ଆଦୌ ବଡ଼ ନିଷ୍ପତ୍ତି ନିଅନ୍ତୁନି ଏହି ୩ ରାଶି! ପକେଟ ଖାଲି ହେବ ହେଲେ ହାତରେ ଲାଗିବନି ଗୋଟିଏ ଟଙ୍କା, ସତର୍କ ରୁହ
ନୂଆଦିଲ୍ଲୀ: ଜ୍ୟୋତିଷ ବିଶ୍ୱାସ ଅନୁସାରେ, ଗ୍ରହ ଓ ନକ୍ଷତ୍ର ନିୟମିତ ଭାବରେ ସେମାନଙ୍କର ସ୍ଥିତି ପରିବର୍ତ୍ତନ କରନ୍ତି। ଏହା ସମସ୍ତ ରାଶିର ଜୀବନକୁ ପ୍ରଭାବିତ କରେ। ବିଶେଷକରି ଯେତେବେଳେ ବୁଦ୍ଧି, ଯୋଗାଯୋଗ ଓ ବ୍ୟବସାୟ ସହିତ ଜଡିତ ଗ୍ରହ ବୁଧ ନିଜର ସ୍ଥିତି ପରିବର୍ତ୍ତନ କରନ୍ତି । ଏହାର ପ୍ରଭାବ କେବଳ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ସୀମିତ ନ ହୋଇ ସମସ୍ତ ୧୨ଟି ରାଶି ଉପରେ ପଡ଼ିଥାଏ, ସକାରାତ୍ମକ ଓ ନକାରାତ୍ମକ ପରିବର୍ତ୍ତନ ଅନୁଭବ କରନ୍ତି। ଫେବୃଆରୀ […]
‘ପରମାଣୁ ଟେକନୋଲୋଜିକୁ ନଷ୍ଟ କରାଯାଇପାରିବ ନାହିଁ’; ଆମେରିକା-ଇସ୍ରାଏଲକୁ ଇରାନର ଚେତାବନୀ
ନୂଆଦିଲ୍ଲୀ: ଇରାନ୍ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ଇରାନ୍ର ସେନା ମୁଖ୍ୟ ଆମିର ହତାମୀ ଆମେରିକା ଏବଂ ଇସ୍ରାଏଲକୁ ଚେତବାନୀ ଦେଇଛନ୍ତି । ସେ କହିଛନ୍ତି, ମଧ୍ୟପ୍ରାଚ୍ୟରେ ଓ୍ବାଶିଂଟନ ଅତ୍ୟଧିକ ସ...
ସିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ବଡ଼ ସୂଚନା, ଏହି କାମ କରି ନ ଥିଲେ ଯୋଜନାରୁ ବାଦ୍ ପଡ଼ିବେ
ଭୁବନେଶ୍ଵର:ସିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ବଡ଼ ସୂଚନା । ସିଏମ୍ କିଷାନ ଯୋଜନାର ବାଧ୍ୟତାମୂଳକ ଆବଶ୍ୟକତା ଗୁଡ଼ିକ ପୂରଣ କରିନଥିବା ହିତାଧିକାରୀମାନଙ୍କ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କଲେ ରାଜ୍ୟ ସରକାର । ୨୮ ଫେବୃଆରୀ...
କିୱି ଦଳକୁ ଧୂଳି ଚଟାଇଲା ଟିମ୍ ଇଣ୍ଡିଆ: ଇଶାନଙ୍କ ବିସ୍ଫୋରକ ଶତକ , ୪-୧ରେ ସିରିଜ୍ ଜିତିଲା ଭାରତ
କନକ ବ୍ୟୁରୋ: ଗ୍ରିନଫିଲ୍ଡ ଷ୍ଟାଡିୟମରେ ଭାରତୀୟ ବ୍ୟାଟରଙ୍କ ରୁଦ୍ର ରୂପ ଏବଂ ଘାତକ ବୋଲିଂରେ ନୟାନ୍ତ ହୋଇଗଲା ନ୍ୟୁଜିଲ୍ୟାଣ୍ଡ । ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଭାରତ ୪୬ ରନର ଏକ ବଡ଼ ବିଜୟ ହାସଲ କରିବା ସହ ସିରିଜକୁ ୪-୧ରେ ନିଜ ନାଁରେ କରିଛି । ପକେଟ୍ ଡାଇନାମୋ ଇଶାନ କିଶାନଙ୍କ ଆକାଶଛୁଆଁ ଶତକ ଆଗରେ ଫିକା ପଡ଼ିଗଲେ କିୱି ବୋଲର । ଇଶାନଙ୍କ 'ଶତକୀୟ' ଝଡ଼: ସ୍କୋରବୋର୍ଡରେ ରନର ପାହାଡ଼ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିଲା । ବିଶେଷ କରି ଇଶାନ କିଶାନଙ୍କ ବ୍ୟାଟରୁ ବାଉଣ୍ଡ୍ରିର ବର୍ଷା ଦେଖିବାକୁ ମିଳିଥିଲା । ଇଶାନଙ୍କ ବିସ୍ଫୋରକ ଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୨୭୧ ରନର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା । ନ୍ୟୁଜିଲ୍ୟାଣ୍ଡ ପାଇଁ ଏହି ଲକ୍ଷ୍ୟ ଏକପ୍ରକାର ଅସମ୍ଭବ ମନେ ହେଉଥିଲା । ଆଲେନଙ୍କ ସଂଘର୍ଷ ବେକାର ବୋଲରଙ୍କ ଆଗରେ ଆତ୍ମସମର୍ପଣ ୨୭୨ ରନର ପାହାଡ଼ ସଦୃଶ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲ୍ୟାଣ୍ଡ ଭଲ ଆରମ୍ଭ କରିଥିଲେ ମଧ୍ୟ ଭାରତୀୟ ବୋଲରଙ୍କ ନିୟମିତ ୱିକେଟ ଶିକାର ଆଗରେ ହାର ମାନିଥିଲା । ଫିନ୍ ଆଲେନ୍ ମାତ୍ର ୩୮ ବଲରେ ୮୦ ରନର ଏକ ଲଢୁଆ ଇନିଂସ ଖେଳି ଭାରତୀୟ କ୍ୟାମ୍ପରେ ଛନକା ପଶାଇଥିଲେ । ରଚିନ୍ ରବିନ୍ଦ୍ର (୩୦ ରନ) ଓ ଆଲେନ୍ ଦ୍ୱିତୀୟ ୱିକେଟ ପାଇଁ ୧୦୦ ରନର ପାର୍ଟନରଶିପ୍ କରିଥିଲେ ସତ, କିନ୍ତୁ ମଧ୍ୟକ୍ରମର ବିଫଳତା ଦଳକୁ ମହଙ୍ଗା ପଡ଼ିଥିଲା । କିୱି ଦଳର ବ୍ୟାଟିଂ ବିପର୍ଯ୍ୟୟ ଫିନ୍ ଆଲେନ୍: ୮୦ ରନ (୩୮ ବଲ୍) ରଚିନ୍ ରବିନ୍ଦ୍ର:୩୦ ରନ ଡାରିଲ୍ ମିଚେଲ୍:୨୬ ରନ ଅର୍ଶଦୀପ ସିଂହ ପ୍ରଥମ ଓଭରରେ ହିଁ ଟିମ୍ ସିଫର୍ଟଙ୍କୁ ଆଉଟ୍ କରି ଭାରତକୁ ବଡ଼ ସଫଳତା ଦେଇଥିଲେ । ଏହାପରେ କୌଣସି ବି କିୱି ବ୍ୟାଟର କ୍ରିଜରେ ବେଶୀ ସମୟ ତିଷ୍ଠି ପାରିନଥିଲେ । ପରିଶେଷରେ ୧୯.୪ ଓଭରରେ ୨୨୫ ରନ କରି ସମସ୍ତ ୱିକେଟ ହରାଇଥିଲା ନ୍ୟୁଜିଲ୍ୟାଣ୍ଡ । ଐତିହାସିକ ସିରିଜ୍ ବିଜୟ ଏହି ବିଜୟ ସହ ଭାରତ ୫ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୪-୧ ବ୍ୟବଧାନରେ ଜିତି ନିଜର ଦବଦବା ବଜାୟ ରଖିଛି । ଘରୋଇ ମାଟିରେ ଭାରତର ଏହି ପ୍ରଦର୍ଶନ ଆଗାମୀ ବିଶ୍ୱକପ୍ ପ୍ରସ୍ତୁତି ପାଇଁ ଏକ ଶୁଭ ସଙ୍କେତ ବୋଲି କ୍ରୀଡ଼ା ସମୀକ୍ଷକ ମତ ଦେଇଛନ୍ତି ।
ଏଏସଓ ପରୀକ୍ଷା ଜାଲିଆତି, ୬ ଜଣଙ୍କୁ ବାନ୍ଧିଲା ପୋଲିସ
କଟକ:ଓଡ଼ିଶା ହାଇକୋର୍ଟ ଏଏସଓ ପରୀକ୍ଷା ଜାଲିଆତି ମାମଲାରେଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କଟକ ଲାଲବାଗ ଥାନା ପୋଲିସ। ଗିରଫ ଅଭିଯୁକ୍ତଙ୍କ ଭିତରେ ଅଛନ୍ତି ଜଣେ ମହିଳା। ୨୦୨୪ ଏ ଏସ ଓ ପରୀକ୍ଷାରେ ମଡେଲ ଆନସର୍ ଲିକ ଘଟଣାରେ ଅଭିଯୁକ୍ତ ମ...
୨୨୫ ରନ୍ରେ ଅଲଆଉଟ୍ ନ୍ୟୁଜିଲାଣ୍ଡ , ଭାରତ ଠାରୁ ୪୬ ରନ୍ରେ ଲଜ୍ୟାଜନକ ପରାସ୍ତ; ଅର୍ଶଦୀପ ନେଇଗଲେ ପାଞ୍ଚ ୱିକେଟ୍
ନୂଆଦିଲ୍ଲୀ : ଭାରତ ପଞ୍ଚମ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୪୬ ରନରେ ପରାସ୍ତ କରି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୪-୧ରେ ଜିତିଛି। ଶନିବାର ତିରୁବନନ୍ତପୁରମରେ ଖେଳାଯାଇଥିବା ଅନ୍ତିମ ମ୍ୟାଚ୍ ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଇଶାନ କିଶାନଙ୍କ ଶତକ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ଭାରତ ୨୦ ଓଭରରେ ୫ ୱିକେଟ ହରାଇ ୨୭୧ ରନ କରିଥିଲା। ଜବାବରେ, ନ୍ୟୁଜିଲାଣ୍ଡ ୨୨୫ ରନରେ ଅଲଆଉଟ୍ ହୋଇଥିଲା, ଫିନ୍ […]
ଇଶାନଙ୍କ ଶତକ, ଅର୍ଶଦୀପଙ୍କ ୫ ୱିକେଟ୍; ଶେଷ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୪୬ ରନରେ ହରାଇ ସିରିଜକୁ ୪-୧ ଜିତିଲା ଭାରତ
ତିରୁଅନନ୍ତପୁରମ: କେରଳର ତିରୁଅନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ପଞ୍ଚମ ମ୍ୟାଚରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୪୬ ରନରେ ପରାସ୍ତ କରିଛି । ଏହି ବିଜୟ ସହିତ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୪-୧ର...
କନକ ବ୍ୟୁରୋ: ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ ଲିମିଟେଡ ବା OHPCର କର୍ମଚାରୀମାନଙ୍କ କଲ୍ୟାଣ ପାଇଁ ଆଜି ଏକ ବଡ଼ ପଦକ୍ଷେପ ନିଆଯାଇଛି । ଲୋକସେବା ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଏଚପିସି ଏବଂ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ଅନୁଯାୟୀ, କର୍ମଚାରୀମାନଙ୍କୁ ‘କଷ୍ଟମାଇଜଡ୍ ୟୁନିଅନ୍ ସୁପର ସାଲାରୀ ଆକାଉଣ୍ଟ୍’ ମାଧ୍ୟମରେ ଅନେକ ଆକର୍ଷଣୀୟ ସୁବିଧା ପ୍ରଦାନ କରାଯିବ । ଉପ-ମୁଖ୍ୟମନ୍ତ୍ରୀ (କୃଷି, କୃଷକ ସଶକ୍ତିକରଣ ଏବଂ ଶକ୍ତି ବିଭାଗ) କନକ ବର୍ଦ୍ଧନ ସିଂ ଦେଓଙ୍କ ଉପସ୍ଥିତିରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା । ଓଏଚପିସି ପକ୍ଷରୁ ବରିଷ୍ଠ ମହାପ୍ରବନ୍ଧକ ଗଗନ ବିହାରୀ ମହାରଣା ଏବଂ ୟୁନିଅନ୍ ବ୍ୟାଙ୍କ ପକ୍ଷରୁ ଉପ ମହାପ୍ରବନ୍ଧକ ଏନ. ବାରିକ ଏହି ଚୁକ୍ତିରେ ସ୍ୱାକ୍ଷର କରିଥିଲେ । ଏହି ଅବସରରେ ଶକ୍ତି ବିଭାଗର ପ୍ରମୁଖ ସଚିବ ତଥା ଓଏଚପିସି ସିଏମଡି ବିଶାଳ କୁମାର ଦେବ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ନୂତନ ସାଲାରୀ ଆକାଉଣ୍ଟ୍ କେବଳ ବ୍ୟାଙ୍କିଙ୍ଗ୍ ସେବା ନୁହେଁ, ବରଂ କର୍ମଚାରୀ ଓ ସେମାନଙ୍କ ପରିବାର ପାଇଁ ଏକ ସୁରକ୍ଷା କବଚ ଭାବେ କାର୍ଯ୍ୟ କରିବ: ମୋଟା ଅଙ୍କର ବୀମା: ପ୍ରତ୍ୟେକ କର୍ମଚାରୀଙ୍କୁ ୧.୨୦ କୋଟି ଟଙ୍କାର ବ୍ୟକ୍ତିଗତ ଦୁର୍ଘଟଣା ବୀମା ଏବଂ ୨୦ ଲକ୍ଷ ଟଙ୍କାର ଅତିରିକ୍ତ ଟର୍ମ ଜୀବନ ବୀମା ସୁବିଧା ମିଳିବ । ସ୍ୱାସ୍ଥ୍ୟ ସେବା: ବାର୍ଷିକ ୩୦,୦୦୦ ଟଙ୍କାର ହସ୍ପିଟାଲ ନଗଦ ଲାଭ ଏବଂ ପ୍ରତି ତିନି ମାସରେ ଥରେ ମାଗଣା ସ୍ୱାସ୍ଥ୍ୟ ଯାଞ୍ଚର ସୁବିଧା ରହିଛି । RuPay ସିଲେକ୍ଟ ଡେବିଟ୍ କାର୍ଡ: ଶୂନ୍ୟ ବାଲାନ୍ସ ଆକାଉଣ୍ଟ ସହ ଏକ ପ୍ରିମିୟମ ଡେବିଟ୍ କାର୍ଡ ମିଳିବ, ଯେଉଁଥିରେ ଅତିରିକ୍ତ ୧୫ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା କଭରେଜ୍ ରହିଛି । ଅନ୍ୟାନ୍ୟ ସୁବିଧା: ମାଗଣା ବିମାନବନ୍ଦର ଲାଉଞ୍ଜ ସୁବିଧା ଏବଂ ବାର୍ଷିକ ୭୫,୦୦୦ ଟଙ୍କା ମୂଲ୍ୟର ଜୀବନଶୈଳୀ ଉପହାର ମଧ୍ୟ ଏହି ପ୍ୟାକେଜରେ ସାମିଲ ଅଛି ।
ଉତୁରିଗଲା ବୟକଟ୍ ନିଶା, କଲମ୍ବୋ ପାଇଁ ପ୍ଲାଇଟ୍ ବୁକ୍ କଲା ପାକିସ୍ତାନ !
ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ପାକିସ୍ତାନ କଲମ୍ବୋ ପାଇଁ ଏକ ବିମାନ ବୁକ୍ କରିଛି। ଭାରତ ଏବଂ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ୍ ବର୍ଜନ କରିବାକୁ ଧମକ ଦେଇଥିଲା ପାକିସ୍ତାନ । ବାଂଲାଦେଶ ସମର୍ଥନରେ ବାହାରି ବଡ଼ ବଡ଼...
କୈଳାସ ମନ୍ଦିରରେ ଅଷ୍ଟ୍ରେଲୀୟ ପର୍ଯ୍ୟଟକଙ୍କ ‘ଭାରତ ମାତା କି ଜୟ’ ନାରା, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆନ୍ ଟ୍ରାଭେଲରଙ୍କ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ ଚହଳ ପକାଇଛି । ତାଙ୍କର ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାରତୀୟଙ୍କ ହୃଦୟ ଜିତିବାରେ ଲାଗିଛି । ଏଲୋରା ଗୁମ୍ଫାରେ ଅଷ୍ଟ୍ରେଲୀୟ ପର୍ଯ୍ୟଟକ ଡଙ୍କନ୍ ମ୍ୟାକନଟ୍ ସ...
ସମ୍ବଲପୁର ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲରେ ବିଜ୍ଞାନ ଓ କଳା ପ୍ରଦର୍ଶନୀ, ଛାତ୍ରଛାତ୍ରୀଙ୍କ ନବସୃଜନକୁ ମିଳିଲା ଭବ୍ୟ ମଞ୍ଚ
କନକ ବ୍ୟୁରୋ: ସମ୍ବଲପୁରର ପ୍ରତିଷ୍ଠିତ ଶିକ୍ଷଣ ସଂସ୍ଥାନ ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲରେ ଆଜି ବିଜ୍ଞାନ, କଳା ଏବଂ ହସ୍ତ ଶିଳ୍ପ ପ୍ରଦର୍ଶନୀର ଭବ୍ୟ ଆୟୋଜନ କରାଯାଇଥିଲା । ଏଥିରେ ଛାତ୍ରଛାତ୍ରୀମାନଙ୍କର ସୃଜନଶୀଳତା, ବୈଜ୍ଞାନିକ ଚିନ୍ତାଧାରା ଏବଂ ନବସୃଜନ କ୍ଷମତାକୁ ଏକ ଶକ୍ତିଶାଳୀ ମଞ୍ଚ ପ୍ରଦାନ କରିଥିଲା । ପ୍ରଦର୍ଶନୀର ଆନୁଷ୍ଠାନିକ ଶୁଭାରମ୍ଭ ମୁଖ୍ୟ ଅତିଥି ଡ. ଦେବସ୍ମିତା ମିଶ୍ର, ସହକାରୀ ପ୍ରଧ୍ୟାପକ, ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତି ବିଦ୍ୟା ବିଶ୍ୱବିଦ୍ୟାଳୟ, ବୁର୍ଲାଙ୍କ କରକମଳରେ ଦୀପ ପ୍ରଜ୍ୱଳନ ସହିତ କରାଯାଇଥିଲା । ଏହି ଅବସରରେ ବିଶିଷ୍ଟ ଅତିଥି ଏବଂ ନିର୍ଣ୍ଣାୟକ ଭାବରେ ବିଜୟା ବାଗ, ପିଜିଟି (ଉଦ୍ଭିଦ ବିଜ୍ଞାନ), ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ତଥା ଦେବଦତ୍ତା ସା, ଅଧ୍ୟାପକ (ରସାୟନ ବିଜ୍ଞାନ), ଭିଏସ୍ଏସ୍ ବିଶ୍ୱବିଦ୍ୟାଳୟଙ୍କ ଗରିମାମୟ ଉପସ୍ଥିତି ରହିଥିଲା । ଉଦଘାଟନ ପରେ ଅତିଥିମାନେ ସମ୍ପୂର୍ଣ୍ଣ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଉପସ୍ଥାପିତ ନମୁନାଗୁଡ଼ିକର ବିଷୟବସ୍ତୁ, ଉପସ୍ଥାପନା ଶୈଳୀ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣରେ ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ । ସେମାନେ ବିଦ୍ୟାର୍ଥୀମାନଙ୍କ ସହିତ କଥାବାର୍ତ୍ତା କରି ସେମାନଙ୍କର ଜିଜ୍ଞାସା, ନବସୃଜନ ଏବଂ ଆତ୍ମବିଶ୍ୱାସକୁ ପ୍ରଶଂସା କରିଥିଲେ ତଥା ସେମାନଙ୍କୁ ନିରନ୍ତର ଶିଖିବା, ପରୀକ୍ଷଣ କରିବା ଏବଂ ଅନୁସନ୍ଧାନ ଦିଗରେ ଆଗକୁ ବଢ଼ିବାକୁ ପ୍ରେରିତ କରିଥିଲେ । ପ୍ରଦର୍ଶନୀରେ ଛାତ୍ରଛାତ୍ରୀମାନେ ଅନେକ ଜ୍ଞାନବର୍ଦ୍ଧକ ଓ ଜଟିଳ ବୈଜ୍ଞାନିକ ନମୁନାକୁ ଅତି ସରଳ ଭାବେ ଉପସ୍ଥାପନ କରିଥିଲେ । ସେଥିମଧ୍ୟରୁ ପ୍ରମୁଖ ଆକର୍ଷଣଗୁଡ଼ିକ ଥିଲା: ଅନ୍ତରୀକ୍ଷ ବିଜ୍ଞାନ:ଚନ୍ଦ୍ରଯାନ-୩ ଚନ୍ଦ୍ର ମିଶନର ଜୀବନ୍ତ ନମୁନା । ପରିବେଶ ଓ କୃଷି:ଉନ୍ନତ କୃଷି କୌଶଳ, ଅଶୁଦ୍ଧ ଜଳ ଉପଚାର ଏବଂ ଆବର୍ଜନା ପରିଚାଳନା । ଜୀବ ବିଜ୍ଞାନ: ମାନବ ରକ୍ତ ସଞ୍ଚାଳନ ତନ୍ତ୍ର, ଉଦ୍ଭିଦ କୋଷିକା ସଂରଚନା ଏବଂ ଆଲୋକ-ସଂଶ୍ଳେଷଣ ପ୍ରକ୍ରିୟା । ଅତିଥିମାନେ ପ୍ରତ୍ୟେକ ପ୍ରକଳ୍ପ ପରିଦର୍ଶନ କରିବା ସହ ବିଦ୍ୟାର୍ଥୀମାନଙ୍କ ବୈଜ୍ଞାନିକ ଦୃଷ୍ଟିକୋଣ ଏବଂ ଆତ୍ମବିଶ୍ୱାସର ଭୂୟସୀ ପ୍ରଶଂସା କରିଥିଲେ । ସେମାନେ କହିଥିଲେ ଯେ, ପିଲାମାନଙ୍କ ମଧ୍ୟରେ ଏହିପରି ଜିଜ୍ଞାସା ସେମାନଙ୍କୁ ଭବିଷ୍ୟତର ଜଣେ ଜଣେ ସଫଳ ଗବେଷକ ଓ ଅନୁସନ୍ଧାନକାରୀ ଭାବେ ଗଢ଼ିତୋଳିବ । ଏହି ଆୟୋଜନକୁ ସଫଳ କରିବାରେ ଏକାଡେମିକ୍ କୋଅର୍ଡିନେଟର ରଶ୍ମିରେଖା ପଣ୍ଡା, ବିଜ୍ଞାନ ବିଭାଗାଧ୍ୟକ୍ଷ ବିକ୍ରମାଦିତ୍ୟ ଷଡ଼ଙ୍ଗୀଙ୍କ ସମେତ ଶିକ୍ଷକ ପ୍ରୀତି ମିଶ୍ର, ଅତୁଲ ମିଶ୍ର, କଳ୍ପେଶ ନାୟକ, ହୀରାଲାଲ ପ୍ରସାଦ, ବିମଳ ଦାସ, ମନୀଷା ମଞ୍ଜରୀ ପତି ଏବଂ ଜ୍ୟୋତିର୍ମୟୀ ପ୍ରଧାନଙ୍କ ନିରନ୍ତର ପରିଶ୍ରମ ଓ ମାର୍ଗଦର୍ଶନ ରହିଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଚିନ ସୁଧୀର ପାଠକ ନିଜ ଅଭିଭାଷଣରେ କହିଥିଲେ, କେବଳ ପୁସ୍ତକ ମଧ୍ୟରେ ସୀମିତ ନରହି ବ୍ୟବହାରିକ ଜ୍ଞାନ ହାସଲ କରିବା ଆଜିର ସମୟର ଆବଶ୍ୟକତା । ଏହି ପ୍ରଦର୍ଶନୀ ଦ୍ୱାରା ପିଲାମାନଙ୍କ ମଧ୍ୟରେ ଦଳୀୟ କାର୍ଯ୍ୟ ଏବଂ ସମସ୍ୟା ସମାଧାନ କରିବାର ଦକ୍ଷତା ବୃଦ୍ଧି ପାଇଛି । ସେ ଏଥିପାଇଁ ସମସ୍ତ ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ।
ନବୀନ ପଟ୍ଟନାୟକଙ୍କୁ ଭେଟିଲେ ୧୫ପୌର ପରିଷଦ ଚେୟାରମ୍ୟାନ, ଜଣାଇଲେ ଦୁଃଖ
ଭୁବନେଶ୍ଵର:ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନେତୃତ୍ଵରେ ଓଡିଶା ରାଜ୍ୟ ପୌର ପରିଷଦ ମହାସଂଘ ପକ୍ଷରୁ ୧୫ ଟି ପୌର ପରିଷଦର ଅଧ୍ୟକ୍ଷ/ଅଧ୍ୟକ୍ଷା ମାନେ ଆଜି ପୂର୍ବାହ୍ନରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ବ...
ଏପଷ୍ଟିନ୍ ଫାଇଲ୍: ପିଏମ ମୋଦୀଙ୍କ ଇସ୍ରାଏଲ ଗସ୍ତକୁ ନେଇ କରାଯାଇଥିବା ସମସ୍ତ ଦାବିକୁ ଖଣ୍ଡନ କଲେ ଭାରତ ସରକାର
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଏପଷ୍ଟିନ ଫାଇଲ୍ରେପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ଇସ୍ରାଏଲ ଗସ୍ତ ସଂପର୍କରେଥିବା ସବୁ ଦାବିକୁ ଭାରତ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ସମସ୍ତ ଦାବିକ...
ପାୱାରଙ୍କ ପ୍ଲେନକ୍ରାସ୍ : ୨୫ ଦିନ ପୂର୍ବରୁ ହୋଇଥିଲା ଭବିଷ୍ୟବାଣୀ !
