ଉତ୍ତର ସିକ୍କିମ ବାହନ ଦୁର୍ଘଟଣାରେ ନିଖୋଜ ଲୋକଙ୍କ ଆଜିବି ମିଳିଲାନି ସନ୍ଧାନ
ଗାଙ୍ଗଟକ୍ ୩୧।୫: ଉତ୍ତର ସିକ୍କିମର ମୁନସିଥାଙ୍ଗରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବାହନ ଦୁର୍ଘଟଣାଗ୍ରସ୍ତ ହେବାର ଦୁଇ ଦିନ ପରେ ମଧ୍ୟ ନିଖୋଜ ଲୋକଙ୍କ ସନ୍ଧାନ ମିଳି ନାହିଁ। ଏଣୁ ନିଖୋଜଙ୍କୁ ଜୀବିତ ଉଦ୍ଧାର କରାଯିବାର ଆଶା ମଉଳି ଯାଇଛି। ଅନ୍ୟପଟେ ଶୁକ୍ରବାର ରାତିରେ ହୋଇଥିବା ଭୀଷଣ ବର୍ଷା ସମସ୍ୟାକୁ ଆହୁରି ଜଟିଳ କରିଛି। ବର୍ଷା ଯୋଗୁ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଶନିବାର ପ୍ରଭାବିତ ହୋଇଛି। ଭୀଷଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଭୂ-ସ୍ଖଳନ ହୋଇଛି। ଏହି ଦୁର୍ଘଟଣାରେ ବାହନ ଚାଳକ ସମେତ ମୋଟ ୯ ଜଣ ନିଖୋଜ ଅଛନ୍ତି। ମଙ୍ଗନ ଜିଲ୍ଲା ପୋଲିସ ଅଧିକ୍ଷକ ସୋନାମ ଡି. ଭାଟିଆ ଶନିବାର ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଉଦ୍ଧାରକାରୀ ଦଳ ନିଖୋଜ ଲୋକଙ୍କ ସନ୍ଧାନ କରୁଛନ୍ତି ହେଲେ ପ୍ରତିକୂଳ ପାଗ ଯୋଗୁ ଉଦ୍ଧାର ଅଭିଯାନରେ ସମସ୍ୟା ଉପୁଜିଛି। ପୋଲିସ ଅଧିକ୍ଷକ କହିଛନ୍ତି ଯେ ଏହି ଦୁର୍ଘଟଣା ୨୯ ମେ ରାତି ସାଢେ ୭ରୁ ୮ଟା ମଧ୍ୟରେ ହୋଇ ଥାଇପାରେ। ଲାଞ୍ଚୁଗରୁ ୧୦ ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ବାହନ ମୁନସିଥାଙ୍ଗ ନିକଟସ୍ଥ ଛୋବମ୍ପୂରେ ସଡକରୁ ପାଖାପାଖରି ୧ ହଜାର ଫୁଟ ତଳକୁ ତିସ୍ତାନଦୀକୁ ଖସିପଡିଥିଲା। ପୋଲିସ ଅଧିକ୍ଷକ ଦୁର୍ଘଟଣାର କାରଣ ଏ ପର୍ଯ୍ୟନ୍ତ ଜଣା ପଡିନଥିବା କହିଛନ୍ତି। ତେବେ ତଦନ୍ତ ପରେ ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି। ସେ କହିଛନ୍ତି ଯେ ପର୍ଯ୍ୟଟକ ୨ଟି ବାହନରେ ଲାଞ୍ଚୁଗରୁ ଫେରୁଥିଲେ ଓ ଦୁର୍ଘଟଣାଗ୍ରସ୍ତ ବାହନଟି ପଛରେ ଆସୁଥିଲା। ଆଗ ବାହନଟି ଚୁଙ୍ଗଥାଙ୍ଗ ପହଞ୍ଚି ଅନେକ ସମୟ ଅପେକ୍ଷା କରିଥିଲା। ତେବେ ପଛ ବାହନ ନ ଆସିବାରୁ ଚୁଙ୍ଗଥାଙ୍ଗ ପୋଲିସକୁ ସୂଚିତ କରାଯାଇଥିଲା। ଚୁଙ୍ଗଥାଙ୍ଗ ପୋଲିସ ନେତୃତ୍ୱରେ ଦମକଳ ବିଭାଗ, ଆଇଟିବିପି ଓ ଡ୍ରାଇଭରଙ୍କ ଏକ ଟିମ୍ ପଛ ବାହନକୁ ଖୋଜିବାକୁ ବାହାରି ଥିଲେ। ପୋଲିସ ୧୦-୧୧ଟା ରାତିରେ ଦୁର୍ଘଟଣାସ୍ଥଳକୁ ଚିହ୍ନଟ କରି ସନ୍ଧାନ ଓ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। ଦୁର୍ଘଟଣାସ୍ଥଳରୁ ୨ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଯିବାର ପରଦିନ ଏସଟିଏନଏମ ହସ୍ପିଟାଲ ରେଫର କରିଦିଆଯାଇଥିଲା। ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଉତ୍ତର ସିକ୍କିମ ସିନ୍ଧିକର ପାସାଙ୍ଗ ସେରପା ଚଳାଉଥିଲେ। ବାହନରେ ଓଡିଶା, ତ୍ରିପୁରା ଓ ଉତ୍ତରପ୍ରଦେଶର ଯାତ୍ରୀ ବସିଥିଲେ। ତେବେ ଉଦ୍ଧାର ଅଭିଯାନ ଜାରି ରହିଛି ଓ ନିଖୋଜଙ୍କ ସନ୍ଧାନ ଖୁବ୍ ଶୀଘ୍ର ମିଳିଯିବ ବୋଲି ପୋଲିସ ଅଧିକ୍ଷକ କହିଛନ୍ତି।
ଦିଲ୍ଲୀରେ ପୁଣି ଜୀବନ ନେଲା କରୋନା ! ୨୪ ଘଣ୍ଟାରେ ୨ ରୋଗୀଙ୍କ ମୃତ୍ୟୁ ; ୧୩୩ ଟି ନୂଆ ମାମଲା
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣର ମାମଲାରେ ପୁଣି ଥରେ ବୃଦ୍ଧି ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ କରୋନା ଭାଇରସର ୧୩୩ଟି ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ୨ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ସେପଟେ , ୫୨ ରୋଗୀ ସଂକ୍ରମଣ ମୁକ୍ତ ହୋଇଛନ୍ତି। ଏହାସହ ସକ୍ରିୟ ମାମଲାର ମୋଟ ସଂଖ୍ୟା ବୃଦ୍ଧି ପାଇ ୩୭୫ ହୋଇଛି। ଦିଲ୍ଲୀରେ କୋଭିଡ-୧୯ରେ ସଂକ୍ରମିତ ଆଉ ଏକ ରୋଗୀଙ୍କ ମୃତ୍ୟୁ ହୋଇଛି। ୭୧ ବର୍ଷିୟ ଏହି ରୋଗୀ ନିମୋନିଆ, ଆକ୍ୟୁଟ୍ କିଡନୀ ଫେଲିୟର ଓ ସେପ୍ଟିକ୍ ସକ୍ରେ ପୀଡ଼ିତ ଥିଲେ। ଏହା ପୂର୍ବରୁ ଦିଲ୍ଲୀରେ କୋଭିଡ-୧୯ରେ ପୀଡ଼ିତ ୬୦ ବର୍ଷିୟ ଜଣେ ମହିଳାଙ୍କ ମୃତ୍ୟୁ ହୋଇ ସାରିଛି। ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଶନିବାର କହିଛନ୍ତି ଯେ , ମୃତକ ମହିଳାଙ୍କର ବୟସ ୬୦ ବର୍ଷ ଥିଲା। ସେ ମୂଳତଃ ଅନ୍ତନଳୀରେ ସମସ୍ୟା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଡାକ୍ତରମାନେ କହିଛନ୍ତି ଯେ, ରୋଗୀଙ୍କ ସ୍ଥିତି ପୂର୍ବାପେକ୍ଷା ଗୁରୁତର ଥିଲା ଏବଂ ଚିକିତ୍ସା ବେଳେ ତାଙ୍କ ଠାରେ କରୋନା ସଂକ୍ରମଣ ସ୍ପଷ୍ଟ ହୋଇଥିଲା। ହେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ , ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ଲୋକଙ୍କୁ ଏବେ ବି ସତର୍କ ରହିବାର ଆବଶ୍ୟକତା ଅଛି। ମାସ୍କ ପିନ୍ଧିବା , ହାତ ଧୋଇବା ଓ ଭିଡ଼ରୁ ଦୂରେଇ ରହିବା ଭଳି ସାବଧାନତା ଅବଲମ୍ୱନ କରିବା ଉଚିତ୍। ଦିଲ୍ଲୀ ସରକାର ଲଗାତାର ସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଆବଶ୍ୟକ ନୀତି ନିର୍ଦ୍ଦେଶର ପାଳନ କରିବାକୁ ଅପିଲ କରାଯାଉଛି। ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ପଙ୍କଜ ସିଂହଙ୍କ କହିବାନୁସାରେ , ଲୋକଙ୍କୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ , ଦିଲ୍ଲୀ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ। ସେ କହିଛନ୍ତି , କରୋନାର ନୂଆ ସ୍ୱରୂପ ଯୋଗୁଁ ହେବାକୁ ଥିବା କୋଭିଡ୍ରେ କେବଳ ‘ଭାଇରାଲ ଜ୍ୱର’ର ଲକ୍ଷଣ ରହିଛି ଏବଂ ସେମାନଙ୍କୁ ସତର୍କତାମୂଳକ ପଦକ୍ଷେପ ଭାବେ ହସ୍ପିଟାଲ ପଠାଯାଇଛି।
ମୁମ୍ବାଇ : ଏସିଆନ ଆଥଲେଟିକ୍ସ ୨୦୨୫ରେ ନିଜର ଜାତୀୟ ରେକର୍ଡ ଭାଙ୍ଗି ଚର୍ଚ୍ଚାରେ ଓଡ଼ିଆ ପୁଅ ଅନିମେଶ କୁଜୁର। କୋରିଆ ଗଣରାଜ୍ୟର ଗୁମିରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ୨୦୦ ମିଟର ରେସ୍ରେ ଦୌଡ଼ି କାଂସ୍ୟ ପଦକ ଜିତିଛନ୍ତି ଅନିମେଶ। ଅନିମେଶ ୨୦.୩୨ ସେକେଣ୍ଡରେ ରେସ୍ ପୂରା କରି ନିଜର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ଅନିମେଶଙ୍କ ସଫଳତା ଭାରତୀୟ ଆଥଲେଟିକ୍ସ ତଥା ଓଡ଼ିଶା ପାଇଁ ଗର୍ବ ଆଣିଥିବାବେଳେ ଏହି ସଫଳତା ପଛରେ ରହିଛି ଓଡ଼ିଶା ସରକାର ଏବଂ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ୍ ହାଇ ପରଫର୍ମାନ୍ସ ସେଣ୍ଟରର ଅବଦାନ। ଏହି ୨୧ ବର୍ଷୀୟ ଖେଳାଳିଙ୍କୁ ପ୍ରଶଂସା କରି, ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ହାଇ ପରଫର୍ମାନ୍ସ ସେଣ୍ଟରର ମୁଖ୍ୟ ପ୍ରଶିକ୍ଷକ ମାର୍ଟିନ୍ ଓୱେନ୍ସ କହିଛନ୍ତି, ‘‘ଅନିମେଶ ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ଉଚ୍ଚ ସ୍ତରର ପରିପକ୍ୱତା ପ୍ରଦର୍ଶନ କରିଛନ୍ତି। ବ୍ରୋଞ୍ଜ ପଦକ ସମଗ୍ର ହାଇ-ପରଫର୍ମାନ୍ସ ସେଣ୍ଟର ଦଳ ଏବଂ ଓଡ଼ିଶାରୁ ଏହା ସହ ଜଡ଼ିତ ସମସ୍ତଙ୍କ ପାଇଁ ଏକ ଉଲ୍ଲେଖନୀୟ ସଫଳତା। ହାଇ-ପରଫର୍ମାନ୍ସ ସେଣ୍ଟରରେ ଏକ ପ୍ରକୃତ ପାରିବାରିକ ପରିବେଶ ରହିଛି। ଯଦି ଆଗକୁ ପ୍ରସ୍ତୁତି ସଠିକ ରହେ ତେବେ ଅନିମେଶ ବିଶ୍ବ ଚାମ୍ପିୟନସିପ୍ରେ ମଧ୍ୟ ସଫଳ ହୋଇପାରିବେ।’’ ସେହିଭଳି ଅନିମେଶ କହିଛନ୍ତି ‘‘ମୋର ପ୍ରଥମ ପ୍ରମୁଖ ଅନ୍ତର୍ଜାତୀୟ ଚାମ୍ପିଅନସିପରେ କାଂସ୍ୟ ପଦକ ଜିତି ମୁଁ ପ୍ରକୃତରେ ଗର୍ବିତ। ଏହା କେବଳ ଏକ ଆରମ୍ଭ ଏବଂ ମୁଁ ନିକଟ ଭବିଷ୍ୟତରେ ଆହୁରି ଉଚ୍ଚତାରେ ପହଞ୍ଚିବାକୁ ଚାହୁଁଛି। ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ସମର୍ଥିତ ଆଥଲେଟମାନଙ୍କ ପାଇଁ ଏହି ପ୍ରତିଯୋଗିତା ଏକ ଅତ୍ୟନ୍ତ ସଫଳ ଉଦ୍ୟମ ଥିଲା। ପ୍ରତିଯୋଗିତାରୁମୋଟ ପାଞ୍ଚଟି ପଦକ - ତିନୋଟି ସ୍ୱର୍ଣ୍ଣ,ଗୋଟିଏ ରୌପ୍ୟ ଏବଂ ଗୋଟିଏ କାଂସ୍ୟ - ଜିତି ଭାରତର ସାମଗ୍ରିକ ଭାବରେ୨୪ପଦକ ସହିତ ଦ୍ୱିତୀୟ ସ୍ଥାନ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲା। ଜ୍ୟୋତି ୟାରାଜି (୧୦୦ ମିଟରହର୍ଡଲ୍ସ ରେସ୍),ଗୁଲବୀର ସିଂହ (୫୦୦୦ ମିଟର ଏବଂ ୧୦୦୦୦ ମିଟର) ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ,ଆନ୍ସି ସୋଜନ (ମହିଳା ଲଙ୍ଗ୍ଜମ୍ପ)ରୌପ୍ୟ ପଦକ ଏବଂ ଅନିମେଶଙ୍କ କାଂସ୍ୟ ଦଳ ପାଇଁ ଏକ ଚମତ୍କାର ପାଞ୍ଚ ପଦକ ହାସଲ କରିଛି। ଗୁମିରେ ରିଲାଏନ୍ସ ଫାଉଣ୍ଡେସନ ଆଥଲେଟମାନଙ୍କ ଗୁରୁତ୍ୱପୂର୍ଣ୍ଣ ସଫଳତା କ୍ରୀଡ଼ା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଏବଂ ବିଶ୍ୱ ସ୍ତରରେ ଭାରତର ଯୁବପିଢ଼ିଙ୍କୁ ସେମାନଙ୍କର ପୂର୍ଣ୍ଣ ସମ୍ଭାବନା ସହିତ ପ୍ରଦର୍ଶନ କରିବା ପାଇଁ ସଶକ୍ତ କରିବାର ଏହାର ଦୃଷ୍ଟିକୋଣର ପ୍ରମାଣ।
ବିଦେଶୀ ନିବେଶରେ ରେକର୍ଡ ଭାଙ୍ଗିଲା ଭାରତ, ମେ ମାସରେ ଜୋରଦାର ଇନଭେଷ୍ଟ କରିଛନ୍ତି FPI
ମୁମ୍ବାଇ ୩୧।୫: ମେ ୨୦୨୫ ଭାରତୀୟ ପୁଞ୍ଜିବଜାର ଲାଗି ଐତିହାସିକ ମାସ ସାବ୍ୟସ୍ତ ହୋଇଛି। ନ୍ୟାସନାଲ ସିକ୍ୟୁରିଟିଜ ଡିପୋଜିଟରୀ ଲିମିଟେଡ (ଏନଏସଡିଏଲ) ଅନୁସାରେ ଚଳିତମାସରେ ଭାରତରେ ବିଦେଶୀ ପୋର୍ଟଫୋଲିଓ ନିବେଶ (ଏଫପିଆଇ)ର ଶୁଦ୍ଧ ପ୍ରବାହ ୧୯,୮୬୦ କୋଟି ଟଙ୍କା। ଏହା ଏହି ବର୍ଷର ସବଠୁ ଉଚ୍ଚ ନିବେଶ। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ବୈଶ୍ୱିକ ନିବେଶକଙ୍କ ନିମନ୍ତେ ଭାରତ ପୁଣି ଥରେ ପସନ୍ଦର ଗନ୍ତବ୍ୟ ପାଲଟିଛି। ୨୬ରୁ ୩୦ ମେ ୨୦୨୫ ସପ୍ତାହରେ ଏଫପିଆଇ ନିବେଶ ଲଗାତାର ସକରାତ୍ମକ ଥିଲା। ସପ୍ତାହର ପ୍ରଥମ ୪ଟି ବ୍ୟବସାୟୀକ ଦିବସରେ ବିଦେଶୀ ନିବେଶକ ଜୋରଦାର କିଣାକିଣି କରିଥିଲେ। ଏଥିରେ କାରବାରର ଶେଷ ଦିନ ଶୁକ୍ରବାର ୧,୭୫୮.୨୩ କୋଟି ଟଙ୍କାର ନିଟ୍ ଉଠାଣ ହୋଇଛି। ଏହା ସତ୍ତ୍ୱେ ପୂରା ସପ୍ତାହରେ ନିଟ୍ ନିବେଶ ପ୍ରବାହ ୬,୦୨୪.୭୭କୋଟି ଟଙ୍କା ଥିଲା। ଚଳିତ ମାସର ବଡ଼ ନିବେଶ ସତ୍ତ୍ୱେ ଜାନୁୟାରୀରୁ ମେ ୨୦୨୫ ମଧ୍ୟରେ ବିଦେଶୀ ନିବେଶକଙ୍କ ଦ୍ୱାରା କରାଯାଇଥିବା ନିଟ୍ ନିବେଶ ଏବେବି ୯୨,୪୯୧ କୋଟି ଟଙ୍କା କ୍ଷତିରେ ରହିଛି। ଏଫପିଆଇ ନିବେଶରେ ଦେଖାଯାଇଥିବା ଅଭିବୃଦ୍ଧିକୁ ଆମେରିକୀୟ ଡଲାରର ଦୁର୍ବଳତା, ଭାରତୀୟ ଅର୍ଥ ବ୍ୟବସ୍ଥାର ଦୃଢତା ଓ ସେୟାର ବଜାରର ସ୍ଥାୟିତ୍ୱ ସହିତ ଯୋଡା ଯାଉଛି। ବିଶେଷଜ୍ଞଙ୍କ ଅନୁସାରେ ଯଦି ଏହି ଧାରା ଜୁନ ଓ ଆଗକୁ ଜାରି ରହିଲା ତେବେ ଚଳିତ ବର୍ଷର ବାକି ସମୟରେ ମଧ୍ୟ ଏଫପିଆଇ ଗତିବିଦ୍ଧିକୁ ସକରାତ୍ମକ ଦିଶା ଦେଇପାରେ। ମେ ମାସର ଶେଷ ବ୍ୟବସାୟୀକ ଦିବସ ଶୁକ୍ରବାର ବୈଶ୍ୱିକ ସଂକେତ କାରଣରୁ ବଜାର ସାମାନ୍ୟ ହ୍ରାସରେ ବନ୍ଦ ହୋଇଛି। ଏହି ସମୟରେ ସେନସେକ୍ସ ରେ ୦.୨୨% ହ୍ରାସ ହୋଇଥିବା ବେଳେ ନିଫ୍ଟିରେ ୦.୩୩% ହ୍ରାସ ଦେଖାଯାଇଛି।
ସଂଘର୍ଷରେ କ୍ଷତି...ସିଡିଏସଙ୍କ ବୟାନ ପରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଦାବି କଲେ କଂଗ୍ରେସ ଅଧ୍ୟକ୍ଷ
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସଂସଦର ସ୍ୱତନ୍ତ୍ର ଅଧିବେଶନ ପାଇଁ ଦାବି କରିଛନ୍ତି । ସେ କହିଛନ୍ତି ଯେ ଆମେ ଅପରେସନ ସିନ୍ଦୂର ଉପରେ ପ୍ରଶ୍ନ କରିବାକୁ ଚାହୁଁଛୁ । ଅପରେସନ ସିନ୍ଦୂରର ତଦନ୍ତ କଥା ଉଠାଉ ସେ କହିଛନ୍ତି ଯେ କାରଗିଲ୍ ପରି ରିଭ୍ୟୁ କମିଟି କରାଯାଉ । ଭାରତର ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଅନିଲ୍ ଚୌହାନଙ୍କ ଦ୍ୱାରା ଅପରେସନ ସିନ୍ଦୂର ଉପରେ କରାଯାଇଥିବା ବୟାନ ପରେ କଂଗ୍ରେସ ଅଧ୍ୟକ୍ଷ ସ୍ୱତନ୍ତ୍ର ଅଧିବେଶନ ପାଇଁ ଦାବି କରିଛନ୍ତି । ସେ କହିଛନ୍ତି ଯେ ସିଡିଏସଙ୍କ ବୟାନ ପରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଏବେ ଜରୁରି ଅଟେ । କଂଗ୍ରେସ ନେତା ଏକ୍ସରେ ଲେଖିଛନ୍ତି, 'ସିଙ୍ଗାପୁରରେ ସିଡିଏସଙ୍କ ଦ୍ୱାରା ଦିଆଯାଇଥିବା ସାକ୍ଷାତକାରକୁ ଦୃଷ୍ଟିରେ ରଖି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ରହିଛି, ଯାହାକୁ ପଚରାଯିବା ଦରକାର । ଏହି ପ୍ରଶ୍ନ ସେତେବେଳେ କରାଯାଇ ପାରିବ, ଯେତେବେଳେ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରାଯିବ ।' In the wake of the remarks made by the Chief of Defence Staff (CDS) in Singapore in an interview, there are some very important questions which need to be asked. These can only be asked if a Special Session of the Parliament is immediately convened. The Modi Govt has misled the… — Mallikarjun Kharge (@kharge) May 31, 2025 କଂଗ୍ରେସ ନେତା କହିଛନ୍ତି, 'ସରକାର ଦେଶକୁ ଭ୍ରମିତ କରିଛନ୍ତି । ଯୁଦ୍ଧର କୁହୁଡ଼ି ଏବେ ସଫା ହେବାରେ ଲାଗିଛି । ଆମର ବାୟୁସେନାର ପାଇଲଟମାନେ ଶତ୍ରୁ ସହିତ ଲଢ଼ିବା ସମୟରେ ନିଜ ଜୀବନକୁ ବାଜି ଲଗାଇ ଥିଲେ । ଆମର କିଛି କ୍ଷତି ହୋଇଛି, କିନ୍ତୁ ଆମର ପାଇଲଟ୍ମାନେ ସୁରକ୍ଷିତ ଅଛନ୍ତି ।' ନିଜ ପୋଷ୍ଟରେ ସିଡିଏସଙ୍କ ସାକ୍ଷତକାରକୁ ଉଲ୍ଲେଖ କରି ଖଡଗେ ଲେଖିଛନ୍ତି, ‘ସିଡିଏସ କହିଛନ୍ତି ଯେ ଆମେ ଏହାକୁ ତିଆରି କଲୁ, ସଜାଡିଲୁ, ଠିକ୍ କଲୁ ଓ ପୁଣି ଦୁଇ ଦିନ ପରେ ଏହାକୁ ଲାଗୁ କଲୁ ଓ ନିଜର ସବୁ ଯୁଦ୍ଧ ବିମାନକୁ ପୁଣି ଥରେ ଦୀର୍ଘ ଦୂର ମିଶନରେ ପଠାଇଲୁ ।‘ ଏହାସହ କଂଗ୍ରେସ ଅସ୍ତ୍ରବିରତିକୁ ନେଇ ଟ୍ରମ୍ପଙ୍କ ଦାବି ଉପରେ ବି ପ୍ରଶ୍ନ ଉଠାଇଛି । କଂଗ୍ରେସ ଅଧ୍ୟକ୍ଷ ଖଡଗେ ଲେଖିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅସ୍ତ୍ରବିରତିକୁ ନେଇ ପୁଣି ଥରେ ଦାବି ଦୋହରାଇଛନ୍ତି । ଏହା ଶିମଲା ବୁଝାମଣାର ସିଧା ଅପମାନ ଅଟେ । ଖଡଗେ ପ୍ରଶ୍ନ କରିଛନ୍ତି ଯେ ଅସ୍ତ୍ରବିରତିର ସର୍ତ୍ତ କଣ ଥିଲା । ୧୪୦ କୋଟି ଦେଶଭକ୍ତ ଭାରତୀୟ ଏହା ଜାଣିବାକୁ ଚାହୁଁଛନ୍ତି ।
ସାଇରନ୍ ଶବ୍ଦ, ବ୍ଲାକାଉଟ୍, ଭୟ, ସତର୍କତା... ପାକିସ୍ତାନ ସୀମାବର୍ତ୍ତୀ ରାଜ୍ୟରେ ହେଲା ମକ୍ ଡ୍ରିଲ୍
ନୂଆଦିଲ୍ଲୀ: ନାଗରିକ ପ୍ରତିରକ୍ଷାର ଦ୍ୱିତୀୟ ମକ୍ ଡ୍ରିଲ୍ ଅପରେସନ୍ ସିଲ୍ଡ ଶନିବାର ଆୟୋଜନ କରାଯାଇଛି । ଏହି ମକ୍ ଡ୍ରିଲ୍ ପାକିସ୍ତାନ ସୀମାବର୍ତ୍ତୀ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ କରାଯାଇଛି । ଏଥିରେ ରାଜ୍ୟଗୁଡ଼ିକ ମଧ୍ୟରେ ଜମ୍ମୁ ଏବଂ କାଶ୍ମୀର, ପଞ୍ଜାବ, ରାଜସ୍ଥାନ ଏବଂ ଗୁଜରାଟ ସାମିଲ ରହିଛି । ସୀମାବର୍ତ୍ତୀ ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ପରୀକ୍ଷା କରିବା ଏହି ଅଭ୍ୟାସର ଲକ୍ଷ୍ୟ । ସୀମାନ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ଜିଲ୍ଲାରେ ଏହି ମକ୍ ଡ୍ରିଲ୍ ଆୟୋଜନ କରାଯାଇଛି । ମକ୍ ଡ୍ରିଲ୍ ସମୟରେ, ଅନେକ ସହରରେ ସାଇରନ୍ ଶୁଣିବାକୁ ମିଳିଥିଲା । ଧୂଆଁ ମଧ୍ୟରେ ଆତଙ୍କର ପରିବେଶ ଦେଖିବାକୁ ମିଳିଥିଲା । ଅମ୍ବାଲାରେ ପ୍ରଶାସନ ଅପରେସନ୍ ସିଲ୍ଡ ଅଧୀନରେ ଏକ ମକ୍ ଡ୍ରିଲ୍ କରିଥିଲା ଏବଂ ଯୁଦ୍ଧ କିମ୍ବା ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଏହି ସମୟରେ ସାଇରନ୍ ବାଜିବା ମାତ୍ରେ ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ହୋଇଉଠିଥିଲା । ପଠାନକୋଟ୍ ରେଳ ଷ୍ଟେସନରେ ଏକ ମକ୍ ଡ୍ରିଲ୍ କରାଯାଇଥିଲା । ଏହା ସହିତ ଅମୃତସରରେ ମକ୍ ଡ୍ରିଲ୍ ସମୟରେ ବ୍ଲାକଆଉଟ୍ କରାଯାଇଥିଲା । #WATCH | Punjab | Blackout mock drill carried out in Amritsar under Operation Shield. pic.twitter.com/YnAruh19c9 — ANI (@ANI) May 31, 2025 ରାଜସ୍ଥାନର ସମସ୍ତ ଜିଲ୍ଲାରେ ବି ମକ୍ ଡ୍ରିଲ୍ କରାଯାଇଥିଲା । ବିକାନେରର ବର୍ଡର ରୋଡ୍ ଅର୍ଗାନାଇଜେସନ୍ କ୍ୟାମ୍ପସରେ ଏକ ଡ୍ରୋନ୍ ଆକ୍ରମଣ ହୋଇଥିବା ରିପୋର୍ଟ ହୋଇଥିଲା । ଏହି ସୂଚନା କଲେକ୍ଟରେଟର ନିୟନ୍ତ୍ରଣ କକ୍ଷକୁ ମିଳିଥିଲା । ସୂଚନା ମିଳିବା ମାତ୍ରେ ପୋଲିସ, ପ୍ରଶାସନ, ଏସଡିଆରଏଫ, ମେଡିକାଲ, ମ୍ୟୁନିସିପାଲ କର୍ପୋରେସନ, ବିଡିଏ ଏବଂ ଅଗ୍ନିଶମ ବାହିନୀ ସମେତ ବିଭିନ୍ନ ବିଭାଗର ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । #WATCH | J&K: Mock drill being conducted at DC office in Srinagar, under 'Operation Shield'. pic.twitter.com/l6zRpj5xWO — ANI (@ANI) May 31, 2025 ଜମ୍ମୁ ଏବଂ କାଶ୍ମୀରର ବିଭିନ୍ନ ସ୍ଥାନରେ ମକ୍ ଡ୍ରିଲ୍ କରାଯାଇଥିଲା । ଶ୍ରୀନଗରର ଡିସି କାର୍ଯ୍ୟାଳୟରେ ଜୋରରେ ସାଇରନ ଶବ୍ଦ ଶୁଣିବାକୁ ମିଳିଥିଲା । ଏହାସହ ସବୁଆଡ଼େ ଧୂଆଁ ଧୂଆଁ ହୋଇଯାଇଥିଲା । ଏହି ସମୟରେ ଲୋକଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା । ମକ୍ ଡ୍ରିଲ୍ ବେଳେ ସବୁ ବିଭାଗ ମଧ୍ୟରେ ସମନ୍ୱୟ ଦେଖାଯାଇଥିଲା । ସେହିପରି ଜମ୍ମୁରେ ମକ୍ ଡ୍ରିଲ୍ ବେଳେ ସାଇରନ୍ ବାଜିବା ସହ ବ୍ଲାକ୍ଆଉଟ୍ ହୋଇଥିଲା । ଏଠାରେ ମକ୍ ଡ୍ରିଲ୍ ବେଳେ ଏକ କୋଠାରେ ଅଗ୍ନିକାଣ୍ଡର ମୁକାବିଲା କରାଯାଇଥିଲା ।
ଷ୍ଟାଲିନ୍ଙ୍କ ଗୋଟିଏ ଗୁଳିରେ ଦୁଇଟି ଶିକାର: କମଲ ହାସନ୍ଙ୍କୁ ରାଜ୍ୟସଭା ପାଇଁ ସମର୍ଥନ
କନକ ବ୍ୟୁରୋ: ଚଳଚ୍ଚିତ୍ର ଅଭିନେତା କମଳ ହାସନଙ୍କୁ ରାଜ୍ୟସଭା ନିର୍ବାଚନରେ ସମର୍ଥନ କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବେଠାରୁ ବିଧାନସଭା ନିର୍ବାଚନ ପାଇଁ ଗୋଟିଚାଳନା କରିଛନ୍ତି । ଲୋକପ୍ରିୟ ଅଭିନେତା ଥାଲାପତି ବିଜୟଙ୍କ ଟିଭିକେକୁ ଏବେଠାରୁ ପ୍ରତିହତ କରିବାକୁ ଡିଏମକେକୁ କମଳ ହାସନ ସାହାଯ୍ୟ କରିପାରିବେ ବୋଲି ଷ୍ଟାଲିନ୍ ଆଶା ରଖିଛନ୍ତି । ବରିଷ୍ଠ ଚଳଚ୍ଚିତ୍ର ଅଭିନେତା କମଳ ହାସନଙ୍କୁ ସମର୍ଥନ କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି । କେନ୍ଦ୍ରର ମୋଦୀ ସରକାରଙ୍କ ହିନ୍ଦୀ ଭାଷାର ପ୍ରୟୋଗକୁ ଦାକ୍ଷିଣାତ୍ୟ ରାଜ୍ୟରେ ବିଶେଷ କରି ଷ୍ଟାଲିନ୍ ଜୋରଦାର ବିରୋଧ କରୁଛନ୍ତି । ସେହିଭଳି ନିର୍ବାଚନ ମଣ୍ଡଳୀ ପୁନର୍ଗଠନକୁ ମଧ୍ୟ ଷ୍ଟାଲିନ୍ଙ୍କ ବିରୋଧ ବେଶ୍ ଜଣାଶୁଣା । ଏଥିପାଇଁ ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ସମ୍ମିଳନୀ କରିବା ସହ ଏହି ଅଭିଯାନର ନେତୃତ୍ବ ନେଉଛନ୍ତି ଷ୍ଟାଲିନ୍ । ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ମଧ୍ୟ ଲୋକପ୍ରିୟ କମଲ ହାସନଙ୍କ ଜରିଆରେ ସଂସଦରେ ଏହି ପ୍ରସଙ୍ଗକୁ ଜୋରଦାର କରିବାକୁ ସେ ଆଶା ରଖିଛନ୍ତି । ଦ୍ବିତୀୟ କାରଣଟି ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ୨୦୨୬ରେ ହେବାକୁ ଯାଉଛି ତାମିଲନାଡୁ ବିଧାନସଭା ନିର୍ବାଚନ । ଏଆଇଏଡିଏମକେ ମେଣ୍ଟରେ ସାମିଲ ହେବାକୁ ଅଭିନେତା ବିଜୟଙ୍କ ନୂଆ ଦଳ ଟିଭିକେ ଉପରେ ଚାପ ପଡୁଛି । ଇତି ମଧ୍ୟରେ ପୁରୁଣା ତିକ୍ତତା ଭୁଲି ଏଆଇଏଡିଏମକେ ବିଜେପି ସହ ପୁଣିଥରେ ମେଣ୍ଟ କରିଛି । ଆଉ ଏହି ମେଣ୍ଟରେ ଥାଲାପତି ବିଜୟ ସାମିଲ ହେଲେ ଡିଏମକେ ପାଇଁ ଏହା ସତର୍କଘଣ୍ଟି ସଦୃଶ ହେ ବ। ଏଥିପାଇଁ ଏବେଠାରୁ ଷ୍ଟାଲିନ୍ ତାଙ୍କର ଗୋଟିଚାଳନା ଆରମ୍ଭ କରିଛନ୍ତି । ବିଜୟଙ୍କ ଲୋକପ୍ରିୟତାକୁ ଚ୍ୟାଲେଞ୍ଜ ଦେବାକୁ କମଲ ହାସନଙ୍କୁ ଆଗକୁ ଆଣିଛନ୍ତି । ନିଜ ପୁଅ ଉଦୟନିଧି ଷ୍ଟାଲିନଙ୍କ ଷ୍ଟାର୍ ପାୱାର ସହ କମଳ ହାସନଙ୍କ ଯୋଡ଼ି ବିଜୟଙ୍କ ଉଚିତ୍ ମୁକାବିଲା କରିପାରିବେ ବୋଲି ଷ୍ଟାଲିନ୍ ଭାବୁଛନ୍ତି । ବିଧାନସଭା ନିର୍ବାଚନ ପାଇଁ ଡିଏମକେର ପ୍ରସ୍ତୁତି ଏଥିମଧ୍ୟରେ ଜୋରଦାରରେ ଆଗେଇଚାଲିଛି । ଜୁନ୍ ୧ ତାରିଖରେ ମଦୁରାଇରେ ଡିଏମ୍କେର ସାଧାରଣ ପରିଷଦ ବୈଠକ ବସିବାକୁ ଯାଉଛି । ଡିଏମକେର ନିଜ ମେଣ୍ଟ ସାଥି କଂଗ୍ରେସ ଓ ବାମଦଳ ସହ ସମ୍ପର୍କ ଭଲ ରହିଛି । କମଳ ହାସନଙ୍କ ଏମଏନଏମ ୨୦୧୯ ଲୋକସଭା ନିର୍ବାଚନରେ କୌଣସି ଆସନ ଜିତିପାରି ନଥିଲେ ମଧ୍ୟ ୩.୭ ପ୍ରତିଶତ ଭୋଟ୍ ପାଇଥିଲା । ଯାହାକୁ ପାଥେୟ କରି ନିଜ ଶକ୍ତି ବୃଦ୍ଧି କରିବାକୁ ଷ୍ଟାଲିନ୍ ଲକ୍ଷ ରଖିଛନ୍ତି ।
ଆମେରିକାର ଡବଲ ଗେମ୍: ଚୀନକୁ ଦେଲା କଡ଼ା ଧମକ, କହିଲା ସୁଧୁରି ଯା’ ନଚେତ୍…
ୱାଶିଂଟନ,୩୧ା୫: ଆମେରିକା ପୁଣିଥରେ ଏସିଆରେ ଚୀନର ବଢ଼ୁଥିବା ଶକ୍ତି ବିଷୟରେ ଚେତାବନୀ ଦେଇଛି, କିନ୍ତୁ ଏଥର ସ୍ୱର ଭିନ୍ନ ଥିଲା ଏବଂ ଇଙ୍ଗିତ ଅନ୍ୟ କୌଣସି ସ୍ଥାନରେ ଥିଲା। ଆମେରିକା ସ୍ପଷ୍ଟ ଭାବରେ ତା’ର ଏସୀୟ ସହଯୋଗୀମାନଙ୍କୁ କହିଛି ଯେ, ଏବେ ଆଖି ଖୋଲିବାକୁ, ପ୍ରତିରକ୍ଷା ବଜେଟ୍ ବୃଦ୍ଧି କରିବାକୁ, ନଚେତ୍ ବହୁତ ଡେରି ହୋଇଯିବ। କିନ୍ତୁ ଏହି ଚେତାବନୀ ପଛରେ ଆମେରିକାର ଏକ ସ୍ୱତନ୍ତ୍ର ରଣନୀତି ରହିଛି। ଗୋଟିଏ ପଟେ, ଚୀନ୍ ପ୍ରତି ଭୟ ଦେଖାଇ […]
ଆଖିରୁ ବାରମ୍ବାର ପାଣି ଆସିବା କେଉଁ ରୋଗର ଲକ୍ଷଣ? ଜାଣନ୍ତୁ
ଆଖିରୁ ବାରମ୍ବାର ପାଣି ଆସିବା (Watery Eyes) ବିଭିନ୍ନ କାରଣ ଯୋଗୁଁ ହୋଇପାରେ ଏବଂ ଏହା ଏକ ଲକ୍ଷଣ ହୋଇପାରେ ଯାହା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସହ ଜଡ଼ିତ। ଏହା ସାଧାରଣ ଅସୁବିଧାରୁ ଆରମ୍ଭ କରି ଗୁରୁତର ରୋଗ ପର୍ଯ୍ୟନ୍ତ ସୂଚାଇପାରେ। ନିମ୍ନରେ କିଛି ସମ୍ଭାବ୍ୟ କାରଣ ଓ ରୋଗ ବିଷୟରେ ଆଲୋଚନା କରାଯାଇଛି: ଆଖିରୁ ପାଣି ଆସିବାର ସମ୍ଭାବ୍ୟ କାରଣ ଓ ରୋଗ ଆଲର୍ଜି (Allergies): ଧୂଳି, ପରାଗ, ପଶୁଙ୍କ ଲୋମ ବା ଅନ୍ୟ ଆଲର୍ଜେନ […]
ଗୁମି: ଓଡ଼ିଶାର ଉଦୀୟମାନ ଦୌଡ଼ବୀର ଅନିମେଶ କୁଜୁର ୨୬ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ୨୦୨୫ରେ ପୁରୁଷଙ୍କ ୨୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି। ମେ ୩୧, ୨୦୨୫ରେ ଦକ୍ଷିଣ କୋରିଆର ଗୁମିରେ ଆୟୋଜିତ ଏହି ପ୍ରତିଯୋଗିତାରେ ୨୧ ବର୍ଷୀୟ ଅନିମେଶ ୨୦.୩୨ ସେକେଣ୍ଡରେ ଦୌଡ଼ ସମ୍ପୂର୍ଣ୍ଣ କରି ନିଜର ପୂର୍ବ ଜାତୀୟ ରେକର୍ଡ ୨୦.୪୦ ସେକେଣ୍ଡକୁ ଭାଙ୍ଗି ନୂଆ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି। ଏହି ପଦକ ସହିତ ଅନିମେଶ ଭାରତ ପାଇଁ […]
ସରକାରଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ପ୍ରତିମାସରେ ମହିଳାଙ୍କୁ ମିଳିବ ୨୫୦୦ ଟଙ୍କା, ଜାଣନ୍ତୁ କେଉଁମାନେ ପାଇବେ ଏହି ଟଙ୍କା…
ନୂଆଦିଲ୍ଲୀ,୩୧ା୫: ମହିଳାମାନଙ୍କୁ ଖୁବଶୀଘ୍ର ପ୍ରତିମାସରେ ୨୫୦୦ ଟଙ୍କାର ସହାୟତା ରାଶି ମିଳିବ । ଏନେଇ ବଡ଼ ଘୋଷଣା କରିଛନ୍ତି ସରକାର । ଦିଲ୍ଲୀ ସରକାର ଖୁବ୍ଶୀଘ୍ର ମହିଳା ସମୃଦ୍ଧି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନାର ରୂପରେଖ ପ୍ରସ୍ତୁତ କରିବା ପାଇଁ ତିନି ଜଣ ମନ୍ତ୍ରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଏଥିରେ ପ୍ରବେଶ ବର୍ମା, ଆଶିଷ ସୁଦ ଏବଂ କପିଳ ମିଶ୍ର ସାମିଲ ଅଛନ୍ତି। ଏହି କମିଟିର ଦୁଇଟି ବୈଠକ ଅନୁଷ୍ଠିତ ହୋଇଛି। […]
ଥାଇଲାଣ୍ଡର ଓପାଲ ସୁଚାତା ଚୁଆଙ୍ଗସରୀ ପିନ୍ଧିଲେ ୭୨ତମ ମିସ୍ ଓ୍ୱାର୍ଲ୍ଡର ମୁକୁଟ
ହାଇଦ୍ରାବାଦ: ଥାଇଲାଣ୍ଡର ଓପାଲ ସୁଚାତା ଚୁଆଙ୍ଗସରୀ ୩୧ ମେ ୨୦୨୫ରେ ହାଇଦ୍ରାବାଦର ହିଟେକ୍ସ ଏକ୍ସିବିସନ ସେଣ୍ଟରରେ ଆୟୋଜିତ ୭୨ତମ ମିସ୍ ଓ୍ୱାର୍ଲ୍ଡ ପ୍ରତିଯୋଗିତାରେ ମିସ୍ ଓ୍ୱାର୍ଲ୍ଡ ୨୦୨୫ ଖିତାବ ଜିତିଛନ୍ତି। ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଏ. ରେଭାନ୍ତ ରେଡ୍ଡୀଙ୍କ ଉପସ୍ଥିତିରେ ମିସ୍ ଓ୍ୱାର୍ଲ୍ଡ ୨୦୨୪ କ୍ରିଷ୍ଟିନା ପିସ୍କୋଭା (ଚେକ ରିପବ୍ଲିକ) ଓପାଲଙ୍କୁ ମୁକୁଟ ପିନ୍ଧାଇଛନ୍ତି। ୧୦୮ଟି ଦେଶରୁ ଆସିଥିବା ପ୍ରତିଯୋଗୀମାନଙ୍କ ମଧ୍ୟରୁ ଓପାଲ ନିଜର ସୌନ୍ଦର୍ଯ୍ୟ, ବୁଦ୍ଧିମତ୍ତା ଓ ସାମାଜିକ କାର୍ଯ୍ୟ ପାଇଁ ବିଚାରପତିଙ୍କ ମନ ଜିଣିଛନ୍ତି। ଓପାଲଙ୍କ […]
ଆଜି ପଡ଼ିବ ଶିବ ପାର୍ବତୀଙ୍କ ହାତଗଣ୍ଠି ; ଦେବ ବିବାହ ପାଇଁ ଦୁଲୁକୁଛି ସମ୍ବଲପୁର
କନକ ବ୍ୟୁରୋ : ଶୀତଳଷଷ୍ଠୀ ପାଇଁ ଦୁଲୁକୁଛି ସମ୍ବଲପୁର । ଆଜି ରାତିରେ ହେବ ଶିବ , ପାର୍ବତୀଙ୍କ ବିବାହ । ବର ବେଶରେ ବାହାରିବେ ମହାଦେବ । ଏହି ପବିତ୍ର ଅବସରରେ ମହାଦେବଙ୍କୁ ଚନ୍ଦ୍ରଶେଖର ବେଶରେ ସଜାଇ ଦିଆଯାଇଛି । ଦେହରେ ପାଟ ବସ୍ତ୍ର ସହ ସୁନା ଅଳଙ୍କାର ପିନ୍ଧି ସଜେଇ ହୋଇଛନ୍ତି ମହାଦେବ । ସମ୍ବଲପୁର ଝାଡ଼ୁଆପଡାର ଲୋକନାଥ ବାବାଙ୍କୁ ସୁନାର ବିଲ୍ବ କିରଟି, ପଦ୍ମ କିରଟି ,ସୁନାର ଛତ୍ର, ସୁନାର ମୁକୁଟ, ସୁନାର କମର ପଟି ,ସୁନାର ଚାପେଶ୍ବରୀ ମାଳିରେ ସଜ୍ଜିତ କରାଯାଇଛି । ଏହା ସହ ମହାଦେବଙ୍କ ହାତରେ ରହିଛି ସୁନାର ଡମ୍ବରୁ ଓ ତ୍ରିଶୂଳ । ବର୍ଷକ ପରେ ଆସିଛି ଶୀତଳଷଷ୍ଠୀର ଏହି ମହାର୍ଘ୍ୟ ଦିନ । ଯେବେ ମହାଦେବଙ୍କ ହାତ ଧରନ୍ତି ମା’ ପାର୍ବତୀ । ଆଉ ମା’ ପାର୍ବତୀଙ୍କୁ କନ୍ୟା ଭାବେ ଗ୍ରହଣ କରି କନ୍ୟା ଦାନ କରିବାକୁ ଅପେକ୍ଷା କରିଥିବା ଶ୍ରଦ୍ଧାଳୁଙ୍କ ଇଚ୍ଛା ଆଜି ପୂର୍ଣ୍ଣ ହେଉଛି । ଅନେକ ଦିନ ଧରି ସୁବ୍ୟବସ୍ଥା କରିଥିବା ପରିବାରରେ ଆଜି ସବୁଠୁ ବଡ଼ ଦିନ । ମହାଦେବ ବର ବେଶରେ ଆସିବେ ଆଉ ତାଙ୍କ ଝିଅ ମା’ ପାର୍ବତୀଙ୍କ ପାଣି ଗ୍ରହଣ କରିବେ । ସେଥିପାଇଁ ସମସ୍ତଙ୍କ ମନରେ ନାହିଁନଥିବା ଖୁସି ।
ଖେଳଣା ବଜାରରେ ଆମେରିକା-ଚୀନ୍ ଲଢ଼େଇ, ବାର୍ବିକୁ ପଛରେ ପକାଇବ କି ଲାବୁବ୍?
