SENSEX
NIFTY
GOLD
USD/INR

Weather

18    C

ସମଗ୍ର ଉତ୍କଳର ଭଦ୍ରକର ସଂସ୍କୃତି, ଐତିହ୍ୟ ଓ ପରମ୍ପରା ଅନନ୍ୟ,ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଚତୁର୍ଥ ସନ୍ଧ୍ୟା

ଭଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଭୂମି ତ୍ୟାଗ,ତିତିକ୍ଷା, ସଂଗ୍ରାମ ଓ ବଳିଦାନର ଭୂମି ଭାବେ ଯେପରି ଦେଶର ସ୍ୱାଧୀନତା ସଂଗ୍ରାମ ପୃଷ୍ଠାରେ ସୁବର୍ଣ୍ଣ ସ୍ୱାକ୍ଷର ଆଙ୍କିଛି ସେପରି ସଂସ୍କୃତି, ଐତିହ୍ୟ ଓ ପରମ୍ପରାରେ ସମଗ୍ର ଉତ୍କଳର ଅନନ୍ୟ ସ୍ଥାନ ଭାବେ ଆଦୃତ ହୋଇଛି।କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଜାତୀୟ କବି ବାଞ୍ଛାନିଧି ମହାନ୍ତି ଭଳି ଅମର କବି ଜାତୀୟବାଦୀ ସଂଗୀତର ସାରସ୍ୱତ ଝଙ୍କାର ତୋଳି ସ୍ୱାଧୀନତା ସଂଗ୍ରାମକୁ ତେଜିୟାନ କରିଥିବା ବେଳେ ବିପ୍ରକବି ବଂଶୀ ବଲ୍ଲଭ ଗୋସ୍ୱାମୀ,ଲୋକକବି ଜଗନ୍ନାଥ ପାଣି, ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା, କେଶବକବି କୃଷ୍ଣପ୍ରସାଦ ବେହେରା, ଯାତ୍ରା ସମ୍ରାଟ ଶ୍ୟାମସୁନ୍ଦର ମହାପାତ୍ର, ନାଟ୍ୟକାର ଉମାକାନ୍ତ ବେହେରା ପ୍ରମୁଖ ବହୁ ସାରସ୍ୱତ ସାଧକ ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ରୁଦ୍ଧିମନ୍ତ କରିଛନ୍ତି ବୋଲି ଅବନ୍ତିକା ଆବାସିକ ମହାବିଦ୍ୟାଳୟ, ଚରମ୍ପା ପ୍ରାୟୋଜିତ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆଠାରେ ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଚତୁର୍ଥ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମହୋତ୍ସବର ଚତୁର୍ଥ ସଂନ୍ଧ୍ୟାକୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସ୍ମୃତି ରେ ଉତ୍ସର୍ଗିତ ହେବା ସହ ‘ଭଦ୍ରକର ସଂସ୍କୃତି, ଐତିହ୍ୟ ଓ ପରମ୍ପରା’ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଜାତୀୟତାବାଦୀ ଆନ୍ଦୋଳନ ପୃଷ୍ଠାରେ ଭଦ୍ରକ” ମହୋତ୍ସବର ଉପଦେଷ୍ଟା, ଶିକ୍ଷାବିତ ଗୟାଧର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ଭଦ୍ରକର ପୌରଧ୍ୟକ୍ଷା ଗୁଲମକ୍କୀ ଦଲୱାଜୀ ହବିବ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ସାହିତ୍ୟିକ କାର୍ତିକ ଚନ୍ଦ୍ର ସ୍ୱାଇଁ, ଅବସର ପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ପୁରୁଷୋତମ ଧଳ, ବରିଷ୍ଠ ସାହିତ୍ୟିକ ଓ ସଙ୍ଗଠକ ବାବୁଲାଲ ଦାସ ବରେଣ୍ୟ ଅତିଥି ଏବଂ ବରିଷ୍ଠ କବି ଉମେଶ ଚନ୍ଦ୍ର ମହାପାତ୍ର ବରେଣ୍ୟ ବକ୍ତା ଭାବେ ଯୋଗଦେଇଥିଲେ। କବୟିତ୍ରୀ ଋତିକା ନାୟକ ଅତିଥିମାନଙ୍କୁ ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ କରିଥିବା ବେଳେ ସମ୍ପାଦକ ରବି ନାରାୟଣ ଖିଲାର ଅତିଥି ପରିଚୟ ଓ ସଭାପତି ଇଂ ଅଭୟ ସୂତାର ସ୍ୱାଗତ ଭାଷଣ ପ୍ରଦାନ ଏବଂ ଆବାହକ ଅଧ୍ୟାପକ ନୀହାର ରଞ୍ଜନ କର ଧନ୍ୟବାଦ ଅର୍ପଣ କରିଥିଲେ। ବର୍ଷା ରାଣୀ ପୁହାଣ ଓ ଅଙ୍କିତା ପୁହାଣ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ଏବଂ ଡା.ଅନିଲ କୁମାର ଦାଶ, ପ୍ରଧାନ ଶିକ୍ଷୟିତ୍ରୀ ଡ.ଜାନକୀ ପାଢ଼ୀ, ମମତା ବଳ ଓସୀମନ୍ତିନୀ ବାରିକ ଓ ଦମୟନ୍ତୀ ରାଉତ କୁଇଜ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମହୋତ୍ସବ କାର୍ଯ୍ୟକ୍ରମକୁ ମିଡ଼ିଆ ସେଲ୍ ଅଧ୍ୟକ୍ଷ ପ୍ରମୋଦ କୁମାର ରାୟ, ସୁଶ୍ରୀ ଅଞ୍ଜନା ମିଶ୍ର, କଳ୍ପନା ଜେନା , ପ୍ରଭାକର ପରିଡ଼ା,ଅଧ୍ୟାପକ ନାଶିର ବକ୍ସ ପ୍ରମୁଖ ପରିଚାଳନା କରିଥିଲେ। Continue reading ସମଗ୍ର ଉତ୍କଳର ଭଦ୍ରକର ସଂସ୍କୃତି, ଐତିହ୍ୟ ଓ ପରମ୍ପରା ଅନନ୍ୟ,ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଚତୁର୍ଥ ସନ୍ଧ୍ୟା

ଓଡିଆ ପୁଆ 13 Nov 2025 10:32 pm

ବରପଦା ଯାନ୍ତ୍ରିକ ମହାବିଦ୍ୟାଳୟ ସଭାପତି ଇଂ ପ୍ରୟାସ ସାମଲଙ୍କୁ କ୍ଲିନ୍ ଚିଟ୍,ବହୁ ଚର୍ଚ୍ଚିତ ଉଚ୍ଚ ନ୍ୟାୟାଳୟ ମାମଲାର ଘଟିଲା ଅନ୍ତ, ବିରୋଧୀଙ୍କୁ ଝଟକା

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବରପଦାରେ ଥିବା ଭଦ୍ରକ ଯାନ୍ତ୍ରିକ ମହାବିଦ୍ୟାଳୟ ମାମଲାର ଘଟିଛି ଅନ୍ତ। ଏହି ମହାବିଦ୍ୟାଳୟର ସଭାପତି ଇଂଜିନିୟର ପ୍ରୟାସକାନ୍ତି ସାମଲଙ୍କ ନାମରେ ୨୦୧୬ ମସିହାରୁ ଚାଲିଥିବା ମାମଲାରେ ତାଙ୍କୁ ମିଳିଛି କ୍ଲିନ୍ ଚିଟ୍‌। ଏବଂ ବିରୋଧୀଙ୍କୁ ଲାଗିଛି ଶକ୍ତ ଧକ୍କା। ଏଠାରେ ସୂଚନାଯୋଗ୍ୟ ଭଦ୍ରକ ଯାନ୍ତ୍ରିକ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନରେ ଆର୍ଥିକ ଅନିୟମିତତା ନେଇ ଇଂଜିନିୟର ଶ୍ରୀ ସାମଲଙ୍କ ବିରୁଦ୍ଧରେ ଏହି ମହାବିଦ୍ୟାଳୟର କେତେକ ନ୍ୟସ୍ତ ସ୍ୱାର୍ଥ ସଂପନ୍ନ କୁଚକ୍ରୀ ଗୋଷ୍ଠୀ ୨୦୧୬ ମସିହାରୁ ଉଚ୍ଚ ନ୍ୟାୟାଳୟରେ ମିଥ୍ୟା ଅଭିଯୋଗ ନେଇ ମାମଲା ରୁଜୁ କରିଥିଲେ। ଏହାର ଅଭିଯୋଗର ଶୁଣାଣି ତଳ କୋର୍ଟରେ ହେବା ନେଇ ମାନ୍ୟବର ଅଦାଲତ ଆଦେଶ ଦେଇଥିଲେ। ଶିକ୍ଷାନୁଷ୍ଠାନ ଭଳି ମନ୍ଦିରର ଯାହାକିଛି ସମସ୍ୟା ଅଛି, ତାହା ଏସ୍‌ଡିଜେଏମ୍ କୋର୍ଟରେ ଶୁଣାଣି କରିବାକୁ ଉଚ୍ଚ ନ୍ୟାୟାଳୟର ବିଚାରପତି ତାଙ୍କ ରାୟରେ ଦର୍ଶାଇଥିଲେ। ସେହି ମାମଲା ଭଦ୍ରକ ଏସ୍‌ଡିଜେଏମ୍ କୋର୍ଟରେ ଶୁଣାଣି ସମୟରେ ଅଭିଯୋଗକାରୀମାନେ କୌଣସି ପ୍ରମାଣ ଯୋଗ୍ୟ ତଥ୍ୟ ରଖିନପାରିବା ସହ ଅନୁପସ୍ଥିତ ରହିବାରୁ ଏହି ମାମଲାକୁ ଆଉ ଆଗକୁ ବଢାନଯାଉ ବୋଲି ଜାତୀୟ ଲୋକ ଅଦାଲତ ତାଙ୍କ ରାୟ ଶୁଣାଇଥିଲେ। ଫଳରେ ଦୀର୍ଘବର୍ଷ ଧରି ଆଗତ ହୋଇଥିବା ବିବାଦର ଘଟିଛି ଅବସାନ। ବିଶେଷକରି ଅଭିଯୋଗକାରୀମାନେ ନିୟମିତ ଅନୁପସ୍ଥିତ ରହିବାରୁ ମାନ୍ୟବର ଅଦାଲତ ମାମଲାକୁ ଶେଷ କରିଛନ୍ତି। ଫଳରେ ଏହି ଶିକ୍ଷାନୁଷ୍ଠାନ ବିରୁଦ୍ଧରେ ଆର୍ଥିକ ଅନିୟମିତତା ମାମଲା ଆଉ ଆଗକୁ ବଢିବନି ବୋଲି ବରପଦା ସ୍କୁଲ ଅଫ୍ ଇଂଜିନିୟରିଂ ସୋସାଇଟିର ସଭାପତି ଶ୍ରୀ ସାମଲ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏଥିସହ ଏହି ଶିକ୍ଷାନୁଷ୍ଠାନକୁ ଲାଗି ରହିଥିବା ୨୬ ଏକର ଜମିରେ ଭଦ୍ରକ ଜିଲାବାସୀଙ୍କର ଦୀର୍ଘଦିନର ଦାବି ଭଦ୍ରକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ଇଂଜିନିୟର ଶ୍ରୀ ସାମଲ ଜିଲାପାଳ ଦିଲ୍ଲୀପ ରାଉତରାଏଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦେଇଥିବା ପ୍ରସ୍ତାବ ଇତିମଧ୍ୟରେ କାର୍ଯ୍ୟକାରୀ ହୋଇଛି। ଆଜି ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ନିର୍ଦ୍ଦେଶ କ୍ରମେ ଜିଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉପଜିଲାପାଳ କ୍ଷେତ୍ରୀୟ ପରିଦର୍ଶନ କରି ଏକ ବ୍ଲୁ ପ୍ରିଂଟ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି ବୋଲି ଇଂ ସାମଲ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ସବୁଜ ସଂକେତ ପ୍ରଦାନ କରିଛନ୍ତି। ଏବଂ ଉପରୋକ୍ତ ମାମଲାରେ ମନ୍ଦିର ତୁଲ୍ୟ ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିଥିବା ବ୍ୟକ୍ତିମାନେ ଯଦି ସେମାନଙ୍କର ନୀତି ନବଦଳାନ୍ତି, ତେବେ ସେମାନଙ୍କ ପ୍ରତି ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସୋସାଇଟିର ସଦସ୍ୟ ମନୋଜ କୁମାର ଗୋସ୍ୱାମୀ, ପ୍ରବୀର କୁମାର ଜେନା ଓ ଇଂ ପ୍ରିୟବ୍ରତ ନାୟକ ଉପସ୍ଥିତ ଥିଲେ। Continue reading ବରପଦା ଯାନ୍ତ୍ରିକ ମହାବିଦ୍ୟାଳୟ ସଭାପତି ଇଂ ପ୍ରୟାସ ସାମଲଙ୍କୁ କ୍ଲିନ୍ ଚିଟ୍,ବହୁ ଚର୍ଚ୍ଚିତ ଉଚ୍ଚ ନ୍ୟାୟାଳୟ ମାମଲାର ଘଟିଲା ଅନ୍ତ, ବିରୋଧୀଙ୍କୁ ଝଟକା

ଓଡିଆ ପୁଆ 13 Nov 2025 10:31 pm

ବିଷାକ୍ତ ଖାଦ୍ୟ ଖାଇ ଦଶରୁ ଉର୍ଦ୍ଧ୍ବ ଆକ୍ରାନ୍ତ, ଜଣେ ଗୁରୁତର

ପାତ୍ରପୁର: ପାତ୍ରପୁର ବ୍ଲକ ଅଧୀନ ସାମନ୍ତିଆ ପଲ୍ହୀ ଗ୍ରାମରେ ବିଷାକ୍ତ ଖାଦ୍ୟ ଖାଇ ଦୁଇ ପରିବାର ଦଶରୁ ଉର୍ଦ୍ଧ୍ବ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।ସୂଚନା ଅନୁସାରେ ସାମନ୍ତିଆ ପଲ୍ହୀ ଗ୍ରାମର କେ. କୃଷ୍ଣମୂର୍ତ୍ତି ଆଚାରୀଙ୍କ ଘରେ ରୋଷେଇ ହୋଇଥିବା ଖାଦ୍ୟ ଖାଇ ସମସ୍ତେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି। ଖାଦ୍ୟ ଖାଇବା ପରେ ବାନ୍ତି ଓ ଅସୁସ୍ଥତା ଅନୁଭବ କରିଥିବା ସେମାନଙ୍କୁ […]

ଜୀବନ୍ତ ସାମାଜିକ | 13 Nov 2025 10:29 pm

Bhubaneswar ଟ୍ରାଫିକ ସମସ୍ୟା: ଏଜି ଛକରେ ନିର୍ମାଣ ହେବ ଅଣ୍ଡରଗ୍ରାଉଣ୍ଡ ରାସ୍ତା, ୨୦ ନୂଆ ରାସ୍ତା

ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ପ୍ରମୁଖ ମାର୍ଗରେ ଆଉ ୨୦ଟି ନୂଆ ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜନଗହଳିପୂର୍ଣ୍ଣ ଏଜି ଛକରେ ଅଣ୍ଡରଗ୍ରାଉଣ୍ଡ ରାସ୍ତା ସହ ଦୁଇଥାକିଆ ରାସ୍ତା ନିର୍ମାଣ ହେବ । ଏହାସହିତ ବିଭିନ୍ନ ଜାତୀୟ ଓ ରାଜ୍ୟ ରାଜପଥ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ଶେଷ କରିବାକୁ ମଧ୍ୟ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିର୍ଦ୍ଦେଶ ଦେବା ସହ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନଙ୍କ ବାରମ୍ବାର ଓଡ଼ିଶା ଗସ୍ତ ଆମ ରାଜ୍ୟ ପାଇଁ ବରଦାନ ତଥା ଅଧିକ ଅନୁଦାନ ଆଣିବାରେ ସହାୟକ ହେଉଛି ବୋଲି କହିଛନ୍ତି । ରାଜଧାନୀରେ ଟ୍ରାଫିକ ସମସ୍ୟା ଦୂର ପାଇଁ ୨୦ଟି ନୂଆ ରାସ୍ତା ବିଭାଗୀୟ ଅଧିକାରୀମାନଙ୍କ ସହ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ ଏଜି ଛକରେ ପ୍ରସ୍ତାବିତ ଦୁଇ ଥାକିଆ ରାସ୍ତା ସହିତ ରାଜଧାନୀ ଭୁବନେଶ୍ୱରର ଟ୍ରାଫିକ୍ ସମସ୍ୟା ଦୂର କରିବାକୁ ୨୦ଟି ପ୍ରମୁଖ ରାସ୍ତା ନିର୍ମାଣ ପ୍ରକଳ୍ପ ଏବଂ ‘୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା' ଲକ୍ଷ୍ୟ ପୂରଣ ପାଇଁ ଭିତ୍ତିଭୂମିର ଦ୍ରୁତ ବିକାଶ ଉପରେ ସେ ଗୁରୁତ୍ୱ ଦେଇଥିଲେ । ରାଜଧାନୀ ଭୁବନେଶ୍ୱରର ଗୁରୁତ୍ୱପୂର୍ଣ୍ଣ ଏଜି ଛକରୁ ଟ୍ରାଫିକ୍ ସମସ୍ୟା ହ୍ରାସ ପାଇଁ ଦୁଇ ଥାକିଆ ରାସ୍ତାର ପରିକଳ୍ପନା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ଯୋଜନାରେ ଟ୍ରାଫିକ୍ ପୋଷ୍ଟ ହଟିବ ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ମାଟି ତଳେ ଓ ମାଟି ଉପରେ ଦୁଇ ଥାକିଆ ରାସ୍ତା ନିର୍ମାଣ କରାଯିବ । ଏହି ପ୍ରକଳ୍ପର ଡିପିଆର ପ୍ରସ୍ତୁତ ହୋଇସାରିଛି ଏବଂ ଚୂଡ଼ାନ୍ତ ଅନୁମୋଦନ ମିଳିବା ପରେ କାମ ଆରମ୍ଭ ହେବ । ସେହିପରି ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ଦୂର ନିମନ୍ତେ ଅନ୍ୟ ୨୦ଟି ରାସ୍ତା କାମର ଅଗ୍ରଗତିର ସମୀକ୍ଷା ହୋଇଥିଲା। ଏଗୁଡ଼ିକ ମଧ୍ୟରେ ଜୟଦେବ ବିହାରଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ଓ ଉଭୟ ପଟରେ ସମାନ୍ତରାଳ ରାସ୍ତା ନିର୍ମାଣ, ଏମସକୁ ଯାଇଥିବା ରାସ୍ତାର ଉନ୍ନତି ଓ ପ୍ରଶସ୍ତିକରଣ, ଖଣ୍ଡଗିରି-ଜାଗମରା ଏଲିଭେଟେଡ୍ ରାସ୍ତା ଏବଂ କଳ୍ପନା ଛକରେ ଆଧୁନିକ ଏଲିଭେଟେଡ୍ ରାସ୍ତା ନିର୍ମାଣ କାର୍ଯ୍ୟକୁ ନିର୍ଦ୍ଧାରିତ ଅବଧିରେ ଶେଷ କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଜାତୀୟ ରାଜପଥ ଓ ପୁରୀ ପ୍ରକଳ୍ପର ସମୀକ୍ଷା ବୈଠକରେ ବିଭିନ୍ନ ଜାତୀୟ ଓ ରାଜ୍ୟ ରାଜପଥ ପ୍ରକଳ୍ପର ଅଗ୍ରଗତି ଉପରେ ବିଶେଷ ଆଲୋଚନା ହୋଇଥିଲା । କୋରାପୁଟ, ଜୁନାଗଡ଼, ରାଉରକେଲା, ନୂଆପଡ଼ା, ଆସ୍କା ବାଇପାସ୍ ଏବଂ ଜଗତସିଂହପୁର ଜିଲ୍ଲାକୁ ସଂଯୋଗ କରୁଥିବା ଓଏମପି-କନ୍ଦରପୁର-ପାରାଦ୍ୱୀପ ରାସ୍ତା ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ସମୀକ୍ଷା ହୋଇଥିଲା । ଏହାସହିତ ପୁରୀ ସହରର ବିଭିନ୍ନ ରାସ୍ତା, କୋଠାବାଡ଼ି, ଧର୍ମଶାଳା, ପାଠାଗାର ଓ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟକୁ ଅତି ଶୀଘ୍ର ସମାପ୍ତ କରିବାକୁ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏଣିକି ‘ଓସ୍ୱାସ’ରେ ଓବିସିସି କାର୍ଯ୍ୟ ଆଜିଠାରୁ ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକସନ୍ କର୍ପୋରେସନ୍ (ଓବିସିସି) ର ସମସ୍ତ ପ୍ରଶାସନିକ କାର୍ଯ୍ୟ ‘ଓସ୍ୱାସ୍‌' ଅନଲାଇନ୍ ପ୍ଲାଟଫର୍ମ ଜରିଆରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ଡିଭିଜନସ୍ତରରେ ଅନ୍ୟ ସମସ୍ତ ସରକାରୀ ବିଧି ବ୍ୟବସ୍ଥାକୁ ମଧ୍ୟ ‘ଓସ୍ୱାସ୍‌' ମାଧ୍ୟମରେ କରିବା ପାଇଁ ବୈଠକରେ ନିଷ୍ପତ୍ତିି ହୋଇଛି । ଆଜିର ବୈଠକରେ ପୂର୍ତ୍ତ ସଚିବ ସଞ୍ଜୟ ସିଂଙ୍କ ସମେତ ଇଆଇସି ଲକ୍ଷ୍ମୀକାନ୍ତ ପାଢ଼ୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଓଡ଼ିଶା ସାମ୍ବାଦିକ 13 Nov 2025 10:05 pm

ଭାରତକୁ କାଳ ପ୍ରାକୃତିକ ବିପର୍ଯ୍ୟୟ, ୩୦ ବର୍ଷରେ ୮୦ ହଜାର ମୃତ

କନକ ବ୍ୟୁରୋ; ଗତ ୩୦ବର୍ଷ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ବିଶ୍ୱର ଦଶଟି ଦେଶ ମଧ୍ୟରେ ଭାରତ ଅନ୍ୟତମ । ଥିଙ୍କ ଟ୍ୟାଙ୍କ ଜର୍ମାନୱାଚ୍ ର ରିପୋର୍ଟ ଅନୁଯାୟୀ,ଜଳବାୟୁ ବିପଦ ସୂଚକାଙ୍କ ଅନୁଯାୟୀ, ୧୯୯୫ ରୁ ୨୦୨୪ ମଧ୍ୟରେ ଭାରତରେ ପ୍ରାୟ ୪୩୦ ଥର ପ୍ରାକୃତିକ ବିପର୍ଯ୍ୟ ଘଟିଛି ଯେଉଁଥିରେ ୮୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ବିଶ୍ବରେ ଜଳବାୟୁ ପରିବର୍ତ୍ତନ ବଡ଼ ସମସ୍ୟା ରୁପେ ମୁଣ୍ଡ ଟେକିଛି । କେଉଁଠି ନା କେଉଁଠି ବାତ୍ୟା, ବନ୍ୟା ,ଭୂସ୍ଖଳନର ଖବର ଆସୁଛି ,ନିକଟରେ ଫିଲିଫାଇନ୍ସ ଓ ଭିଏତନାମରେ ତାଣ୍ଡବ ରଚିଥିଲା ଟାଇଫୁନ୍‌ କାଲମାଗୀ ଏବଂ ସବୁଠାରୁ ବଡ଼ କଥା ହେଉଛି ୯ମାସରେ ଭିଏତନାମ ଛୋଟ ବଡ଼ ୧୩ଟି ବାତ୍ୟା ଦେଖିଲାଣି । ଏହି ଜଳବାୟୁ ପରିବର୍ତ୍ତନରେ ବାଦ ପଡ଼ିନି ଭାରତ । ପରିବେଶ ଥିଙ୍କ ଟ୍ୟାଙ୍କ୍ ଜର୍ମାନୱାଚ୍ ଦ୍ୱାରା ପ୍ରକାଶିତ 'କ୍ଲାଇମେଟ୍ ରିସ୍କ ଇଣ୍ଡେକ୍ସ' ରିପୋର୍ଟ ଅନୁଯାୟୀ, ଗତ ତିନି ଦଶନ୍ଧିରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭାରତରେ ଅତ୍ୟନ୍ତ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ୧୯୯୫ରୁ ୨୦୨୪ ମଧ୍ୟରେ ଦେଶରେ ୮୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୧.୩ ବିଲିୟନ୍‌ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ବାତ୍ୟା ଛାଡ଼ିଗଲା, ଦେଇଗଲା ଦୁଃଖ; ଉଜୁଡ଼ିଯାଇଛି ଚାଷ ସହ ବାସ ବିପର୍ଯ୍ୟୟରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଦେଶମାନଙ୍କ ମଧ୍ୟରେ ଭାରତର ସ୍ଥାନ ନବମ । ରିପୋର୍ଟ ଅନୁସାରେ, ପ୍ରାକୃତିକ ବିପର୍ଯ୍ୟୟ ଘଟଣା ଯୋଗୁଁ ଭାରତକୁ ପ୍ରାୟ ୧୭୦ ବିଲିୟନ୍‌ ଡଲାରର ଆର୍ଥିକ କ୍ଷତି ହୋଇଛି, ଯାହାକି ପ୍ରାୟ ୧୪ ଲକ୍ଷ କୋଟି ଟଙ୍କା । ବାରମ୍ବାର ବନ୍ୟା, ବାତ୍ୟା, ଭୂଷ୍କଖନ ଏବଂ ଉତ୍ତାପ ଯୋଗୁଁ ଭାରତର ବିକାଶ ଉପରେ ଗୁରୁତର ପ୍ରଭାବ ପକାଉଛି। ୩୦ ବର୍ଷରେ ପ୍ରାୟ ୪୩୦ ପ୍ରାକୃତିକ ପାଣିପାଗ ଘଟଣା ରେକର୍ଡ କରାଯାଇଛି।୨୦୨୪ରେ କେବଳ ବର୍ଷା ଓ ବନ୍ୟାରେ ଗୁଜୁରାଟ, ମହାରାଷ୍ଟ୍ର ଏବଂ ତ୍ରିପୁରାରେ ୮୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ଗଞ୍ଜାମ ମନରୁ ଲିଭିନି ମହାବାତ୍ୟା ବିଭୀଷିକା:୨୬ ବର୍ଷ ତଳର ଦୁଃଖ,ଆଜିଯାଏଁ ଭୁଲିପାରିନି ଗଞ୍ଜାମ ରିପୋର୍ଟରେ କୁହାଯାଇଛି , ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକ କୌଣସି ପ୍ରକାରର ଅତି ଖରାପ ପାଗର ସମ୍ମୁଖୀନ ହୁଅନ୍ତି । ରିପୋର୍ଟରେ ଭାରତରେ ଘଟିଥିବା ଅନେକ ବିନାଶକାରୀ ଘଟଣା ଉପରେ ଆଲୋକପାତ କରାଯାଇଛି, ଯେପରିକି ୧୯୯୮ ମସିହାର ଗୁଜରାଟ ବାତ୍ୟା, ୧୯୯୯ ମସିହାର ଓଡ଼ିଶା ସୁପର ସାଇକ୍ଲୋନ୍, ୨୦୧୩ ମସିହାର ଉତ୍ତରାଖଣ୍ଡ ବନ୍ୟା ।୧୯୯୫ ରୁ ୨୦୨୪ ମଧ୍ୟରେ, ସାରା ବିଶ୍ୱରେ ୯,୭୦୦ ରୁ ଅଧିକ ଅତି ଭୟଙ୍କର ଜଳ ବାୟୁ ପରିବର୍ତ୍ତନର ଘଟଣା ରେକର୍ଡ କରାଯାଇଛି, ଯେଉଁଥିରେ ୮.୩ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଜଳବାୟୁ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ୧୦ ଦେଶ ଡୋମିନିକା ତାଲିକାର ଶୀର୍ଷରେ ଅଛି, ତା’ପରେ ମିଆଁମାର, ହଣ୍ଡୁରାସ, ଲିବିଆ, ହାଇତି, ଗ୍ରେନାଡା, ଫିଲିପାଇନ୍ସ, ନିକାରାଗୁଆ, ଭାରତ ଏବଂ ବାହାମାସ୍ ରହିଛି ।

ନିନ୍ଦା 13 Nov 2025 9:58 pm

ନୀଳଗିରିରୁ ଗୋଟିଏ ଦିନରେ ୧୪ ମଦ ବେପାରୀ ଗିରଫ

ନୀଳଗିରି: ନୀଳଗିରି ଅବକାରୀ ବିଭାଗ ଓ ବାଲେଶ୍ୱର ମୋବାଇଲ ସ୍କ୍ୱାଡର ମିଳିତ ଚଢ଼ଉରେ ନୀଳଗିରିର ବିଭିନ୍ନ ଅଞ୍ଚଳରୁ ବିପୁଳ ଦେଶୀ ଓ ବିଦେଶୀ ମଦ ଜବତ ହୋଇଛି। ଗୋଟିଏ ଦିନରେ ଅବକାରୀ ବିଭାଗ ୧୪ଜଣ ମଦ ବେପାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ; ଫୁତୁଲି ସିଂ, କୈଳାସ ସିଂ, ଦାସ ମୁର୍ମୁ, ଆଦିକନ୍ଦ ବୈଠା, ଗୀତା ମଲିକ, ପ୍ରବେଶ ଆଚାର୍ଯ୍ୟ, ଉମାକାନ୍ତ ବେହେରା, ନରେନ୍ଦ୍ର ଧାମୁଡ଼ିଆ, ହରିଶ୍ଚନ୍ଦ୍ର ବେହେରା, ନାରାୟଣ […]

ଜୀବନ୍ତ ସାମାଜିକ | 13 Nov 2025 9:47 pm

ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ ପାଇଁ ଆବେଦନ, ଶୁକ୍ରବାର ଆସିବ କୋର୍ଟଙ୍କ ନିଷ୍ପତ୍ତି

ଢାକା: ବାଂଲାଦେଶ ପାଇଁ ଶୁକ୍ରବାର ବଡ ଦିନ। ଦେଶର ଅନ୍ତର୍ଜାତୀୟ କ୍ରାଇମ୍ସ ଟ୍ରିବୁନାଲ(ଆଇସିଟି) ସୋମବାର ୧୭ ନଭେମ୍ବରରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧରେ ଚାଲିଥିବା ମାମଲାର ନିଷ୍ପତ୍ତି ଶୁଣାଇବେ। ଏହି ନିଷ୍ପତ୍ତି ଉପରେ ସାରା ଦେଶର ନଜର ରହିଛି। ସୂଚନାଯୋଗ୍ୟ ହସିନାଙ୍କ ଉପରେ ଗତ ବର୍ଷ ଢାକାରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ଓ ହିଂସା ସମୟରେ ୫ ଗୁରୁତର ଅଭିଯୋଗ ଲାଗିଥିଲା। ଏବେ ଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପାଇଁ ପ୍ରଦର୍ଶନକାରୀଙ୍କ ଉପରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ […]

ଜୀବନ୍ତ ସାମାଜିକ | 13 Nov 2025 9:40 pm

କଟକ ବାଲିଯାତ୍ରାରେ ଠେଲାପେଲା: ଶ୍ରୀୟା ଘୋଷାଲ ନାଇଟ୍‌ ଦେଖିବାକୁ ଜମିଲା ଲୋକଙ୍କ ଭିଡ, ଅଚେତ୍‌ ହେଲେ ଦୁଇ

କନକ ବ୍ୟୁରୋ; କଟକ ବାଲିଯାତ୍ରାରେ ପ୍ରବଳ ଭିଡ ଯୋଗୁଁ ଆଜି ଠେଲାପେଲା ସ୍ଥିତି ସୃଷ୍ଟି ହୋଇଛି । ଏଥିରେ ୨ ଜଣ ଅଚେତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୫ ତାରିଖରେ କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇଥିଲା । ଏହା ଗତକାଲି ସରିବାର ଥିଲା । ହେଲେ ସରକାର ଏହାକୁ ଆଜି ଆଉ ଗୋଟିଏ ଦିନ ପାଇଁ ବୃଦ୍ଧି କରିଥିଲେ । ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ଆଜି ବାଲିଯାତ୍ରାର ଶେଷ ଦିନ ପାଇଁ ଲୋକଙ୍କ ପ୍ରବଳ ଭିଡ ହୋଇଥିଲା । ଏହାଛଡା ପ୍ରସିଦ୍ଧ ବଲିଉଡ ସିଙ୍ଗର ଶ୍ରେୟା ଘୋଷାଲ ନାଇଟ ବି ଚାଲିଛି । ପ୍ରବଳ ଭିଡ ଯୋଗୁଁ ଠେଲାପେଲା ହୋଇଛି । ଗତକାଲି ବି ରାତିରେ ଦୋଳି ଅଟକିଯାଇଥିଲା । ଫଳରେ ମଝି ଆକାଶରେ ୮ ଜଣ ଯାତ୍ରୀ ଫସିରହିଥିଲେ । ଅଗ୍ନିଶମ ବିଭାଗକୁ ଉଦ୍ଧାର ପାଇଁ କସରତ କରିବାକୁ ପଡିଥିଲା ।

ନିନ୍ଦା 13 Nov 2025 9:27 pm

ଅଶାନ୍ତ ବାଂଲାଦେଶ, ଢାକାରେ ଲକ୍‌ଡାଉନ୍ :  ଆସନ୍ତା ୧୭ ତାରିଖରେ ଆସିବ ଶେଖ ହସିନା ବିରୋଧରେ ମାମଲାର ରାୟ

କନକ ବ୍ୟୁରୋ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ହତ୍ୟା ଓ ମାନବତା ବିରୋଧୀ ଅପରାଧ ମାମଲାରେ ଆଜି ଆନ୍ତର୍ଜାତିକ ଅପରାଧ ଟ୍ରିବ୍ୟୁନାଲ୍ ରାୟ ପ୍ରକାଶର ତାରିଖ ଘୋଷଣା କରିଛନ୍ତି । ନଭେମ୍ବର ୧୭ ତାରିଖରେ ହସିନାଙ୍କ ଉପରେ ରାୟ ଦେବେ ଟ୍ରିବ୍ୟୁନାଲ୍‌ । ଘୋଷଣା ପୂର୍ବରୁ ହିଁ ସମଗ୍ର ବାଂଲାଦେଶରେ ରାଜନୈତିକ ଉତ୍ତେଜନା ବଢ଼ିବାରେ ଲାଗିଛି । ଅଧିକ ପଢନ୍ତୁ : ରୁଷ୍‌ଠାରୁ ଭାରତର ତେଲ କିଣା ବନ୍ଦ, ଏଥର ଟାରିଫ କମାଇବ ଆମେରିକା ! ଗତ କିଛି ଦିନ ଧରି ରାଜଧାନୀ ଢାକା ଏବଂ ଆଖପାଖ ସହରମାନଙ୍କରେ ବିକ୍ଷୋଭକାରୀ ନିଆଁ ଲଗାଇଛନ୍ତି ଓ ବୋମା ବିସ୍ଫୋରଣ ଭଳି ହିଂସାକାଣ୍ଡ ଘଟାଇଛନ୍ତି । ଶେଖ ହାସିନାଙ୍କ ପୂର୍ବତନ ଦଳ ଆୱାମୀ ଲିଗ୍ ପକ୍ଷରୁ ଦେଶବ୍ୟାପୀ 'ଲକ୍‌ଡାଉନ୍' ପାଳନ ପାଇଁ ଡାକରା ଦେଇଛି । ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଢାକା ସମେତ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୋଲିସ୍, ସେନା ଓ ବର୍ଡର ଗାର୍ଡଙ୍କୁ ମୁତୟନ କରାଯାଇଛି। ପ୍ରସିକ୍ୟୁସନ୍ ପକ୍ଷରୁ ଶେଖ ହାସିନାଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରାଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପରେ ବାଂଲାଦେଶର ରାଜନୀତି କେଉଁ ମୋଡ଼ ନେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ଅଧିକ ପଢନ୍ତୁ : ଦିଲ୍ଲୀ ବିସ୍ଫୋରଣ ଘଟାଇଥିଲା ଆତଙ୍କୀ ଉମର; ଡିଏନ୍‌ଏ ପରୀକ୍ଷାରୁ ସାମ୍ନାକୁ ଆସିଲା ସତ ସେପଟେ ଭାରତୀୟ ଗଣମାଧ୍ୟମକୁ ହସିନା ପ୍ରତିକ୍ରିୟା ଦେଇ କହିଛନ୍ତି, ଢାକାରେ ଛାତ୍ରମାନଙ୍କର ଶାନ୍ତିପୂର୍ଣ୍ଣ ପ୍ରତିବାଦ ହଠାତ୍ ହିଂସାତ୍ମକ ହୋଇଗଲା, କୋଟା ବ୍ୟବସ୍ଥା ବିରୁଦ୍ଧରେ ଛାତ୍ରମାନଙ୍କ ଦ୍ୱାରା ପ୍ରତିବାଦ ନୁହେଁ ବରଂ ଚରମପନ୍ଥୀ ଗୋଷ୍ଠୀମାନେ ଉସୁକାଇଥିଲେ । ଭାରତ ଆମର ପ୍ରକୃତ ବନ୍ଧୁ । ମୁଁ ଭାରତ ଏବଂ ଏହାର ଲୋକଙ୍କ ପ୍ରତି କୃତଜ୍ଞ । ଆୱାମି ଲିଗ୍ କୌଣସି ଗୋଟିଏ ପରିବାରର ଦଳ ନୁହେଁ, ବରଂ ଏହା ବାଂଲାଦେଶର ଲୋକଙ୍କ ସ୍ୱର । ମୁଁ ଭାରତ ଏବଂ ଆଞ୍ଚଳିକ ଦେଶମାନଙ୍କୁ ୟୁନୁସଙ୍କୁ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ କରାଇବା ପାଇଁ ଦାବି ଜାରି ରଖିବାକୁ ନିବେଦନ କରୁଛି । ବାଂଲାଦେଶକୁ ରକ୍ଷା କରିବାର ଏହା ହିଁ ଏକମାତ୍ର ଉପାୟ । ଶେଖ ହସିନା ତାଙ୍କ ବିରୋଧରେ ଥିବା ଅଭିଯୋଗଗୁଡ଼ିକୁ ମନଗଢ଼ା ବୋଲି କହିଛନ୍ତି ଏବଂ ତାଙ୍କ ବିରୋଧରେ ଥିବା ସମ୍ପୂର୍ଣ୍ଣ ମାମଲାକୁ ଏକ ରାଜନୈତିକ ଷଡ଼ଯନ୍ତ୍ର । ହସିନା ଅଭିଯୋଗ କରିଛନ୍ତି ଯେ ତାଙ୍କ ମାମଲା ଶୁଣାଉଥିବା ଟ୍ରିବ୍ୟୁନାଲ ନିରପେକ୍ଷ ନୁହେଁ ।

