ମତ ରଖିଛନ୍ତି ମ୍ୟାଗନମ୍ ଗ୍ରୁପ୍ ଅଫ୍ କମ୍ପାନିଜ୍ର ପରିଚାଳନା ନିର୍ଦ୍ଦେଶକ ପ୍ରେମ ଶଙ୍କର ଶତପଥୀ । ଓଡ଼ିଶାରୁ ସ୍ବତନ୍ତ୍ର ଆମନ୍ତ୍ରିତ ଅତିଥିଭାବେ ଯୋଗଦେଇ ଶ୍ରୀ ଶତପଥୀ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ସାମୁଦ୍ରିକ ଜୈବପ୍ରଯୁକ୍ତି, ଜଳବାୟୁ ସହନକ୍ଷମ ଅଭ୍ୟାସ ଆପଣାଇବା ଏବଂ ମୂଲ୍ୟଯୁକ୍ତ ରପ୍ତାନି ଉପରେ ଓଡ଼ିଶା ଓ ଗୁଜରାଟ ମଧ୍ୟରେ ଥିବା ସୁଯୋଗର ଅନ୍ବେଷଣ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି । ମତ୍ସ୍ୟଚାଷ, ପରିବେଶ ସୁରକ୍ଷା, ଦକ୍ଷତା ବିକାଶ ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଓଡ଼ିଶା ନେଇଥିବା ପଦକ୍ଷେପ ସଂପର୍କରେ ସେ ସମ୍ମିଳନୀରେ ଆଲୋକପାତ କରିଥିଲେ । ଭାରତ ସାମୁଦ୍ରିକ ଖାଦ୍ୟ କ୍ଷେତ୍ରରେ ବିଶ୍ବରେ ପ୍ରମୁଖ ସ୍ଥାନରେ ରହିଛି । ବିପୁଳ ମାତ୍ରାରେ ଚିଙ୍ଗୁଡ଼ି ଓ ମାଛ ରପ୍ତାନି କରୁଛି । କିନ୍ତୁ ଏସବୁର ମୂଲ୍ୟଯୋଗ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଅତିକମ୍ରେ ରପ୍ତାନିର ୩୦ରୁ ୪୦ ପ୍ରତିଶତରେ ଉଚ୍ଚମାନର ମୂଲ୍ୟଯୋଗ ହେବା ଆବଶ୍ୟକ । ଅର୍ଥାତ୍ ରେଡି-ଟୁ-କୁକ୍, ରେଡି-ଟୁ-ସର୍ଭ, ରେଡି-ଟୁ-ଇଟ୍ ଉତ୍ପାଦ ଆମକୁ ପ୍ରସ୍ତୁତ କରିବାକୁ ହେବ । ଏହା ହେଲେ ସାମୁଦ୍ରିକ କ୍ଷେତ୍ରରେ ଦେଶର ରପ୍ତାନି ସାମଗ୍ରୀର ମୂଲ୍ୟ ୨ରୁ ୫ ଗୁଣା ବଢ଼ିଯିବ । ସାମୁଦ୍ରିକ ଖାଦ୍ୟରୁ ଫିଙ୍ଗି ଦିଆଯାଉଥିବା ଖୋଳ, ମୁଣ୍ଡ ଏବଂ ଚମଡ଼ା ଆଦିକୁ ଓମେଗା-୩ ତେଲ, ଏନଜାଇମ୍, ବାୟୋପ୍ଲାଷ୍ଟିକ, ନ୍ୟୁଟ୍ରାସ୍ୟୁଟିକାଲ୍ସ, କୋଲାଜେନ ଆଦିରେ ପରିଣତ କରାଯାଇ ପାରିବ । ଯାହାଫଳରେ ସାମୁଦ୍ରିକ ଖାଦ୍ୟ ସାମଗ୍ରୀର ୧୦୦ ପ୍ରତିଶତ ଉପଯୋଗ ହୋଇପାରିବ ଏବଂ ବର୍ଜ୍ୟ ସାମଗ୍ରୀ ଶୂନ୍ୟ ସ୍ତରକୁ ହ୍ରାସ ପାଇବ ବୋଲି ସେ କହିଥିଲେ । ସାଇବର ଠକେଇରେ ବ୍ୟାଙ୍କ କର୍ମଚାରୀ, ଅନ୍ତଃରାଜ୍ୟ ଗ୍ୟାଙ୍ଗ୍ର ପର୍ଦ୍ଦାଫାସ ସେହିଭଳି ନ୍ୟାସନାଲ ବ୍ଲୁ ବାୟୋଟେକ୍ନୋଲୋଜି ଢାଞ୍ଚା, ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଭଳି ଉନ୍ନତ ନିୟାମକ ବ୍ୟବସ୍ଥା ଆପଣାଇବା ସହ ସରକାର, ଗବେଷଣା ପ୍ରତିଷ୍ଠାନ, ଶିଳ୍ପ ଏବଂ ଉପକୂଳ ଅଞ୍ଚଳର ଲୋକଙ୍କ ମଧ୍ୟରେ ଏକ ଦୃଢ଼ ସରକାରୀ ଘରୋଇ ସହଭାଗିତା ପାଇଁ ସେ ମତ ଦେଇଥିଲେ । ବର୍ତ୍ତମାନର ବଡ଼ ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀମାନଙ୍କୁ ସେମାନଙ୍କ କାରଖାନାର ଆଧୁନିକୀକରଣ ପାଇଁ ପ୍ରୋତ୍ସାହନ ଯୋଜନା ଯୋଗାଇ ଦେବାକୁ ଶ୍ରୀ ଶତପଥୀ ଉଭୟ ଗୁଜରାଟ ଓ କେନ୍ଦ୍ର ସରକାରଙ୍କୁ ଏହି ଅବସରରେ ଅନୁରୋଧ କରିଥିଲେ ।
ସାଇବର ଠକେଇରେ ବ୍ୟାଙ୍କ କର୍ମଚାରୀ, ଅନ୍ତଃରାଜ୍ୟ ଗ୍ୟାଙ୍ଗ୍ର ପର୍ଦ୍ଦାଫାସ
କନକ ବ୍ୟୁରୋ: ପୁଳା ପୁଳା ଟଙ୍କା, ମାଳମାଳ ମୋବାଇଲ୍ । ୧୫ରୁ ଅଧିକ ଚେକ୍ବୁକ୍, ୮୦ରୁ ଅଧିକ ପାସ୍ବୁକ୍ । ଗଣ୍ଡାଗଣ୍ଡା ଡେବିଟ୍ କାର୍ଡ । ତା ସାଙ୍ଗକୁ ୪ଟି ଲାପ୍ଟପ୍ ଏବଂ ୨୦ଟି ପେନ୍ଡ୍ରାଇଭ୍ । ଏସବୁ ବ୍ୟବହାର ହେଉଥିଲା ସାଇବର ଠକେଇ ରେ । ଗରିବଙ୍କ ନାଁରେ ଖୋଲୁଥିଲେ ମ୍ୟୁଲ୍ ଆକାଉଣ୍ଟ । ୫ରୁ ୧୦ ହଜାର ଟଙ୍କାରେ ଅନ୍ୟ ରାଜ୍ୟର ସାଇବର ଅପରାଧୀଙ୍କୁ ବିକୁଥିଲେ । ଏଭଳି ଏକ ରାକେଟର ପର୍ଦ୍ଦାଫାସ କରିବା ସହ ୭ ଜଣଙ୍କୁ ବାନ୍ଧିଛି ପୁଲିସ । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବ୍ୟାଙ୍କ୍ କର୍ମଚାରୀ ବି ରହିଛନ୍ତି । ଯାହାକୁ ନେଇ ବଢ଼ିଛି ଚିନ୍ତା । IPL 2026: ବଦଳିଲା ଆରସିବିର ହୋମ୍ ଗ୍ରାଉଣ୍ଡ୍ ଅଭିଯୁକ୍ତମାନେ ନକଲି କାଗଜପତ୍ର ଏବଂ ନକଲି ପରିଚୟ ପତ୍ର ଦେଇ ବ୍ୟାଙ୍କ୍ ଆକାଉଣ୍ଟ ଖୋଲୁଥିଲେ । ସେହି ଆକାଉଣ୍ଟ ଜରିଆରେ ଅନଲାଇନ୍ ଗେମିଂରେ ଠକେଇ ସହ ଦେଶ ବିଦେଶରେ ଘଟାଉଥିଲେ ସାଇବର ଅପରାଧ । ଯାହାର ପ୍ରମାଣ ପାଇଛି ପୁଲିସ । ମାମଲାରେ ସିଟି ୟୁନିଅନ ବ୍ୟାଙ୍କର କିଛି କର୍ମଚାରୀଙ୍କ ସଂପୃକ୍ତି ବି ସାମ୍ନାକୁ ଆସିଛି । ଏହା ଛଡ଼ା ଅନ୍ୟ କିଛି ବ୍ୟାଙ୍କ କର୍ମଚାରୀଙ୍କ ହାତ ଥିବା ସନ୍ଦେହ କରାଯାଉଛି । କେୱାଇସି ନିୟମ ପାଳନ ହେଉନଥିଲା ବ୍ୟାଙ୍କ କର୍ମଚାରୀଙ୍କ ସହଯୋଗ କିମ୍ବା ଅବହେଳା ଅଭିଯୋଗ ଦେଶରେ ପ୍ରାୟ ୨୦୦ରୁ ଅଧିକ ମାମଲାରେ ଜଡ଼ିତ ଏସବୁ ଆକାଉଣ୍ଟ ସମସ୍ତ ଗିରଫ ଅଭିଯୁକ୍ତ ରାଉରକେଲାର ଦୁଇ ଦିନ ତଳେ କଟକରେ ମଧ୍ୟ ସମାନ ଧରଣର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଥିଲା ପୁଲିସ। ମାମଲାରେ ଗିରଫ ହୋଇଥିବା ୭ ଅଭିଯୁକ୍ତଙ୍କ ମଧ୍ୟ ୪ ଜଣ ଥିଲେ ବ୍ୟାଙ୍କ୍ କର୍ମଚାରୀ ।
ସର୍ଫରାଜଙ୍କୁ ଗିଲ୍ଙ୍କ ସରପ୍ରାଇଜ୍ ଗିପ୍ଟ
କନକ ବ୍ୟୁରୋ : ଭାରତୀୟ ଦିନିକିଆ କ୍ରିକେଟ୍ ଦଳର ଅଧିନାୟକ ଶୁବମନ୍ ଗିଲ୍ ଅନ୍ତର୍ଜାତୀୟ କ୍ରିକେଟର୍ ସର୍ଫରାଜ ଖାନ୍ଙ୍କୁ ଏକ କ୍ୟାସିଓ ଜି-ସକ୍ ହାତଘଣ୍ଟା ଉପହାର ଦେଇଛନ୍ତି । ମୁମ୍ବାଇ ବ୍ୟାଟର୍ ସର୍ଫରାଜ ଏହାକୁ ଗୌରବର ସହ ସମସ୍ତଙ୍କୁ ଦେଖାଇଛନ୍ତି । ଏହି ନିଆରା ଉପହାର ଲାଗି ଗିଲ୍ଙ୍କୁ ନିଜ ଇନ୍ଷ୍ଟାଗ୍ରାମ୍ ପୃଷ୍ଠାରେ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି । ଅଧିକ ପଢ଼ନ୍ତୁ : କାଲି ଭାରତ-ନ୍ୟୁଜିଲାଣ୍ଡ୍ ଦ୍ବିତୀୟ ଦିନିିକିଆ, ରାଜକୋଟରେ କିଏ କରିବ ରାଜ? ସେହିଭଳି ଘଣ୍ଟାଟିକୁ ପିନ୍ଧିଥିବାର ଫଟୋ ଛାଡ଼ିଛନ୍ତି । ଯାହା ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସୁଛି । ସର୍ଫରାଜ ସଂପ୍ରତି ଚମତ୍କାର ଫର୍ମରେ ଥିଲା ବେଳେ ବିଜୟ ହଜରେ ଟ୍ରଫି ଘରୋଇ ସୀମିତ ଓଭର କ୍ରିକେଟ୍ ପ୍ରତିଯୋଗିତର ପାଞ୍ଚଟି ମ୍ୟାଚ୍ରୁ ୧୯୦.୫୬ର ଷ୍ଟ୍ରାଇକ୍ ରେଟ୍ ସହ ୩୦୩ ରନ୍ କରିଛନ୍ତି । ସେଥିମଧ୍ୟରେ ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ରହିଛି । ଉଭୟ ଗିଲ୍ ଓ ସର୍ଫରାଜ ହେଉଛନ୍ତି ପରସ୍ପରର ଭଲ ବନ୍ଧୁ । ଗିଲ୍ ସଂପ୍ରତି ଭାରତୀୟ ଦିନିକିଆ ଓ ଟେଷ୍ଟ୍ ଦଳର ନେତୃତ୍ବ ନେଉଛନ୍ତି । ସର୍ଫରାଜ କିଛି ଟେଷ୍ଟ୍ ମ୍ୟାଚ୍ ଖେଳିବା ପରେ ଚୟନକର୍ତ୍ତା ଆଉ ତାଙ୍କୁ ଭାରତୀୟ ଦଳ ଲାଗି ବିଚାରକୁ ନେଉ ନାହାନ୍ତି । ହେଲେ ଘରୋଇ କ୍ରିକେଟ୍ରେ ଜବରଦସ୍ତ ପ୍ରଦର୍ଶନ କରି ପୁଣି ଥରେ ଭାରତୀୟ ଦଳକୁ ଫେରିବା ଲାଗି ସେ ନିଜ ଦାବିଦାରି ଉପସ୍ଥାପନା କରିଛନ୍ତି ।
ଲୋକଙ୍କ ଜୀବନ ସହ ଖେଳ, ରାଜଧାନୀ ଆକାଶରେ ମାଞ୍ଜା ସୂତାର ଜାଲ
କନକ ବ୍ୟୁରୋ: କଟକ ପରେ ଏବେ ରାଜଧାନୀ ଭୁବନେଶ୍ୱରରେ ମାଞ୍ଜା ସୂତା ଆତଙ୍କ । ପ୍ରତିବନ୍ଧକ ସତ୍ତ୍ୱେ ବଜାରରେ ଖୋଲାଖୋଲି ବିକ୍ରି ହେଉଛି ଏହି ଘାତକ ସୂତା । ପୁଲିସର ନିଷେଧାଦେଶକୁ ବେଖାତିର କରି ଚାଲିଛି ବେଆଇନ କାରବାର । ମାଞ୍ଜା ସୂତା ଲାଗି ପ୍ରତିଦିନ କିଛି ନା କିଛି ଅଘଟଣ ଘଟିଚାଲିଛି । ପ୍ରଶାସନର କଟକଣା ସତ୍ତ୍ୱେ କିଛି ଅସାଧୁ ବ୍ୟବସାୟୀ ଖୁଲମଖୁଲା ବିକ୍ରି କରୁଛନ୍ତି ନିଷିଦ୍ଧ ଚାଇନିଜ୍ ମାଞ୍ଜା ସୂତା । ପ୍ରତିଦିନ ରାଜଧାନୀର ବିଭିନ୍ନ ଛକରେ ବାଇକ୍ ଆରୋହୀଙ୍କ ବେକ କାଟୁଛି ଏହି ଧାରୁଆ ସୂତା । ବିଶେଷ କରି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଏହା ଆତଙ୍କ ସୃଷ୍ଟି କରିଛି । ଲୋକେ ଏବେ ରାସ୍ତାରେ ଗାଡ଼ି ଚଳାଇବାକୁ ଡରିଲେଣି । ଡେନମାର୍କର ବରଫ ଯୋଦ୍ଧାଙ୍କୁ ମୁକାବିଲା କରିପାରିବେ କି ଆମେରିକୀୟ ସୈନ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ କରି ଉଡ଼ାଇ ଦେଉଛନ୍ତି ଗୁଡ଼ିପ୍ରେମୀ ଓ ବ୍ୟବସାୟୀ । ସହରର ଗଳିକନ୍ଦିରେ ଲୁଚାଛପାରେ ଚାଲିଥିବା ଏ ବ୍ୟବସାୟ ଏବେ ସାଧାରଣ ଜନତାଙ୍କ ପାଇଁ ସାଜିଛି ମରଣଯନ୍ତା । ପୁଲିସ ବି କୌଣସି ପଦକ୍ଷେପ ନନେଇ ଚୁପ୍ ବସିଥିବା ଅଭିଯୋଗ ହୋଇଛି । ଆଗକୁ ମକର ସଂକ୍ରାନ୍ତି । ଏବେ ଆକାଶରେ ଯେତିକି ଗୁଡ଼ି ଉଡୁଛି, ଆଗକୁ ଏ ସଂଖ୍ୟା ବୃଦ୍ଧି ପାଇବ । ଯଦି ଶୀଘ୍ର ଏ ବେଆଇନ କାରବାର ଉପରେ ରୋକ୍ ନଲାଗେ, ତେବେ ରାଜଧାନୀ ରାଜପଥରେ ପୁଣି ପଡ଼ିପାରେ ରକ୍ତର ଛିଟା ।
ରାଜ୍ୟରେ ୩ ଦିନ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି, ଆଲର୍ଟ କଲା ପାଣିପାଗ ବିଭାଗ
ଭୁବନେଶ୍ବର ୧୩।୧: ପୁଣି ରାଜ୍ୟକୁ ଫେରିଛି ଶୀତ । ଅନେକ ସ୍ଥାନରେ ୨ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବା ସହ ସବୁଠି ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି । ଆହୁରି ୩ ଦିନ ଯାଏ ରାଜ୍ୟରେ କୋଲ୍ଡ ୱେଭ୍ ବା ଶୀତ ଲହରୀ ଜାରି ରହିବ ବୋଲି ଓ୍ବାର୍ଣ୍ଣି...