ୱାଶିଂଟନ୍/ବେଜିଂ,୩୧ା୫: ଖେଳଣା ଜଗତରେ ଏକ ନୂତନ କମ୍ପାନୀ ଭାବେ ଉଭା ହୋଇଛି ଲାବୁବୁ। ଏହା ତାର ସୁନ୍ଦରତା ଏବଂ ଅନନ୍ୟ ଡିଜାଇନ୍ ଯୋଗୁ ଦ୍ରୁତ ଗତିରେ ଲୋକପ୍ରିୟତା ହାସଲ କରୁଛି। ଅନ୍ୟପକ୍ଷରେ୧୯୫୯ରୁ ପିଲା ଏବଂ ସଂଗ୍ରହକାରୀଙ୍କ ମଧ୍ୟରେ ପ୍ରିୟ ହୋଇଥିବା ବାର୍ବି ଫ୍ୟାଶନ୍ ଏବଂ ମନୋରଞ୍ଜନ ଜଗତରେ ଏକ ପ୍ରତିଷ୍ଠିତ ନାମ ପାଲଟିଛି। ଏହି କମ୍ପାନୀର ମାଲିକଙ୍କ ରୋଜଗାର ମାତ୍ର ୨୪ ଘଣ୍ଟା ମଧ୍ୟରେ ୧୩,୦୦୦ କୋଟି ଟଙ୍କା ବୃଦ୍ଧି ପାଇବା ପରେ ଲାବୁବୁ ବିଷୟରେ ଆଲୋଚନା […]
ଲଗାଣ ବର୍ଷା ନେଲାଣି ୧୯ ଜୀବନ । ଉତ୍ତର ଭାରତରେ ବନ୍ୟା ଓ ଭୂସ୍ଖଳନ ସ୍ଥିତି ।
କନକ ବ୍ୟୁରୋ: ଲଗାଣ ବର୍ଷାରେ ବେହାଲ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ । ଆସାମ, ମଣିପୁର, ସିକ୍କିମର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ଓ ଭୁସ୍ଖଳନ ସ୍ଥିତି । ରାସ୍ତାଘାଟ, ଘରଦ୍ବାର ଚାରିଆଡ଼େ ପାଣି ହିଁ ପାଣି । ଏଭଳି ସ୍ଥିତିରେ ବିଭିନ୍ନ ରାଜ୍ୟରେ ମୋଟ ୧୯ ଜଣଙ୍କର ମୃତ୍ୟୁ ଘଟିସାରିଲାଣି । ପାଣି ଘେରରେ ରହିଥିବା ଲୋକଙ୍କୁ ଏନଡିଆରଏଫ୍, ଏସଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପରିବହନ ବ୍ୟବସ୍ଥା ପ୍ରଭାବିତ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ସମୟ ପୂର୍ବରୁ ମୌସୁମୀ ଦେଶରେ ପହଞ୍ଚିଛି । ଏହାର ପ୍ରଭାବରେ ସାରା ଦେଶରେ ବର୍ଷା ସାଙ୍ଗକୁ କିଛି ରାଜ୍ୟରେ ପ୍ରବଳ ବର୍ଷା ହେଉଛି । ଫଳରେ ସ୍ଥିତି ଅସମ୍ଭାଳ ହୋଇଛି । ବିଶେଷ କରି ଉତ୍ତର ଭାରତର ଏକାଧିକ ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବାବେଳେ ଭୂସ୍ଖଳନ ହୋଇଥିବା ସୂଚନା ରହିଛି । ବିଭିନ୍ନ ନଦୀର ଜଳସ୍ତର ଉଛୁଳୁଛି । ଉତ୍ତର ଭାରତରେ ବିଭିନ୍ନ ରାଜ୍ୟରେ ପାଣି ଘେରରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।
ପୁରୁଷଙ୍କ ତୁଳନାରେ ମହିଳାଙ୍କ ପାଇଁ ଅଧିକ କଷ୍ଟଦାୟକ ଏହି ରୋଗ ! ଅଣଦେଖା କଲେ ହୋଇପାରେ ଏହି ୫ଟି ଗୁରୁତର ସମସ୍ୟା
ଯୁରିନାରୀ ଟ୍ରାକ୍ଟ ଇନଫେକସନ (UTI) ଏକ ଏପରି ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା, ଯାହା ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ଅଧିକ ପ୍ରଭାବିତ କରେ। ଏହି ରୋଗ ମୁଖ୍ୟତଃ ଇ.କୋଲାଇ (E. coli) ବ୍ୟାକ୍ଟେରିଆ ଯୋଗୁଁ ହୁଏ ଏବଂ ମହିଳାଙ୍କ ଶାରୀରିକ ଗଠନ ଯୋଗୁଁ ଏହା ସେମାନଙ୍କୁ ଅଧିକ ଆକ୍ରାନ୍ତ କରେ। ଚିକିତ୍ସକମାନେ ଚେତାବନୀ ଦେଇଛନ୍ତି ଯେ ଏହାକୁ ଅଣଦେଖା କଲେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ତେଣୁ ଏହାର ଲକ୍ଷଣଗୁଡ଼ିକୁ ସମୟମତୋ ଚିହ୍ନି ଚିକିତ୍ସା କରିବା ଅତ୍ୟନ୍ତ ଜରୁରୀ। […]
ପାଟ୍ରୋଲିଂ ବେଳେ ଧରାପଡିଲେ ୭ ଅପରାଧୀ, ପିସ୍ତଲ-ଗୁଳି ସହ ଅଫୁଟା ବୋମା ଜବତ
ବ୍ରହ୍ମପୁର ୩୧ । ୫ : ପାଟ୍ରୋଲିଂ ବେଳେଧରାପଡିଲେ ଅପରାଧୀ।ବ୍ରହ୍ମପୁର ଗୋସାଇଁନୂଆଗାଁ ଓ ବି.ଏନ.ପୁରପୋଲିସ ଥାନା ଅଞ୍ଚଳର ଦୁଇଟି ମାମଲାରେ୭ଜଣଙ୍କୁ ଗିରଫକରିଛି ପୋଲିସ । ସେମାନଙ୍କ ନିକଟରୁ ୪ଟି ପିସ୍ତଲ ସହ ଗୋଟିଏ ଦେଶୀ ବନ୍ଧୁକ, ୪୩ଟି ଗୁଳି, ୫ଟି ବୋମା, ୬ଟି ମୋବାଇଲ ଫୋନ, ୬ଟିମାଗାଜିନ, ୨୨ଟି ଏଟିଏମ କାର୍ଡ,ଗୋଟିଏ ଗାଡି,ନଗଦ ଏକ ଲକ୍ଷ୧୧ହଜାର୫ଶହ ଟଙ୍କା ଜବତହୋଇଛି ।ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ୍ପି ଶ୍ରବଣ ବିବେକ ଏମ୍ସୂଚନା ଦେଇଛନ୍ତି।ଗୋସାଇଁନୂଆଗାଁ ଥାନାପକ୍ଷରୁ୫ଜଣ ଏବଂ ବୈଦ୍ୟନାଥପୁର ଥାନାପକ୍ଷରୁ୨ଜଣଙ୍କୁ ଗିରଫ କରାଯାଇଥିବାପୋଲିସ କହିଛି । ତେବେତଦନ୍ତ ବେଳେ ବାହାରିଲା ଖୋର୍ଦ୍ଧା ଲିଙ୍କ୍ ।ଖୋର୍ଦ୍ଧା ଅଞ୍ଚଳର ଅପରାଧୀ ବି ସାମିଲଥିବା ସୂଚନା ରହିଛି ।ଘଟଣାରେଅଧିକ ତଦନ୍ତଜାରି ରହିଥିବାଏସ୍ପି କହିଛନ୍ତି। You Can Read: ଆର୍ଯ୍ୟପଲ୍ଲୀରେ କୂଳ ଖାଉଛି ସମୁଦ୍ର, ଲୋକେ ଭୟଭୀତ : ସ୍ଥାୟୀ ପଦକ୍ଷେପ ନେବାକୁ ପ୍ରଶାସନ ନିକଟରେ ନିବେଦନ
ପାଟନା : ଦିଲ୍ଲୀ ହାଇକୋର୍ଟ ଆରଜେଡି ମୁଖ୍ୟ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସେହି ପିଟିସନକୁ ଖାରଜ କରି ଦେଇଛନ୍ତି , ଯେଉଁଥିରେ ସେ ‘ ଚାକିରି ପାଇଁ ଜମି ’ ଘାଟାଲା ସହ ଜଡ଼ିତ ଦୁର୍ନୀତି ଅଭିଯୋଗ ମାମଲାରେ ତଳ କୋର୍ଟଙ୍କ କାର୍ଯ୍ୟଧାରା ଉପରେ ରୋକ୍ ଲଗେଇବାକୁ ଦାବି କରିଥିଲେ। ଏହି ଘୋଟାଲାର ଯାଞ୍ଚ ସିବିଆଇ କରିଥିଲା। ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବଲ୍ ହାଇକୋର୍ଟରେ ଦାଏର ପିଟିସନରେ କହିଥିଲେ ଯେ, ଏହି ମାମଲାରେ ଏଫଆଇଆର ଓ ତଦନ୍ତ ଆଇନଗତ ନୁହେଁ। ପିଟିସନରେ ତର୍କ ଦିଆ ଯାଇଛି ଯେ, ଯେବେ ଏଫଆଇଆର ଓ ତଦନ୍ତ ଠିକ୍ ଠାକ୍ ନାହିଁ , ତ ଅଭିଯୋଗପତ୍ର ଆଇନଗତ ଭାବେ ବଜାୟ ରହି ପାରିବ ନାହିଁ। ଏହି ମାମଲାରେ ସିବିଆଇ ଦୁର୍ନୀତି ନିବାରଣ ଅଧିନିୟମର ଧାରା ୧୭ - ଏ ଅନୁସାରେ , ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କ ବିରୋଧରେ ମୋକଦମା ଚଲାଇବାର ପୂର୍ବ ଅନୁମତି ପ୍ରାପ୍ତ କରିବାରେ ବିଫଳ ହୋଇଛି। ଏହା ଆଇନର ଏକ ବାଧ୍ୟତାମୂଳକ ଆବଶ୍ୟକତା । ସିବଲ କହିଛନ୍ତି , ସେସନ୍ସ କୋର୍ଟ ୨ ଜୁନ୍ରେ ଅଭିଯୁକ୍ତଙ୍କ ଉପରେ ଯୁକ୍ତି ଶୁଣିବାକୁ ଯାଉଛନ୍ତି। ଅନ୍ୟପଟେ ସିବିଆଇ ପକ୍ଷରୁ ହାଜର ବରିଷ୍ଠ ଓକିଲ ଡି.ପି ସିଂହ ପିଟିସନକୁ ବିରୋଧ କରିଛନ୍ତି । ସେ କହିଛନ୍ତି , ଦୁର୍ନୀତି ବିରୋଧୀ ଆଇନର ଧାରା ୧୯ ଅନୁସାରେ ଆବଶ୍ୟକ ଅନୁମତି ପ୍ରାପ୍ତ କରି ନିଆଯାଇଛି। ଏହା ବ୍ୟତୀତ ୨୯ ମେ’ ରେ ରାଉଜ ଏଭେନ୍ୟୁ କୋର୍ଟ ଭାରତୀୟ ରେଲୱେ ଖାଦ୍ୟପେୟ ଏବଂ ପର୍ଯ୍ୟଟନ ନିଗମ (ଆଇଆରସିଟିସି) ହୋଟେଲ ଦୁର୍ନୀତି ମାମଲାରେ ନିଷ୍ପତ୍ତି ସୁରକ୍ଷିତ ରଖିଛନ୍ତି। ଯେଉଁଥିରେ ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ , ତାଙ୍କର ପତ୍ନୀ ରାବଡୀ ଦେବୀ, ଝିଅ ତେଜସ୍ୱୀ ଯାଦବ ଓ ଅନ୍ୟ ଅଭିଯୁକ୍ତ ଅଛନ୍ତି। ସ୍ୱତନ୍ତ୍ର ବିଚାରପତି ବିଶାଲ ଗୋଗନେଙ୍କ କୋର୍ଟ ଉକ୍ତ ମାମଲାକୁ ୨୩ ଜୁଲାଇ ପାଇଁ ତାଲିକାଭୁକ୍ତ କରିଛନ୍ତି। Delhi High Court dismisses RJD chief and former Railway Minister Lalu Prasad Yadav's plea to stay the trial court proceeding in connection with the alleged corruption case related to the 'land-for-jobs' scam, which was investigated by the CBI. (file pic) pic.twitter.com/RxXVtqcRRA — ANI (@ANI) May 31, 2025 ସିବିଆଇ ପକ୍ଷରୁ ଓକିଲମାନେ ଯୁକ୍ତି ଦେଇଛନ୍ତି ଯେ, ଲାଲୁ ପ୍ରସାଦ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫେମ୍ କରିବା ପାଇଁ ପର୍ଯ୍ୟାପ୍ତ ଜିନିଷ ଅଛି। ଏହି ମାମଲାଟି ସେହି ସମୟ ସହ ଜଡ଼ିତ , ଯେତେବେଳେ ଲାଲୁ ପ୍ରସାଦ ୨୦୦୪-୨୦୦୯ ମଧ୍ୟରେ ରେଳମନ୍ତ୍ରୀ ଥିଲେ। ସିବିଆଇ ଅଭିଯୋଗ କରିଛି ଯେ, ଲାଲୁ ପ୍ରସାଦ ଓ ତାଙ୍କ ପରିବାରର ସଦସ୍ୟ ଆଇଆରସିଟିସିର ଦୁଇଟି ହୋଟେଲର ରକ୍ଷଣାବେକ୍ଷଣର ଠିକା ଏକ ଘରୋଇ କମ୍ପାନୀକୁ ଦେବାରେ ଦୁର୍ନୀତି ଓ ଷଡ଼ଯନ୍ତ୍ରରେ ସାମିଲ ଥିଲେ।
ସୋଆ ଆଇଡିଏସ ପକ୍ଷରୁ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ, ରୋଗୀଙ୍କୁ ଦିଆଗଲା ସନ୍ଦେଶ
ଭୁବନେଶ୍ଵର: ଆଜି ବିଶ୍ଵ ତମାଖୁ ବର୍ଜନ ଦିବସ। ସଚେତନତା ସହ ଏହାର ନିରାକରଣ ନେଇ ସୋଆ ଆଇଡିଏସ ପକ୍ଷରୁ ଆୟୋଜିତ ହୋଇଯାଇଛି ସ୍ବତନ୍ତ୍ର କର୍ମଶାଳା। ଏଥିସହ ମନସ୍ତତ୍ତ୍ବଚିକିତ୍ସା ବିଭାଗ ଏବଂ ନିଶା ନିବାରଣ ବିଭାଗ ମଧ୍ୟ ଏଭଳି ଅଭ୍ୟାସଗତ ରୋଗୀକୁ କିଭଳି ବୁଝାଇବେ ସେ ନେଇ ନିଆରା ଭାବେ ଏହି ଦିବସଟିକୁ ପାଳନ କରିଛନ୍ତି । ତମାଖୁ ଜନିତ କ୍ୟାନସର ବା ମୁଖ ଗହ୍ବରରେ ଭାରତ ଦ୍ୱିତୀୟ ସ୍ଥାନରେ । କିନ୍ତୁ ଚିନ୍ତାର କାରଣ ଏହି କ୍ୟାନ୍ସର ସଂଖ୍ୟାରେ ଓଡ଼ିଶା ପ୍ରଥମ । ପ୍ରତି ଶହେ ଜଣେରେ ୨୦-୩୦ ପ୍ରତିଶତ ତମାଖୁ ରୋଗୀ ଅଛନ୍ତି । ଯେଉଁ ତଥ୍ୟ ସାରା ବିଶ୍ବ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ମୁଖ କ୍ୟାନ୍ସର ପରେ ଲଙ୍ଗସ ବା ଖାଦ୍ୟନଳୀର କ୍ୟାନ୍ସର ବ୍ୟାପିବାରେ ଲାଗିଛି । ଦିନକୁ ଦିନ ପାନ, ବିଡି, ଗୁଟଖା, ସିଗାରେଟ, ବିଡିର ବ୍ୟବହାର ବଢ଼ି ଚାଲିଥିବା ବେଳେ ଏହାର ସେବନକାରୀଙ୍କ ସଂଖ୍ୟା ମଧ୍ୟ ବଢୁଛି। ଏନେଇ ସୋଆର ଇନଷ୍ଟିଚ୍ୟୁଟ ଅଫ୍ ଡେଣ୍ଟାଲ ସାଇନ୍ସର ଓରାଲ୍ ପଥୋଲୋଜି ଏବଂ ମାଇକ୍ରୋବାଇଓଲୋଜି ପକ୍ଷରୁ ଆୟୋଜିତ ହୋଇଛି ବିଶ୍ବ ତମାଖୁ ବର୍ଜନ ଦିବସ । ଚଳିତ ବର୍ଷ ବ୍ରାଇଟ୍ ପ୍ରଡକ୍ଟ ଡାର୍କ ଇଣ୍ଟେନସନ (Bright products. Dark intentions)ଥିମରେ ଏହି ଦିବସକୁ ପାଳନ କରାଯାଉଛି। ଆକର୍ଷିତ କଲାଭଳି ତମାଖୁ ପ୍ୟାକେଟ ବିକ୍ରି ହେଉଥିବା ବେଳେ ଯୁବ ପିଢ଼ି ବେଶୀ ଏଥିପ୍ରତି ଆକର୍ଷିତ ହେଉଥିବା ଜଣାପଡିଛି । ଏନେଇ ସଚେତନ କରିଛି ବିଭାଗ । ଏହି ଅବସରରେ ପଦ୍ମଶ୍ରୀ ପ୍ରଫେସର ଡ.ଅଶୋକ ମହାପାତ୍ର ଯୋଗ ଦେଇ ତମାଖୁ ଜନିତ କ୍ୟାନ୍ସରର ଭୟାବହତା ଉପରେ ବାର୍ତ୍ତା ରଖିଥିଲେ। ଯିଏ ଏହି କୁ ଅଭ୍ୟାସରେ ପଡ଼ିବ ସୁସ୍ଥ ଜୀବନ ବଞ୍ଚି ପାରିବ ନାହିଁ ବୋଲି କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି,ଯଦି ଆପଣ ମୁଖ କର୍କଟ ରୋଗରୁ ଭଲ ହୋଇ ବିଯାଆନ୍ତି କିନ୍ତୁ ହାର୍ଟ ଅଟାକ୍ ଭଳି ରୋଗରୁ ଦୂରେଇ ପାରିବେ ନାହିଁ । ଭୁବନେଶ୍ବରଆଇଡିଏସହସ୍ପିଟାଲ୍ ପରିସରରେ ଏହି କାର୍ଯ୍ୟକ୍ରମ କରାଯାଉଥିବା ବେଳେ ହସ୍ପିଟାଲକୁ ଆସୁଥିବା ଲୋକେ ମଧ୍ୟ ସଚେତନ ହେଉଥିଲେ । ଏହି ଅବସରରେ ଅସୋସିଏଟ ଡିନ ପ୍ରଫେସର ଡ. ଅଭିଜିତା ମହାପାତ୍ର,ମେଡିକାଲ ଛାତ୍ର ଛାତ୍ରୀ, ବିଭାଗୀୟ ଡାକ୍ତର ପ୍ରଫେସର ପ୍ରମୁଖ ଉପସ୍ଥିତ ଥିଲେ । ସେପଟେ ମନସ୍ତତ୍ତ୍ବଚିକିତ୍ସା ବିଭାଗ ଏବଂ ନିଶା ନିବାରଣ ବିଭାଗ ପକ୍ଷରୁ ମଧ୍ୟ ଏହି ସଚେତନତା କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ଵ ଦିଆଯାଇଛି । ସମ୍ ହସ୍ପିଟାଲ୍ ମନସ୍ତତ୍ତ୍ବଚିକିତ୍ସା ବିଭାଗ ସେମିନାର ହଲ ପରିସରରେ Unmasking the appeal ଥିମ୍ ରେ ଏହି କାର୍ଯ୍ୟକ୍ରମ କରାଯାଇଥିବା ବେଳେ ସୁନ୍ଦର୍ ପ୍ୟାକେଟରେ ବିକ୍ରି ହେଉଥିବା ତମାଖୁ ଠାରୁ ଦୂରେଇ ରହିବା ପାଇଁ ଆହ୍ବାନ ଦିଆଯାଇଥିଲା । ଏହି ଅବସରରେ ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ଡ. ପୁଷ୍ପରାଜ ସାମନ୍ତସିଂହାର, ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ଡ. ଶୁଭେନ୍ଦୁ ନାରାୟଣ ମିଶ୍ର , ଆସୋସିଏଟ ପ୍ରଫେସର ଡ. ଅମୀୟ ସାହୁ, ଡ. ଜିତେନ୍ଦ୍ରିୟ ବିଶ୍ବାଳଙ୍କ ସମେତ ପିଜି ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ଏହି ରୋଗରୁ ନିରାକରଣ ନେଇ ମତ ରଖିଥିଲେ ।
ଏଥର ଟ୍ରଫି ଜିତି ପାରିବ ତ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ? ଡରାଇବା ଭଳି ରହିଛି ଅତୀତର ରେକର୍ଡ
ଭୁବନେଶ୍ଵର: କଣ ଆଇପିଏଲ୍ ଫାଇନାଲ୍ ଜିତିବ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ।ମନରେ ଉଙ୍କି ମାରୁଛି ଏମିତି ପ୍ରଶ୍ନ।କାରଣ ଆରସିବି ବିପକ୍ଷରେ ରହିଛି ଗତ ୩ଟି ଫାଇନାଲ୍ର ରେକର୍ଡ।୯ ବର୍ଷ ପରେ ପୁଣି ଥରେ ଆଇପିଏଲ୍ ଫାଇନାଲ୍ରେ ପହଞ୍ଚିଛି ଆରସିବି।ମାତ୍ର ଇତିହାସ ଛାଇ ଭଳି ଆରସିବିର ପିଛା ଛାଡ଼ୁନି।୨୦୦୯,୨୦୧୧ ଓ ୨୦୧୬ରେ ଫାଇନାଲ୍ପର୍ଯ୍ୟନ୍ତ ପହଞ୍ଚି ବି ଖାଲି ହାତରେ ଫେରିଥିଲା ଆରସିବି।କଣ ୨୦୨୫ରେ ଏହି ଅଧୁରା କାହାଣୀର ପୁନରାବୃତ୍ତି ଘଟିବ।ନା ଏଥର ଟାଇଟଲ୍ ଜିତି ପାରିବ ଆରସିବି? ଆଇପିଏଲ୍ ଇତିହାସର ସବୁଠୁ ଚର୍ଚ୍ଚିତ ଓ ଇମୋସନାଲ ଦଳ ମଧ୍ୟରୁ ଅନ୍ୟତମ ହେଉଛି ଆରସିବି। ଏଥର ଦଳ ଟାଇଟଲ ଜିତିବାର ଦ୍ଵାର ଦେଶରେ। ଗତ ୩ଟି ଫାଇନାଲ୍ ହାରି ଦଳ ରନର୍ସଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଆଇପିଏଲ୍ ଆରମ୍ଭ ହେବା ପରଠୁ ବଦଳି ଯାଇଛି ଗୋଟିଏ ପିଢି। ହେଲେ ଆରସିବି ଏ ପର୍ଯ୍ୟନ୍ତ ଆଇପିଏଲ୍ ଟ୍ରଫି ଜିତି ପାରିଲାନି। ଏଥର ଆରସିବି ଆଇପିଏଲ୍ରେ ଯେଉଁ ଭଳି ପ୍ରଦର୍ଶନ କରିଛି ଦଳର ଚାମ୍ପିଅନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଚଳିତ ସିଜିନରେ ଅନେକ ରେକର୍ଡ ସ୍ଥାପନ କରିଛି ଦଳ। ୧୮ ବର୍ଷର ଆଇପିଏଲ୍ ଇତିହାସରେ ଆରସିବି ପ୍ରଥମ ଦଳ ଯିଏ ଅନ୍ୟ ଭେନ୍ୟୁରେ ସମସ୍ତ ମ୍ୟାଚ୍ ଜିତିଛି। ଅର୍ଥାତ ଇ ସାଲ୍ କପ ନାମଡେ। ଏହାର ଅର୍ଥ ହେଉଛି ଚଳିତ ବର୍ଷ କପ୍ ଆମର। ଆଉ ଏହି ସଂଳାପ ସତ ବି ହୋଇପାରେ। ଇ ସାଲ୍ କପ ନାମଡେ ସ୍ଲୋଗାନ କନ୍ନଡ ଭାଷାର ସ୍ଲୋଗାନ। ଏହାର ଆରସିବି ପ୍ରଶଂସକଙ୍କ ମଧ୍ୟରେ ବେଶ ଲୋକପ୍ରିୟ। ମେ ୨୯ରେ ପଞ୍ଜାବ କିଙ୍ଗ୍ସକୁ ପ୍ରଥମ କ୍ଵାଲିଫାୟରରେ ହରାଇବା ପରେ ଆଇପିଏଲ୍ ୨୦୨୫ର ଫାଇନାଲ୍ରେ ପହଞ୍ଚିଛି ଆରସିବି।ତେଣୁ ପୁଣି ଥରେ ଆରସିବିର ଟ୍ରଫି ଜିତିବାର ଆଶା ଆକାଶ ଛୁଆଁ ରହିଛି।ଏଥର ଦଳ ନୂଆ ଅଧିନାୟକ ରଜତ ପାଟିଦାରଙ୍କ ନେତୃତ୍ଵରେ ଇତିହାସ ରଚିବାର ଦ୍ଵାର ଦେଶରେ ରହିଛି। ହେଲେ ଆରସିବି ଦଳ ସହିତ ଇତିହାସର ପୃଷ୍ଠାରେ କିନ୍ତୁ-ପରନ୍ତୁ ଯୋଡ଼ି ହୋଇ ରହିଛି। ଏହା ପୁରୁଣା ଆରସିବିର ଆଇପିଏଲ୍ ଫାଇନାଲ୍ ପରାଜୟର ସ୍ମୃତିକୁ ତାଜା କରି ଦେଉଛି। କଣ ଏଥର ଅଧିନାୟକ ରଜତ ପାଟିଦାରଙ୍କ ନେତୃତ୍ଵାଧୀନ ଆରସିବି ଫାଇନାଲ୍ର ଚୋକର ଟ୍ୟାଗ୍ ହଟାଇବାରେ ସଫଳ ହେବ ? ନା ଏଥର ଫାଇନାଲ୍ ବିଗତ ଫାଇନାଲ୍ ପରି ହେବ। କାରଣ ଆଇପିଏଲ୍ ଫାଇନାଲ୍ରେ ପହଞ୍ଚି ଏହି ଦଳ ଚୋକର୍ସ ସାବ୍ୟସ୍ତ ହୋଇଛି। ଥରେ କି ଦୁଇ ଥର ନୁହେଁ ତିନି ଥର ଫାଇନାଲ୍ ହାରିଛି। ଆଇପିଏଲ୍ ୨୦୦୯ ଦ୍ଵିତୀୟ ସଂସ୍କରଣରେ ଫାଇନାଲ୍ରେ ପହଞ୍ଚିଥିଲା ଆରସିବି।୨୦୦୯ ମେ ୨୪ ତାରିଖରେ ଜୋହାନ୍ସବର୍ଗରେ ଖେଳା ଯାଇଥିଲା ଆରସିବି ଓ ଡେକାନ ଚାର୍ଜର୍ସ ମଧ୍ୟରେ ଫାଇନାଲ୍ ମୁକାବିଲା।ଆଡାମ ଗିଲଖ୍ରୀଷ୍ଟଙ୍କ ନେତୃତ୍ଵାଧୀନ ଡେକାନ ଚାର୍ଜର୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଓ୍ଵିକେଟ୍ ହରାଇ ୧୪୩ ରନ କରିଥିଲା।ଜବାବରେ ୯ ଓ୍ଵିକେଟ୍ ହରାଇ ୧୩୭ ରନ କରି ପାରିଥିଲା ଆରସିବି।ଉକ୍ତ ମ୍ୟାଚ୍ରେ ଲି ମାତ୍ର ୭ ରନ କରି ପାରିଥିଲେ ବିରାଟ କୋହ।ଅଧିନାୟକ ଅନିଲ କୁମ୍ବଲେ ମାତ୍ର ୧୬ ରନ ଦେଇ ୪ ଓ୍ଵିକେଟ୍ ନେଇଥିଲେ।କିନ୍ତୁ ଫାଇନାଲ୍ର ଚାପକୁ ସମ୍ଭାଳି ପାରି ନ ଥିଲା ଦଳ। ପୁଣି ୨୦୧୧ ସଂସ୍କରଣରେ ଦ୍ଵିତୀୟ ଥର ଫାଇନାଲ୍ରେ ପ୍ରବେଶ କରିଥିଲା ଆରସିବି। ଏହି ମ୍ୟାଚ୍ ମେ ୨୮ରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯାଇଥିଲା। ଆରସିବି ବିପକ୍ଷରେ ଥିଲା ଚେନ୍ନାଇ ସୁପର କିଙ୍ଗ୍ସ। ଚେନ୍ନାଇ ମୂରଲୀ ବିଜୟଙ୍କ ୯୫ ରନ ବଳରେ ୫ ଓ୍ଵିକେଟ୍ ହରାଇ ୨୦୫ ରନ କରିଥିଲା। ବିଜୟ ଲକ୍ଷ୍ୟ ପିଛା କରି ଆରସିବି ୮ ଓ୍ଵିକେଟ୍ ହରାଇ ୧୪୭ ରନରେ ସୀମିତ ରହିଥିଲା। ଉକ୍ତ ମ୍ୟାଚ୍ରେ କୋହଲି କରିଥିଲେ ୩୫ ରନ । ଆଇପିଏଲ୍ ୨୦୧୬ ବିରାଟ କୋହଲିଙ୍କ ପାଇଁ ଥିଲା ଚମତ୍କାର ସିଜିନ। କାରଣ ଏହି ସିଜିନରେ କୋହଲି ୧୬ଟି ମ୍ୟାଚ୍ ଖେଳି ୮୧.୦୮ ହାରରେ କରିଥିଲେ ୯୭୩ ରନ। ଡେଭିଡ ଓ୍ଵାର୍ଣ୍ଣରଙ୍କ ନେତୃତ୍ଵାଧୀନ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଥିଲା ଫାଇନାଲ ମ୍ୟାଚ୍। ଓ୍ଵାର୍ଣ୍ଣରଙ୍କ ୬୯ ରନ ବଳରେ ୭ ଓ୍ଵିକେଟ୍ ହରାଇ ୨୦୮ ରନର ବିଶାଳ ସ୍କୋର କରିଥିଲା ହାଇଦ୍ରାବାଦ। ଜବାବରେ ବେଙ୍ଗାଲୁରୁ ୧୦.୩ ଓଭରରେ ୧୧୪ ରନ କରିଥିଲା। ଆରସିବିର ବିଜୟ ନିଶ୍ଚିତ ଲାଗୁଥିଲା। କ୍ରିସ ଗେଲ୍ ୭୬ ରନ କରି ପାଭିଲିୟନ ଫେରିଥିଲେ। ପୁଣି ୧୪୦ ରନ ସ୍କୋରରେ କୋହଲି ୫୪ ରନ କରି ଆଉଟ୍ ହୋଇଥିଲେ। ଏହି ଦୁଇ ଖେଳାଳିଙ୍କ ଆଉଟ୍ ହେବା ପରେ ତାସ ପତା ପରି ଭୁଶୁଡ଼ି ପଡ଼ିଥିଲା ଆରସିବିର ଇନିଂସ । ଆଉ ଦଳ ୮ ରନରେ ପରାଜୟ ଭୋଗି ତୃତୀୟ ଥର ରନର୍ସଅପ୍ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଏଥିରୁ ସ୍ପଷ୍ଟ ଯେ,ଆରସିବି ଅନେକ ଥର ଆଇପିଏଲ୍ ଚାମ୍ପିଅନ ହେବାର ଦ୍ଵାର ଦେଶରେ ପହଞ୍ଚି ବି ଟ୍ରଫି ଜିତି ପାରିନି।ତେଣୁ ଏଥର ବି ପ୍ରଶ୍ନ ଉଠୁଛି ଯେ,କଣ ଦଳ ଚୋକର୍ସ ଟ୍ୟାଗକୁ ହଟାଇ ଟ୍ରଫି ଜିତି ପାରିବ।ନା ପୁଣି ଥରେ ଫାଇନାଲ୍ଜିତିବାର ଦ୍ଵାର ଦେଶରେ ପହଞ୍ଚି ରନର୍ସଅପ୍ରେ ସନ୍ତୁଷ୍ଟ ହେବ।ଏହାର ଉତ୍ତର ମିଳିବ ଜୁନ ୩ ତାରିଖରେ।
ବିନା କ୍ଷତିରେ କୌଣସି ଯୁଦ୍ଧ ହୁଏ ନାହିଁ, ଆମେ କଡ଼ା ଜବାବ ଦେଇଛୁ...ଅପେସନ ସିନ୍ଦୂରକୁ ନେଇ CDSଙ୍କ ବୟାନ
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଅନିଲ ଚୌହାନ ଏକ ବଡ଼ ବୟାନ ଦେଇଛନ୍ତି । ସିଡିଏସ୍ ଅନିଲ ଚୌହାନ କହିଛନ୍ତି ଯେ ବିନା କ୍ଷତିରେ କୌଣସି ବି ଯୁଦ୍ଧ ଲଢାଯାଇପାରିବ ନାହିଁ । ପାକିସ୍ତାନକୁ ଯେଉଁ ପ୍ରଭାବୀ ଢଙ୍ଗରେ ଭାରତ ଜବାବ ଦେଇଛି, ତାକୁ ପ୍ରଶଂସା କରାଯାଉଛି । ଭଲ କଥା ଏହା ଯେ ଆମେ ଆମ ସାମରିକ ଭୁଲ ବୁଝିବାରେ ସକ୍ଷମ ଓ ସେଥିରେ ସୁଧାର କରି ପାରିବୁ । ଦୁଇ ଦିନ ପରେ ପୁଣି ଥରେ ତାକୁ ଲାଗୁ କରିପାରିବୁ । ପୁଣି ଆମର ସମସ୍ତ ଯୁଦ୍ଧ ବିମାନକୁ ଦୀର୍ଘ ଦୂରର ମିଶନ ହାସଲ ପାଇଁ ଉଡ଼ାଇ ପାରିବୁ । ଏହାସହ ପାକିସ୍ତାନ ଦ୍ୱାରା ୬ ବିମାନ ନଷ୍ଟ କରାଯିବା ଦାବିକୁ ସେ ଖଣ୍ଡନ କରିଛନ୍ତି । ଏହି ସାକ୍ଷାତକାର ପୂର୍ବରୁ ସିଡିଏସ୍ ଜେନେରାଲ୍ ଅନିଲ ଚୌହାନ ଅନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନକୁ ଆତଙ୍କବାଦ ପ୍ରସଙ୍ଗରେ ଆଇନା ଦେଖାଇଥିଲେ । ସିଙ୍ଗାପୁରରେ ୨୨ତମ ଶାଙ୍ଗରୀ-ଲା ଡାଏଲଗରେ ସିଡିଏସ୍ କହିଥିଲେ ଯେ ପାକିସ୍ତାନ ସବୁବେଳେ ଭାରତକୁ ଧୋକା ଦେଇଛି । ଏହା ମଧ୍ୟ ସେ ସ୍ପଷ୍ଟ କରିଥିଲେ ଯେ ଭାରତ ବଦଳି ନାହିଁ, ବରଂ ରଣନୀତି ମଧ୍ୟ ବଦଳିଛି । ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଥିବା ଆତଙ୍କୀଙ୍କ ନିପାତ କରିବା ପରେ ଏବେ ଅନ୍ତର୍ଜାତୀୟ ମଞ୍ଚଳରେ କୂଟନୈତିକ ମୋର୍ଚ୍ଚାରେ ପାକିସ୍ତାନର ପୋଲ୍ ଖୋଲୁଛି ଭାରତ । ବ୍ଲୁମବର୍ଗ ଟିଭିକୁ ଦେଖିଥିବା ସାକ୍ଷାତକାରରେ ସିଡିଏସ୍ କହିଛନ୍ତି, ଏବେ ଭାରତ-ପାକିସ୍ତାନ ସମ୍ପର୍କ ଉପରେ ଆମେ ବିନା କୌଣସି ରଣନୀତିରେ କାମ କରୁନାହୁଁ । ଆମକୁ ସ୍ୱାଧୀନତା ମିଳିବା ବେଳେ, ପାକିସ୍ତାନ ସବୁ କ୍ଷେତ୍ରରେ ଆମଠୁ ଆଗରେ ଥିଲା, ସାମାଜିକ, ଆର୍ଥିକ, ପ୍ରତି ବ୍ୟକ୍ତି ଜିଡିପି । ଆଜି ଭାରତ ଆମର ଅଧିକ ବିବଧତା ସତ୍ତ୍ୱେ ସବୁ ମୋର୍ଚ୍ଚାରେ, ଆର୍ଥିକ ପ୍ରଦର୍ଶନ, ମାନବ ବିକାଶ ଓ ସାମାଜିକ ସଦଭାବରେ ଆଗରେ ରହିଛି । ଏହା କେବଳ ସଂଯୋଗ ନୁହେଁ, ଏହା ଦୀର୍ଘକାଳୀନ ରଣନୀତିର ପରିମାଣ ଅଟେ । କୂଟନୈତିକ ରୂପେ ଆମେ ୨୦୧୪ରେ ଯୋଗାଯୋଗ କରିଥିଲୁ, ଯେତେବେଳେ ନୱାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଆମନ୍ତ୍ରଣ କରିଥିଲେ । କିନ୍ତୁ ତାଳି ବାଜିବା ପାଇଁ ଦୁଇଟି ହାତ ଦରକାର । ଯଦି ଆମକୁ କେବଳ ଶତ୍ରୁତା ମିଳୁଛି, ତେବେ ଏବେ ଆଇସୋଲେଟ୍ କରିବା ହିଁ ଭଲ ରଣନୀତି । ଜେନେରାଲ୍ ଚୌହାନ ରାଷ୍ଟ୍ରପତିଙ୍କ ଟ୍ରମ୍ପଙ୍କ ସେହି ଦାବିକୁ ଉପରେ ଟିପ୍ପଣୀ କରିବାକୁ ମନା କରିଛନ୍ତି, ଯେଉଁଥିରେ ସେ ଦାବି କରିଛନ୍ତି ଯେ ଆମେରିକା ପରମାଣୁ ଯୁଦ୍ଧ ଏଡାଇବାରେ ସାହାଯ୍ୟ କରିଛି ।କିନ୍ତୁ ସେ କହିଛନ୍ତି ଯେ ଉଭୟ ପକ୍ଷ ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ନିକଟତର ଥିଲେ ବୋଲି କହିବା ଠିକ୍ ନୁହେଁ । ଏହାପୂର୍ବରୁ,ଭାରତୀୟ ବାୟୁସେନା ଡିଜିଏମଓ ଏୟାର ମାର୍ଶଲ ଏ.କେ. ଭାରତୀ ମେ ୧୧ରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ'ଯୁଦ୍ଧରେ କ୍ଷତି ହେବା ସ୍ୱାଭାବିକ,କିନ୍ତୁ ଆମର ସମସ୍ତ ପାଇଲଟ୍ ସୁରକ୍ଷିତ ଭାବରେ ଫେରିଛନ୍ତି।'ସେ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ ଅପରେସନ ସିନ୍ଦୂର ସମୟରେ ବାୟୁସେନା ପୂର୍ଣ୍ଣ ଶକ୍ତି ସହିତ କାମ କରିଥିଲା ଏବଂ ଶତ୍ରୁକୁ ଉପଯୁକ୍ତ ଜବାବ ଦେଇଥିଲା ।
ବଡ଼ ଆକ୍ରମଣ ପ୍ରସ୍ତୁତିରେ ଚୀନ୍! ଭାରତକୁ ବି ସାବଧାନ କଲା ଆମେରିକା
ସିଙ୍ଗାପୁର ୩୧।୫: ଆମେରିକାର ପେଣ୍ଟାଗନ ମୁଖ୍ୟ ଚୀନ୍ କୁ ନେଇ ବଡ଼ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଚୀନ୍ ଏସିୟାରେ ନିଜର ପ୍ରଭୁତ୍ୱ ଜାହିର କରିବା ପାଇଁ ବଡ଼ ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି କରୁଛି । ସିଙ୍ଗାପୁରରେ ଅନୁଷ୍ଠିତ ବାର୍ଷିକ ସିକ୍ୟୁରିଟି ଫୋରମରେ ପେଣ୍ଟାଗନ ମୁଖ୍ୟ ପିଟ୍ ହେଗସେଥ୍ କହିଛନ୍ତି ଯେ ଚୀନ୍ ଆଡୁ ବିପଦ ଏକ ବାସ୍ତବିକ ବିପଦ। ହେଗସେଥ୍ କହିଛନ୍ତି ଚୀନ୍ ସାରା ବିଶ୍ୱକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚାହୁଁଛି। ଏଥି ପାଇଁ ସବୁଦିନ ଯୁଦ୍ଧ ପ୍ରସ୍ତୁତି ଚଳାଇଛି। ହେଗସେଥ୍ କହିଛନ୍ତି ଯେ ଚୀନ୍ର ପ୍ରଥମ ଟାର୍ଗେଟ୍ ତାଇୱାନ ହୋଇପାରେ। ଏଣୁ ସେ ଭାରତ ସମେତ ଏସିୟ ଦେଶମାନଙ୍କୁ ଚୀନର ମୁକାବିଲା ନିମନ୍ତେ ନିଜ ପ୍ରତିରକ୍ଷା ବଜେଟ୍ ବଢାଇବାକୁ ଓ ସେନାକୁ ଆଧୁନିକ ଉପକରଣରେ ସଜ୍ଜିତ ରଖିବାକୁ ପରାମର୍ଶ ଦେଇଛନ୍ତି। ଜାପାନ, ଫିଲପାଇନ୍ସ ଓ ଭାରତ ସହିତ ସାମରିକ ଭାଗିଦାରୀ ବଢେବ ବୋଲି ଆମେରିକା କହିଛି। ହେଗସେଥ୍ କହିଛନ୍ତି ଯେ ଚୀନ୍ କୁ ରୋକିବା ଲାଗି ଭାରତ ସହିତ ଆମେରିକା ପ୍ରତିରକ୍ଷା ସହଯୋଗ ବଢାଇବା ମଧ୍ୟ ଜରୁରି। ହେଗସେଥ୍ କହିଛନ୍ତି ଯେ ସରକାରକୁ ଆସିବା ପରେ ଡୋନାଲ୍ଡ ଟ୍ରମ୍ପ ଚୀନ୍ ସହିତ ଟାରିଫ ୱାର ଆରମ୍ଭ କରଥିଲେ ଓ ଏଆଇ ଟେକ୍ନୋଲଜି ପର୍ଯ୍ୟନ୍ତ ଚୀନ୍ର ପହଞ୍ଚ ସୀମିତ କରିବା ପାଇଁ ପ୍ରୟାସ କରିଛନ୍ତି। ଅନ୍ୟପଟେ ଫିଲପାଇନ୍ସ ଭଳି ଦେଶ ସହିତ ପ୍ରତିରକ୍ଷା ସହଯୋଗ ବଢା ଯାଇଛି। ହେଗସେଥ୍ କହିଛନ୍ତି ଯେ ତାଇୱାନ ଦଖଲ କରିବା ପାଇଁ ଚୀନ ତାର ସୈନ୍ୟ କ୍ଷମତା ବଢାଉଛି ଓ ଏଥି ପାଇଁ ଲଗାତାର ରିହର୍ସେଲ ମଧ୍ୟ କରୁଛି। ସେ କହିଛନ୍ତି ଯେ ଚୀନ୍ ଯେଉଁଭଳି ଭାବେ ସାଇବର ଆକ୍ରମଣ କରୁଛି ଓ ଏଥିରେ ପଡୋସୀମାନେ ଯେଉଁଭଳି ହଇରାଣ ହେଉଛନ୍ତି ଏହା ଏକ ଚେତାବନୀ ଅଟେ। ବେଜିଂ ବିବାଦୀୟ ଜଳମାର୍ଗକୁ ମଧ୍ୟ ନିଜର ଦାବିକରୁଛି, ଯେଉଁ ରାସ୍ତାରେ ୬୦ପ୍ରତିଶତରୁ ଅଧିକ ବୈଶ୍ୱିକ ବାଣିଜ୍ୟ ହେଉଛି। ଏଥିପାଇଁ ଗତ ମାସ ମାନଙ୍କରେ ଚୀନ୍ ବାରମ୍ବାର ଫିଲପାଇନ୍ସ ସହିତ ମୁହାଁମୁହିଁ ହୋଇଛି। ହେଗସେଥ୍ ସିଙ୍ଗାପୁରରେ ଚୀନ୍ ଆଡୁ ସମ୍ଭାବିତ ବିପଦ ସମ୍ପର୍କରେ କହୁଥିବା ବେଳେ ଚୀନ୍ ନେଭି ଓ ଏୟାରଫୋର୍ସ ଫିଲପାଇନ୍ସର ବିବାଦୀୟ ଅଞ୍ଚଳରେ ଯୁଦ୍ଧାଭ୍ୟାସ ଚଳାଇଛି। ଏହି ସମ୍ମିଳନୀକୁ ବେଜିଂ ତାର କୌଣସି ପ୍ରତିନିଧିଙ୍କୁ ମଧ୍ୟ ପଠାଇ ନାହିଁ।
ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍ ଘଟଣାରେ SIT ତଦନ୍ତ, ଇତ୍ମା ବିସ୍ଫୋରକ ଗୋଦାମରେ ଟିମ୍ର ଖୋଳତାଡ଼
ସୁନ୍ଦରଗଡ଼ ୩୧ । ୫ : ସୁନ୍ଦରଗଡ଼ ବିସ୍ଫୋରକ ଗୋଦାମରେ ଏସଆଇଟି।ବଡ଼ଗାଁ ଥାନା ଇତମାରେ ଥିବା ବିସ୍ଫୋରକ ଗୋଦାମରେ ପହଞ୍ଚିଛିଏସଆଇଟିଟିମ୍ ।ଗତ୨୭ତାରିଖରେ କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣିକୁ ବିସ୍ଫୋରକ ଯାଉଥିବା ବେଳେ ଲୁଟ୍ହୋଇଥିଲା।ବିସ୍ଫୋରକ ଲୁଟ୍ର ତଦନ୍ତ ପାଇଁ ଏସଆଇଟି ଗଠନ ହୋଇଛି। ଶୁକ୍ରବାରସର୍ଚ୍ଚ ଅପରେସନ ସମୟରେ କିଛି ବିସ୍ଫୋରକ ଉଦ୍ଧାର ହୋଇଥିବା ବେଳେଶନିବାରମଧ୍ୟ ସର୍ଚ୍ଚଅପରେସନ ଚାଲିଛି। ଗତ ୨୭ ତାରିଖରେ ବିସ୍ଫୋରକ ଲୁଟ ହେବା ପରେ ମିନିଟ୍ରକ ଡ଼୍ରାଇଭରଙ୍କ ଅଭିଯୋଗ ଆଧାରରେ ସରଣ୍ଡା ଜଙ୍ଗଲରେ ଆରମ୍ଭହୋଇଥିଲା ସର୍ଚ୍ଚଅପରେସନ।୪ ଦିନର ସର୍ଚ୍ଚଅପରେସନ ପରେଶୁକ୍ରବାରଅପରାହ୍ନରେ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲର ତିଲିରିପୋଷିରେ ମାଟି ତଳୁ ପାଖାପାଖି ୭୦ ପ୍ରତିଶତ ଲୁଟ୍ବିସ୍ଫୋରକ ଜବତ ହୋଇଛି।ବାକି ବିସ୍ଫୋରକ କେଉଁଠି ରହିଛି ତାରଖାନତଲାସୀ ଚଳାଇଛି ସିଆଇପିଏଫ,ଡ଼ିଭିଏଫ,କୋବ୍ରା,ଝାଡ଼ଖଣ୍ଡ ଜାଗୁଆର ବାହିନୀ।ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନରେ ଚାଲିଥିବା ବେଳେଶନିବାରସାମିଲ ହୋଇଛି ଏସ୍ଓଜି।କୁହାଯାଉଛି ଯେଉଁ ମାଓବାଦୀ ଏହି ବିସ୍ଫୋରକ ଟ୍ରକ୍ଲୁଟିନେଇଥିଲେ ସେମାନଙ୍କ ମଧ୍ୟରେ ଥିଲେ ୮ରୁ ୧୦ ମହିଳା ବନ୍ଧୁକଧାରୀ ମାଓବାଦୀ।ସେପଟେ ଟ୍ରକ୍ଡ୍ରାଇଭର ସହ ବିସ୍ଫୋରକ ଗୋଦାମ ମାଲିକଙ୍କୁ ମାରାଥନ ଜେରା ଚାଲିଛି।ବଡର୍ଗା ଇତମାରେ ଥିବା ବିସ୍ଫୋରକ ଗୋଦାମ ଉପରେ ଛାପା ମାରିଛି ଏସଆଇଟି ଟିମ୍ସହ ଖଣି ବିଭାଗ । You Can Read: ସମ୍ପତ୍ତି ପାଇଁ ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକଙ୍କୁ ହତ୍ୟା : ଧରାପଡିଗଲା ମିଛ ନାଟକ, ଶେଷରେ ବନ୍ଧାହେଲେ ମହିଳା
ପାରାଦୀପ ବନ୍ଦରର ପିଆଇସିଟି ବର୍ଥରେ ଅଘଟଣ : ଲୋଡିଂ କ୍ରେନ୍ ତାର ଛିଡିଯିବାରୁ ତଳକୁ ଖସିପଡିଲା ଲୁହା ପ୍ଲେଟ୍
ପାରାଦୀପ ୩୧ । ୫ : ପାରାଦୀପ ବନ୍ଦରର ପିଆଇସିଟି ବର୍ଥରେ ଏକ ଜାହାଜରେ ଲୁହା ପ୍ଲେଟ ଲୋଡିଂ ସମୟରେ ଅଘଟଣ।ଲୋଡିଂ କ୍ରେନ୍ର ତାର ଛିଡି ଯିବାରୁ ଲୁହା ପ୍ଲେଟ ତଳକୁ ଖସିପଡିଥିଲା।ସୌଭାଗ୍ୟ ବଶତଃ ଏହା ବର୍ଥ ଉପରେ ଛିଡିଥିଲେ ମଧ୍ୟ ତଳେ ଥିବା ୨୫ରୁ ଉର୍ଦ୍ଧ୍ୱ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଥିଲେ।ଯଦି ଏହି ଲୁହା ପ୍ଲେଟଟି ଜାହାଜ ଉପରେ ଛିଡ଼ି ପଡିଥାନ୍ତା ତେବେ ଜାହାଜର କ୍ଷତି ହୋଇଥାନ୍ତା। ପାରାଦୀପ ବନ୍ଦରର ପିଆଇସିଟି ବର୍ଥରେ ଏହିଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଏହାରକୌଣସିସମାଧାନକରାଯାଉନଥିବାରୁ ସାଧାରଣରେ ଶ୍ରମିକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ପିଆଇସିଟି କର୍ତ୍ତୃପକ୍ଷ କ୍ରେନ ଗୁଡ଼ିକର ସଠିକ୍ମରାମତି ଏବଂ ରକ୍ଷଣାବେକ୍ଷଣ କରୁନଥିବାରୁ ଏଭଳି ଅଘଟଣ ଘଟିଛି।ତେବେ କମ୍ପାନୀ କର୍ତ୍ତୃପକ୍ଷଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ ଶ୍ରମିକ ମାନଙ୍କ ଜୀବନକୁ ବାଜି ଲଗାଯାଉଛି ବୋଲି ଶ୍ରମିକ ମାନେ ଆସନ୍ତୋଷ ପ୍ରକାଶକରିଛନ୍ତି। You Can Read: ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍ ଘଟଣାରେ SIT ତଦନ୍ତ, ଇତ୍ମା ବିସ୍ଫୋରକ ଗୋଦାମରେ ଟିମ୍ର ଖୋଳତାଡ଼
ପୂର୍ବୋତ୍ତର ରାଜ୍ୟରେ ପ୍ରବଳ ବର୍ଷା ସହ ଭୂସ୍ଖଳନ, ୧୯ ମୃତ, ୧୨ ହଜାରରୁ ଅଧିକ ଲୋକ ପ୍ରଭାବିତ
ନୂଆଦିଲ୍ଲୀ: ଦେଶରେ ଆଗକୁ ପହଞ୍ଚିଥିବା ମୌସୁମୀ ଯୋଗୁ ପର୍ବୋତ୍ତର ରାଜ୍ୟରେ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଗତ ତିନି ଦିନରେ ପର୍ବୋତ୍ତରର ମଣିପୁର, ମିଜୋରାମ, ଆସାମ, ଅରୁମାଚଳ ପ୍ରଦେଶ, ତ୍ରିପୁରାରେ ଲଗାତାର ପ୍ରବଳ ବର୍ଷା, ଭୂସ୍ଖଳନ ଓ ବନ୍ୟାରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ୧୨ ହଜାରରୁ ଅଧିକ ପରିବାର ପ୍ରଭାବିତ ହୋଇଛି । ବର୍ଷା ଓ ବନ୍ୟାରେ ଘର ଭୁଶୁଡ଼ିବା ଯୋଗୁ ବହୁ ସଂଖ୍ୟାରେ ଲୋକେ ବାସହରା ହୋଇଛନ୍ତି । ପାଣିପାଗ ବିଭାଗ ସବୁ ରାଜ୍ୟ ପାଇଁ ଆଲର୍ଟ ଜାରି କରିଛି । ଦକ୍ଷିଣ ମିଜୋରାମର ଲଙ୍ଗତଲାଇ ସହରରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁ ପାଞ୍ଚଟି ଘର ଓ ଗୋଟିଏ ହୋଟେଲ ଭୁଶୁଡ଼ି ପଡ଼ିଛି । ଏଥିରେ ଅନେକ ଲୋକ ଫସିଛନ୍ତି । ଏସଆରଡିଏଫ୍ ଓ ତୃତୀୟ ଭାରତୀୟ ରିଜର୍ଭ ବାଟାଲିୟନର ଯବାନଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ କରାଯାଉଛି । ଭୁସ୍ଖଳନ ଯୋଗୁ ରାଷ୍ଟ୍ରୀୟ ରାଜମାର୍ଗ-୫୪ରେ ଯାତାୟତ ବାଧାପ୍ରପ୍ତ ହୋଇଛି । ଫଳରେ ମିଜୋରାମଠାରୁ ସୁଦୂର ଦକ୍ଷିଣ ଅଞ୍ଚଳ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପ୍ରବଳ ବର୍ଷା ଓ ଭୂସ୍ଖଳ ଯୋଗୁ ଆସାମର କାମରୁପ ମେଟ୍ରୋ ଜିଲ୍ଲାରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ପାଞ୍ଚ ଜିଲ୍ଲାରେ ୧୨ ହଜାରରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ଗୌହାଟୀ ଓ ସିଲଚରରେ ୧୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଅନ୍ୟପଟେ ଲକ୍ଷ୍ମୀପୁରରେ ବନ୍ୟା ଯୋଗୁ ରିଙ୍ଗ ଡ୍ୟାମ ଭୁଶୁଡ଼ି ପଡ଼ିଛି । ଅରୁଣାଳୟ ପ୍ରଦେଶର ବି ପ୍ରବଳ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । ଏଠାରେ ଭୂସ୍ଖଳନ ଯୋଗୁ ୯ ଜଣଙ୍କ ମୃତ୍ୟୁ ହୋଇଛି । ପୂର୍ବ କାମେଙ୍ଗରେ ନିର୍ମିତ-ସେପ୍ପା ଖଣ୍ଡରେ ହୋଇଥିବା ଭୂସ୍ଖଳନରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଲୋୟର ସୁବନସିରି ଜିଲ୍ଲୀରେ ଜିରୋ-କାମଲେ ମାର୍ଗରେ ମାଇନ୍ ଗ୍ରୋବ ନିକଟରେ ଭୁସ୍ଖଳନରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହାସହ ଉପର ସୁବନସିରି ଜିଲ୍ଲାରେ ବନ୍ୟା ଯୋଗୁ ୧୦୦ରୁ ଅଧିକ ପରିବାର ପ୍ରଭାବିତ ହୋଇଛି । ସିଗିନ ନଦୀରେ ପାଣି ବିପଦ ସଂକେତରେ ପ୍ରଭାବିତ ହେଉଛି । ପାଣିପାଗ ବିଭାଗ ପକ୍ଷରୁ ଏଥିପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ତ୍ରିପୁରାରେ ବି ପ୍ରବଳ ବର୍ଷା ଯୋଗୁ ଜିରାନିଆରେ ଜଣେ ବ୍ୟକ୍ତି ବୁଡ଼ି ଯାଇଛନ୍ତି । ୨୦୦ରୁ ଅଧିକ ଲୋକ ବାସଗୃହ ହରାଇଛନ୍ତି । ଲୋକଙ୍କୁ ବନ୍ୟା ଆଶ୍ରୟ ସ୍ଥଳରେ ରଖାଯାଇଛି ।
ଆମେ ଡାକି ନାହୁଁ , ସାହିଦ ଆଫ୍ରିଦି ଓ ଉମର ଗୁଲ୍ ନିଜେ ଆସିଛନ୍ତି
ଦୁବାଇ : ଦୁବାଇରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜକମାନେ ପଡ଼ିଯାଇଛନ୍ତି ମୁସ୍କିଲରେ। କାରଣଟି ହେଉଛି ତାଙ୍କର କାର୍ଯ୍ୟକ୍ରମରେ ପୂର୍ବତନ ପାକିସ୍ତାନୀ କ୍ରିକେଟରମାନେ ଯୋଗ ଦେଇଥିଲେ। ସୂଚନା ଆଧାରରେ, ସାହିଦ ଆଫ୍ରିଦି ଓ ଉମର ଗୁଲଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଖୁବ୍ ଆଡମ୍ୱରର ସହ ସ୍ୱାଗତ କରାଯାଇ ଥିଲା। ଯାହାକୁ ନେଇ ବଡ଼ ବିବାଦ ମୁଣ୍ଡ ଟେକିଛି। ଭାଇରାଲ ଭିଡ଼ିଓରେ କେରଳ ସଂପ୍ରଦାୟର ଲୋକଙ୍କ ଦ୍ୱାରା ଆଫ୍ରିଦୀଙ୍କୁ ‘ ବୁମ୍ ବୁମ୍’ କହି ସ୍ୱାଗତ କରିବା ନଜର ଆସୁଛି , ଏହାପରେ ଆୟୋଜକଙ୍କୁ ସଫେଇ ଦେବାକୁ ପଡ଼ିଛି। ଆସନ୍ତୁ ଜାଣିବା ପୂରା ମାମଲାଟି କଣ ? ‘ଓରାମଚୁଭଡୁକଲ ସିଜନ-୨’ ନାମକ ଏକ ଅନ୍ତଃକଲେଜ ନୃତ୍ୟ ପ୍ରତିଯୋଗିତା ୨୫ ମେ’ରେ ପାକିସ୍ତାନ ଆସୋସିଏସନ ଦୁବାଇ ( ପିଏଡି)ରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୋଚିନ ୟୁନିଭର୍ସିଟି ବି.ଟେକ୍ ଏଲୁମନାଇ ଆସୋସିଏସନ (ସିୟୁବିଏଏ) ଦ୍ୱାରା ଆୟୋଜନ କରାଯାଇ ଥିଲା। ଉକ୍ତ କାର୍ଯ୍ୟକ୍ରମରେ ସାହିଦ୍ ଆଫ୍ରିଦି ଓ ଉମର ଗୁଲଙ୍କ ପହଞ୍ଚିବାର ଭିଡ଼ିଓ ଭାଇରାଲ ହୋଇଛି, ଯେଉଁଥିରେ ଦର୍ଶକ ତାଙ୍କୁ ଦେଖି ତାଳି ବଜାଉ ଥିଲେ ଏବଂ ବୁମ୍ ବୁମ୍ ନାରା ଲଗାଉ ଥିଲେ। ଏହି ଭିଡ଼ିଓ ଭାଇରାଲ ହେବା କ୍ଷଣି ସୋସିଆଲ ମିଡ଼ିଆରେ ଲୋକେ କଡ଼ା ବିରୋଧ କରିଛନ୍ତି , ବିଶେଷକରି ଏହି କଥାକୁ ନେଇ କାର୍ଯ୍ୟକ୍ରମ ବେଳେ ଆଫ୍ରିଦିଙ୍କୁ ସମ୍ମାନ ଦିଆ ଯାଇଛି , ଯାହାକି ନିକଟରେ ସେ ପହଲଗାମ ଆତଙ୍କବାଦୀ ହମଲାରେ ଭାରତ ବିରୋଧୀ ବୟାନ ଦେଇଥିଲେ। ଆୟୋଜକ ଦେଲେ ସଫେଇ – ବିବାଦ ପରେ ସିୟୁବିଏଏ ଏକ ଅଫିସିଆଲି ବିବୃତ୍ତି ଜାରି କରିଛି ଯେ , ସାହିଦ ଆଫ୍ରିଦି ଓ ଉମର ଗୁଲଙ୍କୁ ସେ ନିମନ୍ତ୍ରଣ କରି ନଥିଲେ। ବୟାନରେ କୁହାଗଲା , ଆମର କାର୍ଯ୍ୟକ୍ରମରେ ତାଙ୍କର ଉପସ୍ଥିତି ସଂପୂର୍ଣ୍ଣ ରୂପେ ଯୋଜନାବଦ୍ଧ ଓ ପୂର୍ବ ସୂଚନା ବିନା ଥିଲା। ଏହି ଦିନ ପିଏଡିରେ ଆଉ ଏକ କାର୍ଯ୍ୟକ୍ରମ –ଗିନିଜ୍ ୱାର୍ଲ୍ଡ ରେକର୍ଡ୍ସ ପାଇଁ ହ୍ୟାଣ୍ଡପ୍ରିଣ୍ଟରେ ନିର୍ମିତ ସବୁଠୁ ବଡ଼ ୟୁଏଇ ପତାକା – ମଧ୍ୟ ଆୟୋଜିତ କରାଯାଉ ଥିଲା, ଯେଉଁଥିରେ ସେ ସାମିଲ ହେବାକୁ ଆସି ଥିଲେ। ସିୟୁବିଏଏ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ପ୍ୟାଡ୍ ର ବୁକିଂ ୫ ଅପ୍ରେଲରେ କରାଯାଇ ଥିଲା। ଯେବେ ଭାରତ-ପାକିସ୍ତାନ ମଧ୍ୟରେ କୌଣସି କୂଟନୀତିକ ବିବାଦ ନଥିଲା। ବୟାନରେ କୁହାଯାଇଛି, ଗତ ବର୍ଷ ପରି ଏହିଥର ମଧ୍ୟ ଖର୍ଚ୍ଚକୁ ଦେଖି ଆମେ ଏହି ସ୍ଥାନ ବାଛି ଥିଲୁ ଏବଂ ଶେଷ ସମୟରେ ସ୍ଥାନ ବଦଳାଇବା ସମ୍ଭବ ନଥିଲା। ଆୟୋଜକମାନେ କହିଛନ୍ତି ଯେ , ଆଫ୍ରିଦି ଓ ଗୁଲ୍ କାର୍ଯ୍ୟକ୍ରମର ଶେଷରେ ହଠାତ୍ ମଞ୍ଚରେ ପହଞ୍ଚିବା ଏବଂ ଏତେ କମ୍ ସମୟରେ ତାଙ୍କୁ ରୋକିବା ବା ଦର୍ଶକଙ୍କ ପ୍ରତିକ୍ରିୟାକୁ ନିୟନ୍ତ୍ରିତ କରିବା ସମ୍ଭବ ନଥିଲା। ସେ କହିଛନ୍ତି , ଆମ ଦ୍ୱାରା ହୋଇଥିବା ଭୁଲ ଓ କାହାକୁ ଆଘାତ ଦେବା ନେଇ ଆମେ ଦୁଃଖିତ । ଆମେ ଭାରତର ସାଂସ୍କୃତିକ ଓ ସମାବେଶୀ ମୂଲ୍ୟ ପ୍ରତି ପ୍ରତିବଦ୍ଧ ଏବଂ ଏହା ଆମର ଉଦ୍ଦେଶ୍ୟ ନଥିଲା ଯେ କାହାକୁ ମଧ୍ୟ ଅପମାନିତ ଅନୁଭବ ହେଉ। View this post on Instagram A post shared by CUBAA UAE (@cubaa.uae) ଏହା ପ୍ରଥମ ଥର ନୁହେଁ ,ଯେବେ ସାହିଦ୍ ଆଫ୍ରିଦି ଓ ଉମର ଗୁଲ୍ ବିବାଦ ଘେରକୁ ଆସିଛନ୍ତି। ୨୦୨୩ରେ , ଉଭୟ କ୍ରେକେଟର ତାଙ୍କର ପୂର୍ବତନ ସାଥି ଅବଦୁଲ ରଜ୍ଜାକ୍ଙ୍କ ଦ୍ୱାରା ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ବିଷୟରେ କରାଯାଇ ଥିବା ଆପତ୍ତିଜନକ ଟିପ୍ପଣୀର ସମର୍ଥନରେ ତାଳି ବଜାଇବା ନେଇ ସମାଲୋଚିତ ହୋଇଥିଲେ। ଏହି ସମୟରେ , ଉମର ଗୁଲ୍ ଏକ୍ସ ରେ ସଫେଇ ଦେଇଥିଲେ ଯେ, ତାଙ୍କର ତାଳି ବ୍ୟଙ୍ଗାତ୍ମକ ଥିଲା ଏବଂ ସେ ରଜ୍ଜାକଙ୍କର ଟିପ୍ପଣୀର ସମର୍ଥନ କରନ୍ତି ନାହିଁ। ଆଫ୍ରିଦି ମଧ୍ୟ ଏହି ମାମଲାରେ ନିଜକୁ ଅଲଗା କରି କହିଥିଲେ ଯେ , ସେ ରଜ୍ଜାକଙ୍କୁ କ୍ଷମା ମାଗିବା ପାଇଁ କହିବେ। ସୋସିଆଲ ମିଡ଼ିଆରେ ଲୋକେ ଭିଡ଼ିଓରେ କଡ଼ା ପ୍ରତିକ୍ରିୟା ଦେଇଥିଲେ। ଜଣେ ୟୁଜର ଲେଖିଛନ୍ତି ,ଦେଶଭକ୍ତିକୁ ଛକ୍କା ମାରି ପଠାଇ ଦେଲେ ... କେରଳ ସଂପ୍ରଦାୟ ଠାରୁ ଏହା ଠାରୁ ଭଲ ଆଶା ଥିଲା। ଆଉ ଜଣେ ଲେଖିଛନ୍ତି , ଏତେ ବିଶ୍ୱାସଘାତକ କିଏ କେବେ ହୋଇ ପାରେ ... ଶିକ୍ଷିତଙ୍କ ଠାରୁ ଶିଖିବା ଆବଶ୍ୟକ ? ଲଜ୍ଜାଜନକ ।
ଇଂଲଣ୍ଡ ଗସ୍ତରେ ଦ୍ଵିଶତକ ହାସଲ କଲେ କରୁଣ ନାୟର, ଭାରତ ପାଇଁ ସାଜି ପାରନ୍ତି ଟ୍ରମ୍ପ କାର୍ଡ
ନୂଆଦିଲ୍ଲୀ: ଆଇପିଏଲ୍ ପରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଯାଇ ସେଠାରେ ୫ ମ୍ୟାଚ୍ ବିଶିଷ୍ଟ ବହୁ ପ୍ରତୀକ୍ଷିତ ଟେଷ୍ଟ ସିରିଜ୍ ଖେଳିବ। ଏହା ପୂର୍ବରୁ ଭାରତୀୟ ଦଳ ଏ ଦଳ ଇଂଲଣ୍ଡ ଗସ୍ତ କରିଛି। ପ୍ରଥମ ଅନଅଫିସିଆଲ ଟେଷ୍ଟରେ କରୁଣ ନାୟର ଦମଦାର ବ୍ୟାଟିଂ କରି ଦ୍ଵିଶତକ ଅର୍ଜନ କରିଛନ୍ତି। କରୁଣ ୨୮୧ ବଲରୁ ୨୦୪ ରନର ଦମଦାର ଇନିଂସ ଖେଳିଛନ୍ତି। ତାଙ୍କର ଏହି ଦ୍ଵିଶତକ ବଳରେ ଭାରତୀୟ ଏ ଦଳ ଇଂଲଣ ଲାୟଏନ୍ସ ବିରୋଧରେ ୫୫୭ ରନର ବିଶାଳ ସ୍କୋର କରିଛି। ଇଂଲଣ୍ଡ ଗସ୍ତରେ କରୁଣ ନାୟାର ଚମତ୍କାର ବ୍ୟାଟିଂ କରିଛନ୍ତି। ଭାରତ ଏ ଦଳର ଇଂଲଣ୍ଡ ଲାୟନ୍ସ ସହିତଚାରି ଦିନିଆ ଟେଷ୍ଟ ମ୍ୟାଚ୍ ମେ ୩୦ରୁ ଆରମ୍ଭ ହୋଇଛି। ଇଂଲଣ୍ଡ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆଜି ମ୍ୟାଚ୍ ର ଦ୍ୱିତୀୟ ଦିନରେ,ଭାରତୀୟ୫୫୭ ରନ କରିଛି। ଏହି ଗସ୍ତରେଅଭିମନ୍ୟୁ ଈଶ୍ୱରନଙ୍କୁ ଭାରତୀୟ ଏ ଦଳର ଅଧିନାୟକ କରାଯାଇଛି।ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବାଭାରତର ପ୍ରଥମ ଦୁଇଟି ୱିକେଟ୍ ଶୀଘ୍ର ପଡ଼ିଥିଲା।କିନ୍ତୁ କରୁଣ ନାୟାର ଏବଂ ସରଫରାଜ ଖାନଇନିଂସସମ୍ଭାଳିଥିଲେ। ସରଫରାଜ୧୧୯ବଲରୁ ୯୨ ରନର ଇନିଂସ ଖେଳିଥିଲେ। ଧ୍ରୁବ ଜୁରେଲ୍୧୨୦ବଲରେ୯୪ରନ୍ କରି ଶତକରୁ ବଞ୍ଚିତ ହୋଇଥିଲେ।ଅନ୍ୟପଟେ କରୁଣ ନାୟର ୨୮୧ ବଲରୁ ୨୬ ଚୌକା ଓ ୧ ଛକା ସହ ୨୦୪ ରନର ଦ୍ଵିଶତକୀୟ ଇନିଂସ ଖେଳିଛନ୍ତି। ଆସନ୍ତା ଜୁନ୍ ମାସରେ ଭାରତର ସିନିୟର ଦଳ ମଧ୍ୟ ଇଂଲଣ୍ଡ ଗସ୍ତ କରିବାକୁ ଯାଉଛି। ଏହି ଗସ୍ତରେ ଟିମ୍ ଇଣ୍ଡିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ମଧ୍ୟ ଘୋଷଣା କରାଯାଇଛି। କରୁଣ ନାୟାରଙ୍କୁ ମଧ୍ୟ ଭାରତର ସିନିୟର ଦଳରେ ସାମିଲ କରାଯାଇଛି। କରୁଣ ପ୍ରାୟ ୮ ବର୍ଷ ପରେ ଭାରତ ପାଇଁ ଟେଷ୍ଟ କ୍ରିକେଟରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। କରୁଣ ନାୟାର ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ଏକ ତ୍ରିଶତକ ହାସଲ କରିଛନ୍ତି।
ଭାରତର ବୃହତ୍ତ କୂଟନୈତିକ ବିଜୟ, ଅପରେସନ ସିନ୍ଦୂରକୁ ନେଇ ବୟାନ ପ୍ରତ୍ୟାହାର କଲା କଲମ୍ବିୟା
ନୂଆଦିଲ୍ଲୀ ୩୧।୫: ଭାରତର ଏକ ବଡ଼ କୂଟନୈତିକ ବିଜୟ ହୋଇଛି। ଅପରେସନ ସିନ୍ଦୂର କାଳରେ ପାକିସ୍ତାନର ହୋଇଥିବା ଧନଜୀବନ ହାନୀ ନେଇ କଲମ୍ବିୟା ଜାରି କରିଥିବା ସମ୍ବେଦନାକୁ ଔପଚାରିକ ରୂପେ ପ୍ରତ୍ୟାହାର କରିଛି। ଏହି ପଦକ୍ଷେପ ଶଶି ଥରୁରଙ୍କ ନେତୃତ୍ୱରେ ଅଲପାର୍ଟି ଡେଲିଗେସନଙ୍କ ଅସହମତି ପରେ ଆସିଛି। ତେବେ କଲମ୍ବିୟାର ପ୍ରାରମ୍ଭିକ ନିଷ୍ପତ୍ତିରେ ଭାରତ ନିରାଶା ବ୍ୟକ୍ତ କରିଥିଲା। କଲମ୍ବିୟା ଉପ ବୈଦେଶିକ ମନ୍ତ୍ରୀ ରୋସା ୟୋଲାଣ୍ଡା ୱିଲାୱିସେନିୟୋ ଭାରତର ତଥ୍ୟ ଓ ସ୍ପଷ୍ଟିକରଣକୁ ସ୍ୱୀକାର କରି ବୟାନ ପ୍ରତ୍ୟାହାର ପୁଷ୍ଟି କରିଛନ୍ତି। କଲମ୍ବିୟା ଉପ ବୈଦେଶିକ ମନ୍ତ୍ରୀଙ୍କ ପଦକ୍ଷେପକୁ ଭାରତ ଏକ ସନ୍ତୁଳିତ ଓ ସକରାତ୍ମକ ପଦକ୍ଷେପ ବୋଲି କହିଛି। ବିଦେଶମନ୍ତ୍ରୀ ରୋସା ୟୋଲାଣ୍ଡା କହିଛନ୍ତି ଯେ ‘ଆମକୁ ପୂରା ବିଶ୍ୱସ ହୋଇଛି ଯେ ଆଜି ଆମକୁ ଯେଉଁ ସ୍ପଷ୍ଟିକରଣ ମିଳିଛି ଓ ବାସ୍ତବିକ ସ୍ଥିତି, ସଂଘର୍ଷ ଓ କାଶ୍ମୀରରେ ଯାହା କିଛି ବି ହୋଇଛି ଏବେ ସେ ସମ୍ପର୍କରେ ଆମ ପାଖରେ ବିସ୍ତୃତ ସୂଚନା ଅଛି’। ଉପ ବିଦେଶମନ୍ତ୍ରୀଙ୍କ ବୟାନ କାଳରେ ତାଙ୍କ ସହ ଥିବା ସାଂସଦ ଶଶି ଥରୁର କହିଛନ୍ତି ଯେ ଭାରତ ତାଙ୍କ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରୁଛି। Delightful lunch discussion with thought leaders at the Colombia Council for International Relations today. Engaging exchange of ideas on global geopolitics, India's role in Latin America, economic development opportunities for India and Colombia. Always enriching to connect with… pic.twitter.com/4IqPKz88GQ — Shashi Tharoor (@ShashiTharoor) May 31, 2025 ପ୍ରତିନିଧି ସଭାର ଦ୍ୱିତୀୟ ଆୟୋଗ ଅଧ୍ୟକ୍ଷ ସାଂସଦ ଏଲେଜାନ୍ଦ୍ରୋ ଟୋରୋଙ୍କୁ ଭେଟିବା ପରେ ଥରୁର ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ପ୍ରକାରର ସମାନତା ହୋଇ ନପାରେ ବୋଲି ଦୋହରାଇଥିଲେ। ତେବେ କଲମ୍ବିୟା ସହିତ ନିରାଶା ଏଥି ପାଇଁ ଥିଲା ଯେ ସେମାନେ ଏହି ଅନ୍ତରକୁ ଅଣଦେଖା କରିଥିଲେ। ଥରୁର କହିଛନ୍ତି ଯେ ଗୋଟିଏ ପଟେ ଆତଙ୍କବାଦୀ ଓ ଅନ୍ୟପଟେ ନିର୍ଦ୍ଦୋଷ ଲୋକଙ୍କ ମଧ୍ୟରେ କୌଣସି ପ୍ରକାରର ସମାନତା ଆଶା କରାଯାଇ ନପାରେ। ତେବେ କଲମ୍ବିୟାର ବୟାନ ପ୍ରତ୍ୟାହାର ଘୋଷଣା ଆମକୁ ସନ୍ତୁଷ୍ଟ କରିଛି। ଥରୁର କହିଛନ୍ତି ଯେ ଆମେ ଜାଣି ଖୁସି ହେଲୁ ଯେ ଆପଣ କଲମ୍ବିୟା ଲୋକଙ୍କ ପ୍ରତିନିଧି ରୂପେ ଆମର ସାର୍ବଭୌମତ୍ୱ, ବିଶ୍ୱରେ ଶାନ୍ତି, ଭାରତୀୟ ଉପମହାଦ୍ୱୀପରେ ଶାନ୍ତି ଲାଗି ଆମ ସହିତ ଦୃଢତାର ସହ ଛିଡା ହେବାକୁ ଆଗ୍ରହୀ। ଆପଣ ଏଥି ପାଇଁ ମଧ୍ୟ ବହୁତ ଖୁସିଯେ ଆମର ଲୋକେ ଓ ପ୍ରତିନିଧିଙ୍କ ମଧ୍ୟରେ ଏପରି ଆଲୋଚନା ଜାରି ରଖିବାକୁ ଚାହାଁନ୍ତି।
ଅଯୋଧ୍ୟା ଆସିବେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ବାପା , ରାମଲଲାଙ୍କୁ କରିବେ ଦର୍ଶନ
ଅଯୋଧ୍ୟା : ଦୁନିଆର ସବୁଠୁ ଧନୀ ବ୍ୟକ୍ତି ତଥା ଟେସଲା ଓ ସ୍ପେସ୍ ଏକ୍ସର ସିଇଓ ଏଲନ ମସ୍କଙ୍କ ବାପା ଏରୋଲ ମସ୍କ ଆସିବେ ଭାରତ। ଏରୋଲ ମସ୍କ ଅଯୋଧ୍ୟା ସ୍ଥିତ ରାମ ମନ୍ଦିରରେ ରାମଲଲାଙ୍କ ଦର୍ଶନ କରିବେ। ସେ ୧ ରୁ ୬ଜୁନ ଯାଏ ଭାରତରେ ରହି ପାରନ୍ତି । ଏରୋଲ ମସ୍କ ନିକଟରେ ହିଁ ଭାରତୀୟ କମ୍ପାନୀ ସର୍ଭୋଟେକ୍ର ଗ୍ଲୋବାଲ ଆଡଭାଇଜରୀ ବୋର୍ଡରେ ସାମିଲ ହୋଇଥିଲେ। ସୂତ୍ରରୁ ପ୍ରକାଶ ଯେ, ଗସ୍ତ ବେଳେ ଏଲନ ମସ୍କ ବିଜନେସ୍ ସହ ଜଡ଼ିତ ଅନେକ ବୈଠକରେ ସାମିଲ ହୋଇ ପାରନ୍ତି। ଗସ୍ତ ସହ ଜଡ଼ିତ ବିଶେଷଜ୍ଞଙ୍କ କହିବାନୁସାରେ,ସେ ଗ୍ରୀନ ଟେକ୍ନୋଲଜି କ୍ଷେତ୍ରରେ ଭାରତରେ ହେଉଥିବା କାମ ଓ ଚାର୍ଜିଂ ଭିତ୍ତିଭୂମିକୁ ମଧ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରୋତ୍ସାହିତ କରିବେ। ଏହି ସମୟରେ ସେ ନୀତି ନିର୍ଦ୍ଧାରକ, ନିବେଶକ, ଉଦ୍ୟୋଗ ଜଗତର ଲୋକଙ୍କ ସହ ଅଲଗା ଅଲଗା ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ବୈଠକରେ ସାମିଲ ହେବେ। କହି ରଖୁଛୁ କି, ୫ ଜୁନ୍ରେ ସର୍ଭୋଟେକ୍ ବିଶ୍ୱ ପରିବେଶ ଦିବସରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରୁଛି। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପରେ ସେ ୬ଜୁନ୍ରେ ଦକ୍ଷିଣ ଆଫ୍ରିକା ପାଇଁ ପ୍ରସ୍ଥାନ କରିବେ। ଭାରତରେ ୫ଦିନ ରହିବେ ଏରୋଲ ମସ୍କ- ଏଲନ ମସ୍କଙ୍କ ବାପା ଏରୋଲ ମସ୍କ ଏକ ଜୁନ୍ରେ ୫ଦିବସୀୟ ଭାରତ ଯାତ୍ରାରେ ଆସିବେ। ମିଡ଼ିଆ ରିପୋର୍ଟସ ଅନୁସାରେ , ଏରୋଲ ମସ୍କ ଭାରତକୁ ସବୁଜ ପ୍ରଯୁକ୍ତିବିଦ୍ୟା ଓ ଇଭି ଚାର୍ଜିଂ ଭିତ୍ତିଭୂମି ରପ୍ତାନୀରେ ବିଶ୍ୱସ୍ତରର ଲିଡର ହେବାର ରଣନୀତିକ ପ୍ରୟାସକୁ ବୃଦ୍ଧି କରିବାକୁ ଚାହାନ୍ତି। ଏହି ସମୟରେ ସେ ଅଯୋଧ୍ୟା ଯାଇ ରାମଲଲାଙ୍କ ଦର୍ଶନ କରିବେ। କହି ରଖୁଛୁ କି , ୫ଜୁନ୍ରେ ବିଶ୍ୱ ପରିବେଶ ଦିବସ। ଏହି ସମୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯିବ। ସୂତ୍ରାନୁସାରେ , ଏରୋଲ ମସ୍କ ବୃକ୍ଷରୋପଣ ଅଭିଯାନରେ ମଧ୍ୟ ସାମିଲ ହୋଇ ପାରନ୍ତି।
ସମ୍ପତ୍ତି କାରବାର ଲାଭଦାୟକ ହେବ, କାହାକୁ ଟଙ୍କା ଦେଲା ବେଳେ ସତର୍କ ରୁହନ୍ତୁ