କନକ ବ୍ୟୁରୋ : ଜାନୁଆରି ୨୮ , ୨୦୨୬ ବୋଧହୁଏ ମହାରାଷ୍ଟ୍ର ରାଜନୀତିର ଇତିହାସରେ ଏହି ତାରିଖକୁ କଳାଦିବସ ରୂପେ ପାଳନ କରାଯିବ । କାରଣ ଏହି ଦିନ ମହାରାଷ୍ଟ୍ରର ଦାଦା ତଥା ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କର ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଖାଲି ଅଜିତ ନୁହେଁ ତାଙ୍କୁ ମିଶାଇ ଆଉ ୫ ଜଣଙ୍କ ଜୀବନ ମଧ୍ୟ ପ୍ଲେନ୍ କ୍ରାଶରେ ଚାଲିଯାଇଥିଲା । ନ୍ୟୁଜ୍ ହେଡଲାଇନ୍ସରେ ଏହି ଖବର ଘନଘନ ବାଜିବା ପରେ ସମର୍ଥକ ଏବଂ ଅଗଣିତ ଅଜିତ ପାୱାରଙ୍କ ସମର୍ଥକଙ୍କ ପାଦ ତଳୁ ଯେମିତି ମାଟି ଖସିଗଲା । ପୂରା ମହାରାଷ୍ଟ୍ର ଶୋକର ଛାୟାରେ ବୁଡ଼ିଲା । ଦୁର୍ଘଟଣା କେମିତି , କାହିଁକି ହେଲା ଏହାକୁ ନେଇ ତର୍କବିତର୍କ ଚାଲିଲା । ଆଉ ଏହାରି ଭିତରେ ସୋସିଆଲ୍ ମିଡିଆରେ ଅଜିତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ଜ୍ୟୋତିଷଙ୍କ ଭବିଷ୍ୟବାଣୀ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି । ଆଗକୁ ପଢ଼ନ୍ତୁ : ପ୍ରେମରେ ପଡ଼ିଥିଲେ ପାୱାର୍ : ମନ୍ତ୍ରୀଙ୍କ ଝିଅ ସହ ମିଶିଥିଲା ମନ,ଏମିତି ଥିଲା ଅଜିତଙ୍କ ଲଭ୍ ଷ୍ଟୋରି ଇଣ୍ଟରନେଟରେ ଝଡ଼ ପରି ଭାଇରାଲ୍ ହେଉଥିବା ଏହି ଭିଡିଓରେ ଅନେକ ଜ୍ୟୋତିଷ ୨୦୨୬ ରେ ଭାରତରେ ହେବାକୁ ଥିବା ବିମାନ ଦୁର୍ଘଟଣାର ଭବିଷ୍ୟବାଣୀ କରୁଥିବାର ଦେଖିବାକୁ ମିଳୁଛି । ଜ୍ୟୋତିଷ କହୁଛନ୍ତି ଯେ ‘ଭାରତରେ ଫେବୃୟାରି ଏବଂ ମାର୍ଚ୍ଚ ଭିତରେ ଅନେକ ବିମାନ ଦୁର୍ଘଟଣା ଘଟିବ । ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ ମୋ ପ୍ରେଡିକ୍ସନ୍ ଭୁଲ୍ ହେଉ କିନ୍ତୁ ଜଣେ ରାଜନେତାଙ୍କ ଜୀବନ ଏହି ଦୁର୍ଘଟଣାରେ ଚାଲିଯିବ । ମୋ ଭବିଷ୍ୟବାଣୀ ସବୁବେଳେ ସତ ହୁଏ କିନ୍ତୁ ପ୍ରାର୍ଥନା କରୁଛି ଏଭଳି କିଛି ଘଟଣା ନ ଘଟୁ । ମୋର କାମ ଆପଣଙ୍କୁ ସଚେତନ କରାଇବାର , ଏ ସମୟରେ ବିମାନ ଯାତ୍ରା କରନ୍ତୁ ନାହିଁ ।’ ତେବେ ଏହି ଭିଡିଓଟି ଜାନୁଆରି ୨ ତାରିଖର ବୋଲି କୁହାଯାଉଛି । ଯାହା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଗଲା । ପାୱାରଙ୍କ ମୃତ୍ୟୁର ୨୫ ଦିନ ପୂର୍ବରୁ ଏହି ଭବିଷ୍ୟବାଣୀ କରାଯାଇଥିବା ବେଳେ ଇଣ୍ଟରନେଟରେ ଭାଇରାଲ ହୋଇଗଲା ଯେ ୨୫ ଦିନ ପୂର୍ବରୁ ହିଁ ଅଜିତଙ୍କ ପ୍ଲେନକ୍ରାଶର ପ୍ରେଡିକ୍ସନ୍ ହୋଇଯାଇଥିଲା । ତେବେ ବୁଧବାର ଘଟିଥିବା ଏହି ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ଅଜିତଙ୍କ ଘଣ୍ଟାରୁ ତାଙ୍କ ମୃତଦେହ ଚିହ୍ନଟ କରାଯାଇଥିଲା । ବିମାନଟି ତଳେ ପଡ଼ି ସମ୍ପୂର୍ଣ୍ଣ ବ୍ଲାଷ୍ଟ୍ ହୋଇଯାଇଥିଲା ଏବଂ ଭିତରେ ବସିଥିବା ୬ ଜଣଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇ ଏଣେତେଣେ ପଡ଼ିଥିଲା । ତେବେ ଦୁର୍ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଏହାକୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି । ୟୁଜର୍ସ ମଧ୍ୟ ଭିଡିଓ ଉପରେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି କିଏ କହୁଛି ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଗଲା ତ ଆଉ କିଏ କହୁଛନ୍ତି ୨୫ ଦିନ ପୂର୍ବରୁ ହିଁ ଦାଦାଙ୍କ ମୃତ୍ୟୁର ଭବିଷ୍ୟବାଣୀ ହୋଇଯାଇଥିଲା । ଆଉ କେହି କେହି କହୁଛନ୍ତି ଜ୍ୟୋତିଷବାଣୀକୁ ହାଲୁକାରେ ନିଅନ୍ତୁ ନାହିଁ ।
ରାଜ୍ୟ ତିନି ଜଣ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି
କନକ ବ୍ୟୁରୋ: ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ୧୯୯୬ ବ୍ୟାଚ୍ର ତିନି ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ପଦୋନ୍ନତି ପ୍ରଦାନ କରିଛନ୍ତି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଏହି ଅଧିକାରୀମାନଙ୍କୁ ‘ଏପେକ୍ସ ଗ୍ରେଡ୍’ ବା ସର୍ବୋଚ୍ଚ ପାହ୍ୟାକୁ ଉନ୍ନୀତ କରାଯାଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦବୀ ପ୍ରଦାନ କରାଯାଇଛି । ଏହି ୩ ଅଧିକାରୀ ହେଲେ ଶ୍ରୀ ଶାଶ୍ୱତ ମିଶ୍ର (IAS, -୧୯୯୬) ଶ୍ରୀ ବିଶାଲ କୁମାର ଦେବ ଏବଂ ଶ୍ରୀମତୀ ଉଷା ପାଢ଼ୀ ସାମିଲ ଅଛନ୍ତି । ଅଧିକ ପଢନ୍ତୁ: ମହିଳା ଆଇଏଏସ୍ଙ୍କୁ ନେଇ ଆପତ୍ତିଜନକ ଖବର ପ୍ରସାରଣ : ୨ ସାମ୍ବାଦିକ ଗିରଫ ଏହି ପଦୋନ୍ନତି ଆସନ୍ତାକାଲି ଅର୍ଥାତ୍ ୨୦୨୬ ମସିହା ଫେବୃଆରୀ ୧ ତାରିଖରୁ କାର୍ଯ୍ୟକାରୀ ହେବ। ସରକାରଙ୍କ ନିର୍ଦ୍ଦେଶ ମୁତାବକ, ପଦୋନ୍ନତି ପାଇବା ପରେ ମଧ୍ୟ ଏହି ଅଧିକାରୀମାନେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିଜର ବର୍ତ୍ତମାନର ସ୍ଥାନରେ ରହି ଦାୟିତ୍ୱ ତୁଲାଇବେ । ଅନ୍ୟପକ୍ଷରେ, କେନ୍ଦ୍ରୀୟ ଡେପୁଟେସନ୍ ରେ ଥିବା ୧୯୯୬ ବ୍ୟାଚ୍ର ଅନ୍ୟତମ ବରିଷ୍ଠ ଅଧିକାରୀ ଶ୍ରୀ ବୀର ବିକ୍ରମ ଯାଦବଙ୍କୁ ମଧ୍ୟ ‘ପ୍ରୋଫର୍ମା ପଦୋନ୍ନତି’ ଦିଆଯାଇଛି । ତାଙ୍କୁ ମଧ୍ୟ ଏପେକ୍ସ ଗ୍ରେଡ୍ (ଲେଭଲ୍-୧୭) ପାହ୍ୟାକୁ ଉନ୍ନୀତ କରାଯାଇଛି ।
କନକ ବ୍ୟୁରୋ : ବ୍ୟାଗ ଭିତରେ ଭାତ,ଡାଲି । ରାସ୍ତା କଡ଼ରେ ଚେପା ହୋଇ ପଡ଼ିଛି ପାଣି ବୋତଲ । ବୋଧହୁଏ ବାଇକ ଆରୋହୀ ଜଣକ କାମକୁ ଯାଉଥିଲେ ଏବଂ ମଧ୍ୟାହ୍ନ ଭୋଜନରେ ଏହି ଖାଦ୍ୟ ଖାଇଥାନ୍ତେ । କିନ୍ତୁ ସବୁକିଛି ଶେଷ ହୋଇଯାଇଛି । ଠାଏଁ ଠାଏଁ ଜାଗାରେ ଚପଲ ଏବଂ ଭଙ୍ଗା ବାଇକର ପାର୍ଟସ୍ କହୁଛି ଦୁର୍ଘଟଣା କେତେ ଭୟାବହ ହୋଇଛି । ରେଶମ ସହରର ଜନଗହଳିପୂର୍ଣ୍ଣ ରାସ୍ତା ଭିତରେ ଘଟିଯାଇଛି ଏଭଳି ଏକ ଭୟଙ୍କର ଦୁର୍ଘଟଣା । ହଲଦିଆପଦର ଓଭର୍ ବ୍ରିଜରେ ମାଳ ମାଳ ଗାଡ଼ି ଯା’ଆସ କରିବା ଭିତରେ ହଠାତ ଏକ ଦ୍ରୁତଗାମି ଟ୍ରକ ରଙ୍ଗ୍ ରୁଟରେ ଆସି ୩ ଟି ବାଇକକୁ ପଛରୁ ପିଟିଦେଲା । ଚାହୁଁ ଚାହୁଁ ଗାର୍ଡ ୱାଲକୁ ଘୋଷାଡ଼ି ହୋଇ ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍ । ଛଟପଟ ହୋଇ ଚାଲିଗଲା ୫ ଜୀବନ । ରାସ୍ତାରେ ଛିଟକି ହୋଇ ଏଣେତେଣେ ପଡ଼ିଲା ବାଇକର ପାର୍ଟସ୍ ଆଉ ବାଇକ ଆରୋହୀ ଧରିଥିବା ଜିନିଷପତ୍ର । ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ତତକ୍ଷଣାତ ଚମ୍ପଟ ମାରିଲା ଟ୍ରକ୍ ଡ୍ରାଇଭର । ଏଭଳି ଭୟଙ୍କର ଦୁର୍ଘଟଣାକୁ ନେଇ ଦକ୍ଷିଣାଞ୍ଚଳ ଆଇଜି ପ୍ରତିକ୍ରିୟା ଦେଇ କହିଲେ , ଆଗକୁ ପଢ଼ନ୍ତୁ : ଦୁର୍ବଳ କରାଉଛି ୱେଟ୍ ଲସ୍ ଇଞ୍ଜେକ୍ସନ୍ ! ମୋଟା ଲୋକ ପତଳା ହେଉଛନ୍ତି ସତ , ଭିତରୁ ତରଳୁଛି ମାଂସପେଶୀ ଦୁର୍ଘଟଣା ଘଟିବା ପରେ ଓଡ଼ିଶା ଅଗ୍ନିସେବା ଟିମ୍ ଆସି ଭଙ୍ଗା ବାଇକକୁ ରାସ୍ତାରୁ ହଟାଇବା ସହ ଲୋକଙ୍କ ଯିବା ଆସିବା ବାଟକୁ ଖୋଲିଲେ । ତେବେ ଏହି ବେପରୁଆ ଗାଡ଼ି ଚାଳନା ଖାଲି ୫ ଜଣଙ୍କ ଜୀବନ ନେଇନି ବରଂ ୨ ଜଣଙ୍କ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି । ମୃତକଙ୍କ ମଧ୍ୟରେ ଜଣେ ଅଯୋଧ୍ୟା ନଗରର ସୂର୍ଯ୍ୟ ପଣ୍ଡା ହୋଇଥିବା ବେଳେ ଅନ୍ୟମାନଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ସମସ୍ତ ମୃତାହତ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅଛନ୍ତି । ଖବର ପାଇବା ମାତ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏଥିସହ ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ₹୪ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏହି ଦୁର୍ଘଟଣାରେ ସମସ୍ତ ଆହତଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସେବା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ବିଜେଡି କହିଲେ ନବୀନ, ଆଉ ନବୀନ କହିଲେ ବିଜେଡି...
ଭୁବନେଶ୍ଵର:ନବୀନ ହିଁ ବିଜେଡିର ସର୍ବୋଚ୍ଚ ନେତା । ନବୀନ ଥିବା ପର୍ଯ୍ୟନ୍ତ ବିଜେଡିରେ ନେତୃତ୍ବକୁ ନେଇ କୌଣସି ପ୍ରଶ୍ନ ନାହିଁ । ଆଜି ନବୀନ ନିବାସରେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ଏକଥାକୁ ସ୍ପଷ୍ଟ କରି ଦେଇଛନ୍ତି ବିଜେ...
ମମତାଙ୍କ ଗଡ଼ରେ ଗର୍ଜିଲେ ଅମିତ ଶାହ, ପଶ୍ଚିମବଙ୍ଗ ଜନସଭାରେ ମୁଖ୍ୟମନ୍ତ୍ରୀ ଓ ଟିଏମସିକୁ କଡ଼ା ସମାଲୋଚନା
କନକ ବ୍ୟୁରୋ; ମମତାଙ୍କ ଗଡ଼ରେ ଗର୍ଜିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପଶ୍ଚିମବଙ୍ଗରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଟିଏମସିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ବଙ୍ଗଳାରେ ତୃଣମୂଳ କଂଗ୍ରେସ ସରକାରର ପତନ ନିଶ୍ଚିତ ଏବଂ ୨୦୨୬ ରାଜ୍ୟ ରାଜନୀତିରେ ପରିବର୍ତ୍ତନର ବର୍ଷ ହେବ ବୋଲି ଦାବି କରିଛନ୍ତି ଶାହ। କହିଛନ୍ତି, ବାମପନ୍ଥୀମାନଙ୍କୁ ହଟାଇବା ପାଇଁ ବଙ୍ଗଳାର ଲୋକମାନେ ଟିଏମସିକୁ କ୍ଷମତା ହସ୍ତାନ୍ତର କରିଥିଲେ, କିନ୍ତୁ ଆଜି ସେହି ସରକାର ଦୁର୍ନୀତି, ଭ୍ରଷ୍ଟାଚାର, ପୁଲିସର ଅପବ୍ୟବହାର ଓ ଅନୁପ୍ରବେଶକୁ ପ୍ରୋତ୍ସାହିତ କରି ରାଜ୍ୟକୁ ପଛକୁ ନେଉଛନ୍ତି । ଅଧିକ ପଢନ୍ତୁ: ଭାରତୀୟ ସେନାକୁ ନେଇ ମମତା ବାନାର୍ଜୀଙ୍କ ବୟାନ, ଆପତ୍ତି ଉଠାଇଲା ଭାରତୀୟ ସେନା ତେଣୁ ୨୦୨୬ ଟିଏମସିକୁ ବିଦାୟ ଦେବାର ବର୍ଷ। ଅନୁପ୍ରବେଶ ପ୍ରସଙ୍ଗରେ ଗୃହମନ୍ତ୍ରୀ କହିଛନ୍ତି, ବଙ୍ଗଳାରେ ଅବୈଧ ପ୍ରବେଶ କେବଳ ରାଜ୍ୟ ନୁହେଁ ବରଂ ସମଗ୍ର ଦେଶର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଛି। ସେ ଅଭିଯୋଗ କରିଛନ୍ତି ,ରାଜ୍ୟ ସରକାର ସୀମାରେ ବାଡ଼ ଦେବା ପାଇଁ ଜମି ଯୋଗାଇ ଦେଉନାହାଁନ୍ତି, ଯାହା ସୀମା ସୁରକ୍ଷା ବାହିନୀକୁ ତା’ର କାର୍ଯ୍ୟ କରିବାରେ ବାଧା ସୃଷ୍ଟି କରୁଛି। ହାଇକୋର୍ଟ ଏହି ମାମଲାରେ ବିଏସଏଫ ସପକ୍ଷରେ ରାୟ ଦେଇଛନ୍ତି, କିନ୍ତୁ ଏହା ସତ୍ତ୍ୱେ, ଜମି ଯୋଗାଇ ଦିଆଯାଉନାହିଁ କାରଣ ଅନୁପ୍ରବେଶକାରୀମାନେ ଶାସକ ଦଳର ଭୋଟ ବ୍ୟାଙ୍କ। ଶାହ ଦାବି କରିଛନ୍ତି, ବିଜେପି କ୍ଷମତାକୁ ଆସିବା ପରେ, ୪୫ ଦିନ ମଧ୍ୟରେ ସୀମାରେ ବାଡ଼ ନିର୍ମାଣ ସମାପ୍ତ ହେବ ଏବଂ ସୁରକ୍ଷାକୁ ସୁଦୃଢ଼ କରାଯିବ । ‘ରାବଣ ବି ଭାବିଥିଲା ତାକୁ କେହି ହରାଇପାରିବେ ନାହିଁ’ ମମତାଙ୍କୁ ଶାହଙ୍କ ଟାର୍ଗେଟ୍ ‘୨୦୨୬ରେ ପରିବର୍ତ୍ତନ ନିଶ୍ଚିତ’ ‘ପଶ୍ଚିମବଙ୍ଗରେ ଫୁଟିବ ପଦ୍ମ’ ବଙ୍ଗଳାରେ ପରିବର୍ତ୍ତନ ନିଶ୍ଚିତ, ୨୦୨୬ରେ ଟିଏମସିକୁ ବିଦାୟ ଦିଆଯିବ ବିଜେପି ରାଜ୍ୟରେ ସରକାର ଗଠନ କରିବ ବଙ୍ଗଳାରେ ସରକାର ଗଠନ ସମଗ୍ର
ଭିନ୍ନ ହେବ ଏଥରର ବଜେଟ୍ ଭାଷଣ, ଦୀର୍ଘ ମିଆଦୀ ଲକ୍ଷ୍ୟ ଉପରେ ଫୋକସ୍; ପାର୍ଟ-Bରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା
ନୂଆଦିଲ୍ଲୀ: ଭାରତର ସଂସଦୀୟ ପରମ୍ପରାରେ ରବିବାର ନୂଆ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ । ସରକାରୀ ସୂତ୍ରକୁ ନେଇ ହିନ୍ଦୁସ୍ତାନ କରିଥିବା ରିପୋର୍ଟ ଅନୁସା...
ନ୍ୟୁଜିଲାଣ୍ଡ ବୋଲରଙ୍କୁ ନିର୍ଦ୍ଧୁମ ମାଡ଼, ଏକା ଇଶାନ ବାଡ଼େଇଲେ ୧୦୩ ରନ୍; ପଞ୍ଚମ ମ୍ୟାଚରେ ଉଡିଲା ଟିମ ଇଣ୍ଡିଆର ରନ
ନୂଆଦିଲ୍ଲୀ: ପଞ୍ଚମ ଟି-୨୦ରେ ଭାରତ ନ୍ୟୁଜିଲାଣ୍ଡ ପାଇଁ ୨୭୨ ରନର ଟାର୍ଗେଟ ରଖିଛି। ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୨୦ ଓଭରରେ ୫ ୱିକେଟ ହରାଇ ୨୭୧ ରନ କରିଥିଲା। ଏହା ଟି-୨୦ରେ ଭାରତର ତୃତୀୟ ସର୍ବାଧିକ ସ୍କୋର। ଇଶାନ କିଶାନ ମାତ୍ର ୪୨ ବଲ୍ ରେ ଭାରତ ପାଇଁ ଶତକ ହାସଲ କରିଥିଲେ। ସେ ୧୦ଟି ଛକା ଏବଂ ୬ଟି ଚୌକା ମାରିଥିଲେ। ଭାରତ ପକ୍ଷରୁ ଇଶାନ କିଷାନ ୪୩ ବଲ୍ରେ ୧୦୩ ରନ୍, […]
ଖାଲି ଆଖିରେ ଛତୁଆର ମାନ ଯାଞ୍ଚ କରି ବଣ୍ଟନ, ଛତୁଆ ଖାଇବାର ମାସେ ପରେ ଆସୁଛି ରିପୋର୍ଟ
କନକ ବ୍ୟୁରୋ: କୁନି କୁନି ଶିଶୁ ସହ ଗର୍ଭବତୀ ଓ ପ୍ରସୂତିଙ୍କୁ ପୃଷ୍ଟିକର ଖାଦ୍ୟର ମାନ ଯାଞ୍ଚ ନକରି ଅଙ୍ଗନବାଡି କେନ୍ଦ୍ର ଜରିଆରେ ବଣ୍ଟନ କରାଯାଉଛି । ପୁଷ୍ଟିକର ଖାଦ୍ୟ ନାଁରେ ଶିଶୁ ଓ ଗର୍ଭବତୀଙ୍କ ସହ ସାଂଘାତିକ ଖେଳ ଖେଳାଯାଉଛି । ଛତୁଆ, ବାଦାମ ଲଡୁ, ମକା ବେଶନ, ମୁଢି ଚଣା, ରାଶି ବାଦାମ ଲଡୁ, ଆଦି ପ୍ରସ୍ତୁତ କରି ଯୋଗାଇ ଦେଉଛନ୍ତି ଏସଏଚଜି । ଏହାପରେ ଖାଦ୍ୟ ମାନ ଯାଞ୍ଚ୍ ପାଇଁ ନମୁନା ସଂଗ୍ରହ କରି ଭୁବନେଶ୍ବର ସ୍ଥିତ ଓଡ଼ିଶା ଫୁଡ୍ ଆନାଲିସିସି କେନ୍ଦ୍ରକୁ ପଠାଯାଉଛି । ହେଲେ ରିପୋର୍ଟ ଆସିବାକୁ ମାସେରୁ ଅଧିକ ଦିନ ଲାଗୁଛି । ଏଣେ ଛତୁଆ ପ୍ରସ୍ତୁତି ପରେ ୨୫ ଦିନ ମଧ୍ୟରେ ବ୍ୟବହାର ଯୋଗ୍ୟ ବୋଲି ପ୍ୟାକେଟରେ ଉଲ୍ଲେଖ ଅଛି। ତେଣୁ ରିପୋର୍ଟକୁ ଅପେକ୍ଷା ନ କରି ଖାଲି ଆଖିରେ ମାନ ଯାଞ୍ଚ କରି ବଣ୍ଟନ କରାଯାଉଛି । ଅଧିକ ପଢନ୍ତୁ: ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ କିଶୋରୀ ବାଳିକା ; ସମସ୍ୟା ଭୋଗୁଛନ୍ତି ଉପଭୋକ୍ତା ଛତୁଆର ରିପୋର୍ଟ ଆସିବା ପରେ ନିମ୍ନମାନର ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା କହିଛନ୍ତି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ । ଅନ୍ୟପଟେ ପୁଷ୍ଟିକର ଛତୁଆ ପ୍ରସ୍ତୁତିକୁ କେବଳ ବାବୁମାନେ ଖାଲି ଆଖିରେ ଦେଖି କେମିତି ସନ୍ତୁଷ୍ଟ ହେଉଛନ୍ତି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହଜାର ହଜାର ହିତାଧିକାରୀଙ୍କ ଉତ୍ତମ ସ୍ଵାସ୍ଥ୍ୟ ପାଇଁ ଛତୁଆର ଗୁଣବତ୍ତା ଯାଞ୍ଚ୍ ଲାଗି ଜିଲ୍ଲାସ୍ତରରେ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ । ନବରଙ୍ଗପୁର ଜିଲ୍ଲାରେ ଏକ ଟେଷ୍ଟି ଲ୍ୟାବ ନଥିବାରୁ ବିନା ଯାଞ୍ଚରେ ପୁଷ୍ଟିକର ଖାଦ୍ୟ ଶିଶୁ, ଗର୍ଭବତୀ ଓ ପ୍ରସୂତୀଙ୍କ ବଣ୍ଟନ କରାଯାଉଛି । ସରକାର ଗୁରୁତ୍ୱ ଦେଇ ଜିଲ୍ଲାରେ ଏକ ଟେଷ୍ଟିଂ ଲ୍ୟାବ ପ୍ରତିଷ୍ଠା କରିବାକୁ ଦାବି ହୋଇଛି ।
ସନ୍ଥ କବି ଭୀମ ଭୋଇଙ୍କ ମାନବବାଦୀ ଚିନ୍ତାଧାରାକୁ ଅନ୍ତର୍ଜାତୀୟ ସ୍ତରରେ ବିଶ୍ଵ ବିଦିତ କରାଇବା: ଧର୍ମେନ୍ଦ୍ର ପ୍ରଧାନ
ରେଢାଖୋଲ/ସମ୍ବଲପୁର:ରେଢାଖୋଲର‘ଭୀମଭୋଇ ଲୋକ ମହୋତ୍ସବ’କେବଳ ସଂସ୍କୃତି ଓ ଲୋକକଳାର ମଞ୍ଚ ନୁହେଁ ବରଂ ଆମ ଓଡ଼ିଆ ଅସ୍ମିତା,ସ୍ୱାଭିମାନ ଓ ପରିଚୟର ଏକ ଜ୍ୱଳନ୍ତ ପ୍ରତିବିମ୍ବ । ଏହି ଉଦ୍ୟମ‘ଭୀମ...
ନ୍ୟୁଜିଲାଣ୍ଡ ବୋଲରଙ୍କୁ ନିର୍ଘାତ ମାଡ଼, ଇଶାନ କିଶନଙ୍କ ଶତକ; ତୃତୀୟ ସର୍ବାଧିକ ସ୍କୋର କଲା ଭାରତ
ଥିରୁଅନନ୍ତପୁରମ: ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚରେଭାରତୀୟ ଟିମର ବିସ୍ଫୋରକ ବ୍ୟାଟିଂ । ଭାରତୀୟ ବ୍ୟାଟରଙ୍କ ସାମ୍ନାରେ ଅତି ଅସହାୟ ହୋଇପଡ଼ିଥିଲେ ନ୍ୟୁଜିଲାଣ୍ଡର ବୋଲର । ଯିଏ ଆସିଲେ, ସେ ଧୋଇଲେ । ଅଭିଷେକ ଶର୍ମାଙ୍କ ପାଖରୁ ଆରମ୍ଭ...
ତିନି ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି, ମିଳିଲା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟା
ଭୁବନେଶ୍ଵର: ଆଜି ବରିଷ୍ଠ ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳ ବଦଳ ହୋଇଛି। ୧୯୯୬ ବ୍ୟାଚର ୩ ବରିଷ୍ଠ ଆଇଏଏସଙ୍କୁ ପଦନ୍ନୋତି ଦେଇଛନ୍ତି ମୋହନ ମାଝୀଙ୍କ ସରକାର।ଏହି ତିନି ଆଇଏଏସ ହେଉଛନ୍ତିଶାଶ୍ଵତ ମିଶ୍ର,ବିଶାଳ ଦେବ ଓ ଉଷା...