IPL 2026: ବଦଳିଲା ଆରସିବିର ହୋମ୍ ଗ୍ରାଉଣ୍ଡ୍
କନକ ବ୍ୟୁରୋ : ଆସନ୍ତା ଆଇପିଏଲ ସିଜିନ ଲାଗି ବର୍ତ୍ତମାନର ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ନିଜର ହୋମ ଗ୍ରାଉଣ୍ଡ୍ ପରିବର୍ତ୍ତନ କରିବ । ଦଳ ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମ କିମ୍ବା ରାୟପୁରର ସହିଦ ବୀର ନାରାୟଣ ସିଂ ଷ୍ଟାଡିୟମକୁ ନିଜର ହୋମ ଗ୍ରାଉଣ୍ଡ୍ କରିବାକୁ ନିଷ୍ପତ୍ତି ନେଇଛି । ଏହା ଆରସିବି ଫ୍ୟାନ୍ମାନଙ୍କ ପାଇଁ ଏକ ଖରାପ ଖବର କାରଣ ସେମାନେ ଦଳର ନିୟମିତ ହୋମ ଗ୍ରାଉଣ୍ଡ୍ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏଥର ମ୍ୟାଚ ଦେଖିପାରିବ ନାହିଁ । ୨୦୨୫ ଆଇପିଏଲ ସିଜିନରେ ଆରସିବି ଚ୍ୟାମ୍ପିୟନ ହୋଇଥିଲା । ଏହି ଐତିହାସିକ ବିଜୟ ପରେ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏକ ବିଜୟ ପରେଡ ଆୟୋଜନ କରାଯାଇଥିଲା । କିନ୍ତୁ ଏହି ସମୟରେ ପ୍ରବଳ ଭୀଡ଼ ଯୋଗୁଁ ଦଳଚକଟା ହେବାରୁ ୧୧ ଜଣ ଲୋକ ପ୍ରାଣ ହରାଇଥିଲେ ଓ ଆହୁରି ଅନେକ ଲୋକ ଆହତ ହୋଇଥିଲେ । ଏହା ପରେ ଚିନ୍ନାସ୍ୱାମୀରେ ଏପର୍ଯ୍ୟନ୍ତ କୌଣସି ବଡ଼ ମ୍ୟାଚ ଆୟୋଜନ ଲାଗି ଅନୁମତି ଦିଆଯାଇନାହିଁ । ଏହାକୁ ଦୃଷ୍ଟିରେ ରଖି ଆରସିବି ନିଜର ହୋମ ଗ୍ରାଉଣ୍ଡ୍ ପରିବର୍ତ୍ତନ କରିଛି । ଅଧିକ ପଢ଼ନ୍ତୁ : WPL 2026: ଆର୍ସିବି ୯ ୱିକେଟ୍ରେ ବିଜୟୀ ସେହିପରି ରାଜସ୍ଥାନ ରୟାଲ୍ସ ମଧ୍ୟ ଏଥର ନିଜର ହୋମ୍ ଗ୍ରାଉଣ୍ଡ୍ ବଦଳାଇବାକୁ ଯାଉଛି । ଦଳ ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡକୁ ନିଜର ହୋମ ଗ୍ରାଉଣ୍ଡ୍ କରିବାକୁ ନିଷ୍ପତ୍ତି ନେଇଛି । ରାଜସ୍ଥାନ କ୍ରିକେଟ ଆସୋସିଏସନରେ ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା ବିବାଦ କାରଣରୁ ଗତ ବର୍ଷ ନିର୍ବାଚନ ହୋଇପାରିନଥିଲା । ଏହି କାରଣରୁ ଆରସିଏ ଏକ ଅସ୍ଥାୟୀ କମିଟି ଦ୍ୱାରା ପରିଚାଳିତ ହେଉଛି । ଏହି କାରଣରୁ ଗତବର୍ଷ ଆଇପିଏଲ ଅଧ୍ୟକ୍ଷ ଅରୁଣ ସିଂ ଧୂମଲ କହିଥିଲେ ଯେ ନିର୍ବାଚନ ହୋଇନଥିବାରୁ ରାଜସ୍ଥାନ ରୟାଲ୍ସ ଏଥର ଜୟପୁରରେ ନିଜର ମ୍ୟାଚ ଆୟୋଜନ କରିପାରିବ ନାହିଁ ।
ବିଧାନସଭା ଆଗରେ ବୁଲିଲା ଖଣ୍ଡା: ବଟି ମାଗି ଯୁବକଙ୍କ ଦାଦାଗିରି
କନକ ବ୍ୟୁରୋ: ବିଧାନସଭା ସାମ୍ନାରେ ବୁଲିଲା ଖଣ୍ଡା । ବଟି ମାଗି ଯୁବକ କରୁଛନ୍ତି ଦାଦାଗିରି । ବିଚ୍ ରାସ୍ତାରେ ମହିଳା ଦୋକାନୀଙ୍କୁ ଖଣ୍ଡାରେ ଆକ୍ରମଣ । ବଟି ନ ଦେଲେ ମାରି ଦେବାର ଧମକ ଦେଉଛନ୍ତି ଦୃର୍ବୃତ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ବିଧାନସଭା ସାମ୍ନାରେ ଥିବା ଆଇଜି ପାର୍କ ପାଖରେ । ଜଣେ ମହିଳା ଖାଦ୍ୟ ଷ୍ଟଲ୍ କରି ମଧ୍ୟାହ୍ନ ଭୋଜନ ବିକ୍ରି କରୁଥିବା ବେଳେ ହଠାତ୍ ଜଣେ ଦୁର୍ବୃତ୍ତ ଆସି ତାଙ୍କୁ ବଟି ମାଗିଥିଲା । ମହିଳା ଜଣଙ୍କ ବଟି ଦେବାକୁ ମନା କରିବାରୁ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଖଣ୍ଡା ତାଙ୍କୁ ଆକ୍ରମଣ କରିଥିଲା । ଜାଳିଦେଲା ଅବ୍ୟବସ୍ଥାର ନିଆଁ ! ନଷ୍ଟ ହୋଇଗଲା ୮ ଏକର ଜମିର ଫସଲ ତେବେ କୌଣସି ମତେ ମହିଳା ଜଣଙ୍କ ଜୀବନ ବଞ୍ଚାଇବାକୁ ପ୍ରୟାସ କରିଥିଲେ । ପାଟିଶୁଣି ସାଧାରଣ ଲୋକ ରୁଣ୍ଡ ହୋଇଯିବାରୁ ଦୃର୍ବୁତ୍ତକୁ ତାଙ୍କ ସମ୍ପର୍କୀୟମାନେ ଉଠାଇ ନେଇଥିଲେ । ତେବେ ହାଇ ସିକୁ୍ରିଟି ଅଞ୍ଚଳରେ ଏଭଳି ଘଟଣାକୁ ନେଇ ଉଠିଛି ପ୍ରଶ୍ନ ।
ଜାଣନ୍ତିକି ଆପଣଙ୍କ ହିମୋଗ୍ଲୋବିନ କେତେ ରହିବା ଜରୁରୀ? ଜାଣନ୍ତୁ କେତେ କମ ହୋଇଗଲେ ଏହା ହୃଦୟ ପାଇଁ ବିପଦ!
ନୂଆଦିଲ୍ଲୀ: ଶରୀରରେ ହିମୋଗ୍ଲୋବିନର ସଠିକ ସ୍ତର ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାର ଅଭାବ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଶରୀର ସାରା ଅମ୍ଳଜାନ ପରିବହନରେ ହିମୋଗ୍ଲୋବିନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଅଭାବ ଶରୀରର ଅଙ୍ଗଗୁଡ଼ିକୁ ପର୍ଯ୍ୟାପ୍ତ ଅମ୍ଳଜାନ ପହଞ୍ଚିବାରେ ବାଧା ସୃଷ୍ଟି କରିପାରେ। ଏକ ନୂତନ ଅଧ୍ୟୟନ ଏବେ ହିମୋଗ୍ଲୋବିନର ପ୍ରଭାବ ଯାଞ୍ଚ କରିଛି, ଯାହା ସୂଚାଇ ଦେଇଛି ଯେ ଅଭାବ ହୃଦୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ। ମିନେସୋଟା ବିଶ୍ୱବିଦ୍ୟାଳୟର ମେଡିକାଲ […]
ବେଆଇନ ସିମ୍ ବିକ୍ରି ଲିଙ୍କ୍ : ଭଦ୍ରକର ବିଭିନ୍ନ ଅଞ୍ଚଳରୁ ୪ ଅଭିଯୁକ୍ତ ଗିରଫ
ଭଦ୍ରକ ୧୩।୧: ସିମ୍ ଜାଲିଆତି କରି ବାହାର ରାଜ୍ୟକୁ ବେଆଇନ ସିମ୍ ବିକ୍ରି ଘଟଣାରେ ଭଦ୍ରକରୁ ଦୁଇ ଗିରଫ ଘଟଣା ପରେ ଆକ୍ସନ ମୋଡ୍କୁ ଆସିଛି ପୋଲିସ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀରୁ ଆଉ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଯୁବକ ମାନେ ସିମ୍ ଗ...
ଏଆଇକୁ ଉନ୍ନତ କରିବାକୁ ଆପଲ ଓ ଗୁଗଲ ମଧ୍ୟରେ ବଡ଼ ଡିଲ୍, ମସ୍କ କହିଲେ, ଏହା ସମ୍ପୂର୍ଣ୍ଣ ଭୁଲ୍
ନୂଆଦିଲ୍ଲୀ: ଆପଲ ଏବଂ ଗୁଗୁଲ ମଧ୍ୟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ନେଇ ଏକ ଚୁକ୍ତିନାମା ହୋଇଛି। ଆପଲର ଏଆଇ ଫାଉଣ୍ଡେସନ ମଡେଲଗୁଡ଼ିକ ଏବେ ଗୁଗୁଲର ଜେମିନି ଏଆଇ ମଡେଲ ଏବଂ କ୍ଲାଉଡ ଇନ୍ଫ୍ରାଷ୍ଟ୍ରକ୍ଚର ଉପରେ ନିର୍ମିତ ହେବ। ଏହାଦ୍ୱାରା ଗୁ...
ଡେନମାର୍କର ବରଫ ଯୋଦ୍ଧାଙ୍କୁ ମୁକାବିଲା କରିପାରିବେ କି ଆମେରିକୀୟ ସୈନ୍ୟ
ୱାସିଂଟନ, ୧୩/୧: ଆର୍କଟିକ୍ ଓ ଆଟଲାଣ୍ଟିକ୍ ମହାସାଗର ମଧ୍ୟରେ ଥିବା ବିଶ୍ୱର ସର୍ବବୃହତ୍ ବରଫାୟିତ ଦ୍ୱୀପ ଗ୍ରିନଲାଣ୍ଡକୁ ନେଇ ଆଲୋଚନା ଗରମ ହୋଇଛି । ଡେନମାର୍କର ସ୍ୱୟଂଶାସିତ ଅଞ୍ଚଳ ଗ୍ରିନଲାଣ୍ଡ ଉପରେ ଆମେରିକା ନଜର ପକାଇଥିବାରୁ ଦୁଇ ଦେଶ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଅଞ୍ଚଳକୁ ନିୟନ୍ତ୍ରଣ କରିବାକୁ ଚାହୁଥିବାରୁ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ଭାବନା ରହିଛି । କୋପେନହେଗେନ୍ ଟ୍ରମ୍ପଙ୍କ ଦାବିକୁ ସୁରକ୍ଷା ପ୍ରତି ବିପଦ ଭାବରେ ଦେଖୁଛି । ଯଦି ଆମେରିକାର ସୈନ୍ୟମାନେ ଅବତରଣ କରିବାକୁ ଚେଷ୍ଟା କରନ୍ତି ତେବେ ଗ୍ରିନଲାଣ୍ଡରେ ଥିବା ଡେନମାର୍କ ସୈନ୍ୟବାହିନୀକୁ ‘ପ୍ରଥମେ ଗୁଳି ଚଳାଇବା ଓ ପରେ ପ୍ରଶ୍ନ ପଚାରିବାକୁ’ ନିର୍ଦ୍ଦେଶ ଦିଆଯାଇଛି । ଟ୍ରମ୍ପ ଗ୍ରିନଲାଣ୍ଡର ପ୍ରତିରକ୍ଷାକୁ ପରିହାସ କରି କହିଛନ୍ତି ଯେ ସେମାନେ ‘ଦୁଇଟି କୁକୁର ଓ ଏକ ସ୍ଲେଜ୍’ ପରି । ଝିଅ 'ହଁ' ନ କଲେ କରିପାରିବେନି ବାହାଘର, ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କିନ୍ତୁ ଉଭୟ ପକ୍ଷର ଉଦ୍ଦେଶ୍ୟ ସ୍ପଷ୍ଟ । ଯଦି ଟ୍ରମ୍ପଙ୍କ ଆମେରିକୀୟ ସୈନ୍ୟମାନେ ଗ୍ରିନଲାଣ୍ଡକୁ ଯାଆନ୍ତି, ଯାହା ଏକ ସାର୍ବଭୌମ ଡେନମାର୍କ ଅଞ୍ଚଳ, ତେବେ ଏହା ଭେନେଜୁଏଲାର ନେତା ନିକୋଲାସ୍ ମାଦୁରୋଙ୍କ ଧରାପଡିବା ପରି ସହଜ ହୋଇନପାରେ । ଯେକୌଣସି ଆକ୍ରମଣକୁ ପ୍ରତିହତ କରିବା ପାଇଁ ବରଫରେ ଯୁଦ୍ଧ କରିବାରେ ଅଭ୍ୟସ୍ତ ଡେନମାର୍କର ଆର୍କଟିକ୍ ଯୋଦ୍ଧା ଆମେରିକାର ନେଭି ସିଲ୍ ସହିତ ସମାନ ଭାବରେ ମୁକାବିଲା କରିବେ । ଦେଶର ସବୁଠାରୁ ବଡ ସୁନା ଚୋରି ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କଲା କାନାଡା, ମୁଖ୍ୟ ସନ୍ଦିଗ୍ଧ ଭାରତରେ ଥିବା ସନ୍ଦେହ ଡେନମାର୍କର ସୈନିକମାନେ ବିଯୁକ୍ତ ୫୦ ଡିଗ୍ରି ସେଲସିୟସରେ କାର୍ଯ୍ୟ କରିବା, ଥଣ୍ଡା ଜଳରେ ବୁଡ଼ିବା ଏବଂ ଚରମ ଆର୍କଟିକ୍ ଅବସ୍ଥାରେ ଛଅ ମାସ ପର୍ଯ୍ୟନ୍ତ ବଞ୍ଚିବା ପାଇଁ ତାଲିମପ୍ରାପ୍ତ । ଏଥିରେ ଇଲାଇଟ୍ ଜେଗର୍ କର୍ପସ, ଫ୍ରୋଗମେନ୍ ଓ ସିରିୟସ୍ ଡଗ୍ ସ୍ଲେଡ୍ ପାଟ୍ରୋଲିଂ ଅନ୍ତର୍ଭୁକ୍ତ । ଏମାନେ ହେଉଛନ୍ତି ଗ୍ରିନଲାଣ୍ଡରେ ଅବସ୍ଥାପିତ ଡେନମାର୍କ ସୈନ୍ୟବାହିନୀ, ଯେଉଁମାନେ ଆମେରିକୀୟ ସୈନ୍ୟମାନଙ୍କ ସମ୍ମୁଖୀନ ହେବାକୁ ପଛଘୁଞ୍ଚା ଦେବେନାହିଁ । ଏହା ଡେନମାର୍କର ମିଳିତ ଆର୍କଟିକ୍ କମାଣ୍ଡ ଯାହା ଗ୍ରିନଲାଣ୍ଡ ଓ ଅନ୍ୟ ଏକ ବିଦେଶୀ ଡେନମାର୍କ ଅଞ୍ଚଳ ଫାରୋ ଦ୍ୱୀପପୁଞ୍ଜର ପ୍ରତିରକ୍ଷା ଓ ସାର୍ବଭୌମତ୍ୱ ପାଇଁ ସମ୍ପୂର୍ଣ୍ଣ ଦାୟିତ୍ବ ବହନ କରେ । ବିରଳ ମୃତ୍ତିକା ଖଣିଜ ପଦାର୍ଥର ବିପୁଳ ଭଣ୍ଡାର ହୋଇଥିବାରୁ ଗ୍ରିନଲାଣ୍ଡ ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଳାଷର କେନ୍ଦ୍ରବିନ୍ଦୁ ପାଲଟିଛି । ଆମେରିକା ରାଷ୍ଟ୍ରପତି ବାରମ୍ବାର କହିଛନ୍ତି ଯେ ରୁଷ୍ ଓ ଚୀନ୍କୁ ଟକ୍କର ଦେବା ପାଇଁ ଆମେରିକା ଗ୍ରିନଲାଣ୍ଡ ଦଖଲ କରିବା ଆବଶ୍ୟକ । ସାମରିକ ଶକ୍ତି ପ୍ରୟୋଗ ସମେତ ଯେକୌଣସି ଉପାୟରେ ସେ ଗ୍ରିନଲାଣ୍ଡକୁ ହାତେଇବାକୁ ଚାହୁଛନ୍ତି । ବ୍ଲୁମବର୍ଗ ନ୍ୟୁଜ୍ ରିପୋର୍ଟ କରିଛି ଯେ ବ୍ରିଟେନ୍ ଓ ଜର୍ମାନୀର ନେତୃତ୍ୱରେ ୟୁରୋପୀୟ ଦେଶଗୁଡ଼ିକର ଏକ ଗୋଷ୍ଠୀ ଗ୍ରିନଲାଣ୍ଡରେ ସେମାନଙ୍କର ସାମରିକ ଉପସ୍ଥିତି ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । କିନ୍ତୁ ଡେନମାର୍କର ବରଫ ଯୋଦ୍ଧାଙ୍କ ସହ ମୁକାବିଲା କରି ଗ୍ରିନଲାଣ୍ଡକୁ ହାତେଇବା ଲାଗି ଯେକୌଣସି ଆମେରିକୀୟ ପଦକ୍ଷେପ ପୃଥିବୀର ସବୁଠାରୁ କଠିନ ସ୍ଥାନରେ ଏକ ବଡ଼ ପରୀକ୍ଷା ହେବ ।
ନୂଆଦିଲ୍ଲୀ : ମଥାରେ ଚନ୍ଦନ ଟିକା...ମୁହଁରେ ଅନବରତ ଶ୍ଲୋକ... ମାହାରଜଙ୍କୁ ଯିଏ ଦେଖୁଛି ଖୁସି ହୋଇଯାଉଛି। ଚଳିତ ମାଘ ମେଳାରେ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଶୃଙ୍ଗଭେରପୁର ଧାମର ଶ୍ରୀଶ ବାହୁବଳି ମହାରାଜ। ପ୍ରୟାଗରାଜରେ ଭଗବାନ ର...
