ଗର୍ଭରେ ଅସୁସ୍ଥ ଶିଶୁଙ୍କୁ ରକ୍ଷା କରୁଥିବା ନଜର ଆସିଲେ ଭଗବାନ! ଅଲଟ୍ରାସାଉଣ୍ଡ ଦେଖି ପୁରା ପରିବାର ଭାବବିହ୍ୱଳ
କେତେକ ଘଟଣା ଏପରି ହୋଇଥାଏ ଯେ ଯେଉଁମାନେ ଭଗବାନଙ୍କ ଅସ୍ତିତ୍ୱକୁ ଅସ୍ୱୀକାର କରନ୍ତି, ସେମାନେ ମଧ୍ୟ ତାଙ୍କ ଉପରେ ବିଶ୍ୱାସ କରିବାକୁ ବାଧ୍ୟ ହୁଅନ୍ତି। ଆମେରିକାରେ ଏକ ଏପରି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ଭାବବିହ୍ୱଳ କରିଦେଇଛି। ଏହି ଘଟଣା ଘଟିଛି ଯେତେବେଳେ ଜଣେ ମହିଳା ୩୨ ସପ୍ତାହ ଗର୍ଭାବସ୍ଥା ପରେ ଅଲଟ୍ରାସାଉଣ୍ଡ ପରୀକ୍ଷା ପାଇଁ ଗଲେ। ଅଲଟ୍ରାସାଉଣ୍ଡରେ ଦେଖାଯାଇଥିବା ଚିତ୍ର କେବଳ ସେହି ମହିଳାଙ୍କ ପାଇଁ ନୁହେଁ, ବରଂ ତାହା […]
ଭୁବନେଶ୍ବର: ପୁଣି କଡ଼ ଲେଉଟାଇଲାଣି କୋରନା ସଂକ୍ରମଣ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ସୁଦ୍ଧା, ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧୨୦୦ ଅତିକ୍ରମ କରିଛି । ରାଜ୍ୟରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗତକାଲି 5 ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । କୋଭିଡ ନେଇ ଭୟ କର ନାହିଁ- ଏହାରି ଭିତରେ ଆଜି ସ୍ବାସ୍ଥ୍ୟମନ୍ତ୍ରୀ କୋଭିଡ ନେଇ ବୟାନ ରଖିଛନ୍ତି । କୋରନା […]
ସୈତାନ ପରେ ମା’ : ରିଲିଜ୍ ହେଲା ସିନେମା ‘ମା’ ର ଟ୍ରେଲର୍ , ଭିନ୍ନ ରୂପରେ ନଜର ଆସିବେ ଅଭିନେତ୍ରୀ କାଜୋଲ
୨୦୨୪ ରେ ଅଭିନେତା ଅଜୟ ଦେବଗନ , ଆର୍.ମାଧବନ ଏବଂ ଜ୍ୟୋତିକା ଷ୍ଟାରର ସିନେମା ‘ସୈତାନ’ ରିଲିଜ୍ ହୋଇଥିଲା । ଯାହାକୁ ଅଜୟଙ୍କ କମ୍ପାନି ଦେବଗନ୍ ଫିଲ୍ମସ୍ ଏବଂ ଜିଓ ଷ୍ଟୁଡ଼ିଓ ମିଶି ପ୍ରସ୍ତୁତ କରିଥିଲେ । ଏବେ ପୁଣିଥରେ ଏହି ଦୁଇ ପ୍ରଡ଼କ୍ସନ ହାଉସ୍ ଏକ ସଙ୍ଗେ ଆସୁଛନ୍ତି । Horror Thriller ସିନେମା ସୈତାନକୁ ଲୋକ ଅଧିକ ପସନ୍ଦ କରିଥିବା ବେଳେ ଏବେ ପୁଣିଥରେ ମାଇଥୋଲଜିକାଲ୍ ହରର୍ ସିନେମା ନେଇ ଆସୁଛନ୍ତି ଏହି ଦୁଇ ପ୍ରଡ଼କ୍ସନ୍ ହାଉସ୍ । ଏହି ସିନେମାର ନାଁ ରହିଛି ‘ମା’ । ଯାହାର ଟ୍ରେଲର୍ ମଧ୍ୟ ଲଞ୍ଚ୍ ହୋଇସାରିଛି । ସୈତାନରେ ଅଜୟ ଦେବଗନ ଲିଡ୍ ରୋଲରେ ନଜର ଆସିଥିଲେ । ମା’ ସିନେମାରେ ତାଙ୍କ ପତ୍ନୀ ଅର୍ଥାତ୍ ଅଭିନେତ୍ରୀ କାଜୋଲ ଲିଡ୍ ରୋଲରେ ନଜର ଆସିବେ । ୟୁଟ୍ୟୁବରେ ପୋଷ୍ଟ୍ କରାଯାଇଥିବା ୨ ମିନିଟ୍ ୨୪ ସେକେଣ୍ଡର ଏହି ଟ୍ରେଲରକୁ ସିନେପ୍ରେମୀ ଖୁବ ପସନ୍ଦ କରୁଛନ୍ତି । ତେବେ କାଜୋଲଙ୍କ ଏହି ସିନେମା ଜୁନ ୨୭ ତାରିଖରେ ପ୍ରେକ୍ଷାଳୟକୁ ଆସିବ । ବିଶାଲ ଫୁରିୟା ସିନେମାର ନିର୍ଦ୍ଦେଶନା ଦେଇଥିବା ବେଳେ କାଜୋଲଙ୍କ ସହ ରୋନିତ ରୟ ମଧ୍ୟ ସିନେମାରେ ନଜର ଆସିବେ ।
ଲଞ୍ଚ୍ ପୂର୍ବରୁ ନଜର ଆସିଲା ହିରୋ ଭିଡା ଭିଏକ୍ସ୨
ନୂଆଦିଲ୍ଲୀ : ହିରୋ ମୋଟୋକର୍ପର ଇଲେକ୍ଟ୍ରିକ୍ ସ୍କୁଟର ଭିଡା ୧ ଜୁଲାଇ ୨୦୨୫ରେ ଲଞ୍ଚ୍ ହେବ । ଏହା ହିରୋ ଭିଡା ଭିଏକ୍ସ୨ ହେବ ଯାହା ଭିଡା ୨ର ଲାଇନଅପରେ ରଖାଯାଇଛି । ତେବେ ଲଞ୍ଚ୍ ପୂର୍ବରୁ ହିରୋ ଭିଡା ଭିଏକ୍ସ୨ର ଫଟୋ ଅନଲାଇନରେ ଲିକ୍ ହୋଇଯାଇଛି । ହିରୋ ଭିଡା ଭିଏକ୍ସ୨ ଶୋରୁମରେ ପହଞ୍ଚିବାରେ ଲାଗିଛି । ହିରୋ ଭିଡା ଭିଏକ୍ସ୨କୁ ପ୍ରଥମ ଲୁକ୍ ସାମ୍ନାକୁ ଆସିସାରିଛି । ଏହା ମ୍ୟାଟ୍ ୟେଲୋ ଶେଡ୍ ଓ […]
ଆଜି ପାର୍ସଲ ବୋମା ରାୟ: ଦଣ୍ଡ ବିଧାନ ଉପରେ ନଜର , ୭ ବର୍ଷ ପରେ ଫଇସଲା
ସମ୍ଭବତଃ ରାଜ୍ୟରେ ଦଶନ୍ଧିର ସବୁଠୁ ବଡ଼ ଅପରାଧ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ରାୟ ୨୮ ତାରିଖ ପ୍ରକାଶ ପାଇବ। ସାରା ରାଜ୍ୟର ଆଇନ ବିଶାରଦ ଏବଂ ଜନତାଙ୍କ ନଜର ଏହି ରାୟ ଉପରେ ରହିଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଏଡିଜେ ଅଦାଲତରେ ଏହି ବହୁ ଚର୍ଚ୍ଚିତ ମାମଲାର ଫଇସଲା ହେବ। ମାମଲାର ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ ମେହେରର ଭାଗ୍ୟର ଫଇସଲା କରିବେ ବିଚାରପତି। ପୁଞ୍ଜିଲାଲ ଦୋଷୀ ସାବ୍ୟସ୍ତ ହେବ ତ? କୋର୍ଟ ରାୟ କ’ଣ ରହିବ? ଏସବୁ ପ୍ରଶ୍ନକୁ ନେଇ ସବୁଠି ଚର୍ଚ୍ଚା ଜୋର୍ ଧରିଛି। ଉଭୟ ପକ୍ଷରୁ ମାମଲା ପରିଚାଳନା କରିଥିବା ଆଇନଜୀବୀଙ୍କ ହୃଦ୍ସ୍ପନ୍ଦନ ବି ବଢ଼ି ଯାଇଛି। କାରଣ, ଏହି ମାମଲାର ରାୟ ଆଇନଜ୍ଞମାନଙ୍କ ପାଇଁ ଏକ ସର୍ବକାଳୀନ ଉଦାହରଣ ଭାବେ ପରିଗଣିତ ହେବ। ଗତ ୧୪ ତାରିଖ ଉଭୟ ପକ୍ଷର ଓକିଲଙ୍କ ପାଟଣାଗଡ଼ ଅତିରିକ୍ତ ଜିଲା ଦୌରାଜଜ୍ କୋର୍ଟରେ ବିତର୍କ ପ୍ରକ୍ରିୟା ଶେଷ ହୋଇଥିଲା। ଏହା ପରେ କୋର୍ଟ ରାୟକୁ ୨୮ ତାରିଖ ଯାଏଁ ସଂରକ୍ଷିତ ରଖିଥିଲେ। ପ୍ରସ୍ତୁତି: ଅଞ୍ଜନ ପ୍ରଧାନ ଓ ଶିରୀଷ ଖମାରୀ ଘଟଣାର ପୃଷ୍ଠଭୂମି ୨୦୧୮ ବ୍ରୁଆରି ୨୩ ତାରିଖ ପାଟଣାଗଡ଼ରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣ ଘଟଣା ସାରା ଦେଶରେ ଚର୍ଚ୍ଚିତ ରହିଥିଲା। ଏହି ଘଟଣାରେ ସୌମ୍ୟଶେଖର ଏବଂ ତାଙ୍କ ଆଈ ଜେନାମଣିଙ୍କ ମୃତ୍ୟୁ ଘଟିଥିଲା। ସୌମ୍ୟଙ୍କ ମା’ ସଂଯୁକ୍ତା ସାହୁଙ୍କ ସହ ଚାକିରିରେ ପଦୋନ୍ନତିକୁ ନେଇ ଥିବା ବିବାଦ କାରଣରୁ ପୁଞ୍ଜିଲାଲ୍ ମେହେର ଏହି କାଣ୍ଡ ଭିଆଇଥିବା କୁହାଯାଉଛି। ଅଭିଯୋଗ ଅନୁସାରେ, ଅତି ଚତୁରତା ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳର ସହ ପୁଞ୍ଜିଲାଲ ଏହି ବୋମା ଫୁଟାଇବାରେ ସଫଳ ହୋଇଥିଲା। ମାମଲାର ଖୋଳତାଡ଼ କରି ପୁଲିସ ବି ଝାଳନାଳ ହୋଇଥିଲା। ୟୁଟ୍ୟୁବ୍ରୁ ପାର୍ସଲ ବୋମା ତିଆରି କରିବାର କୌଶଳ, ତାକୁ ଠିକଣା ସ୍ଥାନକୁ ପଠାଇବା ଏବଂ ବୋମା ସଫଳ ଭାବେ ବିସ୍ଫୋରଣ ହେବା ଏସବୁ ଘଟଣାବଳୀ ସମସ୍ତଙ୍କୁ ତାଜୁବ୍ କରି ଦେଇଥିଲା। ମୋଟାମୋଟି ଭାବେ ବୃତ୍ତିଗତ ଶତ୍ରୁତା କାରଣରୁ ହିଁ ଏହି ଜଘନ୍ୟ କାଣ୍ଡ ପୁଞ୍ଜିଲାଲ ଭିଆଇଥିବା କୁହାଯାଉଛି। ୭ ବର୍ଷ ପରେ ଫଇସଲା ୭ ବର୍ଷର ତଦନ୍ତ ଏବଂ ଆଇନଗତ କସରତ ପରେ ପାର୍ସଲ ବୋମା ବିସ୍ଫୋରଣର ରାୟ ପ୍ରକାଶ ପାଇବ। ଏହି ଅବଧି ମଧ୍ୟରେ ୬୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି। କ୍ରାଇମ୍ବ୍ରାଞ୍ଚ ୨ ହଜାର ଫର୍ଦ୍ଦର ଚାର୍ଜସିଟ୍ ଦାଖଲ କରିଛି। ତତ୍କାଳୀନ କ୍ରାଇମ୍ବ୍ରାଞ୍ଜ ଏଡିଜି ଅରୁଣ ବୋଥ୍ରା ତଦନ୍ତରେ ସଂପୃକ୍ତ ଥିଲେ। ଏପରିକି ତାଙ୍କ ସାକ୍ଷ୍ୟ ବହୁ ଗୁରୁତ୍ବବହନ କରୁଥିବା କୁହାଯାଉଛି। ଏହି ବିସ୍ଫୋରଣ ପରେ ମାସେ କାଳ ବଲାଙ୍ଗୀର ପୁଲିସ ମାମଲାର ତଦନ୍ତ ଚଳାଇଥିଲା। ପରେ କ୍ରାଇମବ୍ରାଞ୍ଚ ହାତକୁ ମାମଲା ଯାଇଥିଲା। ମାମଲାର ଖୋଳତାଡ଼ର ମାସେ ପରେ କ୍ରାଇମ୍ବ୍ରାଞ୍ଚ ପୁଞ୍ଜିଲାଲକୁ ଏକମାତ୍ର ଅଭିଯୁକ୍ତ ଭାବେ ଗିରଫ କରିଥିଲା। ଦଣ୍ଡ ବିଧାନ ଉପରେ ନଜର ପୀଡ଼ିତ ପରିବାର ଏବଂ ମାମଲା ପରିଚାଳନା କରୁଥିବା ଆଇନଜୀବୀମାନେ ଆଶାବାଦୀ ଅଛନ୍ତି ପୁଞ୍ଜିଲାଲକୁ କେବଳ ଫାଶୀ ଦଣ୍ଡ ମିଳିବ ବୋଲି। ପାର୍ସଲ ବୋମା ଫୁଟାଇ ଦୁଇ ଜଣଙ୍କୁ ହତ୍ୟା କରିବା ଭାରତରେ କ୍ବଚିତ୍ ଶୁଣିବାକୁ ମିଳିଛି। ଏହା ବିରଳରୁ ବିରଳତମ ଅପରାଧ ଭାବେ ପରିଗଣିତ ହେବ। ତେଣୁ ଏଭଳି ସ୍ଥିତିରେ ପୁଞ୍ଜିଲାଲକୁ ଫାଶୀ ହିଁ ମିଳିବ ବୋଲି କୁହାଯାଉଛି। ତେବେ ପ୍ରତିପକ୍ଷ ଓକିଲମାନେ ପୁଞ୍ଜିଲାଲକୁ ‘ବେନିଫିଟ୍ ଅଫ୍ ଡାଉଟ୍’ରେ ସଜାରେ ରିହାତି ମିଳିବ ବୋଲି ଆଶା କରୁଛନ୍ତି। କ୍ରାଇମ୍ବ୍ରାଞ୍ଚ ତଦନ୍ତ ବେଳେ ସବୁ ଦିଗକୁ ଛୁଇଁପାରି ନାହିଁ। ପୁଞ୍ଜିଲାଲ୍ ବୋମା ଭିଡ଼ିବା ଏବଂ ପାର୍ସଲ୍ ଜରିଆରେ ଏହାକୁ ବିସ୍ଫୋରଣ କରାଇବା କ୍ଷେତ୍ରରେ କୌଣସି ପ୍ରତ୍ୟକ୍ଷଦର୍ଶୀ ନାହାନ୍ତି। ତେଣୁ ଏହି ଦିଗ ପୁଞ୍ଜିଲାଲ ସପକ୍ଷରେ ଯାଇପାରେ ବୋଲି ମଧ୍ୟ କୁହାଯାଉଛି। ନ୍ୟାୟ ଅପେକ୍ଷାରେ ପୀଡ଼ିତ ପରିବାର ଅଭିଯୁକ୍ତ ପୁଞ୍ଜିଲାଲକୁ କେବଳ ଫାଶୀଦଣ୍ଡ ମିଳୁ ବୋଲି ପୀଡ଼ିତ ପରିବାର ଦାବି କରୁଛନ୍ତି। ସୌମ୍ୟଶେଖରଙ୍କ ବିବାହର ଦୁଇ ଦିନ ପରେ ହିଁ ଏହି ଅଘଟଣ ଘଟିଥିଲା। ହସଖୁସିର ସଂସାର ଆଖି ପିଛୁଳାକେ ଧୂଳିସାତ୍ ହୋଇଯାଇଥିଲା। ରୀମାଙ୍କ ମଥାରୁ ସିନ୍ଦୂର ଲିଭି ଯାଇଥିଲା। ଏହି ଭୟଙ୍କର ଷଡ଼୍ଯନ୍ତ୍ରର ଖଳନାୟକ ପୁଞ୍ଜିଲାଲକୁ ଫାଶୀଠାରୁ ବି ଆଉ କିଛି ବଡ଼ ଦଣ୍ଡଥିଲେ ସେଥିରେ ଦଣ୍ଡିତ କରାଯାଉ ବୋଲି ପୀଡ଼ିତ ପରିବାର ଦାବି କରିଛନ୍ତି। ମାଇଣ୍ଡ୍ଗେମ୍ ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ୍ ବୋମା ବିସ୍ଫୋରଣର କାହାଣୀକୁ ନେଇ ନିର୍ମିତ ହୋଇଛି ଚଳଚ୍ଚିତ୍ର ‘ମାଇଣ୍ଡ୍ଗେମ୍’। ହିନ୍ଦୀ, ଓଡ଼ିଆ, ସମ୍ବଲପୁରୀ/କୋଶଲି ଆଦି ଭାଷାରେ ନିର୍ମିତ ଏହି ଚର୍ଚ୍ଚିତ ତଥା ବିତର୍କିତ ସିନେମାରେ ମନୋଜ ମିଶ୍ର, ଅତୁଲ କୁଲକର୍ଣ୍ଣୀ, ଯଶପାଲ ଶର୍ମା, ଅନୁ ଚୌଧୁରୀ, ତନିକେଲା ଭରାନି ପ୍ରମୁଖ ଅଭିନୟ କରିଥିଲେ। କୋର୍ଟ ପରିସରରେ କଡ଼ା ସୁରକ୍ଷା ଏହି ଐତିହାସିକ ଶୁଣାଣି ପାଇଁ ପାଟଣାଗଡ଼ ଏଡିଜେ କୋର୍ଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିବ ବୋଲି ଏସ୍ଡିପିଓ ସଦାନନ୍ଦ ପୂଝାରୀ ସୂଚନା ଦେଇଛନ୍ତି। ଶୁଣାଣି ପୂର୍ବରୁ କୋର୍ଟ ପରିସରରେ ସ୍ବାଭାବିକଠାରୁ ଅଧିକ ଫୋର୍ସ ମୁତୟନ ରହିବେ। ଉଭୟ ପକ୍ଷଙ୍କ ସମ୍ପର୍କୀୟଙ୍କୁ କଡ଼ା ଯାଞ୍ଚ ପରେ ହିଁ ଶୁଣାଣି ପ୍ରକୋଷ୍ଠକୁ ଛଡ଼ାଯିବ। ଉକ୍ତ ପ୍ରକୋଷ୍ଠରେ ୫୦-୬୦ ଜଣ ବସିବା ପାଇଁ ବ୍ୟବସ୍ଥା ରହିଛି। ତେଣୁ ସ୍ବାଭାବିକ ଭାବେ କୋର୍ଟ ପରିସରରେ ମାତ୍ରାଧିକ ଭିଡ଼ ରହିବ। ଏହାକୁ ନଜରରେ ରଖି ଅତିରିକ୍ତ ଫୋର୍ସ ମୁତୟନ ରହିବେ। ସକାଳ ୮ଟାରୁ ଶୁଣାଣି ପ୍ରକ୍ରିୟା ଆରମ୍ଭ ହୋଇପାରେ। ଅଧଘଣ୍ଟା ଭିତରେ ଫଇସଲା ପ୍ରକାଶ ପାଇବ ବୋଲି ଅନୁମାନ କରାଯାଉଛି।
‘ଅପରେସନ ସିନ୍ଦୂର ’ ବେଳେ ତିନି ସେନାର ମୁଖ୍ୟ ରଖିଥିଲେ କଡ଼ା ନଜର ,ସାମ୍ନାକୁ ଆସିଲା କଣ୍ଟ୍ରୋଲ ରୁମ୍ର ପ୍ରଥମ ଫଟୋ
ନୂଆଦିଲ୍ଲୀ : ଭାରତ ପହଲଗାମ ଆତଙ୍କୀ ହମଲା ବିରୋଧରେ ‘ଅପରେସନ ସିନ୍ଦୂର’ ଚଲାଇ ପାକିସ୍ତାନକୁ କଡ଼ା ଜବାବ ଦେଇଛି। ଏହି ଯୁଦ୍ଧରେ ଭାରତ ପୂରା ଦୁନିଆରେ ନିଜ ସେନାର ସାହସିକତାକୁ ଦେଖାଇଛି। ‘ଅପରେସନ ସିନ୍ଦୂର’ ବେଳେ ଭାରତ ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡାକୁ ଧ୍ୱଂସବିଧ୍ୱଂସ କରି ଦେଇଥିଲା ଏବଂ ଏହାପରେ ଯେମିତି ପାକିସ୍ତାନ ଜବାବୀ ହମଲା କଲା ତ ଭାରତ ପାଲଟା ଆକ୍ରମଣ କରି ପାକିସ୍ତାନର ୧୧ଟି ଏୟାରବେସ୍ ଓ ସେନା ଆଡ୍ଡାକୁ ଗୋଟିଏ ଝଟକାରେ ଧ୍ୱଂସ କରିଥିଲା, ଏହାପରେ ପାକିସ୍ତାନୀ ସେନା ଭାରତୀୟ ସେନା ପାଖରେ ଅସ୍ତ୍ରବିରତି ପାଇଁ ନେହୁରା ହୋଇଥିଲା। ଏବେ ଏକ ଫଟୋ ସାମ୍ନାକୁ ଆସୁଛି, ଯେଉଁଥିରେ ‘ଅପରେସନ ସିନ୍ଦୂର’ ବେଳେ ତିନି ସେନାର ଚିଫ୍ କଣ୍ଟ୍ରୋଲ ରୁମ୍ରେ ଅପରେସନର ପ୍ରତି ଦିଗ ଉପରେ ନଜର ଜାରି ରହିଛି। ପାଖାପାଖି ୧୭ ଦିନ ପରେ ଏହି ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ଭାରତର ତିନି ସେନାର ପ୍ରମୁଖ ଅପରେସନ ସିନ୍ଦୂର ବେଳେ କଣ୍ଟ୍ରୋଲ ରୁମ୍ରେ ବସି ଦେଖୁଥିଲେ। ସେନାରୁ ମିଳିଥିବା ସୂଚନା ଅନୁସାରେ , ଅପରେସନ ଉପରେ କଡ଼ା ନଜର ରଖାଯାଇ ଥିଲା ଏବଂ ଏହି ଫଟୋ ୭ ମେ’ ରାତି ୧.୦୫ଟା ସମୟରେ କ୍ଲିକ୍ କରାଯାଇ ଥିଲା। ଯେଉଁଥିରେ ଭାରତୀୟ ସେନା , ଭାରତୀୟ ବାୟୁସେନା , ଭାରତୀୟ ନୌସେନା ପ୍ରମୁଖ , ଅପରେସନ ହେଡ୍ଙ୍କ ସହ କଣ୍ଟ୍ରୋଲ ରୁମ୍ରେ ଉପସ୍ଥିତ ଥିଲେ। ଏହା ବ୍ୟତୀତ ପଶ୍ଚିମ କମାଣ୍ଡ ,ଦକ୍ଷିଣ ପଶ୍ଚିମ କମାଣ୍ଡ-ଦକ୍ଷିଣ କମାଣ୍ଡର ୪ ସେନା କମାଣ୍ଡରଙ୍କ ସହ ଯେଉଁ ବାୟୁ ସେନାର ଅଧିକାରୀଙ୍କ ସହ ପ୍ରତି ହମଲାର ସମନ୍ୱୟ କରୁଥିଲେ। ‘ଅପରେସନ ସିନ୍ଦୂର’ର ହମଲାରେ ପାକିସ୍ତାନ ସଂପୂର୍ଣ୍ଣ ପରାସ୍ତ ହୋଇଥିଲା ଏବଂ ଭାରତ ସହ ଆଲୋଚନା କରିବାକୁ ବ୍ୟାକୁଳ ହୋଇ ଉଠିଥିଲା। କହି ରଖୁଛୁ କି , ୨୨ ଅପ୍ରେଲରେ ପହଲଗାମରେ ୨୬ ଜଣ ପର୍ଯ୍ୟଟକଙ୍କୁ କିଛି ପାକିସ୍ତାନୀ ଆତଙ୍କୀମାନେ ଧର୍ମ ପଚାରି ମାରି ଦେଇ ଥିଲେ। ଏହାପରେ ପୂରା ଦେଶ ଉତ୍ତେଜିତ ହୋଇ ପାକିସ୍ତାନକୁ ଉଚିତ୍ ଶିକ୍ଷା ଦେବାକୁ ସରକାରଙ୍କୁ ଦାବି କରିଥିଲା। ଦେଶର ଜନସାଧାରଣଙ୍କ ଆକ୍ରୋଶକୁ ଦୃଷ୍ଟିରେ ରଖି ଭାରତ ସରକାର ତିନି ସେନାକୁ ପୂର୍ଣ୍ଣ ସ୍ୱାଧୀନତା ଦେଇଥିଲେ ଏବଂ ୭ ମେ’ ରାତିରେ ପାକିସ୍ତାନ ଭିତରେ ନପଶି ବର୍ଡରରେ ହିଁ ମିସାଇଲ ହମଲା କରି ଆତଙ୍କୀଙ୍କ ୯ଟି ଆଡ୍ଡାକୁ ଗୋଟିଏ ଝଟକାରେ ଧ୍ୱଂସ କରି ଦେଇ ଥିଲା। ଏହି ସମୟରେ ୧୦୦ରୁ ଅଧିକ ଆତଙ୍କୀଙ୍କ ମରିବାର ଖବର ସାମ୍ନାକୁ ଆସିବା ପରେ ପାକିସ୍ତାନ ପାଲଟା ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ଏବଂ ଅନେକ ଡ୍ରୋନ୍ ଓ ମିସାଇଲ ମାଡ଼ କରିଥିଲା, ଯାହାକୁ ଭାରତର ଏୟାର ଡିଫେନ୍ସ ସିଷ୍ଟମ ଆକାଶରେ ହିଁ ମାରି ଖସାଇ ଦେଇ ଥିଲା। ଏହାପରେ ଭାରତ ମିସାଇଲ ହମଲା କରି ପାକିସ୍ତାନର ୧୧ଏୟାରବେସ୍କୁ ଧ୍ୱଂସ କରି ଦେଇଥିଲା ଏବଂ ପାକିସ୍ତାନ ଭାରତୀୟ ସେନା ଆଗରେ ଆଣ୍ଠେଇ ପଡ଼ିଥିଲା।
କାନ୍ସରେ ଇତିହାସ ରଚିଲେ ଆଲିଆ ଭଟ୍ଟ, ପ୍ରଥମ ଥର ଗୁଚି ଶାଢୀରେ ଆସିଲେ ନଜର
ମୁମ୍ବାଇ ୨୬।୦୫: ୭୮ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲର ଶେଷ ଦିନରେ ନିଜ ଲୁକ୍କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ । ରେଡ୍ କାର୍ପେଟରେ ଡେବ୍ୟୁ ଦିନ ଆଲିଆ ତାଙ୍କ ସିଆପରେଲି କ୍ରିମ୍ ଗାଉନକୁ ପିନ୍ଧିବା ପରେ ସେ ଗର୍ଭବତୀ ଥିବା ଭଳି କଥା ଚର୍ଚ୍ଚାକୁ ଆସିଥିଲା । ଏହା ପରେ କାନ୍ସର ଶେଷ ଦିନରେ ସେ ଗୁଚି ବ୍ରାଣ୍ଡ୍ର ଗୋଲ୍ଡେନ୍ ଶାଢ଼ି ପିନ୍ଧି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ଗୁଚି ଭଳି ଅନ୍ତର୍ଜାତୀୟ ବ୍ରାଣ୍ଡ୍ ଶାଢ଼ି ଡିଜାଇନ କରିବାରେ ଏହା ପ୍ରଥମ ଘଟଣା । ଆଲିଆଙ୍କ ଶାଢ଼ିରେ ବେଶ୍ ମୂଲ୍ୟବାନ ସ୍ୱାରୋଭ୍ସ୍କି କ୍ରିଷ୍ଟାଲ ଲାଗିଛି । ପାଖରୁ ଦେଖିଲେ ଏହି କ୍ରିଷ୍ଟାଲ ଦ୍ୱାରା ପୂରା ଶାଢ଼ିରେ ଗୁଚି ବ୍ରାଣ୍ଡ୍ର ଲୋଗୋ ବନାଯାଇଥିବା ଦେଖାଯିବ । ପ୍ରସିଦ୍ଧ ସେଲିବ୍ରିଟି ତଥା ସୋନମ କପୁରଙ୍କ ଭଉଣୀ ରିୟା କପୁର ଆଲିଆଙ୍କୁ ଏହି ଷ୍ଟାଇଲ ଦେଇଛନ୍ତି । ଆଲିଆଙ୍କ ପୂର୍ବରୁ ରିୟା କାନ୍ସରେ ଜାହ୍ନବୀ କପୁରଙ୍କୁ ମଧ୍ୟ ଷ୍ଟାଇଲିଶ୍ ଲୁକ୍ ଦେଇଥିଲେ । କାନ୍ସରେ ଆଲିଆ ଡାଏମଣ୍ଡ ଅଳଙ୍କାର, ଖୋଲା କେଶ ଏବଂ ବେଶ୍ କମ୍ ମେକ୍ଅପ୍ ସହ ନିଜ ଲୁକ୍କୁ ସମ୍ପୂର୍ଣ୍ଣ କରିଥିଲେ । ପ୍ରକାଶଥାଉ କି, ଆଲିଆ ହେଉଛନ୍ତି ଏହି ଇଟାଲିଆନ୍ ଲକଜ୍ରୀ ବ୍ରାଣ୍ଡ୍ର ଗ୍ଲୋବାଲ ବ୍ରାଣ୍ଡ୍ ଆମ୍ବାସଡର । କାନ୍ସ ରେଡ୍ କାର୍ପେଟରେ ଡେବ୍ୟୁ ଦିନ ଆଲିଆ ଫ୍ରେଞ୍ଚ ଡିଜାଇନରଙ୍କ ଗାଉନ୍ ପିନ୍ଧିଥିଲେ । ଏହାକୁ ମଧ୍ୟ ରିୟା କପୁର ଷ୍ଟାଇଲ ଦେଇଥିଲେ । ରେଡ୍ କାର୍ପେଟରୁ ଆଲିଆଙ୍କ ଫଟୋ ସାମ୍ନାକୁ ଆସିବା ପରେ ସେ ଦ୍ୱିତୀୟ ଥର ଗର୍ଭବତୀ ଥିବା ନେଇ ସୋସିଆଲ ମିଡିଆରେ ଅନେକେ ମତ ଦେଇଥିଲେ । ଆଲିଆଙ୍କୁ ଶେଷଥର ଲାଗି ବସନ ବାଲାଙ୍କ ଫିଲ୍ମ ‘ଜିଗ୍ରା’ରେ ଦେଖିବାକୁ ମିଳିଥିଲା । ଏବେ ସେ ୟଶ ରାଜ ଫିଲ୍ମସ୍ ବ୍ୟାନରରେ ନିର୍ମାଣ ହେଉଥିବା ଫିଲ୍ମ ‘ଆଲ୍ଫା’ରେ ନିଜ ରୋଲ୍ ପାଇଁ ପ୍ରସ୍ତୁତି କରୁଛନ୍ତି । ଏଥିରେ ଶିବ ରାୱେଲ ନିର୍ଦ୍ଦେଶନା ଦେଉଛନ୍ତି । ଏଥିସହ ସଞ୍ଜୟ ଲୀଲା ଭନସାଲିଙ୍କ ‘ଲଭ୍ ଆଣ୍ଡ୍ ୱାର’ରେ ଆଲିଆଙ୍କୁ ରଣବୀର କପୁର ଏବଂ ଭିକି କୌଶଲଙ୍କ ସହ ଦେଖିବାକୁ ମିଳିବ ।
ମୋଦିଙ୍କ ରୋଡ ଶୋ’ରେ ନଜର ଆସିଲେ କର୍ଣ୍ଣେଲ ସୋଫିଆଙ୍କ ପରିବାର
ଭଦୋଦରା,୨୬।୫: ପ୍ରଧାନମନ୍ତ୍ରୀ ମୋଦି ସୋମବାର ଗୁଜରାଟ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ଭଦୋଦରାରେ ପହଞ୍ଚିଛନ୍ତି, ଯେଉଁଠାରେ ସେ ଏକ ମେଗା ରାଲିର ଆୟୋଜନ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଶହ ଶହ ଲୋକ ଯୋଗ ଦେଇଥିଲେ, ପ୍ରଧାନମନ୍ତ୍ରୀ ହାତ ହଲାଇ ସମସ୍ତଙ୍କୁ ସ୍ବାଗତ କରିଥିଲେ। ଅପରେଶନ ସିନ୍ଦୂର ପରେ ପ୍ରଥମ ଥର ପାଇଁ, ପ୍ରଧାନମନ୍ତ୍ରୀ ତାଙ୍କ ଗୃହ ରାଜ୍ୟ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ୮୨,୦୦୦ କୋଟି ଟଙ୍କାର ଅନେକ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ […] The post ମୋଦିଙ୍କ ରୋଡ ଶୋ’ରେ ନଜର ଆସିଲେ କର୍ଣ୍ଣେଲ ସୋଫିଆଙ୍କ ପରିବାର appeared first on Dharitri Odia News .