ଥରହର ପାକିସ୍ତାନ! ଆତଙ୍କ ରଚୁଛି BLA, ୧୦ ଘଣ୍ଟା ପରେ ମଧ୍ୟ ପରିସ୍ଥିତି ଅନିୟନ୍ତ୍ରିତ; ୨୭ ସୈନିକଙ୍କ ମୃତ୍ୟୁ!
ନୂଆଦିଲ୍ଲୀ: ବଲୁଚିସ୍ତାନର ଏକ ସଶସ୍ତ୍ର ମିଲିସିଆ ବାଲୁଚ୍ ଲିବରେସନ୍ ଆର୍ମି (BLA) ଗତ ୧୦ ଘଣ୍ଟା ଧରି ପାକିସ୍ତାନୀ ସେନା, ISI, ପୋଲିସ ଏବଂ ସରକାରୀ ଟାର୍ଗେଟ ଉପରେ ବଡ଼ ଆକ୍ରମଣ କରୁଛି। ଏହି ଆକ୍ରମଣ ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ରାଜଧାନୀ କ୍ୱେଟା, ଖାରାନ, ଓରନାଚ, ପଞ୍ଜଗୁର, ଟୁମ୍ପ ଏବଂ ପଶନି ସମେତ ୧୧ଟି ସହରରେ କରାଯାଉଛି। ଏହି ୧୧ଟି ସହରରେ, ବେଲୁଚ୍ ଲଢ଼ୁଆମାନେ ସେନା କାର୍ଯ୍ୟାଳୟ, ପୋଲିସ ଷ୍ଟେସନ, ବ୍ୟାଙ୍କ, ସରକାରୀ ପ୍ରଶାସନିକ କାର୍ଯ୍ୟାଳୟ ଏବଂ […]
ବାଲି ମାଫିଆଙ୍କୁ ମାରାଥନ୍ ଜେରା, ରାଜନୈତିକ ଲିଙ୍କ୍ ଖୋଜୁଛି ଇଡି
କନକ ବ୍ୟୁରୋ: ବାଲି ମାଫିଆଙ୍କୁ ନାହିଁ ନିସ୍ତାର। ଆଜି ଲଗାତର ଦ୍ବିତୀୟ ଦିନରେ ବାଲି ମାଫିଆ ବିଶ୍ବଜିତ୍ ପାତ୍ର ଓରଫ ହକିକୁ ଜେରା କରିଛନ୍ତି ଇଡି ଅଧିକାରୀ । ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ବେଆଇନ୍ ବାଲିଘାଟରେ ଚଢାଉ ହୋଇଛି। ପିପିଲି, ଜଟଣୀ ଓ ବାଲେଶ୍ବରରେ ଚଢାଉ କରିଛନ୍ତି ପୁଲିସ ଓ ଖଣି ଅଧିକାରୀ । ଆଜି ଲଗାତର ଦ୍ବିତୀୟ ଦିନରେ ଭୁବନେଶ୍ବର ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ ବାଲି ମାଫିଆ ବିଶ୍ବଜିତ୍ ପାତ୍ର ଓରଫ୍ ହକି । ଝାଳବୁହା ଜେରା କରିଥିଲେ ଇଡି ଅଧିକାରୀ । ପୂର୍ବତନ ଯୁବ କଂଗ୍ରେସ ନେତା ବିଶ୍ବଜିତ୍ ପାତ୍ରଙ୍କ ପଲିଟିକାଲ୍ ଲିଙ୍କ୍ରେ ଅର୍ଥ ନେଣଦେଣ ବାବଦରେ ପ୍ରଶ୍ନ କରିଥିଲେ। ଗତକାଲି ସଚିନ୍ ପାଢ଼ୀଙ୍କୁ ବି ଜେରା କରିଥିଲେ ଇଡି ଅଧିକାରୀ । ଗତ ୧୬ ତାରିଖରେ ଗଞ୍ଜାମର ୬ ମାଫିଆଙ୍କ ଘରେ ରେଡ୍ ହୋଇ, ୨ କୋଟି ୬୩ ଲକ୍ଷ ଟଙ୍କା ଓ ଏପଟେ ବିଭିନ୍ନ ସ୍ଥାନରେ ଗ୍ରାଉଣ୍ଡ ଜିରୋରେ ଚଢାଉ । ଅଧିକ ପଢନ୍ତୁ: ଖଣି ଅଧିକାରୀ- ବାଲି ମାଫିଆଙ୍କ ମଧୁଚନ୍ଦ୍ରିକା ! ଲୁଟୁଛନ୍ତି କୋଟିକୋଟି ଟଙ୍କା ପିପିଲିର ବେଆଇନ ବାଲି ଘାଟ ଗୁଡିକରେ ଚଢ଼ାଉ କରିଛି ପ୍ରଶାସନ । ଖଣି ଅଧିକାରୀ, ସ୍ପେଶାଲ ସ୍କ୍ବାଡ୍ ଓ ପିପିଲି ପୁଲିସ ମିଳିତ ଚଢ଼ାଉ କରି ଚୋରା ବାଲି ଚାଲାଣ ଅଭିଯୋଗରେ ୫ରୁ ଅଧିକ ଗାଡ଼ି ଜବତ କରିଛନ୍ତି। ରାସଗୋବିନ୍ଦପୁର ଥାନା ନାରଙ୍ଗାବାଦ ନିକଟରେ କିଛି ମାଟି ମାଫିଆ, ଘରୋଇ ଚାଷ ଜମିରୁ ବେଆଇନ୍ ଭାବେ ମାଟି ଚାଲାଣ କରୁଥିବା ବେଳେ ଚଢାଉ କରିଥିଲା ଖଣି ବିଭାଗ। ୫ଟି ଟ୍ରାକ୍ଟର ଏବଂ ଗୋଟିଏ ହାଇୱ୍ବା ଜବତ ହୋଇଛି। ତେବେ ଚଢାଉ ବେଳେ କିଛି ଟ୍ରାକ୍ଟର ଓ ଜେସିବି ଡ୍ରାଇଭର ଚମ୍ପଟ ମାରିଥିଲେ। ଜବତ ଟ୍ରାକ୍ଟର ଗୁଡିକୁ ବସ୍ତା ଥାନାରେ ଜିମା ଦିଆଯାଇଛି । ଜଟଣୀ ରଥିପୁର ଅଞ୍ଚଳରେ ବଡ଼ ରେଡ୍ କରିଛି ଖଣି ବିଭାଗ। ୪ଟି ପଥର କଟା ମେସିନ ଜବତ ହୋଇଥିବା ବେଳେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ଜଟଣୀ ପୁଲିସ । ସେହିପରି ପାଟଣାଗଡ଼ ଯୋଗୀମୁଣ୍ଡାର ହଜାର ହଜାର ଟ୍ରିପ୍ ଲଘୁ ଖଣିଜ ଲୁଟ୍ କରି ଟିକସ ଫାଙ୍କିବା ଅଭିଯୋଗରେ ଚଢ଼ାଉ କରିଛି ପ୍ରଶାସନ । ରାଜ୍ୟର ଅଧିକାଂଶ ନଦୀଶଯ୍ୟାରୁ ବେଧଡକ୍ ଭାବେ ଉତ୍ତୋଳନ ହେଉଛି ବାଲି। ଖଣି ବିଭାଗ ଓ ପୁଲିସ ଯେତେ ରେଡ୍ କଲେ ବି ମାଫିଆ ବେଫିକର। ପ୍ରଶ୍ନ ଉଠୁଛି, ସରକାର ଆଣିଥିବା ଏସଓପିକୁ କାହିଁକି ଲାଗୁ କରୁନାହାନ୍ତି?
ବାକି ଅନୁପ୍ରବେଶକାରୀଙ୍କୁ ବାହାର କରିବେ ବିଜେପିର ମୁଖ୍ୟମନ୍ତ୍ରୀ, ବେଙ୍ଗଲରେ କହିଲେ ଅମିତ ଶାହ
କୋଲକାତା: ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରେ ଶନିବାର ଟିଏମସି ସରକାର ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ମମତା ବାନାର୍ଜୀଙ୍କ ସରକାର ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେଉଛନ୍ତି । ବେଙ୍ଗଲର ଲୋକମାନେ ଟିଏମସିକୁ ଉପାଡ...
ଓଡ଼ିଶାର ରହସ୍ୟମୟ ମନ୍ଦିର, ଅମାବାସ୍ୟାରେ ଜାଗ୍ରତ ହୁଅନ୍ତି ଯୋଗିନୀ!
ରବିବାର ରାଶିଫଳ, ଦିନଟି ସାମାନ୍ୟ କଷ୍ଟକର ରହିବ, ଆର୍ଥିକ ସ୍ଥିତି ମଜବୁତ ହେବ
ମେଷ- ଆସନ୍ତାକାଲିଆପଣଙ୍କ ପାଇଁ ରବିବାର ଘାତବାର ହେତୁ ଦିନଟି ସାମାନ୍ୟ କଷ୍ଟକର ରହିବ। ମନରେ ମାନସିକ କ୍ଳେଶ ଅନୁଭବ କରିବା ସହ ଅନାବଶ୍ୟକ କାର୍ଯ୍ୟରେ ଅଧିକ ଅର୍ଥ ବ୍ୟୟ ହେବାର ଯୋଗ ରହିଛି। ନିଜର ଜିଦ୍ଖୋର ସ୍ୱଭାବ ତ୍ୟାଗ କରନ୍ତୁ ଏବଂ କୌଣସି...
ମର୍ମନ୍ତୁଦ, ଭୟଙ୍କର ସଡକ ଦୁର୍ଘଟଣା: ବ୍ରହ୍ମପୁର ହଳଦିଆପଦର ଓଭରବ୍ରିଜରେ ୩ ବାଇକ୍ ଚାଳକଙ୍କ ଉପରେ ମାଡିଗଲା ଟ୍ରକ
କନକ ବ୍ୟୁରୋ: ଭୟଙ୍କର, ମର୍ମନ୍ତୁଦ । ବ୍ରହ୍ମପୁର ସହର ପାଇଁ କଳା ଶନିବାର । ୩ଟି ବାଇକ୍ ଉପରେ ଟ୍ରକ୍ ମାଡ଼ିଯିବା ଦ୍ବାରା ଚାଲିଯାଇଛି ୫ ଜଣଙ୍କ ଜୀବନ । ଏହି ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିବାବେଳେ ରାସ୍ତା ନିର୍ମାଣକୁ ନେଇ ପ୍ରଶ୍ନ ଉଠିଛି । ବିଛାଡ଼ି ହୋଇ ପଡ଼ିଛି ଟିଫିନ ବାକ୍ସ । ପାଖରେ ପଡିଛି ପାଣି ବୋତଲ। ହେଲେ ଦ୍ବିପହରେ ଖାଇବା ଆଗରୁ ଜୀବନ ଚାଲିଗଲା । କିଏ ଚିଠି ବାଣ୍ଟିବାକୁ ଯାଉଥିଲେ। ପୁଣି କିଏ ଯାଉଥିଲେ ବ୍ୟାଙ୍କ କାମରେ । କିଏ ବା ଜାଣିଥିଲା ଉଡ଼ନ୍ତା ସେତୁ ଉପରେ ମାଡ଼ିଯିବ ମୃତ୍ୟୁର ଟ୍ରକ୍। ଚକା ତଳେ ଚାପି ଦେଇ ନେଇଯିବ ୫ ଜୀବନ । ଚଳଚଞ୍ଚଳ ଓଭରବ୍ରିଜ୍ ଉପରେ ଘଟିଛି ଏପରି ଲୋମଟାଙ୍କୁରା ମୃତ୍ୟୁର ତାଣ୍ଡବ। ଗୋଷାଣିନୂଆଗାଁ ପଟୁ ଜାତୀୟ ରାଜପଥ ଆଡ଼କୁ ଯାଉଥିବା ଟ୍ରକ୍ ଭାରସାମ୍ୟ ହରାଇ ଡାହାଣ ପଟକୁ ମାଡ଼ି ବାଇକ୍ ଆରୋହୀଙ୍କ ଉପରେ ଚଢ଼ି ଯାଇଥିଲା । ଟ୍ରକ ଚକା ତଳେ ଚାପି ହୋଇ ଚାଲିଯାଇଥିଲା ୫ଜଣଙ୍କ ଜୀବନ। ଚାଳକ ଧରା ପଡ଼ିଥିବା ବେଳେ ଦୁର୍ଘଟଣାର କାରଣ ଖୋଜୁଛି ପୁଲିସ । ଅଧିକ ପଢନ୍ତୁ: କଳାହାଣ୍ଡି ଜିଲ୍ଲା କୋକସରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ବାଇକ ଦୁର୍ଘଟଣାରେ ୨ ଯୁବକଙ୍କ ମୃତ୍ୟୁ ଚକାତଳେ ଚପିଗଲେ ଦୁଇ ସାଙ୍ଗ । ଏକାଠି ଆଖିବୁଜିଲେ ଜଗନ ଓ ରାକେଶ। ଫୁଲଟା ଗାଁର ଏହି ୨ ସାଙ୍ଗ ବ୍ୟାଙ୍କକୁ ଯାଉଥିଲା ବେଳେ ବାଟରେ ଛକି ରହିଥିଲା ମୃତ୍ୟୁ । ସେହିପରି ବ୍ଲୁ ଡାର୍ଟ କୋରିୟର ନେଇ ବାଣ୍ଟିବାକୁ ଯାଉଥିବା ସୂର୍ଯ୍ୟନାରାୟଣ ପଣ୍ଡା, ପାତ୍ରପୁର ବ୍ଲକର ପ୍ରାଣୀଧନ ନିରୀକ୍ଷକ ଶିବରାମ ଜେନା ଓ ଜୟନ୍ତୀପୁର ମୋବାଇଲ ଭେଟେନାରି ୟୁନିଟ୍ର ଆଟେଣ୍ଡାଣ୍ଟ ସତ୍ୟନାରାୟଣ ବେଜଙ୍କ ଉପରେ ବି ମାଡ଼ି ଯାଇଥିଲା ମୃତ୍ୟୁର ଟ୍ରକ୍ । ତେବେ ଏହି ଓଭରବ୍ରିଜ୍ ଉପରେ ବାରମ୍ବାର ଦୁର୍ଘଟଣା ହେଉଥିଲାରୁ ନିର୍ମାଣରେ ଢାଞ୍ଚାଗତ ତ୍ରୁଟିକୁ ନେଇ ପୁଣି ପ୍ରଶ୍ନ ଉଠିଛି। ( ସିଏମ ଟୁଇଟ୍ ) ସେପଟେ ଏହି ଘଟଣାରେ ଦୁଃଖପ୍ରକାଶ କରିବା ସହ ୪ଲକ୍ଷ ଟଙ୍କାର ଅନୁକମ୍ପାରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୧୫ ନଭେମ୍ବରରେ ସୋରଳ ନିକଟରେ ଟ୍ରକ୍ ମାଡ଼ିଯାଇ ୭ଜଣଙ୍କ ମୃତ୍ୟୁ ହୋଇଥିଲା । ଦୀର୍ଘ ୧୧ ବର୍ଷ ପରେ ପୁଣିଥରେ ସହର ଉପକଣ୍ଠରେ ଭୟଙ୍କର ଟ୍ରକ୍ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି।
ଶେଷ ମ୍ୟାଚରେ ବି ସଞ୍ଜୁ ଫ୍ଲପ, ମାତ୍ର ୬ ରନ କରି Out ; ଜୋରଦାର ଟ୍ରୋଲ କଲେ ଆକାଶ କହିଦେଲେ ଇଶାନ ଟିମ ପାଇଁ …
ନୂଆଦିଲ୍ଲୀ: କ’ଣ ଟିମ୍ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପରେ ସଞ୍ଜୁ ସାମସନଙ୍କୁ ଇନିଂସ ଓପନ କରିବା ଉଚିତ୍? ଏହି ପ୍ରଶ୍ନ ବର୍ତ୍ତମାନ ସବୁ ଭାରତୀୟଙ୍କୁ ବ୍ୟଥିତ କରୁଛି। ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ଟି-୨୦ ମ୍ୟାଚ୍ ରେ ମଧ୍ୟ ସାମସନଙ୍କ ଖରାପ ଫର୍ମ ଜାରି ରହିଥିଲା, ଯେଉଁଠାରେ ସେ ମାତ୍ର ୬ ରନ କରି ଆଉଟ ହୋଇଥିଲେ। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ସାମସନଙ୍କୁ ଟ୍ରୋଲ୍ କରିଛନ୍ତି। ଟ୍ରୋଲ କଲେ ଆକାଶ ଚୋପ୍ରା: ତିରୁବନନ୍ତପୁରମରେ […]
ରେଳବାଇରେ ଓଡ଼ିଶାର ବଡ଼ ଆଶା, ମିଳିବ କି ନୂଆ ପ୍ରକଳ୍ପ ଓ ସ୍ୱତନ୍ତ୍ର ପ୍ୟାକେଜ?
କନକ ବ୍ୟୁରୋ: ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନ କରିବାକୁ ଥିବା ବେଳେ ରେଳ ବଜେଟ ଉପରେ ରହିଛି ଓଡ଼ିଶାର ନଜର । ବିଗତ ବର୍ଷ ଗୁଡ଼ିକରେ ଓଡ଼ିଶାକୁ ରେଲବାଇ କ୍ଷେତ୍ରରେ ଅଧିକ ବଣ୍ଚନ ହୋଇ ଆସୁଛି। ରେଳମନ୍ତ୍ରୀ ଓଡ଼ିଶାର ହୋଇଥିବାରୁ ଏଥର ଗୃହ ରାଜ୍ୟ ପାଇଁ କେତେ ଅଧିକ ଆବଣ୍ଟିତ କରାଇବେ ତାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି । କେନ୍ଦ୍ର ବଜେଟ ଠାରୁ ରେଲବାଇ ବଜେଟରେ ଅଧିକ ଅନୁଦାନର ଆଶା ରଖିଛି ଓଡ଼ିଶା । ରେଳମନ୍ତ୍ରୀ ଓଡ଼ିଶାର ହୋଇଥିବାରୁ ରାଜ୍ୟକୁ କେତେ ଅର୍ଥର ଅନୁଦାନ ଦେବେ? ତା ଉପରେ ସମସ୍ତଙ୍କ ନଜର ରହିଛି । ପୂର୍ବ ବର୍ଷ ଗୁଡ଼ିକରେ ଓଡ଼ିଶାକୁ ଅଧିକ ଅନୁଦାନ ମିଳିଥିବାରୁ ଏଥର ସ୍ୱାଭାବିକ ଭାବେ ଆଶା ବଢ଼ିଛି । ୨୦୨୫-୨୬ ଆର୍ଥିକ ବର୍ଷରେ ୧୦, ୫୯୯ କୋଟି ଟଙ୍କାର ଅନୁଦାନ ୨୦୨୪-୨୫ ଆର୍ଥିକ ବର୍ଷରେ ୧୦, ୫୩୬ କୋଟି ଟଙ୍କାର ଅନୁଦାନ ଅଧିକ ପଢନ୍ତୁ: ବଜେଟ୍ ପାଇଁ ବିଜେପିର ବଡ଼ ଯୋଜନା : ୧୫୦ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ, ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କୁ ନିୟୋଜିତ ୨୦୨୩-୨୪ ଆର୍ଥିକ ବର୍ଷରେ ୧୦, ୦୧୨ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ କେନ୍ଦ୍ର ସରକାର। ପୂର୍ବରୁ ଉପା ସରକାର ସମୟରେ ଓଡ଼ିଶାକୁ ୮୩୮ କୋଟି ଟଙ୍କା ରେଳବାଇ ଅନୁଦାନ ମିଳିଥିଲା । ଅନ୍ୟ ରାଜ୍ୟ ତୁଳନାରେ ଅଧିକ ରାଜସ୍ୱ ଯୋଗାଉଥିଲେ ମଧ୍ୟ ଓଡ଼ିଶାକୁ ରେଳବାଇରେ ଅବହେଳାର ଶିକାର ହେଉଥିଲା କିନ୍ତୁ ଏନଡିଏ ସରକାରରେ ଟ୍ରେଣ୍ଡ ବଦଳିଥିବାରୁ ଓଡ଼ିଶାର ଆଶାକୁ ବଢ଼ାଇଛି । ଅନୁଦାନ ଆସୁଛି, କାମ ସରୁନି ଅଧପନ୍ତରିଆ ଏକାଧିକ ପ୍ରକଳ୍ପ ଓଡ଼ିଶାକୁ ରେଲବାଇ କ୍ଷେତ୍ରରେ ଅନୁଦାନ ଆସୁଛି। କିନ୍ତୁ ବହୁ ରେଳ ପ୍ରକଳ୍ପ କାମ ଧାର୍ଯ୍ୟ ସମୟରେ ସରୁ ନାହିଁ। ବର୍ଷ ବର୍ଷ ଧରି ପଡ଼ି ରହିଛି ରେଳପଥ ନିର୍ମାଣ କାର୍ଯ୍ୟ। ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ଏହାର ଏକ ଜ୍ୱଳନ୍ତ ଉଦାହରଣ। ବୌଦ୍ଧ ଯାଏଁ ରେଳପଥ କାମ ସରିଛି। ସେପଟେ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ରେଲ ନେଟୱାର୍କରେ ଯୋଡ଼ିବାକୁ ଦାବି ତେଜିଲାଣି। କେନ୍ଦ୍ରାପଡ଼ାରେ ୱାନୱେ ରୁଟକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିଛି । ପୂର୍ବ ବଜେଟ୍ ତୁଳନାରେ ଏଥର ଓଡ଼ିଶାକୁ ରେଳବାଇରେ କେତେ ଅଧିକ ପାଣ୍ଠି ମିଳିବ? ଓଡ଼ିଶାକୁ କିଛି ନୂଆ ରେଳବାଇ ପ୍ରକଳ୍ପ ମିଳିବ କି? ଓଡ଼ିଶା ପାଇଁ ରେଲୱେ ପ୍ୟାକେଜ ଉପରେ ରାଜ୍ୟବାସୀଙ୍କ ନଜର ରହିଛି ।
ବଜେଟ୍ ୨୦୨୬: ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଓ ରିୟଲ୍ ଇଷ୍ଟେଟ୍ରେ ବଡ଼ ପରିବର୍ତ୍ତନ ଆଶା
ନୂଆଦିଲ୍ଲୀ: ଦେଶର ବଜେଟ୍ ଫେବ୍ରୁଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିବେ । ଏହି ବଜେଟ୍ ଉପରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଉଦ୍ୟୋଗ ଜଗତର ନଜର ରହିଛି । ଏଥର ଅନେକ ସେକ୍ଟର ପାଇଁ ବଡ଼ ଘୋଷଣା ହେବାର ଅନୁମାନ ର...
ଜାଣନ୍ତି କି କେଉଁ ଦେଶରେ ସୁନା ଏବେ ବି ସବୁଠାରୁ ଶସ୍ତା, ସେଠାରୁ ଆମେ ଭାରତକୁ କେତେ ସୁନା ଆଣିପାରିବା?