ନିନ୍ଦା 13 Nov 2025 9:25 pm

ଏହି ଦିନ ହେବ ୨୦୨୬ ଆଇପିଏଲ ମିନି ଅକ୍ସନ: ସାମ୍ନାକୁ ଆସିଲା ତାରିଖ

କନକ ବ୍ୟୁରୋ: ୨୦୨୬ IPLର ମିନି ଅକ୍ସନ ଡିସେମ୍ବର ୧୬ରେ ଆବୁଧାବିରେ ଅନୁଷ୍ଠିତ ହେବ । ଏହା ଲଗାତାର ତୃତୀୟ ଥର ପାଇଁ ହେବ ଯେତେବେଳେ IPL ନିଲାମ ଭାରତ ବାହାରେ ଅନୁଷ୍ଠିତ ହେବ । ୨୦୨୪ ରେ ପ୍ରଥମ ଥର ପାଇଁ IPL ନିଲାମ ଦୁବାଇରେ ଅନୁଷ୍ଠିତ ହୋଇଥିବାବେଳେ ୨୦୨୫ ସିଜନର ମେଗା ନିଲାମ ନଭେମ୍ବର ୨୦୨୪ରେ ଜେଡାଠାରେ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ଥର ମିନି ନିଲାମ ଗୋଟିଏ ଦିନର ହେଉଥିବାବେଳେ, ୨୦୨୬ ନିଲାମ ମଧ୍ୟ ଗୋଟିଏ ଦିନର ହେବ । ଫ୍ରାଞ୍ଚାଇଜ୍ ଗୁଡ଼ିକୁ ୨୦୨୫ ସିଜନର ସ୍କ୍ୱାଡରୁ କେଉଁ ଖେଳାଳିଙ୍କୁ ରିଟେନ କିମ୍ବା ରିଲିଜ କରିବାକୁ ହେବ, ସେମାନଙ୍କ ତାଲିକା ନଭେମ୍ବର ୧୫ ତାରିଖ ଅପରାହ୍ନ ୩ଟା ସୁଦ୍ଧା BCCIକୁ ଦେବାକୁ ପଡ଼ିବ । ଏହାପରେ ବୋର୍ଡ ପକ୍ଷରୁ ସେମାନଙ୍କୁ ଖେଳାଳିଙ୍କ ପଞ୍ଜୀକୃତ ତାଲିକା ପଠାଯିବ, ଯେଉଁଥିରୁ ଏକ ସର୍ଟଲିଷ୍ଟ ପ୍ରସ୍ତୁତ କରାଯିବ । ଏହି ତାଲିକାକୁ ଅନ୍ତିମ ରୂପ ଦେଇ IPL ୨୦୨୬ ମିନି ନିଲାମ ପୁଲ୍ ସ୍ଥିର କରାଯିବ । ଆହୁରି ପଢ଼ନ୍ତୁ... ସମ୍ବଲପୁରରେ ସାଂଘାତିକ ସ୍ଥିତି ; ଜୋରଦାର ଚାଲିଛି ନିଶା କାରବାର ଏପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ଦୁଇଟି ବଡ଼ କ୍ୟାଶ ଡିଲ୍ କରିଛି । ସେମାନେ ଲକ୍ଷ୍ନୌ ସୁପର ଜିଆଣ୍ଟସରୁ ଶାର୍ଦ୍ଦୁଲ ଠାକୁରଙ୍କୁ ୨ କୋଟି ଟଙ୍କାରେ ଏବଂ ଗୁଜରାଟ ଟାଇଟାନ୍ସରୁ ଶେରଫେନ ରଦରଫୋର୍ଡଙ୍କୁ ୨.୬୦ କୋଟି ଟଙ୍କାରେ କିଣିଛନ୍ତି । ଏହା ବ୍ୟତୀତ, BCCI IPL ୨୦୨୬ ପାଇଁ ସମ୍ଭାବ୍ୟ ୱିଣ୍ଡୋ ମାର୍ଚ୍ଚ ୧୫ରୁ ମେ ୩୧ ପର୍ଯ୍ୟନ୍ତ ରଖିଛି । ଅର୍ଥାତ୍ ଆସନ୍ତା ସିଜନରେ ମଧ୍ୟ ଦର୍ଶକମାନେ ପ୍ରାୟ ଅଢ଼େଇ ମାସର ଧମାକାଦାର କ୍ରିକେଟ୍ ଦେଖିବାକୁ ପାଇବେ । LSGର ଅର୍ଜୁନ ତେନ୍ଦୁଲକରଙ୍କୁ ୩୦ ଲକ୍ଷ ଟଙ୍କାର ବେସ୍ ପ୍ରାଇସରେ ମୁମ୍ବାଇ ଇଣ୍ଡିଆନ୍ସରୁ ନେବାକୁ ଆଲୋଚନା ଚାଲିଛି । ସେହିପରି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଟ୍ରେଡକୁ ନେଇ ଆଲୋଚନା ଚାଲିଛି । ଯେଉଁଥିରେ CSKକୁ ଭାରତୀୟ ୱିକେଟକିପର-ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ ମିଳିବାର ଆଲୋଚନା ଚାଲିଛି, ଏବଂ ରାଜସ୍ଥାନକୁ ରବୀନ୍ଦ୍ର ଜାଡେଜା ଏବଂ ସାମ କରନ ପରି ଅଲରାଉଣ୍ଡରଙ୍କୁ ନିଜ ଦଳରେ ସାମିଲ କରିବାର ଆଲୋଚନା ଚାଲିଛି, ତେବେ ଏହା ଉପରେ ଚୂଡ଼ାନ୍ତ ମୋହର ବାଜି ନାହିଁ । ରାଜସ୍ଥାନ ରୟାଲ୍ସ ସଞ୍ଜୁ ସାମସନ ଙ୍କୁ ରିଲିଜ କରିବା ବଦଳରେ ଜଣେ ଅତିରିକ୍ତ ଖେଳାଳିଙ୍କ ଦାବି କରିଛି । ସେହିପରି ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଥମ ପସନ୍ଦ ହେଉଛି ଉଭୟ ଖେଳାଳିଙ୍କ ମଧ୍ୟରେ ସିଧାସଳଖ ସ୍ୱାପ୍, ଯାହାର ମୂଲ୍ୟ ପ୍ରାୟ ୧୮ କୋଟି ଟଙ୍କା ରହିଛି । ତେବେ, ପାଞ୍ଚ ଥରର ଚାମ୍ପିଅନ୍ ଚେନ୍ନାଇ ଏହି ଡିଲରେ ଆଉ ଜଣେ ଖେଳାଳିଙ୍କୁ ସାମିଲ କରିବାର ସମ୍ଭାବନାକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିନାହିଁ । ସୂଚନା ଅନୁସାରେ ସାମ କରନଙ୍କୁ ଟ୍ରେଡ କରାଯାଇପାରେ । ସେହିପରି ରବୀନ୍ଦ୍ର ଜାଡେଜାଙ୍କୁ ରାଜସ୍ଥାନ ରୟାଲ୍ସର ଅଧିନାୟକ କରିବାକୁ ପ୍ରସ୍ତାବ ଦିଆଯାଇପାରେ, ତେବେ ଫ୍ରାଞ୍ଚାଇଜ୍ ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ବୟାନ ଦେଇନାହିଁ ।

ନିନ୍ଦା 13 Nov 2025 9:20 pm

Nuapada Result ଆସନ୍ତାକାଲି : ଜନାଦେଶ ନୁହେଁ ଯନ୍ତ୍ରାଦେଶ-ବିଜେଡି,  ଆସନ୍ନ ପରାଜୟର ପ୍ରଳାପ-ବିଜେପି

ନୂଆପଡ଼ା ବିଧାନସଭା ଉପନିର୍ବାଚନ ଭୋଟ୍ ଗଣତି ଆସନ୍ତାକାଲି ସକାଳ ୮ଟାରୁ ଆରମ୍ଭ ହେବ । ୧୪ଟି ଟେବୁଲରେ ୨୬ରାଉଣ୍ଡ ଗଣତି ହେବ । ନୂଆପଡ଼ାର ୨.୧୨ଲକ୍ଷ ଭୋଟରଙ୍କ ଜନାଦେଶ କାହା ସପକ୍ଷରେ ଯାଇଛି ତାହା ଆସନ୍ତାକାଲି ଗଣତିରେ ସ୍ପଷ୍ଟ ହେବ । ମାତ୍ର ଏହାପୂର୍ବରୁ ୩ ପ୍ରମୁଖ ଦଳ ବିଜେପି,ବିଜେଡି ଓ କଂଗ୍ରେସ ନୂଆପଡ଼ା ଆସନ ଜିତିବା ନେଇ ଦମ୍ଭୋକ୍ତି ବାଢ଼ିବାରେ ଲାଗିଛନ୍ତି । ବିଜେଡି ଆଜି ଜିତିବା ବଦଳରେ ଆସନ୍ତାକାଲି ଜନାଦେଶ ନୁହେଁ ଯନ୍ତ୍ରାଦେଶ ଆସିବ ବୋଲି କହିଥିବାବେଳେ ବିଜେପି ଏହାକୁ ଆସନ୍ନ ପରାଜୟର ହତାଶ ପ୍ରଳାପ କହି କଟାକ୍ଷ କରିଛି । ଜନାଦେଶ ନୁହେଁ ଯନ୍ତ୍ରାଦେଶ, ୪୧ବୁଥରେ ଭୋଟିଂକୁ ନେଇ ବିଜେଡିର ସନ୍ଦେହ ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପସଭାପତି ଅତନୁ ସବ୍ୟସାଚୀ ନାୟକ ଅଭିଯୋଗ କରିଛନ୍ତି ଯେ, ନୂଆପଡ଼ା( Nuapada by-election) ରେ ଫଳାଫଳ ଜନାଦେଶ ନୁହେଁ ଯନ୍ତ୍ରାଦେଶରେ ଆସିବ । ପ୍ରଶାସନିକ କଳର ଅପବ୍ୟବହାର କରି ନିର୍ବାଚନ ଫଳାଫଳକୁ ପ୍ରଭାବିତ କରାଯାଇଛି । ୪୧ଟି ବୁଥରେ କିଭଳି ୯୧ ପ୍ରତିଶତରୁ ଅଧିକ ଭୋଟ୍ ପଡ଼ିଲା ବୋଲି ସେ ସନ୍ଦେହ ବ୍ୟକ୍ତ କରିବା ସହ ନିର୍ବାଚନ ଆୟୋଗଙ୍କ ନିରପେକ୍ଷତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ସନ୍ଧ୍ୟା ୫ଟା ସୁଦ୍ଧା ୭୫% ଭୋଟିଂ ହୋଇଥିବାବେଳେ ପରେ ଏହା ୮୩.୫% ହେଲା । ଭୋଟିଂ ସମୟ ଶେଷ ହେବା ପରେ ପ୍ରାୟ ୮%ରୁ ଅଧିକ ଭୋଟ୍ ପଡ଼ିବା ସନ୍ଦେହଜନକ । ପ୍ରାୟ ୪୧ଟି ବୁଥରେ ୯୧ ପ୍ରତିଶତରୁ ଅଧିକ ଭୋଟିଂ ହେବା 'ଭୋଟ ରିଗିଙ୍ଗ'ର ସନ୍ଦେହ ସୃଷ୍ଟି କରିଛି । ବିଜେଡି ନିୟମକୁ ସମ୍ମାନ ଜଣାଇ ନିରବ ଅବଧିରେ ନୂଆପଡ଼ା ଛାଡ଼ିଥିଲା, କିନ୍ତୁ ବିଜେପିର ଅନେକ ନେତା ସେଠାରେ ରହି ଭୋଟରଙ୍କୁ ପ୍ରଭାବିତ କରୁଥିଲେ ବୋଲି ଅଭିଯୋଗ କରିଛନ୍ତି । ସେହିପରି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ଓ ଲେନିନ ମହାନ୍ତି ଅଭିଯୋଗ କରିଛନ୍ତି ଯେ, ଯେଉଁ ବୁଥ୍ ଗୁଡ଼ିକରେ ୯୦%ରୁ ଅଧିକ ଭୋଟିଂ ହୋଇଛି, ସେଠାର ସିସିଟିଭି ଫୁଟେଜ ପ୍ରଦାନ କରାଯାଉ । ଯେଉଁ ୪୧ଟି ବୁଥରେ ୯୧ ପ୍ରତିଶତରୁ ଅଧିକ ଭୋଟ୍ ହୋଇଛି ସେଠାରେ ଅନିୟମିତତାର ସନ୍ଦେହ କରି ଦଳ ଆଗରୁ ନିର୍ବାଚନ ଅଧିକାରୀଙ୍କୁ ତାଲିକା ଦେଇଥିଲା । କିନ୍ତୁ ସେଥିପ୍ରତି ଦୃଷ୍ଟି ଦିଆଗଲାନାହିଁ । ଇଭିଏମ୍ ମେସିନ୍ ଏକ ଘରୋଇ ଗାଡ଼ିରେ ବୁଲୁଥିବାର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଲା । ନିର୍ବାଚନ ଅଧିକାରୀଙ୍କଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ପୁଲିସ ପର୍ଯ୍ୟନ୍ତ ସମସ୍ତେ ବିଜେପିର ଏଜେଂଟ ସାଜି ଦଳକୁ ଜିତାଇବା ପାଇଁ କାମ କରୁଥିଲେ ବୋଲି ବିଜେଡି ଅଭିଯୋଗ କରିଛି । ବିଜେପିର ଜବାବ: ଆସନ୍ନ ପରାଜୟକୁ ଦେଖି ପ୍ରଳାପ କରୁଛି ବିଜେଡି ବିଜେଡିର ଅଭିଯୋଗର କଡ଼ା ଜବାବ ରଖିଛି ବିଜେପି । ଦଳର ରାଜ୍ୟ ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ ପାଲଟା ଜବାବ ଦେଇ କହିଛନ୍ତି ଯେ, ନୂଆପଡ଼ା ଉପନିର୍ବାଚନରେ ବିଜେପି ଇତିହାସ ରଚିବାକୁ ଯାଉଛି । ଆଉ ବିଜେଡି ଆସନ୍ନ ପରାଜୟର ହତାଶ ହୋଇ ପ୍ରଳାପ ଆରମ୍ଭ କଲାଣି । ନିଜକୁ ଶୃଙ୍ଖଳିତ ଦଳ କହୁଥିବା ବିଜେଡିର ଏଜେଂଟମାନେ ମତଦାନ ସମୟରେ କାହିଁକି ଅଭିଯୋଗ କଲେ ନାହିଁ ଓ ଭୋଟ୍ ଶେଷ ହେବାର ଦୁଇ ଦିନ ପରେ ଭୁବନେଶ୍ୱରରେ ବସି କାହିଁକି ମିଥ୍ୟା ଆରୋପ ଲଗାଉଛନ୍ତି । ଭୋଟ୍ ପ୍ରତିଶତ ଉପରେ ପ୍ରଶ୍ନ ଉଠାଇ ବିଜେଡି ସିଧାଳସଖ ନୂଆପଡ଼ାବାସୀଙ୍କୁ ଅପମାନିତ କରିଛି ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତି ନୂଆପଡ଼ାବାସୀଙ୍କ ଭଲପାଇବାକୁ ବିଜେଡି ସହ୍ୟ କରିପାରୁ ନାହିଁ । ବିଜେଡି ନେତାମାନେ ପୂର୍ବରୁ ଗଞ୍ଜାମରୁ ଟ୍ରକ୍ ଇଭିଏମ୍ ଆସିବା କଥା ଓ ଏଡିଟ୍ ହୋଇଥିବା ଫଟୋ ପୋଷ୍ଟ କରି ମିଥ୍ୟା ଆରୋପ ଲଗାଇଥିଲେ । ଏବେ ଅନୁରୂପ ଅଭିଯୋଗ ସମ୍ପୂର୍ଣ୍ଣର୍ କପୋଳକଳ୍ପିତ ଓ ଭିତ୍ତିହୀନ । ବିଜେଡିକୁ କେଉଁ କାରଣ ପାଇଁ ଲୋକ ଦୂରେଇଦେଲେ, ତା’ର ଆତ୍ମସମୀକ୍ଷା ନକରି ଏପ୍ରକାର ବିତଣ୍ଡା ଯୁକ୍ତି କରିବାରେ ଲାଗିଛି । ଶ୍ରୀ ତ୍ରିପାଠୀ ବିଜେଡିକୁ ‘ଓଡ଼ିଶା ରାଜନୀତିର ଏକ ଅସ୍ତଗାମୀ ରାଜନୈତିକ ଦଳ' ବୋଲି କହିଛନ୍ତି । ନିର୍ବାଚନ ଫଳାଫଳ( Result) ଆସିବା ପୂର୍ବରୁ ଦୁଇ ଦଳ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ବଢ଼ିବାରେ ଲାଗିଛି ।

ଓଡ଼ିଶା ସାମ୍ବାଦିକ 13 Nov 2025 9:18 pm

ଅଲ-ଫଲାହ ବିଶ୍ବବିଦ୍ୟାଳୟକୁ ଝଟକା, ସଦସ୍ୟତା ରଦ୍ଦ

ନୂଆଦିଲ୍ଲୀ: ଦିଲ୍ଲୀରେ ସୋମବାର ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ଘଟଣାରେ ଏ ପର୍ଯ୍ୟନ୍ତ ୧୩ ଜଣ ପ୍ରାଣ ହରାଇସାରିଲେଣି। ଏହି ମାମଲାରେ ଫରିଦାବାଦର ଅଲ-ଫଲାହ ବିଶ୍ବବିଦ୍ୟାଳୟ ନାଁ ସାମ୍ନାକୁ ଆସିଛି। ଏହି ଖବର ପରେ ବିଶ୍ବବିଦ୍ୟାଳୟର ସଦସ୍ୟତା ରଦ୍ଦ କରାଯାଇଛି। ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିଜ୍ ତରଫରୁ ଅଲ୍-ଫଲାହ ବିଶ୍ବବିଦ୍ୟାଳୟର ସଦସ୍ୟତା ତୁରନ୍ତ ରଦ୍ଦ କରାଯାଇଛି। ଏଆଇୟୁ ବୟାନ ଜାରି କରି କହିଛି ଯେ ଫରିଦାବାଦର ଅଲ-ଫଲାହ ବିଶ୍ବବିଦ୍ୟାଳୟର ସ୍ଥିତି ଠିକ୍ ନାହିଁ। ଏଭଳି କ୍ଷେତ୍ରରେ ଅଲ-ଫଲାହ […]

ଜୀବନ୍ତ ସାମାଜିକ | 13 Nov 2025 8:47 pm

କ୍ରାଇମବ୍ରାଂଚଠୁ ଦସ୍ତାବିଜ ନେଲା CBI: ଏଫଆଇଆରରେ ନାହିଁ ଓପିଆରବି-ଆଇଟିଆଇ ନାଁ, ଚୁକ୍ତି ଏବେବି କାଏମ

ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାର ତଦନ୍ତ ଭାର ସିବିଆଇ ନେଇଛି । ନଭେମ୍ବର ୧୨ତାରିଖରେ ଭୁବନେଶ୍ୱରସ୍ଥିତ ସିବିଆଇ ଅଫିସ ପକ୍ଷରୁ ଏକ ଏଫଆଇଆର ରୁଜୁ ହୋଇଛି । ବ୍ରହ୍ମପୁରର ଗୋଳନ୍ଥରା ଥାନାରେ ସେପ୍ଟେମ୍ବର ୩୦ ତାରିଖ ଓ କ୍ରାଇମବ୍ରାଂଚରେ ଅକ୍ଟୋବର ୧ତାରିଖରେ ରୁଜୁ ହୋଇଥିବା ଏଫଆଇଆରକୁ ସିବିଆଇ ସାନି ଏଫଆଇଆର ଭାବେ ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ଗୃହ ବିଭାଗରୁ ଦସ୍ତାବିଜ ନେଇଥିବା ସିବିଆଇ ଆଜି କ୍ରାଇମବ୍ରାଂଚଠୁ ଦସ୍ତାବିଜ ସଂଗ୍ରହ କରିଛି । ତେବେ ସିବିଆଇ ନିଜର ଏଫଆଇଆରରେ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆରବି) କିମ୍ବା ପରୀକ୍ଷା ପରିଚାଳନା ଦାୟିତ୍ୱ ନେଇଥିବା ଆଇଟିଆଇ ଲିମିଟେଡର ନାଁ ଉଲ୍ଲେଖ କରିନାହିଁ । ଦୀର୍ଘ ଏକମାସ ପରେ ମଧ୍ୟ ଆଇଟିଆଇ ସହ ହୋଇଥିବା ଚୁକ୍ତିକୁ ଓଡ଼ିଶା ପୁଲିସ ରଦ୍ଦ କରିନାହିଁ । ଯଦିଓ ବୁଧବାର ବିବାଦୀୟ ଏଜେନ୍ସୀ ଦ୍ୱାରା ପରୀକ୍ଷା ପରିଚାଳନା ହୋଇଥିବା ଦର୍ଶାଇ ନିଜର ଏଏସଓ ପରୀକ୍ଷାକୁ ଓଡ଼ିଶା ହାଇକୋର୍ଟ ବାତିଲ କରିଦେଇଛନ୍ତି । ଦସ୍ତାବିଜ ନେଲା ସିବିଆଇ, ତଦନ୍ତ କରିବେ ଅତିରିକ୍ତ ଏସପି ଓଡ଼ିଶା ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଅନିୟମିତତା ମାମଲାରେ ଓଡ଼ିଶା ସରକାରଙ୍କ ଅକ୍ଟୋବର ୩୧ତାରିଖର ବିଜ୍ଞପ୍ତି ଓ କେନ୍ଦ୍ର ସରକାରଙ୍କ ନଭେମ୍ବର ୧୧ତାରିଖର ବିଜ୍ଞପ୍ତି ଆଧାରରେ ଭୁବନେଶ୍ୱର ସିବିଆଇ ଅଫିସ୍ ଦ୍ୱାରା ୧୨ତାରିଖରେ ବିଧିବଦ୍ଧ ଏଫଆଇଆର ରୁଜୁ ହୋଇଛି । ଏଫଆଇଆରରେ କିଛି ନୂଆ ତଥ୍ୟ କିମ୍ବା କାହାରିକୁ ଅଭିଯୁକ୍ତ ଦର୍ଶାଇନାହିଁ ସିବିଆଇ, କେବଳ ଗୋଳନ୍ଥରା ଥାନା ଓ କ୍ରାଇମବ୍ରାଂଚରେ ହୋଇଥିବା ଏଫଆଇଆରକୁ ସାନି ରୁଜୁ କରିଛି। ଅତିରିକ୍ତ ଏସପି ବି.ସାମଲଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଥିବା ଭୁବନେଶ୍ୱର ସିବିଆଇ(ଦୁର୍ନୀତି ନିବାରଣ ବ୍ୟୁରୋ)ର ଡିଆଇଜି ଅଖିଳେଶ କୁମାର ସିଂ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । ଭାରତୀୟ ନ୍ୟାୟସଂହିତା(ବିଏନଏସ)-୨୦୨୩ର ଧାରା ୩୧୯(୨), ୩୧୮(୪),୩୩୮, ୩୩୬(୩), ୩୪୦(୨), ୧୧୧, ୬୧(୨) ଓ ୩(୫) ସମେତ ଓଡ଼ିଶା ପବ୍ଲିକ ଏକଜାମିନେସନ୍ (ପ୍ରିଭେନ୍ସନ୍ ଅଫ୍ ଅନଫେୟାର ମିନସ) ଆକ୍ଟ-୨୦୨୪ର ଧାରା ୧୧(୧) ଓ ୧୨(୧)ରେ ମାମଲା ରୁଜୁ ହୋଇଛି । ସିବିଆଇ ଏଫଆଇଆରରେ ପଂଚସଫ୍ଟ ମାଲିକ ଶଙ୍କର ପୃଷ୍ଟି ସମେତ ୧୧୯ଜଣ ବ୍ୟକ୍ତି ଓ ସିଲିକନ୍ ଟେକଲାବ୍ ଏବଂ ପଂଚସଫ୍ଟ କମ୍ପାନୀର କେତେକ ନିର୍ଦ୍ଦିଷ୍ଟ ବ୍ୟକ୍ତି ଏବଂ ଅନ୍ୟମାନେ ଉଲ୍ଲେଖ ରହିଛି । ମାତ୍ର ସିଲିକନ୍ ଟେକଲାବ୍ ଲିମିଟେଡର ମାଲିକ ସୁରେଶ କୁମାର ନାୟକ କିମ୍ବା ଓପିଆରବି ଓ ଆଇଟିଆଇ ଲିମିଟେଡର ନାଁ ଏଫଆଇଆରରେ ଦର୍ଶାଯାଇ ନାହିଁ । ଚୁକ୍ତି ଏବେବି କାଏମ, ସନ୍ଦେହଘେରରେ ଓପିଆରବି ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ପରିଚାଳନାର ଟେଣ୍ଡର ନେଇଥିବା ଆଇଟିଆଇ ଲିମିଟେଡକୁ କାରଣଦର୍ଶାଅ ନୋଟିସ୍ ଜାରି କରି ବସିଥିବା ଓପିଆରବି ଆଜିସୁଦ୍ଧା ତା’ର ସହ ଚୁକ୍ତିକୁ ବାତିଲ କରିନଥିବା ଜଣାପଡ଼ିଛି । ଯଦିଓ ଏସଆଇ ପରୀକ୍ଷା ଅନିୟମିତତା ପଦାକୁ ଆସିବା ପରେ ନଭେମ୍ବର ୧୨ତାରିଖରେ ଓଡ଼ିଶା ହାଇକୋର୍ଟ ଏଏସଓ ମୁଖ୍ୟ ପରୀକ୍ଷାକୁ ବାତିଲ କରିଦେଇଛନ୍ତି । ପରୀକ୍ଷା ଦାୟିତ୍ୱରେ ଥିବା ସଂସ୍ଥାର ବିଶ୍ୱସନୀୟତା ଉପରେ ସନ୍ଦେହ ପ୍ରକଟ କରି ହାଇକୋର୍ଟ ଏଭଳି ନିଷ୍ପତ୍ତି ନେଇଥିଲେ ମଧ୍ୟ ଓଡ଼ିଶା ପୁଲିସ ଗତ ଏକ ମାସରୁ ଅଧିକ ଦିନ ଧରି ଆଇଟିଆଇ ଲିମିଟେଡକୁ କାରଣଦର୍ଶାଅ ନୋଟିସ୍ ଜାରି କରି ବସିପଡ଼ିଛି । ଏହି ଚୁକ୍ତିକୁ ବାତିଲ କରିବାକୁ ଆଗ୍ରହ ଦେଖାଇନାହିଁ । ଏହି ଅନିୟମିତତା( Odisha Police SI Exam Scam) ପଦାକୁ ଆସିବା ପରେ ଆଇଟିଆଇ ଲିମିଟେଡ୍ ଓ ସିଲିକନ୍ ଟେକଲାବ୍ ସହ ଓପିଆରବି ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥ କାହିଁକି ବୈଠକ କରିଥିଲେ ଏବଂ ପରୀକ୍ଷା ପରିଚାଳନା ପ୍ରକ୍ରିୟାରୁ ପଂଚସଫ୍ଟକୁ ହଟାଇବାକୁ ସିଲିକନ୍ ଟେକଲାବକୁ କାହିଁକି ନିର୍ଦ୍ଦେଶ ଦିଆଯାଇଥିବା ତାହା ଏବେବି ସନ୍ଦେହଘେରରେ । ୨୦୨୫ ଅକ୍ଟୋବର ୯ତାରିଖରେ ଓପିଆରବି ବୈଠକ ବିବରଣୀରୁ ଏହା ସ୍ପଷ୍ଟ ହୋଇଛି । ସେହିପରି ଅକ୍ଟୋବର ୧୧ତାରିଖରେ ଏକ ପ୍ରେସ୍ ରିଲିଜ ଜାରି କରି ପରୀକ୍ଷାକୁ ନେଇ ଷଡ଼ଯନ୍ତ୍ର ହୋଇଥିବା ଓପିଆରବି କହିଥିଲା, ତେବେ ଏଥିପାଇଁ ପୁଲିସ ମୁଖ୍ୟାଳୟ ନା ଗୃହ ବିଭାଗ କିଏ ଅନୁମତି ଦେଇଥିଲା ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଷଡ଼ଯନ୍ତ୍ର କଥା କହିଥିବା ଓପିଆରବି ଏପର୍ଯ୍ୟନ୍ତ ନିଜର ବିଶ୍ୱସନୀୟତା ଓ ପାରଦର୍ଶିତା ରକ୍ଷା କରିବାରେ ସକ୍ଷମ ହୋଇପାରିନାହିଁ । ଯଦିଓ ବୋର୍ଡ ସ୍ୱୀକାର କରୁଛି ଯେ ଆଇଟିଆଇ ଲିମିଟେଡ୍‌, ସିଲିକନ୍ ଟେକ୍ ଲ୍ୟାବ୍ ଓ ପଂଚସଫ୍ଟ ମଧ୍ୟରେ ସବଲେଟ୍ ବ୍ୟବସ୍ଥା ବିଷୟରେ ଅବଗତ ଥିଲା । ଯଦି ଓପିଆରବି ଏସବୁ ସବଲେଟ୍ ବିଷୟରେ ଜାଣି ନଥିଲା, ତା’ହେଲେ ତରବରିଆ ବୈଠକ ଡାକି ପଂଚସଫ୍ଟକୁ ପରୀକ୍ଷା ପରିଚାଳନା ପ୍ରକ୍ରିୟାରୁ ଦୂରେଇବାକୁ କାହିଁକି ନିର୍ଦ୍ଦେଶ ଦେଲା । ଏ କ୍ଷମତା ଓପିଆରବିକୁ ଦେଲା କିଏ? ଏତେ ସବୁ ପରେ ମଧ୍ୟ ଆଇଟିଆଇ କିମ୍ବା ସିଲିକନ୍ ଭଳି ସଂସ୍ଥାକୁ ଓଡ଼ିଶା ପୁଲିସ କାହିଁକି କଳାତାଲିକାଭୁକ୍ତ କରିନାହିଁ ତାହା ମଧ୍ୟ ସନ୍ଦେହଘେରରେ । ଗୃହ ବିଭାଗର ନିରବତା, କ୍ରାଇମବ୍ରାଂଚ ତଦନ୍ତକୁ ନେଇ ପ୍ରଶ୍ନ ଏହି ଅନିୟମିତତା ମାମଲାରେ ଗୃହ ବିଭାଗର ଭୂମିକା ମଧ୍ୟ ଚିନ୍ତାଜନକ । କ୍ରାଇମବ୍ରାଂଚ ତଦନ୍ତ କରୁଥିଲେ ମଧ୍ୟ ଗୃହ ବିଭାଗ ଏପର୍ଯ୍ୟନ୍ତ ଓପିଆରବିର ଆଚରଣ ଓ ଭୂମିକାକୁ ନେଇ କୌଣସି ଆଭ୍ୟନ୍ତରୀଣ ତଦନ୍ତ ନକରିବା ହିଁ ସାଧାରଣରେ ସନ୍ଦେହକୁ ଅଧିକ ଘନୀଭୂତ କରାଉଛି । ବିଜେଡି ଓ କଂଗ୍ରେସ ଉଭୟ ଦଳ ଏହି ମାମଲାରେ ଓପିଆରବି ଅଧ୍ୟକ୍ଷ ଓ ଗୃହ ସଚିବଙ୍କୁ କାଠଗଡ଼ାରେ ଛିଡ଼ା କରୁଥିଲେ ମଧ୍ୟ ସରକାର ଏମାନଙ୍କ ଭୂମିକା ପ୍ରତି ନିରବ ରହିଛନ୍ତି । ଅନ୍ୟପକ୍ଷରେ ଅକ୍ଟୋବର ୧ରୁ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଂଚ ନିଜର ଏଫଆଇଆରରେ ସ୍ପଷ୍ଟ ଭାବେ ସିଲିକନ୍ ଟେକଲାବ୍ ସଂସ୍ଥାର ପ୍ରତ୍ୟକ୍ଷ ଓ ପରୋକ୍ଷ ସମ୍ପୃକ୍ତିକୁ ନେଇ ଉଲ୍ଲେଖ କରିଥିଲା । ଏପରିକି ବ୍ରହ୍ମପୁର ଏସଡିପିଓ ପ୍ରଭାସ ରଞ୍ଜନ ଛୋଟରାୟ ତାଙ୍କ ପ୍ରାରମ୍ଭିକ ତଦନ୍ତରେ ସିଲିକନକୁ ସନ୍ଦେହଘେରରେ ରଖିଥିଲେ । ଆଉ କ୍ରାଇମବ୍ରାଂଚ ଅକ୍ଟୋବର ୨ତାରିଖରେ ସିଲିକନ୍ ଟେକଲାବ୍ ମୁଖ୍ୟ ସୁରେଶ ନାୟକଙ୍କୁ ପଚରାଉଚୁରା ପାଇଁ ଡାକି ପରେ ଛାଡ଼ି ଦେଇଥିଲା । ଆଉ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅକ୍ଟୋବର ୨୨ରେ ସିବିଆଇ ତଦନ୍ତ ଘୋଷଣା ଏବଂ ଅକ୍ଟୋବର ୩୧ରେ ରାଜ୍ୟ ସରକାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବା ପରେ କ୍ରାଇମବ୍ରାଂଚ ତରବରିଆ ଭାବେ ନଭେମ୍ବର ୩ତାରିଖରେ ସୁରେଶ କୁମାର ନାୟକଙ୍କୁ ଗିରଫ ଦର୍ଶାଇଥିଲା । ଏତେଦିନ ଧରି ସୁରେଶଙ୍କୁ କିଏ ଓ କାହିଁକି ସୁରକ୍ଷା ପ୍ରଦାନ କରୁଥିଲା ଏବଂ କ୍ରାଇମବ୍ରାଂଚର ତଦନ୍ତ କାହିଁକି ଓପିଆରବି, ଗୃହ ବିଭାଗ ଓ ସିଲିକନ୍ ପର୍ଯ୍ୟନ୍ତ ପହଂଚି ପାରୁନଥିଲା ତାହା ଏବେ ସିବିଆଇ ପାଇଁ ଅଡ଼ୁଆ ପ୍ରଶ୍ନ ହେବ । କ୍ରାଇମବ୍ରାଂଚ ନିଜର ତଦନ୍ତ କରୁଥିଲା ନା ବରିଷ୍ଠ ପ୍ରଶାସନିକ ଅଫିସରମାନଙ୍କ ସମ୍ପୃକ୍ତିର ପ୍ରମାଣକୁ ନଷ୍ଟ କରୁଥିଲା ତାହା ମଧ୍ୟ ସିବିଆଇ ଆଗରେ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ସିବିଆଇ ନିଜର(( CBI Investigation) ତଦନ୍ତକୁ କ୍ରିୟାଶୀଳ କରାଇ ଷଡ଼ଯନ୍ତ୍ରକାରୀମାନଙ୍କୁ ଦଣ୍ଡିତ କରିବା ସହ ୯୩୩ଟି ପୁଲିସ ଏସଆଇ ପଦବୀ ପାଇଁ ଆବେଦନ କରିଥିବା ୧.୩୫ଲକ୍ଷ ମେଧାବୀ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଅବଶ୍ୟ ସିବିଆଇ କହିଛି ଯେ, ଓପିଆରବି ଓ ଆଇଟିଆଇ ଲିମିଟେଡର ଅଧିକାରୀଙ୍କୁ ଡାକି ଏହି ସମଗ୍ର ଘଟଣାକ୍ରମକୁ ଜାଣିବାକୁ ତଥା ଷଡ଼ଯନ୍ତ୍ର ପଛରେ କିଏ ସେମାନଙ୍କୁ ଚିହ୍ନଟ କରିବାକୁ ପ୍ରୟାସ କରାଯିବ ।

ଓଡ଼ିଶା ସାମ୍ବାଦିକ 13 Nov 2025 8:39 pm

କଟକ ବାଲିଯାତ୍ରାରେ ଠେଲାପେଲା, ୨ ଅଚେତ

ସମାଜଲାଇଭ ଡେସ୍କ: କଟକ ବାଲିଯାତ୍ରାରେ ଠେଲାପେଲା ଯୋଗୁ ୨ ଜଣ ଅଚେତ ହୋଇପଡ଼ିଛନ୍ତି। ଗୁରୁବାର ସନ୍ଧ୍ୟାରେ ପ୍ରବଳ ଭିଡ଼ ଯୋଗୁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି। ସନ୍ଧ୍ୟାରେ ବଲିଉଡ୍ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ରହିଥିଲା। ଏଥିପାଇଁ ପ୍ରବଳ ଭିଡ଼ ହୋଇଥିଲା। ଭିଡ଼ ଅସମ୍ଭାଳ ହେବାରୁ ଠେଲାପେଲା ହୋଇଥିଲା। ଯାହାଫଳରେ ୨ ଜଣ ବ୍ୟକ୍ତି ଅଣନିଃଶ୍ଵାସୀ ହୋଇ ଚେତା ହରାଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ଖବରପାଇ ସ୍ଥିତି ନିୟନ୍ତ୍ରଣ […]