ମେଷ - କର୍ମକ୍ଷେତ୍ରରେ ଦାୟିତ୍ ବଢିବ ହେତୁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିବ । ଆପଣ ମଧ୍ୟ ସାମାଜିକ କାର୍ଯ୍ୟକଳାପରେ ସମ୍ପୂର୍ଣ୍ଣ ଆଗ୍ରହୀ ହେବେ । ଆପଣ କିଛି ଶୁଭ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ । ବୃଷ - ପ୍ରିୟଜନଙ୍କ ସମର୍ଥନ ମିଳିବ । ଅତିଥିଙ୍କ ଆଗମନ ହେତୁ ତୁମର ଟଙ୍କା ଖର୍ଚ୍ଚ ହୋଇପାରେ ।ଆପଣ କିଛି ପାରମ୍ପାରିକ କାର୍ଯ୍ୟରେ ଜଡିତ ହେବାର ସୁଯୋଗ ପାଇବେ ।କର୍ମକ୍ଷେତ୍ରରେ ମହାନତା ଦେଖାଇବେ । ଆପଣ ନିଜ ପିଲାମାନଙ୍କୁ ରୀତିନୀତି ଶିକ୍ଷା ଦେବେ । ମିଥୁନ - ବ୍ୟବସାୟ ଯୋଜନା ପ୍ରସ୍ତୁତ କରିବା ପାଇଁ ଦିନଟି ଉତ୍ତମ ହେବ । ଆପଣଙ୍କ ବ୍ୟକ୍ତିତ୍ୱର ଉନ୍ନତି ହେବ ଏବଂ ଆଜି ମା ଙ୍କ ପାର୍ଶ୍ୱରୁ ଆର୍ଥିକ ଲାଭ ମିଳିବ ।ସମ୍ମାନ ପ୍ରାପ୍ତି ର ଯୋଗ ମଧ୍ୟ ରହିଛି । ବିଦ୍ୟାର୍ଥୀ ମାନେ ଆଶାନୁରୂପ ଫଳ ପ୍ରାପ୍ତି କରିବେ । କର୍କଟ - ମନ ଉଦବେଗ ପୂର୍ଣ୍ଣ ରହିବ । ବଡ ସମ୍ପତ୍ତି କାରବାର ଲାଭଦାୟକ ହେବ । ଆପଣଙ୍କ ମଧ୍ୟରେ ଶକ୍ତିର ସମ୍ପର୍କ ରହିବ,ଏହାକୁ ସଠିକ୍ ଭାବରେ ବ୍ୟବହାର କରନ୍ତୁ । କାହାକୁ ଟଙ୍କା ଦେଲା ବେଳେ ସତର୍କ ରହିବା ଆବଶ୍ୟକ । ସିଂହ - ବିଭିନ୍ନ ସୂତ୍ରରୁ ଆୟ ର ଯୋଗ ରହିଛି ।ବ୍ୟବସାୟ ରେ ଉତ୍ତମ ଫଳ ପ୍ରାପ୍ତି ହେବ ।ମନା ସାମାନ୍ୟ ଚିନ୍ତିତ ରହି ପାରେ । ପରିବାରରେ ସୁଖ ସମୃଦ୍ଧି ଲାଗି ରହିବ । ଭ୍ରମଣର ଯୋଗ ରହିଛି । ବିଦ୍ୟାର୍ଥୀ ମାନେ ଚଞ୍ଚଳ ହେବେ । କର୍ମ କ୍ଷେତ୍ରରେ ସହଯୋଗ ମିଳିବ । କନ୍ୟା - ମନକୁ ଧ୍ୟାନରେ ରଖନ୍ତୁ । ଚାକିରିରେ କାର୍ଯ୍ୟ ଭାର ବଢି ପାରେ । ଅତ୍ୟଧିକ ଉତ୍ସାହରୁ ଦୂରେଇ ରୁହନ୍ତୁ । ପରିବାରର ସମର୍ଥନ ପାଇବେ । ଚାକିରିରେ ପଦୋନ୍ନତି ପାଇଁ ସୁଯୋଗ ହୋଇପାରେ । ଅଧିକାରୀଙ୍କ ସହଯୋଗ ପାଇବେ । ତୁଳା - ଭାଗବତ ସେବାରେ ମନୋନିବେଶ କରିବେ । ଆତ୍ମବିଶ୍ୱାସ ପୂର୍ଣ୍ଣ ହେବ,କିନ୍ତୁ ମନ ଅସ୍ଥିର ହୋଇପାରେ । ପାରିବାରିକ ଜୀବନ ଖୁସି ହେବ । ବ୍ୟବସାୟରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ବିଦ୍ୟାର୍ଥୀ ମାନେ ଆଗ୍ରହୀ ହେବେ। ବିଛା - ଦିନଟି ରେ କର୍ମ ଚଞ୍ଚଳ ହୋଇ କାର୍ଯ୍ୟ କରିବେ । ଚାକିରି ରେ ମଧ୍ୟମ ଫଳ ପ୍ରାପ୍ତ ହେବ । ବ୍ୟବସାୟରେ ଆପଣଙ୍କୁ ଆଶା ଅନୁସାରେ ଫଳ ପ୍ରାପ୍ତି ହେବ । ପରିବାର ସହ ସମୟ ଅତିବାହିତ କରିବେ । ଯାନବାହାନ ରେ ସତର୍କତା ଅବଲମ୍ବନ କରନ୍ତୁ । ଧନୁ - ଅନାବଶ୍ୟକ କ୍ରୋଧରୁ ଦୂରେଇ ରୁହନ୍ତୁ । ପରିବାରର ସମର୍ଥନ ପାଇବେ ।ବିଦେଶୀ ବ୍ୟବସାୟ ବୃଦ୍ଧି ପାଇବ । ଲାଭ ର ସୁଯୋଗ ରହିବ। ବନ୍ଧୁଙ୍କ ସମର୍ଥନ ମଧ୍ୟ ପାଇପାରିବେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବିଦ୍ୟାର୍ଥୀ ମାନେ ଲାଭବାନ ହେବେ । ମକର - ମନରେ ଶତ୍ରୁ ମାନଙ୍କ ପ୍ରତି ଭୟ ଭାବ ରହିବ । ଆତ୍ମନିର୍ଭରଶୀଳ ହୁଅନ୍ତୁ ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତ । ଜୀବନ ଅସଂଗଠିତ ହେବ । ବ୍ୟବସାୟରେ ଲାଭ ଯୋଗ ରହିଛି । ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ । ପିଲାମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେବ । କୁମ୍ଭ - ବହୁତ ଆତ୍ମବିଶ୍ୱାସ ରହିବ,କିନ୍ତୁ ମନରେ ଉତ୍ଥାନ-ପତନ ହେବ । ଆପଣଙ୍କୁ ଚାକିରିର ଅନ୍ୟ ଏକ ସ୍ଥାନକୁ ଯିବାକୁ ପଡିପାରେ । ପରିବାରଠାରୁ ଦୂରରେ ରହିବାକୁ ପଡିପାରେ । ପିତାଙ୍କ ସମର୍ଥନ ମିଳିବା ମୀନ - ଆପଣଙ୍କ ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ ।ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । କଳହ ଯୋଗ ରହିଛି । ଚାକିରିରେ ଅଗ୍ରଗତି ପାଇଁ ସୁଯୋଗ ରହିବ,କିନ୍ତୁ ସ୍ଥାନ ପରିବର୍ତ୍ତନ ମଧ୍ୟ ହୋଇ ପାରେ । ଖର୍ଚ୍ଚ ବୃଦ୍ଧି ପାଇବ । ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ ଯୋଗାଯୋଗ - ୮୨୪୯୮୨୬୬୮୨
ଏକତରଫା ପ୍ରେମକୁ ନେଇ ହତ୍ୟାକାଣ୍ଡ, ଦୋଷୀକୁ ମିଳିଲା ଆଜୀବନ କାରାଦଣ୍ଡ
ରାୟଗଡା: ଏକତରଫା ପ୍ରେମକୁ ନେଇ ହତ୍ୟାକାଣ୍ଡ।ଦୋଷୀକୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନାଲଗାଇଲେ କୋର୍ଟ।ରାୟଗଡା ଅତିତିକ୍ତ ଜିଲ୍ଲା ଦୌରା ଜର୍ଜ ଅଳ୍ପନା ସ୍ୱାଇଁଏହିରାୟଶୁଣାଇଛନ୍ତି।ଏହି ଘଟଣା ୨୦୨୨ ସେପ୍ଟେମ୍ବର ୩ ତାରିଖରେ ଘଟିଥିଲା। ଦୋଷୀ ରସିକ ପ୍ରଧାନୀ ଟିକିରି ଥାନା ଅନ୍ତର୍ଗତ ସାନମାଟିକଣା ଗ୍ରାମର ରୀମା ମାଝୀଙ୍କୁ ଗଳI କIଟି ହତ୍ୟା କରିବା ସହ ରୀମାର ସାଙ୍ଗକୁ ମରଣାନ୍ତକ ଆକ୍ରମଣ କରିଥିଲା। ଏନେଇ ଝିଅର ବାପା ଦୁର୍ଯ୍ୟ ମାଝୀ ଟିକିରି ଥାନାରେ ଅଭିଯୋଗ କରିଥିଲେ I ରସିକ ରୀମାଙ୍କୁ ବାରମ୍ବାର ପ୍ରେମ ନିବେଦନ କରୁଥିଲା I ରୀମା ମନା କରିବାରୁ ହାତୋତ୍ସlହ ହୋଇ ଏକ ମରଣାସ୍ତ୍ରରେ ଗଳା କାଟି ଦେଇଥିଲାI ପୋଲିସ ଅଭିଯୁକ୍ତକୁ ଗିରଫ କରି ମାମଲାର ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ରାୟଗଡା ଅତିତିକ୍ତ ଜିଲ୍ଲା ଦୌରା ଜର୍ଜ ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। Also read: ସମ୍ପତ୍ତି ପାଇଁ ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକଙ୍କୁ ହତ୍ୟା : ଧରାପଡିଗଲା ମିଛ ନାଟକ, ଶେଷରେ ବନ୍ଧାହେଲେ ମହିଳା
୧୪ ଦିନ ଭିତରେ କ୍ଷମା ପ୍ରାର୍ଥନା, ଶୋଏବ ଅଖତରଙ୍କୁ ଲିଗାଲ୍ ନୋଟିସ୍
କରାଚୀ : ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଏକ ନୂଆ ସମସ୍ୟାରେ ଫସିବା ନଜର ଆସୁଛି। ପାକିସ୍ତାନର ଜଣାଶୁଣା କ୍ରିକେଟ୍ ଇତିହାସକାର, ଲେଖକ ଓ ଟେଲିଭିଜନ ବ୍ୟକ୍ତିତ୍ୱ ଡାକ୍ତର ନୌମାନ ନିଆଜ , ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ତାଙ୍କୁ ବଦନାମ କରିଥିବା ଅଭିଯୋଗ କରି ଏକ ନୋଟିସ୍ ପଠାଇଛନ୍ତି। ସରକାରୀ ପାକିସ୍ତାନ ଟେଲିଭିଜନ ନେଟୱାର୍କ (ପିଟିଭି)ର ପୂର୍ବତନ କ୍ରୀଡ୍ଡା ନିର୍ଦ୍ଦେଶକ ଡା. ନିଆଜ ତାଙ୍କ ଓକିଲଙ୍କ ମାଧ୍ୟମରେ ଏହି ନୋଟିସ୍ ପଠାଇଛନ୍ତି। ଅଭିଯୋଗ ଆଧାରରେ ଅଖତର ତାଙ୍କର ପାକିସ୍ତାନ ଦଳ ସହ କାର୍ଯ୍ୟକାଳ ବେଳେ ତାଙ୍କୁ ‘କିଟ୍ ମ୍ୟାନ ’ ବୋଲି ସମ୍ୱୋଧନ କରିଥିଲେ। ଏହି ପୂର୍ବତନ ଦ୍ରୁତ ବୋଲର ଏକ ପଡକାଷ୍ଚରେ କହିଛନ୍ତି, ଡା.ନିଆଜ ମୂଳତଃ ଟିମ୍ରେ ଆମ ପାଇଁ ବ୍ୟାଗ୍ ଓ ଜିନିଷ ବୋହି ନେଉ ଥିଲେ। ଅଖତର ଯେତେବେଳେ ପାକିସ୍ତାନ ଟିମ୍ ପାଇଁ ଖେଳୁଥିଲେ , ସେତେବେଳେ ଡା. ନିଆଜ କିଛି ଗସ୍ତରେ ପାକିସ୍ତାନ ଟିମ୍ର ଡାଟା ବିଶ୍ଳେଷକ ଭାବେ କାମ କରି ଥିଲେ। ଅଖତର ଟିମ୍ରେ ପ୍ରଶିକ୍ଷକ ଓ ପରିଚାଳକଙ୍କ ଭୂମିକାକୁ ସମାଲୋଚନା କରି କହି ଥିଲେ ଯେ, ଡା.ନିଆଜ କିପରି ଖେଳାଳିଙ୍କ ବ୍ୟାଗ୍ ବୋହିବା ପାଇଁ ଦଳରେ ଥିଲେ। ସେ କହିଛନ୍ତି ,ସେ ଟିମ୍ରେ ଏହା କାମ କରୁ ଥିଲେ। ମୋତେ ତାଙ୍କର ଆଉ କୌଣସି କାମ ବିଷୟରେ ସୂଚନା ନାହିଁ। ଡା. ନିଆଜଙ୍କ ଓକିଲ ଏହି ନୋଟିସ୍ରେ ୧୪ଦିନ ଭିତରେ ନିଃସର୍ତ୍ତ କ୍ଷମା ମାଗିବାକୁ କହିଛନ୍ତି। ଏମିତି ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ଜୋରିମନାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିବାକୁ ହେବ। ଏହି ଦୁହିଁଙ୍କ ମଧ୍ୟର ପୂର୍ବରୁ ମଧ୍ୟ ବିବାଦ ହୋଇ ସାରିଛି। ଇମ୍ରାନ ଖାନଙ୍କ ସରକାର ସମୟରେ ଡା. ନିଆଜ ସାଧାରଣ ବିବାଦ ପରେ ଅଖତରଙ୍କୁ ପିଟିଭିରେ ଲାଇଭ୍ ଶୋ ଛାଡ଼ିବା ପାଇଁ କହି ଥିଲେ। ଜଣେ ମନ୍ତ୍ରୀଙ୍କ ହସ୍ତକ୍ଷେପରେ ତାଙ୍କୁ ପରେ ଏହି ଦ୍ରୁତ ବୋଲରଙ୍କ ଠାରୁ କ୍ଷମା ମାଗି ଥିଲେ ଏବଂ ଉଭୟ ସେତେବେଳେ ବିବାଦକୁ ସମାଧାନ କରି ଦେଇଥିଲେ।
(Video) MBA କରିବା ପରେ ଟ୍ରକ୍ ଚଳାଉଛନ୍ତି ଏହି ମହିଳା, ମାସକୁ କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା
ନୂଆଦିଲ୍ଲୀ: ଜଣେ ଭାରତୀୟ ମହିଳାଙ୍କ କାହାଣୀ ସୋସିଆଲ ମିଡିଆରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି, ଯିଏ କାନାଡାରେ ଟ୍ରକ୍ ଡ୍ରାଇଭର ଭାବରେ କାମ କରି ପ୍ରତି ମାସରେ ପ୍ରାୟ 7 ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ମହିଳାଙ୍କ ପାଖରେ MBA ଡିଗ୍ରୀ ଅଛି, କିନ୍ତୁ ସେ କର୍ପୋରେଟ୍ ଚାକିରି ବଦଳରେ ଟ୍ରକ୍ ଡ୍ରାଇଭିଂ ଭଳି ଏକ କଷ୍ଟକର ବୃତ୍ତି ବାଛିଛନ୍ତି। ଏହା ନିକିତା ବଂଶଲଙ୍କ କାହାଣୀ, ଯିଏ ଭାରତରୁ କାନାଡା ଯାଇ […]
Public Holidays in June 2025: ଜୁନ ମାସରେ ୧୧ ଦିନ ସରକାରୀ ଛୁଟି, ଚେକ୍ କରନ୍ତୁ
ନୂଆଦିଲ୍ଲୀ: ବର୍ଷ ଆରମ୍ଭ ପୂର୍ବରୁ ସରକାର ଛୁଟିଦିନର ତାଲିକା ସେୟାର କରାଯାଇଥାଏ। ପ୍ରତ୍ୟେକ ମାସ ଆରମ୍ଭ ହେବା ପୂର୍ବରୁ, ଆପଣ ଜାଣିପାରିବେ ଯେ, କେବେ ଏବଂ କେଉଁ ରାଜ୍ୟରେ ସରକାରୀ ଛୁଟି ରହିବ। 2025 ବର୍ଷର ଷଷ୍ଠ ମାସ ଅର୍ଥାତ୍ ଜୁନ୍ ବିଷୟରେ କହିବାକୁ ଗଲେ, ଏହି ମାସରେ କୌଣସି ଜାତୀୟ ଛୁଟି ରହିବ ନାହିଁ। ରବିବାର ସାପ୍ତାହିକ ଛୁଟି ବ୍ୟତୀତ ଅନ୍ୟ କୌଣସି ଜାତୀୟ ଛୁଟି ନାହିଁ ଯେତେବେଳେ ସାରା ଦେଶରେ ଛୁଟି ଲାଗୁ କରାଯାଇପାରିବ। […]
GST ପଞ୍ଜୀକରଣରେ ଲାଞ୍ଚ ଦାବି ଅଭିଯୋଗ, ଜବାବ ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ,୩୧ା୫: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର କହିଛନ୍ତି ଯେ, କରଦାତାଙ୍କ ସେବା କରିବା ବିଭାଗର ଅଧିକାରୀଙ୍କ କର୍ତ୍ତବ୍ୟ ଏବଂ ସେମାନେ ସ୍ୱଚ୍ଛତା ଏବଂ ସଚ୍ଚୋଟତାର ସହିତ ଏହି କାମ କରିବା ଉଚିତ। ଅର୍ଥମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ପୋଷ୍ଟ କରି କହିଛନ୍ତି, ‘କରଦାତାଙ୍କୁ ସେବା ଯୋଗାଇବା ଆମର କର୍ତ୍ତବ୍ୟ। କରଦାତାଙ୍କ ସେବା କରିବା ସମୟରେ, ସେମାନଙ୍କର ବିଶ୍ୱାସ ଜିତିବା ପାଇଁ ସ୍ୱଚ୍ଛତା ଏବଂ ସଚ୍ଚୋଟତା ବହୁତ ଗୁରୁତ୍ୱପୂର୍ଣ୍ଣ। ମୁଁ ନିଶ୍ଚିତ ଯେ, ବୋର୍ଡ ଏବଂ […]
ଶତ୍ରୁରାଷ୍ଟ୍ରକୁ ମୋଦୀଙ୍କ ଚେତାବନୀ: ‘ଗୁଳି ଚଳାଇଲେ ଗୋଳାରେ ମିଳିବ ଜବାବ’
କନକ ବ୍ୟୁରୋ: ସରିନି ଅପରେସନ ସିନ୍ଦୂର, ଜାରି ରହିଛି ଆତଙ୍କବାଦ ବିରୋଧୀ ଅଭିଯାନ । ଲଗାତର ଭାବେ ଆତଙ୍କୀ ଓ ଏମାନଙ୍କ ପୃଷ୍ଠପୋଷକ ପାକିସ୍ତାନକୁ ଟାଗେର୍ଟ କରିଆସୁଛନ୍ତି ଭାରତୀୟ ନେତୃତ୍ବ । ଆଜି ପୁଣିଥରେ ମଧ୍ୟପ୍ରଦେଶ ଭୋପାଳ ମାଟିରୁ ସୀମାପାର ଆତଙ୍କବାଦକୁ ନେଇ ପାକିସ୍ତାନ ଉପରେ ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ‘ପହଲଗାମ ଆକ୍ରମଣ ଜରିଆରେ ଭାରତର ନାରୀ ଶକ୍ତିକୁ ଚ୍ୟାଲେଞ୍ଜ ଦେଇଥିଲେ ଆତଙ୍କବାଦୀ’। ଯାହା ପରବର୍ତ୍ତୀ ସମୟରେ ଅପରେସନ ସିନ୍ଦୂର ରୂପରେ ସେମାନଙ୍କ ପାଇଁ ମୃତ୍ୟୁର ଘଣ୍ଟି ପାଲଟିଥିଲା ବୋଲି ମୋଦୀ କହିଛନ୍ତି । ପୁଣି ପାକିସ୍ତାନ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ, ମଧ୍ୟପ୍ରଦେଶ ଭୋପାଳରୁ ଦେଲେ କଡ଼ା ବାର୍ତ୍ତା । ‘ପହଲଗାମ୍ ଆକ୍ରମଣ ଜରିଆରେ ଭାରତର ନାରୀଶକ୍ତିକୁ ଚ୍ୟାଲେଞ୍ଜ ଦେଇଥିଲେ ଆତଙ୍କବାଦୀ’ । ‘ଯାହା ଆତଙ୍କୀ ଓ ସେମାନଙ୍କ ସମର୍ଥକଙ୍କ ପାଇଁ ମୃତ୍ୟୁ ଘଣ୍ଟି ପାଲଟିଗଲା’ । ଭୋପାଳରେ ଦେବୀ ଅହଲ୍ୟାବାଈ ହୋଲକରଙ୍କ ୩୦୦ତମ ଜନ୍ମବାର୍ଷିକୀ କାର୍ଯ୍ୟକ୍ରମରେ ସାମିଲ ହୋଇ ପାକିସ୍ତାନ ଉପରେ ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ‘ପହଲଗାମରେରେ ଆତଙ୍କବାଦୀମାନେ କେବଳ ଭାରତୀୟଙ୍କ ରକ୍ତ ବୁହାଇ ନାହାନ୍ତି, ସେମାନେ ଆମ ସଂସ୍କୃତି ଉପରେ ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ’। ଆତଙ୍କବାଦୀଙ୍କ ବିରୁଦ୍ଧରେ ଭାରତର ଇତିହାସରେ ଅପରେସନ ସିନ୍ଦୂର ସବୁଠାରୁ ବଡ଼ ଏବଂ ସଫଳ ଅପରେସନ । ଯେଉଁଥିରେ ଆମର ସେନା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରି ସେମାନଙ୍କ ଅସ୍ତିତ୍ବକୁ ଦୋହଲାଇଦେଇଛନ୍ତି ବୋଲି ମୋଦୀ କହିଛନ୍ତି । ସିନ୍ଦୂର ହେଉଛି ଆମର ପରମ୍ପରା, ମହିଳା ଶକ୍ତିର ପ୍ରତୀକ । ପ୍ରଭୁ ହନୁମାନ ମଧ୍ୟ ନିଜକୁ ସିନ୍ଦୂରରେ ସଜ୍ଜିତ କରିଥିଲେ । ସିନ୍ଦୂର ସାହସିକତାର ଏକ ପ୍ରତୀକ । ତେଣୁ ପହଲଗାମରେ ଆତଙ୍କବାଦୀମାନେ କରିଥିବା ଆକ୍ରମଣର ପ୍ରତିଶୋଧ ନେବାପାଇଁ ଆମେ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଶତ୍ରୁ ରାଷ୍ଟ୍ରଙ୍କୁ ଚେତାବନୀ ଦେଇ ମୋଦୀ କହିଛନ୍ତି, ଯଦି ତୁମେ ଗୁଳି ଚଳାଇବ, ଆମେ ଗୋଳାରେ ଏହାର ଜବାବ ଦେବୁ । ଅହଲ୍ୟାବାଈ ହୋଲକରଙ୍କ ୩୦୦ତମ ଜନ୍ମବାର୍ଷିକୀରେ ଏକ ଡାକ ଟିକେଟ୍ ଜାରି କରିଛନ୍ତି ମୋଦୀ । ଏହା ବ୍ୟତୀତ ସେ ଇନ୍ଦୋରରେ ମେଟ୍ରୋ ସେବା ଏବଂ ଦାତିଆ-ସତନା ବିମାନବନ୍ଦରର ମଧ୍ୟ ଉଦଘାଟନ କରିଛନ୍ତି ।
ପୁଣି ବାଜିଲା ସାଇରନ୍, ପୁଣି ବ୍ଲାକଆଉଟ୍: ପାକ୍ ସୀମାକୁ ଲାଗିଥିବା ରାଜ୍ୟ ଗୁଡ଼ିକରେ ଆରମ୍ଭ ହୋଇଛି ମକ୍ ଡ୍ରିଲ
କନକ ବ୍ୟୁରୋ: ପୁଣି ବାଜିଲା ସାଇରନ, ପୁଣି ହେଉଛି ବ୍ଲାକଆଉଟ୍ । ଆଗକୁ ହେବ କି ଯୁଦ୍ଧ । ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଓ ରାଜନୈତିକ ହଲଚଲ ଭିତରେ ପୁଣିଥରେ ଦେଶର ସୁରକ୍ଷାକୁ ନେଇ ଚର୍ଚ୍ଚା । ଅପରେସନ୍ ସିଲ୍ଡ ଅନ୍ତର୍ଗତ ସଂଧ୍ୟା ୫ଟାରୁ ଜମ୍ମୁ-କାଶ୍ମୀର, ପଞ୍ଜାବ, ରାଜସ୍ଥାନ, ଗୁଜରାଟ ହରିୟାଣା ଓ ଚଣ୍ଡିଗଡ଼ରେ ଅନୁଷ୍ଠିତ ହେଉଛି ମକଡ୍ରିଲ୍ । ସମ୍ଭାବ୍ୟ ଏୟାର ଷ୍ଟ୍ରାଇକ୍ ଓ ଡ୍ରୋନ୍ ଆକ୍ରମଣର ମୁକାବିଲା ପାଇଁ ଏସବୁ ରାଜ୍ୟକୁ ଅପରେସନ୍ ସିଲ୍ଡରେ ସାମିଲ କରାଯାଇଛି । ରାତି ୯ଟା ପର୍ଯ୍ୟନ୍ତ ସବୁ ଜିଲ୍ଲାରେ ସିଭିଲ ଡିଫେନ୍ସ ଏକ୍ସରସାଇଜ୍ କରାଯିବ, ଯେଉଁଥିରେ ୩୨ହଜାର ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ ସାମିଲ ହୋଇଛନ୍ତି । ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ରାତି ୮ଟାରୁ ୮ଟା ୧୫ ପର୍ଯ୍ୟନ୍ତ ୧୫ ମିନିଟ୍ ବ୍ଲାକଆଉଟ୍ ହେ ବ। ବର୍ତ୍ତମାନର ଜରୁରୀକାଳୀନ ବ୍ୟବସ୍ଥାର ପରୀକ୍ଷଣ କରିବା, ବେସାମରିକ ପ୍ରଶାସନ, ପ୍ରତିରକ୍ଷା ବାହିନୀ ଏବଂ ସ୍ଥାନୀୟ ସମୁଦାୟ ମଧ୍ୟରେ ସମନ୍ୱୟରେ ଉନ୍ନତି ଆଣିବା ହେଉଛି ଏହି ଅଭ୍ୟାସର ଉଦ୍ଦେଶ୍ୟ । ଏହାଦ୍ୱାରା ଯେକୌଣସି ସଙ୍କଟର ତ୍ୱରିତ ଓ ପ୍ରଭାବୀ ମୁକାବିଲା ସୁନିଶ୍ଚିତ ହୋଇପାରି ବ। ସେପଟେ ଭାରତର ମକଡ୍ରିଲକୁ ନେଇ ଶତ୍ରୁରାଷ୍ଟ୍ର ପାକିସ୍ତାନ ଛାତିରେ ଛନକା ପଶିଛି । ଭାରତର ମକଡ୍ରିଲ ଆଳରେ ପୁଣିଥରେ ଆକ୍ରମଣ କରିବ କି ବୋଲି ଆଶଙ୍କା କରୁଛି ପାକିସ୍ତାନ । ଦ୍ବିତୀୟ ମକ୍ ଡ୍ରିଲ୍ କାହିଁକି? ଗତ ମେ’ ୭ ତାରିଖରେ ପ୍ରଥମ ମକ୍ ଡ୍ରିଲ ହୋଇଥିଲା ଅଭ୍ୟାସ ସମୟରେ ବେସାମରିକ ପ୍ରତିରକ୍ଷା ପ୍ରସ୍ତୁତିରେ କିଛି ତ୍ରୁଟି ପରିଲକ୍ଷିତ ହୋଇଥିଲା ଏହି ଅଭାବକୁ ଦୂର କରିବା ପାଇଁ ଦ୍ୱିତୀୟ ମକ୍ ଡ୍ରିଲ୍ କରାଯାଉଛି ପ୍ରଥମ ମକ୍ ଡ୍ରିଲ୍ ବେଳେ ଭାରତୀୟ ସେନା ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା ଏହାସହ ପାକିସ୍ତାନର ବିଭିନ୍ନ ସହରରେ ମିସାଇଲ ମାଡ଼ କରିଥିଲା ଭାରତୀୟ ସେନା ଅପରେସନ୍ ସିଲ୍ଡରେ ବିଭିନ୍ନ ସ୍ଥାନରେ ମକ୍ ଡ୍ରିଲ ସହ ବ୍ଲାକଆଉଟ୍ ହେବ ସନ୍ଧ୍ୟା ୫ଟାରେ ପ୍ରଥମେ ସାଇରନ ବାଜିଛି ରାତି ୯ଟା ପର୍ଯ୍ୟନ୍ତ ଚାଲିବ ଏହି ମକ୍ ଡ୍ରିଲ୍ ରାତି ୮ଟାରୁ ୮ଟା ୧୫ ଯାଏଁ ବ୍ଲାକଆଉଟ୍ ଜରୁରିକାଳୀନ ସେବାକୁ ବ୍ଲାକଆଉଟରୁ ବାଦ୍ ଦିଆଯିବ
ଶୋଇବା ବେଳେ କେଉଁ ଦିଗରେ ରଖିବେ ମୁଣ୍ଡ? ଜାଣନ୍ତୁ ଏହା ପଛରେ ରହିଛି ବୈଜ୍ଞାନିକ କାରଣ
ନୂଆଦିଲ୍ଲୀ: ଆମ ଭାରତରେ, କୁହାଯାଏ ଯେ, ଶୋଇବା ସମୟରେ ଉତ୍ତର ଦିଗରେ ମୁଣ୍ଡ ରଖିବା ଉଚିତ୍ ନୁହେଁ। ପୂର୍ବରୁ ଏହାକୁ ଏକ ପରମ୍ପରା ଭାବରେ ବିବେଚନା କରାଯାଉଥିଲା, କିନ୍ତୁ ଏବେ ବିଜ୍ଞାନ ମଧ୍ୟ ପ୍ରମାଣ କରୁଛି ଯେ, ଶୋଇବା ସମୟରେ ମୁଣ୍ଡ ରଖୁଥିବା ଦିଗ ଆମ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଏ। ତେଣୁ ଆସନ୍ତୁ ଜାଣିବା କେଉଁ ଦିଗରେ ଶୋଇବା ସର୍ବୋତ୍ତମ ଏବଂ ଏହା ପଛରେ ବିଜ୍ଞାନ ଏବଂ ବାସ୍ତୁ କ’ଣ […]
କନକ ବ୍ୟୁରୋ: ସିଡିଏସ ଜେନେରାଲ ଅନୀଲ ଚୌହାନ ସ୍ଵୀକାର କରିଛନ୍ତି ଯେ, ଅପରେସନ ସିନ୍ଦୂର ସମୟରେ ଭାରତୀୟ ବାୟୁସେନା ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ଲଢୁଆ ବିମାନ ହରାଇଥିଲା । ସିଙ୍ଗାପୁରରେ ଆୟୋଜିତ ଶାଙ୍ଗ୍ରୀ-ଲା ଡାଏଲଗରେ ବ୍ଲୁମବର୍ଗ ଟିଭିକୁ ଦେଇଥିବା ସାକ୍ଷାତକାରରେ ସିଡିଏସ ଏହା କହିଛନ୍ତି । ତେବେ, ହରାଇଥିବା ବିମାନର ସଂଖ୍ୟା କିମ୍ବା ବିସ୍ତୃତ ତଥ୍ୟ ଦେବାକୁ ମନା କରିଛନ୍ତି ସିଡିଏସ ଅନୀଲ ଚୌହାନ । ପାକିସ୍ତାନର ଦାବି କରିଥିଲା, 6ଟି ଭାରତୀୟ ବିମାନକୁ ଖସାଇଥିଲେ, ଜେନେରାଲ ଚୌହାନ ଏହାକୁ ସମ୍ପୂର୍ଣ୍ଣ ଭୁଲ ବୋଲି କହିଛନ୍ତି । ଜେନେରାଲ ଚୌହାନ କହିଛନ୍ତି, ବିମାନ ଖସିବା ଅପେକ୍ଷା କାହିଁକି ଖସିଲା, ତାହା ଜାଣିବା ଅଧିକ ଗୁରୁତ୍ୱପୂର୍ଣ୍ଣ । ଆମେ ଆମର ଭୁଲଗୁଡ଼ିକୁ ଚିହ୍ନଟ କରିଛୁ, ସୁଧାରିଛୁ ଏବଂ ଦୁଇ ଦିନ ମଧ୍ୟରେ ପୁଣି ଆମର ବିମାନଗୁଡ଼ିକୁ ଦୀର୍ଘ ଦୂରତାରେ ଲକ୍ଷ୍ୟ ନେଇ ଉଡ଼ାଇଛୁ । ଅପରେସନ ସିନ୍ଦୂର ୭ ମୋର ଆରମ୍ଭ ହୋଇଥିଲା, ଯେଉଁଥିରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା 9ଟି ଆତଙ୍କବାଦୀ ଶିବିର ଉପରେ ଭାରତ ଆକ୍ରମଣ କରିଥିଲା ।
ଏହି PAN କାର୍ଡଧାରୀଙ୍କ ଉପରେ ଲାଗିବ ୧୦,୦୦୦ ଟଙ୍କାର ଜରିମାନା, ସରକାର ଜାରି କଲେ ଆଲର୍ଟ
ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ PAN Card ଅଛି, ତେବେ ସତର୍କ ହୋଇଯାଆନ୍ତୁ। କାରଣ ଆୟକର ବିଭାଗ ଏପରି ପାନ୍ କାର୍ଡଧାରୀଙ୍କ ଉପରେ ୧୦ ହଜାର ଟଙ୍କାର ଜରିମାନା ଲଗାଇଛି, ଯେଉଁମାନଙ୍କ କାର୍ଡ ଇନଆକ୍ଟିଭ ହୋଇଯାଇଛି। ଯଦି ଆପଣଙ୍କ ପାନ୍ କାର୍ଡ ଇନଆକ୍ଟିଭ ହୋଇଯାଇଛି, ତେବେ ଆପଣଙ୍କୁ ମଧ୍ୟ ଏହି ଅସୁବିଧା ଭୋଗିବାକୁ ପଡ଼ିବ। କେଉଁ କାର୍ଡଧାରୀ ଦେବେ ଜରିମାନା: -ଯଦି ଆପଣଙ୍କ ପାନ୍ ଆଧାର ସହ ଲିଙ୍କ ନାହିଁ ଏବଂ ଏହା ଡିଆକ୍ଟିଭ୍ ହୋଇଯାଇଛି। -ଡୁପ୍ଲିକେଟ […]
ମେଟ୍ରୋ ଟିକେଟରେ ୫୦% ରିହାତି, ଅଫର ଶେଷ ହେବା ପୂର୍ବରୁ ଏପରି କରନ୍ତୁ ବୁକ୍…
ନୂଆଦିଲ୍ଲୀ,୩୧ା୫: ଦିଲ୍ଲୀ-ଏନସିଆର ଭଳି ଦ୍ରୁତ ବିକାଶଶୀଳ ମହାନଗରରେ, ଜୀବନର ଗତି ବଜାୟ ରଖିବା ପାଇଁ ମେଟ୍ରୋ ସେବା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମେଟ୍ରୋ ମାଧ୍ୟମରେ ସେମାନଙ୍କ କାର୍ଯ୍ୟାଳୟ, କଲେଜ କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଯାତ୍ରା କରନ୍ତି। ସଂଖ୍ୟା ଦୃଷ୍ଟିରୁ କହିବାକୁ ଗଲେ, ଦିଲ୍ଲୀ-ଏନସିଆରରେ ପ୍ରତିଦିନ ୬୦ ଲକ୍ଷରୁ ଅଧିକ ଯାତ୍ରୀ ମେଟ୍ରୋ ମାଧ୍ୟମରେ ଯାତ୍ରା କରନ୍ତି। ଗତ କିଛି ବର୍ଷ ଧରି, ଏହି ସଂଖ୍ୟା ନିରନ୍ତର ବୃଦ୍ଧି […]
ସରକାରୀ ସ୍କୁଲ ତୁଳନାରେ ପ୍ରାଇଭେଟ ସ୍କୁଲ ଛାତ୍ର ଅଧିକ ମୋଟା, ରିପୋର୍ଟରେ ଖୁଲାସା କଲା AIIMS
ନୂଆଦିଲ୍ଲୀ,୩୧ା୫: ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (AIIMS) ଦ୍ୱାରା ଏକ ନୂତନ ଅଧ୍ୟୟନ ଦିଲ୍ଲୀର ଛାତ୍ରଛାତ୍ରୀଙ୍କ ବିଷୟରେ ଏକ ବଡ଼ ଖୁଲାସା କରିଛି। ଏହା ଅନୁଯାୟୀ, ଦିଲ୍ଲୀର ସ୍କୁଲ ଯାଉଥିବା ପିଲାମାନଙ୍କ ମଧ୍ୟରେ ମୋଟା ଅଧିକ ଦେଖାଯାଇଛି। ଏହା ଜଣାପଡିଛି ଯେ, ଦିଲ୍ଲୀର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସରକାରୀ ସ୍କୁଲ ଅପେକ୍ଷା ପ୍ରାଇଭେଟ ବା ଘରୋଇ ସ୍କୁଲରେ ପାଞ୍ଚ ଗୁଣ ଅଧିକ ମୋଟା। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ଦ୍ୱାରା ପାଣ୍ଠି ଯୋଗାଇ […]
ସଚିନ ଯାଦବ ହାତେଇଲେ ସିଲଭର, କିନ୍ତୁ ପାକିସ୍ତାନ ବାଜିମାରିନେଲା ଗୋଲ୍ଡ
ନୂଆଦିଲ୍ଲୀ: ଜାଭେଲିନ୍ ଥ୍ରୋରେ ଭାରତୀୟ ଖେଳାଳି ସଚିନ ଯାଦବ ଶାନଦାର ପ୍ରଦର୍ଶନ କରିଛନ୍ତି। ୩୧ ମେ’ରେ ଏସିଆନ ଆଥଲେଟିକ୍ସ ଚାମ୍ପିୟନସିପରେ ସେ କମାଲ କରିଛନ୍ତି। ସେ ସିଲଭର ମେଡାଲକୁ କବଜା କରିଛନ୍ତି। ୨୫ ବର୍ଷୀୟ ସଚିନ ଯାଦବ ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୮୫.୧୬ ମିଟର ପର୍ଯ୍ୟନ୍ତ ଜାଭେଲିନ ପକାଇଛନ୍ତି। ସେହିପରି ପାକିସ୍ତାନର ଅରଶଦ ନଦୀମ ୮୬.୪୦ ମିଟରର ସର୍ବଶ୍ରେଷ୍ଠ ପ୍ରୟାସ ସହ ଗୋଲ୍ଡ ମେଡାଲକୁ କବଜା କରିଛନ୍ତି। ସଚିନ ଏବଂ ଅଶରଦଙ୍କ ମଧ୍ୟରେ ୧.୨୪ ମିଟରର […]
ଅନୁଷ୍କାଙ୍କ ପାଇଁ ଚାପରେ ବିରାଟ କୋହଲି, କହୁକହୁ ଏମିିତି କହିଦେଲେ…
ନୂଆଦିଲ୍ଲୀ,୩୧ା୫: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ ତାଙ୍କ ବଲିଉଡ୍ ଷ୍ଟାର ପତ୍ନୀ ଅନୁଷ୍କା ଶର୍ମା ସବୁବେଳେ ଚର୍ଚ୍ଚାର ଶୀର୍ଷରେ ରହିଥାନ୍ତି। ୨୦୧୭ରେ ସେମାନଙ୍କ ବିବାହ ଯେତେ ଚର୍ଚ୍ଚାରେ ଥିଲା, ୨୦୧୪ ପାଖାପାଖି ସେମାନଙ୍କ ରିଲେସନଶିପ୍ ମଧ୍ୟ ସେତିକି ଚର୍ଚ୍ଚାର ବିଷୟ ପାଲଟିଥିଲ । ସମାନ ଚର୍ଚ୍ଚା ଉଭୟଙ୍କ ପରିବାର ସହିତ ଇଂଲଣ୍ଡରେ ରହିବାକୁ ନେଇ ମଧ୍ୟ ହେଉଛି। କିନ୍ତୁ ଅନେକ ଥର ଅନୁଷ୍କାଙ୍କୁ କୋହଲିଙ୍କ ପ୍ରଦର୍ଶନ କିମ୍ବା ତାଙ୍କ ନିଷ୍ପତ୍ତି ପାଇଁ ଦାୟୀ […]
ବୈକୁଣ୍ଠଙ୍କ ଅମରାବତୀରେ ପଶିବ ଭିଜିଲାନ୍ସ ; କୁବେର ବାବୁଙ୍କ ଖୋଲିବ କଳା ଇତିହାସ
କନକ ବ୍ୟୁରୋ : ଅବସର ପୂର୍ବରୁ ଅଧିକାରୀଙ୍କ ହାତରେ ପଡୁଛି ହାତକଡ଼ି । କେଳେଙ୍କାରୀର ପେଡ଼ି ଖୋଲୁଛି ଭିଜିଲାନ୍ସ । ଗତକାଲି ଜଣେ ଓ ଆଜି ଆଉ ଜଣେ କୁବେର ବାବୁ ବନ୍ଧା ହେବାକୁ ନେଇ ଅନେକ ଚର୍ଚ୍ଚା । ଏମାନଙ୍କ ପରେ ଆଗକୁ ଆଉ କାହା ପାଳି ପଡ଼ିବ, ତାକୁ ନେଇ ଛାନିଆ ଦୁର୍ନୀତି କରି କଳାଧନ ଠୁଳ କରିଥିବା ବାବୁ । ଗତକାଲି ଜଣେ, ଆଜି ଆଉ ଜଣେ । ଅବସରର ଦିନକ ପୂର୍ବରୁ ବାବୁଙ୍କ ଉପରେ ପଡୁଛି ବ୍ରହ୍ମଚଡ଼କ । ଲୋକଙ୍କ ଟଙ୍କା ଗିଳି ଟିଙ୍କ ସାଜିଥିବା କୁବେର ଅଧିକାରୀଙ୍କ କଳା ଚିଠା ଖୋଲୁଛି ଭିଜିଲାନ୍ସ । ୨୦୦୦ ମସିହାରେ ବୈକୁଣ୍ଠଙ୍କ ଚାକିରି ନିୟମିତ ହେଲା । ସୁନ୍ଦରଗଡ଼ରେ ସହକାରୀ ଯନ୍ତ୍ରୀ ପରେ ୨୦୧୨ ଯାଏ ତାଳଚେର । ୨୦୧୪ରେ ପଦୋନ୍ନତି ପାଇ ଆଠମଲ୍ଲିକ । ୨୦୧୬ରେ ନିର୍ବାହୀ ଯନ୍ତ୍ରୀ ଭାବେ ଦେବଗଡ଼ରେ ନିଯୁକ୍ତି । ୨୦୨୩ରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ , ୨୦୨୫ରେ ବୈକୁଣ୍ଠ ବନିଲେ ମୁଖ୍ୟଯନ୍ତ୍ରୀ । ଯେଉଁ ସ୍ଥାନରେ ବୈକୁଣ୍ଠ କାମ କରିଛନ୍ତି , ସେଠାରେ ତାଙ୍କ ସମୟରେ ହୋଇଥିବା ଦୁର୍ନୀତି ଅଭିଯୋଗର ବି ହେବ ଖୋଳତାଡ଼ । ଅନ୍ୟପଟେ ଆଜି ଧରାପଡ଼ିଥିବା ଦିଲ୍ଲୀପଙ୍କ ସମ୍ପତ୍ତି ବି ଆଖି ଖୋସିଲା ଭଳି । ବ୍ରହ୍ମପୁରରେ ଅଟ୍ଟାଳିକା, ଭୁବନେଶ୍ବର ଓ ବ୍ରହ୍ମପୁରରେ ୨ଟି ଦାମୀ ଫ୍ଲାଟ୍ ସହ ବ୍ରହ୍ମପୁର ଓ ଆଖପାଖରେ ୧୧ଟି ପ୍ଲଟ୍ ମିଳିଛି । ବ୍ୟାଙ୍କ ଜମା, ପୁଞ୍ଜିନିବେଶ ଓ ଅନ୍ୟାନ୍ୟ ସମ୍ପତ୍ତି ବି ଗଣିଛି ଭିଜିଲାନ୍ସ । ଖାଲି ଏତିକି ନୁହଁନ୍ତି ବରଂ ବହୁ କୁବେର ବାବୁଙ୍କ କଳା ତାଲିକା ଭିଜିଲାନ୍ସ ପ୍ରସ୍ତୁତ କରୁଛି । ଏଥିପାଇଁ ସରକାର ଭିଜିଲାନ୍ସକୁ ଖୋଲା ଛୁଟ୍ ଦେଇଛନ୍ତି । ସେପଟେ ପିସି କାରବାର ବନ୍ଦ ହେଲେ ଏଭଳି ଦୁର୍ନୀତି କମିପାରିବ ବୋଲି ମତପ୍ରକାଶ ପାଇଛି । ତେବେ ପ୍ରଶ୍ନ ଉଠୁଛି , ଏ ଚଢ଼ଉ ପରେ କ’ଣ ହେବ ? କରିତକର୍ମା ବାବୁ ତ ଜେଲ୍ରେ ରହିବେ କିନ୍ତୁ ତାଙ୍କୁ ଖାଉ କରାଇଥିବା ପ୍ରଚ୍ଛଦପଟ ଖଳନାୟକ ସୁଧୁରିବେ କି ? ବୈକୁଣ୍ଠଙ୍କ ତଳେ ଓ ଉପରେ ଥିବା ଅନ୍ୟମାନଙ୍କ ପାଖରେ ପହଁଚିବ ତ ଭିଜିଲାନ୍ସ ?