ନୂଆଦିଲ୍ଲୀ: ଭାରତରେ ସୁନା ଏବଂ ରୂପାର ମୂଲ୍ୟ ସାଧାରଣ ଲୋକଙ୍କ ପାଇଁ କ୍ରମଶଃ ଦୂର ହେବାରେ ଲାଗିଛି। ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ କେବଳ ସୁନା ନୁହେଁ ରୂପା କିଣିବା ମଧ୍ୟ ଲୋକଙ୍କ ବଜେଟ୍ ଉପରେ ବୋଝ ପାଲଟିଛି। ଜାନୁଆରୀ ୩୦, ୨୦୨୬ ରେ, ଭାରତରେ ରୂପାର ମୂଲ୍ୟ ପ୍ରାୟ ୩୯୫,୦୦୦ ପ୍ରତି କିଲୋଗ୍ରାମରେ ପହଞ୍ଚିଥିଲା, ଯେତେବେଳେ ୨୪-କ୍ୟାରେଟ୍ ସୁନା ୧୭୦,୦୦୦ ପ୍ରତି ୧୦ ଗ୍ରାମ ଏବଂ ୨୨-କ୍ୟାରେଟ୍ ସୁନା ୧୫୬,୦୦୦ରେ ପହଞ୍ଚିଥିଲା। ତଥାପି, ସୁନା […]
ଫେବ୍ରୁଆରି ୩ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ସ୍ବାଗତ ପାଇଁ ପ୍ରସ୍ତୁତ ଶ୍ରୀକ୍ଷେତ୍ର
କନକ ବ୍ୟୁରୋ: ଆସନ୍ତା ୩ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପରିବାର ସହ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ । ସେଥିପାଇଁ ନୂଆ ରୂପରେ ସଜେଇ ହେଉଛି ପ୍ରମୋଦ ଉଦ୍ୟନ ଠାରୁ ଆରମ୍ଭ କରି ଲୋକଭବନ । ୩ ତାରିଖ ସନ୍ଧ୍ୟାରେ ପୁରୀ ତାଳବଣିଆ ହେଲିପ୍ୟାଡରେ ରାଷ୍ଟ୍ରପତି ପହଞ୍ଚିବା ପରେ ଲୋକଭବନ ଯିବେ । ୪ ତାରିଖ ସକାଳେ ଶ୍ବେତଗଙ୍ଗାରେ ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ମହାମହିମ । ରାଷ୍ଟ୍ରପତିଙ୍କ ଏହି ୨ ଦିନିଆ ପୁରୀ ଗସ୍ତ ଉପଲକ୍ଷେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ୨୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବା ସହ ବିଭିନ୍ନ ଜାଗାରେ ୬ଜଣ କମାଣ୍ଡାଣ୍ଟ ରାଙ୍କର ଅଫିସର ନିୟୋଜିତ ହେବେ। ଅଧିକ ପଢନ୍ତୁ: ନିଆରା ଅନ୍ଦାଜରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଲିମ୍ପିକ୍ସ ବିଜେତା ସାଇନାଙ୍କ ସହ ଖେଳିଲେ ବ୍ୟାଡମିଣ୍ଟନ । ପୁରୀରେ ଶ୍ରୀମନ୍ଦିରରେ ଦର୍ଶନ ସାରି ଯାଜପୁର ଗସ୍ତ କରିବେ ରାଷ୍ଟ୍ରପତି। ସକାଳ ୮.୩୦ରେ ପ୍ରାଶାସନିକ ପଡ଼ିଆରେ ଓହ୍ଲାଇ ମା’ ବିରଜାଙ୍କ ଦର୍ଶନ ଓ ନାଭିଗୟାରେ ପିଣ୍ଡଦାନ କାର୍ଯ୍ୟକ୍ରମ ରହିଛି । ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଜାରି ରଖିଛି । ଏହା ହେଉଛି ରାଷ୍ଟ୍ରପତିଙ୍କ ପ୍ରଥମ ଯାଜପୁର ଗସ୍ତ। ମନ୍ଦିରକୁ ନୂତନ ରଙ୍ଗ ଓ ଲାଇଟ ସହ ସାଜସଜ୍ଜା କରାଯାଇ ସ୍ବଚ୍ଛତାକୁ ଗୁରୁତ୍ବ ଦିଆଯାଇଛି । ଗସ୍ତ ଅବସରରେ ମା’ଙ୍କ ସ୍ବତନ୍ତ୍ର ବେଶ ଓ ନୀତିକାନ୍ତି ହେବା ନେଇ ବୈଠକରେ ସ୍ଥିର ହୋଇଛି । ଏହି ସମୟ ଭିତରେ ସାଧାରଣ ଦର୍ଶନ ବନ୍ଦ ରଖାଯିବାକୁ ସ୍ଥିର ହୋଇଛି । ସୁରକ୍ଷା ଦୃଷ୍ଟିରୁ ଯାଜପୁର କୁସୁମାକୁ ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଫେବ୍ରୁଆରି ୧ରୁ ୩ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ପୂରା ସହରକୁ ନୋ-ଫ୍ଲାଇଂ ଜୋନ୍ କରାଯାଇଛି । ଏଥିସହ ସହରର ରାସ୍ତାଘାଟ, ହେଲିପ୍ୟାଡ୍, ବିରଜା ମନ୍ଦିର ପର୍ଯ୍ୟନ୍ତ ୨ କିମି ରାସ୍ତାକୁ ଉଭୟ ପାର୍ଶ୍ବ ବ୍ୟାରିକେଟିଂ ବ୍ୟବସ୍ଥା କରାଯାଇଛି ।
ଆସ୍ଥା ବଢାଉଛନ୍ତି ମାଲକାନଗିରି ଖଇରପୁଟର ମା’ ଦାମଲଦେଈ, ଏକାଠି ହେଲେ ହଜାର ହଜାର ଶ୍ରଦ୍ଧାଳୁ
କନକ ବ୍ୟୁରୋ: ଆସ୍ଥା ବଢାଉଛନ୍ତି ମା’ ଦାମଲଦେଈ । ପାରମ୍ପରିକ ଆଦିମ କାଳରୁ ପୂଜା ପାଉଥିବା ମାଆ ଦାମଲଦେଇଙ୍କ ଆସ୍ଥା ଯୋଗୁ ୩ ରାଜ୍ୟର ଶ୍ରଦ୍ଧାଳୁ ଏକାଠି ହୋଇ ଶୁଭ ମନାସୀଛନ୍ତି । ଗୋଟିଏ ସ୍ଥାନରେ ପୂଜା ପାଉଛନ୍ତି ଗାଁ ଗଣ୍ତାରୁ ଆସିଥିବା ଲାଠୀ ଦେବାଦେବୀ । ମା’ ଦାମଲଦେଇ, ଆସ୍ଥା ଓ ବିଶ୍ବାସର ପ୍ରତୀକ । ଶ୍ରଦ୍ଧାଳୁଙ୍କ ଭରସା ବଢାଇଛି ମା’ଙ୍କ ଆବାହନ। ୩ ରାଜ୍ୟରୁ ମା’ଙ୍କୁ ଦର୍ଶନ କରି ଯାତ୍ରାରେ ସାମିଲ ହେବାକୁ ଛୁଟି ଆସୁଛନ୍ତି ଭକ୍ତ । ଆନ୍ଧ୍ର, ଓଡ଼ିଶା ଓ ଛତିଶଗଡ଼ରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଦେଖୁଛନ୍ତି ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମା’ ଦାମଲଦେଇଙ୍କ ଯାତ୍ରା । ପ୍ରତ୍ୟେକ୍ଷ ଦେବୀ ଦାମଲଦେଈଙ୍କ ପାଖରେ ପୂଜା ପାଇବା ପାଇଁ ବିଭିନ୍ନ ଗାଁ ଗଣ୍ତାରୁ ନିମନ୍ତ୍ରିତ ହୋଇଛନ୍ତି ଲାଠିଦେବୀ । ଏକାଠି ହୋଇ ପୂଜା ପାଇଛନ୍ତି ସମସ୍ତ ଦେବାଦେବୀ । ପାରମ୍ପରିକ ରୀତିନୀତି ଅନୁସାରେ ମାଣିକାଟନାରୁ ମା’ଙ୍କ ଆବାହନକୁ ଶୋଭାଯାତ୍ରାରେ ଆଣି ମନ୍ଦିର ପରିସରରେ ଆଦିବାସୀ ରୀତିନୀତି ଅନୁସାରେ ପୂଜା ପାଠ କରାଯାଇଛି । ଅଧିକ ପଢନ୍ତୁ: କ’ଣ ମା’ କାଳୀଙ୍କ ଅବତାର ଥିଲେ ଶ୍ରୀକୃଷ୍ଣ ? କ’ଣ ଥିଲା ଶ୍ୟାମାକାଳୀଙ୍କ ରୂପ ପଛର କାହାଣୀ ? ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ୩ ଦିନ ଧରି ମା’ଙ୍କ ଯାତ୍ରା ବେଶ ଧୁମଧାମରେ ପାଳନ କରାଯାଇଛି । ଆଦିବାସୀଙ୍କ ରୀତିନୀତି ଅନୁସାରେ ଆଦିମ ପୂଜା ଅନୁଷ୍ଠିତ ହୋଇଛି । ମା’ଙ୍କ ଆବାହନର ସତ୍ୟତା ଥିବାରୁ ବାହାରୁ ଆସି ମନସ୍କାମନା କରିଥାନ୍ତି ଶ୍ରଦ୍ଧାଳୁ । ଆଉ ମାନସିକ ପୂରଣ ହେଲେ ମା’ଙ୍କ ପାଖେ ନାନାଦି ପ୍ରକାର ଭୋଗରାଗ କରନ୍ତି । ଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ଯାତ୍ରା କମିଟି ତରଫରୁ ମିନା ବଜାର ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ମା’ଙ୍କୁ ବଞ୍ଚାଇବାକୁ ସମୁଦ୍ର ଭିତରକୁ ଚାଲିଗଲେ ପୁଅ, ଚାଲିଗଲା ଦୁଇ ଜଣଙ୍କ ଜୀବନ
ପୁରୀ ୩୧।୧: ପୁଣି ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ସ୍ନାନ କରୁଥିବା ବେଳେ ରିପ୍ କରେଣ୍ଟ ନେଇଗଲା ମା’-ପୁଅଙ୍କ ଜୀବନ। ମୃତ ମା’-ପୁଅ ହେଉଛନ୍ତି ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳର କୁସୁମ ଓ ଅଙ୍କିତ ଗୁପ୍ତା। ମା’-ପୁଅଙ୍କ ମୃତ୍...
ଋଣ ନେବାକୁ ୱାର୍ଲଡ ବ୍ୟାଙ୍କ ସଭାପତିଙ୍କୁ ଭେଟିଛନ୍ତି ବୋଲି ମାନନ୍ତୁ ସରକାର
ଭୁବନେଶ୍ବର ୩୧।୧: ୱାର୍ଲଡ ବ୍ୟାଙ୍କ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି । ବିଜେଡି ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି କହିଛନ୍ତି, ୱାର୍ଲଡ ବ୍ୟାଙ୍କ ଉପରେ ଯେଉଁ ପ୍ରଶ୍ନ କରାଯାଇଥିଲା, ତାହା ସରକାର ଦେଲେନି । ଦୁଇ ଦିନ ତଳେ ୱ...
ଫେବ୍ରୁଆରୀ ୧ରୁ ବଡ଼ ପରିବର୍ତ୍ତନ...ପାନ ମସଲା ଓ ସିଗାରେଟ୍ ସଉକ ହେବ ମହଙ୍ଗା !
ନୂଆଦିଲ୍ଲୀ: ଜାନୁଆରୀ ଶେଷ ହୋଇଛି ଓ ଆସନ୍ତାକାଲିଠୁ ଫେବ୍ରୁଆରୀ ମାସ ଆରମ୍ଭ ହେବ । ଅନେକ ବଡ଼ ପରିବର୍ତ୍ତନ ସହ ମାସ ଆରମ୍ଭ ହେବାକୁ ଯାଉଛି । ଏଥିରେ ଏଲପିଜି ସିଲିଣ୍ଡରର ମୂଲ୍ୟ ଠାରୁ ଆରମ୍ଭ କରି ଟୋଲ୍ଟ୍ୟାକ୍ସ ଓ ଷ୍ଟାସଟ୍ୟାଗ ସହ ଜଡ଼ି...
ବଜେଟ ପୂର୍ବରୁ ଖୁସି ଖବର! ସରକାରୀ କର୍ମଚାରୀଙ୍କ ଡବଲ ହେବ ଦରମା; ମହଙ୍ଗା ଭତ୍ତା ୬୩% ପ୍ରତିଶତକୁ ବୃଦ୍ଧି!
ନୂଆଦିଲ୍ଲୀ: ବଜେଟ ଅଧିବେଶନ ମଧ୍ୟରେ, ଦେଶର ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ କିଛି ବହୁତ ଆଶ୍ୱସ୍ତିକର ଖବର ପାଇଛନ୍ତି। ସମସ୍ତଙ୍କ ନଜର ସରକାରଙ୍କ ଆର୍ଥିକ ନୀତି ଉପରେ କେନ୍ଦ୍ରିତ ଥିବା ବେଳେ, ମହଙ୍ଗା ଭତ୍ତା (DA) ସମ୍ବନ୍ଧରେ ଏକ ବଡ଼ ଅପଡେଟ୍ ଆସିଛି। ଏହି ଖବର ସିଧାସଳଖ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପକେଟକୁ ପ୍ରଭାବିତ କରେ। ପ୍ରକୃତରେ, ଜାନୁଆରୀ ୨୦୨୬ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ପଥ ଏବେ ସମ୍ପୂର୍ଣ୍ଣ ପରିଷ୍କାର ହୋଇଯାଇଛି। […]
WhatsApp ହ୍ଯାକ ହୋଇଥିଲେ ଜାଣିବେ କିପରି? ଏପରି ସଙ୍କେତ ଦେଖିଲେ ଜାଣିନିଅନ୍ତୁ ହ୍ଯାକ ହୋଇଛି ଆପଣଙ୍କ ହ୍ବାଟ୍ସଆପ୍…
ଓଡିଶା ଭାସ୍କର: WhatsAppରେ ବହୁତ ଲୋକ ନିଜର ପର୍ସନାଲ ଡାଟା ଶେୟାର କରନ୍ତି। ସାରା ବିଶ୍ୱରେ WhatsAppର କୋଟି କୋଟି ବ୍ୟବହାରକାରୀ ଅଛନ୍ତି, ଯେଉଁମାନେ ମେସେଜିଂ ଏବଂ କଲ୍ କରିବା ଠାରୁ ଆରମ୍ଭ କରି ଫାଇଲ୍ ସେୟାରିଂ ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରନ୍ତି। ଏହାର ଅର୍ଥ ଏହା ଅନେକ ବ୍ୟକ୍ତିଗତ ସୂଚନା ସ୍ଥାନାନ୍ତର କରେ, ଯାହା ଏହାକୁ ହ୍ୟାକର୍ସଙ୍କ ପାଇଁ ଦୁର୍ବଳ କରିଥାଏ। କମ୍ପାନୀ ପ୍ଲାଟଫର୍ମରେ ଅନେକ ସୁରକ୍ଷା ବୈଶିଷ୍ଟ୍ୟ ପ୍ରଦାନ କରେ, କିନ୍ତୁ ହ୍ୟାକର୍ସମାନେ ପ୍ରାୟତଃ […]
ଖଡ଼ଗେ-ରାହୁଲଙ୍କ ସହ ବୈଠକ ପରେ ଥରୁର ଖୁସି, କହିଲେ- କେରଳ ନିର୍ବାଚନରେ ପ୍ରଚାର କରିବି
ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିବା ପରେ ଶଶି ଥରୁରଙ୍କ ପ୍ରତିକ୍ରିୟା ମିଳିଛି । କଂଗ୍ରେସ ସହ ବିବାଦ ନେଇଯେଉଁ କଳ୍ପନ ଜଳ୍ପନା ଚାଲିଥିଲା ତା ଉପରେ ସେ ଫୁଲଷ୍ଟପ୍ ଲଗାଇଛନ୍ତି । ବିଭି...
'ଯେବେ ସେ ପ୍ରହାର କରେ, ବୋଲର ଅସହାୟ ହୋଇପଡ଼େ', ଅଭିଷେକଙ୍କ ବ୍ୟାଟିଂ ଉପରେ ରାଶିଦଙ୍କ ବଡ଼ ଟିପ୍ପଣୀ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ଅଭିଷେକ ଶର୍ମା ନିଜର ବିଧ୍ଵଂସୀ ବ୍ୟାଟିଂ ବଳରେ ବିଶ୍ଵ କ୍ରିକେଟରେ ଚହଳ ପକାଇଛନ୍ତି। ତାଙ୍କ ବ୍ୟାଟିଂର ପ୍ରଭାବ କେବଳ ପ୍ରଶଂସକଙ୍କ ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ ଦୁନିଆର ସର୍ବଶ୍ରେଷ୍ଠ ସ୍ପିନ...
ଆପଣ ଅଧିକ ସମୟ ପରିସ୍ରା ରୋକୁଛନ୍ତି କି, ସାବଧାନ ଏହି ବଡ଼ ବଡ଼ ରୋଗ ନେଇ ଯିବ ଆପଣଙ୍କ ଜୀବନ!
ନୂଆଦିଲ୍ଲୀ: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ, ଆମେ ସମସ୍ତେ କେତେବେଳେ ଆମର ଶାରୀରିକ ଆବଶ୍ୟକତାକୁ ଅବହେଳା କରୁଛନ୍ତି। ଅଫିସ୍ ବୈଠକ ହେଉ, ସ୍କୁଲ୍ କିମ୍ବା କଲେଜ କ୍ଲାସ ହେଉ, ଲମ୍ବା ଯାତ୍ରା ହେଉ, କିମ୍ବା ପାଖରେ କୌଣସି ଶୌଚାଳୟର ଅଭାବ ହେଉ, ଏପରି ଅନେକ ପରିସ୍ଥିତି ଅଛି ଯେଉଁଠାରେ ଆମେ ପରିସ୍ରାକୁ ଅଟକାଇ ରଖୁ। କେତେବେଳେ, ଆମେ ଜାଣିଶୁଣି ପରିସ୍ରାକୁ ଅଟକାଇ ରଖିଥାଉ, ଭାବିଥାଉ ଯେ ଆମେ ଆହୁରି ଟିକିଏ ସମୟ ଧରି ରଖିବୁ। କିନ୍ତୁ ଆପଣ କେବେ […]
ଓଡିଶା ଭାସ୍କର: ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ଯମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ସୁନେତ୍ରା ପାୱାର। ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର। ଅଜିତ୍ ପାୱାରଙ୍କ ଦେହାନ୍ତ ପରେ ତାଙ୍କ ବଦଳିରେ କିଏ ଦାୟିତ୍ବ ନେବ ବୋଲି ଉଠିଥିଲା ପ୍ରଶ୍ନ। ଏବେ ସବୁ ପ୍ରଶ୍ନରେ ପୂର୍ଣ୍ଣଛେଦ ପକାଇ ଉପମୁଖ୍ଯମନ୍ତ୍ରୀ ଭାବେ ତାଙ୍କ ପତ୍ନୀ ସୁନେତ୍ରାଙ୍କୁ ମିଳିଛି ଦାୟିତ୍ବ। ରାଜ୍ଯସଭା ସଦସ୍ଯ ତଥା ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରାଙ୍କୁ ମହାରାଷ୍ଟ୍ର NCPର ନୂଆ ଲିଡର ଭାବେ ଚୟନ କରାଯାଇଛି। […]
ଶପଥ ନେଲେ ଅଜିତ ପାଓ୍ବାରଙ୍କ ପତ୍ନୀ ସୁନେତ୍ରା, ମହାରାଷ୍ଟ୍ରକୁ ମିଳିଲେ ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ
ମୁମ୍ବାଇ: ଅଜିତ ପାୱାରଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ନୂତନ ଦାୟିତ୍ୱ ସହିତ ସେ ଏକ ନୂତନ ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି। ସେ ରାଜ୍ୟର ପ୍ରଥମ ମହିଳା ଉପମୁଖ୍...
ଏକାଧିକ ଦେଶର ଖେଳାଳିଙ୍କୁ ନେଇ ଗଠିତ ଟିମ୍ ୟୁଏସଏ, ଟି-୨୦ ବିଶ୍ବକପରେ ଆମେରିକାର ନେତୃତ୍ବ ନେବେ ଭାରତୀୟ
ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା (USA) ୨୦୨୬ ଟି20 ବିଶ୍ୱକପ୍ ପାଇଁ ତା'ର ୧୫ ଜଣିଆ ଦଳ ଘୋଷଣା କରିଛି । ଆମେରିକା ଦଳରେ ୯ ଜଣ ଭାରତୀୟ ଖେଳାଳି ଅଛନ୍ତି। ମୁମ୍ବାଇର ପୂର୍ବତନ ଖେଳାଳି ଶୁଭମ ରଞ୍ଜନେ ମଧ୍ୟ ଆମେରିକା ପକ୍ଷରୁ ଡେବ୍ୟୁ କ...
ବଲୁଚିସ୍ତାନର ଅନେକ ସହରରେ ସିରିଜ୍ ହମଲା, ୧୦ ପାକିସ୍ତାନୀ ସୁରକ୍ଷାକର୍ମୀ ନିହତ
ନୂଆଦିଲ୍ଲୀ: ପାକିସ୍ତାନର ଦକ୍ଷିଣ ପଶ୍ଚିମ ବଲୁଚିସ୍ତାନ ପ୍ରଦେଶରେ ଅନେକ ସହରରେ ସିରିଜ୍ ହମଲା। ସନ୍ଦିଗ୍ଧ ବଲୁଚ ବିଦ୍ରୋହୀଙ୍କ ଦ୍ଵାରା ହମଲାରେ ୧୦ ଜଣ ପାକିସ୍ତାନୀ ସୁରକ୍ଷାକର୍ମୀ ନିହତ ହୋଇଛନ୍ତି। ଗତ ରବିବାର ସ୍ଥାନୀୟ ସମୟ ଅନୁସାରେ ଭୋ...
ଅଷ୍ଟ୍ରେଲୀୟ ଯୋଡ଼ିଙ୍କୁ ହରାଇ ଅଷ୍ଟ୍ରେଲିଆନ୍ ଓପନ୍ ପୁରୁଷ ଡବଲ୍ସ ଜିତିଲେ ହାରିସନ-ସ୍କୁପସ୍କି
ନୂଆଦିଲ୍ଲୀ: ଅଷ୍ଟ୍ରେଲୀୟ ୱାଇଲ୍ଡ କାର୍ଡ ଯୋଡ଼ି ଜେସନ କୁବଲର ଏବଂ ମାର୍କ ପୋଲମାନ୍ସଙ୍କୁ ପରାସ୍ତ କରି ବ୍ରିଟେନର ନିଆଲ ସ୍କୁପସ୍କି ଏବଂ ଆମେରିକାର ଖ୍ରୀଷ୍ଟିଆନ ହାରିସନ ଅଷ୍ଟ୍ରେଲିଆନ ଓପନ୍ ପୁରୁଷ ଡବଲ୍ସ ଟାଇଟଲ ଜିତିଛନ୍ତି । ନୂଆଯୋଡ...
ମୁସଲମାନଙ୍କ ପ୍ରତି ଦୁର୍ବ୍ୟବହାର କଲେ ଭାରତ ହିନ୍ଦୁ ରାଷ୍ଟ୍ର ହୋଇପାରିବ ନାହିଁ: ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ
କନକ ବ୍ୟୁରୋ: ପ୍ରାୟତଃ ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ପୁଣି ଥରେ ଖବରରେ ଅଛନ୍ତି। ବର୍ତ୍ତମାନ ଶାସ୍ତ୍ରୀ ଉତ୍ତର ପ୍ରଦେଶର ବନ୍ଦାରେ ଅଛନ୍ତି । ଏକ କାର୍ଯ୍ୟକ୍ରମରେ ବାଗେଶ୍ୱର ଧାମର ମୁଖ୍ୟ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ କହିଛନ୍ତି ଯେ, ହିନ୍ଦୁମାନେ ଗୋଟିଏ କଥା ମନେ ରଖିବା ଉଚିତ ମୁସଲମାନମାନଙ୍କୁ ଦୁର୍ବ୍ୟବହାର କରି ଭାରତ ହିନ୍ଦୁ ରାଷ୍ଟ୍ର ହୋଇ ପାରିବ ନାହିଁ। ହିନ୍ଦୁମାନଙ୍କୁ ସେମାନଙ୍କର ତ୍ରୁଟି ସୁଧାରିବାକୁ ପଡିବ, ତେବେ ହିଁ ଭାରତ ଏକ ହିନ୍ଦୁ ରାଷ୍ଟ୍ର ହେବ। ଜାତିବାଦ ଛାଡ଼ ଧୀରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି, ଭାରତ କେବଳ ସେତେବେଳେ ହିନ୍ଦୁ ରାଷ୍ଟ୍ର ହେବ ଯେତେବେଳେ ଆମେ ଆମର ସନାତନ ଧର୍ମର ତ୍ରୁଟିଗୁଡ଼ିକର ସୁଧାର କରିବୁ। ଭାରତକୁ ଏକ ହିନ୍ଦୁ ରାଷ୍ଟ୍ର କରିବାର ଗୋଟିଏ ଉପାୟ ହେଉଛି, ଜାତିବାଦକୁ ଅଣଦେଖା କରିବା, ଆମେ ସମସ୍ତେ ହିନ୍ଦୁ ଭାଇ। ଜାତିବାଦକୁ ଦୂର କରିବା ବିଷୟରେ ଧୀରେନ୍ଦ୍ର କୃଷ୍ଣଙ୍କ ବକ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ଦେଶ ନୂତନ ୟୁଜିସି ନିୟମାବଳୀକୁ ନେଇ ବିବାଦରେ ଫସି ରହିଛି। ହିନ୍ଦୁ ଏକଜୁଟ ହେବା ଜରୁରୀ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଉତ୍ତର ପ୍ରଦେଶର ବାନ୍ଦାରେ ବିଜେପି ବିଧାୟକ ପ୍ରକାଶ ଦ୍ୱିବେଦୀଙ୍କ ବାସଭବନରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସି ଏଭଳି କହିଛନ୍ତି। ଶାସ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଭକ୍ତମାନଙ୍କ ସହ ମଧ୍ୟ ଆଲୋଚନା କରି, ହିନ୍ଦୁମାନଙ୍କୁ ଏକତ୍ର କରିବା ପାଇଁ ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ତିନି ଉଚ୍ଚାରଣରେ ଛାଡ଼ପତ୍ର ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଏହି କାର୍ଯ୍ୟକ୍ରମରେ କହିଛନ୍ତି, ସମାଜରେ ଶାନ୍ତି ବଜାୟ ରଖିବା ପାଇଁ ପାରସ୍ପରିକ ସମ୍ମାନ ଓ ଆଇନର ସୀମା ମଧ୍ୟରେ ସଭିଏଁ ରହିବା ଆବଶ୍ୟକ। ନାମ ନ ନେଇ ଶାସ୍ତ୍ରୀ ତୁଳନା କରି କହିଥିଲେ ଯେ, ଅନ୍ୟ ଧର୍ମରେ କେବଳ ତିନି ଉଚ୍ଚାରଣରେ ଛାଡପତ୍ର ଦିଆଯାଇଥାଏ। ଯେତେବେଳେ ଆମ ଦେଶରେ ଛାଡପତ୍ର ପାଇଁ ୨୦-୨୫କୋର୍ଟରେ ହାଜର ହେବା ଓ ଏକ ଲମ୍ବା ଆଇନଗତ ପ୍ରକ୍ରିୟା ଆବଶ୍ୟକ ହୋଇଥାଏ।
କମିବ ଫୋନ୍ ଦାମ୍! ନୂଆ ମଡେଲ ସହ ଲଞ୍ଚ ହେବାକୁ ଯାଉଛି ତିନୋଟି ନୂଆ ଫୋନ୍, ଆସନ୍ତୁ ଜାଣିବା ସେଗୁଡିକର ନାମ…
ଓଡିଶା ଭାସ୍କର: ନୂଆ ମାସ ଆରମ୍ଭ ହେଉଣୁ କମିପାରେ ଫୋନ ପ୍ରାଇସ ବୋଲି କୁହାଯାଉଛି। ଯଦି ଆପଣ ନୂଆ ସ୍ମାର୍ଟଫୋନ କିଣିବା ପାଇଁ ଭାବୁଛନ୍ତି ତେବେ, ଆସନ୍ତା ମାସରୁ ଫୋନର ମୁଲ୍ଯ କମିବା ଯାଏଁ ଅପେକ୍ଷା କରନ୍ତୁ। ଆସନ୍ତା ମାସରେ ଅନେକ ପ୍ରିମିୟମ୍ ଏବଂ ମଧ୍ୟମ-ରେଞ୍ଜ ସ୍ମାର୍ଟଫୋନ୍ ବଜାରକୁ ଆସିପାରେ ବୋଲି କୁହାଯାଉଛି। ଏଗୁଡ଼ିକ ମଧ୍ୟରେ, ସବୁଠାରୁ ପ୍ରତୀକ୍ଷିତ ହେଉଛି Samsung ର ପ୍ରମୁଖ Galaxy S26 ସିରିଜ୍, ଯେଉଁଥିରେ ଏକକାଳୀନ ତିନୋଟି ମଡେଲ୍ ଲଞ୍ଚ ହେବ। […]
ମମତା ବାନାର୍ଜୀଙ୍କୁ ଅମିତ୍ ଶାହଙ୍କ ଟାର୍ଗେଟ୍ । କହିଲେ, ରାବଣ ବି ଭାବିଥିଲା କେହି ତାକୁ ପରାଜିତ କରିପାରିବେନି
କନକ ବ୍ୟୁରୋ : ମମତା ଙ୍କ ଗଡ଼ରେ ଗର୍ଜିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶନିବାର ପଶ୍ଚିମବଙ୍ଗରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ବଙ୍ଗଳାରେ ତୃଣମୂଳ କଂଗ୍ରେସ (ଟିଏମସି) ସରକାରର ପତନ ନିଶ୍ଚିତ ଏବଂ ୨୦୨୬ ରାଜ୍ୟ ରାଜନୀତିରେ ପରିବର୍ତ୍ତନର ବର୍ଷ ହେବ ବୋଲି ଦାବି କରିଛନ୍ତି ଶାହ । ସେ କହିଛନ୍ତି, ବାମପନ୍ଥୀମାନଙ୍କୁ ହଟାଇବା ପାଇଁ ବଙ୍ଗଳାର ଲୋକମାନେ ଟିଏମସିକୁ କ୍ଷମତା ହସ୍ତାନ୍ତର କରିଥିଲେ, କିନ୍ତୁ ଆଜି ସେହି ସରକାର ଦୁର୍ନୀତି, ଭ୍ରଷ୍ଟାଚାର, ପୁଲିସର ଅପବ୍ୟବହାର ଓ ଅନୁପ୍ରବେଶକୁ ପ୍ରୋତ୍ସାହିତ କରି ରାଜ୍ୟକୁ ପଛକୁ ନେଉଛନ୍ତି । ତେଣୁ ୨୦୨୬ ଟିଏମସିକୁ ବିଦାୟ ଦେବାର ବର୍ଷ । ଅଧିକ ପଢ଼ନ୍ତୁ : ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା ; ତଦନ୍ତ ଦାବି କଲେ ମମତା ଅନୁପ୍ରବେଶ ପ୍ରସଙ୍ଗରେ ଗୃହମନ୍ତ୍ରୀ କହିଛନ୍ତି, ବଙ୍ଗଳାରେ ଅବୈଧ ପ୍ରବେଶ କେବଳ ରାଜ୍ୟ ନୁହେଁ ବରଂ ସମଗ୍ର ଦେଶର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଛି । ସେ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର ସୀମାରେ ବାଡ଼ ଦେବା ପାଇଁ ଜମି ଯୋଗାଇ ଦେଉନାହାଁନ୍ତି, ଯାହା ସୀମା ସୁରକ୍ଷା ବାହିନୀ (ବିଏସଏଫ୍)କୁ ତା’ର କାର୍ଯ୍ୟ କରିବାରେ ବାଧା ସୃଷ୍ଟି କରୁଛି । ହାଇକୋର୍ଟ ଏହି ମାମଲାରେ ବିଏସଏଫ ସପକ୍ଷରେ ରାୟ ଦେଇଛନ୍ତି, କିନ୍ତୁ ଏହା ସତ୍ତ୍ୱେ, ଜମି ଯୋଗାଇ ଦିଆଯାଉନାହିଁ କାରଣ ଅନୁପ୍ରବେଶକାରୀମାନେ ଶାସକ ଦଳର ଭୋଟ ବ୍ୟାଙ୍କ । ଶାହ ଦାବି କରିଛନ୍ତି, ବିଜେପି କ୍ଷମତାକୁ ଆସିବା ପରେ, ୪୫ ଦିନ ମଧ୍ୟରେ ସୀମାରେ ବାଡ଼ ନିର୍ମାଣ ସମାପ୍ତ ହେବ ଏବଂ ସୁରକ୍ଷାକୁ ସୁଦୃଢ଼ କରାଯିବ। ଅଧିକ ପଢ଼ନ୍ତୁ : I-PACକୁ ନେଇ କାହିଁକି ଚିନ୍ତାରେ ମମତା ଦିଦି? କଣ ଏହି I-PAC? କାହିଁକି I-PAC ଆଉ ପ୍ରତୀକ ଜୈନଙ୍କୁ ନେଇ ଏତେ ଚର୍ଚ୍ଚା? ଅମିତ ଶାହ ମମତାଙ୍କୁ ରାବଣ ସହ ତୁଳନା କରି କହିଛନ୍ତି, ଯେତେବେଳେ ପ୍ରଭୁ ଶ୍ରୀ ରାମ ରାମ ସେତୁ ନିର୍ମାଣ କରିଥିଲେ, ସେତେବେଳେ ରାବଣ ମଧ୍ୟ ଭାବିଥିଲା ଯେ ସେ ଅଜୟ, କିନ୍ତୁ ଶେଷରେ ସତ୍ୟର ବିଜୟ ହୋଇଥିଲା। ସେହିପରି, ବଙ୍ଗଳାରେ ପରିବର୍ତ୍ତନ ଅନିବାର୍ୟ୍ୟ । ୨୦୨୬ରେ ଟିଏମସିକୁ ବିଦାୟ ଦିଆଯିବ ଏବଂ ବିଜେପି ରାଜ୍ୟରେ ସରକାର ଗଠନ କରିବ । ଶାହ କହିଛନ୍ତି, ଏଥର ବଙ୍ଗଳାରେ ସରକାର ଗଠନ କେବଳ ରାଜ୍ୟ ପାଇଁ ନୁହେଁ, ବରଂ ସମଗ୍ର ଦେଶର ସୁରକ୍ଷା ଓ ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ। ଶେଷରେ, ସେ କର୍ମୀମାନଙ୍କୁ ଏକଜୁଟ ହୋଇ ବଙ୍ଗଳାରେ ପରିବର୍ତ୍ତନ ଆଣିବା ପାଇଁ ନିର୍ବାଚନୀ ମଇଦାନରେ ପ୍ରବେଶ କରିବାକୁ ଆହ୍ୱାନ ଦେଇଛନ୍ତି ।
ଓଡ଼ିଆ ଭାଷାରେ ଏକାଦଶ ଶ୍ରେଣୀ ବିଜ୍ଞାନ ରେଫରେନ୍ସ ବହି ଉନ୍ମୋଚିତ, ସବୁ ଜିଲ୍ଲା ସଦର ମହକୁମା ବହି ଦୋକାନରେ ମିଳିବ
ଭୁବନେଶ୍ବର ୩୧।୧: ଓଡ଼ିଆ ଭାଷାରେ ପ୍ରସ୍ତୁତ ଏକାଦଶ ଶ୍ରେଣୀ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ସନ୍ଦର୍ଭ ପୁସ୍ତକ (Reference Book) ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍...