ଜୀବନ୍ତ ସାମାଜିକ | 13 Nov 2025 8:36 pm

ଅତିଥି ଶିକ୍ଷକ ଓ ଅଧ୍ୟାପକଙ୍କୁ ନେଇ ଚାଲିଛି ଶିକ୍ଷାନୁଷ୍ଠାନ,  କ୍ଷୋଭ ପ୍ରକାଶ କଲେ ହାଇକୋର୍ଟ

କନକ ବ୍ୟୁରୋ: ଅତିଥି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ । ଏହାଦ୍ୱାରା ଶିକ୍ଷାର ଗୁଣବତ୍ତା ହ୍ରାସ ପାଉଛି ବୋଲି କୋର୍ଟ କହିଛନ୍ତି । ତାଛଡ଼ା ଅତିଥି ଶିକ୍ଷକ ଓ ଅଧ୍ୟାପକ ନିଯୁକ୍ତି ନେଇ ଆଇନରେ କୌଣସି ବ୍ୟବସ୍ଥା ନାହିଁ । ପୂର୍ବରୁ ରାଜ୍ୟ ସରକାର ଅତିଥି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ନିଷ୍ପତ୍ତିକୁ ରଦ୍ଦ କରି ନିୟମିତ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ପଦବୀ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ବାଲେଶ୍ୱରରୁ ଆସିଲା ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର, ଦିଦି ଛୁଆଁ ଅଛୁଆଁରେ ଭେଦଭାବ କରୁଥିବା ଅଭିଯୋଗ ଆଣିଲେ ଅଭିଭାବକ ରାଜ୍ୟରେ ଖାଲିପଡିଛି ୭୩ହଜାର ଶିକ୍ଷକ ଓ ଅଧ୍ୟାପକ ପଦ। ବିଭିନ୍ନ ବିଶ୍ୱବିଦ୍ୟାଳୟରେ ୪ ହଜାରରୁ ଅଧିକ ଅଧ୍ୟାପକ ପଦବୀ ଖାଲି ପଡ଼ିଛି । ହେଲେ ସ୍ଥାୟୀ ନିଯୁକ୍ତି ପରିବର୍ତ୍ତେ ଅତିଥି ଶିକ୍ଷକ ଓ ଅଧ୍ୟାପକଙ୍କୁ ନେଇ ଚାଲିଛି ଶିକ୍ଷାନୁଷ୍ଠାନ। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ । କୋର୍ଟ କହିଛନ୍ତି, ଶିକ୍ଷା ଅଧିକାର ଆଇନ ଅଧୀନରେ ଅବସରପ୍ରାପ୍ତ ବା ଅତିଥି ଶିକ୍ଷକ ନିଯୁକ୍ତି ନେଇ କୌଣସି ଆଇନ ନାହିଁ । ତେଣୁ ଏଭଳି ନିଯୁକ୍ତି ପ୍ରକ୍ରିୟାକୁ କିଏ ସ୍ୱୀକୃତି ଦେଇଛି ? ବୋଲି ପ୍ରଶ୍ନ କରିଛନ୍ତି ହାଇକୋର୍ଟ । ଆଉ କହିଛନ୍ତି, ଅତିଥି ଶିକ୍ଷକ ବା ଅଧ୍ୟାପକ ନିଯୁକ୍ତି ଦ୍ୱାରା ଶିକ୍ଷା ବ୍ୟବସ୍ଥା ଗତିଶୀଳ ହୋଇପାରିବନି ଏବଂ ଶିକ୍ଷାର ମାନ ହ୍ରାସ ପାଇବ। ଆଗୁଆ ଅନୁଗୁଳରୁ ଆସିଲା ପଛୁଆ ଚିତ୍ର; ଅଙ୍ଗନବାଡିରୁ ଶୈଶବ ଶିକ୍ଷା ସହିତ ହେଉଛି ସାଲିସ୍ ନିକଟରେ ଅତିଥି ଶିକ୍ଷକ ଓ ଅଧ୍ୟାପକ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକୁ ଆଧାର କରି ହାଇକୋର୍ଟରେ ଏକ ପିଟିସନ ଦାଖଲ ହୋଇଥିଲା । ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ସତ୍ୟପାଠ ଜରିଆରେ ଜବାବ ଦେବାକୁ ନିର୍ଦେଶ ଦେଇଥିଲେ ଉଚ୍ଚ ନ୍ୟାୟାଳୟ । ହେଲେ ଦାଖଲ ସତ୍ୟପାଠକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ । ଗୋଟେ ପଟେ ଅବସରପ୍ରାପ୍ତଙ୍କୁ ପୁନଃନିଯୁକ୍ତି ପାଇଁ ପ୍ରୋତ୍ସାହନ ଦେଉଛନ୍ତି ସରକାର । ଅନ୍ୟପଟେ ନିଯୁକ୍ତି ଆଶାରେ ରାଜରାସ୍ତାରେ ଶହ ଶହ ଯୁବକଯୁବତୀ । ଏଭଳି ସ୍ଥିତିରେ କଣ ହେବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ତାକୁ ନେଇ ଚିନ୍ତା ବଢିଛି । ରାଜ୍ୟରେ ଖାଲିପଡିଥିବା ଶିକ୍ଷକ ଓ ଅଧ୍ୟାପକ ପଦ କେବେ ପୂରଣ ହେବ ଓ ସେ ନେଇ କଣ ରହିଛି ଯୋଜନା ସେ ନେଇ ସବିଶେଷ ତଥ୍ୟ ଦେବାକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ ।

ନିନ୍ଦା 13 Nov 2025 8:18 pm

ଦେବୀ ନଦୀରେ ୩ ନିଖୋଜ ଘଟଣା, ମିଳିଳା ଜଣଙ୍କ ମୃତଦେହ

ସମାଜଲାଇଭ ଡେସ୍କ: ଜଗତସିଂହପୁର ଜିଲା ସିମଳଦା ଗାଁ ନିକଟ ଦେବୀ ନଦୀରେ ନିଖୋଜ ହୋଇଯାଇଥିବା ୩ ଜଣଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ଜାଲରେ ଜଣେ ଯୁବକଙ୍କ ମୃତଦେହ ଲାଗିଛି। ତାଙ୍କ ପରିଚୟ ମିଳିପାରି ନାହିଁ। ସୂଚନା ଅନୁସାରେ, ଗୁରୁବାର ଦେବୀ ନଦୀ ଭିତରେ ଏକ ଷଣ୍ଢ ପଶିଯାଇଥିଲା। ଷଣ୍ଢକୁ ଘଉଡ଼ାଇବା ଲାଗି ୩ ଯୁବକ ନଦୀରେ ପଶିଥିଲେ। କୂଳରେ ପ୍ୟାଣ୍ଟ, ଶାର୍ଟ ରଖି ନଦୀରେ ପ୍ରବେଶ […]

ଜୀବନ୍ତ ସାମାଜିକ | 13 Nov 2025 8:11 pm

ଧାନ କିଣିବା ପାଇଁ ତାରିଖ ଘୋଷଣା କଲେ ସରକାର, ଆସନ୍ତା ୨୦ତାରିଖରୁ ମଣ୍ଡିରେ ଆରମ୍ଭ ହେବ ଖରିଫ୍ ଧାନ କିଣା

କନକ ବ୍ୟୁରୋ: ଧାନ କିଣିବାକୁ ସରକାର ତାରିଖ ଘୋଷଣା କଲେ । ହେଲେ ଏବେ ବି ଚାଷୀ ନିଜ ଅମଳ ଧାନର ବିକ୍ରିକୁ ନେଇ ଚିନ୍ତାରେ। ବରଗଡ ଜିଲ୍ଲାରୁ ଧାନ କିଣା ଆରମ୍ଭ କରିବେ ସରକାର । ହେଲେ ବରଗଡର ଚାଷୀ ଏବେ ପ୍ରତିବାଦ ପନ୍ଥା ଆପଣାଇଛନ୍ତି । କାରଣ ଜିଲ୍ଲାର ଅନେକ ଚାଷୀ ପଞ୍ଜିକରଣରୁ ପଡିଛନ୍ତି ବାଦ୍ । ଧାରଣା ଦେଉଥିଲେ ବି ଶୁଣିବାକୁ କେହି ନାହାନ୍ତି । ଅଧିକ ପଢନ୍ତୁ : ପଞ୍ଚାୟତ ଅଫିସ୍ ଆଗରେ ପଡି ରହିଛି ହଜାର ହଜାର ବସ୍ତା ଧାନ; ମାତ୍ର ୨୫ ହଜାର କ୍ବିଣ୍ଟାଲ ଧାନ କିଣା ଯାଇଥିବା ଅଭିଯୋଗ ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁଭୁଥିଲା ଲକ୍ଷ୍ମୀପୁରାଣ। ଅମଳ ଧାନକୁ ନେଇ ଚାଲିଥିଲା ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା। କିନ୍ତୁ ବ୍ୟତିକ୍ରମ ଏତିକି ଥିଲା ଯେ, ମହିଳାଙ୍କ ବଦଳରେ ମାଣବସା ଗୁରୁବାର ପୂଜା କରୁଥିଲେ ଚାଷୀ। ଆଉ କହୁଥିଲେ, ମାଆ ପ୍ରଶାସନିକ ବଡବାବୁଙ୍କୁ ସଦବୁଦ୍ଧି ଦିଅ। ଚାଷୀଙ୍କ କଥା ଶୁଣନ୍ତୁ ସରକାର । ଗତ ୪ ଦିନ ହେବ ଧାରଣାରେ ବସିଥିବା ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଆଜି ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ପଞ୍ଜିକରଣରୁ ବଞ୍ଚିତ ଚାଷୀଙ୍କର ତୁରନ୍ତ ପଞ୍ଜିକରଣ କରିବାକୁ ଦାବି କରୁଛନ୍ତି ଚାଷୀ । ହେଲେ ଚାଷୀଙ୍କ ଦାବିକୁ କର୍ଣ୍ଣପାତ କରିବାକୁ ଯେପରି କେହି ନାହିଁ । ପଞ୍ଜିକରଣ ହୋଇନଥିବାରୁ ଚାଷୀଙ୍କ ଆନ୍ଦୋଳନ ଭିତରେ ଧାନ କିଣିବାକୁ ତାରିଖ ଘୋଷଣା କରିଛନ୍ତି ସରକାର । ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ଖରିଫ ଧାନ କିଣା । ଅଧିକ ପଢନ୍ତୁ : ସରକାରୀ ବିଧିବ୍ୟବସ୍ଥାରେ ଚାଲୁନି ମଣ୍ଡି । କୁଚିଣ୍ଡା ଉପକଣ୍ଠରେ ଦଲାଲଙ୍କ ଇଚ୍ଛାରେ ଧାନ କିଣା ଚାଲିଥିବା ଅଭିଯୋଗ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯେଉଁ ବରଗଡରେ ଚାଷୀ ଆନ୍ଦୋଳନରେ ବସିଛନ୍ତି ସେହି ଜିଲ୍ଲାରୁ ହିଁ ଧାନ କିଣା ଆରମ୍ଭ କରିବେ ସରକାର । ଚଳିତଥର ଧାନକିଣାରେ ମଣ୍ଡିରେ ଅବ୍ୟବସ୍ଥାକୁ ଦୂରେଇବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର। ଧାନ ସଂରକ୍ଷଣ ପାଇଁ ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ଏହାଛଡା ଆଗାମୀ ୨ ବର୍ଷରେ ୧୦୦ଟି ମଡେଲ ମଣ୍ଡି ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଛି । ଚଳିତ ଆର୍ଥିକ ବର୍ଷରେ ୮୦ଟି ସମବାୟ ସମିତିରେ ୨୦୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଗୋଦାମ ଗୃହ ନିର୍ମାଣ ପାଇଁ ୨୦ କୋଟିର ବ୍ୟୟ ବରାଦ ହୋଇଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ । ପୂର୍ବଥର ଧାନକିଣାରେ କଟନୀଛଟନୀର ଲମ୍ବା ଅଭିଯୋଗ ଆସିଥିଲା। ସରକାର ମଧ୍ୟ ଏକଥାକୁ ମାନିଥିଲେ। ଚଳିତଥର ବିନା କଟନୀଛଟନୀରେ କିଭଳି ଧାନ ଉଠିବ ତାହା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ।

ନିନ୍ଦା 13 Nov 2025 8:06 pm

ଧକ୍କା ଦେଇ ଜଳିଗଲା ଟ୍ରକ୍, ୮ ଜୀବନ୍ତ ଦଗ୍ଧ

ପୁଣେ: ପୁଣେର ନଓ୍ବଲେ ସେତୁ ନିକଟରେ ଏକ ଭୟାବହ ସଡକ ଦୁର୍ଘଟଣା ଘଟିଛି। ତୀବ୍ର ଗତିରେ ଏକ ମାଲବାହୀ ଟ୍ରକ୍ ୫-୬ ଗାଡିକୁ ଧକ୍କା ଦେବା ଫଳରେ ୮ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଟ୍ରକରେ ନିଆଁ ଲାଗିଯାଇଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ପଠାଯାଇଛି।

ଜୀବନ୍ତ ସାମାଜିକ | 13 Nov 2025 8:04 pm

Accident: ବ୍ରିଜରେ ୬ଟି ଗାଡ଼ିକୁ ଧକ୍କା ଦେଲା ଟ୍ରକ୍‌: ୮ ଜୀବନ୍ତ ଦଗ୍ଧ

ମହାରାଷ୍ଟ୍ରର ପୁଣେରେ ଭୟଙ୍କର ଦୁର୍ଘଟଣା। ପୁଣେ(Pune)j ଗୋଟିଏ ବ୍ରିଜରେ ମାଲବାହୀ ଟ୍ରକ୍‌ ଘଟଣାଇଛି ସିରିଜ ଦୁର୍ଘଟଣା। ଟ୍ରକଟି ୬ଟି ଗାଡ଼ିକୁ ଧକ୍କା(Accident) ଦେବାରୁ ୮ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ସେହିପରି ଆଉ ୧୫ ଜଣ ଅତି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ବଢ଼ିବାର ଆଶଙ୍କା ରହିଛି। ପୂରା ଘଟଣା ବେଙ୍ଗାଲୁରୁ-ମୁମ୍ବାଇ ଜାତୀୟ ରାଜପଥ ୪ରେ ଘଟିଛି। ବ୍ରିଜ ଅତିକ୍ରମ କରୁଥିବା ମାଲବୋଝେ ଟ୍ରକ୍‌ର ବ୍ରେକ୍‌ ହଠାତ୍‌ ଫେଲ ମାରିଥିଲା। ଫଳରେ ସାମ୍ନାରେ ଯାଉଥିବା ୬ଟି ଗାଡ଼ି ଉପରେ ଟ୍ରକଟି ମାଡ଼ି ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଧକ୍କା ହେବା ପରେ ଏକାଧିକ ଗାଡ଼ିରେ ଲାଗି ଯାଇଥିଲା ନିଆଁ। ଫଳଳରେ ଏଥିରେ ପୋଡ଼ି ହୋଇ ଘଟଣା ସ୍ଥଳରେ ହିଁ ୮ ଜଣ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକରେ ଫସି ରହିଥିବା ଅନ୍ୟ ୧୫ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି। ଜଣେ ଅଧିକାରୀଙ୍କ କହିବା କଥା ଯେ ଘଟଣା ସମ୍ପର୍କରେ ଖବର ମିଳିବା ପରେ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚିଥିଲେ। ସେମାନେ ନିଆଁକୁ ଆୟତ୍ତ କରିବା ସହ ଲୋକଙ୍କୁ ଉଦ୍ଧାର କରିଥିଲେ। ବ୍ରିଜ ରାସ୍ତା ଉପରେ ଘଟଣା ଘଟିଥିବାରୁ ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ଅଟକି ରହିଥିଲା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ସ୍ୱାଭାବିକ କରିଥିଲା। ଏବେ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ବ୍ରିଜ୍‌ରୁ ହଟା ଯାଉଥିବା ସେ କହିଛନ୍ତି। ଟ୍ରକ୍‌ ଧକ୍କାରେ ଗୋଟିଏ ଟ୍ରକ ଓ ଏକାଧିକ କାର୍‌ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଗୋଟିଏ ବାଇକ ମଧ୍ୟ କାର୍‌ ଓ ଟ୍ରକ୍‌ ମଧ୍ୟରେ ଚାପି ହୋଇ ଯାଇଥିଲା। ପୋଡ଼ି ହୋଇ ୮ ଜଣ ପ୍ରାଣ ହରାଇଥିବାରୁ ସେମାନଙ୍କ ପରିଚୟ ମିଳିପାରି ନାହିଁ। ଡିଏନଏ ନମୁନା ଦ୍ୱାରା ମୃତକଙ୍କ ପରିଚୟ ଠାବ କରିବାକୁ ପ୍ରୟାସ ଚାଲିଛି। ଅନେକ ଲୋକ ନିଜ ପ୍ରିୟଜନଙ୍କୁ ହସ୍ପିଟାଲରେ ଖୋଜୁଥିବା ମଧ୍ୟ ଦେଖିବାକୁ ମିଳିଛି।

ଓଡ଼ିଶା ସାମ୍ବାଦିକ 13 Nov 2025 8:00 pm

୬ ଡିସେମ୍ବର ଟାର୍ଗେଟରେ ଥିଲା ୬ ସହର,  ୩୨ କାରରେ ହୋଇଥାନ୍ତା ୩୨ ସ୍ଥାନରେ ଆକ୍ରମଣ !

କନକ ବ୍ୟୁରୋ: ଦିଲ୍ଲୀ ବିସ୍ଫୋରଣ ପଛରେ ଆତଙ୍କୀ ସଙ୍ଗଠନ ଜୈଶ-ଏ-ମହମ୍ମଦ ଓ ଅନସାର ଗଜୱା ହିନ୍ଦର ହାତ ରହିଛି । ପାକିସ୍ତାନରୁ ପାଣ୍ଠି ଆସିବା ପରେ ଭାରତରେ ବଡ ଆକ୍ରମଣର ଷଡଯନ୍ତ୍ର କରିଥିଲେ ଆତଙ୍କୀ । ତୁର୍କୀରୁ ଏଥିପାଇଁ ପ୍ଲାନ ପ୍ରସ୍ତୁତ ହୋଇଥିଲା । ସିରିଜ ବିସ୍ପୋରଣ କରି ଭାରତରେ ଆତଙ୍କ ରଚିଥାନ୍ତା ଆତଙ୍କୀ । ଏଥିପାଇଁ ତାରିଖ ଓ ଟାର୍ଗେଟ ଧାର୍ଯ୍ୟ ସରିଥିଲା । ଦିଲ୍ଲୀ କାର ବିସ୍ଫୋରଣ ଘଟଣାରେ ତଦନ୍ତକାରୀ ଟିମକୁ ମିଳିଛି ସ୍ତବ୍ଧ କରିଦେବା ଭଳି ତଥ୍ୟ । ଖୋଳତାଡରୁ ଜଣାପଡିଛି, କେବଳ ଦିଲ୍ଲୀ ନୁହେଁ ଦେଶର ବଡ ବଡ ସହର ଆତଙ୍କୀଙ୍କ ରାଡାରରେ ରହିଥିଲା। ୫ଟି ପର୍ଯ୍ୟାୟରେ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇଥିଲା ବ୍ଲୁ-ପ୍ରିଣ୍ଟ। ଟଙ୍କା, ବାରୁଦ ହାତେଇବା ପରେ କେଉଁ କେଉଁ ସ୍ଥାନକୁ ଟାର୍ଗେଟ କରାଯିବ ସେଥିପାଇଁ ଅଗଷ୍ଟରୁ ହୋଇଥିଲା ପ୍ଲାନ୍। ବାବ୍ରି ମସଜିଦ୍ ଭଙ୍ଗାର ପ୍ରତିଶୋଧ ନେବାକୁ ୬ ଡିସେମ୍ବରରେ ଆକ୍ରମଣ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ଏଥିପାଇଁ ୩୨ଟି କାର ଯୋଗାଡ କରିଥିଲେ ଆତଙ୍କୀ । ୩ ଲକ୍ଷ ଟଙ୍କାରେ ୨୬ କ୍ବିଣ୍ଟାଲ ଏନପିକେ ବିସ୍ଫୋରକ କିଣିଥିଲେ । ଅନୁମାନ କରନ୍ତୁ ଏତେ ପରିମାଣର ବିସ୍ଫୋରକରେ କେତେ ଭୟଙ୍କର ବିସ୍ଫୋରଣ କରିଥାନ୍ତେ ଆତଙ୍କୀ । ପାକିସ୍ତାନ ଆତଙ୍କୀଙ୍କ ସହଯୋଗରେ ଉକାସାର ନିର୍ଦ୍ଦେଶରେ ଆକ୍ରମଣର ନୀଳନକ୍ସା ତୁର୍କୀରୁ ପ୍ରସ୍ତୁତ ହୋଇଥିଲା । ଅଧିକ ପଢନ୍ତୁ ; ଦିଲ୍ଲୀ ବିସ୍ଫୋରଣ ଘଟାଇଥିଲା ଆତଙ୍କୀ ଉମର; ଡିଏନ୍‌ଏ ପରୀକ୍ଷାରୁ ସାମ୍ନାକୁ ଆସିଲା ସତ ମୁଖ୍ୟ ଅଭିଯୁକ୍ତ ଡାକ୍ତର ଉମର ନବୀ ସହ ଅନ୍ୟ ୩ ଅଭିଯୁକ୍ତ ଉକାସା ନିର୍ଦ୍ଦେଶରେ କାର୍ଯ୍ୟ କରୁଥିଲେ। ଦିଲ୍ଲୀଠୁ ୬୫ କିଲୋମିଟର ଦୂର ହରିୟାଣାର ଅଲ୍‍-ଫଲାହ୍ ବିଶ୍ୱବିଦ୍ୟାଳୟ ଏହି ଟେରୋରିଷ୍ଟ ମଡ୍ୟୁଲର କେନ୍ଦ୍ରସ୍ଥଳୀ ଥିଲା । ଆତଙ୍କୀ ଆଦିଲ, ମୁଜମ୍ମିଲ, ଉମର, ଶାହିନ ଓ ଅନ୍ୟ ସହଯୋଗୀ ଏଠାରେ ଏକାଠି ହେଉଥିଲେ । ବିଶ୍ୱବିଦ୍ୟାଳୟର ୧୭ ନମ୍ବର ବିଲ୍ଡିଂର ୧୩ ନମ୍ବର ରୁମରେ ଅତି ଗୁପ୍ତ ଢଙ୍ଗରେ ପ୍ରସ୍ତୁତ ହୋଇଥିଲା ଷଡଯନ୍ତ୍ର । ଏପରିକି ବିସ୍ଫୋରଣକୁ ଘାତକ କରିବାକୁ ବିଶ୍ବବିଦ୍ୟାଳୟ ଲ୍ୟାବରୁ କେମିକାଲ ଚୋରି କରିଥିଲେ ଆତଙ୍କୀ । ଅନ୍ୟପଟେ ଆତଙ୍କୀଙ୍କୁ ଏନପିକେ ଉର୍ବରକ ବିକିଥିବା ଦୋକାନରେ ପହଞ୍ଚି ଖୋଳତାଡ କରିଛି ତଦନ୍ତକାରୀ ଦଳ । ଦିଲ୍ଲୀ କାର ବିସ୍ଫୋରଣ ପରେ ଗୁଇନ୍ଦା ଏଜେନ୍ସି ବିଭିନ୍ନ ସ୍ଥାନରେ ଚଢାଉ କରୁଛି । ବିସ୍ଫୋରଣ ଘଟଣାରେ ସନ୍ଦେହ କରି ଉତ୍ତରପ୍ରଦେଶର ଡାକ୍ତର ଫାରୁକ ଅହମ୍ମଦଙ୍କୁ ପଚରାଉଚରା କରୁଛି ପୁଲିସ ।

ନିନ୍ଦା 13 Nov 2025 7:51 pm

Blast In Delhi: ଲାଲକିଲ୍ଲା ବିସ୍ଫୋରଣକୁ ନେଇ ଅମିତ ଶାହଙ୍କ ବଡ଼ ଚେତାବନୀ

ଦେଶକୁ ଦୋହଲାଇ ଦେଇଥିବା ଲାଲକିଲ୍ଲା ଆତ୍ମଘାତୀ କାର୍‌ ବିସ୍ଫୋରଣ(Blast In Delhi)କୁ ନେଇ ବଡ଼ ଚେତାବନୀ ଦେଇଛନ୍ତି ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ। କାର୍‌ ବୋମା ବିସ୍ଫୋରଣ ପଛରେ ଥିବା ଲୋକଙ୍କୁ ଏମିତି ଦଣ୍ଡ ଦିଆଯିବ, ଯାହାକୁ ପୂରା ବିଶ୍ୱ ଦେଖିବ। ଭାରତରେ ପୁଣି ଏମିତି ଆକ୍ରମଣ କରିବାକୁ ଯେମିତି କେହି ସାହାସ କରିବେ ନାହିଁ, ସେହି ବାର୍ତ୍ତା ପୂରା ବିଶ୍ୱକୁ ମିଳିବ ବୋଲି ଶ୍ରୀ ଶାହ କହିଛନ୍ତି। ସେ କହିଛନ୍ତି, “ଦୋଷୀଙ୍କ ବିରୋଧରେ ଏମିତି କାର୍ଯ୍ୟାନୁଷ୍ଠାନ ନିଆଯିବ, ଯାହା ଭାରତ ଆତଙ୍କବାଦର କୌଣସି ବି ରୂପକୁ ସହ୍ୟ କରିବ ନାହିଁ ବୋଲି ବାର୍ତ୍ତା ପୂରା ବିଶ୍ୱରେ ପହଞ୍ଚିବ। ବାର୍ତ୍ତା ପୂରା ସ୍ପଷ୍ଟ- ଯିଏ କେହି ବି ଆମ ଦେଶକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବ, ସେ ଏହାର ସବୁଠାରୁ କଠୋର ପରିଣାମ ଭୋଗିବ।” ଆକ୍ରମଣରେ ସାମିଲ ଥିବା ସବୁ ଲୋକଙ୍କୁ କଡ଼ା ଦଣ୍ଡ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂକଳ୍ପକୁ ନିଶ୍ଚିତ ସାକାର କରାଯିବ ବୋଲି ଶ୍ରୀ ଶାହ ଦମ୍ଭୋକ୍ତି କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଆତଙ୍କବାଦ ପ୍ରତି ଶୂନସହନଶୀଳତା, ଗ୍ରାମୀଣ ସଶକ୍ତୀକରଣ ଓ ଜାତୀୟ ସୁରକ୍ଷା ପ୍ରତିବଦ୍ଧତା ଦିଗରେ ବଢ଼ୁଥିବା ମଧ୍ୟ ଶ୍ରୀ ଶାହ କହିଛନ୍ତି। ଭିଡିଓ କନଫରେନ୍ସିଂରେ ଗୁଜରାଟରେ ଶ୍ରୀ ମୋତିଭାଇ ଆର ଚୌଧୁରୀ ସାଗର ସୈନିକ ସ୍କୁଲ ଓ ସାଗର ଅର୍ଗାନିକ ପ୍ଲାଣ୍ଟ ଉଦଘାଟ କରି ଦିଲ୍ଲୀ ହମଲାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ଶୋକ ବ୍ୟକ୍ତି କରିଛନ୍ତି ଅମିତ ଶାହ। ଭାରତୀୟ ସଶସ୍ତ୍ର ବଳରେ କାର୍ଯ୍ୟ କରିବା ପାଇଁ ଦେଶର ଯୁବପିଢ଼ିଙ୍କୁ ମୋତିଭାଇ ଚୌଧୁରୀ ସାଗର ସୈନିକ ସ୍କୁଲ ପ୍ରେରଣା ଦେବ ବୋଲି ମଧ୍ୟ ସେ କହିଛନ୍ତି। ସୋମବାର ଦିଲ୍ଲୀର ଲାଲକିଲ୍ଲାରେ କାର୍‌ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ଆତ୍ମଘାତୀ ଆକ୍ରମଣକାରୀକୁ ମିଶାଇ ୧୩ ଜଣ ପ୍ରାଣ ହରାଇଥିଲେ। ଦେଶର ରାଜଧାନୀରେ ଏପରି ଆତ୍ମଘାତୀ ହମଲା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି।

ଓଡ଼ିଶା ସାମ୍ବାଦିକ 13 Nov 2025 7:46 pm

ଯାତ୍ରା ମାର୍ଗଦର୍ଶିକା ଜାରି କଲା ଦିଲ୍ଲୀ ପୁଲିସ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ପରେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଟ୍ରେନ ଏବଂ ବିମାନ ଯାତ୍ରୀଙ୍କ ଲାଗି ପୁଲିସ ପକ୍ଷରୁ ଯାତ୍ରା ମାର୍ଗଦର୍ଶିକା ଜାରି କରାଯାଇଛି। ଯାତ୍ରୀମାନଙ୍କୁ ସମୟ ପୂର୍ବରୁ ରେଳ ଷ୍ଟେସନ, ମେଟ୍ରୋ ଷ୍ଟେସନ ଏବଂ ବିମାନବନ୍ଦରରେ ପହଞ୍ଚିବା ଲାଗି କୁହାଯାଇଛି। ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ଯୋଗୁ ବିଭିନ୍ନ ସ୍ଥାନରେ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ତେଣୁ ଷ୍ଟେସନରେ ପହଞ୍ଚିବାରେ ବିଳମ୍ବ ହେବାର ଆଶଙ୍କା ଥିବାରୁ ଆଗୁଆ ପହଞ୍ଚିବା […]

ଜୀବନ୍ତ ସାମାଜିକ | 13 Nov 2025 7:41 pm

ସମ୍ବଲପୁରରେ ସାଂଘାତିକ ସ୍ଥିତି ; ଜୋରଦାର ଚାଲିଛି ନିଶା କାରବାର

କନକ ବ୍ୟୁରୋ : ଗଞ୍ଜେଇଠୁ ଆରମ୍ଭ କରି ଡ୍ରଗ୍ସ ଏବଂ କଫ୍‌ସିରପ୍‌ , ସମ୍ବଲପୁରରେ ସବୁ ଉପଲବ୍ଧ । ନିଶା କରବାରରେ ରେକର୍ଡ କରୁଛି ସହର । ଗତ ୧୧ ମାସ ମଧ୍ୟରେ ପ୍ରାୟ ଦେଢ଼ କୋଟି ଟଙ୍କାର ଡ୍ରଗ୍ସ, ଗଞ୍ଜେଇ ଓ କଫ୍‌ସିରଫ୍ ଜବତ କଲାଣି ପୁଲିସ । ଯେତିକି ଧରାପଡୁଛି, ତାଠୁ ଅଧିକ ବୁଲୁଛି ବଜାରରେ । ସମ୍ବଲପୁର ସହର ସାରା ବ୍ୟାପିଗଲାଣି ନିଶା କାରବାରର ଚେର । ଗତ ୧୧ ମାସ ଭିତରେ ଜବତ ହେଲାଣି ୩୨ ହଜାର ୫୪୩ ବୋତଲ କଫସିରପ୍ , ଯାହାର ମୂଲ୍ୟ ୩୨ ଲକ୍ଷ ଟଙ୍କାରୁ ଅଧିକ ହେବ । ଏ ନେଇ ୧୧୫ଟି ମାମଲା ରୁଜୁ ହୋଇଥିବା ବେଳେ ଗିରଫ ହୋଇଛନ୍ତି ୩୬୦ ଜଣ । ସେହିପରି ୫ ଲକ୍ଷ ୭୪ ହଜାର ଟଙ୍କା ଏବଂ ୭୭ଟି ମୋବାଇଲ, ୬୨ଟି ବାଇକ୍‌ ଓ ୧୫ଟି ଚାରିଚକିଆ ଗାଡ଼ି ଜବତ କରିଛି ପୁଲିସ । ଅଧିକ ପଢନ୍ତୁ : ବିଲମୁଣ୍ଡରେ ଜଗିଛି ବଉଳା କୁମ୍ଭୀର; ୪ ଦିନ ହେଲା କୁମ୍ଭୀର ଭୟରେ ବିଲକୁ ଯାଉନାହାନ୍ତି ଚାଷୀ ୧୧ ମାସରେ ୩୨ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ବି ଜବତ କରିଛି ପୁଲିସ , ମାମଲାରେ ବନ୍ଧା ହୋଇଛନ୍ତି ୨୭ ଜଣ । ୨୦ଟି ମୋବାଇଲ୍ ସହ ୭୭ ହଜାର ୬୮୦ ଟଙ୍କା ଜବତ ହୋଇଛି । ସେହିପରି ପ୍ରାୟ ୬୫୨ କେଜି ଗଞ୍ଜେଇ ମିଳିଛି, ଯାହାର ମୂଲ୍ୟ ୬୫ ଲକ୍ଷ ଟଙ୍କା । ୨୨ଟି ମାମଲାରେ ୩୪ ଜଣ ଗିରଫ ହୋଇଥିବା ବେଳେ ଏମାନଙ୍କଠାରୁ ଜବତ ହୋଇଛି ୭୬ ହଜାର ୫୦୦ ଟଙ୍କା, ୧୪ଟି ମୋବାଇଲ, ୭ଟି ବାଇକ୍‌ ଓ ୫ଟି ଚାରିଚକିଆ ଗାଡ଼ି । କୁହାଯାଉଛି ରାତାରାତି କୋଟିପତି ହେବାର ସ୍ବପ୍ନ ଯୁବପିଢ଼ିଙ୍କୁ ନିଶା କାରବାର ଆଡ଼କୁ ଟାଣି ଆଣୁଛି । ବାହାଘର ପାର୍ଟିରେ ବି କୋରକ୍ସ ବଣ୍ଟାଯାଉଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ ।

ନିନ୍ଦା 13 Nov 2025 7:22 pm

ଆଜି ଶେଷ ହେବ ବିଶ୍ବପ୍ରସିଦ୍ଧ ଐତିହାସିକ କଟକ ବାଲିଯାତ୍ରା ; ଅପେକ୍ଷା ପୁଣି ଆରବର୍ଷକୁ

କନକ ବ୍ୟୁରୋ : ଆଜି ଶେଷ ହେବ ବିଶ୍ବପ୍ରସିଦ୍ଧ ଐତିହାସିକ କଟକ ବାଲିଯାତ୍ରା । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଗତକାଲି ବାଲିଯାତ୍ରା ଶେଷ ହୋଇଥାନ୍ତା । କିନ୍ତୁ ରାଜ୍ୟ ସରକାର ଏହାକୁ ଆଉ ଗୋଟିଏ ଦିନ ପାଇଁ ବଢାଇ ଥିଲେ । ଅର୍ଥାତ୍ ଆଜି ବାଲିଯାତ୍ରାର ଶେଷ ଦିନ। ପୁଣି ଅପେକ୍ଷା ଆରବର୍ଷକୁ । ଲକ୍ଷ ଲକ୍ଷ ଦର୍ଶକଙ୍କ କୋଳାହଳରେ ଫାଟିପଡୁଥିବା ମହାନଦୀ ପଠାରେ କାଲିକୁ ନଥିବ ଆଉ ଏ ଗହଳି। ଶୂନଶାନ୍ ହୋଇଯିବ ମଞ୍ଚ, ଏ ସାଜସଜା ବି ନଥିବ । ନିଜ ନିଜର ସାମଗ୍ରୀ ବାନ୍ଧି ବାହୁଡ଼ିଯିବେ ବ୍ୟବସାୟୀ । ନଭେମ୍ବର ୫ ତାରିଖରୁ ବାଲିଯାତ୍ରା ଆରମ୍ଭ ହୋଇଥିବା ବେଳେ ଆଜି ଏହା ସରିବାକୁ ଯାଉଛି । ଅଧିକ ପଢ଼ନ୍ତୁ-- ବିଲ୍ଡିଂ ନମ୍ବର ୧୭, ରୁମ ନମ୍ବର ୧୩… ଏଇଠି ଭାଇ , ଭଉଣୀ ମିଶି ରଚୁଥିଲେ ଷଡ଼ଯନ୍ତ୍ର ବହୁ ବାଦ ବିବାଦ ପରେ ଉଭୟ ତଳ ଏବଂ ଉପର ପଡ଼ିଆରେ ବାଲିଯାତ୍ରା ପାଇଁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଚଳିତବର୍ଷ ଉପର ପଡ଼ିଆରେ ସେମିତି ଭଲ ବ୍ୟବସାୟ ହୋଇନାହିଁ । କିନ୍ତୁ ତଳ ପଡ଼ିଆରେ ଖୁବ୍ ଜମିଛି ବିକ୍ରିବଟା । ବାଲିଯାତ୍ରାରେ ଲୋକେ ଭଳିକି ଭଳି ଚଟପଟା ଖାଦ୍ୟର ମଜା ନେବା ସହ ଘରକରଣା ସାମଗ୍ରୀ କିଣି ନେଇଛନ୍ତି । ରୋବୋଟିକ୍ ଆନିମଲ୍‌ଠୁ ଆରମ୍ଭ କରି ଜଳପରୀ ସୋ ସଭିଙ୍କୁ ଆକର୍ଷିତ କରିଥିଲା । ଚଳିତ ବର୍ଷ ବାଲିଯାତ୍ରାରେ କଟକ ଇନ୍‌ କଟକ ଭିତରେ ଓଡ଼ିଆ ଭାଷା ଓ ସାହିତ୍ୟ ନେଇ ଯେଉଁଭଳି ଭାବେ ସବୁ କାର୍ଯ୍ୟକ୍ରମ ହୋଇଥିଲା ତାହା ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଥିଲା ।