ଦଇବ ଏ କି ଦୁଃଖ ଦେଲ; ରୋଜଗାରିଆ ତ ରୋଗ ଶଯ୍ୟାରେ, କେମିତି ଚଳିବ ଘର ?
ବାଲେଶ୍ୱର : ପରିବାରରେ ୬ସଦସ୍ୟ, କିନ୍ତୁ ରୋଜଗାରିଆ ଥିଲେ ବାପା-ପୁଅ। ପରିବାର ବୋଝ ସମ୍ଭାଳି ଆସୁଥିବା ୨ଜଣ ଏବେ ରୋଗ ଶଯ୍ୟାରେ । କେମିତି ଚଳିବ ପରିବାର...କେମିତି ହେବ ଚିକିତ୍ସା... ସରକାରଙ୍କ ଆୟୁଷ୍ମାନ କାର୍ଡର ସମସ୍ତ ଅର୍ଥ ଶେଷ ହୋଇ ସାରି...
କୁନି ପୁଅକୁ କାଳ ଚିପସ୍ ପ୍ୟାକେଟ୍ ! ଖେଳଣାରୁ ବିସ୍ଫୋରଣ, ଆଖି ହେଲା ନଷ୍ଟ
କନକ ବ୍ୟୁରୋ : ଆପଣଙ୍କ କୁନି ପିଲା ଯଦି ଚିପସ୍ ଖାଉଥିବେ ତାହେଲେ ଆପଣ ବି ସତର୍କ ରହିବା ନିହାତି ଜରୁରୀ । ପାଞ୍ଚ ଟଙ୍କିଆ ଚିପସ୍ ପ୍ୟାକେଟ ଭିତରେ ଥିବା ଛୋଟ ଖେଳଣା ସାଜିଛି କାଳ । ନିଆଁରେ ଖେଳଣା ପଡିବା କ୍ଷଣି ହେଉଛି ବିସ୍ଫୋରଣ । ଏମିତି ଏକ ବିସ୍ଫୋରଣ ଘଟି ୮ ବର୍ଷୀୟ ନାବାଳକର ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଘଟଣାକୁ ନେଇ ଥାନାର ଦ୍ୱାରସ୍ଥ ହେଲେ ମା’ ବାପା । କୋଳରେ କୁନି ପୁଅ । ଆଖିରେ ବ୍ୟାଣ୍ଡେଜ୍ । ଆଉ ଏ ଆଖିରେ ପୁଅ ଦେଖିପାରିବନି । ଏ କଥା ଭାବି ଭାବି ମା’ ଆଖିରୁ ଲୁହ ଝରି ପଡ଼ୁଛି, କୋହ ସମ୍ଭାଳିବା ସମ୍ଭବ ହେଉନି । ବାପା ବି ହତ୍ବାକ୍ । ପୁଅକୁ ଚିପସ୍ ପ୍ୟାକେଟ୍ ଦେବାର ଦଣ୍ଡ ଭୋଗୁଛନ୍ତି ବାପା ମା’ । ଚିପସ୍ ପ୍ୟାକେଟ୍ ଭିତରେ ଥିବା ଖେଳଣା ନିଆଁରେ ପଡ଼ି ବିସ୍ପୋରଣ ହେବାରୁ ନଷ୍ଟ ହୋଇଯାଇଛି ତୃତୀୟ ଶ୍ରେଣୀ ଛାତ୍ରର ଆଖି । ଏ ଅଭାବନୀୟ ଘଟଣା ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ର । ଅଧିକ ପଢ଼ନ୍ତୁ : ଚିପ୍ସ ପ୍ୟାକେଟ୍ ଭିତରେ ଥିଲା କାଳ ; ଖେଳଣା ବ୍ଲାଷ୍ଟ ହୋଇ କୁନି ପୁଅର ଆଖି ହେଲା ନଷ୍ଟ ଅଭିଯୋଗ ଅନୁଯାୟୀ, ଶଗଡ଼ଘାଟ ଗାଁର ଲବ ହରପାଳଙ୍କ ୮ ବର୍ଷର ପୁଅ ଅଙ୍କେଶ ଗାଁର ଏକ ଦୋକାନରୁ ‘ଫନି’ କମ୍ପାନିର ‘ଲାଇଟ୍ ହାଉସ୍' ନାମକ ଚିପ୍ସ ପ୍ୟାକେଟ୍ କିଣିଥିଲା । ଚିପସ୍ ଖାଇବା ପରେ ପ୍ୟାକେଟ୍ରେ ଥିବା ଖେଳଣାକୁ ନିଆଁରେ ପକାଇଦେବାରୁ ହୋଇଥିଲା ବିସ୍ଫୋରଣ । ଏହା ଏତେ ଶକ୍ତିଶାଳୀ ଥିଲା ଯେ ପିଲାଟିର ଆଖିରେ ମାଡ଼ ହୋଇ ଫୁଟି ଯାଇଥିଲା । ପରେ ଗୁରୁତର ଅବସ୍ଥାରେ ପୁଅକୁ ଡାକ୍ତରଖାନା ନେବାରୁ ଆଖିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜାଣିବାକୁ ପାଇଥିଲେ ବାପା ମା’ । ଯାହାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବାପା ମା’ । ଚିପସ୍ କମ୍ପାନି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ଲିଖିତ ଅଭିଯୋଗ କରିଛନ୍ତି । ଏହି ୫ଟଙ୍କା ଚିପସ୍ ପ୍ୟାକେଟ୍ ଏତେ ଭୟଙ୍କର ହୋଇପାରେ ଜାଣିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ପୁଲିସ ଘଟଣାର ଖୋଳତାଡ଼ ଜାରି ରଖିଛି ।
ଯୁବକଙ୍କ ରାକ୍ଷସ ରୂପ: ମାଆ-ଭଉଣୀଙ୍କୁ ଛେଚି ଛେଚି ମାରିଲା, ସର୍ବସମ୍ମୁଖରେ ଭେଜା ଖାଇଗଲା
ଲକ୍ଷ୍ନୌ: ରାକ୍ଷସ ପାଲଟିଲା ପୁଅ। ପ୍ରଥମେ ମାଆକୁ ପଥର ଛେଚି ହତ୍ୟା, ପରେ ଭେଜାକୁ ଖାଇଗଲା। ଏହି ବିଭତ୍ସ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର କୁଶୀନଗରରେ। ଜଣେ ବର୍ଷୀୟ ଯୁବକ ତାଙ୍କ ମାଆ ଏବଂ ସ୍ତ୍ରୀଙ୍କୁ ଘରର ଛାତ ଉପରେ ପିଟି ପ...
ନୂଆଦିଲ୍ଲୀ: ଯଦି ଆପଣ ନୂତନ ବର୍ଷ ଆରମ୍ଭ ସହିତ ଶସ୍ତାରେ ବୁଲିବା ପାଇଁ ଯୋଜନା କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ବଡ଼ ଖବର । ଭାରତର ସବୁଠାରୁ ଲୋକପ୍ରିୟ ବିମାନ କମ୍ପାନୀ, ଇଣ୍ଡିଗୋ, ଯାତ୍ରୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ନୂତନ ବର୍ଷର ସେଲ୍ – Sail into 2026 ର ଘୋଷଣା କରିଛି। ଏହି ସେଲ୍ ଘରୋଇ ଏବଂ ଆନ୍ତର୍ଜାତୀୟ ଉଭୟ ରୁଟରେ ବହୁତ ସୁଲଭ ଭଡ଼ା ପ୍ରଦାନ କରେ, ଯାହା ବିମାନ ଯାତ୍ରାକୁ […]
APRASO କାର୍ଯ୍ୟାଳୟ ଉଦଘାଟିତ: ବରିଷ୍ଠ ପ୍ଲାଷ୍ଟିକ ସର୍ଜନ ଡା. ସୁବ୍ରତ ଜେନାଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ
ଭୁବନେଶ୍ୱର ୧୩।୦୧: APRASOCON-୨୦୨୬ (Association of Plastic Reconstructive & Aesthetic Surgery Conference) APRASO କାର୍ଯ୍ୟାଳୟଉଦଘାଟିତ ହୋଇଯାଇଛି।ଏହା APRASO ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍ଷ୍...
ବଦନାମ ଭାରତ: ମୁମ୍ବାଇ ଗେଟ୍ ୱେ ଅଫ୍ ଇଣ୍ଡିଆରେ ସମୁଦ୍ରରେ ଅଳିଆ ଫିଙ୍ଗିଲେ ଭାରତୀୟ ଯୁବକ, ରାଗିଲେ ବିଦେଶୀ ପର୍ଯ୍ୟଟକ
ମୁମ୍ବାଇ:ଭାରତରେ କାହିଁକି ଏଭଳି ଅବସ୍ଥା ? ଏଠି ବିଶୁଦ୍ଧ ପାଣି ନାହିଁ କି ସ୍ୱଚ୍ଛ ବାୟୁ ନାହିଁ। ରାସ୍ତାଘାଟ ସବୁ ଅପରିସ୍କାର। ଚାରିଆଡ଼େ ଅବ୍ୟବସ୍ଥା। ଭାରତୀୟ ଲୋକେ ଯେତେବେଳେ ବିଦେଶ ଯାଇ ସେଠାକାର ସ୍ୱଚ୍ଛ ପରିବେଶ ଦେଖୁଛନ୍ତି, ସେତେ...
ଟ୍ରମ୍ପଙ୍କ ଭବିଷ୍ୟତ ବିପଦରେ? ୨୦୨୬ରେ କ୍ଷମତା ପରିବର୍ତ୍ତନ! ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ
ନୂଆଦିଲ୍ଲୀ: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ କରୁଥିବା ସମୟରେ, ବିଶ୍ୱ ଏପରି ଏକ ସ୍ଥିତିରେ ପହଞ୍ଚିଛି ଯେଉଁଠାରେ ଶାନ୍ତିର ସମ୍ଭାବନା କ୍ଷୀଣ ଦେଖାଯାଉଛି । ଜାନୁଆରୀ ୨୦୨୬ ର ନିକଟ ଘଟଣାବଳୀ କେବଳ ଆମେରିକାକୁ ନୁହେଁ ବରଂ ସମଗ୍ର ବିଶ୍ୱ ଭୂରାଜନୈତିକ ଦୃଶ୍ୟପଟକୁ ଦୋହଲାଇ ଦେଇଛି। ଜ୍ୟୋତିଷ ଗଣନା ଏବଂ ଅନ୍ତର୍ଜାତୀୟ ବିକାଶର ମିଶ୍ରଣ ଏକ ବାରମ୍ବାର ପ୍ରଶ୍ନ ଉଠାଇଛି: ଡୋନାଲ୍ଡ ଟ୍ରମ୍ପ ତାଙ୍କର ଚାରି ବର୍ଷର କାର୍ଯ୍ୟକାଳ […]
Bhadrak : ନିର୍ଦ୍ଦୟୀ ବାପା-ମାଆ, ମାସକର ଶିଶୁକନ୍ୟାକୁ ବିକ୍ରି କରିଦେଲେ ୨୦ହଜାର ଟଙ୍କାରେ
ଭଦ୍ରକ : ଆଜି ବି ଶିଶୁ କନ୍ୟା ପ୍ରତି ବିମୁଖତା ଜାରି ରହିଛି । କେତେ ବେଳେ ଭ୍ରୁଣ ହତ୍ୟା ହେଉଛି ତ କେତେବେଳେ ବଧୂ ହତ୍ୟା । କିନ୍ତୁ ଏବେ ବି ଏମିତି କିଛି ଅମଣିଷ ଅଛନ୍ତି ଯେଉଁମାନେ ଶିଶୁ କନ୍ୟାକୁ ବିକ୍ରି କରି ଦେଉଛନ୍ତି । ଏମିତି ଏକ ଘଟଣାକ...
ଝିଅ 'ହଁ' ନ କଲେ କରିପାରିବେନି ବାହାଘର, ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି
କନକ ବ୍ୟୁରୋ: ଏଣିକି ଝିଅର ସ୍ୱୀକୃତି ବିନା ବାହାଘର ହୋଇପାରିବନି । ବିବାହ ପ୍ରସଙ୍ଗକୁ ନେଇ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ହାଇକୋର୍ଟ । ବିବାହ କ୍ଷେତ୍ରରେ ଝିଅର ନିଷ୍ପତ୍ତି ସବୁଠୁ ଗୁରୁତ୍ବପୂର୍ଣ୍ଣ । ଅଭିଭାବକଙ୍କ ଏପରି କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଝିଅର ଅନୁମତି ନେବା ନିହାତି ଆବଶ୍ୟକ । ଝିଅର ସ୍ୱୀକୃତି ପରେ ହିଁ ବାହାଘର ପାଇଁ ଆଗକୁ ବଢ଼ିବା ଉଚିତ ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟ । ଝିଅ ନିଖୋଜ ଥିବା ଅଭିଯୋଗ ନେଇ ବାପାଙ୍କ ତରଫରୁ ଦାଖଲ ହୋଇଥିବା ଏକ ହେବିୟସ୍ କର୍ପସ ପିଟିସନ୍ର ଶୁଣାଣି କରି ହାଇକୋର୍ଟ ଏଭଳି ଉଲ୍ଲେଖ କରିଛନ୍ତି । ହାଇକୋର୍ଟ କହିଛନ୍ତି ଯେ ବାହ୍ୟ ବଳ ପ୍ରୟୋଗ କରି ଝିଅଙ୍କୁ ବାହାଦେବା ସୁସ୍ଥ ସମାଜ ପାଇଁ ଅନୁକୂଳ ନୁହେଁ । ଅଭିଭାବକମାନେ ନିଜ ନିଷ୍ପତ୍ତି ପିଲାମାନଙ୍କ ଉପରେ ଲଦି ଦେବାର ଭାବନାରୁ ଦୁରେଇ ରହିବା ଉଚିତ । ଏହା ବିରୋଧରେ ପ୍ରଶାସନ ବି ସଚେତନ କରିବା ଆବଶ୍ୟକ । ପ୍ରାପ୍ତ ବୟସ୍କ ଝିଅର ନିଷ୍ପତ୍ତିକୁ ସମ୍ମାନ ଦେବା ଉପରେ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି । ଏହି ମାମଲାରେ ଝିଅଟି ଯେପରି ସହଜରେ ଓ ସୁରକ୍ଷିତ ଭାବରେ ରହୁଥିବା ସ୍ଥାନକୁ ଫେରି ପାରିବ ତାହାରି ଉପରେ ଧ୍ୟାନ ଦେବାକୁ କହିଛନ୍ତି । ତାଙ୍କ ଜୀବନରେ ସ୍ୱାମୀଙ୍କ କିମ୍ବା ଅଭିଭାବକଙ୍କ କୌଣସି ହସ୍ତକ୍ଷେପ ରହିବନି । ଖାଲି ସେତିକି ନୁହେଁ, ଝିଅର ନିରାପତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଭିଭାବକ ଓ ସ୍ୱାମୀଙ୍କ ଅଯଥା ହସ୍ତକ୍ଷେପ ରହିଲେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏଥି ସହିତ ଝିଅକୁ ଉଦ୍ଧାର ପାଇଁ ବାପା ଦାଖଲ କରିଥିବା ଆବେଦନର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ୍ ହରୀଶ ଟଣ୍ଡନ ଓ ଜଷ୍ଟିସ୍ ଏମ୍.ଏସ୍.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଜଣେ ନିଖୋଜ ଝିଅକୁ ଉଦ୍ଧାର ପାଇଁ ବାପା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମୋବାଇଲ୍ ନମ୍ବରରୁ ଝିଅକୁ ଠାବ କରି ପୁଲିସ ଯୋଗାଯୋଗ କରିଥିଲା । ଝିଅ ନିଜ ଇଚ୍ଛାରେ ରାଜ୍ୟ ବାହାରକୁ ଯାଇ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ପୁଲିସକୁ ଅବଗତ କରିଥିଲେ । ଏହାପରେ ହାଇକୋର୍ଟ ଝିଅକୁ ବ୍ୟକ୍ତିଗତ ଭାବେ ହାଜର କରାଇବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ । ମାମଲାର ଶୁଣାଣି ସମୟରେ ଝିଅଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇଥିଲା ଯେ ତାଙ୍କୁ ଜୋରଜବରଦସ୍ତ ବିବାହ କରି ଦିଆଯାଇଥିଲା। ସ୍ବାମୀ କିମ୍ବା ବାପା-ମା’ଙ୍କ ସହିତ ରହିବା ପାଇଁ ସେ ଚାହୁନାହାନ୍ତି । ଏହାପରେ ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି । ଝିଅ ରାଜି ନଥିଲେ କୌଣସି ଅଭିଭାବକ ତାଙ୍କ ଜୋରଜବରଦସ୍ତ ବିବାହ କରାଇପାରିବେନି ।ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ଆଶା କରାଯାଉଛି ଯେ, ବାପାମାଆ ନିଜ ଇଚ୍ଛା ଝିଅ ଉପରେ ଲଦି ଦେଇ ପାରିବେନି । ନିଜ ଜୀବନ ସାଥି ବାଛିବାର ସ୍ୱାଧୀନତା ଝିଅଟିଏ ପାଇବ ବୋଲି ଆଶା କରାଯାଉଛି ।
ଷ୍ଟେଜ୍ରେ ନିଶାଙ୍କ ଅଶ୍ଳୀଳ ନୃତ୍ୟ : ୧୭ ଆୟୋଜକ ଗିରଫ, ବଦଳିଲେ ଉପଜିଲ୍ଲାପାଳ
ନୂଆପଡ଼ା ୧୩।୧: ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ଉରମାଲ ଠାରେ ନିଶା ମହାରଣାଙ୍କ ଅଶ୍ଳୀଳ ନୃତ୍ୟକୁ ନେଇ ଜୋରଦାର ହଙ୍ଗାମା । ଏଭଳି ଅଶ୍ଳୀଳ ନୃତ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଗରିଆବନ୍ଧ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦ...