ବେହୋସ୍ ହେବା ବଦଳରେ ବନ କର୍ମଚାରୀଙ୍କ ହୋସ୍ ଉଡାଇଲାଣି ମାଙ୍କଡ, ଡାକ୍ତରଖାନା ଗଲେଣି ୫ ଆହତ
ଆଠଗଡ଼ ୩୧।୧: ଥମୁନି ମାଙ୍କଡ଼ ଦୌରାତ୍ମ୍ୟ । ଚତୁର୍ଥ ଦିନରେ ଟ୍ରାଙ୍କୁଲାଇଜ୍ କରିବାରେ ବିଫଳ ବନ ବିଭାଗ । କଟକ ତିଗିରିଆ ଥାନା ଅନ୍ତର୍ଗତ ବଡନାଉପୁଟ ପଞ୍ଚାୟତ ଅଞ୍ଚଳରେ ମାଙ୍କଡ଼ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ପଡିଲେଣି ଗ୍ରାମବାସୀ । ଗାଁ ସାରା...
ବଜେଟ୍ ପାଇଁ ବିଜେପିର ବଡ଼ ଯୋଜନା : ୧୫୦ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ, ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କୁ ନିୟୋଜିତ
କନକ ବ୍ୟୁରୋ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ରେ ଲଗାତାର ନବମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ। ୨୦୨୬-୨୭ ବଜେଟ୍ରେ ହୋଇଥିବା ଘୋଷଣାଗୁଡ଼ିକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବିଜେପି ଫେବ୍ରୁଆରି ୧ ରୁ ୧୫ ପର୍ଯ୍ୟନ୍ତ ଏକ ଅଭିଯାନ ଯୋଜନା କରିଛି । ବଜେଟର ପ୍ରମୁଖ ଘୋଷଣାଗୁଡ଼ିକୁ ସାଧାରଣ ଲୋକଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ ବିଜେପି ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିବ । ଅଧିକ ପଢ଼ନ୍ତୁ : ଏଥର ବଜେଟ୍ ବ୍ୟାଗରୁ ବାହାରିବ କ’ଣ ? କେଉଁମାନଙ୍କୁ ମିଳିବ ଅଧିକ ଲାଭ ? ଏହି ସମୟ ମଧ୍ୟରେ, ସମସ୍ତ କେନ୍ଦ୍ର ମନ୍ତ୍ରୀ, ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ଦଳର ବରିଷ୍ଠ ନେତାମାନେ ବଜେଟର ପ୍ରମୁଖ ମୁଖ୍ୟାଂଶଗୁଡ଼ିକୁ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ କରିବେ। ବିଜେପି ଦେଶର ପ୍ରାୟ ୧୫୦ ସ୍ଥାନରେ ସାମ୍ବାଦିକ ସମ୍ମିଳନୀର ଯୋଜନା କରିଛି। ଏହି କାର୍ଯ୍ୟମଗୁଡ଼ିକ ମାଧ୍ୟମରେ, ସରକାର ବଜେଟର ମୁଖ୍ୟାଂଶ ଓ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିବେ। ସୂତ୍ର ଅନୁସାରେ, ଶାସକ ଦଳ ଏହି ବଜେଟ୍ ପାଇଁ ଏକ ବ୍ୟାପକ ପ୍ରଚାର ଅଭିଯାନ ଯୋଜନା କରିସାରିଛି । ଯାହା ଦ୍ଵାରା ବଜେଟ୍ ଘୋଷଣା ଓ ନୀତିଗୁଡ଼ିକୁ ସିଧାସଳଖ ଜନସାଧାରଣଙ୍କ ନିକଟରେ ପହଞ୍ଚାଯାଇପାରିବ । ଅଧିକ ପଢ଼ନ୍ତୁ : ବଦଳିଲା ବଜେଟ୍ ପରମ୍ପରା : ରେଳ ଓ ସାଧାରଣ ବଜେଟ୍ର ଏକତ୍ର ଯାତ୍ରା ଭାରତୀୟ ଜନତା ପାର୍ଟି ବଜେଟ୍କୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ଏକ ବିସ୍ତୃତ କାର୍ୟ୍ୟ ଯୋଜନା ପ୍ରସ୍ତୁତ କରିଛି। ଏହା ସହିତ, ସୋସିଆଲ ମିଡିଆକୁ ଏହି ଅଭିଯାନର ଏକ ପ୍ରମୁଖ ଅଂଶ କରାଯାଇଛି। ବଜେଟ୍ର ମୁଖ୍ୟ ବିଷୟଗୁଡ଼ିକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରଚାର କରାଯିବ। ଏହି ପଦକ୍ଷେପକୁ ପ୍ରୋତ୍ସାହିତ କରିବା ପାଇଁ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କୁ ନିୟୋଜିତ କରାଯିବ। ବଜେଟ୍ ସମ୍ବନ୍ଧୀୟ ସୂଚନାକୁ ରିଲ୍ ମାଧ୍ୟମରେ ସରଳ ଓ ଆକର୍ଷଣୀୟ ଭାବରେ ଉପସ୍ଥାପନ କରାଯିବ। ଯୁବପିଢ଼ିଙ୍କ ନିକଟରେ ବଜେଟର ବାର୍ତ୍ତାକୁ ପ୍ରଭାବଶାଳୀ ଭାବରେ ପହଞ୍ଚାଇବା ପାଇଁ ମଧ୍ୟ ଦଳ ଲକ୍ଷ୍ୟ ରଖାଯାଇଛି। ସମ୍ପୂର୍ଣ୍ଣ ବଜେଟ୍ ଅଭିଯାନର ଦାୟିତ୍ୱ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଘଙ୍କ ନେତୃତ୍ୱରେ ଏକ ଦଳକୁ ଦିଆଯାଇଛି। ଏହି ଦଳରେ ସରୋଜ ପାଣ୍ଡେ, ଶ୍ରୀକାନ୍ତ ଶର୍ମା, ନରେନ୍ଦ୍ର ରୈନା, ଜିଭିଏଲ ନରସିଂହ ରାଓ, ଗୋପାଳ କୃଷ୍ଣ ଅଗ୍ରୱାଲ, ଅନିଲ ଆଣ୍ଟୋନି, ସଞ୍ଜୟ ଟଣ୍ଡନ ଓ ଗୁରୁ ପ୍ରକାଶ ପାଶୱାନ ଅଛନ୍ତି।
ଚିନ୍ତାରେ ଅଷ୍ଟ୍ରେଲିଆ ଟିମ୍; ବିଶ୍ବକପ ଆଗରୁ ଦଳରୁ OUT ହେଲେ ପାଟ୍ କମିନ୍ସ , କମିନ୍ସଙ୍କ ବଦଳେ ଖେଳିବ କିଏ?
ଓଡିଶା ଭାସ୍କର: ଅଷ୍ଟ୍ରେଲିଆ ଦଳରୁ ଆଉଟ ହେଲେ ଘାତକ ବୋଲର। ଏବେ ଚିନ୍ତାରେ ପୁରା ଟିମ୍। ୨୦୨୬ ମସିହାର ICC T20 ବିଶ୍ୱକପ୍ ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳକୁ ଏକ ବଡ଼ ଝଟକା ଲାଗିଛି। ଦଳର ମହାନ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି। ପ୍ୟାଟ୍ କମିନ୍ସଙ୍କ ସ୍ଥାନରେ ବେନ୍ ଦ୍ୱାରଶୁଇସ୍ଙ୍କୁ ଦଳରେ ସାମିଲ କରାଯାଇଛି। ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ଟି୨୦ ବିଶ୍ୱକପ୍ ପାଇଁ ତା’ର ଚୂଡ଼ାନ୍ତ ଦଳ ତାଲିକା ପ୍ରକାଶ କରିଛି, ଯେଉଁଥିରେ […]
ନୂଆଦିଲ୍ଲୀ: ପାକିସ୍ତାନର ଆର୍ଥିକ ସ୍ଥିତି ଏବେ ଗୁପ୍ତ ନୁହେଁ। ପାକିସ୍ତାନର ଅର୍ଥନୀତି ଋଣ ଉପରେ କଷ୍ଟରେ ବଞ୍ଚୁଛି। ଗତ ୧୨ ବର୍ଷ ମଧ୍ୟରେ ପାକିସ୍ତାନର ବୈଦେଶିକ ଋଣ ଦ୍ୱିଗୁଣିତ ହୋଇଛି। ଏହା ବ୍ୟତୀତ, ପାକିସ୍ତାନ ବାରମ୍ବାର ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) କୁ ଭିକ୍ଷା ମାଗୁଛି। ଏସୀୟ ବିକାଶ ବ୍ୟାଙ୍କ ମଧ୍ୟ ପାକିସ୍ତାନର ଋଣ ପାଇଁ ଋଣୀ। ପାକିସ୍ତାନ ଗର୍ବ କରିପାରେ, କିନ୍ତୁ ସତ୍ୟ ଭିନ୍ନ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ନିଜେ ଏହା ପ୍ରକାଶ କରିଛନ୍ତି। […]
ଅନଲାଇନ୍ ଗେମିଂ ଆପ୍ ମାଧ୍ୟମରେ ସାଇବର ଠକେଇ : ୱିଙ୍ଗୋ ଆପ୍ ଉପରେ ରୋକ ଲଗାଇଲେ ସରକାର
କନକ ବ୍ୟୁରୋ : ଗେମିଂ ଆପ୍ କହି ଲୋକଙ୍କୁ ବିଭ୍ରାନ୍ତ କରି ସାଇବର ଠକେଇ କରୁଥିବା ଅଭିଯୋଗ ଆଧାରରେ ସରକାର ୱିଙ୍ଗୋ ଆପ୍କୁ ବ୍ଲକ୍ କରିଛନ୍ତି । ଏହି ଆପ୍ ବ୍ୟବହାରକାରୀଙ୍କ ଫୋନ୍କୁ ନକଲି ଏସ୍ଏମ୍ଏସ୍ ମେସେଜ୍ ପଠାଇ ସେମାନଙ୍କଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି । ଏହି ସୂଚନା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପାଖରେ ପହଞ୍ଚିବା ପରେ ତଦନ୍ତ କକରାଯାଇ ଆପ୍କୁ ବ୍ଲକ୍ କରାଯାଇଛି । ଗୃହ ମନ୍ତ୍ରଣାଳୟର କଡ଼ା ପଦକ୍ଷେପ ଅଧିକାରୀମାନେ କହିଛନ୍ତି, ଆଣ୍ଡ୍ରଏଡ୍ ଆପ୍ ବିରୋଧରେ ଅନେକ ଅଭିଯୋଗ ପାଇବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆପ୍ ବ୍ୟବହାରକାରୀମାନେ ଅଜାଣତରେ ସାଇବର ଅପରାଧୀମାନଙ୍କ ଦ୍ୱାରା ପରିଚାଳିତ ଏସ୍ଏମ୍ଏସ୍ ଠକେଇ ନେଟୱାର୍କର ଶିକାର ହେଉଥିବ ଅଭିଯୋଗ ହୋଇଥିଲା । ଅଧିକ ପଢ଼ନ୍ତୁ--- ଆମେରିକା-ଇରାନ୍ ଯୁଦ୍ଧ, ଭାରତ ଉପରେ ପଡ଼ିବ କ’ଣ ପ୍ରଭାବ? ଆପର ପ୍ରଚାର କରୁଥିବା ୟୁଟ୍ୟୁବ୍ ଭିଡିଓଗୁଡ଼ିକୁ ବ୍ଲକ୍ ସରକାର ଆପ୍ର ନିୟନ୍ତ୍ରଣ କେନ୍ଦ୍ରକୁ ବ୍ଲକ୍ କରିଛନ୍ତି । ଏହି ମାମଲାରେ ୧.୫୩ ଲକ୍ଷ ଉପଭୋକ୍ତା ଓ ୫୦ ରୁ ଅଧିକ ୟୁଟ୍ୟୁବ୍ ଭିଡିଓ ସହିତ ଚାରୋଟି ଟେଲିଗ୍ରାମ ଚ୍ୟାନେଲକୁ ମଧ୍ୟ ବ୍ଲକ୍ କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ, ଥରେ ଜଣେ ଉପଭୋକ୍ତା ଆପ୍ ଡାଉନଲୋଡ୍ କଲେ, ଏହା ସାଇବର ଅପରାଧ ପାଇଁ ଉପଭୋକ୍ତାଙ୍କ ଫୋନ୍ ମାଧ୍ୟମରେ ଏସ୍ଏମ୍ଏସ୍ ପଠାଇବା ଆରମ୍ଭ କରିଥାଏ । ଲକ୍ଷ ଲକ୍ଷ ଉପଭୋକ୍ତା ଅଜାଣତରେ ଠକେଇର ଶିକାର ଏହା ଦୈନିକ ୧୫.୩ ନିୟୁତ ଲୋକଙ୍କ ପାଖରେ ପହଞ୍ଚୁଥିଲା । ଆପ୍ର ଛୋଟ ଦୈନିକ ପେମେଣ୍ଟ ଦ୍ୱାରା ପ୍ରଲୋଭିତ ହୋଇ, ୧୫.୩ ନିୟୁତରୁ ଅଧିକ ୟୁଜର ଅଜାଣତରେ ଏହି ସାଇବର ଅପରାଧର ଶିକାର ହୋଇଥିଲେ । ଇ-ଚାଲାଣ ସହିତ ଜଡିତ ସାଇବର ଠକେଇର ତଦନ୍ତ ସମୟରେ ଆପ୍ର ସନ୍ଦେହ ଜନକ ଭୂମିକା ସାମ୍ନାକୁ ଆସିବା ପରେ ନୋଏଡା ପୁଲିସ ଏନେଇ ତଦନ୍ତ କରିଥିଲା ।
ଏପଷ୍ଟିନ ଫାଇଲ୍ସରେ ନ୍ୟୁୟର୍କ ମେୟର ମମ୍ଦାନୀଙ୍କ ମା', କଣ ଯୌନ ତସ୍କରୀଙ୍କ ସହ ଅଛି କି ଲିଙ୍କ?
ନୂଆଦିଲ୍ଲୀ ୩୧/୦୧: ରିଲିଜ୍ ହୋଇଛି ବହୁ ପ୍ରତିକ୍ଷୀତ ଏପଷ୍ଟିନ୍ ଫାଇଲ୍ସ । ଆମେରିକା ନ୍ୟାୟ ବିଭାଗ ଦ୍ୱାରା ଜାରି ଏହି ଫାଇଲ୍ସର ଦସ୍ତାବିଜ୍ ରାଜନୈତିକ ମହଲରେ ସୃଷ୍ଟି କରିଛି ଆଲୋଡନ । ଏହି ଦସ୍ତାବିଜ୍ରେଅନେକ ରଥି ମହାରଥୀଙ୍କ ନ...
ପ୍ରେମ ହେଲା ଅପରାଧ: ସର୍ବସାଧାରଣରେ ପ୍ରେମୀଯୁଗଳଙ୍କୁ ଚାବୁକ୍ ମାଡ଼
କନକ ବ୍ୟୁରୋ: ଇଣ୍ଡୋନେସିଆର ଆଚେହ ପ୍ରଦେଶରେ ଜଣେ ଅବିବାହିତ ପୁରୁଷ ଓ ମହିଳାଙ୍କୁ ଶରିଆ ଆଇନ ଅନୁଯାୟୀ ୧୪୦ ଲେଖାଏଁ ଚାବୁକ୍ ମାଡ଼ ଦଣ୍ଡ ଦିଆଯାଇଛି । ସେମାନଙ୍କ ଉପରେ ବିବାହ ପୂର୍ବରୁ ଯୌନ ସମ୍ପର୍କ ରଖିବା ଓ ମଦ୍ୟପାନ କରିବାର ଅଭିଯୋଗ ଥିଲା । ଯାହାକୁ ଆଚେର ଇସଲାମିକ ଶରିଆ ଆଇନ ଅନୁଯାୟୀ ଗମ୍ଭୀର ଅପରାଧ ବୋଲି ବିବେଚନା କରାଯାଏ । ଅଧିକାରୀଙ୍କ ଅନୁଯାୟୀ, ଏହି ଦଣ୍ଡ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଦିଆଯାଇଥିବା ସବୁଠାରୁ କଠୋର ଦଣ୍ଡାଦେଶ । ଇଣ୍ଡୋନେସିଆ ବିଶ୍ୱର ସବୁଠାରୁ ବଡ଼ ମୁସଲିମ ବହୁଳ ଦେଶ । ଜାତୀୟ ସ୍ତରରେ ଧର୍ମନିରପେକ୍ଷ ଆଇନ ଲାଗୁ ହୋଇଛି। ତଥାପି, ଆଚେହ ହେଉଛି ଏକମାତ୍ର ପ୍ରଦେଶ ଯେଉଁଠାରେ ଶରିଆ ଆଇନ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ ହେଉଛି । ସାର୍ବଜନୀନ ପାର୍କରେ ଦଣ୍ଡ ରିପୋର୍ଟ ଅନୁଯାୟୀ ରାଜଧାନୀ ଆଚେହର ଏକ ସାର୍ବଜନୀନ ପାର୍କରେ କୋରଡା ମାଡ଼ ଦଣ୍ଡ ଦିଆଯାଇଥିଲା। ସେଠାରେ ବହୁ ସଂଖ୍ୟକ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ। ଶାରିଆ ପୁଲିସ ଉଭୟ ଦୋଷୀଙ୍କ ପିଠିରେ ଚାବୁକ୍ ମାଡ଼ କରିଥିଲା। ଚାବୁକ୍ ମାଡ଼ ସମୟରେ ସମୟରେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ସେ ତଳେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଚିକିତି୍ସା ଲାଗି ହସ୍ପିଟାଲକୁ ନିଆଯାଇଥିଲା। ଏହା ସତ୍ତ୍ୱେ, ଶାରିଆ ପୁଲିସ ଅଧିକାରୀମାନେ କହିଛନ୍ତି ଯେ ଦଣ୍ଡକୁ ଆଇନଗତ ଭାବରେ ବିବେଚନା କରାଯାଇଥିଲା। ସେମାନେ କହିଛନ୍ତି, ଶାରିଆ ଆଇନ ଅନୁଯାୟୀ ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରାଯାଇଥିଲା ଓ ଡାକ୍ତରୀ ତଦାରଖ ଉପଲବ୍ଧ ଥିଲା । ଅଧିକ ପଢନ୍ତୁ: ପାକିସ୍ତାନରୁ ଆସିଛି ଆଶ୍ଚର୍ଯ୍ୟଜନକ ଖବର, ମୃତ ଶରୀର ସହ ଯୌନ ସମ୍ପର୍କ ସ୍ଥାପନ କରୁଛନ୍ତି ଦୁର୍ବୁତ ୧୪୦ ଥର ଚାକୁକ ମାଡ଼ ଶାରିଆ ପୁଲିସ ଅନୁଯାୟୀ, ବିବାହ ପୂର୍ବରୁ ଯୌନ ସମ୍ପର୍କ ପାଇଁ ଦୁଇଜଣଙ୍କୁ ୧୦୦ ଥର ଚାବୁକ୍ ମାଡ଼ ଓ ମଦ୍ୟପାନ ପାଇଁ ୪୦ ଥର ଚାବୁକ୍ ମାଡ଼ ଦଣ୍ଡାଦେଶ କରାଯାଇଥିଲା। ପ୍ରତି ଜଣଙ୍କ ପାଇଁ ମୋଟ ୧୪୦ ଥର ଚାବୁକ ମାଡ଼ ଦଣ୍ଡାଦେଶ କରାଯାଇଥିଲା। ବାଣ୍ଡା ଆଚେର ଶାରିଆ ପୁଲିସ ମୁଖ୍ୟ ମହମ୍ମଦ ରିଜାଲ ଏହି ଦଣ୍ଡାଦେଶର ନିଶ୍ଚିତ କରିଛନ୍ତି। କାହିଁକି ଆଚେହରେ ଶରିଆ ଆଇନ ପ୍ରଯୁଜ୍ୟ? ଆଚେହ ପ୍ରଦେଶର ଆଇନଗତ ସ୍ଥିତି ଇଣ୍ଡୋନେସିଆର ଅନ୍ୟ ଅଞ୍ଚଳଠାରୁ ଭିନ୍ନ। ଦୀର୍ଘ ଦିଦନ ଧରି ବିଚ୍ଛିନ୍ନତାବାଦୀ ସଂଘର୍ଷ ପରେ, କେନ୍ଦ୍ର ସରକାର ୨୦୦୧ ମସିହାରେ ଆଚେହକୁ ସ୍ୱତନ୍ତ୍ର ସ୍ୱାୟତ୍ତତା ପ୍ରଦାନ କରିଥିଲେ। ଏହି ସ୍ୱାୟତ୍ତତା ଆଚେହକୁ ଇସଲାମିକ୍ ଶରିଆ ଆଇନ କାର୍ଯ୍ୟକାରୀ କରିବାକୁ ଅନୁମତି ଦେଇଥିଲା। ଶରିଆ ଆଇନ ଅବିବାହିତ ଭାାବେ ଯୌନ ସମ୍ପର୍କ, ମଦ୍ୟପାନ, ଜୁଆ ଓ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ଭାବେ ବିଭେଚନା କରିଥାଏ। ଏହି ଅପରାଧଗୁଡ଼ିକ କ୍ଷେତ୍ରରେ ସାର୍ବଜନୀନ ଚାବୁକ୍ ମାଡ଼ ଦଣ୍ଡାଦେଶ କରାଯାଇଥାଏ। ଏହାକୁ ସାମାଜିକ ନିୟନ୍ତ୍ରଣ ଓ ଭୟ ସୃଷ୍ଟି କରିବାର ଏକ ମାଧ୍ୟମ ଭାବରେ ବିବେଚନା କରାଯାଇଥାଏ। ଶାରିଆ ପୁଲିସ ଅଧିକାରୀଙ୍କୁ ମଧ୍ୟ ଦଣ୍ଡ ଏହି ମାମଲାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଇସଲାମିକ ଆଚରଣ ସଂହିତା ଉଲ୍ଲଂଘନ କରିବା ପାଇଁ ମୋଟ ଛଅ ଜଣଙ୍କୁ ଦଣ୍ଡ ଦିଆଯାଇଥିଲା। ସେମାନଙ୍କ ମଧ୍ୟରେ ଜଣେ ଶରିଆ ପୁଲିସ ଅଧିକାରୀ ଓ ତାଙ୍କ ମହିଳା ସାଥୀ ମଧ୍ୟ ଥିଲେ। ଉଭୟଙ୍କୁ ୨୩ ଥର ଲେଖାଏଁ ଚାବୁକ୍ ମାଡ଼ ଦିଆଯାଇଥିଲା। ଶରିଆ ପୁଲିସ ମୁଖ୍ୟ ମହମ୍ମଦ ରିଜାଲ କହିଛନ୍ତି, ଆଇନ ସମସ୍ତଙ୍କ ପାଇଁ ସମାନ। କାହାକୁ ମଧ୍ୟ ଛାଡ କରାଯାଇପାରିବ ନାହିଁ। ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଏପରି ଘଟଣା ବିଭାଗର ପ୍ରତିଛବିକୁ କ୍ଷତି ପହଞ୍ଚାଇଥିଲା। କିନ୍ତୁ ନିୟମ ପାଳନ କରିବାରେ କୌଣସି ବ୍ୟତିକ୍ରମ କରାଯାଇପାରିବ ନାହିଁ। ପୂର୍ବରୁ ମଧ୍ୟ ଏଭଳି କଠୋର ଦଣ୍ଡ ଅଧିକାରୀଙ୍କ ଅନୁଯାୟୀ, ଶାରିଆ ଆଇନର ଇତିହାସରେ ୧୪୦ ଥର ଚାବୁକ୍ ମାଡ଼କୁ ସବୁଠାରୁ କଠୋର ଦଣ୍ଡାଦେଶ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ପୂର୍ବରୁ, ୨୦୨୫ ମସିହାରେ, ସମଲିଙ୍ଗୀ ସମ୍ପର୍କ ପାଇଁ ଦୁଇଜଣ ପୁରୁଷଙ୍କୁ ୭୬ ଥର ଚାବୁକ୍ ମାଡ଼ ହୋଇଥିଲା। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ କଡ଼ା ସମାଲୋଚନା କରାଯାଇଥିଲା ।
ବେଲଘର ହାତୀ ମୃତ୍ୟୁ ଘଟଣା ; ଭୁଲ୍ ରିପୋର୍ଟ ଦେବା ଆଧାରରେ ଏସିଏଫଓ ନିଲମ୍ୱିତ
କନକ ବ୍ୟୁରୋ : ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନସ୍ଥ ବେଲଘର ବନାଞଳରେ ହାତୀ ମୃତ୍ୟୁ ପରେ ଖଣ୍ଡ ଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣାରେ ଆଜି ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଏସିଏଫଓ ସୂର୍ଯ୍ୟକାନ୍ତ ବେହେରା ନିଲମ୍ୱିତ କରାଯାଇଅଛି । ସୂର୍ଯ୍ୟ କାନ୍ତ ବେହେରା ଜାନୁୟାରୀ ୫ ତାରିଖରେ ବେଲଘର ବନାଞ୍ଚଳର ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ ଘଟଣାର ତଦନ୍ତ ପାଇଁ ଯାଇ ଡିଏଫଓଙ୍କୁ ଭୁଲ ରିପୋର୍ଟ ପ୍ରଦାନ କରିଥିଲେ । ହାତୀ ମୃତ ଘଟଣା ଏକ ଗୁଜବ ଏଥିରେ କୌଣସି ସତ୍ୟତା ନଥିବା ରିପୋର୍ଟରେ ଲେଖିଥିଲେ । ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଡିଏଫଓ ଘନଶ୍ୟାମ ମହାନ୍ତ ନିଜେ ବେଲଘର ଯିବା ପରେ ଘଟଣା ସତ୍ୟ ରିପୋର୍ଟ ପ୍ରଦାନ କରିଥିଲେ । ଏହା ପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ତରଫରୁ ରେଞ୍ଜର ବିନୟ ବିଶି କୁ ନିଲମ୍ୱିତ କରିଥିବା ବେଳେ ଆଜି ଭୁଲ ରିପୋର୍ଟ ପ୍ରଦାନ କରିଥିବା ଅଭିଯୋଗ ରେ ଏସିଏଫଓ ସୂର୍ଯ୍ୟକାନ୍ତ ବେହେରା ନିଲମ୍ୱିତ କରଯାଇଥିବା ଜଣାପଡିଛି । ଅଧିକ ପଢ଼ନ୍ତୁ--- ବେଲଘର ହାତୀ ମୃତ୍ୟୁ ମାମଲାର ନୂଆମୋଡ଼ ; ବନ ବିଭାଗ ଓ ବିଦ୍ୟୁତ ବିଭାଗ ଦୋଷ ଲଦାଲଦି
ବଜେଟ୍ ଶବ୍ଦ ପ୍ରଥମେ କେଉଁଠାରୁ ଆସିଥିଲା? ଇଂରେଜ ଶାସନ ସମୟରେ ପ୍ରଥମ ବଜେଟ୍ କିଏ ଉପସ୍ଥାପନା କରିଥିଲେ?