ନିନ୍ଦା 13 Nov 2025 7:07 pm

ପୂରଣ ହେବ ଦୀର୍ଘ ୧୭ ବର୍ଷର ସ୍ବପ୍ନ ; ବାସ୍ତବ ରୂପ ନେବାକୁ ଯାଉଛି ଗ୍ରେଟର ବ୍ରହ୍ମପୁର ନକ୍ସା

କନକ ବ୍ୟୁରୋ : ପୂରଣ ହେବ ଦୀର୍ଘଦିନର ସ୍ବପ୍ନ , ଗ୍ରେଟର ବ୍ରହ୍ମପୁର ନକ୍ସା ଏବେ ବାସ୍ତବ ରୂପ ନେବାକୁ ଯାଉଛି । ୧୭ ବର୍ଷ ପରେ ସହରର ପାଶ୍ବବର୍ତ୍ତୀ ୧୪ଟି ପଞ୍ଚାୟତ ବ୍ରହ୍ମପୁର ମହାନଗର ନିଗମରେ ମିଶ୍ରଣ ନେଇ ରିଜୋଲ୍ୟୁସନ ଦାଖଲ କରିବାରୁ ଗ୍ରେଟର ବ୍ରହ୍ମପୁର ପାଇଁ ବାଟ ଫିଟିଛି । ବ୍ରହ୍ମପୁର ମହାନଗର ନିଗମରେ ମିଶିବାକୁ ୧୪ଟି ପଞ୍ଚାୟତ ଦେଇଛନ୍ତି ରିଜୋଲ୍ୟୁସନ । ୨୦୦୮ରେ ସହର ପାର୍ଶ୍ବବର୍ତ୍ତୀ ୧୮ଟି ପଞ୍ଚାୟତ ମିଶ୍ରଣ ପାଇଁ ରାଜ୍ୟ ସରକାର ଗେଜେଟ୍ ନୋଟିଫିକେସନ୍ ଜାରି କରିଥିଲେ । କିନ୍ତୁ ବିଭିନ୍ନ ଆନୁସଙ୍ଗିକ ସମସ୍ୟା କାରଣରୁ ମିଶ୍ରଣ ପକ୍ରିୟା ବିଳମ୍ବ ହୋଇଥିଲା । ଏହାକୁ ନେଇ ମାମଲା ହାଇକୋର୍ଟକୁ ଯାଇଥିଲା ବେଳେ ୧୪ଟି ପଞ୍ଚାୟତ ବ୍ରହ୍ମପୁର ମହାନଗର ନିଗମରେ ମିଶ୍ରଣ ପାଇଁ ରାଜି ହୋଇଛନ୍ତି । ଏ ସମ୍ପର୍କିତ ରିଜୋଲ୍ୟୁସନ୍ ସହ ପଞ୍ଚାୟତର ସମ୍ପୂର୍ଣ୍ଣ ତଥ୍ୟ ଜିଲ୍ଲା ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପଠାଇଛନ୍ତି ନିଗମ କର୍ତ୍ତୃପକ୍ଷ । ଅଧିକ ପଢ଼ନ୍ତୁ-- ଅନ୍ଧାରରେ କାନ୍ଦୁଛି ବୌଦ୍ଧ କୀର୍ତ୍ତିରାଜି କେଶସ୍ତୁପ ; ଆସୁନାହାନ୍ତି ପର୍ଯ୍ୟଟକ ସେପଟେ ଜନଗଣନା ପୂର୍ବରୁ ସବୁ କାମ ସାରିବାକୁ ଦାବି ହୋଇଛି । ୧୭ ବର୍ଷ ପରେ ରିଜୋଲ୍ୟୁସନ ଦାଖଲ ହୋଇଥିଲା ବେଳେ ଥରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହେଲେ ଗ୍ରେଟର ବ୍ରହ୍ମପୁର ସ୍ବପ୍ନ ପୁଣିଥରେ ଶୀତଳଭଣ୍ଡାରକୁ ଚାଲିଯିବ ବୋଲି ଆଶଙ୍କା କରାଯାଉଛି । ଆସନ୍ତା ଜାନୁଆରୀରୁ ଏନେଇ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାରୁ ଡିସେମ୍ବର ସୁଦ୍ଧା ମିଶ୍ରଣ ସାରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ସହରବାସୀ । ଗୋଳାବନ୍ଧ, ରଙ୍ଗେଇଲୁଣ୍ଡା, କନିଷି, କମଳାପୁର, ଲୁହାଝର, କରାପଲ୍ଲୀ ପଞ୍ଚାୟତରୁ ଦାଖଲ ହୋଇନି ରିଜଲ୍ୟୁସନ୍ । ଫଳରେ ଗ୍ରେଟର୍ ବ୍ରହ୍ମପୁର ଗଠନର ଗତି ଧିମା ପଡ଼ିବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି ।

ନିନ୍ଦା 13 Nov 2025 6:50 pm

ବିବାଦୀୟ ବୟାନ ଦେଇ ଫସିଲେ ଆରଜେଡି ନେତା ସୁନିଲ ସିଂହ

ବିହାର ବିଧାନସଭା ନିର୍ବାଚନର ଫଳାଫଳ ପୂର୍ବରୁ ଆରଜେଡି ଏମଏଲସି ସୁନିଲ ସିଂହ ବିବାଦୀୟ ବୟାନ ଦେଇ ଫସିଛନ୍ତି। ସେ କହିଥିଲେ କି ଯଦି ମତଗଣନାରେ ଗଡବଡ ହୁଏ ତେବେ ବିହାରକୁ ବାଂଲାଦେଶ ଓ ନେପାଳ କରିଦେବୁ। ଏହାକୁ ନେଇ ଗୋଟେ ପଟେ ବିଜେପି ଓ ଜେଡିୟୁ ଆକ୍ରମଣ କରିଥିବାବେଳେ ଅନ୍ୟପଟେ ରାଜ୍ୟ ପୁଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରାଜ୍ୟର ପୁଲିସ ମହାନିର୍ଦ୍ଦେଶକଙ୍କ ଆଦେଶରେ ପାଟଣାର ସାଇବର ଥାନାରେ ସୁନିଲ ସିଂହଙ୍କ ବିରୁଦ୍ଧରେ ଏଫଆଇଆର ରେଜିଷ୍ଟର ହୋଇଛି। […]

ଜୀବନ୍ତ ସାମାଜିକ | 13 Nov 2025 6:47 pm

ଏମିତି ଦଣ୍ଡ ଦେବୁ ଯେ ଭବିଷ୍ୟତରେ ଆକ୍ରମଣ ପାଇଁ କେହି ସାହସ କରିବେନି: ଶାହ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆତଙ୍କବାଦୀମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି। ଘଟଣା ପଛରେ ରହିଥିବା ଦୋଷୀମାନଙ୍କୁ କଠୋରରୁ ଅତି କଠୋର ଦଣ୍ଡ ଦିଆଯିବ। ଏମିତି ଦଣ୍ଡ ଦେବୁ ଯେ ଭବିଷ୍ୟତରେ ଭାରତ ଉପରେ ଆକ୍ରମଣ କରିବାକୁ କେହି ସାହସ କରିବେନି। ସେମାନଙ୍କୁ ଯେଉଁ ଦଣ୍ଡ ଦିଆଯିବ ତାହା ସାରା ବିଶ୍ଵ ଦେଖିବ ବୋଲି ଶାହ କହିଛନ୍ତି। ସୂଚନାଯୋଗ୍ୟ, ଗତ ସୋମବାର ସନ୍ଧ୍ୟାରେ ଦିଲ୍ଲୀ ଲାଲ କିଲ୍ଲା ନିକଟ ମେଟ୍ରୋ ଷ୍ଟେସନ […]

ଜୀବନ୍ତ ସାମାଜିକ | 13 Nov 2025 6:45 pm

ମୁକୁଳା ପଡ଼ିଛି ଶ୍ରୀଲିଙ୍ଗରାଜ ମନ୍ଦିର;ନାଁକୁ ମାତ୍ର ଜଗିଛନ୍ତି ହାତଗଣତି ପୁଲିସ

କନକ ବ୍ୟୁରୋ : ଦିଲ୍ଲୀ ବିସ୍ଫୋରଣ ପରେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଜନଗହଳିପୂର୍ଣ୍ଣ ସ୍ଥାନରେ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ରାଜଧାନୀ ଛାତି ଉପରେ ଥିବା ଶ୍ରୀଲିଙ୍ଗରାଜ ମନ୍ଦିର ଉପରେ ଯେମିତି କାହାରି ନଜର ପଡୁନି । ନା ଅଛି ମେଟାଲ୍ ଡିଟେକ୍ଟର, ନା କାମ କରୁଛି ସିସିଟିଭି , ଯିଏ ପାରିଲା ସିଏ ପଶୁଛନ୍ତି । କାହାରିକୁ ଯାଞ୍ଚ ବି କରାଯାଉନି । ସୁରକ୍ଷା ଆଳରେ ମନ୍ଦିର ମୁଖ୍ୟ ଦ୍ବାରରେ ଛିଡ଼ା ହୋଇଛନ୍ତି ହାତଗଣତି ପୁଲିସ କର୍ମଚାରୀ । ବହୁ ପୁରାତନ ଶ୍ରୀଲିଙ୍ଗରାଜ ମନ୍ଦିରରେ ଏମିତି ରହିଛି ସୁରକ୍ଷା ବ୍ୟବସ୍ଥା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସେବାୟତ ଓ ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ : ବିଲମୁଣ୍ଡରେ ଜଗିଛି ବଉଳା କୁମ୍ଭୀର; ୪ ଦିନ ହେଲା କୁମ୍ଭୀର ଭୟରେ ବିଲକୁ ଯାଉନାହାନ୍ତି ଚାଷୀ ଏକାମ୍ର ପ୍ରଳଳ୍ପ କାର୍ଯ୍ୟ ଆରମ୍ଭ ନ ହେବା ଆଗରୁ ଲିଙ୍ଗରାଜ ମନ୍ଦିର ସିଂହଦ୍ଵାରରେ ବନ୍ଧୁକଧାରୀ ପୁଲିସ ନିୟୋଜିତ ହେଉଥିଲେ , ଏବେ ସେତକ ବି ହେଉନି । ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟେ ସୌନ୍ଦର୍ଯ୍ୟକରଣ କାମ ବି ଅଧପନ୍ତରିଆ ଭାବେ ପଡ଼ିରହିଛି । ୭ ବର୍ଷ ହେବ ମେଟାଲ୍‌ ଡିଟେକ୍ଟର ବି ଅଚଳ । ବଜ୍ରପାତରେ ୨୦ରୁ ଅଧିକ ସିସିଟିଭି ଅକାମୀ ହୋଇଯାଇଛି । ଯେଉଁ ସିସିଟିଭି କାମ କରୁଛି ସେଥିରେ ସଷ୍ଟ ଚିତ୍ର ଆସୁନାହିଁ । ଏଠାରେ ଏକ ୱାଚ୍ ଟାୱାର ହେବା ନେଇ ୧୦ ବର୍ଷ ତଳେ କମିସନରେଟ ପୁଲିସ ଘୋଷଣା କରିଥିଲା , ତା ବି ପାଣିର ଗାର ସଦୃଶ। ମନ୍ଦିର ଭିତରକୁ ଅନେକ ଥର ମୋବାଇଲ୍ ଯିବା ସହ ଫଟୋ ଭାଇରଲ ହେବାର ନଜିର ବି ରହିଛି । ଆବଶ୍ୟକ ସୁରକ୍ଷାକର୍ମୀ ନଥିବାରୁ ସଂଧ୍ୟା ସମୟରେ ମନ୍ଦିର ଭିତରକୁ ଯିବାକୁ ବି ସୁରକ୍ଷିତ ମଣୁନାହାନ୍ତି ଶ୍ରଦ୍ଧାଳୁ ।

ନିନ୍ଦା 13 Nov 2025 6:42 pm

ଅଚଳ ପାଟ୍ରୋଲିଂ ବୋଟ୍‌ ; ଅଲିଭ୍‌ ରିଡଲେଙ୍କ ସୁରକ୍ଷା ନେଇ ପ୍ରଶ୍ନ

କନକ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥାରେ ପାଟ୍ରୋଲିଂ ପାଇଁ ଥିବା ଦୁଇଟି ସ୍ପିଡ ବୋଟ ଅଚଳ ହୋଇପଡିଛି । ଯାହା ଦ୍ବାରା ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ବାଧାପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ତୁରନ୍ତ ପାଟ୍ରୋଲିଂ ପାଇଁ ଟ୍ରଲରର ବ୍ୟବସ୍ଥା କରାଯିବାକୁ ଦାବି କରାଯାଇଛି । ଅଲିଭରିଡଲେ କଇଁଛଙ୍କ ଅନ୍ତୁଡିଶାଳ ଭାବେ ପରିଚିତ କେନ୍ଦ୍ରାପଡ଼ା ରାଜନଗରର ଗହୀରମଥା । ସମଗ୍ର ବିଶ୍ୱରେ ଉପଲବ୍ଧ ଅଲିଭ୍‌ରିଡ୍‌ଲେ ସଂଖ୍ୟାର ପ୍ରାୟ ୫୦ ପ୍ରତିଶତ ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥାନ୍ତି ହେଲେ ଏମାନଙ୍କ ସୁରକ୍ଷା ପ୍ରହସନ ପାଲଟିଛି । ଅତିଥି କଇଁଛଙ୍କ ଆଗମନ ଆରମ୍ଭ ହୋଇଥିବା ବେଳେ ସୁରକ୍ଷା ପାଇଁ ଥିବା ୨ଟି ହାଇସ୍ପିଡ୍‌ ବୋଟ୍‌ ଗହୀରମଥା-୧ ଓ ଗହୀରମଥା-୨ ଅଚଳ ହୋଇପଡ଼ିଛି । ଭଡ଼ାରେ ଟ୍ରଲର ପାଇଁ ଟେଣ୍ଡର ବି ଡକାଯାଇନି । ଅଥଚ ବନବିଭାଗ ପାଟ୍ରୋଲିଂ କରୁଛି ବୋଲି ଗଣମାଧ୍ୟମକୁ ସୂଚନା ଦେଉଛନ୍ତି ଡିଏଫ୍‌ଓ । ପ୍ରତିବର୍ଷ ପାଟ୍ରୋଲିଂ ଅଭାବରୁ ଗଭୀର ସମୁଦ୍ର ମଧ୍ୟରେ ମାଛ ମାଫିଆଙ୍କ ଯୋଗୁଁ ଶହଶହ କଇଁଛ ମରିପଡ଼ିଥିବାର ଚିତ୍ର ଦେଖିବାକୁ ମିଳେ। ଏତେ ସବୁ ପରେ ବି ଚଳିତ ବର୍ଷ ବନ ବିଭାଗ ତରଫରୁ ଅବହେଳାକୁ ନେଇ ପରିବେଶବିତ୍‌ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପଟେ ଖୁବ୍‌ଶୀଘ୍ର ବୋଟ୍‌ ଗୁଡ଼ିକୁ ମରାମତି କରାଯାଇ ପାଟ୍ରୋଲିଂରେ ନିୟୋଜିତ କରାଯିବ ବୋଲି କହିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ । ଅଧିକ ପଢନ୍ତୁ : ଚକ୍ରବ୍ୟୂହରେ ବଡ଼ ମାଓନେତା! ସରଣ୍ଡା ଜଙ୍ଗଲରେ ଜୋରଦାର କମ୍ବିଂ ଅପରେସନ ଅଲିଭ୍‌ରିଡ୍‌ଲେଙ୍କ ସୁରକ୍ଷା ପାଇଁ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଚଳିତବର୍ଷ ନଭେମ୍ବର ୧ ରୁ ଗହୀରମଥା ସମେତ ଧାମରା ଠାରୁ ଦେବୀ ନଦୀ ମୁହାଁଣ ଯାଏଁ ଟ୍ରଲର ଚଳାଚଳ ଓ ମାଛଧରା ଉପରେ କଟକଣା ଜାରି କରାଯାଇଛି । ହେଲେ ବିନା ପାଟ୍ରୋଲିଂରେ କଇଁଛମାନଙ୍କୁ କିପରି ସୁରକ୍ଷା ଦିଆଯିବ ? ସେ ନେଇ ପ୍ରଶ୍ନ ଉଠିଛି ।

ନିନ୍ଦା 13 Nov 2025 6:23 pm

ସ୍ବାସ୍ଥ୍ୟସେବାର ବିକଳ ଚିତ୍ର;୩୩ ବର୍ଷ ହେଲାଣି ଡାକ୍ତରଖାନାରେ ଝୁଲୁଛି ତାଲା

କନକ ବ୍ୟୁରୋ: ଗାଁ ନିକଟରେ ସ୍ବାସ୍ଥ୍ୟସେବାର ସୁବିଧା ମିଳିବ ଆଉ ମାଇଲ୍‌ ମାଇଲ୍‌ ବାଟ ଯିବାକୁ ପଡ଼ିବନି । ଏହି ସବୁ ଉଦ୍ଦେଶ୍ୟ ରଖି ଗାଁ ଲୋକ ନିଜ ପ୍ରଚେଷ୍ଟାରେ ନିର୍ମାଣ କରିଥିଲେ ଆଞ୍ଚଳିକ ସ୍ୱାସ୍ଥ୍ୟ କେନ୍ଦ୍ର । ନିଜସ୍ବ ଖର୍ଚ୍ଚରେ ୨ବର୍ଷ ବି ଚଳାଇଲେ । ହେଲେ ଏହାପରେ ସରକାରୀ ଅନୁଦାନ ନଆସିବାରୁ ୩୩ ବର୍ଷ ହେଲାଣି ବନ୍ଦ ପଡ଼ିଛି ଡାକ୍ତରଖାନା । ଚଟାଣ ଭାଙ୍ଗିଗଲାଣି,କାନ୍ଥରେ ଶିଉଳି ଚଢ଼ି ସ୍ବାସ୍ଥ୍ୟକେନ୍ଦ୍ରର ନାଁ ବି ଠିକ୍‌ ଭାବେ ଦିଶୁନି । ବଣ ବୁଦାରେ ଭର୍ତ୍ତି ହୋଇ ଭୂତ କୋଠୀ ପାଲଟିଯାଇଛି । ଅବସ୍ଥା ଦେଖି ଲାଗୁଛି, ଡାକ୍ତରଖାନାକୁ ଚିକିତ୍ସାର ଆବଶ୍ୟକ ରହିଛି । ୧୯୯୦ରେ ଢେଙ୍କାନାଳ ଗନ୍ଦିଆ ବ୍ଲକ ଆମ୍ବବାହାଳି ଗାଁରେ ୩ଟି ପଞ୍ଚାୟତ ଲୋକଙ୍କ ପ୍ରଚେଷ୍ଟାରେ ଖୋଲିଥିଲା ଏହି ଆଞ୍ଚଳିକ ସ୍ବାସ୍ଥ୍ୟକେନ୍ଦ୍ର । ଗାଁ ଲୋକ ନିଜେ ଚାନ୍ଦା ଆଦାୟ କରି ଔଷଧ ଉପକରଣ କିଣିବା ସହ ଡାକ୍ତରଙ୍କୁ ଦରମା ଦେଇ ୨ ବର୍ଷ ମେଡିକାଲଟିକୁ ଚଳାଇଲେ । ହେଲେ ପରେ ସରକାରୀ ଅନୁଦାନ ନମିଳିବାରୁ ଡାକ୍ତରଖାନାଟି ୧୯୯୨ରୁ ବନ୍ଦ ପଡ଼ିଥିବା କହିଛନ୍ତି ଅଞ୍ଚଳବାସୀ । ଅଧିକ ପଢନ୍ତୁ : ବିଲମୁଣ୍ଡରେ ଜଗିଛି ବଉଳା କୁମ୍ଭୀର; ୪ ଦିନ ହେଲା କୁମ୍ଭୀର ଭୟରେ ବିଲକୁ ଯାଉନାହାନ୍ତି ଚାଷୀ ଏହି ଆଞ୍ଚଳିକ ସ୍ବାସ୍ଥ୍ୟକେନ୍ଦ୍ର ଦ୍ବାରା ୩ଟି ପଞ୍ଚାୟତର ଲୋକ ଉପକୃତ ହେଉଥିଲେ । ହେଲେ ୩୩ ବର୍ଷ ଧରି ଏହା ବନ୍ଦ ପଡ଼ିଥିବାରୁ ସାମାନ୍ୟ ରୋଗ ପାଇଁ ୧୩ କିମି ବେଲ୍ଟିକିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନଚେତ୍‌ ୨୫ କିମି ଦୂର ମୁଖ୍ୟ ଡାକ୍ତରଖାନାକୁ ଯିବାକୁ ପଡ଼ୁଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ । ବନ୍ଦ ପଡ଼ିଥିବା ଏହି ଡାକ୍ତରଖାନାକୁ ଚାଲୁ କରିବା ଦିଗରେ ସରକାର ଗୁରୁତ୍ବ ଦେବାକୁ ଦାବି ହୋଇଛି ।

ନିନ୍ଦା 13 Nov 2025 6:17 pm

ଧରାପଡ଼ିଗଲା କିରାଣୀଙ୍କ କାରନାମା | Odisha Reporter

ଭିଜିଲାନ୍ସ ଜାଲରେ କଳାହାଣ୍ଡି ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ବରିଷ୍ଠ କିରାଣୀ ଟି. ଭେଙ୍କଟ ଗିରି ରାଓ । ବିଭାଗର ଜଣେ ଅବସରପ୍ରାପ୍ତ ଫିଟର ମିସ୍ତ୍ରୀ ତ୍ରିଲୋଚନ ଶବରଙ୍କ ଠାରୁ ପେନସନ ଓ ଗ୍ରାଚୁଟି କାଗଜ ପତ୍ର କରାଇଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ। ବରିଷ୍ଠ କିରାଣୀ ଜଣକ ନିଜ ସରକାରୀ ବାସଭବନରେ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #Vigilance #Kalahandi

ଓଡ଼ିଶା ସାମ୍ବାଦିକ 13 Nov 2025 6:06 pm

ସବୁ କାଶ୍ମୀରବାସୀ ଆତଙ୍କବାଦୀ ନୁହଁନ୍ତି: ଓମାର ଅବଦୁଲ୍ଲା

ନୂଆଦିଲ୍ଲୀ: ଜାମ୍ମ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଦିଲ୍ଲୀ ଲାଲକିଲ୍ଲା ନିକଟରେ ବିସ୍ଫୋରଣକୁ ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଜାମ୍ମୁ କାଶ୍ମୀର ଲୋକେ ସବୁବେଳେ ଶାନ୍ତି ଓ ଭାଇଚାରା ସିଦ୍ଧାନ୍ତରେ ବିଶ୍ବାସ ରଖନ୍ତି। ଅବଦୁଲ୍ଲା ଏହି ଆକ୍ରମଣକୁ ନିନ୍ଦା କରି କହିଛନ୍ତି ଯେ କିଛି ଲୋକ ଏହି ଅଞ୍ଚଳର ଶାନ୍ତି ନଷ୍ଟ କରିଛନ୍ତି, କିନ୍ତୁ ସବୁ କାଶ୍ମୀରଙ୍କୁ ଆତଙ୍କବାଦ ସହ ଯୋଡି ଦେଖିବା ଅନୁଚିତ ବୋଲି ସେ କହିଛନ୍ତି।ସେ କହିଛନ୍ତି ଯେ ଏହା ଅତ୍ୟନ୍ତ […]

ଜୀବନ୍ତ ସାମାଜିକ | 13 Nov 2025 6:00 pm

ମଞ୍ଚରେ ବସିଥିଲେ ଅଧିକାରୀ , ଶୁଣାଇଲେ ଦୁର୍ଗା | Odisha Reporter

ମଞ୍ଚରେ ବସିଥିଲେ ଅଧିକାରୀ , ଶୁଣାଇଲେ ଦୁର୍ଗା Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter

ଓଡ଼ିଶା ସାମ୍ବାଦିକ 13 Nov 2025 5:54 pm

ଏଜି ଛକରୁ ହଟିବ ଟ୍ରାଫିକ ପୋଷ୍ଟ, ତିଆରି ହେବ ଦୁଇ ଥାକିଆ ରାସ୍ତା

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ଏଜି ଛକରୁ ହଟିବ ଟ୍ରାଫିକ ପୋଷ୍ଟ। ସହରର ଟ୍ରାଫିକ ସମସ୍ୟା ଦୂର ପାଇଁ ଦୁଇ ଥାକିଆ ରାସ୍ତା ନିର୍ମାଣ କରାଯିବ। ଏଜି ଛକ ଦେଇ ଏହି ରାସ୍ତା ଯିବ। ମାଟି ତଳେ ଏବଂ ମାଟି ଉପରେ ରାସ୍ତା ନିର୍ମାଣ କରାଯିବ। କଳ୍ପନା, ଖଣ୍ଡଗିରି, ଜୟଦେବ ବିହାର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେବ। ରାଜଧାନୀରେ ଏଲିଭେଟେଡ କରିଡର ଲାଗି ପୂର୍ତ୍ତ ବିଭାଗ ଯୋଜନା ପ୍ରସ୍ତୁତ କରି ଏହି ପ୍ରକଳ୍ପ ଆରମ୍ଭ କରିବ। ଟ୍ରାଫିକ ସମସ୍ୟା […]

ଜୀବନ୍ତ ସାମାଜିକ | 13 Nov 2025 5:53 pm

ଶାନ୍ତି ଲାଗୁଛି | #cuttack #balijatra2025 #odishareporter

Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter

ଓଡ଼ିଶା ସାମ୍ବାଦିକ 13 Nov 2025 5:40 pm

ମାଓ ନେତା ଏବେ ଅଫିସର, ବୁଲେଟ୍‌ ଚଢି ନିଜ ଦପ୍ତରକୁ ଯାଉଛନ୍ତି ପୂର୍ବତନ ମାଓନେତା

କନକ ବ୍ୟୁରୋ: ବୁଲେଟ୍‌ ଚଢ଼ୁଛନ୍ତି ପୂର୍ବତନ ମାଓବାଦୀ । ବୁଲେଟ୍‌ରେ ଚଢ଼ି ଦୈନିକ ନିଜ ଦପ୍ତରକୁ ଯାଉଛନ୍ତି ପୂର୍ବତନ ମାଓନେତା । ଦିନେ ଯେଉଁ ମାଓ ନେତା ହାତରେ ବନ୍ଧୁକ ଧରି ଗଣତନ୍ତ୍ରକୁ ବିରୋଧ କରୁଥିଲେ, ସେଇ କୁଖ୍ୟାତ ମାଓ ନେତା ଏବେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ହୋଇ କାଲିମେଳା ଲ୍ୟାମ୍ପ୍ସ ଅଧ୍ୟକ୍ଷ ଦାୟିତ୍ବ ତୁଲାଉଛନ୍ତି । ଆଉ ଦୈନିକ ଏମିତି ରାଜକୀୟ ଢଙ୍ଗରେ ଅଫିସ ଯାଉଛନ୍ତି ଲାଲବାହିନୀ ନେତା । ଆମେ କହୁଛୁ ପୂର୍ବତନ କୁଖ୍ୟାତ ମାଓନେତା ସୁକଦେବ ଓରଫ ବୁଦ୍ରା କୱାସୀଙ୍କ କଥା । ଲାଲ୍ ବାହିନୀରେ ହଲଚଲ୍ । କାହିଁକି ପଦରୁ ହଟିଲେ ମାଓନେତା ହିଡ଼ମା ? ଗଣତନ୍ତ୍ରକୁ ବିରୋଧ କରୁଥିବା ମାଓନେତା ଏବେ ଗାଣତାନ୍ତ୍ରିକ ପଦ୍ଧତିରେରେ ନିର୍ବାଚନ ଲଢ଼ି ଲ୍ୟାମ୍ପ ଅଧ୍ୟକ୍ଷ ହୋଇଛନ୍ତି। ଚାଷୀଙ୍କ ସୁଖ ଦୁଃଖ ବୁଝୁଛନ୍ତି । ତେବେ ଯେଉଁ ବିକାଶର ଆଶା ନେଇ ସୁକଦେବ ଆତ୍ମସମର୍ପଣ କରିଛନ୍ତି, ନିଜ ଅଞ୍ଚଳରେ ସେ ଭଳିଆ ବିକାଶ ହୋଇନଥିବା ଅଭିଯୋଗ କରି ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ସହ କ୍ଷୋଭ ପ୍ରକାଶ କରିଛନ୍ତି ସୁକଦେବ। ଏ ନେଇ ସୁକଦେବଙ୍କ ସହ ବାଇକରେ ଯାତ୍ରା କରି ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଦେବବ୍ରତ ସାନା । ଅଧିକ ପଢନ୍ତୁ : ଚକ୍ରବ୍ୟୂହରେ ବଡ଼ ମାଓନେତା! ସରଣ୍ଡା ଜଙ୍ଗଲରେ ଜୋରଦାର କମ୍ବିଂ ଅପରେସନ ସୁକଦେବ ଓରଫ ବୁଦ୍ରା କୱାସୀ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ବାସିନ୍ଦା ବଡ଼ିଗେଟା ପଞ୍ଚାୟତ ଟେକଗୁଡ଼ା କଲୋନିର ବାସିନ୍ଦା ବୁଦ୍ରା ୨୦୦୩ରେ ମାଓ ସଙ୍ଗଠନରେ ଯୋଗ ଦେଇଥିଲେ ୨୦୧୬ରେ ମାଲକାନଗିରି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ୧୩ ବର୍ଷ ଧରି ମାଓ ସଙ୍ଗଠନରେ ସକ୍ରିୟ ଡିଭିଜନାଲ କମିଟି ସଦସ୍ୟ ଦାୟିତ୍ବ ତୁଲାଇଥିଲେ ମାଓ ନେତା ହିଡ଼ମାଙ୍କ ସହ ବସ୍ତର ଅଞ୍ଚଳରେ କାମ କରୁଥିଲେ ହିଡ଼ମାଙ୍କ ସହ ତାଲିମ ନେଇଥିଲେ ବହୁ ବଡ଼ ବଡ଼ ହିଂସାକାଣ୍ଡରେ ସାମିଲ ଥିଲେ ଏକେ ୪୭ ବନ୍ଧୁକ ଧରୁଥିଲେ ମୁଣ୍ଡରେ ୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା ଆତ୍ମସମର୍ପଣ ପରେ ସରକାରୀ ସୁବିଧା ପାଉଛନ୍ତି

ନିନ୍ଦା 13 Nov 2025 5:37 pm

ବହୁତ ରିଲାକ୍ସ ଲାଗୁଛି|#cuttack #balijatra2025 #odishareporter

Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter

ଓଡ଼ିଶା ସାମ୍ବାଦିକ 13 Nov 2025 5:36 pm

90 ପ୍ରତିଶତ ଭୋଟିଂ ... ବିଜେଡିର ଲମ୍ବା ଅଭିଯୋଗ | Odisha Reporter

90 ପ୍ରତିଶତ ଭୋଟିଂ ... ବିଜେଡିର ଲମ୍ବା ଅଭିଯୋଗ । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: #OdishaReporter >https://www.instagram.com/odishareporter_official/ #OdishaReporter #BJD #nuapadabyelection

ଓଡ଼ିଶା ସାମ୍ବାଦିକ 13 Nov 2025 5:27 pm

କାଲି ଆସିବ ଉପନିର୍ବାଚନ ଫଳାଫଳ; ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

କନକ ବ୍ୟୁରୋ: ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି ହେବ , ଏନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଭୋଟ ଗଣତି ପ୍ରକ୍ରିୟାକୁ ସ୍ବଚ୍ଛ, ସୁସ୍ଥ ଓ ପାରଦର୍ଶୀ ଭାବରେ କରିବାକୁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମୋଟ ୧୪ ଗୋଟି ଟେବୁଲ୍ ରହିଥିବା ବେଳେ ୨୬ ରାଉଣ୍ଡ ଗଣତି ହେବ । ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ୍‌ ଗଣତି, ଅଧା ଘଣ୍ଟା ପରେ ଇଭିଏମ ଗଣତି ହେବ । ପ୍ରତ୍ୟେକ ଟେବୁଲ୍ ରେ ଜଣେ ଗଣତି ସହକାରୀ ଅଧିକାରୀ, ଗଣତି ସୂପରଭାଇଜର ଏବଂ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ରହିବେ । ଜନସାଧାରଣଙ୍କ ପାଇଁ ମଧ୍ୟ ଡ଼ାକବାଜି ସାହାଯ୍ୟରେ ଘୋଷଣା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସମସ୍ତ ଗଣନା ପ୍ରକ୍ରିୟା ସିସିଟିଭି ନଜରରେ କରାଯିବ ଓ ଏସବୁର ଭିଡିଓ ରେକର୍ଡିଂ ହେବ l ଏହାର ତଦାରଖ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ପୋଲିସ ପ୍ରଶାସନ ଉପସ୍ଥିତ ରହିବେ l ଅନ୍ତିମ ରାଉଣ୍ଡ ଶେଷ ହେବା ପରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ବିଜେତା ପ୍ରାର୍ଥୀଙ୍କ ନାମ ଘୋଷଣା ହେବ । ଅଧିକ ପଢ଼ନ୍ତୁ-- Nuapada Bye Election: ଭକ୍ତ କହିଦେଲେ, କଂଗ୍ରେସ ୫ ହଜାର ଭୋଟରେ ଜିତିବ ସେପଟେ ଭୋଟ୍ ଚୋରି ଅଭିଯୋଗ ଆଣିଛି ବିଜୁ ଜନତା ଦଳ । ୪୧ ବୁଥରେ ଭୋଟ୍ ଚୋରି ହୋଇଥିବା ବିଜେଡି ଅଭିଯୋଗ କରିଛି । ଭୋଟ୍ ପ୍ରଭାବିତ କରିବାକୁ ସମସ୍ତ ଚେଷ୍ଟା କରାଯାଇଥିଲା । ଭୋଟ୍ ଚୋରି ଅଭିଯୋଗ କରି ସିସିଟିଭି ଫୁଟେଜ ଦାବି କରିଛି ଦଳ । ସରକାରୀ ଦଳ ଓ ପୁଲିସ ଏହି ନିର୍ବାଚନକୁ ପ୍ରଭାବିତ କରିଥିବା ଦଳ ଅଭିଯୋଗ କରିଛି। ଅନ୍ୟପଟେ କଂଗ୍ରେସ ବି ଆଣିଛି ଭୋଟ୍ ଚୋରି ଅଭିଯୋଗ । ହେଲିକପ୍ଟଟରରେ ପଠାଇଯାଇଥିବା ଇଭିଏମ କାହା ଦାୟିତ୍ବରେ ଥିଲା ବୋଲି ଦଳ ପ୍ରଶ୍ନ କରିଛି । ଏହାସହ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଭୋଟ୍ ପ୍ରତିଶତକୁ ଦେଖି ମଧ୍ୟ ସନ୍ଦେହ ଉପୁଜିଥିବା କଂଗ୍ରେସ କହିଛି ।

ନିନ୍ଦା 13 Nov 2025 5:27 pm

ବିନା ମାଟିରେ ଚାଷ | Odisha Reporter

Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter

ଓଡ଼ିଶା ସାମ୍ବାଦିକ 13 Nov 2025 5:25 pm

ଦୋଳି ଅପରେଟର ମାଲ ମାରିଥିଲେ କି ? | Odisha Reporter

ଦୋଳି ଅପରେଟର ମାଲ ମାରିଥିଲେ କି ? Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #BaliYatra2025 #cuttack

ଓଡ଼ିଶା ସାମ୍ବାଦିକ 13 Nov 2025 5:22 pm

Special Story | ବାବରି ଭଙ୍ଗାର ବଦଲା ନେଇଥାନ୍ତେ, ଡିସେମ୍ବର ୬ରେ ଦିଲ୍ଲୀ ଉଡାଇଥାନ୍ତେ ! | Odisha Reporter

ବାବରି ଭଙ୍ଗାର ବଦଲା ନେଇଥାନ୍ତେ, ଡିସେମ୍ବର ୬ରେ ଦିଲ୍ଲୀ ଉଡାଇଥାନ୍ତେ ! Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #OdishaReporter #BabriMasjid #DelhiBlast #Carblast #mohammedumarnabi #investigation

ଓଡ଼ିଶା ସାମ୍ବାଦିକ 13 Nov 2025 5:19 pm

ବଜାରକୁ ଆସିଗଲା ଏସି ଟ୍ରାକ୍ଟର, ବିଲରେ ଶୀତଳତା ପ୍ରଦାନ କରିବ ଟ୍ରାକ୍ଟର

କନକ ବ୍ୟୁରୋ: ଖରା, ବର୍ଷା, ଶୀତରେ ମୁଣ୍ଡ ଝାଳକୁ ତୁଣ୍ଡରେ ମାରି ଚାଷୀ କ୍ଷେତରେ ଚାଷ କରେ । ବର୍ଷର ଦାନା ପାଇଁ ଖରାକୁ ବି ଖାତିର କରେନି ଚାଷୀ । ଖରାରେ ସିଝିବା ଯେମିତି ଚାଷର ପ୍ରତିଶବ୍ଦ । ତେବେ ଚାଷୀଙ୍କ ପାଇଁ ଏବେ ଖୁସି ଖବର । ଆଉ ଖରାରେ ସିଝିବେନି କି ବର୍ଷାରେ ଭିଜିବେନି ମାଟିର ପୁଅ । ଆସିଗଲା ଏସି ଟ୍ରାକ୍ଟର । ଅଧିକ ପଢନ୍ତୁ : ବିଲମୁଣ୍ଡରେ ଜଗିଛି ବଉଳା କୁମ୍ଭୀର; ୪ ଦିନ ହେଲା କୁମ୍ଭୀର ଭୟରେ ବିଲକୁ ଯାଉନାହାନ୍ତି ଚାଷୀ ଏହି ଟ୍ରାକ୍ଟରରେ ବସି କ୍ଷେତରେ ଆରାମରେ ଚାଷ କରିପାରିବ ଚାଷୀ । ସେହିଭଳି ଖଣି ମାନଙ୍କରେ ବ୍ୟବହୃତ ହେଉଥିବା ଟ୍ରାକ୍ଟରରେ ବି ଆଉ ଅପରେଟ୍ କୁ ଧୂଳିଧୂଆଁ ଖାଇବାକୁ ପଡ଼ିବ ନାହିଁ । ଏହି ଏସି ଟ୍ରାକ୍ଟର ଉଭୟ ବିଲ ଓ ଖଣିରେ ପ୍ରଦାନ କରିବ ଶୀତଳତା, ଦେବ ଆରାମ । ଏହି ଏସି ଟ୍ରାକ୍ଟରର ଦାମ୍‌ କେତେ ଓ କିଭଳି ଚାଷ କ୍ଷେତ୍ରରେ ଚାଷୀକୁ ସାହାଯ୍ୟ କରିବ, ସେ ନେଇ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ଦେବାଶିଷ କବି । ଆଳୁ ଚାଷୀଙ୍କୁ ଠକିଦେଲେ; ଲଗାଇଥିଲେ ୨୨ ବସ୍ତା, ଅମଳ ହେଲା ୩ ବସ୍ତା ଚାଷୀଙ୍କ ପାଇଁ ଖୁସି ଖବର ଆଉ ଖରାରେ ସିଝିବେନି କି ବର୍ଷାରେ ଭିଜିବେନି ଏବେ ଶାନ୍ତିରେ ଚାଷ କରିବେ ମାଟିର ପୁଅ ବଜାରକୁ ଆସିଗଲା ଏସି ଟ୍ରାକ୍ଟର ବିଲରେ ଶୀତଳତା ପ୍ରଦାନ କରିବ ଟ୍ରାକ୍ଟର ଏସି ଟ୍ରାକ୍ଟରରେ ଚାଷ କରିପାରିବ ଚାଷୀ