ନଜର ଆଢ଼ୁଆଳରେ ମାର୍କଣ୍ଡେଶ୍ୱର ମନ୍ଦିର: ନାହିଁ ସୂଚନାଫଳକ, ନଷ୍ଟ ହେଲାଣି କାରୁକାର୍ଯ୍ୟ
ପୁରୁଣା ଭୁବନେଶ୍ବର: ଏକାମ୍ର କ୍ଷେତ୍ର ବିନ୍ଦୁସାଗରର ପଶ୍ଚିମ-ଦକ୍ଷିଣ କୋଣ ବଡୁସାହି ନିକଟରେ ରହିଛି ମାର୍କଣ୍ଡେଶ୍ୱର ମନ୍ଦିର। ଏଥି ସହ ଏହାର ପାଖରେ ରହିଛି ଅନ୍ୟ ଏକ ପୁରାତନ ଐତିହ୍ୟ ଅଖଣ୍ଡଚଣ୍ଡୀ ମନ୍ଦିର। ଐତିହାସିକଙ୍କ ମତ ଅନୁଯାୟୀ ସୋମେଶ୍ୱର ଶିବମନ୍ଦିର ପରି ମାର୍କଣ୍ଡେୟ ଋଷିଙ୍କ ଗସ୍ତକୁ ସ୍ମରଣୀୟ କରିବା ପାଇଁ ଏହି ମାର୍କଣ୍ଡେଶ୍ୱର ଶିବମନ୍ଦିର ନିର୍ମାଣ ହୋଇଥଲା। କିଂବଦନ୍ତି ଅନୁଯାୟୀ, ମନ୍ଦିରଟି ଦଶମରୁ ଦ୍ବାଦଶ ଶତାବ୍ଦୀ ମଧ୍ୟରେ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ ହୋଇଥିଲା। ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଅନୁଯାୟୀ ମାର୍କଣ୍ଡେଶ୍ବର ମନ୍ଦିର ଏପରି ଏକ ସ୍ଥାନ ଯେଉଁଠାରେ ପ୍ରଭୁ ଶିବଙ୍କ ପରମଭକ୍ତ ଋଷି ମାର୍କଣ୍ଡେୟ ଭଗବାନ ଶିବଙ୍କୁ ଧ୍ୟାନ କରିଥିଲେ। ମନ୍ଦିର ଗଠନ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ହୋଇଥିବା ବେଳେ ଏହାର ଜଗମୋହନ ରେଖା ଦେଉଳ ଶୈଳୀରେ ନିର୍ମିତ ଓ ଏହା ପଞ୍ଚରଥ ବିଶିଷ୍ଟ। ପାର୍ଶ୍ୱଦେବତା ଭାବେ କାର୍ତ୍ତିକେୟଙ୍କ ଉପରେ ବାମ ହାତରେ ମୟୂର ଏବଂ ତଳ ଡାହାଣ ହାତରେ ବରଦ ମୁଦ୍ରାରେ ଅନ୍ୟ ଏକ ମୟୂର ଧାରଣ କରିଛନ୍ତି। ଉତ୍ତର ପାର୍ଶ୍ୱରେ ପଦ୍ମାସନ ଉପରେ ଦଣ୍ଡାୟମାନ ପାର୍ବତୀଙ୍କ ଏକ ଭଗ୍ନ ପ୍ରତିମା ବିରାଜମାନ। ମନ୍ଦିରର ଶିଖର କାରୁକାର୍ଯ୍ୟପୂର୍ଣ୍ଣ ଅଟେ। ସେହିପରି ମନ୍ଦିରର ଗର୍ଭଗୃହ ଦ୍ୱାରରେ ନବଗ୍ରହମାନେ ରହିଛନ୍ତି। ପୂର୍ବ ଦିଗକୁ ମୁହଁ କରିଥିବା ଏହିମନ୍ଦିରକୁ ସ୍ଥାନୀୟ ବାସିନ୍ଦା ସଫା ରଖିବା ସହ ପୂଜା କରିଥାନ୍ତି। ସାହି ବାସିନ୍ଦାଙ୍କ ସହ ପୁରାତନ ଘର ଓ ସେବାୟତଙ୍କ ଘର ଏହି ମନ୍ଦିର ନିକଟରେ ବହୁ କାଳରୁ ରହିଛି। ସୁନ୍ଦର କାରୁକାର୍ଯ୍ୟଭରା ମନ୍ଦିରକୁ ଲୋକ ବାଟ ନ ପାଇବାରୁ ତା’ ପରିସରରେ ଲୋକ ଗହଳି ଦେଖିବାକୁ ମିଳୁନାହିଁ। ଏହା ସହିତ ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିରର ବାହାରପାର୍ଶ୍ୱର ରଙ୍ଗ ବଦଳିବା ସହ କାରୁକାର୍ଯ୍ୟ ମଧ୍ୟ କ୍ଷୟ ହେବାକୁ ବସିଲାଣି। ବର୍ଷାଦିନେ ମନ୍ଦିର ମଧ୍ୟରେ ଛାତରୁ ପାଣି ଗଳୁଥିବା ସ୍ଥାନୀୟ ଲୋକ କୁହନ୍ତି। ମନ୍ଦିରର ଇତିହାସ କିମ୍ବା ତା’ର ସଂକ୍ଷିପ୍ତ ବିବରଣୀ ଲେଖାଥିବା ବୋର୍ଡ ଭାଙ୍ଗିଯାଇଛି। ଯାହା ଫଳରେ ଏହା କେଉଁ ମନ୍ଦିର ଏବଂ ତା’ର ସ୍ଥାପତ୍ୟ ସବୁ ଅଜଣା ରହିଯାଉଛି। ଐତିହାସିକଙ୍କ କହିବା ଅନୁଯାୟୀ, ରାଜଧାନୀର ଏପରି ଅନେକ ଐତିହ୍ୟ ମନ୍ଦିର ରହିଛି ଯେଉଁଗୁଡ଼ିକର ରକ୍ଷଣାବେକ୍ଷଣ ଅଭାବରୁ ସେସବୁ ନଷ୍ଟ ହେବାକୁ ବସିଲାଣି। ସେହିପରି ଦଶମ ଶତାବ୍ଦୀର ଜରାଜୀର୍ଣ୍ଣ ଅବସ୍ଥାକୁ ଗତିକରୁଥିବା ଏହି ମାର୍କଣ୍ଡେଶ୍ୱର ମନ୍ଦିରକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କିଛି ଐତିହାସିକ। ସେମାନଙ୍କ ମତରେ ଏଏସ୍ଆଇର ଅବହେଳା ଯୋଗୁଁ ରାଜ୍ୟର ଏପରି ଅନେକ କୀର୍ତ୍ତିରାଜି ନଷ୍ଟ ହେବାକୁ ବସିଲାଣି। ବର୍ତ୍ତମାନ ସମୟରେ ଉଚିତ ପଦକ୍ଷେପ ନିଆ ନ ଗଲେ ଏସବୁ ବିଷୟରେ ପରବର୍ତ୍ତୀ ପିଢ଼ି ଅଜଣା ହୋଇ ରହିଯିବେ ବୋଲି ଆଶଙ୍କା କରାଯାଉଛି।
ପାକିସ୍ତାନୀ ଗୁପ୍ତଚର ନେଟୱର୍କ ମାମଲା: ଗୁଜରାଟରୁ ସ୍ବାସ୍ଥ୍ୟକର୍ମୀ ଗିରଫ, ଶତାଧିକ ଲୋକ ୟୁପି ଏଟିଏସ୍ ନଜରରେ
ନୂଆଦିଲ୍ଲୀ: ପାକିସ୍ତାନୀ ସ୍ପାଏ ନେଟୱର୍କର ଚେର ଭାରତରେ ଖୁବ୍ ଗଭୀରକୁ ଲମ୍ବିଛି। ଗୁଜରାଟ ଏଟିଏସ୍ ଗୁପ୍ତଚରଗିରି ମାମଲାରେ ସହଦେବ ସିଂହ ଗୋହିଲ ନାମକ ଜଣେ ସ୍ବାସ୍ଥ୍ୟକର୍ମୀଙ୍କୁ ଗିରଫ କରିଛି। ଗିରଫ ସଂକ୍ରାନ୍ତରେ ସ୍ପଷ୍ଟ କରି ଗୁଜରାଟ ଏଟିଏସ୍ ଏସ୍ପି କେ ସିଦ୍ଧାର୍ଥ କହିଛନ୍ତି, କଚ୍ଛର ଜଣେ ସ୍ବାସ୍ଥ୍ୟକର୍ମୀ ସହଦେବ ସିଂହ ପାକିସ୍ତାନୀ ଏଜେଣ୍ଟ୍ଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ସେ ବିଏସଏଫ୍ ଏବଂ ବାୟୁସେନାର ସମ୍ବେଦନଶୀଳ ସୂଚନା ପାକ୍ ଏଜେଣ୍ଟଙ୍କୁ ଦେଇଥିବାରୁ ତାଙ୍କୁ ଗିରଫ କରାଯାଇଛି। ଦୁଇଦିନ ତଳେ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ମାମଲାରେ ଉତ୍ତରପ୍ରଦେଶ ଏଟିଏସ୍ ବାରଣାସୀରୁ ମହମ୍ମଦ ତୁଫେଲ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ପରେ ତା’କୁ ଜେରାବେଳେ ଗୁଜରାଟ ସମେତ ଅନ୍ୟ ରାଜ୍ୟରେ ପାକିସ୍ତାନୀ ଗୁପ୍ତଚର ନେଟ୍ୱର୍କ ସଂପର୍କରେ ଜଣାପଡ଼ିଛି। ଏହି ପାକିସ୍ତାନୀ ସ୍ପାଏ ନେଟୱର୍କ ମାମଲାରେ ଉତ୍ତରପ୍ରଦେଶ ଏଟିଏସ୍ ଶତାଧିକ ଲୋକଙ୍କୁ ନଜରରେ ରଖିଛି। ଶତାଧିକ ଲୋକ ୟୁପି ଏଟିଏସ୍ ନଜରରେ ସ୍କାନର୍ରେ ୮୦୦ରୁ ଅଧିକ ଫୋନ୍ ନମ୍ବର ତୁଫେଲ୍ ଦ୍ବାରା ପରିଚାଳିତ ହ୍ବାଟ୍ସଆପ୍ ଗ୍ରୁପ୍ ସହ ଜଡ଼ିତ ପୂର୍ବ ଉତ୍ତରପ୍ରଦେଶରୁ ପ୍ରାୟ ୮୦୦ରୁ ଅଧିକ ମୋବାଇଲ ନମ୍ବରକୁ ନିରୀକ୍ଷଣରେ ରଖାଯାଇଛି ବୋଲି ଏଟିଏସ୍ ପକ୍ଷରୁ କୁହାଯାଇଛି। ମଉ, ଆଜମଗଡ଼, ବାରଣାସୀର ବିଭିନ୍ନ ଅଞ୍ଚଳରେ ରହୁଥିବା ଲୋକଙ୍କର ଏହି ମୋବାଇଲ ନମ୍ବର ବୋଲି ଜଣାପଡ଼ିଛି। ତୁଫେଲ ଉତ୍ତରପ୍ରଦେଶର କନୌଜ ଏବଂ ପଂଜାବରୁ ଫେରିବାପରେ ୧୯ଟି ହ୍ବାଟ୍ସଆପ୍ ଗ୍ରୁପ୍ ଗଠନ କରିଥିଲା। କନୌଜ ଏବଂ ପଂଜାବରେ ସେ ସ୍ଥାନୀୟ ଯୁବକଙ୍କ ସହ ଗୁପ୍ତ ବୈଠକ କରିଥିଲା। ଉତ୍ତେଜନାପୂର୍ଣ୍ଣ ଧାର୍ମିକ ବିଷୟବସ୍ତୁ ପୋଷ୍ଟ୍ କରି ତୁଫେଲ ମୁସ୍ଲିମ ଯୁବକଙ୍କୁ ପ୍ରଭାବିତ କରୁଥିବା ଏଟିଏସ୍ ବିଶ୍ବାସ କରୁଛି।
କନକ ବ୍ୟୁରୋ : ଗୋଟିଏ ସମୟ ଥିଲା ଯେତେବେଳେ ବାଂଲାଦେଶୀ ଅନୁପ୍ରବେଶକାରୀ ହୁଅନ୍ତୁ ବା ପାକିସ୍ତାନୀ ଅନୁପ୍ରବେଶକାରୀ । ସେମାନେ ଜମ୍ମୁୁ-କାଶ୍ମୀର, ରାଜସ୍ଥାନ କିମ୍ବା ପଞ୍ଜାବ ସୀମା ଦେଇ ଭାରତରେ ଅନୁପ୍ରବେଶ କରିଥାନ୍ତି । ହେଲେ ଅପରେସନ ସିନ୍ଦୂର ପରେ ପାକିସ୍ତାନୀ ଅନୁପ୍ରବେଶକାରୀ ଗୁଜରାଟ ସୀମା ଦେଇ ଭାରତକୁ ପ୍ରବେଶ କରିବାକୁ ସୁରକ୍ଷିତ ମଣିଛନ୍ତି । ଆଜି କିଛି ଅନୁପ୍ରବେଶକାରୀ ଗୁଜରାଟ ସୀମା ଦେଇ ଭାରତ ଭିତରକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ବିଏସଏଫ୍ ଯବାନ ସେମାନଙ୍କୁ ମାରି ଦେଇଛନ୍ତି । ବିଏସଏଫର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ ୨୩ ତାରିଖ ରାତିରେ ବନାସକଣ୍ଠା ଜିଲ୍ଲା, ଭାରତ ପାକିସ୍ତାନ ସୀମା ଜଣେ ପାକିସ୍ତାନୀ ଭାରତ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ତାକୁ ମାରି ଦିଆଯାଇଛି । ପ୍ରଥମେ ବିଏସଏଫ ଯବାନ ପାକିସ୍ତାନୀ ନାଗରିକଙ୍କୁ ଭାରତ ଭିତରକୁ ନପଶିବାକୁ ସତର୍କ କରାଇଥିଲେ, ହେଲେ ପାକ୍ ନାଗରିକ ଜଣଙ୍କ ନମାନି ଭିତରକୁ ପ୍ରବେଶ କରୁଥିବା ବେଳେ ବିଏସଏଫ ଯବାନ ତାଙ୍କୁ ଗୁଳି କରିଦେଇଥିଲେ । କେବଳ ସେତିକି ନୁହେଁ ୮ ତାରିଖ ରାତିରେ ୭ ରୁ ୧୦ ଜଣ ପାକିସ୍ତାନୀ ନାଗରିକ ଜମ୍ମୁ-କାଶ୍ମୀରର ସାମ୍ବା ଜିଲ୍ଲା ଦେଇ ଭାରତ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ଜଣ ପାକିସ୍ତାନୀ ନାଗରିକ ପ୍ରାଣ ହରାଇଥିଲେ ।
କନକ ବ୍ୟୁରୋ : ଯଦି ତୁମେ ସୂର୍ଯ୍ୟ ଭଳି ଚମକିବାକୁ ଚାହୁଛ... ତେବେ ପ୍ରଥମେ ସୂର୍ଯ୍ୟଙ୍କ ଭଳି ଜଳିବାକୁ ଚେଷ୍ଟା କର, ଏହି ନୀତିବାଣୀ ହେଉଛି ଭାରତରତ୍ନ ତଥା ମହାନ ବୈଜ୍ଞାନିକ ଡକ୍ଟର ଏ ପି ଜେ ଅବଦୁଲ କଲାମଙ୍କର । ତାଙ୍କ ସରଳତା, ସଚ୍ଚୋଟତା ଆଉ କିଛି ନୂଆ କରିବାର ଜୋସ୍ ହିଁ ତାଙ୍କୁ ସମସ୍ତଙ୍କର ପ୍ରିୟ ପାତ୍ର କରିଥିଲା । କାମ କରିବାର ଜୁନୁନ୍ ହିଁ ତାଙ୍କୁ ଖବର କାଗଜ ହକରରୁ ମିସାଇଲ ମ୍ୟାନ୍ ଆଉ ଦେଶର ରାଷ୍ଟ୍ରପତି କରିଥିଲା । ଖାଲି ଦେଶ ନୁହେଁ ସାରା ବିଶ୍ୱରେ ସେ ସମସ୍ତଙ୍କ ପାଇଁ ପ୍ରେରଣା । ସେ ଭାରତର ମିସାଇଲ ମ୍ୟାନ୍...ଏ ପି ଜେ ଅବଦୁଲ କଲାମ । ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମହାନ ବୈଜ୍ଞାନିକ ଡକ୍ଟର ଏ ପି ଜେ ଅବଦୁଲ କଲାମଙ୍କ ଜୀବନୀ ଉପରେ ବାୟୋପିକ୍ ଖୁବଶୀଘ୍ର ରିଲିଜ୍ ହେବାକୁ ଯାଉଛି । ତାଙ୍କ ଜୀବନୀ ବିଷୟରେ ଅଧିକାଂଶ ଲୋକ ବହିରେ ପଢନ୍ତି କିନ୍ତୁ ପ୍ରଥମ ଥର ଏହାକୁ ବଡ଼ ପରଦାରେ ଦେଖିବେ । ରାମେଶ୍ୱରମ୍ ତାମିଲନାଡୁଠୁ ନେଇ ରାଷ୍ଟ୍ରପତି ଭବନ, ତା'ସହ ରାଷ୍ଟ୍ରପତି ହେବା ପଛର ପ୍ରେରଣାଦାୟୀ କାହାଣୀ ଖୁବଶୀଘ୍ର ବଡ଼ ପରଦା ଉପରେ ଦେଖିବାକୁ ପାଇବେ ଦର୍ଶକ ।ଭାରତରେ ଅନେକ ଦିନ ଧରି ଦାବି ହେଉଥିଲା ଯେ କଲାମଙ୍କ ଉପରେ ଏକ ବାୟୋପିକ୍ ନିର୍ମାଣ ହେବା ଉଚିତ, ଯାହା ଲୋକଙ୍କୁ ପ୍ରେରଣା ଦେବ । ଲୋକଙ୍କ ଏହି ଇଚ୍ଛାକୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ତଥା ତାମିଲ ସୁପରଷ୍ଟାର ଧନୁଷ, ଆଦିପୁରୁଷର ଡାଇରେକ୍ଟର ଓମ୍ ରାଉତଙ୍କ ସହ ଏହି ଫିଲ୍ମ ଉପରେ କାମ କରିବେ । କଲାମଙ୍କ ଭୂମିକାରେ ନଜର ଆସିବେ ଧନୁଷ ଧନୁଷ...ତାମିଲ ଇଣ୍ଡଷ୍ଟ୍ରିର ଏହି ଲୋକପ୍ରିୟ ଅଭିନେତାଙ୍କୁ ସମସ୍ତେ ପସନ୍ଦ କରନ୍ତି । ନିଜର ଅଭିନୟ ଯାଦୁରେ ଦର୍ଶକମାନଙ୍କୁ ବାନ୍ଧି ରଖୁଥିବା ଧନୁଷ ପରଦାରେ ଅବୁଦଲ କଲାମ ଭାବରେ ନଜର ଆସିବେ । ଏହି ବାୟୋପିକ୍ର ନାଁ ରହିଛି “କଲାମ : ଦ ମିସାଇଲ୍ ମ୍ୟାନ୍ ଅଫ୍ ଇଣ୍ଡିଆ” । ଯାହାର ଘୋଷଣା ନିକଟରେ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ରେ କରାଯାଇଛି । ଧନୁଷ ନିଜର ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ଏହାର ଏକ ପୋଷ୍ଟର ସେୟାର କରି ଲେଖିଛନ୍ତି ଯେ, ଉଦାର ଏବଂ ପ୍ରେରଣାଦାୟକ ନେତା ଡକ୍ଟର ଏ ପି ଜେ ଅବଦୁଲ କଲାମଙ୍କ କାହାଣୀକୁ ବଡ଼ ପରଦାରେ ଆଣିବାର ସୁଯୋଗ ପାଇ ମୁଁ ନିଜକୁ ଅତ୍ୟନ୍ତ ଭାଗ୍ୟବାନ ମନେ କରୁଛି । ଏହା ପରେ ତାଙ୍କ ଫ୍ୟାନ୍ସମାନଙ୍କର ଖୁସି କହିଲେ ନ ସରେ । କମେଣ୍ଟ୍ ବକ୍ସରେ ଶୁଭେଚ୍ଛା ବର୍ଷା କରିବା ସହ କଲାମଙ୍କ ଏହି ବାୟୋପିକ୍କୁ ବହୁତ ଆଗ୍ରହର ସହ ଅପେକ୍ଷା କରିଥିବା କହିଛନ୍ତି ଫ୍ୟାନ୍ସମାନେ । ଏଥିରେ ଡକ୍ଟର କଲାମଙ୍କର ଜୀବନ ଯାତ୍ରା ,ତାଙ୍କର ଜ୍ଞାନ, ନମ୍ରତା ଏବଂ ଦେଶ ପ୍ରତି ତାଙ୍କର ସେବା ମନୋଭାବକୁ ଦେଖାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ଚଳଚ୍ଚିତ୍ର ନିର୍ମାତା । ତେବେ ଚଳିତ ବର୍ଷ ରିଲିଜ୍ ହେବାକୁ ଥିବା ଏହି ବାୟୋପିକ୍ଟି ପରଦାରେ ଆସିବା ପରେ ଖୁବ୍ ଲୋକପ୍ରିୟତା ସାଉଁଟିବ ବୋଲି ଆଶା ରଖିଛନ୍ତି ଡାଇରେକ୍ଟର ଓମ୍ ରାଉତ୍ ।
ପୁଣି ଚର୍ଚ୍ଚାରେ ହଂସିତା-ଅନୀଲ୍ ମାମଲା: ଆୟକର ବିଭାଗ ନଜରରେ ବେନାମୀ ସମ୍ପତ୍ତି, ଆଟାଚ୍ ହୋଇପାରେ ଗାଡ଼ି ଓ ଫ୍ଲାଟ୍
ଭୁବନେଶ୍ବର: କିଛି ଦିନର ନିରବତା ପରେ ପୁଣି ଚର୍ଚ୍ଚାକୁ ଆସିଛି ଠକଯୋଡ଼ି ହଂସିତା ଓ ଅନୀଲଙ୍କ ମାମଲା। ଏବେ ଆୟକର ବିଭାଗର ବେନାମୀ ୟୁନିଟ୍ ସେମାନଙ୍କ ଠକେଇ ପେଡ଼ି ଖୋଲିବାକୁ ଯାଉଛି। ସେମାନଙ୍କ ବେନାମୀ ସମ୍ପତ୍ତିକୁ ନିଶାଣ କରିଛି ଆୟକର ବିଭାଗ। ଦାମୀ ପୋର୍ସେ ଗାଡ଼ି ଓ ନାମୀ ସଂସ୍ଥାଠାରୁ କିଣାଯାଇଥିବା ଫ୍ଲାଟ୍ର ହିସାବପତ୍ରକୁ ନେଇ ଖୋଳତାଡ଼ କରିବ ଆୟକର ବିଭାଗର ବେନାମୀ ୟୁନିଟ୍। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କ ଝିଅ-ଜୋଇଁ ପରିଚୟ ଦେଇ ହଂସିତା ଓ ଅନୀଲ୍ ଠକେଇ କରିଥିଲେ। ବିଭିନ୍ନ କର୍ପୋରେଟ୍ ସଂସ୍ଥାର ସିଏସ୍ଆର୍ ପାଣ୍ଠି କରାଇବା ନାଁରେ କିଛି ସଂସ୍ଥାକୁ ଚୂନ ଲଗାଇବା ଓ ବ୍ଲାକ୍ମେଲ୍ କରିବା ଅଭିଯୋଗ ହେବା ପରେ ପୁଲିସ ସେମାନଙ୍କୁ ୨୦୨୪ ଡିସେମ୍ବର ୨୭ରେ ଗିରଫ କରିଥିଲା। ପରେ ଏହି ମାମଲାରେ ମୁଣ୍ଡ ପୂରାଇଥିଲା ଆୟକର ବିଭାଗ। ୩ ବର୍ଷ ଭିତରେ ସେମାନେ ପାଖାପାଖି ୧୦କୋଟି ଟଙ୍କାର ଆୟକର ଫାଙ୍କିଥିବା ଆକଳନ କରାଯାଇଥିଲା। ବିଭିନ୍ନ ସଂସ୍ଥା ନାଁରେ କର୍ପୋରେଟ୍ ସଂସ୍ଥାମାନଙ୍କ ସିଏସ୍ଆର୍ ଫଣ୍ଡ୍ ହାତେଇବା ପରେ ସେମାନେ ତଞ୍ଚକତା କରି ହଡ଼ପ କରିଥିବା ଜଣାପଡ଼ିଥିଲା। ଫଳରେ ମାତ୍ର ୩ ବର୍ଷ ଭିତରେ ସେମାନେ ପୋର୍ସେ, ଜାଗୁଆର୍ ମର୍ସିଡିଜ୍ ଭଳି ଗାଡ଼ି କିଣିବା ସହିତ ନାମୀ ରିୟଲ୍ ଇଷ୍ଟେଟ୍ ସଂସ୍ଥାରୁ ଫ୍ଲାଟ୍ କିଣିଥିଲେ। ଆୟକର ବିଭାଗରୁ ମିଳିଥିବା ସୂଚନାନୁସାରେ ଫୋର୍ସେ ଗାଡ଼ି ଓ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାରେ କିଣିଥିବା ଫ୍ଲାଟ୍ ପାଇଁ ସେମାନେ କେଉଁ ସୂତ୍ରରୁ ଅର୍ଥ ଯୋଗାଡ଼ କରିଥିଲେ, ତାହାର ହିସାବପତ୍ର ମିଳୁନାହିଁ। ହଂସିତା ଓ ଅନୀଲ୍ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି। ତେଣୁ ଖୁବ୍ ଶୀଘ୍ର ସେମାନଙ୍କୁ ନୋଟିସ୍ କରାଯିବ। ଏହାପରେ କୌଣସି ସନ୍ତୋଷଜନକ ଜବାବ ନ ମିଳିଲେ, ସେସବୁ ସମ୍ପତ୍ତିକୁ ଆଟାଚ୍ କରାଯାଇପାରେ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ଜାମିନରେ ଜେଲ୍ରୁ ମୁକୁଳିବା ପରେ ସେମାନେ ଜବତ ସମସ୍ତ ଗାଡ଼ିକୁ ରିଲଜ୍ କରାଇ ନେଇଛନ୍ତି। କିନ୍ତୁ କୌଣସି ଗାଡ଼ିକୁ ସେମାନେ ବିକ୍ରି କରିପାରିବେ ନାହିଁ ବୋଲି ଆୟକର ବିଭାଗ ପକ୍ଷରୁ ଆର୍ଟିଓଙ୍କୁ ଅବଗତ କରାଯାଇଛି।
ପ୍ରଥମ ଦିନ ମଥାରେ ସିନ୍ଦୂର ଓ ଦ୍ବିତୀୟ ଦିନ ଶ୍ଳୋକ ଲେଖାଥିବା ପୋଷାକ ପିନ୍ଧି ନଜରକୁ ଆସିଲେ ଐଶ୍ବର୍ଯ୍ୟା
ନୂଆଦିଲ୍ଲୀ: ବୁଧବାର ହୋଇଥିବା କାନ୍ସ ରେଡ୍ କାର୍ପେଟରେ ନୀଳ ନୟନା ଐଶ୍ବର୍ଯ୍ୟା ରାୟ ତାଙ୍କ ସିନ୍ଥିରେ ସିନ୍ଥିଏ ସିନ୍ଦୂର ପିନ୍ଧି ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମେ ୨୧ ତାରିଖରେ ଐଶ୍ବର୍ଯ୍ୟାଙ୍କୁ ପାରମ୍ପରିକ ଭାରତୀୟ ଶାଢ଼ିରେ ଦେଖିବାକୁ ମିଳିଥିଲା। ତେବେ କାନ୍ସର ଦ୍ବିତୀୟ ଦିନରେ ବି ଲୋକଙ୍କ ଧ୍ୟାନ ନିଜର ଆଡକୁ ନେଇଥିଲେ ନୀଳନୟନା ଐଶ୍ବର୍ଯ୍ୟା। ସେ ଦ୍ବିତୀୟ ଦିନ ଏକ ସୁନ୍ଦର କଳା ଗାଉନ୍ ପିନ୍ଧିଥିବା ବେଳେ ଅଫ୍-ହ୍ବାଇଟ୍ ରଂଗର ଏକ ଜ୍ୟାକେଟ୍ ପିନ୍ଧିଥିଲେ। ତାଙ୍କ ଜ୍ୟାକେଟ୍ରେ ସଂସ୍କୃତରେ ଶ୍ଳୋକ ଲେଖା ଯାଇଥିବାର ଦେଖିବାକୁ ମିଳିଛି। ତାଙ୍କ ସହ ତାଙ୍କ ଝିଅ ଆରାଧ୍ୟଙ୍କୁ ବି କଳା ରଂଗର ପୋଷାକରେ ଦେଖିବାକୁ ମିଳିଛି। ଐଶ୍ବର୍ଯ୍ୟାଙ୍କ ଗାଉନ୍ଟି ହାତବୁଣା ହୋଇଥିବା ବେଳେ ତାଙ୍କ ସିମ୍ପ୍ଲ ମେକ୍-ଅପ୍ରେ ସଭିଁଏ ଦିୱାନା ହୋଇଛନ୍ତି। ପ୍ରଥମ ଦିନ ପ୍ରସିଦ୍ଧ ଭାରତୀୟ ପୋଷାକ ଡିଜାଇନର୍ ମନୀଷ ମାଲହୋତ୍ରାଙ୍କ ଡିଜାଇନ୍ର ଶାଢ଼ି ପିନ୍ଧି ବେଶ୍ ଆକର୍ଷଣୀୟ ଦିଶୁଥିଲେ ଐଶ୍ବର୍ଯ୍ୟା। ହାତବୁଣା ପୋଷାକ ସହ ଧଳା ଟିସୁ ହାତବୁଣା ଦୁପଟ୍ଟା ପକାଇଥିଲେ ଐଶ୍ବର୍ଯ୍ୟା। ଐଶ୍ୱର୍ଯ୍ୟାଙ୍କ ବହୁ-ପ୍ରତୀକ୍ଷିତ କାନ୍ସ ୨୦୨୫ ରେଡ କାର୍ପେଟ୍ ଲୁକ୍ ସଭିଙ୍କୁ ବେଶ୍ ପସନ୍ଦ ଆସିଛି। ତାଙ୍କ ମଥାର ସିନ୍ଦୂର ‘ଅପରେସନ୍ ସିନ୍ଦୂର’କୁ ସମର୍ଥନ ଜଣାଇବା ସହ ଦୀର୍ଘ ଦିନ ଧରି ଚାଲିଥିବା ତାଙ୍କ ଛାଡ଼ପତ୍ର ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି।
ପ୍ରେମିକାଙ୍କ ସହ ବିମାନବନ୍ଦରରେ ନଜର ଆସିଲେ ଆମିର ଖାନ
ମୁମ୍ବାଇ: ବଲିଉଡ଼ ଅଭିନେତା ଆମିର ଖାନ ତିନି ବର୍ଷ ପରେ ପୁଣି ଥରେ ରୂପେଲି ପରଦାକୁ ଫେରୁଛନ୍ତି। ତାଙ୍କୁ ଶେଷଥର ପାଇଁ ୨୦୨୨ ମସିହାରେ 'ଲାଲ ସିଂ ଚଡ୍ଡା'ରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ର ଫ୍ଲପ୍ ହୋଇଥିବା ବେଳେ ଆମିର କିଛି ସମୟ ପାଇଁ ଅଭିନୟରୁ ବିରତି ନେଇଥିଲେ। ଏବେ ତାଙ୍କର ଫିଲ୍ମ 'ସିତାରେ ଜମିନ୍ ପର' ଆସନ୍ତା ଜୁନ୍ ମାସରେ ମୁକ୍ତିଲାଭ କରିବାକୁ ଯାଉଛି। ଏହା ବ୍ୟତୀତ ଆମିର ଖାନ ତାଙ୍କର ନୂଆ ପ୍ରେମିକା ଗୌରୀ ସ୍ପ୍ରେଟଙ୍କୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଗତ ଜନ୍ମଦିନରେ ଆମିର ଗୌରୀଙ୍କୁ ଦୁନିଆ ସହିତ ପରିଚିତ କରାଇଥିଲେ ଏବଂ କହିଥିଲେ ଯେ ସେ ତାଙ୍କ ସହିତ ସମ୍ପର୍କରେ ଅଛନ୍ତି। ଆଉ ଏବେ ଗୌରୀ ଓ ଆମିରଙ୍କୁ ବିମାନବନ୍ଦରରେ ଏକାଠି ଦେଖିବାକୁ ମିଳିଛି। View this post on Instagram A post shared by Manav Manglani (@manav.manglani) ଆମିରଙ୍କୁ ଗୌରୀ ନେବାକୁ ବିମାନବନ୍ଦରକୁ ଆସିଥିବା ଦେଖିବାକୁ ମିଳିଥିଲା। ପାପରାଜିମାନେ ଦୁହିଁଙ୍କ ଫଟୋ ନେବାକୁ ଚାହିଁଥିଲେ ବି ଗୌରୀ ପଛକୁ ଚାହିଁନଥିଲେ। ତାପରେ ଦୁହେଁ ସେଠାରୁ ଚାଲିଯାଇଥିଲେ। ଗୌରୀ ଗତ ୨୫ ବର୍ଷ ଧରି ଆମିର ଖାନଙ୍କ ପ୍ରଯୋଜନା ଟିମରେ କାମ କରୁଛନ୍ତି। ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କଠାରୁ ଛାଡପତ୍ର ନେବା ପରେ ଆମିର ଗୌରୀଙ୍କ ସହିତ ପ୍ରେମ ସମ୍ପର୍କରେ ଅଛନ୍ତି। ଆମିର ପ୍ରଥମେ ୧୯୮୬ ମସିହାରେ ରୀନା ଦତ୍ତଙ୍କୁ ବିବାହ କରିଥିଲେ ଏବଂ ୨୦୦୨ ମସିହାରେ ତାଙ୍କୁ ଛାଡପତ୍ର ଦେଇଥିଲେ। ପରେ ସେ ୨୦୦୫ ମସିହାରେ କିରଣ ରାଓଙ୍କୁ ବିବାହ କରିଥିଲେ। ଆମିର ଏବଂ କିରଣଙ୍କ ବୈବାହିକ ସମ୍ପର୍କ ୨୦୨୧ ମସିହା ପର୍ଯ୍ୟନ୍ତ ତିଷ୍ଠି ପାରିଥିଲା। ପରେ ଦୁହିଁଙ୍କ ଛାଡପତ୍ର ହୋଇଯାଇଥିଲା। କିନ୍ତୁ ଆଜି ମଧ୍ୟ ଉଭୟ ଏକାଠି କାମ କରନ୍ତି। ଆମିର ଖାନଙ୍କର ଦୁଇଟି ବିବାହରୁ ମୋଟ ତିନୋଟି ସନ୍ତାନ ଅଛି, ଯେଉଁଥିରୁ ତାଙ୍କ ବଡ଼ ପୁଅ ଜୁନୈଦ ଖାନ ଫିଲ୍ମରେ ଦୁନିଆରେ ପ୍ରବେଶ କରିସାରିଛନ୍ତି । ଅଭିନେତା ତାଙ୍କର ଏକମାତ୍ର ଝିଅ ଇରା ଖାନଙ୍କୁ ବିବାହ କରାଇ ସାରିଛନ୍ତି। କିରଣ ରାଓଙ୍କ ପୁଅ ଆଜାଦ ଏବେ ପାଠ ପଢ଼ୁଛନ୍ତି। bollywood | Aamir Khan
ଜ୍ୟୋତିଙ୍କ ଉପରେ ନଜର ରଖିବା ପାଇଁ ଆଗୁଆ ଚେତାଇ ଦେଇଥିଲେ ଏହି ସୋସିଆଲ ମିଡିଆ ବ୍ୟବହାରକାରୀ
ନୂଆଦିଲ୍ଲୀ: ହରିୟାଣାର ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କ ଝିଅ ତଥା ଲୋକପ୍ରିୟ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଏବଂ ପାକିସ୍ତାନୀ ଏଜେଣ୍ଟମାନଙ୍କୁ ଦେଶର ସମ୍ବେଦନଶୀଳ ସୂଚନା ପ୍ରଦାନ କରିଥିବା ଅଭିଯୋଗରେ ହରିୟାଣାର ପୁଲିସ ଗିରଫ କରିଛି। ଗିରଫଦାରୀର କିଛି ମାସ ପୂର୍ବରୁ ଜଣେ ଭାରତୀୟ ବ୍ୟକ୍ତି ଜ୍ୟୋତିଙ୍କ ବିଷୟରେ ଚିନ୍ତା ପ୍ରକାଶ କରିଥିଲେ। ଜ୍ୟୋତି ଗିରଫ ହେବାପରେ ଉକ୍ତ ବ୍ୟକ୍ତିଙ୍କ ୨୦୨୪ ମସିହାର ଏକ ପୋଷ୍ଟ ସୋସିଆଲ ମିଡିଆ ଘୁରି ବୁଲୁଛି। ଯେଉଁଥିରେ ଉକ୍ତ ବ୍ୟକ୍ତି ଜଣକ ଜ୍ୟୋତିଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଆଗୁଆ ଚେତାଇ ଦେଇଥିଲେ। @NIA_India please keep close watch on this lady..she first visited and attained pakistani embassy function then visited pakistan for 10 days now she is heading for kashmir... may be some link behind all these pic.twitter.com/kfrXZNhMuE — kapil Jain (@chupchaplo) May 10, 2024 କପିଲ ଜୈନ ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ୨୦୨୪ ମଇରେ ଜ୍ୟୋତିଙ୍କ କାର୍ଯ୍ୟକଳାପର ତଦନ୍ତ ପାଇଁ ଜାତୀୟ ତଦନ୍ତ ସଂସ୍ଥାକୁ ଆବେଦନ କରିଥିଲେ। ଏଥିସହିତ ଜ୍ୟୋତି ମାଲହୋତ୍ରାଙ୍କ ୟୁଟ୍ୟୁବ୍ ପୃଷ୍ଠାର ଏକ ସ୍କ୍ରିନସଟ୍ ସେୟାର କରି ପୋଷ୍ଟ କରି କହିଥିଲେ, ଏନଆଇଏ, ଦୟାକରି ଏହି ମହିଳାଙ୍କ ଉପରେ କଡ଼ା ନଜର ରଖନ୍ତୁ। ପ୍ରଥମେ ସେ ପାକିସ୍ତାନୀ ଦୂତାବାସରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ତା'ପରେ ୧୦ ଦିନ ପାଇଁ ପାକିସ୍ତାନ ଯାଇଥିଲେ ଏବଂ ଏବେ ସେ କାଶ୍ମୀର ଯାଉଛନ୍ତି। ଏସବୁ ପଛରେ କୌଣସି ଲିଙ୍କ ଥାଇପାରେ ବୋଲି ମୋର ଅନୁମାନ ହେଉଛି। ଜ୍ୟୋତିଙ୍କ ନାମ ଏହସାନ ଉର୍ ରହିମ୍ ଓରଫ୍ ଡାନିସଙ୍କ ସହିତ ମଧ୍ୟ ଯୋଡାଯାଉଛି। ୟୁଟ୍ୟୁବର ନୂଆଦିଲ୍ଲୀରେ ଥିବା ପାକିସ୍ତାନୀ ଦୂତାବାସର ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ଡାନିସଙ୍କୁ ଭେଟୁଥିବାର ଦେଖିବାକୁ ମିଳୁଛି। ଡାନିସ୍ ହେଉଛନ୍ତି ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିସନରେ ଅବସ୍ଥାପିତ ଜଣେ ଅଧିକାରୀ। ପହଲଗାମ ଆକ୍ରମଣ ପରେ ଚଳିତ ମାସ ଆରମ୍ଭରେ ଅର୍ଥାତ ମଇ ୧୩ ତାରିଖରେ ଭାରତ ଡାନିସଙ୍କୁ ‘ଅଲୋଡ଼ା’ ଘୋଷଣା କରିବା ସହ ତାଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ।
'ମେଗା ୧୫୭'ରେ ନୟନତାରାଙ୍କ ଏଣ୍ଟ୍ରି, ଚିରଞ୍ଜୀବୀଙ୍କ ସହ ଆସିବେ ନଜର
ମୁମ୍ଵାଇ ୧୮।୦୫; ସାଉଥ ସୁପର କ୍ବିନ୍ ନୟନତାରା ରୂପେଲି ପରଦାରେ ନଜରକୁ ଆସିବେ । ନୂତନ ପ୍ରୋଜେକ୍ଟ Mega157 ପାଇଁ ମେଗାଷ୍ଟାର ଚିରଞ୍ଜୀବୀଙ୍କ ସହ ହାତ ମିଳାଇଛନ୍ତି । ସେ ଅନୀଲ ରବିପୁଡିଙ୍କ ନିର୍ଦ୍ଦେଶିତ ଚିରଞ୍ଜିବୀଙ୍କ ୧୫୭ତମ ଚଳଚ୍ଚିତ୍ରରେ ନଜର ଆସିବେ । ଗତ ଶନିବାର ତାମିଲ ସୁପରଷ୍ଟାରଙ୍କ ଏକ ଭିଡିଓ ମାଧ୍ୟମରେ ଏହି ଘୋଷଣା କରାଯାଇଛି । ଖୁବ୍ଶୀଘ୍ର ଏହି ଫିଲ୍ମର ସୁଟିଂ ଆରମ୍ଭ ହେବା ନେଇ ଆଶା କରାଯାଉଛି। ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅନୀଲ ରବିପୁଡି ତାଙ୍କ X (ପୂର୍ବରୁ ଟ୍ୱିଟର) ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିବା ସହ କ୍ୟାପସନରେ ନୟନତାରାଙ୍କୁ ତାଙ୍କ ପ୍ରୋଜେକ୍ଟରେ ସ୍ୱାଗତ କରିଛନ୍ତି, 'ଆମର ମେଗା ୧୫୭ ଯାତ୍ରାରେ ସୁନ୍ଦର ରାଣୀ ନୟନତାରାଙ୍କୁ ସ୍ୱାଗତ । ସେ ପୁଣି ଥରେ ମେଗାଷ୍ଟାର ଚିରଞ୍ଜିବୀ ଗାରୁଙ୍କ ସହିତ ନଜର ଆସିବେ।' ଏହା ନୟନତାରାଙ୍କ ଚିରଞ୍ଜିବୀଙ୍କ ସହିତ ତୃତୀୟ ପ୍ରୋଜେକ୍ଟ । ଚିରଞ୍ଜିବୀ ମଧ୍ୟ ନିର୍ଦ୍ଦେଶକଙ୍କ ପୋଷ୍ଟକୁ ରିଟ୍ୱିଟ୍ କରି ଲେଖିଛନ୍ତି, 'ହ୍ୟାଟ୍ରିକ୍ ଫିଲ୍ମ ନୟନତାରାକୁ ସ୍ୱାଗତ।' ୨୦୨୬ ସଂକ୍ରାନ୍ତି ପାଇଁ ପ୍ରସ୍ତୁତ ହୁଅ ।' ଏହି ଦିନ ପରଦାକୁ ଆସିବ ଫିଲ୍ମ 'ମେଗା ୧୫୭' ଚଳିତ ବର୍ଷ ମାର୍ଚ୍ଚ ମାସରେ ଘୋଷଣା କରାଯାଇଥିଲା । ହେଲେ ନିର୍ମାତା ଫିଲ୍ମର ବିବରଣୀକୁ ଗୁପ୍ତ ରଖିଛନ୍ତି। ଏହି ଫିଲ୍ମକୁ ୨୦୨୬ରେ ମକର ସଂକ୍ରାନ୍ତି ଅବସରରେ ରିଲିଜ୍ କରିବାର ଯୋଜନା କରାଯାଇଛି । ଚିରଞ୍ଜୀବୀଙ୍କ ସହ ଏହି ଫିଲ୍ମ ଜରିଆରେ ତୃତୀୟ ଥର ପାଇଁ ଏକାଠି ସ୍କ୍ରିନ ସେୟାର କରିବେ ନୟନତାରା ।
ପାକିସ୍ତାନ ପରେ ବାଂଲାଦେଶ ଉପରେ ନଜର ପକାଇଲା ଭାରତ
ନୂଆଦିଲ୍ଲୀ : ପାକିସ୍ତାନକୁ ପାନେ ଦେବା ପରେ ଏବେ ବାଂଲାଦେଶ ଉପରେ ନଜର ପକାଇଛି ଭାରତ । ପାକିସ୍ତାନ ସହ ଘନିଷ୍ଠତା ବଢାଇ ଭାରତ ବିରୋଧରେ ବିଷୋଦଗାର କରିଚାଲିଥିଲା ବାଂଲାଦେଶ ଶାସନକୁ କବଜା କରିଥିବା ୟୁନୁସ୍ ଗୋଷ୍ଠୀ । ଏପରିକି ଭାରତର ଚିକେନ ନେକକୁ କବଜା କରିବାକୁ ଓ ଭାରତର ଉତ୍ତରପୂର୍ବାଞ୍ଚଳ ରାଜ୍ୟମାନଙ୍କୁ ଅଲଗା କରିବାକୁ ଧମକ ଦେଉଥିଲା ବାଂଲାଦେଶ । ଏବେ ଭାରତ ସରକାର ବାଂଲାଦେଶର ଅର୍ଥନୀତି ଉପରେ ମାଡ଼ କରିଛନ୍ତି । ବାଂଲାଦେଶରୁ ରେଡିମେଡ୍ ପୋଷାକ, ପ୍ରକ୍ରିୟାକୃତ ଖାଦ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଆମଦାନୀ ଉପରେ ବନ୍ଦର କଟକଣା ଲାଗୁ କରିଛି ଭାରତ। ବାଣିଜ୍ୟ ମନ୍ତ୍ରଣାଳୟର ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫଟି) ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ଆପଣଙ୍କୁ ଜଣାଇ ଦେଉଛୁ ଯେ ଡିଜିଏଫଟି ହେଉଛି ଭାରତରେ ବୈଦେଶିକ ବାଣିଜ୍ୟ ନୀତି ପ୍ରସ୍ତୁତ ଏବଂ କାର୍ଯ୍ୟକାରୀ କରିବା ପାଇଁ ଦାୟୀ ସରକାରୀ ସଂସ୍ଥା। ତେବେ ଏହି କଟକଣା ଭାରତ ଦେଇ ଭୁଟାନ ଓ ନେପାଳକୁ ଯାଉଥିବା ସାମଗ୍ରୀ ଉପରେ ଲାଗୁ ହେବ ନାହିଁ ।
ଆଉ ଡରାଇପାରିବନି ଶତ୍ରୁ, ଏଥର ନଜର ରଖିବ ସାଟେଲାଇଟ୍
ନୂଆଦିଲ୍ଲୀ: ଏବେ ସାଟେଲାଇଟ ମାଧ୍ୟମରେ ଶତ୍ରୁମାନଙ୍କ ଉପରେ ନଜର ରଖିବ ଇସ୍ରୋ( ISRO) । ଇସ୍ରୋ (ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠ) ର ପିଏସ୍ଏଲ୍ଭି-ସି୬୧/ଇଓଏସ-୦୯(PSLV-C61/EOS-09)ମିଶନ ଉତ୍କ୍ଷେପଣ ତାରିଖ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା 18 ତାରିଖ ସକାଳ 5.59ରେ ସତୀଶ ଧୱନ ମହାକାଶ କେନ୍ଦ୍ର ଶ୍ରୀହରିକୋଟାରୁ ଏହା ଲଞ୍ଚ୍ ହେବ । ଏହା ଇସ୍ରୋର 101ତମ ଉତ୍କ୍ଷେପଣ । ଏହି ମିଶନ ପୃଥିବୀ ନିରୀକ୍ଷଣ କ୍ଷମତାକୁ ବୃଦ୍ଧି କରିବ ଏବଂ ବିଶେଷକରି ଭାରତର ସୀମାବର୍ତ୍ତୀ ଅଞ୍ଚଳର […]
ଦୁଷ୍ଟ ଦେଶ ହାତରେ ପରମାଣୁ ଅସ୍ତ୍ର ରହିବା ସୁରକ୍ଷିତ ତ ? ପ୍ରଶ୍ନ ଉଠାଇ ବିଶ୍ବର ନଜରକୁ ଆଣିଲେ ପ୍ରତିରକ୍ଷା ମନ୍ତ୍ରୀ
ଶ୍ରୀନଗର: ପୁଣି ପାକିସ୍ତାନକୁ ଚେତାବନୀ ଦେଲେ ରାଜନାଥ । ଶ୍ରୀନଗର ମାଟିରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କ ରଣହୁଙ୍କାର । ପାକିସ୍ତାନର ପରମାଣୁ ଧମକ ନେଇ ମୁହଁ ଖୋଲିଲେ ରାଜନାଥ । କହିଲେ ପାକିସ୍ତାନର ପରମାଣୁ ଧମକରେ ଆମେ ଡରିଲୁନି ବରଂ ଧମକର ଜବାବ ଦେଲୁ । ତାଙ୍କ ଘରେ ପଶି ମାରିଲୁ... ପାକିସ୍ତାନ ପରି ସୈତାନ ଦେଶ ଯିଏ ଆତଙ୍କୀଙ୍କୁ ପୋଷିଛି ତା ହାତରେ ପରମାଣୁ ବୋମା ରହିବା କେତେ ଠିକ୍, କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରି ବିଶ୍ବର ନଜର ପାକିସ୍ତାନର ପରମାଣୁ ଉପରେ ପକାଇଛନ୍ତି ରାଜନାଥ । ବିଶ୍ବ ଉଦ୍ଦେଶ୍ୟରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ସାରା ବିଶ୍ବ ଦେଖିଛି କେମିତି ପାକିସ୍ତାନ ଦାୟିତ୍ବହୀନ ଭାବେ ଭାରତକୁ ଲଗାତାର ଭାବେ ପରମାଣୁ ଧମକ ଦେଇ ଆସୁଥିଲା । ପାକିସ୍ତାନ ପରି ଏକ ଦାୟିତ୍ବହୀନ ଦେଶ ପାଖରେ ପରମାଣୁ ରହିବା ସୁରକ୍ଷିତ କି ? ଆଇଏଇଏ ତୁରନ୍ତ ଏହା ବିରୋଧରେ ଆକ୍ସନ ନେବା କରୁରୀ ବୋଲି ରାଜନାଥ କହିଛନ୍ତି । #WATCH श्रीनगर, जम्मू-कश्मीर: रक्षा मंत्री राजनाथ सिंह ने कहा, ... पूरी दुनिया ने देखा है कि कैसे ग़ैर ज़िम्मेदाराना तरीक़े से पाकिस्तान द्वारा भारत को अनेक बार एटमी धमकियां दी गईं हैं। आज श्रीनगर की धरती से मैं पूरी दुनिया के सामने यह सवाल उठाना चाहता हूं कि क्या ऐसे ग़ैर… pic.twitter.com/F9tbVznUbK — ANI_HindiNews (@AHindinews) May 15, 2025 ତେବେ ପାକିସ୍ତାନକୁ ପରୋକ୍ଷରେ ଭିକାରୀ କରି କଟାକ୍ଷ କରିଛନ୍ତି ରାଜନାଥ । କହିଛନ୍ତି, ପାକିସ୍ତାନ ଯେଉଁଠି ଛିଡା ହେବ ସେଠି ମାଗିବା ଲୋକଙ୍କ ଧାଡ଼ି ଆରମ୍ଭ ହେବ । ପାକିସ୍ତାନ ଆଇଏମଏଫ ପାଖରୁ ଋଣ ଆଣିଛି ହେଲେ ଭାରତ ଅନ୍ୟ ଦେଶକୁ ଫଣ୍ଡ ଦେଉଛି । ଶ୍ରୀନଗରରେ ଯବାନଙ୍କୁ ଭେଟିବା ସହ ପାକିସ୍ତାନର ଡ୍ରୋନ, ମିସାଇଲକ ଧ୍ବଂସାବଶେଷ ଦେଖିଛନ୍ତି ରାଜନାଥ । #WATCH श्रीनगर, जम्मू-कश्मीर: रक्षा मंत्री राजनाथ सिंह ने कहा, रही बात पाकिस्तान की, तो वह देश तो, मांगते-मांगते अपनी जहालत से एक ऐसी हालत में आ गया है, कि उसके बारे में यह भी कहा जा सकता है, कि पाकिस्तान जहां खड़ा होता है, वहीं से मांगने वालों की लाइन शुरू होती है। अभी आपने… pic.twitter.com/wzL519YDsE — ANI_HindiNews (@AHindinews) May 15, 2025 ଅପରେସନ ସିନ୍ଦୂରର ବଡ଼ ସଫଳତା ଏବଂ ଭାରତ-ପାକିସ୍ତାନ ଅସ୍ତ୍ରବିରତି ପରେ ଶ୍ରୀନଗର ଯାଇ ବୀର ଯବାନଙ୍କ ସାହସକୁ ସଲାମ୍ କରି ଯବାନଙ୍କ ମନୋବଳ ବଢାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ତାସହ ପାକ୍ ଉପରେ ପ୍ରହାର କରି ରାଜନାଥ କହିଲେ, ସେମାନେ ସେମାନେ ଆମ ମୁଣ୍ଡକୁ ମାରିଲେ, ଆମେ ସେମାନଙ୍କ ଛାତିକୁ ମାରିଲୁ । ସେମାନେ ଧର୍ମ ପଚାରି ମାରିଥିଲେ ଆମେ ସେମାନଙ୍କ କର୍ମ ଦେଖି ମାରିଲୁ । ଆତଙ୍କବାଦ ନେଇ ଭାରତ ସବୁବେଳେ କଠୋର । ଆମେ ପାକିସ୍ତାନରେ ପଶି ଆତଙ୍କବାଦୀଙ୍କୁ ମାରିଛୁ, ସେମାନଙ୍କ ଆଡ୍ଡା ଧ୍ବଂସ କରିଛୁ । ଆତଙ୍କୀ ଏବଂ ଆତଙ୍କବାଦର ନିପାତ ପାଇଁ ଆମେ ଯେକୌଣସି ସ୍ତରକୁ ବି ଯାଇପାରୁ । ଆତଙ୍କବାଦ ଏବଂ ଆଲୋଚନା ଏକାସାଙ୍ଗେ ହୋଇପାରିବନି ବୋଲି କହି ରାଜନାଥ ପାକିସ୍ତାନକୁ ଟାର୍ଗେଟ୍ କରିଛନ୍ତି । ଜାମ୍ମୁକାଶ୍ମୀରବାସୀଙ୍କୁ ଧନ୍ୟବାଦ ଦେଲେ ପ୍ରତିରକ୍ଷା ମନ୍ତ୍ରୀ । ସେମାନଙ୍କ ସାହସ ଓ ରାଗ ପାଇଁ ପାକିସ୍ତାନ ଆଜି ପାନେ ପାଇଛି , ଆତଙ୍କୀଙ୍କ ଆଡ୍ଡା ନଷ୍ଟ ହୋଇଛି । ତେବେ ଅପରେସନ ସିନ୍ଦୂର କେବଳ ନାଁ ନୁହେଁ ଏହା ଏକ ପ୍ରତିବଦ୍ଧତା। ଯେଉଁଥିରେ ଭାରତ ଦେଖାଇଛି ଯେ ଆମେ କେବଳ ସୁରକ୍ଷା ଦେଉନା ବରଂ ସମୟ ଆସିଲେ ଆମେ କଠିନ ନିଷ୍ପତ୍ତି ବି ନେଇପାରୁ । ଏହି ଅପରେସନ ପ୍ରତି ସୈନିକଙ୍କ ଆଖିରେ ଦେଖାଯାଇଥିବା ଏକ ସ୍ୱପ୍ନ ଥିଲା । ଯବାନଙ୍କ ସ୍ବପ୍ନ ଥିଲା- ଯେ, ଆମେ ଆତଙ୍କବାଦୀଙ୍କ ଆଡ୍ଡାରେ ପହଞ୍ଚିବୁ ଆଉ ମାରିବୁ... ସେମାନେ ଯେଉଁଠି ବି ଲୁଚିଥିଲେ ବି ଖୋଜି ଖୋଜି ମାରିବୁ... ଏବଂ ଶତ୍ରୁର ଛାତିକୁ ଚିରି, ଆତଙ୍କୀ ଆଡ୍ଡା ଧ୍ୱଂସ କରି ଆମ ମାଟିକୁ ଫେରିବୁ ...