୫ ଟଙ୍କିଆ ଚିପ୍ସ ନଷ୍ଟ କରିଦେଲା ନାବାଳକଙ୍କ ଆଖି, ପ୍ୟାକେଟ୍ରେ ଥିବା ଖେଳଣାକୁ ନିଆଁରେ ପକାଉ ପକାଉ ବିସ୍ଫୋରଣ
ବଲାଙ୍ଗିର ୧୩।୧: ପାଞ୍ଚ ଟଙ୍କିଆ ଚିପ୍ସ ପ୍ୟାକେଟ୍ । ପ୍ୟାକେଟ୍ ଭିତରେ ଥିଲା ଛୋଟ ଜରି ଖେଳଣା । ଖୋଲିବା ମାତ୍ରେ ଫାଟିଲା । ନଷ୍ଟ ହୋଇଗଲା ନାବାଳକଙ୍କ ଆଖି । ଏଭଳି ଖେଳଣା ନିଆଁରେ ପଡ଼ିବା ମାତ୍ରେ ହେଉଛି ବିସ୍ଫୋରଣ । ବଲାଙ୍ଗି...
Gold Price: ଦୁବାଇ ଭୁଲି ଯାଆନ୍ତୁ, ଏହି ଦେଶରେ ୧ ଗ୍ରାମ ସୁନା ୨୦୦ ଟଙ୍କାରୁ ବି କମ୍, ମୁଣ୍ଡରେ ହାତ ଦେଲା ଭାରତ
Gold Price in Dubai: ଭାରତରେ ସୁନାର ମୂଲ୍ୟ ଆକାଶଛୁଆଁ ଥିବାବେଳେ, କିଛି ଦେଶରେ ସୁନା ଏତେ ଶସ୍ତା ଯେ ବିଶ୍ୱାସ କରିବା କଷ୍ଟକର। ଭାରତର ଲୋକମାନେ ସବୁବେଳେ ଶସ୍ତା ସୁନା କିଣିବା ବିଷୟରେ ଚିନ୍ତା କରୁଛନ୍ତି, ସବୁବେଳେ ଭାବନ୍ତି ଯେ, ଯଦୁ ସୁନା ଶସ୍ତା ହୋଇଯାଏ, ତେବେ କେତେ ଭଲ ହୁଅନ୍ତା । ଦୁବାଇ ଏହାର ଶସ୍ତା ସୁନା ପାଇଁ ପ୍ରସିଦ୍ଧ, ତେଣୁ ଏହାକୁ “ସୁନାର ସହର” କୁହାଯାଏ, ଏବଂ ସେଠାରେ ଟ୍ୟାକ୍ସ ଫ୍ରି ସୁନା […]
ଏବେ ବରଗଡ଼ ଜିଲ୍ଲାରେ ଆନ୍ଦୋଳନ ହେଉଛି, ଆଗକୁ ସାରା ରାଜ୍ୟରେ ଆନ୍ଦୋଳନ କରିବ ବିଜେଡି
ଭୁବନେଶ୍ବର ୧୩।୧: ନୂଆ ସରକାର ଦ୍ୱାରା ଚାଷୀ କୂଳ ଆଜି ପ୍ରତାରିତ । ଧାନ କିଣାରେ ଅବ୍ୟବସ୍ଥା ଅଭିଯୋଗ ଆଣି ସରକାରଙ୍କୁ ଘେରିଲା ବିଜେଡି । ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ବିଜେଡି ଉପ ସଭାପତି ସଞ୍ଜୟ ଦାସବର୍ମା । ସେ କହିଲେ, ରାଜ୍ୟରେ ଡବଲ...
ଅତିରିକ୍ତ ସୁରକ୍ଷା ଜମା ପ୍ରସଙ୍ଗରେ ଟାଟା ପାୱାରକୁ ହାଇକୋର୍ଟଙ୍କ ଜବାବ ତଲବ, OERC ଓ ଶକ୍ତି ସଚିବଙ୍କୁ ମଧ୍ୟ ନୋଟିସ୍
କଟକ ୧୩।୧: ଅତିରିକ୍ତ ବିଦ୍ୟୁତ ସୁରକ୍ଷା ଜମା ଆଦାୟ ପ୍ରସଙ୍ଗରେ ଟାଟା ପାୱାରକୁ ଜବାବ ତଲବ କରିଛନ୍ତି ହାଇକୋର୍ଟ । ଏହାସହିତ ଓଇଆରସି ଏବଂ ରାଜ୍ୟ ସରକାରଙ୍କୁ ମଧ୍ୟ ଆଜି ନୋଟିସ୍ ଜାରି ହୋଇଛି । ଦୁଇ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ସମସ୍ତ ପକ୍...
Salary Cut: ବୃଦ୍ଧ ବାପା-ମାଆଙ୍କୁ ନ ପଚାରିଲେ ଦାରମାର 10% କାଟିଦେବେ ସରକାର, ହେବ ନୂଆ ନିୟମ
ତେଲେଙ୍ଗାନା: ସରକାର କଲେ ନୂଆ ନିୟମ । ଏଥର ବାପା-ମାଆଙ୍କୁ ଅଣଦେଖା କଲେ କଟାଯିବ ଦରମା । ତେଲେଙ୍ଗାନା ସରକାର ଏନେଇ ଏକ ଆଇନ ପ୍ରଣୟନ କରିବେ । ତେବେ ଯେଉଁ କର୍ମଚାରୀମାନେ ପିତାମାତାଙ୍କ ଯତ୍ନ ନେଉ ନାହାଁନ୍ତି, ସେମାନଙ୍କ ଦରମାରୁ 10% କାଟି ଦିଆଯିବ। ଏହି ଟଙ୍କା ପିତାମାତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ। ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ସୋମବାର କହିଛନ୍ତି ଯେ ବୃଦ୍ଧ ପିତାମାତାଙ୍କ ଦ୍ୱାରା ସେମାନଙ୍କ ପୁଅମାନଙ୍କ ବିରୁଦ୍ଧରେ ଦାଖଲ କରାଯାଇଥିବା […]
୧୩/୧: ୨୦୨୩ ମସିହାରେ ୨୦ ନିୟୁତ କାନାଡିଆନ୍ ଡଲାରରୁ ଅଧିକ ମୂଲ୍ୟର ସୁନା ଇଟା ଚୋରି ମାମଲାରେ ଦୁବାଇରୁ ବିମାନରେ ପହଞ୍ଚିବା ପରେ ଜଣେ ୪୩ ବର୍ଷୀୟ ବ୍ୟକ୍ତିଙ୍କୁ କାନାଡାର ଟରଣ୍ଟୋ ବିମାନବନ୍ଦରରେ ଗିରଫ କରାଯାଇଛି । ଭାରତୀୟ ବଂଶୋଦ୍ଭବ ଏୟାର୍ କାନାଡାର ଜଣେ ପୂର୍ବତନ କର୍ମଚାରୀଙ୍କୁ ମଧ୍ୟ ପୁଲିସ ଖୋଜୁଛି । ପୁଲିସ ଅଭିଯୁକ୍ତଙ୍କୁ ଅର୍ସାଲାନ୍ ଚୌଧୁରୀ ବୋଲି ଚିହ୍ନଟ କରିଛି, ଯାହାଙ୍କୁ ଟରଣ୍ଟୋରେ ଅବତରଣ କରିବା ପରେ ସୋମବାର ସକାଳ ୯ଟା ପୂର୍ବରୁ ଗିରଫ କରାଯାଇଥିଲା । ପିଲ୍ ଆଞ୍ଚଳିକ ପୁଲିସ୍ ଇନ୍ସପେକ୍ଟର ମାଇକ୍ ମାଭିଟି କହିଛନ୍ତି ଯେ, ଚୌଧୁରୀ ତାଙ୍କ ଓକିଲଙ୍କ ମାଧ୍ୟମରେ ଡିସେମ୍ବରରେ ପୁଲିସକୁ ଯୋଗାଯୋଗ କରି କାନାଡା ଫେରିବାର ଯୋଜନା ବିଷୟରେ ଜଣାଇଥିଲେ । ଏହି ଗିରଫଦାରୀ ପ୍ରୋଜେକ୍ଟ ୨୪କେ’ର ଏକ ଅଂଶ, ଯାହା ହାଇ-ପ୍ରୋଫାଇଲ୍ ଡକାୟତିର ଅନୁସନ୍ଧାନ କରୁଛି । ଚୌଧୁରୀଙ୍କ ବିରୋଧରେ ୫,୦୦୦ କାନାଡିଆନ୍ ଡଲାର ଚୋରି, ଅପରାଧ ଦ୍ୱାରା ଅର୍ଜିତ ସମ୍ପତ୍ତି ଠୁଳ କରିବା ଏବଂ ଅପରାଧ ପାଇଁ ଷଡଯନ୍ତ୍ର ଅଭିଯୋଗ ରହିଛି । ଜାମିନ ଶୁଣାଣି ବିଚାରାଧୀନ ଥିବାରୁ ତାଙ୍କୁ ରିମାଣ୍ଡରେ ନିଆଯାଇଛି । ଚୌଧୁରୀଙ୍କ ଗିରଫଦାରୀ ସହିତ, ଟରଣ୍ଟୋ ବିମାନବନ୍ଦରରେ ଏୟାର୍ କାନାଡାର କାର୍ଗୋ ସୁବିଧାରେ ଏପ୍ରିଲ ୧୭, ୨୦୨୩ରେ ଘଟିଥିବା ଚୋରି ମାମଲାରେ ବର୍ତ୍ତମାନ ୧୦ ଜଣଙ୍କ ବିଚାର କରାଯାଉଛି । ଚୀନ୍-ପାକିସ୍ତାନକୁ ଭାରତର ଚେତାବନୀ, ଶାକ୍ସଗାମ୍ ଉପତ୍ୟକା ଚୁକ୍ତିକୁ ନେଇ ସେନା ମୁଖ୍ୟ କହିଲେ... କାନାଡାର ସବୁଠାରୁ ବଡ ସୁନା ଚୋରି ବିଷୟରେ ପୁଲିସ ଅଭିଯୋଗ କରିଛି ଯେ, ଜଣେ ସନ୍ଦିଗ୍ଧ ପାଞ୍ଚ ଟନ୍ ଡେଲିଭରି ଟ୍ରକରେ ଗୋଦାମରେ ପହଞ୍ଚିଥିଲେ ଏବଂ ପ୍ରାୟ ୪୦୦ କିଲୋଗ୍ରାମ ଶୁଦ୍ଧ ସୁନା - ପ୍ରାୟ ୬,୬୦୦ ବାର୍ ଏବଂ ୨.୫ ନିୟୁତ କାନାଡିଆନ୍ ଡଲାରର ବିଦେଶୀ ମୁଦ୍ରା ସହିତ ପଳାଇଥିଲେ । ସେହି ଦିନ ପୂର୍ବରୁ ସ୍ୱିଜରଲ୍ୟାଣ୍ଡର ଜୁରିଚରୁ ଏୟାର୍ କାନାଡାର ଏକ ବିମାନରେ ଏହି କାର୍ଗୋ ପହଞ୍ଚିଥିଲା । କର୍ତ୍ତୃପକ୍ଷ ଆକଳନ କରିଛନ୍ତି ଯେ, କେବଳ ଚୋରି ହୋଇଥିବା ସୁନାର ମୂଲ୍ୟ ୨୦ ନିୟୁତ କାନାଡିଆନ୍ ଡଲାରରୁ ଅଧିକ ଥିଲା । ଚୋରି ହୋଇଥିବା ସୁନାର କେବଳ ଏକ ଛୋଟ ଅଂଶ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇଛି । ପୁଲିସ ବିଶ୍ୱାସ କରେ ଯେ ଅଧିକାଂଶ ସୁନାକୁ ତରଳାଇ ଦୁବାଇ ଓ ଭାରତ ପରି ବିଦେଶୀ ବଜାରରେ ବିକ୍ରି କରାଯାଇଛି । କର୍ତ୍ତୃପକ୍ଷ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଡକାୟତିର କିଛି ଆୟ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ପାଇଁ ପାଣ୍ଠି ଯୋଗାଇବାରେ ବ୍ୟବହୃତ ହୋଇଥିଲା । ଉଡ଼ାଣ ପୂର୍ବରୁ ଆକାଶ ଏୟାର୍ର ପୁଣେରୁ ବେଙ୍ଗାଲୁରୁଗାମୀ ବିମାନରେ ଯାନ୍ତ୍ରିକ ତ୍ରୁଟି, ଯାତ୍ରୀଙ୍କୁ ଓହ୍ଲାଇଦିଆଗଲା ଦୁଇ ସନ୍ଦିଗ୍ଧ ଫେରାର ଅଛନ୍ତି ପଳାତକ ସନ୍ଦିଗ୍ଧମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି, ବ୍ରାମ୍ପଟନର ୩୩ ବର୍ଷୀୟ ଏୟାର୍ କାନାଡାର ପୂର୍ବତନ କର୍ମଚାରୀ ସିମରନ୍ ପ୍ରୀତ ପାନେସର, ଯାହାଙ୍କୁ ୫,୦୦୦ କାନାଡିଆନ୍ ଡଲାରରୁ ଅଧିକ ଚୋରି ଓ ଷଡଯନ୍ତ୍ର ଅଭିଯୋଗରେ କାନାଡା ପୁଲିସ ଖୋଜୁଛି । ଗ୍ଲୋବାଲ୍ ନ୍ୟୁଜ୍ ରିପୋର୍ଟ କରିଛି ଯେ ପାନେସର ଭାରତରେ ଥିବା ବିଶ୍ୱାସ କରାଯାଉଛି । ପାନେସରଙ୍କ ପ୍ରତ୍ୟର୍ପଣ ଆବେଦନ ଭାରତ ସରକାରଙ୍କ ନିକଟରେ ଦାଖଲ କରାଯାଇଛି । ଗତ ବର୍ଷ ଚଣ୍ଡୀଗଡ଼ ଉପକଣ୍ଠରେ ଥିବା ଏକ ଭଡା ଫ୍ଲାଟରେ ପାନେସରଙ୍କୁ ଠାବ କରାଯାଇଥିଲା । ଅଗଷ୍ଟ ୨୦୨୪ରେ କୋର୍ଟରେ ହାଜର ହେବାରେ ବିଫଳ ହେବା ପରେ ୱାରେଣ୍ଟର ସମ୍ମୁଖୀନ ହୋଇଥିବା ବ୍ରାମ୍ପଟନର ୩୬ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ପ୍ରସାଥ ପରମଲିଙ୍ଗମଙ୍କୁ ମଧ୍ୟ ପୁଲିସ ଖୋଜୁଛି । ବ୍ରାମ୍ପଟନର ୨୭ ବର୍ଷୀୟ ଡୁରାଣ୍ଟେ କିଙ୍ଗ-ମ୍ୟାକ୍ଲିନଙ୍କ ପାଇଁ ଏକ ପୃଥକ୍ ୱାରେଣ୍ଟ ବଳବତ୍ତର ରହିଛି, ଯିଏକି ୫,୦୦୦ କାନାଡିଆନ୍ ଡଲାରରୁ ଅଧିକ ଚୋରି ଭଳି ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି । କିଙ୍ଗ-ମ୍ୟାକ୍ଲିନ୍ ଆମେରିକାରେ ଅସ୍ତ୍ରଶସ୍ତ୍ର କାରବାର ସମ୍ବନ୍ଧୀୟ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ଚଳିତ ବର୍ଷ ଶେଷରେ ତାଙ୍କୁ ଦଣ୍ଡିତ କରାଯିବ ବୋଲି ଆଶା କରାଯାଉଛି । ଏହା ପୂର୍ବରୁ ଅନ୍ୟ ଜଣେ ଅଭିଯୁକ୍ତ ବ୍ରାମ୍ପଟନର ଆର୍ଚିତ୍ ଗ୍ରୋଭରଙ୍କୁ ମେ ୨୦୨୪ରେ ଭାରତରୁ ବିମାନରେ ଆସିବା ପରେ ଟରଣ୍ଟୋ ବିମାନବନ୍ଦରରୁ ଗିରଫ କରାଯାଇଥିଲା । ପୂର୍ବରୁ ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ଏୟାର୍ କାନାଡାର ପୂର୍ବତନ କର୍ମଚାରୀ ୫୪ ବର୍ଷୀୟ ପରମପାଲ ସିଦ୍ଧୁ ଓ ୪୦ ବର୍ଷୀୟ ଅମିତ ଜଲୋଟା ମଧ୍ୟ ଅଛନ୍ତି ।
ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ୱକପ୍ ଆଉ ଗୋଟିଏ ମାସରୁ କମ୍ ସମୟ ବାକି ଅଛି। ତଥାପି, ବାଂଲାଦେଶ ସମସ୍ୟାର ସମାଧାନ ହୋଇନାହିଁ। ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରହମାନଙ୍କୁ ଆଇପିଏଲରୁ ବାଦ ଦିଆଯିବା ପରେ , ବାଂଲାଦେଶ କ୍ରିକେଟ୍ ବୋର୍ଡ ( ବିସିବି ) ସେମାନଙ୍କର ୨୦୨୬ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ଭାରତରୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲା। ବାଂଲାଦେଶ ସୁରକ୍ଷା ଚିନ୍ତାର କାରଣ ଦର୍ଶାଇଥିଲା। ଭାରତରେ ସୁରକ୍ଷା ବିପଦ ଥିବା ବାଂଲାଦେଶର ଦାବିକୁ ଆଇସିସି ଏବେ […]
ବାଂଲାଦେଶର ଦାବିକୁ ଅଗ୍ରାହ୍ୟ କଲା ICC, ଏବେ BCB ପାଖରେ କେବଳ ଦୁଇଟି ବିକଳ୍ପ, ୨୦୨୬ ବିଶ୍ଵକପରେ ଆସିଲା ନୂଆ ମୋଡ଼
ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ଵକପକୁ ଆଉ ମାସେରୁ କମ ସମୟ ବାକି ରହିଛି। ହେଲେ ଏ ପର୍ଯ୍ୟନ୍ତ ବାଂଲାଦେଶ ପ୍ରସଙ୍ଗର ସମାଧାନ ହୋଇ ପାରି ନାହିଁ। ଆଇପିଏଲରୁ ବାଂଲଦେଶୀ ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ବାହାର କରାଯିବା ପରେ ବାଂଲାଦେଶ କ୍ରିକ...