ନିନ୍ଦା 13 Nov 2025 5:19 pm

Blast In Delhi: ୯ ସଂସ୍ଥାର ଚଳାଉଥିଲେ ଅଲ ଫଲାହ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା, ଠକେଇ ମାମଲାରେ ଏକଦା ଯାଇଥିଲେ ଜେଲ୍‌

ଦିଲ୍ଲୀ ବିସ୍ଫୋରଣ ପରେ ସମସ୍ତଙ୍କ ଫୋକସରେ ଅଲ ଫଲାହ ବିଶ୍ୱବିଦ୍ୟାଳୟ। ଲାଲକିଲ୍ଲା ଆତ୍ମଘାତୀ ହମଲାର ତଦନ୍ତ ପରିସରକୁ ଆସିଛନ୍ତି ଫରିଦାବାଦରେ ଥିବା ଅଲ ଫଲାହ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ମ୍ୟାନେଜିଂ ଟ୍ରଷ୍ଟି ଜାଭେଦ ଅହମଦ ସିଦ୍ଦିକୀ। ଅଲ ଫଲାହ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଡାକ୍ତର ମୁଜାମିଲ ଶକୀଲ ଓ ଡାକ୍ତର ଶାହୀନ ସୟିଦ ଏବେ ଗିରଫ ହୋଇଛନ୍ତି। ବିଶ୍ୱବିଦ୍ୟାଳୟର ଆଉ ଜଣେ ଡାକ୍ତର ଉମର ନବି ସୋମବାର ବିସ୍ଫୋରଣ(Blast In Delhi)ରେ ନିଜକୁ ଉଡ଼ାଇ ଦେଇଛି। ଏଥିପାଇଁ ଲାଲକିଲ୍ଲା ବିସ୍ଫୋରଣ ସହ ଅଲ ଫଲାହ ବିଶ୍ୱବିଦ୍ୟାଳୟ ଓ ଏହାର ପ୍ରତିଷ୍ଠାତାଙ୍କ କି ଲିଙ୍କ ରହିଛି, ତା’ର ଖୋଳତାଡ଼ ଆରମ୍ଭ କରିଛି। ସେହିପରି ବିଶ୍ୱବିଦ୍ୟାଳୟର ପାଣ୍ଠି ସମ୍ପର୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯାଞ୍ଚ କରୁଛି। ଅଲ ଫଲାହ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଜାଭେଦ ଅହମଦଙ୍କ ବିଶାଳ ବ୍ୟବସାୟିକ ସାମ୍ରାଜ୍ୟ ରହିଛି। ଏକଦା ୭.୫ କୋଟି ଠକେଇ ମାମଲାରେ ତାଙ୍କୁ ଜେଲ ଯିବାକୁ ମଧ୍ୟ ପଡ଼ିଥିଲା। ଠକେଇ ମାମଲା ପାଇଁ ଜାଭେଦ ଓ ତାଙ୍କର ସହଯୋଗୀଙ୍କୁ ୩ ବର୍ଷର ଜେଲଦଣ୍ଡ ମିଳିଥିଲା। ଏବେ ଏହାକୁ ମଧ୍ୟ ପୁଲିସ୍‌ ଦୃଷ୍ଟିରେ ରଖି ତଦନ୍ତ କରୁଛି। ଏସବୁ ଭିତରେ ବିଶ୍ୱବିଦ୍ୟାଳୟର ଆଇନଗତ ପରାମର୍ଶଦାତା ମହମ୍ମଦ ରାଜି ସମସ୍ତ ପ୍ରକାରର ଠକେଇ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେହିପରି ଡାକ୍ତର ମୁଜାମିଲ ଶକୀଲର ନିଯୁକ୍ତିକୁ ନେଇ ତାଙ୍କ ପାଖରେ କୌଣସି ତଥ୍ୟ ନଥିବା ମଧ୍ୟ ସେ କହିଛନ୍ତି। ଅଲ ଫଲାହ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଜାଭେଦ ଅହମଦ ସିଦ୍ଦିକୀଙ୍କ ଜନ୍ମ ପ୍ରଦେଶର ମହୱରେ। ତାଙ୍କ ଅଧୀନରେ ମୋଟ ୯ଟି କମ୍ପାନୀ ବା ସଂସ୍ଥା ରହିଥିଲା। ସବୁ କିଛି ଅଲ ଫଲାହ ଚ୍ୟାରିଟେବୁଲ ଟ୍ରଷ୍ଟ ସହ ଜଡ଼ିତ। ଏହି ଟ୍ରଷ୍ଟ ହିଁ ବିଶ୍ୱବିଦ୍ୟାଳୟକୁ ପରିଚାଳନା କରେ। ଶିକ୍ଷା, ସଫ୍ଟୱେୟାର, ଆର୍ଥିକ ସେବା ଓ ଶକ୍ତି ଭଳି ୯ କ୍ଷେତ୍ର ସହ ଜାଭେଦଙ୍କ ବ୍ୟବସାୟ ଜଡ଼ିତ। ତେବେ ଅଧିକାଂଶ କ୍ଷେତ୍ରର ଠିକଣା ଗୋଟିଏ ରହିଥିବାରୁ ଏହା ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି। ଅଧିକାଂଶ କମ୍ପାନୀର ଠିକଣା ଦିଲ୍ଲୀର ଜାମିଆ ନଗରର ଅଲ ଫଲାହ ହାଉସ ବୋଲି ଉଲ୍ଲେଖ ରହିଛି। ଜାଭେଦଙ୍କ ୯ କମ୍ପାନୀ ୧- ଅଲ ଫଲାହ ଇନଭେଷ୍ଟମେଣ୍ଟ(ପ୍ରଥମ କମ୍ପାନୀ ୧୯୯୨ରେ ଆରମ୍ଭ ହୋଇଥିଲା) ୨- ଅଲ ଫଲାହ ମେଡିକାଲ ରିସର୍ଚ୍ଚ ଫାଉଣ୍ଡେସନ(ଏଠାରେ ଶକୀଲ, ଶାହୀନ ଓ ଅନ୍ୟ ଆତଙ୍କୀମାନେ କାମ କରୁଥିଲେ) ୩- ଅଲ ଫଲାହ ଡେଭଲପର୍ସ ପ୍ରାଇଭେଟ ଲିଃ ୪- ଅଲ ଫଲାହ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ଫାଉଣ୍ଡେସନ ୫- ଅଲ ଫଲାହ ଏଡୁକେସନ ସର୍ଭିସ ପ୍ରାଇଭେଟ ଲିଃ ୬- ଏମଜେଏଚ୍‌ ଡେଭଲପର୍ସ ପ୍ରାଇଭେଟ ଲିଃ ୭- ଅଲ ଫଲାହ ସଫ୍ଟୱେୟାର ପ୍ରାଇଭେ ଲିଃ ୮- ଅଲ ଫଲାହ ଏନର୍ଜୀ ପ୍ରାଇଭେଟ ଲିଃ ୯- ତରବାଇ ଏଡୁକେସନ ଫାଉଣ୍ଡେସନ ଏହି ୯ଟି ଯାକ ସଂସ୍ଥା ୨୦୧୯ ଯାଏ ବେଶ ସକ୍ରିୟ ରହିଥିଲା। କିନ୍ତୁ ଏହାପରେ ଅଧିକାଂଶ ବନ୍ଦ ହୋଇଯାଇଛି କିମ୍ବା ନିଷ୍କ୍ରିୟ ହୋଇଯାଇଛି। ବାସ୍ତବରେ ଅଲ ଫଲାହ ମେଡିକାଲ ରିସର୍ଚ୍ଚ ଫାଉଣ୍ଡେସନ ୧୯୯୭ରେ ଗୋଟିଏ ଇଞ୍ଜିନିୟରିଂ କଲେଜ ରୂପରେ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏଠାରେ ମେଡିକାଲ ପାଠ୍ୟକ୍ରମ ଆରମ୍ଭ ହୋଇଥିଲା। ୨୦୧୪ରେ ଅଲ ଫଲାହ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା ଓ ୨୦୧୫ରେ ଏହାକୁ ୟୁଜିସି ମାନ୍ୟତା ମିଳିଥିଲା। ଏହା ୭୮ ଏକର ଜମିରେ କାର୍ଯ୍ୟକ୍ଷମ। ଏବେ କିନ୍ତୁ ଏହା ନାକ ତଦନ୍ତର ସମ୍ମୁଖୀନ ହେଉଛି। ଅଲ ଫଲାହ ବିଲଡିଂରେ ମଧ୍ୟ ଅଲ ଫଲାହ ଚାରିଟେବୁଲ ଟ୍ରଷ୍ଟର ଅଫିସ ରହିଛି। ଦିଲ୍ଲୀରା ନ୍ୟୁ ଫ୍ରେଣ୍ଡସ କଲୋନୀ ପୁଲିସ୍‌ ଷ୍ଟେସନରେ ଜାଭେଦ ଅହମଦଙ୍କ ନାଁରେ ରୁଜୁ ହୋଇଥିବା ପୁରୁଣା କେସ୍‌ ଏବେ ସାମ୍ନାକୁ ଆସିଛି। ଅଭିଯୋଗ ହୋଇଥିଲା ଯେ ଜାଭେଦ ଓ ଅନ୍ୟମାନେ ନକଲି ନିବେଶ ବ୍ୟବସ୍ଥା ଦ୍ୱାରା ଲୋକଙ୍କୁ ଅଲ ଫଲାହ ଗ୍ରୁପ ଅଫ କମ୍ପାନୀରେ ନିବେଶ କରିବାକୁ ପ୍ରବର୍ତ୍ତାଉଥିଲେ। ଶେୟାର ନାଁରେ ଲୋକମାନେ ଟଙ୍କା ଦେଉଥିବା ବେଳେ ଏହା ସିଧା ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଯାଇଥିଲା। ଏପରି ଭାବେ ପ୍ରାୟ ୭.୫ କୋଟି ଟଙ୍କାର ଠକେଇ ହୋଇଥିଲା। ଜାଭେଦଙ୍କୁ ୨୦୦୧ରେ ଗିରଫ କରାଯାଇଥିଲା। ୨୦୦୩ ମାର୍ଚ୍ଚରେ ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ। ୨୦୦୪ ଫେବୃଆରୀ ଯାଏ ତାଙ୍କୁ ଜାମିନ ମିଳି ନଥିଲା। ଏହାପରେ ସେ ଜାମିନ ପାଇଥିଲେ। ଠକେଇ ଟଙ୍କା ଲୋକଙ୍କୁ ଫେରାଇବାକୁ ରାଜି ହେବାରୁ ତାଙ୍କୁ ଜାମିନ ମିଳିଥିଲା।

ଓଡ଼ିଶା ସାମ୍ବାଦିକ 13 Nov 2025 5:12 pm

ପଞ୍ଜାବରେ ଗ୍ରେନେଡ ଆକ୍ରମଣ ଯୋଜନା ପଣ୍ଡ କଲା ପୁଲିସ, ୧୦ ଗିରଫ: ମାଲେସିଆରୁ ଷଡ଼ଯନ୍ତ୍ର କରିଥିଲା ଆଇଏସଆଇ

ସମାଜଲାଇଭ ଡେସ୍କ: ପଞ୍ଜାବରେ ଗ୍ରେନେଡ ଆକ୍ରମଣ କରିବାକୁ ଯୋଜନା କରିଥିଲା ଆଇଏସଆଇ। ମାଲେସିଆରୁ ଆକ୍ରମଣର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା, ଯାହାକୁ ପଣ୍ଡ କରିଛି ପଞ୍ଜାବର ଲୁଧିଆନା ପୁଲିସ। ଏହି ଘଟଣାରେ ୧୦ ଜଣ ସନ୍ଦିଗ୍ଧଙ୍କୁ ମଧ୍ୟ ଗିରଫ କରାଯାଇଛି। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଏହି ଆକ୍ରମଣ ପଛର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଛି। ପଞ୍ଜାବ ଡିଜିପି ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଲେଖିଛନ୍ତି, ପଞ୍ଜାବର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଗ୍ରେନେଡ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା। […]

ଜୀବନ୍ତ ସାମାଜିକ | 13 Nov 2025 5:07 pm

ବାହାନା ଖୋଜୁଛି ବିଜେଡି | Odisha Reporter

ବାହାନା ଖୋଜୁଛି ବିଜେଡି । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: #OdishaReporter >https://www.instagram.com/odishareporter_official/ #OdishaReporter #BJP #BiranchiTripathy #BJD

ଓଡ଼ିଶା ସାମ୍ବାଦିକ 13 Nov 2025 5:04 pm

ଦିଲ୍ଲୀ ବିସ୍ଫୋରଣ : କେମିତି ପଶିଲେ ଦିଲ୍ଲୀ ଭିତରକୁ

ସମାଜ ଲାଇଭ୍ ଡେସ୍କ : ଦିଲ୍ଲୀ ବିସ୍ଫୋରଣ ଘଟଣା​‌ରେ​‌ ତଦନ୍ତକାରୀ ଦଳକୁ ସିସିଟିଭି ଫୁଟେଜ୍‌ରୁ ପ୍ରମାଣ ମିଳିଛି । ତଦନ୍ତ ବେଳେ ଅନେକ ଗରୁତ୍ଵପୁର୍ଣ୍ଣ ତଥ୍ୟ ସିସିଟିଭିରୁ ମିଳିଛି । ଏହାର ଖୁଲାସା କରିଛି ତଦନ୍ତକାରୀ ଦଳ । ତଦନ୍ତକାରୀ ଦଳ ଦେଇଥିବା ତଥ୍ୟ ଅନୁସାରେ ବିସ୍ଫୋରଣ କରିଥିବା ଆଇ-୨୦ କାର୍‌ରେ ଅଧା ଦିଲ୍ଲୀ ବୁଲିଥିଲା ଆତଙ୍କୀ ଡାକ୍ତର ଉମର । ବିସ୍ଫୋରଣ ପୂର୍ବରୁ ୬ଜିଲ୍ଲାର ୧୨ରୁରୁ ଅଧିକ ସ୍ଥାନରେ ଉକ୍ତ ଆଇ-୨୦ କାର୍‌ରେ ଚକ୍କର କାଟିଥିଲା […]

ଜୀବନ୍ତ ସାମାଜିକ | 13 Nov 2025 5:04 pm

‘ଚାରିଆଡ଼େ ଫୁଲ’ | #nuapadabyelection #bjp #odishareporter

Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter

ଓଡ଼ିଶା ସାମ୍ବାଦିକ 13 Nov 2025 5:03 pm

ଜୟପୁର ଫାଣ୍ଡି ଅଧିକାରୀ ନିଲମ୍ବିତ

କୁଆଁପାଳ : ମାହାଙ୍ଗା ଥାନା ଜୟପୁର ଫାଣ୍ଡି ଅଧିକାରୀ ନିଲମ୍ବିତ। ଜୟପୁର ଫାଣ୍ଡି ଅଧିକାରୀ ମନୋଜ ବେହେରାଙ୍କୁ କଟକ ଗ୍ରାମାଞ୍ଚଳ ଏସ୍‌ପି ନିଲମ୍ବନ କରିଛନ୍ତି। ମାହାଙ୍ଗା ଥାନା ସମସରପୁର ଗାଁର ଯୁବକ ଦେବବ୍ରତଙ୍କୁ ଘରୁ ଡାକି ନିସ୍ତୁକ ମାଡ଼ ମାରିଥିଲେ ଫାଣ୍ଡି ଅଧିକାରୀ ମନୋଜ ବେହେରା। ପୂର୍ବରୁ ତାଙ୍କ ନାଁରେ ମହିଳା ମାନକୁ ଫାଣ୍ଡିରେ ଅସଦାଚାରଣ କରିବା ସହ ମାଡ଼ ମାରିବା ନେଇ ଅଭିଯୋଗ ରହିଥିଲା।

ଜୀବନ୍ତ ସାମାଜିକ | 13 Nov 2025 4:58 pm

ସମସ୍ୟା ଜଣାଇବାକୁ ଆସିଥିଲେ ; ହେଲେ ଜିଲ୍ଲାପାଳଙ୍କ ଅଫିସ୍ ସଫା କଲେ

କନକ ବ୍ୟୁରୋ: ଘର ବାହାରେ ଅଳିଆ, ଘର ଭିତରେ ବି ଅଳିଆ । ଏ ଖବର କୌଣସି ପାର୍ଟି ଅଫିସର ନୁହେଁ କି କୌଣସି କ୍ଲବ ଘରର ନୁହେଁ । ଏ ଖବର ହେଉଛି ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ ସାମ୍ନାର , ଯେଉଁଠି କଂଗ୍ରେସ କର୍ମୀମାନେ ହାତରେ ଝାଡ଼ୁ ଧରି ସଫେଇ ଅଭିଯାନ କରୁଛନ୍ତି । ସୂଚନା ମୁତାବକ, ଯାଜପୁର ଜିଲ୍ଲା କଂଗ୍ରେସ ସଭାପତି ମାଗୁଣି ଜେନାଙ୍କ ନେତୃତ୍ବରେ ଏକ ଟିମ୍ , ଚାଷୀଙ୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବି ଜଣାଇବା ପାଇଁ କଲେକ୍ଟର ଅଫିସକୁ ଆସିଥିଲେ । ହେଲେ ଜିଲ୍ଲାପାଳଙ୍କ ଅଫିସ ଭିତରେ ଅଳନ୍ଦି ଲାଗିଥିବା ସହ ଚାରିଆଡ଼େ ଅଳିଆ ପଡ଼ିଥିଲା । ଯାହାକୁ ଦେଖି କଂଗ୍ରେସ କର୍ମୀମାନେ ଦାବିପତ୍ର ଦେବା ବଦଳରେ ପ୍ରଥମେ ଜିଲ୍ଲାପାଳ ଅଫିସ୍‌ ସମ୍ମୁଖକୁ ସଫା କରିଥିଲେ । ଅଧିକ ପଢ଼ନ୍ତୁ-- ବିଲ୍ଡିଂ ନମ୍ବର ୧୭, ରୁମ ନମ୍ବର ୧୩… ଏଇଠି ଭାଇ , ଭଉଣୀ ମିଶି ରଚୁଥିଲେ ଷଡ଼ଯନ୍ତ୍ର ଯଦି ଜିଲ୍ଲାର ମୁଖିଆଙ୍କ ଅଫିସ ଏମିତି ଅଳିଆ ଭର୍ତ୍ତି ହୋଇ ପଡ଼ିରହିଛି । ତେବେ ସହରକୁ କିଭଳି ସଫା ରଖିବେ ? ଖାଲି ଏତିକି ନୁହେଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପ୍ରତିଦିନ ଶହଶହ ଲୋକ ଅଭିଯୋଗ ନେଇ ଆସୁଥିବାବେଳେ ତାଙ୍କ ଅଫିସ ପରିସର ଏପରି ଅପରିଷ୍କାର ହେବାକୁ ନେଇ କଂଗ୍ରେସ ନେତୃତ୍ୱ ନିନ୍ଦା କରିବା ସହ ଦୃଷ୍ଟି ଦେବାକୁ ଦାବି କରିଛି । ଘର ହେଉ କି ଅଫିସ, ସ୍ବଚ୍ଛ ଭାରତ ଅଭିଯାନକୁ ସଫଳ କରିବାକୁ ହେଲେ ପ୍ରାଶାସନିକ ସ୍ତରରେ ଉଦ୍ୟମ ସହ ସାଧାରଣ ଲୋକଙ୍କୁ ମଧ୍ୟ ଧ୍ୟାନ ଦେବା ଦରକାର ।

ନିନ୍ଦା 13 Nov 2025 4:55 pm

ଥରେ ଖାଇଲେ ପାଟିରୁ ଛାଡ଼ିବନି | Odisha Reporter

ଥରେ ଖାଇଲେ ପାଟିରୁ ଛାଡ଼ିବନି । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: #OdishaReporter >https://www.instagram.com/odishareporter_official/ #OdishaReporter #BaliYatra2025 #Cuttack

ଓଡ଼ିଶା ସାମ୍ବାଦିକ 13 Nov 2025 4:53 pm

ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ ଚୋର, ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ଓ ଟଙ୍କା

କନକ ବ୍ୟୁରୋ: ଘରେ କେହି ନଥିବା ବେଳେ କଳାକନା ବୁଲାଇ ଚୋର ଲୁଟି ନେଲା ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ଓ ଟଙ୍କା। ସୁନା ଗହଣାକୁ ନିକଟସ୍ଥ ଜଙ୍ଗଲ ଭିତରେ ପଥର ସନ୍ଧିରେ ଲୁଚାଇ ରଖିଥିଲା । ହେଲେ ପୁଲିସର ଛଞ୍ଚାଣ ଆଖିରୁ ବର୍ତ୍ତି ପାରିଲାନି ଚୋର । ଖୋଜି ବାହାର କଲା ଅନୁଗୁଳ ପୁଲିସ । ପୁଲିସ ଚୋର ଠାରୁ ଜବତ କରିଛି ୧୧୨ ଗ୍ରାମର ସୁନା ଗହଣା। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅନୁଗୁଳ ବଅଁରପାଳ ପୁଲିସ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଅନୁଗୁଳ ଏସଡିପିଓ ରମାକାନ୍ତ ମହାଳିକ । କୋରାପୁଟ ଜୟପୁରରେ ଆତଙ୍କ ଖେଳାଇଲେଣି ଚୋର, ରାତିରେ ଘରେ ପଶି କରୁଛନ୍ତି ଲୁଟ୍‌ ଝିଅ ଘରକୁ ବୁଲି ଯାଇଥିବା ବେଳେ ତାଙ୍କ ଘରୁ ସୁନା ଗହଣା ଓ ୧ ଲକ୍ଷ ୪୦ ହଜାର ଟଙ୍କା ଚୋରି ହୋଇଥିବା ଗତ ୨୩ ତାରିଖରେ ବଅଁରପାଳ ଥାନାରେ ଅଭିଯୋଗ କରିଥିଲେ ତୁଳସୀପାଳ ଗାଁର ନିତ୍ୟାନନ୍ଦ ବେହେରା । ପୁଲିସ ଗତକାଲି ମୁଖ୍ୟ ଅଭିଯୁକ୍ତ ସେହି ତୁଳସୀପାଳ ଗାଁର ବିଜୟ ବିଶ୍ଵାଳ ସମେତ ପୃଥ୍ୱୀରାଜ ଦାସ, ଦେବେନ୍ଦ୍ର ଦାସଙ୍କୁ ଗିରଫ କରିଛି । ଆଜି ଆଜି ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ପୂଜା ପୂର୍ବରୁ ୫ ଜଣିଆ ପାହାଡ଼ି ଗ୍ୟାଙ୍ଗକୁ ବାନ୍ଧିଲା ପୁଲିସ : ଝାଡ଼ଖଣ୍ଡରୁ ଆସି ଓଡ଼ିଶାରେ କରୁଥିଲେ ଲୁଟ୍‌ପାଟ୍

ନିନ୍ଦା 13 Nov 2025 4:51 pm

ଯୁଆଡ଼େ ବୁଲୁଛ ବୁଲ ଚାରିଆଡ଼େ ଫୁଲ | Odisha Reporter

ଯୁଆଡ଼େ ବୁଲୁଛ ବୁଲ ଚାରିଆଡ଼େ ଫୁଲ । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #BJP #nuapadabyelection

ଓଡ଼ିଶା ସାମ୍ବାଦିକ 13 Nov 2025 4:50 pm

ବାଲିଯାତ୍ରା ପାଇଁ ଓଡ଼ିଶାରେ ପହଞ୍ଚିଲେ ଶ୍ରେୟା ଘୋଷାଲ | Odisha Reporter

Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter

ଓଡ଼ିଶା ସାମ୍ବାଦିକ 13 Nov 2025 4:41 pm

ଅନ୍ଧାରରେ କାନ୍ଦୁଛି ବୌଦ୍ଧ କୀର୍ତ୍ତିରାଜି କେଶସ୍ତୁପ ; ଆସୁନାହାନ୍ତି ପର୍ଯ୍ୟଟକ

କନକ ବ୍ୟୁରୋ: ଚାରିପଟେ ଘଞ୍ଚ ଜଙ୍ଗଲ, ସବୁଜିମା ଭରା ପ୍ରାକୃତିକ ସୌନ୍ଦର୍ଯ୍ୟ । ଭିତରକୁ ଯେତେ ଯେତେ ଯିବେ ଆପଣଙ୍କ ମନରେ ସେତେ ରୋମାଞ୍ଚ ଭରିଯିବ, ହେଲେ ଟିକେ ପାଖାପାଖି ହୋଇଗଲେ ଖଣ୍ଡିଆ ରାସ୍ତା, କଳଙ୍କି ଖାଇଯାଇଥିବା ଗେଟ୍, ଜରାଜୀର୍ଣ୍ଣ ହୋଇ ପଡ଼ିରହିଥିବା ବୁଦ୍ଧଙ୍କ ସେ ସ୍ମୃତିସ୍ଥଳ ଆପଣଙ୍କ ମନରେ ପ୍ରଶ୍ନର ପାହାଡ଼ ଛିଡ଼ା କରିବ । ଯାଜପୁର ଧର୍ମଶାଳାର ତରାପୁର ପାହାଡରେ ରହିଥିବା ଅଢେଇ ହଜାର ବର୍ଷର ଇତିହାସ । ବୌଦ୍ଧ ଧର୍ମ ହୀନଯାନ ସମ୍ପ୍ରଦାୟର କୀର୍ତ୍ତିରାଜି ବଖାଣୁଛି ଏହି କେଶସ୍ତୁପ । ପୂର୍ବ ସରକାରରେ ପ୍ରତିଷ୍ଠା ହୋଇଥିବା ମ୍ୟୁଜିୟମରେ ପଡିଛି ତାଲା । ପର୍ଯ୍ୟଟକ ଫେରାଉଛନ୍ତି ମୁହଁ, ଆଉ ଅନ୍ଧାରରେ କାନ୍ଦୁଛି ବୌଦ୍ଧ ର୍କୀର୍ତ୍ତିରାଜି କେଶସ୍ତୁପ । କୁହାଯାଏ ହୀନଯାନ ସମ୍ପ୍ରଦାୟ ତଥା ଓଡ଼ିଶାର ଦୁଇ ଶିଷ୍ୟ ତପସୁ ଓ ଭଲ୍ଳିକ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର କରାଇବା ପାଇଁ ଏଠାରେ ବୁଦ୍ଧଙ୍କ ପ୍ରଦତ କେଶ ସ୍ଥାପନ କରିଥିଲେ । ଏପରିକି ବୁଦ୍ଧଙ୍କ ଦୁଇ ପରମ ଶିଷ୍ୟ ତପସୁ ଓ ଭଲ୍ଳିକଙ୍କ ଉପରେ ଖୁସି ହୋଇ ଭଗବାନ ବୁଦ୍ଧ ନିଜର କେଶ ଓ ନଖ ଦାନ କରିଥିଲେ । ତରାପୁର ପାହାଡ଼ରେ କେଶ ସ୍ଥାପନ ହୋଇଥିବା ବେଳେ ଦେଉଳି ପର୍ବତରେ ନଖ ସ୍ଥାପନ କରାଯାଇଛି । ବିଭିନ୍ନ ସମୟରେ ଏଠାକୁ ବୌଦ୍ଧ ସନ୍ଥମାନେ ତପସ୍ୟା ପାଇଁ ଆସୁଥିଲେ ବୋଲି ଗବେଷକମାନେ ମତ ଦିଅନ୍ତି । ଅଧିକ ପଢ଼ନ୍ତୁ-- Delhi Blast : ଦିଲ୍ଲୀ ବିସ୍ଫୋରଣ ଘଟଣା : କୁଆଡେ ଗଲା ଲାଲ୍ EcoSport କାର୍ ବିଡ଼ମ୍ବନାର କଥା ହେଲା ଯେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ପୀଠଟି ପର୍ଯ୍ୟଟକଙ୍କ ଆଢୁଆଳରେ ରହିଯାଇଛି । ସୁରକ୍ଷା ଅଭାବରୁ ରାଜ୍ୟ ପର୍ଯ୍ୟଯନ ବିଭାଗ ପକ୍ଷରୁ ଲଗାଯାଇଥିବା ସାଇନ ବୋର୍ଡକୁ ବି ଦୁର୍ବୃତ୍ତମାନେ ଲୁଟି ନେଇଯାଇଛନ୍ତି । ସନ୍ଧ୍ୟା ସମୟରେ ଆଲୋକ ବ୍ୟବସ୍ଥା ନଥିବାରୁ ଏହି କୀର୍ତ୍ତିରାଜି ଆଜି ଗୁମୁରି କାନ୍ଦୁଛି । ୧୬ ନମ୍ବର ଜାତୀୟ ରାଜପଥ ଠାରୁ ମାତ୍ର ଅଧ କିଲୋମିଟର ଦୂରରେ ତରାପୁର ପାହଡରେ ଅଛି ଏହି ପ୍ରାଚୀନ କେଶସ୍ତୁପ । ୨୦୦୫ ରୁ ୨୦୦୭ ମଧ୍ୟରେ ଉତ୍କଳୀୟ ନୌବାଣିଜ୍ୟ କେନ୍ଦ୍ର ଏବଂ ଦକ୍ଷୀଣପୂର୍ବ ଏସୀୟ ଗବେଷଣା କେନ୍ଦ୍ର ପକ୍ଷରୁ ଏହି ପାହାଡରେ ପ୍ରତ୍ନତାତ୍ୱିକ ଖନନ କରାଯାଇଥିଲା । ଏଥିରେ ଆବିସ୍କୃତ ହୋଇଥିବା ପ୍ରମୁଖକାରୁକାର୍ଯ୍ୟ ଓ ଶିଳାଲିପି ଅନ୍ୟତମ । ସନ୍ଧ୍ୟା ସମୟରେ ଏଠାରେ ମଦ୍ୟପମାନଙ୍କର ଆସର ମଧ୍ୟ ଜମୁଥିବା ଏ ଅସମାଜିକ ଜିନିଷ ବୟାନ କରୁଛି ।

ନିନ୍ଦା 13 Nov 2025 4:39 pm

ଦିଲ୍ଲୀ ବିସ୍ଫୋରଣ : ଏମିତି କରିଥିଲେ ଯୋଜନା

ସମାଜ ଲାଇଭ୍ ଡେସ୍କ : ଦିଲ୍ଲୀ ବିସ୍ଫୋରଣ ଘଟଣାର ସମ୍ପୂର୍ଣ୍ଣ ଯୋଜନା ଲାଗିଛି ତଦନ୍ତକାରୀ ଦଳ ହାତରେ । ଏହାର ଖୁଲାସା କରିଛି ତଦନ୍ତକାରୀ ଦଳ । ତଦନ୍ତକାରୀ ଦଳ ଦେଇଥିବା ତଥ୍ୟ ଅନୁସାରେ ବାବ୍ରି ମସଜିଦର ପ୍ରତିଶୋଧ ନେବା ପାଇଁ ଡିସେମ୍ବର ୬ରେ ଦିଲ୍ଲୀର ୬ଟି ସ୍ଥାନରେ ବିସ୍ଫୋରଣ ପାଇଁ ଯୋଜନା ହୋଇଥିଲା । ବିସ୍ଫୋରଣ ପାଇଁ ଆତଙ୍କୀ ମାନେ ପର୍ଯ୍ୟାୟ କ୍ରମେ ଯୋଜନା କରିଥିଲେ । ପ୍ରଥମେ ବିସ୍ଫୋରଣ ପାଇଁ ଜୈଶ୍‌-ଏ-ମହମ୍ମଦ ଯୋଜନା ପ୍ରସ୍ତୁତ […]

ଜୀବନ୍ତ ସାମାଜିକ | 13 Nov 2025 4:35 pm

Blast In Delhi: ପୁଲୱାମା ହମଲାର ମାଷ୍ଟରମାଇଣ୍ଡ୍‌ ଫାରୁକର ପତ୍ନୀ ଲିଙ୍କରେ ଥିଲା ଲେଡୀ ଆତଙ୍କୀ ଶାହୀନ

ଦିଲ୍ଲୀ ଆତ୍ମଘାତୀ ହମଲା(Blast In Delhi) ସହ ରହିଛି ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦର ଲିଙ୍କ୍‌। ଦିଲ୍ଲୀ ବିସ୍ଫୋରଣ ଓ ଫରିଦାବାଦରୁ ବିସ୍ଫୋରକ ମିଳିବା ଘଟଣାରେ ଗିରଫ ହୋଇଥିବା ଲେଡୀ ଆତଙ୍କୀ ଡାକ୍ତର ଶାହୀନ ସୟିଦ ସମ୍ପର୍କରେ ମିଳିଛି ବଡ଼ ତଥ୍ୟ। ଶାହୀନ ଜୈଶ କମାଣ୍ଡର ତଥା ପୁଲୱାମା ହମଲାର ମାଷ୍ଟରମାଇଣ୍ଡ ଉମର ଫାରୁକର ପତ୍ନୀ ଅଫିରା ବିବି ସହ ନିୟମିତ ଯୋଗାଯୋଗରେ ରହିଥିଲା ବୋଲି ଜଣାପଡ଼ିଛି। ଉମର ଫାରୁକ ହେଉଛି ଜୈଶ ମୁଖିଆ ମସୁଦ ଆଝାରର ଭଣଜା। ୨୦୧୯ ପୁଲୱାମା ହମଲାର ମାଷ୍ଟରମାଇଣ୍ଡ ଥିଲା ଫାରୁକ। ଏହି ହମଲାରେ ୪୦ ଜଣ ସିରିଆରପିଏଫ ଯବାନ ସହିଦ ହୋଇଥିଲେ। ଏହାପରେ ହୋଇଥିବା ଏନକାଉଣ୍ଟରରେ ନିହତ ହୋଇଥିଲା ଫାରୁକ। ଉମରର ପତ୍ନୀ ଅଫିରା ବିବି ନୂଆ କରି ଜୈଶ ପକ୍ଷରୁ ଖୋଲା ଯାଇଥିବା ମହିଳା ବ୍ରିଗେଡ ଜମାତ ଉଲ ମୋମିନାତର ପ୍ରମୁଖ ଚେହେରା। ଦିଲ୍ଲୀ ବିସ୍ଫୋରଣ ପୂର୍ବରୁ ଅଫିରା ବିବି ଜୈଶର ମହିଳା ବ୍ରିଗେଡର ପରାମର୍ଶଦାତା ପରିଷଦ ଶୁରାରେ ସାମିଲ ହୋଇଥିଲା। ସେ ବ୍ରିଗେଟର ମୁଖିଆ ତଥା ମସୁଦର ଭଉଣୀ ସାଦିୟା ଆଝାର ସହ କାମ କରେ। ଉଭୟ ଅଫିରା ଓ ସାଦିୟା ନିୟମିତ ଭାବେ ଡାକ୍ତର ଶାହୀନ ସହ ଯୋଗାଯୋଗରେ ରହିଥିଲେ। ସେମାନଙ୍କ ନିର୍ଦ୍ଦେଶରେ ଶାହୀନା କାର୍ଯ୍ୟ କରୁଥିଲା। ଭାରତରେ ଜୈଶର ମହିଳା ୱିଙ୍ଗ ପ୍ରତିଷ୍ଠା ପାଇଁ ଅଫିରା ଓ ସାଦିୟା ମିଳିତ ଭାବେ ଶାହୀନକୁ ନିର୍ଦ୍ଦେଶ ଦେଇଥିଲେ। ଫରିଦାବାଦର ଅଲ ଫଲାହ ବିଶ୍ୱବିଦ୍ୟାଳୟ ଓ ମେଡିକାଲରେ ବରିଷ୍ଠ ଡାକ୍ତର ଭାବେ କାମ କରୁଥିବା ଶାହୀନକୁ ସୋମବାର ପୁଲିସ୍‌ ଗିରଫ କରିଥିଲା। ତା’ କାରରୁ ଆସଲ୍ଟ ରାଇଫଲ ଓ ଗୁଳିଗୋଳା ମିଳିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ଶାହୀନକୁ ଭାରତରେ ଜମାତ ଉଲ ମୋମିନାତ ଶାଖା ପ୍ରତିଷ୍ଠା କରିବାକୁ କୁହାଯାଇଥିଲା। ମୌଳବାଦୀ ଚିନ୍ତାଧାରରେ ପ୍ରଭାବିତ କରି ମହିଳାମାନଙ୍କୁ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ କରିବା ଦାୟିତ୍ୱ ଶାହୀନ ପାଇଥିଲା। ଶାହୀନର ମୂଳଘର ଲକ୍ଷ୍ନୌରେ। ସେ ଏକାଧିକ ମେଡିକାଲ କଲେଜରେ କାମ କରିବା ପରେ ଶେଷରେ ଅଲ ଫଲାହରେ ଯୋଗ ଦେଇଥିଲା। ୨୦୧୨ରୁ ୨୦୧୩ ସେପ୍ଟେମ୍ବର ଯାଏ ସେ କାନୁପରରେ ଥିବା ଗୋଟିଏ ମେଡିକାଲ କଲେଜରେ ଫାର୍ମାକୋଲୋଜି ବିଭାଗର ମୁଖିଆ ରହିଥିଲା। ୨୦୧୬ରୁ ୨୦୧୮ ଯାଏ ଶାହୀନା ଭାରତ ଛାଡ଼ି ୟୁଏଇରେ ରହିଥିବା ତା’ ପାସପୋର୍ଟ ତଥ୍ୟରୁ ଜଣାପଡ଼ିଛି। ଶାହୀନ ସୟିଦର ସହକର୍ମୀମାନଙ୍କ କହିବା କଥା ଯେ ସେ କାହାକୁ କିଛି ନ କହି ନିୟମିତ ଛୁଟିରେ ରହିଯାଏ। ତା’ର ଆଚାର ବ୍ୟବହାର ମଧ୍ୟ ବେଶ କିଛି ମାସ ହେଲା ବଦଳି ଯାଇଥିଲା ବୋଲି ସେମାନେ କହିଛନ୍ତି।

ଓଡ଼ିଶା ସାମ୍ବାଦିକ 13 Nov 2025 4:31 pm

ଖୁବ୍ ଶୀଘ୍ର ଆସୁଛି ହରର୍ ସିନେମା “ଦର୍ପଣ”

