SENSEX
NIFTY
GOLD
USD/INR

Weather

18    C

Bhubaneswar: Minor Lured into Sex Racket with Job Bait – Broker Nabbed!

The Commissionerate Police have launched an investigation into a shocking case of a minor girl being lured into immoral activities in the state capital. The incident unfolded at Aradhya Residency Guest House in the Unit-3 area under Kharavela Nagar police station, where one broker has been arrested and forwarded to court. Authorities suspect this could […] The post Bhubaneswar: Minor Lured into Sex Racket with Job Bait – Broker Nabbed! appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 13 Nov 2025 10:38 pm

Bhubaneswar’s Science City Dream Takes Shape, Minister Inspects Sites

In a bid to boost scientific studies and innovation in Eastern India, while fostering curiosity and education in science, particularly among the youth, the Odisha state government has decided to construct a Science City in Bhubaneswar. The project will span 100 acres and aims to create a hub for scientific exploration and learning. To review […] The post Bhubaneswar’s Science City Dream Takes Shape, Minister Inspects Sites appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 13 Nov 2025 10:21 pm

Delhi Blast: ଏକ ସାଧାରଣ ପୋଷ୍ଟରରୁ ବଡ଼ ଷଡ଼ଯନ୍ତ୍ରର ଆଭାସ ପାଇଥିଲେ ଏହି ଆଇପିଏସ୍ ଅଧିକାରୀ

Delhi Blast: ଜାତୀୟ ରାଜଧାନୀ ଦିଲ୍ଲୀର ଏକ ସୁରକ୍ଷିତ ଅଞ୍ଚଳରେ ଏକ ଭୟଙ୍କର ବିସ୍ଫୋରଣ ସମସ୍ତଙ୍କୁ ଦୋହଲାଇ ଦେଇଛି। ଏଥିରେ ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ଆଶ୍ଚର୍ଯ୍ୟଜନକ ଭାବରେ, ଉଚ୍ଚ ସୁରକ୍ଷା ଅଞ୍ଚଳ ଭାବରେ ବିବେଚିତ ଐତିହାସିକ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ଘଟିଥିଲା। ଏକ ଡାକ୍ତରଙ୍କ ଆତଙ୍କୀ ମଡ୍ୟୁଲ୍ ମଧ୍ୟ ପର୍ଦ୍ଦାଫାସ୍ କରାଯାଇଛି। କିଛି ଡାକ୍ତରଙ୍କୁ ମଧ୍ୟ ଗିରଫ କରାଯାଇଛି। ଏସବୁ ମଧ୍ୟରେ, ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ସତର୍କତା, ନେତୃତ୍ୱ ଏବଂ ସାହସ ପାଇଁ ପ୍ରଶଂସା କରାଯାଉଛି। ଏକ ସାଧାରଣ ମନେ ହେଉଥିବା ଘଟଣାକୁ ଗମ୍ଭୀରତାର ସହିତ ନେଇଥିବା ଏହି ଆଇପିଏସ୍ ଅଧିକାରୀ ଏକ ଆନ୍ତଃରାଜ୍ୟ ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ୍ କରିଛନ୍ତି। ଜମ୍ମୁ-କାଶ୍ମୀରରୁ ହରିୟାଣା ଏବଂ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଚଢାଉ କରି ପ୍ରାୟ ୩୦୦୦ କିଲୋଗ୍ରାମ ବିସ୍ଫୋରକ ଜବତ କରାଯାଇଥିଲା। ଡାକ୍ତରଙ୍କ ଆତଙ୍କୀ ମଡ୍ୟୁଲ୍ର ଅନେକ ଅଭିଯୁକ୍ତ ସଦସ୍ୟଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏହି ଆଇପିଏସ୍ ଅଧିକାରୀ ବର୍ତ୍ତମାନ ଶ୍ରୀନଗରର ଏସ୍ଏସପି ଏବଂ ତାଙ୍କ ନାମ ଡକ୍ଟର ଜି.ଭି. ସନ୍ଦୀପ ଚକ୍ରବର୍ତ୍ତୀ। ଆହୁରି ପଢନ୍ତୁ : ICSE 10th Exam: ଫେବ୍ରୁଆରି ୧୭ରୁ ଆଇସିଏସଇ ୧୦ମ ବୋର୍ଡ ପରୀକ୍ଷା ହାଇଦ୍ରାବାଦର ବାସିନ୍ଦା ସନ୍ଦୀପ ହେଉଛନ୍ତି ଜଣେ ଏଜିଏମୟୁଟି କ୍ୟାଡର ଆଇପିଏସ ଅଧିକାରୀ । ଏଜିଏମୟୁଟି (ଅରୁଣାଚଳ, ଗୋଆ, ମିଜୋରାମ- ୟୁନିୟନ ଟେରିଟରି) କ୍ୟାଡର ଆଇପିଏସ ଅଧିକାରମାନେ ସାଧାରଣତଃ ଅରୁଣାଚଳ, ଗୋଆ, ମିଜୋରାମ ଓ ବିଭିନ୍ନ କେନ୍ଦ୍ର ଶାସିତ ଅଂଚଳରେ ଅବସ୍ଥାପିତ ହୋଇଥାନ୍ତି । ଏହି କ୍ରମରେ ସନ୍ଦୀପ କଶ୍ମୀରରେ ଅବସ୍ଥାପିତ ହୋଇଛନ୍ତି । ଗତ ଅକ୍ଟୋବର ମାସରେ ଶ୍ରୀନଗରରେ ଜୈଶ-ଇ-ମହମ୍ମଦ ସମର୍ଥନରେ କେତେକ ପୋଷ୍ଟର ଲାଗିଥିଲା । କଶ୍ମୀରରେ ଏହା ଏକ ସାଧାରଣ କଥା ହୋଇଥିଲେ ବି ସନ୍ଦୀପ ସଂଦେହ କରି ସିସିଟିଭିରୁ ପୋଷ୍ଟର ମାରିଥିବା ୩ ଯୁବକଙ୍କୁ ଠାବ କରିଥିଲେ । ଏହି ୩ ଜଣଙ୍କ ଉପରେ ନଜର ରଖାଯିବାରୁ କେତେକ ସଂଦିଗ୍ଧ ଗତିବିଧିର ସୁରାକ ମିଳିଥିଲା । ଏହା ପରେ ସୁରକ୍ଷା ବାହିନୀ ସତର୍କ ହୋଇ ଏକ ବଡ଼ ଆକ୍ରମଣରୁ ଦେଶକୁ ରକ୍ଷା କରିବାରେ ସଫଳ ହୋଇଥିଲେ । ଆହୁରି ପଢନ୍ତୁ : Delhi Blast : ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯିବ : ଶାହ

ସ୍ତମ୍ଭ 13 Nov 2025 10:16 pm

Bank of Baroda Recruitment: ଚାକିରି ଆଶାୟୀଙ୍କ ପାଇଁ ଜରୁରୀ ସୂଚନା: ବ୍ୟାଙ୍କ ଅଫ୍ ବରୋଦାରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ, ଖାଲି ଅଛି ଏତେ ପଦବୀ...

ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍ ବରୋଦା ତରଫରୁ ନିଯୁକ୍ତି ୨୦୨୫ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ପ୍ରାର୍ଥୀମାନେ bankofbaroda.bank.in ରେ ଅନଲାଇନରେ ଆବେଦନ କରିପାରିବେ। ହାରାହାରି ୨୭୦୦ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆବେଦନ ପ୍ରକ୍ରିୟା ନଭେମ୍ବର ୧୧ ତାରିଖରେରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଜାରି ରହିବ। ଯେଉଁମାନେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ନିଜର କ୍ୟାରିଅର କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଛି ବ୍ୟାଙ୍କ ଅଫ୍ ବରୋଦା। ହାରାହାରି ୨୭୦୦ ପଦବୀ ପାଇଁ ନିଯୁକ୍ତି ବାହାର କରିଛି ବ୍ୟାଙ୍କ ଅଫ୍ ବରୋଦା । ପଞ୍ଜୀକରଣ ପ୍ରକ୍ରିୟା ନଭେମ୍ବର ୧୧ ତାରିଖରେ ଆରମ୍ଭ ହୋଇଥିବା ବେଳେ, ଏହା ଡିସେମ୍ବର ୧, ୨୦୨୫ ରେ ଶେଷ ହେବ। ଯେଉଁଥିରେ ଯୋଗ୍ୟ ବା ଆଗ୍ରହୀ ପ୍ରାର୍ଥୀମାନେ ବ୍ୟାଙ୍କ ଅଫ୍ ବରୋଦାର ଅଫିସିଆଲ ୱେବସାଇଟ୍ bankofbaroda.bank.in ରେ ଅନ୍ ଲାଇନରେ ପଞ୍ଜିକରଣ କରିପାରିବେ। କଣ ରହିବ ଯୋଗ୍ୟତା ? ଆପ୍ରେଣ୍ଟିସ୍ ପଦବୀ ପାଇଁ ବ୍ୟାଙ୍କ ଅଫ୍ ବରୋଦାର ନିଯୁକ୍ତି ପ୍ରକାଶ ପାଇଛି। ପ୍ରାର୍ଥିର ବୟସସୀମା ସର୍ବନିମ୍ନ ୨୦ ବର୍ଷ ହୋଇଥିବା ବେଳେ, ସର୍ବାଧିକ ୨୮ ବର୍ଷ ହୋଇଥିବା ଆବଶ୍ୟକ। ସରକାରୀ ନିୟମ ଅନୁସାରେ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ଯଥାକ୍ରମେ ୫ ବର୍ଷ,୧୦ବର୍ଷ ଏବଂ ୩ବର୍ଷ ବୟସ ଛାଡ କରାଯିବ। ପ୍ରାର୍ଥି କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଭାଗରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ଏହି ଡିଗ୍ରୀ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇଥିବା ଆବଶ୍ୟକ। ଆବେଦନ ଫି କେତେ ? ବ୍ୟାଙ୍କ ଅଫ ବରୋଦାରେ ଆବେଦନ କରିବା ପାଇଁ ନିଦ୍ଦିଷ୍ଟ ଫି ଦେବାପାଇଁ ଧାର୍ଯ୍ୟ କରାଯାଇଛି। ଯେଉଁଥିରେ ବିଭିନ୍ନ ବର୍ଗ ପାଇଁ ବିଭିନ୍ନ ରାଶି ପଇଠ କରିବାକୁ ପଡିବ। ଏହି କ୍ରମରେ ସାଧାରଣ, ଓବିସି ପ୍ରାର୍ଥୀଙ୍କ ପାଇଁ ୮୦୦ ଟଙ୍କା ରହିଥିବା ବେଳେ ଭିନ୍ନକ୍ଷମ ମାନଙ୍କ ପାଇଁ ୪୦୦ ଏବଂ ଏସଟି, ଏସି ବର୍ଗର ପ୍ରାର୍ଥିଙ୍କୁ ଫି ରୁ ଛାଡ କରାଯାଇଛି। ଆହୁରି ପଢନ୍ତୁ- History Of Shampoo: ‘ଶାମ୍ପୁ’ର ଅର୍ଥ କ’ଣ? ଭାରତରେ ପ୍ରଥମେ ଆରମ୍ଭ ହୋଇଥିଲା ଏହାର ବ୍ୟବହାର କିପରି କରାଯିବ ଚୟନ ? ସବୁ ପରୀକ୍ଷା ପରି ଏହି ପରୀକ୍ଷା ୩ ଟି ସ୍ତର ଦେଇ କରାଯିବ। ଯେଉଁଥିରେ ଲିଖିତ ପରୀକ୍ଷା, ଡକ୍ୟୁମେଣ୍ଟ ଯାଞ୍ଚ, ଏବଂ ଇଣ୍ଟରଭିୟୁ ରହିବ। ଲିଖିତ ପରୀକ୍ଷାର ଅବଧି ୧ ଘଣ୍ଟା ରହିବ। ଯେଉଁ ପରୀକ୍ଷାର୍ଥି ମାନେ ଏଥିରେ ଉତୀର୍ଣ୍ଣ ହେବେ ସେମାନଙ୍କ ଡକୁମେଣ୍ଚ ଯାଞ୍ଚ ପରେ ଇଣ୍ଟରଭିୟୁ କରାଯିବ। ଶେଷରେ ଯେଉଁମାନେ ଏଥିରେ ଉତୀର୍ଣ୍ଣହେବେ ସେମାନେ ବ୍ୟାଙ୍କ ଅଫ ବରୋଦାରେ କାମ କରିପାରିବେ। କେବଳ ଏତିକି ନୁହେଁ ,ମନୋନିତ ପ୍ରାର୍ଥୀମାନେ ଷ୍ଟାଇପେଣ୍ଡ ପାଇବେ। ମାସକୁ ୧୫୦୦ ଟଙ୍କା ଷ୍ଟାଇପେଣ୍ଡ ସହିତ, ୧୨ ମାସର ତାଲିମ ଦିଆଯିବ। ଆହୁରି ପଢନ୍ତୁ- Delhi Terror Blast: ସିଲିଣ୍ଡର ବ୍ଲାଷ୍ଟ ଏବେ ଆତଙ୍କବାଦୀ ଆକ୍ରମଣ ହୋଇଗଲା, ଆମ ମୁଣ୍ଡରେ ଅଠା ବୋଳିବାକୁ ଚାହୁଁଛି ଭାରତ: ପାକିସ୍ତାନ

ସ୍ତମ୍ଭ 13 Nov 2025 10:10 pm

Villagers Attack: ଥାନା ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ, ମାଡ଼ ମାରିଥିବା ନେଇ ଚର୍ଚ୍ଚା

ରାଇରଙ୍ଗପୁର/ଘାଗରବେଡ଼ା: ପୋଷ୍ଟମର୍ଟମ ରିପୋର୍ଟକୁ କେନ୍ଦ୍ର କରି ଆଜି ମୟୁରଭଞ୍ଜ ଜିଲ୍ଲା ରରୁଆଁ ବ୍ଳକ ତଥା ଘାଗରବେଡା ଥାନା ପରିସରରେ ଉତ୍ତେଜନା ଦେଖାଯାଇଛି। ଶତାଧିକ ଗ୍ରାମବାସୀ ଏକତ୍ର ଥାନା ପରିସରରେ ପ୍ରବେଶ କରିବା ପରେ ପୁଲିସ ଭିଡ଼କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲା ବୋଲି ଚର୍ଚ୍ଚା ହେଉଛି। ଥାନା ଅଧିକାରୀଙ୍କୁ ଘେରିବା ସହିତ ମାଡ଼ ମରାଯାଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ସଲଗୁଡା ଗ୍ରାମର ଘନଶ୍ୟାମ ପୂର୍ତ୍ତି ଗତ ୧ ନଭେମ୍ବର ଦିନ ଗାମୁଛାରେ ଫାଶୀ ଲଗାଇ ଏକ ଗଛ ଝୁଲି ଥିବା ସ୍ଥାନୀୟ ଲୋକେ ଦେଖି ଘର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ଘାଗରବେଡ଼ା ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ମେଡିକାଲକୁ ପଠାଇ ଥିଲେ। ଉକ୍ତ ଘଟଣାକୁ ମୃତ ଘନଶ୍ୟାମଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ କରିବା ପରେ ଘାଗରବେଡା ଥାନା ଅଧିକାରୀ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ତଦନ୍ତ ଆରମ୍ଭ କରାଯିବ ବୋଲି କହିଥିଲେ। କିନ୍ତୁ ଆଜି ବ୍ୟବଛେଦ ରିପୋର୍ଟ ଆସିବା ପୂର୍ବରୁ ସଲଗୁଡା ଗ୍ରାମର ଶତାଧିକ ପୁରୁଷ ଏବଂ ମହିଳା ଘାଗରବେଡା ଥାନାରେ ପହଁଞ୍ଚି ଥାନା ସମ୍ମୁଖରେ ଟାୟାର ଜାଳି ଥାନା ଘେରାଉ କରି ରଖିଥିଲେ। ବରିଷ୍ଠ ପୁଲିସ ଅଧିକାରୀ କଲେ ହସ୍ତକ୍ଷେପ ଖବର ପାଇ କରଞ୍ଜିଆ ଉପଖଣ୍ଡ ପୁଲିସ ଅଧିକାରୀ ନବକୃଷ୍ଣ ନାଏକ ପୁଲିସ ଟିମ ସହିତ ଘାଗରବେଡାରେ ପହଁଞ୍ଚି ରରୁଆଁ ବ୍ଳକ ଅଧ୍ୟକ୍ଷ ଅଜିତ କୁମାର ତିରିୟାଙ୍କ ସହିତ ଉତ୍ତକ୍ତ ଜନସାଧାରଣ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଆହୁରି ପଢ଼ନ୍ତୁ: Nuapada Election: ନୂଆପଡ଼ା ଉପନିର୍ବାଚନ: ରାତି ପାହିଲେ ଭୋଟ୍‌ ଗଣତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଚାରିଆଡ଼େ ଚର୍ଚ୍ଚା ବିଶେଷ ସୂତ୍ରରୁ ଜଣାଯାଏ ମୃତ ଘନଶ୍ୟାମଙ୍କ ଶବ ବ୍ୟବଛେଦ ରିପୋର୍ଟଟି ଶ୍ୱାସରୁଦ୍ଧ ହୋଇଥିବା ଆସିଥିବା ଜଣାଯାଏ। ଘାଗରବେଡ଼ା ଥାନା ଅଧିକାରୀ ଶ୍ରୀ ମହାରଣାଙ୍କୁ ଉତ୍ତକ୍ତ ଜନସାଧାରଣ ମାଡ଼ ମାରିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ପୁଲିସ ଅଧିକାରୀମାନେ ତାହାକୁ ଅସ୍ବୀକାର କରିଛନ୍ତି। ଉଭୟଙ୍କ ମଧ୍ୟରେ ଠେଲାପେଲା ସହିତ ଯୁକ୍ତିତର୍କ ହୋଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି। ତେବେ ଉକ୍ତ ଘଟଣା ନେଇ ବର୍ତମାନ ଘାଗରବେଡ଼ା ଥାନା ଅଞ୍ଚଳରେ ପୁଲିସ ପାଟ୍ରାଲିଂକୁ ଜୋରଦାର୍ ଜାରି ରହିଛି। ଉକ୍ତ ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଆହୁରି ପଢ଼ନ୍ତୁ: Turtle Smuggling: ଆନ୍ଧ୍ରପ୍ରଦେଶରୁ କଇଁଛ ଚାଲାଣ, ମାଲକାନଗିରରେ ବିକ୍ରି

ସ୍ତମ୍ଭ 13 Nov 2025 9:20 pm

Crowd Surge at Shreya Ghoshal’s Concert in Cuttack Bali Yatra, Two Fans Faint

The historic Bali Yatra festival wrapped up its 150th anniversary edition amid pandemonium on Thursday evening. A massive surge of enthusiastic fans gathered at the Bali Yatra Ground to catch Bollywood playback singer Shreya Ghoshal’s live performance, leading to a chaotic crowd crush that left at least two people unconscious. The incident unfolded during the […] The post Crowd Surge at Shreya Ghoshal’s Concert in Cuttack Bali Yatra, Two Fans Faint appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 13 Nov 2025 8:51 pm

Odisha Works Minister Reviews Highway Projects and Launches OSWAS

Odisha is advancing rapidly on the path of development compared to previous years, thanks to Prime Minister Narendra Modi’s affection for the state and frequent visits by senior central ministers, which have proven to be a boon. Substantial central funding is flowing in for Odisha’s growth. To achieve Chief Minister Mohan Charan Majhi’s vision of […] The post Odisha Works Minister Reviews Highway Projects and Launches OSWAS appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 13 Nov 2025 8:28 pm

Preparations in Full Swing for President Droupadi Murmu’s Odisha Visits on Nov 20 & 27

President Droupadi Murmu is scheduled to transit through Odisha’s Jharsuguda on November 20 en route to Chhattisgarh, where she will participate in the ‘Jan Jatiya Gaurav Diwas’ program in Ambikapur. She will return to Odisha on November 27 to inaugurate the new Kalinga Guest House at Raj Bhavan in Bhubaneswar and address the Odisha Legislative […] The post Preparations in Full Swing for President Droupadi Murmu’s Odisha Visits on Nov 20 & 27 appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 13 Nov 2025 8:18 pm

DTI in Loan: ଋଣରୁ ଆୟ ଅନୁପାତ... ଡିଟିଆଇ ହିସାବ କରିବେ କେମିତି ?

ନୂଆଦିଲ୍ଲୀ: ନିଜର ବ୍ୟକ୍ତିଗତ ଆୟ ତଥା ଋଣ ମଧ୍ୟରେ ସନ୍ତୁଳନ ବଜାୟ ରଖିବା‌ ନିହାତି ଜରୁରୀ। ଋଣରୁ ଆୟ ଅନୁପାତ (ଡେବ୍‌ଟ୍‌-ଟୁ-ଇନ୍‌କମ୍‌ ରେସିଓ) ହେଉଛି ବ୍ୟକ୍ତିଗତ ମାସିକ ଋଣ ଦେୟ ବିଭକ୍ତ ମୋଟ୍‌ ମା‌ସିକ ଆୟ। ଅର୍ଥାତ୍‌ ଡିଟିଆଇ ଆପଣଙ୍କର ଋଣ ‌ଦେୟକୁ ଆପଣଙ୍କର ମୋଟ୍‌ ମାସିକ ଆୟ ସହିତ ତୁଳନା କରେ। ଆପଣ କିପରି ଆପଣଙ୍କ ଋଣ ଟଙ୍କା ପରିଶୋଧ କରିବେ ଏହା ଏକ ସୂଚକ ଭାବେ କାମ କରେ। ଯା‌ହାକି ଆପଣଙ୍କ ମାସିକ ଋଣ ଦେୟ ତଥା କ୍ଷମତାକୁ ପରିଚାଳନା କରିବାର ଏକ ମାପକାଠି। ଡିଟିଆଇରେ କ’ଣ ଅନ୍ତର୍ଭୁକ୍ତ: ସାଧାରଣତଃ ଏଥିରେ କ୍ରେଡିଟ୍‌ କାର୍ଡ ବିଲ୍‌, ଲୋନ୍‌ର ଇଏମ୍‌ଆଇ ଏବଂ ଅନ୍ୟାନ୍ୟ ଋଣ ଦେୟ ଅନ୍ତର୍ଭୁକ୍ତ, କିନ୍ତୁ ଆପଣଙ୍କର ଦୈନନ୍ଦିନ ଖର୍ଚ୍ଚ ଏଥିରେ ମିଶେ ନାହିଁ। ଆର୍ଥିକ ସନ୍ତୁଳନ‌ରେ ଡିଟିଆଇର ମହତ୍ତ୍ବ: କମ୍‌ ଡିଟିଆଇ ଅନୁପାତ ଋଣ ଓ ଆୟ ଭିତରେ ଏକ ଉତ୍ତମ ସନ୍ତୁଳନ ରଖିଥାଏ, ଯାହାକି ଆପଣଙ୍କୁ ଋଣଦାତାଙ୍କ ପାଖରେ ଖୁବ୍‌ ଆକର୍ଷିତ କରିଥାଏ। ଭବିଷ୍ୟତ ଋଣ ଉପରେ ପ୍ରଭାବ: ଏକ ପ୍ରଭାବଶାଳୀ ଡିଟିଆଇ ଅନୁପାତ କେବଳ ଆପଣଙ୍କ ସାମ୍ପ୍ରତିକ ଆର୍ଥିକ ସ୍ଥିରତାକୁ ପ୍ରତିଫଳିତ କରେନାହିଁ ବରଂ ଭବିଷ୍ୟତରେ ଆପଣଙ୍କ ଋଣଗୁଡ଼ିକୁ ସୁରକ୍ଷିତ କରିବା କ୍ଷମତା ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଭବିଷ୍ୟତର ଆର୍ଥିକ ଯୋଜନା ଓ ଋଣ ପାଇଁ ଏକ ସ୍ବଳ୍ପ ଡିଟିଆଇ ଅନୁପାତ ଅାଧାରରେ ଋଣଦାତାମାନେ ଏହାକୁ ଏକ ସୀମା ମାନଦଣ୍ଡ ଭ‌ାବେ ବ୍ୟବହାର କରନ୍ତି। ଡିଟିଆଇ ହିସାବ କରିବେ କେମିତି? ଏକ ସରଳ ସୂତ୍ର ବ୍ୟବହାର କରି ଡିଟିଆଇ ହିସାବ କରାଯାଏ ଋଣରୁ-ଆୟ ଅନୁପାତ = (ମାସିକ ଋଣ ଦେୟ ମୋଟ ମାସିକ ଆୟ) ୧୦୦ ଋଣ ଯୋଗ୍ୟତା ପାଇଁ ଡିଟିଆଇ କିପରି ଆକଳନ କରାଯିବ? ଯେତେବେଳେ ଆପଣ ଏକ ବ୍ୟକ୍ତିଗତ ଋଣ ପାଇଁ ଆବେଦନ କରନ୍ତି, ଋଣଦାତାମାନେ ଆପଣଙ୍କର ଡିଟିଆଇ ଅନୁପାତକୁ ଯାଞ୍ଚ କରିବେ ଯାହା ଆପଣଙ୍କର ଋଣ ପରିଶୋଧ କ୍ଷମତାକୁ ଆକଳନ କରିବ। ଅଧିକ ଡିଟିଆଇ ଅନୁପାତ ଆର୍ଥିକ ଚାପ ସୃଷ୍ଟି କରେ ଏବଂ କମ୍‌ ଅନୁପାତ ଏକ ସୁସ୍ଥ କ୍ରେଡିଟ୍‌ ପ୍ରୋଫାଇଲ୍‌ ତିଆରି କରେ। ବ୍ୟକ୍ତିଗତ ଋଣ ଯୋଗ୍ୟତା: ଋଣଦାତାମାନେ ୪୦% କିମ୍ବା ତା’ଠାରୁ କମ୍‌ ଡିଟିଆଇ ଅନୁପାତକୁ ପସନ୍ଦ କରନ୍ତି। କାରଣ ଏହା ଏକ ସନ୍ତୁଳିତ ଡିଟିଆଇ ସ୍ତରକୁ ସୂଚାଇଥାଏ। ବ୍ୟକ୍ତିଗତ ଋଣ ଇଏମ୍‌ଆଇ କାଲକୁଲେଟର୍‌ ବ୍ୟବହାର: ଏହି ଉପକରଣ ଆପଣଙ୍କୁ ବୁଝିିବାରେ ସାହାଯ୍ୟ କରେ ଯେ, ବ୍ୟକ୍ତିଗତ ଋଣ କିସ୍ତି ଆପଣଙ୍କ ଡିଟିଆଇ ଅନୁପାତକୁ କିପରି ପ୍ରଭାବିତ କରିବ ଏବଂ ଋଣ ନିଷ୍ପତ୍ତି ନେବାରେ ସାହାଯ୍ୟ ମଧ୍ୟ କରିବ। ଆହୁରି ପଢନ୍ତୁ- Nuapada Election: ନୂଆପଡ଼ା ଉପନିର୍ବାଚନ: ରାତି ପାହିଲେ ଭୋଟ୍‌ ଗଣତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଭଲ ଡିଟିଆଇ ରେସିଓ କ’ଣ? ଏକ ନୂତନ ଋଣ ପରିଶୋଧ କରିବାରେ ଆପଣ କେତେ ସକ୍ଷମ ତାହା ନିର୍ଣ୍ଣୟ କରିବାକୁ ବ୍ୟାଙ୍କ ଓ ଅନ୍ୟ ଋଣଦାତାମାନେ ଆପଣଙ୍କର ଡିଟିଆଇ ଅନୁପାତକୁ ଦେଖନ୍ତି। ଏକ ସାଧାରଣ ନିୟମ ଅନୁଯାୟୀ, ଆପଣଙ୍କର ଡିଟିଅାଇ ଅନୁପାତ ଯେତେ ଅଧିକ ହେବ, ଏକ ନୂତନ ଋଣ ପରିଶୋଧ କରିବା ଆପଣଙ୍କ ପାଇଁ କଷ୍ଟକର ହେବ। ଏହାର କାରଣ, ଆପଣଙ୍କ ଆୟର ଏକ ବିରାଟ ଅଂଶ ଋଣ ଫେରସ୍ତରେ ଯିବ। ରିପୋର୍ଟ- ପ୍ରଜ୍ଞା ନିବେଦିତା ନାୟକ ଆହୁରି ପଢନ୍ତୁ- Delhi Blast : ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯିବ : ଶାହ

ସ୍ତମ୍ଭ 13 Nov 2025 8:11 pm

Odisha to Host Global Energy Leaders’ Summit This December

The Odisha Energy Department announced today the Global Energy Leaders’ Summit (GELS) 2025, scheduled to take place in Puri, Odisha, from December 5 to 7, 2025. The event’s logo, symbolising harmony between nature and innovation, was unveiled today by Union Minister of State for Power and New & Renewable Energy, Shripad Yesso Naik, alongside Kanak […] The post Odisha to Host Global Energy Leaders’ Summit This December appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 13 Nov 2025 8:03 pm

Turtle Smuggling: ଆନ୍ଧ୍ରପ୍ରଦେଶରୁ କଇଁଛ ଚାଲାଣ, ମାଲକାନଗିରରେ ବିକ୍ରି

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମୋଟୁ ଅଂଚଳରେ ବନ ବିଭାଗ ଓ ରାଜସ୍ବ ବିଭାଗର ମିଳିତ ଚଢଉରେ ୮୫ଟି କଇଁଛ ଜବତ କରାଯାଇଥିବା ବେଳେ ୩ ଜଣ ଚାଲାଣକାରୀକୁ ଗିରଫ କରାଯାଇଛି। ବନ ବିଭାଗର ସୂଚନା ଅନୁଯାୟୀ ମୋଟୁ ବନ ବିଭାଗ ଓ ରାଜସ୍ବ ବିଭାଗକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ଆନ୍ଧ୍ରପ୍ରଦେଶ ପଟରୁ କିଛି କଇଁଛ ବ୍ୟବସାୟୀ ବାଇକ୍‌ରେ କଇଁଛ ଆଣି ଏମପିଭି-୮୧ ଗ୍ରାମରେ ବିକ୍ରି କରିବେ। ବିଶ୍ବସ୍ତ ସୂଚନା ଆଧାରରେ ବନ ବିଭାଗ ଓ ରାଜସ୍ବ ବିଭାଗର କର୍ମଚାରୀ ଏକ ଟିମ ଗଠନ କରି ଅନନ୍ତପାଲ୍ଲୀ ଛକ ନିକଟରେ ଦୁଇଟି ବାଇକ୍‌ ଅଟକାଇ ଯାଞ୍ଚ କରିଥିଲେ। ଏହି ଦୁଇଟି ବାଇକ୍‌ରେ ଜରି ବ୍ୟାଗରେ ୮୫ଟି କଇଁଚ ରହିଥିବା ବନ ବିଭାଗ କର୍ମଚାରୀ ଦେଖିବାକୁ ପାଇଥିଲେ। ତୁରନ୍ତ ସମସ୍ତ କଇଁଛକୁ ଜବତ କରିବା ସହ ଚାଲାଣ କରୁଥିବା ଆସାମୀମାନଙ୍କୁ ଗିରଫ କରାଯାଇଥିଲା। ନିୟମିତ ଭାବେ କଇଁଛ ଚାଲାଣ ଆନ୍ଧ୍ରପ୍ରଦେଶ ପଟରୁ ମାଲକାନଗିରିକୁ ଲଗାତାର କଇଁଛ ଚାଲାଣ କରାଯାଉଛି। ମାଲକାନଗିରି ଅଂଚଳରେ କଇଁଛ ଖାଇବା ଲୋକଙ୍କ ସଂଖ୍ୟା ବଢୁଥିବାରୁ ଏହାର ସୁଯୋଗ ନେଇ ଆନ୍ଧ୍ରରୁ କଇଁଛ ଆମଦାନୀ କରାଯାଉଛି। ୩ ଜଣ ଆସାମୀ ହେଉଛନ୍ତି ଏମପିଭି-୮୧ ଗ୍ରାମର ପ୍ରେମ ଗୋପାଲ ଦାସ(୫୧) ,ହରଧନ ମଣ୍ଡଳ(୪୦) ଏବଂ ସୁଧାଂଶୁ ପାଲ(୩୯)। ଏମାନଙ୍କ ଠାରୁ ୨ଟି ମଟର ସାଇକେଲ,ଦୁଇଟି ମୋବାଇଲ ଫୋନ ଏବଂ ଗୋଟିଏ ଜରି ବ୍ୟାଗ ସହ ଦୁଇଟି ପ୍ଲାଷ୍ଟିକ ବ୍ୟାଗ ଜବତ କରାଯାଇଛି। ୩ ଜଣ ଆସାମୀକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଆହୁରି ପଢ଼ନ୍ତୁ: Nuapada Election: ନୂଆପଡ଼ା ଉପନିର୍ବାଚନ: ରାତି ପାହିଲେ ଭୋଟ୍‌ ଗଣତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଆହୁରି ପଢ଼ନ୍ତୁ: Delhi Blast : ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯିବ : ଶାହ

ସ୍ତମ୍ଭ 13 Nov 2025 7:57 pm

Odisha Governor Inspires BPUT Graduates to Lead with Innovation and Entrepreneurship

Odisha Governor Dr. Hari Babu Kambhampati on Thursday called upon the graduating students of Biju Patnaik University of Technology (BPUT), Rourkela, to become job creators, innovators, and entrepreneurs who can transform challenges into opportunities. Addressing the 12th Convocation of BPUT, Dr. Kambhampati said the world is being rapidly reshaped by emerging technologies such as artificial […] The post Odisha Governor Inspires BPUT Graduates to Lead with Innovation and Entrepreneurship appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 13 Nov 2025 7:53 pm

ASI Caught Taking Rs 4K Bribe Inside Balianta Police Station

Odisha Vigilance officials apprehended Assistant Sub-Inspector (ASI) Somanath Palei of Balianta Police Station in Bhubaneswar today while he was caught red-handed accepting a bribe. According to the Vigilance Directorate, ASI Palei, who was the Investigating Officer in a family dispute case, demanded Rs 4,000 from the complainant in exchange for favourable assistance in the matter. […] The post ASI Caught Taking Rs 4K Bribe Inside Balianta Police Station appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 13 Nov 2025 7:47 pm

Delhi Blast : ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯିବ : ଶାହ

Delhi Blast : ନୂଆଦିଲ୍ଲୀ: ଦିଲ୍ଲୀ ବୋମା ବିସ୍ଫୋରଣର ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ, ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ । ଏପରି ଦଣ୍ଡ ଦିଆଯିବ ଯେ ବିଶ୍ବ ମନେ ରଖିବ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁଜରାଟର ମୋତି ଭାଇ ଚୌଧୁରୀ ସାଗର ସୈନିକ ସ୍କୁଲରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ଦିଲ୍ଲୀ କାର ବିସ୍ଫୋରଣର ଦୋଷୀମାନଙ୍କୁ ଦିଆଯାଇଥିବା ଦଣ୍ଡ ବିଶ୍ୱକୁ ଏକ ବାର୍ତ୍ତା ଦେବ ଯେ ଭବିଷ୍ୟତରେ କେହି ଆମ ଦେଶରେ ଏପରି ଆକ୍ରମଣ କରିବା କଥା ଚିନ୍ତା ମଧ୍ୟ କରିବେ ନାହିଁ। ୧୦ ନଭେମ୍ବର ସନ୍ଧ୍ୟା ୬:୫୨ ସମୟରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ ହୁଣ୍ଡାଇ ଆଇ୨୦ କାର ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ। ବିସ୍ଫୋରଣର ପ୍ରଭାବ ଏତେ ତୀବ୍ର ଥିଲା ଯେ ଅନେକ ଯାନ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ଘଟଣାସ୍ଥଳରୁ ମିଳିଥିବା ଦୃଶ୍ୟରେ ବିକୃତ ଶରୀର ଏବଂ ବିଛାଡ଼ି ହୋଇଥିବା ଭଗ୍ନାବଶେଷ ଦେଖାଯାଇଥିଲା। ଆହୁରି ପଢନ୍ତୁ : ICSE 10th Exam: ଫେବ୍ରୁଆରି ୧୭ରୁ ଆଇସିଏସଇ ୧୦ମ ବୋର୍ଡ ପରୀକ୍ଷା ସ୍କାନରରେ ଅଲ-ଫଲାହ ବିଶ୍ବବିଦ୍ୟାଳୟ ଦିଲ୍ଲୀର ଲାଲକିଲ୍ଲା ନିକଟରେ ବିସ୍ଫୋରଣର ପାଣ୍ଠି ତଦନ୍ତ କରାଯିବ। NIA, ED ଏବଂ ଅନ୍ୟାନ୍ୟ ଏଜେନ୍ସି ତଦନ୍ତ କରିବେ। ଏହା ବ୍ୟତୀତ, ଆଲ-ଫଲାହ ବିଶ୍ୱବିଦ୍ୟାଳୟର ଏକ ସମ୍ପୂର୍ଣ୍ଣ ଫରେନସିକ୍ ତଦନ୍ତ ମଧ୍ୟ କରାଯିବ। ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ଗୃହ ସଚିବ, ଗୁଇନ୍ଦା ବ୍ୟୁରୋ ନିର୍ଦ୍ଦେଶକ, NIAର ମହାନିର୍ଦ୍ଦେଶକ ଏବଂ ଗୃହ ମନ୍ତ୍ରଣାଳୟର ଅନ୍ୟାନ୍ୟ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହିତ ଏକ ବୈଠକ କରିଥିଲେ। ସୂତ୍ର ଅନୁସାରେ, ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ED ଏବଂ ଅନ୍ୟାନ୍ୟ ଆର୍ଥିକ ତଦନ୍ତ ଏଜେନ୍ସିଗୁଡ଼ିକ ମଧ୍ୟ ଲାଲକିଲ୍ଲା ବିସ୍ଫୋରଣ ମାମଲାର ପାଣ୍ଠି ତଦନ୍ତ ପାଇଁ NIA ସହିତ କାମ କରିବେ। ED ଏବଂ ଅନ୍ୟାନ୍ୟ ଆର୍ଥିକ ତଦନ୍ତ ଏଜେନ୍ସିଗୁଡ଼ିକ ବିଶ୍ୱବିଦ୍ୟାଳୟ ସହିତ ଜଡିତ ଜଣେ ଡାକ୍ତରଙ୍କ ଆର୍ଥିକ ତଦନ୍ତ ମଧ୍ୟ କରିବେ। ଆହୁରି ପଢ଼ନ୍ତୁ: Revenge Babri Masjid: ବାବ୍ରି ମସଜିଦ୍ ଧ୍ବଂସର ପ୍ରତିଶୋଧ ନେବାକୁ ଚାହୁଁଥିଲେ ଆତଙ୍କବାଦୀ

ସ୍ତମ୍ଭ 13 Nov 2025 7:37 pm

Delicious ରେସିପି: କେମିତି କରିବେ ଗୁଜିଆ ? ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ...

ଭୁବନେଶ୍ବର: ମଇଦା ୨ କପ୍‌, ୧/୪ କପ୍‌ ଗୁଆଘିଅ, ସ୍ବାଦ ଅନୁସାରେ ଲୁଣ ମିଶାଇ ଦିଅନ୍ତୁ। ଯେତେବେ‌ଳେ ଘିଅ ମଇଦାରେ ଭଲ ଭାବରେ ମିଶିଯିବ ସେତେବେଳେ ଧୀରେ ଧୀରେ ପାଣି ଦେଇ ଚକଟନ୍ତୁ। ପାଖାପାଖି ଅଧକପ୍‌ ପାଣି ଲାଗିବ। ଭଲକି ଚକଟି ମିଶ୍ରଣକୁୁ ଅତି କମ୍‌ରେ ଅଧଘଣ୍ଟା ଘୋଡ଼ାଇ ରଖନ୍ତୁ। ଏଥର ପୁର ତିଆରି କରିବାକୁ ଗୋଟେ ନନ୍‌ଷ୍ଟିକ୍‌ ପ୍ୟାନ୍‌ରେ ଗୋଟେ ବଡ଼ ଚାମଚ ବଟର୍‌ ଦିଅନ୍ତୁ । ସେଥିରେ ଏକକପ୍‌ କ୍ଷୀର ଢାଳନ୍ତୁ, ଟିକେ ମିଶେଇ ଦେଇ ସେଥିରେ ଦେଢ଼କପ୍‌ ଅମୁଲ ମିଶାନ୍ତୁ ଏବଂ ମିଶ୍ରଣଟି ଯେତେବେଳେ ଗାଢ଼ ହୋଇ ଧୀରେ ଧୀରେ ପ୍ୟାନ୍‌ରୁ ଛାଡ଼ିଯିବ ସେତେବେଳେ ତଳକୁ ଓହ୍ଲାଇ ତାକୁ ଥଣ୍ଡା କରନ୍ତୁ । ଅଧିକ ପଢନ୍ତୁ- Health Tips: ମାଟି ପାତ୍ରରେ ରାନ୍ଧିବା ଏବଂ ଖାଇବା ଶରୀର ପାଇଁ କେତେ ସ୍ବାସ୍ଥ୍ୟକର ? ତା’ପରେ ସେଥିରେ ଗୋଟେ କପ୍‌ ଚିନି ପାଉଡର୍‌, ଗୁଜୁରାତି ଗୁଣ୍ଡ ଟିକେ, ଦୁଇ ଚାମଚ ଲେଖାଏଁ ସରୁସରୁ କଟା କାଜୁ, ପିସ୍ତା, ଆଲ୍‌ମଣ୍ଡ ଓ କିସ୍‌ମିସ୍‌ ଦେଇ ଭଲକି ହାତରେ ମିଶାଇ ଦିଅନ୍ତୁ। ଏପଟେ ଦେଢ଼କପ୍‌ ଚିନି ଓ ଦେଢ଼କପ୍‌ ପାଣି ମିଶାଇ ସିରା ପ୍ରସ୍ତୁତ କରନ୍ତୁ। ପାଞ୍ଚ/ସାତ ମିନିଟ୍‌ ପରେ ବହଳିଆ ହେଲାପରେ ସେଥିରେ କିଛି ରୁଆ କେଶର ଓ ଅଧାଚାମଚ ଗୁଜୁରାତି ଗୁଣ୍ଡ ମିଶାଇ ଚୁଲିରୁ ଓହ୍ଲାଇ ଘୋଡ଼େଇ ଦିଅନ୍ତୁ। ଚକଟା ମଇଦାକୁ ଛୋଟ ଛୋଟ ଗୁଳା କରି ବଜାରରେ ମିଳୁଥିବ‌‌ା ଛାଞ୍ଚରେ ବା ହାତରେ ଗୁଜିଆ ଆକାରରେ ଗଢ଼ି ଭିତରେ ଖୁଆପୁର ଦୁଇଚାମଚ ଦେଇ ଟିପରେ ଓଦାହାତ ହୋଇ ପିଠାକୁ ବନ୍ଦ କରନ୍ତୁ ଏବଂ ମଧ୍ୟମ ଆଞ୍ଚରେ ନିଜ ପସନ୍ଦର ତେଲ/ଘିଅରେ ସୁନେଲୀ ରଙ୍ଗ ହେବାଯାଏ ଛାଣି କାଢ଼ିଦିଅନ୍ତୁ। ଗୁଜିଆ ଗୁଡ଼ିକୁ ପୂର୍ବରୁ ପ୍ରସ୍ତୁତ ଚିନି ସିରାରେ ପକେଇ ଦୁଇପଟ ଓଲଟପାଲଟ କରି ପାଞ୍ଚ ମିନିଟ୍‌ ପରେ କାଢ଼ିଦିଅନ୍ତୁ। ଅଧିକ ପଢନ୍ତୁ- Crash Diet: କାଳ ସାଜିପାରେ କ୍ରାସ୍‌ ଡାଏଟ୍‌ ! ଅଳ୍ପ ଦିନରେ ଓଜନ କମାଇବାର ଜିଦ୍ ଡାକି ଆଣିପାରେ ବିପଦ ! ଜାଣନ୍ତୁ କ୍ରାସ୍ ଡାଏଟ୍ ଦ୍ୱାରା କ’ଣ ହୋଇପାରେ ଅସୁବିଧା ?

ସ୍ତମ୍ଭ 13 Nov 2025 7:12 pm

Elevated Corridor Plan Gains Momentum in Bhubaneswar as Works Minister Leads Review

The Works Department of Odisha announced plans for an elevated corridor in Bhubaneswar to reduce traffic congestion and improve road connectivity. Officials confirmed that the corridor will connect Kalpana, Khandagiri, and Jaydev Vihar to Nalco Square. Engineers designed the project as a two-tier road system that will streamline traffic flow and remove the traffic post […] The post Elevated Corridor Plan Gains Momentum in Bhubaneswar as Works Minister Leads Review appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 13 Nov 2025 6:46 pm

Bihar Assembly Elections 2025: Record Turnout, Zero Repolls Reported

The Election Commission of India (ECI) announced the successful conduct of the Bihar Assembly Elections 2025, recording a 67.13% voter turnout, the highest since 1951. The Commission confirmed that officials will begin counting on November 14, 2025, with extensive arrangements already in place. Key Highlights Zero Repolls: None of the 2,616 candidates or 12 recognised […] The post Bihar Assembly Elections 2025: Record Turnout, Zero Repolls Reported appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 13 Nov 2025 6:33 pm

Nuapada Election: ନୂଆପଡ଼ା ଉପନିର୍ବାଚନ: ରାତି ପାହିଲେ ଭୋଟ୍‌ ଗଣତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆପଡ଼ା (ଅଶ୍ବିନୀ ପାଣିଗ୍ରାହୀ): ରାତି ପାହିଲେ ନୂଆପଡ଼ା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ହେବ। ଷ୍ଟ୍ରଙ୍ଗ ରୁମରେ ସିଲ୍‌ ହୋଇଥିବା ଇଭିଏମ୍‌ ଖୋଲାଯିବ। ଶୁକ୍ରବାର ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହେବ ଏବଂ ଭୋଟ୍‌ ଗଣତି ଶେଷ ହେଲା ପରେ ଫଳାଫଳ ପ୍ରକାଶ ପାଇବ। ଏଥି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି। ପ୍ରାଶସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି। ୮୩.୪୫ ପ୍ରତିଶତ ମତଦାନ ଭୋଟ୍‌ ଗଣତି ନେଇ ଜିଲ୍ଲାପାଳ ମଧୁସୂଦନ ଦାସ ସାମ୍ବାଦିକ ସମ୍ମିଳନୀରେ ଗୁରୁବାର କହିଛନ୍ତି, ଚଳିତ ନୂଆପଡ଼ା ଉପନିର୍ବାଚନରେ ୨,୫୪,୪୮୭ ଜଣ ମତଦାତା ଥିଲେ। ସେମାନଙ୍କର ମଧ୍ୟରୁ ମୋଟ୍‌ ୨,୧୨,୩୮୫ଜଣ ମତଦାନ କରିଥିଲେ। ଏଥିରେ ପୁରୁଷ ସଂଖ୍ୟା ୧,୦୩, ୮୧୭ ଥବା ବେଳେ ୧,୦୮,୫୬୩ ଜଣ ମହିଳା ଥିଲେ। ସେହିପରି ଅନ୍ୟ ବର୍ଗର ମତଦାତା ମାନଙ୍କର ସଂଖ୍ୟା ୫ଥିଲା। ମୋଟ୍‌ ୮୩.୪୫% ମତଦାନ ହୋଇଛି। ବ୍ୟାପକ ସୁରକ୍ଷା ବ୍ୟବସ୍ଥାରେ ଇଭିଏମ୍‌ ନୂଆପଡ଼ାରେ ଗତ ୧୧ ତାରିଖ ଦିନ ଶାନ୍ତି ଶୃଙ୍ଖଳାର ସହିତ ଭୋଟିଂ ହୋଇଥିଲା। ଏହା ସୂଚାରୁ ରୂପେ ସଂପର୍ଣ୍ଣ ହୋଇଥିଲା।ଜିଲ୍ଲା ପୁଲିସ ଏବଂ କେନ୍ଦ୍ରୀୟ ପୁଲିସ ସୁରକ୍ଷା ଦେଇଥିଲେ। କୌଣସି ସ୍ଥାନରେ ବିଶୃଙ୍ଖଳା ହୋଇ ନଥିଲା। ସୁରକ୍ଷା ବ୍ୟବସ୍ଥା ଭଲ କରାଯାଇଥିଲା। ଆସନ୍ତା ୧୪ ତାରିଖରେ ମତ ଗଣତି ହେବ। ସମସ୍ତ ପୋଲ ଇଭିଏମ ସିଲ ହୋଇ ଷ୍ଟ୍ରଙ୍ଗରୁମ୍‌ରେ ରହିଛି। ଏହାକୁ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଇଭିଏମ୍‌କୁ ଲାଗିଥିବା ସୁରକ୍ଷା ବ୍ୟବସ୍ଥା ସେଣ୍ଟ୍ରାଲ ଆର୍ମ ପୁଲିସ ଫୋର୍ସ (ସିଏପିଏଫ୍‌) ତତ୍ବାବଧାନରେ ଅଛି। ଆହୁରି ପଢ଼ନ୍ତୁ: Weather: ଦାରିଙ୍ଗବାଡ଼ିରେ ୭ଦିନରେ ୭.୫ଡିଗ୍ରି ସେଲସିୟସ ତାପମାତ୍ରା ହ୍ରାସ ପ୍ରଥମେ ଗଣାଯିବ ପୋଷ୍ଟାଲ ବାଲାଟ୍‌ ଆସନ୍ତାକାଲି ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ସକାଳ ୮ଟାରେ ଆରମ୍ଭ ହେବ। ୮ଟା ୩୦ରେ ଇଭିଏମ୍‌ ଗଣତି ଆରମ୍ଭ ହେବ। ୩୫୮ ଟି ବୁଥରେ ମତ ଗଣତି ହେବ। ଏଥି ପାଇଁ ୧୪ଟି ଟେବୁଲ କରାଯାଇଛି। ୨୬ଟି ରାଉଣ୍ଡରେ ଭୋଟ୍‌ ଗଣତି ହେବ। ଆଶା କରୁଛୁ ମତଦାନ ସୁରୁଖୁରୁରେ ହେବ। ଆହୁରି ପଢ଼ନ୍ତୁ: Nuapada by Election: କିଛି ହେରଫେର ନହୋଇଥିଲେ ଆମେ ନିଶ୍ଚିତ ଜିତିବୁ: ଭକ୍ତ ଦାସ ଗୁରୁତ୍ବପୂର୍ଣ୍ଣ ସମୟ: ଏସ୍‌ପି ଆରକ୍ଷୀ ଅଧୀକ୍ଷକ ଅମ୍ରିତ ପାଲ୍‌ ସିଂହ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି, ଆସନ୍ତାକାଲି ଆମ ପାଇଁ ଏକ ବଡ଼ ଗୁରୁତ୍ବପୂର୍ଣ୍ଣ ସମୟ ହେବ। ନୂଆପଡ଼ା ଉପନିର୍ବାଚନ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗଣତି ସମୟରେ ସିଏପିଏଫ୍‌, ବିଏସ୍‌ଏଫ୍‌, ଏସ୍‌ଏପି ଓ ରାଜ୍ୟ ପୁଲିସ ମୁତୟନ ରହିବେ। ଗଣତିସ୍ଥଳକୁ ବାହାରକୁ ଛଡ଼ାଯିବ ନାହିଁ। ଟ୍ରାଫିକ୍‌ କଟକଣା ଜାରି କରାଯାଇଛି।

ସ୍ତମ୍ଭ 13 Nov 2025 6:25 pm

Massive Explosion in Illegal Firecracker Factory Kills Two in UP

A massive explosion ripped through an illegal firecracker factory in Sarai Barai village under the Tikaitnagar police station area on Thursday, killing two people and leaving three others critically injured. The blast triggered a fire that quickly spread to nearby houses, sparking panic across the locality. Residents rushed out of their homes as thick smoke […] The post Massive Explosion in Illegal Firecracker Factory Kills Two in UP appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 13 Nov 2025 6:24 pm

Youth Dies After 11 kV Wire Snaps in Jagatsinghpur

A tragic incident occurred in Birat Katak village under Jagannathpur panchayat of Raghunathpur block, Jagatsinghpur district, when a snapped 11 kV electricity wire fell on a youth, leading to his death. According to reports, around 9 am on Thursday, Sanjib Kumar Pradhan (38), son of Kunjabihari Pradhan of Kuamang village (Birat Katak), went to inspect […] The post Youth Dies After 11 kV Wire Snaps in Jagatsinghpur appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 13 Nov 2025 6:13 pm

Non-Functional CCTV Cameras Spark Safety Fears at Konark Sun Temple and Chandrabhaga Beach

Intellectuals and tourism enthusiasts in the Konark region have voiced serious concerns over the safety of tourists and the potential rise in anti-social activities at the world-renowned Konark Sun Temple and the historic Chandrabhaga Beach, following the prolonged malfunction of 52 newly installed CCTV cameras. The cameras, installed by the Konark Notified Area Council (NAC) […] The post Non-Functional CCTV Cameras Spark Safety Fears at Konark Sun Temple and Chandrabhaga Beach appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 13 Nov 2025 6:10 pm

Dead body: ଯୁବକଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଠାବ

ପାରଳାଖେମୁଣ୍ଡି: ଗାରାବନ୍ଧ ଥାନା ଅନ୍ତର୍ଗତ ମରକଡା ଗାଁରେ ଯୁବକଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଠାବ ହୋଇଛି। ଦୀର୍ଘ ୩୦ ଘଣ୍ଟା ଧରି ଘଟଣାସ୍ଥଳରେ ମୃତଦେହ ପଡ଼ି ରହିଛି। ତେବେ ସ୍ତ୍ରୀ ଓ ଶାଶୁ ଘରର ସମସ୍ତ ସଦସ୍ୟ ଫେରାର ହୋଇଯାଇଥିବା ବେଳେ ସଂପର୍କୀୟମାନେ ହତ୍ୟା ଅଭିଯୋଗ ଆଣିଛନ୍ତି। ମୃତକ ହେଉଛନ୍ତି ସେହି ଗ୍ରାମର ୩୦ ବର୍ଷୀୟ ଦାଉଦ୍ କାର୍ଯୀ। ଗତ ଚାରିମାସ ତଳେ ୨ ଜୁଲାଇରେ ପଡ଼ୋଶୀ ସୁଶମିଳା ଶବରଙ୍କ ସହ ଦାଉଦଙ୍କ ବାହାଘର ହୋଇଥିଲା। ବିବାହ ପୁର୍ବରୁ ଉଭୟ ପରିବାରଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା। କଥା ଗ୍ରାମରେ ସମାଧାନ ନହୋଇ ପାରିବାରୁ ଥାନାରେ ପହଞ୍ଚିଥିଲା। କୈଣସି ମତେ ଥାନାରେ ବିବାଦର ସମାଧାନ ପରେ ଉଭୟଙ୍କ ବାହାଘର ହୋଇଥିଲା। ବିବାହର ୪ ମାସ ମଧ୍ୟରେ କୈଣସି ଝଗଡା ହୋଇ ନଥିବା ସମ୍ପକୀୟ କହୁଥିବା ବେଳେ ଦାଉଦଙ୍କ ପରିବାର ସହ ସେମାନଙ୍କ କୈଣସି ସମ୍ପର୍କ ନଥିଲା। କିନ୍ତୁ ଗତ ୧୧ ତାରିଖ ରାତିରେ ଶଶୁର ଘର ଲୋକଙ୍କ ଉପସ୍ଥିତିରେ ଝଗଡ଼ା ହୋଇଥିଲା। ପରଦିନ ସକାଳ ପ୍ରାୟ ୧୦ଟାରେ ଦାଉଦ୍ ଆତ୍ମହତ୍ୟା କରିଥିବା ନେଈ ସ୍ତ୍ରୀ ଗ୍ରାମବାସୀଙ୍କୁ ଜଣାଇଥିଲେ। ଆହୁରି ପଢ଼ନ୍ତୁ: Juhi's Secret Wedding: ଏହି କାରଣରୁ ଗର୍ଭବତୀ ହେବା ପର୍ଯ୍ୟନ୍ତ ବିବାହ କଥା ଲୁଚାଇଥିଲେ ଜୁହି ତିନି ଜଣ ଅଟକ ଗ୍ରାମବାସୀ ଏକଜୁଟ ହୋଇ ଆସି ଦେଖିବା ବେଳକୁ ଶବ ଘର ଭିତରେ ତଳେ ପଡ଼ି ରହିଥିଲା, ଯାହାକୁ ନେଇ ଗ୍ରାମବାସୀ ଓ ମୃତକଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ସନ୍ଦେହ ଘନିଭୂତ ହୋଇଥିଲା। ସେହି ସମୟଠାରୁ ସମସ୍ତେ ଫେରାର ହୋଇଯାଇଛନ୍ତି। ଏନେଇ ଗାରାବନ୍ଧ ଥାନାରେ ହତ୍ୟା କରାଯାଇଥିବା ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତିନି ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ ନିଶିକା ସୂଚନା ଦେଇଛନ୍ତି।‌ ଆହୁରି ପଢ଼ନ୍ତୁ: Nuapada by Election: କିଛି ହେରଫେର ନହୋଇଥିଲେ ଆମେ ନିଶ୍ଚିତ ଜିତିବୁ: ଭକ୍ତ ଦାସ ରିପୋର୍ଟ: ସୁଜିତ୍‌ ବିଷୋୟୀ

ସ୍ତମ୍ଭ 13 Nov 2025 6:06 pm

Botswana Gifts India Eight Cheetahs for Project Cheetah

The President of India, Smt Droupadi Murmu, and the President of Botswana, H.E. Advocate Duma Gideon Boko, visited the Mokolodi Nature Reserve this morning to witness the symbolic release of cheetahs captured from Botswana’s Ghanzi region. Experts from both nations carried out the release into a quarantine facility, marking Botswana’s donation of eight cheetahs to […] The post Botswana Gifts India Eight Cheetahs for Project Cheetah appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 13 Nov 2025 6:03 pm

Online Photo Scam: ମସ୍ତି ସାଜିପାରେ ଶାସ୍ତି: ଅନଲାଇନରେ ଫଟୋ ଛାଡିବା ଡାକି ଆଣିପାରେ ବିପଦ ! ନଜର ରଖିଛନ୍ତି ହ୍ୟାକର...