ସରକାରଙ୍କୁ ଘାରିଛି ଭୂତଳ ଜଳଚିନ୍ତା: ଗଠନ ହେଲା ରାଜ୍ୟସ୍ତରୀୟ କମିଟି
କନକ ବ୍ୟୁରୋ: ସଙ୍ଗୀନ ହେଉଛି ଭୂତଳ ଜଳସ୍ତର । ମାଟିତଳୁ କମି କମି ଯାଉଛି ପାଣି । ଗୋଟିଏ କି ଦୁଇଟି ନୁହେଁ ରାଜ୍ୟର ୨୩ଟି ଜିଲ୍ଲାରେ ସାଂଘାତିକ ସ୍ଥିତି ଦେଖାଦେଇଛି । ଏବେଠାରୁ ଏହାର ପ୍ରତିକାର କରାନଗଲେ ଆଗକୁ ପାଣି ପାଇଁ ଓଡ଼ିଶା ଡହଳବିକଳ ହେବା ଜଳଜଳ ଦେଖାଯାଉଛି । ଆଉ ଏହାର ମୁକାବିଲା କରିବାକୁ ସରକାର ଗଠନ କରିଛନ୍ତି କମିଟି । ଓଡ଼ିଶାରେ ସଙ୍କଟରେ ଭୂତଳ ଜଳସ୍ତର । ସ୍ଥିତି ସଙ୍ଗୀନ ଆଉ ସାଂଘାତିକ ଆଡକୁ ଗତି କରିଛି । ଯଦି ଏବେଠୁ ସଜାଗ ନେହେବେ ତେବେ ଆଗକୁ ଆହୁରି ଭୟଙ୍କର ପରିସ୍ଥିତି ଉପୁଜିପାରେ । ଜଳସଙ୍କଟ ଦେଇ ଗତିପାରନ୍ତି ଓଡ଼ିଶାବାସୀ । ତେଣୁ ଭୂତଳଜଳସ୍ଥିତିକୁ କେମିତି ନିୟନ୍ତ୍ରଣକୁ ଅଣାଯାଇପାରିବ, ସେ ନେଇ ଅଣ୍ଟାଭିଡ଼ିଛନ୍ତି ରାଜ୍ୟ ସରକାର । କିଛିଦିନ ପୂର୍ବରୁ ଜଳସମ୍ପଦ ବିଭାଗ ତରଫରୁ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟି ଭୂତନ ଜଳର ସମୀକ୍ଷା ଓ ପରିଚାଳନା ନେଇ ପଦକ୍ଷେପ ନେବେ । ସରକାରଙ୍କୁ ଘାରିଛି ଭୂତଳ ଜଳଚିନ୍ତା -ଗଠନ ହେଲା ୧୪ ଜଣିଆ କମିଟି -ଜଳସମ୍ପଦ ବିଭାଗ ମୁଖ୍ୟ ଶାସନ ସଚିବ କମିଟିର ଅଧ୍ୟକ୍ଷ - ଉଠା ଜଳସେଚନ, ଶିଳ୍ପ, ମୃତ୍ତିକା ସଂରକ୍ଷଣ ଅଧିକାରୀ ସଦସ୍ୟ -ନାବାର୍ଡର ଜେନେରାଲ ମ୍ୟାନେଜର ସଦସ୍ୟ -କମିଟି ଭୂତଳ ଜଳସ୍ତରର ବାର୍ଷିକ ସମୀକ୍ଷା କରିବେ -୩୧ ଜୁଲାଇ ପୂର୍ବରୁ ରିପୋର୍ଟ ସରକାରଙ୍କୁ ଦେବେ ତଥ୍ୟ ଅନୁସାରେ, ରାଜ୍ୟରେ ୨୩ଟି ଜିଲ୍ଲାରେ ଭୂତଳ ଜଳସ୍ତର ସାଂଘାତିକ ଭାବେ କମୁଛି । ବାଲେଶ୍ବର, ଭଦ୍ରକ, କଟକ, ନୂଆପଡ଼ା, କେନ୍ଦ୍ରାପଡ଼ା, ମାଲକାନଗିରି, ସମ୍ବଲପୁରକୁ ଛାଡ଼ିଦେଲେ ବାକି ୨୩ ଜିଲ୍ଲାରେ ଭୂତଳ ଜଳସ୍ତର ହ୍ରାସ ପାଉଛି ଗଜପତି, ରାୟଗଡ଼ାରେ ସ୍ଥିତି ସଙ୍ଗୀନ ଭୂତଳ ଜଳସ୍ତରକୁ ସଂରକ୍ଷଣ କରିବାକୁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । କିନ୍ତୁ ତାହା ଫଳପ୍ରଦ ହୋଇପାରୁନି । ତେଣୁ ଏହି ନୂଆ କମିଟି ଗଠନ ଭୂତଳ ଜଳସଙ୍କଟକୁ କେତେ ରୋକିପାରୁଛି ତାହା ବଡ଼ପ୍ରଶ୍ନ ।
ଓଡ଼ିଆରେ ଲେଖୁନାହାନ୍ତି ଅଫିସର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ ପରେ ବାବୁଙ୍କ ଭିତରେ ଛନକା
କନକ ବ୍ୟୁରୋ: ଓଡ଼ିଆ ଭାଷାରେ କାମ କରିବାକୁ ସରକାରଙ୍କ କଡା ନିର୍ଦ୍ଦେଶ ରହିଛି । ତଥାପି ଅନେକ ଅଧିକାରୀ ଏହା ମାନିବାକୁ ନାରାଜ । ଏବେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଏ ନେଇ କଡ଼ା ତାଗିଦ କରିବା ପରେ ଓଡିଆ ଭାଷା ପ୍ରତିଷ୍ଠାନରେ ଓଡ଼ିଆ ଭାଷାର ତାଲିମ ନେଉଛନ୍ତି କିଛି ଅଧିକାରୀ । ଓଡିଆ ଅସ୍ମିତା କଥା କହି ଶାସନକୁ ଆସିଥିବା ବିଜେପି ସରକାରରେ ଏବେ ବଡ଼ବାବୁଙ୍କୁ ଘାରିଛି ଭାଷା ଚିନ୍ତା । ଓଡ଼ିଶା ଭାଷାରେ କାମ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କଡା ନିର୍ଦ୍ଦେଶନାମା ଜାରି କରିଛି । ତାସତ୍ତ୍ବେ ଓଡିଶା ଭାଷା ଲେଖିବାକୁ ମନଦେଉନାହାନ୍ତି ଅଫିସର । ଏବେ ବି ଅନେକ ବିଭାଗୀୟ ନିର୍ଦ୍ଦେଶନାମା ଇଂରାଜୀରେ ଲେଖାହେଉଛି । ଅଫିସରମାନେ ନଥି କାମରେ ଓଡିଆ ଭାଷାକୁ ଆପଣେଇପାରୁନାହାନ୍ତି । ପୁରୁଣା ଢାଞ୍ଚା ଛାଡ଼ିବାକୁ ନାରାଜ । ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କଡ଼ା ନିର୍ଦ୍ଦେଶ ପରେ ଅଫିସରଙ୍କ ମଧ୍ୟରେ ଛନକା ପଶିଛି । ଆଉ ଓଡ଼ିଆ ଭାଷା ଶିଖିବାକୁ ଭୁବନେଶ୍ବରସ୍ଥିତ ଭାଷା ପ୍ରତିଷ୍ଠାନରେ ତାଲିମ ନେଉଛନ୍ତି ଓଡ଼ିଆ ଅଧିକାରୀ । ରାଜ୍ୟରେ ଅନେକ ବିଭାଗରେ ଅଣଓଡିଆ ଅଫିସର ଅଛନ୍ତି । ଓଡ଼ିଶା କ୍ୟାଡରରେ ଥିବା ଅଣଓଡ଼ିଶା ଅଧିକାରୀ ଏହାକୁ ମାନୁନାହାନ୍ତି । ଅଣଓଡ଼ିଶା ଅଫିସର ବି ଓଡ଼ିଆ ଭାଷାର ତାଲିମ ନେବେ କି? ଇଂରାଜୀରେ କାମ ହେଉଛି । ଏହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେଉନାହିଁ । କାଁ ଭାଁ ଓଡ଼ିଆରେ ଚିଠି ଲେଖୁଛନ୍ତି ବିଭିନ୍ନ ବିଭାଗର ଅଧିକାରୀ । ବଡ଼ ଅଧିକାରୀଙ୍କ ଏଭଳି ଅଭ୍ୟାସ ଯୋଗୁଁ ତଳସ୍ତରର କର୍ମଚାରୀ ଓଡିଆ ଲେଖିବାକୁ ପଛଘୁଞ୍ଚା ଦେଉଛନ୍ତି । ତାଲିମ ପରେ ଅଧିକାରୀଙ୍କ ଓଡ଼ିଆ ପ୍ରେମ ଜାଗ୍ରତ ହେବ କି? ଆଉ କିଛିଦିନ ପରେ ନୂଆ ସରକାରର ଏକବର୍ଷ ପୂର୍ତ୍ତି ହେବ । କିନ୍ତୁ ଓଡ଼ିଶା ଭାଷା କାହିଁକି ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକାରୀ ହେଉନାହିଁ ଓ ଅଧିକାରୀମାନେ କାହିଁକି ଅନିଚ୍ଛା ପ୍ରକାଶ କରୁଛନ୍ତି, ସେ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ପ୍ରଶ୍ନ ଉଠୁଛି, -ଓଡ଼ିଆ ଲେଖିବାକୁ କାହିଁକି ଇଚ୍ଛା ପ୍ରକାଶ କରୁନାହାନ୍ତି ଅଧିକାରୀ? - ଓଡ଼ିଆ ଭାଷା କାର୍ଯ୍ୟକାରୀ କରିବାରେ କିଏ ସାଜୁଛି ବାଧକ? - ଅବମାନନା କରୁଥିବା ଅଧିକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନାହିଁ?
ବ୍ଲକ୍ ଦଖଲ ପାଇଁ ବଳ କଷାକଷି ; ତୃଣମୂଳ ସ୍ତରରେ ବିଜେପି-ବିଜେଡି ମୁହାଁମୁହିଁ
କନକ ବ୍ୟୁରୋ : ସରକାର ବଦଳିବା ପରେ ବ୍ଲକସ୍ତରରେ ବଡ଼ ଧରଣର ଅଦଳବଦଳ ପାଇଁ ଉଦ୍ୟମ ଚାଲିଛି । ବିଜେଡି ଗଡ଼ ଥିବା ସ୍ଥାନରେ ସିନ୍ଧି କରି ପଞ୍ଚାୟତ ଦଖଲ ପାଇଁ ଜୋରଦାର ହେଲାଣି ବଳ କଷାକଷି । ଆଉ ଏହାକୁ ନେଇ ବିଭିନ୍ନ ଜିଲ୍ଲାର ବ୍ଲକସ୍ତରରେ ଦଳୀୟ ରାଜନୀତିର ରୋଚକ ଲଢ଼େଇ ଦେଖିବାକୁ ମିଳୁଛି । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି । ବ୍ଲକ ଦଖଲ ପାଇଁ ବିଜେଡି-ବିଜେପିର ବଳ କଷାକଷି ଚଳିତ ସପ୍ତାହରେ ରାଜ୍ୟ ରାଜନୀତିକୁ ସରଗରମ କରିଛି । ମହାକାଳପଡ଼ା ବ୍ଲକରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ମାତ ଦେଇଛନ୍ତି ବିଜେପି ବିଧାୟକ ଦୁର୍ଗାପ୍ରସାଦ ନାୟକ। ପୌରଧ୍ୟକ୍ଷା କଳ୍ପନା ରାଉତ ଅନାସ୍ଥା ଭୋଟରେ ହାରି ପଦ ହରାଇଛନ୍ତି । ଏବେ ସାନି ନିର୍ବାଚନରେ କିଏ ବାଜିମାରିବ ତାକୁ ନେଇ ଛକାପଞ୍ଝା ଚାଲିଛି । ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ରୋଜି ସେଠୀଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କାଟ ଖାଇଛି । ଆବଶ୍ୟକୀୟ କରୋମ ନହେବାରୁ ଆସ୍ଥାଭୋଟ ହୋଇପାରି ନାହିଁ । ସେପଟେ କୋରାପୁଟ ଜିଲ୍ଲା ପଟାଙ୍ଗୀ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ବିରୋଧରେ ମଧ୍ୟ ଅନାସ୍ଥା ପ୍ରସ୍ତାବ ଆସିଛି । ତଦନ୍ତ ପରେ ପଦକ୍ଷେପ ନେବେ ବୋଲି ଜିଲ୍ଲାପାଳ କହିଛନ୍ତି । ଯେଉଁ ବ୍ଲକ ବିଜେଡି ଦଖଲରେ ଅଛି , ସେସବୁ ବ୍ଲକରେ ସମିତି ସଭ୍ୟଙ୍କୁ ହାତ କରି ଅନାସ୍ଥା ଆଣି ବ୍ଲକ ଦଖଲ ଉଦ୍ୟମ କରୁଛି ବିଜେପି । ତୃଣମୂଳସ୍ତରରେ ସୁଦୃଢ ଥିବା ବିଜେଡିର ସଂଗଠନ କ୍ଷମତା ଯିବା ପରେ ହୁଗୁଳା ହେଉଛି । ଏହାର ଫାଇଦା ନେବାକୁ ବିଜେପି ଜୋରସୋର ଉଦ୍ୟମ କରୁଛି । ଏହାକୁ ନେଇ ରାଜନୈତିକ ବିଶ୍ଲେଷକ ପ୍ରତିକ୍ରିୟା ଦେଇ କହିଛନ୍ତି ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ରହୁନଥିବାରୁ ଅନାସ୍ଥା ପ୍ରସ୍ତାବ କାଟ ଖାଇଯାଉଛି । ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ବ୍ଲକ ଦଖଲ ରଣନୀତି ଦଳର ସାଂଗଠନିକ ଶକ୍ତିକୁ କେତେ ସୁଦୃଢ କରୁଛି ତାହା ସମୟ କହିବ ।
ଚକ୍ରବ୍ୟୂହରେ ବଡ଼ ମାଓନେତା! ସରଣ୍ଡା ଜଙ୍ଗଲରେ ଜୋରଦାର କମ୍ବିଂ ଅପରେସନ
କନକ ବ୍ୟୁରୋ: ଏସିଆ ମହାଦେଶର ସର୍ବବୃହତ ଶାଳ ଜଙ୍ଗଲ ସରଣ୍ଡା । ଆଉ ଏହି ଜଙ୍ଗଲ ମଧ୍ୟରେ ଲୁଚିଛନ୍ତି ମାଓ ସଂଗଠନ ଛାମୁଆ ନେତା । ସେମାନଙ୍କୁ ଚାକିଆଡୁ ଘେରିଛନ୍ତି ସୁରକ୍ଷା ବାହିନୀ। ଚାଲିଛି ଗୁଳି ବିନିମୟ । ବିସ୍ଫୋରକ ଲୁଟି ବଡ ଷଡ଼ଯନ୍ତ୍ର କରିବା ମାଓବାଦୀଙ୍କ ପାଇଁ ମହଙ୍ଗା ପଡ଼ିଛି । ସରଣ୍ଡାର ଘଞ୍ଚ ଜଙ୍ଗଲ ଭିତରେ ଲୁଚିଥିବାବେଳେ ନକ୍ସଲ ନିପାତ ପାଇଁ ସର୍ଚ୍ଚ ଅପରେସନ ଜୋରଦାର ହୋଇଛି । ମିଳିତ ଅପରେସନରେ ସିଆରପିଏଫ କୋବ୍ରା ବାହିନୀ, ଡିଭିଏଫ ଯବାନଙ୍କ ସହ ଝାଡଖଣ୍ଡ ଜାଗୁଆର, ଚାଇବାସା ପୋଲିସ ଜଙ୍ଗଲ ଭିତରେ ପଶି ମାଓବାଦୀଙ୍କୁ ଖୋଜୁଛନ୍ତି । ତିର୍ଲିପୋଷି ଜଙ୍ଗଲକୁ ଚାରିପାଖରୁ ଘେରି ମାଓବାଦୀଙ୍କୁ ମୂଳପୋଛ ପାଇଁ ଅଭିଯାନ ଜାରି ରଖିଛନ୍ତି । ସର୍ଚ୍ଚ ଅପରେସନବେଳେ ତିର୍ଲିପୋଷ ଜଙ୍ଗଲରେ ଥିବା ମାଓ ଆଡ୍ଡାରୁ ବିପୁଳ ପରିମାଣରେ ବିସ୍ଫୋରକ ଉଦ୍ଧାର ହୋଇଛି । ମାଓବାଦୀଙ୍କ ୟୁନିଫର୍ମ ଓ ଅନ୍ୟାନ୍ୟ ନିତିଦିନିଆ ସାମଗ୍ରୀ ଜବତ କରିଛି ସୁରକ୍ଷା ବାହିନୀ । କିନ୍ତୁ ଜଙ୍ଗଲ ଭିତରେ ମାଓବାଦୀଙ୍କ ନେତୃତ୍ବ ନେଉଥିବା ଟପ୍ କମାଣ୍ଡର ମିଶିର ବେସରା, ଅନମୋଲ ମିଛୁ, ଅନୀଲ, ଆସିମ୍ ମଣ୍ଡଳ, ଚମନ୍, ଅଜୟ ମାହାତୋ, ସାଗେନ୍ ଅଙ୍ଗାରିଆ, ଅଶ୍ଵିନୀଙ୍କୁ ଲୁଚକାଳି ଖେଳୁଛନ୍ତି । ସୁଯୋଗ ଦେଖି ଖସି ଯିବାକୁ ଯୋଜନା କରୁଛନ୍ତି । କିନ୍ତୁ ସୁରକ୍ଷା ବାହିନୀ ଚାରିପଟୁ ଘେରି ରହିଥିବାରୁ ପଞ୍ଝାରୁ ମୁକୁଳି ପାରୁ ନାହାନ୍ତି । ବିସ୍ଫୋରକ ଲୁଟି ନେବା ପରେ ଜଙ୍ଗଲ ଭିତରେ ବଡ଼ ଯୋଜନା କରୁଥିଲେ ମାଓବାଦୀ । ଆଡ୍ଡା ଜମାଇବା ସହ ପାଖକୁ ଯେମିତି କେହି ଆସି ପାରିବେ ନାହିଁ ସେଥିପାଇଁ ଲ୍ୟାଣ୍ଡ୍ ମାଇନ୍ ଓ ଆଇଡି ବିଛାଇଥିଲେ । କମ୍ବିଂ ବେଳେ ଜଣାପଡିବାରୁ ବେଶ ସତର୍କତା ସହ ଅପରେସନ କରୁଛି ସୁରକ୍ଷା ବାହିନୀ l
ମଦ ପିଇ ଘରୁ ବାହାରୁଥିଲେ ସାବଧାନ ; ମଦୁଆଙ୍କୁ ରାସ୍ତାରେ ହେବ ମାଡ଼
କନକ ବ୍ୟୁରୋ : ଠେଙ୍ଗାବାହିନୀ ପରେ ପୁଣି ଚର୍ଚ୍ଚାରେ ବାବୁ ସିଂଙ୍କ ମାଡ଼ ତତ୍ତ୍ବ । ରାସ୍ତାରେ ଦେଖିଲେ ମଦୁଆଙ୍କୁ ମାଡ଼ ହେବ ବୋଲି ଖୋଲା ଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି ଏକାମ୍ର ବିଧାୟକ । ସେପଟେ ନିଶାମୁକ୍ତ ଓଡ଼ିଶା ପାଇଁ କଠୋର ଅବକାରୀ ଆଇନ୍ ଆଣୁଛନ୍ତି ରାଜ୍ୟ ସରକାର । ବେଇଆଇନ ନିଶାମୁକ୍ତ ଅଭିଯାନ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଅବକାରୀ ବିଭାଗ ପକ୍ଷରୁ ନିଶା ନୁହେଁ ଜୀବନ ସଂକଳ୍ପ କାର୍ଯ୍ୟକ୍ରମ ଚାଲିଥିଲା ଲୋକସେବା ସମ୍ମିଳନୀ କକ୍ଷରେ । ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ ସଚିବ ଓ ତମାମ ଅଧିକାରୀ ଉପସ୍ଥିତ ଥିଲେ । ହଠାତ୍ ଭାଷଣ ଦେଉ ଦେଉ ବାବୁ ସିଂ କହିଲେ ମଦୁଆଙ୍କୁ ରାସ୍ତାରେ ଦେଖିଲେ ମାଡ଼ ମରାଯିବ । ଆଉ ଭୁବନେଶ୍ବରରୁ ଆରମ୍ଭ ହେବ ମଦ ବନ୍ଦ ଅଭିଯାନ । ପୁଲିସ ବାହିନୀ କଡ଼ା ପଦକ୍ଷେପ ସହ ସଂକଳ୍ପ ନିଅନ୍ତୁ । ପ୍ରତି ବର୍ଷ ୧୦ ଲୋକଙ୍କ ନିଶା ଛଡ଼ାଇବାକୁ ସଂକଳ୍ପ ନେବି । ଉପକୂଳରୁ ଉପାନ୍ତ, ମୟୁରଭଞ୍ଜରୁ ମାଲକାନଗିରି ଚାରିଆଡ଼େ ଚରିଗଲାଣି ନିଶା କାରବାର । ପୁଲିସ ଆଖିରେ ଅଙ୍ଗୁଳି ଗେଞ୍ଜି ମାଫିଆ କରୁଛନ୍ତି ବେଧଡ଼କ ନିଶା କରାବାର । କେତେବେଳେ ଅପମିଶ୍ରିତ ମଦ ପିଇ ଲୋକଙ୍କ ଜୀବନ ଯାଉଛି, ଆଉ କେତେବେଳେ ଡ୍ରଗ୍ସ , ଗଂଜେଇ ଯୁବପିଢିଙ୍କ ଭବିଷ୍ୟତକୁ ନଷ୍ଟ କରୁଛି । ତେଣୁ ବେଆଇନ ନିଶା କାରାବାର ଉପରେ ଅଙ୍କୁଶ ଲଗେଇବାକୁ କଠୋର ଆଇନ ଆଣୁଛି ଅବକାରୀ ବିଭାଗ । ସୂଚନା ଅନୁସାରେ, ମାସେ ଭିତରେ ଆସୁଛି ୩ ବର୍ଷିଆ ଅବକାରୀ ନୀତି । ଖାଲି ସେତିକି ନୁହେଁ ନିଶାଡ଼ି ଓ ମାଫିଆଙ୍କୁ ସାବାଡ଼ କରିବାକୁ ଦଣ୍ଡ ବ୍ୟବସ୍ଥା ଅଧିକ ହେବ । ଏହାସହିତ ସେସନ କୋର୍ଟରେ ନିଯୁକ୍ତ ହେବ ସ୍ବତନ୍ତ୍ର ଅବକାରୀ ଓକିଲ । ଅବକାରୀ ମନ୍ତ୍ରୀ କହିଛନ୍ତି, ମଦର ପ୍ରସାର ବନ୍ଦ ହେବାର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସଚେତନତା ଆଳରେ କହିଛନ୍ତି, ଏକ ପ୍ୟାକେଟ୍ ସିଗାରେଟ୍ ୨୮ ମିନିଟର ଆୟୁ କମାଏ । ଆଗ ନିଶା କାରବାର ଉପରେ ରୋକ୍ ଲାଗିବ । ନିଶା କାରବାରକୁ ରୋକିବାକୁ ଅବକାରୀ ବିଭାଗ ପକ୍ଷରୁ ଆଜିଠାରୁ ଜୁନ୍ ୨୬ ତାରିଖ ଯାଏ ସଚେତନତା କାର୍ଯ୍ୟକ୍ରମ ଚାଲିବ । ମନ୍ଦିରଠାରୁ ଆରମ୍ଭ କରି ସ୍କୁଲ ନିକଟରୁ ମଦ କାରବାର ସଂପୂର୍ଣ୍ଣ ବନ୍ଦ କରିବାକୁ ଆହ୍ବାନ ଦେଇଛନ୍ତି ସରକାର । ହେଲେ ପ୍ରଶ୍ନ ଉଠୁଛି, ନିଶାମୁକ୍ତ ହୋଇପାରିବ କି ଓଡ଼ିଶା ?
ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା ; ବଦଳିବ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ୍ର ନାଁ
କନକ ବ୍ୟୁରୋ : ବଦଳିବ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଛକର ନାଁ । ପରିବର୍ତ୍ତନ ନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ । ଓଡ଼ିଶାରେ ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦିଆଯିବା ସହ ଇଂରେଜଙ୍କ ଅମଳରୁ ରହିଥିବା କିଛି ପ୍ରମୁଖ ସ୍ଥାନର ନାଁ ପରିବର୍ତ୍ତନର ଆବଶ୍ୟକତା ରହିଥିବା କହିଛନ୍ତି ମନ୍ତ୍ରୀ । ଏହାକୁ ନେଇ ବିଚାର ବିମର୍ଶ ଚାଲିଛି ଖୁବ୍ ଶୀଘ୍ର ଏହାର ନାମ ପରିବର୍ତ୍ତନ କରାଯିବ । ବଦଳିବ ନାଁ , ମିଳିବ ନୂଆ ପରିଚୟ , ବଦଳିବ ଭୁବନେଶ୍ବର ମୁଖଶାଳା ମାଷ୍ଟରକ୍ୟାଣ୍ଟିନ୍ । ପରିବର୍ତ୍ତନ ହେବ ବହୁ ପୁରୁଣା ଓ ବହୁ ପରିଚିତ ମାଷ୍ଟରକ୍ୟାଣ୍ଟିନ୍ ଛକର ନାଁ । ଏଥର ଆଉ ଇଂରାଜୀ ନୁହେଁ ଓଡିଆ ଅସ୍ମିତା । ଓଡିଶାର କଳା ଏବଂ ପରମ୍ପରା ଝଲକ ଦିଶିବ । ଭୁବନେଶ୍ଵର ମାଷ୍ଟର କ୍ୟାଣ୍ଟିନ୍ ନାଁ ପରିବର୍ତ୍ତନ କରିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ପ୍ରସ୍ତୁତି ବି ଆରମ୍ଭ ହେଲାଣି । ରାଜଧାନୀ ଭୁବନେଶ୍ୱରକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଟିରେ ରହିଛି ମାଷ୍ଟର କ୍ୟାଣ୍ଟିନ୍ ଛକ । ସମସ୍ତେ ଜାଣିଛନ୍ତି ସମସ୍ତେ ଶୁଣିଛନ୍ତି , ହେଲେ ତାର ଆମୂଳ ଚୂଳ ପରିବର୍ତ୍ତନ ସହ ନାମ ବି ପରିବର୍ତ୍ତନ କରାଯିବ । ଓଡ଼ିଶାର ଅସ୍ମିତାକୁ ଆଖିରେ ରଖି ସମୀକ୍ଷା ଚାଲିଛି , ମାଷ୍ଟର କ୍ୟାଣ୍ଟିନ୍ ଛକର ନାଁ ନେଇ ମୁଖ୍ୟମନ୍ତ୍ରୀ ଖୁବ ଶିଘ୍ର ନିଷ୍ପତ୍ତି ନେବେ। ରାଜ୍ୟ ସରକାରଙ୍କ ଇସାରାରୁ ଜଣାପଡୁଛି ଯେ ବରପୁତ୍ରଙ୍କ ନାଁରେ ନାମିତ ହୋଇପାରେ ଭୁବନେଶ୍ୱରର ଏହି ପୁରୁଣା ଛକ । ହେଲେ କ’ଣ ଓ କେମିତି ନୂଆରୂପ ପାଇବ, ତାହା ସ୍ପଷ୍ଟ ହୋଇନି । ୨୦୨୧ ରୁ ମାଷ୍ଟର କ୍ୟାଣ୍ଟିନ ନାଁ ପରିବର୍ତ୍ତନ ପାଇଁ ବିଜେପି ପକ୍ଷରୁ ଦାବି ହୋଇଆସୁଥିଲା । ନୂଆ ସରକାର ଆସିବା ପରେ ଏଦିଗରେ ନିଷ୍ପତ୍ତି ନେବାକୁ ସଜବାଜ ହେଉଛନ୍ତି ।
କଅଁଳ ବୟସରେ କର୍କଟ ଯନ୍ତ୍ରଣା ; ଜୀବନ ସହ ସଂଘର୍ଷ କରୁଛି ଶିବୁ
କନକ ବ୍ୟୁରୋ: ପାଠପଢ଼ାରେ ଡୋରି ବାନ୍ଧିଦେଲା କ୍ୟାନସର । ପାଠପଢ଼ା ବୟସରେ କ୍ୟାନସର ସହ ଲଢେଇ କରୁଛି ଶିବୁ । ଏକ ମାତ୍ର ପୁଅକୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି ବାପା । ପୁଅକୁ ଦୁଇ ବର୍ଷ ହେଲା ବ୍ଲଡ କ୍ୟାନସର ହୋଇଥିବା ବେଳେ ସ୍ୱାସ୍ଥ୍ୟ କାର୍ଡ ପଇସା ସରିବା ପରେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଶିବୁଙ୍କ ପରିବାର । ଖେଳକୁଦ ବୟସରେ ଅସହ୍ୟ ଯନ୍ତ୍ରଣା ଭୋଗୁଛି ଶିବୁ । ପ୍ରଥମେ ଜ୍ବର , ଆଉ ତା’ପରେ ଜ୍ବର ବଢ଼ି ବଢ଼ି ଆରମ୍ଭ ହୋଇଥିଲା ଯନ୍ତ୍ରଣା । ପରେ ଜଣାପଡ଼ିଲା ରକ୍ତ କର୍କଟ ହୋଇଛି । ଅଭାବ ଭିତରେ ଜୀବନ ଜିଉଁଥିବା ଶିବୁଙ୍କ ପରିବାର ପୁଅର କିଭଳି ଚିକତ୍ସା କରିବେ ସେ ନେଇ ଦୁଃଖରେ ଭାଙ୍ଗିପଡ଼ିଛନ୍ତି । ଗଞ୍ଜାମ ବେଗୁନିଆପଡା ବ୍ଲକ ନୁଆଗାଁ ବୁରୁଝୁରିର ଭୀମସେନ ସେଠୀଙ୍କ ପୁଅ ଶିବୁ । ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବାବେଳେ ରୋଗ ଯୋଗୁ ପଢ଼ାରେ ବାନ୍ଧିଛି ଡୋରୀ । ବାପା ଜଣେ ଦାଦନ ଶ୍ରମିକ । ପୁଅର ଦେହ ଅସୁସ୍ଥ ହେବାଠାରୁ ଦୁଇ ବର୍ଷ ହେଲା ରୋଜଗାର କରିପାରୁନାହାନ୍ତି । ଫଳରେ ପରିବାର ଚଳିବା କଷ୍ଟସାଧ୍ୟ ହୋଇ ପଡିଛି । ଏନେଇ କିଛି ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି ପରିବାର । ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଶିବୁଙ୍କ ଚିକିତ୍ସା କରାଯାଉଥିବା ବେଳେ ବର୍ଷକୁ ମିଳୁଥିବା ୫ ଲକ୍ଷ ୩ ମାସ ଭିତରେ ସରି ଯାଉଛି । ଅନ୍ୟ ୯ ମାସ ବହୁ ଦୁଃଖ କଷ୍ଟରେ ଶିବୁଙ୍କ ଚିକିତ୍ସା ହେଉଛି । ପୁଅକୁ ବଞ୍ଚାଇବା ପାଇଁ ଭୀମସେନ ବିଭିନ୍ନ ଧାରକରଜ କରିଥିବା ବେଳେ ଏବେ ଅସହାୟ ହୋଇପଡିଛନ୍ତି । କୌଣସି ସହୃଦୟ ବ୍ୟକ୍ତି ଶିବୁଙ୍କୁ ସାହାଯ୍ୟ କରିବାକୁ ଚାହୁଥିଲେ ଏହି ଠିକଣାରେ ଯୋଗାଯୋଗ କରିପାରିବେ: BHIMSEN SETHY ACCOUNT NO:515618210007602 BANK OF INDIA, SUMANDAL
୫ ବର୍ଷ ପରେ ବି ସରୁନି ପାର୍କ କାମ; ପାଣିରେ ପଡ଼ିଲା ୫୦ ଲକ୍ଷ
କନକ ବ୍ୟୁରୋ: ମାଲକାନଗିରି ମାଥିଲିରେ ଫେଲ୍ ମାରିଛି ସରକାରୀ ଯୋଜନା । ଦୀର୍ଘ ୫ବର୍ଷ ହେଲାଣି ପାର୍କ କାମ ସରୁନି ।ଖାଲି ପାଚେରି ନିର୍ମାଣ କରି କାମ ସାରିଦେଇଛନ୍ତି ବିଭାଗୀୟ ବାବୁ । ଅଧପନ୍ତରିଆ କାମ ବି ସେ ପାଚେରି ବି ନଷ୍ଟ ହେବାକୁ ବସିଲାଣି । ମାଲକାନଗିରି ମାଥିଲି ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୫୦୦ ମିଟର ଦୂର ଝୁଲୁନିବାହାଲରେ ଚାଲିଛି ପାର୍କ କାମ । ଏଥିପାଇଁ ମନରେଗାରେ ୩୦ ଲକ୍ଷ ଏବଂ ବ୍ଲକ୍ ପକ୍ଷରୁ ୨୦ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି । ୨୦୨୦ରୁ କାମ ଆରମ୍ଭ ହୋଇଛି । ୫ ବର୍ଷରେ ଖର୍ଚ୍ଚ ହୋଇଛି ମାତ୍ର ୧୦% ଅର୍ଥ । ଅଧାଗଢ଼ା ପାଚେରିରେ ଅଟକିଛି ପ୍ରକଳ୍ପ । ବଳକା ଅର୍ଥକୁ ବିନିଯୋଗ କରି ପାର୍କ କାମ ସାରିବାକୁ ବ୍ଲକ୍ ପ୍ରଶାସନ ମନଯୋଗ ଦେଉନଥିବା ଅଭିଯୋଗ ହୋଇଛି । ନିର୍ମାଣାଧୀନ ପାର୍କ ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ପ୍ରକଳ୍ପ କାମରେ ବିଳମ୍ବ ପାଇଁ ବ୍ଲକ ପ୍ରଶାସନକୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଭୂତକୋଠି ପାଲଟିଛି ବିଏଡ୍ କଲେଜ ; ବିଲ୍ଡିଂରେ ମାଡ଼ିଗଲାଣି ଅନାବନା ଗଛ
କନକ ବ୍ୟୁରୋ: ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ଉଚ୍ଚଶିକ୍ଷାର ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି । ରାଜ୍ୟ ସରକାର ବିଭିନ୍ନ ଶିକ୍ଷାନୁଷ୍ଠାନ ଖୋଲିବା ସହ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ତାଲିମ ପ୍ରଦାନ କରୁଛନ୍ତି । କିନ୍ତୁ ପ୍ରଶାସନିକ ଅବହେଳାରୁ ବହୁ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ଷମ ହୋଇପାରୁନି । ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛି ରାୟଗଡ଼ା ବିଏଡ୍ କଲେଜ। ରାୟଗଡ଼ା ପେଣ୍ଟା ପଞ୍ଚାୟତ ଅମ୍ଲାଭଟା ଛକରେ ଥିବା ବିଏଡ୍ କଲେଜ, କାର୍ଯ୍ୟକ୍ଷମ ନହେବା କାରଣରୁ ଏହି କୋଠା ଏବେ ଏକ ଭୂତକୋଠିରେ ପରିଣତ ହୋଇଛି । କୋଠା ଚାରିପାଖରେ ଜଙ୍ଗଲ ପାଲଟିଗଲାଣି । କୋଠାରେ ଲାଗିଥିବା ଝରକା କବାଟ ସାଙ୍ଗକୁ ବିଦ୍ୟୁତ ସରଞ୍ଜାମ ଚୋରି ହୋଇଗଲାଣି । ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ପାଲଟିଛି ଏହି କୋଠା । ରାୟଗଡ଼ା ଜିଲ୍ଲାରେ ବିଏଡ୍ କଲେଜ ନଥିବାରୁ ଛାତ୍ରଛାତ୍ରୀ ଆନ୍ଧ୍ର ପ୍ରଦେଶକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି। ୨୦୧୭ରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ୮ କୋଟି ଟଙ୍କାରେ ବିଏଡ୍ କଲେଜ ନିର୍ମାଣ ହୋଇଥଲା । ୨୦୨୨ରେ ବିଏଡ୍ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ରାୟଗଡ଼ା ମଡେଲ୍ ଡିଗ୍ରି କଲେଜକୁ ଚିଠି ଲେଖିଥିଲା ଉଚ୍ଚଶିକ୍ଷା ବିଭାଗ । ମଡେଲ୍ ଡିଗ୍ରି କଲେଜ ଅଧ୍ୟକ୍ଷ ବିଏଡ୍ କଲେଜରେ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ବାରମ୍ବାର ଆଇଟିଡିଏ, ପିଡବ୍ଲ୍ୟୁଡି ଓ ଉଚ୍ଚଶିକ୍ଷା ବିଭାଗକୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଶେଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି । ରାୟଗଡ଼ା ଜିଲ୍ଲାର ଛାତ୍ରଛାତ୍ରୀ ବିଏଡ୍ କରି ଶିକ୍ଷକତା କରିବା ପାଇଁ ଦେଖିଥିବା ସ୍ବପ୍ନ ତାହା ସ୍ୱପ୍ନରେ ରହିଯାଇଛି । ବିଏଡ୍ କଲେଜ ଖୋଲିବା ପାଇଁ ଏବେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପକୁ ଅପେକ୍ଷା ।
GT ପରାଜୟ ପରେ ଭାଙ୍ଗିଗଲା ଗିଲ୍ ଭଉଣୀଙ୍କ ହୃଦୟ, କାନ୍ଦିଲେ କୋଚ୍ ନେହେରାଙ୍କ ପୁଅ...ଭିଡିଓ ଭାଇରାଲ
ନୂଆଦିଲ୍ଲୀ ୩୧/୦୫: ୨୦୨୫ ଆଇପିଏଲ୍ରେ ଦମ୍ଦାର ପ୍ରଦର୍ଶନ କରିଥିଲା ଗୁଜରାଟ ଟାଇଟନ୍ସ । ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ, ବେଶ୍ ଚମତ୍କାର କରିଥିଲା ଦଳ । ବ୍ୟାଟିଂ ବୋଲିଂ ସବୁଥିରା ଟପ୍ ଥିଲା ଦଳ । ଲିଗ୍ ପର୍ଯ୍ୟାୟରେ, ସେ ଲଗାତାର ନମ୍ବର-୧ରେ ଥିଲା । ହେଲେ ଶେଷ ମୁହୂର୍ତ୍ତରେ ବଦଳିଯାଇଥିଲା ସବୁକିଛି । ଶେଷ ଦୁଇଟି ଗ୍ରୁପ୍ ମ୍ୟାଚ୍ ହାରିବା ପରେ ଟପ୍-୨ ରୁ ବାହାରିଯାଇଥିଲା GT । ଖାସ୍ କରି ୩୦ ମେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏଲିମିନେଟର ମ୍ୟାଚ୍ରେ ଦଳ ହାତେଇଥିଲା ଶୋଚନୀୟ ପରାଜୟ । ପଞ୍ଜାବର ମୁଲାନପୁରରେ ଅନୁଷ୍ଠିତ ଏହି ମ୍ୟାଚ୍ ରେ, ମୁମ୍ବାଇ ଗୁଜରାଟକୁ ୨୦ ରନରେ ପରାସ୍ତ କରି ନକ୍ ଆଉଟ୍ କରିଥିଲା । ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ଦ୍ୱିତୀୟ କ୍ୱାଲିଫାୟରରେ ପ୍ରବେଶ କରିଛି । ତେବେ GT ସିନା ମ୍ୟାଚ୍ ହାରିଲା କିନ୍ତୁ ଭାଙ୍ଗିଗଲା ଲକ୍ଷ ଲକ୍ଷ ଗୁଜରାଟ ଫ୍ୟାନ୍ସଙ୍କ ମନ । • Shubman Gill’s sister got emotional when GT lost the Eliminator. • Family members of Gujarat Titans' players in tears after the loss. • Feeling Sad for these Cuties. #IPL2025 #RohitSharma #Bumrah #SaiSudharsan #MIvsGT #Eliminator pic.twitter.com/1Pv1rMYMW9 — Nitesh Prajapati (@itsmenitesh004) May 30, 2025 ବିଶେଷ କରି ଗିଲଙ୍କ ଭଉଣୀ ଶହନୀଲ GTର ପରାଜୟରେ ବେଶି ଭାଙ୍ଗିପଡିଥିଲେ । ମ୍ୟାଚ୍ ପରେ ସେ ବହୁତ ଭାବପ୍ରବଣ ଦେଖାଯାଉଥିଲେ । କେବଳ ଗିଲ୍ଙ୍କ ଭଉଣୀ ନୁହେଁ GTର ମୁଖ୍ୟ କୋଚ୍ ଆଶିଷ ନେହରାଙ୍କ ଝିଅ ଓ ପୁଅ କାନ୍ଦିବା ସହ ରାଗିଯାଇଥିବା ନଜର ଆସିଥିଲେ । Gujarat Titans coach Ashish Nehra son after lost ELIMINATOR VS Mumbai Indians.!! pic.twitter.com/c0tfwQcvaa — MANU. (@IMManu_18) May 30, 2025 ସୂଚନା ଥାଉକି, ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏଲିମିନେଟର ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ର ମହାରାଜା ଯାଦବେନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ଶୁଭମନ ଗିଲଙ୍କ ଘର ଚଣ୍ଡିଗଡ଼ରେ, ଯେଉଁଠାରେ ତାଙ୍କ ପରିବାର ରୁହନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ରେ ତାଙ୍କ ଭାଇର ଦଳକୁ ସମର୍ଥନ କରିବା ପାଇଁ ଭଉଣୀ ଶେହନୀଲ ଗିଲ୍ ଷ୍ଟାଡିୟମରେ ପହଞ୍ଚିଥିଲେ। ଏମିତିକି ଆଶିଷ ନେହେରାଙ୍କ ସମ୍ପୂର୍ଣ୍ଣ ପରିବାର ମଧ୍ୟ ଆସିଥିଲେ। କିନ୍ତୁ ସେମାନଙ୍କ ଆଖି ସାମ୍ନାରେ, ମୁମ୍ବାଇ ଗୁଜରାଟକୁ ପରାସ୍ତ କରି ଟ୍ରଫି ଜିତିବାର ସ୍ୱପ୍ନକୁ ଧୂଳିସାତ କରିଥିଲା । ଯେତେବେଳେ ଶେହନୀଲ ତାଙ୍କ ଭାଇଙ୍କ ଦଳ ହାରିବା ଦେଖିଲେ, ସେ ବହୁତ ଭାବପ୍ରବଣ ହୋଇଗଲେ। ତାଙ୍କ ଆଖିରେ ଲୁହ ଆସିଯାଇଥିଲା । ନେହରାଙ୍କ ଝିଅ ମଧ୍ୟ ଏହି ପରାଜୟକୁ ସହ୍ୟ କରିପାରିନଥିଲେ । ସେ ବି କାନ୍ଦିବାକୁ ଲାଗିଥିଲେ । ଏହି ସମୟରେ ଗିଲଙ୍କ ଭଉଣୀ ମଧ୍ୟ ତାଙ୍କୁ ଶାନ୍ତ କରୁଥିବାର ଦେଖିବାକୁ ମିଳିଥିଲା । ସମସ୍ତେ ଦୁଃଖରେ ବୁଡ଼ି ରହିଥିଲେ। କାନ୍ଦିବା ଯୋଗୁଁ ନେହରାଙ୍କ ପୁଅର ଅବସ୍ଥା ଖରାପ ହୋଇଥିଲା । ତାଙ୍କ ସ୍ତ୍ରୀଙ୍କ ମନଦୁଃକ କରିଥିବା ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ, ଏହି ପରାଜୟ ଗୁଜରାଟର ଖେଳାଳିମାନଙ୍କୁ ବହୁତ ଆଘାତ ଦେଇଥିଲା। ସେମାନଙ୍କ ମୁହଁ ଦୁଃଖରେ ଲାଲ୍ ପଡିଥିବା ନଜର ଆସିଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ନାରୀ ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ ଆତଙ୍କୀ, ଯାହା ତାଙ୍କ ପାଇଁ ସାଜିଲା କାଳ: ପିଏମ୍ ମୋଦୀ
ନୂଆଦିଲ୍ଲୀ: ଆତଙ୍କବାଦୀମାନେ ଭାରତର ମହିଳା ଶକ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି। ସେହି ଶକ୍ତି ଆତଙ୍କବାଦୀ ଏବଂ ସେମାନଙ୍କ ମାଲିକଙ୍କୁ ମୂଳପୋଛ କରିଛି। ପାକିସ୍ତାନକୁ ଚେତାବନୀ ଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୋପାଳ ଗସ୍ତ ଅବସରରେ ମହିଳା ସଶକ୍ତିକରଣର ଏକ ଦୃଢ଼ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ସଂସ୍କୃତି ଏବଂ ପରମ୍ପରାର ଦେଶ। ସିନ୍ଦୂର ଆମ ପରମ୍ପରାରେ ମହିଳା ଶକ୍ତିର ପ୍ରତୀକ। ରାମଙ୍କ ଭକ୍ତିରେ ହନୁମାନ ଜୀ ମଧ୍ୟ ସିନ୍ଦୂର ପିନ୍ଧନ୍ତି। ଆମେ ଶକ୍ତି ପୂଜାରେ ସିନ୍ଦୂର ଅର୍ପଣ କରୁ। ଏହି ସିନ୍ଦୂର ଏବେ ଭାରତର ସାହସର ପ୍ରତୀକ ପାଲଟିଛି। ପହଲଗାମରେ ଆତଙ୍କବାଦୀମାନେ କେବଳ ଭାରତୀୟଙ୍କ ରକ୍ତ ବୁହାଇ ନଥିଲେ, ସେମାନେ ଆମ ସଂସ୍କୃତି ଉପରେ ମଧ୍ୟ ଆକ୍ରମଣ କରିଥିଲେ। ସେମାନେ ସମାଜକୁ ବିଭାଜିତ କରିବାକୁ ଚେଷ୍ଟା କରିଥିଲେ। ଅପରେସନ ସିନ୍ଦୂର ହେଉଛି ଆତଙ୍କବାଦୀଙ୍କ ବିରୁଦ୍ଧରେ ଭାରତର ଇତିହାସରେ ସବୁଠାରୁ ବଡ଼ ଏବଂ ସଫଳ ଅପରେସନ। ଯେଉଁଠାରେ ପାକିସ୍ତାନୀ ସେନା ଭାବି ନଥିଲେ, ଆମର ସେନା ସେଠି ପହଞ୍ଚି ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧୂଳିସାତ୍ କରିଦେଇଛି। ସେମାନେ ଶହ ଶହ କିଲୋମିଟର ଭିତରକୁ ପଶି ସେମାନଙ୍କୁ ଧୂଳିସାତ୍ କରିଦେଇଛନ୍ତି। ଅପରେସନ ସିନ୍ଦୂର ସ୍ପଷ୍ଟ ଭାବରେ କହିଛି ଯେ ଆତଙ୍କବାଦୀଙ୍କ ମାଧ୍ୟମରେ ପ୍ରକ୍ସି ଯୁଦ୍ଧ କରାଯିବ ନାହିଁ। ଏବେ ଆମେ ଘରେ ପଶି ମଧ୍ୟ ହତ୍ୟା କରିବୁ। ଯିଏ ଆତଙ୍କବାଦୀଙ୍କୁ ସାହାଯ୍ୟ କରିବ ତାଙ୍କୁ ମଧ୍ୟ ବହୁତ ମୂଲ୍ୟ ଦେବାକୁ ପଡିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋପାଳ ପହଞ୍ଚିବା ପରେ ଏକ ରୋଡ୍ ଶୋ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟ ଉପସ୍ଥିତ ଥିଲେ। ରୋଡ୍ ଶୋ ପରେ ଜମ୍ବୁରୀ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି, 'ପ୍ରଧାନମନ୍ତ୍ରୀଙ୍କ ମଧ୍ୟପ୍ରଦେଶ ଗସ୍ତ ମହାରାଣୀ ଅହଲ୍ୟାବାଈଙ୍କ ପ୍ରତି ସମର୍ପିତ ଭାବନା ମାଧ୍ୟମରେ ଆମେ ମହିଳା ସଶକ୍ତିକରଣର ଆମର ସଂକଳ୍ପ ପୂରଣ କରିବାକୁ ଚାହୁଁଛୁ।
ପୁରୁଣା ବଲ୍ ଠାରୁ ବାଉଣ୍ଡରୀ କ୍ୟାଚ୍ ପର୍ଯ୍ୟନ୍ତ...କ୍ରିକେଟରେ ଲାଗୁ ହେବାକୁ ଯାଉଛି ନୂଆ ନିୟମ
ନୂଆଦିଲ୍ଲୀ ୩୧/୦୫: ଆହୁରି ରୋମାଞ୍ଚ ହେବ କ୍ରିକେଟ୍ । କ୍ରିକେଟରେ ଏମିତି ଆମୂଳ ଚୂଳ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ବା (ICC) । କ୍ରିକେଟରେ ନୂଆ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ICC । ଏହି ନିୟମଗୁଡ଼ିକ ଜୁନ୍ ୨୦୨୫ରୁ କାର୍ଯ୍ୟକାରୀ ହେବ। ଯାହା ଫଳରେ ଧଳା ବଲ୍ ଓ ରେଡ୍ ବଲ୍ କ୍ରିକେଟରେ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ବଲ୍ ଓ ବ୍ୟାଟ୍ ମଧ୍ୟରେ ସମାନ ପ୍ରତିଯୋଗିତା ହେବ। କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ODIରେ ପୁରୁଣା ବଲ୍, କନକସନ୍ ବଦଳ, DRS ଏବଂ ସୀମା ରେଖାରେ ନିଆଯାଇଥିବା କ୍ୟାଚ୍ ନିୟମରେ କିଛି ପରିବର୍ତ୍ତନ କରାଯାଉଛି। ICCର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କ୍ରିକେଟରେ ବ୍ୟାଟ୍ ଓ ବଲ୍ ମଧ୍ୟରେ ସନ୍ତୁଳନ ବଜାୟ ରଖିବା। ସାମ୍ପ୍ରତିକ ବର୍ଷଗୁଡ଼ିକରେ, ବିଶେଷକରି ସୀମିତ ଓଭର ଫର୍ମାଟରେ, ବ୍ୟାଟ୍ସମ୍ୟାନମାନେ ନିଜର ଦବ୍ଦବା ଜାହିର କରିଛନ୍ତି । ଯେଉଁଥିପାଇଁ ବୋଲରମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କିନ୍ତୁ ଏବେ ODI କ୍ରିକେଟରେ ପ୍ରଯୁଜ୍ୟ ଦୁଇ ବଲ୍ ନିୟମକୁ ହଟାଇବା ପାଇଁ ଯୋଜନା କରାଯାଉଛି । ଏହି ନିୟମ ଅନୁଯାୟୀ, ଉଭୟ ପାର୍ଶ୍ୱରୁ ଦୁଇଟି ନୂତନ ବଲ୍ ବ୍ୟବହାର କରାଯାଉଥିଲା । ଯାହା ଯୋଗୁଁ ବୋଲରମାନଙ୍କୁ ସ୍ୱିଙ୍ଗ୍ ଏବଂ ସିମ୍ ଗତିର ଅଭାବର ସମ୍ମୁଖୀନ ହେବାକୁ ପଡୁଥିଲା। କିନ୍ତୁ ଜୁନ୍ ୨୦୨୫ରୁ କାର୍ଯ୍ୟକାରୀ ହେବାକୁ ଥିବା ନୂତନ ନିୟମ ଅନୁଯାୟୀ, ଏବେ ODIରେ ୩୪ ଓଭର ପର୍ଯ୍ୟନ୍ତ ଦୁଇଟି ବଲ୍ ବ୍ୟବହାର କରାଯିବ। ଏହା ପରେ, ଅର୍ଥାତ୍ ୩୫ ରୁ ୫୦ ଓଭର ପର୍ଯ୍ୟନ୍ତ କେବଳ ଗୋଟିଏ ବଲ୍ ବ୍ୟବହାର କରାଯିବ। ଫିଲ୍ଡିଂ ପାଇଁ ୩୫ ରୁ ୫୦ ଓଭର ପାଇଁ ବ୍ୟବହୃତ ଦୁଇଟି ବଲ୍ ମଧ୍ୟରୁ ଗୋଟିଏକୁ ଚୟନ କରିବ। ମ୍ୟାଚର ବାକି ସମୟ ପାଇଁ ମନୋନୀତ ବଲ୍ ଉଭୟ ପାର୍ଶ୍ୱରେ ବ୍ୟବହାର କରାଯିବ। ଅନ୍ୟପକ୍ଷରେ, ଯଦି ବର୍ଷା କିମ୍ବା ଅନ୍ୟ କୌଣସି କାରଣରୁ ଏକ ODI ମ୍ୟାଚ୍ ୨୫ ଓଭରରୁ କମ୍ ଖେଳାଯାଏ, ତେବେ ଉଭୟ ଇନିଂସରେ କେବଳ ୧-୧ ବଲ୍ ବ୍ୟବହାର କରାଯିବ। ଆପଣଙ୍କୁ ଜଣାଇ ଦେଉଛୁ ଯେ, ODIରେ ଏହି ନୂତନ ନିୟମ ୨ ଜୁଲାଇରୁ ଶ୍ରୀଲଙ୍କା ଏବଂ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ODI ସିରିଜରୁ କାର୍ଯ୍ୟକାରୀ ହେବ। କନକସନ୍ ବଦଳର ନିୟମ ମଧ୍ୟ କିଛି ସମୟ ଧରି ବିବାଦରେ ରହିଛି । କିନ୍ତୁ ଏବେ ଦଳଗୁଡ଼ିକୁ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ମ୍ୟାଚ୍ ରେଫରିଙ୍କୁ ପାଞ୍ଚ ଜଣ କନେକସନ୍ ବଦଳ ଖେଳାଳିଙ୍କ ନାମ ଜଣାଇବାକୁ ପଡିବ। ଏହି ୫ ଖେଳାଳିଙ୍କ ମଧ୍ୟରୁ ଜଣେ ୱିକେଟ କିପର, ଜଣେ ବ୍ୟାଟ୍ସମ୍ୟାନ୍, ଜଣେ ଦ୍ରୁତ ବୋଲର, ଜଣେ ସ୍ପିନର ଏବଂ ଜଣେ ଅଲରାଉଣ୍ଡର ହେବେ। ଅନ୍ୟପକ୍ଷରେ, ICC ଶୀଘ୍ର ସମସ୍ତ ଦଳକୁ ବାଉଣ୍ଡରୀ ଲାଇନ କ୍ୟାଚ୍ ଏବଂ DRS ପ୍ରୋଟୋକଲରେ ନିୟମ ପରିବର୍ତ୍ତନ ବିଷୟରେ ପରେ ଜଣାଇବ। ତଥାପି, ଟେଷ୍ଟରେ ନୂତନ ନିୟମ ୨୦୨୫ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପରେ ଲାଗୁ ହେବ।
ସିକିମ୍ ବସ୍ ଦୁର୍ଘଟଣାରେ ପରିବହନ ମନ୍ତ୍ରୀଙ୍କ ସୂଚନା, ବର୍ଷା କାରଣରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି
ଭୁବନେଶ୍ୱର ୩୧।୦୫ : ସିକିମ୍ ବସ୍ ଦୁର୍ଘଟଣା ନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପ୍ରତିକ୍ରିୟା । ବର୍ଷା କାରଣରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଆମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସାରିଛି । ଦୁଇ ଜଣଙ୍କୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା କରାଯାଉଛି । ବର୍ତ୍ତମାନ ସୁଦ୍ଧା ସୁଦ୍ଧା ୪ ଜଣ ଓଡିଆ ନିଖୋଜ ଅଛନ୍ତି । ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି । ସେହିପରି ରଥ ଯାତ୍ରା ନେଇ ପରିବହନ ମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷ ରଥଯାତ୍ରାରେ ଚାଲିବ ସ୍ପେଶାଲ୍ ବସ୍। ଗତବର୍ଷ ଯେଉଁ ଭଳି ବ୍ୟବସ୍ଥା ରହିବ। ପରିବହନ ଜନିତ ସେବା ପାଇବାରୁ କେହି ବଞ୍ଚିତ ହେବେନାହିଁ। ମାଳତୀ ପାଟ ପୁର୍, ବରମୁଣ୍ଡା ଭଳି ପ୍ରମୂଖ ବସ୍ ଷ୍ଟାଣ୍ଡରେ ବସ ଗୁଡ଼ିକ ପ୍ରସ୍ତୁତ ରଖାଯାଉଛି। ବସ ଗୁଡିକରେ ପ୍ରଚୁର ପାଣି ମହଜୁଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାସ୍କ ମଧ୍ୟ ରହିବ ।
ଏଣିକି ସାବାଡ଼୍ ହେବେ ମଦୁଆ, ରାସ୍ତାଘାଟରେ ମଦ ପିଇ ବୁଲିଲେ ହେବ ମାଡ଼
ଭୁବନେଶ୍ବର ୩୧ । ୫ : ଏଣିକି ମଦୁଆଙ୍କୁ ରାସ୍ତାରେ ହେବ ମାଡ଼ । ରାସ୍ତାଘାଟରେ ମଦୁଆଙ୍କୁ ବନ୍ଦ ପାଇଁ ଭୁବେନେଶ୍ୱରରୁ ଅଭିଯାନ ଆରମ୍ଭ ହେଉ ବୋଲି ବିଜେପି ବିଧାୟକ ବାବୁ ସିଂ କହିଛନ୍ତି । ପ୍ରତି ବର୍ଷ ୧୦ଜଣ ମଦୁଆଙ୍କୁ ମଦ ଛଡାଇବା । ପୋଲିସ ବାହିନୀ କଡ଼ା ପଦକ୍ଷେପ ନିଅନ୍ତୁ । ବେଆଇନ ନିଶାମୁକ୍ତ ଅଭିଯାନ ଆରମ୍ଭ ବେଳେ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ବାବୁ ସିଂ । ସେ କହିଛନ୍ତି,ବିଗତ୨୦ବର୍ଷ ତଳୁ ଓଡ଼ିଶାରେ ମଦ କାରବାର ସହରଠାରୁଦୂରରେ ହେଉଥିଲା।ଯିଏ ମଦପିଇବାକୁ ଯାଉଥିଲା ଲୋକେ ଜାଣୁଥିଲେ ସେ ଅଛୁଆଁ ହେଉଥିଲା।ଏବେ ମଦ ଦୋକାନ ମନ୍ଦିର,ସ୍କୁଲ ପାଖରେହେଲାଣି ।ଭୁବନେଶ୍ୱରରୁ ମଦ ବନ୍ଦ ଆରମ୍ଭହେଉ।କୋଭିଡ଼୍ରେ ଦୋକାନ ବନ୍ଦ ହେଲା ଲୋକେ ଘରେପହଞ୍ଚାଇଲେ।ପୋଲିସ ବାହିନୀ କଡ଼ାପଦକ୍ଷେପ ନିଅନ୍ତୁ।ସବୁ ମଦୁଆଙ୍କୁରାସ୍ତାରେ ମାଡ଼ ହେବ।ସଂକଳ୍ପ ନିଅନ୍ତୁ।ୟୁପି,ବିହାରରେ ମଦ ବନ୍ଦ ହୋଇଛି।ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କ ଦକ୍ଷତା ଅଛି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।କ୍ରାଇମ୍ପାଇଁ ମଦ ହିଁ୫୦ପ୍ରତିଶତ କାରଣ।ସରକାରଙ୍କନିକଟରେ ବାଧ୍ୟବାଧକତା ଥିବ କିନ୍ତୁ ମୁଁ ନିଶା ଛୁଇଁବିନି ନିଶା ଖାଇବିନି ନିଜେ ସଂକଳ୍ପ ନେବା ଦରକାର।ପ୍ରତି ବର୍ଷ୧୦ଲୋକଙ୍କ ନିଶା ଛଡାଇବେ ଏ ସଂକଳ୍ପ ନେବାବୋଲି ବାବୁ ସିଂ କହିଛନ୍ତି । You Can Read: ରାଜ୍ୟରେ ଚିହ୍ନଟ ହେଲେଣି ୮ କୋଭିଡ୍ ଆକ୍ରାନ୍ତ, ସଚେତନ ଓ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ
ଅବକାରୀ ଆଇନରେ କଠୋର ହେବ ଦଣ୍ଡବିଧାନ ବ୍ୟବସ୍ଥା, ନିଯୁକ୍ତ ହେବେ ସ୍ୱତନ୍ତ୍ର ଅବକାରୀ ଓକିଲ
ଭୁବନେଶ୍ବର ୩୧ । ୫ : ବେଆଇନ ମଦ କାରବାରରେ ରୋକ୍ ଲଗାଇବା ନେଇ ବଡ଼ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ଅବକାରୀ ଆଇନରେ କଠୋର ହେବ ଦଣ୍ଡବିଧାନ ବ୍ୟବସ୍ଥା । ସେସନ କୋର୍ଟରେ ନିଯୁକ୍ତ ହେବେ ସ୍ୱତନ୍ତ୍ର ଅବକାରୀ ଓକିଲ । ରାଜ୍ୟରୁ ତମାଖୁ ବନ୍ଦ ହେବା ଦରକାର । ମଦର ପ୍ରସାରଣ ବନ୍ଦ ହେବାର ଆବଶ୍ୟକ ଅଛି । ଡ୍ରଗ୍ସ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ହେବ । ଓଡ଼ିଶାରେ ପ୍ରଥମ ଥର ପାଇଁ ଏମିତି ଏକ ବଡ଼ ସଚେତନତା କାର୍ଯ୍ୟକ୍ରମ ହାତକୁନିଆଯାଇଛି ।ଜୁନ୍ ୨୬ଯାଏଁ ପ୍ରଥମ ପର୍ଯ୍ୟାୟ ସଚେତନତା ଚାଲିବ ଏବଂ ପରେ ଦ୍ଵିତୀୟ ପର୍ଯ୍ୟାୟ ହେବ। ବେଆଇନମଦ କାରବାର ରୋକିବାକୁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର।ଗତ ବର୍ଷ ସବୁଠାରୁ ଅଧିକ ପରିମାଣର ଗଞ୍ଜେଇ ଜବତ ହୋଇଛି। ଏନ୍ଫୋର୍ସମେଣ୍ଟଆହୁରି ଅଧିକ କରାଯିବ। ବେଆଇନମଦ କାରବାରକୁ ଓଡ଼ିଶା ସରକାର ଦମନ କରିବାକୁ ପ୍ରତିଶ୍ରୁତି ବଦ୍ଧବୋଲି ଆଇନ ମନ୍ତ୍ରୀ କହିଛନ୍ତି । You Can Read: ଏଣିକି ସାବାଡ଼୍ ହେବେ ମଦୁଆ, ରାସ୍ତାଘାଟରେ ମଦ ପିଇ ବୁଲିଲେ ହେବ ମାଡ଼
ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଜାମିନ, ପୀଡିତା କହିଲେ- ପ୍ରରୋଚନାରେ ପଡି ରୁଜୁ କରିଥିଲି ମାମଲା
ନୂଆଦିଲ୍ଲୀ ୩୧।୦୫: ଫିଲ୍ମ ନିର୍ଦ୍ଦେଶକ ସନୋଜ ମିଶ୍ରାଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି । ଦିଲ୍ଲୀ ହାଇକୋର୍ଟ ଜାମିନରେ ମୁକ୍ତ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ । ସନୋଜଙ୍କ ନାଁରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ତେବେ ମହିଳା ଜଣକ ମିଥ୍ୟା ଅଭିଯୋଗ କରିଥିବା ନେଇ ଦିଲ୍ଲୀ ହାଇକୋର୍ଟ ସତ୍ୟପାଠ ଦାଖଲ କରିଛନ୍ତି । ସେ କହିଛନ୍ତି କି ସେ ପାରସ୍ପରିକ ସମ୍ମତିରେ ସନୋଜ ମିଶ୍ରାଙ୍କ ସହ ଲିଭ୍-ଇନ୍ ସମ୍ପର୍କରେ ରହୁଥିଲେ । ସନୋଜ ମିଶ୍ରାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ, ତାହା ପ୍ରରୋଚନାରେ ପଡି ରୁଜୁ କରିଥିଲି ମାମଲା । ଦିଲ୍ଲୀ ହାଇକୋର୍ଟରେ ଜଷ୍ଟିସ୍ ଗିରିଶ କାଠପାଲିୟା ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରି ଏହି ମାମଲାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଥିଲେ । ସାଧାରଣତଃ ଦିଲ୍ଲୀ ହାଇକୋର୍ଟରେ ପୂର୍ଣ୍ଣ ଅଦାଲତ ରେଫରେନ୍ସ ପରେ କୌଣସି ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ନାହିଁ । କିନ୍ତୁ ଦିଲ୍ଲୀ ହାଇକୋର୍ଟରେ ଜଷ୍ଟିସ୍ ଗିରିଶ କାଠପାଲିୟାଙ୍କ ଖଣ୍ଡପୀଠ ଅଭିଯୁକ୍ତଙ୍କ ବ୍ୟକ୍ତିଗତ ସ୍ୱାଧୀନତାକୁ ଧ୍ୟାନରେ ରଖି ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିଥିଲେ ଏବଂ ଏହି ମାମଲାର ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଥିଲେ। ଖବର ଅନୁଯାୟୀ ଫିଲ୍ମ ନିର୍ଦ୍ଦେଶକ ସରୋଜ ମିଶ୍ରାଙ୍କୁ ମାର୍ଚ୍ଚ୩୦ତାରିଖରେ ଗିରଫ କରାଯାଇଥିଲା। ସନୋଜ ମିଶ୍ରଙ୍କ ବିରୋଧରେ ନାୟିକା ହେବାକୁ ଚାହୁଁଥିବା ଏକ ଛୋଟ ସହରର ଜଣେ ଝିଅକୁ ବାରମ୍ବାର ଯୌନ ଶୋଷଣ ଏବଂ ବ୍ଲାକମେଲ୍ କରିବାର ଅଭିଯୋଗ ଆସିଥିଲା। କିନ୍ତୁଫିଲ୍ମନିର୍ଦ୍ଦେଶକ ସନୋଜ ମିଶ୍ର ତାଙ୍କ ବିରୁଦ୍ଧରେ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଥିଲେ ଏବଂ କହିଥିଲେ ଯେ ଉଭୟଙ୍କ ମଧ୍ୟରେ ସମ୍ପର୍କ ସହମତିରେରହିଥିଲା।
ମୋଦିଙ୍କୁ G-7 ସମ୍ମିଳନୀକୁ ନିମନ୍ତ୍ରଣ ନ କରିବା ଲାଗି କାନାଡା ଶିଖ ସଙ୍ଗଠନର ଦାବି, ଜାଣନ୍ତୁ କାହିଁକି?