ଓଡିଶା ଭାସ୍କର: ଆସନ୍ତାକାଲି ବଜେଟ ଉପସ୍ଥାପନ କରାଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଜେଟ୍ ଉପସ୍ଥାପନା କରିବେ। ଯଦି ଦେଖିବା ବର୍ତ୍ତମାନ ବଜେଟ ଉପସ୍ଥାପନ କରିବା ପାଇଁ ଡିଜିଟାଲ ଟାବ୍ଲେଟ୍ ବ୍ଯବହାର କରାଯାଉଛି ମାତ୍ର ଏହା ବ୍ରିଟିଶ ଅମଳରୁ ଆରମ୍ଭ ହୋଇଥିଲା। ଯେତେବେଳେ ଇଂରେଜମାନେ ଦେଶକୁ ଶାସନ କରୁଥିଲେ ସେହି ସମୟରୁ ବଜେଟ୍ ଉପସ୍ଥାପନ ଆରମ୍ଭ ହୋଇସାରିଛି ମାତ୍ର କଣ ଆପଣ ଜାଣନ୍ତି କି ସେତେବେଳେ କିପରି ବଜେଟ ଉପସ୍ଥାପନା କରାଯାଉଥିଲା। ଦେଶ ସ୍ବାଧୀନତା ହେବା ଆଗରୁ […]
ଇରାନ ସହ ସାଉଦି ଆରବର ଡବଲ ଗେମ୍: ବନ୍ଧୁପଣିଆ ଦେଖାଇ ଟ୍ରମ୍ପଙ୍କ ସହ ମିଳାଇଲା ହାତ
କନକ ବ୍ୟୁରୋ: ଇରାନକୁ ନେଇ ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ସାଉଦି ଆରବର ଭୂମିକା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଇରାନର ସାର୍ବଭୌମତ୍ୱକୁ ସମ୍ମାନ ଦେଇ ସମ୍ଭାବ୍ୟ ସାମରିକ କାର୍ଯ୍ୟାନୁଷ୍ଠାନକୁ ଖୋଲାଖୋଲି ବିରୋଧ କରୁଥିବା ବେଳେ, ସାଉଦି ପ୍ରତିରକ୍ଷା ମନ୍ତ୍ରୀ ଓ ତାଙ୍କ ଭାଇ ପ୍ରିନ୍ସ ଖାଲିଦ ବିନ୍ ସଲମାନ ଆମେରିକାକୁ ଏକ ସମ୍ପୂର୍ଣ୍ଣ ଭିନ୍ନ ବାର୍ତ୍ତା ପଠାଉଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ଖାଲିଦ ବିନ୍ ସଲମାନ ଆମେରିକାରେ ଏକ ରୁଦ୍ଧଦ୍ୱାର ବୈଠକରେ କହିଥିଲେ ଯେ, ଯଦି ଆମେରିକା ଇରାନ ଉପରେ ଆକ୍ରମଣ ନକରେ, ତେବେ ଇରାନ ଶାସନ ଆହୁରି ଶକ୍ତିଶାଳୀ ହେବେ । ଏହି ବିବୃତି ସାଉଦି ଆରବର ସାର୍ବଜନୀନ ଦୃଷ୍ଟିକୋଣ ସହିତ ମେଳ ଖାଉନାହିଁ । କାରଣ ସାଉଦି ଆରବ ଗତ କିଛି ସପ୍ତାହ ଧରି ଲଗାତାର ଭାବରେ କହିଆସିଛି ଯେ, ଆମେ ଇରାନ ସହିତ ଉତ୍ତେଜନା ଚାହୁଁନାହୁଁ । ଇରାନ ସହିତ ଡବଲ ଗେମ୍ ଖେଳୁଛି କି ସାଉଦି ଆରବ ଇରାନ ରାଷ୍ଟ୍ରପତିଙ୍କ ସହ ସମ୍ପ୍ରତି ହୋଇଥିବା ଆଲୋଚନାରେ ମହମ୍ମଦ ବିନ୍ ସଲମାନ ସ୍ପଷ୍ଟ କରିଥିଲେ ଯେ, ସାଉଦି ଆରବ ଇରାନ ବିରୋଧରେ ଆକ୍ରମଣ ପାଇଁ ନିଜର ଆକାଶ ସୀମା ବ୍ୟବହାର କରିବାକୁ ଦେବ ନାହିଁ । ସାଉଦି ସରକାର ଏହା ମଧ୍ୟ କହିଥିଲେ, ଆମେ ଇରାନର ସାର୍ବଭୌମତ୍ୱକୁ ସମ୍ମାନ କରୁ ଓ ଏକ କୂଟନୈତିକ ସମାଧାନ ଚାହୁଁଛୁ । ଏହି ସମୟରେ, ଆମେରିକାରେ ଖାଲିଦ ବିନ୍ ସଲମାନଙ୍କ ବିବୃତି ଏହି ନୀତି ଉପରେ ପ୍ରଶ୍ନ ଉଠାଇଛି । ରିପୋର୍ଟ ଅନୁଯାୟୀ, ଖାଲିଦ ବିନ୍ ସଲମାନ ଆମେରିକୀୟ ଅଧିକାରୀ ଓ ଥିଙ୍କଟ୍ୟାଙ୍କ ବିଶେଷଜ୍ଞମାନଙ୍କୁ କହିଛନ୍ତି ଯେ, ଯଦି ଟ୍ରମ୍ପ ତାଙ୍କର ବାରମ୍ବାର ଧମକରୁ ଓହରି ଯାଆନ୍ତି, ତେବେ ଏହା ଇରାନକୁ ଲାଭ ଦେବ । ସେ କହିଛନ୍ତି, ଯେକୌଣସି ଆକ୍ରମଣ ସମଗ୍ର ଅଞ୍ଚଳର ପରିସ୍ଥିତିକୁ ଆହୁରି ଖରାପ କରିପାରେ, କିନ୍ତୁ ଯଦି ଆମେରିକା ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ, ତେବେ ଇରାନ ଏହାକୁ ଏକ ବିଜୟ ବୋଲି ବିବେଚନା କରିବ । ଖାଲିଦ ବିନ୍ ସଲମାନ ଆମେରିକାର ରଣନୀତିକୁ ପ୍ରଭାବିତ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ: ମଧ୍ୟପ୍ରାଚ୍ୟ ଆକାଶରେ ପୁଣି ଯୁଦ୍ଧର କଳା ବାଦଲ : ଆମେରିକା-ଇରାନ ମଧ୍ୟରେ ବଢ଼ିଲା ଯୁଦ୍ଧ ଆଶଙ୍କା ବାଧ୍ୟବାଧକତା ଦ୍ୱାରା ପରିଚାଳିତ ସାଉଦି ବିଶେଷଜ୍ଞମାନଙ୍କ ଅନୁସାରେ ସାଉଦି ଆରବର ରଣନୀତି ଏବେ ବାଧ୍ୟବାଧକତା ଦ୍ୱାରା ପରିଚାଳିତ ହୋଇପାରେ। ପୂର୍ବରୁ, ସାଉଦି ଅଧିକାରୀମାନେ ଆମେରିକାକୁ ଆକ୍ରମଣ ଏଡାଇବାକୁ ଅନୁରୋଧ କରିଥିଲେ,କିନ୍ତୁ ବର୍ତ୍ତମାନ ଟ୍ରମ୍ପ ପ୍ରଶାସନ ଉପସାଗରରେ ନିଜର ସାମରିକ ଉପସ୍ଥିତି ବୃଦ୍ଧି କରିଥିବାରୁ, ସାଉଦି ନେତୃତ୍ୱ ଆକ୍ରମଣର ସମ୍ଭାବନାକୁ ଗ୍ରହଣ କରିଥିବା ପରି ମନେ ହେଉଛି। ସାଉଦି ଆରବ ସାର୍ବଜନୀନ ଭାବରେ ଶାନ୍ତି ପାଇଁ ସମର୍ଥନ କରି ବନ୍ଦ ଦ୍ୱାର ପଛରେ ଆମେରିକାର କାର୍ଯ୍ୟକୁ ସମର୍ଥନ କରୁଥିବା ବିଶେଷଜ୍ଞ ମତପୋଷଣ କରୁଛନ୍ତି । ଇରାନକୁ ଏକ ଆଞ୍ଚଳିକ ଶକ୍ତି ହେଉ ଚାହୁଁନି ସାଉଦି ଉପସାଗରୀୟ ଦେଶଗୁଡ଼ିକର ଅଧିକାରୀମାନେ ଏହି ଉତ୍ତେଜନାକୁ ଗମ୍ଭୀର ଭାବରେ ଦେଖୁଛନ୍ତି। ସେମାନଙ୍କ ଅନୁସାରେ ଆମେରିକାର ଆକ୍ରମଣ ସମଗ୍ର ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରିପାରେ। କିନ୍ତୁ ଆକ୍ରମଣ ନ କରିବା ଦ୍ୱାରା ଇରାନ ମଜବୁତ ହେବ। ସାଉଦି ଆରବ ସତର୍କ ରହିଛି, ସିଧାସଳଖ ମୁକାବିଲାକୁ ଏଡ଼ାଇ ଯାଉଛି, କିନ୍ତୁ ଇରାନକୁ ଏକ ଆଞ୍ଚଳିକ ଶକ୍ତି ହେବାକୁ ମଧ୍ୟ ଚାହୁଁନାହିଁ ।
ରାଜ୍ୟ କ୍ୟାବିନେଟ୍ରେ ବଡ଼ ନିଷ୍ପତ୍ତି, ସମବାୟ ନୀତିକୁ କ୍ୟାବିନେଟ୍ରେ ମଞ୍ଜୁରୀ
ଭୁବନେଶ୍ୱର ୩୧/୦୧: ସରିଲା ରାଜ୍ୟ କ୍ୟାବିନେଟ୍ରେଗୁରୁତ୍ୱପୂର୍ଣ୍ଣ ବୈଠକ। ୧୦ ବିଭାଗର ୧୨ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ। ରାଜ୍ୟ ସମବାୟ ନୀତିକୁ କ୍ୟାବିନେଟ...
ଆମେରିକା-ଇରାନ୍ ଯୁଦ୍ଧ, ଭାରତ ଉପରେ ପଡ଼ିବ କ’ଣ ପ୍ରଭାବ?
କନକ ବ୍ୟୁରୋ : ଚରମ ସୀମାରେ ପହଞ୍ଚିଛି ଆମେରିକା-ଇରାନ୍ ମଧ୍ୟରେ ଉତ୍ତେଜନା । ଇରାନ ଆଡ଼କୁ ଗୋଟିଏ ପରେ ଗୋଟିଏ ଯୁଦ୍ଧଜାହାଜ ପଠାଇ ଚାଲିଛି ଆମେରିକା । କୌଣସି ମୂହୁର୍ତ୍ତରେ ବି ନିଆଯାଇପାରେ ଚରମ ନିଷ୍ପତ୍ତି । ସେପଟେ ଯୁଦ୍ଧକୁ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଦାବି କରିଛି ଇରାନ । ଆଉ ଏହି ବଢ଼ୁଥିବା ସଂଘର୍ଷ ଆରବ ଦେଶ ଗୁଡ଼ିକର ଚିନ୍ତାର କାରଣ ହୋଇଛି । ସେମାନେ ଭୟ କରୁଛନ୍ତି ଯେ ଏହି ଯୁଦ୍ଧ ଶକ୍ତି ଯୋଗାଣକୁ ବାଧା ଦେଇପାରେ, ଯାହା ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିବ । ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧକୁ ନେଇ କେବଳ ଆରବ ଦେଶଗୁଡ଼ିକ ପ୍ରଭାବିତ ହେବେ ତା ନୁହେଁ ଏହି ଯୁଦ୍ଧ ଭାରତକୁ ବି ପ୍ରଭାବିତ କରିବ । ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଦ୍ୱାରା ଭାରତର ଶକ୍ତି ସୁରକ୍ଷା, ଆଞ୍ଚଳିକ ସ୍ଥିରତା ଓ ଅର୍ଥନୈତିକ ସ୍ୱାର୍ଥ ଉପରେ ଗଭୀର ପ୍ରଭାବ ପଡ଼ିବ । ଏହା ଦ୍ଵାରା ଅଶୋଧିତ ତୈଳ ମୂଲ୍ୟରେ ବି ବଡ଼ ପରିବର୍ତ୍ତନ ଆସିବ, ଏବଂ ଦରଦାମ ବୃଦ୍ଧି ପାଇବ। ଏହା ବ୍ୟତୀତ, ଉପସାଗରୀୟ ଅଞ୍ଚଳରେ କାମ କରୁଥିବା ୮୦ ରୁ ୯୦ ଲକ୍ଷ ଭାରତୀୟଙ୍କ ସୁରକ୍ଷା ବିପଦରେ ପଡ଼ିପାରେ । ଇରାନର ଚାବାହାର ବନ୍ଦରରେ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇପାରେ । ଅଧିକ ପଢ଼ନ୍ତୁ--- ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ସୁନେତ୍ରା ; ଶରଦ ପାୱାରଙ୍କୁ ଭେଟିଲେ ପାର୍ଥ ପାୱାର ଇରାନ ବିଶ୍ୱର ତୈଳ ଉତ୍ପାଦନର ୪-୫% ଅବଦାନ ରଖେ । ଯଦି ସେଠାରେ ବିବାଦ ବୃଦ୍ଧି ପାଏ, ତେବେ ତେଲ ମୂଲ୍ୟ ଆକାଶଛୁଆଁ ହୋଇପାରେ । ଭାରତ ତା’ର ତୈଳ ଆବଶ୍ୟକତାର ଏକ ବଡ଼ ଅଂଶ ଇରାନରୁ ଆମଦାନୀ କରେ, ତେଣୁ ଏହା ଭାରତ ପାଇଁ ଏକ ବଡ଼ ସମସ୍ୟା ହେବ। କେବଳ ଏତିକି ନୁହେଁ, ଭାରତର ରପ୍ତାନି, ଯେପରିକି ବାସୁମତୀ ଚାଉଳ, ଫଳ ଓ ବାଦାମ ଉପରେ ପ୍ରଭାବ ପକାଇପାରେ । ଭାରତ ରଣନୈତିକ ଓ କୂଟନୈତିକ ସ୍ତରରେ ମଧ୍ୟ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି । ଆମେରିକାର ଚାପ ଚାବାହାର ବନ୍ଦରରେ ଭାରତର ନିବେଶକୁ ପ୍ରଭାବିତ କରିପାରେ, ଯାହା ମଧ୍ୟ ଏସିଆରେ ଭାରତର ପ୍ରବେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଉପସାଗରୀୟ ଅଞ୍ଚଳରେ ଆମେରିକାର ବର୍ଦ୍ଧିତ ସାମରିକ ଉପସ୍ଥିତି ସାଉଦି ଆରବ, ୟୁଏଇ ଓ କତାର ଭଳି ଦେଶରେ କାମ କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ବିପଦ ବଢ଼ିପାରେ ।
ଓଡ଼ିଶା ପାଇଁ ଗର୍ବ, ଭାରତ-ୟୁରୋପୀୟ ସଂଘ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିରେ ଚମକିଲେ ଓଡ଼ିଆ ପୁଅ
ନୂଆଦିଲ୍ଲୀ: ଭାରତ-ୟୁରୋପୀୟ ସଂଘ ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ । ଉଭୟ ପକ୍ଷ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତିକୁ ମଦର୍ ଅଫ୍ ଅଲ୍ ଡିଲ୍କୁ କୁହାଯାଉଛି। ତେବେ ଏହି ଚୁକ୍ତି ସମୟରେ ଓଡ଼ିଆ ପୁଅ ତଥା ଯୁବ ଉଦ୍ୟୋଗୀ ସ୍ୱୟଂ ପ୍ରକାଶ ବରାଳ ଉପସ୍ଥିତ ରହି ଓଡିଶା ପାଇଁ ଗର୍ବ ଆଣିଛନ୍ତି। ସେ କହିଛନ୍ତି ଭାରତ ଓ ୟୁରୋପ ଲୋକଙ୍କ ପାଇଁ ଏହା ବଡ଼ ସୁଯୋଗ ଆଣିବ। ୟୁରୋପୀୟ […]
ହଳଦିଆପଦର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା: ଦ୍ରୁତ ଗତିରେ ଆସିଲା, ଚଢାଇ ଦେଇ ଚାଲିଗଲା
ବ୍ରହ୍ମପୁର ୩୧/୦୧: ଅଶୁଭ ଶନିବାର । କାଳ ହେଲା ଦ୍ରୁତ ଗତି । ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍ । ଚାଲିଗଲା ଏକାଧିକ ଜୀବନ । ବ୍ରହ୍ମପୁର ହଳଦିଆପଦର ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ତେବେ ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହେବ...