ଅପରେସନ ସିନ୍ଦୂର ଉପରେ ସେନାମୁଖ୍ୟଙ୍କ ବଡ଼ ବୟାନ
କନକ ବ୍ୟୁରୋ : ସେନାମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ମଙ୍ଗଳବାର ପ୍ରକାଶ କରିଛନ୍ତି ଯେ, ଯଦି ପାକିସ୍ତାନ ଅପରେସନ ସିନ୍ଦୂର ସମୟରେ କୌଣସି ଦୁଃସାହସିକ ଉଦ୍ୟମ କରିଥାନ୍ତା ତେବେ ସଶସ୍ତ୍ର ସେନା ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲା ।ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଜେନେରାଲ୍ ଦ୍ୱିବେଦୀ କହିଛନ୍ତି, ସେହି ୮୮ ଘଣ୍ଟା ମଧ୍ୟରେ, ସେନାର ପ୍ରସ୍ତୁତି ଏପରି ଥିଲା ଯେ ଯଦି ପାକିସ୍ତାନ କୌଣସି ଭୁଲ୍ କରିଥାନ୍ତା, ତେବେ ଆମେ ତୁରନ୍ତ ପାକିସ୍ତାନ ଭିତରେ ପଶି ସ୍ଥଳ ଆକ୍ରମଣ କରିଥାନ୍ତୁ । ଏଥର ଆମେ ନେଇଥିବା କାର୍ଯ୍ୟାନୁଷ୍ଠାନ ଦର୍ଶାଉଛି ଯେ, ଆମେ ପାରମ୍ପରିକ ପରିସରକୁ ବିସ୍ତାର କରିଛୁ । ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୫ ଜଣ ପର୍ଯ୍ୟଟକ ଓ ଜଣେ ପୋନି ଅପରେଟରଙ୍କ ମୃତ୍ୟୁ ଘଟିବା ପରେ ଭାରତ ଗତବର୍ଷ ମେ ୭ ତାରିଖରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା । ପାକିସ୍ତାନ ଓ ପାକିସ୍ତାନ-ଅଧିକୃତ କାଶ୍ମୀର (ପିଓକେ) ଭିତରେ ଥିବା ଆତଙ୍କବାଦୀ ଶିବିରକୁ ଟାର୍ଗେଟ୍ କରି ଏହି ସାମରିକ ଆକ୍ରମଣ କରାଯାଇଥିଲା, ଯେଉଁଥିରେ ୧୦୦ରୁ ଅଧିକ ଆତଙ୍କବାଦୀ ପ୍ରାଣ ହରାଇଥିଲେ ।ପାକିସ୍ତାନ ସାମରିକ ଓ ବେସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଭାରତ ଶକ୍ତିଶାଳୀ ଆକ୍ରମଣ କରି ଏହାର ଜବାବ ଦେଇଥିଲା, ଯାହା ଇସଲାମାବାଦକୁ ମେ ୧୦ରେ ଅସ୍ତ୍ରବିରତି ବୁଝାମଣା ପାଇଁ ଅନୁରୋଧ କରିବାକୁ ବାଧ୍ୟ କରିଥିଲା । ଅଧିକ ପଢ଼ନ୍ତୁ--- ଉଡ଼ାଣ ପୂର୍ବରୁ ଆକାଶ ଏୟାର୍ର ପୁଣେରୁ ବେଙ୍ଗାଲୁରୁଗାମୀ ବିମାନରେ ଯାନ୍ତ୍ରିକ ତ୍ରୁଟି, ଯାତ୍ରୀଙ୍କୁ ଓହ୍ଲାଇଦିଆଗଲା ‘ଅପରେସନ ସିନ୍ଦୂର ତ୍ରି-ସେନା ସମନ୍ୱୟର ଏକ ଉଦାହରଣ’ ସାମ୍ବାଦିକ ସମ୍ମିଳନୀରେ ଜେନେରାଲ୍ ଦ୍ୱିବେଦୀ କହିଛନ୍ତି ଯେ ଅପରେସନ ସିନ୍ଦୂର ଏକ ସ୍ପଷ୍ଟ ରାଜନୈତିକ ନିର୍ଦ୍ଦେଶନାମା ଅନୁଯାୟୀ ତ୍ରି-ସେନା ସମନ୍ୱୟର ସ୍ପଷ୍ଟ ଉଦାହରଣ । ଏହା ଅଧୀନରେ ସାମରିକ ପ୍ରତିକ୍ରିୟା ଜାରି ରହିଛି ଏବଂ ଭବିଷ୍ୟତରେ କୌଣସି ଦୁଃସାହସିକ କାର୍ଯ୍ୟ ପାଇଁ ଦୃଢ ପ୍ରତିକ୍ରିୟା ସହିତ ସାମ୍ନା କରାଯିବ ବୋଲି ପାକିସ୍ତାନକୁ ଚେତାବନୀ ଦିଆଯାଇଛି । ସମ୍ପ୍ରତି ଜମ୍ମୁ-କାଶ୍ମୀରର ପଶ୍ଚିମ ସୀମାରେ ପରିସ୍ଥିତି ସମ୍ବେଦନଶୀଳ ରହିଛି, କିନ୍ତୁ ମେ ୧୦ ତାରିଖରୁ ସୁରକ୍ଷା ବାହିନୀ କଡ଼ା ନଜର ରଖିଛନ୍ତି । ୨୦୨୫ ମସିହାରେ ମୋଟ ୩୧ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ପ୍ରାୟ ୬୫ ପ୍ରତିଶତ ପାକିସ୍ତାନୀ ବଂଶୋଦ୍ଭବ। ପହଲଗାମ ଆକ୍ରମଣର ତିନିଜଣ ଅପରାଧୀଙ୍କୁ ଅପରେସନ ମହାଦେବ ସମୟରେ ନିପାତ କରାଯାଇଥିଲା । ସକ୍ରିୟ ସ୍ଥାନୀୟ ଆତଙ୍କବାଦୀଙ୍କ ସଂଖ୍ୟା ବର୍ତ୍ତମାନ ଏକ ଅଙ୍କକୁ ଖସି ଆସିଛି। ଆତଙ୍କବାଦୀ ପଦବୀରେ ନୂତନ ନିଯୁକ୍ତି ପ୍ରାୟ ନାହିଁ । ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ସେନା ମୁଖ୍ୟ ଜେନେରାଲ ଦ୍ୱିବେଦୀ ଏହା ମଧ୍ୟ କହିଛନ୍ତି ଯେ, ସେନା ସୀମାରେ ଆତଙ୍କବାଦୀ ଭିତ୍ତିଭୂମି ଉପରେ ତୀକ୍ଷ୍ଣ ନଜର ରଖିଛି । ଆମର ସୂଚନା ଅନୁଯାୟୀ, ପ୍ରାୟ ଆଠଟି କ୍ୟାମ୍ପ ଏବେ ମଧ୍ୟ ସକ୍ରିୟ ଅଛି । ଏଥିମଧ୍ୟରୁ ପ୍ରାୟ ଦୁଇଟି ଅନ୍ତର୍ଜାତୀୟ ସୀମା ସମ୍ମୁଖରେ ଏବଂ ଛଅଟି ନିୟନ୍ତ୍ରଣ ରେଖା ଆରପଟେ ଅବସ୍ଥିତ । ଆମେ ବିଶ୍ୱାସ କରୁ ଯେ, ଏହି ଶିବିରରେ କିଛି ଉପସ୍ଥିତି କିମ୍ବା ତାଲିମ କାର୍ଯ୍ୟକଳାପ ଚାଲିଛି, ଯେଉଁଥିପାଇଁ ଆମେ ତୀକ୍ଷ୍ଣ ନଜର ରଖିଛୁ ଏବଂ ସୂଚନା ସଂଗ୍ରହ କରୁଛୁ । ଯଦି ଏପରି କାର୍ଯ୍ୟକଳାପ ପୁନର୍ବାର ଜଣାପଡେ, ତେବେ ଆମେ ଆବଶ୍ୟକ ପଦକ୍ଷେପ ନେବୁ ବୋଲି ସେନା ମୁଖ୍ୟ କହିଛନ୍ତି। ବାର୍ଷିକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ ଚେତାଇ ଦେଇଛନ୍ତି ଯେ, ମେ ୨୦୨୫ରେ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂର ଏବେ ମଧ୍ୟ ଚାଲିଛି ।
Bhadrak : ମଜା ପାଲଟିଲା ସଜ୍ଜା , ଠିଆ ପୁଚି ଖେଳି ୭ଛାତ୍ରୀ ଅସୁସ୍ଥ
ଭଦ୍ରକ : ପିଲାଦିନ କଥା ଭାବିଲେ ପୁଚି ଖେଳ କଥା ମନେ ପଡ଼ିଯାଏ। ପୁଚି ଖେଳରେ ଯେଉଁ ଖୁସି, ଯିଏ ଖେଳିଛି ସେ ଜାଣିଛି ତାର ମଜା। କିନ୍ତୁ ଏଠି ପୁଚି ଖେଳ ମଜା ନୁହେଁ ସଜ୍ଜାରେ ପରିଣତ ହୋଇଛି । ଠିଆ ପୁଚି ଖେଳିବା ବେଳେ ୭ଛାତ୍ରୀ ଅସୁସ୍ଥ ହୋଇ ପଡ଼...
କ୍ବିକ୍ କମର୍ସରେ ୧୦ ମିନିଟ୍ ଡେଲିଭରି ସେବା ହଟିଲା
କନକ ବ୍ୟୁରୋ : ୧୦ ମିନିଟ୍ରେ ଡେଲିଭରି ସେବା ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାରଙ୍କ ଶ୍ରମ ମନ୍ତ୍ରାଳୟ ଆଜି ଜୋମାଟୋ , ସ୍ବିଗି, ବ୍ଲିଙ୍କିଟ୍ ଏବଂ ଜେପ୍ଟୋକୁ ନିର୍ଦ୍ଦେଶ ଦେଇଛି । ସୂଚନା ଅନୁଯାୟୀ ସରକାରଙ୍କ ଉକ୍ତ ନିର୍ଦ୍ଦେଶନାମାକୁ ବ୍ଲିଙ୍କିଟ୍ ତୁରନ୍ତ କାର୍ଯ୍ୟକାରୀ କରି ୧୦ ମିନିଟ୍ରେ ଡେଲିଭରି ପ୍ରତିଶ୍ରୁତିକୁ ହଟାଇ ଦେଇଛି । ଅନ୍ୟ କମ୍ପାନିଗୁଡ଼ିକ ମଧ୍ୟ ଆଗାମୀ ଦିନରେ ଏହାକୁ କାର୍ଯ୍ୟକାରୀ କରିବେ ବୋଲି ଆଶା କରାଯାଉଛି । ଗିଗ୍ ଶ୍ରମିକମାନଙ୍କ ସୁରକ୍ଷା ଏବଂ କର୍ମ ସଂସ୍କୃତିରେ ଉନ୍ନତି ଆଣିବା ପାଇଁ ଏହା କରାଯାଇଛି । ଚୀନ୍-ପାକିସ୍ତାନକୁ ଭାରତର ଚେତାବନୀ, ଶାକ୍ସଗାମ୍ ଉପତ୍ୟକା ଚୁକ୍ତିକୁ ନେଇ ସେନା ମୁଖ୍ୟ କହିଲେ... ଉତ୍ତମ ପାରିଶ୍ରମିକ ଏବଂ ଉନ୍ନତ କାର୍ଯ୍ୟ ପରିବେଶ ଦାବିରେ ଗତ ଡିସେମ୍ବର ମାସରେ ଗିଗ୍ ଆଣ୍ଡ୍ ପ୍ଲାଟଫର୍ମ ସର୍ଭିସ ୱାର୍କସ ସଂଘ ଧର୍ମଘଟ କରିଥିଲା । ଏହା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । ଶ୍ରମମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏସବୁ କମ୍ପାନିର ପ୍ରତିନିଧିମାନଙ୍କୁ ଭେଟିବା ସହିତ ଡେଲିଭରି ପାର୍ଟନରମାନଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ।
ଆଇନଜୀବୀ ପୀତବାସ ହତ୍ୟା ମାମଲା: ୬ ଅଭିଯୁକ୍ତଙ୍କ ଜାମିନ ଖାରଜ
ବ୍ରହ୍ମପୁର:ଆଇନଜୀବୀ ପୀତବାସ ହତ୍ୟା ମାମଲାରେ ୬ ଅଭିଯୁକ୍ତଙ୍କ ଜାମିନ ଖାରଜ ହୋଇଛି। ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ୬ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ୍ କରିଛନ୍ତି ଏସଡିଜେଏମ।ମଳୟ ବିଷୋୟୀଙ୍କ ସମେତ ସୁନୀଲ ହୋତା, ବିପି...
ରଥଯାତ୍ରା ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ, ୬ ମାସ ପୂର୍ବରୁ ରିପୋର୍ଟ ଦେବାକୁ CSଙ୍କ ନିର୍ଦ୍ଦେଶ
ପୁରୀ ୧୩।୦୧ : ରଥଯାତ୍ରା ନେଇ ମୁଖ୍ୟ ଶାସନ ସଚିବଙ୍କ ପ୍ରସ୍ତୁତି ବୈଠକ । ୬ ମାସ ପୂର୍ବରୁ ସମସ୍ତ ବିଭାଗକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ଆଗକୁ ପ୍ରତି ମାସରେ ରଥ ଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା...
IND vs NZ Live Streaming: ଦ୍ୱିତୀୟ ODI କେଉଁଠି, କିପରି ମାଗଣାରେ ଦେଖିବେ? ଜାଣନ୍ତୁ ସହଜ ଉପାୟ
IND vs NZ Live Streaming:ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ODI ସିରିଜର ଦ୍ୱିତୀୟ ମ୍ୟାଚ୍ ରାଜକୋଟର ନିରଞ୍ଜନ ଶାହ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ମ୍ୟାଚ୍ ଜିତିବା ପରେ, ଟିମ୍ ଇଣ୍ଡିଆ ସିରିଜରେ 1-0 ରେ ଆଗୁଆ ରହିଛି। ଏବେ, ସେମାନେ ଦ୍ୱିତୀୟ ODI ଜିତି ସିରିଜରେ ଏକ ଅପ୍ରତିଦ୍ୱନ୍ଦ୍ୱୀ ଅଗ୍ରଣୀ ହାସଲ କରିବାକୁ ଚେଷ୍ଟା କରିବେ। ଟିମ୍ ଇଣ୍ଡିଆ ପ୍ରଥମ ODIକୁ 4 ୱିକେଟରେ ଜିତିଥିଲା। ଟିମ୍ ଇଣ୍ଡିଆର ବିଜୟର ପ୍ରକୃତ ହିରୋ ଥିଲେ […]
ନୂଆଦିଲ୍ଲୀ: ବିଶେଷକରି ଯେତେବେଳେ ଗାଈ ଏବଂ ମଇଁଷି ମାଂସ କଥା ଆସେ, ଏହି ପ୍ରସଙ୍ଗ କେବଳ ସ୍ୱାଦ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଆଇନଗତ, ଧାର୍ମିକ ଏବଂ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଜଡିତ। ଯଦିଓ ଦୁଇଟି ମାଂସ ସମାନ ଦେଖାଯାଇପାରେ, ବୈଜ୍ଞାନିକ ଗବେଷଣା ଏବଂ ବିଶେଷଜ୍ଞଙ୍କ ଫଳାଫଳ ସେମାନଙ୍କ ମଧ୍ୟରେ ଅନେକ ସ୍ପଷ୍ଟ ପାର୍ଥକ୍ୟ ପ୍ରକାଶ କରେ, ଯାହାକୁ ସହଜରେ ଚିହ୍ନିହେବ। ରଙ୍ଗ ପାର୍ଥକ୍ୟ: ଗାଈ ଏବଂ ମଇଁଷି ମାଂସ ମଧ୍ୟରେ ସବୁଠାରୁ ବଡ଼ ପାର୍ଥକ୍ୟ ହେଉଛି […]
ଆଉ ମିଳିବନି ୧୦ ମିନିଟ୍ରେ ଡେଲିଭରି: ଏଥର ଅର୍ଡର ପାଇଁ ଅପେକ୍ଷା କରିବାକୁ ପଡ଼ିବ ଅଧିକ ସମୟ
ନୂଆଦିଲ୍ଲୀ:ଆଉ ମିଳିବନି ୧୦ ମିନିଟ୍ରେଡେଲିଭରି। ଏହି ସେବାକୁ ଏବେ ବନ୍ଦ କରିବାକୁ ଯାଉଛି କ୍ୱିକ୍ କମର୍ସ ଆପ୍ ବ୍ଲିଙ୍କିଟ୍। ଗିଗ୍ ୱାର୍କରଙ୍କ ସୁରକ୍ଷା ଚିନ୍ତାକୁ ନେଇ କେନ୍ଦ୍ର ସରକାରଙ୍କର ହସ୍ତକ୍ଷେପ ପରେ ବ୍ଲିଙ୍କିଟ୍...
ଚୀନ୍-ପାକିସ୍ତାନକୁ ଭାରତର ଚେତାବନୀ, ଶାକ୍ସଗାମ୍ ଉପତ୍ୟକା ଚୁକ୍ତିକୁ ନେଇ ସେନା ମୁଖ୍ୟ କହିଲେ...