ଟୋରଣ୍ଟୋ ୩୧।୫: କାନାଡାରେ ବସବାସ କରୁଥିବା ଶିଖ ସଙ୍ଗଠନଙ୍କ ଭାରତ ବିରୋଧୀ ସ୍ୱର ଦୃଢ ହୋଇଛି। ଦେଶରେ ଅନୁଷ୍ଠିତ ହେବାକୁ ଯାଉଥିବା ଆଗାମୀ ଜି-୭ ଶିଖର ସମ୍ମିଳନୀକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ ନ କରିବା ଲାଗି ସରକାରଙ୍କ ଉପରେ ଚାପ ପକାଉଛନ୍ତି। ଏହି ସମ୍ମିଳନୀ ଆଗାମୀ ମାସରେ କାନାଡା କନଇନସ୍କିସ୍ (ଅଲବର୍ଟା)ରେ ଅନୁଷ୍ଠିତ ହେବାର ଅଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜି-୭ ଶିଖର ସମ୍ମିଳନୀକୁ ଆମନ୍ତ୍ରିତ କରାଯାଇଛି। ହେଲେ ଏଥର ଟୋରଣ୍ଟୋସ୍ଥିତ ‘ଶିଖ ଫେଡେରେସନ’ ଓ ‘ୱାର୍ଲଡ ଶିଖ୍ ଅର୍ଗାନାଇଜେସନ’ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ଭାରତ କାନାଡାରେ ଜାରି ନିଜ୍ଜର ହତ୍ୟା ଅପରାଧୀକ ଯାଞ୍ଚରେ ସହଯୋଗ ନ କରିଛି ସେ ପର୍ଯ୍ୟନ୍ତ ମୋଦିଙ୍କୁ କାନାଡା ନିମନ୍ତ୍ରଣ କରାନଯାଉ। ଶିଖ ସଙ୍ଗଠନ ଅଭିଯୋଗ କରିଛି ଯେ ୨୦୨୩ରେ ଭାଙ୍କୋଭର ନିକଟରେ ଶିଖ ନେତା ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟାରେ ଭାରତ ସରକାରଙ୍କ ଭୂମିକା ଥାଇପାରେ। ଏହା ଛଡା କେତେକ ଅନ୍ୟ ହିଂସା ଘଟଣାରେ ଭାରତ ଲିପ୍ତ ଥିବାର ଅଭିଯୋଗ ରହିଛି। ଏହା ସତ୍ତ୍ୱେ କାନାଡର ଲିବରାଲ ସରକାର ଭାରତ ସହିତ ବ୍ୟବସାୟ ବଢାଇବା ଓ ସମ୍ପର୍କ ସୁଧାର ଉଦ୍ୟମ କରୁଛନ୍ତି। ଯାହାକୁ ଶିଖ ସମୂଦାୟ ବିରୋଧ କରୁଛନ୍ତି । ଜି-୭ ସମ୍ମିଳନୀକୁ ଫ୍ରାନ୍ସ, ବ୍ରିଟେନ, ଜର୍ମାନ, ଇଟାଲୀ, ଜାପାନ, ଆମେରିକା ଓ ୟୁରୋପୀୟ ଆୟୋଗ ଅଧ୍ୟକ୍ଷଙ୍କୁ ନିମନ୍ତ୍ରିତ କରାଯାଇଛି। ଏହା ଛଡା ଜି-୭ ବାହାରର ଦେଶ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନୀ ଆଲବାନିଜଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ସେ ଯୋଗ ଦେବେ ବୋଲି ପୁଷ୍ଟି କରିଛନ୍ତି। ଏହା ଛଡା ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମଫୋସାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି, ତେବେ ସେ ଯୋଗ ଦେବେ କି ନ ଦେବେ ସେ ନେଇ ପୁଷ୍ଟି କରି ନାହାନ୍ତି। ଏହି କାର୍ଯ୍ୟକ୍ରମକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଦେମୀର ଜେଲନସ୍କି ମଧ୍ୟ ଆସିବେ। ତେବେ କାର୍ଯ୍ୟକ୍ରମରେ ଭାରତର ପ୍ରଧାନମନ୍ତ୍ରୀ ଯୋଗ ଦେବେ କି ନା ସେ ନେଇ କାନାଡା ସରକାର ନିରବ ଅଛନ୍ତି। ୨୦୨୩ ମସିହାରେ ନିଜ୍ଜର ହତ୍ୟାକାଣ୍ଡ ପରେ ଭାରତ-କାନାଡା ସମ୍ପର୍କରେ ଫାଟ ଦେଖା ଦେଇଥିଲା। ତେବେ ଉଭୟ ପକ୍ଷ ଏବେ ବ୍ୟବସାୟ ଓ ପାରସ୍ପରିକ ସହଯୋଗ ବଢାଇବା ପାଇଁ ସଂକେତ ଦେଇଛନ୍ତି।
ଫିଟିକିରୀ ପାଣିରେ ଗାଧାନ୍ତୁ, ମିଳିବ ଏହି ୬ଟି ଫାଇଦା
ଭୁବନେଶ୍ବର ୩୧।୦୫: ବର୍ତ୍ତମାନ ସମସ୍ତେ ଚମକଦାର ଏବଂ ସୁସ୍ଥ ତ୍ୱଚା ପାଇବା ପାଇଁ ମହଙ୍ଗା ସ୍କିନକେୟାରର ସାହାଯ୍ୟ ନେଉଛନ୍ତି । କିନ୍ତୁ ଜାଣନ୍ତି ଯେ ଘରେ ରହିଥିବା ଫିଟିକିରୀ ଆପଣଙ୍କୁ ଚର୍ମକୁ ସୁନ୍ଦର କରିପାରିବ। ଫିଟିକିରୀ ପାଣିରେ ଗାଧୋଇବା ଦ୍ୱାରା ମିଳିଥାଏ ଏହି ଲାଭ । ଆସନ୍ତୁ ଜାଣିବା… ଫିଟିକିରୀରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଝାଳର ଗନ୍ଧକୁ ଦୂର କରିଥାଏ। ପ୍ରତିଦିନ ଫିଟିକିରୀ ପାଣିରେ ଗାଧୋଇବା ଦ୍ୱାରା ଶରୀରରୁ ଆସୁଥିବା ଦୁର୍ଗନ୍ଧ ଧୀରେ ଧୀରେ ଦୂର ହୋଇଯାଏ। ଯଦି ଆପଣଙ୍କର ଫଙ୍ଗାଲ୍ ସଂକ୍ରମଣ, ଫୋଟକା କିମ୍ବା କୁଣ୍ଡାଇ ହେବାର ସମସ୍ୟା ଅଛି, ତେବେ ଫିଟିକିରୀ ପାଣି ଆରାମ ଦେଇପାରେ । ଏହା ତ୍ୱଚାକୁ ସମ୍ପୂର୍ଣ୍ଣ ସଫା କରେ। ଫିଟିକିରୀ ମୃତ ତ୍ୱଚା କୋଷିକାଗୁଡ଼ିକୁ ବାହାର କରିବାରେ ସାହାଯ୍ୟ କରେ। ଏହା ଆପଣଙ୍କ ତ୍ୱଚାକୁ ସଫା, କୋମଳ ଏବଂ ଚମକଦାରକରିଥାଏ । ଫିଟିକିରୀରେଥିବା ପ୍ରାକୃତିକ ଉପାଦାନ ବ୍ରଣକୁ ଶୁଖାଇବା ଏବଂ ମୁହଁର ଦାଗକୁ ହାଲୁକା କରିବାରେ ସାହାଯ୍ୟ କରେ । ଏହା ଚର୍ମକୁ ଭିତରୁ ସଫା କରେ। ଗ୍ରୀଷ୍ମ ଋତୁରେ କିମ୍ବା କୌଣସି ଆଲର୍ଜି ଯୋଗୁଁ ହେଉଥିବା କୁଣ୍ଡାଇ ଏବଂ ଜଳାପୋଡ଼ାରୁ ମୁକ୍ତି ପାଇବାରେ ବହୁତ ପ୍ରଭାବଶାଳୀ ଫିଟିକିରୀ ପାଣି । ଏହାର ଥଣ୍ଡା ପ୍ରଭାବ ଚର୍ମକୁ ଆରାମ ଦିଏ। ଫିଟିକିରୀ ଚର୍ମକୁ ଟାଣ ଏବଂ ସତେଜ ରଖିବାରେ ସାହାଯ୍ୟ କରେ । ଏହାର ପ୍ରଭାବ ଏକ ପ୍ରାକୃତିକ ଟୋନର ପରି କରିଥାଏ ।
ହେଟ୍ ସ୍ପିଚ୍ ମାମଲାରେ ବିଧାୟକ ଦୋଷୀ ସାବ୍ୟସ୍ତ, ଦୁଇ ବର୍ଷ ପାଇଁ ଜେଲ୍ ଦଣ୍ଡ
ନୂଆଦିଲ୍ଲୀ: ନିର୍ବାଚନ ବେଳେ ଦେଇଥିବା ହେଟ୍ ସ୍ପିଚ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସୁଭାସ୍ପା ବିଧାୟକ ଆବାସ ଅନସାରୀ। ଦୁଇ ବର୍ଷ ଜେଲଦଣ୍ଡ ଏବଂ ତିନି ହଜାର ଟଙ୍କା ଜରିମାନା କରିଛନ୍ତି କୋର୍ଟ। ସେହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ମନସୁର ଅନସାରୀଙ୍କୁ ଛଅ ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଉତ୍ତର ପ୍ରଦେଶ ମାଉର ସାଂସଦ-ବିଧାୟକ କୋର୍ଟ ଦଣ୍ଡାଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, ୨୦୨୨ ମାର୍ଚ୍ଚ ୩ରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ, ମାଉର ପାହାଡପୁର ମୈଦାନରେ ଆୟୋଜିତ ଏକ ସାଧାରଣ ସଭାରେ ଆବାସ ଅନସାରୀ ଅଧିକାରୀମାନଙ୍କୁ ଧମକ ଦେଇଥିଲେ। ଯଦି ସରକାର ଗଠନ ହୁଏ ତେବେ 'ଭଲଭାବେ ଦେଖିନେବୁ'। ଏହି ଉତ୍ତେଜନାପୂର୍ଣ୍ଣ ବୟାନକୁ ନେଇ ବିରୋଧ ହୋଇଥିଲା ଏବଂ ମାଉ କୋତୱାଲିର ତତ୍କାଳୀନ ସବ-ଇନ୍ସପେକ୍ଟର ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଭାରତୀୟ ଦଣ୍ଡ ସଂହିତା (IPC)ର ନିମ୍ନଲିଖିତ ୬ଟି ଧାରା ଅନୁଯାୟୀ ଆବାସ ଅନସାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଯେଉଁଥିରେ ଅପରାଧୀକ ଧମକ, ନିର୍ବାଚନରେ ମିଥ୍ୟା ପ୍ରଚାର, ସରକାରୀ କାର୍ଯ୍ୟରେ ବାଧା, ସରକାରୀ କର୍ମଚାରୀଙ୍କୁ ଧମକ ଦେବା, ଦୁଇ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ପ୍ରସାର କରିବା, ଅପରାଧୀକ ଷଡ଼ଯନ୍ତ୍ର ଅନ୍ତର୍ଭୁକ୍ତ। ଏହି ମାମଲାକୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି କାରଣ ଆବାସ ଅନସାରୀ କେବଳ ପୂର୍ବତନ ବାହୁବଳୀ ସାଂସଦ ମୁଖତାର ଅନସାରୀଙ୍କ ପୁଅ ନୁହଁନ୍ତି, ବରଂ ବର୍ତ୍ତମାନ ମାଉ ସଦର ଆସନର ବିଧାୟକ ମଧ୍ୟ। କୋର୍ଟ ମାଉ ବିଧାୟକ ଏବଂ ସୁହେଲଦେବ ଭାରତୀୟ ସମାଜ ପାର୍ଟି (SBSP) ନେତା ଆବାସ ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ପୁରୀ ବଡ଼ଦାଣ୍ଡରେ ଖଜା କିଣୁଥିଲେ ସାବଧାନ ! କିଣିବେ ୧ କିଲୋ, କିନ୍ତୁ ବଦଳରେ ପାଇବେ ୭ ଶହ ଗ୍ରାମ୍
ପୁରୀ ୩୧ । ୫ : ପୁରୀ ବଡ଼ଦାଣ୍ଡରେ ଖଜା କିଣୁଥିଲେସାବଧାନ!ଆପଣ୧କିଲୋଗ୍ରାମବଦଳରେପାଇବେ ୭ଶହ ଗ୍ରାମର ଖଜା। ଏଭଳି ଆମେ କହୁନୁ କିଛିଶ୍ରଦ୍ଧାଳୁକହୁଛନ୍ତି । ବ୍ରହ୍ମପୁରରୁ ଆସିଥିବା କିଛିଶ୍ରଦ୍ଧାଳୁ ଏଭଳି କହୁଥିବାର ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ,ବ୍ରହ୍ମପୁରରୁ ଆସିଥିବା କିଛି ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଘର ଓ ବନ୍ଧୁମାନଙ୍କ ପାଇଁ ପୁରୀର ପ୍ରସିଦ୍ଧ ଖଜା ନେବାକୁ ବୁଲୁଥିବା ବେଳେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଗଳିରେ ଥିବା ଖଜା ଦୋକାନରୁ ୨୦ କିଲୋ ଖଜା କିଣିଥିଲେ । ହେଲେ ତାକୁ ପାଖ ଦୋକାନରେ ଓଜନ କରିବାରୁତାହା୧୨ କିଲୋ ଖଜାହେଲା।ଅର୍ଥାତ୍ଖଜା କିଲୋଗ୍ରାମ ପିଛା ୩୦୦ ଗ୍ରାମ୍କମ୍। ତେବେଏହାକୁ ନେଇ ଖଜା ଦୋକାନୀଙ୍କ ସହ ସେମାନେ ପାଟିତୁଣ୍ଡ କରିବାରୁ ଦୋକାନୀ କହିଥିଲେପୁରୀରେ ଏହିଭଳି ଓଜନ ରହିବ । ତେଣୁ ଇଚ୍ଛାଅଛିଯଦିନିଆ ନ ହେଲେ ମାଡ଼ଖାଇବ ବୋଲି ଧମକ ଦେବାରୁ ସେଠାରେ ଅଭାବନୀୟ ପରିସ୍ଥିତିସୃଷ୍ଟି ହୋଇଥିଲା । ଏହାସହପୋଲିସ ପହଞ୍ଚିଖଜା ଦୋକାନୀ ଓଖଜା ଏବଂ ମେସିନକୁ ଜବତ କରିବା ସହ ସିଂହଦ୍ୱାରା ଥାନାରେ ଅଟକ ରଖିଥିବା ବେଳେ ପର୍ଯ୍ୟଟକମାନେ ଏତଲା ଦେଇଛନ୍ତି । ଖାଲି ଓଜନ ଠକେଇ ନୁହେଁ ତଳେ ପଡିଥିବା ଖଜାକୁ ବିପ୍ୟାକିଂ କରିବିକ୍ରିହେଉଥିବାଅଭିଯୋଗ ହେଉଥିବା ବେଳେଖଜାର ମାନକୁନେଇମଧ୍ୟଉଠିଛି ପ୍ରଶ୍ନ । ତେବେ ପୁରୀରେ ଏଭଳି ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ଓଜନ ମେସିନ ଚଢାଉ ଦେଖିବାକୁ ମିଳିନାହିଁ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । You Can Read: ଅବକାରୀ ଆଇନରେ କଠୋର ହେବ ଦଣ୍ଡବିଧାନ ବ୍ୟବସ୍ଥା, ନିଯୁକ୍ତ ହେବେ ସ୍ୱତନ୍ତ୍ର ଅବକାରୀ ଓକିଲ
ଚାନ୍ଦବାଲି୩୧।୫: ଶନିବାରମଧ୍ୟରାତ୍ରରେ ବିବାହ ବନ୍ଧନରେ ବାନ୍ଧି ହେବେ ଦେବ ଦମ୍ପତି।ଭଦ୍ରକ ଜିଲ୍ଲା ଆରଡିରେ ବାବା ଆଖଣ୍ଡଳମଣୀଙ୍କ ମନ୍ଦିରରେ ପ୍ରସିଦ୍ଧ ଶିବ ବିବାହ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ପୀଠ।ମନ୍ଦିର ପରିସର ଓ ପୀଠକୁ ସୁସଜ୍ଜିତ କରାଯାଇଥିବା ବେଳେ ଫୁଲରେ ଝଲସୁଛି ମନ୍ଦିର ମୁଖ୍ୟଦ୍ବାର।ଶୁକ୍ରବାରବୈଦିକ ରୀତିନୀତି ଅନୁଯାୟୀ ବର ପିତା ଆଲୋକ ପଣ୍ଡା ଓ କନ୍ୟାପିତା ବିଶ୍ବଜିତ ପାଢୀଙ୍କ ପକ୍ଷରୁ ଦେବ ଦମ୍ପତିଙ୍କର ମଙ୍ଗଳପାଗ ନୀତି ସମ୍ପନ୍ନ ହୋଇଥିବା ବେଳେଶନିବାରବିବାହ କାର୍ଯ୍ୟଅନୁଷ୍ଠିତ ହେବ।ମଣିବାବାଙ୍କର ସକାଳ ନୀତିକାନ୍ତି ସରିବା ପରେ ସକାଳ ୮ଟାରେ ଶ୍ରୀଜିଉଙ୍କୁ ହଳଦୀ ସ୍ନାନ କରାଯାଇଥିବା ବେଳେ ବର ପିତା ଓ କନ୍ୟାପିତାଙ୍କ ପକ୍ଷରୁ ଏକ ସୁସଜ୍ଜିତ ବିମାନରେ ମନ୍ଦିରରୁ ବାବାଙ୍କ ଚଳନ୍ତି ପ୍ରତିମା ହର,ମାତା ପାର୍ବତୀଙ୍କ ଚଳନ୍ତି ପ୍ରତିମା ଗୌରୀଙ୍କୁ ନିଜ ଘରକୁ ନେଇ ଲୋକାଚାରରେ ମଙ୍ଗଳପାଗ ନୀତି ସମ୍ପନ୍ନ କରିଥିଲେ।ଏହାସହ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ସହ ଚାଲିଛି ପୂଜାର୍ଚ୍ଚନା। ଏହି ବିବାହ ଉତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ପାରମ୍ପରିକ ବାଦ୍ୟଓ ନୃତ୍ୟକଳାକାର ଏବେ ଆରଡି ପୀଠରେ ପହଞ୍ଚିଥିବା ବେଳେ ସମସ୍ତଙ୍କ ଘରେ ବନ୍ଧୁ ପରିଜନରେ ପୁରି ଉଠିଛି।ବରଧରା ଗମନସରିଥିବାସହ ସନ୍ଧ୍ୟାରେ ବରାନୁଗମନ ଶୋଭାଯାତ୍ରା ଅନୁଷ୍ଠିତ ହେବ।ଏହାସହ ଅପରାହ୍ନ୪ଟାରେ ମଣିବାବାଙ୍କୁ ରାଜରାଜେଶ୍ବର ବେଶ ଓ ମାତା ପାର୍ବତୀଙ୍କର ରାଜରାଜେଶ୍ବରୀ ବେଶ ଅନୁଷ୍ଠିତ ହେବ।ପରେ ଦିଅ ମଙ୍ଗୁଳା ନୀତି ଅନୁଷ୍ଠିତ ହେବ।ଭକ୍ତଙ୍କ ସମାଗମକୁ ଦୃଷ୍ଟିରେରଖିବ୍ୟାପକପୋଲିସମୁତୟନ କରାଯାଇଛି।ଏଥିପାଇଁ ଭଦ୍ରକ ଜିଲ୍ଲାପାଳ,ଚାନ୍ଦବାଲି ବିଡିଓ,ତହସିଲଦାରଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ମାନେ ପୀଠରେ ରହି ସମସ୍ତ କାର୍ଯ୍ୟର ତଦାରଖ କରୁଛନ୍ତି।ବିଶେଷ କରି ପୀଠରେ ଚଳିତବର୍ଷ ତ୍ରିସ୍ତରୀୟ ସୁରକ୍ଷାବ୍ୟବସ୍ଥା ସହିତ ଟ୍ରାଫିକବ୍ୟବସ୍ଥାକୁ କଡାକଡି କରାଯାଇଛି।ଏହାସହ ପୀଠରେ ଥିବା ୩ଟି ନଦୀଘାଟର ଉଭୟ ପାର୍ଶ୍ବରେ ସୁରକ୍ଷାବ୍ୟବସ୍ଥା କରାଯାଇ ନଦୀ ମଧ୍ୟରେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପଇଁତରା ମାରୁଛନ୍ତି।ସୁରକ୍ଷାବ୍ୟବସ୍ଥା ପାଇଁବ୍ୟାପକ ସୁରକ୍ଷା ବାହିନୀ ନିୟୋଜିତ ରହିଛନ୍ତି। You Can Read: ପୁରୀ ବଡ଼ଦାଣ୍ଡରେ ଖଜା କିଣୁଥିଲେ ସାବଧାନ ! କିଣିବେ ୧ କିଲୋ, କିନ୍ତୁ ବଦଳରେ ପାଇବେ ୭ ଶହ ଗ୍ରାମ୍
ପୁରୁଣା ନୋଟ୍ କୁ ନେଇ RBIଙ୍କ ବଡ଼ ପଦକ୍ଷେପ, ଏବେ ଆପଣଙ୍କ ଘରୋଇ ବ୍ୟବହାରରେ ଆସିବ ଓଲ୍ଡ କରେନ୍ସୀ
ମୁମ୍ବାଇ ୩୧।୫: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପରିବେଶକୁ ଧ୍ୟାନରେ ରଖି ଏକ ଅନନ୍ୟ ପଦକ୍ଷେପ ନେଇଛନ୍ତି। ଏହି ପଦକ୍ଷେପ ଅନୁସାରେ ଏବେ ବାର୍ଷିକ ଜମା ହେଉଥିବା ଟନ ଟନ କଟାଫଟା ନୋଟ୍ କୁ ଆଉ ଅଳିଆ ଗଦାକୁ ଫିଙ୍ଗି ଦିଆଯିବ ନାହିଁ। ଏହାକୁ କାଠ ଭଳି ମଜଭୁତ ବୋର୍ଡରେ ରୂପାନ୍ତରିତ କରାଯିବ। ଯେଉଁଥିରୁ ଫର୍ଣ୍ଣିଚର ଓ ଅନ୍ୟ ଉପଯୋଗର ବସ୍ତୁତ ତିଆରି କରାଯାଇ ପାରିବ। ଏଥି ପାଇଁ ଆରବିଆଇ ଦେଶର ପ୍ରମୁଖ ବୈଷୟିକ ସଂସ୍ଥାଙ୍କ ସହ ମିଶି ଏହି ଫର୍ମୂଲା ବାହାର କରିଛନ୍ତି। ଏହା ଦ୍ୱାରା ଫଟାକଟା ଓ ପ୍ରଚଳନରୁ ବାହାରିଯାଇଥିବା ନୋଟ୍ ପୁନଃଚକ୍ରିକରଣ (ରିସାଇକ୍ଲ) କରି ‘ପାର୍ଟିକ୍ଲ ବୋର୍ଡ’ ତିଆରି କରାଯିବ। ଏହି ବୋର୍ଡ ପାରମ୍ପରିକ କାଠ ପଟାର ବିକଳ୍ପ ରୂପେ କାମରେ ଆସିବ ଓ ଏହାକୁ ଫର୍ଣ୍ଣିଚରରୁ ଆରମ୍ଭ କରି ନିର୍ମାଣ ସାମଗ୍ରୀରେ ମଧ୍ୟ ବ୍ୟବହାର କରାଯିବ। ଆରବିଆଇଙ୍କ ୨୦୨୪-୨୫ ବାର୍ଷିକ ରିପୋର୍ଟ ଅନୁଯାୟୀ ପ୍ରତ୍ୟେକ ବର୍ଷ ପାଖାପାଖି ୧୫ହଜାର ଟନ ଖରାପ ନୋଟ ଜମା ହୋଇଥାଏ। ଏ ପର୍ଯ୍ୟନ୍ତ ଏହି ଅଦରକାରୀ ନୋଟ ଗୁଡିକୁ ଗାତ ଖୋଳି ପୋତି ଦିଆଯାଉଥିଲା ନଚେତ ପୋଡାଯାଉଥିଲା। ଏପରି କରିବା ପରିବେଶ ଉପରେ ଖରାପ ପ୍ରଭାବ ପକାଉଥିଲା। ହେଲେ ଏବେ ନୂଆ ପ୍ରକ୍ରିୟାରେ ଏଗୁଡିକର ଉପଯୁକ୍ତ ଉପଯୋଗ ସମ୍ଭବ ହୋଇ ପାରିବ। ଏଥି ପାଇଁ ଆରବିଆଇ କେନ୍ଦ୍ରୀୟ ପରିବେଶ ମନ୍ତ୍ରାଳୟ ଅଧିନ ଉଡେନ ସାଇନ୍ସ ଆଣ୍ଡ ଟେକ୍ନିକାଲ ଇନିଷ୍ଟେଚ୍ୟୁଟରେ ଗବେଷଣା କରାଇଥିଲେ। ଏହି ଗବେଷଣାରୁ ଜଣା ପଡିଥିଲା ଯେ କରେନ୍ସୀ ପେପରରେ ତିଆରି ବ୍ରିକେଟ ବୈଷୟିକ ରୂପେ ପାର୍ଟିକ୍ଲ ବୋର୍ଡ ତିଆରିରେ ସହାୟକ ହୋଇ ପାରିବ। ଏହା ପରେ ଆରବିଆଇ ପାର୍ଟିକ୍ଲ ତିଆରି କରୁଥିବା କମ୍ପାନୀଙ୍କୁ ପ୍ୟାନେଲରେ ଯୋଡିବା ଆରମ୍ଭ କରିଥିଲେ। କଟାଫଟା ନୋଟରେ ଥିବା ସୁରକ୍ଷା ସୁତ୍ର, ରସାୟନ, ସ୍ୟାହୀ ଓ ଫାଇବର ପରିବେଶକୁ ଯାଇ କ୍ଷତିକାରକ ପ୍ରଭାବ ପକାଉଥିଲା। ଏଗୁଡିକୁ ପୋଡିଲେ ବାୟୁରେ ହାନୀକାରକ ଗ୍ୟାସ୍ ମିଶୁଥିଲା। ହେଲେ ଏବେ ନୂଆ ଉପାୟରେ ଏହି ଅଦରକାରୀ ନୋଟର ଉପଯୁକ୍ତ ଉପଯୋଗ ହୋଇ ପାରିବ। ଆରବିଆଇଙ୍କ ଏହି ପଦକ୍ଷେପ ନା କେବଳ ନୋଟଗୁଡିକର ପ୍ରବନ୍ଧନକୁ ଅଧିକ ଦାୟିତ୍ୱବାନ କରିବ ବରଂ ପରିବେଶ ଦୃଷ୍ଟିକୋଣରୁ ଗେମ ଚେଞ୍ଜର ସାବ୍ୟସ୍ତ ହେବ। ଏବେ ଆପଣ ଯେଉଁ ଟେବୁଲ ଓ ଚେୟାରରେ ବସିବେ ହୁଏତ ତାହା କେବେ ୫୦୦ ଓ ୨୦୦୦ ଟଙ୍କା ନୋଟ ନଥିଲା ବୋଲି କହିହେବ ନାହିଁ।
ଅବୈଧ ବାଂଲାଦେଶୀଙ୍କ ଉପରେ ଆସାମରେ ବଡ଼ କାର୍ଯ୍ୟାନୁଷ୍ଠାନ , ସେମାନଙ୍କୁ ଧରି ଫେରାଉଛନ୍ତି ହିମନ୍ତା ସରକାର
ଦିସପୁର : ଆସାମର ସରକାର ଦ୍ୱାରା ସେହି ଲୋକଙ୍କ ପରିଚୟ ଓ ପ୍ରତ୍ୟାବର୍ତ୍ତନର ପ୍ରକ୍ରିୟାକୁ ଜୋରଦାର କରାଯାଉଛି , ଯାହାକୁ 'ଫରେନର୍ସ ଟ୍ରିବ୍ୟୁନଲ' ଅବୈଧ ବିଦେଶୀ ଘୋଷିତ କରିଛି। ସରକାର ଏହି ଘୋଷିତ ବିଦେଶୀ ନାଗରିକଙ୍କୁ ଭାରତ-ବାଂଲାଦେଶ ସୀମାର ନୋ-ମ୍ୟାନ୍ସ ଲ୍ୟାଣ୍ଡ (ନିର୍ଜନ କ୍ଷେତ୍ର)ରେ ଜୋର ଜବରଦସ୍ତ ପୂରାଉଛନ୍ତି। ୨୭ ଓ ୨୯ ମେ’ରେ ଆସାମର ପଶ୍ଚିମୀ ଓ ଦକ୍ଷିଣୀ ଭାଗରୁ ଅତି କମ୍ରେ ୪୯ ଜଣ ଲୋକଙ୍କୁ କଥିତ ରୂପେ ବାହାର କରାଯାଇଛି। ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ମୁତାବିକ , ଏହାପରେ ଅତି କମ୍ରେ ୩ଜଣ ଆବେଦନକାରୀ ସୁପ୍ରିମକୋର୍ଟ ଓ ଗୌହାଟୀ ହାଇକୋର୍ଟରେ ପିଟିସନ ଦାଖଲ କରିଛନ୍ତି, ଯେଉଁଥିରେ ତାଙ୍କର ପରିଜନଙ୍କର ସୂଚନା ଦିଆଯାଇଛି ଏବଂ ଏହି ଅଭିଯାନ ଉପରେ ରୋକ୍ ଲଗାଇବାକୁ ଦାବି କରାଯାଇଛି। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତା ବିଶ୍ୱ ଶର୍ମା ଶୁକ୍ରବାର କହିଛନ୍ତି , ଏବେସୁଦ୍ଧା ଟ୍ରିବ୍ୟୁନଲ ଦ୍ୱାରା ବିଦେଶୀ ଘୋଷିତ କରାଯାଇ ଥିବା ୩୦,୦୦୦ଲୋକ ଗାଏବ ହୋଇ ସାରିଛନ୍ତି। ଏନଆରସି ଅପଡେଟ୍ ବେଳ ଏହି ପ୍ରକ୍ରିୟା ବନ୍ଦ ରହିଥିଲା, ଏବେ ଏହାକୁ ଦ୍ରୁତ କରିବାର ନିର୍ଣ୍ଣୟ ନେଇଛନ୍ତି। ଯେମିତି ହିଁ ଆମେ କୌଣସି ଘୋଷିତ ମିଳେ, ଆମେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ କରୁଛୁ। ଆସାମ ସିଏମ୍ ସ୍ପଷ୍ଟ କରିଛନ୍ତି ଯେ, ଆଗାମୀ ଦିନରେ ଏହିପରି ଅନେକ ପୁଶ-ବ୍ୟାକ୍ କାର୍ଯ୍ୟାନୁଷ୍ଠାନ ହେବ। ସେ କହିଛନ୍ତି , କେହି ବି ଘୋଷିତ ବିଦେଶୀ ହାଇକୋର୍ଟ ବା ସୁପ୍ରିମକୋର୍ଟରେ ଅପିଲ କରି ପାରନ୍ତି। ଯଦି କିଏ ଅପିଲ କରି ନାହାନ୍ତି, ତ ଭାରତରେ ରହିବାରେ ତାଙ୍କର ଅଧିକାର ଶେଷ ହୋଇଯାଏ। କିନ୍ତୁ ଯଦି ସେ ଦେଖାଇ ପାରନ୍ତି ଯେ, ସେ ଅପିଲ କରିଛନ୍ତି , ତ ଆମ ତାଙ୍କୁ ଛାଡ଼ିବୁ ନାହିଁ। ସେ କହିଛନ୍ତି ଯେ, ନ୍ୟାୟପାଳିକା ଦ୍ୱାରା କୌଣସି ଟ୍ରିବ୍ୟୁନାଲ ଆଦେଶ ଉପରେ ସ୍ଥଗିତାଦେଶ ଦିଆଯାଇଛି, ତ ସରକାର ତାଙ୍କର ସମ୍ମାନ କରୁଛନ୍ତି ଏବଂ ଏମିତି ଲୋକଙ୍କୁ ରହିବାକୁ ଦିଆଯାଇଛି। ସେ ଆହୁରି କହିଛନ୍ତି, ଅବୈଧ ପ୍ରବାସୀଙ୍କ ଦୁଇଟି ବର୍ଗରେ ଅଛନ୍ତି। ଗୋଟିଏ ତାହା ଯିଏ ନିକଟରେ ଭାରତରେ ଅଛନ୍ତି, ଏବଂ ଅନ୍ୟମାନେ ଯିଏକି ଟ୍ରିବ୍ୟୁନାଲ ଦ୍ୱାରା ବିଦେଶୀ ଘୋଷିତ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସୁପ୍ରିମକୋର୍ଟ ଫେବ୍ରୁଆରୀରେ ନିର୍ଦ୍ଦେଶ ଦେଇଥିଲେ ଯେ, ଘୋଷିତ ବିଦେଶୀଙ୍କୁ , ଯିଏକି କୌଣସି ଅପିଲ କରି ନାହାନ୍ତି , କୌଣସି ପ୍ରକାରରେ ସେମାନଙ୍କୁ ଫେରାଇ ଦିଆଯିବ ଉଚିତ୍। ସେ କହିଛନ୍ତି , କେବଳ ଗତକାଲି ୩୫ ବାଂଲାଦେଶୀ ( ଯିଏକି କିଛି ଦିନ ପୂର୍ବରୁ ହିଁ ସୀମାରେ ଭାରତରେ ପଶି ଥିଲେ ଏବଂ ମେଘାଳୟ ସୀମାରେ ସିଲଚର ପାଖରେ ଧରାପଡ଼ି ଥିଲେ ) ତାଙ୍କୁ ତୁରନ୍ତ ପଠାଇଦିଆ ଯାଇଛି। ଗୁରୁବାର ଗୌହାଟୀ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରି ଦୁଇ ଭାଇଙ୍କ ଠିକଣାର ସୂଚନା ଦେଇ କହିଛନ୍ତି, ଯାହାକୁ ୨୦୧୭ରେ ଟ୍ରିବ୍ୟୁନାଲ ବିଦେଶୀ ଘୋଷିତ କରିଥିଲେ। ଉଭୟ ଅବୁ ବକ୍କର ସିଦ୍ଦିକ ଓ ଅକବର ଅଲୀଙ୍କୁ ଗୋଲପାରାର ଟ୍ରାଞ୍ଜିଟ୍ କ୍ୟାମ୍ପରେ ରଖାଯାଇ ଥିଲା ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ୨୦୨୦ରେ ଜାମିନ୍ରେ ମୁକ୍ତ କରାଯାଇ ଥିଲା। ଆସାମ ପୁଲିସ ଓ ସୀମା ସୁରକ୍ଷା ବାହିନୀ (ବିଏସଏଫ) ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ସୀମାରେ ନିରୀକ୍ଷଣ ବଢାଇ ଦେଇଛନ୍ତି। ନିକଟରେ ଜଲାଲପୁରରେ ସ୍ଥାନୀୟ ଲୋକେ ରାତିର ଅନ୍ଧକାରରେ ଅନେକ ଅଟୋ-ରିକ୍ସାରେ ଯାତ୍ରା କରୁଥିବା ୩୦ରୁ ଅଧିକ ସନ୍ଦିଗ୍ଧ ବାଂଲାଦେଶୀ ନାଗରିକଙ୍କୁ ରୋକିଛନ୍ତି, ଯାହାଙ୍କ ପାଖରେ ବୈଧ ଭାରତୀୟ କାଗଜପତ୍ର ନଥିଲା। ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି ଯେ, ଏହି ଲୋକେ ଭାରତରେ ଦିନ ମଜୁରିଆ ଭାବେ କାମ କରୁଥିଲେ ଏବଂ ଆସାମରେ ଚାଲୁ ଥିବା ଏହି ଅଭିଯାନର ଭୟରେ ବାଂଲାଦେଶ ଫେରିବାକୁ ଚେଷ୍ଟା କରୁଥିଲେ।
ଢେଙ୍କାନାଳ ୩୧ । ୫ : ସ୍କୁଲ ଭ୍ୟାନ ଡ୍ରାଇଭର ମାନଙ୍କୁ ରୁହନ୍ତୁ ସାବଧାନ । କାରଣ ବିଭିନ୍ନ ଲୁଟ୍ ଘଟଣାରେ ତଦନ୍ତ ବେଳେ ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣାର ପର୍ଦ୍ଦାଫାଶ କରିଛି ଢେଙ୍କାନାଳ ଟାଉନ ଥାନା ପୋଲିସ । ଜଣେ ଲୁଟେରାକୁ ଗିରଫ କରିଥିବା ବେଳେ ତା' ନିକଟରୁ ଅନେକ ଲୁଟ୍ ସାମଗ୍ରୀ ସୁନା, ଗହଣା ଆଦି ଉଦ୍ଧାର କରିଛି ପୋଲିସ । ଗିରଫ ଲୁଟେରା ଜଣଙ୍କ ଜଣେ ସ୍କୁଲ ଭ୍ୟାନ ଡ୍ରାଇଭର ହୋଇଥିବା ବେଳେ ଢେଙ୍କାନାଳ ସହରର ରଗଡି ସାହିର କହ୍ନେଇ ବାରିକ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ସ୍କୁଲ ଭ୍ୟାନରେ ସ୍କୁଲକୁ ପିଲାଙ୍କୁ ନେବାଆଣିବା ଲୁଟେରା କହ୍ନେଇର ଥିଲା ବାହାନା । ପ୍ରକୃତରେ ସ୍କୁଲକୁ ନେଉଥିବା ପିଲାଙ୍କ ପରିବାର ତାଙ୍କ ଟାର୍ଗେଟ୍ରେ ଥିଲେ । ଯେଉଁଦିନ କୌଣସି ପିଲା ସ୍କୁଲ ଯାଉନଥିଲେ ସେଦିନ ପିଲାର ଅଭିଭାବକଙ୍କ ଫୋନ୍ ଯୋଗେ ଘରେ କେତେଦିନ ଅନୁପସ୍ଥିତି ରହିବେ ସେ ସମ୍ପର୍କରେ ସୂଚନା ନେଉଥିଲେ । ପରେ ଏ ବାବଦରେ ଲୁଟ୍ ରାକେଟ୍କୁ ସୂଚନା ଦେଇ ମିଳିମିଶି ଉକ୍ତ ଘରେ ପଶି ସୁନା ଗହଣା ଓ ଟଙ୍କା ଆଦି ଲୁଟୁଥିଲେ । ଏଭଳି ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ଟାଉନ ଥାନା ପୋଲିସ । ଏଭଳି ଲୁଟ୍ ରାକେଟର ମାଷ୍ଟର ମାଇଣ୍ଡ କହ୍ନେଇ ବାରିକକୁ ଗିରଫ କରିବାରେ ସକ୍ଷମ ହୋଇଛି । ତାଠାରୁ ନଗଦ ୫୪ ହଜାର ଟଙ୍କା, ୩ଟି ଲାପଟପ, ୫ଟି ସ୍ମାର୍ଟ ୱଚ୍ ଆଦି ଲୁଟ୍ ସାମଗ୍ରୀ, ଶହେ ଗ୍ରାମର ଲୁଟ୍ ସୁନା ଗହଣା ଓ ୨ ଶହ ଗ୍ରାମର ରୁପା ଅଳଙ୍କାର ଆଦି ଉଦ୍ଧାର କରିଛି ଟାଉନ ଥାନା ପୋଲିସ । ଉଦ୍ଧାର ସାମଗ୍ରୀର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ବୋଲି ଜଣାପଡିଛି । ଢେଙ୍କାନାଳ ସହରର ଗାୟତ୍ରୀ ନଗର, ଅମଲା ପଡା, କାରିଗର ସାହି ଓ ଟାଉନ ପ୍ଲାନିଂ ଆଦି ୪ଟି ସ୍ଥାନରୁ ଏହି ସାମଗ୍ରୀ ଲୁଟ୍ କରିଥିବା ଜଣାପଡ଼ିଛି । ଟାଉନ ଥାନା ପୋଲିସ ଲୁଟ୍ ଶିକାର ହୋଇଥିବା ପରିବାରକୁ ଡାକି ଲୁଟ୍ ସାମଗ୍ରୀ ହସ୍ତାନ୍ତର କରିଥିବା ଜଣାପଡିଛି । You Can Read: ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ଶିବ ବିବାହ ଉତ୍ସବ, ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ସହ ଚାଲିଛି ପୂଜାର୍ଚ୍ଚନା
ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡ ଘଡି ସହ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି
ଭୁବନେଶ୍ଵର: ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ବିଜୁଳି ଘଡ ଘଡି ସହ ବର୍ଷା ସମ୍ଭାବନା ରହିଛି। ଏ ନେଇ ସାତ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ରାଜ୍ୟରେ ଏବେ ବ୍ରେକ ମୌସୁମୀ ସ୍ଥିତି ଲାଗି ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡ ଘଡି ସହ ବର୍ଷା ସମ୍ଭାବନା ରହିଛି । ଏ ନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଜିଲ୍ଲା ଗୁଡ଼ିକ ହେଲା ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ମାଲକାନଗିରି, ମୟୂରଭଞ୍ଜ, ସୁନ୍ଦରଗଡ଼, କେଉଁଝର । ମଧ୍ୟାହ୍ନ ଅବା ସନ୍ଧ୍ୟା ସମୟରେରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିସହ ସହ ଝଟକା ପବନ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ମଧ୍ୟ ହୋଇପାରେ। ସେହିପରି ମଧ୍ୟମ ଧରଣର ବର୍ଷା ନେଇ ୨୪ ଜିଲ୍ଲାରେ ସତର୍କତା ଜାରୀ କରିଛି ପାଣିପାଗ ବିଭାଗ । ଏଭଳି ସ୍ଥିତି ଆସନ୍ତା ଜୁନ ୨ ତାରିଖ ଯାଏଁ ହେବ । ଅନ୍ୟପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ରାଜ୍ୟରେ ଏବେ ମନସୁନ ବ୍ରେକ୍ ସ୍ଥିତି ଜାରି ରହିଛି । ବାୟୁମଣ୍ଡଳରେ ଯଥେଷ୍ଟ ଜଳୀୟ ବାଷ୍ପ ଥିବା ହେତୁ ଗରମ ଗୁଳୁଗୁଳି ସହ ବର୍ଷା ସ୍ଥିତି ମଧ୍ୟ ଉପୁଜିବ ।
ଆର୍ଯ୍ୟପଲ୍ଲୀରେ କୂଳ ଖାଉଛି ସମୁଦ୍ର, ଲୋକେ ଭୟଭୀତ : ସ୍ଥାୟୀ ପଦକ୍ଷେପ ନେବାକୁ ପ୍ରଶାସନ ନିକଟରେ ନିବେଦନ
ବ୍ରହ୍ମପୁର ୩୧ । ୫ : କୂଳ ଖାଉଛି ସମୁଦ୍ର।ଉଛୁଳା ପାଣିର ଜୁଆରରେ ଛିନଛତ୍ର ଗାଁ।ରାସ୍ତା ନଷ୍ଟ ହୋଇ ଭାଙ୍ଗି ଯାଇଛି।କେଉଁ ମୁହୂର୍ତ୍ତରେ ଆର୍ଯ୍ୟପଲ୍ଲୀପଞ୍ଚାୟତକୁସମୁଦ୍ର ଗିଳି ଦେବସେକଥା କହିହେବନି । ଏହା ଦେଖି ଭୟଭୀତ ଅବସ୍ଥାରେ ଅଛନ୍ତି ଲୋକ ।ଆର୍ଯ୍ୟପଲ୍ଲୀ ପଞ୍ଚାୟତର ପ୍ରାୟ ୪ରୁ ୫କି.ମି.ଦୂରରେ ରହିଥିଲା ।ଏବେ ସମୁଦ୍ର ଆଉ ମାତ୍ର ୫୦ମିଟର ଦୂରରେ ରହିଛି । କେତେବେଳେ ସମୁଦ୍ର ପଞ୍ଚାୟତକୁ ମାଡି ଆସିବତାହା କହିବା ମୁସ୍କିଲ ।ସେଥିପାଇଁଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି ।ଏବେ କୂଳ ଲଙ୍ଘିବା ସହ ରାସ୍ତା ମଧ୍ୟ ନଷ୍ଟହେବାକୁ ଲାଗିଲାଣି ।ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ଅଞ୍ଚଳବାସୀ। ଏ ସମସ୍ୟା ସମ୍ପର୍କରେଛତ୍ରପୁର ବିଧାୟକଙ୍କୁ ମଧ୍ୟ ଅଞ୍ଚଳବାସୀ ଅବଗତ କରାଇଥିଲେ।ନିଜେ ବିଧାୟକ ଅଞ୍ଚଳରେ ପହଞ୍ଚିସ୍ଥିତି ପରଖିବା ସହ ପ୍ରଶାସନକୁ ତୁରନ୍ତ ଗୁରୁତ୍ୱ ଦେବାକୁ କହିଥିଲେ।ପରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଛତ୍ରପୁର ଉପ ଜିଲ୍ଲାପାଳ ଶିବାଶିଷବରାଳ ପହଞ୍ଚିସ୍ଥିତି ପରଖିଥିଲେ। ପଦକ୍ଷେପ ଗ୍ରହଣ କରାଯାଇ ରାସ୍ତାରେ ବଡ଼ ବଡ଼ ପଥର ପକାଇ ସମାଧାନ କରାଯାଉଥିବା କହିଛନ୍ତି ଜିଲ୍ଲାପାଳ।ଯେଉଁ ସ୍ଥାନରେ କୂଳ ଖାଉଛି ସେଠାରେ ମଧ୍ୟ ଜେସିବି ଜରିଆରେ ପଥର ପକାଯାଉଛି।ଆଗାମୀ ଦିନରେ ଏହାର ସ୍ଥାୟୀ ପ୍ରତିକାର ପାଇଁ ବିହିତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।ତୁରନ୍ତ ଏଥିପ୍ରତି ଧ୍ୟାନ ଦିଆଯାଇ ପଦକ୍ଷେପ ଗ୍ରହଣ କରା ନଗଲେ ଗଞ୍ଜାମ ଜିଲ୍ଲା ମାନଚିତ୍ରରୁ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ସମ୍ପୂର୍ଣ୍ଣ ଭାବେ ଲୀନ ହୋଇଯିବବୋଲିଆଶଙ୍କା କରାଯାଉଛି। You Can Read: ପିଲାଙ୍କୁ ନେବାଆଣିବା ଥିଲା ବାହାନା, ପରିବାର ଲୋକଙ୍କ ଅନୁପସ୍ଥିତିରେ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କାର ସୁନା ଓ ରୁପା ଗହଣା
୨୦ ହଜାରରୁ କମ୍ ଟଙ୍କାରେ ୱାସିଙ୍ଗ୍ ମେସିନ୍ କିଣିବାକୁ ଚାହୁଛନ୍ତି କି ? ଏଠାରେ ମିଳୁଛି ଜବରଦସ୍ତ ଅଫର୍
ୱାସିଙ୍ଗ୍ ମେସିନ୍ କିଣିବା ପାଇଁ ଚାହୁଛନ୍ତି କିନ୍ତୁ ମାସ ଶେଷକୁ ବଜେଟ୍ ସାଥ୍ ଦେଉନି କି ? ତା’ହେଲେ ଚିନ୍ତା କରନ୍ତୁ ନାହିଁ । ଅନଲାଇନ୍ ଇ-କମର୍ସ ପ୍ଲାଟଫର୍ମରେ ଭଲ ରିହାତିରେ ମିଳୁଛି ୱାସିଙ୍ଗ୍ ମେସିନ୍ । ଯେଉଁଠାରେ ଆପଣ ୨୦ ହଜାର ଟଙ୍କା ତଳକୁ ଭଲ ୱାସିଙ୍ଗ୍ ମେସିନ୍ କିଣିବାର ଲାଭ ଉଠାଇ ପାରିବେ । ତେବେ ଆସନ୍ତୁ ଜାଣିବା କେଉଁ ପ୍ଲାଟଫର୍ମରେ କେତେ ରିହାତିରେ ମିଳୁଛି ୱାସିଙ୍ଗ୍ ମେସିନ୍ । godrej-washing-machine Photograph: (google) Godrej 8 Kg: ଗୋଦରେଜ କମ୍ପାନିର ଏହି ୱାସିଙ୍ଗ୍ ମେସିନ୍ ଆପଣ ଅନଲାଇନ୍ ଇ-କମର୍ସ ପ୍ଲାଟଫର୍ମ ଆମାଜନରେ ୪୫ % ରିହାତି ସହିତ ୧୭,୯୯୦ ଟଙ୍କାରେ କିଣିପାରିବେ । ଯଦି ଆପଣ ୱାସିଙ୍ଗ୍ ମେସିନକୁ EMI ରେ କିଣିବାକୁ ଚାହୁଛନ୍ତି ତା’ହେଲେ ନୋ କାଷ୍ଟ୍ ଇଏମଆଇର ଅପ୍ସନ୍ ଆପଣଙ୍କୁ ମିଳିଯିବ । whirlpool Photograph: (google) Whirlpool 6.5 kg : ୱର୍ଲପୁଲ୍ କମ୍ପାନିର ଏହି ୱାସିଙ୍ଗ୍ ମେସିନ୍ ୨୦ ହଜାର ଟଙ୍କାର ବଜେଟରେ ଆପଣଙ୍କୁ ମିଳିଯିବ । ୫ ଷ୍ଟାର୍ ରେଟିଂର ଏହି ୱାସିଙ୍ଗ୍ ମେସିନ୍ ଅଟୋମେଟିକ୍ । ଏହାକୁ ଆପଣ ଆମାଜନ୍-ଫ୍ଲିପକାର୍ଟରେ ଡିସକାଉଣ୍ଟ୍ ସହିତ ପାଖାପାଖି ୧୪,୨୯୦ ଟଙ୍କାରେ କିଣିପାରିବେ । samsung-8-kg Photograph: (google) Samsung 8 kg : ସାମସଙ୍ଗ୍ ବ୍ରାଣ୍ଡର ଏହି ୱାସିଙ୍ଗ୍ ମେସିନରେ ଆପଣଙ୍କୁ ଅନେକ ଫିଚର୍ସ ମିଳିଯିବ । ଏଥିରେ ସଫ୍ଟ କ୍ଲୋଜିଙ୍ଗ୍ ଡୋରର ସୁବିଧା ମିଳିବ । ଅଟୋମେଟିକ୍ ଟପ୍ ଲୋଡ୍ ୱାସିଙ୍ଗ୍ ମେସିନକୁ ରିହାତିରେ ୧୯,୯୯୦ ଟଙ୍କାରେ ଆପଣ ଆମାଜନରୁ କିଣିପାରିବେ । voltas-beko Photograph: (google) Voltas Beko 7.0 Kg : ୪୨ % ରିହାତି ସହ ଏହି ୱାସିଙ୍ଗ୍ ମେସିନ୍ ଆପଣଙ୍କୁ ୧୭,୪୯୦ ଟଙ୍କାରେ ମିଳିଯିବ । ଏହାକୁ ଆପଣ EMI ରେ ମଧ୍ୟ କିଣି ପାରିବେ । ଏହି ୱାସିଙ୍ଗ୍ ମେସିନ୍ ଅନ୍ୟ ମେସିନ୍ ଭଳି ଅଟୋମେଟିକ୍ । haier-6-kg Photograph: (google) Haier 6 kg : ଯଦି ଆପଣଙ୍କ ବଜେଟ୍ କମ୍ ଅଛି ଏବଂ ଅଧିକ ଫିଚର୍ସ ଯୁକ୍ତ ୱାସିଙ୍ଗ୍ ମେସିନ୍ କିଣିବାକୁ ଚାହୁଛନ୍ତି ତା’ହେଲେ ୧୨,୭୯୦ ଟଙ୍କାରେ କିଣିପାରିବେ । ଏହି ୱାସିଙ୍ଗ୍ ମେସିନ୍ ଆପଣ ଆମାଜନ୍ ଏବଂ ଫ୍ଲିପକାର୍ଟରୁ ଶସ୍ତାରେ କିଣିପାରିବେ ।
ସୁନା ଶସ୍ତା ହେଲା ନା ବଢ଼ିଲା, ଜାଣନ୍ତୁ ସପ୍ତାହ ଭିତରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ଦର କେଉଁଠି ପହଞ୍ଚିଲା ?