ଚାପି ଦେଲା ଟ୍ରକ, ଚାଲିଗଲା ୫ ଜୀବନ : ଅନ୍ୟ ଦୁଇ ଜଣ ଗୁରୁତର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି
କନକ ବ୍ୟୁରୋ: ମୃତ୍ୟୁ ଯେ କେତେବେଳେ ଯେ କେମିତି ଆସିବ ତାହା କିଏ କହିବ । ଘରୁ ବାହାରିଲେ ଆମେ ଆଉ ଫେରିବା କି ନାହିଁ ତାହା ମଧ୍ୟ ଆମକୁ ଜଣାନାହିଁ । କାହିଁକି ନା ଏହି ଦ୍ରୁତଗାମୀ ଯାନବାହାନ ଯେ ଏବେ କାଳ ପାଲଟିଛନ୍ତି । ବଡ଼ ବଡ଼ ଟ୍ରକ ଜମ ପରି ରାସ୍ତାରେ କ୍ଷିପ୍ରଗତିରେ ଯାଉଛନ୍ତି ଆଉ ତାର କବଳରେ ଛୋଟ ଛୋଟ ଯାନର ଚାଳକ ମାନେ ଅକାଳରେ ମୃତ୍ୟୁ ମୁଖରେ ପଡୁଛନ୍ତି । ଆଜି ମଧ୍ୟାହ୍ନରେ ହଳଦିଆପଦର ଓଭରବ୍ରିଜରେ ଏକ ହୃଦୟ ବିଦାରକ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୫ଜଣ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ସେହିପରି ଅନ୍ୟ ଦୁଇ ଜଣ ଗୁରୁତର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଦେଖିବାକୁ ମିଳିଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଆହତଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲ ଚିକିତ୍ସା ପାଇଁ ପଠାଇଛି । ଅଧିକ ପଢନ୍ତୁ : ଅଇଁଠାପାଲି ଛକ ନିକଟରେ ସିରିଜ ଦୁର୍ଘଟଣା : ୧୨ ଆହତଙ୍କୁ ଡାକ୍ତରଖାନାକୁ ପଠାଇଲା ପୁଲିସ ଦୁର୍ଘଟଣା ପରେ ରାସ୍ତାରେ ଯାତାୟତ କରୁଥିବା ଗାଡ଼ିଗୁଡ଼ିକ ଅଟକି ରହିଥିଲା । ଯାହାଫଳରେ ରାସ୍ତା ଜାମ ହୋଇଯାଇଥିଲା । ପୁଲିସ ଟ୍ରାଫିକ କଣ୍ଟ୍ରୋଲ କରିବା ସହ ଯାନବାହନ ଚଳାଚଳ ସ୍ୱାଭାବିକ କରୁଛି । ଶନିବାର ଦୁଇଟି ବାଇକରେ ଆଗପଛ ହୋଇ ହଳଦିଆ ପଦର ପଟକୁ ଯାଉଥିଲା । ଅନ୍ୟପଟେ ବିପରୀତ ଦିଗରୁ ଏକ ବୋଝେଇ ଟ୍ରକ (ଓଡି ୦୭ ଜେଡ ୭୨୫୯) ସହର ଭିତରକୁ ପ୍ରବେଶ କରୁଥିଲା। ତେବେ ଟ୍ରକ ଚାଳକ ଜଣଙ୍କ ବେପରୁଆ ଭାବେ ଗାଡ଼ି ଚାଳନା କରି ଆଗପଛ ହୋଇ ଯାଉଥିବା ଦୁଇଟି ବାଇକ ଉପରେ ମାଡ଼ି ଯାଇଥିଲା । ଯାହାଫଳରେ ବାଇକ ଚାଳକ ସମେତ ସେଥିରେ ବସିଥିବା ଯୁବକଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ ଟ୍ରକ ଚାଳକ ଫେରାର ହୋଇଯାଇଥିବା ପୁଲିସ କହୁଛି । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟ ହଳଦିଆପଦରଠାରେ ଘଟିଥିବା ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ଏ କାଧିକ ଲୋକଙ୍କ ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ୪ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏହି ଦୁର୍ଘଟଣାରେ ସମସ୍ତ ଆହତଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସେବା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ମୁନିରଙ୍କ ସହ ମିଶି ହାତପାତି ମୁଣ୍ଡ ନୁଆଇଁ ଅନ୍ୟ ଦେଶକୁ ଭିକ୍ଷା ମାଗିଛି: ଶେହବାଜଙ୍କ ବଡ଼ ସ୍ୱୀକାରୋକ୍ତି
କନକ ବ୍ୟୁରୋ : ପାକିସ୍ତାନର ଆର୍ଥିକ ସଙ୍କଟ କାହାକୁ ଅଛପା ନାହିଁ । ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଦେଶ ଅନ୍ୟ ଦେଶର ଋଣ ଉପରେ ନିର୍ଭରଶୀଳ । ଏହି ପରିପ୍ରେକ୍ଷୀରେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଇସଲାମାବାଦରେ ଦେଶର ପ୍ରମୁଖ ରପ୍ତାନିକାରୀମାନଙ୍କୁ ସମ୍ବୋଧିତ କରି ସ୍ୱୀକାର କରିଛନ୍ତି ଯେ, ଖରାପ ଆର୍ଥିକ ପରିସ୍ଥିତି ଯୋଗୁ ତାଙ୍କୁ ଓ ଫିଲ୍ଡ ମାର୍ଶାଲ୍ ଅସୀମ୍ ମୁନିରଙ୍କୁ ବନ୍ଧୁ ଦେଶମାନଙ୍କୁ ସାହାଯ୍ୟ ପାଇଁ ଆକୁଳ ଭାବେ କାକୁତି ମିନତି କରିବାକୁ ପଡିଛି । ଋଣ ପାଇଁ ବାରମ୍ବାର ବିଦେଶ ଯାତ୍ରା ଆର୍ଥିକ ସଙ୍କଟ ଏତେ ଗମ୍ଭୀର ଥିଲା ଯେ, ମତେ ଋଣ ପାଇଁ ବାରମ୍ବାର ବିଦେଶ ଯାତ୍ରା କରିବାକୁ ପଡିଥିଲା । ଆଇଏମ୍ଏଫ୍ କାର୍ଯ୍ୟକ୍ରମକୁ ବଞ୍ଚାଇବା ଓ ବାହ୍ୟ ଋଣ ବ୍ୟବଧାନ ପୂରଣ କରିବା ପାଇଁ, ତାଙ୍କୁ ଚୁପ୍ଚାପ୍ ଅନେକ ଦେଶ ପାଖକୁ ଯିବାକୁ ପଡିଥିଲା । ହାତପାତି ମୁଣ୍ଡ ନୋଇଁ ସାହାଯ୍ୟ ମାଗିବାକୁ ପଡିଥିଲା । ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଋଣର ସର୍ତ୍ତାବଳୀ କେତେକ ସମୟରେ ଉଚିତ ନଥିଲା । ପାକିସ୍ତାନକୁ ନିଜ ପ୍ରତିଷ୍ଠା ସହିତ ସାଲିସ୍ କରିବାକୁ ମଧ୍ୟ ପଡିଥିଲା । ସରିଫ ଭାବପ୍ରବଣ ହୋଇ କହିଛନ୍ତି,ମୁଁ ଆପଣଙ୍କୁ କିପରି କହିବି ଯେ ଆମକୁ ବହୁ ବନ୍ଧୁତ୍ୱପୂର୍ଣ୍ଣ ଦେଶ ପାଖକୁ ଯାଇ ଋଣ ମାଗିବାକୁ ପଡିଥିଲା । ସେହି ଦେଶଗୁଡ଼ିକ ଆମକୁ କେବେ ନିରାଶ କରି ନାହାନ୍ତି। କିନ୍ତୁ ଋଣଗ୍ରହୀତାଙ୍କ ମୁଣ୍ଡ ସବୁବେଳେ ଦାତାଙ୍କ ଆଗରେ ତଳକୁ ହୋଇଯାଇଥାଏ । ଅଧିକ ପଢ଼ନ୍ତୁ--- ଟ୍ରମ୍ପଙ୍କ ଚେତାବନୀକୁ ଖଣ୍ଡନ କଲେ ଷ୍ଟାର୍ମର ; ଚୀନ ବିଶ୍ୱର ଦ୍ୱତୀୟ ବୃହତ୍ତମ ଅର୍ଥନୀତି, ତେଣୁ ତାଙ୍କ ସହ କରାଯିବ ନାହିଁ ସମ୍ପର୍କ ଖରାପ ଋଣ ପାଇଁ ଆତ୍ମସମ୍ମାନ ସହିତ ସାଲିସ୍ ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ଯେତେବେଳେ କୌଣସି ଦେଶ ଆର୍ଥିକ ସାହାଯ୍ୟ ମାଗେ, ତାକୁ ନିଜର ଇଜ୍ଜତ-ଏ-ନଫସ୍(ସ୍ୱାଭିମାନ) ସହିତ ସାଲିସ୍ କରିବାକୁ ପଡ଼ିଥାଏ । ଋଣଦାତାଙ୍କ ଏପରି ସର୍ତ୍ତ ଗ୍ରହଣ କରିବାକୁ ପଡ଼ିଥାଏ, ଯାହାକୁ ସହ୍ୟ କରିବା ମଧ୍ୟ କଷ୍ଟକର । ଏହି ସ୍ୱୀକାରୋକ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ପାକିସ୍ତାନର ଆର୍ଥିକ ସ୍ଥିତି କ୍ରମାଗତ ଭାବରେ ଖରାପ ହେଉଛି । ପାରମ୍ପରିକ ସହଯୋଗୀମାନେ ଏବେ କେବଳ ସାହାଯ୍ୟ ପାଇଁ ନୁହେଁ ବରଂ ବାଣିଜ୍ୟ, ନିବେଶ ଓ ନବସୃଜନ-ଭିତ୍ତିକ ସହଭାଗୀତା ପାଇଁ ରାଜି ହେଉଛନ୍ତି । ସରିଫ ପୂର୍ବରୁ କହିଥିଲେ ଯେ, ସେ ଭିକ୍ଷା ପାତ୍ର ନେଇ ସାରା ବିଶ୍ୱରେ ବୁଲିବାକୁ ଚାହାନ୍ତି ନାହିଁ । କିନ୍ତୁ ଏଥର ସେ ସ୍ପଷ୍ଟ ଭାବରେ ସ୍ୱୀକାର କରିଛନ୍ତି, ପାକିସ୍ତାନ ଯେଉଁ ପରିସ୍ଥିତିର ସମ୍ମୁଖୀନ ହେଉଛି ତାହା ଅତ୍ୟନ୍ତ ଲଜ୍ଜାଜନକ । ପାକିସ୍ତାନ ଉପରେ କେତେ ଋଣ ? ପାକିସ୍ତାନ ଆଇଏମ୍ଏଫ୍ ଓ ବିଶ୍ୱ ବ୍ୟାଙ୍କ ସହିତ ବରଂ ଚୀନ୍ ତଥା ସାଉଦି ଆରବର ଋଣଭାରରେବୁଡ଼ି ରହିଛି । ଡିସେମ୍ବର ୨୦୨୫ ସୁଦ୍ଧା ପାକିସ୍ତାନର ମୋଟ ବାହ୍ୟ ଋଣ ପ୍ରାୟ ୫୨.୩୬୬ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି ।
ଋଷ ବଦଳରେ ଆମେରିକାଠୁ ତେଲ କିଣିବ ଭାରତ? ଋଷ ଉପରୁ କମୁଛି ଭାରତର ନିର୍ଭରଶୀଳତା
କନକ ବ୍ୟୁରୋ: ଋଷ ବଦଳରେ ଆମେରିକାଠାରୁ ତେଲ କିଣିବ କି ଭାରତ ? ଏହି ପ୍ରଶ୍ନ ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଭେନେଜୁଏଲାର ଅଶୋଧିତ ତୈଳ କିଣିବା ଆରମ୍ଭ କରିବାକୁ କହିଛନ୍ତି । ଟ୍ରମ୍ପ କହିଛନ୍ତି, ଭାରତ ଖୁବଶୀଘ୍ର ଭେନେଜୁଏଲାର ଅଶୋଧିତ ତୈଳ କିଣିବା ଆରମ୍ଭ କରିପାରେ, ରୁଷୀୟ ତୈଳର ବିକଳ୍ପ ଭାବରେ ଭାରତ ଭେନେଜୁଏଲାଠୁ ତୈଳ କିଣିପାରେ ।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପରି ଏକ ସମୟରେ ଏହି ବୟାନ ଦେଇଛନ୍ତି, ଯେତେବେଳେ ଭାରତ ଋଷଠାକୁ ତୈଲ କ୍ରୟକୁ ହ୍ରାସ କରିବାତୁ ନିଷ୍ପତ୍ତି ନେଇଛି। ସୂଚନା ମୁତାବକ, ଆମେରିକାର ଟାରିଫ୍ ଲାଗୁ ପରେ ଭାରତ ଋଷଠାରୁ ପ୍ରତିଦିନ ତୈଳ କ୍ରୟକୁ ହ୍ରାସ କରିବା ଦିଗରେ ଆଗକୁ ବଢ଼ୁଛି । ଅଧିକ ପଢନ୍ତୁ: ଗ୍ରିନ୍ଲ୍ୟାଣ୍ଡର ଶକ୍ତିଶାଳୀ କୁକୁର ସେନା ; ଯାହାଙ୍କୁ ଭୟ କରୁଛନ୍ତି ଡୋନାଲ୍ଡ ଟ୍ରମ୍ପ ଋଷ ଉପରୁ କମୁଛି ଭାରତର ନିର୍ଭରଶୀଳତା ଡୋନାଲ୍ଡ ଟ୍ରମ୍ପ ମାର୍ଚ୍ଚ ୨୦୨୫ରେ ଭାରତ ସମେତ ଭେନେଜୁଏଲାରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ ଏବଂ ଆମେରିକାର ସେନା ଜାନୁଆରୀ ୩ରେ ନିକୋଲାସ ମାଦୁରୋଙ୍କୁ ଗିରଫ କରିଥିଲା। ସେବେଠାରୁ, ୱାଶିଂଟନ ଏହାର ମନୋଭାବରେ ପରିବର୍ତ୍ତନର ସଙ୍କେତ ଦେଇଛି, ନୂଆଦିଲ୍ଲୀକୁ କହିଛି ଯେ ଋଷରୁ ହ୍ରାସ ପାଉଥିବା ଯୋଗାଣର କ୍ଷତିପୂରଣ ପାଇଁ ସେ ଭେନେଜୁଏଲାର ତେଲ କ୍ରୟ ପୁଣି ଆରମ୍ଭ କରିପାରେ। ଏହି ପଦକ୍ଷେପକୁ ଋଷର ତୈଳ ରାଜସ୍ୱ ହ୍ରାସ କରିବାର ଏକ ପ୍ରୟାସ ଭାବରେ ଦେଖାଯାଉଛି, ଯାହା ୟୁକ୍ରେନରେ ମସ୍କୋର ଯୁଦ୍ଧକୁ ପାଣ୍ଠି ଯୋଗାଉଛି ।
କନକ ବ୍ୟୁରୋ : ବ୍ରିଟିଶ ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମର୍ ଚୀନ୍ ସହିତ ଉତ୍ତମ ସମ୍ପର୍କ ଓ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ସହିତ ବ୍ରିଟେନର ସମ୍ପର୍କକୁ ବିପଦପୂର୍ଣ୍ଣ ବୋଲି କହିଥିଲେ । ତେବେ ଷ୍ଟାର୍ମର ଏହାକୁ ଖଣ୍ଡନ କରିଥିଲେ । ଷ୍ଟାର୍ମର ଆମେରିକୀୟ ଦଳ ସହିତ ଆଲୋଚନା କରିବା ପରେ ଚୀନ୍ ଗସ୍ତ କରିଥିବା ଓ ସହଯୋଗପୂର୍ଣ୍ଣ ସମ୍ପର୍କ ବଜାୟ ରଖିବା ବିଷୟରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ବ୍ରିଟେନ୍ ଚୀନ୍କୁ ବହୁତ କିଛି ଦେଇପାରିବ ବ୍ରିଟିଶ ପ୍ରଧାନମନ୍ତ୍ରୀ କହିଛନ୍ତି, ବ୍ରିଟେନ୍ ଚୀନ୍କୁ ବହୁତ କିଛି ଦେଇପାରିବ । ଚୀନ୍ ସହିତ ବ୍ରିଟେନର ବଢୁଥିବା ଘନିଷ୍ଠତା ବିଷୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ ମଧ୍ୟରେ ଷ୍ଟାର୍ମରଙ୍କ ଏହି ମନ୍ତବ୍ୟ ଆସିଛି । ଆଠ ବର୍ଷ ମଧ୍ୟରେ ଏହା ଜଣେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ । ତାଙ୍କର ଏହି ଗସ୍ତ ଏପରି ଏକ ସମୟରେ ଆସିଛି ଯେତେବେଳେ ଅନେକ ପାଶ୍ଚାତ୍ୟ ଦେଶ, ଆମେରିକାର ନୀତିରେ ଅସନ୍ତୁଷ୍ଟ ହୋଇ ଚୀନ୍ ସହିତ ନିଜନିଜର ସମ୍ପର୍କ ବୃଦ୍ଧି କରୁଛନ୍ତି । ଫ୍ରାନ୍ସ, କାନାଡା ଓ ଫିନଲାଣ୍ଡର ନେତାମାନେ ଗତ କିଛି ସପ୍ତାହ ମଧ୍ୟରେ ଚୀନ୍ ଗସ୍ତ କରିଛନ୍ତି । ଟ୍ରମ୍ପ ଚୀନ୍ ସହିତ କାନାଡାର ସମ୍ପର୍କ ନେଇ ନକାରାତ୍ମକ ମନ୍ତବ୍ୟ ଦେବା ପରେ ଷ୍ଟାର୍ମର ଏହାକୁ ଖଣ୍ଡନ କରି କହିଛନ୍ତି ଯେ, ଆଗାମୀ କିଛି ମାସ ମଧ୍ୟରେ ଟ୍ରମ୍ପ ବି ଚୀନ୍ ଗସ୍ତ କରିବେ ବୋଲି ଆଶା କରାଯାଉଛି । ଅଧିକ ପଢ଼ନ୍ତୁ--- ଟ୍ରମ୍ପ ବର୍ଷେ ହେଲା ପୈଠ କରି ନାହାନ୍ତି ଜାତିସଂଘ ଦେୟ: ଖିଲାପକାରୀଙ୍କୁ ଅନୁରୋଧ କଲେ ଗୁଟେରେସ୍ ଆମେରିକା ଓ ବ୍ରିଟେନ ଘନିଷ୍ଠ ସହଯୋଗୀ ଏକ ବ୍ରିଟିଶ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଷ୍ଟାର୍ମର କହିଛନ୍ତି, ଆମେରିକା ଓ ବ୍ରିଟେନ ଘନିଷ୍ଠ ସହଯୋଗୀ । ସେଥିପାଇଁ ଆମେ ଚୀନ୍ ଆସିବା ପୂର୍ବରୁ ତାଙ୍କ ଦଳ ସହିତ ଏହି ଗସ୍ତ ବିଷୟରେ ଆଲୋଚନା କରିଥିଲୁ । ସେ କହିଛନ୍ତି, ମୁଁ ଭାବୁନାହିଁ ଯେ, ବ୍ରିଟେନ ଆଖି ବନ୍ଦ କରିବା ବୁଦ୍ଧିମାନର କାମ ହେବ । ଚୀନ୍ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି । ଅନ୍ୟପକ୍ଷରେ, ଟ୍ରମ୍ପଙ୍କ ମନ୍ତବ୍ୟ ବିଷୟରେ ପଚରାଯିବାରୁ, ବେଜିଂର ବୈଦେଶିକ ମନ୍ତ୍ରଣାଳୟ କହିଛି, ଚୀନ୍ ପାରସ୍ପରିକ ଲାଭ ଓ ସ୍ୱାର୍ଥ ପାଇଁ ସମସ୍ତ ଦେଶ ସହିତ ସହଯୋଗକୁ ସୁଦୃଢ଼ କରିବାକୁ ସବୁବେଳେ ପ୍ରସ୍ତୁତ ରହିଛି । ଷ୍ଟାର୍ମର-ଜିନପିଙ୍ଗ୍ ଭେଟ ଷ୍ଟାର୍ମର ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଓ ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗଙ୍କ ସମେତ ଶୀର୍ଷ ନେତାମାନଙ୍କୁ ଭେଟିଛନ୍ତି । ଉଭୟ ପକ୍ଷ ଘନିଷ୍ଠ ସମ୍ପର୍କର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଷ୍ଟାର୍ମର ୟୁକେ ଓ ଚୀନ୍ ବାଣିଜ୍ୟ ପ୍ରତିନିଧିମାନଙ୍କୁ କହିଛନ୍ତି, ଯେ ଦୁଇ ପକ୍ଷ ସକାରାତ୍ମକ ଆଲୋଚନା କରିଛନ୍ତି । ବ୍ୟାଙ୍କ ଅଫ୍ ଚାଇନାରେ ଅନୁଷ୍ଠିତ ୟୁକେ-ଚୀନ୍ ବ୍ୟବସାୟ ଫୋରମରେ ଏକ ସଂକ୍ଷିପ୍ତ ଭାଷଣରେ ସେ କହିଥିଲେ ଯେ ବ୍ରିଟେନ ପାଖରେ ବହୁତ କିଛି ଦେବା ପାଇଁ ଅଛି ବୋଲି ଷ୍ଟାର୍ମର କହିଛନ୍ତି ।
ନୂଆଦିଲ୍ଲୀ: ସ୍କୁଲରେ ହଠାତ୍ ମାସିକ ଋତୁସ୍ରାବ ଆରମ୍ଭ ହେବା ଅନେକ ଝିଅଙ୍କ ପାଇଁ କଷ୍ଟକର ପରିସ୍ଥିତି ସୃଷ୍ଟି କରେ। ଏହାକୁ ଧ୍ୟାନରେ ରଖି, ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଜାରି କରିଛନ୍ତି। ସ୍କୁଲରେ ସାନିଟାରୀ ପ୍ୟାଡ୍ ଯୋଗାଇବା ଆଉ ଏକ ଅତିରିକ୍ତ ସୁବିଧା ନୁହେଁ, ବରଂ ଝିଅମାନଙ୍କ ପାଇଁ ଏକ ଅଧିକାର। କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ମାସିକ ଋତୁସ୍ରାବ ସ୍ୱାସ୍ଥ୍ୟକୁ ଅଣଦେଖା କରାଯାଇପାରିବ ନାହିଁ। ସୁପ୍ରିମକୋର୍ଟ ରାଜ୍ୟ ଏବଂ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଜାରି […]
Netflixର ସବୁଠାରୁ ମହଙ୍ଗା ସିରିଜ କେତେ କୋଟିରେ ହୋଇଥିଲା? ଆସନ୍ତୁ ଜାଣିବା…
ଓଡିଶା ଭାସ୍କର: ଫିଲ୍ମ, ୱେବସିରିଜ ବାବଦରେ କୁହାଗଲେ ସବୁବେଳେ ଏଗୁଡିକର ବଜେଟ ନେଇ ଆଲୋଚନା କରାଯାଏ। ରଣବୀର ସିଂହଙ୍କ ବ୍ଲକବଷ୍ଟର ଫିଲ୍ମ, ଧୁରନ୍ଧର, Netflix ରେ ପ୍ରସାରିତ ହେଉଛି। ଏହି ଫିଲ୍ମଟି ୧,୩୦୦ କୋଟି ରୁ ଅଧିକ ଆୟ କରିଛି। Netflix ଏପର୍ଯ୍ୟନ୍ତ ଏହାର ସବୁଠାରୁ ମହଙ୍ଗା ଫିଲ୍ମ ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିଛି। ୨୦୨୫ ରେ ମୁକ୍ତିଲାଭ କରିଥିବା “ଦି ଇଲେକ୍ଟ୍ରିକ୍ ଷ୍ଟେଟ୍”, Netflix ର ଏପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ପ୍ରଯୋଜନା ପାଲଟିଛି। ରିପୋର୍ଟ […]
ସ୍ଵାମୀଙ୍କ ଥଟ୍ଟା ସହିପାରିଲେନି ସ୍ତ୍ରୀ, ‘ମାଙ୍କେଡି’ କହିବାରୁ ଜୀବନ ହାରିଲେ
ନୂଆଦିଲ୍ଲୀ ୩୧।୦୧; ମଜା କରିବା ଏବେ ସ୍ଵାମୀଙ୍କୁ ପଡିଲା ମହଙ୍ଗା । ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।ସ୍ବାମୀଥଟ୍ଟାରେ ‘ମାଙ୍କେଡି’ କହିବାରୁ ଜୀବନ ହାରିଦେଲେସ୍ତ୍ରୀ। ଏଭଳି ଘଟଣା ଲକ୍ଷ୍ନ...
ସୁପ୍ରିମୋଙ୍କୁ ଭେଟିବା ପରେ କଳିକେଶଙ୍କ ପ୍ରତିକ୍ରିୟା, କହିଲେ ୨୦୨୯ରେ ବି ନିର୍ବାଚନ ଲଢ଼ିବେ ନବୀନ
ଭୁବନେଶ୍ୱର ୩୧/୦୧: ସବୁ ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ । ଦ୍ୱିତୀୟ ନେତୃତ୍ୱ ଘମାସାନ ଉପରୁ ହଠିଛି ପରଦା । ନବୀନ ନିବାସର ବୈଠକରେ ପରେ ଏନେଇ ଖୁଲାସା କରିଛନ୍ତି ନିଜେ କଳିକେଶ ନାରାୟଣ ସିଂହଦେଓ । ଖୋଲାଖୋଲି କହିଲେ ଦ୍ୱିତୀୟ ନେତୃତ୍ୱ ନେବାର...
ଜଣେ ସାଧାରଣ ଲୋକ ଚାହିଁଲେ କ’ଣ ଘରୋଇ ବିମାନ ବୁକ୍ କରିପାରିବ? ଜାଣନ୍ତୁ ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହେବ
ଓଡିଶାଭାସ୍କର: ଆକାଶରେ ଉଡ଼ୁଥିବା ଏକ ଘରୋଇ ଜେଟ୍ ଦେଖିବା ସମୟରେ ପ୍ରାୟତଃ ଏହି ପ୍ରଶ୍ନ ମନକୁ ଆସେ କି କେବଳ କୋଟିପତି ମାନେ ହିଁ ଘରୋଇ ବିମାନ ବୁକ୍ କରିପାରିବେ, ନା ସାଧାରଣ ଲୋକମାନେ ମଧ୍ୟ ଏହି “ରାଜକୀୟ ବିମାନ” ଅନୁଭବ କରିପାରିବେ? ଏକ ଘରୋଇ ବିମାନ ବୁକ୍ କରିବା କ’ଣ ପ୍ରକୃତରେ ଏତେ କଷ୍ଟକର ଏବଂ ମହଙ୍ଗା ଲାଗୁଛି? ଏବଂ ଯଦି ଜଣେ ସାଧାରଣ ବ୍ୟକ୍ତି କେବଳ ଗୋଟିଏ ଦିନ ପାଇଁ ଏକ ଘରୋଇ ଜେଟ୍ […]
ଓଡିଶା ଭାସ୍କର: ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ଜାରି କରିଥିବା ସୂଚନା ମୁତାବକ ଜଣାପଡିଛି କି ଇସ୍ରାଏଲକୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ପଠାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କେବଳ ଇସ୍ରାଏଲ ନୁହେଁ ସାଉଦି ଆରବକୁ ମଧ୍ୟ ଆମେରିକା ରାଷ୍ଟ୍ରପତି ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ପଠାଇଛନ୍ତି। ସୂଚନାମୁତାବକ ସାଉଦି ଆରବକୁ 9 ବିଲିଅନ ଡଲାର ଓ ଇସ୍ରାଏଲକୁ 6 ବିଲିଅନ ଡଲାରରୁ ମଧ୍ୟ ଅଧିକ ଟଙ୍କାର ଅସ୍ତ୍ରଶସ୍ତ୍ର ପଠାଇଛନ୍ତି ଆମେରିକା ରାଷ୍ଟ୍ରପତି। ଏଣୁ ମଧ୍ୟ ପ୍ରାଚ୍ଯରେ ଭୟଙ୍କର ଯୁଦ୍ଧ […]
ଟ୍ରମ୍ପ ବର୍ଷେ ହେଲା ପୈଠ କରି ନାହାନ୍ତି ଜାତିସଂଘ ଦେୟ: ଖିଲାପକାରୀଙ୍କୁ ଅନୁରୋଧ କଲେ ଗୁଟେରେସ୍
କନକବ୍ୟୁରୋ : ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ଚେତାବନୀ ଦେଇଛନ୍ତି ଯେ, ଯଦି ଆର୍ଥିକ ନିୟମ ପରିବର୍ତ୍ତନ ନ କରାଯାଏ କିମ୍ବା ସମସ୍ତ ୧୯୩ ସଦସ୍ୟ ରାଷ୍ଟ୍ର ସେମାନଙ୍କର ପ୍ରାପ୍ୟ ନ ଦିଅନ୍ତି, ତେବେ ସଂଗଠନ ଖୁବ୍ ଶୀଘ୍ର ଏକ ଗମ୍ଭୀର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇପାରେ। ଗୁଟେରେସ୍ ବିଶେଷ ଭାବରେ ଆମେରିକାକୁ ଇଙ୍ଗିତ କରି ଏଭଳି କହିଥିବା ଅନୁମାନ କରାଯାଉଛି। ଜାତିସଂଘ ଉପରେ ଆମେରିକାର କୋଟି କୋଟି ଡଲାର ଦେୟ ବକେୟା ପଡ଼ିଛି। ଏସବୁ ପେଅଠ କରିବାକୁ ଟ୍ରମ୍ପ ସରକାର ପଛଘୁଞ୍ଚା ଦେଉଛନ୍ତି ।ସମସ୍ତ ସଦସ୍ୟ ରାଷ୍ଟ୍ରକୁ ଏକ ଚିଠି ଲେଖି ଗୁଟେରେସ୍ ଚେତାବନୀ ଦେଇଛନ୍ତି ଯେ ଜୁଲାଇ ସୁଦ୍ଧା ସଂଗଠନର ବଜେଟ୍ ଶେଷ ହୋଇପାରେ। ଯାହା ଜାତିସଂଘର କାର୍ଯ୍ୟକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରିବ। ସମସ୍ତ ସଦସ୍ୟ ରାଷ୍ଟ୍ର ସେମାନଙ୍କର ଆର୍ଥିକ ଦାୟିତ୍ୱକୁ ସମ୍ମାନ ପ୍ରଦାନ କରି ସମୟାନୁସାରେ ଦେୟ ଦେବା ଉଚିତ। ନହେଲେ ତୁରନ୍ତ ଆର୍ଥିକ ପତନକୁ ରୋକିବା ପାଇଁ ଆମର ଆର୍ଥିକ ନିୟମଗୁଡ଼ିକୁ ମୌଳିକ ଭାବରେ ପରିବର୍ତ୍ତନ କରିବା ଜରୁରୀ ବୋଲି ସେ ଲେଖିଛନ୍ତି। ଆମେରିକା ଉପରେ ସର୍ବାଧିକ ଋଣ ବାକି ଚିଠିରେ କୌଣସି ଦେଶର ନାମ ଲେଖାଯାଇ ନାହିଁ। କିନ୍ତୁ ଆର୍ଥିକ ସଙ୍କଟ ଏପରି ସମୟରେ ଆସିଛି ଯେତେବେଳେ ସଂଗଠନର ସବୁଠାରୁ ବଡ଼ ଦାତା ଆମେରିକା ନିଜର ଦାୟିତ୍ୱ ପୂରଣ କରିବାରେ ବିଫଳ ହୋଇଛି। ଜାତିସଂଘର ଜଣେ ଅଧିକାରୀଙ୍କ ଅନୁଯାୟୀ, ସାଧାରଣ ବଜେଟରେ ଆମେରିକାର ୨.୧୯୬ ବିଲିୟନ ଡଲାରର ଋଣ ଅଛି। ଚଳିତ ବର୍ଷ ବର୍ଷ ଆଉ ୭୬୭ ନିୟୁତ ଡଲାରର ଋଣ ରହିବ। ଏହା ସହିତ, ପୃଥକ ଶାନ୍ତିରକ୍ଷା ବଜେଟରେ ଆମେରିକାର ୧.୮ ବିଲିୟନ ଡଲାର ଋଣ ରହିଛି। ଋଣ ଖିଲାପକାରୀଙ୍କ ତାଲିକାରେ ଭେନେଜୁଏଲା ଦ୍ୱିତୀୟ ସ୍ଥାନରେ ଭେନେଜୁଏଲା ଉପରେ ୩୮ ନିୟୁତ ଆମେରିକୀୟ ଡଲାର ଋଣ ଅଛି। ଦେଶର ଅର୍ଥନୀତି ପୂର୍ବରୁ ସଙ୍କଟରେ ଥିଲା। ସମ୍ପ୍ରତି ଆମେରିକାର ସାମରିକ ହସ୍ତକ୍ଷେପ ଯୋଗୁ ତତ୍କାଳୀନ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗାଦିଚ୍ୟୁତ କରାଯାଇଥିଲା। ଦୁଇ ବର୍ଷ ପାଇଁ ଦେୟ ପରିଶୋଧ ନକରିବା କାରଣରୁ ଭେନେଜୁଏଲା ସାଧାରଣ ସଭାରେ ଭୋଟ ଦେବାର ଅଧିକାର ମଧ୍ୟ ହରାଇଥିଲା। ଗୁଟେରେସ୍ କହିଛନ୍ତି, ୨୦୨୫ ଶେଷ ସୁଦ୍ଧା, ଜାତିସଂଘକୁ ଦେବାକୁ ଥିବା ବକେୟା ରାଶି ୧.୫୬୮ ବିଲିୟନ ଡଲାରରେ ପହଞ୍ଚିବ। ଯାହା ୨୦୨୪ ରେ ଦେବାକୁ ଥିବା ପରିମାଣର ଦୁଇଗୁଣ ହେ ଟ୍ରମ୍ପ ପ୍ରଶାସନ ଉପରେ ଋଣ ବୋଝ ଜାତିସଂଘର ଅଧିକାରୀଙ୍କ ଅନୁଯାୟୀ, ଟ୍ରମ୍ପ ପ୍ରଶାସନ ଗତ ବର୍ଷ କୌଣସି ବକେୟା ଦେୟ ଦେଇ ନଥିଲେ। ଏହି ବିପୁଳ ପରିମାଣର ବକେୟା ରାଶି ଜାତିସଂଘର ସମସ୍ତ ପାଣ୍ଠିକୁ ପ୍ରାୟ ସମାପ୍ତ କରିଦେଇଛି। ଗୁଟେରେସ୍ ଚେତାବନୀ ଦେଇଛନ୍ତି ଯେ, ଯଦି ଦେୟରେ ଉନ୍ନତି ନହୁଏ, ତେବେ ଜାତିସଂଘ ଡିସେମ୍ବରରେ ସାଧାରଣ ସଭା ଦ୍ୱାରା ସର୍ବସମ୍ମତିକ୍ରମେ ୨୦୨୬ ପାଇଁ ଅନୁମୋଦିତ ୩.୪୫ ବିଲିୟନ ଡଲାରର ସାଧାରଣ ବଜେଟ ପୂରଣ କରିପାରିବ ନାହିଁ। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ବର୍ତ୍ତମାନର ନିୟମ ଅନୁଯାୟୀ, ସାଧାରଣ ବଜେଟରୁ ଖର୍ଚ୍ଚ ନହୋଇଥିବା ପାଣ୍ଠି ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଫେରସ୍ତ କରାଯିବା ଆବଶ୍ୟକ, ତାହା ଦେୟ ହୋଇଛି କି ନାହିଁ ତାହା ଉପରେ ଧ୍ୟାନ ଦିଅନ୍ତୁ। ଗୁଟେରେସ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଏହି ନିୟମ ପରିବର୍ତ୍ତନ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି।
ଦୁର୍ବଳ ହେଉଛି ମାଓ ସଂଗଠନ, ସୁରକ୍ଷାକର୍ମୀଙ୍କ ନିକଟରେ ତୁରନ୍ତ ଆତ୍ମସମର୍ପଣ କରନ୍ତୁ- DGP
ମାଲକାନଗିରି ୩୧।୦୧ : ମୁଁ ଓଡ଼ିଶା ପୋଲିସ ଡିଜିଓ୍ୱାଇ ବି ଖୁରାନିଆ କହୁଛି । ସୁରକ୍ଷାକର୍ମୀଙ୍କ ନିକଟରେ ମାଓବାଦୀମାନେ ତୁରନ୍ତ ଆତ୍ମସମର୍ପଣ କରନ୍ତୁ । ଅଡ଼ିଓ ବାର୍ତ୍ତା ଜରିଆରେ ମାଓ ସଂଗଠନକୁ ଏପିରି କିଛି କହିଛନ୍ତି ଡିଜିପି ଓ୍ୱାଇ...