ନୂଆଦିଲ୍ଲୀ: ନିଜକୁ ତଥା ନିଜର ସୃଜନଶୀଳତାକୁ ଅନ୍ୟମାନଙ୍କ ପାଖରେ ପ୍ରଦର୍ଶନ କରିବା ପାଇଁ ସାମାଜିକ ଗଣମାଧ୍ୟମ ରେ ଫଟୋ ଛାଡ଼ିବା ଏକ ସାଧାରଣ କଥା ପାଲଟିଛି । ମାତ୍ର ଏକ ସଦ୍ୟ ରିପୋର୍ଟ ଅନୁଯାୟୀ, ସେଭଳି ଉତ୍ସାହୀ ଚିତ୍ର ପ୍ରେରଣକାରୀ ଏଣିକି ସେଥିପ୍ରତି ସତର୍କ ରହିବା ଜରୁରୀ। କାରଣ ବିପଦହୀନ ମନେ ହେଉଥିବା ସେହି ଫଟୋଗୁଡ଼ିକ ମଧ୍ୟ ସାଂଘାତିକ ସୁରକ୍ଷା ବିପଦ ଆଣିବାର ଆଶଙ୍କା ରହିଛି। ବିଶେଷ କରି ଟିପଚିହ୍ନ ପ୍ରକାଶ କରୁଥିବା କୌଣସି ଫଟୋକୁ ହରଣଚାଳ କରି ସାଇବର ଅପରାଧୀମାନେ ଆଧାର ଆଧାରିତ ଦେୟ ବ୍ୟବସ୍ଥା ଏବଂ ସମଗ୍ର ବ୍ୟାଙ୍କିଂ ସେବାରେ ଅନ୍ୟର ଅର୍ଥକୁ ହଡ଼ପ କରିନେବାର ସମସ୍ତ ସମ୍ଭାବନା ରହିଛି। ନିକଟରେ ନୋଏଡ଼ାରେ ଏଭଳି ୧୦ଟି ମାମଲା ଧରାପଡ଼ିଛି ଯହିଁରେ ଅପରାଧୀମାନେ ସାମାଜିକ ଗଣମାଧ୍ୟମରୁ ଅନ୍ୟର ଚିପଚିହ୍ନକୁ ନକଲ କରି ତାହାର ଅପବ୍ୟବହାର କରିଛନ୍ତି। ତେଣୁ ନିଜର ଫଟୋ ଛାଡ଼ିଲା ବେଳେ ଜନସାଧାରଣ ବିଶେଷ କରି ଉତ୍ସାହୀ ବିଦ୍ୟାର୍ଥୀମାନେ ଯଥେଷ୍ଟ ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଛି। ଏସବୁରୁ ବର୍ତ୍ତିବା ପାଇଁ କିଛି ଜରୁରୀ ବିଷୟ ଉପରେ ଧ୍ୟାନ‌ ଦେବାକୁ ପଡ଼ିବ *ସୋସିଆଲ୍‌ ମିଡିଆରେ ସତର୍କତା ଅବଲମ୍ବନ କରନ୍ତୁ: ସୋସିଆଲ୍‌ ମିଡିଆରେ କୌଣସି ଫଟୋ କିମ୍ବା ନିଜର ଟିପଚିହ୍ନ, ବାୟୋମେଟ୍ରିକ୍‌ ଡିଟେଲ୍‌ସ ପରି ସମ୍ବେଦନଶୀଳ ସୂଚନା ପ୍ରଦର୍ଶନ କରୁଥିବା ତଥ୍ୟ ଓ ଫଟୋ ଛାଡ଼ିଲା ବେଳେ ବିଶେଷ ସତର୍କତା ଅବଲମ୍ବନ କରିବା ଜରୁରୀ। *ପ୍ରାଇଭେସି ସେଟିଂକୁ ଗୋପନୀୟ ରଖନ୍ତୁ : ସାମାଜିକ ଗଣମାଧ୍ୟମ ତଥା ନିଜର ବ୍ୟାଙ୍କିଂ ଆପ୍‌ସ ସହିତ ଆପଣଙ୍କର ସମସ୍ତ ଅନ୍‌ଲାଇନ୍‌ ଆକାଉଣ୍ଟରେ ପ୍ରାଇଭେସି ସେଟିଂକୁ ଶକ୍ତିଶାଳୀ କରନ୍ତୁ। ନିଜର ବ୍ୟକ୍ତିଗତ ସୂଚନାକୁ ଅଧିକ ନିରାପଦ କରିବା ଲାଗି ଦୁଇ-ସ୍ତରୀୟ ପ୍ରାମାଣିକ ତଥ୍ୟ (ଟୁ-ଫ୍ୟାକ୍ଟର ଅଥଣ୍ଟିକେସନ୍‌, 2FA) ଆପଣାଇବା ଆବଶ୍ୟକ। *ବିଶ୍ବସ୍ତ ପ୍ଲାଟ୍‌ଫର୍ମ ବ୍ୟବହାର କରନ୍ତୁ: କୌଣସି ଅଣପ୍ରାଧିକୃତ ଆପ୍‌ କିମ୍ବା ୱେବ୍‌ସାଇଟ୍‌ରେ ନିଜର ବାୟୋମେଟ୍ରିକ୍‌ ତଥ୍ୟ ଛାଡ଼ିବାକୁ ବାରଣ କରାଯାଇଛି। କେବଳ ଭରସାଯୋଗ୍ୟ ତଥା ଅଫଥିସିଆଲ୍‌ ପ୍ଲାଟ୍‌ଫର୍ମରେ ନିଜର ସମ୍ବେଦନଶୀଳ ସୂଚନାଗୁଡ଼ିକ ବାଣ୍ଟିବା ଠିକ୍‌ ରହିବ। *ନିୟମିତ ସଫ୍ଟୱେର୍‌ ଅପ୍‌ଡେଟ୍‌: ଆପଣ ବ୍ୟବହାର କରୁଥିବା ଫୋନ୍‌ ଓ କମ୍ପ୍ୟୁଟର ଆଦି ଉପକରଣର ଅପରେଟିଂ ସିଷ୍ଟମ୍‌ ଓ ସଫ୍ଟୱେର୍‌ଗୁଡ଼ିକର ନିୟମିତ ଅପ୍‌ଡେଟ୍‌ ହେବା ଆବଶ୍ୟକ। ଏହାଦ୍ବାରା ସଦ୍ୟତମ ପରିବର୍ଦ୍ଧିତ ସୁରକ୍ଷା ବ୍ୟବସ୍ଥାର ଫାଇଦା ମିଳିପାରିବ। *ଆବଶ୍ୟକ ସ୍ଥଳେ ବାୟୋମେଟ୍ରିକ୍‌ ବ୍ୟବହାର: ବିଶେଷତଃ ଆମେ ବ୍ୟାଙ୍କିଂ କାରବାର କିମ୍ବା ଅନ୍ୟ ଜରୁରି ସେବା ପାଇଁ ବାୟୋମେଟ୍ରିକ୍‌ର ବ୍ୟବହାର କରିଥାଉ। କେବଳ ଅତ୍ୟାବଶ୍ୟକ ଥିଲେ ବାୟୋମେଟ୍ରିକ୍‌ ତଥ୍ୟର ଉପଯୋଗ କରିବା ଦରକାର, ଅନ୍ୟଥା ସେଥିରୁ ନିବୃତ୍ତ ରହିଲେ ଭଲ। କାରଣ ଏହାଦ୍ବାରା ଆପଣଙ୍କ ତଥ୍ୟ ଚୋରି ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ଆହୁରି ପଢନ୍ତୁ- History Of Shampoo: ‘ଶାମ୍ପୁ’ର ଅର୍ଥ କ’ଣ? ଭାରତରେ ପ୍ରଥମେ ଆରମ୍ଭ ହୋଇଥିଲା ଏହାର ବ୍ୟବହାର *ସନ୍ଦେହଜନକ ପରିସ୍ଥିତିରେ ରିପୋର୍ଟ କରନ୍ତୁ: ସର୍ବୋପରି ନିଜର ବାୟୋମେଟ୍ରିକ୍‌ ତଥ୍ୟ ହରଣଚାଳ ହୋଇଥିବାର କୌଣସି ସନ୍ଦେହ ହେଲେ, ତାହାକୁ ସଂପୃକ୍ତ କର୍ତ୍ତୃପକ୍ଷ କିମ୍ବା ସାଇବର ଅପରାଧ ବିଭାଗରେ ଜଣାଇବାକୁ ପରାମର୍ଶ କରାଯାଇଛି। ଆହୁରି ପଢନ୍ତୁ- Health Tips, High Blood Pressure: ନିଜର ଭୁଲ ପାଇଁ ହିଁ ବିପଦ ପାଲଟେ ବ୍ଲଡପ୍ରେସର ! ଜାଣନ୍ତୁ ଉଚ୍ଚ ରକ୍ତଚାପର କାରଣ ଆମେ ନିଜେ କେମିତି ? ରିପୋର୍ଟ- ପ୍ରଜ୍ଞା ନିବେଦିତା ନାୟକ

ସ୍ତମ୍ଭ 13 Nov 2025 5:53 pm

History Of Shampoo: ‘ଶାମ୍ପୁ’ର ଅର୍ଥ କ’ଣ? ଭାରତରେ ପ୍ରଥମେ ଆରମ୍ଭ ହୋଇଥିଲା ଏହାର ବ୍ୟବହାର

‘ଶାମ୍ପୁ’ ନାଁରୁ ଭାବୁଥିବେ ଏହା ଏକ ଇଂରାଜୀ ଶବ୍ଦ। ପ୍ରକୃତ କଥା ହେଉଛି ଏହି ଶବ୍ଦଟି ‘ଚମ୍ପୋ’ ବା ‘ଚମ୍ପି’ରୁ ଉଦ୍ଧୃତ। ‘ଚମ୍ପୋ’ ଶବ୍ଦଟି ସଂସ୍କୃତ ଶବ୍ଦ ‘ଚପତି’ରୁ ଆସିଛି, ଯାହାର ଅର୍ଥ ହେଉଛି ମାଲିସ୍‌ କରିବା। ପୂର୍ବରୁ ଭାରତୀୟମାନେ ବିଭିନ୍ନ ପ୍ରକାରର ଆୟୁର୍ବେଦିକ ଜିନିଷକୁ ମୁଣ୍ଡ ସଫା କରିବା ଲାଗି ବ୍ୟବହାର କରୁଥିଲେ। ଯେମିତିକି ରିଠାକୁ ବତୁରାଇ କେଶ ସଫା କରିବା। ଏମିତିରେ ତ ବିଭିନ୍ନ ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀ ମିଶରରେ ଉଦ୍ଭାବନ ହୋଇଥିଲା। ହେଲେ ଏହି ଶାମ୍ପୁର ବ୍ୟବହାର ଭାରତରେ ପ୍ରଥମେ ଆରମ୍ଭ ହୋଇଥିବା ତଥ୍ୟ କହେ। ଆଉ ପ୍ରଥମେ ଶାମ୍ପୁ ବ୍ୟବହାର ସିନ୍ଧୁ ସଭ୍ୟତାରେ ହୋଇଥିବା କିଛି ପ୍ରମାଣରୁ ଜଣାପଡ଼େ। କିଭଳି ପ୍ରସ୍ତୁତ ହେଉଥିଲା ‘ଶାମ୍ପୁ’ ପୂର୍ବେ ଭାରତରେ ରିଠା, ସୁଖିଲା ଅଁଳା ଓ ଅନ୍ୟାନ୍ୟ ପ୍ରାକୃତିକ ଚେରମୂଳିକୁ ଶିଝାଇ ଶାମ୍ପୁ ପ୍ରସ୍ତୁତ କରାଯାଉଥିଲା। ଇଂରେଜମାନେ ଯେବେ ଭାରତ ଆସିଲେ ସେମାନଙ୍କ ନଜର ଏହା ଉପରେ ପଡ଼ିଥିଲା। ଆଉ ଏହାକୁ ବ୍ୟବହାର କରି ସେମାନେ ଅନେକ ଉପଶମ ପାଇଥିଲେ। ତେଣୁ ଏହାକୁ ସେମାନେ ନିଜ ଦେଶକୁ ନେଇଗଲେ। ଏହାକୁ ନେଇ ସେତେବେଳେ ସେଠାକାର ରାଜା ମହାରାଜା ଓ ଧନୀକ ବ୍ୟକ୍ତି ହିଁ ବ୍ୟବହାର କଲେ। ସାଧାରଣ ଲୋକଙ୍କ ପାଇଁ ଏହା ଉପଲବ୍ଧ ନଥିଲା। ଏହାବାଦ ‘ଶେକ୍‌ ଦିନ ମହମ୍ମଦ’ ଯିଏକି ଜଣେ ବଙ୍ଗୀୟ ଟ୍ରାଭଲେର୍‌, ସର୍ଜନ ଓ ଏଣ୍ଟରପ୍ରେନ୍‌ୟୁର, ସେ ବ୍ରିଟେନ୍‌ରେ ଶାମ୍ପୁ କରିବା ପ୍ରଣାଳୀ ଆରମ୍ଭ କରାଇଥିବା କୁହାଯାଏ। ୧୮୧୪ରେ ମହମ୍ମଦ ନିଜ ପତ୍ନୀଙ୍କ ସହ ମିଶି ଇଂଲଣ୍ଡରେ ପ୍ରଥମ 'କମରସିଆଲ ଶାମ୍ପୁଇଂ ଭେପର୍‌ ମସାଜ ବାଥ୍‌' ଆରମ୍ଭ କରିଥିଲେ। ୟୁରୋପରେ ପ୍ରାରମ୍ଭିକ ସମୟରେ ସାବୁନ୍‌କୁ ପାଣିରେ ବତୁରାଇ ସେଥିରେ ଚେରମୂଳି ପକାଇ ଶାମ୍ପୁ ପ୍ରସ୍ତୁତ କରାଯାଉଥିଲା। ବିଂଶ ଶତାବ୍ଦିରୁ ଶାମ୍ପୁର ବ୍ୟବସାୟୀକରଣ ଆରମ୍ଭ ହେଲା। ଆଉ ୧୯୧୪ରେ ଆମେରିକୀୟ ମାଗାଜିନ୍‌ରେ ଏକ ହ୍ରଦରେ ଜଣେ ମହିଳା ‘କାନ୍ଥ୍ରକ୍ସ୍‌’ ଶାମ୍ପୁକୁ କେଶରେ ଲଗାଉଥିବାର ଫଟୋ ବିଜ୍ଞାପନଭାବେ ସ୍ଥାନ ପାଇଥିଲା। ଇଂରେଜ୍‌ମାନେ ସେଲୁନ୍‌ରେ ବାସ୍ନା ଓ ଚମକ ପାଇଁ ପାଣିରେ ଜଡ଼ିବୁଟି ମିଶାଇ ସାବୁନ୍‌ର ସିଝାଇ ଏକ ମିଶ୍ରଣ ପ୍ରସ୍ତୁତ କରୁଥିଲେ। ୧୯୦୦ ପାଖାପାଖି ଏକ ଲାଭେଣ୍ଡର୍‌ ପାଉଡର୍‌ ସାବୁନ ଏବଂ ପ୍ରଥମ ତରଳ ସାବୁନ ବିକଶିତ ହୋଇଥିଲା। ପ୍ରଥମ ତରଳ ଶାମ୍ପୁର ବହୁଳ ଉତ୍ପାଦନ ପାଇଁ ଆଉ ୨୫ ବର୍ଷ ଲାଗିଲା। ୧୯୩୩ ମସିହାରେ ଏକ ତରଳ ସାମ୍ପୁ ତିଆରି କରାଯାଇଥିଲା। ଆଉ ତାର ନାଁ ଦିଆଯାଇଥିଲା ‘ଚମ୍ପୁଇଂ’। ପ୍ରକୃତରେ କହିବାକୁ ଗଲେ ସାବୁନ ଓ ଶାମ୍ପୁ ଦୁଇଟିଯାକ ପ୍ରାୟତଃ ଏକାପରି। ଉଭୟରେ ସର୍ଫାକ୍ଟାଣ୍ଟସ୍‌ ଅଛି, ଯାହାକି ଏକପ୍ରକାରର ଡିଟରଜେଣ୍ଟ୍‌। ଆଧୁନିକ ଶାମ୍ପୁ ବା ଯାହା ଆମେ ଏବେ ବ୍ୟବହାର କରୁଛେ ତାହା ୧୯୩୦ରେ ‘ଡ୍ରେନ୍‌’ ଶାମ୍ପୁରୁ ଆରମ୍ଭ ହୋଇଥିଲା। ଏହି ଡ୍ରେନ୍‌ ନାମକ ଶାମ୍ପୁ ହେଉଛି ପ୍ରଥମ ଶାମ୍ପୁ ଯେଉଁଥିରେ ସାବୁନ ବଦଳରେ ସିନ୍ଥେଟିକ୍‌ ସର୍ଫାକ୍ଟାଣ୍ଟସ୍‌ ବ୍ୟବହାର ହୋଇଥିଲା। ଆହୁରି ପଢ଼ନ୍ତୁ: Delhi Terror Blast: ସିଲିଣ୍ଡର ବ୍ଲାଷ୍ଟ ଏବେ ଆତଙ୍କବାଦୀ ଆକ୍ରମଣ ହୋଇଗଲା, ଆମ ମୁଣ୍ଡରେ ଅଠା ବୋଳିବାକୁ ଚାହୁଁଛି ଭାରତ: ପାକିସ୍ତାନ ଆହୁରି ପଢ଼ନ୍ତୁ: Juhi's Secret Wedding: ଏହି କାରଣରୁ ଗର୍ଭବତୀ ହେବା ପର୍ଯ୍ୟନ୍ତ ବିବାହ କଥା ଲୁଚାଇଥିଲେ ଜୁହି

ସ୍ତମ୍ଭ 13 Nov 2025 5:46 pm

Delhi Police Issues Travel Advisory After Blast

Delhi Police released a new travel advisory following the recent blast, urging passengers to plan extra time for journeys due to tightened security checks. According to the advisory: Railways: Passengers should reach stations at least 1 hour before departure. Metro: Commuters should arrive 20 minutes before travel. Airport: Flyers should reach airports 3 hours before […] The post Delhi Police Issues Travel Advisory After Blast appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 13 Nov 2025 5:36 pm

Odisha to Observe ‘Zero Fatality Fortnight’ from November 16–30

The Government of Odisha will observe Zero Fatality Fortnight from November 16 to 30, 2025, with the goal of eliminating road accident deaths through coordinated action and public participation. The Commerce and Transport Department will lead the initiative in close collaboration with district administrations, police departments, Regional Transport Offices (RTOs), and other agencies. The campaign […] The post Odisha to Observe ‘Zero Fatality Fortnight’ from November 16–30 appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 13 Nov 2025 5:19 pm

Delhi Terror Blast: ସିଲିଣ୍ଡର ବ୍ଲାଷ୍ଟ ଏବେ ଆତଙ୍କବାଦୀ ଆକ୍ରମଣ ହୋଇଗଲା, ଆମ ମୁଣ୍ଡରେ ଅଠା ବୋଳିବାକୁ ଚାହୁଁଛି ଭାରତ: ପାକିସ୍ତାନ

ନୂଆଦିଲ୍ଲୀ : ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଦେଶ ପାକିସ୍ତାନର ଚିନ୍ତାକୁ ବଢ଼ାଇ ଦେଇଛି। ସୋମବାର ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ହେବା ପରେ, ମଙ୍ଗଳବାର ଇସଲାମାବାଦ କୋର୍ଟ ପରିସରରେ ଏକ ବିସ୍ଫୋରଣ ଘଟିଥିଲା। ଏଥିରେ ୧୨ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଏବେ ପୁଣି ଥରେ ପାକିସ୍ତାନ ବିବାଦୀୟ ମନ୍ତବ୍ୟ ଦେବା ଆରମ୍ଭ କରିଛି। ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି। ଇସଲାମାବାଦ ଆକ୍ରମଣ ପାଇଁ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ନିଜକୁ ଦାୟୀ କରିଥିବା ବେଳେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଏଥିପାଇଁ ଭାରତକୁ ଟାର୍ଗେଟ କରିଛନ୍ତି। ଭାରତ ଯେକୌଣସି ସମୟରେ ପାକିସ୍ତାନ ମୁଣ୍ଡରେ ଅଠା ବୋଳିପାରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଗତକାଲି ପର୍ଯ୍ୟନ୍ତ ଏହା ଏକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଥିଲା। ଏବେ ସେମାନେ ଏହାକୁ ଏକ ବିଦେଶୀ ଷଡଯନ୍ତ୍ର ଭାବରେ ଚିତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ଭାରତ ଯେକୌଣସି ସମୟରେ ପାକିସ୍ତାନକୁ ଏହି ଆକ୍ରମଣ ପାଇଁ ଦୋଷ ଦେଇପାରେ। ପାକିସ୍ତାନ ଏବେ ଏକାସାଙ୍ଗରେ ଦୁଇଟି ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ। ଆମେ ଉଭୟ ପୂର୍ବ (ଭାରତ) ଏବଂ ପଶ୍ଚିମ (ଆଫଗାନିସ୍ତାନ) ସୀମାରେ ଲଢ଼ିବାକୁ ପ୍ରସ୍ତୁତ। ଈଶ୍ବର ପ୍ରଥମ ରାଉଣ୍ଡରେ ଆମକୁ ସାହାଯ୍ୟ କରିଥିଲେ, ଏବଂ ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ସେ ଆମକୁ ସାହାଯ୍ୟ କରିବେ। ବାବ୍ରି ମସଜିଦ୍ ଭଙ୍ଗାର ପ୍ରତିଶୋଧ ନେବାକୁ ଚାହୁଁଥିଲେ ଦିଲ୍ଲୀର ଲାଲକିଲ୍ଲାରେ ହୋଇଥିବା ବିସ୍ଫୋରଣର ତଦନ୍ତ ପରେ ଏବେ ଆଉ ଏକ ବଡ଼ ଖୁଲାସା ହୋଇଛି। ସୂଚନା ମିଳିଛି ଯେ, ଡିସେମ୍ବର ୬ତାରିଖରେ ଜାତୀୟ ରାଜଧାନୀ ଅଞ୍ଚଳର ୬ଟି ସ୍ଥାନରେ ବିସ୍ଫୋରଣ ଯୋଜନା କରାଯାଇଥିଲା। ଦିଲ୍ଲୀରେ ଇଣ୍ଡିଆ ଗେଟ୍, ରେଲୱେ ଷ୍ଟେସନ, ଲାଲକିଲ୍ଲା, ଗୌରୀ ଶଙ୍କର ମନ୍ଦିର, କନ୍‌ଷ୍ଟିଟ୍ୟୁସନ କ୍ଲବ ଏବଂ ପ୍ରମୁଖ ସପିଂ ମଲ୍‌ଗୁଡ଼ିକୁ ଟାର୍ଗେଟ୍‌ କରିବାକୁ ଆତଙ୍କବାଦୀଙ୍କ ଯୋଜନା ଥିଲା। ଡିସେମ୍ବର ୬ତାରିଖଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ୧୯୯୨ ମସିହାର ଏହି ତାରିଖରେ ଅଯୋଧ୍ୟାର ବାବ୍ରି ମସଜିଦ ଭାଙ୍ଗି ଦିଆଯାଇଥିଲା। ଗିରଫ ହୋଇଥିବା ଆତଙ୍କବାଦୀମାନେ ସ୍ବୀକାର କରିଛନ୍ତି ଯେ, ସେମାନେ ଏହି ତାରିଖ ବାଛିଥିଲେ କାରଣ ସେମାନେ ବାବ୍ରି ମସଜିଦ ଧ୍ୱଂସର ପ୍ରତିଶୋଧ ନେବାକୁ ଚାହୁଁଥିଲେ। ଆହୁରି ପଢ଼ନ୍ତୁ: Juhi's Secret Wedding: ଏହି କାରଣରୁ ଗର୍ଭବତୀ ହେବା ପର୍ଯ୍ୟନ୍ତ ବିବାହ କଥା ଲୁଚାଇଥିଲେ ଜୁହି ଆହୁରି ପଢ଼ନ୍ତୁ: Uttar Pradesh: ବାଣ କାରଖାନାରେ ପ୍ରଚଣ୍ଡ ବିସ୍ଫୋରଣ, ୨ ମୃତ

ସ୍ତମ୍ଭ 13 Nov 2025 5:17 pm

Euro 2028 to Kick Off in Cardiff, Wembley to Host Final

UEFA confirmed that the 2028 European Championship will begin in Cardiff on June 9 and conclude with the final at London’s Wembley Stadium on July 9. England, Scotland, Wales, and Ireland will co-host the 2028 European Championship, featuring 24 nations that compete in 51 matches across nine venues in eight cities. Cardiff will host the […] The post Euro 2028 to Kick Off in Cardiff, Wembley to Host Final appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 13 Nov 2025 5:04 pm

Cartoon Corner: ଆତଙ୍କୀ ଆକ୍ରମଣରେ ଦିଲ୍ଲୀ ଥରିଲା, ଓଡିଶାରୁ କିଏ ଲିଙ୍କରେ ରହି ଆମ ରାଇଜକୁ ବଦନାମ କଲା…?

ଭୁବନେଶ୍ବର: ଦିଲ୍ଲୀ ଆତଙ୍କୀ ହମଲାରେ ଓଡିଶାର ଲିଙ୍କ ଥିବା ନେଇ ଖବର ପ୍ରକାଶ ପାଇବା ପରେ ଏବେ ସବୁଠି ଚର୍ଚ୍ଚା । କିଏ ରହିଛି ଆତଙ୍କୀ ଲିଙ୍କରେ ସେନେଇ ଆରମ୍ଭ ହେବ ଖୋଳତାଡ଼ । ଓଡ଼ିଶା ସହ ଆତଙ୍କୀ ମୁଜାମିଲ୍ ସକିଲର ସମ୍ପର୍କ ରହିଛି । ଜେରା ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ତଦନ୍ତକାରୀ ଟିମ୍‌ ହାତରେ ଲାଗିଛି । ମୁଜାମିଲର ହ୍ୱାଟ୍ସଆପରେ ଯାଞ୍ଚ ବେଳେ ଓଡ଼ିଶାର କିଛି ନମ୍ବର ସହ ମେସେଜ୍‌ରେ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଥିଲା । ତେବେ ଓଡ଼ିଶାର କେଉଁମାନେ ମୁଜାମିଲ୍‌ର ସମ୍ପର୍କରେ ଥିଲେ ? କାହିଁକି ସେମାନେ ମୁଜାମିଲ୍‌ ସହ କଥାବାର୍ତ୍ତା ବା ଚାଟିଂ କରୁଥିଲେ ? ଏହାର ଖୋଳତାଡ଼ କରିବ ଏନ୍‌ଆଇଏ । ମିଳିଥିବା ତଥ୍ୟରୁ ଏନ୍‌ଆଇଏ ଟିମ୍‌ କେତେକଙ୍କ ତାଲିକା କରିଛି । ବିଶେଷକରି କଟକ ଜିଲ୍ଲାର ଏକ କଲେଜକୁ ନେଇ ସନ୍ଦେହ ସଷ୍ଟି ହୋଇଛି । ଏ ସଂପର୍କରେ ଅଧିକ ତନାଘନା ପାଇଁ ଖୁବ୍‌ଶୀଘ୍ର ଏନ୍‌ଆଇଏର ଏକ ଟିମ୍‌ ଓଡ଼ିଶା ଆସିବ ବୋଲି ଜଣାପଡ଼ିଛି । ଆହୁରି ପଢନ୍ତୁ- Cartoon Corner: ଦିଲ୍ଲୀ ବାୟୁରେ ବିଷ… ଅଣନିଶ୍ବାସୀ ହେଲାଣି ମଣିଷ, କରିବ କିଶ ? ଆତଙ୍କୀର କଟକ କନେକ୍ସନ ନେଇ କଟାକ୍ଷ ଆତଙ୍କୀ ଆକ୍ରମଣରେ ଦିଲ୍ଲୀ ଥରିଲା ସାରା ଭାରତଟା ସଜାଗ ହେଲା ଓଡିଶାରୁ କିଏ ଲିଙ୍କରେ ରହି ଆମ ରାଇଜକୁ ବଦନାମ୍ କଲା… ସୁରକ୍ଷା ବ୍ୟବସ୍ଥା ସାଙ୍ଘାତିକ ଢିଲା… ଶୋଇଛି ପ୍ରହରୀ ମାରୁଛି ଘୁଙ୍ଗୁଡ଼ି ପଶିଆସିବେ ଆତଙ୍କୀ ବନ୍ଦ କର ତମ ଠିଆପାଲା… ଆହୁରି ପଢନ୍ତୁ- Cartoon Corner: କାହାକୁ କହିବା ଭାଇ, ଶୁଣିବ କିଏ…ସମସ୍ୟାର ସମାଧାନ ହେବ, ଦିହକୁ ନେବ ଯିଏ…

ସ୍ତମ୍ଭ 13 Nov 2025 4:59 pm

Uttar Pradesh:  ବାଣ କାରଖାନାରେ ପ୍ରଚଣ୍ଡ ବିସ୍ଫୋରଣ, ୨ ମୃତ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ (Uttarpradesh) ର ବାରବାଙ୍କୀରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଟିକୈତନଗର ଥାନା ଅଞ୍ଚଳ ଅନ୍ତର୍ଗତ ସରାଇ ବାରାଇ ଗାଁରେ ଥିବା ଏକ ବାଣ କାରଖାନାରେ ଗୁରୁବାର ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଉକ୍ତ ସ୍ଥାନରେ ଏବେ ବି ବିସ୍ଫୋରଣ ଘଟୁଛି, ଏବଂ ଏହାର ଶବ୍ଦ ବହୁ ଦୂରକୁ ଶୁଣାଯାଉଛି। ଏହା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ସୂଚନା ପାଇବା ପରେ, ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟ୍ (ଡିଏମ୍) ଏବଂ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ (ଏସପି) ସମେତ ବରିଷ୍ଠ ଅଧିକାରୀମାନେ ମଧ୍ୟ ପହଞ୍ଚି ପରିସ୍ଥିତିର ସମୀକ୍ଷା କରୁଛନ୍ତି। ପୁଲିସ ଅଞ୍ଚଳକୁ ଘେରାବନ୍ଦୀ କରି ତଦନ୍ତ ଆରମ୍ଭ କରିଛି। କେଉଁ କାରଣରୁ ଏହି ବିସ୍ଫୋରଣ ହେଲା ତାହା ଜାଣିବାକୁ ପୁଲିସ ଉଦ୍ୟମ କରୁଛି । ବିସ୍ଫୋରଣ ହୋଇଥିବା ଏହି କାରଖାନାଟି ଏକ ବେଆଇନ ବାଣ କାରଖାନା ଥିଲା ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ଆହୁରି ପଢ଼ନ୍ତୁ: Revenge Babri Masjid: ବାବ୍ରି ମସଜିଦ୍ ଧ୍ବଂସର ପ୍ରତିଶୋଧ ନେବାକୁ ଚାହୁଁଥିଲେ ଆତଙ୍କବାଦୀ ଦିଲ୍ଲୀ ଘଟଣା ପରେ ହାଇଆଲର୍ଟରେ ରହିଛି ଉତ୍ତରପ୍ରଦେଶ ସୂଚନାଯୋଗ୍ୟ ଯେ ଦିଲ୍ଲୀରେ ଗତ ୧୦ ତାରିଖରେ ହୋଇଥିବା ବୋମା ବିସ୍ଫୋରଣ ପରେ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନ ସତର୍କତା ବଢାଇଦିଆଯାଇଛି । ସାରା ରାଜ୍ୟ ହାଇଆଲର୍ଟରେ ରହିଛି । ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟର ସବୁ ସଂବେଦନଶୀଳ ସ୍ଥାନରେ ଚେକିଂ ଓ ସୁରକ୍ଷା ଜୋରଦାର କରାଯାଇଛି । ଗତ ମାସରେ ଆନ୍ଧ୍ରପ୍ରଦେଶରେ ହୋଇଥିଲା ସମାନ ଦୁର୍ଘଟଣା ଗତ ମାସରେ ଆନ୍ଧ୍ରପ୍ରଦେଶର ପୂର୍ବ-ଗୋଦାବରୀ ଅନ୍ତର୍ଗତ କୋନାସିମା ଜିଲ୍ଲାରେ ଥିବା ଏକ ବେଆଇନ ବାଣ କାରଖାନାରେ ବିସ୍ଫୋରଣ ହୋଇଥିଲେ । ଏଥିରେ ୬ ଲୋକ ପ୍ରାଣ ହରାଇଥିବାବେଳେ ଆହୁରି ଅନେକ ଆହତ ହୋଇଥିଲେ । ବାଣଗୁଡ଼ିକର ଖରାପ ରକ୍ଷଣାବେକ୍ଷଣ ଯୋଗୁଁ ଏହି ବିସ୍ଫୋରଣ ହୋଇଥିଲା ବୋଲି ପୁଲିସ କହିଥିଲେ । ଆହୁରି ପଢନ୍ତୁ: Poster War in Bihar: ରେଜଲ୍ଟ ପୂର୍ବରୁ ପୋଷ୍ଟର ଯୁଦ୍ଧ: କିଏ କହିଲାଣି 'ଗୁଡ଼ବାଏ ଚାଚା', କିଏ ଲେଖିଲାଣି 'ଟାଇଗର ଜିନ୍ଦା ହେ'

ସ୍ତମ୍ଭ 13 Nov 2025 4:42 pm

IPL 2026 Auction Set for December 16 in Abu Dhabi

The Indian Premier League 2026 auction will take place in Abu Dhabi on December 16, marking the third straight year the event is being staged outside India. The auction first moved abroad in 2023, when Dubai hosted the event, followed by Jeddah in Saudi Arabia last year. BCCI officials confirmed that logistical considerations influenced the […] The post IPL 2026 Auction Set for December 16 in Abu Dhabi appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 13 Nov 2025 4:42 pm

Weather: ଦାରିଙ୍ଗବାଡ଼ିରେ ୭ଦିନରେ ୭.୫ଡିଗ୍ରି ସେଲସିୟସ ତାପମାତ୍ରା ହ୍ରାସ

ଦାରିଙ୍ଗବାଡ଼ି/ଜି. ଉଦୟଗିରି: ଓଡ଼ିଶାର କଶ୍ମୀର ‘ଦାରିଙ୍ଗବାଡ଼ି’ରେ କ୍ରମାଗତ ଭାବେ ତାପମାତ୍ର ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଏହା ଫଳରେ ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଥଣ୍ଡା ବୃଦ୍ଧି ପାଇଛି। ବ୍ଳକ ତାପମାତ୍ରା ସୂଚନା କେନ୍ଦ୍ରରୁ ପ୍ରକାଶ ୬ତାରିଖରେ ୧୫ ଡିଗ୍ରି ସେଲସିୟସ ଥିବା ବେଳେ ୭ଦିନରେ ଆଜି ୭.୫ ଡିଗ୍ରି ସେଲସିୟସ ହ୍ରାସ ପାଇଛି। ୯ ତାରିଖରେ ତାପମାତ୍ରା ହ୍ରାସ ପାଇ ୧୧ ଡିଗ୍ରି ସେଲସିୟ ହୋଇଥିଲା ବେଳେ ଆଜି ଦାରିଙ୍ଗବାଡ଼ିରେ ୭.୫ ଡିଗ୍ରି ସେଲସିୟସରେ ପହଞ୍ଚିଛି। ଶୀତଦାଉରୁ ରକ୍ଷା ପାଇଁ ଉପାୟ ଦାରିଙ୍ଗବାଡ଼ି ବ୍ଳକର ଅଭ୍ୟାନ୍ତରଣ ଅଞ୍ଚଳରେ ତାପମାତ୍ରା ଆହୁରି ତଳକୁ ଖସି ଥଣ୍ଡା ଓ ଶୀତ ବୃଦ୍ଧି ପାଇ ଲୋକଙ୍କୁ କଲବଲ କରିଛି। ଥଣ୍ଡା ଓ ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ରାସ୍ତାଘାଟ, ଗାଁ ସାହି ଓ ଘରେ ଘରେ ନିଆଁ ଜାଳି ବାସି ରହୁଥିବା ସହ ଶୀତ ବସ୍ତ୍ର ପରିଧାନ କରୁଥିବା ଦେଖିବାକୁ ମିଳୁଛି। ହେଲେ ଏହାର ମଜା ନେବା ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା ବଡୁଛି। ତାସହିତ ବ୍ଳକ ଅଞ୍ଚଳରେ ଯୁବକ ଯୁବତୀ ପ୍ରଭାତ ଭ୍ରମଣ, ବ୍ୟାୟାମ କରିବା ପାଇଁ ପଡ଼ିଆରେ ସଂଖ୍ୟା ବୃଦ୍ଧି ପାଇଛି। ଚା’ ଦୋକାନରେ ସକାଳ ଓ ସନ୍ଧ୍ୟାରେ ଭିଡ଼ ଜମୁଛି। ସନ୍ଧ୍ୟା ଅଧିକ ହେଲେ ଦୋକାନ ବଜାର ଖାଁ ଖାଁ ହେଉଥିବା ଦେଖିବାକୁ ମିଳୁଛି। କାର୍ଯ୍ୟାଳୟ, ଶିକ୍ଷା ଅନୁଷ୍ଠାନ ଘର ଭିତରେ ରହିବା କଷ୍ଟ ହେଉଛି। କିଛି ସମୟଘର ଭିତରେ ରହିବ ପରେ ହାତ ଗୋଡ଼ କାଲୁଆ ହୋଇଯାଉଛି। ଏଣୁ ସକାଳେ ଗମନାଗମନ କରିବା ହେଉକି କାମ ପାଇଁ ବାହାରକୁ ଯିବା ସମସ୍ୟା ହେଉଛି। ଏଣୁ ଦାରିଙ୍ଗବାଡ଼ି ଅଞ୍ଚଳରେ ଶୀତର ପ୍ରକୋପ ବୃଦ୍ଧି ପାଇଥିବାରୁ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ଜୀବନ ଜାପନ କଷ୍ଟ ହୋଇଛି। ଆହୁରି ପଢ଼ନ୍ତୁ: Nuapada by Election: କିଛି ହେରଫେର ନହୋଇଥିଲେ ଆମେ ନିଶ୍ଚିତ ଜିତିବୁ: ଭକ୍ତ ଦାସ ଜାଡ଼ରେ ଥରୁଛି ଓଡ଼ିଶାର ଦାର୍ଜିଲିଂ ଚଳିତ ବର୍ଷ ଘୁ.ଉଦୟଗିରି ରେ ଶୀତର ପ୍ରକୋପ ଦେଖୁବାକୁ ମିଳିଛି। ତିନି ଦିନ ଭିତରେ ତାପମାତ୍ରା ଖସିବାରେ ଲାଗିଛି। ଆଜି ଘୁ.ଉଦୟଗିରିରେ ତୋପମାତ୍ରା ୭.୬ଡିଗ୍ରିରେ ପହଁଚିଥିବା ବେଳେ ଗ୍ରାମାଞ୍ଚଳରେ ୬ଡିଗ୍ରିକୁ ପହଁଚିଛି। ହଠାତ ତାପମାତ୍ରା ଖସିବା ଯୋଗୁଁ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। କହିବାକୁ ଗଲେ ହାଡ଼ଭଙ୍ଗା ଶୀତ ଅନୁଭବ ହେଉଛି। ଜାଡ଼ରେ ଥରୁଛି ପୁରା ଅଞ୍ଚଳ। ଜୀବନ ଯାତ୍ରା ବ୍ୟାହତ ହେବାରେ ଲାଗିଛି। ରାତିପାହିଲେ ଗରିବ ଲୋକ ଖରା ଏବଂ ସଞ୍ଜ ନଇଁଲେ ନିଆଁକୁ ଭରସା କରୁଛନ୍ତି। ଅନ୍ୟପଟେ ଶୀତ ବଢିବା ଯୋଗୁଁ ଗରମ ପୋଷାକର ବେପାର ଜୋର ଧରିଛି। ଗରିବ ଲୋକ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଲଗେଇ ବସୁଥିବା ବେଳେ ଯାତ୍ରୀବାହୀ ବସ୍‌କୁ ରାତିରେ ଅପେକ୍ଷା କରୁଥିବା ଯାତ୍ରୀମାନେ ମଧ୍ୟ ରାସ୍ତାକଡ଼ରେ ନିଆଁ ଜାଳି ବସ୍‌କୁ ଅପେକ୍ଷା କରୁଛନ୍ତି। ଜାଡ଼ରେ ଥରୁଛି ଓଡ଼ିଶାର ଦାର୍ଜିଲିଂ ଘୁ.ଉଦୟଗିରି। ଆହୁରି ପଢ଼ନ୍ତୁ: Death Toll Rises: ଦିଲ୍ଲୀ ବିସ୍ଫୋରଣର ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି, ଅନ୍ତନଳୀ ଏବଂ ଫୁସଫୁସ ଫାଟିଯାଇଥିବା ବିଲାଲଙ୍କ ମୃତ୍ୟୁ

ସ୍ତମ୍ଭ 13 Nov 2025 4:40 pm

Juhi's Secret Wedding: ଏହି କାରଣରୁ ଗର୍ଭବତୀ ହେବା ପର୍ଯ୍ୟନ୍ତ ବିବାହ କଥା ଲୁଚାଇଥିଲେ ଜୁହି