କନକ ବ୍ୟୁରୋ: ଭାରତ ପୁଣିଥରେ ଶାକ୍ସଗାମ୍ ଉପତ୍ୟକା ସମ୍ପର୍କରେ ଚୀନ୍ ଏବଂ ପାକିସ୍ତାନ କୁ ସ୍ପଷ୍ଟ ବାର୍ତ୍ତା ଦେଇଛି । ସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ପୁନର୍ବାର କହିଛନ୍ତି ଯେ ପାକିସ୍ତାନ ଏବଂ ଚୀନ୍ ମଧ୍ୟରେ ୧୯୬୩ ମସିହାରେ ହୋଇଥିବା ସୀମା ଚୁକ୍ତିନାମା ସମ୍ପୂର୍ଣ୍ଣ ବେଆଇନ ଏବଂ ଭାରତ ପାଇଁ ଅବୈଧ । ସେ କହିଛନ୍ତି ଯେ ଶାକ୍ସଗାମ୍ ଉପତ୍ୟକା ଭାରତର ଅଂଶ ଏବଂ ଭାରତ ସେଠାରେ କୌଣସି କାର୍ଯ୍ୟକଳାପକୁ ସ୍ୱୀକୃତି ଦିଏ ନାହିଁ । ବୈଦେଶିକ ମନ୍ତ୍ରଣାଳୟ ପୂର୍ବରୁ ଏହି ପ୍ରସଙ୍ଗରେ ସ୍ପଷ୍ଟ କରିସାରିଛି ଯେ ଭାରତ ନିଜର ସ୍ୱାର୍ଥର ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବ । ଭଙ୍ଗାଯିବ ନଅ ତାଲା, ରାଜୀବ ଭବନ ଆଉ ସେଚ ସଦନ ; ମନ୍ତ୍ରୀ ଦେଲେ ବଡ଼ ସୂଚନା ସେନା ମୁଖ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପାକିସ୍ତାନ ୧୯୬୩ ଚୁକ୍ତିନାମା ଅନୁଯାୟୀ ଶାକ୍ସଗାମ୍ ଉପତ୍ୟକାର କିଛି ଅଂଶ ଚୀନକୁ ହସ୍ତାନ୍ତର କରିଥିଲା, ଯାହାକୁ ଭାରତ କେବେ ଗ୍ରହଣ କରେ ନାହିଁ । ସେ ସ୍ପଷ୍ଟ ଭାବରେ କହିଥିଲେ, ଆମେ ସେଠାରେ କୌଣସି କାର୍ଯ୍ୟକଳାପକୁ ଗ୍ରହଣ କରୁନାହୁଁ । ଏହି ଚୁକ୍ତିନାମା ଆମ ପାଇଁ ଅବୈଧ । ଜେନେରାଲ ଦ୍ୱିବେଦୀ କହିଥିଲେ ଯେ ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର ମଧ୍ୟ ଭାରତ ପାଇଁ ଗ୍ରହଣୀୟ ନୁହେଁ । ସେ ଏହାକୁ ଉଭୟ ଦେଶ ଦ୍ୱାରା କରାଯାଉଥିବା ଏକ ଅବୈଧ କାର୍ଯ୍ୟକଳାପ ବୋଲି କହିଥିଲେ ଏବଂ କହିଥିଲେ ଯେ ଏହି ପ୍ରକଳ୍ପ ଭାରତୀୟ ଅଞ୍ଚଳ ଦେଇ ଯାଇଥାଏ । ଭାରତ ବାଂଲାଦେଶ ଉପରେ କଡ଼ା ନଜର ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ ଯେହେତୁ ବାଂଲାଦେଶରେ ବର୍ତ୍ତମାନ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଅଛି, ତେଣୁ ଭାରତକୁ ତୁରନ୍ତ ପ୍ରତିକ୍ରିୟା ଦେବାର ଆବଶ୍ୟକତା ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ତିନୋଟି ସଶସ୍ତ୍ର ବାହିନୀ ବାଂଲାଦେଶ ସେନା ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି ଏବଂ ଭାରତ ବିରୁଦ୍ଧରେ କୌଣସି କାର୍ଯ୍ୟକଳାପ ନିର୍ଦ୍ଦେଶିତ ନୁହେଁ । ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ଅପରେସନ ସିନ୍ଦୂର ସେ କହିଛନ୍ତି ଯେ ୨୦୨୫ରେ ଏପର୍ଯ୍ୟନ୍ତ ୧୩୯ ଟି ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି, ଯାହା ମଧ୍ୟରୁ ୧୨୪ ଟି ଅପରେସନ ସିନ୍ଦୂର ସମୟରେ ଘଟିଥିଲା । ଅପରେସନ ସିନ୍ଦୂରରେ ନଅଟି ଲକ୍ଷ୍ୟସ୍ଥଳରୁ ସାତଟି ଧ୍ୱଂସ କରାଯାଇଥିଲା ଏବଂ ଅପରେସନ ଏବେ ବି ଜାରି ରହିଛି । ଭଙ୍ଗାଯିବନି ବର୍ତ୍ତମାନର ବିଧାନସଭା କୋଠା ; ନୂଆ ବିଧାନସଭା ତିଆରି ହେଲେ, ମ୍ୟୁଜିୟମ୍ ହେବ ପୁରୁଣା କୋଠା ଉତ୍ତର ଏବଂ ଉତ୍ତର-ପୂର୍ବ ସୀମାରେ ପରିସ୍ଥିତି ସେନା ମୁଖ୍ୟ କହିଛନ୍ତି ଯେ ଉତ୍ତର ସୀମାରେ ପରିସ୍ଥିତି ସ୍ଥିର ଅଛି, କିନ୍ତୁ ସତର୍କତା ଆବଶ୍ୟକ । LAC ସହିତ ଭାରତୀୟ ମୁତୟନ ସନ୍ତୁଳିତ ଏବଂ ଦୃଢ଼ ରହିଛି । ଉତ୍ତର-ପୂର୍ବରେ, ମଣିପୁରରେ ୨୦୨୫ ପରଠାରୁ ପରିସ୍ଥିତିରେ ଉନ୍ନତି ଆସିଛି ଏବଂ ମିଆଁମାର ନିର୍ବାଚନ ପରେ ସହଯୋଗ ଆହୁରି ଉନ୍ନତ ହେବ । ଅପରେସନ ସିନ୍ଦୂର ଏବେ ବି ଚାଲିଛି ଶେଷରେ, ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ସ୍ପଷ୍ଟ ଭାବରେ କହିଥିଲେ ଯେ ଅପରେସନ ସିନ୍ଦୂର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଭବିଷ୍ୟତରେ ଯେକୌଣସି ଦୁଃସାହସିକ କାର୍ଯ୍ୟର ମୁକାବିଲା ବଳପୂର୍ବକ କରାଯିବ । ସେ CAPF, ଗୁଇନ୍ଦା ସଂସ୍ଥା, ରାଜ୍ୟ ପ୍ରଶାସନ ଏବଂ ସମସ୍ତ ମନ୍ତ୍ରଣାଳୟର ଭୂମିକାକୁ ପ୍ରଶଂସା କରିଥିଲେ ।
ଛୋଟିଆ ଚାକିରି ଦରମା କମ୍ ତଥାପି ନାହିଁ ଲୋଭ, ଏତେ ଗୁଡାଏ ସୁନା ଗହଣା ପାଇ ଫେରାଇଦେଇଥିବା ଏହି ମହିଳାଙ୍କୁ ସଲାମ୍...
ନୂଆଦିଲ୍ଲୀ ୧୩/୦୧:ଆଜିର ସମୟରେ ସୁନାର ଅମୂଲ ମୂଲ । ସୁନାରେ ହାତ ମାରି ହେଉନି । ଯଦି ରାସ୍ତାରେ ସୁନାର ମୁଦି କି ଅନ୍ୟ କିଛି ଅଳଙ୍କାର ମିଳେ ତାହାଲେ କେହି ଛାଡିବେନି । ଘରକୁ ନେଇଯିବେ । ପୋଲିସକୁ ଦେବା ପରିବର୍ତ୍ତେ ନିଜ ଘରେ ସାଇତି...
2026 Tata Punch Facelift launched: ଟାଟା ମୋଟର୍ସ ପୁଣି ଥରେ ଭାରତୀୟ ଅଟୋ ବଜାରରେ ହଇଚଇ ସୃଷ୍ଟି କରିଛି। କମ୍ପାନୀ ଏହାର ଲୋକପ୍ରିୟ ମାଇକ୍ରୋ- SUV Tata Punch ର ୨୦୨୬ ଫେସଲିଫ୍ଟ ମଡେଲ୍ ଲଞ୍ଚ କରିଛି। ଏହା ପଞ୍ଚର ପ୍ରଥମ ପ୍ରମୁଖ ଅପଡେଟ୍, ଯେଉଁଥିରେ ଡିଜାଇନ୍ ଠାରୁ ଆରମ୍ଭ କରି ପ୍ରଯୁକ୍ତିବିଦ୍ୟା ଏବଂ ସୁରକ୍ଷା ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହାର ପ୍ରାରମ୍ଭିକ ମୂଲ୍ୟ ୫.୫୯ ଲକ୍ଷ (ଏକ୍ସ-ଶୋରୁମ୍) ରଖା […]
ନୂଆଦିଲ୍ଲୀ: ପ୍ରତିବର୍ଷ ସାରା ବିଶ୍ୱରେ ବୃକକ୍ ରୋଗ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ରୋଗୀଙ୍କ ମଧ୍ୟରୁ ଅଧିକାଂଶ ଜୀବନ ପ୍ରତି ବିପଦପୂର୍ଣ୍ଣ ବିପଦର ସମ୍ମୁଖୀନ ହୁଅନ୍ତି। ତଥାପି, ଏହି ରୋଗୀଙ୍କ ଚିକିତ୍ସା ପାଇଁ ଆଶା ଅଛି। ଆମେରିକାର ଏକ ବଡ଼ ପର୍ଯ୍ୟବେକ୍ଷଣ ଅଧ୍ୟୟନ ଅନୁଯାୟୀ, ଗୁରୁତର ବୃକକ୍ ରୋଗ ଥିବା ରୋଗୀଙ୍କ ପାଇଁ ଷ୍ଟାଟିନ୍ ଚିକିତ୍ସା ବହୁତ ଲାଭଦାୟକ। ଏହି ରୋଗୀ ଅଧ୍ୟୟନ ୟୁରୋପୀୟ ଜର୍ଣ୍ଣାଲ ଅଫ୍ ସାଇଣ୍ଟିଫିକ୍ ରିପୋର୍ଟରେ ପ୍ରକାଶିତ ହୋଇଛି । ଗବେଷଣାରୁ […]
ଭଙ୍ଗାଯିବ ନଅ ତାଲା, ରାଜୀବ ଭବନ ଆଉ ସେଚ ସଦନ ; ମନ୍ତ୍ରୀ ଦେଲେ ବଡ଼ ସୂଚନା
କନକ ବ୍ୟୁରୋ: ଭଙ୍ଗାଯିବ ନଅ ତାଲା । ବର୍ତ୍ତମାନ ଲୋକସେବା ଭବନର ଅତି ନିକଟରେ ଥିବା ନଅ ତାଲା, ସେଚ ସଦନ ଏବଂ ରାଜୀବ ଭବନକୁ ଭଙ୍ଗାଯିବ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତାଙ୍କ କହିବା ଅନୁସାରେ, ଏ ସବୁ କୋଠା ବିପଦସଙ୍କୁଳ ବୋଲି ଘୋଷଣା ହୋଇସାରିଛି । ଏହାସହିତ ତିନୋଟି ପର୍ଯ୍ୟାୟରେ ନୂଆ ଲୋକସେବା ଭବନ ନିର୍ମାଣ ହେବ । ପ୍ରଥମ ପର୍ଯ୍ୟାୟରେ ଲୋକସେବା ଭବନର ମୁଖ୍ୟ ଅଫିସଟି ଖାରବେଳ ଭବନ ନିକଟରେ ନିର୍ମାଣ ହେବ । ଏହାପରେ ପାଓ୍ୱାର ହାଉସ ଛକକୁ ଲାଗି ଏଡିଏମ୍ ଅଫିସ, OSEPA ଅଫିସ୍ ପାଖରେ ହେବ ନୂତନ ଲୋକସେବା ଭବନ ଅଫିସ୍ । ଅନ୍ୟପଟେ ରାଜ୍ୟରେ ନୂଆ ବିଧାନସଭା ତିଆରି ନେଇ ଖବର ଆସିବା ପରେ, ଚର୍ଚ୍ଚା ହେଉଥିଲା ଯେ, ପୁରୁଣା ବିଧାନସଭା କଣ ହେବ? ଏବେ ଏନେଇ ସ୍ପଷ୍ଟୋକ୍ତି ରଖିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତାଙ୍କ କହିବା ଅନୁସାରେ, ବର୍ତ୍ତମାନ ଥିବା ବିଧାନସଭା କୋଠାକୁ ଭଙ୍ଗାଯିବନି । ଏହାକୁ ସନ୍ତକ ହିସାବରେ ରଖାଯିବ । ଏମିତି କି ଭବିଷ୍ୟତରେ ଏହାକୁ ମ୍ୟୁଜିୟମ ଭାବରେ ମଧ୍ୟ ବ୍ୟବହାର କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଆଗକୁ ଓଡ଼ିଶାରେ ବିଧାନ ପରିଷଦ ଗଠନ ହୁଏ ତେବେ ଏହି ପୁରୁଣା ବିଧାନସଭା ଗୃହକୁ ବିଧାନ ପରିଷଦ ଗୃହ ଭାବେ ମଧ୍ୟ ବ୍ୟବହାର କରିହେବ ବୋଲି ସେ ସୂଚନା ଦେଇଛନ୍ତି । ଏହାସହ ନୂଆକରି ତିଆରି ହେବାକୁ ଥିବା ବିଧାନସଭାରେ ୩୦୦ ସଦସ୍ୟ ବସିପାରିବେ । ଲୋକସେବା ଭବନ ଏବଂ ବିଧାନସଭା ମଝିରେ ଥିବା ଖାଲି ସ୍ଥାନରେ ଏହି ନୂଆ ବିଧାନସଭା ଗଠନ ହେବ । ଆହୁରି ପଢ଼ନ୍ତୁ : ଭଙ୍ଗାଯିବନି ବର୍ତ୍ତମାନର ବିଧାନସଭା କୋଠା ; ନୂଆ ବିଧାନସଭା ତିଆରି ହେଲେ, ମ୍ୟୁଜିୟମ୍ ହେବ ପୁରୁଣା କୋଠା ସୂଚନାଯୋଗ୍ୟ ଯେ, ଆଗାମୀ ଡିଲିମିଟେସନ୍ (ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ) ବେଳେ ଓଡ଼ିଶାରେ ବିଧାନସଭା ଆସନ ସଂଖ୍ୟା ଆହୁରି ୫୦ଟି ବଢ଼ିପାରେ। ଏବେ ଥିବା ୭୦ ବର୍ଷ ତଳର ବିଧାନସଭା କୋଠାରେ ସମ୍ପ୍ରସାରଣ ସୁଯୋଗ ନାହିଁ। ତେଣୁ ଆଗାମୀ ୭୦ରୁ ୧୦୦ ବର୍ଷକୁ ନଜରରେ ରଖି ରାଜ୍ୟ ସରକାର ନୂଆ ବିଧାନସଭା କୋଠାର ଯୋଜନା କରିଛନ୍ତି। ଏଠାରେ ପ୍ରାୟ ୩୦୦ ବିଧାୟକ ବସିବା ଭଳି ବିଧାନସଭା ଗୃହନିର୍ମାଣ ସହ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିବ। ଏହି ଦୁଇମହଲା ବିଶିଷ୍ଟ କୋଠା (ବି+ଜି+୧) ଢାଞ୍ଚାରେ ନିର୍ମାଣ ହେବ। ଏଠାରେ ଭୂତଳ ପାର୍କିଂ ଏବଂ ସ୍ବତନ୍ତ୍ର ପାର୍କିଂ ଅଞ୍ଚଳ ରହିବ। ଏଥିପାଇଁ ୩୮୭.୯୪ କୋଟି ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କହିଛନ୍ତି। ସେହିପରି ବର୍ତ୍ତମାନର ଲୋକସେବା ଭବନରେ ଅଧିକାରୀ ଓ କର୍ମଚାରୀ ବସିବାକୁ ପର୍ଯ୍ୟାପ୍ତ ପ୍ରକୋଷ୍ଠ ନାହିଁ। ପ୍ରାୟ ୬୭ ବର୍ଷ ତଳେ ନିର୍ମାଣ ହୋଇଥିବା ଲୋକସେବା ଭବନ (ସଚିବାଳୟ)କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ।
ନିତିନ ନବୀନ ହେବେ ବିଜେପିର ପୂର୍ଣ୍ଣକାଳୀନ ସଭାପତି
କନକବ୍ୟୁରୋ : ଜାନୁଆରି ୨୦ ତାରିଖରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ନିତିନ ନବୀନ ଦଳର ପୂର୍ଣ୍ଣକାଳୀନ ସଭାପତି ହେବେ । ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହ ଉପସ୍ଥିତ ରହିବେ । ସମସ୍ତ କ୍ୟାବିନେଟ ମନ୍ତ୍ରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିଜେପି ପଦାଧିକାରୀ ମାନେ ଉପସ୍ଥିତ ରହିବେ । ଏହା ବ୍ୟତୀତ ଅନେକ ରାଜ୍ୟର ରାଜ୍ୟ ସଭାପତି ମଧ୍ୟ ଦିଲ୍ଲୀ ଆସିବେ । ବିଜେପିର ଶୀର୍ଷ ନେତୃତ୍ୱ ଚାହୁଛନ୍ତି ନିତିନ ନବୀନଙ୍କୁ ସମ୍ମାନଜନକ ଢଙ୍ଗରେ ମୁକୁଟ ପିନ୍ଧାଇବାକୁ । ଏଭଳି ପରିସ୍ଥିତିରେ ବରିଷ୍ଠ ନେତାମାନଙ୍କ ମଧ୍ୟରେ ମଧ୍ୟ ତାଙ୍କର ସ୍ଥିତି ଦୃଢ଼ ହୋଇପାରିବ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ତାଙ୍କ ସ୍ବାଗତ ଉତ୍ସବରେ ଉପସ୍ଥିତ ରହିବେ ଏବଂ ସମଗ୍ର କ୍ୟାବିନେଟ୍ ମଧ୍ୟ ଉପସ୍ଥିତ ରହିବେ । ଭଙ୍ଗାଯିବନି ବର୍ତ୍ତମାନର ବିଧାନସଭା କୋଠା ; ନୂଆ ବିଧାନସଭା ତିଆରି ହେଲେ, ମ୍ୟୁଜିୟମ୍ ହେବ ପୁରୁଣା କୋଠା ଏହା ମାଧ୍ୟମରେ ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରାଯିବ ଯେ ବିଜେପି ସଭାପତି ପଦ ସଂଗଠନର ଶୀର୍ଷରେ ଅଛି ଏବଂ କେଉଁ ନେତା ସେହି ଦାୟିତ୍ୱ ତୁଲାଉଛନ୍ତି ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ । କାର୍ଯ୍ୟକାରୀ ସଭାପତି ହେବା ପରଠାରୁ ନିତିନ ବିଜେପିର ସମସ୍ତ ନେତାଙ୍କୁ ଭେଟିଛନ୍ତି । ସଂଗଠନର ଅଦଳବଦଳ ପାଇଁ ସେ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି । ଜାନୁଆରି ୨୦ରେ ଆନୁଷ୍ଠାନିକ ଭାବେ ପୂର୍ଣ୍ଣକାଳୀନ ସଭାପତି ଘୋଷଣା ପରେ ସେ ତାଙ୍କ ଦଳ ସ୍ଥିର କରିବେ ଏବଂ ଅନେକ ନୂଆ ଚେହେରା ବିଜେପି ସଂଗଠନରେ ପ୍ରବେଶ କରିପାରନ୍ତି । କେନ୍ଦ୍ର ସରକାରରେ ଅଦଳବଦଳ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି ଏହା ବ୍ୟତୀତ କେନ୍ଦ୍ର ସରକାରରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିବ। ଏହାର କାରଣ ହେଉଛି ପଙ୍କଜ ଚୌଧୁରୀ ବର୍ତ୍ତମାନ ୟୁପିର ରାଜ୍ୟ ସଭାପତି ଅଛନ୍ତି । ସେ ମଧ୍ୟ ମୋଦୀ ସରକାରଙ୍କ ମନ୍ତ୍ରିମଣ୍ଡଳରେ ଅଛନ୍ତି । ଏଭଳି ପରିସ୍ଥିତିରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇବା ନିଶ୍ଚିତ ବୋଲି ବିବେଚନା କରାଯାଉଛି । ଏହା ବ୍ୟତୀତ ସଂଗଠନରୁ ଆଉ କିଛି ନେତାଙ୍କୁ ସରକାରକୁ ଅଣାଯାଇପାରେ । ଏଥି ସହିତ ଆର୍ଏସ୍ଏସ୍ ସହ ଜଡିତ କିଛି ଲୋକଙ୍କୁ ଦଳରେ ଗୁରୁତ୍ୱପୂର୍ଣ୍ଣ ପଦବୀ ଦିଆଯାଇପାରେ । ୪୬ ବର୍ଷୀୟ ନିତିନ ନବୀନ ହେଉଛନ୍ତି ବିଜେପିର ସର୍ବକନିଷ୍ଠ ଜାତୀୟ ସଭାପତି । ନିତିନ ଏକାକୀ ନାମାଙ୍କନପତ୍ର ଦାଖଲ କରିବେ, ପ୍ରଥମ ଦିନ ନମିନେସନ ଓ ଦ୍ୱିତୀୟ ଦିନ ଘୋଷଣା , ବିଜେପି ସୂତ୍ରରୁ ପ୍ରକାଶ ଯେ, ନିତିନ ନବୀନ ଏକାକୀ ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ଏବଂ ନିର୍ବାଚନ ହେବାର ସମ୍ଭାବନା ନାହିଁ । ଜାନୁଆରି ୧୮ କିମ୍ବା ୧୯ରେ ସେ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଅନୁମାନ କରାଯାଉଛି । ତା’ପରେ ତାଙ୍କ ନିର୍ବାଚନ ଘୋଷଣା କରାଯିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ସମସ୍ତ ବରିଷ୍ଠ ନେତା ତାଙ୍କ ଦାୟିତ୍ୱ ଗ୍ରହଣ ସମୟରେ ଉପସ୍ଥିତ ରହିବେ। ବିଜେପି ବର୍ତ୍ତମାନ ଖରମାସ (ପୌଷମାସ)ର ସମାପ୍ତିକୁ ଅପେକ୍ଷା କରିଛି, ଯାହା ମକର ସଂକ୍ରାନ୍ତିରେ ଶେଷ ହେବ ।
ଭଙ୍ଗାଯିବନି ବର୍ତ୍ତମାନର ବିଧାନସଭା କୋଠା ; ନୂଆ ବିଧାନସଭା ତିଆରି ହେଲେ, ମ୍ୟୁଜିୟମ୍ ହେବ ପୁରୁଣା କୋଠା
କନକ ବ୍ୟୁରୋ : ରାଜ୍ୟରେ ନୂଆ ବିଧାନସଭା ତିଆରି ନେଇ ଖବର ଆସିବା ପରେ, ଚର୍ଚ୍ଚା ହେଉଥିଲା ଯେ, ପୁରୁଣା ବିଧାନସଭା କଣ ହେବ ? ଏବେ ଏନେଇ ସ୍ପଷ୍ଟୋକ୍ତି ରଖିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତାଙ୍କ କହିବା ଅନୁସାରେ, ବର୍ତ୍ତମାନ ଥିବା ବିଧାନସଭା କୋଠାକୁ ଭଙ୍ଗାଯିବନି । ଏହାକୁ ସନ୍ତକ ହିସାବରେ ରଖାଯିବ । ଏମିତି କି ଭବିଷ୍ୟତରେ ଏହାକୁ ମ୍ୟୁଜିୟମ ଭାବରେ ମଧ୍ୟ ବ୍ୟବହାର କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଆଗକୁ ଓଡ଼ିଶାରେ ବିଧାନ ପରିଷଦ ଗଠନ ହୁଏ ତେବେ ଏହି ପୁରୁଣା ବିଧାନସଭା ଗୃହକୁ ବିଧାନ ପରିଷଦ ଗୃହ ଭାବେ ମଧ୍ୟ ବ୍ୟବହାର କରିହେବ ବୋଲି ସେ ସୂଚନା ଦେଇଛନ୍ତି । ଏହାସହ ନୂଆକରି ତିଆରି ହେବାକୁ ଥିବା ବିଧାନସଭାରେ ୩୦୦ ସଦସ୍ୟ ବସିପାରିବେ । ଲୋକସେବା ଭବନ ଏବଂ ବିଧାନସଭା ମଝିରେ ଥିବା ଖାଲି ସ୍ଥାନରେ ଏହି ନୂଆ ବିଧାନସଭା ଗଠନ ହେବ । ଅନ୍ୟପଟେ ମନ୍ତ୍ରୀ ଆହୁରି ମଧ୍ୟ ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ ଲୋକସେବା ଭବନର ଅତି ନିକଟରେ ଥିବା ନଅ ତାଲା, ସେଚ ସଦନ ଏବଂ ରାଜୀବ ଭବନକୁ ଭଙ୍ଗାଯିବ । ଏ ସବୁ କୋଠା ବିପଦସଙ୍କୁଳ ବୋଲି ଘୋଷଣା ହୋଇସାରିଛି । ତେବେ ତିନୋଟି ପର୍ଯ୍ୟାୟରେ ନୂଆ ଲୋକସେବା ଭବନ ନିର୍ମାଣ ହେବ । ପ୍ରଥମ ପର୍ଯ୍ୟାୟରେ ଲୋକସେବା ଭବନର ମୁଖ୍ୟ ଅଫିସଟି ଖାରବେଳ ଭବନ ନିକଟରେ ନିର୍ମାଣ ହେବ । ଏହାପରେ ପାଓ୍ୱାର ହାଉସ ଛକକୁ ଲାଗି ଏଡିଏମ୍ ଅଫିସ, OSEPA ଅଫିସ୍ ପାଖରେ ହେବ ନୂତନ ଲୋକସେବା ଭବନ ଅଫିସ୍ । ଆହୁରି ପଢ଼ନ୍ତୁ : କାଲି ଭାରତ-ନ୍ୟୁଜିଲାଣ୍ଡ୍ ଦ୍ବିତୀୟ ଦିନିିକିଆ, ରାଜକୋଟରେ କିଏ କରିବ ରାଜ? ସୂଚନାଯୋଗ୍ୟ ଯେ, ଆଗାମୀ ଡିଲିମିଟେସନ୍ (ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ) ବେଳେ ଓଡ଼ିଶାରେ ବିଧାନସଭା ଆସନ ସଂଖ୍ୟା ଆହୁରି ୫୦ଟି ବଢ଼ିପାରେ। ଏବେ ଥିବା ୭୦ ବର୍ଷ ତଳର ବିଧାନସଭା କୋଠାରେ ସମ୍ପ୍ରସାରଣ ସୁଯୋଗ ନାହିଁ। ତେଣୁ ଆଗାମୀ ୭୦ରୁ ୧୦୦ ବର୍ଷକୁ ନଜରରେ ରଖି ରାଜ୍ୟ ସରକାର ନୂଆ ବିଧାନସଭା କୋଠାର ଯୋଜନା କରିଛନ୍ତି। ଏଠାରେ ପ୍ରାୟ ୩୦୦ ବିଧାୟକ ବସିବା ଭଳି ବିଧାନସଭା ଗୃହନିର୍ମାଣ ସହ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିବ। ଏହି ଦୁଇମହଲା ବିଶିଷ୍ଟ କୋଠା (ବି+ଜି+୧) ଢାଞ୍ଚାରେ ନିର୍ମାଣ ହେବ। ଏଠାରେ ଭୂତଳ ପାର୍କିଂ ଏବଂ ସ୍ବତନ୍ତ୍ର ପାର୍କିଂ ଅଞ୍ଚଳ ରହିବ। ଏଥିପାଇଁ ୩୮୭.୯୪ କୋଟି ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କହିଛନ୍ତି। ସେହିପରି ବର୍ତ୍ତମାନର ଲୋକସେବା ଭବନରେ ଅଧିକାରୀ ଓ କର୍ମଚାରୀ ବସିବାକୁ ପର୍ଯ୍ୟାପ୍ତ ପ୍ରକୋଷ୍ଠ ନାହିଁ। ପ୍ରାୟ ୬୭ ବର୍ଷ ତଳେ ନିର୍ମାଣ ହୋଇଥିବା ଲୋକସେବା ଭବନ (ସଚିବାଳୟ)କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ଖାରବେଳ ଭବନ ଏବଂ ଓପେପା କ୍ୟାମ୍ପସ୍ ନିକଟରେ ଏହାକୁ ନିର୍ମାଣ କରାଯିବ। ଏହାର ନାମ ରହିବ ଲୋକସେବା ଭବନ (ସଚିବାଳୟ) ଏବଂ ମନ୍ତ୍ରଣାଳୟ କୋଠା। ପ୍ରାୟ ୧୪.୫ ଏକର ଜମିରେ ୧୨ ମହଲା କୋଠା ନିର୍ମାଣ ହେବ। ପର୍ଯ୍ୟାପ୍ତ ଗାଡ଼ି ପାର୍କିଂ ପାଇଁ ଏହି କୋଠାରେ ୩ ମହଲା ବିଶିଷ୍ଟ ଭୂତଳ ପାର୍କିଂ ନିର୍ମାଣ ହେବ। ଏଠାରେ ୪୫ଟି ବିଭାଗର କାର୍ଯ୍ୟାଳୟ , ମୁଖ୍ୟମନ୍ତ୍ରୀ , ମୁଖ୍ୟସଚିବ ଏବଂ ଉନ୍ନୟନ କମିସନରଙ୍କ କାର୍ଯ୍ୟାଳୟ ପାଇଁ ଗୋଟିଏ ଲେଖାଏଁ ଉତ୍ସର୍ଗୀକୃତ ମହଲା ରହିବ। ଆଗନ୍ତୁକଙ୍କ ପାଇଁ ତିନି ମହଲା ବିଶିଷ୍ଟ ସ୍ବତନ୍ତ୍ର ଭୂତଳ ପାର୍କିଂ ଅଞ୍ଚଳ ରହିବ। ଲୋକସେବା ଭବନ , ମନ୍ତ୍ରଣାଳୟର କର୍ମଚାରୀ ଏବଂ ଆଗନ୍ତୁକଙ୍କ ପାଇଁ ପୃଥକ ପୃଥକ ପାର୍କିଂ ଅଞ୍ଚଳ ନିର୍ମାଣ କରାଯିବ। ମୋଟ୍ ୩ଟି ପର୍ଯ୍ୟାୟରେ ନୂଆ ବିଧାନସଭା , ଅତ୍ୟାଧୁନିକ ଲୋକସେବା ଭବନ କମ୍ପ୍ଲେକ୍ସ ଓ ଅନ୍ୟାନ୍ୟ ସରକାରୀ କୋଠା ନିର୍ମାଣ ହେବ। ୭୧.୧୩ ଏକର ଜାଗାରେ ଗୋଟିଏ କ୍ୟାମ୍ପସ୍ରେ ଲୋକସେବା ଭବନ ଓ ବିଧାନସଭା କୋଠା ରହିବ। ଏଥିପାଇଁ ୩୬୨୩ କୋଟି ଖର୍ଚ୍ଚ ହେବ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅତ୍ୟାଧୁନିକ ଲୋକସେବା ଭବନ କମ୍ପ୍ଲେକ୍ସ ଏବଂ ବିଧାନସଭା କୋଠାକୁ ନୂଆଦିଲ୍ଲୀର ସେଣ୍ଟ୍ରାଲ ଭିଷ୍ଟା ଢାଞ୍ଚାରେ ନିର୍ମାଣ କରାଯିବ।
କୁକୁର ପ୍ରେମୀଙ୍କୁ ସୁପ୍ରିମକୋର୍ଟର କଡ଼ା ଚେତାବନୀ, ଖାଇବାକୁ ଦେବାର ଅଛି ତ ଘରେ ନେଇ ରଖ
କନକ ବ୍ୟୁରୋ: ବୁଲା କୁକୁର ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ରାଜ୍ୟ ସରକାରମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । ଶୀର୍ଷ ଅଦାଲତ କହିଛନ୍ତି ଯେ, କୁକୁର କାମୁଡ଼ା ପ୍ରତ୍ୟେକ ଘଟଣା ଏବଂ ଏଥିଯୋଗୁଁ ହେଉଥିବା ପ୍ରତ୍ୟେକ ମୃତ୍ୟୁ ମାମଲାରେ ସମ୍ପୃକ୍ତ ରାଜ୍ୟ ଉପରେ ମୋଟା ଅଙ୍କର କ୍ଷତିପୂରଣ ଲଗାଯାଇପାରେ । ଏହା ସହିତ ଅଦାଲତ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଯେଉଁ ମାମଲାରେ କୁକୁର ଆକ୍ରମଣ ଯୋଗୁଁ କୌଣସି ବ୍ୟକ୍ତିଙ୍କ ଉପରେ 'ଜୀବନବ୍ୟାପୀ ପ୍ରଭାବ' ପଡୁଛି, ସେଭଳି କ୍ଷେତ୍ରରେ ବୁଲା କୁକୁରଙ୍କୁ ଖାଦ୍ୟ ଦେଉଥିବା ବ୍ୟକ୍ତି ମାନଙ୍କର ଦାୟିତ୍ୱ ମଧ୍ୟ ନିର୍ଦ୍ଧାରଣ କରାଯିବ। ସୁପ୍ରିମକୋର୍ଟ କଠୋର ଶବ୍ଦରେ କହିଛନ୍ତି, 'ପ୍ରତ୍ୟେକ କୁକୁର କାମୁଡ଼ା ଏବଂ ମୃତ୍ୟୁ ପାଇଁ ଆମେ ରାଜ୍ୟଗୁଡ଼ିକ ଉପରେ ଭାରୀ କ୍ଷତିପୂରଣ ଧାର୍ଯ୍ୟ କରିବୁ, କାରଣ ସେମାନେ ଆବଶ୍ୟକ ବ୍ୟବସ୍ଥା କରିନାହାଁନ୍ତି । ଏହାସହ ଡଗ୍ ଫିଡର୍ସଙ୍କର ମଧ୍ୟ ଦାୟିତ୍ୱ ରହିବ । ଯଦି ଆପଣ ସେମାନଙ୍କୁ ଖାଦ୍ୟ ଖୁଆଉଛନ୍ତି, ତେବେ ସେମାନଙ୍କୁ ନିଜ ଘରେ ରଖନ୍ତୁ । ସେମାନଙ୍କୁ ବାହାରେ ବୁଲି ଲୋକଙ୍କୁ କାମୁଡ଼ିବା ଏବଂ ସେମାନଙ୍କ ଉପରେ ଆକ୍ରମଣ କରିବାକୁ ଅନୁମତି କାହିଁକି ଦିଆଯିବ? କୁକୁର କାମୁଡ଼ାର ପ୍ରଭାବ ସାରା ଜୀବନ ରହିଥାଏ।' ସମସ୍ତ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ସେମାନେ 'ଆନିମଲ୍ ବାର୍ଥ କଣ୍ଟ୍ରୋଲ' ନିୟମକୁ ଲାଗୁ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ପୀଠ କହିଛନ୍ତି ଯେ ଏହି ସମସ୍ୟା ଦଶନ୍ଧି ଦଶନ୍ଧି ଧରି ଚାଲିଆସୁଛି ଏବଂ କେନ୍ଦ୍ର ତଥା ରାଜ୍ୟଗୁଡ଼ିକର ବିଫଳତା ଯୋଗୁଁ ଏହା ଅନେକ ଗୁଣ ବଢ଼ିଯାଇଛି । ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି ଯେ ପ୍ରତ୍ୟେକ ପୁରୁଷ, ମହିଳା ଏବଂ ଶିଶୁଙ୍କ ମୃତ୍ୟୁ ପାଇଁ, ଯାହାର ଜୀବନ କୁକୁର କାମୁଡ଼ା ଯୋଗୁଁ ଯାଇଛି, ଦାୟୀ ସରକାରଙ୍କ ଉପରେ ଭାରୀ କ୍ଷତିପୂରଣ ଲଗାଯିବ । ଆହୁରି ପଢ଼ନ୍ତୁ... ଅନଲାଇନରେ ହେବ +୨ ଖାତା ଦେଖା ଏହା ପୂର୍ବରୁ ଜାନୁଆରୀ ୮ ତାରିଖ ଶୁଣାଣିରେ ମଧ୍ୟ ସୁପ୍ରିମକୋର୍ଟ ABC ନିୟମର ଦୁର୍ବଳ କାର୍ଯ୍ୟକାରିତା ଉପରେ ଚିନ୍ତା ପ୍ରକଟ କରିଥିଲେ ଏବଂ କୁକୁର ପ୍ରେମୀମାନଙ୍କୁ 'ବାସ୍ତବତାରୁ ଦୂରରେ' ଥିବା ଦର୍ଶାଇଥିଲେ । ଗତ ସପ୍ତାହରେ କୋର୍ଟ ଏହା ମଧ୍ୟ କହିଥିଲେ ଯେ, ମହିଳା ଡଗ୍ ଫିଡର୍ସଙ୍କୁ ହଇରାଣ ହରକତ କରିବା ସହ ଜଡ଼ିତ ଅଭିଯୋଗ ଆଇନ ଶୃଙ୍ଖଳା ପରିସ୍ଥିତିର ବିଷୟ ଏବଂ ପୀଡ଼ିତା ଏଥିପାଇଁ FIR ଦାୟର କରିପାରିବେ । ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ କରାଯାଇଥିବା କଥିତ ଅପମାନଜନକ ମନ୍ତବ୍ୟର ତଦନ୍ତ କରିବାକୁ ମନା କରିଦେଇଥିଲେ। ତିନିଜଣିଆ ବିଚାରପତିଙ୍କ ସ୍ୱତନ୍ତ୍ର ପୀଠ- ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ସନ୍ଦୀପ ମେହେଟ୍ଟା ଏବଂ ଜଷ୍ଟିସ୍ ଏନ.ଭି. ଅଞ୍ଜାରିଆ କହିଛନ୍ତି ଯେ, ବୁଲା କୁକୁରମାନେ ପିଲା ଏବଂ ବୃଦ୍ଧମାନଙ୍କ ଉପରେ ଆକ୍ରମଣ କରୁଥିବାର ଅନେକ ଭିଡିଓ ରହିଛି । ସୁପ୍ରିମକୋର୍ଟ ଡଗ୍ ଲଭର୍ସ ଏବଂ ଡଗ୍ ଫିଡର୍ସଙ୍କୁ କଡ଼ା ପ୍ରଶ୍ନ କରିଛନ୍ତି, 'ଆପଣଙ୍କ ଭାବନା କ’ଣ କେବଳ କୁକୁରମାନଙ୍କ ପାଇଁ, ମଣିଷଙ୍କ ପାଇଁ ନୁହେଁ?' ଶୀର୍ଷ ଅଦାଲତ ବିଭିନ୍ନ ଆବେଦନ ଉପରେ ଶୁଣାଣି କରୁଛନ୍ତି, ଯେଉଁଥିରେ କୁକୁର ପ୍ରେମୀଙ୍କ ଦ୍ୱାରା ପୂର୍ବ ନିର୍ଦ୍ଦେଶରେ ସଂଶୋଧନ ଏବଂ କଡ଼ା ଅନୁପାଳନ ପାଇଁ ଦାବି କରାଯାଇଛି।
କାଲି ଭାରତ-ନ୍ୟୁଜିଲାଣ୍ଡ୍ ଦ୍ବିତୀୟ ଦିନିିକିଆ, ରାଜକୋଟରେ କିଏ କରିବ ରାଜ?