ଭାରତ-ପାକ୍ ଉତ୍ତେଜନା ସମୟରେ ଚୀନର ନୂତନ ଚାଲ, ବଙ୍ଗୋପସାଗରରେ ନଜର ଆସିଲା ଡ୍ରାଗନର ଗୁଇନ୍ଦା ଜାହାଜ
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପରେ ଏବେ ଭାରତର ପୂର୍ବ ଦିଗରେ ଚୀନ ନୂତନ ଚାଲ୍ ଚଲାଇବା ଆରମ୍ଭ କରିଛି। ନିକଟରେ ଆସିଥିବା ଖବର ମୁତାବକ ଚୀନର ଏକ ଗୁଇନ୍ଦା ଜାହାଜ ସମୁଦ୍ରରେ ଭାରତ ଅଭିମୁଖେ ଆଗକୁ ବଢୁଛି। ଡ୍ରାଗନର ଏହି ସମୁଦ୍ରୀ ଗୁଇନ୍ଦା ଜାହାଜ ବର୍ତ୍ତମାନ ମଲକ୍କା ଷ୍ଟ୍ରେଟ୍ ଦେଇ ବଙ୍ଗୋପସାଗରରେ ପ୍ରବେଶ କରିବାକୁ ଯାଉଛି। ବିଗତ କିଛି ବର୍ଷରେ ଏହି କ୍ଷେତ୍ରରେ ଚୀନର ଏମିତି ଅନେକ ଜାହାଜ ଦେଖିବାକୁ ମିଳିଛି। ଏହି ଜାହାଜ ଗବେଷଣା ବାହାନାରେ ସୈନ୍ୟ ଅଭିଯାନ ପାଇଁ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଏକତ୍ର କରିବାକୁ ଉଦ୍ୟମ କରି ଆସିଛି। ଓପନ ସୋର୍ସ ଇଣ୍ଟେଲିଜେନ୍ସର ବିଶେଷଜ୍ଞ ଡେମିୟନ ସାଇମନ ବୁଧବାର ଏକ୍ସରେ ଲେଖିଛନ୍ତି, ଜାହାଜ ମଲକ୍କା ଷ୍ଟ୍ରେଟ୍ ଦେଇ ଶ୍ରୀଲଙ୍କାର ଦକ୍ଷିଣ ଦିଗରେ ଦେଖିବାକୁ ମିଳିଛି। ଏହି ଜାହାଜକୁ ୟାଙ୍ଗ ହାଓର ନାମ ଦିଆଯାଇଛି। ଚୀନ ଏହି ଜାହାଜକୁ ନିଜର ନୌସେନାରେ ୨୦୧୯ରେ ସାମିଲ କରିଥିଲା। ଏହାକୁ ଗବେଷଣା କ୍ଷେତ୍ରରେ ସବୁଠୁ ଉନ୍ନତ ଜାହାଜ ମଧ୍ୟରୁ ଏକ ବୋଲି କୁହାଯାଏ। ଚୀନ ଏହାକୁ ଫ୍ଲୋଟିଂ ଲ୍ୟାବର ନାଁ ଦେଇଛି। Also read : ଇତିହାସ ରଚିଲା ଭାରତୀୟ ବାୟୁସେନା, ହେଲା ବିଶ୍ୱର ତୃତୀୟ ସର୍ବ ବୃହତ୍ତ ଏୟାରଫୋର୍ସ ରିପୋର୍ଟ ଅନୁଯାୟୀ, ଏହି ଜାହାଜ ସମୁଦ୍ର ତଳର ନକ୍ସା ତିଆରି କରିବାରେ ସକ୍ଷମ। ଏହା ବାଦ୍ ଏହି ଜାହାଜ ମିସାଇଲକୁ ଟ୍ରାକ କରିବା ସହ ବୁଡ଼ାଜାହାଜର ରିଡିଙ୍ଗକୁ ମଧ୍ୟ ଧରିବାରେ ସକ୍ଷମ। ଚୀନ ଏହାକୁ ରିସର୍ଚ୍ଚ ସିପ୍ ବୋଲି କହିଥାଏ।ହେଲେ ଭାରତ ଓ ଦୁନିଆର ଅନେକ ଦେଶ ଏହା ବେଶ ଭଲ ଭାବେ ଜାଣିଛନ୍ତି ଯେ, ପ୍ରକୃତରେ ଏହା ଏକ ଗୁଇନ୍ଦା ଜାହାଜ। ଚୀନ ନୌସେନାରେ ଏମିତି ଆହୁରି ଚାରି ଜାହାଜ ରହିଛି। ଏଥିରୁ ତିନି ଅନ୍ୟ ଜାହାଜକୁ ଭାରତ ମହାସାଗର ଓ ବଙ୍ଗୋପସାଗର ଆଖପାଖରେ ଦେଖିବାକୁ ମିଳିଥାଏ। ଦ ହିନ୍ଦୁର ରିପୋର୍ଟ ଅନୁଯାୟୀ, ୨୦୨୪ରେ ଜିୟାଙ୍ଗ ୟାଙ୍ଗ ହୋଙ୍ଗ ୩ ଅନେକ ସପ୍ତାହ ପର୍ଯ୍ୟନ୍ତ ଏହି କ୍ଷେତ୍ରରେ ଅନେକ ପରୀକ୍ଷଣ କରିଛି। ଏହି ସମୟରେ ଗୁଇନ୍ଦା ଜାହାଜ ମାଳଦ୍ଵୀପର ରାଜଧାନୀ ମାଲେରେ ଦୁଇ ଥର ଅଟକି ଥିଲା। ଅନ୍ୟ ଜାହାଜ ଜିୟାଙ୍ଗ ୟାଙ୍ଗ ହୋଙ୍ଗ ୧କୁ ଭାରତର କ୍ଷେପଣାସ୍ତ୍ର ପରୀକ୍ଷଣର ଠିକ୍ ପୂର୍ବରୁ ଅନେକ ଦିନ ଧରି ବଙ୍ଗୋପ ସାଗରରେ ଦେଖିବାକୁ ମିଳିଥିଲା।
ଚହଲଙ୍କ ତଥାକଥିତ ପ୍ରେମିକା ମହାବେଶଙ୍କୁ ଲାଗିଲା କାହା ନଜର? ଅସୁସ୍ଥ ଥିବା ନେଇ ଦେଲେ ସୂଚନା
ମୁମ୍ବାଇ : ଆରଜେ ମହବେଶ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଯେବେଠାରୁ ମହବେଶଙ୍କ ନାମ ଲୋକପ୍ରିୟ କ୍ରିକେଟର ୟୁଜଭେନ୍ଦ୍ର ଚହଲଙ୍କ ସହ ଯୋଡା ହୋଇଛି, ସେବେଠାରୁ ସେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏବେ ମହବେଶ ନିଜ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚର୍ଚ୍ଚାରେ। ସେ ଏବେ ଅସୁସ୍ଥ ଥିବା ଜଣାଯାଇଛି। ସୋସିଆଲ ମିଡିଆରେ ସେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମହବେଶ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ତାଙ୍କ ଅସୁସ୍ଥତା ବିଷୟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି- ବନ୍ଧୁଗଣ, ମୋତେ ଡେଙ୍ଗୁ ହୋଇଛି। ଏହା ସହିତ ସେ ଏକ କାନ୍ଦିବା ଇମୋଜି ଦେଇ ଷ୍ଟୋରୀ ପୋଷ୍ଟ କରିଛନ୍ତି। ମହବେଶଙ୍କ ଅସୁସ୍ଥତା ବିଷୟରେ ଜାଣିବା ପରେ, ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି। ତେବେ ଚହଲ ଏବଂ ଲୋକପ୍ରିୟ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ଛାଡପତ୍ର ପୂର୍ବରୁ କ୍ରିକେଟରଙ୍କ ନାମ ମହବେଶଙ୍କ ସହ ଯୋଡା ଯିବା ଆରମ୍ଭ ହୋଇଥିଲା। ଛାଡପତ୍ର ପରେ ଉଭୟଙ୍କୁ ପ୍ରାୟତଃ ଏକାଠି ଦେଖିବାକୁ ମିଳୁଛି। ଦୁହେଁ ନିଜ ସମ୍ପର୍କକୁ ସ୍ବୀକାର କରିନଥିଲେ ବି ଖୁଲମ ଖୁଲା ପରସ୍ପରର ପ୍ରଶଂସା କରୁଛନ୍ତି। ମହବେଶଙ୍କ ପେସାଦାର ଜୀବନ ବିଷୟରେ କହିବାକୁ ଗଲେ ତାଙ୍କ ଅଭିନୀତ ୱେବ୍ ସିରିଜ୍ 'ପ୍ୟାର୍ ପଇସା ଔର ପ୍ରଫିଟ୍' ନିକଟରେ ରିଲିଜ୍ ହୋଇଛି। ମହବେଶ ଏହି ୱେବ୍ ସିରିଜ୍ର ବହୁତ ପ୍ରଚାର କରୁଥିବା ଦେଖାଯାଇଛି। ଏହି ୱେବ୍ ସିରିଜ୍ ପାଇଁ ଚହଲ ସୋସିଆଲ ମିଡିଆରେ ତାଙ୍କ ପାଇଁ ଏକ ପୋଷ୍ଟ ମଧ୍ୟ ସେୟାର କରିଥିଲେ, ଯେଉଁଥିରେ ସେ ଲେଖିଥିଲେ 'ମୁଁ ତୁମ ପାଇଁ ଗର୍ବିତ'। ଚହଲଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ମୁମ୍ବାଇ,୧୪ା୫: ବିରାଟ କୋହଲି କ୍ରିକେଟ୍ ଜଗତର ଏମିତି ଏକ ନାଁ, ଯାହା କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ବହୁ ଜଣାଶୁଣା। ସେ ଟେଷ୍ଟ କ୍ରିକେଟରୁ ଅବସର ନେବା ପରଠାରୁ, ପ୍ରଶଂସକଙ୍କ ମଧ୍ୟରେ ନିରାଶା ଭାବ ଦେଖାଦେଇଛି। କିନ୍ତୁ ବିରାଟ ଦିନିକିଆ ମ୍ୟାଚ୍ ଖେଳିବେ। ଟେଷ୍ଟ୍ କ୍ରିକେଟରୁ ଅବସର ନେବା ପରେ ବିରାଟ କୋହଲି ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହିତ ବୃନ୍ଦାବନର ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ପହଞ୍ଚିଥିଲେ। ଏଠାରେ ସେ ପ୍ରେମାନନ୍ଦ […]
ବଙ୍ଗୋପସାଗରରେ ଉଡ଼ିଲା ଡ୍ରୋନ୍, ଜଳପଥ ଦେଇ ଆସୁଥିବା ସନ୍ଦିଗ୍ଧଙ୍କ ଉପରେ ନଜର; Video
ଭୋଗରାଇ, ୧ ୩ l୫ ( ପ୍ରଦୀପ ଦାସ ): ଓଡିଶା ସୀମାନ୍ତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମିରେ ବୁଧୁବାର ସକାଳ ୧୦ ଟାରେ ପ୍ରତିରକ୍ଷା ବିଭାଗ ଓ ତାଳସାରୀ ମେରାଇନ ଥାନା ସହଯୋଗରେ ଏକ ବଡ଼ ଡ୍ରୋନ ଆକାଶମାର୍ଗକୁ ଛଡ଼ାଯାଇଛି । ଏହି ସାମରିକ ଡ୍ରୋନ୍ ବଙ୍ଗୋପସାଗରରେ ଜଳଯାନରେ ଆସୁଥିବା ସମସ୍ତ ସନ୍ଦିଗ୍ଧ ଅନୁପ୍ରବେଶକାରୀଙ୍କ ଗତିବିଧି ଉପରେ ନଜର ରଖିବ ବୋଲି ଡ୍ରୋନର ଅପରେଟର କହିଛନ୍ତି । ସୂଚନାନୁଯାୟୀ, ପାକିସ୍ତାନ ବିରୋଧରେ ଲାଗି […] The post ବଙ୍ଗୋପସାଗରରେ ଉଡ଼ିଲା ଡ୍ରୋନ୍, ଜଳପଥ ଦେଇ ଆସୁଥିବା ସନ୍ଦିଗ୍ଧଙ୍କ ଉପରେ ନଜର; Video appeared first on Dharitri Odia News .
ୟୁକ୍ରେନ ପରେ ଏବେ ଏହି ଦେଶ ଉପରେ ପୁଟିନଙ୍କ ନଜର: ଦଖଲ କରିବାକୁ ଷଡ଼ଯନ୍ତ୍ର, ସାଟେଲାଇଟ୍ ଚିତ୍ରରୁ ସତ୍ୟ ପ୍ରକାଶ
ମସ୍କୋ: ୟୁକ୍ରେନ ଉପରେ ଆକ୍ରମଣ ପରେ, ରୁଷିଆର କାର୍ଯ୍ୟକଳାପ ଏବେ ଏକ ନୂତନ ମୋର୍ଚ୍ଚା ଆଡ଼କୁ ଇଙ୍ଗିତ କରୁଛି। ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଛି ଯେ, ରୁଷିଆ ଫିନଲ୍ୟାଣ୍ଡ ସୀମା ନିକଟରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏକ ବଡ଼ ସାମରିକ ମୁତୟନ ଆରମ୍ଭ କରିଛି। ଯେତେବେଳେ ତୁର୍କୀରେ ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଏକ ସମ୍ଭାବ୍ୟ ବୈଠକ ବିଷୟରେ ଆଲୋଚନା ଚାଲିଛି। ଭ୍ଲାଦିମିର ପୁଟିନଙ୍କ ନୀରବ ପ୍ରସ୍ତୁତି ୟୁରୋପରେ ଗଭୀର ଚିନ୍ତାର କାରଣ ପାଲଟିଛି। ସ୍ୱିଡେନର ଜାତୀୟ ପ୍ରସାରକ ଏସଭିଟି ପ୍ଲାନେଟ୍ ଲ୍ୟାବ୍ସରୁ ଆସିଥିବା ସାଟେଲାଇଟ୍ ଚିତ୍ର ପ୍ରକାଶ ପାଇଛି ଯେ, ଚାରୋଟି ରୁଷିଆ ଘାଟି କାମେଙ୍କା, ପେଟ୍ରୋଜାଭୋଡସ୍କ, ସେଭେରୋମୋର୍ସ୍କ-୨ ଏବଂ ଓଲେନିଆରେ ସାମରିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। କାମେଙ୍କା ଫିନଲ୍ୟାଣ୍ଡ ସୀମାଠାରୁ ମାତ୍ର ୩୫ ମାଇଲ ଦୂରରେ ଅବସ୍ଥିତ। ଫେବ୍ରୁଆରି ମାସରୁ ଏହି ଅଞ୍ଚଳରେ ୧୩୦ ରୁ ଅଧିକ ସାମରିକ ତମ୍ବୁ ସ୍ଥାପନ କରାଯାଇଛି। ଏଠାରେ ପ୍ରାୟ ୨୦୦୦ ସୈନିକ ରହିପାରିବେ ବୋଲି ଅନୁମାନ କରାଯାଉଛି। ଫିନଲ୍ୟାଣ୍ଡ ସୀମାଠାରୁ ୧୦୯ ମାଇଲ ଦୂରରେ ପେଟ୍ରୋଜାଭୋଡସ୍କରେ, ତିନୋଟି ବଡ଼ ଷ୍ଟୋରେଜ୍ ହଲ୍ ନିର୍ମାଣ କରାଯାଇଛି, ଯେଉଁଠାରେ ୫୦-୫୦ଟି ସଶସ୍ତ୍ର ଯାନ ରଖାଯାଇପାରିବ। ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ଯେ, ସଶସ୍ତ୍ର ଯାନର ପ୍ରକୃତ ସଂଖ୍ୟାକୁ ଲୁଚାଇବା ପାଇଁ ଏହି ହଲ୍ ଗୁଡ଼ିକ ନିର୍ମାଣ କରାଯାଇଛି। ତୃତୀୟ ସ୍ଥାନରେ ସେଭେରୋମୋର୍ସ୍କ-୨ ଅଛି, ଯେଉଁଠାରେ ସାଟେଲାଇଟ୍ ଚିତ୍ରରେ ଅନେକ ହେଲିକପ୍ଟର ଦେଖାଯାଇଛି। ଏହି ଘାଟିକୁ ରୁଷିଆର ବାୟୁସେନା ଅଭିଯାନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଚତୁର୍ଥ ହେଉଛି ଓଲେନିଆ। ୟୁକ୍ରେନ ଅନୁଯାୟୀ, ଏହି ଘାଟିରୁ ୟୁକ୍ରେନ ଉପରେ ଅନେକ ଥର ଆକ୍ରମଣ କରାଯାଇଛି। ଏଠାରେ ମଧ୍ୟ ନୂତନ ଗତିବିଧି ଦେଖିବାକୁ ମିଳିଛି। ରୁଷିଆର ଏହି ପ୍ରସ୍ତୁତି ଏପରି ସମୟରେ ହେଉଛି ଯେତେବେଳେ ଫିନଲ୍ୟାଣ୍ଡ ଏବଂ ସ୍ୱିଡେନ ସମ୍ପ୍ରତି ନାଟୋର ଅଂଶ ହୋଇଛନ୍ତି। ୨୦୨୨ ମସିହାରେ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପରେ ଫିନଲ୍ୟାଣ୍ଡ ଏପ୍ରିଲ ୨୦୨୩ ମସିହାରେ ନାଟୋରେ ଯୋଗ ଦେଇଥିଲା। ଏହା ପରେ ସ୍ୱିଡେନ ମଧ୍ୟ ମାର୍ଚ୍ଚ ୨୦୨୪ ମସିହାରେ ନାଟୋର ଏକ ଅଂଶ ହୋଇଥିଲା। ରୁଷିଆ ଲଗାତାର ଭାବରେ ନାଟୋ ଉପରେ ଆକ୍ରମଣାତ୍ମକ ଆରୋପ ଲଗାଇଛି ଏବଂ ଆବଶ୍ୟକୀୟ ପଦକ୍ଷେପ ନେବ ବୋଲି କହିଛି। ଏବେ ଏହି ଚିତ୍ରଗୁଡ଼ିକ ସେହି ଚେତାବନୀକୁ ସତ୍ୟ ବୋଲି ପ୍ରମାଣିତ କରୁଥିବା ପରି ମନେ ହେଉଛି। ଅଧିକ ପଢ଼ନ୍ତୁ: ମୋଦୀ ଦେଲେ ନାରା: ଯବାନ କହିଲେ ଭାରତ ମାତା କି ଜୟ... ଆଦମପୁର ଏୟାର ବେସରେ ବାୟୁବୀରଙ୍କ ସହ ପ୍ରଧାନମନ୍ତ୍ରୀ ରୁଷିଆ ପୁଣି ଥରେ ୟୁକ୍ରେନ ଭଳି ପଦକ୍ଷେପ ନେବ କି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।ଏହି ସାଟେଲାଇଟ୍ ଚିତ୍ରଗୁଡ଼ିକ ୨୦୨୧ ମସିହାର ସ୍ମୃତିକୁ ଫେରାଇ ଆଣିଛି, ଯେତେବେଳେ ୟୁକ୍ରେନିଆନ୍ ସୀମାରେ ସମାନ କାର୍ଯ୍ୟକଳାପ ପରେ ୨୦୨୨ ମସିହାରେ ରୁଷିଆ ଆକ୍ରମଣ ହୋଇଥିଲା। ଫିନଲ୍ୟାଣ୍ଡର ପ୍ରତିରକ୍ଷା ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଭେସା ଭିର୍ତାନେନ୍ କହିଛନ୍ତି ଯେ, ରୁଷିଆ ନାଟୋର ଏକତାକୁ ପରୀକ୍ଷା କରୁଛି। ସ୍ୱିଡେନର ପ୍ରତିରକ୍ଷା ମୁଖ୍ୟ ମାଇକେଲ କ୍ଲେସନ ମଧ୍ୟ କହିଛନ୍ତି, ଆମେ ନାଟୋରେ ଯୋଗଦେବା ସମୟରେ ରୁଷିଆ କହିଥିଲା ଯେ, ଏହାର ଜବାବ ଦେବ, ଏବେ ତାହା ସତ୍ୟ ପ୍ରମାଣିତ ହେଉଛି। ଅଧିକ ପଢ଼ନ୍ତୁ: ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ: ଓଡ଼ିଶାରେ ପାସ୍ ହାର ୯୨.୬୪ ପ୍ରତିଶତ Russia | Finland | Ukraine
ସୀମାରେ ସୁରକ୍ଷା ପାଇଁ ନଜର ରଖିଥିଲା ୧୦ ସାଟେଲାଇଟ୍, ଶତ୍ରୁର ଗତିବିଧିକୁ କରୁଥିଲା ଅନୁଧ୍ୟାନ
ନୂଆଦିଲ୍ଲୀ: ସୀମାରେ ସୁରକ୍ଷା ପାଇଁ ନଜର ରଖିଥିଲା ୧୦ ସାଟେଲାଇଟ୍। ଶତ୍ରୁର ଗତିବିଧିକୁ ନେଇ କରୁଥିଲା ଅନୁଧ୍ୟାନ। ଏହା କହିଛନ୍ତି ଭାରତୀୟ ମହାକାଶ ଗବେଷଣା ସଂଗଠନ(ISRO)ର ମୁଖ୍ୟ ଭି ନାରାୟଣନ। ଦେଶର ସୁରକ୍ଷା ପାଇଁ ରଣନୈତିକ ଉଦ୍ଦେଶ୍ୟ ପାଇଁ ଇସ୍ରୋର ୧୦ଟି ଉପଗ୍ରହ ନିରନ୍ତର ନଜର ରଖୁଛି। ରବିବାର ଇମ୍ଫାଲର କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟରେ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରି ଭି ନାରାୟଣନ ଏହି ସୂଚନା ଦେଇଛନ୍ତି। ଇସ୍ରୋ ମୁଖ୍ୟ କହିଛନ୍ତି ଯେ 'ରଣନୈତିକ ଉଦ୍ଦେଶ୍ୟ ପୂରଣ କରିବା ଏବଂ ଦେଶବାସୀଙ୍କ ସୁରକ୍ଷା ପାଇଁ ଅତି କମରେ ୧୦ଟି ଉପଗ୍ରହ ୨୪ ଘଣ୍ଟା ନିରନ୍ତର କାର୍ଯ୍ୟ କରୁଛନ୍ତି।' ସେ କହିଛନ୍ତି, 'ଆପଣ ସମସ୍ତେ ଆମର ପଡ଼ୋଶୀମାନଙ୍କ ବିଷୟରେ ଜାଣନ୍ତି। ଏପରି ପରିସ୍ଥିତିରେ, ଦେଶର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆମକୁ ଉପଗ୍ରହର ସାହାଯ୍ୟ ନେବାକୁ ପଡିବ। ଆମେ ୭ ହଜାର କିଲୋମିଟର ଅଞ୍ଚଳ ପରିବ୍ୟାପ୍ତ କରୁଛୁ। ଏହା ସହିତ, ସମଗ୍ର ଉତ୍ତର-ପୂର୍ବାଞ୍ଚଳ ନିରନ୍ତର ନଜରରେ ରହିଛି ଏବଂ ଉପଗ୍ରହ ଏବଂ ଡ୍ରୋନର ସାହାଯ୍ୟ ବିନା, ଆମେ ଏହା ହାସଲ କରିପାରିବୁ ନାହିଁ। ଗତ ଏପ୍ରିଲ ୨୨ରେ ହୋଇଥିବା ପହଲଗାମ୍ ହମଲା ପରେ ପାକିସ୍ତାନ ଉପରେ କଡ଼ା ଆକ୍ସନ ନେଇଥିଲା ଭାରତ। ମେ ୭ରେ ପାକିସ୍ତାନ ଉପରେ ଭାରତ ଆକ୍ରମଣ କରିଥିଲା। ଆରମ୍ଭ କରିଥିଲା ଅପରେସନ ସିନ୍ଦୂର। ପାକିସ୍ତାନ ସୀମା ଭିତରକୁ ପ୍ରବେଶ କରି ଆତଙ୍କୀ ଆଡ୍ଡା ଧ୍ୱଂସ କରିବା ସହ ଏୟାରବେସ୍କୁ ନଷ୍ଟ କରିଦେଇଥିଲା।
ଟେଷ୍ଟ କ୍ରିକେଟ୍ରୁ ଅବସର ପରେ ଏୟାରପୋର୍ଟରେ ନଜର ଆସିଲେ ବିରୁଷ୍କା, ଭିଡିଓ ଭାଇରାଲ
ମୁମ୍ଵାଇ ୧୨।୦୫; ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଯାହା ବିଷୟରେ ସେ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି। ୧୪ ବର୍ଷର ଟେଷ୍ଟ କ୍ୟାରିୟରରୁ ଅବସର ନେବା ପରେ, ତାଙ୍କୁ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ତାଙ୍କ ଭିଡିଓକୁ ପାପାରାଜିମାନେ ସେୟାର କରିଛନ୍ତି। ଯାହା ଉପରେ ଲୋକମାନେ ପ୍ରବଳ ମନ୍ତବ୍ୟ ଦେଉଛନ୍ତି। ଅବସର ପରେ ବିମାନବନ୍ଦରରେ 'ବିରୁଷ୍କା' ବିରାଟ କୋହଲିଙ୍କ ଟେଷ୍ଟ ଅବସର ଖବର ତାଙ୍କ ପ୍ରଶଂସକଙ୍କ ସହିତ କ୍ରିକେଟ ପ୍ରେମୀଙ୍କୁ ମଧ୍ୟ ନିରାଶ କରିଛି। ବିରାଟ କୋହଲି ତାଙ୍କ ପତ୍ନୀଙ୍କ ସହିତ ବହୁତ ଖୁସି ଦେଖାଯାଉଥିଲେ। ଏହି ସମୟରେ, ଦୁହେଁ ପାପାରାଜିଙ୍କୁ ଦେଖି ହସିଥିଲେ । ବର୍ତ୍ତମାନ ଉଭୟ କେଉଁଠାକୁ ଯାଇଛନ୍ତି ସେ ବିଷୟରେ କୌଣସି ସୂଚନା ନାହିଁ। କିନ୍ତୁ ଲୋକମାନେ ବହୁତ ଭାବପ୍ରବଣ ହୋଇଗଲେଣି। ପାପାରାଜିଙ୍କ ଭିଡିଓ ଉପରେ ମନ୍ତବ୍ୟ ଦେଇ ସେ ଲେଖିଛନ୍ତି - ଦୁହେଁ ଦେଶ ଛାଡି ଚାଲିଯାଇଛନ୍ତି। କିନ୍ତୁ ଏଥିରେ କେତେ ସତ୍ୟତା ଅଛି, ତାହା ଦମ୍ପତିଙ୍କ ବ୍ୟତୀତ ଅନ୍ୟ କେହି ଜାଣି ନାହାଁନ୍ତି। View this post on Instagram A post shared by Instant Bollywood (@instantbollywood) ଏହା ବ୍ୟତୀତ ଅନୁଷ୍କା ଶର୍ମା ବହୁତ ଦିନ ଧରି ଫିଲ୍ମ ଜଗତରୁ ଦୂରରେ ଅଛନ୍ତି। ତେଣୁ ପ୍ରଶଂସକମାନେ ତାଙ୍କ କମ୍ବ୍ୟାକ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଅଭିନେତ୍ରୀଙ୍କର ଗୋଟିଏ ଫିଲ୍ମ ପ୍ରସ୍ତୁତ ଅଛି । ତାହା ହେଉଛି - ଚକଦା ଏକ୍ସପ୍ରେସ। କିନ୍ତୁ ଏହାର ରିଲିଜ୍ ସମ୍ପର୍କରେ କୌଣସି ଅପଡେଟ୍ ଆସିନାହିଁ।
ଆଜି ରାତି ୮ଟାରେ ରାଷ୍ଟ୍ରକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ, କଣ କହିବେ ମୋଦୀ ? ସାରା ବିଶ୍ବର ରହିଛି ନଜର...