ମୁମ୍ବାଇ : ୯୦ଦଶକର ଲୋକପ୍ରିୟ ଅଭିନେତ୍ରୀ ଜୁହି ଚାୱଲା ଆଜି ତାଙ୍କର ୫୮ତମ ଜନ୍ମଦିନ ପାଳନ କରୁଛନ୍ତି। ୯୦ଦଶକରେ ମୁଖ୍ୟ ଅଭିନେତ୍ରୀ ଭାବେ ସର୍ବାଧିକ ପାରିଶ୍ରମିକ ନେଉଥିବା ଜୁହି, ଜୟ ମେହେତାଙ୍କୁ ଗୁପ୍ତ ଭାବରେ ବିବାହ କରିଥିଲେ। ବିବାହ ପରେ ଯେତେବେଳେ ସେ ଗର୍ଭବତୀ ହୋଇଥିଲେ ସେତେବେଳେ ସେ ତାଙ୍କ ବିବାହକୁ ସାର୍ବଜନୀନ କରିଥିଲେ। ୧୯୯୫ରେ ସେ ବିବାହ କରିଥିବା ବେଳେ ୨୦୦୧ରେ ସେ ବିବାହିତ ବୋଲି ଜଣାପଡ଼ିଥିଲା। ଅଭିନେତ୍ରୀ କାହିଁକି ଏପରି କରିଥିଲେ ଆସନ୍ତୁ ଜାଣିବା। ୧୯୮୪ ମସିହାରେ Miss India ଜିତିବା ଠାରୁ ଆରମ୍ଭ କରି ବଲିଉଡକୁ ଅନେକ ସୁପରହିଟ୍ ଫିଲ୍ମ ଦେଇଥିବା ଅଭିନେତ୍ରୀ ଜୁହି ଚାୱଲାଙ୍କର ଆଜି ଜନ୍ମଦିନ। ହରିୟାଣାର ଅମ୍ବାଲାରେ ଜନ୍ମଗ୍ରହଣ କରିଥିବା ଅଭିନେତ୍ରୀ ଜୁହି ୫୮ବର୍ଷ ବୟସରେ ପାଦ ଦେଇଛନ୍ତି। ୧୩ ନଭେମ୍ବର, ୧୯୬୭ରେ ଜନ୍ମଗ୍ରହଣ କରିଥିବା ଜୁହି ଚାୱଲା ଅନେକ ବର୍ଷ ଧରି ଦର୍ଶକଙ୍କୁ ମନୋରଞ୍ଜନ କରି ଆସୁଛନ୍ତି। ସେ ଜଣେ ପ୍ରତିଭାବାନ ଅଭିନେତ୍ରୀ ହେବା ସହ ଜଣେ ପ୍ରଯୋଜିକା ଏବଂ ଉଦ୍ୟୋଗୀ ମଧ୍ୟ। ତେବେ ସେସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ଜୁହି ନିଜ ବ୍ୟକ୍ତିଗତ ଜୀବନକୁ ସବୁବେଳେ ଲାଇମଲାଇଟରୁ ଦୂରରେ ରଖନ୍ତି। ଜୁହି ୩୦ ବର୍ଷ ତଳେ ୧୯୯୫ ମସିହାରେ ବିଶିଷ୍ଟ ଶିଳ୍ପପତି ଜୟ ମେହେତାଙ୍କୁ ପ୍ରେମ ବିବାହ କରିଥିଲେ। ୨୦୦୧ ମସିହାରେ ଯେତେବେଳ ସେ ତାଙ୍କ ପ୍ରଥମ ଝିଅ ଜାହ୍ନବୀ ମେହେତାଙ୍କୁ ଜନ୍ମ କରିବାକୁ ଯାଉଥିଲେ ସେତେବେଳେ ସେ ତାଙ୍କ ବିବାହ କଥା ପରିପ୍ରକାଶ କରିଥିଲେ । କେମିତି ଆରମ୍ଭ ହୋଇଥିଲା ଜୁହି ଏବଂ ଜୟଙ୍କ ପ୍ରେମ? ପ୍ରଥମ ଥର ପାଇଁ ଜୁହି, ଜୟ ମେହେତାଙ୍କୁ ଏକ ରାତ୍ରୀଭୋଜନରେ ଭେଟିଥିଲେ। ସେତେବେଳେ ଜୟ ତାଙ୍କ ପ୍ରଥମ ପତ୍ନୀ ସୁଜାତା ବିର୍ଲାଙ୍କୁ ହରାଇ ଦୁଖରେ ଥିଲେ। ୧୯୯୦ ମସିହାରେ ଇଣ୍ଡିଆନ୍ ଏୟାରଲାଇନ୍ସ ଫ୍ଲାଇଟ୍ ୬୦୫ର ଦୁର୍ଘଟଣାରେ ସୁଜାତା ବିର୍ଲାଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁଃଖଦ ଦୁର୍ଘଟଣା ପରେ ଜୟ ଏକା ହୋଇଯାଇଥିଲେ। ଏହି ସମୟରେ ତାଙ୍କ ଅନ୍ଧକାର ଜୀବନରେ ଆଲୋକ ହୋଇ ପ୍ରବେଶ କରିଥିଲେ ଜୁହି। ପ୍ରଥମ ଦେଖାରେ ବନ୍ଧୁ ହେବା ସହ କିଛି ମାସ ପରେ ଦୁହେଁ ପ୍ରେମରେ ପଡ଼ିଥିଲେ। ୧୯୯୫ରେ ଦୁହେଁ ବିବାହ କରିଥିଲେ ବି ୨୦୦୧ପର୍ଯ୍ୟନ୍ତ କେହି ଏହା ବିଷୟରେ ଜାଣିନଥିଲେ। କାହିଁକି ବିବାହ ବିଷୟରେ ଲୁଚାଇଥିଲେ ଜୁହି? ଜୁହି ଏକ ସାକ୍ଷାତକାରରେ ଏଭଳି ବିବାହ ବିଷୟରେ ଲୁଚାଇବା ପଛର କାରଣ ଜଣାଇଥିଲେ। ସେ କହିଥିଲେ ଯେ, ଜୟ ମୋତେ ବିବାହ ପ୍ରସ୍ତାବ ଦେବା ପାଇଁ ଟ୍ରକରେ ଗୋଲାପ ଫୁଲ ଭରି ମୋ ପାଖକୁ ପଠାଇଥିଲେ। ମୁଁ ଜୟଙ୍କୁ ବିବାହ ପାଇଁ ହଁ କହିବାକୁ ବର୍ଷେ ସମୟ ନେଇଥିଲି। ଯେତେବେଳେ ଜୟ ମୋତେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ସେତେବେଳେ ମୁଁ ମୋ କ୍ୟାରିଅରର ଶୀର୍ଷରେ ଥିଲି। ମୋର ସବୁ ଚଳଚିତ୍ର ସଫଳତାର ଶୀର୍ଷରେ ପହଁଞ୍ଚୁଥିଲା। ଏମଧ୍ୟରେ ବିବାହ କଲେ ମୋ କ୍ୟାରିଅରେ ପ୍ରଭାବ ପକାଇବ ଏବଂ ମୁଁ ସବୁକିଛି ହରାଇ ବସିବି ବୋଲି ଭାବି ବିବାହ କରିବାକୁ ଚାହୁଁନଥିଲି। କିନ୍ତୁ ପରେ ଗୋପନ କରି ବିବାହ କରିବୁ ବୋଲି ଆମେ ନିଷ୍ପତ୍ତି ନେଇଥିଲୁ। ଆହୁରି ପଢ଼ନ୍ତୁ: Death Toll Rises: ଦିଲ୍ଲୀ ବିସ୍ଫୋରଣର ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି, ଅନ୍ତନଳୀ ଏବଂ ଫୁସଫୁସ ଫାଟିଯାଇଥିବା ବିଲାଲଙ୍କ ମୃତ୍ୟୁ ଆହୁରି ପଢ଼ନ୍ତୁ: Nuapada by Election: କିଛି ହେରଫେର ନହୋଇଥିଲେ ଆମେ ନିଶ୍ଚିତ ଜିତିବୁ: ଭକ୍ତ ଦାସ

ସ୍ତମ୍ଭ 13 Nov 2025 3:58 pm

Nuapada by Election: କିଛି ହେରଫେର ନହୋଇଥିଲେ ଆମେ ନିଶ୍ଚିତ ଜିତିବୁ: ଭକ୍ତ ଦାସ

ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନରେ ଆମେ ଏକ ନମ୍ବରରେ ଥିଲୁ କିନ୍ତୁ ଆମକୁ ୩ ନମ୍ବର ସ୍ଥାନ ଦେଉଛନ୍ତି, ଯାହା ସନ୍ଦେହଜନକ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ନିର୍ବାଚନ ପ୍ରଚାର ବେଳେ ଘାସିରାମ ମାଝୀ ଙ୍କ ପାଇଁ ଲୋକଙ୍କ ସର୍ବାଧିକ ସମର୍ଥନ ରହିଥିଲା। ଯଦି କିଛି ହେରଫେର ହୋଇନି, ତେବେ ଆମେ ନିଶ୍ଚିତ ଜିତିବୁ। ବିଜେପି ନେତା ବୁଥ ଭିତରେ ଟଙ୍କା ବାଣ୍ଟିବା, ଭୋଟ ଦିନ ଗାଡ଼ିରେ ପତାକା ଲଗାଇ ବୁଥ ପାଖରେ ରଖିବା, ଅନ୍ୟ ଏକ ଗାଡ଼ିରୁ ଇଭିଏମ୍ ମିଳିବା, ଶେଷ ସମୟକୁ ଅତିରିକ୍ତ ଭୋଟ ହେବା, ଆଦି ଦର୍ଶାଉଛି କଂଗ୍ରେସକୁ ହରାଇବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଇଥିଲା। ଆହୁରି ପଢ଼ନ୍ତୁ: Winter has Grown: ଶୀତ ବଢ଼ିଲା: ସଞ୍ଜ ହେଲେ ନିଆଁ ସାହାରା ନୂଆପଡ଼ା ଉପନିର୍ବାଚନରେ ଆମେ ଏକ ନମ୍ବରରେ ଥିଲୁ କିନ୍ତୁ ଆମକୁ ୩ ନମ୍ବର ସ୍ଥାନ ଦେଉଛନ୍ତି, ଯାହା ସନ୍ଦେହଜନକ। ନିର୍ବାଚନ ପ୍ରଚାର ବେଳେ ଘାସିରାମ ମାଝୀଙ୍କ ପାଇଁ ଲୋକଙ୍କ ସର୍ବାଧିକ ସମର୍ଥନ ରହିଥିଲା। ଯଦି କିଛି ହେରଫେର ହୋଇନି, ତେବେ ଆମେ ନିଶ୍ଚିତ ଜିତିବୁ। ବିଜେପି ନେତା ବୁଥ ଭିତରେ ଟଙ୍କା ବାଣ୍ଟିବା, ଭୋଟ ଦିନ ଗାଡ଼ିରେ ପତାକା ଲଗାଇ… — Bhakta Charan Das (@BhaktaCharanDas) November 13, 2025 ଅଢ଼େଇରୁ ୫ ହଜାର ଭୋଟରେ ଜିତିବୁ କିନ୍ତୁ ଜନତାଙ୍କ ସମର୍ଥନ ଆମ ସପକ୍ଷରେ ଅଛି, ଆମର ବିଜୟକୁ ନେଇ ଆମେ ସମ୍ପୂର୍ଣ୍ଣ ଆଶାବାଦୀ। ସେ କହିଛନ୍ତି, ବିଜେପି ଷଡ଼ଯନ୍ତ୍ର କରି ଭୋଟ୍ ଚୋରି କରିଛି । ହେଲେ ନୂଆପଡ଼ାରେ କଂଗ୍ରେସ ପ୍ରାର୍ଥୀ ଅଢ଼େଇରୁ ୫ ହଜାର ଭୋଟରେ ବିଜୟୀ ହେବେ। ସୂଚନାଯୋଗ୍ୟ, ନଭେମ୍ବର ୧୧ରେ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଉପନିର୍ବାଚନ ରେ ଶାନ୍ତିପୂର୍ଣ୍ଣ ମତଦାନ ଶେଷ ହୋଇଥିଲା। ଏଠାରେ ୭୯.୦୨ ପ୍ରତିଶତ ମତଦାନ ହୋଇଥିବା କୁହାଯାଇଥିଲା। ୨୦୨୪ ସାଧାରଣ ନିର୍ବାଚନ ତୁଳନାରେ ଭୋଟ୍‌ ହାର ବଢ଼ିଥିଲା। ଆହୁରି ପଢ଼ନ୍ତୁ: Death Toll Rises: ଦିଲ୍ଲୀ ବିସ୍ଫୋରଣର ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି, ଅନ୍ତନଳୀ ଏବଂ ଫୁସଫୁସ ଫାଟିଯାଇଥିବା ବିଲାଲଙ୍କ ମୃତ୍ୟୁ

ସ୍ତମ୍ଭ 13 Nov 2025 3:27 pm

Egyptian Museum: ନୂଆଦିଲ୍ଲୀରେ ଇଜିପ୍ଟୀୟ ସଂଗ୍ରହାଳୟର ଉଦଘାଟନ ଉତ୍ସବ ପାଳନ କଲା ଇଜିପ୍ଟ ଦୂତାବାସ

ନୂଆଦିଲ୍ଲୀ: ଇଜିପ୍ଟ ଦୂତାବାସ ପକ୍ଷରୁ ଭାରତର ଇଜିପ୍ଟ ହାଉସରେ ବିଶ୍ୱର ସର୍ବବୃହତ ସଂଗ୍ରହାଳୟ - ଗ୍ରାଣ୍ଡ ଇଜିପ୍ଟୀୟ ସଂଗ୍ରହାଳୟ (GEM) ର ଉଦଘାଟନ ଉତ୍ସବ ପାଳନ କରାଯାଇଛି | ଭାରତରେ ଇଜିପ୍ଟର ରାଷ୍ଟ୍ରଦୂତ ମହାମହିମ କାମେଲ ଗାଲାଲ ଏବଂ ଶ୍ରୀମତୀ ରେହାମ ହାଣ୍ଡୌସାଙ୍କ ନେତୃତ୍ୱରେ ଏହି ଉତ୍ସବ ଇଜିପ୍ଟର ସାଂସ୍କୃତିକ ମହତ୍ତ୍ୱ ଏବଂ ଭାରତ ସହିତ ଏହାର ବଢୁଥିବା ସମ୍ପର୍କକୁ ସୁନ୍ଦର ଭାବରେ ପ୍ରତିପାଦିତ କରିଥିଲା। ଏହି କାର୍ଯ୍ୟକ୍ରମ ଇଜିପ୍ଟ ଏୟାର ଏବଂ ସୋପାନ ଦ୍ୱାରା ମିଳିତ ଭାବରେ ଆୟୋଜିତ ହୋଇଥିଲା | ଏହି ଉତ୍ସବ କୂଟନୈତିକ ସମୁଦାୟର ବିଶିଷ୍ଟ ସଦସ୍ୟ, ପ୍ରମୁଖ ବ୍ୟବସାୟିକ ବ୍ୟକ୍ତିତ୍ୱମାନଙ୍କୁ ଏକତ୍ର କରିଥିଲା। ସନ୍ଧ୍ୟାର ଶୁଭାରମ୍ଭ ଗ୍ରାଣ୍ଡ ଇଜିପ୍ଟୀୟ ସଂଗ୍ରହାଳୟ ଉପରେ ଏକ ଦୃଶ୍ୟମାନ ଚମତ୍କାର ଚଳଚ୍ଚିତ୍ର ସହିତ ହୋଇଥିଲା, ତା’ପରେ ଶିବାନୀ ବର୍ମାଙ୍କ ଦ୍ୱାରା କଥକ ପ୍ରଦର୍ଶନ କରାଯାଇଥିଲା, ଯେଉଁଥିରେ ଭାରତୀୟ ଶାସ୍ତ୍ରୀୟ ସୌନ୍ଦର୍ଯ୍ୟ ଏବଂ ଫାରୋନିକ୍ ପ୍ରେରଣାର ମିଶ୍ରଣ କରାଯାଇଥିଲା। ଏହି ଅବସରରେ ସ୍ୱତନ୍ତ୍ର ଭାବରେ ନିମନ୍ତ୍ରିତ ଇଜିପ୍ଟୀୟ କଳାକାର ଅହମ୍ମଦଙ୍କ ଦ୍ୱାରା ଏକ ଚମତ୍କାର ତାନୋରା ନୃତ୍ୟ ଦର୍ଶକଙ୍କୁ ଆହୁରି ବିମୋହିତ କରିଥିଲା। ବିମାନ ସଂଯୋଗ ଏବଂ ଆତିଥ୍ୟ ଲଜିଷ୍ଟିକ୍ସରେ ଏକ ମୂଲ୍ୟବାନ ଅଂଶୀଦାର, ଆଲାଇଡ୍ ଏଭିଏସନ୍, ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହାର ସମ୍ପୃକ୍ତି ବିମାନ ଚଳାଚଳ, ପର୍ଯ୍ୟଟନ ଏବଂ ବିଶ୍ୱ ଭ୍ରମଣ ଅଭିଜ୍ଞତା କ୍ଷେତ୍ରରେ ଭାରତ ଏବଂ ଇଜିପ୍ଟ ମଧ୍ୟରେ ଗଭୀର ସହଯୋଗକୁ ଗୁରୁତ୍ୱାରୋପ କରିଥିଲା।

ସ୍ତମ୍ଭ 13 Nov 2025 3:25 pm

Death Toll Rises: ଦିଲ୍ଲୀ ବିସ୍ଫୋରଣର ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି, ଅନ୍ତନଳୀ ଏବଂ ଫୁସଫୁସ ଫାଟିଯାଇଥିବା ବିଲାଲଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ନଭେମ୍ବର ୧୦ରେ ହୋଇଥିବା ବିସ୍ଫୋରଣରକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମୃତ୍ୟୁସଂଖ୍ୟା ଏବେ ୧୨ରୁ ୧୩କୁ ବଢ଼ିଛି। LNJP ହସ୍ପିଟାଲର ICUରେ ଭର୍ତ୍ତି ହୋଇଥିବା ୩୫ ବର୍ଷୀୟ ପୀଡ଼ିତ ବିଲାଲ ହସନଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣରେ ବିଲାଲ ଗୁରୁତର ଆହତ ହୋଇଥିଲେ, ଯେଉଁଥିରେ ତାଙ୍କ ଅନ୍ତନଳୀ ଏବଂ ଫୁସଫୁସ ମଧ୍ୟ ଫାଟି ଯାଇଥିଲା। ସୋମବାର ତାଙ୍କୁ LNJPର ICUରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ତାଙ୍କ ଜୀବନ ବଞ୍ଚାଯାଇ ପାରିଲା ନାହିଁ। LNJPରେ ଲାଲକିଲ୍ଲା ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ୨୦ଜଣ ଆହତ ଚିକିତ୍ସିତ ହେଉଛନ୍ତି, ଯାହାଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ଅଛି। ସମସ୍ତ ଗୁରୁତର ଆହତଙ୍କୁ ICUରେ ଭର୍ତ୍ତି କରାଯାଇଛି। ବାବ୍ରି ମସଜିଦ୍ ଭଙ୍ଗାର ପ୍ରତିଶୋଧ ନେବାକୁ ଚାହୁଁଥିଲେ ଦିଲ୍ଲୀର ଲାଲକିଲ୍ଲାରେ ହୋଇଥିବା ବିସ୍ଫୋରଣର ତଦନ୍ତ ପରେ ଏବେ ଆଉ ଏକ ବଡ଼ ଖୁଲାସା ହୋଇଛି। ସୂଚନା ମିଳିଛି ଯେ, ଡିସେମ୍ବର ୬ତାରିଖରେ ଜାତୀୟ ରାଜଧାନୀ ଅଞ୍ଚଳର ୬ଟି ସ୍ଥାନରେ ବିସ୍ଫୋରଣ ଯୋଜନା କରାଯାଇଥିଲା। ଦିଲ୍ଲୀରେ ଇଣ୍ଡିଆ ଗେଟ୍, ରେଲୱେ ଷ୍ଟେସନ, ଲାଲକିଲ୍ଲା, ଗୌରୀ ଶଙ୍କର ମନ୍ଦିର, କନ୍‌ଷ୍ଟିଟ୍ୟୁସନ କ୍ଲବ ଏବଂ ପ୍ରମୁଖ ସପିଂ ମଲ୍‌ଗୁଡ଼ିକୁ ଟାର୍ଗେଟ୍‌ କରିବାକୁ ଆତଙ୍କବାଦୀଙ୍କ ଯୋଜନା ଥିଲା। ଡିସେମ୍ବର ୬ତାରିଖଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ୧୯୯୨ ମସିହାର ଏହି ତାରିଖରେ ଅଯୋଧ୍ୟାର ବାବ୍ରି ମସଜିଦ ଭାଙ୍ଗି ଦିଆଯାଇଥିଲା। ଗିରଫ ହୋଇଥିବା ଆତଙ୍କବାଦୀମାନେ ସ୍ବୀକାର କରିଛନ୍ତି ଯେ, ସେମାନେ ଏହି ତାରିଖ ବାଛିଥିଲେ କାରଣ ସେମାନେ ବାବ୍ରି ମସଜିଦ ଧ୍ୱଂସର ପ୍ରତିଶୋଧ ନେବାକୁ ଚାହୁଁଥିଲେ। ୨୦୦ ବିସ୍ଫୋରଣ କରିବାର ଥିଲା ଯୋଜନା ଷଡ଼ଯନ୍ତ୍ରର ଉଦ୍ଦେଶ୍ୟ ଥିଲା ଏକାସାଙ୍ଗରେ ଏକାଧିକ ସ୍ଥାନରେ ଆକ୍ରମଣ କରି ଅଧିକରୁ ଅଧିକ ଧନଜୀବନର କ୍ଷୟକ୍ଷତି ଘଟାଇବା ଓ ଧାର୍ମିକ ସ୍ଥାନରେ ଆକ୍ରମଣ ଦ୍ୱାରା ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା। ତଦନ୍ତକାରୀମାନେ ଜଣାଇଛନ୍ତି ଯେ, ଆତଙ୍କୀ ଡାକ୍ତର ମଡ୍ୟୁଲ ୨୦୦ରୁ ଅଧିକ ଶକ୍ତିଶାଳୀ ଆଇଇଡି (ଇମ୍ପ୍ରୋଭାଇଜ୍‌ଡ ଏକ୍ସପ୍ଲୋସିଭ ଡିଭାଇସ) ତିଆରି କରିଥିଲା, ଯାହାକୁ ସମନ୍ୱିତ ଭାବେ ବିସ୍ଫୋରଣ ଘଟାଇବାକୁ ଯୋଜନା ଥିଲା। ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ କେବଳ ଏହାର ପ୍ରାରମ୍ଭ ମାତ୍ର ଥିଲା ବୋଲି କୁହାଯାଇଛି। ଆହୁରି ପଢ଼ନ୍ତୁ: Revenge Babri Masjid: ବାବ୍ରି ମସଜିଦ୍ ଧ୍ବଂସର ପ୍ରତିଶୋଧ ନେବାକୁ ଚାହୁଁଥିଲେ ଆତଙ୍କବାଦୀ ଆହୁରି ପଢ଼ନ୍ତୁ: Winter has Grown: ଶୀତ ବଢ଼ିଲା: ସଞ୍ଜ ହେଲେ ନିଆଁ ସାହାରା

ସ୍ତମ୍ଭ 13 Nov 2025 3:08 pm

STRONG ROOM: କାହା ପାଖେ ରହେ ଇଭିଏମ ରୁମର ଚାବି? କାହିଁକି କୁହାଯେ ଷ୍ଟ୍ରଙ୍ଗରୁମ?

ଭୁବନେଶ୍ୱର: ଆସନ୍ତାକାଲି ବିହାର ବିଧାନସଭା ନିର୍ବାଚନର ଫଳାଫଳ ସହ ନୂଆପଡା ବିଧାନସଭା ଉପନିର୍ବାଚନର ଫଳାଫଳ ମଧ୍ୟ ପ୍ରକାଶ ପାଇବ | ଉଭୟ ପର୍ଯ୍ୟାୟ ପାଇଁ ଭୋଟ୍ ନଭେମ୍ବର ୬ ଏବଂ ୧୧ ତାରିଖରେ ଶେଷ ହୋଇଛି। ନିର୍ବାଚନ ଫଳାଫଳ ଆସନ୍ତାକାଲି, ନଭେମ୍ବର ୧୪ ତାରିଖରେ ଘୋଷଣା ହେବାର କାର୍ଯ୍ୟକ୍ରମ ରହିଛି। ଭୋଟ୍ ଗଣନା ଆରମ୍ଭ ହେବା ପୂର୍ବରୁ, ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଭୋଟ୍ ମେସିନ୍ ବା EVM କେଉଁଠାରେ ରଖାଯାଏ ଏବଂ କିଏ ଏହାକୁ ସୁରକ୍ଷିତ ରଖେ। ଅନେକ ଲୋକ ଏହା ମଧ୍ୟ ଭାବନ୍ତି ଯେ ଏହି ସମୟ ମଧ୍ୟରେ EVM ସହିତ ହେରଫେର କରିବା ସମ୍ଭବ କି ନାହିଁ। ଏହି ପ୍ରଶ୍ନଗୁଡ଼ିକ ଉତ୍ତର ଆମେ ଆପଣଙ୍କୁ ଦେବୁ | କାହିଁକି କୁହାଯାଏ ଷ୍ଟ୍ରଙ୍ଗ ରୁମ? ବାସ୍ତବରେ, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ମୁତାବକ ଭୋଟ୍ ଶେଷ ହେବା ମାତ୍ରେ, ପ୍ରତ୍ୟେକ ଜିଲ୍ଲାର ଷ୍ଟ୍ରଙ୍ଗ ରୁମରେ EVM ରଖାଯାଇଥାଏ, ଯେଉଁଥିରେ ବହୁତ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ। ଭୋଟ୍ ଶେଷ ହେବା ପରେ, EVM ଏବଂ VVPAT ମେସିନ୍ ଷ୍ଟ୍ରଙ୍ଗ ରୁମରେ ରଖାଯାଏ। ଏହାକୁ ଷ୍ଟ୍ରଙ୍ଗ ରୁମ୍ କୁହାଯାଏ କାରଣ ଇଭିଏମ ଥରେ ଭିତରକୁ ପ୍ରବେଶ କଲେ, କେହି ପ୍ରବେଶ କରିପାରିବେ ନାହିଁ। ଯଦି କୌଣସି ବିଶେଷ ପରିସ୍ଥିତିରେ ପ୍ରବେଶ ଆବଶ୍ୟକ ହୁଏ, ତେବେ ନିର୍ବାଚନ କମିଶନଙ୍କଠାରୁ ଅନୁମତି ନେବାକୁ ପଡିବ। ଅନୁମତି ପାଇବା ପରେ ମଧ୍ୟ, କେହି ଏକା ପ୍ରବେଶ କରିପାରିବେ ନାହିଁ; ସେ କେବଳ ସୁରକ୍ଷା କର୍ମୀ ଏବଂ ଅଧିକୃତ ଅଧିକାରୀଙ୍କ ସହିତ ପ୍ରବେଶ କରିପାରିବେ। ଘରୋଇ ସମ୍ପତ୍ତି କିମ୍ବା କୋଠାରେ ଷ୍ଟ୍ରଙ୍ଗ ରୁମ୍ ନିର୍ମାଣ କରାଯାଇପାରିବ ନାହିଁ; ଏଗୁଡ଼ିକ ସର୍ବଦା ସରକାରୀ କୋଠାରେ ରହିବ। ଜିଲ୍ଲା ମାଜିଷ୍ଟ୍ରେଟ୍ ବ୍ୟକ୍ତିଗତ ଭାବରେ ଷ୍ଟ୍ରଙ୍ଗ ରୁମ୍ ଯାଞ୍ଚ କରନ୍ତି ଏବଂ ସୁରକ୍ଷା ପରିସ୍ଥିତିର ମୂଲ୍ୟାଙ୍କନ କରନ୍ତି। ଏହି ସ୍ଥାନ ପୂର୍ବରୁ ଚୟନ କରାଯାଇ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରାଯାଏ। ଏହା ବ୍ୟତୀତ, ଷ୍ଟ୍ରଙ୍ଗ ରୁମ୍ ବନ୍ୟା କିମ୍ବା ଅଗ୍ନିକାଣ୍ଡ ପ୍ରବଣ ସ୍ଥାନରେ କିମ୍ବା ନିକଟରେ ନିର୍ମାଣ କାର୍ଯ୍ୟ ଚାଲିଥିବା ସ୍ଥାନରେ ରହିପାରିବ ନାହିଁ। ଆହୁରି ପଢନ୍ତୁ: Westbengal Bus Cheating: ପଟି ମାରୁଥିଲା ପଶ୍ଚିମବଙ୍ଗ ବସ, ବିନା ଅନୁମତିରେ କେମିତି ପୁରୀ-କଲିକତା ମଧ୍ୟରେ ଚାଲୁଥିଲା ବସ? ଷ୍ଟ୍ରଙ୍ଗ ରୁମରେ ଥାଏ ତିନି ସ୍ତରର ସୁରକ୍ଷା ବ୍ୟବସ୍ଥା ଷ୍ଟ୍ରଙ୍ଗ ରୁମରେ ତିନି ସ୍ତରର ସୁରକ୍ଷା ବ୍ୟବସ୍ଥା ରହିଥାଏ | ଭିତର ସୁରକ୍ଷା, ଯାହା କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀଙ୍କ ଦ୍ୱାରା ତଦାରଖ କରାଯାଏ। ଦ୍ୱିତୀୟ ସ୍ତର, ମଧ୍ୟମ ସ୍ତରର ସୁରକ୍ଷା ବ୍ୟବସ୍ଥା ମଧ୍ୟ କେନ୍ଦ୍ରୀୟ ବାହିନୀର ନିୟନ୍ତ୍ରଣରେ ଥାଏ। ତୃତୀୟ ସ୍ତର, ବାହ୍ୟ ସୁରକ୍ଷା ବ୍ୟବସ୍ଥା ରାଜ୍ୟ ପୋଲିସ ଦ୍ୱାରା ପରିଚାଳିତ ହୁଏ। ଏହା ବ୍ୟତୀତ, ସମଗ୍ର ପରିସରକୁ ୨୪ ଘଣ୍ଟା ସିସିଟିଭି କ୍ୟାମେରା ଦ୍ୱାରା ତଦାରଖ କରାଯାଏ। ସମସ୍ତ ଫୁଟେଜ୍ ନିୟନ୍ତ୍ରଣ କକ୍ଷରେ ଅଧିକାରୀ ଏବଂ ପ୍ରାର୍ଥୀ ପ୍ରତିନିଧିମାନଙ୍କୁ ନିରନ୍ତର ଦେଖାଯାଏ। ଆହୁରି ପଢନ୍ତୁ: Poster War in Bihar: ରେଜଲ୍ଟ ପୂର୍ବରୁ ପୋଷ୍ଟର ଯୁଦ୍ଧ: କିଏ କହିଲାଣି 'ଗୁଡ଼ବାଏ ଚାଚା', କିଏ ଲେଖିଲାଣି 'ଟାଇଗର ଜିନ୍ଦା ହେ' କିଏ ତଦାରଖ କରେ ଏବଂ କାହା ପାଖରେ ଷ୍ଟ୍ରଙ୍ଗ ରୁମ ଚାବି ରହେ? ଜିଲ୍ଲା ନିର୍ବାଚନ ଅଧିକାରୀ (DEO) ଷ୍ଟ୍ରଙ୍ଗ ରୁମ୍ ତଦାରଖ କରିବା ପାଇଁ ଦାୟୀ। ନିର୍ବାଚନ ପର୍ଯ୍ୟବେକ୍ଷକ ଏବଂ ବରିଷ୍ଠ ଅଧିକାରୀମାନେ ନିୟମିତ ଭାବରେ ଷ୍ଟ୍ରଙ୍ଗ ରୁମ୍ ତଦାରଖ କରିବା ପାଇଁ ଉପସ୍ଥିତ ଥାଆନ୍ତି। ପ୍ରତ୍ୟେକ ପରିଦର୍ଶକର ନାମ, ସମୟ ଏବଂ ଉଦ୍ଦେଶ୍ୟ ଏକ ରେଜିଷ୍ଟରରେ ଲିପିବଦ୍ଧ କରାଯାଏ। ଏହା ସହିତ, ପ୍ରାର୍ଥୀ କିମ୍ବା ସେମାନଙ୍କ ପ୍ରତିନିଧିମାନେ ସିସିଟିଭି ମାଧ୍ୟମରେ ମେସିନଗୁଡ଼ିକୁ ତଦାରଖ କରିପାରିବେ। ଷ୍ଟ୍ରଙ୍ଗ ରୁମ୍‌କୁ ଡବଲ୍ ଲକ୍ ସିଷ୍ଟମ୍ ସହିତ ସିଲ୍ କରାଯାଇଥାଏ। ଗୋଟିଏ ଚାବି ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଏବଂ ଅନ୍ୟଟି ସହାୟକ ଅଧିକାରୀଙ୍କ ପାଖରେ ରହିଥାଏ। ଷ୍ଟ୍ରଙ୍ଗ ରୁମ୍‌କୁ ସିଲ୍ କରିବା ସମୟରେ ସମସ୍ତ ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧି ଏବଂ ନିର୍ବାଚନ କମିଶନ ପର୍ଯ୍ୟବେକ୍ଷକ ଉପସ୍ଥିତ ଥାନ୍ତି। ରାଜନୈତିକ ଦଳଗୁଡ଼ିକୁ ମଧ୍ୟ ସିଲ୍‌ରେ ସେମାନଙ୍କର ନିଜସ୍ୱ ପ୍ରତୀକ ଲଗାଇବାକୁ ଅନୁମତି ଦିଆଯାଏ, ଯାହା ପାଇଁ ସେମାନଙ୍କୁ ଏକ ଲିଖିତ ଆବେଦନ ଦାଖଲ କରିବାକୁ ପଡିବ। ଷ୍ଟ୍ରଙ୍ଗ ରୁମ୍ କେବେ ଖୋଲାଯାଏ? ସାଧାରଣତଃ, ଗଣନା ଦିନ ଷ୍ଟ୍ରଙ୍ଗ ରୁମ୍ ଖୋଲାଯାଏ। ତେଣୁ, ଆସନ୍ତାକାଲି, ନଭେମ୍ବର ୧୪ ତାରିଖ, ସକାଳ ୭ଟାରେ, ଷ୍ଟ୍ରଙ୍ଗ ରୁମ୍ ଖୋଲାଯିବ। ସମସ୍ତ ପ୍ରାର୍ଥୀ କିମ୍ବା ସେମାନଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ କେବଳ ଷ୍ଟ୍ରଙ୍ଗ ରୁମ୍‌ର ଦ୍ୱାର ଖୋଲାଯାଏ। ସମ୍ପୂର୍ଣ୍ଣ ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରାଯାଏ। ଏହା ପରେ ମେସିନଗୁଡ଼ିକୁ ଗଣନା ହଲ୍‌କୁ ନିଆଯାଇଥାଏ ଏବଂ ସେଠାରେ ସେମାନଙ୍କର ସିଲ୍ ଏବଂ ୟୁନିକ୍ ଆଇଡି ଯାଞ୍ଚ କରାଯାଏ।

ସ୍ତମ୍ଭ 13 Nov 2025 3:08 pm

Revenge Babri Masjid: ବାବ୍ରି ମସଜିଦ୍ ଧ୍ବଂସର ପ୍ରତିଶୋଧ ନେବାକୁ ଚାହୁଁଥିଲେ ଆତଙ୍କବାଦୀ

ନୂଆଦିଲ୍ଲୀ : ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ନଭେମ୍ବର ୧୦ରେ ହୋଇଥିବା ବିସ୍ଫୋରଣର ତଦନ୍ତରୁ ଅତି ଭୟାନକ ତଥ୍ୟ ସାମନାକୁ ଆସିଛି। ପୁଲିସ ସୂତ୍ର ଅନୁସାରେ, ୨୦୨୫ ଜାନୁଆରିରୁ ଏହି ଆତଙ୍କବାଦୀ ଷଡ୍‌ଯନ୍ତ୍ର ରଚାଯାଉଥିଲା। ୨୦୦୮ର ‘ମୁମ୍ବାଇ ୨୬/୧୧’ ଆକ୍ରମଣଠାରୁ ମଧ୍ୟ ବଡ଼ ବିସ୍ଫୋରଣ ଘଟାଇବାକୁ ଯୋଜନା କରୁଥିଲେ ଆତଙ୍କବାଦୀ। ଏହି ‘ହ୍ୱାଇଟ୍-କଲାର ଆତଙ୍କବାଦୀ ମଡ୍ୟୁଲ’ ଦିଲ୍ଲୀ, ଗୁରୁଗ୍ରାମ ଓ ଫରିଦାବାଦକୁ ଟାର୍ଗେଟ୍‌ କରିବାକୁ ଯୋଜନା କରିଥିଲା। ବାବ୍ରି ମସଜିଦ୍ ଭଙ୍ଗାର ପ୍ରତିଶୋଧ ନେବାକୁ ଚାହୁଁଥିଲେ ତଦନ୍ତ ପରେ ଏବେ ଆଉ ଏକ ବଡ଼ ଖୁଲାସା ହୋଇଛି। ସୂଚନା ମିଳିଛି ଯେ, ଡିସେମ୍ବର ୬ତାରିଖରେ ଜାତୀୟ ରାଜଧାନୀ ଅଞ୍ଚଳର ୬ଟି ସ୍ଥାନରେ ବିସ୍ଫୋରଣ ଯୋଜନା କରାଯାଇଥିଲା। ଦିଲ୍ଲୀରେ ଇଣ୍ଡିଆ ଗେଟ୍, ରେଲୱେ ଷ୍ଟେସନ, ଲାଲକିଲ୍ଲା, ଗୌରୀ ଶଙ୍କର ମନ୍ଦିର, କନ୍‌ଷ୍ଟିଟ୍ୟୁସନ କ୍ଲବ ଏବଂ ପ୍ରମୁଖ ସପିଂ ମଲ୍‌ଗୁଡ଼ିକୁ ଟାର୍ଗେଟ୍‌ କରିବାକୁ ଆତଙ୍କବାଦୀଙ୍କ ଯୋଜନା ଥିଲା। ଡିସେମ୍ବର ୬ତାରିଖଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ୧୯୯୨ ମସିହାର ଏହି ତାରିଖରେ ଅଯୋଧ୍ୟାର ବାବ୍ରି ମସଜିଦ ଭାଙ୍ଗି ଦିଆଯାଇଥିଲା। ଗିରଫ ହୋଇଥିବା ଆତଙ୍କବାଦୀମାନେ ସ୍ବୀକାର କରିଛନ୍ତି ଯେ, ସେମାନେ ଏହି ତାରିଖ ବାଛିଥିଲେ କାରଣ ସେମାନେ ବାବ୍ରି ମସଜିଦ ଧ୍ୱଂସର ପ୍ରତିଶୋଧ ନେବାକୁ ଚାହୁଁଥିଲେ। ୨୦୦ ବିସ୍ଫୋରଣ କରିବାର ଥିଲା ଯୋଜନା ଷଡ଼ଯନ୍ତ୍ରର ଉଦ୍ଦେଶ୍ୟ ଥିଲା ଏକାସାଙ୍ଗରେ ଏକାଧିକ ସ୍ଥାନରେ ଆକ୍ରମଣ କରି ଅଧିକରୁ ଅଧିକ ଧନଜୀବନର କ୍ଷୟକ୍ଷତି ଘଟାଇବା ଓ ଧାର୍ମିକ ସ୍ଥାନରେ ଆକ୍ରମଣ ଦ୍ୱାରା ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା। ତଦନ୍ତକାରୀମାନେ ଜଣାଇଛନ୍ତି ଯେ, ଆତଙ୍କୀ ଡାକ୍ତର ମଡ୍ୟୁଲ ୨୦୦ରୁ ଅଧିକ ଶକ୍ତିଶାଳୀ ଆଇଇଡି (ଇମ୍ପ୍ରୋଭାଇଜ୍‌ଡ ଏକ୍ସପ୍ଲୋସିଭ ଡିଭାଇସ) ତିଆରି କରିଥିଲା, ଯାହାକୁ ସମନ୍ୱିତ ଭାବେ ବିସ୍ଫୋରଣ ଘଟାଇବାକୁ ଯୋଜନା ଥିଲା। ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ କେବଳ ଏହାର ପ୍ରାରମ୍ଭ ମାତ୍ର ଥିଲା ବୋଲି କୁହାଯାଇଛି। ଆହୁରି ପଢ଼ନ୍ତୁ: Sunny Deol Angry: ଟିକେ ବି ଲାଜ ଲାଗୁନି? ଘରେ ବାପା-ମା’ ଅଛନ୍ତି ତ? ଘର‌ ବାହାରେ ଥିବା ଫଟୋଗ୍ରାଫରଙ୍କୁ ଏଭଳି କହିଲେ ସନ୍ନି ଆହୁରି ପଢ଼ନ୍ତୁ: Code Word For Explosives: ବିସ୍ଫୋରକର କୋଡ୍ ୱାର୍ଡ ଥିଲା ସିପ୍‌ମେଣ୍ଟ ଏବଂ ପ୍ୟାକେଜ୍: ମୁଜାମ୍ମିଲଙ୍କ ଡାଏରୀରୁ ମିଳିଲା ସୂଚନା

ସ୍ତମ୍ଭ 13 Nov 2025 2:38 pm

Poster War in Bihar: ରେଜଲ୍ଟ ପୂର୍ବରୁ ପୋଷ୍ଟର ଯୁଦ୍ଧ: କିଏ କହିଲାଣି 'ଗୁଡ଼ବାଏ ଚାଚା', କିଏ ଲେଖିଲାଣି 'ଟାଇଗର ଜିନ୍ଦା ହେ'

ନୂଆଦିଲ୍ଲୀ: ୨୦୨୫ ବିହାର ବିଧାନସଭା ନିର୍ବାଚନ ମଧ୍ୟରେ ବିହାରର ରାଜନୈତିକ ପରିସ୍ଥିତି ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ, ବିହାର ପ୍ରଦେଶ ସମାଜବାଦୀ ପାର୍ଟି ଏକ ବିବାଦୀୟ ପୋଷ୍ଟର ଜାରି କରିଛି ଯାହା ସୋସିଆଲ ମିଡିଆ ଏବଂ ସ୍ଥାନୀୟ ଅଞ୍ଚଳରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ପୋଷ୍ଟରରେ ବିଜେପି ନେତା ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ କାର୍ଟୁନ ପରି ଫଟୋ ରହିଛି, ଯାହାକୁ ଦଳ ଗୁଡବାଏ ଚାଚା ବୋଲି ନାମ ଦେଇଛି। ପୋଷ୍ଟରରେ ମହାଗଠବନ୍ଧନ ନେତା ଅଖିଳେଶ ଯାଦବ ଏବଂ ଲାଲୁ ପ୍ରସାଦ ଯାଦବ ପରିବାରର ଫଟୋ ମଧ୍ୟ ରହିଛି, ଯାହା ସମାଜବାଦୀ ପାର୍ଟିର ବିହାରରେ ନୂତନ ସରକାର ଗଠନ କରିବାର ଆଶାକୁ ସୂଚାଇ ଦେଉଛି। ପୋଷ୍ଟରରେ ଲେଖା ଅଛି, ସିଂହାସନ ଛାଡିଦିଅ, 'ତେଜସ୍ୱୀ ସରକାର' ଆସୁଛି। ଆହୁରି ପଢନ୍ତୁ: Westbengal Bus Cheating: ପଟି ମାରୁଥିଲା ପଶ୍ଚିମବଙ୍ଗ ବସ, ବିନା ଅନୁମତିରେ କେମିତି ପୁରୀ-କଲିକତା ମଧ୍ୟରେ ଚାଲୁଥିଲା ବସ? ସମାଜବାଦୀ ପାର୍ଟି ନେତା ଧର୍ମବୀର ଯାଦବ ଏହି ପୋଷ୍ଟର ଲଗାଇଥିବାବେଳେ ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ବିହାରରେ ନିଶ୍ଚିତ ଭାବରେ କ୍ଷମତା ପରିବର୍ତ୍ତନ ହେବ ଏବଂ ଏକ ମହାଗଠବନ୍ଧନ ସରକାର ଗଠନ ହେବ। ବାସ୍ତବରେ ବିହାର ବିଧାନସଭା ନିର୍ବାଚନର ଫଳାଫଳ ଆସନ୍ତାକାଲି ଆସିବାକୁଥିବାବେଳେ ଏକଜିଟ ପୋଲର ଆକଳନ କଂଗ୍ରେସ, ଆରଜେଡିର ନିଦ ଉଡାଇ ଦେଇଛି | ଅନ୍ୟପଟେ ବିହାରର ରାଜଧାନୀ ପାଟନାରେ ଜନତା ଦଳ (ୟୁନାଇଟେଡ୍) କାର୍ଯ୍ୟାଳୟ ବାହାରେ ପୂର୍ବତନ ବିହାର ମନ୍ତ୍ରୀ ରଞ୍ଜିତ ସିହ୍ନା ଏକ ପୋଷ୍ଟର ଲଗାଇଛନ୍ତି | ଆହୁରି ପଢନ୍ତୁ: Odisha link in Delhi blasts: ଦିଲ୍ଲୀ ବିସ୍ଫୋରଣରେ ଓଡ଼ିଶା ଲିଙ୍କ୍‌: ଖୁବ୍‌ଶୀଘ୍ର ଆସିବ ଏନ୍‌ଆଇଏ ଟିମ୍‌ ଯେଉଁଥିରେ ରଞ୍ଜିତ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାଇଗର ଜିନ୍ଦା ହୈ ଶୀର୍ଷକ ଦେଇ ଲେଖିଛନ୍ତି ଯେ ନୀତିଶ କୁମାର ଚତୁର୍ଥ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବେ | ବାସ୍ତବରେ ୨୦୨୫ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବିରୋଧୀ ମହାଗଠବନ୍ଧନ ଟାର୍ଗେଟ କରି କହିଥିଲା ଯେ ବିଜେପି ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ କରିବ ନାହିଁ | ଯଦିଓ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ନୀତିଶ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଥିଲେ, ହେଲେ ରାଷ୍ଟ୍ରୀୟ ଜନତା ଦଳ (RJD) ନେତା ଏବଂ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ୱୀ ଯାଦବ ବାରମ୍ବାର ଦାବି କରିଛନ୍ତି ଯେ NDA କ୍ଷମତାକୁ ଆସିଲେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହେବେ ନାହିଁ।

ସ୍ତମ୍ଭ 13 Nov 2025 2:34 pm

Solidarity walk: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଏକତା ପଦଯାତ୍ରା

ବାମନାଳ: ପୁରୀ ଜିଲ୍ଲା ନିମାପଡ଼ା ଏକତା ପଦଯାତ୍ରା।ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଆଜି କାଜିପାଟଣା ଛକ ନିକଟରେ ଏକତା ପଦଯାତ୍ରାକୁ ଶୁଭାରମ୍ଭ କରିଛନ୍ତି ସ୍ଥାନୀୟ ବିଧାୟିକା ତଥା ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। Solidarity walk Photograph: (sambad.in) ଏହି ଅବସରରେ ପ୍ରଥମେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ପରେ ପରେ ଏକତା ପଦଯାତ୍ରାକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ୧୦ କିଲୋମିଟରରୁ ଅଧିକ ପଦଯାତ୍ରାରେ ସାମିଲ ହୋଇ କାଜିପାଟଣା ନିକଟରୁ ନିମାପଡ଼ା ବାରବାଟି ପଡିଆ ନିକଟରେ ଆୟୋଜିତ ସାଧାରଣ ବୈଠକରେ ଯୋଗ ଦେଇଥିଲେ। Solidarity walk Photograph: (sambad.in) ଆହୁରି ପଢ଼ନ୍ତୁ: Code Word For Explosives: ବିସ୍ଫୋରକର କୋଡ୍ ୱାର୍ଡ ଥିଲା ସିପ୍‌ମେଣ୍ଟ ଏବଂ ପ୍ୟାକେଜ୍: ମୁଜାମ୍ମିଲଙ୍କ ଡାଏରୀରୁ ମିଳିଲା ସୂଚନା ଛାତ୍ରଛାତ୍ରୀ ପଦ ଯାତ୍ରାରେ ସାମିଲ ଏହି ଅବସରରେ ପ୍ରତ୍ୟେକ ଛକ ନିକଟରେ ବିଭିନ୍ନ ଅନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ପଦ ଯାତ୍ରାରେ ସାମିଲ ହେବା ସହ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି ପଦଯାତ୍ରାକୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ଜଗସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ,ପୁରୀ ଜିଲ୍ଲାପାଳ ଦିବ୍ୟ ରଞ୍ଜନ ପରିଡ଼ା,ପୁରୀ ଆରକ୍ଷୀ ଅଧିକ୍ଷକ ପ୍ରତିକ୍ ସିଂ,ନିମାପଡ଼ା ବ୍ଲକ୍ ମଣ୍ଡଳ ଉନ୍ନୟନ ଅଧିକାରୀ ଅଭିଜିତ ଷଡ଼ଙ୍ଗୀ, ଏନ୍ ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଦାଶ, ନିମାପଡ଼ା ଶିକ୍ଷା ବିଭାଗର ଅଧିକାରୀ କୈଳାସ ଚନ୍ଦ୍ର ପାଢ଼ୀଙ୍କ ସହିତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଆହୁରି ପଢ଼ନ୍ତୁ: Sunny Deol Angry: ଟିକେ ବି ଲାଜ ଲାଗୁନି? ଘରେ ବାପା-ମା’ ଅଛନ୍ତି ତ? ଘର‌ ବାହାରେ ଥିବା ଫଟୋଗ୍ରାଫରଙ୍କୁ ଏଭଳି କହିଲେ ସନ୍ନି

ସ୍ତମ୍ଭ 13 Nov 2025 2:31 pm

Order to SBI: ମନଇଚ୍ଛା ଆକାଉଣ୍ଟରୁ କାଟିଦେଇଥିଲା ୪ ହଜାର ଟଙ୍କା, ଏବେ ଗ୍ରାହକଙ୍କୁ ଦେଢ଼ ଲକ୍ଷ ଦେବ ଏସବିଆଇ

ନୂଆଦିଲ୍ଲୀ: ମନଇଚ୍ଛା ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରୁ କାଟିଦେଇଥିଲା ଟଙ୍କା | ଆଉ ଏବେ ରାୟ ପ୍ରକାଶ ପରେ ସାବାଡ଼ ହୋଇଛି ଦେଶର ବୃହତ୍ତମ ବ୍ୟାଙ୍କ ଏସବିଆଇ ବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ | ବାସ୍ତବରେ ଦିଲ୍ଲୀ ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ କମିଶନ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI)କୁ ଜଣେ ମହିଳା ଗ୍ରାହକଙ୍କୁ ୧.୭ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କମିଶନ କହିଛନ୍ତି ଯେ ମହିଳାଙ୍କ ଆକାଉଣ୍ଟରେ ପର୍ଯ୍ୟାପ୍ତ ପାଣ୍ଠି ଥିବା ସତ୍ତ୍ୱେ ବ୍ୟାଙ୍କ ଭୁଲ ଭାବରେ ECS (ଇଲେକ୍ଟ୍ରୋନିକ୍ କ୍ଲିୟରିଂ ସର୍ଭିସ୍) ବାଉନ୍ସ ଚାର୍ଜ ଆଦାୟ କରିଥିଲା। ବାସ୍ତବରେ ମହିଳା ଜଣକ HDFC ବ୍ୟାଙ୍କରୁ ଏକ କାର୍ ଋଣ ନେଇଥିଲେ ଏବଂ ତାଙ୍କ SBI ସଞ୍ଚୟ ଆକାଉଣ୍ଟରୁ ତାଙ୍କର ମାସିକ EMI (ସମାନ ମାସିକ କିସ୍ତି) କାଟିବାକୁ ବ୍ୟାଙ୍କକୁ କହିଥିଲେ | କିନ୍ତୁ, ତାଙ୍କର ୧୧ ତମ ଇଏମଆଇ ବାଉନ୍ସ ହୋଇଥିଲା ଏବଂ ଏସବିଆଇ ଏହାପରଠାରୁ ୪୦୦ ଟଙ୍କା ଆଦାୟ କରିଥିଲା। ସେ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ସେ ସର୍ବଦା ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ପର୍ଯ୍ୟାପ୍ତ ପାଣ୍ଠି ରଖୁଥିଲେ। ତାଙ୍କ ଦାବିର ପ୍ରମାଣ ସ୍ୱରୂପ, ସେ ତାଙ୍କର ବ୍ୟାଙ୍କ ଷ୍ଟେଟମେଣ୍ଟ ପ୍ରିଣ୍ଟ କରି ବ୍ୟାଙ୍କରେ ଦାଖଲ କରିଥିଲେ। ଏହା ସତ୍ତ୍ୱେ ବି ଏସବିଆଇ ବାଉନ୍ସ ଚାର୍ଜ ଫେରସ୍ତ କରିବାକୁ ମନା କରିଥିଲା। ଫଳସ୍ୱରୂପ, ସେ ୨୦୧୦ ରେ ଜିଲ୍ଲା ଉପଭୋକ୍ତା କମିଶନରେ ଅଭିଯୋଗ କରିଥିଲେ, କିନ୍ତୁ ତାଙ୍କ ଦାବି ପ୍ରତ୍ୟାଖ୍ୟାନ କରାଯାଇଥିଲା। ତା'ପରେ ସେ ଜାତୀୟ ଗ୍ରାହକ ବିବାଦ ସମାଧାନ କମିଶନ (NCDRC) ସହିତ ଯୋଗାଯୋଗ କରିଥିଲେ, ଯାହା ମାମଲାଟିକୁ ଦିଲ୍ଲୀ ରାଜ୍ୟ ଗ୍ରାହକ କମିଶନକୁ ଫେରାଇ ଦେଇଥିଲା। ଶେଷରେ ସେ ଏଥର ମାମଲା ଜିତିଛନ୍ତି। ଦିଲ୍ଲୀ ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ କମିଶନ ଉଲ୍ଲେଖ କରିଛନ୍ତି ଯେ ଆବେଦନକାରୀ ୧୫ ଏପ୍ରିଲ ୨୦୦୮ରେ ପ୍ରତିପକ୍ଷ ନମ୍ବର 2 (HDFC ବ୍ୟାଙ୍କ) ରୁ ଋଣ ନେଇଥିଲେ ଏବଂ ୨୦୧୦ରେ ଜିଲ୍ଲା ଫୋରମରେ ଅଭିଯୋଗ କରିଥିଲେ ଯେ ପ୍ରତିପକ୍ଷଙ୍କ ସେବାରେ ଅଭାବ ଅଭିଯୋଗ କରିଥିଲେ। ସେବେଠାରୁ, ସେ ମାମଲା ଦ୍ୱାରା କଷ୍ଟ ପାଉଛନ୍ତି। ତେଣୁ, ମହିଳାଙ୍କୁ କ୍ଷତିପୂରଣ ଦେବାକୁ କୁହାଯାଇଛି।