ଭୁବନେଶ୍ଵର: ପ୍ରଥମ ଓଡ଼ିଆ ହରର୍ ସିନେମା “ଦର୍ପଣ” ଯାହା ବଡ଼ ପରଦାରେ ଖୁବ୍ ଶୀଘ୍ର ଆସିବାକୁ ଯାଉଛି । ଏହି ସିନେମା ଏକ ଭିନ୍ନ ଧରଣର ଭୟାନକ୍ କାହାଣୀ କୁ ନେଇ ଆଧାରିତ । ଏହି ସିନେମାର କାହାଣୀ ଓ ପ୍ରଯୋଜନା ଦାୟିତ୍ଵ ରେ ଅଛନ୍ତି ପ୍ରଡ୍ୟୁସର୍ ଦିଲ୍ଲୀପ କୁମାର ସାହୁ ଓ ନିର୍ଦ୍ଦେଶନା ଦେଇଛନ୍ତି ଭାରତ ପୁଷ୍ପରାଗ ଓ ଟେକ୍ନିକାଲ ସପୋର୍ଟ ଡାଇରେକ୍ଟର ଆନନ୍ଦ କୁମାର । ଏହି ସିନେମାରେ ଆପଣ ଦୁଇ ଜଣ ନାୟକ […]

ଜୀବନ୍ତ ସାମାଜିକ | 13 Nov 2025 4:29 pm

ରାସ୍ତା ଉପରେ ମାଣ ବସାଇଲେ ଚାଷୀ, ହୁଳହୁଳିରେ କମ୍ପିଲା ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ

କନକ ବ୍ୟୁରୋ: ଧାରଣାସ୍ଥଳରେ ଚାଷୀଙ୍କ ମାଣବସା ଗୁରୁବାର । ହୁଳହୁଳିରେ କମ୍ପିଲା ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ । ଆଜି ଘରେ ଘରେ ପାଳିତ ହେଊଛି ମାଣବସା ଗୁରୁବାର । ଅନ୍ୟପଟେ ଧାନ ବିକ୍ରି ପଞ୍ଜୀକରଣ ଦାବିରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଥିବା ଧାରଣା ଚତୁର୍ଥ ଦିନରେ ପହଞ୍ଚିଛି । ଭୁବନେଶ୍ୱର ଲୋୟର ପିଏମଜିରେ ଅଭିନବ ପ୍ରତିବାଦ । ମଝି ରାସ୍ତାରେ ମାଣବସାଇ ପ୍ରତିବାଦ କଲେ ନିଖିଳ ଓଡିଶା ମହିଳା ସ୍ୱାସ୍ଥ୍ୟକର୍ମୀ ଚାଷୀମାନେ ମାଣବସା ଗୁରୁବାରରେ ନିଜ ଘରେ ଅନୁପସ୍ଥିତ ଥିଲେ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଧାରଣାସ୍ଥଳରେ ମାଣବସା ଗୁରୁବାର ପାଳନ କରୁଛନ୍ତି । ବିଧିମତେ ମାଆ ଲକ୍ଷ୍ମୀଙ୍କର ପୂଜା କରାଯାଇଛି । ଅମଳ ଧାନକୁ ମଧ୍ୟ ପୂଜାର୍ଚ୍ଚନା କରାଯାଇଛି । ଧାରଣାସ୍ଥଳରେ ଚାଷୀମାନେ ଲକ୍ଷ୍ମୀ ପୁରାଣ ପଢିବା ସହ ହୁଳହୁଳି ପକାଇଛନ୍ତି ।

ନିନ୍ଦା 13 Nov 2025 4:26 pm

ଭାରତ ନୂଆ ବାୟୁ ପ୍ରତିରକ୍ଷା ନୀତି ଏବଂ ଯୁଦ୍ଧନୀତି ଆପଣାଉଛି : ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ

କନକ ବ୍ୟୁରୋ : ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି ଯେ ଆଧୁନିକ ଯୁଦ୍ଧର କୋଶଳ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି ଏବଂ ଭାରତକୁ ନିଜର ବାୟୁ ପ୍ରତିରକ୍ଷା ନୀତି ତଥା ଯୁଦ୍ଧ ନୀତିକୁ ନୂଆ ଚିନ୍ତାଧାରା ସହିତ ପୁନର୍ବିବେଚନା କରିବାକୁ ପଡ଼ିବ । ଆମେ ବର୍ତ୍ତମାନ ଅତ୍ୟାଧୁନିକ ହେଲୁଣି । ସେନା ମୁଖ୍ୟ ଗତକାଲି ପ୍ରତିରକ୍ଷା ଅଧ୍ୟୟନ ଏବଂ ବିଶ୍ଳେଷଣ ସଂସ୍ଥାନ (MP-IDSA)ରେ ଆୟୋଜିତ ଦିଲ୍ଲୀ ଡିଫେନ୍ସ ଡାଏଲଗ୍‌ରେ ଯୋଗଦେଇ ଏହା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ, ତିନି ସେନାର ବରିଷ୍ଠ ଅଧିକାରୀ, ପ୍ରତିରକ୍ଷା ଶିଳ୍ପ ଜଗତର ବିଶେଷଜ୍ଞ ଏବଂ ଅନେକ ବିଦେଶୀ ରଣନୀତିକ ବିଶ୍ଳେଷକ ମଧ୍ୟ ଉପସ୍ଥିତ ଥିଲେ । ସେହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ ଏବେର ଯୁଦ୍ଧ କୌଣସି ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ସୀମିତ ନାହିଁ । ବର୍ତ୍ତମାନ ବିପଦ ଜଳ,ସ୍ଥଳ, ଆକାଶ,ମହାକାଶ ଏବଂ ସାଇବର ସ୍ପେସ୍ପ୍ ପ୍ରତ୍ୟେକ ଦିଗରୁ ଏକାସାଙ୍ଗରେ ଆସୁଛି । ସେ କହିଛନ୍ତି ଯେ ଭାରତକୁ ଏପରି ନେଟୱର୍କ-କେନ୍ଦ୍ରିତ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ, ଯେଉଁଥିରେ ଡ୍ରୋନ୍ ସ୍ୱାର୍ମ, ଜାମିଂ ଟେକ୍ନିକ୍, କାଉଣ୍ଟର-ଡ୍ରୋନ୍ ସିଷ୍ଟମ ଏବଂ ରିଅଲ୍-ଟାଇମ୍ ଇଣ୍ଟେଲିଜେନ୍ସ ଭଳି କ୍ଷମତା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ଅଧିକ ପଢ଼ନ୍ତୁ-- ବିଲ୍ଡିଂ ନମ୍ବର ୧୭, ରୁମ ନମ୍ବର ୧୩… ଏଇଠି ଭାଇ , ଭଉଣୀ ମିଶି ରଚୁଥିଲେ ଷଡ଼ଯନ୍ତ୍ର ସେ ନିକଟରେ ଘଟିଥିବା ଅନ୍ତର୍ଜାତୀୟ ସଂଘର୍ଷଗୁଡ଼ିକୁ ଉଦାହରଣ ଦେଇ କହିଛନ୍ତି ଯେ ଭବିଷ୍ୟତର ଯୁଦ୍ଧ କେବଳ ମିସାଇଲ୍ କିମ୍ବା ଲଢୁଆ ବିମାନ ଉପରେ ନିର୍ଭର କରିବ ନାହିଁ । ଯିଏ ଅଧିକ ତୀବ୍ର, ଅତ୍ୟାଧୁନିକ ଏବଂ ବୈଷୟିକ ଦୃଷ୍ଟିରୁ ସକ୍ଷମ ହେବ, ସେ ହିଁ ବିଜେତା ହେବ । ବିଶେଷ କରି ୟୁକ୍ରେନ ଯୁଦ୍ଧରୁ ଆମକୁ ବହୁତ କିଛି ଶିଖିବାକୁ ମିଳିଛି । ଯୁଦ୍ଧରୁ ଆରମ୍ଭ କରି ସୂଚନା ବ୍ୟବସ୍ଥାର ଏହି ଯୁଦ୍ଧରେ ଭଲ ଭାବରେ ବ୍ୟବହାର ହୋଇଛି ।ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଧୁନିକ ପ୍ରତିରକ୍ଷା ପ୍ରଣାଳୀରେ AI , କ୍ୱାଣ୍ଟମ୍ କମ୍ପ୍ୟୁଟିଂ, ସେମିକଣ୍ଡକ୍ଟର ଚିପ୍ସ ଏବଂ ପରବର୍ତ୍ତୀ ପିଢ଼ିର ଯୋଗାଯୋଗ ନେଟୱର୍କକୁ ସାମିଲ କରିବା ପାଇଁ କାର୍ଯ୍ୟ ଦ୍ରୁତ ଗତିରେ ଆଗକୁ ବଢୁଛି । ବର୍ତ୍ତମାନ ପ୍ରଯୁକ୍ତିବିଦ୍ୟା କିଛି ଦେଶ କିମ୍ବା ସଂଗଠନ ମଧ୍ୟରେ ସୀମିତ ନାହିଁ, ଏହା ସମସ୍ତଙ୍କ ପହଞ୍ଚରେ ଅଛି, ଯାହା ଯୁଦ୍ଧର ସମୀକରଣକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି । ଓପନ୍ ସୋର୍ସ ବିଶ୍ଳେଷଣ ଏବଂ ପୂର୍ବାନୁମାନ ଆଧାରିତ ବିଶ୍ଳେଷଣ ଅପରେସନ ସିନ୍ଦୂରର ପ୍ରଥମ ପର୍ଯ୍ୟାୟରେ ଆମକୁ ବହୁତ ସାହାଯ୍ୟ କରିଛି ବୋଲି ସେନା ମୁଖ୍ୟ ମତ ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଦେଶ ଭିତରୁ ଅନେକ ସ୍ୱେଚ୍ଛାସେବୀ ଆଗକୁ ଆସିଥିଲେ । ପ୍ରବାସୀ ଭାରତୀୟ ସମୁଦାୟ ମଧ୍ୟ ଆଗକୁ ଆସି ଆମକୁ ସାହାଯ୍ୟ କରିଥିଲେ । ଅପରେସନ୍‌ ସିନ୍ଦୂରର ପ୍ରଥମ ପର୍ଯ୍ୟାୟରେ ଆମେ ବହୁତ ମଜବୁତ ରହିଥିଲୁ । ଆମେ ଏଥିରୁ ବହୁତ କିଛି ଶିଖିଛୁ, ତେଣୁ ଅପରେସନ୍‌ ସିନ୍ଦୂରର ଦ୍ୱିତୀୟ ପର୍ଯ୍ୟାୟ ହେଉ କିମ୍ବା ତା’ପରର ଯୁଦ୍ଧ, ଆମେ ଏହାକୁ ବଡ଼ ସ୍ତରରେ ଦେଖୁଛୁ ।

ନିନ୍ଦା 13 Nov 2025 4:19 pm

କାଲି ନୂଆପଡ଼ା ଉପନିର୍ବାଚନର ଆସିବ ଫଳାଫଳ, ଗଣତି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ

କନକ ବ୍ୟୁରୋ: ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି ହେବ । ଏନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଭୋଟ ଗଣତି ପ୍ରକ୍ରିୟାକୁ ସ୍ବଚ୍ଛ, ସୁସ୍ଥ ଓ ପାରଦର୍ଶୀ ଭାବରେ କରିବାକୁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମୋଟ ୧୪ ଗୋଟି ଟେବୁଲ୍ ରହିଥିବା ବେଳେ ୨୬ ରାଉଣ୍ଡ ଗଣତି ହେବ । ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ୍‌ ଗଣତି, ଅଧା ଘଣ୍ଟା ପରେ ଇଭିଏମ ଗଣତି ହେବ । ପ୍ରତ୍ୟେକ ଟେବୁଲ୍ ରେ ଜଣେ ଗଣତି ସହକାରୀ ଅଧିକାରୀ, ଗଣତି ସୂପରଭାଇଜର ଏବଂ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ରହିବେ । ଅଧିକ ପଢନ୍ତୁ : ନୂଆପଡ଼ାରେ ବମ୍ପର ଭୋଟିଂ, ରେକର୍ଡ ୮୧.୧୪ ପ୍ରତିଶତ ମତଦାନ ଜନସାଧାରଣଙ୍କ ପାଇଁ ମଧ୍ୟ ଡ଼ାକବାଜି ସାହାଯ୍ୟରେ ଘୋଷଣା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସମସ୍ତ ଗଣନା ପ୍ରକ୍ରିୟା ସିସିଟିଭି ନଜରରେ କରାଯିବ ଓ ଏସବୁର ଭିଡିଓ ରେକର୍ଡିଂ ହେବ l ଏହାର ତଦାରଖ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ପୋଲିସ ପ୍ରଶାସନ ଉପସ୍ଥିତ ରହିବେ l ଅନ୍ତିମ ରାଉଣ୍ଡ ଶେଷ ହେବା ପରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ବିଜେତା ପ୍ରାର୍ଥୀଙ୍କ ନାମ ଘୋଷଣା ହେବ। ନୂଆପଡ଼ା ଉପନିର୍ବାଚନ : ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବିତ କଲେ ଜିଲ୍ଲା ନିର୍ବାଚନ ଅଧିକାରୀ ସେପଟେ ନୂଆପଡ଼ା ଉପନିର୍ବାଚନରେ ଭୋଟ୍ ଚୋରି ଅଭିଯୋଗ ଆଣିଲା ବିଜୁ ଜନତା ଦଳ । ୪୧ ବୁଥରେ ଭୋଟ୍ ଚୋରି ହୋଇଥିବା ବିଜେଡି ଅଭିଯୋଗ କରିଛି । ଭୋଟ୍ ପ୍ରଭାବିତ କରିବାକୁ ସମସ୍ତ ଚେଷ୍ଟା କରାଯାଇଥିଲା । ଭୋଟ୍ ଚୋରି ଅଭିଯୋଗ କରି ସିସିଟିଭି ଫୁଟେଜ ଦାବି କରିଛି ଦଳ । ସରକାରୀ ଦଳ ଓ ପୁଲିସ ଏହି ନିର୍ବାଚନକୁ ପ୍ରଭାବିତ କରିଥିବା ଦଳ ଅଭିଯୋଗ କରିଛି । କଂଗ୍ରେସ ବି ଆଣିଛି ଭୋଟ୍ ଚୋରି ଅଭିଯୋଗ । ହେଲିକପ୍ଟଟରରେ ପଠାଇଯାଇଥିବା ଇଭିଏମ କାହା ଦାୟିତ୍ବରେ ଥିଲା ବୋଲି ଦଳ ପ୍ରଶ୍ନ କରିଛି। ଏହାସହ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଭୋଟ୍ ପ୍ରତିଶତକୁ ଦେଖି ମଧ୍ୟ ସନ୍ଦେହ ଉପୁଜିଥିବା କଂଗ୍ରେସ କହିଛି ।

ନିନ୍ଦା 13 Nov 2025 4:16 pm

ମଞ୍ଚାରେ ବିତୁଛି ଜୀବନ | #udalanews #elephant #terror #odishareporter

Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter

ଓଡ଼ିଶା ସାମ୍ବାଦିକ 13 Nov 2025 4:04 pm

ବାଲିଯାତ୍ରାରେ ଫେମସ୍ ମୁଢ଼ି କଡ଼କଡ଼ା | Odisha Reporter

#ବ ାଲିଯାତ୍ରାରେ_ଫେମସ୍_ମୁଢ଼ି_କଡ଼କଡ଼ା ମୁଢ଼ି ଖାଇବାକୁ କାହାକୁ ବା ପସନ୍ଦ ନୁହେଁ, ବାଲିଯାତ୍ରାରେ ମିଳୁଛି ମୁଢ଼ିର ଭେରାଇଟି ଆଇଟମ୍‌। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #OdishaReporter #Odisha #BaliYatra2025 #cuttack

ଓଡ଼ିଶା ସାମ୍ବାଦିକ 13 Nov 2025 4:00 pm

Delhi Terror Blast : “ଦେଶ ଏବେ ସୁରକ୍ଷିତ ହାତରେ ନାହିଁ”

କନକ ବ୍ୟୁରୋ: ସରକାର ଉପରେ ବର୍ଷିଲା କଂଗ୍ରେସ । ଦିଲ୍ଲୀ ଆତଙ୍କବାଦୀ ବିସ୍ଫୋରଣ କୁ ନେଇ କଂଗ୍ରେସ ଦଳ ଏବେ ସରକାରକୁ କରିଛି କଡ଼ା ସମାଲୋଚନା । କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ କହିଛନ୍ତି, ଦିଲ୍ଲୀ ବିସ୍ଫୋରଣର ୫୦ ଘଣ୍ଟା ପରେ, ମୋଦୀ ସରକାର ଶେଷରେ ସ୍ୱୀକାର କରିଛନ୍ତି ଯେ ଏହା ଏକ ଆତଙ୍କବାଦୀ ଆକ୍ରମଣ, କିନ୍ତୁ ପାକିସ୍ତାନ ବିଷୟରେ ଏକ ଶବ୍ଦ ମଧ୍ୟ କହିନାହାଁନ୍ତି । ତେବେ ପାକିସ୍ତାନର ସମ୍ପୃକ୍ତି ବିନା ଭାରତରେ ଆତଙ୍କବାଦୀ ଆକ୍ରମଣ ହୋଇପାରିବ କି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ ସୁପ୍ରିୟା ଶ୍ରୀନେତ ମୋଦୀ ସରକାରକୁ ତେରେଛା ତୀର ମାରି କହିଛନ୍ତି, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ମୋଦୀ ସରକାର କହିଥିଲେ ଯେ ଯେକୌଣସି ଆତଙ୍କବାଦୀ ଆକ୍ରମଣକୁ ଯୁଦ୍ଧ ଭାବରେ ବିବେଚନା କରାଯିବ । ତଥାପି ପାକିସ୍ତାନ ସ୍ଥିତ ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଏହି ଆକ୍ରମଣ ପରେ ବି ସରକାର କୌଣସି ବି ପ୍ରତିକ୍ରିୟା ରଖିବା କଥାର ବିପରୀତ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର । ଆହୁରି ପଢ଼ନ୍ତୁ : Nuapada Bye Election: ଭକ୍ତ କହିଦେଲେ, କଂଗ୍ରେସ ୫ ହଜାର ଭୋଟରେ ଜିତିବ 'ଦେଶ ଆଦୌ ସୁରକ୍ଷିତ ହାତରେ ନାହିଁ' କଂଗ୍ରେସ ମୁଖପାତ୍ର କହିଥିଲେ କହିଛନ୍ତି ଯେ, ଯାହା ହେଉନା କାହିଁକି, ମୋଦୀଙ୍କ ଅଜ୍ଞତା ଏବଂ ଅହଙ୍କାର ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି। ସମଗ୍ର ଦେଶ ଏହି ଗୋଟିଏ ପ୍ରଶ୍ନର ଉତ୍ତର ଚାହୁଁଛି ଯେ, ଏହି ଆତଙ୍କବାଦୀ ଆକ୍ରମଣ ବିଷୟରେ କାହିଁକି କୌଣସି ଗୁପ୍ତ ସୂଚନା ନଥିଲା? ଆଇବି, ଦିଲ୍ଲୀ ପୋଲିସ ଏବଂ ଅମିତ ଶାହ କ'ଣ କରୁଥିଲେ? ଏହି କଥାରୁ ଗୋଟିଏ କଥା ବାରମ୍ବାର ପ୍ରମାଣିତ ହେଉଛି, ଏହି ଦେଶ ଆଦୌ ସୁରକ୍ଷିତ ହାତରେ ନାହିଁ । ଆହୁରି ପଢ଼ନ୍ତୁ : ଖେଳାଳିଙ୍କୁ ଧମକାଇଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ, ୧୨ ଜଣଙ୍କର ମୃତ୍ୟୁ ପରେ ଭୟଭୀତ ଶ୍ରୀଲଙ୍କା କ୍ରିକେଟ ଦଳ ଜାଣିରଖିବା ଉଚିତ ଯେ, ନଭେମ୍ବର ୧୦ ତାରିଖ ଦିନ ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣକୁ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଭାବେ ଗ୍ରହଣ କରାଯାଇଛି । ଆଉ କେନ୍ଦ୍ର ସରକାର ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ଘୋଷଣା କରିଛନ୍ତି । କ୍ୟାବିନେଟ ପ୍ରସ୍ତାବ ବିଷୟରେ କହି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଆତଙ୍କବାଦୀ ଆକ୍ରମଣର ତୁରନ୍ତ ତଦନ୍ତ ପାଇଁ କ୍ୟାବିନେଟ ନିର୍ଦ୍ଦେଶ ଦେଇଛି ଯାହାଦ୍ଵାରା ଅପରାଧୀ ଏବଂ ସେମାନଙ୍କ ସହଯୋଗୀମାନଙ୍କୁ ଚିହ୍ନଟ କରାଯାଇ ନ୍ୟାୟ ଦିଆଯାଇପାରିବ ।

ନିନ୍ଦା 13 Nov 2025 4:00 pm

Pakistan: ସୁରକ୍ଷା କାରଣରୁ ପାକିସ୍ତାନ ଛାଡ଼ିବାକୁ ଚାହୁଁଛନ୍ତି ଶ୍ରୀଲଙ୍କା ଖେଳାଳି, କିନ୍ତୁ ବୋର୍ଡ ଦେଲା କାର୍ଯ୍ୟାନୁଷ୍ଠାନ ଧମକ

ପାକିସ୍ତାନ(Pakistan)ରେ ଥିବା ଶ୍ରୀଲଙ୍କା(Srilanka) ଖେଳାଳିଙ୍କୁ ଘାରିଛି ସୁରକ୍ଷା ଚିନ୍ତା। ମଙ୍ଗଳବାର ଇସଲାମାବାଦ କାର ବିସ୍ଫୋରଣ ପରେ ନିଜକୁ ପାକିସ୍ତାନରେ ସୁରକ୍ଷିତ ମଣୁ ନାହାନ୍ତି ଶ୍ରୀଲଙ୍କା କ୍ରିକେଟ ଟିମର ସଦସ୍ୟ। ଏଥିପାଇଁ ସେମାନେ ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ ଅଧାରୁ ଏହାକୁ ବାତିଲ କରି ସ୍ୱଦେଶ ଫେରିବାକୁ ଚାହୁଁଛନ୍ତି। ଏନେଇ ସେମାନେ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ଅନୁରୋଧ ମଧ୍ୟ କରିଛନ୍ତି। ହେଲେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସେମାନଙ୍କ ଅନୁରୋଧକୁ ଗ୍ରହଣ କରୁନାହିଁ। ଯଦି କୌଣସି ଖେଳାଳି ସିରିଜ ଅଧାରୁ ପାକିସ୍ତାନ ଛାଡ଼ିବେ, ତା’ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୋର୍ଡ ଧମକ ଦେଇଛି। ପାକିସ୍ତାନ ସହ ଚାଲିଥିବେ ଦିନିକିଆ ସିରିଜକୁ ଚାଲୁ ରଖିବା ପାଇଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ ଖେଳାଳିଙ୍କୁ ପରାମର୍ଶ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ବିପକ୍ଷ ୩ଟିକିଆ ଦିନିକିଆ ସିରିଜରେ ସାମିଲ ଥିବା ଶ୍ରୀଲଙ୍କା ସ୍କ୍ୱାଡର ୮ ଜଣ ଖେଳାଳି ସୁରକ୍ଷା କାରଣରୁ ସ୍ୱଦେଶ ଫେରିବାକୁ ଆଗ୍ରହ ଦେଖାଇଥିଲେ। ଶୁକ୍ରବାର ରାୱଲପିଣ୍ଡିରେ ଦ୍ୱିତୀୟ ଦିନିକିଆ ଖେଳାଯିବାକୁ ଥିବା ବେଳେ ଗୁରୁବାର ୮ ଜଣ ଖେଳାଳି ସ୍ୱଦେଶ ଫେରିଯିବାକୁ ଚାହିଁଥିଲେ। ଏହାପରେ ଶ୍ରୀଲଙ୍କା ବୋର୍ଡ ଗୋଟିଏ ବିବୃତି ଜାରି କରି କହିଛି ଯେ “ଶ୍ରୀଲଙ୍କା କ୍ରିକେଟ(ଏସଏଲସି)କୁ ଟିମ ମ୍ୟାନେଜମେଣ୍ଟ ପକ୍ଷରୁ ଜାତୀୟ ଟିମର କିଛି ସଦସ୍ୟ ପାକିସ୍ତାନ ଛାଡ଼ି ସ୍ୱଦେଶ ଫେରିବାକୁ ଚାହୁଁଥିବା ଅବଗତ କରାଯାଇଥିଲା। ସେମାନେ ନିଜର ସୁରକ୍ଷାକୁ ନେଇ ପାକିସ୍ତାନରେ ଚିନ୍ତା ପ୍ରକଟ କରିଥିଲେ। ଏହି ଘଟଣା ପରେ ଏସଏଲସି ତୁରନ୍ତ ଖେଳାଳିଙ୍କ ସହ କଥା ହୋଇଥିଲା ଓ ସେମାନଙ୍କ ସବୁ ଚିନ୍ତା ପାକିସ୍ତାନ କ୍ରିକେଟ ବୋର୍ଡ ସହ ମିଶି ଦୂର କରାଯାଇଥିଲା। ଏ ସମ୍ପର୍କରେ ଖେଳାଳିମାନଙ୍କୁ ମଦ୍ୟ ଜଣାଯାଇଥିଲା। ପାକିସ୍ତାନ କ୍ରିକେଟ ବୋର୍ଡର ପ୍ରାଧିକୃତ ଅଧିକାରୀ ଗସ୍ତରେ ଥିବା ସବୁ ସଦସ୍ୟଙ୍କ ସୁରକ୍ଷାର ଗ୍ୟାରେଣ୍ଟୀ ଦେଇଛନ୍ତି। ତେଣୁ ଏସଏଲସି ସମସ୍ତ ଖେଳାଳି, ସପୋର୍ଟ ଷ୍ଟାଫ ଓ ଟିମ ମ୍ୟାନେଜମେଣ୍ଟକୁ ଗସ୍ତ ଜାରି ରଖିବାକୁ ପରାମର୍ଶ ଦେଉଛି। ଏହାପରେ ବି ଯଦି ଖେଳାଳିମାନେ ସ୍ୱଦେଶ ଫେରିବେ, ତା’ହେଲେ ବୋର୍ଡ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ। ସ୍ୱଦେଶ ଫେରୁଥିବା ଖେଳାଳିଙ୍କ ବଦଳ ଖେଳାଳିଙ୍କ ନାଁ ମଧ୍ୟ ଘୋଷଣା କରାଯିବ।” ଏବେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ(Cricket) ଚାଲିଛି। ୩ ଟିକିଆ ଦିନିକିଆ ସିରିଜ ଭାବେ ପାକିସ୍ତାନ-ଶ୍ରୀଲଙ୍କା-ଜାମ୍ବାୱେ ମଧ୍ୟରେ ତ୍ରିପାକ୍ଷିକ ଟି-୨୦ ସିରିଜ ଅନୁଷ୍ଠିତ ହେବ। ନଭେମ୍ବର ୧୭ରୁ ୨୯ ଯାଏ ମ୍ୟାଚ୍‌ଗୁଡ଼ିକ ରାୱଲପିଣ୍ଡି ଓ ଲାହୋରରେ ଖେଳାଯିବ।

ଓଡ଼ିଶା ସାମ୍ବାଦିକ 13 Nov 2025 3:56 pm

କାଲି ବିହାର ରେଜଲ୍ଟ , ହାତୀ କାହା ମୁଣ୍ଡରେ ଢାଳିବ ସୁନା କଳସ ?

କନକ ବ୍ୟୁରୋ: ବିହାର ବିଧାନସଭାର ୨୪୩ ଆସନରେ ମତଦାନ ଶେଷ ପରେ ଏବେ ଭୋଟ ଗଣତି ପ୍ରସ୍ତୁତି ଚଳାଇଛନ୍ତି ନିର୍ବାଚନ କମିସନ । ଏକଜିଟ୍‌ ପୋଲ୍‌ ଆସିସାରି ଥିବା ବେଳେ ଏବେ ଏକଜାଟ ପୋଲ୍‌ ଉପରେ ସମସ୍ତଙ୍କ ନଜର ରହିଛି । ଆସନ୍ତାକାଲି ବିହାର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହେବ । ୩୮ ଜିଲ୍ଲାରେ ଭୋଟ ଗଣତି ପାଇଁ ୪୬ଟି ମତଗଣନା କେନ୍ଦ୍ର କରାଯାଇଛି । ସାଧାରଣତଃ ଗୋଟିଏ ଜିଲ୍ଲାରେ ଥିବା ସମସ୍ତ ବିଧାନସଭା ଆସନର ଭୋଟ ଗଣତି ପାଇଁ ଜିଲ୍ଲା ମୁଖ୍ୟାଳୟରେ ମତଗଣନା କେନ୍ଦ୍ର ହୋଇଥାଏ । କିନ୍ତୁ ନିର୍ବାଚନ କମିସନ ବିହାରର କିଛି ଜିଲ୍ଲା ଏକରୁ ଅଧିକ ମତଗଣନା କେନ୍ଦ୍ର କରିଛନ୍ତି । ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ପ୍ରତ୍ୟେକ ବିଧାନସଭା ଆସନରେ ୧୪ଟି ଟେବୁଲରେ ଭୋଟ ଗଣତି ପାଇଁ ବ୍ୟବସ୍ଥା ହୋଇଛି । ଏଥର ପୋଷ୍ଟାଲ ବାଲାଟର ଗଣତି ନିୟମକୁ ପରିବର୍ତ୍ତନ କରାଯାଇଛି । ଶେଷ ଦୁଇ ରାଉଣ୍ଡ ଗଣତି ପୂର୍ବରୁ ପୋଷ୍ଟାଲ ବାଲାଟର ଗଣତି ହେବ । ଯେତ ଗଣତି ରାଉଣ୍ଡ ଆଗକୁ ବଢିବ ବିଧାନସଭା ଆସନରେ ଫଳାଫଳ ସେତେ ସ୍ପଷ୍ଟ ହେବାରେ ଲାଗିବ । ଅପରାହ୍ଣ ୨ଟା ସୁଦ୍ଧା ବିହାରରେ ସରକାର କିଏ ଗଢ଼ିବ, କେଉଁ ଆସନରେ କିଏ ବିଜୟୀ ହେବ ସ୍ପଷ୍ଟ ଚିତ୍ର ଆସିଯିବା ସମ୍ଭାବନା ରହିଛି । ଅଧିକ ପଢନ୍ତୁ : ଆସନ୍ତାକାଲି ବିହାର ବିଧାନସଭା ନିର୍ବାଚନର ଭୋଟ ଗଣତି: ୩୮ ଜିଲ୍ଲାର ୪୬ ମତଗଣନା କେନ୍ଦ୍ରର ହେବ କାଉଣ୍ଟିଂ ବିହାର ଜନତା ଦୁଇଟି ପର୍ଯ୍ୟାୟରେ ବମ୍ପର ଭୋଟିଂ କରିଛନ୍ତି । ୧୧ ତାରିଖରେ ମତଦାନ ସରିବା ପରେ ବିଭିନ୍ନ ସଂସ୍ଥାର ବୁଥ ବାହୁଡ଼ା ମତ ବା ଏକଜିଟ ପୋଲ୍‌ ରିପୋର୍ଟ ସାମ୍ନାକୁ ଆସିଥିଲା । ବୁଥ ବାହୁଡ଼ା ମତରେ ଏନଡିଏକୁ ବହୁମତ ଦେଇଛନ୍ତି ବିଭିନ୍ନ ସଂସ୍ଥା । ଗତକାଲି ଆକ୍ସିସ- ମାଇ ଇଣ୍ଡିଆର ଏକଜିଟ ପୋଲରେ ମଧ୍ୟ ଏନଡିଏ ପୁଣି କ୍ଷମତାକୁ ଫେରୁଥିବା କୁହାଯାଇଛି । ଅଧିକ ପଢନ୍ତୁ : ବିହାରରେ ବମ୍ପର ଭୋଟିଂ ପଛରେ ମହିଳାଙ୍କ ମତଦାନ, କାହାକୁ ଦେଲେ କେତେ ଭୋଟ, ଫଳାଫଳରେ ହେବ ସ୍ପଷ୍ଟ ଆକ୍ସିସ- ମାଇ ଇଣ୍ଡିଆର ଏକଜିଟ ପୋଲ୍‌ ଅନୁସାରେ ଏନଡିଏକୁ ୧୨୧ରୁ ୧୪୧ ଆସନ, ମହାଗଠବନ୍ଧନକୁ ୯୮-୧୧୮, ଜନ ସୁରାଜକୁ ୦-୨ଟି ଆସନ ଓ ଅନ୍ୟାନ୍ୟ ୧ରୁ ୭ଟି ଆସନ ମିଳିବ । ତେବେ ଆରଜେଡି ପାଇଁ ମଧ୍ୟ ରହିଛି ଖୁସି ଖବର। ଆକ୍ସିସ- ମାଇ ଇଣ୍ଡିଆର ଏକଜିଟ ପୋଲ ଅନୁସାରେ ବିହାରର ସବୁଠୁ ବଡ଼ ଦଳ ଭାବେ ଆରଜେଡି ଉଭା ହେବ । ଆରଜେଡିକୁ ୬୭ରୁ ୭୧ ଆସନ, ଜେଡିୟୁ- ୫୬ରୁ ୬୨ ଆସନ, ବିଜେପି ୫୦ରୁ ୫୬ ଆସନ, କଂଗ୍ରେସ-୧୭ରୁ ୨୧ ଆସନ, ଲୋକ ଜନଶକ୍ତି ପାର୍ଟି- ୧୧ରୁ ୧୬ ଆସନ, ହମ - ୨ରୁ ୩ଟି ଆସନ, ଆରଏଲଏମ- ୨ରୁ ୪ଟି ଆସନ ଓ ଜନ ସୁରାଜକୁ ୦ରୁ ୨ଟି ବିଧାନସଭା ଆସନ ମିଳିବ ବୋଲି ଆକଳନ କରାଯାଇଛି ।

ନିନ୍ଦା 13 Nov 2025 3:40 pm

ପରୀକ୍ଷା ବାତିଲ ହେଉଛି ଏଥିରେ ପିଲାଙ୍କ କଣ ଭୁଲ ? | Odisha Reporter

#ପର ୀକ୍ଷା_ବାତିଲ_ହେଉଛି_ଏଥିରେ_ପିଲାଙ୍କ_କଣ_ଭୁଲ ? SI ପରୀକ୍ଷା ସ୍କାମ୍‌ରେ ସିଲିକନ୍‌ ସଂସ୍ଥାର ସଂପକ୍ତିକୁ ଥିବା ବେଳେ ASO ପରୀକ୍ଷା ଅନିୟମିତତାରେ ମଧ୍ୟ ଏହି ସଂସ୍ଥାର ହାତ ଥିବାରୁ ହାଇକୋର୍ଟ ଏହାକୁ ରଦ୍ଦ କଲେ କିନ୍ତୁ ଏଥିରେ ପିଲାଙ୍କ କଣ ଭୁଲ, ପିଲାଙ୍କ ଭବିଷ୍ୟତ ସହ କଣ ପାଇଁ ଖେଳଯାଉଛି ? Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #Odisha #ASO #SI #OdishaGovt

ଓଡ଼ିଶା ସାମ୍ବାଦିକ 13 Nov 2025 3:30 pm

Blast In Delhi: ପାକ୍‌ ପ୍ରତିରକ୍ଷା ମନ୍ତ୍ରୀଙ୍କ ବାହାସ୍ଫୋଟ: ଭାରତ-ଆଫଗାନିସ୍ତାନ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ

ଉସକାଇବା ଭଳି ବୟାନ ଦେଇଛନ୍ତି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ। ପାକିସ୍ତାନ ଗୋଟିଏ ସମୟରେ ଉଭୟ ଭାରତ ଓ ଆଫଗାନିସ୍ତାନ ବିରୋଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ଥିବା ସେ ବାହାସ୍ଫୋଟ ମାରିଛନ୍ତି। ପାକିସ୍ତାନ ଦୁଇ ପାର୍ଶ୍ୱରେ ଯୁଦ୍ଧ କରିବାକୁ ପୂରା ସକ୍ଷମ ବୋଲି ସେ ଦମ୍ଭୋକ୍ତି କରିଛନ୍ତି। ଦିଲ୍ଲୀ ଆତଙ୍କବାଦୀ ହମଲା ପରେ ଭାରତରେ ହଇଚଇ ସୃଷ୍ଟି ହୋଇଛି। କାଳେ ଭାରତ ଏଥିପାଇଁ କୌଣସି ବଡ଼ ପଦକ୍ଷେପ ନେବେ ସେହି ଭୟରେ ବୟାନବାଜୀ ଆରମ୍ଭ କରି ଦେଇଛନ୍ତି ଆସିଫ। ସେ ଗୋଟିଏ ସାଧାରଣ ସଭାରେ କହିଛନ୍ତି ଯେ “ଆମେ ଦୁଇ ପାର୍ଶ୍ୱରେ ଯୁଦ୍ଧ କରିବାକୁ ପ୍ରସ୍ତୁତ। ଆମେ ପ୍ରସ୍ତୁତ, ଆମେ ଉଭୟ ଇଷ୍ଟର୍ଣ୍ଣ(ଭାରତ) ଓ ୱେଷ୍ଟର୍ଣ୍ଣ ସୀମା(ଆଫଗାନିସ୍ତାନ) ସହ ଲଢ଼ିବାକୁ ସକ୍ଷମ ଅଛୁ। ଆଲ୍ଲା ଆମକୁ ପ୍ରଥମ ରାଉଣ୍ଡରେ ସହାୟତା କରିଥିଲେ। ସେ ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ଆମକୁ ସହାୟକ ହେବେ।” ମଙ୍ଗଳବାର ଇସଲାମାବାଦରେ କାର୍‌ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୧୨ ଜଣ ପ୍ରାଣ ହରାଇଥିବେ ବେଳେ ୩୬ ଜଣ ଆହତ ହୋଇଛନ୍ତି। ପାକିସ୍ତାନ ତାଲିବାନ(ଟିଟିପି) ଏହି ଆତ୍ମଘାତୀ କାର ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି। ଟିଟିପିର ଦାବି ପରେ ଆସିଫ ଏପରି ବୟାନ ଦେଇଛନ୍ତି। ଦିଲ୍ଳୀ ଲାଲକିଲ୍ଲାରେ ହୋଇଥିବା ଆତ୍ମଘାତୀ କାର ବିସ୍ଫୋରଣ(Blast In Delhi)କୁ ମଧ୍ୟ ସେ ସିଲିଣ୍ଡର ବିସ୍ଫୋରଣ ଭାବେ ଚିତ୍ରଣ କରିଛନ୍ତି। ଆସିଫ କହିଛନ୍ତି, “ଗତକାଲି ଯାଏ, ଏହା କେବଳ ଗୋଟିଏ ସିଲିଣ୍ଡର ବିସ୍ଫୋରଣ ରହିଥିଲା। ଏବେ ସେମାନେ ଏହାକୁ ଗୋଟିଏ ବିଦେଶୀ ଷଡ଼ଯନ୍ତ୍ର ଭାବେ ଚିତ୍ରଣ କରୁଛନ୍ତି। ଭାରତ ଖୁବଶୀଘ୍ର ଘଟଣା ପାଇଁ ପାକିସ୍ତାନକୁ ମଧ୍ୟ ଦାୟୀ କରିପାରେ।” ଅନ୍ୟପକ୍ଷରେ ଇସଲାମାବାଦ ବିସ୍ଫୋରଣ( ପାଇଁ ଟିଟିପି ନିଜକୁ ଦାୟୀ କରିଥିଲେ ହେଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଭାରତକୁ ଦୋଷ ଦେଇଛନ୍ତି। ଭାରତ ସମର୍ଥନରେ କାର୍ଯ୍ୟ କରୁଥିବା ସଂଗଠନ ହମଲା କରିଥିବା ଶରିଫ ଦାବି କରିଛନ୍ତି। ଆସିଫଙ୍କ କହିବା କଥା ଯେ ତାଲିବାନ ବୋମା ବିସ୍ଫୋରଣ କରି ବଡ଼ ବାର୍ତ୍ତା ଦେଇଛନ୍ତି। ସେ ଏକ୍ସରେ କହଛନ୍ତି, “କାବୁଲର ଶାସକ ପାକିସ୍ତାନରେ ଆତଙ୍କବାଦକୁ ବନ୍ଦ କରିପାରିବେ। କିନ୍ତୁ ଇସଲାମାବାଦକୁ ଏହି ଯୁଦ୍ଧ ଆଣି କାବୁଲ ପକ୍ଷରୁ ବଡ଼ ବାର୍ତ୍ତା ଦିଆଯାଇଛି। ପାକିସ୍ତାନ ଏହାର ଦୃଢ଼ ଜବାବ ଦେବାକୁ ପ୍ରସ୍ତୁତ।”

ଓଡ଼ିଶା ସାମ୍ବାଦିକ 13 Nov 2025 3:29 pm

Special Story:ଧୂର୍ତ୍ତ ଅଜିତ ପାତ୍ର:ସେକ୍ସ ରାକେଟରୁ କ୍ୟାରିଅର ଆରମ୍ଭIPS ମାରୁଥିଲେ ସାଲ୍ୟୁଟ !| Odisha Reporter

କେତେବେଳେ ନିଜକୁ ସିନିୟର ବ୍ୟୁରୋକ୍ରାଟଙ୍କ ପାଖଲୋକ କହୁଥିଲା ତ ଆଉ କେତେବେଳେ କହୁଥିଲା ଅମୁକ ମନ୍ତ୍ରୀଙ୍କ ଅଷ୍ଟମୀ ବନ୍ଧୁ । କେତେବେଳେ ଭୁବନେଶ୍ବର ତ କେତେବେଳେ ଦିଲ୍ଲୀରେ ରହି ଅପରେଟ କରୁଥିଲା ନେଟୱର୍କ । ଦୀର୍ଘ ୨୦ ବର୍ଷ କାଳ ଜିଲ୍ଲାରୁ ଜାତୀୟସ୍ତର ପର୍ଯ୍ୟନ୍ତ ଠକେଇ କରୁଥିଲେ ବି ବେଶ୍‌ ପତିଆରା କିନ୍ତୁ ଜମେଇ ରଖିଥିଲା ଧୂର୍ତ୍ତ ଅଜିତ ପାତ୍ର । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #ajitpatra #specialstory #gstscam

ଓଡ଼ିଶା ସାମ୍ବାଦିକ 13 Nov 2025 3:10 pm

Blast In Delhi: ଦିଲ୍ଲୀ ଆତଙ୍କୀ ହମଲା: ସିରିଜ ବିସ୍ଫୋରଣ ପାଇଁ ପ୍ରସ୍ତୁତ ହୋଇଥିଲା ୩୨ଟି କାର୍‌!

ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣର ତଦନ୍ତ ବେଳେ ଚକିତ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ଦିଲ୍ଲୀ ଏନସିଆରରେ ସିରିଜ ବିସ୍ଫୋରଣ ପାଇଁ ଧଲା କଲାର ଆତଙ୍କବାଦୀମାନେ ୩୨ଟି କାରକୁ ପ୍ରସ୍ତୁତ କରି ରଖିଥିଲେ। ମାରୁତି ସୁଜିକ ବ୍ରେଜା, ମାରୁତି ସ୍ୱିଫ୍ଟ ଡିଜୟାର ଓ ଗୋଟିଏ ଫୋର୍ଡ ଇକୋ ସ୍ପୋର୍ଟ ଭଳି ୩୨ଟି କାରକୁ ବିସ୍ଫୋରଣ ସାମଗ୍ରୀ ନେବା ଆଣିବା, ଆତଙ୍କୀଙ୍କ ପାଖରେ ଏହାକୁ ପହଞ୍ଚାଇବା, ରେକି କରିବା ଓ ସିରିଜ ବିସ୍ଫୋରଣର ପ୍ରସ୍ତୁତି ପାଇଁ ବ୍ୟବହାର କରିବା ଭଳି କାର୍ଯ୍ୟ ପାଇଁ ରଖାଯାଇଥିଲା ବୋଲି ଜଣାପଡ଼ିଛି। ସୋମବାର ଆତ୍ମଘାତୀ ଆକ୍ରମଣକାରୀ ଡାକ୍ତର ଉମର ଉନ ନବି ଗୋଟିଏ ହୁଣ୍ଡାଇ ଆଇ କାରକୁ ବିସ୍ଫୋରଣ(Blast In Delhi)ରେ ବ୍ୟବହାର କରିଥିଲା। ଏହା ସିରିଜ ବିସ୍ଫୋରଣର ଅଂଶବିଶେଷ ରହିଥିଲା। ଡିସେମ୍ବର ୬ ବାବ୍ରୀ ମସିଜିଦ ଭଙ୍ଗା ଯିବାର ବର୍ଷପୂର୍ତ୍ତିରେ ମୋଟ ୬ଟି ସ୍ଥାନରେ ବିସ୍ଫୋରଣ କରିବାକୁ ଆତଙ୍କବାଦୀମାନେ ଯୋଜନା ପ୍ରସ୍ତୁତ କରିଥିଲେ। ସବୁ ସ୍ଥାନରେ କାର୍‌ ବିସ୍ଫୋରଣ ଦ୍ୱାରା ହମଲା କରିବାକୁ ସେମାନେ ମସୁଧା କରିଥିଲେ। ବର୍ତ୍ତମାନ ସୁଦ୍ଧା ୪ଟି କାରକୁ ସୁରକ୍ଷାକର୍ମୀମାନେ ଚିହ୍ନଟ କରାଯାଇଛି। ଏହି କାରଗୁଡ଼ିକୁ ଏକାଧିକ ଥର କିଣାବିକା କରାଯାଇଥିବାରୁ ଆତଙ୍କବାଦୀମାନେ ସେଗୁଡ଼ିକୁ ଚୟନ କରିଥିଲେ। ତେବେ ସିରିଜ ବିସ୍ଫୋରଣ କରିବାକୁ ବ୍ୟବହୃତ ହୋଇଥିବା ସମସ୍ତ ୪ଟି ଯାକ କାରକୁ ଠାବ କରାଯାଇ ସାରିଛି। ଆତଙ୍କବାଦୀଙ୍କ ପେଣ୍ଠସ୍ଥଳ ବନିଥିବା ଫରିଦାବାଦର ଅଲ ଫଲାହ ସ୍କୁଲ ଅଫ ମେଡିକାଲ ସାଇନ୍ସ ଓ ରିସର୍ଚ୍ଚ ସେଣ୍ଟରରୁ ଆଜି ବ୍ରେଜା କାରକୁ ଜବତ କରାଯାଇଛି। ବୁଧବାର ଫରିଦାବାଦର ଗୋଟିଏ ପରିତ୍ୟକ୍ତ ସ୍ଥାନରୁ DL10 CK 0458 ନମ୍ବର ବିଶିଷ୍ଟ ନାଲି ରଙ୍ଗର ଇକୋ ସ୍ପୋର୍ଟ କାରକୁ ଜବତ କରାଯାଇଥିଲା। ଏହି କାରଟି ଆତ୍ମଘାତୀ ଆତଙ୍କୀ ଉମର ନାଁରେ ପଞ୍ଜିକରଣ ହୋଇଛି। କାରର ପଛ ସିଟ୍‌ରେ ଶୋଇଥିବା ଜଣେ ଯୁବକଙ୍କୁ ପୁଲିସ୍‌ ହେପାଜତକୁ ନେଇଛି। ହେଲେ ଟେରର ମଡ୍ୟୁଲରେ ତାଙ୍କ ଭୂମିକା ସମ୍ପର୍କରେ କିଛି ବି ଜଣାପଡ଼ିନି। ଡିଜେୟାର ଗାଡ଼ିକୁ ସୋମବାର ହିଁ ଜବତ କରାଯାଇଥିଲା। ଏଥିରୁ ଏକାଧିକ ଆସଲ୍ଟ ରାଇଫଲ ଓ ଗୁଳିଗୋଳା ଜବତ ହୋଇଥିଲା। ୪ର୍ଥ କାରଟି ହୁଣ୍ଡାଇ ଆଇ ୨୦। ଏହାକୁ ସୋମବାର ବିସ୍ଫୋରଣରେ ବ୍ୟବହାର କରାଯାଇଥିଲା। ବାକି କାରଗୁଡ଼ିକୁ ଏବେ ସୁରକ୍ଷାକର୍ମୀମାନେ ଖୋଜିବାରେ ଲାଗିଛନ୍ତି। କିଛି କାରକୁ ରେକି ପାଇଁ ଓ ଆଉ କିଛି କାରକୁ ବିସ୍ଫୋରଣ ନେବା ଆଣିବା ପାଇଁ ବ୍ୟବହାର କରାଯାଇଥିଲା ବୋଲି ଜଣାପଡ଼ିଛି। ସୋମବାର ଆତ୍ମଘାତୀ କାର ବିସ୍ଫୋରଣରେ ଆତଙ୍କୀ ଉମରକୁ ମିଶାଇ ୧୩ ଜଣ ପ୍ରାଣ ହରାଇଥିଲେ। ଘଟଣା ବେଳେ ଉମର ଆଇ ୨୦ କାର ଚଳାଉଥିଲା। ଡିଏନଏ ଟେଷ୍ଟରୁ ବିସ୍ଫୋରଣେ ଉମରର ମୃତ୍ୟୁ ହୋଇଥିବା ପୁଲିସ୍‌ ସ୍ପଷ୍ଟ କରିଛି। ସୋମବାର ସକାଳେ ଆଇଟି ୨୦ କାର ସହ ଉମର ବଦରପୁର ସୀମା ଦେଇ ଦିଲ୍ଲୀରେ ପ୍ରବେଶ କରିଥିଲା। ଦିନ ତମାମ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବୁଲିବା ପରେ ସନ୍ଧ୍ୟା ବେଳେ ଲାଲକିଲ୍ଲା ନିକଟରେ କାର ବିସ୍ଫୋରଣ କରିଥିଲା। ଆତଙ୍କବାଦୀମାନେ ଚଳିତ ବର୍ଷ ଅକ୍ଟୋବର ୨୦ ଦୀପାବଳିରେ ମଧ୍ୟ ବିସ୍ଫୋରଣ କରିବାକୁ ଯୋଜନା କରୁଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରାଯାଇଥିଲା।

ଓଡ଼ିଶା ସାମ୍ବାଦିକ 13 Nov 2025 3:00 pm

Nuapada Bye Election: ଭକ୍ତ କହିଦେଲେ, କଂଗ୍ରେସ ୫ ହଜାର ଭୋଟରେ ଜିତିବ

କନକ ବ୍ୟୁରୋ: କାଲି ଆସିବ ନୂଆପଡ଼ା ରେଜଲ୍ଟ । ଆଉ ଏହା ପୂର୍ବରୁ ପିସିସି ସଭାପତି ଭକ୍ତ ଦାସ କଂଗ୍ରେସର ବିଜୟ ନେଇ କରିଛନ୍ତି ବଡ଼ ଭବିଷ୍ୟବାଣୀ । ନୂଆପଡ଼ା ରେଜଲ୍ଟ ଆସିବା ପୂର୍ବରୁ ପିସିସି ସଭାପତି କହିଛନ୍ତି,ନୂଆପଡ଼ାରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ବିଜୟୀ ହେବେ । ଏହାସହିତ ଭକ୍ତ ଦାସ ଭୋଟ୍ ଚୋରି ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ବିଜେପି ଷଡ଼ଯନ୍ତ୍ର କରି ଭୋଟ୍ ଚୋରି କରିଛି । ହେଲେ ନୂଆପଡ଼ାରେ କଂଗ୍ରେସ ପ୍ରାର୍ଥୀ ଅଢ଼େଇରୁ ୫ ହଜାର ଭୋଟରେ ବିଜୟୀ ହେବେ । ଜାଣିରଖିବା ଉଚିତ ଯେ, ଏହା ପୂର୍ବରୁ ବିଜେଡି ନେତା ମଧ୍ୟ ଗତକାଲି ନୂଆପଡ଼ାରେ ବିଜେଡି ପ୍ରାର୍ଥୀ ବିଜୟୀ ହେବା ନେଇ ଭବିଷ୍ୟବାଣୀ କରିଥିଲେ । ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ, ନୂଆପଡ଼ାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୧୦ ହଜାରରୁ ଅଧିକ ଭୋଟରେ ବିଜୟୀ ହେବେ । ସେହିପରି ବିଜେଡି ନେତା ପ୍ରଦୀପ ମାଝୀ ମଧ୍ୟ କହିଥିଲେ ବିଜେଡି ୧୦ରୁ ୨୦ ହଜାର ଭୋଟରେ ବିଜୟୀ ହେଇଥିଲେ । ସେହିପରି ବିଜେପି ନେତା ମଧ୍ୟ ନୂଆପଡ଼ାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଜୟୀ ହେବେ ବୋଲି ଭବିଷ୍ୟବାଣୀ କରିଥିଲେ । ଆହୁରି ପଢ଼ନ୍ତୁ : କାଲି ନୂଆପଡ଼ା ଉପନିର୍ବାଚନର ଆସିବ ଫଳାଫଳ, ଆସନ ଜିତିବାକୁ ସବୁ ଦଳର ଦମ୍ଭୋକ୍ତି ତେବେ ନୂଆପଡ଼ା ଉପ ନିର୍ବାଚନ ପାଇଁ ଶେଷ ହୋଇସାରିଛି ଭୋଟିଂ । ଆସନ୍ତା ନଭେମ୍ବର ୧୪ ତାରିଖରେ ନୂଆପଡ଼ା ରେଜଲ୍ଟ ଆସିବାକୁ ଥିବାବେଳେ, ଏବେଠୁ କିନ୍ତୁ ନୂଆପଡ଼ା ବିଜୟ ନେଇ ନେତା କଲେଣି ଭବିଷ୍ୟବାଣୀ । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଆଉ କଂଗ୍ରେସର ନେତା ଏବେଠୁ ନୂଆପଡ଼ାରେ ନିଜ ନିଜର ପ୍ରାର୍ଥୀ ବିଜୟୀ ହେବେ ବୋଲି ଭବିଷ୍ୟବାଣୀ କରିବା ଆରମ୍ଭ କରିଥିବାବେଳେ, ନୂଆପଡ଼ାରେ କିଏ ବାଜି ମାରୁଛି, ଏବେ ତାକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା । ଗତକାଲି କନକ ନ୍ୟୁଜର ଡିବେଟରେ ବିଜେଡି ନେତା ପ୍ରମିଳା ମଲ୍ଲିକ ନୂଆପଡ଼ା ରେଜଲ୍ଟକୁ ନେଇ ବଡ଼ ବୟାନ ରଖିବା ସହିତ ସ୍ନେହାଙ୍ଗିନୀ ଛୁରିଆ ୧୦ ହଜାରରୁ ଅଧିକ ଭୋଟରେ ବିଜୟୀ ହେବେ ବୋଲି ଦମ୍ଭୋକ୍ତି ଦେଖାଇଥିଲେ । ସେହିପରି ବିଜେଡି ନେତୀ ପ୍ରଦୀପ ମାଝୀ ମଧ୍ୟ ନୂଆପଡ଼ାରେ ବିଜେଡି ପ୍ରାର୍ଥିନୀ ୧୦ରୁ ୨୦ ହଜାର ଭୋଟରେ ବିଜୟୀ ହେବେ ବୋଲି ଭବିଷ୍ୟବାଣୀ କରିଥିଲେ । ଆହୁରି ପଢ଼ନ୍ତୁ : ୩୪ ଲକ୍ଷ ଆଧାର କାର୍ଡଧାରୀ ମୃତ! ପଶ୍ଚିମବଙ୍ଗରୁ ଆସିଲା ସାଂଘାତିକ ଘଟଣା ସେପଟେ ନୂଆପଡ଼ାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ବିପୁଳ ଭୋଟରେ ବିଜୟୀ ହେବେ ବୋଲି ବିଜେପି ନେତା ସଞ୍ଜୟ ରଥ ଭବିଷ୍ୟବାଣୀ କରିଥିଲେ । ବିଜେପି ସବୁବେଳେ ସବୁ ନିର୍ବାଚନକୁ ଚ୍ୟାଲେଞ୍ଜ ଭାବେ ନିଏ, ଆଉ ଏଥର ମଧ୍ୟ ନେଇଛି ବୋଲି କହିବା ସହିତ ନୂଆପଡ଼ାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଜୟୀ ହେବେ ବୋଲି ସେ କହିଥିଲେ । ତେବେ ବିଜୟର ବ୍ୟବଧାନ ନେଇ ବିଜେପି ନେତା ସେମିତି କିଛି ବି କହିନଥିଲେ ବି, ବିଜେପି ବାଏ ଇଲେକ୍ସନ ଜିତିବ ବୋଲି ସେ କହିଥିଲେ । ସେହିପରି କଂଗ୍ରେସ ନେତା ଅମୀୟ ପାଣ୍ଡବ କହିଛନ୍ତି, ଯଦି କଂଗ୍ରେସ ନେତାଙ୍କ ପ୍ରତି ଥିବା ଭଲ ପାଇବା ଭୋଟକୁ ସତରେ କନଭର୍ଟ ହେଇଥିବ, ତେବେ ନିଶ୍ଚୟ କଂଗ୍ରେସ ନେତା ଘାସିରାମ ମାଝୀ ନିର୍ବାଚନରେ ବିଜୟୀ ହେବେ । ସୂଚନାଯୋଗ୍ୟ, ନଭେମ୍ବର ୧୪ରେ ଆସିବ ନୂଆପଡ଼ା ରେଜଲ୍ଟ । ଯାହାକି ତିନି ଦଳର ପ୍ରାର୍ଥୀଙ୍କ ଭବିଷ୍ୟତ ନିର୍ଧାରଣ କରିବ । ତେବେ ଏହା ପୂର୍ବରୁ କିନ୍ତୁ ସବୁ ଦଳର ନେତା ଏବେ ନିର୍ବାଚନ ରେଜଲ୍ଟ ନେଇ ଭବିଷ୍ୟବାଣୀ କରିବା ଆରମ୍ଭ କରିଛନ୍ତି ।

ନିନ୍ଦା 13 Nov 2025 2:59 pm

ମୁଖ୍ୟମନ୍ତ୍ରୀ ଚୁପ୍‌ କଣ ପାଇଁ ? | Odisha Reporter

#ମ ୁଖ୍ୟମନ୍ତ୍ରୀ_ଚୁପ୍‌_କଣ_ପାଇଁ ? ପିତବାସ ହତ୍ୟାକାଣ୍ଡରେ ବ୍ରହ୍ମପୁର ଏସପି କହିଥିବା କଥା କୋର୍ଟରେ ପ୍ରମାଣିତ କରିପାରିଲେ ନାହିଁ, କୋର୍ଟରେ କ୍ଷମା ମାଗିଲେ ଏଥିରୁ ଜଣାପଡ଼ୁଛି ଏସପି ମିଛ କହୁଛନ୍ତି।ଏ କଥାରେ କାହିଁକି ଚୁପ୍‌ ଅଛନ୍ତି ମୁଖ୍ୟମନ୍ତ୍ରୀ: ସୋନାଲି ସାହୁ, କଂଗ୍ରେସ ମୁଖପାତ୍ର। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #OdishaReporter #Odisha #Berhampur #congress #PitabasPanda

ଓଡ଼ିଶା ସାମ୍ବାଦିକ 13 Nov 2025 2:58 pm

ଆପଣ କଣ କରିବେ କରନ୍ତୁ.. | Odisha Reporter

#ଆପଣ_କଣ_କର ିବେ_କରନ୍ତୁ.. ରାଜଧାନୀରେ ସେକ୍ସ ରାକେଟକୁ ନେଇ ହୋଟେଲ ମାଲିକଙ୍କ ପ୍ରତିକ୍ରିୟା କହିଛନ୍ତି ସେ ଆମ ପାଖକୁ ସାଙ୍ଗ ମାନଙ୍କ ସହ ଆସନ୍ତି କିନ୍ତୁ କେବେ ଝିଅ ନେଇ ଆସନ୍ତି ନାହିଁ। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #Odisha #SexRacket #bhubaneswar

ଓଡ଼ିଶା ସାମ୍ବାଦିକ 13 Nov 2025 2:53 pm

ଖେଳାଳିଙ୍କୁ ଧମକାଇଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ, ୧୨ ଜଣଙ୍କର ମୃତ୍ୟୁ ପରେ ଭୟଭୀତ ଶ୍ରୀଲଙ୍କା କ୍ରିକେଟ ଦଳ

କନକ ବ୍ୟୁରୋ: ଆଶଙ୍କାରେ ପାକିସ୍ତାନ ଟୁର । ଖେଳାଳିଙ୍କୁ ଧମକାଇଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ । ଇସଲାମବାଦରେ ଆତଙ୍କୀ ହମଲାରେ ୧୨ ଜଣଙ୍କର ମୃତ୍ୟୁ ପରେ ଭୟଭୀତ ଅବସ୍ଥାରେ ଶ୍ରୀଲଙ୍କା କ୍ରିକେଟ ଦଳ । ଘଟଣା ପରେ ଶ୍ରୀଲଙ୍କାର କ୍ରିକେଟ୍ ଦଳର କିଛି ଖେଳାଳି ଏବଂ କର୍ମଚାରୀମାନେ ସୁରକ୍ଷା କାରଣରୁ ପାକିସ୍ତାନ ଛାଡ଼ିବାକୁ ଅନୁରୋଧ କରିଛନ୍ତି । ଏହାର ଉତ୍ତରରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ କଡ଼ା ବାଣୀ ଶୁଣାଇଛି । ବୋର୍ଡ କହିଛି, – ଟୁର୍ ଛାଡ଼ିବାକୁ ଚେଷ୍ଟା କରିଲେ ‘ଫରମାଲ୍ ରିଭ୍ୟୁ’ର ସାମ୍ନା କରିବେ । ଏହା ଶିଷ୍ଟାଚାର ଭଙ୍ଗର କାରଣ ହୋଇପାରେ । ଗତ ୨୦୦୯ ରେ ଶ୍ରୀଲଙ୍କା ଦଳ ଉପରେ ହୋଇଥିବା ଆକ୍ରମଣ ହମଲା ପରେ ବର୍ତ୍ତମାନ ପୁଣି ସେହି ପରିସ୍ଥିତି ସୃଷ୍ଟି ହୋଇଛି । ଫେବ୍ରୁଆରିରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୬, ବିଶ୍ୱକପ୍‌ ପାଇଁ ଫାଇନାଲ୍‌ ହେଲା ୫ଟି ଭେନ୍ୟୁ ପାକିସ୍ତାନକୁ ଅନ୍ତର୍ଜାତୀୟ କ୍ରିକେଟ ଫେରିଥିବା ବେଳେ ପୁଣି ଏହି ଆକ୍ରମଣ ପାଇଁ ବିଶ୍ବ ଜରବାରରେ ନିନ୍ଦିତ ହୋଇଛି । ସୂଚନା ଯୋଗ୍ୟ, ପ୍ରଥମ ଦିନିକିଆରେ ପାକିସ୍ତାନ ୬ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା । ଶ୍ରୀଲଙ୍କା ବୋର୍ଡ ତରଫରୁ ଏହା ମଧ୍ୟ କୁହାଯାଇଛି ଯେ, “ପିସିବି ଓ ସୁରକ୍ଷାକର୍ମୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ଟୁର୍ ଚାଲୁ ରହିବ । ଖେଳାଳିମାନଙ୍କ ସୁରକ୍ଷା ନିଶ୍ଚିତ ।” ସେପଟେ ପିସିବି ଚେୟାରମ୍ୟାନ୍ ମୋହସିନ୍ ନକ୍‌ଭି ଶ୍ରୀଲଙ୍କା ଦଳକୁ ଭେଟି ସୁରକ୍ଷାର ଆଶ୍ୱାସନା ଦେଇଛନ୍ତି । ତେବେ ବଳକା ମ୍ୟାଚ୍‌ଗୁଡ଼ିକର ସମୟସୂଚୀ ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି । ଖେଳ ନଚେତ୍ .. ଖେଳାଳିଙ୍କୁ ଧମକାଇଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଆତଙ୍କବାଦୀ ହମଲା ପରେ ସ୍ବଦେଶ ଫେରିବାକୁ ବ୍ୟଗ୍ର ଖେଳାଳି ଖେଳାଳିଙ୍କୁ ‘ଫରମାଲ୍ ରିଭ୍ୟୁ’ର ଧମକ ନକ୍‌ଭି କହିଲେ, ସୁରକ୍ଷା ନିଶ୍ଚିତ ବଳକା ମ୍ୟାଚ୍‌ର ସମୟ ପରିବର୍ତ୍ତନ

ନିନ୍ଦା 13 Nov 2025 2:53 pm

ପରିତ୍ୟକ୍ତ କୂଅରୁ ହାତୀ ଶାବକ ଉଦ୍ଧାର, ଫରେଷ୍ଟର ଗୁରୁତର

କଣ୍ଟାବାଞ୍ଝି: ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀ ଶାବକ। ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ବିଜାମାଲ ଗାଁ ନିକଟ ଏକ ପରିତ୍ୟକ୍ତ କୂଅରେ ହାତୀ ଛୁଆଟି ଖସି ପଡ଼ିଥିଲା । ସ୍ଥାନୀୟ ଲୋକେ ଏହା ଦେଖି ବନବିଭାଗକୁ ଖବର ଦେଇଥିଲେ । ମୁରିବାହାଲ ଦମକଳ ବାହିନୀ ପହଞ୍ଚି ଶାବକକୁ କୂଅରୁ ଉଦ୍ଧାର କରିଛନ୍ତି । ସେପଟେ ହାତୀଟିକୁ ଉଦ୍ଧାର କରିବା ସମୟରେ ଗୁଡ଼ିଘାଟ କେନ୍ଦୁଲିପ ଫରେଷ୍ଟର ପ୍ରଦୀପ ନାଥଙ୍କୁ ହାତୀ ଶାବକଟି ଆକ୍ରମଣ କରିଛି । ଗୁରୁତର […]

ଜୀବନ୍ତ ସାମାଜିକ | 13 Nov 2025 2:36 pm

କଟକ ବାଲିଯାତ୍ରା ଅଘଟଣରେ କାହାକୁ ବି ଆଘାତ ହେଇନି | Odisha Reporter

Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter

ଓଡ଼ିଶା ସାମ୍ବାଦିକ 13 Nov 2025 2:34 pm

୩୪ ଲକ୍ଷ ଆଧାର କାର୍ଡଧାରୀ ମୃତ! ପଶ୍ଚିମବଙ୍ଗରୁ ଆସିଲା ସାଂଘାତିକ ଘଟଣା

କନକ ବ୍ୟୁରୋ: ୩୪ ଲକ୍ଷ ଆଧାରକାର୍ଡ ଭୂତ । ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ଏପରି ସାଂଘାତିକ ଘଟଣା । ପଶ୍ଚିମବଙ୍ଗରେ ୩୪ ଲକ୍ଷ ଆଧାର କାର୍ଡଧାରୀଙ୍କୁ ମୃତ ଭାବେ ଚିହ୍ନଟ ହୋଇଛି । ଏନେଇ ନିର୍ବାଚନ ଆୟୋଗଙ୍କୁ ସୂଚନା ଦିଆଯାଇଛି । ଗତ ୨୦୦୯ରୁ ଆଧାର ବ୍ୟବସ୍ଥା ଆରମ୍ଭ ହୋଇଥିଲା । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୩୪ ଲକ୍ଷ ମୃତକଙ୍କ ପାଖରେ ଆଧାରକାର୍ଡ ରହିଥିବା ଜଣାପଡ଼ିଛି । ଏହା ସହ, ଆଧାର ନଥିବା ୧୩ ଲକ୍ଷ ଅନ୍ୟ ମୃତ ବ୍ୟକ୍ତିଙ୍କର ତଥ୍ୟ ମଧ୍ୟ ଚିହ୍ନଟ ହୋଇଛି । ଏହି ସମ୍ପୂର୍ଣ୍ଣ ତଥ୍ୟକୁ UIDAI ଅଧିକାରୀମାନେ ଆଜି ନିର୍ବାଚନ ଆୟୋଗକୁ ସୂଚନା ଦେଇଛନ୍ତି । ନିର୍ବାଚନ ନେଇ ଆଧାର ସଂଶୋଧନ ଚାଲିଥିବା ବେଳେ ଏପରି ଘଟଣା ସାମ୍ନାକୁ ଆସିଛି । ଏହି ଅଭିଯାନରେ ଭୋଟର ତାଲିକାରୁ ନକଲି ସମେତ ମୃତ, ଅନୁପସ୍ଥିତଙ୍କୁ ହଟାଇବାକୁ ଲକ୍ଷ୍ୟ ରଖାଯାଇଛି । ବ୍ୟାଙ୍କଗୁଡ଼ିକରୁ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି । ଆଧାର ସହ ଯୋଡ଼ା ଯାଇଥିବା ବ୍ୟାଙ୍କ ଆକାଉଣ୍ଟଗୁଡ଼ିକରେ ବର୍ଷ ବର୍ଷ ଧରି KYC ହୋଇନଥିବା ଆକାଉଣ୍ଟକୁ ଚିହ୍ନଟ କରାଯାଉଛି । ତଥ୍ୟ ଯାଞ୍ଚ ପରେ ଏହି ନାମଗୁଡ଼ିକୁ ତାଲିକାରୁ ହଟାଯିବ ବୋଲି ଜଣାପଡ଼ିଛି । କାଲି ନୂଆପଡ଼ା ଉପନିର୍ବାଚନର ଆସିବ ଫଳାଫଳ, ଆସନ ଜିତିବାକୁ ସବୁ ଦଳର ଦମ୍ଭୋକ୍ତି ୩୪ ଲକ୍ଷ ଆଧାରକାର୍ଡ ଭୂତ! ପଶ୍ଚିମବଙ୍ଗରେ ୩୪ ଲକ୍ଷ ଆଧାର କାର୍ଡଧାରୀ ମୃତ ଆଧାର କାର୍ଡ ନଥିବା ଅନ୍ୟ ୧୩ ଲକ୍ଷ ମୃତ ବ୍ୟକ୍ତି ଚିହ୍ନଟ ନିର୍ବାଚନ ଆୟୋଗକୁ UIDAI ଅଧିକାରୀ ଦେଲେ ତଥ୍ୟ ଆଧାର ସଂଶୋଧନ ବେଳେ ସାମ୍ନାକୁ ଆସିଲା ଘଟଣା

ନିନ୍ଦା 13 Nov 2025 2:30 pm

'ଶ୍ରବଣ ବିବେକ ଏମ୍‌ଙ୍କୁ ପଦରୁ ହଟାଯାଉ' | Odisha Reporter

#ଶ ୍ରବଣ_ବିବେକ_ଏମ୍‌ଙ୍କୁ_ପଦରୁ_ହଟାଯାଉ ଶ୍ରବଣା ବିବେକ 2022 ମେ'ରେ ବ୍ରହ୍ମପୁରରେ SP ଭବେ ଯୋଗ ଦେଲେ। ସେତେବେଳେ ସେ ପୂର୍ବ ସରକାରଙ୍କ ଗେହ୍ଲା ପୁଅ ଥିଲେ। ନିର୍ବାଚନ ପୂର୍ବରୁ ତାଙ୍କୁ ସେଠାରୁ ହଟା ଗଲ।। କିନ୍ତୁ ପୁଣି ସେଠାରେ ସେଇ ଏସପି ଭାବେ ରହିଲେ। ସେ ତାଙ୍କ କାର୍ଯ୍ୟରେ ଅବହେଳା କରିଛନ୍ତି, ସଠିକ୍ ଭାବେ କାମ କରି ନାହାନ୍ତି। ତାହାଲେ ତାଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବ ନାହିଁ? #Odisha #OdishaReporter #Congress #Berhampur #SP Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter

ଓଡ଼ିଶା ସାମ୍ବାଦିକ 13 Nov 2025 2:17 pm

କାଲି ନୂଆପଡ଼ା ଉପନିର୍ବାଚନର ଆସିବ ଫଳାଫଳ, ଆସନ ଜିତିବାକୁ ସବୁ ଦଳର ଦମ୍ଭୋକ୍ତି

କନକ ବ୍ୟୁରୋ : ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି ହେବ । ଏନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଭୋଟ ଗ୍ରହଣ ଓ ଗଣନା ପ୍ରକ୍ରିୟାକୁ ସମ୍ପୁର୍ଣ୍ଣ ସ୍ବଚ୍ଛ, ସୁସ୍ଥ ଓ ପାରଦର୍ଶୀ ଭାବରେ ଆୟୋଜନ କରିବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଆସନ୍ତା କାଲି ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୋଟ ୧୪ ଗୋଟି ଟେବୁଲ୍ ରହିଥିବା ବେଳେ ୨୬ ରାଉଣ୍ଡ ଗଣତି ହେବ । ଗୋଟିଏ କେନ୍ଦ୍ର ଟେବୁଲ୍ ରହିଛି । ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ୍‌ ଗଣତି, ଅଧା ଘଣ୍ଟା ପରେ ଇଭିଏମ ଗଣତି ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପ୍ରତ୍ୟେକ ଟେବୁଲ୍ ରେ ଜଣେ ଗଣତି ସହକାରୀ ଅଧିକାରୀ, ଗଣତି ସୁପରଭାଇଜର ଏବଂ ମାଇକ୍ରୋ ଅବଜର୍ଭର ନିୟୋଜିତ ରହିବେ। ସେହିପରି ଗଣତି ଅବଜର୍ଭର ଏବଂ ରିଟର୍ଣ୍ଣିଙ୍ଗ ଅଧିକାରୀ ରହିବେ। ଜନସାଧାରଣଙ୍କ ପାଇଁ ମଧ୍ୟ ଡ଼ାକବାଜି ସାହାଯ୍ୟରେ ଘୋଷଣା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସମସ୍ତ ଗଣନା ପ୍ରକ୍ରିୟା ସିସିଟିଭି ନଜରରେ କରାଯିବ ଓ ଏସବୁର ଭିଡିଓ ରେକର୍ଡିଂ ହେବ କ୍ଷ ଏହାର ତଦାରଖ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ପୋଲିସ ପ୍ରଶାସନ ଉପସ୍ଥିତ ରହିବେ କ୍ଷ ଅନ୍ତିମ ରାଉଣ୍ଡ ଶେଷ ହେବା ପରେ ନିର୍ବାଚନ ଅଧିକାରୀ ଦ୍ୱାରା ବିଜେତା ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ଓ ତାଙ୍କୁ ଜୟ ସନଦ ପ୍ରଦାନ କରାଯିବ । ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ସନ୍ଧ୍ୟାରେ ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ସେପଟେ ବିହାର ବିଧାନସଭାର ୨୪୩ ଆସନରେ ମତଦାନ ଶେଷ ପରେ ଏବେ ଭୋଟ ଗଣତି ପ୍ରସ୍ତୁତି ଚଳାଇଛନ୍ତି ନିର୍ବାଚନ କମିସନ । ଏଗଜିଟପୋଲ ପୋଲ ଆସିସାରି ଥିବା ବେଳେ ଏବେ ଆକଜାଟ ପୋଲ ଉପରେ ସମସ୍ତଙ୍କ ନଜର ରହିଛି । ଆସନ୍ତାକାଲି ବିହାର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହେବ । ୩୮ ଜିଲ୍ଲାରେ ଭୋଟ ଗଣତି ପାଇଁ ୪୬ଟି ମତଗଣନା କେନ୍ଦ୍ର କରାଯାଇଛି । ସାଧାରଣତଃ ଗୋଟିଏ ଜିଲ୍ଲାରେ ଥିବା ସମସ୍ତ ବିଧାନସଭା ଆସନର ଭୋଟ ଗଣତି ପାଇଁ ଜିଲ୍ଲା ମୁଖ୍ୟାଳୟରେ ମତଗଣନା କେନ୍ଦ୍ର ହୋଇଥାଏ । କିନ୍ତୁ ନିର୍ବାଚନ କମିସନ ବିହାରର କିଛି ଜିଲ୍ଲା ଏକରୁ ଅଧିକ ମତଗଣନା କେନ୍ଦ୍ର କରିଛନ୍ତି । ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ପ୍ରତ୍ୟେକ ବିଧାନସଭା ଆସନରେ ୧୪ଟି ଟେବୁଲରେ ଭୋଟ ଗଣତି ପାଇଁ ବ୍ୟବସ୍ଥା ହୋଇଛି । ଏଥର ପୋଷ୍ଟାଲ ବାଲାଟର ଗଣତି ନିୟମକୁ ପରିବର୍ତ୍ତନ କରାଯାଇଛି । ଶେଷ ଦୁଇ ରାଉଣ୍ଡ ଗଣତି ପୂର୍ବରୁ ପୋଷ୍ଟାଲ ବାଲାଟର ଗଣତି ହେବ । ଯେତ ଗଣତି ରାଉଣ୍ଡ ଆଗକୁ ବଢିବ ବିଧାନସଭା ଆସନରେ ଫଳାଫଳ ସେତେ ସ୍ପଷ୍ଟ ହେବାରେ ଲାଗିବ । ଅପରାହ୍ଣ ୨ଟା ସୁଦ୍ଧା ବିହାରରେ ସରକାର କିଏ ଗଢ଼ିବ, କେଉଁ ଆସନରେ କିଏ ବିଜୟୀ ହେବ ସ୍ପଷ୍ଟ ଚିତ୍ର ଆସିଯିବା ସମ୍ଭାବନା ରହିଛି ।