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଯୁଦ୍ଧବିରତି ପରେ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର । ରାତି ୮ଟାରେ ସମ୍ବୋଧନ କରିବେ ମୋଦୀ । ଆଜି ରାତି ୮ଟାରେ ଦେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତ-ପାକିସ୍ତାନ ଯୁଦ୍ଧବିରତି ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସମ୍ବୋଧନ । ତେବେ ଅପରେସନ ସିନ୍ଦୂର ନେଇ ବଡ଼ ବୟାନ ସହ ନୂଆ କିଛି କଥା କିମ୍ବା ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି । Prime Minister Narendra Modi will address the nation at around 8 PM today. pic.twitter.com/NobQiY66Nh — ANI (@ANI) May 12, 2025 ସେପଟେ ଅସ୍ତ୍ରବିରତି ପରେ ଭାରତ ପକ୍ଷରୁ ପିଓକେ ସମ୍ପର୍କରେ ଏକ ବଡ଼ ବୟାନ ଦିଆଯାଇଥିଲା । ଭାରତ କହିଥିଲା ଯେ କାଶ୍ମୀର ଉପରେ ଦେଶର ସ୍ଥିତି ବହୁତ ସ୍ପଷ୍ଟ। ଏବେ କେବଳ ଗୋଟିଏ ପ୍ରସଙ୍ଗ ବାକି ଅଛି। ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଫେରସ୍ତ, ଏହା ବ୍ୟତୀତ ଆଉ କିଛି ନାହିଁ। ଯଦି ସେମାନେ ଆତଙ୍କବାଦୀମାନଙ୍କୁ ହସ୍ତାନ୍ତର କରିବା ବିଷୟରେ କଥା ହୁଅନ୍ତି, ତେବେ ଆମେ କଥାବାର୍ତ୍ତା କରିପାରିବା। ଆମେ ଅନ୍ୟ କୌଣସି ବିଷୟରେ କଥା ହେବାକୁ ଚାହୁଁନାହୁଁ । ଆମେ କେହି ମଧ୍ୟସ୍ଥତା କରନ୍ତୁ ବୋଲି ଚାହୁଁନାହୁଁ, ଆମକୁ କାହାର ମଧ୍ୟସ୍ଥତାର ଆବଶ୍ୟକତା ନାହିଁ।
ଇସ୍ରୋ ଅଧ୍ୟକ୍ଷଙ୍କ ବଡ଼ ସୂଚନା: ଶତ୍ରୁଙ୍କ ଉପରେ ନଜର ରଖିଛି ୧୦ ସାଟେଲାଇଟ୍
ମଣିପୁର,୧୨।୫: ମଣିପୁର ଇମ୍ଫାଲରେ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ ଯୋଗଦେଇ ବଡ଼ ଦେଶବାସୀଙ୍କୁ ବଡ଼ ସୂଚନା ଦେଇଛନ୍ତି। ଇସ୍ରୋ ଭାରତର ସ୍ଥଳ ସୀମା ଏବଂ ଜଳ ସୀମା ଉପରେ ୨୪ ଘଣ୍ଟିଆ ନଜର ରଖିଥିବା ଇସ୍ରୋ ଅଧ୍ୟକ୍ଷ ପ୍ରକାଶ କରିଛନ୍ତି। ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ କହିଛନ୍ତି ଯେ, ଭାରତର ସ୍ଥଳ ଓ ଜଳ ସୀମା ଉପରେ ଇସ୍ରୋର ୧୦ଟି ସାଟେଲାଇଟ ୨୪ ଘଣ୍ଟିଆ ନଜର ରଖିଛି । […] The post ଇସ୍ରୋ ଅଧ୍ୟକ୍ଷଙ୍କ ବଡ଼ ସୂଚନା: ଶତ୍ରୁଙ୍କ ଉପରେ ନଜର ରଖିଛି ୧୦ ସାଟେଲାଇଟ୍ appeared first on Dharitri Odia News .
ବିନାୟକ ଦାମୋଦର ସାବରକରଙ୍କୁ ଗାନ୍ଧୀହତ୍ୟାରେ ଅଭିଯୁକ୍ତ କରିବା ପର ରାଜନୀତି
ମୁଁ ଡ୍ରାଇଭର ନିକଟରେ ବସିଥିଲି । ଅନ୍ୟ ତିନିଜଣ ପଛ ସିଟରେ ବସିଥିଲେ । ସେମାନେ ମରାଠୀ, ଇଂରେଜୀ ଉଭୟ ଭାଷାରେ କଥାବାର୍ତ୍ତା ହେଉଥିଲେ । ମୋତେ ସେମାନଙ୍କ କଥନ ନା ସ୍ପଷ୍ଟ ଶୁଣାଯାଉଥିଲା ନା ମୁଁ କିଛି ବୁଝିପାରୁଥିଲି । The post ବିନାୟକ ଦାମୋଦର ସାବରକରଙ୍କୁ ଗାନ୍ଧୀହତ୍ୟାରେ ଅଭିଯୁକ୍ତ କରିବା ପର ରାଜନୀତି appeared first on ଆମେ ଓଡ଼ିଆ .
ଅନ୍ତର୍ଜାତୀୟ ଶ୍ରମିକ ଦିବସ, ୨୦୨୫ ପାଳନର ମହତ୍ତ୍ୱ
୧୮୮୯ ମସିହାରେ ମଇ ମାସ ଏକ ତାରିଖ ବା ମଇ ଦିବସକୁ ଶ୍ରମିକ ଦିବସ ଭାବରେ ନାମିତ କରାଗଲା, ହେମାର୍କେଟ୍ ଘଟଣାର ଦୁଖଦ ସ୍ମୃତିରେ The post ଅନ୍ତର୍ଜାତୀୟ ଶ୍ରମିକ ଦିବସ, ୨୦୨୫ ପାଳନର ମହତ୍ତ୍ୱ appeared first on ଆମେ ଓଡ଼ିଆ .
ଯେଉଁମାନେ ଗତକାଲି ଆମକୁ ଚାବୁକରେ ପିଟୁଥିଲେ, ଆଜି ଆମେ ସେମାନଙ୍କ ପରି ହେବାକୁ ଚାହୁଁଥିଲୁ । The post ସାହେବ ଯିଏ କେବେ ବି ଛାଡ଼ି ଗଲେନି appeared first on ଆମେ ଓଡ଼ିଆ .
ସୁନିୟନ୍ତ୍ରିତ ଜୀବନଧାରଣ ଓ ଆଧ୍ୟାତ୍ମିକତା
ଅର୍ଥାତ୍ ନୋଥ ପାଇଁ ଏତେ ଚିନ୍ତନ, ନୋଥ ଦେଇଥିବା ଲୋକଙ୍କୁ ଏତେ କୃତଜ୍ଞତା ! ଅଥଚ ନୋଥ ପିନ୍ଧିବା ପାଇଁ ନାକଟିକୁ ଦେଇଥିବା ସ୍ରଷ୍ଟାଙ୍କ ଚିନ୍ତନ ପାଇଁ ସମୟ ନାହିଁ ! The post ସୁନିୟନ୍ତ୍ରିତ ଜୀବନଧାରଣ ଓ ଆଧ୍ୟାତ୍ମିକତା appeared first on ଆମେ ଓଡ଼ିଆ .
ପ୍ରକୃତିର ରୋଷରେ ପୃଥିବୀ ଅଧା ଧ୍ୱଂସ ହେଲେ ବି ଏମାନେ ବଦଳିବେନି ନା କମିବ ଏମାନଙ୍କ ଔଦ୍ଧତ୍ୟ The post ହେ ଅର୍ଜୁନ! ସଖା ଆଉ ଆସିବେନି ! appeared first on ଆମେ ଓଡ଼ିଆ .
ନଉକା ନାୟିକା ହେଲେ ସବୁ ହେବ ଛାରଖାର ନଉକା ନାୟିକା ହେଲେ ନାଉରିଆ ହାରିବ The post ନଉକା ନାୟିକା appeared first on ଆମେ ଓଡ଼ିଆ .
ଭାରତ-ବାଂଲାଦେଶ ସୀମା ଉପରେ ନଜର ରଖାଯାଇଛି, କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜି ନାହିଁ: ଆସାମ ମୁଖ୍ୟମନ୍ତ୍ରୀ
ଗୌହାଟି: ଆସାମରେ ଭାରତ-ବାଂଲାଦେଶ ସୀମା ଉପରେ ସକ୍ରିୟ ଭାବରେ ନଜର ରଖାଯାଇଛି ଏବଂ ଗତ ୧୦ ଦିନ ମଧ୍ୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପ୍ରକାଶ କରିଛନ୍ତି। ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ୱଶର୍ମା କହିଛନ୍ତି ଯେ ଭାରତ-ବାଂଲାଦେଶ ସୀମାରେ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। ଗତ ୧୦ ଦିନ ମଧ୍ୟରେ ଆମେ ସୀମାରେ କୌଣସି ଅପ୍ରୀତିକର କାର୍ଯ୍ୟକଳାପ ଦେଖାଯାଇନାହିଁ। ସୀମାପାର ଅନୁପ୍ରବେଶ ଏହି ଅଞ୍ଚଳରେ ଏକ […]
ଡ୍ରୋନ୍ ଉପରେ କଡ଼ା ନଜର ରଖିବାକୁ ପୁଲିସକୁ ନିର୍ଦ୍ଦେଶ ଦେଲେ ଓଡ଼ିଶା ସରକାର
ଭୁବନେଶ୍ବର: ଡ୍ରୋନ୍ ଉପରେ କଡ଼ା ନଜର ରଖିବାକୁ ଓଡ଼ିଶା ସରକାର ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଅଣପଞ୍ଜୀକୃତ ଡ୍ରୋନ୍ ରଖିଥିବା ଅପରେଟରଙ୍କୁ ଜେରା କରାଯିବ। ଏନେଇ ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସମ୍ଭାବ୍ୟ ସ୍ଥିତିକୁ ନେଇ ସମ୍ବେଦନଶୀଳ ସ୍ଥାନ ଉପରେ କଡ଼ା ନଜର ରଖିବାକୁ ବି କୁହାଯାଇଛି। ଡ୍ରୋନ୍ ଉପରେ କଡ଼ା ନଜର ରଖିବାକୁ ଓଡ଼ିଶା ସରକାର ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଅଣପଞ୍ଜୀକୃତ ଡ୍ରୋନ୍ ରଖିଥିବା ଅପରେଟରଙ୍କୁ ଜେରା କରାଯିବ। ଏନେଇ ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସମ୍ଭାବ୍ୟ ସ୍ଥିତିକୁ ନେଇ ସମ୍ବେଦନଶୀଳ ସ୍ଥାନ ଉପରେ କଡ଼ା ନଜର ରଖିବାକୁ ବି କୁହାଯାଇଛି। ଏଣେ କାଶ୍ମୀରରୁ ୩ ଓ ଉତ୍ତରାଖଣ୍ଡରୁ ୧୫ ଛାତ୍ରଛାତ୍ରୀ ଫେରିଥିବା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। କାଶ୍ମୀରରୁ ୩ ଛାତ୍ରଛାତ୍ରୀ ବାଲେଶ୍ବର ଫେରିଛନ୍ତି। ଭାରତ-ପାକ୍ ଯୁଦ୍ଧ ଭଳି ସ୍ଥିତି ଯୋଗୁ ସେମାନେ ଫେରିଛନ୍ତି। ଏଣେ କାଶ୍ମୀରରୁ ୩ ଓ ଉତ୍ତରାଖଣ୍ଡରୁ ୧୫ ଛାତ୍ରଛାତ୍ରୀ ଫେରିଥିବା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। କାଶ୍ମୀରରୁ ୩ ଛାତ୍ରଛାତ୍ରୀ ବାଲେଶ୍ବର ଫେରିଛନ୍ତି। ଭାରତ-ପାକ୍ ଯୁଦ୍ଧ ଭଳି ସ୍ଥିତି ଯୋଗୁ ସେମାନେ ଫେରିଛନ୍ତି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, କେନ୍ଦ୍ର ସରକାର ଆତଙ୍କବାଦ ବିରୁଦ୍ଧରେ ନିର୍ଣ୍ଣାୟକ ଲଢେଇ ଲଢୁଛନ୍ତି | କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ସତର୍କତା ମୂଳକ ପଦକ୍ଷେପ ନେଉଛନ୍ତି | ଓଡ଼ିଶାରେ ବିଚଳିତ ହେବା ଭଳି ସ୍ଥିତି ନାଇଁ | ବଡ଼ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି | ଆବଶ୍ୟକତାକୁ ଦୃଷ୍ଟିରେ ଆଗାମୀ ଦିନରେ ଅନ୍ୟ ଅଧିକାରୀଙ୍କ ଉପରେ ଲାଗୁ ହେବ।ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବଢ଼ାଇ ଦିଆଯାଇଛି | ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି, ହୀରାକୁଦ, ବଲାଙ୍ଗୀର ଗୋଳାବାରୁଦ କାରଖାନା , ପୁରୀ ଉପରେ ସ୍ଵତନ୍ତ୍ର ନଜର | ହୀରାକୁଦକୁ ଯାତାୟତ ଉପରେ ସଂପୂର୍ଣ୍ଣ ନିଷେଧ କରାଯାଇଛି | ଯେଉଁ କେନ୍ଦ୍ରୀୟ ଅନୁଷ୍ଠାନଗୁଡ଼ିକ ଆତଙ୍କବାଦ ଟାର୍ଗେଟରେ ରହିପାରେ, ସେଗୁଡ଼ିକର ସୁରକ୍ଷା ବଢାଇ ଦିଆଯାଇଛି। ପୂର୍ବରୁ ଯେଉଁମାନେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିଲେ, ସେମାନଙ୍କ ଉପରେ ନଜର ରଖାଯାଇଛି | ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ପ୍ରତିଷେଧମୂଳକ ପଦକ୍ଷେପ ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ପୁରୀ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ମଧ୍ୟ ସୁରକ୍ଷା ଭିତରେ ଅଛି | ବଲାଙ୍ଗୀର, କୋରାପୁଟ ଆଦି ସ୍ଥାନରେ ଥିବା ଗୋଳାବାରୁଦ କାରଖାନାରେ ବି ସୁରକ୍ଷା ବଢ଼ାଇଦିଆଯାଇଛି। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ଭାରତୀୟ ନୌସେନା ପଇଁତରା ମାରୁଛି।କିଛି ଅଞ୍ଚଳରେ ଡ୍ରୋନ ନ ଉଡ଼ାଇବା ପାଇଁ ନୋ ଫ୍ଲାଇଂ ଜୋନ ମଧ୍ୟ ଘୋଷଣା କରାଯାଇଛି।କେନ୍ଦ୍ର ସରକାରଙ୍କ ପକ୍ଷରୁ ଯାହା ନିର୍ଦ୍ଦେଶ ଆସୁଛି, ତାହାକୁ କାର୍ଯକାରୀ କରାଯାଉଛି।
ବଢୁଥିବା ଉତ୍ତେଜନାକୁ ନଜରରେ ରଖି ସ୍ଥଗିତ ରହିଲା ଆଇପିଏଲ
ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗୁରୁବାର ରାତିରେ, ମେ ୮ ରାତିରେ, ଆଇପିଏଲ ୨୦୨୫ର ପଞ୍ଜାବ କିଙ୍ଗସ୍ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ ବାତିଲ କରିବାକୁ ପଡିଥିଲା । ଗୋଟିଏ ମ୍ୟାଚ୍ ପୂର୍ବରୁ ଧର୍ମଶାଳାରୁ ସ୍ଥାନାନ୍ତରିତ ହୋଇସାରିଛି ଏବଂ ଏବେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଅର୍ଥାତ୍ ବିସିସିଆଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲିଗ୍ ସ୍ଥଗିତ ରଖିଛି। ବାସ୍ତବରେ ଗତକାଲି ହିମାଚଳପ୍ରଦେଶର ଧର୍ମଶାଳାଠାରେ ଖେଳାଯାଉଥିବା ପଞ୍ଜାବ କିଙ୍ଗ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍କୁ ୧୦.୧ ଓଭର ପରେ ବନ୍ଦ କରିଦିଆଯାଇଥିଲା । ହଠାତ୍ ୩ଟି ଫ୍ଲଡ୍ଲାଇଟ୍ ଲିଭିଯିବାରୁ ଖେଳ ଅଟକି ଯାଇଥିଲା। ୧୧ ମିନିଟ୍ ପରେ ଏହାକୁ ବାତିଲ ଘୋଷଣା କରିଦିଆଯାଇଥିଲା। ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି କାରଣରୁ ଏଚ୍ପିସିଏ ଷ୍ଟାଡିୟମ୍ରୁ ତୁରନ୍ତ ଦର୍ଶକଙ୍କୁ ହଟାଯାଇଥିଲା। ଏବେ ଆଇପିଏଲର ସ୍ଥଗିତ ହେବାର ଖବର ମଧ୍ୟ ଆସିଛି। ବିସିସିଆଇ ଅଧିକାରୀ କହିଛନ୍ତି ଯେ ଦେଶରେ ଯୁଦ୍ଧ ଚାଲିଥିବା ସମୟରେ କ୍ରିକେଟ୍ କିପରି ଚାଲିପାରିବ। ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଆଇପିଏଲକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ତଥାପି, ଭାରତର ଇଂଲଣ୍ଡ ଗସ୍ତ ପରେ, ପ୍ଲେଅଫ୍ ମ୍ୟାଚ୍ ଏବଂ ଡଜନେ ଲିଗ୍ ମ୍ୟାଚ୍ ସମେତ ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ମ୍ୟାଚ୍ ଖେଳାଯାଇପାରିବ। ଭାରତୀୟ ଦଳ ଜୁନ୍ ୬ ତାରିଖରେ ଇଂଲଣ୍ଡ ଗସ୍ତ ପାଇଁ ଯିବାର କାର୍ଯ୍ୟକ୍ରମ ରହିଛି। ବାସ୍ତବରେ ଆଇପିଏଲ ଲିଗ୍ ମେ ୨୫ ତାରିଖରେ କୋଲକାତାରେ ଶେଷ ହେବାର ଥିଲା। ଆଇପିଏଲ୍ ୨୦୨୫ ସ୍ଥଗିତ କରାଯାଉଛି। ବିସିସିଆଇ ଖୁବ୍ ଶୀଘ୍ର ଏ ସମ୍ପର୍କରେ ଏକ ଆନୁଷ୍ଠାନିକ ଘୋଷଣା କରିବ। ଆଇପିଏଲ୍ ୨୦୨୫ର ଲିଗ୍ ପର୍ଯ୍ୟାୟର ଶେଷ ପର୍ଯ୍ୟାୟ ଚାଲିଥିଲା। ବିସିସିଆଇ ସୂତ୍ର କହିଛି ଯେ ଦେଶରେ ଯୁଦ୍ଧ ଭଳି ପରିସ୍ଥିତି ରହିଛି। ଏପରି ପରିସ୍ଥିତିରେ ଲିଗ୍ ସ୍ଥଗିତ କରାଯାଉଛି।
IPL ମ୍ୟାଚ୍ ଉପରେ ପାକିସ୍ତାନର ନଜର, ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ବମରେ ଉଡ଼ାଇଦେବାକୁ ଆସିଲା ଧମକ
ନୂଆଦିଲ୍ଲୀ: ଭାରତୀୟ ସେନା ବିଗୁଲ ବଜାଇ ସାରିଛି। ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଇଛି। ସେମାନେ ୨୬ ଜଣଙ୍କ ଜୀବନ ନେଇଥିଲେ, ଆମେ ଆତଙ୍କବାଦୀଙ୍କ ପରିବାର ନିପାତ କରିଦେଲୁ। ତେଣୁ ଏବେ ଔଷଧ ବିକଳରେ ତାଟିଆ କାମୁଡୁଛି ପାକିସ୍ତାନ। ସେଥିପାଇଁ ତ ଆଉ କୌଣସି ବାଟ ନପାଇ IPL ମ୍ୟାଚ୍ ଉପରେ ଆଖି ପକାଇଲା। ଆଉ ଆଇପିଏଲ୍ ୨୦୨୫ ଚାଲିଥିବା ବେଳେ ପାକିସ୍ତାନ ତରଫରୁ ଅହମ୍ମଦାବାଦରେ ଥିବା ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମକୁ ବୋମାରେ ଉଡ଼ାଇ ଦେବା […]
୨୦୦ରୁ ଅଧିକ ବିମାନ ଉଡାଣ ବାତିଲ, ୧୮ ଏୟାରପୋର୍ଟ ବନ୍ଦ: ଅପରେସନ ପରେ ଆକାଶପଥ ଉପରେ ନଜର
ନୂଆଦିଲ୍ଲୀ: ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ରାତି ଅଧରେ ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଏକ ବଡ଼ ଆକ୍ରମଣ କରି ସେଗୁଡ଼ିକୁ ଧ୍ୱଂସ କରିଦେଇଥିଲା। 'ଅପରେସନ୍ ସିନ୍ଦୂର' ପରେ ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି। ଉତ୍ତର ଏବଂ ପଶ୍ଚିମ ଭାରତର ଅତି କମରେ ୧୮ଟି ବିମାନବନ୍ଦରକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି। ଏହି ବନ୍ଦ ବିମାନବନ୍ଦରଗୁଡ଼ିକରେ ଶ୍ରୀନଗର, ଜମ୍ମୁ, ଲେହ, ଅମୃତସର, ପଠାନକୋଟ, ଚଣ୍ଡିଗଡ଼, ଯୋଧପୁର, ଜୈସଲମେର, ଶିମଲା, ଧରମଶାଲା ଏବଂ ଜାମନଗର ରହିଛି। ହମ୍ଲା ପରେ ବିମାନ ଚଳାଚଳ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ବିମାନ ବାତିଲ କରାଯାଇଛି। କେବଳ ଇଣ୍ଡିଗୋ ପ୍ରାୟ ୧୬୦ଟି ବିମାନ ବାତିଲ କରିଛି। ଦିଲ୍ଲୀ ବିମାନବନ୍ଦରରୁ ୩୫ରୁ ଅଧିକ ବିମାନ ମଧ୍ୟ ବାତିଲ କରାଯାଇଛି। ଉଡ଼ାଣ ବାତିଲ ହେବା ପରେ, ଅନେକ ଏୟାରଲାଇନ୍ସ ବିବୃତ୍ତି ଜାରି କରିଥିଲେ। ଏୟାର ଇଣ୍ଡିଆ ସୋସିଆଲ ମିଡିଆରେ ଲେଖିଛି ଯେ ଏୟାର ଇଣ୍ଡିଆ ମେ ୧୦ ସକାଳ ୫:୨୯ ପର୍ଯ୍ୟନ୍ତ ଜମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମୃତସର, ଭୁଜ, ଜାମନଗର, ଚଣ୍ଡିଗଡ଼ ଏବଂ ରାଜକୋଟକୁ ଉଡ଼ାଣ ବାତିଲ କରିଛି। ଟିକେଟ ବାତିଲ କିମ୍ବା ପୁନଃନିର୍ଦ୍ଧାରିତ କରିବା ପାଇଁ ଯାତ୍ରୀମାନଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ। ସ୍ପାଇସଜେଟ୍ ତାର ବିବୃତ୍ତି ଜାରି କରି କହିଛି ଯେ ଇଣ୍ଡିଗୋ, ଆକାସା ଏୟାର ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ମଧ୍ୟ ଅନେକ ଉଡ଼ାଣ ବାତିଲ କରିଛନ୍ତି ଏବଂ କହିଛନ୍ତି ଯେ ଯାତ୍ରୀମାନଙ୍କୁ ପୂର୍ଣ୍ଣ ଫେରସ୍ତ କିମ୍ବା ବିକଳ୍ପ ଉଡ଼ାଣର ବିକଳ୍ପ ଦିଆଯିବ। ଯେତେବେଳେ ପାକିସ୍ତାନୀ ଏୟାରସ୍ପେସ୍ ବନ୍ଦ ହେବା ଯୋଗୁଁ କତାର ଏୟାରୱେଜ୍ ଅସ୍ଥାୟୀ ଭାବରେ ପାକିସ୍ତାନକୁ ଉଡ଼ାଣ ବନ୍ଦ କରିଦେଇଛି। ୨୫ ମିନିଟର ଅପରେସନରେ ୨୪ଟି କ୍ଷେପଣାସ୍ତ୍ର ବ୍ୟବହାର କରି ନଅଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରାଯାଇଥିଲା। ଏହି ନଅଟି ସ୍ଥାନ ମଧ୍ୟରୁ ପାଞ୍ଚଟି ପାକ୍ ଅଧିକୃତ କାଶ୍ମୀରରେ ଥିବା ବେଳେ ଚାରିଟି ପାକିସ୍ତାନରେ ଥିଲା। ଏହି ଆଡ୍ଡାଗୁଡ଼ିକରେ ଆତଙ୍କବାଦୀମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ସେମାନଙ୍କୁ ତାଲିମ ଦିଆଯାଇଥିଲା।
ଅପରେସନ୍ ସିନ୍ଦୂରକୁ ନେଇ କ'ଣ ରହିଛି ଆମେରିକାର ବିଚାର । ଏନଏସଏ ମାର୍କୋ ରୁବିୟୋ କହିଲେ, ରଖିଛୁ ନଜର
କନକ ବ୍ୟୁରୋ : ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେବାକୁ ଭାରତୀୟ ସେନା ଅପରେସନ୍ ସିନ୍ଦୂର ଆରମ୍ଭ କରିଛି । ଏହି ଅପରେସନରେ ଭାରତୀୟ ସେନା ପାକିସ୍ତାନ ଅଧିକୃତ କାଶ୍ମୀରରେ ପଶି ୯ଟି ଆତଙ୍କବାଦୀ ଠିକଣାକୁ ମାଟିରେ ମିଶାଇ ଦେଇଛି । ଭାରତର ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ସାରା ବିଶ୍ୱର ନେତାମାନେ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଏହି କ୍ରମରେ ଭାରତୀୟ ଜାତୀୟ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଅଜିତ୍ ଡୋଭାଲ ଆମେରିକା ଜାତୀୟ ସୁରକ୍ଷା ପରିଷଦର ଅଧ୍ୟକ୍ଷ ମାର୍କୋ ରୁବିୟୋ ସହ କଥା ହୋଇଛନ୍ତି । ଅପରେସନ ସିନ୍ଦୂରକୁ ନେଇ ଆମେରିକା ବୈଦେଶିକ ମନ୍ତ୍ରୀ ତଥା ଜାତୀୟ ସୁରକ୍ଷା ପରିଷଦ ଅଧ୍ୟକ୍ଷ ମାର୍କୋ ରୁବିୟୋ କହିଛନ୍ତି କି, ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଉପରେ ଆମେରିକା ତୀକ୍ଷ୍ଣ ନଜର ରଖିଛି । ଆଶା କରାଯାଉଛି ଏହି ବିବାଦ ଖୁବଶୀଘ୍ର ସମାପ୍ତ ହୋଇଯିବ । ଅଜିତ୍ ଡୋଭାଲ ମାର୍କୋ ରୁବିୟୋଙ୍କୁ ଭାରତ ତରଫରୁ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ନେଇ ସମସ୍ତ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଏପ୍ରିଲ ୩୦ ତାରିଖରେ ମାର୍କୋ ରୁବିୟୋ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଂକରଙ୍କୁ ପାକିସ୍ତାନ ସହ ବିବାଦ କମ କରିବାକୁ ପରାମର୍ଶ ଦେଇଥିଲେ । ଏହାସହ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କୁ ପହଲଗାମ ଆକ୍ରମଣକୁ ନିନ୍ଦା କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ ।
Operation Sindoor: ରାତି ସାରା ‘ଅପରେସନ ସିନ୍ଦୂର’ ଉପରେ ନଜର ରଖିଥିଲେ ମୋଦି
ନୂଆଦିଲ୍ଲୀ,୭।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନରେ ପ୍ରବେଶ କରି ଏୟାର ଷ୍ଟ୍ରାଇକ କରିଛି। ଏହି ଆକ୍ରମଣର ନାଁ ଦିଆଯାଇଛି ‘ଅପରେସନ ସିନ୍ଦୂର’। ଏହି ମିଶନରେ ପ୍ରଧାନମନ୍ତ୍ରୀ ମୋଦି ରାତିସାରା ନଜର ରଖିଥିଲେ। ପହଲଗାମ ହତ୍ୟାକାଣ୍ଡର ପ୍ରତିଶୋଧ ନେବା ପାଇଁ ସୁରକ୍ଷା ବାହିନୀ ମଙ୍ଗଳବାର ବିଳମ୍ବିତ ରାତିରେ ପାକିସ୍ତାନ ଏବଂ ପିଓକେରେ ନଅଟି ଆତଙ୍କବାଦୀ ଶିବିର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲେ। ଏଥିରେ ଜୈଶ-ଏ-ମହମ୍ମଦର ଆଡ୍ଡାଗୁଡ଼ିକୁ ଧ୍ୱଂସ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ନିଶ୍ଚିତ କରିଛି ଯେ […] The post Operation Sindoor: ରାତି ସାରା ‘ଅପରେସନ ସିନ୍ଦୂର’ ଉପରେ ନଜର ରଖିଥିଲେ ମୋଦି appeared first on Dharitri Odia News .
ଆଖୁରସ ପିଇବା ପସନ୍ଦ କି? ଥରେ ନଜର ପକାନ୍ତୁ ଏହି ଭିଡିଓରେ..