ସ୍ତମ୍ଭ 13 Nov 2025 2:21 pm

Odisha Kharif Paddy Procurement to Begin Nov 20, 100 Model Mandis Planned

Odisha will begin procurement of Kharif paddy from November 20, Cooperative Minister Pradeep Balsamanta announced. The process will start in Bargarh district, one of the state’s major paddy hubs. The government has introduced modern facilities in mandis to ensure proper storage and handling of paddy. Officials confirmed that advanced arrangements will help farmers safeguard their […] The post Odisha Kharif Paddy Procurement to Begin Nov 20, 100 Model Mandis Planned appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 13 Nov 2025 2:21 pm

Odisha to Conduct Statewide Survey of Children with Disabilities

Odisha will conduct a statewide survey to identify children with disabilities from birth to six years. The Department of Social Security and Empowerment of Persons with Disabilities has issued guidelines for the exercise. Anganwadi workers will visit households to collect information. The government has announced an incentive of Rs 500 for each worker to support […] The post Odisha to Conduct Statewide Survey of Children with Disabilities appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 13 Nov 2025 2:14 pm

Code Word For Explosives: ବିସ୍ଫୋରକର କୋଡ୍ ୱାର୍ଡ ଥିଲା ସିପ୍‌ମେଣ୍ଟ ଏବଂ ପ୍ୟାକେଜ୍: ମୁଜାମ୍ମିଲଙ୍କ ଡାଏରୀରୁ ମିଳିଲା ସୂଚନା

ନୂଆଦିଲ୍ଲୀ :ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ସମ୍ପର୍କରେ ଏକ ବଡ଼ ଖୁଲାସା ହୋଇଛି। ବିସ୍ଫୋରକ ପାଇଁ ବ୍ୟବହୃତ କୋଡ୍ ୱାର୍ଡ ଆବିଷ୍କାର ହୋଇଛି। ଆତଙ୍କବାଦୀମାନେ ବିସ୍ଫୋରକ ପାଇଁ ସିପ୍‌ମେଣ୍ଟ ଏବଂ ପ୍ୟାକେଜ୍ କୋଡ୍ ୱାର୍ଡ ବ୍ୟବହାର କରିଥିଲେ। ଫରିଦାବାଦରେ ଗିରଫ ହୋଇଥିବା ଆତଙ୍କବାଦୀ ଡାକ୍ତର ମୁଜାମ୍ମିଲଙ୍କ ଡାଏରୀରୁ ଏହି ସୂଚନା ମିଳିଛି। ସୂତ୍ର ଅନୁଯାୟୀ, ଆତଙ୍କବାଦୀ ମାନେ ଏନକ୍ରିପ୍ଟେଡ୍ ଚ୍ୟାନେଲ୍ ମାଧ୍ୟମରେ ସେମାନଙ୍କର ବିଦେଶୀ ହ୍ୟାଣ୍ଡଲରଙ୍କ ସହ ଯୋଗାଯୋଗ କରୁଥିଲେ ଏବଂ ଏହି ଚ୍ୟାନେଲ୍ ମାଧ୍ୟମରେ ଅର୍ଡର ପାଉଥିଲେ। ସେମାନେ ଆମୋନିୟମ୍ ନାଇଟ୍ରେଟ୍, ଅକ୍ସାଇଡ୍ ଏବଂ ଇନ୍ଧନ ତେଲରୁ ପ୍ରସ୍ତୁତ କରିଥିବା ବିସ୍ଫୋରକଗୁଡ଼ିକୁ କୋଡିଂ କରାଯାଇଥିଲା। ଆତଙ୍କବାଦୀମାନେ ବିସ୍ଫୋରକ ପାଇଁ ସିପ୍‌ମେଣ୍ଟ ଏବଂ ପ୍ୟାକେଜ୍ ନାମ ବ୍ୟବହାର କରୁଥିଲେ। ଆହୁରି ପଢ଼ନ୍ତୁ: SI recruitment scam : ସିବିଆଇ ହାତକୁ ଗଲା ଏସଆଇ ନିଯୁକ୍ତି ଦୁର୍ନୀତି ୪ ନମ୍ବର ଆଉ ୧୩ ନମ୍ବର ରୁମ୍ରୁ‌ ମିଳିଥିଲା ଡାଏରୀ ସୁରକ୍ଷା ଏଜେନ୍ସିଗୁଡ଼ିକ ଡାକ୍ତର ଉମର ଏବଂ ଡାକ୍ତର ମୁଜାମ୍ମିଲଙ୍କ ଡାଏରୀ ଜବତ କରିଛନ୍ତି। ଏହା ଦିଲ୍ଲୀ ବୋମା ବିସ୍ଫୋରଣ ସମ୍ପର୍କରେ ଅନେକ ପ୍ରଶ୍ନର ଉତ୍ତର ପ୍ରଦାନ କରିବାର ସମ୍ଭାବନା ରହିଛି। ଏହି ଡାଏରୀଗୁଡ଼ିକ ମଙ୍ଗଳବାର ଏବଂ ବୁଧବାର ଦିନ ଅଲ୍ ଫଲାହ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ଡାକ୍ତର ଉମରଙ୍କ ଚାରି ନମ୍ବର ରୁମ୍ ଏବଂ ମୁଜାମ୍ମିଲଙ୍କ ୧୩ ନମ୍ବର ରୁମ୍‌ରୁ ଜବତ କରାଯାଇଥିଲା। ପୁଲିସ ମୁଜାମ୍ମିଲଙ୍କ ରୁମ୍‌ରୁ ଏକ ଡାଏରୀ ମଧ୍ୟ ଜବତ କରିଛି। ଏହି ରୁମ୍‌ରୁ ସେମାନେ ଅଲ୍ ଫଲାହ ବିଶ୍ୱବିଦ୍ୟାଳୟରୁ ମାତ୍ର ୩୦୦ମିଟର ଦୂରରେ ଅବସ୍ଥିତ ଧାଉଜରେ ୩୬୦କିଲୋ ବିସ୍ଫୋରକ ଜବତ କରିଥିଲେ। ମିଳିଥିବା ଡାଏରୀ ଏବଂ ନୋଟ୍‌ବୁକରେ କୋଡ୍ ୱାର୍ଡ ଅଛି, ଯାହା ନଭେମ୍ବର ୮ ରୁ ୧୨ ପର୍ଯ୍ୟନ୍ତ ମଧ୍ୟ ଉଲ୍ଲେଖ କରିଛି। ଡାଏରୀରେ ଅପରେସନ୍ ଶବ୍ଦଟି ଅନେକ ଥର ବ୍ୟବହାର କରାଯାଇଛି। ଏହି ଘଟଣାକୁ ଦୃଷ୍ଟିରେ ରଖି, ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଲାଲକିଲ୍ଲା ମେଟ୍ରୋ ଷ୍ଟେସନକୁ ବନ୍ଦ କରିଦିଆଯାଇଛି। ଅନ୍ୟ ସମସ୍ତ ମେଟ୍ରୋ ଷ୍ଟେସନ ସ୍ୱାଭାବିକ ଭାବରେ କାର୍ଯ୍ୟ କରିବ। ଲାଲକିଲ୍ଲା କମ୍ପ୍ଲେକ୍ସକୁ ମଧ୍ୟ ବର୍ତ୍ତମାନ ପାଇଁ ବନ୍ଦ କରିଦିଆଯାଇଛି। ଆହୁରି ପଢ଼ନ୍ତୁ: DNA Test Confirms Terrorist Umar: ଦିଲ୍ଲୀ ବିସ୍ଫୋରଣର ବଡ଼ ଖୁଲାସା: i20 କାର ଚଳାଉଥିଲା ଆତଙ୍କବାଦୀ ଉମର, DNA ପରୀକ୍ଷାରୁ ସ୍ପଷ୍ଟ

ସ୍ତମ୍ଭ 13 Nov 2025 2:10 pm

Delhi Red Fort Blast: DNA Confirms Dr Umar Un Nabi Was Driving Explosive-Laden Car

In a major breakthrough in the Delhi Red Fort blast investigation, the Delhi Police have confirmed through DNA testing that Dr Umar Un Nabi, a 35-year-old resident of Pulwama, Jammu and Kashmir, was the man driving the white Hyundai i20 that exploded outside the Red Fort on Monday evening. Officials revealed that Nabi’s leg was […] The post Delhi Red Fort Blast: DNA Confirms Dr Umar Un Nabi Was Driving Explosive-Laden Car appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 13 Nov 2025 1:52 pm

Forest Department Seizes 85 Tortoises in Malkangiri, 3 Held

The Forest Department in Malkangiri district has intensified its crackdown on illegal tortoise trafficking and trade. Acting swiftly on a tip-off, officials seized 85 tortoises and arrested three accused near Anantapalli village under Malavaram panchayat in Kalimela block. Forester Dipankar Siuli, Forest Guard Partha Sarathi Rout, and Motu Revenue Inspector Suresh Kumar Pujari led a […] The post Forest Department Seizes 85 Tortoises in Malkangiri, 3 Held appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 13 Nov 2025 1:27 pm

Sunny Deol Angry: ଟିକେ ବି ଲାଜ ଲାଗୁନି? ଘରେ ବାପା-ମା’ ଅଛନ୍ତି ତ? ଘର‌ ବାହାରେ ଥିବା ଫଟୋଗ୍ରାଫରଙ୍କୁ ଏଭଳି କହିଲେ ସନ୍ନି

ମୁମ୍ବାଇ : ଦେହାନ୍ତ ହୋଇଥିବା ନେଇ ଗୁଜବ ପ୍ରଚାର ହେବା ମଧ୍ୟରେ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କୁ ବୁଧବାର ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ଏବେ ସେ ଘରକୁ ଫେରି ଆସି ପରିବାର ସହ ସମୟ ବିତାଉଛନ୍ତି। ଘରେ ତାଙ୍କର ଚିକିତ୍ସା ଚାଲିଛି। ପରିବାର ଏବେ ଧର୍ମେନ୍ଦ୍ରଙ୍କୁ ନେଇ ଚିନ୍ତାରେ ଥିବା ବେଳେ ଧର୍ମେନ୍ଦ୍ରଙ୍କ ପୁଅ ତଥା ବଲିଉଡ ଅଭିନେତା ସନ୍ନି ଦେଓଲ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ବିରକ୍ତି ପ୍ରକାଶ କରିଥିବା ଦେଖାଯାଇଛି। ନଭେମ୍ବର ୧୩ ତାରିଖ ସକାଳେ ସନ୍ନି ଦେଓଲ ଘର ବାହାରକୁ ଆସି ଗଣମାଧ୍ୟମ ପ୍ରତିନିଧିଙ୍କୁ ରାଗିଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ହାତ ଯୋଡ଼ି ସେ ଘର ବାହାରେ ଛିଡ଼ା ହୋଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ରାଗିଥିବା ଦେଖାଯାଇଛି। ଆପଣମାନଙ୍କ ଘରେ ବାପା-ମା’ ଅଛନ୍ତି ତ? ଆଜି ସକାଳେ ଫଟୋଗ୍ରାଫରମାନେ ସେମାନଙ୍କ ବାସଭବନ ବାହାରେ ଏକାଠି ହୋଇ ଗହଳି କରିବା ଦେଖି ସନ୍ନି ବାହାରକୁ ଆସି ବିରକ୍ତ ହୋଇଥିଲେ। ସେ ହାତ ଯୋଡ଼ି ଫଟୋଗ୍ରାଫରଙ୍କୁ କହିଥିଲେ, ଆପଣମାନଙ୍କୁ ଲାଜ ଲାଗିବା କଥା। ଆପଣମାନଙ୍କ ଘରେ ବାପା-ମା’ ଅଛନ୍ତି ତ? ଆପଣମାନଙ୍କ ପିଲା ଅଛନ୍ତି ତ? ଲାଜ ଲାଗିବା କଥା। https://www.instagram.com/reel/DQ_I8FBDNbu/?utm_source=ig_web_copy_link ତେବେ ଧର୍ମେନ୍ଦ୍ର ଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରୁ ବୁଧବାର ଡିସଚାର୍ଜ କରାଯାଇଥିଲା। ଜୀବନ ପାଇଁ ଦୀର୍ଘ ସଂଘର୍ଷ ପରେ ହି-ମ୍ୟାନ୍ ଘରକୁ ଫେରିଥିଲେ। ଖବର ଅନୁଯାୟୀ, ଧର୍ମେନ୍ଦ୍ରଙ୍କ ପରିବାର ତାଙ୍କୁ ହସ୍ପିଟାଲରୁ ଘରକୁ ନେବାକୁ ନିଷ୍ପତ୍ତି ନେଇଥିଲେ। ବ୍ରିଚ୍ କ୍ୟାଣ୍ଡିର ଡାକ୍ତରମାନେ ଅଭିନେତାଙ୍କୁ ଡିସଚାର୍ଜ କରିବାକୁ ପରାମର୍ଶ ଦେବା ପରେ ପରିବାର ଲୋକେ ତାଙ୍କୁ ଘରକୁ ନେଇଛନ୍ତି। ମୃତ୍ୟୁ ନେଇ ଗୁଜବ ସୃଷ୍ଟି ହୋଇଥିଲା ମୃତ୍ୟୁ ନେଇ ଗୁଜବ ସୃଷ୍ଟି ହୋଇଥିଲା ମଙ୍ଗଳବାର ସୋସିଆଲ ମିଡିଆରେ ଧର୍ମେନ୍ଦ୍ରଙ୍କ ମୃତ୍ୟୁର ଗୁଜବ ଭାଇରାଲ ହୋଇଥିଲା, ଯାହା ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିଥିଲା। ଏହି ଗୁଜବ ପରେ, ହେମା ମାଳିନୀ ଏଭଳି ଭୁଲ୍ ଖବର ପ୍ରଚାର କରୁଥିବା ଲୋକଙ୍କୁ କଡ଼ା ସମାଲୋଚନା କରିଥିଲେ ଏବଂ ଟ୍ୱିଟ୍ କରିଥିଲେ ଯେ, ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଛି ଏବଂ ସେ ସ୍ଥିର ଅଛନ୍ତି। ହେମା ମାଳିନୀଙ୍କ ପୂର୍ବରୁ, ଧର୍ମେନ୍ଦ୍ରଙ୍କ ଝିଅ ଈଶା ଦେଓଲ ମଧ୍ୟ ଇନଷ୍ଟାଗ୍ରାମରେ ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ସେୟାର କରିଥିଲେ। ଆହୁରି ପଢ଼ନ୍ତୁ: Job Offer: Bank of Baroda ଆଣିଲା ଚାକିରି ଅଫର, ୨୭୦୦ ପଦବୀ ପାଇଁ କରିପାରିବେ ଆବେଦନ ଆହୁରି ପଢ଼ନ୍ତୁ: SI recruitment scam : ସିବିଆଇ ହାତକୁ ଗଲା ଏସଆଇ ନିଯୁକ୍ତି ଦୁର୍ନୀତି

ସ୍ତମ୍ଭ 13 Nov 2025 1:24 pm

Delhi Red Fort Blast: Death Toll Rises to 13, Al-Falah Hostel Under Lens

A powerful explosion ripped through a Hyundai i20 near Delhi’s Red Fort Metro Station at 6.50 pm on Monday, killing 13 people and injuring 20 others. The car had stopped at a red light when the blast occurred, leaving the busy area in chaos. Investigators revealed that the Union Cabinet has officially classified the incident […] The post Delhi Red Fort Blast: Death Toll Rises to 13, Al-Falah Hostel Under Lens appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 13 Nov 2025 12:54 pm

SI recruitment scam : ସିବିଆଇ ହାତକୁ ଗଲା ଏସଆଇ ନିଯୁକ୍ତି ଦୁର୍ନୀତି

ଭୁବନେଶ୍ୱର: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ( ସିବିଆଇ ) ଗୁରୁବାର ଦିନ ଆନୁଷ୍ଠାନିକ ଭାବରେ ଓଡ଼ିଶା ପୁଲିସ ସବ-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ଦୁର୍ନୀତିର ତଦନ୍ତ ଦାୟିତ୍ୱ ଗ୍ରହଣ କରିଛି। ଡିଏସ୍‌ପି ରାଙ୍କର ଅଧିକାରୀଙ୍କ ନେତୃତ୍ବରେ ତଦନ୍ତ ରିପୋର୍ଟ ଅନୁସାରେ, ଜଣେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୁଲିସ (ଡିଏସ୍‌ପି) ରାଙ୍କର ଅଧିକାରୀଙ୍କ ନେତୃତ୍ୱରେ ଏକ ଦଳ ଏବେ ତଦନ୍ତର ନେତୃତ୍ୱ ନେବେ। ତଦନ୍ତ ପାଇଁ ଏକ ଦଳ ଗଠନ କରାଯିବ। ଆହୁରି ପଢ଼ନ୍ତୁ: Baby Elephant fell in well: କୂଅରେ ପଡ଼ିଲା ହାତୀ ଛୁଆ ଇତିମଧ୍ୟରେ, ସିବିଆଇ ଏସମ୍ପର୍କରେ ଏକ ମାମଲା ରୁଜୁ କରିଛି ଏବଂ ପ୍ରାରମ୍ଭିକ ଭାବରେ ମାମଲାର ତଦନ୍ତ କରିଥିବା କ୍ରାଇମବ୍ରାଞ୍ଚରୁ ସମସ୍ତ ପ୍ରାସଙ୍ଗିକ କାଗଜପତ୍ର ମାଗିଛି। ତଦନ୍ତ ସମୟରେ ଯଦି କୌଣସି ଅତିରିକ୍ତ ପ୍ରମାଣ କିମ୍ବା ସୂଚନା ଆସିବ, ତେବେ କ୍ରାଇମବ୍ରାଞ୍ଚ ଆବଶ୍ୟକ ହେଲେ ସିବିଆଇକୁ ସହାୟତା କରିବ। କ୍ରାଇମବ୍ରାଞ୍ଚ ଜାଲରେ ଶଙ୍କର ପୃଷ୍ଟି ଅନ୍ୟପକ୍ଷରେ, ଏସଆଇ ଦୁର୍ନୀତି ମାମଲାରେ ବୁଧବାର ଦିନ କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ର ମୁଖ୍ୟ ସହଯୋଗୀ ଏବଂ ନିକଟତର ସହଯୋଗୀଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସଦର ପୁଲିସ ସୀମା ଅନ୍ତର୍ଗତ ବାଲିପଡ଼ା ଗ୍ରାମର ବାସିନ୍ଦା ସାଗର କୁମାର ଗୌଡ଼ା (୨୨) ବୋଲି ଚିହ୍ନଟ ହୋଇଛି। ସେ ବ୍ରହ୍ମପୁର ବୈଦ୍ୟନାଥପୁର ପୁଲିସ ଷ୍ଟେସନ ସୀମା ଅନ୍ତର୍ଗତ ଏମକେସିଜି ମେଡିକାଲ କ୍ୟାମ୍ପସର କ୍ୱାର୍ଟର ନମ୍ବର ଏଫ୧ରେ ରହୁଥିଲେ। ମୁଖ୍ୟମନ୍ତ୍ରୀ କରିଥିଲେ ସୁପାରିଶ ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ସୁପାରିଶ ପରେ କେନ୍ଦ୍ର ସରକାର ମଙ୍ଗଳବାର ଦିନ ପୁଲିସ ସବ-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ଦୁର୍ନୀତିର ସିବିଆଇ ତଦନ୍ତକୁ ଅନୁମୋଦନ କରିଥିଲେ। ମୁଖ୍ୟମନ୍ତ୍ରୀ ଏକ ଆନ୍ତଃରାଜ୍ୟ ସଂଗଠିତ ସିଣ୍ଡିକେଟ୍‌ର ସମ୍ପୃକ୍ତି ଏବଂ ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟରେ ଦୁର୍ନୀତି ପ୍ରସାରକୁ କେନ୍ଦ୍ରୀୟ ସଂସ୍ଥାର ହସ୍ତକ୍ଷେପ ଲୋଡ଼ିବାର କାରଣ ବୋଲି ଉଲ୍ଲେଖ କରିଛନ୍ତି। ଆହୁରି ପଢ଼ନ୍ତୁ: Loot from Transport Office: ଟ୍ରାନ୍ସପୋର୍ଟ ଅଫିସରୁ ଲୁଟ୍: ବନ୍ଧୁକ ମୂନରେ ୩.୫୯ ଲକ୍ଷ ଲୁଟିନେଲେ

ସ୍ତମ୍ଭ 13 Nov 2025 12:42 pm

Orissa High Court Cancels ASO Main Exam Over Fairness Concerns; Fresh Test Scheduled for December 7

The Orissa High Court has cancelled the Assistant Section Officer (ASO) main examination conducted on July 13, citing concerns over the fairness and integrity of the recruitment process. In a notification issued on Wednesday, Registrar (Examination) S.K. Dash Ray announced that a fresh main examination will be held on December 7, 2025, for all candidates […] The post Orissa High Court Cancels ASO Main Exam Over Fairness Concerns; Fresh Test Scheduled for December 7 appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 13 Nov 2025 12:41 pm

Trump’s New H-1B Visa Policy: ‘Train American Workers, Then Go Home,’ Says US Treasury Secretary Bessent

US President Donald Trump’s new stance on the H-1B visa program aims to reshape how skilled immigration supports America’s workforce. According to US Treasury Secretary Scott Bessent, the administration’s plan encourages skilled foreign professionals to come to the United States, train American workers, and then return home — instead of permanently replacing US talent. Bessent’s […] The post Trump’s New H-1B Visa Policy: ‘Train American Workers, Then Go Home,’ Says US Treasury Secretary Bessent appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 13 Nov 2025 12:24 pm

Delhi Red Fort Blast: 5 Key Revelations — Jaish Links, Telegram Chats, and Turkey Visit Under Probe

Days after a car explosion near Delhi’s historic Red Fort claimed at least 10 lives and injured over 20 others, the Central government has officially declared the tragedy a terror incident. As investigations progress, officials have revealed five new developments shedding light on the network behind the attack. 1. Centre Confirms Red Fort Blast Was […] The post Delhi Red Fort Blast: 5 Key Revelations — Jaish Links, Telegram Chats, and Turkey Visit Under Probe appeared first on Pragativadi I Latest Odisha News in English I Breaking News .

ପ୍ରଗତିଶୀଳ | 13 Nov 2025 12:15 pm

Baby Elephant fell in well: କୂଅରେ ପଡ଼ିଲା ହାତୀ ଛୁଆ

କଣ୍ଟାବାଞ୍ଜି: ଗୁରୁବାର ସକାଳେ ଓଡ଼ିଶାର ବଲାଙ୍ଗୀର ଜିଲ୍ଲାରେ ଏକ ପରିତ୍ୟକ୍ତ କୂଅରେ ପଡ଼ିଯାଇଥିବା ଏକ ହାତୀ ଛୁଆକୁ ଉଦ୍ଧାର କରାଯାଇଛି। ଜିଲ୍ଲାର ମୁରିବାହାଲ ରେଞ୍ଜ ଅନ୍ତର୍ଗତ ବିଜାମାଲ ଗାଁ ନିକଟରେ କୂଅରେ ପଡ଼ିଥିଲା। ସୂଚନା ଅନୁଯାୟୀ, ଗୁରୁବାର ସକାଳେ ହାତୀ ଛୁଆଟି ପରିତ୍ୟକ୍ତ କୂଅରେ ପଡ଼ିଥିବା ଦେଖାଯାଇଥିଲା। ସ୍ଥାନୀୟ ଲୋକମାନେ ଏହା ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ଆହୁରି ପଢ଼ନ୍ତୁ: Loot from Transport Office: ଟ୍ରାନ୍ସପୋର୍ଟ ଅଫିସରୁ ଲୁଟ୍: ବନ୍ଧୁକ ମୂନରେ ୩.୫୯ ଲକ୍ଷ ଲୁଟିନେଲେ ଖବର ପାଇ, ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ସହିତ, ମୁରିବାହାଲର ଅଗ୍ନିଶମ ସେବା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଫରେଷ୍ଟରଙ୍କୁ ଆକ୍ରମଣ କଲା ଘଣ୍ଟାଏ ଧରି କଠିନ ପରିଶ୍ରମ କରିବା ପରେ ବାଛୁରୀଟିକୁ ଉଦ୍ଧାର କରାଯାଇଥିଲା। କିନ୍ତୁ, ଉଦ୍ଧାର କାର୍ଯ୍ୟ ସମୟରେ, ହାତୀ ଛୁଆଟି ଗୁଡିଘାଟର କେନ୍ଦୁ ପତ୍ର ଫରେଷ୍ଟର ପ୍ରଦୀପ ନାଥଙ୍କୁ ଆକ୍ରମଣ କରିଥିଲା। ଫରେଷ୍ଟର ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ପଠାଯାଇଛି। ସୂଚନା ମିଳିଛି ଯେ, ଗତ କିଛି ମାସ ଧରି ମୁରିବାହାଲ ଫରେଷ୍ଟ ରେଞ୍ଜରେ ୪୦ ହାତୀଙ୍କ ଏକ ପଲ ଗାଁରୁ ଗାଁକୁ ବୁଲୁଛି। ଗତକାଲି ରାତିରେ, ହାତୀ ଛୁଆଟି ବିଜାମାଲ ଗାଁ ଦେଇ ଯାଉଥିବା ସମୟରେ ଏକ ପରିତ୍ୟକ୍ତ କୂଅରେ ପଡ଼ିଯାଇଥିଲା। ଗାଁ ମୁହାଁ ହେଉଥିବା ଏହି ବଣୁଆ ହାତୀ ପାଇଁ ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ଆହୁରି ପଢ଼ନ୍ତୁ: Cold Wave: ଥରଉଛି ଶୀତ: ରାଜ୍ୟରେ ଶୀତ ଲହରୀ, ଦାରିଙ୍ଗବାଡ଼ି ତାପମାତ୍ରା ୮.୫ ଡିଗ୍ରି ପୁଷ୍ପକେତୁ ବେହେରା

ସ୍ତମ୍ଭ 13 Nov 2025 12:14 pm

15 Arrest for social media posting: ଦିଲ୍ଲୀ ବିସ୍ଫୋରଣ ପରେ ସୋସିଆଲ ମିଡିଆରେ ନିଆଁ ଲଗାଉଥିବା ୧୫ ଜଣଙ୍କୁ ଧରିଲା ପୁଲିସ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦିଲ୍ଲୀ କାର ବୋମା ବିସ୍ଫୋରଣକୁ ଏକ ଆତଙ୍କବାଦୀ ଆକ୍ରମଣ ବୋଲି ବିବେଚନା କରିଛନ୍ତି। ତଦନ୍ତକାରୀ ସଂସ୍ଥାଗୁଡ଼ିକ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛନ୍ତି ଏବଂ ଆତଙ୍କବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏହି ସମୟରେ, ଦିଲ୍ଲୀ ବିସ୍ଫୋରଣ ସମ୍ପର୍କରେ ସୋସିଆଲ ମିଡିଆରେ ଉତ୍ତେଜନାପୂର୍ଣ୍ଣ ଏବଂ ଆପତ୍ତିଜନକ ପୋଷ୍ଟ କରିବା ଅଭିଯୋଗରେ ଆସାମରେ ୧୫ ଜଣଙ୍କୁ ଗିରଫ କରାଯାଇଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିସ୍ବା ସୋସିଆଲ ମିଡିଆରେ ସୂଚନା ପ୍ରଦାନ କରି ଲେଖିଛନ୍ତି ଯେ ଦିଲ୍ଲୀ ବିସ୍ଫୋରଣ ପରେ ଆପତ୍ତିଜନକ ସୋସିଆଲ ମିଡିଆ ପୋଷ୍ଟ ସହିତ ଜଡିତ ଆସାମରେ ଏପର୍ଯ୍ୟନ୍ତ ୧୫ ଜଣଙ୍କୁ ଗିରଫ କରାଯାଇଛି। ମୁଖ୍ୟମନ୍ତ୍ରୀ ସୂଚନା ଅନୁଯାୟୀ, ଗତକାଲି ହୋଇଥିବା ଛଅ ଜଣଙ୍କୁ ଗିରଫ କରିବା ବ୍ୟତୀତ, ରଫିଜୁଲ ଅଲି (ବୋଙ୍ଗାଇଗାଓଁ), ଫରିଦ ଉଦ୍ଦିନ ଲସ୍କର (ହୈଲାକାଣ୍ଡି), ଇନାମୁଲ ଇସଲାମ (ଲଖିମପୁର), ଫିରୋଜ ଅହମ୍ମଦ, ପାପୋନ (ଲଖିମପୁର), ଶାହିଲ ଶୋମାନ ସିକଦାର ଏବଂ ଶାହିଦୁଲ ଇସଲାମ (ବାରପେଟା)ଙ୍କୁ ଗିରଫ କରାଯାଇଛି। ସେହିପରି ରକିବୁଲ ସୁଲତାନ (ବାରପେଟା), ନସିମ ​​ଆକ୍ରମ (ହୋଜାଇ), ତସଲିମ ଅହମ୍ମଦ (କାମରୂପ), ଏବଂ ଅବଦୁର ରୋହିମ ମୋଲ୍ଲା ବାପ୍ପି ହୁସେନ (ଦକ୍ଷିଣ ସଲମାରା)ଙ୍କୁ ଗିରଫ କରାଯାଇଛି। ଆହୁରି ପଢନ୍ତୁ: Westbengal Bus Cheating: ପଟି ମାରୁଥିଲା ପଶ୍ଚିମବଙ୍ଗ ବସ, ବିନା ଅନୁମତିରେ କେମିତି ପୁରୀ-କଲିକତା ମଧ୍ୟରେ ଚାଲୁଥିଲା ବସ? ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଯେ, ଦିଲ୍ଲୀ ବିସ୍ଫୋରଣ ପରେ, କିଛି ଲୋକ ଫେସବୁକରେ ଆକ୍ରମଣକୁ ସମର୍ଥନ କରି ଇମୋଜି ଏବଂ ମେସେଜ୍ ପୋଷ୍ଟ କରିଥିଲେ। ଏହା ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି। ଆମେ ସେମାନଙ୍କୁ ଚିହ୍ନଟ କରୁଛୁ ଏବଂ ଯଦି ସେମାନେ ଆସାମରୁ ଆସିଥାନ୍ତି ତେବେ ସେମାନଙ୍କୁ ଗିରଫ କରିବୁ। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏପରି ସମସ୍ତ ଆକାଉଣ୍ଟର ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ ଆତଙ୍କବାଦୀ କାର୍ଯ୍ୟକୁ ପ୍ରଶଂସା କରୁଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆସାମ ସରକାର ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ତାଙ୍କର ସର୍ବୋଚ୍ଚ ପ୍ରାଥମିକତା। ଆହୁରି ପଢନ୍ତୁ: Odisha link in Delhi blasts: ଦିଲ୍ଲୀ ବିସ୍ଫୋରଣରେ ଓଡ଼ିଶା ଲିଙ୍କ୍‌: ଖୁବ୍‌ଶୀଘ୍ର ଆସିବ ଏନ୍‌ଆଇଏ ଟିମ୍‌ ଦିଲ୍ଲୀର ଲାଲକିଲ୍ଲା ନିକଟରେ ବିସ୍ଫୋରଣର ତଦନ୍ତ ଚାଲିଛି। ଏହି ସମୟରେ, ସୋସିଆଲ ମିଡିଆରେ ଘୃଣା ଏବଂ ହିଂସା ପ୍ରସାର କରୁଥିବା ଲୋକଙ୍କ ଉପରେ ମଧ୍ୟ ନଜର ରଖାଯାଇଛି। ଘୃଣା ପ୍ରସାର କରିବାକୁ ଚେଷ୍ଟା କରୁଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଚାଲିଛି। ପୋଲିସ ଲୋକମାନଙ୍କୁ ସୋସିଆଲ ମିଡିଆରେ ଏପରି ପୋଷ୍ଟ ସେୟାର କରିବାରୁ ନିବୃତ୍ତ ରହିବାକୁ ଏବଂ ତୁରନ୍ତ ଯେକୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପ ରିପୋର୍ଟ କରିବାକୁ ଅନୁରୋଧ କରିଛି।

ସ୍ତମ୍ଭ 13 Nov 2025 11:47 am

Loot from Transport Office: ଟ୍ରାନ୍ସପୋର୍ଟ ଅଫିସରୁ ଲୁଟ୍: ବନ୍ଧୁକ ମୂନରେ ୩.୫୯ ଲକ୍ଷ ଲୁଟିନେଲେ

ରାଉରକେଲା: ଟ୍ରାନ୍ସପୋର୍ଟ ଅଫିସରୁ ଲୁଟ୍ ହୋଇଛି। ଦୁଇଟି ବୋଲେରୋ ଗାଡ଼ିରେ ଡକାୟତ ଆସିଥିବା କୁହାଯାଉଛି। ଘରୋଇ ଟ୍ରାନ୍ସପୋର୍ଟ କମ୍ପାନି ଅଫିସରେ ପଶି ଥିଲେ। କର୍ମଚାରୀଙ୍କୁ ମାଡ଼ ମାରି ବନ୍ଧୁକ ମୂନରେ ୩.୫୯ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ବରସୁଆଁ ଅଞ୍ଚଳରେ ଏହି ଘଟଣା ଘଟିଛି । Loot from Transport Office ଆହୁରି ପଢ଼ନ୍ତୁ: Cold Wave: ଥରଉଛି ଶୀତ: ରାଜ୍ୟରେ ଶୀତ ଲହରୀ, ଦାରିଙ୍ଗବାଡ଼ି ତାପମାତ୍ରା ୮.୫ ଡିଗ୍ରି ଗତକାଲି ରାତିରେ ଦୁଇଟି ବୋଲେରୋ ଗାଡ଼ିରେ ପ୍ରାୟ ୮ ରୁ ୧୦ ଜଣ ଡକାୟତ ଟ୍ରାନ୍ସପୋର୍ଟ କମ୍ପାନି ଅଫିସ୍‌ରେ ପଶି ଥିଲେ। ଡକାୟତମାନେ ମୁଖା ପିନ୍ଧିଥିବା ବେଳେ ହାତରେ ପିସ୍ତଲ୍ ଏବଂ ଅନ୍ୟ ମାରଣାସ୍ତ୍ର ଧରି ଥିଲେ। ସିସିଟିଭି ହାର୍ଡୱେର୍ ଭାଙ୍ଗିଲେ ଅଫିସ୍‌ର କର୍ମଚାରୀଙ୍କୁ ମାଡ଼ ମାରି ଟଙ୍କା ଲୁଟି ନେଇ ପଳାଇ ଯାଇଥିଲେ। ଗଲା ବେଳେ ସିସିଟିଭି ହାର୍ଡୱେର୍ ମଧ୍ୟ ଭାଙ୍ଗି ଦେଇଥିଲେ। ଧଳା-କଳା ବୋଲେରୋରେ ଆସିଥିଲେ ଲୁଟେରା Loot from Transport Office ଲୁଟେରା ମାନେ ଗୋଟିଏ ଧଳା ଏବଂ କଳା ରଙ୍ଗର ବୋଲେରୋ ଗାଡ଼ିରେ ଆସିଥିବା ଜଣା ପଡ଼ିଛି। ଲହୁଣୀପଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଗତ କିଛିଦିନ ହେଲା ବଣାଇ ଏବଂ ଲହୁଣୀପଡ଼ା ଥାନା ଅଞ୍ଚଳରେ ଡକାୟତି ଏବଂ ଲୁଟ୍ ଘଟଣା ବଢ଼ି ଯାଇଥିବାରୁ ପୁଲିସ ପାଇଁ ଚିନ୍ତାର ବିଷୟ ହୋଇଛି। Loot from Transport Office ଆହୁରି ପଢ଼ନ୍ତୁ: Job Offer: Bank of Baroda ଆଣିଲା ଚାକିରି ଅଫର, ୨୭୦୦ ପଦବୀ ପାଇଁ କରିପାରିବେ ଆବେଦନ

ସ୍ତମ୍ଭ 13 Nov 2025 11:45 am

Job Offer: Bank of Baroda ଆଣିଲା ଚାକିରି ଅଫର, ୨୭୦୦ ପଦବୀ ପାଇଁ କରିପାରିବେ ଆବେଦନ

ନୂଆଦିଲ୍ଲୀ : ଆସିଲା ବଡ଼ ଖବର। ପାଠ ପଢ଼ି ଘରେ ବସିରହିଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର ଆଣିଲା ବ୍ୟାଙ୍କ ଅଫ୍ ବରୋଦା(Bank of Baroda)। ଚାକିରି ସହ ଅଭିଜ୍ଞତା ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ କଲା Bank of Baroda। ବ୍ୟାଙ୍କ ତରଫରୁ ଏବେ ୨୭୦୦ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ଖୋଜା ଆରମ୍ଭ ହୋଇଛି। bankofbaroda.bank.inକୁ ଯାଇ ଲୋକେ ଅନଲାଇନରେ ଏହି ଚାକିରି ପାଇଁ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ନଭେମ୍ବର ୧୧ ତାରିଖରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଜାରି ରହିବ। ଯେଉଁମାନେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ନିଜର କ୍ୟାରିଅର ଗଢ଼ିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । କ’ଣ ଯୋଗ୍ୟତା ଆବଶ୍ୟକ? ଆପ୍ରେଣ୍ଟିସ୍(Apprentice) ପଦବୀ ପାଇଁ ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଆବେଦନକାରୀଙ୍କ ବୟସସୀମା ସର୍ବନିମ୍ନ ୨୦ ବର୍ଷ ହୋଇଥିବା ସହ ସର୍ବାଧିକ ୨୮ ବର୍ଷ ହୋଇଥିବା ଆବଶ୍ୟକ। ସରକାରୀ ନିୟମ ଅନୁସାରେ ଅନୁସୂଚିତ ଜାତି-ଅନୁସୂଚିତ ଜନଜାତିଙ୍କ ପାଇଁ ୫ବର୍ଷ, OBCଙ୍କ ୩ବର୍ଷ ଏବଂ ଦିବ୍ୟାଙ୍ଗ ଆବେଦନକାରୀଙ୍କ ପାଇଁ ୧୦ବର୍ଷ ବୟସ ଛାଡ କରାଯାଇଛି। ଆବେଦନକାରୀ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଭାଗରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। କେତେ ରହିବ ଆବେଦନ ରାଶି ? ବ୍ୟାଙ୍କ ଅଫ ବରୋଦାରେ ଆବେଦନ କରିବା ପାଇଁ ନିର୍ଦ୍ଦିଷ୍ଟ ଫି’ ଧାର୍ଯ୍ୟ କରାଯାଇଛି। ବିଭିନ୍ନ ବର୍ଗ ପାଇଁ ବିଭିନ୍ନ ରାଶି ନିର୍ଦ୍ଧାରିତ କରାଯାଇଛି। ସାଧାରଣ, ଓବିସି ଏବଂ EWS ଆବେଦନକାରୀଙ୍କ ପାଇଁ ୮୦୦ ଟଙ୍କା ଫି’ ରହିଥିବା ବେଳେ ଦିବ୍ୟାଙ୍ଗମାନଙ୍କ ପାଇଁ ୪୦୦ଟଙ୍କା ଫି’ ରହିଛି। ଅନ୍ୟପକ୍ଷରେ ଅନୁସୂଚିତ ଜାତି-ଅନୁସୂଚିତ ଜନଜାତିର ଆବେଦନକାରୀ କୌଣସି ଫି’ ନନେଇ ଏହି ପଦବୀ ପାଇଁ ଆବେଦନ କରିପାରିବେ। କିପରି କରାଯିବ ଚୟନ ? ସବୁ ପରୀକ୍ଷା ପରି ଏହି ପରୀକ୍ଷା ୩ଟି ସ୍ଥର ଦେଇ କରାଯିବ, ଯେଉଁଥିରେ ଅନ୍‌ଲାଇନ୍ ଲିଖିତ ପରୀକ୍ଷା, ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ସ୍ଥାନୀୟ ଭାଷା ପରୀକ୍ଷା ସାମିଲ ରହିଛି। ଲିଖିତ ପରୀକ୍ଷାର ଅବଧି ୧ ଘଣ୍ଟା ରହିବ। ଯେଉଁ ପରୀକ୍ଷାର୍ଥୀମାନେ ଏଥିରେ ଉତ୍ତିର୍ଣ୍ଣ ହେବେ ସେମାନଙ୍କ ଡକୁମେଣ୍ଚ ଯାଞ୍ଚ କରାଯିବ ଏବଂ ସେମାନେ ସ୍ଥାନୀୟ ଭାଷା ପରୀକ୍ଷା ଦେବେ। ଶେଷରେ ଯେଉଁମାନେ ଏଥିରେ ଉତ୍ତିର୍ଣ୍ଣ ହେବେ ସେମାନେ ବ୍ୟାଙ୍କ ଅଫ ବରୋଦାରେ କାମ କରିପାରିବେ। କେବଳ ଏତିକି ନୁହେଁ, ମନୋନିତ ପ୍ରାର୍ଥୀମାନେ ଷ୍ଟାଇପେଣ୍ଡ ପାଇବେ। ମାସକୁ ୧୫,୦୦୦ ଟଙ୍କା ଷ୍ଟାଇପେଣ୍ଡ ସହିତ, ୧୨ ମାସର ତାଲିମ ଦିଆଯିବ। କିପରି ଆବେଦନ କରିବେ? ୧. ପ୍ରଥମେ, ବ୍ୟାଙ୍କ ଅଫ୍ ବରୋଦାର ଅଫିସିଆଲ୍ ୱେବସାଇଟ୍‌( bankofbaroda.bank.in )କୁ ଯାଆନ୍ତୁ। ୨. ତା'ପରେ ଆପଣ “Apprentice Recruitment 2025” ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ। ୩. ଆବଶ୍ୟକୀୟ ସୂଚନା, ଯେପରିକି ନାମ, ଇମେଲ୍ ଠିକଣା ଏବଂ ମୋବାଇଲ୍ ନମ୍ବର ଦିଅନ୍ତୁ। ୪. ପଞ୍ଜିକରଣ ସମାପ୍ତ କରିବା ପରେ, ଆବେଦନ ଫର୍ମରେ ଆପଣଙ୍କର ଶିକ୍ଷାଗତ ସୂଚନା ପୂରଣ କରନ୍ତୁ। ୫. ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ। ୬. ଆବେଦନ ଫି’ ପ୍ରଦାନ କରନ୍ତୁ ଏବଂ ଫର୍ମ ଦାଖଲ କରନ୍ତୁ। ୭. ଶେଷରେ, ଫର୍ମର ଏକ ପ୍ରିଣ୍ଟଆଉଟ୍ ବାହାର କରି ନିଜ ପାଖରେ ରଖନ୍ତୁ। ଆହୁରି ପଢ଼ନ୍ତୁ: Cold Wave: ଥରଉଛି ଶୀତ: ରାଜ୍ୟରେ ଶୀତ ଲହରୀ, ଦାରିଙ୍ଗବାଡ଼ି ତାପମାତ୍ରା ୮.୫ ଡିଗ୍ରି ଆହୁରି ପଢ଼ନ୍ତୁ: Another Blast in Delhi: ଦିଲ୍ଲୀରେ ଆଉ ଏକ ବିସ୍ଫୋରଣ !: ମହିପାଳପୁରର ରେଡିସନ ହୋଟେଲ ନିକଟରେ ପ୍ରଚଣ୍ଡ ଶବ୍ଦ

ସ୍ତମ୍ଭ 13 Nov 2025 11:28 am

Secret App using for communication: ଏହି ସିକ୍ରେଟ ଆପରେ ପରସ୍ପର ସହ ଯୋଗାଯୋଗରେ ଥିଲେ ଆତଙ୍କବାଦୀ

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ୧୦ ନଭେମ୍ବରରେ ହୋଇଥିବା ବିସ୍ଫୋରଣର ତଦନ୍ତରୁ ଅତି ଭୟାନକ ତଥ୍ୟ ସାମନାକୁ ଆସିଛି। ପୁଲିସ ସୂତ୍ର ଅନୁସାରେ, ୨୦୨୫ ଜାନୁଆରିରୁ ଏହି ଆତଙ୍କବାଦୀ ଷଡ୍‌ଯନ୍ତ୍ର ରଚାଯାଉଥିଲା, ଯାହା ୨୦୦୮ର ‘ମୁମ୍ବାଇ ୨୬/୧୧’ ଆକ୍ରମଣଠାରୁ ମଧ୍ୟ ବଡ଼ ବିସ୍ଫୋରଣ ଘଟାଇବାକୁ ଯୋଜନା କରିଥିଲା। ଏହି ‘ହ୍ୱାଇଟ୍-କଲାର ଆତଙ୍କବାଦୀ ମଡ୍ୟୁଲ’ ଦିଲ୍ଲୀ, ଗୁରୁଗ୍ରାମ ଓ ଫରିଦାବାଦକୁ ଟାର୍ଗେଟ୍‌ କରିବାକୁ ଯୋଜନା କରିଥିଲା। ଏଜେନ୍ସିଗୁଡ଼ିକର ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ଡକ୍ଟର ମୁଜାମ୍ମିଲ ଏବଂ ଡକ୍ଟର ଉମର ସେମାନଙ୍କ ହ୍ୟାଣ୍ଡଲରଙ୍କ ସହ ଯୋଗାଯୋଗ କରିବା ପାଇଁ ସେସନ୍ ନାମକ ଏକ ଏନକ୍ରିପ୍ଟେଡ୍ ମେସେଞ୍ଜର ଆପ୍ ବ୍ୟବହାର କରିଥିଲେ। ଏହି ଆପ୍ ପାଇଁ ଆକାଉଣ୍ଟ ତିଆରି କରିବା ପାଇଁ ମୋବାଇଲ୍ ନମ୍ବର ଆବଶ୍ୟକ ନାହିଁ ଏବଂ ଚାଟ୍ ମେଟାଡାଟା ସେଭ୍ ହୁଏ ନାହିଁ। ସୂତ୍ର ଅନୁଯାୟୀ, ଡକ୍ଟର ମୁଜାମ୍ମିଲ ପ୍ରକାଶ କରିଛନ୍ତି ଯେ ଜୈଶ-ଏ-ମହମ୍ମଦ ସହିତ ଜଡିତ ହେବାର ପ୍ରାରମ୍ଭିକ ଦିନରେ, ସେ ଯେଉଁ ହ୍ୟାଣ୍ଡଲରଙ୍କ ସହ ଯୋଗାଯୋଗ କରିଥିଲେ ସେ ଆବୁ ଉକ୍କା ଛଦ୍ମନାମ ବ୍ୟବହାର କରୁଥିଲେ ଏବଂ ଏକ ଭର୍ଚୁଆଲ୍ ତୁର୍କୀ ନମ୍ବର ବ୍ୟବହାର କରୁଥିଲେ। ପ୍ରାରମ୍ଭରେ, ଏହି ହ୍ୟାଣ୍ଡଲର +90 ଏକ ହ୍ୱାଟ୍ସଆପ୍ ନମ୍ବର ପ୍ରଦାନ କରିଥିଲେ, କିନ୍ତୁ ପରେ, ସେ ସେମାନଙ୍କୁ ସେସନ୍ ଆପ୍ ରେ ଯୋଗାଯୋଗ କରିବାକୁ କହିଥିଲେ ଯାହା ଦ୍ୱାରା ନିଶ୍ଚିତ ହେବ ଯେ ସେମାନଙ୍କର କଥାବାର୍ତ୍ତା କେବେ ଲିକ୍ ହେବ ନାହିଁ ଏବଂ ଏଜେନ୍ସିଗୁଡ଼ିକ ଏହା ବିଷୟରେ ଜାଣିପାରିବେ ନାହିଁ। ଦେଶର ସୁରକ୍ଷା ଏଜେନ୍ସିଗୁଡ଼ିକଠାରୁ ସନ୍ଦେହ ଦୂର କରିବା ପାଇଁ, ଡକ୍ଟର ମୁଜାମ୍ମିଲ ପଚରାଉଚରା ସମୟରେ ସ୍ୱୀକାର କରିଥିଲେ ଯେ 2022 ମସିହାରେ ହ୍ୟାଣ୍ଡଲରଙ୍କ ସହ ସାକ୍ଷାତ ପାଇଁ ତୁର୍କୀକୁ ସ୍ଥାନ ଭାବରେ ବାଛିଥିଲେ। ଆହୁରି ପଢନ୍ତୁ: Odisha link in Delhi blasts: ଦିଲ୍ଲୀ ବିସ୍ଫୋରଣରେ ଓଡ଼ିଶା ଲିଙ୍କ୍‌: ଖୁବ୍‌ଶୀଘ୍ର ଆସିବ ଏନ୍‌ଆଇଏ ଟିମ୍‌ ଯେତେବେଳେ ସେ ଏବଂ ଡକ୍ଟର ଉମର ତୁର୍କୀ ଯାତ୍ରା କରିଥିଲେ, ସେତେବେଳେ ସେମାନେ ଯେଉଁ ଜୈଶ ହ୍ୟାଣ୍ଡଲରଙ୍କୁ ଭେଟିଥିଲେ । ସୂତ୍ର ଅନୁଯାୟୀ ସୁରକ୍ଷା ଏଜେନ୍ସିଗୁଡ଼ିକର କୌଣସି ପ୍ରକାରର ସନ୍ଦେହକୁ ଏଡାଇବା ପାଇଁ ତୁର୍କୀକୁ ବଛାଯାଇଥିଲା। ଜୈଶ ହ୍ୟାଣ୍ଡଲର ତୁର୍କୀରେ ଏକ ଭର୍ଚୁଆଲ୍ ନମ୍ବର ମଧ୍ୟ ବ୍ୟବହାର କରିଥିଲେ। ଏହି ଦୁଇ ଡାକ୍ତର ଧରାପଡ଼ିଲେ ଯେଭଳି ପାକିସ୍ତାନ କିମ୍ବା ଜୈଶ ସହିତ କୌଣସି ସମ୍ପର୍କ ପ୍ରକାଶ ନପାଇବ ସେଥିପାଇଁ ତୁର୍କୀକୁ ବଛାଯାଇଥିଲା | ଆହୁରି ପଢନ୍ତୁ: AI videos of wildlife: ବନ୍ୟପ୍ରାଣୀଙ୍କ ଏଆଇ ଭିଡିଓର କୁପରିଣତି ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ଡାକ୍ତରମାନଙ୍କୁ ନେଇ ଗଠିତ ଏହି ହାଇବ୍ରିଡ୍ ଆତଙ୍କବାଦୀ ମଡ୍ୟୁଲ୍ ଦୁଇଟି ଟେଲିଗ୍ରାମ ଗୋଷ୍ଠୀ ସହିତ ଜଡିତ ଥିଲା: ଉମର ବିନ୍ ଖିତାବ ଏବଂ ଫରଜାନ ଦାରୁଲ ଉଲୁମ୍, ଯାହାକୁ ଗୁଇନ୍ଦା ସଂସ୍ଥାଗୁଡ଼ିକ ଜୈଶ-ଏ-ମହମ୍ମଦ (JeM)ର ବୋଲି ସନ୍ଦେହ କରନ୍ତି କାରଣ ଏହି ଗୋଷ୍ଠୀଗୁଡ଼ିକରେ ଜୈଶ-ଏ-ମହମ୍ମଦ ଏବଂ ମୌଲାନା ମାସୁଦ ଆଝାରଙ୍କ ଜିହାଦକୁ ଉସୁକାଉଥିବା ପୁରୁଣା ବୟାନ, ଚିଠି ଏବଂ ଆତଙ୍କବାଦ ସମର୍ଥକ ପୋଷ୍ଟ କରାଯାଉଥିଲା |

ସ୍ତମ୍ଭ 13 Nov 2025 11:27 am

Cold Wave: ଥରଉଛି ଶୀତ: ରାଜ୍ୟରେ ଶୀତ ଲହରୀ, ଦାରିଙ୍ଗବାଡ଼ି ତାପମାତ୍ରା ୭.୫ ଡିଗ୍ରି

ଭୁବନେଶ୍ୱର : ଓଡ଼ିଶାରେ ଶୀତ ଲହରୀ ଆରମ୍ଭ ହୋଇଛି। ହଠାତ୍ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୀତ ପଡ଼ିବା ଆରମ୍ଭ କରିଛି। ସାରା ରାଜ୍ୟରେ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି। ୨୧ଟି ସ୍ଥାନର ତାପମାତ୍ରା ୧୫ ଡିଗ୍ରି ତଳେ ରହିଛି। କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ଏହା ପଛକୁ ଜି. ଉଦୟଗିରିର ତାପମାତ୍ରା ୮.୭ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଶୀତ ଲହରୀ ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ରାଜ୍ୟର ଅନେକ ସ୍ଥାନରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩-୬ ଡିଗ୍ରି କମ୍ ରହିଛି। ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଶୀତ ଲହରୀ ଜାରି ରହିବ, ଯାହାଦ୍ୱାରା ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି।ଏହାପରେ ତାପମାତ୍ରା ୩-୪ଡିଗ୍ରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆହୁରି ପଢ଼ନ୍ତୁ: Another Blast in Delhi: ଦିଲ୍ଲୀରେ ଆଉ ଏକ ବିସ୍ଫୋରଣ !: ମହିପାଳପୁରର ରେଡିସନ ହୋଟେଲ ନିକଟରେ ପ୍ରଚଣ୍ଡ ଶବ୍ଦ ମଙ୍ଗଳବାର ବିଳମ୍ବିତ ରାତିରୁ ରାଜ୍ୟ ସାରା ଶୁଷ୍କ ଉତ୍ତର-ପଶ୍ଚିମ ପବନ ବହିବା ଫଳରେ ତାପମାତ୍ରା ହ୍ରାସ ପାଇଛି। ଶୀତ ଲହରୀ ପରିସ୍ଥିତିରେ କୌଣସି ବିଶେଷ ପରିବର୍ତ୍ତନ ନ ଆସି ପାଗ ଶୁଖିଲା ରହିବ ବୋଲି ଆଶା କରାଯାଉଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେହିପରି ରାଉରକେଲାର ତାପମାତ୍ରା ୧୦.୫ ଡିଗ୍ରି ସେଲସିୟସ୍, ଝାରସୁଗୁଡ଼ା (୧୦.୬ ଡିଗ୍ରି ସେଲସିୟସ୍), ଏବଂ ସମ୍ବଲପୁରର ଚିପିଲିମା (୧୦.୯ ଡିଗ୍ରି ସେଲସିୟସ୍) ରହିଛି। ଅପରପକ୍ଷରେ ସର୍ବନିମ୍ନ ତାପମାତ୍ରା ମଧ୍ୟରେ ସୁନ୍ଦରଗଡ଼ର କିରେଇରେ ୧୧.୩ ଡିଗ୍ରି ସେଲସିୟସ୍, କେନ୍ଦୁଝରରେ ୧୨.୪ ଡିଗ୍ରି ସେଲସିୟସ୍, ଅନୁଗୁଳରେ ୧୨.୬ ଡିଗ୍ରି ସେଲସିୟସ୍ ଏବଂ କୋରାପୁଟରେ (୧୩.୨ ଡିଗ୍ରି ସେଲସିୟସ୍) ରେକର୍ଡ କରାଯାଇଛି। ଭୁବନେଶ୍ୱର-କଟକ ତାପମାତ୍ରା ୩-୪ ଡିଗ୍ରି କମିଲା ଝାରସୁଗୁଡାର ତାପମାତ୍ରା ସ୍ୱାଭାବିକଠାରୁ ୬ ଡିଗ୍ରି ସେଲସିୟସ୍ କମ୍ ରହିଛି। ସେହିପରି ଅନୁଗୁଳର ରାତିର ତାପମାତ୍ରା ସ୍ୱାଭାବିକଠାରୁ୫.୨ ଡିଗ୍ରି ସେଲସିୟସ୍ କମ୍ ରହିଛି। ଭୁବନେଶ୍ୱର, କଟକ ଏବଂ ଟିଟଲାଗଡ଼ରେ ମଧ୍ୟ ସ୍ୱାଭାବିକଠାରୁ ୩-୪ ଡିଗ୍ରି ସେଲସିୟସ୍ କମ୍ ଥିବା ରେକର୍ଡ କରାଯାଇଛି। Realized weather during past 24 hours over the districts of Odisha. #Odisha #odishaweather #WeatherUpdate #cold pic.twitter.com/aJxrQR5OaG — Meteorological Centre, Bhubaneswar (@mcbbsr) November 13, 2025 ଆହୁରି ପଢ଼ନ୍ତୁ: Westbengal Bus Cheating: ପଟି ମାରୁଥିଲା ପଶ୍ଚିମବଙ୍ଗ ବସ, ବିନା ଅନୁମତିରେ କେମିତି ପୁରୀ-କଲିକତା ମଧ୍ୟରେ ଚାଲୁଥିଲା ବସ?