ନିନ୍ଦା 13 Nov 2025 2:17 pm

ନୀଳଗିରି ହେଉଛି ଜନଶକ୍ତି ଓ ଲୋକତନ୍ତ୍ରର ସ୍ପନ୍ଦନ –ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାରା ଭାରତବର୍ଷରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଏକତା ବର୍ଷ ପାଳନ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବାଲେଶ୍ୱରର ନୀଳଗିରି ଠାରେ ଏକତା ପଦଯାତ୍ରାର ଉଦଘାଟନ କରିଛନ୍ତି। ଏହି ଅବସରରେ ନୀଳଗିରି ଠାରୁ ମିତ୍ରପୁର ପର୍ଯ୍ୟନ୍ତ ଆୟୋଜିତ ପଦଯାତ୍ରାରେ ସାହସ୍ରାଧିକ ଛାତ୍ରଛାତ୍ରୀ, ଯୁବବର୍ଗ, ଜନସାଧାରଣ ଓ ସରକାରୀ ଅଧିକାରୀମାନେ ଭାଗ ନେଇ ପ୍ରାୟ ୯ କି. ମି ବାଟ ପଦଯାତ୍ରା କରିଥିଲେ। […]

ଜୀବନ୍ତ ସାମାଜିକ | 13 Nov 2025 2:15 pm

ଦିଲ୍ଲୀ କାର ବିସ୍ଫୋରଣ: ତଦନ୍ତକାରୀ ଏଜେନ୍ସି ହାତରେ ଲାଗଛି ବଡ଼ ସୁରାଗ

କନକ ବ୍ୟୁରୋ: ଦିଲ୍ଲୀ କାର ବିସ୍ଫୋରଣକୁ ନେଇ ତଦନ୍ତକାରୀ ଏଜେନ୍ସି ହାତରେ ଲାଗଛି ବଡ଼ ସୁରାଗ । ଆତଙ୍କୀଙ୍କ ଟାର୍ଗେଟରେ ଥିଲା ଦିଲ୍ଲୀର ସବୁଠୁ ଜନଗହଳୀପୂର୍ଣ୍ଣ ସ୍ଥାନ । ୬ ଟି ପର୍ଯ୍ୟାୟରେ ୩୨ ସ୍ଥାନରେ ବିସ୍ଫୋରଣ କରିବାକୁ କରାଯାଇଥିଲା ଯୋଜନା । ଦିଲ୍ଲୀର ୬ ଟି ସ୍ଥାନ ସମେତ ଦେଶ ୩୨ ଟି ସ୍ଥାନରେ ଆକ୍ରମଣ ପାଇଁ ଯୋଜନା ହୋଇଥିଲା । ଏବଂ ୩୨ ଟି ସ୍ଥାନରେ ଆକ୍ରମଣ ପାଇଁ ୩୨ରୁ ଅଧିକ ଭିନ୍ନ ଭିନ୍ନ କାର ଚୟନ କରାଯାଇଥିଲା । ଯେଉଁଥିରେ ମାରୁତି ସୁଜୁକି ବ୍ରିଜା, ମାରୁତି ସ୍ୱିଫ୍ଟ ଡିଜାୟାର ଏବଂ ଫୋର୍ଡ, ଇକୋସ୍ପୋର୍ଟ୍ସ ଭଳି କାର ଚୟନ କରାଯାଇଥିଲା । ବ୍ରାବ୍ରୀ ମସଜିଦ୍ ଭଙ୍ଗା ଦିବସ ଡିସେମ୍ବର ୬ରେ ଆକ୍ରମଣ ପାଇଁ ଯୋଜନା କରାଯାଇଥିଲା । ବିସ୍ଫୋରଣ ସମ୍ପର୍କରେ ତଦନ୍ତ କରୁଥିବା ଅଧିକାରୀମାନେ ଏନେଇ ସୂଚନା ଦେଇଛନ୍ତି । ଆସନ୍ତୁ ନଜର ପକାଇବା କିପରି ହୋଇଥିଲା ଆତଙ୍କୀ ଆକ୍ରମଣ ପାଇଁ ପ୍ଲାନିଂ ଏବଂ ଏସମ୍ପର୍କିତ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ବିଷୟରେ... ଏନଆଇଏ ହାତରେ ଲାଗିଲା ଆତଙ୍କୀ ଡାକ୍ତର ଉମର ଓ ମୁଜାମିଲର ଡାଏରି, ଡାଏରିରେ ବିସ୍ଫୋରଣ ଷଡଯନ୍ତ୍ରର ବ୍ଲୁ-ପ୍ରିଣ୍ଟ ଡିସେମ୍ବର ୬ରେ ହୋଇଥାନ୍ତା ବଡ଼ ଆକ୍ରମଣ ଦିଲ୍ଲୀର ୩୨ଟି ସ୍ଥାନରେ ବିସ୍ଫୋରଣ ପାଇଁ ହୋଇଥିଲା ଯୋଜନା ଆତଙ୍କୀଙ୍କ ଟାର୍ଗେଟ୍‌ରେ ଥିଲା ଦିଲ୍ଲୀ ସମେତ ବଡ଼ ବଡ଼ ସହର ୬ ଟି ପର୍ଯ୍ୟାୟରେ ୩୨ ସ୍ଥାନରେ ବିସ୍ଫୋରଣ ପ୍ଲାନିଂ ହୋଇଥିଲା ଦିଲ୍ଲୀର ୬ ଟି ସ୍ଥାନ ସମେତ ଦେଶ ୩୨ ଟି ସ୍ଥାନରେ ଆକ୍ରମଣ ପାଇଁ ଯୋଜନା ହୋଇଥିଲା ୩୨ ଟି ସ୍ଥାନରେ ଆକ୍ରମଣ ପାଇଁ ୩୨ରୁ ଅଧିକ ଭିନ୍ନ ଭିନ୍ନ କାର ଚୟନ କରାଯାଇଥିଲା କାର ଭିତରେ ମାରୁତି ସୁଜୁକି ବ୍ରିଜା, ମାରୁତି ସ୍ୱିଫ୍ଟ ଡିଜାୟାର ଏବଂ ଫୋର୍ଡ, ଇକୋସ୍ପୋର୍ଟ୍ ଥିଲା ବାବ୍ରି ମସଜିଦ୍ ଭଙ୍ଗା ଦିବସ ଡିସେମ୍ବର ୬ରେ ଆକ୍ରମଣ ପାଇଁ ଯୋଜନା କରାଯାଇଥିଲା ବିସ୍ଫୋରଣ ସମ୍ପର୍କରେ ତଦନ୍ତ କରୁଥିବା ଅଧିକାରୀମାନେ ଏନେଇ ସୂଚନା ଦେଇଛନ୍ତି ‘ପ୍ରତିଶୋଧ’ ପାଇଁ ଏଭଳି ଆକ୍ରମଣ ଯୋଜନା କରିଥିଲେ ଆତଙ୍କବାଦୀ ୩୨ ଟି କାରରୁ ୪ଟି ଗାଡ଼ି ବଛା ସରିଥିଲା ଚୟନ ହୋଇଥିବା କାରଗୁଡ଼ିକ ପୁରୁଣା ଏବଂ ବାରମ୍ବାର ବିକ୍ରି ହୋଇଥିଲା ଫଳରେ କାରକୁ ଟ୍ରାକ୍‌ କରିବା ପୁଲିସ ପାଇଁ କଷ୍ଟକର ହୋଇଥିଲା ବ୍ରିଜା କାରଟି ହରିୟାଣାର ଫରିଦାବାଦରୁ ମିଳିଛି ଆଲ୍‌-ଫଲାହ ସ୍କୁଲ ଅଫ୍‌ ମେଡିକାଲ ସାଇନ୍ସେସ୍‌ କ୍ୟାମ୍ପସରେ ଥିଲା କାର ଯାହା ଆତଙ୍କବାଦୀମାନଙ୍କର କାର୍ଯ୍ୟକଳାପର କେନ୍ଦ୍ରବିନ୍ଦୁ ପାଲଟିଛି ଲାଲ୍‌ ଫୋର୍ଡ ଇକୋସ୍ପୋର୍ଟ ବିସ୍ଫୋରକ ସାମଗ୍ରୀ ପରିବହନ କରୁଥିଲା ବୁଧବାର ରାତିରେ ହରିୟାଣାର ଫରିଦାବାଦ୍‌ରୁ ପରିତ୍ୟକ୍ତ ଅବସ୍ଥାରେ ମିଳିଛି କାର କାରରେ ଥିବା ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ ସୁଇଫ୍ଟ ଡିଜାୟାର କାରକୁ ସୋମବାର ଜବତ କରାଯାଇଥିଲା ଏହି ଗାଡ଼ିରୁ ରାଇଫଲ୍‌ ଏବଂ ଗୁଳିଗୋଳା ଜବତ କରାଯାଇଛି

ନିନ୍ଦା 13 Nov 2025 2:11 pm

Blast In Delhi: ଡିସେମ୍ବର ୬ରେ ୬ ବିସ୍ଫୋରଣ ପାଇଁ ହୋଇଥିଲା ଯୋଜନା! କାହିଁକି ୨୦ ଲକ୍ଷ ଟଙ୍କା ଯୋଗାଡ଼ କରିଥିଲେ ୪ ଡାକ୍ତର ?

ଦିଲ୍ଲୀ ଲାଲକିଲ୍ଲା ଆତ୍ମଘାତୀ ହମଲାର ତଦନ୍ତ କରୁଥିବା ଅଧିକାରୀଙ୍କ ହାତରେ ଲାଗିଛି ବଡ଼ ତଥ୍ୟ। ଟେରର ମଡ୍ୟୁଲରେ ସାମିଲ ଥିବା ଡାକ୍ତରମାନେ ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦ ପାଇଁ କରୁଥିଲେ କାମ। ଡିସେମ୍ବର ୬ରେ ଦେଶର ରାଜଧାନୀ ଦିଲ୍ଲୀ ଓ ଏନସିଆରର ୬ଟି ପ୍ରମୁଖ ସ୍ଥାନରେ ସିରିଜ ବିସ୍ଫୋରଣ(Blast In Delhi) ପାଇଁ ଏହି ଟେରର ମଡ୍ୟୁଲର ସଦସ୍ୟମାନେ କରିଥିଲେ ଯୋଜନା। ୧୯୯୨ ମସିହା ଡିସେମ୍ବର ୬ରେ ଅଯୋଧ୍ୟାରେ ଥିବା ବାବ୍ରୀ ମସଜିଦ ଭଙ୍ଗା ଯାଇଥିଲା। ତେଣୁ ଧଲା କଲାର ଆତଙ୍କବାଦୀଙ୍କ ଜରିଆରେ ସେହି ଦିନ ଦିଲ୍ଲୀରେ ସିରିଜ ବିସ୍ଫୋରଣ କରି ଆତଙ୍କ ସୃଷ୍ଟି କରିବାକୁ ଚାହୁଁଥିଲା। ବାବ୍ରୀ ମସଜିଦ ଭଙ୍ଗା ଯିବା ଘଟଣାର ପ୍ରତିଶୋଧ ଆଳରେ ଭାରତରେ ନରସଂହାର କରିବାକୁ ଜୈଶ ମସୁଧା କରିଥିଲା। ଜୈଶର ଏହି କାମରେ ଧଳା କଲାର ଆତଙ୍କବାଦୀମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଗୁଇନ୍ଦା ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଜେରା ବେଳେ ଧଲା କଲାର ଆତଙ୍କବାଦୀମାନେ କେମିତି ଦିଲ୍ଲୀ ଓ ଏନସିଆରରେ ସିରିଜ ବିସ୍ଫୋଣ କରିବାକୁ ପର୍ଯ୍ୟାୟ ଅନୁସାରେ ଯୋଜନା କରିଥିଲେ, ତା’ ତଥ୍ୟ ଓକାଳିଛନ୍ତି। ୫ଟି ପର୍ଯ୍ୟାୟରେ ଦେଶକୁ ଦୋହଲାଇବାକୁ ସେମାନଙ୍କ ଯୋଜନା ରହିଥିଲା। ଫେଜ-୧ : ଜୈଶ-ଇ-ମହମ୍ମଦ ଓ ଅନସର ଗଜୱାତ ଉଲ ହିନ୍ଦୀ ସହ ମିଶି ଟେରର ମଡ୍ୟୁଲ ତିଆରି କରିବା ଫେଜ-୨: ଆଇଇଡି ପ୍ରସ୍ତୁତ ପାଇଁ କଞ୍ଚା ମାଲ ସଂଗ୍ରହ କରିବା ଓ ଗୁଳିଗୋଳା ସଂରକ୍ଷିତ କରିବ। ହରିୟାଣାର ନୁହ ଓ ଗୁରୁଗ୍ରାମରୁ ସଂଗ୍ରହ ପାଇଁ ଯୋଜନା ହୋଇଥିଲା। ଫେଜ-୩: ମାରାତ୍ମକ କେମିକାଲ ଆଇଇଡି ତିଆରି କରିବା ଓ ସମ୍ଭାବ୍ୟ ଟାର୍ଗେଟର ରେକି କରିବା ଫେଜ-୪: ନେଟୱର୍କରେ ଥିବା ସଦସ୍ୟମାନଙ୍କ ମଧ୍ୟରେ ତିଆରି ହୋଇଥିବା ବୋମାକୁ ରେକି ପରେ ଯୋଗାଇ ଦିଆଯି କରିବା ଫେଜ-୫: ମିଳିତ ଭାବେ ଦିଲ୍ଲୀର ୬ଟି ସ୍ଥାନରେ ସାମୂହିକ ବିସ୍ଫୋରଣ କରିବା ତଦନ୍ତକାରୀ ଅଧିକାରୀଙ୍କ କହିବା କଥା ଯେ ଚଳିତ ବର୍ଷ ଅଗଷ୍ଟ ମାସରେ ହମଲାର ଯୋଜନା ରହିଥିଲା। କିନ୍ତୁ ବଡ଼ ତଥା ସାମୂହିକ ଆକ୍ରମଣ ପାଇଁ ପ୍ରସ୍ତୁତି ଶେଷ ହୋଇ ନଥିବାରୁ ନୂଆ ତାରିଖ ଭାବେ ଡିସେମ୍ବ ୬କୁ ଚୟନ କରାଯାଇଥିଲା। ଡିସେମ୍ବର ୬ ହେଉଛି ବାବ୍ରୀ ମସଜିଦ ଭଙ୍ଗାର ବର୍ଷ ପୂର୍ତ୍ତି। ପାଣ୍ଠି ସଂଗ୍ରହ କଠୋରପନ୍ଥୀ ଚିନ୍ତାଧାରାରେ ପ୍ରଭାବିତ ୪ ଜଣ ଡାକ୍ତର ଦିଲ୍ଲୀର ବିଭିନ୍ନ ସ୍ଥାନରେ ଆକ୍ରମଣ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ୨୦ ଲକ୍ଷ ଟଙ୍କା ଏକାଠି କରିଥିଲେ। ୨୦ ଲକ୍ଷ ଟଙ୍କା ସଂଗ୍ରହ କରିବା ପରେ ଏହାକୁ ଡାକ୍ତର ଉମରକୁ ସୁରକ୍ଷିତ ଭାବେ ରଖିବାକୁ ଦିଆଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ସେମାନେ ଗୁରୁଗ୍ରାମ, ନୁହ ଓ ଅନ୍ୟ ଆଖପାଖ ଅଞ୍ଚଳରୁ ୨୬ କ୍ୱିଣ୍ଟାଲ ଏନପିକେ ଫର୍ଟିଲାଇଜର କିଣିଥିଲେ। ଏଥିପାଇଁ ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଆଇଇଡି ତିଆରି କରିବା ପାଇଁ ଏପରି ସାର କିଣା ଯାଇଥିଲା ବୋଲି ଜଣାପଡ଼ିଛି। ଆକ୍ରମଣର ଯୋଜନା ହରିୟାଣା-ଦିଲ୍ଲୀ ସୀମାନ୍ତ ଠାରୁ ୨୭ କିମି ଦୂରରେ ଥିବା ୭୦ ଏକର ଜମିରେ ରହିଛି ଅଲ ଫଲାହ ବିଶ୍ୱବିଦ୍ୟାଳୟ। ଏହା ମଧ୍ୟରେ ଥିବା ବାଳକ ହଷ୍ଟେଲର ଗୋଟିଏ ରୁମ ବିସ୍ଫୋରଣ ଷଡ଼ଯନ୍ତ୍ରର ଆଡ୍ଡା ବନିଥିଲା ବୋଲି ଜଣାପଡ଼ିଛି। ଡାକ୍ତର ଉମର ଓ ତା’ର ସହଯୋଗୀମାନେ ବିଲଡିଂ ନମ୍ବର ୧୭ରେ ଗୁପ୍ତ ବୈଠକ କରୁଥିଲେ। ବିଲଡିଂର ୧୩ ନମ୍ବର ରୁମ ଡାକ୍ତର ମୁଜାମିଲ ନାଁରେ ରହିଥିଲେ। ଏହି ରୁମରେ ଧଲା କଲାର ଆତଙ୍କବାଦୀମାନେ ପ୍ରାୟତଃ ଏକାଠି ହେଉଥିଲେ। ଏହି ରୁମରୁ ଆତଙ୍କବାଦୀ ହମଲାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା।

ଓଡ଼ିଶା ସାମ୍ବାଦିକ 13 Nov 2025 2:02 pm

ଆଜି ସରୁଛି ବାଲିଯାତ୍ରା : ଶ୍ରେୟାଙ୍କ ଗୀତରେ ମତୁଆଲା ହେବେ ଦର୍ଶକ

କଟକ: ଆଜି ସରୁଛି କଟକର ଐତିହାସିକ ବାଲିଯାତ୍ରା। ଶେଷ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେବେ ବଲିଉଡ୍ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ। ଶ୍ରେୟାଙ୍କ ଗୀତରେ ଝୁମିବେ ଦର୍ଶକ। ଏଥିପାଇଁ ଓଡିଶାରେ ପହଞ୍ଚି ସାରିଛନ୍ତି ଶ୍ରେୟା। ଭୁବନେଶ୍ଵରରେ ପହଞ୍ଚିବା ପରେ ସେ କଟକ ଗସ୍ତ କରିଛନ୍ତି। ଭୁବେନଶ୍ବରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଛି । ଏହା ପୂର୍ବରୁ ଐତିହାସିକ କଟକ ବାଲିଯାତ୍ରାରେ ଯୋଗ ଦେବାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଶ୍ରେୟା ଘୋଷାଲ। ନଭେମ୍ୱର ୭ରେ […]

ଜୀବନ୍ତ ସାମାଜିକ | 13 Nov 2025 1:53 pm

ନୂଆପଡ଼ାରେ ରେକର୍ଡ କରିବ ବିଜେପି | Odisha Reporter

#ନ ୂଆପଡ଼ାରେ_ରେକର୍ଡ_କରିବ_ବିଜେପି କାଲି ଆସିବ ନୂଆପଡ଼ା ଭୋଟ, ଏନେଇ ମନ୍ତ୍ରୀ କହିଛନ୍ତି ବିଜେପି ରେକର୍ଡ ମାର୍ଜିନରେ ବିଜୟ ହାସଲ କରିବ। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #Odisha #OdishaReporter #nuapadabyelection

ଓଡ଼ିଶା ସାମ୍ବାଦିକ 13 Nov 2025 1:49 pm

ନୂଆପଡ଼ା ଫଳାଫଳକୁ ନେଇ କଣ କହିଲେ CEO ? || Odisha Reporter

#ନ ୂଆପଡ଼ା_ଫଳାଫଳକୁ_ନେଇ_କଣ_କହିଲେ_CEO ? | ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନ ଫଳ ପ୍ରକାଶ ପାଇବ। ସେଥିପାଇଁ ସକାଳ 8ଟା ରେ ଆରମ୍ଭ ହେବ ଗଣତି। ପ୍ରଥମେ ପୋଷ୍ଟଲ ବାଲେଟ୍ ଏଵଂ ପରେ ଇଭିଏମ୍‌ କାଉଣ୍ଟିଂ ହେବ। ନୂଆପଡା ଉପରେ ସମସ୍ତଙ୍କ ନଜର ରହିଥିବାରୁ ଗଣ୍ଡଗୋଳର ଆଶଙ୍କାକୁ ଏଡାଇ ଦିଆଯାଇପାରିବନି। ତେବେ ଏହାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ. ଗୋପାଲନ କଣ କହିଛନ୍ତି ଶୁଣିବା। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #Odisha #OdishaReporter #CEO #nuapadabyelection

ଓଡ଼ିଶା ସାମ୍ବାଦିକ 13 Nov 2025 1:38 pm

Blast In Delhi: ଲାଲକିଲ୍ଲା ବିସ୍ଫୋରଣ: ବିଲଡିଂ ନମ୍ବର ୧୭, ରୁମ ନମ୍ବର ୧୩ରେ କ’ଣ ଚାଲିଥିଲା?

ଦେଶକୁ ଦୋହଲାଇ ଦେଇଥିବା ଦିଲ୍ଲୀ ଲାଲକିଲ୍ଲା ଆତଙ୍କବାଦୀ ହମଲାରେ ବଡ଼ ଖୁଲାସା। ଫରିଦାବାଦର ଅଲ ଫଲାହ ବିଶ୍ୱବିଦ୍ୟାଳୟର ହଷ୍ଟେଲ ସହ ରହିଛି ଏହି ଆତଙ୍କୀ ହମଲାର ଲିଙ୍କ। ବାହାରକୁ ସାଧାରଣ ହଷ୍ଟେଲ ରୁମ ଭଳି ଦେଖାଯାଉଥିବା ଏହି ବିଲଡିଂରେ ମୌଳବାଦୀ ଚିନ୍ତାଧାରରେ ପ୍ରଭାବିତ ହୋଇଥିବା ଡାକ୍ତରମାନେ ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ଆତଙ୍କବାଦ ଚେର ପୋତିବାକୁ କରୁଥିଲେ ଷଡ଼ଯନ୍ତ୍ର। ବାଳକ ହଷ୍ଟେଲର ବିଲଡିଂ ନମ୍ବର ୧୭ର ରୁମ ନମ୍ବର ୧୩ ପାଲଟିଥିଲା ଆତଙ୍କବାଦୀ ଗତିବିଧିର ପେଣ୍ଠସ୍ଥଳ। ଧଳା କଲାର ଟେରର ମଡ୍ୟୁଲର ଗୁପ୍ତ ମିଟିଂର ଆଡ୍ଡା ବନିଥିଲା ଏହି ରୁମ। ସିକ୍ରେଟ ମିଟିଂରେ ଯୋଗ ଦେଇଥିବା ଜଣଙ୍କ ପରେ ଜଣେ ଧଳା କରର ଆତଙ୍କବାଦୀଙ୍କୁ ଏବେ ସୁରକ୍ଷାକର୍ମୀ ଧରିବାରେ ଲାଗିଛନ୍ତି। ସୋମବାର ଦିଲ୍ଲୀର ଲାଲକିଲ୍ଲାରେ ଆତ୍ମଘାତୀ କାର ବିସ୍ଫୋରଣ କରିଥିବା ଡାକ୍ତର ଉମର ନବି ଫରିଦାବାଦର ଅଲ ଫଲାହ ବିଶ୍ୱବିଦ୍ୟାଳୟ ଓ ହସ୍ପିଟାଲରେ ଡାକ୍ତର ଭାବେ କାମ କରୁଥିଲା। ସେହି ଆତ୍ମଘାତୀ ହମଲାରେ ୧୩ ଜଣ ପ୍ରାଣ ହରାଇଛନ୍ତି। ଏହି ଘଟଣା ପରେ ସମସ୍ତଙ୍କ ଫୋକସ ଅଲ ଫଲାହ ବିଶ୍ୱବିଦ୍ୟାଳୟ ଉପରେ ରହିଛି। ବିସ୍ଫୋରଣ ପୂର୍ବରୁ ଅଲ ଫଲାହରେ କାର୍ଯ୍ୟ କରୁଥିବା ଡାକ୍ତର ମୁଜାମିଲ ଶକୀଲର ଦୁଇଟି ଭଡ଼ା କରୁ ମିଳିଥିଲା ୨୯୦୦ କେଜିର ବିସ୍ଫୋରକ। ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦର ମହିଳା ୱିଙ୍ଗ ଭାରତରେ ପ୍ରତିଷ୍ଠା କରିବାର ଦାୟିତ୍ୱ ପାଇଥିବା ଡାକ୍ତର ଶାହୀନ ଶାହିଦ ମଧ୍ୟ ଏହି ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଥିଲା। ମୁଜାମିଲ ଓ ଶାହୀନକୁ ଗିରଫ କରାଯାଇଥିବା ବେଳେ ଉମର ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଛି। ସେହିପରି ବିଶ୍ୱବିଦ୍ୟାଳୟରେ କାମ କରୁଥିବା କଶ୍ମୀର ଭିତ୍ତିକ ଡାକ୍ତର ନିସାର ଉଲ ହାସନ ବିସ୍ଫୋରଣ ଘଟଣା ପରଠାରୁ ଫେରାର ରହିଛି। ଆତଙ୍କବାଦର ଠିକଣା ରୁମ ନମ୍ବର ୧୩ ହଷ୍ଟେଲ ବିଲଡିଂରେ ଥିବା ରୁମ ନମ୍ବରରେ ରହୁଥିଲା ଡାକ୍ତର ମୁଜାମିଲ। ତା’ ମୂଳଘର କଶ୍ମୀରର ପୁଲୱାମାରେ। ଏହି ରୁମ ଭିତରେ ସେ ଅନ୍ୟ କଠୋରପନ୍ଥୀ ଡାକ୍ତରମାନଙ୍କୁ ଭେଟୁଥିଲା ଓ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ କେମିତି ଏକକାଳୀନ ବିସ୍ଫୋରଣ କରାଯିବ, ତା’ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲା। ବାସ୍ତବରେ ବାବ୍ରୀ ମସଜିଦ ଭଙ୍ଗା ଯିବାର ବର୍ଷପୂର୍ତ୍ତି ଅର୍ଥାତ ଡିସେମ୍ବର ୬ରେ ସିରିଜ ବିସ୍ଫୋରଣର ଯୋଜନା ରହିଥିଲା।ଗିରଫ ହୋଇଥିବା ଆତଙ୍କବାଦୀମାନେ ଏପରି ଖୁଲାସା କରିଛନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ କଠୋରପନ୍ଥୀ ଡାକ୍ତରମାନେ ରୁମ ନମ୍ବର ୧୩କୁ ସେମାନଙ୍କ ଆଡ୍ଡା ବନାଇ ଦେଇଥିଲେ। ଏଠାରେ ସେମାନେ ବିଶ୍ୱବିଦ୍ୟାଳୟର ଲ୍ୟାବରୁ କେମିତି କେମିକାଲ ସବୁ ହଷ୍ଟେଲ ରୁମକୁ ଆସିବ, ତା’ର ଆଲୋଚନା କରିଥିଲେ। ଘଟଣା ପରେ ପୁଲିସ୍‌ ରୁମକୁ ସିଲ କରିଛି। ରୁମରୁ ଏକାଧିକ ଡାଏରୀ, ବିଦ୍ୟୁତ ଉପକରଣ ଓ ପେନ ଡ୍ରାଇଭ ମିଳିଛି। ରୁମ ନମ୍ବର ୧୩ରୁ କେମିକାଲର ନମୁନା ମଧ୍ୟ ମିଳିଛି। ଆମୋନିୟମ ନାଇଟ୍ରେଟ ଓ ମେଟାଲିକ ଅକ୍ସଡାଇସରେ ଏହି କେମିକାଲକୁ ରୁମ ଭିତରେ ହିଁ ବିସ୍ଫୋରଣ(Blast In Delhi) ତିଆରି କରାଯାଇଥିବା ଅନୁମାନ କରାଯାଉଛି। ଲାଲକିଲ୍ଲା ବିସ୍ଫୋରଣରେ ଆମୋନିୟମ ନାଇଟ୍ରେଟ ଫ୍ୟୁଏଲ ଅଏଲ(ଏଏନଏଫଓ) ବ୍ୟବହାର ହୋଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ସୂତ୍ର ଅନୁସାରେ, ଡାକ୍ତର ଉମର ଓ ଡାକ୍ତର ଶାହୀନ ମିଳିତ ଭାବେ ବିଶ୍ୱବିଦ୍ୟାଳୟ ଲ୍ୟାବରୁ ଡାକ୍ତର ମୁଜାମିଲ ଧୌଜ ଓ ତାଗା ଗାଁରେ ଭଡ଼ାରେ ନେଇଥିବା ରୁମକୁ କେମିକାଲ ସ୍ଥାନାନ୍ତର କରିଥିଲେ। ବିସ୍ଫୋରକ ପ୍ରସ୍ତୁତ କରିବା ପାଇଁ ଏପରି କେମିକାଲର ବ୍ୟବହାର କରାଯାଇଥିଲା।

ଓଡ଼ିଶା ସାମ୍ବାଦିକ 13 Nov 2025 1:32 pm

ଏଇ ରୁମ୍‌ରେ ଧଳା ଚାଦର ଭିତରେ ଚାଲିଥିଲା କଳା କାରନାମା | Odisha Reporter

#ଏଇ_ର ୁମ୍‌ରେ_ଧଳା_ଚାଦର_ଭିତରେ_ଚାଲିଥିଲା_କଳା_କାରନାମା ୟୁନିଟ 4 ଏକ ହୋଟେଲରେ ନାବାଳିକାଙ୍କୁ ଏଇ ରୁମ୍‌ରେ ଜୋର ଜବରଦସ୍ତି ରଖି ଅନୈତିକ କାର୍ଯ୍ୟରେ ନିୟୋଜିତ କରାଯାଉଥିଲା। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: https://www.facebook.com/OdishaReporter/ Twitter: https://twitter.com/OdishaReporter Telegram: https://telegram.me/Odisha_Reporter_official Instagram: https://www.instagram.com/odishareporter_official/ #OdishaReporter #Odisha #Bhubaneswar #SexRacket

ଓଡ଼ିଶା ସାମ୍ବାଦିକ 13 Nov 2025 1:32 pm

ଏନଆଇଏ ହାତରେ ଲାଗିଲା ଆତଙ୍କୀ ଡାକ୍ତର ଉମର ଓ ମୁଜାମିଲର ଡାଏରି, ଡାଏରିରେ ବିସ୍ଫୋରଣ ଷଡଯନ୍ତ୍ରର ବ୍ଲୁ-ପ୍ରିଣ୍ଟ

କନକ ବ୍ୟୁରୋ : ସାମ୍ନାକୁ ଆସିଲା ଦିଲ୍ଲୀ ବିସ୍ଫୋରଣ ର ସତ । ଆତଙ୍କୀ ଡାକ୍ତର ଉମର ଉଲ୍ ନବୀ ଘଟାଇଥିଲା ବିସ୍ଫୋରଣ । ନଭେମ୍ବର ୧୦ ତାରିଖ ସନ୍ଧ୍ୟାରେ ଲାଲ କିଲ୍ଲା ନିକଟରେ ନିଜେ ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲା ଉମର । ଡିଏନଏ ଟେଷ୍ଟରୁ ସାମ୍ନାକୁ ଆସିଲା ପୂରା ସତ । ବିସ୍ଫୋରଣ ସ୍ଥଳରୁ ମିଳିଥିଲା ହାଡ଼, ଦାନ୍ତର ନମୁନାରୁ ଯେଉଁ ଡିଏନଏ ସଂଗ୍ରହ କରାଯାଇଥିଲା ତାହା ଉମରର ପରିବାର ସହ ଶତ ପ୍ରତିଶତ ମେଳ ଖାଉଥିବା ଫରେନସିକ୍ ଯାଞ୍ଚରେ ସ୍ପଷ୍ଟ ହୋଇଛି । ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି । ଭାରତୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଜାଣିପାରିଛନ୍ତି ଯେ, ୧୧ ଦିନ ପୂର୍ବରୁ ଡାକ୍ତର ଉମର ଧଳା ହୁଣ୍ଡାଇ ଆଇ-୨୦ କାର କିଣିଥିଲେ ଏବଂ ବିସ୍ଫୋରଣ ସମୟରେ କାରରେ ଥିଲେ । ସେ ଫରିଦାବାଦରେ ଗିରଫ ହୋଇଥିବା ଆତଙ୍କୀ ମଡ୍ୟୁଲର ସଦସ୍ୟ ମଧ୍ୟ ଥିଲେ। ପୁଲୱାମାର ସାମ୍ବୁରା ଗାଁର ବାସିନ୍ଦା ଉମରଙ୍କ ମା ଏବଂ ଭାଇଙ୍କଠାରୁ ଡିଏନଏ ନମୁନା ନିଆଯାଇଥିଲା। କାରରେ ମିଳିଥିବା ମୃତଦେହର ଅବଶେଷ ସେଗୁଡ଼ିକ ୧୦୦% ମେଳ ଖାଉଥିବା ଜଣାପଡିଛି । ମୃତକଙ୍କ ଦାନ୍ତ, ହାଡ଼ ଏବଂ ଅନ୍ୟାନ୍ୟ ଅବଶେଷ ମା ଏବଂ ଭାଇଙ୍କ ନମୁନା ସହିତ ମେଳ ଖାଉଥିବା ଜଣାପଡିଛି । SriLanka Team In Pak: ଇସାଲାମାବାଦ ବ୍ଲାଷ୍ଟ ପରେ ଶ୍ରୀଲଙ୍କା ଟିମ୍ ଭୟରେ; ପାକିସ୍ତାନରେ ରହିବାକୁ ଡରିଲାଣି ସେପଟେ ବିସ୍ଫୋରଣ ପଛରେ ଓଡ଼ିଶା ଲିଙ୍କ୍ କଥା ଜଣାପଡ଼ିଛି । ଓଡ଼ିଶାରେ ଆତଙ୍କୀ ମୁଜାମିଲ୍ ସକିଲର ସମ୍ପର୍କ ରହିଛି । ଜେରା ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ତଦନ୍ତକାରୀ ଟିମ୍‌ ହାତରେ ଲାଗିଛି । ମୁଜାମିଲର ହ୍ୱାଟ୍ସଆପରେ ଯାଞ୍ଚ ବେଳେ ଓଡ଼ିଶାର କିଛି ନମ୍ବର ସହ ମେସେଜରେ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଥିଲା। ତେବେ ଓଡ଼ିଶାର କେଉଁମାନେ ମୁଜାମିଲର ସମ୍ପର୍କରେ ଥିଲେ ? କାହିଁକି ସେମାନେ ମୁଜାମିଲ୍‌ ସହ କଥାବାର୍ତ୍ତା ବା ଚାଟିଂ କରୁଥିଲେ? ଏହାର ଖୋଳତାଡ଼ କରିବ ଏନଆଇଏ। ମିଳିଥିବା ତଥ୍ୟରୁ ଏନଆଇଏ ଟିମ୍‌ କେତେକଙ୍କ ତାଲିକା କରିଛି । ବିଶେଷକରି କଟକ ଜିଲ୍ଲାର ଏକ କଲେଜକୁ ନେଇ ସନ୍ଦେହ ସଷ୍ଟି ହୋଇଛି। ଏ ସଂପର୍କରେ ଅଧିକ ତନାଘନା ପାଇଁ ଖୁବ ଶୀଘ୍ର ଏନଆଇଏର ଏକ ଟିମ୍‌ ଓଡ଼ିଶା ଆସିବ ବୋଲି ଜଣାପଡ଼ିଛି ।

ନିନ୍ଦା 13 Nov 2025 1:31 pm

ଦିଲ୍ଲୀ ବିସ୍ଫୋରଣ : ବାବ୍ରି ମସଜିଦ ର ପ୍ରତିଶୋଧ ନେବାକୁ ଯୋଜନା

ସମାଜ ଲାଇଭ୍ ଡେସ୍କ : ଦିଲ୍ଲୀ ବିସ୍ଫୋରଣ ଘଟଣାର ତଦନ୍ତ ବେଳେ ସାମ୍ନାକୁ ଆସିଲା ଭୟଙ୍କର ତଥ୍ୟ । ଡିସେମ୍ବର ୬ ତାରିଖରେ ଦିଲ୍ଲୀର ୬ଟି ଜନଗହଳିପୂର୍ଣ୍ଣ ସ୍ଥାନରେ ବିସ୍ଫୋରଣ ପାଇଁ ହୋଇଥିଲା ଯୋଜନା । ଦିଲ୍ଲୀ ଲାଲକିଲା ନିକଟରେ ଘଟିଥିବା ଭୟାନକ ବିସ୍ଫୋରଣ ଘଟଣାର ତଦନ୍ତ ଚାଲିଛି । ଆତଙ୍କବାଦୀ ସଂପୃକ୍ତି ଘଟଣା ସାମ୍ନାକୁ ଆସିବା ପରେ ଗୋଟିଏ ପରେ ଗୋଟିଏ ଭୟାଙ୍କର ତଥ୍ୟ ସାମ୍ନାକୁ ଆସିଛି । ତଦନ୍ତକାରୀ ଦଳ ହାତରେ ଲାଗିଥିବା ତତ୍ୟ […]

ଜୀବନ୍ତ ସାମାଜିକ | 13 Nov 2025 1:27 pm