ନୂଆଦିଲ୍ଲୀ : ଖରାଦିନରେ ଅଧିକାଂଶ ଲୋକେ ଥଣ୍ଡା ପାନୀୟ ସହ ଆଖୁରସ ପିଇବାକୁ ବେଶ୍ ପସନ୍ଦ କରି ଥାନ୍ତି । ମାତ୍ର ନିକଟରେ ଆଖୁରସ ସହ ଜଡିତ ଏପରି ଏକ ଭିଡିଓ ଭାଇରାଲ୍ ହେଉଛି, ଯାହାକୁ ଦେଖିବା ପରେ ଆଶ୍ଚର୍ଯ୍ୟଚକିତ ହୋଇଯିବେ। ଏହାସହ ଆଖୁରସ ପିଇବା ପୂର୍ବରୁ ବାରମ୍ବାର ମନରେ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଆସିବ । ଭାଇରାଲ୍ ଭିଡିଓରେ ଦେଖିପାରିବେ ଜଣେ ଦୋକାନୀ, ରାସ୍ତା କଡରେ ଆଖୁକୁ ସଫା ପାଣି ବଦଳରେ ଖୋଲା ନଳାର ଅପରିଷ୍କାର […]
କେବଳ କଳ୍କୀ-୨ ନୁହେଁ ପ୍ରଭାସଙ୍କ ସହ ଏହି ଫିଲ୍ମରେ ନଜର ଆସିବେ ଦୀପିକା
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ମାଆ ହେବା ପରେ ପୁଣି ଥରେ କାମକୁ ଫେରିଛନ୍ତି। ବିରତିରୁ ଫେରିବା ମାତ୍ରେ, ଅଭିନେତ୍ରୀଙ୍କ ପାଖରେ ଗୋଟିଏ ପରେ ଗୋଟିଏ ଫିଲ୍ମର ଅଫର ଅଛି। ୨୦୨୪ ମସିହାରେ ଆସିଥିବା ଫିଲ୍ମ 'କଳ୍କୀ ୨୮୯୮ ଏଡି' ଏବଂ 'କିଙ୍ଗ'ର ସିକ୍ୱେଲ୍ ପରେ, ଦୀପିକାଙ୍କ ହାତରେ ଏବେ ଆଉ ଏକ ବଡ଼ ପ୍ରୋଜେକ୍ଟ ଅଛି। ଏହି ଅଭିନେତ୍ରୀ 'କଳ୍କୀ ୨୮୯୮ ଏଡି' ଅଭିନେତା ପ୍ରଭାସଙ୍କ ସହିତ ଏକ ଫିଲ୍ମ ସାଇନ୍ କରିଛନ୍ତି। ଦୀପିକା ପାଦୁକୋନ ପ୍ରଭାସଙ୍କ ଫିଲ୍ମ 'ସ୍ପିରିଟ୍'ରେ ନଜର ଆସିବେ। ଏହା ଏକ ଆକ୍ସନରେ ପରିପୂର୍ଣ୍ଣ ଫିଲ୍ମ ଯାହାକୁ 'ଆନିମଲ୍' ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗା ନିର୍ଦ୍ଦେଶନା ଦେବେ । ବାସ୍ତବରେ ଦୀପିକା ପୂର୍ବରୁ ୨୦୨୪ ମସିହାରେ ଗର୍ଭବତୀ ଥିବାରୁ ଏହି ଫିଲ୍ମ କରିବାକୁ ମନା କରିଦେଇଥିଲେ। କିନ୍ତୁ ଫିଲ୍ମ ଫୌଜିର ସୁଟିଂ ସମୟରେ ପ୍ରଭାସ ଆହତ ହୋଇଥିଲେ ଏବଂ ତାଙ୍କୁ ଗୁରୁତର ଆଘାତ ଲାଗିଥିଲା, ଯାହା ଫଳରେ ଫିଲ୍ମର ସୁଟିଂ ସ୍ଥଗିତ ରଖିବାକୁ ପଡିଥିଲା। 'ସ୍ପିରିଟ୍'ର ସୁଟିଂ ସ୍ଥଗିତ ରହିବା ଯୋଗୁଁ, ଦୀପିକା ପାଦୁକୋନଙ୍କୁ ପୁଣି ଥରେ ଫିଲ୍ମରେ ସୁଯୋଗ ମିଳିଛି। ଯେତେବେଳେ ସନ୍ଦୀପ ରେଡ୍ଡୀ ଭାଙ୍ଗା ପୁଣି ଥରେ ଦୀପିକାଙ୍କୁ 'ସ୍ପିରିଟ୍'ରେ ଭୂମିକା ପାଇଁ ପ୍ରସ୍ତାବ ଦେଲେ, ଅଭିନେତ୍ରୀ ତୁରନ୍ତ ରାଜି ହୋଇଗଲେ। ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଥିଲା ଯେ ଦୀପିକାଙ୍କୁ ଫିଲ୍ମର ସ୍କ୍ରିପ୍ଟ ଏବଂ ତାଙ୍କ ଭୂମିକା ବହୁତ ପସନ୍ଦ ଆସିଥିଲା। ଦୀପିକା ପାଦୁକୋନ 'ସ୍ପିରିଟ୍' ମାଧ୍ୟମରେ ପ୍ରଥମ ଥର ପାଇଁ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ସହ କାମ କରିବାକୁ ଯାଉଛନ୍ତି, ଯାହା ପାଇଁ ସେ ବହୁତ ଉତ୍ସାହିତ। ଏହି ଫିଲ୍ମରେ ତାଙ୍କ ଭୂମିକା ପାଇଁ ଅଭିନେତ୍ରୀ ଜଣକ ୨୦ କୋଟି ଟଙ୍କା ମଧ୍ୟ ମୋଟା ଅଙ୍କର ଚାର୍ଜ କରିଛନ୍ତି। ପ୍ରଭାସଙ୍କ ଅଭିନୀତ ଏହି ଆକ୍ସନ ଫିଲ୍ମର ନୂତନ ସୁଟିଂ ଅକ୍ଟୋବର ୨୦୨୫ ରୁ ଆରମ୍ଭ ହେବ।
ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା: 360 ଡିଗ୍ରୀରୁ ସମୁଦ୍ରକୁ ଜଗିବ 'ହକ୍ଆଇ', ଚୀନ୍ ଜାହାଜ ଉପରେ ରଖିବ ନଜର
ନୂଆଦିଲ୍ଲୀ: ଶତ୍ରୁର ପ୍ଲାନିଂକୁ କରିବ ପଣ୍ଡ। ଫେଲ୍ ମାରିବ ଡ୍ରାଗନ୍ର ପ୍ଲାନ୍। ଭାରତ ସହ ଖୋଲାଖୋଲି ହାତ ମିଳାଇଲା ଆମେରିକା। ଚୀନ ଉପରେ ନଜର ରଖିବ Hawkeye 360। ଏହି ଅତ୍ୟାଧୁନିକ ସିଷ୍ଟମରେ ରହିଛି ରେଡିଓ ଫ୍ରିକ୍ୱେନ୍ସି (RF) ସେନ୍ସର, ଆନାଲିଟିକ୍ସ ସଫ୍ଟୱେର୍, ସିଷ୍ଟମ୍ ଇଣ୍ଟିଗ୍ରେସନ୍ ସପୋର୍ଟ। ଏହା ଭାରତକୁ ଏହାର ସାମୁଦ୍ରିକ ନିରୀକ୍ଷଣ କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରିବ। ବିଶେଷକରି ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ। ୧୩୧ ନିୟୁତ ଆମେରିକୀୟ ଡଲାରରେ ଆମେରିକା ସହ ଚୁକ୍ତି କରିଛି ଭାରତ। ସାମୁଦ୍ରିକ ସୁରକ୍ଷା ଦୃଷ୍ଟିରୁ ଏହା ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି। କାରଣ ଭାରତ-ପ୍ରଶାନ୍ତ ମହାସାଗରରେ ନିଜର ପ୍ରଭାବ ବୃଦ୍ଧି କରିବାକୁ ଚେଷ୍ଟା କରୁଛି ଚୀନ୍। ଯାହା ଭାରତ ପାଇଁ ଚିନ୍ତାର ବିଷୟ ହୋଇଛି। ହକ୍ଆଇ-360ଟି ଛୋଟ ଛୋଟ ସାଟେଲାଇଟ୍ର ସମୂହ । ଏହି ସାଟେଲାଇଟ୍ ପୃଥିବୀର ନିମ୍ନ କକ୍ଷପଥରେ ଘୂରି ବୁଲନ୍ତି ଏବଂ ସେମାନେ ରେଡିଓ ଫ୍ରିକ୍ୱେନ୍ସି (RF) ଟ୍ରାକ୍ କରି ସୂଚାଇଥାନ୍ତି। ଏହି ସାଟେଲାଇଟ୍ ଜାହାଜ, ବିମାନ, ଯାନବାହାନ ଏବଂ ଉପକୂଳ ସିଷ୍ଟମରୁ ଆସୁଥିବା କମ୍ୟୁନିକେସନ୍ ସିଗନାଲ୍କୁ ଟ୍ରାକ୍ କରନ୍ତି। ଏପରିକି ଟ୍ରାନ୍ସପଣ୍ଡରକୁ ବନ୍ଦକରିଦେଇଥିବା ଜାହାଜରୁ ରେଡିଓ ଫ୍ରିକ୍ୱେନ୍ସିକୁ ଚିହ୍ନଟ କରିପାରିବ ହକ୍ଆଇ-୩୬୦। HawkEye 360 ସିଷ୍ଟମରେ ଇଲେକ୍ଟ୍ରୋ-ଅପ୍ଟିକାଲ୍ (EO), ଇନଫ୍ରାରେଡ୍ (IR) ଏବଂ ସିନ୍ଥେଟିକ୍ ଆପେର୍ଚର ରାଡାର (SAR) ଭଳି ଅତିରିକ୍ତ ସ୍ତର ମଧ୍ୟ ଅଛି। ପ୍ରତ୍ୟେକ ସ୍ତର ଆସୁଥିବା ବିପଦଗୁଡ଼ିକୁ ଚିହ୍ନଟ, ଯାଞ୍ଚ ଏବଂ ବର୍ଗୀକରଣ କରିବାରେ ସାହାଯ୍ୟ କରେ। ଏହା କେବଳ ଦିନ ନୁହେଁ ବରଂ ରାତିରେ ଗୁପ୍ତ ଭାବରେ ଗତି କରୁଥିବା ଜାହାଜଗୁଡ଼ିକୁ ଟ୍ରାକ କରିପାରିବ ଓ ହାଇ ରିଜୋଲ୍ୟୁସନ ଫଟୋ ପଠାଇପାରିବ। ହକ୍ଆଇ ୩୬୦ ସିଷ୍ଟମ୍ ଭାରତକୁ ବଡ଼ ସାମୁଦ୍ରିକ ଅଞ୍ଚଳ,ବିଶେଷକରିଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ନଜର ରଖିବ।ଏହା ସାମୁଦ୍ରିକ କାର୍ଯ୍ୟରେ ସଚେତନତା ଏବଂ ଯେକୌଣସି ଘଟଣାର ପ୍ରତିକ୍ରିୟା ପ୍ରଦାନକରିବାରେସହଜ କରିବ। ଏହି ସିଷ୍ଟମର ସବୁଠାରୁ ବିଶେଷ କଥା ହେଉଛିAISବନ୍ଦ କରାଯାଇଥିବା ଜାହାଜର ଗତିବିଧିକୁମଧ୍ୟ ଚିହ୍ନଟ କରିପାରିବ। ଏହି ସିଷ୍ଟମର ଉପଲବ୍ଧ ଦ୍ୱାରା ଭାରତୀୟ ନୌସେନା ଅବୈଧ ମାଛ ଧରିବା ଏବଂ ଚୋରାଚାଲାଣ ଭଳି କାର୍ଯ୍ୟକଳାପକୁ ରୋକାଯାଇପାରିବ। ଏହା ନୌସେନାକୁ ଶୀଘ୍ର ନିଷ୍ପତ୍ତି ନେବା ଏବଂ ସାମୁଦ୍ରିକ ଅଞ୍ଚଳକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ। ଏହି ସିଷ୍ଟମ ଭାରତକୁ ବିପର୍ଯ୍ୟୟ ସହାୟତା ଏବଂ ଉଦ୍ଧାର କାର୍ଯ୍ୟରେ ମଧ୍ୟ ସାହାଯ୍ୟ କରିବ। ଏହା ବିପଦ ସଙ୍କେତଗୁଡ଼ିକୁ ଚିହ୍ନଟ କରିବାରେ ସାହାଯ୍ୟ କରିବ ଏବଂ ରେସ୍କ୍ୟୁ ଟିମ୍ ଶୀଘ୍ର ପହଞ୍ଚିପାରିବେ। ହକ୍ଆଇ ୩୬୦ ସହାୟତାରେ ଭାରତୀୟ ନୌସେନା ଏହାର ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର ବିଷୟରେ ଉତ୍ତମ ସୂଚନା ପାଇପାରିବ।
‘ଆତଙ୍କବାଦୀ’ଙ୍କୁ ‘ସେନା’ କହିଲା BBC, କଡ଼ା ଆପତ୍ତି ଉଠାଇଲା କେନ୍ଦ୍ର, ରିପୋର୍ଟିଂ ଉପରେ ରଖାଯିବ ତୀକ୍ଷ୍ଣ ନଜର
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ବିବିସିର ମିଡିଆ କଭରେଜ୍କୁ ନେଇ କଡ଼ା ଆପତ୍ତି ଉଠାଇଛନ୍ତି ଭାରତ ସରକାର। Pakistan suspends visas for Indians after deadly Kashmir attack,ର ଆର୍ଟିକିଲ୍ରେ ଆତଙ୍କୀ ହମ୍ଲାକୁ ସେନା ଆକ୍ରମଣ ଭାବେ ବିବେଚନା କରିଛି। ଅର୍ଥାତ Terror Attackକୁ ‘Militant Attack’ ଭାବେ ଉଲ୍ଲେଖ କରିଛି। ତେବେ ଆର୍ଟିକିଲ୍ ପ୍ରସାରିତ ହେବା ପରେ ମୋଦି ସରକାର ବିବିସିର ଭାରତ ମୁଖ୍ୟ ଜ୍ୟାକି ମାର୍ଟିନଙ୍କୁ ଚିଠି ଲେଖିଛନ୍ତି। ବିବିସିକୁ ଲେଖାଯାଇଥିବା ଚିଠିରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବିବିସିର ରିପୋର୍ଟିଂ ଉପରେ ଆଗକୁ ନଜର ରଖିବ। ଇଣ୍ଡିଆ ଟୁଡେ ସୂତ୍ର ଅନୁସାରେ External Publicity and Public Diplomacy Division ଆତଙ୍କବାଦୀ ଆକ୍ରମଣ ଉପରେ ବିବିସି ରିପୋର୍ଟିଂ ସମ୍ପର୍କରେ ଜ୍ୟାକି ମାର୍ଟିନଙ୍କୁ ଦେଶର ଦୃଢ଼ ଭାବନା ଜଣାଇଛି। ପାକିସ୍ତାନ ବିରୋଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ଭାରତ। ଗୃହ ମନ୍ତ୍ରଣାଳୟର ସୁପାରିଶ ପରେ ଏବେ ଭାରତ ସରକାର ପାକିସ୍ତାନର ଅନେକ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍ କରିଛନ୍ତି । ଏହି ଚ୍ୟାନେଲଗୁଡ଼ିକରେ ଅଛି ପୂର୍ବତନ କ୍ରିକେଟର ସୋଏବ ଅଖତର ଏବଂ ଆରଜୁ କାଜମୀ ଭଳି ଅନେକ ବଡ଼ ୟୁଟ୍ୟୁବ୍ ଚ୍ୟାନେଲ । ଆହୁରି ବି ଡନ୍ ନ୍ୟୁଜ୍, ସାମା ଟିଭି ଏବଂ ଜିଓ ନ୍ୟୁଜ୍ ଭଳି ବଡ଼ ନାମ ମଧ୍ୟ ଅନ୍ତର୍ଭୁକ୍ତ। ଏହି ଚ୍ୟାନେଲଗୁଡ଼ିକ ଭାରତ, ଏହାର ସେନା ଓ ସୁରକ୍ଷା ଏଜେନ୍ସିଗୁଡ଼ିକ ବିରୁଦ୍ଧରେ ଉତ୍ତେଜନାପୂର୍ଣ୍ଣ, ମିଥ୍ୟା ଏବଂ ଭ୍ରାମକ ସୂଚନା ପ୍ରସାର କରୁଥିଲେ।
ମନ୍ କୀ ବାତ: କାଶ୍ମୀରକୁ ଧ୍ବଂସ କରିବାକୁ ଚାହୁଛନ୍ତି ଆତଙ୍କୀ, ଭାରତର ଏକତା ଉପରେ ସାରା ବିଶ୍ବର ନଜର
ନୂଆଦିଲ୍ଲୀ: ‘ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଅତି ବର୍ବର ଓ କାପୁରୁଷୋଚିତ ଆକ୍ରମଣ ଦେଖି ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ଫୁଟୁଛି। ଏହି ସଙ୍କଟ ସମୟରେ ଦେଶ ଏକଜୁଟ ରହିବାକୁ ହେବ’ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିବେଦନ କରିଛନ୍ତି। ମାସିକ ‘ମନ୍ କୀ ବାତ୍’ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପହଲଗାମ ଆକ୍ରମଣ ଆତଙ୍କବାଦର ସଂଚାଳକଙ୍କ ହତାଶା ଓ ଭୀରୁତାକୁ ଦର୍ଶାଉଛି। କାଶ୍ମୀରରେ ଶାନ୍ତି ଫେରିବାରେ ଲାଗିଛି। ସ୍କୁଲ ଓ କଲେଜରେ ଉତ୍ସାହ ଦେଖିବାକୁ ମିଳୁଛି, ବିକାଶ କାର୍ଯ୍ୟ ଅଭୂତପୂର୍ବ ତ୍ୱରାନ୍ୱିତ ହେଉଛି, ଗଣତନ୍ତ୍ର ସୁଦୃଢ଼ ହେଉଛି, ପର୍ଯ୍ୟଟକଙ୍କ ସଂଖ୍ୟାରେ ରେକର୍ଡ ବୃଦ୍ଧି ହେଉଛି, ଆୟ ବୃଦ୍ଧି ପାଉଛି ଏବଂ ଯୁବବର୍ଗଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେଉଛି। କାଶ୍ମୀରରେ ଏଭଳି ବିକାଶ ଦେଖି ଦେଶର ଶତ୍ରୁମାନେ ଏହାକୁ ପସନ୍ଦ କରୁନାହାନ୍ତି। ସେମୋନେ ଅତି ଘୃଣ୍ୟ ରାସ୍ତା ଆପଣାଇ କାଶ୍ମୀରକୁ ଧ୍ବଂସ କରିବାକୁ ଚାହୁଛନ୍ତି। ତେବେ ପ୍ରତ୍ୟେକ ଆତଙ୍କୀ ଓ ସୋମନଙ୍କ ମାଲିକମାନଙ୍କୁ କଠୋର ଶାସ୍ତି ମିଳିବ ଏବଂ ଭାରତର କାର୍ଯ୍ୟାନୁଷ୍ଠାନରୁ କେହି ବର୍ତ୍ତିପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆଶ୍ବସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏପ୍ରିଲ ୨୨ ଆକ୍ରମଣ ପ୍ରତ୍ୟେକ ଭାରତୀୟଙ୍କୁ ଯନ୍ତ୍ରଣା ଦେଇଛି। ଆତଙ୍କବାଦୀ ଆକ୍ରମଣର ଫଟୋ ଦେଖି ମୁଁ ଅନୁଭବ କରୁଛି ଯେ ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ଫୁଟୁଛି। ଏଭଳି ସଙ୍କଟ ସମୟରେ ସମଗ୍ର ବିଶ୍ୱ ଭାରତ ସହିତ ଅଛି। ମୁଁ ଶୋକସନ୍ତପ୍ତ ପରିବାରକୁ ଆଶ୍ୱାସନା ଦେଉଛି ଯେ ସେମାନଙ୍କୁ ନ୍ୟାୟ ମିଳିବ। ଏହି ଆକ୍ରମଣ ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ କଠୋରତମ ଦଣ୍ଡ ମିଳିବ। ଆତଙ୍କବାଦ ବିରୋଧରେ ଏହି ଯୁଦ୍ଧରେ ୧୪୦ କୋଟି ଭାରତୀୟଙ୍କ ଏକତା ହିଁ ସବୁଠାରୁ ବଡ଼ ଶକ୍ତି। ଏହି ଏକତା ହିଁ ଆତଙ୍କବାଦ ବିରୋଧରେ ଆମର ନିର୍ଣ୍ଣାୟକ ଯୁଦ୍ଧର ଆଧାର। ଏହି ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ଆମକୁ ଆମର ଆଦର୍ଶକୁ ସୁଦୃଢ଼ କରିବାକୁ ପଡ଼ିବ। ଆମକୁ ଏକ ରାଷ୍ଟ୍ର ଭାବରେ ଆମର ଇଚ୍ଛାଶକ୍ତି ଦେଖାଇବାକୁ ହେବ। ଦେଶ କିପରି ଏକ ସ୍ୱରରେ କହୁଛି ତାହା ଉପରେ ସାରା ବିଶ୍ୱର ନଜର ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ‘କ୍ରୋଧରେ ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ଫୁଟୁଛି’ ଭାରତର ଏକତା ଉପରେ ସାରା ବିଶ୍ବର ନଜର ସୂଚନାଯୋଗ୍ୟ, ଏପ୍ରିଲ ୨୨ରେ ପହଲଗାମର ବୈସାରଣ ଘାଟିରେ ୨୬ ଜଣଙ୍କୁ ଅତି ଅମାନୁଷିକ ଭାବେ ଗୁଳିକରି ହତ୍ୟା କରାଯାଇଥିଲା। କାଶ୍ମୀର ଉପତ୍ୟକାରେ ଏହା ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଥିଲା। ଏ ନେଇ ପ୍ରଧାନମନ୍ତ୍ରୀ ପୂର୍ବରୁ ମଧ୍ୟ କହିଥିଲେ ଯେ ଭାରତ ପ୍ରତ୍ୟେକ ଆତଙ୍କବାଦୀ ଏବଂ ସେମାନଙ୍କ ସମର୍ଥକଙ୍କୁ ଚିହ୍ନଟ କରିବ, ଟ୍ରାକ୍ କରିବ ଏବଂ ଦଣ୍ଡିତ କରିବ। ସମଗ୍ର ଦେଶ ଶୋକସନ୍ତପ୍ତ ପରିବାର ସହିତ ରହିଛି। ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସୁନିଶ୍ଚିତ କରିବା ପାଇଁ ସରକାର ଯଥାସମ୍ଭବ ପଦକ୍ଷେପ ନେଇଛନ୍ତି। କିଏ ପୁଅକୁ ହରାଇଛି ତ’ କିଏ ଭାଇକୁ ହରାଇଛି, ଆଉ କିଏ ଜୀବନ ସାଥୀ ହରାଇଛି। କିଏ ବଙ୍ଗଳା କହୁଥିଲେ, କେହି କନ୍ନଡ କହୁଥିଲେ, କିଏ ମରାଠୀ, କିଏ ଓଡ଼ିଆ, କିଏ ଗୁଜରାଟୀ ତ’ ଆଉ କିଏ ବିହାରର ପୁଅ। କାର୍ଗିଲଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦୁଃଖ ଓ କ୍ରୋଧ ରହିଛି। ଏହି ଆକ୍ରମଣ କେବଳ ନିରୀହ ପର୍ଯ୍ୟଟକଙ୍କ ଉପରେ ନୁହେଁ, ଦେଶର ଶତ୍ରୁମାନେ ଭାରତର ଆତ୍ମା ଉପରେ ଆକ୍ରମଣ କରିବାର ସାହସ ଦେଖାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗତ ସପ୍ତାହରେ ବିହାରରେ ଏକ ରାଲିରେ କହିଥିଲେ। ଆଜିର ରେଡିଓ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଇସ୍ରୋର ପୂର୍ବତନ ମୁଖ୍ୟ ତଥା ବିଶିଷ୍ଟ ବୈଜ୍ଞାନିକ କେ କସ୍ତୁରୀରଙ୍ଗନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶୁକ୍ରବାର ତାଙ୍କର ପରଲୋକ ଘଟିଛି। ସେ କହିଛନ୍ତି ଯେ କସ୍ତୁରୀରଙ୍ଗନ ସାରା ଜୀବନ ନିଃସ୍ୱାର୍ଥପର ଭାବରେ ଦେଶର ସେବା କରିଥିଲେ।
ଭାରତରେ ଥିବା ପାକିସ୍ତାନୀଙ୍କ ପାଖରେ ୫୨ ଘଣ୍ଟା, ନଜର ଆସିଲେ ୩ ବର୍ଷ ଜେଲ୍
ନୂଆଦିଲ୍ଲୀ : ଭାରତ ସରକାର ପାକିସ୍ତାନୀ ନାଗରିକଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଭାରତ ଛାଡିବାକୁ ଆଦେଶ ଦେଇଛନ୍ତି । ଆଦେଶ ନମାନିଲେ ୩ ବର୍ଷ ଜେଲ୍ ଦଣ୍ଡ କିମ୍ବା ୩ ଲକ୍ଷ ଟଙ୍କା ଜୋରିମାନା କିମ୍ବା ଉଭୟ ଜେଲ୍ ଓ ଜୋରିମାନା ହୋଇପାରେ । ପହଲଗାମରେ ପାକିସ୍ତାନୀ ଆତଙ୍କୀ ଆକ୍ରମଣ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଗୃହ ମନ୍ତ୍ରାଳୟ ସମସ୍ତ ରାଜ୍ୟକୁ ଏନେଇ କଡା ନିର୍ଦ୍ଦେଶ ଦେଇଛନ୍ତି । ଭାରତ ସରକାର ସ୍ପଷ୍ଟ କରିଛନ୍ତି କି […]
୮୦୦ କୋଟିର ସିନେମା ‘ଛାୱା’ରେ ଭିକ୍କିଙ୍କ କମାଲ, ଏବେ ଏହି ଅଲମ୍ପିଆନଙ୍କ ଚରିତ୍ରରେ ନଜର ଆସିବେ !
ଦିନକୁ ଦିନ ଅଭିନେତା ଭିକ୍କି କୌଶଲଙ୍କ ସିନେମା ଚୟନ କରିବାର ଧାରା ପରିବର୍ତ୍ତନ ହେଉଛି । ପୂର୍ବରୁ କମେଡି, ପାରିବାରିକ ଚରିତ୍ରରେ ନଜର ଆସୁଥିବା ଅଭିନେତା ବର୍ତ୍ତମାନ ଗମ୍ଭୀର ଚରିତ୍ର ଚୟନ କରୁଛନ୍ତି । ତାଙ୍କ ଅଭିନୀତ ପୂର୍ବ ସିନେମା ‘ଛାୱା’ ଦର୍ଶକଙ୍କୁ ଅନେକ ମାତ୍ରାରେ ପ୍ରଭାବିତ କରିଥିଲା । ଏହି ସିନେମା ବକ୍ସ ଅଫିସରେ ଧମାଲ୍ ମଚାଇ ୮୦୦ କୋଟି ଟଙ୍କା ଆୟ କରିଥିଲା । ବର୍ତ୍ତମାନ ଅଭିନେତା ଭିକ୍କି କୌଶଲ୍ ସଞ୍ଜୟ ଲୀଲା ଭନ୍ସାଲିଙ୍କ ସହ ମିଶି ଗୋଟିଏ ବଡ଼ ପ୍ରୋଜେକ୍ଟରେ କାମ କରୁଛନ୍ତି । ଏହି ସିନେମାର ନାଁ LOVE AND WAR ବୋଲି କୁହାଯାଉଥିବା ବେଳେ ଏହି ରଣବୀର କପୁର୍ ଏବଂ ଆଲିଆ ଭଟ୍ଟ ମଧ୍ୟ ନଜର ଆସିବେ । ଅନ୍ୟ ଏକ ସିନେମା ଭଗବାନ ପର୍ଶୁରାମଙ୍କ ଜୀବନୀ ନେଇ ପ୍ରସ୍ତୁତ ହେଉଛି । ଯାହାର ସୁଟିଂ କାମ ଏଯାଏଁ ଆରମ୍ଭ ହୋଇନଥିବା ଖବର ଆସୁଛି । ଆଉ ଏହାରି ଭିତରେ ଅଲମ୍ପିଆନ୍ ଶରତ୍ କମଲ୍ ଇଚ୍ଛା ପ୍ରକଟ କରିଛନ୍ତି ଯେ ଅଭିନେତା ଭିକ୍କି କୌଶଲ୍ ତାଙ୍କ ବାୟୋପିକରେ ଅଭିନୟ କରନ୍ତୁ । vicky 1234 Photograph: (google) ଅଲମ୍ପିଆନ୍ ତଥା ଭାରତୀୟ ଟେବଲ୍ ଟେନିସ୍ ଚ୍ୟାମ୍ପିୟନ୍ ଶରତ୍ କମଲ୍ ଫ୍ରି' ପ୍ରେସ୍ ଜର୍ଣ୍ଣାଲ୍ ସହ ଏନେଇ ଆଲୋଚନା କରିଛନ୍ତି । ଏହି ପ୍ରେସ୍ ଜର୍ଣ୍ଣାଲରେ ତାଙ୍କୁ ପଚରାଯାଇଥିଲା ଯେ ଯଦି ତାଙ୍କୁ ନେଇ ବାୟୋପିକ୍ ପ୍ରସ୍ତୁତ ହୁଏ ତେବେ ସେ କେଉଁ ଅଭିନେତାଙ୍କୁ ନିଜ ଚରିତ୍ରରେ ଦେଖିବାକୁ ଚାହାଁନ୍ତି ଏବଂ ଏହି କଥାରେ ସେ ଭିକ୍କି କୌଶଲଙ୍କ ନାଁ କହିଥିଲେ । ଶରତ୍ କମଲ୍ ସାକ୍ଷାତକାରରେ କହିଥିଲେ ଯେ ସିନେମା ନିର୍ମାଣ ପୂର୍ବରୁ ସେ ନିଜ ଜୀବନ ଉପରେ ଏକ ପୁସ୍ତକ ଲେଖିବାକୁ ଚାହାଁନ୍ତି । କାରଣ ପୁସ୍ତକ କ୍ଲାରିଟି ଆଣିଥାଏ ଏବଂ କ୍ଲାରିଟି ଆସିଲେ ସିନେମା ପ୍ରସ୍ତୁତ କରିବାରେ ଅସୁବିଧା ହୁଏ ନାହିଁ । ଯଦି ପୁସ୍ତକ ସମ୍ପୂର୍ଣ୍ଣ ହୋଇଗଲା, ସିନେମା ବି ପ୍ରସ୍ତୁତ ହୋଇଯିବ । ଶରତଙ୍କୁ ଅଭିନେତା ଭିକ୍କିଙ୍କ ଅଭିନୟ ବହୁତ ପସନ୍ଦ । ଖାସ୍ କରି ବାୟୋପିକ୍; ଯେମିତିକି ସର୍ଦ୍ଦାର ଉଦ୍ଧମ, ଶାମ୍ ବାହାଦୂର ଏବଂ ଛାୱା ।
ଗୁରୁଦେବଙ୍କ ଭୂମିକାରେ ନଜର ଆସିବେ ବିକ୍ରାନ୍ତ ମାସେ
ମୁମ୍ବାଇ: '୧୨ ଫେଲ୍', 'ଦି ସାବରମତୀ ରିପୋର୍ଟ' ଏବଂ 'ସେକ୍ସନ୍ ୩୬' ଭଳି ଫିଲ୍ମ ମାଧ୍ୟମରେ ପ୍ରଶଂସକମାନଙ୍କୁ ପ୍ରଭାବିତ କରିଥିବା ବିକ୍ରାନ୍ତ ମାସେ ଏକ ବଡ଼ ପ୍ରୋଜେକ୍ଟ ପାଇଛନ୍ତି। ଏହି ଅଭିନେତା ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି, ଯିଏ 'ପଠାନ' ଏବଂ 'ୱାର' ଭଳି ଫିଲ୍ମ ତିଆରି କରିଛନ୍ତି, ଯାହାର ଟାଇଟଲ୍, ପ୍ରଥମ ଲୁକ୍, ସୁଟିଂ ଏବଂ ରିଲିଜ୍ ବିବରଣୀ ପ୍ରକାଶ ପାଇଛି। ପିଙ୍କଭିଲା ରିପୋର୍ଟ ଅନୁଯାୟୀ, ବିକ୍ରାନ୍ତ ମାସେ ତାଙ୍କ ବାୟୋପିକରେ ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ମହାବୀର ଜୈନଙ୍କ ଦ୍ୱାରା ପ୍ରଯୋଜିତ ଏବଂ ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମର ନାମ 'ହ୍ୱାଇଟ'। ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଜୀବନର ସତ୍ୟ କାହାଣୀକୁ ପ୍ରଦର୍ଶିତ କରିବା ପାଇଁ ନିର୍ମାତାମାନେ ଲସ୍ ଆଞ୍ଜେଲସ୍ ରୁ ଆନ୍ତର୍ଜାତୀୟ କଳାକାର ଏବଂ କ୍ରୁଙ୍କୁ ନେବାକୁ ଚେଷ୍ଟା କରୁଛନ୍ତି। 'ହ୍ୱାଇଟ୍'ରୁ ବିକ୍ରାନ୍ତଙ୍କ ପ୍ରଥମ ଲୁକ୍ ମଧ୍ୟ ପ୍ରକାଶ ପାଇଛି। ସିଦ୍ଧାର୍ଥ ଆନନ୍ଦ ଏବଂ ମହାବୀର ଜୈନଙ୍କ ସହ ଅଭିନେତାଙ୍କ ଏକ ଫଟୋ ଭାଇରାଲ ହେଉଛି। ଏଥିରେ ବିକ୍ରାନ୍ତଙ୍କୁ ମୋଟା ନିଶ ଏବଂ ଲମ୍ବା କେଶ ସହିତ ଦେଖିବାକୁ ମିଳିଛି। ରିପୋର୍ଟରେ କୁହାଯାଇଛି - 'ବିକ୍ରାନ୍ତ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କୁ ମଧ୍ୟ ଭେଟିଛନ୍ତି ଏବଂ ଏହି ଚଳଚ୍ଚିତ୍ରଟି ହିନ୍ଦୀ, ଇଂରାଜୀ ଏବଂ ସ୍ପାନିସ୍ ଭାଷାରେ ନିର୍ମିତ ହେବ, ଯାହା ବିଶ୍ୱବ୍ୟାପୀ ସିନେମା ପ୍ରେମୀ ଦର୍ଶକଙ୍କୁ ମନରେ ରଖି ନିର୍ମିତ ହୋଇଛି। ନିର୍ମାତାଙ୍କ ଲକ୍ଷ୍ୟ ଏହାକୁ ଅନେକ ଅନ୍ୟ ଆନ୍ତର୍ଜାତୀୟ ଭାଷାରେ ଡବ୍ କରିବା। ବିକ୍ରାନ୍ତ ଫିଲ୍ମ 'ହ୍ୱାଇଟ୍'ରେ ଦେଖିବାକୁ ମିଳିବ ଯେ ଶ୍ରୀ ଶ୍ରୀ ରବିଶଙ୍କର କିପରି କଲମ୍ବିଆର ୫୨ ବର୍ଷର ଗୃହଯୁଦ୍ଧର ସମାଧାନ କରିଥିଲେ। ବର୍ତ୍ତମାନ, ଫିଲ୍ମର ପ୍ରସ୍ତୁତି କଲମ୍ବିଆରେ ହିଁ ଚାଲିଛି। ଏହି ଫିଲ୍ମର ସୁଟିଂ ଜୁଲାଇ ୨୦୨୫ରୁ ଆରମ୍ଭ ହେବ ଏବଂ ଏହି ଫିଲ୍ମ ଆସନ୍ତା ବର୍ଷ ୨୦୨୬ରେ ପରଦାକୁ ଆସିବ।
ଏଲ୍ଓସିରେ ସେନା ଠୁଳକଲା ପାକିସ୍ତାନ: ବଙ୍କରରେ ରହି ରଖୁଛନ୍ତି ନଜର
ନୂଆଦିଲ୍ଲୀ,୨୬।୪:ଜମ୍ମୁ-କଶ୍ମୀରର ପହଲଗାମ୍ରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ କଡ଼ା ଚେତାବନୀ ଦେଇଥିବାରୁ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ଆଶଙ୍କା କରି ପାକିସ୍ତାନ ଏଥିପାଇଁ ପ୍ରସ୍ତୁତ ହେଉଛି। ଏକ ସୂତ୍ରରୁ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁଯାୟୀ, ନିୟନ୍ତ୍ରଣ ରେଖା (ଏଲ୍ଓସି) ଆରପଟେ ପାକିସ୍ତାନୀ ସେନା ଏହାର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ବହୁସଂଖ୍ୟାରେ ସୈନ୍ୟ ଠୁଳ କରିଛି। ସୈନ୍ୟମାନେ ବଙ୍କର ମଧ୍ୟରେ ରହି ଏଲ୍ଓସି ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ […] The post ଏଲ୍ଓସିରେ ସେନା ଠୁଳକଲା ପାକିସ୍ତାନ: ବଙ୍କରରେ ରହି ରଖୁଛନ୍ତି ନଜର appeared first on Dharitri Odia News .
ମହାନଦୀ ଘାଟରେ ଦୁଇଟି ଘଡ଼ିଆଳ କୁମ୍ଭୀର, ନଜର ରଖିଛି ବନ ବିଭାଗ
ଭୁବନେଶ୍ବର: ମହାନଦୀ ଘାଟରେ କୁମ୍ଭୀର ଆତଙ୍କ । କଟକ ନୂଆପାଟଣା ପଂଚାୟତ ମହାନଦୀ ଘାଟରେ କୁମ୍ଭୀର ଆତଙ୍କ ଦେଖାଯାଇଛି । ଦୁଇଟି ବଡ଼ ଘଡ଼ିଆଳ କୁମ୍ଭୀର ରହିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଗାଁର କିଛି ଲୋକ ଗୋଧୋଇବାକୁ ଯାଇଥିବା ବେଳେ କୁମ୍ଭୀର ଦେଖିଥିବା ନେଇ ଅଭିଯୋଗ କରିଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ […]
ମୁମ୍ବାଇ: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ମୁମ୍ବାଇ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକୁ ହାଇ ଆଲର୍ଟ ଜାରି କରାଯାଇଛି। ମୁମ୍ବାଇର ଚାରିପାଖରେ ଥିବା ସମସ୍ତ ବେଳାଭୂମି ଉପରେ କଡ଼ା ନଜର ରଖାଯାଇଛି। ସମୁଦ୍ରରେ ସତର୍କତା ବୃଦ୍ଧି କରିବା ଏବଂ ସାର୍ବଜନୀନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ମହାରାଷ୍ଟ୍ର ଗୃହ ବିଭାଗ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ଦେଇଛି। ସହରର ଉପକୂଳବର୍ତ୍ତୀ ଏରିଆଗୁଡ଼ିକ ଉପରେ ନଜର ରଖିବା ଏବଂ ସମୁଦ୍ରକୂଳରୁ ଆସୁଥିବା ଯେକୌଣସି ପ୍ରକାରର ବିପଦକୁ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ସେପଟେ ଭାରତ କାଳେ ପ୍ରତିଶୋଧରେ ଆକ୍ରମଣ କରିଦେବ ଏଥିପାଇଁ ପାକିସ୍ତାନ ଆରବ ସାଗର ଅଞ୍ଚଳରେ ଏକ ନୂଆ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାର ସମ୍ଭାବନା ରହିଥିବା ଖବର ମିଲିଛି । ଏହି କ୍ଷେପଣାସ୍ତ୍ରର ରେଞ୍ଜ ୪୮୦ କିଲୋମିଟର ରହିଛି। ଗୁରୁବାର କିମ୍ବା ଶୁକ୍ରବାର ପାକିସ୍ତାନ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ କରିପାରେ ବୋଲି ସୂଚନା ମିଳିଛି। ଏପଟେ ଭାରତ ପାକିସ୍ତାନ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ କୂଟନୈତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚାଲିଛି। ଗୁରୁବାର ସର୍ବଦଳୀୟ ବୈଠକ ବି ବସିଛି। ତେଣୁ ଭାରତ ଭୟରେ ପାକିସ୍ତାନ ତା’ର ବାୟୁସେନାକୁ ସତର୍କ କରାଇ ଦେଇଛି, ଏବଂ ଆରବ ସାଗରରେ ନୋ-ଫ୍ଲାଏ ଜୋନ୍ ଘୋଷଣା କରି ସାରିଛି। ଯଦି ବିମାନ ତା'ର ବାୟୁସୀମା ଅତିକ୍ରମ କରେ ତେବେ ସିଧା ଗୁଳି ଚଳାଇବାର ଚେତାବନୀ ଜାରି କରିଛି ପାକିସ୍ତାନ। କେବଳ ସେତିକି ନୁହେଁ ସୀମା ନିକଟରେ ପାକିସ୍ତାନୀ ବାୟୁସେନା ବିମାନଗୁଡ଼ିକର ଅସାଧାରଣ କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା। ଭାରତୀୟ ସୀମା ନିକଟରେAWACSବିମାନ ଉଡ଼ାଇଥିଲା ପାକିସ୍ତାନ। ମାମଲା ଉତ୍ତେଜନପୂର୍ଣ୍ଣ ରହିଥିବା ବେଳେ ନାବିକ ଏବଂ ମତ୍ସ୍ୟଜୀବୀମାନଙ୍କୁ ଏହି ଅଞ୍ଚଳରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି। ପଢନ୍ତୁ- ଭାରତ ଆମ ସହ ଜଳ ଯୁଦ୍ଧ ଲଢ଼ୁଛି, ନଦୀର ପ୍ରତ୍ୟେକ ବୁନ୍ଦା ଆମର: ପାକିସ୍ତାନ ସେପଟେ ଆଜି(ଏପ୍ରିଲ ୨୪) ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରରେ ଦେଶବାସୀଙ୍କୁ ସମ୍ବୋଧନ କରି ଆତଙ୍କବାଦୀଙ୍କୁ ତାଙ୍କ କଳ୍ପନାରୁ ବାହାରେ ଦଣ୍ଡ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମୋଦୀ ଇଂରାଜୀରେ ଚେତାବନୀ ଦେଇ କହିଥିଲେ ଭାରତ ଏହାର ଆତ୍ମା ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ଭାରତ ଛାଡ଼ିବ ନାହିଁ। ମୋଦୀ କହିଥିଲେ ଆଜି, ବିହାର ମାଟିରେ, ମୁଁ ସମଗ୍ର ବିଶ୍ୱକୁ କହୁଛି, ଭାରତ ପ୍ରତ୍ୟେକ ଆତଙ୍କବାଦୀ ଏବଂ ସେମାନଙ୍କ ସମର୍ଥକଙ୍କୁ ଚିହ୍ନଟ କରିବ, ଖୋଜି ବାହାର କରିବ ଏବଂ ଦଣ୍ଡ ଦେବ। ଆମେ ସେମାନଙ୍କୁ ପୃଥିବୀର ଶେଷ ପର୍ଯ୍ୟନ୍ତ ପିଛା କରିବୁ। ଆତଙ୍କବାଦ ଦ୍ୱାରା ଭାରତର ଆତ୍ମା କେବେ ଭାଙ୍ଗିବ ନାହିଁ। ଅନ୍ୟପଟେ ଗୁରୁବାର ଭାରତ ପାକିସ୍ତାନ ନାଗରିକଙ୍କ ପାଇଁ ଭିସା ଅନୁମତି ପ୍ରତ୍ୟାହାର କରି ନେଇଛି । ଏପ୍ରିଲ ୨୭ ତାରିଖ ସୁଦ୍ଧା ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି। ତା ସହିତ ପାକିସ୍ତାନରେ ରହୁଥିବା ଭାରତୀୟଙ୍କୁ ତୁରନ୍ତ ଫେରିଆସିବାକୁ ମଧ୍ୟ ପରାମର୍ଶ ଜାରି କରାଯାଇଛି।
ପ୍ରେମିକାଙ୍କୁ ଧୋକା ଦେଇ ଅନ୍ୟ ଜଣେ ଯୁବତୀଙ୍କ ସହ ନଜର ଆସିଲେ ପୃଥ୍ବୀ ଶ’, କ୍ୟାମେରା ଦେଖି ଲୁଚାଇଲେ ମୁହଁ;Video
ନୂଆଦିଲ୍ଲୀ,୨୪।୪: ପ୍ରଥମ ପ୍ରେମିକାଙ୍କୁ ଧୋକା। ପୁଣି ଥରେ ପ୍ରେମରେ ପଡ଼ିଛନ୍ତି କ୍ରିକେଟର ପୃଥ୍ବୀ ଶ’। କିଛି ଏଭଳି ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ବଢ଼ିବାରେ ଲାଗିଛି। ଏହା ପଛରେ ପୃଥ୍ବୀଙ୍କ ଏକ ଭିଡିଓ ରହିଛି। ଉକ୍ତ ଭିଡିଓରେ ତାଙ୍କୁ ଅନ୍ୟ ଜଣେ ଯୁବତୀଙ୍କ ସହ ଦେଖାଯାଉଛି। ଯିଏ କି କ୍ୟାମେରା ଦେଖି ମୁହଁ ଲୁଚାଉଛନ୍ତି। କେବଳ ଏତିକି ନୁହେଁ ପ୍ରଥମ ପ୍ରେମିକା ନିଧି ତପାଡ଼ିଆ ମଧ୍ୟ ସୋସିଆଲ ମିଡିଆରେ ଏକ ଧୋକା ସମ୍ପର୍କିତ ପୋଷ୍ଟ କରିଛନ୍ତି। ଏହାପରଠାରୁ […] The post ପ୍ରେମିକାଙ୍କୁ ଧୋକା ଦେଇ ଅନ୍ୟ ଜଣେ ଯୁବତୀଙ୍କ ସହ ନଜର ଆସିଲେ ପୃଥ୍ବୀ ଶ’, କ୍ୟାମେରା ଦେଖି ଲୁଚାଇଲେ ମୁହଁ;Video appeared first on Dharitri Odia News .
ଡରରେ ଥରିଲାଣି ପାକିସ୍ତାନ: ମିଶାଇଲ ପରୀକ୍ଷଣ ନେଇ ଜାରି କଲା ବିଜ୍ଞପ୍ତି, ପାକ୍ ଗତିବିଧି ଉପରେ ଭାରତର ନଜର
କରାଚୀ: ଜମ୍ମୁ-କଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପରେ ଏବେ ଏହାର ମୁହଁତୋଡ୍ ଜବାବ୍ ହେବାକୁ ପ୍ରସ୍ତୁତ ହେଉଛି ଭାରତ । ଭାରତ ଆତଙ୍କବାଦ ବିରୋଧରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ନେବ ସେ ନେଇ ଶତ୍ରୁ ରାଷ୍ଟ୍ର ପାକିସ୍ତାନ ଚିନ୍ତାରେ ଥିବାବେଳେ ଏକ ବଡ଼ ନିଷ୍ପତ୍ତି ନେଇଛି । ଭାରତ ଆତଙ୍କବାଦ ନିପାତ ପାଇଁ ନିଜକୁ ପ୍ରସ୍ତୁତ କରୁଥିବାବେଳେ ପାକିସ୍ତାନ କରିବାକୁ ଯାଉଛି ମିଶାଇଲ ପରୀକ୍ଷଣ । ଏ ନେଇ ପାକିସ୍ତାନ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ […]
‘ଡନ୍-୩’ରେ ନାୟିକା ଭୂମିକାରେ ନଜର ଆସିବେ କ୍ରିତି ସାନନ୍, ୟୁରୋପରେ ହେବ ଫିଲ୍ମର ସୁଟିଂ
ମୁମ୍ଵାଇ ୨୩।୦୪; ଅମିତାଭ ବଚ୍ଚନ ଓ ଶାହରୁଖ୍ ଖାନ୍ଙ୍କ ପରେ ବଲିଉଡ୍ର ନୂଆ ଡନ୍ ରଣବୀର ସିଂହ ହେବେ ବୋଲି ୨୦୨୪ରେ ଘୋଷଣା ହୋଇଥିଲା। ‘ଡନ୍-୩’ ଜରିଆରେ ଦୀର୍ଘ ୧୦ ବର୍ଷ ପରେ ଫରହାନ ହଖ୍ତର ନିର୍ଦ୍ଦେଶନା ଦୁନିଆକୁ ଫେରୁଛନ୍ତି ବୋଲି ମଧ୍ୟ ଘୋଷଣା ହୋଇଥିଲା । ଫିଲ୍ମର ଫିମେଲ୍ ଲିଡ୍ ଭାବେ ପ୍ରଥମେ କିଆରା ଆଡ଼ଭାନିଙ୍କୁ କାଷ୍ଟ୍ କରାଯାଇଥିଲା। କିନ୍ତୁ ଗର୍ଭବତୀ ଥିବାରୁ ଏହି ହାଇ-ପ୍ରୋଫାଇଲ ପ୍ରୋଜେକ୍ଟରୁ ସେ ଓହରିଗଲେ । ତାଜା ଖବର ଅନୁସାରେ, ‘ଡନ୍-୩’ରେ ରଣବୀରଙ୍କ ଅପୋଜିଟ୍ରେ ଲିଡ୍ ଲେଡି ଭାବେ କ୍ରିତି ସାନନ୍ଙ୍କ ନାଁ ଚର୍ଚ୍ଚାକୁ ଆସିଛି। ପିଙ୍କ୍ଭିଲ୍ଲାର ରିପୋର୍ଟ ଅନୁସାରେ, କ୍ରିତି ଫିଲ୍ମରେ ମୁଖ୍ୟ ନାୟିକା ହେବାକୁ ରାଜି ହୋଇଛନ୍ତି । କିଛି ଦିନ ମଧ୍ୟରେ ପ୍ରୋଜେକ୍ଟରେ ସେ ଔପଚାରିକ ଭାବେ ଚୁକ୍ତି କରିବେ । ଫିଲ୍ମରେ ରୋମା ଭୂମିକା ପାଇଁ ଫରହାନ ଓ ପ୍ରଡକ୍ସନ୍ ହାଉସ୍ ଜଣେ ଜଣାଶୁଣା ଓ ସଶକ୍ତ ଚରିତ୍ର ଖୋଜୁଥିଲେ। ସେମାନଙ୍କ ନଜରରେ କ୍ରିତି ପର୍ଫେକ୍ଟ ମ୍ୟାଚ୍ ହେଲେ । ପ୍ରୋଜେକ୍ଟରେ ଖୁବ୍ଶୀଘ୍ର ଯୋଗ ଦେବାକୁ କ୍ରିତି ଉତ୍ସାହିତ ଅଛନ୍ତି । ଫିଲ୍ମଟି ମୁଖ୍ୟତଃ ୟୁରୋପରେ ସୁଟିଂ ହେବ । ସୁଟିଂ ସ୍ଥାନ ମଧ୍ୟ ଚୂଡ଼ାନ୍ତ ହୋଇସାରିଛି । ପ୍ରାକ୍-ପ୍ରଯୋଜନା କାମ ଆଉ କିଛି ମାସ ଧରି ଚାଲିବ । ଏହା ପରେ ଅକ୍ଟୋବର କିମ୍ବା ନଭେମ୍ବରରେ ଫିଲ୍ମଟି ସୁଟିଂ ଫ୍ଲୋର୍କୁ ଆସିବ। ‘ଡନ୍-୩’ର ସୁଟିଂ ଆରମ୍ଭ ପୂର୍ବରୁ କ୍ରିତି ଆନନ୍ଦ ଏଲ୍ ରାୟଙ୍କ ନିର୍ଦ୍ଦେଶିତ ‘ତେରେ ଇଶ୍କ ମେଁ’ ଓ ଦିନେଶ ଭିଜନଙ୍କ ପ୍ରଯୋଜିତ ‘କକ୍ଟେଲ୍-୨’ର ସୁଟିଂ ଶେଷ କରିବେ । ଆନନ୍ଦ ଏଲ୍ ରାୟଙ୍କ ହରର୍ ଫିଲ୍ମ ‘ନୟି ନବେଲି’ରେ ଅଭିନୟ ପାଇଁ ମଧ୍ୟ ତାଙ୍କର ଯୋଜନା ରହିଛି ।
ପହଲଗାମ ଆକ୍ରମଣ ଉପରେ ହ୍ୱାଇଟ୍ ହାଉସର ନଜର, ଟ୍ରମ୍ପ କହିଦେଲେ ବଡ କଥା
ନୂଆଦିଲ୍ଲୀ,୨୨।୪: ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଉପରେ ଆମେରିକା ନଜର ରଖିଛି। ହ୍ୱାଇଟ ହାଉସ ପ୍ରେସ ସେକ୍ରେଟାରୀ କାରୋଲାଇନ ଲିଭିଟ କହିଛନ୍ତି, “ରାଷ୍ଟ୍ରପତିଙ୍କୁ ଜାତୀୟ ସୁରକ୍ଷା ଉପଦେଷ୍ଟା ଦ୍ୱାରା ସୂଚନା ଦିଆଯାଇଛି ଏବଂ ଅଧିକ ତଥ୍ୟ ଜଣାପଡ଼ିବା ସହ ତାଙ୍କୁ ନିୟମିତ ଅପଡେଟ କରାଯାଉଛି। ଆମେ ଏପର୍ଯ୍ୟନ୍ତ ଯାହା ଜାଣିଛୁ, ତାହା ହେଉଛି ଦକ୍ଷିଣ କାଶ୍ମୀରର ଏକ ଜନପ୍ରିୟ ପର୍ଯ୍ୟଟନ ସ୍ଥଳରେ ହୋଇଥିବା ଏକ ଆତଙ୍କବାଦୀ ଆକ୍ରମଣରେ ଡଜନେକ ଲୋକ ନିହତ ହୋଇଛନ୍ତି ଏବଂ ଏହାଠାରୁ […] The post ପହଲଗାମ ଆକ୍ରମଣ ଉପରେ ହ୍ୱାଇଟ୍ ହାଉସର ନଜର, ଟ୍ରମ୍ପ କହିଦେଲେ ବଡ କଥା appeared first on Dharitri Odia News .
ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ଭାରତୀୟ ପୋଷାକରେ ଆସିଲେ ନଜର
ନୂଆଦିଲ୍ଲୀ: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି ।ଆମେରିକା ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ମଧ୍ୟରେ ଜେଡି ଭାନ୍ସଙ୍କ ଭାରତ ଗସ୍ତକୁ ବହୁତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଏହି ସମୟରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କ ପରିବାର ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ । ଜେଡି ଭାନ୍ସ ପରିବାର ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ- ଦୁଇ ନେତାଙ୍କ ମଧ୍ୟରେ ବାଣିଜ୍ୟ ଚୁକ୍ତି ଏବଂ […]
ଯୌତୁକ ଦାବି କରିବା ପଡିଲା ମହଙ୍ଗା: ୩ ଅଭିଯୁକ୍ତ ଦୋଷୀ, ନଜରରେ ରହିବେ ବର୍ଷେ
ଛତ୍ରପୁର,୨୧ା୪(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଶାନ୍ତିନଗରରେ ୨୦୨୨ରେ ଘଟିଥିବା ଏକ ଯୌତୁକ ନିର୍ଯାତନା ମାମଲାର ଶୁଣାଣି ହୋଇଛି। ସୋମବାର ଛତ୍ରପୁର ଏସ୍ଡିଜେଏମ୍ ପ୍ରୀତିଶ କୁମାର ରଥ ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ ଶାନ୍ତିନଗର ନିବାସୀ ଶଙ୍କର ବେହେରା, ଚନ୍ଦ୍ରମଣି ବେହେରା ଓ ବାସନ୍ତୀ ବେହେରା। ଦୋଷୀମାନେ ୧ ବର୍ଷ ପର୍ଯ୍ୟନ୍ତ ଜିଲା ପ୍ରୋବେଶନ ଅଧିକାରୀଙ୍କ ନଜରରେ ରହିବେ ବୋଲି ଏସ୍ଡିଜେଏମ୍ ଆଦେଶ ଦେଇଛନ୍ତି। ଏଥିସହ ସେମାନଙ୍କୁ ୩୦୦୦ […] The post ଯୌତୁକ ଦାବି କରିବା ପଡିଲା ମହଙ୍ଗା: ୩ ଅଭିଯୁକ୍ତ ଦୋଷୀ, ନଜରରେ ରହିବେ ବର୍ଷେ appeared first on Dharitri Odia News .
ଭାରତରେ ପହଞ୍ଚିଲେ ଆମେରିକା ଉପରାଷ୍ଟ୍ରପତି JD Vance, ଦେଶି ଲୁକରେ ନଜର ଆସିଲେ ଜୁନିଅର Vance
ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୪: ଆମେରିକାର ଉପରାଷ୍ଟ୍ରପତି JD Vance ତାଙ୍କର ପ୍ରଥମ ସରକାରୀ ଗସ୍ତରେ ସୋମବାର ଭାରତ ପହଞ୍ଚିଛନ୍ତି। ଏହି ଯାତ୍ରା ୨୧ ଏପ୍ରିଲରୁ ୨୪ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ହ୍ବାଇଟ ହାଉସ ପ୍ରେସ ପୁଲ ଅନୁଯାୟୀ, ଭାନ୍ସ ତାଙ୍କ ପରିବାର ସହିତ ଇଟାଲୀ ଯାତ୍ରା କରୁଥିଲେ ଏବଂ ରବିବାର ରାତିରେ ଏୟାର ଫୋର୍ସ ଟୁ (AF2) ରେ ଚଢ଼ିଥିଲେ। ସୋମବାର ସକାଳ ପ୍ରାୟ ୯ଟା ୩୦ସମୟରେ ତାଙ୍କ ବିମାନ ନୂଆଦିଲ୍ଲୀର ପାଲମ ବାୟୁସେନା ଷ୍ଟେଶନରେ ଅବତରଣ କରିଥିଲା। ସକାଳ […] The post ଭାରତରେ ପହଞ୍ଚିଲେ ଆମେରିକା ଉପରାଷ୍ଟ୍ରପତି JD Vance, ଦେଶି ଲୁକରେ ନଜର ଆସିଲେ ଜୁନିଅର Vance appeared first on Dharitri Odia News .
ଓଟିଟି ଜଗତରେ ଭୂମି ପେଡ୍ନେକରଙ୍କ ଏଣ୍ଟ୍ରି, ଦ ରୟାଲ୍ସ’ରେ ଆସିବେ ନଜର
ମୁମ୍ଵାଇ ୨୦।୦୪; ବଡ଼ ପରଦା ପରେ ଓଟିଟି ଦୁନିଆରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଅଭିନେତ୍ରୀ ଭୂମି ପେଡ୍ନେକର । ଖୁବ୍ଶୀଘ୍ର ୱେବ୍ ସିରିଜ୍ ‘ଦ ରୟାଲ୍ସ’ରେ ସେ ନଜର ଆସିବେ । ତେବେ ପ୍ରଥମ ଥର ଭୂମିଙ୍କୁ ଓଟିଟି ଅଫର୍ ମିଳିନାହିଁ । ଏହା ପୂର୍ବରୁ ମଧ୍ୟ ଅନେକ ଓଟିଟି ପ୍ରୋଜେକ୍ଟ ସେ ପ୍ରତ୍ୟାଖ୍ୟାନ କରିଛନ୍ତି । ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଭୂମି କହିଛନ୍ତି, ଓଟିଟି ଡେବ୍ୟୁ ପାଇଁ ମୋତେ ଅନେକ ୱେବ୍ ସିରିଜ୍ ଅଫର୍ ମିଳିଥିଲା । ସବୁର ପଟ୍ଟକଥା ମଧ୍ୟ ମୁଁ ପଢ଼ିଥିଲି । କିନ୍ତୁ ସବୁ ପ୍ରତ୍ୟାଖ୍ୟାନ କରିଦେଇଥିଲି । ତେବେ, ପରେ ସେ ସବୁ ପ୍ରୋଜେକ୍ଟ ସଫଳ ହେଲା । ସବୁଠୁ ବଡ଼ କଥା ହେଉଛି, ସେହି ପ୍ରୋଜେକ୍ଟ ସବୁରେ ସେଭଳି ନିବିଡ଼ତା ମୁଁ ଅନୁଭବ କରିନଥିଲି, ଯାହା ‘ଦ ରୟାଲ୍ସ’ର କାହାଣୀ ପଢ଼ିବା ପରେ ହେଲା । ସେଥିପାଇଁ ମୁଁ ରାଜି ହୋଇଗଲି । ‘ଦ ରୟାଲ୍ସ’ ଏକ ରୋମାଣ୍ଟିକ୍-କମେଡ଼ି ୱେବ୍ ସିରିଜ୍ । ଏ ଧରଣର ଫିଲ୍ମ ଭୂମିଙ୍କର ସବୁଠୁ ପ୍ରିୟ । ଏଥିରେ ତାଙ୍କ ସହ ପ୍ରମୁଖ ଭୂମିକାରେ ନଜର ଆସିବେ ଈଶାନ ଖଟ୍ଟର । ଏମାନଙ୍କ ସହିତ ଜୀନତ ଅମାନ, ସାକ୍ଷୀ ତନୱର, ନୋରା ଫତେହି, ଡିନୋ ମୋରିଆ, ମିଲିନ୍ଦ ସୋମନ, ଚଙ୍କି ପାଣ୍ଡେ ପ୍ରମୁଖ ଅଭିନୟ କରିଛନ୍ତି । ଆସନ୍ତା ମେ’ ୯ ତାରିଖରେ ନେଟ୍ଫ୍ଲିକ୍ସରେ ଶୋ’ର ପ୍ରିମିୟର ହେବ
ଓଡ଼ିଶା ଉପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ନଜର : ଦୁଇ ଦିନରେ ଦୁଇ ପ୍ରମୁଖ ସଚିବଙ୍କ ଓଡିଶା ଗସ୍ତ
କନକବ୍ୟୁରୋ : ଓଡ଼ିଶା ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଆଖି । ଦୁଇ ଦିନରେ ଦୁଇଜଣ ପ୍ରମୁଖ ସଚିବଙ୍କ ଓଡ଼ିଶା ଗସ୍ତକୁ ନେଇ ବଢିଲା ଚର୍ଚ୍ଚା । ଗତ ରାତିରେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟାଳୟର ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ । ଆଉ ଆଜି ଆସିବେ ପିଏମ୍ଓର ଅନ୍ୟତମ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର । ଶକ୍ତିକାନ୍ତ ଦାସ ଆସନ୍ତାକାଲି କେନ୍ଦୁଝର ଘଟଗାଁ ଯାଇ ମା’ ତାରିଣୀଙ୍କ ଦର୍ଶନ କରିବେ । ତାଙ୍କ ପାଇଁ ୱାଇ ପ୍ଲସ୍ ସୁରକ୍ଷା କରାଯାଇଛି । ସେହିପରି ଆଜି ଅପରାହ୍ନରେ ଆସି ପହଞ୍ଚିବେ ପିଏମ୍ଓ ପ୍ରମୁଖ ସଚିବ ପି.କେ. ମିଶ୍ର । ଆଜି ଦିନ ୨ଟା ୧୦ ମିନିଟରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସମ୍ବଲପୁର ଯିବେ । ସମ୍ବଲପୁରରେ ଆଇଆଇଏମ୍ର ନବମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ପି.କେ. ମିଶ୍ର । ଆସନ୍ତାକାଲି ପର୍ଯ୍ୟଟନ ଓ ନଗର ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପ ନେଇ ଆଲୋଚନା କରିବେ । ଦୁଇଦିନରେ ଦୁଇଜଣ ବରିଷ୍ଠ ଅଧିକାରୀଙ୍କ ଓଡ଼ିଶା ଗସ୍ତକୁ ନେଇ ଏବେ ଚର୍ଚ୍ଚା ହେଉଛି , ଓଡ଼ିଶା ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ଫୋକସ୍ ରହିଛି ।
ବଲିଉଡ୍ରେ କମ୍ବ୍ୟାକ୍ କରିବେ ପୃଥ୍ୱୀରାଜ ସୁକୁମାରନ, ମେଘନା ଗୁଲଜାରଙ୍କ ଫିଲ୍ମରେ ଆସିବେ ନଜର
ମୁମ୍ଵାଇ ୧୫।୦୪; ବଲିଉଡରେ କମବ୍ୟାକ କରିବାକୁ ପ୍ରସ୍ତୁତ ମାଲାୟାଲମ୍ ଅଭିନେତା ପୃଥ୍ୱୀରାଜ ସୁକୁମାରନ । ଆଗାମୀ ଚଳଚ୍ଚିତ୍ର 'ଡାୟରା' ସହ ବଲିଉଡରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ତଥା ପ୍ରଡକ୍ସନ୍ ହାଉସ୍ ଜଙ୍ଗଲି ପିକ୍ଚର୍ସ ବ୍ୟାନରରେ ନିର୍ମାଣ ହେବ ଏହି ଫିଲ୍ମ। ସେ କରୀନା କପୁର ଖାନଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ନଜର ଆସିବେ । ଅଭିନେତା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି। Some stories stay with you from the moment you hear them. DAAYRA is that for me. Excited to work with @meghnagulzar , the incredible #KareenaKapoorKhan and @JungleePictures ! Wish you all a very happy Vishu! #Daayra @vineetjaintimes #AmritaPandey #YashKeswani #SimaAgarwal … pic.twitter.com/vSHXSVh8vC — Prithviraj Sukumaran (@PrithviOfficial) April 14, 2025 ଏପ୍ରିଲ୍ ୧୪, ୨୦୨୫ ଏକ୍ସରେ ପୃଥ୍ୱୀରାଜ ନିର୍ଦ୍ଦେଶକ ମେଘନା ଗୁଲଜାର ଏବଂ ସହ-ତାରକା କରୀନା କପୁର ଖାନଙ୍କ ସହ କିଛି ଫଟୋ ସେୟାର କରିଛନ୍ତି । ଗୋଟିଏ ଫଟୋରେ, ତିନିଜଣ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି । ଦ୍ୱିତୀୟଟିରେ ସେ କ୍ୟାମେରା ଆଗରେ ହସୁଥିବାର ନଜର ଆସିଛନ୍ତି। ଫଟୋ ସେୟାର କରି ଅଭିନେତା ଲେଖିଛନ୍ତି, 'କିଛି କାହାଣୀ ତୁମେ ଶୁଣିବା କ୍ଷଣି ତୁମ ସହିତ ରହିଥାଏ । ମୋ ପାଇଁ 'ଡାୟରା' ହେଉଛି ଏକ କାହାଣୀ । ମେଘନା ଗୁଲଜାର ଏବଂ କରୀନା କପୁର ଖାନଙ୍କ ସହ କାମ କରିବାକୁ ଉତ୍ସାହିତ । ଆପଣ ସମସ୍ତଙ୍କୁ ବହୁତ ଶୁଭ ବିଷୁର ଶୁଭକାମନା।' କରୀନା ମଧ୍ୟ ଏହି ଫଟୋଗୁଡ଼ିକୁ ତାଙ୍କ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି, 'ମୁଁ ସର୍ବଦା କହିଛି ଯେ ମୁଁ ନିର୍ଦ୍ଦେଶକଙ୍କ ଅନୁଯାୟୀ କାମ କରେ ଏବଂ ଏଥର ମୁଁ ଆମର ଜଣେ ଶ୍ରେଷ୍ଠ ନିର୍ଦ୍ଦେଶକ ମେଘନା ଗୁଲଜାର ଏବଂ ଉଜ୍ଜ୍ୱଳ ପ୍ରୀତିରାଜଙ୍କ ସହ କାମ କରିବାକୁ ଉତ୍ସାହର ସହିତ ଅପେକ୍ଷା କରିଛି। ଯାହାର କାର୍ଯ୍ୟକୁ ମୁଁ ହୃଦୟରୁ ପ୍ରଶଂସା କରେ । ମୋର ଡ୍ରିମ ଟିମ'ଡାୟରା' ମୁଁ ପ୍ରସ୍ତୁତ ଅଛି ।'ଏହାପୂର୍ବରୁ ଏପ୍ରିଲ୭ରେ ପୃଥ୍ୱୀରାଜ ମୁମ୍ବାଇରେ କରୀନା କପୁର ଖାନଙ୍କ ସହ ନଜର ଆସିଥିଲେ । ସେବେଠାରୁ ପ୍ରୀତିରାଜ ଏବଂ କରୀନା ଏକାଠି କାମ କରିବା ବିଷୟରେ କଳ୍ପନାଜଳ୍ପନା ବୃଦ୍ଧି ପାଇଥିଲା ଏବଂ ବର୍ତ୍ତମାନ ଫିଲ୍ମ ନିଶ୍ଚିତ ହୋଇଛି ।
ଚାଇନାରେ ଗାର୍ଲଫ୍ରେଣ୍ଡ ଗୌରୀଙ୍କ ସହ କଣ କରୁଛନ୍ତି ଅମୀର ଖାନ ? ଇଭେଣ୍ଟରେ ହାତ ଧରି ବୁଲୁଥିବାର ଆସିଲେ ନଜର
ମୁମ୍ଵାଇ ୧୪।୦୪; ଗତ ମାସରେ ନିଜର ୬୦ତମ ଜନ୍ମଦିନ ପାଳନ ଅବସରରେ ସମସ୍ତଙ୍କୁ ନୂଆ ପ୍ରେମିକା ଗୌରୀ ସ୍ପ୍ରାଟ୍ଙ୍କ ସହ ପରିଚିତ କରାଇଥିଲେ ଅଭିନେତା ଅମୀର ଖାନ୍ । ତାର କିଛି ସପ୍ତାହ ପରେ ଶନିବାର ପ୍ରେମୀ ଯୁଗଳଙ୍କୁ ସହ ପ୍ରଥମ ଥର ଲାଗି ଏକାଠି ଦେଖିବାକୁ ମିଳିଛି । ଉଭୟ ଚୀନ୍ରେ ଆୟୋଜିତ ହୋଇଥିବା ମକାଉ ଇଣ୍ଟରନ୍ୟାସନାଲ କମେଡି ଫେଷ୍ଟିଭାଲ୍ରେ ପହଞ୍ଚିଥିଲେ । ରେଡ୍ କାର୍ପେଟ୍ରେ ଏଣ୍ଟ୍ରି ସମୟରେ ଅମୀର ଗାର୍ଲଫ୍ରେଣ୍ଡଙ୍କର ହାତ ଧରିଥିବା ଦେଖିବାକୁ ମିଳିଥିଲା । ଏହି ଅବସର ଲାଗି କପଲ ଟ୍ରାଡିସନାଲ ଆଉଟ୍ଫିଟ୍କୁ ବାଛିଥିଲେ । ଅମୀର କଳାରଙ୍ଗର କୁର୍ତ୍ତା- ପାଇଜାମା ପିନ୍ଧିଥିବାବେଳେ କଳା ଓ ଗୋଲଡେନ୍ ରଙ୍ଗର ଏମ୍ବ୍ରୟଡୋରୀ ହୋଇଥିବା ସାଲ୍ ଘୋଡ଼ାଇ ହୋଇଥିଲେ । ଗୌରୀଙ୍କୁ ଫ୍ଲୋରାଲ ପ୍ରିଣ୍ଟର ଶାଢ଼ିରେ ଦେଖିବାକୁ ମିଳିଥିଲା । ପୂରା ଉତ୍ସବ ସମୟରେ କପଲ ହସିହସି ମିଡିଆକୁ ପୋଜ୍ ଦେଇଥିଲେ । ଅମୀର ଗୌରୀଙ୍କୁ ଅନ୍ୟ ଅତିଥିମାନଙ୍କ ସହ ମଧ୍ୟ ପରିଚିତ କରାଇଥିଲେ । ଚୀନ୍ର ଲୋକପ୍ରିୟ କଳାକାର ଶେନ୍ ତେଙ୍ଗ ଓ ମା ଲି’ଙ୍କ ସହିତ ଦମ୍ପତିଙ୍କର କିଛି ଫଟୋ ଓ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ମକାଉ ଇଣ୍ଟରନ୍ୟାସନାଲ କମେଡି ଫେଷ୍ଟିଭାଲରେ ଆମିରଙ୍କୁ ମାଷ୍ଟର ହ୍ୟୁମର ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି । ମାର୍ଚ୍ଚ ୧୪ ତାରିଖରେ ଆମିର ନିଜର ୬୦ତମ ଜନ୍ମଦିନ ପାଳନ ଅବସରରେ ଗୌରୀଙ୍କ ସହ ସଂପର୍କକୁ ସାର୍ବଜନୀନ କରିଥିଲେ । ବେଙ୍ଗାଲୁରର ବାସିନ୍ଦା ଗୌରୀ ଆମିରଙ୍କର ପ୍ରଡକ୍ସନ୍ରେ କାମ କରନ୍ତି । ଉଭୟ ପରସ୍ପରକୁ ୨୫ ବର୍ଷ ହେଲା ଜାଣିଥିବାବେଳେ ଗତ ଦେଢ଼ ବର୍ଷ ତଳେ ସେମାନେ ନିକଟତର ହୋଇଥିଲେ । ଗୌରୀଙ୍କର ପ୍ରଥମ ବିବାହରୁ ଏକ ୬ ବର୍ଷର ପୁଅ ରହିଛି ।
ଶିଳ୍ପାୟନର ତଦାରଖ କରିବ ଟାସ୍କଫୋର୍ସ: ପ୍ରକଳ୍ପ ଅଗ୍ରଗତି ଉପରେ ନଜର ରଖିବ
ଭୁବନେଶ୍ବର: ରାଜ୍ୟରେ ଶିଳ୍ପାୟନକୁ ଗତି ଦେବା ଲାଗି ଏକ ୧୭ ଜଣିଆ ଉଚ୍ଚ କ୍ଷମତା ସମ୍ପନ୍ନ ଟାସ୍କଫୋର୍ସ ଗଠନ କରାଯାଇଛି। ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟାସ୍କଫୋର୍ସର ଲକ୍ଷ୍ୟ ହେଉଛି ରାଜ୍ୟକୁ ଆସୁଥିବା ନିବେଶ ପ୍ରସ୍ତାବଗୁଡ଼ିକୁ ବାସ୍ତବତାରେ ପରିଣତ କରିବା ପର୍ଯ୍ୟନ୍ତ ସହାୟତା କରିବା। ଏକ ପ୍ରସ୍ତାବକୁ କାରଖାନାରେ ପରିଣତ କରିବା ପର୍ଯ୍ୟନ୍ତ ଆବଶ୍ୟକ ହେଉଥିବା ସହଯୋଗ ଯୋଗାଇ ଦେବା। ଜମି ଅଧିଗ୍ରହଣ ଓ ଅନ୍ୟାନ୍ୟ ଯେଉଁ ସମସ୍ୟା ରହିଛି ତାହାକୁ ଦୂର କରିବା। ଶିଳ୍ପ ପ୍ରକଳ୍ପଗୁଡ଼ିକ ଯେଭଳି ଶୀଘ୍ର କାର୍ଯ୍ୟକାରୀ ହୋଇପାରିବ, ସେଥିପାଇଁ ଟାସ୍କଫୋର୍ସରେ ବିଭିନ୍ନ ବିଭାଗର ସଦସ୍ୟ ରହିବେ। ବିଶେଷ କରି ପ୍ରକଳ୍ପ ପାଇଁ ରହିଥିବା ସମସ୍ୟାଗୁଡ଼ିକୁ ଦୂର କରିବା ଲାଗି ବିଭାଗଗୁଡ଼ିକ ମଧ୍ୟରେ ସମନ୍ବୟରେ ଉନ୍ନତି ଆଣିବା ଉପରେ ଟାସ୍କଫୋର୍ସ ଧ୍ୟାନ ଦେବ। ସୂଚନା ଅନୁସାରେ ପ୍ରକଳ୍ପ ନିରୀକ୍ଷଣ ଦଳ (ପିଏମ୍ଜି) ଓ ପ୍ରଗତି ଅଭିଯାନ ଅଧୀନରେ ଥିବା ପ୍ରମୁଖ ପ୍ରକଳ୍ପଗୁଡ଼ିକୁ ମଧ୍ୟ ଟାସ୍କଫୋର୍ସ ଅନୁଧ୍ୟାନ କରିବ। ପ୍ରକଳ୍ପ ଅଗ୍ରଗତି ଉପରେ ନଜର ରଖିବ ବିଭାଗୀୟ ସମନ୍ବୟ ଉପରେ ଗୁରୁତ୍ବ ରାଜ୍ୟକୁ ଆସିଥିବା ୧୭ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ତ୍ବରାନ୍ବିତ କରିବା ଲାଗି ଏହି ଟାସ୍କଫୋର୍ସ ଗଠନ କରାଯାଇଛି। ଚଳିତ ବର୍ଷ ଜାନୁଆରିରେ ଅନୁଷ୍ଠିତ ହୋଇଥିବା ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ରାଜ୍ୟ ସରକାର ପ୍ରାୟ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରିଥିଲେ। ଏଥି ସହିତ କିଛି ଦିନ ପୂର୍ବେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ନିବେଶକ ସମ୍ମିଳନୀରେ ୧.୦୩ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା। ରାଜ୍ୟ ସରକାରଙ୍କ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଓ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍ଏଲ୍ସିଏ) ବୈଠକରେ ନିୟମିତ ବ୍ୟବଧାନରେ ବିଭିନ୍ନ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁର କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ କରିବା ଲାଗି କାର୍ଯ୍ୟ କରୁଥିବା ବେଳେ ଶିଳ୍ପାୟନ ତାହାର ଏକ ପ୍ରମୁଖ ଅଂଶ ହୋଇରହିଛି। ରାଜ୍ୟର ପ୍ରତି ଜିଲ୍ଲାରେ ଶିଳ୍ପ ସ୍ଥାପନ କରାଯିବ ବୋଲି ସେ ବାରମ୍ବାର କହୁଛନ୍ତି। ପାରମ୍ପରିକ ଖଣିଜ ଓ ଧାତବ କ୍ଷେତ୍ରରେ ରାଜ୍ୟ ସରକାର ନିବେଶ ପ୍ରସ୍ତାବ ହାସଲ କରୁଥିବା ବେଳେ ଏବେ ରସାୟନ, ପେଟ୍ରୋକେମିକାଲ୍ସ, ପ୍ଲାଷ୍ଟିକ, ଖାଦ୍ୟ ପ୍ରକ୍ରିୟାକରଣ, ସୂଚନା ପ୍ରଯୁକ୍ତି, ସେମିକଣ୍ଡକ୍ଟର ଓ ଅକ୍ଷୟ ଶକ୍ତି ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଉଛି। ରାଜ୍ୟକୁ ପେଟ୍ରୋକେମିକାଲ୍ସର ଏକ ହବ୍ରେ ପରିଣତ କରିବାକୁ ସରକାର ଯୋଜନା ରଖିଛନ୍ତି। ଶିଳ୍ପ ପ୍ରକଳ୍ପଗୁଡ଼ିକୁ ଅନୁକୂଳ ପରିବେଶ ଓ ଭିତ୍ତିଭୂମି ପ୍ରଦାନ କରିବା ଲାଗି ବିଭିନ୍ନ ସ୍ଥାନରେ ଶିଳ୍ପ କରିଡର ମଧ୍ୟ ବିକାଶ କରାଯାଉଛି।
ହନୁମାନ ଜୟନ୍ତୀ: ମୁତୟନ ହେବେ ୨୦୦ ପ୍ଲାଟୁନ୍ ଫୋର୍ସ, ନଜର ରଖିବ ସିସିଟିଭି
ଭୁବନେଶ୍ବର: ରାତି ପାହିଲେ ରାଜ୍ୟରେ ପାଳନ ହେବ ହନୁମାନ ଜୟନ୍ତୀ। ଏଥି ପାଇଁ ଓଡ଼ିଶା ପୁଲିସ ପ୍ରସ୍ତୁତ ରହିଛି। ଆଇନଶୃଙ୍ଖଳା ଦାୟିତ୍ୱରେ ରହିବ ୨୦୦ ପ୍ଲାଟୁନ ଫୋର୍ସ।ସାରା ଓଡ଼ିଶାରେ ଅପରାଧ ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ଜାରି ରହିଛି। ୬୫୦ ସିସିଟିଭି ଓ ୪୦ ଟି ଡ୍ରୋନ୍ ସାହାଯ୍ୟରେ ଆଇନଶୃଙ୍ଖଳାକୁ ମନିଟର କରାଯାଉଛି। ସମ୍ବଲପୁରରେ ବଡ଼ବଡ଼ ଏଲ୍ଇଡି ଓ ଡ୍ରୋନ୍ ସାହାଯ୍ୟରେ ନିରୀକ୍ଷଣ କରାଯାଉଛି। ସାଦା ପୋଷାକରେ ପାଇଁତରା ମାରିଥିବା ପୁଲିସ କର୍ମଚାରୀଙ୍କୁ ମୋବାଇଲ ଭେଇକିଲ ଦିଆଯାଇଛି। ପ୍ରତେକ ଜିଲ୍ଲାରେ ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ ରହିଛି। ଜିଲ୍ଲାପାଳ ଓ ଏସପିଙ୍କ ସହ ଶାନ୍ତି କମିଟି ମିଟିଂ ସରିଛି। ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଅଧିକ ଫୋର୍ସ ମୁତୟନ କରାଯାଇଛି। ଧାର୍ମିକ ସ୍ଥଳଗୁଡ଼ିକରେ ପୁଲିସ ଦ୍ୱାରା ପିକେଟିଂ ଜାରି ରହିଛି। ସମ୍ବେଦନଶୀଳ ସ୍ଥାନରେ କାର୍ଯ୍ୟକାରି ମାଜିଷ୍ଟ୍ରେଟ୍ ଉପସ୍ଥିତ ରହିବେ। କାଳବୈଶାଖୀ ଓ ହିଟ ୱେବ ପାଇଁ ବନ୍ଦୋବସ୍ତ କରାଯାଇଛି। ସମ୍ବଲପୁରରେ ବଡ଼ବଡ଼ ଏଲ୍ଇଡି ଓ ଡ୍ରୋନ୍ ସାହାଯ୍ୟରେ ନିରୀକ୍ଷଣ କରାଯାଉଛି। ସାଦା ପୋଷାକରେ ପାଇଁତରା ମାରିଥିବା ପୁଲିସ କର୍ମଚାରୀଙ୍କୁ ମୋବାଇଲ ଭେଇକିଲ ଦିଆଯାଇଛି। ପ୍ରତେକ ଜିଲ୍ଲାରେ ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ ରହିଛି। ଜିଲ୍ଲାପାଳ ଓ ଏସପିଙ୍କ ସହ ଶାନ୍ତି କମିଟି ମିଟିଂ ସରିଛି। ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଅଧିକ ଫୋର୍ସ ମୁତୟନ କରାଯାଇଛି। ଏଡିଜି (ଲ ଆଣ୍ଡ ଅର୍ଡର) ସଂଜୟ କୁମାର କହିଛନ୍ତି, ଦେଶୀ ମଦ କାରବାର ଓ ନିଶା ବେପାରୀଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଗ୍ରହଣ କରାଯାଇଛି। ସୋସିଆଲ ମିଡିଆରେ ଗୁଜବ କରି ଜାତିଆଣ ମନ୍ତବ୍ୟ ଦେଉଥିବା ଗୁଜବକାରୀଙ୍କ ଉପରେ ନଜର ରଖିବା ପାଇଁ ସ୍ପେଶାଲ ସାଇବର ଟିମ ଗଠନ ହୋଇଛି। ବି.ଆର.ଆମ୍ବେଦକର ଜୟନ୍ତୀ ମଧ୍ୟ ଆସନ୍ତାକାଲି ଥିବାରୁ ନିଜେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି ଡିଜିପି ବୋଲି ଏଡିଜିପି ଲ' ଆଣ୍ଡ ଅର୍ଡର ସଞ୍ଜୟ କୁମାର ସୂଚନା ଦେଇଛନ୍ତି। Police
ହନୁମାନ ଜୟନ୍ତୀ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼କଡ଼ି: ନଜର ରଖିବ ୪୦ ଡ୍ରୋନ, ୬୦୦ ସିସିଟିଭି
ଭୁବନେଶ୍ୱର,୧୩।୪: ସୋମବାର ପବିତ୍ର ପଣା ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ। ଏନେଇ ସବୁଠି ଉତ୍ସବ ମୁଖର। ଶାନ୍ତି ଶୃଙ୍ଖଳାର ସହ କିପରି ହନୁମାନ ଜୟନ୍ତୀ ପାଳନ କରାଯିବ ସେନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏପରି କି ହନୁମାନ ଜୟନ୍ତୀରେ ବାହାରୁଥିବା ଧାର୍ମିକ ଶୋଭାଯାତ୍ରା ନେଇ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏନେଇ ବିସ୍ତୁତ ସୂଚନା ଦେଇଛନ୍ତି ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର। ରାଜ୍ୟରେ ଆଇନଶୃଙ୍ଖଳା ଦାୟିତ୍ୱରେ ୨୦୦ ପ୍ଲାଟୁନ ଫୋର୍ସ ରହିବେ […] The post ହନୁମାନ ଜୟନ୍ତୀ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼କଡ଼ି: ନଜର ରଖିବ ୪୦ ଡ୍ରୋନ, ୬୦୦ ସିସିଟିଭି appeared first on Dharitri Odia News .
ପୁଣି ଚର୍ଚ୍ଚାରେ IIT ବାବା, ହାତରେ ମେହେନ୍ଦୀ ଲଗାଇ ବଂଶୀ ବଜାଉଥିବା ଆସିଲେ ନଜର, ଭାଇରାଲ ଭିଡିଓ ଦେଖିଲେ…
ପ୍ରୟାଗରାଜ,୧୩ା୪: ଆଇସିସି କ୍ରିକେଟ ଟୁର୍ନାମେଣ୍ଟର ଭବିଷ୍ୟବାଣୀ କରିବା ହେଉ କିମ୍ବା ଭବିଷ୍ୟତ ବିଷୟରେ ବଡ଼ ଦାବି କରିବା ହେଉ ସେ ପ୍ରାୟତଃ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇ ରହିଥାନ୍ତି। ମହାକୁମ୍ଭରୁ ଭାଇରାଲ ହୋଇଥିବା ଆଇଆଇଟି ବାବା ଓରଫ ଅଭୟ ସିଂହ ପୁଣି ଥରେ ସୋସିଆଲ ମିଡିଆରେ ରାଜ୍ କରୁଛନ୍ତି। ଏଥର ସେ ମେହେନ୍ଦୀ ପିନ୍ଧି ବଂଶୀ ବଜାଉଥିବାର ଦେଖାଯାଉଛି। ଏହି ଭିଡିଓଟି ନିଜେ IIT ବାବା ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି, ଯାହା ଉପରେ […] The post ପୁଣି ଚର୍ଚ୍ଚାରେ IIT ବାବା, ହାତରେ ମେହେନ୍ଦୀ ଲଗାଇ ବଂଶୀ ବଜାଉଥିବା ଆସିଲେ ନଜର, ଭାଇରାଲ ଭିଡିଓ ଦେଖିଲେ… appeared first on Dharitri Odia News .