ସ୍ତମ୍ଭ 13 Nov 2025 11:16 am

LIVE | News Updates 13th November 2025: ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣରେ ବଡ଼ ଖୁଲାସା, ପାକିସ୍ତାନରୁ ଫେରିଯିବେ କି ଶ୍ରୀଲଙ୍କା ଖେଳାଳି?

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।

ସ୍ତମ୍ଭ 13 Nov 2025 10:41 am

Another Blast in Delhi: ଦିଲ୍ଲୀରେ ଆଉ ଏକ ବିସ୍ଫୋରଣ !: ମହିପାଳପୁରର ରେଡିସନ ହୋଟେଲ ନିକଟରେ ପ୍ରଚଣ୍ଡ ଶବ୍ଦ

ନୂଆଦିଲ୍ଲୀ: ଦିଲ୍ଲୀ ବର୍ତ୍ତମାନ ଏକ ଜଟିଳ ପରିସ୍ଥିତିର ସମ୍ମୁଖୀନ ହେଉଛି। ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର୍ ବୋମା ବିସ୍ଫୋରଣ ସମସ୍ତଙ୍କୁ ଆତଙ୍କିତ କରିଦେଇଛି। ଏବେ, ଦିଲ୍ଲୀର ମହିପାଳପୁରର ରାଡିସନ ହୋଟେଲ ନିକଟରେ ଏକ ବିସ୍ଫୋରଣ ହୋଇଥିବା କୁହାଯାଉଛି। ଅଗ୍ନିଶମ ବିଭାଗ ଗୁରୁବାର ପୂର୍ବାହ୍ନ ୯ଟା ୧୮‌ ରେ ଫୋନ୍ ପାଇଥିବା ସୂଚନା ଦେଇଛି। ଘଟଣାସ୍ଥଳକୁ ଅନେକ ଅଗ୍ନିଶମ ଗାଡ଼ି ପଠାଯାଇଛି। ପୁଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି। ଆହୁରି ପଢ଼ନ୍ତୁ: America on Delhi Blast: ଭାରତ ଆତଙ୍କବାଦୀ ଆକ୍ରମଣର ତଦନ୍ତ କରିବାକୁ ସକ୍ଷମ: ଆମ ସାହାଯ୍ୟର ଆବଶ୍ୟକତା ନାହିଁ: ଦିଲ୍ଲୀ ବିସ୍ଫୋରଣ ନେଇ ଆମେରିକାର ବିବୃତି ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଦିଲ୍ଲୀ ପୁଲିସ କହିଛି ଯେ ଘଟଣାସ୍ଥଳରେ କିଛି ସନ୍ଦେହଜନକ ଜିନିଷ ମିଳିନାହିଁ। ବର୍ତ୍ତମାନ, ତିନୋଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ବର୍ତ୍ତମାନ, ଦିଲ୍ଲୀ ପୁଲିସ ସେହି ଅଞ୍ଚଳକୁ ଯାଞ୍ଚ୍ କରିଛି ଏବଂ ନିଶ୍ଚିତ କରିଛି ଯେ କିଛି ସନ୍ଦେହଜନକ ଜିନିଷ ମିଳିନାହିଁ। ସୂଚନା ଅନୁସାରେ ନଭେମ୍ବର ୧୩ ତାରିଖ, ସକାଳ ୯:୧୮ ରେ, ଅଗ୍ନିଶମ ବିଭାଗକୁ ଏକ ଫୋନ୍ କଲ୍ ମିଳିଥିଲା। ଜଣେ ଫୋନ୍ କଲ୍ କରୁଥିବା ବ୍ୟକ୍ତି ମହିପାଳପୁରର ରାଡିସନ୍ ହୋଟେଲ୍ ନିକଟରେ ଏକ ଜୋରଦାର ବିସ୍ଫୋରଣ ହୋଇଥିବା ସୂଚନା ଦେଇଥିଲେ। ପରିସ୍ଥିତିର ଗମ୍ଭୀରତାକୁ ବିଚାର କରି, ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳକୁ ଅଗ୍ନିଶମ ଗାଡ଼ି ପଠାଇଥିଲା। ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ତଦନ୍ତରୁ ଜଣାପଡ଼ିଥିଲା ​​ଯେ ଜୋରଦାର ଶବ୍ଦ ବିସ୍ଫୋରଣରୁ ନୁହେଁ। ପୁଲିସ ରିପୋର୍ଟ କରିଛି ଯେ ଏକ ବସ୍ ଟାୟାର ଫାଟି ଯାଇଥିଲା, ଯାହା ଫଳରେ ଜୋରଦାର ଶବ୍ଦ ହୋଇଥିଲା। ଲୋକମାନେ ଏହାକୁ ବିସ୍ଫୋରଣ ଭାବି ଫୋନ୍ କରିଥିଲେ। ପଚରାଉଚରା ପରେ, ଜଣେ ଗାର୍ଡ କହିଥିଲେ ଯେ, ଧୌଲା କୁଆଁକୁ ଯାଉଥିବା ଏକ DTC ବସ୍ ର ପଛ ଟାୟାର ଫାଟିଯିବାରୁ ଶବ୍ଦ ହୋଇଥିଲା। ଗୁରୁଗ୍ରାମ ଯାଉଥିବା ଜଣେ ବ୍ୟକ୍ତି ପୁଲିସକୁ ଫୋନ୍ କରିଥିଲେ ଡିସିପି ଦକ୍ଷିଣ ପଶ୍ଚିମ କହିଛନ୍ତି ଯେ ମହିପାଳପୁରର ରାଡିସନ ନିକଟରେ ଏକ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି, ଏବଂ ପୁଲିସକୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା। କଲ୍ କରିଥିବା ବ୍ୟକ୍ତିଙ୍କୁ ଯୋଗାଯୋଗ କରାଯାଇଥିଲା ଏବଂ ସେ ଗୁରୁଗ୍ରାମକୁ ଯାତ୍ରା କରିବା ସମୟରେ ଏକ ଜୋରଦାର ଶବ୍ଦ ଶୁଣିବା କଥା କହିଥିଲେ। ଘଟଣାସ୍ଥଳରେ କିଛି ସନ୍ଦେହଜନକ ଜିନିଷ ମିଳିନଥିଲା। ସ୍ଥାନୀୟ ପଚରାଉଚରା ପରେ, ଜଣେ ଗାର୍ଡ କହିଥିଲେ ଯେ ଧୌଲା କୁଆଁକୁ ଯାଉଥିବା ଏକ ଡିଟିସି ବସ୍ ର ପଛ ଟାୟାର ଫାଟି ଯାଇଥିଲା, ଯାହା ଫଳରେ ଶବ୍ଦ ହୋଇଥିଲା। ପରିସ୍ଥିତି ସ୍ୱାଭାବିକ ଏବଂ ଚିନ୍ତାର କୌଣସି କାରଣ ନାହିଁ। ଦିଲ୍ଲୀ ବିସ୍ଫୋରଣ ଠାରୁ ଭୟଭୀତ ଲୋକେ ନଭେମ୍ବର ୧୦ ତାରିଖରେ ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣରେ ଦିଲ୍ଲୀ ଥରହର ହୋଇଯାଇଥିଲା। ବିସ୍ଫୋରଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନେକ ଆହତ ହୋଇ ଚିକିତ୍ସା ଲାଗି ଲୋକ ନାୟକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।ଏହି ବିସ୍ଫୋରଣ ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲ୍ ସହିତ ଜଡିତ ବୋଲି ଜଣାପଡିଛି, ଯେଉଁଥିରେ ଅନେକ ସନ୍ଦିଗ୍ଧ ଆତଙ୍କବାଦୀ ଡାକ୍ତରଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ୨୯୦୦ କିଲୋଗ୍ରାମ ବିସ୍ଫୋରକ ଏବଂ ଅନେକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା। ଆହୁରି ପଢ଼ନ୍ତୁ: DNA Test Confirms Terrorist Umar: ଦିଲ୍ଲୀ ବିସ୍ଫୋରଣର ବଡ଼ ଖୁଲାସା: i20 କାର ଚଳାଉଥିଲା ଆତଙ୍କବାଦୀ ଉମର, DNA ପରୀକ୍ଷାରୁ ସ୍ପଷ୍ଟ

ସ୍ତମ୍ଭ 13 Nov 2025 10:14 am

Westbengal Bus Cheating: ପଟି ମାରୁଥିଲା ପଶ୍ଚିମବଙ୍ଗ ବସ, ବିନା ଅନୁମତିରେ କେମିତି ପୁରୀ-କଲିକତା ମଧ୍ୟରେ ଚାଲୁଥିଲା ବସ?

ପୁରୀ: ନା ଥିଲା ପରମିଟ, ନା ଦେଉଥିଲେ ଟିକସ | ବାହାରକୁ ସିନା ଚକାଚକ, କିନ୍ତୁ ସରକାରଙ୍କୁ ଭୁଆଁ ବୁଲାଉଥିଲେ କଲିକତା ବସ | ଆଉ ଏଭଳି କିଛି ବସକୁ ଜବତ କରି ଫାଇନ କଷିଦେଇଛି ପରିବହନ ବିଭାଗ | ୪ଟି ବସ ବାବଦକୁ ବିଭାଗ ୧୫ ଲକ୍ଷ ୪୬ ହଜାର ୮୪୭ ଟଙ୍କା ଫାଇନ କଷିଦେଇଛି | ଆଜି ପୁରୀ ମାଳତୀପାଟପୁର ବସଷ୍ଟାଣ୍ଡରେ ପରିବହନ ବିଭାଗର ଏନଫୋର୍ସମେଣ୍ଟ ଟିମ୍ ହଠାତ ଚଢ଼ାଉ କରିବା ପରେ ଅସାଧୁ ବସ ମାଲିକମାନଙ୍କ ଏହି କଳା କାରନାମାର ପର୍ଦ୍ଦାଫାଶ ହୋଇଛି | ପରିବହନ ବିଭାଗ ପକ୍ଷରୁ ଆଜି ପଶ୍ଚିମବଙ୍ଗର ୪ଟି ବସ ଉପରେ ୧୫ ଲକ୍ଷ ଟଙ୍କାର ଫାଇନ କଷିଦେଇଛି | କାହିଁକି ଦେବେ ଫାଇନ? ମିଳିଥିବା ସୂଚନା ମୁତାବକ ଏହି ୪ଟି ବସ ପାଖରେ ନା ଥିଲା ରୁଟ ପରମିଟ ନା ଦେଉଥିଲେ ଟିକସ | ଅର୍ଥାତ ଏହି ବସଗୁଡିକ ବାବଦରେ କୌଣସି ତଥ୍ୟ ନଥିଲା | ମନଇଚ୍ଛା ଆସୁଥିଲେ, ମନଇଚ୍ଛା ଲୋକ ନେଇ ଯାଉଥିଲେ | ନା କାହାକୁ ଖାତିର ଥିଲା, ନା ଭୟ ଥିଲା | ବେଧଡକ ଭାବେ ବେପାର କରିବାରେ ଲାଗିପଡ଼ିଥିଲେ ଏସବୁ ବସ | ଠିକ ସେଥିପାଇଁ ତ ଟିକସ ଫାଙ୍କି ଓ ପରମିଟ୍ ଅନିୟମିତତା ଅଭିଯୋଗରେ ପରିବହନ ବିଭାଗ ଏହି ବସଗୁଡିକୁ ଜବତ କରି ଫାଇନ କଷିଦେଇଛି | ପରିବହନ ବିଭାଗର ସୂଚନା ମୁତାବକ ପୁରୀରୁ କୋଲକାତା ଯାଉଥିବା ଶ୍ୟାମଳୀ ପରିବହନ, ଏକ୍ସପ୍ରେସ ଲାଇନ ସହ କାଲାସୋନା ନାମକ ବସଗୁଡିକ ସରକାରଙ୍କୁ ଠକୁଥିଲେ | କଣ କହେ ନିୟମ? ଏନେଇ ଓଡିଶା ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ ମୋଟର ଭେଇକିଲ ନିୟମ ଅନୁଯାୟୀ ୨ ପ୍ରକାରର ଷ୍ଟେଜ କ୍ୟାରେଜ ଓ କଣ୍ଟ୍ରାକ୍ଟ କ୍ୟାରେଜ ପରମିଟରେ ଗାଡି ଚାଲିପାରିବ | ଷ୍ଟେଜ କ୍ୟାରେଜ ଗାଡିର ନିୟମ ହେଉଛି ଯେଉଁ ଷ୍ଟପେଜରେ ଲୋକ ଛିଡା ହୋଇଥିବେ ସେଠାରୁ ଲୋକଙ୍କୁ ଉଠାଇପାରିବ ଓ ଓହ୍ଲାଇପାରିବ | ସରକାର ଯେଉଁ ଭଡା ସ୍ଥିର କରିଛନ୍ତି ସେହି ଅନୁସାରେ ଭଡା ନେବ | ସରକାରଙ୍କ ନିୟମ ଅନୁସାରେ ଏକ ନିର୍ଦ୍ଦିଷ୍ଟ ସମୟ ସାରଣୀରେ ଗାଡି ଚାଲିବ | ଯେଉଁ ରୁଟରେ ଗାଡି ଚାଲିବ ତାହା ସରକାର ଦେବେ | ଆହୁରି ପଢନ୍ତୁ: Odisha link in Delhi blasts: ଦିଲ୍ଲୀ ବିସ୍ଫୋରଣରେ ଓଡ଼ିଶା ଲିଙ୍କ୍‌: ଖୁବ୍‌ଶୀଘ୍ର ଆସିବ ଏନ୍‌ଆଇଏ ଟିମ୍‌ କଣ୍ଟ୍ରାକ୍ଟ କ୍ୟାରେଜ ପରମିଟ ପାଇଥିବା ଗାଡି ବିବାହ, ପିକନିକରେ ଯାଇପାରିବ | ଅର୍ଥାତ ଏହି ସବୁ ଗାଡି ପଏଣ୍ଟରୁ ପଏଣ୍ଟ(ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନ) ହିଁ ଯାଇପାରିବ | ଏସବୁ ଗାଡି ରାସ୍ତା ମଝିରୁ ଲୋକ ଉଠାଇପାରିବେ ନାହିଁ | କଲିକତାରୁ ଆସିଥିବା ଏସବୁ ବସ କଣ୍ଟ୍ରାକ୍ଟ କ୍ୟାରେଜ ପରମିଟରେ ହିଁ ଆସିପାରୁଥିଲେ | ଅର୍ଥାତ ଏମାନେ କେବଳ ପର୍ଯ୍ୟଟକଙ୍କୁ ନେଇ କଲିକତାରୁ ପୁରୀ ଆସିପାରିବେ | କିନ୍ତୁ ବାଟରୁ ଯେମିତି ଭୁବନେଶ୍ୱର, କଟକର କୌଣସି ଷ୍ଟପେଜରୁ ଲୋକ ଉଠାଇପାରିବେ ନାହିଁ | ଆହୁରି ପଢନ୍ତୁ: AI videos of wildlife: ବନ୍ୟପ୍ରାଣୀଙ୍କ ଏଆଇ ଭିଡିଓର କୁପରିଣତି ଏଥିପାଇଁ ସିଜ ହେଲା ଦାମୀ ବସ ଏହି ବସଗୁଡିକ କଣ୍ଟ୍ରାକ୍ଟ କ୍ୟାରେଜ ପରମିଟରେ ଆସୁଥିଲେ ଓ ଷ୍ଟେଜ କ୍ୟାରେଜ ପରମିଟ ଭଳି ଲୋକ ଉଠାଉଥିଲେ | ବଡ କଥା ଯେ ଏହି ବସଗୁଡିକ ମନ ଇଚ୍ଛା ଲୋକ ଉଠାଇବା ସହ ମନଇଚ୍ଛା ଭଡା ବି ନିଅନ୍ତି | ଉଦାହରଣ ସ୍ୱରୂପ ପୁରୀରୁ କଲିକତା ଭଡା ୮୦୦ ଟଙ୍କା ସରକାର ନିର୍ଦ୍ଧାରିତ କରିଥିବାବେଳେ ଏମାନେ ସେମାନଙ୍କ ମନଇଚ୍ଛା ମୁତାବକ ଭଡା ନିଅନ୍ତି | ବେଳେବେଳେ ଭଡା କମାଇଦେଉଛନ୍ତି, ଅନ୍ୟବେଳେ ଯେପରିକି ରଥଯାତ୍ରା-ଦଶହରା ସମୟରେ ଭଡା ୩ ହଜାର ଯାଏଁ ପହଁଚିଯାଉଛି | ତେଣୁ ଏସବୁ ନିୟମ ଭାଙ୍ଗୁଥିବାରୁ ବସଗୁଡିକୁ ସିଜ କରାଯାଇଛି |

ସ୍ତମ୍ଭ 13 Nov 2025 10:00 am

Islamabad Blast: ବୋମା ବିସ୍ଫୋରଣ ପରେ ୮ ଶ୍ରୀଲଙ୍କା ଖେଳାଳି ନିଜ ଦେଶକୁ ଫେରିଲେ

ଇସଲାମାବାଦ: ରାଜଧାନୀ ଇସଲାମାବାଦ ରେ ହୋଇଥିବା ବୋମା ବିସ୍ଫୋରଣ ଯୋଗୁଁ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ଦିନିକିଆ ବାତିଲ କରାଯାଇଛି, ଯେଉଁଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ। ଦ୍ୱିତୀୟ ଦିନିକିଆ ବାତିଲ ବୋମା ବିସ୍ଫୋରଣ ପରେ ଶ୍ରୀଲଙ୍କା ଦଳ ଆତଙ୍କିତ ହୋଇପଡ଼ିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଗୁରୁବାର ଶ୍ରୀଲଙ୍କାର ୮ ଜଣ ଖେଳାଳି ସ୍ୱଦେଶ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ରାୱଲପିଣ୍ଡିରେ ଗୁରୁବାର ହେବାକୁ ଥିବା ସିରିଜର ଦ୍ୱିତୀୟ ଦିନିକିଆ ବାତିଲ କରାଯାଇଛି। ଆହୁରି ପଢ଼ନ୍ତୁ: DNA Test Confirms Terrorist Umar: ଦିଲ୍ଲୀ ବିସ୍ଫୋରଣର ବଡ଼ ଖୁଲାସା: i20 କାର ଚଳାଉଥିଲା ଆତଙ୍କବାଦୀ ଉମର, DNA ପରୀକ୍ଷାରୁ ସ୍ପଷ୍ଟ ଅନ୍ୟ ଖେଳାଳିମାନଙ୍କୁ ପାକିସ୍ତାନ ପଠାଯିବ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ସୂତ୍ର ଅନୁଯାୟୀ, ରାୱଲପିଣ୍ଡି ଏବଂ ଇସଲାମାବାଦ ନିକଟତର ହୋଇଥିବାରୁ ଖେଳାଳିମାନେ ସେମାନଙ୍କ ସୁରକ୍ଷା ବିଷୟରେ ଚିନ୍ତା ପ୍ରକଟ କରିଥିଲେ ଏବଂ ଫେରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସିରିଜର ବାକି ମ୍ୟାଚ୍ ଖେଳିବା ପାଇଁ ଘରକୁ ଫେରିଥିବା ଖେଳାଳିଙ୍କ ସ୍ଥାନରେ ଅନ୍ୟ ଖେଳାଳିମାନଙ୍କୁ ପାକିସ୍ତାନ ପଠାଯିବ। ଇସଲାମାବାଦରେ ଶ୍ରୀଲଙ୍କା କ୍ରିକେଟ୍ ଦଳ ଉପରେ ହୋଇଥିବା ଆକ୍ରମଣ ସେମାନଙ୍କୁ ୨୦୦୯ ଆତଙ୍କବାଦୀ ଘଟଣାର ମନେ ପକାଇ ଦେଇଛି। ୨୦୦୯ ମସିହାରେ ଲାହୋରର ଗଦ୍ଦାଫି ଷ୍ଟାଡିୟମ ବାହାରେ ଆତଙ୍କବାଦୀମାନେ ଶ୍ରୀଲଙ୍କା ଦଳ ବସ୍ ଉପରେ ଆକ୍ରମଣ କରିଥିଲେ। ଅଧିନାୟକ ମାହେଲା ଜୟବର୍ଦ୍ଧନେ, ଅଜନ୍ତା ମେଣ୍ଡିସ୍ ଏବଂ ଚାମିଣ୍ଡା ଭାସଙ୍କ ସମେତ ଅନେକ ଖେଳାଳି ଆହତ ହୋଇଥିଲେ, ଯେତେବେଳେ ଅନେକ ପାକିସ୍ତାନୀ ସୁରକ୍ଷା କର୍ମୀ ନିହତ ହୋଇଥିଲେ। ସେହି ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନ କ୍ରିକେଟ୍ ସମ୍ପୂର୍ଣ୍ଣ ଧ୍ୱଂସ ପାଇଥିଲା। ପରବର୍ତ୍ତୀ ୧୦ ବର୍ଷ ପର୍ଯ୍ୟନ୍ତ କୌଣସି ବିଦେଶୀ ଦଳ ପାକିସ୍ତାନ ଗସ୍ତ କରି ନଥିଲା। ପାକିସ୍ତାନ ୟୁଏଇରେ ଏହାର ମ୍ୟାଚ୍ ଖେଳିଥିଲା। ୨୦୧୯ ମସିହାରେ ଶ୍ରୀଲଙ୍କା ପ୍ରଥମ ଥର ପାଇଁ ପାକିସ୍ତାନ ଗସ୍ତ କରିଥିଲା, ଯାହା ବିଦେଶୀ ଦଳଗୁଡ଼ିକର ଫେରିବା ପାଇଁ ପଥ ଖୋଲି ଦେଇଥିଲା। ତଥାପି, ସଦ୍ୟତମ ଆକ୍ରମଣ ପୁଣି ଥରେ ପାକିସ୍ତାନରେ ଅନ୍ତର୍ଜାତୀୟ କ୍ରିକେଟ୍ ଆୟୋଜନ ଉପରେ ପ୍ରଶ୍ନ ଉଠାଇଛି। ଆହୁରି ପଢ଼ନ୍ତୁ: Delhi Blast Pulwama Attack link: ଦିଲ୍ଲୀ ବିସ୍ଫୋରଣର ପୁଲୱାମା ଆତଙ୍କବାଦୀ ଆକ୍ରମଣ ଲିଙ୍କ୍:ଜୈସ୍ ଦ୍ୱିତୀୟ ଥର ପାଇଁ VBIED ବ୍ୟବହାର କରିଛି ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ ପରେ, ଏକ ତ୍ରିକୋଣୀୟ ଟି-୨୦ ସିରିଜ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀଲଙ୍କା ଏବଂ ପାକିସ୍ତାନ ବ୍ୟତୀତ ଜିମ୍ବାୱେ ଟି-୨୦ ସିରିଜରେ ତୃତୀୟ ଦଳ। ଇସଲାମାବାଦ ଆକ୍ରମଣ ତ୍ରିକୋଣୀୟ ଟି-୨୦ ସିରିଜ ବାତିଲ ହେବାର ଆଶଙ୍କା ବୃଦ୍ଧି ପାଇଛି।

ସ୍ତମ୍ଭ 13 Nov 2025 9:17 am

DNA Test Confirms Terrorist Umar: ଦିଲ୍ଲୀ ବିସ୍ଫୋରଣର ବଡ଼ ଖୁଲାସା: i20 କାର ଚଳାଉଥିଲା ଆତଙ୍କବାଦୀ ଉମର, DNA ପରୀକ୍ଷାରୁ ସ୍ପଷ୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ନୂଆ ଅପଡେଟ୍ ଆସିଛି। ଦିଲ୍ଲୀ ବିସ୍ଫୋରଣ ମାମଲାରେ ଏକ ସତ୍ୟ ଜଣାପଡ଼ିଛି। ବିସ୍ଫୋରଣ ହୋଇଥିବା I20 କାରରୁ ମିଳିଥିବା ମୃତଦେହର DNA ପରୀକ୍ଷା ରିପୋର୍ଟ ଆସିଛି,। ଯାହା ପ୍ରକାଶ କରିଛି ଯେ, ମୃତଦେହଟି ଆତଙ୍କବାଦୀ ଉମରଙ୍କର। ସେ କାର ଚଲାଉଥିଲେ। ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣର ହ୍ୟାଣ୍ଡଲର UKASA ତୁର୍କୀର ଅଙ୍କାରାରେ ଥିଲା ଏବଂ ଆତଙ୍କବାଦୀମାନେ ସେସନ୍ ଆପ୍ ମାଧ୍ୟମରେ ତାଙ୍କ ସହିତ ଯୋଗାଯୋଗରେ ଥିଲେ। ଏହି ଖୁଲାସା ସ୍ପଷ୍ଟ କରିଛି ଉମର ହିଁ ଏହି ଘଟଣା ଘଟାଇଥିଲେ, ଯେଉଁଥିରେ ୧୨ ଜଣଙ୍କର ଜୀବନ ଯାଇଥିଲା। ଆହୁରି ପଢ଼ନ୍ତୁ: Delhi Blasts Pakistan Connection: ଦିଲ୍ଲୀ ବିସ୍ଫୋରଣର ଚେର ପାକିସ୍ତାନକୁ ଲମ୍ବିଛି: ସନ୍ଦିଗ୍ଧଙ୍କୁ ପଚରାଉଚରାରେ ଜୈସ୍ ଆତଙ୍କବାଦୀ ଲିଙ୍କ୍ VIDEO | Delhi: Visuals from outside the Red Fort where bomb blast in a car killed 12 people and injured several others on Monday evening. The Government on Wednesday termed the blast near the Red Fort as a errorist incident even as it emerged during investigations that Dr… pic.twitter.com/jFWUBVWnjP — Press Trust of India (@PTI_News) November 13, 2025 ଦାନ୍ତ, ହାଡ଼ ଏବଂ ଅନ୍ୟାନ୍ୟ ଅବଶେଷର ଡିଏନଏ ମେଳ ଖାଇଲା ଭାରତୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଜାଣିପାରିଛନ୍ତି ଯେ, ଡାକ୍ତର ଉମର ଧଳା ହୁଣ୍ଡାଇ i20 କାର କିଣିଥିଲେ ଏବଂ ବିସ୍ଫୋରଣ ସମୟରେ କାରରେ ଥିଲେ। ସେ ଫରିଦାବାଦରେ ଗିରଫ ହୋଇଥିବା ଆତଙ୍କୀ ମଡ୍ୟୁଲର ସଦସ୍ୟ ମଧ୍ୟ ଥିଲେ। ପୁଲୱାମାର ସାମ୍ବୁରା ଗାଁର ବାସିନ୍ଦା ଉମରଙ୍କ ମା ଏବଂ ଭାଇଙ୍କଠାରୁ ଡିଏନଏ ନମୁନା ନିଆଯାଇଥିଲା। କାରରେ ମିଳିଥିବା ମୃତଦେହର ଅବଶେଷ ସେଗୁଡ଼ିକ ୧୦୦% ମେଳ ଖାଉଥିବା ଜଣାପଡିଛି। ମୃତକଙ୍କ ଦାନ୍ତ, ହାଡ଼ ଏବଂ ଅନ୍ୟାନ୍ୟ ଅବଶେଷ ମା ଏବଂ ଭାଇଙ୍କ ନମୁନା ସହିତ ମେଳ ଖାଉଥିବା ଜଣାପଡିଛି। VIDEO | Delhi blast: CCTV captures the exact moment of the car blast. The Government on Wednesday termed the blast near the Red Fort as a errorist incident even as it emerged during investigations that Dr Umar Nabi, who was driving the explosives-laden car, planned an attack… pic.twitter.com/N8ZT61wc9H — Press Trust of India (@PTI_News) November 13, 2025 ଚାପରେ ଥିଲା ଆତ୍ମଘାତୀ ଆକ୍ରମଣକାରୀ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଅନୁଯାୟୀ, ପୁଲିସ ଜମ୍ମୁ-କଶ୍ମୀର ଏବଂ ଫରିଦାବାଦ ରେ ଆତଙ୍କବାଦୀ ମଡ୍ୟୁଲ୍ ଗୁଡ଼ିକର ପର୍ଦ୍ଦାଫାସ କରିଛି ଏବଂ ଆତଙ୍କବାଦୀମାନଙ୍କୁ ଖୋଜିବା ପାଇଁ ଚଢାଉ ଜାରି ରହିଛି। ଚାପରେ ଉମର ନିଜକୁ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ବୋଲି ପରିଚୟ ଦେଇ ଲାଲକିଲ୍ଲା ନିକଟରେ ଏକ କାର ବୋମାରେ ବିସ୍ଫୋରଣ କରିଥିଲା। ଉମରର ପରିବାର ଜାଣିଥିଲେ, ସେ ମୌଳବାଦୀ ହୋଇଯାଇଛନ୍ତି ଏବଂ ଭୁଲ ରାସ୍ତାରେ ଅଛନ୍ତି, କିନ୍ତୁ ସେମାନେ ପଚରାଉଚରା ସମୟରେ ଏହା ପ୍ରକାଶ କରି ନଥିଲେ। ଚଢାଉରେ ଭୟଭୀତ ହୋଇ ଉମର ଭୟଭୀତ ହୋଇ ତାଙ୍କ କାର ସହିତ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। ପ୍ରକାଶିତ ହୋଇଛି, ମାର୍ଚ୍ଚ ୨୦୨୨ରେ ଉମର ଅଙ୍କାରା ଯାତ୍ରା କରିଥିଲେ, ଯେଉଁଠାରେ ତାଙ୍କୁ ବ୍ରେନ୍ ୱାଶ୍ ଏବଂ ମୌଳବାଦୀ କରାଯାଇଥିଲା। ଦିଲ୍ଲୀ ବିସ୍ଫୋରଣକୁ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଗଲା ଏହା ଉଲ୍ଲେଖ କରିବା ଉଚିତ ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି (CCS) ବୈଠକ ହୋଇଥିଲା। ଦିଲ୍ଲୀ ବିସ୍ଫୋରଣକୁ ଏକ ଆତଙ୍କବାଦୀ ଆକ୍ରମଣ ଭାବରେ ମାନ୍ୟତା ଦେଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ଜାତୀୟ ତଦନ୍ତ ସଂସ୍ଥା (NIA)କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି ଏବଂ ଏକ ରିପୋର୍ଟ ମଗାଯାଇଛି। Govt of India terms the Delhi blast a errorist incident by anti-national forces https://t.co/dQ3XyG16af pic.twitter.com/d3GQgsy2ze — ANI (@ANI) November 12, 2025 ହ୍ବାଇଟ୍ କୋଲାର ଟେରର ମଡ୍ୟୁଲ୍ ହ୍ବାଇଟ୍ କୋଲାର ଟେରର ମଡ୍ୟୁଲ୍ କୁ ବିପଦପୂର୍ଣ୍ଣ ବୋଲି ବର୍ଣ୍ଣନା କରାଯାଇଛି। କାରଣ ଏଥିରେ ଡାକ୍ତରଙ୍କ ଭଳି ଅତ୍ୟନ୍ତ ସମ୍ମାନିତ ବୃତ୍ତିର ବ୍ୟକ୍ତିମାନେ ସାମିଲ ଅଛନ୍ତି, ଯେଉଁମାନେ ପାକିସ୍ତାନରେ ଜୈସ୍-ଏ-ମହମ୍ମଦ ଆତଙ୍କବାଦୀଙ୍କ ସହ ମଧ୍ୟ ଯୋଗାଯୋଗରେ ଥିଲେ। ଆହୁରି ପଢ଼ନ୍ତୁ: Delhi Blast plot Al Falah University: ଦିଲ୍ଲୀ କାର୍ ବିସ୍ଫୋରଣ: ଆଲ୍-ଫଲାହ ବିଶ୍ୱବିଦ୍ୟାଳୟର ବିଲ୍ଡିଂ ନମ୍ବର ୧୭, ରୁମ୍ ନମ୍ବର ୧୩ରେ ରଚାଯାଇଥିଲା ଷଡ଼ଯନ୍ତ୍ର

ସ୍ତମ୍ଭ 13 Nov 2025 8:41 am

AI videos of wildlife: ବନ୍ୟପ୍ରାଣୀଙ୍କ ଏଆଇ ଭିଡିଓର କୁପରିଣତି

ସାମାଜିକ ଗଣମାଧ୍ୟମରେ ବାଘ, ଭାଲୁ, କଙ୍ଗାରୁ ପରି ବନ୍ୟପ୍ରାଣୀଙ୍କର ଆଶ୍ଚର୍ଯ୍ୟଜନକ ଭିଡିଓ ସବୁ ଦେଖିବାକୁ ମିଳୁଛି। ଲୋକେ ସେଗୁଡ଼ିକୁ ସତ ଭାବି ପ୍ରସାରିତ କରୁଛନ୍ତି। କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଦ୍ୱାରା ସୃଷ୍ଟ ଏହି ଭିଡିଓଗୁଡ଼ିକ ଦେଖିବାକୁ ଏତେ ବାସ୍ତବ ଯେ ସେଗୁଡ଼ିକ ମିଛ ବୋଲି ଧରିବା ଖୁବ୍ କଷ୍ଟ। ଯଦିଓ ଏଭଳି ଭିଡିଓଗୁଡ଼ିକ ମନୋରଂଜନ ପାଇଁ ଉଦ୍ଦିଷ୍ଟ, ତେବେ ଏଗୁଡ଼ିକ ବନ୍ୟଜୀବ ସଂରକ୍ଷଣ ପ୍ରୟାସ ଏବଂ ପ୍ରକୃତି ସହିତ ଶିଶୁମାନଙ୍କ ସମ୍ପର୍କ ଉପରେ ବିପଜ୍ଜନକ ପ୍ରଭାବ ପକାଇପାରେ ବୋଲି ବୈଜ୍ଞାନିକମାନେ ସତର୍କ କରାଇ ଦେଇଛନ୍ତି। ସ୍ପେନ୍‌ର କର୍ଡୋବା ବିଶ୍ୱବିଦ୍ୟାଳୟର ଗବେଷକମାନେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ବନ୍ୟପ୍ରାଣୀଙ୍କ ଏଆଇ ଫଟୋ ଓ ଭିଡିଓର ବିପଦ ବାବଦରେ ଅନୁସନ୍ଧାନ କରିଥିଲେ। ସେଥିରୁ ସେମାନେ ତିନିଟି ମୁଖ୍ୟ ସମସ୍ୟା ଲକ୍ଷ୍ୟ କରିଥିଲେ। ସେଗୁଡ଼ିକ ହେଲା- ପ୍ରାଣୀ ଆଚରଣ ନେଇ ଭ୍ରାନ୍ତ ଧାରଣା, ଆନ୍ଥ୍ରୋପୋମର୍ଫାଇଜିଂ ବା ଜୀବଜନ୍ତୁଙ୍କ ଠାରେ ମାନବ ଗୁଣ ପ୍ରୟୋଗ ଏବଂ ସମାଜ ଓ ପ୍ରକୃତି ମଧ୍ୟରେ ବଢୁଥିବା ବିଚ୍ଛିନ୍ନତା। ଏହି ପରିଣତି ବେଶ୍‌ ଚିନ୍ତାଜନକ। ଉଦାହରଣ ସ୍ବରୂପ, ପକ୍ଷୀ ଅଣ୍ଡା ଖାଇବାକୁ ଯାଉଥିବା ‘ଦୁଷ୍ଟ’ ସାପଙ୍କୁ ପକ୍ଷୀ ପିତାମାତା ହତ୍ୟା କରିବାର ଭିଡିଓ ଦେଖିବାକୁ ନ୍ୟାୟପୂର୍ଣ୍ଣ ଲାଗିପାରେ, କିନ୍ତୁ ସାପ ସଂରକ୍ଷଣ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଯଦି ସାପ ସଂରକ୍ଷଣ ପ୍ରତି ପର୍ଯ୍ୟାପ୍ତ ସମର୍ଥନ ରହିବ ନାହିଁ, ତେବେ ସଂରକ୍ଷଣର ପ୍ରୟାସ ଦୁର୍ବଳ ହୋଇପଡ଼ିବ। ଏପରି ଭିଡିଓଗୁଡ଼ିକ ଭୁଲ୍‌ ଧାରଣା ମଧ୍ୟ ସୃଷ୍ଟି କରିପାରେ ଯେ ବିପନ୍ନ ପ୍ରାଣୀଙ୍କ ସଂଖ୍ୟା ବାସ୍ତବ ସଂଖ୍ୟା ଠାରୁ ଖୁବ୍ ବେଶୀ, ଯାହା ମଣିଷ ଓ ବନ୍ୟପ୍ରାଣୀଙ୍କ ମଧ୍ୟରେ ପୂର୍ବରୁ ଥିବା ବିଚ୍ଛିନ୍ନତାକୁ ଆହୁରି ବଢ଼ାଇଦେବ। ଏହି ଭିଡିଓଗୁଡ଼ିକ ଛୋଟ ପିଲାମାନଙ୍କ ମନରେ ଆଶା ଉତ୍ପନ୍ନ କରିପାରେ ଯେ ସ୍ଥାନୀୟ ବନ୍ୟପ୍ରାଣୀ ଓ ସେମାନଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ସାକ୍ଷାତ ସମ୍ଭବ, ଯାହା ଉଭୟ ଶିଶୁ ଓ ବନ୍ୟପ୍ରାଣୀଙ୍କ ପାଇଁ ବିପଜ୍ଜନକ ହୋଇପାରେ। ଏହାର ସବୁଠୁ ଖରାପ ଦିଗ ହେଉଛି, ଅଧିକଂାଶ ଲୋକ (ବିଶେଷ କରି ଯୁବପିଢ଼ି) ସାମାଜିକ ଗଣମାଧ୍ୟମକୁ ସୂଚନାର ଉତ୍ସ ଭାବରେ ବିଚାର କରୁଛନ୍ତି। ଦୁର୍ଲଭ ପ୍ରାଣୀଙ୍କ ସହ ବନ୍ଧୁତାର ମିଥ୍ୟା ଚିତ୍ରଣ ଯୋଗୁଁ ଅଧିକ ଲୋକ ସେମାନଙ୍କୁ ଘରେ ପୋଷା ରଖିବା ପାଇଁ ଆଗ୍ରହୀ ହେଉଛନ୍ତି।ଏହି ଏଆଇ ଭିଡିଓଗୁଡ଼ିକର ସମ୍ଭାବ୍ୟ କ୍ଷତିକୁ ଏଡ଼ାଇବା ପାଇଁ ବିଦ୍ୟାଳୟମାନଙ୍କରେ ଗଣମାଧ୍ୟମ ସାକ୍ଷରତା ଓ ପରିବେଶଗତ ଶିକ୍ଷାଦାନ ଭଳି ରଣନୀତି ଆପଣାଇବାକୁ ଗବେଷକମାନେ ପରାମର୍ଶ ଦେଇଛନ୍ତି।

ସ୍ତମ୍ଭ 13 Nov 2025 8:00 am

Gadgets in Focus: ଫୋକସ୍‌ରେ ଗ୍ୟାଜେଟ୍: ୧୬ ହଜାରରେ ପ୍ରିମିଅମ୍‌ ଫିଚର୍‌

ସମ୍ପ୍ରତି ମିଡ୍‌-ରେଞ୍ଜ ଫୋନ୍‌ଗୁଡ଼ିକ ଅଧିକ ପ୍ରିମିଅମ୍ ଫିଚର୍‌ ଯୋଡ଼ିବା ଆରମ୍ଭ କରିଛନ୍ତି। ମୋଟୋରୋଲା କମ୍ପାନିର ନୂଆ ଫୋନ୍‌ ‘ମୋଟୋ ଜି ୬୭ ପାଵାର’ ତାହାର ସଦ୍ୟତମ ଉଦାହରଣ। ଏହି ଫୋନ୍‌ରେ ଏକ ଏଚ୍‌ଡିଆର୍‌୧୦ପ୍ଳସ୍‌ ସମର୍ଥିତ ୬.୭ ଇଞ୍ଚର ୧୨୦ ହର୍ଜ ରିଫ୍ରେସ ହାର ସଂପନ୍ନ ଫୁଲ୍‌ଏଚ୍‌ଡି ପରଦା ଲାଗିଛି। ପରଦାଟି ଗରିଲା ଗ୍ଲାସ ୭ଆଇ ଦ୍ବାରା ସୁରକ୍ଷିତ। ସେହିପରି ଧୂଳିକଣା ଓ ଜଳକଣାରୁ ସୁରକ୍ଷା ଲାଗି ଫୋନ୍‌ଟିକୁ ଆଇପି୬୪ ରେଟିଂ ମିଳିଛି। ପାରାଚୁଟ୍ ପର୍ପଲ, କୁରାକାଓ ବ୍ଲୁ ଓ ସିଲାଣ୍ଟ୍ରୋ ପରି ତିନିଟି ରଙ୍ଗରେ ଉପଲବ୍‌ଧ ଏହି ଫୋନ୍‌ ଆଣ୍ଡ୍ରଏଡ୍‌ ୧୫ ଉପରେ ଆଧାରିତ ଏବଂ ଆଗକୁ ଆଣ୍ଡ୍ରଏଡ୍‌ ୧୬ ଅପ୍‌ଡେଟ ସମେତ ତିନି ବର୍ଷର ସିକ୍ୟୁରିଟି ଅପଡେଟ୍‌ ମିଳିବ ବୋଲି କମ୍ପାନି ପ୍ରତିଶ୍ରୁତି ଦେଇଛି। ଏହାର ପଛ ଭାଗରେ ୫୦ ଏମ୍‌ପି ‘ସୋନି ଏଲ୍‌ଵାଇଟି-୬୦୦’ ମେନ୍‌ କ୍ୟାମେରା ଓ ୮ଏମ୍‌ପି ଅଲ୍‌ଟ୍ରା-ୱାଇଡ୍ କ୍ୟାମେରା ଲାଗିଛି। ୩୨ ଏମ୍‌ପି ସେଲ୍‌ଫି କ୍ୟାମେରାରେ ୪କେ ରିଜୋଲ୍ୟୁସନ୍‌ର ଭିଡିଓ ରେକର୍ଡିଂ କରାଯାଇପାରିବ। ଏହାର ୭,୦୦୦ ଏମ୍‌ଏଏଚ୍‌ କ୍ଷମତା ବିଶିଷ୍ଟ ସିଲିକନ୍-କାର୍ବନ ବ୍ୟାଟେରିଟି ଲମ୍ବା ଯାତ୍ରା, ଚାର୍ଜିଂ ବିନା ସପ୍ତାହାନ୍ତ ବ୍ୟବହାର ପାଇଁ ଉପଯୁକ୍ତ। ଫୋନ୍‌ଟି ସ୍ନାପ୍‌ଡ୍ରାଗନ୍‌ ୭ଏସ୍‌ ଜେନ୍‌୨ ଚିପ୍‌ ଦ୍ୱାରା ପରିଚାଳିତ ଏବଂ ଭାରତରେ କେବଳ ୧୨୮ ଜିବି ମେମୋରି ଓ ୮ ଜିବି ରାମ୍‌ ସହ ଉପଲବ୍ଧ। ଫ୍ଲିପ୍‌କାର୍ଟରେ ୧୨ ତାରିଖରୁ ବିକ୍ରି ଆରମ୍ଭ ହୋଇଥିବା ଏହି ଫୋନ୍‌ର ମୂଲ୍ୟ ୧୫,୯୯୯ ଟଙ୍କା ରହିଛି।

ସ୍ତମ୍ଭ 13 Nov 2025 7:40 am

Finance source: ଅର୍ଥ ସୂତ୍ର: ଛୋଟ ବ୍ୟାଙ୍କ୍‌ର ଏଫ୍‌ଡିରୁ ଅଧିକ ଲାଭ

ଫିକ୍ସଡ୍‌ ଡିପୋଜିଟ୍‌ (ଏଫ୍‌ଡି)ରେ ସ୍ମଲ୍‌ ଫାଇନାନ୍‌ସ ବ୍ୟାଙ୍କ୍‌ମାନେ ଅଧିକ ସୁଧ ଦେଉଛନ୍ତି। ଷ୍ଟେଟ୍‌ ବ୍ୟାଙ୍କ ଭଳି ବଡ଼ ବ୍ୟାଙ୍କ ‘ଏଫ୍‌ଡି’ ଉପରେ ବାର୍ଷିକ ୬.୨୫ରୁ ୬.୪୫% ସୁଧ ପ୍ରଦାନ କରୁଥିବାବେଳେ, ସ୍ମଲ୍‌ ଫାଇନାନ୍‌ସ ବ୍ୟାଙ୍କଗୁଡ଼ିକ ୭.୧ରୁ ୭.୭୭% ସୁଧ ଦେଉଛନ୍ତି।ସ୍ମଲ୍‌ ଫାଇନାନ୍‌ସ ବ୍ୟାଙ୍କଗୁଡ଼ିକ ମାଇକ୍ରୋ- ଫାଇନାନ୍‌ସ ଓ କ୍ଷୁଦ୍ର ବାଣିଜ୍ୟିକ ଋଣ ବ୍ୟବସାୟ କରୁଥିବାରୁ ସେଠାରେ ନିବେଶ ଟିକେ ଅଧିକ ବିପଦପୂର୍ଣ୍ଣ। ତେବେ ବଡ଼ ବ୍ୟାଙ୍କ୍‌ଗୁଡ଼ିକ ପରି ସ୍ମଲ୍‌ ଫାଇନାନ୍‌ସ ବ୍ୟାଙ୍କ୍‌ଗୁଡ଼ିକ ମଧ୍ୟ ଜମା ବୀମା ଓ କ୍ରେଡିଟ୍‌ ଗ୍ୟାରେଣ୍ଟି କର୍ପୋରେସନ୍‌ (ଡିଆଇସିଜିସି) ବୀମା ଅନ୍ତର୍ଭୁକ୍ତ। ତେଣୁ ଜମାକାରୀ ମୂଳ ଓ ସୁଧ ସମେତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁରକ୍ଷା ପାଇଥାନ୍ତି। ତେଣୁ ଗୋଟିଏ ଏଫ୍‌ଡିରେ ୫ ଲକ୍ଷରୁ ଅଧିକ ନିବେଶ କରନ୍ତୁ ନାହିଁ। ଆସନ୍ତୁ ଜାଣିବା କେଉଁ ବ୍ୟାଙ୍କ୍‌ ସର୍ବାଧିକ ଲାଭ ଦେଉଛନ୍ତି। ଜନ ସ୍ମଲ୍‌ ଫାଇନାନ୍‌ସ ବ୍ୟାଙ୍କ୍‌ ଏଫ୍‌ଡିରେ ସର୍ବାଧିକ ୭.୭୭% ସୁଧ ଦେଉଛି। ଏଥିରେ ୧ ଲକ୍ଷ ଟଙ୍କାର ନିବେଶ ବର୍ଷେରେ ୧୦୭,୭୭୦ ଟଙ୍କାକୁ ବଢ଼ିପାରେ। ସେହିପରି ସୂର୍ଯ୍ୟୋଦୟ ସ୍ମଲ୍ ଫାଇନାନ୍‌ସ ବ୍ୟାଙ୍କ୍‌ ୭.୭୫%, ଉତ୍କର୍ଷ ସ୍ମଲ୍‌ ଫାଇନାନ୍‌ସ ବ୍ୟାଙ୍କ୍‌ ୭.୬୫%, ଇଏସ୍‌ଏଏଫ୍‌ ସ୍ମଲ୍‌ ଫାଇନାନ୍‌ସ ବ୍ୟାଙ୍କ୍‌ ୭.୬%, ଉଜ୍ଜୀବନ ସ୍ମଲ୍‌ ଫାଇନାନ୍‌ସ ବ୍ୟାଙ୍କ୍‌ ୭.୪୫%, ଇକ୍ୱିଟାସ୍‌ ସ୍ମଲ୍‌ ଫାଇନାନ୍‌ସ ବ୍ୟାଙ୍କ୍‌ ୭.୪% ଓ ଏୟୁ ସ୍ମଲ୍‌ ଫାଇନାନ୍‌ସ ବ୍ୟାଙ୍କ ୭.୧% ହାରରେ ଏଫ୍‌ଡି ସୁଧ ପ୍ରଦାନ କରୁଛନ୍ତି।

ସ୍ତମ୍ଭ 13 Nov 2025 7:20 am

New theory on water: ଜଳର ଉତ୍ସ ନେଇ ନୂଆ ତତ୍ତ୍ବ

ଗ୍ରହମାନଙ୍କ ପୃଷ୍ଠକୁ ଜଳ କେବଳ ଧୂମକେତୁ ଓ ଗ୍ରହାଣୁରୁ ଆସେ ନାହିଁ, ବରଂ ସମୟାନୁକ୍ରମେ ଗ୍ରହରେ ପ୍ରାକୃତିକ ଭାବେ ଜଳ ମଧ୍ୟ ସୃଷ୍ଟି ହୋଇଥାଏ ବୋଲି କାର୍ନେଗି ଇନଷ୍ଟିଚ୍ୟୁସନ୍ ଫର୍ ସାଇନ୍‌ସର ବୈଜ୍ଞାନିକମାନେ ଚଳାଇଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ସେମାନେ ଗ୍ରହଗୁଡ଼ିକର ପ୍ରାରମ୍ଭିକ ପରିସ୍ଥିତିକୁ ଅନୁକରଣ କରିବା ପାଇଁ ପ୍ରୟୋଗଶାଳାରେ ତରଳ ଲୌହପଥରକୁ ଉଦ୍‌ଜାନ ବାଷ୍ପ ସଂସ୍ପର୍ଶରେ ଆଣି ତୀବ୍ର ଉତ୍ତାପ ଓ ଚାପ ପ୍ରୟୋଗ କରିଥିଲେ। ସେହି ପରୀକ୍ଷଣରୁ ସ୍ପଷ୍ଟ ହୋଇଛି ଯେ ଗ୍ରହଗୁଡ଼ିକ ଗଠନ ହେବା ସହିତ ତରଳ ଜଳ ମଧ୍ୟ ତହିଁରେ ସୃଷ୍ଟି ହୋଇଥାଏ। ଏହା ପୃଥିବୀ ଓ ଅନ୍ୟ ଗ୍ରହକୁ ଜଳ କିପରି ଆସିପାରେ ସେ ବାବଦରେ ନୂତନ ଧାରଣା ପ୍ରଦାନ କରିଛି। ଏହି ଫଳାଫଳ ବ୍ରହ୍ମାଣ୍ଡରେ ସମ୍ଭାବ୍ୟ ବାସଯୋଗ୍ୟ ପରିବେଶ ସଂକ୍ରାନ୍ତ ବୁଝାମଣାରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ‘ନେଚର’ ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଗବେଷକମାନେ ଏକ ‘ଡାଏମଣ୍ଡ୍‌ ଆନ୍‌ଭିଲ୍ ସେଲ୍‌’ରେ ତରଳ ଲୁହା ପଥରକୁ ପୃଥିବୀର ବାୟୁମଣ୍ଡଳୀୟ ଚାପର ପ୍ରାୟ ୬ ଲକ୍ଷ ଗୁଣ ଅଧିକ ଚାପ ଏବଂ ୭,୨୦୦ ଡିଗ୍ରି ଫାରେନ୍‌ହାଇଟ୍‌ରୁ ଅଧିକ ତାପମାତ୍ରାରେ ଗରମ କରିଥିଲେ। ପରୀକ୍ଷଣରୁ ଦେଖାଯାଇଥିଲା ଯେ ତରଳ ପଥରରେ ଥିବା ଲୌହ ଅକ୍ସାଇଡ୍‌ ସହ ଉଦ୍‌ଜାନ ପ୍ରତିକ୍ରିୟା କରି ପ୍ରଚୁର ପରିମାଣର ଜଳ ସୃଷ୍ଟି କରିଥିଲା। ସୁତରାଂ ଗ୍ରହ ଗଠନ ସମୟରେ ଜଳ ପ୍ରାକୃତିକ ଭାବରେ ସୃଷ୍ଟି ହୋଇଥିବା ତତ୍ତ୍ୱକୁ ଏହା ସମର୍ଥନ କରୁଛି। ତେଣୁ ଆମ ସୌରମଣ୍ଡଳ ବାହାରେ ଅନେକ ବାସଯୋଗ୍ୟ ଗ୍ରହ ରହିଥିବା ଆଶାକୁ ଏହା ଅଧିକ ଶକ୍ତିଶାଳୀ କରିଛି।

ସ୍ତମ୍ଭ 13 Nov 2025 7:01 am

I will bloom in your yard: ଫୁଲ ହୋଇ ତୁମ ଅଗଣାରେ ଫୁଟିବି...