କନକ ବ୍ୟୁରୋ: ନ୍ୟୁଜିଲାଣ୍ଡ୍ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ବୁଧବାର ଖେଳାଯିବ ରାଜକୋଟରେ । ରବିବାର ଭାରତୀୟ ଦଳ ବିରାଟ କୋହଲିଙ୍କ ୯୩ ରନ୍ ପାଳି ବଳରେ ୩ ମ୍ୟାଚ୍ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି । ଅନ୍ୟପକ୍ଷରେ ବିଜୟଧାରାରେ ଥିବା ନ୍ୟୁଜିଲାଣ୍ଡ୍ ଦଳକୁ ଭାରତ ରୋକିବାରେ ସକ୍ଷମ ହୋଇଥିଲେ ମଧ୍ୟ ପ୍ରଥମ ଦିନିକିଆରେ ସେଭଳି ପ୍ରଭାବୀ ଖେଳିପାରିନଥିବାରୁ ବୁଧବାର ସିରିଜ୍ ପୋଛିପାରିବ କି ? ବୋଲି ପ୍ରଶ୍ନ କରିଛନ୍ତି ପ୍ରଶଂସକ । ‘କୋହଲି ହୈ ତୋ ମୁମ୍କିନ ହୈ ’ ଭଳି କଥାରେ ପ୍ରଶଂସକମାନେ ତ ଆତ୍ମବିଶ୍ବାସରେ ଅଛନ୍ତି । ଭାରତୀୟ ଦଳ କିନ୍ତୁ ଭଦୋଦରାରେ ୯୮ତମ ଓଭର ପର୍ଯ୍ୟନ୍ତ ବାନ୍ଧି ହୋଇ ରହିଥିବାରୁ ସାମାନ୍ୟ ଚାପରେ ରହିଛି । ଶୁବମନ ଗିଲ୍ଙ୍କ ଦଳ ପୁଣି ଥରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ଏବେ ବି ନିର୍ଭରଶୀଳ କି ନୁହେଁ ପରୀକ୍ଷା ଦେଇ ଚାଲିଛି । ପ୍ରଥମ ମ୍ୟାଚ୍ରେ ୱାସିଂଟନ୍ ସୁନ୍ଦର ଆହତ ହେବା ପରେ ତାଙ୍କ ବଦଳରେ ଆୟୂଷ ବଦୋନୀକୁ ସାମିଲ କରାଯାଇଛି । ବୁଧବାର ସୁନ୍ଦରଙ୍କ ବଦଳରେ ବଦୋନୀ କି ନୀତୀଶ ରେଡ୍ଡୀ ଖେଳିବେ ସ୍ପଷ୍ଟ କରାଯାଇନାହିଁ । ଏହା ବି ପଢ଼ନ୍ତୁ: ‘ଦିନିକିଆକୁ କୋହଲି ଦିଲ୍ଲୀ ଲିଗ୍ ଭଳି ଖେଳୁଛନ୍ତି’ କୋହଲିଙ୍କୁ ପ୍ରଶଂସାରେ ପୋତିଲେ କୈଫ୍ ପ୍ରସିଦ୍ଧ କୃଷ୍ଣଙ୍କ ବଦଳରେ ଅର୍ଶଦୀପ ସିଂହ ଖେଳିବା ସମ୍ଭାବନା ରହିଛି । ନ୍ୟୁଜିଲାଣ୍ଡ୍ ମଧ୍ୟ ଭାରତୀୟ ବଂଶୋଦ୍ଭବ ଆଦିତ୍ୟ ଅଶୋକଙ୍କୁ ପୁଣି ଏକ ସୁଯୋଗ ଦେବା ସମ୍ଭାବନା ରହିଛି । ତଥାପି ଅନ୍ୟତମ ସ୍ପିନର ତଥା ବାମହାତୀ ଜୟଦେବ ଲେନକ୍ସଙ୍କୁ ବିକଳ୍ପ ଭାବେ ଦେଖୁଛି । ରାଜକୋଟରେ ଖେଳାଯାଇଥିବା ୪ଟି ଦିନିକିଆ ମ୍ୟାଚ୍ରୁ ପଛରେ ବ୍ୟାଟିଂ କରିଥିବା ଦଳ କେବେ ଜିତିନାହିଁ । ଏଠାକାର ପିଚ୍ରେ ପ୍ରଥମେ ବ୍ୟାଟିଂ କଲେ ଦଳ ବି ଭଲ ସ୍କୋର୍ କରି ଫାଇଦାରେ ରହିପାରେ । କାରଣ କାକର ସମସ୍ୟାକୁ ଏବେ ଦଳ ଭଲ ମୁକାବିଲା କରିବା ଶିଖିଗଲେଣି । ଭଦୋଦରାରେ ଭାରତୀୟ ପେସ୍ ବୋଲର ୧୩ ମ୍ୟାଚ୍ ପରେ ପ୍ରଥମ ଥର ପାୱାର ପ୍ଲେ ଭିତରେ ୱିକେଟଶୂନ୍ୟ ରହିଥିଲେ। ଭାରତ ମାଟିରେ ଅନ୍ୟୁନ ୨୦ ଦିନିକିଆ ଖେଳିଥିବା ଦେଶ ମଧ୍ୟରେ ନ୍ୟୁଜିଲାଣ୍ଡ୍ ସବୁଠାରୁ ଖରାପ ବିଜୟ-ପରାଜୟ ଅନୁପାତ ରଖିଛି। ୮ ଜିତି ହାରିଛି ୩୨।ଭାରତୀୟ ସମ୍ଭାବ୍ୟ ଏକାଦଶ: ଶୁବମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ୍ (ୱିକେଟରକ୍ଷକ), ନୀତୀଶ କୁମାର ରେଡ୍ଡୀ/ଆୟୁଷ ବଦୋନୀ, ରବୀନ୍ଦ୍ର ଜାଡ଼େଜା, ହର୍ଷିତ ରାଣା, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ । ନ୍ୟୁଜିଲାଣ୍ଡ୍ ସମ୍ଭାବ୍ୟ ଏକାଦଶ: ଡେଭନ୍ କନ୍ୱେ, ହେନରି ନିକୋଲ୍ସ, ୱିଲ୍ ୟଙ୍ଗ୍, ଡାରିଲ୍ ମିଚେଲ୍, ମିଚେଲ୍ ହେ (ୱିକେଟରକ୍ଷକ), ଗ୍ଲେନ୍ ଫିଲିପ୍ସ, ମାଇକେଲ୍ ବ୍ରେସ୍ୱେଲ୍ (ଅଧିନାୟକ), କ୍ରିଷ୍ଟିଆନ୍ କ୍ଲାର୍କ, କାଏଲ ଜାମିସନ୍, ଜ୍ୟାକ ଫକ୍ସ, ଆଦିତ୍ୟ ଅଶୋକ/ଜୟଦେନ ଲେନକ୍ସ।
କନକ ବ୍ୟୁରୋ: ଅନଲାଇନରେ ହେବ +୨ ଖାତା ଦେଖା । ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ । ତାଙ୍କ କହିବା ଅନୁସାରେ, ସ୍ୱଚ୍ଛ, ନିରପେକ୍ଷ, ସମୟାନୁବର୍ତ୍ତିତା ପାଇଁ ଅନଲାଇନ୍ ଖାତା ଦେଖା ହେବ । ଏନେଇ ପ୍ରସ୍ତାବ ଯାଇଛି, ଅନୁମତି ମିଳିଲେ ହିଁ କାର୍ୟ୍ୟକ୍ଷମ ହେବ ।ତେବେ ପୂର୍ବରୁ କେବଳ ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ଖାତା ଅନଲାଇନରେ ମୂଲ୍ୟାୟନ ହେଉଥିଲା । ହେଲେ ଏବେ ସମସ୍ତ ବିଭାଗର ଖାତା ଅନଲାଇନରେ ଦେଖାଯିବାକୁ ପ୍ରସ୍ତାବ ଦିଆଯାଇଛି । ଆହୁରି ପଢ଼ନ୍ତୁ : ସିଏଜିର ସାଂଘାତିକ ତଥ୍ୟ ; ଛାତ୍ରବୃତ୍ତି ନାଁରେ ହୋଇଛି ବଡ଼ କେଳେଙ୍କାରୀ ସୂଚନାଯୋଗ୍ୟ ଯେ, ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା ଆରମ୍ଭ ହୋଇସାରିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ପ୍ରାକ୍ଟିକାଲ୍ ପରୀକ୍ଷା ଜାନୁଆରି ୨ ତାରିଖରୁ ଆରମ୍ଭ ହୋଇସାରିଛି । ଚଳିତବର୍ଷ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ବିଭାଗରେ ଦୁଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରାକ୍ଟିକାଲ୍ ଓ ପରୀକ୍ଷା ଦେବେ। ବିଜ୍ଞାନ ବିଭାଗରେ ସର୍ବାଧିକ ୧ଲକ୍ଷ ରୁ ଅଧିକ ଓ କଳା ବିଭାଗରେ ପ୍ରାୟ ୮୦ ହଜାର ପରୀକ୍ଷାର୍ଥୀ ରହିଛନ୍ତି । ଜାନୁଆରି ୧୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ପରୀକ୍ଷାରେ ବିଜ୍ଞାନ ବିଭାଗର ୧୨ଟି, କଳା ବିଭାଗର ୮, ବାଣିଜ୍ୟ ବିଭାଗର ଦୁଇ, ଧନ୍ଦାମୂଳକ ବିଭାଗର ୧୦ରୁ ଅଧିକ ବିଷୟରେ ପ୍ରାକ୍ଟିକାଲ ପରୀକ୍ଷା ହେବ ।
ପିତାମାତାଙ୍କ ପ୍ରତି ଅବହେଳା କଲେ ଦରମା କଟିବ
କନକବ୍ୟୁରୋ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ କହିଛନ୍ତି, ରାଜ୍ୟ ସରକାର ଖୁବ୍ ଶୀଘ୍ର ପିତାମାତାଙ୍କ ଯତ୍ନ ନେଉ ନଥିବା ସରକାରୀ କର୍ମଚାରୀଙ୍କ ପାଇଁ ଏକ ଆଇନ ପ୍ରଣୟନ କରିବେ । ଯାହା ଦ୍ଵାରା ଜଣେ ସରକାରୀ କର୍ମଚାରୀଙ୍କ ଦରମାର ୧୦ ପ୍ରତିଶତ କଟାଯିବ । ଏହି ଟଙ୍କା ସିଧାସଳଖ ପିତାମାତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ । ରାଜ୍ୟର ବୃଦ୍ଧ ଏବଂ ଦିବ୍ୟାଙ୍ଗ ଜନସଂଖ୍ୟାକୁ ସୁରକ୍ଷା ଦେବା ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଘୋଷଣା କରାଯିବା ପରେ ମୁଖ୍ୟମନ୍ତ୍ରୀ ଏଭଳି କହିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, ବୃଦ୍ଧ ପିତାମାତାଙ୍କ ଦ୍ୱାରା ସେମାନଙ୍କ ପିଲାମାନଙ୍କ ବିରୋଧରେ କରାଯାଇଥିବା ଅଭିଯୋଗକୁ ଗମ୍ଭୀରତାର ସହ ନିଆଯିବା ଉଚିତ । କାନାଡାର ସବୁଠାରୁ ବଡ଼ ସୁନା ଲୁଟ୍ ଅଭିଯୁକ୍ତ ଗିରଫ, ଜଣେ ସନ୍ଦିଗ୍ଧ ପଳାତକ ଭାରତରେ ଲୁଚି ରହିଥିବା ସନ୍ଦେହ ସରକାର ବରିଷ୍ଠ ନାଗରିକଙ୍କ ପାଇଁ ଡେ-କେୟାର ସେଣ୍ଟର ସ୍ଥାପନ କରୁଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କ ସରକାର ୨୦୨୬-୨୭ ବଜେଟରେ ଏକ ନୂତନ ସ୍ୱାସ୍ଥ୍ୟସେବା ନୀତି ପ୍ରଣୟନ କରିବେ । ରାଜ୍ୟର ସମସ୍ତ ନାଗରିକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ସୁବିଧା ଯୋଗାଇବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ପ୍ରଜା ଭବନରୁ ରେଟ୍ରୋଫିଟେଡ୍ ମୋଟରସାଇକେଲ୍, ବ୍ୟାଟେରୀ ଚାଳିତ ଟ୍ରାଇସାଇକେଲ୍, ବ୍ୟାଟେରୀ ଚାଳିତ ହ୍ୱିଲଚେୟାର, ଲାପଟପ୍, ଶ୍ରବଣ ଯନ୍ତ୍ର, ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ଆଧୁନିକ ଉପକରଣର ମାଗଣା ବଣ୍ଟନ ଶୁଭାରମ୍ଭ କରିଛନ୍ତି । ତେଲେଙ୍ଗାନା ସରକାର ଏହି ଯୋଜନା ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ସେ କହିଛନ୍ତି, ଆମ ସରକାର ମାନବିକତା ଦୃଷ୍ଟିକୋଣରୁ କାର୍ଯ୍ୟ କରୁଛନ୍ତି, ଯାହା ଦ୍ୱାରା ଦିବ୍ୟାଙ୍ଗମାନେ ସମାଜରେ ସମ୍ମାନର ସହିତ ଜୀବନଯାପନ କରିପାରିବେ । ଶିକ୍ଷା ଏବଂ ନିଯୁକ୍ତିରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ସଂରକ୍ଷଣ କରାଯାଇଛି । ରାଜ୍ୟ ସରକାର ନବ ବିବାହିତ ଦିବ୍ୟାଙ୍ଗମାନଙ୍କ ପାଇଁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିସାରିଛନ୍ତି । ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ରାଜ୍ୟର ପୌର ନିଗମର ସହ-ସଦସ୍ୟ ଭାବରେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିମାନଙ୍କୁ ମନୋନୀତ କରାଯିବ । ତାଙ୍କ ମତରେ, ଏହା ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟକୁ ସେମାନଙ୍କର ସମସ୍ୟା ଉଠାଇବା ଏବଂ ସମାଧାନ ଖୋଜିବାରେ ସାହାଯ୍ୟ କରିବ ।
ନକ୍ ନକରି ଜଣେ ୱେଟର ହୋଟେଲ ରୁମରେ କରିପାରିବନି ଏଣ୍ଟ୍ରି? ଜାଣନ୍ତୁ କ'ଣ ମିଳେ କ’ଣ ?
ନୂଆଦିଲ୍ଲୀ ୧୩/୦୧: ପାଞ୍ଚ ତାରକା ହୋଟେଲରେ ରହିବା ସମସ୍ତଙ୍କୁ ପସନ୍ଦ । କାରଣ ସୁରକ୍ଷା, ପ୍ରାଇଭେସି ସହ ମିଳିଥାଏ ଉପଯୁକ୍ତ ସୁବିଧା । ତଥାପି, ଉଦୟପୁରର ବିଳାସପୂର୍ଣ୍ଣ ହୋଟେଲ, ଦି ଲୀଲା ପ୍ୟାଲେସରୁ ଉଠିଥିବା ଅନେକ ମାମଲା ଦାବିଗୁଡ଼ିକ ଉପରେ...
ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମର ଶୁଭାରମ୍ଭ, ବାଲ୍ୟ ବିବାହ ନିବାରଣ ପାଇଁ କରାଯିବ ସଚେତନ
ଭୁବନେଶ୍ୱର ୧୩।୧୨ : ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୨୧ଟି ଜନ ଜାତୀୟ ମାତୃଭାଷାରେ ପାଠ ପଢିବେ ଅଙ୍ଗନଓ୍ୱାଡି ପିଲା। ଏହାସହ ବାଲ୍ୟ ବିବାହ ନିବାରଣ ପାଇଁ ରାଜ୍ୟବ୍ୟାପୀ ୧୦୦ ଦିନି...

14 C