ନୂଆଦିଲ୍ଲୀ: ଭାରତୀୟ ବଜାରରେ ସୁନା ଦର ଏହି ସପ୍ତାହ ମଧ୍ୟରେ ଅନେକ ଥର ବଢିଛି ଓ କମିଛି । ମେ ୩୧, ୨୦୨୫ ସୁଦ୍ଧା ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ଦର ବିଭିନ୍ନ ସହରରେ ପ୍ରାୟ ୯୫,୩୬୦ ଟଙ୍କାରୁ ୯୭,୭୧୦ ଟଙ୍କା ମଧ୍ୟରେ ରହିଛି। ଏହି ସପ୍ତାହରେ ସୁନାର ଦରରେ କିଛି ଦିନ ବୃଦ୍ଧି ହୋଇଥିବା ବେଳେ ଅନ୍ୟ କିଛି ଦିନ ହ୍ରାସ ମଧ୍ୟ ଦେଖାଯାଇଛି। ସାପ୍ତାହିକ ଦର ବିଶ୍ଳେଷଣ ମେ ୨୫, ୨୦୨୫: ଏକ […]
ଚନ୍ଦ୍ର ଆମଠାରୁ ଦୂରେଇ ଯିବ, ଏଣିକି ପୃଥିବୀରେ ୨୪ ବଦଳରେ ୨୫ ଘଣ୍ଟା ହୋଇଯିବ କି ଦିନ? ଜାଣନ୍ତୁ
ନୂଆଦିଲ୍ଲୀ: ଆମ ପୃଥିବୀରେ ବର୍ତ୍ତମାନ ୨୪ ଘଣ୍ଟା ଦିନ ରହୁଛି। ଏଥିରେ ଆମେ ଆରମରେ କାମ ଏବଂ ମନୋରଞ୍ଜନ ସହ ଅନେକ ଦିନ କାମ କରୁଛୁ। ଯଦି ଏହି ଦିନ ୨୫ ଘଣ୍ଟା ହୋଇଯିବ ତେବେ ଆହୁରି ରୋମାଞ୍ଚକର ହେବ। ଏହାକୁ ଆମ ଆଗମୀ ପିଢି ହିଁ ଅନୁଭବ କରିପାରିବେ। ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟ ମୁତାବକ, ୱିସ୍କନସିନ୍-ମାଡିସନ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀ ଏକ ରିସର୍ଚ୍ଚ ଜେିଆରେ ଏହି ବିଷୟରେ କହିଛନ୍ତି। ସେମାନଙ୍କ ଅନୁଯାୟୀ, ପ୍ରତି ବର୍ଷ […]
ପୂର୍ବତନ କ୍ରିକେଟର ମୋଇନ୍ ଅଲ୍ଲିଙ୍କ ଭବିଷ୍ୟବାଣୀ, ଏଥର IPL ଟ୍ରଫି ନେବ ମୁମ୍ୱାଇ!
ନୂଆଦିଲ୍ଲୀ: ଏବେ ଚାଲିଛି IPL ସିଜିନ୍। ଆଉ ଏହି IPL ସିଜିନରୁ ଅନେକ ଦଳ ବାଦ୍ ପଡିସାରିଥିବା ବେଳେ ଫାଇନାଲରେ ପହଞ୍ଚିଛି RCB। ଆଉ କବେଳ ଗୋଟିଏ ଦଳକୁ ଅପେକ୍ଷା। କିଏ ପହଞ୍ଚିବ ଫାଇନାଲରେ। ଆଉ ତାପରେ ଜଣା ପଡିବ ଚଳିତ ବର୍ଷ କିଏ ନେବ IPL ଟ୍ରଫି। ହେଲେ ତା ପୂର୍ବରୁ ଭବିଷ୍ୟବାଣୀ କରିଛନ୍ତି ମୋଇନ୍ ଅଲ୍ଲି। ଫାଇନାଲ ମ୍ୟାଚ୍ ଆରମ୍ଭ ନ ହେବା ପୂର୍ବରୁ ମୋଇନ୍ ଅଲ୍ଲି ଭବିଷ୍ୟବାଣୀ କରିଛନ୍ତି କି, ଚଳିତ ବର୍ଷ […]
ବେଙ୍ଗାଲୁରୁଠୁ ମ୍ୟାଚ୍ ହାରିବା ପରେ ବି ଶ୍ରେୟସ୍ ଆୟର କହିଦେଲେ ବଡ଼ କଥା...
କନକ ବ୍ୟୁରୋ: ଚଳିତ ଆଇପିଏଲର ପ୍ରଥମ କ୍ୱାଲିଫାୟାର୍ ମ୍ୟାଚ୍ ପଞ୍ଜାବ କିଙ୍ଗସକୁ ଶୋଚନୀୟ ଭାବେ ପରାସ୍ତ କରିଛି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଏପରିକି ପଞ୍ଜାବ ଦଳ ୧୪ ଓଭର ଗୋଟିଏ ବଲ୍ ଖେଳି ମାତ୍ର ୧୦୧ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଆଉ ପ୍ରତି ଜବାବରେ ଆରସିବି ମାତ୍ର ୧୦ ଓଭର ଖେଳି ୮ ୱିକେଟରେ ବିଜୟୀ ହେବା ସହ ୨୦୨୫ ଆଇପିଏଲର ପ୍ରଥମ ଫାଇନାଲିଷ୍ଟ୍ ଭାବେ ଫାଇନାଲରେ ପହଞ୍ଚିଯାଇଛି । ଅତି ଲଜ୍ଜାଜନକ ଭାବେ ପରାଜିତ ହେବା ପରେ ବି ପଞ୍ଜାବର କ୍ୟାପଟେନ୍ ଶ୍ରେୟସ୍ ଆୟରଙ୍କ କେଇ ପଦ କଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଥମ କ୍ବାଲିଫାୟାର୍ ହାରିବା ପରେ ବି ପଞ୍ଜାବ ଦଳ ପାଖରେ ଫାଇନାଲ୍ ଖେଳିବା ପାଇଁ ଆଉ ଏକ ସୁଯୋଗ ରହିଛି । ଆସନ୍ତାକାଲି ମୁମ୍ବାଇ ବିପକ୍ଷରେ କ୍ବାଲିଫାୟାର୍-୨ ଖେଳିବ ପଞ୍ଜାବ । ଏହା ପୂର୍ବରୁ ଆୟର କହିଛନ୍ତି, ଆମେ ମ୍ୟାଚ୍ ହାରିଛୁ, ଟୁର୍ଣ୍ଣାମେଣ୍ଟ ନୁହେଁ । ଯାହା ହୋଇଯାଇଛି ତାହା କେବେ ଫେରିବନି ତେଣୁ ମୁଁ ପଛକୁ ଫେରିକି ଚାହିଁବିନି । କ’ଣ ଭୁଲ୍ ହୋଇଛି ତାହାର ତର୍ଜମା କରିବୁ ଏବଂ ଆଗାମୀ ମ୍ୟାଚରେ ବିଜୟ ହାସଲ କରି ଫାଇନାଲ୍ ଖେଳିବୁ । https://www.facebook.com/share/v/1ErHLqe8sg/ ରୋଚକ କଥା ହେଲା, ପଞ୍ଜାବକୁ ୧୧ ବର୍ଷ ପରେ ପ୍ଲେ-ଅଫ୍ସକୁ ଆଣିଥିବା ପ୍ରଥମ କ୍ୟାପଟେନ୍ ହେଉଛନ୍ତି ଆୟର । ଆରସିବି ବିପକ୍ଷରେ ପ୍ରଥମ କ୍ବାଲିଫାୟାର୍ ହାରିବା ପରେ ଆୟର ବୋଲର କିମ୍ବା ବ୍ୟାଟ୍ସମ୍ୟାନଙ୍କୁ ଦୋଷ ଦେଇନଥିଲେ । ବରଂ ଆଗକୁ ଆମେ ବ୍ୟାଟିଂ ଉପରେ ଅଧିକ ଫୋକସ୍ କରିବୁ ବୋଲି କହିଛନ୍ତି । ୧୦୧ ରନକୁ ଡିଫେନ୍ସ କରିବା ଏ ପଡ଼ିଆରେ ମୁସ୍କିଲ୍ ତେଣୁ ବୋଲରଙ୍କୁ ଦୋଷ ଦେଇ ହେବନି । ବ୍ୟାଟିଂ ୟୁନିଟକୁ ଆଗାମୀ ମ୍ୟାଚ୍ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ । ସବୁଠାରୁ ବଡ଼କଥା ହେଲା ଟି-୨୦ ଆପ୍ରୋଚରେ ଖେଳିବାକୁ ବ୍ୟାଟିଂ ଲାଇନଅପକୁ ସବୁବେଳେ କହି ଆସୁଛନ୍ତି କ୍ୟାପଟେନ୍ ଆୟର । ସେଥିପାଇଁ ତ ଚଳିତ ଆଇପିଏଲ୍ ଟ୍ରଫି ପାଇଁ ପ୍ରମୁଖ ଦାବିଦାର ଭାବେ ତାଲିକାରେ ରହିଛି ପଞ୍ଜାବ । ଏବେ ଆୟରଙ୍କ ଚତୁର ରଣନୀତି ମୁମ୍ବାଇ ବିପକ୍ଷ କ୍ବାଲିଫାୟାର୍-୨ ମ୍ୟାଚରେ କେତେ ସଫଳ ହେଉଛି ତାହାକୁ ଅପେକ୍ଷା କରିଛନ୍ତି କ୍ରିକେଟ୍ ପ୍ରେମୀ ।
ଚାଲିଯିବ କି ଆବାସ ଅନସାରୀଙ୍କ ବିଧାୟକ ପଦ? ହେଟ୍ ସ୍ପିଚ୍ ମାମଲାରେ ମିଳିଲା ୨ ବର୍ଷ ଜେଲ୍ ଦଣ୍ଡ
ନୂଆଦିଲ୍ଲୀ: ନିର୍ବାଚନ ବେଳେ ଦେଇଥିବା ହେଟ୍ ସ୍ପିଚ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସୁଭାସ୍ପା ବିଧାୟକ ଆବାସ ଅନସାରୀ। ଦୁଇ ବର୍ଷ ଜେଲଦଣ୍ଡ ଏବଂ ତିନି ହଜାର ଟଙ୍କା ଜରିମାନା କରିଛନ୍ତି କୋର୍ଟ। ସେହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ମନସୁର ଅନସାରୀଙ୍କୁ ଛଅ ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଉତ୍ତର ପ୍ରଦେଶ ମଉର ସାଂସଦ-ବିଧାୟକ କୋର୍ଟ ଦଣ୍ଡାଦେଶ ଦେଇଛନ୍ତି। ଏହି ଦଣ୍ଡ ପରେ ଜନପ୍ରତିନିଧିତ୍ୱ ଆଇନ ଅନୁସାରେ ଆବାସଙ୍କ ବିଧାୟକ ପଦ ରଦ୍ଦ ହେବାର ସମ୍ଭାବନା […]
ଏଠି ଡାକ୍ତର ବେଶରେ ପୂଜା ପାଆନ୍ତି ହନୁମାନ ; ବିଶ୍ୱାସରେ ଭଲ ହୁଏ ମାରାତ୍ମକ ରୋଗ
କନକ ବ୍ୟୁରୋ : ନାସୈ ରୋଗ ହରୈ ସବ ପୀରା ,ଜପତ ନିରନ୍ତର ହନୁମନ୍ତ ବୀରା ।ବିଶ୍ୱାସ ରହିଛି...ହନୁମାନଙ୍କ ନାଁ ଜପିଲେ ସବୁ ରୋଗରୁ ମୁକ୍ତି ମିଳେ । ମେଡିକାଲ୍ ସାଇନ୍ସ କେତେ ବି ଆଗେଇ ଯାଉ, ଦେହ ଟିକେ ଖରାପ ହେଲେ ଛୁଆଟିଏ ମାଆକୁ ଡାକିଲା ପରି ସମସ୍ତେ ଭଗବାନଙ୍କୁ ଡାକିଥାଆନ୍ତି । ଭକ୍ତ ଆଉ ଭଗବାନଙ୍କ ବନ୍ଧନ ଭିନ୍ନ ଓ ବିଶ୍ୱାସରେ ପରିପୂର୍ଣ୍ଣ । ସେଇଥିପାଇଁ ତ ମେଡିକାଲ୍ରେ ମଧ୍ୟ ଭଗବାନଙ୍କ ମୂର୍ତ୍ତି ସ୍ଥାପନା କରାଯାଏ । ଆସନ୍ତୁ ଜାଣିବା ଅଟଳ ବିଶ୍ୱାସରେ ଭରା ଏକ ରହସ୍ୟମୟୀ ରୋଚକ କଥା । ଭାରତରେ ମନ୍ଦିରଗୁଡ଼ିକର ବହୁତ ମାନ୍ୟତା ରହିଛି । ଏପରି ଅନେକ ମନ୍ଦିର ଅଛି ଯେଉଁଠି ଆଜି ବି ଆଲୌକିକତା ହେଉଥିବା ବିଶ୍ବାସ କରାଯାଏ । ସେହିପରି ଏକ ମନ୍ଦିର ଯେଉଁଠି ପ୍ରଭୁ ହନୁମାନ ଡାକ୍ତର ରୂପରେ ପୂଜା ପାଆନ୍ତି ଏବଂ ରୋଗୀମାନଙ୍କର ଚିକିତ୍ସା ମଧ୍ୟ କରନ୍ତି । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ମଧ୍ୟପ୍ରଦେଶର ଭିଣ୍ଡ୍ ଜିଲ୍ଲାର ଦନ୍ଦରୌଆ ଧାମରେ ଏପରି ଏକ ଆଶ୍ଚର୍ଯ୍ୟଜନକ ମନ୍ଦିର ଅବସ୍ଥିତ । ଏହି ମନ୍ଦିରରେ ଭଗବାନ ହନୁମାନଙ୍କୁ ଡାକ୍ତର ଭାବରେ ପୂଜା କରାଯାଏ । ଦନ୍ଦରୌଆ ଧାମର ଡାକ୍ତର ହନୁମାନ ମନ୍ଦିର ପଛରେ ରହିଛି ଏକ ରୋଚକ କାହାଣୀ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ , ବହୁ ପୂର୍ବରୁ ସେଠାରେ ଶିବକୁମାର ଦାସ ନାମକ ଜଣେ ସାଧୁ ରହୁଥିଲେ ଯିଏ କି କର୍କଟ ରୋଗରେ ପୀଡ଼ିତ ଥିଲେ । ସେ ହନୁମାନଙ୍କର ଜଣେ ମହାନ ଭକ୍ତ ଥିଲେ ଏବଂ ପ୍ରତିଦିନ ମନ୍ଦିରରେ ତାଙ୍କୁ ପୂଜା କରୁଥିଲେ । ଗୋଟିଏ ଦିନ ପ୍ରଭୁ ହନୁମାନ ହଠାତ୍ ଡାକ୍ତର ରୂପରେ ତାଙ୍କୁ ଦର୍ଶନ ଦେଲେ ଏବଂ ତାଙ୍କ ରୋଗ ଭଲ କରିଦେଲେ । ସେବେଠାରୁ ଏହି ମନ୍ଦିରରେ ପ୍ରଭୁ ମହାବୀରଙ୍କୁ ଡାକ୍ତର ଭାବରେ ପୂଜା କରାଯିବା ଆରମ୍ଭ ହୋଇଥିଲା । ଏହାପରେ ଧୀରେଧୀରେ ଚାରିଆଡ଼େ ବ୍ୟାପିଗଲା ସଙ୍କଟମୋଚନଙ୍କ ମହିମା । ଭକ୍ତମାନଙ୍କର ଅତୁଟ ଭରସା ଏବଂ ବିଶ୍ୱାସ, ଟିକିଏ ଦେହ ଖରାପ ହେଲେ ଟାଣିନିଏ ଡାକ୍ତର ହନୁମାନ ମନ୍ଦିରକୁ । କଥାରେ ଅଛି ବିଶ୍ୱାସେ ମିଳଇ ହରି । ତେଣୁ ଦୁରାରୋଗ୍ୟରୁ ମୁକ୍ତି ପାଇବା ପାଇଁ ଦେଶର କୋଣ ଅନୁକୋଣରୁ ଲୋକେ ଏହି ମନ୍ଦିରକୁ ଧାଇଁ ଆସନ୍ତି । କ୍ୟାନସର୍ ରୋଗ ଠାରୁ ଆରମ୍ଭ କରି ସବୁ ମାରାତ୍ମକ ରୋଗ ଏଠାରେ ଭଲ ହେଉଥିବାର ବିଶ୍ୱାସ ରହିଛି । ପ୍ରତି ମଙ୍ଗଳବାର ଏବଂ ଶନିବାର ବହୁ ସଂଖ୍ୟକ ଭକ୍ତ ଏଠାକୁ ଆସି ପ୍ରଭୁ ହନୁମାନଙ୍କର ପୂଜା କରନ୍ତି । ଭକ୍ତମାନେ ବିଶ୍ୱାସ କରନ୍ତି ଯେ ଏଠାକୁ ଆସିବା ଦ୍ୱାରା ସେମାନଙ୍କର ସମସ୍ତ ଇଚ୍ଛା ପୂରଣ ହୁଏ ଏବଂ ସେମାନେ ରୋଗରୁ ମୁକ୍ତି ପାଆନ୍ତି । କେବଳ ଭାରତରୁ ନୁହେଁ ବରଂ ବିଦେଶରୁ ମଧ୍ୟ ଭକ୍ତମାନେ ଏଠାକୁ ଆସନ୍ତି । ଏହି ମନ୍ଦିର ଅନେକ ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଛି ଏବଂ ଏହା ସେମାନଙ୍କ ବିଶ୍ୱାସର ପ୍ରତୀକ ପାଲଟିଛି ।
PF, UPIଠାରୁ କ୍ରେଡିଟ୍ କାର୍ଡ ପର୍ଯ୍ୟନ୍ତ.. ୧ ଜୁନରୁ ବଦଳିଯିବ ଏହି ନିୟମ, ଆପଣଙ୍କ ପକେଟ୍ ଉପରେ ପଡ଼ିବ ଏହି ପ୍ରଭାବ
ନୂଆଦିଲ୍ଲୀ: ପ୍ରତି ମାସ ଭଳି ଜୁନ ମାସରେ ମଧ୍ୟ ଅନେକ ପରିବର୍ତ୍ତନ ଆସିପାରେ। ଏହା ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଇବ। ୟୁପିଆଇ ଏବଂ ପିଏଫଠାରୁ ଏଲପିଜି ସିଲିଣ୍ଡର ଦର ପର୍ଯ୍ୟନ୍ତ, ଅନେକ ନିୟମ ୧ ଜୁନରୁ ପରିବର୍ତ୍ତନ ହେବ। ଏହି ପରିବର୍ତ୍ତନରେ କିଛି ସୁବିଧାମାନ ବଢିବ, ସେହିପରି କିଛି ମାମଲାରେ ଆପଣଙ୍କୁ ଅତିରିକ୍ତ ଶୁକ୍ଳ ମଧ୍ୟ ଭରିବାକୁ ପଡ଼ିବ। ଆସନ୍ତୁ ଜାଣିବା.. EPFO 3.0: ଇପିଏଫଓର ନୂଆ ଏବଂ ଆଡଭାନ୍ସ ଭର୍ଜନ EPFO 3.0 ଜୁନ […]
ନବ ଦାସ ହତ୍ୟା; କ୍ରାଇମବ୍ରାଞ୍ଚର ତନାଘନା
ପରାଜୟ ପରେ ଭାଇରାଲ୍ ଆୟରଙ୍କ ଗୋଟିଏ କଥା
କନକ ବ୍ୟୁରୋ : ଗିରଫ ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ଘରୁ ବାହାରିଲା ୧୫ କୋଟିରୁ ଅଧିକ ଟଙ୍କା, ୭ ଦାମୀ ପ୍ଲଟ୍, ୨ ଫ୍ଲାଟ୍ ସହିତ ୧୨ଶହ ଗ୍ରାମ୍ ସୁନା । ମେ’ ୩୧ରେ ଅର୍ଥାତ୍ ଆଜି ଚାକିରିରୁ ଅବସର ନେଇଥାଆନ୍ତେ । ତା’ ପୂର୍ବରୁ ମାଡ଼ିବସିଥିଲା ଭିଜିଲାନ୍ସ । ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ଗ୍ରାମ୍ୟ ଉନ୍ନୟନ ବିଭାଗର କୁବେର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଷଡ଼ଙ୍ଗୀଙ୍କ କଳା ସାମ୍ରାଜ୍ୟ ଦେଖି ଖୋଦ ଭିଜିଲାନ୍ସର ଆଖି ଟେରା ହୋଇଯାଇଛି । କାରଣ ବାବୁଙ୍କ ଘରୁ ମିଳିଛି ନଗଦ ୨.୫୬ କୋଟି ଟଙ୍କା । ରାଜଧାନୀଠାରୁ ଆରମ୍ଭ କରି ଅନୁଗୁଳ ପର୍ଯ୍ୟନ୍ତ ସବୁଠି କଳା ସମ୍ପତ୍ତିର ପାହାଡ଼ । ଭିଜିଲାନ୍ସ ଟିମ୍ ଗତକାଲି ଭୋର ସମୟରେ ଶ୍ରୀ ଷଡ଼ଙ୍ଗୀଙ୍କ ଭୁବନେଶ୍ବର ଘର ଯାଞ୍ଚ ପାଇଁ କଲିଂବେଲ୍ ବଜାଇବାବେଳେ ଘର ଲୋକ କବାଟ ନଖୋଲି ଝରକା ବାଟେ ୫ ଶହ ଟଙ୍କିଆ ବଣ୍ଡଲ୍ ଫିଙ୍ଗି ଚାଲିଥିଲେ । ପଡ଼ୋଶୀଙ୍କ ଛାତ ଉପରେ ଗଦା ହୋଇଥିବା ବିପୁଳ ଟଙ୍କା ସବୁକୁ ଭିଜିଲାନ୍ସ ଜବତ କରି ଗଣିବା ଆରମ୍ଭ କରିଥିଲା । ନାକେଦମ୍ ହୋଇଥିଲେ ୧୦ରୁ ଅଧିକ କର୍ମଚାରୀ । ଶେଷରେ ମେସିନରେ ଟଙ୍କା ଗଣତି ହୋଇଥିଲା । ଭିଜିଲାନ୍ସର ୭ଟି ଟିମ୍ ଗତକାଲି ଶ୍ରୀ ଷଡ଼ଙ୍ଗୀଙ୍କ ଭୁବନେଶ୍ବର ସ୍ଥିତ ଗ୍ରାମ୍ୟ ଉନ୍ନୟନ ସରକାରୀ କାର୍ଯ୍ୟାଳୟ, ଅନୁଗୁଳ କରଡ଼ଗାଡ଼ିଆ ସ୍ଥିତ ବାସଭବନ ଓ ଲୋକେଇପଶି ସ୍ଥିତ ପୈତୃକ ଘର, ଅନୁଗୁଳ ସହର ମାଟିଆସାହି ଓ ଶିକ୍ଷକପଡ଼ାରେ ସଂପର୍କୀୟଙ୍କ ଘର ସହ ୭ଟି ଠିକଣାରେ ଚଢ଼ଉ କରି ୧୫ କୋଟିରୁ ଅଧିକ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲା ।
ମେ’ର ଗଜବ ପାଗ, କେତେବେଳେ ଖରା ଜୀବନ ନେଉଛି, ତ ଆଉ କେତେବେଳେ ବର୍ଷା ୧୨୫ ବର୍ଷର ରେକର୍ଡ ଭାଙ୍ଗିଛି
ନୂଆଦିଲ୍ଲୀ: ମେ-ଜୁନ୍ ମାସର ଗରମ ନାଁ ଶୁଣିଲେ ଝାଳ ବାହାରି ଆସୁଥିଲା। ହେଲେ ଏବେ ସେମିତି କିଛି ଅନୁଭବ ହେଉନାହିଁ। ଏବେ ସବୁକିଛି ଭିନ୍ନ ଲାଗୁଛି। ମନେ ହେଉଛି ଯେପରି କେହି ପାଗ ଉପରେ ଖରାପ ନଜର ପକାଇଛି। ଗ୍ରୀଷ୍ମ ଋତୁରେ ଠିକ୍ ଭାବେ ଖରା ହେଉନାହିଁ। ଶୀତ ଋତୁରେ ଥଣ୍ଡା ଠିକ୍ ଭାବରେ ଅନୁଭବ ହେଉନାହିଁ। ଏବେ ଗ୍ରୀଷ୍ମ ଋତୁ ଚାଲିଥିବା ବେଳେ ଝାଞ୍ଜି ପବନ ପରିବର୍ତ୍ତେ ଥଣ୍ଡା ପବନ ବହୁଛି। ମେ ମାସର ଗରମ […]
୫୦ ବର୍ଷରୁ କମ୍ ବୟସର ଲୋକଙ୍କୁ ଦ୍ରୁତ ଗତିରେ ଶିକାର କରୁଛି କ୍ୟାନ୍ସର, ବଢୁଛି ମାମଲା: ଜାଣନ୍ତୁ ବିପଜ୍ଜନକ ଲକ୍ଷଣ
ଆଜିକାଲି କ୍ୟାନ୍ସର ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହେଉଛି ଏବଂ ଏହା ବିଶେଷ କରି ଯୁବକମାନଙ୍କୁ ଅଧିକ ପ୍ରଭାବିତ କରୁଛି। ସମ୍ପ୍ରତି ଅନୁସନ୍ଧାନରୁ ଜଣାପଡିଛି ଯେ ୫୦ ବର୍ଷରୁ କମ୍ ବୟସର ଲୋକଙ୍କ ମଧ୍ୟରେ କ୍ୟାନ୍ସରର ମାମଲା ଦ୍ରୁତ ଗତିରେ ବଢୁଛି। ବିଶେଷଜ୍ଞମାନେ କହୁଛନ୍ତି ଯେ ଜୀବନଶୈଳୀ, ଖାଦ୍ୟପେୟ ଅଭ୍ୟାସ, ଚାପ, ଏବଂ ଜେନେଟିକ୍ କାରଣ ଏହାର ମୁଖ୍ୟ କାରଣ। ଏହି ରୋଗର ପ୍ରାରମ୍ଭିକ ଚିହ୍ନଗୁଡିକୁ ଚିହ୍ନିବା ଏବଂ ସମୟରେ ଚିକିତ୍ସା କରିବା ଜୀବନ […]
ବଦଳିବ ମାଷ୍ଟର କ୍ୟାଣ୍ଟିନ୍ ନାଁ ; ମନ୍ତ୍ରୀଙ୍କ ସୂଚନା
କନକ ବ୍ୟୁରୋ: ବଦଳିବ ମାଷ୍ଟର କ୍ୟାଣ୍ଟିନ୍ ନାଁ ! ଭୁବନେଶ୍ଵର ମାଷ୍ଟର କ୍ୟାଣ୍ଟିନ୍ ନାଁ ବଦଳିବା ନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଦେଲେ ବଡ଼ ସୂଚନା । ମନ୍ତ୍ରୀ କହିଲେ, ଓଡ଼ିଶାରେ ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦିଆଯିବ । ଇଂରେଜଙ୍କ ଅମଳରୁ ରହିଥିବା କିଛି ମୁଖ୍ୟ ସ୍ଥାନର ନାଁ ପରିବର୍ତ୍ତନର ଆବଶ୍ୟକତା ଅଛି । ଏହାକୁ ନେଇ ବିଚାର ବିମର୍ଶ ଚାଲିଛି । ଯଦି ନାଁ ପରିବର୍ତ୍ତନ ହେବ ତେବେ ଓଡ଼ିଶାର ବରପୁତ୍ରଙ୍କ ନାଁରେ ହେବ ନା ଆଉ କାହା ନାଁରେ ହେବ ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି ।
ଜିତିଲା ମୁମ୍ବାଇ, ମନ ଜିଣିଲା ସାଇ ସୁଦର୍ଶନଙ୍କ ପ୍ରଦର୍ଶନ: ୪୯ ବଲ୍ରେ ୮୦ରନର ଇନିଂସ
କନକ ବ୍ୟୁରୋ: କାଲି ଖେଳାଯାଇଥିବା ହାଇ-ଭୋଲଟେଜ୍ ଏଲିମିନେଟର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଗୁଜରାଟ ବିପକ୍ଷରେ ବିଜୟ ଲାଭ କରି କ୍ବାଲିଫାୟାର ୨କୁ ଉନ୍ନୀତ ହୋଇଛି । ୨୨୯ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା ଗୁଜରାଟ ପାଖରେ । ପ୍ରଥମ ଓଭର୍ରୁ ଦଳ ହରାଇଥିଲା ଅଧିନାୟକଙ୍କ ୱିକେଟ୍ ହେଲେ ମ୍ୟାଚ୍ରେ ପଛରେ ପଡ଼ିନଥିଲା ଗୁଜରାଟ, ସଂଘର୍ଷ ଜାରି ରଖିଥିଲା। ଏମିତିକି ମୁମ୍ବାଇର ଅଭିଜ୍ଞ ବୋଲରମାନଙ୍କୁ ଚିନ୍ତାରେ ପକାଇଥିଲେ ଯୁବ ବ୍ୟାଟର ସାଇ ସୁଦର୍ଶନ । ସୁଦର୍ଶନଙ୍କ ଚକ୍ରବ୍ୟୁହକୁ ଭେଦ କରିପାରିନଥିଲେ ଏମ୍ଆଇ ବୋଲର । ୪୯ଟି ବଲ୍ରେ ୮୦ରନ୍ର ମୂଲ୍ୟବାନ ଇନିଂସ ଖେଳି ସାଇ ଏମ୍ଆଇର ଡଗ୍ଆଉଟ୍ରେ ହଲଚଲ କରିଦେଇଥିଲେ । ମୁଖ୍ୟ କୋଚ୍ ମହେଲା ଜୟବର୍ଦ୍ଦନେ, ଲସିଥ୍ ମାଲିଙ୍ଗା, କିରନ ପୋଲାର୍ଡ, ପାରସ ମାହାବ୍ରେଙ୍କ ଭଳି ବଡ଼ ଖେଳାଳି ତାଙ୍କ ସିଟ୍ରୁ ଉଠି ବାଉଣ୍ଡ୍ରି ଲାଇନ୍ ପାଖକୁ ଆସିବାକୁ ବାଧ୍ୟ ହୋଇଥିଲେ । କର ବା ମର ମ୍ୟାଚ୍ରେ ଏମ୍ଆଇ କୋଚ୍ମାନେ ସାଇଙ୍କ ବ୍ୟାଟିଂ ଦେଖି ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ । ଖେଳ ଚାଲିଥିବା ବେଳେ ଅଧିନାୟକ ଓ ବୋଲରଙ୍କ ପାଖକୁ ଯାଇ ବୁଝାଉଥିଲେ ଏମ୍ଆଇର ମୁଖ୍ୟ କୋଚ ଓ ସହାୟକ କୋଚ୍ । ମ୍ୟାଚ୍ ସିନା ମୁମ୍ବାଇ ଜିତିଲା ହେଲେ ମନ ଜିଣିଲା ସାଇ ସୁଦର୍ଶନଙ୍କ ପ୍ରଦର୍ଶନ ।
ରାଜଧାନୀରେ ମଦୁଆଙ୍କୁ ରାସ୍ତାରେ ମାଡ଼ ହେବ, ବିଜେପି ନେତା ବାବୁ ସିଂଙ୍କ ବୟାନ
ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ଲୋକେ ଅଧିକ ମାତ୍ରାରେ ମଦ ସେବନ କରୁଛନ୍ତି। ଖାଲି ଏତିକି ନୁହେଁ, ଏହାକୁ ପିଇ ସେମାନେ ନିଜକୁ ନିୟନ୍ତ୍ରଣ ନ କରିପାରି, ରାସ୍ତାରେ ଶୋଇପଡୁଛନ୍ତି ମଧ୍ୟ। ଅନ୍ୟ କେତେକ ମଦୁଆ ରାସ୍ତାରେ ଲୋକମାନଙ୍କ ସହ ଝଗଡ଼ା ମଧ୍ୟ କରୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରରେ ମସଦୁଆଙ୍କୁ ରାସ୍ତାରେ ମାଡ଼ ହେବ। ଏ ନେଇସ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଉ ବୋଲି ବିଜେପି ନେତା ବାବୁ ସିଂ କହିଛନ୍ତି। ସେ […]
ପ୍ରେମିକା ସହ ଫେରାର ହେଲା, ଜେଲ ବି ଗଲା, ଶେଷରେ ଗୁଳି ଖାଇ ମରିଲା
ଉତ୍ତରପ୍ରଦେଶ: ଦିନକୁ ଦିନ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା। ବିଶେଷକରି ପ୍ରେମ ସମ୍ପର୍କକୁ ନେଇ ବେଶୀ ମାତ୍ରାରେ ଏହି ଘଟଣା ସାମ୍ନାକୁ ଆସୁଛି। ସେହିଭଳି ଉତ୍ତର ପ୍ରଦେଶର ମିରଟରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଯାହାକୁ ଶୁଣିଲା ମାତ୍ରେ ଆପଣଙ୍କ ଛାତି ଥରି ଉଠିବ। ଘଟଣାଟି ଭବାନପୁର ଥାନା ଅଞ୍ଚଳର। ଏଠାରେ ପ୍ରେମ ସମ୍ପର୍କକୁ ନେଇ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକଙ୍କ ନାମ ତୁଷାର ସାଇନି, ଯାହାଙ୍କ ବୟସ ମାତ୍ର 22 […]