ଖଣ୍ଡଗିରି: ମଣିଷ ସମାଜ ଭିତରେ ଏମିତି କେହି ଜଣେ ନଥିବେ, ଯିଏ ଫୁଲକୁ ଭଲ ପାଉନଥିବେ! ମଣିଷ ସହ ଫୁଲର ସମ୍ପର୍କ ଯୁଗ ଯୁଗର। କାହିଁ କେଉଁ ଆବହମାନ କାଳରୁ ମଣିଷ ଫୁଲକୁ ଭଲ ପାଇ ବସିଛି। ଆମ ପୂଜାପାର୍ବଣରେ ଫୁଲ, ଆମ କବିତାରେ ଫୁଲ, ଆମ ସାଜସଜ୍ଜାରେ ଫୁଲ। ଏମିତି ହିସାବ କରିବସିଲେ, ଆମ ନିତିଦିନିଆ ଜୀବନରେ ଫୁଲ ଏକ ସ୍ବତନ୍ତ୍ର ଆସନ ଦଖଲ କରିଛି। ଫୁଲକୁ ନେଇ ଆମ କବିମାନେ ତ ଶହଶହ କବିତା ଲେଖିଛନ୍ତି। କବିର କବିତାରେ ପ୍ରେୟସୀ ନାୟିକା ନିଜେ ଫୁଲ ହୋଇ ପ୍ରେମିକର ଅଗଣାରେ ଫୁଟିବାକୁ ମନ ବଳାଇଛି। ନାୟିକାର ଗଭା, ବିନା ଫୁଲରେ ସୁନ୍ଦର ଦେଖାଯାଏ ନାହିଁ। ତେଣୁ ଆମ ପ୍ରେମରେ ରହିଛି ଫୁଲ, ଆମ ପୂଜାରେ ବି ଅଛି ଫୁଲ। ପୁଣି ମଜାର କଥା ହେଉଛି, କଳା ଭଅଁର ଦେଖିବାକୁ ସୁନ୍ଦର ନୁହେଁ, କିନ୍ତୁ ଫୁଲ ଲାଗି ତାକୁ ବି କବିତାରେ ସ୍ବତନ୍ତ୍ର ଜାଗା ଦେଇଆସିଛନ୍ତି କବି। ଫୁଲ ସବୁ ଋତୁରେ ଫୁଟେ। ଏମିତି କୋଉ ଋତୁ ନାହିଁ, ଯେତେବେଳେ ଫୁଲ ଫୁଟେ ନାହିଁ! ନିଦାଘ ଖରାରେ ବି ଫୁଲ ଫୁଟେ। କିନ୍ତୁ ଭାରତ ଭଳି ଗ୍ରୀଷ୍ମପ୍ରଧାନ ଦେଶରେ ଶୀତଋତୁ ଆସିଲେ, ରାଶି ରାଶି ଫୁଲର ସମ୍ଭାର ଦେଖିବାକୁ ମିଳେ। ଫୁଲଗଛ ଲଗାଇବାକୁ ସମସ୍ତେ ମନବଳାନ୍ତି। କୁଡ଼ିଆଟିଏ ହେଉ ପଛେ ଅଗଣାରେ ଫୁଲ ଗଛଟିଏ ଲଗାଇବାକୁ ସମସ୍ତେ ଭଲ ପାଆନ୍ତି। ସହରୀ ଘରେ ଜାଗା ଅଭାବ। ତେଣୁ ବାରଣ୍ଡାରେ କିମ୍ବା ଛାତ ଉପରେ ଫୁଲକୁଣ୍ଡ ଦେଖିବାକୁ ମିଳେ। ଏବେ ରାଜଧାନୀ ଭୁବନେଶ୍ବରକୁ ଶୀତର ପହିଲି ଛୁଆଁ ପୁଲକିତ କରିଛି। ମୌସୁମୀ ଫେରିଯାଇଛି। ଆଉ ବର୍ଷା ହେବନି। ତେଣୁ ସହରବାସୀଙ୍କ ଫୁଲ ପ୍ରେମ ବଢ଼ିଛି। ନିଜ ଘରକୁ ମନ ପସନ୍ଦର ଫୁଲ ଗଛରେ ସଜାଇବାକୁ ରାଜଧାନିଆମାନେ ବଜାରରେ ଭିଡ଼ ଜମାଇଲେଣି। ସମୟ ବଦଳିଛି। ଆମ ବଜାରରେ ମିଳିଲାଣି ନାନା ରଙ୍ଗର ଭଳିକି ଭଳି ବିଦେଶୀ ବା ବାହାର ରାଇଜର ଫୁଲ। ବ୍ୟବସାୟୀମାନେ ବି ଦେଶୀ ବିଦେଶୀ ଫୁଲଚାରା ଗଦେଇଦେଲେଣି। ଦେଶୀ ଚାରା ଅପେକ୍ଷା ବିଦେଶୀ ଚାରାରେ ଅଧିକ ଫୁଟୁଥିବାରୁ, ସେସବୁ ଚାରାର ଚାହିଦା ବେଶି। ଅଧିକାଂଶ ଚାରା ବ୍ୟବସାୟୀ ଏବେ ବିଦେଶୀ ଫୁଲଚାରାକୁ ବଜାରକୁ ଆଣୁଛନ୍ତି। ଦୁଇ ନମ୍ବର ହାଟର ରାସ୍ତାକଡ଼ରେ ଅନେକ ବ୍ୟବସାୟୀ ଚାରା ପସରା ମେଲାଇ ବସିଛନ୍ତି। ବ୍ୟବସାୟୀଙ୍କ ପାଖରେ ପ୍ରାୟ ୭୬ ପ୍ରକାରର ଚାରା ମିଳୁଛି। ତା’ ଭିତରୁ ଥାଇଲ୍ୟାଣ୍ଡର ପିସ୍‌ ଲିଲି, ସାଇକ୍ରୋମ୍ୟାନ୍‌, ଅର୍କିଡ୍‌, ଜିନିଆ, ପ୍ଲାଟିକୋଟନ୍‌, ଜର୍‌ବେରା, ଖାଲାଲିଲି, ଗେଣ୍ଡୁ, ବାଙ୍ଗାଲୋର ମନ୍ଦାର, ପୁନେ ମନ୍ଦାର, ଶ୍ରୀଲଙ୍କା ଓ ଭୁଟାନ ଟଗର ପ୍ରଭୃତିର ଚାହିଦା ରହିଛି। ସେବତୀ, ଡାଲିଆ, ଡ୍ୟାନ୍ଥସ୍, ପିଟୁନିଆ, ଚେରି ଗୋଲ୍ଡ୍ ଅଷ୍ଟ୍ରିଆ, ସାଲ୍‌ଭିଆ, ମିନି ଡାଲିଆ ପ୍ରଭୃତି ଚାରା ବେଶି ବିକ୍ରି ହେଉଛି। ଗୋଟିଏ ଋତୁ କିମ୍ବା ବର୍ଷକ ଯାଏ ବଞ୍ଚୁଥିବା ଫୁଲଚାରାର ଚାହିଦା ଅଧିକ। ଗେଣ୍ଡୁ ଜାତୀୟ ସାଧାରଣ ଫୁଲକୁ ବାଦ୍‌ଦେଲେ ଅନ୍ୟ ଛୋଟଚାରାର ଦର ହାରାହାରି ମୂଲ୍ୟ ୨୦ ଟଙ୍କା ରହିଛି। ମାଟିପାତ୍ରରେ ଗଛ ହୋଇ ଫୁଲ ଫୁଟିଥିଲେ, ତାହାର ମୂଲ୍ୟ ସାଇଜ୍‌ ଅନୁଯାୟୀ ୩୦ରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଗଛଗୁଡ଼ିକ ବଡ଼ ହୋଇଥିଲେ ଦର ୫୦ରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ରହିଛି। ଚାରା ତଳିର ମୂଲ୍ୟ କିନ୍ତୁ କମ୍‌। ୧୦ଟି ଗେଣ୍ଡୁଚାରାକୁ ୨୦ ଟଙ୍କା ରହିଛି। ସର୍ବନିମ୍ନ ଚାରା ତଳିର ମୂଲ୍ୟ ୨୦ ଟଙ୍କା ରହିଥିବା ବେଳେ ଅନ୍ୟଗୁଡ଼ିକ ସାମାନ୍ୟ ଅଧିକ। ଚାରାଗୁଡ଼ିକୁ ଲଗାଇବା ଲାଗି ପାଇଁ ବିଭିନ୍ନ ଡିଜାଇନ୍‌ର ପ୍ଲାଷ୍ଟିକ୍ କୁଣ୍ଡ ମଧ୍ୟ ଏଠାରେ ବିକ୍ରି ହେଉଛି। ସିମେଣ୍ଟ, ପ୍ଲାଷ୍ଟିକ୍‌ ସହ ଟେରାକୋଟା କୁଣ୍ଡ ମଧ୍ୟ ମିଳୁଛି। ଦୁଇ ନମ୍ବର ହାଟ ବ୍ୟତୀତ ଏକ ନମ୍ବର ହାଟ, ସିଆର୍‌ପି ଛକ, ପଟିଆ, କଳ୍ପନା ଆଦି ପ୍ରମୁଖ ସ୍ଥାନରେ ମଧ୍ୟ ଫୁଲଚାରାର ପସରା ମେଲିଛି। କେତେକ ସ୍ଥାନରେ ନର୍ସରି ମଧ୍ୟ ଗଢ଼ି ଉଠିଛି। ଫୁଲଚାରା ପ୍ରସ୍ତୁତି ଓ ବିକ୍ରି ଏକ ଲାଭଜନକ ବ୍ୟବସାୟ ହୋଇଥିବାରୁ ନିଜ ଜାଗାରେ ଅନେକ ଲୋକ ଏହା କରୁଛନ୍ତି। କିଛି ବଙ୍ଗୀୟ ବ୍ୟବସାୟୀ ଟ୍ରଲିରେ ଗଳିକନ୍ଦି ବୁଲି ଚାରା ବିକୁଛନ୍ତି। ବଜାର ଅପେକ୍ଷା ସେମାନଙ୍କ ପାଖରେ ଦାମ୍‌ ଟିକିଏ ଅଧିକ ରହୁଛି।

ସ୍ତମ୍ଭ 13 Nov 2025 6:56 am

Ekamra Bali Yatra: ଦୁଲ୍‌ଦୁଲି ଦୁଲୁକାଇଲା କୁଆଖାଇ ପଠା

ବାଲିଅନ୍ତା: ଆଜି ଏକାମ୍ର ବାଲିଯାତ୍ରାର ଅନ୍ତିମ ସନ୍ଧ୍ୟାକୁ ସମ୍ବଲପୁରୀ ନୃତ୍ୟ ଓ ବାଦ୍ୟ କବ୍‌ଜା କରିନେଇଥିଲା। ମଞ୍ଚରେ ବାଜୁଥିବା ଦୁଲ୍‌ଦୁଲି ଆଜି ପୂରା ବାଙ୍କୁଆଳ ପଠାକୁ ଦୁଲୁକାଇଥିଲା। ପୁରୁଣା ସମ୍ବଲପୁରୀ ଗୀତର ତାଳେତାଳେ ଦୁଲ୍‌ଦୁଲି ବାଦ୍ୟ ଆଜି ଶୀତୁଆ ସଂଜରେ ଭିନ୍ନ ପ୍ରକାରର ଉଷ୍ମତା ଭରିଦେଇଥିଲା। ଶେଷ ସନ୍ଧ୍ୟା ହେଲେ ହେଁ ଆଜି ମେଳା ବୁଲିବାକୁ ଆସିଥିବା ହଜାର ହଜାର ଲୋକେ ବେଶ୍ ମଜା ଉଠାଇଥିଲେ। ଉଦ୍‌ଯାପନୀ ଉତ୍ସବ ପାଇଁ ଆଜି କୁଆଖାଇ ନଈର ବାଙ୍କୁଆଳ ପଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ମେଳା ବୁଲିବା ପାଇଁ ଯେତିକି ଲୋକ ଆସିଥିଲେ, ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବାକୁ ତା’ଠୁ ବେଶି ଲୋକ ଜମିଥିଲେ। ଆଜି ସନ୍ଧ୍ୟାରେ ବରଗଡ଼ ଜିଲ୍ଲା ମୋହନି ଫୋକ୍‌ ଡ୍ୟାନ୍ସ ଏକାଡେମୀ ପ୍ରଥମେ ମଞ୍ଚ ସମ୍ଭାଳି ଥିଲା। କାନ୍ଧରେ ଦୁଲ୍‌ଦୁଲି ଝୁଲାଇ ୧୫ଜଣ କଳାକାର ମଞ୍ଚରେ ବିଜୁଳି ଘଡ଼ଘଡ଼ିର ଅନୁରୂପ ଶବ୍ଦ ସୃଷ୍ଟି କରିଥିଲେ। ଗୁରୁ କୁବେର ସାହୁଙ୍କ ନୃତ୍ୟ ସଂଯୋଜନାରେ ରତନ ଓ ମୌସୁମୀଙ୍କ ସଙ୍ଗୀତ ତାଳେତାଳେ ବାଜୁଥିଲା ଦୁଳ୍‌ଦୁଲି ସାଙ୍ଗରେ ଢୋଲ, ନିଶାନ, ଝାଞ୍ଜ, ମହୁରି ଓ ତାସା ଆଦି ପାରମ୍ପରିକ ବାଦ୍ୟଯନ୍ତ୍ର। ‘ହେ ରଙ୍ଗବତୀ...’, ‘ଆମେ ସମ୍ବଲପୁରିଆ ଫୁଲରେ...’, ‘ରସଲ୍‌କେଲି...’, ‘ହେ ରସ ଜାମୁ ଡାଳି...’ ଓ ‘ଡାଲ୍‌ଖାଇ...’ ଭଳି ପୁରୁଣା ତଥା ଚିରସବୁଜ ସମ୍ବଲପୁରୀ ଗୀତରେ ନୃତ୍ୟ ଦର୍ଶକମାନଙ୍କୁ ନଦୀର ବାଲିପଠାରେ ଝୁମାଇଥିଲା। ଦ୍ୱିତୀୟ ପ୍ରସ୍ତୁତିରେ ହାଇଟେକ୍‌ ଛକସ୍ଥିତ ଡ୍ୟାନ୍ସ ଇମେଜ୍‌ର ଗୁରୁ ସତ୍ୟଜିତ ଦାଶଙ୍କ ନୃତ୍ୟ ସଂଯୋଜନାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ଦୁର୍ଗାସ୍ତୁତିରେ ମାଆ ଦୁର୍ଗାଙ୍କର ବିଭିନ୍ନ ରୂପଚର୍ଯ୍ୟା ଦର୍ଶକମାନଙ୍କୁ ଉଲ୍ଲସିତ କରିଥିଲା। ତୃତୀୟ ସୋପାନରେ ଶ୍ରୀନିବାସ ଘଟୁଆରୀଙ୍କ ଅନୁଚିନ୍ତନମ୍‌ ନୃତ୍ୟାନୁଷ୍ଠାନ, ନୃତ୍ୟାଭିନୟରେ ଜଗନ୍ନାଥ ସ୍ତୁତି ପରିବେଷଣ କରି ଦର୍ଶକମାନଙ୍କୁ ଭାବବିହ୍ବଳ କରିଥିଲା। ଶେଷରେ ସୁଜ୍ଞାନୀ ମହାପାତ୍ର ଓ ସାଥୀ କଳାକାରଙ୍କ ଦ୍ୱାରା ପରିବେଷିତ ମେଲୋଡି କାର୍ଯ୍ୟକ୍ରମ ମଧ୍ୟ ଦର୍ଶକଙ୍କୁ ମତୁଆଲା କରିଥିଲା।

ସ୍ତମ୍ଭ 13 Nov 2025 6:53 am

The thief is returning: ମାତିଛି ଜେଲ୍‌ ଫେରନ୍ତା ସିନ୍ଧିଚୋର

ଭୁବନେଶ୍ବର: ଜାମିନରେ ମୁକୁଳି ଜେଲ୍‌ରୁ ଆସିଥିବା କୁଖ୍ୟାତ ସିନ୍ଧିଚୋର ସେକ୍‌ ଔରଙ୍ଗଜେବ୍‌ ପୁଣି ଡୁମୁଡୁମା ଅଞ୍ଚଳରେ ମାତିଛି। ହାଉସିଂବୋର୍ଡ କଲୋନିରେ ହୋଇଥିବା ସିନ୍ଧିଚୋରି ମାମଲାରେ ତା’ର ସହଯୋଗୀ ତସିଫ୍ ମହମ୍ମଦ(୩୨)କୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। କିନ୍ତୁ ଔରଙ୍ଗଜେବ୍‌ ଖସିଯାଇଛି। ଅଭିଯୋଗକାରୀ ବାପି ନାୟକ ଗାଁକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ କଳାକନା ବୁଲାଇ ଦେଇଥିଲେ। ଆଲ୍‌ମିରାରୁ ଗୋଟିଏ ସୁନା ଚେନ୍‌, ତିନିଟି ରୁପା ଚେନ୍, ହଳେ ରୁପା ପାଉଁଜି, ଗୋଟିଏ ରୁପା ବ୍ରତ ଓ କିଛି ନଗଦ ଟଙ୍କା ଚୋରି ହୋଇଥିଲା। ଖଣ୍ଡଗିରି ଥାନା ପୁଲିସ ତଦନ୍ତ କରି ସ୍ଥାନୀୟ ଅପରାଧୀ ଓ ଜେଲ୍‌ରୁ ମୁକୁଳିଥିବା କିଛି ଚୋରଙ୍କ ପିଛା କରିଥିଲା। ଜଣାପଡ଼ିଥିଲା ଯେ ରେହମତନଗର କବାଡ଼ିଆବସ୍ତିର ଔରଙ୍ଗଜେବ୍ ଚୋରି ଘଟଣା ରାତିରେ ଘରେ ନଥିଲା। ତେଣୁ ପୁଲିସର ସନ୍ଦେହ ବଢ଼ିଥିଲା ଏବଂ ତାକୁ ଖୋଜିଥିଲା। ରଘୁନାଥନଗର ଅଟୋଷ୍ଟାଣ୍ଡ୍‌ରେ ତସିଫ୍‌କୁ ଗିରଫ କରିଥିଲା। ତା’ ପାଖରୁ ଦୁଇଟି ରୁପା ବାର୍ ଜବତ କରାଯାଇଛି। ସେମାନେ ଚୋରି ରୁପାଗହଣାକୁ ତରଳାଇଥିଲେ।

ସ୍ତମ୍ଭ 13 Nov 2025 6:46 am

Harishchandra Baxipatra: ୧୭ରେ ହରିଶ୍ଚନ୍ଦ୍ର ବକ୍ସିପାତ୍ର ଜୟନ୍ତୀ

ଭୁବନେଶ୍ୱର: ଆସନ୍ତା ୧୭ ତାରିଖ ସୋମବାର ଜୟଦେବ ଭବନଠାରେ ପୂର୍ବତନ ମନ୍ତ୍ରୀ ହରିଶ୍ଚନ୍ଦ୍ର ବକ୍ତିପାତ୍ରଙ୍କ ୯୨ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ ଦୁଶ୍ୟନ୍ତ ଦାଭେ ହରିଶ୍ଚନ୍ଦ୍ର ବକ୍ତିପାତ୍ର ସ୍ମାରକୀ ବକ୍ତୃତା ପ୍ରଦାନ କରିବେ। ଜୟନ୍ତୀ ଉତ୍ସବରେ ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରାଙ୍କୁ ସମାଜସେବା କ୍ଷେତ୍ରରେ ସମ୍ମାନିତ କରାଯିବ। ସେହିପରି ବରିଷ୍ଠ ସାମ୍ବାଦିକ ପ୍ରିୟରଞ୍ଜନ ସାହୁଙ୍କୁ ସ୍ମୃତି କମିଟି ପକ୍ଷରୁ ସମ୍ମାନିତ କରାଯିବ। ଜୟନ୍ତୀ ଉତ୍ସବରେ ପାକ୍ଷିକ ପତ୍ରିକା ‘ଲୋକନୀତି’ର ବିଶେଷ ସଂସ୍କରଣ ସହିତ ଉତ୍ସବର ରୌପ୍ୟଜୟନ୍ତୀ ଉପଲକ୍ଷେ ସ୍ବର୍ଗତ ବକ୍ସିପାତ୍ରଙ୍କ ଉପରେ ଏକ ପୁସ୍ତକ ସଂକଳନ ଉନ୍ମୋଚନ କରାଯିବ। ଏନେଇ ଆଜି ଅପରାହ୍ଣରେ ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମୃତିକମିଟି ପକ୍ଷରୁ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇଙ୍କ ସଭାପତିତ୍ୱରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶତାୟୁ ପୁରୁଷ ପଦ୍ମଚରଣ ନାୟକ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ସୁବ୍ରତ ନନ୍ଦ, ସୁବାସ ଦାସ, ଦିଲୀପ ଦାଶଶର୍ମା, ଅମର ପ୍ରସାଦ ମିଶ୍ର, ଉପେନ୍ଦ୍ର ପାଢ଼ୀ, ପ୍ରଫୁଲ୍ଲ ଦାସ, ରାଇମୋହନ ପଟ୍ଟନାୟକ, ଶୁଧେନ୍ଦୁ ରାଉତରାୟ, ବିକାଶ ଗିରି, ଚିତ୍ତରଞ୍ଜନ କର, ରବି ନାହାକ, ସିରାଜୁଦ୍ଦିନ ଅଲ୍ଲୀ, ଦୟାନିଧି ରାଉତ, ରାମମୂର୍ତ୍ତି ପାତ୍ର, ଗନ୍ଧର୍ବ ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ସମ୍ପାଦିକା ଲୋପାମୁଦ୍ରା ବକ୍ତିପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସ୍ତମ୍ଭ 13 Nov 2025 6:43 am

Report sought from CRUT: ‘ଆମ ବସ୍‌’ରେ ନାହିଁ ଦିବ୍ୟାଙ୍ଗ-ସହାୟକ ବ୍ୟବସ୍ଥା କ୍ରୁଟ୍‌ ପରିଚାଳନା ନିର୍ଦ୍ଦେଶକଙ୍କ ନିକଟରୁ ରିପୋର୍ଟ ତଲବ

କଟକ: ଟୁଇନ୍‌ ସିଟି କଟକ-ଭୁବନେଶ୍ୱରରେ ଚଳାଚଳ କରୁଥିବା ‘ଆମ ବସ୍‌’ରେ ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ଆବଶ୍ୟକ ସୁବିଧା ନଥିବା ଅଭିଯୋଗକୁ ରାଜ୍ୟ ଭିନ୍ନକ୍ଷମ କମିସନର (ଏସ୍‌ସିପିଡି) ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। କମିସନର ଏ ସଂପର୍କିତ ମାମଲାର ଶୁଣାଣି କରି କ୍ରୁଟ୍ (କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ) ପରିଚାଳନା ନିର୍ଦ୍ଦେଶକଙ୍କ ନିକଟରୁ ରିପୋର୍ଟ ତଲବ କରିଛନ୍ତି। କ୍ରୁଟ୍‌ ପରିଚାଳନା ନିର୍ଦ୍ଦେଶକ ଆବେଦନରେ ଉଲ୍ଲେଖ ଅଭିଯୋଗର ତଦନ୍ତ କରିବା ସହିତ ଏହି ପ୍ରସଙ୍ଗରେ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିବେ। ଏ ନେଇ ନଭେମ୍ବର ୨୮ ସୁଦ୍ଧା ବିସ୍ତୃତ ରିପୋର୍ଟ କମିସନରଙ୍କ ନିକଟରେ ଦାଖଲ କରିବେ। କମିସନର ଦିବ୍ୟାଙ୍ଗ ଅଧିକାର କର୍ମୀ ମଣ୍ଟୁ ଦାସଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଟୁଇନ୍‌ ସିଟି କଟକ-ଭୁବନେଶ୍ବରରେ ଚାଲିଥିବା ଆମ ବସ‌୍‌ରେ ଦିବ୍ୟାଙ୍ଗଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା ନଥିବା ଶ୍ରୀ ଦାସ ଅଭିଯୋଗ କରିଛନ୍ତି। କମିସନରଙ୍କ ନିକଟରେ ଦାଖଲ ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଆମ ବସ୍‌ରେ ଦିବ୍ୟାଙ୍ଗ ଅଧିକାର ଆଇନ କ୍ଷୁଣ୍ଣ ହେଉଛି। ଏହି ବସ୍‌ରେ ରୢାମ୍ପସ୍ ନଥିବାରୁ ହୁଇଲଚେୟାର ବ୍ୟବହାର କରୁଥିବା ଦିବ୍ୟାଙ୍ଗମାନଙ୍କ ଚଡ଼ିବା, ଓହ୍ଲାଇବା ଅସମ୍ଭବ। ଏଥି ସହିତ ଆମ ବସ୍‌ରେ ଚଢ଼ିବା ପାଇଁ କମ୍‌ ଉଚ୍ଚର ପ୍ରବେଶ ବ୍ୟବସ୍ଥା ମଧ୍ୟ ନାହିଁ। ଆମ ବସ୍‌ରେ ଅଡିଓ ଓ ଭିଡିଓ ମାଧ୍ୟମରେ ଘୋଷଣା ବ୍ୟବସ୍ଥା ସହିତ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ସିଟ୍‌ ସଂରକ୍ଷିତ ରଖାଯିବା କଥା। ୨୦୧୬ର ଭିନ୍ନକ୍ଷମଙ୍କ ଅଧିକାର ସଂପର୍କିତ ଆଇନ ଅନୁସାରେ ପରିବହନ ବ୍ୟବସ୍ଥାକୁ ଦିବ୍ୟାଙ୍ଗ ଅନୁକୂଳ କରାଯିବା ବାଧ୍ୟତାମୂଳକ। ଆମ ବସ୍‌ରେ ଆଇନ ଅନୁସାରେ ଜଣେ ଦିବ୍ୟାଙ୍ଗୁ ସମାନ ସୁଯୋଗ, ସୁବିଧା ଦିଆଯିବା କଥା। ସମ୍ମାନର ସହିତ ଦିବ୍ୟାଙ୍ଗ ଯେପରି ଗମନାଗମନ କରିପାରିବେ ତାହା ସୁନିଶ୍ଚିତ କରାଯିବା ଉଚିତ। ଏହି ଆଇନ କଡ଼ାକଡ଼ି ପାଳନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ମାତ୍ର କ୍ରୁଟ୍‌ ଦ୍ବାରା ପରିଚାଳିତ ବସ୍‌ରେ ଦିବ୍ୟାଙ୍ଗ ଅନୁକୂଳ ବ୍ୟବସ୍ଥା କରାଯାଉ ନଥିବାରୁ ଦିବ୍ୟାଙ୍ଗମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଶ୍ରୀ ଦାସଙ୍କ ଆବେଦନରେ ଉଲ୍ଲେଖ କରାଯାଇଥିଲା।

ସ୍ତମ୍ଭ 13 Nov 2025 6:41 am

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୫’ ଉଦ୍‌ଘାଟିତ; ଶିଶୁଙ୍କ ସ୍ବପ୍ନ ସାକାର ଆମ ପ୍ରାଥମିକତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶିଶୁମାନେ ହେଉଛନ୍ତି ଭବିଷ୍ୟତ। ଆମର ଆଶା। ସେମାନଙ୍କ ସ୍ୱପ୍ନକୁ ସାକାର କରିବା ଏବଂ ମାର୍ଗଦର୍ଶନ ଆମର ସର୍ବୋଚ୍ଚ ପ୍ରାଥମିକତା ହେବା ଆବଶ୍ୟକ ବୋଲି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’କୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୟୁନିଟ୍-୩ସ୍ଥିତ କ୍ୟାପିଟାଲ ହାଇସ୍କୁଲଠାରେ ଆୟୋଜିତ ତିନିଦିନିଆ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭା‌ବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ ପ୍ରାକ୍‌ ପ୍ରାଥମିକ ଶିକ୍ଷାଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ପ୍ରୟାସ ଜାରି ରହିଛି। ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ପିଏମ୍‌-ଶ୍ରୀ ଯୋଜନା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଛି। ଜାତୀୟ ଶିକ୍ଷାନୀତି ୨୦୨୦ ବିଦ୍ୟାଳୟସ୍ତରରୁ ବିଶ୍ୱବିଦ୍ୟାଳୟ ଯାଏଁ ସଫଳତାର ସହ କାର୍ଯ୍ୟକାରୀ ହୋଇଛି। ରାଜ୍ୟର ୪୫ହଜାର ବିଦ୍ୟାଳୟରେ ଆରମ୍ଭ ହୋଇଥିବା ଶିଶୁ ବାଟିକାରେ ଛୋଟ ପିଲାଙ୍କର ଯତ୍ନ ଓ ପ୍ରାରମ୍ଭିକ ଶିକ୍ଷା ପାଇଁ ଶିଶୁ ସେବିକାଙ୍କୁ ନିଯୁକ୍ତ କରାଯିବ। ସେ କହିଲେ ଚଳିତ ରାଜ୍ୟ ବଜେଟରେ ଆମ ସରକାର ଶିକ୍ଷା ପାଇଁ ୪୧ହଜାର ୨୭୩ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ବଜେଟ୍‌ର ୧୪.୨ ପ୍ରତିଶତ ଅର୍ଥାତ୍ ରାଜ୍ୟ ଜିଡିପିର ୩.୯ ପ୍ରତିଶତ ଅର୍ଥ କେବଳ ଶିକ୍ଷାକ୍ଷେତ୍ରରେ ଖର୍ଚ୍ଚ ହେଉଛି, ଯାହାକି ଦେଶରେ ଅଳ୍ପ କିଛି ରାଜ୍ୟ ସମର୍ଥ ହୋଇଛନ୍ତି। ବଜେଟ୍‌ର ସିଂହଭାଗ ପ୍ରାଥମିକ ଶିକ୍ଷା କ୍ଷେତ୍ରକୁ ଦିଆଯାଉଛି। ‘ସୁରଭି’ ହେଉଛି ଶିଶୁ ପ୍ରତିଭାର ବିକାଶ ପାଇଁ କେବଳ ଏକ ଉତ୍ସବ ନୁହେଁ, ବରଂ ପ୍ରତ୍ୟେକ ଶିଶୁଙ୍କ ସ୍ୱପ୍ନ, ସୃଜନଶୀଳତା ଓ ପ୍ରତିଭା ବିକାଶର ମଞ୍ଚ। ବିଦ୍ୟାର୍ଥୀଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ଏକ ଅଦ୍ବିତୀୟ ପ୍ଲାଟ୍‌ଫର୍ମ ବୋଲି ସେ ମତବ୍ୟକ୍ତ କରିଥିଲେ।ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଶିକ୍ଷା ବ୍ୟବସ୍ଥାରେ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ, ଉଚ୍ଚଶିକ୍ଷା ଭଳି ବିଭିନ୍ନ ସ୍ତର ରହିଛି। ସବୁ ସ୍ତରର ବିକାଶ ହୋଇପାରିଲେ ହିଁ ଆମ ରାଜ୍ୟର ଶିକ୍ଷା କ୍ଷେତ୍ରର ବିକାଶ ସମ୍ଭବ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ବାବୁ ସିଂ, ଗଣଶିକ୍ଷା ସଚିବ ଏନ୍. ତିରୁମାଲା ନାଏକ, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବୀରେନ୍ଦ୍ର କୋର୍କରା, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ନିୟତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଯୁକ୍ତ୨ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା କଳାରେ ଦେବେନ୍ଦ୍ର ଖମାରିଆ, ବିଜ୍ଞାନରେ ସୁଶୀଲ କୁମାର ନାୟକ, ବାଣିଜ୍ୟରେ ସ୍ବର୍ଣ୍ଣରେଖା ମନ୍ତ୍ରୀ ଓ ଧନ୍ଦାମୂଳକ ଶିକ୍ଷାରେ ସୁପ୍ରିୟା ସୂତାରଙ୍କୁ ମୁଖ୍ୟମନ୍ତ୍ରୀ ୨୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଥିଲେ। ବିଭିନ୍ନ ପ୍ରତିଯୋଗିତା ଏବଂ ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଭାଷା ବୃତ୍ତି ପାଇଁ ୫ ଜଣଙ୍କୁ ପୁରସ୍କୃତ କରାଯିବା ସହ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ହୁଇଲ ଚେୟାର ବଣ୍ଟନ ହୋଇଥିଲା।

ସ୍ତମ୍ଭ 13 Nov 2025 6:33 am

Naxals' vigorous effort: ଶକ୍ତି ବଢ଼ାଇବାକୁ ନକ୍ସଲଙ୍କ ଜୋର୍‌ଦାର ପ୍ରୟାସ: ଗାଁରେ ବୁଲୁଛନ୍ତି ନାଟ୍ୟମଣ୍ଡଳୀ

ମାଲକାନଗିରି: ଶକ୍ତି ହରାଇବା ପରେ ଦୁଇ ଭାଗ ହୋଇଯାଇଛି ନକ୍ସଲ ସଂଗଠନ। ଗୋଟିଏ ଗୋଷ୍ଠୀ ଅସ୍ତ୍ରବିରତି ପ୍ରସ୍ତାବ ଦେଉଥିଲା ବେଳେ ଆଉଏକ ଗୋଷ୍ଠୀ ପୁଣି ଶକ୍ତି ବଢ଼ାଇବା ଲାଗି ପ୍ରୟାସ ଆରମ୍ଭ କରିଛି। ଅନ୍ୟପଟେ ସଂଗଠନକୁ ମୂଳପୋଛ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଜାରି ରହିଛି। ଚଳିତବର୍ଷ ସୁରକ୍ଷା କର୍ମୀଙ୍କ ଅପରେସନ୍‌ରେ ୫୩୯ଜଣ ନକ୍ସଲ ନିହତ ହୋଇସାରିଲେଣି। ଏଥିରେ ସଂଗଠନର ଟପ୍‌ କ୍ୟାଡର ରହିଛନ୍ତି। ସେହିପରି ୨୨ଶହ ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ ୩୦୦ରୁ ଅଧିକ ଗିରଫ ହୋଇଛନ୍ତି। ସଂପୂର୍ଣ୍ଣ ଦୁର୍ବଳ ହୋଇଯାଇଛି ଲାଲ ବାହିନୀ। ତଥାପି ଅସ୍ତିତ୍ବକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଛି। ତେଣୁ ଯୋଜନା ଅନୁସାରେ ନକ୍ସଲ ସଂଗଠନର ନାଟ୍ୟମଣ୍ଡଳୀକୁ ଅଧିକରୁ ଅଧିକ ସକ୍ରିୟ କରାଯାଇଛି। ନାଟ୍ୟମଣ୍ଡଳୀରେ ବହୁ ସଂଖ୍ୟାରେ ଯୁବକ ଯୁବତୀ ରହିଛନ୍ତି। ନାଚ, ଗୀତ ମାଧ୍ୟମରେ ସଂଗଠନର ବାର୍ତ୍ତା ତୃଣମୂଳସ୍ତରରେ ପହଞ୍ଚାଇବା ଦାୟିତ୍ବ ନେଇଛନ୍ତି। ସଂଗଠନରେ ନୂଆ ସଦସ୍ୟଙ୍କୁ ସାମିଲ କରିବାକୁ ନାଟ୍ୟମଣ୍ଡଳୀକୁ ଏବେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଛି। ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ବିଜାପୁର, ଦନ୍ତେଵାଡ଼ା ଓ ସୁକମାର ଆଭ୍ୟନ୍ତରୀଣ ଗ୍ରାମଗୁଡ଼ିକରେ ନାଟ୍ୟମଣ୍ଡଳୀ ସଦସ୍ୟ ଏବେ ଡେରା ପକାଇଛନ୍ତି। ଦୁର୍ଗମ ଗାଁରେ ନାଟ୍ୟମଣ୍ଡଳୀ ପ୍ରଚାରକୁ ଜୋର୍‌ଦାର କରି ନକ୍ସଲ ସଂଗଠନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଲୋକଙ୍କୁ ବୁଝାଉଛି। ଜନସମର୍ଥନ ଜୁଟାଇବା ଲକ୍ଷ୍ୟ ନେଇ ନାଟ୍ୟମଣ୍ଡଳୀର ଏହି ପ୍ରୟାସ କିଭଳି ପ୍ରଭାବ ପକାଉଛି ତାହାର ଆକଳନ କରୁଛି ପୁଲିସ। ଗୁଇନ୍ଦା ବିଭାଗ ସକ୍ରିୟ ହୋଇ ନାଟ୍ୟମଣ୍ଡଳୀର ଗତିବିଧି ଉପରେ ନଜର ରଖିଛି। ସେହିପରି ପୁଲିସ ମଧ୍ୟ ଗ୍ରାମାଞ୍ଚଳରେ ଜନସଂପର୍କ କାର୍ଯ୍ୟକ୍ରମ ବଢ଼ାଇଥିବା ସୂଚନା ମିଳିଛି। ସଂଗଠନର ଘାତକ ଆଭିମୁଖ୍ୟ ସଂପର୍କରେ ଗ୍ରାମାଞ୍ଚଳର ଲୋକଙ୍କୁ ପୁଲିସ ଅବଗତ କରାଉଥିବା ଜଣାପଡ଼ିଛି। ପୁଲିସ ଓ ନକ୍ସଲ ସଂଗଠନର ପରିବର୍ତ୍ତିତ ରଣନୀତି ରୋଚକ ସ୍ଥିତି ସୃଷ୍ଟି କରିଛି।

ସ୍ତମ୍ଭ 13 Nov 2025 6:24 am

NIA Focus: ଏନ୍‌ଆଇଏ ଫୋକସ୍‌ରେ ଅଲ୍‌ ଫଲାହ ବିଶ୍ବବିଦ୍ୟାଳୟ ଜିହାଦୀ ନେଟ୍‌ୱର୍କ ଠାବ ପରେ ବ୍ୟାପକ ଖୋଳତାଡ଼

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ଘଟଣା ସାରା ଦେଶକୁ ସ୍ତବ୍ଧ କରିଛି। ଏହି ଘଟଣାର ତଦନ୍ତ ତ୍ବରାନ୍ବିତ ହୋଇଥିବା ବେଳେ ଏବେ ଏହାକୁ ନେଇ ଅନେକ ଲିଙ୍କ୍‌ର ପର୍ଦ୍ଦାଫାସ ହେବାରେ ଲାଗିଛି। ଏନ୍‌ଆଇଏ ସମେତ ବିଭିନ୍ନ ତଦନ୍ତକାରୀ ସଂସ୍ଥା ଏବେ ଫରିଦାବାଦ ସ୍ଥିତ ଅଲ୍‌ ଫଲାହ ବିଶ୍ବବିଦ୍ୟାଳୟ ଉପରେ ସେମାନଙ୍କ ଫୋକସ୍‌ ରଖିଛନ୍ତି। ମାମଲା‌ରେ ଡାକ୍ତର ଏବଂ ପ୍ରଫେସରଙ୍କ ସମେତ ଅନେକ ଅଭିଯୁକ୍ତ ଏହି ଅନୁଷ୍ଠାନର ପୂର୍ବତନ ଛାତ୍ର କିମ୍ବା ଅନୁଷ୍ଠାନରେ କାର୍ଯ୍ୟରତ ଥିବା ଜଣାପଡ଼ିଛି। ଏବେ ଏହି ଦିଗକୁ ତଦନ୍ତକାରୀ ଦଳ ଭଲଭାବେ ତଦନ୍ତ କରୁଛନ୍ତି। ସନ୍ଦିଗ୍ଧ ଆତ୍ମଘାତୀ ଆକ୍ରମଣକାରୀ ଡାକ୍ତର ମହମ୍ମଦ ଉମର ନବି ବିଶ୍ବବିଦ୍ୟାଳୟର ମେଡିକାଲ କଲେଜରେ ଜଣେ ସହକାରୀ ପ୍ରଫେସର ଥିଲା। ଗିରଫ ହୋଇଥିବା ଅନ୍ୟ ୨ ଜଣ ଡାକ୍ତର ତଥା ଡାକ୍ତର ମୁଜାମିଲ ସକିଲ ଏବଂ ଶାହିନ ସା‌ହିଦ ମଧ୍ୟ ଏହି ବିଶ୍ବବିଦ୍ୟାଳୟରେ କାର୍ଯ୍ୟ କରିଥିଲେ। ଉଭୟଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ପ୍ରଚୁର ପରିମାଣର ଗୋଳାବାରୁଦ ସହ ଗିରଫ କରାଯାଇଥିଲା। ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ବିଶ୍ବବିଦ୍ୟାଳୟ ପରିସରର ଲାବ୍ରୋଟୋରି ଏବଂ ମେଡିକାଲ ଭିତ୍ତିଭୂମି ଆଇଇଡି ପ୍ରସ୍ତୁତି ପାଇଁ ଅପବ୍ୟବହାର କରାଯାଇଥିଲା କି ନାହିଁ ସେ ଦିଗରେ ତଦନ୍ତ କରାଯାଉଛି। ତଦନ୍ତକାରୀ ସଂସ୍ଥା ଏଯାବତ ୨୯୦୦ କିଲୋଗ୍ରାମ ବିସ୍ଫୋରକ, ଅତ୍ୟାଧୁନିକ ରାଇଫଲ ପ୍ରସ୍ତୁତି ସାମଗ୍ରୀ ଜବତ କରିଛି। ସେହିପରି ସନ୍ଦିଗ୍ଧଙ୍କ ଦ୍ବାରା ବ୍ୟବହାର କରାଯାଉଥିବା ଯୋଗାଯୋଗ ଉପକରଣ ମଧ୍ୟ ପୁଲିସ ଜବତ କରିଛି। ଉଲ୍ଲେଖଯୋଗ୍ୟ, ଅଲ୍‌ ଫଲା ବିଶ୍ବବିଦ୍ୟାଳୟ ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆଠାରୁ ମାତ୍ର ୩୦ କିମି ଦୂରରେ। ଅଲ୍‌ ଫଲାହ ଚାରିଟେବଲ ଟ୍ରଷ୍ଟ୍‌ ଦ୍ବାରା ଏହା ପରିଚାଳନା କରାଯାଉଛି ଏବଂ ନୂଆଦିଲ୍ଲୀ ଓ ଖଲାର ଜାମିଆ ନଗରରେ ଏହାର ପଂଜୀକରଣ କରାଯାଇଛି। ୧୯୯୫ରେ ପ୍ରତିଷ୍ଠା ହୋଇଥିବା ଏହି ଟ୍ରଷ୍ଟ୍‌ ଉଚ୍ଚ ଶିକ୍ଷା ବାଦ୍‌ ‘ଫଲା ୱାଟର ଏଡ୍‌’, ‘ଫଲା ଫୁଡ୍‌ ଏଡ୍‌’, ‘ଫଲା ୱିଣ୍ଟର ଏଡ୍‌’ ଇତ୍ୟାତି ପରିଚାଳନା କରୁଥିଲା। ଅଲ ଫଲା ମେଡିକାଲ କଲେଜ ଏବେ ତଦନ୍ତର ମୁଖ୍ୟ କେନ୍ଦ୍ରବିନ୍ଦୁରେ ପରିଣତ ହୋଇଛି। ଅଲ ଫଲା ବିଶ୍ବବିଦ୍ୟାଳୟର ଧୌଜ କ୍ୟାମ୍ପସ୍‌ ଅଧୀନରେ ଏହା କାର୍ଯ୍ୟକ୍ଷମ। ବିଶ୍ବବିଦ୍ୟାଳୟ ୭୦ ଏକର ବ୍ୟାପୀ ଅଞ୍ଚଳରେ ପରିବ୍ୟାପ୍ତ। ପ୍ରଥମେ ୧୯୯୭ରେ ଏହା ଏକ ଇଞ୍ଜିନିୟରିଂ କଲେଜ ଭାବେ ଆରମ୍ଭ ହୋଇଥିଲା। ୨୦୧୩ରେ ଅଲ ଫଲାହକୁ ଏ ଶ୍ରେଣୀ ନାକ୍‌ (ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡିଏସନ୍‌ କାଉନସିଲ) ସ୍ବିକୃତୀ ମିଳିଥିଲା। ୨୦୧୪ରେ ହରିୟାଣା ସରକାର ଅଲ ଫଲାହକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଥିଲେ। ମେଡିକାଲ କଲେଜରେ ୨୦୧୯ରେ ଏମବିବିଏସ୍‌ କୋର୍ସ ଏବଂ ୨୦୨୩ରେ ପୋଷ୍ଟଗ୍ରାଜୁଏଟ୍‌ କୋର୍ସ ଯୋଡ଼ି ହୋଇଥିଲା।