ଭୁବନେଶ୍ୱର : ଟାରିଫ୍ ଶୁଳ୍କକୁ ନେଇ ମୁହାଁମୁହିଁ ହୋଇଛନ୍ତି ଆମେରିକା-ଚୀନ୍। ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଛି ଟ୍ରେ଼ଡ୍ ୱାର୍। ଟ୍ରମ୍ପ ଚୀନ ଉପରେ ୧୪୫% ଟାରିଫ୍ ଲଗାଇଛନ୍ତି, ଜବାବରେ ଚୀନ ବି ଲଗାଇଛି ୧୨୫% ଶୁଳ୍କ। କେବଳ ସେତିକି ନୁହେଁ ଆମେରିକା ସହିତ ଏଭଳି ଯୁଦ୍ଧ ଶେଷ ପର୍ଯ୍ୟନ୍ତ ଲଢ଼ିବ ବୋଲି ରୋକଠୋକ୍ କହିଛି ଚାଇନା। ଏଥିପାଇଁ ରଣନୀତି ବି ଆରମ୍ଭ କରିଦେଇଛି। ଆଉ ଚୀନର ନଜର ଏବେ ଭାରତ ଉପରେ। ଦୀର୍ଘଦିନ ଧରି ଶତ୍ରୁତା ଆଚରଣ କରୁଥିବା ଚୀନ ଏବେ ଭାରତର ଟ୍ରୁ ଫ୍ରେଣ୍ଡ୍। ମାନେ ପକ୍କା ଦୋସ୍ତ। ଚୀନ ତାର ସାମଗ୍ରୀ ଭାରତକୁ ରପ୍ତାନୀ କରିବାକୁ ଚାହୁଁଛି। ଏପଟେ ଭାରତ ବି ଆମେରିକା ଶୁଳ୍କ ଚାପରେ ଚୀନ ସହ ବିଜନେଶ କରି ନିଜର କ୍ଷତି ଭରଣା କରିବାକୁ ସୁଯୋଗ ଖୋଜୁଛି। ଟ୍ରମ୍ପଙ୍କ ଟାରିଫ ମାଡ଼ ଏବେ ଦୁଇ ଦେଶକୁ ଘନିଷ୍ଠ ବନ୍ଧୁ କରିଦେଇଛି। ପଢ଼ନ୍ତୁ ରିପୋର୍ଟ ଆରମ୍ଭ ହୋଇଛି ଟ୍ରେଡ୍ ୱାର୍। ମୁହାଁମୁହିଁ ବିଶ୍ୱର ଦୁଇ ମହାନ ଆର୍ଥନୀତି, ଚୀନ ଓ ଆମେରିକା। ଟକ୍କର ଦେଇ ପରସ୍ପର ଉପରେ ଲଗାଉଛନ୍ତି ଶୁଳ୍କ। ଆମେରିକା ଚୀନ ଉପରେ ୧୪୫ ପ୍ରତିଶତ ଶୁଳ୍କ ଲଗାଇଥିବା ବେଳେ ଚୀନ ବି ଜବାବ ଦେଇ ଆମେରିକା ଉପରେ ଲଗାଇଛି ୧୨୫ ପ୍ରତିଶତ ଶୁଳ୍କ। ଏହି ଯୁଦ୍ଧ ଶେଷ ପର୍ଯ୍ୟନ୍ତ ଲଢିବ ବୋଲି ରୋକ୍ଠୋକ୍ କହିଦେଇଛି ଚାଇନା। ଆମେରିକା ଠାରୁ ଉଚ୍ଚ ଶୁଳ୍ଖ ଚାପର ଶିକାର ହେବା ପରେ ଚୀନ ଏବେ ଭାରତ ଭଳି ଏକ ବଡ଼ ମାର୍କେଟ୍କୁ ଆଡ଼କୁ ଆଶାପୂର୍ଣ୍ଣ ଆଖିରେ ଚାହିଁ ରହିଛି। ଭାରତର ୧.୪ ବିଲିଅନ ଗ୍ରାହକ ଓ ବଢ଼ୁଥିବା ମେନୁଫେକ୍ଚରିଂ ସେକ୍ଟର ଚୀନ ପାଇଁ ଏକ ଭଲ ବିକଳ୍ପ ହୋଇପାରେ ନିଶ୍ଚୟ। ଏଥିପାଇଁ ଚୀନ ନିୟମିତ ଭାରତକୁ ମନାଇବାରେ ଲାଗି ପଡ଼ିଛି। ପଢନ୍ତୁ- ଭାରତ ବନାମ ଚୀନ: ଷ୍ଟାର୍ଟଅପ୍ରେ ରେସ୍ରେ କାହିଁକି ପଛରେ ପଡ଼ିଗଲା ଭାରତ? ସେପଟେ ଭାରତ ବି ଆମେରିକା ଲଗାଇଥିବା ୨୫ ପ୍ରତିଶତ ଶୁଳ୍କ ଉପରେ ରହିଛି। ଆମେରିକାର ଶୁଳ୍କ ଏହାର ଟେକ୍ସଟାଇଲ୍, ଅଟୋ କମ୍ପୋନେଣ୍ଟ ଓ କେମିକଲ ସେକ୍ଟର ପ୍ରଭାବିତ କରିବ। ତେଣୁ ଭାରତ ଏସବୁ ଚୀନକୁ ରପ୍ତାନୀ କରି କ୍ଷତି ଭରଣା କରିବାକୁ ଚାହିଁବ। ପ୍ରତିଶ୍ରୁତି ମୁତାବକ ସତରେ ଯଦି ଚୀନ ଭାରତୀୟ ସାମଗ୍ରୀ ପାଇଁ ନିଜ ବଜାର ଖୋଲି ଦେଲା ତେବେ ଚୀନ ସହିତ ଦୀର୍ଘଦିନ ଧରି ରହି ଆସୁଥିବା ଭାରତୀୟ ବାଣିଜ୍ୟିକ କ୍ଷତିକୁ କିଛି ମାତ୍ରାରେ ଭରଣା କରିପାରିବ। ତେଣୁ ପରସ୍ପର ମଧ୍ୟରେ ସମ୍ପର୍କ ସୁଧାରିବାକୁ ଲାଗିପଡ଼ିଛନ୍ତି ଉଭୟ ଦେଶର ନେତା। ସବୁଠାରୁ ମଜା କଥା ହେଲା ଚୀନ ଭାରତ ସହିତ ସମ୍ପର୍କ ସୁଧାରିବାକୁ ନିଜ ଆଡୁ ଖୁବ୍ ଇଣ୍ଟରେଷ୍ଟ ଦେଖାଉଛି। ଟ୍ରମ୍ପ ଟାରିଫ ଲାଗୁ କରିବାର କିଛିଦିନ ପୂର୍ବରୁ ଦିଲ୍ଲୀରେ ଥିବା ଚୀନର ରାଷ୍ଟ୍ରଦୂତ ସୁ ଫେଇହଙ୍ଗ ଭାରତ ସହ ବାଣିଜ୍ୟ ବଢ଼ାଇବା କଥା କହିଥିଲେ। ଚୀନ ଭାରତ ଠାରୁ ଅଧିକ ସାମଗ୍ରୀ କିଣିବ ଓ ବାଣିଜ୍ୟ ସମ୍ପର୍କ ମଜଭୁତ କରିବାକୁ ପ୍ରସ୍ତୁତ ଅଛି ବୋଲି ସୁ କହିଥିଲେ। ଗ୍ଲୋବାଲ ଟାଇମ୍ସକୁ ପ୍ରତିକ୍ରିୟା ଦେଇ ସୁ କହିଥିଲେ, ଆମେ ବାଣିଜ୍ୟ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବ୍ୟବହାରିକ ସହଯୋଗକୁ ସୁଦୃଢ଼ କରିବା, ଏବଂ ଚୀନ୍ ବଜାରକୁ ସୁହାଇଲା ଭଳି ଅଧିକ ଭାରତୀୟ ଉତ୍ପାଦ ଆମଦାନୀ କରିବା ପାଇଁ ଭାରତ ସହିତ ମିଶି କାମ କରିବାକୁ ଇଚ୍ଛୁକ ବୋଲି ସୁ କହିଥିଲେ। କେବଳ ସେତିକି ନୁହେଁ ଭାରତୀୟ କମ୍ପାନୀମାନେ ମଧ୍ୟ ହିମାଳୟ ସୀମା ଡେଇଁ ଚୀନ ଭିତରେ ନିବେଶ କରିବାକ ସେ ଆହ୍ୱାନ ଦେଇଥିଲେ। ନିକଟରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଭାରତକୁ ମନେଇବାକୁ ଚେଷ୍ଟା କରିଥିଲେ। ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜିନପିଙ୍ଗ କହିଥିଲେ ଆମେ ଦୁଇ ଦେଶ ମିଳିମିଶି କାମ କରିବା ଦରକାର। ଏବଂ ଆମ ସମ୍ପର୍କ ଡ୍ରାଗନ ଏଲିଫାଣ୍ଟ ଟାଙ୍ଗୋ ସଦୃଶ୍ୟ ହେବ ଦରକାର। ଅର୍ଥାତ ଏକ ମଜଭୁତ ସମ୍ପର୍କ ହେବା ଦରକାର ବୋଲି ଜିନପିଙ୍ଗ କହିଥିଲେ। ଏପ୍ରିଲ ୧ ତାରିଖରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କକୁ ୭୫ ବର୍ଷ ପୂର୍ତ୍ତି ଅବସରେ ଦୁଇ ରାଷ୍ଟ୍ରପତି ପରସ୍ପରକୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ। ମାର୍ଚ୍ଚ ମାସରେ ଚୀନ ମିଡିଆ ମଧ୍ୟ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦୀଙ୍କୁ ପ୍ରବଳ ପ୍ରଶଂସା କରିଥିଲା। ଏବଂ ଦୁଇ ଦେଶ ମଧ୍ୟରେ ଏକ ସୁସ୍ଥ ବ୍ୟବହାରିକ ସମ୍ପର୍କ ସ୍ଥାପନ କରିବାକୁ ଜୋର୍ ଦେଇଥିଲା। ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଆମେରିକୀୟ ପଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନଙ୍କୁ ଇଣ୍ଟରଭ୍ୟୁ ଦେଲା ବେଳେ ଚୀନ ପ୍ରତି ଉତ୍ତମ ଆଭିମୁଖ୍ୟ ଦର୍ଶାଇଥିଲେ । ପଡ଼ୋଶୀ ମଧ୍ୟରେ ଏମିତି ଛୋଟମୋଟ ଝଗଡ଼ା ହୁଏ, ଚୀନ ଓ ଭାରତ ମଧ୍ୟରେ ଐତିହାସିକ ସମ୍ପର୍କ ରହିଛି। ୨୦୨୦ ପରେ ଜିନପିଙ୍ଗ ସହ ସବୁ ଆଲୋଚନା ପଜିଟିଭ ରହିଛି। ଆମେ ଦୁଇ ଦେଶ ଏହାର ସମାଧାନ କରିବାକୁ ଚେଷ୍ଟା କରୁଛୁ ବୋଲି ମୋଦୀ କହିଥିଲେ। ଏସବୁ ସ୍ଥିତି ଦେଖିଲେ ଚୀନ ଓ ଆମେରିକା ଲଢ଼େଇ ମଧ୍ୟରେ ଭାରତ ଭଲ ସ୍ଥିତିରେ ରହିଛି। କାରଣ ଭାରତ ଉପରେ ଆମେରିକା ୨୬ ପ୍ରତିଶତ ଶୁଳ୍କ ଲଗାଇଛି, ଯାହା ଅନ୍ୟ ଏସୀୟ ଦେଶ ତୁଲନାରେ ଖୁବ୍ କମ୍। ତେଣୁ ଭାରତକୁ ଆମେରିକା ସହିତ ବ୍ୟବସାୟ ବଢାଇବାକୁ ଏକ ସୁଯୋଗ ମିଳିଯାଇଛି। ଏପଟେ ଟାରିଫ ଚିନ୍ତାରେ ଚୀନ। ତେଣୁ ଚୀନର ବିବଶତା ଓ ଆମେରିକାର ସୁଯୋଗ ନେଇ ଭାରତ ଭଳ ଗେମ୍ ଖେଳିପାରେ। ଯେଉଁଥିରେ ଚୀନକୁ ବି ଭାରତ ଠାରୁ ସାମଗ୍ରୀ କିଣିବାରେ ଏକପ୍ରକାର ବାଧ୍ୟ କରିପାରେ। ତେବେ ଦୁଇ ଦେଶ ମଧ୍ୟରେ କାଣ ରହିଛି ବାଣିଜ୍ୟିକ ସ୍ଥିତି ଆସନ୍ତୁ ଜାଣିବା। ଭାରତ ଏବଂ ଚୀନ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଗତ ଆର୍ଥିକ ବର୍ଷରେ ୪ ପ୍ରତିଶତ ବୃଦ୍ଧି ପାଇ ୧୧୮.୪୦ ବିଲିୟନ ଡଲାରରେ ପହଞ୍ଚିଛି। ଯେଉଁଥିରେ ଭାରତ ଚୀନରୁ ଅଧିକ ଆମଦାନୀ କରିଛି। ସାମରିକ ଅଚଳାବସ୍ଥା ଏବଂ ରାଜନୈତିକ ଅସ୍ଥିରତା ସତ୍ତ୍ୱେ, ଭାରତ ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟ ୨୦୨୨ ମସିହାରେ ରେକର୍ଡ ୧୩୫.୯୮ ବିଲିୟନ ଡଲାରରେ ପହଞ୍ଚିଥିଲା। ଭାରତର ବାଣିଜ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ୨୦୨୩-୨୪ ମସିହାରେ, ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ୧୦୧.୭ ବିଲିୟନ ଡଲାର ଥିଲା। ତେବେ ୨୦୨୦ ମସିହାରେ ଦୁଇ ଦେଶ ମଧ୍ୟରେ ସୀମା ସଂଘର୍ଷ ହୋଇଥିଲା। ଏଥିରେ ସମ୍ପର୍କ ଖରାପ ହୋଇଯାଇଥିଲା। ଭାରତ ସରକାର ଚୀନ୍ ନିବେଶ ଉପରେ କଟକଣା ଲଗାଇଥିବା ସହିତ ୨୦୦ ରୁ ଅଧିକ ଚୀନ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏବଂ ବେଜିଂରୁ ଆସୁଥିବା ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶକୁ ଯାଞ୍ଚ କରିଥିଲେ, ଯାହା ଆଜି ପର୍ଯ୍ୟନ୍ତ ଲାଗୁ ରହିଛି। ଏସବୁ ସତ୍ତ୍ୱେ ବି ଦୁଇ ଦେଶ ମଧ୍ୟରେ ବ୍ୟବସାୟ ପ୍ରଭାବିତ ହୋଇ ନାହିଁ। ତଥାପି ଚୀନ ସହିତ ବ୍ୟବସାୟ କରି ଭାରତ ଅଧିକ କ୍ଷତି ସହୁଛି। ୨୦୨୩ ସୁଦ୍ଧା ଚୀନ ସହ ଭାରତର ବାଣିଜ୍ୟିକ କ୍ଷତି ୧୦୦ ବିଲିଅନ ଡଲାର ରହିଛି। ଇଲେକ୍ଟ୍ରୋନିକ୍ସ, ଯନ୍ତ୍ରପାତି, ଔଷଧ ଏବଂ ରାସାୟନିକ ଦ୍ରବ୍ୟ,ଭାରତ ଚୀନ ଠାରୁ ଅଧିକ ଆମଦାନୀ କରୁଛି। ତେଣୁ କ୍ଷତି ବଢ଼ୁଛି। ତେଣୁ ସାମ୍ପ୍ରତିକ ପରିସ୍ଥିତିରେ ଯଦି ଚୀନ ଓ ଭାରତର ଡିଲ୍ ସଠିକ ହୁଏ ତେବେ ଏଥିରେ ଭାରତର ବାଣିଜ୍ୟିକ କ୍ଷତି କମିବାର ସମ୍ଭାବନା ରହିଛି। ଭାରତ ଏବଂ ଚୀନ୍ ଉଭୟ ବିଶ୍ୱ ସପ୍ଲାଏ ଚେନ୍ରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। କିନ୍ତୁ ଶୁଳ୍କ କାରଣରୁ ଉଭୟ ଦେଶର ରପ୍ତାନୀରେ ପ୍ରଭାବିତ ହୋଇପାରେ। ଏମିତିରେ ଦୁଇ ଦେଶ ପରସ୍ପର ସହ ବାଣିଜ୍ୟିକ ବ୍ୟବସାୟକୁ ବଢ଼ାଇ ପରସ୍ପରର ଅର୍ଥନୀତିକୁ ବଳ ଦେବାକୁ ଚେଷ୍ଟା କରିବେ। କେବଳ ସେତିକି ନୁହେଁ ଚୀନ୍ ଭାରତୀୟ ଔଷଧ, କୃଷି ସାମଗ୍ରୀ ଏବଂ ଆଇଟି ସେବାର ଆମଦାନୀକୁ ବୃଦ୍ଧି କରିବାର ସମ୍ଭାବନା ରଖିଛି। ସେହିଭଳି ଭାରତ ଚୀନ୍ ଇଲେକ୍ଟ୍ରୋନିକ୍ସ ଏବଂ ଯନ୍ତ୍ରପାତି ଆମଦାନୀ ବଢ଼ାଇପାରେ। ପଢନ୍ତୁ- ବନ୍ଧୁକ ମୁନରେ କୌଣସି ଚୁକ୍ତି ହୁଏନି: ଆମେରିକା ସହ ବାଣିଜ୍ୟ ଚୁକ୍ତି ନେଇ କହିଲେ କେନ୍ଦ୍ରମନ୍ତ୍ରୀ ସଫ୍ଟୱେର୍ ଏବଂ ଆଇଟି ସେବାରେ ଭାରତର ଦକ୍ଷତା ଥିବା ବେଳେ ହାର୍ଡୱେୟାର ଉତ୍ପାଦନ କ୍ଷମତାରେ ଚୀନ ଧୁରନ୍ଧର। ଏହା ଦୁଇ ଦେଶକୁ ବେସ୍ ସୁହାଇବ। ଉଭୟ ମିଳିତ ଭାବରେ ପରସ୍ପରର ସହଯୋଗରେ ବଜାରରେ ସେମାନଙ୍କର ଉପସ୍ଥିତିକୁ ବଢ଼ାଇପାରିବେ। ଚୀନ ଭାରତରେ ନବୀକରଣୀୟ ଶକ୍ତିରେ ନିବେଶ କରିପାରେ। ଚୀନ ଅଧିକ ଭାରତୀୟ ଚାଉଳ, ଚିନି, ଚା ଏବଂ ସାମୁଦ୍ରିକ ଖାଦ୍ୟ ଆମଦାନୀ କରିବାର ସମ୍ଭାବନା ରହିଛି। ସେପଟେ ଆମେରିକା ଟାରିଫ ଚାପରେ ଛାନିଆ ହେଲେଣି ଚୀନର ଇଲେକ୍ଟ୍ରୋନିକ୍ସ କମ୍ପାନୀ। ସେମାନଙ୍କୁ ଏବେ ଡିମାଣ୍ଡ ହ୍ରାସର ଚିନ୍ତା ଘାରିଛି। ତେଣୁ ଉତ୍ପାଦିତ ସାମଗ୍ରୀ କେଉଁ ମାର୍କେଟ୍କୁ ଛାଡ଼ିବେ ସେ ନେଇ ସୁଯୋଗ ଖୋଜୁଛନ୍ତି । ଅନ୍ୟ ଉପାୟ ନ ପାଇ ଏମାନେ ଭାରତକୁ ଦେଇଛନ୍ତି ଡିସ୍କାଉଣ୍ଟ ଅଫର। ଭାରତ ଯଦି ଅଫର ଗ୍ରହଣ କଲା ତେବେ ଦେଶରେ ଟିଭି, ଫ୍ରିଜ୍ ୱାଶିଂମେସିନ ଭଳି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଖୁବ୍ ଶସ୍ତା ହୋଇଯିବ। ବିଶେଷଜ୍ଞଙ୍କ କହିବା କଥା ହେଲା ବାଣିଜ୍ୟ ଯୁଦ୍ଧ ଯୋଗୁ ଚୀନରୁ ଆମେରିକାକୁ ଆସୁଥିବା ସାମଗ୍ରୀ ମହଙ୍ଗା ହୋଇଯିବ,ଯେଉଁଥିରେ ଡିମାଣ୍ଡ ହ୍ରାସ ପାଇପାରେ। ତେଣୁ ବର୍ତ୍ତମାନ ଚୀନ କମ୍ପାନୀମାନେ ସେହି ଚିନ୍ତାରେ ରହିଛନ୍ତି। ଡିମାଣ୍ଡ ହ୍ରାସ ପାଇବା ଚିନ୍ତାରେ ଚୀନ୍ କମ୍ପାନୀ ଉପରେ ଚାପ ସୃଷ୍ଟି ହୋଇଛି। ଏପରି ପରିସ୍ଥିତିରେ,ଚାହିଦା ବୃଦ୍ଧି କରିବା ପାଇଁ,ଏହି ଚୀନ କମ୍ପାନୀମାନେ ଭାରତୀୟ କମ୍ପାନୀଗୁଡ଼ିକୁ ରିହାତି ଦେଉଛନ୍ତି। ବର୍ତ୍ତମାନ ଆମେରିକା ଉପରେ ଚୀନ ମୋଟ ୧୨୫ ପ୍ରତିଶତ ଶୁଳ୍କ ଲଦିଥିବା ବେଳେ ଆମେରିକା ୧୪୫ ପ୍ରତିଶତ ଶୁଳ୍କ ଲଦିଛି। ଏହି ଶୁଳ୍କ ପରେ ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀ ଆମେରିକା ଖୁବ୍ ମହଙ୍ଗା ହୋଇଯିବ। ୧୦୦ ଡଲାର ସାମଗ୍ରୀ ଆମରିକାରେ ୨୪୫ ଡଲାରରେ ବିକ୍ରି ହେବ। ଫଳରେ ଚୀନ ସାମଗ୍ରୀର ଡିମାଣ୍ଡ ହ୍ରାସ ପାଇବ। ତେଣୁ ଡିମାଣ୍ଡ ହ୍ରାସ ସଂକଟକୁ ଏଡ଼ାଇବା ପାଇଁ ଚୀନ କମ୍ପାନୀ ଭାରତକୁ ୫ ପ୍ରତିଶତ ଡିସ୍କାଉଣ୍ଟ ଅଫରରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଯୋଗାଇବାକୁ ଯୋଜନା କରିଛନ୍ତି। ସେପଟେ ଭାରତୀୟ କମ୍ପାନୀ ଚୀନ ଅଫରରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିଲେ ଗ୍ରାହକଙ୍କୁ ମଧ୍ୟ ଏହାର କିଛି ଲାଭାଂଶ ମିଳିବ। ତେଣୁ ଟିଭି, ଫ୍ରିଜ୍ ୱାଶିଂମେସିନ ଭଳି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଖୁବ୍ ଶସ୍ତା ହୋଇଯିବ।
ଅଜୟଙ୍କ ପତ୍ନୀ ଭୂମିକାରେ ନଜର ଆସିବେ ବାଣୀ କପୁର, ଦେଖିବାକୁ ମିଳିବ ଦମ୍ଦାର କେମେଷ୍ଟ୍ରି
ମୁମ୍ଵାଇ ୧୧।୦୪; ଫିଲ୍ମ ‘ରେଡ୍-୨’ରେ ପୁଣି ଥରେ ସଚ୍ଚୋଟ ଆୟକର ଅଧିକାରୀ ଅମୟ ପଟ୍ଟନାୟକ ଭାବେ ବଡ଼ ପରଦାକୁ ଫେରୁଛନ୍ତି ଅଜୟ ଦେବଗନ । ଗତ ମଙ୍ଗଳବାର ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଥିଲା । ଟ୍ରେଲର୍ ଦେଖିବା ପରେ ଫ୍ୟାନ୍ଙ୍କର ଗୋଟିଏ ପ୍ରଶ୍ନ ଥିଲା, ଅଜୟଙ୍କ ପତ୍ନୀଙ୍କ ଭୂମିକାରେ ଏଥର ଇଲିଆନା କାହିଁକି ନାହାନ୍ତି? ତାଙ୍କ ସ୍ଥାନରେ ବାଣୀ କପୁର କାହିଁକି? ଏହି ପ୍ରଶ୍ନର ଉତ୍ତର ନିଜେ ଅଜୟ ଓ ବାଣୀ ଟ୍ରେଲର୍ ଲଞ୍ଚ୍ କାର୍ଯ୍ୟକ୍ରମରେ ଦେଇଥିଲେ । ଅଜୟ କହିଲେ, ହଲିଉଡ୍ ଫିଲ୍ମରେ ବି ଆପଣ ଏହା ଦେଖିଛନ୍ତି । ଶନ୍ କନରୀଙ୍କ ପରେ ମଧ୍ୟ ଅନେକ ଲୋକ ଜେମ୍ସ ବଣ୍ଡ୍ ହୋଇଛନ୍ତି । ପ୍ରକୃତରେ ଲୋକେ ଚରିତ୍ରକୁ ଦେଖନ୍ତି । ସେଥିରେ ନୂଆ ଲୋକ ଆସିବା ସାଧାରଣ କଥା । ଏ ବିଷୟରେ ବାଣୀ କହିଲେ, ଇଲିଆନା ଓ ତାଙ୍କ ମଧ୍ୟରେ କୌଣସି ସମସ୍ୟା ନାହିଁ । ପରଦା ପଛରେ ଉଭୟଙ୍କ ସମ୍ପର୍କ ବହୁତ ଭଲ । ଜଣେ କଳାକାର ଭାବେ କେବଳ ନିଜ ଚରିତ୍ରକୁ ସଚ୍ଚୋଟତାର ସହ ନିର୍ବାହ କରିବାକୁ ପଡ଼େ, ଯେମିତି ନିର୍ଦ୍ଦେଶକ ଓ ଲେଖକ କହନ୍ତି । ସେ ଆହୁରି ମଧ୍ୟ କହିଲେ, ‘ରେଡ୍-୨’ରେ ତାଙ୍କୁ ଅଲଗା ଅନ୍ଦାଜ୍ ଦେଖାଇବାର ସୁଯୋଗ ମିଳିଲା । ତାହା ତାଙ୍କ ପାଇଁ ଏକ ତାଜା ଅନୁଭବ ଥିଲା । ‘ରେଡ୍-୨’ ୨୦୧୮ ମସିହାର ହିଟ୍ ଫିଲ୍ମ ‘ରେଡ୍’ର ସିକ୍ୱେଲ । ଏହାର ନିର୍ଦ୍ଦେଶକ ରାଜ କୁମାର ଗୁପ୍ତା । ଅଜୟ ଦେବଗନ ଓ ସୌରଭ ଶୁକ୍ଳା ପୁଣି ଥରେ ପୂର୍ବ ଭୂମିକାରେ ନଜର ଆସିବେ । ବାଣୀ ଓ ରିତେଶ ଦେଶମୁଖ ଏ ଥର ନୂଆ ଚେହେରା ଭାବେ ଫିଲ୍ମରେ ସାମିଲ ହୋଇଛନ୍ତି । ଆସନ୍ତା ମେ’ ୧ ତାରିଖରେ ଫିଲ୍ମଟି ରିଲିଜ ହେବ ।
ପୁଣି ଥରେ ତୁଳସୀ ଭୂମିକାରେ ନଜର ଆସିବେ ସ୍ମୃତି ଇରାନି!
ମୁମ୍ବାଇ: ଏକ୍ତା କପୁରଙ୍କ ଦ୍ବାରା ନିର୍ମିତ ଲୋକପ୍ରିୟ ଟେଲିଭିଜନ ଧାରାବାହିକ ‘କ୍ୟୁଁକି ଶାର୍ ଭି କଭି ବୋହୂ ଥି’ ଆଉ ଥରେ ପରଦାରେ ଦେଖିବାକୁ ମିଳିବ ବୋଲି ଗତକିଛି ଦିନ ମଧ୍ୟରେ ଜୋର୍ଦାର୍ ଚର୍ଚ୍ଚା ହେଉଛି। ଏହି ଧାରାବାହିକକୁ ନେଇ ପ୍ରଶଂସକମାନେ ବି ଅଧିକ ଅପଡେଟ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦର୍ଶକଙ୍କ ନିମନ୍ତେ ଆହୁରି ଏକ ଭଲ ଖବର ବି ରହିଛି। ଏକ ସାମ୍ପ୍ରତିକ କାର୍ଯ୍ୟକ୍ରମରେ, ଚଳଚ୍ଚିତ୍ର ନିର୍ମାତା ଏବଂ ନିର୍ମାତା ଏକତା ଆର କପୁର କେବଳ ଧାରାବାହିକଟି ପୁଣିଥରେ ଦେଖିବାକୁ ମିଳିବ ବୋଲି ନିଶ୍ଚିତ କରିନାହାନ୍ତିି,ବରଂ ସେଥିରେ ଦର୍ଶକଙ୍କ ପ୍ରିୟ ଅଭିନେତ୍ରୀ ତଥା ରାଜନେତ୍ରୀ ସ୍ମୃତି ଇରାନିଙ୍କୁ ବି ଦେଖିବାକୁ ମିଳିପାରେ ବୋଲି ସଂକେତ ଦେଇଛନ୍ତି। ହିନ୍ଦୁସ୍ତାନ ଟାଇମ୍ସ ଦ୍ୱାରା ରିପୋର୍ଟ କରାଯାଇଥିବା ଅନୁସାରେ, ଏକ ସାମ୍ପ୍ରତିକ କାର୍ଯ୍ୟକ୍ରମରେ, ସୋ’ର ନିର୍ମାତା ଏକତା ଆର୍ କପୁର ପ୍ରକାଶ କରିଛନ୍ତି ଯେ ଆଉ କେବଳ ବାକି ୧୫୦ ଏପିସୋଡ୍ କରାଯିବ। କାରଣ ପୂର୍ବରୁ ଧାରାବାହିକଟି ୧୮୫୦ ଏପିସୋଡ୍ରେ ଅଟକିଥିଲା। ସେଥିରେ ତୁଳସୀ ଭୂମିକା ନିଭାଇଥିଲେ ସ୍ମୃତି ଇରାନୀ। ଆଉ ୧୫୦ ଏପିସୋଡ୍ କରି ୨୦୦୦ ଏପିସୋଡ୍ ପୂରା କରିବାକୁ ଚାହାନ୍ତି ନିର୍ମାତା। ତେବେ ଏନେଇ ଏକ ରୋମାଞ୍ଚକର ସୂଚନା ପ୍ରକାଶ କରି ଏକତା ଆହୁରି ମଧ୍ୟ କହିଛନ୍ତି କି ଆମେ ମନୋରଞ୍ଜନରେ ରାଜନୀତିକୁ ଆଣୁଛୁ। କିମ୍ବା ଜଣେ ରାଜନେତାଙ୍କୁ ମନୋରଞ୍ଜନରେ ଆଣୁଛୁ’’। ଯାହାକି ସ୍ମୃତି ଇରାନିଙ୍କୁ ଇଙ୍ଗିତ କରାଯାଇଛି ବୋଲି ଚର୍ଚ୍ଚା ହେଉଛି।
ଦାର୍ଜିଲିଂରେ ବୌଦ୍ଧ ସନ୍ୟାସୀମାନଙ୍କ ସହ ନଜର ଆସିଲେ କାର୍ତ୍ତିକ, ଭାଇରାଲ ହେଉଛି ଫଟୋ…
ମୁମ୍ଵାଇ ୦୯।୦୪; ବଲିଉଡ୍ର ମୋଷ୍ଟ ହ୍ୟାଣ୍ଡସମ୍ ହଙ୍କ କାର୍ତ୍ତିକ ଆର୍ଯ୍ୟନ। ପର୍ସନାଲ ହେଉ ବା ପ୍ରୋଫେସନାଲ ଲାଇଫକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ଏହା ସହ ଦର୍ଶକଙ୍କୁ ଅନେକ ଭଲ ଫିଲ୍ମ ଦେଇ ସମସ୍ତଙ୍କ ହୃଦୟରେ ରାଜ କରୁଛନ୍ତି କାର୍ତ୍ତିକ। ଅଭିନୟ ଯାଦୁରେ ଖୁବ ସହଜରେ ସମସ୍ତଙ୍କ ମନରେ ରାଜ କରିପାରିଛନ୍ତି ଅଭିନେତା । ତାଙ୍କ ଜୀବନରେ ସଫଳ କଳାକାର ଭାବେ ଆଗକୁ ବଢିବାରେ ଲାଗିଛନ୍ତି । ବର୍ତ୍ତମାନ ତାଙ୍କ ଲମ୍ବା ଦାଢି, ଚୁଟି ପାଇଁ ସେ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମ ପ୍ରୋଜେକ୍ଟ ପାଇଁ ଦାର୍ଜିଲିଂରେ ନଜର ଆସିଛନ୍ତି କାର୍ତ୍ତିକ । ଯାହାର ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଙ୍କର ପ୍ରଥମ ଝଲକ ଦେଖିବାକୁ ପାଇଛନ୍ତି ଦର୍ଶକ । View this post on Instagram A post shared by KARTIK AARYAN (@kartikaaryan) ଆଗାମୀ ଫିଲ୍ମ ପାଇଁ କାର୍ତ୍ତିକ ଆର୍ଯ୍ୟନ ଶ୍ରୀଲୀଲାଙ୍କ ସହିତ ଗ୍ୟାଙ୍ଗଟକ୍ ଏବଂ ଦାର୍ଜିଲିଂରେ ସୁଟିଂ କରୁଛନ୍ତି। ଶନିବାର ଦିନ ଗ୍ୟାଙ୍ଗଟକରେ ମଜାମସ୍ତି କରିବାର ମୂହୁର୍ତ୍ତକୁ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି। କାର୍ତ୍ତିକ ତାଙ୍କ ସୋସିଆଲ ମିଡିଆ କ୍ୟାପସନରେ ଗ୍ୟାଙ୍ଗଟକମାନଙ୍କ ସ୍ବାଗତ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇବା ସହିତ ସବୁବେଳ ପାଇଁ ସେମାନଙ୍କୁ ମନେରଖିବେ ବୋଲି କହିଛନ୍ତି । କଥାବାର୍ତ୍ତା ସମୟର କିଛି ଫଟୋ ସେୟାର କରି ହାସ୍ୟପୂର୍ଣ୍ଣ ଭାବେ ଲେଖିଛନ୍ତି ଯେ, ଦାର୍ଜିଲିଂରେ ବାର୍ଷିକ ବାବା ସମ୍ମିଳନୀ। କିନ୍ତୁ ଏପର୍ଯ୍ୟନ୍ତ ଫିଲ୍ମର ନାମ ସ୍ଥିର ହୋଇନାହିଁ । କାର୍ତ୍ତିକଙ୍କ ନ୍ୟୁଲୁକ୍ ଦେଖିବାକୁ ମିଳିବ। ଯେଉଁଥି ପାଇଁ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଫଟୋ ଦର୍ଶକଙ୍କ ମନରେ ଉତ୍କଣ୍ଠାଭାବକୁ ବଢାଇଦେଇଛି। ଏହି ଚଳଚ୍ଚିତ୍ରଟି ଭାଲେଣ୍ଟାଇନ୍ସ ଫେବୃଆରୀ ୧୩, ୨୦୨୬ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଧର୍ମା ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ଏହି ଫିଲ୍ମଟି ଏକ ରୋମାଣ୍ଟିକ କମେଡି ହେବ ବୋଲି ଆଶା କରାଯାଉଛି। ହେଲେ ଏହାର କାହାଣୀର ବିଷୟରେ ଏପର୍ଯ୍ୟନ୍ତ ଗୁପ୍ତ ରଖାଯାଇଛି।
ଥାଇଲାଣ୍ଡରେ ନଜର ଆସିଲେ ମୋନାଲିସା, ଗ୍ଲାମରସ୍ ଲୁକ୍ ଦେଖି ପ୍ରଶଂସକ ମତୁଆଲା
ମୁମ୍ବାଇ: ମୋନାଲିସା କେବଳ ଭୋଜପୁରୀ ଇଣ୍ଡଷ୍ଟ୍ରିରେ ନୁହେଁ ବରଂ ଟିଭି ଜଗତରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହା ବ୍ୟତୀତ ଅଭିନେତ୍ରୀ ଜଣକ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ। ସେ ନିକଟରେ ତାଙ୍କର ବହୁତ ଚମତ୍କାର ଫଟୋ ସେୟାର କରିଛନ୍ତି। ଫଟୋଗୁଡ଼ିକରେ, ଅଭିନେତ୍ରୀ କଳା ରଙ୍ଗର ଟପ୍ ଏବଂ ସୁଇମିଂ ପ୍ୟାଣ୍ଟ ପିନ୍ଧିଥିବାର ଦେଖାଯାଉଛି। ଗୋଟିଏ ଫଟୋରେ, ମୋନାଲିସା ସୂର୍ଯ୍ୟ କିରଣରେ ବୁଡ଼ି ରହିବା ସମୟରେ ତାଙ୍କର ବ୍ୟାକଲେସ୍ ବ୍ଲାଉଜ୍ ଦେଖାଇଥିବାର […]
‘ଗଣ୍ଡ ଭୈରବ’ରେ ଭିନ୍ନ ଅବତାରରେ ନଜର ଆସିବେ ଦେବାଶିଷ
ଭୁବନେଶ୍ବର : ଓଡ଼ିଆ ସିନେମା “ଗଣ୍ଡ ଭୈରବ”କୁ ନେଇ ସବୁଆଡ଼େ ଚର୍ଚ୍ଚା । ଏବେ ସିନେମାର ନାୟକ ଦେବାଶିଷ ପାତ୍ରଙ୍କୁ ନେଇ ଚର୍ଚ୍ଚା ବଢିଛି । ପ୍ରଥମଥର ପାଇଁ ‘ଗଣ୍ଡ ଭୈରବ’ର ମୁଖ୍ୟ ନାୟକ ଦେବାଶିଷ ଏହି ସିନେମା ପାଇଁ ପ୍ରଥମ ଭାଗ ଶୁଟିଂ ପାଇଁ ୨୦ କେଜି ଓଜନ ବଢାଇବା ସହ ଦ୍ୱିତୀୟ ଭାଗ ଶୁଟିଂ ପାଇଁ ୩ ମାସ ମଧ୍ୟରେ ୨୦ କେଜି ଓଜନ କମାଇଛନ୍ତି। ତାଙ୍କର ଏହି ପରିଶ୍ରମକୁ ଏବଂ ଚଳଚ୍ଚିତ୍ର ପ୍ରତି […]
ପ୍ରଥମଥର ପଡ଼ିଆରେ ନଜର ଆସିଲେ ଧୋନୀଙ୍କ ମାତା ପିତା, ଅନେକ କିଛି ଅନୁମାନ ଲଗାଇଲେଣି ପ୍ରଶଂସକ
ନୂଆଦିଲ୍ଲୀ,୫।୪: ଭାରତୀୟ ଦଳର ଷ୍ଟାର ଅଧିନାୟକ ଏବଂ ଦେଶ ପାଇଁ ତିନୋଟି ICC ଟ୍ରଫି ଜିତିଥିବା ମହେନ୍ଦ୍ର ସିଂହ ଧୋନି ଏବେ କେବଳ IPL ଖେଳୁଛନ୍ତି। ପ୍ରତ୍ୟେକ ଆଇପିଏଲରେ ଧୋନିଙ୍କ ଅବସର ସମ୍ପର୍କରେ ଖବର ଆସେ, କିନ୍ତୁ ତାହା ହୁଏ ନାହିଁ। ତଥାପି, ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ କିଛି ସଙ୍କେତ ମିଳିଥିଲା ଯେଉଁଥିରୁ ଜଣାପଡୁଥିଲା ଯେ ଏହା ଧୋନିଙ୍କ ଶେଷ ମ୍ୟାଚ ହୋଇପାରେ। ଦିଲ୍ଲୀ ଏବଂ ଚେନ୍ନାଇ […] The post ପ୍ରଥମଥର ପଡ଼ିଆରେ ନଜର ଆସିଲେ ଧୋନୀଙ୍କ ମାତା ପିତା, ଅନେକ କିଛି ଅନୁମାନ ଲଗାଇଲେଣି ପ୍ରଶଂସକ appeared first on Dharitri Odia News .
BIMSTEC ମଞ୍ଚରେ ଏକାଠି ନଜର ଆସିଲେ ମୋଦି-ୟୁନୁସ, ହେଲେ ଚେହେରା କହୁଛି କିଛିତ…
ବ୍ୟାଙ୍କକ,୩।୪: ବିମଷ୍ଟେକ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଏକାଠି ବସିଥିଲେ। ଯାହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି। କିନ୍ତୁ ଫଟୋଗ୍ରାଫଗୁଡ଼ିକରେ ଦୁଇ ନେତାଙ୍କ ମଧ୍ୟରେ କୌଣସି ବିଶେଷ ଉଷ୍ମତା ଦେଖାଯାଉନାହିଁ। ପ୍ରଧାନମନ୍ତ୍ରୀ ମୋଦି ସିଧା ମଞ୍ଚ ଆଡକୁ ଚାହିଁ ରହିଥିଲେ ଏବଂ ତାଙ୍କ ପରି, ମହମ୍ମଦ ୟୁନୁସ ମଧ୍ୟ ଏକ ଭାବହୀନ ମୁହଁରେ ମଞ୍ଚ ଉପରେ ଚାଲିଥିବା କାର୍ଯ୍ୟକ୍ରମକୁ ଦେଖୁଥିଲେ। ଉଲ୍ଲେଖନୀୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […] The post BIMSTEC ମଞ୍ଚରେ ଏକାଠି ନଜର ଆସିଲେ ମୋଦି-ୟୁନୁସ, ହେଲେ ଚେହେରା କହୁଛି କିଛିତ… appeared first on Dharitri Odia News .