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ୱାଙ୍ଗଚୁକ୍ ଯୋଧପୁର ଏମ୍ସରେ ଭର୍ତ୍ତି
କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପରିବେଶ କର୍ମୀ ତଥା ବୈଜ୍ଞାନିକ ସୋନମ୍ ୱାଙ୍ଗଚୁକ୍ଙ୍କୁ ଯୋଧପୁର ଏମ୍ସରେ ଭର୍ତ୍ତି କରାଯାଇଛି । ନ୍ୟାୟିକ ହେପାଜତରେ ଥିବା ସମୟରେ ୱାଙ୍ଗଚୁକ୍ଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା । ଶନିବାର ସକାଳ ପ୍ରାୟ ୬ଟା ୩୦ ମିନିଟରେ ୱାଙ୍ଗଚୁକ୍ଙ୍କୁ ପୁଲିସ ଯୋଧପୁର ସେଣ୍ଟ୍ରାଲ ଜେଲରୁ ଏମ୍ସର ଜରୁରୀକାଳୀନ ୱାର୍ଡ଼ରେ ଭର୍ତ୍ତି କରିଥିଲା । ତାଙ୍କୁ ପ୍ରାୟ ଦେଢ଼ ଘଣ୍ଟାଧରି ଗ୍ୟାଷ୍ଟ୍ରୋ ଏଣ୍ଟେରୋଲୋଜିଷ୍ଟ ମାନେ ନିରୀକ୍ଷଣରେ ରଖିଥିଲେ । ଏମ୍ସ ସୂଚନା ଅନୁଯାୟୀ ସୋନମ୍ଙ୍କର ପାକସ୍ଥଳୀ ଜନିତ ସମସ୍ୟା ରହିଛି । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଯନ୍ତ୍ରଣା ହେଉଥିବା ମଧ୍ୟ ସେ ଅଭିଯୋଗ କରୁଛନ୍ତି । ଦିନକ ପୂର୍ବରୁ ତାଙ୍କୁ ଏମ୍ସକୁ ପରୀକ୍ଷଣ ପାଇଁ ନିଆଯାଇଥିଲା । ପରେ କଡ଼ା ସୁରକ୍ଷା ମଧ୍ୟରେ ପୁଣି ଥରେ ଯୋଧପୁର ସେଣ୍ଟ୍ରାଲ ଜେଲ୍କୁ ପଠାଇ ଦିଆଯାଇଥିଲା । ସୋନମ୍ଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ତାଙ୍କ ପତ୍ନୀ ଚିନ୍ତା ପ୍ରକଟ କରିବା ସହିତ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଗୁରୁବାର ଜଷ୍ଟିସ ଅରବିନ୍ଦ କୁମାର ଓ ପିଭି ବରଲେଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନ ଉପରେ ଶୁଣାଣି କରି ସରକାରୀ ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ୱାଙ୍ଗଚୁକ୍ଙ୍କ ସ୍ବାସ୍ଥ୍ୟାବସ୍ଥାର ପରୀକ୍ଷା କରିଥିଲେ । ୱାଙ୍ଗଚୁକ୍ଙ୍କ ପକ୍ଷ ରଖି ବରିଷ୍ଠ ଓକିଲ କପିଲ ସିବଲ କୋର୍ଟଙ୍କୁ କହିଥିଲେ ଯେ, ୱାଙ୍ଗଚୁକ୍ଙ୍କୁ ଜେଲରେ ଦିଆଯାଉଥିବା ପାଣି ଯୋଗୁ ତାଙ୍କଠାରେ ପାକସ୍ଥଳୀ ସମସ୍ୟା ଦେଖାଯାଉଛି । ବାରମ୍ବାର ଅଭିଯୋଗ ସତ୍ତ୍ବେ କୌଣସି ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ତାଙ୍କର ଚିକିତ୍ସା କରାଯାଉନାହିଁ । ବରିଷ୍ଠ ଓକିଲ ସିବଲ ଆହୁରି କହିଥିଲେ ଯେ, ସୋନମ୍ଙ୍କର ସାପ୍ତାହିକ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉ ଏବଂ ତାଙ୍କ ପରିବାର ପକ୍ଷରୁ ଦିଆଯାଉଥିବା ପାନୀୟ ଜଳ ତାଙ୍କୁ ପିଇବାକୁ ଦେବାକୁ ଅନୁମତି ଦିଆଯାଉ । ସୁପ୍ରିମକୋର୍ଟ ୱାଙ୍ଗଚୁକ୍ଙ୍କ ମେଡିକାଲ ରିପୋର୍ଟ ଫେବୃଆରି ୨ ତାରିଖ ସୁଦ୍ଧା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜସ୍ଥାନ ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ କେ.ଏମ୍ ନଟରାଜ କୋର୍ଟରେ ପକ୍ଷ ରଖି କହିଥିଲେ ଯେ, ୱାଙ୍ଗଚୁକ୍ଙ୍କର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି । ଗତ ୪ ମାସରେ ତାଙ୍କର ୨୧ ଥର ସ୍ବାସ୍ଥ୍ୟ ପରୀକ୍ଷା ହୋଇସାରିଛି। ଲଦାଖକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ଦାବିରେ ଗତବର୍ଷ ସେପ୍ଟେମ୍ବରରେ ଲେହରେ ହିଂସା ଦେଖାଯାଇଥିଲା । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ୱାଙ୍ଗଚୁକ୍ଙ୍କୁ ଜାତୀୟ ନିରାପତ୍ତା ଆଇନ ବଳରେ ଅଟକ ରଖାଯାଇଛି ।
ଠିକାଦାର ମହାସଂଘର ଚେତାବନୀ, ବାହାର ଠିକାଦାରଙ୍କୁ ରାଉରକେଲା ମନା
ରାଉରକେଲା ୩୧।୦୧ : କଠୋର ହେଲା ରାଉରକେଲା ଠିକାଦାର ସଂଘ । ବାରମ୍ବାର ତାଗିଦ ଏବଂ ଅଭିଯୋଗ ପରେ ବି ଶୁଣିଲେନି କେହି । ଶେଷରେ ବାଧ୍ୟ ହୋଇ ଚରମ ନିଷ୍ପତ୍ତି ଶୁଣାଇଛନ୍ତି ରାଉରକେଲା ଠିକାଦାର ମହାସଂଘ ।ରାଉରକେଲା ବସିଥିବା ମହାସଂଘର ଏକ...
ଜଗତପୁର ପରେ ନୀଳଗିରି, ଭାଲୁ ସହ ଲଢ଼ି ଜୀବନ ବଞ୍ଚାଇଲେ ନବମ ଶ୍ରେଣୀ ଛାତ୍ର
ନୀଳଗିରି ୩୧/୦୧: ପଶୁ-ମଣିଷ ଲଢେଇ । ରିଅଲ ଲାଇଫ୍ରେଲଢେଇ । ମୃତ୍ୟୁକୁ ଅତି ନିକଟରୁ ମାତ୍ । ସାହସର ସହ ଲଢିଲେ ପ୍ରଭାତ । ଆଉ ଲଢି ଲଢି ଜିତିଛନ୍ତି । ଜିତିଥିବା ପିଲାଟି ହେଉଛନ୍ତି ନବମ ଶ୍ରେଣୀର ଛାତ୍ର । ଭାଲୁ ଆକ୍ରମଣରେ ଗୁରୁତ...
ସେନା ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ , ଡ୍ରୋନ୍ ପଠାଇ ଷଡ଼ଯନ୍ତ୍ର ରଚିଥିଲା ପାକିସ୍ତାନ
କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ସେନା ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର । ଆଜି ସକାଳୁ ଜମ୍ମୁକାଶ୍ମୀର ସୀମାନ୍ତ ଅଞ୍ଚଳ କିସ୍ତୱାରର ଡୋଲଗାମ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଆତଙ୍କୀ ଲୁଚିରହିଥିବା ଗୁଇନ୍ଦା ସୂଚନା ପାଇ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା, କିନ୍ତୁ ଏଥିରେ କୌଣସି ଆତଙ୍କୀ ନିପାତ ହୋଇଛନ୍ତି କି ନାହିଁ ତାହା ଏବେଯାଏଁ ସୂଚନା ମିଳିପାରିନାହିଁ । ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ପ୍ରତି ବହୁ ଦିନ ହେବ ନଜର ରଖିଛନ୍ତି । ଜାନୁଆରି ମାସ ଆରମ୍ଭରୁ ଆରମ୍ଭ ହୋଇଥିବା ଅପରେସନ ‘ତ୍ରାଶି-ଆଇ’କୁ ଜମ୍ମୁ ଅଞ୍ଚଳରେ ଆତଙ୍କବାଦୀଙ୍କ ବିରୁଦ୍ଧରେ ସୁରକ୍ଷା ବାହିନୀ ଦ୍ୱାରା ଏକ ପ୍ରମୁଖ ଏବଂ ସୁଚିନ୍ତିତ ଅପରେସନ ଭାବରେ ଗ୍ରହଣ କରାଯାଇଛି । ଏହି ଅପରେସନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କିସ୍ତୱାର ଜିଲ୍ଲା ଏବଂ ଆଖପାଖର ପାହାଡିଆ ଅଞ୍ଚଳରେ ସକ୍ରିୟ ଆତଙ୍କବାଦୀମାନଙ୍କୁ ନିପାତ କରିବା ଓ ସେମାନଙ୍କର ନେଟୱାର୍କକୁ ସମ୍ପୂର୍ଣ୍ଣ ଦୁର୍ବଳ କରିବା । ଶନିବାର ସକାଳେ ଜମ୍ମୁ କାଶ୍ମୀର ଜିଲ୍ଲାର ସୀମାନ୍ତ ଗ୍ରାମ ଚାଲିଆରୀରେ ଏକ ପାକିସ୍ତାନୀ ଡ୍ରୋନ୍ ଭାରତୀୟ ସୀମାରେ ଅନୁପ୍ରବେଶ କରିଥିଲା । ବିଏସଏଫ ଏହା ଉପରେ ଚାରି ରାଉଣ୍ଡ ଗୁଳି ଚଳାଇଥିଲା, ଯାହା ପରେ ଏହା ପାକିସ୍ତାନୀ ସୀମାକୁ ଫେରି ଆସିଥିଲା । ଘଟଣା ପରେ ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ ଜାରି ରହିଛି । ଅଧିକ ପଢ଼ନ୍ତୁ--- ଆମେରିକା ଓ ଇରାନ ମଧ୍ୟରେ ବଡ଼ ଯୁଦ୍ଧ ଆଶଙ୍କା ନେଇ ଭୟରେ ଆରବ ଦେଶ: ଟ୍ରମ୍ପ କହିଲେ ମୁଁ ଯୁଦ୍ଧ ଚାହୁନାହିଁ ତେବେ ଅପରେସନ୍ ତ୍ରାଶି-ଆଇ ହେଉଛି ଭାରତୀୟ ସେନା, ଜମ୍ମୁ ଓ କାଶ୍ମୀର ପୁଲିସ ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ ଦ୍ୱାରା ପରିଚାଳିତ ଏକ ମିଳିତ ଆତଙ୍କବାଦ ବିରୋଧୀ ଅଭିଯାନ। ଏହି ଅଭିଯାନ ଜାନୁଆରୀ ୨୦୨୬ରେ କିସ୍ତୱାର ଜିଲ୍ଲାର ଚାତରୁ ଅଞ୍ଚଳରେ ଆରମ୍ଭ ହୋଇଥିଲା । ଘନ ଜଙ୍ଗଲ ଏବଂ ଉଚ୍ଚ ପର୍ବତ ଆତଙ୍କବାଦୀଙ୍କ ପାଇଁ ନିରାପଦ ଆଶ୍ରୟସ୍ଥଳ ହୋଇଥିବାରୁ ଏହି ଅଞ୍ଚଳକୁ ପୂର୍ବରୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଅସୁରକ୍ଷିତ ବୋଲି କୁହାଯାଏ । ଗୁଇନ୍ଦା ସଂସ୍ଥାଗୁଡ଼ିକ ଲଗାତାର ସୂଚନା ପାଉଥିଲେ ଯେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନଗୁଡ଼ିକ, ବିଶେଷକରି ଜୈଶ-ଏ-ମହମ୍ମଦ ସହିତ ଜଡିତ ସଂଗଠନଗୁଡ଼ିକ ଏହି ଅଞ୍ଚଳର ଘାଟିରୁ କାର୍ଯ୍ୟ କରୁଛନ୍ତି । ଏହି ରିପୋର୍ଟଗୁଡ଼ିକ ନିଶ୍ଚିତ ହେବା ପରେ ହିଁ ଅପରେସନ୍ ତ୍ରାଶି-ଆଇ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଥିଲା ।
‘ଆମ ବସ୍’ନୁହେଁ ଏଥର ସୁଭଦ୍ରା ବସରେ ଯିବେ ମହିଳା! ସୁଭଦ୍ରା ଯୋଜନା ପରେ ମହିଳାଙ୍କ ପାଇଁ ଆସିବ ‘ସୁଭଦ୍ରା ବସ୍’…
ଓଡିଶା ଭାସ୍କର: ଏଥର ରାଜଧାନୀରେ ଗଡି଼ବ ‘ସୁଭଦ୍ରା ବସ୍’।ମହିଳା ଯାତ୍ରୀଙ୍କ ପାଇଁ ଭୁବନେଶ୍ବରରେ ଚାଲିବ ‘ସୁଭଦ୍ରା ବସ୍’।ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ଏଥିରେ ମହିଳା ଡ୍ରାଇଭର ଚଲାଇବେ ‘ସୁଭଦ୍ରା ବସ୍’। ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ବ ଦେବା ପାଇଁ ଏପରି ଯୋଜନା କରାଯାଇଛି। ପୁନେରେ ସମସ୍ତଙ୍କୁ ଇ-ବସ ଟ୍ରେନିଙ୍ଗ ଦିଆଯିବା ପରେ ଏଠାରେ ଚଲାଇବେ। ଆଗରୁ ମହିଳା ମାନଙ୍କୁ ସୁଭଦ୍ରା ଯୋଜନାରେ ଟଙ୍କା ମିଳୁଥିବା ବେଳେ ବର୍ତ୍ତମାନ ମହିଳାଙ୍କୁ ଆତ୍ମନିର୍ଭର କରିବା […]
ଟ୍ରମ୍ପଙ୍କ ବିରୋଧରେ ବିସ୍ଫୋରକ ତଥ୍ୟ: ନାବାଳିକାକୁ ଦୁଷ୍କର୍ମ, ନବଜାତ ଶିଶୁକୁ ହତ୍ୟା କରିଥିବା ଅଭିଯୋଗ
ନୂଆଦିଲ୍ଲୀ: ବଢ଼ିଲା ଟ୍ରମ୍ପଙ୍କ ଟେନସନ। ଆମେରିକାର ନ୍ୟାୟ ବିଭାଗ ପକ୍ଷରୁ ପ୍ରକାଶିତ ଏକ ନୂତନ ଡକ୍ୟୁମେଣ୍ଟକୁ ନେଇ ହଇଚଇ। ଜଣେ ୧୩ ବର୍ଷୀୟା ଝିଅଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍...
କେଦାରନାଥ ଧାମରେ ମୋବାଇଲ୍-କ୍ୟାମେରା ନେବା ମନା, ନିୟମ ଉଲ୍ଲଂଘନ କଲେ ଦେବାକୁ ପଡିବ ଜରିମାନା
ନୂଆଦିଲ୍ଲୀ ୩୧।୦୧;କେଦାରନାଥ ଧାମରେ ଏବେ ଦର୍ଶନ ସମୟରେ ମୋବାଇଲ୍ ଫୋନ୍ ଏବଂ କ୍ୟାମେରା ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯିବ। ମନ୍ଦିର ପରିସରରେ ଫଟୋ, ଭିଡିଓ କିମ୍ବା ସୋସିଆଲ ମିଡିଆ ରିଲ୍ସ ବନାଇବା ଘଟଣାରେ କ୍ରମାଗତ ବୃଦ୍ଧିକୁ...
ପାଖରେ ଥିବା ହୋଟେଲ ଓ ପେଟ୍ରୋଲ ପମ୍ପ ବିଷୟରେ ଆପେ ଆପେ କହିବ ଗୁଗୁଲ; ଗୋଟିଏ ମିନିଟରେ ଶେୟାର କରିବ ସବୁ ଡାଟା…
ଓଡିଶା ଭାସ୍କର: ଗୁଗୁଲ୍ ମ୍ୟାପ୍ସ ଏହାର ବ୍ୟବହାରକାରୀଙ୍କ ପାଇଁ ଆଉ ଏକ ବଡ଼ ପରିବର୍ତ୍ତନ ଆଣିଛି। ଏବେ, ବ୍ୟବହାରକାରୀମାନେ ଚାଲିବା ଏବଂ ସାଇକେଲ ଚଲାଇବା ସମୟରେ ମଧ୍ୟ ଜେମିନି AI ର ସାହାଯ୍ୟ ନେଇପାରିବେ। ପୂର୍ବରୁ, ଗୁଗୁଲ୍ ଡ୍ରାଇଭିଂ, ସାର୍ବଜନୀନ ପରିବହନ ଏବଂ ଦୁଇ ଚକିଆ ଯାନ ନେଭିଗେସନ୍ ପାଇଁ ଜେମିନି ଉପରେ ଆଧାରିତ ହ୍ୟାଣ୍ଡସ୍-ଫ୍ରି ଯୋଗାଯୋଗ ପ୍ରଦାନ କରିଥିଲା, ଏବଂ ଏବେ ଏହି ସ୍ମାର୍ଟ ବୈଶିଷ୍ଟ୍ୟ ପଦଯାତ୍ରୀ ଏବଂ ସାଇକେଲ ଚାଳକଙ୍କ ପାଇଁ ମଧ୍ୟ ଉପଲବ୍ଧ […]
ଲଗାତାର ଦ୍ବିତୀୟ ଦିନରେ କମିଲା ସୁନା, ରୁପା ଦର : କାଲି କମିଥିଲା ୧୦.୦୦୦ , ଆଜି କମିଲା ଏତିକି ...
କନକବ୍ୟୁରୋ : ଲଗାତାର ଦ୍ବିତୀୟ ଦିନରେ କମିଲା ସୁନା, ରୁପା ଦର । ଆଜି ପୁଣି କମିଲା ସୁନା ରୁପା ଦର । ଲଗାତାର ଦ୍ବିତୀୟ ଦିନରେ ସୁନା ରୁପା ଖସିଛି। ୨୪ କ୍ୟାରେଟ୍ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଲା । ଗତ କାଲି ସୁନା ଦର ୧୦ ଗ୍ରାମ ପିଛା ୨୪କ୍ୟାରେଟ୍ ସୁନା ଦର ୧ ଲକ୍ଷ ୬୯ ହଜାର ୨୦୦ ଟଙ୍କା ଥିବା ବେଳେ ଆଜି ୧ ଲକ୍ଷ ୬୦ ହଜାର ୫୮୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍ ସୁନା ଦର ଗତ କାଲି ୧ ଲକ୍ଷ ୫୫ ହଜାର ୧୦୦ ଟଙ୍କା ଥିବା ବେଳେ ଆଜି ୭୯୦୦ ଟଙ୍କା କମି ହେଲା ୧ ଲକ୍ଷ ୪୭ ହଜାର ୨୦୦ ଟଙ୍କା । ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧ ଲକ୍ଷ ୨୪ ହଜାର ୯୦୦ ଟଙ୍କା ଥିବା ବେଳେ ଆଜି ୬ ହଜାର ୪୬୦ ଟଙ୍କା କମି ୧ ଲକ୍ଷ ୨୦ ହଜାର ୪୪୦ ଟଙ୍କା ହୋଇଛି । ଅନ୍ୟପଟେ ଦଶନ୍ଧିରେ ସର୍ବାଧିକ ଖସିଛି ରୁପା ଦର । ଆଜି ଗୋଟିଏ ଦିନରେ ରୁପା କେଜି ପିଛା ୫୫ ହଜାର ହ୍ରାସ ପାଇଛି । ଗତ କାଲି ରୁପା ଦର ୪ ଲକ୍ଷ ୫ ହଜାର ଟଙ୍କା ଥିବା ବେଳେ ଆଜି ୩ ଲକ୍ଷ ୫୦ ହଜାର ଟଙ୍କା ହୋଇଛି । ଅଧିକ ପଢନ୍ତୁ... ଡ୍ୟୁଟି ବେଳେ ଡାକ୍ତରଖାନା ଛାଡ଼ି ଭୋଜିରେ ମାତିଲେ ଡାକ୍ତର : ଚିକିତ୍ସା ନପାଇ ନିରାଶ ରୋଗୀ.. ଆମେରିକା ଶୁଳ୍କ, ଭୂରାଜନୈତିକ ସଙ୍କଟ, ବାଣିଜ୍ୟ କଟକଣା, ଶକ୍ତିଶାଳୀ ଡଲାର ଭଳି ବିଭିନ୍ନ କାରଣ ପ୍ରଭାବରେ ସୁନା ଓ ରୁପା ଉଭୟ ମହଙ୍ଗା ହେଉଛି। ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦର ୫,୫୧୧.୭୯ ଡଲାର ରହିଛି। ପ୍ରଥମ ଥର ପାଇଁ ସୁନା ୫୦୦୦ ଡଲାରରୁ ଉପରେ ଦେଖିବାକୁ ମିଳିଛି। ସେହିପରି, ରୂପା ର ଆଉନ୍ସ ପିଛା ଦର ମଧ୍ୟ ୧୧୮ ଡଲାର ରହିଛି। ରୁପା ଅଧିକ ରିଟର୍ଣ୍ଣ ଦେଉଥିବାରୁ ସୁନାରେ ନିବେଶ କରୁଥିବା ନିବେଶକମାନେ ଏବେ ବିପୁଳ ରାଶି ରୁପାରେ ନିବେଶ କରୁଛନ୍ତି। ଫଳରେ ଏହି ମୂଲ୍ୟବାନ ଧାତୁର ଚାହିଦା ବଢ଼ିବା ସହ ବଜାରରେ ତାହାର ଅଭାବ ଦେଖାଦେଇଛି। ଶିଳ୍ପ ଜଗତରେ ମଧ୍ୟ ରୁପାକୁ ବିପୁଳ ମାତ୍ରାରେ ବ୍ୟବହାର କରାଯାଉଛି।

21 C