ସ୍ତମ୍ଭ 13 Nov 2025 6:21 am

Male dominance : ବିହାର ଭୋଟ ବ୍ୟାଙ୍କ ରାଜନୀତି ସମୀକରଣରେ ପୁରୁଷଙ୍କ ପ୍ରାଧାନ୍ୟ ହ୍ରାସ

ନୂଆଦିଲ୍ଲୀ: ଗତ କିଛି ଦଶନ୍ଧିରେ ବିହାର ବିଧାନସଭା ନିର୍ବାଚନରେ ମହିଳାମାନଙ୍କ ଅଂଶଗ୍ରହଣକୁ ଦେଖିଲେ ଜଣାପଡ଼େ ଯେ ଏହା ସେମାନଙ୍କ ଉପସ୍ଥିତିର ରଣନୀତିକୁ ପ୍ରତିଫଳିତ କରିଥାଏ। ୧୯୬୨ ମସିହାରେ ପ୍ରତ୍ୟେକ ଦଶ ଜଣରେ ମାତ୍ର ତିନି ଜଣ ମହିଳା ଭୋଟର ମତଦାନ ପାଇଁ ଆସୁଥିବା ବେଳେ ୨୦୨୦ ମସିହା ସୁଦ୍ଧା ଏହି ସଂଖ୍ୟା ଛଅକୁ ବୃଦ୍ଧି ପାଇଥିଲା। ନିର୍ବାଚନ କମିସନର ତଥ୍ୟ ଦର୍ଶାଉଛି ଯେ ୧୯୬୨ରୁ ୨୦୦୦ ମସିହା ମଧ୍ୟରେ ମହିଳାମାନଙ୍କର ମତଦାନ ହାର ୩୦%ରୁ ୫୯.୬%କୁ ବୃଦ୍ଧି ପାଇବା ଫଳରେ ମତଦାନ କ୍ଷେତ୍ରରେ ଲିଙ୍ଗଗତ ତାରତମ୍ୟ ଦୂର ହୋଇଛି। ଗତ ବିଧାନସଭା ନିର୍ବାଚନରେ ମୋଟ ୨୪୩ଟି ଆସନ ମଧ୍ୟରୁ ୧୬୯ଟି ଆସନରେ ପୁରୁଷଙ୍କ ତୁଳନାରେ ଅଧିକ ସଂଖ୍ୟକ ମହିଳା ଭୋଟ ଦେଇଥିଲେ। ରେକର୍ଡ ସୂଚାଇ ଦେଉଛି ଯେ ଯେତେବେଳେ ପୁରୁଷମାନଙ୍କ ତୁଳନାରେ ଅଧିକ ସଂଖ୍ୟକ ମହିଳା ଭୋଟ ଦିଅନ୍ତି, ତାହା ଏନ୍‌ଡିଏକୁ ଲାଭବାନ କରିଥାଏ। ୨୦୧୦ ମସିହାରୁ ଏହି ପରିବର୍ତ୍ତନ ଆରମ୍ଭ ହୋଇଥିଲା ଯେତେବେଳେ ପ୍ରଥମ ଥର ପାଇଁ ମହିଳାମାନଙ୍କ ମତଦାନ ହାର ୫୪% ଅତିକ୍ରମ କରିଥିଲା। ଅନ୍ୟ ପକ୍ଷରେ ପୁରୁଷ ମତାଦାତାଙ୍କ ମତଦାନ ହାର ୫୧% ରହିଥିଲା। ଏହି ସଫଳତା ପଛରେ ଜନ ସଚେତନତାର ପ୍ରମୁଖ ଭୂମିକା ରହିଥିବାବେଳେ ଅବଶିଷ୍ଟ କାର୍ଯ୍ୟ ନୀତିଗତ ପରିବର୍ତ୍ତନ ଫଳରେ ସମ୍ଭବ ହୋଇଥିଲା। ୨୦୦୬ ମସିହାରେ, ନୀତୀଶ କୁମାର ପଞ୍ଚାୟତ ସ୍ତରରେ ମହିଳାମାନଙ୍କ ପାଇଁ ଅଧା ଆସନ ସଂରକ୍ଷିତ କରିଥିଲେ। ବିହାରର ଅର୍ଦ୍ଧ-ସାମନ୍ତବାଦୀ କୃଷିଭିତ୍ତିକ ସମାଜରେ, ଗାଁଗୁଡ଼ିକରେ ମହିଳାମାନେ ବୈଠକରେ ଅଧ୍ୟକ୍ଷତା କରିବା କ୍ବଚିତ୍‌ ଦେଖାଯାଉଥିଲା। ମାତ୍ର ସେହି ବିହାର ୨୦୧୫ ମସିହାରେ ୪,୫୩୫ ଜଣ ମହିଳା ମୁଖିଆଙ୍କୁ ମୁଖିଆ (ଗ୍ରାମ ପଞ୍ଚାୟତ ସଭାପତି) ରୂପେ ନିର୍ବାଚିତ କରିଥିଲା। ୨୦୧୫ ସୁଦ୍ଧା ବିହାରରେ ୧.୩୬ ଲକ୍ଷ ନିର୍ବାଚିତ ଗ୍ରାମ ପ୍ରତିନିଧିଙ୍କ ମଧ୍ୟରୁ ପ୍ରାୟ ୫୪% ମହିଳା ଥିଲେ। ବିହାରର ଶ୍ରମ ଶକ୍ତି ଅଂଶଗ୍ରହଣରେ ୨୦୧୭-୧୮ରେ ମହିଳାମାନଙ୍କ ଅଂଶଗ୍ରହଣ ଥିଲା ମାତ୍ର ୪.୧%। ମାତ୍ର ୨୦୨୩-୨୪ରେ ଏହା ୩୦.୫%ରେ ପହଞ୍ଚିଛି, ଯାହାକି ପ୍ରାୟ ସାତ ଗୁଣରୁ ମଧ୍ୟ ଅଧିକ ଥିଲା। କିନ୍ତୁ ବିଧାନସଭାର ନିର୍ବାଚନରେ ମହିଳା ପ୍ରତିନିଧିମାନଙ୍କର ଅଂଶ ଗ୍ରହଣ କରିବା ସଂଖ୍ୟା ଭିନ୍ନ ଏକ ଦୁର୍ବଳ ତଥ୍ୟ ପ୍ରଦାନ କରେ। ୨୦୨୦ରେ ପ୍ରତିଦ୍ବନ୍ଦ୍ବିତା କରିଥିବା ୨୭୧ ଜଣ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ କେବଳ ୨୬ ଜଣ ବିଜୟୀ ହୋଇଥିଲେ। ତେଣୁ ମହିଳା ପ୍ରାର୍ଥୀମାନଙ୍କର ସଫଳତା ହାର ମାତ୍ର ୭%। ଚଳିତ ନିର୍ବାଚନରେ ମହିଳା ଜନପ୍ରତିନିଧିଙ୍କ ସଂପର୍କିତ ପରିସଂଖ୍ୟାନ ନିରୁତ୍ସାହଜନକ। ଚଳିତ ନିର୍ବାଚନରେ ୨,୩୫୭ ପୁରୁଷ ପ୍ରାର୍ଥୀଙ୍କ ବିପକ୍ଷରେ ମାତ୍ର ୨୫୮ ଜଣ ମହିଳା ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସେମାନଙ୍କ ମଧ୍ୟରେ ବିଜେପି ୧୩ ଜଣ ମହିଳାଙ୍କୁ ମଇଦାନରେ ଓହ୍ଲାଇ ଥିବାବେଳେ ଜେଡିୟୁ ୧୩ ଜଣଙ୍କୁ, ଆରଜେଡି ୨୩ ଜଣଙ୍କୁ, ଜନସୁରାଜ ୨୫ ଜଣଙ୍କୁ ଓ କଂଗ୍ରେସ ୫ ଜଣଙ୍କୁ ପ୍ରାର୍ଥୀ କରିଛି। ଏହା ପ୍ରତୀକବାଦ ବୋଲି ମନେ ହେଉଥିଲେ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ଭାରତୀୟ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ ୨୦୦୦ ବିଧାନସଭା ନିର୍ବାଚନରେ ୬୨.୫୭% ଭୋଟର ସେମାନଙ୍କର ମତ ସାବ୍ୟସ୍ତ କରିଥିଲେ। ସ୍ବାଧୀନୋତ୍ତର ଭାରତରେ ଏହା ଥିଲା ସର୍ବାଧିକ ମତଦାନ। ଏଥିରେ ୭୦.୭୧% ପୁରୁଷ ଏବଂ ୫୩.୨୮% ମହିଳା ମତାଧିକାର ସାବ୍ୟସ୍ତ କରିଥିଲେ। ମତାଧିକାର ସାବ୍ୟସ୍ତରେ ଲିଙ୍ଗଗତ ବ୍ୟବଧାନ ଥିଲା ୧୮%। ଏହାପରେ ରାବ୍‌ଡୀ ଦେବୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୫ ନିର୍ବାଚନରେ ମତଦାନ ହାର ଥିଲା ୪୫.୯୨%। କିନ୍ତୁ ଏଥିରେ ଲିଙ୍ଗଗତ ପାର୍ଥକ୍ୟ ଯଥେଷ୍ଟ ହ୍ରାସ ପାଇଥିଲା। ଏହି ନିର୍ବାଚନରେ ୪୭.୦୨% ପୁରୁଷ ଭୋଟର ଏବଂ ୪୪.୬୨% ମହିଳା ଭୋଟର ମତାଧିକାର ସାବ୍ୟସ୍ତ କରିଥିଲେ। ୨୦୦୫ ମସିହା ପରର ସମସ୍ତ ନିର୍ବାଚନରେ ମହିଳା ଭୋଟରଙ୍କ ସଂଖ୍ୟା ପୁରୁଷ ଭୋଟରଙ୍କ ସଂଖ୍ୟାକୁ ଅତିକ୍ରମ କରିଯାଇଛି ଏବଂ ନୀତୀଶ ମୁଖ୍ୟମନ୍ତ୍ରୀ ହେବାରେ ସଫଳ ହୋଇଛନ୍ତି। ଯଦି ଏହି ଧାରା ଅବ୍ୟାହତ ରହେ ତେବେ ନୀତୀଶ ନଭେମ୍ବର ୧୪ର ଫଳାଫଳ ଘୋଷଣା ପରେ ପୁଣି ଭାଗ୍ୟବାନ ହେବାର ସମସ୍ତ ସମ୍ଭାବନା ରହିଛି ବୋଲି ରାଜନୈତିକ ସମୀକ୍ଷକ ମତ ଦେଉଛନ୍ତି।

ସ୍ତମ୍ଭ 13 Nov 2025 6:18 am

ସ୍ବାମୀ ଶବ ଛୁଇଁଲେନି, କାନାଡ଼ାରେ ଥିବା ପୁଅକୁ ଅପେକ୍ଷା: ୪ଦିନ ଧରି ଫ୍ରିଜର୍‌ରେ ବୃଦ୍ଧାଙ୍କ ମୃତଦେହ

ବାଲେଶ୍ବର: ଜଣେ ବୃଦ୍ଧାଙ୍କର ରବିବାରଠାରୁ ମୃତ୍ୟୁ ହେଲାଣି। ଆଜି ପର୍ଯ୍ୟନ୍ତ ତାଙ୍କର ଶବ ସତ୍କାର କରାଯାଇ ପାରିନାହିଁ। ସ୍ବାମୀ ଛୁଇଁବାକୁ ଅରାଜି ଥିବାବେଳେ କାନାଡ଼ାରେ ରହୁଥିବା ପୁଅକୁ ଅପେକ୍ଷା କରାଯାଇଛି। ପୁଅ ପହଞ୍ଚିବା ପରେ ଶବ ସତ୍କାର ହେବ। ଏହି କାରଣରୁ ୪ଦିନ ହେଲା ବୃଦ୍ଧାଙ୍କ ମୃତଦେହ ଫ୍ରିଜର୍‌ରେ ରହିଛି। ମୃତ ବୃଦ୍ଧା ହେଲେ, ବାଲେଶ୍ବର ସହଦେବଖୁଣ୍ଟା ଥାନା ଅରଡ଼ବଜାରର ଛବିରାଣୀ ଦେ (୭୦ବର୍ଷ)। ରବିବାର ରାତିରେ ସମ୍ଭବତଃ ହୃଦ୍‌ଘାତ ଯୋଗୁ ଛବିରାଣୀ ଘରେ ପଡ଼ିଯାଇଥିଲେ। ପଡ଼ୋଶୀମାନେ ଉଦ୍ଧାର କରି ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପଡ଼ୋଶୀମାନେ ତାଙ୍କ ପୁଅ ସଂଜୀବ ଦେ ଓ ସ୍ବାମୀ ସୃଷ୍ଟିଧର ଦେଙ୍କୁ ଯୋଗାଯୋଗ କରିଥିଲେ। ପତ୍ନୀଙ୍କୁ ଦେଖିବା ପାଇଁ ସ୍ବାମୀ ସୃଷ୍ଟିଧର ଆସିଥିଲେ ମଧ୍ୟ ଶବ ଛୁଇଁବା ପାଇଁ ମନା କରିଦେଇଥିଲେ। ଛାଡ଼ପତ୍ର ହୋଇ ଯାଇଥିବାରୁ ସୃଷ୍ଟିଧର ସେଠାରୁ ଚାଲିଯିବାକୁ ବସିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଅଟକାଇଥିଲେ। ପୁଅ ଆସିବା ପର୍ଯ୍ୟନ୍ତ ରହି ଅନ୍ତିମ ସଂସ୍କାରରେ ସହାୟତା କରିବାକୁ କହିଥିଲେ। ଫଳରେ ସୃଷ୍ଟିଧର ସେଠା‌ରେ ରହିଥିବା ବେଳେ ଆସନ୍ତାକାଲି ତାଙ୍କ ପୁଅ ପହଞ୍ଚିବେ ବୋଲି ସହଦେବଖୁଣ୍ଟା ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷରେ, ସ୍ଥାନୀୟ ଲୋକେ ଏକ ଫ୍ରିଜର୍‌ ମଗାଇ ବୃଦ୍ଧାଙ୍କ ମୃତଦେହକୁ ରଖିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସୃଷ୍ଟିଧର ଏକ ବ୍ୟାଙ୍କ୍‌ର ରିଜିଓନାଲ୍‌ ମ୍ୟାନେଜର ଭାବରେ ଚାକିରିରୁ ଅବସର ନେଇଛନ୍ତି। ଛବିରାଣୀଙ୍କ ସହିତ ବହୁବର୍ଷ ଧରି ଘର ସଂସାର କରିଥିଲେ।

ସ୍ତମ୍ଭ 13 Nov 2025 6:15 am

Bigger attack plan: ୨୬/୧୧ଠାରୁ ବି ବଡ଼ ଆକ୍ରମଣ ଯୋଜନା

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ୧୦ ନଭେମ୍ବରରେ ହୋଇଥିବା ବିସ୍ଫୋରଣର ତଦନ୍ତରୁ ଅତି ଭୟାନକ ତଥ୍ୟ ସାମନାକୁ ଆସିଛି। ପୁଲିସ ସୂତ୍ର ଅନୁସାରେ, ୨୦୨୫ ଜାନୁଆରିରୁ ଏହି ଆତଙ୍କବାଦୀ ଷଡ୍‌ଯନ୍ତ୍ର ରଚାଯାଉଥିଲା, ଯାହା ୨୦୦୮ର ‘ମୁମ୍ବାଇ ୨୬/୧୧’ ଆକ୍ରମଣଠାରୁ ମଧ୍ୟ ବଡ଼ ବିସ୍ଫୋରଣ ଘଟାଇବାକୁ ଯୋଜନା କରିଥିଲା। ଏହି ‘ହ୍ୱାଇଟ୍-କଲାର ଆତଙ୍କବାଦୀ ମଡ୍ୟୁଲ’ ଦିଲ୍ଲୀ, ଗୁରୁଗ୍ରାମ ଓ ଫରିଦାବାଦକୁ ଟାର୍ଗେଟ୍‌ କରିବାକୁ ଯୋଜନା କରିଥିଲା। ଦିଲ୍ଲୀରେ ଇଣ୍ଡିଆ ଗେଟ୍, ରେଲୱେ ଷ୍ଟେସନ, ଲାଲକିଲ୍ଲା, ଗୌରୀ ଶଙ୍କର ମନ୍ଦିର, କନ୍‌ଷ୍ଟିଟ୍ୟୁସନ କ୍ଲବ ଏବଂ ପ୍ରମୁଖ ସପିଂ ମଲ୍‌ଗୁଡ଼ିକୁ ଟାର୍ଗେଟ୍‌ କରିବାକୁ ଆତଙ୍କବାଦୀଙ୍କ ଯୋଜନା ଥିଲା। ଷଡ଼ଯନ୍ତ୍ରର ଉଦ୍ଦେଶ୍ୟ ଥିଲା ଏକାସାଙ୍ଗରେ ଏକାଧିକ ସ୍ଥାନରେ ଆକ୍ରମଣ କରି ଅଧିକରୁ ଅଧିକ ଧନଜୀବନର କ୍ଷୟକ୍ଷତି ଘଟାଇବା ଓ ଧାର୍ମିକ ସ୍ଥାନରେ ଆକ୍ରମଣ ଦ୍ୱାରା ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା। ତଦନ୍ତକାରୀମାନେ ଜଣାଇଛନ୍ତି ଯେ ଆତଙ୍କୀ ଡାକ୍ତର ମଡ୍ୟୁଲ ୨୦୦ରୁ ଅଧିକ ଶକ୍ତିଶାଳୀ ଆଇଇଡି (ଇମ୍ପ୍ରୋଭାଇଜ୍‌ଡ ଏକ୍ସପ୍ଲୋସିଭ ଡିଭାଇସ) ତିଆରି କରିଥିଲା, ଯାହାକୁ ସମନ୍ୱିତ ଭାବେ ବିସ୍ଫୋରଣ ଘଟାଇବାକୁ ଯୋଜନା ଥିଲା। ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ କେବଳ ଏହାର ପ୍ରାରମ୍ଭ ମାତ୍ର ଥିଲା ବୋଲି କୁହାଯାଇଛି। ଏହି ଆତଙ୍କୀ ମଡ୍ୟୁଲର କେନ୍ଦ୍ରରେ ଥିଲେ ଜମ୍ମୁ-କାଶ୍ମୀରର ପୁଲୱାମା, ସୋପିଆନ ଓ ଅନନ୍ତନାଗ ଏବଂ ଫରିଦାବାଦ ଅଲ୍‌ ଫଲାହ ବିଶ୍ବବିଦ୍ୟାଳୟର ଏକ ଡାକ୍ତର ଗୋଷ୍ଠୀ । ସେମାନେ ନିଜର ବୃତ୍ତିଗତ ପରିଚୟକୁ ଆଡ଼ କରି ଏନ୍‌ସିଆର୍‌ରେ ନେଟୱର୍କ ଗଢ଼ିଥିଲେ। ଡାକ୍ତର ହୋଇଥିବାରୁ ସେମାନଙ୍କ ଯାତ୍ରା ଉପରେ କୌଣସି ସନ୍ଦେହ ହୋଇନଥିଲା। ରେକି ସମୟରେ ଲାଲକିଲ୍ଲା, ଇଣ୍ଡିଆ ଗେଟ୍ ଓ ରେଲୱେ ଷ୍ଟେସନଗୁଡ଼ିକର ଜନଗହଳି, ସୁରକ୍ଷା ବ୍ୟବସ୍ଥା ଏବଂ ପ୍ରବେଶ-ପ୍ରସ୍ଥାନ ପଏଣ୍ଟଗୁଡ଼ିକର ସର୍ଭେ କରାଯାଇଥିଲା। ଡା. ମୁଜାମ୍ମିଲ ଗନାଇ ଓ ଡା. ମହମ୍ମଦ ଉମର ନବୀ ଭଳି ଆତଙ୍କୀଙ୍କ ମୋବାଇଲ ଡାଟା ଓ ସିସିଟିଭି ଫୁଟେଜ ଅନୁଧ୍ୟାନରୁ ସେମାନେ ଏକାଧିକ ରେକି କରିଥିବା ନିଶ୍ଚିତ ହୋଇଛି। ଉଭୟେ ବାରମ୍ବାର ଉକ୍ତ ଅଂଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଥିବା ସଂପର୍କରେ ବଳିଷ୍ଠ ପ୍ରମାଣ ହାସଲ ହୋଇଛି। ପୁଲିସ ଅଲ-ଫଲାହ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ସହ ଜଡ଼ିତ ବଡ଼ ଜିହାଦୀ ନେଟ୍‌ୱର୍କକୁ ଖୋଜି ପାଇଛି, ଯେଉଁଠାରୁ ସନ୍ଦିଗ୍ଧ ଗାଡ଼ି ଓ ସାମଗ୍ରୀ ସ୍ଥାନାନ୍ତରିତ ହୋଇଥିଲା। ତେବେ ବିଶ୍ୱବିଦ୍ୟାଳୟ ଏହାକୁ ଅସ୍ୱୀକାର କରିଛି। ମଡ୍ୟୁଲକୁ ହାୱଲା ମାର୍ଗରେ ଅର୍ଥ ଯୋଗାଣ ହେଉଥିଲା, ଏବଂ ବାହାରେ ଥିବା ହ୍ୟାଣ୍ଡଲରଙ୍କ ଭୂମିକା ସଂପର୍କରେ ଏବେ ଖେଳତାଡ଼ ଚାଲିଛି। ଏନ୍‌ଆଇଏ ମାମଲା ହାତକୁ ନେଇଥିବା ବେଳେ ପାକିସ୍ତାନରୁ ପରିଚାଳିତ ଜୈସ୍‌ ଓ ଲସ୍କର-ଏ-ତୋଇବା (ଏଲ୍‌ଇଟି) ସହ ଏହି ମଡ୍ୟୁଲର ସିଧାସଳଖ ସଂପର୍କ ଠାବ ହୋଇଛି। ଏଜେନ୍ସିଗୁଡ଼ିକର ସତର୍କତା ଯୋଗୁଁ ଆଗୁଆ ଅନେକ ଗିରଫଦାରୀ ହୋଇଥିବାରୁ ଦିଲ୍ଲୀ ଏକାଧିକ ଗଣସଂହାରରୁ ବର୍ତ୍ତି ଯାଇଛି। ଜିହାଦୀ ଡାକ୍ତର ମଡ୍ୟୁଲର ୨୯୦୦ କିଲୋ ଆମୋନିୟମ ନାଇଟ୍ରେଟ ଭିତ୍ତିକ ବିସ୍ଫୋରକ ଜବତ ହୋଇଛି। ମୌଲବୀ ଇର୍‌ଫାନ ମାଷ୍ଟରମାଇଣ୍ଡ୍‌ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରୁ ମୌଲବୀ ଇର୍‌ଫାନଙ୍କ ନେତୃତ୍ୱରେ ଏବଂ ଜୈସ୍‌ର ପ୍ରତ୍ୟକ୍ଷ ସହଯୋଗରେ ଅଲ୍‌ ଫଲାହ ବିଶ୍ବବିଦ୍ୟାଲୟରୁ ଏହି ଜଟିଳ ଆତଙ୍କୀ ମଡ୍ୟୁଲ ପରିଚାଳିତ ହେଉଥିବା ତଦନ୍ତରୁ ଜଣାପଡ଼ିଛି। ଏହି ମଡ୍ୟୁଲ ଦୀପାବଳି ଓ ସାଧାରଣତନ୍ତ୍ର ଦିବସରେ ‌ଦିଲ୍ଲୀକୁ ଦୋହଲାଇ ଦେବାପାଇଁ ଆକ୍ରମଣ ଯୋଜନା କରିଥିଲା, ଯେଉଁଥିରେ ଜିହାଦୀ ଡାକ୍ତରମାନେ ରେକି ଓ ଲଜିଷ୍ଟିକ୍ସ ପାଇଁ ସବୁ ବ୍ୟବସ୍ଥା କରିଥିଲେ। ମୋବାଇଲ ଡାଟା ଓ ସିସିଟିଭି ଫୁଟେଜରୁ ଜାନୁଆରିରେ ଲାଲକିଲ୍ଲାରେ ଅଭିଯୁକ୍ତଙ୍କ ଏକାଧିକ ରେକି ନେଇ ପ୍ରମାଣ ହାସଲ ହୋଇଛି। ଏହି ଜିହାଦୀ ଗୋଷ୍ଠୀକୁ ହୱାଲା ମାଧ୍ୟମରେ ଅର୍ଥ ଯୋଗାଣର ସୂତ୍ର ଠାବ କରିବାକୁ ଖୋଳତାଡ଼ ଜାରି ରହିଛି। ଏନଆଇଏ ସୂତ୍ର ଅନୁସାରେ, ମୌଲଭୀ ଇର୍‌ଫାନ ଗୁପ୍ତ ଆପ୍ ମାଧ୍ୟମରେ ଡାକ୍ତରମାନଙ୍କୁ ଗଣସଂହାର ପାଇଁ ପ୍ରସ୍ତୁତ କରିଥିଲା, ଯାହା ଭାରତକୁ ଅସ୍ଥିର କରିବା ଦିଗରେ ଏକ ଜଘନ୍ୟ ପ୍ରୟାସ ଥିଲା। ହରିୟାଣାରୁ ଠାବ ହେଲା ଆତଙ୍କୀଙ୍କ ଲାଲ୍‌ ଇକୋସ୍ପୋର୍ଟ ଦିଲ୍ଲୀ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ପୁଲିସ ଟିମ୍‌ ଏକ ଲାଲ୍‌ ରଙ୍ଗର ଫୋର୍ଡ ଇକୋ ସ୍ପୋର୍ଟ କାର୍‌ ପାଇଁ ବଡ଼ ଧରଣର ସର୍ଚ୍ଚ ଅପରେସନ୍‌ ଚଳାଇଥିଲେ। ଏହାକୁ ଆକ୍ରମଣପାଇଁ ବ୍ୟବହାର କରାଯାଇଥିବା ସନ୍ଦେହ କରାଯାଉଥିଲା। ଏହି ଗାଡ଼ିର ପଂଜୀକରଣ ନମ୍ବର ହେଉଛି ଡିଏଲ୧୦ସିକେ୦୪୫୮। ଏହା ଆତ୍ମଘାତୀ ଆକ୍ରମଣକାରୀ ମହମ୍ମଦ ଉମର ଉନ୍‌ ନବି ନାମରେ ପଂଜୀକରଣ କରାଯାଇଛି। ସେ ହେଉଛି ଗାଡ଼ିର ଦ୍ବିତୀୟ ମାଲିକ। ତଦନ୍ତକାରୀଙ୍କ ଅନୁଯାୟୀ ଗାଡ଼ିଟି ୨୦୧୭ ନଭେମ୍ବର ୨୨ରେ ଦିଲ୍ଲୀର ରାଜୌରୀ ଗାର୍ଡେନ ଆର୍‌ଟିଓରେ ପଂଜୀକରଣ ହୋଇଥିଲା। ଉତ୍ତରପୂର୍ବ ଦିଲ୍ଲୀରେ ଏକ ନକଲି ଠିକଣା ବ୍ୟବହାର କରି ଏହି ପଂଜୀକରଣ କରାଯାଇଥିଲା। ପୁଲିସ ପରେ ଏହି ଠିକଣାରେ ଚଢ଼ଉ କରିଥିଲା। କିନ୍ତୁ କାର୍‌ଟି ମିଳିନଥିଲା। କାରଟିକୁ ଖୋଜିବାପାଇଁ ଦିଲ୍ଲୀ ପୁଲିସର ୫ଟି ଟିମ୍‌ ମୁତୟନ ହୋଇଥିଲେ। ପଡ଼ୋଶୀ ଉତ୍ତରପ୍ରଦେଶ ଏବଂ ହରିୟାଣା ପୁଲିସ ମଧ୍ୟ ଏହି ଲାଲ ଇକୋସ୍ପୋର୍ଟ ପାଇଁ ହାଇ ଆଲର୍ଟ ଜାରି କରିଥିଲେ। ଶେଷରେ ବହୁ ତନାଘନା ପରେ ଗାଡ଼ିଟି ହରିୟାଣାର ଖଣ୍ଡୱାଲି ଗ୍ରାମ ନିକଟରୁ ମିଳିଛି। ଗୁଇନ୍ଦା ସଂସ୍ଥା ଅନୁଯାୟୀ ଇକୋସ୍ପୋର୍ଟରେ ଅଧିକ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଏବଂ ସମ୍ଭାବ୍ୟ ବିସ୍ଫୋରକ ମଧ୍ୟ ଥାଇପାରେ। କର୍ତ୍ତୃପକ୍ଷମାନେ ବିଶ୍ବାସ କରୁଛନ୍ତି ଯେ ସନ୍ଦିଗ୍ଧମାନେ ଧଳା ହୁଣ୍ଡାଇ ଆଇ୨୦ ବାଦ୍‌ ଏହି ଲାଲ୍‌ ଇକୋସ୍ପୋର୍ଟକୁ ଏକ ଦ୍ବିତୀୟ ଗାଡ଼ି ଭାବେ ବ୍ୟବହାର କରୁଥିଲେ। ସୂଚନାନୁଯାୟୀ, ଡାକ୍ତର ଉମର ହୁଣ୍ଡାଇ ଆଇ ୨୦ ଚଳାଉଥିବା ବେଳେ ବିସ୍ଫୋରଣ ହୋଇଥିଲା। ଏହା ଏକ ଟେରର୍‌ ଲଜିଷ୍ଟିକ୍ସ ନେଟ୍‌ୱର୍କର ଅଂଶବିଶେଷ ଯେଉଁଥିରେ ଅନେକ ଡାକ୍ତରଙ୍କ ସମେତ ୯ରୁ ୧୦ ଜଣ ସଦସ୍ୟ ଥିଲେ। ତଦନ୍ତକାରୀ କହିଛନ୍ତି ଯେ ଡାକ୍ତର ଉମର ଡାକ୍ତର ମୁଜାମ୍ମିଲ ଓ ଡାକ୍ତର ଶାହୀନ ସହ ମିଶି ଆକ୍ରମଣ ଯୋଜନା କରିଥିଲା। ଶାହୀନ ଓ ମୁଜାମ୍ମିଲ ଫରିଦାବାଦରୁ ଗତ ସୋମବାର ଦିନ ୨୯୦୦ କିଲୋ ବିସ୍ଫୋରକ ସହ ଧରା ପଡ଼ିଥିଲେ ଏବଂ ଗିରଫ ହୋଇଥିଲେ। ସେମାନଙ୍କ ଗିରଫ ପ‌ରେ ଡାକ୍ତର ଉମର ଏହି ବିସ୍ଫୋରଣ ଏକାକୀ କରିଥିଲା। ଇତିମଧ୍ୟରେ ଆତଙ୍କୀ ଗୋଷ୍ଠୀ ପକ୍ଷରୁ ଅଧିକ ଆକ୍ରମଣ ଆଶଙ୍କାର ଦିଲ୍ଲୀର ସମସ୍ତ ବର୍ଡର ଚେକପଏଣ୍ଟ୍‌ରେ ହାଇ ଆଲର୍ଟ ଜାରି କରାଯାଇଛି।

ସ୍ତମ୍ଭ 13 Nov 2025 6:15 am

How the Terrorist Doctor: ଆତଙ୍କୀ ଡାକ୍ତର ମଡ୍ୟୁଲ୍ କିପରି ସଞ୍ଚାଳିତ ହେଉଥିଲା

ନୂଆଦିଲ୍ଲୀ: ଦିଲ୍ଲୀ ଲାଲକିଲ୍ଲା କାର୍ ବିସ୍ଫୋରଣର ତଦନ୍ତ କରୁଥିବା ଏଜେନ୍ସିମାନେ ଗିରଫ ହୋଇଥିବା ଡାକ୍ତରଙ୍କ ସହ ଜଡିତ ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲର ଉତ୍ପତ୍ତି ସଂକ୍ରାନ୍ତ ଦୁଇଟି ଟେଲିଗ୍ରାମ୍ ଗ୍ରୁପ୍ ଚିହ୍ନଟ କରିଛନ୍ତି। ପାକିସ୍ତାନର ଜୈସ-ଏ-ମହମ୍ମଦ ସଂଚାଳକ ଚଳାଉଥିବା ଫର୍ଜନ୍ଦାନ୍-ଏ-ଦାରୁଲ ଉଲୁମ୍ (ଦେଓବନ୍ଦ) ଏବଂ ବିନ୍ ଖତାବ୍‌ ନାମକ ଗୋଷ୍ଠୀ ଡାକ୍ତରଙ୍କ ଆତଙ୍କବାଦରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବିଶ୍ୱାସ କରାଯାଏ। ସୂତ୍ର ଅନୁଯାୟୀ, ସୋମବାର ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ହୋଇଥିବା ହୁଣ୍ଡାଇ ଆଇ-୨୦ କାର୍ ଚଳାଉଥିବା ଡାକ୍ତର ଉମର ନବୀ ଏବଂ ଗିରଫ ହୋଇଥିବା ଅନ୍ୟ ଡାକ୍ତରଙ୍କ ଆତଙ୍କ ପଛରେ ସୋପିଆନ୍‌ର ଧର୍ମଗୁରୁ ଇମାମ୍ ଇର୍‌ଫାନ ଅହମ୍ମଦ ୱାଘାର ବଡ଼ ଭୂମିକା ସାମ୍ନାକୁ ଆସିଛି। ସେମାନେ କାଶ୍ମୀରର ‘ସ୍ବାଧୀନତା’ ଏବଂ ‘କାଶ୍ମୀରବାସୀଙ୍କ ଦମନ’ ଉପରେ ଭାରତ ବିରୋଧରେ ଲଗାତାର ବିଷୋଦାର କରିବା ସହ ହାଇବ୍ରିଡ ଆତଙ୍କୀ ନେଟ୍‌ୱର୍କ ଉପରେ ଗୁରୁତ୍ବ ଦେଉଥିଲେ ଏବଂ ଏହାକୁ ନେଇ ବାର୍ତ୍ତାଳାପ ହୋଇଛି। ଏହା ସିହତ ‘ବିଶ୍ୱ ଜିହାଦ ଏବଂ ପ୍ରତିଶୋଧ’ର ବ୍ୟାପକ ବିଷୟବସ୍ତୁକୁ ଚାଟ୍‌ରେ ସ୍ଥାନ ଦିଆଯାଉଥିଲା। ଅନୁସନ୍ଧାନକାରୀମାନେ ଏହା ମଧ୍ୟ ବିଶ୍ୱାସ କରନ୍ତି ଯେ ଆତଙ୍କୀ ଡାକ୍ତରମାନେ ତୁର୍କୀ ଯାତ୍ରା ସମୟରେ ସେମାନଙ୍କ ହ୍ୟାଣ୍ଡଲରମାନଙ୍କୁ ଭେଟୁଥିଲେ। ସେଠାରେ ସେମାନେ ମଡ୍ୟୁଲର ସଂଚାଳନ, ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସଂଗ୍ରହ ଏବଂ ହୱାଲା ମାଧ୍ୟମରେ ଅର୍ଥ ହାସଲ ସଂପର୍କରେ ଆଲୋଚନା କରୁଥିଲେ । ତୁର୍କୀ ଯାତ୍ରାରୁ ଫେରିବା ପରେ ଏହି ଗୋଷ୍ଠୀ ସମଗ୍ର ଭାରତରେ ଏହାର କାର୍ଯ୍ୟକଳାପକୁ ବିସ୍ତାର କରିଥିବା ତଦନ୍ତରୁ ଜଣାପଡ଼ିଛି। ଡାକ୍ତର ମୁଜାମ୍ମିଲ ଫରିଦାବାଦର ଅଲ୍‌ ଫଲାହ ମେଡିକାଲ କଲେଜରେ ଯୋଗ ଦେଇଥିବା ବେଳେ ଡାକ୍ତର ଆଦିଲ ସାହାରନପୁରରେ ନିଯୁକ୍ତି ପାଇଥିଲା। ନିଯୁକ୍ତି ଏବଂ ଲଜିଷ୍ଟିକ୍ ପରିଚାଳନା ପାଇଁ ଅନ୍ୟ ସଦସ୍ୟମାନଙ୍କୁ ବିଭିନ୍ନ ରାଜ୍ୟରେ ରଖାଯାଇଥିବା ଏନ୍‌ଆଇଏ ତଦନ୍ତରୁ ଜଣାଯାଇଛି। ସୂତ୍ରରୁ ପ୍ରକାଶ ଯେ ଏଜେନ୍ସିଗୁଡିକ ବର୍ତ୍ତମାନ ମଡ୍ୟୁଲ ସଦସ୍ୟମାନଙ୍କ ସହ ସମ୍ପର୍କ ବଜାୟ ରଖିଥିବା ସମସ୍ତଙ୍କୁ ଚିହ୍ନଟ କରୁଛନ୍ତି। ଗିରଫ ହୋଇଥିବା ଡାକ୍ତର ମୁଜାମ୍ମିଲ, ଡାକ୍ତର ଶାହୀନ ଓ ଆତ୍ମଘାତୀ ଆତଙ୍କୀ ଉମର ଏହି ଆତଙ୍କୀ ଗୋଷ୍ଠୀର ମୁଖ୍ୟ ସଂଚଳାକ ଥିବା ବେଳେ ଅନ୍ୟ ପାଞ୍ଚରୁ ଛଅ ଜଣ ଡାକ୍ତର ଏହି ମଡ୍ୟଲୁର ମୁଖ୍ୟ ସଦସ୍ୟ ଥିଲେ। ୯-୧୦ ସଦସ୍ୟ ବିଶିଷ୍ଟ ଆତଙ୍କବାଦୀ ଗୋଷ୍ଠୀ ଲଜିଷ୍ଟିକ୍ ନେଟୱର୍କ ପାଇଁ ଦିଲ୍ଲୀ, ହରିୟାଣା, ୟୁପି ଓ ଗୁଜରାଟରେ ଜାଲ ବିଛାଇଥିଲେ।

ସ୍ତମ୍ଭ 13 Nov 2025 5:42 am

Bomb terror attack : ଦିଲ୍ଲୀ ଆଇଜିଆଇ, ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ରେ ବୋମା ଆତଙ୍କ

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସ ବୁଧବାର କହିଛି ଯେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ ୩ରେ ବୋମା ଥିବା ନେଇ ଅଗ୍ନିଶମ ବାହିନୀକୁ ଏକ କଲ୍‌ ଆସିଥିଲା। ବାରାଣସୀ ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନରେ ମଧ୍ୟ ବୋମା ଥିବା ନେଇ ଧମକ ମିଳିଥିଲା। ଦିଲ୍ଲୀ ପୁଲିସ ଅନୁଯାୟୀ ପୂର୍ବାହ୍ନ ୪ଟାରେ ଏନେଇ କଲ୍‌ ଆସିଥିଲା। କିନ୍ତୁ ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଏହା ଏକ ମିଥ୍ୟା କଲ୍‌ ଥିଲା ବୋଲି ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ ଇଣ୍ଡିଗୋ ଏୟାରଲାଇନ୍ସର ଗ୍ରିଭାନ୍ସ ପୋର୍ଟାଲ୍‌କୁ ଏକ ଇମେଲ୍‌ ଆସିଥିଲା। ଇମେଲରେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ହାଇଦ୍ରାବାଦ ଏବଂ ଥିରୁଅନନ୍ତପୁରମ ପରି ୫ଟି ବିମାନବନ୍ଦରରେ ସୁରକ୍ଷା ସଙ୍କଟ ଥିବା ଦର୍ଶାଯାଇଥିଲା। ସମସ୍ତ ସ୍ଥାନରେ ସୁରକ୍ଷା ଦୃଷ୍ଟିରୁ ତନ୍ନତନ୍ନ କରି ଯାଞ୍ଚ କରାଯାଇଛି ଏବଂ ସମସ୍ତ ସୁରକ୍ଷା ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି। ଉଲ୍ଲେଖଯୋଗ୍ୟ, ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନକୁ ଧମକ ମିଳିବାପରେ ତୁରନ୍ତ ସରକାରୀ ନିଯୁକ୍ତ ବୋମା ଧମକ ଆକଳନ କମିଟିକୁ ସତର୍କ କରାଯାଇଥିଲା। ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ମୁଖପାତ୍ର ଏନେଇ ଏକ ବିବୃତି ଜାରି କରି କହିଛନ୍ତି ଯେ ବାରାଣସୀରୁ ଉଡ଼ାଣ କରୁଥିବା ଆମର ଏକ ବିମାନକୁ ବୋମା ଧମକ ମିଳିବାପରେ ସମସ୍ତ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ବିମାନ ସୁରକ୍ଷିତ ଭାବେ ଅବତରଣ କରାଯାଇଛି ଏବଂ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଖାଲି କରାଯାଇଛି।

ସ୍ତମ୍ଭ 13 Nov 2025 5:39 am

ଓଡ଼ିଶାରେ ମୁଦ୍ରାସ୍ଫୀତି ବିଯୁକ୍ତ ୧.୩୯%: ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳ ଦରଦାମ ଅଧିକ କମିଛି

ଭୁବନେଶ୍ବର: ଦେଶରେ ଅକ୍ଟୋବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ୦.୨୫ ପ୍ରତିଶତକୁ ହ୍ରାସ ପାଇଛି। ଏଭଳି ସ୍ଥିତିରେ ଓଡ଼ିଶାର ମୁଦ୍ରାସ୍ଫୀତି ବିଯୁକ୍ତାତ୍ମକ ରହିଛି। ଗତବର୍ଷ ଅକ୍ଟୋବର ତୁଳନାରେ ଚଳିତବର୍ଷ ଅକ୍ଟୋବରରେ ଓଡ଼ିଶାରେ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଇ ବିଯୁକ୍ତ ୧.୩୯ ପ୍ରତିଶତ ରହିଛି। ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ବିଯୁକ୍ତାତ୍ମକ ରହିଥିଲେ ମଧ୍ୟ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଦରଦାମ ଅଧିକ ହ୍ରାସ ପାଇଛି। ରାଜ୍ୟର ଗ୍ରାମାଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ବିଯୁକ୍ତ ୧.୮୫ ପ୍ରତିଶତ ରହିଥିବାବେଳେ ସହରାଞ୍ଚଳରେ ଏହା ବିଯୁକ୍ତ ୦.୨୧ ପ୍ରତିଶତ ରହିଛି। ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳ ଦରଦାମ ଅଧିକ କମିଛି କେରଳରେ ସର୍ବାଧିକ, ବିହାରରେ ସର୍ବନିମ୍ନ ଓଡ଼ିଶା ସମେତ ଅନ୍ୟ ଯେଉଁସବୁ ପ୍ରମୁଖ ରାଜ୍ୟରେ ମୁଦ୍ରାସ୍ଫୀତି ବିଯୁକ୍ତ ସ୍ତରରେ ରହିଛି ସେଗୁଡ଼ିକ ହେଲା ଆସାମ (-୧.୫୦%), ବିହାର (-୧.୯୭%), ଛତିଶଗଡ଼ (-୧.୨୦%), ଦିଲ୍ଲୀ (-୦.୩୪%), ଗୁଜରାଟ (୦.୫୮%), ହରିୟାଣା (-୦.୫୧%), ଝାଡ଼ଖଣ୍ଡ (-୦.୫୧%), ମଧ୍ୟପ୍ରଦେଶ (-୧.୬୨%), ରାଜସ୍ଥାନ (-୦.୮୭%), ତେଲେଙ୍ଗାନା (-୧.୧୬%), ଉତ୍ତରପ୍ରଦେଶ (-୧.୭୧%) ବୋଲି ଆଜି କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ମନ୍ତ୍ରାଳୟର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାଯାଇଛି। ଅକ୍ଟୋବର ମାସରେ ବିହାରର ମୁଦ୍ରାସ୍ଫୀତି ହାର ଦେଶରେ ସବୁଠୁ କମ୍‌ ରହିଛି। ବିହାର ପଛକୁ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। କେରଳରେ ଖୁଚୁରା ମୁଦ୍ରାସ୍ଫୀତି ଦେଶରେ ସବୁଠୁ ଅଧିକ ଅର୍ଥାତ ୮.୫୬ ପ୍ରତିଶତ ରହିଛି। ଏହା ପଛକୁ ଜମ୍ମୁ କାଶ୍ମୀରରେ ୨.୯୫ ପ୍ରତିଶତ, କର୍ଣ୍ଣାଟକରେ ୨.୩୪ ପ୍ରତିଶତ, ପଞ୍ଜାବରେ ୧.୮୧ ପ୍ରତିଶତ ଏବଂ ତାମିଲନାଡ଼ୁରେ ୧.୨୯ ପ୍ରତିଶତ ରହିଛି। କେରଳରେ ଖୁଚୁରା ମୁଦ୍ରାସ୍ଫୀତି ଲଗାତାର ୧୦ ମାସ ହେଲା ସବୁଠୁ ଅଧିକ ରହିଛି। ଦେଶରେ ୦.୨୫%କୁ କମିଲା, ୧୦ ବର୍ଷରେ ସର୍ବନିମ୍ନ ନୂଆଦିଲ୍ଲୀ: ଅକ୍ଟୋବର ମାସରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ୦.୨୫%କୁ ହ୍ରାସ ପାଇଛି। ଫଳରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ୧୦ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ବର୍ତ୍ତମାନର ଖୁଚୁରା ମୂଲ୍ୟ ସୂଚୀ ସିରିଜ୍‌ରେ ଏହା ସର୍ବନିମ୍ନ। ଖାଦ୍ୟ ସାମଗ୍ରୀର ଦରଦାମ ହ୍ରାସ ସହିତ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ର ହ୍ରାସର ପ୍ରଭାବ ମୁଦ୍ରାସ୍ଫୀତି ଉପରେ ପଡ଼ିଛି। ସବୁ କ୍ଷେତ୍ରର ଦର ଉପରେ ଜିଏସ୍‌ଟି ହ୍ରାସର ପ୍ରତିଫଳନ ଦେଖିବାକୁ ମିଳିଛି। ତେଲ, ପନିପରିବା, ଫଳ, ଅଣ୍ଡା, ଜୋତା, ଶସ୍ୟ, ପରିବହନ ଓ ଯୋଗାଯୋଗ ଆଦି କ୍ଷେତ୍ରରେ ଦରଦାମ ହ୍ରାସ ପାଇବାରୁ ମୁଦ୍ରାସ୍ଫୀତି ହାର କମିଛି। ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ମୁଦ୍ରାସ୍ଫୀତି ହାର କମ୍‌ ରହିଛି। ଅକ୍ଟୋବର ମାସରେ ଦେଶର ଗ୍ରାମାଞ୍ଚଳ‌ରେ ଖୁଚୁରା ମୁଦ୍ରାସ୍ଫୀତି ବିଯୁକ୍ତ ୦.୨୫% ରହିଥିବାବେଳ ସହରାଞ୍ଚଳରେ ୦.୮୮ ପ୍ରତିଶତ ରହିଛି। ସେପ୍ଟେମ୍ବରରେ ଦେଶରେ ଖୁଚୁରା ମୁଦ୍ରାସ୍ପୀତି ୧.୪୪ ପ୍ରତିଶତରେ ରହିଥିଲା। ଚଳିତବର୍ଷ ‌‌‌ଫେବ୍ରୁଆରିରୁ ଖୁଚୁରା ମୁଦ୍ରାସ୍ଫୀତି ୪% ତଳେ ରହି ଆସିଛି। ଖାଦ୍ୟ ମୁଦ୍ରାସ୍ଫୀତି ଉପରେ ନଜର ପକାଇଲେ ଦେଖିବାକୁ ମିଳିଛି ଯେ ଅକ୍ଟୋବର ମାସରେ ଦେଶରେ ଏହା ବିଯୁକ୍ତ ୫.୦୨% ରହିଛି। ଦେଶର ଗ୍ରାମାଞ୍ଚଳରେ ଖାଦ୍ୟ ମୁଦ୍ରାସ୍ଫୀତି ବିଯୁକ୍ତ ୪.୮୫% ଥିବାବେଳେ ସହରାଞ୍ଚଳରେ ବିଯୁକ୍ତ ୫.୧୮% ରହିଛି। ସେପ୍ଟେମ୍ବରରେ ଦେଶରେ ଖାଦ୍ୟ ମୁଦ୍ରାସ୍ଫୀତି ବିଯୁକ୍ତ ୨.୩୩% ରହିଥିଲା।

ସ୍ତମ୍ଭ 13 Nov 2025 5:35 am

Axis My India: ଏକ୍ସିସ ମାଇଁ ଇଣ୍ଡିଆ, ଟୁଡେଜ୍‌ ଚାଣକ୍ୟ ଆକଳନ ବିହାରରେ ଏନ୍‌ଡିଏର ସହଜ ବିଜୟ

ନୂଆଦିଲ୍ଲୀ : ବିହାରରେ ଗତକାଲି ଦ୍ବିତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ‌ଶେଷ ହେବା ସହ ବୁଥ୍‌ ବାହୁଡ଼ା ମତ ଆସିଥିଲା। ୯ଟି ବୁଥ୍‌ ବାହୁଡ଼ା ମତ ବିହାରରେ ଏନ୍‌ଡିଏର ବଡ଼ ବିଜୟ ହେବ ବୋଲି ଆକଳନ କରିଥିଲା। ବୁଧବାର ଏକ୍ସିସ ମାଇଁ ଇଣ୍ଡିଆ ଓ ଟୁଡେଜ ଚାଣକ୍ୟ ବୁଥ୍‌ ବାହୁଡ଼ା ମତ ମଧ୍ୟ ଏନ୍‌ଡିଏ ପାଇଁ ବିହାରରେ ସହଜ ବିଜୟ ଆକଳନ କରିଛି। ଏନ୍‌ଡିଏ ବିହାରରେ ୧୨୧ରୁ ୧୪୧ ଆସନରେ ଜିତିବ ବୋଲି ଏକ୍ସିସ ମାଇଁ ଇଣ୍ଡିଆ ଆକଳନ କରିଛି। ତେଜସ୍ବୀ ଯାଦବଙ୍କ ନେତୃତ୍ବାଧୀନ ମହାମେଣ୍ଟ ପାଇଁ ଏକ୍ସିସ ୯୮ରୁ ୧୧୮ ଆସନ ଆକଳନ କରିଛି। ବୁଥ୍‌ ବାହୁଡ଼ା ମତ ଅନୁଯାୟୀ ତେଜସ୍ବୀ ଯାଦବ ବିହାରରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶୀର୍ଷରେ ରହିଛନ୍ତି। ଏକ୍ସିସ ମାଇଁ ଇଣ୍ଡିଆ ଏନ୍‌ଡିଏ ପାଇଁ ୪୩ ପ୍ରତିଶତ ଭୋଟ୍‌ ଏବଂ ମହାମେଣ୍ଟ ପାଇଁ ୪୧ ପ୍ରତିଶତ ଭୋଟ୍‌ ଆକଳନ କରିଛି। ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜକୁ ମାତ୍ର ୪ ପ୍ରତିଶତ ଭୋଟ୍‌ ମିଳିବ। ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ମୁଖ୍ୟମନ୍ତ୍ରୀ ଭାବେ ଭୋଟରଙ୍କ ମଧ୍ୟରେ ସବୁଠାରୁ ପସନ୍ଦ ଚେହେରା। ତାଙ୍କୁ ୩୪ ପ୍ରତିଶତ ଭୋଟର ମୁଖ୍ୟମନ୍ତ୍ରୀ ଭାବେ ପସନ୍ଦ କରିଛନ୍ତି। ଅନ୍ୟପକ୍ଷେ ନୀତୀଶଙ୍କୁ ୨୨ ଏବଂ ବିଜେପିରୁ ଯେକୌଣସି ପ୍ରାର୍ଥୀଙ୍କୁ ୧୪ ପ୍ରତିଶତ ଭୋଟର ପସନ୍ଦ କରିଛନ୍ତି। ବିହାର ନିର୍ବାଚନରେ ବିଜେପି ୫୦ରୁ ୫୬ ଆସନ ପାଇବ, ଜେଡିୟୁ ୫୬-୬୨, ‌ଏଲ୍‌ଜେପି (ଆର୍‌ଭି) ୧୧-୧୬, ହାମ୍‌ (ଏସ୍‌) ୨-୩, ଆରଏଲଏମ ୨-୪ ଭୋଟ୍‌ ପାଇବ ବୋଲି ଆକଳନ କରାଯାଇଛି। ସେହିପରି ମହାମେଣ୍ଟରେ ଆର୍‌ଜେଡି ୬୭ରୁ ୭୬, କଂଗ୍ରେସ ୧୭-୨୧, ଭିଆଇପି ୩-୫, ସିପିଆଇ(ଏମଏଲ୍‌) ଏଲ୍‌ ୧୦-୧୪, ସିପିଆଇ ୧-୩ ଏବଂ ସିପିଆଇ(ଏମ୍‌) ୦-୧ ଆସନ ପାଇବ ବୋଲି ଆକଳନ କରାଯାଇଛି। ଜନ ସୁରାଜ ପାର୍ଟି ଏବଂ ଅସଉଦ୍ଦିନ ଅୱେସିଙ୍କ ଏଆଇଏମ୍‌ଆଇଏମ୍‌ ୦-୨ ଆସନ ପାଇବ ବୋଲି ଏକ୍ସିସ ମାଇଁ ଇଣ୍ଡିଆ ଆକଳନ କରିଛି। ଅନ୍ୟପକ୍ଷରେ ଆଜି ପ୍ରକାଶ ପାଇଥିବା ଟୁଡେଜ୍‌ ଚାଣକ୍ୟ ଏକ୍‌ଜିଟ୍‌ ପୋଲ୍‌ ଅନୁଯାୟୀ ଏନ୍‌ଡିଏ ମେଣ୍ଟ ୧୬୦ ଆସନ ଏବଂ ମହାମେଣ୍ଟ ୭୭ ଆସନ ପାଇପାରେ। ଅନ୍ୟମାନଙ୍କୁ ୬ଟି ଆସନ ମିଳିବ ବୋଲି ସଂସ୍ଥା ଆକଳନ କରିଛି।