Breaking: ସୀମାରେ ମାଓ ଗତିବିଧି ଉପରେ ନଜର ରହିଛି, ମାଓପ୍ରବଣ ଇଲାକା ୭କୁ ଖସିଛି
ସମ୍ବଲପୁର: ମାସବାଦୀଙ୍କୁ ପୋଲିସ ଡିଜିପି ୱାଇ. ବି. ଖୁରାନିଆଙ୍କ ଆହ୍ୱାନ । ହଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଉଚ୍ଚଅଧିକାରୀ କଲେ ଅପିଲ୍ । ମାଓବାଦୀ ଓଡ଼ିଶାର ସରେଣ୍ଡର ପଲିସିର ଲାଭ ଉଠାନ୍ତୁ । ପୂର୍ବରୁ ୨୧ଟି ଜିଲ୍ଲା ମାଓପ୍ରବଣ ଥିଲା । ହେଲେ ବର୍ତ୍ତମାନ ଏ ସଂଖ୍ୟା କମି ୭ରେ ପହଞ୍ଚିଛି । ଓଡ଼ିଶା-ଛତିଶଗଡ଼ ସୀମାରେ ମାଓ ଗତିବିଧି ଉପରେ ନଜର ରହିଛି । ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେଶନ୍ ଚାଲିଛି, ସଫଳତା ମିଳୁଛି […]
ଅର୍ଜୁନଙ୍କ ସହ ବ୍ରେକ୍ଅପ ପରେ ସାଙ୍ଗାକାରାଙ୍କ ସହ ନଜର ଆସିଲେ ମଲାଇକା
ନୂଆଦିଲ୍ଲୀ :ରବିବାର (୩୧ ମାର୍ଚ୍ଚ) ଗୌହାଟୀରେ ପାଞ୍ଚ ଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରି ରାଜସ୍ଥାନ ରୟାଲ୍ସ(ଆରଆର) ଦଳ ଆଇପିଏଲ ୨୦୨୫ରେ ପ୍ରଥମ ବିଜୟ ହାସଲ କରିଥିଲା। ଆରଆର ଏପରି ଏକ ଦଳ ଭାବରେ ଜଣାଶୁଣା ଯିଏ ସର୍ବଦା ନିଜ କ୍ଷମତାଠାରୁ ଅଧିକ ଭଲ ପ୍ରଦର୍ଶନ କରନ୍ତି। ଏହି ମ୍ୟାଚ୍ରେ କ୍ରିକେଟରଙ୍କ ପ୍ରଦର୍ଶନ ସହ ଆଉ ଜଣଙ୍କୁ ନେଇ ଚର୍ଚ୍ଚା ହୋଇଥିଲା। ସେ ଥିଲେ ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା। Malaika Arora after yesterday’s win to me in my dreams: ‘I am a huge fan of Rajasthan Royals, especially Sanju Samson—he is one of my favorite players from Rajasthan. I have been supporting them since 2008. It was a really good way to start the tournament by beating CSK. All the… pic.twitter.com/NjqFHD6Ukc — Chinmay Shah (@chinmayshah28) March 30, 2025 ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍ ଦେଖିବା ପାଇଁ ବଲିଉଡ୍ ଅଭିନେତ୍ରୀ ମଲାଇକା ଆରୋରା ଗୌହାଟୀରେ ଆରଆର ଜର୍ସି ପିନ୍ଧି ପହଞ୍ଚିଥିଲେ। ଷ୍ଟାଡିୟମରେ ସେ ଆରଆରର ନିର୍ଦ୍ଦେଶକ କୁମାର ସାଙ୍ଗାକାରାଙ୍କ ସହିତ ବସି ମ୍ୟାଚ୍ ଦେଖୁଥିବା ଦେଖାଯାଇଥିଲା। ତାଙ୍କୁ ସାଙ୍ଗାକାରାଙ୍କ ସହିତ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏବେ ଦୁହିଁଙ୍କ ଫଟୋ ଦେଖି ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ଲୋକେ ଚର୍ଚ୍ଚା କରୁଛନ୍ତି। ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ଅର୍ଜୁନ କପୁରଙ୍କ ପରେ ମଲାଇକା ଏବେ ସାଙ୍ଗାକାରାଙ୍କ ପ୍ରେମରେ ପଡ଼ିଛନ୍ତି ବୋଲି କୁହାଯାଉଛି।
କ୍ରିକେଟର କୁମାର ସାଙ୍ଗାକାରାଙ୍କୁ ଡେଟ୍ କରୁଛନ୍ତି ମଲାଇକା ! RR ଜର୍ସିରେ IPLରେ ଆସିଲେ ନଜର
ମୁମ୍ଵାଇ ୩୧।୦୩; ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା। ପ୍ରାୟତଃ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ମଲାଇକଙ୍କର ଅର୍ଜୁନଙ୍କ ସହ ବ୍ରେକ୍ଅପ୍ ପରେ ଏବେ ସିଙ୍ଗଲ ଅଛନ୍ତି । ନିକଟରେ ମଲାଇକାଙ୍କୁ ଗୌହାଟୀରେ ଆଇପିଏଲ ମ୍ୟାଚ୍ ଦେଖୁଥିବାର ନଜର ଆସିଥିଲେ। ଏହାରି ମଧ୍ୟରେ ତାଙ୍କ ସହ ପୂର୍ବତନ କ୍ରିକେଟର କୁମାର ସାଙ୍ଗାକାରାଙ୍କ ସହିତ ଦେଖିବାକୁ ମିଳିଥିଲା। ଦୁହେଁ ଏକାଠି ମ୍ୟାଚ୍ ଉପଭୋଗ କରୁଥିବା ଦେଖି ପ୍ରଶଂସକମାନେ କଳ୍ପନା ଜଳ୍ପନା ଆରମ୍ଭ କଲେଣି। କହୁଛନ୍ତି ଯେ ସେମାନଙ୍କ ମଧ୍ୟରେ ନିଶ୍ଚିତ ଭାବରେ କିଛି ଚାଲିଛି। ମଲାଇକା ଆରୋରା ନିକଟରେ IPLର ଉଦଘାଟନୀ ସମାରୋହ ପାଇଁ ଗୌହାଟୀ ଯାଇଥିଲେ। ସେ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସ ଏବଂ ରାଜସ୍ଥାନ ରୟାଲ୍ସର ଲାଇଭ୍ ମ୍ୟାଚ୍ ଦେଖିଥିଲେ। ଭାଇରାଲ ହୋଇଥିବା ଏକ ଫଟୋରେ, ମଲାଇକାଙ୍କୁ କୁମାର ସାଙ୍ଗାକାରାଙ୍କ ସହ RR ଜର୍ସି ପିନ୍ଧି ବସିଥିବାର ନଜର ଆସିଥିଲେ। ଦୁହେଁ ଏକାଠି ମ୍ୟାଚ୍ ବସି ମ୍ୟାଚ୍ ଉପଭୋଗ କରୁଥିଲେ। ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖି ପ୍ରଶଂସକମାନେ କହୁଛନ୍ତି ଯେ ଉଭୟଙ୍କ ମଧ୍ୟରେ ନିଶ୍ଚିତ ଭାବରେ କିଛି ଚାଲିଛି। ତଥାପି, ଏହା କେବଳ ଏକ ମ୍ୟାଚର ସିନ୍ । ଯାହାକୁ ଉଭୟ ଷ୍ଟାର ଉପଭୋଗ କରୁଛନ୍ତି। ହେଲେ ମଲାଇକା ଆରୋରାଙ୍କ ଜଣେ ପ୍ରଶଂସକ ଏହା ମଧ୍ୟ ଲେଖିଛନ୍ତି ଯେ ଏହା ଏକ ବେକାର ଗୁଜବ, ଉଭୟଙ୍କ ମଧ୍ୟରେ କିଛି ଚାଲିଛି ନାହିଁ। କହିବାକୁ ଗଲେ ଅରବାଜ ଖାନଙ୍କ ଠାରୁ ଛାଡପତ୍ର ପରେ ମଲାଇକା ଅଭିନେତା ଅର୍ଜୁନ କପୁରଙ୍କୁ ଡେଟ୍ କରୁଥିଲେ। କିନ୍ତୁ, କିଛି ମାସ ପୂର୍ବରୁ ମଲାଇକା ଏବଂ ଅର୍ଜୁନଙ୍କ ମଧ୍ୟରେ ବ୍ରେକଅପ୍ ହୋଇଥିଲା। ଯାହା ପରେ ଅଭିନେତ୍ରୀଙ୍କୁ ଏବେ ସିଙ୍ଗଲ ଲାଇଫ୍ ଏନ୍ଜୟ କରୁଥିବାର ଦେଖିବାକୁ ମିଳୁଛି।
ଫ୍ୟାମିଲି ଫଙ୍କସନରେ ଏକାଠି ନଜର ଆସିଲେ ଐଶ୍ୱର୍ଯ୍ୟା-ଅଭିଷେକ, ଭିଡିଓ ଦେଖି…
ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ବଲିଉଡର ପାୱାର କପଲଙ୍କ ମଧ୍ୟରୁ ଜଣେ। ଗତ ପ୍ରାୟ ଏକ ବର୍ଷ ଧରି ଏହି ଦମ୍ପତି ସେମାନଙ୍କ ସମ୍ପର୍କକୁ ନେଇ ଖବରର ଶିରୋନାମାରେ ଅଛନ୍ତି। ପ୍ରାୟତଃ, ଗସିପ ଟାଉନ ହେଉ କିମ୍ବା ସୋସିଆଲ ମିଡିଆ, ଆମେ ଶୁଣିବାକୁ ପାଉଛୁ ଯେ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନାହିଁ। ଯଦିଓ ଏହି ସମୟ ମଧ୍ୟରେ ଏହି ଦମ୍ପତିଙ୍କୁ ଅନେକ ଥର ଏକାଠି ଦେଖାଯାଇଛି, ତଥାପି ଏହି ଆଲୋଚନା ଶେଷ ହେଉନାହିଁ। […] The post ଫ୍ୟାମିଲି ଫଙ୍କସନରେ ଏକାଠି ନଜର ଆସିଲେ ଐଶ୍ୱର୍ଯ୍ୟା-ଅଭିଷେକ, ଭିଡିଓ ଦେଖି… appeared first on Dharitri Odia News .
ଦଣ୍ଡନାଚ ପାଇଁ ଗଞ୍ଜାମ ଜିଲା ଉତ୍ସବମୁଖର, ଅଶ୍ଳିଳ ନୃତ୍ୟ ଉପରେ ପୋଲିସର କଡ଼ା ନଜର
ଭଞ୍ଜନଗର,୩୦ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଅଧିକାଂଶ ଦଣ୍ଡନାଚ ଉଠି ସାରିଲାଣି। ଆଉ କିଛି ଦଣ୍ଡନାଚ ୧ ତାରିଖ ସୁଧା ଉଠିବ। ବର୍ତ୍ତମାନ ଦଣ୍ଡନାଚ ପାଇଁ ଗଞ୍ଜାମ ଜିଲା ଉତ୍ସବମୁଖର ହୋଇପଡିଛି। ଜିଲାର ଦାଦନ ଶ୍ରମିକ ମାନେ ବର୍ତ୍ତମାନ ଦଣ୍ଡନାଚ ଦେଖିବା ପାଇଁ ଭିଟାମାଟିକୁ ଫେରିଛନ୍ତି। ଦଣ୍ଡନାଚ ହେଉଛି ଗଞ୍ଜାମ ଜିଲାର ପ୍ରସିଦ୍ଧ ଆଧ୍ୟାତ୍ମିକ ନାଚ। ଦିନବେଳେ ଧୂଳି ଦଣ୍ଡ ଏବଂ ସନ୍ଧ୍ୟାରେ ପାଣି ଦଣ୍ଡ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଛି। ଏଥିସହ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ […] The post ଦଣ୍ଡନାଚ ପାଇଁ ଗଞ୍ଜାମ ଜିଲା ଉତ୍ସବମୁଖର, ଅଶ୍ଳିଳ ନୃତ୍ୟ ଉପରେ ପୋଲିସର କଡ଼ା ନଜର appeared first on Dharitri Odia News .
ପରଦାକୁ ଆସିବ ଯୋଗୀ ଆଦିତ୍ୟନାଥଙ୍କ ବାୟୋପିକ୍, ମୁଖ୍ୟ ଭୂମିକାରେ ନଜର ଆସିବେ ଅନନ୍ତ ଯୋଶୀ
ମୁମ୍ଵାଇ ୨୮।୦୩; ପରଦାକୁ ଆସିବ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାୟୋପିକ୍ । ଫିଲ୍ମର ଟାଇଟଲ୍‘ଅଜେୟ: ଦ ଅନ୍ଟୋଲ୍ଡ ଷ୍ଟୋରୀ ଅଫ୍ ଏ ଯୋଗୀ’ । ବୁଧବାର ଏହାର ଫାର୍ଷ୍ଟଲୁକ୍ ରିଲିଜ୍ ହୋଇଛି । ସମ୍ରାଟ ସିନେମାଟିକ୍ସ ବ୍ୟାନର୍ ଅଧୀନରେ ଫିଲ୍ମ ନିର୍ମାଣ ହେଉଛି । ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଋତୁ ମେଙ୍ଗୀ । ରବିନ୍ଦ୍ର ଗୌତମ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଶାନ୍ତନୁ ଗୁପ୍ତାଙ୍କ ପୁସ୍ତକ‘ଦ ମଙ୍କ୍ ହୁ ବିକେମ୍ ଚିଫ୍ ମିନିଷ୍ଟର୍’ ଦ୍ୱାରା ପ୍ରେରିତ । ଫାର୍ଷ୍ଟଲୁକ୍ ଭିଡିଓରେ ଯୋଗୀଙ୍କ ଜୀବନରେ ପରିବର୍ତ୍ତନର ଏକ ଝଲକ୍ ରହିଛି, ଯାହା ତାଙ୍କ ଆଧ୍ୟାତ୍ମିକ ଓ ରାଜନୈତିକ ମାର୍ଗକୁ ଆକାର ଦେଉଥିବା ନିଷ୍ପତ୍ତିକୁ ଦର୍ଶାଇଛି। ଫିଲ୍ମରେ ଯୋଗୀଙ୍କ ପ୍ରାରମ୍ଭିକ ବର୍ଷ, ନାଥପନ୍ଥୀ ଯୋଗୀ ହେବାର ନିଷ୍ପତ୍ତି ଏବଂ ଉତ୍ତରପ୍ରଦେଶର ସାମାଜିକ-ରାଜନୈତିକ ପରିଦୃଶ୍ୟକୁ ବଦଳାଉଥିବା ଜଣେ ନେତା ରୂପରେ ତାଙ୍କର ବିକାଶ ପ୍ରଦର୍ଶିତ ହେବ । ନାଟକ, ଭାବପ୍ରବଣତା, ଆକ୍ସନ୍ ଓ ବଳିଦାନର ସୁନ୍ଦର ମିଶ୍ରଣ ଫିଲ୍ମରେ ଦେଖିବାକୁ ମିଳିବ । ଯୋଗୀଙ୍କ ପିଲାଦିନଠୁ ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତର ସଂଘର୍ଷ ଏଥିରେ ରହିଛି । ଫିଲ୍ମରେ ଯୋଗୀଙ୍କ ଭୂମିକା ନିର୍ବାହ କରିଛନ୍ତି ଅନନ୍ତ ଯୋଶୀ । ପରେଶ ରାୱଲ ଗୁରୁ ମହନ୍ତ ଅବେଦ୍ୟନାଥ ଭୂମିକାରେ ନଜର ଆସିବେ । ଏହି ବର୍ଷ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ଼ ଓ ମାଲାୟାଲମ୍ ଭାଷାରେ ଫିଲ୍ମଟି ମୁକ୍ତିଲାଭ କରିବ । ତେବେ ଏହାର ରିଲିଜ୍ ତାରିଖ ଘୋଷଣା ହୋଇନାହିଁ । ଫିଲ୍ମର ମୋସନ୍ ପୋଷ୍ଟର୍ରେ ଅନନ୍ତ ଯୋଶୀଙ୍କୁ ଗେରୁଆ ବସ୍ତ୍ରରେ ଦେଖିବାକୁ ମିଳିଛି, ଯିଏକି ସାଂସାରିକ ଜୀବନ ତ୍ୟାଗକରି ସେବା ଓ ସଂକଳ୍ପ ନେଇଛନ୍ତି । ପ୍ରଚ୍ଛଦରେ ପରେଶ ରାୱଲଙ୍କ କଣ୍ଠରେ ଶୁଣିବାକୁ ମିଳୁଛି ‘ସେ କିଛି ଚାହୁଁନଥିଲା, ସମସ୍ତେ ତାକୁ ଚାହୁଁଥିଲେ । ଜନତା ତାକୁ ସରକାର ବନେଇଦେଲେ ।’
ମାର୍କ ଜୁକରବର୍ଗଙ୍କ ଭୂମିକାରେ ନଜର ଆସିଥିବା ଅଭିନେତାଙ୍କ ଟି-ସର୍ଟ କିଣିଲେ ମେଟା ମାଲିକ
ନୂଆଦିଲ୍ଲୀ : ମେଟାର ସିଇଓ ମାର୍କ ଜୁକରବର୍ଗ ନିକଟରେ ଖୁଲାସା କରିଛନ୍ତି କି ସେ ଏକ ଖାସ୍ ଟି-ସର୍ଟ କିଣିଛନ୍ତି ଯାହାକୁ ଅଭିନେତା ଜେସି ଆଇଜନବର୍ଗ ‘ଦ ସୋସିଆଲ ନେଟଓ୍ବର୍କ’ ଫିଲ୍ମରେ ପିନ୍ଧିଥିଲେ । ଏହା ୨୦୧୦ର ଏକ ବାୟୋଗ୍ରାଫିକଲ ଡ୍ରାମା ଫିଲ୍ ଯାହା ଫେସବୁକ ଓ ଏହାର ସଂଘର୍ଷର କାହାଣୀ ଦର୍ଶାଉଛି । ଫିଲ୍ମରେ ନୀଳ ରଙ୍ଗର ଟି- ସର୍ଟ ନଜର ଆସୁଛି ଯାହା ଜେସି ଆଇଜନବର୍ଗ ପିନ୍ଧି ଜୁକରବର୍ଗଙ୍କ ଭୂମିକାରେ ନଜର ଆସୁଛନ୍ତି । […]
୧୭ ବର୍ଷର ମୁରୁଡ଼ି ସମାପ୍ତ କରିପାରିବେ କି କୋହଲି: ଆଜି ରହିବ ସମସ୍ତଙ୍କ ନଜର
ଚେନ୍ନାଇ,୨୮।୩: ଫ୍ୟାନ ଫଲୋଇଂ ଦୃଷ୍ଟିରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(RCB)ଅନ୍ୟ ସମସ୍ତ ଆଇପିଏଲ ଦଳଠାରୁ ବହୁତ ଆଗରେ। କିନ୍ତୁ ଟାଇଟଲ ଦୃଷ୍ଟିରୁ, RCB ପଛରେ ପଡ଼ିଥିବା ପରି ମନେ ହେଉଛି। ଆରସିବି ଏପର୍ଯ୍ୟନ୍ତ ଥରେ ମଧ୍ୟ ଆଇପିଏଲ ଟାଇଟଲ ଜିତିନାହିଁ। ଏଥର RCB ବିଜୟ ସହିତ ସିଜିନ ଆରମ୍ଭ କରିଛି। କିନ୍ତୁ ତାଙ୍କର ସବୁଠାରୁ ବଡ଼ ପରୀକ୍ଷା ଦ୍ୱିତୀୟ ମ୍ୟାଚ୍ରେ ଦେଖିବାକୁ ମିଳିବ। ଆଇପିଏଲ ୨୦୨୫ର ୮ମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଚେନ୍ନାଇ ସୁପର କିଙ୍ଗସ […] The post ୧୭ ବର୍ଷର ମୁରୁଡ଼ି ସମାପ୍ତ କରିପାରିବେ କି କୋହଲି: ଆଜି ରହିବ ସମସ୍ତଙ୍କ ନଜର appeared first on Dharitri Odia News .
ବିଧାନସଭା ଉପରେ ନଜର; ଆଜି କ’ଣ ରହିବ କଂଗ୍ରେସ ବିଧାୟକଙ୍କ ଆଭିମୁଖ୍ୟ?
କନକ ବ୍ୟୁରୋ: ଆଜି ବି ହୋହଲ୍ଲା ହେବ, ନା ସ୍ବାଭାବିକ ହେବ ବିଧାନସଭା ବଜେଟ୍ ଅଧିବେଶନ? ସସପେଣ୍ଡ ଥିବା କଂଗ୍ରେସର ୧୪ ବିଧାୟକ ବିଧାନସଭା ପରିସରକୁ ଆସିବେ ନା ନାହିଁ, ତାହା ଉପରେ ନଜର ରହିଛି। ବଡ଼ କଥା ହେଉଛି, ଗତକାଲି ଗାନ୍ଧୀ ମାର୍ଗରେ କଂଗ୍ରେସର ରଣହୁଙ୍କାର ପରେ ଆଜି ଦଳର ଆଭିମୁଖ୍ୟ କ’ଣ ରହିବ? ଯେହେତୁ କଂଗ୍ରେସ ବିଧାୟକ ସସପେଣ୍ଡ ଅଛନ୍ତି, ତେଣୁ ସେମାନେ ବିଧାନସଭା ପରିସରକୁ ଆସି ପ୍ରତିବାଦ କରିପାରିବେ। ସେପଟେ ବିଜେଡିର ଆଭିମୁଖ୍ୟ ନେଇ କିଛି ସ୍ପଷ୍ଟ ହୋଇନାହିଁ। ତେଣୁ ପ୍ରଶ୍ନକାଳ ସ୍ବାଭାବିକ ଚାଲିବ କି ନାହିଁ, ତା’ ଉପରେ ରହିଛି ପୂରା ନଜର ।
ଲୋକସଭାରେ ଆପ୍ରବାସନ ବିଲ୍ ପାସ୍, ଶାହ କହିଲେ-ଭାରତ ଧର୍ମଶାଳା ନୁହେଁ, କଡ଼ା ନଜର ରଖାଯିବ
ନୂଆଦିଲ୍ଲୀ: ଲୋକସଭାରେ ଇମିଗ୍ରେସନ୍ ଆଣ୍ଡ ଫରେନର୍ସ ବିଲ୍ ୨୦୨୫ ଲୋକସଭାରେ ପାରିତ ହୋଇଛି । ଆପ୍ରବାସନ ବିଧେୟକ ଉପରେ ଚର୍ଚ୍ଚା ବେଳେ ଗୃହମନ୍ତ୍ରୀ ଅମିତ୍ ଶାହ ବିଲ୍ର ପ୍ରାବଧାନ ଉପରେ ବିସ୍ତାରରେ ଜବାବ ଦେଇଥିଲେ । ସେ କହିଥିଲେ ଯେ ଭାରତ ଆସିବା ପାଇଁ ବୈଧ ପାସ୍ପୋର୍ଟ, ବୈଧ ଭିସା ବାଧ୍ୟତାମୂଳକ ହେବ । ବିନା ଦସ୍ତାବିଜରେ ଭାରତରେ ପ୍ରବେଶ କଲେ ଆଇନ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେ କହିଥିଲେ ଯେ ଭିସାର ଅବଧି ଶେଷ ହେବା ପରେ ଦେଶରେ ରହିଥିବା ବିଦେଶୀଙ୍କୁ ଟ୍ରାକ୍ କରାଯିବ । ବିରୋଧୀଙ୍କୁ ଟାର୍ଗେଟ୍ କରି ଶାହ କହିଥିଲେ ଯେଉଁ ପ୍ରକାର ପ୍ରଶ୍ନ କରାଯାଉଛି, ତାହା ତାଙ୍କୁ ଆଶ୍ଚର୍ଯ୍ୟ କରୁଛି । ସେ କହିଥିଲେ ଯେ ଦେଶର ଜନତା ବିଜେପିକୁ ଭୋଟ୍ ଦେଇଛନ୍ତି । ଆମେ ବହୁମତର ସରକାର ଗଢିଛୁ । ସରକାରଙ୍କ ପାଖରେ ବିଦେଶୀ ଅନୁପ୍ରବେଶକୁ ରୋକିବା, ଭାରତ ଆସୁଥିବା ଲୋକଙ୍କ ପାଖରେ ବୈଧ ଦସ୍ତାବିଜ ଅଛି ନାହିଁ ତାର ଯାଞ୍ଚ କରିବାର ପୂରା ଅଧିକାର ରହିଛି । ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଜବାବ ପରେ ଗୁରୁବାର ସଂଧ୍ୟାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ବିଧେୟକ ପାରିତ ହେବା ନେଇ ଘୋଷଣା କରିଥିଲେ । ବିଧେୟକ ପାରିତ ହେବା ପୂର୍ବରୁ ଲୋକସଭାରେ ଚର୍ଚ୍ଚାର ଜବାବ ଦେଇ ଗୃହମନ୍ତ୍ରୀ କହିଥିଲେ, ଇମିଗ୍ରେସନ କୌଣସି ଅଛୁଆ ପ୍ରସଙ୍ଗ ନୁହେଁ । ଦେଶକୁ କିଏ ଆସୁଛି, କେବେ ଆସୁଛି, କେତେ ସମୟ ଯାଏ ଆସୁଛି ଓ କେଉଁ ଉଦ୍ଦେଶ୍ୟରେ ଆସୁଛି, ତାହା ଜାଣିବାର ଅଧିକାର ଦେଶର ସରକାର ପାଖରେ ରହିଛି । ଏପରି କରିବା ଅତ୍ୟନ୍ତ ଜରୁରି । ପଶ୍ଚିମବଙ୍ଗରେ ୨୦୨୬ରେ ବିଧାନସଭା ନିର୍ବାଚନ ଜିତିବା ଦାବି କରି ଶାହ କହିଥିଲେ ଯେ ୪୫୦ କିଲୋମିଟରର ସୀମା ରାଜ୍ୟ ସରକାରଙ୍କ କୃପାଦୃଷ୍ଟିରୁ ଆଜି ଯାଏ ଅସୁରକ୍ଷିତ ଅଛି । କିନ୍ତୁ ଏହା ଆଉ ଅଧିକ ସମୟ ଯାଏ ନୁହେଁ । ଶାହ କହିଥିଲେ ଯେ ଯେଉଁମାନେ ବ୍ୟବସାୟ, ଶିକ୍ଷା ଓ ନିବେଶ ପାଇଁ ଭାରତ ଆସିବେ, ସେମାନଙ୍କୁ ସ୍ୱାଗତ । କିନ୍ତୁ ଯେଉଁମାନେ ଆମ ସୁରକ୍ଷା ପାଇଁ ବିପଦ ହେବେ, ସେମାନଙ୍କ ଉପରେ କଡ଼ା ନଜର ରଖାଯିବ । ସେ ଆହୁରି କରିଥିଲେ, 'ଭାରତ କୌଣସି ଧର୍ମଶାଳା ନୁହେଁ, ଯେଉଁଠାକୁ ଯିଏ ବି କୌଣସି ଉଦ୍ଦେଶ୍ୟ ସହ ଆସି ବସବାସ କରିବ ।'
ଲୋକ ସଭାରେ ପାସ ହେଲା ଇମିଗ୍ରେସନ ବିଲ୍, ଶାହା କହିଲେ ଯିଏ ଦେଶ ପାଇଁ ବିପଦ ଆମେ ତାଙ୍କ ଉପରେ ନଜର ରଖିଛୁ
ନୂଆଦିଲ୍ଲୀ,୨୭।୩: ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଚାଲିଛି। ଏହି ସମୟରେ, ପ୍ରବାସ ବିଲ ଆଜି (୨୭ ମାର୍ଚ୍ଚ) ଲୋକ ସଭାରେ ଗୃହୀତ ହୋଇଛି। ଅନୁପ୍ରବେଶ ଏବଂ ଅବୈଧ ପ୍ରବାସକୁ ରୋକିବା ଲକ୍ଷ୍ୟରେ ଅଣାଯାଇଥିବା ଏହି ବିଲ୍ର ନାମ ହେଉଛି ଇମିଗ୍ରେସନ ଆଣ୍ଡ ଫରେନ ବିଲ୍ ୨୦୨୫(ଅପ୍ରବାସ ଓ ବିଦେଶୀ ବିଧେୟକ)। ଏହି ବିଲ୍ର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରି ସ୍ବରାଷ୍ଟ୍ରମନ୍ତ୍ରୀ ଲୋକ ସଭାରେ କହିଥିଲେ ଯେ ଭାରତର ବିକାଶ ପାଇଁ ଆସୁଥିବା ପ୍ରବାସୀମାନଙ୍କୁ ଆମେ ସ୍ବାଗତ […] The post ଲୋକ ସଭାରେ ପାସ ହେଲା ଇମିଗ୍ରେସନ ବିଲ୍, ଶାହା କହିଲେ ଯିଏ ଦେଶ ପାଇଁ ବିପଦ ଆମେ ତାଙ୍କ ଉପରେ ନଜର ରଖିଛୁ appeared first on Dharitri Odia News .
ତୁର୍କି ସିରିଜରେ ନଜର ଆସିଲେ ବିରାଟ କୋହଲି? ଆଖିରୁ ଦାଢି ସବୁ ସମାନ, ଧୋକା ଖାଇଯିବ ଆଖି
ନୂଆଦିଲ୍ଲୀ,୨୭।୩: କୁହାଯାଏ ଯେ ବିଶ୍ୱରେ ସାତ ଜଣ ଲୋକ ଅଛନ୍ତି ଯେଉଁମାନଙ୍କର ମୁହଁ ସମାନ, କିନ୍ତୁ ଏହି ଲୋକମାନେ ମୁହାଁମୁହିଁ ହେବା ବହୁତ କମ। ବେଳେବେଳେ ବଲିଉଡ ସେଲିବ୍ରିଟିଙ୍କ ପରି କେତେକ ଚେହେରା ନଜରକୁ ଆସିଛି। ଏପର୍ଯ୍ୟନ୍ତ ସଲମାନ ଖାନ, ଆଲିଆ ଭଟ୍ଟ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଶାହରୁଖ ଖାନ, ଅମିତାଭ ବଚ୍ଚନଙ୍କ ଭଳି ଅନେକ ସେଲିବ୍ରିଟିଙ୍କ ହମସକଲ ଦେଖାଯାଇଥିବା କିମ୍ବା ଯମଜ ସନ୍ତାନ ଭଳି କିଛି ଚେହେରା ଦେଖାଯାଇଛି, ଯାହାର ଲୁକ ଏହି ଷ୍ଟାରମାନଙ୍କ ସହିତ […] The post ତୁର୍କି ସିରିଜରେ ନଜର ଆସିଲେ ବିରାଟ କୋହଲି? ଆଖିରୁ ଦାଢି ସବୁ ସମାନ, ଧୋକା ଖାଇଯିବ ଆଖି appeared first on Dharitri Odia News .
ବିଜେଡି ଜିଲ୍ଲା କମିଟି ପୁନର୍ଗଠନ ଉପରେ ନଜର: କାହା ଭାଗ୍ୟରେ ସଭାପତି ମୁକୁଟ?
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ସୁପ୍ତ ହୋଇ ପଡ଼ିଥିବା ବିଜେଡିକୁ ପୁଣିଥରେ ସଶକ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ଗ୍ରାମାଞ୍ଚଳଠାରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସାଙ୍ଗଠନିକ ପୁନର୍ଗଠନ ପ୍ରକ୍ରିୟା ଜାରି ରହିଛି। ପ୍ରଥମ ପର୍ଯ୍ୟାୟରେ ୱାର୍ଡ ଓ ପଞ୍ଚାୟତସ୍ତରରେ କମିଟି କର୍ମକର୍ତ୍ତା ନିଯୁକ୍ତି ସରିଛି। ଏବେ ଜିଲ୍ଲା କମିଟି ପୁନର୍ଗଠନ ଉପରେ ସମସ୍ତଙ୍କ ନଜର ରହିଛି। କାରଣ ଏହି କମିଟି ଗୁରୁଦାୟିତ୍ବ ବହନ କରିବ। ୨୦୨୪ ସାଧାରଣ ନିର୍ବାଚନ ଫଳାଫଳରେ ଭାଙ୍ଗି ପଡ଼ିଥିବା କର୍ମୀଙ୍କୁ ନେଇ ବିଜେଡି ତା’ର ଆଗାମୀ ରଣନୀତି ପ୍ରସ୍ତୁତ କରିବ। ଗଞ୍ଜାମ ଜିଲ୍ଲା ବିଜେଡି ସଂଗଠନ ବିଜେପି ଓ କଂଗ୍ରେସ ଭଳି ଦୁଇ ବା ତିନୋଟି ନୁହେଁ, ଗୋଟିଏ ସାଂଗଠନିକ ଜିଲ୍ଲା ହୋଇ ରହିବ ଏବଂ ଜଣେ ସଭାପତି ନିଯୁକ୍ତ ହେବେ। ଗତବର୍ଷ ଅଗଷ୍ଟ ମାସରେ ବିଜେଡିର ରାଜ୍ୟସ୍ତରୀୟ ସମନ୍ବୟ କମିଟିର ସଦସ୍ୟମାନେ ଏ ନେଇ ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଦୁଇଟି ଜିଲ୍ଲା ଗଠନ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇ ନଥିବା ଗଞ୍ଜାମ ଜିଲ୍ଲା ବିଜେଡିର ନିର୍ବାଚନ ଅଧିକାରୀ ଦେବାନନ୍ଦ ମହାପାତ୍ର ସୂଚନା ଦେଇଛନ୍ତି। ଏଣେ ଜିଲ୍ଲା ସଂଗଠନର ପୁନର୍ଗଠନ ପ୍ରକ୍ରିୟା ଜାରି ରହିଛି। ସବୁ ମହଲରେ ଉତ୍ସୁକତା, ନୂଆ ଜିଲ୍ଲା ସଭାପତି ଭାବେ ଜଣେ ବରିଷ୍ଠ ନେତାଙ୍କୁ ଦଳ ଅଗ୍ରାଧିକାର ଦେବ ନା ଜଣେ ଯୁବନେତାଙ୍କୁ ଏହି ଦାୟିତ୍ବ ମିଳିବ। ଆଗାମୀ ୨୦୨୭ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ରାଜନୈତିକ ଦଳଗୁଡ଼ିକ ନିଜର ରଣନୀତି ପ୍ରସ୍ତୁତି ଆରମ୍ଭ କଲେଣି। ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ବିଶିଷ୍ଟ ବିଶାଳ ଜିଲ୍ଲା ଗଞ୍ଜାମର ସଭାପତି ଯିଏ ରହିବେ ତାଙ୍କର ସାଂଗଠନିକ ଦକ୍ଷତା, ନେତୃତ୍ବ ଅଭିଜ୍ଞତା ଏ ସବୁ ଅତି ଗୁରୁତ୍ବପୂର୍ଣ୍ଣ। ବରିଷ୍ଠ ନେତାଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପୂର୍ବତନ ମନ୍ତ୍ରୀ ଉଷାଦେବୀ, ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ପ୍ରମୁଖ ରହିଛନ୍ତି। ଶ୍ରୀ ଚ୍ୟାଉ ପଟ୍ଟନାୟକ ଚାରି ବର୍ଷ ହେଲା ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରୁଛନ୍ତି। ଏଣୁ ଜଣେ ନୂଆ ନେତାଙ୍କୁ ଦଳ ସଭାପତି ଦାୟିତ୍ବ ଦେବ ବୋଲି ଆଲୋଚନା ହେଉଛି। ସେପଟେ ପୂର୍ବତନ ମନ୍ତ୍ରୀ ଆରୁଖ ନିର୍ବାଚନ ପରଠୁ ସମ୍ପୂର୍ଣ୍ଣ ନିରବ ମୁଦ୍ରାରେ। ଉଷାଦେବୀ, ପୂର୍ବତନ ସାଂସଦ ଚନ୍ଦ୍ରଶେଖର ଗତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ନଥିଲେ। ବରିଷ୍ଠ ନେତାଙ୍କୁ ବିଜେଡି ଦଳୀୟ ପରାମର୍ଶଦାତା ଭାବେ ଦାୟିତ୍ବ ଦେଉଥିବାରୁ ଜଣେ ଯୁବନେତା ଏଥର ଜିଲ୍ଲା ସଭାପତି ହେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଯୁବ ନେତୃତ୍ବକୁ ଯଦି ଦଳ ଗୁରୁତ୍ବ ଦିଏ, ମୁଖ୍ୟତଃ ଚର୍ଚ୍ଚାକୁ ଆସୁଛନ୍ତି ପୂର୍ବତନ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ପୂର୍ବତନ ବିଧାୟକ ସୁବାସ ବେହେରା ଓ କାଜୁ ନିଗମର ପୂର୍ବତନ ଅଧ୍ୟକ୍ଷ ସୁବାସ ମହାରଣା। ତେବେ ଦଳ ଏମାନଙ୍କ ମଧ୍ୟରୁ କାହାକୁ ସଭାପତି କରୁଛି ନା ଏମାନଙ୍କ ବ୍ୟତୀତ ଆଉ କାହାର ଆବିର୍ଭାବ ହେବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ। ଏ ସମ୍ପର୍କରେ ବିଜେଡିର ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ମହାପାତ୍ର କହିଛନ୍ତି, ଜିଲ୍ଲା କମିଟି ପୁନର୍ଗଠନ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ୱାର୍ଡ ଓ ପଞ୍ଚାୟତସ୍ତରୀୟ କର୍ମକର୍ତ୍ତା ନିଯୁକ୍ତି କରାଯାଇ ତାଲିକା ପ୍ରସ୍ତୁତ ହୋଇସାରିଛି। ଆଗାମୀ ଦିନରେ ଜିଲ୍ଲା ସଭାପତିଙ୍କ ନାମ ଦଳର ସୁପ୍ରିମୋ ଘୋଷଣା କରିବେ। ଏପ୍ରିଲ୍ ମାସ ସୁଦ୍ଧା ଏହି ପ୍ରକ୍ରିୟା ସମାପ୍ତ ହେବ ବୋଲି ସେ କହିଛନ୍ତି।
ଭଙ୍ଗା ହାତ ସହିତ ବିମାନବନ୍ଦରରେ ନଜର ଆସିଲେ ସୋନାଲି
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କୁ ନିକଟରେ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଏହି ସମୟରେ ତାଙ୍କ ହାତ ଏକ ସ୍ଲିଙ୍ଗରେ ବନ୍ଧା ଥିବା ନଜର ଆସିଥିଲା। ସୋନାଲିଙ୍କୁ ଏହାର କାରଣ ପଚାରିବାରୁ ସେ କହିଥିଲେ, ‘ ବ୍ୟସ୍ତ ହୁଅନ୍ତୁ ନାହିଁ ଆଜ୍ଞା। ପଡ଼ିଗଲି ତେଣୁ ହାତଟା ଭାଙ୍ଗିଗଲା ।’ ସୋନାଲିଙ୍କ ହାତ ଭାଙ୍ଗିବା ଖବର ପାଇବା ପରେ ପ୍ରଶଂସକମାନେ ବ୍ୟସ୍ତ ହୋଇପଡ଼ିଛନ୍ତି। ସୋନାଲିଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। View this post on Instagram A post shared by Viral Bhayani (@viralbhayani) ସୋନାଲିଙ୍କ କାର୍ଯ୍ୟକ୍ଷେତ୍ର ବିଷୟରେ କହିବାକୁ ଗଲେ ସେ ଏବେ ନିଜର ପୋଡକାଷ୍ଟ ହୋଷ୍ଟ କରିବାକୁ ପ୍ରସ୍ତୁତ ହେଉଛନ୍ତି। ‘ଦ ହାପି ପୋଡକାଷ୍ଟ’ ନାମକ ଏହି ପଡକାଷ୍ଟରେ ପୋଷା ପ୍ରାଣୀ ପାଳନ ଏବଂ ପଶୁଙ୍କ ଯତ୍ନ ବିଷୟରେ ଆଲୋଚନା ହେବ। ଏହି ପୋଡକାଷ୍ଟ ୨୮ ମାର୍ଚ୍ଚରୁ ଆରମ୍ଭ ହେବ । ଦର୍ଶକ ଏହାକୁ ୟୁଟ୍ୟୁବ ମାଧ୍ୟମରେ ବି ଦେଖିପାରିବେ। ଏହା ବ୍ୟତୀତ ସୋନାଲିଙ୍କୁ ଦ ବ୍ରୋକେନ୍ ନ୍ୟୁଜ୍ ୨ରେ ମଧ୍ୟ ଦେଖିବାକୁ ମିଳିଥିଲା। ବଡ଼ ପରଦା ବିଷୟରେ କହିବାକୁ ଗଲେ, ତାଙ୍କୁ ସମ୍ପ୍ରତି ବି ହାପିରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ତାଙ୍କର ଏକ ଛୋଟ ଭୂମିକା ଥିଲା।