ସ୍ତମ୍ଭ 13 Nov 2025 5:35 am

ପର୍ଯ୍ୟଟନକୁ ମିଳିବ ବଳ: ୧୦ ପର୍ଯ୍ୟଟନସ୍ଥଳୀର ଉନ୍ନତୀକରଣକୁ ଗୁରୁତ୍ବ

ଅନୁଗୁଳ: ଡେରେଜାଙ୍ଗ ଜଳଭଣ୍ଡାରରେ ଜଳକ୍ରୀଡ଼ାର ମଜା ନେବେ ପର୍ଯ୍ୟଟକ। ଦ୍ବିତୀୟ ଚିଲିକାରେ ପ୍ରକୃତି ପର୍ଯ୍ୟଟନ ସହ ଜମିବ ଭୋଜିଭାତର ଆସର। ଏପଟେ ରେଙ୍ଗାଳି ଜଳଭଣ୍ଡାରରେ ବିକଶିତ ହେବ ପର୍ଯ୍ୟଟନ ଭିତ୍ତିଭୂମି। ପର୍ଯ୍ୟଟକଙ୍କ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ଋତୁ ଆରମ୍ଭ ହେବା ପୂର୍ବରୁ ଏମିତି ଯୋଜନା କରିଛି ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ। ଏଥିପାଇଁ ପର୍ଯ୍ୟଟନସ୍ଥଳୀକୁ ସଜାଡ଼ିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ରର ପୁନରୁଦ୍ଧାର କାମ ଆରମ୍ଭ ହୋଇଛି। କିଛି ସ୍ଥାନରେ ଭିତ୍ତିଭୂମି ଉପରେ ଗୁରୁତ୍ବ ଦିଆଯାଉଥିଲା ବେଳେ କେତେକ ପୀଠରେ ସୌନ୍ଦର୍ଯ୍ୟୀକରଣ ଚାଲିଛି। ବିଶେଷକରି ପ୍ରକୃତି ପର୍ଯ୍ୟଟନ ଓ ଧାର୍ମିକ ପର୍ଯ୍ୟଟନ ଉପରେ ଫୋକସ୍‌ କରାଯାଇଛି। ଜିଲ୍ଲାରେ ଥିବା ବିଭିନ୍ନ ଜଳଭଣ୍ଡାର ଓ ମହାନଦୀ କୂଳରେ ପର୍ଯ୍ୟଟକଙ୍କୁ କିଛି ସମୟ ବାନ୍ଧି ରଖିବା ପାଇଁ ଅନେକ ଯୋଜନା ହୋଇଛି। ସେହିପରି ଜିଲ୍ଲାର ଧର୍ମପୀଠଗୁଡ଼ିକର ବିକାଶ ପାଇଁ ଟଙ୍କା ଅଜାଡ଼ି ଦେଇଛି ପ୍ରଶାସନ। ସବୁଠି ଜୋର୍‌ସୋରରେ କାମ ଚାଲିଥିଲା ବେଳେ ଜାନୁଆରି ସୁଦ୍ଧା ବହୁ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ଟାର୍ଗେଟ୍‌ ଦିଆଯାଇଛି। ପର୍ଯ୍ୟଟନ ବିଭାଗର ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲାର ପ୍ରାୟ ୧୦ଟି ପର୍ଯ୍ୟଟନକେନ୍ଦ୍ରର ଏବେ ଉନ୍ନତୀକରଣ ଚାଲିଛି। କିଛି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସହର ଉପକଣ୍ଠ ଅଙ୍ଗାରବନ୍ଧ ମହିମାଧାମର ଉନ୍ନତୀକରଣ ପାଇଁ ୫୦ ଲକ୍ଷ, ଖୁଲୁଡ଼ି ମନ୍ଦିର ପାଇଁ ୮୪ ଲକ୍ଷ, ବିନିକେୟୀ ମନ୍ଦିର ପାଇଁ ୫୬ ଲକ୍ଷ, ମାହେଶ୍ବରୀ ମନ୍ଦିର ପାଇଁ ୩୭ ଲକ୍ଷ, କୋଶଳା ରାମଚଣ୍ଡୀ ମନ୍ଦିର ପାଇଁ ୫୬ ଲକ୍ଷ, ପାତ୍ରପଡ଼ା ବାୟାଣୀ ପୀଠ ପାଇଁ ୭୭ ଲକ୍ଷ, ଅନୁଗୁଳ ଜଗନ୍ନାଥ ମନ୍ଦିର ପାଇଁ ୨୩ ଲକ୍ଷ ଟଙ୍କା, ମନ୍ଦରଗିରି ପାଇଁ ୫୫ ଲକ୍ଷ ଟଙ୍କା, ପୁରୁଣାଗଡ଼ ଜଗନ୍ନାଥ ମନ୍ଦିର ପାଇଁ ୩୧ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ଏ ଭିତରୁ ମହିମାଧାମ ଓ ଅନୁଗୁଳ ଜଗନ୍ନାଥ ମନ୍ଦିର କାମ ଶେଷ ହୋଇଗଲାଣି। ଅନ୍ୟ ସବୁ କାମ ଚାଲିଛି। ଏହି ସବୁ ସ୍ଥାନରେ ଭିତ୍ତିଭୂମିର ବିକାଶ ସହ ପର୍ଯ୍ୟଟକଙ୍କ ପାଇଁ ମୌଳିକ ସୁବିଧା ଯୋଗାଇବା ଉପରେ ଗୁରୁତ୍ବ ଦିଆଯାଇଛି। ସେହିପରି ପୀଠଗୁଡ଼ିକର ସୌନ୍ଦର୍ଯ୍ୟୀକରଣ ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଯେମିତି କିଛି ସମୟ ଭଲରେ ବିତାଇ ପାରିବେ ଓ ସୁଖଦ ଅନୁଭବ ନେଇ ଫେରିବେ ତାକୁ ନଜରରେ ରଖାଯାଇଛି। ସେହିପରି ଡେରେଜାଙ୍ଗ ଜଳଭଣ୍ଡାରରେ ଜଳକ୍ରୀଡ଼ା ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହେଉଛି। ଏଠାରେ ପର୍ଯ୍ୟଟକ ବୋଟିଂ ସହ ଭୋଜିଭାତର ମଜା ନେବେ। ଏଥିପାଇଁ ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ସେହିପରି ରେଙ୍ଗାଳି ଜଳଭଣ୍ଡାର ନିକଟରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ୨କୋଟି ୪୯ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ପାଳଲହଡ଼ାର ଦ୍ବିତୀୟ ଚିଲିକା ପାଇଁ ପ୍ରାୟ କୋଟିଏ ଟଙ୍କା ଖର୍ଚ୍ଚ କରାଯାଉଛି। ଏହା ବାଦ୍‌ ଲୋଭୀ ଠାକୁରାଣୀ ପୀଠର ଉନ୍ନତୀକରଣ ପାଇଁ ୨କୋଟି ୨୬ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି। ଏହି ସବୁ କାମ ସରିଗଲେ ଅନୁଗୁଳ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ନିଜ ଉପସ୍ଥିତିକୁ ଠିକଣା ଢଙ୍ଗରେ ଜାହିର କରିପାରିବ ବୋଲି ଅନୁମାନ କରାଯାଉଛି। ଏନେଇ ଅନୁଗୁଳ ପର୍ଯ୍ୟଟନ ଅଧିକାରୀ ଶୁଭେନ୍ଦୁ ଜେନା କହିଛନ୍ତି, ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ ପାଇଁ ପ୍ରଶାସନ ଓ ସରକାର ଗୁରୁତ୍ବ ଦେଇଛନ୍ତି। ନିର୍ଦ୍ଧାରିତ ସମୟରେ କାମ ସାରିବା ସହ ପର୍ଯ୍ୟଟକଙ୍କୁ ଏକ ଭଲ ଅନୁଭୂତି ଦେବାକୁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି।

ସ୍ତମ୍ଭ 13 Nov 2025 5:22 am

India-South Africa Test: ଶୁକ୍ରବାରରୁ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍‌: ଇଡେନ୍‌ ପିଚ୍‌ ଉପରେ ନଜର

କୋଲକାତା: ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍ ଲଢ଼େଇ ଲାଗି ‘ସିଟି ଅଫ୍ ଜୟ’‌ କୋଲକାତା ଏବେ ପୂରା ପ୍ରସ୍ତୁତ। ଉଭୟ ଭାରତ ଓ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍‌ସିପ୍ ବିଜେତା ଦକ୍ଷିଣ ଆଫ୍ରିକାର ବଛାବଛା ଓ ତାରକା ଖେଳାଳି ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ୍ ଲାଗି ଏଠାରେ ଡେରା ପକାଇବା କ୍ରିକେଟ୍‌ପ୍ରେମୀଙ୍କୁ ଯେତିକି ଉତ୍ସାହିତ କରୁଛି, ସହରକୁ ମଧ୍ୟ ସେତିକି ଚଳଚଞ୍ଚଳ କାରି ରଖିଛି। ବିଶ୍ବ ପ୍ରସିଦ୍ଧ ଇଡେନ୍ ଗାର୍ଡେନ୍ସ ପିଚ୍ କେମିତି ବ୍ୟବହାର କରିବ, ଭାରତୀୟ ବ୍ୟାଟର୍ କିଭଳି ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ମୁକାବିଲା କରିବେ, ଟସ୍ କେତେ ଗୁରୁତ୍ବପୂର୍ଣ୍ଣ ରହିବ ସେ ଚର୍ଚ୍ଚା କୋଲକାତା କ୍ରିକେଟ୍ ଜଗତକୁ ଆନ୍ଦୋଳିତ କରୁଛି। ସୂଚନା ଅନୁସାରେ ଭାରତୀୟ ଦଳର ପ୍ରଶିକ୍ଷକ ଗୌତମ ଗମ୍ଭୀର ଅନୌପଚାରିକ ଭାବେ ସ୍ପିନ୍‌କୁ ସୁହାଉଥିବା ପିଚ୍ ଦାବି କରିଛନ୍ତି। ତେବେ ଇଡେନ୍ ଗାର୍ଡେନ୍ସ ପିଚ୍ ପ୍ରଥମ ଦୁଇ ଦିନ ପେସର୍‌କୁ ସୁହାଇବାର ସମ୍ଭାବନା ଅଧିକ ରହିଛି। ତୃତୀୟ ଦିନଠାରୁ କିନ୍ତୁ ସ୍ପିନର୍ ପ୍ରଭାବ ବିସ୍ତାର କରିପାରିବେ। କୁଲଦୀପ ଯାଦବ ଓ କେଶବ ମହାରାଜଙ୍କ ଭଳି ବିଶେଷଜ୍ଞ ସ୍ପିନର ନିର୍ଣ୍ଣାୟକ ସାବ୍ୟସ୍ତ ହେବେ। ଯଶପ୍ରୀତ୍ ବୁମ୍‌ରା ଓ କାଗିସୋ ରବାଡ଼ା ମଧ୍ୟ ମ୍ୟାଚ୍‌ରେ‌ ରୋମାଞ୍ଚ ଭରିବେ। ଜୁରେଲଙ୍କୁ ମିଳିବ ସୁଯୋଗ ନିୟମିତ ୱିକେଟ୍‌ରକ୍ଷକ ଋଷଭ ପନ୍ତ ଏହି ମ୍ୟାଚ୍‌ରେ ଫେରିବା ଏକପ୍ରକାର ନିଶ୍ଚିତ ଥିଲେ ମଧ୍ୟ ଦ୍ବିତୀୟ ୱିକେଟ୍‌ରକ୍ଷକ ଧ୍ରୁବ ଜୁରେଲ ଏହି ମ୍ୟାଚ୍ ଖେଳିବେ। ଚମତ୍କାର ଫର୍ମରେ ଥିବା ଜୁରେଲ ଜଣେ ବିଶେଷଜ୍ଞ ବ୍ୟାଟର୍ ଭାବେ ମଇଦାନକୁ ଓହ୍ଲାଇବେ। ଏହି ସୂଚନା ଭାରତୀୟ ଦଳର ବୋଲିଂ ପ୍ରଶିକ୍ଷକ ରିଆନ୍ ଟେନ୍ ଡସେଟ୍ ଦେଇଛନ୍ତି। ପନ୍ତଙ୍କ ଅନୁପସ୍ଥିତିରେ ଜୁରେଲ ଅହମଦାବାଦରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ନିଜ ପ୍ରଥମ ଶତକ ହାସଲ କରିଥିଲେ। ଏହା ପୂର୍ବରୁ ୮ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ଚାରିଟି ଶତକ ଅର୍ଜନ କରିଥିଲେ ସେ। ପୁଣି ଦକ୍ଷିଣ ଆଫ୍ରିକା-ଏ’ ବିପକ୍ଷ ଦ୍ବିତୀୟ ଅନୌପଚାରିକ ମ୍ୟାଚ୍‌ର ଉଭୟ ପାଳିରେ ଶତକ ଅର୍ଜନ କରି ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ଭାରତ ପାଖରେ ୱାସିଂଟନ୍ ସୁନ୍ଦର, ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡ଼େଜାଙ୍କ ରୂପରେ ତିନିଜଣ ସ୍ପିନ୍ ଅଲ୍‌ରାଉଣ୍ଡର୍ ଥିବାରୁ ଜୁରେଲଙ୍କୁ ଖେଳାଇବାର ବିକଳ୍ପ ଆମ ପାଖରେ ଅଛି। ସେ ନିଶ୍ଚିତ କୋଲକାତା ଟେଷ୍ଟ୍ ଖେଳିବେ ବୋଲି ଡସେଟ୍ କହିଛନ୍ତି। ଟେଷ୍ଟ୍‌ ଦଳରୁ ଭାରତ-ଏ’କୁ ଗଲେ ନୀତୀଶ କୋଲକାତା ଟେଷ୍ଟ୍‌ରେ ଖେଳିବାର ସମ୍ଭାବନା ନଥିବାରୁ ଭାରତୀୟ ଦଳ ଅଲ୍‌ରାଉଣ୍ଡର୍ ନୀତୀଶ କୁମାର ରେଡ୍ଡୀଙ୍କୁ ଭାରତ-ଏ’ ପକ୍ଷରୁ ଖେଳିବାକୁ କହିଛି। ଟେଷ୍ଟ୍ ଦଳ ଛାଡ଼ି ରାଜକୋଟଠାରେ ଗୁରୁବାରଠାରୁ ଆରମ୍ଭ ହେଉଥିବା ଦକ୍ଷିଣ ଆଫ୍ରିକା-ଏ’ ବିପକ୍ଷ ଦିନିକିଆ ଶୃଙ୍ଖଳା ଲାଗି ଭାରତୀୟ-ଏ’ ଦଳରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ନୀତୀଶ ପ୍ରମୁଖ ବୋଲର ଯଶପ୍ରୀତ୍ ବୁମ୍‌ରା ଓ ମହମ୍ମଦ ସିରାଜଙ୍କ ସହ ବୋଲିଂ କରୁଥିଲେ। ବୁଧବାରର ଅଭ୍ୟାସ ଅଧିବେଶନରେ ସେ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଗୁଆହାଟୀରେ ଖେଳାଯିବାକୁ ଥିବା‌ ଦ୍ବିତୀୟ ଟେଷ୍ଟ୍‌ ବେଳକୁ ସେ ପୁଣି ଥରେ ଭାରତୀୟ ଦଳରେ ଯୋଗଦେବାର ସମ୍ଭାବନା ରହିଛି।

ସ୍ତମ୍ଭ 13 Nov 2025 4:58 am

Rashid Khan's second marriage: ରସିଦ ଖାନ୍‌ଙ୍କ ଦ୍ବିତୀୟ ବିବାହ

କାବୁଲ: ଆଫଗାନିସ୍ତାନର ତାରକା ସ୍ପିନର୍‌ ରସିଦ୍‌ ଖାନ୍‌ଙ୍କ ବିବାହ ସମ୍ପର୍କ‌କୁ ନେଇ ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଛି। ନିଜେ ରସିଦ୍‌ ବୁଧବାର ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଦ୍ବିତୀୟ ବିବାହକୁ ସ୍ପଷ୍ଟ କରିଛନ୍ତି। କିଛି ଦିନ ତଳେ ପାରମ୍ପରିକ ଆଫଗାନ୍‌ ପୋଷାକ ପିନ୍ଧିଥିବା ଜଣେ ମହିଳାଙ୍କ ପାଖରେ ରସିଦ୍‌ ବସିଥିବାର ଫଟୋ ଓ ଭିଡିଓ ଭାଇରାଲ ହୋଇଥିଲା। ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରୁ ରସିଦ୍‌ ଇନ୍‌ଷ୍ଟାଗ୍ରାମରେ ସେହି ମହିଳା ଜଣକ ତାଙ୍କ ସ୍ତ୍ରୀ ଏବଂ ସେମାନଙ୍କର ନିକାହ ଏହି ବର୍ଷ ଆରମ୍ଭ (୨ ଅଗଷ୍ଟ ୨୦୨୫)ରେ ହୋଇଛି ବୋଲି କହିଛନ୍ତି। ରସିଦ୍‌ ଗତବର୍ଷ ଅକ୍ଟୋବରରେ ପ୍ରଥମ ଥର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଅକ୍ଟୋବରରେ ସେ ତାଙ୍କ ଭାଇ ଅମିର୍‌ ଖଲିଲ୍‌, ଜାକିଉଲ୍ଲା ଓ ରାଜା ଖାନ୍‌ଙ୍କ ସହ ‌‌‌ଏକାଠି କାବୁଲଠାରେ ପ୍ରଥମେ ବାହା ହୋଇଥିଲେ। ଇନ୍‌ଷ୍ଟାଗ୍ରାମ୍‌ରେ ରସିଦ୍‌ ଲେଖିଛନ୍ତି, ‘‘୨୦୨୫ ଅଗ‌ଷ୍ଟ ୨ରେ ମୁଁ ମୋ ଜୀବନର ଏକ ନୂଆ ଏବଂ ଅର୍ଥପୂର୍ଣ୍ଣ ଅଧ୍ୟାୟ ଆରମ୍ଭ କରିଛି। ମୁଁ ନିକାହ କରିଛି। ପ୍ରେମ, ଶାନ୍ତି ଓ ମୋ ସହ ସହଯୋଗ କରିବା ଲାଗି ଇଚ୍ଛା ପ୍ରକାଶ କରିଥିବା ଜଣେ ମହିଳାଙ୍କୁ ବିବାହ କରିଛି। ମୁଁ ମୋ ସ୍ତ୍ରୀକୁ ଏକ ଦାନ କାର୍ଯ୍ୟକ୍ରମକୁ ନେଇଥିଲି। ଏହି ଭିଡିଓ ଓ ‌‌ଫଟୋ ସେଠାକାର। ଏହା ସତ୍ୟ ସେ ମୋ ସ୍ତ୍ରୀ, ଆଉ ଲୁଚାଇବାର କିଛି ନାହିଁ। ସମର୍ଥନ ଓ ସହଯୋଗ କରିଥିବାରୁ ଧନ୍ୟବାଦ’’।

ସ୍ତମ୍ଭ 13 Nov 2025 4:52 am

Odisha Chess Pride Festival: ଓଡ଼ିଶା ଚେସ୍‌ରେ ଗୌରବ ପର୍ବ: ସାତ୍ତ୍ବିକ ସର୍ବକନିଷ୍ଠ କ୍ୟାଣ୍ଡିଡେଟ୍ ମାଷ୍ଟର୍

ଭୁବନେଶ୍ବର: ଓଡ଼ିଶା ଚେସ୍‌ର ବିସ୍ମୟ ବାଳକ ସାତ୍ତ୍ବିକ ସ୍ବାଇଁ ଆଉ ଏକ ବଡ଼ ସଫଳତା ଲାଭ କରିଛନ୍ତି। ଗତ ଜୁନ୍‌ରେ ହରିୟାଣାର ଗୁରୁଗ୍ରାମଠାରେ ଆୟୋଜିତ ୩୮ତମ ଜାତୀୟ ୯ବର୍ଷରୁ କମ୍ ଓପନ୍ ଚେସ୍ ଚାମ୍ପିଅନ୍‌ସିପ୍‌ରେ ବିଜେତା ହେବା ପରେ ରାଜ୍ୟର ସର୍ବକନିଷ୍ଠ ଖେଳାଳିଭାବେ ଫିଡେ କ୍ୟାଣ୍ଡିଡେଟ୍ ମାଷ୍ଟର୍ସ ଟାଇଟଲ୍ ହାସଲ କରିଛନ୍ତି ସେ। ଏଥିଲାଗି ତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ବିରଳ ପ୍ରତିଭାଧାରୀ ଶିଶୁ ଚେସ୍‌ ଖେଳାଳିଙ୍କୁ ସେ ପ୍ରଶିକ୍ଷଣ ନେଉଥିବା କିଙ୍ଗ ଚେସ୍‌ ସେଣ୍ଟରର ପ୍ରତିଷ୍ଠାତା ବିଶ୍ୱଜିତ୍ ରାୟ, ନିଖିଳ ଓଡ଼ିଶା ଚେସ୍ ସଂଘ (ଏଓସିଏ)ର ସମ୍ପାଦକ ଦେବବ୍ରତ ଭଟ୍ଟ, ପୁରୀ ଜିଲ୍ଲା ଚେସ୍‌ ସଂଘ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ଟ୍ରିପଲ ସି ଚେସ୍‌ କ୍ଲବ୍ ସମ୍ପାଦକ ବିରଞ୍ଚି ନାରାୟଣ ସାହୁ, ଉପସଭାପତି ଅର୍ଘ୍ୟ ଅର୍ପଣ ପରିଡ଼ା, ଅନ୍ତର୍ଜାତୀୟ ଚେସ୍‌ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ, ତାପସ ମହାନ୍ତି, ସନ୍ତୋଷ ମହାପାତ୍ରଙ୍କ ସହ ରାଜ୍ୟର ବହୁ ବରିଷ୍ଠ ଖେଳାଳିମାନେ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଏହା ପୂର୍ବରୁ ସାତ୍ତ୍ୱିକ ରାଜ୍ୟର ସର୍ବକନିଷ୍ଠ ଖେଳାଳି ଭାବେ ମର୍ଯ୍ୟାଦାଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର (ଶ୍ରେଷ୍ଠ ଉଦୀୟମାନ ଖେଳାଳି) ପାଇଥିଲେ। ଭୁବନେଶ୍ବରର ସମ୍ବିତ ସ୍ବାଇଁ ଓ ସୋନମ ସରିତା ମହାନ୍ତିଙ୍କୁ ପୁଅ ସାତ୍ତ୍ବିକ ଗତବର୍ଷ ଇଟାଲିରେ ଆୟୋଜିତ ବିଶ୍ବ କ୍ୟାଡେଟ୍ ଚେସ୍ ପ୍ରତିଯୋଗିତାରେ ରୌପ୍ୟ ଏବଂ ଜର୍ଜିୟାରେ ଆୟୋଜିତ ଫିଡେ ଚେସ୍ ବିଶ୍ବକପ୍‌ର ୮ବର୍ଷରୁ କମ୍ ଓପନ୍ ବର୍ଗରେ କାଂସ୍ୟ ପଦକ ଜିତି ଇତିହାସ ରଚିଥିଲେ।

ସ୍ତମ୍ଭ 13 Nov 2025 4:43 am

Debashish vs Odisha: କିଟ୍‌ରେ ଦେବାଶିଷ ବନାମ ଓଡ଼ିଶା

ଭୁବନେଶ୍ବର: ରଣଜୀ ଅଭିଯାନର ପ୍ରଥମ ୪ ମ୍ୟାଚ୍‌ରୁ ୩ଟି ହାରି, କେଉଁଠି ଭୁଲ୍ ରହିଲା ସେ କଥା ଜାଣିପାରୁ ନଥିବା ଓଡ଼ିଶା କ୍ରିକେଟ୍ ଦଳ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ଏକ ନିଆରା ଚ୍ୟାଲେଞ୍ଜ୍‌ର ସମ୍ମୁଖୀନ ହେବ। କିଟ୍ ଷ୍ଟାଡିୟମ୍‌ରେ ରବିବାରଠୁ ଖେଳିବାକୁ ଥିବା ନିଜ ପଞ୍ଚମ ମୁକାବିଲାରେ ନାଗାଲାଣ୍ଡକୁ ଭେଟିବ ହେଲେ ନିଜ ପୂର୍ବତନ ପ୍ରଶିକ୍ଷକଙ୍କ ରଣନୀତିର ମୁକାବିଲା କରି‌େବ। ପ୍ରତିପକ୍ଷ ନାଗାଲାଣ୍ଡ ଥିଲେ ମଧ୍ୟ ପରୋକ୍ଷରେ ରାଜ୍ୟ ଦଳ ଏକପ୍ରକାର ନିଜ କ୍ରିକେଟ୍ ଇତିହାସର ସଫଳତମ ତାରକା ଦେବାଶିଷ ମହାନ୍ତିଙ୍କ ବିପକ୍ଷରେ ଖେଳିବ। କାରଣ ଏକଦା ଓଡ଼ିଶା ଦଳର ପ୍ରଶିକ୍ଷକ ଓ ପ୍ରମୁଖ ଅସ୍ତ୍ର ଥିବା ଦେବାଶିଷ ଏହି ମ୍ୟାଚ୍‌‌ରେ ନିଜ ରାଜ୍ୟକୁ କିଭଳି ହରାଇବେ ସେ ଯୋଜନା କରିବେ। ଦେବାଶିଷ ସଂପ୍ରତି ନାଗାଲାଣ୍ଡ ରଣଜୀ ଦଳର ପ୍ରଶିକ୍ଷକ ଥିଲା ବେଳେ ଓଡ଼ିଶା ବିପକ୍ଷରେ କୌଣସି ବାହାର ଦଳକୁ ପ୍ରଶିକ୍ଷଣ ଦେବା ମଧ୍ୟ ତାଙ୍କ ପାଇଁ ନିଆରା ଅନୁଭୂତି ନେଇ ଆସିବ। ତେବେ ଏକଥା ତାଙ୍କ ଅପେକ୍ଷା ଆତ୍ମବିଶ୍ବାସଭରା ଓଡ଼ିଶା ଦଳକୁ ଅଧିକ ପରୀକ୍ଷାରେ ପକାଇବ। ଦେବାଶିଷ କିଟ୍ ଷ୍ଟାଡିୟମ୍‌ର ପିଚ୍ ଓ ପରିବେଶକୁ ଭଲ ଭାବରେ ଜାଣିଛନ୍ତି। ଓଡ଼ିଶା ଖେଳାଳିଙ୍କ ଦକ୍ଷତାକୁ ମଧ୍ୟ ଅତି ନିକଟରୁ ଦେଖିଛନ୍ତି। ଏଣୁ ନାଗାଲାଣ୍ଡକୁ ହରାଇ ଚଳିତ ଋତୁର ପ୍ରଥମ ବିଜୟ ହାସଲ କରିବା ଲକ୍ଷ୍ୟରେ ଥିବା ଓଡ଼ିଶାର ଏହି ଆଶାକୁ ପାଣିଚିଆ କରିବା ଲାଗି ସେ ପୂରା ସକ୍ଷମ। ସେଥିଲାଗି ପୂରା ପଏଣ୍ଟ୍ ପାଇବା ଲାଗି ଶୁଭ୍ରାଂଶୁ ସେନାପତିଙ୍କ ଦଳକୁ ଦେବାଙ୍କ ଦଳର ଦୁର୍ବଳତା ଏବଂ ତାଙ୍କ ରଣନୀତିର ସଫଳ ଆକଳନ କରିବାକୁ ହେବ। ଦେବା ପ୍ରଶିକ୍ଷକ ଥିଲା ବେଳେ ଓଡ଼ିଶା ଏକଦା ଚାରି ଚାରି ଜଣ ପେସର୍‌ଙ୍କୁ ନେଇ ଖେଳୁଥିଲା। ବହୁତ ଭଲ ନହେଲେ ବି ତାଙ୍କ ପ୍ରଶିକ୍ଷଣରେ ଓଡ଼ିଶା ଚଳିତ ଋତୁ ଭଳି ଆରମ୍ଭରୁ ତିନିଟି ମ୍ୟାଚ୍ ହାରି ନଥିଲା। ସଂପ୍ରତି ସୁରେନ୍ଦ୍ର ଭାବେଙ୍କ ପ୍ରଶିକ୍ଷଣ ଶୈଳୀକୁ ନେଇ ଅନେକ ଆଶଙ୍କା ରହିଥିଲା ବେଳେ କିଟ୍ ଲଢ଼େଇ ତାଙ୍କ ପାଇଁ ଏକପ୍ରକାର ସମ୍ମାନର ପ୍ରଶ୍ନ ହେବ। କିଛି ଖେଳାଳିଙ୍କ ପାଇଁ ବି ଏହି ମ୍ୟାଚ୍ କର ବା ମର ସଦୃଶ ହେବ। ଓଡ଼ିଶାକୁ ବିଜୟର ମିଠା ମିଠା ସ୍ବାଦ ଚାଖିବା ଲାଗି କିନ୍ତୁ ଉଭୟ ବଲ୍ ଓ ବ୍ୟାଟ୍‌ରେ ଭଲ କରିବାକୁ ହେବ। ପ୍ରଥମ ଚାରି ମ୍ୟାଚ୍‌ରେ ଦିଶାହୀନ ବୋଲିଂ ଓ ବ୍ୟାଟିଂ କରିଥିବା ଓଡ଼ିଶା ଖେଳାଳିଙ୍କୁ ଅଧିକ ଦାୟିତ୍ବବାନ ହେବାକୁ ପଡ଼ିବ। ଘରୋଇ ପରିବେଶ ପାଇଁ ଗ୍ରୁପ-ଏ’ର ଶେଷ ଦୁଇ ସ୍ଥାନ ଥିବା ଦୁଇ ଦଳ ଭିତରେ ହେବାକୁ ଥିବା ଏହି ଲଢ଼େଇରେ ଓଡ଼ିଶା ପଲା ସାମାନ୍ୟ ଭାରୀ ରହିପାରେ। ତେବେ ତାମିଲନାଡ଼ୁ ଭଳି ଦଳ ହାତରୁ ୧ ପଏଣ୍ଟ୍ ଛଡ଼ାଇ ଆଣିଥିବା ନାଗାଲାଣ୍ଡ ମଧ୍ୟ ଓଡ଼ିଶାର ଅସ୍ଥିର ପ୍ରଦର୍ଶନରୁ ଫାଇଦା ନେଇ ବଡ଼ ଓଲଟପାଲଟ କଲେ ବିସ୍ମିତ ହେବାର କିଛି ନାହିଁ। ଏଲିଟ୍ ଗ୍ରୁପ୍-ଏ’ରେ ଉଭୟ ଓଡ଼ିଶା ଓ ନାଗାଲାଣ୍ଡ ଚାରିଟି ଲେଖାଏଁ ମ୍ୟାଚ୍ ଖେଳି ଗୋଟିଏ ଲେଖାଏଁ ପଏଣ୍ଟ୍ ପାଇଛନ୍ତି। ଦୁଇ ଦଳର ପ୍ରଦର୍ଶନ ଧାରା ବି ସମାନ ରହିଛି। ଉଭୟ ନିଜ ନିଜ ପ୍ରଥମ ମ୍ୟାଚ୍ ହାରିବା ପରେ ଦ୍ବିତୀୟକୁ ଅମୀମାଂସିତ ରଖିଥିଲେ। ପୁଣି ତୃତୀୟ ଓ ଚତୁର୍ଥ ମୁକାବିଲାରେ ଲଗାତାର ପରାଜୟ ବରଣ କରିଥିଲେ। କଟକରେ ବରୋଦାଠାରୁ ୭ ୱିକେଟ୍‌ରେ ହାରି ଓଡ଼ିଶା ଅଭିଯାନ ଆରମ୍ଭ କରିଥିଲା। କାନପୁରରେ ଖେଳିଥିବା ଉତ୍ତରପ୍ରଦେଶ ବିପକ୍ଷ ମ୍ୟାଚ୍‌କୁ ଡ୍ର’ କରି ପ୍ରଥମ ପଏଣ୍ଟ୍ ପାଇଥିଲା। ପୁଣି କଟକରେ ଆନ୍ଧ୍ରପ୍ରଦେଶଠାରୁ ଗୋଟିଏ ପାଳି ଓ ୧୯୬ ରନ୍‌ରେ ହାରିବା ପରେ ନାଗପୁରରେ ବିଦର୍ଭଠାରୁ ୧୦୦ ରନ୍‌ରେ ପରାଜିତ ହୋଇଥିଲା। ସେହିଭଳି ନାଗାଲାଣ୍ଡ ନିଜ ପ୍ରଥମ ମୁକାବିଲାରେ ବିଦର୍ଭଠାରୁ ଗୋଟିଏ ପାଳି ଓ ୧୭୯ ରନ୍‌ରେ ହାରିଥିଲା। ତାମିଲନାଡ଼ୁ ବିପକ୍ଷରେ ଲଢ଼ୁଆ ଖେଳ ଖେଳି ଏହାକୁ ଅମୀମାଂସିତ ରଖି ୧ ପଏଣ୍ଟ୍ ଅର୍ଜନ କରିଥିଲା। ପରବର୍ତ୍ତୀ ଦୁଇ ମ୍ୟାଚ୍‌ରେ ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶଠାରୁ ପାଳି ପରାଜୟ ବରଣ କରିଥିଲା। ସେଥିପାଇଁ ନାଗାଲାଣ୍ଡ ସବାଶେଷ ସ୍ଥାନରେ ଥିଲା ବେଳେ ଓଡ଼ିଶା ରନ୍ ରେଟ୍‌ରେ ସାମାନ୍ୟ ଆଗୁଆ‌ ରହି ସପ୍ତମ ସ୍ଥାନରେ ରହିଛି। ନାଗାଲାଣ୍ଡକୁ ହରାଇବାକୁ ହେଲେ ତା’ର ଦୁଇ ଶତକ ହାସଲକାରୀ ଦେବା ନିଶ୍ଚଲ ଓ ଇମତିୱାତି ଲେମତୁରଙ୍କୁ ରୋକିବାକୁ ହେବ। ଶୁଭ୍ରାଂଶୁଙ୍କ ସହ ବରିଷ୍ଠ ବ୍ୟାଟର୍‌ ଗୋବିନ୍ଦ ପୋଦ୍ଦାରଙ୍କୁ ଫ୍ରଣ୍ଟ୍‌ଫୁଟ୍‌ରେ ଖେଳିବାକୁ ହେବ। ବିପ୍ଳବ ଫେରିଲେ ନାଗାଲାଣ୍ଡ ବିପକ୍ଷ ରଣଜୀ ମ୍ୟାଚ୍‌ ଲାଗି ଓଡ଼ିଶା ଦଳ ଘୋଷିତ ହୋଇଛି। ଏହି ଦଳକୁ ଅଲ୍‌ରାଉଣ୍ଡର ବିପ୍ଳବ ସାମନ୍ତରାୟ ଫେରିଥିଲା ବେଳେ ୱିକେଟ୍‌କିପର ବ୍ୟାଟର୍‌ ସାୱନ ପହରିଆ ସାମିଲ ହୋଇଛନ୍ତି। ତେବେ ଦଳରୁ ସନ୍ଦୀପ ପଟ୍ଟନାୟକ, ରାଜେଶ ଧୂପର ଓ ଜାମଲା ଭଞ୍ଜନ ମହାପାତ୍ର ବାଦ୍‌ ପଡ଼ିଛନ୍ତି।ଓଡ଼ିଶା ଦଳ: ଶୁଭ୍ରାଂଶୁ ସେନାପତି (ଅଧିନାୟକ), ସ୍ବସ୍ତିକ ସାମଲ (ଉପଅଧିନାୟକ), ଗୌରବ ଚୌଧୁରୀ, ବିପ୍ଳବ ସାମନ୍ତରାୟ, ଗୋବିନ୍ଦ ପୋଦ୍ଦାର, ସାୱନ ପହରିଆ (ୱିକେଟ୍‌ରକ୍ଷକ), ସୌରଭ କୁମାର ଗୌଡ଼ (ୱିକେଟ୍‌ରକ୍ଷକ), ଅନୀଲ ପରିଡ଼ା, ସମ୍ବିତ ଏସ୍‌ ବରାଳ, ସୁମିତ ଶର୍ମା, ବାଦଲ ବିଶ୍ବାଳ, ରାଜେଶ ମହାନ୍ତି, ତରିଣୀ ସ’, ତାପସ ଦାସ, ପ୍ରଶାନ୍ତ କୁମାର ରଣା।

ସ୍ତମ୍ଭ 13 Nov 2025 4:39 am

Maitreswar visited Srilingaraj: ଶ୍ରୀଲିଙ୍ଗରାଜଙ୍କୁ ପଢ଼ୁଆଁ କଲେ ମୈତ୍ରେଶ୍ବର: ପଟୁଆରରେ ଗଲେ, ମାମୁଘରେ ମୁଆଁ ଖାଇଲେ

ପୁରୁଣା ଭୁବନେଶ୍ୱର: ଆଜି ପରମ୍ପରା ଅନୁସାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ପଢ଼ୁଆଁ ହୋଇଛନ୍ତି। ମାମୁ ମୈତ୍ରେଶ୍ବର ଭଣଜା ଲିଙ୍ଗରାଜଙ୍କୁ ନୂଆବସ୍ତ୍ର ପିନ୍ଧାଇ ପଢ଼ୁଆଁ କରିଛନ୍ତି। ଏଥିପାଇଁ ଆଜି ଉଭୟ ମାମୁଘର ଶ୍ରୀମୈତ୍ରେଶ୍ୱର ମନ୍ଦିର ଓ ଲିଙ୍ଗରାଜଙ୍କ ମନ୍ଦିରରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। ଭଣଜା ମହାପ୍ରଭୁ ଶ୍ରୀଲିଙ୍ଗରାଜ ପଟୁଆରରେ ଯାତ୍ରା କରି ମାମୁ ଘରେ ପଢ଼ୁଆଁ ହୋଇଛନ୍ତି। ଭଣଜା ଲିଙ୍ଗରାଜଙ୍କୁ ସ୍ବାଗତ କରିବା ଓ ନୂତନ ବସ୍ତ୍ର ଦେଇ ପଢ଼ୁଆଁ ନୀତି ସମାପନ କରିବା ପାଇଁ ଆଜି ମନ୍ଦିର ସେବାୟତମାନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିଲା। ସନ୍ଧ୍ୟାରେ ଏହି ନୀତି ମହାଆଡ଼ମ୍ବର ସହକାରେ ସମାହିତ ହୋଇଥିଲା। ଆଜି ଲିଙ୍ଗରାଜ ମନ୍ଦିରରେ ସକାଳୁ ଦିପହର ଯାଏ ଯଥାରୀତି ପୂଜାର୍ଚ୍ଚନା, ଧୂପ ଓ ଆଳତି ଆଦି ଅନୁଷ୍ଠିତ ହୋଇଥିଲା। ରାତି ପ୍ରାୟ ସାଢ଼େ ୮ଟାରେ ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମାଙ୍କ ସହ ମା’ ପାର୍ବତୀ, ମା’ ଦୁର୍ଗା ଓ ଶ୍ରୀବସୁଦେବଙ୍କୁ ସୁସଜ୍ଜିତ ବିମାନ ଓ ପାଲିଙ୍କିରେ ଅଧିଷ୍ଠିତ କରାଯାଇ ମାମୁଘର ମୈତ୍ରେଶ୍ବର ମନ୍ଦିର ଅଭିମୁଖେ ପଟୁଆରରେ ନିଆଯାଇଥିଲା। ରାତି ପ୍ରାୟ ୯ଟାରେ ବିଭିନ୍ନ ସେବାୟତଙ୍କ ଗହଣରେ ପ୍ରଭୁ ଶ୍ରୀଲିଙ୍ଗରାଜ ଓ ଅନ୍ୟ ଦେବଦେବୀମାନେ ବଢ଼େଇବାଙ୍କ ଛକ ନିକଟ ମୈତ୍ରେଶ୍ବର ମନ୍ଦିରରେ ପହଞ୍ଚିଥିଲେ। ଏହା ପୂର୍ବରୁ ମାମୁଘର ପରିସରକୁ ବଭିନ୍ନ ଫୁଲ ଓ ରଙ୍ଗୋଲିରେ ସଜ୍ଜିତ କରାଯାଇଥିଲା। ଭଣଜା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପଟୁଆରକୁ ମୈତ୍ରେଶ୍ବର ମନ୍ଦିର ସମ୍ମୁଖ ରଙ୍ଗୋଲିରେ ସ୍ୱାଗତ କରାଯାଇଥିଲା। ବଡ଼ୁ ସେବାୟତ ଶ୍ରୀଜିଉଙ୍କୁ ମଣେଇବା ପରେ ସବୁ ଦେବଦେବୀଙ୍କୁ ଶ୍ରୀମୈତ୍ରେଶ୍ୱର ମନ୍ଦିର ସମ୍ମୁଖସ୍ଥ ସିଂହାସନରେ ଉପବେଶନ କରାଯାଇଥିଲା। ଏହାପରେ ପବିତ୍ର ପାପନାଶିନୀ ପୁଷ୍କରିଣୀର ଶୁଦ୍ଧ ସଂସ୍କାରିତ ଜଳରେ ଦେବଦେବୀଙ୍କ ସ୍ନାନ ବିଧି ସମାହିତ ହୋଇଥିଲା। ଏହାପରେ ସୁଆର ସେବାୟତଙ୍କ ଦ୍ୱାରା ନୂତନ ବସ୍ତ୍ର ପରିଧାନ ବିଧି ସଂପନ୍ନ ହୋଇଥିଲା। ପୂଜାପଣ୍ଡା ସେବାୟତମାନେ ପଞ୍ଚ ଉପଚାରରେ ଦେବଦେବୀଙ୍କୁ ପୂଜା କରିବା ସହ ମାମୁ ଭଣଜାଙ୍କୁ ମୁଆଁ ଭୋଗ ଲାଗି କରି ଭେଟ ଆଳତି କରିଥିଲେ। ପ୍ରଭୁଙ୍କ ପଢ଼ୁଆଁ ବିଧି ସରିବା ପରେ ଶ୍ରୀଜିଉ ପ୍ରତ୍ୟାବର୍ତ୍ତନ କରିଥିଲେ। ବାଟରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମାଇଁ ମା’ କପାଳୀ ଠାକୁରାଣୀଙ୍କ ପାଖରେ ଭେଟ ଆଳତି କରାଯାଇଥିଲା। ଏହାପରେ ସମସ୍ତ ଦେବଦେବୀ ପୁଣି ପଟୁଆରରେ ମନ୍ଦିରକୁ ଫେରିଥିଲେ। ସେହିପରି ଆଜି ଶ୍ରୀକପିଳନାଥ ମଧ୍ୟ ପଢ଼ୁଆଁ ହୋଇଛନ୍ତି। ସ୍ଥାନୀୟ କୈବର୍ତ୍ତସାହି ଛକ ନିକଟସ୍ଥ ଶ୍ରୀଝୁଣ୍ଟୁକେଶ୍ୱର ମହାଦେବ ମନ୍ଦିରରୁ ଗତକାଲି ନୂଆ ବସ୍ତ୍ର କପିଳନାଥ ମନ୍ଦିରକୁ ଯାଇଥିଲା।

ସ୍ତମ୍ଭ 13 Nov 2025 4:38 am

ସିଲିକୋସିସ୍‌ କବଳରେ ଖଣିବାସିନ୍ଦା: ୫ ବର୍ଷରେ ୭୨ ହଜାର ଆକ୍ରାନ୍ତ

ସୁନ୍ଦରଗଡ଼: ଚିନ୍ତା ବଢ଼ାଉଛି ସିଲିକୋସିସ୍‌ ରୋଗ। ସୁନ୍ଦରଗଡ଼ ଜିଲ୍ଲାରେ କ୍ରମାଗତ ଭାବେ ରୋଗୀଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଥିବାବେଳେ ଏହାର ଚିକିତ୍ସା ହୋଇନପାରିବା ଚିନ୍ତାର କାରଣ ହୋଇଛି। ରାଉରକେଲା ପୁରୁଣା ଜଲଦାର ଅଜୟ ଗିରି ଏକ ପଥର କ୍ରସର୍‌ରେ ୨୩ ବର୍ଷ ଧରି କାମ କରୁଥିଲେ। ଫୁସ୍‌ଫୁସ୍‌ଜନିତ ରୋଗରେ ଆକ୍ରାନ୍ତ ଅଜୟ ବୁର୍ଲା ବୀର ସୁରେନ୍ଦ୍ରସାଏ ଡାକ୍ତରଖାନାରେ ପରୀକ୍ଷା କରାଇବା ପରେ ତାଙ୍କୁ ସିଲିକୋସିସ୍‌ ରୋଗ ହୋଇଥିବା ଜଣାପଡ଼ିଥିଲା। ସିଲିକୋସିସ୍‌ ରୋଗର ଚିକିତ୍ସା ନଥିବା କହି ତାଙ୍କୁ କେବଳ ଫୁସ୍‌ଫୁସ୍‌ ରୋଗର ଚିକିତ୍ସା କରି ଘରକୁ ପଠାଇ ଦିଆଗଲା। ଖଣି ଅଞ୍ଚଳରୁ ଉତ୍ପନ୍ନ ମାରାତ୍ମକ ସିଲିକୋସିସ୍‌ ରୋଗ ଯକ୍ଷ୍ମା ଓ ଆଜମା ଭିତରେ ଲୁଚି ଯାଉଛି। ଏହି ରୋଗ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗର କୌଣସି ଅଧ୍ୟୟନ ନାହିଁ। ସଚେତନତା ଅଭାବରୁ ଏ ରୋଗ ଦିନକୁ ଦିନ ବଢ଼ିଚାଲିଛି। ସିଲିକୋସିସ୍‌ ସଂକ୍ରାନ୍ତରେ ଖଣିବହୁଳ ସୁନ୍ଦରଗଡ଼ ଜିଲ୍ଲାରୁ ଚମକାଇ ଦେଲା ଭଳି ତଥ୍ୟ ସାମନାକୁ ଆସିଛି। ୨୦୧୫ରୁ ୨୦୧୯, ୫ ବର୍ଷ ମଧ୍ୟରେ ଜିଲ୍ଲାରେ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ୭୨୬୯୫ ଥିବା ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ କହୁଛି। ତଥ୍ୟାନୁସାରେ, ୨୦୧୫ରେ ବର୍ହିବିଭାଗରେ ୧୦୯୯୭, ୨୦୧୬ରେ ୧୩୧୨୪, ୨୦୧୭ରେ ୧୭୦୮୪, ୨୦୧୮ରେ ୨୦୭୫୦, ୨୦୧୯ରେ ୧୦୭୪୦ ସିଲିକୋସିସ୍‌ ଲକ୍ଷଣ ଥିବା ରୋଗୀ ଆସିଥିଲେ। ସେହିପରି ଜିଲ୍ଲାର ଡାକ୍ତରଖାନାଗୁଡ଼ିକରେ ୫ ବର୍ଷରେ ୨୬୩ ଜଣ ରୋଗୀ ଚିକିତ୍ସିତ ହୋଇଥିବା ତଥ୍ୟ ରହିଛି। ୨୦୧୫ରେ ୨୯, ୨୦୧୬ରେ ୩୯, ୨୦୧୭ରେ ୧୨୨, ୨୦୧୮ରେ ୬୩ ଓ ୨୦୧୯ରେ ୧୦ ଜଣ ରୋଗୀ ଚିକିତ୍ସିତ ହୋଇଥିଲେ। ତେବେ ଆଶ୍ଚର୍ଯ୍ୟଜନକ ଭାବେ ତା’ ପରବର୍ଷ ଅର୍ଥାତ୍‌ ୨୦୨୦ ରିପୋର୍ଟରେ ରୋଗୀ ସଂଖ୍ୟା ଶୂନ ରହିଛି। ସିଲିକା ନାମକ ଏକ ଗୁଣ୍ଡ ଯୋଗୁ ହେଉଥିବା ସିଲିକୋସିସ୍‌ ରୋଗ ଫୁସଫୁସକୁ ଆକ୍ରାନ୍ତ କରିଥାଏ। ବିଶେଷ କରି ପଥର, ସୁନାଖଣି, ଚୂନପଥର, କାଚ, କୋଇଲା ଖଣି ସମେତ ସିମେଣ୍ଟ କାରଖାନାର ଶ୍ରମିକମାନେ ଏଥିରେ ଆକ୍ରାନ୍ତ ହୋଇଥାନ୍ତି। ସୁନ୍ଦରଗଡ଼ରେ ଉପରୋକ୍ତ ଖଣି କାରଖାନା ରହିଥିବାରୁ ସିଲିକୋସିସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଏଠାରେ ଅଧିକ। କିନ୍ତୁ ସ୍ବାସ୍ଥ୍ୟ ବିଭାଗ ଏହାକୁ ସେତେଟା ଗୁରୁତ୍ବ ଦେଉ ନଥିବା ଅଭିଯୋଗ ହେଉଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ. ସୁରେଶଚନ୍ଦ୍ର ମହାନ୍ତି କହିଛନ୍ତି ସିଲିକୋସିସ୍‌ ରୋଗ ଚିହ୍ନଟ ବା ଚିକିତ୍ସା ବ୍ୟବସ୍ଥା ନଥିବାରୁ ଏ ସମ୍ପର୍କରେ ଜାଣିବା ମୁସ୍କିଲ।

ସ୍ତମ୍ଭ 13 Nov 2025 4:16 am